ଗାନ୍ଧାରୀ ସହ ଧୃତରାଷ୍ଟ୍ରଙ୍କ ବିବାହ — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିମୁଂ କ୍ଷମ ହୋଇବି ତୋର ପାଦପଦ୍ମ ପଖାଳିବାକୁ ।୧୨।
ଦୁର୍ଭାସାୟେ ପ୍ରତିବାଚ ତୁ ଅଛୁ ନା କୁଶଳେ
ପାତ୍ର ଅମନାତ୍ୟେ ଖଟି ଅଛନ୍ତି ନା ସକଳେ ।୧୩।
ସମସ୍ତ କୁଶଳ ବୋଲି ବୋଇଲେ କୁନ୍ତଭୋଜ
ଜୀବନ ସୁଫଳ ମୁନି ହେ ଦେଖିଲି ମୁଂ ତୋତେ ଆଜ ।୧୪।
ଦୁର୍ଭାସାୟେ ବୋଇଲେ ଆମ୍ଭେ ଅଇଲୁ ତୋହୋର ରାଜ୍ୟକୁ
ଚତୁର୍ମାସ୍ୟା ବଞ୍ଚିବୁ ବସାଖଣ୍ଡିୟେ ଦେବୁ ମୁକୁ ।୧୫।
ବଡ଼ାଇ ସମ୍ପଦ ରାଜା ଦେଖିଲୁ ତୋର ପୁରୀ
ରହିବାକୁ ତୃଷ୍ଣା ଯେ ବଳିଲା ଆମ୍ଭରି ।୧୬।
କୁନ୍ତଭୋଜ ବୋଇଲେ ମୁଂ କିସ କରିବି
ରୁହାଇଲେ ତୁମ୍ଭନ୍ତ ଭଗତି ହୋଇ ନୁଆରିବି ।୧୭।
ଯାଅ ବୋଲି ବୋଇଲେ ତୋର କୋପ ଉପୁଜିବ ତନୁ
ଜାଣି ଅନୁଗ୍ରହ ମୋତେ କରିବା ତପୋଧନୁ ।୧୮।
ଦଶ ସହସ୍ର ଯୋଜନେ ମୁଂ ଅଟଇ ଅଧିକାରୀ
ଦକ୍ଷ ଭ୍ରାଥ ସୁତ ନାହିଂ ନା ମୋହୋରି ।୧୯।
ରାଜ୍ୟ ଚିନ୍ତାୟେଣ ନ ପୁଣ ପାସୋରଇ ତୋତେ
ତୁ ଈଶ୍ୱର ସମାନେ ମହାଋଷି ନ ପୁଣ କୋପ କରୁ ମୋତେ ।୨୦।
ଦୁର୍ଭାସାୟେ ବୋଇଲେ ତୁ କାହୁଂ ଆମ୍ଭଙ୍କୁ ସେବା କରିବୁ
ତୋହୋର କରି ଆମ୍ଭଙ୍କୁ ଜଣେ ତୁ ଦେଇଥିବୁ ।୨୧।
ଆଶ୍ରମ ଗୋଟିକ ଲିପିବ ଅଗଣା ଝୋଟି ଦେବ
ପାଣି ଝରିୟେ ଆଣିମ ଫୁଲ ପୁଡାୟେ ତୋଳି ଦେବ ।୨୨।
ପାଲଟା ବସ୍ତ୍ର ଖଣ୍ଡ ପଖାଳିବ ନେଇ
ୟେତେକ କରିଣ ସେଟି ଆମ୍ଭଙ୍କୁ ଭଗତି ହୋଇ ।୨୩।
କୁନ୍ତଭୋଜ ବୋଇଲା ମୁଂ ଆନକୁ କିଂପେ ଦେବି
ୟେକା ଦୁହିତା ଗୋଟିୟେ ମୋହୋର ତୁମ୍ଭଙ୍କୁ ଥାଉ ସେବି ।୨୪।
ଦୁହିତାଙ୍କୁ ରାଇ ସେ ଆଗ୍ୟାଂ ଦିଲେ କୁନ୍ତଭୋଜ
ଆଶ୍ରମ ଖଣ୍ଡିୟେ କଲେ ନଗ୍ରର ବାହିଜ ।୨୫।
କୋଇନ୍ତାୟେ ହୋଇଥାଇ ବିନୟ ଭଗତେ
ଦୁର୍ଭାସା ଋଷିଙ୍କି ସେବା କରଇ ଅନୁବ୍ରତେ ।୨୬।
ରାତ୍ର ପ୍ରଭାତରେ ଅଗଣା ପଅଂରି
ଗୋମୟ ଘେନି ଛେରା ପକାଇ ଯତ୍ନ କରି ।୨୭।
ନିତିପ୍ରତି ପାଚିଲା ଆମ୍ୱ ପତ୍ର ଲୁଚିୟେ ଆଣଇ ସାଉଣ୍ଟି
ପଖାଳି ପୀଢାରେ ଶୁଖାଇ ପାଲଟା କାଛୋଟି ।୨୮।
ଗଡ଼ୁ ତମ୍ୱା ପାତ୍ରୀ କପୋରା ମାଜଇ ଆମ୍ୱିଳେ
ଆଶ୍ରମ ଖଣ୍ଡିକ ଲେପଇଂ କୃଷ୍ଣ ଗୋମୟରେ ।୨୯।
ବିଭୂତି ଗୁଡ଼ାୟେ ମେଦଇ ସଞ୍ଚକରି
ପତ୍ର ଗୁଡ଼ାୟେ ଆଣଇ ସେ ବେଲ ଗଛରୁ ପାରି ।୩୦।
ବାଳୁତ ବୟସ ସେ ରାଜାର କୁମାରୀ
ସୁଗ୍ୟାନୀ ପଣେ ଥାଇ ଋଷିଙ୍କି ସେବା କରି ।୩୧।
ଋଷି ରାତ୍ରେ ସମାଧିରେ ବସିଥାନ୍ତି ଯେ ଭିତରେ
କପାଟ ଗୋଟି ପାଡ଼ି କୋଇନ୍ତା ବସିଥାଇ ବାହାର ଦୁଆରେ ।୩୨।
କୋଇନ୍ତାର ଭଗତେ ଅନେକ ସନ୍ତୋଷ ଦୁର୍ଭାସା
ନାନା ତୀର୍ଥକୁ ମୁନି ନ କଲେ ମନୀଷା ।୩୩।
କୁନ୍ତଭୋଜ ରାଜ୍ୟେ ମୁନି ରହିଲେ ନିଶ୍ଚିନ୍ତେ
ଚତୁର୍ମାସ୍ୟାକୁ ବୋଲି ରହିଲେ ପାଞ୍ଚ ବରଷ ପରିଯନ୍ତେ ।୩୪।
ମଉଦଧି ତୀର୍ଥେ ଅର୍ଦ୍ଧୋଦୟା ପଡ଼ି ପାଦଚାରି
ଦକ୍ଷିଣ ମଉଦଧିକି ସମସ୍ତେ ଯାଉଛନ୍ତି ତୀର୍ଥ କରି ।୩୫।
କୁନ୍ତଭୋଜ ରାଜାର ଅଗ୍ରତେ ମିଳିଲେ ତପୋବନ୍ତେ
ଦଣ୍ଡ କମଣ୍ଡଳ ମୁନି ତାମ୍ର ପାତ୍ର ହସ୍ତେ ।୩୬।
ଦେଖିଣ ଉଠିଲା ମୁନି ମହୀଧର ସ୍ୱାମୀ
ମୁନିଙ୍କର ଚରଣେ ସେ ହୋଇଲା ପରିଣାମି ।୩୭।
ୟେତେକାଳେ ଅନୁଗ୍ରହ ମୋତେ କଲେକ ଦୁର୍ଭାସା
ସମୟେକ ଆସିଣ ପୂରିଲା ମନୀଷା ।୩୮।
ଦୁର୍ଭାସା ବୋଇଲେ ଆମ୍ଭେ ୟେଘାନ୍ତି ସେ ଅଇଲୁ
ପାଞ୍ଚବରଷ ହୋଇଲା ତୋର ରାଜ୍ୟରେ ରହିଲୁ ।୩୯।
ବୋଲଇ ନୃପତି ନିସ୍ତରିଲି ତପୋବନ୍ତ
ୟେମନ୍ତ ହୋଇ କେ ତୋତେ ହୋଇଛି ଭଗତ ।୪୦।
ଦୁର୍ଭାସାୟେ ବୋଇଲେ ବଡ଼ ସୁସ୍ଥେଣ ଯେ ଥିଲୁ
କୋଇନ୍ତାଙ୍କର ଭଗତେ ନାନା ତୀର୍ଥ ଉପେକ୍ଷିଲୁ ।୪୧।
ଆମ୍ଭେ ତୋହୋର ପୁରେ ଅନେକ ପାଇଲଇ ସୁସ୍ଥ
ଆହୋ କୁନ୍ତଭୋଜ ତୋତେ ପ୍ରାପତ ହୋଉ ଶତେ ପୁତ୍ର ।୪୨।
ସୋମବଂଶେ ସୁଲକ୍ଷଣୀ ହୋଉ ତୋର କୋନ୍ତା
ବୀର୍ଯ୍ୟ ପ୍ରଦାନ କରୁ ୟେହାକୁ ଧର୍ମ ଯେ ଦେବତା ।୪୩।
ଧର୍ମ ବଳେ ବଳବନ୍ତା କ୍ଷତ୍ରୀ ହୋଇ ତୋର ପୁତ୍ର ହୋଉ ଜାତ
ପଞ୍ଚୁ କଟକରେ ଠାକୁରାଣୀ ହୋଉ ତୋ ଦୁହିତ ।୪୪।
ୟେସନେକ ବର ଦେଇ ଚଳନ୍ତି ବ୍ରହ୍ମଯତି
କୋଇନ୍ତାୟେ ଗୋଡ଼ାଇଛନ୍ତି ସେ ମୁନିଙ୍କ ପଛ କତି ।୪୫।
ରାଜ୍ୟ ଛାଡ଼ି ମହାତ୍ମାୟେ ପଶିଲେ ବନସ୍ତରେ
କୋଇନ୍ତାୟେ ଗୋଡ଼ାଇ ଅଛନ୍ତି ପଞ୍ଚୁକୋଶ ପର୍ଯ୍ୟନ୍ତରେ ।୪୬।
କୋଇନ୍ତାୟେ ଛିଙ୍କିଲେ ବନସ୍ତରେ ଫୁଟି
ଧାତିକାରେ ଦୁର୍ଭାସାୟେ ଚାହିଂଲେ ଲେଉଟି ।୪୭।
ଦୁର୍ଭାସାୟେ ବୋଇଲେ ତୁ ଗୋଡ଼ାଇଅଛୁ ଆଈ
ଆମ୍ଭନ୍ତ ଛାଡ଼ି ତୋହୋର ଚିତ୍ତ ନ ବଳଇ ଯାଇ ।୪୮।
ବାହୁଡ଼ି ଯାଅ ମା ଗୋ ନ ପଶ ବନସ୍ତକୁ
ବ୍ୟାଘ୍ର ଭଲ୍ଲୁକେ ଅଛନ୍ତି ନାଶ କରିବେଟି ତୁକୁ ।୪୯।
କୋଇନ୍ତାୟେ ବୋଇଲେ ମୁଂ ଈଶ୍ୱର ସମାନେ ଋଷିଙ୍କି ସେବାକରି
ୟେତେକାଳ ସେବା କରି ମୁଂ ଯେ ନିଷ୍ଫଳ ହୋଇଲି ।୫୦।
ବାଲି କୁଢ ଗୋଟିୟେ କୁଢାଇ ପତ୍ର ଲୋଚିୟେ ତହିଂରେ ଦେଇ
ଲୟେ କରି ସେବିଲେ ପ୍ରସନ୍ନ ହୋଇ ସେହି ।୫୧।
ତୋହୋର ପରା ଋଷିଙ୍କି ୟେତେ କାଳ ସେବାକଲି
ନିଷ୍ଫଳ ହୋଇଲା ମୁଂ କିଛି ନ ପାଇଲି ।୫୨।
ଦୁର୍ଭାସାୟେ ବୋଇଲେ ତୁ ତ ତୁନୀ ହୋଇଥିଲୁ
ପାଞ୍ଚ ବରଷ ଯେ ସେବା କରି କିଛି ହିଂ ନ ମାଗିଲୁ ।୫୩।
ମହାମନ୍ତ୍ର ହାଦେ ଗୋ ନ ଦେଉଟି ଯାଚି
ଆମ୍ଭେ ବିଚାରିଲୁ ୟେହାର କାର୍ଯ୍ୟ ନାହିଂ କିଛି ।୫୪।
ୟେବେ ହେ ମହାତମା ମୋତେ ଅନୁଗ୍ରହ କରିବା
ସ୍ତିରୀ ଆମ୍ଭେ ମନ୍ଦ ଜାତି ପଦାର୍ଥେକ ଦେବା ।୫୫।
ଦୁର୍ଭାସାୟେ ବୋଇଲେ ଗୋ ଯେ ତୋହୋର ଇଛା
ଦେବୁ ଅବଶ୍ୟ ଯେମନ୍ତେ ସୁନ୍ଦରି ତୋର ପୂରୋଇ ମନବାଞ୍ଛା ।୫୬।
ମୁହିଂ ବାଳସ୍ତିରୀ ମୁନି ହେ ନ ଜାଣଇଂ ସନ୍ଦେହ
ଜାଣି ମହତମା ମୋତେ କରିବା ଅନୁଗ୍ରହ ।୫୭।
ଦୁର୍ଭାସାୟେ ବୋଇଲେ ଗୋ ଆଈ ସ୍ତିରୀଙ୍କର ଯେହ୍ନେ ବ୍ରତ
ସୁନ୍ଦର ଭ୍ରଥା ହୋଇବ ସୁଭିଗ୍ୟଂ ପଣ୍ଡିତ ଭାଗ୍ୟବନ୍ତ ।୫୮।
ସୁପୁତ୍ର ହୋଇବ ତୋର ଅତିଅନ୍ତ ବଳବନ୍ତା
ସାଂଗ୍ରାମକୁ କେବେ ହେଂ ନୋହିବ ପଛଗତା ।୫୯।
ୟେସନେକ ବାଞ୍ଛା ସ୍ତିରୀଙ୍କର ପ୍ରକୃତି
ସୁନ୍ଦର ପୁରୁଷ ଦେଖିଲେ ହୋଅନ୍ତି ଭୋଳମତି ।୬୦।
ଆମ୍ଭେ ଦେବୁ ତୋତେ ମହାମନ୍ତ୍ର ଜପାମାଳୀ
ୟେହା ଯତ୍ନକରି ତୁ ଥାଅସି ସମ୍ଭାଳି ।୬୧।
ଶେଜ୍ୟା ଗତେଣ ଗୋ ସୁମରିବୁ ଯାହାକୁ
ସେ ଆସି ପ୍ରସନ୍ନ ହୋଇବ ଜାଣ ତୁକୁ ।୬୨।
ଯଦ୍ୟପି ବ୍ରହ୍ମା ଇନ୍ଦ୍ର ସୂର୍ଯ୍ୟ ପବନ ଯେ ବିଷ୍ଣୁ
ମୂର୍ଦ୍ଧନି ଫାଟି ପ୍ରାଣ ଯିବ ନ ଅଇଲେ ତା ଘଟୁଂ ।୬୩।
ଜପାମାଳୀ ଦେଇଣ ଯେ ଗଲେ ବ୍ରହ୍ମଯତି
ଅନ୍ତରୀକ୍ଷେ ମହାତମା ଗଲେ ତତ୍କ୍ଷଣାନ୍ତି ।୬୪-୧୪୨୧।
କର୍ଣ୍ଣଙ୍କ ଜନ୍ମ
ଦୁର୍ଭାସାଙ୍କ ବଚନ ୟେସନେକ ଶୁଣିବିଚାର କରଇ ସେ କୁନ୍ତଭୋଜର ଦୁଲଣୀ ।୧।ୟେ ମହାଯତି ଯେବେ ମାଳା ଦେଇଗଲେ ମୋତେୟେଥିର ତଦନ୍ତ ମୁଂ ଜାଣିମି କେମନ୍ତେ ।୨।ଯମୁନା କୂଳେ ଦେବୀ ଶାଳପତ୍ର ଶେଜ୍ୟା ଗୋଟି କଲେମେରୁ ପୃଷ୍ଠ ହୁଅନ୍ତେ କରତାର ସୁମରିଲେ ।୩।ଅନ୍ତରୀକ୍ଷେ ଦେବ କରତାର ଆସନ କମ୍ପିଲାଦୁର୍ଭାସାଙ୍କ ମହାମନ୍ତ୍ର ସେ କୋଇନ୍ତା ସୁମରିଲା ।୪।ମୁଂ ୟେହା ବଞ୍ଚାଇ ନ ଯିବି କେମନ୍ତେବିଜୟେ ବିରଞ୍ଚି ନାରାୟଣ କୋଇନ୍ତାଙ୍କ ଶଯ୍ୟା ଗତେ ।୫।କୋଇନ୍ତାକୁ କରତାର ଧଇଲେ ନିଜ କୋଳେମୁଖେ ଚୁମ୍ୱନ ଦେଲେ ମଦନ ରସ ଭୋଳେ ।୬।କରପତ୍ର ଯୋଡ଼ିଣ ବୋଇଲେ ଭୋଜର କୁମାରୀକେ ଟି ତୁ ମହାତମା ମୋତେ ବଳାତ୍କାର କରି ।୭।ବୋଲନ୍ତି ଆରେ ମୁହିଂ ସେ କରତାର ବିରଞ୍ଚି ନାରାୟଣଋଷିଙ୍କର ମହାମନ୍ତ୍ରେ ମୋତେ କଲୁ ସୁମରଣ ।୮।ୟେବେ ମୋତେ ଶୃଙ୍ଗାର ଦେବୁ ନା ରେ ବାଳୀଅନେକ ବାଗେ ତାକୁ କଟାଳ କଲେ ଅଂଶୁମାଳୀ ।୯।କୋଇନ୍ତାୟେ ବୋଇଲେ ମୁଂ ଅବିଭାଇ ଅଟଇ ଅରଜବତୀତୁ ଦିଗପାଳ ହୋଇ ମୋତେ କରୁଛୁ ଅନୀତି ।୧୦।ଦିନକର ନାଥ ବୋଇଲେ ତୁ ମନ୍ଦକୃତ କଲୁଅଲାଗି ବାମା ହୋଇ ମୋତେ କିଂପେ ସୁମରିଲୁ ।୧୧।ଭୋ କରତାର ମୁଂ ସୁମରିଲି ଋଷିବିଦ୍ୟା ପରୀଖ ନିମନ୍ତେସୁଗ୍ୟାନୀ ନାଥ ତୁ ମୋତେ ହରିବୁ କେମନ୍ତେ ।୧୨।ବିରଞ୍ଚି ବୋଇଲେ ଦୁର୍ଭାସାଙ୍କର ମହାମନ୍ତ୍ର କେହୁ ମେଣ୍ଟିଅବଶ୍ୟ ପ୍ରାଣ ହାରିବ ମୂର୍ଧୁନା ଯାଇ ଫାଟି ।୧୩।ତୁ ମୋତେ ସୁମରଣା କଲୁ ନ ବିଚାରିରମଣ ନ କଲେ ମୁଂ ତ ନଯାଇ ବାହୁଡ଼ି ।୧୪।ଯମୁନା ନଦୀ ତୀରେ ଗହନ ଅଟବ୍ୟାକୋଇନ୍ତାକୁ ଶୃଙ୍ଗାର ଇଚ୍ଛିଲେ କରତା ଆଦି ଦେବା ।୧୫।ଶାନ୍ତି ମୂର୍ତ୍ତି ହୋଇଣ ଯେ କମଳ ଲୋଚନଇନ୍ଦ୍ରି ବଢାଇଲେ ଯେ ଭଗର ସମାନ ।୧୬।ଅଖଳିତ କନ୍ୟା ସେ ଅଟଇ ସୂଚୀଭେଦସୂଚୀ ନାଡ଼ ସ୍ୱରୂପେଣ ଉପସ୍ଥ କଲେ ଦେବ ।୧୭।ବିବସନ ସାହୀ ସେ ହୋଇଣ ଦେବା ଦେବୀଅଗ୍ୟାଂନ ବାଳସ୍ତିରୀ ସେ କାମେଣ ଅଭାବି ।୧୮।କିଞ୍ଚିତ ଶୃଙ୍ଗାର ସେ କଲେ କରତାରେବାହୁଡ଼ି ନ ଗଲେ ଦେବ ଦୁର୍ଭାସାଙ୍କ ମନ୍ତ୍ର ଡରେ ।୧୯।ବୀର୍ଯ୍ୟ ପତନ କାଳରେ ସେ ଭୋଜର କୁମାରୀବଇକୁଲ୍ୟ ହୋଇ ଦେବୀ ଅନେକ ବିନୟ କରି ।୨୦।ଭୋ କରତାର ନାଥ ନ ଛାଡ଼ ତୋର ବୀର୍ଯ୍ୟଅମୋହ ରେତ ଦେବ ମୋହୋର ଗର୍ଭେ ରହିବ ଆତ୍ମଜ ।୨୧।ଅବିଭାଇତ କନ୍ୟା ଆବର ଅରଜବତୀଆବର ଗର୍ଭେ ମୋହୋର ରହିବ ସନ୍ତତି ।୨୨।ପିତାର ବଦନ ମୁଂ ଚାହିବି କେମନ୍ତେଆବର ପ୍ରଦାନ କେ ହୋଇବାକ ମୋତେ ।୨୩।ଉଭୟ କୁଳକୁ ଉପୁଜିବ ବହୁତ ଲାଜଅନୁଗ୍ରହ କରି ଦେବ ଗର୍ଭେ ନ ଛାଡ଼ ତୋ ବୀର୍ଯ୍ୟ ।୨୪।ଦିନକର ନାଥ ବୋଇଲେ ଗୋ ରତି ରଂଗ କଲେଲିଙ୍ଗ ଭଙ୍ଗ ଦୋଷ ହୋଅଇ ବୀର୍ଯ୍ୟ ନ ଛାଡ଼ିଲେ ।୨୫।କୋଇନ୍ତା ବୋଇଲେ ଯେବଣ ବୀର୍ଯ୍ୟ ତୁ ଛାଡ଼ିବୁ ଦିନକରସଇନ୍ଦୁ ଉତପତ୍ତି ହୋଉ ଯେ କୁମର ।୨୬।କୋଇନ୍ତାଙ୍କର ବଚନ ଶୁଣିଣ ବିରଞ୍ଚିଢାଳିଲା ମହାରେତ ଗର୍ଭେଣ ନ ସଞ୍ଚି ।୨୭।ବୀର୍ଯ୍ୟ ପତନ କାଳେ ଦେବୀ ଗାଢେଣ କୋଳ କଲାଅନେକ ରଙ୍ଗେ ସ୍ୱାମୀ ଶୃଙ୍ଗାର ରସ ଦିଲା ।୨୮।ଉପସ୍ଥ ଘୋଟିଲା କୋଇନ୍ତାଙ୍କର ଗର୍ଭ ଗତେବିରଞ୍ଚି ବୋଇଲେ ପୁତ୍ର ଜାତ ହୋଉଛି ଟି ତୋତେ ।୨୯।କୋଇନ୍ତା ବୋଇଲେ ଭୋ ଦେବଭଗ ଦ୍ୱାରୁ ଜାତ ନ ହୋଉ ସନ୍ତତିଭବ ଗଳନ୍ତେ ମୁଂ ଯେ ହୋଇବି ଅସତୀ ।୩୦।କୁଳକୁ ଦୂଷିତ କଲି ଯେ ମୋହୋର ଦୁହିତା ପଣେବିକଳ ଦେଖି ଦୟାକଲେ ବିରଞ୍ଚି ନାରାୟଣେ ।୩୧।କର୍ଣ୍ଣ ଦ୍ୱାରେ ବୀର୍ଯ୍ୟ ଯେ ଟେକିଲେ ଉଜାଣିୟେସନେକେ ଅଛି ସେ ପୂର୍ବରୁ ନିର୍ବାଣି ।୩୨।ମହା ଅମୋହ ରେତ ଅକ୍ଷୟ ସେ ବୀର୍ଯ୍ୟକର୍ଣ୍ଣ ବାଟେ ସଇନ୍ଦୁ ଉପୁଜିଲା ଆତ୍ମଜ ।୩୩।ଦେଖିଣ ପରମ ସାନନ୍ଦ ହୋଇଲେ କମଳଲୋଚନକୋଳ କରି ନାମ ଦେଲେ ତାହାର ବୀର କର୍ଣ୍ଣ ।୩୪।କର୍ଣ୍ଣେଣ ଚାପିଲେ ସ୍ୱାମୀ ଅମୃତ କୁଣ୍ଡଳ ବେନିତାଳୁରେ ଗୋପ୍ୟାନ କଲେ ଅମୃତ ଅଭେଦ କପଚ ମଣି ।୩୫।ଶରୀରେ ଲେପନ କଲେ ବଜ୍ର ଯେ ଛଉରିକର୍ଣ୍ଣେଣ କୁମରର ମହା ବ୍ରହ୍ମ ମନ୍ତ୍ର ପଢି ।୩୬।ଆକୁଞ୍ଚିତ କେଶ ରସାଣିଲା ପାଟିଆ କପାଳଖଗେଶ୍ୱର ଚଛୁ ନାସା ସୁନ୍ଦର ଗଣ୍ଡସ୍ଥଳ ।୩୭।ଶାର୍ଦ୍ଦୁଳ ଆକର୍ଷଣ ଦିଶଇ ଶରୀର ସରୋଜହସ୍ତୀର ଥୋର ହସ୍ତ ଜିଣି ଦିଶଇ ବେନି ଭୁଜ ।୩୮।ଆରକ୍ତ ବେନି ଲୋଚନ ବିରାଜିତ ବେନି ନେତ୍ରକନକ କନ୍ଧ ପଟଳ ଯେହ୍ନେ ପର୍ଣ୍ଣ ପର୍ବତ ।୩୯।ଅଫୁଟ ଚମ୍ପା କଢି ଜାଣି ଦିଶଇ ଅଙ୍ଗୁଷ୍ଠିଉଲଟ କଦଳୀ ଜାନୁ ୟେସନ ସୁନ୍ଦର ଗୋଟି ।୪୦।ସୁନ୍ଦର ସୁସଞ୍ଚ ଅତୁଳାୟିତ ବଳାଅନଙ୍ଗ ସୁନ୍ଦର ଜାଣି ତେଜ ଅନର୍ଗଳା ।୪୧।ନାନା ଶହସ୍ର ତୋର ଶରୀରେ ନ ଫୁଟୁକୋନ୍ତ ପରଶୁ କୃପାଣ ତୋ ଶରୀରେ ନ କାଟୁ ।୪୨।ରଣେ ଅଭୟ ତୁ ହୁଅସି ରେ କୁମରଦାନେଣ ସାହେର ତୁ ହୋଅସି ମହାବୀର ।୪୩।ଯେତେବେଳେ ପରିଯନ୍ତେ ତୁ ରଥରେ ବସିଥିବୁତ୍ରୈଲୋକ୍ୟେ ଜିଣନ୍ତା ତୋତେସାଂଗ୍ରାମେ ନୋହୁ କେ ରେ ବାବୁ ।୪୪।ଅନେକ ବିଦ୍ୟା ତାକୁ ଦେଇଣ ମାରତଣ୍ଡଉଦୟଗିରି ଭେଦି ବିକାଶିଲେ ଉଦ୍ଦଣ୍ଡ ।୪୫।କୁମର କୋଳେ ଧରି ସେ ଭୋଜର କୁମାରୀକିସ ବୁଦ୍ଧି କରିବି ବୋଲିଣ ମନରେ ବିଚାରି ।୪୬।ୟେ ସୁସଞ୍ଚ ପୁତ୍ର ଗୋଟିକି ମୁଂ କେମନ୍ତ କରିବିପିତା ମାତା ଛାମୁରେ ମୁଂ କି ବୋଲି ବୋଲିବି ।୪୭।ଅବଶ୍ୟ ପଚାରିବେ ମୋତେ ବାଳୁତ ପୁତ୍ରକଇ ଦେଖିବୋଲିବେ କାହୁଂ ପାଇଲୁ ତୁୟେ ପୁତ୍ର ଗୋଟିକି ।୪୮।ମାତା ପିତାଙ୍କ ଆଗରେ ମୁଂ କେମନ୍ତେ କହିବି ମିଥ୍ୟାସତ କହିଲେ ତ ହୋଇବ ଲଜ୍ୟା ଅପ୍ରମିତା ।୪୯।ପରଦାରାୟେଣୀ ବୋଲି କେହି ପ୍ରଦାନ ନୋହିବେସମସ୍ତେହେଂ ଦୁର୍ଭାସା ଋଷିଙ୍କି ଦୋଷ ଦେବେ ।୫୦।ବୋଲିବେ ମୁନିଙ୍କ ସଂଗେ ଯେ ଥିଲାକ ସମୟେଦୁର୍ଭାସାଙ୍କର ରମଣେ ଯେ ଉପୁଜିଲା ତନୟେ ।୫୧।ୟେ ଜପାମାଳୀ ଥିଲେ କାହିଂକି ମୋର ଭୀତିଅନେକ ବାଗେ ମୁଂ ଯେ କରିବି ପୁତ୍ର ଉତପତ୍ତି ।୫୨।କରେଣ ଘେନି ଦେବୀ କର୍ଦ୍ଦମ ଲୋଚିୟେଆପଣେ ଗଢିଲେ ଦେବୀ ମଂଜୁଷ ଗୋଟିୟେ ।୫୩।ତହିଂର ଭିତରେ ସେ ପୁତ୍ରକଇ ଭରିଯମୁନା ନଦୀକଇଂ ସେ ଦେଲେ ଫିଙ୍ଗି କରି ।୫୪।ପ୍ରତକ୍ଷେ ବାଳ ଆଦିତ୍ୟ ପ୍ରାୟେ ତେଜ ଯେବଣ ତନୟେକର୍ଣ୍ଣର ତେଜ ଲାଗି କର୍ଦ୍ଦମ ହୋଇଲା ସୁବର୍ଣ୍ଣ ମଞ୍ଜୁଷର ପ୍ରାୟେ ।୫୫।ଯମୁନା ନଦୀରେ ସେ ଗଲା ଉପୁଚିଆଇଈଶାନ୍ୟ ମୁଖ ହୋଇ ଯାଇଛି ହେଠ ବୁଡ଼ ହୋଇ ।୫୬।ବାରୁଣାବନ୍ତ ତହିଂ ପଞ୍ଚତିରିଶ ଯୁଣସେ ମଂଜୁଷ ଲାଗିଲା ଯାଇଉତ୍ତରାଙ୍କ କୋଣ ।୫୭।