ଅମ୍ୱା ଉପାଖ୍ୟାନ — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଭୀଷ୍ମେ ହାଦେ ପ୍ରଦାନ କରିବ କୁମାରୀ ।୨୨।
ୟେସନକ ବାରତା ଯହୁଂ ପାଇଲା ବାଟରେ
ଶାଲୁ ବାହୁଡିଲା ଯେ ଭୀଷ୍ମଙ୍କର ଡରେ ।୨୩।
ନିଚୟେ ଯେବେ କନ୍ୟା ଭୀଷ୍ମଙ୍କୁ ବରିଲା
ଯୁଗତେ ସେ କନ୍ୟା ଗୁରୁପତ୍ନୀ ହେଲା ।୨୪।
ଶାଲୁ ବାହୁଡ଼ିଲା ଯେ ୟେସନେକ କଥା ଶୁଣି
ବାଟ ଚାହିଂ ସେ ଯେ ପଦ୍ମନାଭ ନୃପମଣି ।୨୫।
ଦିବସ ରାତ୍ର ଯେ ବେନି ଅନକୂଳ ସରିଲା
ରାତ୍ର ହିଂ ପାହିଲା ହୋ ଶାଲୁ ତ ନଇଲା ।୨୬।
ଡଗର ବାରତା କହିଲା ବେଗେଯାଇ
ଭୀଷ୍ମଙ୍କର ଡରେ ସେ ନଇଲା ଗୋସାଇଂ ।୨୭।
ପୁଣି ହିଂ ସେହି ଅନକୂଳ ନାଶ ଗଲା
ଯୁବା ବୟସ ଯେ ଅମ୍ୱା କନ୍ୟାର ହୋଇଲା ।୨୮।
ତୃତୀୟେ ବରିଲା ସେ ନୃପତି ବୀରବାହୁ
ଭୀଷ୍ମଙ୍କର ବରଣ ଶୁଣି ନ ଅଇଲା ସେହୁ ।୨୯।
ଚତୁର୍ଥେଣ ମାନ-ଅରଜୁନକୁ ବରିଲା
ବରପୂର୍ବା ବୋଲି ସେ ବିଭା ହିଂ ନୋହିଲା ।୩୦।
ୟେମନ୍ତେ ଅନେକ ଦେଶ ରାଜା ବରିଲା ନୃପତି
ଭୀଷ୍ମଙ୍କର ଡରେ କେହି ନୋହିଲେ ତାର କତି ।୩୧।
ପଞ୍ଚଦଶ ବରଷ ହୋଇଲା କୁମାରୀ
ଯୁବା ବୟସ ଯହୁଂ ହୋଇଲା ମନୋହାରୀ ।୩୨।
ଯହୁଂ ପ୍ରଦାନ କେହି ନୁହନ୍ତା ହୋଇଲା
ଦୋହିତାକୁ ଘେନି ରାଜା ବାରୁଣାବନ୍ତେ ଗଲା ।୩୩।
ଭୀଷ୍ମଙ୍କର ସନ୍ନିଧ୍ୟେ ଯାଇଂ ମିଳିଲା ନୃପମଣି
ଛାମୁରେଣ ଉଭା ରାୟେ କଲାକ ଦୁଲଣୀ ।୩୪।
ବୋଇଲା ଭୋ ଗାଙ୍ଗେବ ୟେ ଆମ୍ଭର ଅଟଇ କୁମାରୀ
ନ ନାଶିଲୁ ନ ପୋଷିଲୁ ଛାଡ଼ିଲୁ ବରଣ କରି ।୩୫।
କେବଣ ଦ୍ରୋହ କଲା ତୋତେ ୟେ ମୋହୋର ଦୁଲଣୀ
ୟେବେହେଂ ସମ୍ଭାଳ ଅଇଲି ଛାମୁକୁ ତୋହୋର ଘେନି ।୩୬।
ଭୀଷ୍ମେ ବୋଇଲେ ମୁଂ ତୋହୋର ଦୁହିତାକୁ ବରିଲି
ତାହାକୁ ଉପେଖିକି ଆନକୁ ବିଭାହେଲି ।୩୭।
ପିତା ମୋହୋର ନାଶଯିବ ମୋହୋର ପୁତ୍ର ହୋଇଲେ
ଦାରା ସଂଘରିଲି ମୁହିଂ ଶାୟେଂତନୁଙ୍କର ବୋଲେ ।୩୮।
ଯାହାକଇ ପାରୁ ତୁ ପ୍ରଦାନ କର ବାଳୀ
ମୁହିଂ ଉପେକ୍ଷା କଲି ସତ୍ୟ ପ୍ରତିପାଳି ।୩୯।
ପଦ୍ମନାଭ ବୋଇଲେ ଭୋ ଭୀଷ୍ମ ଅନେକ
ଦେଶରୁ ମୁଂ ବରିଲି ଦଣ୍ଡଧରେ
କେହି ପ୍ରଦାନ ନୋହିଲେ ତୋହୋର ଯେ ଡରେ ।୪୦।
ଶାୟେଂତନୁ ପରାଶର ଭୁରିଶ୍ରବାନ୍ତ ବୋଲାଇ
ଜଣେ ଜଣେ ଗୁହାରି କରଇ ସେ ଦୋହିତାକୁ ଦେଖାଇ ।୪୧।
ଯଉବନବନ୍ତୀ ସେ ସୁସଞ୍ଚ କାମେନୀ
ଅମୂଲ୍ୟ ରୂପବନ୍ତୀ ଯେ ତ୍ରୈଲୋକ୍ୟ ମୋହିନୀ ।୪୨।
ଅନେକ ବାଗେ ତିଆରିଲେ ପିତାମହ ଲୋକେ
କାହାରି ବୋଲ ଭୀଷ୍ମ ନ କଲେ ଦୃଢବାକ୍ୟେ ।୪୩।
ସତ୍ୟେଣ ସଂସାର ଅଛଇ ନା ପ୍ରବର୍ତ୍ତି
ସତ୍ୟ ମେଣ୍ଟିଲେ ପ୍ରାଣୀ ହୋଅନ୍ତି ନର୍କଗତି ।୪୪।
ମୁହିଂ ଯେ ବ୍ରତ କଲି ପିତାର ନିମନ୍ତେ
ତୁମ୍ଭେ କିଂପା ଧର୍ମ ମୋହୋର ଭାଞ୍ଜୁଛ ଅନମିତ୍ତେ ।୪୫।
ସବୁଙ୍କରି ବଚନ ଯହୁଂ ଧଂସିଲେ ଗାଙ୍ଗେବ
ଦେଖିଣ ବିରସ ଯେ ହୋଇଲେପଦ୍ମନାଭ ।୪୬।
ପଦ୍ମନାଭ ବୋଇଲା ଯେ ଦୁହିତାକୁ ରାଇ
ତୁ ଆବର ମୋର ପୁରେ କରିବୁ କିସ ଯାଇ ।୪୭।
ଭୀଷ୍ମଙ୍କୁ ସେବା ଗୋ କରିଥାଅ ଅନୁବ୍ରତେ
ପୋଷିଲେ ପୋଷୁ ଅବା ନାଶିଲେ ନାଶୁ ତୋତେ ।୪୮।
ସେବା କରୁଥିଲେ କରଇ ଅବା ଦୟା
ବିଚାରିଣ ଖଟି ଗୋ ଥାଅ ମହାମାୟା ।୪୯।
ଅମ୍ୱା କନ୍ୟାକୁ ସେ ଛାଡିଣ ନରନାଥ
ଚଳିଲେ ନିଜ ରାଜ୍ୟେ ରାଜା ବିମୋହିତ ଚିତ୍ତ ।୫୦।
ରାଜାର ନନ୍ଦନୀ ଯେ ନବଯଉବନୀ
ଭୀଷ୍ମଙ୍କର ନବରେ ଖଟଇ ସେ ଦିବା ଯେ ରୟେଣୀ ।୫୧।
ଭୀଷ୍ମେ କୋପ କଲେ ଦେଖିଣ ସେ ନାରୀ
ବୋଇଲେ ୟେ ପାମେରୀ କି ନିଅ ବାଳ ଧରି ।୫୨।
କୋପେଣ ବାହାର କଲେ ପାତ୍ର ଅମନାତ୍ୟେ
ଦେଖିଣ ସୁନ୍ଦରୀ ଯେ ବିମୋହିତ ଚିତ୍ତେ ।୫୩।
ବୋଲଇ ସୁନ୍ଦରୀ ଶୁଣ ହୋ ଗାଙ୍ଗେବ
ମୋତେ ନାଶ କଲେ କିସ ଧର୍ମ ତ ହୋଇବ ।୫୪।
ୟେହା ଶୁଣି ବୋଇଲେ ଯେ ଶାୟେଂତନୁର ଶିଷି
ତୋତେ ଦେଖିଲେ ମୁହିଂ ମନରେ ବଡ଼ ତ୍ରାସୀ ।୫୫।
ବହୁତ ଭୟ ମୋତେ ଲାଗଇ ତୋତେଦେଖି
ପଳାଇଣ ଯାଅ ତୁ ମୋହୋର ରାଜ୍ୟକୁ ଉପେକ୍ଷି ।୫୬।
ଅମ୍ୱା କନ୍ୟା ବୋଇଲା ଆର କାହିଂକି ମୁଂଯିବି
ମୋହୋରେଣ ଅବଶ୍ୟ ତୁ ହୋଇବୁ ପରାଭବି ।୫୭।
ଅମ୍ୱା କନ୍ୟାବୋଇଲା ମୁଂ ଯାଉଅଛି କି ନା
ଯହିଂ ତହିଂ ମଲେ ମୁଂ ହତ୍ୟା ତୋତେ ସିନା ।୫୮।
ଅନେକ ଭର୍ତ୍ସନା ଯହୁଂ ବୋଇଲା ଭୀଷ୍ମଙ୍କର ଆଗେ
ତୋତେ ନାଶିବି ବୋଲି ମୁଂ ଝାସିବି ପ୍ରୟାଗେ ।୫୯-୭୦୫।
ଅମ୍ୱା ଚରିତ
ୟେତେକ ବୋଲିଣ ସେ ଆସଇ ସୁନ୍ଦରୀପ୍ରଶୁରାମଙ୍କ ଆଗେ କାନ୍ଦି କଲାକ ଗୁହାରୀ ।୧।ଗଙ୍ଗା କୂଳେ ବସିଣ ଯେ କାନ୍ଦି ଯୁବତୀପ୍ରଶୁରାମେ ପଚାରିଲେ ଆୟି ତୁ ଅଇଲୁ କାହାର କତି ।୨।ୟେ ତୋହୋର ରୂପ ଗୁଣ ଦେବେ ଅଗୋଚରତୋତେ ଉପେକ୍ଷା କଲା ଗୋ କେବଣ ପାମର ।୩।ଅମ୍ୱା କନ୍ୟା ବୋଇଲା ଗୋସାଇଂ ମୁହିଂ ବଡ଼ ଦୁଖୀମୁହିଂ ଯେ ଶରଣ ମାଗଇ ମହତ ଜନଦେଖି ।୪।ପ୍ରଶୁରାମ ବୋଇଲେ ଗୋ ଯେ ତୋହୋର ଇଚ୍ଛାସତ୍ୟ କଲୁ ଆମ୍ଭେ ତୋର ପୂରୋଇବୁ ମନବାଞ୍ଛା ।୫।ୟେ ଆମ୍ଭର ସତ୍ୟ ସତ୍ୟ ତ୍ରିବାର ହିଂ ସତ୍ୟିୟେହି କ୍ଷଣି ଦେବୁଁ ବର ମାଗରେ ଯୁବତୀ ।୬।ଅମ୍ୱା କନ୍ୟା ବୋଇଲା ମୋତେ ଦେବ ପ୍ରସନ୍ନ ହୋଇବାଆନେ କାର୍ଯ୍ୟ ନାହିଂ ମୋତେ ସ୍ୱାମୀ ଦାନ ଦେବା ।୭।ମାଗରେ ସୁନ୍ଦରୀ ଯାହାକୁ ତୋର ଇଚ୍ଛାତିନିଲୋକରେ ଦେବୁଂ ଯାହାକୁ କରୁ ବାଞ୍ଛା ।୮।ଅମ୍ୱା କନ୍ୟା ଯେ ବୋଇଲା ତୁମ୍ଭେ ଶୁଣସି ମହାଯତିବରିଣ ପ୍ରଦାନ ମୋତେ ନୋହିଲା ଭୀଷ୍ମ ମହାରଥୀ ।୯।ମୁହିଂ ଯେ ଅମ୍ୱା କନ୍ୟା ପଦ୍ମନାଭର କୁମାରୀମୁଂ ତାହାକଇଂ ଦାନ ମାଗଇ ମୋତେ ଦେବା ତପଚାରୀ ।୧୦।ପ୍ରଶୁରାମ ବୋଇଲେ ନୀଳରାମ ରଘୁରାମଙ୍କୁ ରାଇଭୀଷ୍ମକୁ ସମର୍ପଣ କରି ଆସ ୟେହାକଇଂ ତୁମ୍ଭେ ନେଇ ।୧୧।ସ୍ୱାମୀର ଆଗ୍ୟାଂ ସେ କରି ନିବେଶିତ ଶିରକନ୍ୟା ଘେନିଗଲେ ନୀଳରାମ ରଘୁରାମ ବାରୁଣାବନ୍ତ ପୁର ।୧୨।ଆହୋ ଭୀଷ୍ମେ ତୋତେ ପ୍ରଶୁରାମଙ୍କରଆଗ୍ୟାଂ ହୋଇଲାକ ବାବୁଅମ୍ୱେ କନ୍ୟାକୁ ତୁ ପ୍ରଦାନ ହୋଇବୁ ।୧୩।ଭୀଷ୍ମେ ବୋଇଲେ ରଘୁରାମଙ୍କ ମୁଖ ଚାହିଁତୁମ୍ଭର ଡରାଣେ କି ବିଭା ହୋଇବଇ ମୁହିଂ ।୧୪।ମୋହୋର ଭୟକି ତୁମ୍ଭର ପ୍ରଶୁରାମଙ୍କୁକିପାଇଂ ପ୍ରଦାନ ହୋଇବି ମୁଂ ଅମ୍ୱା କନ୍ୟାକୁ ।୧୫।ନୀଳରାମ ବୋଇଲେ ପ୍ରଶୁରାମଙ୍କ ଆଗ୍ୟାଂ ମେଣ୍ଟୁଅବଶ୍ୟ ତୋହୋର ଶିର ଚ୍ଛେଦ ହୋଇବ କଣ୍ଠତଟୁ ।୧୬।ପ୍ରଶୁରାମ ଆଗେ କହିବି ମୁଂ ଯାଇଂନିଚୟେ ମରିବୁ ରେ ଦୁଷ୍ଟ ମତି ପାଇଂ ।୧୭।କୋପରେ ଭୀଷ୍ମ ବୋଇଲେ ନୀଳରାମକଇଂପ୍ରଶୁରାମ ଆଗେ ତୋର କହୁ କିନା ଯାଇ ।୧୮।ନୀଳରାମ ରଘୁରାମ ଯେ ଗଲେକ ବାହୁଡ଼ିଅମ୍ୱା କନ୍ୟା ହିଂ ପଛେ ଗୋଡ଼ାଇଛି କାନ୍ଦି କରି ।୧୯।ପ୍ରଶୁରାମେ ବିଜେ କରିଅଛନ୍ତି ତ୍ରିପୁରା ପର୍ବତେରଘୁରାମ ନୀଳରାମ ପ୍ରବେଶ ହୋଇଲେ ବେନି ଭ୍ରାତେ ।୨୦।ପ୍ରଣପତ୍ୟ ହୋଇଣ ନୀଳରାମ ଯେ ବୋଇଲାସ୍ୱାମୀ ଭୀଷ୍ମ ଆମ୍ଭଙ୍କୁ ଯେ ଅନେକ କୋପ କଲା ।୨୧।ବୋଇଲା ଆସୁକିନା ବାବୁ ତୋହୋର ପ୍ରଶୁରାମକେତେମାନେ ପାରୁ ସେହୁ ଆସିକରୁ ଯେ ସାଂଗ୍ରାମ ।୨୨।ଅମ୍ୱା କନ୍ୟା କାନ୍ଦଇ ଯେ ବଡ଼ଇ ବଇକୁଲେପ୍ରଶୁରାମ ମହାକୋପ କଲେ ଆଗ୍ୟାଂ ଯେ ମେଣ୍ଟିଲେ ।୨୩।ଧାମଇଂ କୋପେଣ ଯେ ପ୍ରଶୁଧର ନାଥପଛେଣ ଗୋଡ଼ାବନ୍ତି ନୀଳ ରଘୁ ହଳୀରାମ ତିନି ଭ୍ରାଥ ।୨୪।ମାନିନୀ ଅବସ୍ଥା ଯେ ହୋଇଣ ଅମ୍ୱା ଯୁବତୀସେହି ଗୋଡ଼ାଇ ଅଛି ତାହାଙ୍କର ପଛକତି ।୨୫।କାଳାନଳ ମୂର୍ତ୍ତି ହୋଇ ମହାବୀର ପ୍ରଶୁରାମରାଗେ ପ୍ରବେଶ ହୋଇଲେ ଯାଇଂ ଭୀଷ୍ମଙ୍କର ଆସ୍ଥାନ ।୨୬।ପ୍ରଶୁରାମଙ୍କର କୋପ ଦେଖିଣ ଯେ ଭୀଷ୍ମ ମହାରଥୀରାଗେଣ ନ ଗଲେ ସେ ପ୍ରଶୁରାମଙ୍କରକତି ।୨୭।କୋପେଣ ପ୍ରଶୁରାମ ଯେ ବୋଲନ୍ତି ଉତ୍ତରଆରେ ମୋହୋର ଆଗ୍ୟାଂ ଭ୍ରଷ୍ଟକ ଲୁକେବଣ ଦର୍ପ ଯେ ତୋହୋର ।୨୮।ଆମ୍ଭର ଜାଣନ୍ତେ ତୁ ଯେ ବରିଲୁ ୟେହାକୁବରିଣ ବିଭା ନୋହିଲୁ ତୁ ରେ ୟେ ଅମ୍ୱା କନ୍ୟାକୁ ।୨୯।ପାରେଶ୍ୱରେ ବୋଇଲେ ବାବୁ ଶୁଣ ତୁ ରେ ଭୀଷ୍ମତୋତେ କୋପ କରିଣ ଅଛନ୍ତି ପ୍ରଶୁରାମ ।୩୦।ବଡ଼ାଇ ଦୁଷ୍ଟ କାଳାନ୍ତକୟେ ମହାବିକ୍ରମଯୁଗାନ୍ତେକ ନାଥ ୟେ ଅଟଇ ଦୁତିଯମ ।୩୧।ବାବୁ ଜମଦଗ୍ନିଙ୍କର ଯହୁଂ ବିଷାଦ ଦେଖିଲାତିନି ଭାଇ ମାତାଙ୍କର ଶିର ଚ୍ଛେଦି ପକାଇଲା ।୩୨।ଅଣଦୟା ପୁରୁଷ ଅଣ ଯେ ଉପ୍ରୋଧୀଅଭୟେ ଅବୟେ ୟେ ତ୍ରୈଲୋକେ ମହାଯୋଧୀ ।୩୩।ୟେହାର କୋପ କଲେ ବାବୁ କେହି ତ ନବର୍ତ୍ତିୟେକୋଇଶ ବାର ନିକ୍ଷତ୍ରୀ କଲାକ ୟେହୁ ପୃଥୀ ।୩୪।ସତ୍ୟଯୁଗ ଭୋଗ କଲା ୟେ କ୍ଷତ୍ରି ବୃତ୍ତ ପଣେଅନେକ ଉପାୟେ ବିଦ୍ୟା ରଞ୍ଚିଲା ୟେ ଆପଣେ ଆପଣେ ।୩୫।ୟେହାଙ୍କର ତୁଲେ ବାବୁ ତୁ ନୋହସି ବିବାଦୀକଟାକ୍ଷ ନୟନେ ଚାହିଂଲେ ଯେ ହୋଇବୁ ଶିର ଚ୍ଛେଦୀ ।୩୬।ଆମ୍ଭର ଶପତ ବାବୁ ନାସ୍ତିତୁ ନ କରଅମ୍ୱେ କନ୍ୟାକୁ ପ୍ରଦାନ ହୋଅ ଆମ୍ଭର ବୋଲ କର ।୩୭।ଭୀଷ୍ମେ ବୋଇଲେ ମୁଂ କେମନ୍ତେ ପ୍ରଦାନ ହୋଇବିଭାରିଯାର ନିମନ୍ତେ କେମନ୍ତେ ମୁଂ ପିତାଙ୍କୁ ନାଶ ଯେ କରିବି ।୩୮।ପାରେଶ୍ୱର ବୋଇଲେ ବାବୁ ତାହାକୁ ପ୍ରଦାନ ହୋଇଶୃଙ୍ଗାର ବଞ୍ଚାଇ ପଛେ ତାକୁ ଅପବାଦ ବାକ୍ୟ ଦେଇ ।୩୯।ଭୀଷ୍ମ ବୋଇଲେ ତୁମ୍ଭେ ଶୁଣ ପିତୃଗଣେମୁହିଂ ଶୁଣିଲି ଯେ ଅଗସ୍ତିଙ୍କର ପୁରାଣେ ।୪୦।ତିରିଶ ଦିବସେ ଅଶୁଦ୍ଧ ହୋଅନ୍ତି କାମ ନାରୀପ୍ରଥମ ଦିନ ଛୁଇଂଲେ ଚାଣ୍ଡାଳ ଛୁଇଂଲା ଦୋଷ ସରି ।୪୧।ଯେତେବସ୍ତ୍ରେ ଛୁଇଂ ତେତେ ବସ୍ତ୍ରେ ସ୍ନାହାନ ଯେ କରିସେ ଦିନେ ଉପବାସ କଲେ ସେ ଦିନର ପାପହରି ।୪୨।ଦୁତୀୟ ଦିବସେ ଛୁଇଂଲେ ରଜବତୀ ନାରୀପ୍ରତକ୍ଷେ ହୋଅନ୍ତି ବ୍ରହ୍ମହତ୍ୟା ଦୋଷ ସରି ।୪୩।ତୃତୀୟ ଦିବସେ ଯେ ସେ ସ୍ତୀରୀକୁ ଛୁଅନ୍ତିପୂଜା ଲିଙ୍ଗ ଭାଙ୍ଗିଲେ ପାଇ ଯେବଣ ଅଗତି ।୪୪।ଚତୁର୍ଥ ଦିବସେ ଯେ ହୋଅନ୍ତି ସ୍ତିରୀଙ୍କର ପାଶଗୋହତ୍ୟା ବ୍ରହ୍ମହତ୍ୟା ମାତୃହରଣ ହିଂ ଦୋଷ ।୪୫।ଶୁଦ୍ଧ ସ୍ନାହାନ କରିବ ପଞ୍ଚମ ଦିବସେସେ ଦିନ ପୁରୁଷ ଯିବ ତାହାଙ୍କର ପାଶେ ।୪୬।ନାନା ଧର୍ମ ଇଚ୍ଛି ପିତୃ କାର୍ଯ୍ୟ ଆଦି କରିସମସ୍ତ ତେଜ୍ୟା କରି ତାହାରେ ହୋଇବ ବ୍ରତଚାରୀ ।୪୭।ପଞ୍ଚମ ଦିନୁଂ ସପତମ ଦିନ ପରିଯନ୍ତେଯେବଣ ପୁରୁଷ ଉପେକ୍ଷା କରନ୍ତି ନାନା ବ୍ରତ କର୍ମ ଅର୍ଥେ ।୪୮।ସେ ବହିଲା ଶ୍ରୋଣିତ ଆହାର କରନ୍ତି ତାହାର ପିତୃଲୋକେ ।ୟେସନେକ ଅଛି ଶାହାସ୍ର ଧର୍ମ ବାକ୍ୟେ ।୪୯।ଭୀଷ୍ମେ ବୋଇଲେ ବିଭା ହୋଇଣ କେମନ୍ତେ ଶୃଙ୍ଗାର ନଇଚ୍ଛିବିମୋହୋର ପୁତ୍ର ହୋଇଲେ ତୁମ୍ଭନ୍ତ ନାଶ ଯେ କରିବି ।୫୦।ୟେସନେକ ବଚନ ଯହୁଂ ବୋଇଲେ ଗାଙ୍ଗବେଶୁଣିଣ ତୁଷ୍ଟ ହୋଇଲେ ପାରେଶ୍ୱର ଦେବେ ।୫୧।ପ୍ରଶୁରାମ-କଇକୋପେ ବୋଇଲେ ଭୀଷ୍ମ ମହାରଥୀଆହୋ ପ୍ରଶୁରାମ ମୋହୋର ତୋତେ କିସ ଭୀତି ।୫୨।ପଳା ଯା ମିଛେ ୟେଥେଂ ନ ଦେଖା ବଡ଼ ପଣସହୋଦ୍ରେ କଳଙ୍କ ନ କରାଅସି ଅକାରଣ ।୫୩।ତୁ ମୋହୋର ସହୋଦ୍ର ଅଟୁ ହୋ ଯଥାଅର୍ଥୟେହି ଛାର ପାଇଂ କିମ୍ପା ମରିବୁ ଦେବ ଭ୍ରାଥ ।୫୪।କିଞ୍ଚିତ ଦୋଷେଣ ହାଦେ ବଡ଼ପଣ ନ ନାଶିଶ୍ରିକାଳ ଯୁଦ୍ଧେ ସିଂହ ହୁଅଇଟି ଧଂସି ।୫୫।ଭୀଷ୍ମଙ୍କର ମୁଖୁଂ କଟୁ ବଚନ ଯେ ଶୁଣିକୋପେଣ ଧାଇଂଲା ସେ ବୀର ପର୍ଶୁଧର ପାଣି ।୫୬।ଯହୁଂ କୋପେଣ ଧାଇଂଲେ ସେ ଜମଦଗ୍ନିର ବଳାମାଇଲେ ଭୀଷ୍ମଙ୍କୁ ସେ କୋପେଣ ଅନଗଳା ।୫୭।ଭୀଷ୍ମଙ୍କୁ ପ୍ରଶୁରାମ ଯେ ଧଇଲେ ଆକର୍ଷିଭୀଷ୍ମଙ୍କୁ ତଳେ ପାଡ଼ି ହୃଦେ ମାଡ଼ିବସି ।୫୮।ମୁଣ୍ଡ ମୋଡ଼ି ଭୀଷ୍ମଙ୍କର ଲୋଡ଼ନ୍ତି ପର୍ଶୁଧରଧାତିକାରେ ଲେଉଟାଇଲେ ଗଙ୍ଗାର କୁମର ।୫୯।ପ୍ରଶୁରାମଙ୍କୁ ତଳେ ପାଡ଼ି ମାଡ଼ିବସିଲେ ହୃଦଗତେବାମ କରେ ଚାପିଣ ପ୍ରହାର କଲେ ମୁଥେ ।୬୦।ଭୀଷ୍ମଙ୍କର ମୁଥ ପଡିଲା ଯେ ବଜ୍ରଘାତ ଜାଣିପ୍ରଶୁରାମଙ୍କର ନାସିକା ବାଟେ ବହିଲାକ ଶ୍ରୋଣି ।୬୧।ଦେଖିଣ ଧାଇଂ ପଡ଼ିଲେ ଶାୟେଂତନୁଭୀଷ୍ମଙ୍କର ଭୁଜ ଧଇଲେ ଯୁଗମନୁ ।୬୨।ରହ ରହ ବାବୁ ରେ ଭୀଷ୍ମ ମହାରଥୀସୋଦରେ ସୋଦରେ କିମ୍ପା ହେଉଛ ନାଶ ଗତି ।୬୩।ଶାୟେଂତନୁ ପାରେଶ୍ୱର ରୁହାଇଲେ ସାଂଗ୍ରାମଲାଜ ପାଇ ତହୁଂ ଗଲେକ ପ୍ରଶୁରାମ ।୬୪।ଅମ୍ୱା କନ୍ୟା ତହୁଂ ପ୍ରାଗ ତୀର୍ଥକଇଂ ଗଲାତ୍ରିବେଣୀରେ ସ୍ନାହାନ କରି ସେ ମାଧବ ପୂଜିଲା ।୬୫।ଭୋ ମାଧବ ମୋତେ ତୁହି ହୋଇଥାଅ ସାକ୍ଷୀଭୀଷ୍ମଙ୍କର ପ୍ରମାଦେ ଯେ ମୁଂ ହୋଇଲି ନିରିମାଖୀ ।୬୬।ଭୀଷ୍ମଙ୍କର ଉପରେ ହତ୍ୟା ହୋଉ ଯେ ମୋହୋରମାଧବସାକ୍ଷୀ କରି ଝାସିଲା ପ୍ରୟାଗର ।୬୭।ମୁହିଂ ସ୍ତିରୀ ମାତର ନୁହଇ ନା ଯୋଧିଜନ୍ମେ ଜନ୍ମେ ଭୀଷ୍ମକଇଂ ମୁହିଂ କରିବଇ ସାଧି ।୬୮।ୟେ ମୋହୋର ରୂପଗୁଣ ଲକ୍ଷଣ ଦେଖନ୍ତେଭୀଷ୍ମ ଶହସ୍ର ଛାଡ଼ିବ ସଂଗ୍ରାମେ ଯୁଗତେ ।୬୯।ତ୍ରିଶୂଳୀରେ ପଶି ଯେ ଲଗାଇଲା ବହନିଲଗାଇଲା ମାତ୍ରକେ ଯେ ଜଳିଲା ତତକ୍ଷଣି ।୭୦।ଅପୁତ୍ରକ ହୋଇ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ମୃତ୍ୟୁବଦୟନ୍ତି ଅଗସ୍ତି ଶୁଣ ଯୋଗେଶ୍ୱରୟେସନେକ ଚରିତ ହାଦେ ଯେ ହୋଇଲା ଭୀଷ୍ମଙ୍କର ।୧।ଭୀଷ୍ମ ଦାର ସଂଘରିଲେ ପିତାର ନିମନ୍ତେଗଙ୍ଗାର ଶାପୁଂ ଅପୁତ୍ରିକ ହୋଇଲେ ଆବର ବେନିଭ୍ରାଥେ ।୨।ୟେମନ୍ତେଣ ରାଜ୍ୟ କରନ୍ତି ବେନିଭାଇଅନେକ ଯାଗ ଯଗ୍ୟଂ କରନ୍ତି ସନ୍ତତି ଅର୍ଥ ପାଇଂ ।୩।ଗଙ୍ଗାର ଶାପକେ ଆନ କରି ପାରିଅନେକ ବାଗେଣ ଯେ ପୁତ୍ର ନୋହିଲା ତାହାଙ୍କରି ।୪।ଅପୁତ୍ରିକ ହୋଇ ରାଜ୍ୟ କଲେ ତିନିଭ୍ରାଥେପଞ୍ଚୁକଟକେ ରାଜ୍ୟକଲେ ନବ ସହସ୍ର ବରଷ ପରିଯନ୍ତେ ।୫।ମହାକ୍ଷତ୍ରୀ ପଣେ ଅନେକ ରାଜ୍ୟ ସାଧିଚିତ୍ରବିଚିତ୍ରଙ୍କୁ ହୋଇଲା ଗଳିତ କୋଷ୍ଠ ବ୍ୟାଧି ।୬।ଅନେକ ବେଦ ବୈଦ୍ୟେ କରି ଉତୁରି ନୋହିଲାନାନା ମଉଷଧି କିଛିହିଂ ନ କାଟିଲା ।୭।ୟେହି ରୋଗେଣ ନାଶ ଗଲାକ ଚିତ୍ରବୀର୍ଯ୍ୟବଞ୍ଚିତେ ନୁଆରିଣ ସେ ହୋଇଲେ ପ୍ରାଣ ତ୍ୟାଜ ।୮।ସମୟକେ ବିଚିତ୍ରବୀର୍ଯ୍ୟ ପ୍ରୟାଗେଣ ଗଲେଅପୁତ୍ରିକ ଦୋଷେ ସେ ତ୍ରିବେଣୀ ସଙ୍ଗମେ ଝାସ ଦେଲେ ।୯।ଚିତ୍ରବିଚିତ୍ରବୀର୍ଯ୍ୟ ନାଶ ଗଲେ ଅପୁତ୍ରିକ ହୋଇଭୀଷ୍ମେ ଦାରା ସଂଘରିଲେ ପୁତ୍ର ଜାତ ନାହିଂ ।୧୦।ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣାହତପାଟ ହୋଇଲା ନାହିଂ ନା ଧାରଣା ।୧୧।ଭୀଷ୍ମେଦିଗ ବିଜେ କରି ଶତ୍ରୁଙ୍କୁ ବିନାଶିପଞ୍ଚୁରାଜ୍ୟ ସମ୍ଭାଳିଲେ ଅଇରି ଦର୍ପଧଂସି ।୧୨।ପାରେଶ୍ୱର ପଚାରିଲେ ଶାୟେଂତନୁଙ୍କୁ ରାଇୟେଡେ ବଡ଼ ବଂଶ ବୁଡ଼ିଲା ଗଙ୍ଗାର ଶାପ୍ୟ ପାଇ ।୧୩-୭୮୮।ବ୍ୟାସଙ୍କ ଦ୍ୱାରା ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁରଙ୍କ ଜନ୍ମପାରେଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ସତ୍ୟବତିଅମ୍ୱିକା ଅମ୍ୱାଳିକା ତିଆର ଦୁହିନ୍ତି ।୧।ବଂଶେଣ ପୁତ୍ର ଗୋ ଉପୁଜେ ଯେମନ୍ତେବଧୂନ୍ତ ପଠିଆଅ ବ୍ୟାସଙ୍କ ସମେତେ ।୨।ବ୍ୟାସଋଷି କରନ୍ତୁ ବଧୂନ୍ତ ରମଣସନ୍ତାନ ଉପୁଜିବ ବଂଶକୁ ହୋଇବ କାରଣ ।୩।ସତ୍ୟବତୀ ବୋଇଲେ ସ୍ୱାମି ହୋଅଇ କି ୟେମନ୍ତଦେଢଶୁର ଭାଇବୋହୂ ଅଗ୍ରାହ୍ୟ ଅତିଅନ୍ତ ।୪।ୟେତେକ ବିଚାରି ଚଳିଲେ ସତ୍ୟବତୀଅମ୍ୱିକା ଭୁବନେ ଯାଇଂ ବିଜୟେ ମହାସତୀ ।୫।ଦେଖିଣ ପୂଜାବିଧି କଲେକ ଯୋଗେଶ୍ୱରୀଗୁରୁପତ୍ନୀଙ୍କ ପାଦେ ପ୍ରଳମ୍ୱିତ କରି ।୬।ଶରୀର ଆଶ୍ୱସନା କଲେକ ସତ୍ୟବତୀବଇକୁଲ୍ୟ ହୋଇଂ ଭାଷନ୍ତି ଉକତି ।୭।ୟେଡ଼େ ବଡ଼ ବଂଶ ନାଶଗଲାକ ଅନମିତ୍ତେଭସ୍ମଗଲାର ଗୋ ପୁଣ ଅଙ୍କୁରଇ କେମନ୍ତେ ।୮।ସନ୍ତାନ ଜାତକୁ ଅଛଇଟିକି ବୁଦ୍ଧିକେମନ୍ତେ ଉପାୟେ ଗୋ କରିବା କାର୍ଯ୍ୟସିଦ୍ଧି ।୯।କରପତ୍ର ଯୋଡିଣ ଯେ ଅମ୍ୱିକା ବୋଇଲାସମସ୍ତେ ତ ଦେଖିଲେ ମୋହୋର ସତୀପଣେ ଦିନଗଲା ।୧୦।ସତ୍ୟବତୀ ବୋଇଲେ ଗୋ ମୋତେ ନ ବୋଲ ନିକି ୟେହାବଂଶ ଜାତ କରିବା ଗୋ ଛାଡ଼ ଧର୍ମରାହା ।୧୧।ଅମ୍ୱିକା ବୋଇଲେ ଗୋ କରିବୁ ତୁମ୍ଭର ବୋଲଆମ୍ଭେ ସତ୍ୟବ୍ରତ ଛାଡିବୁ ପୁରୁଷ କାହା କର ।୧୨।ଭୀଷ୍ମଙ୍କୁ ବୋଲ ଯା ଆସନ୍ତୁ ଆମ୍ଭର ଯେ ତହିଂଭୀଷ୍ମରେ ବଂଶ ରକ୍ଷା କରି ଆନରେ କାର୍ଯ୍ୟ ନାହିଂ ।୧୩।ବଧୂଙ୍କର ବଚନେ ଚଳିଲେ ସତ୍ୟବତୀୟେକାନ୍ତେ ବସାଇ କହିଲେ ଭୀଷ୍ମ ମହାରଥୀ ।୧୪।ବାବୁ ତୋହୋର ସତ୍ୟବଚନ ଯେ ନୋହିବାକ ଆନଆରେ ବଂଶ ଯେ ବୁଡ଼ାଇଲ କେବଣ ବିଧାନ ।୧୫।ବାବୁ ଅମ୍ୱିକା ଅମ୍ୱାଳିକା ତୁଲେ କର ତୁ ରମଣପୁତ୍ର ଉପୁଜାଅ ବଂଶ କର ଉଦ୍ଧାରଣ ।୧୬।ବଦୟନ୍ତି ଗାଙ୍ଗବେ ତୁ ଶୁଣ ଅନାଦି ମାହେଶ୍ୱରିତୁ ପରମଗୁରୁ ତୋହୋର କୋପକଇଁ ଡରି ।୧୭।ମୁଂ ଯେ ଦାରା ସଂଘରିଲି ପିତାର ନିମନ୍ତେସତ୍ୟ କଲାର କୃତ ମୁଂ ଗୋ ଲଙ୍ଗିବି କେମନ୍ତେ ।୧୮।ମାତାର ବଚନ ଯହୁଂ ନ କଲେ ହାଦେ ଭୀଷ୍ମେସତ୍ୟବତୀ ଉଠିଗଲେ ହୋଇଣ ବଡ଼ ବିସ୍ମେ ।୧୯।ଅନେକ ବିଚାରି ତହୁଂ ସତ୍ୟବତୀ ଗଲେ ଉଠିଯମୁନା ନଦୀ କୂଳେ ବ୍ୟାସଙ୍କୁ ଯାଇଂ ଭେଟି ।୨୦।ବ୍ୟାସେ ପ୍ରଣପତ୍ୟ ହୋଇଲେ ମାତା ସତ୍ୟବତୀକିଭୋ ମାତା ତୁମ୍ଭେ ଗୋ ବିଜେ କରିଥିଲ କାହିଂକି ।୨୧।ବସିଲେ ମାହେଶ୍ୱରୀ ଭାଣ୍ଡୀର ବଟ ତଳେବେନି ଲୋଚନରୁ ଯେ ବହଇ ଅଶ୍ରୁଜଳେ ।୨୨।ମା ଗୋ ଧଇର୍ଯ୍ୟ ହୋଇଣ ଥିର କରି କହକେବଣ ସନ୍ଧି ଗୋ ଲାଗିଲା ସନ୍ଦେହ ।୨୩।କ୍ରୋଧ ଶାନ୍ତି କରି କହନ୍ତି ଦାସ ରାଜାର କୁମାରୀବାବୁ ତୁ ମୋହୋର ପୁତ୍ର ପଣ୍ଡିତ ତପୀ ବ୍ରହ୍ମଚାରୀ ।୨୪।ବାବୁ ଚିତ୍ରବିଚିତ୍ରବୀର୍ଯ୍ୟ ଅପୁତ୍ରିକ ହୋଇ ମଲେଶାୟେଂତନୁ ନିମନ୍ତେ ଭୀଷ୍ମେ ଦାରା ସଂଘରିଲେ ।୨୫।ତୁମ୍ଭର କାଳକୁ ୟେବେ ନାଶ ଗଲା ସୋମବଂଶକେହି ବିଚାର ନକଲ ୟେଥିର ଅର୍ଥ କିସ ।୨୬।ବାବୁ କେବଣ ବାଗେ ବଂଶ ହୋଇବାକ ରକ୍ଷାସଂସାର ଜନଙ୍କର ବାବୁ ତୁ ପୂରାଅ ମନବାଞ୍ଛା ।୨୭।ବାବୁ ଦୁତୀ ନାରାୟଣ ବୋଲି ତୋତେ ବଦନ୍ତି ସୟଳେଅନାଦି ଗର୍ଭେ ତୁ ଯେ ପଶୁ ସର୍ବକାଳେ ।୨୮।ଯାବତ କାଳକୁ ବାବୁ ୟେ କଥା ରହିଲାବ୍ୟାସ ପ୍ରାୟେ ମହଋଷି ଥାଉଂ ବଂଶ ନାଶଗଲା ।୨୯।ଅନାଦି ପୁରୁଷ ତୁ ଅଣାକାର ଚେତାତୁ ତ ନକଲୁ ବାବୁ ଗୋତ୍ର ବର୍ଗ ଚିନ୍ତା ।୩୦।ବ୍ୟାସ ବୋଇଲେ ମା ଗୋ ଶୁଣ ଆଦିନାରୀକେବଣ ବୁଦ୍ଧିରେ ୟେବେ ପାରିବା ଗୋ ବଂଶକୁ ଉଦ୍ଧାରି ।୩୧।ପାଟେଣ ପୁତ୍ର ଯେବେ ହୋଇବ ସନ୍ତତିତେବେ ସେ ବଂଶକୁ ହୋଇବ ନା ମହାକ୍ଷତ୍ରୀ ।୩୨।ଯଗ୍ୟଂ କରିବା ଯେବେ ସନ୍ତତି ନିମନ୍ତେସତ୍ୟବତୀ ବୋଇଲେ ହୋଇବ କାଳ କେତେ ।୩୩।ବାବୁ ୟେକା ବଂଶକେ ହତ ଜମ୍ୱୋଦୀପ ଆଦି କରି ସାତ ବଂଶପାଟଭୀଷ୍ମଙ୍କର ଭୟେ ସେ ନିବର୍ତ୍ତି ଅଛି ପରଥାଟ ।୩୪।ବାବୁ ୟେହି ଦ୍ୱାଦଶ ଦିବସରେ ଯେବେ ହୋଇବ କୁମରତେବେ ସେ ରାଜ୍ୟ ରକ୍ଷା ହୋଇବ ବିଚାରି କାର୍ଯ୍ୟକର ।୩୫।ସଂକହନ୍ତି ଧାର୍ମିକ ମା ଗୋ କହ କେବଣ ବୁଦ୍ଧିଶୀଘ୍ରେଣ କେବଣ ମତେ ହୋଇବ କାର୍ଯ୍ୟସିଦ୍ଧି ।୩୬।ସତ୍ୟବତୀ ବୋଇଲେ ବାବୁ ଅଛିନି କଥାୟେତୁ ମୋହୋର ନନ୍ଦନରେ ମୁଂ ତୋହୋରମାୟେ ।୩୭।ତୁ ଇହ କୁଳକୁ ବାବୁରେ ଉପେକ୍ଷା କର ଲାଜସମସ୍ତ ଧର୍ମ ଛାଡ଼ି ଘେନିବା ପୁତ୍ର କାର୍ଯ୍ୟ ।୩୮।କଥାୟେ କହିବି ବାବୁ ଯଦି ନ କରିବୁ ନାସ୍ତିମୋହୋର ଶପତଟି ତୋତେ, ବଦନ୍ତି ସତ୍ୟବତୀ ।୩୯।ସେ ଯେ ପରମ ପଣ୍ଡିତ ବଦୟନ୍ତି ମହାତମାଗୁରୁବଚନ ମେଣ୍ଟି ନାଶଗଲା ସନକ ନାମେ ବ୍ରହ୍ମା ।୪୦।ମାତା ପିତା ବଚନ ଯେ ପୁତ୍ରକୁ ନିରାଧାରୟେହା ଚିହ୍ନିଲେ ପିଣ୍ଡ ପ୍ରାଣ ୟେକଇ ଶରୀର ।୪୧।ସବ୍ୟେ ଅସବ୍ୟେଣ ଗୁରୁ ବୋଇଲା ଯେବଣ ବାଣୀୟେହା ବଞ୍ଚିଲେ ନାଶ ଗଲାଟି ମତ୍ତପ୍ରାଣୀ ।୪୨।ଯେହେହ୍ନେକ ଆଗ୍ୟାଂ ମୋତେ ଦେବାକ ହୋଉ ବେଗିସତ୍ୟବତୀ ପ୍ରତିବାଚ ତୁହି ସେ ମୋହୋର ପରମଯୋଗୀ ।୪୩।ବାବୁ ଆମ୍ଭର ବଧୂ ଯେ ଅମ୍ୱିକା ଅମ୍ୱାଳିକାୟେହାଙ୍କର ତୁଲେ ପ୍ରୀତି ହୋଅ ପୁତ୍ର ୟେକା ।୪୪।ରତି ରଙ୍ଗକର ତୁହି ଦୁହିଙ୍କର ତୁଲେଶୁଣିଣ ବ୍ୟାସେ ଯେ ଥମ୍ଭୀଭୂତ ହୋଇଲେ ।୪୫।ମା ଗୋ ୟେତ ବଡ଼ାଇ ଦୁର୍ଲଭ ୟେତ ବଡ଼ାଇ ଅନ୍ତରଆମ୍ଭର ଲଘିଂଲେ ନାଶ ଗଲାଟି ସଂସାର ।୪୬।ସତ୍ୟବତୀ ବୋଇଲେ ବାବୁ କିଂପା ନ ଭରସୁସଂସାର ଜନଙ୍କର ଅଲୋପ୍ୟ ପାପ ଧଂସୁ ।୪୭।ବିଶେଷେଣ ପରମଦାରା ଆବର ଭ୍ରାଥ ବଧୂପୁତ୍ର ଉତପତ୍ତି ହୋଇଲେ ଯେ ବଂଶ ହୋଇବ ସାଧୁ ।୪୮।ବାବୁ ତୋହୋର ବୀର୍ଯ୍ୟେଣ ଉପୁଜିବ ଯେବଣ ପୁତ୍ରଗ୍ୟାନବନ୍ତ ବଳବନ୍ତ ହୋଇବ ହାଦେ ପଣ୍ଡିତ ଭାଗ୍ୟବନ୍ତ ।୪୯।ବାବୁ ଆମ୍ଭର ବଂଶେଣ ଥିବେ ଯେତେକ ପାପୀସମସ୍ତନ୍ତ ମୋକ୍ଷ କରିବ ସେ ପୁତ୍ର ଅଦ୍ୟାପି ।୫୦।ତୁ ୟେ କଥାକୁ ହେଳା ନକର ରେ ବାବୁବଡ ବୋହୂ ଅମ୍ୱିକା ତହିଂକି ୟେହି କ୍ଷଣି ଯିବୁ ।୫୧।ବ୍ୟାସେ ପ୍ରତିବାଚ ମାତା ଗୋ ମୋହୋର ହୋଇଲା ସନମତତୁମ୍ଭେ ଯାଇଂ ତିୟାର ଗୋ ବଧୂ ଯେ ମାନନ୍ତ ।୫୨।ବ୍ୟାସଙ୍କୁ ସନମତ କରାଇ ଚଳିଲେ ସତ୍ୟବତୀଅମ୍ୱିକା ଭୁବନେ ସେ ପ୍ରବେଶ ହୋଇଲେକ ଝାତି ।୫୩-୮୪୧।