ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୩ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଚନ୍ଦ୍ରଭାଗା ତୀର୍ଥେ ଶାମ୍ୱଙ୍କର କୁଷ୍ଠବ୍ୟାଧି ମୋଚନ ଓ ଯୁଧିଷ୍ଠିରଙ୍କ ମହୋଦଧିରେ
ଚନ୍ଦ୍ରଭାଗା ତୀର୍ଥେ ଶାମ୍ୱଙ୍କର କୁଷ୍ଠବ୍ୟାଧି ମୋଚନ ଓ ଯୁଧିଷ୍ଠିରଙ୍କ ମହୋଦଧିରେ ମାଘସ୍ନାନ ଫଳ ବିବରଣବାବୁ ଶ୍ରୀକୃଷ୍ଣ ନନ୍ଦନ ଶାମ୍ୱ ଯେ କୁମରଦ୍ୱାରିକାର ରକ୍ଷା ପାଳକ ସେ ପଛିମ ଦ୍ୱାର ।୧।ତୁଳମାସ କୃଷ୍ଣପକ୍ଷ ପଞ୍ଚମୀ ଗୁରୁବାରମୃଗଶିରା ନକ୍ଷତ୍ର ଯେ ଅଟଇ ସେ ଦିନର ।୨।ବିଷ୍ଟି ନାମେ କରଣ ଯେ ଅତିଗଣ୍ଡ ନାମେ ଯୋଗତୁଳା ସକଂରାନ୍ତିକି ଯେ ପାଞ୍ଚଦିନ ଭୋଗ ।୩।ସେ ଦିନ ନାରଦେ ବିଜେକଲେ ଦ୍ୱାରିକାଶାମ୍ୱ କୁମର ହୋଇଛି ପଛିମ ଦ୍ୱାର ରକ୍ଷା ।୪।ନାରଦଂକୁ ଦେଖି ସେ ହୋଇଲେ ପରିଣାମିନାରଦେ ବୋଇଲେ କାହିଂ ଛନ୍ତି ତୋର ସ୍ୱାମୀ ।୫।ବହନ ହୋଇ ଯାଇ ହରିଂକି ବାରତା କର ବାବୁକ୍ଷଣେହେଂ ରହି ନୁଆରଇ ଆମ୍ଭେ ବହନ ହୋଇ ଯିବୁ ।୬।ଆକାଶର ବାରତା ବାବୁ ବଡ଼ାଇ ସମ୍ପାଦିଦେବତାଂକ କାର୍ଯୟେ ମୋତେ ପେଷିଲେ ଜମ୍ଭୋଭେଦୀ ।୭।ଦ୍ୱାର ଛାଡ଼ ମୁଁ ଯିବଇଂ ଭିତତକୁନୋହିଲେ ଶ୍ରୀକୃଷ୍ଣଂକୁ ଘେନିଆସ ମୋହୋର ଛାମୁକୁ ।୮।ଶାମ୍ୱ କୁମର ବୋଲେ ଶୁଣ ତପୋବନ୍ତେଭିତରକୁ ଯିବାକୁ ତ ମନାଅଛି ମୋତେ ।୯।ଆଗ୍ୟାଂ ମେଣ୍ଟିଣ ମୁଂ କିପରି ଯିବଇଂ ପିତା ପାଶତାହା ଶୁଣି କୋପେ ଯେ କମ୍ଫନ୍ତି ବ୍ରହ୍ମଶିଷ ।୧୦।ଯଦ୍ୟପି ୟେ କଥା ନ କରିବୁଟି କୁମରନିଚୟେ ଦ୍ୱାରିକା ଆଜ ମୁଂ ଦହିବି ତୁମ୍ଭର ।୧୧।କୁମର ବୋଇଲା ମୁନି ହେ କୋପ ଶାନ୍ତିକରୟେତେ ବୋଲି କୁମର ଯେ ପଶିଲା ଅନ୍ତେଶ୍ୱର ପୁର ।୧୨।ଦ୍ୱାରେଣ ନାରଦ ମୁନିକଇଂ ଗଲା ଯେ ରୁହାଇଅନ୍ତେଶ୍ୱର ପୁରେ କୁମର ପଶିଲା ବେଗେ ଯାଇଂ ।୧୩।ବିଜୟେ ଜଗନ୍ନାଥେ ଜମ୍ୱୋବତୀ ପୁରେପ୍ରିୟବତୀ ମେଳେ ସେ କ୍ରୀଡ଼ାରଙ୍ଗ କୁତୂହୋଳେ ।୧୪।ଶାମ୍ୱ କୁମର ଭେଟିଲା ପିତାମାତାଂକ ରତିରଙ୍ଗ ବେଳେଜମ୍ୱୁବତୀ ବିଜେ ଜଗନ୍ନାଥଂକର କୋଳେ ।୧୫।ଶାମ୍ୱ କୁମରକୁ ସେ ପ୍ରତକ୍ଷେ ଦେବୀ ଦେଖିଲାଜେଣ ମାହେଶ୍ୱରୀ ଗଲେ ଶୃଙ୍ଗାର ଉପେଖି ।୧୬।ଆତ୍ମା ବଇକୁଲ୍ୟ ହୋଇଲା ସ୍ୱାମୀର ରସ ଭଗ୍ନକରିରାଗେଣ ଶାପ ଯେ ବିହିଲେ ଦେବହରି ।୧୭।ଆରେ ଆରେ ଶାମ୍ୱ କୁମର କଲୁ ତୁ ମନ୍ଦବୁଦ୍ଧିଶରୀରେ ହୋଉ ତୋର ଗଳୁତ କୁଷ୍ଠ ବ୍ୟାଧି ।୧୮।ନାରାୟଣଂକର ଶାପ ସେ ପ୍ରତକ୍ଷେ ମହାଗୁରୁସେ ଦେବଂକର ଶାପ କେ ଅନ୍ୟଥା କରିପାରୁ ।୧୯।ବାହାର ରୂପ ତାର ଭିତରକୁ ଗଲାଭିତର ରୂପ ହାଦେ ବାହାର ହୋଇଲା ।୨୦।ଲିଙ୍ଗଭଗ୍ନ ବ୍ରହ୍ମହତ୍ୟା ହାଦେ ସରି ଦୋଷଶୃଙ୍ଗାର ଭଗ୍ନ ଦୋଷ ତହିଂକି ପ୍ରକାଶ ।୨୧।ଶାମ୍ୱକୁମର ବୋଇଲା ଦେବ ନୁହଇଂ ମୁଂ ଦୋଷୀଦ୍ୱାରେଣ ବିଜେ କଲେ ନାରଦ ମହଋଷି ।୨୨।ଆକାଶର ବାରତା ବୋଲି ବଡ଼ କଟାଳିଲେ ମୋତେମୁନିଂକର କୋପେ ଦେବ ମୁହିଂ କହି ଅଇଲଇଂ ତୋତେ ।୨୩।ବୋଇଲେ ହରି ଆଗେ ଯାଇ କୁହସି ବହନନୋହିଲେ ମୋହୋର କୋପେ ପୁର ହୋଇବ ଦହନ ।୨୪।ସ୍ୱାମୀ ବହନେ ବିଜେ କରିବା ନାରଦଂକ ତହିଂକଳହପ୍ରିୟ ମୁନି ନ ପୁଣ ପୁର ଦହି ।୨୫।ବାବୁ ତୋତେ ନାଶକଲି ରେ କଳହପ୍ରିୟ ବୋଲେନାରଦଂକ ତହିଂକି ଯେ ନାରାୟଣ ବିଜେକଲେ ।୨୬।ନାରଦେ ଦେଖିଲେ ଶାମ୍ୱ କୁମରକୁୟେହେନେକ ଅବସ୍ତା ବାବୁରେ କେହୁ କଲା ତୁକୁ ।୨୭।ନାରାୟେଣ ବୋଇଲେ ତୁମ୍ଭେ କଲ ଯେବଣ କୃତ୍ୟତୁମ୍ଭରେ ନାଶ ଗଲା ମୋର ଅନଙ୍ଗ ସମାନେ ପୁତ୍ର ।୨୮।ମୁନି ବୋଇଲେ ତୁମ୍ଭେ ତ ଭୂତ ଭବିଷ୍ୟ ଗ୍ୟାଂତାଉତୁରି ନୁଆରିଲ ୟେ ମୋର କଷଣ ବାରତା ।୨୯।ମାନୁଷ୍ୟର କୋଳେ ଯେ ହୋଇଲୁ ଉତପତ୍ତିବଞ୍ଚିତ ନ ଗଲା ତୋତେ ମୃତଲୋକର ପ୍ରକୃତି ।୩୦।ଶାମ୍ୱ କୁମରୁ ଦେଖି ମୁନି ହୋଇଲେ ବିକଳମହାଗୁରୁ ଶାପ୍ୟ ତୋତେ ନୋହିଲା ନିଷ୍ଫଳ ।୩୧।ତୁ ୟେବେ ଶାମ୍ୱକୁମର ଚଳ ୟେହିକ୍ଷଣଚନ୍ଦ୍ରଭାଗା ଅର୍କତୀର୍ଥେ ବିଜୟେ ବିରଞ୍ଚି ନାରାୟେଣ ।୩୨।ପୃଥିବୀର କୋଣେ ଅର୍କଦଇତକୁ କରିଣ ନାଶପାନଶ୍ରୀ ମାରତଣ୍ଡ ଦେବତା ବୋଲି ତାର ନାମ ।୩୩।ସାତକୋଟି ତୀର୍ଥ ଯେ ବିଜୟେ ତହିଂ ସବୁସେ କୋଣାଅର୍କ ତୀର୍ଥେ ଯାଇ ବିରଞ୍ଚି ସେବିବୁ ।୩୪।ଆହାର ମଇଥୁନ ନିନ୍ଦ୍ରା ତାର ନାହିଂ କିଛିପବନ ଆହାରେ ସେ କୁମୁଦ ନାଡ଼ ଭକ୍ଷି ।୩୬।ମନ ବଚନ କର୍ତ୍ତବ୍ୟେ ବିରଞ୍ଚି ନାରାୟଣିକୁ ସେବାଦ୍ୱାଦଶ ବରଷେ ସେ ପ୍ରସନ୍ନ ହୋଇଲେ ଆଦିଦେବା ।୩୭।ବିରଞ୍ଚି ନାରାୟଣଂକର ବଚନେଣ କରିମହାଗୁରୁ ଶାପ ଗଳୁତ କୋଷ୍ଠ ହୋଇଲାକ ପାରି ।୩୮।ନିକଳଂକ ହୋଇଲା ସେ ମହା କୋଷ୍ଠବ୍ୟାଧିମହା କ୍ଲେଶରୁ ଶାମ୍ୱ ହୋଇଲା ସଂସିଦ୍ଧି ।୩୯।ନିଷ୍କଳଂକ ହୋଇଲା ସେ ବାସୁଦେବଂକ ତନୟେୟେ ତୀର୍ଥର ମହିମାଂ ଶୁଣସି ଧର୍ମରାୟେ ।୪୦।ଆହୋ ଯୁଝେଷ୍ଠିର ତୁ ବିରଞ୍ଚି ନାରାୟଣ କର ସେବାପ୍ରସନ୍ନ ହୋଅନ୍ତୁ ତୋତେ ବିରଞ୍ଚି ନାଥ ଦେବା ।୪୧।ପ୍ରସନ୍ନ ବିରଞ୍ଚି ନାରାୟେଣ ଦୟାର ସାଗରଅନେକ ଜନ୍ମାନ୍ତର ଦୁଷକୃତ ଯାଉ ପାର ।୪୨।ସେ ତୀର୍ଥ ପାଣ୍ଡବେ ରହିଲେ ପଞ୍ଚୁରାତ୍ରତହୁଂ ବିଜେ କରିଗଲେ ଦେବ ଧର୍ମସୁତ ।୪୩।ରାମଚଣ୍ଡୀ ଦ୍ରଶନ କଲେ ରାମତୀର୍ଥେଅଠାଇଶି ସହସ୍ର ଋଷି ଅଛନ୍ତି ସଂଗତେ ।୪୪।ମାରକଣ୍ଡ ବୋଇଲେ ବାବୁ ୟେ ସେ ରାମଚଣ୍ଡୀଦକ୍ଷିଣ କୋଶଳେ ୟେ ଗୁପତ ତୀର୍ଥଖଣ୍ଡି ।୪୫।ବାବୁ ସୀତୟା ହରଣ ଯହୁଂ କଲାକ ରାବଣମାଲ୍ୟବନ୍ତ ପର୍ବତୁଂ ଶ୍ରୀରାମଂକୁ ଆଣିଲା ବୀର ହନୁମାନ ।୪୬।ମକର ମାସ ପ୍ରଥମ ପକ୍ଷ ପ୍ରତିପଦାର ଦିନଅଶ୍ଲେଷା ନକ୍ଷତ୍ର ସେ ଦିନ ଭୃଗୁବାର ବିଦ୍ୟମାନ ।୪୭।ଶ୍ରୀ ରାମଚନ୍ଦ୍ର ଯେ ବିଜୟେ କଲେ ୟେଥେଶୁଭଖମ୍ୱ ପୋତିଲେ ଲଂକାକୁ ସେତୁବନ୍ଧ ବାନ୍ଧିବା ନିମନ୍ତେ ।୪୮।ୟେଠାରେ ଶରଣ ଆସି ପଶିଲା ବିଭୀଷଣବୋଇଲା ଭୋ ସ୍ୱାମୀ ୟେଥି ଶୁଭଦେବାର ହୋଇଲା ଅକାରଣ ।୪୯।ଉତ୍ତର ଭାଗରେ ଦେବ ଲଂକା ସିଂଘଦ୍ୱାରପୂର୍ବ କତିକି ପ୍ରକୁତି ଶଂକା ଭୂମି ନିରାଧାର ।୫୦।ୟେହି ସଳଖେ ବନ୍ଧ ପାଡ଼ିଲେ ଦେବସ୍ୱାମୀବନ୍ଧ ଲାଗିବ ଯାଇଂ ମରଡ଼ା ଶାଲ ଭୂମି ।୫୧।ବିଭୀଷଣର ବଚନେ ବିସ୍ମୟେ ରଘୁପତିତହୁଂ ଚଳିଗଲେ ଦେବ ଦକ୍ଷିଣ ମୂରତି ।୫୨।ଯେବଣ ଶିଳାଖମ୍ୱଗୋଟି ପୋତିଲେ ଶ୍ରୀରାମଜ୍ୟୋତି ବୀଜମନ୍ତ୍ରେ ପୂଜିଲେ ଶ୍ରୀରାମ ଚଣ୍ଡୀ ନାମ ।୫୩।ବାବୁ ଶ୍ରୀରାମଚନ୍ଦ୍ର ଦ୍ରଶନେ ଯେତେକ ଫଳଶ୍ରୁତିଇହଲୋକେ ପରଲୋକେ ପାଇ ସଦଗତି ।୫୪।ୟେ ମଉଦଧିରେ ସ୍ରାହାନକରି ପିଣ୍ଡ ଦିଲେ ରଘୁନାଥେୟେ ରାମକୁଣ୍ଡେ ମୁକତିଟି ହୋଇଲେ ରାଜା ଦଶରଥେ ।୫୫।ଯୁଝେଷ୍ଠି ଦେବେ ସ୍ରାହାନ କଲେ ମଉଦଧିଶ୍ରୀରାମକୁଣ୍ଡେ ସ୍ରାହାନ କରି ରାମଚଣ୍ଡୀ ତୋଷିଲେ ଯେସେନେକେ ବିଧି ।୫୬।ଶ୍ରୀମତ୍ତ ମାତଙ୍ଗୀ ସୁପ୍ରସନ୍ନ ପରମ ବ୍ରହ୍ମରୂପୀଦ୍ରଶନେ ପ୍ରସନ୍ନ ଦେବୀ ତାରନ୍ତି ସର୍ବବ୍ୟାପୀ ।୫୭।ଶୁଣ ହୋ ଚଇତନ ତହୁଂ ବିଜେକଲେ ଧର୍ମସୁତେପ୍ରବେଶ ହୋଇଲେ ଯାଇଂ ଯମନିକ ତୀର୍ଥେ ।୫୮।ମାର୍କଣ୍ଡେ ବୋଇଲେ ବାବୁ ମଉଦଧିରେ ସ୍ରାହାନ କରମୁକତି ମହାଲିଙ୍ଗ ୟେ ଅଟନ୍ତି ଯମେଶ୍ୱର ।୫୯।ଶୁଣ ହୋ ଯୁଝେଷ୍ଠି ଦେବେ ବଦୟନ୍ତି ମାରକଣ୍ଡେମହାତୀର୍ଥ ୟେଟି ମଧ୍ୟମହୀ ଯେ ବ୍ରହ୍ମାଣ୍ଡେ ।୬୦।ବାବୁ ବ୍ରହ୍ମାଂକର ପୁତ୍ର ଯେ ଯମନିକ ମହଋଷିଅନେକ ସ୍ନେହ ତାଂକୁ କରନ୍ତି ବେଦାଭ୍ୟାସୀ ।୬୧।ବ୍ରହ୍ମାକଂର ବାହାନ ସୂଚିମୁଖ ଧୃତିରାଷ୍ଟିସେ ଯମନିକ ମହଋଷି ଆରୋହିଲେ ତାର ପିଠି ।୬୨।ଶରଧାରେ ଭ୍ରମିଲେ ଯେ ସପତ ବ୍ରହ୍ମାଣ୍ଡପାତାଳ ସୁତଳ ସହିତେ ଯେ ମହୀ ନବଖଣ୍ଡ ।୬୩।ନବଦ୍ୱୀପ ସପତ ସାଗର ଆଦିକରିକୁତୂହୋଳେ ଭ୍ରମଇ ସେ ବାଳଖିଳା ତପଚାରୀ ।୬୪।ବ୍ରହ୍ମାୟେ ବିଜେ କରିବେ ଅମର ସଭାକୁଚଉକତି ଲୋଡ଼ନ୍ତି ସେ ବାହାନ ହଂସକୁ ।୬୫।କରଯୋଡ଼ି ନାରଦେ ଯେ ଜଣାଇଲେ ଉତ୍ତରସ୍ୱାମୀ ଯମନିକ ଆରୋହିଲେ ମରୁଳ ପିଠିର ।୬୬।ବଇଶମ୍ପାୟନ ବୋଇଲେ ମୁଂ ସନ୍ଧ୍ୟା କରିବାର ବେଳେମରୁଳ ଚଢ଼ି ଯମନିକ ପଶୁଥିଲେ ପାତାଳେ ।୬୭।ଶୁଣିଣ କୋପିତ ଯେ ହୋଇଲେ ବିଧାତାରାଗେଣ ଶାପଦିଲେ ହୋଇ କୋପ ଅପ୍ରମିତା ।୬୮।କୋପେଣ ଶାପ ଯେ ଦିଲେକ ବେଦବ୍ୟାସତୁରେ ଯମନିକା ମୋର ଛାମୁକୁ ନୁଆସ ।୬୯।ଯେବଣଠାରେ ଅଛୁରେ ସେହିଠାରେ ପଡ଼ଯୁଗେ ଯୁଗେ ଥାଅ ତୁହି ସେହି ଭୁବନର ।୭୦।ପିତା ଶାପ ଦେଉଅଛନ୍ତି ଯେତେବେଳେଯମନିକ ରହିଅଛନ୍ତି ବାରାନିଧି ଉତ୍ତରକୂଳେ ।୭୧।ପିତାର କୋପେ ସେ ଯେ ନିଚଳ ହୋଇଲାସେହିଠାରେ ମହାଶମ୍ଭୁ ହୋଇଣ ରହିଲା ।୭୨।ବ୍ରହ୍ମାର ନନ୍ଦନ ୟେ ଯେ ଶ୍ରୀଲିଙ୍ଗ ଯମେଶ୍ୱରମହାଲିଙ୍ଗ ହୋଇ ବିଜେକଲାଟି ଯମନିକ ତୀର୍ଥର ।୭୩।ଅନ୍ତରେ ରୁହାଇଲେ ନୀଳସୁନ୍ଦର ନାମେ ଗିରିନୀଳ କଳ୍ପବଟ ୟେ ବସଇ ଯୁଗଚାରି ।୭୪।ମାରକଣ୍ଡେ ବୋଇଲେ ବାବୁ ଶୁଣ ତୁ ଯୁଝେଷ୍ଠିନାରାୟେଣ ଅବତାର ହୋଇଛନ୍ତି ନବସୃଷ୍ଟି ।୭୫।ଭାରା ନିର୍ଣ୍ଣେକରି ନାଶିବେ ସେ ଆପଣାର ବଂଶସମସ୍ତ ନାଶକରି ଆପଣେ ହୋଇବେ ବିରସ ।୭୬।କୁଞ୍ଜବନ କାଳନ୍ଦୀ ଲତାତଳେ ଦେବହରିମାଧବୀ ଲତାରେ ଥିବେ ଦୋଳିରେ ବିଜେକରି ।୭୭।ତ୍ରେତୟା ଯୁଗେ ଶ୍ରୀରାମଚନ୍ଦ୍ରେ ବାଳିକି ବଧକଲେଋକ୍ଷ ହରିବଳ ଘେନି ବାରାନିଧିକି ବାନ୍ଧିଲେ ।୭୮।ଲଂକାଗଡ଼ ରାବଣକୁ ଦିଲେ ଶ୍ରୀମୁଖ ଲେଖନ ଗୋଟିଏଶ୍ରୀମୁଖ ଘେନି ଲଂକାକୁ ଗଲା ବାଳିର ତନୟେ ।୭୯।ଲକାଂଗଡ଼େ ଯାଇଂ ବହୁତ ପ୍ରତଗ୍ୟାଂ କଲାସିଘଂନ୍ତ ଭାଙ୍ଗିକରି କପାଟ ଚୂରକଲା ।୮୦।କୁମ୍ଭକର୍ଣ୍ଣକଇଂ ଶୁଆଇଲା ଉତ୍ତର ଶିରକରିଅନ୍ତେଶ୍ୱରେ ମିଳି ଯହିଂ ଅଛନ୍ତି ଅସୁରୀ ।୮୧।ମନ୍ଦୋଦରୀ କେଶ ଧରି ନେଲାକ ସଭାରେଲଂକଦେବୀ ଅପମାନ କଲା ମହାବୀରେ ।୮୨।ରାବଣର ମଥାରୁ ସେ ଭାଞ୍ଜି ଆଣିଲା ମୁକୁଟଜଗତୀର ଚାଳ ଘେନି ଅଇଲା ବାଳିଚାଟ ।୮୩।ଶ୍ରୀରାମଚନ୍ଦ୍ରଂକର ଛାମୁରେ ମୁକୁଟ ଚାଳ ନେଇ ଥୋଇଅଙ୍ଗଦ ଶୁତିଲା ଯେ ପ୍ରଣପତ୍ୟ ହୋଇ ।୮୪।ଶ୍ରୀରାମ ବୋଇଲେ ବର ମାଗ କପିରାଜଅଙ୍ଗଦ ବୋଇଲା ସ୍ୱାମୀ ପର ମନ ଜାଣୁ ଦେବରାଜ ।୮୫।କିସ ବର ମାଗିବି ମୁଂ ଜାଣି ଅନୁଗ୍ରହ କରଯେହ୍ନେ କାର୍ଯ୍ୟ ମୋର ହୋଅଇ ହୃଦୟର ।୮୬।ଶ୍ରୀରାମ ବୋଇଲେ ଶୁଣ ସୁଗ୍ରୀବ ଜାମ୍ୱବଅଙ୍ଗଦ ଯେ ଆମ୍ଭଂକୁ ମାଗିଲା ପ୍ରସ୍ତାବ ।୮୭।କେ କେ ଜାଣି ପାରିଲଟି ୟେହାର ଯେ ମନଜାମ୍ୱବ ବୋଇଲା ସ୍ୱାମୀ ତୁମ୍ଭେ ସେ ସର୍ବ ଜାଣ ।୮୮।ଗର୍ଭର କଥାମାନ ଆମ୍ଭନ୍ତ ଦୃଶ୍ୟ କାହିଂତ୍ରଇଲୋକ୍ୟ ଚିନ୍ତାମଣି ନାଥ ତୋ ତହିଂ ଆନ ନାହିଂ ।୮୯।ଶ୍ରୀରାମ ବୋଇଲେ ଆମ୍ଭେ ବଧିଲୁ ବାଳିକିଅଙ୍ଗଦର ପିତ୍ରୁ ଶତ୍ରୁ ହୋଇଲୁ ନାହିଂକି ।୯୦।ମନେ ମନେ ଅଙ୍ଗଦ ଯେ ମାଗଇ ବାକ୍ୟ ସିଦ୍ଧବୋଇଲା ମୋହୋର ହାଥେ ସ୍ୱାମୀ ହୋଇବ ତୁମ୍ଭେ ବଧ ।୯୧।ଶୁଣିଣ ହନୁମନ୍ତ ଯେ ମହା କୋପକରିବୋଇଲା ଅଙ୍ଗଦ ରେ ମୁଣ୍ଡ ତୋର ପକାଇବି ମୋଡ଼ି ।୯୨।ଶ୍ରୀରାମଚନ୍ଦ୍ରେ ବୋଇଲେ କୋପ ଛାଡ଼ ହନୁଦ୍ୱାପର ଯୁଗରେ ହାଥେ ଛାଡ଼ିବୁ ଆମ୍ଭେ ତନୁ ।୯୩।ଆହୋ ଅଙ୍ଗଦ ବାଞ୍ଚ୍ଥା ସିଦ୍ଧ ଆମ୍ଭେ କରିବୁ ତୋହୋରଦ୍ୱାପର ଯୁଗେ ତୁହି ଆମ୍ଭନ୍ତ ନାଶକର ।୯୪।ୟେ ଆମ୍ଭର ସତ୍ୟ ସତ୍ୟ ଅଟଇ ଯଥାର୍ଥଦ୍ୱାପରେ ଶରୀର ବିସର୍ଜିବୁ ତୋହୋର ଯେ ହାଥ ।୯୫।ଶୁଣ ହୋ ଯୁଝେଷ୍ଠି ଯେ ବଦୟନ୍ତି ମାରକଣ୍ଡେସେ ଅଙ୍ଗତ ଜାରା ନାମେ ଶବର ଯେ ହୋଇଛିଟି ମଧ୍ୟସ୍ୱର୍ଗେ ।୯୬।ସେ ଜାରା ଶବର ଯେ ଆସିବ ମୃଗୟାମୃଗ ଲୋଡ଼ନ୍ତେ ଦେଖିବ ସେ କେଶବର ପାଦଛାୟା ।୯୭।ନାରାଜେକ ବିନ୍ଧିବ ସେ ଯୁଗ ହତକାଳେସେ ନାରାଜ ପଡ଼ିବ ଯାଇଂ କେଶବର ପାଦ ତଳେ ।୯୮।ଗତଦୋଷେ ସେହୁ ଛାଡ଼ିବେ ନିଜ ପ୍ରାଣଆଗ୍ୟାଂ ଦେବେ ହରି ଶବର ରେ ଅର୍ଜୁନେ ରାଇଆଣକରାତ ଦେଖିବ ସେ ବାସୁଦେବର ଚରଣ ।୯୯।ଚରଣ ଦେଖି କିରାତ କରିବ ବହୁ ତୁସ୍ତିଅର୍ଜୁନକଇଂ ଧାଇଂଯାଇଂ ଆଣିବ ତଡ଼ତି ।୧୦୦।ଦେଖିବ ଜଗନ୍ନାଥେ ହୋଇଅଛନ୍ତି ମୃତୁଗତକଣ୍ଠ ତଟେ ପ୍ରାଣ ରହିଛି କିଞ୍ଚିତ ।୧୦୧।ଅର୍ଜୁନର ହାଥ ଧରି ଛାଡ଼ିବେ ପଞ୍ଚୁପ୍ରାଣପିଣ୍ଡ ଦହନ କରିବ ଅର୍ଜୁନ ଯମୁନା କୂଳେଣ ।୧୦୨।ଆକାଶର ବାଣୀ ଯେ ପଢ଼ିବ ବୀର ଅର୍ଜୁନକୁକିମ୍ଫା ଦହନକରୁ ପାଥ ଜଗନ୍ନାଥର ପିଣ୍ଡକୁ ।୧୦୩।ୟେହି କଳେବର ଥାଉ ସମୁଦ୍ରେ ମେଲ ଦେବରାଜାନୀଳସୁନ୍ଦର ପର୍ବତେ କଳିଯୁଗେ ଘେନିମେ ୟେ ପୂଜା ।୧୦୪।ଦେବଂକର ଆଗ୍ୟାଂ ଯେ ଘେନିବ କିରାଟୀକ୍ଷୀରୋଦ୍ରେ ମେଲିବ ନେଇ ଜଗନ୍ନାଥଂକ ପିଣ୍ଡଗୋଟି ।୧୦୫।ସେ ପିଣ୍ଡ ଲାଗିବ ଆସି ବାରାନିଧିର ଉତ୍ତର କୂଳେସେ ଜାରା ଶବର ପୂଜା କରବଟି ସର୍ବକାଳେ ।୧୦୬।ଜଗନ୍ନାଥ ରୂପେ ହରି ତହିଂ ବିଜେକରିବଳରାମହିଂ ବଉଧ ରୂପେ ଅବତରି ।୧୦୭।ଗତ ଦୋଷ ଉପେକ୍ଷା କରିବେ ଦେବହରିବ୍ରହ୍ମା ସଙ୍ଗତେ ବସିବେ ସୋହୋଦ୍ରା ରୂପ ଧରି ।୧୦୮।କଳି ଯୁଗ ଚାରିଲକ୍ଷ ବତିଶ ସହସ୍ର ବରଷ ପରିଯନ୍ତେବଉଧ ରୂପେ ପୂଜା ପାଇବେ ନୀଳସୁନ୍ଦର ପର୍ବତେ ।୧୦୯।ଯୁଝେଷ୍ଠି ଦେବେ ପ୍ରଶଂସନ୍ତି ନୀଳସୁନ୍ଦର ପର୍ବତକୁୟେ ଶଇଳ ମେଳ ଛାଡ଼ି କିମ୍ପେ ଅଇଲ ୟେଥକୁ ।୧୧୦।ଯୁଝେଷ୍ଠି ଦେବେ ପର୍ବତକୁ କଲେ ବହୁତ ପୂଜାତୁହି ସେ ଗିରିବର ନାରାୟଣ ରୂପେ ପୂଜା ।୧୧୧।ପର୍ବତଂକ ସଙ୍ଗ ତୁ ଛାଡ଼ିଲୁ କିମ୍ପାଇଂୟେକାନ୍ତେ ରହିଲୁ ତୁ ନିରାଶ ଭାବ ହୋଇ ।୧୧୨।ଯୁଝେଷ୍ଠିଂକ ବଚନେ ସେ ବୋଲଇ ଶଇଳହେମବନ୍ତ ବିବାଦେ ପକ୍ଷ ଛେଦିଲେ ଆଖଣ୍ଡଳ ।୧୧୩।ସହସ୍ର ପର୍ବତଂକର ପକ୍ଷମାନନ୍ତ ଛେଦନ୍ତେଅଷ୍ଟପର୍ବତ ଆମ୍ଭେ ପଳାଇ ଲୁଚିଲୁ ଗୁପତେ ।୧୧୪।ନୀଳଗିରି ସୁନ୍ଦରଗିରି ଅଟୁ ଆମ୍ଭେ ବେନିସୋଦର ବୋଲି ଗରୁଡ଼ ଆମ୍ଭନ୍ତ ଅଇଲାକ ଘେନି ।୧୧୫।ନୀଳଗିରି ପର୍ବତ ଯେ ପାତାଳେ ଗୋପ୍ୟଗଲାନାରାୟେଣ ପ୍ରସନ୍ନେ ମୋର ନାମ ଚିନ୍ହ ରହିଲା ।୧୧୬।ସତ୍ୟଯୁଗେ ମୁହିଂ ସତର ଲକ୍ଷ ଯୋଜନତ୍ରେତୟାରେ ତେରଲକ୍ଷ ଯୋଜନା ଆୟତନ ।୧୧୭।ଦ୍ୱାପର ଯୁଗେ ଦ୍ୱାଦଶ ଲକ୍ଷ ଯୋଜନ ମୋର ସ୍ଥଳୀମମ ତେଜ ଅଭ୍ୟନ୍ତରେ ଗମଇ ଅଂଶୁମାଳୀ ।୧୧୮।ମୁହିଂ ଯେବେ ନିଜ କାୟା ବିକାଶିଲି ରୂପମମ ତେଜ ଲାଗିଣ ଯେ ଆଦିତ୍ୟ ହୋଇଲେକ ଗୋପ୍ୟ ।୧୧୯।ସେ ନିମନ୍ତେ ତୁସ୍ତି ମୋତେ କଲାକ ବିରଞ୍ଚିମୁହିଂ ଦିନକର ନାଥ ଶୂନ୍ୟେ ଯାଉଅଛି ।୧୨୦।ତୋହୋର ଶିରାଗ୍ରତେ ହାବୋଡ଼ନ୍ତେ ମୋହୋର ହୟେରଥଚକ ଭାଜିଣ ହୋଇଲା ଗୁଣ୍ଡାମୟେ ।୧୨୧।ଶତେ ଚକ ନିର୍ବାଣ ମୋହୋର ରଥେ ଆଦିଅନେଶତ ରଥଚକ ଭାଜିଲା ତୋହୋର ଶିଖରେ ଲାଗି ।୧୨୨।ୟେକାଚକ ମାତ୍ର ରହିଲା ମୋର ରଥଦକ୍ଷିଣ ଦିଗ ପଛ ତେଜି ମୁଁ ଗମିଲି ଉତ୍ତର ଦିଗ ପଛ ।୧୨୩।ମୁହିଂ ତୋହୋର ଭୟେ ଉପେକ୍ଷିଲି ଦକ୍ଷିଣ ପଛ ଭୂମିତୋହୋର ଗୋପ୍ୟଗଲେ ଯେ ପାରଇ ମୁହିଂ ଗମି ।୧୨୪।ତୁ ୟେବେ ଗିରିବର ଗୋପ୍ୟକର ନିଜ କାୟେଯୁଗ ଯୁଗାନ୍ତରେ ତୁ ହୋଇବୁ କ୍ଷୀଣମୟେ ।୧୨୫।ସତ୍ୟଯୁଗେ ମୁହିଂ କାଞ୍ଚନ ସ୍ୱରୂପତ୍ରେତୟା ଯୁଗେ ମୁହିଂ ମର୍କତ ମଣି ରୂପ ।୧୨୬।ଦ୍ୱାପର ଯୁଗେ ମୁହିଂ ନୀଳରତ୍ନ କାୟେତେଣୁକରି ନୀଳଗିରି ମୋତେ ବୋଲନ୍ତି ସଭିୟେଂ ।୧୨୭।କଳିକାଳ ଯୁଗରେ ୟେହୁ ଯିବ ଗୋପ୍ୟନାରାୟେଣ ପାଦୁକା ହୋଇବି ମୁଂ ବାଲୁଂକା ସ୍ୱରୂପ ।୧୨୮।ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ନୀଳଗିରିମମ ଦ୍ରଶନେ ଯେ ଅଶ୍ୱମେଧ ଯାଗ ସରି ।୧୨୯।ସତ୍ୟଯୁଗେ ମୁହିଂ ଅଟେ ଖଗେବର ମୃତ୍ତିତ୍ରେତୟା ଯୁଗେ ବିରାଳଚନ୍ଦ୍ର ନାମେଣ ସମ୍ପାତି ।୧୩୦।ଦ୍ୱାପର ଯୁଗେ ମୁହିଂ ଚଉଧର୍ମ ଗଜମୁହିଂ ସେ ବହି ପାରଇ ନାରାୟେଣଂକ ତେଜ ।୧୩୧।କଳିଯୁଗେ କେଶବ ହୋଇବେ ବଉଧ ପ୍ରତିମାମୁହିଂ ହୋଇବି ନୀଳସୁନ୍ଦର ମହତମା ।୧୩୨।ଆହୋ ଯୁଝେଷ୍ଠି ମୁହିଂ ସେ ନାରାୟଣଂକୁ ବହନ୍ତାମୋ ବିତ୍ରକେ ଆନ ନାହିଂ ନା ସହନ୍ତା ।୧୩୩।ପଞ୍ଚଇ ଭଗ୍ନୀ ୟେଥି ବହଇ ଧବଳାଙ୍ଗୀକୁଣ୍ଡ ଗଣ୍ଡ ଭେଦି ୟେହି ସେ ମୋତେ ସାଙ୍ଗୀ ।୧୩୪।ନବକୋଟି ତୀର୍ଥ ଘେନି ଯେ କ୍ଷେତ୍ରାଧି ପୁଷ୍କରନିତି ସଙ୍ଗମ ହୋଉଛି ମୋହୋର କନ୍ଦର ।୧୩୫।ମଉଦଧି ଶ୍ୱେତଗଙ୍ଗା ମାରକଣ୍ଡ ଇନ୍ଦ୍ର ଯେ ଯାମୁନିପୁଣ୍ୟତୋୟା କାବେରୀ ୟେ ପଞ୍ଚୁ ବାହିନୀ ।୧୩୬।ଆକାଶୁଂ ଉତପତ୍ତି ୟେ ହୋନ୍ତି ପାତାଳଗାମୀକୋଟିୟେ ତୀର୍ଥ ଘେନି ନୀଳ କଳ୍ପବଟେଣ ଭ୍ରମି ।୧୩୭।ନବକୋଟି ତୀର୍ଥର ଠାକୁର ମଉଦଧିନାନାତୀର୍ଥ ଜଳ ଗମି ହୋଇଲେ ୟେଥେ ଭେଦୀ ।୧୩୮।ସକଳ ତୀର୍ଥ ପାରିଦଣ୍ଡ ମଉଦଧି ସେ ରାଜାକୃଷ୍ଣ କୋଟିୟେ ଅବତାରେ ଯାହାକୁ କରନ୍ତି ପୂଜା ।୧୩୯।ମଉଦଧି ରୋମକେ ପ୍ରାଗତୀର୍ଥ ଫୁଟିଆରେକ ରୋମକେ ଯେ ସୁବର୍ଣ୍ଣଭଦ୍ରା ନଦୀଗୋଟି ।୧୪୦।ଆରେକ ରୋମେ ମଣିକର୍ଣ୍ଣିକା ତୀର୍ଥ କୁଣ୍ଡେୟେ ରୋମକେ ଗୋଡ଼ାଇ ଗଲେ ମାରକଣ୍ଡେ ।୧୪୧।ସମସ୍ତ ତୀର୍ଥ ଯେ ୟେଥିରେ ଅଛନ୍ତି ନବକୋଟିମଉଦଧି ନାଭିରୁ ସମସ୍ତ ତୀର୍ଥ ଫୁଟି ।୧୪୨।ବାବୁ ଶୁଣ ହୋ ଯୁଝେଷ୍ଠି ୟେ ଶ୍ୱେତଗଙ୍ଗାର ମହିମାଂୟେଥୁଂ ଉତପତ୍ତି ହୋଇଲେ ଶ୍ୱେତ ନାମେ ବ୍ରହ୍ମା ।୧୪୩।ୟେ ଶ୍ୱେତଗଙ୍ଗା ମଉଦଧି ତୀର୍ଥେ ତପ କଲା ଧାତାୟେଥିର ଫଳଶ୍ରୁତି ହୋଇଲା ନବସୃଷ୍ଟିର କରତା ।୧୪୪।ବାବୁ ପ୍ରଜାପତି ଦଇବତ ୟେ ରୋହିଣୀ କୁଣ୍ଡଗୋଟିଆକାଶ ମେଖଳା ୟେଥେ ଅନନ୍ତ ତୀର୍ଥ ଭେଟି ।୧୪୫।ନୀଳାମ୍ୱର ଉତପତ୍ତି ରୋହିଣୀ କୁଣ୍ଡ ଭେଦୀୟେଥକୁ ୟେକନଳା ପୃଥୀର ଯେତେ ନଦୀ ।୧୪୬।ଯଦ୍ୟପି ସପତ ସାଗର ନବଦ୍ୱୀପା ପୃଥୀସନ୍ଧ୍ୟା ଅବକାଶେ ସମସ୍ତ ସଙ୍ଗମ ହ୍ୱନ୍ତି ୟେଥି ।୧୪୭।ବ୍ରହ୍ମାଂକର ଆସନ ଅଟେ ୟେ ଶ୍ୱେତଗଙ୍ଗା ତୀର୍ଥଯମନିକ ତୀର୍ଥେ ବାସ ଅନାଦିରୁଦ୍ର ଦଇବତ ।୧୪୮।ଇନ୍ଦ୍ର ଯାମୁନିକ ତାର୍ଥରେ ଇନ୍ଦ୍ର ଦେବତାର ବସାୟେ ତିନି ଦେବତାନ୍ତ ଦେଖିତେ ସବୁରି ମନୀଷା ।୧୪୯।ବାବୁ ଶତେକ ପ୍ରଳୟେଟି ପୃଥୀ ନାଶ ଯାୟେୟେ ତୀର୍ଥେ ଲୁଚଇ ସମସ୍ତ ଦେବତାଂକ କାୟେ ।୧୫୦।ମଉଦଧିରୁ ଯାମୁନିକ ତୀର୍ଥ ପରିଯନ୍ତେ ଯେତେଦୂର ବାଲିସମସ୍ତ ଦେବତାର ଅସ୍ଥିୟେ ମୁଂ ପ୍ରତକ୍ଷେ ଦେଖିଲି ।୧୫୧।ସତ୍ୟ ତ୍ରେତୟା ଦ୍ୱାପର କଳି ଚାରିଯୁଗେକାରଣକୁ ମାତ୍ର ବାଟ ୟେ ଭୂମି ତିନିସ୍ୱର୍ଗେ ।୧୫୨।ବାବୁ ଦେବତାୟେ ମୃତୁ ଇଛନ୍ତି ଯେବଣ ଭୂମିଚତୁର୍ଦ୍ଦଶ ଭୁବନ ବ୍ରମି ନାରାୟେଣ ୟେଥେଂ ବିଶ୍ରାମି ।୧୫୩।ପ୍ରତକ୍ଷେ ବଇକୁଣ୍ଠ ୟେହା ଚିହ୍ନିତ ନୁଆରିପରମ ପଦ ଛାଡ଼ି ପାଷାଣ୍ଡେ କିପେ ଆନ ଇଚ୍ଛାକରି ।୧୫୪।ବାବୁ ଯୁଝେଷ୍ଠି ୟେଥି ମକରମାସେ ରହୟେ ପଞ୍ଚୁତୀର୍ଥ ଘେନି ତୁ ମଉଦଧିରେ ଅବଗାହ ।୧୫୫।ବାବୁ ଉତ୍ତର ଦକ୍ଷିଣ ପୂର୍ବ ପଛିମ ୟେ ଚାରିଦିଗୟେ ମୃତୁ ମଣ୍ଡଳେ ୟେ ଅଟଇ ଅମର ସ୍ୱର୍ଗ ।୧୫୬।ୟେକାବେଳେ ତାର୍ଥକଲେ ଅନେକ ଜନ୍ମର ଦୁଃଖ ମେଣ୍ଟିନକ୍ଷତ୍ର ହୋଇ ସ୍ୱର୍ଗେ ବସଇ ଯେବେ ପଞ୍ଚୁରାତ୍ର ପଞ୍ଚୁଦିବସ ଖଟି ।୧୫୭।ତୁ ଯେବେ ୟେକମନେ ମକରମାସକ ରହିବୁୟେ ଦେହଗୋଟି ଘେନି ସ୍ୱର୍ଗରେ ବସିବୁ ।୧୫୮।ଆହୋ ଚଇତନ ନୀଳଗିରି କହିଲା ଯୁଝେଷ୍ଠି ଦେବଂକୁଧର୍ମ ଅର୍ଥ କାମ ମୋକ୍ଷ କହିଲା ୟେ ତୀର୍ଥକୁ ।୧୫୯।ଅନେକ ପରମାର୍ଥ ନୀଳଗିରି ଶଇଳ କହିମହତ ବାକ୍ୟେଣ ଯୁଝେଷ୍ଠି ଦେବ ପର୍ବତେଣ ରହି ।୧୬୦।ଋଷଭ ମିଥୁନ କକଡ଼ା ସିଂହ କନ୍ୟା ତୁଳବିଛା ଧନୁରେ ବଞ୍ଚିଲେ ଋଷିଂକର ମେଳ ।୧୬୧।ଅମୃତ ଯୋଗାଡ଼ ଦାରାକ୍ଷ ଫଳମାନପର୍ବତରୁ ପ୍ରସରଇ ନିତ୍ୟକର୍ମ ବିଧାନ ।୧୬୨।ଦିବସେ ନିନ୍ୟେ ହୋଅଇ ରାତ୍ରେ ଲାଗଇ ସ୍ୱର୍ଗେଦେଖନ୍ତି ତ୍ରିପୁର ଲୋକେ ଗିରି ଅନୁରାଗେ ।୧୬୩।ଧନୁ ମାସ ଶୁକଳ ପକ୍ଷ ଦଶମୀ ପାହାନ୍ତିତିନିଦଣ୍ଡ ଥାଂଉ ସେ ଲାଗିଲା ମକର ସଂକରାନ୍ତି ।୧୬୪।ଅର୍କବାର ସେ ଦିନ ନକ୍ଷତ୍ର ଅଶ୍ୱିନୀତଇତଳ ନାମେ କରଣ ଭୋଗ ଦଣ୍ଡତିନି ।୧୬୫।ଶୁଭ ନାମେ ତହିଂ ଯୋଗ ଯେ ଭୋଗଇପଞ୍ଚମର ଚନ୍ଦ୍ରେ ସେହିଦିନ ଅନକୂଳ ଲାଗଇ ।୧୬୬।ଦଶମରେ ଆଦିତ୍ୟ ସେ ପଣ୍ଡୁରାୟେର ପୁତାମହୋଦଧିର କୂଳେ ବିଜୟେ ତୀର୍ଥଯାତ୍ରା ।୧୬୭।ଅସଦ୍ୟ ସ୍ରାହାନ ସାରିଲେ ବାହିଜ୍ୟେବାରାନିଧି କୂଳେ ବିଜୟେ ଦେବରାଜେ ।୧୬୮।ଧଉମ୍ୟ ପୁରୋହିତ ବରଣେ ସଂକଳ୍ପ କରିମକର ସଂକ୍ରାନ୍ତି ଗଣାଇ ମଙ୍ଗଳ ଆଚରି ।୧୬୯।ଦେବ ପିତୃ ବିଶ୍ୱଦେବା ସନକ ବରୁଣଅଷ୍ଟକୁଳା ନାଗ ପୁଷ୍କର ମନ୍ତ୍ରେଣ ସୁମରଣ ।୧୭୦।ପଞ୍ଚଭୂତ ମହାତମା ସେ ଗୁରୁମନ୍ତ୍ର ଦାହୀନିରାକୁଳ ମନ୍ତ୍ରେ ଦେବ ଜଳେ ଅବଗ୍ରାହୀ ।୧୭୧।ପ୍ରସନ୍ନ ଶୁଦ୍ଧ ବୋଧନ ମହୋଦଧିକଣୟ ଅଞ୍ଜଳିୟେ ଦେଇ ସ୍ରାହାନ ବାରାନିଧି ।୧୭୨।ପୃଥୀ ଅପ ତେଜ ବାୟବ୍ୟ ଆକାଶ ପଞ୍ଚୁଭୂତ ମନ୍ତ୍ରେପଞ୍ଚୁବେଳ ସ୍ରାନକଲେ ନାରାୟେଣ ଲୟେ ହୃଦଗତେ ।୧୭୩।ଆସନ ପାଦାସନ ପାଦ୍ୟ ଅର୍ଘ୍ୟ ଗନ୍ଧ ଚନ୍ଦନ ଧୂପ ଦୀପେକଣୟେ ଅର୍ଘ୍ୟପୂଜା କରିଣ ରାୟେ ନୃପେ ।୧୭୪।ଦେବଗଣ ଗ୍ରହଗଣେ ସନକ ନକ୍ଷତ୍ରଗଣେୟେବ ଭୂତ ନାମେ ବାମ ପାବକ ତର୍ପଣେ ।୧୭୫।ବିଜୟେ ଧର୍ମ ନନ୍ଦନ ପିତୃକାର୍ଯସାରିପୁସ୍ତକ ଫେଇ ଶୁକବ୍ରହ୍ମା ପୁରାଣ ଉଚ୍ଚାରି ।୧୭୬।ଶୁଣ ବାବୁ ଯୁଝେଷ୍ଠି ହୋ ମକର ମାସର ମାହାତ୍ମ୍ୟୟେହେନେକ ବାଗେ କଲେ ପ୍ରାପତ ହୋଅଇ ଧର୍ମ ।୧୭୭।ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତେଅତି କଷ୍ଠୋର ମକର ମାସ ସ୍ରାହାନ ଫଳ କହଇ ମୁଂ ତୋତେ ।୧୭୮।ନିଶାକାଳେ ମନ୍ଦିରୁଂ ବାହାର ହୋଇବା ୟେକାରାତ୍ର ଥାଉଂ ମଉନେ ସାରିବ ପ୍ରକୃତି ଶଂକା ।୧୭୯।ଅକାମ ଜଳେ ଯେ କରିବ ଶଉଚନମୃତ୍ତିକା ଆଣିବ ଯେ ଭୁଜ ବଢ଼ାଇଣ ।୧୮୦।ଦ୍ୱାଦଶ ବେଳ ଲଗାଇବ ମଳଗୁହ୍ୟ ଥାନକର ପାଦ ପ୍ରୋଛନ ଚତୁର୍ଦ୍ଦଶ ଉଚ୍ଚସ୍ତାନ ।୧୮୧।ଉଦ୍ଧାରିଣ ଜଳେ ପଖାଳିବ ଶୁଦ୍ଧକରିକର ଅଙ୍ଗୁଷ୍ଠି ନହେ ଲଗାଇବ ବେଳ ଚାରି ଚାରି ।୧୮୨।ଚରଣ ଗଣ୍ଠି ଅଙ୍ଗୁଷ୍ଠି ନାଭିମୂଳ କୁଛିବିସ୍ତୀର୍ଣ୍ଣ ମୃତ୍ତିକା ଜଳ ଘେନିଣ ଯେ ପୋଛି ।୧୮୩।ପଡ଼ନ୍ତା ପଂକୁ ଆମ୍ୱ ପତ୍ରେକ ଶିର ବିହୁନେବାଚା ନ ଉଚାରି କରିବ ଦନ୍ତ ଯେ ଧାପନେ ।୧୮୪।କୋମଳ କରିଣ ଯେ ମାଜିବ ଦନ୍ତପନ୍ତିରୁଧିର ବାହାର ହୋଇଲେ ଧର୍ମ ବିନଶ୍ୟତି ।୧୮୫।ଦନ୍ତ ଧାପନ କରିଣ ନ ଚାଞ୍ଚିବ ଜିଭୟେସନେକ ସରରୂପେ ଯେ ନିତ୍ୟକର୍ମ ସାରିବ ।୧୮୬।ଅଷ୍ଟ ଉତ୍ତର ଶତେଘାନ୍ତି କରି ପକାଇବ କୁଳୁକୁଞ୍ଚାତେବେ ସେ ଶୁଦ୍ଧ ହୋଇବ ମୁଖ ସେ ସୁସଞ୍ଚା ।୧୮୭।ସ୍ରାହାନ ସାରିବ ଯେ ନିତ୍ୟକର୍ମ ବିଧାନେଦେବ ପିତୃ ତର୍ପଣ କରିବ ମନ୍ତ୍ର ଧ୍ୟାନେ ଯେନ୍ହେ ।୧୮୮।ମଉନବତ୍ର କରି ତେଜିବ ସ୍ତିରୀ ତଇଳ ଆମିଷଅଖଣ୍ଡିତ କରି ପିନ୍ଧିବାକ ଝୀନବାସ ।୧୮୯।ଅନୁବ୍ରତେ ରହିଥିବ ସତ୍ୟ ଯେ ଆଚାରେମିଥ୍ୟା ନ କହିବ ନ ପଶିବ ୟେ ମାୟା ସଂସାରେ ।୧୯୦।ତଇଳ ନ ଘେନିମ ନ ଯିବ ସ୍ତିରୀ ପାଶହବିଷ୍ୟ ଭୋଜନ କରି ହୋଇବ ନିରାମିଷ ।୧୯୧।ଶୁଣ ଯୁଝେଷ୍ଠି ଦେବ ବଦୟନ୍ତି ଶୁକବ୍ରହ୍ମାବାସବର ନନ୍ଦନ ଯେ ଚିତ୍ରବାହାନ ମହତମା ।୧୯୨।ମକର ସ୍ରାହାନ ସେ କରଇ ମକ୍ରମାସେସୁଖେ ତଇଳ ଲଗାଇଲା ସେ ଶୁକ୍ଳ ଚଉଠି ଦିବସେ ।୧୯୩।କୋପଣେ ମାଧବ ଯେ ବିହିଲେ ଅଭିଶାପଯାଅ ରେ ବିଦ୍ୟାଧର ହୋଅସି ବ୍ୟାଘ୍ରରୂପ ।୧୯୪।ମାଧବର ବଚନେ ସେ ହୋଇଲା ବ୍ୟାଘ୍ରରୂପଗୋ ବ୍ରାହ୍ମଣ ଚଣ୍ଡାଳ ସହିତେ ସମସ୍ତ କଲା ଭକ୍ଷ ।୧୯୫।ଅନେକ ଜୀବ ନାଶକଲା ସେ ଆଧାର ନିମନ୍ତେବ୍ୟାଘ୍ର ହୋଇଥିଲା ସେ ବେନିଯୁଗ ପରିଯନ୍ତେ ।୧୯୬।ସତ୍ୟଯୁଗ ସତର ଲକ୍ଷ ଅଠାଶି ସହସ୍ର ବରଷତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଈ ସହସ୍ର ବରଷ ଯେ ଶେଷ ।୧୯୭।ୟେତେକାଳ ବ୍ୟାଘ୍ର ହୋଇଲା କ୍ଷଣକର ଦୋଷେମକର ମାସେ ତଇଳ ଘେନିଲେ ୟେତେକ ପାପ ପ୍ରକାଶେ ।୧୯୮।ଉମାବସୁ ବିଭାବସୁ ଦାରା ହରଣ ଦୋଷେଗଜ କଚ୍ଛପ ହୋଇଲେ ୟେହି ମକ୍ରମାସେ ।୧୯୯।ମକର ମାସେ ସ୍ରାହାନ କଲେ ବୃହସ୍ପତିଂକର ଦୁଲଣୀମିଥ୍ୟା କହିଲାର ଦୋଷେ ହୋଇଲାକ ପିଶାଚୁଣୀ ।୨୦୦।ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ଶୁକମୁନିୟେମନ୍ତେ ମକ୍ରମାସେ ତଇଳ ନ ଘେନି ।୨୦୧।ଯେବେ ମୁକତି ବାବୁ ଚିନ୍ତିବ ମାଘମାସେହବିଷ୍ୟ ଭୋଜନ ଯେ କରିବ ସନ୍ଧ୍ୟା ଅବକାଶେ ।୨୦୨।ଅଖଣ୍ଡିତ ରମ୍ଭାପତ୍ର ହୋଇଥିବ ୟେକ ମଞ୍ଜିଉଆ ଚାଉଳା ଗୁଡ଼କର ଅନ୍ନ ହାଦେ ଭୁଜିଂ ।୨୦୩।ଗୁଆ ଲବଣୀ ଯେ ସୂର୍ଯ୍ୟପାକ ଲୁଣରାନ୍ଧଣା ବିଧାନକୁ ନ ଯୋଗାଇଟି ଧବଳ ଲବଣ ।୨୦୪।ଅଗସ୍ତି ଗଇଛ ଶାକ ମୁଗ ସାରୁ ମିଶାପୁରାଣେ ଘଟଣ ୟେହି ପୂରାଅ ମନୀଷା ।୨୦୫।ଶାକଅର୍ଣ୍ଣ ହୋଇବ ଅକଟା ଅବଟା ଯେତେ ସଞ୍ଚିବାବୁ ମାଘ ମାହାତ୍ମ୍ୟରେ ୟେସନେକ ଯୁଗତି ଅଛି ।୨୦୬।ପ୍ରକୃତି ଶଂକା ଦନ୍ତ ଧାପନ ସ୍ରାହାନ ଭୋଜନ ତିନିସନ୍ଧ୍ୟାମଉନ ବ୍ରତ ହୋଇବ ନ କରିବ ପାପ ବାଧା ।୨୦୭।ଅତିଥି ଅଭ୍ୟାଗତ ଭିକ୍ଷୁକ ଜନ ଦାଦେ ଯେତେନିରାଶ ନ କରିବ ଦେଉଥିବ ଉଦେ ଅସ୍ତ ପରିଯନ୍ତେ ।୨୦୮।ନିତ୍ୟକର୍ମ ଅନ୍ତର ନୋହିବ ୟେକଲିତାଅନୁବ୍ରତେ ଶୁଣୁଥିବ ପୁରାଣ ସଙ୍ଗୀତା ।୨୦୯।ଦିବାରାତ୍ରେ ବଞ୍ଚିବ ୟେକା ମାଧକଇଂ କରି ଲୟେଘୃତ ଜାଗର ଜାଳି ନିଶି ବଞ୍ଚିବ ୟେକଧ୍ୟାୟେ ।୨୧୦।ଶରୀରେ ନ ବହିବ ତାମସ ଯେ ବୃତ୍ତିକଦାଚିତେ ନ ଭାବିବ ପାପ ଯେ ପ୍ରକୃତି ।୨୧୧।ଶୁଣ ହୋ ଯୁଝେଷ୍ଠି ସୁଜନ ହୋଉ କି କୁଜନ ହୋଉ ଅବାପୁରାଣ ସଙ୍ଗତେ ନିତ୍ୟକର୍ମହିଂ କରିବା ।୧୧୨।ଯୁଝେଷ୍ଠି ପୁଛାକଲେ ଆକାଶୁଂ ଉତପତି ତୋୟାସୁଜନ କୁଜନ ବୋଲି କେନ୍ହେ ବାରିବାକ ୟେହା ।୨୧୩।ମାରକଣ୍ଡେ ବୋଇଲେ ବାବୁ ଶୁଣ ନୃପବରମେରୁ ମେଖଳୁଂ ଯେ ସଙ୍ଗମ ହୋଉଛନ୍ତି ସାଗର ।୨୧୪।ମେରୁ ମେଖଳେ ଉଠି ଦେବତାୟେ ପଖାଳୁଛନ୍ତି ଅଙ୍ଗତହିଂର ଉଦେକ ଆସି ସାଗରେ ହୋଉଛନ୍ତି ସଙ୍ଗ ।୨୧୫।ତିନିଶ ସାଠିୟେ ଦିନ ବହଇ ଯେବଣ ଜଳତହିଂରେ ସ୍ରାନକଲେ ହୁଅଇ ବହୁତ ସୁଫଳ ।୨୧୬।ଆକାଶୁଂ ପତିତ ସମୋଦ୍ର ସାହିତା ସୁଜଳ ଜଳ ବୋଲିପୁସ୍କରିଣୀ ଗଣ୍ଡ ଖାଲ କୂପ ୟେହାକୁ ଜଳ କହିଲି ।୨୧୭।ଆହୋ ଚଇତନ ପୁଷ୍କରିଣୀରେ ସ୍ରାହାନ କଲେ ପାଞ୍ଚଭାଗ ହୋଇ ଧର୍ମକୀର୍ତ୍ତି କଲା ଲୋକକୁ ବେନିଭାଗ ନିତ୍ୟକର୍ମ ।୨୧୮।ତିନି ଭାଗ ପ୍ରାପତ ହୋଅଇ ଧର୍ମ କଲା ଲୋକକୁସାତ ଭାଗ ଧର୍ମ ହୋଅଇ ନଦୀ ସ୍ରାହାନକୁ ।୨୧୯।ବାବୁ ମାର୍କଣ୍ଡେଶ୍ୱର ୟେ ତୀର୍ଥଂକର ଅଟଇ ଆଦିପଞ୍ଚତୀର୍ଥର ନାଭି ମଣ୍ଡଳ ୟେଥେ ହାଦେ ଭେଦି ।୨୨୦।ୟେଥିର ପଛିମେ ସ୍ରାନ କଲେ ପୂର୍ବ ଯେ ମୂରତିନାଭି ମଣ୍ଡଳ ପରିଯନ୍ତେ ପଶିବାକୁ ଯୁଗତି ।୨୨୧।ନାଭି ମଣ୍ଡଳୁଂ ଅଧିକ ୟେ ଗଙ୍ଗାୟେ ପଶିଲେମାତୃ ହରଣ ଦୋଷ ପାଇବ ୟେଥି ଭଲେ ।୨୨୨।ନିତ୍ୟକର୍ମ ଜଳକୁ ନାଭି ଯାୟେ ସ୍ରାହାନଖଣ୍ଡଇ ଦୁଷକୃତ ଯେ ଅନେକ ପାପମାନ ।୨୨୩।କଥୟନ୍ତି ମାରକଣ୍ଡେ ପୁରାଣ ସଙ୍ଗତେୟେ ମାଘ ମାହାତ୍ମ୍ୟ ଯେ କହଇ ମୁଂ ତୋତେ ।୨୨୪।ବାବୁ ପୁଷ୍କର ବୋଲିକରି ଯେବଣ ପୁରୁଷଇଂଶତେଗୋଟି ତୀର୍ଥ ଲାଭିର ଭିତରେ ବସଇ ।୨୨୫।ମେରୁ ମେଖଳେ ଥାଇଂ ପୁଷ୍କର ଦେବସ୍ୱାମୀୟେ ମକର ମାସରେ ସକଳ ଜଳଗାମୀ ।୨୨୬।ବାବୁ ନବ କର୍ମଣ ପୁରୁଷ ୟେ ବିକ୍ରାନ୍ତ କାୟେପରମ ନିରାକୁଳ ପୁରୁଷ ୟେହାର ନାହିଂ ଆତଯାୟେ ।୨୨୭।ମକର ମାସର ସ୍ରାହାନେ ଯେଉଂ ଫଳଶ୍ରୁତିୟେ ପୁଷ୍କର ଦେବତା ହୋଇଲେ କ୍ଷେତ୍ର ଆଧିପତି ।୨୨୮।ୟେ ମକର ତିରିଶ ଦିବସେ ଯେ କରଇ ସ୍ରାହାନଖଣ୍ଡଇ ଅପାଦ କିଳେଶ ଦୁଷୁକୃତମାନ ।୨୨୯।ବାବୁ ମକର ମାସର ସ୍ରାହାନ ଫଳଶ୍ରୁତିନବସୃଷ୍ଟି କରତା ହୋଇଲେ ବେଦପତି ।୨୩୦।ବାବୁ ମକର ମାସର ସ୍ରାହାନର ଧର୍ମେଭବିଷ୍ୟ ଧର୍ମ ପାଇଲେ ବୃହସ୍ପତି ଉତ୍ତମେ ।୨୩୧।ବାବୁ ୟେ ମାଘ ମାସର ସ୍ରାହାନ ଫଳଶ୍ରୁତିଅପରାଧି ନାଥ ହୋଇଲେ ସୁରପତି ।୨୩୨।ମାଘମାସେ ସ୍ରାନେ ଶତମନ୍ୟୁ କଲେ ବାଞ୍ଚ୍ଥାବାରାନିଧି ନାୟେକ ସେ ଭଣ୍ଡାର କରେ ରକ୍ଷା ।୨୩୩।କଳଂକ ଚିତ୍ତେ ସ୍ରାହାନ କଲା ଯେ କୃତାନ୍ତନାଶକର ପୁରୁଷ ସେ ହୋଇଲେ ଯମ ଦଇବତ ।୨୩୪।ରୁଦ୍ର ଦେବତାୟେ କଲେ ମାତୃ ହରଣ ଦୋଷମକ୍ରମାସ ସ୍ରାହାନେ ମହାଦେବର ପାପ ଗଲା ଧ୍ୱଂସ ।୨୩୫।ବାବୁ ବିଚାରି ମାଘ ସ୍ରାହାନ କଲାକ ଭୂତସ୍ୱାମୀପୁଷ୍କର ପ୍ରସନ୍ନେ ସେ ହୋଇଲେ ଜଳଗାମୀ ।୨୩୬।ବାବୁ ବାସୁକି ନାଗ ମକରେ ସ୍ରାହାନ ସେ କରିମହାଭାରା ସହିଲାଟି ସେହି ବସୁନ୍ଧରୀ ।୨୩୭।ଶଙ୍ଖ ପଦ୍ମ ମହାପଦ୍ମ ଶ୍ୱେତପଦ୍ମ କୁଳିଶ ତକ୍ଷକ ଅନନ୍ତମକର ସ୍ରାହାନ ଫଳେ ହୋଇଲେ ଦଇବତ ।୨୩୮।ମକର ମାସର ସ୍ରାହାନର ଫଳେ ଦ୍ୱାଦଶ ବିଶ୍ୱଦେବାପାଇଲେ ପରମ ଗତି ମହାସିନ୍ଧ ଦେବା ।୨୩୯।ମକର ସ୍ରାହାନ କଲେ ଉନମତ ଋଷିର ତନୁଉଦୟ କାଳ ବାକ୍ୟେ ହୋଇଲେ ସନକ ସପତ ମନୁ ।୨୪୦।ବେଶ୍ୟାଉଂ ଜାତ ହେଲେ ବଶିଷ୍ଠ ମହଋଷିମାଘ ସ୍ରାହାନର ଫଳେ ଯୁଗାନ୍ତେକ କଳ୍ପବାସୀ ।୨୪୧।ସତ୍ୟଗୁଗେ ସୂର୍ଯ୍ୟବଂଶେ ଦକ୍ଷ ପ୍ରଜାପତିଚନ୍ଦ୍ର ଦେବତାକଇଂ ପ୍ରଦାନ କଲା ସତାଇଶ ଦୋହିତୀ ।୨୪୨।ସେ ଚନ୍ଦ୍ର ରୋହିଣୀର ତୁଲେ ଅନେକ ପୀରତିଛବିଶ କନ୍ୟାର ସେ ନ ଗଲାକ କତି ।୨୪୩।ଛବିଶ କନ୍ୟାଂକର ତାପେ ପ୍ରଜାପତି ଚନ୍ଦ୍ରକୁ କଲେ କୋପଦୋହିତାଂକର ବିକଳେ ସେ ଦଛ ରାଗେଣ ଦିଲେ ଶାପ ।୨୪୪।ପ୍ରଜାପ୍ରତି ବୋଇଲେ ତୋତେ କାମୁକ ପୁରୁଷ ବୋଲିତହିଂର ନିମନ୍ତେ ତୋତେ ସତାଇଶ କନ୍ୟାକଇ ଦିଲି ।୨୪୫।ଛବିଶ କନ୍ୟାକୁଇଂ ମୋର ତୁ କଲୁ ଯେ ଦୁରୁଭାଗୀତନୁ ଛିନ୍ନ ହୋଇଲେ ତୋହୋରେ ଅଭାଗୀ ।୨୪୬।ଶାନ୍ତିଶୀଳ ଦୁହିତାଂକୁ ଅନମିତେ ଦୁଖ ଦେଉଂୟେହାଂକର ଦୁଖେ ତୋର ତନୁ ଛିନ୍ନ ହୋଉ ।୨୪୭।ସେ ଅନାଦି ପୁରୁଷ ମହାତମାର ଅତି ମହାକୋପେତତକ୍ଷଣେ ଚନ୍ଦ୍ର ଗଳିତ ହୋଇଲା ପ୍ରଜାପତିର ଶାପେ ।୨୪୮।ପ୍ରଭାସ ପୁଷୁକର ଜଳେ ମକର ମାସେ ଚନ୍ଦ୍ର ଦେଇଂଣ ପଡ଼ିଲାପ୍ରଜାପତିର ଶାପେ ଯେ ଶଶଧର ନାଶଗଲା ।୨୪୯।ବାହୁଡ଼ି ଚନ୍ଦ୍ର ଦେବତାର ତନୁ କଅଂଳି ଉଠିଲାମାଘ ସ୍ରାହାନ ଫଳେ ଉଦୟେ ହୋଇଲା ।୨୫୦।ଦକ୍ଷର ଛବିଶ କନ୍ୟା ଯହୁଂ ଥିଲା ସେ ଉପେକ୍ଷିମାଘ ସ୍ରାହାନର ଫଳେ ସେ ଉଭୟେ କାମ ଇଛି ।୨୫୧।ପୁଷୁକର ଦେବ ପରସନ୍ନେ ଅଭୟେ ହୋଇଲେଦଇବତ ପୁରୁଷ ହୋଇ ଆକାଶେ ଉଦେ ହେଲେ ।୨୫୨।ଆଦି ବ୍ରହ୍ମାଂକର ସେ ଉପୁଜିଲେ ପଞ୍ଚତନୁସନକ ସନନ୍ଦନ ସନାତନ କପିଳ କୁମାର ଶତମନୁ ।୨୫୩।ମକର ମାସ ସ୍ରାହାନର ଯେତେକ ଫଳଶ୍ରୁତିକଳପୀ ପୁରୁଷ ହୋଇଲେ ସେ ଅନନ୍ତ ମୂରତି ।୨୫୪।ମକର ମାସ ସ୍ରାହାନ କରଇ କାମଦେବ କ୍ଷେତ୍ରପାଳୟେଥିର ଫଳଶ୍ରୁତିରେ ସେ ଆକାଶ ରଖୁଆଳ ।୨୫୫।ଆହୋ ବାବୁ ଯୁଝେଷ୍ଠି ମକର ମାସ ସ୍ରାହାନ ସୁକୃତର ଫଳେଋଷିମାନେ ବ୍ରତିଲୁ ଆମ୍ଭେ ପରମ ନିରାକୁଳେ ।୨୫୬।ଅଗସ୍ତି ବଶିଷ୍ଠ ପଉଲସ୍ତି ଆବର ବାଲମୀକେଶକ୍ତି ବିଶ୍ୱାମିତ୍ର ମାରକଣ୍ଡ ଶଉନିକେ ।୨୫୭।ବମଦେବ ସୁଦେବ ଗ୍ରାଗବ ଆବର ପାରେଶ୍ୱରକଣ୍ଡ କଣ୍ୱେ କପିଳ ସତ୍ୟପା ଋଷିଶିଙ୍ଗ ଅଙ୍ଗର ।୨୫୮।ଗାଲବ ଲୋମଶ ବ୍ୟାସ ଜୟେମୁନି ଶୁକ୍ରବ୍ରହ୍ମା ବଇଶମ୍ପାୟନମକର ମାସ ସ୍ରାହାନ ଫଳୁଂ ଆମ୍ଭନ୍ତ ଯୁଗ ୟେକଦିନ ।୨୫୯।ସତ୍ୟଯୁଗେ ବୁଦ୍ଧଶ୍ରବା , ପୁରୁରବା , ନଘୋଷ ଯଯାତିପୁରୁ , ପ୍ରବୀର , ଭୁମନୁ ଦୁଷ୍ୟନ୍ତ ଚକ୍ରବତୀ ।୨୬୦।ମକର ମାସର ସେ ସ୍ରାହାନର ଫଳେସତ୍ୟଯୁଗ ପାରକଲେ ୟେଥିର ପୁଣ୍ୟବଳେ ।୨୬୧।ଶୁଣ ବାବୁ ଯୁଝେଷ୍ଠି ସତ୍ୟଯୁଗେ ଦଛ ପ୍ରଜାପତିବଇବସୁତ ମନୁ , ଇଛାକୁ ବଂଶର ନୃପତି ।୨୬୨।ସୋମେକ , ଅଶ୍ୱକ , ପୃଥୁ ସେ ସଗରଭାନୁବନ୍ତ ଭାଗୀରଥି , ତିଲୀପ , ଯୁବନାଶ୍ୱ ମହୀଧର ।୨୬୩।ଯୁବନାଶ୍ୱ ରାଜା ଉପୁଜିଲା ଇଛାକୁର ବଂଶେଅନେକ ଯାଗଯଗ୍ୟଂ ରାଜା ଖଟାଇ ହରଷେ ।୨୬୪।ଯୁବନାଶ୍ୱ ରାଜାର ଯହୁଂ ନୋହିଲା ସନ୍ତତିଅନେକ ଦାନଧର୍ମ କଲା ମହୀପତି ।୨୬୫।ବହୁତ ଦାନ ଦିଲା ରାଜା ସନ୍ତାନ ଜାତ ଅର୍ଥେଦେବତା ବ୍ରାହ୍ମଣଂକର ବିନୟେ ଭଗତେ ।୨୬୬।ଦଶ ସହସ୍ର ବରଷ ପରଯନ୍ତେ ଅଲୋକିତ ଧର୍ମ କଲାତଦ୍ୟାପି ଯୁବନାଶ୍ୱର ଯେ ସନ୍ତତି ନୋହିଲା ।୨୬୭।ଯହୁଂ ତାହାର ସନ୍ତତି ନୋହିଲା ସତ୍ୟଯୁଗେଦେବତା ବ୍ରାହ୍ମଣଂକ ବୃତ୍ତି ହରିଲା ବର ୟେ ରାଗେ ।୨୬୮।ଅନେକ ଦୂଷିତ କଲା ନାମ ଧର୍ମ ନାହିଂୟେକାମାତ୍ର ପ୍ରାଗତୀର୍ଥେ ମାଘ ସ୍ରାହାନ ଦାହି ।୨୬୯।ସମସ୍ତ ପୁରାଣ ଯେ ନିନ୍ଦିଲା ଯୁବନାଶ୍ୱୟେକାମାତ୍ର ମାଘ ମାହାତ୍ମ୍ୟ ଶୁଣଇ ମକ୍ରମାସ ।୨୭୦।ଆହୋ ଯୁବନାଶ୍ୱ ରାଜାର ଅନୀତି ଦେଖିଣ ସର୍ବଋଷିସମସ୍ତ ଋଷିଗଣେ ବ୍ରହ୍ମାକଇଂ ଯାଇଂ ଭାଷି ।୨୭୧।ସ୍ୱାମୀ ମୃତୁ ମଣ୍ଡଳେ ଯେ ଇଛାକୁରୁ ବଂଶେସତ୍ୟରାଜାର ନନ୍ଦନ ନୃପତି ଯୁବନାଶ୍ୱେ ।୨୭୨।ବଡ଼ାଇ ଧାର୍ମିକ ସେ ଅଟଇ ନରପତିଅନେକ ଧର୍ମେ ତାର ଯେ ନୋହିଲା ସନ୍ତତି ।୨୭୩।ପୁତ୍ର ଅଭାବେ ରାଜା ପାଇଲା ବହୁତ ଦୁଖଦେବତା ବ୍ରାହ୍ମଣଂକ ବୃତ୍ତି ହରିଲା ହୋଇଣ ବିମୁଖ ।୨୭୪।ସତ୍ୟଯୁଗେ ଯେବେ ବୃତ୍ତି ହରଣ ହୋଇବଆବର ତିନିଯୁଗେ ବୃତ୍ତିଦାନ ଧର୍ମ କି ରହିବ ।୨୭୫।ଋଷିକଂର ବଚନେ ଯେ ବୋଇଲେ ବିରଞ୍ଚିଆମ୍ଭେ ଯୁବନାଶ୍ୱ ରାଜାକଇଂ ଦେବୁ ପୁତ୍ର ସଞ୍ଚି ।୨୭୬।ବାରମାସର ମଧ୍ୟେ ଯେ ମକର ମାସ ସିଦ୍ଧିସେ ପୁଣ୍ୟେ ତାହାକଇଂ ପୁତ୍ରେକ ଦେବୁଂ ଯେ ସମ୍ପାଦି ।୨୭୭।ନିରାଧାର ଆଗ୍ୟାଂ ଯହୁଂ ଦିଲେ କୁଶକେତୁବ୍ରହ୍ମଋଷିମାନେ ଶୁଣି ହୋଇଲେ ତ୍ରପୁତୁ ।୨୭୮।ବାବୁ ଆଶ୍ୱିନ କାର୍ତ୍ତିକ ମାର୍ଗଶୀର ପୁଷମାସ ଅନ୍ତେମକର ମାସର ଯେ ସଂକରାନ୍ତି ହୋଅନ୍ତେ ।୨୭୯।ମକର କୃଷ୍ଣପକ୍ଷ ଯେ ଦୁତୀୟାର ତିଥିମଘା ନକ୍ଷତ୍ର ସେ ଯେ ବାର ବୃହସ୍ପତି ।୨୮୦।ବାଳବ ନାମେ କରଣ ବିସ୍କୁମ୍ଭ ନାମେ ଯୋଗବଶିଷ୍ଠେ ଜଣାଇଲେ ପିତାମହର ଆଗ ।୨୮୧।ଜାଣିଲେ ପିତାମହ ଯେ ଯୁବନାଶ୍ୱର କଥାତ୍ରିବେଣୀ ସଙ୍ଗମେ ସେ ପଶିଲେ ଦେବ ଧାତା ।୨୮୨।ନିର୍ମଳ ଜଳ ଘଟେକ ଆଣିଲେ ଦେବ ତୋଳିମହାମନ୍ତ୍ରେ ମନ୍ତ୍ରିଲେ ସନ୍ତତି ଜାତ ହେବ ବୋଲି ।୨୮୩।ବୃନ୍ଦାଅର୍କ ବୋଲିଣ ଅଟଇ ୟେକ ବନତହିଂଯାଇଂ ପ୍ରବେଶ ହୋଇଲେ ଚତୁରାନନ ।୨୮୪।ଶିଷ୍ୟମାନନ୍ତ ଦେଖିଣ ସ୍ୱାମୀ ଦେବବରେସେ ଜଳଘଟ ନେଇ ଥୋଇଲେ ଦ୍ରୁମନ ଗିରି ଶିଖରେ ।୨୮୫।ଶାୟେଡ଼ା ବୃଷେକ ଅଛି ସେ ଗିରି ଉପରେତହିଂରେ ଜଳ ଘଟ ଥୋଇଲେ ନିର୍ଭରେ ।୨୮୬।ଲୋକାଲୋକି ନାମେ ସେ ଅଟଇ ଅଚଳଆଦି ଅନ୍ତ ଶୂନ୍ୟ ସେ ଅଟଇ ନିରାକୂଳ ।୨୮୭।ତାହାର ଉପରେ ଶାହାତା ବୃକ୍ଷ ତୀଖଶାଖାଗଗନ ମାର୍ଗେ ଯେ ଲାଗିଅଛି ତାର ରେଖା ।୨୮୮।ତ୍ରିଶାଖା ଡାଳେଣ ସେ ବସାଇଲେ ମୁଚୁଳିତହିଂର ଉପରେ ଧାତା ଥୋଇଲେ ଜଳ ଘଟ ତୋଳି ।୨୮୯।ମହାମନ୍ତ୍ରେ ମନ୍ତ୍ରିଲେ ସନ୍ତତି ଜାତ ଭଳିବଶିଷ୍ଠଂକୁ କହିଣ ପିତାମହ ଗଲେ ଚଳି ।୨୯୦।ବୋଇଲେ ୟେହା ନେଇ ସମର୍ପିବ ଯୁବନାଶ୍ୱ ରାଜାକୁୟେ ଜଳ ଆପ୍ୟାନ କରାଉ ତାହାର ଭାରିଯାକୁ ।୨୯୧।ଉପୁଜିବ ପୁତ୍ରେକ ତାର ବଳେଣ ବଳବନ୍ତାମହା ବଳିଷ୍ଠ ହୋଇବ ସେ ତ୍ରଇଲୋକ୍ୟ ଜଗଜ୍ଜିତା ।୨୯୨।ଗଲେକ ପିତାମହ ଯଶୋବନ୍ତୀ ଭୁବନେୟେଣେ ଯୁବନାଶ୍ୱ ଭ୍ରମଇ ବିପୁନ୍ୟେ ମୃଗୟା କାରଣେ ।୨୯୩।ବୃନ୍ଦାଅର୍କ ବିପୁନ୍ୟେ ସେ ଖେଦଇ ମୃଗୟାଜଳର ବିହୁନେ କ୍ଷୋଭ ପାଇଲା ତାର ଦେହା ।୨୯୪।ଜମ୍ୱେକ ବୋଲିକରି ତାହାର ହାଦେ ମନ୍ତ୍ରୀଜଳ ଆଣ ବୋଲିକରି ବୋଇଲେ ନୃପତି ।୨୯୫।ଲୋଡ଼ନ୍ତେ ମନ୍ତ୍ରୀବର ନ ପାଇଲା ଜୋଡ଼ ଖାଲଗୋଲେକ ବୃକ୍ଷ ଉପରେ ଦେଖିଲା ଜଲ ଘାଟେକ ନିର୍ମଳ ।୨୯୬।ବୃକ୍ଷ ଉପରେ ଉଠିଣ ତାହା କାଢ଼ିଣ ଯେ ଆଣିଦେଖିଲାକ ଘଟରେ ଅତିଅନ୍ତ ଶୀତଳ ନିର୍ମଳ ପାଣି ।୨୯୭।ଘେନିଣ ମନ୍ତ୍ରୀବର ଆସଇ ତାହା କନ୍ଧରେ କରିରାଜାର ଛାମୁରେ ଦିଲା ବହନ ସେ ବାରି ।୨୯୮।ମହା ଶ୍ରମେଣ ରାଜା ଅତି ଅସରାଗେଆକ୍ରୋଷି ଯୁବନାଶ୍ୱ ଜଳ ପିଇଲା ଅତି ବେଗେ ।୨୯୯।ମନ୍ତ୍ରୀକି ପ୍ରଶଂସା ରାଜା କରଇ ବହୁତକାହିଂ ପାଇଲୁ ୟେ ଜଳ ପ୍ରତକ୍ଷେ ଅମୃତ ।୩୦୦।ଅଶ୍ୱର ପିଠିରେ ଯାଇ ବିଜେ ନରେଶ୍ୱରପ୍ରବେଶ ହୋଇଲା ଯାଇଂ ଅଯୋଧ୍ୟା ନଗ୍ରପୁର ।୩୦୧।ଶୁଣ ହେ ଯୁଝେଷ୍ଠି ଦେବ ବଦନ୍ତି ମାରକଣ୍ଡେବଶିଷ୍ଠ ପଉଲସ୍ତି ଯାଇ ପ୍ରବେଶ ଯଶୋବନ୍ତୀ ବ୍ରହ୍ମାଣ୍ଡେ ।୩୦୨।ବିନୟ ଭାବହୋଇ ପୁଛନ୍ତି ଦେବ ଧାତାଭ୍ରାନ୍ତି କଲେ କି ସେ ଯୁବନାଶ୍ୱ ରାଜା କଥା ।୩୦୩।ବ୍ରହ୍ମା ବୋଇଲେ ତୁମ୍ଭେ ଚଳ ଯା ବହନସନ୍ତତି ଜଳଘାଟ ଥୋଇ ଅଇଂଲୁ ବୃନ୍ଦାଅର୍କ ବନ ।୩୦୪।ଯତନେ ଥୋଇଅଛୁ ଗୋଲକ ବୃକ୍ଷ ତାଳେତାହା ନେଇ ଦେଇଆସ ଯୁବନାଶ୍ୱ ମହୀପାଳେ ।୩୦୫।ସେ ଜଳ ଆପ୍ୟାନ କରିବ ତାହାର ବନିତାପୁତ୍ରେକ ହୋଇବ ତାର ମହା ବଳବନ୍ତା ।୩୦୬।ପିତାର ବଚନେ ସେ ମୁନିମାନେ ଗଲେବୃନ୍ଦାଅର୍କ ବନେ ଖୋଜି ଲୋଡ଼ି ନ ପାଇଲେ ।୩୦୭।ଧାତାର ଅଗ୍ରତେ ସେ କହିଲେ ବେଗେ ଯାଇଂସ୍ୱାମୀ ସନ୍ତକ ଅଛଇ ଜଳଘଟି ତହିଂ ନାହିଂ ।୩୦୮।ଶୁଣିକରି ବେଦବରେ ଲାଗିଲା ବଡ଼ ଚିନ୍ତାନ ପୁଣି ପିଅଇ ତାହା ଅସୁର ତାହା ଅସୁର ବଳବନ୍ତା ।୩୦୯।ଧ୍ୟାନେଣ ଜାଣିଲେ ତାହା ଦେବ ହୃଦଗତେଯୁବନାଶ୍ୱ ଭଷିଲା ତାହା ତୃଷାର ଆରତେ ।୩୧୦।ଯୁବନାଶ୍ୱ ରାଜା ଯେ ପିଇଲାକ ଜଳଘାଟପୁତ୍ରେକ ଜାତ ହୋଇବ ନୃପତି ଜୀବନ ହେବ ନଷ୍ଟ ।୩୧୧।ଗର୍ଭରେ ରାଜାର ଯେ ରହିଲା ପୁତ୍ର ମହାବଳବନ୍ତା ତୁମ୍ଭେ ଯାଇରାଜାକୁ କହ ନ କରୁ ସେ ଚିନ୍ତା ।୩୧୨।ବଶିଷ୍ଠ ବାମଦେବ ଅଗସ୍ତି ପଉଲସ୍ତ୍ୟେଚାରିହେଂ ପ୍ରବେଶ ହୋଇଲେ ଯାଇ ଯୁବନାଶ୍ୱ ରାଜାର ଅଗ୍ରତେ ।୩୧୩।ଦେଖିଣ ମହାରାଜା ନ କହଇ ସମ୍ଭାଷିହୃଦଗତେ ବିଚାରଇ ଅପୁତ୍ରିକ ହେଲି କିସ ହାଦେ ଋଷି ।୩୧୪।ବଶିଷ୍ଠେ ବୋଇଲେ ତୁ ଶୁଣ ମହୀଧରଦେବତା ବ୍ରାହ୍ମଣଂକୁ ତୁ ଆରାଧନା କର ।୩୧୫।ପାଇଲୁନି କାରଣ ରାଜା ଅଳ୍ପଦିନ କଷ୍ଟିବଂଶ ରକ୍ଷା ହୋଇବ ତୁ ନ ଦେଖିବୁ ପୁତ୍ରଗୋଟି ।୩୧୬।ଋଷିକଂର ବଚନ ସେ ନୃପତି କଲା ହେଳୟେହିମତି ଭଣ୍ଡ ମୋତେ ମୋହୋର ହୋଇଲା ଚତୁର୍ଥଅବସ୍ଥା କାଳ ।୩୧୭।ବ୍ରହ୍ମଋଷିମାନେ ତହୁଂ ସେ ଗଲେ ତପସ୍ଥାନେବ୍ରହ୍ମାଂକର ବଚନ କି ହୋଇପାରେ ଆନେ ।୩୧୮।ପିତାର ମନ୍ତ୍ରବଳ ନୋହିଲାକ ନାଶପୁତ୍ରେକ ରହିଲା ଯୁବନାଶ୍ୱ ଗର୍ଭବାସ ।୩୧୯।ଦିବସେ ଅଳସ ଦେହ ରାଜାର ରାତ୍ରେ ଜ୍ୱର ଖଣ୍ଡିଆହାର ନ ରୁଚଇ ରାଜାର ଦେହେ ଅଳଂକାର ନ ମଣ୍ଡି ।୩୨୦।ପେଟ ଭାରି ଦେଖି ରାଜା ଉଦ୍ଦେଶ୍ୟ କରଇ ବଇଦ୍ୟଅନେକ ମଉଷଧି ସେ କରନ୍ତି ସମ୍ପାଦ ।୩୨୧।ମହା ମହା ବଦ୍ୟମାନେ ମଉଷଧି ଦିଅନ୍ତି ଯେତେ ଯେତେସବୁ ଭସ୍ମ ହୋଅଇ ରାଜାର ଗର୍ଭତେ ।୩୨୨।ବ୍ରହ୍ମାର ମହାମନ୍ତ୍ର ରାଜାର ଗର୍ଭେ ପଶିହୁତାଶନେ ପଡ଼ିଲେ ଯେନ୍ ହେ ତୃଣ ହୋୟେ ଧ୍ୱଂସି ।୩୨୩।ଦିନୁ ଦିନୁଂ ରାଜାର ଦେହ ହୋଇଲା ଅଶକତଉଠନ୍ତେ ବସନ୍ତେ ରାଜା ହୋଇଲା ମୋହଗତ ।୩୨୪।ମୁଖ ନାସିକା ଚରଣ ନୋହିଲା ଚଳନ୍ତାଗର୍ଭରେ ରହିଛି ପୁତ୍ର ମହାବଳବନ୍ତା ।୩୨୫।କାହାକଇଂ ଗୋଚର ସେ ନୋହଇ ୟେ କଥାବୋଲନ୍ତି ରାଜା ବୃତ୍ତି ହରଣ କଲା ଋଷି ବ୍ରାହ୍ମଣ ଦେବତା ।୩୨୬।ସହି ନୁଆରିଲେଟି ସେ ମହାଖଳା ବୀରେକେହୁ ଅବା ପଶିଲାଟି ରାଜାର ଉଦରେ ।୩୨୭।ମହାକାଳ ହୋଉ କି କ୍ଷେତ୍ରପାଳ ଚାମୁଣ୍ଡାରାଜାର ଗର୍ଭେ ପଶି ହୋଅନ୍ତି ପ୍ରଚଣ୍ଡା ।୩୨୮।ଦେବୀଂକି ପୋଢ଼ ମେଷ ଛାଗଳେ ମଇଷିଂ ମନ୍ଦାରଅନେକ ସମ୍ଭରେ ସେ କରନ୍ତି ବଳିଭୋଜା ଯୋଗଡ଼ ବିଚାର ।୩୨୯।କଡ଼ା ଘୁମୁରା ଢୋଲ ଯେ ମୃଦଙ୍ଗ ଦାମଣ୍ଡିନାଚନ୍ତି ମତୁଆଳେ ଖେମଣ୍ଡା ନାଟଖଣ୍ଡି ।୩୩୦।ନୋହୋଇ ଶାନ୍ତି ରାଜା ଦୁଗୁଣ ହୋଇଲା କଷ୍ଟବଇଶାଖ ଶୁକଳ ଚଉଠି ଦିନ ଭେଟିଲେ ବ୍ୟାସ ଯେ ବଶିଷ୍ଠ ।୩୩୧।ହଂସୁଲୀ ତୁଳି ସୁପାତି , କରିଣ ରାୟେ ତେଜ୍ୟାଭୂମିଗତେ ଅସାଷ୍ଟମ ହୋଇ ପଡ଼ିଲା ମହାରାଜା ।୩୩୨।ସନ୍ନିଧ୍ୟେ ବସିଲେ ଋଷି ବ୍ୟାସ ବିଶିଷ୍ଠଯୁବନାଶ୍ୱ ରାଜା ବୋଇଲା ମୁନି ହେ ଦେଖ ମୋହୋର କଷ୍ଟ ।୩୩୩।କର୍ମରେ କାଳେ ମୋହୋର ନୋହିଲା ସନ୍ତତିଅଧର୍ମେଣ ମୋହୋର ଆସି ହୋଇଲା ବିପତ୍ତି ।୩୩୪।ରାଜାକଇଂ ସମାର୍ଜାନା କରନ୍ତି ମୁନିବ୍ୟାସଶରୀର ସମ୍ଭାଳ ତୁହୋ ନୃପତି ଯୁବନାଶ୍ୱ ।୩୩୫।ତୋହୋର ଗର୍ଭେ ହୋ ଆନ ନାହିଂ କିଛିମହା ବଳବନ୍ତା ହୋ ପୁତ୍ରେକ ରହିଅଛି ।୩୩୬।ତୁ ଯହୁଂ ହରିଲୁ ବୃତ୍ତି ବାଡ଼ି ଦେବତା ବ୍ରାହ୍ମଣସମସ୍ତେ ଗୁହାରି କଲୁ ଆମ୍ଭେ ପିତାମହ ଆଗେଣ ।୩୩୭।ସନ୍ତାନ ଜଳଘଟ କଲୁ ରାଜା ତୋହୋର ନିମନ୍ତେବ୍ରହ୍ମା ମନ୍ତ୍ରି ଆଣିଲେ ସନ୍ତତି ଜଳଘଟେ ।୩୩୮।ଯତନେ ଆଣି ଥୋଇଲୁ ବୃନ୍ଦାଅର୍କ ବନସ୍ତ ଗୋଲକ ବୃକ୍ଷେସେ ଜଳଘଟ ମନ୍ତ୍ରୀ ଆଣିଦିଲାକ ତୋହୋର ଯେ ହାଥେ ।୩୩୯।ମୃଗୟା କାଳେ ତୃଷାରେ ପିଇଲୁ ସେ ତୋ ଗର୍ଭେ ପୁତ୍ରେକ ରହିଲାବ୍ୟାସଂକ ବଚନେ ସାଷ୍ଟମ ହୋଇଲା ।୩୪୦।ବହୁତ ସାନନ୍ଦେ ରାଜା ଉଠିଣ ବସିଲାମନରୁ ସନ୍ତାପ ଯେ ତାହାର ଛାଡ଼ିଗଲା ।୩୪୧।ବୋଲଇ ମହୀପତି ଶୁଣ ହୋ ବ୍ୟାସଋଷିମୁହିଂ ପଛେ ମରଇ ମୋହୋର ହୋଉ ବାଳଶିଷି ।୩୪୨।କୁଲକଇଂ କାରଣ ସେ ପାଳିବ ପ୍ରଜାଜନୟେ ଅଯୋଧ୍ୟା ସୂର୍ଯ୍ୟବଂଶ ରହିବ ସେ ହୋଇବ ରାଜନ ।୩୪୩।ଯଦ୍ୟପି ସାନନ୍ଦ ସେ ହୋଇଲା ମହୀପତ୍ୟେପିତା କି ସହି ପାରଇ ଗର୍ଭର ଭାରା ଯେତେ ।୩୪୪।ମାତ ସିନା ପୁତ୍ରର ଅଟଇ ଗର୍ଭଧାରୀସେହି ସେ ସହି ପାରଇ ଗର୍ଭର ଆର୍ଦ୍ଦୋଳି ।୩୪୫।କ୍ଷଣେ ସାଷ୍ଟାମ ରାଜା କ୍ଷଣକେ ଅଶକତକ୍ଷଣେ କ୍ଷଣେ ଅଚେତ ରାଜା ପଡ଼ଇ ଭୂମିଗତ ।୩୪୬।ଚମକ ପଡ଼ିଲା ଯେ ଅଯୋଧ୍ୟା ରାଜ୍ୟରଭୋ ବେଦବ୍ୟାସେ ମୁଂ ୟେଥୁଂ କେମନ୍ତେ ହୋଇବି ଯେ ପାର ।୩୪୭।ବ୍ୟାସେ ବୋଇଲେ ରାଜା ତୁ ପାଇଲୁନି କାରଣଜୀବନ୍ତେ ମୁକ୍ତ ୟେବେ ବିଷ୍ଣୁ ପୁରାଣ ଶୁଣ ।୩୪୮।କହନ୍ତି ବ୍ୟାସେ ଯେ ଭୂତ ଭବିଷ୍ୟ ଗ୍ୟାଂତାସମରାଜ୍ୟ ଲୋକ ଘେନି ଯୁବନାଶ୍ୟ ରାଜା ହୋଇଲାକ ଶ୍ରୋତା ।୩୪୯।ସପ୍ତମ ମାସେ ରାଜାର ହୋଇଲାକ ଗର୍ଭ ମହାଭାରିକ୍ଷଣ କ୍ଷଣକେ ମୋହଗତ ରାଜା ସହିତ ନୁଆରି ।୩୫୦।ନବଶତ ରାଣୀ ରାଜାର ଅନ୍ତପୁର ଭରିଯାଅନୁବ୍ରତେ ରାଣୀମାନେ ଖଟନ୍ତି ପରିଚର୍ଯ୍ୟା ।୩୫୧।ମକର କୁମ୍ଭ ମୀନ ମେଷ ବୃଷ ମିଥୁନ କକଡ଼ା ମାସେଶ୍ରାବଣ ଶୁକ୍ଲପକ୍ଷ ଦଶମୀର ଦିବସେ ।୩୫୨।ପଣ୍ଡିତ ବାର ଯେ ଶ୍ରବଣା ନକ୍ଷତ୍ରେବାଣିଜ୍ୟ ନାମେ କରଣ ଇନ୍ଦ୍ରଯୋଗ ସହିତେ ।୩୫୩।ପଞ୍ଚମେଣ ଭୃଗୁ ଯେ ଚତୁର୍ଥେଣ ବୃହସ୍ପତିତାରଚନ୍ଦ୍ର ୟେକଯୋଗ ରୋହିଣୀରେ ପ୍ରୀତି ।୩୫୪।ମହା ପଣ୍ଡିତ ପୁତ୍ରେ ସେ ଯୋଗଲଗ୍ନ ବିଚାରିଦଶଦଣ୍ଡ ରାତ୍ର ସେ ସମ୍ପୂର୍ଣ୍ଣ ପାଞ୍ଚଘଡ଼ି ।୩୫୫।ଉଂକାରି ସବଦ ଯେ ଗର୍ଜନ ନାଦ କରିଜନ୍ମ ହୋଇଲା ପୁତ୍ର ଯେ ପଞ୍ଜରା ବିଦାରି ।୩୫୬।ମହା ବଳବନ୍ତା ଯହିଂ କୁମର ଜନ୍ମ ହୋଇଲାଯୁବନାଶ୍ୱ ରାଜା ପୁତ୍ରକଇଂ ଦେଖି ପ୍ରାଣ ବିସର୍ଜିଲା ।୩୫୭।ଅନ୍ତପୁରୁଂ ରାଜାକୁ କାଢ଼ିନେଲେ ଯାଇଂବଶିଷ୍ଠେ ବାଲମ୍ୱିକେ ସମ୍ଭାଳିଲେ ଆତ୍ମଜଇଂ ।୩୫୮।ରାଜାକୁ ଦହନ କଲେ ନେଇ ଶମଶାନେପୁତ୍ର ପ୍ରତି ପାଳିଲେ ପ୍ରୋହିତ ମନ୍ତ୍ରୀମାନେ ।୩୫୯।ମାତା ନାହିଂ , ଧାତାର ମନ୍ତ୍ରବଳେ ଯାତତେଣୁ ମାନଧାତା ନାମ ଦିଲେ ବଶିଷ୍ଠ ପ୍ରୋହିତ ।୩୬୦।ସେ ମାନଧାତା ରାଜା ଇଛାକୁରୁ ବଂଶେ ଉଦେସତ୍ୟଯୁଗେ ଚାରିଲକ୍ଷ ବରଷ ରାଜା ରାଜ୍ୟକଲା ହାଦେ ।୩୬୧।ଶୁଣ ହୋ ଯୁଝେଷ୍ଠି ମାଘମାସର ମାହାତ୍ମ୍ୟଧର୍ମ ଅର୍ଥ କାମ ମୋକ୍ଷ ୟେଥେଂ ପ୍ରାପତ ଚଉଧର୍ମ ।୩୬୨।ମକର ସ୍ରାହାନ ଫଳେ ସେ ମାନଧାତା ଚକ୍ରବ୍ରତୀମହା ପ୍ରତାପୀ ହୋଇଲା ସେ ପୃଥୀରେ ୟେକକ୍ଷେତ୍ରୀ ।୩୬୩।ଉତ୍ତର କୋଶଳେ ସେ ଯେ ଅଯୋଧ୍ୟା ନଗ୍ର ପୁରୀବାଳୁତ ଆଦିକରି ମକର ସ୍ରାହାନ କରି ।୩୬୪।ସପତ ଦ୍ୱୀପ ବହନ କଲା କୃତକେଶୀଉତ୍ତର କୋଶଳେ ସେ ପ୍ରବେଶ ହେଲା ଆସି ।୩୬୫।ସେ ରାଜ୍ୟେଣ ପଶି ସେ ଲଗାଇଲା ବହତିସେ ରାଜ୍ୟେ ନ ଲାଗିଲା ଅଗ୍ନିତେଜ ଜ୍ୟୋତି ।୩୬୬।ଯହୁଂ ଜୁଇ ଲଗାଇଲେ ରାଜ୍ୟ ନ ପୋଡ଼ିଲାତହୁଂ ସେ ଅଯୋଧ୍ୟା ନାମେ ନଗ୍ରେକ ହୋଇଲା ।୩୬୭।ଯୁଝେଷ୍ଠି ବୋଇଲା ଶୁଣ ହୋ ମାରକଣ୍ଡ ଯତିକେଉଂଣ ପ୍ରତଗ୍ୟାଂ କଲା ମାନଧାତା ଚକ୍ରବ୍ରତୀ ।୩୬୮।ମାରକଣ୍ଡେ ବୋଇଲେ ଧର୍ମରାଜାର ବଚନେରାଣୀମାନେ ମାନଧାତାକଇଂ ପାଳନ୍ତି ଅତି ଯତ୍ନେ ।୩୬୯।ଶତଚନ୍ଦ୍ର ଜ୍ୟୋତି ଆଦିତ୍ୟ ତେଜ ଦିଶିପ୍ରବାହ ବାବୁ ଚଞ୍ଚଳ ମେଘର ବର୍ଣ୍ଣ ପରକାଶି ।୩୭୦।ତ୍ରଇଲୋକ୍ୟ ମୋହେ ସେ ମାନଧାତାର ଯେ ରୂପତେଜେଣ ବଶ୍ୟାନର ସେ ରୂପେଣ କନ୍ଦର୍ପ ।୩୭୧।ପ୍ରଚଣ୍ଡାବଳୀ କି ମଘବାନ ଦିଲେକ ପଠିଆଇମହାଛତ୍ରୀ ବିଦ୍ୟା ତୁ ମାନଧାତାକଇଂ ଆସ ଯା ଶିଖାଇ ।୩୭୨।ବାସବର ଆଗ୍ୟାଂ ପାଇ ସେ ପ୍ରଚଣ୍ଡାବଳୀବାଣେ ବାଣେଶ୍ୱର ସେ ସିଧାଇ ମହାବଳୀ ।୩୭୩।ବହୁତ ଶାହାସ୍ରେ ସେ ହୋଇଲେ ଜଗୁଜିତାଗର୍ନ୍ଧବ ବିଦ୍ୟା ସେ ଶିଖାଇଲେ ମହଗ୍ୟାଂତା ।୩୭୪।ଦ୍ୱାଦଶ ବରଷ ଯହୁଂ କୁମର ବଢ଼ିଲେଭାଗ୍ୟବର ଆସି ସେ ଯେ ପ୍ରସନ୍ନ ହୋଇଲେ ।୩୭୫।ଧନୁ ଶହସ୍ର ଗଦାବିଦ୍ୟା ମାଲ ଯେ ବିନ୍ଧାଣୟେମାନ ଶିଖାଇଲେ ପ୍ରବଳ ବ୍ରାହ୍ମଣ ।୩୭୬।ପଞ୍ଚଦଶ ବରଷେ ସେ ମାନଧାତା ମହାଯୋଧୀକଳା ମେଘା ଅଶ୍ୱ ଚଢ଼ି ସେ ବନସ୍ତେଣ ଖେଦି ।୩୭୭।ଦୁଷ୍ଟକୁ ନାଶି ସେ ଦିଗ ବିଜୟେର ମଧ୍ୟେମହା ମହା ଯୋଦ୍ଧାମାନନ୍ତ ଜିଣଇ ସେ ରଣ ସାଧ୍ୟେ ।୩୭୮।ଶୁଣ ହେ ଯୁଝେଷ୍ଠି କହନ୍ତି ମାରକଣ୍ଡ ଯତିଦାନେ ଗୁରୁ ପୁଣ୍ୟେ ସେ ମହାଚକ୍ରବ୍ରତୀ ।୩୭୯।ବାହୁ ବଳ ପ୍ରାକମେ ଅଟଇ ସେ ରାଜାଦୟାଶୀଳ ସେ ପାଳଇ ଜନ ପ୍ରଜା ।୩୮୦।ଦେବ ପିତୃଗଣେ ବ୍ରାହ୍ମଣେ ଭଗତଯାଗ ଯଗ୍ୟଂ କରି ସେ ପାଳଇ ସମସ୍ତ ।୩୮୧।ଯାହାର ଯିସ ବାଞ୍ଚ୍ଥା ପାଳନ୍ତି ଜାଣ ମେଘେନିଷ୍କଣ୍ଟକ ରାଜ୍ୟ କରଇ ମାହେନ୍ଦ୍ର ମହାଯୋଗେ ।୩୮୨।ସୋମବଂଶର ରାଜା ଭୁମନ୍ୟୁ ନରପତିତାହାର ଭାରିଯା ନାମ ଅଟଇ ଇନ୍ଦୁମତୀ ।୩୮୩।ଲୀଳା କମଳା ବୋଲି ତାହାର ଦୁହିତାସେ ବେନିକନ୍ୟା ପ୍ରଦାନ ହୋଇଲେ ମାନଧାତା ।୩୮୪।ସନ୍ୟ ଶଖା ମଧ୍ୟରେ ଚଳାଇଲେ ବଳୟେକଛତ୍ରୀ ଅଟଇ ସେ ଭ୍ରମଇ ମହୀପାଳ ।୩୮୫।ବ୍ରହ୍ମାୟେ ଦିଲେ ସେ ଚନ୍ଦ୍ରମଣ୍ଡଳ ଧନୁଯେବଣ ଧନୁ ନିର୍ମିତ କଲେକ ଶତମନୁ ।୩୮୬।ସେ ଧନୁ ଘେନିଣ ରାଜା ଭ୍ରମଇ ତିନିଭୁବନମାରଇ ପିଚାଶ ରାକ୍ଷସ ଜୀବମାନ ।୩୮୭।ମୃଗୟା କରନ୍ତେ ଦେଖିଲେ କର୍ଣ୍ଣକୂଟ ଗିରିତିନି ଯୋଜନ ଆୟତନ ଉଛର୍ଗ ଯୋଜନ ଚାରି ।୩୮୮।ପ୍ରତଗ୍ୟାଂୟେ ଶହସ୍ର ବିନ୍ଧିଲେ ମାନଧାତାସେ ପର୍ବତ ଫୁଟି ଶହସ୍ର ଗଲା ଅନ୍ତର୍ଗତା ।୩୮୯।ବିବୁଧେ ସାଧୁ ସାଧୁ କଲେ ମାନଧାତାର ଶର ଦେଖିସାଧୁ ସାଧୁ ହୋ ମାନଧାତା ଆମ୍ଭକଇଂ ପାରିବୁ ତୁ ରଖି ।୩୯୦।ତ୍ରିଦଶ ଲୋକେ ବସିଲେ ମେରୁପୁଷ୍ଠେନାରଦକଇଂ ରାଇ ବୋଇଲେ ସୁରଶ୍ରେଷ୍ଠେ ।୩୯୧।ମାତଳିକି ରାଇ ଆଗ୍ୟାଂ ଦିଲେ ପୁରନ୍ଦରପୁଷ୍ୟେକ ରଥ ବସାଇ ମାନଧାତାକୁ ଆମ ମୋର ପୁର ।୩୯୨।ଇନ୍ଦ୍ରର ବଚନେ ମାତଳି ଚଳଇ ବହନେପ୍ରବେଶ ହୋଇଲେ ଯାଇଂ ମାନଧାତା ରାଜାର ସନ୍ନିଧାନେ ।୩୯୩।ଦେବଦୂତ ଦେଖି ମାନଧାତା କରଇ ପୂଜାବିନୟ ଭାବେ କୁଶଳ ପୁଛଇ ରାଜା ।୩୯୪।ମାତଳି ବୋଇଲେ ଶୁଣ ତୁରେ ବାବୁୟେ ପୁଷ୍ୟେକ ରଥେ ତୁ ଦେବସଭାକୁ ଯିବୁ ।୩୯୫।ପୁଷ୍ୟେକ ଚଢ଼ି ସେ ମାନଧାତା ମେରୁ ଆଶ୍ରମେବ୍ରହ୍ମାକଇଂ ଦେଖି ପ୍ରଣ୍ୟପତ୍ୟ ହୋଇଲା ପ୍ରଥମେ ।୩୯୬।ବାସେବ ଚନ୍ଦ୍ର ପବନ ସୂର୍ଯ୍ୟ ଆଦିକରିପ୍ରଣପତ୍ୟ ମାନଧାତା ବିବୁଧାଦିଂକ ଚରଣେ ପଡ଼ି ।୩୯୭।ବାସବ ବଦନ୍ତି ତୁ ପବିତ୍ର ସୂର୍ଯ୍ୟବଂଶୀଈଶ୍ୱର ବର ପ୍ରସାଦେ ଆମ୍ଭକଇଂ ରାବଣ ଧ୍ୱଂସି ।୩୯୮।ତ୍ରଇଲୋକ୍ୟର ରକ୍ଷାପାଳ ତୁ ଆଜହୁଂ ହୋଇବୁରାବଣରୁ ଭୟରୁ ସମୟେ ରଖିବୁ ।୩୯୯।ସୋମବଂଶ ନରପତି ପୁରରବା ଥିଲାରାବଣର ଭୟରୁ ସେ ଆମ୍ଭନ୍ତ ରଖିଲା ।୪୦୦।ପୁଣ ସେହି ବଂସରେ ଜାତ ହୋଇଲା ଯଯାତିଲକ୍ଷେ ଷାଠିୟେ ଶହସ୍ର ବର୍ଷ ଖଟିଲା ଦିବାରାତି ।୪୦୧।ତୋହୋର ଉପର ବଂଶେ ଦିଲୀପ ରାୟେ ଥିଲାସେ ଆମ୍ଭଂକୁ ଅସୁର ଭୟରୁ ପାରକଲା ।୪୦୨।ସେହି ସୂର୍ଯ୍ୟବଂଶରେ ତୁ ଉପୁଜିଲୁ ମାନଧାତାକର୍ଣ୍ଣକୂଟ ପର୍ବତ ବିନ୍ଧିଲୁ ଦେଖିଲୁଂ ସେ ତୋହୋର ଯୋଗ୍ୟତା ।୪୦୩।ତୋହୋରେଣ ନିଶ୍ଚିନ୍ତେ ଥିବୁ ଯେ ଆମ୍ଭେ ସ୍ୱର୍ଗେଆଜହୁଂ ରକ୍ଷା କରିବୁ ଭୁବନ ସ୍ୱର୍ଗ ସ୍ୱଭାବେ ।୪୦୪।ମାନଧାତା ବୋଇଲା ମୁଂ ରଖିବି ତ୍ରଇଲୋକସମୁଦ୍ର ପାର ନୋହିବ ରାବଣ କଉଣୋପ ।୪୦୫।ଶୁଣିଣ ସାନନ୍ଦ ଯେ ହୋଇଲେ ଜମ୍ୱୁଭେଦୀଆପଣାର ଅଭିଷେକ ମୁକୁଟ ନେଇ ମାନଧାତା ଶିରେ ବାନ୍ଧି ।୪୦୬।ଶିରରେ ସୀମନ୍ଥିନୀ ଯେ ବାହୁଟି ଜଗଦଳାକର୍ଣ୍ଣେ କର୍ଣ୍ଣାଞ୍ଚଳ କୁଣ୍ଡଳ ହୃଦରେ ବନମାଳା ।୪୦୭।ଶ୍ରୀଭୁଜେ ଶ୍ରୀପୟରେ ନାନା ବେଶ ଅଳଂକାର ନେଇଅଜଙ୍ଗ ଧନୁ ଅକ୍ଷୟେ ତ୍ରୋଣ ଦିଲେ ନେଇ ।୪୦୮।ଖେଚରୀ ବିବାନ ଯେ ଦୁର୍ଗାଂକ ତହିଂ ଥିଲା ବେଦବର ମାଗିକରି ମାନଧାତାକଇଂ ଦିଲା ।୪୦୯।ବ୍ରହ୍ମାୟେ ସମର୍ପିଲେ ବ୍ରହ୍ମ ଯେ ଶକତିବଜ୍ର ମୁଦୁଗର ନେଇ ବଇଶ୍ୟାନରେ ଦିଅନ୍ତି ।୪୧୦।ହେମାବଳୀ ଗଦା ଚନ୍ଦ୍ର ଦେବତା ଦିଲେସୂର୍ଯ୍ୟବ୍ରତେକ ଚକ୍ର ଆଦିତ୍ୟ ସମର୍ପିଲେ ।୪୧୧।କାଳଫାଶୀ କାଳଗଦା ନାଶକର ସେହୁ ପୁଣିଜନ୍ତୁନାଥ ପୂଜା କଲା ବହୁତ ଶସ୍ର ଘେନି ।୪୧୨।ଧାତା ବୋଇଲେ ତୋତେ ଦେଲି ଦିବା ଚକ୍ଷୁଅମୃତ ହୋଇବ ତୁ ଯେତେ ଦ୍ରବ୍ୟ ଭକ୍ଷୁ ।୪୧୩।ଦେବତାଂକର ଘରେ ମାନଧାତା ସର୍ବ ଦେଖିୟେକ ଯୁଦ୍ଧକେ ତ୍ରଇଲୋକ୍ୟ ଯାକ ରଖି ।୪୧୪।ଦିନେକ ରାବଣ ଲଂକାରେ ବସିଦିନ ଅନକୂଳ କହ ବିଭୀଷଣକୁ ରୋଷି ।୪୧୫।ଦେବଦଳନ ରଥ ସାଜିଲା କୁମୁଦ ସାରଥିଅହିବ୍ରତେକ ରଥ ସାଜିଲା ଦକ୍ଷିଣ ମୂରତି ।୪୧୬।ସମଦଣ୍ଡ ସାଜିଲା ଶୁଭଲଗ୍ନ ବେଳାସଦାଶିବକଇଂ ସୁମରି ରାବଣ ରଥରେ ବସିଲା ।୪୧୭।ବତିଶ ଅଂକୁଶ ଯେ ରାବଣର ସଇନିଉଲୁକାପାତ ପରାୟେ ଦିଶିଲା ମେଦିନୀ ।୪୧୮।ଦେବତାୟେ ପଠାଇଲେ ମାତଳିକି ରାଇରାବଣ ବିଜେକଲା ବୋଲି କହ ମାନଧାତାକଇଂ ଯାଇଂ ।୪୧୯।ପୁଷ୍ୟେକ ଚଢ଼ି ସେ ବିଜୟେ ଦେବଦୂତରାବଣ ଦିଗବିଜେ ତୁ ସମ୍ଭାଳି ତୁରିତ ।୪୨୦।ଯାଇ କହ ଆକାଶେ ଦେବେ ଥାନ୍ତୁ ସୁସ୍ଥେମାନଧାତା ବିଜେକଲା ଉଚ ଯେ ପର୍ବତେ ।୪୨୧।ମଥାରେ ଜଟା ଶୋଭାବନ କରେଣ କୋଦଣ୍ଡଶରୀରେ ଭସ୍ମ ଭୂଷିତ ତେଜ ଯେ ମାରଦଣ୍ଡ ।୪୨୨।ଅକ୍ଷୟେ ତ୍ରୋଣ ଧନୁ ଘେନି ମାନଧାତା ହୋଇଅଛି ଉଭାୟେକା ଉଭା ହୋଇଅଛି ଯେସନେ ଚନ୍ଦ୍ର ପ୍ରାୟେ ଶୋଭା ।୪୨୩।ୟେଥୁ ଅନନ୍ତରେ ରାବଣର ସଇନିଚରଣ ଧୂଳି ଘାୟେ ଆଦିତ୍ୟ ଅସ୍ତ ହୋଇଲେକ ପୁଣି ।୪୨୪।ରାବଣରଇଂ କହଇ ସେ ବିଭୀଷଣ ମନ୍ତ୍ରୀସ୍ୱାମୀ ସଉରୋଭ ପର୍ବତେ ମାନଧାତା ଯେ ଅଛନ୍ତି ।୪୨୫।ତାହାର ଆଶ୍ରମ ଛାଡ଼ି ଦିଗବିଜେ କରିବାମାନଧାତା କାହିଂ ଅଛି ମୋତେ ଦେଖାଇଣ ଦେବା ।୪୨୬।ବିଭୀଷଣ କହଇ ସେ ନିଷ୍କଳଂକ ସୂର୍ଯ୍ୟବଂଶୀମାନଧାତା ଉତ୍ପତ୍ତି ସେ ଯୁବନାଶ୍ୱର ଶିଷି ।୪୨୭।କର୍ଣ୍ଣକୂଟ ପର୍ବତ ସେ ବିନ୍ଧିଲାକ ବଳେଗଙ୍ଗା ବହି ଆସୁଛନ୍ତି ସେ ପର୍ବତର ତଳେ ।୪୨୮।ରାବଣ ବୋଇଲା ମୁଂ ଜଗତରେ ଜିତାମୋ ତହୁଂ ପୃଥିବୀରେ କେ ଅଛି ସାମରଥା ।୪୨୯।ଆବର ଦିଗବିଜେ ମୁଂ ନ ଡରଇ ତାହାସେ ମାନଧାତା ତହିଂକି ରଥ ମୋର ବାହା ।୪୩୦।ବିଭୀଷଣ ବୋଇଲା ବିଚାରି ଆଗ୍ୟାଂ ଦେବାତୋହୋର ବାହୁବଳେ ତ୍ରିଭୁବନେ ତୋତେ କରନ୍ତି ସେବା ।୪୩୧।ମାରକଣ୍ଡ ବୋଲନ୍ତି ତୁ ଶୁଣ ଧର୍ମରାଜାଜମ୍ୱୁମାଳୀକି ବୋଇଲା ତୁ ବହନ ହୋଇ ଯାଅ ଯା ।୪୩୨।ରାବଣର ଆଗ୍ୟାଂ ୟେ ଜମ୍ୱୁମାଳୀ ମାନଧାଥାକଇଂ ଭେଟିବିଚାରି ବୋଲଇ ୟେ ତପୋଧନ ବେଶଟି ।୪୩୩।ୟେତେକ ବିଚାରି ସେ ଶହସ୍ର କଲା ବୃଷ୍ଟିୟେ ତୋପଧନର ମାୟେଂସ ଖାଇଲେ ଶରୀର ହୋଇବ ତୁଷ୍ଟି ।୪୩୪।ରାଗେଣ ଶହସ୍ର ସେ ବିନ୍ଧିଲା ଜମ୍ୱୁମାଳୀମାନଧାତା ଶିରେ ପଡ଼ି ଶର ହୋଇଗଲା ଧୂଳି ।୪୩୫।ବଜ୍ରମୁନା ଶରେକ ମାନଧାତା ବିନ୍ଧିଜମ୍ୱୁମାଳୀର ଶିରେ ମାନଧାତା ଶର ଭେଦି ।୪୩୬।ଘାୟେଣ ଅସାଷ୍ଟମ ସେ ହୋଇଲା ଦନୁଜାଧାମଇଂ ଅକ୍ଷୟକୁମାର ରାବଣ ଆତ୍ମଜା ।୪୩୭।ଅକ୍ଷୟ କୁମାରକଇଂ ଶରେକ ପୂରୋଇମାନଧାତା ସଂହରି ରହିଲା ସେହିଠାଇଂ ।୪୩୮।ବାହୁଡ଼ି ରାବଣ ଆଗେ କହିଲା ଅକ୍ଷୟେମନୁଷ୍ୟ ଶରୀର ତ ନୋହଇ ତାର କାୟେ ।୪୩୯।ଯେ ବାଣ ସହି ନୁଆରନ୍ତି ଦେବତାୟେସେ ବାଣ ସଂହାରଣ କଲା ତାର କାୟେ ।୪୪୦।ଅକ୍ଷୟ ବଚନ ଶୁଣି ଆପଣେ ରାବଣ ଉଠିବଂଶଭୁଜେ ଧନୁ ଧରି କରଇ ଶରବୃଷ୍ଟି ।୪୪୧।ବ୍ରହ୍ମ ଶହସ୍ର ଯେ ବିନ୍ଧିଲା ମାନଧାତାରାବଣର ଶହସ୍ରମାନ ହୋଇଲା ନାଶାଂଗତା ।୪୪୨।ଶଙ୍କଚିଲର ପଛୀ ଲୋହାର ଦଶବାଣମାନଧାତା ଉପରକୁ ବିନ୍ଧିଲା ରାବଣ ।୪୪୩।ହୃଦରେ ବାଣ ଯେ ପଡ଼ିଲା ତାହାରଅଗ୍ନି ବାହାର ହୋଇଲା ଝଣତ୍କାର ।୪୪୪।ଅସାଷ୍ଟମ ବାଣ ଯେ ମାଇଲା ଲଂକପତିମାନଧାତା ଦେହେଂ ପଡ଼ି ହୋଇଲା ବିନଶ୍ୱତି ।୪୪୫।ପୁଣ ବେନିଲକ୍ଷ ବାଣ ରାବଣେଶ୍ୱର ପେକ୍ଷିମାନଧତା ଦେହେଂ ପଡ଼ି ହୋଇଲା ସର୍ବ ଧ୍ୱଂସି ।୪୪୬।ପଞ୍ଚବେଳ ଶହସ୍ର ପେଷିଲାକ ରାଜାମୋହୋର ଶହସ୍ର ସମ୍ଭାଳ ବୋଲି ମାନଧାତା କଲାକ ପହିଜା ।୪୪୭।ଚନ୍ଦ୍ରମଣ୍ଡଳ ଧନୁ ବୀର ଧଇଲାକ ହାଥେଅମୋହ ଶକତି ଗୋଟାୟେ ଧରି ମାନଧାତେ ।୪୪୮।ମନ୍ତ୍ରିଣ ଧନୁରେ ବସାନ୍ତେ ଶକ୍ତି ହୋଇଲା ଶତେଉଛୁଡ଼ନ୍ତେ ଶକତି ହୋଇଲା ସହସ୍ରେ ।୪୪୯।ପୂରାବନ୍ତେ ଧନୁରେ କୋଟିୟେ ମୂରତିତିମିର ଦିଦାରଇ କି ଦିନକର ଜ୍ୟୋତି ।୪୫୦।ବିନ୍ଧନ୍ତେଣ ହୋଇଲା କୋଟି କୋଟି ରଶ୍ମିତେଜରେ ରାବଣ ରଥ ହୋଇଲାକ ଧ୍ୱଂସି ।୪୫୧।ମହାତେଜ ଦେଖିଣ ଭାଜିଲେ କଉଣୋପେରାବଣ ପଳାଇଲା ନିଦ୍ରାଘ ତେଜ ଦର୍ପେ ।୪୫୨।ରାବଣ ପଳାବନ୍ତେ ଘୁଞ୍ଚିଲେ ସଇନିପାଦଗତି ହୋଇ ପଳାଇ ଅନ୍ୟୋଅନ୍ୱି ।୪୫୩।ଗୋଡ଼ାଇଣ ମାନଧାତା ଧଇଲା ରାବଣକୁଭୟେଣ ରାବଣ ବୋଇଲା ଶରଣ ପଶୁଛି ତୁକୁ ।୪୫୪।ୟେ ବଚନ ଶୁଣି ମାନଧାତା ଛାଡ଼ିଲା ତାର ଭୁଜପଳାଇ ନୁଆରି ସେ ରାବଣ ଦନୁଜ ।୪୫୫।ରାବଣ ବୋଇଲା ସ୍ୱାମୀ ଲଂକାକୁ ମୁଂ ଯିବିତୁ ଯାହା ବୋଲିବୁ ମୁଂ ତାହାହିଂ କରିବି ।୪୫୬।ମାନଧାତା ବୋଇଲେ ମୋର କ୍ଷେମ ଯେତେଦିନ ୟେ ମହୀମଣ୍ଡଳେତୁ ଆଉ ବିଜେ କରିବୁ ନାହିଂ ତ୍ରଇଲୋକ୍ୟ ସ୍ଥଳେ ।୪୫୭।ରାବଣ ବୋଇଲା ମୁଂ ନ ଛାଡ଼ିବି ଲଂକାତୋହୋର ରାଜ୍ୟକଇଂ ମୋହୋର ବଡ଼ାଇ ଯେ ଶଂକା ।୪୫୮।ଆକାଶକଇଂ ଦିଗବିଜେ କରିବଇଂ ମୁହିଂମହେଶ୍ୱର ପଦ ମୋତେ ଈଶ୍ୱରେ ଛନ୍ତି ଦେଇ ।୪୫୯।ଆରେ ରାବଣ ତୋତେ ବୋଇଲା କପାଳୀମହେଶ୍ୱର ପଦ ତୁ ନୁଆରିଲୁ ପାଳି ।୪୬୦।ତ୍ରିଦଶ୍ୟ ଦେବତାୟେ ଯେ ନ ଭଜିଲେ ତୋତେତ୍ରଇଲୋକ୍ୟ ରକ୍ଷା ପାଳକ ବୋଲି ଆଗ୍ୟାଂଦିଲେ ମୋତେ ।୪୬୧।ଲଂକା ଭୁବନୁ ତୁ ବାହାର ହୋଇଲେଅବଶ୍ୟ ମୁଣ୍ଡ କାଟିବି ତୁ ଶରଣ ପଶିଲେ ।୪୬୨।ସଦାଶିବର ଗଣପୁତ୍ର ବୋଲି ତୋତେ ରକ୍ଷାକଲି ବେଳେରଖିଲି ଜୀବନ ତୋର ପଳା ବୋଲି ଛାଡ଼ିଲେ ତାର ବାଳେ ।୪୬୩।ପଳାଇ ରାବଣ ଯାଇ ଲଂକାଗଡ଼େ ପଶିମନେ ସୁମରଇ ସେ ବିଶ୍ୱେଶ୍ୱର କାଶୀ ।୪୬୪।ବୃଷଭରେ ମିଳିଲେ ଦେବ ସେ ଲଂକା ଭୁବନେରାବଣ ପ୍ରଣପତ୍ୟ ଦେବ ତ୍ରିଲୋଚନେ ।୪୬୫।ଶ୍ରୋଣିତ ପ୍ରାୟେ ଲୁଅ ବୋହଇ ଲୋଚନୁଂଦଣ୍ଡ ପ୍ରଣପତ୍ୟେ ଶୁତିଲା ଦଶାନନୁ ।୪୬୬।ବୋଇଲୁ ଭୋ ସ୍ୱାମୀ ମୁଂ ଯେ ଜଗତର ପିତାଆଜ ସମରେ ମୋତେ ମାରୁଥିଲା ମାନଧାତା ।୪୬୭।ଈଶ୍ୱର ବୋଇଲେ ଦେବତାୟେ ଶହସ୍ର ଦିଲେତ୍ରଇଲୋକ୍ୟେ ରକ୍ଷା ପାଳକ ହୋଅ ବୋଲିଣ ବୋଇଲେ ।୪୬୮।ତୁ ମାନଧାତାର ତୁଲେ ଦ୍ୱନ୍ଦ ନ କରିବୁ ବାବାନରେ ବାନରେ ତୋର ମୃତୁ ବୋଲନ୍ତି ରୁଦ୍ରଦେବା ।୪୬୯।ୟେକାଦଶ ଲୋକ ଜିଣିମାକୁ ନ ମାଗିଲୁଦଶଲୋକ ବୋଇଲୁ ନର ବାନରେ ଖାଦ୍ୟ ମଣିଲୁ ।୪୭୦।ମନୁଷ୍ୟ ଅବତାର ମାନଧାତା ସୂର୍ଯ୍ୟବଂଶୀଦେବତାନ୍ତ ଜିଣିମୁଂ ମାନବେ ହେବୁ ଧ୍ୱଂସି ।୪୭୧।କହିଣ ସଦାନନ୍ଦେ ଗଲେକ କପିଳାସେରାବଣ ବୋଇଲା ସନ୍ୟ ସଜାଅ ଆକାଶେ ।୪୭୨।ବିଭୀଷଣ ବୋଇଲା ସମୟେକ ରହିବାଇନ୍ଦ୍ରକଇଂ ଶ୍ରୀମୁଖ ଦେଇ ଦୂତ ବରଗିବା ।୪୭୩।ପାରୁଶକୁ ରାଇ ବୋଲଇ ଦଶାନନଅମରକୁ ଶ୍ରୀମୁଖ ତୁ ଲେଖ ହୋ ବହନ ।୪୭୪।ପ୍ରତଗ୍ୟାଂ ସାମରଥ କରି ହୋଇଲା ଲେଖନମୁଦା ସନ୍ତକ ଦେଇ ଦୂତ ପେଷିଲା ରାବଣ ।୪୭୫।ଆଗ୍ୟାଂ ଦେଇଣ ସେ ପେଶିଲା ଦୂତକାରୀଶ୍ରୀମୁଖ ଘେନିଣ ଅସୁରେ ଗଲେ ସ୍ୱର୍ଗପୁରୀ ।୪୭୬।ସମ୍ଭର ଆସ୍ତାନେ ଯେ ବିଜୟେ ପୁରୁହୁତେଭରହର ଖଟଣି ଲାଗିଛି ସମସ୍ତ ସଙ୍ଗତେ ।୪୭୭।ନୃତ୍ୟରଙ୍ଗେ ବୀଣା ବଇଂଶୀ ବାଦ୍ୟକାରୀସମସ୍ତ ଅପସରା ସଭାରେ ବିଜେକରି ।୪୭୮।ୟେମନ୍ତର ସମୟେ ରାବଣ ଦୂତମାନେଯାଇଂଣ ପ୍ରବେଶ ଯେ ଅମର ଆସ୍ତାନ ସନ୍ନିଧାନେ ।୪୭୯।ବାସବକୁ ବୋଇଲେ ରେ ଓଲାହ ସହସ୍ରାକ୍ଷପାୟେ ପଡ଼ି ଠାକୁରଂକ ଘେନରେ ଶ୍ରୀମୁଖ ।୪୮୦।ବାସବ ବୋଇଲେ ତାର ବଶ ନୋହୁଂ ଦେବତାୟେମାନଧାତା ନ ଥିଲା ପ୍ରାୟେ କି ବୁଝିଲୁ ଦଇତୟେ ।୪୮୧।ଅସୁରେ ବୋଇଲେ ୟେହିକ୍ଷଣି ତୋତେ ନେମୁ ଧରିକାହିଂ ତୋର ମାନଧାତା କେ ତୋତେ ରକ୍ଷା କରି ।୪୮୨।ୟେତେ ବୋଲି ଆସ୍ଥାନକୁ ଉଠିଲେ ଦଇତେପୁରନ୍ଦର ବୋଇଲେ ତୁ ନ ଉଠ ମାନଧାତା ଆନ ତୋତେ ।୪୮୩।ଅମରାଧି ନାଥ ଯହୁଂ ଯହୁଂ ଆରତେ ଡାକ ଦିଲାଆହୋ ମାନଧାତା ରକ୍ଷାକର ବୋଲିଣ ବୋଇଲା ।୪୮୪।ନିଦାଘ ଡାକ ଦିଲା ଅମର ଭୁବନେନିଜ ଦେଶେ ଶୁଭିଲା ମାନଧାତା ନିଜ କର୍ଣ୍ଣେ ।୪୮୫।ଦିବ୍ୟଚଛୁରେ ଯେ ଚାହିଂଲା ରାଜବତ୍ସେଇନ୍ଦ୍ରକଇଂ କଟାଳ ପଡ଼ିଛି ଯୋଜନ ଲଛେ ।୪୮୬।ମାନଧାତାର ଆଗେ ପୁରାଣ ପଢ଼ୁଥିଲେ ମାରକଣ୍ଡେଶୁଣୁଥିଲା ମାନଧାତା ପୁରାଣ ଆଦିକାଣ୍ଡେ ।୪୮୭।ଇନ୍ଦ୍ର ମଣ୍ଡଳ ଧନୁ କରେ ନାରାଜ ପୁରୋଇବୋଇଲା ରାବଣ ସେନାପତିର ମୁଣ୍ଡ କାଟ ଯାଇଂ ।୪୮୮।ଇନ୍ଦ୍ରକଇଂ କଟାଳ କରୁଅଛନ୍ତି ରାକ୍ଷସେମାନଧାତାରେ ନାରାଜ ପଡ଼ିଲା ଅନ୍ତରୀଛେ ।୪୮୯।କନ୍ଧେକ ସାରସା ଆବର ଭାଟ ମୋଟବେନି ଅସୁରଂକର ଗଲା ଶିର କାଟ ।୪୯୦।ମନ୍ଦର ପର୍ବତ ପ୍ରାୟେ ପଡ଼ିଲା ଅସୁରଂକ କାୟେସାଧୁ ସାଧୁ ମାନଧାତା ବୋଲି ବୋଇଲେ ଦେବତାୟେ ।୪୯୧।ମକର ଶୁକଳପକ୍ଷ ଚତୁର୍ଦ୍ଦଶୀ ସୋମବାରେମଘା ନକ୍ଷତ୍ର ସେ ସଂକରାନ୍ତି ମକରେ ।୪୯୨।ମାନଧାତା ଉତ୍ସବ ବୋଲି କରଇ ଦଇବତ ଇନ୍ଦ୍ରବ୍ରହ୍ମା ସହିତେ ସାନନ୍ଦ ସର୍ବ ଦେବବୃନ୍ଦ ।୪୯୩।କହନ୍ତି ମହାତ୍ମା ସେ ଘଟଋଷିର ତନୁଶୁଣନ୍ତି ଅପୂର୍ବ ରସ ବଇବସୁତ ମନୁ ।୪୯୪।ଶୁଣ ହୋ ମହାରାଜା ମାନଧାତାର ମହିମାଂତ୍ରଇଲୋକ୍ୟ ଜିଣିଣ ସେ ରୁହାଇଲା ସୀମା ।୪୯୫।ତିନିଲକ୍ଷ ନଉ ସହସ୍ର ବରଷ ପରିଯନ୍ତେମାନଧାତା ରାଜ୍ୟ କଲାକ ଯୁଗତେ ।୪୯୬।ତ୍ରିଦଶ ଦେବତାୟେ ଯେ ଉତସଲ୍ୟ କାଳେକଲ୍ୟାଣ ବାଞ୍ଚ୍ଥା କରନ୍ତି ଦେବତା ସକଳେ ।୪୯୭।ଚିର ଆଇଶ ମାନଧାତା ହୋଉ ସର୍ବକାଳେୟେମନ୍ତ କଲ୍ୟାଣ ସେ କରନ୍ତି ଆଖଣ୍ଡଳେ ।୪୯୮।ଧାର୍ମିକ ବିବେକ ସେ ମର୍ଯ୍ୟାଦା ପଣ୍ଡିତଦେବତା ବ୍ରହ୍ମାଣେ ରାଜା ସର୍ବଦା ଭଗତ ।୪୯୯।ଶୁଣ ହୋ ଯୁଝେଷ୍ଠି ଯେସନ ମକର ସ୍ରାହାନ କଥାମକରେ ମୃତୃ ହୋଇଲେ ଦଣ୍ଡି ନ ପାରେଇ ଯେ ନାଶକର ଦେବତା ।୫୦୦।ପଛିମ ଦେଶେ କୃତାନ୍ତେକ ନାମେ ନଗରୀକର୍ଣ୍ଣକେଶରୀ ବୋଲି ତହିଂର ଦଣ୍ଡଧାରୀ ।୫୦୧।ସେ ନଗ୍ରେ ଅଛଇ ଅମ୍ୱିକା ନାମେ ହାଡ଼ିମୃତୁ ପିଣ୍ଡମାନ ସେ ଉଛିଷ୍ଟ ନିଅଇ କାଢ଼ି ।୫୦୨।ପୂର୍ବର ପାତକେ ସେ ପାଇଲା ଘୋର ନର୍କଇଚାଣ୍ଡାଳ ଜନ୍ମ ହୋଇଣ ସେ ମକର ସ୍ରାହାନ କରଇ ।୫୦୩।ଆହୋ ମକର ମାସ କୃଷ୍ଣପକ୍ଷ ଅମାବଇ ଦିନଦାଣ୍ଡେ ମେଞ୍ଜନ ସେ କରଇ ରନ୍ଧନ ।୫୦୪।ଶ୍ୱାନେକ ମାରିଣ ମାୟେଂସ ତାର କେଳାଇଗୋରୁଚର୍ମ ଗୋଟିୟେ ତାହାର ଉପରେ ଅଛଇ ଘୋଡ଼ାଇ ।୫୦୫।ମନୁଷ୍ୟର ମୁଣ୍ଡ ତିନିଗୋଟା ପଖାଚୁଲି କରିଗଦ୍ଦର୍ଭ ମୁଣ୍ଡ ଖୋଳାରେ କୁକୁର ମାୟେଂସ ଭରି ।୫୦୬।ମଦିରା ଫୁଟାୟେ ସେ ମାୟେଂସ ଅଛି ଲାଇଅଇଂଠା ପତ୍ର ଜାଳି ସେ ମାୟେଂସ ସିଝାଇ ।୫୦୭।ତହିଂ ଘୋଡ଼ାଇ ଅଛଇ ଗୋଚର୍ମ ପାଣ୍ଡୋଇ ଖଣ୍ଡେକଣ୍ଡୁ ମହଋଷି ଯେ ରହିଲେ ତହିଂ ଦଣ୍ଡେ ।୫୦୮।ଋଷି ଯେ ବୋଇଲେ ସେ ଚାଣ୍ଡାଳକୁ ଚାହିଂୟେତେ ପରପଞ୍ଚ ଆମ୍ଭର ଦେଖିଲାତ ନାହିଂ ।୫୦୯।ସେହି ଚାଣ୍ଡାଳ ବୋଇଲା ଶୁଣିମା ମୁନି ହେୟେହାକୁ ଘୋଡ଼ାଇବାରେ ଅଛି କି ସନ୍ଦେହେ ।୫୧୦।ମକର ସ୍ରାନ ଯେ ନ କରଇ ତାର ପାଦରଜ ପଡ଼ିବ ବୋଲିୟେହାଉଂ ବଡ଼ ଦୋଷ ବୋଲି ମୁଂ ତେମନ୍ତେ ଢେଲାଉଣିଘୋଡ଼ାଇଲି ।୫୧୧।ଆହୋ ସଂସାର ଜନମାନେ ୟେହା ବିଚାର କର ମନେଜୀବନ ଅକାରଣ ଯେ ନ କରଇ ମାଘ ସ୍ରାହାନେ ।୫୧୨।କଣ୍ଡୁ ମହାଋଷି ବୋଇଲା ତୁ ଶୁଣସି ଚାଣ୍ଡାଳତୁ କେମନ୍ତେ କରୁ ମକର ସ୍ରାହାନର କାଳ ।୫୧୩।ସେ ଚାଣ୍ଡାଳ ବୋଇଲା ମୁଂ ଜନମେ ଅଟଇ ହାଡ଼ିମାଘସ୍ରାହାନ କରି ମୁଂ ସମସ୍ତ ଗତି ଅଗତିକି କାଢ଼ି ।୫୧୪।ମୋହୋର ଧର୍ମ କିମ୍ପେ ଲେଖା କରୁ ତୁହିଚାଣ୍ଡାଳ ଜନ୍ମ ସିନା ଅଟଇ ହାଦେ ମୁହିଂ ।୫୧୫।ଶୁଣ ହୋ ଯୁଝେଷ୍ଠି ମାରକଣ୍ଡେ ବୋଇଲେସେ ଚାଣ୍ଡାଳ ସମୟେ ମକର ମାସେ ନାଶ ଗଲେ ।୫୧୬।ସଞ୍ଜୀବନୀ ପୁରେ ପ୍ରବେଶ ହୋଇଲା ଯାଇଂଚିତ୍ରଗୁପତକଇଂ ଚାହିଂ ସଞ୍ଜୀବନୀ ନାଥ ପଚାରଇ ।୫୧୭।କେବଣ ପାପ ପୁଣ୍ୟ ଯେ ଅଟଇ ୟେହାରଚିତ୍ରଗୁପତେ ବୋଇଲେ ଯୋଡ଼ିଣ ବେନିକର ।୫୧୮।ଯମ ଦେବତାର ଆଗେ କହଇ ଚିତ୍ରଗୁପତେଆଲୋକ୍ୟ ପାତେକ ୟେହାର କହିବଇଂ କେତେ ।୫୧୯।ଅଖାଇଦ ଖାଇଣ ନର୍କ ଯେହୁ କାଢ଼ିରଉରବ ନର୍କ କାଢ଼ି ଜନ୍ମରେ ଅଟେ ହାଡ଼ି ।୫୨୦।ୟେକାମାତ୍ର କଥାୟେ କରଇ ଗ୍ୟାନ ବହିବାଡ଼ିରେ ତୋଭାଳି ଖୋଳି ମକ୍ରସ୍ରାନ ଦାହି ।୫୨୧।ଶୁଣିଣ ବିଚାର କରଇ ସଞ୍ଜୀବନୀ ଆଧିପତିପୁଶ୍କର ପ୍ରସନ୍ନେ ସେ ପାଇଲା ପରମଗତି ।୫୨୨।ଯମ ବୋଇଲା ଫିଟିଲା ନର୍କଗତି ସୁଖେ ତୁରେ ଯାଯାସେହି କୃତାନ୍ତକ ନଗ୍ରେ ତୁ ହୋଅ ଯାଇ ରାଜା ।୫୨୩।ବଦୟନ୍ତି ମାରକଣ୍ଡେ ଶୁଣ ଧର୍ମବତ୍ସିମାଘ ସ୍ରାହାନରେ ୟେହେନ୍ନେକ ଫଳଶ୍ରୁତି ଅଛି ।୫୨୪।ବଦୟନ୍ତି ମାରକଣ୍ଡେ ସୁଦେବର ଶିଶିଯଶୋବନ୍ତୀର ନନ୍ଦନ ପରମା ନନ୍ଦନ ଋଷି ।୫୨୫।ବାବୁ ବଇତରଣୀ କୂଳେ ବେଦପୁର ବୋଲି ଶାସନେବ୍ରହ୍ମନାଭି ସ୍ଥାନ ତହିଂ ବସନ୍ତି ଭଲ ଭଲ ବିପ୍ରମାନେ ।୫୨୬।କୁଶବତୀ ବୋଲି ପାଟଣା ନଦୀର ଉତ୍ତର ଭାଗେମଉଷଧି ତହିଂର ନିକଟ ଥିଲା ସତ୍ୟଯୁଗେ ।୫୨୭।ସେ ପାଟଣାର ସନ୍ନିଧେ ବସଇ ୟେକ ପେଣ୍ଠପଛିମ ପାରୁଶରେ ବସଇ ୟେକ ଘାଟ ।୫୨୮।ବାବୁ ସେ ନଗ୍ରରୁ ଆସନ୍ତି ଯେ କୁମାରୀ ଆଠଗୋଟିମକର ସ୍ରାହାନ କରନ୍ତି ବଇତରଣୀ ନଦୀଘାଟି ।୫୨୯।ସାତ ସାତ ବରଷ ଅଟନ୍ତି ଉଲଗ୍ନଶାହୀକେଶ ଦୃଢ଼କରି ସମ୍ଭାଳି ନୁଆରନ୍ତି କେହି ।୫୩୦।ମକର ମାସ କୃଷ୍ଣପକ୍ଷ ଭଉମବାର ଚତୁର୍ଦ୍ଦଶୀମାଘସ୍ରାନ ସାରି ସେ ଗଙ୍ଗାକୂଳେ ଛନ୍ତିବସି ।୫୩୧।ବାଲିର ଘର ଗୋଟିୟେକ ତୋଳିରେଣୁର ଭାତ ତିଅଣ ପରଶନ୍ତି ବାଳୀ ।୫୩୨।କୁଲାଇ କୁଣ୍ଡାଇ ସେ ଘେନିଣ ଖେଳ ଖେଳିକୁଣ୍ଡାଇ ବିଭା କରିଣ ସେ ଦିଅନ୍ତି ହୁଳାହୁଳି ।୫୩୩।ଶୁଣ ଆହୋ ଯୁଝେଷ୍ଠି ୟେସନେକ ସମୟେବୃଷର ଚଢ଼ି ହର ଗଉରୀ କଲେକ ବିଜୟେ ।୫୩୪।କଟିତଟେ ଚିରିକୁଟି ଗଳାରେ ମୁଣ୍ଡମାଳଉଡ଼ଙ୍ଗ ବ୍ୟାଘ୍ରଚର୍ମ ଲମ୍ୱଇ ବକ୍ଷସ୍ଥଳ ।୫୩୫।କୋଳେ କାନ୍ତାନୀ ଯେ ବିଜୟେ ଦେବୀ ଉମାବୃଷଭ ରୁହାଇ ଶୂନ୍ୟରେ ଦେଖନ୍ତି ଖେଳର ମହିମାଂ ।୫୩୬।ଈଶ୍ୱର ପୁଚ୍ଛାକଲେ ଶୁଣ ଗୋ ମାହେଶ୍ୱରୀକିସ କରନ୍ତି ବସି ସେ ବାଳୁତ କୁମାରୀ ।୫୩୭।ଗଉରୀ ବୋଲନ୍ତି ୟେ ବାଳୁତଂକ ଖେଡ଼ଘରସାନ ସାନ କୁମାରୀଂକ ରାନ୍ଧଣା ଧୂଳିଖେଳ ।୫୩୮।ଈଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ଗଉରୀୟେହାଂକ ଖେଳ ମନ୍ଦିରେ କି ନାହିଂନା ଭିକାରୀ ।୫୩୯।ପାର୍ବତୀ ହାସ୍ୟକଲେ ସଦାନନ୍ଦର ବାକ୍ୟ ଶୁଣିବାଳୁତ ଶୁଣଇ କି ସଜ୍ଜନର ଯେ ବାଣୀ ।୫୪୦।ଧୂଳିର ଭାତ ଯେ ଧୂଳିର ତିଉଣଭିକ୍ଷାସୀ ଗଲେ ତହିଂ ପାଇବ କେଉଂଣ ।୫୪୧।ଈଶ୍ୱରେ ବୋଇଲେ ତୁମ୍ଭେ ବୃଷଭ ପିଠିରେ ଥାଅ ଦଣ୍ଡେ ରହିଭୀକ୍ଷାସୀ ରୂପେ ମୁଂ ଭିକ୍ଷା ମାଗି ଆସେ ତହିଂ ଯାଇ ।୫୪୨।ପାର୍ବତୀ ବୋଇଲେ ତହିଂ ଖେଳୁଛନ୍ତି ବାଳୁତ ଦୋହିତାୟେତୁମ୍ଭନ୍ତ ଦେଖିଲେ ସେହୁ ପଳାଇ ଯିବେ ଭୟେ ।୫୪୩।ଭୋଳାନାଥ ପୁରୁଷ ବିଜୟେ ଦେବକାଶୀତାହାଂକର ସାରିକ୍ଷେ ଯେ ରୂପ ପରକାଶି ।୫୪୪।ଭସ୍ମ ବିଲେପନ ଯେ କବରୀ ଭାର ଜଟାଶୁଦ୍ଧ ସଷ୍ଟିକ ବର୍ଣ୍ଣ ସେ କଉପନୀ କାଛଟା ।୫୪୫।ତ୍ରିଶୂଳ ଯାମଳା ଲାଉ ବେନିହାଥେଗରଗତ ରୁଞ୍ଜ ଗୁଞ୍ଜମାଳି ଲମ୍ୱିତ ହୃଦଗତେ ।୫୪୬।ଚିତ୍ର କଉଡ଼ି ତାମ୍ୱର ତହିଂ ସଷ୍ଟିକ ହାଡ଼ମାଳାସର୍ପଂକର ଅସ୍ଥି ଲମ୍ୱଇ ଦେବ ଗଳା ।୫୪୭।ଲଲାଟେ ସୀମନ୍ଥିନୀ ଗୁଞ୍ଜରା ରେଖ କଚ୍ଛପଦ୍ମ ସଷ୍ଟିକ ସୁନ୍ଦର ଧବଳ ଲଲାଟ ରେଖ ।୫୪୮।ମଉଳେ ବିରାଜିତ ତାମ୍ରବର୍ଣ୍ଣ ଫେଣିଚଳଇ ଧବଳାଙ୍ଗୀ ଶିରେ କୁହୁକ ଜାଣି ।୫୪୯।ପ୍ରବାଳ ବାଳ ପୁଞ୍ଜିରେ ଶୋଭିତ ଦେବ କଟିପଶୁ ଚର୍ମ ଉପରେ କଷା କରପଟୀ ।୫୫୦।ଜାନୁରେ ମେଖଳି ମଜୂର କଣ୍ଠ ପକ୍ଷୀଡିବି ଡିବି ଡମ୍ୱରୁ ସୁସ୍ୱରେ ବାଜୁଅଛି ।୫୫୧।ରେଣୁଘର କରିଣ ଖେଳନ୍ତି ସର୍ବବାଳୀଅଦଭୁତେ ପ୍ରବେଶ ହୋଇଲେ କୁଆଂଳୀ ।୫୫୨।ଜାଗରେ ଜାଗ ମାଈ ବୋଲି ବୋଲନ୍ତି ସଦାନନ୍ଦେହସିଲେ କୁମାରୀ ମାନେ ଡମ୍ୱରୁ ଶବଦେ ।୫୫୩।ମିଛିକା ଘରକୁ କାହିଂ ସତୀକା କୁଆଂଳି ଭିଖାରୀଦେଖିଣ ପୁଣି ହସିଲେ ବାଳୁତ କୁମାରୀ ।୫୫୪।ୟେମନ୍ତ କୁଆଂଳୀ ଗୋ ଆମ୍ଭର ଦେଖିଲାତ ନାହିଂକେଉଂଣ ଭିକ୍ଷା ଦେବା ଧୂଳିହୁଂ ଆନ ନାହିଂ ।୫୫୫।କୁଲାଇ ଗୋଟିକରେ ଧୂଳି ଗୁଡ଼ିୟେ ସଞ୍ଚି କରିବଡ଼ ସୁସଞ୍ଚ କରି ଗୁରୋଇ ପାଛୋଡ଼ି ।୫୫୬।ଅନେକ ସାନନ୍ଦେ ଦିଲେ ସଦାନନ୍ଦ କରପାତ୍ରେଦେଖିଣ ତ୍ରିପୁତି ଭଜିଲେ ଦେବ ବିଶ୍ୱନାଥେ ।୫୫୭।ଆଠ ଗୋଟି ଦୁହିତା ତ୍ରିପୁତି କରିଣ ମନେଆଠ ମୁଠି ଧୂଳି ଦିଲେ ହରର ଉଦୁଯାନେ ।୫୫୮।ଧୂଳି ଭିକ୍ଷା ପାଇଣ ହୋଇଲେ ଦେବ ସାମ୍ୟମଉନ ଫିଟିଲା ପଚାରିଲେ କିସ ତୁମ୍ଭର ନାମ ।୫୫୯।ସେ ବୋଇଲେ ରମ୍ଭା ଉରୁବଶୀ ମେନକା ଚିତ୍ରରେଖାମୋହିନୀ କାମସେଣା ମଦାଳସା ମଦନିକା ।୫୬୦।ଅଷ୍ଟ କନ୍ୟାୟେ କହିଲେ ସବୁକଂର ନାମହରଷେ ମହାଦେବ ହୋଇଲେ ଅତି ସାମ୍ୟ ।୫୬୧।ଦିଗାମ୍ୱର ନାଥ ତାଂକୁ ଦେଲେ ସିଦ୍ଧ ଶିକ୍ଷାତୁମ୍ଭର ସତମନେ ଆମ୍ଭକଇଂ ଦିଲ ଭିକ୍ଷା ।୫୬୨।କଳ୍ପ କଳ୍ପ ଆୟୁଷ ତୁମ୍ଭର ହୋଉଂ ଯୁଗେ ଯୁଗେଅଷ୍ଟ ଅପକ୍ଷରା ହୋଇ ତୁମ୍ଭେ ବସ ଅମର ସ୍ୱର୍ଗେ ।୫୬୩।ତ୍ରଇଲୋକ୍ୟ ମୋହିନୀ ତୁମ୍ଭେ ହୁଅରେ ସୁନ୍ଦରୀକାଳେ କାଳେ ଯୁବା ବୟସୁଂ ଆନ ନୋହିବ ତୁମ୍ଭରି ।୫୬୪।ଯଦ୍ୟପି ହଟପଟ ହୋଇବେ ସୁରପତିଯୁବା ବୟସୁଂ ତୁମ୍ଭର ନୋହିବ ଆନ ରୀତି ।୫୬୫।ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେମକର ମାସ ସ୍ରାହାନର ଫଳଶ୍ରୁତି ହାଦେ ୟେଡ଼େ ।୫୬୬।ବାବୁ ବିଶ୍ୱାବସୁ ଗର୍ନ୍ଧବର ଭାରିଯା ହାରାବତୀଜାତ ହୋଇ ମରଇ ତାର ପୁତ୍ର ଯେ ଦୁହିତୀ ।୫୬୭।ଅଗସ୍ତିଂକି ପୁଚ୍ଛାକଲେ କେବଣ ମୋର ପାପପୁତ୍ର ଦୁହିତା ନ ବ୍ରତନ୍ତି କେବଣ ଦୋଷ ଅନରୂପ ।୫୬୮।ଅଗସ୍ତି ବୋଇଲେ ଅଦୋଷୀ ପ୍ରାଣୀକି ମାରଇ ଯେ ପୂର୍ବେତଦ ଦୋଷେ ସନ୍ତାନ ହାନି ହୋଅଇ ଯେ ୟେବେ ।୫୬୯।ଅଗସ୍ତି ବୋଇଲେ ହରଆଳେ ପଶି ହୋ କରନ୍ତି ନିୟମତାଂକର ସନ୍ତତି ନାଶ ଯାଇ ପାପକର୍ମର ୟେହି ଧର୍ମ ।୫୭୦।ଅଗସ୍ତି ବୋଇଲେ ପୂର୍ବେ ଯେ ହରଇ ଗୋ ପନ୍ଥତାହାଂକର ସନ୍ତାନ ହାନି ହୋଅଇ ଯଥାର୍ଥ ।୫୭୧।ଅଗସ୍ତି ବୋଇଲେ ଯେ ଶାହସ୍ର ବିଧି ବରଣେସର୍ବ ଦ୍ୱନ୍ଦ୍ୱ ତେଜି ଶାହାସ୍ର ଶୁଣି ଶ୍ରବଣେ ।୫୭୨।ରାମାୟଣ ଭାଗବତ ଶ୍ରୀ ମହାଭାରତଶ୍ରବଣେ ଆପ୍ୟାନ କଲେ ଖଣ୍ଡିବ ସର୍ବ ଦୁଷୁକୃତ ।୫୭୩।ଦେବ ଶାହାସ୍ରେ ଅନେକ ପାତକ ଧ୍ୱଂସିବଦୟନ୍ତି ମାରକଣ୍ଡେ ଶୁଣ ହୋ ସୋମବଂଶୀ ।୫୭୪।ଶାସ୍ର ଆଦରଣ କରି ଧର୍ମପନ୍ଥ ଚିନ୍ତିବପାତକ ଧ୍ୱଂସି ହୋଅଇ ସନ୍ତତି ଲଭିବ ।୫୭୫।ହାରାବତୀ ବୋଇଲା ମୁଂ ଆଗ୍ୟାଂନେ ପାପ କଲି ପୂର୍ବେୟେଥକଇଂ ପ୍ରତିକାର କର ଦେବ ୟେବେ ।୫୭୬।ଅଗସ୍ତି ବୋଇଲେ ତୁ ୟେବେ ମାଘସ୍ନାହାନ କରଗତଜନ୍ମର ପାତକ ଖଣ୍ଡିବ ତୋହୋର ।୫୭୭।ତିରିଶ ଦିବସ ପରିଯନ୍ତେ ନ ଯିବୁ ପୁରୁଷର ପାଶମିଥ୍ୟାନ କହିବୁ ନ ଭୁଞ୍ଜିବୁ ଆମିଷ ।୫୭୮।ଅକଟା ଅବଟା ପରିବା ଯେ କରିବୁ ହବିଷ ଭୋଜନପରେ ଅପବାଦ ହିସାଂ ନ ପଶିବ ପାପମନ ।୫୭୯।ମାଧବ ଦେବତାକଇଂ ଗୁଆଘୃତେ ଜାଗରସମସ୍ତ କହିଲେ ଋଷି ୟେଥେ ଧର୍ମ ଅଛଇ ଅପାର ।୫୮୦।ସ୍ତିରୀଲିଙ୍ଗ ଲୋକକୁ ୟେତେକ କହିବସି ଧର୍ମୟେତିକି ସମ୍ପାଦିଲେ ଅଛଇ ବହୁତ କର୍ମ ।୫୮୧।ଗତ ପାତକମାନ ସମସ୍ତ ଯିବ କ୍ଷୟେମଡ଼ଛି ଦୋଷ ପାରଯିବ ଉପୁଜିବ ତନୟେ ।୫୮୨।ଅଗସ୍ତିଂକର ବଚନେ ବିଶ୍ୱାବସୁଂକର ନାରୀକଉଶିକ ଗଙ୍ଗାୟେ ସେ ମାଘ ସ୍ରାହାନ କରି ।୫୮୩।ମାଘ ସ୍ରାହାନର ଫଳଶ୍ରୁତିରେ ସମସ୍ତ ପାତକ ହୋୟେ ଧ୍ୱଂସିୟେହାର ଦୁହିତା ଉପୁଜିଲା ମଦାଳସୀ ।୫୮୪।ସେ ମଦାଳସୀ ସ୍ରାହାନ କରଇ ମକର ମାସେଚାରିପୁତ୍ର ଉତପତ୍ତି ହୋଇଲା ଧର୍ମର ଉର୍ଦ୍ଦେଶ୍ୟେ ।୫୮୫।ସେ ମଦାଳସୀର ତହୁଂ ଚାରିପୁତ୍ର ହୋଇଲେ ଉତପତ୍ତିବହୁତ ଧର୍ମ ଉପୁଜିଲା ପାଇଲା ପରମଗତି ।୫୮୬।ବାବୁ ମକର ମାସ ସ୍ରାନ ଫଳେ ଧର୍ମପାଳ ନାମେ ପକ୍ଷୀମକର ମାସେ ପ୍ରାଗତୀର୍ଥେ ଉଡ଼ନ୍ତେଣ ମୀନ ଦେଖି ।୫୮୭।ମୀନର ଲବ୍ଧେ ସେ ପକ୍ଷୀ ଜଳକଇଂ ହାଦେ ଖେପୀତ୍ରିବେଣୀ ସଙ୍ଗମେ ସେ ପଡ଼ିଲା ତେଜ ବ୍ୟାପି ।୫୮୮।ସଗଂମେ ପଡ଼ିଣ ପକ୍ଷୀ ସେ ନୁଆରିଲା ଉଠିମହାଚକ୍ରେ ପଡ଼ିଣ ଶରୀର ତାର ଫୁଟି ।୫୮୯।ଚାରିଖଣ୍ଡ ହୋଇଲା ସେ ଧର୍ମପାଳ ଚଡ଼ାଇଚାରିମୃତ୍ତି ହୋଇଣ ସେ ବିକାଶିଲା ତହିଂ ।୫୯୦।ସାରଥି ସ୍ତମ୍ଭ ଦ୍ରୋଉଣ ମଇତ୍ରାନ୍ତ ପକ୍ଷୀଚାରିମକର ମାସ ସ୍ରାହାନ ଫଳେ ଯୋଗେଣ ଅବତରି ।୫୯୧।ଶୁଣ ହୋଯୁଝେଷ୍ଠି ବଦୟନ୍ତି ମାରକଣ୍ଡେମକର ମାସେ ପୁଣ୍ୟକଲେ ପାପତାପ ଖଣ୍ଡେ ।୫୯୨।ବାବୁ ମକର ମାସେ ଉଦିତ ଯେ ଅନନ୍ତ ଆଦିତ୍ୟବିଷ୍ଣୁବାତ ନାମେଣ ସେ ବହଇ ମରୁତ ।୫୯୩।କହନ୍ତେ ଅସଂଖ୍ୟ ମକର ମାସର ମହିମାଂତୁ ୟେହା ସକଂଳ୍ପ କର ହୋ ମହାତମା ।୫୯୪।ପୁଷ୍କର ପ୍ରସନ୍ନେ ପାଅ ତୁ ପରମ ଗତିଅସଂଖ୍ୟ ସାଗର ୟେହା ବୋଇଲେ ଅଗସ୍ତି ।୫୯୫।ଯହିଂ ମାରକଣ୍ଡେ ଦେଖାଇଲେ ପୁଷ୍କର ପୁରୁଷକୁଯୁଝେଷ୍ଠି ଦେବ ଯେ ଆରମ୍ଭିଲେ ତାଂକୁ ।୫୯୬।ଜୟ ତୁ ପୁଷ୍କର ନୀଳାମ୍ୱର ଆଦିରୂପୀଜୟ ତୁ ପୁଷ୍କର ଧବଳ ଭୁବନ ବ୍ୟାପୀ ।୫୯୭।ଜୟ ତୁ ପୁଷ୍କର ଅଭୟେ ଅଭେଦାକର୍ମଣ ପୁରୁଷ ତୁ ବାକ୍ୟେଣ ମହାସିଦ୍ଧା ।୫୯୮।ଜୟ ତୁ ପୁଷ୍କର ପୁରୁଷ ଅଭୟେ ଅକାମସୁର ସିଦ୍ଧ ସାଧ୍ୟେ ବଦନ୍ତି ଯାହାର ନାମ ।୫୯୯।ଜୟ ତୁ ପୁଷ୍କର କଳିତ ଅରବିନ୍ଦଶୟଳ ଜନ ଚିନ୍ତାମଣି ସଂସାର ସଦାନନ୍ଦ ।୬୦୦।ଜୟ ତୁ ପୁଷ୍କର ଦେବ ଅଗାଦ ଜଳବାସୀଜୟତୁ ପୁଷ୍କର ଦୁଷକୃତ ଯାହାର ନାମେ ହୋୟେ ଧଂସି ।୬୦୧।ଶୁଦ୍ଧ ସଷ୍ଟିକ ଅର୍କ ଦଇତ ବିଦାରଯାବତ ଦୁଷୁକୃତ ହରନ୍ତା ଦିବାକର ।୬୦୨।ଅଗାଦ ସାଗର ତହିଂ କାହାକୁହିଂ ନ ଦେଖିହରନ୍ତା ତାରନ୍ତା ପୁରଷ ତୁହି ସେ ସର୍ବ ସାକ୍ଷୀ ।୬୦୩।ଯାବତ ଚନ୍ଦ୍ର ଦିବାକର ତୁହି ସେ ଅଭିନ୍ନତନୁ ବର୍ଣ୍ଣ ଶିଖା ବୟଣ ଧୃତାପାଙ୍ଗ ।୬୦୪।ସର୍ବଭୁତ ଆତ୍ମାଂକର ତୁହି ପ୍ରାଣଗୁରୁଜାନାମି ନ ଜାନାମି କେ ଅନ୍ତ କରିପାରୁ ।୬୦୫ୟେକା ମୂର୍ତ୍ତି ତୋର ଶତକୋଟି ତୀର୍ଥ ବ୍ୟାପିକର ଗଣ୍ଡସ୍ଥଳେ ସମସ୍ତ ସାଗର ମାପି ।୬୦୬।ସୁରସିଦ୍ଧ ନାଥ ପ୍ରସନ୍ନ ପାଦୁକାଅନାଗତ ଶୟନ ଧାରଣ ପୁରୁଷ ୟେକା ।୬୦୭।ସ୍ୱାମୀ ଅନନ୍ତ କୋଟି ତୀର୍ଥ ଯାର ହୃଦ କମଳେପ୍ରସରୁ ତବ ନାମ ସ୍ୱାମୀ ସର୍ବକାଳେ ।୬୦୮।ଅନାଗତ ପାତକ ଅକର୍ମେଣ ପଶିଛଛନ୍ଦେ କୃତାନ୍ତକ ସର୍ପ ଦ୍ରଶନେ ବିଧ୍ୱଂସି ।୬୦୯।ଦୁସହ ଦୁରାନ୍ତକ ଯଦ୍ୟନିକ ବାହୁଅକାରଣ ପୁରୁଷ ତୁ ଛେଦନେ ଅଟୁ ରାହୁ ।୬୧୦।ପାଞ୍ଚକୋଟି ତାର୍ଥ ଯାର ମୁଖ ଅରବିନ୍ଦେନିରାକୁଳ ମଣି ବିରାଜଇ ଯାର ହୃଦେ ।୬୧୧।ନବକୋଟି ତୀର୍ଥ ଯାହାର ଦକ୍ଷିଣ ଭୁଜେ ବହଇସାହେର ମଉଳି ସଙ୍ଗମେ ଯାଇ ରହଇ ।୬୧୨।ସପତ କୋଟି ତୀର୍ଥ ଯାହାର ବାମକରେନବ କୋଟି ତୀର୍ଥ ବସଇ ଉଦରେ ।୬୧୩।ଦ୍ୱାଦଶ କୋଟି ଯେ କଣୟେ ଧବଳୀଜାନୁ ଭେଦିଣ ଯାହାର ଗମଇ ମେରୁସ୍ଥଳୀ ।୬୧୪।ପଞ୍ଚକୋଟି ତୀର୍ଥ ବହଇ ଯାହାର କଣ୍ଠାରୁଢ଼େଗର୍ଭେ ସଙ୍ଗମ ବିଂଶକୋଟି ତୀର୍ଥ ଅଙ୍ଗ ଆଡ଼େ ।୬୧୫।ଭାବେଣ ଭାବଇ ଅମାପ କୁଣ୍ଡଳୀନମସ୍ତେ ନାରାୟଣ ପୁଷ୍କର ମଉଳି ।୬୧୬।ଯଦ୍ୟପି ପରଂବ୍ରହ୍ମ ହୋଇବ ଦଇବତତବ ଅବିଷେକେ ସେ ହୋଇବ ମୁକତ ।୬୧୭।ଶ୍ରୀ ପୁଷ୍କର ଦେବତାଂକର ଅବିଷେକ ଶିରାଗ୍ରତେଶୂଦ୍ରମୁନି ସାରୋଳ ଦାସ ପ୍ରତିକ୍ଷଣ କରଇ ନିତ୍ୟେ ।୬୧୮।ମାରକଣ୍ଡେ ଯାହା କହିଲେ ଧର୍ମରାଜ ଅଗ୍ରତେମୁଂ ତାହା ବଞ୍ଚାଇଲି ପୁରାଣ ସଙ୍ଗତେ ।୬୧୯।ଋଷିମାନନ୍ତ ଘେନିଣ ଧର୍ମରାୟେ ଶିଷିଶ୍ରୀ ନୀଳସୁନ୍ଦର ପରବତେ ଅଛନ୍ତି ସେ ବସି ।୬୨୦।ମକର ମାସ କୃଷ୍ଣପକ୍ଷ ପଞ୍ଚମୀର ଅନ୍ତେମାରକଣ୍ଡେ ବଞ୍ଚାଇଲେ ପୁରାଣ ସଂଗତେ ।୬୨୧।ବାବୁ ୟେଥିର ପଛିମ ଦିଗେ ନିଷାଦର ପୁରୀତିନିଶତ ଯୋଜନ ଆୟତନ ସେହୁ ନଗରୀ ।୬୨୨।ମାତାର ବଚନେ ତାହା ଗରୁଡ଼ ନାଶକଲାମହା ସମ୍ପଦ ସେ ରାଜା କ୍ଷୀରୋଦ୍ରେ ପକାଇଲା ।୬୨୩।ଯୁଝେଷ୍ଠି ଦେବ ବୋଇଲେ କହିବା ମାରକଣ୍ଡେନାଷାଦର ପୁରକୁ କିଂପେ ଗରୁଡ଼ର କୋପ ୟେଡ଼େ ।୬୨୪-୯୧୧୮।