ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୪ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଗଜ କଚ୍ଛପର ଯୁଦ୍ଧ
ମାରକଣ୍ଡେ ବୋଇଲେ ତୁମ୍ଭେ ଶୁଣିମା ଯୁଝେଷ୍ଠିଯହିଂ ନିମନ୍ତେ ନିଷାଦର ପୁରେ ଉପୁଜିଲା ଅରଷ୍ଟି ।୧।କଦ୍ର ବିନତା ଦୁହେଂ ଯେ ହୋଇଲେ ବିବାଦୀନାଗଂକର ଦର୍ପେ ଗରୁଡ଼ ଗଲା ଖେଦି ।୨।ହୋଡ଼େ ହାରିଲା ବିନତା ବଡ଼ ହୋଇକଦ୍ରୁ ବିନତାକୁ ସାତବେଣ୍ଟି କଲା ମଉଦଧି କୂଳେ ନେଇ ।୩।ଦାସୀପଣ କରି ବିନତାକୁ ଆଣନ୍ତେକଦ୍ରୁ ହାକଦିଲା ବିଞ୍ଚିଣ ବେନି ହାଥେ ।୪।ପ୍ରପଞ୍ଚ ରୂପ ଦେଖି ନିଷାଦପୁର ନରନାରୀକଦ୍ରୁର ବଚନେ ଗାଲତୁରୀ ଦେଇ ବାରୁଆଳି ବୋବି ପାଡ଼ି ।୫।ଭଲ ବସ୍ର ଖଣ୍ଡି ପାଲଟାଇ ନେଲେଚିରକୂଟୀ ଖଣ୍ଡି ପିନ୍ଧାଇଣ ଅନେକ ଶାସ୍ତି ଦିଲେ ।୬।ବେଟୀଚେରୀ ବୋଲିଣ ପାଡ଼ିଲେ ବହୁତ ବୋବିତେଣୁକରି ମହାରାଗ ସେ ବହିଲା ମହାଦେବୀ ।୭।ଉମାବସୁ ବିଭାବସୁ ବୋଲିଣ ଭାଇ ବେନିତାହାକଇଂ ଶାପ ଦିଲେ ଉତ୍ତଂକ ମହାମୁନି ।୮।ବାଲଖିଲ୍ୟା ମହା ବ୍ରହ୍ମଋଷିଂକର ଶାପେଗଜ କଚ୍ଛପ ହୋଇ ସେ ଅଗ୍ୟାନ ହୋଇଲେ ଋଷିର ଗରୁତାପେ ।୯।ମାରକଣ୍ଡ ମହାଋଷିଂକି ପୁଛା କଲେକ ଯୁଝେଷ୍ଠିକେବଣ ଦୋଷେ ୟେଡ଼େ କୋପ କଲେ ତୋପନିଷ୍ଠି ।୧୦।ମାରକଣ୍ଡେ ବୋଇଲେ ବାବୁ ଶୁଣସି ଧର୍ମରାୟେବହୁତ କାଳର ତୋତେ କହିବା କଥାୟେ ।୧୧।ଦେବନିକ ବୋଲି ସେ ୟେକଇ ସତ୍ୟଯୁଗେସେହି ଯୁଗେ ତପ ହାଦେ ସାଧିଲେ ଉଡ଼ଙ୍ଗେ ।୧୨।ଋଷଭ ଶୁକଳ ଦଶମୀ ଚନ୍ଦ୍ରବାରେହସ୍ତା ନକ୍ଷତ୍ରକୁ ଭୋଗ ସେ ଦିନରେ ।୧୩।ଉତ୍ତଂକ ମହଋଷି ଗଲେ ଅମର ସ୍ୱର୍ଗକୁଇନ୍ଦ୍ର ଦେବତା ବସିତେ ନ ଦିଲେ ତାହାଂକୁ ।୧୪।ବଇରିତା ପ୍ରାୟେ କରି ବୁଝିଲେ ଉତ୍ତଂକକୁହୃଦଗତେ ବିଚାରିଲେ କିଂପେ ୟେ ଛାର ଅଇଲା ସଭାକୁ ।୧୫।ଯୁଝେଷ୍ଠି ପଚାରିଲେ ସେ ଉତ୍ତଂକ ବ୍ରହ୍ମଯୋଗୀତାହାକଇଂ ଇନ୍ଦ୍ର କିଂପେ ହୋଇଲେ ୟେଡ଼େ ବଇରାଗୀ ।୧୬।ଶୁଣ ତୁହୋ ଯୁଝେଷ୍ଠି ଗଉତମ ମହଋଷିତାହାଂକର ପତ୍ନୀ ଯେ ଅହଲ୍ୟା ଶୁଭ୍ରକେଶୀ ।୧୭।ଇନ୍ଦ୍ର ଯେ ହରିଲା ଗଉତମଂକ ପତ୍ନୀପିତାର ଅଗ୍ରତେ ତାହା କହିଲେ ଅଞ୍ଜନୀ ।୧୮।ଅଞ୍ଜନାକଇଂ ପ୍ରଦାନ ହୋଇଲେ ଉତ୍ତଂକ ମହାମୁନିତେଣୁ କରି ଇନ୍ଦ୍ରଦେବତା ବଇରାଗ ଭାବ ଘେନି ।୧୯।ଗଉତମଂକ ଶାପେ ଇନ୍ଦ୍ର ହୋଇଲେ ସହସ୍ରଯୋନିତେଣୁକରି ଉତ୍ତଂକକୁ ସେ ଅଛନ୍ତି ରାଗ ଘେନି ।୨୦।ଗତ କଥାକୁ କିନ୍ତୁ କରି ସୁରରାୟେବସିତେ ନ ଦିଲେ ଉତ୍ତଂକକୁ ସୁର ସଭାୟେ ।୨୧।ରାଗେଣ ଉତ୍ତଂକ ମୁନି ଅଇଲେ ଯେ ତହୁଂ କୋପେଇନ୍ଦ୍ରପଦ ଘେନିମି ବୋଲି ବସିଲେ ଘୋର ତପେ ।୨୨।ନିରାହାର ହୋଇଣ ସେ ଚାରିଯୁଗ ବଞ୍ଚିଇନ୍ଦ୍ରପଦ ନେମ ବୋଲି ତପସ୍ୟାୟେ ସଞ୍ଚି ।୨୩।ନାରଦ କହିଲେ ଯାଇ ଇନ୍ଦ୍ର ଅଗ୍ରତେଉତ୍ତଂକ ଋଷିର କଥା ଶୁଣ ହୋ ସୁରନାଥେ ।୨୪।ତୋହୋର ଆଗେଣ ମୁଂ କହଇ ଆଖଣ୍ଡଳଉତ୍ତଂକ ଘେନୁଅଛି ତୋହୋର ଅମର ମଣ୍ଡଳ ।୨୫।ୟେହା ଜାଣିଣ ଚିନ୍ତା ତୁ କର ଦେବରାଜଉପାୟେ କରିଣ ତୁ ତାହାର ତପ ଭଂଜ ।୨୬।ନାରଦଂକ ବଚନ ଶୁଣିଣ ସସ୍ରଯୋନିସନ୍ନିଧ୍ୟେ ହକାରିଲେ ଉମାବସୁ ବିଭାବସୁ ବେନି ।୨୭।ତୁମ୍ଭେ ଦୁହେଂ ବାବୁ ୟେହିକ୍ଷଣି ଯିବନାନା ଅବସ୍ଥା ଦେଇ ଉତ୍ତଂକ ଋଷିର ତପସ୍ୟା ଭାଂଜିବ ।୨୮।ସୁରନାଥଂକ ବଚନେ ଗଲେ ବେନିବସୁମୃତୁମଣ୍ଡଳ କଂପିଲା ସେ ଦୁହିଂକର ଆସୁ ଆସୁ ।୨୯।ନିଜରୁପ ଦୁହେଂ କଲେକ ପରିତେଜ୍ୟାଅମାପ ମୂରତି ହୋଇଲେ ଗଜ କଚ୍ଛପ ପଜା ।୩୦।ଉମାବସୁ ହୋଇଲା ମହାନାଗ ଗୋଟାୟେବିଭାବସୁ ବୋଇଲାକ କଚ୍ଛପ ରୂପ କାୟେ ।୩୧।ମତ୍ତଗର୍ବ ହୋଇଣ ସେ ଭାଂଜିଲେ ଆଶ୍ରମସ୍ରାହାନ କାଳେ ବେଦ କରାଣ୍ଡି ହରିଲା କୁରୁମ ।୩୨।ଦୁରାପଦ କୃତ୍ୟ ଦେଖିଣ କୋପିତ ବ୍ରହ୍ମଋଷିଗଜ କଚ୍ଛପ ଦେଖିଣ ମନେ ମନେ ତ୍ରାସି ।୩୩।ଯୁଗତେ ଯେବେ ତୁମ୍ଭେ ଗଜ କଚ୍ଛପ ଅଟୟେ ମୃତୁ ମଣ୍ଡଳେ ତୁମ୍ଭେ ହୋଅ ରେ ମହା ବଳିଷ୍ଠ ।୩୪।ନୋହିଲେ ଯେବେ ମୋହୋର ତପ ଭାଂଜିତେ କାମରୂପୀଗଜ କଚ୍ଛପ ହୋଇ ତୁମ୍ଭେ ଥାଅରେ ଅଦ୍ୟାପି ।୩୫।ତୁମ୍ଭର ଦୁଷ୍ଟପଣେ ମୃତୁମଣ୍ଡଳ ଭାଂଜୁକାଳ ଅବସାନେ ଗରୁଡ଼ ତୁମ୍ଭକଇଂ ଗଂଜୁ ।୩୬।ମାରକଣ୍ଡେ ବୋଇଲେ ହାଦେ ଉତ୍ତଂକ ଋଷିର ଶାପେତତ୍ର ଦୋଷେ ହୋଇଲେ ସେ ଗଜ କଚ୍ଛପ ସରୂପେ ।୩୭।ଜଗଦଳନ କଚ୍ଛପ ରହିଲା ବାରାନିଧି କୂଳେଦୁଷ୍ଟ ଗଂଜନ ଗଜ ରହିଲା ଦ୍ରୁମନ ଗିରି ମଉଳେ ।୩୮।ସେ ମହାଗଜ ଉଡ଼ଇ କଚ୍ଛପ ନିଶ୍ୱାସେଉଡ଼ିଣ ପଡ଼ିଲା ଯାଇ କର୍ଣ୍ଣାଟ ନାମ ଦେଶେ ।୩୯।ଯେଉଂଣ ଦେଶରେ ଗଜ ପଡ଼ଇ ଯେ ମାଡ଼ିଗିରି କନ୍ଦର ରାଜ୍ୟ ସମସ୍ତ ହୋୟେ ଚୂରି ।୪୦।ଅନେକ ଦେଶ ଗ୍ରାମ ରାଜ୍ୟ ନଗ୍ର ଗଲାକୁମ୍ଭ ଶୁକଳ ଷଷ୍ଠୀଦିନ କଚ୍ଛପ ଦକ୍ଷିଣ ମୃତ୍ତି ହେଲା ।୪୧।ପୁଣ କଚ୍ଛପକଇଂ ଯେ ଭେଟିଲା ମହାନାଗଥୋରହସ୍ତେ ଦରାଣ୍ଡି ଧଇଲା ତାକୁ ବେଗ ।୪୨।ବୁଲାଇଣ କଚାଡ଼ିଲା ଦ୍ରୁମନ ଗିରି କନ୍ଦରେସେ କଛ ପଡ଼ନ୍ତେ ଚୂର ହୋଇଲା ଗରିବରେ ।୪୩।ପଞ୍ଚଷଠୀ ଯୋଜନ ଯେ ଦ୍ରୁମନ ଗିରିସ୍ଥଳୀକଚ୍ଛପ ପଡ଼ନ୍ତେ ତାହା ହୋଇଲା କ ଧୂଳି ।୪୪।ଗଜକୁ କଚ୍ଛପ ଧଇଲା ଚଉପାଦ ଦରାଣ୍ଡିଗଜର ପିଠିରେ ସେ ପଡ଼ିଲା ବେଗେ ମାଡ଼ି ।୪୫।କଚ୍ଛପର ଭାରା ଗଜ ନୁଆରିଲା ସହିଢଳିଣ ମହାନାଗ ପଡ଼ିଲାକ ମହୀ ।୪୬।ଗଜ କଚ୍ଛପର ଅନ୍ୟୋଅନ୍ୟି ହୁଅନ୍ତେ ଯୁଦ୍ଧେପଡ଼ନ୍ତି ଉଠନ୍ତି ଗଡ଼ନ୍ତି ସେ କୁଶଦ୍ୱୀପର ମଧ୍ୟେ ।୪୭।ମହା ବିଶ୍ୱରୂପୀ ସେ ଅନନ୍ତ କାମରୂପୀନବଦ୍ୱିପ ସପତ ସାଗର ତେଜ ବ୍ୟାପି ।୪୮।ଅନେକ ବନ କନ୍ଦର ଦେଶ ଗଲା ଚୂରସପତ ଭାଞ୍ଜିଲା ହାନ୍ଦୋଳ ହୋଇଲା ସପତ ସାଗର ।୪୯।ଦିଗପାଳମାନେ ଯାଇଂ କହିଲେ ପଦ୍ମଯୋନିସ୍ୱାମୀ ନାଶ ଯାଉଅଛି ତୋହୋର ସମସ୍ତ ମେଦିନୀ ।୫୦।ସ୍ୱାମୀ ମହୀ ନାଶଗଲା ଗଜ କଚ୍ଛପର ବିବାଦେଜନଜନ୍ତୁ ନଶିଲେନି ଦୁହିଂକରି ପ୍ରମାଦେ ।୫୧।ତୁ ଦେବ ନବସୃଷ୍ଟି କରତା ବିଧାତାସଚରାଚର ମହୀକି ତୁହି ସେ ଉଦ୍ଧାରନ୍ତା ।୫୨।ଶୁଣିଣ ଚିନ୍ତା ଯେ ବସିଲା ହୃଦେ ବେଦବରବିନତା ନନ୍ଦନକଇଂ ରାଇ ବୋଇଲେ କୁଶଧର ।୫୩।ତୁ ବାବୁ ଖଗେଶ୍ୱର ମୃତୁମଣ୍ଡଳକୁ ବହନ ହୋଇ ଯାସିଗଜ କଚ୍ଛପକଇଂ ପକାଅ ବେଗେ ନାଶି ।୫୪।ପିତାର ବଚନେ ସେ ଚଳଇ ଖଗୟାଆଗ୍ୟାଂୟେ ଗରୁଡ଼ ଯେ ବିକାଶିଲା କାୟା ।୫୫।ଆକାଶରେ ଥାଇ ମଧ୍ୟଭୁବନକଇଂ ଦିଲା ଦୃଷ୍ଠିଦେଖିଲା ଗଜ କଚ୍ଛପର ଯେ ସମର ଅରଷ୍ଠି ।୫୬।ଧାତିକାରେ ବଇନେତ୍ର ପଡ଼ିଲା ଆକାଶୁବ୍ରହ୍ମାଣ୍ଡ କଂପିଲା ସେ ଖଗୟା ଆସୁ ଆସୁ ।୫୭।ରତିଘାତେ କଂପିଲା ଯେ ସପତ ସାଗରତ୍ରାସେ ଉତ୍ତଂକ ବଳ ପଶିଲେ ପାତାଳର ।୫୮।ଗଜ କଚ୍ଛପ ବିବାଦ ଗରୁତର ଦେଖିପଳାବନ୍ତି ଜନମାନେ ଘରଗ୍ରାମ ଉପେକ୍ଷି ।୫୯।ସମର କାଳେ ତାହା ଦେଖିଲେ ମହାଗଜେବୋଇଲା ଛାଡ଼ ଛାଡ଼ ହୋ କଚ୍ଛପ ଗରୁଡ଼ କଲା ଦିଗବିଜେ ।୬୦।ଅରୁଣ ପର୍ବତେ ଆସି ବିଜୟେ ଖଗୟାଦେଖଇ ଗଜ କଚ୍ଛପର ମନ୍ଦର ଜାଣି କାୟା ।୬୧।ମହା ବଳବନ୍ତା ସେ ସମର ମତ୍ତଗର୍ବେଲାଗନ୍ତି ମାଲଯୁଦ୍ଧ ଯେହ୍ନେ ଶାପ୍ୟ ପୂର୍ବେ ।୬୨।ଗଜ କଚ୍ଛପର ବେନି ମୁଣ୍ଡେ ପ୍ରହାର ବାଜିମହା ଅନଳ ତେଜ ଉଠିଲା ଗଳଗାଜି ।୬୩।ଦେଖିଣ ତ୍ରାସେ ପଳାଇଲେ ସମସ୍ତ ଦିଗପାଳେଅନେକ ରାଜ୍ୟ ଦହନ ହୋଉଅଛି ମହା ଅନଳ ଜାଳେ ।୬୪।ରହ ରହ ଗଜ କଚ୍ଛପ ବୋଲଇ ଖଗେଶ୍ୱରସଂସାର ନାଶଗଲାନି ଯେ ଦୁହିଂକରି ସମର ।୬୫।ୟେମନ୍ତେ ଅନେକ ମାଧୁର୍ଯ୍ୟ ବଚନ ବୋଇଲା ଗରୁଡ଼ ବାଗେନ ଶୁଣନ୍ତି ଗଜ କଚ୍ଛପ ସମର ମହାଶ୍ରାଗେ ।୬୬।ଡ଼ାକ ଦେଇ ବିମୁଖ ହୋଇଲା କେଶବ ବାହନତ ତହୁଂ ବଳବନ୍ତା ନ ବୁଝଇ ଆନ ।୬୭।କୋପେଣ ଖଗେଶ୍ୱର ଯେ ଅନନ୍ତ କାମରୂପୀଗଜ କଚ୍ଛପ ଉପରେ ପଡ଼ିଲା ବେଗେ ଖେପୀ ।୬୮।ଆକାଶେ ବାଣୀ ଶୁଭିଲା ହୋ ଗରୁଡ଼ କିଂପେ ହେଳା କରୁବ୍ରହ୍ମାଣ୍ଡ ନାଶ ଯାଉଛି ତୁ କିସ ବିଚାରୁ ।୬୯।ସନ୍ନିଧ୍ୟେଣ ଗରୁଡ଼ ଯେ ବହୁତ ବାକ୍ୟ ବୋଲିଦୁଇ ପକ୍ଷ ବୁଲାଇଣ ଦୁହିନ୍ତି ପକାଇଲା ପେଲି ।୭୦।କୋପେଣ କଚ୍ଛପ ଯେ ଛାଡ଼ିଲା ନିଶ୍ୱାସେଗରୁଡ଼ ପଡ଼ିଲା ଯାଇଂ ଯୋଜନ ପଞ୍ଚଦଶେ ।୭୧।ଆହୋ ଯୁଝେଷ୍ଠି ନିଷାଦପୁର ବୋଲିଣ ଯେଉଂଣ ନଗ୍ରିଅସମ୍ଭାଳ ହୋଇକରି ଗରୁଡ଼ ତହିଂ ପଡ଼ି ।୭୨।ବିଚାରଇ ଖଗେଶ୍ୱର ଲାଘବ କଲି ତହିଂ ଯୁଦ୍ଧଛାର ବୋଲିଣ ହେଳାକଲି କାଳେ ଗଲି ବଧ ।୭୩।କୋପେଣ ବିନେତ୍ର ସେ ମହା କାମରୂପୀଭୀଷ୍ମମୃତ୍ତି ହୋଇ ସେ ମହାକାୟେ ବ୍ୟାପୀ ।୭୪।ବେନିପକ୍ଷୀ ବିସ୍ତାରି ସେ ଉଡ଼ିଲା ବଇନେତ୍ରନିଷାଦର ପୁର ଭାଞ୍ଜିଣ ହୋଇଲା ଭଗନସ୍ତ ।୭୫।ମହାବାତେ ଯେସନେକେ ଭାଙ୍ଗଇ ନଗ୍ର ଦେଶସମୁଦ୍ରେ ଉଡ଼ି ପଡ଼ିଲେ ଜନ ଜନ୍ତୁୟେ ନ ରହିଲେ ଲେଶ ।୭୬।ବଇବସୁତ ମନୁ ପୁଛାକଲେ ଅଗସ୍ତିଂକିଗରୁଡ଼ର ୟେଡ଼େ କୋପ କିଂପେ ନିଷାଦପୁର ନଗ୍ରିକି ।୭୭।ଅଗସ୍ତି ବୋଇଲେ ହୋ ୟେ ପୂର୍ବରୁ ବହୁତ କଥାଯେବଣ କାଳେ କଦ୍ରୁ ହୁଡ଼େକ ନାଶିଲେ ବିନତା ।୭୮।ସାତବେଣ୍ଟି କରି ନେଲା ସେ ନିଷାଦପୁର ଦାଣ୍ଡେକଦ୍ରୁର ବଚନ କୁରୁଳିବିଣ୍ଡା ମାଇଲେକ ରାଣ୍ଡେ ।୭୯।ସେ ରାଗ ବିନତା ଯେ ହୃଦରେ ଧରିଥିଲାଗରୁଡ଼ ଆଗେ ଯାଇଂ କାନ୍ଦିଣ କହିଲା ।୮୦।ବାବୁ କଦ୍ରୁ ଆଣନ୍ତେ ମୁଂ କାନ୍ଦିଣ ଆସଇ ଶୋକେଅନେକ ଅବସ୍ତା କଲେ ମୋତେ ନିଷାଦପୁର ଲୋକେ ।୮୧।ତାହା ତୁହି ନନ୍ଦନ ରେ ହୃଦରେ ଧରିଥିବୁନିଷାଦପୁର ନଗ୍ର ତୁ ଅବଶ୍ୟ ଉଜାଡ଼ କରିବୁ ।୮୨।ମାତାର ବଚନ ସେ ଯେ ହୃଦେ ଧରିଥିଲାମହା କୋପକାଳେ ସେ ଛାମୁରେ ପଡ଼ିଲା ।୮୩।ନଗ୍ର ନାଶକଲା ଆବର ତାଳେକ ଗଭୀରମୃତ୍ତିକା ସହିତେ ଉଡ଼ି ପଡ଼ିଲା ସାହେର ଭିତରେ ।୮୪।କହନ୍ତି ଅଗସ୍ତି ପଣ୍ଡିତ ମହାବୁଦ୍ଧିସେହିସ୍ତାନେ ଚିଲିକା ହୋଇଲାଟି ଦକ୍ଷିଣ ମଉଦଧି ।୮୫।ଧାମଇଂ ଗରୁଡ଼ ଯେ ଅତ୍ୟନ୍ତ ମହାକୋପେଯାଆନ୍ତେଣ ଗଜକୁ ଧଇଲା ଗରୁତାପେ ।୮୬।କଚ୍ଛପକୁ ଭେଟିଲା ମହିଷା କୁଦ କାଛେଦକ୍ଷିଣ ମୂରତିରେ ସେ ରହିଛି ପ୍ରତକ୍ଷେ ।୮୭।ବାମପାଦେ ନାଗକୁ ଧଇଲା ଖଗେଶ୍ୱରମାଡ଼ିଣ ବସିଲା ଯାଇଂ କଛୁପ ଉପର ।୮୮।ମହାଗଜ ଘେନି ବିଜେ ଗରୁଡ଼ ମହାକାୟେକଚ୍ଛପ ବୁଝିଲା ତାହା ଗିରିରାଜ ପ୍ରାୟେ ।୮୯।ଜଳର କୂଳରେ ସେ କଚ୍ଛପ ପଡ଼ିଥିଲାଗରୁଡ଼କୁ ଦେଖି ସେ ସାଗରେ ପଡ଼ିଲା ।୯୦।ଗରୁଡ଼ ନାହୁଡ଼େ ଧଇଲା ତାର ତଣ୍ଟିବାମପାଦେ ଗରୁଡ଼ ଧରିଛି ମହା ଗଜଗୋଟି ।୯୧।ୟେତେକ ଭାରାୟେ ସେ କୁରୁମ ମହାବଳୀଅଗାଦ ସାଗରେ ସେ ପଶିଲା ଯାଇଂ ପେଲି ।୯୨।ସହସ୍ର ଯୋଜନ ଗଭୀରେ ଯାଇଂ ପଶିତଦ୍ୟାପି ଗରୁଡ଼ ଧରିଛି ଆକ୍ରୋଷି ।୯୩।ବଳରେ କଚ୍ଛପ ପଶଇ ଅଗାଦ ଜଳକୁଘେନିଣ ଗରୁଡ଼ ଯେ ଉଡ଼ଇ ଆକାଶକୁ ।୯୪।ବାମପାଦେ ଗଜ ଦକ୍ଷିଣ ପାଦେ କଚ୍ଛପଇଘେନିଣ ବିନତା ନନ୍ଦନ ଆକାଶକୁ କ୍ଷେପଇ ।୯୫।ଶୁଣ ଆହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେଗଜ କଚ୍ଛପ ଦୁହେଂ ବିଂଝ ମନ୍ଦର ଗିରି ଯେଡ଼େ ଯେଡ଼େ ।୯୬।ତାହାନ୍ତ ଘେନିଣ ଯେ ବିନତାର ବାଳେଅନ୍ତରୀଚ୍ଛେ ଗରୁଡ଼ ଉଡ଼ିଲା ଅବନିଳେ ।୯୭।ଅନେକ ଭାରା ବୋଲି ତାକୁ ନୁଆରିଲା ଛାଡ଼ିଲୋଚନ ଗିରି ପର୍ବତେ ବସିଲା ଯାଇଂ ମାଡ଼ି ।୯୮।ବିଶାଶତେ ଯୋଜନ ସେ କନ୍ଦରର ସ୍ଥଳୀତେଡ଼େବଡ଼ ଗିରି କନ୍ଦର ପାତାଳେ ଗଲା ଗଳି ।୯୯।ଭୟେଣ ବିନୋୟୀ ଯେ କହଇ ବସୁନ୍ଧରୀରକ୍ଷାକର ମୋତେ ତୁହି ନାଗଂକର ଅଇରି ।୧୦୦।ତୁ ସେ ଖଗେଶ୍ୱର ବଳେ ଅଟୁ ଅଟୁ ମହାବଳୀବିଶେଷେ ଗଜ କଚ୍ଛପ ପାଦେ ଧରିଅଛୁ ତୋଳି ।୧୦୧।ପୃଥିବୀ ସହିବ କି ୟେ ତୋହୋର ଭାରାମୁଖେଣ ରୋଧିର ଯେ ବହଇ ବସୁନ୍ଧରା ।୧୦୨।ପୃଥିବୀର ବିକଳେ ସେ ନ ବସଇ ମହୀଗିରି ଡିଙ୍ଗର ମାନେ ଭାରା ନୁଆରିଲେ ସହି ।୧୦୩।ଅନନ୍ତ ଦ୍ୱୀପେ ପ୍ରବେଶ ହୋଇଲା ବଇନେତ୍ରଦେଖିଣ ବୃକ୍ଷେକ ଅଛଇ ଯୋଜନ ଶତ ।୧୦୪।ପଞ୍ଚିବିଂଶ ଯୋଜନ ଆୟେତନ ତହିଂର ମୂଳବିସ୍ତାର ତହିଂର ଶତେ ଯୋଜନ ଡାଳ ।୧୦୫।ମହା ବିସ୍ତୀର୍ଣ୍ଣ ଦେଖିଣ ସେ ବିନତାର ସୁତସେ ବୃକ୍ଷର ଡାଳେ ଯାଇଂ ବସିଲା ତୁରିତ ।୧୦୬।କୁଶଦ୍ୱୀପକୁ ସେ ବୃକ୍ଷ ଯେ ଧାରଣଅନିଳବଟ ବୋଲିଣ ତାହାର ନାମ ଜାଣ ।୧୦୭।ନୀଳ କଳପବଟ ସେ ବହୁତ କାଳର ଜାଣପୃଥୀ ସଞ୍ଜିଲା କାଳେ ତାହା ଆଣିଲେ ନାରାୟଣ ।୧୦୮।ତାହାର ସିକଡ଼େ ସେ ଖଞ୍ଜିଲା ଅଛି ମହୀଗରୁଡ଼ର ଭାରା ସେ ଯେ ନୁଆରିଲା ସହି ।୧୦୯।ଯେତେବେଳେ ଗରୁଡ଼ ବସିଲା ଗଳଗାଜିପଞ୍ଚାଶ ଯୋଜନ ଡାଳ ପଡ଼ିଲାକ ଭାଜି ।୧୧୦।ସେ ଡ଼ାଲରେ ତଳେ ଉଦେପାଟଣା ବୋଲି ନଗ୍ରିସେ ଡାଳ ପଡ଼ନ୍ତେ ସେ ନଗ୍ର ହୋଇବେକ ଚୂରି ।୧୧୧।ଜନଜନ୍ତୁ ଆଦିକରି ସମସ୍ତେ ହୋଇବେ ନାଶାଂଗତସକଳ ବିକଳ ଦେଖି ଥଣ୍ଟେ ଧଇଲା ବଇନେତ୍ର ।୧୧୨।ଗଜ କଚ୍ଛପ ବେନିପାଦେ ଥଣ୍ଟେ ଡାଳ ଧରିଉଡ଼ଇ ବିନତା ନନ୍ଦନ ଆକାଶ ମାର୍ଗେ କରି ।୧୧୩।ସାଧୁ ଖଗେଶ୍ୱର ବୋଲି ଉଠିଲାକ ଧ୍ୱନିଆକାଶେ ଜୟେ ଜୟେ କରନ୍ତି ସର୍ବସୁର ମୁନି ।୧୧୪।ବସିତେ ଠାବ ନାହଂ ଆସଇ ଶୂନ୍ୟେ ଭ୍ରମିଉଡ଼ଇ ଗଗନେ ସେ ଖେପଇ ମହାଶ୍ରମୀ ।୧୧୫।ଡାଳ ପକାଇଲେ ନାଶଯିବେ ପଞ୍ଚାଶତ ଯୋଜନ ପରିଯନ୍ତେଗଜ କଚ୍ଛପ ପଡ଼ିଲେ ନାଶଯିବେ ଯୋଜନ ଶତେ ।୧୧୬।ୟେମନ୍ତେ ବଇନେତ୍ର ନ ଛାଡ଼ଇ ତିନିନ୍ତିମହାଭାରା ବହିକରି ବସଇ ଚଉକତି ।୧୧୭।ଗରୁଡ଼ର ମହାଶ୍ରମ ପକ୍ଷର ବିଘାତେସମୋଦ୍ର ହାନ୍ଦୋଳଇ ବ୍ରହ୍ମାଣ୍ଡ ଖଣ୍ଡ ସାତେ ।୧୧୮।କ୍ଷୀର ସମୋଦ୍ର ଯେ ହୋଇଲା ବେନିଭାଗଗରୁଡ଼ର ଆତଙ୍ଗ ଯେ ଜାଣିଲେ ଶ୍ରୀରଙ୍ଗ ।୧୧୯।ଶୂନ୍ୟେଣ ଗମିଲେ ଯେ ଦେବ ଶିରୀବତ୍ସଅଦଭୂତେ କ୍ଷୀରୋଦ୍ର ସମୁଦ୍ରୁଂ ବାହାର ହୋଇଲା ବିଷ୍ଣୁବୃକ୍ଷ ।୧୨୦।ଚାରିଶତ ଯୋଜନ ଆୟେତନ ବୃକ୍ଷର ଚାରିଡାଳବେନିଶତ ଯୋଜନ ଅଟଇ ସେ ବୃକ୍ଷର ମୂଳ ।୧୨୧।ଅଦଭୁତେ ବାଣୀ ଯେ ଶୁଭିଲା ଆକାଶରୟେ ବୃକ୍ଷେ ବିଶ୍ରାମ ତୁ କର ହୋ ଖଗେଶ୍ୱର ।୧୨୨।ଶୂନ୍ୟର ଶବଦ ଶୁଣି ପ୍ରଜାପତିର ନାତିବୃକ୍ଷର ସଳଖେ ବୀର ଖସି ଅଇଲାକ ଝାତି ।୧୨୩।ଗଜ କଚ୍ଛପ ଡାଳ ଘେନିଣ ପଚ୍ଛୀବରଗରୁଡ଼ ବିଜେକଲା ସେ ବିଷ୍ଣୁ ବୃକ୍ଷର ଉପର ।୧୨୪।ଦୁଇଡାଳେ ଦୁଇପାଦେ ଦେଇଣ ବୀର ରହିନାରାୟଣ ବୃକ୍ଷ ରୂପେଣ ପାରିଲେ ତାହା ସହି ।୧୨୫।ଥଣ୍ଟରେ ୟେକଡାଳ ଅଛି ଗଜ କଚ୍ଛପ ବେନିପାଦେସୁସ୍ଥ ହୋଇ ବଇନେତ୍ର ଯେ ବସିଲା ତହିଂ ହାଦେ ।୧୨୬।ସେ ବୃକ୍ଷ ବୋଇଲା ଶୁଣ ହୋ ମହାବଳଥଣ୍ଟରୁ ମହାତମା ଥୋଉ କିନା ଡାଳ ।୧୨୭।ଗରୁଡ଼ ବୋଇଲା ହୋ ୟେଡ଼େବଡ଼ ଡାଳ ଥୋଇଲେପୁଣ କିସ କରିବି ତୋହୋର ଭାଞ୍ଜିଲେ ।୧୨୮।ବିଷ୍ଣୁ ବୃକ୍ଷ ବୋଇଲା ମୁଂ ନ ଭାଞ୍ଜଇ ବାବୁଗଜ କଚ୍ଛପ ସହିତେ ଥୁଅସି ୟେଥେ ସବୁ ।୧୨୯।ଥଣ୍ଟ ବଥାଇବନି ତୋର ବଥାଇବନି ପାଦ ବେନିଶତେ ବରଷ ହୋଇଲାନି ବାବୁ ତୁ ବୁଲୁଅଛୁ ୟେହା ଘେନି ।୧୩୦।ବୃକ୍ଷର ବଚନ ଶୁଣି ସେ ଗରୁଡ଼ ମହାବଳସେ ବୃକ୍ଷର ଉପରେ ନେଇ ଥୋଇଲା ମହାଡାଳ ।୧୩୧।ଗଜ କଚ୍ଛପ ପକାଇଲା ତହିଂର ଉପରେମାଡ଼ିଣ ବକ୍ଷଥଳେ ବସିଲା ତହିଂ ଗାଢ଼େ ।୧୩୨।ଗରୁଡ଼ ପଚାରଇ ବୃକ୍ଷ ହୋ ଜୀବନ ତୋର ସାଧୁୟେଡ଼େ ଭାରା ସହିଲୁ ଧନ୍ୟ ତୋର ବୀରଧୁ ।୧୩୩।ସେ ବୃକ୍ଷ ବୋଇଲା ତୁହୋ ସାବଧାନେ ଶୁଣତୁହି ସେ ଗରୁଡ଼ ବାବୁ ମୁହିଂ ନାରାୟଣ ।୧୩୪।ବହୁତ ଭାରା ତୁ ପାଇଲୁ ଅଦଭୁତେମୁହିଂ ବୃକ୍ଷେକ ହୋଇଲି ସଂସାର ଜନହିତେ ।୧୩୫।ଗଜ କଚ୍ଛପ ଡାଳ ସବୁନ୍ତି ଘେନି ବସୁଯେଣେ ଯାଉ ତେଣେ ଜନ ନଗ୍ର ନାଶୁ ।୧୩୬।ଶୁଣିଣ ବିନତାର ନନ୍ଦନ କଲା ମହାଭୟେଡାଳରୁ ଉତୁରି ସେ ହୋଇଲା ଶୂନ୍ୟମୟେ ।୧୩୭।ଭୟେଣ ଉଡ଼ାଇ ସେ ଆକାଶ ବିକ୍ରମିଛଡ଼ଲକ୍ଷ ଯୋଜନେ ସେ ରହିଲା ବିଶ୍ରାମି ।୧୩୮।ଗରୁଡ଼ର ମୃତ୍ତି ଦେଖିଣ ମଘବାଅମର ଆସ୍ତାନ ତେଜିଲା ଭୟେ ସୁରନାଥ ଦେବା ।୧୩୯।ଯୁଝେଷ୍ଠିଦେବେ ପଚାରିଲେ ଶୁଣିମା ମାରକଣ୍ଡେଗରୁଡ଼କୁ ଦେଖି ଇନ୍ଦ୍ର କିଂପେ ଭୟେ ୟେଡ଼େ ।୧୪୦।ମାରକଣ୍ଡେ ବୋଇଲେ ବାବୁ ଶୁଣସି ପୂର୍ବକଥାତୁ ଯାହା ପଚାରିଲୁ ଆଦି ଅନ୍ତର ବାରତା ।୧୪୧।ଦକ୍ଷ ପ୍ରଜାପତିଂକର ଯେ ଷାଠିୟେ ଦୁହିତାଧର୍ମକଇଂ ପ୍ରଦାନ କଲା ଦଶଗୋଟି ସୁତା ।୧୪୨।ଶ୍ରୁତି ମୂର୍ତ୍ତି ବୁଦ୍ଧି ସିଦ୍ଧି ମେଧା ଯେ ସୁମେଧାତନୁ ଭାନୁ ଶିଶି ଶାନ୍ତି ଯେ ଶରଧା ।୧୪୩।ୟେ ଦଶକନ୍ୟା ଧର୍ମକଇଂ ପ୍ରଦାନଉମା କନ୍ୟାକଇଂ ପ୍ରଦାନ ହୋଇଲେ ତ୍ରିଲୋଚନ ।୧୪୪।ବ୍ରହ୍ମାକଇଂ ସାବିତ୍ରୀ ଯେ ଆଦିତ୍ୟେଣ ସଂଗ୍ୟାଂକୁବେରେ ହାରାବତୀ ବରୁଣେ ନିଭଗ୍ୟାଂ ।୧୪୫।ଅଗ୍ନି ଦେବତାଂକୁ ସ୍ୱାହା ସ୍ୱଧା ବେନିବୃହସ୍ପତିଂକି ତାରା ଚନ୍ଦ୍ରେ ସତାଇଶ ନନ୍ଦିନୀ ।୧୪୬।କଶ୍ୟପ ଋଷିଂକୁ ଦିଲେ ତେର ଯେ କୁମାରୀକାଳା ଅୟେଂଳା ଗର୍ନ୍ଧବା ଇଛା ଯେ ସୁନ୍ଦରୀ ।୧୪୭।ଅରିଷ୍ଟା ଗୁହ୍ୟକା ସିଂହିକା ସୁରଭିଅଦିତି ଦକ୍ଷା କଦ୍ରୁ ବିନତା ୟେ ଯେ ତେରଦେବୀ ।୧୪୮।ୟେମନ୍ତେ ଅଣଷାଠି ଦୁହିତା ୟେଗାର ଜ୍ୱାଇଂକି ଦିଲାହେମାକନ୍ୟା ପରମ ଯୋଗିନୀ ହୋଇ ଭ୍ରଥା ନ ଇଚ୍ଛିଲା ।୧୪୯।ଦିତିର ତହୁଂ ଉପୁଜିଲେ ଦେବତାୟେଅଦିତିର ତହୁଂ ପବନ ଜାତ ହୋୟେ ।୧୫୦।କଦ୍ରୁର ତହୁଂ ଯେ ନାଗେ ହୋଇଲାକ ଜାତକାଳାଉଂ କାଳକେୟ ଲୋକ ହୋଇଲେ ସମ୍ଭୁତ ।୧୫୧।ଅୟେଂଳାରୁ ଉପୁଜିଲେ ଆଠଲକ୍ଷ ପର୍ବତଗନ୍ଧର୍ବାଉଂ ଗନ୍ଧର୍ବ ଯେ ହୋଇଲା ସମ୍ବୂତ ।୧୫୨।ଦକ୍ଷାଉଂ ଉପୁଜିଲେ ଦକ୍ଷ ୟେ ପୁରୁଷେଇଚ୍ଛାଉଂ ଚଉପାୟା ଜୀବ ପରକାଶେ ।୧୫୩।ଅରିଷ୍ଟାଉଂ ଅରିଷ୍ଟକେ ହୋଇଲେ ଉତପତ୍ତିଗୁହ୍ୟକାଉଂ ଗୁହ୍ୟକେ ସମ୍ଭୂତ ହୁଅନ୍ତି ।୧୫୪।ସିଂହିକାଉଂ ଉପୁଜିଲେ ରାହୁ ଯେ ରାକ୍ଷସେସୁରଭିଉଂ ଗୋଧନ ହୋଇଲେ ପ୍ରକାଶେ ।୧୫୫।ଦ୍ୱାଦଶ କନ୍ୟାଂକର ପୁତ୍ର ଯେ ହୋଇଲାବିନତାର ତହୁଂ ପୁତ୍ର ଦୁହିତା ନ ଉପୁଜିଲା ।୧୫୬।କଶ୍ୟପକଇଂ ତେଜ୍ୟା କଲା ସେ ବିନତାଗୃହ ବାସ ତେଜି ହୋଇଲା କଶ୍ୟପେ ଅଭଗତା ।୧୫୭।ବ୍ରହ୍ମାଂକର ମାଘ ସ୍ରାହାନର କାଳେଜଳ ଘାଟନିକ ନିର୍ମଳ କରଇ ପ୍ରଭାତର କାଳେ ।୧୫୮।ବାଟ ପଅଂରଇ ସେ ପକାବଇ ଛରାଆସିବାର ବେଳେ ଦେବୀ ଜଗଇ ପୟେଂରା ।୧୫୯।ତିରିଶ ଦିବସେ ପ୍ରସନ୍ନେ ହୋଇଲେ ତାକୁ ଧାତାବୋଇଲେ କିମର୍ଥେ ମୁକୁ ଖଟୁରେ ବିନତା ।୧୬୦।ଆପାର ଦୁଖ ତୁ ପଡ଼ିଲୁ ମକର ମାସେତୋହୋର ପରିମଳ ପଥେ ହେଲୁ ଆଜି ହରଷେ ।୧୬୧।କେବଣ ଆଧ୍ୟାନ ତୋର ମାଗ ରେ ଯୁବତୀବିନତା ବୋଇଲା ଅପୁତ୍ରିକ ମୁଂ ହୋଇଲି ବେଦପତି ।୧୬୨।ସବୁଂକରି ପୁତ୍ର ହୋଇଲା ମୋହୋର ପୁତ୍ର ନାହିଂଜନହୀନ ହୋଇଲି ମୁଂ କଶ୍ୟପନ୍ତ ଦାହି ।୧୬୩।ବିନତାର ବଚନେ ସେ ଦେବ ବେଦପତିଆରୋପିଲା ମହାତମା ସନ୍ତତି ଆହୁତି ।୧୬୪।ପ୍ରଣପତ୍ୟ ହୋଇଣ ସେ ବୋଲଇ ବିନତାପୁତ୍ର ହୋଇବ ମୋର ବଡ଼ାଇ ବଳବନ୍ତା ।୧୬୫।ଅଦିତିର ନନ୍ଦନ ଯେ ହୋଇଲା ଅମରାଧିତାହା ତହୁଂ ବଳବନ୍ତା ହୋଇବ ପୁତ୍ର ମୋର ମହାଯୋଧୀ ।୧୬୬।ପିତାଂକୁ କହିଲେ ଦେବୀ ଆମ୍ଭେ ଅଭିମାନୀଆମ୍ଭନ୍ତ ନ ଦେଖଇ ଦେବ ସସ୍ରଯୋନି ।୧୬୭।ଅତି ଉତକର୍ମ ତାହାର ସହିତ ନୁଆରିତୋହୋର ପୁତ୍ର ହୋଉ ଅମରେ ଦଣ୍ଡଧାରୀ ।୧୬୮।ଖଗବର ମନ୍ତ୍ରେ ଆହୁତି ଦିଲେ ଧାତାଚରୁଂ ଫୁଟାଇଣ ବୋଇଲେ ଗ୍ରାସକର ଗୋ ବିନତା ।୧୬୯।ଚରୁ ଭୁଞ୍ଜନ୍ତେ ପିତାର ମହାମନ୍ତ୍ରେସଇନ୍ଦ ତତ୍ କ୍ଷଣାନ୍ତି ଉପୁଜିଲେ ବେନିପୁତ୍ରେ ।୧୭୦।ମହା ଭୀଷ୍ମରୂପେ ଯେ ପ୍ରଚଣ୍ଡ ମହାବଳୀତ୍ରାସେ ଅଦୃଶ୍ୟ ହୋଇଲେ ଦେବ ଅଂଶୁମାଳୀ ।୧୭୧।ବିକ୍ରମିଣ ଖେପିଲେ ସେ ଦୁହେଂ ଶୂନ୍ୟ ପଥେମାଡ଼ିଣ ବସିଲେ ଦୁହେଂ ଆଦିତ୍ୟର ରଥେ ।୧୭୨।ଦିନକର ନାଥ ମହାଭୟେ କରିରଥ ଛାଡ଼ି ହୋଇଲେ ସେ ମେରୁରେ ଓହାଡ଼ି ।୧୭୩।ବିନତାର ଆଗେ କହିଲେ ବେଦ ବ୍ରହ୍ମାଅରୁଣ ଗରୁଡ଼ ହୋଇଲା ତୋହୋର ପୁତ୍ରଂକର ନାମା ।୧୭୪।ବିରଞ୍ଚି ନାରାୟଣ ଯହୁଂ ପଳାଇଲେ ତ୍ରାସିବ୍ରହ୍ମାଂକର ପଛକତିରେ ଲୁଚିଣ ଯାଇଂ ବସି ।୧୭୫।ଆଦିତ୍ୟ ବୋଇଲେ ଧାତା କେଉଂଣ ତୋରମାୟାକାହୁଂ ଭିଆଇଲୁ ଦେବ ୟେ ଭୀଷ୍ମରୂପ କାୟା ।୧୭୬।ପିତାୟେ ବୋଇଲେ ଆମ୍ଭେ ଇନ୍ଦ୍ରର ବିବାଦେଅମର ସ୍ୱର୍ଗ ଭୁବନକଇଂ ଗଲୁ କଥାୟେ ନ କହିଲା ହାଦେ ।୧୭୭।ଆଦିତ୍ୟ ବୋଇଲେ ତୋତେ ଇନ୍ଦ୍ର କଲା ଝିଂଘାସମୋତେ ଯେ ଘୋଟିଲା ସେ ମୋହୋର କିସ ଦୋଷ ।୧୭୮।ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେଆଦିତ୍ୟ ଲୁଚିଲେ ଦିବସ ହୋଇଲା ଅରୁଣ ତେଜ ୟେଡ଼େ ।୧୭୯।ଧାତାର ପଛ ବଦନେ ଲୁଚିଲେ ବିରଞ୍ଚିତହୁଂ ସେ ବିରଞ୍ଚି ବଦନ ବୋଲିଣ ଧାତାରେ ସଞ୍ଚି ।୧୮୦।ବିରଞ୍ଚିକି ଘେନି ଯେ ଦେବ ପଦ୍ମଯୋନିଗଗନ ମଣ୍ଡଳେ ଭେଟିଲେ ଅରୁଣେ ଗରୁଡ଼ ବେନି ।୧୮୧।ଆଦିତ୍ୟ ଦେବତା ଅରୁଣକୁ ତୁସ୍ତିକଲାବ୍ରହ୍ମା ଗରୁଡ଼କୁ ବହୁତ ଶାନ୍ତି ବାକ୍ୟ ବୋଇଲା ।୧୮୨।ଜୟତୁ ଅରୁଣ ହୋ ମହାଅଗ୍ନି ତେଜାସୟଳ ତ୍ରାସେଣ ତୋର ହୋଉଛି ଦହିଜା ।୧୮୩।ଜୟତୁ ଅରୁଣ ହୋ ଅକ୍ଷୟେ ଅବ୍ୟୟେଜୟତୁ ଅରୁଣ ତୁ ବିଦିତ ମହାକାୟେ ।୧୮୪।ଜୟତୁ ଅରୁଣ ହୋ ଅକାଳ ଅକାମଜୟତୁ ଅରୁଣ ଜାତ ଅନ୍ତ ବିଶ୍ରାମ ।୧୮୫।ଜୟତୁ ଅରୁଣ ହୋ ମହାତେଜାନଳ କାୟେଜୟତୁ ଅରୁଣ ପ୍ରସନ୍ନେ ବରଦାୟେ ।୧୮୬।ଜଜତୁ ଅରୁଣ ସୁରୂପା ବକନେତ୍ରା ପ୍ରଜାପତିର ନାତିତିମିର ବିଦାରଣ ନାଥ ଯାହାକୁ ନାହିଂ ଦିବାରାତି ।୧୮୭।କିଞ୍ଚିତ ମୃତ୍ତି ଯାର ଦିବାଂକ ମୂର୍ଦ୍ଧନାପରମ ମଉଷଧି ନାନାଜୀବେ ବଜ୍ରସେହ୍ନା ।୧୮୮।ଅରୁଣ ଅବର୍ଣ୍ଣ ତୁ ଅନୀତି ରୂପ ସଞ୍ଚାଜୟତୁ ଅରୁଣ ପ୍ରସନ୍ନ ଦିନ ବଞ୍ଚା ।୧୮୯।ଜୟତୁ ଅରୁଣ ତ୍ରଇଲୋକ୍ୟ ଗୁଣନିଧିଜୟତୁ ଅରୁଣ ପ୍ରସନ୍ନେ ସର୍ବସିଦ୍ଧି ।୧୯୦।ଜୟତୁ ଅରୁଣ କାମ୍ୟକ ଗୁଣବନ୍ତାଜୟତୁ ଅରୁଣ ନମସ୍ତେ ଶୂନ୍ୟ ଦେବତା ।୧୯୧।ଜୟତୁ ଅରୁଣ ଅଭୟେ ଉଦୟେ ମେଖଳିଜୟତୁ ଅରୁଣ ହରଣ ରୋଗ ସୟଳୀ ।୧୯୨।ଜୟତୁ ଅରୁଣ ସତତ ବିଜେ ମମ ହୃଦେନ ଦେଖିଲି ନ ପାଇଲି ଭଜିଲି ଶବଦେ ।୧୯୩।ତବ ପାଦପଦ୍ମେ ତଲୟେ ମମ ପଞ୍ଚଭୂତେବିନତାର ନନ୍ଦନ ନମସ୍ତେ ନମସ୍ତେ ।୧୯୪।ଗୁଣସାଗର ନାଥ ଚରଣେ ଦୟିନୀମାଘମାସ ମାହାତ୍ମ୍ୟ ଭାବିଲା ସାରୋଳା ଦାସ ମୁନି ।୧୯୫-୮୩୭୭।ନୀଳଗିରି ପୂର୍ବ ବୃତ୍ତାନ୍ତ ଏବଂଶ୍ରୀକୃଷ୍ଣଙ୍କ ମୃତପିଣ୍ଡ ଦହନ ବର୍ଣ୍ଣନବଇବସୁତ ମନୁଂକୁ ଯେ ଅଗସ୍ତି କହିଲେବହୁତ ଅପୂର୍ବ କଥା ଶୁଣ ରାୟେ ଭଲେ ।୧।ଅନେକ ବିନୟ ଯହୁଂ ଅଂଶୁମାଳୀବିନତାର ନନ୍ଦନ ଭଗତି ପ୍ରତିପାଳି ।୨।ପ୍ରସନ୍ନେ ବୋଇଲେ ହୋ ଶୁଣ କରତାରତ୍ରିପୁତି ହୋଇଲି ମୁଂ ୟେବେ ମାଗି ଘେନ ବର ।୩।ଆଦିତ୍ୟ ବୋଇଲେ ଯେବେ ହୋଇଲୁ ତ୍ରିପୁତିବର ଯେବେ ଦେବୁ ବଚନ କରି ସତ୍ୟି ।୪।ଅରୁଣ ବୋଇଲେ ମୁଂ ହୋଇଲି ପ୍ରସନ୍ନଯାହା ବାଞ୍ଚ୍ଥା କରିବୁ ତାହା ହାଦେ ଦେବି ସତ୍ୟ ୟେ ବଚନ ।୫।ଆଦିତ୍ୟ ବୋଇଲେ ମୁଂ ଉଦେ ହୋଇବି ନିତିତୁ ମୋହୋର ରଥେ ଯେ ହୋଇବୁ ସାରଥି ।୬।ମୁହିଂ ହାଦେ ତୋତେ କରଇ ମହାଭୟେମୋହୋର ତହୁଂ ପଞ୍ଚୁକିରଣ ଘେନ ତୋର କାୟେ ।୭।ଆଦିତ୍ୟର ବଚନେ ଅରୁଣ ତ୍ରିପୁତିବୋଇଲେ ତୋହୋର ବଚନେ ମୁଂ ହୋଇବି ସାରଥି ।୮।ନିଶାକାଳେ ନ ଥିବା ଆମ୍ଭେ ବେନିପୁଣି ଉଦେ ହୋଇବା ଦୁହିଂକର ତେଜ ଘେନି ।୯।ପ୍ରଥମ ପ୍ରଭାତ କାଳେ ଯେଉଂଣ ଉଦେଶଚାନ୍ଦ୍ରାୟଣ ଥିବା ଯାକେ ଅରୁଣ ପ୍ରକାଶ ।୧୦।ଆହୋ ଅରୁଣ , ଆଗେ ତୁ , ମୁଂ ପଛେ ହୋଇବି ଉଦେମୋହୋର ତହୁଂ ପଞ୍ଚୁକିରଣ ତୋହୋର ଉଦେ ହୋଉ ହାଦେ ।୧୧।ବର ପ୍ରସାଦେ ଯେ ଉଦେ ଦିନକର ନାଥେବିଜୟେ ବିରଞ୍ଚି ନାରାୟଣ ଅରୁଣ ସଙ୍ଗତେ ।୧୨।ଆହୋ ଯୁଝେଷ୍ଠିଦେବ ଶୁଣ ପୂର୍ବର କଥାତୁ ଯେ ପୁଚ୍ଛାକଲୁ ମାଘମାସର ବାରତା ।୧୩।ମାଘମାସେ ଦାଣ୍ଡ ଛେରାପହଂରା ସେ କଲାଅରୁଣ ଗରୁଡ଼ ବେନିପୁତ୍ର ସେ ପାଇଲା ।୧୪।ପିତାୟେ ବିନୟେ ଯେ ହୋଇଲେ ଗରୁଡ଼କୁତୁ ୟେବେ ବିଜେକର ହୋ ଅମର ସ୍ୱର୍ଗକୁ ।୧୫।ବାସବର ତୁଲେ ୟେବେ ହୋଅ ଯା ବିବାଦୀଆଝୁଂ ଅମର ସ୍ୱର୍ଗେ ତୁ ହୁଅ ଜମ୍ଭୋଭେଦୀ ।୧୬।ପିତାର ବଚନେ ସେ ଖେପଇ ଖଗେଶ୍ୱରପ୍ରବେଶ ହୋଇଲା ଯାଇଂ ଅମର ସ୍ୱର୍ଗପୁର ।୧୭।ମହା ବଳବନ୍ତା ଗରୁଡ଼ ରୂପ ଦେଖିଇନ୍ଦ୍ର ଦେବତା ବାହାର ଆସ୍ତାନ ଉପେକ୍ଷି ।୧୮।ବିଜୟେ ମଘବାନ ମହାନାଗ ପିଠିଶ୍ରୀ ଭୁଜେଣ ବଜ୍ର ଆୟୁଧ ଧରିଣ ମହାଯଷ୍ଟି ।୧୯।ଧାମଇଂ ଗରୁଡ଼ କରିଣ ମହାନାଦେତ୍ରଇଲୋକ୍ୟ କମ୍ପିଲା ଯେ ଖଗୟାର ବିବାଦେ ।୨୦।ଶ୍ରୀଭୁଜେଣ ବଜ୍ର ବୁଲାଇ ମଘବାନଗରୁଡ଼ ଉପରେ ପିଟିଲା ପାକ ଯେ ଶାସନ ।୨୧।ବଜ୍ର ଶକତି ପଡ଼ନ୍ତେ ଦେଖିଲା ଖଗରାଣବଜ୍ରସେହ୍ନା ପକ୍ଷ ନେଇ କଲାକ ଆବରଣ ।୨୨।ବାସବର ଶକତି ଗରୁଡ଼ ପିଠିରେ ବାଜିବଜ୍ର ଶକତି ଯେ ହୋଇଲାକ ଭାଜି ।୨୩।କୋପେଣ ଖେପିଲା ଯେ ଖଗେଶ୍ୱର ମହାବଳୀଅଇରାବତ ନାଗର ମାଡ଼ି ବସିଲା ଗଣ୍ଡସ୍ଥଳୀ ।୨୪।ତ୍ରାସେଣ ଇନ୍ଦ୍ରଦେବତା ବାହାନ କଲା ତେଜ୍ୟାଧାତାର ପଛକତି ଲୁଚିଲା ଦେବରାଜା ।୨୫।ଶରଣ ଫୁକାରଇ ଦେବ ମଘବାନସ୍ୱାମୀ ସଂକଟୁ ପାରିକର ମୋତେ ଚତୁର ବଦନ ।୨୬।ବହୁତ ବିନୟୀ ଯେ ହୋଇଲେ ଜମ୍ଭୋଭେଦୀୟେ ପୁରୁଷ କେଟି ହୋ ମୋତେ ଆସୁଅଛି ଖେଦି ।୨୭।ପିତା ବୋଇଲେ ହାଦେ ନୋହଇ ୟେ ରାହୁବିନତାର ନନ୍ଦନ ୟେ ଗରୁଡ଼ ସହସ୍ରବାହୁ ।୨୮।ରାଜଗର୍ବେ ତୁ ଆମ୍ଭନ୍ତ କଲୁ ଅପମାନୀତେନ୍ୟାୟୁ ବିନତା ତହୁଂ ଆମ୍ଭେ ସ୍ରିଜିଲୁ ପୁତ୍ର ବେନି ।୨୯।ଯତନେ ବିନତା ଆମ୍ଭନ୍ତ ଖଟିଲା ପୁଣ୍ୟକାଳେତାହାର ନନ୍ଦନ ଆକାଶେ ହୋଇବ ଦିଗପାଳେ ।୩୦।ଅନେକ ବିନୟୀ ସେ ବୋଇଲେ ମଘବାମୋହୋର ଅମର ସ୍ୱର୍ଗ ମୋତେ ଦେବ ଦେବା ।୩୧।ଭୋ ଦେବ ସଚରାଚର ନବସୃଷ୍ଟିର କରତାଉଦ୍ଧାରେଣ ପୁରୁଷ ତୁ ବିହନ୍ତା ବିଧାତା ।୩୨।ଜମ୍ୱୁ ଦଇତକୁ ମାରି ମୁଂ ଅମର ଅଧିପତିସେଠାରୁ ଆନ ଠାବରେ ମୁଂ ନୁଆରଇ ବ୍ରତି ।୩୩।ଅନେକ କଷ୍ଠୋରେ ଯହୁଂ ବାସବ ବିନୟେନବସୃଷ୍ଟି କରତା ନାଥଂକ ବସିଲା ସଦୟେ ।୩୪।ଗରୁଡ଼ଂକ ସନ୍ନିଧେ ରାଇଲେ ବେଦପତିତୁ ବାବୁ ୟେବେ ନାଶ ନ କର ୟେ ଅଇରାବ୍ରତ ହାଥୀ ।୩୫।ତୋତେ ଇନ୍ଦ୍ରପଦ ଦେବୁଂ ଯେ ବୋଇଲୁଆଜହୁଂ ମହାବୀର ତୁ ପକ୍ଷୀ ଇନ୍ଦ୍ର ହୋଇଲୁ ।୩୬।ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେତୁ ଯାହା ପୁଚ୍ଛାକଲୁ ହୋ ଗରୁଡ଼ ଜନ୍ମ ଖଣ୍ଡେ ।୩୭।ଗଜ କଚ୍ଛପ ବିବାଦେ ଗରୁଡ଼ ମହାବୃତ୍ତିତେଣୁକରି ତ୍ରାସିଲେ ସେ ଦେବ ସୁରପତି ।୩୮।ଗରୁଡ଼ର ବିଘାତେ ନାଶଗଲେ ଗଜ କଛପେରହିଲେ ଆକାଶେ ଯେ ଯାଇଣ ନିଜ ରୂପେ ।୩୯।ଯୁଝେଷ୍ଟି ଦେବେ ବୋଇଲେ ଶୁଣିଲି ୟେହୁ କଥାୟେବେ ସଞ୍ଚପି କହିବା ମୋତେ ନୀଳଗିରିର ବାରତା ।୪୦।କେତେ କାଳହୁଂ ୟେଥେ ସୟଳ ସ୍ଥାପନକେମନ୍ତେ ନାରୟଣ ୟେଥକୁ କରିବେ ଆଗମନ ।୪୧।ମାରକଣ୍ଡେ ବୋଇଲେୋ ହୋ ଅପାର କାଳର କଥାଅନେକ ଅବତାରେ ହରି ବିଜୟେ ସର୍ବଥା ।୪୨।ସତ୍ୟ ତ୍ରେତୟା ଯେ ଦ୍ୱାପର ଯୁଗ କଳିଚାରି ଯୁଗରେ ଜାଣ ଯେ ଗଣ୍ଡାୟେକ ବୋଲି ।୪୩।ୟେକସ୍ତରୀ ଗଣ୍ଡାରେ ଯେ ବୋଲି ୟେକ ମନୁଚଉଦ ମନୁରେ କଳ୍ପେକ ହୁଅଇ ତନୁ ।୪୪।ନବକଳ୍ପ ଅନ୍ତରେ ପୃଥିବୀ ହୋଅଇ ନାଶକ୍ଷୀରୋଦ୍ରହିଂ ରାଜ୍ୟ କରଇ ୟେତେକ ବରଷ ।୪୫।ଜଳ ଅନ୍ତରେ ପୁଣି ଉତପତି ହୁଅଇ ଶୂନ୍ୟୁଅଣାକାର ପୁରୁଷଂକ ବିକାଶଇ ହାଦେ ତନୁ ।୪୬।ସେ ମହାତମା ନବ ପୁରୁଷକଇଂ କରଇ ଯାୟେମେଘ ପବନ ଅଗ୍ନି ଚନ୍ଦ୍ର ସୂର୍ଯ୍ୟକଇଂ କରଇ ଉପାୟେ ।୪୭।ୟେ ନବପୁରୁଷ ଜାତ କରଇ ନବସୃଷ୍ଟିମେଦାସୁର ମର୍ଦ୍ଦିକରି ଭିଆଇଲେ ପୃଥୀଗୋଟି ।୪୮।ୟେ ପୃଥୀର ଭାରାଭର ସଞ୍ଚୟେ ଘଟଣାଧାରଣା ପୁରୁଷ ୟେହା ସ୍ରଜିଲାକ ବ୍ରହ୍ମା ।୪୯।ପୁଣି ସ୍ରିଜିଲା ସେ ଯେ ବିଷ୍ଣୁ ମହେଶ୍ୱରୟେଥୁଂ ଉପୁଜଇ ଜଙ୍ଗମ ଥାବର ।ବ୍ରହ୍ମା ନିଗଳ ହୋଇଲାକ ବ୍ରହ୍ମ ସାଧିଈଶ୍ୱର ଯୋଗେ ବସିଲା ଆତ୍ମା ଯେ ନିରୋଧି ।୫୧।ସୁଖଭୋଗ ଇଛାକଲେ ଦେବ ନାରାୟଣସୁଖେ ଜାତ ହୋଇଲେ ମୃତୁ ଲୋକେ ପୁଣ ପୁଣ ।୫୨।ସୁର ପାବକ ବୋଲିଣ ନାମ ସତ୍ୟ ଯେ ଯୁଗରସୋହୋଇ ନାମେ ପୃଥିବୀ ବହିଲା ମହାଭାର ।୫୩।ନାରାନ୍ତକ ନାମେ ଭୋଗ କରଇ ଯେ ମନୁସ୍ୱାୟମ୍ଭୁବ ବୋଲି ନାମ ବ୍ରହ୍ମାଂକର ସୁନୁ ।୫୪।ବୃଦ୍ଧକ ନାମେଣ ଯେ ତ୍ରେତୟା ଯୁଗ ଭାଷିବୃନ୍ଦାଅର୍କ ବୋଲି ଦ୍ୱାପର ଯୁଗ ପରକାଶି ।୫୫।ସେ ଯୁଗେ ନାରାୟଣ କ୍ରୀଡ଼ାରେ ଯଗତୁଂମଥୁରା ନଗ୍ରେ ଉପୁଜିବେ ଗୋପେ ରସଖେଡ଼ ହେତୁ ।୫୬।ଅହି ଧାରଣ ବୋଲିଣ ୟେକଇ କନ୍ଦରଇନ୍ଦ୍ର ବିବାଦେ ହରି ତୋଳି ଧରିବେ ବାମକର ।୫୭।ପରଦାରା ନିମନ୍ତେଣ ଧର୍ମ ତେଜ୍ୟାକରିକୁଟୁମ୍ୱ ଲୋଚାୟେ ଉପୁଜାଇବେ କୋହ ମୋହେ ପଡ଼ି ।୫୮।କାଦମ୍ୱରୀ ରସ ଭୋଳେ ମତ୍ତାରଙ୍ଗ ରସଖେଡ଼େକୋହ ମୋହେ ବସିବେ ଶିଆଳିଲତା ତଳେ ।୫୯।ତହିଂ ଆସି ବେଦବର ହୋଇଲେ ପ୍ରବେଶଚାରିମୁଖେ ଚାରିବେଦ କରନ୍ତି ଅଭ୍ୟାସ ।୬୦।ହିରିକିଂ ବୋଇଲେ ଧାତା କୋହବାକ୍ୟ ବାଣୀପୁରାଣ ପୁସ୍ତକ ଫେଡ଼ି କହିଲେ ପୁଣି ପୁଣି ।୬୧।କଲୁ ତୁହି ପରଦାରା ଲୋଭ କି କରି ଭୋଳେସେ ପୁରାଣ ପୁସ୍ତକୁଂ କୃଷ୍ଣ ତୁ ବାହାର ହେଲୁ ବଳେ ।୬୨।ଧାତାର ୟେସନକ କଠୋର ବାକ୍ୟ ଶୁଣିକୋପେ କଂପି ଉଠିଲେ ଦେବ ଚକ୍ରପାଣି ।୬୩।ବୋଇଲେ ତୁ ହୋଇବୁ ଅମର ମୁଂ ମରିବି ଲୋଭ ମୋହେବ୍ରହ୍ମାକଇଂ ବାମପାଦେ ପ୍ରହାରିଲେ କୋହେ ।୬୪।ବ୍ରହ୍ମାୟେ ବୋଇଲେ ମୁଂ ସ୍ୱରୂପ କହିଲି ତୁ ମୋତେ କୋପ କରୁଂସେହି ବାମପାଦେ ନାରାଜ ତୋର ପଡ଼ୁ ।୬୫।ମାରକଣ୍ଡେ ବୋଇଲେ ବାବୁ ଶୁଣ ହୋ ଯୁଝେଷ୍ଠିପିତାର ଶାପେ ନାରାୟଣ ଚରଣେ କିରାତ ନାରାଜ ଫୁଟି ।୬୬।ଜାରା ନାମ ଶବର କରିବ ଶରାଘାତଗ୍ୟାନ ପାଇ ସେ ପିଣ୍ଡକୁ ପୂଜା କରିବା ନିୟତ ।୬୭।ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ମାରକଣ୍ଡେକିରାତ ହୋଇଣ କରି କାହିଂ ଗ୍ୟାନ ତାର ୟେଡ଼େ ।୬୮।ବିଷ୍ଣୁକଇଂ ବିନ୍ଧିବାକୁ ସେ ହୋଇଲା ଶକତାସେହି ପିଣ୍ଡ ପୂଜିବାକୁ ପୁଣ ହୋଇବ ମହାଗ୍ୟାଂତା ।୬୯।ଶୁଣସି ଯୁଝେଷ୍ଠି ଦେବ ବଦୟନ୍ତି ବ୍ରହ୍ମଋଷିସୁରପାବକ ନାମେ ସତ୍ୟଯୁଗେ ବ୍ରହ୍ମଶିଷି ।୭୦।ମଵୁକର୍ମଣ ବୋଲିଣ ୟେକଇ ସମ୍ୱତ୍ସରେସମାଦେକ ବୋଲି ୟେକ ମାସ ଆଷାଢ଼ରେ ।୭୧।ମିଥୁନ ମାସେ ଯେ ଶୁକଳ ପକ୍ଷ ଚଉଠିଅର୍କବାର ମଘା ନକ୍ଷତ୍ରର ବେଳ ନବଘୋଟି ।୭୨।କଉଶିକ ବ୍ରହ୍ମା ତହିଂ ଆସନ୍ତି ଜଳ ହେରିନିତ୍ୟକର୍ମ ବିଧାନେ ସେ ଧାତା ଆହାର୍ଣ୍ଣିକ କରି ।୭୩।ବାହୁଡ଼ଇ ବେଦବର ଆହାର୍ଣ୍ଣିକ ସ୍ରାନୁଶବରୁଣୀୟେ ଦେଖିଲେ ଅସକନ୍ଦ ବନ ନିର୍ଜନୁ ।୭୪।ନିରୋପଇ ବେଦବର ଦେଖିଣ ସେ ବରାଙ୍ଗନାକାମବଶେ ଅଚେତନ ହୋଇଲୋ ମହାତମା ।୭୫।ସେ କିରାତୁଣୀ ନାମ ଅଟଇ ବିଭାଗୀବେଦବର ନାଥ ଯାଇଂ ଆକ୍ରେଷିଲେ ବେଗୀ ।୭୬।ନିର୍ଜନ ଦେଖି ଧାତା ଶୃଙ୍ଗାର କଲେ ଇଛାଶବରଣୀ ମେଳେ ଧାତା ପୂରାବନ୍ତି ମନବାଞ୍ଚ୍ଥା ।୭୭।କୃତାନ୍ତକ ନାମେଣ ଶବର ତାହାର ପତିଭାର୍ଯ୍ୟା ଲୋଡ଼ିଣ ସେ ଧାମଇ କୋପମୃତ୍ତି ।୭୮।ଅନୁଷ୍ଟୁକ ପର୍ବତେ ଥାଇ ଦେଖିଲା ଶବରହେଠଗାଢ଼ ଶୃଙ୍ଗାର ଦେଖିଣ କୋପଭର ।୭୯।ପ୍ରତକ୍ଷେ ଓହୋଭେଟ ଦେଖିଲା ଶବରବିନ୍ଧିଲା ନାରାଜ କୋପେ ମହାବୀର ।୮୦।ରସେଣ ଶୃଙ୍ଗାର ସେ କରନ୍ତେ କଉତୁକେକିରାତ ନାରାଜ ଯାଇଂ ପଡ଼ିଲା ବାମ ଅଙ୍ଗେକେ ।୮୧।ବାମଅଙ୍ଗେ ପଡ଼ିଣ ଦକ୍ଷିଣ ଅଙ୍ଗ ଫୁଟିସେ ମହାଶର ଭେଦି ଭୂମିରେଣ ଯାଇ କଣ୍ଟି ।୮୨।କିରାତ ଶରରେ ସେହି ଧାତା ଶବରୁଣୀୟେକା ପ୍ରହାରକେ ଅଚେବନ ହୋଇଣ ଢଳି ପଡ଼ିଲେ ଧରଣୀ ।୮୩।ତାହା ଦେଖି ବିଚାର କଲେ ଯମ ଦଇବତନୀତିବନ୍ତ ପୁରୁଷ ହୋଇ ଅନୀତି କଲୁ ହେ ଧାତ ।୮୪।ଯେହ୍ନେ ମୋର ପୁରାଣରେ ଅଛଇ ବେଭାରତୁ ଯାଇଂ ଜାତ ହୁଅସି ଶବରଣୀ ଉଦର ।୮୫।ନାରାୟଣ ଯେ ତୋତେ ପ୍ରହାର କଲା ବାମପାଦନାରାୟଣ ପାଦେ ତୋର ବାଣ ହୋଉ ଭେଦ ।୮୬।ନାରାୟଣଂକର ଅନେକ ଅଛ ଅପ୍ରାଧ ବିହନ୍ତାତୁ ତାହାଂକୁ କିରାତ ରୂପେ ଶରଘାତ କର ଯା ବିଧାତା ।୮୭।ପାଣ୍ଡବଂକ ଅଗ୍ରତେ କହିଲେ ସୁଦେବର ଶିଷିସେ କଉଶିକ ବ୍ରହ୍ମା ଜାତ ହୋଇଲେ କିରାତ ରୂପେ ଆସି ।୮୮।ଜାରା କିରାତ ରୂପେ ସେ ଶ୍ରୀକୃଷ୍ଣେ ଶରଘାତ କରିସେହି ପିଣ୍ଡଗୋଟି ନେଇ ପୂଜାକଲେ ଆଦରି ।୮୯।ତୁ ଯାହା ପୁଚ୍ଛାକଲୁ ଆହୋ ଧର୍ମରାଜାବୋଇଲା ଶବର କେସନିକେ ବିଷ୍ଣୁ ପାଷାଣ କରଇ ପୂଜା ।୯୦।ପୂର୍ବେ ସ୍ରିଜନା ଯାହା କଲେ ଧାତା ମହାତମାସେ ଜାରା ଶବର ପ୍ରତକ୍ଷେ କଉଶିକ ବ୍ରହ୍ମା ।୯୧।ବେଳେ ବେଳେ ଶରଘାତ କରଇ ସେ ୟେହିମତେୟେଥେ ପୂଜା ଘେନିଲେନି ଜଗନ୍ନାଥେ ଚାରିଲକ୍ଷ ବତିଶ ସହସ୍ର ବର୍ଷ ପରିଯନ୍ତେ ।୯୨।ଆଦିହୁଂ ୟେ ବାଲୁଇ ପର୍ବତ ଦଶ ସହସ୍ର ଯୋଜନଯେତେବେଳେ ବିଷ୍ଣୁ ପ୍ରତିମା ବିଜେକରନ୍ତି ହୁଅଇ ତନୁ କ୍ଷୀଣ ।୯୩।ପୂର୍ବେ ବଟକେଶ୍ୱର ପଛିମେ ରୁଦ୍ରନଦୀଉତ୍ତରେ ବଇତରଣୀ ଦକ୍ଷିଣେ ମଉଦଧି ।୯୪।ଦ୍ୱାଦଶ ଯୋଜନ ଯେ ବିଷ୍ଣୁର ପୁରସ୍ଥଳୀବେଳେ ବେଳେ କ୍ରୀଡ଼ାରଙ୍ଗ ୟେଥେ କରନ୍ତି ବନମାଳୀ ।୯୫।ଯଦ୍ୟପି କାମନା ହୋ କରିବୁ ଧର୍ମସୁତବିଷ୍ଣୁ ଅଂଶଲୋକେ ଉତପତ୍ତି ହୁଅନ୍ତି ଜାଣ ୟେଥ ।୯୬।ୟେ ପଞ୍ଚୁତୀର୍ଥେ ଯେବେ ମକର ସ୍ରାହାନ କରିଜୀବନ୍ତେ ମହେଶ୍ୱର ପଦ ମଲେ ବିଷ୍ଣୁପୁରୀ ।୯୭।ମଉଦଧି ଶ୍ୱେତଗଙ୍ଗା ଯେ ରୋହିଣୀର କୁଣ୍ଡଇନ୍ଦ୍ରଦ୍ୟୁମନ ଆବର ଅଛଇ ମାରକଣ୍ଡ ।୯୮।କୋଟିୟେ ତୀର୍ଥକୟେ ଯେହ୍ନେକ ଫଳଶ୍ରୁତିୟେକା ମକର ସ୍ରାହାନ କଲେ ସେହି ଫଳ ୟେଥି ।୯୯।ଯଦ୍ୟପି ମାସେକ କରି ନୁଆରିବ ଅଦକ୍ଷ ପଣେଆଦ୍ୟନ୍ତେ ସ୍ରାନ କରିବ ମକର କୁମ୍ଭ ସଂକ୍ରମଣେ ।୧୦୦।ୟେତେକଇଂ କର୍ମ ଯେବେ କରି ନୁଆରିବୁମକର ମାସେ ବେଳେ ସ୍ରାହାନ କର ବାବୁ ।୧୦୧।ଆନ ଜଳେ କୋଟିୟେ ସ୍ରାନ କଲେ ଫଳ ଯେତେୟେଥେ ୟେକଦିନ ସ୍ରାହାନ କଲେ ଫଳଶ୍ରୁତି ତେତେ ।୧୦୨।ୟେ ତୀର୍ଥରେ ହାଦେ ପଞ୍ଚୁବଟ ଅଛିୟେ ନୀଳ କଳ୍ପବଟ ଚାରିଯୁଗେ ଗଛି ।୧୦୩।ବାବୁ ଶ୍ୱେତ ନାମେଣ ଯେ ସତ୍ୟଯୁଗେ ହାଦେ ମହାରାଜାଶ୍ୱେତ ମାଧବ ଦେବପ୍ରତିମା କଲା ସେହୁ ପୂଜା ।୧୦୪।ୟେ ମାଧବ ଅଗ୍ରତେ ଯେ ହୁଅନ୍ତି ଅବସାନବ୍ରହ୍ମା ଇନ୍ଦ୍ର ପଦକୁ ସେ ହୁଅନ୍ତି ଭାଜନ ।୧୦୫।ତାକୁ ଦେଖିଣ ତ୍ରାସ ସେ କରଇ ନାଶକରସେହି ପ୍ରତିମା ମୃତ୍ତି ଗୋପ୍ୟ ହୋଇଲା ୟେ ରୋହିଣୀକୁଣ୍ଡ ଭିତର ।୧୦୬।ବାଞ୍ଚ୍ଥାବଟ ଅଛି ବାବୁ ସେହି ଶ୍ୱେତଗଙ୍ଗା କୂଳେପିତା ଅନ୍ତରୀଚ୍ଛେ ତାହା ରଚନା କଲେ ବୁଦ୍ଧିବଳେ ।୧୦୭।ଇନ୍ଦ୍ରଦ୍ୟୁମନ ବୋଲିଣ ଯେ ୟେକଇ ନୃପତିସେ ରାଜା ଉଦ୍ଦେଶ କରିବ ତାହା ଦେଖି ହାଦେ ୟେଥି ।୧୦୮।ଶୁକମୁନି ମୁଖୁଂ ତହୁଂ ପୁରାଣ ବାଣୀ ଶୁଣିଜାରା ଶବର ଶରେ ନାଶିବେ ଚକ୍ରପାଣି ।୧୦୯।ୟେହା ଶୁଣି ପଚାରିଲେ ଧର୍ମ ନୃପବରହେ ମୁନି ମାରକଣ୍ଡେ କଳପୀ ଶରୀର ।୧୧୦।କହିଲ ଯେ ମୁନି ଜାରା ଶବର ଚରିତସେ ସତ୍ୟଯୁଗେ କଉଶିକ ବ୍ରହ୍ମା ଯେ ନିୟତ ।୧୧୧।ତ୍ରେତା ଯୁଗେ ଯେ ବାଳିସୁତ ଅଙ୍ଗଦର ରୂପେ ଜାତ ହୋଇଦ୍ୱାପର ଯୁଗରେ ଜାତ ଶବରୀ ଉଦରେ ଯାଇଂ ।୧୧୨।ତିନିଜନ୍ମ ଯାଇ ସେ ଲଭିଲା ନିଜ ଦେହତୋହୋର ମୁଖୁଂ ଶୁଣି ମୁନି ପାଇଲି ଫିଟିଲା ସନ୍ଦେହ ।୧୧୩।ଗହନ ସନ୍ଦେହ କଥା ଲାଗିଥିଲା ମୋତେତବ ମୁଖୁଂ ଶୁଣି ମୁନି ପାଇଲି ସମ୍ପ୍ରତେ ।୧୧୪।କହନ୍ତି ଅଗସ୍ତି ଶୁଣ ମୋର ମନୁରାୟେପୁରାଣ ଛନ୍ଦେ କହନ୍ତି ସୁଦେବ ତନୟେ ।୧୧୫।ଭବିଷ୍ୟ ବର୍ତ୍ତମାନ ଜାଣନ୍ତି ଯେଉଂ ମୁନିତାହାଂକର ମୁଖରୁ ଶୁଣିଣ ମୁହିଂ ଗ୍ୟାନି ।୧୧୬।କହନ୍ତି ମାରକଣ୍ଡେ ଯୁଝେଷ୍ଠି ଅଗ୍ରତେଇନ୍ଦ୍ରଦ୍ୟୁମନ ବୋଲି ୟେକ ରାଜାୟେ ବିଖ୍ୟାତେ ।୧୧୭।ସେ ଯେ ଉଦ୍ଦେଶ୍ୟ କରିଣ ତାର ମତିଶୁଣ ତୁମ୍ଭେ ୟେକମନେ ବ୍ୟାସଂକର ନାତି ।୧୧୮।ଜାରା ଶବର ବାଣରେ ନାଶ ଯିବେ ଚକ୍ରପାଣିଆପଣେ ସ୍ୱନ୍ଦେହ ଛାଡ଼ି ଯିବେ ଯଦୁମଣି ।୧୧୯।ସେ ପିଣ୍ଡ ଅର୍ଜୁନ ନେଇ କରନ୍ତେ ଦହନିଆକାଶେ ଧ୍ୱନିୟେକ କରିବେ ପଦ୍ମଯୋନି ।୧୨୦।ତୁହୋ ନାଶ ସେ ପିଣ୍ଡ ନ କର ଧନୁର୍ଜୟେକଳିଯୁଗେ ନାରାୟେଣ ପୂଜାପାଉ ୟେହି କାୟେ ।୧୨୧।ଅଗ୍ନିରୁ କାଢ଼ି ଅର୍ଜୁନ ପକାଇବ ସିନ୍ଧୁଜଳେସେ ପିଣ୍ଡ ଲାଗିବ ଆସି ନୀଳସୁନ୍ଦର ଶୟଳେ ।୧୨୨।ସେ କିରାତକୁ ପ୍ରସନ୍ନ ହୋଇବେ ଦେବରାଜାଜରା ଶବର କରିବ ସେ ପିଣ୍ଡକଇଂ ପୂଜା ।୧୨୩।ସେ ଜାରା ଶବରକୁ ନାରାୟଣ ଦେବେକ ଆଦେଶତାହାକଇଂ ଆମ୍ଭନ୍ତ ଥିବାର ନ କରିବୁ ପ୍ରକାଶ ।୧୨୪।ତୁ ଯେବେ ମୋତେ ଜାଣନ୍ତା କରିବୁ ଶବରସ୍ୱବର୍ଗ ସହିତେ ତୋର ହେବେ ଅପହାର ।୧୨୫।ଲଳିତା ନାମେ ଶବରୁଣୀ ତାର ଘରଣୀଦୁଇଜଣହୁଂ ଆନ କେହି ତାହା ନ ଜାଣି ।୧୨୬।ଗୋପ୍ୟାନ କରି ସେ ଯମନିକ ବନମାର୍ଗେପଞ୍ଚଷଠୀ ବରଷ ସେ ପୂଜିଲା କଳିଯୁଗେ ।୧୨୭।ସୋମବଂଶେ ରାଜା ଯେ ଗାଲମାଧବ ନୃପତିସେହି ସେ ସୋମବଂଶେ ଧରାଇବ ଛତ୍ରୀ ।୧୨୮।ଇନ୍ଦ୍ରଦ୍ୟୁମନ ବୋଲିକରି ତାହାର ସନ୍ତତିସେ ରାଜାର ଅଟଇ ଯେ ୟେହୁ କୀର୍ତ୍ତି ।୧୨୯।ଗୁଣ୍ଡକେରୀ ନାମେ ଯେ ତାହାର ପାଟ ମହାଦେଈଶାକଲ୍ୟ ଦୀପେ ନରେନ୍ଦ୍ର ହାଦେ ସେହି ।୧୩୦।ଶୁକମୁନି କହିଲେ ସାର୍ଥୁକ ୟେହୁ କଥାବିଷ୍ଣୁର କଳେବର ରାଜା ଲୋଡ଼ଇ ସର୍ବଥା ।୧୩୧।ଗଣ୍ଡ କଉଶିକ ନାମେ ଯେ ବେଦଶ୍ରବଣବସୁକର ମୂଳେ ୟେହୁ ଚାରି ଯେ ବ୍ରାହ୍ମଣ ।୧୩୨।ଚାରି ଦିଗକଇଂ ଦୂତ ରାଜା ପେଷିଲେ ଗୁପତେବୁଲିଲେ ଅନେକ ଦେଶ ତୀର୍ଥ ଯେ ବନସ୍ତେ ।୧୩୩।ବସୁକର ବୋଲି ୟେକଇ ଦ୍ୱିଜବରସେ ଯାଇ ଭେଟିବ ସେ ଗିରି ନୀଳସୁନ୍ଦର ।୧୩୪।ଇନ୍ଦ୍ରଯାମୁନି କୂଳେ ଦ୍ୱିଜବର ଯାଇଂ ବୁଲିଉତ୍ତର କଇଛାଡ଼େ ଦେଖଇ ଶବରର ପଲ୍ଲୀ ।୧୩୫।ତହୁଂ ସେ ଶବର ଗ୍ରାମେ ପ୍ରବେଶ ହୋଇଲେୟେକ ଶବରୁଣୀକି ସେ ଯାଇଂ ପଥରେ ଦେଖିଲେ ।୧୩୬।ବିଭୋକ୍ଷିତେ ବ୍ରାହ୍ମଣ ସଲ୍ୟାଣ ତାକୁ ବାଞ୍ଚିକିରାତୁଣୀ ବୋଇଲା ପଣ୍ଡା ହୋ ସ୍ୱାମୀ ମୋର ବନସ୍ତକଇଂ ଯାଇଅଛି ।୧୩୭।କିରାତୁଣୀ ରଖାଇ ସେହି ଯେ ବ୍ରାହ୍ମଣହାଣ୍ଡିତଣ୍ଡୁଳ ଦିଲା ପାକ ଯେ ବିଧାନ ।୧୩୮।ଶଉରୀ ରାନ୍ଧଣା ବିଧି ବ୍ରାହ୍ମଣ କଲାକ ଭିଆଣପାଚିଣ ବ୍ରାହ୍ମଣ କଲା ସ୍ରାହାନ ଭୋଜନ ।୧୩୯।ଶବର ପ୍ରବେଶ ଯେ ମୃଗଭାର ଘେନିକଲ୍ୟାଣ ବାଞ୍ଚ୍ଥା ତାହାକଇଂ କଲେ ଦ୍ୱିଜମଣି ।୧୪୦।ଶବର ବୋଇଲା ପଣ୍ଡା ହେ କାହିଂ ତୁମ୍ଭର ବାସବ୍ରାହ୍ମଣ ବୋଇଲା ଶାକଲ୍ୟ ଦ୍ୱୀପେ ଅଟେ ମୋ ନିବାସ ।୧୪୧।ଭିକ୍ଷା ଆଧାରେ ମୁଂ ବୁଲଇ ତୀର୍ଥବାସୀଧାର୍ମିକ ବୋଲିଣ ତୋତେ ପ୍ରାର୍ଥନା କଲୁ ଆସି ।୧୪୨।ଅନେକ ଭଗତ ଯେ ହୋଇଲା କିରାତସୁସ୍ଥେଣ ବ୍ରାହ୍ମଣ ତହିଂ ରହିଲା ମାସ ସାତ ।୧୪୩।ଜାରା ନାମେ କିରାତ ଯେ ବସୁ ନାମେ ଦ୍ୱିଜବେନିନାମ ୟେକତ ମଇତ୍ର ଅଇଶୁର୍ଯ୍ୟ ।୧୪୪।ବ୍ରାହ୍ମଣ ପଚାରଇ ଶୁଣ ଯୋ ମିତଣୀନିତ୍ୟାପ୍ରତି ମଇତ୍ର କାହିଂ ଅନ୍ନପାଣି ।୧୪୫।ଶବରୁଣୀ ବୋଇଲା ହୋ ଶୁଣିମା ପଣ୍ଡାୟେଗୁପତେ ଅଛଇ ଆମ୍ଭର ପାଷାଣ ଦେବତାୟେ ।୧୪୬।ବ୍ରାହ୍ମଣୀ ବୋଇଲେ ମିତଣୀ ତୋତେ କରିବଇଂ କଲ୍ୟାଣଆମ୍ଭ ପାଇଂ ତୁମ୍ଭେ କହିବ ମିତ ଅଗ୍ରତେଣ ।୧୪୭।ସେ ଦେବତାକଇଂ ଦ୍ରଶନ କରାଇବେ ନେଇନୋହିଲେ ମିତଣୀ ମୋର ହତ୍ୟାଦୋଷ ତୁମ୍ଭକଇଂ ।୧୪୮।ସେ ଶବରଣୀ ବୋଇଲା ଆସୁ ମୋହୋର ନାଥତାହାଂକର ଆଗେ ବିନୋୟୀ କହିବି ବହୁତ ।୧୪୯।ଶବର ଅଇଲା ଯେ ମୃଗଭାର ଘେନିଗୃହରେ ପ୍ରବେଶନ୍ତେ ତାହାକଇଂ କହିଲା ଶବରୁଣୀ ।୧୫୦।ଦେବତା ଦେଖିଲେ ଶରଧା କରନ୍ତି ତୁମ୍ଭ ମିତ୍ରଶୁଣିକରି ଚକିତ ସେ ହୋଇଲା କିରାତ ।୧୫୧।ପଣ୍ଡା ବୋଇଲେ ଦୃଶକରୁ କିନା ପାଷାଣ ଦେବତାଶବର ବୋଇଲା ମଇତ୍ର ୟେ ବଡ଼ାଇ ଗୁପତ ଯେ କଥା ।୧୫୨।ଆନକୁ କହି ନୁଆରଇ ୟେ ବଡ଼ାଇ ବିଶ୍ୱାସୟେ କଥାରେ ମଇତ୍ର ହୋ ତୁମ୍ଭେ ନ ଭରସ ।୧୫୩।ଶବରଣୀ ବୋଇଲା ୟେ ବ୍ରାହ୍ମଣ ଆମ୍ଭର ଧର୍ମସାଖାକଷ୍ଠୋର ନ କର ସ୍ୱାମୀ ବ୍ରାହ୍ମଣକଇଂ ବହନ ନେଇ ଦେଖା ।୧୫୪।ତୁଳମାସ ଶୁକ୍ଳପକ୍ଷ ଅଷ୍ଟମୀ ଗୁରୁବାରଶ୍ରବଣା ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୧୫୫।ବାଳବ ନାମେ କରଣ ବୃଦ୍ଧି ନାମେ ଯୋଗସେଦିନ କିରାତ ବ୍ରାହ୍ମଣକଇଂ ନିଲା ସଙ୍ଗ ।୧୫୬।ବିପ୍ରର ମୁଖେ ବାନ୍ଧିଲା ଅନ୍ଧ ଯେ ପଟଳନିଅନ୍ତେ ବ୍ରାହ୍ମଣ ଯେ ବୁଣଇ ମାଘିତିଳ ।୧୫୭।ଚନ୍ଦନ ବନିକାୟେ ଅଗ୍ରବୃକ୍ଷ ତଳେଦେଖାଇଲା ପାଷାଣ ଫେଇଣ ଅନ୍ଧ ଯେ ପଟଳେ ।୧୫୮।ଦେଖିଣ ଦ୍ୱିଜବର ହୋଇଲା ପରିଣାମିବୋଇଲା ୟେଥେ ଆସି ବିଜେ କରିଛୁ ଦେବସ୍ୱାମୀ ।୧୫୯।ବାହୁଡ଼ନ୍ତେ ଅନ୍ଧପଟଳ ବାନ୍ଧଇ କିରାତଆଗରେ କିରାତ ଚଳଇ ପଛେ ଧରିଣ ବିପ୍ର ହାଥ ।୧୬୦।ପ୍ରବେଶ ହୋଇଲା ଶବର ଆପଣା ପଲ୍ଲୀରକଲ୍ୟାଣ କରିଣ ସେ ବୋଇଲା ଦ୍ୱିଜବର ।୧୬୧।ସାତମାସ ହୋଇଲାନି ମଇତ୍ର ତେଜ୍ୟାକଲି ଗୃହବାସୟେତେ ଦିନ ତୁମ୍ଭ ସଙ୍ଗେ ବଞ୍ଚିଲି ହରଷ ।୧୬୨।ଆମ୍ଭେ ଯାଉଅଛୁଂ ମଇତ୍ର ହୋ ନିଜ ଭୁବନେଣକହିଣ ଗମନ କଲା ବସୁକର ବ୍ରାହ୍ମଣ ।୧୬୩।ଆସ୍ତାନେ ବିଜେ କରିଛି ରାଜ ଇନ୍ଦ୍ର ଯେ ଦ୍ୟୁମନବ୍ରାହ୍ମଣ ଭୋଟିଲା ବୃଷଭ ଶୁକଳ ଗୁରୁ ପଞ୍ଚମୀର ଦିନ ।୧୬୪।ଶୁଣ ଦେବ ରାଜନ ପ୍ରସନ୍ନ ଦୀକ୍ଷାଗୁରୁମୁହିଂ ଠାବକଲି ଦେବ ତୁହି ଯାହା ଲୋଡ଼ାକରୁ ।୧୬୫।ପଞ୍ଚବିଂଶ ରାଜା ତୁଲେ ଇନ୍ଦ୍ର ଯେ ଦ୍ୟୁମନପ୍ରବେଶ ଯାଇ ଯମନିକ ତାର୍ଥେ ଅଜମୀଢ଼ ବନ ।୧୬୬।ସେ ବିପ୍ର ନେଇ ଦେଖାଇଲା ଶବର ପଲ୍ଲୀଛାମୁରେ ମିଳି କିରାତ ଅନେକ ବିନୋୟୀ ବୋଲି ।୧୬୭।ବୋଲନ୍ତି ରାଜନ କିରାତ ରେ ଜୀବନ ତୋର ସାଧୁଆମ୍ଭନ୍ତ ନେଇ ଦ୍ରଶନ କରା ଜଗବନ୍ଧୁ ।୧୬୮।କିରାତ ବୋଇଲା ମୁଂ ବଚନର ଜାତିମୁଂ କେହ୍ନେ ଜାଣିମି ତୋର ପାଷାଣ ବୋଲି କେବଣ ମୂରତି ।୧୬୯।ଶୁଣିଣ ରାଜନ ମନେ କ୍ରୋଧ ଯେ ସମ୍ପାଦିକୁଟୁମ୍ୱଯାକ ତୋର ଶବରା ରେ ଅସିପତ୍ରେ ପକାଇବି ଛେଦି ।୧୭୦।ବ୍ରାହ୍ମଣ ବୋଇଲା ରାଜନ ଶୁଣ ମୋ ଉତ୍ତରପଥରେ ସନ୍ତକଗୋଟି ରଖିଅଛି ମୋର ।୧୭୧।ବ୍ରାହ୍ମଣର ସନ୍ତକ ତିଳ ଅଛି ଉଠିକଢ଼ାଇ ନିଅଇ ଦିଜବର ସେହି ବାଟଗୋଟି ।୧୭୨।ଚନ୍ଦନ ବନିକାୟେ ଅଗର ବୃକ୍ଷର ତଳେନାରାୟଣ ଅଦୃଶ୍ୟ ଗଲେ ମଣ୍ଡଳେ ।୧୭୩।ବ୍ରାହ୍ଣଣ ବୋଇଲା ୟେହି ଠାବରେ ଥିଲେ ଦେବହରିସମସ୍ତ ସଞ୍ଚାମାନ ତହିଂ ଦେଖିଲେ ଦଣ୍ଡଧାରୀ ।୧୭୪।କିରାତକୁ ନୃପତି ବହୁତ କଷ୍ଠୋର କଲେତୋହୋର ଶିର ଛେଦିବଇଂ ରେ ରୟଣୀ ପାହିଲେ ।୧୭୫।କାହିଂ ଗୋପ୍ୟନ କଲୁ ରେ ନାରାୟଣ ମୂରତିଦେଖାଅ ଅନେକ ଧନରତ୍ନ ଦେବୁଂ ହୋଇବୁ ପୀରତି ।୧୭୬।ରାତ୍ରେ ନାରାୟଣ ରାଜାକଇଂ କହିଲେ ବାରତତୁ କଷ୍ଠୋର ନ କର ସଖା ୟେ କିରାତ ।୧୭୭।ତୁ ତାହାକଇଂ ଦୁଖ ନ ଦିଅ ହୋ ଇନ୍ଦ୍ରଦ୍ୟୁମନ ରାୟେଅନେକ ପୂଜା ହୋଇଲା ଆମ୍ଭନ୍ତ ଧର୍ମ ସଭାୟେ ।୧୭୮।ରଜନୀ ପ୍ରଭାତେ ଯାଅ ତୁ ବାରାନିଧି କୂଳେଦାରୁୟେକ ହୋଇ ଲାଗିବି ମୁଂ ଶୁଣ ହୋ ମହୀପାଳେ ।୧୭୯।ସପନ ତେଜି ରାଜା ଉଠିଲା ଧାତିକାରେଆପଣେ ପ୍ରବେଶ ହୋଇଲା ମଉଦଧି କୂଳେ ।୧୮୦।ଦେଖଇ ଦାରୁୟେକ ଦିଶଇ ଲୋହିତ ବର୍ଣ୍ଣଆକ୍ରୋଷି ତୋଳି ତାକୁ ନୁଆରିଲେ ସର୍ବଜନ ।୧୮୧।ଜାରାଶବର ଯେ ବସୁକର ବ୍ରାହ୍ମଣଦୁହେଂ ତୋଳନ୍ତେ ସେ ଦାରୁ ଉଠିଲେ ତତକ୍ଷଣ ।୧୮୨।ବାମେଣ କିରାତ ଯେ ଡାହାଣେ ବିପ୍ର ଧରିନେଇଣ ଉଭାକଲେ ନୀଳସୁନ୍ଦର ଗିରି ।୧୮୩।ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେସେ ଦାରୁ ପ୍ରତକ୍ଷେ ନାରାୟଣ ପିଣ୍ଡେ ।୧୮୪।ୟେକବିଂଶ ଦଣ୍ଡ ଉଛର୍ଗ ବିସ୍ତାର ପାଞ୍ଚଦଣ୍ଡବୋଲନ୍ତି ନୃପତି କେହୁ ସ୍ରିଜିବ ୟେହୁ ପିଣ୍ଡ ।୧୮୫।ୟେହେନେକ ବୋଲି ରାଜା ଭାଳଇ ହୃଦଗତେବୃଦ୍ଧ ବିନ୍ଧାଣି ଗୋଟିଏ ମିଳିଲା ଅଦଭୁତେ ।୧୮୬।କୋଠାର ବାରେସି ଯେ ନିହାଣ ଘଟଣା ଘଟଣିସେ ବୋଇଲା ୟେହା ମୁଂ ଦେବଇ ନିର୍ବାଣି ।୧୮୭।ପ୍ରସାଦ ଭିତରେ ସେ ପଶିଲା ବିଶ୍ୱକର୍ମାଦେବଦାରୁ ଧର ବୋଲି ଆଗ୍ୟାଂ ଦିଲେ ମହାତମା ।୧୮୮।ଲକ୍ଷେକ ବଳ ଘେନି ଧଇଲା ଇନ୍ଦ୍ର ଯେ ଦ୍ୟୁମନଚାଳି ନୁଆରିଲା ସେ ବିଷ୍ଣୁ ଦାରୁବ୍ରହ୍ମ ।୧୮୯।ବୃଦ୍ଧ ବିନ୍ଧାଣି ବୋଇଲା ହୋ ଛାଡ଼ ତୁମ୍ଭେମାନେଜାରାଶବର ବସୁଦ୍ୱିଜ ଆସନ୍ତୁ ୟେହିସ୍ତାନେ ।୧୯୦।ଆଗ୍ୟାଂ ପାଇଣ ଦୁହେଂ ଯାଇଂ ଦାରୁ ଧରିଲେ ଆକ୍ରୋଷିଉଠିଣ ମହାଦାରୁ ପ୍ରସାଦେ ଯାଇଂ ବସି ।୧୯୧।ବିନ୍ଧାଣି ଦାରୁ ଦୁହିନ୍ତି ଭରିଲେ ଭିତରେଜାରା ବସୁକର ବ୍ରାହ୍ମଣ ଅଛନ୍ତି ସଙ୍ଗତରେ ।୧୯୨।ଦିବସ ଅର୍ଦ୍ଧ ଆବର ସମ୍ପୂର୍ଣ୍ଣ ଯେ ରାତିୟେକା ଦାରୁ ହୋଇଲାକ ତିନିଗୋଟି ମୃତ୍ତି ।୧୯୩।ଗୁପତେ ନିର୍ବାଣ କରୁଅଛି ବିଶ୍ୱକର୍ମାନିଜ ନିର୍ବାଣେ ବିନ୍ଧାଣି ପୁରୁଷ ଉତ୍ତମା ।୧୯୪।ଇନ୍ଦ୍ରଦ୍ୟୁମନ ରାୟେ ସେ ଭାଳଇ ବିଷାଦେଦେଉଳେ ନ ଶୁଭିଲା ତ ବିନ୍ଧାଣି ଶବଦେ ।୧୯୫।ସ୍ୱାଭାବେ ଦେଉଳତ ହୋଇଅଛି ମୁଦକିଛିହିଂ ନ ଶୁଭଇ ଠୁକୁଠାକ ଶବଦ ।୧୯୬।ବିନ୍ଧାଣି ହୋଇଲେ ତ ବାରେସି ନାଦ ଶୁଭିଫେଡ଼ସି କପାଟ ହୋ ବଳେ ଦେଖିବା ପ୍ରାଭବି ।୧୯୭।ବୃଦ୍ଧ ବିନ୍ଧାଣି ଅବା ପଡ଼ିଣ ସେହୁ ମଲାୟେ ମୋହୋର ବିଷ୍ଣୁ ମନ୍ଦିର ତ ନିଷ୍ଫଳ ହୋଇଲା ।୧୯୮।ୟେତେ ବୋଲି ରାଜା ଯାଇଂ ଫେଇଲା କପାଟକିରାତ ବ୍ରାହ୍ମଣ ଦୁହିନ୍ତି ପାଇଲାକ ଭେଟ ।୧୯୯।ଦେଖିଲା ପ୍ରତକ୍ଷେ ପାଷାଣ ଯେ ହୋଇଛି ତିନିମୃତ୍ତିକୃଷ୍ଣ ଶୁକଳ ହାରିତ ବିରାଜଇ ଜ୍ୟୋତି ।୨୦୦।ସତ୍ତ୍ୱ ରଜ ତମ ଯେ ତିନିଗୁଣ କାୟେକର ଚରଣ ନାହିଂ ଅଙ୍ଗଷ୍ଠି ନାହିଂନା ଉପାୟେ ।୨୦୧।ନାସା କର୍ଣ୍ଣ ନୟନ ଲଲାଟ ଯେ ନ ଦିଶଇ ଶିଖାମହା ବଉଦ ମୃତ୍ତି ବିକାଶଇ ତିନିଶାଖା ।୨୦୨।ଜାରାଶବର ବୋଇଲା ହୋ ମନ୍ଦକୃତ୍ୟ କଲୁ ରାୟେଆଜକ ଥିଲେ ଦେଖନ୍ତୁ ଜଗନ୍ନାଥଂକ ପଦ୍ମପାୟେ ।୨୦୩।ଦେଖନ୍ତୁ କରସ୍ଥଳ ଅଙ୍ଗୁଷ୍ଠି କର୍ଣ୍ଣ ନାସା ଆଖିକଳିକାଳ ଜନେ ଯେ ହୋଅନ୍ତେ ବଡ଼ ସୁଖୀ ।୨୦୪।ପଞ୍ଚନହ ପଞ୍ଚ ଅଙ୍ଗୁଷ୍ଠି ହରିର ବର୍ଣ୍ଣ ଶିଖାଆହୁଟ ଦଣ୍ଡ ବିକାଶଇ ହରିର ବକ୍ଷସ୍ଥଳ ରେଖା ।୨୦୫।ସତ୍ତ୍ୱେ କୁଂକୁମ ବର୍ଣ୍ଣ ସେ ବ୍ରହ୍ମାର ମୂରତିତମେ ଶୁକଳ ମହାତମା ମହାଦେବ ଉତପତ୍ତି ।୨୦୬।ରଜେ ନାରାୟଣ ସେ କୃଷ୍ଣବର୍ଣ୍ଣ କଳାବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ଯେ ମେଖଳା ।୨୦୭।ବଳଭଦ୍ର ସୋହୋଦ୍ରା କୃଷ୍ଣ ହୋଇଲେ ତିନିରୂପବଉଦ ବାମନ ୟେହା କେ କରୁ ସଂଚେପ ।୨୦୮।ୟେ ରୂପ ସେ କଳ୍ପିଲେ ଦେବସ୍ୱାମୀତିନି ମୃତ୍ତିଂକି ପଞ୍ଚଭୁତେ ଚିନ୍ତି ଆମି ।୨୦୯।ୟେହି ସରୂପେଣ ତିନି ତିନି ମୃତ୍ତିୟେହି ନୀଳଗିରିରେ ବିଜୟେ ଦଶ ସହସ୍ର ଘାନ୍ତି ।୨୧୦।ଶୁଣିଲୁ ଧର୍ମରାଜା ନୀଳସୁନ୍ଦର କଥାଇଦଂ ବାକ୍ୟ କଥୟନ୍ତି ମାରକଣ୍ଡ ମୁନି ଯେବଣ ବାରତା ।୨୧୧।ସେ ନୀଳସୁନ୍ଦର ନାଥ ଚରଣେ ମୋର ସେବାୟେ ଅନିର୍ଯ୍ୟାପ ସଂସାରୁ ତାରି ମୋତେ ବିଷ୍ଣୁ ଭୁବନ ଦେବା ।୨୧୨।ତିନିଦେବ ରାମକୃଷ୍ଣ ବ୍ରହ୍ମା ପଦ୍ମପାଦେକଳିକାଳ ବଞ୍ଚିଲି ଦେବ ତବ ପରସାଦେ ।୨୧୩।ତୁଳୁସାର ବଲ୍ଲଭ ଚରଣେ ତଲାୟେ ମମ ନିତ୍ୟେଶୂଦ୍ରମୁନି ସାରୋଳା ଦାସ ବଦୟନ୍ତି ସଂସାର ଜନ ହିତେ ।୨୧୪।ସନ୍ତତେ ନମଇଂ ମୁଂ ନର୍ମଦା ସରସ୍ୱତୀକଳିକାଳ ଧ୍ୱଂସିନୀ ସାରୋଳା ଚଣ୍ଡୀ ମୃତ୍ତି ।୨୧୫।ଅସକ୍ୟ ସାଗର ଗୋ ଶ୍ରୀମହାଭାରଥ ମହାବଳୀଗହନ ବନଲତା ମୁଂ ନୁଆରଇ ପରିକଳି ।୨୧୬।ଗଣନ୍ତେ ନ ସରଇ ଯେହ୍ନେ ସାହେର ତଟ ବାଲିତହିଂକି ସମାନ ମୁଂ ମହାଭାରଥ କହିଲି ।୨୧୭।ଇଦଂ ପୃଥକ ପୃଥକ ବହୁତ ବହୁତ ଯେ କଥାହୃଦଗତେ ବିକଶିଲେ ମୋର କନ୍ଦର ଦୁହିତା ।୨୧୮।ପ୍ରସନ୍ନେ ଅପର୍ଣ୍ଣା ଯେ ସାରୋଳା ଚଣ୍ଡୀ ଦେବୀସେ ଯାହା କହିବେ ମୁଂ ତାହା ଲେଖନେ ଲେଖିବି ।୨୧୯।ନ ଶୁଣି ନ ଦେଖି କେ ପାରିବ ନିର୍ଯ୍ୟାପିଅଥବା ମୁର୍ଖପଣେ ମୁଂ କହିଲି ଅଦ୍ୟାପି ।୨୨୦।ଆହୋ ବୁଧଜନମାନେ ଅଟ ମହାଭିଗ୍ୟଂଦେବ ଶାହାସ୍ରେ ନିର୍ଜିତ ସର୍ବଗୁଣେ ଗୁଣଗ୍ୟଂ ।୨୨୧।ବିଷ୍ଣୁ ଅଂଶେ ଜାତ ହୋଇଲେ ନୃପତିମହେଶ୍ୱର ଅଂଶେ ଜାତ ହୋଇଲେ ହୋଅଇ ଧନପତି ।୨୨୨।ଗଦ୍ଧର୍ବ ଅଂଶେ ଜାତ ହୋଇଲେ ହୋଅଇ ନାନା ବାଦ୍ୟ ଗୀତ ପ୍ରାପତବିଶ୍ୱକର୍ମା ଅଂଶେ ଜାତ ହୋଇଲେ ଘଟଣା ବିଦ୍ୟା ଉପଗତ ।୨୨୩।ଅଶ୍ୱିନୀ ଅଂଶେ ଜାତ ହୋଇଲେ ଧାତୁବିଦ୍ୟା ଗାରୁଡ଼ି ହୋଅଇ ସାଧିଭୋଜେ ଅଂଶେ ଜାତ ହୋଇଲେ ହଟଚମଣ୍ଟ ବିଦ୍ୟା ସାଧି ।୨୨୪।ବିଦ୍ୟାଧର ଅଂଶେ ଜାତ ହୋଇଲେ ତାଣ୍ଡେବ ଭରହ ଭାଷିଅସୁର ଅଂଶେ ଜାତ ହୋଇଲେ ହୋଅଇ ଭୋଜନେ ଅସନ୍ତୋଷି ।୨୨୫।ବିନାୟେକ ଅଂଶେ ଜାତ ହୋଇଲେ ଦିଶଇ ଗଜମର୍ମକୁବେର ଅଂଶେ ଜାତ ହୋଇଲେ ପ୍ରାପତ ହୋଅଇ ଧନ ।୨୨୬।ବୃହସ୍ପତି ଅଂଶେ ଜାତ ହୋଇଲେ ସପ୍ତାଙ୍ଗ ପାରଇ ସାଧିସହଦେବ ଅଂଶେ ଜାତ ହୋଇଲେ ଦିଶଇ ସର୍ବବୁଦ୍ଧି ।୨୨୭।ନକୁଳ ଅଂଶେ ଜାତ ହୋଇଲେ ପାରଇ ଅଶ୍ୱବିଦ୍ୟା ସାଧଇକୁମାର ଅଂଶେ ଜାତ ହୋଇଲେ ଓଉଷଧ ବୃକ୍ଷ ଦୃଶ୍ୟହୋଇ ।୨୨୮।ଭୃଗୁଅଂଶେ ଜାତ ହୋଇଲେ ହୋଅଇ ବିଦ୍ୟା ପ୍ରକାଶିନଉରତ ଅଂଶେ ଜାତ ହୋଇଲେ ହୋଅଇ ବାଳୁତ ଭାଷି ।୨୨୯।ଖଲ୍ୟକାର ଅଂଶେ ଜାତ ହୋଇଲେ ଚଉର୍ଯ୍ୟ କର୍ମ କରଇ ଠାବଶନିଚର ଅଂଶେ ଜାତ ହୋଇଲେ ହୋଅଇ ରୋଗ ଭୋଗ ।୨୩୦।ବାସବ ଅଂଶେ ଜାତ ହୋଇଲେ କରଇ ମହାଭୋଗୀଗୋରେଖ ଅଂଶେ ଜାତ ହୋଇଲେ ହୁଅଇ ପରମଯୋଗୀ ।୨୩୧।ଯମ ଅଂଶେ ଜାତ ହୋଇଲେ ହୋଅଇ ନିର୍ଦ୍ଦୟେଭୀମ ଅଂଶେ ଜାତ ହୋଇଲେ ହୋଅଇ ନିର୍ଭୟେ ।୨୩୨।ପ୍ରହ୍ଲାଦ ଅଂଶେ ଜାତ ହୋଇଲେ ବଇଷ୍ଣବ ହୁୟେ ।୨୩୩।ମୁନି ଅଂଶେ ଜାତ ହୋଇଲେ କାବ୍ୟ ପାରଇ କହିନ ପଢ଼ିଣ ବିଦ୍ୟା ଯେ ସାଧନ କଲି ମୁହିଂ ।୨୩୪।ଝଂକଡ଼ ପୁର ବାସୀ ସିଦ୍ଧ ସାରଳା ଯାର ନାମମୋ ମୋତେ ବଞ୍ଚାଇଲା ଧର୍ମ ଅର୍ଥ ମୋକ୍ଷ କାମ ।୨୩୫।ଅନୁବ୍ରତେ ଦାତବ୍ୟ ଯେବଣ ଦେବୀର ପ୍ରକୃତିପରଦୁଃଖ ଦେଖି ନୁଆରଇ ସଦୟେ ଭୂତନେତ୍ରୀ ।୨୩୬।ତାହାକଇଂ ଭଗତ ମୁଂ ହୋଇଲଇଂ ଜନ୍ମେ ଜନ୍ମେବାଳୁତ ରୂପେ ମୋତେ ସକଳ ଧର୍ମେ ।୨୩୭।ପ୍ରସନ୍ନେ ଅପର୍ଣ୍ଣା ଗୋ ଅଭୟେ କାନ୍ତାନୀତାହାର ଆଗ୍ୟାୟେ ମୁଂ ସାରୋଳା ଦାସ ମୁନି ।୨୩୮-୯୫୫୧।