ଦୁର୍ଯ୍ୟୋଧନର ଅଭିଷେକ ଓ କର୍ଣ୍ଣ ମହିମା ବର୍ଣ୍ଣନ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିପଞ୍ଚୁ କଟକେ ଦ୍ରିଯୋଧନ ଆଗ୍ୟାଂ ଅବଧାରି
ସମସ୍ତ ବିଧାନେ ଅବିଷେକ ରାୟେ କରି ।୨୨।
କୋଟିୟେ ତୀର୍ଥର ଆଧିପତି ଯେ ପୁଷ୍କର
ଅବିଷେକ କଲା ନେଇ ଦ୍ରିଯୋଧନ ଶିର ।୨୩।
ହବି କି ଆହୂତି ଦିଲେ ଘୃତ ଯୋଗେ
ଭାନୁମତୀକି କୋଳେ ଘେନି ରାୟେ ବିଜେ କଲେ ବେଗେ ।୨୪।
କୋଳେ ଶୋଭାବନ ଭାନୁମତୀ ପାଟରାଣୀ
ପଞ୍ଚାମୃତ ପଦାର୍ଥ ପୁରୋହିତେ ଦିଲେ ଆଣି ।୨୫।
ଡାହାଣ ପଖାୟେ କନେକ ଦଣ୍ଡ ଧରି
ଶଙ୍କୁନି ମହାମନ୍ତ୍ରୀ ମଙ୍ଗଳ ସୀଉକାର କରି ।୨୬।
ବାମ ପଖାୟେଣ ଯେ କର୍ଣ୍ଣ ଅଶସ୍ତମା
ଦ୍ରୋଣଗୁରୁ, ଶଲ୍ୟ, ବାହ୍ଲିକ, କୃପବ୍ରହ୍ମା ।୨୭।
ଭୁରିଶର୍ବାୟେ ଆଗରେ ଚାମରେକ ଢାଳି
ମଙ୍ଗଳ ହୁଳହୁଳି କଲେ ସର୍ବ ବାଳୀ ।୨୮।
ଲକ୍ଷେକ ପାଟଛତ୍ର ଧରନ୍ତି ଚଉକତି
ଆଲମ୍ୱ ୟେକ ଲକ୍ଷି ଉଦ୍ଦଣ୍ଡ ପଞ୍ଚ ଲକ୍ଷି ବିରାଜନ୍ତି ।୨୯।
ବାଜଇ ବୀରତୂର ସାଜଇ ସମଦଣ୍ଡ
ହୁଳହୁଳି ନାଦେ କମ୍ପଇ ଭୂଅଖଣ୍ଡ ।୩୦।
ସୁବର୍ଣ୍ଣ ବନ୍ଧା କୋଟିଏ ଶଙ୍ଖ ଆଗେ ଫୁରି
ଲକ୍ଷେକ ବିଳାସୁଣୀ ମଙ୍ଗଳ ସୀଉକାରୀ ।୩୧।
ରାଜ୍ୟେଣ ଅବିଷେକ ହୋଇଲେ କୁରୁପତି
ପଞ୍ଚୁକଟକେ ସେ ଭ୍ରମଇ ମାନ ଚକ୍ରବ୍ରତ୍ତୀ ।୩୨।
ଶଚୀକି ଘେନିଣ ଯେହ୍ନେ ବିଜୟେ ମଘବା
ଅମର ବୃନ୍ଦ ପ୍ରାୟେ ସମସ୍ତ ଦିଶଇ ଶୋଭା ।୩୩।
ଅନେକ ରାଜ୍ୟରୁ ଯେ ମିଳିଲେ ସର୍ବରାୟେ
ଅନେକ ଗହଳ ସେ ରାଜାଙ୍କର ସନ୍ୟ ଘାୟେ ।୩୪।
ଅନେକ ଭଣ୍ଡାର ଯେ ବିଧ୍ୱଂସିଲା ଅଧିକାରୀ
ପାତ୍ର ଅମାନାତ୍ୟ ଯୋଦ୍ଧା ସବୁକୁହିଂ ଶାଢୀ ।୩୫।
ଅନେକ ଅଳଂକାର ଯେ ଆଭରଣ ସର୍ବ କାୟେ
ଦିଶଇ କୁରୁପତି ଅଳକାନାଥ ପ୍ରାୟେ ।୩୬।
ଆସ୍ତାନେ ବିଜେ କଲେ ଦ୍ରିଯୋଧନ ନରପତ୍ୟେ
ନିଯୋଗ ଅଧିକାରୀମାନେ ଭିଆଇଲେ ସମସ୍ତେ ।୩୭।
ପାରିଦଣ୍ଡ ସମଦଣ୍ଡ ସମସ୍ତ ଭିଆଣ
ଅମାନାତ୍ୟମାନଙ୍କ ମୂଳେ ଦିଲା ତତକ୍ଷଣ ।୩୮।
ପୃଥିବୀରେ ଯେତେ ଶସ୍ୟ ଉପୁଜାନ୍ତି ପ୍ରଜା
ବାଟିକେ ଚାରି ହାର ଦେଉଥିବ ସଞ୍ଜା ।୩୯।
ବାଟିକେ ଶ୍ରୀରାମ ମୁଦ୍ରା ଯେ ଚିନାୟେ ବାରି ବାସ୍ତୁ ଭୂମି
ୟେସନେକ ଆଗ୍ୟାଂଦିଲେ ଦ୍ରିଯୋଧନ ସ୍ୱାମୀ ।୪୦।
ଆପଣାର ବେନି କରସ୍ଥଳ କଣ୍ଟି
ପଞ୍ଚବିଂଶ ହାଥେ ଭିଆଇଲେ ନଳକାଠି ।୪୧।
ୟେଥକୁ ଦଣ୍ଡା ଗୋପଛ ମାଢକ ମାଣେ
ୟେସନେକ କରି ଭିଆଇଲେ କୁରୁରାଣେ ।୪୨।
ବେନିମାଣ ମାଢକେ ବରତନ ପରଜାଙ୍କୁ
ବିହନ ଭିଆଣ କଲେ ଭଣ୍ଡାରୁ ଦେବାକୁ ।୪୩।
ବାରରାଷ୍ଟ୍ର ସେ ଯେ ଛତିଶ ମଣ୍ଡଳେ
ଦେବତା ପୂଜା ୟେଥି ଘେନନ୍ତି ସର୍ବକାଳେ ।୪୪।
ନିଯୋଗ ଭୂମି ଫେଡ଼ି ଦିଲେ ଦେବତାଙ୍କୁ
ଯଯାତିଙ୍କ ପାଞ୍ଜି ପ୍ରମାଣେ ଦିଲେ ସମସ୍ତଙ୍କୁ ।୪୫।
ତହୁଂ ବିଜେ ସେ ନିଜ ଭୁବନେ
ଶିରେ ଅର୍ଘ ଦିଲେ ଋଷିଙ୍କର ଭାର୍ଯ୍ୟାମାନେ ।୪୬।
ଯେ ବିଧି ସ୍ନାହାନ ସାରିଣ ମୋଣୋହିରେ ବିଜେ
ଦେବ ଦୋବୋରାଙ୍କୁ ଭୂତେଣ ବଳି ଦ୍ୱିଜେ ।୪୭।
ଆପଣା ପିତୃ ଲୋକନ୍ତ ଦେଇ ଅନ୍ନ
ପାଣି ଛାଡ଼ି ନୃପତି କଲେକ ଭୋଜନ ।୪୮।
ଅମୃତ ରସ ପାକ ପରସନ୍ତି ସୂପକାରେ
ମୁଣୋହି ସାରି ରାଜା ଆଞ୍ଚୋବନ ମନ୍ଦିରେ ।୪୯।
ଛତ୍ରଶାଳେ ଭୋଜନ ପାତ୍ର ଅମାନାତ୍ୟମାନେ
ଯେ ଯେତେବେଳେ ଇଚ୍ଛନ୍ତି ସୁଖେଣ ଭୁଞ୍ଜନ୍ତି ଅନ୍ନେ ।୫୦।
କର୍ଣ୍ଣକଇଂ ଶାଢୀ ଦିଲେ ଆପଣେ କୁରୁରାଜେ
ଦୁଷ୍ଟ ନିବାରିବା ମୈତ୍ର ତୁ କରିବୁ ଦିଗବିଜେ ।୫୧।
ମୁହିଂ ପାଟେ ଠାକୁର ତୁ ଥାଠେଣ ଆଧିପତି
ତୋତେ ସମର୍ପିଲି ୟେ ସଚରାଚର ପୃଥୀ ।୫୨।
ରାଜାର ଆଗ୍ୟାଂୟେ ସେ କର୍ଣ୍ଣ ମହାବୀର
ମହା ବଳବନ୍ତା ସେ ପୃଥୀକି ମହାଭାର ।୫୩।
ବାରୁଣାବନ୍ତେ ଉଠି ସେ ବିକ୍ରମଇ ପାଦେକ
ପାଞ୍ଚ ପହଣ୍ଡେ ଡ଼େଇଂ ଯାଅଇ ପଞ୍ଚୁକଟକ ।୫୪।
ଯେବଣଠାବେ ବିକ୍ରମି ଡ଼େଇଂ ପଡ଼ଇ ଭୂମିରେ
ବସୁଧା ମୁଖୁଂ ରୁଧିର ବହଇ ଝରଝରେ ।୫୫।
କର୍ଣ୍ଣ ଅନେକ ଦେବୀ ତୁସ୍ତି
ଧୀର ହୋଇ ବିକ୍ରମିବୁ ବାବୁ ରେ ବୋଲେ ବସୁମତୀ ।୫୬।
କର୍ଣ୍ଣ ବୋଇଲା ବିକ୍ରମ ନ କରିବି ପାଦଘାତେ
ପ୍ରତିଦିନ ଦେଉଥିବୁ ସୁବର୍ଣ୍ଣ ଭାର ଶତେ ।୫୭।
ଭୟେଣ ସନମତ କଲା ଦେବୀପୃଥୀ
ତୁ ଥିର ହୋଇ ଗମିବୁ ମୁଂ ଶତେ ସୁବର୍ଣ୍ଣ
ଦେଉଥିବି ନିତି ।୫୮।
ବସୁଧା ଦେବୀ ଯହୁଂ କଲାକ ସନମତ
ସଧୀରେ ଗମଇ ସେ କର୍ଣ୍ଣ ମହାମତ୍ତ ।୫୯।
ବସୁଧାର ମୁଖେ ଯେ ଅଛଇ ମହାରସ
ତାହା ନେଇ ଢାଳଇ ପାଷାଣ ପରଶ ।୬୦।
ସେ ପରଶ ପାଷାଣ ଲଗାନ୍ତେ ପଥରେ
ଶତେ ଭାର ସୁବର୍ଣ୍ଣ ଝରଇ ସେ ବାରୁଣାବନ୍ତ
ପର୍ବତରେ ।୬୧।
ଉଜାଣ ବଂଶିକ କିରାତ ଅଟଇ ଅଜପତି
ଶତେ ବାର ସୁବର୍ଣ୍ଣ ସେ ବହିଣ ନିଅଇ ନିତି ।୬୨।
ମିଥିଳା ଭୁବନ ଯେ କର୍ଣ୍ଣର ନିଜ ବାସ
ସ୍ନେହେ ଦ୍ରିଯୋଧନ ଦିଲା ତାହାରେ ଅଙ୍ଗଦେଶ ।୬୩।
ତହିଂ ଯାଇ ନିତ୍ୟେ ପ୍ରବେଶ ହୋଅଇ ଶତେ ଭାର ସୁବର୍ଣ୍ଣ
ରାଜାଙ୍କୁ ପଞ୍ଚବିଂଶ ଭାର ଦିଅଇ ବୀରକର୍ଣ୍ଣ ।୬୪।
ଧୃତରାଷ୍ଟ୍ରକୁ ଭାରେ ଗାନ୍ଧାରୀ କିଭାରେ
ସଞ୍ଜୟଙ୍କୁ ଭାରେ ଭୂରିସର୍ବାକଇ ଭାରେ ।୬୫।
ଭୀଷ୍ମଙ୍କୁ ଭାରେ ଦ୍ରୋଣକୁ ଭାର ବେନି
ଅନ୍ତେଶ୍ୱରେ ଭାନୁମତୀ ତହିଂକି ଦିଅଇ ଭାର ତିନି ।୬୬।
ଅଶସ୍ତମାକୁ ଭାରେ କୃପକଇଂ ୟେକ ଭାର
ଦୁଇ ଭାର ନିତ୍ୟାପତି ପାବନ୍ତି ବିଦୁର ।୬୭।
ଶତେକ କନେଷ୍ଟ ଯେ ରାଜାଙ୍କର ଭ୍ରାଥ
ୟେହାଙ୍କୁ ସବୁକହିଂ ଦିଅଇ ପଞ୍ଚବିଂଶ ଭାର ନିତ୍ୟ ।୬୮।
ରାଜାଙ୍କର ଭଉଣୀ ଯେ ଅଟଇ ଦୃଶିଳା
ତାହାକୁ ଭାରେ ଦିଅଇ କର୍ଣ୍ଣ ମହାବୀରା ।୬୯।
ଦ୍ରିଯୋଧନ ରାଜାର ଯେତେକ ସେବକ ପ୍ରକୃତି
ସବୁକଇଂ କରି ପାଞ୍ଚଭାର ଦିଅଇ ନିତି ।୭୦।
ଯେବଣ କିରାତମାନେ ନିତ୍ୟେହେଂ ଆଣନ୍ତି ବହି
ତାହାଙ୍କଇଂ ଭାରେ ଦିଅଇ ସବୁଙ୍କୁହିଂ ॥୭୧।
ନିତ୍ୟକର୍ମ ସ୍ନାହାନ ବେଳେ ଯେ କର୍ଣ୍ଣ ମହାବଳୀ
ଗଙ୍ଗାକୁ କନକ ପକାଇ ତିନି ଯେ ଆଞ୍ଜୋଳି ।୭୨।
ଆର ଅଙ୍ଗାକ ଆକାଶକୁ କରଇ ବୃଷ୍ଟି
ଯେ ଯେତେ ପାରଇ ସୁଖେଣ ସାଉଣ୍ଟି ।୭୩।
ପୃଥ୍ୱୀ ଉପରକୁ ବେନି ଭାର ବିଞ୍ଚି
କୁଟୁମ୍ୱ ମାଗନ୍ତାଙ୍କୁ ବେନି ଭାର କାହାକୁହିଂ ନ ବଞ୍ଚି ।୭୪।
ବୟେ ଯାଇଂ ରହିଲା ଚଉବନ ଭାର
ଭାରେକ ନିତି ପେଷଇ ଆପଣା ଭଣ୍ଡାର ।୭୫।
ତେପନ ଭାର ଘେନି ବସଇ କର୍ଣ୍ଣ ମହାଛତ୍ରୀ
ସାତଘଡ଼ି ପରିଯନ୍ତେ ଦାନ ଦିଅଇ ନିତି ।୭୬।
ବଦୟନ୍ତି ଅଗସ୍ତି ବଇବସୁତ ମନୁଙ୍କ ଆଗେ
କର୍ଣ୍ଣର ମହିମା ଉଦିତ ଚାରିଯୁଗେ ।୭୭।
କର୍ଣ୍ଣର ମହିମା ଯହୁଂ ଜଗତେ ବିଖ୍ୟାତି
କଞ୍ଚନ ଦେଶର ରାଜା ଅନଙ୍ଗ ଚକ୍ରବ୍ରତ୍ତୀ ।୭୮।
ତାହାର ଭାରିଯା ନାମ ଅଟଇ ତୁଳସା
ପତିଭକ୍ତା ସ୍ତିରୀ ସେ ପତିବ୍ରତାହିଂ ମନୀଷା ।୭୯।
ତାହାର ଦୁହିତା ନାମ ଅଟେ ରିତୁବତୀ
କର୍ଣ୍ଣକୁ ପ୍ରଦାନ କଲା ଅନଙ୍ଗସେନ ନୃପତି ।୮୦।
ରିତୁବତୀର ପତି ସେ ଅଙ୍ଗଦେଶ ରାଜା
ଜଗତେ ବନ୍ଦନ ସେ କୋଇନ୍ତାଙ୍କର ଆତ୍ମଜା ।୮୧।
ଦୁଃଶାସନ ପ୍ରଭୃତି ଭାଇମାନଙ୍କର ବିବାହ
ଅଗସ୍ତି ପୂଚ୍ଛାକଲେ ବଇବସୁତ ମନୁଭାନୁମତୀ ପ୍ରଦାନ ହୋଇଲା ଦ୍ରିଯୋଧନୁ ।୧।ଆବର ଶତେ ଭାଇଙ୍କର ବିଭାସଞ୍ଚପି ମହାତ୍ମା ମୋତେ ତାହା କହିବା ।୨।ବୃନ୍ଦାଅର୍କ ଦେଶର ବୀର ବାହୁଦଣ୍ଡଧାରୀଧୁଶାସନକୁ ପ୍ରଦାନ କଲାକ କୁମାରୀ ।୩।ତାହାର ନାମ ଯେ ଅଟଇ ହଂସାବଳୀହଇହୟ ବଂଶିକ ପବିତ୍ର ଶୁଦ୍ଧଶାଳୀ ।୪।କୃପାଣ ଦେଶର ରାଜା ଅଟେ ସୂର୍ଯ୍ୟସେନସୂର୍ଯ୍ୟାବତୀ କନ୍ୟାକୁ ଦୁର୍ଜୟେ ପ୍ରଦାନ ।୫।କର୍ଣ୍ଣାଟ ଦେଶର ରାଜା ଯେ ଅନନ୍ତଦୁର୍ବିନ୍ଦକୁ ଦିଲା ଅନନ୍ତାବତୀ ଦୁହିତ ।୬।ମାନଭଙ୍ଗ ଦେଶର ଯେ କେଶବ ନୃପମଣିଦୁକର୍ଣ୍ଣକଇ ଦିଲା କମଳା ନାମେ ଦୁଲଣୀ ।୭।ଉଜାଣ ଦେଶର ଯେ କର୍ଣ୍ଣକେଶରର ରାଜାଦୁରାକର୍ଣ୍ଣକୁ ଦିଲା ଚନ୍ଦ୍ରାବତୀ ନାମେ ତନୁଜା ।୮।ପଦ୍ମଦଳ ଦେଶର ରାଜା ଯେ ପଦ୍ମକେଶରୀଦୁର୍ନାମକୁ ଦିଲା ପଦ୍ମାବତୀ କୁମାରୀ ।୯।ମାଧବ ଦେଶର ରାଜା ନୃପତି ସଉଭରୀଦୁର୍ଭାନୁକୁ ଦିଲା ସତ୍ୟା ନାମେ କୁମାରୀ ।୧୦।ମଳୟ ଦେଶରବସନ୍ତସେନ ରାୟେଦୁରାନ୍ତେକକଇ ଦିଲା ତାହାର ବସନ୍ତାବତୀ କନ୍ୟାୟେ ।୧୧।ଅନୁହର ଦେଶର ରାଜା ପଦ୍ମସେନ ନୃପତିଦୁରାଷ୍ଟକୁ ଦିଲା ତାର ନୀଳା ନାମେ ଦୁହିତୀ ।୧୨।ବଜ୍ରଗିରି ଦେଶର ବାମଦେବ ରାୟେଦୁର୍ବାଳକୁ ଦିଲା ଯେ ମୋହିନୀ ନାମେ କନ୍ୟାୟେ ।୧୩।ଚଣ୍ଡୀହର ଦେଶର ରାଜା କୃତକେଶୀଦୁକାଳକୁ ଦିଲା ତାର ଦୁହିତା ସୌଦାସୀ ।୧୪।ମଗଧ ଦେଶର ରାଜା ଯେ ଦୁନ୍ଦୁଭିସେନ ରାୟେଦୁଷନ୍ତକୁ ଦିଲା ଯେ ଜାନକୀ ନାମେ କନ୍ୟାୟେ ।୧୫।ତରଙ୍ଗ ଦେଶର ରାଜା ଯେ ଅଢମିତଦୁର୍ମନକୁ ଦିଲା ଯେ ସନ୍ଧ୍ୟାନାମେ ଦୁହିତ ।୧୬।ଅନୁଭବ ଦେଶର ଯେ ଦରଦସେନ ରାୟେ ।ଦୁର୍ବୀରକୁ ଦିଲା ଯେ ଜରତା ନାମେ କନ୍ୟାୟେ ।୧୭।ସୁରସିଦ୍ଧ ଦେଶର ରାଜା ସୁରପତିଦୁର୍ଦାସକୁ ତାହାର ଦୁହିତା ହାରାବତୀ ।୧୮।ମଧୁବନ ଦେଶର ଯେ କୈଟଭସେନ ରାଜାଦୁକେଶକୁ ଦିଲା ଯେ ଜନିତା ନାମେ ତନୁଜା ।୧୯।ନିର୍ଝର ଦେଶର ରାଜା ଗଣପତିଦୁଷ୍କାମକୁ ଦିଲା ଯେ ଦୋହିତୀ ଚନ୍ଦ୍ରକାନ୍ତି ।୨୦।ବିନ୍ଧ୍ୟଗିରି ଦେଶର ନୃପତି ବିନ୍ଧ୍ୟାଳୀଦୁସେକକୁ ଦିଲା ଯେ ଦୁହିତା ରତ୍ନାବଳୀ ।୨୧।ମଣ୍ଡଳଦେଶର ରାଜା ମଣ୍ଡଳ ଚକ୍ରବ୍ରତୀଦୁସାମକଇଂ ଦିଲା ଯେ ତାହାର ଦୁହିତା ତାରାବତୀ ।୨୨।ବେଲାଉଳ ଦେଶର ରାଜା ବେଳାଳ କେଶରୀଦୁଇନ୍ଦ୍ରକୁ ଦିଲା ତାହାର ଦୁହିତା ବେଲାବଳୀ ।୨୩।ଭୋଟଦେଶର ରାଜା ଉଦେଭାନୁମାନିନୀ ନାମେ କନ୍ୟା ଦୁରାଷ୍ଟକୁ କଲା ପ୍ରଦାନୁ ।୨୪।ମାଳତୀ ଦେଶର ରାଜା ମାନକେତୁଦୁଷୟକୁ ଦିଲା ମାଳତୀ ଦୋହିତୁ ।୨୫।ଅରଣି ଦେଶର ରାଜା ପ୍ରଚଣ୍ଡମଲ୍ଲଦୁସନକୁ ଦିଲା ତାର ଦୁହିଲା ଅବାହୁଳ ।୨୬।ତାରଣ ଦେଶର ରାଜା ନୃପତିଦୁର୍ଣ୍ଣୟକୁ ଦିଲା ତାର କନ୍ୟା ଇଚ୍ଛାବତୀ ।୨୭।ମହ୍ଲାର ଦେଶର ମହ୍ଲାରସେନ ରାଜାଦୁର୍ଦ୍ଦଣ୍ଡକୁ ଦିଲା ତା’ର ସାରମତୀ ତନୁଜା ।୨୮।ମେରୁ ଦେଶର ରାଜା ମେରୁଶୁଳଚଞ୍ଚଳା କନ୍ୟାକୁ ପ୍ରଦାନ କଲା ଯେ ଦୁର୍ବାଳ ।୨୯।ବୈଶ୍ୱାନର ଦେଶର ଅନଳସେନ ଦେବାଦୁର୍ଜନକୁ ଦିଲା ତା’ର ଦୁହିତା ବଲ୍ଲଭା ।୩୦।ମାଳବ ଦେଶର ଯେ ରାଜା କୃତବର୍ମାଦୁରାପଦକୁ ଦିଲା ଦୁହିତା ନାମେ ବାମା ।୩୧।ନୀଳ ଦେଶର ରାଜା ନୀଳସେନଦୁସମକଇଂ କନ୍ୟା ଦିଲା ନୀଳାବତୀ ନାମ ।୩୨।ଚକୋର ଦେଶ ରାଜାର କନ୍ୟା ଚନ୍ଦ୍ରକାନ୍ତିଦୁର୍ଦ୍ଦାନ୍ତକଇଂ ପ୍ରଦାନ କଲା ଦୁହିତା ଚନ୍ଦ୍ରାବତୀ ।୩୩।ନୈରତ ନୃପତି ମରୁତସେନ ରାୟେଦୃକେଶକୁ ଦିଲା ତାହାରି ମାଧବୀ ନାମେ ଦୁହିତାୟେ ।୩୪।ଡ଼ାହାଳ ଦେଶର ରାଜା ଅଟଇ କୃତକେଶୀଦୁତନୁକୁ ଦିଲା ଦୁହିତା ଶୁଭ୍ରକେଶୀ ।୩୫।କାଉଂରୀ ଦେଶର ରାଜା ଅଟେ କାମପାଳାଦୁର୍ଧଂସକୁ ଦିଲା ବାଳାବତୀ ବାଳା ।୩୬।ଅସ୍କନ୍ଦ ଦେଶର ଯେ ରାଜା ତ୍ରିଗର୍ତ୍ତତ୍ରିବଞ୍ଚା କନ୍ୟାକୁ ଦିଲା ଯେ ଦୁର୍ଦ୍ଦନ୍ତ ।୩୭।କନାଉଜ ଦେଶର ରାଜା ବନମାଳୀଦୁରାଧକୁ ଦିଲା ପୁଷ୍ପମାଳୀ ।୩୮।ବଙ୍ଗାଳ ଦେଶର ରାଜା ଅଟେ ସଦାଶିବମଦନାବତୀ କନ୍ୟା ଦିଲା ଯେ ଦୁଶିବ (ଦୁଷ୍ପ୍ରଭ) ।୩୯।ଶାକଲ୍ୟ ଦେଶର ଯେ ଶାଲୁ ନାମେ ନୃପତିଦୁବ୍ରହ୍ମକୁ ଦିଲା ଯେ କନ୍ୟା ଶାଲୁବତୀ ।୪୦।ଭୀମାଉର ଦେଶର ରାଜା ଯେ ମାନ ଅରଜୁନଦୁର୍ମହାକୁ ଅନୁପମା କଲାକ ପ୍ରଦାନ ।୪୧।ଖାଞ୍ଜଣ ଦେଶର ରାଜା ଉର୍ଦ୍ଧବାହୁସୁମତି କନ୍ୟାକୁ ପ୍ରଦାନ କଲା ଯେ ଦୁର୍ବାହୁ ।୪୨।ତ୍ରିହୁତ ଦେଶର ରାଜା ଅଟଇ ବୈଡ଼ୁର୍ଯ୍ୟସେନବିଶାଖା ନାମେ କନ୍ୟାକୁ ଦିଲା ଦୁରାନନ ।୪୩।ମାନଦେଶର ରାଜା ମାନଚକ୍ରବ୍ରତ୍ତୀଦୁକେତୁକୁ ଦିଲା ତାହାର ଦୁହିତା ମାଳାବତୀ ।୪୪।ଶରଦ ଦେଶର ରାଜା ଶରଦଞ୍ଚନଦୁଷ୍ଟକୁ ଦିଲା ତାର ଦୁହିତା କାଞ୍ଚନ ।୪୫।ମହାରାଷ୍ଟର ରାଜା ଅଟଇ ସୁମନ୍ତକସୁମନ୍ତା କନ୍ୟା ଦିଲା ଯେ ଦୁର୍ବାକ ।୪୬।ବୀରଦେଶର ରାଜା ଅଟଇ ବୀରବାହୁବୀରବତୀ କନ୍ୟାକୁ ପ୍ରଦାନ କଲାକ ଦୁସହୁ ।୪୭।ମହାଚୀର ଦେଶର ରାଜା ଅଟଇ ମାନଧାତାଦୁର୍ଭୀମକୁ ଦିଲା କନ୍ୟା ଅଳକା ନାମେ ଦୁହିତା ।୪୮।ସମଦୀର୍ଘ ଦେଶର ରାଜା ଯେ ଶତଧନୁଶ୍ରୀବତ୍ସା ନାମ କୁମାରୀ ଦିଲାକ ଦୁଦାନୁ ।୪୯।କ୍ଷୀରଦେଶର ରାଜା ଅଟଇ ସୋମଦତ୍ତଦୁର୍ଭାବକୁ ଦିଲା ଗୋପବାଳୀ ନାମେ ଦୋହିତ ।୫୦।ସୌରାଷ୍ଟ ଦେଶର ରାଜା ନାମ ତା ଶଉରିଦୁକଞ୍ଚକଇ ଦିଲା ଯେ କନ୍ୟା ଶାକାମ୍ୱେରୀ ।୫୧।କାଶୀଦେଶର ଯେ କାଶୀଶ୍ୱର ରାଜାଦୁର୍ହରକୁ ଦିଲା କାମାଶ୍ରୀ ନାମେ ତନୁଜା ।୫୨।କୌଶିକ ଦେଶର ରାଜା ଅଟଇ କାକୁସ୍ତକୌଶିକୀ କନ୍ୟାକୁ ଦିଲା ଯେ ଦୁରାଗତ ।୫୩।ଛତ୍ରଦେଶର ରାଜା ଅଟଇ ବୀରଭଙ୍ଗଛତ୍ରାବତୀ କନ୍ୟାକୁ ଦିଲା ଯେ ଦୁରାଙ୍ଗ ।୫୪।ଅସଂଖ୍ୟେକ ମହାଭାରଥ ଅକଳିତ ସାଗରତାହା ଗଣିବାକୁ ଶକ୍ୟ ଅଛଇ କାହାର ।୫୫।ଖଡ଼ିରେ ଲେଖନ କେ କରି ପାରିବ ଗଙ୍ଗାର ବାଲିଅକଳିତ ସାଗର କେ ପାରିବାକ କଳି ।୫୬।ମାରକଣ୍ଡ ଲେଖନ କରି ନପାରିଲେ କଳ୍ପ ମୁଖେଅଗାଦ ସାଗରେ ନେଇ ମେଲିଲେ ବିମୁଖେ ।୫୭।ଧର୍ମ ଅର୍ଥ କାମ ମୋକ୍ଷ ବହଇ ଯେବଣ ନଦୀଉତପତ୍ତି ପ୍ରଳୟ କୁସେ ପାରିବ ସମ୍ପାଦି ।୫୮।ମାନବେ ଜନମିଲି ମୁଂ ପୂର୍ବର ଦୁଷ୍କୃତେମୁନିମାନଙ୍କର ସଙ୍ଗ ମୁଂ ଯେ ନୋହିଲି ଯୁଗତେ ।୫୯।ଅନୀତି ସଂସାର ମୁଂ ନୁଆରିଲି କଳିଅନ୍ତକରି କେତେ ମୁଂ କହିବି ମନର ହିଆଳି ।୬୦।ଜଙ୍ଖେର ପୁର ବାସିନୀ ନର୍ମଦା ସରସ୍ୱତୀଅଭୟେ ହିଙ୍ଗୁଳା ନାମ ସାରୋଳା ଚଣ୍ଡୀମୂର୍ତ୍ତି ।୬୧।କଳିକାଳ ବିଚାରି ଶରୀର କଲା ଗୋପ୍ୟସେ ଦେବୀ ଖଣ୍ଡିଲା ମୋର ଗତ ଦୋଷ ପାପ ।୬୨।ସରୂପ ଦେଖାଇଲା ସେ ନୀଳ ସୁନ୍ଦରେସିଦ୍ଧ ପୋଥି ଦେଇଣ ଆଗ୍ୟାଂ ଦିଲେକ ମୋହୋରେ ।୬୩।ତାହାର ଆଗ୍ୟାଂୟେ ମୁଂ କହିଲି ୟେତେ କଥାଶ୍ରୀଚଣ୍ଡୀ ସାରୋଳା ପ୍ରସନ୍ନେ ମୁଂ ଅଭୟେ ବକତା ।୬୪।ସଂସାର ଜନ ହିତେ ପ୍ରକାଶିଲି ଗ୍ରନ୍ଥ ମୁହିଂଶୂଦ୍ରମୁନି ସାରୋଳ ଦାସ ମୁକତି ଗତି ପାଇଂ ।୬୫।
ଦ୍ରୁପଦର ବରଲାଭ
ୟେଥୁଂ ଅନନ୍ତରେ ବଇବସୁତ ମନୁ ରାଜାଅଗସ୍ତିଙ୍କ ପାଦ ପଦ୍ମେ କଲା ଦିବ୍ୟ ପୂଜା ।୧।ବ୍ରହ୍ମପଦ ସାଧକ କୁମ୍ଭଋଷିର ତନୁକଥାୟେ ପୁଚ୍ଛାକରିବି କହିବା ବ୍ରହ୍ମଗ୍ୟାଂନୁ ।୨।ଦ୍ରୋଣଙ୍କର ଅପାମାନେ ଯେ ଦ୍ରୋପଦେଶ୍ୱର ଗଲାବୋଇଲ ଯେ ଈଶ୍ୱର ଦେବତାଙ୍କୁ ତପ କଲା ।୩।ପ୍ରସନ୍ନ ହୋଇଲେ ଟି କି ଦେବ ଉମାପତିକିସ କାମନା କଲା ସେ ପଞ୍ଚାଳ ଚକ୍ରବ୍ରତୀ ।୪।ତୁ ମହାପଣ୍ଡିତ ଯେ ଅଟୁ ଭିଗ୍ୟଂଋଷିୟେ କଥା ଅଗସ୍ତି ମୋତେ କହିବା ବିଶେଷି ।୫।ବଦନ୍ତି ଅଗସ୍ତି ଯେ ପଣ୍ଡିତ ମହାବ୍ରହ୍ମଭବିଷ୍ୟ କଥା ମାନ କହନ୍ତି ମହାତମ ।୬।ଶୁଣିମାସାବଧାନେ ବିଲଙ୍କ ଆଧିପତିରୁଦ୍ରକୁ ତଲୟେ କଲା ଦ୍ରୋପଦେଶ୍ୱର ନୃପତି ।୭।ଅଠର ବରଷ ତପ କଲା ସେ ନିରାଶେପବନହିଂ ମାଇଲା ସେ ନିରାଶ ଉପବାସେ ।୮।ବୁଡ଼ିଲା କାୟା ଯେ ଶରୀର ପଡ଼ଇ ଲୋଟିକଠୋର ଦେଖିଣ ବିଜେ କଲେକ ଧୂର୍ଜଟି ।୯।ଦେଖିଲେ ଦ୍ରୋପଦ ଯେ ଅତି ଅଶକତତାରଣ ମନ୍ତ୍ରେଣ ଜଳ ଯେ ସିଞ୍ଚିଲେ ବିଶ୍ୱନାଥ ।୧୦।ଚେତନା ପାଇଣ ସେ ଯେ ବସିଲା ରାଜ ଦେବାଧୂର୍ଜଟୀ ପୁରୁଷ ଦେଖି ହୋଇଲେ ରାୟେ ଉଭା ।୧୧।ୟେକା ମହାତ୍ମା ଯେ ଉଭା ପରମ ମହାଯୋଗୀହୋଇଲି ପ୍ରସନ୍ନ ବର ମାଗହୋ ବେଗି ବେଗି ।୧୨।ଦ୍ରୋପଦ ବୋଇଲା ତୁ କାହିଂର ମହାତମାଦୁଖେ ଅର୍ଜିଲା ତପକୁ କଷଣ କରୁ ଅନୁକର୍ମା ।୧୩।ବିଶ୍ୱନାଥ ବୋଇଲେ ତୁ କାହାକୁ କରୁ ତପଦ୍ରୋପଦ ବୋଇଲା ମୁଂ ସେବଇ ବିଶ୍ୱରୂପ ।୧୪।ତୁମ୍ଭେ ଯେବେ ଅଟ ଦେବ ଅନାଦି ଈଶାନଦେଖିବି ତୋହୋର ନାଥ ମୁହିଂ ଯେ ବର୍ଣ୍ଣଚିହ୍ନ ।୧୫।ଦ୍ରୋପଦର ବଚନ ସ୍ୱାମୀ ସେହିଠାରେ କଲେ ମାୟାଝାତିକାରେ ଦ୍ରୋପଦକୁ ଦେବ ଦେଖାଇଲେ ନିଜ କାୟା ।୧୬।ଶୁକ୍ଲାମ୍ୱର ଶରୀର ଧବଳ କୁସୁମ ଜାଣିବକ୍ଷସ୍ଥଳ ବିରାଜି ତିମିର ବିଦାରଣ ମଣି ।୧୭।ଦେଖିଣ ସାନନ୍ଦ ଯେ ଦ୍ରୋପଦଶ୍ୱର ରାୟେରାତ୍ରି ଦିଶିଲା ଯୁଗତେ ଦିବସ ପରାୟେ ।୧୮।ସିଦ୍ଧ ଧ୍ୟାନ ବୋଧନ ସାଧନ ଅଧ୍ୟାନସର୍ବଗ୍ୟାଂନ ନାଥ ବିକାଶିଲେ ପଞ୍ଚୁ ଯେବଦନ ।୧୯।ଭସ୍ମ ଲେପନ ପିଙ୍ଗଳ ନିଖିଳ ପବିତ୍ର କେଶୁବିସ୍ତାର ବକ୍ଷସ୍ଥଳ ପ୍ରଳମ୍ୱିତ ଶୀତାଂଶୁ ।୨୦।ଶରୀର ଧବଳ ଚନ୍ଦ୍ର ଧବଳ ମଉଳିମହାରସ ଘେନିଣ ଶତ ଋତୁ ଗଳି ।୨୧।ସୋମ ସୂର୍ଯ୍ୟ ଅନଳ ଦଳିତ ପଞ୍ଚଦଶ ତୋଳେବିରାଗ ଭରିଣ ଯେ ଦୃଶ କପାଳେ ।୨୨।ଅର୍କଇନ୍ଦୁ ଅନଳ ରୂପ ବିଧାରଣ ପଣ୍ଡିତଜୟ ତୁ ଅନଙ୍ଗ ଅନ୍ଧକ ବିଦାରଣ ଅକାରଣ ଅନମିତ ।୨୩।ଅସମ୍ଭବ ଗଙ୍ଗା ଯମୁନା ସରସ୍ୱତୀ ପୂନ୍ୟତୋୟାଶିରପଞ୍ଚ ଜଟାରୁ ଅଦଭୁତେ ବହନ୍ତି ମହାମାୟା ।୨୪।ଧବଳ ପିଙ୍ଗଳ ଲୋହିତ ବର୍ଣ୍ଣ କଳାନୀଳ ଆରକତ ଯେ ଶରୀର ପିଙ୍ଗଳା ।୨୫।ଉଡ଼ଙ୍ଗ ଶିଖର ମଉଳି ଛଡ଼ କୁଣ୍ଡଳୀରୁଦ୍ର ସ୍ୱରୂପ ସୂର୍ଯ୍ୟହୁଂ ତେଜ ବଳି ।୨୬।ବୈଶ୍ୱାନର କାଳାନଳ ପ୍ରାଣତ୍ୟାଜ ପିଙ୍ଗଳାଜାତ ଅନଳ ଲାଇ ୟେ ପାଞ୍ଚ ପିଙ୍ଗଳା ।୨୭।ପଞ୍ଚ ଲଲାଟେଣ ପଞ୍ଚଦଶ ଅନଳ ଫୁଟିକିଞ୍ଚିତ ଦୋଷେ ଦହିଲା ବିଷ୍ଣୁର ପୁତ୍ର ଗୋଟି ।୨୮।ସଚରାଚର ରାସାଂଗତ ତାଣ୍ଡବେ ଚଞ୍ଚଳାକୁତୋହୋଳ ଖେଡ଼ ଯୁଦ୍ଧ ସ୍ୱାମୀ ଆରମ୍ଭ ମହାଖଳା ।୨୯।ମାତଙ୍ଗ ଲୋଟେ ଯାହାର ଶରୀର ଦୃଦଣ୍ଡଦଶ ଲହ ଦିଶଇ ଜାଣି ମାରତଣ୍ଡ ।୩୦।ଦିଖଟ୍ୱାଙ୍ଗ ଦଣ୍ଡ ମଣ୍ଡଳ ଦେବ ମଉଳିଭୁଷଣ କୋଦଣ୍ଡ ଉବ୍ଦଣ୍ଡ କପାଳୀ ।୩୧।ମାୟା ଆରୋପଣ ଶରୀରେ ହିରଣ୍ୟ ଚିରକୁଟିହୃଦେ ଭୁଜଙ୍ଗ ମାଳ ଅନନ୍ତ କାଛେଟି ।୩୨।ଉତ୍ତରାୟଣ ଦକ୍ଷିଣାୟନ ପୁରୁଷ ବେନିବାମେ ଦକ୍ଷିଣେ ଲାଗିଅଛନ୍ତି ଶୂଳେ ଶୂଳେ ଘନି ।୩୩।ବିସ୍ତୀର୍ଣ୍ଣ ଘର୍ଘର ଗଗନେ ବନମାଳବାରାନିଧିର ନାୟକ ପ୍ରସନ୍ନ ସୁଢଳ ।୩୪।ଡାକି ଡମ୍ୱୁରୁ ବୀଣା କର୍ଣ୍ଣାଟ ସ୍ୱର ନାଦେଚଳନ୍ତି ଭ୍ରୂକୁଟିଗଣ ମତ୍ତା ରସ ଖାଦ୍ୟେ ।୩୫।ପରିହରଣ ବାସ ଅଞ୍ଚଳ ଦିଗବସନତ୍ରଇଲୋକେ ଏକ କାୟା ବଇଲ ବାହାନ ।୩୬।ମନୁଷ୍ୟ ଶିର ମାଳୀ ବକ୍ଷ ସ୍ଥଳେ ମାତଙ୍ଗୀହରି ବ୍ରହ୍ମା କ୍ଷୟେ ଯାନ୍ତେ ଧାରଣ ପରମ ଯୋଗୀ ।୩୭।କନ୍ଧେଣ ବିରାଜଇ ଅନନ୍ତନାଗ ନାମେଣ ପବିତ୍ରାକଣୟଗିରି କୁଣ୍ଡଳ ସ୍ୱାମୀ ଗନ୍ଧ ମଳୟ ଚିତା ।୩୮।ଅନଙ୍ଗ ଦହନ କରି ଲେପନ ଦେହେ ପାଂଶୁକାମଦେବ ତହୁଂ ସୁନ୍ଦର ଯେବଣ ଦେହ ଦିଶୁ ।୩୯।ୟେହେନେକ ସ୍ୱରୂପେ ସ୍ୱାମି ବିଜୟେ କାପାଳୀପାଞ୍ଚାଳକଇ ଦୃଶ ହୋଇଲେ ଆକାଶ ମଣ୍ଡଳୀ ।୪୦।ସ୍ୱରୂପ ବର୍ଣ୍ଣ ଦେଖାଇଲେ ବାମଦେବ ସ୍ୱାମୀଦ୍ରୋପଦେଶ୍ୱର ଶତ ସହସ୍ର ଦଣ୍ଡ ପରିଣାମି ।୪୧।ଭଗତି ଦେଖି ବିଶ୍ୱନାଥ କଲେ ଅନୁରାଗବଦନ୍ତି କାଶୀ ଆରେ ଦ୍ରୋପଦ ବର ମାଗ ।୪୨।ଦ୍ରୋପଦ ବୋଇଲା ସ୍ୱାମୀ ସାବଧାନେ ଶୁଣମୁଇଂ ସାଂଗ୍ରାମେ ଜିଣିମି ଗୁରୁଦ୍ରୋଣ ।୪୩।ତହିଂକି ପ୍ରସନ୍ନ ହୋଇ ମୋତେ ବର ଦେବାଅନ୍ଧକ ବିଦାରଣ ସ୍ୱାମି ଅନାଦି ଗୁରୁଦେବା ।୪୪।ଈଶ୍ୱର ହସ୍ତେ ଯେବଣ ଧନୁ ଦେଖିଭଗତି ଭାବେ ଦ୍ରୋପଦ ମାଗିଲା ପିନାକୀ ।୪୫।କୋଟିୟେ ସହସ୍ର ବଳ ଯେବଣ ଧନୁସେ ଧନୁ ବହନ୍ତା ନାହିଂ ତିନି ଯେ ଭୁବନୁ ।୪୬।ଅନନ୍ତ ପିନାକୀ ସେ ଶତ ସହସ୍ର ବଳଦ୍ରୋପଦ ରାଜା ହାତରେ ଦିଲେକ ସୁଢଳ ।୪୭।ରୁଦ୍ର ଶହସ୍ର ପଶୁପତ୍ର ତୀକ୍ଷମୂନାଖଟ୍ୱାଙ୍ଗ ତ୍ରିଶୂଳ ଅଭୟେ ବଜ୍ରସେହ୍ନା ।୪୮।ଦ୍ରୋଣନ୍ତ ଜିଣ ବୋଲି ଦିଲେ ପଶୁପତିଦ୍ରୋପଦ ବୋଇଲେ ଭୋ ଦେବ ଭୀଷ୍ମ,ଭୂରିସର୍ବା,ଅଶସ୍ତମା ଦ୍ରୋଣଙ୍କୁ ଆବୋରନ୍ତି ।୪୯।ୟେହାନ୍ତ ଜିଣିଲେ ସେ ଦ୍ରୋଣଙ୍କୁ ହୋୟେ କାଶୀୟେ ବର ପ୍ରାପତ ମୋତେ କରିବା ଦେବ କାଶୀ ।୫୦।କର୍ଣ୍ଣ କୃପା ଶଲ୍ୟ ଶଙ୍କୁନି କୁରୁପତିଅଦୋଷେ ୟେମାନେ ମୋତେ କଲେସାତ ବେଣ୍ଟି ଶାସ୍ତି ।୫୧।ୟେହାନ୍ତ ସହିତେ ଜିଣିମି ମୁଂଇ ରଣେୟେମାନଙ୍କର ଗୁରୁ ଅଟନ୍ତି ହାଦେ ଦ୍ରୋଣେ ।୫୨।ଈଶ୍ୱରେ ବୋଇଲେ ଅସସ୍ତମା ଭୀଷ୍ମମୋହୋରେ ଜୟ ଯେ ନୁହନ୍ତି ସତ୍ୟ ଧର୍ମ ।୫୩।ଭୋଳେ ତୋତେ ମୁଂ ବର ଦେବଇଂ ନିଶ୍ଚେ ଅବାପଛେ ସିଦ୍ଧି ନୋହିଲେ ସମସ୍ତେ ନାଶ ଯିବା ।୫୪।ଆରେ ୟେହାନ୍ତ ଦ୍ରୋପଦ ନ ଜିଣିମୁ କଦାଶ୍ଚିତେଅର୍ଜୁନର ସୋଦର ୟେ ଅଟନ୍ତି ଯୁଗତେ ।୫୫।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ୟେ ଚାରି ଦିଗପାଳେୟେକା ଅର୍ଜୁନ ଉତପତ୍ତି ୟେ ମୃତୁ ମଣ୍ଡଳେ ।୫୬।ଆମ୍ଭେ ୟେକେ ୟେକେ ଯୁଦ୍ଧେ ଅର୍ଜୁନକୁ ନୋହୁ ସରିତୁ ତାହାନ୍ତ କେମନ୍ତେ ଜିଣିମୁ ଅର୍ଜୁନ ଯେ ଆବୋରି ।୫୭।ଦ୍ରୋପଦ ବୋଇଲା ସ୍ୱାମୀ ଶୁଣିମା ଦେବରାୟେମୋତେ ଦେବ ଦେବା ଦୁହିତା ଗୋଟିୟେ ।୫୮।ସେ ଦୁହିତା ଗୋଟିକି ଅର୍ଜୁନକୁ ପ୍ରଦାନ କରିବିଦୁହିତା ଦେଇ ତାକୁ ସମର୍ପି ହୋଇବି ।୫୯।ସେ ମୋହୋର ଜାମାତା ଯେ ହୋଇବ ଯୁଗତେକଉରୋବନ୍ତ ମରାଇବି ମୁଂ ଅର୍ଜୁନର ହସ୍ତେ ।୬୦।ଈଶ୍ୱର ବୋଇଲେ ସାଧୁ ସାଧୁ ହୋ ଦ୍ରୋପତୟେ ବଚନ ଗୋଟି ତୋର ହୋଇବ ନିରୁତାନ୍ତ ।୬୧।ଯାଅ ଯା ଦ୍ରୋପଦ ତୋତେ ଜିଘ୍ନସେନୀ ହୋଉ ପରାପତତାହାରେ ଭାରାଭର ହୋଉ ନା ସମାପତ ।୬୨।ଇନ୍ଦ୍ର ଯେ ନାଶ ଗଲା ତ୍ୱଷ୍ଟା ଋଷିର କୋପେସ୍ୱାମୀ ଅଭାବେ ଶଚୀ ଯେ ବସିଲା ଘୋର ତପେ ।୬୩।ଆମ୍ଭେ ପ୍ରସନ୍ନ ହୋଇଲୁ ହର ଯେ ପାର୍ବତୀପତିଂ ଦେହିପତିଂଦେହି ବୋଲି ସେ ବୋଇଲା ପଞ୍ଚୁଘାନ୍ତି ।୬୪।ଆମ୍ଭେ ବୋଇଲୁ ଯାହା ଇଚ୍ଛିଲୁ ବନିତାଆରେ ସୁନ୍ଦରୀ ତୋର ହୋଉ ପଞ୍ଚୁ ଭ୍ରଥା ।୬୫।ଇନ୍ଦ୍ର ଦେବତା ୟେକା ଜନ୍ମିଲା ପାଞ୍ଚମୃତିସେ ପାଣ୍ଡବଙ୍କୁ ହୋଉ ୟେକା ସତୀ ।୬୬।ଈଶ୍ୱରେ ବୋଇଲେ ଦୁର୍ଭାସା ବଶିଷ୍ଠଦ୍ରୋପଦ ଭୁବନେ ଯାଗ ଆରୋପଣ କର ମନ୍ତ୍ର ଜଳଘଟ ।୬୭।ଯାଗରୁ ଜାତକର ଦୁହିତା ଗୋଟିୟେଦ୍ରୋପଦ ପ୍ରଦାନ କରୁ ପାଣ୍ଡବ ଧନୁର୍ଜୟେ ।୬୮।ୟେହାର ମନ ବାଞ୍ଚା ହୋଉ ଯେ ପ୍ରାପତଅନେକ କଷ୍ଟ ୟେ ଆମ୍ଭଙ୍କୁ ହୋଇଲା ଭଗତ ।୬୯।ବର ଦେଇ ବିଜେ କଲେ ସଦାଶିବପୁଷ୍ୟେକ ବିମାନ ଦ୍ରୋପଦକୁ ଦିଲେ ଆଦି ଦେବ ।୭୦।ରୁଦ୍ରଙ୍କ ଶହସ୍ରମାନ ଘେନି ଅଛି ନିଜ ହସ୍ତେଅନେକ ଅଳଙ୍କାର ଆଭରଣ ତାହାର ଯେ ଗାତ୍ରେ ।୭୧।ଈଶ୍ୱର ସେବାରେ ୟେହେନେକ ଫଳ ଶ୍ରୁତିଅମର ବିଳାସୁଣୀମାନେ ଚାମର ଢାଳନ୍ତି ।୭୨।ୟେତେବେଳେ ଅର୍ଜୁନ ଦ୍ରୋପଦକୁ ଧରିନେଲାକିରାତ ରାଜା ତେଣେ ତାର ରାଜ୍ୟ ମାଡ଼ିଣ ବସିଲା ।୭୩।ଦ୍ରୋପଦର ସନ୍ୟମାନ ମାଇଲା ସବୁଖେଦିପୁତ୍ର ଦୁହିତା ତାର ଯେ ନଥିଲା ସମ୍ପାଦି ।୭୪।ଦ୍ରୋପଦ ରାଜାର ଭାରିଯା ନାମ ପଦ୍ମାବତୀପଦ୍ମକେଶର ରାଜାର ସେ ଅଟଇ ଦୋହିତୀ ।୭୫।ରାତ୍ରକାଳେ ମହାଦେଈ ପଳାଇଣ ଗଲାବିମ୍ୱାଧର ଶବରର ଘରେଣ ରହିଲା ।୭୬।ସେ କିରାତ ତହୁଂ ତାହାକୁ ଘେନିଗଲା ରାତ୍ରେପଦ୍ମଦଳ ଦେଶେ ନେଇ ଦିଲା ରାଜାର ଅଗ୍ରତେ ।୭୭।ଦୁହିତାକୁ ସମ୍ଭାଳିଲା ପଦ୍ମ ଦଳ କେଶରୀଭିନ୍ନ ନବରେ ଥୋଇଲା ଅତି ଯତ୍ନ କରି ।୭୮।ବିଶ୍ୱନାଥ ପ୍ରସନ୍ନେ ନୃପତି ଦ୍ରୋପତପାଞ୍ଚାଳ ଦେଶେ ଆସି ବିଜୟେ ନରନାଥ ।୭୮।ଆକାଶ ମଣ୍ଡଳେ ରାଜା ପୁଷ୍ୟେକ ବିମାନ ଉଡ଼ାଇଜଗତି ଉପରେ ରାଜା ବିଜେ କଲା ଯାଇଂ ।୮୦।ରାଜାର ଅଗ୍ରତେ ଯାଇଂ କହିଲେ ମୁନେହିଂକୋପେଣ କିରାତ କରେ ଖଡ଼ଗ ଘେନି ଧାଇଂ ।୮୧।ଧାମଇଂ କିରାତେଶ୍ୱର ଜଗତୀ ଉପରକୁଯୋଧା ଆମାନାତ୍ୟ କେହି ଗୋଡ଼ାଇ ନ ପାରିଲେ ତାକୁ ।୮୩।ଜଗତୀ ଉପରେ ବିଜୟେ ଦ୍ରୋପଦ ନୃପତ୍ୟେଈଶ୍ୱର ଦୂତୀ ପିନାକ ଧରି ଅଛି ହସ୍ତେ ।୮୩।କିରାତ ଉଠିଆସନ୍ତେ ବିନ୍ଧିଲା ୟେକ ଶରରୁଦ୍ର ଶର ପଡ଼ିଲା ଯାଇଂ କିରାତ ଉପର ।୮୪।ଶହସ୍ରର ତେଜେ ଦହିଜ ହୋଇଲା ତାହାର କାୟେପ୍ରତ୍ୟକ୍ଷେ ଦିଶିଲା ସେ କାମଦେବ ଦହନ ପରାୟେ ।୮୫।କିରାତ ଧାମନ୍ତେ ଯେ ଆସୁଥିଲେ ଅମନାତ୍ୟେସେ ଦହିଜ ହୋଇଲେ ଦ୍ରୋପଦର ଶର ଘାତେ ।୮୬।ପଳାଇଲେ ସଇନି ଯେ ସମସ୍ତ ଆଶା ତେଜିବିନ୍ଧଇ ନାରାଜ ଦ୍ରୋପଦ ଗଳଗାଜି ।୮୭।ଅବିଛନେ ବାଣ ବିନ୍ଧଇ ପଶୁପତ୍ରନାରାଜ ପଡ଼ି ଭସ୍ମ ହୋଅନ୍ତି ସମସ୍ତ ।୮୮।ରଥ ଗଜ ଅଶ୍ୱ ସମସ୍ତ ଛାଡ଼ି ପଳାଇଲେଗୋଡ଼ାଇ ଅନେକ ସଇନି ମାଇଲେ ।୮୯।ଈଶ୍ୱରଙ୍କ ଶହସ୍ରମାନ ତହିଂ ପରୀକ୍ଷ କରନ୍ତେକିରାତର ସନ୍ୟ ନାଶ ଗଲେକ ସମସ୍ତେ ।୯୦।ଦଶ ପଦ୍ମ ରଥ କୋଡ଼ିୟେ ପଦ୍ମହସ୍ତୀତିରିଶ ପଦ୍ମ ଅଶ୍ୱ ଯେ ଅଗଣିତ ପାଦାନ୍ତି ।୯୧।ମହା ସମ୍ପଦେ କିରାତ ରାଜ୍ୟ କରିଥିଲାସେହି ସମ୍ପଦ ଦ୍ରୋପଦ ମାଡ଼ିଣ ବସିଲା ।୯୨।ପାରିଦଣ୍ଡ ରାଜା ମାନେ ପଳାଇଣ ଥିଲେଦ୍ରୋପଦ ରାଜାକୁ ଯେ ଦ୍ରଶନ ଆସି କଲେ ।୯୩।ବାରତା ପାଇଣ ରାଜା ପଦ୍ମ ଦଳ କେଶରୀପଦ୍ମାବତୀକି ଘେନି ଅଇଲା ବିଜେକରି ।୯୪।ତୁଲେଣ ଅଇଲେ ତାର ସାତ କ୍ଷେଉଣି ସନ୍ୟଅନେକ ରଥ ଅଶ୍ୱ ଯେ ଆଣିଲା ବହୁତଧନ ।୯୫।ଦ୍ରୋପଦ ନୃପତିକି କଲା ଦରଶନମହାଦେଈ ବିଜେ କଲେ ଅନ୍ତେଶ୍ୱର ଭୁବନ ।୯୬।ଅନେକ ଦେଶର ଯେ ରାଜାଗଣମାନେଦ୍ରଶନ କଲେ ଆସି ଦ୍ରୋପଦର ସନ୍ନିଧାନେ ।୯୭।ଅନେକ ସମ୍ପଦ ଅରଜିଲା ଦ୍ରୋପଦ ଈଶ୍ୱର ପରସନ୍ନେଅଳକା ପୁର ଜାଣି ତାହାର ଭୁବନେ ।୯୮।ତିନି ଯୋଜନ ମାଡ଼ି କଟକ ତାହାରଅନ୍ୟ ଜାତି ଲୋକଙ୍କର ସହିତେ ସୁବର୍ଣ୍ଣର ଘର ।୯୯।ଦେଖିଣ ପ୍ରଶଂସା ଯେ କରନ୍ତି ଦେବତାୟେହରଷେ ବରଷନ୍ତି କଣୟ ରତ୍ନମୟେ ।୧୦୦।ଯହିଂ ଆନନ୍ଦ ତହିଂ ସମସ୍ତେହେଂ ଭଜିପୁଣ୍ୟବନ୍ତ ଲୋକକଇଂ ସମସ୍ତେହେଂ ପୂଜି ।୧୦୧।ପୁଣ୍ୟ ସ୍ଥାନକୁ ସେ ପୁଣ୍ୟବନ୍ତ ଲୋକେ ଯାନ୍ତିଉଚ୍ଛବ ଭୁବନେ ସେ ଯେ ଉଚ୍ଛବ କରନ୍ତି ।୧୦୨।ପୁଣ୍ୟକୁ ପୁଣ୍ୟ ସେ ହୋଅଇ ଘଟଣପାପକୁ ପାପ ସେ ହୁଅଇ ବନ୍ଧୁପଣ ।୧୦୩।ଯେବଣ ରାଜା ରାଜ୍ୟ ପାଳଇ ସୁବିଧାନେତହିଂ ସେ ପାଳନ୍ତି ଟି ଦିଗପାଳ ମାନେ ।୧୦୪।ପୁଣ୍ୟ ଭୁବନେ ସେ ବସନ୍ତି ଦଇବତେପାପ ଆଚାର ସ୍ଥାନକୁ ନ ଯାନ୍ତି କଦାଶ୍ଚିତେ ।୧୦୫।ଧର୍ମ ଦେଖିଣ ଯହୁଂ ଦେବତାୟେ କରନ୍ତି ବିଜେପୃଥୀ ଫଳ ଦାୟେକ ହୋଅଇ ପାଳନ୍ତି ଦେବରାଜେ ।୧୦୬।ଈଶ୍ୱର ସେବା ଯହୁଂ କଲାକ ଦ୍ରୋପଦସମସ୍ତେ ଧାର୍ମିକ ଯେ ପାଳନ୍ତି ଧର୍ମ ଅର୍ଥ ।୧୦୭।ଘରେ ଘରେ ପୁରାଣ ଅର୍ଥ ଯେ ବଖାଣିଯିସ ଅବା ପାତେକ ଥାଇ ଛାଡ଼ଇ ତାହା ଶୁଣି ।୧୦୮।ପୁଣ୍ୟ ପୁର ଭୁବନ ଦେଖି ପାପ ପୁରୁଷେଭୟେ ଆଡ଼େ ହୋଇ ପଳାନ୍ତି ପଶିନ ପାରନ୍ତି ପାଶେ ।୧୦୯।ଅନୀତି ସଂସାର ୟେ ମାୟା ପଟଳ ବାବାପାପ ଆଚାର ଲୋକଙ୍କ ସଙ୍ଗେ ପ୍ରସଙ୍ଗ ନୋହିବା ।୧୧୦।ପାପ ଆଚାର ଛାଡ଼ି ଧର୍ମ କର ଇଚ୍ଛାଯାହା ହୃଦେ ଚିନ୍ତିବ ପ୍ରାପତ ହୋୟେ ବାଞ୍ଚା ।୧୧୧।ଧର୍ମ ଆଚାରି ଯେବେ ନାଶ ଯିବ ପ୍ରାଣୀସ୍ୱର୍ଗେ ବସଇଟି ଅମର ଲୋକ ଜାଣି ।୧୧୨।ଯମ କ୍ଷିଦ୍ର ନପାଇଟି ଧର୍ମ ଅର୍ଥ ଲେକଙ୍କୁନିରାଧାର ଆଗ୍ୟାଂ ଦେଇ ଥାଇ ଯେ ଚିତ୍ରଗୁପତଙ୍କୁ ।୧୧୩।ପାପ ଆଚାର ନ କରାଇଟି ପୁଣ୍ୟବନ୍ତ ପ୍ରାଣୀଙ୍କିଯୁଗତେ କହିବ ତୁମ୍ଭେ ଯାହାର ଯେହ୍ନେ ଦେଖି ।୧୧୪।ଯମ ବୋଲି କରି ଯେବଣ ପୁରୁଷଇଧର୍ମ ଦେବତା ଶରୀରେ ତାହାର ବସଇ ।୧୧୫।ପାପକୁ ଅପରାଧ ପୁଣ୍ୟକୁ ଦିଅଇ ଗତିୟେହା ବିଚାରି ନାରାୟଣଙ୍କୁ ହୋଅ ଭଗତି ।୧୧୬।ପାପ ନ ପଶଇଟି ଶରୀରେ ଗ୍ୟାଂନ ଥିଲେଶୂଦ୍ରମୁନି ସାରୋଳ ଦାସେ ୟେହା ବିଚାରିବୋଇଲେ ।୧୧୭।
ଦ୍ରୂପଦର ସନ୍ତତି ଯଜ୍ଞ ଓ ଶ୍ରୀଖଣ୍ଡି ଜନ୍ମବଦନ୍ତି ଅଗସ୍ତି ବଇବସୁତ ମନୁଦ୍ରୋପଦ ରାଜାର କଥା ଶୁଣିଲୁ ଅବଧାନୁଂ ।୧।ଦ୍ରୋପଦ ରାଜାର ଯହୁଂ ଦେଖିଲେ ଧର୍ମକଥାସୁବିଧାନେ ପାଳିଲେ ଧର୍ମ ଯେ ଦେବତା ।୨।ଦିବସେଣ ଖରା କରଇ ରାତ୍ରେଣ କରଇ ବୃଷ୍ଟିଦିଗୁଣ ଫଳଦାୟେକ ହୋଅଇ ତାର ବୃଷ୍ଟି ।୩।ଦ୍ରୋପଦ ରାଜାର ଧର୍ମ ଶୁଣିଣ ଧାର୍ମିକେଆକାଶୁଂ ଆସନ୍ତି ବଶିଷ୍ଠ ଦୁର୍ଭାସା ବାଲମିକେ ।୪।ବ୍ୟାସ ବଇଶମ୍ପାୟନ ମାରକଣ୍ଡ ଶୁକ ବ୍ରହ୍ମାଜୟେ ମୁନି ବିଶ୍ୱାମିତ୍ର ଗଉତମ ମହାତ୍ମା ।୫।ମହାମନ୍ତ୍ର ପବିତ୍ର ଉତ୍ତରୀ ପାତ୍ରୀ କରେ ଘେନିଦ୍ରୋପଦ ରାଜ୍ୟେ ଯାଇଂ ବିଜୟେ ସର୍ବମୁନି ।୬।ଆସ୍ତାନେ ବିଜୟେ କରିଅଛଇଂ ଦ୍ରୋପତେଋଷିମାନେ ଆସି ପ୍ରବେଶ ହୋଇଲେ ସମସ୍ତେ ।୭।ଋଷିମାନଙ୍କୁ ଦେଖି ଉଠିଲେ ମହାରାଜାଚରଣ ପଖାଳିଣ କଲା ପାଦ ପୂଜା ।୮।ସୁବର୍ଣ୍ଣ ପୀଢାରେ କୃଷ୍ଣାଞ୍ଜିନ ଛଉରୀ ପାଡ଼ିପୂଜା ପାଇ ବସିଲେ ସମସ୍ତ ତପଚାରୀ ।୯।ବେଦ ଆଧ୍ୟାନ ଯେ କରନ୍ତି ସର୍ବଋଷିସହସ୍ରେ ଆଷ୍ୟ ଭାର୍ଜନ ତୁ କୋଟିକଳ୍ପ ହୋଅସି ।୧୦।ସବୁଙ୍କରି ପାଦ ଯେ ଦ୍ରୋପଦ ପଖାଳିଲେଭାରିଯା ସହିତେ ଉଷତେ ପାଦ ଉଦେକ ଘେନିଲେ ।୧୧।ଶତେ ସହସ୍ର ଦଣ୍ଡ ପ୍ରଳମ୍ୱିତ କରିଗଡ଼ଘାଲି ଶୁତିଲା ପାଞ୍ଚାଳ ଦେଶର ଦଣ୍ଡଧାରୀ ।୧୨।ସମସ୍ତ ଋଷିମାନେ କଲ୍ୟାଣ ଯେ କଲେଚିର ଆଇଷ ହୋଅ ବୋଲି ସାନନ୍ଦେ ବୋଇଲେ ।୧୩।ବସ ବସ ରାଜା ହୋ ବୋଇଲେ ଋଷିମାନେରାଜ୍ୟ ତୋହୋର ହୋଉ ଅଛି ନା ସୁବିଧାନେ ।୧୪।ହବିର୍ଭାଗ ପାଉଅଛନ୍ତି ନା ଦେବଲୋକେଇନ୍ଦ୍ର ବୃଷ୍ଟି ରାଜ୍ୟେ କରେନା ସୁପାଳକେ ।୧୫।ଦେବତା ବ୍ରାହ୍ମଣେ ହୋଉଅଛୁ ନା ଭଗତିସୁବିଧାନେ ଫଳଦାୟେକ ହୋଉଅଛି ନା ପୃଥୀ ।୧୬।ଅନ୍ନ ଜଳଛତ୍ର ଦାନ ଦେଉଅଛୁ ନା ତୁହି ଭଲେପାତ୍ର ଅମନାତ୍ୟେ ଚଳନ୍ତି ନା ତୋର ବୋଲେ ।୧୭।ପର ରାଷ୍ଟ୍ର ଅପଚୟେ ନାହିଂନା ରାୟେ ତୁକୁଅସୁର ଭୟରୁ ରକ୍ଷା କରୁ ନା ତପି ଜନଙ୍କୁ ।୧୮।ଧାଡ଼ି ଦିଲେ ସାବଧାନ ହୋଉଅଛୁ ନା ରାୟେକୃଷିକାରୀ ଲୋକଙ୍କୁ କରୁଛୁ ନା ତଲୟେ ।୧୯।ଦଣ୍ଡ ମଣ୍ଡ ରାଜା ଶୁଣୁଟିକି ଗୁହାରିଆରୋଗ୍ୟ ବ୍ରତନ୍ତି ନା ତୋ ପୁର ନରନାରୀ ।୨୦।ଗଢ ଅଶ୍ୱଙ୍କୁ ଅନୁବ୍ରତେ କରୁଛୁ ନା ଚିନ୍ତାରସମୂଳ ପରୀକ୍ଷା ହୋଉଛୁ ନା ଭୁଗତା ।୨୧।ଦଣ୍ଡମଣ୍ଡଳ ଯେ ସମସ୍ତ ପାରିଦଣ୍ଡଭଣ୍ଡାର ରକ୍ଷା କରନ୍ତି ନା ହୋଇଣ ସେ ରୁଣ୍ଡ ।୨୨।ଅଶ୍ୱ ଗଜକୁ ଦେଉ ନା ଚରଣି ପିଉଣିମୁଣୋହି କରୁଅଛୁ ନା ସୂର୍ଯ୍ୟ ବେଳ ଜାଣି ।୨୩।ଦେବାର୍ଚ୍ଚନ ନିଯୋଗ ହୋଉଛି ନା ସର୍ବ ଚିନ୍ତାଦେଶାଉରେ କହୁଛନ୍ତି ନା ପର ରାଷ୍ଟ୍ରର ବାରତା ।୨୪।ଆରୋଗ୍ୟ ହୋଇ ବ୍ରତୀଅଛୁ ନା ମହାରାଜାକୁଶଳେ ବ୍ରତନ୍ତି ଟି କି ତୋହୋର ଜନପ୍ରଜା ।୨୫।କର୍ମ ତଣ୍ଡକାରେ ବ୍ରତିବୁ ନରପତିଅପରାଧ କଲା ଲୋକକୁ ନ ଦେବୁ ଶିର ଶାସ୍ତି ।୨୬।ପରଜାଙ୍କୁ ଚିନ୍ତା ନ ଛାଡ଼ିବୁ ତୋହୋର ହୃଦେକୃଷିଭାଗୀ ଲୋକଙ୍କୁ ରାଜା ନ କରିବୁ ପରମାଦେ ।୨୭।ସ୍ୱ ଦାରାୟେ ବ୍ରତୀ ଅଛୁ ନା ରାୟେ ମଣିପୁତ୍ର ପଉତ୍ରୀ କୁଶଳେ ଅଛନ୍ତି ନା ପୁଣି ।୨୮।ଦ୍ରୋପଦେ ବୋଇଲେ ସମସ୍ତ ସିଦ୍ଧ କଥାଭୋ ବ୍ୟାସେ ନାହିଂ ମୋର ପୁତ୍ର ଯେ ଦୁହିତା ।୨୯।ବଶିଷ୍ଠ ଦୁର୍ଭାସା ରାଇ ଈଶ୍ୱରେ ଆଗ୍ୟାଂ ଦିଲେବିପାକ କର୍ମ ମୋହୋର ତାହା ପାସୋରିଲେ ।୩୦।ବଶିଷ୍ଠେ ବୋଇଲେ ରାଜା କ୍ରୋଧ କର ଶାନ୍ତିଆମ୍ଭେ ଆସି ଅଛୁନା ଯେ ତହିଂର ନିମନ୍ତି ।୩୧।କାଶୀ ନଦୀ ତୀରେ ପବିତ୍ର ଥାନଭୂମିୟେଥେଂ ଯାଗଶାଳ ତୋଳାଅ ଆରମ୍ଭି ।୩୨।ପୂର୍ବେ ନନ୍ଦ ଭୋପାଳ ରାଜା ୟେଥେ ସନ୍ତତି ଯାଗ କଲାବୃହଦ୍ଧ୍ୱଜ ନାମେ ତାର ପୁତ୍ରେକ ଉପୁଜିଲା ।୩୩।କନ୍ୟା ଶୁକଳ ତ୍ରେୟୋଦଶୀ ଚନ୍ଦ୍ର ବାରଉତ୍ତରଭୋଦୋ ନକ୍ଷତ୍ର ଭୋଗ ସେ ଦିନର ।୩୪।ତତ୍ତୁଲ୍ୟ ନାମେ କରଣ ହର୍ଷ ନାମେ ଯୋଗତୁଳ ସଂକ୍ରାନ୍ତିକି ତିନିଦିନ ଭୋଗ ।୩୫।ଶରଦ ଋତୁ ଅନୁଭବ ନାମେଣ କାଳଦଶଦଣ୍ଡ ଉତ୍ତାରେ ବୃହସ୍ପତିଙ୍କର ବେଳ ।୩୬।ତାର ବାର ନକ୍ଷତ୍ର ଯୋଗ ଅନକୂଳେଯାଗଶାଳ ଶୁଭ ହୋଇଲା ସର୍ବମଙ୍ଗଳେ ।୩୭।ଜଟି ହଟି ବଟି ଯେ ଶାଖୋଟିୟେ ଚାରି ବୃକ୍ଷ ପ୍ରଳୟ ଉତ୍ତାରେ ହେଟି ।୩୮।ୟେ ଚାରିକାଠେ କଲେ ଯାଗ ଶାଳ ଓରାବରୁଣ ଦଇବତମାନେ କଲେ ଜଳଧାରା ।୩୯।ଈଶାନେ ମାରକଣ୍ଡ ପଛିମେ ମୁନି ଶାନ୍ତିଦକ୍ଷିଣେ ଈଶ୍ୱର ମୁନି ପୂର୍ବେ ଦୁର୍ଭାସା ନିମନ୍ତ୍ରି ।୪୦।ବ୍ରହ୍ମା ବରଣ ଯେ କଲେ ମହାମନ୍ତ୍ରେଯାଗେଣ ଯାଗନିକ ହୋଇଲେ ବଶିଷ୍ଠ ପୁରୋହିତେ ।୪୧।ଦୁର୍ଭାସା ମାରକଣ୍ଡ ବ୍ୟାସ ଗଉତମେୟେ ଚାରିହେଂ ବରଣ ଯେ ହୋଇଲେ ହୋମ କର୍ମେ ।୪୨।ଅଷ୍ଟାଦଶ ସମିଧ ଦୁର୍ବାଙ୍କୁର ଘେନିଯବ ମକର ତିଲ କାମ୍ୟୋଦ ଅଗ୍ନି ।୪୩।କୃଷ୍ଣ ଗୋମାଳ ମେଦି ଅଗ୍ନିକି ସମିଧନବ ତୀର୍ଥ ଜଳ ଅଖଣ୍ଡିତ ତଣ୍ଡୁଳ ପରାର୍ଦ୍ଧ ।୪୪।ପଞ୍ଚୁହୋମ ମନ୍ତ୍ର ଲକ୍ଷେକ ଶାକଲ୍ୟ ବୈଶ୍ୱାନରସ୍ୱାହା ସ୍ୱଧା ମନ୍ତ୍ରେ ଜପ ୟେକାକ୍ଷର ।୪୫।ଶତେ ଯବ ଆୟେତନ ଖୋଳିଲେ ଯାଗକୁଣ୍ଡଆଗେଣ ଉତ୍ତାରିଲେ ସେ ମେଦାସୁର ପିଣ୍ଡ ।୪୬।ଅଗ୍ନିଦେବତାଙ୍କୁ ତହିଂ କଲେକ ବରଣଦ୍ରୋପଦେଶ୍ୱର ବିନୟେ କରଇ ପ୍ରଦକ୍ଷିଣ ।୪୭।ଯେବଣ ବ୍ରାହ୍ମଣ ଅଛନ୍ତି ପ୍ରତକ୍ଷେ ଦୁତୀବ୍ରହ୍ମାମୁଂ କିସ ସଞ୍ଚପି କହିବି ତାହାଙ୍କର ମହିମା ।୪୮।ଅନୁସାମଧେନୀ ମନ୍ତ୍ରେ ପ୍ରଥମ ଆହୂତିବାତ ପବନ ବୈଶ୍ୱାନର ମନ୍ତ୍ରେଣ ପଞ୍ଚ ସହସ୍ର ମୂରତି ।୪୯।ପ୍ରଥମ ଆହୂତି ଯେ ସପତମ ଦିନେଚରୁ ଫୁଟାଇଲେ ଘୃତ ରସ ପାନେ ।୫୦।ଚରୁ ଫୁଟାଇ ଦିଲେ ରାଜାର ଅଗ୍ରତେପଦ୍ମାବତୀକି ଦେଲେ ସାନନ୍ଦ ମନ ଚିତ୍ତେ ।୫୧।ଚରୁ ଘେନି ରାଜା ଚଳଇ ଅନ୍ତେଶ୍ୱର ପୁରେସ୍ନାହାନ କରିଗଲେ ମହାଦେଈ ଅଇଲେ ଉଛୁରେ ।୫୨।ଉଛୁର ହୋଅନ୍ତେ ଚରୁ ତେଜ ଭଗ୍ନ ଯେ ହୋଇଲାଋଷିଙ୍କ ଆଗ୍ୟାଂୟେ ପ୍ରାଶନ ଦେବୀକଲା ।୫୩।ତୁଳା ବିଚ୍ଛା ଧନୁ ମକର କୁମ୍ଭ ମୀନ ମେଷବୃଷ ମିଥୁନ କକଡା ଘେନି ହୋଇଲା ଦଶମାସ ।୫୪।କକଡା ମାସ ଶୁକଳ ଯେ ଦ୍ୱାଦଶୀ ତିଥି ଗୁରୁବାରଅନୁରାଧା ନକ୍ଷତ୍ର ବେଳ ଅଢାଇ ପହର ।୫୫।ଶୁଭେଣ ପ୍ରସବ ହୋଇଲାକ ସୁତଦେଖଇ ଜନନୀ ୟେତ ଅଟଇ ବିପରୀତ ।୫୬।ସ୍ତିରୀ ପୁରୁଷ ବେନି ଲକ୍ଷଣ ନାହିଂ ଚିହ୍ନପୁତ୍ର ହୋଇଲା ବୋଲି ଶବଦ ଉଚ୍ଛନ୍ନ ।୫୭।ରାଜାକଇଂଗୁପତେ କହିଲେ ମୁଦସୁଲୀଗଣସ୍ତିରୀ କି ପୁରୁଷ ଅଙ୍ଗେ ନଦେଖିଲୁ ବର୍ଣ୍ଣ ଚିହ୍ନ ।୫୮।ବିସ୍ମୟେ ହୋଇଲା ରାଜା ବ୍ୟାସଙ୍କୁ ସୁମରିଜାଣି ବିଜେ ଆସି କଲେ ତପଚାରୀ ।୫୯।ବଇକୁଲ୍ୟ ହୋଇ କରି କହିଲେ ଦ୍ରୋପଦ ନୃପତ୍ୟତୁମ୍ଭର ସିଞ୍ଚିତେ ହୋଇଲା ଅପୂର୍ବ ପୁତ୍ର ଜାତ ।୬୦।ମୁହିଂ ଯାଗକଲିଦୁହିତାର ନିମନ୍ତେଈଶ୍ୱରେ ଆଗ୍ୟାଂ ଦିଲେ ଆବର ସକଳ ତପୋବନ୍ତେ ।୬୧।ସ୍ତିରୀ ପୁରୁଷ ଯେ ନୋହିଲାକ ବେନିନ ଚ ସ୍ତିରୀ ନ ଚ ପୁରୁଷ ହୋଇଲା ଅଭାଗିନୀ ।୬୨।ହସ୍ତେଣ ଖଡ଼ଗ ଘେନି ଉଠିଲା ନୃପବରଶିର ଛେଦି ପକାଇବି ବ୍ୟାସଙ୍କ ଆଗର ।୬୩।ବ୍ୟାସ ବୋଇଲେ ରାଜା ଛାଡ଼ ଛାଡ଼ କୋପତେଣେହେଂ କାରଣ ତୋତେ ଅଛି ନା ସରୂପ ।୬୪।ଭୀଷ୍ମେ ନାଶ ଗଲେ ସେ ନଶନ୍ତି କଉରୋବେୟେହାର ଦ୍ରଶନେଣ ଶହସ୍ର ଛାଡ଼ିବେ ଗାଙ୍ଗବେ ।୬୫।ଅମ୍ଭେ ନାମେ କନ୍ୟାୟେ ଅଟଇ ଜାଣ ପୂର୍ବେବରପ୍ରଦାନ ୟେହାକୁ ନୋହିଲେ ଗାଙ୍ଗବେ ।୬୬।ଭୀଷ୍ମର ଉପରେ ଯେ ଅଗ୍ନି ଆରୋପିଲାତୋତେ ଯେହ୍ନେ ସାଧିବି ବୋଲି ଅଗ୍ନିରେ ଝାସିଲା ।୬୭।ୟେହାକୁ ଦେଖିଣ ଯେ ଭୀଷ୍ମ ନାଶ ଯିବେତେବେ ସେ ଦ୍ରୋଣ କର୍ଣ୍ଣ ନଶିବେ କଉରୋବେ ।୬୮।ଶିର ଯେ ୟେହାର ଖଣ୍ଡୁଥିଲୁ ୟେବେଶ୍ରୀଖଣ୍ଡି ନାମ ୟେହାର ଦେଅସି ରାଜ ଦେବେ ।୬୯।ବ୍ୟାସେ ବୋଇଲେ ଯହୁଂ ୟେସନେକ କଥାଜନ୍ମ କଲା ନପୁଂସେକକୁ ଛାଡ଼ିଲା ମନ ବ୍ୟାଥା ।୭୦।ତୋହୋର ବଚନ ବ୍ୟାସେ ମୋତେ ହୋଉ ପରମ ହିତକାହାର ବେଳେ ଭାଙ୍ଗି ହୋଅଇ ମହତଙ୍କ କୃତ୍ୟ ।୭୧।ଦୁହିତା ଗୋଟିୟେ ମୋତେ ଉପୁଜାଇ ଦେବୁଆପଣେ ଥାଇ ଅର୍ଜୁନକୁ ପ୍ରଦାନ କରିବୁ ।୭୨।ରାଜାର ବଚନେ ସେହି ଶକ୍ତିମୁନି ନାତିପୁଣିହିଂ ପାତିଲେ ଯାଗ୍ୟଂ ସନ୍ତାନ ଆହୂତି ।୭୩।ମକର ମାସ କୃଷ୍ଣ ପକ୍ଷ ଦୁତୀୟା ବୁଧବାରମଘା ନକ୍ଷତ୍ର ଯୋଗ ଲଗ୍ନ ସାର ।୭୪।ସେ ଦିନରେ ବ୍ୟାସେ ଦିଲେ ଯେ ଆହୂତିଯାଗ୍ୟେଂ ବିକାଶିଲା ଧୃମବର୍ଣ୍ଣ ଜ୍ୟୋତି ।୭୫।ଧୃମମୟେ ଦେଖି ବ୍ୟାସ ଦୃଷ୍ଟିରେ ଚାହିଂଲାଅଗ୍ନି ବିଦାରି ପୁତ୍ରେକ ଉପୁଜିଲା ।୭୬।ଦୃଷ୍ଟିରେ ଚାହିଂଲେ ଧୃମ ଅବଲୋକନୟେ ପୁତ୍ର ନାମ ତୋର ହୋଉ ଦୃଷ୍ଟ ଯେ ଧୃମନ ।୭୭।ଦ୍ରୋପଦ ଦୋଇଲା ମୋର ପୁତ୍ରେ କାର୍ଯ୍ୟ କିସଦୁହିତା ଜାତ ହୋଇଲେ ନାଶିବ କୁରୁବଂଶ ।୭୮।ଅର୍ଜୁନକୁ ପ୍ରଦାନ କରିବି କୁମାରୀସେ ମୋର ଅଭିମାନନ୍ତ ସାରିବ କୌରବନ୍ତ ମାରି ।୭୯।ବ୍ୟାସେ ବୋଇଲେ ୟେହାକୁ ନ କର ଅଯତନଦ୍ରୋଣର ଶିର ଛେଦିବ ୟେ ଦୃଷ୍ଟି ଯେ ଧୃମନ ।୮୦।ଦ୍ରୋଣେ ନାଶ ଗଲେ ଜିଣିମୁ କୁରୁଥାଠଦ୍ରୋପଦ ବୋଇଲେ ୟେ ପୁତ୍ର ମୋର ଶ୍ରେଷ୍ଠ ।୮୧।ଦ୍ରୋଣେ ଯେବେ ନାଶ ଯିବେ ୟେହାର ହସ୍ତେୟେ ପୁତ୍ର ମୁଂ ଅଯତନ କରିବି କେମନ୍ତେ ।୮୨।ଭୋ ବ୍ୟାସେ ତୋତେ ମୋରଶତେ ସହସ୍ର ଦଣ୍ଡ ପ୍ରଳମ୍ୱିତଦୁହିତା ମୋତେ ଗୋଟିୟେ କରି ଦେବା ଜାତ ।୮୩।ଦ୍ରୋପଦର ବଚନେ ସେ ପୁରୁଷଉତ୍ତମିପାତିଲେକ ମହାଯାଗ ସେ ବେଦବ୍ୟାସ ମହାମୁନି ।୮୪।ମହାତେଜ ବୈଶ୍ୱାନର ପିଙ୍ଗଳାଜାଳା କାଳାନଳଜାତ ଅନେକ କ୍ରୋଟାନଳ ପଞ୍ଚୁ ଯେ ଅନଳ ।୮୫।ପଞ୍ଚ ଅଗ୍ନିୟେକତ୍ୱ କରି ମୁନି ଦିଲେ ଯେ ଆହୂତିବ୍ରହ୍ମାଣ୍ଡେ ଖେପିଲା ଯେ ବହନିର ଶିଖା ଜ୍ୟୋତି ।୮୬।ଶୂନ୍ୟପୁରୁଷମାନେ ନୁଆରିଲେ ରହିମହାଜାଳା ବହ୍ନିରେ ସର୍ବେ ହେଲେ ଦହି ।୮୭।ଦେଖ ହୋ ବଇବସୁତ ମନୁ ବ୍ରାହ୍ମଣଙ୍କର ମନ୍ତ୍ରୟେହି ଅଗ୍ନିରୁ ଭିଆଉ ଅଛନ୍ତି ସମସ୍ତ ।୮୮।ଡ଼ାହାଣ ବ୍ରତେକ ହୋଇ ସେ ବୁଲଇ ବହନିଜୀବନ୍ୟାସ ଆହୂତି ଯେ ଦିଅନ୍ତି ବ୍ୟାସ ମହାମୁନି ।୮୯।ଡ଼ାହାଣ ବ୍ରତେକ କରି ଆହୂତି ପୁଣ ଦିଲେପୁତ୍ର ସେ ଉତପତ୍ତି ହୋଅଇ ହବି ର୍ଭାଗ ପାଇଲେ ।୯୦।ଯହୁଂ ନ ଦେଖିଲେ ସେ ଅଗ୍ନିର ବାମ ମୂର୍ତ୍ତିଜଟା ୟେକ କାଟି ପକାଇଲେ ଆହୂତି ।୯୧।ତଦ୍ୟାପି ଅନଳର ତେଜ ନ ବିକାଶିକପାଳୁଂ ମାଂସ କାଟି ପକାଇଲେ ବ୍ୟାସ ମହାଋଷି ।୯୨।ମହା କଠୋର ଦେଖିଣ ବୈଶ୍ୱାନରେବାମାବର୍ତ୍ତ ମୂର୍ତ୍ତି ହୋଇଣ ବୁଲିଲେ ପରଖରେ ।୯୩।ବ୍ୟାସଙ୍କର ତେଜ କହି ତ କିପାରିଅଗ୍ନି ଦେବତା ୟେ ଦେଖି ମହାଭୟ କରି ।୯୪।ମକର ଶୁକ୍ଳ ସପ୍ତମୀ ତିଥି ଗୁରୁବାରରୋହିଣୀ ନକ୍ଷତ୍ର ଭୋଗ ପୂର୍ଣ୍ଣ ସେ ଦିନର ।୯୫।ତତ୍ତୁଲ୍ୟ ନାମେ କରଣ ବଇଧୃତି ଯୋଗବୃଷ ଘରେ ଚନ୍ଦ୍ର କରେ ସେହି ଦିନ ଭୋଗ ।୯୬।ପଞ୍ଚ ଅଗ୍ନି ବିଦାରିଣ ଦିଶିଲାକ ମୂରତିଅଗ୍ନିରୁ କନ୍ୟାୟେ ଯେ ହୋଇଲେ ଉତପତ୍ତି ।୯୭।ଲଲାଟ ମୁଖ ନାସିକା ଚାରୁ ଚରଣ ବିକାଶିଜିଘ୍ନସେନୀର ତେଜେ ଅଗ୍ନି ଦେବତାୟେ ମଳିଣ ଦିଶି ।୯୮।ଶରୀର ମଧ୍ୟେ ଯେହ୍ନେ ଜଡ଼ିଥାଇ ମଳିତେହେନ୍ନେକ ପ୍ରାୟେ ଅଗ୍ନି ଦିଶିଲା ପ୍ରଜଳି ।୯୯।ଯାଗ ସମାପତ କଲେ ବ୍ୟାସ ମହାମୁନିମହା ଅନଳ ଭେଦି ସମ୍ଭୁତ ଜିଘ୍ନସେନୀ ।୧୦୦।ଶୂନ୍ୟ ଦେବତା ସେ ଅନାଦି ଅପର୍ଣ୍ଣାତ୍ରୈଲୋକ୍ୟ ମୋହିନୀ ସେ ଭାରା ବିନାଶନା ।୧୦୧।ଅଗ୍ନି ବିଦାରିଣ ଯେବଣ ଦେବୀ ସମ୍ଭବିଶୟଳ ମୋହିନୀ ସେ ଯେ ଅନାଦି ସିଦ୍ଧ ଦେବୀ ।୧୦୨।ବ୍ୟାସେ କହିଲେ ଶୁଣ ହୋ ଦ୍ରୋପଦୟେ ଦ୍ୱାପର ଯୁଗକଇଂ ୟେହାର ବଚନ ସିଦ୍ଧ ।୧୦୩।ଦ୍ରୋପଦକୁ ସମର୍ପି ଚଳିଲେ ବ୍ରହ୍ମଋଷିବିଚାରି ଦ୍ରୋପଦ ପାଳଇ ଶୁଭ୍ରକେଶୀ ।୧୦୪।ଦୁହିତାର ନାମ ଗୋଟି ଦିଲାକ ନରପତିଉଚ୍ଛବ କରାଇ ବୋଇଲା ୟେହାର ନାମ ହୋଉଦ୍ରୋପଦୀ ।୧୦୫।