ସତ୍ୟବତୀଙ୍କ ଦ୍ୱାରା ଶିବସ୍ତୁତି — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଗର୍ଭକୁ ଚାହିଁଲେ ତାକୁ ଦିଶଇ ସମସ୍ତ
ତୁଳେଣ ଛାଡ଼ି ମୁନି ଗାଲବ୍ୟର ସୁତ ।୯।
ଅନ୍ତସିଦ୍ଧା କର୍ଣ୍ଣସିଦ୍ଧା ରସ ଧାତୁବାଦ ବିଦ୍ୟା
ଆକର୍ଷଣ ବିକର୍ଷଣ ଦୃଷ୍ଟିକୁ ମନ୍ତ୍ରସିଦ୍ଧା ।୧୦।
ଅନୁକ୍ରମେଣ ଆମନ୍ୟାୟେ ଅଙ୍ଗନ୍ୟାସ ଧ୍ୟାୟେ
ଯୋଗବ୍ରହ୍ମ ମୁଦ୍ରା ସାତୁକ୍ୟ ବ୍ରହ୍ମ ତଲ୍ଲୟେ ।୧୧।
ଧରଣ ଧାରଣ ବ୍ରହ୍ମଗୁଟିକା ଅଞ୍ଜନ ରସ ରସାୟନ
ସଞ୍ଜୟ କୁମାରକୁ କରାଇଲେ ପଠନ ।୧୨।
ଶର ଶାହାସ୍ର ସୁର ସାଗର ସଂକଳ୍ପ ବଳ
ଗ୍ୟାନ ଧ୍ୟାନ ଶାସ୍ତ୍ର ସଂହିତା ବେଦ ବିଦ୍ୟାସକଳ ।୧୩।
ୟେତେକେ ସଞ୍ଜୟକୁ କଲେ ସର୍ବଜିତା
ଆବର ଚଉଦ ବିଦ୍ୟା ଶତେ ଭାଷା ନିର୍ଜିତା ।୧୪।
ଧାର୍ମିକ ବିବେକ ସେ ଗାଲବ୍ୟର ସୁତ
ଅନ୍ଧ ନନ୍ଦନର ତୁଲେ କରାଇଲେ ପ୍ରିୟ ମତ ।୧୫।
ସଞ୍ଜୟେ କହନ୍ତେ ସେ ଶିଖଇ ଧୃତିରାଷ୍ଟ୍ର
ବ୍ୟାସର ପ୍ରସନ୍ନେ ସେ ମହାଧାର୍ମିକ ବଳିଷ୍ଠ ।୧୬।
ପୁତ୍ରକୁ ପ୍ରତିପାଳିଲେ ଦେବୀ ଅନେକ ଯତନେ
ପୁତ୍ରକୁ ଦେଖିଣ ମୁନିଗଲେ ଅନ୍ତର୍ଦ୍ଧାନେ ।୧୭।
ପୁତ୍ର ଦେଖି ହରଷ ଭୀଷ୍ମ ଭୂରିଶର୍ବା
ପାରେଶ୍ୱର ଶାୟେଂତନୁ ଦେଖି ହରଷ ପୁତ୍ର ସମ୍ଭବା ।୧୮।
ଧୃତରାଷ୍ଟ ପଣ୍ଡୁ ପଢନ୍ତି ପୁତ୍ରବେନି
ପାଳନ୍ତି ସତ୍ୟବତୀ ଦାସରାଜାର ନନ୍ଦନୀ ।୧୯।
ଅମ୍ୱାଳିକାର ପ୍ରୟାଗରେ ଝାସ
ଅମ୍ୱାଳିକା ବୋଇଲେ ଯେ ଶୁଣ ସତ୍ୟବତୀବଚନ ଅଲଘିଂତେ ମୁଂ ହୋଇଲି ଅଗତି ।୧।ଦୁରାପଦ ପାତକେ ଉପୁଜାଇଲୁ ଆତ୍ମଜାମମ ଦୂଷିତ କର୍ମ କୁଳେଣ ବଡଲଜ୍ଜା ।୨।ଅନେକ ପାତକ ଦୋଷେ ହୋଇଲି ମହାଭାରିପୁତ୍ରନ୍ତ ଜାତକଲୁ ଗୋ ସମ୍ଭାଳ ମୋହୋରି ।୩।ଯତନେ ଦେବୀ ପ୍ରତିପାଳନ ଭାଳ ଗୋ ମୁକୁମୁହିଂ ଯିବି ମା ଗୋ ପ୍ରୟାଗ ତୀର୍ଥକୁ ।୪।ଦୋଷ ଦହନ ନିମନ୍ତେ ତୀର୍ଥେ ଝାସିବି ଅବଶ୍ୟମୁକୁଇଂ କଲ୍ୟାଣ ଗୋ କରିବା ହରଷ ।୫।ମାତାୟେ ବାରଣ ନ କଲେ ଧର୍ମ ଅର୍ଥେରାଜ୍ୟଧର ପୁତ୍ର ଥାନ୍ତେ ମାତା ଯିବୁ ଗୋ କେମନ୍ତେ ।୬।ଆହୋ ତୁଲେଣ ଘେନିଲେ ସେ ଦ୍ୱାଦଶ କାମିନୀତୀର୍ଥବାସ ନିମନ୍ତେ ବାହାର ତପୋଧନୀ ବେଶ ଘେନି ।୭।ଛାଡିଲା ରାଗ ମୋହ ମାତାଙ୍କର ସୋଗପଞ୍ଚ ମାସେ ପ୍ରବେଶ ହୋଇଲେ ପ୍ରୟାଗ ।୮।ତୁଳ ମାସ ଶୁକ୍ଲପକ୍ଷ ଶନିବାର ଚତୁର୍ଦ୍ଦଶୀରୋହିଣୀ ନକ୍ଷତ୍ରେ ଦେବୀ ପ୍ରୟାଗେଣ ପଶି ।୯।ସ୍ନାହାନ ସାରି କରି ଦେବୀ ମାଧବ ଦରଶନବଟର ତଳେଣ ବିପ୍ରଙ୍କୁ ଅନେକ ଦିଲେ ଦାନ ।୧୦।ଭୋ ଦେବ ମାଧବ ମୋହୋର ଆବର ପାତକ ଯେ ନାହିଂପରେଣ ହିଂସା ଅପବାଦ ନୋହିଲାଇ ମୁହିଂ ।୧୧।ୟେକ ପାତେକ କଲି ମୁଂ ବଂଶ ରକ୍ଷାର ନିମନ୍ତେଜ୍ୟେଷ୍ଠାଶୁର ଶୃଙ୍ଗାର କରାଇଲୁଂ ଗୁରୁ ବଚନର ଅର୍ଥେ ।୧୨।ୟେ ମୋହୋର ଦୋଷ ଖଣ୍ଡଣ କରିବା ଶିରିରଙ୍ଗସ୍ତିରୀ ଧର୍ମ ଦୋଷରୁ ମୋତେ ଉଦ୍ଧାରିବା ବେଗ ।୧୩।ୟେତେକ ଦୋଷ ସେ ପଦ୍ମନାଭର କୁମାରୀତ୍ରିବେଣୀ ସଂଗମେ ଝାସିଲା କରତାର ସୁମରି ।୧୪।ଗୁରୁହରଣ ଦୋଷ ଯେ ସମସ୍ତ ନାଶ ଗଲାନିରଞ୍ଜନ ସରୂପେ ଯାଇଂ ସେଆକାଶେ ବସିଲା ।୧୫-୧୧୨୬।ଗୁରୁ ଲୋକେଶ୍ୱରଙ୍କର ପଣ୍ଡୁ ଓଧୃତରାଷ୍ଟଙ୍କୁ ବିଦ୍ୟା ଦାନଧୃତରାଷ୍ଟ ପଣ୍ଡୁ ବଢନ୍ତି ବେନି ଭ୍ରାଥେପ୍ରସନ୍ନେ ତାଙ୍କୁ ବିଦ୍ୟା ଦିଲେ ଗାଲବର ସୁତେ ।୧।ଋଷଭ ମାସ ପୂର୍ଣ୍ଣିମା ତିଥି ଚନ୍ଦ୍ରବାରଜ୍ୟେଷ୍ଠା ନକ୍ଷତ୍ର ଭୋଗ ଯେ ଅଟଇ ସେ ଦିନର ।୨।ଶୁଭ ନାମେ ଯୋଗ ବବ ନାମେ ଯେ କରଣବ୍ୟାସେ ବିଜେ କଲେ ଆସି ବାରୁଣାବନ୍ତେଣ ।୩।ବେନି ପୁତ୍ରନ୍ତ ଘେନିଣ ସତ୍ୟବତୀବ୍ୟାସଙ୍କର କୋଳେ ନେଇ ଦେଲେ ବେନି ଯେ ସନ୍ତତି ।୪।ପୁତ୍ରନ୍ତ ଦେଖି ହରଷ ଯେ ପାରେଶ୍ୱର ତନୁଅନ୍ଧକୁ ପଣ୍ଡୁକୁ ନେଇଂ ବସାଇଲେ ବେନି ଜାନୁ ।୫।ବିଦ୍ୟାପାଠମାନ ଯେତେ ସଞ୍ଜୟ ଦେଇଥିଲାବ୍ୟାସଙ୍କର ଅଗ୍ରତେ ସମସ୍ତ ପଠନ ହୋଇଲା ।୬।ହଇହୟ ବଂଶେ ଯେ ଚନ୍ଦ୍ରଗୁରୁ ବୋଲିତାହାଙ୍କର ନନ୍ଦନ ଭାବଗୁରୁ କହିଲି ।୭।ଭାବଗୁରୁ ନନ୍ଦନ ବରାଳଚନ୍ଦ୍ର ଗୁରୁରୁଦ୍ରେଶ୍ୱର ବୋଲି ତାହାଙ୍କର ପୁତ୍ର ଚାରୁ ।୮।ରୁଦ୍ରଚାରୁ ନନ୍ଦନ ଯେ ଗୁରୁ ବିରୂପାକ୍ଷ ।ୟେହାର ନନ୍ଦନ ଯେ ଗୁରୁ ବିଭୁରୁକ୍ଷ ।୯।ବିଭୁରୁକ୍ଷର ନନ୍ଦନ ଅନଙ୍ଗସେନ ଗୁରୁୟେହାଙ୍କର ପୁତ୍ର ସୁରଚନ୍ଦ୍ର ନାମେ ଗୁରୁ ।୧୦।ସୁରଚନ୍ଦ୍ର ନନ୍ଦନ ଗୁରୁ ବଜ୍ରମାଳୀୟେହାର ନନ୍ଦନ ଗୁରୁ ପ୍ରଚଣ୍ଡାବଳୀ ।୧୧।ପ୍ରଚଣ୍ଡାବଳୀର ପୁତ୍ର ଭାଗ୍ୟବର ଗୁରୁୟେହାଙ୍କର ନନ୍ଦନ ଲୋକେଶ୍ୱର ଗୁରୁ ।୧୨।ୟେ ଗୁରୁ ବଂଶଯାକେ ବ୍ୟାସଙ୍କୁ ଥାନ୍ତି ଖଟିବ୍ୟାସେ ଶିଖାଇଲେ ଅଶ୍ରୂତି ଅଦୃଷ୍ଟି ।୧୩।ସନ୍ନିଧ୍ୟେ ରାଇଲେ ବ୍ୟାସେ ଲୋକେଶ୍ୱର ଗୁରୁଙ୍କୁବିଦ୍ୟା ଶସ୍ର ଶାହାସ୍ର ପଢାଅ ହୋ ୟେ ବେନି କୁମାରଙ୍କୁ ।୧୪।ବ୍ୟାସଙ୍କର ଆଗ୍ୟାଂରେ ଗୁରୁ ଲୋକେଶ୍ୱରଆଖଡ଼ା ୟେକ ରଞ୍ଚିଲେ ଯାଇ ବନସ୍ତ ଭିତର ।୧୫।ଶର ବିଦ୍ୟା ଶିଖାନ୍ତି ସେ ଲୋକେଶ୍ୱର ଗୁରୁଧନୁ ତ୍ରୋଣ ଫଳା ଖଣ୍ଡା ମାଲବିଦ୍ୟା ଡମ୍ୱରୁ ।୧୬।ପରିଘ କୋନ୍ତ ନାରାଜ ଅସିପତ୍ର ଯାଠିସକଳ ବିଦ୍ୟାୟେଣ ନିର୍ଜିତା ସର୍ବ ନିଷ୍ଠି ।୧୭।ଅନେକ ବିଦ୍ୟାରେ ସେ ହୋଇଲେ ନିର୍ଜିତାବେଦ ଶାହାସ୍ର ମନ୍ତ୍ରେଣ ସେ ପଣ୍ଡିତ ଭାଗ୍ୟବନ୍ତା ।୧୮।କକଡ଼ା ମାସ କୃଷ୍ଣପକ୍ଷ ତିଥି ଯେ ଚଉଠିପଣ୍ଡିତ ବାରଶତ ଭିଷା ନକ୍ଷତ୍ର ଯେ ଘଟି ।୧୯।ବାୟବ୍ୟ ନାମେ କରଣ ଇନ୍ଦ୍ର ନାମେ ଯୋଗକକଡ଼ା ସଂକରାନ୍ତିକି ୟେକୋଇଶ ଦିନ ଭୋଗ ।୨୦।ଲୋକେଶ୍ୱର ଗୁରୁ ବିଦ୍ୟା ଶିଖାନ୍ତି କୁମାରେସେଦିନ ଆଖଡ଼ାରେ ବିଜୟ ଭାଗ୍ୟବରେ ।୨୧।ପଣ୍ଡୁ କୁମାରଙ୍କୁ ଦେଖି ସେ ହରଷ ହୋଇଲେସକଳ ବିଦ୍ୟାମାନ ପରୀକ୍ଷ କରାଇଲେ ।୨୨।ନାନା ବିଦ୍ୟାରେ ସେ ନିର୍ଜିତା କୁମାରେହରଷେଣ ପଣ୍ଡୁଙ୍କୁ ପ୍ରସନ୍ନ ହୋଇଲେ ଭାଗ୍ୟବରେ ।୨୩।ସାର୍ଥୁକ ଶହସ୍ର ମନ୍ତ୍ର ଶିଖାଇଲେ ଆଦିଗୁରୁଶବଦକୁ ଭେଦିବ ଯେ ଶହସ୍ର ପ୍ରହାର କରୁ ।୨୪।ଶବଦ ଭେଦୀ ବିଦ୍ୟା ଶିଖାଇଲେ ତାହାଙ୍କୁପ୍ରସନ୍ନେଣ ଅନେକ ବିଦ୍ୟା ଦିଲେକ ସେ ପଣ୍ଡୁଙ୍କୁ ।୨୫-୧୧୫୧।ଧୃତରାଷ୍ଟ୍ରଙ୍କର ବିବାହ ପ୍ରସ୍ତାବ ଓଅନେକ ରାଜକନ୍ୟାଙ୍କର ମୃତ୍ୟୁସତ୍ୟବତୀ ବୋଇଲେ ଭୀଷ୍ମଙ୍କୁ ବସାଇଧୃତରାଷ୍ଟକଇ ବିଭା କରାଅ କନ୍ୟା ଗୋଟିୟେ ଲୋଡ଼ାଇ ।୧।ଶୁଣିଣ ସାନନ୍ଦ ଯେ ଭୀଷ୍ମ ମହାରଥୀଶାଲୁ ରାଜାର ଦୁହିତା ନାମ ଶାଲୁବତୀ ।୨।ଭୀଷ୍ମେ ସ୍ୱହସ୍ତେ ସନ୍ତକ ଦେଲେ ଶାଲୁ ରାଜାଙ୍କୁତୋହୋର ଦୁହିତା ଗୋଟି ଦେବୁ ଆମ୍ଭର ପୁତ୍ରକୁ ।୩।ଶାଲୁ ପରମ ସାନନ୍ଦହୋଇଲା ଭୀଷ୍ମଙ୍କର ବଚନ ଶୁଣିଧୃତରାଷ୍ଟକଇ ଦେବା ନିମନ୍ତେ କନ୍ୟା ସମ୍ଭାର କରିଆଣି ।୪।ସମଦଣ୍ଡ ଘେନିଣ ଶାଲୁ ଯେ ନୃପତିଦୁହିତାକୁ ଘେନି ମିଳିଲା ସତ୍ୟବତୀଙ୍କର କତି ।୫।ସତ୍ୟ ବାକ୍ୟ କରି ଯହୁଂ ଶାଲୁ ରାଜନ ମାନିଲାସେହି ଦିନ ରାତ୍ରରେ ସେ କନ୍ୟା ପ୍ରାଣତ୍ୟାଗ କଲା ।୬।ଦେଖିଣ ଶାଲୁ ଯେ ଅନେକ ବଇକୁଲ୍ୟ ହୋଇଲାଯମୁନା ନଦୀ କୂଳେ ସେ କନ୍ୟାକୁ ଦହନ କରିଗଲା ।୭।ଅନଙ୍ଗଦେଶର ସେ ଅନଙ୍ଗସେନ ରାୟେକାଳିନ୍ଦୀ ନାମେଣ ଯେତାହାର ଦୁହିତା ଗୋଟିୟେ ।୮।ତାହାକୁ ବରଣହୋଇଲା ଧୃତରାଷ୍ଟ ରାୟେସତ୍ୟ କରାଇଣ ଦିଲେ ମାଳା ଯେ ଗୋଟିୟେ ।୯।ବରଣ କରିଣ ୟେଣେ ଅଇଲେ ଶାୟେଂତନୁସେ କନ୍ୟା ଗୋଟି ନାଶଗଲା ସେହି ଦିନୁ ।୧୦।ନିର୍ଝର ଦେଶର ଯେ ରାଜା ଗଣପତିକନ୍ୟାୟେ ତାହାର ଘରେ ହୋଇଲା ଉତପତ୍ତି ।୧୧।ତାହାର ନାମ ଯେ ଅଟଇ ଶରଧୃତିପାରେଶ୍ୱର କନ୍ୟାବରିଲେ ଧୃତରାଷ୍ଟଙ୍କୁ, ଥାଇ ସତ୍ୟବତୀ ।୧୨।ନିର୍ଝର ଦେଶ ରାଜା ଗଣପତି ସାନନ୍ଦ ହୋଇଲାମୋହୋର ଅନେକ ଭାଗ୍ୟ ବୋଲି ନଗ୍ରେ ଉତ୍ସବ କରାଇଲା ।୧୩।ସୋମବଂଶକଇ ଦେବି ଯେ ମୋହୋର କୁମାରୀୟେହି ବଂଶ ଯେ ମଧ୍ୟ ଭୁବନେ ଅଧିକାରୀ ।୧୪।ୟେସନେକ ବିଚାର କରନ୍ତେ ନିର୍ଝର ଗଣପତିଶରଧୃତି କନ୍ୟା ନାଶଗଲା ସେହି ରାତି ।୧୫।ୟେହିମତେ ଅନେକ କନ୍ୟା ଗଲେ କ୍ଷୟେପୁଣିହିଂ ବରିଲେ ଆନ ଯେ କନ୍ୟାୟେ ।୧୬।କର୍ଣ୍ଣମାଧବ ରାଜା କନ୍ୟା ଦେବାକଲାଧୃତରାଷ୍ଟ ନାମେଣ ଯହୁଂ ସତ୍ୟ ମନାସିଲା ।୧୭।ସେ କନ୍ୟାକୁ ସେ ଦିନ ସର୍ପ ଡଂସନ ହୋଇଲାନାମ ଧରିବା ମାତ୍ରକେ ସେ କନ୍ୟା ନାଶ ଗଲା ।୧୮।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଙ୍କିକନ୍ୟାୟେ କିଂପେ ନାଶ ଯାନ୍ତି ଧୃତରାଷ୍ଟ ନାମ ରାଶିକି ।୧୯।ଅଗସ୍ତି ପ୍ରତିବାଚ ୟେହାର କୃତ୍ତିକା ବୃଷରାଶିଜାତିରେ ବ୍ରହ୍ମରାକ୍ଷସ ୟେ ୟେମନ୍ତେଣ କନ୍ୟା ନାଶି ।୨୦।ବ୍ୟାସ ପରା ମହାଋଷି ବୀର୍ଯ୍ୟ ପ୍ରଦାନକଲାବ୍ରହ୍ମ ଅସୁର ପଣେ କିଂପେ ଜନମ ଲଭିଲା ।୨୧।କୃତ୍ତିକା ଯୋଗେ ମୁନି ଯେ ପଶିଲେ ଶୃଙ୍ଗାରେରୋହିଣୀ ବେଳେ ବୀର୍ଯ୍ୟ ଛାଡ଼ିଲେ ମୁନିବରେ ।୨୨।ଅମ୍ୱିକା କନ୍ୟା ଯହୁଂ ଶୃଙ୍ଗାର ସହି ନୁଆରିଲାଗତ ଆତ୍ମା ପ୍ରାୟେକ ସେ ମୋହେଣ ପଡିଲା ।୨୩।ଆରତେ ମହାତମା ଯେ ତେଜ୍ୟା କଲେ ରେତତେଣୁ କରି ବ୍ରହ୍ମ ଅସୁର ଲକ୍ଷଣେ ହୋଇଲାକ ଜାତ ।୨୪।ଅଗସ୍ତି ବୋଇଲେ ଯେ ବଇବସୁତ ମନୁକୁଏହେହ୍ନେକ ଯୋଗ ହୋଇଲା ଧୃତରାଷ୍ଟକୁ ।୨୫।ବ୍ରହ୍ମ ଅସୁର ଲକ୍ଷଣେ ସେ ହୋଇଲା ତପତ୍ତିତେଣୁ କରି କନ୍ୟାମାନେ ବରଣହୋଇଲେ ହୋଉଛନ୍ତି ବିନଶ୍ୟତି ।୨୬।ବଇବସୁତ ମନୁ ବୋଇଲେ ପୁଣ ସେ ହୋଇବ କେମନ୍ତୟେ କଥା ତଦନ୍ତ କରି ମୋତେ କହିବା ଭଗବନ୍ତ ।୨୭।ଅଗସ୍ତି ବୋଇଲେ ହୋ ଶୁଣ ଯୁଗପତିଧୃତରାଷ୍ଟ ବରଣରେ ଏକ ଉତ୍ତର ଶତେକନ୍ୟା ହୋଇଲେ ଯେ କ୍ଷତି ।୨୮।ବ୍ରଜଗିରି ଦେଶର ରାଜା ଯେ ବୀରକେତନସେ ଆସି କନ୍ୟାୟେ କଲା ପରଦାନ ।୨୯।ଆହୋ ସେ କନ୍ୟାର ନାମ ଯେ ଅଟଇ ଚନ୍ଦ୍ରାବତୀଅନେକ ସମ୍ଭର୍ବେ କନ୍ୟା ଆଣି ଦିଲାକ ନରପତି ।୩୦।ଧୃତରାଷ୍ଟ ଅନ୍ଧ ଅଟଇ ବେନି ଆଖିଅନ୍ୟ ଦେଶକୁ ନ ଯାଇ ବିଭାକୁ ଲୋକେଉପହାସ କରନ୍ତି ଦେଖି ।୩୧।ୟେମନ୍ତେ କନ୍ୟାମାନନ୍ତ ଆଣନ୍ତି ପରରାଷ୍ଟବିଶେଷେଣ ନୃପତି ସେ ବଂଶେଣ ଗରିଷ୍ଠ ।୩୨।କନ୍ୟାନ୍ତ ସେ ଆଣନ୍ତି ବାରୁଣାବନ୍ତ ବିଭା କରିବାକୁସେ କଥା ରହିଲାଟି ୟେବେ ସୋମବଂଶ ରାଜ୍ୟକୁ ।୩୩।ରାଜାୟେ ବିଭା ହୋଇଂ ନ ଯାନ୍ତି ସେହିଦିନୁକନ୍ୟାୟେ ଆସନ୍ତି ନିଜର ଭୁବନୁଂ ।୩୪।କନ୍ୟା ପ୍ରଦାନ କଲା ସେ ବୀରକେତନମହୁଶଯ୍ୟା ଯୁଗତେ କରାଇଲେ ଶୟନ ।୩୫।କ୍ରୀଡା ରଙ୍ଗ ସାରିଣ ଶୁତିଲେ ବରକନ୍ୟାମରିଣ ଶୋଇଅଛି ସେ ଚନ୍ଦ୍ରବଦନା ।୩୬।ପ୍ରାତ କାଳେ ସୁନ୍ଦରୀକି ନେଲେ ଶମଶାନେଦହନ କରି ଶୁଦ୍ଧ ହୋଇଲେ ୟେକାଦଶ ଦିନେ ।୩୭।ବିଭା ଯୋଗ କରନ୍ତେ ଯହୁଂ ଅନେକ କନ୍ୟା ମଲାଧୃତରାଷ୍ଟଙ୍କୁ କନ୍ୟା କେହୁ ଦିଅନ୍ତା ନୋହିଲା ।୩୮।
ବିଦୁରଙ୍କ ଜନ୍ମ
ସମୟେକେ ବିଜେ କଲା ବ୍ୟାସ ମହାଯତିଦେଖିଣ ସାନନ୍ଦ ସେ ହୋଇଲେ ସତ୍ୟବତୀ ।୧।ବ୍ୟାସଙ୍କୁ ରାଇଣ ସେ ବୋଲନ୍ତି ୟେକାନ୍ତେଅମ୍ୱୁବତୀ ଅନେକ ମତେ ହୋଇଥାଇ ଭଗତି ମୋତେ ।୨।ହରିକେଶର ଦେଶର କେଶବ ନୃପତିସେ ରାଜା ଅଟଇ ଶୂଦ୍ର ଯୋନିରେ ଉତପତ୍ତି ।୩।ତାହାର ନନ୍ଦନୀ ନାମ ଅଟଇ ଅମ୍ୱୁବତୀତାହାକଇଂ ପ୍ରଦାନ ହୋଇଲା ବିଚିତ୍ରବୀର୍ଯ୍ୟ ନୃପତି ।୪।ୟେ ଦୁହେଂ ଯହୁଂ ହୋଇଲେ ପୁତ୍ରବନ୍ତୀୟେ ଅମ୍ୱୁବତୀର ମନ ବାବୁ ବହୁତ ବିକୃତି ।୫।ତୁ ମୋହୋର ନନ୍ଦନ ବାବୁ ପରମ ପଣ୍ଡିତ ଗ୍ୟାନବନ୍ତଅମ୍ୱୁବତୀର ତହିଂ ପୁତ୍ର ଗୋଟିୟେ କର ତୁମ୍ଭେ ଜାତ ।୬।ମାତାଙ୍କର ବଚନେ ଯେ ବିଜୟେ ମୁନିବରେପ୍ରବେଶ ହୋଇଲେ ଯାଇ ଅମ୍ୱୁବତୀର ପୁରେ ।୭।ଅମ୍ୱିକା ଅମ୍ୱାଳିକା ତହୁଂ ଜାଣି ଅଛନ୍ତି ସେ କିରତିତତକ୍ଷଣେ ଅନେକ ବେଶ ବେଶନ ବୋଇଲା ପ୍ରିୟବନ୍ତୀ ।୮।ବ୍ୟାସଙ୍କର ଶୃଙ୍ଗାର ସେ ସହିଲା ଯୁବତୀହରଷେଣ ରସିଲା ସେ ମେଳ ଭାବମତି ।୯।ତୁଳମାସ କୃଷ୍ଣପକ୍ଷ ସପତମୀ ବୃହସ୍ପତି ବାରପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।୧୦।ସାଧ୍ୟ ନାମେ ଯୋଗ କରଣ ନାମ ବବସଇନ୍ଦୁ ଜାତ ହୋଇଲା ବାଳକ ଅପୂରୁବ ।୧୧।ଅମୃତ ଯୋଗ ଘେନି ଉତପତ୍ତି ହୋଇଲାକ ସୁତଦେଖିଲେ ବ୍ୟାସ ସେ ପରମ ପଣ୍ଡିତ ।୧୨।ପାଦେଣ ଜନମ ସେ ହୋଇଲା ନନ୍ଦନବେନି ପାଦେ ପଦ୍ମ ଚିହ୍ନ କର ତଳେ ଶଙ୍ଖ ମୀନ ।୧୩।ବିଦୁବର ବାକ୍ୟେଣ ଭାଷଇ ଦିବ୍ୟବାଣୀବିଦୁର ନାମ ତାକୁ ଦେଲେ ବ୍ୟାସ ମହାମୁନି ।୧୪।କୋଳେ ଧରି ବ୍ୟାସେ ମୁଖେ ଦେଲେକ ଚୁମ୍ୱନବୋଇଲେ ଭୂତ ଭବିଷ୍ୟେ ତୁ ହୁଅସି ଗ୍ୟାନବାନ ।୧୫।ସମସ୍ତ ଦୃଶ୍ୟ ତୋତେ ହୋଉରେ ବାଳ ବଚ୍ଛିଅନୁବ୍ରତେ କନ୍ଧରୁ ତୋର ନଛାଡିବ ଲଛୀ ।୧୬।ଦଣ୍ଡ ବଳ ବୁଦ୍ଧି ତୋତେ ହୋଉ ସାବଧାନପଣ୍ଡିତ ଧାର୍ମିକ ପଣେ ତୋର ସର୍ବଦା ଯାଉ ଦିନ ।୧୭।ୟେସନେକ ବର ଯେ ବ୍ରହ୍ମଗୁରୁ ଦିଲେପୁତ୍ରକୁ ସମର୍ପିଲେ ନେଇ ସତ୍ୟବତୀଙ୍କର କୋଳେ ।୧୮।ପାରେଶ୍ୱର ବୋଇଲେ ବାବୁ ଧୃତରାଷ୍ଟ ଜାତିରେ ବ୍ରହ୍ମଅସୁରଯେବଣ କନ୍ୟାକୁ ବରଇ ସେ ହୋଅଇ ଅପହାର ।୧୯।ବ୍ୟାସ ବୋଇଲେ ଗୋ କିଛିହିଂ ନଭାଳ ମାୟେମନ୍ଦକ୍ଷଣେ ଜାତ ହୋଇଲା ମୁହିଂ ତହିଂ କି ବୁଦ୍ଧି କରି ସିନା ଉପାୟେ ।୨୦।
ବ୍ୟାସଙ୍କର ଗାନ୍ଧାରସେନ ସାକ୍ଷାତ
ୟେତେ କହିଂ ବ୍ୟାସେ ଗଲେ ଅନ୍ତର୍ଦ୍ଧାନେପ୍ରବେଶ ହୋଇଲେ ଯାଇଂ ଗାନ୍ଧାରସେନ ଆସ୍ତାନେ ।୧।ଗାନ୍ଧାରସେନ ବୋଲି ତହିଂର ନରପତିୟେକ ଉତ୍ତର ଶତେ ପୁତ୍ର ତାର ୟେକଇଂ ଦୁହିତି ।୨।ଦୁହିତାର ନାମ ଯେ ଅଟଇ ଗାନ୍ଧାରୀମନ୍ଦକ୍ଷଣେ ଜାତ ହୋଇଲା ବ୍ରହ୍ମ ଯେ ଅସୁରୀ ।୩।ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବଇ ରାତିକୃତ୍ତିକା ନକ୍ଷତ୍ରେଣ ସେ ହୋଇଲା ଉତପତ୍ତି ।୪।ନିତ୍ୟାନ୍ତ ଉଆଂସୀ, ଜାତି କୃତ୍ତିକା ବୃଷ ରାଶି ବ୍ରହ୍ମ ଯେ ଅସୁରୀୟେହେର୍ଣ୍ଣେକ ଲକ୍ଷଣେ ସେ ଜନ୍ମିଲା ଗାନ୍ଧାରୀ ।୫।ଯାହାକୁ ବର ବରଇ ଗାନ୍ଧାରସେନ ରାୟେମାଳା ଦେଇ ବରିଲେ ସେ ନୃପତି ଯାଇ କ୍ଷୟେ ।୬।ଉଡ଼ଙ୍ଗ ଦେଶର ସେ ଭାନୁବନ୍ତ ନୃପତିଗାନ୍ଧାରୀଙ୍କି ବରିଲା ସେ ମଲା ତତକ୍ଷଣାନ୍ତି ।୭।ମହାରାଷ୍ଟ୍ର ଦେଶର ଯେ ନୃପତି ବିରୁପାକ୍ଷଗାନ୍ଧାରୀଙ୍କି ବରିଲା ସେ ନଶିଲା ପ୍ରତକ୍ଷ ।୮।ନିକଟ ରାଜାମାନେ କେହି ବିଭା ଯେ ନୋହିଲେଦୂରେଣ ବାଇଶି ରାଜା ଗାନ୍ଧାରୀକି ବରି ମଲେ ।୯।କେହି ପ୍ରଦାନ ନୋହିଲେ ଗାନ୍ଧାରୀକିବିକଳ ଗାନ୍ଧାରସେନ ଦୁହିତାକୁ ଦେଖି ।୧୦।ବିଚାରଇ ଗାନ୍ଧାରସେନ ଦୁହିତା ରୂପ ଲଚ୍ଛିୟେହାର ସମାନେ ବର କାହିଂ ପାଇବଇଂ ଇଚ୍ଛି ।୧୧।କୁମ୍ଭ ମାସ କୃଷ୍ଣ ପକ୍ଷ ପ୍ରତିପଦା ଦିନେବ୍ୟାସ ପ୍ରବେଶ ହୋଇଲେ ଗାନ୍ଧାରସେନ ଭୁବନେ ।୧୨।ଦେଖିଣ ସାନନ୍ଦ ସେ ନୃପତି ଗାନ୍ଧାରଉଦକ ଢାଳଇ ନେଇଂ ବ୍ୟାସମୁନିଙ୍କ ପୟର ।୧୩।ଆପଣେ ଗାନ୍ଧାରସେନ ପୟର ପଖାଳିବ୍ୟାସଙ୍କର ପାଦ ଉଦକ ନିବେଶିତ ଶିରେ ତୋଳି ।୧୪।ନବନେତ ବସନ କୁଣ୍ଡଳ ରତ୍ନମାଳା ଦିଲା ମହାରାଜାଆସନ ପାଦାସନ ପାଦାର୍ଘ୍ୟେ କଲା ଦିବ୍ୟ ପୂଜା ।୧୫।ସୁବର୍ଣ୍ଣ ସିଂଘାସନେ ନେଇ ବସାଇଲେ ବ୍ୟାସଙ୍କୁକିଙ୍କର ହୋଇ ପଚାରଇ ମୁନି ଅନୁଗ୍ରହ କର ମୁକୁ ।୧୬।ଦେଖ ବଂଶ ମୋର ହୋଇଲା ମୋକ୍ଷ ଗତିପ୍ରତକ୍ଷେ ଦେବ ନାରାୟଣ ବେଦବ୍ୟାସ ମୋତେ ଦେବାକ ଗତି ମୁକତି ।୧୭।ୟେ ତୋହୋର ପାଦ ରଜ ପଡିଲା ମୋହୋର ପୁରେଅକାରଣେ କାରଣ ପାଇଲି ମୁନିବରେ ।୧୮।ଅନେକ ବିନୋୟି ହୋଇ ସ୍ତୁତି କରଇ ଗାନ୍ଧାରସେନ ନରନାହାସଂସାରକୁ ଗତି ଦିଲୁ ଦେବ ଭାଷିଲୁ ସ୍ୱାମୀ ଯାହା ।୧୯।ମୁହିଂ ତୋହୋର ଦାସର ଦାସ ଅଟଇ ଜନ୍ମେ ଜନ୍ମେସଂସାର ତାରିଲୁ ନାଥ ଅମୃତ ବଚନେ ।୨୦।ଭୂତ ଭବିଷ୍ୟ ବ୍ରତମାନ ଗ୍ରନ୍ଥମାନ କଲୁଅଣାକାର ମନ୍ତ୍ରେ ତୁ ଶୂନ୍ୟପୁରୁଷ ବୋଧିଲୁ ।୨୧।ଅନାଦି ବିଷ୍ଣୁ ତୋତେ ଠାବ ଅଇ ବକ୍ଷ ସ୍ଥଳେନାରାୟଣ ରୂପ ତୁ ଦେଖୁ ମହାପ୍ରଳୟର କାଳେ ।୨୨।ଅନେକ ସ୍ତୁତି କରି ସେ ଗାନ୍ଧାରସେନ ସ୍ୱାମୀବ୍ୟାସଙ୍କର ପାଦ ତଳେ ଶତସହସ୍ର ଦଣ୍ଡ ପରଣାମି ।୨୩।ଶ୍ରୀସତ୍ୟବତୀ ନନ୍ଦନ ଚରଣ ମୋର ହୃଦେଶୂଦ୍ରମୁନି ସାରୋଳ ଦାସ ନମେ ସଦାନନ୍ଦର ପଦ୍ମ ପାଦେ ।୨୪।ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତିବ୍ୟାସେ କଲ୍ୟାଣ କଲେ ଗାନ୍ଧାରସେନ ନୃପତି ।୨୫।ବସ, ବସ ମହାରାଜା ତୋର ସିଦ୍ଧ ହୋଉ ମନବାଞ୍ଛାଅରିଷ୍ଟ ଶାନ୍ତି ହୋଉ ତୋହୋର କୁଟୁମ୍ୱ କ୍ଷମେ ରକ୍ଷା ।୨୬।ଆହୋ! କୁଶଳ ହୋଇଅଛନ୍ତି ନା ତୋହୋର ସୋଦରେପାଟମହାଦେଈ ତୋର କ୍ଷମେ ଅଛନ୍ତି ନା ପୁରେ ।୨୭।ପୁତ୍ରସନ୍ତତି ତୋହୋର ବ୍ରତନ୍ତି ନା ସଦାଚାରେ ଭାଗ୍ୟେନାତିଗଣମାନେ ତୋହୋର ବ୍ରତନ୍ତି ନା ଆରୋଗ୍ୟେ ।୨୮।ଦେବତା ବ୍ରାହ୍ମଣେ ହୋଉଅଛୁଂ ନାଭ ଗତିହବିକି ଆହୂତି ଦେଉଛୁଂତ ନିତିପ୍ରତି ।୨୯।ଦୁଖୀ ଦରିଦ୍ରଙ୍କୁ ଅନ୍ନ ତୁ ଦେଉ ନା ନୃପତି ।୩୦।ଶୂନ୍ୟ ପୁରୁଷମାନେ କରୁ ଅଛନ୍ତି ନା ବୃଷ୍ଟିସୁବିଧାନେ ଫଳଦାୟକ ହୋଉଛି ନା ସୃଷ୍ଟି ।୩୧।ସଂସାର ପାଳନ କରୁଅଛୁ କି ନା ରାଜାକୁଶଳେ ବ୍ରତନ୍ତି ନା ତୋହୋର ଜନପ୍ରଜା ।୩୨।ପ୍ରଜାନ୍ତ ପାଳିଣ ରାଜା ନ କରୁ ନା ଅବିଧିଦଇତ ଦାନବମାନନ୍ତ ରାଜା କରୁଅଛୁ ନା ସାଧି ।୩୩।ତୀର୍ଥେଣ ଉପଦର୍ପ ନାହିଂ ନା କଉଣୋପତପିଜନ ରକ୍ଷା କରୁଅଛୁ କି ନା ସର୍ବ ।୩୪।ସର୍ବ ସୁବିଧାନେ ହୋଉଅଛି ନା ରାଜ୍ୟସଂସାର ଶୁଭଧୁନି ରାଜାକୁ ସର୍ବ କାର୍ଯ୍ୟ ।୩୫।ଆହେ ସମସ୍ତ ସୁବିଧାନ ମୋହୋର ଶୁଣିମା ମହାମୁନ୍ୟେକଥାୟେ କହିବି ଶୁଣିମା ହୋଉ ସାବଧାନେ ।୩୬।ସ୍ୱାମୀ ଦୁହିତା ଗୋଟିୟେ ଅଛଇ ନାମ ତା ଗାନ୍ଧାରୀକୃତ୍ତିକା ବୃଷରାଶି ଜାତିରେ ବ୍ରହ୍ମଅସୁରୀ ।୩୭।ଯେତେକ ନୃପତି ମୁଁ ବରିଲି ବିଦ୍ୟମାନେବାଇଶି ରାଜା ମଲେ ବରଣ ବିଧାନେ ।୩୮।ଦୁହିତାକୁ ପ୍ରଦାନ ନୋହିଲେ କେହି ଡରେଯୁବା ଯୁବତୀ ସେ ଅଛି ମୋହୋର ଘରେ ।୩୯।ଦୁହିତା ଯେବେ ପିତା ଘରେ ଅବିଭାଇତ ରଜବତୀତାହାର ଶୋଣିତେ ପିତୃଲୋକେ ସ୍ନାହାନ କରନ୍ତି ।୪୦।ୟେସନେକ ଦୋଷ ପୁରାଣେଣ ମୁଇଂ ଶୁଣିବିଧୁର ଆତ୍ମା କରି ଥାଇ ଶରୀର କଳଙ୍କ ଜାଣି ।୪୧।ମୋତେ ପ୍ରତିକାର କରିବା ପାରେଶ୍ୱର ତନୟେଗାନ୍ଧାରୀକି ମୋର କରିବା କେବଣ ଉପାୟେ ।୪୨।ବ୍ୟାସେ ବୋଇଲେ ରାଜା ହୋଅଇ ୟେମନ୍ତସତାଇଶି ନକ୍ଷତ୍ରେ ସମସ୍ତ ହୋନ୍ତି ଜାତ ।୪୩।ଅଶ୍ୱିନୀ ମଘା ମୂଳାର ଆଦ୍ୟ ତିନିଦଣ୍ଡଦୋଷ ଲାଗିବାରୁ ତାର ନାମ ଜାଣ ଗଣ୍ଡ ।୪୪।ଜ୍ୟେଷ୍ଠା ଅଶ୍ଳେଷା ରେବତୀ ଶେଷ ପାଞ୍ଚଦଣ୍ଡେଗଣ୍ଡ ଦୋଷ ଲାଗେ ଲେଖାଅଛି ଶାସ୍ତ୍ରଖଣ୍ଡେ ।୪୫।ଅଶ୍ୱିନୀ ତ୍ରିଦଣ୍ଡ ଯେବେ ପଡ଼ଇ ଦିବସପୁତ୍ର କନ୍ୟା ଉପୁଜିଲେ ୟେହି ଗଣ୍ଡଦୋଷ ।୪୬।ପିତାକୁ ୟେ ଗଣ୍ଡଦୋଷ ବରଷେ ଲାଗଇୟେହି ଯୋଗେ ଯେବେ ଜାତ ରାତ୍ରରେ ହୁଅଇ ।୪୭।ମାତାକୁ ଷୋଳ ବରଷ ଲାଗେ ଗଣ୍ଡଦୋଷଆବର କହୁଛୁ ଶୁଣ ଗାନ୍ଧାର ନରେଶ ।୪୮।ଉଭୟ ସନ୍ଧ୍ୟାରେ ଯେବେ ହୁଅଇ ସନ୍ତତିସେହି ପୁତ୍ର ନାଶଯାଇ ଜାଣ ତତକ୍ଷଣାନ୍ତି ।୪୯।ମଘାନ କ୍ଷତ୍ରରେ ଗଣ୍ଡ ଆଦି ତିନିଦଣ୍ଡୟେଥି ଜନ୍ମ ହେଲେ ପାଞ୍ଚବର୍ଷ ପାଇ ଗଣ୍ଡ ।୫୦।ମୂଳା ନକ୍ଷତ୍ରର ଆଦ୍ୟ ତିନି ଦଣ୍ଡେ ପାଇଚାରି ବର୍ଷ ଗଣ୍ଡ ଯେବେ ପୁତ୍ର ଉପୁଜଇ ।୫୧।ଜ୍ୟେଷ୍ଠା ନକ୍ଷତ୍ରର ଜାଣ ଅନ୍ତ ପାଞ୍ଚଦଣ୍ଡୟେଥି ଜନ୍ମ ହେଲେ ବେନି ବର୍ଷ ପାଇ ଗଣ୍ଡ ।୫୨।ଅଶ୍ଳେଷା ରେବତୀର ଯେ ଅନ୍ତ ପାଞ୍ଚଦଣ୍ଡୟେଥି ଜନ୍ମ ହେଲେ ପାଞ୍ଚବର୍ଷ ପାଇ ଗଣ୍ଡ ।୫୩।ୟେତେ ଯୋଗେ ଦିବସରେ ଜନମ ଲଭିଲେପିତାଙ୍କୁ ଗଣ୍ଡ ଲାଗଇ ପୁତ୍ର କନ୍ୟା ହେଲେ ।୫୪।ରାତ୍ର କାଳେ ଉପୁଜଇ ଯଦ୍ୟପି ସନ୍ତତିମାତାଙ୍କୁ ଗଣ୍ଡ ଲାଗିବ ବୋଲନ୍ତି ଅଗସ୍ତି ।୫୫।ଉଭୟ ସନ୍ଧ୍ୟାରେ ଯେବେ ଉପୁଜଇବାଳତାହାର ଉପରେ ପରାଭବ କରେ କାଳ ।୫୬।ଗଣ୍ଡ ଦୋଷ ଲାଗଇ ଯେ ୟେତେକ ନକ୍ଷତ୍ରେବ୍ୟାସେ କହିଲେ ଗାନ୍ଧାରସେନର ଅଗ୍ରତେ ।୫୭।ଦେବ ଅସୁର ମାନବ କୁଳେ ଜାତୟେହାଙ୍କର ପ୍ରକୃତି ବାରିବା କେମନ୍ତ ।୫୮।ଅଶ୍ୱୀ ମୃଗଶିରା ପୁଷ୍ୟା ହସ୍ତା ରେବତୀରେ ପୁତ୍ର କନ୍ୟା ଉତପତ୍ତିଶ୍ରବଣା ପୁନର୍ବସୁ ଅନୁରାଧା ସ୍ୱାତି ଘେନି ଦେବ ଅଂଶ ହୋନ୍ତି ।୫୯।ଦ୍ୱିଜା ଆରଦ୍ରା ରୋହିଣୀ ଉତ୍ତର ଭୋଦୁଅପୂର୍ବା ଫାଲଗୁନୀ ଉତ୍ତର ପୂର୍ବାଷାଢା ଦ୍ୱୟ ।୬୦।ପୂର୍ବ ଭାଦ୍ରବ ଉତ୍ତରା ଫାଲଗୁନୀ ୟେ ଦୁଇ ନକ୍ଷତ୍ରେ ଉତପତ୍ତିସ୍ତିରି ହୋଉ ପୁରୁଷ ହୋଉ ମନୁଷ୍ୟ ଅଟଇ ଜାତି ।୬୧।କୃତିକା ମଘା ବିଶାକା ଜ୍ୟେଷ୍ଠା ଶତଭିଷଅଶ୍ଳେଷା ଧନିଷ୍ଠା ଚିତ୍ରା ମୂଳା ୟେ ହୁଅନ୍ତି ରାକ୍ଷସ ।୬୨।କୃତ୍ତିକା ନକ୍ଷତ୍ରେ ଉପୁଜିଲା ଗାନ୍ଧାରୀଆବର ଉଆଂସୀ ହୋଇଲା ଜାତିରେ ବ୍ରହ୍ମ ଯେ ଅସୁରୀ ।୬୩।ଆହୋ ଚନ୍ଦ୍ର ନଷ୍ଟ ହୋଅଇ ସେ ଅମାବଇ ଦିନଅତି ଦୋଷେ ସ୍ତିରୀ ହୋଅନ୍ତି ଉତପନ୍ନ ।୬୪।ସେ ଉଆଂସୀ କନ୍ୟାକୁ ବିଭା ହୋଅଇ ଯେବଣ ପୁରୁଷତାହାର ଦେହ ଲାଗନ୍ତେ ଯଶ ଶ୍ରୀ ଆୟୁଷ ହୁଅଇ ନାଶ ।୬୫।ୟେସନେକ ସନ୍ଦେଶ ଯହୁଂ ବ୍ୟାସେ କଲେ ପୁଚ୍ଛାଶୁଣିଣ ଗାନ୍ଧାରସେନ ନୃପତି ପଡ଼ିଲାକ ମୂର୍ଚ୍ଛା ।୬୬।କୋଳେ ଧଇଲା ତୋଳିତାର ବିଜୟସେନ ମନ୍ତ୍ରୀସାଷ୍ଟମ କରାଇଲେ ଯେ ପଣ୍ଡିତ ଭିଗ୍ୟଂଯତି ।୬୭।ବ୍ୟାସେ ବୋଇଲେ ବାବୁ ଶୁଣ ରାଜାଗାନ୍ଧାରଆମ୍ଭର ବୁଦ୍ଧି ୟେ ଅଛି କରିବା ପ୍ରତିକାର ।୬୮-୧୨୭୭।ସାହାଡ଼ା ବୃକ୍ଷ ମାହାତ୍ମ୍ୟଗୋଲକ ବୃକ୍ଷ କରତାର ରଥେ ଚକମହାକଳପ ବୃକ୍ଷ ସେ ହରଇ ମହାପାତକ ।୧।ପୂର୍ବେ ସ୍ରିଜିତ ତାହା କଲେକ ପ୍ରଜାପତିଦୋଷୀ କନ୍ୟା ହୋଇଲେ ତାକୁ ବିଭା କରିବ ଯୁଗତି ।୨।ଗାନ୍ଧାରସେନ ବୋଇଲା ସେ ବୃକ୍ଷଅଛିମୋହୋର ନବର ମଝା ଥାନେମୁଂ ତାହାକୁ ମୁନିହୋ ପୂଜାକରଇ ନିତିଦିନେ ।୩।ବ୍ୟାସେ ପ୍ରତିବାଚ ତୁ ଭାଗ୍ୟବନ୍ତ ରାଜାକିସ ଫଳ ଅଛି ତୁ ସାହାଡାବୃକ୍ଷ କରୁ ପୂଜା ।୪।ଗାନ୍ଧାରସେନ ପ୍ରତିବାଚ ସେ କରତାର ରଥ ଚକଦ୍ରଶନେ ହରଇ ସେ ଅଶେଷ କୋଟି ପାତକ ।୫।ବ୍ୟାସେ ବୋଇଲେ ରାଜା ନୋହଇଟି ୟେମନ୍ତଆମ୍ଭର ତହୁଂ ଶୁଣ ହୋ ଶାହାସ୍ର ସଂଗତ ।୬।ବୃଷଭ ମାସ କୃଷ୍ଣପକ୍ଷ ତିଥି ଯେ ଦଶମୀଗୁରୁବାର ଶତଭିଷା ନକ୍ଷତ୍ରେ ବିଜୟେ ବିଶ୍ୱନାଥ ସ୍ୱାମୀ ।୭।ନନ୍ଦିକେଶ୍ୱର ଦେବ ବୃଷଭ ପଲାଣିପିଠିରେ ବିଜେକଲେ ଦେବ ପିନାକୀ ଶୂଳପାଣି ।୮।ହୃଦରେ ଆଭରଣ ଉଡ଼ଙ୍ଗ ସପତ ଫେରୁଅନ୍ତରୀକ୍ଷେ ବାଜଇ ନବଲକ୍ଷେ ଡମ୍ୱରୁ ।୯।କଉତୁକେ ବିହଡନ୍ତି ସ୍ୱାମୀ ଦେବରାଜେବଇଲ ଆରୋହିଣ ଦେବ ମଧ୍ୟପୁରେ ଦିଗ ବିଜେ ।୧୦।ଅନେକ ତୀର୍ଥେ ପସି ଆସନ୍ତି ସୁଢଳେଚଳନ୍ତି ମହେଶ୍ୱର ବଇତରଣୀ ନଦୀ କୂଳେ ।୧୧।ସାହାଡାବୃକ୍ଷ ଗୋଟିୟେ ଅଛି ବାମ କତି ଲାଗିପତ୍ର ଗୋଟିୟେକ ବଇଲ ମଥାରେ ଘେନିଲାକ ବେଗି ।୧୨।ଈଶ୍ୱର ପୁଚ୍ଛା କଲେ ଶୁଣ ହୋ ମହା ବୃଷଭୟେ ପତ୍ର ଗୋଟି ମଥାରେ ଘେନିଲୁ କି ସୁଲଭ ହୋଇବ ।୧୩।ବୃଷଭ ବୋଇଲା ଦେବ ବାମେ ଯେବେ ସାହାଡା ବୃକ୍ଷଥାଇପତ୍ର ଗୋଟିୟେ ଶିରେ ଘେନିଲେ ଅମୃତ ଯୋଗାଡ଼ ପାଇ ।୧୪।ଡାହାଣ ଭାଗେ ଯେବେ ବୟର ବୃକ୍ଷ ଥାଇତହିଂରୁ ପତ୍ର ଗୋଟିୟେ ଘେନିଲେ ଶତ୍ରୁ କ୍ଷୟେ ଯାଇ ।୧୫।ଆଗରେ ଶ୍ୱେତ ଦୁବ ଦେଖିଲେ ମଥାରେ ଘେନିମ ତୋଳିଅନେକ ଦୋଷ କ୍ଷୟ ଯାୟେ ଶୁଣିମା କପାଳୀ ।୧୬।ତୁଳସୀ ବୃକ୍ଷ ଯେବେ ଦେଖିବ ପଛକତି ଲେଉଟିମଥାୟେଣ ଘେନିମ ହାଦେ ଝଡିଲା ପତ୍ର ଗୋଟି ।୧୭।ଗ୍ୟାନେ ଅଗ୍ୟାନେଣ ଯେତେକ ପାପ ଅଛିତକ୍ଷଣେ ସକଳ ପାତକ ଯାଇ ଲେଛି ।୧୮।ସୁପଙ୍କୁ ଅନ୍ନ ପ୍ରାପତ ସାହାଡ଼ା ପତ୍ର ଘେନିଲେୟେସନେକ ଚରିତ ବୃଷଭ ବୋଇଲେ ।୧୯।ଭୋଜନ ପାପତ ହୋଅଇ ସାହାଡ଼ା ପତ୍ରେକ ଘେନିଲେଆଜି ପରୀଖି ଜାଣିମା ସଦାନନ୍ଦେ ବୋଇଲେ ।୨୦।ଚତୁର୍ଦ୍ଦଶ ଭୁବନ ବୁଲିଲେ ମହାଦେବପାଣି ଘାସ ଆହାର କତିକି ସେ ନ ନିଅନ୍ତି ବୃଷଭ ।୨୧।ମନ ସରି ବୃଷଭକୁ ସେ ବୁଲାନ୍ତି ଉପବାସେଗିରି ଅରଣ୍ୟେ ବୁଲନ୍ତି କ୍ଷେପନ୍ତି ଆକାଶେ ।୨୨।ବାହୁଡ଼ନ୍ତି କପିଳାସେ ବିଜେକଲେ ଆଦିତ୍ୟର ଅସ୍ତେକପିଳାସ ନିକଟେ ବିଜୟେ ପଞ୍ଚୁବକ୍ତ୍ର ତ୍ରିନେତ୍ରେ ।୨୩।ଅମୃତ ଯୋଗାଡ଼ ଯେ ରନ୍ଧନ କରନ୍ତି ଉମାସ୍ୱାମୀକି ବାଟ ଚାହିଂଣ ବିମୁଖ ଦେବୀ ବାମା ।୨୪।ତେର ଘଡ଼ି ଯହୁଂ ଗଡ଼ିଗଲା କରତାରଆପଣେ ଠାକୁରାଣୀ ବିଜେ କଲେ ମୁଣୋହିର ।୨୫।ସୁବର୍ଣ୍ଣ ପଇଲମେ ସକଳ ଯୋଗଡ଼ନ୍ତ ଭରିପିଠା ଖିରିସା ଗୋଟିକା ଛେନା ତାଗଡା ଆଦି କରି ।୨୬।ସୁବର୍ଣ୍ଣ କୋପରାରେ ସମସ୍ତ ପୂରୋଇଂଦେବେ ପିତ୍ରେ ଅନ୍ନ ପାଣି ଦେଇ ତୁଣ୍ଡେ ପଞ୍ଚ ଗୁଣ୍ଡି ଲାଇ ।୨୭।ପାଣି ଆଧାର କରି ତିନି ଗୁଣ୍ଡି ଭୁଞ୍ଜିୟେସନକ ସମୟେ ଡମ୍ୱରୁ ଡିବି ଡିବି ବାଜି ।୨୮।ଶୁଣିଣ ଗୋସାମଣୀ ଯେ ବିଷାଦ ହୋଇଲେକେମନ୍ତ କରିବି ମୁହିଂ ଈଶ୍ୱରେ ବିଜେକଲେ ।୨୯।ସଂକୋଚେଣ ମୁଣୋହି ଛାଡ଼ି ଉଠିଲେ ବେଗହୋଇବୃଷଭ ଗୁଆଣିରେ ଲୁଚାଇଲେ ନେଇ ।୩୦।ପିଠା ଖିରି ଶାକର ପୂରୋଇଲେ କାଞ୍ଚୋଲାରେଆଞ୍ଚୋବନ ସାରି ଦେବୀ ହୋଇଲେ ବାହାରେ ।୩୧।ରତନ ଝରୀରେ ଦେବୀ ପାଣି ଯେ ପୂରୋଇଛାମୁରେ ପ୍ରବେଶ ଯେ ହୋଇଲେ ମହାମାଈ ।୩୨।ନନ୍ଦିକେଶ୍ୱରଙ୍କୁ ରାଇ ଆଗ୍ୟାଂ ଦିଲେ ସଦାନନ୍ଦବୃଷଭ ଗୋଟିକ ନେଇ ଗୁଆଣିରେ ବେଗେ ବାନ୍ଧ ।୩୩।ଆଗ୍ୟାଂ ପ୍ରମାଣେ ନନ୍ଦିକେଶ୍ୱର ଗଲାଯତନ କରି ତାକୁ ଖମ୍ୱରେ ନେଇ ବାନ୍ଧିଲା ।୩୪।ଈଶ୍ୱରେ ଆଗ୍ୟାଂ ଦିଲେ ନନ୍ଦିକେଶ୍ୱରକୁ ରାଇଖଡ଼ ଆହାର ଘାସ ପାଣି କିଛି ଅନ୍ନ ନଦେବୁଟି ବଇଲଇଁ ।୩୫।ସ୍ୱାମୀ ଆଗ୍ୟାଂୟେଣ ସେ ଦୃଢ କରି ବାନ୍ଧିଣ ଅଇଲାବଜ୍ରର କିଳିଣି ଦେଇ ସେ କବାଟ କିଳିଲା ।୩୬।ବୃଷଭ ବିଚାରଇ ମୋତେ ଈଶ୍ୱର କଷିଲେକରତାର ନାଥ ୟେହା କିମ୍ପାଇ ନ ବିଚାରିଲେ ।୩୭।ମୋହୋର ୟେତେକ କଥା ଯେ ନିଷ୍ଫଳ ହୋଅନ୍ତେଆବର କରତାରଙ୍କୁ କେ ଭଗତ ହୋଇବ ଯୁଗତେ ।୩୮।ନିସତେଣ ବାସି ଖଡ଼ ନାଡ଼େ ଦିଅନ୍ତେ ସେ ତୁଣ୍ଡେଦେଖିଲା ଅମୃତ ଯୋଗାଡ ପୂରି ଅଛି ଭାଣ୍ଡେ ।୩୯।ସନ୍ତୋଷେଣ ଭୋଜନ ଯେ କଲାକ ବୃଷଭସୁମରଇ ୟେକ ଲୟେ କରି ହାଦେ କରତାର ଦେବ ।୪୦।ଭୁଞ୍ଜିଣ ବଇଲ ଯେ ହୋଇଲା ଆନନ୍ଦହେ ବୁଧ ଜନେ କରତାର ନାଥଙ୍କୁ ନିତ୍ୟେ ବନ୍ଦ ।୪୧।ଈଶ୍ୱର କଷଣରୁ ହୋଇଲିଟି ପାରକିସ କରି ପାରଇଟି ଆବର ନାଶକର ।୪୨।ୟେହି ହସ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ପ୍ରସାଦେଶୂଦ୍ରମୁନି ସାରୋଳ ଦାସ କରତାର ପଦ୍ମପାଦେ ବନ୍ଦେ ।୪୩।ବ୍ୟାସେ ବୋଇଲେ ଶୁଣ ଗାନ୍ଧାରସେନ ନୃପତିୟେ ପତ୍ର ଶିରେ ଘେନିଲେ ୟେସନେକ ଫଳ ଶ୍ରୂତି ।୪୪।ଭୁଞ୍ଜିଣ ବୃଷଭ ତ୍ରିପୁତି ହୋଇଲାଶୋଷକୁ ପଣା ଭୋଖକୁ ଅମୃତ ଯୋଗାଡ଼ ପାଇଲା ।୪୫।ଶୋଇଅଛି ବୃଷଭ ହୋଇଣ ମହା ତ୍ରିପୁତିଶୁଭେଣ ପ୍ରସର ଯେ ହୋଇଲାକ ରାତି ।୪୬।କବାଟ ଫେଡି କରି ଦେବ ଯେ ସୁଢଳେଭିତରକୁ ପଶିଲେ ଦେବ ବୃଷଭ ବିକଳେ ।୪୭।ଈଶ୍ୱରେ ହସିଲେ ଯେ ମହା ବୃଷଭକୁ ଚାହିଂକିସ ଫଳ ପାଇଲୁ ହୋ ସାହାଡା ବୃକ୍ଷ ଦାହି ।୪୮।ବଇଲ ବୋଇଲା ଦେବ ଶାହାସ୍ର ନୋହଇ ଯେ ମିଥ୍ୟାସୁଖେଣ ପାରି ହୁଅନ୍ତି ଯେତେ କରତାର ଭଗତା ।୪୯।ଈଶ୍ୱର ବୋଇଲେ ପାଇଲୁ ତୁ ଯେହ୍ନେସଂସାର ଜନଙ୍କୁ ପ୍ରାପତ ହୋଉ ତେହ୍ନେ ।୫୦।ବୃଷଭ ବୋଇଲା ଦେବ ପ୍ରତକ୍ଷେ ପାଇଲିତୁମ୍ଭର ମୁଣୋହି ନ କରୁଣୁ ମୁଂ ଆଗେ ଯେ ଖାଇଲି ।୫୧।ଯେ ଯାହାକୁ ସ୍ୱାମୀ ହୋଇଥାଇ ଭଗତାଅବଶ୍ୟ ସେ ତାହାନ୍ତ କରନ୍ତି ନା ଚିନ୍ତା ।୫୨।ସେବକ ଚିନ୍ତା ଯେବେ ସ୍ୱାମୀକି ନ ଲାଗିବକେବଣ ମତେ ସେ ଏ ସଂସାରୁ ତରିବ ।୫୩।ଯେତେକ ଯୋଗାଡ଼ ତୁମ୍ଭର ମଢଫୁଲିତୁମ୍ଭର ମୁଣୋହି ନକରୁ ମୁଂ ଆଗତା ପାଇଲି ।୫୪।ସ୍ୱାମୀ ଲୟେ କରି ଦେଖ ନି ମୋହୋର ଗୁଆଣିଗନ୍ଧ ଆମୋଦଇ କର୍ପୂର ରସ ଜାଣି ।୫୫।ସ୍ୱରୂପ ଦେଖି ଈଶ୍ୱର ବିଷାଦ ହୋଇଲେପାର୍ବତୀଙ୍କି ସଲ୍ଲଜ ହୋଇ ପଚାରିଲେ ।୫୬।ବୃଷଭକୁ ନେଇ ଟି କେହୁ ଦିଲା ମୋ ଯୋଗାଡ଼ତୁମ୍ଭେ ଜାଣ ନିକି ଦେବି ଏଥିରତଥ୍ୟଯେବେଭାର ।୫୭।ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନେତୁମ୍ଭର ଆସିବା ବିଳମ୍ୱ ଦେଖିଣ ତ୍ରିଲୋଚନେ ।୫୮।ସମସ୍ତ ବାଢିଣ ଦେବ ବସିଲି ମୁଂ ଭୁଞ୍ଜିୟେସନ ସମୟେଣ ଡମ୍ୱରୁ ଶବଦ ବାଜି ।୫୯।କ୍ଷୁଧାୟେଣ ତୁମ୍ଭେ ମୋତେ କୋପ କରିବ ବୋଲିସବୁ ନେଇ ବୃଷଭ ଗୁଆଣିରେ ଭରିଲି ।୬୦।ସଦାନନ୍ଦ ହସିଲେ ଗିରିଜାର ବଚନେୟେହେର୍ଣ୍ଣକ କରି ଯେ ପ୍ରାପତଟି କରାନ୍ତି ଦେବତାମାନେ ।୬୧।ବଦୟନ୍ତି ବ୍ୟାସେ ପାରେଶ୍ୱର ନାନେକରତାକୁ ସେବିଲେ ତପଫଳ ଶ୍ରୂତ ହାଦେ ଅଟଇ ୟେସନେ ।୬୨।ଚାଲ ହୋ ରାଜା ୟେବେ ସାହାଡ଼ା ବୃକ୍ଷ ଯେ ଦେଖିବାଗାନ୍ଧାରୀକି ତାହା ପ୍ରଦାନ କରିବା ।୬୩।ଭିତର ନବର ଅଗଣା ମଧ୍ୟ ସ୍ଥାନେଗୋଲକ ବୃକ୍ଷ କଲେ ବର ବେଶ ବିଧାନେ ।୬୪।କନ୍ୟା ବେଶ ଯେ କଲେକ ଗାନ୍ଧାରୀମଙ୍ଗଳ ବାକ୍ୟେ ତାଙ୍କୁ ସୀଉକାର ବରଣ କରି ।୬୫।ଉଦକ-ପାଦ ଗୋତ୍ର ଯେ ଶାକୋଟ ବୃକ୍ଷବୃନ୍ଦା ଅର୍କ ଗୋତ୍ର ସେ ଗାନ୍ଧାରସେନ ବଂଶ ।୬୬।ଉଭୟ କୁଳ ଗୋତ୍ର ଉଚ୍ଚାରିଲେ ମୁନ୍ୟେଗୋଲକ ବୃକ୍ଷ ଗାନ୍ଧାରୀକି କଲେକ ପ୍ରଦାନେ ।୬୭।ଗାନ୍ଧାରୀର କର ଗୋଲକ ବୃକ୍ଷଡାଳେକୁଶ ବନ୍ଧନ କରନ୍ତି ମୁନି ମନ୍ତ୍ର ବଳେ ।୬୮।ଗାନ୍ଧାରୀ ବୃକ୍ଷ ଯହୁଂ ୟେକ ଯୋଗ ହୋଇଲାସେ ସାହାଡା ବୃକ୍ଷଗୋଟି ତତ୍ କ୍ଷଣାନ୍ତି ମଲା ।୬୯।ଦେଖିଣ ଚକିତ ଯେ ହୋଇଲେ ମୁନିବ୍ୟାସେଗାନ୍ଧାରସେନ ନୃପତି ବସିଲା ବିରସେ ।୭୦।ବ୍ୟାସେ ବୋଇଲେ ତୁ ନ ଭାଳ ନୃପତିସମସ୍ତ ଅରଷ୍ଟି ଏହାର ହୋଇଲା ନିଶାନ୍ତି ।୭୧-୧୩୪୮।