ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୧ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରିପୁରମୋହିନୀ ହରଣ ଓ ମେରୁଶୂଳ ବଧ କଥା
ଯାହା ସେ କହିଲେ ସତ୍ୟବତୀର ଶିଶିସାତକଳ୍ପ ବଞ୍ଚାଇଲେ ମାରକଣ୍ଡ ମହଋଷି ।୧।ପ୍ରସ୍ତାବ ବାକ୍ୟେଣ ଯାହା କହିଲେ ବିଧଆନେଦୌପତୀଂକି କହିଲେ ସେ ପତିବ୍ରତା ଆଚ୍ଛାନେ ।୨।ମାଗୋ ତୁ ମହାସତୀ ପ୍ରସନ୍ନ ଅପର୍ଣ୍ଣାସତୀ ସାଧବୀ ତୁ ଅଭୟେ ବରାଙ୍ଗନା ।୩।ଅଗିର ମଧ୍ୟୁ ଯେବଣ ଦେବୀ ଅବତରିପଞ୍ଚ ଇନ୍ଦ୍ରି ମୋହିନୀ ଗୋ ତୁ ଅଟୁ ପରମ ଯୋଗେଶ୍ୱରୀ ।୪।ଯେମନ୍ତେ ଗୋପ୍ୟାନେ ଗୋ ଦିନ ହୋଅଇଟି ପାରିୟେହେନ୍ନେକ କରି ତୁମ୍ଭେ ଚିତ୍ତରେ ଥିବ ଧରି ।୫।ଦ୍ରୋପତୀ ପ୍ରତିଉତ୍ତର ଦିଲେ ମାରକଣ୍ଡ ବାକ୍ୟ ଶୁଣିପାଣ୍ଡବହୁଂ ଭଗତି ମୋର ନାହିଂ ଆନେ ବାଣୀ ।୬।ପାଣ୍ଡବେ ଯେ ଜଗତ୍ଗୁରୁ ମୁହିଂ ଗୁରୁପତ୍ନୀମୋତେ ଯେ ଇଚ୍ଛିବ ସେ ହେବ ଖଣ୍ଡ ତିନି ।୭।କଲ୍ୟାଣ କରିଣ ଯେ ସମସ୍ତ ମହଋଷିଭୀମସେନ ଆଦିକରି ତିଆରନ୍ତି ବସି ।୮।ବାଭିୟେ ଚାରିହେଂ ଗୋପ୍ୟ ହୋଇ ପାରନ୍ତିନି ଭଲେବିକୃତ ନୋହିବୁ ତୁମ୍ଭେ କାହାରିହିଂ ବୋଲେ ।୯।କର୍ମର ବିପାଳ ଯେବେ ପଡ଼ିବ ସମୟେସଂହରିବ ବଳବୀର୍ଯ୍ୟ ସଂବତ୍ସର ଯାୟେ ।୧୦।ବ୍ରତମାନ ଆଚରି ଗୋପ୍ୟାନେ ବଞ୍ଚୁଥିବ ଦିନପ୍ରଥମେ ଆଶିଷ ଦିଲେ ସମସ୍ତ ଋଷିମାନ ।୧୧।ବାବୁ ଯୁଝେଷ୍ଟି ଆମ୍ଭେ ଯାଉଛୁଂ ତୀର୍ଥସ୍ତାନେତୋର ବିହୁନେ ସଂବତ୍ସରେ ଆମ୍ଭେ ବଞ୍ଚିବୁ କେସନେ ।୧୨।ଆଷ୍ୟ ଆରୋଗ୍ୟ ହୋଇ ବର୍ଦ୍ଧୁତ ହୋଇବ ଯଥାପଞ୍ଚ କଟକ ପ୍ରାପ୍ତି ତୋତେ ହୋଉ ଯେ ସର୍ବଥା ।୧୩।ଆରୋଗ୍ୟ କଲ୍ୟାଣ କଲେ ଋଷିମାନେଚଳିଲେ ବାଳଖିଲ୍ୟା ଯେ ଯାହା ଆଶ୍ରମେ ।୧୪।ତୁଲେ ରହିଲେ ବ୍ୟାସ ମାରକଣ୍ଡ ବଶିଷ୍ଠଅଗସ୍ତି ପଉଲସ୍ତି ବାଲମୀକ ଲୋମଶ ତପନିଷ୍ଠ ।୧୫।ପାଣ୍ଡବ ପଞ୍ଚାଣ ସମସ୍ତ ମହାମୁନିସନ୍ନିଧ୍ୟେ ପାଞ୍ଚାଳୀ ବିଜେ ଜିଘ୍ନସେନୀ ।୧୬।ଯୁଝେଷ୍ଠି ଦେବ ବୋଇଲେ ଶୁଣ ଫାଲଗୁନିହରିଂକି ସଂକେତ ସୁମରଣା ତୁ କରହୋ ବହନି ।୧୭।ଅନେକ ଶଉଚବନ୍ତେ ସେ ବାସବର ବଳାନାରାୟଂଣକୁ ସୁମରଣା କଲା ଶୁଭ ବେଳା ।୧୮।ଅର୍ଜୁନ ସୁମରନ୍ତେଣ ଯେ କମ୍ପିଲା ଆସନଜାଣିଲେ ହୃଦଗତେ ଶ୍ରୀ ମଧୁସୂଦନ ।୧୯।ଅଗ୍ୟାଂତ ବନବାସ ଯେ ଜାଣିଲେ ନିକଟେବିଜେ ନାରାୟଣ ଖଗେଶ୍ୱର ପୃଷ୍ଠେ ।୨୦।ବିନତା ନନ୍ଦନ ଗମଇ ଆକାଶେପ୍ରବେଶ ନାରାୟଣ ଯୁଝେଷ୍ଠି ଦେବଂକ ପାଶେ ।୨୧।ଶ୍ରୀ ବସୁଦେବ ଯେ ଯୁଝେଷ୍ଠି ଦେବଂକୁ ଦେଖିଗରୁଡ଼ ପିଠିରେ କୃଷ୍ଣ ଆସନ ଉପେକ୍ଷି ।୨୨।ସନ୍ନିଧେ କେଶବ ହୋଇଲେ ପରିଣାମିଉଠି କୋଳାଗ୍ରତ କଲେକ ଯୁଝେଷ୍ଠି ଦେବସ୍ୱାମୀ ।୨୩।ଯୁଝେଷ୍ଠି ପଚାରିଲେ କୁଶଳ ଟିକି ବଳରାମେଦ୍ୱାରିକାରେ ସମସ୍ତେ ଅଛନ୍ତିନା କ୍ଷଣେ ।୨୪।ଗୋବିନ୍ଦେ ବୋଇଲେ ଶୁଣିମା ଦେବ ଧର୍ମସ୍ୱାମୀ ତୋହୋର ପରସାଦେ ସମସ୍ତେ ଅଛନ୍ତି କ୍ଷମ ।୨୫।ତୁ ଦେବ ମହାରାଜା ଅଟୁ ଧର୍ମ ଯୁଝେଷ୍ଠିଅନୁବ୍ରତେ ଭାବୁଥାଇ ତବ ନାମଗୋଟି ।୨୬।ବ୍ୟାସେ ବୋଇଲେ ତୋହୋରେ ଚିନ୍ତା ନ କଲେୟେଡ଼େ ବଡ଼ ଦୁର୍ଗତିରୁ ଅରଣ୍ୟେ କେମନ୍ତେ ବଞ୍ଚିଲେ ।୨୭।ସର୍ବଭୂତ ନାଥ ତୁ ସୟଳ ପ୍ରତିପାଳିସର୍ବଜନ ଚିନ୍ତା ତୋର ନାମ ବନମାଳୀ ।୨୮।ବ୍ୟାସେ ବୋଇଲେ ହରି ୟେ ବଞ୍ଚିଲେ ଅରଣ୍ୟଆବର ଅଛି ବଢ଼ା ବରଷେ ତେରଦିନେ ।୨୯।ବିଶାଶାୟେ ଦିନ ଯେ ହୋଇବ ଲେଖନ୍ତେଅରଣ୍ୟେ ବଞ୍ଚିବେଟି ଚାତୁର୍ମାସ୍ୟା ପରିଯନ୍ତେ ।୩୦।ୟେତେକ ସରିଲେ ଯେ ହୋଇବ ଅଗ୍ୟାଂତତେଣୁକରି ସୁମରଣା କଲେ ଧର୍ମସୁତ ।୩୧।କୂଟ କପଟ ମନ୍ତ୍ରୀ ଶକୁନି ମନ୍ଦବୁଦ୍ଧିବଢ଼ାଦିନ ଲେଖିକରି ପାରଇ ବିରୋଧି ।୩୨।ୟେ ପୁଣ ଧର୍ମନ୍ତ ନ ଛାଡ଼ିବ ଯୁଗତେପୁଣିହିଂ ବନବାସ ହୋଇବ ଲେଖନ୍ତେ ।୩୩।ଯୁଝେଷ୍ଠି ଦେବେ ବୋଇଲେ ୟେକଥା ଅଟଇଟି ସତୟେହୁ ଅରଣ୍ୟକଇଂ ମୁଂ ପୁଣ ବୁଝୁଅଛି ସୁସ୍ଥ ।୩୪।ବ୍ୟାସ ମାରକଣ୍ଡ ଯୁଝେଷ୍ଠି ତିନିଜଣ ଘେନିୟେକାନ୍ତେ ବସି ଭାଳନ୍ତି ନାରାୟଣ ଦେବସ୍ୱାମୀ ।୩୫।ଅଗସ୍ତି ବାଲମୀକି ଯେ ବଶିଷ୍ଠ ଲୋମଶୟେ ସପ୍ତଋଷିଂକି ରାଇ ବୋଲନ୍ତି ଋଷିକେଶ ।୩୬।ମୁହିଂ ତୁମ୍ଭନ୍ତ ପଚାରଇ କଥାର ବିଧାନପାଣ୍ଡବେ ଗୋପ୍ୟ ହୋଇବେ କେବଣହିଂ ଥାନ ।୩୭।ମାରକଣ୍ଡେ ବୋଇଲେ ଉତ୍ତର ହେମବନ୍ତେତହିଂକି ଆତାଗମନ ନାହିଂ ଉତ୍ତର ହେମବନ୍ତେତହିଂକି ଆତାଗମନ ନାହିଂ ଶତେଜୁଣ ପରିଯନ୍ତେ ।୩୮।ଆବର ଥାନେକ ଅଛି ରଣଥମ୍ୱ ଗତେକାର୍ତ୍ତିକବୀର୍ଯ୍ୟ ସଞ୍ଚିଲା ଅଟଇ ସେହୁ ଦୃଢ଼େ ।୩୯।ବିଜୟେ ମାହେଶ୍ୱରୀ ତହିଂ ପ୍ରସନ୍ନେ ହିଙ୍ଗୁଳାଯୋଗିନୀ ବୃନ୍ଦ ଘେନିଣ ଖେଳଇ ମହାଖଳା ।୪୦।ତାହାର ତହିଂକି ଭୟେ ଲୋକେ ନାହିଂ ଯାୟେଗୋସାମଣିକି ତ୍ରିପୁତି କରି ରୁହାଇବା ସେଇଠାୟେ ।୪୧।ଅଗସ୍ତି ବୋଇଲେ ଦକ୍ଷିଣ କୋଶଳ କୋଣେୟେ ଗୋପ୍ୟ ହୋଇପାରନ୍ତି ଜେନାବଳୀ ପାଟଣେ ।୪୨।ଶୁଣିଣ ପ୍ରତିଉତ୍ତର ଯେ ଦିଲେକ ବଶିଷ୍ଠେଭଲ ଗୋପ୍ୟଥାନ ଅଛି ଯେ ମନ୍ଦର ନିକଟେ ।୪୩।ମନ୍ଦର ଗନ୍ଧମାର୍ଦ୍ଦନ ଲୋକାକୋକି ଗିରି ପିଢ଼ାମଧ୍ୟେ ରାଜ୍ୟ କରଇ ସେ ମେରୁଶୂଳ ମହାବୀରା ।୪୪।ରଥ ଗଜ ଅଶ୍ୱ ତାର ନାହିଂ ସନ୍ୟ ଥାଠସହସ୍ରେକ କନ୍ୟା ଘେନି ଥାଇ ସେ ଦ୍ରପିଷ୍ଠ ।୪୫।ତାହାକଇଂ ବଧ ଯେ କରିପାରଇ ରଣେଗୋପ୍ୟାନ ହୋଇ ପାରିବ ସେ ମଲେ ୟେକଜଣେ ।୪୬।ଅମର ପୁରକଇଂ ସେ ମେରୁଶୂଳ ଦିୟେ ଧାଡ଼ିଅନୁବ୍ରତେ ଥାଇ ସେ ସମ୍ପାଦି ପିଠି ଚଢ଼ି ।୪୭।ଧନୁଗଦା ଖଡ଼ଗ ସେ ନ ଧରଇ ହାଥେକୋଦାଳ ଆୟୁଧ ସେ ଧରିଥାଇ ଅନୁବ୍ରତେ ।୪୮।ଯୁଝେଷ୍ଠି ଦେବ ପୁଚ୍ଛାକଲେ ବଶିଷ୍ଠ ମହଋଷିମେରୁଶୂଳ ବୋଲିକରି ସେ ଅଟଇ କେବଣ ବଂଶୀ ।୪୯।ବଶିଷ୍ଠେ ବୋଇଲେ ହୋ ଅନନ୍ତ ଦତ୍ୟ ପୁତ୍ରସିଂଘନାଦ ବୋଲିକରି ପୂର୍ବରେ ଦଇତ ।୫୦।ବଜ୍ରଶୂଳ ବୋଲିକରି ତାହାର କୁମରଯୋଦ୍ଧାପଣେ ସମନାହିଂ ତାକୁ ମଧ୍ୟପୁର ।୫୧।ବଜ୍ରଶୂଳ ପୁତ୍ରନାମ କୃତାନ୍ତକ ଶୂଳ ବୋଲିରେବାଶୂଳ ବୋଲିକରି ତା ପୁତ୍ର କହିଲି ।୫୨।ରେବାଶୂଳ ପୁତ୍ର ନାମ ଅଟେ ଡାକେଶ୍ୱର ଶୂଳଡାକେଶ୍ୱରର ପୁତ୍ର ନାମ ନିର୍ଘାତେକ ଶୂଳ ।୫୩।ତାହାର କୁମର ପୁଣି ଅଟେ ଅର୍ଥଶୂଳଅର୍ଥଶୂଳ ପୁତ୍ର ନାମ ଦିଲା ଜପାସୁର ।୫୪।ତାହାର ତହୁଂ ଜାତ ପୁଣ ହେଲା ଜପାଶୂଳଜପାଶୂଳର କୁମର ହୋଇଲାକ ରୂପାଶୂଳ ।୫୫।ଦାନବାଶୂଳ ବୋଲି ତାରା ବଳିଷ୍ଠ ପୁତ୍ରଇଂୟେହାର ନନ୍ଦନ ଯେ ମହାଶୂଳ କହି ।୫୬।ମହାଶୂଳର ନନ୍ଦନ ବଜ୍ରାଙ୍ଗଶୂଳ ବୋଲିବିକ୍ରମଶୂଳ ତାହାର ନନ୍ଦନ କହିଲି ।୫୭।ବିକ୍ରମଶୂଳର ପୁତ୍ର ମହୀଶୂଳ ବୋଲିୟେକସରେ ବୁଲୁଥାଇ ରାଜ୍ୟ ମହୀଆଳି ।୫୮।ବିରୂପ ସତ୍ୟଯୁଗେ ସେ ବିରଞ୍ଚିକି ସେବିଲାଜଗୁଜିତା ପୁତ୍ରେକ ହୋଉ ବର ସେ ମାଗିଲା ।୫୯।ଭୋଳେଣ ପ୍ରସନ୍ନ ହେଲେ ସେ ବିରଞ୍ଚି ଦଇବତଯାଅରେ ମହୀଶୂଳ ତୋହୋର ହୋଉ ୟେକପୁତ୍ର ।୬୦।ସଦୟ କରିଣ ବର ଦିଲେକ ବିରଞ୍ଚିତହୁଂ ସେ ପୁତ୍ରେକ ତାହାର ହୋଇଲା ଉତପତ୍ତି ।୬୧।ସେ ପୁତ୍ରଗୋଟି ଅଟଇ ମହା ବଳବାନମେରୁଶୂଳ ବୋଲିକରି ତାହାର ଯେ ନାମ ।୬୨।ସେ ମେରୁଶୂଳ ଭାରିଯାର ନାମ କାତ୍ୟାୟନୀତାହାର ଦୋହିତାୟେ ଉପୁଜିଲା ତ୍ରିଭୁବନ ମୋହିନୀ ।୬୩।ତାହାର ସାରିକ୍ଷେ ନ ପାଇଲା ରାୟେ ବରଯତନକରି ନୃପତି ରୁହାଇଲା ମେଢ଼ର ।୬୪।ପାଞ୍ଚକ୍ରୋଶ ଆୟତନ ପାଞ୍ଚତାଳ ଉଚ୍ଛର୍ଗତହିଂ ଥାଇ ଚାହିଂଲେ ଅମର ସ୍ୱର୍ଗ ।୬୫।ସେ ଭୁବନେ ଥୋଇଲେ ନେଇ ସେ ତ୍ରିଭୁବନ ମୋହିନୀକିୟେକସରେ ଥାଇ ସେ କେହି ନ ଯାଇ ତାହାର ତହିଂକି ।୬୬।ଶୁଣିଣ ଯୁଝେଷ୍ଠି ଦେବ ହୋଇଲେ ହରଷୟେଥୁ ଅନନ୍ତରେ ଯେ ଶୁଣିମା ଆନରସ ।୬୭।କାର୍ତ୍ତିକ ଶୁକଳ ଯେ ଦଶମୀ ଗୁରୁବାରଶ୍ରବଣା ନାମେ ନକ୍ଷତ୍ର ଭୋଗ ସେ ଦିନର ।୬୮।ବାଳବ ନାମେ କରଣ ଶୂଳ ନାମେ ଯୋଗତୁଳ ସଂକ୍ରାନ୍ତିକି ବିଂଶଦିନ ଭୋଗ ।୬୯।ୟେହି ତିଥିଦିନେ ବିଜେ ଦୃଭାସା ମହଋଷିମେଢ଼େ ତ୍ରିଭୁବନ ମୋହିନୀକି ଭେଟିଲେକ ଆସି ।୭୦।ବହୁତ କଲ୍ୟାଣ ଆଶିଷ ତାକୁ କଲେକ ଦୃଭାସାବୋଇଲେ ଆୟି ଗୋ ସିଦ୍ଧ ହେଉ ତୋହୋର ମନୀଷା ।୭୧।ଶୁଣିଣ ବୋଇଲା ସେ ତ୍ରିଭୁବନ ମୋହିନୀମୋତେ ବର ଗୋଟିୟେ ଠାବକର କିନା ଦୃଭାସା ମହାମୁନି ।୭୨।କନ୍ୟାର ବଚନେ ସେ ପଉଲସ୍ତ୍ୟର ବାଳଆଧାରିରୁ କାଢ଼ିଲେ ମୁନି ଚିତ୍ର ଯେ ପଟଳ ।୭୩।କନ୍ୟାର ଅଗ୍ରତେ ଦେଖାଇଲେ ତପନିଷ୍ଠିବୋଇଲେ ମାତା ୟେହାର ପାର୍ବତୀ ପିତା ଯେ ଧୂରୁଜଟି ।୭୪।ଆବର କାମକଇଂ ଦହନ କରିଣ ୟେହା ଈଶ୍ୱର କଲେ ଜାୟେପ୍ରତକ୍ଷେ ସୁନ୍ଦର ୟେ ଅନଙ୍ଗ ତେଜ ପ୍ରାୟେ ।୭୫।ମହା ଅନଳ ଭେଦି ଉତପତ୍ତି ୟେ କୁମାରଜନ୍ମହୋଇ ମାଇଲା ୟେହୁ ତାଡ଼କା ଅସୁର ।୭୬।ହଟକେଶ୍ୱର ବିବାଦେ କାର୍ତ୍ତିକ ଦର୍ପଧ୍ୱଂସାପ୍ରସନ୍ନେ ସଦାନନ୍ଦ ପୂରୋଇ ମନୀଷା ।୭୭।ଛଡ଼ବଦନ ଦ୍ୱାଦଶ ଭୂଜ ଦ୍ୱାଦଶ ଯେ ନେତ୍ରୟେକଦୃଷ୍ଟିକେ ଦେଖଇ କୋଟିୟେ ଯୋଜନ ପରିଯନ୍ତ ।୭୮।ଶୂରବନ୍ତ ଗୁଣବନ୍ତ ଧାର୍ମିକ ପଣ୍ଡିତ ପରମଯୋଗୀମନୁକଳ୍ପ ବଞ୍ଚନ୍ତା ପ୍ରଳୟାନ୍ତକ ଭୋଗୀ ।୭୯।ଅନେକ ପୁଣ୍ୟ ଯେବେ ତୁ କରଇଅଛୁ ପୂର୍ବେମହାରୁଦ୍ର ପୁରୁଷ ପ୍ରାପତ ହୋଇବ ୟେବେ ।୮୦।ପ୍ରଶୁ କୁଠାର ଯେ ପିନାକୀ ନାମେ ଧନୁଶୂଳ ଶକତି ଧାରଣ ଅଭୟେ କୁରୁଶାନୁ ।୮୧।ରଣ ସୋହୋଡ଼ ପୁରୁଷ ସାଂଗ୍ରାମେ ଜଗୁଜିତାଈଶ୍ୱରୁଂଶତେଗୁଣ ଅଟଇ ବଳବନ୍ତା ।୮୨।ବିରହୀତା କନ୍ୟା ସେ ମଦନ ଆରତେଭୋ ମହାତମା ସେ ପୁରୁଶକଇଂ ଭେଟାଇବ ମୋତେ ।୮୩।ଦୃଭାସା ବୋଇଲେ ଯେବେ ଇଚ୍ଛା ତୋର ତ୍ରିଭୁବନ ମୋହିନୀୟେହି ସପତ ଦିବସ ମଧ୍ୟେ ମୁଂ ଆସିବଇଂ ତାହାକଇଂ ଘେନି ।୮୪।ତେଜିଲି ପିତାମାତା ମୁନି ତୋହୋରେ ଶରଣଭଗତଜନ ମଚ୍ଛଳ ତୁମ୍ଭେ ତାହା ବହନ କରିଆଣ ।୮୫।ଦୃଭାସାୟେ ବୋଇଲେ ଆୟି ଆମ୍ଭେ ପର ଦୁଖେ ଦୁଖୀତୁ ଅନେକ ଭୋଗ ଭୁଞ୍ଜିବୁ ଗୋ ଶରଦ ଚନ୍ଦ୍ରମୁଖୀ ।୮୬।ଚଳନ୍ତି ଦୃଭାସାୟେ ମୋହିନୀକି ୟେହା କହିକାର୍ତ୍ତିକେଶ୍ୱରକୁ ଆଣିତେ ବେଗେ ଯାଇଂ ।୮୭।ୟେଥୁଅନ୍ତେ ବଶିଷ୍ଠେ ଯେ ଧର୍ମଂକ ଆଗରବୁଝାଇଣ କହନ୍ତି ଯେ ସକଳ ସମାଚାର ।୮୮।ବଶିଷ୍ଠେ ବୋଇଲେ ଈଶ୍ୱର ବନ୍ଧୁବଳପାଣ୍ଡବଂକ ବଳେ କି ସେ ମରଇ ମେରୁଶୂଳ ।୮୯।ଯୁଝେଷ୍ଠିଦେବ ବୋଇଲେ ବାବୁ ଶୁଣରେ ସହଦେବଈଶ୍ୱର ମେରୁଶୂଳକର କି ହୋଇବ ବନ୍ଧୁଭାବ ।୯୦।ସହଦେବ ବୋଇଲେ ଦେବ ହୋଇବ ବହୁତ କଥାଅର୍ଜୁନ ଠାକୁରଂକ ହାଥେ ତାହାର ମୃତୁ ଯଥା ।୯୧।ମାରକଣ୍ଡ ବୋଇଲେ ସହଦେବ ମନ୍ତ୍ରୀ ବଚନ ଶୁଣିଅନ୍ୟ ଅନ୍ତର କଥା ୟେଥି ହୋଇବ କି ପୁଣି ।୯୨।ସହଦେବ ବୋଇଲେ ଦେବ ଶୁଣିମା ମଧୁରିପୁବହୁତ ଦ୍ୱନ୍ଦ୍ୱ ଯେ ହୋଇବ ୟେହି ପରସ୍ତାପୁ ।୯୩।ଦୃଭାସା ଗଲେ ତ୍ରିଭୁବନ ମୋହିନୀ ଚିତ୍ରପଟ ଘେନିମନ୍ଦର ପର୍ବତେ ଭେଟିଲେ ନାରଦ ମହାମୁନି ।୯୪।ଦୃଭାସା ନାରଦ ବସିଲେ ୟେକମେଳେନାରଦଂକୁ କହିଲେ ମୁନି କଥା କୁତୂହଳେ ।୯୫।ମେରୁଶୂଳ ଦୋହିତା ଯେ ତ୍ରିଭୁବନ ମୋହିନୀତାହାକୁ ବର ନିମନ୍ତେ ଆସିବ କାର୍ତ୍ତିକେଶ୍ୱର ଘେନି ।୯୬।ନାରଦେ ବୋଇଲେ ତୁମ୍ଭେ କଲ ହୀନକାର୍ଯ୍ୟସେ କଥା ନିଫଳ ହୋଇବ ପାଇବ ବଡ଼ଲାଜ ।୯୭।ଚିତ୍ରପଟ ଦେଖାଇ ତୁମ୍ଭେ ଭଣ୍ଡିଲ ବାଳୁତ କୁମାରୀସେ ତ୍ରିଭୁବନ ମୋହିନୀକି କାର୍ତ୍ତିକେଶ୍ୱରର ମନର ହୀଆଳି ।୯୮।ଭିତରେ ଲୁଚାଇ ଦେଖାଇଲା ଗୁଣନିଧିପାଦରେ ଗଳର ତାର ଗଳୁତ କୃଷ୍ଠ ବ୍ୟାଧି ।୯୯।ହାତମାଳ କଂକାଳ କଉପୁନିବାସୀଉଡ଼ଙ୍ଗ ଭୂଷଣ ସେ ପରପଞ୍ଚ ତପୁସୀ ।୧୦୦।ଛଡ଼ମୁଖ ବାରଭୁଜ ଦ୍ୱାଦଶ ଯେ ନେତ୍ରୟେକଥା ଦେଖିଲେ କି କରିବ ସନମତ ।୧୦୧।ଦୃଭାସା ବୋଇଲେ ନାରଦେ ହୋ ନ କହ ୟେମନ୍ତ ବାଣୀସେ କନ୍ୟା ମନ କରିଛି ଆମ୍ଭର ବୋଲି ଶୁଣି ।୧୦୨।ଦୃଭାସାୟେ ତେଣେ କପିଳାସ ସ୍ୱର୍ଗ ଗଲେୟେଣେ ନାରଦେ ବେଗେ ଯାଇଂ କନ୍ୟାକୁ ଭେଟିଲେ ।୧୦୩।ଧାତିକାରେ ବିଜୟେ ନାରଦ ମହାନୁନିଦେଖିଣ ପାଦାଅର୍ଘ ଦିଲା ତ୍ରିଭୁବନ ମୋହିନୀ ।୧୦୪।ଅନେକ ଭଗତି ସେ ଯେ ମେରୁଶୂଳର କୁମାରୀବୋଇଲେ ପ୍ରସନ୍ନ ମୋତେ ହୋଇବା ବ୍ରହ୍ମଚାରୀ ।୧୦୫।ପିଅର ମୋ ମେରୁଶୂଳ ଦୁରାନ୍ତକ ଦେବାପ୍ରଦାନ ନକଲା ମୋତେ ହୋଇଲି ଆସି ଯୁବା ।୧୦୬।ତିନିପୁରେ ପ୍ରବେଶ ତୁମ୍ଭେ ଅଟ ତପନିଷ୍ଠିମୋହୋର ସାରିକ୍ଷେ ତୁମ୍ଭେ ଆଣ ବରଗୋଟି ।୧୦୭।ନାରଦେ ବୋଇଲେ ଆୟିତୁ ଆମ୍ଭରେ ଭଗତିତ୍ରଇଲୋକ୍ୟ ସୁନ୍ଦର ତୋତେ ଆଣିଦେବି ନିଜପତି ।୧୦୮।ପଦ୍ମନର ଚିତ୍ରପଟଳ ଅଲେଖ ଲେଖନକନ୍ୟାର ଅଗ୍ରତେ ତାହା ଦିଖାଇଲେ ତପୋଧନ ।୧୦୯।ପ୍ରତକ୍ଷେ ଅନଙ୍ଗ ସେ ସାରିକ୍ଷେ ମୟାଣଦେଖିଣ ସୁନ୍ଦରୀର ଢଳିଲା ପଞ୍ଚୁପ୍ରାଣ ।୧୧୦।ଅଗୁଣିତ ପୁରୁଷ ସେ ସହସ୍ରାଗୁଣେ କଳାମନସିଜ ମୋହୋନ ସେ ଲକ୍ଷ୍ମୀ ନାରାୟଣଂକର ବଳା ।୧୧୧।ସ୍ତମ୍ଭନ ମୋହନ ମାଦନ ବଶ ଉଚ୍ଚାଟନ ପଞ୍ଚୁଶରପୁଷ୍ପଧନୁ ପୁଣ୍ୟବାଣ ଘେନି ନିଜକର ।୧୧୨।ପୁଷ୍ୟବିମାନ ଆରୋହିଣ ପୁଷ୍ୟଚାପ ପାଣିପୁଣ ପୁଣ ପ୍ରଳମ୍ୱିତ ହୋଇଲା ବିରହିଣୀ ।୧୧୩।ଭୋ ମୁନି ନାରଦେ ତୋତେ ଶତେ ସହସ୍ର ଦଇନିୟେ ମୋହୋର ସ୍ୱାମୀକି ଆସ ବେଗେ ଘେନି ।୧୧୪।ଦୃଭାସାୟେ ଯାଇଛନ୍ତି କାର୍ତ୍ତିକେଶ୍ୱରକଇଂ ଆଣିମୁହିଂ ତାହାଂକୁ ଉପେକ୍ଷିଲି ଦୃଢ଼ବ୍ରତ ଜାଣି ।୧୧୫।ନାରଦେ ବୋଇଲେ ଆୟି ଦକ୍ଷିଣ ଦ୍ୱାରିକାଅଶି ସହସ୍ର ଯୋଜନ କ୍ଷୀରୋଦ୍ରଶ୍ରାହୀ ୟେକା ।୧୧୬।ପଦ୍ମନର ଚିତ୍ରପଟ ମୁନିୟେ ଦେଇଯିବା ମୁକୁଆଜହୁଂ ଖଟିଣଥିବି ମୁହିଂ ଯେ ତାହାଂକୁ ।୧୧୭।କହିଣ ନାରଦ ଗଲେ ଆକାଶ ପୁର ଭ୍ରମିମନପବନ ଦଣ୍ଡ ଆରୋହି ସେ ଦ୍ୱାରିକାପୁର ଗମି ।୧୧୮।ସହଦେବ ବୋଇଲା ଦେବ ଶୁଣିମା ଧର୍ମରାୟେୟେହିକ୍ଷଣି ନାରଦେ ପଦ୍ମନ ତହିଂକି ବିଜୟେ ।୧୧୯।ତ୍ରିଭୁବନ ମୋହିନୀର ଚିତ୍ର ଯେ ପଟଳପଦ୍ମନକଇଂ ଦେଖାବନ୍ତି ବ୍ରହ୍ମାଂକ ଦୁଲାଳ ।୧୨୦।ସହଦେବର ବଚନେ ହସିଲେ ଚକ୍ରଧାରୀଆସିବ ଟିକି ପଦ୍ମନ ସେ ଶମ୍ୱର ଅଇରି ।୧୨୧।ସହଦେବ ବୋଇଲେ ସ୍ୱାମୀ ବିଜୟେ ପୁଷ୍ୟରଥେୟେହିକ୍ଷଣି ବିଜେ କରିବେ ମନୁମଥେ ନାରଦ ସଙ୍ଗତେ ।୧୨୨।ବ୍ରହ୍ମାର ନନ୍ଦନ ଯେ ପଦ୍ମନକଇଂ ପରକାଶିବାବୁ ତୁହି ସେ ବିଳସନ୍ତା ପବିତ୍ର ଗରୁହଂସୀ ।୧୨୩।ଦୃଭାସାୟେ ଯାଇଛନ୍ତି ଆଣି କାର୍ତ୍ତିକେଶ୍ୱରଂକୁସମ୍ପୋଡ଼େ ସୁନ୍ଦରୀ ସେ ଇଚ୍ଛାକଲା ତୁକୁ ।୧୨୪।ପଦ୍ମନ ବୋଇଲା ମୁନି ହେ ଯିବାକ ୟେହିକ୍ଷଣଆଜକ ବିଶ୍ରାମ କରି ଆସନ୍ତୁ ନାରାୟଣ ।୧୨୫।ନାରଦେ ବୋଇଲେ ତୁ ୟେତେ ବିଳମ୍ୱ କହୁକାର୍ତ୍ତିକେଶ୍ୱର ଅଇଲେ ତୋତେ ପ୍ରାପତ ହୋଇବ କାହୁଂ ।୧୨୬।ବାବୁ ତିନିଭୁବନ ମଧ୍ୟେ ସେ କନ୍ୟାକୁ ନାହିଂ ସମସରିରୂପଗୁଣ ତାହାର ନାହିଂ ପଟାନ୍ତରି ।୧୨୭।ଆଂକୁଚିତ କବେରୀ ଚିକୁର ଅଙ୍ଗଭାରିପ୍ରଳମ୍ୱ ଖୋପା ବିସ୍ତୀର୍ଣ୍ଣ ଦିଶଇ ସୁନ୍ଦରୀ ।୧୨୮।କୁସୁମ ନ ଘେନଇ ସେ ଗରୁହେବ ଗଭା ବୋଲିକେଶବାସ ସୁଗନ୍ଧକୁ ମଧୁକରେ ଭୁଲି ।୧୨୯।ରସାଣ ପ୍ରତିମା ପ୍ରାୟେ ଲଲାଟ ରେଖ ପାଟିକୁଞ୍ଚିତ ରୋମାବଳୀ ଲୀଳା ରେଖାଗୋଟି ।୧୩୦।ଲଲାଟ ତଳେ ଯେ ଭ୍ରୁଭଙ୍ଗୀ ରୋମ ରଞ୍ଚିକାମଦେବର ଧୁନି କି ଥୋଇଛି ନେଇ ସଞ୍ଚି ।୧୩୧।ସେ ଧନୁ କି ଆମଞ୍ଚନ ନୟନ ତୀଖବାଣକିଞ୍ଚିତେ ଚାହିଂଲେ ପୁରୁଷ ତୁଟଇ ନିଜପ୍ରାଣ ।୧୩୨।ଯଦ୍ୟପି ପାଷାଣ ହୋଇବ ବଜ୍ରଘୋଟିଅପାଙ୍ଗ ଚାହାନ୍ତେ ସେହୁ ଯିବ ଫୁଟି ।୧୩୩।ହତ୍ୟା ଅପବାଦକୁ ଭୟେକରି ବାଳୀତେଣୁକରି ବଦନ ସେ ନ ଚାହଂଇ ତୋଳି ।୧୩୪।ଘଟଣ ତିଲଫୁଲ ପ୍ରାୟେ ଅଟେ ତାର ନାସାହସି ବଚନ କହିଲେ ବ୍ରତିବ କେବଣ ପୁରୁଷା ।୧୩୫।ନାସାର ପବନ ଯେ କରଇ ପରକାଶମୃଗଲାଭି କସ୍ତୁରୀ ପ୍ରାୟେ ଗନ୍ଧବାସ ।୧୩୬।ପଂକୁ ବିମ୍ୱଫଳ ଜାଣି ଚଳନ୍ତି ବେନିଗୋଟିବିଘଂସିତ ମଞ୍ଜୁଳ ୟେହ୍ନେ ଦ୍ରଶନ ବେନିଗୋଟି ।୧୩୭।ବଚନେ ଭଷନ୍ତେ ନ ରହିବେ ପିକଜନ୍ତୁଛାଡ଼ିଲେକ ନିଜସ୍ତାନ ଅକାଳେଣ ମୃତୁ ।୧୩୮।ମୁନିଜନମାନେ ମଧ୍ୟ ନ ଧରନ୍ତି ହୃଦେଭାଞ୍ଜିଲାକ ଜଗତପ ତାହାର ପରସାଦେ ।୧୩୯।ପବନ ବିକାରେ ଚଳନ୍ତି ବେନି ଯେ ଶ୍ରବଣେଭାର ହୋଇବ ବୋଲି ନ ବହଇ କଣୟ ଘଟଣେ ।୧୪୦।ନିବନ୍ଧ କୁଳ ଜାଣି ହିରଣ୍ୟ ଗଣ୍ଡସ୍ଥଳଗଭୀର ନାଭି କଣ୍ଠତଟ ସୁସଞ୍ଚ ସରଳ ।୧୪୧।ବିସ୍ତାର ହୃଦୟ ଜାନୁ ରମ୍ଭାବୃକ୍ଷ ପ୍ରାୟେନିବିଡ଼ ପ୍ରଳମ୍ୱ ଭୁଜ ବେନିଗୋଟି ବାହେ ।୧୪୨।କୁମୁଦ ମୃଣାଳ ଯେହ୍ନେ ଶୀତଳ ସୁସଞ୍ଚନୋହୋଇ ସଂକୀର୍ଣ୍ଣ ସେ ଯେ ନୋହୋଇ ବଡ଼ ଉଚ୍ଚ ।୧୪୩।ଢଳିତ କଣୟ ଯେହ୍ନେ ବେନି କରସ୍ଥଳୀସ୍ୱଭାବ ସାରିକ୍ଷ ଯେହ୍ନେ ଅୟେଂଳା ପୁଷ୍ପାଞ୍ଜଳୀ ।୧୪୪।ସୁଗଠିତ ସୁବର୍ଣ୍ଣ ଯେହ୍ନେ ବଳିତ ଅଙ୍ଗୁଳିଶୁଦ୍ଧ ମର୍କତ ପ୍ରାୟେକ ନଖରେଖ ଝଳି ।୧୪୫।ସୁସଞ୍ଚ ମଝା ଯେ କରିଅରି ପରାୟେକୁଞ୍ଜ ଶ୍ରୀଫଳ ପ୍ରାୟେ କୁଚ ଶୋଭାପାୟେ ।୧୪୬।ଝଲକପତ୍ର ପ୍ରାୟେ କନ୍ୟାର କର୍ଣ୍ଣ କୁକ୍ଷିଅତୁଲ୍ୟ ଶୋଭା ତାହାର ସର୍ବଗୁଣ ଗଚ୍ଛି ।୧୪୭।ସୁରଭି ପାଖୁଡ଼ା ପ୍ରାୟେ ଦିଶଇ ତାର ପିଠିହେମ ଅଞ୍ଚଳ ପ୍ରାୟେ ଢଳିତ ଦେହଗୋଟି ।୧୪୮।ଅଳପ ବିସ୍ତାର ଯେହ୍ନେ ତୁଳିତ ବେନିଯାନୁଦେଖି ପୁରୁଷମାନେ ଧରିବେ କାହୁଂ ତନୁ ।୧୪୯।କଣୟ ସ୍ତମ୍ଭ ଯେହ୍ନେ ଓଲଟ ରାମ କଦଳୀକଟି ପରିଯନ୍ତେ ଭେଦିଲା ରୋମାବଳୀ ।୧୫୦।ସୁରଭି ପୁଷ୍ପପ୍ରାୟେ ପାଦ ତଳପା କାନ୍ତିସୁସଞ୍ଚ ପୋୟେଳା କି ଅଙ୍ଗୁଳି ବିରାଜନ୍ତି ।୧୫୧।ତରାଟ ପାଖୁଡ଼ା ପ୍ରାୟେକ ଦିଶଇ ନଖରେଖପାଦେ ପଦ୍ମଚିହ୍ନ ତାର ତଳିପାର ଶିଖ ।୧୫୨।ଶଙ୍ଖନିଧି ପଦ୍ମନିଧି ଶୋଭିତ ବେନିକରେପାଣିଦ୍ରବ୍ୟ ହୋଇଭ କର ଲାଗିଲେ ପଥରେ ।୧୫୩।ଅଳିକୁଳ ଆମୋଦିନୀ ଚିକୁର ଅଟେ ବାମାପ୍ରତକ୍ଷେ ପଦ୍ମିନୀ ସେ ସ୍ତିରୀକୁଳ ଉତ୍ତମା ।୧୫୪।ଅତିଅନ୍ତ ଘନ ଯେ ଥନ ବେନିଶୋଭାଅନଙ୍ଗ ଭଣ୍ଡାର କୁନ୍ଦନ କରି ଥୋଇଅଛି ଅବା ।୧୫୫।ତ୍ରଭୁବନ ମୋହଇ ତାର ଥନ ବେନି ଦେଖନ୍ତେବସ୍ର ଢାଂକିଅଛି ସେ ସଂସାର ଜନହିତେ ।୧୫୬।ସଂପୂର୍ଣ୍ଣ ଚନ୍ଦ୍ରମା ଯେ ପଟାନ୍ତର ବଦନକୁତାହାର ମୁଖନିନ୍ଦା କରଇ ଚନ୍ଦ୍ର ଦେବତାଂକୁ ।୧୫୭।ୟେକାଦିନେ କଳେ ସେ ଯେ ଚନ୍ଦ୍ରମା ସମ୍ପୂର୍ଣ୍ଣପ୍ରଜାପତିର ଶାପ୍ୟେ ତନୁ ତାର କ୍ଷୀଣ ।୧୫୮।ବଦନ କଳଂକ ସେ ବହିଲାକ ଶଶୀତାହାର ବଦନ ଗୋଟି ଅଟଇ ନିର୍ଦ୍ଦୋଷୀ ।୧୫୯।ସମସ୍ତ ଗୁଣେ ଲକ୍ଷଣ ସେ ଅଟଇ ଗୁଣବନ୍ତୀଅବଶ୍ୟ ଗୁଣିକ ସେ କଲାକ ପ୍ରଜାପତି ।୧୬୦।ହୃଦୟ ବିସ୍ତାର ତାହାର ଅତିଅନ୍ତ ପରିମଳତଥି ଉପରକୁ ଭାରା ଅଟେ କୁଚ ଯେ ଯୁଗଳ ।୧୬୧।ୟେ ମହାଭାରାକଇଂ ଯେ ମଝା ତାର କ୍ଷୀନ୍ନନ ପୁଣ ତୁଟଇ ସେହୁ ବାତ ବିଘାତେଣ ।୧୬୨।କେତେକାଳ ବସି ତାକୁ ସ୍ରିଜିଲା ବିଧାତାତାର ନିମନ୍ତେ ଛାଡ଼ିଲା ନବସୃଷ୍ଟି ଚିନ୍ତା ।୧୬୩।ଅତିକ୍ଷୀଣ ମଝା ତାର ପଡ଼ିଲେ ଯିବ ତୁଟିପୁଣି କେତେକାଳେ ଧାତା ସ୍ରିଜିବ ସେ ପ୍ରତିମା ଗୋଟି ।୧୬୪।ଶରଦ ଶିଶିର ହେମନ୍ତ ବସନ୍ତ ବରଷାଗ୍ରୀଷ୍ମ ୟେ ଷଡ଼ଋତୁ ଭୋଗକରେ ବାରମାସା ।୧୬୫।ହେମ ଶିଶିରେ ଯେ ତପତ ତାର କାୟେବସନ୍ତ ଗ୍ରୀଷ୍ମେ ଯେ ମଳୟାନିଳ ପ୍ରାୟେ ।୧୬୬।ବରଷା ଶରଦେ ତାର ବାଳଅର୍କ ତେଜତୋତେହେଂ ପ୍ରାପତ ସେ ହୋଇବ ମନସିଜ ।୧୬୭।ସେ ସ୍ତିରୀ ନାୟିକା ତୁ ପୁରୁଷ ରତ୍ନକାନ୍ତିଅରଣ୍ୟେ ଭାବକଲା ଯେହ୍ନେ ମଧୁକର ମାଳତୀ ।୧୬୮।ବାବୁ ଦ୍ୱାରିକାକୁ ଅଳଂକାର ଯୁଗତେ ଅଟଇ ସେହିତେନ୍ୟାୟୁଂ ପ୍ରଦ୍ୟୁମ୍ନ ହୋ ବେଗେ ଅଇଲୁ ତୋତେ କହି ।୧୬୯।ବିଶେଷେ ବିରହୀତା ତୋତେ ସେ ପଶିଲା ଶରଣସେ ସ୍ତିରୀ ନାୟିକାକୁ ତୁ ବହନ କରି ଆଣ ।୧୭୦।ନାରଦେ କହିଲେ ତାର ରୂପଗୁଣ ଯେତେସଞ୍ଚପି କହନ୍ତେ ନ ସରଇ ଦିବାରାତ୍ରେ ।୧୭୧।ଲେଖନ୍ତେ ଘଟଣ ସେ ସୁସଞ୍ଚ କାମିନୀପରିଜାୟେ ନାମ ବହିଲା ତ୍ରିପୁରମୋହିନୀ ।୧୭୧।ଶୁଣିଣ ଆରତ ହୋଇଲେ ପୁରୁଷ ମନ୍ମଥକାମୋଦ ସାରଥିକି ବୋଇଲା ସାଜ ମୋର ରଥ ।୧୭୩।ପଞ୍ଚଶର ନାରାଜ କରେଣ ପୁଷ୍ୟଧନୁପୁଷ୍ୟକ ରଥେ ଆରୋହଣ କଲା ଶ୍ରୀକୃଷ୍ଣର ତନୁ ।୧୭୪।କାମୋଦ ସାରଥି ଯେ ଆକାଶେ ରଥ ବାହିଆଗେ କଳହପ୍ରିୟ ମୁନି ବାଟ ଯେ କଢ଼ାଇ ।୧୭୫।ପଞ୍ଚଶିରା ପର୍ବତେ ବିଜୟେ ଦେବହରିଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ଆଦିକରି ।୧୭୬।ନାରାୟଣଂକ ଅଗ୍ରତେ ସହଦେବ କହିଲାନାରଦଂକ ତୁଲେ ଦେଖ ସେ ପଦ୍ମନ ବିଜେକଲା ।୧୭୭।ଯେତେଦୁରୁଂ ଯୁଝେଷ୍ଠିଂକର ଦିଶିଲା ଆସନପୁଷ୍ୟେକ ରଥ ତେଜ୍ୟାକଲାକ ବୀର ଯେ ପଦ୍ମନ ।୧୭୮।ଯୁଝେଷ୍ଠିଂକ ପାଦପଦ୍ମେ ପଦ୍ମନ ପରିଣାମିକୋଳକରି ଧରି ମୁଖେ ଚୁମ୍ୱନ ଦିଲେ ଯୁଝେଷ୍ଠି ଦେବସ୍ୱାମୀ ।୧୭୯।ଗୋବିନ୍ଦେ ପ୍ରଶଂସିଲେ ସାଧୁରେ ସହଦେବଧନ୍ୟ ତୁ ପରମ ପଣ୍ଡିତ ଗତ ଆଗତ ଜାଣୁ ସର୍ବ ।୧୮୦।ନାରଦେ ବୋଇଲେ ତୁମ୍ଭେ ଶୁଣ ଜଗୁପାଳବଜ୍ରଗିରିଦେଶ ରାଜା ଅଟେ ମେରରୁଶୂଳ ।୧୮୧।ତାହାର ଦୋହିତା ନାମ ତ୍ରିଭୁବନମୋହିନୀତାହାର ନିମନ୍ତେ ଆମ୍ଭେ ପଦ୍ମନକଇଂ ଯାଉଅଛୁଂ ଘେନି ।୧୮୨।କାର୍ତ୍ତିକେଶ୍ୱରଂକୁ ଆଣି ଯାଇଛନ୍ତି ଦୃଭାସାମୀନକେତନକଇଂ ସୁନ୍ଦରୀ ବଢ଼ାଇଛି ମନୀଷା ।୧୮୩।ଯାଚିଲାର କନ୍ୟା ପ୍ରାପତ ହୋଇଲାର ନିଧିସୁସଙ୍ଗ ସୁଫଳ ସୁବେଳ ସୁଜନ ସୁବୁଦ୍ଧି ।୧୮୪।ନିୟତ ତପୀ ପଣ୍ଡିତ ତୀର୍ଥ ପ୍ରାପତ ଧର୍ମ ମଇତ୍ରପ୍ରସନ୍ନ ଦେବତା ଯେ ସୁପୁଣ୍ୟେ ପ୍ରାପତ ।୧୮୫।ସୁବିଧାନ ଭୂମି ସୁଲକ୍ଷଣୀ ଯେ ଭାରିଯାପଣ୍ଡିତ ଭିଗ୍ୟଂଲୋକେ ୟେହା ନ କରନ୍ତି ପରିତେଜ୍ୟା ।୧୮୬।ଗୋବିନ୍ଦେ ବୋଇଲେ ୟେହା ଅଟଇ ଯୁଗତଆମ୍ଭେହେଂ ଯିବୁ ଯୁଝେଷ୍ଠି ଠାକୁରଂକ ସହିତ ।୧୮୭।ଜଗନ୍ନାଥେ ବୋଇଲେ ମୁନି ହେ ପଦ୍ମନକୁ ଘେନିଯାଅସେ କନ୍ୟାର ତୁଲେ ୟେହାକୁ ମେଳ ଯେ କରାଅ ।୧୮୮।ଯେମନ୍ତେ ପଦ୍ମନକୁ ଭଜାଇ ସେ କନ୍ୟା ୟେକାମାହୀନ୍ଦ୍ରବେଳେ ନେଇ ପଦ୍ମନକୁ ସେ କନ୍ୟାକଇଂ ଦେଖା ।୧୮୯।କାର୍ତ୍ତିକେଶ୍ୱର ଘେନି ଯେବେ ଆସିବେ ସଦାନନ୍ଦତାହଂକର ତୁଲେ ପଦ୍ମନରେ ନକରିବ ଦ୍ୱନ୍ଦ ।୧୯୦।କନ୍ୟାକଇଂ ଘେନି ତୁମ୍ଭେ ଆସ ଅପସରିଆମ୍ଭେ ସମର କରିବୁ ଅର୍ଜୁନକୁ ଘେନିକରି ।୧୯୧।ୟେସନେକ ଆଗ୍ୟାଂ ପାଇଣ ମହାମୁନିଚଳିଲେ ଅନ୍ତରୀଚ୍ଛେ ପଦ୍ମନକଇଂ ଘେନି ।୧୯୨।ଦୃଭାସାୟେ ଗଲେ ୟେଣେ କପିଳାସ ପୁରେପ୍ରବେଶ ହୋଇଲେ ଯାଇଂ କାର୍ତ୍ତିକେଶ୍ୱର ସନ୍ନିଧ୍ୟରେ ।୧୯୩।ବାବୁ ମେରୁଶୂଳର ଦୋହିତା ତ୍ରିଭୁବନ ମୋହିନୀନାହିଂ ନୋହିବ ପଟାବନ୍ତର ସ୍ୱର୍ଗମଞ୍ଚ ପାତାଳ ପୁରତିନି ।୧୯୪।ଦଇବେ ଅନ୍ତରସ୍ଥାନେ ସେ ଅସହର ଭୂମିଅସୁର ଭୟେ ତହିଂକି କେହି ନୁଆରନ୍ତି ଗମି ।୧୯୫।ତୋତେ ସେ ବହୁତ ଇଚ୍ଛା କଲାକ ସୁନ୍ଦରୀଉଠ ହୋ କାର୍ତ୍ତିକେଶ୍ୱର ଚାଲ ଯିବା ବେଗେ ବିଜେକରି ।୧୯୬।ତୁ ଯେ ଆମ୍ଭନ୍ତ ବାବୁ ସଦାକରୁ ମାନନାତେଣୁକରି ତୋତେ ଆମ୍ଭେ ଭିଆଇଲୁ ବରାଙ୍ଗନା ।୧୯୭।ଦୃଭାସାଂକ ବଚନେ କୁମାର ଅତିବେଗେପ୍ରଣପତ୍ୟ ହୋଇ କହିଲେ ସଦାଶିବଂକର ଆଗେ ।୧୯୮।ସ୍ୱାମୀ ବଜ୍ରଗିରି ଦେଶର ମେରୁଶୁଳ ନୃପମଣିତାହାର ନନ୍ଦିନୀ ନାମ ତ୍ରିଭୁବନ ମୋହିନୀ ।୧୯୯।ଭୋ ଦେବ ଦୃଭାସାଂକ ଆଗେ ସେ କହିଲା ସନ୍ଦେଶବୋଇଲା କାର୍ତ୍ତିକେଶ୍ୱରକଇଂ ମୁନି ହେ ବେଗେ ଘେନିଆସ ।୨୦୦।କାର୍ତ୍ତିକେଶ୍ୱର ବୋଇଲା ସ୍ୱାମୀ ଯାଚିଲାର କନ୍ୟା ଯେ ରଞ୍ଚିଲା ଭୋଜନୟେହା ଉପେକ୍ଷା କରନ୍ତି ଅପଣ୍ଡିତ ଜନ ।୨୦୧।ଈଶ୍ୱରେ ବୋଇଲେ ତୁମ୍ଭେ ଯାଅ ଯା ଦୃଭାସାକନ୍ୟାକଇଂ ଘେନି ତୁମ୍ଭେ ବହନ ଘେନିଆସ ।୨୦୨।ଶୁଣିଣ କୁମାର ଯେ ସାନନ୍ଦ ହୋଇଲାକ ମନେବିଜୟେ ଈଶାନସୁତ ମୟୁର ବାହାନେ ।୨୦୩।ୟେକା କୁମାର ସଙ୍ଗେ ଦୃଭାସା ମହଋଷିଅନ୍ତରୀଚ୍ଛ ଭୁବନେ ବିଜେକଲେ ଆସି ।୨୦୪।କାର୍ତ୍ତିକେଶ୍ୱର ବୋଇଲେ ମୁନି ହେ ମେରୁଶୁଳ ତହିଂକି ଚାଲିଯିବାରାଜାକଇଂ ଜଣାଇଂ କନ୍ୟାକଇଂ ପ୍ରଦାନ ହୋଇବା ।୨୦୫।ଯଦ୍ୟପି ନ ଜାଣିମା ରାଜା ମେରୁଶୂଳଚଉର୍ଯ୍ୟକର୍ମ ପ୍ରାୟେ ହୋଇବନା ବଳ ।୨୦୬।କୁମର ଘେନିକରି ଦୃଭାସ୍ୟା ମହାଋଷିମେରୁଶୂଳ ନୃପତିର ପୁରେ ଯାଇଂ ପଶି ।୨୦୭।କାର୍ତ୍ତିକେଶ୍ୱରକଇଂ ବାହାର ଦ୍ୱାରେ ରୁହାଇମେରୁଶୁଳକଇଂ ମୁନି ଜଣାଇଲେ ଯାଇଂ ।୨୦୮।ବାବୁ ୟେ ତୋହୋର ଦୋହିତା ଯେ ତ୍ରିଭୁବନ ମୋହିନୀତାହର ନିମନ୍ତେ ଆମ୍ଭେ କାର୍ତ୍ତିକେଶ୍ୱରକଇଂ ଅଇଲୁ ଯେ ଘେନି ।୨୦୯।ଶୁଣିଣ ସାନନ୍ଦ ସେ ଯେ ମେରୁଶୂଳ ରାଜାଦୃଭାସ୍ୟା ମହଋଷିଂକି ସେ କଲାକ ପାଦପୂଜା ।୨୧୦।ବଡ଼ାକଥା ୟେ ତ କହିଲ ତପୋନିଷ୍ଠିପୂର୍ବର ପୁଣ୍ୟେ ମୁହିଂ ଦୁତୀରୁଦ୍ରକଇଂ ଭେଟି ।୨୧୧।ଅତିଅନ୍ତ ପୁଣ୍ୟ ମୁହିଂ କରିଥିଲି ପୂର୍ବେକାର୍ତ୍ତିକେଶ୍ୱର ପ୍ରାୟେ ଜାମାତା ପ୍ରାପତ ହେଲି ୟେବେ ।୨୧୨।ଦୋହିତାର ମୋହୋର ଅଟଇ ଯେ ପୂର୍ବଭାଗ୍ୟପୂଣ୍ୟନିଧି ପ୍ରାପତ ହୋଇଲା ଆସି ହୋଇଲାକ ମୋର ଆଗ ।୨୧୩।ପୁରେଣ ଉତ୍ସବ ସେ କରାଇଲା ମେରୁଶୂଳବିଭାର ଯୋଗାଡ଼ ଭିଆଇଲାକ ସକଳ ।୨୧୪।ଆପଣେ ବିଜୟେ ତହିଂକି କଲାକ ନୃପତିଯାଇଂ ଦେଖିଲା କାର୍ତ୍ତିକେଶ୍ୱର ମହୀଯତି ।୨୧୫।ପାଦଧଉଚ ଅର୍ଘ୍ୟପୂଜା ବିଧିମାନନ୍ତ ଦେଇନବରେ ବିଜୟେ ଯେ କରାଇଲା ରାଜା ନେଇ ।୨୧୬।ସନ୍ନିଧ୍ୟ୍ୟକୁ ହକାରିଲା ଲକ୍ଷେକ ପୋଇଲିତାହାଂକ ମଧ୍ୟ୍ୟେ ମୁଖ୍ୟପାନ ମାତାଙ୍ଗୀ ବୋଲି ମୁଦୁସୁଲୀ ।୨୧୭।ଅଲେଖ ଯୋଗାଡ଼ ଘେନି ଯାଅରେ ମାତାଙ୍ଗୀଦୋହିତାକୁ ବେଶ ବେଶନ କରାଇଆଣ ବେଗି ।୨୧୮।ଧାମନ୍ତି ଚତୁରୀୟେ ସେ ମେଢ଼ର ଭିତରେମାଗୋ ଦିଅ ଆମ୍ଭନ୍ତ ବଧାଇ ଅନେକ ସମ୍ଭରେ ।୨୧୯।ମାଗୋ ଦୂତୀ ଈଶ୍ୱର ଅଟନ୍ତି ଯେବଣ କାର୍ତ୍ତିକକୁମରତାରକା ବିଧ୍ୱଂସନ ସେ ତାକୁ ନାହିଂ ପଟାନ୍ତର ।୨୨୦।ସେ ତୋତେ କାଲି ଯେ ହୋଇବ ଗୋ ବିଭାତୋହୋର ସାଦ୍ରିଶ୍ୟେ ସେ ଦିଶିଲାକ ମହାଶୋଭା ।୨୨୧।ବେଢ଼ଣ ମାଜଣା ତାକୁ କରାବନ୍ତି ବାଳୀପଦ୍ମନ ଉନ୍ୟେଷ ବାଳୀ ହୃଗତେ ଭାଳି ।୨୨୨।କହି ଯେ ଗଲେ ମୋତେ କହଳପ୍ରିୟ ମୁନିମୀନକେତନ ସ୍ୱାମୀକି ମୋର ନଇଲେ ତ ଘେନି ।୨୨୩।କାର୍ତ୍ତିକେଶ୍ୱରକଇଂ ନାହିଂ ମୋର ଇଛାଷଡ଼ଗୋଟା ବଦନ ଶରୀରେ ତାର ସଞ୍ଚା ।୨୨୪।ୟେକଇ ବଦନ ମୋର ତ୍ରିଭୁବନ ମୋହିନୀଶରୀର ଖଣ୍ଡ ଖଣ୍ଡ କରିବ ଷଡ଼ବଦନ ଘେନି ।୨୨୫।ହେ ଦୁର୍ଗେ ନାରାୟଣୀ ଗୋ ପୂରାଅ ମନୀଷାନାରଦଂକ ବଚନକୁ କଲଇଂ ମୁହିଂ ଆଶା ।୨୨୬।ତାହାଂକୁ ଆଶକରି କାର୍ତ୍ତିକେଶ୍ୱରଂକୁ ଭାଞ୍ଜିଲେକେହୁଣସି କତି ନୋହିବି ପଦ୍ମନ ନଇଲେ ।୨୨୭।ୟେତେବୋଲି ଆତଙ୍ଗ ଯେ ମେରୁଶୂଳ ଜେମାମନେ ଚିନ୍ତାକଲା ଦେବୀ ମୋତେ ଉମା ।୨୨୮।ଜୟତୁ ମାତାଙ୍ଗୀ ଗୋ ଭବାନୀ କାମକ୍ଷୀ କାମସେଣାଜୟତୁ ଜୟ ପ୍ରଜାପତିର ଦୁଲଣା ।୨୨୯।ଶୁମ୍ଭ ନିଶୁମ୍ଭ ମୋହିନୀ ଗୋ ଅଟୁ ମହାମାୟେବୀରଘଣ୍ଟ ଚାମର ତୁ କଲୁ ମାତ କ୍ଷୟେ । ୨୩୦।କାନ୍ତିମାଳା ଦଇତକୁ ମର୍ଦ୍ଧିଲୁ ପାଦେ ତୁହିକାତ୍ୟାୟିନୀ ନାମ ଗୋ ବହିଲୁ ମହାମାୟୀ ।୨୩୧।ଜୟତୁ ମାତଙ୍ଗୀ ଗୋ ହିମଗିରିବାସୀତୀରୀକୁଳ ମଣ୍ଡଣି ଗୋ ମଦନର ଫାସୀ ।୨୩୨।ସହସ୍ରେ ଭୁଜ ଯେ ବିକାଶିଲା ଅନଳୁବାଳୁତ ଖେଡ଼କାଳେ ଗୋ ବାରନିଧି କଲୁ ଚଳୁ ।୨୩୩।ମାଗୋ ନାରଦଂକ ବଚନେ ମୁଂ ପ୍ରତିଆଶ କଲିସପନ ନିଧିକି ମୁଂ ପଣନ୍ତ ପସାରିଲି ।୨୩୪।କାଳେ ଅପ୍ରାପତ ମୋତେ ହୋଉଛି ଗୋ ମାୟେକି ଅବା ବାଟେ ମୁନିଂକି ପଡ଼ିଲା ଅପଚୟେ ।୨୩୫।ତୁ ମୋତେ ପ୍ରସନ୍ନ ଗୋ ହୁଅସି କାମକ୍ଷୀସ୍ତିରୀଲିଙ୍ଗ ବେଦନାକୁ ଗୋ ହୋଅ ମୋତେ ସାକ୍ଷୀ ।୨୩୬।ସଜନ୍ନ ତାରିଣୀ ମାଗୋ ସୟଶଜନ ଚିନ୍ତାଜୟତୁ କାମସେଣୀ କାମକଷ୍ଟ ଉଦ୍ଧରନ୍ତା ।୨୩୭।ବଶ୍ୟ ଉଚ୍ଚାଟନ ସ୍ତମ୍ଭନ ମୋହନ ଗୋଟିକ ଅଞ୍ଜନତୁହି ସେ ଜାଣୁ ମାଗୋ ସମସ୍ତ ବିଧାନ ।୨୩୮।ଗୋବିନ୍ଦର ନନ୍ଦନ ଯେ ପଦ୍ମନ ମୋର ବରତାଂକୁ ବିନୁ ଆନଚିତ୍ତେ ନ ବଳଇ ମୋର ।୨୩୯।ଅଲେଖ ମଣ୍ଡଣି ଗୋ ସର୍ବମଙ୍ଗଳେଶୂଦ୍ରମୁନି ସାରୋଳା ଦାସ ଶତଦଣ୍ଡ ପ୍ରଳମ୍ବ ତବ ପଦ୍ମପାଦ ତଳେ ।୨୪୦।ବହୁତ ବିନୟୀ ହୋଇ ବୋଇଲା ଯହୁଂ ମେରୁଶୂଳର ଦୁଲାଳୀପଦ୍ମନହୁଂ ଆନେ ମନେ ନ ଭାଳଇ ହିଆଳୀ ।୨୪୧।ମାର୍ଗଶିର ମାସ କୃଷ୍ଣପକ୍ଷ ଯେ ଚଉଠୀବୃହସ୍ପତିବାର ପୁନର୍ବସୁ ନକ୍ଷତ୍ର ଯେ ଘଟି ।୨୪୨।ବାଣିଜ୍ୟ ନାମେ କରଣ ଶୁଭନାମେ ଯୋଗବିଭାକଇଂ ଅନକୂଳ କରନ୍ତି ବେଗ ବେଗ ।୨୪୩।ଚତୁର୍ଥ ଦଣ୍ଡ ଥାଉଂ ପ୍ରବେଶ ମୀନଲଗ୍ନ ବେଳାପାପଗ୍ରହ ନାହିଂଯେ ନକର ତୁମ୍ଭେ ହେଳା ।୨୪୪।ପରବେଶ ହୋଇଣ ଯେ କାର୍ତ୍ତିକ ମହାଯତିସ୍ୱୀକାର ବରଣ ସେ କରଇ ନୃପତି ।୨୪୫।ଆପଣେ ପୁରୋହିତ ମହର୍ଷି ଦୃଭାସାକାର୍ତ୍ତିକେଶ୍ୱର ତ୍ରିଭୁବନ ମୋହିନୀ ଯେମନ୍ତେ ପୂରୋଇ ମନୀଷା ।୨୪୬।ଶୁଭ ଅନକୂଳେ ଯେ ଧଇଲେ ତପନିଷ୍ଠିମଙ୍ଗଳକର୍ମ ସାରିଲେ ବେଳ ତେର ଘଟିରେ ଟି ।୨୪୭।ସମରାଜ୍ୟ ଲୋକେ ସର୍ବେ ଅନେକ ପ୍ରଶଂସିକନ୍ୟାକଇଂ ଅହିଂଗ୍ୟ ସ୍ତାନେ ନିଅ ବୋଲି କହିଲେ ଦୃଭାସା ମହଋଷି ।୨୪୮।ସୁବର୍ଣ୍ଣ ହାନ୍ଦୋଳାରେ ବିଜୟେ ଭାବିନୀକରେ ଦୀପାବଳି ଘେନି ମଙ୍ଗଳ ଗାବନ୍ତି କାମିନୀ ।୨୪୯।ଉଡ଼ନ୍ତି ପାଟଛତ୍ର ଆଲମ୍ବ ପଞ୍ଚୁଲକ୍ଷୀବହୁତ ସମ୍ଭରରେ ବିଜୟେ ଶଶିମୁଖୀ ।୨୫୦।ବୀରତୁର ଟମକ ଢୋଲ ନିଶାଣ ବାଜଇ ଦାଉଣ୍ଡିକୁତୂହୋଳେ ବିହଡ଼ନ୍ତି ମତୁଆଳ ନାଟଖଣ୍ଡି ।୨୫୧।ମନ୍ଦରପର୍ବତ ଉପରେ ବିଜୟେ କାମାକ୍ଷୀଚଳଇ ସୁନ୍ଦରୀ ଯେ ଗୋସାମଣିଂକି ଦେଖି ।୨୫୨।ଯାଆନ୍ତେଣ ସୁନ୍ଦରୀ ଯେ ରବି ଅସ୍ତଗଲାଅନେକ ଦିହୁଡ଼ି ମାଳହୁଳା ସେ ଲାଗିଲା ।୨୫୩।ପ୍ରଥମ ଦଣ୍ଡେ ଯେ ପ୍ରବେଶ ହୋଇଲାଲ ରାତିଦେଉଳ ଭିତରେ ସେ ପଶିଲା ମହାସତୀ ।୨୫୪।ଦିବ୍ୟବେଶ ଅଳଂକାର ଉପରେଣ ଝୀନବାସଶ୍ରୀକରେ ରତ୍ନ ଆତଞ୍ଜାନି ଘେନି ଅଷ୍ଚରତ୍ନ କୋଶ ।୨୫୫।କାମସେଣା ଦେବୀକଂର ଛାମୁରେଣ ଥୋଇଶୁତିଲା ସୁନ୍ଦରୀ ଯେ ଦଣ୍ଡ ପ୍ରଳମ୍ବିତ ହୋଇ ।୨୫୬।ବୋଇଲା ମାତା ଗୋ ପ୍ରସନ୍ନ ହୁଅସି ଅଭୟେଭଗତ ମଚ୍ଛଳ ମାଗୋ ପ୍ରସନ୍ନ ବରଦାୟେ ।୨୫୭।ମନ କମନା ନିମନ୍ତେ ମୁହିଂ ତୋତେ ଖଟିବାୟେଞ୍ଛା ପ୍ରାପତ କରଇ ଗୋ ତ୍ରିଗୁଣ ଗୁଣ ହେଟି ।୨୫୮।ଯାବତ ଜୀବେ ମାତ ଗୋ ଆଇତବ ଚିନ୍ତାତ୍ରିଭୁବନ ମୋହିନୀ ଗୋ ବାଞ୍ଛିତ ଫଳଦାତା ।୨୫୯।ଯଦ୍ୟପି କାର୍ତ୍ତିକେଶ୍ୱରେ ବରିଲେ ମୋହୋର ପିଅରଗୋବିନ୍ଦର ନନ୍ଦନ ଗୋ ବଲ୍ଲଭ ହେଉ ମୋର ।୨୬୦।ବ୍ରହ୍ମକୁ ଲୟେକର ଚିନ୍ତଇ ଯେହ୍ନେ ଯୋଗୀମୁହିଂ ଦେବୀ ଇଚ୍ଛାକଲି ଗୋ ସମସ୍ତ ପରିତ୍ୟାଗୀ ।୨୬୧।ମମ ବିନୟେ ଭଗତି ଘେନ ଶୀଘ୍ରଗତିପ୍ରସନ୍ନେ ଅପର୍ଣ୍ଣା ଗୋ ମୋତେ ହୋଅସି ବରଦାତ୍ରୀ ।୨୬୨।ସୁରବର ସୁନ୍ଦରୀ ଗୋ ଶରଣ ଉଦ୍ଧାରିଣୀମୁହିଂ ତୋହୋରେ ଶରଣ ମୋତେ ଉଦ୍ଧର ଗୋସାମଣି ।୨୬୩।ବହୁତ ଅଜୟେ ଗୋ ଯାହାକୁ ସୁମରନ୍ତେ ବିପଦ ହୋୟେ ଖଣ୍ଡିଭଗତଜନ ମଚ୍ଛଳୀ ମୋ ଶରଣ ମଣ୍ଡଳ ଚଣ୍ଡୀ ।୨୬୪।ତବ ପଦ୍ମପାଦେ ମାଗୋ ମୋହୋର ଭଗତି ଅନୁବ୍ରତେଶ୍ରୀକୃଷ୍ଣ ନନ୍ଦନ ମୀନକେତନକଇଂ ବରଦାନ ଦେବା ମୋତେ ।୨୬୫।ୟେ କାମକଷ୍ଟରୁ ମୋତେ ଉଦ୍ଧର କାମସେଣାମୟାଣ ବାଣେ ମୋତେ ନକର ଗଞ୍ଜଣା ।୨୬୬।ବଦୟନ୍ତି ଅଗସ୍ତି ବଇବସୁତ ମନୁ ଶୁଣପ୍ରାପତ ସୁନ୍ଦରୀକି ଶୁଭ ଯଏ ଶଂକୁନ୍ୟ ।୨୬୭।ମନାସନ୍ତେ ବାମନୟନ ତାର ଘନଘନ ଫୁରିଈଶାନ କୋଣେ ଶୁଭିଲା ସେ ଝିଟିପିଟି ରଡ଼ି ।୨୬୮।ଆଗେଣ ଫୁରିଲା ଯେ ଶଙ୍ଖଚିଲ ବାଣୀଉତ୍ତରେ ପୁରୁଷେକ ଛିଂକିଲାକ ପୁଣଇ ।୨୬୯।ବାମଜାନୁ ତାହାର କମ୍ପଇ ଥରହରଶଂକୁନ୍ୟମାନ ଗୁଣି ବାଳୀ ହରଷ ମନର ।୨୭୦।ଦେଖିଲା ଦେବୀଂକର ବଦନ ଦରହାସୀଶୂନ୍ୟେ ଶୁଭିଲା ଯାଅ ତୁ ସୁନ୍ଦରୀ ପଦ୍ମନ ଭାରିଯା ହୁଅସି ।୨୭୧।ୟେସନେକ ଭାବେଣ ସେ ପାଇଲା ପ୍ରାର୍ଥନାଦେଉଳୁଂ ବାହର ସେ ହୋଇଲା ବରାଙ୍ଗନା ।୨୭୨।ଦ୍ୱାରେଣ ବିଜୟେ ଯେ ତ୍ରିଭୁବନ ମୋହିନୀଦେଖିଲା ନାରଦେ ପଦ୍ମନକୁ ଆସୁଛନ୍ତି ଘେନି ।୨୭୩।ନାରେଦ ବୋଇଲେ ଗୋ ଶୁଣ ଶୁଭ୍ରକେଶୀୟେ ସେ ମୀନକେତନ ବରଣମାଳା ଦେସି ।୨୭୪।ବାଳକାଳେ ଧ୍ୱଂସିଲା ୟେ ସୟମ୍ବର ପୁରୀମାୟାବତୀର ବଲ୍ଲଭ ୟେ ପୁଷ୍ୟ ଚାପଧାରୀ ।୨୭୫।ବେନି ନୟନ ଭେଦିଲା ପଦ୍ମନ ରୂପ ଦେଖିଭୟେଣ ସଂକୋଚେ ସେ ଲଜ୍ଜାକୁ ଉପେକ୍ଷି ।୨୭୬।ହା ହା ନାଥ ବୋଲି ଆରତେ ଶୁଭ୍ରକେଶୀବେନିଭୁଜେ କୋଳକରି କଟିମେଖଳାକୁ ଜାନୁ ଭିଡ଼ି ବସି ।୨୭୭।କଣୟ ଲିଙ୍ଗେ ଯେସନେ ମାରଗମେଖଳିପଦ୍ମନ ଶରୀରକୁ ତେସନ ଦିଶିଲାକ ବାଳୀ ।୨୭୮।କନ୍ୟାର ରୂପଗୁଣ ପଦ୍ମନ ବୀର ଉପଲେଖିନାରଦକଇଂ ବହୁତ ବିନୋପଇ ଶଶୀମୁଖୀ ।୨୭୯।ମାଳାଗୋଟି କଣ୍ଠେନେଇ ଲମ୍ବାଇଲା ସୁନ୍ଦରୀରଥେ ନେଇ ପଦ୍ମନ ବସାଇଲା କୋଳାଗ୍ରତ କରି ।୨୮୦।ପ୍ରଥମ ପ୍ରବେଶ ଯେ ବେନିଘଡ଼ି ରାତିଦେଖୁଂ ଦେଖୁଂ ବିମାନ ହୋଇଲା ଉର୍ଦ୍ଧ୍ୱଗତି ।୨୮୧।ହାନ୍ଦୋଳ ଅଛି ଯେ ତହିଂ କନ୍ୟା ପୁଣ ନାହିଂକିମ୍ଭୁତ ମାୟା ହେଲା ୟେଥୁ କନ୍ୟା ଗଲା କାହିଂ ।୨୮୨।କନ୍ୟାର ରୂପଗୁଣ ଦେଖି ଅବା ହରିଲେ ଗନ୍ଧର୍ବେଅଥବା କାମାକ୍ଷୀ ଦେବୀ ଭକ୍ଷିଲାକ ଲୋଭେ ।୨୮୩।ମେରୁଶୂଳ ଅଗ୍ରତେ କହିଲେ ଚାର ଯାଇଂଅହିଗ୍ୟଂ ସ୍ତାନୁଂ ଦେବ କନ୍ୟାଗଲା କାହିଂ ।୨୮୪।ଶୁଣିଣ ସେ ଅସୁରେଶ୍ୱରକୁ ନ ଫୁରଇ କିଛିଅଦଭୂତେ କେ ନେଲାରେ ସମସ୍ତ ଅଛ ରକ୍ଷୀ ।୨୮୫।ଅସୁର ଭୁବନେ ଶୁଭଇ ଅତିଗୋଳମଥାରୁ କୁମାର କାଢ଼ି ପକାଇଲା ଲୋଳ ।୨୮୬।ବୋଲଇ କେରେ ଅଦଭୁତେ ହରିଲା ମୋହ ଯୁବତୀରାଗେଣ କାର୍ତ୍ତିକେଶ୍ୱର ଘେନିଲା ଶୂଳ ଯେ ଶକତି ।୨୮୭।କାମାକ୍ଷୀ ଦେବୀଂକର ଦେଉଳ ଭିତରେଲୋଡ଼ନ୍ତି ଚଉକତି ବେଢ଼ିଣ ସମ୍ଭରେ ।୨୮୮।ନାରଦେ ବୋଇଲେ ବାବୁ ଶୁଣ ହୋ ଅନଙ୍ଗକନ୍ୟା ଘେନି ଚଳଯାସି ଶ୍ରୀକୃଷ୍ଣର ସଙ୍ଗ ।୨୮୯।କେମନ୍ତେ ଚରିତ ଉପୁଜଇ ମେରୁଶୂଳ ପୁରେଦେଖିବା କଉତୁକ ଆମ୍ଭେ ରହିଣ ୟେହିଠାବରେ ।୨୯୦।ପଦ୍ମନ ପଠିଆଇ ବାହୁଡ଼ିଲେ ତପୋନିଷ୍ଠିକାମାକ୍ଷୀ ଦେବୀଂକର ଦେଉଳ ସନ୍ନିଧ୍ୟରେ ଯାଇଂ ଭେଟି ।୨୯୧।ଦୃଭାସାଂକୁ ଦେଖି ପୁଚ୍ଛାକଲେ କଳି ଯେ କତରହଜିଲା ଦ୍ରବ୍ୟ ପରାୟେତ କିସ ତୁମ୍ଭେ ଲୋଡ଼ ।୨୯୨।ଦୃଭାସାୟେ ବୋଇଲେ ଆକାଶ ଗଙ୍ଗାର ନିକଟେତୁମ୍ଭନ୍ତ ଆମ୍ଭେ ଯାହା କହିଥିଲୁଂ ଯାଉଂ ଯାଉଂ ବାଟେ ।୨୯୩।ମେରୁଶୂଳର ଦୋହିତା ତ୍ରିଭୁବନ ମୋହିନୀତାହା ନିମନ୍ତେ ଅଇଲୁ ଆମ୍ଭେ କାର୍ତ୍ତିକେଶ୍ୱରକଇଂ ଘେନି ।୨୯୪।ବିଭାରକାଳ ଯେ ଅହିଗ୍ୟେଂ ଗଲାକ କୁମାରୀକିମ୍ଭୁତ ମାୟା ଆମ୍ଭେ ଜାଣିତ ନୁଆରି ।୨୯୫।ୟେହିଠାରେ ଅଛନ୍ତି ଯେ ଅନେକ ଦୂତମାନେକେହି ନ ଦେଖିଲେ ସେ କନ୍ୟା କେଣେ ଗଲା ଅନ୍ତର୍ଦ୍ଧାନେ ।୨୯୬।ନାରଦେ ବୋଇଲେ ତୁମ୍ଭେ କିଛିହିଂ ନଜାଣଜାତକ ଯାତ୍ରାଯୋଗେ ତୁମ୍ଭେ ଅନକୂଳ ନ ଗଣ ।୨୯୭।କାର୍ତ୍ତିକେଶ୍ୱର ଯେ କୃର୍ତ୍ତିକା ବୃଷରାଶିବୃହସ୍ପତି ଅଷ୍ଟମେ ବିଭାଯୋଗ ନୁଆସି ।୨୯୮।ଅହିଗ୍ୟୁଂ ଆସନ୍ତେ ଯେ ରାଜାର କୁମାରୀଦିଗବିଜେ କରଇ ଯେ କୁମାର ଶୟମ୍ବର ଅଇରି ।୨୯୯।କାମାକ୍ଷୀ ଦେବୀଂକି ସେ ଦେଖିବା ନିମନ୍ତେଦେଉଳ ଭିତେର ପଶିଲା ବୀର ମନୁମଥେ ।୩୦୦।ତ୍ରିଭୁବନ ମୋହିନୀ ପଦ୍ମନର ହୁଅନ୍ତେ ଭେଟାଭେଟିପଦ୍ମନର କଣ୍ଠେ ଲମ୍ବାଇଲା ସୁନ୍ଦରୀ ବରଣମାଳା ଗୋଟି ।୩୦୧।ବୋଇଲା ଭୋ ନାଥ ମୁଂ ତୋହୋରେ ଶରଣୟେ କାମକଷ୍ଟରୁ ମୋତେ ଉଦ୍ଧାର ମୟାଣ ।୩୦୨।ତୁ ମୋହୋର ବଲ୍ଲଭ ହୋ ମୁଂ ତୋହୋରେ କଲାଇଂ ବରଣ ।୩୦୩।ବିଶେଷରେ ପଦ୍ମନ ବାଳୁତ ଭାବମତିକନ୍ୟାକଇଂ ଘେନିଣ ଗଲାକ ତତକ୍ଷଣାନ୍ତି ।୩୦୪।ସଙ୍ଗେ ଥାଠ ସଇନ୍ୟ ନାହିଂ ସର୍ବେ ୟେକାଆମ୍ଭେ ଦେଖି ଅଇଲୁଂ କନ୍ୟା ଘେନି ଗଲାନି ଦ୍ୱାରିକା ।୩୦୫।ତାହାରେ ତାହାରେ ଯେ ପ୍ରିୟଭାବ ଅଛିଅନିଚାର ଲଗ୍ନ ନୋହିଲା କାର୍ଯ୍ୟ କିଛି ।୩୦୬।ନାରଦ ବଚନେ କାର୍ତ୍ତିକ ଉଠିଲା ଗଳଗାଜିଆଜ ସେ ଦ୍ୱାରିକା ପୁର ମୁଂ ପକାଇବି ଭାଞ୍ଜି ।୩୦୭।ନାରଦ ବୋଇଲେ ୟେ ଅଟଇ ଅବିଚାରତୋହୋରେ କନ୍ୟା ନେମାକୁ ଆନେ ଦର୍ପ କାହାର ।୩୦୮।ନିଳେନ୍ଦୀ କନ୍ୟା ହରଣ ପ୍ରାୟେ ହେଲା ବାବୁଶ୍ରୀକୃଷ୍ଣ ନନ୍ଦନକୁ ଯେ ତୁ ମାରିଥିଲୁ ସବୁ ।୩୦୯।ସେ କଥା ପାଶୋରି କି ଗଲା ତାର ମନୁଂୟେବେ ତୋ ଭାରିଯାକୁ ପଦ୍ମନ ହରିଲା ଜାଣୁଂ ଜାଣୁଂ ।୩୧୦।ୟେକ ଭାରିଯା ତୋହୋର ଆନନ୍ଦାନନ୍ଦ ନେଲାୟେବେ ତ୍ରିଭୁବନ ମୋହିନୀକି ପଦ୍ମନ ହରିଲା ।୩୧୧।ଧିକ ଧିକ କାର୍ତ୍ତିକ ତୋର ଷଡ଼ ଯେ ବଦନଈଶ୍ୱର ନନ୍ଦନ ତୁ ତୋର ନାରୀ ହରିନିୟେ ଆନ ।୩୧୨।ତାରକା ନିଶୋଧନ ତୁ ଅନ୍ଧେକ ଦର୍ପଗଞ୍ଜାଶଉଦାସ ନିଶୋଧନ ତ୍ରିପୁର ବଳଗଞ୍ଜା ।୩୧୩।ଅଗ୍ୟାନେ ବାଳୁତପଣେ ପଦ୍ମନ କଲାକ ୟେଡ଼େ କୃତ୍ୟନାରାୟଣ ଦେଖନ୍ତେ ୟେହା କେ ସହିବାର ଯୁଗତ ।୩୧୪।ପୁଣି ବୋଇଲେ ତୋତେ ବୋଲିବାନା କିସବିଭା ହୋଇଲା କନ୍ୟା ତୋତେ କଲାକ ଅବିଶ୍ୱାସ ।୩୧୫।ସାମାନ୍ୟ କଥା ସିନା ଶୁଣିବାକୁ ବଡ଼ ଲଜ୍ଜାବିଭା ହୋଇଲା ଠାବରୁ ଆନ ନେଲା ତୋ ଭାରିଯା ।୩୧୬।ୟେତେ ବୋଲି ଟହ ଟହ ହସିଲେ ମହାମୁନିୟେଡେ ବିଡ଼ମ୍ବଣ କଲା ସେ ମେରୁଶୂଳର ନନ୍ଦନୀ ।୩୧୭।ତ୍ରଇଲୋକ୍ୟେ କାର୍ତ୍ତିକ ତୋତେ ହୋଇଲା ୟେଡ଼େ ଲାଜକି ବୋଲି ବୋଲିବେ ତୋତେ ଦେବାଧି ଦେବରାଜ ।୩୧୮।ନାରଦଂକ ଝିଂଘାସ ବହୁତ ବୋଲ ଶୁଣିକୋପେଣ କୁମାର ଯେ ଉଠିଲା ଶିରଝୁଣି ।୩୧୯।କୋପେ କୋହାବଇ ସେ ପ୍ରତାପୀ ମେରୁଶୂଳଧାଇଂଲେ ବେନିୟେ ତୁଲେ ନାହିଂ ସନ୍ୟବଳ ।୩୨୦।ପଦ୍ମନ ଯେ ଗଲା ତ୍ରିଭୁବନ ମୋହିନୀକଇଂ ଘେନିବଳାଙ୍ଗୀ ନଦୀକୂଳେ ଭେଟିଲା ହରି ଅର୍ଜୁନ ବେନି ।୩୨୧।କନ୍ୟାକୁ ଘେନିଣ ଯେ ମାୟାବତୀର ବଲ୍ଲଭପାଦ ପୂଜାକଲା ସେ ପାଥବ ପଦ୍ମନାଭ ।୩୨୨।କନ୍ୟାକୁ ଦେଖି ଦେବ କରନ୍ତି ଧନି ଧନିବାବୁରେ ଦ୍ୱାରିକା ମଣ୍ଡଣି ୟେ ଅଇଲୁ କନ୍ୟା ଘେନି ।୩୨୩।ବଧୂଂକୁ ଘେନିଯାଅ ବାବୁ ଦ୍ୱାରିକା ଭୁବନକୁଅସୁର ଥାଠ ପଲାଣିରେ ଆମ୍ଭେ ଓଗାଳୁଂ ସିନା ତାହାଂକୁ ।୩୨୪।ଅନେକ କଲ୍ୟାଣ ବାଞ୍ଛା କଲେକ ଚକ୍ରଧାରୀକନ୍ୟା ଘେନି ପଦ୍ମନ ଗଲା ଦ୍ୱାରାବତୀ ପୁରୀ ।୩୨୫।ମଳୟା ପର୍ବତେ ହରି ଅର୍ଜୁନ ଛନ୍ତି ରହିକାର୍ତ୍ତିକ ମେରୁଶୂଳ ଦୁହେଂ ଆସୁଛନ୍ତି ବାହି ।୩୨୬।କାର୍ତ୍ତିକ ଚଢ଼ିଅଛି ମୟୂର ପଚ୍ଛୀ ଗୋଟିମେରୁଶୂଳ ବିଜୟେ ସଂପାତି ପଚ୍ଛୀର ପିଠି ।୩୨୭।କାର୍ତ୍ତିକ କରେ ଧରିଅଛି ଅମୋହ ଶକତି ଶୂଳକୋଦାଳ ଆୟୁଧ ଯେ ଧରିଛି ମେରୁଶୂଳ ।୩୨୮।ମନ୍ଦର ବିଝଂଗିରି ଦୁହେଂ କି ଆସୁଛନ୍ତି ଉଠିଦେଖନ୍ତି ପର୍ବତେ ଥାଇଂ ଶ୍ରୀକୃଷ୍ଣ ଯେ କିରୀଟୀ ।୩୨୯।ବଇନେତ୍ର ପିଠିରେ ବିଜୟେ ଦେବ ଯେ ଗୋବିନ୍ଦେମୟୂର ଦେଖି ଗରୁଡ଼ କଲା ଘୋରନାଦେ ।୩୩୦।ଦେଖିଣ ମୟୂର ଯେ ଯୋଜନେକ ଅପସରିମେରୁଶୂଳ ରହିଲା କରେ କୋଦାଳ ଆୟୁଧ ଧରି ।୩୩୧।ସନ୍ଧ୍ୟା ଅବକାଶେ ଯେହ୍ନେ ଦିଶନ୍ତି ପର୍ବତେମେରୁଶୂଳ ଦେହ ଯେ ଦିଶଇ ସେହିମତେ ।୩୩୨।ସମ୍ପାତି ବାହାନେ ସେ ଚମ୍ପାଇ ମେରୁଶୂଳନାରାୟଣଂକ ଅଗ୍ରତେ ସେ ବୁଲାଇ କୋଦାଳ ।୩୩୩।ନାରଦେ ବୋଇଲେ ତୁହୋ ଶୁଣସି ଦଇତାୟେହାର ପୁତ୍ର ହରିଲାଟି ତୋହୋର ଦୋହିତା ।୩୩୪।ଶୁଣିଣ କୋହାନଳ ସେ ଅସୁର ମେରୁଶୂଳଗିରିବର ଉପାଡ଼ିଣ ସେ ଧଇଲା କରସ୍ତଳ ।୩୩୫।ଗଦାବର ପ୍ରାୟେକରି କୋପେଣ ବୁଲାଇନାରାୟଣ ଉପରେ ପ୍ରହାରିଲା ନେଇ ।୩୩୬।ଗିରି ପଡ଼ନ୍ତେ ପଚ୍ଛୀ ପାତିଲା ଖଗେଶ୍ୱରପକ୍ଷୀରେ ପର୍ବତ ପଡ଼ି ହୋଇଲା ଶତେଚୂର ।୩୩୭।ନିର୍ଘାତ ଶରେକ ଯେ ପେଷିଲା ଫାଲଗୁନିମେରୁଶୂଳ ଉପରକୁ ଶସ୍ର ବିନ୍ଧଇ କରେ ଘେନି ।୩୩୮।ନାରାଜ ପଡ଼ନ୍ତେ ଯେ ଦେଖିଲା ମେରୁଶୂଳଅର୍ଜୁନ ନାରାଜକୁ ପାତିଲା ବକ୍ଷସ୍ତଳ ।୩୩୯।ବକ୍ଷସ୍ଥଳେ ନାରାଜ ପଡ଼ି ହୋଇଲା ଶତଚୂନାବଜ୍ରଅଙ୍ଗ ଶରୀର ନାହିଂ ତାର ସେହ୍ନା ।୩୪୦।ଦେଖିଣ ଅସୁର ଯେ ବୁଲାଇ କୋଦାଳଅର୍ଜୁନ ଉପରେ ନେଇ ପିଟିଲା କୋହାନଳ ।୩୪୧।ଶସ୍ର ପଡ଼ନ୍ତେ ଅର୍ଜୁନ ଶରୀରେ ନ ଭେଦିପାଶୁପତ୍ର ନାରାଜେ ବାସେବୀ ତାହା ଛେଦି ।୩୪୨।କୋପେ ମେରୁଶୂଳା ଆରେକ କୋଦାଳ ପ୍ରହାରିଲାମଳୟାଗିରି ପର୍ବତ କୋପେ ତାଡ଼ିଣ ଧଇଲା ।୩୪୩।ସେ ପର୍ବତେ ଉପରେ ଛନ୍ତି ଜଗନ୍ନାଥ ଫାଲଗୁନିଗରୁଡ଼ ସହିତେଣ ଅଛନ୍ତି ଜଣତିନି ।୩୪୪।କୋଦାଳ ଘେନିଣ ସେ ଦୁରାନ୍ତକ ରାକ୍ଷସ ପ୍ରତ୍ୟକ୍ଷକୁରାଳଚକ୍ର ପ୍ରାୟେ ବୁଲାଇ ଅନ୍ତରୀକ୍ଷ ।୩୪୫।ବୁଲାଇଣ ଫିଙ୍ଗି ଦିଲାକ ଦୁରାନ୍ତେପଞ୍ଚଯୋଜନ ଅନ୍ତେ ପଡ଼ିଲେ କୃଷ୍ଣ ପାର୍ଥେ ।୩୪୬।ପର୍ବତ ସହିତେ ଆବର ପଚ୍ଛୀବରପଡ଼ିଣ ଗିରିବର ହୋଇଲା ଶତେଚୂର ।୩୪୭।ବିନତାର ନନ୍ଦନ ଯେ ଅତିବେଗେ ଉଡ଼ିମେରୁଶୂଳ ଅଗ୍ରତେ ଦିଲା ଘୋରରଡ଼ି ।୩୪୮।ପୁଣ ପୁଣ ପ୍ରହାର ଯେ କରାଇ ମେରୁଶୂଳଗରୁଡ଼ ପିଠିରେ ନେଇ ପିଟିଲା କୋଦାଳ ।୩୪୯।ଦେଖିକରି ବଇନେତ୍ର ପାତିଲାକ ଥଣ୍ଟବେନିଖଣ୍ଡ ହୋଇ ଭାଜିଲା କୋଦାଳର ବେଣ୍ଟ ।୩୫୦।ଶୂନ୍ୟହାଥ ହୋଇକରି କୋପେଣ ଦୁରାନ୍ତଗରୁଡ଼ ଉପରେ ନେଇ ପ୍ରହାରିଲା ବଜ୍ରମୁଥ ।୩୫୧।ଦେଖିଣ ନାରାଜ ଯେ ବିନ୍ଧିଲା ଫାଲଗୁନିସେ ଶହସ୍ର ଅସୁର କରେ ଧାଇଂ ଘେନି ।୩୫୨।ପୁଣି ଫାଲଗୁନି ଯେ ପର୍ବତା ଶସ୍ର ମାରିମେରୁଶୂଳ ଉପରେ ହୋଇଲାକ ଚୂରି ।୩୫୩।ପର୍ବତ ବିଅର୍ଥ ଦେଖନ୍ତେ ପାଣ୍ଡବ ପଞ୍ଚାଣଧାତିକାରେ ଅର୍ଜୁନ ବିନ୍ଧିଲା ଅଗ୍ନିବାଣ ।୩୫୪।ଦେଖିଣ ମେରୁଶୂଳ ତୁଣ୍ଡ ଯେ ବିସ୍ତାରିସେ ମହା ଅନଳଶର ଦାନବ ଗର୍ଭରେ ସଂଘରି ।୩୫୫।ସମର କରନ୍ତେଣ ଆଦିତ୍ୟ ଅସ୍ତଗଲାବାହୁଡ଼ି ମେରୁଶୂଳ ନିଜ କଟକେ ମିଳିଲା ।୩୫୬।କୋଦାଳ ଆୟୁଧ ଭାଞ୍ଜିଥିଲାକ ତାହାରଲୋହଗିରି ପର୍ବତ ଉପାଡ଼ିଲା ମହାବୀର ।୩୫୭।ଯୋଜନେକ ଆୟେତନ ପଞ୍ଚଯୋଜନ ଯେ ସ୍ଥଳୀସେ କୋଦାଳ ଆୟୁଧରେ ବେଣ୍ଟ ଦିଲା ଭରି ।୩୫୮।ପୁଣ ମୟୂର ଆରୋହିଣ କାର୍ତ୍ତିକେଶ୍ୱର ଯତିମେରୁଶୂଳ ସନ୍ନିଧ୍ୟେ ସେ ମିଳିଲେ ତଡ଼ତି ।୩୫୯।ମେରୁଶୂଳ ବୋଇଲେ ସ୍ୱାମୀ ଦୁତୀ ଯେ ଈଶ୍ୱରତାହାକୁ ସମାନ ଯେ ନୋହେ ତୋ ସମର ।୩୬୦।ସମରେ ନ ଘୁଞ୍ଚିଲେ ସେ ମୋହୋର ଶରଘାତେଶରୀର କମ୍ପଇ ମୋର ତାଂକ ଶର ବିଘାତେ ।୩୬୧।କାର୍ତ୍ତିକେଶ୍ୱର ବୋଇଲା ଶୁଣସି ମହାରାଜଉଭା ହୋଇଣ ସମର ଦେଖ ମୋହୋର ଆଜ ।୩୬୨।ପୁଣ ସମରେ ସଜ ହୋଇଲେ କାର୍ତ୍ତିକେ ମେରୁଶୂଳହରି ଅର୍ଜୁନ ଅଛନ୍ତି ତମାଳ ତରୁ ବୃକ୍ଷତଳ ।୩୬୩।ଅର୍ଜୁନ ବୋଇଲେ ସ୍ୱାମୀ କାର୍ତ୍ତିକ ତୁଲେ ଯୁଝମେରୁଶୂଳର ତୁଲେ ସମର ମୋର ବୁଝ ।୩୬୪।ବିଜୟେ ନାରାୟଣ ଯେ ଖଗେବର ପିଠିମେରୁଶୂଳ ତୁଲେ ସେ ସମର କିରୀଟୀ ।୩୬୫।ଗର୍ଜିଣ ବଇନେତ୍ର ଯେ କଲା ପକ୍ଷଘାତକାର୍ତ୍ତିକେଶ୍ୱରକଇଂ ଘେନି ମୟୂର ପଡ଼ିଲା ଯୋଜନ ସାତ ।୩୬୬।ବାହାନ ତେଜ୍ୟା କରିଣ ସଦାନନ୍ଦର ବଚ୍ଛିଦଣ୍ଡ କୋଦଣ୍ଡ ଘେନି ସମରେ ଆସି ପଶି ।୩୬୭।ୟେକା ପାଦକରେ ଯେ ଶତେ ଯୋଜନ କ୍ଷେପିଛଡ଼ଶିର ଦ୍ୱାଦଶଭୂଜ ଅଭୟେ କାମରୂପୀ ।୩୬୮।ଶିକ୍ଳାମ୍ୱର ଶରୀର ଶୁଦ୍ଧ ସଷ୍ଟିକ ପରାୟେବିକଟ ବକ୍ରନେତ୍ର ଜମ୍ୱୁପଟଳ ସୁର୍ଯ୍ୟତେଜ ଶୋହେ ।୩୬୯।ଶ୍ରୀଭୁଜେ ଶୋଭାବନ ପରଶୁ କୋଠାର ମୁଦୁଗରପିନାକ ପଶୁପତ୍ର ପରିଘ ହାଥେ ଅସିବର ।୩୭୦।ବୀରବେଶ ଅଳଂକାର ସଦାନନ୍ଦ ଯେ ବଳାତାରକା ନିଶୋଧନ କ୍ଷତ୍ରିୟ ଅଚାର୍ଗଳା ।୩୭୧।ଆଦିତ୍ୟ ପ୍ରଦୋଷେ ଯେହ୍ନେ ଦିଶନ୍ତି ଗିରିବରସେହି ସାଦୃଶେ ଦିଶଇ ୟେକକନ୍ଧ ଷଡ଼ଶିର ।୩୭୨।କାର୍ତ୍ତିକ ପ୍ରତିଉତ୍ତର ନାରାୟଣ ଅଗ୍ରତେଆଦିହିଂ ଦୃଭାସାୟେ କନ୍ୟା ବରିଲେକ ମୋତେ ।୩୭୩।ପାପପୁଣ୍ୟ ଦୁଇ ଗ୍ୟାନକରେ କିଛିହିଂ ନ ବିଚାରିଅହିଗ୍ୟଂ ସ୍ଥାନରୁ ରେ କନ୍ୟା ନେଲ ଚୋରିକରି ।୩୭୪।ଶିଶୁପାଳ ବିଭାକାଳେ ଯେହ୍ନେ ହରି ଆଣିଲୁ ରୁକ୍ମଣୀପୁତ୍ରକଇଂ ସେହିମତି କରାଇଲୁ ଚକ୍ରପାଣି ।୩୭୫।ବେଳେ ବେଳେ ତୁମ୍ଭେମାନେ କର ଯେ ଚଉର୍ଯ୍ୟଚଉର୍ଯ୍ୟପଣ କର୍ମ ତୁମ୍ଭର ଜାଣିମାକ ଆଜ ।୩୭୬।ଗୋଳକୁଣ୍ଡା ପାଣ୍ଡବେ ଯେ ୟେ ତୋହୋର ସଖାଆଜ କେହୁ ରକ୍ଷାକରି ପାରି ତୋହୋର ଦ୍ୱାରିକା ।୩୭୭।ଜୀବନେ କାର୍ଯ୍ୟ ଯେବେ ଅଛଇ ତୁମ୍ଭରବହନକରି କନ୍ୟାଗୋଟିକି ଦିଅସି ମୋହୋର ।୩୭୮।ଯଦ୍ୟପି କନ୍ୟାଗୋଟି ମୋର ନ ଦେବଟି ଅବାକୃଷ୍ଣ ପାଣ୍ଡବେ କେ ରକ୍ଷା କରିଯେ ପାରିବା ।୩୭୯।କାର୍ତ୍ତିକେ ପ୍ରତିଉତ୍ତରେ ବୋଲନ୍ତି ବାସୁଦେବେଅପାର ଦୁର୍ଧର୍ଷ ବଚନ ରେ ତୁ ବୋଲୁ ମତ୍ତଗର୍ବେ ।୩୮୦।ଉନୁମତି କନ୍ୟା ଯୁବା ବୟସ ତିରୀନ ବେଦନ୍ତି ପରାପର ୟେ ହୁଅନ୍ତି ଇଚ୍ଛାୟେଣ ବରି ।୩୮୧।ତୁମ୍ଭେ ତପୋଧନୀ ନିରାକାର ଦୀକ୍ଷାତିରୀଲିଙ୍ଗ ବିଳସନେ ତୁମ୍ଭର କିସ ଇଚ୍ଛା ।୩୮୨।ମାଗିବ ପଞ୍ଚୁଭିକ୍ଷା ସାଧିବ ଯୋଗପଦନ ଇଚ୍ଛିବ ଶୃଙ୍ଗାର ଯେ ଯୋଗ ପରମାଦ ।୩୮୩।ନାରାୟଣ ମୁଖେ ୟେସନେକ ବାକ୍ୟ ଶୁଣିକୋପେଣ ଗର୍ଜଇ କୁମାର କାଳସର୍ପ ଜାଣି ।୩୮୪।ବାତେ କଦଳୀପତ୍ର ଜାଣି କମ୍ପଇ ତାର ଅଙ୍ଗନାରାଜ ପୂରୋଇଲା ସେ ପିନାକ ଶାରଙ୍ଗ ।୩୮୫।ଅନଳତେଜ ପ୍ରାୟେ ନାରାଜ ତୀକ୍ଷମୁନାସହସ ନାରାଜ ପେଷିଲା ହରିର ବଜ୍ରସେହ୍ନା ।୩୮୬।ପୃଥିବୀ ଦିଶିଲା ଯେ ଉଲୁକାପାତ ମୟେକମ୍ପନ୍ତି ଦିଗପାଳେ ଯେ ଯୁଗାନ୍ତକ କାଳପ୍ରାୟେ ।୩୮୭।କାର୍ତ୍ତିକେଶ୍ୱର ଶରଘାତ ନାରାୟଣ ଦେଖିସହସ୍ରଂକ ତେଜେ ହରି ବୁଜିଲେ ବେନି ଆଖି ।୩୮୮।ଦେଖିଣ ଖଗେଶ୍ୱର ପାତିଲା ପକ୍ଷୀଲଟାପଡ଼ିଣ ନାରାଜମାନ ହୋଇଲେ ଭଗନସ୍ତା ।୩୮୯।କାର୍ତ୍ତିକ ସମର ଦେଖି ବଦୟନ୍ତି ଶ୍ରୀବତ୍ସିବହୁତ ଦ୍ୱନ୍ଦ ହୋଇଲେ ନୋହିବ କାର୍ଯ୍ୟ କିଛି ।୩୯୦।ଦୃଭାସାୟେ ଥିଲେ କାର୍ତ୍ତିକେଶ୍ୱର ତୁଲେକପିଳାସ କନ୍ଦରେ ଯାଇଂ ସଦାନନ୍ଦଂକୁ କହିଲେ ।୩୯୧।ସ୍ୱାମୀ ଆମ୍ଭନ୍ତ ରାଇ କାର୍ତ୍ତିକେଶ୍ୱରକଇଂ ବରିଲା କୁମାରୀପଦ୍ମନ ଚିତ୍ରପଟ ନାରଦେ ତେଣେ କରି ।୩୯୨।ବିରହିତା ବାମା ସେହୁ ମଦନେ ଆରତିପଦ୍ମନକୁ ଦେଖି ବାଳୀ ବଳାଇଲା ମତି ।୩୯୩।କାର୍ତ୍ତିକେଶ୍ୱର ତେଣେ ବିଭାକୁ ଅଛି ବସିଅହିଗ୍ୟଂ ସ୍ଥାନୁଂ ପଦ୍ମନ କନ୍ୟାକୁ ମିଳିଲାକ ଆଶି ।୩୯୪।ପଦ୍ମନକୁ ବରିଲା ସେ ତ୍ରିଭୁବନ ମୋହିନୀକରେଣ ସୁନ୍ଦରୀ ଯେ ମାଳାୟେକ ଘେନି ।୩୯୫।କନ୍ୟା ଘେନି ପଦ୍ମନ ଦ୍ୱାରିକାକୁ ଗଲେମେରୁଶୂଳ କାର୍ତ୍ତିକେଶ୍ୱର ଦୁହେଂ ପଛେ ଗୋଡ଼ାଇଲେ ।୩୯୬।ପାଣ୍ଡବନ୍ତ ଘେନି ହରି ବସିଥିଲେ ବାଟେବଳାଙ୍ଗୀ ନଦୀତୀର ଉତ୍ତର ଆଡ଼ତଟେ ।୩୯୭।ଗରୁଡ଼ ପଚ୍ଛୀଘାତେ ମୟୂର ଗଲା ଉଡ଼ିମୂର୍ଚ୍ଛାଗତ ହୋଇଣ ସେ ସାତ ଯୋଜନରେ ପଡ଼ି ।୩୯୮।ୟେମନ୍ତେ ଅପ୍ରାଂଜୟେ ପାଇଲେ ବେଳ ତିନିମେରୁଶୂଳ ତୁଲେ ରଣ କରଇ ଫାଲଗୁନି ।୩୯୯।ଦୃଭାସାଂକ ବଚନେ ସେ ନନ୍ଦୀ ମହାକାଳପ୍ରଚଣ୍ଡ ଚଣ୍ଡ ବିଣାୟେକ ଟିଣାୟେକ କ୍ଷେତ୍ରପାଳ ।୪୦୦।ମହାବଳବନ୍ତା ସେ ରୁଦ୍ର ଯେ ଭୂକୁଟୀଶିବଗଣମାନେ ଗର୍ଜନ୍ତି ଚତୁର୍ଦ୍ଦଶ କୋଟି ।୪୦୧।କରେଣ ତୀକ୍ଷ ତ୍ରିଶୂଳେ ତ୍ରାଣ ଯେ ପିନାକମେଦିନୀ ଉଛୁଳଇ ଯେ ବାହିନୀ ଶବ୍ଦ ଡାକ ।୪୦୨।ରୁଦ୍ରଗଣମାନେ ଯେ ହୋଇଲେ ବୀରସଜଦେଖି ପରମ ସାନନ୍ଦ ହୋଇଲେ ପ୍ରଭୁ ଦେବରାଜ ।୪୦୩।ବିଜୟେ ମହେଶ୍ୱର ଯେ ବୃଷଭର ପିଠିଅନ୍ତରୀଚ୍ଛେ ଡମ୍ୱରୁ ବାଜଇ ନବକୋଟି ।୪୦୪।କପିଳାସ କନ୍ଦର କରିଣ ଦେବ ତେଜ୍ୟାସମର ସନ୍ନିଧ୍ୟେଣ ବିଜୟେ ଦେବରାଜା ।୪୦୫।ବୃଷଭ ଆରୋହଣ ମହେଶ୍ୱରକଇଂ ଦେଖିଧାତିକାରେ ଜଗନ୍ନାଥ ଗରୁଡ଼ ଉପେକ୍ଷି ।୪୦୬।ଶିବଗଣନ୍ତ ଘେନିଣ ବିଜୟେ ସୁଢଳେଶ୍ରୀକୃଷ୍ଣ ପ୍ରଣପତ୍ୟ ବୃଷଭ ପାଦତଳେ ।୪୦୭।ଦେଖିଣ ସାନନ୍ଦ ଦେବ ଯେ ଈଶାନଜିତ ମହାପ୍ରସାଦ ହୋ ଉଠ ଉଠ ଜନାର୍ଦ୍ଦନ ।୪୦୮।ସଦାଶିବର ବଚନେ ଶ୍ରୀଜଗନ୍ନାଥେ ଉଠିଅନ୍ତରେ ଗୋବିନ୍ଦ ଯେ ରହିଲେ ପୁରମେଣ୍ଟି ।୪୦୯।ପଦ୍ମନ ଗଲେ ଯେ ଦ୍ୱାରିକା ଭୁବନେଦେଖିଣ ସାନନ୍ଦ ୟେ ଯଦୁବୀରମାନେ ।୪୧୦।ବତିଶ ସହସ୍ର କନ୍ୟା କରେ ଘେନିଣ ଅର୍ଘ୍ୟସ୍ଥାଳୀବରକନ୍ୟା ବନ୍ଦାପନା କରନ୍ତି ସର୍ବେ ମିଳି ।୪୧୧।ନାରଦେ କହିଲେ ଯାଇଂ ଶୁଣ ହୋ ବଳରାମମେରୁଶୂଳ ତୁଲେ ବହୁତ ହୋଉଛି ସାଂଗ୍ରାମ ।୪୧୨।କାର୍ତ୍ତିକେଶ୍ୱର ନିମନ୍ତ ଅଭିମାନ କରିଆପଣେ ବିଜେ ଦେବ କଲେ ତ୍ରିପୁରାରି ।୪୧୩।ଚଉଦକୋଟି ଯେ ଭ୍ରୁକୁଟୀଗଣନ୍ତ ଘେନିସର୍ବେ ୟେକା ଅଛନ୍ତି ସେ କୃଷ୍ଣ ଫାଲଗୁନି ।୪୧୪।ଆସ୍ତାନ ଉପରୁ ଡେଇଂଣ ପଡ଼ିଲେ ଦେବରାଜଧାଅଂରେ ଯଦୁବୀରେ ଦଣ୍ଡ ବେଗେ ସାଜ ।୪୧୫।ଶ୍ରୀଭୁଜେ ଶୋଭାବନ ସମରର୍ଥକ ସଉନନ୍ଦ ମୂଷଳପାଦଗତି ଧାମନ୍ତି ଦେବ କାମପାଳ ।୪୧୬।ତାଳଧ୍ୱଜ ରଥ ସାଜି ଦାରୁକ ସାରଥିଅହିବ୍ରତେକ ଶାର୍ଦ୍ଦୁଳ ଯୋଚିଣ ଧାମନ୍ତି ରାମଂକ ପଛକତି ।୪୧୭।ଯଦୁବଂଶ ଭୋଜବଂଶ ହଇହୟ ବଂଶ କୁରୁବଳ ବଂଶଆରତେ ଯୋଦ୍ଧାୟେ ଚଢ଼ି ନୁଆରନ୍ତି ବାରାଶ ।୪୧୮।ସମର୍ଥକ ହଳ ବୁଲାଇ ଧାମନ୍ତି ଦେବ ହଳୀଆଦିତ୍ୟ ଗୋପ୍ୟଗଲେ ଚରଣର ଧୂଳି ।୪୧୯।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବମେରୁଶୂଳ ସଙ୍ଗେ ଯୁଦ୍ଧ ପଞ୍ଚଇ ପାଣ୍ଡବ ।୪୨୦।ବଚନେ ସମାର୍ଜନା କରନ୍ତି ଜଗନ୍ନାଥେସଦାନନ୍ଦ ସ୍ୱାମୀଂକି ତୋଷନ୍ତି ଅନେକ ମତେ ।୪୨୧।ପରମ ଶାନ୍ତି ବଚନ କହାନ୍ତି କାପାଳୀୟେମନ୍ତର ସମୟେ ବିଜେକଲେ ଦେବ ହଳୀ ।୪୨୨।କୋଟିୟେ ସିଂଘର ପ୍ରାକ୍ରମ ଯେବଣ ବଳରାମତିନିପଦ୍ମ ଭାରା ପରି ସଉନନ୍ଦ ବହଇ ଅବିଶ୍ରାମ ।୪୨୩।ରେ ରେ କାର ଶବଦେ ରାମ ଦିଲେ ୟେକଡାକେତ୍ରିଭୁବନ କମ୍ପିଲା ତ୍ରିସିଲେ ବୃନ୍ଦଅର୍କେ ।୪୨୪।ଅଇରାବ୍ରତ ଆରୋହୀ ବିଜୟେ ଦେବ ସୁନାଶୀରମହାଶାନ୍ତି ବଚନେ ଭଜିଲେ ଶ୍ରୀ ବଳରାମଂକ ପୟର ।୪୨୫।ଯୁଝେଷ୍ଠି ଦେବେ ପ୍ରଣପତ୍ୟ ହୋଇଲେ ବଳରାମସ୍ୱାମୀ ହରିହର ସମର ୟେବେ ହୋଉଅଛି ସାମ୍ୟ ।୪୨୬।ତୁ ୟେବେ କୋପ ସଂହରଣ କର ଦେବହଳୀଶାନ୍ତି ଭଜିଲେନି ରୁଦ୍ର ନ କଲେ କିଛି କଳି ।୪୨୭।ବହୁତ ବିନୋୟୀ ସେ ବଦୟନ୍ତି ଧର୍ମରାୟେଶାନ୍ତିକରି ବଳରାମଂକୁ ବସାଇଲେ ସେହିଠାୟେ ।୪୨୮।ନାରାୟଣଂକ ଅଗ୍ରତେ ବଦୟନ୍ତି ନୃପାଳୀଦୃଭାସାଂକ ଅଗ୍ରତେ କାର୍ତ୍ତିକେୟକୁ ବରିଲାକ ବାଳୀ ।୪୨୯।ତୁମ୍ଭର ପୁତ୍ରକୁ ପଠିଆଇ ତାହାକୁ ନିଆଇଲୁ ବନମାଳୀୟେହେନେକ ଅନିର୍ଯ୍ୟାପ କିମ୍ପେ କରିଲୁ ତୋହୋ ଭଳି ।୪୩୦।ଗୋବିନ୍ଦେ ବୋଇଲା ସ୍ୱାମୀ ନ କହିବାକ ମୋତେସେ କନ୍ୟା ନାରଦଂକୁ ପଠିଆଇଲା ପଦ୍ମନ ନିମନ୍ତେ ।୪୩୧।ସ୍ୱାମୀ ମୁହିଂ ଯେବେ ହାଦେ ଜାଣିଥାନ୍ତି ୟେଥିର ତଦନ୍ତୟେତେକ ଚରିତ କିମ୍ପା ହୁଅନ୍ତା ବିଶ୍ୱନାଥ ।୪୩୨।ସ୍ୱାମୀ ୟେବେହେଂ ସମର୍ପଣ କରନ୍ତି ସେ କନ୍ୟାବରଣମାଳା ଦେଇ ହୋଇଲାନି ବରାଙ୍ଗନା ।୪୩୩।ଜ୍ୟେଷ୍ଠ କାର୍ତ୍ତିକେଶ୍ୱର କନିଷ୍ଠ ପଦ୍ମନବିଚାରି ପରମେଶ ଦେବ କୋପ କରିବା ସମ୍ୟ ।୪୩୪।ନାରାୟଣ ଶତସହସ୍ର ଦଣ୍ଡ ପ୍ରଣମିତବିଚାରିଣ କୋପ ଦେବ କରିବା ବିଶ୍ୱନାଥ ।୪୩୫।ପ୍ରବୋଧ ବାକ୍ୟ ଯେ କହନ୍ତି ବନମାଳୀଶୁଣିଣ ସାନନ୍ଦ ଯେ ହୋଇଲେ ଦେବଶୂଳୀ ।୪୩୬।କାର୍ତ୍ତିକେଶ୍ୱରକୁ ଦେବ ଧଇଲେକ କୋଳେବୃଷଭ ପିଠିରେ ନେଇ ବସାଇଲେ ସୁଢୋଳେ ।୪୩୭।ବାବୁ ବିରହୀତା କନ୍ୟା ସେହୁ କଲାକ ବଡ଼ମନ୍ଦଆମ୍ଭେ ହରିହର ୟେକଆତ୍ମା କରିବା କିଂପେ ଦ୍ୱନ୍ଦ ।୪୩୮।ଛାର ପାମେରୀ ସେ ତିରୀ ନିଲକ୍ଷଣୀକାର୍ତ୍ତିକକୁ ସମ୍ୱୋଧନା କରନ୍ତି ଶୂଳପାଣି ।୪୩୯।ଭ୍ରୂକୁଟିଗଣନ୍ତ ଘେନି ଦେବ ଯେ ଈଶାନକପିଳାସ ସ୍ୱର୍ଗେ ଦେବ ବିଜୟେ ତ୍ରିଲୋଚନ ।୪୪୦।ଆରମ୍ଭେ ଥିଲା ସେ ମେରୁଶୂଳର ମୂରତିମୂଷଳ ବୁଲାଇ ସେ ଧାଇଂଲେ ହଳପତି ।୪୪୧।ବଜ୍ରହଳ ବୁଲାଇ ପ୍ରହାରିଲେ କୋପେଅସୁର ବଞ୍ଚାଇଲା ତାହା ପ୍ରତଗ୍ୟାଂ ମହାଦର୍ପେ ।୪୪୨।ସମରେ ଅନିର୍ବାରଣ ସେ ମହୀଶୂଳର ନାତିମୂଷଳ ପଡ଼ନ୍ତେ ତାର ଦୁଗୁଣ ତେଜ କାନ୍ତି ।୪୪୩।ପୁଣ ପୁଣ ପ୍ରହାର କଲେ ରାମ ବଜ୍ରହଳେନିର୍ଘାତ ଜାଣି ପଡ଼ିଲା ମେରୁଶୂଳ ବକ୍ଷସ୍ଥଳେ ।୪୪୪।ଝଣାନ୍ତି ପ୍ରହାରେ ଯେ ଉଠିଲା ବହନିଦେଖିଣ ବିସରିଲେ ଦେବ ହଳପାଣି ।୪୪୫।ରେ ରେ କାର ଶବଦେ ଧାମଇଂ ମେରୁଶୂଳବଳରାମଂକ ଉପରେ ନେଇ ପିଟିଲା କୋଦାଳ ।୪୪୬।ମନ୍ଦର ଗିରି ଜାଣି ଅଙ୍ଗେ ଆସି ପଡ଼ିଦେଖିଣ ଘୁଞ୍ଚିଲେ ଯେ ଦେବ ହଳଧାରୀ ।୪୪୭।ପୁଣି ଧାମନ୍ତେ ସେ କୋପେ ବୀର ମେରୁଶୂଳଅର୍ଜୁନ ବଳରାମ ହୋଇଲେ ୟେକମେଳ ।୪୪୮।ପୁଣି ମହାତେଜ ଅସୁର ଧଇଲା କୋଦାଳଶ୍ରୀଭୁଜେ ଚକ୍ରଘେନି ଓଗାଳିଲେ ଦେବକୀର ବାଳ ।୪୪୯।କଉମୋଦକୀ ଗଦାଦେବ କୋପେଣ ବୁଲାଇମେରୁଶୂଳ ଉପରେ ଯେ ପିଟିଲେ ମନ ନିଠିଆଇ ।୪୫୦।ଦେଖିଣ ଦୁରାନ୍ତକ ପାତିଲା ବାମହାଥପଡ଼ିଣ ଗଦାବର ହୋଇଲା ବିଅର୍ଥ ।୪୫୧।କୋପେଣ କେଶବ ଯେ ସୁଦ୍ରିଶେଣ ଚକ୍ରଧାରୀମେରୁଶୂଳ ଉପରେ ପ୍ରହାର କଲେକ ଦେବହରି ।୪୫୨।ଚକ୍ର ପଡ଼ନ୍ତେଣ ଦେଖିଲା ମେରୁଶୂଳନୋହୋଇ ନୋହଇ ବୋଲି ପାତିଲା ବକ୍ଷସ୍ଥଳ ।୪୫୩।ସେ ସୁଦ୍ରଶେଣ ଚକ୍ର ଯେ ପଡ଼ିଲା ଦତ୍ୟକାୟେଝଲକିଲା ବହନି ଲଂକା ଦହନ ପରାୟେ ।୪୫୪।ପୁଣ କୋଦାଳ ଆୟୁଧ ବୁଲାଇ ଦୁରାନ୍ତନାରାୟଣ ଉପରେ ନେଇ ପିଟିଲା ବଜ୍ରଘାତ ।୪୫୫।ଅସୁରେଶ୍ୱର ଯହୁଂ କୋଦାଳ ଶର ପ୍ରହାର କରିଦେଖିଣ ନାରାୟଣ ରହିଲେ ଅପସରି ।୪୫୬।ନାରାୟଣ ବିଅର୍ଥେ ସେ ପଣ୍ଡୁର ତନୟେଆରେ ରହ ରହ ବୋଲି ଧାଇଂଲା ଧନୁର୍ଜୟେ ।୪୫୭।ଅନିବାରମ ଶର ଭେଦିଲା ତାର ସେହ୍ନାଦତ୍ୟର ଦେହେ ପଡ଼ି ଶହସ୍ରେ ହୋଇଲେ ଶତଚୂନା ।୪୫୮।ମନଭେଦୀ ନାରାଜ ବିନ୍ଧିଲା ଧନୁର୍ଜୟେମେରୁଶୂଳ ଶରୀର ହୋଇଲା ଶସ୍ତ୍ରମୟେ ।୪୫୯।ରୋମେକ ଶତେ ନାରାଜ ଯାଇଂ ପଡ଼ିଖଣ୍ଡଗିରି ପ୍ରାୟେ ହୋଇ ରୋମେ ରେମକେ ରୁଧିର ଗଳି ।୪୬୦।ଅବିଚ୍ଛନେ ନାରାଜ ବିନ୍ଧଇ ବିବଚ୍ଛଘାୟେଣ ବଧ ସେହୁ ନୋହିଲା ରାକ୍ଷସ ।୪୬୧।ଗୋବିନ୍ଦ ପୁଚ୍ଛାକଲେ ସହଦେବର ଆଗେୟେ ଦୁରାନ୍ତେକ ନାଶଯାଇ କେବଣହିଂ ବାଗେ ।୪୬୨।ସହଦେବ ବୋଇଲେ ଦେବ ବ୍ରହ୍ମାଂକର ବରଦାୟେକେଉଂଣସି ଶସ୍ରଭେଦ ନୋହିବ ତାର କାୟେ ।୪୬୩।ସ୍ୱାମୀ ଯେବଣ କାଳେ ପିତାଂକୁ ୟେ ମାଗିଅଛି ବରୟେକା ଘଡ଼ିକେ ମୁଂ ଭ୍ରମିବି ତିନିପୁର ।୪୬୪।ବ୍ରହ୍ମା ଈଶ୍ୱର ଯେ ଇନ୍ଦ୍ର ଦେବହରିଚାରିହେଂ ସମରେ ଯେ ନୋହିବେ ମୋତେ ସରି ।୪୬୫।ମନୁଷ୍ୟ ଛାର ବୋଲି ନ ମାଗିଲା ବରଚାରି ଦିଗପାଳେ ଯେବେ ମାନୁଷ୍ୟେ ହେବେ ଅବତାର ।୪୬୬।ତେବେ ସେ ପ୍ରାଣତ୍ୟାଜ ହୋଇବ ମେରୁଶୂଳଗୋବିନ୍ଦେ ବୋଇଲେ ୟେ ତ ହୋଇଲା ନିଷ୍ଫଳ ।୪୬୭।ଯୁଝେଷ୍ଠି ଦେବ ଆଶ୍ରିଜ ଯେ ସହଦେବ ବଚନେଚାରି ଦେବତାୟେ ତ ନୋହିବେ ୟେକଜଣେ ।୪୬୮।ଅଥବା ସେ ଜନମ ହୋଇବ କେତେକାଳେତେବେ ସେ ପ୍ରାଣତ୍ୟାଜ ହୋଇବ ମେରୁଶୂଳେ ।୪୬୯।ଆରେ ବାବୁ ଭୀମସେନ ଯାଅ ଯା ବହନଘୁଞ୍ଚାଇ କରି ଘେନିଆସ ମୋ ଅର୍ଜୁନ ।୪୭୦।ସହଦେବ ବୋଇଲା ସ୍ୱାମୀ ନୁହଇ ୟେମନ୍ତଚାରି ଦିଗପାଳେ ୟେକା ହୋଇ ଅର୍ଜୁନ ହୋଇଅଛି ଜାତ ।୪୭୧।ସ୍ୱାମୀ ବ୍ରହ୍ମାଂକର ଶିର ଯେ ଈଶ୍ୱର ବିଭୂତିବାସୁଦେବ ରୁଧିର ବୀର୍ଯ୍ୟଦାତା ସୁରପତି ।୪୭୨।ବ୍ରହ୍ମାଂକର ମୁଣ୍ଡ ଈଶ୍ୱର ମୋଡ଼ିଲେ ଯେତେବେଳେତହୁଂ ବ୍ରହ୍ମରାକ୍ଷସ ଜନ୍ମି ଗୋଡ଼ାଇଲା ସୁଢଳେ ।୪୭୩।ବ୍ରହ୍ମ କପାଳ ଯେ ହର କରେ ଲାଗିଅଛିଈଶ୍ୱରେ ବୋଇଲେ ଶରଣ ରଖ ହେ ଶ୍ରୀବଚ୍ଛି ।୪୭୪।ଈଶ୍ୱର ବିକଳେ ହରି ଚକ୍ର ଘେନି ବାମହସ୍ତଦକ୍ଷିଣ ଭୁଜରେ ହରି କଲେକ ଶସ୍ରଘାତ ।୪୭୫।ସେ ରୁଧିର ପଡ଼ିଲା ଯାଇଂ ବ୍ରହ୍ମାର କପାଳେଈଶ୍ୱରେ ବିଭୂତି ତହିଂ ମେଦିଲେ କୁତୂହୋଳେ ।୪୭୬।ତହିଂରୁ ଅଦଭୁତେ ପୁରୁଷେକ ହୋଇଲାକ ଜାତତାହାର ନାମଗୋଟି ଯେ ହରି ଦିଲେକ ପ୍ରଶସ୍ତ ।୪୭୭।ଶସ୍ର ନାମେ ଧାତାର ତହୁଂ ହେଲା ଜାୟେସେ ଦୁହିଂକି ସମର କରାଇଲେ ଦେବରାୟେ ।୪୭୮।ୟେମନ୍ତେ ସହସ୍ରେ ବରଷ ବେନିଂକ ସମର ହୋଇଲାକେହି ନ ଜିଣିଲା ସମରେ କେହୁ ତ ନ ହାରିଲା ।୪୭୯।ତେଣୁ ସମର ରୁହାଇଲେ ଦେବ ବିଷ୍ଣୁନାଥଦ୍ୱାପର ଯୁଗେ ତୁମ୍ଭେ ମାନୁଷ୍ୟେ ହୋଅ ଜାତ ।୪୮୦।ବ୍ରହ୍ମାର ରୁଧିରେ ଯେ ହୋଇଲା ଉତପନ୍ନଆଦିତ୍ୟେ ସଂହରିଲେ ଦ୍ୱାପରେ ମାନବେ ଜାତ କର୍ଣ୍ଣ ।୪୮୧।ହରିହର ବ୍ରହ୍ମା ଶରୀରୁ ଯେବଣ ପୁରୁଷ ଉତପନ୍ନବାସବେ ସଂହରିଲେ ସେ ଦ୍ୱାପରେ ଜାତ ଅରଜୁନ ।୪୮୨।ସହଦେବ ବୋଇଲେ ତୁମ୍ଭେ ଶୁଣ ଦେବସ୍ୱାମୀଚାରି ଦିଗପାଳଟି ୟେ ୟେକା ବୀର ଫାଲଗୁନି ।୪୮୩।ଆବର ଉତପତ୍ତି ଯେ ମାନୁଷ୍ୟର ଗର୍ଭେତେବେ ମେରୁଶୂଳ ବଧ ଜାଣ ହୋଇବାକ ୟେବେ ।୪୮୪।ଶୁଣିଣ ପରମ ସାନନ୍ଦ ହୋଇଲେ ଯୁଝେଷ୍ଠିୟେସନେକ ସମ୍ପଦ ମୋହୋର ସୋହୋଦ୍ର ଭାଇଗୋଟି ।୪୮୫।ଅନେକ ସମର ସେ କରଇ ମେରୁଶୂଳସମରେ ନିର୍ଭୟା ସେ ବାସବର ବାଳ ।୪୮୬।ରାତ୍ର ଦିବସେଣ ସେ ସମର ଅବିଶ୍ରାମସାତଦିନ ପରଯନ୍ତେ ସମର ଉତକର୍ମ ।୪୮୭।ନୀଳବାଣ ଭୁଜବାଣ ବୋଲିଣ ଯେବଣ ବାଣ ବେନିକଷ୍ଠୋରେ ବସାଇଲେ ଗୁଣରେ ତାହା ପାଣ୍ଡବ ଫାଲଗୁନି ।୪୮୮।ଅନନ୍ତ ରୁଦ୍ର ଅବତାର ସେ ଅଟନ୍ତି ବେନିବାଣବିନ୍ଧନ୍ତେଣ ଅବଶ୍ୟ ସେ ଘେନନ୍ତି ପରାଣ ।୪୮୯।ଯାହାକଇଂ ପେଷିବେ ସେ ନାଶ କରିବଟି ସଞ୍ଚୟେତାହାକଇଂ ପେଷିଲା ସେ ପାଣ୍ଡବ ଧନୁର୍ଜୟେ ।୪୯୦।ଅର୍ଜୁନ ଆଗ୍ୟାଂ ଦିଲା ସେ ଯାଅ ବାଣ ବେନିଅସୁର ଦୁରାନ୍ତକକୁ ପକାଅ ତୁମ୍ଭେ ଛିନ୍ନି ।୪୯୧।ପଞ୍ଚୁକୋଟି କିରଣ ଦୁଇ ସହସ୍ର ଜ୍ୟୋତିବିନ୍ଧନ୍ତେଣ କମ୍ପିଲା ସେ ଆକାଶ ବସୁମତୀ ।୪୯୨।ନାରାଜ ଆସନ୍ତେଣ ସେ ଲୁଚିଲେ ଦିଗପାଳେଶୂନ୍ୟ ପୁରୁଷେ ରହି ନୁଆରିଲେ ଗଗନ ମଣ୍ଡଳେ ।୪୯୩।ଆଦିତ୍ୟ ଦେବତା ଯେ ଯାଇଂ ମେରୁ ଉହାଡ଼େ ଲୁଚିଲେପବନ ଦେବତା ସହିତେ କେହି ରହି ନୁଆରିଲେ ।୪୯୪।ଭୟେ ନିଶାଚର ସେ କୋଦାଳ ଆୟୁଧ ପାତିକୋଦଳା ଦହିଜ୍ୟ ହୋଇଲା ନୀଳବାଣ ଭୁଜବାଣ ଜ୍ୟୋତି ।୪୯୫।ଶୂନ୍ୟହସ୍ତ ହୋଇଲା ସେ ଦାନବ ମେରୁଶୂଳବେନିମୁଥ ଉଞ୍ଚାଇଣ ଧାମଇଂ ମହାବଳ ।୪୯୬।ନୀଳବାଣ ପଡ଼ିଲା ଯାଇଂ ଦୈତ୍ୟ ନାଭିସ୍ଥଳେଭୁଜବାଣ ପଡ଼ିଲା ଯାଇଂ ତାହାର କଣ୍ଠତଳେ ।୪୯୭।ତିନିଖଣ୍ଡ ହୋଇ ଅସୁର କାୟେ ଛିଡ଼ିଖଣ୍ଡକେ ବିଂଝମାଳ ଜାଣି ପଡ଼ିଲା ଭୂମି ମାଡ଼ି ।୪୯୮।ଅନେକ ଉଶ୍ୱାସ ତହୁଂ ହୋଇଲା ମେଦିନୀସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲାକ ଧୁନି ।୪୯୯।କୋଦାଳ ବୁଲାଇ ଦଇତ ବିଶ୍ୱରୁପେ କଲେବସୁଧା ମୁଖରୁ ରୁଧିର ବହଇ ଉଞ୍ଚାଇଲେ ।୫୦୦।ୟେତେ ଭାରା ଉଶ୍ୱାସ କଲୁ ଫାଲଗୁନିମାନବେ ଜାତ ହୋଇ ମହିମାଂ ତୋର ଧନି ।୫୦୧।ବ୍ରହ୍ମା ରୁଦ୍ର ଇନ୍ଦ୍ର ସମସ୍ତେ ଯାହାକଇଂ ହାରିପୁଣିହିଂ ରୋଳେ ହାରିଲେ ବଳରାମ ହରି ।୫୦୨।ତୋହୋର ସାଂଗ୍ରାମେ ପ୍ରାଣ ହାରିଲାକ ସେହିକ୍ଷତୀବୃତ୍ତ ପ୍ରତଗ୍ୟାଂ ସାଧୁ ତୁମ୍ଭ ଦେହି ।୫୦୩।ଅନେକ ସାନନ୍ଦ ଯେ ହୋଇଲେ ଦେବ ଆଖଣ୍ଡଳେ ।୫୦୪।ତୁହି ସେ ଭାରା ଭର କରନ୍ତା ଉଶ୍ୱାସତୋହୋରେ ରକ୍ଷାଗଲା ପାତାଳ ମଞ୍ଚ ଆକାଶ ।୫୦୫।ଜୟତୁ ରୁଦ୍ର ଅବତାର ଦେବ ବଳରାମନୀଳଋଚୀର ନୀଳାମ୍ବର ଉଦିତ କାମପାଳ ନାମ ।୫୦୬।ମଉଳି ମୁକୁଟ ଯାର ସପତଫେଣି କୁଣ୍ଡଳୀଅଦଭୂତେ ଅବତାର ପ୍ରସନ୍ନେ ଧବଳୀ ।୫୦୭।ଜଳେ ସ୍ଥଳେ ଅନଳେ ଦେବ ଆନ ନାହିଂ କେହିପୃଥୀ ଆପ ତେଜ ବାଇବ ଆକାଶ ଦେବ ତୁହି ।୫୦୮।ସଚରାଚର ମେଦିନୀ ତୁହି ସେ ଦହନ୍ତାଅଣାକାର ପୁରୁଷ ତୋର ନାହିଂ ପିତାମାତା ।୫୦୯।ସଉନିଧି ମଣ୍ଡଳ ଅଲେଖ ପୁର ବାସୀଅକାମ ପୁରୁଷ ଅନୁସାରେ ଯେ ଉଦାସୀ ।୫୧୦।ନମସ୍ତେ ନମସ୍ତେ ଦେବ ହଳମୂଷଳ ପାଣିକୋଟିଗଳ୍ପ ବଞ୍ଚାଇଲୁ ସ୍ୱାମୀ ଶିରେ ସପତଫେଣୀ ।୫୧୧।ଶ୍ୱେତ ପୀତ ଲୋହିତ କୁଂକୁମ ନୀଳବର୍ଣଶ୍ରୀକୃଷ୍ଣର ଜ୍ୟେଷ୍ଠ ସୋଦର ଶଙ୍ଖର ବର୍ଣ୍ଣ ଚିହ୍ନ ।୫୧୨।ଦିଗମ୍ବର ନାଥ ଦେବ ତେଜ ଅନର୍ଗଳାଉନ୍ମତ୍ତ କାଦମ୍ବରୀ ପାନେ ରସମତି ଭୋଳା ।୫୧୩।ଅମ୍ବା କଦମ୍ବା ପ୍ରଳମ୍ବା ମୁଷ୍ଟି କନ୍ଦର୍ପ ଧ୍ୱଂସିଯାମଳା ଅର୍ଜୁନ ଯେ ଚାରୁଣର ହତ କେଶୀ ।୫୧୪।ଭାବଗ୍ରାହୀ ନାଥ କଇଚ୍ଛା ଜଗଜ୍ଜେଠୀହୃଦଗତେ ବିଘଂସୁ ମୋର ତବ ନାମଗୋଟି ।୫୧୫।ଶ୍ରୀ ଉତ୍ତରାଂକରୁ ତୀର୍ଥେ ଅଦଭୂତେ ତୋର କାୟେକପିଳାସ ଦର୍ପ ଧ୍ୱଂସନ ନାଥ ତୁ ପୁରୁଷ ଅଭୟେ ।୫୧୬।ଦୂରାପଦ ଦୁଷୁକୃତ ସଂସାର ଜନବାସୀୟେ ଭବ ସଂସାର ପଡ଼ି ଯାଇଅଛି ଭାସି ।୫୧୭।ଶ୍ରୀ କାମ ନାମ ମୋହର ଶରୀରକୁ ବଜ୍ର ସେନ୍ହାକାରଣକଇଂ ଭାବ ଅଭାବଗୋଟି ମୋତେ ନେଇ ଚିନ୍ହା ।୫୧୮।ଲୋଭ ମୋହ ସଂସାର ୟେ କୁଟୁମ୍ବ ରଞ୍ଚନାକ୍ଷଣ କ୍ଷଣକେ ଅନୀତି ୟେ ଜଳବିମ୍ବ ପ୍ରାୟେ ସିନା ।୫୧୯।ସ୍ୱାମୀ ଦେଖୁ ଦେଖୁ ବଣା ହୋଇ ପଡ଼ିଲି ଜଞ୍ଜାଳେୟେ କ୍ରୋଧୁଂ ନାରାୟଣ ମୋତେ ଉଦ୍ଧାର ୟେତେବେଳେ ।୫୨୦।ଅଦଭୂତେ ଦିଜବର ବେଦପୁର ବାସୀଆକାଶର ବାରତା ମୋତେ କହିଲାକ ଆସି ।୫୨୧।ଶୁଣିଣ କୁଟୁମ୍ବ ଜଞ୍ଜାଳକୁ ମୋତେ ଲାଗିଲା ମହାଭୟେଛାଡ଼ିଲି ସର୍ବଚିନ୍ତା ହୋଇଲା କ୍ରୋଧମୟେ ।୫୨୨।ଷାଠିୟେ ଲକ୍ଷେ ପୂରାଣକୁ ଯେ ହୋଇବ ବକତାନାଶକର ଭୟରୁ ତୁହି ସେ ଉଦ୍ଧରନ୍ତା ।୫୨୩।ଅଭୟେ କାନ୍ତାନି ଗୋ ପ୍ରସନ୍ନ ହିଙ୍ଗୁଳାଅକାମ ବାସିନୀ ମାଗୋ ଶ୍ରୀସିଦ୍ଧ ସାରୋଳା ।୫୨୪।ଲେଖନ ପଠନ ଯହୁଂ କୁଟୁମ୍ବର ବିକଳେସେ ମହାଦେବୀ ବିଜୟେ ଗଗନ ମଣ୍ଡଳେ ।୫୨୫।ଆକାଶୁଂ ଆଣିଦିଲେ ମୋତେ ସିଦ୍ଧ ପୁରାଣ ପୋଥିଦେଖାଇଲା ସରୂପ ସେ ଛଡ଼ାଇଲା ମନଭ୍ରାନ୍ତି ।୫୨୬।ଶବଦ କହିଲା ମୋର କୁଟୁମ୍ବ ପରି ମୁଖେଛାଡ଼ିମେଲ ମନଭ୍ରାନ୍ତି ୟେକେ ଲେଖନ କର ସୁଖେ ।୫୨୭।ମମ ହାଥେ ଦିଲେ ଆଣି ଲେଖନ ଗୋଟିୟେୟେହା ଘେନି ଯାହା କହିବୁ ଯେ ହୋଇବ ଶାସ୍ତ୍ରମୟେ ।୫୨୮।ନ ପଢ଼ି ପଣ୍ଡିତ ମୁଂ ନ ଜାଣି ଶାସ୍ତ୍ରବାଣୀବହୁତ ଅନ୍ୟାଚାର ଛଡ଼ାଇ ମୋତେ ଆଣି ।୫୨୯।ଅଭଗତେ ପ୍ରସନ୍ନ ମୋତେ ହୋଇଲେ କାତ୍ୟାୟିନୀଆପଣେ ବସି କହିଲେ ବାଳୁତ ଭାବ ଘେନି ।୫୩୦।ତେଣୁ ମୁହିଂ ଅଗ୍ୟାନେ ପଶିଲି ଅଗାଦ ସାଗରହେ ବୁଧଜନ ମୋତେ ନୋହଇ ଗୋଚର ।୫୩୧।ସ୍ୱୟେଂ ଯାହା ମୋତେ କହି ଦିଅନ୍ତି ସାରୋଳାସୁରଭି ମାଳା ପ୍ରାୟେ ମମହୃଦେ ହାରା ।୫୩୨।ଯେବଣ ଭାରଥ ୟେ ଦେବଗଣେ ଅସଂଖ୍ୟଅଗାଧ ଜଳକଇଂ ଭେଳା ମୁନିଂକର ଦିବ୍ୟବାକ୍ୟ ।୫୩୩।ଶ୍ରୀ ମହାଭାରଥ ୟେ ଆରଣ୍ୟକପର୍ବ ବାଣୀଆଗ୍ୟାଂୟେ ଶାହାସ୍ତ୍ର ଯେ ଘଟଣ କଲ ଆଣି ।୫୩୪।ଶ୍ରୀ ଚଣ୍ଡୀ ସାରୋଳା ଚରଣେ ପ୍ରଣପତ୍ୟ ନିତ୍ୟେଶୁଦ୍ରମୁନି ସାରୋଳା ଦାସ ପୁରାଣ ସଙ୍ଗତେ ।୫୩୫।ଶୁଣିମା ସୁଗ୍ୟଂଜନେ ଶ୍ରୀ ମହାଭାରଥଯମ କାଳ ବଞ୍ଚାଇ ଶୁଣନ୍ତେ ଯେହୁ ଗ୍ରନ୍ଥ ।୫୩୬।ସରସ୍ୱତୀ ସ୍ରାହାନେ ଯେହ୍ନେ ଛାଡ଼ଇ କଳୁଷ ଓଚ୍ଛପ୍ରତ୍ୟକ୍ଷେ ପ୍ରାପତ ହୋଅଇ ଧର୍ମ ଅର୍ଥ କାମ ମୋକ୍ଷ ।୫୩୭।ଧନ ସନ୍ତାନ ବର୍ଦ୍ଧୁତ ହୋଅଇ ଆରଣ୍ୟକପର୍ବ ଶୁଣନ୍ତେଆଷ୍ୟ ବର୍ଦ୍ଧୁତ ହୋଅଇ ଆପାଦ ଖଣ୍ଡେ ନିତ୍ୟେ ।୫୩୮।ତ୍ରିବେଣୀ ସ୍ନାହାନେ ଯେ ୟେ ନିର୍ମଳ ହୋୟେ ପାତ୍ରବିନାଶଇ ପାତେକ କୁଟୁମ୍ବ ହୋଅଇ ବର୍ଦ୍ଧୁତ ।୫୩୯।ଯାହା ସେ କହିଲେ ଅଗସ୍ତି ବ୍ରହ୍ମବେତ୍ତାଯୁଗାନ୍ତକେ ପୁରୁଷେ ବଇବସୁତ ମନୁଶ୍ରୋତା ।୫୪୦।ପିଣ୍ଡ ପ୍ରାଣ ୟେତେକ ହୋଇବାର ନିମନ୍ତେମନଗତି ପାଇଲା ଚଇତନ କହନ୍ତେ ।୫୪୧।ସବ୍ୟେ ଅସବ୍ୟେ ସେ କହଇ ଯେଉଂ ବାଣୀକଉତୁକେ ଆପଣେ ଭାରଥ ସ୍ରିଜିଲେ ଚକ୍ରପାଣୀ ।୫୪୨।ଶ୍ରୀ ପୁରୁଷୋତ୍ତମ ନାଥ ନାମ ହୃଦଗତେକଳିକାଳ ଧ୍ୱଂସିଲା ନୀଳ ସୁନ୍ଦର ପର୍ବତେ ।୫୪୩।ମଉଦଧି ଉତ୍ତର ଶ୍ୱେତଗଙ୍ଗା ତଳେ କଳପବଟ ନିକଟେତହିଂ ମମ ଆତ୍ମା ଲୁଳୁ ନମତୁଷ୍ଟେ ଶ୍ରୀ ଜଗନ୍ନାଥ ପାଦ ପୁଟେ ।୫୪୪।ତୁଳୁସାର ବଲ୍ଲଭ ଚରଣ ନିତ୍ୟେ ଭାବେଶୁଦ୍ରମୁନି ସାରୋଳା ଦାସ ରୁଦ୍ରଗଣ ପୂର୍ବେ ।୫୪୫-୧୨୧୮୭।