ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୦ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ସତୀସ୍ତ୍ରୀର ଉପାଖ୍ୟାନ
ୟେଥୁ ଅନନ୍ତରେ ବଇବସୁତ ମନୁ ରାଜାବ୍ରହ୍ମାଂକ ନନ୍ଦନ ଚରଣେ କଲେ ଦିବ୍ୟପୂଜା ।୧।ମୁହିଂ ତୁମ୍ଭ ଦାସର ଦାସ ଭୃତ୍ୟର ଭୃତ୍ୟ ମୁନିପ୍ରଳୟ ଉତ୍ତାରଣ ତୁ ଧାର୍ମିକ ମହାଗ୍ୟାନୀ ।୨।ଶ୍ରୀବିଷ୍ଣୁ ପୁରାଣ କଥୟନ୍ତି ଜନହିତେଅଥବା ସମ୍ୱୋଧନା ଶ୍ଳୋକବାକ୍ୟ ହିତେ ।୩।ଆରଣ୍ୟକ ବନବାସ ଅନ୍ତରେ ଦ୍ୱାଦଶ ବରଷ ପୁରିନଗଲେ କି ପାଣ୍ଡବ ହସ୍ତିନା ନଗରୀ ।୪।ଆହୋ ମନୁ ପୁରୁଷ ଯାହା ତୁହି ଅଛୁ ପୁଚ୍ଛିକାହୁଂ ଯିବେ ଅଗ୍ୟାଂତବାସ ବରଷେ ତେରଦିନ ଅଛି ।୫।ପିତାମହଂକର ଆଗ୍ୟାଂ ଯେ ଅଛଇ ଆକାଶେଗୋପ୍ୟାନକର୍ମ ହୋଇବ ସେ ଅଗ୍ୟାଂତ ବନବାସେ ।୬।କୁମ୍ଭମାସ କୃଷ୍ଣପକ୍ଷ ଚଉଠୀର ଦିନଅର୍କବାର ହସ୍ତା ନକ୍ଷ୍ତର ଯେ ବିଦ୍ୟମାନ ।୭।ବିଷ୍ଟ ନାମେ କରଣ ଗଣ୍ଡ ନାମେ ଯୋଗଆଦିହୁଂ ସେଦିନୁଂ ବନବାସ ବାରବରଷ ଯେ ଭୋଗ ।୮।ଅସକନ୍ଦ ବନେ ବସିଣ ଅଛନ୍ତି ପାଞ୍ଚଭାଇବ୍ୟାସେ ଧଉମ୍ୟ ପୁରୋହିତେ ଅଛନ୍ତି ମାତ୍ର ସାହି ।୯।ମାରକଣ୍ଡ ଉଦ୍ଦାଳକେ ଅଗସ୍ତି ପଉଲସ୍ତ୍ୟେବାଲମ୍ୱିକ ଦୃଭାସା ବଶିଷ୍ଠେ ବିଶ୍ୱାମିତ୍ରେ ।୧୦।ଅସକନ୍ଦ ଗୋପାଳତହୁଂ ବହୁତ କ୍ଷୀର ଆଣିଛେନା ଅଧାମ ସର ଦଧି ଗୁଟିକା ଲବଣୀ ।୧୧।ଗଣ୍ଡା ହରିଣ ଯେ କନ୍ଦମୂଳ ଦାରାକ୍ଷଆମ୍ୱ ପଣସ କଦଳୀ ମହୁଲ ସୁଭକ୍ଷ ।୧୨।ଋଷିମାନନ୍ତ ସେ ସନ୍ତୋଷେ ଦିଅନ୍ତି ଯେ ଭୋଜାପାଦେ ପ୍ରଣପତ୍ୟ ହୋଇଣ ଶ୍ରୁତି ବୋଇଲେ ଧର୍ମରାଜା ।୧୩।ତୁମ୍ଭନ୍ତ ସେବାକଲି ମୁହିଂ ଦ୍ୱାଦଶବରଷଅନେକ ତୀର୍ଥ କଲାଇଂ ମୁଂ ମନର ହରଷ ।୧୪।ଅନେକ ତୀର୍ଥେ କଲଇଂ ପିତୃକାର୍ଯ୍ୟପାପାବାଧା କର୍ମଣ ମୋତେ ଘୋଟିଲା ଆସି ଆଜ ।୧୫।ସ୍ୱାମୀ ତୁମ୍ଭେ ସମୟେକେ ୟେବେ ଯିବା ଅନ୍ୟଦେଶେମୁହିଂ ଗୋପ୍ୟାନ ହୋଇବଇଂ ଅଗ୍ୟାଂତ ବନବାସେ ।୧୬।କ୍ରୋଧେ ଗଦ ଗଦ ହୋଇ କହନ୍ତି ଧର୍ମରାୟେ ଶିଷିଦେଖିଣ କ୍ରୋଧିତ ହୋଇଲେ ସକଳ ମହଋଷି ।୧୭।ସମ୍ୱୋଧନା କଥା ହାଦେ କହନ୍ତି ଲୋମେଶେବାବୁ ଅଗ୍ୟାଂତେ ତୁମ୍ଭେ ବଞ୍ଚିବ କେଉଣହିଂ ଦେଶେ ।୧୮।ଆମ୍ଭର କଲ୍ୟାଣେ ଗୋପ୍ୟହୋଅ କୁରୁସାନୁତୁହି ସବୁନ୍ତି ଚିହ୍ନିବୁ ତୋତେ କେହି ଯେ ଚିହ୍ନି ।୧୯।ଯେବେ ଆମ୍ଭର ଶାହାସ୍ର ମନ୍ତ୍ର ଅଟଇଟି ସତୟେ ଆମ୍ଭର ଆଶିଷ ତୁକୁ ହୋଉ ପରାପତ ।୨୦।ଅନେକ ସାନନ୍ଦ ଆମ୍ଭେ ହୋଇଥାଇଂ ତୋତେ ଦେଖିଅନେକ ଦାନବ ମାରି ଆମ୍ଭ ତପ ରଖି ।୨୧।ମାରକଣ୍ଡ ବୋଇଲେ ମାଗୋ ଶୁଣସି ପାଞ୍ଚାଳୀସ୍ତିରୀଲିଙ୍ଗ କଷଣଟି ଗୋ ଝିଂଘାସ ଅଗୁଳି ।୨୨।ଶୁଣ ଗୋ ମହାସ୍ୱତୀ କହଇ ତୋର ଆଗେବ୍ରହ୍ମରାକ୍ଷସ ବୋଲିକରି ୟେକଇ ସତ୍ୟଯୁଗେ ।୨୩।ବଇତରଣୀ ନଦୀକୂଳେ ରୁଦ୍ରପୁର ବୋଲିକରି ୟେକଇ ଶାସନେବାଉନସସ୍ର ତହିଂ ବସନ୍ତି ମହାଜନେ ।୨୪।ବାଉନସସ୍ର ତହିଂ ୟେକଇ ଲିଙ୍ଗ କାଶୀଅନନ୍ତ ନାଭି ସେ ପ୍ରତକ୍ଷେ ବାଣରାଶୀ ।୨୫।ସେ ନଗ୍ର ପଛିମଭାଗେ ଉତ୍ତର କଇଛାଡ଼େକଉଶିକ ବୋଲିକରି ୟେକଇ ଦିଜବରେ ।୨୬।ଧାର୍ମିକ ବିବେକ ସେ ପୁରାଣେ ନିରିଜିତାଚତୁର୍ବେଦ ଶାହାସ୍ରେ ତାକୁ କେ ନାହିଂ ଜିଣନ୍ତା ।୨୭।ଯାଗଯଗ୍ୟଂ କର୍ମେଣ ସେ ମହା ବ୍ରହ୍ମବେତ୍ତାପରସ୍ତିରୀ ଶୃଙ୍ଗାରେ ଯେ ଅଧର୍ମ ପ୍ରକୃତ୍ୟା ।୨୮।ଯେଉଂଣ ବ୍ରାହ୍ମଣ ଅଷ୍ଟାଦଶ ପୁରାଣ ଶାହାସ୍ରେ ମହାଭିଗ୍ୟଂଧୂର୍ତ୍ତି ଚତୁରୀ ନାରୀ ବେଶ୍ୟାୟେଣ ସଙ୍ଗ ।୨୯।ସେ ବ୍ରାହ୍ମଣ ଭାରିଯାର ନାମ ଅଟେ ସତ୍ୟାପରମ ମାହେଶ୍ୱରୀ ସେ ଅଟଇ ପତିବ୍ରତା ।୩୦।କଉଶିକ ବ୍ରାହ୍ମଣହୁଂ ତାହାର ଆନେ ନାହିଂ ମତିସ୍ତିରୀକୂଳେ ସାଧବୀ ସେ ପରମ ମହାସତୀ ।୩୧।ବ୍ରାହ୍ମଣର ଅଧର୍ମ ଦେଖି ନଗ୍ରଜନମାନେସେ ସତୀକି ହରି ଲୋଡ଼ନ୍ତି ସେ ଚପଳ ଜନମାନେ ।୩୨।ଦୂତିକା ପ୍ରେଷଣେ ଚଳନ୍ତି ବହୁତ ଯେ ଦ୍ରବ୍ୟୟେକାବେଳେ ଆମ୍ଭନ୍ତ ସେ ହୋଉ ପ୍ରିୟଭାବ ।୩୩।ଚଳଇ ନାଗରୀ ସେ ପରେଣ ପ୍ରେଷକାରୀକଉଶୁକ ପଣ୍ଡାଂକ ନଗ୍ରେଣ ବେଦପଢ଼ି ।୩୪।ନାଗରୀ ପ୍ରବେଶ ଯାଇଂ ସେ ସତୀର ସନ୍ନିଧାନେଆଡ଼ଖୋଷା ଖୋଷି ଚାହେଂ ବଂକିମା ନୟନେ ।୩୫।ଗାଲେଣ ହଳଦୀ ପାଦେ ଅଳତା ରେଖାବଳୀରଂଜକ ଆଂଗୋଛ ପିନ୍ଧି ପଶୁ ତଇଳ ମୁଖେ ଶାମଳୀ ।୩୬।ଅଣ୍ଟିରେ କଉଡ଼ି କାଖେ ଖଟୁଳି ଖଣ୍ଡେସେ ସତୀକି ଦେଖି ବୋଲଇ ବସିବା ୟେଥି ଦଣ୍ଡେ ।୩୭।ଓଳିଗି ଶୁତି ବୋଇଲା ଆଗୋ ପଣ୍ଡିଆଣୀୟେବିଶ୍ୱାସ କଥାୟେ ତୁମ୍ଭକୁ ପଚାରଇ ସନ୍ଦେହେ ।୩୮।ପଣ୍ଡାୟେ ତୁମ୍ଭର ମହାମନ୍ତ୍ର ବେଦବରପରସ୍ତୀରୀ ପ୍ରସଙ୍ଗେ ପୁଣ ଅଟନ୍ତି ବଡ଼ ଖର ।୩୯।ୟେ ତୁମ୍ଭର ବୟସତ ସମ୍ପୂର୍ଣ୍ଣ ରୂପବନ୍ତୀତୁମ୍ଭନ୍ତ ଉପେକ୍ଷି କିଂପେ ଆନେ ଭଜନ୍ତି ପାପ ପରକୃତି ।୪୦।ତାହାଂକର ୟେ ଅନୀତି ତୁମ୍ଭେ କିସ କରତୁମ୍ଭେ ପରିଯୋଗ ନୋହ କିଂପେ ଆନ ସଙ୍ଗତର ।୪୧।ୟେ ନଗ୍ର ବ୍ରାହ୍ମଣମାନଂକ ଉପରେଣ ସେ ରାଜାକାମଦେବ ଚଇନି ଗୋ ତାହାଂକର ଆତ୍ମାଜା ।୪୨।ସେ ତୁମ୍ଭନ୍ତ ଦେଖିଲେ ଗୋ ସ୍ରାହାନର କାଳେମୁକୁଇଂ ରାଇଣ ସେ ପଚାରିଲେ ସକଳେ ।୪୩।ବଡ଼ଲୋକର ପୁଅ ଗୋ ସେ ସୁନ୍ଦର ବଳବନ୍ତାତିରିଶ ବରଷ ବୟସ ସେ ଶୃଙ୍ଗାରେଣ ଶକତା ।୪୪।ଯିବା କି ଆମ୍ଭେ ଗୋ ମୋହୋର ଘରଯାୟେଯତ୍ନକରି ଦେଇଛନ୍ତି ଗୋ ଅଳଂକାର ଗୁଡ଼ାୟେ ।୪୫।ୟେହା ଆଭରଣକର ତୁମ୍ଭେ ପାଅ ପାଦପୂଜାଅପାର ଦ୍ରବ୍ୟ ଗୋ ବଢ଼ାଇବା ଭଲ ଭୋଜା ।୪୬।ପାଣିଦ୍ରବ୍ୟ ଘଟଣ ଯହୁଂ ଦେଖାଇଲା ଦୂତୀକୋପେଣ ପ୍ରତିଉତ୍ତର ସେ କଲେକ ମହାସ୍ୱତୀ ।୪୭।ଆଇଷ କ୍ଷୀନ୍ନ ହୋଇଲାନି ୟେ ତୋହୋର ଶରୀରୟେତେ ବୟସରେ କହୁଂ ଅନୀତି ଆଚାର ।୪୮।ମୁହିଂ ପତିବ୍ରତା ଗୋ ଯେ ନ ଛୁଅଇଂ ଆନକଉଶିକ ବ୍ରାହ୍ମଣ ମୋହୋର ଦେବତା ସମାନ ।୪୯।ଆଲୋ ପାପିଷ୍ଠା ଦୋଚାରୁଣୀ ତୁ ବହନ ହୋଇ ପଳାଅନ୍ୟ ସ୍ତିରୀକି ନେଇ ୟେ ଧନଦେଇ ବଳା ।୫୦।ୟେକସ୍ତିରୀକି ଆନ ପୁରୁଷ ଭିଆଇଲେବେଶ୍ୟାହୋଇ ମୁଖରେ ରେତ କରାଇ ପୁରାଣ ପଣ୍ଡାୟେ ଆସନ୍ତି କହିଲେ ।୫୧।ଅନେକ ଭ୍ରଚ୍ଛନା କରି ଦେବୀ ଦିଲେ ଗାଳିପୁଣି ପୁଣି ପ୍ରତିଉତ୍ତର ସେ ଦିଅଇ ଜଂଜାଳୀ ।୫୨।ବିଣ୍ଡା କୁରୁଳି ଦେଇଣ ବେଢ଼ି ପାତିଲାକ ବୋବିପଳାବଇ ଦୂତୀ ତହୁଂ ଅନେକ ପ୍ରାଭବି ।୫୩।ୟେହିମତି ତା ତହିଂକି ପେଷିଲେ ଅନେକ ଦୂତୀଧନେଣ ବଶ ନୋହିଲା ତାହାର ପରକୃତି ।୫୪।ମାନୁଷ୍ୟେ ବଶ୍ୟ ସେ ନୋହିଲାକ ଯହୁଂବିହନ୍ତା ପୁରୁଷମାନେ କଷଣ କଲେ ତହୁଂ ।୫୫।ଥାପିତ ଧନମାନ ହରିଲେ ଉଦାସୀଗଉରୋବ ଭାଜିଲା ସେ ହୋଇଲା ଭିକ୍ଷାବାସୀ ।୫୬।ତନୁ କ୍ଷୀଣ ବ୍ରହ୍ମାଣ ଯେ ଅନ୍ନର ଅଭାବେଭିକ୍ଷାହିଂ ନ ମିଳିଲା ଦଇବ କଷଣ ଭାବେ ।୫୭।ସ୍ୱତୀକି ଦୂତ ପେଷନ୍ତି ଦଇବତ ପୁରୁଷେକିଂପେ ମହାତ୍ମଣୀ ମରୁ ପତି ଆଶେ ।୫୮।କାହାରିହିଂ ବଚନ ସେ ନ କରଇ ପତିବ୍ରତାକଉଶିକ ଦରିଦ୍ର ବ୍ରହ୍ମାଣହୁଂ ନାହିଂ ଆନ ଭ୍ରଥା ।୫୯।ସେ ସ୍ୱତୀର ବ୍ରତ ନାଶ କରିବାର ବୁଦ୍ଧିକଉଶିକ ବ୍ରାହ୍ମଣ ଦେହେ କରାଇଲେ ଗଳୁତ କୁଷ୍ଠବ୍ୟାଧି ।୬୦।କ୍ଷୋଭେ ରୋଗ ଯହୁଂ ହୋଇଲା ପ୍ରବଳଇରକତ ପୂଜ ଦୁର୍ଗନ୍ଧ ଅନୁବ୍ରତେ ଗଳଇ ।୬୧।ତପତ ଜଳ ଘେନି ସ୍ୱତୀ ପଖାଳଇ ତାର କାୟେସେ ଦୁର୍ଗନ୍ଧ ମଣଇ ଯେ କ୍ରପୂର ବାସ ପ୍ରାୟେ ।୬୨।କୋମଳ ପତ୍ର ପାଡ଼ି ସେ ବ୍ରାହ୍ମଣକଇଂ ଶୁଆଇନଗ୍ରେ ପଶିଣ ସେ ଭିକ୍ଷା ଆଣଇ ।୬୩।ତହିଂକି ପଡ଼ିଲା ହାଦେ ଦଇବର କଷଣପଞ୍ଚୁଗ୍ରାସ ମାଗିଣ ସେ ନ ପାଇ ତଣ୍ଡୁଳ ୟେକମାଣ ।୬୪।ଯାନ୍ତେଣ ସୁନ୍ଦରୀ ଅନ୍ୟ ନଗ୍ରେ ଭିକ୍ଷା ମାଗିକାମଦେବ ପରାୟେକ ହୋଇ ପୁରୁଷେ ବାଟେ ଥାନ୍ତି ଜଗି ।୬୫।ଆଗୋ ତିରୀ ରତ୍ନକାନ୍ତି ଯେ ୟେ ତୋହୋର ବୟସୟେ ନବ-ଯଉବନ କିଂପେ କରୁଅଛୁଂ ନାଶ ।୬୬।କୁଷ୍ଠିଆ ବ୍ରାହ୍ମଣଛାର କି ତୋହୋର ନିଜ ପତିଦୁର୍ଗନ୍ଧରେ ଯାଇ ନୋହୋଇ ତାର କତି ।୬୭।ସୁଖେ ଯିବାଦିନ କିଂପାଇ ହୋଉ ଦୁଖୀଶରଧା ନ ବଳଇ କି ଆମ୍ଭର ରୂପଦେଖି ।୬୮।ସେ କୁଷ୍ଠବ୍ୟାଧି ବ୍ରାହ୍ମଣକଇଂ ଆଜହୁଂ କର ପରିତେଜ୍ୟାୟେ ରତ୍ନମାନ ବିଳସୀ ଗୋ ଆମ୍ଭର ହୋଅସି ଭାରିଯା ।୬୯।ଦାସୀନେତ ପାଟବସ୍ର ଝୀନ ପତନୀୟେହା ପରିହରଣ କର ଗନ୍ଧପୁଷ୍ୟ ଘେନି ।୭୦।ଗୋଡ଼ାଇ ବୋଲନ୍ତି ସେ ଆଗ ଓଗାଳିନ୍ତି ପୁଣପୁଣିବଧିର ନ ଶୁଣଇ ଯେହ୍ନେ କମ୍ଭୁର ଶବଦ ବାଣୀ ।୭୧।ସ୍ୱତୀ ବୋଇଲେ ହୋ ତୁମ୍ଭେ ଦୁଷ୍ଟେ ବଡ଼ ପାପୀପାପେ ବର୍ଧୁତ ତୁମ୍ଭେ ହୋଉଅଛ ଅଦ୍ୟାପି ।୭୨।ହୀନ ଆଚାର ପୁରୁଷେ ତୁମ୍ଭେ ଯତ ସତ ଲୋଡ଼ ଭୁଞ୍ଜତପୀଲୋକନ୍ତ ତୁମ୍ଭେ ଦୁର୍ବିଦ୍ଧି କହି ଗଞ୍ଜ ।୭୩।କୋପେଣ ବୋଇଲେ ସେ ବିହନ୍ତା ପୁରୁଷେବଳାତ୍କାର କଲେ କେହୁ ଅଛି ତୋର ପାଶେ ।୭୪।କେଶଧରି ୟେହିକ୍ଷଣି ନେମୁଂ ଅନ୍ତରୀଚ୍ଛେକେଉଂଣ ପାତକ ଲାଗିବ ଲାଗୁ ଆସି ପଛେ ।୭୫।ନାରାୟଣ ବାଳୁତ ରୂପେ ଯେ ଭ୍ରଥ ଖଣ୍ଡ ଭ୍ରମିଗଉରୋବ ମାନିତୀ ସ୍ତିରୀନ୍ତ ଯେ ସବୁନ୍ତିହିଂ ରମି ।୭୬।ଆପଣେ ହରଣ କଲା ୟେଥେଂ ଶ୍ରୀବନ୍ତ ପୁରୁଷୟେ ଭୂମିରେ ଚଉବିଂଶ ଜୁଣ ପରିଯନ୍ତେ ନ ଲାଗଇ ପରସ୍ତିରୀ ହରଣ ଦୋଷ ।୭୭।ସ୍ୱତୀ ବୋଇଲେ ପାପକୁ ଭୟେ ନ କରନ୍ତି ଦୁଷ୍ଟଜନମୋତେ ନଛୁଅଂ ବୋଲି ତୁମ୍ଭଂନ୍ତ ତୋତେ ପୁରରବାଂକର ରାଣ ।୭୮।ବିହନ୍ତା ପୁରୁଷେ ଶୁଣି କଲେ ମନେ ଭୟେସେହିଠାରେ ଧାତିକାରେ ହେଲେ ଅନ୍ତର୍ଦ୍ଧାୟେ ।୭୯।ଶୁଣ ଗୋ ଦ୍ରୋପତୀ ପତିଭକ୍ତାଂକ ମହିମାଂସେ ସ୍ୱତୀର ଶାପକୁ ଡରିଲେ ବେଦବ୍ରହ୍ମା ।୮୦।ଦ୍ରୋପତୀ ଦେବୀ ବୋଇଲେ ଶୁଣ ସୁଦେବ ସୁନୁକାଳେ କେମନ୍ତ ହୋଇଲା ସେ କଉଶିକ ବ୍ରାହ୍ମଣର ତନୁ ।୮୧।ବଦୟନ୍ତି ମାରକଣ୍ଡେ ତୁହୋ ଶୁଣସି ଅପର୍ଣ୍ଣାସ୍ୱତୀର ବ୍ରତକୁ ଅଟଇ ଧର୍ମର କଷଣ ସିନା ।୮୨।ମୀନମାସ ଶୁକ୍ଲପକ୍ଷ ସୋମବାର ଚଉଠୀଦ୍ୱିଜା ନାମେ ନକ୍ଷତ୍ର ଯେ ବେଳ ନବଘଟି ।୮୩।ସର୍ବ ଅଳଂକାର ବେଶ ହୋଇଣ ସେ ନାଚେଣୀ ଗାୟେଣୀସେ ବେଶ୍ୟାମାନେ ଯାଉଛନ୍ତି ଧୂପ ଯେ ଖଟଣି ।୮୪।ତାହାନ୍ତ ଦେଖି ହସିଲା ସେ କଉଶିକ ବ୍ରାହ୍ମଣୟେମାନନ୍ତ କେତେ ମୁଂ କରିନାହିଂ କି ରମଣ ।୮୫।ସ୍ୱତୀ ବୋଇଲେ ସ୍ୱାମୀ କିମର୍ଥେ ତୁମ୍ଭନ୍ତ ହାସୀବ୍ରାହ୍ମଣ ବୋଇଲା ତୁ ଗୋ ଶୁଣ ଶୁଭ୍ରକେଶୀ ।୮୬।ବେଶ୍ୟାମାନେ ଯାଆନ୍ତେଣ ମୁହିଂ ହେଲି ଖୁସିପୂର୍ବକଥାମାନ ୟେହାଂକର ମନେଣ ପରକାଶି ।୮୭।ଯେବେ ବେଶ୍ୟାକଇଂ ନାଥ କଲ ତୁମ୍ଭେ ଇଚ୍ଛାନେଇ ସମର୍ପଇ ମୁଂ ପୂରାଅ ମନୋବାଞ୍ଛା ।୮୮।ବ୍ରାହ୍ମଣ ବୋଇଲା ସତ୍ୟା ତୁ ୟେତେକ ଅଗୟାନ ବାଇମୋ ଦୁର୍ଗନ୍ଧେ ଖଣ୍ଡେ ଦୂରେ ଜନେତ ନ ଯାଇ ।୮୯।ସେ ସତୀ ବୋଇଲା ସେ ମୋହୋର ବଚନକୁଅତ୍ୟନ୍ତ ଭଗତେ ନାଥ ଆଦର କରିବେ ତୁକୁ ।୯୦।ଧୂପ ଖଟଣି ସାରିଣ ବାହୁଡ଼ାଇ ମେଖଳିକାତନୁ ମୋହିନୀ ଯେ ଅମ୍ୱିକା ଚିତ୍ରରେଖା ।୯୧।ସତୀ ବୋଇଲା ମୋର ଗଳୁତ କୋଷ୍ଠିଆ ବ୍ରାହ୍ମଣତୁମ୍ଭନ୍ତ ଇଚ୍ଛାକଲା ଗୋ ସେ ପୂର୍ବର ରମଣ ।୯୨।ମେଖଳିକା ବେଶ୍ୟା ବୋଇଲା ଗୋ ଆୟି ତୋହୋର ଆଗ୍ୟାଂକୁଦେବଇଂ ଅଙ୍ଗଭୋଗ ଘେନିଆସ ମୋର ଭୁବନକୁ ।୯୩।ସମ୍ମତ କରାଇ ସ୍ୱତୀ ଗଲା ନିଜ ବାସସେ କୋଷ୍ଠିଆ ବ୍ରାହ୍ମଣକଇଂ କରାଇ ସୁବେଶ ।୯୪।ମହାଘୋର ଅନ୍ଧାର ରାତ୍ର ଯେ ଘୋର ବରଷଣକାନ୍ଧରେ ବସାଇ ସତୀ ବେଶ୍ୟାଘରକୁ ନିଅଇ ବ୍ରାହ୍ମଣ ।୯୫।ବଇତରଣୀ ନଦୀ ଯେ ପଛିମ କରଛାଡ଼ ତଟେମାଣ୍ଡବ୍ୟ ମହଋଷି ଶୂଳେ ବସିଛନ୍ତି ତହିଂ ନିକଟେ ।୯୬।ଗୋକର୍ଣ୍ଣିକା ତୀର୍ଥେ ମୀନ ଗୋଟିୟେ ଶୂଳଦେଇ ମାଇଲେକ ପୂର୍ବେତଦଦୋଷେ ଶୂଳରେ ସେ ମାଡ଼ି ବସିଛନ୍ତି ୟେବେ ।୯୭।ଅନ୍ଧାର କାଳେ ସୁନ୍ଦରୀ ଗମଇ ବେଗି ବେଗିସେ ବ୍ରାହ୍ମଣ ଚରଣ ମାଣ୍ଡବ୍ୟ ଋଷିଶିରେ ଲାଗି ।୯୮।କୋପେଣ ମହାତମା ଚେତିଣ ଧାତିକାରେବୋଇଲେ ଶୂଳେ ବସିଲାର ଚାଳଇ ମୋତେ କେରେ ।୯୯।ପୁରୁଷ ହୋଇ ଯେବେଟି ଚାଲିଲୁ ଅନମିତେଶିରଛେଦନ ହୋଉ ଆଦିତ୍ୟ ଉଦେ ମାତ୍ରେ ।୧୦୦।ତିରୀ ଯେବେ ଚାଳିଲା ମୋର ଶୂଳନାସା ଛେଦନ ତାର ହୋଉ ପ୍ରାତକଳ ।୧୦୧।ୟେସନେକ ଶାପ୍ୟ ଯହୁଂ ଦିଲେକ ମାଣ୍ଡବ୍ୟପତିଭରତା ବୋଇଲା ନାଥ କାହିଂକି ଆର ଯିବ ।୧୦୨।ବଞ୍ଚିପାରି ଟିକି ୟେ ମହାତମାର ବୋଲେସ୍ୱାମୀ ଯେବେ ଶିର ଛେଦନ ହୋଇବ ରୟେଣୀ ପାହିଲେ ।୧୦୩।ଭ୍ରଥାନ୍ତ ଆରୋହୀ ତହିଂ ସୂର୍ଯ୍ୟକଇଂ କଲା ତୁସ୍ତିଉଦେ ଆଜ ନୋହିବୁ ତୁ ଛାୟାଦେବୀର ପତି ।୧୦୪।ମୁହିଂ ଯେବେ ସ୍ୱାମୀରେ ଅଟଇ ପତିବ୍ରତାଉଦୟେ ନୋହନ୍ତୁ ସେ କରତାର ଦେବତା ।୧୦୫।ଯଦ୍ୟପି ହୋଇବୁ ଉଦେ ମୋହୋର ବୋଲ ପରିତ୍ୟାଗିମୋହୋର ସ୍ୱାମୀ ପ୍ରାୟେ ତୁ ହୁଅ କୋଷ୍ଠ ରୋଗୀ ।୧୦୬।ଶାପ୍ୟ ପାଇଣ ସ୍ୱତୀ ନିଜପୁର ଗଲାଦିନକର ନାଥ ଆଉ ଉଦୟେ ନୋହିଲେ ।୧୦୭।ସପତ ଦିବସ ସପତ ରାତ୍ର ଉଦୟେ ନୋହିଲେନିତ୍ୟକର୍ମମାନ ନୋହୋଇ ସ୍ୱତୀର ଯେ ବୋଲେ ।୧୦୮।ବ୍ରହ୍ମା ଈଶ୍ୱର ଯେ ବାସେବ କୁବେରବୋଇଲେ ଉଦେ କିଂପେ ନୋହିଲୁ କରତାର ।୧୦୯।ଆଦିତ୍ୟ ବୋଇଲେ ପତିବ୍ରତାର ଶାପ୍ୟେମୁହିଂ ଉଦେ ହୋଇ ନୁଆରିଇ ସତୀର ମହାକୋପେ ।୧୧୦।ଦିଗପାଳମାନନ୍ତ ସଙ୍ଗତେ ଘେନି ଦେବ ଧାତାଆସିଣ ମିଳିଲେ ଯହିଂ ଅଛଇ ପତିବ୍ରତା ।୧୧୧।ବ୍ରହ୍ମାୟେ ବୋଇଲେ ଆଦିତ୍ୟଂକୁ କିଂପେ କୋପକଲୁ ମାୟେସଚରାଚର ନାଶ ଯାଉଛିଟି ଆଦିତ୍ୟ ଅଣ ଉଦୟେ ।୧୨୨।ସ୍ୱତୀ ବୋଇଲେ ସେ ଉଦେ ନୋହୁକିନା ଦିନାସ୍ୱାମୀ ତେବେ ନାଶଯିବ ମୋହୋର ଧର୍ମନିନା ।୧୧୩।ବ୍ରହ୍ମାୟେ ବୋଇଲେ ମାଗୋ ଉଦେହୋଉ କରତାରଶିର ପଛକେ ଚ୍ଛଦେନ ହୋଉ ତୋହୋର ସ୍ୱାମୀର ।୧୨୪।ତୁ ତାହା ପିଣ୍ଡ ଘେନି ଦହନ ହୋଅ ଅଗ୍ନିନିକଳଂକ କରି ଯାତ କରିବୁ ପତିପତ୍ନୀବେନି ।୧୧୫।ସ୍ୱତୀ ବୋଇଲା ଉଦେ ହୋଅ ଦିନମଣିଦିଶିଲା କମଳଲୋଚନ ପ୍ରସର ହୋଇଲା ରୟେଣୀ ।୧୧୬।କଉଶିକ ବ୍ରାହ୍ମଣ ଯେ ଶିରଚ୍ଛେଦନ ଗଲାସେ ଋଷିର ଶାପ୍ୟ ଦ୍ରୋପତୀ ଗୋ ଚକ୍ରହୁଂ ବଳିଲା ।୧୧୭।ଚିତା ଆରୋପିଣ ତହିଂ କଲେକ ଦିଗପାଳେସ୍ୱାମୀର ପିଣ୍ଡ ଘେନି ସ୍ୱତୀ ପଶିଲା ଅନଳେ ।୧୧୮।ଅଶ୍ୱମେଧ ଘୃତ ଘେନି ଦହନ କଲେ କାୟେସେ ପାଉଂଶ ଗୁଡ଼ାକ ବେନି ଲୋଚିକରି ଘେନିଲେ ଦେବତାୟେ ।୧୧୯।ତିରୀୟେକ ପୁରୁଷେକ କଲେ ବେନି ଯେ ପିତୁଳୀମୃତୁ ସଞ୍ଜୀବନୀ ମନ୍ତ୍ରୀ ଅମୃତ ଦେଇ ତୋଳି ।୧୨୦।ଚେତନା ପାଇ ଉଠିଲେ ଯେହ୍ନେ ନିଦ୍ରାଗତ ପ୍ରାଣୀ ଜାଣିସେହିମତେ ଉଠି ବସିଲେ ବ୍ରାହ୍ମଣ ବ୍ରାହ୍ମଣୀ ।୧୨୧।କାମଦେବ ଜାଣି ସେ ବ୍ରାହ୍ମଣ ଅବତରିରମ୍ଭାଉଂ ସୁନ୍ଦର ସେ ପତିବ୍ରତା ତିରୀ ।୧୨୨।ଦେବତାୟେ ବିମାନେ ବସାଇ ଆଣିଲେ ଆକାଶେନକ୍ଷତ୍ର ହୋଇ ଉଦୟେ ହୋଇଲେ ସେ ସପ୍ତଋଷିଂକର ପାଶେ ।୧୨୩।ଶୁଣ ଗୋ ପାଞ୍ଚାଳୀ ବଦୟନ୍ତି ମାରକଣ୍ଡେପତିବ୍ରତା ହୋଇଲେ ଗୋ ପୁଣ୍ୟ ହୋଅଇ ୟେଡ଼େ ।୧୨୪।ଶୁଣ ଗୋ ପାଞ୍ଚାଳୀ ପତିବ୍ରତାର କଥାସ୍ୱାମୀର ଭଗତି ହୋଇଲେ ୟେସନେକ ପୁଣ୍ୟ ଯଥା ।୧୨୫।ଅନୀତି ସଂସାର ୟେ ବିଚାର ନୋହେ କିଛିନାଶକର ଦେବତା ଯେ ଅନେକ ଦୋଷ ବାଛି ।୧୨୬।ସ୍ୱାମୀ ସେବାହୁଂ ସ୍ତିରୀଂକି ନ ଦିଶଇ ଆନ ପୁଣ୍ୟୟେହି ସେ ମୋକ୍ଷଗତି ଧର୍ମତିରୀଂକ କାରଣ ।୧୨୭।ସ୍ୱାମୀ ଦେବ ଧର୍ମ ସ୍ୱାମୀ ଯେ ଦେବତାସ୍ୱାମୀ ଅଟେ ନାରାୟଣ ସ୍ୱାମୀ ଯେ ତୀର୍ଥଯାତ୍ରା ।୧୨୮।ତେଜ ହୋ ପରଦାରା ସଂସାର ମୋହଦ୍ୱନ୍ଦେହରଇ ସର୍ବଦୋଷ ପତିଭଗତି ପରସାଦେ ।୧୨୯।ଆଦିଅନ୍ତ କିଛି ନାହିଂ ବୟସ ମତ୍ତଗର୍ବ ମଧ୍ୟେୟେଣୁ ସେ ପାପ ବର୍ଧୁତ ହୋଅଇ ଲୁବୁଧେ ।୧୩୦।ବୟସ ସରିଲେ ସେ ବିଚାର ନୋହେ କିଛିକିଞ୍ଚିତ ଦୋଷରେ ଗୋ ବହୁତ ପାପ ଅଛି ।୧୩୧।ମଧ୍ୟ ବୟସ ଖଣ୍ଡକ ବିଚାର କର ପୁଣନୁଜ ପ୍ରଭୁ ପ୍ରସାଦେ ଗୋ ଉପୁଜଇ କାରଣ ।୧୩୨।ତୁମ୍ଭେ ବୋଲ ୟେହା ଅବା ବଞ୍ଚିବା କେମନ୍ତେପତିଭକ୍ତା ତିରୀଂକ କଥା ବିଚାର ହୃଦଗତେ ।୧୩୩।ଗ୍ୟାଂନ ନ ବୁଡ଼ାଇ ଗୋ ଶାହାସ୍ର କଥା ଶୁଣସଂସାର ସାଗରୁ ତରିବାକୁଟି ନାବ ୟେ ଶ୍ରୀ ବିଷ୍ଣୁ ପୁରାଣ ।୧୩୪।ସୁସ୍ତିରୀ ସୁବୁଦ୍ଧି ଯେ ଅଟନ୍ତି ଗୁଣବନ୍ତୀଅନୀତି ସଂସାରୁ ସେ ପାବନ୍ତି ସଦଗତି ।୧୩୫।ଶ୍ରୀ ମହାଭାରଥ ଆରଣ୍ୟକ ପର୍ବ କଥାଶୂଦ୍ରମୁନି ସାରୋଳା ଦାସ କହିଲେ ପତିବ୍ରତା ତିରୀର ବାରତା ।୧୩୬-୧୧୬୪୨।