ଭାଗ ୨ — ସାରଳା ମହାଭାରତ ଅଶ୍ୱମେଧପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଯୁଝେଷ୍ଠିଙ୍କର ଅଶ୍ୱମେଧ ଯାଗୟେଥୁ ଅନନ୍ତରେ ଯୁଝେଷ୍ଠି ଯାଗ ଯେ ଆରୋପିସୁମରନ୍ତେ ମିଳିଲେ ଆସି ସକଳ ମହଋଷି ତପୀ ।୧।ବଶିଷ୍ଠ ବିଶ୍ୱାମିତ୍ର ବାମଦେବ ସୁମନ୍ତକଚାରିଦ୍ୱାରେ ବରଣ ୟେ ହୋଇଲେ ଯାଗନିକ ।୨।ସତୁରୀ ସହସ୍ର ଶିଶ୍ୟନ୍ତ ଘେନିଣ ମାରକଣ୍ଡେଆସିଣ ନିର୍ମାଣନ୍ତି ବସି ଯାଗକୁଣ୍ଡେ ।୩।ଦୃଭାସାଂକ ତୁଲେ ଯେ ନଉ ସହସ୍ର ଚେଲାଦୂତୀ ଈଶ୍ୱର ମହାତ୍ମା ଯାଗେଣ ବିଜେକଲା ।୪।ବାଇଶି ସହସ୍ର ଚେଲା ଘେନିଣ ମହ7ଋଷିଅଗସ୍ତି ଜୟେମୁନି ଶୁକମୁନି ସୁମନ୍ତକ ବ୍ରହ୍ମଯତି ।୫।ପଉଲସ୍ତି ଧଉମ୍ୟ ପୁରୋହିତେ ବିଭାଣ୍ଡକ ଋଶ୍ୟଶୃଙ୍ଗ ବଇସମ୍ପାୟନ ମୂଳେସମସ୍ତେ ବିଜେକଲେ ଆସି ଯୁଝେଷ୍ଠିଂକ ଯାଗଶାଳେ ।୬।ବ୍ୟାସଂକୁ ସୁମରଣା କଲେକ ଧର୍ମସୁତେଜାଣିଣ ବ୍ୟାସେ ଚଳନ୍ତି ଇନ୍ଦ୍ର ଯେ ପ୍ରଶସ୍ତେ ।୭।ସମସ୍ତ ବେଳେ ମୋତେ ସୁମରଇ ଯୁଝେଷ୍ଠିଧାତିକାରେ ବିଜେକଲେ ଆସି ତପୋନିଷ୍ଠି ।୮।ଷାଠିୟେ ସହସ୍ର ଶିଷ୍ୟନ୍ତ ଘେନିଣ ବ୍ୟାସ ତୁଲେଇନ୍ଦ୍ରପ୍ରଶସ୍ତେଣ ଯାଇଂ ପ୍ରବେଶ ହୋଇଲେ ।୯।ପିତାମହକଇଂ ଦେଖି ରାଜା ଛାଡିଲେ ଆସନଶତେସହସ୍ର ଦଣ୍ଡ ପ୍ରଳମ୍ୱିତ ହୋଇଲେ ପଣ୍ଡୁର ନନ୍ଦନ ।୧୦।ବ୍ୟାସେ ଯୁଝେଷ୍ଠିଂକି ଆଣି ବସାଇଲେ କୋଳେସମସ୍ତ ବାରତା ପୁଚ୍ଛନ୍ତି ସେ କୁଶଳେ ।୧୧।ଯୁଝେଷ୍ଠି ନିବେଦିଲା ବ୍ୟାସଂକର ପଦ୍ମପାଦେଅଶ୍ୱମେଧ ଯାଗ କରିବି ସ୍ୱାମୀ ମୁଂ ତୁମ୍ଭର ପରସାଦେ ।୧୨।ବ୍ୟାସେ ବୋଇଲେ ୟେ ତୋହୋର ପୂର୍ବର ସଞ୍ଚିତ କର୍ମଅଶ୍ୱମେଧ ଯାଗରୁ ଆଉ ନାହିଂନା ବଡ ଧର୍ମ ।୧୩।ରାଜୁସି ଯାଗ କଲୁ ଯେ ତୋହୋର ପୁଣ୍ୟବଳେହତ୍ୟା ବିମୋଚନ କରି ପଣ୍ଡୁ ବସିଲେସ୍ୱର୍ଗଆଳେ ।୧୪।ବ୍ୟାସେ ବୋଇଲେ ବାବୁ ଶୁଣସି ଯୁଝେଷ୍ଠିଅଶ୍ୱିନୀକୁମାରଂକୁ ମାଗ କୁବଳୟା ଅଶ୍ୱ ଗୋଟି ।୧୫।ଧର୍ମର ନନ୍ଦନ ଯେ ଚିନ୍ତିଲେ ମନ ଧ୍ୟାନେଆସନେ କମ୍ପନ୍ତେ ଅଇଲେ ମଧ୍ୟ ଯେ ଭୁବନେ ।୧୬।ଅଶ୍ୱିନୀକୁମାରେ ପୁଣି କରନ୍ତି ସାଧୁ ସାଧୁତୁମ୍ଭେ ମହାରାଜା ଯେ ତ୍ରଇଲୋକ୍ୟ ପ୍ରାଣବନ୍ଧୁ ।୧୭।ଯାଗଂକର ମଧ୍ୟେ ଅଶ୍ୱମେଧ ଅଟେ ଶ୍ରେଷ୍ଠଗ୍ୟାନର ମଧ୍ୟେ ଯେହ୍ନେ ବ୍ରହ୍ମଗ୍ୟାନ ଅଟଇ ଗରିଷ୍ଠ ।୧୮।ୟେ ଦୁଇ କଥାରୁ ଶ୍ରେଷ୍ଠ ନାହିଂ ଆଉ ତ୍ରଇଲୋକେୟେ ଯାଗ କଲେ ଅବଶ୍ୟ ବସଇ ବୃନ୍ଦଅର୍କେ ।୧୯।ଧର୍ମ ଅର୍ଥ କାମ ମୋକ୍ଷଅଟଇ ଚାରି ନଦୀୟେ ଚାରିହେଂ ସଙ୍ଗମଟି ମହାଯାଗ ଅଶ୍ୱମେଧି ।୨୦।କୁବଳୟା ନାମେ ଅଶ୍ୱ ଦିଲେ ଅଶ୍ୱିନୀକୁମାରେପଞ୍ଚଧାତୁ ଜାଣଇଂ ୟେ ବିଧି ଗ୍ୟାନର ମାର୍ଗରେ ।୨୧।ପାର୍ବତୀର ନନ୍ଦନ ସେ ଯେ କାମଦେବ କ୍ଷେତ୍ରପାଳତାହାନ୍ତ ଦେବତାୟେ ନେଲେ ଗଗନ ମଣ୍ଡଳ ।୨୨।ତୁ ହୋ ଯାବତ କାଳେ ଗଗନକୁ କରୁରକ୍ଷାତେଣୁ ସେ ଦେବତାଂକୁ ନାହିଂ ଯେ ଉପେକ୍ଷା ।୨୩।ବାସବର ବଚନେ ସେ ଗଉରୀର ପୁତ୍ରଆକାଶରେ ନିଶାମଣି କ୍ଷଣେ କଲେ ସମ୍ମତ ।୨୪।ବାସବ ଦେବତାଂକର ଆଗ୍ୟାଂ ଅବଧାରୀମର୍ତ୍ତ୍ୟକୁ ଅଇଲେ ସେ ସଂସାର ଅଧିକାରୀ ।୨୫।ଅନନ୍ତ କୋଟି ଭୁବନ ମଣ୍ଡଳ ଆକାଶୟେକା ଗମିବାକୁ ଦେବ ୟେ ଚୋଖାର ବାରୁଶ ।୨୬।ଇନ୍ଦ୍ର ବୋଇଲେ ନାରଦଂକୁ ସେ ହକାରିକ୍ଷେତ୍ରପାଳ ଘେନିଯାଅ ଗଗନ ବେହାରୀ ।୨୭।ଗଗନ ପନ୍ନଙ୍ଗା ଗଜ ମେଘନାଦକାଳେବର ଭେଟ ସର୍ବ ପ୍ରହଲାଦ ।୨୮।ଅଷ୍ଟଅଶ୍ୱେ ଅଛନ୍ତି ଯେ ଆଦିତ୍ୟର ରଥେତହୁଂ ଅଶ୍ୱେକ ଦେଉ କାମଦେବ କ୍ଷେତ୍ରପାଳ ଭ୍ରମିବା ପରିଯନ୍ତେ ।୨୯।ଯହୁଂ ସେ ଆଗ୍ୟାଂ ଦିଲେକ ଦେବ ଇନ୍ଦ୍ରେକାମଦେବ କ୍ଷେତ୍ରପାଳକଇଂ ଘେନି ଚଳିଲେ ନାରଦେ ।୩୦।ବିଜୟେ ଭାସ୍କର ୟେ ମଧ୍ୟରେ ଆସ୍ତାନେକାମଦେବକଇଂ ଘେନି ବିଜୟେ ନାରଦ ମହାମୁନ୍ୟେ ।୩୧।ଶୁଣ ହୋ ଦିନକର ବଦୟନ୍ତି କଳହପ୍ରିୟାଇନ୍ଦ୍ର ଦେବତା ମୋତେ ଆଗ୍ୟାଂ ଦିଲେ ଯାହା ।୩୨।କାମଦେବ କ୍ଷେତ୍ରପାଳ ଗଉରୀର ବାଳବାସବର ଆଗ୍ୟାଂୟେ ଆକାଶ କଟୁଆଳ ।୩୩।ତୋହୋର ତହୁଂ ୟେହାକୁ ଅଶ୍ୱ ୟେକ ଦେବୁଆକାଶ ବୁଲିଲା ଉତ୍ତାରୁ ଘେନିକରି ଯିବୁ ।୩୪।ଆଦିତ୍ୟ ବୋଇଲେ ଦେବ ରାଜାର ଯେବେ ଆଗ୍ୟାଂକେମନ୍ତେ ବ୍ରହ୍ମାପୁତ୍ର ହୋ କରିବା ଅବଗ୍ୟାଂ ।୩୫।ବାବୁ କ୍ଷେତ୍ରପାଳ ମୁଂ ତୋତେ ଅଶ୍ୱ ଦେବିମୁହିଂ ଦିଗ ଭ୍ରମଇସେ କେତେବେଳେ ପାଇବି ।୩୬।ବିନୟ ଭାବେ ବୋଇଲେ କାମଦେବ କ୍ଷେତ୍ରପାଳଯେତେବେଳେ ଭ୍ରମଇଂ ଆକାଶ ମଣ୍ଡଳ ।୩୭।ବୁଲୁବୁଲୁ ତୋର ଅଶ୍ୱକୁ କଲେ ତେଜ୍ୟାସୁଖେ ଘେନି ଆସିବୁ ଦେବକଇଂ ରାଜା ।୩୮।ୟେହେନେକ ବିଷୟ ମୋର ବ୍ରତଯେତେକ ତୋହୋର ଅଟଇ ଉଚିତ ।୩୯।ଭୂରିଶ୍ରବା ବୋଲିଣ ଯେବଣ ବାରାଶନିମିଷକେ ଭ୍ରମିପାରଇ କୋଟିୟେ ଆକାଶ ।୪୦।ସେ ଅଶ୍ୱ ଫେରାଇଲା କ୍ଷେତ୍ରପାଳ ମହାଗ୍ୟାନୀଭୂରିଶ୍ରବା ଅଶ୍ୱକଇଂ ଗଲାକ ତହୁଂ ଘେନି ।୪୧।ରଥର ଡାହାଣେ ଯୋଚା ହୁଅଇ ଅନୁକ୍ଷଣେତେଣୁ ସେ ଦିନକର ନାଥ ୟେ ବରନ୍ତି ପ୍ରତିକ୍ଷଣେ ।୪୨।ଡାହାଣେ ଅଶ୍ୱ ତିନି ବାମେ ଯେ ଅଶ୍ୱ ଚାରିକ୍ଷେତ୍ରପାଳକଇଂ ଅଶ୍ୱକ ଦିଲେ ଗଗନ ବିହାରୀ ।୪୩।ଶୁଣ ହୋ ଯୁଝେଷ୍ଠି ବୋଲନ୍ତି ଅଶ୍ୱିନୀକ୍ଷେତ୍ରପାଳକୁ ସେ ଅଶ୍ୱକୁ ଗଲାକ ତହୁଂ ଘେନି ।୪୪।ସେହି ଅଶ୍ୱ ପିଠିରେ ବସିଲା କ୍ଷେତ୍ରପାଳଦିବାରାତ୍ରେ ନଛାଡଇ କ୍ଷେତ୍ର କାମପାଳ ।୪୫।ଅଶ୍ୱ ପିଠିରେ କରଇ ଭୋଜନ ଶୟନଅଶ୍ୱ ପିଛିରେ ସ୍ରାହାନ ସେ ୟେ କରଇ ଗବନ ।୪୬।ଯହୁଂ ସେ କ୍ଷେତ୍ରପାଳ ନ ଛାଡିଲା ହୟଆଦିତ୍ୟ ମାଗିଲେ ହୋଇ ଅନେକ ବିନୟ ।୪୭।ଅଶ୍ୱମେଧ ଯାଗ ୟେଣୁ ସେ ଅଟଇ ଯେ ଶ୍ରେଷ୍ଠତାହାକଇଂ ନ ଦେଖିଲେ ଭୀମ ହୋୟେ ଯେ ଅନିଷ୍ଠ ।୪୮।ତୁ ଯେ ଅଶ୍ୱ ବାବୁ ଆଣିଲୁ ବେଗେ ମାଗିମୁହିଂ ତୋତେ ଦିଲି କଳପ ପରିତ୍ୟାଗି ।୪୯।କ୍ଷେତ୍ରପାଳ ବୋଇଲା ଓହ୍ଲାଇବି ଯେତେବେଳେଭୂମିଗତେ ମୁହିଂ ଭ୍ରମିବି ରବି ତଳେ ।୫୦।ୟେମନ୍ତେ କ୍ଷେତ୍ରପାଳ ଓହ୍ଲାଇଲା ସେ ପିଠିରୁଅନୁବ୍ରତେ ବିଜେ ଭ୍ରମଣି କରୁ କରୁ ।୫୧।ମାଗିନେଇ ଯହୁଂ ନ ଦିଲାକ ଯାଚିସାତ ଅଶ୍ୱେ ତହୁଂ ବିଜୟେ ବିରଞ୍ଚି ।୫୨।ବାବୁ ଯୁଝେଷ୍ଠି ଚନ୍ଦ୍ର ୟେକ ଗଲାଲିତାୟେ କ୍ଷେତ୍ରପାଳ ଅଶ୍ୱକଇଂ ନ ଛାଡିଲା ।୫୩।ସାତଅଶ୍ୱ ଘେନି ସେ ୟେ ବିରଞ୍ଚି ନାରାୟଣତେଣୁ ପିତାୟେ କଲେ ଉତ୍ତାରାୟଣ ଦକ୍ଷିଣାୟନ ।୫୪।ଛଡ ମାସ ବାମେଣ ତେଣୁ ଚାରି ହୟେପୁଣ ଛଡମାସ ଚାରିହୟେ ଡାହାଣେ ଯୋଚୟେ ।୫୫।ମୋତେ ଦିନେକ ରାଇ ବୋଇଲେ କମଳଲୋଚନକୁବଳୟା ଅଶ୍ୱ ତୋର ଦେବୁ କି ନନ୍ଦନ ।୫୬।ମୁହିଂ ତାହା ନାସ୍ତି କଲି ପିତାର କହନ୍ତେଯେମନ୍ତେ କଥାମାନ କହୁଣ ଥିଲି ତୋତେ ।୫୭।କାହାରି ବଚନେ ମୁଂ ନ ଦିଲିତ ହୟେତୋତେ କେମନ୍ତେ ଦେବିଟି ୟେବେ ଧନୁର୍ଜୟେ ।୫୮।କେବେହେଂ ବାରାଶ ତୁ ନ ଛାଡିବୁ କ୍ଷଣେନ ପୁଣ ଅଶ୍ୱ ଯେ ନିଅନ୍ତି ବିରଞ୍ଚିନା ରାୟଣେ ।୫୯।ଅନେକ କହିଂଣ କୁବଳୟା ଅଶ୍ୱକଇଂ ଦିଲେପାଣ୍ଡବନ୍ତ ଅଶ୍ୱିନୀକୁମାର ପ୍ରସନ୍ନ ହୋଇଲେ ।୬୦।ଅଶ୍ୱ ଘେନି ପାଣ୍ଡବେ ଯେ ଆରମ୍ଭିଲେ ଯାଗଅନକୂଳେ କଲେ ସେ ପିତାର ଅନୁରାଗ ।୬୧।ପବନୁଂ ବେଗେ ଗମଇଂ ସେ ଚୋଖାର ତୁରଙ୍ଗକଳ୍ପାନ୍ତେ ନ ମରଇ ସେ ଅମର ଯୁଗ ଯୁଗ ।୬୨।ବ୍ୟାସେ ବୋଇଲେ ତୁତ ତ୍ରଇଲୋକ୍ୟ ୟେକ ଦେବଅନନ୍ତ କୋଟି ବ୍ରହ୍ମାଣ୍ଡେ ତୋତେ କେଉଂଣ ଅସମ୍ଭବ ।୬୩।ଅଶ୍ୱିନୀକୁମାରେ ତ ଅଟନ୍ତି ତୁମ ପିତାପରମେଷ୍ଠି ଆଦି କରି କେ ଅଛି ତୁମ୍ଭର ବଚନ ମେଣ୍ଟନ୍ତା ।୬୪।ୟେ ଅଶ୍ୱର ତୁଲେ ଯେ ବରଗିବୁ କାହାୟେ ଦେବ ଅଶ୍ୱକୁ ପରିମାଣି ଥିବି ତାହା ।୬୫।ବ୍ୟାସେ ବୋଇଲେ ୟେ ଅଶ୍ୱନ୍ତ ଚଳାଇଂତୁଲେଣ ଯାହାନ୍ତୁ ନକୁଳ ସହଦେବ ବେନିଭାଇ ।୬୬।ଯୁଝେଷ୍ଠି ଦେବେ ବୋଇଲେ ଶୁଣ ମହଋଷିମୋହୋର ବେଳେ ୟେହାନ୍ତ ନପାରଇ ପେଷି ।୬୭।ଅଛନ୍ତି ଦଇତ ଦାନବ ଅନେକ ରାକ୍ଷସଆଧାର ଲୋଭେ ୟେହାନ୍ତ କରିବେ ପ୍ରାଣନାଶ ।୬୮।ୟେ ଅଶ୍ୱ ଚଳାଇ ପଛେ ଯାଉ ଫାଲଗୁନିଆସୁ ରାଜାମାନନ୍ତ ୟେ ନିମନ୍ତ୍ରଣ କରି ଘେନି ।୬୯।ୟେତେ ବୋଲିଣ ତହୁଂ ରାଇଲେ କିରୀଟୀଅନେକ ତିଆରିଣ ବୋଇଲେ ତପୋନିଷ୍ଠି ।୭୦।ତୁ ବାବୁ ଯିବରେ ଅଶ୍ୱ ଘେନିଣ ଆନଥାନେନିମନ୍ତ୍ରଣ କର ତୁ ଆସନ୍ତୁ ରାଜାଗଣେ ।୭୧।ସମସ୍ତ ନୃପତିୟେ ପଡିଲେ ରଣ ମଧ୍ୟେକ୍ଷମା ପୋୟେ ସିନା ଅଛନ୍ତି ମହୀ ମଧ୍ୟେ ।୭୨।ଯେମନ୍ତ ଭଗତି ସେ ହୋଅନ୍ତି ବାଳୁତ ରାଜାୟେଅନ୍ତରେ ତାହାନ୍ତ ନ କରାଇବୁ ଭୟେ ।୭୩।ବିଭା ମଙ୍ଗଳ ଉତ୍ସବ ଯାତ୍ରାକାଳ ହୋୟେ ଯେତେବେଳେଅପ୍ରୀତି ଜନକଇଂ ସୋଦ୍ରିମା ପଣ ହୋଇବ ତେତେବେଳେ ।୭୪।ତେବେ ସେ କାର୍ଯ୍ୟଧର୍ମ ସୋଦ୍ରିମା ପଣ ରହଇପଣ୍ଡିତ ଜନ ସିନା କାର୍ଯ୍ୟକାଳେ ସହଇ ।୭୫।ଯାଅସି ତୁମ୍ଭେ ଧନୁର୍ଜୟେ ହଉ ସୁକଲ୍ୟାଣସୁବିଧାନ କରି ରାଜାମାନନ୍ତ ବରିଆଣ ।୭୬।ଆମ୍ଭେ ରହିଥିବୁଟି ବାବୁ ୟେକାମ୍ର କାନନେତହିଂ ପୁଣି ତୋତେ ଭେଟିବୁ ଫାଲଗୁନ୍ୟେ ।୭୭।ୟେସନେକ ସମୟେ ଦୃଭାସା ମହଋଷିଅର୍ଜୁନ ସନ୍ନିଧ୍ୟେ ପ୍ରବେଶ ହୋଇଲେକ ଆସି ।୭୮।ଅର୍ଜୁନକୁ ବୋଇଲେ ତୁ ଦିଗ ବିଜେ କରୁଛୁଆମ୍ଭେ ତୋତେ ପ୍ରାପତ କରାଇବା ଦିବ୍ୟ ଚଛୁ ।୭୯।ଶତେ ଯୋଜନେ ଥାଇଂ ଚାହିଂଲେ ଫାଲଗୁନିବାରିତ ହୋଇବ ତୋତେ ରାଜାଂକ ସଇନି ।୮୦।ୟେହିଠାରୁ ଯାଅ ତୁହି ୟେକାମ୍ର କାନନେସେ ସ୍ତାନରୁ ଫଳୟେକ ଆଣତୁ ବହନେ ।୮୧।ଧୂରେଣ ଥାଇ ସମସ୍ତ ଦେଖିବୁ ସର୍ବସାଚୀଯେ ଫଳ ଇଚ୍ଛା ତାହାକୁ ଆଣିବୁ ତୁ ବାଛି ।୮୨।ୟେହା ଶୁଣି ଅରଜୁନ ଗଲା ତତକ୍ଷଣିକାନନରୁ ୟେକ ଗୋଟି ଫଳ ତହୁଂ ଆଣି ।୮୩।ଦୃଭାସାଂକ ହାଥେ ସେହି ଫଳ ଗୋଟି ଦିଲେଦୃଭାସା ଋଷି ସେହି ଫଳ ଗୋଟିକି ମନ୍ତ୍ରିଲେ ।୮୪।ଅର୍ଜୁନ ଧରନ୍ତେ ଫଳ ଶିବଦୁତୀ ମିଳିଦିବ୍ୟ ଚଛୁ ଦିଲେ ତାଂକୁ ହୋଇ କୁତୁହଳୀ ।୮୫।ଅର୍ଜୁନକୁ କହିଲେ ତୁ ଶୁଣ ଫାଲଗୁନିଶତେ ଯୋଜନେ ତୁ ଦେଖି ପାରିବୁ ସଇନି ।୮୬।ୟେତେ ବୋଲି ତହୁଂ ଚଳିଗଲେ ଶିବଦୁତୀଚଳଇ ଦିଗବିଜେ କରି ବିଚିତ୍ରବୀର୍ଯ୍ୟର ନାତି ।୮୭।ଶ୍ରୀଭୁଜେ ଗାଣ୍ଡିମ ଅଛଇ ତ୍ରୋଣକଷିଅନେକ ରତ୍ନ ମଣ୍ଡିଲେ ବାରାସ ତାଦୃଶି ।୮୮।ନାନାବର୍ଣ୍ଣେଣ ଯେ ଚାମର ମଣ୍ଡିତ ବହୁତତଥିର ମଧ୍ୟରେ ଯେ ମୁକୁତା ବନ୍ଧାନେତ ।୮୯।ୟେସନେକ ଅଶ୍ୱ ମଣ୍ଡି ଚଳାଇଣ ଆଗେଚଳଇ ଯୁଗଧର ପବନହୁଂ ବେଗେ ।୯୦।ସାଂକୁଟି ବଟ ତଳେ ତିଆରନ୍ତି ବ୍ୟାସେଲକ୍ଷେ ରାଜା ଆଣିବୁଟି ତୁଳ ବିଛା ଧନୁ ତିନିମାସେ ।୯୧।ମକର ମାସର ମଧ୍ୟେ ହୋଇବ ଆହୂତିଯାଆ ଯାଆ ବୋଲି ଆଗ୍ୟାଂ ଦିଲେ ବ୍ୟାସ ମହାଯତି ।୯୨।ପ୍ରଥମରେ ପ୍ରବେଶ ଯାଇଂ ପଚ୍ଛିମ ସୋମନାଥରୁଦ୍ରଗଙ୍ଗାରେ ସ୍ରାହାନ ସାରି ବୀରପାଥ ।୯୩।ଦେଖଇ ଯୋଗେଶ୍ୱର ପ୍ରଥମେ ସୋମକାୟାକାରଣନାଥ ମୋତେ କରସି ସଦୟା ।୯୪।ଅଭୟେ ନିରାକାର ତୁ ପରମବ୍ରହ୍ମ ଯୋଗୀକିଞ୍ଚିତ ଦୋଷେ ନାଥ ମୟାଣ ଦର୍ପ ଭାଞ୍ଜି ।୯୫।ତୁ ଦେବ ଯୋଗେଶ୍ୱର ପରମାନନ୍ଦ ବନ୍ଧୁସଂସାର ଅନ୍ଧକାରକୁ ତୁହି ସେ ଉଦେ ଇନ୍ଦୁ ।୯୬।ସ୍ୱାମୀ ଚତୁର୍ଥ ଯୁଗ ଯାହାକୁ ସହସ୍ରେ ବରଷବ୍ରହ୍ମାଦେବତାକୁ ହୋଅଇ ୟେକଇ ଦିବସ ।୯୭।ୟେ ଦିନ ବ୍ରହ୍ମାଂକର ଶତେକ ବରଷେନାରାୟଣ ଦେବତାଂକୁ ହୋଅଇ ଦଣ୍ଡ ଦିଶେ ।୯୮।ସେହି ଦିନ ନାରାୟଣଂକୁ ହୋଅଇ ଅବଦେତୋତେ ହୋୟେ ସ୍ୱାମୀ ସର୍ବେ ନିମିଷ ଯେ ଅର୍ଧେ ।୯୯।ତୋତେ ଯେବେ ସହସ୍ର ବରଷ ଦେବ ହୋୟେସଚରାଚର ଯାକ ହୋଇବ ପ୍ରଳୟେ ।୧୦୦।ସ୍ୱାମୀ ବିରୁପାକ୍ଷ ରୂପଧରୁ ସଂସାର ତାରଣ ଅର୍ଥେଇଦଂ ଭୂତନାଥ ଚିନ୍ତିବାକ ତୋତେ ।୧୦୧।ୟେ ତୋହୋର ବର୍ଣ୍ଣଚିହ୍ନ ନ ଚିହ୍ନନ୍ତି କେହିତେଣୁ କୁଳଗୋତ୍ରରେ ନିର୍ମଳ ମାର୍ଗ ସେହି ।୧୦୨।ମୁଂ ୟେହାର ତଦନ୍ତ ନ ଜାଣଇ ସର୍ବସିଦ୍ଧିକିଞ୍ଚିତ ଦାନକୁ ତୋହୋର ନ ଅଣାଇ ବାରାନିଧି ।୧୦୩।ସମସ୍ତ ପରକୁ ଦେଇ ଆପଣେ ଇଚ୍ଛିଲ ଲାଙ୍ଗଟାଯତନେ ବିବସନ ଶାହୀ ସେ ଲଲାଟେ ପିଙ୍ଗଳଜଟା ।୨୦୪।ତୁ ଦେବ ପରମାନନ୍ଦ ପୁରୁଷଂକ ଉତ୍ତମଜନ୍ମେ ଅଭ୍ୟାସର ତବ ଚରଣେ ଶରଣ ମମ ।୧୦୫।ଅନୁଭବ ସାଧନ ନାଥ ତ୍ରଇଲୋକର ଜୀବବଦୟନ୍ତି ସାରୋଳା ଦାସ ମହାଦେବ ଚରଣେ ସେବ ।୧୦୬।୮୧୮।
ଅଶ୍ୱ ସହିତ ଅର୍ଜୁନର ଚତୁର୍ଦ୍ଦିଗ ଭ୍ରମଣଏବଂବବ୍ରୁବାହାନ ସହ ଯୁଦ୍ଧଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତିଅର୍ଜୁନର ବିନୟ ଦେଖି ବିଜୟେ ପଶୁପତି ।୧।ବଇଲେ ଆସନେ ଯେ ବିଜୟେ କାପାଳୀପ୍ରଳମ୍ବିତ ଦୁତୀକୃଷ୍ଣ ପାଦେ କୃତାଞ୍ଜଳୀ ।୨।ବଦୟନ୍ତି ଯୋଗେଶ୍ୱର ଶୁଣସି ବାସବଅଶ୍ୱମେଧ ଯାଗ କି ତୁମ୍ଭେ ଅଛ ହୋ ଆରମ୍ଭି ।୩।ଅଶ୍ୱ ଲକ୍ଷଣ ଦେଖି ଆମ୍ଭେ ବିଚାର ଯେ କଲୁତଦ ନିମନ୍ତେ ତୋତେ ଦେଖିତେ ଅଇଲୁ ।୪।ସ୍ୱାମୀ ପ୍ରସନ୍ନେ ଆଗ୍ୟାଂ ମୋତେ ଦିଅସି ବିଶ୍ୱବାସୀଯା ଯା ବୋଲି ଆଗ୍ୟାଂ ଦିଲେକ ଦେବକାଶୀ ।୫।ଅଲୋପ୍ୟ ଧର୍ମକଇଂ ଆହୋ ଇଚ୍ଛା କଲ ତୁମ୍ଭେମହାଯାଗ ଶାଳାକଇଂ ବିଜେକରୁ ସିନା ଆମ୍ଭେ ।୬।ରାଜାନ୍ତ ନାଶ କଲ ମହାଭାରଥର ଯୁଦ୍ଧେଧର୍ମନାଶ ଯାଇଟି ବାଳୁତ କୁମାରଂକ ବଧେ ।୭।ଯଦ୍ୟପି ଦୁଷ୍ଟ ହୋଇଲେ ବାଳୁତ କୁମାରେୟେହାଂକର ଦୋଷ ତୁ ନ ଧରସି ଶରୀରେ ।୮।ୟେତେ ବୋଲି ବିଜେ କଲେ ଯହୁଂ ଦେବ ବିଶ୍ୱନାଥତହୁଂ ଅଶ୍ୱ ଚଳାଇ ପାଥ ଚଳଇ ପଛିମ ପ୍ରଶସ୍ତ ।୯।ଆକାଶର ଅଶ୍ୱ ସେ ଭୂତଭବିଷ୍ୟ ଗ୍ୟାଂତାଅଶ୍ୱ ହୋଇ ଜାଣଇ ସେ ଅନନ୍ତ କୋଟି ଯୁଗର ବାରତା ।୧୦।ସେ ଅଶ୍ୱ ପଶିଲା ଯାଇଂ ପଦ୍ମଦଳ ଦେଶେଚନ୍ଦ୍ର କିରଣ ଜାଣି ଦିଶଇ ବାରାସେ ।୧୧।ଦେବ ଭଣ୍ଡାର ସୁବର୍ଣ୍ଣ ଭୂଷଣ ତାର ଅଙ୍ଗେଚକିତ ଚାଲିବାର ତା ବଡ଼ାଇ ସୁରଙ୍ଗେ ।୧୨।ଜନ ମୋହନ ଯେ ଚଉରାଶି ଲକ୍ଷଣଦେଖିଣ ପ୍ରଜାମାନେ ହୋଇଲେ ତୋଷ ମନ ।୧୩।ରାଜାର ଆଗେ ଯାଇଂ କହିଲେ ଦେଶାଉରେବଡ଼ାଇ ସୁଲକ୍ଷଣ ଅଶ୍ୱେକ ପଶିଲା ଆମ୍ଭର ରାଜ୍ୟରେ ।୧୪।ଅପାର ରତ୍ନଦେବ ଅଛଇ ଖଞ୍ଜିଲାଶୁଣି କର୍ଣ୍ଣକେଶରୀ ରାଜା ଆପଣେ ବିଜେକଲା ।୧୫।ଅଶ୍ୱ ଦେଖି ରାଜାର ବସିଲାକ ଲୋଭ ଆଗମନ୍ତ୍ରୀ ଅମନାତ୍ୟନ୍ତ ଘେନି ଅଶ୍ୱକୁ ଧରାଇଲା ବେଗେ ।୧୬।ଅଶ୍ୱ ପ୍ରତିବାକ୍ୟ ଦେବ ଛାଡ଼ ଛାଡ଼ ମୋତେମୁହିଂ ଦେବ ଅଶ୍ୱ ତୁହି ମୋତେ ଧରିନେବୁ କେମନ୍ତେ ।୧୭।କୁମାର ଦେବତାର ମୁଂ ଅଟଇ ଯେ ବାଜୀପାଣ୍ଡବ ଅର୍ଜୁନ ମୋତେ ଆଣିଅଛି ସାଜି ।୧୮।ଅଶ୍ୱର ମୁଖୁଂ ଯହୁଂ ଶୁଣିଲା ୟେସନ ସୁଲଭଭାଳଇ ନରଇନ୍ଦ୍ର ୟେତ ବଡ଼ାଇ ଦୁଲଭ ।୧୯।ଅଶ୍ୱ ହୋଇଂ ଭାଷଇ ମନୁଷ୍ୟର ବାଣୀପାଣ୍ଡବଂକ ନାମ ଧରନ୍ତେ ଛାଡ଼ିଲା ନୃପମଣି ।୨୦।ତାହାର ତହୁଂ ମଣ୍ଡିଲା ଅଶ୍ୱକୁ ଲକ୍ଷେ ରତନଅର୍ଜୁନର ଛାମୁରେ ନେଇ ସମର୍ପଇ ରାଜନ ।୨୧।
ମୋଢାସୁରବଧବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁମୋଢାସୁର ବୋଲିଣ ଯେ ବାଣାସୁର ତନୁ ।୧।ମନ୍ତ୍ରୀ ନାମ ତାହାର ଶବ୍ଦାସୁର ବୋଲିଦିନକର ଜମ୍ବୋଦୀପ ଭ୍ରମି ଆସଇ ସେ ବୁଲି ।୨।ସେ ମନ୍ତ୍ରୀ ଜଣାଇଲା ତୁ ଶୁଣ ଦଇତାରିଆମ୍ଭେ ଯିବା ଚାଲ ଶ୍ରୋଣିତ ନାମେ ଗିରି ।୩।କୃଷ୍ଣର ତେଜ ତ ହୋଇଲା ନିହତଅଷ୍ଟାବକ୍ର ଶାପ୍ୟେ ସେହୁ ହୋଇଲେ ବଡ ଭୀତ ।୪।ମନ୍ତ୍ରୀର ବଚନେ ସେ ଚାଳଇ ଦଣ୍ଡଧାରୀସରସ୍ୱତୀ ନଦୀତୀରେ ଥାଠ ଯେ ଉଭାରି ।୫।ଆସନ୍ତେ ମିଳିଲେ ସେ ଋଷ୍ୟମୁଖ ବନେଗନ୍ଧ ଆମୋଦିଣ ଆସେ ଆକାଶ ଭୁବନେ ।୬।ଦଇତ ପଚାରଇ ଆହୋ ମନ୍ତ୍ରୀ ୟେତ ବଡାଇ ଅସମ୍ଭବଗନ୍ଧ ଆମୋଦଇ ୟେତ କେମନ୍ତ ସମ୍ଭର୍ବ ।୭।ମନ୍ତ୍ରୀ ବୋଲନ୍ତି ୟେତ ପାଣ୍ଡବ ପଞ୍ଚୁଭ୍ରାଥେଅଶ୍ୱମେଧ ଯାଗକରନ୍ତି ହତ୍ୟା ବିମୋଚନ ଅର୍ଥେ ।୮।ପୃଥୀରାଜନ୍ତ ୟେ ଆଣିଲେ ସର୍ବବରିମୋଢାସୁର ବୋଇଲା ହୋ ମୁହିଂତ ଦଣ୍ଡଧାରୀ ।୯।ମୋତେ ଅବରଣ କଲେକ କିସ ଅର୍ଥେଅସୁର ବୋଲି କରିକି ନବରିଲେ ମୋତେ ।୧୦।ମୋଢାସୁର ବୋଇଲେ ମୋର ବାହା ଅସୁର ବଳମାରିବି ପାଣ୍ଡବନ୍ତ ଭାଙ୍ଗବି ଯାଗଶାଳ ।୧୧।ଶୁଣିଣ ମନ୍ତ୍ରୀ ତାର ସାଜଇ ସମଦଣ୍ଡମେଦିନୀ ଟଳ ଟଳିତ କମ୍ପନ୍ତ ଭୂଅଖଣ୍ଡ ।୧୨।ବାଇଶି ମର୍ଭୁତ ଅଟନ୍ତି ତାହାର ସଇନିଗଦା ଖଡଗ କୋନ୍ତ ହାଥରେ ଛନ୍ତି ଘେନି ।୧୩।ମାର ମାର ଧର ଧର ପକାନ୍ତି ଯେ ବୋବିମହାପ୍ରଳୟ କାଳେ ଯେହ୍ନେ ଡାକନ୍ତି ଭଇରୋବୀ ।୧୪।ଶୁଣିଣ ରାଜାମାନେ ହୋଇଲେ ତରସ୍ତବ୍ୟାସେ ବୋଲନ୍ତିଭୀମ ଯାଗ ହେଲା ଭଗନ୍ତ ।୧୫।ଭୀମସେନ ବୋଇଲା ନକର ତୁମ୍ଭେ ଭୟେମୁହିଂ ସମରେ ମାରିବି ମୋଢାସୁର ରାୟେ ।୧୬।ୟେତେକ କହିଣ ସେ ପାଣ୍ଡବ ବ୍ରିକୋଦରନକୁଳ ସହଦେବ ଦୋହେଂ ଅଛନ୍ତି ସଙ୍ଗତର ।୧୭।ମୋଢାସୁର ରହିଅଛି ଯମୁନା ନଦୀ କୂଳେତିନି ପାଣ୍ଡବେ ଆସି ଜଟୀ ବଟ ତଳେ ।୧୮।ରନ୍ଧନ ଭୋଜନେ ଲାଗିଛନ୍ତି ଦତ୍ୟବଳେରାତ୍ର ଅର୍ଦ୍ଧମାନେ ବେଢିବେ ବୋଲି ଯାଗଶାଳେ ।୧୯।ସର୍ବଗ୍ୟଂ ମନ୍ତ୍ରୀ ଯାଇ ଜଣାଇଲା ରାଜାକୁୟେହିଠାରେ ତ ଆମ୍ଭେ ଭେଟିଲୁଂ ପାଣ୍ଡବଂକୁ ।୨୦।ଅସୁରେ ବୋଲନ୍ତି ୟେକା କୃଷ୍ଣ ଭୟକୁ ଆମ୍ଭେ ଲୁଚୁଂପାଣ୍ଡବ ବିବାଦେ କାହିଂକି ଆମ୍ଭେ ଘୁଞ୍ଚୁ ।୨୧।ୟେତେ ବୋଲି ଦାନବେ ଦିଲେ ରଡି ଯେ ଶବଦେଅଶିଲକ୍ଷ କୋନ୍ତ ଘେନି ଉଠିଲେ ଦତ୍ୟେ ମହାନାଦେ ।୨୨।ଦତ୍ୟବଳ ଦେଖି ରଡ଼ି ଶବଦ ଦିଲା ଭୀମ
ଅଶ୍ୱମେଧ ପର୍ବ ସମାପ୍ତ
ଛାମୁରେ କର୍ଣ୍ଣକେଶରୀ ସହସ୍ର ପରିଣାମି
କିଞ୍ଚିତେ ଅନେକ ଦୋଷ ଅର୍ଜିଲି ଦେବସ୍ୱାମୀ ।୨୨।
ଶୁଣିଣ ସାନନ୍ଦ ସେ ବୀର ଫାଲଗୁନି
ଅଶ୍ୱମେଧ ଯାଗକୁ ଯାଅ ତୋର ଥାଠ ସନ୍ୟ ଘେନି ।୨୩।
ବଦୟନ୍ତି ଅଗସ୍ତି ତୁମ୍ଭେ ଶୁଣ ହୋ ବଇବସୁତ ମନୁ
ପବନ ଗତିରେ ଚଳେ ସେ ବାସବର ତନୁ ।୨୪।
ପଛିମ ଦେଶେ ଗମଇ ସେ ଗହନ ବନ କନ୍ଦରେ
ବିଜୟେ ବୀରମଣି ଯାଇଂ ମଗଧ ଦେଶରେ ।୨୫।
ନନ୍ଦ ଭୋପାଳ ରାଜା ବୃହଧ୍ୱଜର ପିତା
ୟେହାର ନନ୍ଦନ ସେ ଜରାସନ୍ଧ ଜଗୁଜିତା ।୨୬।
ଜରାସନ୍ଧକଇଂ ଯେ ମାଇଲା ବ୍ରିକୋଦର
ଜୟଦେବ ସହଦେବ ବୋଲି ବେନି ସୁତ ଯେ ତାହାର ।୨୭।
ତାହାନ୍ତ ରାଜପଦ ଦିଲେ ସେହୁ ରାଷ୍ଟେ
ମହାଭାରଥ ଯୁଦ୍ଧେ ସେ ପଡ଼ିଲେ ସମରାଷ୍ଟେ ।୨୮।
ସେ ସହଦେବର ନନ୍ଦନ ମହାଦେବ ନରପତି
ତାହାର ରାଜ୍ୟେ ଅଶ୍ୱ ମିଳଇ ତତକ୍ଷଣାନ୍ତି ।୨୯।
ବିଚକ୍ଷଣ ଅଶ୍ୱ ସେ ଅନେକ ରତ୍ନ ଖଞ୍ଜିଲା ଅଛି
ଯୋଦ୍ଧା ହୋଇକରି କେହୁ ସେ ଅଶ୍ୱକୁ ମୁରୁଛି ।୩୦।
ଅଶ୍ୱକୁ ଧଇଲା ଯେ ଦୁର୍ମୂଖ ସେନାପତି
ବାରାସ କଇଂ ଦିଲା ନେଇ ସେ ମହାଦେବର କତି ।୩୧।
ରାଜାକୁ ଦେଖିଣ ସେହୁ ହସିଲାକ ହୟେ
କୁବଳୟା ନାମ ମୋର ମୋତେ ଆଣିଛି ଧନୁର୍ଜୟେ ।୩୨।
ଅଶ୍ୱମେଧ ଯାଗ ୟେବେ କରିବେ ପାଣ୍ଡବେ
ରାଜାନ୍ତ ବରିନେମେ ତହିଂର ନିମନ୍ତେ ଯେବେ ।୩୩।
ଶୁଣିଣ ସାନନ୍ଦ ବଡ଼ ହୋଇଲା ମହାରାଜା
ସେ ପାଣ୍ଡବେ ନାଶକଲେ ମୋହୋର ପିତୃଅଜା ।୩୪।
ପିତା ପଡ଼ିଲା ମୋର ମହାଭାରଥର ଯୁଦ୍ଧେ
ମାରିବି ପାଣ୍ଡବନ୍ତ ମୋହୋର ବଂଶ ବଧ କ୍ରୋଧେ ।୩୫।
ୟେତେ ବୋଲି ଅଶ୍ୱକଇଂ ଦୃଢ଼କରି ଧରି
ଅର୍ଜୁନ ବାଟ ଚାହାଂଇ ସେ ବେଳ ପଞ୍ଚଦଶ ଘଡ଼ି ।୩୬।
ବାଟ ଚାହଂନ୍ତେଣ ତହିଂ ଅଶ୍ୱ ନୁଆସଇ
ୟେକସରେ ଅର୍ଜୁନ ସେ ରାଜ୍ୟରେ ପଶଇ ।୩୭।
ଦେଖିଣ ଓଗାଳିଲେ ତାଂକୁ ଅନେକ ସଇନି
ନାରାଜ ବିଘାତେ ତାହାନ୍ତ ହାଣିଲା ଫାଲଗୁନି ।୩୮।
ୟେକଇ ପ୍ରହାରକେ ଅନେକ ସନ୍ୟମାନ ଲୋଟି
ଦେଖିଣ ରାଜ ଇନ୍ଦ୍ର ସେ ଆପଣେ ରଣେ ଉଠି ।୩୯।
ଅର୍ଜୁନ ବୋଇଲା ହୋ ଶୁଣିମାକ ତୁମ୍ଭେ
ରାଜାନ୍ତ ନିମନ୍ତ୍ରଣ କରି ଆସିଅଛୁ ଆମ୍ଭେ ।୪୦।
ଅଦୋଷେ ନାଶନ କର ତୁହି ସନ୍ୟବଳ
ସନ୍ୟବଳ ଘେନି ତୁମ୍ଭେ ଅଶ୍ୱମେଧ ଯାଗ ଚଳ ।୪୧।
ମନ୍ତ୍ରୀ ବୁଝାଇଲା ତୁମ୍ଭେ ଶୁଣ ହୋ ନରପତି
ତ୍ରଇଲୋକ୍ୟର ମଧ୍ୟେ ଯେ ଅଟଇ ୟେକଛତ୍ରୀ ।୪୨।
ସମସ୍ତ ମହିମାଂଯହୁଂ ଶୁଣିଲାକ ରାୟେ
ଜାଣିଣ ମହାଦେବ ଦ୍ରଶନ ଯାଇଂ କୟେ ।୪୩।
ନିମନ୍ତ୍ରଣ କରି ଯେ ବୋଲଇ ଫାଲଗୁନି
ୟେହିକ୍ଷଣି ଚଳ ତୋର ମନ୍ତ୍ରୀ ଅମନାତ୍ୟ ଘେନି ।୪୪।
ଲକ୍ଷେ ରାଜା କର ତୁଲେ ତୁ ଘେନ ଅର୍ଘ୍ୟଧାର
ଚଳଇ ମହାଦେବ ହସ୍ତିନା ନାମେ ପୁର ।୪୫।
ତହୁଂଣ ଅର୍ଜୁନ ଗଲା ଅଶ୍ୱ ବେଗେ ଚଳାଇ
ଭାନୁବନ୍ତପୁରେ ପଶିଲାକ ସେହୁ ଯାଇଂ ।୪୬।
ଅଭୟେ ମନୁ ବୋଲି ତହିଂର ନୃପତି
ଅଶ୍ୱକଇଂ ଦେଖି ଆସି ବେଢିଲେ ଚଉକତି ।୪୭।
ଅପୂର୍ବ ହୟେ ଦେଖି ଧରିତେ କରନ୍ତି ଇଚ୍ଛା
ଅଶ୍ୱ ବୋଇଲା ତୁହୋ ରାଜନ ନକର ମୃତୁକୁ କଇଚ୍ଛା ।୪୮।
ପାଣ୍ଡବେ କରନ୍ତି ଯେ ଅଶ୍ୱମେଧ ଯାଗ
ଯୋଦ୍ଧାନ୍ତ ଘେନିଣ ରାୟେ ଚଳିଯାଅସି ବେଗ ।୪୯।
ଅର୍ଜୁନ ରହିଛନ୍ତି ଗଙ୍ଗାନଦୀ କୂଳେ
ଶୁଣିଣ ଦଣ୍ଡ ଘେନି ଚଳଇ ମହୀପାଳେ ।୫୦।
ଅନେକ ପୂଜା ରାୟେ କରଇ ଫାଲଗୁନି
ବହୁତ ସମ୍ଭରେ ସେ କରଇ ବିନୟ ଦୟିନୀ ।୫୧।
ନିମନ୍ତ୍ରଣ କରି ପାଥ କହଇ ସର୍ବ କଥା
ସମଦଣ୍ଡ ଘେନି ହସ୍ତିନାକୁ ଚଳ ହୋ ମହାରଥା ।୫୨।
ଅଶ୍ୱମେଧ ଯାଗର ଯେମନ୍ତ ବିଧାନ
ଅନେକ ରତ୍ନମାନ ମଣ୍ଡିଲେ ହୟେମାନ ।୫୩।
ଅଶ୍ୱ ଯୋଦ୍ଧାମାନେ ତହୁଂ ସର୍ବେ ଚଳିଯାନ୍ତି
ରଥ ଗଜ ଆଉ ନାହିଂ ସଇନି ପାଦାନ୍ତି ।୫୪।
ଶୁଣ ଆହୋ ଚଇତନ ବେଲାଉଳ ଦେଶେ ବିଜୟେ ସର୍ବସାଚୀ
ଦେବ ଅଶ୍ୱ ଦେଖି ନରେନ୍ଦ୍ର ମନେ ମନେ ପାଞ୍ଚି ।୫୫।
ଅଶ୍ୱ ବୋଇଲା ମୁଂ ଅର୍ଜୁନଂକର ହୟେ
ଅଶ୍ୱମେଧ ଯାଗକୁ ତୁମ୍ଭେ ଚଳହୋ ମହାରାୟେ ।୫୬।
ଅର୍ଜୁନହିଂ ବିଜେକଲେ ଅଶ୍ୱର ପଛେ ପଛେ
ରାଜାକଇଂ ଅର୍ଘ୍ୟ ନେଇ ଦିଲାକ ବିବତ୍ସେ ।୫୭।
ମୁଣୋହି ଯୋଗାଡ଼ କରି ଲୋଡ଼ଇ ଯେ ରାୟେ
ନାସ୍ତି କରି ତହୁଂ ଚଳଇଧନୁର୍ଜୟେ ।୫୮।
ଯେବଣ ନୃପତିର ଯେବଣ ଅଶ୍ୱ ଅଛଇ
ସମସ୍ତ ଘେନିଯିବ ବୋଲି ବୋଲଇ ବିବତ୍ସଇ ।୫୯।
ତହୁଂଣ ଡାହାଳ ଦେଶରେ ଯାଇଂ ପାଇ
ଅଶ୍ୱକୁ ଦେଖି ସେ ରାଜା ମନରେ ହରଷ ହୋଇ ।୬୦।
ଅଶ୍ୱକୁ ଧଇଲେ ସେ ସୁରବର ରାୟେ
ଅଶ୍ୱ ବୋଇଲା ହୋ ଆସୁଛନ୍ତି ପଛେ ଧନୁର୍ଜୟେ ।୬୧।
ଶୁଣିଣ ଡାହାଳେଶ୍ୱର ଅଶ୍ୱକୁ କଲା ପୂଜା
ସନ୍ନିଧ୍ୟେ ପ୍ରବେଶ ଆସି ଇନ୍ଦ୍ରର ଆତ୍ମଜା ।୬୨।
ଅନେକ ଗଉରୋବ କଲା ପଣ୍ଡୁର ତନୁଜା
ଅର୍ଜୁନ ବୋଇଲେ ହସ୍ତିନା ଯାଅ ରାଜା ।୬୩।
ପାଞ୍ଚକୋଟି ତୁରଙ୍ଗମ ଘେନିଣ ଡାହାଳ
ପ୍ରଚଣ୍ଡ ମଣ୍ଡଳ କରି ଚଳଇ ମହୀପାଳ ।୬୪।
କ୍ଷୀର ଦେଶେ ପ୍ରବେଶ ହୋଇଲା ଫାଲଗୁନି
ଅଶ୍ୱ ପଶିଲା ଦେଶେ ଅନେକ ରତ୍ନଘେନି ।୬୫।
ଧ୍ରୁବସେନ ବୋଲି ତହିଂର ନୃପତି
ସେ ରାଜା ଅଶ୍ୱକୁ ଯାଇଂ ଧଇଲାକ ଧାତି ।୬୬।
ଅଶ୍ୱ ବୋଇଲା ମୋତେ ନ ଧର ହୋ ରାୟେ
ଅଶ୍ୱମେଧ ଯାଗ ନିମନ୍ତେ ଦିଗନ୍ତମାନ ବିଜୟେ ଧନୁର୍ଜୟେ ।୬୭।
ଶୁଣିଣ ସାନନ୍ଦ ସେ କ୍ଷୀର ଦେଶର ରାଜା
ଅନେକ ସମ୍ଭର୍ବେ ଅଶ୍ୱକଇଂ ରାୟେ କଲା ପୂଜା ।୬୮।
ଅର୍ଜୁନ ବିଜୟେ ଯେ କଲା ତହିଂ ଯାଇଂ
ଅନେକ ଭଗତି ହୋଇଲା ନରସାଇଂ ।୬୯।
ନିମନ୍ତ୍ରଣ ବେଭାର ସେ କରଇ ବିବତ୍ସି
ଚଳିଣ ଯାଅ ତୁମ୍ଭେ ଅଶ୍ୱମେଧ ଯାଗକୁ ଯେତେକ ସନ୍ୟ ଅଛି ।୭୦।
ଶୁଣି ନରେନ୍ଦ୍ର ଅଶ୍ୱବଳ ସାଜି
ତୁଲେଣ ଘେନିଲା ଯେ ଦଶଲକ୍ଷ ବାଜୀ ।୭୧।
ଅଶ୍ୱମେଧ ଯାଗକୁ ଚଳିଲା ନରପତି
ସମସ୍ତ ରାଜାମାନେ ସମ୍ଭରେ ଚଳିଯାନ୍ତି ।୭୨।
ମାଧୁର୍ଯ୍ୟ ଦେଶର ରାଜା ମାଧବସେନ ରାୟେ
ତାହାର ରାଜ୍ୟରେ ଯାଇ ପଶିଲାକ ହୟେ ।୭୩।
ଅଶ୍ୱକୁ ଧରନ୍ତେ ସେକ ହିଲା ସର୍ବକଥା
ପାଣ୍ଡବଂକ ଅଶ୍ୱମେଧ ଯାଗର ବାରତା ।୭୪।
ଅର୍ଜୁନକଇଂ ଦ୍ରଶନ କରଇ ଯାଇ ରାଜା
ଅରଜୁନ ବୋଲଇ ରାଜା ତୋର ଅଶ୍ୱବଳ ଘେନି ଯା ଯା ।୭୫।
ସକଳ ଅଶ୍ୱନ୍ତ ସେ କରିଣ ରତ୍ନମୟେ
ଚଳଇ ଇନ୍ଦ୍ର ପ୍ରଶସ୍ତେ ମାଧବସେନ ରାୟେ ।୭୬।
ତହୁଂଣ ଅର୍ଜୁନ ଯେ ଅଶ୍ୱନ୍ତ ଚଳାଇ
ମାନଭଙ୍ଗ ଦେଶେ ପ୍ରବେଶ ହେଲା ଯାଇ ।୭୭।
ଧୀର ଅର୍ଜୁନ ବୋଲି ତହିଂର ନୃପତି
ତାହାର ରାଜ୍ୟେ ଅଶ୍ୱ ପଶିଲା ଯାଇଂ ଧାତି ।୭୮।
ଧରନ୍ତେ ତାହାକଇଂ କହିଲା ସର୍ବ ହୟେ
ଶୁଣିଣ ପୂଜାକଲା ଅର୍ଜୁନ ମହାରାୟେ ।୭୯।
ନିମନ୍ତ୍ରଣ ଯୋଗାଡ଼ ଦିଲାକ ଅର୍ଜୁନ
ଅଶ୍ୱ ଘେନିଣ ତହୁଂ ସେ ଚଳଇ ବହନ ।୮୦।
ଅସକନ୍ଦ ବନର ରାଜା ନାମ ବୃହନାଳୀ
ଅଶ୍ୱ ଘେନିଣ ଅର୍ଜୁନ ତାହାର ରାଜ୍ୟେ ମିଳି ।୮୧।
ଅଶ୍ୱକଇଂ ଧରନ୍ତେ ତ ସେ କହିଲା ସର୍ବ କଥା
ଅଶ୍ୱବଳ ଘେନି ତହୁଂ ଯାଗକୁ ଚଳିଲା ମହାରଥା ।୮୨।
ନନ୍ଦୀବନେ ଯାଇଂ ବିଜୟେ ସର୍ବସାଚୀ
ନନ୍ଦିକେଶ୍ୱର ରାଜା ତହିଂ ବିଜେ କରିଅଛି ।୮୩।
ସେ ନନ୍ଦିକେଶ୍ୱର ରାଜା ରୁହାଇଲେ ଅର୍ଜୁନକୁ
ଅମୃତ ସମ ଭୋଜନ ଦିଲେ ଯେ ତାହାଂକୁ ।୮୪।
ଯଥାବିଧିରେ ସେ କରାନ୍ତି ଭୋଜନ
ଆଞ୍ଚୋବନ ସାରି କର୍ପୂର ତାମ୍ବୋଳ ଭକ୍ଷଣ ।୮୫।
ନନ୍ଦିକେଶ୍ୱର ରାଜା ତାଂକୁ କହିଲେ ପରମାର୍ଥ
ଭୋଜନ ସଞ୍ଚା ଘେନି ଯାଇଥାଅ ୟେଥ ।୮୬।
ଅମୃତ ଲଡ଼ୁ ଥୋକାୟେକ ଦିଲେ ମହାଯତି
ୟେହାକୁ ନିଅ ଯତନେ ପିପାସା ନୁଆସଇ ତୋର କତି ।୮୭।
ନନ୍ଦିକେଶ୍ୱରେ ସମାର୍ଜଇ ବୀର ପାଥ
ଉଡ଼ଙ୍ଗ ଦେଶରେ ଯାଇ ବିଜୟେ ତୁରିତ ।୮୮।
ତାହାନ୍ତ ନିମନ୍ତ୍ରଣ କରି ଚଳଇ ବହନ
ବିରାଳାଖ୍ୟ ଦେଶରେ ଯାଇ ପଶଇ ଅର୍ଜୁନ ।୮୯।
ରାଜାଂକୁ ଚଳାଇ ତହୁଂ ଚଳଇ ଧନୁର୍ଜୟେ
କାମପୁର ନଗ୍ରେ ଯାଇଂ କଲେକ ବିଜୟେ ।୯୦।
କନ୍ଦର୍ପ ରାଜାକୁ ଯାଇଂ କରଇ ନିମନ୍ତ୍ରଣ
ଅଶ୍ୱ ଘେନିଣ ରାଜାତୁ ଚଳ ହୋ ୟେହିକ୍ଷଣ ।୯୧।
କଳିଙ୍ଗ ଦେଶେ କଳିଙ୍ଗସେନକୁ ନିମନ୍ତି
ତହୁଂ ଚଳିଯାଇ ସେ ବୀରବର ସୁତ କୋନ୍ତୀ ।୯୨।
ମହାନ୍ଦ୍ର ଦେଶର ଯେ ଯୋଗେଶ୍ୱର ରାଜା
ସନ୍ୟଘେନିଣ ତୁହୋ ବହନ ଚଳି ଯା ଯା ।୯୩।
ତହୁଂଣ ଚଳଇ ଯେ ବୀର ଫାଲଗୁନି
ଚଉମଣ୍ଡଳ ଦେଶେ ପଶଇ ଅଶ୍ୱ ଘେନି ।୯୪।
ପାଣିମଣ୍ଡଳ ଘେନି ଯେ କାଞ୍ଚି ନଗ୍ର ତିନି
ସେ ରାଜ୍ୟରେ ଅର୍ଜୁନ ଯେ ପଶଇ ଅଶ୍ୱ ଘେନି ।୯୫।
ଲକ୍ଷଣବନ୍ତ ହୟ ବୋଲି ଧଇଲେ ନରେନ୍ଦ୍ର
ଅଶ୍ୱ ବୋଇଲା ରାଜାୟୟେ ମୋତେ ଧଇଲେ ହୋଇବ ଅନେକ ଦ୍ୱନ୍ଦ ।୯୬।
ବୋଲଇ ମହୀପତି ମୋତେ ତ୍ରଇଲୋକ୍ୟେ କେହୁ ସରି
ଅତି ଲକ୍ଷଣବନ୍ତ ହୟେ ତୋତେ କେହୁ ମୂର୍ଚ୍ଛି ପାରି ।୯୭।
ବାଟ ଚାହିଂଣ ପାଥ ୟେଣେ ବିରସ ହୋଇଲା
ୟେତେବେଳେ ପରିଯନ୍ତେ ଅଶ୍ୱ କିମ୍ପାଇ ନଇଲା ।୯୮।
ଧନୁଶର ଭାରତୀ ଘେନିଣ ସର୍ବସାଚୀ
ରାଜ୍ୟ ଭିତରକୁ ବୀର ପଶିଣ ଯାଉଅଛି ।୯୯।
ଅର୍ଜୁନ ବୋଲନ୍ତି ଆରେ ଶୁଣ ଦେଶାଉର
ଯାଇଂ କହ ତୋର ରାଜାର ଛାମୁର ।୧୦୦।
ପାଣ୍ଡବଂକ ଅଶ୍ୱମେଧ ଯାଗ ବୋଲି କହ
ଆକାଶର ଅଶ୍ୱକଇଂ ବେଗେ ଛାଡ଼ିଦିଅ ।୧୦୧।
ରାଜାର ଅଗ୍ରତେ ଯାଇ କହିଲେ ଚାରଗଣ
ବୋଲଇ ମହୀକେଶରୀ ତାର ଶିର ଛେଦି ଆଣ ।୧୦୨।
ରାଜାର ବଚନେ ଗଲେ ଯୋଦ୍ଧା ବେନି କୋଟି
ଶତେପୁର କରି ଆସି ବେଢ଼ିଲେ କିରୀଟୀ ।୧୦୩।
କାମ୍ୟେକ ଶରେ ଅର୍ଜୁନ ବେଗେ ତାଂକୁ ଭେଦି
ବେନିକୋଟି ଯୋଦ୍ଧାକଇଂ ଶିର ପକାଇଲା ଛେଦି ।୧୦୪।
ଜଗତୀରେ ଥାଇଂ ତାହା ଦେଖିଲା ଭୂଅପାଳ
ଆପଣେ ବାହିଲା ଘେନି ତୁଲେ ଚତୁରଙ୍ଗ ବଳ ।୧୦୫।
ଅଶ୍ୱେକ ଚଢ଼ିଣ ମିଳିଲା ଯାଇଂ ଅର୍ଜୁନର ପାଶ
କିମ୍ଭୂତେ ସଇନି ମୋର କଲୁ ଯେ ବିନାଶ ।୧୦୬।
ଅର୍ଜୁନ ବୋଇଲା କିମ୍ପେ ଧଇଲୁ ଦେବ ହୟେ
ସେ ଅଶ୍ୱେ ଧଇଲେ ହୋ ନ ସହନ୍ତି ଦେବତାୟେ ।୧୦୭।
ମହୀକେଶରୀ ବୋଇଲା ତୁ ଅଶ୍ୱମେଧ ଯାଗକରି
ବେଳେକ ନ ସହିଲୁ କିମ୍ପେ ୟେତେ ସନ୍ୟ ମୋର ମାରି ।୧୦୮।
ତୁହି ଯେବେ ସନ୍ୟ ମୋର କଲୁ ୟେଥେ ନାଶ
ତିରଣ ପ୍ରମାଣେ କରି କାଟିବି ତୋର ମାଂସ ।୧୦୯।
ୟେମନ୍ତ ଶୁଣି ହାବୋଡ଼ା ଶରେକ ଯେ ମାଇଲା ଅରଜୁନ
ଅଶ୍ୱ ଉପରେ ପଡ଼ିଲା ସେ ରାଜା ହୋଇଣ ଉତ୍ତାନ ।୧୧୦।
ରାଜାର ପଡ଼ନ୍ତେ ବହୁତ ପଳାଇଲେ ସଇନି
ଆରେ ରହ ରହ ବୋଲି ଡାକ ଦିଅଇ ଫାଲଗୁନି ।୧୧୧।
ଶ୍ରୀକରେ ପାଶେକ ଘେନିଣ ଅର୍ଜୁନ
ମହୀକେଶରୀ ରାଜାଂକୁ କଲେକ ବନ୍ଧନ ।୧୧୨।
ଶିର ଛେଦନ୍ତେ ସେ ପ୍ରଣପତ୍ୟ ଅମନାତ୍ୟେ
ରଖ ହୋ ପାଥ ବୋଲି ବୋଲନ୍ତି ପାତ୍ର ଯେ ସାମନ୍ତେ ।୧୧୩।
ରାଜାର ଶିରଛେଦନ୍ତେ ହତ୍ୟାଦୋଷ ହୋଇବ ବହୁତ
ଭୋ ଦେବ ୟାହାକୁ ଛାଡ଼ିଦିଅ ବୀର ପାଥ ।୧୧୪।
ରାଜାଂକୁ ତୁମ୍ଭର ଘେନିଯାଅ ୟେହିମତେ
ଯାଗ ବରଣେ ଯାଉଛନ୍ତି ରାଜାୟେ ତାହାଂକ ସଙ୍ଗତେ ।୧୧୫।
ୟେହି ବିଧାନ କରିଣ ତ ତୁମ୍ଭେ ରାଜାକଇଂ ଘେନିଯିବ
ବାଟରେ ଫେଡ଼ିଲେ ଶିରଚ୍ଛେଦନ ହୋଇବ ।୧୧୬।
ବନ୍ଧନ କରିଣ ନିଅନ୍ତେ ତାର ଯୋଦ୍ଧାମାନେ
ଦେଖିଣ ସମସ୍ତ ରାଜାୟେ ଭୟକଲେ ମନେ ।୧୧୭।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ଭୟେଣ ଚଳନ୍ତି ସମସ୍ତ ଦେଶର ମହୀପତି ।୧୧୮।
ଅନେକ ଧନରତ୍ନ ମଣ୍ଡନ୍ତି ହୟମାନ
ଶ୍ୱେତ ଚାମର ଡାଳିମ୍ବା ଲମ୍ବନ୍ତି ନାନାବର୍ଣ୍ଣ ।୧୧୯।
ପାଟ ପତନୀ ଯେ ସିନ୍ଧୁଆ ନେତମାନ
ଲମ୍ବନ୍ତି ଗଜମୁକୁତା ମାଣିକ୍ୟ ମଣିମାନ ।୧୨୦।
ପଛିମେ ଦୁଇଉଣା ପଞ୍ଚାଶ ସହସ୍ର ରାୟେ
ସମସ୍ତ ରାଜାନ୍ତ ପଠିଆଇଲେ ଧନୁର୍ଜୟେ ।୧୨୧।
ଦକ୍ଷିଣ ସାତସହସ୍ର ରାଜା ୟେକ ଊଣା ଯୁଗତେ
ଅଶ୍ୱ ଚଳାଇ କରିଯାଆନ୍ତି ୟେହିମତେ ।୧୨୨।
ପୂର୍ବ ଦିଗର ତିନି ସହସ୍ର ନୃପତି
ଅଶ୍ୱନ୍ତ ଚଳାଇ ପାଥ ରାଜାନ୍ତ ନିମନ୍ତ୍ରି ସବୁନ୍ତି ।୧୨୩।
ଗଙ୍ଗାପୁର ବିରୁପାକ୍ଷ ବୋଲି ରାୟେ
ତାହାର ନଗ୍ରେ ଯାଇଂ ପଶିଲାକ ହୟେ ।୧୨୪।
ଦିବ୍ୟ ଅବତାର ରୂପ ଦିଶଇ ବାରାସ
ଲକ୍ଷେଭଣ୍ଡାର ଧନ ତାର ଶରୀରେ ବିକାଶ ।୧୨୫।
ଲୀଳାଗତି କରି ଅଶ୍ୱଚଳଇ ରାଜ୍ୟର ଭିତରେ
ଧରିନେଇ ଅଶ୍ୱ କଲେ ରାଜାର ଛାମୁରେ ।୧୨୬।
ଅଶ୍ୱ ଦେଖି ରାଜା ଚନ୍ଦ୍ରଶାଳା ପୁରେ ଥୋଇ
ଅଶ୍ୱ ବୋଇଲା ରାଜା ଛାଡ଼ିଦିଅ ମୁକୁଇଂ ।୧୨୭।
ଆକାଶର ଅଶ୍ୱ ମୋତେ ଅର୍ଜୁନ ମର୍ତ୍ତ୍ୟପୁରେ ଆଣି
ତୋହୋର ରାଜ୍ୟରେ ଅରିଷ୍ଟି ପଡ଼ିବ ୟେହିକ୍ଷଣି ।୧୨୮।
ତିନିଦିଗ ନିମନ୍ତ୍ରଣ କରି ଅଇଲେନି ପାଥ
ତିନି ଉତ୍ତର ତିନିସହସ୍ର ରାଜା ହୋଇଲେ ନିପାତ ।୧୨୯।
କହନ୍ତେଣ ଅର୍ଜୁନ ରାଜ୍ୟରେ ତାର ପଶି
ଦେଖିଣ ଯୋଦ୍ଧାମାନେ ଆଗେ ଓଗାଳିଲେ ଆସି ।୧୩୦।
ପାଞ୍ଚଅହିବ୍ରତ ଯୋଦ୍ଧା କଲେ ଆବରଣ
ଦେଖିଣ ଅର୍ଜୁନ ଯେ ପେଶିଲେ ହାବୋଡ଼ା ଶର ବାଣ ।୧୩୧।
ସମସ୍ତେ ପଡ଼ିଲେ ଯେ ଉତ୍ତାନଶାୟୀ ହୋଇ
ନିଚେଷ୍ଟ ହୋଇଲେ ଯେ କାହାରି ଗ୍ୟାନ ନାହିଂ ।୧୩୨।
ଯାଗଧର୍ମ ନିମନ୍ତେ ପାଥ ନମାରିବ ପ୍ରାଣେ
ଦେଖଇଣ ନରେନ୍ଦ୍ର ଯେ ଆସଇ ଆପଣେ ।୧୩୩।
ଦଶ ସହସ୍ର ଯୋଦ୍ଧା ଘେନିଣ ମହୀପତ୍ୟେ
ଅର୍ଜୁନକଇଂ ବେଢ଼ିଲେ କରିଣ ପୁରଶତେ ।୧୩୪।
ଅବିଚ୍ଛନ୍ନେ ନାରାଜ ପେଷଇ ଫାଲୁଗନି
ମୋହାଶରେ ପଡ଼ିଲେ ବିରୁପାକ୍ଷର ସଇନି ।୧୩୫।
ରାଜାହିଂ ପଡ଼ିଲେ ସହସ୍ର ଜାଳାଘାୟେ
ଆସାଷ୍ଟମ ହୋଇଣ ପଡ଼ିଲାକ ମହାରାୟେ ।୧୩୬।
ରାଗେଣ ବିଜେୟେ କର୍ଣ୍ଣକଟାର ଘେନି ପାଥ
କେଶ ଆକ୍ରେଷି ବୋଇଲା ଛେଦିବି ୟେହାର ମାଥ ।୧୩୭।
କୁବଳୟା ନାମେ ଯେବଣ ଦେବ ଅଶ୍ୱ
ସେ ବୋଇଲା ଅନ୍ୟୋଅନ୍ୟେ ନକର ବିନାଶ ।୧୩୮।
ଅଶ୍ୱର ବଚନେ ସେ ଛାଡ଼ିଲେ ତତକ୍ଷଣେ
ଦଶ ଲହ ମୁଖେ ଭରି ରାଜା ପଶଇ ଶରଣ ।୧୩୯।
କ୍ରୋଧଶାନ୍ତି କରି ନିମନ୍ତ୍ରଣ ଯୋଗାଡ଼ ଦିଲେକ ଫାଲଗୁନି
ଅଶ୍ୱମେଧ ଯାଗେ ଯାଅ ତୋର ଥାଠ ସନ୍ୟଘେନି ।୧୪୦।
ତହୁଂ ଉତ୍ତର ଦିଗରେ ଚଳଇ ଫାଲଗୁନି
ତ୍ରିଗର୍ତ୍ତ ରାଜ୍ୟେ ପ୍ରବେଶ ହୋଇଲେ ବହନ ।୧୪୧।
ତ୍ରିଗର୍ତ୍ତର ପୁତ୍ର ବ୍ରହ୍ମଗତ ବୋଲି ରାଜା
ଅଶ୍ୱକୁ ଦେଖି ସେ ଅନେକ କଲା ପୂଜା ।୧୪୨।
ନିମନ୍ତ୍ରଣ ଘେନି ଯେ ଚଳଇ ଅଶ୍ୱତୁଲେ
ଇନ୍ଦ୍ରପ୍ରଶସ୍ତରେ ରାଜା ଯାଇଂଣ ବିଜେକଲେ ।୧୪୩।
ଅରିବିନ୍ଦ ଦେଶକୁ ବିଜୟେ ଧନୁର୍ଜୟେ
ଦେଖିଣ ପୂଜାକଲା ମାଧବସେନ ରାୟେ ।୧୪୪।
ଅଶ୍ୱମାନନ୍ତ ଘେନି ଯାଅ ଯାଅ ବହନ
ତହୁଂଚଳଇ ସେ ଯେ ବାସବ ନନ୍ଦନ ।୧୪୫।
ମନ୍ଦାର ଦେଶରେ ବିଜୟେ ଫାଲଗୁନି
ଚଉରାଶି ସହସ୍ର ରାଜାମାନନ୍ତ ସଙ୍ଗେ ଘେନି ।୧୪୬।
ମନ୍ତ୍ରୀ କହନ୍ତେଣ ଜାଣିଲା ନରପତି
ଧନେଣ ପୂଜାକଲା ଧର୍ମସେନର ନାତି ।୧୪୭।
ନିମନ୍ତ୍ରଣ ପାଇଣ ସେ ଚଳଇ ଅଶ୍ୱଘେନି
ଚଳଇ ମହାରାଜା ତୁଲେ ଘେନିଣ ସଇନି ।୧୪୮।
ନିମନ୍ତ୍ରଣ ପାଇଣ ସେ ହସ୍ତିନାକୁ ଗଲେ
ତହିଂ କୁଶମଣ୍ଡଳେ ଅର୍ଜୁନ ପ୍ରବେଶ ହୋଇଲେ ।୧୪୯।
ସେ ରାଜ୍ୟ ରାଜାକୁ ପୂଜାକରି ପେଶିଲେ ଯାଗକୁ
ତହୁଂ ଅର୍ଜୁନ ଚଳିଲେ ପଞ୍ଚାଳ ରାଜ୍ୟକୁ ।୧୫୦।
ପଞ୍ଚାଳ ଦେଶରେ ଯାଇ ବିଜୟେ ଧନୁର୍ଜୟେ
ଦେଖି ମଧୁକେଶର ନଗ୍ରେ ଅନେକ ଉତ୍ସବ କରାୟେ ।୧୫୧।
ମୁଣୋହି କରଇ ତହିଂ ବୀର ସର୍ବସାଚୀ
ଦ୍ରୁପଦ ନାତି ଧୃଷ୍ଟଦ୍ୟୁମନର ସୁତ ମଧୁକେଶର ତହିଂ ରାଜ୍ୟ କରୁଅଛି ।୧୫୨।
ନିମନ୍ତ୍ରଣ ପାଇ ଚଳଇ ନରନାଥ
ନିମନ୍ତ୍ରଣ ଘେନିଲା ତାର ଯୋଦ୍ଧା ଅଶ୍ୱମାନନ୍ତ ।୧୫୩।
ଶିବପୁର ନଗ୍ରେ ପାଥ ଚଳଇ ତଡ଼ତି
ବିଷ୍ଣୁକର ପଣ୍ଡା ତହିଂ ରାଜ୍ୟ କରୁଛନ୍ତି ।୧୫୪।
ଅଶ୍ୱ ପଶନ୍ତେଣ ଧଇଲା ତତକ୍ଷଣେ
ରତ୍ନମାଳା କାଞ୍ଚନ କାଢ଼ି ଘେନିଲା ବ୍ରାହ୍ମଣେ ।୧୫୫।
ଅଶ୍ୱ ବୋଇଲା ତୁହେ ଶୁଣସି ବିଷ୍ଣୁକର
ମୁହିଂ ହାଦେ ଦିଗବିଜେ କରଇ ପାଣ୍ଡବଂକ ସଙ୍ଗତର ।୧୫୬।
ମତ୍ତଗର୍ବେ ତାହା ନଶୁଣଇ ଦ୍ୱିଜ
ଧନସ୍ରବ ଚାମର ସବୁ କଲାକ ଗ୍ରାହିଜ ।୧୫୭।
ଅଶ୍ୱର ବିଳମ୍ବ ଦେଖିଣ ବୀରବର ପାଥ
ରାଜ୍ୟେ ପ୍ରବେଶ ହୋୟେ ଧନୁ ଶହସ୍ର ହାଥ ।୧୫୮।
ଉପାଧି ଯୋଦ୍ଧା ଦେଖି ଧାଇଂଲେ ବ୍ରାହ୍ମଣେ
ବେଢ଼ିଲେ ଅର୍ଜୁନକୁ ବିନ୍ଧିଲେ ଯନ୍ତ୍ରବାଣେ ।୧୫୯।
କ୍ରୋଧେ ତୁମ୍ବୁର ଶହସ୍ରେକ ବିନ୍ଧିଲାକ ସର୍ବସାଚୀ
ମୋହେଣ ଦ୍ୱିଜବରେ ପଡ଼ିଗଲେ ନଚେତନ୍ତି କିଛି ।୧୬୦।
ସଇନି ନିଚେଷ୍ଟ ଦେଖିଣ ବିଷ୍ଣୁକର
ଆପଣେ ବିଜେକଲେ ପାଞ୍ଚଲକ୍ଷ ବଳ ଯେ ସଙ୍ଗର ।୧୬୧।
ମକ୍ରକେତନ ପ୍ରାୟେକ ଦିଶଇ ସବଂକରି କାୟେ
ଦିଶଇ ବିଷ୍ଣୁକର ଅଳକାପତି ପ୍ରାୟେ ।୧୬୨।
ଉଚ୍ଚସର୍ବା ପ୍ରାୟେକ ଆରୋହୀ ବାରାସ
ଅର୍ଜୁନ ଛାମୁରେ ଆସି ବିଜେକଲେ ବିଷ୍ଣୁଦାସ ।୧୬୩।
ଅନେକ ବୀରତୂର ଟମକ ନିଶାଣ ବାଜେଣି
ଦେଖିଣ ବିଚାରଇ ଯେ ବୀର ଫାଲଗୁନି ।୧୬୪।
ବୁଷ୍ଣୁକର ପଣ୍ଡାୟେ ମୋତେ ନୁଆରିଲ ଚିହ୍ନି
ମୁହିଂ ସେ ଅର୍ଜୁନ ସିନା ଅଟଇ ବୀର ଫାଲୁଗୁନି ।୧୬୫।
ବିଷ୍ଣୁକର ବୋଇଲା ତୋର ୟେଡ଼େକ ସାହାସ
କିମ୍ଭୂତ ମାୟାରେ ତୁ ପାଇଲୁ ବାରାସ ।୧୬୬।
ମୁହିଂ ୟେ ମହା ଅରଣ୍ୟେ ଅଟଇ ଅଧିକାରୀ
ଚଣ୍ଡାଳ ବଳ ଧ୍ୱଂସନ ଅଟଇ ମୋହୋରି ।୧୬୭।
ସମସ୍ତ ରାଜାମାନେ ଆସନ୍ତି ମୋର ପୁର
ୟେମନ୍ତେ କଥାମାନ କହୁଛି ତୁମ୍ଭର ଆଗର ।୧୬୮।
ଦଇତ ଦାନବ ନାଶ କରଇ ତୁମ୍ଭରି
ୟେ ମହାଅରଣ୍ୟେ ମୁଂ ଅଟଇ ଅଧିକାରୀ ।୧୬୯।
ବିଷ୍ଣୁକର ବୋଲଇ ମାନବ ହୋଇ ମୋହୋର ରାଜ୍ୟେ ପଶୁ
ୟେକମାତ୍ର ହୋଇ ତୁ କିସ ଯେ ଭରସୁ ।୧୭୦।
ଆମ୍ଭର ପ୍ରାୟେ ବ୍ରାହ୍ମଣ ଆଶ କଲା ଅଶ୍ୱକୁ
ଛାଡ଼ିଯାଅ ମହାତ୍ମା କଲ୍ୟାଣ ହୋଉ ତୁକୁ ।୧୭୧।
ଶୁଣିଣ ଦ୍ରହସିତ ହୋଇଲେ ଧନୁର୍ଜୟେ
ଆମ୍ଭନ୍ତ ଚିହ୍ନି ନୁଆରିଲ କି ବିଷ୍ଣୁପଣ୍ଡାୟେ ।୧୭୨।
ତୁମ୍ଭେ ଥିଲ ୟେହି ନଗ୍ର ବାହିଜ ହୋଇ
ଭିକ୍ଷାପାତ୍ରେ ତୁମ୍ଭ ଘରେ ଆମ୍ଭେ ରହିଥିଲୁ ପାଞ୍ଚଭାଇ ।୧୭୩।
ଗଉତମୀକି ଆମ୍ଭେ ଯେ ଗଲୁ ସ୍ରାହାନ କରି
ଭାମସେନ ଠାକୁରେ ୟେଥି ଚାଣ୍ଡାଳ ବଳ ମାରି ।୧୭୪।
ୟେହା ଶୁଣିକରି ବିଷ୍ଣୁକର ତେଜିଲେ ତୁରଙ୍ଗ
ପାଦା ଅର୍ଘ୍ୟ ଦିଅଇ ଅର୍ଜୁନ ପାଦଯୁଗ ।୧୭୫।
ଅନେକ ବିନୋୟୀ ସେ ଭଗତି ଭାବ ବହି
ଅର୍ଜୁନ ବୋଇଲେ ମୋତେ ରହିତେ ବେଳ ନାହିଂ ।୧୭୬।
ମକର ମାସେ ହୋଇବ ଅଶ୍ୱମେଧ ଯାଗ
ୟେକା ଜଣେକେ ମୁଂ ନିମନ୍ତ୍ରଣ କରିବି ଚାରିଦିଗ ।୧୭୭।
ଅଶ୍ୱନ୍ତ ଘେନି ତୁମ୍ଭେ ଯାଅ ଯା ବହନେ
ସମସ୍ତ କଥାମାନ ହୋଇ ସିନା ଯାଗ ଥାନେ ।୧୭୮।
ୟେତେ ବୋଲିଣ ଚଳଇ ପାଥ ଅତିଖରେ
ଅଶ୍ୱବଳ ଘେନି ତହିଂ ଚଳଇ ବିଷ୍ଣୁକରେ ।୧୭୯।
ତହୁଂ ଯାଇଂ ପ୍ରବେଶ ହୋଇଲେ ନଗ୍ର ଉଜାଣକାନ୍ତି
ଅଶ୍ୱ ଚଳାଇ ସେ ରାଜାକୁ ଆଣିବେ ନିମନ୍ତି ।୧୮୦।
ଚଳଇ ଅର୍ଜୁନ ଯେ ଦେଶ ମରହଟ୍ଟ
ସେ ରାଜାକଇଂ ନିମନ୍ତ୍ରଣ ଚଳଇ ଗରିଷ୍ଠ ।୧୮୧।
ମନ୍ଦହୁଳ ଦେଶେ ଯାଇଂ ବିଜୟେ ଫାଲୁଗନି
ସେ ରାଜାକଇଂ ଚଳାଇ ମହାଅଶ୍ୱ ଘେନି ।୧୮୨।
ଅଶ୍ୱନ୍ତ ଚଳାଇ ତହୁଂ ଚଳଇ ବିବତ୍ସ
କାଶୀନଦୀ କୂଳେ ଦେବ ଅଟଇ ଦେଶମତ୍ସ୍ୟ ।୧୮୩।
ଉତ୍ତରକୁମର ପୁତ୍ର ବୃଷସେନ ବୋଲି ରାୟେ
ତହୁଂ ଅର୍ଜୁନ ଯେ ମୁଣୋହି ଯାଇଂ କୟେ ।୧୮୪।
ସେ ରାଜାକୁ ଚଳାଇ ଚଳଇ ବାସବି
ପ୍ରବେଶ ହୋଇଲେ ଯାଇଂ ମାଳବ ନାମେ ଭୁବି ।୧୮୫।
ଚନ୍ଦ୍ରବ୍ରହ୍ମ ନାମେ ଯେ ତହିଂର ନରପତି
ଅଶ୍ୱ ଚଳାଇ ଅର୍ଜୁନ ତାହାନ୍ତ ନିମନ୍ତି ।୧୮୬।
ତହୁଂ ବନ ଗହନେ ଚଳଇ ଫାଲଗୁନି
ୟେକା ଚକ୍ରାନଗ୍ରେ ପ୍ରବେଶ ଅଶ୍ୱ ଘେନି ।୧୮୭।
ବେଦଶ୍ରବଣ ପଣ୍ଡାୟେ କରନ୍ତି ତହିଂ ରାଜ୍ୟ
ମହାସମ୍ଭବେ ତାର ବଡ଼ାଇ ଅଇଶୁର୍ଯ୍ୟ ।୧୮୮।
ଯହୁଂ ଡଗର ମୁଖେଣ ପାଇଲେ ବାରତା
ଅର୍ଜୁନକଇଂ ଦ୍ରଶନ କଲାଯାଇଂ ବ୍ରହ୍ମବେତ୍ତା ।୧୮୯।
ଅନେକ ପୂଜାବିଧି କରଇ ବେଦଶ୍ରବଣ
ତାହାର ପୁରେ ମୁଣୋହି କଲେକ ଅର୍ଜୁନ ।୧୯୦।
ନିମନ୍ତ୍ରଣ କରଇ ବୀର ଫାଲଗୁନି
ଇନ୍ଦ୍ରପ୍ରଶସ୍ତେ ଚଳ ପଣ୍ଡାୟେ ଅଶ୍ୱବଳ ଘେନି ।୧୯୧।
ତହିଂରୁ ଚଳାଇଗଲା ଧନୁର୍ଜୟ ପାଥ
କାଉଂରୀ ଦେଶରେ ଆସି ହୋଇଲା ପ୍ରବେଶ ତୁରିତ ।୧୯୨।
ମାଳବସେନ ବୋଲି ତହିଂର ଦଣ୍ଡଧାରୀ
ଅର୍ଜୁନକୁ ଦେଖି ସେହି ନମସ୍କାର କରି ।୧୯୩।
ନିମନ୍ତ୍ରଣ କରି ତାକୁ ବୀର ଫାଲଗୁନି
ଚଳଇ ସେହୁ ରାଜା ତାହାର ସନ୍ୟ ଘେନି ।୧୯୪।
କର୍ଣ୍ଣାଟ ବୋଲିଣ ରାଜ୍ୟ ମର୍ତ୍ତ୍ୟର ବାରସ୍ୱତୀ
ତହିଂ ଯାଇଂ ପ୍ରବେଶ ବିଚିତ୍ରବୀର୍ଯ୍ୟ ନାତି ।୧୯୫।
ଅଶ୍ୱ ଦେଖିଣ ଧଇଲା କୁତୂହୋଳେ
ଯତନେ ଥୋଇଲା ରାଜାର ରତ୍ନ ଦେଖି ଭୋଳେ ।୧୯୬।
ଅଶ୍ୱ ବୋଇଲା ତୁ ରାଜା ନ ଧରସି ମୋତେ
ଅନେକ ରାଜା ନାଶଗଲେନି ମୋକଥା ଲଂଘନ୍ତେ ।୧୯୭।
ମନ୍ତ୍ରୀ ବୋଇଲା ୟେହାକୁଛାଡ଼ହୋନୃପମଣି
ଅଶ୍ୱ ହୋଇକହଇୟେ ମନୁଷ୍ୟର ବାଣୀ ।୧୯୮।
ଶୁଣିଣ ନରେନ୍ଦ୍ର ଯେ କଲାକ ମୁରାଟ
ୟେହାପାଇଂ ଦେଖିବା ଆସୁ କାହାର କେତେ ଥାଠ ।୧୯୯।
ମନ୍ତ୍ରୀ ବୋଇଲା ରାଜା ତୁ ନକଲୁ ମୋର ବୋଲ
କାଳେକ ଜାଣିମା ନ ନୋହିବା କିଛିଭଲ ।୨୦୦।
ୟେସନେକ ସମୟେ ଆସି ବିଜୟେ ବୀର ଧନୁର୍ଜୟେ
ରାଜ୍ୟେ ପଶନ୍ତେଣ ଓଗାଳିଲେ ପାରିଦଣ୍ଡ ଶୟେ ।୨୦୧।
ସେ ରାଜାର ପାରିଦଣ୍ଡ ବଳ ଅପ୍ରମିତ
ମହା ମହା ଅଶ୍ୱ ଚଢ଼ିଣ ବଳବନ୍ତ ।୨୦୨।
ଥାଠ ବେଢ଼ନ୍ତେ ତାଂକୁ ଦେଖିଲା ଫାଲଗୁନି
ଗନ୍ଧର୍ବା ଶହସ୍ରେକ କରେଣ ବାର ଘେନି ।୨୦୩।
ମନଭେଦୀ ଶହସ୍ରକୁ ତିଆରଇ ସର୍ବସାଚୀ
ସନ୍ୟ ସକଳ ପଦାନ୍ତି ମାର ତୁହି ବାଛି ।୨୦୪।
ଅଶ୍ୱମାନେ ଥାଆନ୍ତୁ ୟେଣେ ଆମ୍ଭର ଅଛି କାର୍ଯ୍ୟ
ତିଆରି ପେଷିଲା ସେ ଗନ୍ଧର୍ବା ନାରାଜ ।୨୦୫।
ଆକାଶରୁ ଶର ସେ ଯେ ପଡ଼ିଲା ତୀକ୍ଷମୁନା
ନିମିଷକେ ଛେଦିଲା ସେ ସବୁଂକରି ସହ୍ନା ।୨୦୬।
ୟେକା ନାରାଜକେ ସବୁଂକରି ସେହ୍ନା ଫୁଟି
କଳପି ରାଜା ବଳ ପଡ଼ିଲେ ମହୀ ଲୋଟି ।୨୦୭।
ଯେ ଅବା ଉବୁରି ପଳାଇଲେ ପ୍ରାଣ ଘେନି
ରାଜାର ଅଗ୍ରତେ କହନ୍ତି ବିନୟେ ଦୟିନୀ ।୨୦୮।
ଶୁଣିଣ କୋପେ ପ୍ରଜ୍ୱଳିତ ମହାରାଜ
ଦଣ୍ଡସାଜଇ ସେ ରାଜା ଲକ୍ଷେକ ମତ୍ତଗଜ ।୨୦୯।
ଗଜବଳ ଦେଖି ସେ କୋପେଣ ବୀରମଣି
ଖୂର୍ପ ନାରାଜେକ ସେ ବିନ୍ଧିଲା ବେଗେଟାଣି ।୨୧୦।
ଲକ୍ଷେ ରାଜାଂକର ସେ ଛେଦିଲା କୁମ୍ଭସ୍ଥଳ
ଗଜ ତେଜି କରି ତହୁଂ ପଳାଇଲା ମହୀପାଳ ।୨୧୧।
ଜିଣି ନୁଆରିଣ ରାଜା ପଳାଇଲା ଭୟେ
ଜେନାବଳୀ ନଗ୍ରେ ଯାଇଂ ଶରଣ ସମ୍ଭାୟେ ।୨୧୨।
ସେ ଜେନାବଳୀ ନଗ୍ରେ ବବ୍ରୁବାହାନ ବୋଲି ରାଜା
ବଡ଼ାଇ ଧାର୍ମିକ ସେହୁ ହେଙ୍ଗୁଳା କରଇ ପୂଜା ।୨୧୩।
ଗୋଡ଼ାଇ ଅର୍ଜୁନ ଯେ ପଶଇ ତାର ଦେଶେ
ଆଗ ହୋଇ କଟକେ ପଶଇ ବାରାସେ ।୨୧୪।
ଅଶ୍ୱ ଦେଖିକରି ଯେ ନେଲେ ତାହାକଇଂ ଧରି
ଚନ୍ଦ୍ରଶାଳା ମନ୍ଦିରେ ନେଇ ରାଜା ରଖାୟେ ଯତ୍ନକରି ।୨୧୫।
ଅଶ୍ୱ ବୋଇଲା ମୋତେ ନ ଧର ତୁ ବାବୁ
ୟେ ସୁକୁମାର ଦେହ ଗୋଟି ତୁ ନାଶ କରାଇବୁ ।୨୧୬।
ଶୁଣିକରି ତାକୁ ବୋଇଲା ବବ୍ରୁ ଯେ ବାହାନ
ତ୍ରଇଲୋକ୍ୟେଣ ମୋତେ କେହି ନାହିଂନା ସମାନ ।୨୧୭।
ଗଜ ଅଶ୍ୱ ପଦାନ୍ତି ସଇନି ମୋର ଦେକ
ପାଟଅଶ୍ୱ ନପାଇ ମୁଂ ହୋଇଥିଲି ବିମୁଖ ।୨୧୮।
ତୋତେ ଘେନି କରି ମୁଂ ବସିବି ହସ୍ତିନା
କଉରୋବ ମଲେ ସେ ମୋହୋର ରାଜ୍ୟ ସିନା ।୨୧୯।
ୟେତେ ବୋଲି କରି ରାଜା ପ୍ରତଗ୍ୟାଂ କରନ୍ତେ
ରାଜ୍ୟର ଭିତରେ ଯାଇଂ ପଶିଲା ବୀର ପାଥେ ।୨୨୦।
ଲକ୍ଷେକ ଗଜ ଯେ ବେନି ଲକ୍ଷ ହୟେ
ଅର୍ଜୁନକଇଂ ଓଗାଳନ୍ତି ପାରିଦଣ୍ଡ ରାୟେ ଶୟେ ।୨୨୧।
ରାଗେଣ ନାରାଜ ଯେ ପେଶିଲା ମନଭେଦୀ
ଗଜ ଯୋଦ୍ଧାମାନନ୍ତ ସେ ପକାଇଲା ଛେଦି ।୨୨୨।
ସୂଚିମୁନା ନାରାଜେକ ବିନ୍ଧଇ ମହାବଳୀ
ଗଜର କୁମ୍ଭସ୍ଥଳେ ପଡ଼ି ଛଇଛାଡ଼େ ଗଲା ନିକିଳି ।୨୨୩।
କଣ୍ଠ ଗରଜନ ଦେଇ ପଡ଼ିଲେକ ଲକ୍ଷେ ଗଜ
ଦେଖିଣ ବାହାର ସେ ହେଲା ବବ୍ରୁବାହନ ରାଜ ।୨୨୪।
ଅଶ୍ୱମାନେ ଯେ କିଛି ନୋହିଛନ୍ତି କ୍ଷୟେ
ଗଜ ପଦାନ୍ତିଂକୁ ଯେ ବିକୋତିଲା ଧନୁର୍ଜୟେ ।୨୨୫।
ଅନେକ ସଇନି ଘେନି ବବ୍ରୁବାହନ ରାଜେ
ସାତଲକ୍ଷ ସଇନି ଛେଦିଲା ଅର୍ଜୁନ ପାଶପତ୍ର ନାରାଜେ ।୨୨୬।
ଆପାର ସଇନି ପଡ଼ିଲେ ଯହୁଂ ଲୋଟି
ୟେକ ସରେ ବବ୍ରୁବାହନ ରାୟେ ଉଠି ।୨୨୭।
ବବ୍ରୁବାହନଇ ୟେକା ଅର୍ଜୁନହିଂ ୟେକା
ସମରେ ୟେକ ମୁଖ ଅଟନ୍ତି ଦୁହେଂ ଯେ ନିଶଂକା ।୨୨୮।
ବବ୍ରୁବାହନ ପେଷିଲା ଯେ ପନ୍ନଗା ଶର ବାଣ
ଗରୁଡ଼ାଶରେ ଅର୍ଜୁନ ତାହା କଲାକ ଭଙ୍ଗାଣ ।୨୨୯।
ମନୋହର ଶରେକ ବିନ୍ଧିଲା ବୀରଧରି
କାମ୍ୟେକ ଶରେ ତାହା ଅର୍ଜୁନ ନିବାରି ।୨୩୦।
ପୁଣ ବିନ୍ଧିଲା ସେ ଅମୋହ ଶକତି
ବଜ୍ରଶରେ ତାହା ଅର୍ଜୁନ ନିପାତି ।୨୩୧।
ରାଗେଣ ଅର୍ଜୁନ ବିନ୍ଧିଲାକ ଅଗ୍ନି ବାଣ
ମେଘା ଶରେ ତାହା ଛେଦିଲା ବବ୍ରୁ ଯେ ବାହନ ।୨୩୧।
ବବ୍ରୁବାହନ ପୁଣ ଆବ୍ରତେକ ଶର ଯେ ପେଷଇ
ପବନା ଶରେ ତାହା ଅର୍ଜୁନ ଛେଦଇ ।୨୩୩।
ବବ୍ରୁବାହନ ରାଜା ଯେ ମାଇଲାକ ଶୂଳେ
ଅର୍ଜୁନ ନିବାରିଲା ତାହା ଶହସ୍ର କୋଦାଳେ ।୨୩୪।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ରଣେ ବିମୁଖ ପାଥ ନୋହିଲା ନିବୃତ୍ତି ।୨୩୫।
ନାରାୟଣ ଶହସ୍ର ଧଇଲା ସର୍ବସାଚୀ
ବ୍ରହ୍ମ ଶହସ୍ରେକ ବ୍ରବ୍ରୁବାହନ ଦେଖି ଯୋଚି ।୨୩୬।
ବେନି ଶହସ୍ରେ ଯେ ଅଟନ୍ତି ଅପାଲଟ
ଇନ୍ଦ୍ର ରୁଦ୍ର ହୋଇଲେ ଅବଶ୍ୟ ହୋଇବ ତାହାର ଶିର କାଟ ।୨୩୭।
ଅର୍ଜୁନ ତିଆରଇ ଦେବ ଶହସ୍ର ନାରାୟଣ
ୟେ ମୋଢାର ୟେହିକ୍ଷଣି ଘେନସି ପରାଣ ।୨୩୮।
ବବ୍ରୁବାହନ ତିଆରଇ ବ୍ରହ୍ମ ଯେ ଶରକୁ
ୟେହିକ୍ଷଣି ଯାଇଣ ତୁ ମାରି ପକା ଯେ ମୋଢାକୁ ।୨୩୯।
ୟେକଇ ବେଳେ ଦୁହେଂ ବିନ୍ଧିଲେ ଯେ ଶହସ୍ର ବେନି
ବ୍ରହ୍ମଶର ବିଘାତେ ଯେ ପଡିଲା ଫାଲୁଗନି ।୨୪୦।
ନାରାୟଣା ଶହସ୍ର ଘାତେ ବବ୍ରୁବାହାନ ଯେ ପଡି
ୟେକା କ୍ଷଣେକେ ଦୁହେଂ ହୋଇଲେ ନିବାରି ।୨୪୧।
ୟେ ବିଧିରେ ଦୋହେଂ ହୋଇଲେ ପ୍ରାଣନାଶ
ଧନୁମାସ ଅନ୍ତେ ମକରମାସ ପରବେଶ ।୨୪୨।
ମହୀମଣ୍ଡଳ ମଧ୍ୟେ ଲକ୍ଷେକ ନୃପତି
ସମସ୍ତେ ଇନ୍ଦ୍ରପ୍ରଶସ୍ତେ ପ୍ରବେଶ ହୁଅନ୍ତି ।୨୪୩।
ଯାଗରେ ବସିଲେ ଯେ ମୁନିମାନନ୍ତ ବରି
ବ୍ୟାସ ବଶିଷ୍ଠ ଅଗସ୍ତି ମାରକଣ୍ଡ ବିଶ୍ୱାମିତ୍ର ଆଦି କରି ।୨୪୪।
ଯୁଝେଷ୍ଠି ବୋଇଲେ ତୁ ଶୁଣରେ ସହଦେବ
ହୃଦୟ ବଇକୁଲ୍ୟ କିମ୍ପେ ମୋର ବିଚଳିତ ଭାବ ।୨୪୫।
ଉତ୍ତର ଦିଗନ୍ତ ମୋତେ ଅନ୍ଧାରମୟ ଦିଶି
ପ୍ରାଣ ଶେଷ କାଳ ପ୍ରାୟେ ତ ନିଶ୍ୱାସ ନ ପଶି ।୨୫୬।
ସହଦେବବୋଇଲା ଦେବ ହୋଇଲା ବିପଦ
ଅର୍ଜୁନ ଠାକୁରଂକୁ ତ ପଡିଲା ପ୍ରମାଦ ।୨୪୭।
ଜେନାବଳୀ ରାଜ୍ୟେ ବବ୍ରୁବାହାନ ବୋଲି ରାୟେ
ଦୁହେଂ ପଡିଲେ ଯେ ବ୍ରହ୍ମଶର ନାରାୟଣା ଶର ଘାୟେ ।୨୪୮।
ଶୁଣି ବିଚାରନ୍ତି ଧର୍ମରାୟେ ଯୁଝେଷ୍ଠି
ପୃଥିବୀରେ ୟେଡେ ବଳବନ୍ତ ସେ କେ ଟି ।୨୪୯।
ସହଦେବ ବୋଇଲେ ସ୍ୱାମୀ ଶୁଣିମା ଗତକଥା
ୟେବଣ କାଳେ ବନକୁ ଗଲେ ଅର୍ଜୁନ ବଳବନ୍ତା ।୧୫୦।
ଖାଣ୍ଡବ ବନ ଦହନ କଲେ ଯେବଣ ବନବାସେ
ଶତଧନୁର ନିମନ୍ତେ କୃଷ୍ଣେ ଅବିଶ୍ୱାସେ ।୨୫୧।
ସେ ବେଳରେ ଥିଲେ ପାଥ ତ୍ରିୟମ୍ବକ ବନେ
ତିନିବରଷ ରହିଲେ ପାଥ ହିଙ୍ଗୁଳା ପ୍ରସନ୍ନେ ।୨୫୨।
ଚିତ୍ରାଂକୁର ନାମେଣ ଯେ ୟେକଇ ଶବର ନୃପତି
ମହ୍ଲାର ଦେଶର ସେ ଅଟଇ ଚକ୍ରବ୍ରତୀ ।୨୫୩।
ସେ ଚିତ୍ରାଂକୁର ରାଜ୍ୟ ବେଳେ ଘେନିଲା ମରହଟ୍ଟ
ସମସ୍ତ ସମ୍ପଦ ଛାଡି ପଳାଇଲା ମରହଟ୍ଟୁଂ ବଇରାଷ୍ଟ ।୨୫୪।
ଅର୍ଜୁନ ରହିଅଛି ହିଙ୍ଗୁଳା ପରଖି
ଚିତ୍ରାଂକୁର ରାଜା ଶରଣ ପଣିଲା ଅର୍ଜୁନକଇଂ ଆସି ।୨୫୫।
ଚିତ୍ରାଂକୁର ପାଇଂ ମାରିଲା ପାଥ ସମରେ ମରହଟ୍ଟ
ପାଞ୍ଚଘଡି ସମୟେ ଯେ ପଡିଲେ ତାର ଥାଠ ।୨୫୬।
ଚିତ୍ରାଂକୁର ରାଜାକୁ ଦିଲା ସଦଗତି
ମହ୍ଲାର ମରହଟ୍ଟ ଦୁଇ ରାଜ୍ୟରେ କଲା ଚକ୍ରବ୍ରତୀ ।୨୫୭।
ହେଙ୍ଗୁଳାକ୍ଷୀ ବୋଲି କରି ତାହାର ପ୍ରମଦା
ତାହାର ଦୁହିତା ଯେ ଉଲୁପୀ ଚିତ୍ରାଙ୍ଗଦା ।୨୫୮।
ଅନେକ ବିନୟ କରି ତହୁଂ ପାଥକଇଂ ଘେନିଗଲା
ଉଲୁପୀ କନ୍ୟାକୁ ଆଣି ପ୍ରଦାନ କରାଇଲା ।୨୫୯।
ଯଉତୁକ କରିଦିଲା ସେ ଚିତ୍ରାଙ୍ଗଦାକୁ
ସମରାଜ୍ୟ ଘେନି ତିନିବରଷ ସେବା କଲା ପାଥକୁ ।୨୬୦।
ସେ ଉଲୁପୀର ଗର୍ଭେ ଅର୍ଜୁନର ବୀର୍ପ୍ୟେ ରହିଲା ସନ୍ତାନ
ବେନିମାସ ଗର୍ଭେ ତହୁଂ ଅଇଲେ ଅରଜୁନ ।୨୬୧।
ସୋହୋଦ୍ରା ବିଭା ହୋଇଲେ ଦ୍ୱାରିକା
ପିତାଘରେ ରହିଥିଲେ ବେନି ଯେ ନାୟେକା ।୨୬୨।
ସେ ଉଲୁପୀର ଗର୍ଭୁଂ ଉପୁଜିଲା ନାନ
ସେ ପୁତ୍ର ନାଥ ଦିଲେକ ବବ୍ରୁ ଯେ ବାହାନ ।୨୬୩।
ଶୁଣ ଯୁଝେଷ୍ଠି ଦେବ ସହଦେବ କହଇ
ପିତାପୁତ୍ର ବୋଲି ଦେବ ନଜାଣନ୍ତି କେହି ।୨୬୪।
ଦୁହେଂ ସମାନ ଦେବ ନୁହନ୍ତି କେହି ଓଛ
ତେଣୁ କରି ତାସମରେ ପଡିଲେ ବିବଚ୍ଛ ।୨୬୫।
ବଡ ବଳବନ୍ତା ସେ ବବ୍ରୁ ଯେ ବାହାନ
ମନ୍ଦର ଲୋକାଲୋକି ମଧ୍ୟରେ ତାହାର ଯେ ତାନ ।୨୬୬।
କଟକ ନାମ ତାର ଜେନାବଳୀ ଅଟଇ
ବଡାଇ ସମ୍ଭର୍ବେ ରାଜା ରାଜ୍ୟ ତା ପାଳଇ ।୨୬୭।
କଳପି ରାଜା ହୋୟେ ଅର୍ଜୁନେ ବିବାଦୀ
ପଳାଇଯାଇ ବବ୍ରୁବାହାନ ଶରଣ ସମ୍ପାଦି ।୨୬୮।
ତାହାର ନିମନ୍ତେ ଦେବ ହୋଇଲା ଅନ୍ୟୋଅନି
ୟେକ ସମରେ ସେ ଦେବ ପଡିଲେ ଯେ ବେନି ।୨୬୯।
ବ୍ୟାସ ବୋଇଲେ ଯୁଝେଷ୍ଠି ଯାଗ କରିଥାଅ ତୁମ୍ଭେ
ସେହି ରଣ ସ୍ତାନକୁ ଯେ ଯାଉଅଛୁଂ ଆମ୍ଭେ ।୨୭୦।
ଯୁଝେଷ୍ଠି ଦେବେ ବୋଇଲେ ସେ ଅଛି ଅଶି ସହସ୍ର ଯୋଜନେ
ତୁମ୍ଭେ ଯାଇଂ ସେଠାରେ ମିଳିବ କେତେ ଦିନେ ।୨୭୧।
ଆବର ସୋଦର କି ମୁଂ ନୟନେ ଦେଖଇ
ପାଞ୍ଚଭ୍ରାଥ ଥିଲୁଂ ଆଝୁଂ ୟେକ ଉପେଖଇଂ ।୨୭୨।
ବ୍ୟାସେ ବୋଇଲେ ତୁ ଆଉ ନକର କାରୁଣ୍ୟ
ଆମ୍ଭେଯାଇଂ ପ୍ରବେଶ ହୋଇବୁ ୟେହିକ୍ଷଣ ।୨୭୩।
ଜୟ ତୁ ବେଦବ୍ୟାସେ ମାହୀନ୍ଦ୍ର ଯୋଗକାୟେ
ପିତା ପାରେଶ୍ୱର କଇବର୍ତ୍ତୀ ଯାର ମାୟେ ।୨୭୪।
ଅନୁବ୍ରତେ ଭାବନା ଯେ ବିଷ୍ଣୁନାଥ ମହିମାଂ
ଯାହାକଇଂ ହୃଦରେ ସୁମରଇ ବେଦବ୍ରହ୍ମା ।୨୭୫।
ମନ ଯେତେ କର୍ମ ତେତେ ତାହାର ତେଡେ କାୟା
କୋଟି ବ୍ରହ୍ମାଣ୍ଡେ ୟେକା କ୍ଷଣକେ ହୋୟେ ମାୟା ।୨୭୬।
ଅଛି ଅଛି ନାହିଂ ନାହିଂ ଯେବଣ ପୁରୁଷ
ମନ ପବନ ଯାହାର ୟେକ ତହିଂ ଅଭ୍ୟାସ ।୨୭୭।
କେ ସ୍ୱର୍ଗ କେ ପାତାଳ କେ ରାତ୍ର କେ ଦିବସ
ଯାହାର ଗର୍ବ ଅନ୍ତ କରି ନୁଆରନ୍ତି ତ୍ରିଦଶ ।୨୭୮।
ମୁହିଂ କିସ ସଞ୍ଚପି କହିବି ତାହାଂକ ମହିମାଂ
ଅକାଳ ଅମୃତୁ ଯେବଣ ମହାତମା ।୨୭୯।
ସେ ବ୍ୟାସ ଚରଣେ ଜନ୍ମେ ଜନ୍ମେ ମୁହିଂ ସେବି
ପ୍ରଣପତ୍ୟ ଶତେ ସହସ୍ର ସାରୋଳଦାସ କବି ।୨୮୦।
ଯୁଝେଷ୍ଠିଂକ ସଙ୍ଗେ କଥା ହୋଉଥିଲେ ସଥେ
ଅଶିସହସ୍ର ଯୋଜନ ଗଲେ ନିମିଷକର ମଧ୍ୟେ ।୨୮୧।
କ୍ଷଣେକେ ପ୍ରବେସ ହୋଇଲେ ଯାଇଂ ରଣସ୍ଥାନ
ଦେଖିଲେ ପଡିଛନ୍ତି ଯହିଂଅର୍ଜୁନ ବବ୍ରୁ ଯେ ବାହାନ ।୨୮୨।
ନାତି ଅଣନାତି ଦେଖିଲେ ୟେକଠାବେ
ଅର୍ଜୁନକଇଂ କୋଳକରି ଧଇଲେ ବ୍ୟାସମୁନି ଦେବେ ।୨୮୩।
ଶହସ୍ର ଦ୍ରୋଚ୍ଛନାୟେ ଅର୍ଜୁନ ହୋଇଥଲେ ମୋହ
ବ୍ୟାସଂକର ଦ୍ରଶନେ ସେ ପାଇଲେ ସ୍ୱଦେହ ।୨୮୪।
କୁମଣ୍ଡଳୁଂ ପାଣି ଯେ ସିଞ୍ଚଲେ ବ୍ରହ୍ମଯତି
ସାଷ୍ଟାମ ହୋଇ ବସିଲେ ଅର୍ଜୁନ ଯେ ଧାତି ।୨୮୫।
ବ୍ୟାସଂକର ମୁଖଚାହିଂ ଧାତିକାରେ ଉଠି
ଚରଣେ ପ୍ରଳମ୍ବିତ ହୋଇଲେ କିରୀଟୀ ।୨୮୬।
ସାଷ୍ଟାମ କରି ବ୍ୟାସେ ବସାଇଲେ କୋଡର
କିମ୍ଭୂତ କାରଣେ ଆସାଷ୍ଟମ କଲୁଟି ତୋ ଶରୀର ।୨୮୭।
ବ୍ୟାସ ବୋଇଲେ ତୋତେ ଜିଣିଲା ଯେହୁ ପାଥ
ଦେଖ ୟେ ବବ୍ରୁବାହାନ ତୋହୋର ନିଜସୁତ ।୨୮୮।
ଚିତ୍ରାଂକୁର ରାଜାର ଦୁହିତା ଉଲୁପୀ ଚିତ୍ରାଙ୍ଗଦା
ବନବାସ କାଳେ ପ୍ରଦାନ ହୋଇଲୁ ସେ ତୋହୋର ପ୍ରମଦା ।୨୮୯।
ତୋହୋର ବୀର୍ଯ୍ୟେ ବାବୁ ଉଲୁପୀର ରଜେ
ବବ୍ରୁବାହାନଟି ଉପୁଜିଲା ତୋହୋର ଆତ୍ମାଜେ ।୨୯୦।
ଅର୍ଜୁନ ବୋଇଲା ମୁଂ ନିସ୍ତରିଲି ନିସ୍ତିରିଲି
ଆନର ହାଥେ ଯାହା ମୁଂ ପ୍ରଭବ ନ ପାଇଲି ।୨୯୧।
ମୋହୋର ନନ୍ଦନ ମୋତେ କଲାଟି ଝିଂଘାସ
ପୁତ୍ରକୁ କୋଳେ ଯାଇଂ ଧଇଲେ ମୁନିବ୍ୟାସ ।୨୯୨।
ମୃତ ସଞ୍ଜୀବନୀ ମନ୍ତ୍ରେ ଜୀବଦାନ ଦିଲେ
ବେଗେ ବବ୍ରୁବାହାନ ଯେ ଉଠିଣ ବସିଲେ ।୨୯୩।
ପୁତ୍ରକଇଂ ଅର୍ଜୁନ ଯେ ବସାଇଲେ କୋଳେ
ଅନେକ ପୁର ସରି କହଇ ପ୍ରିୟ ଭୋଳେ ।୨୯୪।
ଆଗହୁଂ ଯେବେ ତୋତେ ଜାଣନ୍ତିରେ ପୁତ୍ର
ୟେତେ କଟାଳ କିଂପେ କରନ୍ତି ତୁମ୍ଭନ୍ତ ।୨୯୫।
ବ୍ୟାସେ ବୋଇଲେ ଯେବେ ଜାଣନ୍ତୁ ଆଦିହୁଂ
ୟେତେଦିନ ଯାୟେ ବ୍ରତିଥାଆନ୍ତା ୟେ କାହୁଂ ।୨୯୬।
ପୃଥିବୀର ମଧ୍ୟେ ୟେ ଶକତା ବଳବନ୍ତା
ଭାରଥ ଯୁଦ୍ଧରେ ସେହୁ ପ୍ରଥମ ଦିନରେ ପଡନ୍ତା ।୨୯୭।
ରଣସ୍ତମ୍ଭ ଗଡେ ଜେନାବଳୀ ନାମେ ପୁର
ହିଙ୍ଗୁଳା ବୋଇଳେ ତୁ ୟେଥି ରାଜ୍ୟ କର ।୨୯୮।
ହିଙ୍ଗୁଳାର ପ୍ରସନ୍ନେ କୁମର ମହାଦକ୍ଷ
ଶୁଣିଣ ସାନନ୍ଦ ଯେ ହୋଇଲେ ବିବତ୍ସ ।୨୯୯।
ବୋଇଲେ ଆନ ମୋତେ ନୋହିଲା ପରାଭବ
ତୁ ମୋହୋର ପୁତ୍ରସିନା ୟେଥକୁ କିସ କ୍ଷୋଭ ।୩୦୦।
ବବ୍ରୁବାହାନ ବୋଲେ ମୋତେ ସୁଦୟା କରିବା
ମୁହିଂ ଯେ ଦୋଷକଲି ମୋ ଦୋଷ ନଘେନିବା ।୩୦୧।
ୟେତେ କହି ଚଳିଗଲା ସେ ବବ୍ରୁବାହାନ
କଳପି ରାଜାକୁ ଆଣି କରାଇଲା ଦ୍ରଶନ ।୩୦୨।
ଶତେ ସହସ୍ର ଦଣ୍ଡବତ ପ୍ରଳମ୍ବିତ ହୋଇ
ବେନିରାଜାୟେ ଶୁତିଲେକ ଦଣ୍ଡଲାଇଂ ।୩୦୩।
ଦେବ ଅଶ୍ୱକୁ ଆଣି ବବ୍ରୁବାହାନ ସମର୍ପିଲା
ସେ ବେନିରାଜାଂକୁ ଅର୍ଜୁନ ନିମନ୍ତ୍ରଣ ଦିଲା ।୩୦୪।
ଭଗତି ଭାବ ହୋଇ ବବ୍ରୁବାହାନ ରୁହାଇଲା ଦିନାତିନି
ପୁତ୍ରକୁ ରାଜ୍ୟ ଦେଇ ସେ ଅଶ୍ୱମାନନ୍ତ ଯେ ଘେନି ।୩୦୫।
ବ୍ୟାସେ ପାଦୁକା ବାହାନେ ଚଳନ୍ତି ବହନ
କୁବଳୟା ପିଠିରେ ଯେ ବିଜୟେ ଅର୍ଜୁନ ।୩୦୬।
ରାତ୍ରକ ମଧ୍ୟେ ଗଲେ ଅଶି ସହସ୍ର ଯୋଜନ
ବ୍ୟାସେ ପ୍ରବେଶ ହୋଇଲେ ଯାଇଂ ଇନ୍ଦ୍ରପ୍ରଶସ୍ତ ଥାନ ।୩୦୭।
ଅର୍ଜୁନ ବିଜେୟ କଲେକ ଦ୍ୱାରାବତୀ ଭୁବନ
ନିମନ୍ତ୍ରଣ ଯୋଗାଡ ଦିଲେ ନେଇରାମ କୃଷ୍ଣ ସନ୍ନିଧାନ ।୩୦୮।
ଯୁଝେଷ୍ଠି ଦେବଂକର ଅଶ୍ୱମେଧ ଯାଗର ଚରିତ
ଶୁଣିଣ ସାନନ୍ଦ ହୋଇଲେ ପଦ୍ମନେତ୍ର ।୩୦୯।
ଉଗ୍ରସେନ ସହିତେ ସାତ ବଂଶର ଯେତେକ ସଇନି
ରାମକୃଷ୍ଣ ବିଜେକଲେ ନିଜ ବଳ ଘେନି ।୩୧୦।
ଦ୍ୱାରିକା ଭୁବନେ ଯେ ହୋଉଛନ୍ତି ସଜ
ଅର୍ଜୁନକଇଂ ଘେନି ଧନୁ ଉତ୍ସବ ଯାତ୍ରା କରନ୍ତି ଦେବରାଜ ।୩୧୧।
କାଳଦଣ୍ଡ ଘେନି ବିଜେ କଲା କିବା ଯମ ।୨୩।
ଦୃଗମ ଗିରି ଜାଣି ଭୀମସେନର କାୟେ
ନୟନ ବୁଲାଇଲା ସେ କାଳଚକ୍ର ପ୍ରାୟେ ।୨୪।
ରେ ରେ କାର ଶବଦେଣ ଉଠଇ ମାରୁତି
ନକୁଳ ସହଦେବ ବେନି ବାମ ଡାହାଣେ ଅଛନ୍ତି ।୨୫।
ବାଇଶି ମର୍ଭୁତ ଯେ ଅସୁର ସଇନି
ଆରମ୍ଭିଲେ ପାଣ୍ଡବେ ରଣ ସର୍ବେ ଜଣ ତିନି ।୨୬।
ଗଦା ମୁଦୁଗର ଛେଲ ଚକ୍ର କୁନ୍ତ ବାଣ
ବିନ୍ଧନ୍ତି ଯୋଦ୍ଧା ଯେ ୟେକୁଂ ୟେକ ଟାଣ ।୨୭।
ବଢିଲା ରଣରଙ୍ଗ ଅସୁର ବଳ ସଇନି
ଭୀମର ପ୍ରହାରନ୍ତେ ନ ଯାନ୍ତି ପ୍ରାଣ ଘେନି ।୨୮।
ଲୋହ ପର୍ବତେକ ଉପାଡିଣ ବୀରଭୀମ
ଧାମଇ ଭାରୋଇ ମଲ୍ଲ ରଣରଂକା ଯାର ନାମ ।୨୯।
ଗଦା ମୁଦୁଗର ଯେ ପିଟନ୍ତି ଦତ୍ୟେ ଅତିବେଗେ
ଶହସ୍ର ଚୂର ହୁଅନ୍ତି ବାଜି ଭୀମସେନର ଅଙ୍ଗେ ।୩୦।
ଦେବ ଶହସ୍ରମାନନ୍ତ ସେ କରନ୍ତି ଭୟେ
ବଜ୍ର ସମାନ ଅଟଇ ଯାର କାୟେ ।୩୧।
ଅନେକ ଦତ୍ୟ ସନ୍ୟ ପଡିଲେକ ରଣେ
ସମରେ ଧନ୍ଦୋଳ ଭୀମ କଲା ୟେକା ଜଣେ ।୩୨।
ଭୀମର ବିଘାତେ ଯହୁଂ ପଡିଲେ ବହୁତ ସଇନି
ରାହୁ ପରାୟେ ହୋଇ ଘୋଟିଲେ ଜଣ ତିନି ।୩୩।
ସଇନି ଭଙ୍ଗ ଦେଖିକରି ମୋଢାସୁର ରାୟେ
ଯମଦଣ୍ଡ କାଳଦଣ୍ଡ ଦେବଦଳନ ନରଦଳନ ଚାରି ସେନାୟେ ।୩୪।
ୟେ ଚାରିଂକର ତୁଲେ ଚାରି ମର୍ଭୁତ ଯୋଧୀ
ୟେହାର ଧନୁମାନ ଘେନିଣ ସେହୁ ବିନ୍ଧି ।୩୫।
ଅଶିସହସ୍ର ବଳଅଛନ୍ତି ଧନୁଶର ସନ୍ଧି
ଯୋଦ୍ଧାମାନେ ରହିଛନ୍ତି ୟେକକୁ ଆରେ ବାଦୀ ।୩୬।
ଆକାଶରେ ଶୁଭିଲା ଧନୁଗୁଣ ଘୋଷ ନାଦ
ତିନିପୁରେ ପୂରିଅଛି ଅସୁରଂକ ଶବଦ ।୩୭।
ମେଦିନୀ କମ୍ପିଲା ଯେ ତ୍ରାସିଲେ ସର୍ବରାୟେ
ନାରାଜେ ଝଟକନ୍ତି ଅନଳ ତେଜ ପ୍ରାୟେ ।୩୮।
ଭୀମକୁ କଟାଳିଲା ଯମଦଣ୍ଡ ସେନାପତି
ଶତେକ ଲୁହାର ନାରାଜ ବିନ୍ଧିଲାକ ଝାତି ।୩୯।
ହାଥର ବ୍ୟଗ୍ର ଯେ କେହି ଦେଖିତ ନୁଆରି
ୟେ ବିଧି ବିନ୍ଧିଲା ସେ ଆକ୍ରେଷି ବେଳଚାଳି ।୪୦।
ବାମ ଅଙ୍ଗ ପାତି ତାହା ବ୍ରିକୋଦର ସହଇ
ପୁଣପୁଣ ଅଗ୍ନି ଝଲକଇ ଭୀମସେନ ଦେହୀ ।୪୧।
ବାମଅଙ୍ଗ ପାତି ଭୀମ ଉଠିଲା ଗଳଗାଜି
ଯମଦଣ୍ଡର ଧନୁ ବୀର ଉଛୁଡି ପକାଇଲା ଭାଞ୍ଜି ।୪୨।
ଗଦାବର ବୁଲାଇଣ ଭୀମସେନ ପିଟି
ପଡିଣ ଯମଦଣ୍ଡ ଦେହରେ ଧୁନି ଉଠି ।୪୩।
କାଳଦଣ୍ଡ ସେନାପତିକି ଧଇଲା ବେନି କରେ
ବୁଲାଇ ପଟିଲା ନେଇ ନରଦଳନର ଉପରେ ।୪୪।
ଅସୁର ଦୁରାନ୍ତକ ଅଟଇ ମହାବଳୀ
ବଜ୍ର ପଡ଼ି ତାଳ ପ୍ରାୟେ ଉଠିଲାକ ଜଳି ।୪୫।
ଯମଦଣ୍ଡ କାଳଦଣ୍ଡ ନରଦଳନ ତିନିବୀରେ
ପଡିଲେ ତିନିହେଂ ଭୀମସେନର ପ୍ରହାରେ ।୪୬।
ତିନିହେଂ ପଡନ୍ତେଣ ଭାଜିଲେ ଅସୁର ସଇନି
ଧାମନ୍ତେ ତିନି ପାଣ୍ଡବେ ଯେହ୍ନେ ବନାନଳ ବହନି ।୪୭।
ବ୍ରଜଅଙ୍ଗ ପାତିଣ ଉଠଇ ଭୀମସେନ
ଭୀମଅଙ୍ଗେ ପଡିଣ ସହସ୍ରମାନ ହୁଅନ୍ତି ଯେ ଚୂର୍ଣ୍ଣ ।୪୮।
ପର୍ବତ ଉହାଡେ ତେହ୍ନେ ନଲାଗଇ ବାଣ
ନକୁଳ ସହଦେବଂକୁ ଭୀମ ତେହ୍ନେ ଆବୋରଣ ।୪୯।
ତିନି ମର୍ଭୁତ ସୈନ୍ୟ ଥିଲେ ଯେ ତିନିଂକରି ତୁଲେ
ପାଞ୍ଚକୋଶ ପରିଯନ୍ତେ ସମସ୍ତେ ପଡିଲେ ।୫୦।
ସନ୍ୟହତ ଦେଖିଣ ଦେବଦଳନ ସେନାପତି
ବେନି ମର୍ଭୁତ ଘେନିଣ ଓଗାଳିଲାକ ଧାତି ।୫୧।
ନକୁଳ ସହଦେବ ଭୀମସେନ ତିନି
ବହଡଇ ବ୍ରିକୋଦର କରେ ଗଦାବର ଘେନି ।୫୨।
ଅସୁର ବଳ ସଇନି ଧରଣ କଚାଡି
ପୁଣିପୁଣି ପିଟନ୍ତି ଗିରିବର ଉପାଡି ।୫୩।
ଅନେକ ଦତ୍ୟବଳ ବେଢିଲେ କୋପେ ଆସି
ପୋଡିଲା ପର୍ବତ ପ୍ରାୟେକ ଅସୁର ବଳ ଦିଶି ।୫୪।
ଭୀମର ବିଘାତେ ଯେ ପଡିଲେ ଦଇତ ଥାଟେ
ଦଣ୍ଡଭଗ୍ନ ଦେଖିଣ ଧାମନ୍ତି ଦ୍ରପିଷ୍ଟେ ।୫୫।
ଅସୁର ସେନାପତି ଅଟଇ ଯେ ଦେବଦଳଣ
ଭୀମସେନ ଛାମୁରେ ଆବୋରିଲା ରଣ ।୫୬।
ଲୁହାର ବେନି ଗଦା ଧରି ଶତେ ଶତେଭାର ତୁଲେ
ଭୀମର ଉପରେ ପ୍ରହାର କରେ ମହାମଲ୍ଲେ ।୫୭।
ଦେଖିଣ ମାରୁତି ବେନି ଗଦା ପାଡିଲାକ ଧରି
ବ୍ରିକୋଦର ବେନିଗଦା ହୋଇଲାକ ଚୂରି ।୫୮।
ପୁଣ ପ୍ରହାର କଲାକ କଉଣୋପ
ଗଦା ବିଘାତେ ଭାଙ୍ଗିଲାକ ବ୍ରିକୋଦର ଦର୍ପ ।୫୯।
ଭୀମର ପଡନ୍ତେ ସେ ନକୁଳ ସହଦେବ
କରନ୍ତି ସମର ସେ ସୋଦର ଅଭାବ ।୬୦।
ପୁଣ ଲୁହାର ଗଦା ଦଇତ ଘେନିଉଠି
ନକୁଳ ଉପରେ ଦେବଦଳନ ନେଇ ପିଟି ।୬୧।
ଅସୁର ବିଘାତେଣ ପଡିଲେ ନକୁଳ
ସହଦେବଂକୁ ପ୍ରହାର କଲା ମହାବଳ ।୬୨।
ହୃଦରେ ପଡିଣ ଯେ ବହିଲାକ ଶ୍ରୋଣି
ଅଗ୍ୟାନରେ ପଡିଲାକ ମନ୍ତ୍ରୀ ଚୂଡାମଣି ।୬୩।
ତିନିହେଂ ନିଚେଷ୍ଟ ରଣଭୂମିରେ ଲଟକାଳି
ଧାମନ୍ତି ଯାଗଶାଳକୁ ଅସୁରେ ଆଗସରି ।୬୪।
ଅନେକ ରାଜାମାନେ ଥିଲେ ଇନ୍ଦ୍ର ସେ ପ୍ରଶସ୍ତେ
ଅସୁରଂକ ଭୟେ ପଳାଇ ଲୁଚିଲେ ସମସ୍ତେ ।୬୫।
ଋଷିଗଣମାନେ ତହୁଂ ଗଲେ ଅନ୍ତର୍ଧ୍ୟାନେ
ଯାଗଶାଳ ଭାଙ୍ଗି ଦତ୍ୟେ କଲେ ରଣଭଣେ ।୬୬।
ଅନେକ ଧନଭଣ୍ଡାର ବେଢି ଜୁରକରି
ବାଳଖିଳା ମାନନ୍ତ ଖାଇଲେ ସର୍ବପୋଡି ।୬୭।
ରାନ୍ଧଣା ଯୋଗାଡନ୍ତ ଯୋତେ ଥିଲାକ ଯାଗଶାଳେ
ସମସ୍ତେ ଆଧାର କଲେ ମନର କୁତୂହୋଳେ ।୬୮।
ପୋରୁହ ଛାଗଳ ହରିଣ ନାନା ଜୀବମାନେ
କେଉଂଣ ଦ୍ରବ୍ୟ ନଥାଇଟି ଯାଗର ବିଧାନେ ।୬୯।
ସମସ୍ତ ଆହାର ସେ କଲେ କଉତୁକେ
ଯୁଝେଷ୍ଠିଂକି ଧଇଲେ ପୋଡିଲେ ଯାଗନିକେ ।୭୦।
ଯମରାଜ୍ୟ ଭାଙ୍ଗିଣ ଜୂରକଲେ କଉଣୋପେ
ଶୋଣିତ ପୁରକୁ ଯୁଝେଷ୍ଠିଂକି ଘେନିଚଳିଲେ ମହାକୋପେ ।୭୧।
ଦ୍ୱାରିକା ଭୁବନୁ ଆସନ୍ତେଣ ରାମକୃଷ୍ଣେ
ଅସୁରବଳ ସଇନି ଦେଖିଲେକ ବାଟେ ।୭୨।
ଆକାଶୁଂ ବିଜେ କରନ୍ତି ନାରଦ ମହାଋଷି
ଇନ୍ଦ୍ରଦେବତା ତାହାଂକଇଂ ଦିଲେ ପେଷି ।୭୩।
ନାରଦ ମହଋଷି ଗଲେକ ବହନେ
ବାରତା କହିଲେ ଯାଇଂ ରାମକୃଷ୍ଣଂକ ସନ୍ନିଧାନେ ।୭୪।
ଭୋ ବାସୁଦେବେ ତୁମ୍ଭେ ନ ଜାଣ ଯୋଗନାଶ କଲେନି ଦୟିତେ
ମୋଢାସୁର ଦୟିତ ବାହିଲା ଇନ୍ଦ୍ର ଯେ ପ୍ରଶସ୍ତେ ।୭୫।
ଭୀମସେନ ନକୁଳ ଯେ ସହଦେବ ତିନି
ପଡିଲେ ଅନେକ ମାରିଣ ଅସୁର ସଇନି ।୭୬।
ୟେ ତିନିହେଂ ପଡିଲେ ଯେ ଯମୁନା ନଦୀ କୂଳେ
ଧସାଇଂଣ ଦଇତେ ପଶିଲେକ ଯାଗଶାଳେ ।୭୭।
ଅନେକ ଧନଭଣ୍ଡାର ମାନ ଜୂରକରି
ବାଳଖିଳାମାନନ୍ତ ଖାଇଲେ ସର୍ବ ପୋଡି ।୭୮।
ସମସ୍ତ ଯୋଗାଡନ୍ତି ଖାଇଲେ ଦଇତେ
ଧରିଣ ନେଉଛନ୍ତି ଯୁଝେଷ୍ଠି ଯାଗ୍ୟସେନୀ ସହିତେ ।୭୯।
ଡରେ ଆକାଶୁଂ ନୁଆରିଲେ ଆସି ସୁରପତି
ବଳରାମଂକ ଛାମୁରେ କହିଲେ ନାରଦ ମହାଯତି ।୮୦।
ଶୁଣିଣ ଥମ୍ବୀଭୂତ ହୋଇଲା ଧନର୍ଜୟେ
ଆରୋହିଣ ଅଛନ୍ତି କୁବଳୟା ନାମ ହୟେ ।୮୧।
ଶ୍ରୀଭୁଜେ ଗାଣ୍ଡିମ ଧନୁ ଧରିଣ ଫାଲଗୁନି
ଧାମନ୍ତି ତୁରିତେ ଶ୍ରୀରାମକୃଷ୍ଣ ବେନି ।୮୨।
ତୁଲେଣ ଅଛନ୍ତି ସ୍ୱାମୀଂକର ସାତବଂଶ ଯାଦବ ବଳ
ଅସୁରକଇଂ ଓଗାଳିଲେ ଦେବ କାମପାଳ ।୮୩।
ଦଇତବଳ ଦେଖି ପାଣ୍ଡବ କିରଟୀ
କକଡା ଦୃଷ୍ଟି ଜାଣିଣ କଲାକ ଶର ବୃଷ୍ଟି ।୮୪।
ପଞ୍ଚମର୍ଭୁତ ସନ୍ୟ ରାକ୍ଷସ ବଳମାନେ
ବିକଟ ବିକରାଳ ସେ ଘୋଟନ୍ତି ଗଗନେ ।୮୫।
ଦେବଦଳନ ନାମ ଯେବଣ ସେନାପତି
ରାମ ସନ୍ନିଧ୍ୟେ ମିଳିଲେ ଅନେକ ଦତ୍ୟକ୍ଷତ୍ରୀ ।୮୬।
ରୋହିଣୀ ନନ୍ଦନ ଯେ ଅତି ବଳେବଳୀ
ରଣରଙ୍ଗ ଧନ୍ଦୋଳେ ପଶି ମନ୍ଥନ କଲେ ଦେବହଳୀ ।୮୭।
ତ୍ରଇଲୋକ୍ୟ କମ୍ପଇଟି ଯେଉଣ ରାମ କୋପେ
କାଳାନ୍ତକ ରୂପେ ଦେଖି ପଳାଇଲେ କଉଣୋପେ ।୮୮।
ବଜ୍ର ବିଘାତେ ଯେହ୍ନେ ଲୋଟନ୍ତି ପର୍ବତେ
ପଡ଼ିଲେ ଦନୁଜବଳ ରାମର ବିଘାତେ ।୮୯।
ଦେବଦଳନ ନାମେ ଯେଉଂଣ ଅସୁର
ଅର୍ଜୁନର ତୁଲେ ତାର ସମର ଗୁରୁତର ।୯୦।
ଅସୁର ଦୁରାନ୍ତକ ନୋହିଲେକ ଉଣା
ଦେବଗଣ ଗନ୍ଧର୍ବେ ସେ ନଯାଇ କଳଣା ।୯୧।
ଅପାର ସମର ଯହୁଂ ବାଜିଲା ରଣରଙ୍ଗ
ନାରାଜ ବିଘାତେଣ ଅଦୃଶ୍ୟ ହୋୟେ ସ୍ୱର୍ଗ ।୯୨।
ପଶୁପତ୍ର ନାରାଜ ଯେ ଅର୍ଜୁନ ବିନ୍ଧେ ଟାଣି
ବାହାନ ସହିତରେ ସବୁ ପକାଇଲେ ହାଣି ।୯୩।
ପୁଣି ବିନ୍ଧିଲେ ପାଥ ଅମୋହ ଶକତି
କଉଣୋପ କୋବନ୍ଧ କାଟି ପକାଇଲା ତତକ୍ଷଣାନ୍ତି ।୯୪।
ଦେବଦଳନ ଦତ୍ୟ ବଧ ଗଲା ଯହୁଂ ରଣେ
ସାଧୁ ସାଧୁ ଧୁନି କଲେ ଆକାଶେ ଦେବଗଣେ ।୯୫।
ସେନା ପଡ଼ନ୍ତେଣ ଭାଜିଲେ ସଇନି
ସମରେ ଗୋଡ଼ାଇଣ ଯେ ବିନ୍ଧଇ ଫାଲଗୁନି ।୯୬।
ନାରାଜ ଗୋଟିକେ ଅସୁର କୋଟିୟେ ପଡ଼ି
ଯେସନେକ ବାତ ବିଘାତେ ପଂକୁ ଫଳମାନ ଝଡ଼ି ।୯୭।
ସଇନି ନିଶୋଧେନ କରିଣ ଫାଲଗୁନି
ଦେବଦଳନ ବାନ୍ଧିଥିଲା ଯୁଝେଷ୍ଠିଂକି ପାଶଘେନି ।୯୮।
ଅସୁର ପଡନ୍ତେଣ ଯୁଝେଷ୍ଠିଂକି ଆଣିଲେ ଧନୁର୍ଜୟେ
ନନ୍ଦିଘୋଷ ରଥେ ନେଇ ଯୁଝେଷ୍ଠିଂକି ବସାୟେ ।୯୯।
ଭୋ ରାଜନ ମୋଢାସୁର ରାମର ୟେଣେ ହୋଇଛି ବଡ଼ାଇ ସମର
ଲୋହଶର ଧନୁରେ ଯୋଖିଣ ବିନ୍ଧଇ ଅସୁର ।୧୦୦।
ସହେସ୍ରକ ନାରାଜ ସେ ବିନ୍ଧଇ ମୋଢାସୁର
ସହସ୍ରମାନ ପଡିଲେ ଆସି ରାମ ଉପର ।୧୦୧।
ତୀକ୍ଷସର ହୋୟେ କଂକପଚ୍ଛୀ ତୀକ୍ଷମୁନା
ବଳଦେବ ଶରୀରରେ ପଡି ଶହସ୍ରେ ହୋଇଲେକ ଚୂନା ।୧୦୨।
ସେତେବେଳ ପରିଯନ୍ତେ କଉଣପ କଲା ଶରବୃଷ୍ଟି
ବଳଦେବ ଉପରେ ପଡି ଶହସ୍ରମାନ ଗୁଣ୍ଡା ଉଠି ।୧୦୩।
ଶତେସିଂହ ଯେସନେକେ ଧାମଇଂ ରୋଷ ଭରି
ତେସନେକେ କାମପାଳ ବାହାନାଦ କରି ।୧୦୪।
ଗର୍ଜନ ଶବଦ କରିଣ ମତ୍ତଭୋଳେ
ଅସୁର ଉପରେ ପ୍ରହାର କଲାକ ବଜ୍ର ଯେ ମୂଷଳେ ।୧୦୫।
ମୂଷଳ ପଡନ୍ତେ ତାର ଧନୁ ହତ ଗଲା
ଲୋହାର ଶତେ ଭାର ଗଦାଧରି ଦତ୍ୟ ରାମଂକୁ ପିଟିଲା ।୧୦୬।
ଦତ୍ୟର ଗଦା ପଡିଲା ଆସି ରାମର ବକ୍ଷସ୍ଥଳେ
ନିଚେଷ୍ଟ ହୋଇଲେ ପୁଣ ଦେବ କାମପାଳେ ।୧୦୭।
ବଳରାମଂକୁ ନିଉନ ଦେଖିଣ ଦେବହରି
ରଥରୁ ଡେଇଂଲେକ ଦେବ ସୁଦ୍ରିଶେଣ ଚକ୍ରଧାରୀ ।୧୦୮।
ତାଳଧ୍ୱଜ ରଥେ ଶୁଆଇଣ ଯେ ବଳଦେବଂକୁ
ଦାରୁକ ସାରଥୀ ଘେନିଗଲା ଦ୍ୱାରିକା ଭୁବନକୁ ।୧୦୯।
ଶ୍ରୀକୃଷ୍ଣଂକ ସମର ଯେ ମୋଢାସୁର ତୁଲେ
କଉମୋଦୀ ଗଦା ଘେନି ତାକୁ ପ୍ରହାର ଦେବ କଲେ ।୧୧୦।
ଶ୍ରୀକୃଷ୍ଣ ଗଦା ପଡନ୍ତେଣ ଦତ୍ୟ ପାତିଲା ତାର ଭୁଜ
ପୁଣପୁଣ ପ୍ରହାର କରନ୍ତି ଦେବରାଜ ।୧୧୧।
ପାଞ୍ଚ ବେଳ ପରିଯନ୍ତ ପିଟିଲେ ମୁରାରୀ
ଭୁଜ ପାତି ଗଦା ମେଣ୍ଟାଇଲା ଦୈତାରୀ ।୧୧୨।
କଉମୁଦକୀ ଗଦାରେ ଯହୁଂ ନଇଂଲା ପ୍ରାଣ କ୍ଷୟେ
ଦେଖିଣ ବିସରନ୍ତି ପ୍ରଭୁ ଦେବରାୟ ।୧୧୩।
ଲୋହସାର ଗଦା ଯେ ଘେନିଣ କଉଣୋପ
କୃଷ୍ଣଙ୍କ ଉପରେ ନେଇ ପିଟିଲା ମହାକୋପ ।୧୧୪।
ବେଳେକ ବଞ୍ଚାଇଲେ ଦେବ ଜନାର୍ଦ୍ଦନ
ପୁଣିହିଂ ଆରକ ବେଳ ପ୍ରହାର କଲାକ ବହନ ।୧୧୫।
ଗଦା ପଡ଼ି ଶ୍ରୀକୃଷ୍ଣ ହୋଇଲେ ଅସାଷ୍ଟମ
ଦେଖିଣ ପାଥ ଯେ ଆବୋରିଲାକ ସାଂଗ୍ରାମ ।୧୧୬।
ନନ୍ଦିଘୋଷ ରଥେ ନେଇ ଶ୍ରୀକୃଷ୍ଣ ଶୁଆଇ
ଦାରୁକ ରଥ ତହୁଂ ନେଲାକ ଆଡ଼ିଆଇ ।୧୧୭।
ଚଉଦ ଲକ୍ଷ ଯେ ଥିଲେ ଯାଦବ ବଳ
କୃଷ୍ଣର ଅପଚୟ ଦେଖି ଘୁଞ୍ଚିଲେ ସକଳ ।୧୧୮।
ଲକ୍ଷେକ ଭ୍ରାଥ ତୁଲେ ଘେନିଣ ପଦ୍ମନ
ଅର୍ଜୁନ ତୁଲେ ରହିଣ କରନ୍ତି ସାଂଗ୍ରାମ ।୧୧୯।
ଭଗ୍ନବଳ ମାନେ ଶ୍ରୀରାମକୃଷ୍ଣକୁ ସଂଗେ ଘେନି
ରଇବତ ପର୍ବତେ ଯାଇ ରହିଲେ ସଇନି ।୧୨୦।
କୁବଳୟା ଅଶ୍ୱ ପିଠିରେଣ ବିଜୟ ବୀର ପାଥ
ଅସୁର ତୁଲେ ସମର କରନ୍ତି ଅପ୍ରମିତ ।୧୨୧।
ଶାମ୍ବ ଗଦ ପଦ୍ମନ ବାସୁଦେବଙ୍କର ଲକ୍ଷେ ଷାଠିଏ ସହସ୍ର ପୁତ୍ରେ
ରଣେ ନିର୍ଭୟେ ସେ ଅର୍ଜୁନର ଦେଖନ୍ତେ ।୧୨୨।
ଯେସନେକ ୟେକ ଆତ୍ମା ଅଟଇ ଅଭେଦ
ଅସୁର ନିଧନେ ସେ କରନ୍ତି ମହାଯୁଦ୍ଧ ।୧୨୩।
ପାଞ୍ଚ ମର୍ଭୁତ ସନ୍ୟ ଅସୁର ତୁଲେ ଥିଲେ
ବେନି ଦିବସର ମଧ୍ୟେ ସମସ୍ତେ ପଡ଼ିଲେ ।୧୨୪।
ସମସ୍ତ ମରାଇ ମୋଢାସୁର ହେଲା ୟେକା
ସମର କରଇ ସେ ହୋଇଣ ନିଶଂକା ।୧୨୫।
ବେଳୁ ବେଳ ସମର ଅତିୟ ଅଗୋଚର
ମକର କୁହୁଡ଼ି ଜାଣି ବିନ୍ଧୁଛନ୍ତି ଶର ।୧୨୬।
ମୋଢାସୁର ଅଙ୍ଗରେ ସମସ୍ତ ଶର ପଡ଼ି
ପର୍ବତେ ଟେକା ଜାଣି ପଡ଼ୁଛନ୍ତି ଝଡ଼ି ।୧୨୭।
ମୋଢାସୁର ଚରିତ ଦେଖିଣ ମହାମୁନି
ଶୀଘ୍ରେଣ ଗମନ ଯେ କଲେ ତପୋଧନୀ ।୧୨୮।
ନାରଦେ କହିଲେ ଯାଇଂ ଅସକନ୍ଦ ନାମେ ବନେ
ମୋଢାସୁର ଚରିତ ଶୁଣ ହୋ ହନୁମାନେ ।୧୨୯।
ଭୀମସେନ ନକୁଳ ସହଦେବ ଯୁଝେଷ୍ଠି
ରାମକୃଷ୍ଣ ସହିତେଣ ସମସ୍ତେ ସମରେ ନିଚେଷ୍ଟି ।୧୩୦।
ଶ୍ରୀକୃଷ୍ଣଂକ ଲକ୍ଷେପୁତ୍ର ସଙ୍ଗତେଣ ଘେନି
ଏହିକ୍ଷଣି ସମର ଯେ ପଡ଼ିବେ ଫାଲଗୁନି ।୧୩୧।
ନାରଦଙ୍କ ମୁଖୁ ୟେସନେକ ବାକ୍ୟଶୁଣି
ପବନକୁମାର ଯେ ଧାମଇଂ ଶିର ଝୁଣି ।୧୩୨।
ୟେକା ପାଦକେ ବିଶ୍ୱରୂପେ ତହୁଂ କ୍ଷେପି
ନବସହସ୍ର ଯୋଜନେ ଇନ୍ଦ୍ରପ୍ରଶସ୍ତେ ଯାଇଂ କପି ।୧୩୩।
ଅର୍ଜୁନକଇଂ ପଛକରି ହନୁ ମିଳେ ଆଗେ
ଲୋହସାର ଗଦା ଘେନି ପିଟଇ ଦତ୍ୟ ବେଗେ ।୧୩୪।
ନିର୍ଘାତ ପ୍ରାୟେକ ଯେ ପିଟିଲା ଗଳଗାଜି
ଲୋହସାର ବେନିଗଦା ପଡ଼ି ତାର ଅଙ୍ଗେ ଗଲା ଭାଞ୍ଜି ।୧୩୫।
ଲୋହଗିରି ଘେନିଣ ପିଟଇ ହନୁମନ୍ତ
ମୋଢାସୁର ଉପରେ ପଡି ଭାଜିଲା ପରବତ ।୧୩୬।
କୋପେ ମୋଢାସୁରକୁ ଧଇଲା ହନୁମନ୍ତ
ବଜ୍ର ବିଘାତେ ପ୍ରାୟେକ ମାଇଲା ୟେକ ମୁଥ ।୧୩୭।
ଭୁଜେଣ ଭୁଜ ଦେଇ ଧରାଧରି ହୋଇ
ପାଦେଣ ପାଦଦେଇ ଛନ୍ଦାଛନ୍ଦି ହୋଇ ।୧୩୮।
ତର୍ଜନ୍ତି ଗର୍ଜନ୍ତି ଯେ ପ୍ରହାର କରନ୍ତି ବିଧା
ପାଦେଣ ପାଦଛନ୍ଦି ହୋଇ ପଡିଲେ ବସୁଧା ।୧୩୯।
ଶିରେଣ ଶିର ପଡି ତାଳ ବାଜିଣ ଲଲାଟ ପାଟି
କାଳାନଳ ଜାଣି ବହନି ତେଜ ଉଠି ।୧୪୦।
ରଡି ବିଘାତେଣ କମ୍ପିଲା ଭୁବନ ଯେ ତିନି
ଚରଣ ବିଘାତେ ଦଲଦଲିତ କମ୍ପଇ ମେଦିନୀ ।୧୪୧।
ଦୁହେଂତ ବଜ୍ରଅଙ୍ଗ ନୁହନ୍ତି କେହି ଓଛ
କରନ୍ତି ସମର ଯେ ଦୋହେଂ ସମକଛ ।୧୪୨।
ଚଉଦ କୋଶ ଆୟତନ ହତ ହୋୟେ ବନ
ପର୍ବତ ଡିଙ୍ଗର ବୃକ୍ଷ ସବୁ ହୋଏ ଚୂର୍ଣ୍ଣ ।୧୪୩।
ହନୁମନ୍ତକଇଂ ମାଡିବସିଛି ମୋଢାସୁର
ମହାବଳେ ମାଡିବସିଛି ବକ୍ଷସ୍ଥଳ ।୧୪୪।
ଦୁସହ ପ୍ରତଗ୍ୟାଂ ବଡ କରଇ ସେ ଚଣ୍ଡାଳ
ରେ ରେ ମର୍କଟ ଆଜ ପୂରିଲା ତୋର କାଳ ।୧୪୫।
ହୁଂକାର ଶବଦେକ ହନୁମନ୍ତ କଲା
ଅସୁରକୁ ଲେଉଟାଇ ବକ୍ଷସ୍ଥଳେ ବସିଲା ।୧୪୬।
ବଜ୍ରମୁଥ ପ୍ରହାର କରଇ ଯେ କୋପେ
ମୁଥଘାତ ଅଷାଷ୍ଟମ ନୋହିଲା କଉଣୋପେ ।୧୪୭।
ବେନିଚରଣ ଧରି ବୁଲାଇ ଆକ୍ରେଷି
ହରିମେଖଳା ପର୍ବତେ ନେଇ କଚାଡିଲା ତେଜରାଶି ।୧୪୮।
ପାଞ୍ଚକୋଶ ଆୟତନ ଯେବଣ ସେ ଗିରି
ଅସୁରକୁ କଚାଡନ୍ତେ ହୋଇଲା ସେ ଚୂରି ।୧୪୯।
ନିଖିଳ ପର୍ବତେ ନେଇଣ ବୀର ପୁଣ ପିଟି
ଭାଜିଣ ପର୍ବତ ଯେ ଗଲା ଗୁଣ୍ଡା ଉଠି ।୧୫୦।
ସେତେବେଳ ପରିଯନ୍ତେ ପ୍ରହାର କଲାକ ମାରୁତି
ଶତେକ ପର୍ବତ ଭାଞ୍ଜିଣ ଚୂର ହୋଇଯାନ୍ତି ।୧୫୧।
ରଣେ ହନୁମନ୍ତ ବଡ଼ ପାଇଲା ବିମୁଖ
ମୋହ ତେଜି ସହଦେବ ବୋଲନ୍ତି ହନୁମନ୍ତ ରଖ ।୧୫୨।
ରଣେ ବିମୁଖ ତୁମ୍ଭେ ନୁହ ବୀରମଣି
ମୋହ ତେଜିଲେ ସଚରାଚର ଭକ୍ଷିବ ୟେହିକ୍ଷଣି ।୧୫୩।
ଅସୁରକୁ ମାଡି ବସ ବକ୍ଷସ୍ଥଳ
ସାବଧାନ ହୋଇ ତୁମେ ଶୁଣ ମହାବଳ ।୧୫୪।
ରାହୁର ବଂଶେ ଜାତ ହୋଇଲା ମୁରାଦତ୍ୟ
କାଳନଉମି ଜପାସୁର ବୋଲି ତାହାର ବେନିପୁତ୍ର ।୧୫୫।
କାଳନଉମିର ପୁତ୍ର ମୟ ଯେ ଦାନବ
ଅବୟେସୁର ଦାନବ ତାହାର ତନୁଜ ।୧୫୬।
ଅବୟେସୁର ପୁତ୍ର ହୋଇଲା ଅମୟା
ଅମୟା ଦନୁଜ ଜାତୁ ଧାନ ବଡ଼ାଇ ଅଭୟା ।୧୫୭।
ଯାତୁଧାନର ପୁତ୍ର ମେଦାସୁର ବୋଲି
ତାହାର ମାୟେଂସ ଭିଆଇଲେ ସେ ମେଦିନୀରୁ ପେଲି ।୧୫୮।
ମେଦାସୁରର ପୁତ୍ର ଯେ ବସୁସୁର ନାମ
ମହିଦାସୁର ବୋଲି ତାହାର ପୁତ୍ର ଅନପାମ ।୧୫୯।
ମହିଦାସୁର ପୁତ୍ର ଶଙ୍ଖ ଯେ ରାକ୍ଷସ
ପୂର୍ବର ଜନ୍ମ କଥା ତା କରୁଛି ପ୍ରକାଶ ।୧୬୦।
ଶଙ୍ଖାସୁରର ନନ୍ଦନ ଦେବ ଅସୁର ଅବନୀ
କୂର୍ମ ରୂପେ କୃଷ୍ଣ ତାକୁ ଚାପିଲେ ମେଦିନୀ ।୧୬୧।
ଅବନୀର ପୁତ୍ର ଯେ ଅଟଇ ହିରଣାକ୍ଷ
କୋଳ ରୂପେ ନାରାୟଣ ଧରିଲେ ଅବଲକ୍ଷ ।୧୬୨।
ହିରଣାକ୍ଷର ଭ୍ରାତା ଯେ ହିରଣ୍ୟକଶିପୁ
ନରସିଂହ ରୂପେ ବିଦାରିଲେ ତାର ବପୁ ।୧୬୩।
ହିରଣ୍ୟକଶିପୁ ପୁତ୍ର ହୋଇଲା ପ୍ରହଲାଦ
ଶ୍ରୀକୃଷ୍ଣ କଥାରେ ହୋଇଥାଇ ସେ ପ୍ରମୋଦ ।୧୬୪।
ପ୍ରହଲାଦର ନନ୍ଦନ ବଇଲୋଚନ ନୃପତି
ବିଶ୍ୱାସେଣ ବଧିଲେ ଶବରୀନାରାୟଣ ମାଳତୀ ।୧୬୫।
ବଇଲୋଚନ ପୁତ୍ର ଉପୁଜିଲେ ବଳୀ
ବାବନ ରୂପେଣ ତାକୁ ଚାପିଲେ ପାତାଳୀ ।୧୬୬।
ବଳୀର ନନ୍ଦନ ଯେ ଉପୁଜିଲା ବାଣୀ
ନଅଶ ଅଠାଣୋଇ ଭୁଜ ତାର ଛେଦିଲେ ନାରାୟଣୀ ।୧୬୭।
ବାଣାସୁର ନନ୍ଦନ ୟେ ମୋଢାସୁର ବୀର
ରୁଦ୍ର ସେବା କରିୟେ ପାଇଅଛି ବର ।୧୬୮।
ସୁଦ୍ରିଶେଣ କାଳଚକ୍ର ସୂର୍ଯ୍ୟବ୍ରତେକ ମନଭେଦୀ
ବ୍ରହ୍ମଶର ନାରାୟଣ ଶର ପଶୁପତ୍ର ଆଦି ।୧୬୯।
କେଉଂଣସି ଶହସ୍ରମାନ ମୋର ଶରୀରେ ନଭେଦି ।୧୭୦।
ଜଳଫାଶି କାଳଫାଶି ପନ୍ନଗା ନାଗଫାଶି
ୟେଣେ ବଧ ନୋହିବି ଆହୋ ଦେବକାଶୀ ।୧୭୧।
ନାନାଦି ଶହସ୍ରମାନ ନଭେଦିବ ମୋର କାୟେ
ପିଟିଲେ କଚାଡିଲେ ନୋହିବି ମୁହିଂ କ୍ଷୟେ
ତୋଷେଣ ବରଦିଲେ ପ୍ରଭୁ ଦେବରାୟେ ।୧୭୨।
ଦେବଲୋକ ନାଗଲୋକ ଜଳପବନ ବହନି
ୟେମାନ କେ ବଧ ନୋହିବି କାଳତିନି ।୧୭୩।
ଈଶ୍ୱର ବୋଇଲେରେ ସୁତ ସମସ୍ତ ହୋଇଅସ୍ତୁ
ଯାହା ମାଗିଲୁ ସମସ୍ତ ପ୍ରାପତ ହୋଉ ତତ୍ତୁ ।୧୭୪।
ଆହୋ ଚଇତନ ବର ଦେଇ ତ୍ରିପୁରାରି ବିଜେୟ କପିଳାସେ
ବ୍ରାହ୍ମଣେକ ହୋଇ ପିତାମହ ମିଳିଲେ ଦତ୍ୟପାଶେ ।୧୭୫।
ବ୍ରହ୍ମାୟେ ବୋଇେଲ ଅନେକ କରିଲୁ ତୁ ତପ
କିସ ବର ତୁହିରେ ପାଇଲୁ କହ କଉଣୋପ ।୧୭୬।
ମୋଢାସୁର ବୋଇଲା ଯାହା ମାଗିଲି ତାହା ଦିଲେ ମୋତେ
ଉଦେ କାଳୁ ବର ମାଗିଲି ଅସ୍ତକାଳ ପରିଯନ୍ତେ ।୧୭୭।
ଦେବ ନର ନାଗ ଲୋକ ବହନି ପବନ
ୟେଣେ ଅବଧ ବର ମୋତେ ଦିଲେ ତ୍ରିଲୋଚନ ।୧୭୮।
ବ୍ରହ୍ମା ବୋଇଲେ ୟେଡେ ଜଣ ହୋଇ କିଂପେ ହୁଡୁ
ଜାତ ହୋଇଲେ ଅବଶ୍ୟ ତ ମୃତୁ କିମ୍ପାଇ ତୁ ଡରୁ ।୧୭୯।
ଯେବଣ ଈଶ୍ୱର ବର ମୋତେ ଦିଲାକ ବାବୁ ତୋତେ
ସେହି ସିନା ମରିବ ଅବଶ୍ୟ କାଳଅନ୍ତେ ।୧୮୦।
ୟେବେ ତୁହି ଯାଇ କରି ପଚାର ଈଶ୍ୱରଂକୁ
ମୃତୁ ଭେଦ ଖଣ୍ଡି ସ୍ୱାମୀ କହିଥାଅ ମୁକୁ ।୧୮୧।
ସେ ମୃତୁ ଖଣ୍ଡି ଧରିଥିବୁ ତୁ ହୃଦଗତେ
ତହିଂକି ଘୁଞ୍ଚିଣ ନେଉଥାଅ କାଳ ଯେତେ ।୧୮୨।
କହିଣ ପରିମେଷ୍ଠୀ ହୋଇଲେ ଅନ୍ତର୍ଧାନ
ବାହୁଡି ମୋଢାସୁର ଭେଟିଲା ତ୍ରିଲୋଚନ ।୧୮୩।
ମୃତୁଭେଦ ପୁଛନ୍ତେ କହିଲେ କପାଳୀ
ବାମପାଦ ତୋହର ଜ୍ୟେଷ୍ଠ ଯେ ଅଙ୍ଗୁଳି ।୧୮୪।
ସେହି ଅଙ୍ଗୁଳି ଯେବେ ପଶଇ ତୋର ତୁଣ୍ଡେ
ଭସ୍ମୀଭୂତ ହୋଇ ଜଳିଯିବ ତୋର ପିଣ୍ଡେ ।୧୮୫।
ଦେବ ଦାନବ ନର ନାଗ ବହନି ପବନ ଜଳ
ୟେଣେ ନାଶ ତୁ ନୋହିବୁ ମହାବଳ ।୧୮୬।
ମର୍କଟ ସମରେ ତୋର ହୋଇବ ମୃତୁ ଭେଦ
ବାନର ଭକ୍ଷ ବୋଲି ନ ମଣିଲା ପରମାଦ ।୧୮୭।
ସ୍ୱାମୀ ତୁମ୍ଭେ ଯେ ପିଟିଲ ଯେ ଗିରିବର ଉପରେ
ଶରୀର ବଜ୍ର ତେଣେ ନ ମରଇ ଅସୁରେ ।୧୮୮।
ସହଦେବର ବଚନ ଶୁଣିଣ ବୀରଉଠି
ବକ୍ଷସ୍ଥଳେ ପାଦଦେଇ ବାମପାଦେ ବୃଦ୍ଧା ଯେ ଅଙ୍ଗୁଷ୍ଠି ।୧୮୯।
ଆକ୍ରେଷିଣ ପୂରାଇଲା ଆଣି ଦଇତ ତୁଣ୍ଡେ
ଭସ୍ମୀଭୂତ ହୋଇଗଲା ଅସୁର ପିଣ୍ଡେ ।୧୯୦।
ଆକାଶରେ ଶୁଭିଗଲା ସାଧୁ ସାଧୁ ଧ୍ୱନି
ଜୟେ ମାଳ ହନୁକୁ ଦିଲେ ପଦ୍ମଯୋନି ।୧୯୧।
ମୋହ ତେଜି ସାଷ୍ଟାମ ହୋଇଲେ କୃଷ୍ଣ ବଳରାମ
ଯୁଧେଷ୍ଠି ନକୁଳ ସହଦେବ ଭୀମ ।୧୯୨।
ହନୁମନ୍ତ ନମଇ ଶ୍ରୀକୃଷ୍ଣ ଚରଣେ
ଅସ୍କନ୍ଦ ବନକୁ ସେ ଚଳିଗଲେହନୁମାନେ ।୧୯୩।
ତହୁଂ ଇନ୍ଦ୍ରପ୍ରଶସ୍ତ ରାଇଜକୁ ବିଜେକଲେ
ରଷିମାନନ୍ତ ଘେନି ଅଶ୍ୱମେଧ ଯାଗ ଆରମ୍ଭିଲେ ।୧୯୪।
ପାଞ୍ଚକୋଟି ଅଶ୍ୱ ଯେ କୁବଳୟା ସମାନେ
ଦିବ୍ୟଅଳଂକାରେ ଆଭରଣ କଲେ ଦେବ ଦାନେ ।୧୯୫।
ଅଶ୍ୱ ଗୋଟିକେ ଭୂଷଣ କୋଟିୟେ ଶୁଦ୍ଧ ସୁବର୍ଣ୍ଣ
ଅଶ୍ୱେକ ଦକ୍ଷିଣା ଦିଲେ ସତେ ମାଢ ଦାନ ।୧୯୬।
ଯାଗ ସମାପତ ସେ ହୋଇଲା ଯେତେବେଳେ
ଆକାଶୁଂ ଅମୃତ ବୃଷ୍ଟି କଲେ ସର୍ବ ଦିଗପାଳେ ।୧୯୭।
ଆକାଶର ଅଶ୍ୱକଇଂ ଅଶ୍ୱିନୀକୁମାରେ ନେଲେ
ଦୋହୋରା କର୍ମ ସବୁ ସମାପତ କଲେ ।୧୯୮।
ଶୁଣିମା ସୁଗ୍ୟଂ ଜନେ ଅଶ୍ୱମେଧ ଯାଗକଥା
ସଞ୍ଚପି କହିବାକୁ ମୁହିଂ କିସ ସାମରଥା ।୧୯୯।
ଯେତେକ ହତ୍ୟାକରି ଆବର ପାପଦୋଷ
ଅଶ୍ୱମେଧ ଯାଗକଥା ଶୁଣିଲେ ହୁଅଇ ସର୍ବନାଶ ।୨୦୦।
ଯେ ଅବା ପଢନ୍ତି ଶୁଣନ୍ତି ନରଲୋକେ
ନରକ ନ ଭେଟନ୍ତି ବସନ୍ତି ସ୍ୱର୍ଗଲୋକେ ।୨୦୧।
ଅବଶ୍ୟ ଫଳ ପାଇ ମନରେ କଲେ ଇଚ୍ଛା
ଆଶ୍ୟ ଧନସମ୍ପଦ ପୁତ୍ର ଶିରୀ ସମ୍ପଦକଇଂ ବାଞ୍ଛା ।୨୦୨।
ଯମ ନ ଦଣ୍ଡନ୍ତି ଯେ ନିକଳଂକ ହୋୟେ କାୟେ
ନକ୍ଷତ୍ର ଲୋକେ ଅବଶ୍ୟ ହୁଅଇଟି ଉଦୟେ ।୨୦୩।
ଯମଦଣ୍ଡ ରାଜଦଣ୍ଡ ମୋହଦଣ୍ଡୁଂ ତରି
ଅଶ୍ୱମେଧ ଫଳଶ୍ରୁତି ଯେହୁ ହୃଦପଦ୍ମେ ଧରି ।୨୦୪।
କୃପାଜଳ ନନ୍ଦିନୀ ନର୍ମଦା ସରସ୍ୱତୀ
କାମେଶ୍ୱର କୋଶଳେ ଯାହାର ମନ ଥିତି ।୨୦୫।
ପ୍ରଳୟ ଉତ୍ତାରିଣୀ ଗୋ ଅଭୟେ ନର୍ମଦା
ସେ ଦେବୀର ଚରଣେ ମୁଂ ବିନୋୟୀ ସର୍ବଦା ।୨୦୬।
କଳିକାଳ ଧ୍ୱଂସିନୀ ଗୋ ପ୍ରସନ୍ନେ ହିଙ୍ଗୁଳା
ରଙ୍ଗ ବସ୍ର ପରିହରଣ ମା ଗୋ କାବେରୀ ପିଙ୍ଗୁଳା ।୨୦୭।
ପରମ ଆନନ୍ଦ ମା ଗୋ ପର ଦୁଖେ ଦୁଖି
ସର୍ବଜନ ବୋଧିନୀ ଗୋ ସର୍ବମଙ୍ଗଳା କାମାକ୍ଷୀ ।୨୦୮।
ଜାତ ଅନ୍ତ ମଧ୍ୟେ ହୋୟେ ସାଧୁ ଯାର ବୁଦ୍ଧି
ସାଧୁବୁଦ୍ଧ ଜନେ ଯାହାର ଚରଣେ ଆରାଧି ।୨୦୯।
ଜଙ୍ଖେରପୁର ମଣ୍ଡନୀ ମାଗୋ ଓଡରାଷ୍ଟ୍ର ମଣ୍ଡଳେ
ଯମ ଦର୍ପ ବିଦାରିଣୀ ମା ଗୋ ଶ୍ରୀଚଣ୍ଡୀ ସାରୋଳେ ।୨୧୦।
ଆଦି ଅନ୍ତ ମଧ୍ୟେ ଯାର ନାହିଂ ଅବକାଶ
ଭୁବି ଭୁବନ ମାହେଶ୍ୱରୀ ଶୂନ୍ୟ ଆସନ ନିବାସ ।୨୧୧।
ପାପକର୍ମେ ଯାହାର ନାହିଁ ପୁଣ ଲେଶ
ଭଗତ ଜନ ମତ୍ସଳୀ ଗୋ ହରିବା ସର୍ବ ଦୋଷ ।୨୧୨।
ଅଭଗତି ଭଗତି ନାହିଂ ଯାହାର ବିଚାର
ବୃନ୍ଦାଅର୍କ ମଧ୍ୟେ ଯାହାରମହିମାଂ ଅପାର ।୨୧୩।
ଦୁରାନ୍ତେକ ପାତେକ ନଥାଇ ଯାହାର ନାମେ
କାଳଦୂତ ଅପସରଇ ନପଶଇ ଯମେ ।୨୧୪।
ରାହାସେ ରସିଲା ଭୋଳା ନାନା ରସେ ଭୋଳି
ରୋଧିରେ ଦ୍ରଶନେ ମା ଗୋ ସର୍ବଦା କୁତୂହୋଳି ।୨୧୫।
ଶ୍ରୀଚଣ୍ଡୀସାରଳା ଚରଣାରବିନ୍ଦେ
ମୁହିଂ ତହିଂ ଷଟପଦ ହୋଇ ପାଇଲି ମକରନ୍ଦେ ।୨୧୬।
ମମ ପଞ୍ଚଭୂତେ ଅହନିଶି ମାଗୋ ଦୟିନୀ
ବଦୟନ୍ତି ସାରୋଳାଦାସ ଗ୍ରନ୍ଥକାର ଶୂଦ୍ରମୁନି ।୨୧୭।୧୩୪୬।