ସାରଳା ମହାଭାରତ ଅଶ୍ୱମେଧପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିବିଷୟ୧।ବନ୍ଦନା୨।ଯଦୁବଂଶ୩।ବ୍ରାହ୍ମଣର ମୃତପୁତ୍ର ଆନୟନ୪।କଦମ୍ବାସୁରର ଯୁଦ୍ଧଯାତ୍ରା୫।କଦମ୍ବାସୁର ବଧ୬।ଯୁଧିଷ୍ଟିରଙ୍କର ଅଶ୍ୱମେଧ ଯାଗ୭।ଅଶ୍ୱ ସହିତ ଅର୍ଜୁନର ଚତୁର୍ଦ୍ଦିଗ ଭ୍ରମଣ ଏବଂ ବବ୍ରୁବାହନ ସହ ଯୁଦ୍ଧ୮।ମୋଢ଼ାସୁର ଯୁଦ୍ଧବନ୍ଦନାଜୟ ତୁ ବିଶ୍ୱନାଥ ପଞ୍ଚଇ ବଦନସଦ୍ୟ ବାମ ଘୋର ତତପୁରୁଖ ମୁଖ ଯେ ଈଶାନ ।୧।ସଙ୍ଗମ ମେଖଳୀ ପିଙ୍ଗଳ ନନ୍ଦକ ଉଦେକ ପଞ୍ଚୁଜଟାଦିଗାମ୍ୱର ପୁରୁଷ ଲାଙ୍ଗଟା ଭୂକୁଟା ।୨।ସେବକ ଲୋକଂକୁ ଅମର ପଦଦେଇଆପଣେ ଅଭାଗୀନାଥ ବସିଲୁ ତୁନି ହୋଇ ।୩।ପରମାନନ୍ଦ ନାଥ ତୁ ଦୁଖେ ଦୁଖୀସମସ୍ତ ଭୋଳେ ଦେଇ ନାଥ ନଥୋଇଲୁ କିଛି ।୪।ଶଇଳଜାର ବଲ୍ଲଭ ଚରଣେ ନମସ୍ତେଦୁସହ ଦୁସ୍ତରୁ ନାଥ ଉଦ୍ଧରି ଧର ମୋତେ ।୫।ମୁହିଂ ମୂର୍ଖମତି ଗ୍ୟାନ ମୋର କିସପାବକ କୁଣ୍ଡଳୀ ନାଥ ଭୂତ ଯେ ଭବିଷ୍ୟ ।୬।ସୁଗନ୍ଧ ଦୂର କରି ବିଭୂତି ଭୂଷଣ କାୟେନିକଳଂକ ନିର୍ମଳ ଶୁଦ୍ଧ ସଷ୍ଟିକର ପ୍ରାୟେ ।୭।ଯାବତ ଜୀବଜନ୍ତୁ ତାବତ ଶିବଦେବାନିର୍ଭୟେ ନିରାକୁଳ ଅବାନ୍ଧବ ବାନ୍ଧିବା ।୮।ସ୍ୱାମୀ ପ୍ରାଣ ଅପାନ ଅଲୋକ୍ୟ ଶିରୀ ଦ୍ୟନ୍ତାନିରେଖି ଜନ ନିସ୍ତାରଣ ନାଥ ଅନାସ୍ତ ଜନ ଉଦ୍ଧାରନ୍ତା ।୯।ତ୍ରଇଲୋକ୍ୟ ଉଦ୍ଧାରଣେ ନାଥ ଗଣ୍ଡୁଷ କାଳକୂଟଗଣ୍ଡସ୍ଥଳେ କଳଂକ ତୋ ନାମ ନୀଳକଣ୍ଠ ।୧୦।ସ୍ୱାମୀ ଭାସ୍କରତୀର୍ଥେ ରାମେଶ୍ୱର ଲିଙ୍ଗ ଦେଖିସଜ୍ଜନ ସଙ୍ଗତେ କାଳ ଯେ ଉପେକ୍ଷି ।୧୧।ଶ୍ରୀରାମେଶ୍ୱର ଲିଙ୍ଗ ଚରଣେ ମୁହିଂ ସେବିନମଇଂ ଶୂଦ୍ରମୁନି ସାରୋଳାଦାସ କବି ।୧୨।ଯେବଣ ମହାଭାର୍ଥ ଚାରିବେଦର ଅର୍ଥମୁହିଂ ତାହା ସଞ୍ଚପି କି କହିବାକୁ ସାମରଥ ।୧୩।ଯଦୁବଂଶ ଧ୍ୱଂସ ବିବରଣୟେଥୁ ଅନନ୍ତରେ ବିଲଂକ ନୃପବରଅନେକ ପୂଜାକଲେ ମୁନିଂକ ପୟର ।୧।ଭୋ ମୁନିୟେ ଜନ୍ମର ପାପ ମୁଂ ଦହିଲିତୁମ୍ଭର ଶ୍ରୀମୁଖରୁ ଅଗ୍ନିପର୍ବ ସ୍ତିରୀପର୍ବ ବ୍ୟାସପର୍ବ ମୁଂ ଶୁଣିଲି ।୨।ଯୁଝେଷ୍ଠି ରାଜ୍ୟ କରି ରହିଲେ ହସ୍ତିନା ରାଜ୍ୟେଣ
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )ସାରଳା ଦାସ ସାରଳା ଦାସ
ୟେଥୁଂ କେବଣ କଥା କହିବା ମୁନି ପୁଣ ।୩।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ୟେଥୁ ଅନନ୍ତରେ ଅଶ୍ୱମେଧ ଯାଗର ଯେ ରୀତି ।୪।
କୃଷ୍ଣଂକୁ ବୋଲନ୍ତି ଯେ ବସୁଦେବ ହଳୀ
ଅନେକ ହତ୍ୟା ଆମ୍ଭେ କଲୁଂ ମହାସ୍ଥଳୀ ।୫।
ସେ ଦୋଷମାନ ପାର ହୋଇବାର ନିମନ୍ତେ
ଅଶ୍ୱମେଧ ଯାଗ ବାବୁ କର ହୋ ଜଗନ୍ନାଥେ ।୬।
ବଦୟନ୍ତି ବଳଦେବ ଯାଗ କରୁ ତୁ ହୋ ସୁଖେ
ଯାଗଶାଳ ରକ୍ଷା କରିବଇଂ ମୁହିଂ ୟେକେ ।୭।
ଚଉରାଶି ଗୁଣ ଲକ୍ଷଣେ ଅଶ୍ୱ ୟେକ ଆଣି
ଶରୀରେ ଆଭରଣ କଲେ କୋଟିୟେ କିରଣ ମଣି ।୮।
ଶ୍ରୀକୃଷ୍ଣ ବୋଇଲେ ଅକ୍ରୁର ତୁ ଯାଅ ଇନ୍ଦ୍ରପ୍ରଶସ୍ତେ
ପଞ୍ଚ ପାଣ୍ଡବନ୍ତ ଘେନିଣ ତୁ ଆସିବୁ ତୁରିତେ ।୯।
ସୋହୋଦ୍ରା ଦ୍ରୋପତୀଂକି ଯେ ଘେନିଆସ ବେଗେ
ବୋଲିବୁ ଶ୍ରୀକୃଷ୍ଣ କରୁଛନ୍ତି ଅଶ୍ୱମେଧ ଯାଗେ ।୧୦।
ଶ୍ରୀକୃଷ୍ଣଂକ ଆଗ୍ୟାଂୟେ ଯେ ଅକ୍ରୁର ଗବନ ବହନ
ଇନ୍ଦ୍ରପ୍ରଶସ୍ତେ ଯାଇଂଣ ପ୍ରବେଶ ଯୁଝେଷ୍ଠିଂକ ଆସ୍ତାନ ସନ୍ନିଧାନ ।୧୧।
ପ୍ରଣପତ୍ୟ ହୋଇଣ ସେ କହିଲା ସକଳ
ଶୁଣିମା ସାନନ୍ଦ ଯେ ହୋଇଲେ ପଣ୍ଡୁବାଳ ।୧୨।
ଅକ୍ରୁର ବୋଇଲା ଅଶ୍ୱମେଧର ଯେ କଥା
ଦଣ୍ଡସା ଜିଅଇଲେ ପାଣ୍ଡବ ସାମରଥା ।୧୩।
ଆସିଣ ଦ୍ୱାରିକା ଭୁବନେ ହୋଇଲେ ପରବେଶ
ଅନେକ ପୂଜା ତାଂକୁ କଲେ ଋଷୀକେଶ ।୧୪।
ଦ୍ରୋପତୀ ସତ୍ୟଭାମାର ବଢ଼ିଲା ଅନେକ ପୀରତି
ଆନନ୍ଦେ ରହିଲେ ଅଶ୍ୱମେଧ ଯାଗ କରିବେ ଶ୍ରୀପତି ।୧୫।
ବଦୟନ୍ତି ଶ୍ରୀପତି ଶୁଣହୋ ନରେନ୍ଦ୍ର
ତୁମ୍ଭର ଆସନ୍ତେ ଆମ୍ଭର ପରମ ଆନନ୍ଦ ।୧୬।
ପଞ୍ଚଭାଇ ତୁମ୍ଭେ ଥିବଟି ନିଚିନ୍ତେ
ବଦୟନ୍ତି ଯୁଝେଷ୍ଠି ଗୋବିନ୍ଦକଇଂ ୟେକାନ୍ତେ ।୧୭।
ଅଶ୍ୱମେଧ ଯାଗ କରି ବସିଥାଅ ତୁମ୍ଭେ
ତହିଂର ସମସ୍ତ ଚରଚା କରୁଥିବୁଂ ଆମ୍ଭେ ।୧୮।
ଯାଗଶାଳ ଦେବ ତୋଳାବନ୍ତି ବେଗେ ବେଗେ
ସୁମରନ୍ତେ ସମସ୍ତ ଋଷି ଆସି ମିଳିଲେକ ଗୋବିନ୍ଦଂକ ଆଗେ ।୧୯।
ଋଷିମାନନ୍ତ ଯେ କହିଲେ ନାରାୟଣ
ତୁମ୍ଭେ ଋଷିୟେ ଯାଗ ଆରୋହଣ ।୨୦।
ବଶିଷ୍ଠ ପଉଲସ୍ତି ମାରକଣ୍ଡ ଅଗସ୍ତି
ସୋମଶ ପରମେଶ୍ୱର ଭାରାଦ୍ୱାଦଶ ଯତି ।୨୧।
ବିଭାଣ୍ଡକ ଋଷ୍ୟଶୃଙ୍ଗ କଣ୍ଡୁ କଶ୍ୟପ ସତ୍ୟପା
ଜନକ ଅଷ୍ଟବକ୍ର ଉତ୍ତଂକ କପିଳ ଅଜପା ।୨୨।
ବ୍ୟାସ ବଲମ୍ୱୀକ ଯେ ବିଶ୍ୱାମିତ୍ର ମୂଳେ
ସମସ୍ତ ପ୍ରବେଶ ହୋଇଲେକ ଅଶ୍ୱମେଧ ଶାଳେ ।୨୩।
ଦ୍ୱାର ରକ୍ଷା କରିବାକୁ ରଖିବାକ କାହା
ଭୋ ଦେବ ଯୁଝେଷ୍ଠିର ୟେ କାର୍ଯ୍ୟକୁ ହୋଇବେକ ସାହା ।୨୪।
ଧର୍ମରାୟେ ବୋଇଲେ ଅର୍ଜୁନ ବୀର ଥାଉଂ
ୟେ ଦ୍ୱାର ରଖିବାକୁ ଆନ ଅଛି ଅବା କେହୁ ।୨୫।
ବୋଲନ୍ତି ଶ୍ରୀଅର୍ଜୁନରେ ୟେ ଦ୍ୱାର ନୋହିବ ରକ୍ଷିତ
ଯାଗ ସମାପତ କରି ନୁଆରିବୁ ଆମ୍ଭେ ତ ।୨୬।
ଅର୍ଜୁନ ବୋଇଲେ ସ୍ୱାମୀ ଆପଣେ ତୁମ୍ଭେ ସବୁ ଜାଣ
କିମ୍ପାଇଂ ୟେହା ମୋତେ ବୋଇଲ ନାରାୟଣ ।୨୭।
ମାଇଲଇଂ ମୁହିଂ ଭୀଷ୍ମ ଦ୍ରୋଣ କର୍ଣ୍ଣ ମୂଳେ
ୟେଗାର କ୍ଷଉଣୀ ବଳ ସଂହାରିଲି ହେଳେ ।୨୮।
ମୋହର ପ୍ରାକ୍ରମ ୟେ ଥିଲାକ ତେତେବେଳେ
ତବ ଦ୍ୱାର ରଖିଲେ ଯୋଗ୍ୟ ନୋହିଲି ୟେତେବେଳେ ।୨୯।
ୟେ ବଚନ ଶୁଣି ଭଗବାନ ମନେ ବିଚାରଇ
ଦ୍ୱାରେ ନରଖିଲେ ୟେ କରିବନା କୋପଇଂ ।୩୦।
ଗୋବିନ୍ଦେ ବୋଇଲେ ଯେବେ ପାରିବୁନି ବର୍ତ୍ତି
ଦ୍ୱାରପାଳ ହୋଇ ରହ ତୁମ୍ଭେ ବିଚିତ୍ରବୀର୍ଯ୍ୟର ନାତି ।୩୧।
ଦ୍ୱାରରକ୍ଷା ପାଳନ ସେ ହୋଇଲାକ ବୀର ପାଥେ
ଲକ୍ଷେ ବଳ ଗାଣ୍ଡିମଧନୁ ପଶୁପତ୍ତ ବାଣ ହାଥେ ।୩୨।
ଲକ୍ଷେଷାଠିୟେ ସହସ୍ର ଅଶିୟେ ନନ୍ଦନ
ଚଉଦ ଲକ୍ଷ ଅଛନ୍ତି ଯାଦବ ବଳସଇନ ।୩୩।
ଅନ୍ଧେକ ବଳ ଭୋପାଳ ହରିହର ଭୋଜବଂଶ
ୟେ ବିଧି ଛପନ କୋଟି ଯାଦବନ୍ତ ଘେନିଣ ଋଷିକେଶ ।୩୪।
ବତିଶ ସହସ୍ର ଶତେ ଅଷ୍ଟପାଟ ବଂଶୀ
ଦିବ୍ୟ ଅବତାର ହୋଇ ଯାଗଶାଳେ ବସି ।୩୫।
କୃଷ୍ଣ ବୋଲନ୍ତି ଅର୍ଜୁନ ତୁ ଥିବୁ ଯାଗଶାଳ ଦ୍ୱାରେ
ବିନା ଅଗ୍ୟାଂୟେ କେହି ଯେହ୍ନେ ନପଶିବ ଭିତରେ ।୩୬।
ଆମ୍ଭେ ସମସ୍ତେ ବିଶହସ୍ର ତୁହି ଯେ ଶହସ୍ରଧାରୀ
ଯେ ବଳାତ୍କାରେ ପଶିବ ତାକୁ ପକାଇବୁ ମାରି ।୩୭।
ଯାଗନିକମାନେ ଯେ ପିନ୍ଧିଲେ ଝୀନବାସ
ଧଉର୍ଯ୍ୟବନ୍ତ ହୋଇଣ ବସିଲେ ହୃଷିକେଶ ।୩୮।
କପିଙ୍ଗଳ ଛାଲରେ ବସିଲେ ଦେବହରି
କଟିମେଖଳା ଓଢ଼ିଆଣୀ କୃଷ୍ଣାଜିନ ଚଉଂରୀ ।୩୯।
ବ୍ରାହ୍ମଣନ୍ତ ଭୋଦନ ଯେ ଦିଅନ୍ତି ଅନେକ
ଅଗ୍ନି ଆରୋପଣ ଯେ କରନ୍ତି ଯାଗନିକ ।୪୦।
ମକର ମାସ ଶୁକଳ ପକ୍ଷ ଦ୍ୱିତୀୟାର ତିଥି
ଶ୍ରବଣା ନକ୍ଷତ୍ର ସେ ଯେ ବାର ବୃହସ୍ପତି ।୪୧।
ସିଦ୍ଧି ନାମେ ଯୋଗ ଯେ ବାଳବ ନାମେ କରଣ
ସେହିଦିନ ହୋଇଲା ଯାଗ ଆରୋପଣ ।୪୨।
ବ୍ରାହ୍ମଣର ମୃତପୁତ୍ର ଆନୟନୟେଥୁ ଅନନ୍ତରେ ଶୁଣ ତୁହୋ ରାଜଶିଷଯାଗ ତିନିଦିନ ହୋଇଲାକ ପରବେଶ ।୧।ସେ ନଗ୍ରେ ଥାଇଂ ରହି ବସୁକଳ୍ପ ନାମେ ଦ୍ୱିଜାଶ୍ରୀୟା ନାମେଣ ଯେ ତାହାର ଭାରିଯା ।୨।ଛଡ଼ ଗୋଟି ପୁତ୍ର ତାହାର ହୋଇଲାକ ଯାୟେଅନ୍ତୁଡ଼ି ଶାଳରୁ ଅଦଭୁତେ କେଣେ ଯାୟେ ।୩।ବଡାଇ ବଇକୁଲ୍ୟ ହୋଇଲାକ ଦ୍ୱିଜବରବଇଷ୍ଣବୀ ଚକ୍ର ବୁଲଇ ଯହିଂ ସହସ୍ରେକ ଧାର ।୪।ଯମ ଦେବତା ଯହିଂ ପଶିତେ ନୁଆରଇ ଭୟେକରିଅନ୍ତୁଡ଼ିଶାଳରୁ କେ ମୋ ପୁତ୍ରକଇଂ ନିୟେ ହରି ।୫।କେବଣ ମତେ ଚରିତ ବୁଝିବିଭାଳଇ ବ୍ରାହ୍ମଣ ମୁଂ କେମନ୍ତେ କରିବି ।୬।କେହୁ ମୋତେ ୟେଥୁଂ କରିବ ପ୍ରତିକାରଅନ୍ତୁଡ଼ିଶାଳ ମଧ୍ୟରୁ କେ ପୁତ୍ର ନିଅଇ ମୋହୋର ।୭।ବ୍ରାହ୍ମଣୀକି ବୋଇଲା ଚାଲ ୟେଥୁଂ ଯିବା ପୋଡୁ ୟେ ଦ୍ୱାରକାୟେ ବିଷ୍ଣୁର ଭୁବନେ ମୁଂ ପାତକ କଲି ୟେକା ।୮।ବ୍ରାହ୍ମଣୀ ବୋଇଲା ପଣ୍ଡାୟେ ନୁହ ତୁମ୍ଭେ ବିକଳଦୁଖ ପାର ହୋଇବ ଆମ୍ଭର କୃଷ୍ଣଂକ ଯାଗଶାଳ ।୯।ଦ୍ୱାରିକା ଯାଇ ତୁମ୍ଭେ ବେଳେକ ବଚନମାଗଅବଶ୍ୟ ଦେବାକ ସେ ନୁହଇ ବିଯୋଗ ।୧୦।ୟେଥୁ ଅନନ୍ତରେ ଯାଗ ତୃତୀୟ ଦିବସ ହୋୟେଭାରିଯା ବୋଇଲା ତୁମ୍ଭେ ଯାଅ ଯା ପଣ୍ଡାୟେ ।୧୧।ଯେ ଯାହା ମାଗନ୍ତି ଅବିଚ୍ଛନ୍ନେ ଦିଅନ୍ତି ସେ ଦାନତୁମ୍ଭେ ୟେବେ ଯାଅ ଆହୋ ମାଗ ପୁତ୍ର ଦାନ ।୧୨।କଲେ ତିରଣ ଘେନିଣ ବସୁକଳ୍ପ ବେଦଧ୍ୱନି କରିଯାଗଶାଳ ଦ୍ୱାରେ ଯାଇଂ କହଇ ଗୁହାରି ।୧୩।ୟେସନେର ଅନୀତି ଯେ କୃଷ୍ଣ ତୋର ପୁରୀଛଡବେଳ ବ୍ରାହ୍ମଣୀ ପୁତ୍ର ପ୍ରସବଇ କେ ନିଅଇ ହରି ।୧୪।ତୋହୋର ରାଜ୍ୟେ ହରି ୟେସନେକ ଅରଷ୍ଟିପୁତ୍ର ଦେଇ ମୋହୋର ଯେ ମନ କର ତୁଷ୍ଟି ।୧୫।ବୋଲଇ ବିନୟ ଭାବେ ବୀର ଫାଲଗୁନିୟେଥେଂ ବ୍ରାହ୍ମଣ ତୁ ଚହଳ ନକରନି ।୧୬।ମୋତେ ଦ୍ୱାରେଣ ଥୋଇ ଦେବହରିଯାଗଶାଳେ ବସିଛନ୍ତି ଦେବ ଯେ ମୁରାରି ।୧୭।କେବଣ ଆରତ ସେ କହସି ଦ୍ୱିଜବରକେବଣ କୃତେ ଗୁହାରି ଅଛଇ ତୁମ୍ଭର ।୧୮।ତୋହୋର ବେଦନା ଦ୍ୱିଜ କହ ମୋହୋର ଆଗେମୁହିଂ କିରିବି ତାହା କୃଷ୍ଣଂକ ଅନୁରାଗେ ।୧୯।ବୋଲଇ ବ୍ରାହ୍ମଣ ତୁକୁଇ ଶକ୍ୟ ନାହିଂକିସ କରିବଇଂ ତୋହୋର ଆଗେ କହି ।୨୦।ତୁହୋ ପ୍ରତାପ କି ନଜାଣୁ ମୋହୋର ଦ୍ୱିଜବରମୁହିଂ ସେ ସକଳ ଦୁଷ୍ଟଂକ ଦର୍ପହର ।୨୧।ଅବନୀ ଭାରା ନିବାରଣେ ଯେ ମୋହର ବଳଥିଲାତୋହୋର କେଉଂଣ କଥାଟି ମୋହୋର ଶକ୍ୟ ଯେ ନୋହିଲା ।୨୨।ଦ୍ରୁପଦ ରାୟେ କଲେକ ସୟମ୍ୱରଲକ୍ଷେ ନୃପତି ମିଳିଲେ ତାହାର ମନ୍ଦିର ।୨୩।ଲାଖ ବିନ୍ଧି ତହିଂ ଦ୍ରୋପତୀଂକି ଆଣିଲିକୁରୁବଳ ସଇନିଂକି ମୁଂ ୟେକା ନିବାରିଲି ।୨୪।ବିରାଟ ରାଜ୍ୟେ ମୁଂ ନପୁସଂକ ଯେ ହୋଇଲିଅନ୍ତେଶ୍ୱରେ ବୃହନ୍ନାରୀ ମୁହିଂ ବୋଲାଇଲି ।୨୫।ଗୋଧନ ହରଣେ ରାଜା ଦ୍ରିଯୋଧନ ଆୟେଶୁଣିଣ ଉତ୍ତରକୁମାର ପଡଇ ମୋହୋର ପାୟେ ।୨୬।ତାହାର ରଥେ ମୁଂ ସାରଥି ହୋଇଗଲିତାହାର ନିଉନେ ରଥୀ ହୋଇ ମୁଂ ସକଳ ସନ୍ୟ ନିବାରିଲି ।୨୭।କୁରୁପାଣ୍ଡବେ ବଳ ଯେ ସମର ହୋଇଗଲାଅନେକ ବଳ ମୋହୋର ହାଥରେ ପଡ଼ିଲା ।୨୮।ମାଇଲି ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଜଦ୍ୟରଥ ମୂଳେୟେଗାର କ୍ଷଉଣୀ ବଳ ସଂହାରିଲି ହେଳେ ରୋଳେ ।୨୯।ୟେ ବଚନ ଶୁଣିଣ ଦ୍ୱିଜବର ଉପହାସ କାୟେଶୁଣିଣ ଅର୍ଜୁନ କୋପେ ଗୁରୁତର ହୋୟେ ।୩୦।ଅର୍ଜୁନ ବୋଲଇ ମୁହିଂ ତୋହୋର କାର୍ଯ୍ୟ କରଇ ପାରିକହସି ବ୍ରାହ୍ମଣ ହୋ ୟେବେ ଆଗରେ ମୋହୋରି ।୩୧।ଆହୋ ଦ୍ୱିଜବର କେହୁ ଅଟଇ ଫାଲଗୁନିଭାରା ନିବାରଣେ ଆମ୍ଭେ ଜନ୍ମିଲୁ ମାନବ ଦେହ ଘେନି ।୩୨।ଶୁଣିଣ ବ୍ରାହ୍ମଣ ଯେ ବୋଲଇ ତାର ଆଗେଯାଇଣ ଫାଲଗୁନି ହୋ ଜଣାଅ କୃଷ୍ଣେ ବେଗେ ।୩୩।କେ ମୋହର ଛଡ ବେଳେ ପୁତ୍ର ହରିନେଲାୟେବେ ବ୍ରାହ୍ମଣୀର ପ୍ରସବ ନିକଟ ହୋଇଲା ।୩୪।ଦଶମାସ ସମ୍ପୂର୍ଣ୍ଣ ନିକଟ ହୋଇଲାନି ଆସିନପୁଣ ପୁତ୍ର ଜନ୍ମକାଳେ ସେହୁ ନିୟେ ଆସି ।୩୫।ବୋଲଇ ଅର୍ଜୁନ ହୋ ଶୁଣ ଦ୍ୱିଜବରତୋର ଆଗେ କିସ କହିବି ପହିଜ ମୋହୋର ।୩୬।ୟେ ଘାନ୍ତି ପ୍ରସବ କାଳେ ରଖିବି ତୋର ବଳାବୋଲଇ ଦ୍ୱିଜବର ହୋ ବହନ ୟେଥୁଂ ପଳା ।୩୭।ତୋହୋର ପୁତ୍ର ଯେବେ ନୁଆରଇ ରଖିତଅଗ୍ନି ଜାଳି ମରିବି ଯେ ମୋହର ସତ୍ୟ ସତ୍ୟ ।୩୮।ୟେ ଛାର କଥାକୁ କିମ୍ପେ ତୋହୋର ୟେଡେ ଡରଚାଲ ହୋ ବ୍ରାହ୍ମଣ ଯିବା ତୁମ୍ଭର ସେ ଘର ।୩୯।ଆଗେଣ ଦ୍ୱିଜବର ପଛେ ଚଳଇ ଅର୍ଜୁନଯାଇଣ ପ୍ରବେଶ ହୋଇଲେ ବ୍ରାହ୍ମଣ ଘର ସନ୍ନିଧାନ ।୪୦।ଭିତରକୁ ଆସ ବୋଲି ବିପ୍ର ବୋଇଲେ ଅରଜୁନେକେମନ୍ତେ ଯିବି ତୋହୋର ପ୍ରସବର ଥାନେ ।୪୧।ବ୍ରାହ୍ମଣ ବୋଲଇ ତୁ କରିବୁନା ମିଥ୍ୟାସନ୍ନିଧ୍ୟେ ଦେଖିବୁ ନା ହରଣ ବ୍ୟବସ୍ଥା ।୪୨।ବ୍ରାହ୍ମଣ ବଇକୁଲ୍ୟେ ପାଥ ପଶିଲା ଭିତରେଧନୁ ଶହସ୍ର ଧରି ପାଥ ଜଗି ବସିଲାକ ଦ୍ୱାରେ ।୪୩।ପୁତ୍ରେକ ବ୍ରାହ୍ମଣୀର ସେ ପ୍ରସବ ହୋଇଲାନାଭି ତାଟି କରି ଆଣି ଅର୍ଜୁନକୁ ଦେଖାଇଲା ।୪୪।ସ୍ରାହାନ କରାଇ ଅନ୍ତୁଡ଼ିଶାଳେ ଶୁଆଇଲା ବାଳଜନ୍ମ ଉତ୍ସବ ଦେଖି ହୁଳହୁଳି ଦିଅନ୍ତି ଯୁବତୀ ସକଳ ।୪୫।ଚତୁର୍ଥ ହୁଳହୁଳି ଦ୍ୱିଜଘରେ ଶୁଭିଲା ଶବଦପଞ୍ଚମ ହୁଳହଳିକି ପଡିଲା ପରମାଦ ।୪୬।ଅଦଭୂତେ ନନ୍ଦନ କେବଣ କତି ଗଲାହା ହା ପୁତ୍ର ବୋଲିଣ ବ୍ରାହ୍ମଣୀ ଶୋକ କଲା ।୪୭।କାନ୍ଦଇ ବ୍ରାହ୍ମଣ ବ୍ରାହ୍ମଣୀ ଅର୍ଜୁନ ମୁଖ ଚାହିଂବିଶ୍ୱାସଘାତକ ତୁ ହୋଇଲୁ କିସ ପାଇଂ ।୪୮।କରେ କଟାର ଘେନି ବ୍ରାହ୍ମଣ ବ୍ରାହ୍ମଣୀତୋହୋର ଉପରେ ୟେ ହୋଇବୁ ଆମ୍ଭେ ହାଣି ।୪୯।ଧିକ ଧିକ ଅର୍ଜୁନ ତୋହୋର ଛତ୍ରୀ ପଣଛତ୍ରୀଂକର ମଧ୍ୟେ ତୁହୋ ଅଟୁ ହୀନଜନ ।୫୦।ଧିକ ଧିକ ତୋହୋର ଅକ୍ଷ ଯେ ତ୍ରୋଣ ପଶୁପତ୍ର ଶରଧିକ ଧିକ ହୋଉ ଯେ ଗାଣ୍ଡିମ ଧନୁ ତୋର ।୫୧।ୟେଡେ ବଡ ପ୍ରତଗ୍ୟାଂୟେ କରିଣ ଅଇଲୁସଞ୍ଚୟେ ପୁତ୍ର ମୋହୋର ରଖିତ ନୁଆରିଲୁ ।୫୨।ୟେଡ଼େକ ଭରସା ଯେ ଅଇଲୁ ପୁତ୍ର ରଖିୟେବେ ମୋହୋର ହତ୍ୟା ଘେନ ମୁଂ ପୁତ୍ର କଷ୍ଟେ ଦୁଖୀ ।୫୩।ଶୁଣିଣ ଅର୍ଜୁନ କପାଳେ ତାଡଇ ନିଜ ହାଥଅଭାବିତ କର୍ମ ମୋର ଦଇତ ପରାକୃତ ।୫୪।ଶୁଷ୍କକାଠ ଆଣିଣ ପାଥ ସଞ୍ଚିଲାକ ରୋଇପ୍ରତିକ୍ଷଣ କରିଣ ସେ ପଶିତେ ଲୋଡଇ ।୫୫।ଡଗର ଯାଇ ଶ୍ରୀକୃଷ୍ଣ ଆଗେ ଜଣାଇଲାଧର୍ମର ବେଳେ ଆଜ ପ୍ରମାଦ ପଡିଲା ।୫୬।ଅର୍ଜୁନ ହୁତାଶନେ ପଶଇ ଦେବହରିବ୍ରାହ୍ମଣ ପୁତ୍ରକଇଂ ସେ ରଖିତ ନୁଆରି ।୫୭।ଭାଳନ୍ତି ଶ୍ରୀକୃଷ୍ଣ ଯେ କିସ କରିବା ଉପାୟେକେମନ୍ତେ ଅର୍ଜୁନ ଯେ ଅଗ୍ନିରେ ଝାସ ନ ଦିୟେ ।୫୮।ୟେ ମୋହୋର ଯାଗତ ପ୍ରାପତ ନୋହିଲାୟେବେ ସେଇ ଶାପ ତ ପ୍ରାପତ ହୋଇଲା ।୫୯।ୟେତେ ବୋଲିଣ ଆସନ ତେଜି ଉଠିଲେ ଦେବହରିବ୍ରାହ୍ମଣ ମନ୍ଦିରେ ଯାଇଂ ବିଜୟେ ଦେବ କରି ।୬୦।ଅଗ୍ନିରେ ଅର୍ଜୁନ ପଶନ୍ତେ ଧଇଲେ ଦେବ କୋଳେକିମ୍ଭୂତ କାରଣେ ମୋତେ ଝିଂଘାସୁ ୟେତେବେଳେ ।୬୧।ଅର୍ଜୁନ ବୋଇଲେ ଦେବ ବ୍ରାହ୍ମଣ କେ ନିଅଇ ହରିତେଣୁକରି ଦ୍ୱାରେ ଯାଇ ସେ କଲାକ ଗୁହାରି ।୬୨।ମୁହିଂ ବୋଇଲି ଚହଳ ନ କର ଧର୍ମ ବେଳେମୁହିଂ ତୋହୋର ପୁତ୍ର ରଖିବି ପ୍ରସବର କାଳେ ।୬୩।ମୋହୋର ଜଗନ୍ତେ କେହୁ ପୁତ୍ର ନେଲା ହରିଆବରେ ଜୀବନେ କିସ ପ୍ରିୟୋଜନ ମୋହୋରି ।୬୪।ବାଚା ବିଚଳିତ ହୁଅନ୍ତି ଯେଉଂଣ ପୁରୁଷାଆଉ ସେ ଲୋକଂକର ଦେବ ଜୀବନେ କିସ ଆଶା ।୬୫।ତାହା ଶୁଣିଣ କୃଷ୍ଣ ବୋଇଲେକ ହସିଆସ ହୋ ଅର୍ଜୁନ ୟେହାର ପୁତ୍ର ଆଣିମାସି ।୬୬।ଶ୍ରୀକୃଷ୍ଣର ବଚନ ଅର୍ଜୁନ ବୀର ଶୁଣିକେସନେକେ ବିପ୍ର ପୁତ୍ର ଦେବୁ ଶାର୍ଙ୍ଗ ପାଣି ।୬୭।ଆସ ଆସ ବୋଲିଣ ବୋଇଲେ ଜଗୁନାହାୟେହିକ୍ଷଣି ପୁତ୍ରକୁ ହୋ ଆଣିଦେବା ତାହା ।୬୮।ଶ୍ରୀକୃଷ୍ଣଂକ ବଚନେ ବରଷ ଅରଜୁନକେସନେକେ ପୁତ୍ର ତୁ ହୋ ନେବୁ ଜନାର୍ଦ୍ଦନ ।୬୯।ପୁଷ୍ୟେକ ଆରୋହିଣ ସେ ଦଇବକୀର ସୁତତୁଲେଣ ବସିଅଛି ପାଣ୍ଡବ ବୀର ପାଥ ।୭୯।ଶ୍ରୀବଳଦେବଂକୁ ଯେ ବୋଲନ୍ତି ଦେବହରିମୋହୋ ଆସିବା ଯାୟେ ଦ୍ୱାର ଥିବଟି ଆବରି ।୭୧।ଋଷିମାନେ ବସି ହାଦେ ୟେଥି କରୁଥାନ୍ତୁ ଯାଗଅର୍ଜୁନ ପ୍ରତଗ୍ୟାଂ ସିଦ୍ଧ କରି ଆସଇ ମୁଂ ବେଗ ।୭୨।ରଥ ଚଢି ବିଜୟେ ଧନୁର୍ଜୟେପାତାଳବିମ୍ୱରେ ଯାଇ ପଶିଲେ ଦେବରାୟେ ।୭୩।ଶ୍ରୀହରି ବୋଇଲେ ରଥ ଯାଇତ ନୁଆରିପଶିଲେ ଦୁଇଜଣ ରଥଦ୍ୱାରେ ଥୋଇକରି ।୭୪।ମହାଘୋର ଅନ୍ଧାର ନଦିଶଇ ବାଟଘାଟବେନିଜନେ ପଶିଲେ ସେ ଦୃସହ ସଂକଟ ।୭୫।ଅର୍ଜୁନର କର ଧରି କେତେହେଂ ଧୂର ଯାୟେଅନ୍ଧାର ପୁରୀ ଜିଣି ଦେଖିଲେ ସୁବର୍ଣ୍ଣପୁରୀ ଗୋଟିୟେ ।୭୬।ଅର୍ଜୁନ ବୋଇଲେ ଯେ ଶ୍ରୀକୃଷ୍ଣ ମୁଖ ଚାହିଂଅଦଭୁତେ ଭୁବନେ ଦେବ ପଶିଲୁ କିସ ପାଇଂ ।୭୭।ବୋଲନ୍ତି ମାଧବ ଆହେ ଅର୍ଜୁନ ତୁମ୍ଭେ ଶୁଣୟେ ସେ ବାରସ୍ୱତୀ ଭୁବନ ନିରିବାଣ ।୭୮।ଅନେକ ପୁଣ୍ୟ କରିଥିଲେ ୟେହୁ ପୁର ହାଦେ ପାଇଲକ୍ଷେ ଯାଗ କରିଥିଲେ ହାଦେ ୟେ ପୁର ସେ ଦେଖଇ ।୭୯।କୃଷ୍ଣର ବଚନେ ଯେ ବୋଲନ୍ତି ଧନୁର୍ଜୟେଆକାଶ ଭୁବନେ ଯେ ବସନ୍ତି ଦେବରାୟେ ।୮୦।ବଦୟନ୍ତି ଶ୍ରୀକୃଷ୍ଣ ଶୁଣ ହୋ ଫାଲଗୁନ୍ୟତିନି ଭୁବନେ ସେ ଦେବତାଂକ ଥାନ ।୮୧।ଈଶ୍ୱରଂକର ୟେହି ମତେ ଅଛଇ ତିନିପୁରଯେ ବିଷ୍ଣୁ ସେ ଶଂକର ୟେଥେ ହେଂ ନାହିଂନା ବିକାର ।୮୨।ପାତାଳ ଭୁବନେହିଂ ହଟକେଶ୍ୱର କପିଳାସନିଅଡ଼ କପିଳାସ ମଧ୍ୟସ୍ୱର୍ଗ ବାସ ।୮୩।କଣୟ କପିଳାସ ଭୁବନ ଆକାଶୟେ ତ୍ରିୟମ୍ୱକ ନାଥଂକର ଯେ ତିନିସ୍ୱର୍ଗେ ବାସ ।୮୪।ଶ୍ରୀବିଷ୍ଣୁନାଥଂକର ୟେ ବଇକୁଣ୍ଠ ପୁରୀମଞ୍ଚେଣ ଦ୍ୱାରିକାପୁର ବୋଲି ଅବତରି ।୮୫।ସ୍ୱର୍ଗେ ବାରସ୍ୱତୀ ଭୁବନ ନିର୍ବାଣୟେ ବିଧି ତ୍ରିଭୁବନ ଯେ ବିଷ୍ଣୁନାଥଂକର ଜାଣ ।୮୬।ଚଉଦ ଲକ୍ଷ ଜୁଣ ଉଚ୍ଚେ ବିଷ୍ଣୁପୁର ଗୋଟିତହିଂ ଲକ୍ଷେ ଯୋଜନ ଉପରେ ଅନନ୍ତ ଶୟନଟି ।୮୭।ଆମ୍ଭନ୍ତ ଦେଖିଣ ତାଂକ ମନରେ ହରଷବିଷ୍ଣୁକଳା ଲୋକ ୟେ ଅଟନ୍ତି ଅଭ୍ୟାସ ।୮୮।ଶଂକର କଳା ଲୋକ ୟେ ଅଟଇ ଶିବଦାସବିଷ୍ଣୁଂକର ଭଗତ ଯେ ଅଟଇ ବିଷ୍ଣୁଦାସ ।୮୯।ମହା ପୁଣ୍ୟବନ୍ତ ୟେ ଅଟନ୍ତି ବେନି ଜନୟେହାଂକର ତୁଲେ ଆଜ ପାଇବ ଦରଶନ ।୯୦।ଭୋ ରାଜନ ରତ୍ନପୁରେ ଯେ ସୁବର୍ଣ୍ଣ କୋଣକାଣ୍ଡହୀରା ମାଣିକ୍ୟ ଖମ୍ୱରେ ଶେଣୀ ଖଣ୍ଡ ।୯୧।ଦିବ୍ୟ ପୋୟେଳାୟେ ହୋୟେ ଓରା ରୁଅ ପନ୍ତିସୁବର୍ଣ୍ଣ ରସାମଣି ପୀଢ଼ା ପଞ୍ଚୁରତ୍ନେ ସଞ୍ଚି ଅତି ।୯୨।ଦେଖିକରି ଅର୍ଜୁନ ଉତସଲ୍ୟ ଗାତ୍ରହିଂପବିତ୍ର ଭୁବନ ୟେ ଦେଖିଲାତ ମୋର ନାହିଂ ।୯୩।ଗୋବିନ୍ଦେ ବୋଲନ୍ତି ହୋ ଜୟେ ଯେ ବିଜୟେଜଣାଅ ମଧ୍ୟଭୁବନୁଂ ଆସିଛନ୍ତି କୃଷ୍ଣ ଧନୁର୍ଜୟେ ।୯୪।ଯାଇ ବିଜୟେ ଜଣାଇଲା ଶ୍ରୀବିଷ୍ଣୁନାଥର ଆଗେଶୁଣିଣ ସାନନ୍ଦ ହେଲେ ଦେବ ଶିରୀରଙ୍ଗେ ।୯୫।ଆଗ୍ୟାଂ ହୋଇଲା ସେ ଆସନ୍ତୁ ଆଗହୋଇଶୁଣିଣ ବିଜୟ ତାଂକୁ କହିଲା ବେଗେ ଯାଇ ।୯୬।ଆଗ୍ୟାଂ ହୋଇଲା ସେ ଆସନ୍ତୁ ତୁରିତଶୁଣିକରି ସନ୍ତୋଷ ହୋଇଲେ ଶ୍ରୀକୃଷ୍ଣ ପାଥ ।୯୭।ଆଗ୍ୟାଂ ପାଇ ଯାଇଣ ଭିତର ପୁରେ ପଶିକଣୟ ଆସ୍ତାନେ ଯେ ବିଷ୍ଣୁ ଛନ୍ତି ବସି ।୯୮।ସୁବର୍ଣ୍ଣର ସିଂଘାସନେ ମର୍କତ ଜଡ଼ିଲାହୀରା ନୀଳା ମାଣିକ୍ୟ ବଇଡ଼ୁର୍ଯ୍ୟ ଖଞ୍ଜିଲା ।୯୯।ଯୋଗଧ୍ୟାନ ନିମନ୍ତେ ବସିଅଛନ୍ତି ଶ୍ରୀପୁରୁଷୋତ୍ତମଦେଖିଣ ହରଷ ତାଂକୁ ଶ୍ରୀହରି ଅରଜୁନ ।୧୦୦।ଶ୍ରୀବିଷ୍ଣୁର ଭୁଜ ନୀଳଉତ୍ପଳ ବିରାଜଇପୀତବାସ ପରିହରଣ ଦେବଂକ ଦେବ ରାଜଇ ।୧୦୧।ଶଙ୍ଖ ଚକ୍ର ଗଦା ପଦ୍ମ କଉମୁଦୀ କଉସ୍ତୁଭ ଆଦିଆସ୍ତାନ କରିଅଛନ୍ତି ବିଜୟେ ଶତ୍ରଭେଦୀ ।୧୦୨।ପ୍ରଳମ୍ୱିତ ହୋଇ ତାଂକୁ ସ୍ତୁତି କଲେ ବେନିଉଠି ଉଭା ହୋଇ ପୁଣି କରନ୍ତି ଦୟିନୀ ।୧୦୩।ଯୋଗ ଧ୍ୟାନ ଭାଞ୍ଜିଲା ସେ ଦେବ ନାରାୟଣଦେଖିଣ ବୋଲନ୍ତି ବେନି ଜନେୟେ ଆପଣେ ।୧୦୪।ବିଷ୍ଣୁ ବୋଲନ୍ତି ଶୁଣ ହୋ ପୁରୁଷୋତ୍ତମଅର୍ଜୁନ ଘେନି ଅଇଲୁ ନାହିଂ ତ ବଳରାମ ।୧୦୫।ତୁମ୍ଭେ ଗଲ ପାଶୋରିଲ ୟେ ଭୁବନତୁମ୍ଭେ ସିନା ଗଲ ହୋ ହରି ବଳରାମ ।୧୦୬।ନର ନାରାୟଣ ଅଟ ତୁମ୍ଭେ ବେନିଭାରା ନିବାରଣେ ତୁମ୍ଭେ ଉପୁଜିଲ ମେଦିନୀ ।୧୦୭।ପୃଥିବୀ ସହି ନୁଆରିଲା ଅସୁର ପାଦଭାରମୋହୋର ତହିଂକି ଆସିଲେ ତ୍ରିଦଶ ଅମର ।୧୦୮।କ୍ଷୀର ସମୁଦ୍ର ଭିତରେ ଥିଲୁ ଯୋଗଧ୍ୟାୟେତହିଂ ମିଳିଲେ ଆସି ତ୍ରିଦଶ ଦେବତାୟେ ।୧୦୯।ଅନେକ ବିନୋୟୀ କହିଲେକ ଭାଳିପୃଥିବୀ ଭାରାଭର ନିବାରିବେ ବନମାଳୀ ।୧୧୦।ଶୁଣି କରି ଆମ୍ଭର ଶରୀରକୁ ଚାହିଂଲୁଶୁକଳ କଳା ଯେ ଦୁଇ ରୁମ ଉପାଡ଼ିଲୁ ।୧୧୧।ମଥୁରା ନଗ୍ରେ ଅଛନ୍ତି ଦେବକୀ ଦଇବକୀବସୁଦେବର ପୁତ୍ର ତୁମ୍ଭେ ହୁଅ ଯାଇଂ ଭୁବିକି ।୧୧୨।ଯେ ସେ ଶୁକଳ ହେବ ବଳରାମ ରୂପଯେହୁ ସେ କଳାବର୍ଣ୍ଣ ତୁମ୍ଭେ ସେ ଶ୍ରୀକୃଷ୍ଣ ସରୂପ ।୧୧୩।ଯେବଣ କୃତ୍ୟକଇଂ ମୁଂ ପଠିଆଇଲି ତୁମ୍ଭନ୍ତସେ କାର୍ଯ୍ୟ ସାରି କିମ୍ପେ ରହିଲ ନିଚିନ୍ତ ।୧୧୪।ମଧ୍ୟ ଭୁବନରେ ଭୋଗ ପାଇ ସର୍ବ ଯେ ପାଶୋରିଲୟେବେ ଯାଇଂ ବେଗେ ଆସ ନୋହି ତିମ୍ଭେ ଭୋଳ ।୧୧୫।ମୁହିଂ ସେ ବିଷ୍ଣୁନାଥ ଅଠଇ ୟେକଯୋଗମଞ୍ଚେଣ ଆଉ କେତେ କରିବି ବଇଭୋଗ ।୧୧୬।ବୋଲନ୍ତି ଶ୍ରୀକୃଷ୍ଣଚନ୍ଦ୍ର କୃତ ଆଞ୍ଜୋଳି ହୋଇଆମ୍ଭନ୍ତ ଅଗୋଚର ଜାଣିବୁ ଆମ୍ଭେ କାହିଂ ।୧୧୭।ୟେବେ ତୁମ୍ଭ ଆଗ୍ୟାଂୟେ ଆସିବୁ ଚଉବାହାଆସିବଇଂ ଶୀଘ୍ରେ ଦେବ ଜଗୁଜନ ନାହା ।୧୧୮।ସକଳ ଭାରାତ ନିବାରିଲ ମେଦିନୀଆସିବ ଯାଅ ବେଗେ ବଳରାମଂକୁ ସଙ୍ଗେ ଘେନି ।୧୧୯।ଶ୍ରୀକୃଷ୍ଣ ବୋଇଲେ ଯେତେକ ଯାଦବ ଅଛନ୍ତି ମୋର ବଂଶଆସିବାର ବେଳେ ତାହା କରିବଇଂ ନାଶ ।୧୨୦।ବାହୁଡ଼ି ଯାଅ ବୋଲି ବିଷ୍ଣୁନାଥ ଦିଲେ ଆଗ୍ୟାଂସ୍ୱାମୀ ତୁମ୍ଭର ବଚନ କେ କରିବ ଅବଗ୍ୟାଂ ।୧୨୧।ବହନ ଯାଅ ବୋଲି ବିଷ୍ଣୁନାଥ ବୋଲିଶ୍ରୀକୃଷ୍ଣ ପ୍ରଣମ୍ୟ କରି ଶୁତିଲେ ଗଡ଼ଘାଲି ।୧୨୨।ଯେବଣ କାର୍ଯ୍ୟେ ଆମ୍ଭେ ଅଇଲୁ ଗୋସାଇଂସେ ବଚନ ଗୋଟି ଛାମୁରେ କହଇ ନିର୍ଭାଇ ।୧୨୩।ମୋହୋର ନଗ୍ରରେ ଦେବ ୟେକଇ ଦ୍ୱିଜବରପୁତ୍ର ଗୋଟିୟେ ଜନ୍ମ ଯେ ହୋଇଲା ତାହା ଘର ।୧୨୪।ଜନମ ହୋଇ ଅନ୍ତୁଡ଼ିରେ ଶୁଆଇଲେ ଯେବେଅନ୍ତର୍ଦ୍ଧାନେ ସେହି ଗଲା କେଉଂଣ ଯେ ଠାବେ ।୧୨୫।ମୁହିଂ ଯାଗଶାଳେ ଦେବ ଥିଲାଇଂ ଦେବ ବସିବ୍ରାହ୍ମଣ ମୋର ଦ୍ୱାରେ ଗୁହାରି କଲା ଆସି ।୧୨୬।ଅର୍ଜୁନକୁ ଜଗାଇଥିଲି ଯାଗ ଦ୍ୱାରେବ୍ରାହ୍ମ ଗୁହାରି କଲା ଅତି ଆରତରେ ।୧୨୭।ଯାଗର ବେଳେ ଯେ ଯିସ ମାଗଇଅବଶ୍ୟ ଦେଉଂ ଯାହା ମନାସଇ ।୧୨୮।କହିଣ ବ୍ରାହ୍ମଣ ସେ ସତ୍ୟ ମନାଇଲାତାହାର ଆଗେ ଅର୍ଜୁନ ବହୁ ପ୍ରତଗ୍ୟାଂ ଯେ କଲା ।୧୨୯।ତୋହୋର ପୁତ୍ର ଯେବେ ରଖିତ ନୁଆରଇନିଚୟେ ସତ୍ୟ ମୋର ଅଗ୍ନି ଜାଳି ମରିବଇଂ ।୧୩୦।ତାହାର ପୁତ୍ରକୁ ୟେତ ରଖି ନୁଆରିଲାଅନ୍ତୁଡ଼ିରେ ଶୁଆନ୍ତେ ପୁତ୍ର କେହୁ ହରିନେଲା ।୧୩୧।ନ ଦେଖିଣ ବ୍ରାହ୍ମଣ ଯେ କଲାକ କୋପଇଂତାହାର ଆଗେ ଅର୍ଜୁନ ଅଗ୍ନି ଆରୋପଇ ।୧୩୨।ଦ୍ୱାରପାଳେ ମୋତେ ଯେ କହିଲେ ବେଗେ ଯାଇଂଅର୍ଜୁନ ଅଗ୍ନିରେ ପଶୁଅଛି ହୋ ଗୋସାଇଂ ।୧୩୩।ୟେହା ଶୁଣି ଦେବ ବଡ ପାପ ଯେ ପାଇଲିଆସିଣ ବ୍ରାହ୍ମଣକୁ ଯେ ମୁଂ ବଚନ ବୋଇଲି ।୧୩୪।ସକଳ ବୃତ୍ତାନ୍ତ କହିଲା ବିପ୍ରବରରଥ ଆରୋହି ଦେବ ଅଇଲୁ ପାତାଳ ପୁର ।୧୩୫।ଆସନ୍ତେଣ ଦେବ ତୁମ୍ଭ ଭୁବନ ପାଇଲିଅନେକ ଜନ୍ମର ମୁଂ ସୁକୃତ ଲଭିଲି ।୧୩୬।ୟେଥିର ଚରିତ ମୋତେ କହିବା ବହନଯେହେନେକେ ଅଗ୍ନିରେ ନପଶଇ ଅର୍ଜୁନ ।୧୩୭।ଶୁଣିଣ ପରମ ବିଷ୍ଣୁ କହିଲେ କୃଷ୍ଣକଇଂସେ ବ୍ରାହ୍ମଣ ପୁତ୍ରକୁ ହୋ ଆଣିଲାଇ ମୁହିଂ ।୧୩୮।ତୁମ୍ଭର ଆସିବା ନିମନ୍ତେଣ ଦେବ ହରିସେ କାରମେ ଆମ୍ଭେ ୟେସନେକ ଉପାୟେ ଯେ କରି ।୧୩୯।ଘେନି କରି ଯାଅ ବୋଲି କୃଷ୍ଣଂକୁ ଆଗ୍ୟାଂ ଦିଲେଦ୍ୱାପର ଶେଷେ କଳି ପ୍ରବେଶ ହୋଇଲେ ।୧୪୦।ତୁମ୍ଭନ୍ତ ଥାଆନ୍ତେ କାହିଂ କଳିଯୁଗ ହେବଭୋଗରାମକୁ ଘେନି ତୁମ୍ଭେ ଦୁହେଂ ଆସ ହୋଇ ବେଗ ।୧୪୧।ହରିତୋହୋରେ ବଂଶ ଅତଳିତ ପୃଥ୍ୱୀକି ହୋଇଅଛି ଭାରାତାହାଂକର ପାଦଭାର ନ ସହଇ ବସୁନ୍ଧରା ।୧୪୨।ତାହାନ୍ତ ଭିନ୍ନେ କରି ଚଳସି ଆକାଶେତୋତେ ବାଟ ଚାହିଂ ବସିଅଛନ୍ତି ତ୍ରିଦଶେ ।୧୪୩।ୟେ ସାତ ପୁତ୍ରନ୍ତ ଘେନିଚଳି ଯାଅ ବେଗେବ୍ରାହ୍ମଣ ପୁତ୍ରନ୍ତ ଦିଅ ବ୍ରାହ୍ମଣର ଲାଗେ ।୧୪୪।ଯେତେକ ଆଉ ସେ ପୃଥ୍ୱୀକି ଛନ୍ତି ଭାରା ହୋଇସକଳ ନାଶି ତୁମ୍ଭେ ଆସ ବେଗେ ଯାଇ ।୧୪୫।ନପୁଣ ମଞ୍ଚପୁରେ ଭୋଗ ପାଇଣ ନୁଆସଯାଅ ୟାଅ ବୋଲି ବିଷ୍ଣୁ ଦିଲେକ ଆଦେଶ ।୧୪୬।ସାତପୁତ୍ର ଦିଲେ ଦେବ ତାହାର ଯେ ଆଣିଦେଖିଣ ନମସ୍କାର କଲେ କୃଷ୍ଣ ଫାଲଗୁନି ।୧୪୭।ଜୟ ତୁ ନୀଳଗିରି ସ୍ୱାମୀ ହେ ପୀତବାସଜନ୍ମେ ଜନ୍ମେ ମୁହିଂ ତୋହୋର ଦାସର ଯେଦାସ ।୧୪୮।ମୁହିଂ ଅଭ୍ୟାସଇ ଶ୍ରୀକୃଷ୍ଣ କେଳିଲୀଳାଯାବତ ଚନ୍ଦ୍ରରେ ହୋୟେ ଦିନ କର କଳା ।୧୪୯।କଳି କାଳ ଜନ୍ମେ ମୋର ବହୁତ ହୀନ ବୁଦ୍ଧିକିଛି କିଛି ବଞ୍ଚାଇଲି ସଜ୍ଜନ ଜନ ବୋଧି ।୧୫୦।ଅଗାଦ ସାଗର ୟେ ମହାଭାରଥ କଥାଗଣନ୍ତେଣ ସିନ୍ଧୁ ବାଲି ଯେହ୍ନେ ନସରେ ସର୍ବଥା ।୧୫୧।କୃପାଜଳ ନନ୍ଦିନୀ ନାମ ଭଦ୍ରକାଳୀସେ ମୋର ହୃଦୟରେ ନୀଳଉତ୍ପଳ ମାଳି ।୧୫୨।ତାହାର ପ୍ରସନ୍ନେ କହିବି ଶ୍ରୀହରିର ରୀତିପିବନ୍ତେ ଅମୃତ ଯେ ଶୁଣନ୍ତେ ଲଭିବ ସଦଗତି ।୧୫୩।ଜଙ୍ଖେରପୁର ବାସିନୀକି ବିନୟେ ଭାବ ନିତ୍ୟେବଦୟନ୍ତି ସାରୋଳା ଶୂଦ୍ରମୁନି ଶ୍ରୀମହାଭାରଥେ ।୧୫୪।
କଦମ୍ୱାସୁରର ଯୁଦ୍ଧଯାତ୍ରାଜୟ ତୁ ପାରେଶ୍ୱର ନନ୍ଦନ ମୁନିବ୍ୟାସଯାହାର ଆଦି ସଜ୍ଜନେ ଶ୍ରୀମହାଭାରଥ ପ୍ରକାଶ ।୧।ବିଷ୍ଣୁର ଆଦେଶ ଆତ୍ମା ବିଷ୍ଣୁର ଅଂଶେଣ ଜାୟେକୋଟିୟେ କଳ୍ପ ବଞ୍ଚାଇଲି ଯେବଣ ମୁନିଧ୍ୟାୟେ ।୨।ପୃଥିବୀ ଆପ ତେଜ ବାୟିବ୍ୟ ଆକାଶସଞ୍ଚିତ ପଞ୍ଚ ଧାତୁ ୟେକ ଲୟେ ବାସ ।୩।ନାଉକା ବିମାନେ ଯାହାର ଜ୍ୟୋତିକାନ୍ତିମହାବ୍ରହ୍ମ ଭେଦୀ ଯେବଣ ମହାତ୍ମା ଉତପତ୍ତି ।୪।ସେ ମୁନିର ପ୍ରସାଦେ କହିବି ଶ୍ରୀମହାଭାରଥଅଶ୍ୱମେଧ ଯଗ୍ୟଂ ୟେହି ଶ୍ରୀକୃଷ୍ଣ ଚରିତ ।୫।ଶ୍ରୀକୃଷ୍ଣ ଅର୍ଜୁନ ଗଲେ ପାତାଳ ବଇକୁଣ୍ଠକୁବ୍ରାହ୍ମଣର ସାତପୁତ୍ରନ୍ତ ଘେନି ଆସିବାକୁ ।୬।ଅଶ୍ୱମେଧ ଯଗ୍ୟଂ ଦ୍ୱାର ରଖିତ କେହି ନାହିଂବସୁଦେବ ଆଗ୍ୟାଂ ଦିଲେ ଉଦ୍ଧବ ଶକ୍ରାଜିତକଇଂ ରାଇ ।୭।ପାତାଳ ଭୁବନକଇଂ ଗଲେ ଶ୍ରୀକୃଷ୍ଣ ଅରଜୁନଦ୍ୱାରିକା ଦ୍ୱାର ବାବୁ ହୋଇଲାକ ଶୂନ୍ୟ ।୮।ତୁମ୍ଭେ ଦୁହେଂ ଯାଇଂ ୟେବେ ଦ୍ୱାର ରକ୍ଷାକରକାହାକଇଂ ପଶିତେ ନଦେବ ଯାଗଶାଳା ଭିତର ।୯।ବସୁଦେବ ଯହୁଂ କହିଲେ ଉଦ୍ଧବ ଶକ୍ରାଜିତକୁଦ୍ୱାର ରକ୍ଷାକର ନିରୋଧ କର ସବୁଂକୁ ।୧୦।ଶୁଣ ହୋ ରାଜନ ମାରକଣ୍ଡ ବଶିଷ୍ଠେ କରନ୍ତି ଆହୂତିବେଦ ଧୁନି ଶବଦେ କମ୍ପଇ ବସୁମତୀ ।୧୧।ନାରଦ ବିଚାରିଲେ ହରିର ୟେ କେବଣ ଚରିତଅଶ୍ୱମେଧ ଯଗ୍ୟଂ କଲେ ଆଣି ଋଷିଗଣ ସମସ୍ତ ।୧୨।ମୋତେ ନ କହିଲେ ୟେ କେବଣ ଯୁଗତେଜାଣିମା ଯାଗ ସମାପତ ୟେ କରଇ କେମନ୍ତେ ।୧୩।ୟେତେକ ବିଚାରି ଚିତ୍ତେ ସେ ପିତାମହଂକ ସୁତଶୋଣିତ ନଗ୍ରେ ଯାଇଂ ମିଳିଲେ ତୁରିତ ।୧୪।ଦେଖିଣ କଦମ୍ୱାସୁର ମୁନିଂକି କଲା ପାଦପୂଜାଶତସହସ୍ର ଦଣ୍ଡ ପ୍ରଣମ୍ୱ ହୋଇ ସୁତିଲା ଦତ୍ୟରାଜା ।୧୫।ବସନ କୁଣ୍ଡଳ ରତ୍ନମାଳ ଦେଇ କଲାକ ପୂଜାବିଧିପଚାରଇ ହେ ବ୍ରହ୍ମାସୁତ କେବଣ ଭୁବନେ କେବଣ ଉପାଧି ।୧୬।ନାରଦେ ବୋଇଲେ ତୁ ହୋ ଶୁଣ ଅସୁରେଶ୍ୱରଅଶ୍ୱମେଧ ଯାଗ କରନ୍ତି ଦେବ ଦାମୋଦର ।୧୭।ଯୁଗତେ କୃଷ୍ଣ ତୋର ବଂଶର ବଇରିପିତାକଇଂ ତୋର ବଧକଲା ଦେବହରି ।୧୮।ମୀନ ରୂପ ଧରି ଶଙ୍ଖାସୁରକୁ ବଧକଲାଶଙ୍ଖାସୁର ପୁତ୍ର ଅବନି ଦଇତକୁ କୂରୁମ ରୂପେ ମାଇଲା ।୧୯।ଅବନୀର ପୁତ୍ର ଯେ ହୋଇଲା ହିରଣାକ୍ଷବରେହା ରୂପେ ତାହାକୁ ବଧ କଲା ଶ୍ରୀବତ୍ସ ।୨୦।ତାହାର ଭ୍ରାଥ ଯେ ହୋଇଲା ହିରଣ୍ୟକଶିପୁନରସିଂଘ ରୂପେ ତାର ବିଦାରିଲା ବୁକୁ ।୨୧।ହିରଣ୍ୟକଶିପୁର ପୁତ୍ର ହୋଇଲା ପ୍ରହଲାଦଶ୍ରୀକୃଷ୍ଣେ ଭକତି ହୋଇ ସେ ରଖିଲା ସମ୍ପଦ ।୨୨।ପ୍ରହଲାଦର ନନ୍ଦନ ହୋଇଲା ବଇଲୋଚନ ବୀରସ୍ତିରୀ ରୂପେ ତାହାକୁ ମାଇଲା ଚକ୍ରଧର ।୨୩।ବଇଲୋଚନର ପୁତ୍ର ହୋଇଲାକ ବଳୀବାମନ ରୂପେ କଉତୁକେ ପାତାଳେ ତାକୁ ଚାପିଲା ବନମାଳୀ ।୨୪।ବଳୀର ନନ୍ଦନ ହୋଇଲା ବାଣାସୁରନବଶତ ଅଠାନବେ ଭୁଜ ଚ୍ଛେଦିଲା ଚକ୍ରଧର ।୨୫।ବାଣାସୁର ନନ୍ଦନ ମୋଢାସୁର ନୃପତିଅର୍ଜୁନ ହାଥେ ବଧ କରାଇଲେ ଶ୍ରୀପତି ।୨୬।ତୁହିତ ମହାରାଜା ଧାର୍ମିକ ମହାଯୋଧୀବଳବୀର୍ଯ୍ୟ ଥିଲେ ପିତାଶତ୍ରୁ ନିରୋଧି ।୨୭।ପୁତ୍ର ହୋଇ ଯେବେ ପିତାକୁ କାରଣ କରନ୍ତିଯମର ଭୁବନେ ସେ ଦଣ୍ଡ ନପାବନ୍ତି ।୨୮।ପିତାକଇଂ କାରଣ ନକରନ୍ତି ଯେବଣ ନନ୍ଦନଆପଣେ ଯାଇଂ ସେ ନର୍କେଣ ପତନ ।୨୯।ଋଷିମାନେ ଅଛନ୍ତି ମହା ଯାଗଶାଳେହରିଅର୍ଜୁନ ଯାଇ ଅଛନ୍ତି ପାତାଳେ ।୩୦।ବ୍ରହ୍ମାଂକର ବରେ ତୁମ୍ଭେ ଅସଂଖ୍ୟ ବଳବନ୍ତାପାରୁ ଯେବେ ଦଣ୍ଡ ଘେନି ଅସୁରେଶ୍ୱର ମହାରଥା ।୩୧।ନାରଦଂକ ବଚନ ଶୁଣି ଅସୁର ମହାତାପଯଷ୍ଟିର ପ୍ରହାରେ ଯେହ୍ନେ ଗର୍ଜଇ କାଳସର୍ପ ।୩୨।କରେଣ ସହସ୍ର ଧରି ଅସୁରେଶ୍ୱର ଗଳଗାଜିଶୁଣି ମହାରାଜା ତାର ପ୍ରତଗ୍ୟାଂ ବଳସାଜି ।୩୩।ଦଶପଦ୍ମ ଯୋଦ୍ଧା ଘେନିଣ ଦଣ୍ଡଧାରୀଦୁନ୍ଦୁଭି ଶବଦେ କମ୍ପଇ ବସୁନ୍ଧରୀ ।୩୪।ଗଦା ମୁଦୁଗର ଯେ ଅଶି ପତ୍ର ପାଣିକୋନ୍ତ ଖଡଗ ଯଷ୍ଟି ରଥେ ଥୋଇଲେକ ଆଣି ।୩୫।ତର୍ଜନ୍ତି ଗର୍ଜନ୍ତି ଅସୁର ବଳ ଯେ ସଇନିପାଦେ ଧାମନ୍ତି କରେ ଶାଳଶିଳ ଘେନି ।୩୬।ଯେସନେକେ ସିନ୍ଧୁ ଉଛୁଳଇ ପୂର୍ବେଦିଗାମ୍ୱର ରୂପେ ଘୋଟିଲେ ପ୍ରତଗ୍ୟାଂ ଦାନବେ ।୩୭।କହିଣ ନାରଦେ ଯେ ଗଲେ ଅନ୍ତର୍ଦ୍ଧାନେଦ୍ୱାରିକା ସନ୍ନିଧ୍ୟେ ଯାଇ ଗୋପ୍ୟ ହୋଇଲେକ ଶୂନ୍ୟେ ।୩୮।ୟେଥୁ ଅନନ୍ତରେ ତୁ ହୋ ଶୁଣ ଦଣ୍ଡଧାରୀଦ୍ୱାରିକା ସିନ୍ଧୁ ତଟେ ଯାଇ ଅସୁରେ ଉଭାରି ।୩୯।ଯାନନ୍ତ ତେଜ୍ୟୋ କରି ଅସୁରେ ହୋଇଲେ କାମରୂପୀପଶିଲେ ସିନ୍ଧୁର ଉତ୍ତର ତଟଯାକ ବ୍ୟାପି ।୪୦।ଆକାଶେଣ ମଥା ଯେ ଲାଗିଲା କଉଣୋପେସିନ୍ଧୁ ଘୁଞ୍ଚିଗଲା ଅସୁରଂକ ମହାଦର୍ପେ ।୪୧।ଦ୍ୱାରିକା ଭୁବନ ଦ୍ୱାରେଣ ହୋଇଲେ ପ୍ରବେଶଉଦେ ଗିରି ପ୍ରାୟେ ସେ ଦିଶନ୍ତି ରାକ୍ଷସ ।୪୨।ଉଦ୍ଧବ ଶକ୍ରାଜିତ ଦେଖିଲେ ୟେହୁ ବେନିଦୁହେଂ ବାହାର ହୋଇଲେ କରେ ଶସ୍ର ଘେନି ।୪୩।ଶ୍ରୀକୃଷ୍ଣ ସାଦ୍ରିଶରେ ଦିଶନ୍ତି ବେନି ବୀରବଜ୍ର ମୁଦୁଗର ଆଣି କଲେକ ପ୍ରହାର ।୪୪।ଦେଖିଣ ଦଇତ୍ୟେ ପାତିଲେ ବାମହାଥପଡିଣ ଶହସ୍ରେ ଯେ ହୋଇଲେ ଭଗନସ୍ତ ।୪୫।ପୁଣି ପ୍ରହାରନ୍ତେ ଶହସ୍ର ଗଲା ଭାଞ୍ଜିଦ୍ୱାରିକା ଭୁବନେ ପଶିଲେ ଦଇତ୍ୟେ ଗଳଗାଜି ।୪୬।ଲୋହଦଣ୍ଡ କାଳଦଣ୍ଡ ବୋଲି କଦମ୍ୱାସୁର ବେନି ସେନାପତିଲୋହସାର ଧନୁରେ ସେ ନାରାଜ ପୂରୋଇ ବିନ୍ଧନ୍ତି ।୪୭।ଦୁସହ ପ୍ରତଗ୍ୟାଂ ଯେ କରିଣ ଲୋହଦଣ୍ଡଉଦ୍ଧବ ଉପରେ ଗଦା ପିଟିଲା ପ୍ରଚଣ୍ଡ ।୪୮।ଅସୁର ଗଦାଘାୟେ ଉଦ୍ଧବ କାୟା ଲୋଟିଅସିପତ୍ର ବିଘାତେ କାଟିଲେ ତାର ତୋଟି ।୪୯।ଉଦ୍ଧବର ନିଧନ ଦେଖିଣ ଶକ୍ରାଜିତବଜ୍ରାବଳି ଗଦାଘେନି ଧାମଇଂ ତୁରିତ ।୫୦।ଶହସ୍ର ବୁଲାବନ୍ତେ କମ୍ପଇ ଆକାଶଦେଖି ଲୋହଦଣ୍ଡ ସୁଖେ ପ୍ରହାର କଲା ରୋଷ ।୫୧।ଅସୁର ମୁଥଘାତେ ପଡ଼ିଲା ଉତ୍ତାନଶାୟୀକରଲଖଘାତେ ଲୋହଦଣ୍ଡ ବିଦାରିଲା ତାରଦେହୀ ।୫୨।ଉଦ୍ଧବ ଶକ୍ରାଜିତ ସାଂଗ୍ରାମେ ଗଲେ ନାଶଦ୍ୱାରିକା ଭିତରକୁ ପଶିଲେ ରାକ୍ଷସ ।୫୩।ପ୍ରତାପୀ ଦଇତ ସେ କାହାକଇଂ ନାହିଂ ଭୟେଉଦେଗିରି ସାରିକ୍ଷେ ଦିଶନ୍ତି ସବୁଂକରି କାୟେ ।୫୪।ୟେମନ୍ତର ସମୟେ ଦ୍ୱାରିକାୟେ ବିଜୟେ ନାରଦବୋଇଲେ ହୋ ବାସୁଦେବ କାହିଂ ଅଛଇ ତୋହୋର ଗୋବିନ୍ଦ ।୫୫।କଦମ୍ୱାସୁର ବାହିଲା ତୋହୋର ପୁରକୁପ୍ରଥମ ଦ୍ୱାରେ ବଧକଲା ଉଦ୍ଧବ ଶକ୍ରାଜିତଂକୁ ।୫୬।ଶୁଣିଣ ଆଶ୍ରିଜ ଯେ ହୋଇଲେ ବାସୁଦେବକଦମ୍ୱାସୁରକ ବୋଲିଣ ସେ କେବଣ ଦାନବ ।୫୭।ବୋଲନ୍ତି ନାରଦ ହୋ ଶୁଣ ଯଦୁବଂଶୀବ୍ରହ୍ମାଂକର ଅଂଶେ ଜାତ ଯେ ପାଠ ମହଋଷି ।୫୮।ସେ ପାଠ ମହଋଷି ଅଂଶେଣ ଜାତ ସିଂଘିକାରସୁତତାର ତହୁଂ ଉପୁଜିଲା ଅସୁର କୁଳ ଗୋତ୍ର ।୫୯।ବାଣାସୁର ଦତ୍ୟ ଯେ ସେହି କୁଳେ ହୋଇଲାକ ଜାତକଦମ୍ୱାସୁର ବୋଲି ତାହାକ ନିଜ ସୁତ ।୬୦।ସେ ତୋର ଭୁବନକୁ ବାହିଲା କଉଣୋପୟେହିକ୍ଷଣି ହରିବ ସେ ଦ୍ୱାରିକା ସର୍ବଦର୍ପ ।୬୧।ଶୁଣି ବିସରନ୍ତି ଯେ ଦେବ କାମପାଳୟେହେନେକେ ଝିଂଘାସି ହୋଇଲା ଧର୍ମ ବେଳ ।୬୨।କରେଣ ଶସ୍ର ନାହିଂ ତପୋଧନ ବେଶୟେହେନେକ ବେଳେ ଆସିହୋଇଲା ଝିଂଘାସ ।୬୩।ନାରଦେ ବୋଇଲେ ୟେହା ଛାଡ଼ ବଳରାମଶତ୍ରୁ ଉପଗତେ ଆବର କିସ ଧର୍ମ ।୬୪।ନାରଦଂକ ବଚନ ଯେ ଦେବ କାମପାଳ ଶୁଣିରାଗେ ବଳରାମ ଯେ ଟେକିଲେ ସପ୍ତଫେଣୀ ।୬୫।ବାହାନାଦ କରି ଶ୍ରୀଭୁଜେ ବଜ୍ର ଯେ ଲାଙ୍ଗଳଦକ୍ଷିଣ ଭୁଜେ ଶୋଭାବନ ସଉନନ୍ଦ ମୂଷଳ ।୬୬।ଯାଗ ତେଜ୍ୟା କରି ଯେ ଉଠିଲେ ନୀଳାମ୍ୱରଦ୍ୱାର ଆବୋରି ଅଛନ୍ତି ଦେଖିଲେ ଅସୁର ।୬୭।ଯେହେନେକ ଗିରିବର ହୋଅଇ ଜଳଶାହୀଅସୁରବଳ ସମସ୍ତେ ଥୋକାୟେ ଦୂରେ ରହି ।୬୮।ହାଥରେ ଶସ୍ର ଧରି ଶ୍ରୀକୃଷ୍ଣଂକ ପୁତ୍ରମାନେଯେ ଯାହାର ଶସ୍ରଧରି ଧାମନ୍ତି ବହନେ ।୬୯।ଯାଦବେ ଦାନବେ ଯହୁଂ ହୋଇଲେକ ଭେଟଦେଖିଣ ପ୍ରତଗ୍ୟାଂ କରି ଧାମନ୍ତି ବଳିଷ୍ଠ ।୭୦।କୋପେଣ ଦୁରାନ୍ତେକେ ଧରିଣ ଆୟୁଧଯାଦବେ ଦାନବେ ଯେ ହୋଇଲା ଗରୁଯୁଦ୍ଧ ।୭୧।ଶାମ ଗଦ ପ୍ରଦ୍ୟୁମ୍ନ ହୋଇଲେ ୟେକଯୋଗବନ ବିଘାତେ ଯେହ୍ନେ ଗର୍ଜଇ ମତ୍ତନାଗ ।୭୨।ଲୋହଦଣ୍ଡ ବଜ୍ରଦଣ୍ଡ ବେନି ସେନାପତିଶାମ ଗଦ ପ୍ରଦ୍ୟୁମ୍ନ ତୁଲେ ହୋଇଲେ ୟେକମୂର୍ତ୍ତି ।୭୩।ଲୋହସାର ଧନୁୟେକ ଧରିଣ ବଜ୍ରଦଣ୍ଡପ୍ରଦ୍ୟୁମ୍ନ ଉପରକୁ ବାଣ ବିନ୍ଧିଲା ହୋଇଣ ପ୍ରଚଣ୍ଡ ।୭୪।ଅସୁରଂକ ନିଷ୍ଠୁର ରଣ ଦେଖି ଅନଙ୍ଗତୂକ୍ଷ ନାରାଜ ବିନ୍ଧିଲେ ହୋଇଣ ଅତିବେଗେ ।୭୫।ଦେଖିଲେ ଅସୁର ତହିଂ ରତ୍ନମୟ ପୁରୀଦେଖିଣ କ୍ଷେପନ୍ତି ଯେ ମହାତେଜ ପରି ।୭୬।ବିଚାରନ୍ତି ଦାନବେ ଆଜ ମାରିବା ସମରେମାଡି ବସିବା ୟେହୁ ରତ୍ନମୟ ପୁରେ ।୭୭।ୟେତେକ ବିଚାରି ଯେ ଯାହା ପରାକ୍ରମେୟେକମୁଖ ହୋଇଣ ଲାଗିଲେ ସାଂଗ୍ରାମେ ।୭୮।ବିନ୍ଧନ୍ତି ଶହସ୍ର ଜ୍ୱାଳାବଳୀ ଜାଣିଶରଘାତେ ଯେସନେକ ବରଷଇ ପାଣି ।୭୯।କୋପେଣ କାଳଦଣ୍ଡ ବଜ୍ରେକ ବୁଲାଇପ୍ରଦ୍ୟୁମ୍ନ ଉପରେ ପ୍ରହାର କଲା ସେହୁ ନେଇ ।୮୦।ଶହସ୍ର ବିଘାତ ଯେ ଦେଖିଣ ଅନଙ୍ଗକାମ୍ୟପ ଶର ଯେ ବିନ୍ଧିଲା ହୋଇ ଅତି ବେଗ ।୮୧।ଯେସନେକ ଆକାଶରୁ ବଜ୍ରସୁଚୀଅସୁରକୁ ଅନ୍ଧକାରେ ନଦିଶଇ କିଛି ।୮୨।ଘାୟେଣ ନାରାଜ ବିନ୍ଧିଲା ତୀକ୍ଷମୁନାଧାତିକାରେ ଭେଦିଲା ଅସୁରର ବଜ୍ରସେହ୍ନା ।୮୩।ଶହସ୍ର ବିଘାତେ ପଡିଲା ଯେ ଦଇତାରିବହଇ ରୁଧିର ଯେ ରୋମେ ରୋମେ ଝରି ।୮୪।ପଦ୍ମନର ବିଘାତେ ଯେ ପଡ଼ିଲା ବଜ୍ରଦଣ୍ଡଧାଇଂ ମୀନକେତନ ଯେ ଛେଦିଲା ତାର ମୁଣ୍ଡ ।୮୫।ଲୋହଦଣ୍ଡ ନାମେଣ ଯେ ଅସୁର ସେନାପତିଶାମ୍ୱକୁମାର ତୁଲେ ସମର ଅପ୍ରମିତି ।୮୬।ନବ ନିଶିକୁନ୍ତ ଘେନି ମାଇଲା ଲୋହଦଣ୍ଡଘାୟେଣ ଭେଦିଲା ଶାମ୍ୱକୁମାରର ପିଣ୍ଡ ।୮୭।ଅସୁର ବିଘାତେ ଶାମ୍ୱକୁମର ନିଚେଷ୍ଟଲୋହସାର ଗଦା ଘେନି ପ୍ରହାର କଲା ଦୁଷ୍ଟ ।୮୮।ସୋଦର ନିଧନ ଦେଖି ଶଅମ୍ୱର ଅଇରିଲୋହଦଣ୍ଡର ତୁଲେ ସମର ଆବୋରି ।୮୯।ଅବିଚ୍ଛନ୍ନେ ବାଣ ସେ ବିନ୍ଧଇ ମନସିଜସହସ୍ରେ ପୁର କରି ବେଢିଲେ ଦନୁଜ ।୯୦।ସହସ୍ରେ ନାରାଜେ ଅହିବ୍ରତେକ ଶର ବିନ୍ଧିବାଣ ପଡ଼ନ୍ତେ ପଦନ ପବନୁଂ ବେଗେ ଚ୍ଛେଦି ।୯୧।ଲକ୍ଷେ ଷାଠିୟେ ସହସ୍ର ଅଶିୟେ ବାସୁଦେବଂକର କୁମାରୟେକ ମୁଖ ହୋଇ ସର୍ବେ ବିନ୍ଧିଲେକ ଶର ।୯୨।ଆକାଶେ ଅଦୃଶ୍ୟ ଯେ ଦିନକର ଜ୍ୟୋତିକାଳାନଳ ଜାଣି ଅସୁରଂକର ତେଜକାନ୍ତି ।୯୩।ବିକଟ ଦଶନ ଖାଂକର କେଶ ଉର୍ଦ୍ଧ୍ୱେବାହୁବୃନ୍ଦାଅର୍କ ଦେଖି ଯେହ୍ନେ ଘୋଟିଆସେ ରାହୁ ।୯୪।ପଦ୍ମନ ଲୋହଦଣ୍ଡର ସମର ମହାଘୋରଲୋହସାର ଗଦା ଘେନି ପଦ୍ମନକୁ ପ୍ରହାର କଲାକ ଅସୁର ।୯୫।ଫିଟିକାଇ ଗଦାବର ଗଲା ତାହା କାମ ବଞ୍ଚିପରଶୁ ମୁଦୁଗର ବେଗେ ପଦ୍ମନ ଆମଞ୍ଚି ।୯୬।ଅନଙ୍ଗର ବିଘାତେ ଯେ ପଡ଼ିଲା ଲୋହଦଣ୍ଡପୁଣି ମୋହତେଜ କରି ଉଠିଲା ପ୍ରଚଣ୍ଡ ।୯୭।କଂକ ପକ୍ଷ ନାରାଜ ପରିଘ ତୀକ୍ଷମୁନାସହସ୍ରେକ ନାରାଜ ଛେଦିଲା ତାର ସେହ୍ନା ।୯୮।ପୁଣି ଲୋହଶର ବିନ୍ଧଇ ଶାମ୍ୱର ଅଇରିଘାୟେଣ ଲୋହଦଣ୍ଡ ପଡ଼ିଲା ଶହସ୍ର ନଧରି ।୯୯।କରେ ଧରିଣ ପଦ୍ମନ ଅମୋହ ଶକତିଲୋହଦଣ୍ଡ ହୃଦୟରେ ଭେଦିଲା ତତକ୍ଷଣାନ୍ତି ।୧୦୦।ଶୁଣ ଆହୋ ଚଇତନ ଶଅମ୍ୱର ପୁର ଦହିଲା ବାଳକାଳେଶତେ କ୍ଷଉଣୀ ବଳ ଛେଦିଲା ଖେଳର କୁତୂହୋଳେ ।୧୦୧।ଛାମୁରେ ପଡନ୍ତି ତାର ଯେତକ ଦନୁଜୟେକା ପ୍ରହାରକେ ତା ନାଶଇ ମନସିଜ ।୧୦୨।ପଡନ୍ତେ ଦୁରାନ୍ତେକ ଦେଖଇ କଦମ୍ୱାବଜ୍ରସେନା ଆବରଣେ ଧାମଇ ଅସୁରେଶ୍ୱର ଦେବା ।୧୦୩।କୁନ୍ତେକ ଧରି କଦମ୍ୱା ଅସୁର ପ୍ରହାରିଅସୁର ବିଘାତେ ଅସାଷ୍ଟାମେ ଶଅମ୍ୱର ଅଇରି ।୧୦୪।ମନସିଜ ସାରଥି ଯେ ନେଉଟାଇ ନେଲା ରଥନିଜର ଭୁବନେ ନେଇ କଲାକ ଗୁପତ ।୧୦୫।ଧାମଇ କଦମ୍ୱାସୁର କରିଣ ମହାରୋଷପଦ୍ମେକ ଯୋଦ୍ଧା ଗୋଡ଼ାବନ୍ତି ତାହାର ଯେ ପାଶ ।୧୦୬।ପ୍ରଳୟାନ୍ତି ମେଘ ଜାଣି ଅସୁରେ ଗଳଗାଜିବାହାର ଗଡ଼ ଜଗତୀ ପକାଇଲେ ଭାଞ୍ଜି ।୧୦୮।କୁମରେ ପଳାବନ୍ତେ ଦେଖନ୍ତି କାମପାଳପଞ୍ଚଗଡ ଜୟକରି ଭିତରେ ପଶିଲେ ଦତ୍ୟବଳ ।୧୦୯।ଶୁଣହୋ ରାଜନେ ଦ୍ୱାରିକା ଭୁବନେ ଯେ ବିପତ୍ତିର କାଳେଅକଳିତ ଭୁବନେ ପଶିଣ ଅଛନ୍ତି ଅସୁର ବୀର ଚାଣ୍ଡାଳେ ।୧୧୦।ଦୁରାପଦ ଦାନବ ବଳ ବଳରାମେ ଦେଖିଦ୍ୱାର ଆବୋରିଲେ ଯାଇଂ ଯାଗଶାଳ ଉପେକ୍ଷି ।୧୧୧।ଯେସନେକ ଗିରିବର ଉଠଇ ପାତାଳୁସେହିପ୍ରକାରେ ଅସୁରେ ବଳ ଅପ୍ରମିତ ଦେଖି ବଳରାମ ହେଳୁହେଳୁ ।୧୧୨।ଦୁରାନ୍ତକ ବଳ ଦେଖି ଭୟକଲେ ସର୍ବଋଷିଯାଗ ତେଜ୍ୟା କରି ବଳରାମ ପାଖେ ବସି ।୧୧୩।ଅସୁରଂକ ଦର୍ପ ଦେଖି ରୋବନ୍ତି ସର୍ବନାରୀବୋଲନ୍ତି କାହିଂକି ତେଜ୍ୟା କରିଗଲୁ ଦେବହରି ।୧୧୪।ସଞ୍ଚୟେ ଦ୍ୱାରିକା ଶିରୀ ଆସି ହୋଇଲାକ ଶେଷଜାଣି ଅପସରି କେଣେ ଗଲୁ ହୃଷୀକେଶ ।୧୧୫।ଦ୍ୱାରିକା ଭୁବନେ ଯେ ଉଠଇ ଗୁରୁରୋଳଭୋ ରାମ ରଖ ରଖ ବୋଲି ଶୁଭଇ ଚହଳ ।୧୧୬।ସ୍ତିରୀ ପୁରୁଷ ସବୁକଇଂ ଅଶ୍ରୁ ଜଳ ଆଖିତୋହୋର ଥାଆନ୍ତେ ଆମ୍ଭେ ହୋଇଲୁ ନିରିମାକ୍ଷୀ ।୧୧୭।ବୋଲନ୍ତି ବଳେବର କ୍ରୋଧ ନକର ହୋ ମାୟେଆମ୍ଭର ଥାଆନ୍ତେ ତୁମ୍ଭର କିସ ଭୟେ ।୧୧୮।ଧଇବକୀ ବୋଇଲେ ବାବୁ ଥିଲେ ଦଇତାରିଦ୍ୱାରିକା ଭୁବନକୁ କେ ଦିଅନ୍ତା ଧାଡ଼ି ।୧୧୯।ମାତାଂକର ବିକଳ ଦେଖିଣ ନୀଳାମ୍ୱରଅସୁରନ୍ତ ଆବୋରନ୍ତି ଯାଇଂଣ ସିଂଘଦ୍ୱାର ।୧୨୦।କାଳଚକ୍ର ନୟନ ବାବୁ କୋପେଣ କୁଣ୍ଡଳୀରଣ ରଙ୍ଗ ଧନ୍ଦୋଳେ ପଶିଲେ ଦେବହରି ।୧୨୧।ସିଂଘ ରଡ଼ି ଶବଦ କରିଣ ରାମ ଉଠିଦୁରାନ୍ତକ ଅସୁର ଉପରେ ଶହସ୍ରନ୍ତ ନେଇ ପିଟି ।୧୨୨।ପାଞ୍ଚ ପଦ୍ମ ସନ୍ୟ ଘେନି କଦମ୍ୱାସୁର ସେହ୍ନାବ୍ରହ୍ମା ଇନ୍ଦ୍ର ରୁଦ୍ରକଇଂ ଯେ ନକରେ ଗଣନା ।୧୨୩।ଲକ୍ଷେ ପୁର କରିଆସି ବଳରାମକଇଂ ବେଢ଼ିନିର୍ଘାତ ଶବଦ କରି କୋପେ ଶହସ୍ର ପ୍ରହାରି ।୧୨୪।ସାତୁକୀ ଅକ୍ରୁର ଶାମ୍ୱକୁମର ତୁଲେ ଚଉଦ ଯାଦବ ବୀରସମସ୍ତେ ମିଳିଲେ ଆସି ବଳରାଂକ ସଙ୍ଗତର ।୧୨୫।ଅସୁର ସଇନିଂକ ସେ ହୋଇଲେ ପଡ଼ିତୁଲନଘୁଞ୍ଚନ୍ତି ଦାନବେ ସମରେ ମହାମଲ୍ଲ ।୧୨୬।ଗଦା ମୁଦୁଗର ଛେଲ ଖଣ୍ଡା ଚକ୍ରକାତିବିଜୁଳି ତେଜ ପ୍ରାୟେକସହସ୍ରେ ଝଲକନ୍ତି ।୧୨୭।ଆପଣେ କାମପାଳ ଉଠିଲେ ସମରେକୋପେ ପ୍ରହାର କରନ୍ତି ଅସୁରଂକ ଉପରେ ।୧୨୮।ପର୍ବତ ସମାନ ଯାହାର ମୂଷଳପଡ଼ନ୍ତେ ଅସୁରବଳ ହୋଇଲେ ନାଶ ସ୍ଥଳ ।୧୨୯।ବଳରାମଂକ କୋପେ ଯେ ପଡ଼ିଲେ ସଇନିମୁଖ ରାବ ଶବଦେଣ କମ୍ପଇ ମେଦିନୀ ।୧୩୦।ଭାଞ୍ଜନ୍ତେଣ ବଳ ଯେ ଦେଖିଲା କଦମ୍ୱାଗର୍ଜନ ନାଦେ ଉଠଇ ଅସୁରେଶ୍ୱର ଦେବା ।୧୩୧।କଦମ୍ୱାସୁର ବଳରାମେ ହୋଇଲେ ଭେଟା ଭେଟିମେରୁ ମନ୍ଦିର ପ୍ରାୟେ ସାଂଗ୍ରାମେ ସମାନ ଦିଶନ୍ତି ।୧୩୨।ବଜ୍ରଶକତି ଯେ ଅମୋହ ଶକତିକୋଠାର ଆୟୁଧ ଘେନି କଦମ୍ୱା ଧାଇଂଲା କୋପମୂର୍ତ୍ତି ।୧୩୩।କରେ ଆୟୁଧ ଘେନି ବାଣାସୁରର ସନ୍ତତିବଳରାମଂକ ଉପରେ ନେଇ ପିଟିଲାକ ଧାତି ।୧୩୪।ଦେଖିଣ କାମପାଳ ପାଡିଲେ ବଜ୍ର ଯେ ଲଙ୍ଗଳପଡ଼ିଣ ଭାଞ୍ଜି ଯେ ହୋଇଲା ନାଶସ୍ଥଳ ।୧୩୫।ପୁଣ ଅମୋହ ଶକତି ଘେନି ଅସୁର ଦଇତାରିବଳରାମଂକ ଉପରେ ନେଇଣ କୋପେଣ ପ୍ରହାରି ।୧୩୬।ବଳରାମଂକ ଉପରେ ପଡ଼ିଲା ଶକତିଭାଞ୍ଜିଣ ଚୂର ସେହୁ ହୋଇଲାକ ଧାତି ।୧୩୭।ଦଇତର ପ୍ରହାର ଦେଖିଣ କାମପାଳକୋପେଣ ପ୍ରହାରକଲେ ଶଉନନ୍ଦ ମୂଷଳ ।୧୩୮।ବଳରାମଂକ ପ୍ରହାରେ ନୋହିଲା ତାହାର କିଛିଦେଖିଣ ସଂକ୍ରିଷେଣ ମନରେ ବିମୁଛି ।୧୩୯।ପୁଣି ବଜ୍ରଲଙ୍ଗଳ ପ୍ରହାର କଲେ କୋପେରାମର ପ୍ରହାର ନ ମାନିଲା କଉଣୋପେ ।୧୪୦।ଚନ୍ଦ୍ରାବଳୀ ଗଦା ଯେ ଘେନିଣ କଦମ୍ୱାସୁର ବୀରଧାଇଂଣ ପିଟିଲା ଯେ ବଳରାମଂକ ଉପର ।୧୪୧।ବଞ୍ଚାଇ ବଳରାମ ପିଟିଲେ ବଜ୍ର ଯେ ମୂଷଳଉପୁଡ଼ି ପଡ଼ିଲା ବାଜିଣ ଅସୁର ବକ୍ଷ ସ୍ଥଳ ।୧୪୨।ଶହସ୍ର ବିଘାତ ଯହୁଂ ନମାନିଲା ଅସୁରଶହସ୍ର ଭୂମିରେ ଥୋଇ ବିସରିଲେ ବଳେବର ।୧୪୩।ପୁଣ ପୁଣ ପ୍ରହାର କଲାକ ଦତ୍ୟବୀରରାମ ବକ୍ଷସ୍ଥଳେ ପଡ଼ି ଗଦା ହୋଇଲାକ ଚୂର ।୧୪୪।ସମରେ ଦୁରାନ୍ତକ ଜାଣିଣ ସହସ୍ରବାହୁପୁଣ ପୁଣ ପ୍ରହାର କରଇ ଦତ୍ୟରାହୁ ।୧୪୫।ସମରେ ବଳରାମ ହୋଇଲେ ଅସାଷ୍ଟମପୁଣ ପୁଣ ପ୍ରହାର କରଇ ଦତ୍ୟ ଶାନ୍ତି ନୋହଇ ମନ ।୧୪୬।ଯହୁଂ ସେ ନିଚେଷ୍ଟ ହୋଇଲେ ଦେବହଳୀକୋଳ କରି ଆକ୍ରେଷିଣ କଦମ୍ୱାସୁର ତୋଳି ।୧୪୭।ରାମକଇଂ କୋଳ କରି ସେ ପକାଇଲା କନ୍ଧେରଣଜୟ କରିଣ ଦଇତ ବାହୁଡ଼ିଲା ମହାନାଦେ ।୧୪୮।ଦ୍ୱାରିକା ଭୁବନେ ପଶିଲା ଦଇତାରିଅନେକ ଧନଭଣ୍ଡାର ଆଣିଲା ଜୁରକରି ।୧୪୯।ଜୟସିଂଘର ରଡ଼ି ଦେଇ ବାହୁଡ଼ିଲା କଉଣୋପେପଦ୍ମନ ଶାମ୍ୱ ଗଦ ତିନିକଇଂ ଧଇଲାକ କୋପେ ।୧୫୦।ଅନେକ ଯାଦବ ଯେ ପଡ଼ିଲେକ ରଣେଦେଖିଣ ଆଶ୍ରିଜ ଯେ ହୋଇଲେ ଦେବଗଣେ ।୧୫୧।ଦ୍ୱାରିକା ଭୁବନୁଂ ଯେ ବାହାରେ ଦନୁଜେମଣିନାଗ ପର୍ବତେ ରହିଲାକ ସର୍ବରାଜେ ।୧୫୨।
କଦମ୍ୱାସୁର ବଧଅଗସ୍ତି କହିଲେ ସେ ବଇବସୁତ ମନୁ ଆଗେଭଗନସ୍ତ ହୋଇଲା କୃଷ୍ଣର ଅଶ୍ୱମେଧ ଯାଗେ ।୧।ଭୋ ମୁନି କୃଷ୍ଣ ଗଲେ ଯେ ପାତାଳଭୁବନେନିଚିନ୍ତେ ରହିଲେ ଦେବ ବିଷ୍ଣୁର ବାସ ସ୍ତାନେ ।୨।ଅଗସ୍ତି ବୋଇଲେ ଦେବ ଶୁଣ ବିଲଂକ ଆଧିପତିବ୍ରାହ୍ମଣର ସାତପୁତ୍ର ମାଗିଲେ ଶ୍ରୀପତି ।୩।ସେ ପୁତ୍ରନ୍ତ ଆଣିଲେକ ଦେବ ଚକ୍ରଧାରୀବ୍ରାହ୍ମଣପୁତ୍ରନ୍ତ ଘେନି ଅଇଲେ ପାଥହରି ।୪।ପାତାଳ ସ୍ୱର୍ଗରୁ ଦେବ ହୋଇଲେ ବାହାରକୃଷ୍ଣତିଆରନ୍ତି ଯେ ଅର୍ଜୁନ ଆଗର ।୫।ଯେବଣ କଥାମାନ ହୋଇଲା ବଇକୁଣ୍ଠେକାହାରି ଆଗେ ୟେହା ନକହିବୁଟି ବୀରପାଥେ ।୬।ନ ଜାଣିବେ ଯୁଝେଷ୍ଠି ଭୀମ ନକୁଳ ସହଦେବସୋହୋଦ୍ରା ଦ୍ରୋପତୀ ଆଦିକରି ନଜାଣିମେଟି ସର୍ବ ।୭।ୟେ କଥା ଅର୍ଜୁନ ତୁ ଉଦିତ କରନ୍ତେଯାବତ କାଳକଇଂ ପାଥ ନପାଇବୁଟି ମୋତେ ।୮।ୟେତେକ ତିଆରିଣ ସେ ଦେବ ଜାନର୍ଦ୍ଦନେପ୍ରବେଶ ହୋଇଣ ଯାଇଂ ମଧ୍ୟ ଯେ ଭୁବନେ ।୯।ପାତାଳ ଭୁବନୁଂ ତେଣୁ ଆସନ୍ତି ଶ୍ରୀବତ୍ସିୟେସନେକ ସମୟେ ମୁନି ନାରଦେ ଯାଇଂ ପୁଚ୍ଛି ।୧୦।ତୁ ୟେଣେ ପାତାଳକୁ ଗଲୁ ବାସୁଦେବତୁମ୍ଭର ପୁରକୁ ବାହିଲା କଦମ୍ୱାସୁର ଦାନବ ।୧୧।ଅନେକ ସଇନି ତୁଲେ ଅଇଲେ ଦାନବବଳଭାଙ୍ଗିଣ ଦ୍ୱାରିକା ପୁର କଲେ ନବସ୍ତଳ ।୧୨।ଅନେକ ଯାଦବନ୍ତ ମାଇଲେ ସମରେରଣେ ବଧଗଲେ ପଦ୍ମନ ଶାମ୍ୱ ଗଦ କୁମରେ ।୧୩।ଧନଭଣ୍ଡାର ସମସ୍ତ ନାଶ କଲେ ରାକ୍ଷସେଭାଙ୍ଗିଲେ ମହାଯାଗ ତୁମ୍ଭର ଧର୍ମର ବିଶେଷେ ।୧୪।ବଳରାମଂକୁ ସେ ଧରି ଆଣିଲା ମହାକୋପେମଣିନାଗ ପର୍ବତେ ରହିଅଛି କଉଣୋପେ ।୧୫।ନାରଦଂକ ମୁଖୁଂ ଯେ ୟେସନେକ ବାକ୍ୟ ଶୁଣିମନରେ ବସରିଲେ ଦେବ ଚକ୍ରପାଣି ।୧୬।ଅର୍ଜୁନ ବୋଲନ୍ତି ଦେବ ଦ୍ୱାରିକାରେ କିସ କାର୍ୟ୍ୟମଣିନାଗ ପର୍ବତକୁ ବାଟ କଢାଅ ଦେବରାଜ ।୧୭।ଦେଖିବାନା ଦଇତଂକର କେସନେକ ମୂରତିବଳରାମଂକୁ ଜିଣିଲା କେମନ୍ତେ ସାମର୍ଥ ଦତ୍ୟୟପତି ।୧୮।ଶୁଣିକରି ଚିନ୍ତା ମନେ ବସିଲା ନାରାୟଣମଣିନାଗ ପର୍ବତକୁ ଦେବ ବାହିଲେ ତତକ୍ଷଣ ।୧୯।ଦେଖନ୍ତି ରାକ୍ଷସ ବଳ ପୁରିତ ଗହଳମହୁମାଂସ ଭୋଜନେ ମଦିରା ରସେ ଭୋଳ ।୨୦।ଟମକ ନିଶାଣ ବାଜେ ବିଜିଘୋଷ ସେ ଦାଉଣ୍ଡିମତାରସେ ନାଚନ୍ତି ଖେମଟା ନାଚଖଣ୍ଡି ।୨୧।ୟେମନ୍ତ ସମୟେ ଯେ ବିଜୟେ ଚକ୍ରଧାରୀବିନତା ନନ୍ଦନ ଗରୁଡ଼କଇଂ ସୁମରଣା କରି ।୨୨।ରମ୍ୟକ ଦ୍ୱୀପେ ସେ ବସିଥିଲା ପଚ୍ଛୀରାଜନିମିଷକେ ସନ୍ନିଧ୍ୟେ ଦ୍ରଶନ କଲା କଶ୍ୟପର ଆତ୍ମଜ ।୨୩।ଶଙ୍ଖ ଚକ୍ର ଗଦା ଶାରଙ୍ଗ ଧନୁପାଣିଅର୍ଜୁନର ହାଥେ ଯେ ଶହସ୍ର ଦିଲେ ଆଣି ।୨୪।ଗାଣ୍ଡିମ ଧନୁ ଯେ ପାଶୁପତ୍ର ଅକ୍ଷୟ ତ୍ରୋଣ ବେନିଦିବ୍ୟ ଅବତାର ବୀରବେଶ ଫାଲଗୁନି ।୨୫।ପାଞ୍ଚଜନ୍ୟ ଶଙ୍ଖ ଯେ ବାବନ୍ତି ଅଚ୍ୟୁତତତକ୍ଷଣେ ବାହାନେ ଦେବ ଉଠିଲେ ବଇନେତ୍ର ।୨୬।ଶଙ୍ଖଧୁନି ଶବଦେ କମ୍ପଇ ବସୁନ୍ଧରାସମୋଦ୍ର ଉଛୁଳଇ ଟଳଇ ମହୀଭାରା ।୨୭।ଗନ୍ଧର୍ବ ପର୍ବତେଣ ଗରୁଡ଼କଇଂ ଦେଖିଗର୍ଜନ୍ତି ଦାନବେ ମତ୍ତଗଜ ଉପେଖି ।୨୮।ଶ୍ରୀକୃଷ୍ଣ ତେଜ ବିକଶିଲା ଆକାଶେଦେଖିଣ କୋପାନଳେ ଧାଇଂଲେ ରାକ୍ଷାସେ ।୨୯।ନାରଦେ ବୋଲନ୍ତି ଶୁଣ କଦମ୍ୱାଅସୁରପ୍ରବେଶ ହୋଇଲେ ଆସି ଦେବ ଦାମୋଦର ।୩୦।ୟେହି ସେ ତୋହୋର ପିତାମହର ବଇରିୟେ ସେ ଅସୁରକୁଳକୁ ଅଟଇ ଶେଷକାରୀ ।୩୧।ବଳରାମକୁ ଧଇଲୁ ସେ ନଜାଣଇ କିଛିୟେହାକଇଂ ଜିଣିଲେ ସେ କାର୍ଯ୍ୟ ତୋତେଅଛି ।୩୨।ନାରଦ ବଚନ ଯହୁଂ ଶୁଣିଲା ରାକ୍ଷସସଇନି ପଛ କରି ଆପଣେ ସାଂଗ୍ରାମେ ପ୍ରବେଶ ।୩୩।କଉମୋଦୀ ଗଦା ଧରିଣ ଯଦୁସାଇଂଗରୁଡ଼ ପିଠିରୁ ଦେବ ପଡ଼ିଲେକ ଡେଇଂ ।୩୪।ପବନ ଗତି ଜାଣି ଗଦାବର ହାଥେରାଗେଣ ପିଟିଲେ ଦେବ ଅସୁରର ଗାତ୍ରେ ।୩୫।ଗଦାବର ପଡ଼ନ୍ତେଣ ଧଇଲା କଉଣୋପତିମ୍ୱୁର ଶହସ୍ରନ୍ତ ଘେନି କୃଷ୍ଣ କଲେ କୋପ ।୩୬।ଗଦାବର ବୁଲାଇ ପିଟନ୍ତେଣ ଦେବହରିକଦମ୍ୱାସୁର ଧଇଲା କର ଯେ ପ୍ରସାରି ।୩୭।ଆକ୍ରେଷିଣ ବେନିକରେ କୃଷ୍ଣର ଭୁଜଧରିକଉମୋଦକୀ ଗଦା ଯେ ଧରଇ ଉଛୁଡ଼ି ।୩୮।ସେହି ଗଦାବର ଯେ କୋପେଣ ବୁଲାଇଶ୍ରୀକୃଷ୍ଣର ଉପରେଣ ପ୍ରହାର କଲା ନେଇ ।୩୯।ଆପଣାର ଗଦାବର ପଡ଼ନ୍ତେଣ କନ୍ଧେମୃଚ୍ଛାଗତ ହୋଇଲେ ଦେବ ଯେ ଗୋବିନ୍ଦେ ।୪୦।କୃଷ୍ଣର ଅଚେଷ୍ଟ ଦେଖିଣ ପଣ୍ଡୁର ନନ୍ଦନଦେବଦତ୍ତ ଶଙ୍ଖ ନାଦ କଲାକ ଘନ ଘନ ।୪୧।ଯେତେବେଳେ ଶ୍ରୀକୃଷ୍ଣ ହୋଇଲେ ଅଚେତନନାଗଫାଶେ ଦତ୍ୟ ନେଇ କଲାକ ବନ୍ଧନ ।୪୨।ଶରସନ୍ଧାନ ୟେ କରଇ ଫାଲଗୁନିପାଶୁପତ ନାରାଜ ପେଷଇ ବୀର ଘେନି ।୪୩।ନିଦ୍ରାଘ ଶର ସେ ଅସୁର ଦେହରେ ଫୁଟଇୟେକା ପ୍ରହାରକେ ଶତେ ଶତେ ସେନା ଲୋଟଇ ।୪୪।ପୁଣି ବିନ୍ଧିଲା ବୀର କାଳଚକ୍ର ଘେନିଛେଦି ପକାଇଲା ଅସୁରର ସଇନି ।୪୫।ସଇନି ନିଧନ ଯେ ଦେଖିଣ କଦମ୍ୱାଅର୍ଜୁନର ଛାମୁରେ ଆସି ମିଳିଲା ମହାଦମ୍ଭା ।୪୬।ସହସ୍ରେକ ନାରାଜ ପୂରୋଇ କଦମ୍ୱାସୁରଆକ୍ରେଷି ବିନ୍ଧିଲା ସେ ଅର୍ଜୁନ ଉପର ।୪୭।ପଞ୍ଚବିଂଶ ନାରାଜ ଯେ ବିନ୍ଧିଲା ଫାଲଗୁନିଦତ୍ୟର ଶହସ୍ରମାନ ପକାଇଲା ଛିନି ।୪୮।ପୁଣ ଲକ୍ଷେ ନାରାଜ ବିନ୍ଧିଲା ସର୍ବସାଚୀଅସୁର ଶରମାନ ସବୁ ପକାଇଲା ନାଶି ।୪୯।ପୁଣିହିଂ କଦମ୍ୱାସୁର ଯେ ମହାକୋପ କରିପନ୍ନାଗା ଶରେକ ଯେ ବିନ୍ଧିଲାକ ଧରି ।୫୦।ଗର୍ଜନ ନାଦକରି ୟେ ମହାବଳୀ ଉଡ଼ଙ୍ଗକ୍ଷେପିଣ ଖଗେଶ୍ୱର ଗିଳିଲା ତାହା ବେଗ ।୫୧।ଅନେକ ସଇନି ଯେ ମାଇଲା ପଚ୍ଛୀ ଘାତେଉଡ଼ିଣ ସମୋଦ୍ରେ ପଡ଼ିଲେ ଦୂରାପାତେ ।୫୨।ମଣିନାଗ ପର୍ବତେଣ ପଶଇ ଖଗେଶ୍ୱରଦେଖଇ ନାଗପାଶେ ବନ୍ଧନ କୃଷ୍ଣ ବଳେବର ।୫୩।ଗରୁଡକଇଂ ଦେଖି ପକାଅଲେ ଫଣୀଦର୍ପଧାଇଂ ଯାଇଂ ଖଗେଶ୍ୱର ଭକ୍ଷିଲା କାଳସର୍ପ ।୫୪।ଦେଖଇ ରାମକୃଷ୍ଣ ଅଚେତ ଭାଇ ବେନିକନ୍ଧେ ବସାଇ ଗରୁଡ଼ ଅମର ସ୍ୱର୍ଗକଇଂ ଗଲା ଘେନି ।୫୫।ଅମୃତ ବୃଷ୍ଟି ଶିରେ କଲାକ ସହସ୍ରାକ୍ଷଅମୃତ ଆପାନେ ଜୀବ ପାଇଲେ ଶ୍ରୀରାମ ଶ୍ରୀବତ୍ସ ।୫୬।ରାମକୃଷ୍ଣ ବେନି ଯେ ସାଷ୍ଟାମ ହୋଇଲେବିନୟେ ଭାବହୋଇ ବଳରାମଂକୁ ଇନ୍ଦ୍ର ଯେ ବୋଇଲେ ।୫୭।ଅତି ବଳେ ବଳିୟାର ତୁମ୍ଭେ ଅଟ ବଳରାମଅସୁର ଦୁରାନ୍ତେକ ତୁମ୍ଭଂକୁ ଜିଣିଲା ସାଂଗ୍ରାମ ।୫୮।ୟେତେ ବଳବନ୍ତ ପଣ ତୁମ୍ଭର କେଣେଗଲାଅସୁର ଛାର ହାଥେ ତୁମ୍ଭନ୍ତ ଝିଂଘାସ ପଡ଼ିଲା ।୫୯।ବୃହସ୍ପତି ବୋଇଲେ ତୁମ୍ଭେ ଶୁଣ ଆଖଣ୍ଡଳଦ୍ୱାପର ଅନ୍ତେ ଆସି ହୋଇଲାକ କଳିକାଳ ।୬୦।ତେଣୁ କରି ବପୁ ରାମର ହୋଇଲାକ କ୍ଷୀନ୍ନଆବର ମଧ୍ୟପୁରେ ତୁମ୍ଭର କିସ ପିରୋଜନ ।୬୧।ବିଷ୍ଣୁନାଥ ତୁମ୍ଭନ୍ତ ଆଗ୍ୟାଂ ଦିଲେ ପାତାଳ ସ୍ୱର୍ଗେମାୟା ମୋହ ଛାଡ଼ି ତୁ ସ୍ୱର୍ଗକଇଂ ଆସ ବେଗେ ।୬୨।ଅନେକ ଭୋଗ ଯେ ଭୁଞ୍ଜିଲ ମଧ୍ୟପୁରେଦୟିତ ଝିଂଘାସ ତୋତେ ହୋଇଲା ଦାମୋଦରେ ।୬୩।ରାମକୃଷ୍ଣ ବୋଇଲେ ଆମ୍ଭେ ଯିବୁ ଆଖଣ୍ଡଳଅସୁରେ ଅର୍ଜୁନେ ତେଣେ କରିବେଟି କଟାଳ ।୬୪।ବଇନେତ୍ର ପିଠିରେ ବିଜୟେ ବେନିଭାଇମଣିନାଗ ପର୍ବତେ ଭେଟିଲେ ବେଗେ ଯାଇଂ ।୬୫।ଅସୁର ସଙ୍ଗେ ଥିଲେ ଯେ ପାଞ୍ଚପଦ୍ମ ରଥୀୟେକା ଅର୍ଜୁନ ତାହା ସମରେ ନିପାତି ।୬୬।ମେଦ ମେଦା ମାଂସ ହୋଇଛି ଖଣ୍ଡଖଣ୍ଡପଞ୍ଚୁକୋଶ ମାଡ଼ି ଯେ ପଡ଼ିଛି ମୃତୁପିଣ୍ଡ ।୬୭।ଦେଖିଣ ସାନନ୍ଦ ହୋଇଲେ ଭାଇବେନିସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲା ଶଙ୍ଖଧୁନି ।୬୮।ଅନେକ ଉତ୍ସବ ଯେ ହୋଇଲା ମହୀଆଳିନାଚନ୍ତି କୋବନ୍ଧେ ରୋଧିରେଣ କେଳି ।୬୯।ୟେସନେକ ସମୟେ ପ୍ରବେଶ ରାମହରିଅର୍ଜୁନ ତୁଲେ କଦମ୍ୱାସୁର ମହାଯୁଦ୍ଧ କରି ।୭୦।ଦେଖିଣ କାମପାଳ ଗରୁଡ଼ କଲେ ତେଜ୍ୟାହଳମୂଷଳ ଘେନିବିଜୟେ ଦେବରାଜା ।୭୧।ଶୁଣ ଆହୋ ଚଇତନ ରୁଦ୍ରଶରେକ ଘେନି ଅର୍ଜୁନ ବିନ୍ଧିଲାକ ଟାଣିୟେକା ନାରାଜର ଦାଢ଼ ଶହସ୍ର ମାନ ତିନି ।୭୨।କଦମ୍ୱା ବକ୍ଷସ୍ଥଳେ ପଡ଼ି ଶହସ୍ର ହୋଇ ଖଣ୍ଡ ଖଣ୍ଡରୋଧିରେ ଜର ଜର କଦମ୍ୱାସୁର ହୋଇଲା ତ୍ରିପଣ୍ଡ ।୭୩।ବଳରାମ ବୋଇଲେ ଶୁଣସି ଫାଲଗୁନିମୋହୋର ତୁଲେ କଦମ୍ୱା ସମର କରୁ ଶସ୍ର ଘେନି ।୭୪।ଶ୍ରୀରାମର ବଚନ ଶୁଣିଣ ବିବଚ୍ଛିତୁମ୍ଭର ହାଥରେ ଯେ ୟେହା ମୃତୁ ଅଛି ।୭୫।ଅସୁର ଆପଣେ ଶୁଣି ଧାମଇ ରୋଷକରିବଳରାମଂକୁ ପ୍ରହାର କଲା ଅସିପତ୍ର ଧରି ।୭୬।ବଳଦେବ ବକ୍ଷସ୍ଥଳେ ପଡ଼ିଲା ତାର ଖଣ୍ଡାଲୋହଗିରି ପର୍ବତେ ୟେହ୍ନେ ଶହସ୍ର ହୋୟେ ଗୁଣ୍ଡା ।୭୭।ପୁଣ ପ୍ରହାର ସେ କଲାକ ଲୋହଖଣ୍ଡନବଲକ୍ଷ ଭାରଗଦା ପଡ଼ିଲା ରାମର ମୁଣ୍ଡ ।୭୮।ଭାଜିଣ ଗଦାବର ହୋଇଲାକ ଚୂରବଜ୍ରହଳ ପ୍ରହରା କଲେକ ବଳେବର ।୭୯।ଚୂଲାଇ ପିଟନ୍ତେ ଯେ ଧଇଲା ଖଉଣୋପରାମର ବକ୍ଷସ୍ଥଳକୁ ସେହି ଶହସ୍ର କଲାକ୍ଷେପ ।୮୦।ଧାତିକାରେ ଶହସ୍ର ଧଇଲେ ନୀଳାମ୍ୱରଅଗ୍ନି ଝଲକିଲା ରାମର ଉପର ।୮୧।ବଜ୍ର ମୂଷଳ ନେଇ ପିଟିଲେ ନୀଳାମ୍ୱରଟହଟହ ହୋଇ ହସିଲା କଦମ୍ୱା ଅସୁର ।୮୨।ଶତେବଳ ପିଟନ୍ତେ ନୋହିଲା ତାର କିଛିଦେଖିଣ ବିମୁଖ ହୋଇଲେ ଶ୍ରୀବତ୍ସି ।୮୩।ଆକାଶେ ଥାଇ ଯେ ଦେଖି ବୋଇଲେ ବିରଞ୍ଚିୟେଣେ ନମରଇ ଅସୁର ପୂର୍ବର ବର ଅଛି ।୮୪।ନୀଳଚକ୍ର ଘେନି ମାର ହୋ ବଳଦେବ ରାୟେତେଣେ ସେ ମୃତୁ ହୋ କଦମ୍ୱାସୁର ପାୟେ ।୮୫।ଧ୍ୟାନେଣ ଚିନ୍ତିଲେ ଦେବ ଜନାର୍ଦ୍ଦନନୀଳଚକ୍ରେ ଆଣି ଦିଲେ ବିଷ୍ଣୁଗଣମାନ ।୮୬।ସେ ନୀଳଚକ୍ର ଧଇଲେ ଆପଣେ ଦେବ କରେନୀଳଚକ୍ର ଦେଇ ଦିଲେ ବଳରାମଂକ ହାତରେ ।୮୭।ନୀଳଚକ୍ରକଇଂ ଦେବ ଧଇଲେ ନୀଳାମ୍ୱରଆକ୍ରେଷି ପିଟିଲେ ନେଇ କଦମ୍ୱାସୁରର ଉପର ।୮୮।ଚକ୍ର ବିଘାତେ ଭଞ୍ଜିଲା ଅସୁରର ଦର୍ପବେନି ଖଣ୍ଡ ହୋଇଣ ପଡ଼ିଲା କଉଣୋପ ।୮୯।ଶୁଣ ହୋ ରାଜନ ଅସୁରର ପଦ୍ମେକ ସଇନି ଥିଲେଅର୍ଜୁନ ପ୍ରହାରଘାତେ ସମସ୍ତେ ପଡ଼ିଲେ ।୯୦।ଯେ ସେ ଶ୍ରୀକୃଷ୍ଣ ସେ ପ୍ରତକ୍ଷେ ଅରଜୁନଭାରା ନିବାରଣେ ସେ ଅଟନ୍ତି ବେନିଜନ ।୯୧।କଦମ୍ୱାସୁର ଅନ୍ତରେଣ ହୋଇଲା କିସ କଥାସଞ୍ଚପି କହିବା ମୁନି ହେ ଅଶ୍ୱମେଧ ପର୍ବର ବାରତା ।୯୨।ଶାମ୍ୱ ଗଦ ପଦ୍ମନ ତିନି ପୁତ୍ରନ୍ତ ଘେନିଚଳନ୍ତି ନୀଳାମ୍ୱର କୃଷ୍ଣ ଫାଲଗୁନି ।୯୩।ଶ୍ରୀକୃଷ୍ଣ ତୁଲେ ବ୍ରାହ୍ମଣର ସାତ ପୁତ୍ରମୃତୁପଥୁଂ ଉଦ୍ଧାରିଣ ଆଣନ୍ତି ଜଗନ୍ନାଥ ।୯୪।ବଇନେତ୍ର ପିଠିରେ ବିଜୟେ ନାରାୟଣଦ୍ୱାରିକାପୁରେ ବିଜୟେ କଲେକ ତତକ୍ଷଣ ।୯୫।ଦେଖନ୍ତି ଯାଦବେ ଯେ ବାରେ ପଡ଼ିଛନ୍ତି ମରିସୁବର୍ଣ୍ଣ ଜଗତୀ ପାଚେରୀ ଭାଞ୍ଜି ଖଣ୍ଡ ଖଣ୍ଡ କରି ।୯୬।ଦେଖନ୍ତି ନାରାଖାର ଭୁବନ ବାରସ୍ୱତୀଶ୍ରୀକୃଷ୍ଣ ଚାହାନ୍ତେ ଉଠିଲେ ସର୍ବବୀରେ ଚେତି ।୯୭।ନନ୍ଦ ବସୁଦେବ ଉଗ୍ରସେନହିଂ ୟେତେଆନନ୍ଦେ ଅଶ୍ରୁଜଳ ବହଇ ବେନି ନେତ୍ରେ ।୯୮।ତୋହୋର ପାତାଳ ଭୁବନେ ଯାନ୍ତେ ଦେବହରିୟେତେକ ପ୍ରମାଦ ପଡିଲା ବୁଝ ତଥ୍ୟ କରି ।୯୯।ବାହୁଡ଼ି ଦ୍ୱାରିକାରେ କରନ୍ତି ଉଚ୍ଛବକୃଷ୍ଣର ସନ୍ନିଧରେ ପ୍ରବେଶ ବିପ୍ରଦେବ ।୧୦୦।ବିପ୍ରପୁତ୍ର ପାଇଂ କୃଷ୍ଣଗଲେ ଯେ ପାତାଳେୟେଡେକ ପ୍ରମାଦ ପଡ଼ିଲା ମୋର କର୍ମର ଅବଳେ ।୧୦୧।ବ୍ରହ୍ମଣକୁ ରାଇ ପୁତ୍ର ଦିଲେ ନାରାୟଣୟେ ତୋର ସାତପୁତ୍ର ନିଅସି ହୋ ବ୍ରାହ୍ମଣ ।୧୦୨।ପୁତ୍ରେ ନାଶ ଯାନ୍ତି ତୋର କର୍ମର ଅବଳେକେ ତାକୁ ଜୀଆଇଂ ଆଣିବ କି ବଳେ ।୧୦୩।ବ୍ରାହ୍ମଣକୁ ରାଇଣ ଗୋବିନ୍ଦ ବହୁତ ପୁରସରିଚିହ୍ନିଣ ନିଅ ପୁତ୍ରମାନନ୍ତ ସମସ୍ତ ତୋହୋରି ।୧୦୪।ବ୍ରାହ୍ମଣ ବୋଇଲା ଦେବ ଶୁଣସି ଅଚ୍ୟୁତକେବଣ ମତେ ଜାତ ହୋଇଲେ ମୋର ପୁତ୍ର ।୧୦୫।ନ ଚିହ୍ନିଲି ନ ଦେଖିଲି ନ ଧଇଲି କୋଳେମରିବାର ସାତପୁତ୍ର ପାଇଲି କର୍ମବଳେ ।୧୦୬।ମୁହିଂ କେମନ୍ତେ ତାହାନ୍ତ ଚିହ୍ନିବି ନାରାୟଣମୃତ ବାହୁଡ଼ଇ ଜନ୍ମ କରିବାକୁ ଆନକେ ହୋଇବ ଭାର୍ଜନ ।୧୦୭।ଗୋବିନ୍ଦେ ବୋଇଲେ ଅର୍ଜୁନ ସତ୍ୟ ଗଲା ପାରପୁତ୍ରନ୍ତ ଜନ୍ମକରିଥିଲୁ ସମ୍ଭାଳ ହୋ ତୋହୋର ।୧୦୮।ଅର୍ଜୁନ ବୋଇଲେ ବ୍ରାହ୍ମଣ ତୁ ପାଇଲୁ ସାତବଳାଦ୍ୱାରିକାକୁ ପ୍ରମାଦ ପଡ଼ିବ ତୁ ବହନ ୟେଥୁ ପଳା ।୧୦୯।ସୁଦ୍ରିଶେଣ ଚକ୍ର ଯହିଂ ବୁଲାଇ ସହସ୍ରଧାରମାଛି ପଡ଼ିଲେ ଶତଖଣ୍ଡ ହୋଅଇ ଶରୀର ।୧୧୦।ୟେ ଭୁବନେ ପଶିବାକୁ କାହାର ଶକ୍ୟ ଅଛିସମୟେ ବ୍ରତିବୁ ଯେବେ ପଳାଅ ୟେଥୁ ମୃଚ୍ଛି ।୧୧୧।ମୋହୋର ସଞ୍ଚିତ ୟେ ନୋହଇ ଆନକଲାଅସୁର ମାତ୍ରକେ ଯହୁଂ ୟେ ପୁର ଧଂସିଲା ।୧୧୨।ମଞ୍ଚପୁରରୁ କୃଷ୍ଣ ଛାଡ଼ିଗଲେନି ମୋହପୁତ୍ର ଘେନି ବ୍ରାହ୍ମଣ ତୁହି ୟେଥିହିଂ ନରହ ।୧୧୩।ୟେଥି ଅନନ୍ତରେ ଯାଗ ସମାପନ କରିବସୁଦେବଂକର ବେନି ଚରଣକୁ ଧରି ।୧୧୪।ବଳରାମ ଯୁଝେଷ୍ଠି ବେନି ଜନଂକୁ ନମସ୍କାର କରିନିଜ ମନ୍ଦିରେ ବିଜେ ହେଲେ ଦଇତାରି ।୧୧୫।ଉଗ୍ରସେନଂକୁ ଆଲିଙ୍ଗନ କରି ଦେବହରିସନ୍ତୋଷ ମନେରହିଲେ ନିଜ ପୁରୀ ।୧୧୬।ଯୁଝେଷ୍ଠିଦେବଂକୁ ହିଂ କଲେ ଅନେକ ପୂଜାସନ୍ତୋଷେ ଯାଅ ବୋଲି ବୋଇଲେ ଦେବରାଜା ।୧୧୭।ଦକ୍ଷିଣ ଭୁଜେ କୋଳ କଲେକ ଯୁଝେଷ୍ଠିଦ୍ୱାରିକାକୁ ବାହାର ହୋଇ ଆସନ୍ତି ପାଛୋଟି ।୧୧୮।ଇନ୍ଦ୍ରପ୍ରଶସ୍ଥେଣ ଯାଇ ସେ ହୋଇଲେଯୁଝେଷ୍ଠି ଦେବେ ପୁଣ ଅର୍ଜୁନ ବୋଇଲେ ।୧୧୯।ସେ ବ୍ରାହ୍ମଣର ପୁତ୍ର କୃଷ୍ଣ କାହୁଂ ଯେ ଆଣିଲେକେସନେକେ ତାହାର ପୁତ୍ର ସ୍ଥାନମାନନ୍ତ ଜାଣିଲେ ।୧୨୦।ବୋଇଲେ ଅର୍ଜୁନ ଶୁଣ ଧର୍ମରସୁତଯାନ୍ତେଣ ଭୁବନ ସେ ଦେଖିଲେ ଭୂମିଗତ ।୧୨୧।ନଗର ବାହାରେ ଥୋଇଣ ମୋତେ ଗଲେଯାଇଂଣ ଶ୍ରୀହରି ବ୍ରାହ୍ମଣ ପୁତ୍ର ଘେନିଣ ଅଇଲେ ।୧୨୨।ତାହାର ମାୟା ଦେବ ବୁଝିବ କେ ପାରିସେ ଦେବ ତିନିଭୁବନେ ଅଟଇ ଅଧିକାରୀ ।୧୨୩।ତ୍ରଇଲୋକ୍ୟ କାରଣ ଦେବ ସେହି ଭଗବାନତ୍ରିଭୁବନ ମହିମାଂ ଯାହାର ଧନ୍ୟ ଧନ୍ୟ ।୧୨୪।ରମ୍ୟେକ ବିବାଦେ ଦେବ ବଜ୍ରାଙ୍ଗ ଅସୁରକୁ ମାରିଅଭୟେ ଗଣ୍ଡୁକନାଥ ଉଦୟେ ଶ୍ରୀହରି ।୧୨୫।ଅମାର୍ଗ ମାର୍ଗେ ହୋଅଇ ଯାହାର କୋପେ ହାଦେସାଧକ ଦିବୁଧ ଜନ ଚିନ୍ତନ୍ତି ଯାହାକଇଂ ହୃଦେ ।୧୨୬।ଯାବତ ଚନ୍ଦ୍ର ହୋୟେ ଦିବାକର ଆଦିୟେ ଭୂତ ଭବିଷ୍ୟତ ବ୍ରତମାନ ତୁମ୍ଭେ ସେ ସମ୍ପାଦି ।୧୨୭।ମୁହିଂ ତୁମ୍ଭର ଦାସର ଦାସ ଅଟଇ ଜନ୍ମେଜନ୍ମେବଦୟନ୍ତି ସାରୋଳାଦାସ ମୋତେ ଉଦ୍ଧାର ଜନାର୍ଦ୍ଦନେ ।୧୨୮।ଶିରରେ ଶୋଭା ତୋର ସପତ ଫେଣୀ ଯେ କୁଣ୍ଡଳୀମହା ପରମ ଯୋଗୀ ନାଥ ଅଚଳାଚଳ ହଳୀ ।୧୨୯।ଯଦୁବଂଶ ଅନ୍ତକାଳେ କାଦମ୍ୱରୀ ପାନକରିଅଣଷ୍ଟକ ନିଧନେ ବ୍ରହ୍ମହତ୍ୟା ଦୋଷ କରି ।୧୩୦।କାଳେ କାଳେ ଦେବ ସଞ୍ଚା ଯେ ଅସଞ୍ଚାପ୍ରଳୟ ଉତ୍ତାରେଣ ଦୁସହ କାଳବଞ୍ଚା ।୧୩୧।ରୋହିଣୀ ନନ୍ଦନ ଚରଣେ ପରିଣାମିଉତପତ୍ତି ପ୍ରଳୟନାଥ ତୁହି ସେ ଉତ୍ତମି ।୧୩୨।କୋଟିୟେ ଚନ୍ଦ୍ର ଯାକୁ ନିମିଷେକେ ଭୋଗୀନମନ୍ତି ସାରୋଳାଦାସ ଉଦ୍ଧର ପରମ ଯୋଗୀ ।୧୩୩।ବଇବସୁତ ମନୁ ବଦୟନ୍ତି ଅଗସ୍ତିୟେଥି ଉତ୍ତାରେ ମୋତେ କହିବା ବ୍ରହ୍ମଯତି ।୧୩୪।ଅଗସ୍ତି କହନ୍ତି ଶୁଣ ବିଲଂକ ଦେଶ ରାୟେଅଶ୍ୱମେଧ ଯାଗ କରିବାକୁ ଲୋଡନ୍ତି ଧର୍ମ ତନୟେ ।୧୩୫।ଯୁଝେଷ୍ଠି ଦେବେ ପୁଚ୍ଛାକଲେ ଧଉମ୍ୟ ପ୍ରୋହିତଂକୁଅଶ୍ୱମେଧ ଯାଗ ଫଳ କେବଣ ନିମନ୍ତକୁ ।୧୩୬।ବଦୟନ୍ତି ପ୍ରୋହିତ ଶୁଣ ହୋ ପଞ୍ଚୁଭ୍ରାଥଯଦ୍ୟପି ଦେବରାଜା ଅଟନ୍ତି ଜଗନ୍ନାଥ ।୧୩୭।ଯୁଦ୍ଧ କଲେ ଅନେକ ହୁଅଇ ହତ୍ୟାଦୋଷଅଶ୍ୱମେଧ ଯାଗ କଲେ ସମସ୍ତ ହୋୟେ ଧ୍ୱଂସ ।୧୩୮।ଧଉମ୍ୟ ପ୍ରୋହିତ କହିଲେ ଯଥାବିଧିହତ୍ୟା ବିନୋଚନ ନିମନ୍ତେ ୟେ ମହାଯାଗର ପ୍ରସିଦ୍ଧି ।୧୩୯।ୟେ ମହାଯାଗ କଲେ ମନୁଷ୍ୟେ ଜନ୍ମ ନାହିଂବ୍ରହ୍ମଲୋକ ଅବଶ୍ୟ ଲଭନ୍ତି ଜାଣ ସେହି ।୧୪୦।ଧଉମ୍ୟ ପୁରୋହିତ କହନ୍ତେ ସାନନ୍ଦ ଧର୍ମରାୟେଆମ୍ଭେ ଅଶ୍ୱମେଧ ଯାଗ କରିବା ଧନୁର୍ଜୟେ ।୧୪୧।ପୁରୋହିତଂକ ମୁଖୁଂ ଶୁଣନ୍ତି ସତ୍ୟକରିଧ୍ୟାନେଣ ଯୁଝେଷ୍ଠି ଦେବ ବଶିଷ୍ଠଂକୁ ସୁମରି ।୧୪୨।ଉଦୟଗିରି କନ୍ଦରେ ଯେ ଥିଲେ ତପୋବନ୍ତଆସନ କମ୍ପିଲା ଦେବ ଜାଣିଲେ ତୁରିତ ।୧୪୩।ହସ୍ତିନା ଭୁବନେ ମୋତେ ସୁମରଇ ଯୁଝେଷ୍ଠିଇନ୍ଦ୍ରପ୍ରଶସ୍ଥେ ବିଜୟେ କରନ୍ତି ତପନିଷ୍ଠି ।୧୪୪।ଶୁଣନ୍ତି ରାଜନ ଆହୋ ବଦୟନ୍ତି ଅଗସ୍ତିବଶିଷ୍ଠଂକ ଅଗ୍ରତେ ଯେ ଯୁଝେଷ୍ଠି ପୁଚ୍ଛନ୍ତି ।୧୪୫।ମୋହୋର ବଚନ ତୁମ୍ଭେ ଶୁଣ ମୁନିବାରଅଶ୍ୱମେଧ ଯାଗ ମୁଂ କରିବି ନିକର ।୧୪୬।ବଶିଷ୍ଠେ ବୋଇଲେ ତୋର ଧନ୍ୟ ଧନ୍ୟ କର୍ମଅଶ୍ୱମେଧ ଯାଗର ଅଟଇ ବହୁତ ଧର୍ମ ।୧୪୭।ଅଶ୍ୱମେଧ ଯାଗ ଯେ କରି ପାରଇ ଶେଷଅବଶ୍ୟ ହୁଅଇ ସେ ବ୍ରହ୍ମଲୋକେ ପରବେଶ ।୧୪୮।ତାହାର ସଙ୍ଗେ ଥାନ୍ତି ଯେତେ ଲୋକ ସର୍ବବ୍ରହ୍ମଲୋକୁଂ ଚାଣ୍ଡାଳଯାୟେ ସ୍ୱର୍ଗରେ ଯେ ଠାବ ।୧୪୯।ପୁତ୍ର ବନ୍ଧୁ ଭାରିଯା କୁଟୁମ୍ୱ ସହିତେନକ୍ଷତ୍ର ହୋଇଣ ସେ ବସନ୍ତି ସ୍ୱର୍ଗ ପଥେ ।୧୫୦।ସମସ୍ତ ମହିମାଂ ଯହୁଂ ଶୁଣିଲେ ନରନାହାଅଶ୍ୱମେଧ ଯାଗ ମୁଂ କରିବଇଂ ସେନେହା ।୧୫୧।ତୁମ୍ଭନ୍ତ ବରଣ ମୁଂ କରଇ ମୁନିଦେବାତୁମ୍ଭର ଅନରୂପେ ମୋତେ ଯାଗନିକ ଦେବା ।୧୫୨।ତାହାଂକ ବିନୟ ଯହୁଂ ଶୁଣିଲେବଶିଷ୍ଠିବୋଇଲେ ତୁହି ଯେ ବୋଇଲୁ ଯାଗ କରିବା ଯୁଝେଷ୍ଠି ।୧୫୩।ହୟିହୟ ବଂଶେ ଶ୍ୱେତ ନାମେ ନୃପତିଦେବ ଯାଗ କରିବାକୁ କଳ୍ପଣା କଲା ମତି ।୧୫୪।ମୋତେ ବରଣ କଲା ବିଷ୍ଣୁଗର୍ଭ ସତ୍ୟ ଯୁଗେମୁହିଂ ଯାଗନିକ ହୋଇଲି ତାହାର ଯାଗେ ।୧୫୫।ଆମ୍ଭେ ବୋଇଲୁ ଯେବେ ତୁ ଆମ୍ଭନ୍ତ ବରିଲୁ ଯାଗେମୋହୋର ଶ୍ରୋହା ପ୍ରୋକ୍ଷଣୀ ଅଟନ୍ତି ଚାରିମେଘ ।୧୫୬।ତୋହୋର ବେଳେ କି ୟେଥକୁ ଅଣାଇ ପାରିବୁନା ଘୃତଶୁଣି କରି ସନମତ କଲା ରାଜଶ୍ୱେତ ।୧୫୭।ଘୃତ ସମୋଦ୍ରକୁ ପଞ୍ଚବିଂଶ ବରଷ ସେବାକଲାମମାଇ ଘୃତ ସମୋଦ୍ରକୁ ସେଠାକୁ ଆଣିଲା ।୧୫୮।ଚଉବିଂଶ ବରଷ ୟେ ସେ କଲା ମହାଯାଗମୂଷଳ ଧାରା ପ୍ରମାଣ ଘୃତ ବରଷିଲା ଚାରିମେଘ ।୧୫୯।ଲୋଭେ ଅଗ୍ନିଦେବତା ଭକ୍ଷିଲେ ତହୁଂ ଘୃତମନ୍ଦଅଗ୍ନି ହୋଇଲା ଲୁଦୁବୁଦୁ ବ୍ୟାଧି ହେଲା ଗାତ୍ର ।୧୬୦।ବୋଲନ୍ତି ବଶିଷ୍ଠ ମୁନି ଶୁଣ ହୋ ଯୁଝେଷ୍ଠିଅଗ୍ନିର ପ୍ରବଳେ ସେ ଆହାର ହୃୟେ ପୁଷ୍ଟି ।୧୬୧।ଅଗ୍ନି ତେଜ କ୍ଷୀନ୍ନେ ସମସ୍ତେ ହୋଇଲେ ଲୁଦୁବୁଦୁସମସ୍ତେ ହେଂ ହୀନବୀର୍ଯ୍ୟ ହୋଇଲେ ଅସାଧୁ ।୧୬୨।ଅଗ୍ନିଦେବତା ଯହୁଂ ହୋଇଲେ ହୀନ ତେଜଚଳିବୁଲି ନୁଆରିଲେ ଆଉ ଅଗ୍ନି ଦେବରାଜ ।୧୬୩।ଇନ୍ଦ୍ରଦେବତାଂକୁ ସେ ମାଗିଲେ ମଉଷଧିନି ଦିଲେ ଇନ୍ଦ୍ରଦେବତା ନୋହିଲା ଭଲ ବ୍ୟାଧି ।୧୬୪।ୟେ ବିଧି ଚଉବିଂଶ ବରଷ ପରିଯନ୍ତେସଂସାରହୀନ ହୋଇଲାଟି ମୋହୋର ଆହୂତି ଦିଅନ୍ତେ ।୧୬୫।ତେଣେ ଅର୍ଜୁନ ତୋର ବାସେବ ବିବାଦିଖାଣ୍ଡେବ ବନ ଦହନ କରି ଦିଲାକ ମଉଷଧି ।୧୬୬।ବଶିଷ୍ଠ ବୋଇଲେ ତୁମ୍ଭେ ଶୁଣସି ଧର୍ମ ରାୟେଅଶ୍ୱମେଧ ଯାଗକଲେ ଅପାର ଧନ ହୋୟେ ।୧୬୭।ପୃଥୀବୀ ସମାନେ ଯେ ଲାଗିବ ଧନ ବିତ୍ତଧନ ସଞ୍ଚି ଯାଗରେ ପଶ ହେ ଧର୍ମସୁତ ।୧୬୮।ଯୁଝେଷ୍ଠି ବୋଇଲେ ମୁଂ କାଳକ ବନବାସୀରାଜ୍ୟକୁ ଆଶାକରି ଯେ ସମସ୍ତେ ହୋଇଲେ ଧ୍ୱଂସୀ ।୧୬୯।ଧନ ହିଂ ସରିଲା ଧର୍ମ ହିଂ ସରିଲା ବଂଶ ହୋଇଲା ନାଶମାନଗୋବିନ୍ଦ ଭଣ୍ଡାର ୟେକା ରହିଛି ଅବଶେଷ ।୧୭୦।ଦ୍ରିଯୋଧନ ରାଜାର ତ ୟେକଇ ଭଣ୍ଡାରେକାଢୁ ନସରଇ ଶଙ୍ଖ ନିଧି ପଦ୍ମ ନିଧି ଅଛଇ ଯାର କରେ ।୧୭୧।ବଶିଷ୍ଠଂକୁ ଭଣ୍ଡାର ଦେଖାଇଲେ ଯୁଝେଷ୍ଠିବଶିଷ୍ଠେ ବୋଇଲେ ହୋ ୟେଣେ ଧନ ଯେ ଅଣ୍ଟି ।୧୭୨।ବୋଲନ୍ତି ବଶିଷ୍ଠେ ଶୁଣ ହୋ ଧର୍ମରାଜନମୋହୋର ତୁଲେ ଆସି କାଞ୍ଚି ନଗ୍ରସ୍ତାନ ।୧୭୩।ଯୁଝେଷ୍ଠିଂକର ତୁଲେ ଭୀମ ଫାଲଗୁନିବେଳ ମଧ୍ୟାହ୍ନେ ବଶିଷ୍ଠେ ବାହାର ପାଣ୍ଡବନ୍ତ ଘେନି ।୧୭୪।ଶୁଣ ଆହୋ ଚଇତନ ବେଗେ କାଞ୍ଚ ନଗ୍ରେ ହୋଇଲେ ପରବେଶବହଇ ତୁଙ୍ଗଭଦ୍ରା କାଞ୍ଚନଗ୍ରର ଚଉପାଶ ।୧୭୫।ବଡର୍ଯ୍ୟ ବୋଲିଣ ୟେକ ପର୍ବତ ଗୋଟିୟେନିଗମ ବାହିନୀ ତହିଂକି ଯୋଜନ ବିଶାଶୟେ ।୧୭୬।ତହିଂ ଯାଇ ପ୍ରବେଶ ହୋଇଲେ ଯୁଝେଷ୍ଠିରହିଲେ ବଶିଷ୍ଠେ ଶାଂକୁଟି ବଟର ନିକଟି ।୧୭୭।ବଶିଷ୍ଠେ ବୋଲନ୍ତି ତୁ ଶୁଣରେ ପାବେନିୟେ ପର୍ବତ ଗୋଟିକି ତୁ ତାଡ ଗଦାବର ଘେନି ।୧୭୮।ଶୁଣି ବ୍ରିକୋଦର କରେ ଗଦା ଘେନିତାତିପୃଥୀରୁ ଉପୁଡି କରି ଗିରିବର ପଡି ।୧୭୯।ଯେସନେକେ ଫରୁଆ ଉପରେ ଥାଇ ଖୋଳଉପରେ ଚଉକତି ଉତ୍ସର୍ଗ ନବ ତାଳ ।୧୮୦।ତଳକୁ ଗଭୀର ଉଣେଇଶ ତାଳ ଚକୁଡ଼ିଅଠାଇଶ ତାଳ ପରିଯନ୍ତେ ଧନ ଅଛି ପୂରି ।୧୮୧।ଦେଖିଣ ଆଶ୍ରିଜ ଯେ ହୋଇଲେ ଯୁଝେଷ୍ଠିୟେ ଧନ ନେଇ ଯାଗ କର ବୋଇଲେ ତପୋନିଷ୍ଠି ।୧୮୨।ଯୁଝେଷ୍ଠି ବୋଇଲେ ହୋ ମୋହୋର ଧର୍ମଅର୍ଥେପରର ଧନ ୟେହା ମୁଂ ନେମଇ କେମନ୍ତେ ।୧୮୩।ବଦୟନ୍ତି ବଶିଷ୍ଠେ ଶୁଣ ହୋ ଧର୍ମରାୟେପରଧନ କିମ୍ପେ ଆମ୍ଭେ ଆଣି ତୋରେ ଦେଖାୟେ ।୧୮୪।ତୋହୋର ଉପର ବଂଶେ ଅଟଇ ଚନ୍ଦ୍ର ଯେ ଦେବତାତାହାର ତହୁଂ ଉପୁଜିଲା ସେ ସୋମ ନାମେ ପୋତା ।୧୮୫।ସୋମର ନନ୍ଦନ ଯେ ବୁଧ ନାମେ ନୃପତିପୁରରବା ନାମେଣ ତାହାର ପୁତ୍ର ଉତପତ୍ତି ।୧୮୬।ପୁରରବା ନନ୍ଦନ ଯେ ଆୟୁର ନାମେ ରାଜାନଘୋଷ ବୋଲିଣ ଯେ ତାହାର ତନୁଜା ।୧୮୭।ନହୁଷର ନନ୍ଦନ ଯେ ହୋଇଲେ ଯଯାତିତାହାର ନନ୍ଦନ ମାନଧାତା ଚକ୍ରବ୍ରତୀ ।୧୮୮।ସେ ମାନଧାତା ୟେ ସତ୍ୟଯୁଗେ ସତର ଲକ୍ଷ ଅଠାଇଶ ସହସ୍ର ବରଷ ରାଜ୍ୟ କଲେତ୍ରେତୟାରେ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ପୁଆଇଲେ ।୧୮୯।ତାଂକ ପାଞ୍ଚଶତ ପଞ୍ଚାଳିଶ ଅଂକରେଉର୍ଦ୍ଧଅଙ୍ଗ ବୋଲିକରି ୟେକଇ ସମ୍ୱତ୍ସରେ ।୧୯୦।ମରୁତସେନ ରାଜ୍ୟ କରୁଥିଲା ନିର୍ଭରେପୂର୍ବର କଥାମାନ କହିଲୁ ତୋହୋର ଆଗରେ ।୧୯୧।କାର୍ତ୍ତିକ କୃଷ୍ଣପକ୍ଷ ଚଉଠୀର ତିଥିରୋହିଣୀ ନକ୍ଷତ୍ର ଯେ ବାର ବୃହସ୍ପତି ।୧୯୨।ପୁଣ୍ୟତୋୟା କୂଳରେ ସେ ମରୁତସେନ ରାୟେଯାଗ କରିବାକୁ ସେ ସଂକଳପ କୟେ ।୧୯୩।ଆମ୍ଭନ୍ତ ବୋଇଲା ଯାଗନିକ ପଣେ ହୋଅସି ବରଣବଶିଷ୍ଠେ ବୋଇଲେ ଆମ୍ଭନ୍ତ ଝାଗଡ଼ ଅଛଇ ନୃପରାଣ ।୧୯୪।ବଶିଷ୍ଠେ ବୋଇଲେ ବିଶ୍ୱାମିତ୍ରେ ତପ କରୁଛନ୍ତିଅକାଳେ ଆକାସେ ବ୍ରହ୍ମପଦ ଦେଇଛନ୍ତି ।୧୯୫।ନାରଦେ କହିଲେ ଯାଇ ପିତାମହଂକ ଆଗେବିଶ୍ୱାମିତ୍ର ତପଥାନକୁ ଯାଉଅଛୁଂ ଆମ୍ଭେ ବେଗେ ।୧୯୬।ଉତ୍ତାନ ପର୍ବତେ ଯେ ବସିଅଛନ୍ତି ବୃହସ୍ପତିତାହାନ୍ତ ବରଣ କରହୋ ସେ ଉତ୍ତମ ଅଟନ୍ତି ।୧୯୭।ବଶିଷ୍ଠଂକ ବଚନେ ଚଳିଲେ ମରୁତସେନ ରାୟେଦେଖିଲା ବୃହସ୍ପତି ବସିଅଛନ୍ତି ଲୟେ ।୧୯୮।ମରୁତସେନ ରାଜା ଛାମୁରେ ପ୍ରଣପତ୍ୟ କରୁଅଛିସୋମବଂଶ ରାଜା ଦେଖି ବୃହସ୍ପତି କଲ୍ୟାଣ ବାଞ୍ଛି ।୧୯୯।ବୃହସ୍ପତି ବୋଇଲେ ତୋତେ ବହୁତ ଝଗଡୟେକା ଜଣକେ ତୁ ସପତ ଦୀପେଶ୍ୱର ।୨୦୦।ମରୁତ ବୋଇଲେ ଶୁଣ ବୃହସ୍ପତେମୁହିଂ ସଂକଳ୍ପ କରିଅଛି ଯାଗକୁ ଆଗ୍ୟାଂ ଦେୟେ ମୋତେ ।୨୦୧।ମୁକୁଇଂ ଆଗ୍ୟାଂ ଦେବାକ ଅନୁରାଗେତୁମ୍ଭେ ଯାଗନିକ ହୋଅସି ମୋହୋର ଯାଗେ ।୨୦୨।ବୃହସ୍ପତି ବୋଇଲେ ତୁମ୍ଭେ ମୃତୁମଣ୍ଡଳେ ଜାୟେ ହୋଇଆମ୍ଭନ୍ତ ବରଣ କରୁ ଗ୍ୟାନ ତୋହୋର ନାହିଂ ।୨୦୩।ନରପାମର ବୋଲିଣ ତୁମ୍ଭନ୍ତ ହିଂ ଜାଣିତୁମ୍ଭର ତୁଲେ କିରେ ଆମ୍ଭକଇଂ ଗଣି ।୨୦୪।ମାନବ ଜନ୍ମ ହୋଇ ଦେବତାଂକୁ ବରଣିକିମ୍ପାଇଂ ବିଚାରି ନକରି ତୁ ଅଇଲୁ ନୃପମଣି ।୨୦୫।ଶୁଣ ରାଜନ ବୃହସ୍ପତି ଅପାର ବୋଲନ୍ତିଶୁଣିଣ ଲଜ୍ଜା ପାଇଲା ସୋମବଂଶ ଚକ୍ରବ୍ରତୀ ।୨୦୬।ଲାଜେ ଛାମୁରେ ଚରଣ ନୁଆରଇ କାଢିବୃହସ୍ପତି ଅନ୍ତରୀକ୍ଷେ ଗଲେ ତହୁଂ ଗଡ଼ି ।୨୦୭।ଦିଗମ୍ୱର ହୋଇ ରାଜା ଭାଳଇ ବିଷାଦେୟେମନ୍ତର ସମୟେ ଆସି ମିଳିଲେ ନାରଦେ ।୨୦୮।କ୍ରୋଧେଣ ସମସ୍ୟା ଦେଇ ନୁଆରଇ ରାୟେବିକଳେ ବିନୋପଇ ସେ ନାରଦଂକ ପାୟେ ।୨୦୯।ନାରଦ ବୋଇଲେ ମୁରତ ରାଜା କିସ ଅର୍ଥେ କ୍ରୋଧୀଜନ ପ୍ରଜାମାନନ୍ତ କଲୁକି ଅବିଧି ।୨୧୦।ପରଜାକଇଂ ଅବିଧି କଲେ ଆପଣେ ହୋୟେ କଷ୍ଟିଆପଣେ ନାଶ ଯାଇ ଉପୁଜଇ ଅରଷ୍ଟି ।୨୧୧।କି ଅବା ଯାଗ ତୁହୋ ନ କଲୁ ମହୀସ୍ଥଳୀମେଘବୃଷ୍ଟି ନ କରନ୍ତି ଶସ୍ୟ ନ ଉପୁଜଇ ସମସ୍ତେ ହୁଅନ୍ତି ବିକଳି ।୨୧୨।ମରୁତସେନ ବୋଇଲା ମୁନି ଶୁଣିମା ନାରଦେଅଶ୍ୱମେଧ ଯାଗ କରିବାକୁ ଅନକୂଳ କଲି ହାଦେ ।୨୧୩।ବଶିଷ୍ଠଂକୁ ମୁଂ ଅଇଲି ବରଣୀ ଯେ କରିବିଶ୍ୱାମିତ୍ର ଝଗଡେ ହୋଇଲା ବହୁତ ଯେ ଭାରି ।୨୧୪।ବୃହସ୍ପତିଂକି ଅଇଲି ବରଣ ନିମନ୍ତେଅନେକ ଝିଂଘାସି ମୁନି ବୋଇଲେକ ମୋତେ ।୨୧୫।ନାରଦେ ବୋଇଲେ ମନେ ନ ବିଚାର ତୁ ମରୁତେଆମ୍ଭେ ଯାଗ୍ୟିଂକ ଯାଗନିକ କରି ଜଣେକ ଦେବା ତୋତେ ।୨୧୬।ମରୁତ ବୋଇଲା ଯେବେ ଆଗ୍ୟାଂ ଦେବା ଋଷିମୁହିଂ ନ ବରଇଟି ବୃହସ୍ପତିଂକର ବଂଶୀ ।୨୧୭।ନାରଦେ ବୋଇଲେ ତା ବଂଶରୁ ଜଣେ ନବରିଲେ ସେ କରିବଟି ରାଗବୃହସ୍ପତି କୋପ କଲେ ନୋହିବ ତୋର ଯାଗ ।୨୧୮।ନାରଦେ ବୋଇଲେ ତୁହୋ ନ ଜାଣୁ ରାଜା କିଛିବୃହସ୍ପତିଂକର ବଡ ଉତ୍ତମ ପୁତ୍ରେକ ଅଛି ।୧୧୯।ବଡାଇ ପଣ୍ଡିତ ସେ ନାମ ତାର କଚତାହାନ୍ତ ବରିଲେ ତୋତେ ନାହିଂ କିଛି ବାଚ ।୨୨୦।ବହୁତ ପାଠ ତାହାଂକୁ ପଢାଇଲେ ବୃହସ୍ପତିଅକ୍ଷୟେ ବାଳୁତ ସେ ଛନ୍ନଛନ୍ନ ମତି ।୨୨୧।ତୁ ୟେହି କ୍ଷଣି ଯାଅ ମେରୁ ଦକ୍ଷିଣ ପୃଷ୍ଠେୟେତେବେଳେ ବସିଅଛି ସେ ମେରୁଗିରି କ୍ରୋଟେ ।୨୨୨।ଶ୍ରୀକରେ ତୋହୋର ଧରିଥିବୁ ଅସିପତ୍ରତୋତେ ଦେଖିଣ ପଳାଇବ ସେ ଅନେକ ଧୂର ପଥ ।୨୨୩।ନିଉନ ହୋଇଗଲେ ତୋତେ କରିବଟି ବହୁତ କୋପକିମ୍ପା ଅଇଲୁ ବୋଲି ତୋତେ ଦେବ ସେହୁ ଶାପ୍ୟ ।୨୨୪।ତୋତେ ଦେଖିଣ ସେ ପଳାଇବ ଡରେତେହ୍ନେକ ମୃତ୍ତି ଧରିବୁଟି ତୁ ତାହା ଛାମୁରେ ।୨୨୫।ଥୋକାୟେ ଧୂର ପଳାଇ ତୋତେ ଚାହିଂବ ଲେଉଟିଫୁଟିଣ ବାଟରେ ସେ ପଡିବାକ ଯାଇ ଝୁଣ୍ଟି ।୨୨୬।ତୁ ଯାଇଂ ତାହାର ଛାମୁରେ ମିଳିବୁ ଖଡଗ ବୁଲାଇପ୍ରତିଉତ୍ତର ଦେବ ତୋତେ କିଂକର ଭାବ ହୋଇ ।୨୨୭।ପ୍ରଳମ୍ୱିତ ହୋଇବୁ ତୁ ତେତେବେଳେ ତାହାଂକୁବରଣ କରିବୁ ତୁ ଯାଗ ନିମନ୍ତକୁ ।୨୨୮।କହିଣ ନାରଦେ ଯେ ଗଲେ ଅନ୍ତର୍ଧ୍ୟାନେକ୍ରୋଧ ଛାଡି ଗଲା ତହୁଂ ମରୁତ ରାଜନେ ।୨୨୯।ଆକାଶ ଗଙ୍ଗାୟେଣ କଚ ସ୍ରାହାନ ସନ୍ଧ୍ୟା କରୁଥିଲାମରୁତସେନ ରାଜାର ମୃତ୍ତି ଦେଖି ସେ ଭୟେ ପଳାଇଲା ।୨୩୦।କେଶ ବାସ ଅସମ୍ଭାଳ ବସନ ପଡଇ ଖସିବାବୁ ବାବୁ ବୋଲିଣ ପଳାଇଲା ବାଳ ଶିକ୍ଷି ।୨୩୧।ବିଶାଶତେ ଯୋଜନେ ସେ ଚାହିଂଲା ଲେଉଟିପଳାଇ କରି ଚାହାଂନ୍ତେ ପଡିଲା ସେ ଝୁଣ୍ଟି ।୨୩୨।ଖଡଗ ଘେନି ଧାଇଂଅଛନ୍ତିମ ହାରାୟେମୃତ୍ତିକି ଆକ୍ରେଷିଲା ରାହୁର ତେଜ ପ୍ରାୟେ ।୨୩୩।ଦନ୍ତେ ତିରଣ ଧରି ମୁନି ବୋଇଲେ ରଖ ରଖତୁ ମାହାତ୍ମା ନ ମାର ମୁଂ ଅଟଇ ନିରେଖ ।୨୩୪।ସନ୍ନିଧ୍ୟେ ଦେଖି ଚିହ୍ନିଲା ସେ ଦିବ୍ୟ ବଦନ ଗୋଟିକଚ ବୋଲନ୍ତି ତୁମ୍ଭେ ମରୁତସେନଟି ।୨୩୫।କଚ ବୋଇଲା ବିଶ୍ୱାମିତ୍ର ଶାପେ କଳ୍ମଷାପାଦ ରାଜାରାକ୍ଷସ ହୋଇ ଭକ୍ଷିଲା ବଶିଷ୍ଟଂକ ତନୁଜା ।୨୩୬।ଆହୋ ମରୁତସେନ ପଳାଇଲି ମୁଂ ତାହାର ପ୍ରାୟେ ବୁଝିଭୟେ ଲୁଚିଅଛି ତେଣୁ ମେରୁକ୍ରୋଟ ବୁଝି ।୨୩୭।ମରୁତସେନ ରାଜା ଛାମୁରେ ପ୍ରଳମ୍ୱିତକଲ୍ୟାଣ ବାଞ୍ଚିଲେ ତାକୁ ବୃହସ୍ପତିଂକର ସୁତ ।୨୩୮।ମରୁତସେନ ବୋଇଲା ମୁଂ ଦେବଯାଗ କରିବିଯାଗନିକ ପଣେ ମୁହିଂ ତୁମ୍ଭନ୍ତ ବରିବି ।୨୩୯।କଚ ବୋଇଲା ମୁଂ ବରଣ ହୋଇଲି ଭୋ ରାଜାସମ୍ଭାର ସଞ୍ଚାମାନ ଯୋଗାଡ କରି ବେଗେ ଯାଅ ଯା ।୨୪୦।ସର୍ବ ସମ୍ପାଦିଣ ତୁ ରାଜା କହସି ଆସି ମୋତେମୁହିଂ ରହିଥିବିଟି ଯାଇଂ ମଣିନାଗ ପର୍ବତେ ।୨୪୧।ଶୁଣହୋ ରାଜନ ଯଥାବିଧି ବରଣ କଲାକ ସୋମବଂଶୀଯାଗନିକ ଭାବେ ବରଣ ହୋଇଲେ ବାଳଶିଷି ।୨୪୨।ବିଜୟେ ମରୁତସେ ନଇନ୍ଦ୍ର ଯେ ପ୍ରଶସ୍ତେକରଇ ଯାଗବିଧି ଧଉମ୍ୟ ପ୍ରୋହିତଂକ ଶାହାସ ଯୁଗତେ ।୨୪୩।ଚଉଦ ବରଷକଇଂ ରାଜା ସମସ୍ତ ସମ୍ପାଦିକଚର ସନ୍ନିଧ୍ୟେ ଯାଇଂ ମିଳିଲେ ନୃପନିଧି ।୨୪୪।ଅପାର ଧୂରେ ଥାଇଂ ଡାକଦିଲା ନୃପମୁହିଂ ମରୁତସେନ ମୋତେ ନକର ଯେ କୋପ ।୨୪୫।ଗହ ଗହ ଶବଦେ ଶୁଭିଲାକ ବାଣୀଆସନ କମ୍ପନ୍ତେ ଧ୍ୟାନେ କର ତାହା ଜାଣି ।୨୪୬।କ୍ଷଣକେ ବାତୁଳ କ୍ଷଣକେ ମହାଗ୍ୟାଂତାଧ୍ୟାନକଲେ ଦୃଶ୍ୟ ହୋଇ ନବକୋଟି ଯୁଗର ବାରତା ।୨୪୭।ମରୁତସେନ ରାଜା ଶତ ସହସ୍ର ପରିଣାମିଇନ୍ଦ୍ରପ୍ରଶସ୍ତେ ବିଜୟେ କରିବା ଦେବସ୍ୱାମୀ ।୨୪୮।ଶୁଣ ହୋ ଚଇତନ ରାଜାରମୁଖୁଂ ୟେସନେକ ଶୁଣି ବାଚତୁହି ଆଗହୋଇ ଯାଅ ଯା ବୋଇଲାକ କଚ ।୨୪୯।ୟେ ଦୁର୍ଗମ ପଥେ ହାଦେ ରାଜା ତୁ କରିବୁ ଗମନାଆମ୍ଭନ୍ତ ଯାଇଂ ଇନ୍ଦ୍ରପ୍ରଶସ୍ତେ ଦେଖୁଂ ସିନା ।୨୫୦।ୟେତେ କହି ମହାତମା ଅନ୍ତର୍ଦ୍ଧାନେ ଗଲାମନପବନ ଦଣ୍ଡେ ଆରୋହି ଯାଗଶାଳେ ମିଳିଲା ।୨୫୧।ମରୁତସେନ ପ୍ରବେଶ ହୋଇଲା ଯାଇ ନିଜରାଜ୍ୟେଦେଖଇ କଚ ବିଜେ କରିଅଛନ୍ତି ମହାତେଜେ ।୨୫୨।ଆଶ୍ରିଜ ହୋଇଣ ତାକୁ ପଚାରନ୍ତି ଦଣ୍ଡସାଇଂଦେଖିଣ ଆଶ୍ରିଜ ହୋଇଲି ଦେବ ମୁହିଂ ।୨୫୩।କଚ ବୋଇଲେ ଆମ୍ଭର ମହିମାଂ ନ ଜାଣୁ ମରୁତମନ ଯହିଂ ଗବନ ତହିଂ ତଇଲୋକ୍ୟ ୟେକତ ।୨୫୪।ଭୋ ରାଜନ ଯାଗର ସମ୍ପଦ ଦେଖାଇଲେ ନରେନ୍ଦ୍ରଦେଖି ଉପହାସ କଲେ ମୁନି କୁଳଚନ୍ଦ୍ର ।୨୫୫।ବଡାଇ ସମ୍ଭର୍ବ ତୁହି ଭିଆଇଅଛୁ ହୋ ନୃପତିଆନ ଯାଗକୁତ ୟେହୁ ଉତ୍ତମ ଯୁଗତି ।୨୫୬।ଅଶ୍ୱମେଧ ଯାଗ ୟେଣେ ନୋହଇଟି କରିଶୁଣିଣ ନୃପତି ଯେ କହଇ କରଯୋଡି ।୨୫୭।କଚ ବୋଇଲେ ଯେବେ ବରିଲୁନି ମୁକୁଆସ ହୋ ମରୁତସେନ ଧନ ଦେଖାଇବା ତୁକୁ ।୨୫୮।ବଦୟନ୍ତି ବଶିଷ୍ଠ ମୁନି ଶୁଣ ତୁ ହୋ ଯୁଝେଷ୍ଠିକଚ ମରୁତ ଦୋହେଂ ବିଦେଶେଣ ଗୋଷ୍ଠି ।୨୫୯।ମହାଅରଣ୍ୟେ ପ୍ରବେଶ ମୁନି ଦଣ୍ଡଧାରୀସଉରାଷ୍ଟ ବନେ ମିଳିଲେ ଯୋଜନ ଶତଚାରି ।୨୬୦।ବରାହୀ ନଦୀକୂଳେ କର୍ଣ୍ଣରୁଦ୍ର ବୋଲି ପର୍ବତମରୁତସେନକୁ ବୋଇଲେ କଚ ତୁ ରହିଥାଉ ଗୁପତ ।୨୬୧।ରାଜାକୁ ବୋଇଲେ ତୁ ନୋହିବୁଟି ଦୃଶ୍ୟୟେହି ଭୂମିରେ ଥାଆନ୍ତି ହୋ ମହା ମହା ରାକ୍ଷସ ।୨୬୨।ମଣିଭଦ୍ରା ବୋଲିଣ ୟେକ ରାକ୍ଷସ ଯେ ଅଛିବ୍ରହ୍ମାଣ୍ଡ ଚାଣ୍ଡାଳ ପାଇଲେ ସେ ସର୍ବଭକ୍ଷି ।୨୬୩।ରୁଦ୍ରସତ୍ୟ ଯୁଗେ ସେ କାଶୀଂକି ସେବାକଲାସତ୍ୟଯୁଗ ସତର ଲକ୍ଷ ବରଷ ଲୋହ ଚୂରି ସେ ଭକ୍ଷିଲା ।୨୬୪।ଭାବେଣ ବର ତାକୁ ଦିଲେ ସଦାନନ୍ଦଈଶ୍ୱଂରକୁ ମାଗିଲା ସେ ମହେଶ୍ୱର ପଦ ।୨୬୫।ଭୋଳେଣ ବର ତାକୁ ଦିଲେ ଦେବ ଗୁଣନିଧିମୋହୋର ପଦ ଘେନି ବିଳସ ବାରାନିଧି ।୨୬୬।ଈଶ୍ୱର ବରେ ଅସୁର ବାରାନିଧିରୁ ଆଣିଧନ ଭଣ୍ଡାରେ ବହୁତ ବାଗେଣ ରକ୍ଷଣି ।୨୬୭।ତୁ ୟେଥେ ମରୁତସେନ ରହିଥାଅ ଦଣ୍ଡେଆମ୍ଭେଯାଇଂ ଘେନିଆସୁଂ କଣୟ ନିଧିରୁ ଖଣ୍ଡେ ।୨୬୮।ୟେହି ପର୍ବତ ଉପରେ ଥିବୁଟି ତୁହି ଉଠିଆମ୍ଭର ହାକ ଶୁଣିଲେ ବହନ ହୋଇଣ ଯିବୁଟି ।୨୬୯।ୟେତେ ବୋଲି କଚ ବହନେ ଚଳିଗଲେମଣିନାଗ ପର୍ବତେଣ ଯାଇଣ ଉଠିଲେ ।୨୭୦।ନିଦ୍ରାୟେଣ ମଣିଭଦ୍ର ନଜାଣଇ କିଛିଭୟେ କରିଣ କଚ ଥୋକାୟେ ଧୂରେ ଅଛି ।୨୭୧।ଜିଭ୍ୟା ସ୍ରବିତ ତାର ହୋଇଲା ଯେତେବେଳେଚିଆଇଂ ଉଠିଲା ସେ ଅସୁର ଚାଣ୍ଡାଳେ ।୨୭୨।ଦେଖିଣ ଅସୁର ବୋଇଲା ଭଲ କଲୁ ଦିଜତିନିଦିନ ହୋଇଲା ମୋର ନାହିଂ ନରମାଂସ ଭକ୍ଷଭୋଜ ।୨୭୩।ଆଜ ତୋତେ ଭକ୍ଷିଲେ ମୁଂ ହୋଇବଇଂ ସୁସ୍ଥଆସ ଆସ ମହତ୍ମା ତୁ ଅଗ୍ୟାନ ବାଳୁତ ।୨୭୪।କଚ ବୋଇଲା ମୋତେ ତୁ ଭୁଞ୍ଜକିନା ବାବୁପଦାର୍ଥେକ ମାଗିବଇଂ ତାହା ମୋତେ ଦାନ ଦେବୁ ।୨୭୫।ଶୁଣିଣ ମଣିଭଦ୍ର ବୋଇଲା ତୋହର ଯିସ କାର୍ଯ୍ୟମୁହିଂ ତାହା ନିର୍ଭାର କରିବଇଂ ଆହୋ ଦିଜ ।୨୭୬।କଚ ବୋଇଲା ସୋମବଂଶେ ମରୁତସେନ ରାୟେଇନ୍ଦ୍ରପ୍ରଶସ୍ତେ ସେ ଅଶ୍ୱମେଧ ଯାଗ କୟେ ।୨୭୭।ମୋତେ ବରିଲା ସେହୁ ଯାଗନିକ ପଣେଧନ ନଅଣ୍ଟିଲା ବୋଲି ମୁଂ ଅଇଲି ସେ କାରଣେ ।୨୭୮।ମଣିଭଦ୍ର ବୋଇଲା ମୁଂ ଅଟଇ ରାକ୍ଷସଆମ୍ଭର ଭକ୍ଷପାନ ଅଟଇ ମହୁମାଂସ ।୨୭୯।ବିଶେଷ ବ୍ରାହ୍ମଣ ତୁହି ବେଦ ମନ୍ତ୍ରେ ସିଦ୍ଧିବ୍ରାହ୍ମଣର ମାୟେଂସ ଭକ୍ଷିଲେ ନାଶ ହୋଇ ସର୍ବବ୍ୟାଧି ।୨୮୦।ଯତନେହେଂ ଲୋଡି ଆମ୍ଭେ ମହୁମାଂସ ଭକ୍ଷୁୟେତେକ ପ୍ରମାଦକୁ କେମନ୍ତେ ଅଇଲୁ ଦେଖୁଂ ଦେଖୁଂ ।୨୮୧।କଚ ବୋଇଲେ ମୁଂ ଭୂତ ଭବିଷ୍ୟତ ଗ୍ୟାଂତାମୁହିଂ ଜାଣଇଂ ତୋହୋର ସପତ ପୁରୁଷ ବାରାତା ।୨୮୨।ପର ଉପୁଗାରୀ ମରଣକୁ କିମ୍ପେ ଘୁଞ୍ଚିଅଥବା ପର ଦୁଖେ ଦୁଖୀ ହୋଇଅଛି ।୨୮୩।ମଣିଭଦ୍ର ବୋଇଲା ମୁଂ ଯେବେ ଦେବି ତୋତେ ଧନକେୟେଥୁଂ ବହିନେବ ତୁ ତ ମୋର ହୋଇବୁ ଭୋଜନ ।୨୮୪।କଚ ବୋଇଲା ମୁଂ ଯେବେ ଧନ ଘେନିଯିବିସେ ମରୁତସେନ ରାଜାକୁ ଦେଇଣ ଆସିବି ।୨୮୫।ବିଚାରଇ ମଣିଭଦ୍ର ଯେ ପର ଦୁଖେ ଦୁଖୀଅଥବା ଆସୁ ନଆସୁଂ ବୁଝିବାନା ଦେଖି ।୨୮୬।ୟେତେ କହି ମଣିଭଦ୍ର କଚକଇଂ ଘେନିଗଲାହିରଣ୍ୟଗିରି ପର୍ବତେ ନେଇ ବାରାନିଧି ଦେଖାଇଲା ।୨୮୭।ଯେତେକ ଅଣ୍ଟଇ ତୋତେ ନିଅ ହୋ ବ୍ରାହ୍ମଣଧନଦେଇଣ ତୁହୋ ଆସିବୁ ୟେହି କ୍ଷଣ ।୨୮୮।ତୁହି ବହନ ହୋଇ ଆସିବୁ ମୁଂ କରିବି ଯେ ଗ୍ରାସତୋହୋର ପାଇଂ ମୋହୋର ଆଜହୁଂ ଉପବାସ ।୨୮୯।ୟେକା ନିଧିରେ ଅଛଇ କଣୟ ଦଶଲକ୍ଷବୀର ବୃତ୍ତି ପଣେ ତାହା ବହଇ ଭାର କଞ୍ଚ ।୨୯୦।ମରୁତ ରାଜାର ଛାମୁରେ ଯାଇଂଣ ମିଳଇଦେଖି ଦଶସହସ୍ର ଦଣ୍ଡପ୍ରଳମ୍ୱ କଲା ମହୀସାଇଂ ।୨୯୧।ବନର ଭିତରୁ ଖେଦି ଆଣିଲା ମହାରାଜବନ୍ଧନ କରି ଆଣିଲା ଦଶଲକ୍ଷ ମତ୍ତଗଜ ।୨୯୨।ଗଜଂକ ଉପରେ ସେ ସମସ୍ତ ଧନ ଲଦିଚଳଇ ମରୁତସେନ ଆନନ୍ଦ ମନେ ଖେଦି ।୨୯୩।କଚ ବୋଇଲା ଶୁଣସି ମହାରାଜାଅଶ୍ୱମେଧ ଯାଗକର ବେଗେବେଗେ ଯା ଯା ।୨୯୪।ମରୁତସେନ ବୋଇଲା ତୁମ୍ଭେ ଯେ ଯାଗନିକତୁମ୍ଭର ନଗଲେ କେ ମୋହୋର ଯାଗ କରିବାକ ।୨୯୫।କଚ ବୋଇଲା ରାଜା ଯିବଇଂ ମୁହିଂ କାହୁଂୟେ ଧନ ଆଣିଲି ମୁହିଂ ମଣିଭଦ୍ର ତହୁଂ ।୨୯୬।ତାହାର ହୋଇଲା ଆଜକୁ ପାଞ୍ଚ ଦିବସ ଉପବାସମୋତେ ଭକ୍ଷିଲେ ତାହାର ଶରୀର ହେବ ତୋଷ ।୨୯୭।ତୁମ୍ଭର କାର୍ଯ୍ୟ ନିମନ୍ତେ ଅଇଲି ବେଗେ ମୁହିଂମୋହୋର ଯିବାକୁ ସେ ଅଛି ବାଟ ଚାହିଂ ।୨୯୮।ମରୁତସେନ ବୋଇଲା ୟେହା ନକହନ୍ତି ଲୋକେତୁମ୍ଭେ କିଂକେ ଯିବ ମରୁ ପଛେ ସେହୁ ଭୋଖେ ।୨୯୯।ଆପଣେ ମରି ପରକଇଂ କିସ ଦୟାନାହିଂତ ଶୁଣିଲା ମୋହୋର ୟେସନେକ ମାୟା ।୩୦୦।କଚ ବୋଇଲା ସେ ମୋତେ କରି ଆଶନଗଲେ ଧର୍ମ ମୋହୋର ହୋଇବଟି ନାଶ ।୩୦୧।ଅନେକ ବଇକୁଲ୍ୟେ ବୋଲଇ ନୃପମଣିକଚ ନଶୁଣଇ ତାର କ୍ରୋଧଭର ବାଣୀ ।୩୦୨।ଭୟେଣ ମରୁତରାଜା ନୁଆରଇ ବଚନ ବୋଲିବୋଇଲା ଭଲା ତ ମୁଂ ଅଶ୍ୱମେଧ ଯାଗ କଲି ।୩୦୩।ବହୁତ ବୁଝାଇ ରାଜାଂକୁ କହନ୍ତି ସେ କଚପାଷାଣର ରେହା ଜାଣି ମହତଂକର ବାଚ ।୩୦୪।ବାଚା ବିଚଳିତ ହୁଅଇ ଯେଉଂଣ ପୁରୁଷାକିସ ତାହାର ଧର୍ମ କିସ ତାହାର ଭାଷା ।୩୦୫।ୟେତେ କହି କଚ ଚଳନ୍ତି ଘୋର ଯେ କନ୍ଦରେବହନ ହୋଇ ଚଳନ୍ତି ଯେ ବୃହସ୍ପତିଂକ କୁମରେ ।୩୦୬।ଚଇଦିଗକୁ ଚାହଇଂ ସେ ଦତ୍ୟରାୟେହିରଣ୍ୟ ପର୍ବତେ ଉଠି ଚାହଇଂ ମଣିଭଦ୍ର ଦଇତୟେ ।୩୦୭।ବିଳମ୍ୱ ଦେଖିଣ ବୋଲଇ ମୁହିଂ ତ ବଡ ମୂର୍ଖଦେଖୁ ଦେଖୁ କୋଉଂ ପାମର ଭୋଜନ ଉପେଖ ।୩୦୮।ଚାଳିଶ ସହସ୍ର ଯୋଜନ ପରିଯନ୍ତେ ମୋ ଡରେ କେହି ନପଶିଦେଖୁ ଦେଖୁ କେଉଂଣ ଜନ ମରଣକୁ ଆସି ।୩୦୯।ଆହୋ ଚଇତନ ଅପାର ବେଳ ରାକ୍ଷସ ଚାହିଂଲାକ ବାଟନ ଦେଖି ନିରାଶ ବଡ ହୋଇଲା ମୁରାଟ ।୩୧୦।ୟେମନ୍ତ ସମୟେ ସନ୍ନିଧ୍ୟେ ଯାଇ ମିଳିଲାକ ଦ୍ୱିଜଦେଖିଣ ମଣିଭଦ୍ର ହୋଇଲାକ ଆଶ୍ରିଜ ।୩୧୧।ବ୍ରାହ୍ମଣକୁ ଦୁରାନ୍ତେକ ଚାହିଂଲା ୟେକ ଦୃଷ୍ଟିବାଳୁତ ହୋଇ ୟେହାର ସାଧୁ ଜୀବନ ଗୋଟି ।୩୧୨।ଗିରିବର ଉପରେ ଉଠିବାର ସମୟେମଣିଭଦ୍ର ବୋଇଲା ହୋ ଅଇଲକି ପଣ୍ଡାୟେ ।୩୧୩।ମାତା ପିତା ଭାରିଯା ପୁତ୍ର ଦୁହିତା ନାହିଂକି ତୋରି କିଛିକେମନ୍ତେ ଛାଡିଲେ ସେ ତୋତେ ମନ ମୁରୁଛି ।୩୧୪।ବ୍ରାହ୍ମଣ ହୋଇ ତୁମ୍ଭେ ୟେଡ଼େକ ନିର୍ଭୟେପୁଣ ଆସିବାକୁ ମନେ ନମଣିଲା ଭୟେ ।୩୧୫।ମରଣକୁ ନଡରିଣ ମୋର ଯାୟେ ଆୟେସେମାନ ନ ବିଚାର ବୋଲି ବୋଇଲା କଚ ଯେ କଥାୟେ ।୩୧୬।ତୁମ୍ଭର ଶରୀର ତ୍ରିପୁତି ହୋଉ ବହନ ମୋତେ ଭକ୍ଷମୋହୋ ଦିନ ସରୁ ତୋର ଭୋକ ସରୁ ହୋ କ୍ଷତ୍ରୀବତ୍ସ ।୩୧୭।ମଣିଭଦ୍ର ବୋଇଲା ମୁଂ କ୍ଷୁଧାୟେ ବଡକଷ୍ଟିବଡାଇ ଦୁଲ୍ଲଭ ଦେଖିଲି ତୁମ୍ଭର ମହିମାଂ ଗୋଟି ।୩୧୮।ମନୁଷ୍ୟ ହୋଇ ତୁମ୍ଭେ ୟେଡ଼େକ ମହତତୋତେ ଭକ୍ଷିବାକୁ ମୋର ନବଳଇ ସତ ।୩୧୯।କଚ ବୋଇଲେ ତୁ ହୋଇଛୁ ବିଭୋକ୍ଷୀମୋତେ ଛାଡିଲେ କ୍ଷୁଧାୟେ ହେବୁ ବଡଦୁଖୀ ।୩୨୦।ଆଶା ଦେଖାଇ ଯେ କରାନ୍ତି ନିରାଶକହିଲେ ନ ସରଇ ୟେଥିରେ ଯେତେ ଦୋଷ ।୩୨୧।ମଣିଭଦ୍ର ବୋଇଲା ମୁଂ ହୋଇଲି ତ୍ରିପୁତିବଚନେ ବୋଧିଲୁ ତୁ ଅଗ୍ୟାନ ବାଳଯତି ।୩୨୨।ହୋଇଲି ଶାନ୍ତି ମୁହିଂ ଯେ ତୋତେ କଲି ତେଜ୍ୟାୟେବେ ତୁମ୍ଭର ମନ୍ଦିରକୁ ବହନ ହୋଇ ଯାଅ ଯା ।୩୨୩।ମଣିଭଦ୍ର ତେଜ୍ୟା କରନ୍ତେ କଚ ବାହୁଡି ତହୁଂ ଆସିବାଳୁତ ପରାୟେ ହୋଇ ବନେ ବୁଲଇ ବାଳଶିଷି ।୩୨୪।ଶୁଣ ଆହୋ ଚଇତନ ୟେକ ପୁତ୍ର ବୋଲି ବହୁତ ପାଠ ପଢାଇଲେ ବୃହସ୍ପତିତେଣୁକରି ଅକ୍ଷର ସେ ବିଭଳିତ ପ୍ରକୃତି ।୩୨୫।ୟେଥୁ ଅନନ୍ତରେ ସେ ବିଲଂକ ଦେଶ ରାଜାଅଗସ୍ତିଂକ ପାଦତଳେ କଲା ଦିବ୍ୟପୂଜା ।୩୨୬।ଅନେକ ଧନ ଘେନି ସେ ମରୁତସେନ ଅଇଲାକାହାକଇଂ ବରଣ କରି ସେ ମହାଯାଗ କଲା ।୩୨୭।ବଦୟନ୍ତି ଅଗସ୍ତି ଶୁଣ ହୋ ମନୁରାୟେଶ୍ରୀବିଷ୍ଣୁପୁରାଣ ଶୁଣି ପାତକ କର କ୍ଷୟେ ।୩୨୮।ଅନେକ ମହାଋଷିଂକି ସେ ବରିଲା ମରୁତକଚ ବରଣ ଶୁଣି ସମସ୍ତେ ହେଲେ ଭୀତ ।୩୨୯।ନାରଦେ କହିଲେ ବୃହସ୍ପତିଂକର ଆଗେତୋତେ ବୃହସ୍ପତି ହୋ ପଡିଲା ପୁତ୍ରଶୋଗେ ।୩୩୦।ସୋମବଂଶର ରାଜା ମୁରତସେନ ରାୟେଦେବଯାଗ କରିବାକୁ ବରିଲା ତୋ ତନୟେ ।୩୩୧।ଧନହୀନ ଦେଖି ତାକୁ କଚ ତୋର ଗଲାମଣିଭଦ୍ର ଦଇତକୁ ଯାଇଂଣ ମାଗିଲା ।୩୩୨।ରାକ୍ଷାସେ ଭକ୍ଷ ଯେ ହୋଇଲା ତୋ ବାଳତେଣୁ କରି କଚକୁ ପଡିଲା କଟାଳ ।୩୩୩।ଶୁଣିକରି ବଡକୋପ କଲେ ବୃହସ୍ପତିକରେ କପଚ ଧରିଣ ହୋଇଲେ କୋପମୃତ୍ତି ।୩୩୪।ରାଗେଣ ପଣ୍ଡିତ ସେ ଧାଇଂଲେ ଗଳଗାଜିଯାଗଶାଳ ସହିତେଣ ପକାଇଲେ ଭାଞ୍ଜି ।୩୩୫।ଅନେକ ରାଜା ତହିଂ ଋଷିଗଣ ଥିଲେବୃହସ୍ପତିଂକର ଭୟେ ସମସ୍ତେ ପଳାଇଲେ ।୩୩୬।ମରୁତସେନ ରାଜାୟେ ପଳାଇଲେ ଡରେଯାଇଂଣ ଲୁଚିଲେ ସେ ମନ୍ଦର କନ୍ଦର ଭିତରେ ।୩୩୭।ଶୁଣ ହୋ ଯୁଝେଷ୍ଠି ବୃହସ୍ପତି ଅବଳ ହୋଇଲେ ଯହୁଂଭାଜିଲାକ ଯାଗ ଆରୋପଣ ଲୋହିନାକ ତହୁଂ ।୩୩୮।ଶୁଣ ହୋ ମହାରାଜା କଥୟନ୍ତି ବଶିଷ୍ଠମରୁତସେନ ରାଜାର ଯାଗ ହୋଇଲାକ ନଷ୍ଟ ।୩୩୯।ଯେତକ ଧନ ମରୁତସେନ ବହି ଆଣିଥିଲାୟେ ପର୍ବତ ଖୋଳିଣ ୟେହା ଭିତରେ ରଖିଲା ।୩୪୦।ସୁବର୍ଣ୍ଣର ଭାଣ୍ଡ ରାନ୍ଧଣା ଯୋଗାଡ ଯେତେନଉତୀ କୁଣ୍ଢୋଇ ପାତ୍ର କଳଶା ସହିତେ ।୩୪୧।ସୁବର୍ଣ୍ଣ ଥାଳି ଖୋପରା ଗରିଆ ପଇଲମାସମସ୍ତ ନିର୍ବାଣ ରଖିଥିଲା ମହାତମା ।୩୪୨।ମରୁତସେନ ବୋଇଲା ଯେ ମୋହୋର ବଂଶେଅଶ୍ୱମେଧ କରିବ ସେ ନେମୟେ ରତ୍ନ ସନ୍ତୋଷେ ।୩୪୩।ଅନେକ ପୁରୁଷହିଂ ଯେ ଗଲା ତୋର ବହିଅଶ୍ୱମେଧ ଯାଗ କରିବାକୁ ଭାଜନ ନୋହିଲେକ କେହି ।୩୪୪।ବଶିଷ୍ଠେ ବୋଇଲେ ତୁମେ ଯେ ବୋଇଲ ପରଧନ ବୋଲିତଦ ନିମନ୍ତେ କରି ତୋହୋର ଉପର ବଂଶ କଥା କହିଲି ।୩୪୫।ତୋହୋର ଉପରବଂଶେ ଅର୍ଜିତ ଯେଧନୟେହା ଘେନି ତୁମେ କର ଅଶ୍ୱମେଧ ଯାଗର ବିଧାନ ।୩୪୬।ବଶିଷ୍ଠିଂକ ବଚନେ ଯେ ଫିଟିଲା ମନଭ୍ରାନ୍ତିତହୁଂଣ ପାଣ୍ଡବମାନେ ଧନମାନ ବହିଣ ନିଅନ୍ତି ।୩୪୭।ଚଉଦ ଭଣ୍ଡାରେ ଧନ ପୂରୋଇଲେ ଧର୍ମବାଳେସୁବର୍ଣ୍ଣ ଯୋଗାଡମାନ ଥୋଇଲେ ଯାଗଶାଳେ ।୩୪୮।ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତିଧନ ଦେଖିଣ ପାଣ୍ଡବେ ହୋଇଲେ ତ୍ରିପୁତି ।୩୪୯।ନମଇଂ ନାରାୟଣ କମଳାର ପତି ମୁରାରିୟେଉଂ ଦେବ ସଂସାର ହିତେଣ ଅବତରି ।୩୫୦।ସେ ଦେବର ପଦ୍ମପାଦେ ଲାଗୁ ମୋର ସେବାବଦୟନ୍ତି ସାରୋଳାଦାସ ମୁକତି ଗତି ଦେବା ।୩୫୧।୭୧୨।
ସାରଳା ମହାଭାରତ ବିରାଟପର୍ବସାରଳା ଦାସ ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ