ଜୟଦ୍ରଥ ସହିତ ଦୁଃଶୀଳାର ବିବାହ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିତାହାର ନନ୍ଦନ ଯେ ଅଟଇ ଜଦ୍ୟରଥ
ତାହାକୁ ପ୍ରଦାନ କରିବନି ତୁମ୍ଭର ଦୋହିତା ।୨୩।
ଅନେକ ସମ୍ଭରେ ଯେ ପଠିଆଇଲେ ମୋତେ
ମୁହିଂ ଆସିଅଛି ଦେବ ତହିଂର ନିମନ୍ତେ ।୨୪।
ଶୁଣିଣ କୋପ କଲା ନୃପତି ଦ୍ରୋପଦ
ନଗ୍ରର ବାହାରେ ନେଇ ୟେହାର ଶିରଚ୍ଛେଦ ।୨୫।
ଉଚ୍ଚ କାଠ ଉପରେ ବସାଅ ୟେହାକୁ ନେଇ
ଆବର ବେଳେ ଦୂତ ନପେଷିବେ କେହି ।୨୬।
ଅର୍ଜୁନକଇଂ ପ୍ରଦାନ କରିବି କୁମାରୀ
ନୋହିଲେ ଦେବି ମୁଂ ଯେ ବ୍ରହ୍ମା ରୁଦ୍ର ହରି ।୨୭।
ରାଜାର ଆଗ୍ୟାଂରେ ଶ୍ରୀଖଣ୍ଡୀ ଦୃଷ୍ଟଦୃମନ ବାଳ
ସିନ୍ଧୁ ଦେଶ ମନ୍ତ୍ରୀକି ଧରିନେଲେ କୋପାନଳ ।୨୮।
ନଗ୍ର ବାହାରେ ନେଇ ଛେଦିଲେ ତାହାର ଶିର
ଆଗ୍ୟାଂୟେ ବସାଇଲେ ନେଇ ଉଚ୍ଚ କାଠ ଉପର ।୨୯।
ମନ୍ତ୍ରୀର ତୁଲେ ଯେ ଆସିଥିଲେ ଯେତେ ଲୋକେ
ସିନ୍ଧୁ ଦେଶକୁ ଯେ ପଳାଇଗଲେ ଅତି ଶୋକେ ।୩୦।
ବାରତା କହିଲେ ଯାଇ ସିନ୍ଧୁ ରାଜାର ଅଗ୍ରତେ
ମନ୍ତ୍ରୀକି ନାଶକଲା ଯେ ପଞ୍ଚାଳ ଦେଶର ନୃପତ୍ୟେ ।୩୧।
ବୋଇଲା ଅର୍ଜୁନକୁ ଦେବି ମୋହୋର କୁମାରୀ
ଆନର ବେଳେ କି ମୋତେ କନ୍ୟା ପୁରସରି ।୩୨।
ଶୁଣିଣ କୋପ କଲା ଯେ ସିନ୍ଧୁଦେଶର ରାୟେ
ଦ୍ରୋପଦ ଉପରକୁ ଆପଣେ ଦଣ୍ଡ କୟେ ।୩୩।
ଯାନ୍ତେଣ ପଥେ ଦେଖନ୍ତି ଯେ ସୁବାହୁ ନୃପତି
ସୁରଥ ରାଜାର ତାର ଅନେକ ପୀରତି ।୩୪।
ଦ୍ରୋପଦର ତୁଲେ ରାୟେ ନ କର ତୁ ଦ୍ୱନ୍ଦ
ଅନେକ ଶହସ୍ର ତାକୁ ଦେଇଛନ୍ତି ସଦାନନ୍ଦ ।୩୫।
ଯେବଣ କିରାତ ସହସ୍ରେ ରାଜାଙ୍କୁ ଜିଣିଲା
ଦ୍ରୋପଦର ୟେକା ନାରାଜକେ ନାଶ ଗଲା ।୩୬।
ମୁଇଂ ସେ କିରାତ ରାଜାର ଅଟଇ ସୋହୋଦର ଭ୍ରାଥ
ଦ୍ରୋପଦର ଭୟେ ଆସିଲୁନି ଅଛି ୟେଥ ।୩୭।
ମଞ୍ଚରେ ରାଜା ହୋଇ ଦ୍ରୋପଦକୁ ନାହିଂ ପ୍ରତିବାଦୀ
ତାହାର ତୁଲେ କିମ୍ପେ ଲାଇବୁ ପରମାଦୀ ।୩୮।
ଦ୍ରୋପଦ ହୋଇଲାନି ଆମ୍ଭର ବଇରି
ପାଣ୍ଡବକୁ ଦେବ ଯେବେ ତାହାର କୁମାରୀ ।୩୯।
ଆମ୍ଭେ ବନ୍ଧୁ ହୋଇବା ଦ୍ରିଯୋଧନର ତୁଲେ
ଦ୍ରୋପଦକୁ ନାଶ କରିବା ଦ୍ରୋଣଙ୍କର ବୋଲେ ।୪୦।
ସୁବାହୁ ବଚନେ ବାହୁଡ଼ଇ ସିନ୍ଧୁଦେଶ ରାୟେ
ହସ୍ତିନାପୁରକୁ ଆପଣେ ଚଳିଯାୟେ ।୪୧।
ଅନେକ ରତ୍ନ ଯୋଗାଡ଼ ଘେନିଣ ତହୁଂ ଗଲା
କର୍ଣ୍ଣର ତୁଲେ ଜଦ୍ୟରଥକୁ ମଇତ୍ର କରାଇଲା ।୪୨।
ଅନେକ ବିନୋୟି ଯେ ହୋଇଲା କର୍ଣ୍ଣକୁ
ଦୁଶୀଳା କନ୍ୟାକୁ ପ୍ରଦାନ କର ଜଦ୍ୟରଥକୁ ।୪୩।
କର୍ଣ୍ଣ ବୋଇଲେ ଯେବେ କହିଲ ୟେମନ୍ତ
ଦୁଶୀଳାକୁ ପ୍ରଦାନ ଯେ କରାଅ ଜଦ୍ୟରଥ ।୪୪।
ଜଦ୍ୟରଥକୁ ଘେନି କର୍ଣ୍ଣ ଚଳିଗଲା ବେଗେ
କୁମାର ଘେନି ପ୍ରବେଶ ହୋଇଲା ଦ୍ରିଯୋଧନ ଆଗେ ।୪୫।
ଭୋ ସ୍ୱାମୀ କୁରୁନାଥ ମୋହୋର ବଚନ କରିବା
ଦୁଶୀଳା କନ୍ୟାକୁ ଜଦ୍ୟରଥକଇଂ ଦେବା ।୪୬।
କର୍ଣ୍ଣର ବଚନ ନଭାଞ୍ଜଇ କୁରୁପତି
ୟେହାର ଦର୍ପେ ସେ ପାଇଲା ଭାନୁମତୀ ।୪୭।
ଦ୍ରିଯୋଧନକୁ ସନମତ କରାଇଗଲା ବେଗେ
ଯାଇଂଣ ଜଣାଇଲା ସେ ଧୃତରାଷ୍ଟଙ୍କର ଆଗେ ।୪୮।
ସିନ୍ଧୁଦେଶର ରାଜା ଅଟଇ ସୁରଥ
ତାହାର ନନ୍ଦନ ଯେ ଅଟଇ ଜଦ୍ୟରଥ ।୪୯।
ଧାର୍ମିକ ବିବେକ ଅଟଇ ବଳବନ୍ତା
କ୍ଷତ୍ରୀବର ସୁନ୍ଦର ବଂଶିକ ରଣ ଜିତା ।୫୦।
କର୍ଣ୍ଣର ବଚନେ ବଦନ୍ତି ଧୃତରାଷ୍ଟଇ
ଜଦ୍ୟରଥ ମୋହୋର ମନକୁ ଖଟଇ ।୫୧।
ଗାନ୍ଧାରୀ ବିଦୁରନ୍ତ କରାଇ ସନମତ
ଭୁରିସର୍ବା ଭୀଷ୍ମ ଯେ ଦ୍ରୋଣ ଶଙ୍କୁନି ସହିତ ।୫୨।
ବିଭାକୁ ସମ୍ଭାର ଯେ କରାଇଲେ ବିଧାନ
ଅନକୂଳ ଧଇଲେ ନକ୍ଷତ୍ର ଯୋଗମାନ ।୫୩।
ବଇଶାଖ ଶୁକଳ ପକ୍ଷ ଅଛୟେ ତୃତୀୟା
ରୋହିଣୀ ନକ୍ଷତ୍ର ସେ ଶୁଭଯୋଗେ ଅଛି ବିଭା ।୫୪।
ବାରତା ପାଇଣ ସେ ସିନ୍ଧୁଦେଶର ରାୟେ
ଅନେକ ସମ୍ଭାରେ ସେ ସମଦଣ୍ଡ ଘେନି ଆୟେ ।୫୫।
ଉଦ୍ଦାଳେକ ନାମେ ଯେ ଅଟନ୍ତି ପୁରୋହିତ
ବିଭାର ସମ୍ଭାର ସେ କରନ୍ତି ସମସ୍ତ ।୫୬।
ଛାୟା ମଣ୍ଡୋପେକ ହୋଇଲା ଅତି ବୃଷାଳ
ଅନେକ ଦେଶର ଯେ ଅଇଲେ ମହୀପାଳ ।୫୭।
ସୀଉକାର କରିଣ କିସ କରନ୍ତି ମଙ୍ଗଳଣ
ଅନେକ ଉଚ୍ଛବେଣ ବିଭାର ଆରୋପଣ ।୫୮।
ବିବିଧ ଛନ୍ଦେ ଯେ ବାଜଇ ବାଜଣା
ବରବେଶ କରାଇଲେ ସୁରଥ ଦୁଲଣା ।୫୯।
ପିତାର କୋଡ଼ରେ ଯେ ବସିଲା ଜଦ୍ୟରଥ
ଧୃତରାଷ୍ଟ କୋଡ଼ର ଯେ ଦୁଶୀଳା ଦୁହିତ ।୬୦।
ଯଥା ବିଧି ବାକ୍ୟ କରନ୍ତି ପୁରୋହିତେ
ସିନ୍ଧୁରାଜାର ଯେ କଉଶିକ ନାମ ଗୋତ୍ରେ ।୬୧।
ଜଳଦ ଗୋତ୍ର ରାଜା ଯେ ଅଟଇ କୁରୁପତି
ବେନି କୁଳ ଗୋତ୍ର ଉଚ୍ଚାରି ପ୍ରଦାନ କରନ୍ତି ।୬୨।
ଜଦ୍ୟରଥ ଦୁଶୀଳା ବେନିକର ଗୋଟି
ମହାମନ୍ତ୍ର ବାକ୍ୟେ ଯେ ପାଡ଼ିଲେ କୁଶ ଗଣ୍ଠି ।୬୩।
ଅନେକ ଯଉତୁକ ଦିଲେକ କଉରୋବେ
ରଥ ଗଜ ଅଶ୍ୱ ଗୋଧନ ରତ୍ନ ଅନେକ ସମ୍ଭର୍ବେ ।୬୪।
ବିଭା ସାରିଣ ତହୁଂ ଗଲେ ଧୃତିରାଷ୍ଟେ
ଲାଜ୍ୟା ହୋମ କରାନ୍ତି ପୁରୋହିତେ ଅନକୂଳ ଘଟେ ।୬୫।
ଘୃତ ପ୍ରାଶନ କଲେ ବର କନ୍ୟା ଘେନି
ଅନ୍ତପୁରେ ବିଜେ ଜଦ୍ୟରଥ ଦୃଶିଳାକୁ ଘେନି ।୬୬।
ୟେକ ଆସନେ ଭୋଜନ କରାନ୍ତି କୁମର କୁମାରୀ
ମଙ୍ଗଳ ଗୀତ ଗାଇଲେ ହୁଳିହୁଳି ଧୁନି କରି ।୬୭।
ରମଣ ମନ୍ଦିରେ ବିଜେ ଆଞ୍ଚୋବନ ସାରି
କର୍ପୂର ତାମ୍ୱୋଳ ଭୁଞ୍ଜନ୍ତି ମନୋହାରୀ ।୬୮।
ମଧୁଶଯ୍ୟା ଯୁଗତେ ଶୁତିଲେ ଯାଇଂ ବେନି
ହରଷ ବିନୋଦ ଯେ ପାହିଲା ରୟଣୀ ।୬୯।
ଚତୁର୍ଦିବସେ ଯେ ଚଉଠୀ ବିଧାନ
ପଞ୍ଚମ ଦିବସେ ଯେ ଉଚ୍ଛବେକ ଭିଆଣ ।୭୦।
ସପତମ ଦିନେ ମଙ୍ଗଳଣ ସାରି
କନ୍ୟାକୁ ଘେନି ଜଦ୍ୟରଥ ବିଜୟେ ସିନ୍ଧୁପୁରୀ ।୭୧।
ଶ୍ରୀଖଣ୍ଡୀ ବିବାହବଇବସୁତ ମନୁ ପଚାରିଲେ ତପୋବନ୍ତପୁତ୍ର ଦୁହିତା ଉପୁଜାଇ କିସ କଲା ଦ୍ରୋପଦ ନୃପତ୍ୟ ।୧।ବଦୟନ୍ତି ଅଗସ୍ତି ଶୁଣ ବଇବସୁତମନୁ ପୁରୁଷଜ୍ୟେଷ୍ଠପୁତ୍ର ଦ୍ରୋପଦର ଶ୍ରୀଖଣ୍ଡୀ ନାମ ପ୍ରକାଶ ।୨।ଅଶ୍ୱେକ ସାଜିଣ ସେ ଅନେକ ଆୟୁଧେଅନୁବ୍ରତେ ଖେଦଇ ସେ ପର୍ବତ ବନ ମଧ୍ୟେ ।୩।ମାରଇ ସେ ଦୁଷ୍ଟ ଦାନବନ୍ତ ଖେଦିରଖଇ ତପୋବନ୍ତ ଜଗତ ପରସିଦ୍ଧି ।୪।କୁମ୍ଭ ମାସ କୃଷ୍ଣ ପକ୍ଷ ସପତମୀ ଦିନଭୃଗୁବାର ଅନୁରାଧା ନକ୍ଷତ୍ର ବିଦ୍ୟମାନ ।୫।ସେଦିନ ଶ୍ରୀଖଣ୍ଡୀ ଚଳଇ ଉଡ଼ଙ୍ଗ ମଣ୍ଡଳେଲକ୍ଷେକ ଯୋଦ୍ଧା ଘେନି ବିଜୟେ କୁତୋହୋଳେ ।୬।ଉଡ଼ଙ୍ଗ ଦେଶର ରାଜା ମଧୁକେଶର ବୋଲିସେହି ଦଣ୍ଡେକ ଘେନି ଆସଇ ଥାଠ ଚାଳି ।୭।ତ୍ରିବେଣୀ କୂଳେ ହୋଇଲେ ଭେଟାଭେଟିନୃପତି ପଚାରଇ ୟେ କାହାର କୁମାର ଗୋଟି ।୮।ଅମନାତ୍ୟେ ବୋଇଲେ ୟେ ପାଞ୍ଚାଳ ଆଧିପତିଦ୍ରୋପଦ ରାଜାର ଯେ ଅଟଇ ସନ୍ତତି ।୯।ଶୁଣିଣ ମଧୁକେଶର ଯେ ସାନନ୍ଦ ହୋଇଲାଗଉରୋବ କରି ଆପଣା ରାଜ୍ୟକୁ ଘେନିଗଲା ।୧୦।ଅନଙ୍ଗର ସାଦ୍ରିଶେ ସୁନ୍ଦର ଶ୍ରୀଖଣ୍ଡୀବୀର ବେଶ ଅଳଙ୍କାର ସବୁଙ୍କୁହିଂ ମଣ୍ଡି ।୧୧।ଜଗତୀ ଉପରେ ଶ୍ରୀଖଣ୍ଡୀକି ବସାଇଅନେକ ସମ୍ଭର୍ବେ ଯୋଗାଡ଼ କରାଇ ।୧୨।ମଦନାବତୀ ବୋଲି ତାହାର ପାଟରାଣୀଭାରିଯାକୁ ବସାଇ ଭାଳଇ ନୃପମଣି ।୧୩।ଆଗୋ ମହାଦେଈ ଆମ୍ଭେ କଥାୟେକ କରିବାମଧୁବତୀ କନ୍ୟାକୁ ଆମ୍ଭର ଶ୍ରୀଖଣ୍ଡୀକୁ ଦେବା ।୧୪।ସୁସଞ୍ଚ ସୁନ୍ଦର ଦେଖି ସମସ୍ତେହେଂ ଚାହିଂରାଜ୍ୟଯାକ ସମସ୍ତେ ହୋଇଛନ୍ତି ମୋହି ।୧୫।ବିଶେଷ ସ୍ତିରୀଜନ ଆବର ପୁରୁଷବେଶୀବିଦ୍ୟାଧର ପରାୟେକ ସୁନ୍ଦର ରୂପ ଦିଶି ।୧୬।ସମସ୍ତ ସ୍ତିରୀ ପୁରୁଷ ବଦୟନ୍ତି ବଚନମଧୁବତୀକି ରାୟେ କରସି ପ୍ରଦାନ ।୧୭।ଜୁଆଇଂ ବନ୍ଦାପନା ୟେ ଆସୁଥିବ ଆମ୍ଭର ଭୁବନେମାସ ପଡ଼ି ଦେଖୁଥିବା ନା ଆମ୍ଭର ନୟନେ ।୧୮।ସମରାଜ୍ୟ ଲୋକେ କରନ୍ତି ୟେସନେକ ସାଧୁ ବାଣୀଶ୍ରୀଖଣ୍ଡୀକି ବରଣ କଲେ ମଧୁକେଶର ନୃପମଣି ।୧୯।ଶୁଭ ଯୋଗେଣ ରାଜା ବିଭା କରାଇଲାଅଶ୍ୱ ଗଜ ଭଣ୍ଡାର ଅନେକ ଯଉତୁକ ଦିଲା ।୨୦।ସହସ୍ରେକ ରଥ ପାଞ୍ଚ ସହସ୍ର ହାଥୀଶତେ ସହସ୍ର ଶ୍ୱେତ ବାରୁ ଦିଲାକ ନୃପତି ।୨୧।ଲକ୍ଷେକ ଗୋଧନ ଦିଲା ଧେନୁ ଗାଈମଧୁବତୀକି ସମର୍ପିଲା ରାଜା ବିଭା ଯୋଗ କରାଇ ।୨୨।କନ୍ୟାକୁ ଘେନିଣ କୁମାର ଶ୍ରୀଖଣ୍ଡୀସମଦଣ୍ଡ ସାଜି ରଥ ମଣ୍ଡି ।୨୩।ସହସ୍ରେ ପାଟଛତ୍ର ବେନି ସହସ୍ର ଆଲମ୍ୱସହସ୍ରେ ସୋଆରୀ ଛତ୍ର ରାୟେ କରଇ ଆରମ୍ଭ ।୨୪।ଟମକ ନିଶାଣ ବୀର ତୂର ବିଜିଘୋଷ କାହାଳିଲକ୍ଷେକ ବାଦ୍ୟେଣ କମ୍ପଇ ମହୀଆଳି ।୨୫।ସବସ୍ରେକ ଶଙ୍ଖ ସହସ୍ରେକ ମହୁରୀଛାମୁରେ ନୃତ୍ୟ କରନ୍ତି ସହସ୍ରେ ବିଦ୍ୟାଧରୀ ।୨୬।ସୁବର୍ଣ୍ଣର ରଥେ ବିଜେ କୁମାର କୁମାରୀକନ୍ୟା ଘେନି ଶ୍ରୀଖଣ୍ଡୀ ଚଳଇ ନିଜପୁରୀ ।୨୭।ଯଉତୁକ ଯୋଗାଡ଼ମାନ ଆସୁଛନ୍ତି ପଛେରଥ ଗଜ ଅଶ୍ୱ ଲାଗିଅଛି କାଛେ କାଛେ ।୨୮।ଅଷ୍ଟରତ୍ନ ପାଣିଦ୍ରବ୍ୟ ସୁବର୍ଣ୍ଣ ଯୋଗାଡ଼ୟେମାନ ଆସୁଅଛି ପାଞ୍ଚ ଅଇବ୍ରତେ ଭାର ।୨୯।ମଧୁକେଶର ପଠିଆଇଲା ଅନେକ ସମ୍ଭରେମଧୁବତୀକି ଘେନି ଶ୍ରୀଖଣ୍ଡୀ ବିଜୟେ ନିଜପୁରେ ।୩୦।ରତିକି ଘେନି ଯେହ୍ନେ ବିଜୟେ କାମଦେବପାଞ୍ଚାଳ ଦେଶ ଲୋକେ ଦେଖି ୟେସନେକ ଭାବ ।୩୧।ଦ୍ରୋପଦ ଦେଖିଲେ ଜଗତୀ ଉପରେଣ ଥାଇଂଚିତ୍ରସେନ ଗନ୍ଧର୍ବ କି ଆସଇ ଆକାଶୁଂ ଓହ୍ଲାଇ ।୩୨।ମାନବ ରଥ ତ ୟେମନ୍ତ ନ ମଣ୍ଡିଦେଶାଉରେ ଜଣାଇଲେ ଦେବ ଆସ କୁମାର ଶ୍ରୀଖଣ୍ଡୀ ।୩୩।ଦେଖିଣ ନରନାଥ ଅନେକ ସାନନ୍ଦ ହୋଇଲାଭୋ ଦଇବ ସୁମରି ରାଜା କପାଳେ ହସ୍ତ ଦିଲା ।୩୪।ବିଭାର କାଳେ ଯେ ପାଲଟାଇଲେ ବସନକେହି ନ ଦେଖିଲେ ଯେ ନପୁଂସକ ଲକ୍ଷଣ ।୩୫।ୟେ ଯେ ସଂସାର ଜନଙ୍କର ଅସ୍ତୁକାର ବାଣୀଧର୍ମ୍ମ ଉଦିତହୋଇବ କି ସବୁଙ୍କରି ସାଧୁ ବାକ୍ୟ ଶୁଣି ।୩୬।ୟେହେନେକ ବିଚାରି ରାଜା ବଇକୁଲ୍ୟ ମତିମଧୁବତୀ କନ୍ୟା ମୁଖ ଚାହିଂ ଭାଳଇ ପଦ୍ମାବତୀ ।୩୭।ମଧୁବତୀ ଶ୍ରୀଖଣ୍ଡୀକି ବନ୍ଦାନ୍ତି ଅର୍ଘ୍ୟ ଘେନିପିତାମାତାଙ୍କୁ ନମସ୍କାର କରନ୍ତି ଯାଇ ବେନି ।୩୮।ପିତାମାତାୟେ ସ୍ନେହଭରେ କରନ୍ତି କଇଲ୍ୟାଣଧର୍ମେ ପ୍ରାପତ ହୋଉ ତୋତେ ପୁରୁଷ ଲକ୍ଷଣ ।୩୯।ଅନେକ ବାଳୀ ଅର୍ଘ୍ୟ ଘେନି ଆନନ୍ଦେଣ ବନ୍ଦାଇସୁଲକ୍ଷଣୀ ନାରୀମାନେ ହୁଳହୁଳୀ ଦେଇ ।୪୦।ନପୁଂସେକ ହୋଇ ମାତା ଗର୍ଭୁ ଜାତ ଯେ ହୋଇଲାପୁତ୍ର ଜାତ ହୋଇଲା ବୋଲି ରାଜ୍ୟରେ ଘୋଷଣ ପଡ଼ିଲା ।୪୧।ନିସନ୍ଧେ ଜାଣିଲେ ୟେ ଅଟଇ ନପୁଂସେକମୁଦୁସୁଲୀ ରାଣୀ ଆଗେ ବାରତା କଲା ଗୋପ୍ୟେକ ।୪୨।ବ୍ୟାସଙ୍କୁ ଘେନି ୟେହା ଜାଣନ୍ତି ଚାରିଜଣଆନ କେହି ନଜାଣନ୍ତି ନପୁଂସେକ ଲକ୍ଷଣ ।୪୩।ପରରାଷ୍ଟେ ପ୍ରତାପୀ ହୋଇଲା ଶ୍ରୀଖଣ୍ଡୀଜଗମୋହିନୀ କନ୍ୟା ଘେନି ଅଇଲାକ ଭଣ୍ଡି ।୪୪।ଯେତେ ସ୍ତିରୀ ପୁରୁଷ ଅଇଲେ ସଙ୍ଗତରେତାହାକୁ ନୃପତି ଦିଲା ଅନେକ ସମ୍ଭରେ ।୪୫।ବହୁତ ଉଚ୍ଛବ ରାଜା କଲେକ ଦ୍ରୋପଦେରାଜାର ସମ୍ପଦ ଦେଖି ଅନେକ ସାନନ୍ଦେ ।୪୬।ଦିନ ପାଞ୍ଚ ସାତ ପାଞ୍ଚାଳ ଦେଶେ ଥିଲେଆଗ୍ୟାଂ ମାଗି କରି ଉଡ଼ଙ୍ଗ ଦେଶେ ଚଳିଗଲେ ।୪୭।ମଧୁକେଶର ରାଜା ଆଗେ କହିଲେ ବାରତାବାବୁ ଅନେକ ସମ୍ପଦ ସେ ପାଞ୍ଚାଳ ଦେଶର କଥା ।୪୮।ବର ମାତାର ନାମ ଅଟଇ ଯେ ପଦ୍ମାବତୀପତିବ୍ରତା ସ୍ତିରୀ ସେ ପ୍ରତକ୍ଷେ ଲକ୍ଷ୍ମୀର ମୂରତି ।୪୯।ଜନଙ୍କର ମୁଖରୁ ୟେସନକ ବାକ୍ୟ ଶୁଣିଅନେକ ହରଷ ସେ ମଧୁକେଶର ନୃପମଣି ।୫୦।ବହୁତ ଅଲେଖ ସେ ହୁଅନ୍ତି ମଧୁବତୀତିନି ବରଷେ ହୋଇଲା ସୁନ୍ଦରୀ ପାକାସ୍ୱତୀ ।୫୧।ମଧୁବତୀର ରଜ ଉଚ୍ଛବ ଦେଖିଣ ପିତାମାତାଭାଳନ୍ତି ରାତ୍ର ଦିବସେ ସୁମରନ୍ତି ବିଧାତା ।୫୨।ସପତମ ଦିନେ ସେ ହୋଇଲା ଶୁଦ୍ଧସ୍ରାହାନଅଷ୍ଟ ରତ୍ନ ଖଞ୍ଜିତ ପଦ୍ମଫୁଲ ଲକ୍ଷେ ଦିଲେ ଦାନ ।୫୩।ଯୋଗ ଲଗ୍ନ ମଙ୍ଗଳ ଗ୍ରହ କରଣ ଶୁଭ ଅନକୂଳେମଧୁବତୀକି ଶୁଆଇଲେ ଶ୍ରୀଖଣ୍ଡୀର କୋଳେ ।୫୪।ଦିବ୍ୟ ପଲଙ୍କେଣ ପହୁଡ଼ିଲେ ୟେକ ଯୋଗେପୁରୁଷ ଲକ୍ଷଣ ନାହିଂ କିସ ହୋଇବ ସତସଙ୍ଗେ ।୫୫।ବାଳୁତ କୁମାରୀ ନଜାଣଇ ରତି ରସହରଷ ପ୍ରେମ କୁତୋହୋଳେ ଗଲା ବେନି ଯେ ବରଷ ।୫୬।ପରର ଶୃଙ୍ଗାର ଯହୁଂ ଶୁଣିଲା କୁମାରୀଦିନୁଂ ଦିନୁଂ କାମ ଶରେ ହୋଇଲା ତନୁ ଘାରି ।୫୭।ଲଜ୍ୟା ଉପେକ୍ଷା କରି ସ୍ୱାମୀକି ଧଇଲା କୋଳରେମୁଖେ ଚୁମ୍ୱନ ଦେଇ ବୋଇଲା ସ୍ୱାମୀ ମୋତେଦେବୁ ନା ଶୃଙ୍ଗାରେ ।୫୮।କୋଳେ ବସାଇ ଚାଟୁ ପଟଳ ବୋଇଲା ଶ୍ରୀଖଣ୍ଡୀକିଶୃଙ୍ଗାର ନଦେଇ ମୋତେ ଦୁଇ ବରଷଭଣ୍ଡିଲୁ କାହିଂକି ।୫୯।ଶ୍ରୀଖଣ୍ଡୀ ବୋଇଲା ସଖି ବାଳୁତ କାଳେ କିସ କାମ ସଧଆଷ୍ୟ କ୍ଷୟେ ହୋଅଇ ଅଳପ ଦିନେ ଛିଡ଼ଇ କନ୍ଧ ।୬୦।ମଧୁବତୀ ବୋଇଲା ତୁ ରାଜାର କୁମାର ଅଟୁ ସୁଖ ଭୋଗୀୟେମାନ ବିଚାରଇ ଯେ ସେ ହୋଅଇ ଯୋଗୀ ।୬୧।ଭୋଜନ ସାଧନ ଶୃଙ୍ଗାର ରସଭୋଗବଂଶିକ କୁମାର ତୁ ସନ୍ତାନ ହୋଇବ ବେଗ ।୬୨।ମୋହୋର ସଙ୍ଗତରେ ଯେତେକ କୁମାରୀତାହାଙ୍କର ହୋଇଲାନି ପୁତ୍ର ଚାରି ଚାରି ।୬୩।ୟେହେନେକ କର୍ମ ମୋହୋର ନିଷ୍ଫଳେ ଗଲା ତପରାଜାର କୁମାରୀ ହୋଇ ମୋହୋର ୟେଡ଼େକ ପାପ ।୬୪।କହୁଂ କହୁଂ ଶ୍ରୀଖଣ୍ଡୀ ନିଦ୍ରା ଗଲା ଅସାଷ୍ଟମ ହୋଇକାମ କଷ୍ଟେ ସୁନ୍ଦରୀକି ନିଦ୍ରାଭାବ ନାହିଂ ।୬୫।ଅସାଷ୍ଟମେ ନିଦ୍ରା ଯହୁଂ ଗଲାକ ଶ୍ରୀଖଣ୍ଡୀଉଠି ମଧୁବତୀ ପିନ୍ଧିଲା ବସ୍ତ୍ର ତାର ଫେଡ଼ି ।୬୬।ବିବସନ କରି ତା ଅଙ୍ଗ ଆଉଂଶଇ ସବୁ ଠାବଲୋଡ଼ି ନପାଇଲା ସେ ପୁରୁଷ ରସ ଭାବ ।୬୭।ଉଠିଣ ସୁନ୍ଦରୀ କରେ ଘେନିଣ ଦୀପାବଳୀନିରେଖି ଚାହିଂଲା ନପୁଂସେକ ହୋଇଲା କିଭଳି ।୬୮।ସ୍ତିରୀ ପୁରୁଷ ଲକ୍ଷଣ ହାଦେ ନାହିଂମୃକ୍ଷାଗତ ହୋଇଲା ବାଳୀ ଶ୍ରୀଖଣ୍ଡୀକି ଚାହିଂ ।୬୯।ହା ହା ଦଇବ ମୋତେ ୟେହା ସେ ଭିଆଇଲୁହସ୍ତଗତ ନିଧି ତୁ ଅନ୍ତର କରାଇଲୁ ।୭୦।ପୁରୁଷ ମଧ୍ୟରେ ଯେ ଅଟଇ ସୁଲକ୍ଷଣବଂଶ ଉଦ୍ଧାରଣ ୟେ ଅଟଇ ବିତକ୍ଷଣ ।୭୧।ପୂର୍ବେ ସେବା କଲି ଯେବେ ହର ପାର୍ବତୀତେବେ ସେ ସୁଲକ୍ଷଣ ଯେହ୍ନେ ପାଇଲି ପତି ।୭୨।ସମୋଦ୍ର ପ୍ରାୟେକ କରିଥିଲି ଆଶମୁଇଂ ସୁନ୍ଦରୀ ସ୍ତିରୀ ୟେ ସୁନ୍ଦର ପୁରୁଷ ।୭୩।ସ୍ତିରୀ ଜନମ ବୋଲି ଯେହ୍ନେ ମନ ଇଚ୍ଛାସୁନ୍ଦର ପୁରୁଷଙ୍କୁ ସେ ସ୍ତିରୀ କରଇ ମନବାଞ୍ଚା ।୭୪।ସୁନ୍ଦର ସୁଲକ୍ଷଣ ଦେଖି ପିତା ମୋର ଦିଲାବିପାକ କରମ ମୋର ୟେମନ୍ତ ହୋଇଲା ।୭୫।ୟେସନେକ ବଇକୁଲ୍ୟ ହୋଅନ୍ତେ ମଧୁବତୀକରମକୁ ସନ୍ତାପୁଂ ପାହିଲାକ ରାତି ।୭୬।ବେଶ ବେଶନମାନ ସବୁ ପକାଇଲା ଭାଞ୍ଜିହାର ଅଳଙ୍କାରମାନ ସମସ୍ତ ଦୂରେ ତେଜି ।୭୭।ଅନ୍ନ ଆହାର ସହିତେ ସକଳ କଲା ଉପେକ୍ଷାଛାଡ଼ିବି ନିଜ ପ୍ରାଣ ବ୍ରତ ସ୍ତିରୀ ଦୀକ୍ଷା ।୭୮।ପିତାର ଘରର ଯେ ଥିଲା ମୁଦୁସୁଲୀପିତାକୁ କହ ଯାଇଂଲୋ ମୁଂ ନିରାଶ ହୋଇଲି ।୭୯।ଯାହାକୁ ପ୍ରଦାନ କଲା ମୋତେ ମୋହେର ତାତସ୍ତିରୀ ପୁରୁଷୁଂ ବାହାର ସେ ନପୁଂସେକ ଜାତ ।୮୦।ମୁହିଂ ଦେହ ଛାଡୁଅଛି ଦ୍ରୋପଦର ପୁରେଯାଇଂଣ କହଲୋ ମୋର ପିତାର ଛାମୁରେ ।୮୧।ୟେସନେକ ବାରତା ଶୁଣିଣ ମୁଦୁସୁଲୀକ୍ରୋଧ ଅବସ୍ଥା ହୋଇଣ ଚଳିଲେ ସମସ୍ତ ପୋଇଲି ।୮୨।ପଞ୍ଚଦଶ ଦିନେ ଯାଇଂ ହୋଇଲେ ପରବେଶବାରତା ଜଣାଇଲେ ଯାଇଂ ମଧୁକେଶର ରାଜା ପାଶ ।୮୩।ଭବିଷ୍ୟ ବାରତା ଦେବ ଶୁଣିମା ରାଜେଶ୍ୱରସ୍ତିରୀ ପୁରୁଷ ଦେବ ନାହିଂ ସେ ଶ୍ରୀଖଣ୍ଡୀର ।୮୪।ମଧୁବତୀର କଷ୍ଟ ଦେବ କେ ସହିତେ ପାରିଅଗ୍ନି ଜାଳି ଝାସିବ ବୋଲି ବସିଲା ଦୃଢ କରି ।୮୫।ଶୁଣିଣ ମଧୁକେଶର କୋପେଣ ପରଚଣ୍ଡସାଜରେ ପାଞ୍ଚାଳ ଦେଶକୁ ମୋହୋର ସମଦଣ୍ଡ ।୮୬।ୟେହେନେକ ପାମର କିମ୍ପା ବିଭା ଯେ ହୋଇଲାନପୁଂସେକ ବୋଲି ମୋତେ କିମ୍ପା ନ କହିଲା ।୮୭।ଅଗ୍ନି ଜାଳି ମରିବ ଯେବେ ମୋହୋର ଦୁଲଣୀସେହି ଅଗ୍ନିରେ ଶ୍ରୀଖଣ୍ଡୀକି ପକାଇବି ହାଣି ।୮୮।ମୋହୋର ଦୁହିତା ଯେବେ ତାହାରେ ନାଶ ଯିବସେ ନପୁଂସେକ ଛାର କିମ୍ପେ ବ୍ରତି ଥିବ ।୮୯।ମାତାଙ୍କର ଶୋକରେ ଶ୍ରୀଖଣ୍ଡୀର ପୁରୁଷତ୍ୱ ପ୍ରାପ୍ତିୟେତେ ବୋଲିଣ ରାୟେ କୋପେଣ ପରଚଣ୍ଡଦ୍ରୋପଦ ଉପରକୁ ସାଜିଲା ସମଦଣ୍ଡ ।୧।ମର୍ଭୁତେକ ରଥ ବେନି ମର୍ଭୁତେକ ହସ୍ତୀଦଶ ମର୍ଭୁତେ ଅଶ୍ୱ ତେର କ୍ଷେଉଣୀ ପାଦାନ୍ତି ।୨।ଅଶୀ ଲକ୍ଷ ମୁକୁଟ ବନ୍ଧା ଯୋଦ୍ଧା ଅହିବ୍ରତେକ ପାରିଦଣ୍ଡଘୋର ବାଦ୍ୟ ଶବଦେ ଯେ କମ୍ପଇ ବ୍ରହ୍ମାଣ୍ଡ ।୩।ଦ୍ରୋପଦର ଆସ୍ତାନେ ଦେଶାଉର ଯେ କହିଲାତୋହୋର ରାଜ୍ୟକୁ ଦେବ ଉଡ଼ଙ୍ଗେଶ୍ୱର ବାହିଲା ।୪।ଦଣ୍ଡ ସାଜି ହୋଇଲା ଦ୍ରୋପଦତୋହୋର ତୁଲେ ମଧୁକେଶର କରିବ ଆଜ ଦ୍ୱନ୍ଦ ।୫।ଦୋହିତାର ଅଭିମାନ ନେବ ବାହିଲା ସମରାଷ୍ଟ୍ରଦ୍ରୋପଦ ବୋଇଲା କିମ୍ପା ସାଜିବି ମୋହୋର ଥାଠ ।୬।ତାହାର ମୋହୋର ଯେ ଅଛଇ ବନ୍ଧୁପଣଅଭିନ୍ନ ଆତ୍ମା ଆମ୍ଭର କେ କରିବ ବାରଣ ।୭।ହସ୍ତୀୟେ ଆରୋହି ଯେ ଦ୍ରୋପଦ ନୃପତିସଙ୍ଗେ ଅଛି ତାର ୟେକା ସଦାନନ୍ଦ ମନ୍ତ୍ରୀ ।୮।ବାମ ପାଶେ ପୁତ୍ର ତାର ଦୃଷ୍ଟ ଯେ ଦୃମନମଧୁକେଶର ଛାମୁକୁ ରାଜା କରଇ ଗମନ ।୯।ଉଡ଼ଙ୍ଗେଶ୍ୱର ରହି ଅଛି ତ୍ରିପୁରାନ୍ତେକ ଘାଟେ ।ପଞ୍ଚାଳେଶ୍ୱର ଯାଇଂ ଭେଟିଲା ନିକଟେ ।୧୦।ମଧୁକେଶର ନିକଟେ କହିଲେ ମୁନେହିଦ୍ରୋପଦେଶ୍ୱର ଦେବ ତୋର ସନ୍ନିଧ୍ୟେଣ ରହି ।୧୧।କୋପେଣ ଆଗ୍ୟାଂ ଦିଲା ସେ ମଧୁକେଶରଯୋଦ୍ଧାଙ୍କୁ ବୋଇଲାରେ ଦ୍ରୋପଦଙ୍କୁ ଧର ।୧୨।ଦ୍ରୋପଦେ ବୋଇଲେ ଶୁଣ ହୋ ସମୁଧିମୋହୋର କିସ ଦୋଷ ତୋହୋର ୟେହେନେକ ବୁଦ୍ଧି ।୧୩।ପରୀଛି ନବୁଝି କିମ୍ପା ତୁହି କଲୁ ୟେହାନଜାଣି ଧାତିକାରେ କଲୁକିନା ବିହା ।୧୪।ଆପଣାର ଦୋଷ ଆପଣେ ନ ବିଚାରୁଂତୋହୋର କଲା କୃତ୍ୟ ମୋତେ କିମ୍ପା କୋପକରୁ ।୧୫।ମଧୁକେଶର ବୋଇଲା ମୋହୋର ଦୋଷ ନାହିଂସୁନ୍ଦର ବିଚକ୍ଷଣ ବଂଶିକ ଦେଖି ଭଜିଲି ଅବା ମୁହିଂ ।୧୬।ସେ କିମ୍ପା ମୋତେ ନ କହିଲା ଶ୍ରୀଖଣ୍ଡୀଦୁହିତାକୁ ମୋହୋର ବିଭା ହୋଇଲା ମୋତେ ଭଣ୍ଡି ।୧୭।ୟେବେ ଯେବେ ମୋହୋର ଦୁହିତା ନାଶଯିବସେ ନପୁଂସେକ ଛାର ବ୍ରତି କିସ ଯେ କରିବ ।୧୮।ତୁ ଯେବେ ଦ୍ରୋପଦ ମୋତେ ଦିଅସି ଶ୍ରୀଖଣ୍ଡିକିଅଗ୍ନିର ମଧ୍ୟେ ପକାଇବି ଶ୍ରୀଖଣ୍ଡୀ, ଦୁହିତୀକି ।୧୯।ଦ୍ରୋପଦ ରାଜାକୁ ସେ ଧରି ନିଲା ବଳେଦୃଷ୍ଟଦୃମନ ପଳାଇଲା ପ୍ରାଣର ବିକଳେ ।୨୦।ସମଦଣ୍ଡ ସାଜିଣ ସେ ଦୃଷ୍ଟଦୃମନମଧୁକେଶର ତହିଂକି ଯେ ଖେଦାଇଲା ସଇନ ।୨୧।ଓହୋ ବଳ ଥାଠ ହୋଇଲେ ଉଚ୍ଚ ବାଚିଉଭାରନ୍ତି ଲାଙ୍କିଆ ଧନୁ ସହସ୍ର ଆମଞ୍ଚି ।୨୨।ୟେମନ୍ତର ସମୟେ ମହାଘୋର ରୟଣୀମହାଦେଈ ପଳାଇଲେ ଶ୍ରୀଖଣ୍ଡୀକି ଘେନି ।୨୩।ପୁତ୍ର ଘେନି ପଳାଇ ପଶିଲା ଗନ୍ଧମାରଦନ ପର୍ବତରେପୁତ୍ର କୋଳେ ଧରି ଯେ ରୋବଇ ଉଞ୍ଚସ୍ୱରେ ।୨୪।ମହା ନିଶାକାଳେ ଯେ ନିଶବଦ ବାଣୀକାନ୍ଦନ୍ତେ ଶୁଭଇ ଯେ କୋକିଳସ୍ୱର ଜାଣି ।୨୫।ବାଉନି କାନ୍ଦଇ ଶ୍ରୀଖଣ୍ଡୀର ରୂପ ଗୁଣ ଗୁଣିଦୁଖୀର ସଂଘାତ ବାବୁ ରେ ମୋର ଅନ୍ଧର ଲଉଡି ପୁଣି ।୨୬।ଦଶମାସ ତୋତେ ଗର୍ଭରେ ଧରିଲି ରେ ବାଳସର୍ବଗୁଣେ ସୁଲକ୍ଷଣ ବାବୁ ରେ ତୋହୋର କପାଳ ।୨୭।ଦାନେଣ ଶୂରବନ୍ତା ବାବୁ ସାଂଗ୍ରାମେ ଶକତାୟେତେକ ଲକ୍ଷଣ ବାବୁ ତୋତେ କଲାକ ବିଧାତା ।୨୮।କେଉଂଣ ଲିଙ୍ଗ ତୁ ଉପାଡିଲୁ ପୂର୍ବେଲିଙ୍ଗ ଭଗ୍ନ ଦୋଷ ତୋତେ ହୋଇଲା ପୁତ୍ର ୟେବେ ।୨୯।ସୁଶୀତଳ ମୃଦୁବାଣୀ କୋକିଳ ଧୂନି ଭାଷିଅନ୍ଧାରି ବିଜେ କରି ସେ ଯେ ତୁଳାକର୍ଣ୍ଣା ଆସି ।୩୦।ଗନ୍ଧମାର୍ଦ୍ଦନ ପର୍ବତେ ଶୁଭିଲା କ୍ରୋଧ ବାଣୀଅନୁସରି ତାହା ଭଗତମକ୍ଷଳ ନାଥ ଶୁଣି ।୩୧।ବାଉନି କାନ୍ଦନ୍ତେ ଯେ ଦୟା କଲେ ବୀରମଣିଦୃଶ ହୋଇଲାକ ସେ ଯେ ଗନ୍ଧର୍ବ ଚୂଡ଼ାମଣି ।୩୨।ତୁଳାକର୍ଣ୍ଣ ବୋଇଲା ତୁ ଅଟୁ କାହାର କତିୟେ ଘୋର ଅରଣ୍ୟେ କିମ୍ପାଇ ରୋଦନ କରୁନିଶାରାତି ।୩୩।ରାଣୀ ବୋଇଲେ ତୁମ୍ଭେ ମହାତମା କେଉଣ ଦେବତାମୁହିଂ ମହାଦୁଖୀ ନ ପାଡନି ମୋହୋର କଥା ।୩୪।ବଦୟନ୍ତି ଗନ୍ଧର୍ବ ଶୁଣ ଗୋ ଯୁବତୀମୋହୋର ନାମ ତୁଳାକର୍ଣ୍ଣ ମୁଂ ଅଳକା ଚକ୍ରବ୍ରତୀ ।୩୫।ଅମରାଧି ନାଥର ମୁଂ ଭଣ୍ଡାର ଅଧିକାରୀମୋହୋର ମାତାର ନାମ ପଦ୍ମାବତୀ ଅପକ୍ଷରୀ ।୩୬।ନଳକୁମାର ମୋହୋର ତୁଲେ ପୀରତି ହୋଇଲେମୁଂ ନ ଜାଣଇ ଆଈ ଗୋ ଭଣ୍ଡାରୁ ଅନେକଧନ ଚୋରାଇଲେ ।୩୭।ଅବିଷେକ ଯୋଗାଡ଼ମାନ ନେଲେ ଚୋରାଇଅବିଷେକ କାଳେ ଦେଖିଲି ଭଣ୍ଡାରେ ଧନ ନାହିଂ ।୩୮।ବାସବ ଦେବତା ଯେ ମୋତେ କୋପ କଲାଦେବ ଭଣ୍ଡାରୁ ମୋତେ ବାହାର କରି ଦିଲା ।୩୯।ପଦ୍ମାବତୀ ବୋଇଲେ ମୁଂ ଦ୍ରୋପଦର ଭାରିଯାମୋହୋର ପିଅର ଅଛି ପଦ୍ମକେଶର ରାଜା ।୪୦।ମୋହୋର ନାମ ହାଦେ ଅଟଇ ପଦ୍ମାବତୀୟେକା ୟେହି ପୁତ୍ର ଗୋଟି ମୋହୋରହୋଇଲା ଉତପତ୍ତି ।୪୧।ଦିନେକ ୟେହି ପୁତ୍ର ଦିଗବିଜେ କରିଗଲାମଧୁକେଶର ରାଜା ୟେହାକୁ ମଧୁବତୀକୁପ୍ରଦାନ କଲା ।୪୨।ପୁରୁଷ ଲକ୍ଷଣ ଯହୁଂ ୟେହାର ତହିଂ ନାହିଂମଧୁବତୀ ବୋଇଲା ମୁଂ ହୋଇବି ଅଗ୍ନି ଦାହି ।୪୩।ମଧୁକେଶର ବାହିଲା ପାଞ୍ଚାଳ ଦେଶକୁଶ୍ରୀଖଣ୍ଡୀ ନିମନ୍ତେ ଧରିଅଛି ରାଜା ଦ୍ରୋପଦକୁ ।୪୪।ଶ୍ରୀଖଣ୍ଡୀକି ଦ୍ରୋପଦ ଲୋଡ଼ଇ ଚଉକତିବିକଳେ ଘେନି ପଳାଇ ଅଇଲି ମୁଂ ନିଶାରାତି ।୪୫।ଗନ୍ଧର୍ବ ବୋଇଲା ମୋହୋର ମାତା ପଦ୍ମାବତୀତୁ ମୋହୋର ମାଉସୀ ହୋଇଲୁ ଯୁଗତି ।୪୬।ଶ୍ରୀଖଣ୍ଡୀ ମୋହୋର ହୋଇଲାକ ଭ୍ରାଥମୁଁ ୟେହାକଇଂ କାରଣ କରିବଇଂ ଗୋ ମାତ ।୪୭।ଶ୍ରୀଖଣ୍ଡୀକି ଘେନି ଗନ୍ଧର୍ବ ଅନ୍ତର ହୋଇଲାଆପଣାର ଇନ୍ଦ୍ରି କାଟି ଶ୍ରୀଖଣ୍ଡୀ ତହିଂ ଲଗାଇଲା ।୪୮।ସଞ୍ଜିବନୀ ମଉଷଧି ଦିଲା ନେଇ ତହିଂର ଉପରେଲାଗିଲା ମହାମନ୍ତ୍ରେ ଶ୍ରୀଖଣ୍ଡୀ ଶରୀରେ ।୪୯।ବଇବସୁତ ମନୁ ପଚାରିଲେ ପରସ୍ତାବେତୁଳାକର୍ଣ୍ଣର ମହିମା ଅସଂଖ୍ୟ ମୁନିଦେବେ ।୫୦।ୟେହାକୁ ପରାପତ ତାହାର କେବଣ ପାପପୁରୁଷ ଲକ୍ଷଣ ଛାଡ଼ିଲା କେବଣ ଭଗତି ଅନୁରୂପ ।୫୧।ଅଗସ୍ତି ବୋଇଲେ ଯାହା ପଚାରିଲୁ ବାରତାସାବଧାନେ ଶୁଣ ଯେ ୟେଥିର ତଥ୍ୟ କଥା ।୫୨।ତୁଳାକର୍ଣ୍ଣକୁ ଅନେକ ଦୟା କଲେ ସହସ୍ରାକ୍ଷଅମରେ କଲେ ତାକୁ ନୃତ୍ୟରେ ପରୀକ୍ଷ ।୫୩।ବାସବର ତହୁଂ ସେ ସୁନ୍ଦର ଅଟଇ ତୁଳାକର୍ଣ୍ଣଦେବତାନ୍ତ ଛାଡ଼ି ବିଦ୍ୟାଧରୀ ୟେହାକୁ କଲେ ମନ ।୫୪।ସବୁ ଅପକ୍ଷରୀନ୍ତ ୟେ ରମଣ କରଇ ରସେୟେହାକଇଂ ଛାଡ଼ି ଅପକ୍ଷରୀ ନ ଗଲେ ଇନ୍ଦ୍ର ପାଶେ ।୫୫।ୟେହାର ମାତା ଯେ ଅଟଇ ପଦ୍ମାବତୀରମ୍ଭାର ସାରିକ୍ଷେ ସେ ଅଟଇ ରୂପବନ୍ତୀ ।୫୬।ମାତାକୁ ଦେଖି ୟେ ମଦନେ ଆରତ ହୋଇଲାଦିନେକ ଟି ପଦ୍ମାବତୀକି ବଳତ୍କାରେ ଧଇଲା ।୫୭।ମାତାକୁ ବଳେ ଧରି କଲାକ ଶୃଙ୍ଗାରତାହା ଜାଣି ଅମରୁ ଇନ୍ଦ୍ର ୟେହାକୁ କଲେକ ବାହାର ।୫୮।କେହି ନଚାହାନ୍ତି ଅମରେ ୟେହାର ମୁଖବନଗାମୀ ହୋଇ ୟେ ପାଇଲା ବହୁତ ଦୁଖ ।୫୯।ସେହି ରାଗେ ଇନ୍ଦ୍ରି ଛେଦନ ହାଦେ କଲାନପୁଂସେକ ଲକ୍ଷଣ ଯେ ଆପଣେ ବହିଲା ।୬୦।ଆକାଶେ ଅନେକ ଯହୁଂ ପାଇଲା ଅପଛାତିତେଣୁ କରି ରାଗେ ଇନ୍ଦ୍ରିକି ଗନ୍ଧର୍ବ ଦିଲା ଶାସ୍ତି ।୬୧।ହେ ବୁଧ ଜନେ ବିଚାର କର ମନେଅକାରଣେ କାରଣ ପାଇ ମହତ ଦରଶନେ ।୬୨।ପାଇଲା କାରଣ ସେ ଦ୍ରୋପଦର ଆତ୍ମଜତୁଳାକର୍ଣ୍ଣ ପ୍ରସାଦେ ପାଇଲା ନିଜ କାର୍ଯ୍ୟ ।୬୩।ପୁଷ୍ୟେକ ବିମାନ ତାକୁ ଦିଲାକ ତୁଳାକର୍ଣ୍ଣୟେଥି ଆରୋହି ମାୟେ ପୋୟେ କର ଯେ ଗମନ ।୬୪।ଆପଣା ଶରୀରେ ଯେତେ ଅଳଂକାର ଥିଲାଶ୍ରୀଖଣ୍ଡୀ ଅଙ୍ଗେ ସବୁ ଆଭରଣ କଲା ।୬୫।ଦେବାଙ୍ଗ ବସନମାନ କରିଣ ଆଭରଣବିମାନ ବିଜେ କଲା ଶ୍ରୀଖଣ୍ଡୀ ତତକ୍ଷଣ ।୬୬।ସମସ୍ତ ଶହସ୍ର ଶାହାସ୍ର ମାନ ତୁଳାକର୍ଣ୍ଣ ଦିଲା ଶ୍ରୀଖଣ୍ଡୀକିରୂପେଣ କୁମାର ତେଜ କାମଦେବ ସତେକି ।୬୭।ପୁତ୍ରକୁ ଘେନିଣ ତହୁଂ ଚଳିଲେ ପଦ୍ମାବତୀଦଣ୍ଡ ଘେନି ଯହିଂ ରହିଛି ପଦ୍ମକେଶର ନୃପତି ।୬୮।ତ୍ରିପୁରାନ୍ତକ ପର୍ବତ ଉପରେ ଉଡ଼ଙ୍ଗେଶ୍ୱର ବସିଛି ଆସ୍ତାନେଧାତିକାରେ ପ୍ରବେଶ ହୋଇଲେ ପୁଷ୍ୟେକ ବିମାନେ ।୬୯।ବିମାନରୁ ଉତ୍ତାରିଲା ଦ୍ରୋପଦର ଶିଷିଦେଖିଣ ମଧୁକେଶର ଆସନୁଂ ଉଠିଲାକ ତ୍ରାସି ।୭୦।ଇନ୍ଦ୍ରଦେବତା କି ବିଜେ କଲେ ଅମରୁଂଯୋଦ୍ଧା ଅମନାତ୍ୟେ ତ୍ରାସିଲେ ଦେଖି ଦୂରୁଂ ।୭୧।ଶହସ୍ରାନ୍ତ ପକାଇ ସମସ୍ତେ ପରିଣାମିଶ୍ରୀଖଣ୍ଡୀ ପ୍ରଣପତ୍ୟ ହୋଇଲା ଉଡ଼ଙ୍ଗେଶ୍ୱର ସ୍ୱାମୀ ।୭୨।ଆସ୍ତାନେ ବିଜେ ଆସି କଲେକ କୁମରଦେଖିଣ ଦ୍ରୋପଦ ପୁତ୍ରକୁ ଧଇଲେ କୋଳର ।୭୩।ଶ୍ରୀଖଣ୍ଡୀ ବୋଇଲା ଶୁଣସି ଶଶୁରାନ୍ତକାହିଂର ନିମନ୍ତେ ତୁମ୍ଭେ ଭିଆଇଲ ୟେମନ୍ତ ।୭୪।ମଧୁକେଶର ବୋଇଲା ତୁ ଅମରାଧିନାଥ ପ୍ରାୟେକେଉଂଣ ପାତକେନ ପୁଂସେକ ଲକ୍ଷଣ ତୋର କାୟେ ।୭୫।ଶ୍ରୀଖଣ୍ଡୀ ବୋଇଲା ତୋର ଦୁହିତା ଦୁର୍ଭାଗୀସାଧନ ପୁରୁଷ ମୁଂ ଅଟଇ ପରମ ଯୋଗୀ ।୭୬।ଇଚ୍ଛାୟେଣ ରତି ମୋର ଇଚ୍ଛାୟେଣ ବିଭୂତି ।ତହିଂକି ମାନ ଯେ ବସିଲା ମଧୁବତୀ ।୭୭।ମୁଦୁସୁଲୀ ଦେଖିଲେ ଯେ ପରୀକ୍ଷ ନିମନ୍ତେତତକ୍ଷଣେ କହିଲେ ନୃପତି ଅଗ୍ରତେ ।୭୮।ଶୁଣିଣ ରାଜନ ଯେ ମନରେ ହରଷସନ୍ୟ ଘେନିଣ ପ୍ରବେଶ ହୋଇଲା ପଞ୍ଚାଳ ଦେଶ ।୭୯।ଶ୍ରୀଖଣ୍ଡୀ ହସ୍ତ ଧରି ନେଲାକ ମଧୁବତୀଇଚ୍ଛାୟେ କୁମର ତୁଲେ ବଢାଇଲା ପୀରତି ।୮୦।ଅନେକ ଶୃଙ୍ଗାର ହୋଇଲା ମନଇଚ୍ଛାପୂରୋଇଲା ସୁନ୍ଦରୀ ତାହାର ମନ ବାଞ୍ଚା ।୮୧।ଶ୍ରୀଖଣ୍ଡୀ ନିମନ୍ତେ ରାଜାଅନେକ ବିରସ ହୋଇଥିଲାଓହୋ କୁଳରେ ଅନେକ ହରଷ ଉପୁଜିଲା ।୮୨।ମଧୁକେଶର ପ୍ରଣପତ୍ୟ ଯେ ଦ୍ରୋପଦର ପାଦତଳେମମ ଦୋଷଉପେକ୍ଷା କରିବା ସର୍ବକାଳେ ।୮୩।ଦ୍ରୋପଦ କୁସମାଦି ଚଳଇ ମଧୁସେନଓଡ଼ଙ୍ଗ ଦେଶେ ପ୍ରବେଶ ହୋଇଲା ରାଜନ ।୮୪।ମହାଦେଈ ଅଗ୍ରତେ କହିଲେ ସର୍ବକଥାନ୍ତଶୁଣିଣ ହରଷ ସେ ମଧୁବତୀର ମାତ ।୮୫।ଭ୍ରଥଖଣ୍ଡ ରାଜା କର୍ଣ୍ଣମାଧବ ନୃପତିତାହାର ଭାରିଯା ନାମ ଅଟଇ ଶୁଦ୍ଧମତି ।୮୬।ସେ ରାଣୀର ଗର୍ଭୁଂ ଦୁହିତାୟେ ଉତପତ୍ତିତାହାର ନାମ ରଜା ଦିଲା ହାରାବତୀ ।୮୭।ଦ୍ରୁପଦର ନନ୍ଦନ ଦୃଷ୍ଟ ଯେ ଦୃମନସେ ହାରାବତୀକି ରାଜା କଲାକ ପ୍ରଦାନ ।୮୮।ଶୁଣ ହୋ ବୈବସୁତ ମନୁ ବଦନ୍ତି ଅଗସ୍ତିଶ୍ରୀଖଣ୍ଡୀର ହୋଇଲା ବେନି ପୁତ୍ର ଉତପତ୍ତି ।୮୯।ଅନଙ୍ଗ ମକରଧ୍ୱଜ ବେନିଙ୍କର ନାମଅତିଅନ୍ତ ସୁନ୍ଦର ସେ ଜାଣିଣ ଦେବକାମ ।୯୦।