ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୩୬୪ ମିନିଟ୍
- ଶବ୍ଦ
- ୫୮୨୧୬
- ସ୍ଥିତି
- ସାର୍ବଜନୀନ (Public domain)
ସଚଳା ହରଣ
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁଚିତ୍ରସେନ ଗନ୍ଧର୍ବ ଯାଇଥିଲା ମଧ୍ୟ୍ୟ ଯେ ଭୁବନୁ ।୧।ପୂଜାବିଧି କରି ବଇବସୁତ ମନୁ ଯେ ବୋଇଲାବାସବର ପୁତ୍ର କିମ୍ପେ ମୃତୁ ମଣ୍ଡଳେ ଥିଲା ।୨।ଅଗସ୍ତିୟେ ବୋଇଲେ ଶୁଣ ପୂର୍ବର ଯେ କଥାକହିବା ସଞ୍ଚପି ତୋତେ ସତ୍ୟଯୁଗର ବାରତା ।୩।ଆହୋ ସତ୍ୟଯୁଗେ ବଇଶାଖ ମାସ ଶୁକ୍ଳପକ୍ଷ ତୃତୀୟାର ତିଥିରୋହିଣୀ ନକ୍ଷତ୍ର ଯେ ବାର ଅଟଇ ବୃହସ୍ପତି ।୪।ଯୁଗାଦ୍ୟ ତିଥି ଯେ ସେ ବସନ୍ତ ଉତ୍ସବ ଯାତଇନ୍ଦ୍ର ସହ ଦେବତାଦୀ ବିଜୟ ସମସ୍ତ ।୫।ଚଉଷଠି କୋଟି ଯେ ଅମର ବିଳାସୁଣୀତାଣ୍ଡବ ଭରହରଷେ ଲାଗିଛି ଖଟଣି ।୬।ତିଳୋତ୍ତମାର ପୁତ୍ର ଚିତ୍ର ଯେ ବାହନଶରଗୁଣା ବାଦ୍ୟ ଘେନିଣ ସେ କରୁଛି ଗାୟନ ।୭।ଭରହରଷ ତାଣ୍ଡବ ସେ ମହାରସ ଭୋଳେହରଷେ ଇନ୍ଦ୍ରଦେବତା ତାହାଂକଇ ଦିଲେକ ତାମ୍ବୋଳେ ।୮।ବିଶେଷ ଗ୍ରୀଷମକାଳ ଆଉ ଭରହ ସଂଗୀତାଅଧରେ ସୁଖନ୍ତେ ସେ କଲା ତାମ୍ବୋଳ ଭୂକତା ।୯।ଆହୋ ଚଇତନ ପ୍ରିୟରସ ଭୋଳେ ବିଦ୍ୟାଧର ତାମ୍ବୋଳ ଭୂଞ୍ଜିଅବିଶ୍ରାମେ ପ୍ରିୟରସେ ବୃନ୍ଦାଅର୍କେ ଭଜି ।୧୦।ଗହ ଗହ ଶବଦ ତିମ୍ବୁରୁ ରସ ବାଣୀସୁରସିଦ୍ଧ ମୁନି ଲାଗିଅଛନ୍ତି ଖଟଣି ।୧୧।ପଦବନ୍ଧ ସାରି ଉଭା ହୋଇଲା ବ୍ରହ୍ମାଂକ ଛାମୁରେତାମୂଳିକ ପଡ଼ିଲା ଯାଇ ବ୍ରହ୍ମାଂକ ଅଂଗରେ ।୧୨।ଭୟେଣ ବିଦ୍ୟାଧର ରସଭଗ୍ନ କଲାଅନୀତ ଦେଖିଣ ପିତାମହ ନ ସହିଲା ।୧୩।କୋପେଣ ଶାପ ତାକୁ ଦିଲାକ ଜଗଦ୍ଧାତାଦେବସ୍ଥାନେ ପିକ ପକାଇ କଲୁ ଅପ୍ରତିଷ୍ଠା ।୧୪।ଆରେ ୟେଡ଼େ ମତ୍ତଗର୍ବ ଅଟୁରେ ମହାଦୁଷ୍ଟୟେ ଦେବ ଆସ୍ତାନେ ମୋତେ ପକାଇଲୁ ଉତିଷ୍ଠ ।୧୫।ଯାଅ ତୁ ମୃତୁ ମଣ୍ଡଳେ ଜାତ ହିୁଅସି ଶୂକରୟେହି ମୁଖରେ ତୁରେ ବିଷ୍ଠା କରସି ଆହାର ।୧୬।ଶୁଣିଣ ବିସରିଲା ଅମର ରେଖାର ନାତିକିଞ୍ଚିତ ଦୋଷକୁ ଧାତା ଦିଲୁ ବହୁତ ଶାସ୍ତି ।୧୭।ତୋହୋର ବଚନେ କରି ମୁଁ ପାଇବି ବହୁତ ଦୁଖକାରଣ କହିବା ମୋତେ କେତେ ଦିନେ ହୋଇବି ମୋକ୍ଷ ।୧୮।ଆରେ ସତ୍ୟଯୁଗ ସତର ଲକ୍ଷ ଅଠାଇଶି ସହସ୍ର ବରଷତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ।୧୯।ଦ୍ୱାପର ଯୁଗେ ଆଠଲକ୍ଷ ନବସହସ୍ର ପରିଯନ୍ତେମୁକତ ହୋଇବୁ ତୁ ଯୁଝେଷ୍ଠିଂକୁ ଦେଖନ୍ତେ ।୨୦।ବ୍ରହ୍ମାୟେ ବୋଇଲେ ସେ ବିଦ୍ୟାଧର ପାଶେହୋଇବୁ ମୋକ୍ଷ ତୁହି ଚଉବିଂଶ ଲକ୍ଷ ଚଉତ୍ରିଶ ସହସ୍ର ବରଷେ ।୨୧।ଶୁଣ ହୋ ମନୁପୁରୁଷ ସତ୍ୟଯୁଗେ ପିତାମହର ଶାପ୍ୟେସେ ଚିତ୍ରବାହାନ ମୃତୁ ମଣ୍ଡଳେ ଉପୁଜିଲା ଶୂକର ରୂପେ ।୨୨।କାଳନ୍ଦୀ ନାମେ ନଗ୍ରେ କାଳେବର ନାମ ବନତହିଂ ଯାଇଂ ଶୂକର ରୂପେ ବୋଇଲା ଉତପନ୍ନ ।୨୩।କାଳିନ୍ଦୀ ନଦୀ ତୀରକୁ ସେ ରାତ୍ରେ ନିତ୍ୟେ ଯାଇ ଚରିପିତାମହର ଶାପ୍ୟ ସେ ବିଷ୍ଠା ଆପ୍ୟାନ କରି ।୨୪।ମାଈ ଶୂକରି ତୁଲେ ସେ କଲାକ ଅଭିଳାଷବରେହା ରୂପେ ତାର ହୋଇଲା ଅପାର ବଂଶ ।୨୫।ଦ୍ୱାପର ଯୁଗେ ମ୍ଳେଚ୍ଛଦେଶର ରାଜା ମଙ୍ଗଳସେନ ନୃପତିମୃଗୟା ନିମନ୍ତ୍ରେଣ ଅଇଲା ସେ ପ୍ରତାପ ଚକ୍ରବର୍ତ୍ତୀ ।୨୬।ଗ୍ରୀଷମ ଋତୁ ଯେ ସେ ବଇଶାଖ ମାସଭୃଗୁବାର ରୋହିଣୀ ନକ୍ଷତ୍ର ତୃତୀୟା ଦିବସ ।୨୭।ସତ୍ୟଯୁଗରେ ସେ ଦିନେ ପାଇ ଅଭିଶାପଦ୍ୱାପର ଯୁଗରେ ସେ ଦିନରେ ଖଣ୍ଡିଲା ତାହାର ପାପ ।୨୮।ମଙ୍ଗଳସେନ ନୃପତି ବନେ ବୁଲଇ ବେଣ୍ଟ ପାରିଧିନାରାଜ ଘାତ କରି ସେ ଶୂକରକଇଂ ବିନ୍ଧି ।୨୯।ରାଜାର ନାରାଜେଣ ତୁଟିଲା ତାର ନିଜ ପ୍ରାଣଇନ୍ଦ୍ର ବୋଇଲେ ତୁ ମାତଳି ପୁଷ୍ପେକ ରଥ ଘେନି ଯାଅ ୟେହିକ୍ଷଣ ।୩୦।ଶାପରୁ ମୁକତ ଯେବେ ହୋଇଲା ମୋହୋର ପୁତ୍ରବିମାନେ ବସାଇଣ ଆଣସି ତୁରିତ ଚିତ୍ରରଥ ।୩୧।ବାସବର ବଚନେ ଚଳଇ ମାତଳିକାଳେବର ବନେ ଯାଇଣ ତତକ୍ଷଣେ ମିଳି ।୩୨।ନିକଟେ ବିବାନ ନେଇ କଲା ସନ୍ନିଧାନେଧଇଲେ ପାଛତ୍ର ବିଦ୍ୟାଧରମାନେ ।୩୩।ସହସ୍ରେ ପାଟଛତ୍ର ବେନିଲକ୍ଷ ଆଲମ୍ବଉଦଣ୍ଡ ଚାରିଲକ୍ଷ ତିନିଲକ୍ଷ ବିଳମ୍ବ ।୩୪।ଛାମୁର ସୁବର୍ଣ୍ଣ ବନ୍ଧା ଶଙ୍ଖ ଫୁରଇ ୟେକଲକ୍ଷେବିମାନେ ବିଦ୍ୟାଧର ଯାଇ ବିଜୟ କଲା ପ୍ରତକ୍ଷେ ।୩୫।ଆକାଶେ ବିମାନ ବାହଇ ମାତଳି ସାରଥିଅନେକ ରତ୍ନ ଅଳଙ୍କାର ଭୂଷଣ ମହାଛତ୍ରୀ ।୩୬।ଅଜଙ୍ଗମ ସମାନେ ଶ୍ରୀଭୁଜେଣ ଧନୁଦିବ୍ୟ ଅବତାର ହୋଇ ସେ ତିଳୋତ୍ତମାର ତନୁ ।୩୭।ମାତଳି ବିମାନ ବାହୋଇ ଆକାଶ ମାର୍ଗେଚଳଇ ବିଦ୍ୟାଧର ଗମଇ ଅତିବେଗେ ।୩୮।ଆହୋ ଚଇତନ କଥାର ରଙ୍ଗରସବିଚିତ୍ର କଥାୟେ ଶୁଣନ୍ତେ ହରଷ ।୩୯।ୟେମନ୍ତର ସମୟେ ସିନ୍ଧୁକୂଳେ ଜମ୍ବବତୀର ଦୁଲାଳୀସଚଳା ନାମେ କନ୍ୟା ତାହାର ପିଅର ବନମାଳୀ ।୪୦।ଲକ୍ଷେକ ପରିବାର ଘେନି ସେ ସଚଳା ସୁନ୍ଦରୀଦ୍ୱାରକାଉଂ ବାହାର ହୋଇଲା କ୍ଷୀରୋଦ୍ରେ ସ୍ରାହାନ କରି ।୪୧।ଜଳକ୍ରୀଡ଼ା ରଙ୍ଗେ ଖେଳନ୍ତେଣ ସେ ଦୁଲାଳୀଚିତ୍ରସେନ ଗନ୍ଧର୍ବ ସନ୍ନିଧ୍ୟ୍ୟେ ଯାଇଂ ମିଳି ।୪୨।ଯାଆନ୍ତେଣ ସୁନ୍ଦରୀ ଜଳେ ଦେଖିଲା ତାର ଛାୟାଉର୍ଦ୍ଧମୁଖ କରି ଆକାଶକୁ ଚାହଂଇ ସେ ଶ୍ରୀକୃଷ୍ଣ ତନୟା ।୪୩।ବିଦ୍ୟାଧରକୁ ଚାହୁଂଅଛଇ ଆକାଶ ଅବଲୋକନେସଚଳାଂହି ଚାଂହିଲା ନିରୋପି ବେନି ନୟନେ ।୪୪।ମଦନେ ଅସାଷ୍ଟମ ହୋଇଲାନି ବଳୀଚିତ୍ରସେନ ମଦନେ ନୁଆରଇ ଚଳି ।୪୫।ମାତଳିକି ବୋଇଲା ବିମାନ ମୋର କର ଭୂମିଗତେୟେହିକ୍ଷଣି ସୁନ୍ଦରୀ ବରିବ ଜାଣ ମୋତେ ।୪୬।ଚିତ୍ରସେନ ବଚନେ ବୋଇଲା ମାତଳି ସାରଥିଦ୍ୱାରିକା ନିକଟ ହୋଇଣ ସେ ବାସୁଦେବର କତି ।୪୭।ଚିତ୍ରସେନ ବୋଇଲା ୟେ ଯୋଗାଇ ଅମର ଭୁବନକୁପ୍ରାପତ ହୋଇଲା ଦ୍ରବ୍ୟ ୟେ ନ ଛାଡ଼ଇ ମୁକୁ ।୪୮।ଧାତିକାରେ ରଥ ନେଇ କଲାକ ସିନ୍ଧୁକୂଳେତେଜିଲା ଲଜ୍ଜା ସୁନ୍ଦରୀ ମଦନ ରସଭୋଳେ ।୪୯।କରେଣ ସୁନ୍ଦରୀ ଯେ ଘେନିଲା ରତ୍ନମାଳୀଚିତ୍ରସେନ କଣ୍ଠରେ ଲମ୍ବାଇଲା ବାଳୀ ।୫୦।ସ୍ତିରୀ ରତ୍ନ ନାୟେକା ସେ ଜଗତ ମୋହିନୀବେନିଭୁଜେ ଚିତ୍ରସେନ କୋଳେଣ ତାହାକଇଂ ଘେନି ।୫୧।କନ୍ୟା ଘେନି ବିଜୟେ ପୁଷ୍ୟକ ବିମାନେଧାତିକାରେ ଚିତ୍ରସେନ ଗଲା ଅନ୍ତର୍ଦ୍ଧାନେ ।୫୨।ପ୍ରବେଶ ହୋଇଲା ଯାଇ ଚିତ୍ରସେନ ଅମର ପୁରେସେ କନ୍ୟାକୁ ଲୁଚାଇଲା ମାତଳି ନବରେ ।୫୩।ବାସବକୁ ଦରଶନ କଲା ବିଦ୍ୟାଧରଦେଖି କୁମାରକୁ କୋଳେ ଧଇଲେ ପୁରନ୍ଦର ।୫୪।ଶାପରୁ ମୁକତ ଯେ ହୋଇଲା ଚିତ୍ରସେନଅପକ୍ଷରୀମାନେ କଲେ ଅର୍ଘ୍ୟରେ ବନ୍ଦନ ।୫୫।ସଚଳାର ତୁଲେ ଥିଲେ ଯେତେକ ପରିବାରୀଧାତିକାରେ ପ୍ରବେଶ ହୋଇଲେ ସେ ଦ୍ୱାରାବତୀ ପୁରୀ ।୫୬।ଆସ୍ତାନ ଉପରେ ଯେ ବିଜୟେ ରାଜା ଉଗ୍ରସେନରଇବ୍ରତ ପରବତେ ବିଜେ ବସନ୍ତଉତ୍ସବ ଯାତ୍ରା ବିଧାନ ।୫୭।ନନ୍ଦ ବସୁଦେବ ଯେ ଅକ୍ରୂର ଉଦ୍ଧବସାତୁକୀ ଅନାଧୃଷ୍ଟ ଯେ ପ୍ରସନ୍ନଜିତ ଯାଦବ ।୫୮।ସୁମନ୍ତେକ ସସ୍ରାଜିତ ଶଉନିକ ଆଦିକରିସାତବଂଶ ଯାଦବ ଆସ୍ତାନେ ଛନ୍ତି ପୂରି ।୫୯।ଯଦୁବଂଶ ଭୋଜବଂଶ ଅନ୍ଧେକ ବଂଶ ହଇହୟ ବଂଶ ଆଦି କରିବୃଷ୍ଟିବଂଶ କୁକୁର ବଂଶ ଚୋହାଣ ବଂଶ ଆସ୍ତାନେ ତଳେ ଛନ୍ତି ପଟୁଆରୀ ।୬୦।ୟେମନ୍ତେ ସମୟେ ଲକ୍ଷେକ ପରିବାରୀଅନେକ କ୍ରୋଧ ଅବସ୍ତାୟେ ସେ କହନ୍ତି ସୁନ୍ଦରୀ ।୬୧।ଶୁଣ ଭୋ ଦେବ ଯଦୁବଂଶ ଶିରୋମଣିକ୍ଷୀରୋଦ୍ର ସ୍ରାହାନେ ଯାଇଥିଲା ତୁମର ଦୁଲଣୀ ।୬୨।ବାସବର ନନ୍ଦନ ଯେ ନାମ ଚିତ୍ରସେନସଚଳା କନ୍ୟାକଇଂ ହରିନେଲା ଅମର ଭୁବନ ।୬୩।ଆଚମ୍ବିତ ବାରତା ଆସ୍ତାନ ଲୋକେ ଶୁଣିସମସ୍ତେହେଂ ବସିଲେ ସ୍ତମ୍ଭୀଭୂତ ଜାଣି ।୬୪।ଆସ୍ତାନ ଉପରୁ ବେଗେ ଯେ ଉଠିଗଲାକ ସାତୁକୀଧାତିକାରେ ଗମିଲା ରାମକୃଷ୍ଣର ତହିଂକି ।୬୫।ଦିବ୍ୟ ଅବତାରେ ସ୍ୱାମିୀ ଯାତ୍ରାଯୋଗେ ସଜସାତୁକୀ ବୋଇଲା ଆହୋ ଶୁଣିମା ଦେବରାଜ ।୬୬।ସମୁଦ୍ର ସ୍ରାହାନଠାରୁ ସଚଳା କନ୍ୟାକୁଚିତ୍ରସେନ ହରିନେଲା ବଳତ୍କାରେ ଅମର ଭୁବନକୁ ।୬୭।ଶୁଣିଣ ସ୍ତମ୍ଭୀଭୂତ ହୋଇଲେ ଜଗନ୍ନାଥେୟେତେ ଭରସା ଚିତ୍ରସେନର ବଳିଲା କେମଂନ୍ତେ ।୬୮।ଗୋବିନ୍ଦେ ବୋଇଲେ ତୁ ନ କହ ବଳରାମଂକୁୟେହିକ୍ଷଣି ଧାଇଂବେ ସେ ଅମର ଭୁବନକୁ ।୬୯।ବିଜୟେ ବାସୁଦେବ ଆସ୍ତାନେଣ କରିସମସ୍ତେ ବିସ୍ମୟେ ଯେ ଦ୍ୱାରାବତୀ ପୁରୀ ।୭୦।ଗୋବିନ୍ଦେ ବୋଇଲେ ହୋ ୟେ କେବଣ ବିଚାରବାରତା ପାଇଣ ବିଜୟେ କଲେ ବଳେବର ।୭୧।ବଳରାମ ବୋଇଲେ କିସ ବିଚାରୁ ଦେବରାଜଅମର ଭୁବନକୁଇଂ ହରି ଦଣ୍ଡ ବେଗେ ସାଜ ।୭୨।ଭାଞ୍ଜିବି ଅମରପୁର ନ ଥୋଇବି ଇନ୍ଦ୍ରଦେବାବିଦ୍ୟାଧର ଆଦିକରି କେ ରକ୍ଷାକରଇ ଆଜ ଅବା ।୭୩।ଯଦ୍ୟପି ଧାତା ଈଶ୍ୱର ଆସିବେ ପରିଘାଇଆନ ଇନ୍ଦ୍ର ସ୍ଥାପିବଇଂ ସତ୍ୟ ସତ୍ୟ କଲି ମୁହିଂ ।୭୪।ଗୋବିନ୍ଦେ ବୋଇଲେ ଦେବ କୋପକର ଶାନ୍ତିଇନ୍ଦ୍ରଦେବତାକଇଂ ଆମ୍ଭର କୋପ ନୋହଇ ଯୁଗତି ।୭୫।ବାସବ ନ ଜାଣଇ ଅବା ଚିତ୍ରସେନ ନେଲା ହରିପିତାଂକୁ ନ କହି ସେ ଥୋଇଲା ଗୋପ୍ୟକରି ।୭୬।ୟେଥିରେ ତଦନ୍ତ ଯେବେ ଦେବଇନ୍ଦ୍ର ଜାଣିଥାନ୍ତାସଚଳାକଇଂ ଘେନିଣ ସେ ବହନେ ଆସନ୍ତା ।୭୭।ଭୋ ଦେବ ନୀଳାମ୍ବର ଇନ୍ଦ୍ରକଇଂ କୋପ ନ କରଅମରକଇଂ ଦୂତ ପଠିଆଇବା ଆମ୍ଭର ।୭୮।ବାରତା ପାଇଣ ଯେବେ ଇନ୍ଦ୍ର ନ ଆଣଇଂ କୁମାରୀତେବେ ସେ ନାଶ କରିବା ଅମର ସ୍ୱର୍ଗପୁରୀ ।୭୯।ୟେତେ ବୋଲି ରାମଂକୁ ସମାର୍ଜିଲେ ଶ୍ରୀପୁରୁଷ ଉତ୍ତମଶୁଣିକରି ଶାନ୍ତି ଭଜିଲେ ଦେବ ବଳରାମ ।୮୦।ସାତୁକୀ ଅକ୍ରୂର ସେ ଦୁହିନ୍ତି ହକାରିବୋଇଲେ ତୁମ୍ଭେ ଦୁହେଂ ଯାଅ ହୋ ଅମର ସ୍ୱର୍ଗପୁରୀ ।୮୧।ତ୍ରିଦଶ ଦେବତାୟେ ବସିଥିବେ ଆସ୍ତାନେସଭାରେ ଯାଇଣ ତୁମ୍ଭେ ଯେ କହିବ ସର୍ବ ବିଦ୍ୟମାନେ ।୮୨।ସ୍ୱାମୀର ବଚନେ ଯେ ଅକ୍ରୂର ସାତୁକୀଦୁହେଂ ଚଳିଗଲେ ଇନ୍ଦ୍ର ଦେବତା ତହିଂକି ।୮୩।ବଇଶାଖ ମାସ ଶୁକଳପକ୍ଷ ତୃତୀୟାର ଦିନବୃହସ୍ପତି ବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୮୪।ସେ ଦିନ ବସନ୍ତ ଉଚ୍ଛବ ଯାତ୍ରାର ବିଧାନେବ୍ରହ୍ମା ରୁଦ୍ର ଇନ୍ଦ୍ର କୁବେର ବରୁଣ ତ୍ରିଦଶ ଦେବତାଗଣମାନେ ।୮୫।ପବନ ତପନ ଅସିତ ଭୃଗୁ ଯେ କଶ୍ୟପେଯମ ଅନଳ ଗ୍ରହଗଣେ ସମସ୍ତେ ଅଛନ୍ତି ସମୀପେ ।୮୬।ନାରଦେ ଧରିଛନ୍ତି ସାରଙ୍ଗ ସପତସ୍ୱର ବେଣୀତାଣ୍ଡବ ରସ ଭରହରଷେଣ ଲାଗିଛି ଖଟଣି ।୮୭।ୟେମନ୍ତେର ସମୟେ ସାତୁକି ଅକ୍ରୂରପୁଷ୍ୟେକ ଆରୋହି ଯାଇଂ ମିଳିଲେ ଅମର ସଭାର ।୮୮।ଶତେକ ପାବଚ୍ଛ ତଳେଣ ଥାଇ ପରିଣାମିଆସ୍ତାନେ ଥାଇ ତାଂକୁ ଦେଖିଲେ ପୁରନ୍ଦର ସ୍ୱାମୀ ।୮୯।ନାରଦେ ନୃତ୍ୟ ରୁହାଇଲେ ସାତୁକୀକି ଦେଖିକିସ ଅର୍ଥେ ମାଧବି ତୁ ବିଜେକଲୁ ୟେଥିକି ।୯୦।ତହୁଂ ଆସ୍ତାନର ତିନି ପାବଚ୍ଛର ତଳେ ପରିଣାମିଅବଧାନ ହୋଇ ଶୁଣିମା ଭୋ ଦେବସ୍ୱାମୀ ।୯୧।ଦୂତଂକଇ ଦେଖି ପଚାରଇ ପୁରନ୍ଦରକେଉଂଣ କାରଣେ ୟେଥେ ହୋ ଗବନ ତୁମ୍ଭର ।୯୨।କହନ୍ତି ଅକ୍ରୂର ସାତୁକୀ ଯୋଡ଼କରି ବେନିକରଶୁଣ ଦେବସ୍ୱାମୀ ସ୍ୱର୍ଗପୁର ପୁରନ୍ଦର ।୯୩।ଯେଉଂଣ କାରଣେ ଆମ୍ଭେ କଲୁଂ ଗବନଆମ୍ଭନ୍ତ ପେଷିଲେ ସ୍ୱାମୀ ହରି ବଳରାମ ।୯୪।ବୋଇଲେ ଦେବ ମଘବାନଂକୁ କହିବ ତୁମ୍ଭେ ଯାଇଂକିମ୍ପାଇ ଅନୀତି ଆଚରିଲାକ ସେହି ।୯୫।ଇନ୍ଦ୍ର ବୋଇଲେ ହୋ ୟେ କେଉଂଣ ଚରିତକେଉଂଣ ଅନ୍ୟାୟ ଆମ୍ଭର ଦେଖିଲେ ହରି ହଳହାଥ ।୯୬।କହନ୍ତି ବେନିଦୂତେ ଶୁଣିମା ବଜ୍ରଧାରୀଭୋ ସ୍ୱାମୀ ଶ୍ରୀଜଗନ୍ନାଥଂକର ଭାରିଯା ଜମ୍ବୋବତୀ ନାରୀ ।୯୭।ସଚଳା ବୋଲି କରିଣ ତାହାଂକର ଦୁହିତୀପ୍ରତକ୍ଷ ରମ୍ଭା କି ମେନକା ରୂପବନ୍ତି ।୯୮।କ୍ଷୀରୋଦ୍ର ସ୍ରାହାନେ ସେ ଆସିଥିଲା ସୁନ୍ଦରୀଚିତ୍ରସେନ ଗନ୍ଧର୍ବ ତାହାକଇଂ ଆଣିଲାକ ବଳେ ହରି ।୯୯।ଧାଇଂ ମୁଦୁସୁଲୀଂକ ତହୁଂ ପାଇଣ ବାରତଶୁଣିଣ ମହାକୋପ କଲେ ଦେବ ହଳହାଥ ।୧୦୦।ଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲେ ଦେବହଳୀଶୁଣି ସମାର୍ଜନା କଲେ ଦେବ ବନମାଳୀ ।୧୦୧।ଆମନ୍ତ ପଠିଆଇ ଦିଲେ ଦେବ ଜନାର୍ଦ୍ଦନକନ୍ୟାଗୋଟି ଆମ୍ଭ ତୂଲେ ସମର୍ପଣ କର ହୋ ମଘବାନ ।୧୦୨।ଇନ୍ଦ୍ର ଦେବତା ବିଷାଦ ହୋଇଲା ତାହାଶୁଣିତବଦ ହୋଇଣ ସେ ବସିଲା ବଜ୍ରପାଣି ।୧୦୩।ସମସ୍ତ ଦେବତାୟେ ଶୁଣି ହୋଇଲେ ଆଶ୍ରିଜକରେ କରତାଳ ଦେଇ ହସିଲେ ଈଶ୍ୱର ଦେବରାଜ ।୧୦୪।ବ୍ରହ୍ମାୟେ ବୋଇଲେ ସ୍ୱାମୀ ତୁ ତ ଜଗତର ଗୁରୁୟେ ମହାସଭାୟେ ବସି ତୁ କିଂପେ ହାସ୍ୟକରୁ ।୧୦୫।ଆମ୍ଭର ବିଚାରକଇଂ ୟେ କଥା ବଡ଼ାଇ ଦୁଲଭଇନ୍ଦ୍ର ଗୋବିନ୍ଦେ ଦୁହେଂ ହୋଉଅଛନ୍ତି ଅଭାବ ।୧୦୬।ଯୁଗତେ ବିଚାରେ ଯେବେ ସମର୍ପିବା ଶ୍ରୀହରି କୁମାରୀଇନ୍ଦ୍ର ଗୋବିନ୍ଦେ ପୀରତି ହୋଇବ ୟେକସରି ।୧୦୭।ବଳାତକାର କଥା ହୋଇବ ନା ଅନୁଗତବଳରାମ କୋପକଲେ ଆକାଶ ହୋଇବ ରାସାଂଗତ ।୧୦୮।ବଡ଼ାଇ ଦୁରାପଦ କଥା ଲାଗଲା ଭାଳୁଅଛୁଂ ଆମ୍ଭେକେମନ୍ତେ ବିଚାରି ଈଶ୍ୱର ହାସ୍ୟକଲ ତୁମ୍ଭେ ।୧୦୯।ଈଶ୍ୱରେ ବୋଇଲେ ଆମ୍ଭେ ହସିଲୁ ବିଚାରେବତିଶ ସହସ୍ର କନ୍ୟା ସେ ହରିଲା ବଳାତକାରେ ।୧୧୦।ଆପଣେ ପରସ୍ତିରୀମାନ ବଳେ ହରିନେଇ ପାରଇତାହାର ବେଳେ କିଂପେ ସହିତ ନୁଆରଇ ।୧୧୧।ବଜ୍ରନାଭର ଦୋହିତା ହରିଲା ପ୍ରଭାବତୀବାଣାସୁର ଘରୁ ଉଷାକୁ ହରିଲା ତାର ନାତି ।୧୧୨।ଆପଣେ ଥାଇଂଣ ସେ ୟେଥକଇଂ କଳି ଭିଆଇଲାବୃହସ୍ପତିର ଭାରିଯା ନେଇ ଚନ୍ଦ୍ରେ ଦିଆଇଲା ।୧୧୩।ତାହାରେଣ ନାଶଗଲେ ବୃହସ୍ପତି ଦେବଗୁରୁଅନେକ ଅଭିମାନ ସହିତେ କେ ପାରୁ ।୧୧୪।ଆହୋ ବାଣାସୁର ଘରେ କନ୍ୟାଛାର ପାଇଂମୋହୋର ତୁଲେ ଅନେକ ଦ୍ୱନ୍ଦ ଯେ ଲଗାଇ ।୧୧୫।ଶିବଗଣନ୍ତ ମୋହୋର ସମସ୍ତ ନାଶକଲାମୋହୋର ଦେଖନ୍ତେ ବାଣାସୁରର ନଅଶ ଅଠାଣଇ ଭୁଜ ଛେଦି ପକାଇଲା ।୧୧୬।ସମୋଦ୍ର ମନ୍ଥନୁଂ ଜାତ ହୋଇଲା ପାରିଜାତକ ତରୁସମସ୍ତେ ବୋଇଲେ ୟେହା ଇନ୍ଦ୍ର ଭୋଗକରୁ ।୧୧୭।ଅନେକ ଦ୍ୱନ୍ଦକଲା ସେ ବାସବର ତୁଲେପାରିଜାତକ ତରୁ ନେଲା ଭରିଯାର ବୋଲେ ।୧୧୮।ସମସ୍ତେ ବୋଇଲେ ଆମ୍ଭ ବୋଲ ନ କଲା ସେ ୟେକାସେ ପାରିଜାତ ତରୁ ନେଇ ରୋପିଲା ଦ୍ୱାରିକା ।୧୧୯।ଆରେ ଆରେ ସାତୁକୀ ତୁମ୍ଭେ ପରିସ୍ତିରୀ ହରିପାରୟେବେ ତୁମ୍ଭର ବେଳେ ସହିତ ନୁଆର ।୧୨୦।ତୁମ୍ଭେ ପାରିଜାତକ ହରିଲ ଚିତ୍ରସେନ ହରିଲା ତୁମ୍ଭର କୁମାରୀପାରିଜାତକ ପାଇଂ ଯେ ସଚଳା ପାଲଟା କୁମାରୀ ।୧୨୧।ସାତୁକୀ ଅପମାନ ଈଶ୍ୱର ବଚନ ଶୁଣିନ ପୁଣ ଇନ୍ଦ୍ରକୁ ରକ୍ଷାକରି ନୁଆରଇ ଶୂଳପାଣି ।୧୨୨।ଈଶ୍ୱର ବୋଇଲେ ତୁ କହ ବେଗେ ଯାଇଂଆମ୍ଭର ତହିଂକି ସେ ଆଜି ଆସନ୍ତୁ ବେନିଭାଇ ।୧୨୩।ମୁହିଂ ସମର କରିବି ବାସବର ପାଇଂଆସନ୍ତୁ କି ନାହେ ସେ କେତେ ଦଣ୍ଡ ବାହି ।୧୨୪।ସାତୁକୀ ବୋଇଲା ସ୍ୱାମୀ ତୁମ୍ଭେ କହୁଅଛ ୟେବେରାମକୃଷ୍ଣ ଜିଣି ନୁଆରିଲ ବାଣସୁରର ପ୍ରସ୍ତାବେ ।୧୨୫।ଈଶ୍ୱର କୋପକଲେ ସାତୁକୀର ବଚନେଭୟେଣ ସାତୁକୀ ଚଳିଲା ପୁଷ୍ୟେକ ବିମାନେ ।୧୨୬।ଈଶ୍ୱରେ ବୋଇଲେ କହ ଯାଇ କୃଷ୍ଣ ବଳେବରଇନ୍ଦ୍ରଦେବତା ପାଇଂ ସମର ହୋଇଲା ମୋହୋର ।୧୨୭।ସାତୁକୀ ଅକ୍ରୂର ଚଳିଲେ ଅଭିମାନେପ୍ରବେଶ ହୋଇଲେ ଯାଇ ଦ୍ୱାରାବତୀ ଭୁବନେ ।୧୨୮।ଶ୍ରୀ ରାମକୃଷ୍ଣ ଯେ ପଚାରିଲେ ବାଣୀସାତୁକୀ ବୋଇଲେ ଦେବ ଶୁଣିମା ଚକ୍ରପାଣି ।୧୨୯।ସ୍ୱାମୀ ଅପାର ପ୍ରତଗ୍ୟାଂ ସେ କହିଲେ ବିଶ୍ୱନାଥେବୋଇଲେ ଦଣ୍ଡ ଘେନି ଆସନ୍ତୁ ରାମକୃଷ୍ଣ ବେନିଭ୍ରାଥେ ।୧୩୦।ବୋଇଲେ ୟେ ଘାନି ସେ ସମର କୁତୂହୋଳ ହୋଇବେ ସରୂପସେ ଚିତ୍ରସେନ ଭାଞ୍ଜିଲା ରେ ତୁମ୍ଭର ହାଦେ ଦର୍ପ ।୧୩୧।ଆରେ ୟେବେ କିମ୍ପେ ସେହି ନୁଆରିଲ ୟେକା କନ୍ୟାଗୋଟିବାଣସୁର ପୁରେ ମୋହୋର ତୁଲେ ସମର କଲାଟି ।୧୩୨।ଈଶ୍ୱରେ ବୋଇଲେ ସେ ତୁମ୍ଭେ ଯେ ହରିଲେ କୁସୁମ ପାରିଜାତତହିଂକି ପାଲଟି ହୋଇଲା ସେ ସଚଳା ଦୁହିତ ।୧୩୩।ସ୍ୱାମୀ ସମସ୍ତ ଦେବତାୟେ ସଭାରେ ଛନ୍ତି ବସିଈଶ୍ୱର ବଚନେ ସମସ୍ତେହେଂ ନାକମଳି ହସି ।୧୩୪।ଶୁଣିଣ କୋପାନଳ ଦେବ କାମପାଳେକୋପେ ବୁଲାଇଲେ ଦେବ ସଉଦନ ମୂଷଳେ ।୧୩୫।ସାଜ ସାଜ ବୋଲି ଶୁଭିଲା ଗରୁଡ଼ାକତ୍ରଇଲୋକ୍ୟ କମ୍ପିଲା ବଳଦେବଂକର ହାକ ।୧୩୬।ଆହୋ ଚଇତନ ୟେମନ୍ତର ସମୟେ ଇନ୍ଦ୍ର ଯେ ଦେବତାସଭାୟେଣ ଉଭା ସେ ହୋଇଲେ ସୁରନାଥା ।୧୩୭।ଇନ୍ଦ୍ର ଦେବତା ବୋଇଲେ ସ୍ୱାମୀ ଶୁଣିମା ଶୂଳଧାରୀଅମର ନାଶଯିବେ ମୋର ବଳେବର କୋପେ କରି ।୧୩୮।ସଚଳା କନ୍ୟାକୁ ଯିବଇଂ ମୁହିଂ ଘେନିଦ୍ୱାରିକାୟେ ରାମକୃଷ୍ଣ ଚରଣେ କରବି ଦୟିନି ।୧୩୯।ଈଶ୍ୱର ବୋଇଲେ ଆହୋ ଶୁଣସି ସୁରପତିତ୍ରିଦଶ ଦେବତାୟେ ଆମ୍ଭେ ହୋଇଲୁଂ ତୋର କତି ।୧୪୦।ବ୍ରହ୍ମା ପବନ ଚନ୍ଦ୍ର ସୂର୍ଯ୍ୟ କୁବେରଗ୍ରହଗଣ ନାର୍ଘାତ ଯେ ଯମ ବଇଶ୍ୱାନର ।୧୪୧।ବରୁଣ ସହିତେ ସମସ୍ତ ମେଘମାଳସମସ୍ତେ ସତ୍ୟକର ଆମ୍ଭେ ରଖିବା ଆଖଣ୍ଡଳ ।୧୪୨।ସଭାୟେ ଆଗ୍ୟାଂ ଯହୁଂ ଦିଲେକ ଧୂର୍ଜଟିବଇଶ୍ୱାନରଂକ ବଚନ ଅବା କେ ପାରିବ ମେଣ୍ଟି ।୧୪୩।ହୋଇଲୁଂ ୟେକତ୍ୱ ଆମ୍ଭେ ତ୍ରିଦଶ କୋଟି ଦେବାସମସ୍ତେ ହୋଇ ଆମ୍ଭେ ଅମର ରଖିବା ।୧୪୪।ସମସ୍ତେ ଛୁଇଂଲେ ନିରଞ୍ଜନର ପାଦୁକାକିସ କରିବ ସେ ହରି ବହୁତ ହୋଇ ବାସୁଦେବ ୟେକା ।୧୪୫।ଦେବତାଂକ ପ୍ରତଗ୍ୟାଂ ଶୁଣିଣ ଆଖଣ୍ଡଳସ୍ୱାମୀ ବେଦବର ଜିଣି ଟିକି କୃଷ୍ଣ କାମପାଳ ।୧୪୬।ଯେବେ ପାରିବା ତେବେ କରିବା ସାଂଗ୍ରାମଜିଣି ନୁଆରିଲେ ମୁହିଂ କରିବଇଂ ସାମ୍ୟ ।୧୪୭।ବାସବର ବଚନେ ବୋଇଲେ ସୃଷ୍ଟି କରତାସମରେ ଆମ୍ଭନ୍ତ କେହି ନାହିଂନା ଜିଣନ୍ତା ।୧୪୮।ସେ ଆମ୍ଭନ୍ତ ଜିଣି ନୂଆରିବେ ଆମ୍ଭେହେଂ ତାହାନ୍ତ ନୁଆରିବା ଜିଣିୟେ ଦୁଇବଳ ସମ ହୋଇବ ବୋଇଲେ କୁଶପାଣି ।୧୪୯।ୟେକା ଜଣେକ ଅଛି ଦୁଇ ବଳର ଯେ ମଧ୍ୟେସେ ଯାହା କତିକି ଯାଇ ସେ ଜିଣିପାରଇ ଯୁଦ୍ଧେ ।୧୫୦।ପିତାକୁ ପୁଚ୍ଛାକଲେ ଯେ ଦେବ ବଜ୍ରପାଣିସେ କେବଣ ପୁରୁଷ କହ ମୁଂ ପାରିବି ଟିକି ଆଣି ।୧୫୧।ସେ ରାମକୃଷ୍ଣ ଆମ୍ଭେଟି ତେତିଶ କୋଟି ଦେବଗଣେୟେତେକ ଜିଣିମାକୁ କେ ସାମରଥ ୟେକାଜଣେ ।୧୫୨।ତାହାର ମହିମା ସେ ଜୀବନହିଂ ଧନୀ ଧନୀସାଧୁ ତାହାର ପିଅର ସାଧୁ ତାହାର ଜନନୀ ।୧୫୩।ଧାତାୟେ ବୋଇଲେ ସେ ପାର୍ଥିବ ବଂଶେ ଜାତକୋଇନ୍ତାଂକର ନନ୍ଦନ ସେ ତୋହୋର ବୀର୍ଯ୍ୟେ ସଂମ୍ଭୁତ ।୧୫୪।ନିର୍ବାତକପଚ ନିଶୋଧନ ଖାଣ୍ଡବ ବନ ଦହନଅଗ୍ନିଦେବତାଂକର ଲୁଦୁବୁଦୁ ବ୍ୟାଧି ଛଡ଼ାଇଲା ଯେଉଂଣ ଅରଜୁନ ।୧୫୫।ସଭାରେ ବାହାସ୍ଫୋଟ ଦେଇଣ ସୁରପତିୟେ ମୋହର ପୁତ୍ର ଥାଉଂ କାହାକୁ ମୋର ଭୀତି ।୧୫୬।ସେ ମୋ ସଦପୁତ୍ର ଆଉ ଭୟ କି ମୋହୋରତ୍ରିଲୋକ ବିଦିତ ପୁତ୍ରଗୋଟି କୀର୍ତ୍ତିକର ।୧୫୭।ଚଉରାଶି ବେଳ ମୋତେ ନିର୍ବାତକପଚ ଦିଲା ଧାଡ଼ିସତ୍ୟ ତ୍ରେତା ବେନିଯୁଗେ ନୋହିଲି ମୁଂ ତାକୁ ସରି ।୧୫୮।ଅର୍ଜୁନ ଜାତ ହୋଇଲା ଆସି ଦ୍ୱାପର ଯୁଗେନିର୍ବାତକପଚକୁ ବଧ କଲା ୟେ ମୋହୋର ରାଗେ ।୧୫୯।ପୁଣିହିଂ ସେ ବଧକଲା ହରିଣକପଚସେ ପୁତ୍ରର ପ୍ରସନ୍ନେ ମୁଂ ଅମରେ ସହସ୍ରାକ୍ଷ ।୧୬୦।ମମ ଆତ୍ମା ଦେଇ ସେ ପୁତ୍ର ଜାତ କୟେୟେଡ଼େ ଅପଚୟେ କିଂକେ ଛାଡ଼ିବ ଧନୁର୍ଜୟେ ।୧୬୧।ଅନେକ ଅଳଂକାର ଯେ ଦେଇଣ ଦେବଇନ୍ଦ୍ରବୋଇଲା ମାତଳିକି ଘେନି ତୁମ୍ଭେ ଯାଅ ହୋ ନାରଦ ।୧୬୨।ପାଣ୍ଡବେ ରହିଅଛନ୍ତି ଗୋକର୍ଣ୍ଣିକା ତୀର୍ଥେଅର୍ଜୁନକୁ ଯାଇଂ ଘେନିଆସ ବହନ ବ୍ରହ୍ମସୁତେ ।୧୬୩।ତୁମ୍ଭେ ବ୍ରହ୍ମା ସମାନେ ଅଟ ମହଋଷିତୁମ୍ଭନ୍ତ ମାତଳି ଦେଖିଲେ ଆସିବ ବହନ ମୋର ଶିଷି ।୧୬୪।ଅନେକ ସାନନ୍ଦେ ସେ ଚଳନ୍ତି ମୁନିବରପୁଷ୍ୟେକ ରଥେ ବସି ମାତଳି ସଙ୍ଗତର ।୧୬୫।ଆହୋ ଚନ୍ଦ୍ର ଦେବତାୟେ ଯେ ଆସ୍ତାନେ ବସିଥିଲେଧାତିକାରେ ନିଶାୟେ ସେ ବାହାର ହୋଇଲେ ।୧୬୬।ବିଚାରଇ ଶଶଧର ତାରାର ହରଣେୟେକା ମୋତେ ରକ୍ଷାକଲେ ଦେବ ନାରାୟଣେ ।୧୬୭।ତ୍ରିଦଶ ଦେବେ ଯେ ଆବୋରିଲେ ବୃହସ୍ପତିୟେକା ନାରାୟଣ ପ୍ରସାଦେ ମୁଂ ଜିଣିଲି ସବୁନ୍ତି ।୧୬୮।ୟେତେକ ମନେ ବିଚାରି ସେ ଦେବ ଶଶଧରଧାତିକାରେ ପ୍ରବେଶ ଯାଇଂ ଦ୍ୱାରାବତୀ ପୁର ।୧୬୯।ସମଦଣ୍ଡ ସଜ କରୁଅଛନ୍ତି ରାମକୃଷ୍ଣେଚନ୍ଦ୍ରଦେବତା ପ୍ରବେଶ ହୋଇଲେ ନିକଟେ ।୧୭୦।ଚନ୍ଦ୍ରଂକୁ ଦେଖି ପୁଚ୍ଛିଲେ ଦେବ ଜନାର୍ଦ୍ଦନଦେବତାଂକ ଚରିତ କି ଦେଖିଲୁ ବିଧାନ ।୧୭୧।ଚନ୍ଦ୍ର ଦେବତା କହିଲେ ବହୁତ ଦେବତାଂକର କଥାୟେକ କତିକେ ହୋଇଲେ ସମସ୍ତ ଦେବତା ।୧୭୨।ନିଚୟେ ଗୋଳ ସମର ହୋଇବ ଦେବହରିଇନ୍ଦ୍ର ଦେବତାୟେ ସେ ବ୍ରହ୍ମାଂକୁ ପଚାରି ।୧୭୩।ଆମ୍ଭର କତିକେ ହୋଇବେ ତ୍ରିଦଶ ଦେବେଯଦୁବଂଶ ଘେନି କତିକେ ହୋଇବେ କୃଷ୍ଣ ବଳଦେବେ ।୧୭୪।ଆମ୍ଭେ ଯେବେ ଜିଣି ପାରିବା ତାହାଂକୁ ସାଂଗ୍ରାମେହାରିବା ବୋଇଲେ ମୁଂ କରିବଇଂ ହାଦେ ସାମ୍ୟେ ।୧୭୫।ବ୍ରହ୍ମାୟେ ବୋଇଲେ ଓହୋବଳ ମଧ୍ୟେ ଅଛଇ ୟେକାଜଣେସେ ଯାହା କତିକି ଯିବ ଜିଣିମ ସେହୁ ରଣେ ।୧୭୬।ଆହୋ ଇନ୍ଦ୍ର ତୋହୋର ସେ ପୁତ୍ର ଯେ ବାସୁଦେବରେ ପୀରତିଅର୍ଜୁନ ଯାହାର କତିକି ଯାଇ ସେ ଜିଣିମ ସବୁନ୍ତି ।୧୭୭।ପିତା ମୁଖୁଂ ୟେସନେକ ବଚନ ଶୁଣିଣ ଦେବଇନ୍ଦ୍ରଅର୍ଜୁନକଇଂ ଆଣିତେ ପଠାଇଲେ ମାତଳି ନାରଦ ।୧୭୮।ପାଣ୍ଡବେ ଅଛନ୍ତି ଯେ ଗୋକର୍ଣ୍ଣିକା ବଇତରଣୀ ତୀର୍ଥେନାରଦ ଚଳିଗଲେ ଆବର ମାତଳି ସହିତେ ।୧୭୯।ଶୁଣିଣ ମନେ ହରଷ ହୋଇଲେ ବାସୁଦେବପଦ୍ମନକଇଂ ରାଇ ଆଗ୍ୟାଂ ଦିଲେକ ମାଧବ ।୧୮୦।ବାବୁ ପଦ୍ମନ ବହନ ହୋଇ ଯିବୁ ତୁ ଗୋକର୍ଣ୍ଣିକା ତୀର୍ଥକୁପୁଷ୍ୟେକ ରଥେ ବସାଇ ଆଣିବୁ ତୁ ପାଥକୁ ।୧୮୧।ସେ ମୋହୋର ପ୍ରାଣର ସଖା ଅଟଇ ଫାଲଗୁନିବେଗକରି ଦ୍ୱାରିକାକୁ ଆସ ତାକୁ ଘେନି ।୧୮୨।ଗୋସିଂହ ବୋଲିକରି ଯେ ୟେକଇ ଅସୁରଭାଙ୍ଗିଣ ଭଗନସ୍ତ କଲାକ ମୋହୋର ପୁର ।୧୮୩।ତାହାକୁ ଯୁଦ୍ଧେ ନାଶକଲା ବୀର ସର୍ବସାଚୀବେଳେ ବେଳେ ଦ୍ୱାରିକା ମୋ ସେହୁ ରଖିଅଛି ।୧୮୪।ୟେସନେକ ସମୟେ ମୋତେ ଛାଡ଼ିବ ଫାଲଗୁନିବହନ ପଦ୍ମନ ରେ ଆସ ତାକୁ ଘେନି ।୧୮୫।ସ୍ୱାମୀର ଆଗ୍ୟାଂୟେ ସେ ମୀନ ଯେ କେତନପାଣ୍ଡବଂକର କତିକି ସେ ଚଳଇ ବହନ ।୧୮୬।ଉଡ଼ଇ ବିବାନ ତାର ଯେ ଆକାଶର ମାର୍ଗେପ୍ରବେଶ କାମଦେବ ଯାଇ ବଇତରଣୀ ନଦୀ ପଛିମ ଭାଗେ ।୧୮୭।ନାରଦେ ବିଜେକଲେ ଯାଇଂ ପାଣ୍ଡବଂକର କତିଦେଖିଣ ଉଠିଲେ ଯେ ବିଚିତ୍ରବୀର୍ଯ୍ୟର ନାତି ।୧୮୮।ପାଦାଅର୍ଘ୍ୟ ଦେଇଣ ଯେ ପୂଜିଲେ ନାରଦଂକୁକୃଷ୍ଣାଜୀନ ଛାଲଗୋଟି ଦିଲେ ବସିବାକୁ ।୧୮୯।ବସନ କୁଣ୍ଡଳ ରତ୍ନମାଳ ଦେଇ କଲେ ପାଦପୂଜାପ୍ରଣପତ୍ୟ ହୋଇଣ ଯେ ପୁଚ୍ଛନ୍ତି ଧର୍ମରାଜା ।୧୯୦।ଯୁଝେଷ୍ଠି ଦେବେ ବୋଇଲେ ଆଜ ମୋର ଜୀବନ ସୁଫଳତୁମ୍ଭନ୍ତ ଭେଟିଲି ଯେ ପବିତ୍ର ହେଲା ମୋର କୁଳ ।୧୯୧।ପ୍ରତକ୍ଷେ ଦେବ ତୁମ୍ଭେ ଅଟ ଦୁତୀବ୍ରହ୍ମାଅଭୟେ ନିରାକାର ତୁ ପ୍ରତକ୍ଷେ ମହାତମା ।୧୯୨।ନାରଦେ ବୋଇଲେ ବାବୁ ବ୍ରତିଅଛ ଟିକି ଭଲେତପୀବଳ ରକ୍ଷାକଲୁ ନାଶିଲୁ ଅସୁରେ ।୧୯୩।ଭୀମ ଅରଜୁନ ଯେ ନକୁଳ ସହଦେବସେବା କରିଅଛନ୍ତି ନା ତୋତେ ଭଗତିର ଭାବ ।୧୯୪।ଦାନବଂକର ଭୟ ନାହିଂନା ୟେ ପୃଥୀକ୍ଷମା ଦୟା ଧାର୍ମିକ ହୋଇ ଘେନିଥିବୁ ସେ ପ୍ରକୃତି ।୧୯୫।ୟେ ବନବାସକୁ ବାବୁ ନ କରସି ତୁ କିଛି ଚିନ୍ତାୟେଥୁ ଅନନ୍ତରେ ପୁଣ ହୋଇବୁ ମହାରଥା ।୧୯୬।ପଞ୍ଚୁକଟକ ୟେକାଙ୍ଗେ ହୋଇବ ପରାପତତୁ ହୋ ମହାଧାର୍ମିକ ଜାଣିଅଛନା ସମସ୍ତ ।୧୯୭।ଯୁଝେଷ୍ଠି ଦେବ ବୋଇଲେ କୁଶଳ ସର୍ବକଥାୟେ ବନବାସ ମୋତେ ପ୍ରାପତ ହୋଉ ଯେ ସର୍ବଥା ।୧୯୮।ଦେଖ ମୋହୋର ତୁଲେ ଛନ୍ତି ଅଠାଶି ସହସ୍ର ଋଷିଅନୁବ୍ରତେ ଧର୍ମପୁରାଣ ଛାମୁରେ ମୋର ଭାଷି ।୧୯୯।ଜନ୍ମର ସାର୍ଥୁକ ତୀର୍ଥ ଗୋଟିୟେ ଯେବେ କରିୟେକତୀର୍ଥର ଫଳଶ୍ରୁତି ଅଶ୍ୱମେଧ ଯାଗସାରି ।୨୦୦।ୟେ ମହୀମଣ୍ଡଳେ ଯେତେକ ତୀର୍ଥମାନ ଅଛିପିତୃକାର୍ଯ୍ୟ କରିବି ମୁହିଂ ସକଳ ତୀର୍ଥ ବାଞ୍ଚି ।୨୦୧।ନୋହୁ ନୋହୁ ରାଜ୍ୟପଦ ଅନୁବ୍ରତେ ଦ୍ୱନ୍ଦଶୁଣିଣ ପ୍ରଶଂସା ଯେ କଲେକ ନାରଦ ।୨୦୨।ଆହୋ ନାରଦ ଯୁଝେଷ୍ଠିର ଚରଣେ ପରିଣାମିଭଗତବତ୍ସଳ ଅବଧାରୀ ଦେବସ୍ୱାମୀ ।୨୦୪।ପାୟେ ଯାଇଂ କାମଦେବ କରଇ ନିଉଛାଳିଝାଳେଣ ତ୍ରିପଣ୍ଡ ଯେ ଶରୀର ଭୂମିରଜ ଧୂଳି ।୨୦୫।ମସ୍ତକେ ହାଥ ଦେଇଣ ଅନେକ ତୁସ୍ତି ବୋଲିସାଷ୍ଟାଙ୍ଗେ ପ୍ରଳମ୍ବିତ ଛାମୁରେ ଶୁତିଲା ଗଡ଼ଘାଲି ।୨୦୬।ଯୁଝେଷ୍ଠି ଦେବେ ବୋଇଲେ ବାବୁ ଯାଅରେ ନକୁଳବାଞ୍ଛା ସିଦ୍ଧହୋଉ ପଦ୍ମନକୁ ବେଗେ ତୋଳ ।୨୦୭।ଧାତିକାରେ ନକୁଳ କୋଳାଗ୍ରତ କରି ତୋଳିଧରିବସ୍ରେ ବଦନ ପୋଛଇ ଶମ୍ବର ଅଇରି ।୨୦୮।ଯୁଝେଷ୍ଠି ଦେବଂକ ଛାମୁରେ ପୁର ମେଣ୍ଟିମସ୍ତକେ ପଦ୍ମନ ଦେଇ ବେନି କରଗୋଟି ।୨୦୯।ଅର୍ଜୁନ କୋଳକରି ବସାଇଲା ପଦ୍ମନକୁମୁଖରେ ଚୁମ୍ବନ ଦେଇ ଆଶ୍ୱାସନା ତାକୁ ।୨୧୦।ଯୁଝେଷ୍ଠି ବୋଇଲେ କ୍ଷମେ ଅଛି ନା ଦ୍ୱାରିକାଦଇତ ଦାନବଂକର ନାହିଂ ନା କିଛି ଶଂକା ।୨୧୧।ଛାମୁରେ ପଦ୍ମନ କହିଲା ସମସ୍ତ କୁଶଳ ବୋଲିଠାକୁରଂକ ଆଗ୍ୟାଂରେ ମୁଂ ବହନ ଅଇଲି ।୨୧୨।ଯୁଝେଷ୍ଠି ବୋଇଲେ ବାବୁ କେବଣଇ ଗୁଣସ୍ୱାମୀ ଅରଜୁନ ଠାକୁରେ ଦ୍ୱାରିକା ଯିବେ ୟେହିକ୍ଷଣ ।୨୧୩।ଯୁଝେଷ୍ଠି ଦେବେ ବୋଇଲେ ଯଦ୍ୟପି ଅଇଲେ ପଦ୍ମନୟେହିକ୍ଷଣି ଦ୍ୱାରିକାକୁ ଯାଅ ରେ ଅର୍ଜୁନ ।୨୧୪।ପଦ୍ମନକୁ ପଚାରିଲେ କେବଣ କାରଣ ତୁ ଜାଣୁଟି କିରେ ବାବୁବଡ଼ କାର୍ଯ୍ୟହେଲେ ଆମ୍ଭେ ୟେହିକ୍ଷଣି ଯିବୁଂ ।୨୧୫।ପଦ୍ମନ ବୋଇଲେ ଦେବ ଅର୍ଜୁନ ଠାକୁରଂକର ଗଲେଜଗନ୍ନାଥେ କହିବେ ସିନା ଛାମୁରେ ଭେଟିଲେ ।୨୧୬।ଯୁଝେଷ୍ଠି ଦେବେ ବୋଇଲେ ଶୁଣ ହୋ ସହଦେବକେଉଂଣ ନିମନ୍ତେ ଅର୍ଜୁନେ ନେମାକୁ ପେଷିଲେ ପଦ୍ମନକୁ , ବାସୁଦେବ ।୨୧୭।ବାବୁ ଦଇତ ଦାନବଂକର ଆମ୍ଭେ ଅଟୁ ଯେ ବଇରିଆମ୍ଭନ୍ତ ହରିଣ୍ୟକପଚ ନେଲାଟି ଛଦ୍ରମ ରୂପଧରି ।୨୧୮।ଦଇତେ ହୋଇ ପାରନ୍ତିଟି ପଦ୍ମନ ସରୂପୟେହା ପରିଘାଇ ବୁଝି କହନି ରେ ବାପ ।୨୧୯।ଆପଣା କରକୁ ଚାହିଂ ବୋଲଇ ସହଦେବସ୍ୱାମୀ ବାସବ ବାସୁଦେବଂକର ହୋଇଛି ଅଭାବ ।୨୨୦।ଜମ୍ବୁବତୀର ଦୁହିତା ସଚଳାବତୀ ନାରୀକାଲି ୟେତେବେଳେ ଚିତ୍ରସେନ ଗନ୍ଧର୍ବ ନେଲା ତାକୁ ହରି ।୨୨୧।ତେଣୁକରି ଦଣ୍ଡ ସାଜୁଅଛନ୍ତି ଗୋବିନ୍ଦତ୍ରିଦଶ ଦେବତାନ୍ତ ଘେନି ସମର ବରିବେ ଅସକନ୍ଦ ।୨୨୨।ତହିଂର ନିମନ୍ତେ ଯେ ପଦ୍ମନକୁ ଦିଲେ ପଠିଆଇସେ ନିମନ୍ତେ ଅଇଲା ପଦ୍ମନ ଅର୍ଜୁନ ଠାକୁରଂକୁ ନେଇ ।୨୨୩।ନାରଦେ କରତାଳି ଦେଇ ବୋଇଲେ ଶୁଣ ହୋ ଯୁଝେଷ୍ଠିରୟେହି କଥାକୁ ଆମ୍ଭନ୍ତ ପଠିଆଇଲେ ପୁରନ୍ଦର ।୨୨୪।ବାବୁ ଅନେକ ବିନୋୟୀ ହୋଇ କହିଅଛନ୍ତି ମଘବାନନିର୍ବାତକପଚ ମାରି ଅମରେ ମୋତେ ଥାପିଲା ଅରଜୁନ ।୨୨୫।ତାହାରେ ସିନା ଅଟଇ ଅମର ସ୍ୱର୍ଗପୁରୀୟେ ସମୟେ ପୁତ୍ର କିଂକେ ଛାଡ଼ିବ ମୋହୋରି ।୨୨୬।ମାତେଳିକି ଆମ୍ଭନ୍ତ ପଠିଆଇଲେ ସୁରନାଥେବହନ ଯିବା ଧନୁର୍ଜୟେ ବିଜେକର ପୁଷ୍ୟେକ ଯେ ରଥେ ।୨୨୭।ପଦ୍ମନ ବୋଇଲା ସ୍ୱାମୀ ଦ୍ୱାରାବତୀ ଭୁବନଗୋସିଂହ ଦଇତ ଯେ କଲା ନିଶୋଧନ ।୨୨୮।ସାତବଂଶ ଯାଦବ ସବୁନ୍ତିହିଂ ମାରିସତ୍ୟଭାମା ଦେବୀଂକ ସେ ନେଉଥିଲା ଧରି ।୨୨୯।ନିଅନ୍ତେ ଅର୍ଜୁନକଇଂ ଦେଖିଲେ ସତ୍ୟଭାମାଅର୍ଜୁନ ରଖବୋଲି ଡାକଇ ଜଗନ୍ନାଥଂକର ବାମା ।୨୩୦।ବାଷଠୀ କ୍ଷଉଣୀ ସନ୍ୟବଳ ଘେନି ଗୋସିଂହ ଯାଉଥିଲାପହରକ ମଧ୍ୟେ ତାହା ଅର୍ଜୁନ ନାଶକଲା ।୨୩୧।ଅସୁର ବଳ ନିଶୋଧନ କରି ଆଣିଲା ଶକ୍ରାବତୀଜୀବନ୍ୟାସ ଶରେ ଯାଦବନ୍ତ ଜୀଆଇଂଲେ ସବୁନ୍ତି ।୨୩୨।ତେତେ ବଡ଼ ଆପଦ ସେ ୟେହାରେ ମେଣ୍ଟିୟେହେର୍ଣ୍ଣେକ ସମୟେ କି ଆମ୍ଭନ୍ତ ଛାଡ଼ିବ କିରଟି ।୨୩୩।ୟେମନ୍ତ ବୋଲି ପେଷିଲେ ଯେ ଜଗନ୍ନାଥ ଦେବ ସ୍ୱାମୀସ୍ୱାମୀ ଚାଲ ବୋଲି ଅର୍ଜୁନକୁ ପଦ୍ମନ ପରିଣାମି ।୨୩୪।ଯୁଝେଷ୍ଠି ଦେବେ ହୋଇଲେ ଆଶ୍ରିଜ ତାହା ଶୁଣିଓହୋସଂକଟେ ବାବୁ ୟେବେ ହୋଇଲା ଫାଲଗୁନି ।୨୩୫।ବାବୁ ବହୁତ କଷ୍ଠୋରେ ପିତା ପୁତ୍ରଜାତ କୟେବଂଶକୁ କାରଣ କରଇ ଯେବେ ସୁଲକ୍ଷଣ ଉପୁଜାୟେ ।୨୩୬।ଅପାଠକ ଅପାବନ ପୁତ୍ର ସେ ଜାତ କଲେତାହାକୁ କେ ଆଶ କରିବେ ଯୁଝେଷ୍ଠି ଦେବେ ବୋଇଲେ ।୨୩୭।ବାବୁ ଭଗୀରଥ ବୋଲି ପୁତ୍ରେକ ସୂର୍ଯ୍ୟବଂଶେ ଉତପତ୍ତିଆକାଶୁଂ ଗଙ୍ଗା ଆଣି ଷାଠିୟେ ସହସ୍ର ପିତୃଲୋକନ୍ତ କଲାକ ମୁକତି ।୨୩୮।ତୋତେ ଜାତ କଲେ ଦେବ ଅସକନ୍ଦଶତ୍ରୁ ନାଶକରି ଅମରକୁ କଲୁ ଯେ ଆନନ୍ଦ ।୨୩୯।ବାବୁ ଧର୍ମ ଉଦୟ ହୋଇଲେ ହୋଅଇ ୟେମନ୍ତତୁହୋ ମହାପଣ୍ଡିତ ବିଚାରୁ କେମନ୍ତ ।୨୪୦।ବାବୁ ଅର୍ଜୁନ , ଯେବେ ତୁ ପିତା ପୁରକଇଂ ଯିବୁଯାବତ କାଳେ ତୁ ଜଗନ୍ନାଥଂକୁ ନ ପାଇବୁ ।୨୪୧।ବାବୁ ହରି ଅର୍ଜୁନ ଯେ ସଂସାରେ ବୋଲନ୍ତି ୟେକଆତ୍ମାତୋହୋର ବାହାକୁ ସେ ଆଶ କରନ୍ତି ମହାତମା ।୨୪୨।ବାବୁ ଜରାସନ୍ଧ ବଧକଲା ଯେତେବେଳେଭୀମସେନ ମାଇଲା ସମର କୁତୂହୋଳେ ।୨୪୩।ବାହୁ ଆବର ବିଶେଷେ ଯେ ଅଇଲା ପଦ୍ମନଦୁସହ ସଂକଟରେ ପଡ଼ିଲା ଅରଜୁନ ।୨୪୪।ବାବୁ କ୍ଷତ୍ରୀଂକର ଧର୍ମରେ ସୋହୋଦ୍ରେ ନୋହୋନ୍ତି କିଛିଅଭ୍ୟାଗତେ ପୀରତି ଦୁଖୀଜନେ ଶରଣ ରଖି ।୨୪୫।ତୁ ଯେବେ ବାବୁରେ ବାସୁଦେବର ତହିଂକି ଯାଉଯାବତ କାଳରେ ପିତା ଇନ୍ଦ୍ରଦେବତାକୁ ନ ପାଉ ।୨୪୬।ଭୀମସେନ ବୋଇଲା ଦେବ ମୋହୋର ବୁଦ୍ଧିୟେକ ଅଛିକାହାର ତହିଂକି ୟେ ନ ଯାଉ ସର୍ବସାଚୀ ।୨୪୭।ନକୁଳ ବୋଇଲା ୟେ ନୋହଇ କିଛି ଧର୍ମକ୍ଷତ୍ରୀକୁଳକୁ ନ ଯୋଗାଇ ୟେହେର୍ଣ୍ଣେକ କର୍ମ ।୨୪୮।ବରିଲେ ନିମନ୍ତ୍ରିଲେ ଯିବାକ ଅବଶ୍ୟନ ଗଲେ କ୍ଷତ୍ରୀପଣ ଦୂଷଣ ଧର୍ମ ହୋୟେ ନାଶ ।୨୪୯।ଅର୍ଜୁନ ବୋଇଲେ ନାରଦଂକ ମୁଖ ଚାହିଂୟେଡ଼େଜଣ ଚିତ୍ରସେନ ଗ୍ୟାନ ତାହାର ନାହିଂ ।୨୫୦।ତାହାରେ ଯେବେ ଗୋବିନ୍ଦର ଦୁହିତାକୁ ଇଚ୍ଛାଆମ୍ଭନ୍ତ ରାଇ କିମ୍ପା ନ କଲାକ ଇଚ୍ଛା ।୨୫୧।ଗୋବିନ୍ଦେ ନ କରନ୍ତେ କି ଆମ୍ଭର ବଚନଭାବେଣ ସଚଳା କନ୍ୟାକୁ ଆମ୍ଭେ କରନ୍ତୁ ପ୍ରଦାନ ।୨୫୨।ଇନ୍ଦ୍ର ଗୋବିନ୍ଦଂକର ଯୋଗାନ୍ତ ବନ୍ଧୁପଣକାର୍ଯ୍ୟ ସୁବିଧାନ ହୋଅନ୍ତା ରହିଥାନ୍ତା ବଡ଼ପଣ ।୨୫୩।ବଳାତକାରେ ହରିଲା ସେ ଜଗନ୍ନାଥଂକର ଦୁହିତଅମର ସମ୍ପଦ ନାଶକଲା ଯେ ଚିତ୍ରରଥ ।୨୫୪।ଅନୀତି କଥା ୟେହା ସହିତେ କି ପାରିକେଉଂଣ ଗାଢ଼ପଣେ ହରିଲା ସେ ଗୋବିନ୍ଦଂକ କୁମାରୀ ।୨୫୫।ଚିତ୍ରସେନ ବୁଝିଲା ମତ୍ତଗର୍ବପଣେଇନ୍ଦ୍ର କିଂପା ଦ୍ୱନ୍ଦଚିନ୍ତା କଲା ଅକାରଣେ ।୨୫୬।ମୁହିଂ ତୁମ୍ଭନ୍ତ ପ୍ରଣପତ୍ୟ କରଇଂ ନାରଦେସଚଳା କନ୍ୟାକଇଂ ଘେନି ଦ୍ୱାରକାକୁ ଯାଆନ୍ତୁ ଦେବଇନ୍ଦ୍ରେ ।୨୫୭।ଯେମନ୍ତେ ପାର ତୁମ୍ଭେ କର ୟେ କଥାର ସନ୍ଧିନୋହିଲେଣ ନାଶ ଯିବେଟି ପିତା ଜମ୍ବୋଭେଦୀ ।୨୫୮।ନାରଦେ ବୋଇଲେ ସେ ଦେବ ଯେ ମୁରାରିସେ ଯେ କନ୍ୟାମାନନ୍ତ ନେଉଥାଇ ହରି ।୨୫୯।ଅର୍ଜୁନେ ବୋଇଲେ ସେ ସମରେ ସାମରଥାମାରନ୍ତି ଦୁରାନ୍ତେକ ସେ ହରନ୍ତି ଦୁହିତା ।୨୬୦।ରାମକୃଷ୍ଣ କୋପକୁ ତ୍ରଇଲୋକ୍ୟେ କେ ସରିହଳମୂଷଳେ କପିଳାସ ଧଇଲେ ଉପାଡ଼ି ।୨୬୧।ଯଦ୍ୟପି ସହସ୍ର ଗୁଣେ ମାନ୍ୟ ହୋଇବେ ମୋର ପିତାକ୍ଷଣକେ ନ ସହଇ ମୁଂ କୁଷ୍ଣରେ ଅଭିଗତା ।୨୬୨।ହରିଂକ ଯେ ନିନ୍ଦା କରଇ ଯେହୁ ଆଗେଅବଶ୍ୟ ତାହାକଇଂ ନାଶଇ ମୁଂ ବଇରାଗେ ।୨୬୩।ଯେବେ ମୋତେ ଆଗ୍ୟାଂ ଦେଇଥାନ୍ତେ ନାରାୟଣବାସବ ଦେବତାଂକୁ ଧରି ଆଣନ୍ତି ୟେହିକ୍ଷଣ ।୨୬୪।ଆଗ୍ୟାଂ ଯେବେ ଦେଇଥାନ୍ତେ ଜଗନ୍ନାଥ ସ୍ୱାମୀୟେକା ନାରାଜକେ ଛିନ୍ନଇ ପକାଇ ପାରଇ ଅମର ଭୂମି ।୨୬୫।ନାରଦେ ବୋଇଲେ ଇନ୍ଦ୍ର ନୋହଇ ଯେ ୟେକାବ୍ରହ୍ମା ରୁଦ୍ର ଯମ ବରୁଣ କୁବେର ଆଦିକରି ଭାଙ୍ଗିବେ ଦ୍ୱାରିକା ।୨୬୬।ଅର୍ଜୁନ ବୋଇଲେ ନ କହି ଆପଣାର ପ୍ରଶଂସାକେବଳ ଜଗନ୍ନାଥଂକର ଆଗ୍ୟାଂ ମୋହୋର ୟେକାହିଂ ଭରସା ।୨୬୭।ବ୍ରହ୍ମା ରୁଦ୍ର ଇନ୍ଦ୍ର ଯମ ବରୁଣ କୁବେର ଆଦିକରିୟେକା ନାରାଜେକ ମୁଂ ସମସ୍ତ ପାରଇ ସଂହାରି ।୨୬୮।ୟେ ମୋହୋର ପ୍ରତଗ୍ୟାଂ ଯେ ଅଟଇ ସର୍ବସିଦ୍ଧିନିଚେ ଚିତ୍ରସେନରେ ନାଶଗଲା ଅମର ସମ୍ପ୍ରଧି ।୨୬୯।ମାତଳି ବୋଇଲା ବାବୁ ୟେତ ଦୁସହ ସନ୍ଦେହଇନ୍ଦ୍ର ଦେବତାୟେ କିମ୍ପେ ହୋଇଲୁ ୟେତେକ ନିମୋହ ।୨୭୦।ବୋଲଇ ଫାଲଗୁନି ତୁମ୍ଭନ୍ତ ମୋହୋର ଦଇନିଯେମନ୍ତେ ପାର ପ୍ରୀତିକର ତୁମ୍ଭେ ଇନ୍ଦ୍ର ଗୋବିନ୍ଦ ହାଦେ ବେନି ।୨୭୧।ଇଶ୍ୱରଂକ ବଚନେ ପିତା ମୋର ନୋହନ୍ତୁ ବାଈନିୟତ ବେଳକୁ ସମରେ ନ ଥିବେ ଶୂଳସାଇଂ ।୨୭୨।ବିଚାରିଲେ କାଳେ ଶ୍ରୀହରି ଈଶ୍ୱର ୟେକଆତ୍ମାମଧ୍ୟେ ପଡ଼ି ନାଶ ଯିବେଟି ପିତା ମୋହୋର ଇନ୍ଦ୍ର ମହାତମା ।୨୭୩।ନାରଦ ବୋଇଲେ ତୋର ୟେ କଥା ଅଟଇ ସତ୍ୟୟେକଆତ୍ମା ତୁମ୍ଭେ ଦୁହେଂ ଅଟ କୃଷ୍ଣ ପାଥ ।୨୭୪।ୟେତେ ବୋଲି ନାରଦେ ଆରୋହିଲେ ମନପବନ ଦଣ୍ଡମାତଳିକଇଂ ଘେନି ବିଜୟେ ଅମର ସ୍ୱର୍ଗଖଣ୍ଡ ।୨୭୫।ବିଜୟେ ମଘବାନ ଅମର ଆସ୍ତାନେଯେ ଯାହାର ଦଣ୍ଡ ସାଜି ଆସନ୍ତି ସମସ୍ତେନାରଦେ ବିଜେକଲେ ଯାଇ ଅମର ପ୍ରଶସ୍ତେ ।୨୭୭।ଇନ୍ଦ୍ର ଦେବତାୟେ ଯେ ଅଛନ୍ତି ବାଟ ଚାହିଂତୁମ୍ଭେ ନ ଅଇଲି ମୁନି ହେ ଅର୍ଜୁନ ମୋର କାହିଂ ।୨୭୮।ନାରଦେ ବୋଇଲେ ତୋତେ ଛାଡ଼ିଲା ଫାଲଗୁନିପଦ୍ମନ ଆସିଣ ଅର୍ଜୁନକୁ ଦ୍ୱାରିକା ଗଲା ଘେନି ।୨୭୯।ନାରଦଂକ ମୁଖୁଂ ୟେସନେକ ବାକ୍ୟ ଶୁଣିମୃଚ୍ଛାଗତ ହୋଇଣ ପଡ଼ିଲା ବଜ୍ରପାଣି ।୨୮୦।ସଞ୍ଚୟେ ଆପାଦ ଆସି ପଡ଼ିଲାକ ମୋତେଭୋ ଈଶ୍ୱର ରାମକୃଷ୍ଣକଇଂ ଆଉ ଜିଣିବା କେମନ୍ତେ ।୨୮୧।ଦେବତାମାନନ୍ତ ବସାଇ ବୋଇଲେ ସସ୍ରଯୋନିମୋତୋ ଆଗ୍ୟାଂ ଦେବା ମୁଂ ସଚଳାକଇଂ ଯାଇ ଘେନି ।୨୮୨।ରାମକୃଷ୍ଣ ଚରଣେ ମୁଂ ପଶିବଇଂ ଶରଣଜାଣି ଅନୁଗ୍ରହ ମୋତେ କରିବେ କାହ୍ନୁ ସଂକ୍ରିଷେଣ ।୨୮୩।ଇନ୍ଦ୍ରଦେବତା ବିକଳେ ଈଶ୍ୱରେ ବୋଇଲେଆବର ସନ୍ଧି ହୋଅଇ କି ବିକଳ ହୋଇଲେ ।୨୮୪।ମାନବେ ଜାତ ସେ ପାଣ୍ଡବ ଅରଜୁନମୁହିଂ ତାହାକଇଂ ସମରେ କରିବି ନିଶୋଧନ ।୨୮୫।ରାମକୃଷ୍ଣ ସହିତେ ମୁଂ ୟେକାୟେ ଜିଣିମିଚିତ୍ରସେନକଇଂ ଇନ୍ଦ୍ରପଦ ଦ୍ୱାରିକାୟେ ଦେମି ।୨୮୬।ବୋଲଇ ମଘବାନ ଶୁଣ ତୁ ଈଶ୍ୱରଅର୍ଜୁନ ମହିଂମା କିମ୍ପେ ପାସୋର ଗଲା ତୁମ୍ଭରି ମନର ।୨୮୭।ଯେତେକ ଅବସ୍ତା ତୁମ୍ଭଂକୁ ଦେଇଥିଲାସେ କଥାମାନ କି ତୁମ୍ଭ ମନରୁ ପାସୋର ଗଲା ।୨୮୮।ଅନ୍ଧକନାଶନ ଶର ମୟେଂଷାବଧ ଅକ୍ଷୟ ତ୍ରୋଣଶରତ୍ରୋଣ ବେନି ଦେଇ ତାରେ ପଶିଲ ଶରଣ ।୨୮୯।ଈଶ୍ୱର କହିଲେ ୟେ କଥା ଅଟଇ ଯେ ସତ୍ୟଭୋଳରେ ଭୋଳାନାଥ ଆମ୍ଭେ ଅଟୁଂ ହେ ଯୁଗତ ।୨୯୦।ସେ କଥାମାନ ଛାଡ଼ି ୟେବେ ମେଳି ହେଲୁଂନିଚୟେ ଅର୍ଜୁନକୁ ସମରେ ନାଶିବୁ ବୋଇଲୁ ।୨୯୧।ଅପାର ପ୍ରତଗ୍ୟାଂ ଯହୁଂ କହିଲେ ଦେବରାଜସମସ୍ତ ବିବୁଧେ ତୁମ୍ଭେ ଦଣ୍ଡ ବେଗେ ସାଜ ।୨୯୨।ଶୁଣ ହୋ ଚଇତନ ଯୁଝେଷ୍ଠି ଋଷିମାନନ୍ତ ସମସ୍ତ ରୁହାଇଦ୍ରୋପତୀଂକୁ ସମର୍ପିଲେ ମାର୍କଣ୍ଡଂକ ତହିଂ ।୨୯୩।ତୁମ୍ଭେ ରହିଥାଅ ୟେହି ଗୋକର୍ଣ୍ଣିକା ତୀର୍ଥେଇନ୍ଦ୍ର ଗୋବିନ୍ଦ ସନ୍ଧିକରି ଆସିବା ପରିଯନ୍ତେ ।୨୯୪।ନକୁଳକୁ ବୋଇଲେ ବାବୁ ତୁ ରହିଥାଅ ୟେଥିଋଷିମାନନ୍ତ କନ୍ଦମୂଳ ଦେଉଥିବୁ ନିତ୍ୟାପ୍ରତି ।୨୯୫।ଯୁଝେଷ୍ଠି ଭୀମ ଅରଜୁନ ସହଦେବପ୍ରଦ୍ୟୁମ୍ନ ତୁଲେ ବାହାର ଚାରି ଯେ ପାଣ୍ଡବ ।୨୯୬।ୟେଥୁ ଅନନ୍ତରେ ଦ୍ୱାରିକାଉଂ ବାହାର ଯଦୁବଂଶ ଥାଠଚଳନ୍ତି ସଇନି ଯେ ସରସ୍ୱତୀ ନଦୀର ତଟ ।୨୯୭।ଗୋବିନ୍ଦେ ବିଜେ କରିଛନ୍ତି ତୁଙ୍ଗଗିରି ପର୍ବତେପାଣ୍ଡବେ ପ୍ରବେଶ ତହିଂ ହୋଇଲେ ସମସ୍ତେ ।୨୯୮।ବଳଦେବ ବୋଇଲେ ହରି ଆକାଶୁଂ ଆସଇ ୟେକ ବିମାନେପ୍ରଦ୍ୟୁମ୍ନ ବିଳମ୍ବେ କାର୍ଯ୍ୟ ହୋଇଲା ସୁବିଧାନେ ।୨୯୯।ପଥ ଉପନେସନ୍ତି ରାମକୃଷ୍ଣ ବେନିଭ୍ରାଥଅନ୍ତରୀଚ୍ଛ ମାର୍ଗେ ଦିଶିଲା ପୁଷ୍ୟେକ ରଥ ।୩୦୦।ରଥରୁ ଓହ୍ଲାଇ ଯେ ପାଣ୍ଡବ ଜଣ ଚାରିଯୁଝେଷ୍ଠିଂକି ଦେଖି ନାରାୟଣ ପର୍ବତୁଂ ଉତୁରି ।୩୦୧।କୃଷ୍ଣ ପ୍ରଣପତ୍ୟ କଲେ ଯୁଝେଷ୍ଠି ଦେବଂକ ପଦ୍ମପାଦେୟେ ବିପୁଳ ଭୋଗ ହାଦେ ତୁମ୍ଭରି ପରସାଦେ ।୩୦୨।ଗୋସିଂହ ବଧକରି ଯେ ରଖିଲ ଦ୍ୱାରିକାଜାରାସନ୍ଧକୁ ନିବାରି ଆମ୍ଭନ୍ତ କଲ ନିଶଂକା ।୩୦୩।ୟେବେ ଶୁଣ ସ୍ୱାମୀ ତୁମ୍ଭ ଭାଇର ଚରିତବଳତ୍କାରେ ଦୁହିତାକୁ ମୋର ହରିଲା ଚିତ୍ରରଥ ।୩୦୪।ତହିଂର ନିମନ୍ତେ ଦେବେ ଆସନ୍ତି ପରିଘାଇତେତିଶ କୋଟି ଦେବତା ୟେକମେଳ ହୋଇ ।୩୦୫।ଯୁଝେଷ୍ଠି ଦେବେ ତହିଂ ବଚନ ପରକାଶିତୁହି ଦେବ ବିଦାରଣ କଲୁ କଂସ କେଶୀ ।୩୦୬।ଆମ୍ଭେ ପାଞ୍ଚ ସହୋଦ୍ର ତବ ଆଗ୍ୟାଂୟେ ବ୍ରତିସଂସାରେ ଧବଳିଲା ହରି ଅର୍ଜୁନର କୀରତି ।୩୦୭।ନାରଦେ ଯେତେ ବାଗେ କହିଲେ ବଚନସର୍ବଥା ପିତାକୁ ହରି ଛାଡ଼ିଲା ଅରଜୁନ ।୩୦୮।ଗୋବିନ୍ଦେ ବୋଇଲେ କୋଟିୟେ ଈଶ୍ୱର କୋଟିୟେ ବ୍ରହ୍ମାଆଜ ସମରେ ବୁଝିବା ସମସ୍ତ ଦେବତାଂକ ଗାରିମା ।୩୦୯।ଆଗିଆଣି ଥାଟେ ଚଳିଲା ଭୀମସେନସାତବଂଶ ସଇନ ଘେନି ରହିଲା ଆବୋରିଣ ।୩୧୦।ଚଉଦ ଲକ୍ଷ ଯେ ଯାଦବ ବଳ ସଙ୍ଗେ ଘେନିଉଗ୍ରସେନ ରାଜା ଚଳାଇଲା ସଇନି ।୩୧୧।ଚଉଷଠୀ ଲକ୍ଷ ତୁଲେ ଭୋଜବଂଶ ବଳକୃତବର୍ମାୟେ ଅଟନ୍ତି ଭୋଜବଂଶ ମହୀପାଳ ।୩୧୨।ଉଗ୍ରସେନ ରାଜା ଯହିଂ ଚଳାୟେ ସଇନିଯଦୁ ଭୋଜବଂଶ ସଇନି କେ ପାରଇ ଗଣି ।୩୧୩।କୃଷ୍ଣବଂଶେ ରାଜା ଯେ ବସୁଦେବ ମହୀପତିଛପନ କୋଟି ଯାଦବ ତୁଲେ ମହାରଥୀ ।୩୧୪।ହରିହର ବଂଶେ ରାଜା ଉଦ୍ଧବ ୟେ ମହାବୀରପନ୍ଦର ଲକ୍ଷ ମୁକୁଟବନ୍ଧା ଯୋଦ୍ଧା ତାହାର ସଙ୍ଗର ।୩୧୫।ଅନ୍ଧକ ବଂଶ ଅଟନ୍ତି ନନ୍ଦରାଜାନବକୋଟି ଯୋଦ୍ଧା ଘେନିଣ ଚଳେ ମହାତେଜା ।୩୧୬।ଚୁହାଣ ବଂଶେ ଯେ ନୃପତି ପ୍ରସେନଜିତତା ତୁଲେ ମୁକୁଟବନ୍ଧା ଯୋଦ୍ଧା ଅଶି ଅଇବ୍ରତ ।୩୧୭।ତୁଲେ ଅନେକ ଯେ ସଇନ ବଳ ସାଜିଦୁତୀ ସମୁଦ୍ର ଜାଣି ବଳ ଗଳଗାଜି ।୩୧୮।କୁକୁର ବଂଶ ରାଜା ସାତୁକୀ ମହାମଲ୍ଲଅନେକ ସଇନି ତାର ଯୋଦ୍ଧା ଅଚାର୍ଗଳ ।୩୧୯।ୟେସନକ ସାତବଂଶର ସଇନି ସ୍ନେହା ଯହୁଂଦେଖିଣ ବୋନିଭାଇଂକର ହରଷ ମନ ତହୁଂ ।୩୨୦।ବଳରାମ ବିଜେକଲେ ତାଳଧ୍ୱଜ ରଥେନନ୍ଦିଘୋଷ ରଥେ ବିଜୟେ ବୀରବର ପାଥେ ।୩୨୧।ଜଗନ୍ନାଥେ ବିଜେକଲେ ବଇନେତ୍ରର ପିଠିମହାଘୋର ବନମାତି ଚଳନ୍ତି ବୃଷ୍ଣ ବଂଶ ଥାଠଗୋଟି ।୩୨୨।ବିହଡ଼ନ୍ତି ଯାଦବଂକ ଅନେକ ସମର ସଇନିଆକାଶ ଉଛୁଳୁଅଛି ବିଜୟଘୋଷ ଧୁନି ।୩୨୩।ଶ୍ୱେତହାଥୀ ଉପରେ ବିଜୟେ ଧର୍ମସୁତଭୀମସେନ ଆରୋହିଲା କାଳେବର ନାମେ ରଥ ।୩୨୪।ଅଶ୍ୱେକ ଆରୋହିଲା ଯେ ସହଦେବର ମହାମନ୍ତ୍ରୀମନ୍ଦର ପର୍ବତକୁ ବୋଲି ଥାଠ ଚଳାବନ୍ତି ।୩୨୫।ଅନେକ ପ୍ରତଗ୍ୟାଂ ଯେ ନ ଯାଇ କହଣାଦୁରାପଦ ମହା ପ୍ରତଗ୍ୟାଂ ଯେ କଲେକ ସଂକ୍ରିଷେଣା ।୩୨୬।ବାଜଇ ବିଜିଘୋଷ ଟମକ ନିଷାଣ ମହୁରୀଭୟେଣ ବନଚରେ ପଳାନ୍ତି ଦୂରୁଂ ପୁରସରି ।୩୨୭।ଚଳନ୍ତି କନ୍ଦରେ ମାଡ଼ି ଯେ ସାହେର ଉଛୁଳିକୋପେଣ ବଳରାମେ କମ୍ପାନ୍ତି ଆକାଶେ ମଉଳି ।୩୨୮।ବଳରାମ କୋପନ୍ତେଣ କମ୍ପଇ ସପତ ବ୍ରହ୍ମାଣ୍ଡପଳାବନ୍ତି ଧର୍ମ ପୁରୁଷେ ନ ରହଇ ଯମଦଣ୍ଡ ।୩୨୯।ତାଳଧଜ ରଥେ ଲକ୍ଷେ ଶାର୍ଦ୍ଦୂଳଂକୁ ଯୋଚିସଉନନ୍ଦ ମୂଷଳ ସମର୍ଥକ ହଳ ଯାହାର ଭୁଜେ ଅଛି ।୩୩୦।ଆକ୍ରେଷଣ ମୃତ୍ତି ନୀଳାମ୍ବର ଲୋହିତବର୍ଣ୍ଣ ଯାହାର ଶିରରେ ସପ୍ତଫେଣୀଶଙ୍ଖ ଗୋକ୍ଷୀର ଶୁଦ୍ଧ ସଷ୍ଟିକ ବର୍ଣ୍ଣ ଜାଣି ।୩୩୧।ଷୋଢଳ ନୟନ ଯାହାର ବିକାଶଇ ମଉଳିପ୍ରଳୟ ପୟୋଧର ବିକଶିତ ଦେବହଳୀ ।୩୩୨।ପରମ ବ୍ରହ୍ମ ନିରଞ୍ଜନ ସ୍ୱାମୀ ଯାହାର ନାମଗୋଟିହଳମୁନେ ଛତ୍ରାକାରେ ଧରନ୍ତା ଯେ ସୃଷ୍ଟି ।୩୩୩।ମେରୁ ତୁଲ୍ୟ ଜାଣି ଯାହାର ଶିରେ ସପ୍ତଫେଣୀସପତ ବ୍ରହ୍ମାଣ୍ଡକୁ ନାଥ ତୁହି ସେ ଧାରେଣି ।୩୩୪।କାହୁଂ ଉତପତ୍ତି ନାଥ କିସ ତୋହୋର ନାମଶୂନ୍ୟେଣ ଶବଦ ଶୁଭଇ ନାମ ବଳରାମ ।୩୩୫।ଗୋଗୋଷ୍ଠି ବିକାଶ ଦେବ ହୋଇଲୁ ଅଦଭୂତେକାହୁଂ ଉପୁଜିଲୁ ନାଥ କେହି ନ ଜାଣନ୍ତି ତୋତେ ।୩୩୬।ଅଣାକାର ପୁରୁଷ ସ୍ୱାମୀ ଆକାର ତୋର ନାହିଂଶୂନ୍ୟକୁ ତୁସ୍ତି କିସ ଭୋ ଦେବ କରିବଇଂ ମୁହିଂ ।୩୩୭।ସତ୍ୟଶୀଳ ପୁରୁଷ କଇଛା ଜଗଜ୍ଜେଠୀକିଞ୍ଚିତ ବାକ୍ୟେ ଯାହାର ନାମ ବ୍ରହ୍ମାଣ୍ଡେଣ ଘୋଟି ।୩୩୮।ମେରୁ ହିମବନ୍ତ ଉଦୟଗିରି ମଳୟାୟେ ଚଉଶିଖା ସ୍ୱାମୀ ତୋହୋର ନିଜ କାୟା ।୩୩୯।ସ୍ୱାମୀ କୋଟି ସିଂଘାର ଯାହାର ପରାକ୍ରମଶ୍ରୀଭୁଜେ ବଜ୍ର ଲାଙ୍ଗଳ ଅତିବଳେ ବଳରାମ ।୩୪୦।ସ୍ୱାମୀ କୁନ୍ଦ କର୍ପୂର ଜାଣି ଶ୍ୱେତ ଧବଳ ବର୍ଣ୍ଣସଉନିଧି ବଇକୁଣ୍ଠେ ଯାହାର ଆଶ୍ରମ ।୩୪୧।ତବ ପଦ୍ମ ଚରଣେ ଶତେ ସହସ୍ର ଦଣ୍ଡ ପରିଣାମିମମ ଅପ୍ରାଧ ପାତେକ ଖଣ୍ଡନ କରିବା ହାଦେ ସ୍ୱାମୀ ।୩୪୨।ରେବତୀ ବଲ୍ଲଭ ନାଥ ଉଦିତ ଯାର ନାମତବ ପଦ୍ମପାଦେ ମୋର ଶତ ସହସ୍ର ଦଣ୍ଡ ପରିଣାମ ।୩୪୩।ନିଚଳ ନିରାଲମ୍ବ ନିରାପକ୍ଷ ନିଶଉଚ ପରମଯୋଗୀଯାହାର ପରାକ୍ରମେ ନାଶକର ଦଣ୍ଡ ପରିତ୍ୟାଗୀ ।୩୪୪।ଅଭୟେ ଭଗବାନ ତୁ କରୁଣାମତ୍ସଳଧବଳ ଋଚିର ସ୍ୱାମୀ ଜୟ ତୁ କାମପାଳ ।୩୪୫।ସ୍ୱାମୀ ବିଷ୍ଣୁର ଜ୍ୟୋଷ୍ଠପଦ ଉଦିତ ଯାର ନାମଶୂଦ୍ରମୁନି ସାରୋଳା ଦାସ ମାଗଇ ତୋତେ ଧର୍ମ ଅର୍ଥ ମୋକ୍ଷ କାମ ।୩୪୬ – ୭୬୬୪।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ