ଶାନ୍ତନୁ ବିବାହ — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଆରେକ ଭୁଜେଣ ଶୋହଇ ତ୍ରିଶୂଳ ଗୋଟାୟେ ।୨୧।
ଭସ୍ମ ବିଲେପନ ରୁଦ୍ରାକ୍ଷ ମାଳାହୃଦେ
ଧବଳ ଶରୀର କି ପ୍ରତକ୍ଷେ ସଦାନନ୍ଦେ ।୨୨।
ୟେସନେକେ କରଇ ସେ ଆକାଶେ ଦିଗ ବିଜେ
ଈଶ୍ୱର ପ୍ରାୟେ ଦେଖି ପୂଜା କଲେ ଦେବରାଜେ ।୨୩।
ଅୟେଂଳା ବୃକ୍ଷ ତଳେ ଗଙ୍ଗା ତପ କରୁଥିଲା
ଭୋଳମତି ବେଳେଣ ତାର ଚିତ୍ତ ଯେବଳିଲା ।୨୪।
ଦେଖିଣ ବଚନ ଯେ ବୋଲଇ ନିରିଘାତ
ଶାୟେଂତନୁର ଭାରିଯା ହୁଅସି ଗୋ ମାତ ।୨୫।
ପିତାର ବଚନେ ସେ ତୁଷ୍ଟ ଧବଳାଙ୍ଗୀ
ନିର୍ଘାତ ହାତରୁ ମାଳା ୟେକ ନେଇ ଗଳାରେ ତାହାକଇଂ ଲାଗି ।୨୬।
ଜଳ ତିଳ ଘେନିଣ ସଂକଳ୍ପ ରାୟେ କଲା
ଦୋହିତା ତୋତେ ଦେବି ବୋଲି ସତ୍ୟ ମନାସିଲା ।୨୭।
ୟେ ମୋହୋର ସତ୍ୟ ସତ୍ୟ ବୋଲଇ ତିନିବାରେ
ବରିଣ ନିର୍ଘାତ ଯେ ବସାଇଲା କୋଳରେ ।୨୮।
ଅନେକ ବାଗେଣ ସେ ଯେ ପୂଜା ବିଧି କଲା
ଦୋହିତାର ନିମନ୍ତେ ସେ ସତ୍ୟ ଯେ ପାଳିଲା ।୨୯।
ବର ବେଶ ହୋଇଣ ବସିଲେ ଶାୟେଂତନୁ ମହଋଷି
ଦୃଭାସା ମହଋଷି ତହିଂ ମିଳିଲେ ବେଗେ ଆସି ।୩୦।
ମେଷ କୃଷ୍ଣ ଚତୁର୍ଥୀ ଯେ ତିଥି ଚନ୍ଦ୍ରବାରେ
ହସ୍ତା ନକ୍ଷତ୍ର ଯେ ବେଳ ତୃତୀୟ ପ୍ରହରେ ।୩୧।
କନ୍ୟା ଲଗ୍ନ ତାର ଚନ୍ଦ୍ର ଶୁଦ୍ଧି ଶୁଭ ବେଳ
ବୃଦ୍ଧି ନାମେ ଯୋଗ ପୁଣି କରଣ ତୈତିଳ ।୩୨।
ୟେସନେକ ସମୟେ ଯେ ସୀଉକାର ସାରି
ଓହୋ କୁଳର ସେ ଗୋତ୍ରନ୍ତ ଉଚ୍ଚାରି ।୩୩।
ବୋଲନ୍ତି ପୁରୋହିତେ ଯେ ଗୋତ୍ର କହ ବର
ପିତାମାତାଙ୍କର ନାମ ଯେ ତୋହୋର ଧର ।୩୪।
ଶାୟେଂତନୁ ବୋଇଲେ ଆମ୍ଭେ ଅଟୁ ସୋମଗୋତ୍ରୀ
ଆମ୍ଭ ପଣବାପା ଯେ ଶମ୍ଭୁରାଣ ନୃପତି ।୩୫।
ଶମ୍ଭୁରାଣର ପୁତ୍ର ଯେ ଅଟଇ କୁରୁ ନରନାଥ
ତାହାର ନନ୍ଦନ ପାର୍ଥିବ ନୃପତି ସାମରଥ ।୩୬।
ପାର୍ଥିବର ନନ୍ଦନ ଯେ ଆମ୍ଭେ ଅଟୁ ପୁତ୍ର ।୩୭।
ଶାୟେଂତନୁର ମୁଖୁଂ ୟେସନକ ବାକ୍ୟଶୁଣି
ବିସ୍ମୟ ହୋଇଲେ ସେ ଗଙ୍ଗା ଗୋସାମଣୀ ।୩୮।
ଗଙ୍ଗା ବୋଇଲେ ତୁ ମନ୍ଦକୃତ୍ୟ କଲୁ ତାତ
ନୋହଇ ଈଶ୍ୱର ୟେ ନୋହୋଇ ବିଶ୍ୱନାଥ ।୩୯।
ଈଶ୍ୱର ଦେବତାର ଯେ କୁଳ ଗୋତ୍ର ନାହିଁ
ପିତା ଅଜା ପଣଅଜା ତାହାର ପୁଣ ଅଛି କାହିଂ ।୪୦।
ଯେ ସେ ସ୍ୱାମୀ ଅଟଇ ଈଶ୍ୱର ଦଇବତ
ଅକୁଳ ଅମାର୍ଗ ନିଶ୍ଚଳ ନାହିଂ ତାର ଗୋତ୍ର ।୪୧।
ୟେତେ କହି ଗଙ୍ଗା ଉଠିଣ ଗଲେ ପିତାର କୋଳରୁ
ନିର୍ଘାତ ବୋଇଲା ମାଗୋ କିପାଇଂ ନାସ୍ତି କରୁ ।୪୨।
ଈଶ୍ୱର ବରିବି ବୋଲି ମୁଁ ମନେ କଲି ଇଛା
ଦୁଇଯୁଗ ପରିଯନ୍ତେ ଦୁଖପଡ଼ି ନ ପାଇଲି ମନବାଞ୍ଛା ।୪୩।
ନିର୍ଘାତ ବୋଇଲେ ମାଗୋ ମୁଂ ଯେ ସତ୍ୟ କଲି
ସଂକଳ୍ପ କରନ୍ତେ ମୁଂ ଯେ ତୋତେ ପଚାରିଲି ।୪୪।
ତୋହୋର ବଚନେ ମୁଂ ଯେ ସତ୍ୟ କଲି ୟେହାଙ୍କୁ
ସତ୍ୟ ଭଗ୍ନ ଦୋଷ ମାଗୋ ହୋଉଛିଟି ମୁକୁ ।୪୫।
ପିତାର ବଚନ ଯେ ଶୁଣିଣ ଧବଳାଙ୍ଗୀ
ବାହୁଡ଼ିଣ ଆସି ଦେବୀ ବସିଲାକ ବେଗି ।୪୬।
ଗଙ୍ଗା ବୋଇଲେ ତୁମ୍ଭେ ଶୁଣ ଶାୟେଂତନୁ
ମୋହୋର ବଲ୍ଲଭ ଯେ ଅଟନ୍ତି ପଞ୍ଚୁନନୁ ।୪୭।
ଈଶ୍ୱର ବୋଲି ମୁଂ ତୋତେ କଲି ସନମତ
ନଜାଣି ସତ୍ୟ ତୋତେ କଲା ମୋର ତାତ ।୪୮।
ତୋହୋର ମନରେ ଯେ ବିଚାର କର ଭାଳି
ତୁ ସହି ପାରିବୁଟିକି ମୋହୋର ଆର୍ଦୋଳି ।୪୯।
ଆହୋ ଈଶ୍ୱର ଦେବତା ଯେ ସହି ନୁଆରିଲା
ବ୍ରହ୍ମାର କମଣ୍ଡଳେ ସେ ଦେଇଣ ମୋତେ ଗଲା ।୫୦।
ପିତାମହ ସହି ନ ପାରିଲା ମୋହୋର ଆରଦୋଳି
ବାମନ ନାରାୟଣ ପାଦେ ମୋତେ ନେଇ ଢାଳି ।୫୧।
ଆହୋ ବାମନ ଦେବତା ମୋତେ ନ ପାରିଲା ସହି
ମେରୁର କ୍ରୋଟରେ ଛାଡ଼ିଗଲା ମୋତେ ନେଇ ।୫୨।
ସେ ନ୍ୟାୟରୁ ଥାଇ ମୁହିଂ ହୋଇଲି ଅମୋକ୍ଷ ଗତି
ଗୃହ ବାସ ନିମନ୍ତେ ମୁଂ ବଳାଇଲି ମତି ।୫୩।
ନିର୍ଘାତର ଘରେ ଜାତ ହୋଇ ଲୁଚାଇଲି ବର୍ଣ୍ଣ ଚିହ୍ନ
ଆରତ ହୋଇଲି ମୁଂ ନ ଦେଖି ତ୍ରିଲୋଚନ ।୫୪।
ମୁହିଂ ଯେବେ ତୋହୋର ହୋଇବିଟି ମନୋହାରୀ
ପାରିବୁଟିକି ମୋତେ ସଂଭରଣ କରି ।୫୫।
ଶାୟେଂତନୁ ବୋଇଲେ ତୁ ବଡ଼ଇ ଜଞ୍ଜାଳୀ
ଭ୍ରଥାହିଂ ସେ ସହିବନା ଭାର୍ଯ୍ୟାର ଆର୍ଦୋଳି ।୫୬।
ଭ୍ରଥାର ଆର୍ଦୋଳି ଯେବେ ଭାରିଯା ନ ସହିବ
ପତିପତ୍ନୀର କେମନ୍ତେ ଗୃହବାସ ହୋଇବ ।୫୭।
ଆଜହୁଂ ନୃପତି ତୋତେ ମୁହିଂ କହଇ ନିରାଧାରି
ବାଇ ବାତୁଳୀ ମୁଂ ଯେ ଅଟଇ ଦ୍ରୋହକାରୀ ।୫୮।
ଅନେକ ଦୋଷ କଲେ କୋପ ନ କରିବୁ
ଦଶଦୋଷ କଲେ ଅପ୍ରାଧ ନ ଧରିବୁ ।୫୯।
ଭର୍ତ୍ସନା ନ ବୋଲିବୁ ନ ଦେବୁ ମୋତେ ଗାଳି
ଅନୁବ୍ରତେ ଖଟିଣଥିବୁ ମୋ ମନର ହିଆଳି ।୬୦।
ଗଙ୍ଗା ବୋଲିଣ ତୁ ବୋଲୁଥିବୁ ଅନୁବ୍ରତେ
ଗାଙ୍ଗୀ ବୋଇଲେ ନ ଥାଇଟି ପୂରୋଇ ମୋର ବ୍ରତେ ।୬୧।
ଶାୟେଂତନୁ ବୋଇଲେ ୟେ ମୋହୋର ସତ୍ୟ କଥା
ଅନେକ ଦୋଷ କଲେ ସହିବି ତୋତେ ହୋଇବି ଭଗତା ।୬୨।
ୟେହେନେକ ସତ୍ୟବ୍ରତ କଲେଟି ସତ୍ୟ ବାକି
ପ୍ରଦାନ ହୋଇଲେ ସେ ଧବଳାଙ୍ଗୀ ସାଧବୀକି ।୬୩।
ସତ୍ୟେଣ ପ୍ରଦାନ ଯେ କଲେକ ନିର୍ଘାତ
ଅନେକ ସମ୍ଭରେଣ ସେ ଦେଲେକ ଦୁହିତ ।୬୪।
ହୋମ ଘୃତ ପାରଣା କରନ୍ତି ବର କନ୍ୟା
ୟେସନେକ ପ୍ରଦାନ ସେ ବିଭାର ବିଧାନା ।୬୫।
ୟେସନେକ ସମୟେ ଯେ ନିଶାର ଆଗତେ
ଶଯ୍ୟାୟେଣ ମଧୁଶଯ୍ୟା ବାକ୍ୟ ଅନୁମତେ ।୬୬।
ଦିନା ପାଞ୍ଚ ସାତ ସାରି ଗଲେ ନିଜ ଦେଶେ
ପ୍ରବେଶ ହୋଇଲେ ଗିରି ବାରୁଣାବନ୍ତ ପାଶେ ।୬୭।
ଯମୁନାର କୂଳେ ସେ ରହିଲେ ନିଜ ରାଜ୍ୟେ
ଗଙ୍ଗା ସନ୍ନିଧ୍ୟେଣ ଖଟିଥାନ୍ତି ଶାୟେଂତନୁ ମହାରାଜେ ।୬୮।
ୟେମନ୍ତେଣ ଅନେକ ବଢିଲା ପୀରତି
ଗଙ୍ଗାର ତୁଲେ ସେ ଅନେକ ମେଳମତି ।୬୯।
ସହସ୍ରେ ବରଷ ପରିଯନ୍ତେ ବହିଗଲା
ମହାଚଞ୍ଚଳା ସେ ଋଷିଙ୍କି କଟାଳିଲା ।୭୦।
ନିୟମର ଦିନ ଜାଣି ସେ ବଢାଇଲା ରତି
ବାରବ୍ରତ କାଳେଣ କଟାଳି ମାଗଇ ସୁରତି ।୭୧।
ବାଆସ୍ତରି ଉପବାସ ଯେ ଋଷିଙ୍କର ଥିଲା
ପ୍ରୀତି ଲଗାଇଣ ସେ ସମସ୍ତ ଛଡ଼ାଇଲା ।୭୨।
ଶ୍ରୀୟେକାଦଶୀ ବ୍ରତ ମାତ୍ର ୟେ ଅଛଇ ଋଷିଙ୍କର
ତହିଁକି କଟାଳ ଯେ କରୁଅଛଇ ଅପାର ।୭୩।
ମକର ମାସ ଶୁକଳ ପକ୍ଷ ଶ୍ରୀୟେକାଦଶୀ
ଅନେକ ସମ୍ପାଦେ ୟେ ଖଟନ୍ତି ମହଋଷି ।୭୪।
ଶାୟେଂତନୁଙ୍କ ୟେ କଠୋର ବ୍ରତଭାବ ଦେଖି
ଋଷିଙ୍କି ପ୍ରିୟଭାବ ବଢାଇଲା ସେ ଧବଳମୁଖୀ ।୭୫।
ବୋଲଇ ଧବଳାଙ୍ଗୀ ଶୁଣ ହୋ ସୋମବଂଶି
ବଡ ନିଷ୍ଠା ପରା ତ ଖଟୁ ୟେକାଦଶୀ ଦିବାନିଶି ।୭୬।
ଶାୟେଂତନୁ ବୋଲନ୍ତି ଶୁଣସି ସଂଘାତ
ମୁକତିକି କାରଣ ଯେ ଶ୍ରୀୟେକାଦଶୀ ବ୍ରତ ।୭୭।
ନାରାୟଣ ଆତ୍ମା ୟେ ଅଟଇ ମହାବ୍ରହ୍ମ
ସଂସାର ଅଗାଦକୁ ନାଉକା ଅଟଇ ଧର୍ମ ।୭୮।
ରାଗ ମୋହ ଅହଂଙ୍କାର ୟେ ସଂସାର ରଞ୍ଚନା
ଅଦଉଡ଼ି ବନ୍ଧନ ୟେ ସଂସାର ଧାରଣା ।୭୯।
ୟେମାନ ଯେତେକ ରାଗ ମୋହ ହିଂସା
ସଂସାର ସାଗର ୟେ ଅଣାକାର ଜଳ ଧ୍ୱଂସା ।୮୦।
ବଦୟନ୍ତି ଶାୟେଂତନୁ ଶୁଣସିରେ ପ୍ରିୟା
ତୋହୋର ମୋହୋର ୟେକଇ ଭାବରେ ସତଶ୍ରିୟା ।୮୧।
ତୁହି କରୁକିନା ୟେବେ ୟେକାଦଶୀ ବ୍ରତ
ତୋହୋର ମୋହୋର ବଇକୁଣ୍ଠେ ବସିବାରେ ସଂଘାତ ।୮୨।
ୟେସନେକ ମହିମା ଗୋ ୟେବ୍ରତ ୟେକାଦଶୀ
ପାଳିଲେ ଅବଶ୍ୟ ହୁଅଇ ବଇକୁଣ୍ଠବାସୀ ।୮୩।
ଶୁଣିଣ ବଚନ ସେ ବୋଲଇ ଧବଳାଙ୍ଗୀ
ୟେକା ମାତ୍ରକ ତୁମ୍ଭେ ନୋହିଲ ପରମଯୋଗୀ ।୮୪।
ରାଜ୍ୟଭାର ଆବୋରିଲ ପୁଣ ସଂସାର ନିମନ୍ତେ
କ୍ଷତ୍ରି ବୃତ୍ତି ନ ଛାଡିଲ ଯେ ବଂଶକୃତ ଅର୍ଥେ ।୮୫।
ରାଜପଦ ସେ ଯେ ଅତି ଉତକର୍ମ
କ୍ଷତ୍ରିବୃତ୍ତି ଆଚରିଲ ସେ ତପିଙ୍କର କିସ ଧର୍ମ ।୮୬।
ରାଜ୍ୟକୁ ଉପକାର ଯହିଂ ରାଜନୀତି
ତୁମ୍ଭର ଉପବାସ କାହିଁକି ଋଷିଯତି ।୮୭।
ରାଜାର ତହୁଂ ଉପବାସ ନୋହୋଇ ରାଜ୍ୟ ଚିନ୍ତି
ଦଣ୍ଡସାଜି ଦିଗ ବିଜେ କରିବ ନା ନରପତି ।୮୮।
ପର ଭୂମି ଜିଣିଣ ଘେନିମ ପରରାଷ୍ଟ୍ର
ସମ୍ଭର କରିଣ ମୁରାଟେ ସାଜୁଥିବ ନିଜ ଥାଟ ।୮୯।
ଦଣ୍ଡ ପଲାଣି ଯେ ଦୁଷ୍ଟନ୍ତ ନିବାରିବ
ସନ୍ଥଜନ ପାଳି ତପୋଧନ ଉଦ୍ଧରିବ ।୯୦।
ତୁ ମହାଭିଗ୍ୟଂ ଯେବେ ଅଟୁ ମହଋଷି
ରାଜପଦେ ବସି କିମ୍ପା ଭଜୁ ୟେକାଦଶୀ ।୯୧।
ଦୁର୍ଭାର ବଚନ ଯେ ବୋଇଲା ଜାହ୍ନବୀ
ୟେ ମହାରାଜ୍ୟେ ପଶିଣ କିମ୍ପା ବ୍ରତରାଜ ସେବି ।୯୨।
ଧର୍ମ ଦୂଷିତ ଯେ ଲୋଡଇ ଦେବି ତୋୟା
ଋଷିମଣି ତ ନୁଆରନ୍ତି ତାହାର ଚରିତ ମାୟା ।୯୩।
ଅନେକ ଅଭାବ ବୋଲି ବୋଇଲା ମହାସତୀ
ଋଷିଙ୍କର ତୁଲେ ସେ ବଢାଇଲା ପୀରତି ।୯୪।
ଦିବା ରାତ୍ରେ ରମଣେଣ ହୋଅନ୍ତି ଅଶାନ୍ତି
ନିରନ୍ତରେ ରତି କ୍ରୀଡାରେ ବଞ୍ଚନ୍ତି ।୯୫।
ଆତ୍ମାହାଦେଅଟଇଦଶମୀ
ନିରାହାରୟେକାଦଶୀନାରାୟଣଙ୍କରବ୍ରହ୍ମି ॥
ଶିବଙ୍କରଆତ୍ମାଯେଦୁଆଦଶୀଦିନତିନିଦିବସରଧର୍ମଅଟଇଭିନ୍ନଭିନ୍ନ ॥
କହଇ ଅନେକ ମତେ ଚାଟୁ ପଟଳେଆବୋରି ବସିଲା ଯାଇଂ ଋଷିଙ୍କର କୋଳେ ।୯୬।ବେଗେଣ ବିବସନ କଲାକ ଋଷିଙ୍କିଭୋଳେଣ ପଡିଲେ ଋଷି ଜାହ୍ନବୀ ରୂପ ଦେଖି ।୯୭।ଛାଡ଼ିଲେ ବ୍ରତରାଜ ସେ ଜଞ୍ଜାଳୀର ଭାବେଇଚ୍ଛିଲେ ଶୃଙ୍ଗାର ଯେ ଶାୟେଂତନୁ ରାଜଦେବେ ।୯୮।ୟେମନ୍ତେ ଅନେକ ଯେ ବଢିଲା ପୀରତିଦିବାରାତ୍ର ରମନ୍ତି ସେ ହୋଇଣ ଅଶାନ୍ତି ।୯୯।ୟେମନ୍ତେ ସମୟେ ପ୍ରୀତି ଯେ ଅନେକ ବଢିଗଲାପୁଣି ହାଦେ ବେନି ସହସ୍ର ବରଷ ହୋଇଲା ।୧୦୦।ୟେସନେ ଚଞ୍ଚଳା ଜାହ୍ନବୀ ଦୁଷ୍ଟ ଯେ ପ୍ରକୃତିଆହୋ ନିଶ୍ଚଳ ହୋଇଣ ଥାଇକି ନୋହଇ ତାର ଶାନ୍ତି ।୧୦୧।ବାହାର ହୋଇବାକୁ ଭାବ ସେ ଛାଡ଼ିଲାଶାୟେଂତନୁ ଋଷିଙ୍କି ସେ ଅନେକ ଦୁଃଖ ଦିଲା ।୧୦୨।ବେଳକାଳ ଜାଣି ନ ଦିଅଇ ଅନ୍ନ ପାଣିଋଷିଙ୍କି ଭାବ ନଦିଅଇ ଦିବା ଯେ ରୟେଣୀ ।୧୦୩।ଧର୍ମ ଛାଡ଼ି ଶାୟେଂତନୁ ପଶିଲେ ଶୃଙ୍ଗାରେକାଳେ ନ ଦିଲାକ ଦେହ ଡେଲାଇଲା ଦୂରେ ।୧୦୪।ରମଣୀ ମନ୍ଦିରେଣ ଲେଖନ ପିତୁଳୀରତିବନ୍ଧ ଲିହାଇଲେ କ୍ରୀଡା ରସେ କେଳି ।୧୦୫।ଅନେକ ଚାଟୁ ପଟଳ କରନ୍ତି ଗଙ୍ଗାକୁ ବାଉନିଋଷିଙ୍କି କଥା ସେ ନ କହଇ ମାନେନୀ ।୧୦୬।ରତି ଶାହାସ୍ର ପୁରାଣ ସେ ଶିଖାନ୍ତି ବ୍ରହ୍ମଚାରୀଶାୟେଂତନୁଙ୍କର ଥିଲେ ଗଙ୍ଗା ନ ପଶଇ ଅନ୍ତେଶ୍ୱର ପୁରୀ ।୧୦୭।ଦଣ୍ଡ କୋମଣ୍ଡଳୁ ଶ୍ରୁବ ଶ୍ରୁଚ ଯେ ପ୍ରୋକ୍ଷଣୀଚୁଲିରେ ଲାଇଣ ଯେ ଜାଳଇ ଅବଳା ତରୁଣୀ ।୧୦୮।କୁଶ ବିଡ଼ି ଆଦିକରି କଷା ବାସ ଯେ କପଟୀଜଳନ୍ତ ଅନଳେ ଭରି ସବୁ କରଇ ଭସ୍ମଘଟି ।୧୦୯।ୟେମନ୍ତେ ଅନେକ ମତେ କରାଇଲା ବିମୁଖଗୃହବାସ ନିମନ୍ତେ ଋଷି ସହିଲେ ଅନେକ ଦୁଖ ।୧୧୦।ଭୋଖର ବେଳେ ସେ ଅନ୍ନ ନ ଦିଅଇ ସଞ୍ଚିଅଭୋଖ ବେଳେ ସେ ଅନେକ ମତେ ଯାଚି ।୧୧୧।ଅନେକ ବେଶ ବେଶନ ହୋଇ ମହାଋଷିଶୃଙ୍ଗାର ନିମନ୍ତେ ସେ ସନ୍ନିଧ୍ୟେ ଥାନ୍ତି ବସି ।୧୧୨।ପଛୁଂ ଆସି କୋଳକରି ଧରନ୍ତେ ଶାୟେଂତନୁଂମହାବଳା ବାଳୀ ସେ ବାହାର ହୁଅଇ ଭୁବନୁଂ ।୧୧୩।ପଳାଇ ପଶଇ ସେ ବହୁତ ସ୍ତିରୀଙ୍କର ମେଳେକାମର ଚେଷ୍ଟାରେ ମହାତମା ଅନେକ ବିକଳେ ।୧୧୪।ଚିତ୍ର ବନ୍ଧ ପିତୁଳୀମାନେ ଅଛନ୍ତି ଯେ କାନ୍ଥେତାହାଙ୍କୁ ଚୁମ୍ୱନ ଦିଅଇ ମୁନି ମଦନ ଆରତେ ।୧୧୫।ହୃଦରେ ଲଗାଇଣ ସେ କରନ୍ତି ଆଲିଙ୍ଗନସେ ଚିତ୍ର ପିତୁଳୀ କି କରନ୍ତି ରମଣ ।୧୧୬।ଆହୋ କାମ ବୋଲି କରି ସେ ଯେବଣ ପୁରୁଷପୟାଣ କରନ୍ତେ ସେ ଅବସ୍ଥା ଦିଅଇ ଅବଶ୍ୟ ।୧୧୭।ପୁରୁଷ ହୋଉ ବା ସ୍ତିରୀ ଜନ୍ମ ହୋଉଅନଙ୍ଗ ଶର ଘାତ କାହାର ବେଳେ ସହୁ ।୧୧୮।ଆରତରେ ମହାତମା ସେ ପିତୁଳୀକୁ କଲେ କେଳିଧାତିକାରେ କାମ ସେ ଯେ ପଡ଼ିଲାକ ଢଳି ।୧୧୯।ପିତୁଳୀ ରମଣେ ମୁନି ଛାଡ଼ିଲେକ ବୀର୍ଯ୍ୟସଇନ୍ଦୁ ଅମୋହ ରେତୁଂ ମୁନିଙ୍କର ଉପୁଜିଲା ଆତ୍ମଜ ।୧୨୦।ପୁତ୍ରେକ ଉପୁଜିଲା ଯେ ସୁନ୍ଦର ବଳବନ୍ତାଦେଖିଣ କୋଳେ ତାକୁ ଧଇଲେ ତପୋବନ୍ତା ।୧୨୧।ଚିତ୍ର ପିତୁଳୀରୁ ଯେ ଉପୁଜିଲା ଆତ୍ମଜଚିତ୍ରବୀର୍ଯ୍ୟ ନାମ ଦେଲେ ସୋମବଂଶ ମହାରାଜ ।୧୨୨।ପୁତ୍ରକୁ ଘେନିଣ ମହାତମା ହୋଇଲେ ବାହାରଗଙ୍ଗାକୁ ଲୁଚାଇ ଦିଲେ ନେଇ ସତ୍ୟବତୀ କୋଳର ।୧୨୩।ଗଙ୍ଗା ନ ଜାଣୁଂ ୟେହାକୁ ପ୍ରତିପାଳ ଅତି ଯତ୍ନେପୁତ୍ରକୁ କୋଳେ ଧଇଲେ ପାରେଶ୍ୱର ମହାମୁନ୍ୟେ ।୧୨୪।ପୁତ୍ର ଗୋଟିକି ଯତନେ ପାଳିଲେ ସତ୍ୟବତୀବଢଇ ଚିତ୍ରବୀର୍ଯ୍ୟ ଅଯୋନି ଜାତ ମୂର୍ତ୍ତି ।୧୨୫।ଗଙ୍ଗାର ମେଳ ପୁଣି ଯେ ଭାବନ୍ତି ତପୋଧନିଭୟେଣ ତାହାକୁ କିଛି ନ ବୋଲନ୍ତି ମହାମୁନି ।୧୨୬।ପାରେଶ୍ୱର ଶାୟେଂତନୁ ଦୁହିନ୍ତି ବସାଇପୁଛନ୍ତି ମଧୁବତୀ ମାତା ଆଶ୍ୱାସ କରାଇ ।୧୨୭।ବାବୁ ଶାୟେଂତନୁ ମୋହୋର ବୋଲ କରଧର୍ମେଣ ବ୍ରତଇ ନା ବାବୁ ୟେହୁ ଯେ ସଂସାର ।୧୨୮।ଆମ୍ଭେ ତୋହୋର ମାତା ପିତା ଆମ୍ଭନ୍ତ ନ ଭାଳିବାବୁ କାହୁଂ ତୁ ପ୍ରଦାନ ହୋଇଲୁ ଗଙ୍ଗା ଯେ ଜଞ୍ଜାଳି ।୧୨୯।ତାହାକୁ ଉପେକ୍ଷା କରସିରେ ବାବୁଅନେକ ଦୁଖ ପାଇବୁ ପ୍ରାଣେ ନାଶ ଯିବୁ ।୧୩୦।ବାବୁ ଗୁରୁଜନଙ୍କର ବଚନ ନ କରଇ ଯେବଣ ବଳାବଂଶ ନାଶଯାଇଟି ଅଗାଦେଂ ବୁଡ଼ଇ ଭେଳା ।୧୩୧।ରୁଦ୍ର ଦେବତାର ସେ ଅଟଇ ଜାହ୍ନବୀଈଶ୍ୱର ଦେବତାଙ୍କୁ ସେ ଅନେକ ପ୍ରାଭବୀ ।୧୩୨।ଶାୟେଂତନୁ ବୋଇଲେ ମା ଗୋ ତୁମ୍ଭେ ଗୁରୁଜନଦ୍ରୋହ ଲଗାଇ ବଞ୍ଚିଲେ ତୁମ୍ଭର ବଚନ ।୧୩୩।ମାତାର ବଚନ ମେଣ୍ଟିଲେ ଆୟୁଷ ହୋଇ କ୍ଷୟେପିତାର ବଚନ ଭାଙ୍ଗିଲେ ଧର୍ମ ନାଶ ଯାୟେ ।୧୩୪।ମାତାଙ୍କର ବଚନେ ଶାୟେଂତନୁ ବୋଇଲେମା ଗୋ ଦିବସ ନସରଇ ମୋହୋର ଗଙ୍ଗାକୁ ନ ଦେଖିଲେ ।୧୩୫।ତୁମ୍ଭେ ଆମ୍ଭର ଗୁରୁଜନ ପିଅର ଯେ ମାତେତୁମ୍ଭଙ୍କୁ ଉପେକ୍ଷା କରଇ ମୁଂ ଗଙ୍ଗାର ନିମନ୍ତେ ।୧୩୬।ଗୁରୁଜନଙ୍କର ବଚନ ମେଣ୍ଟିଲେ ପ୍ରିୟଭାବେଗଙ୍ଗାୟେ ବିନୋପନ୍ତି ଶାୟେଂତନୁ ରାଜଦେବେ ।୧୩୭।ୟେକ ଦିନେ ଗଙ୍ଗା ପଚାରିଲେ ଶାୟେଂତନୁ ମହାଗ୍ୟାଂତାତୁମ୍ଭେ ଯେ ହୋଇଥାଅ ରୁଦ୍ରରେ ଭଗତା ।୧୩୮।ସେ ବିଶ୍ୱନାଥ କାହିଂ ଅଛନ୍ତି ମୁନି ହେୟେହା ତଦନ୍ତ କରି ମୋତେ କହିବା ସନ୍ଦେହେ ।୧୩୯।ଶାୟେଂତନୁ ବୋଇଲେ ପାତାଳ ଭୁବନେହଟକେଶ୍ୱର କପିଳାସେ ବିଜୟେ ତ୍ରିଲୋଚନେ ।୧୪୦।ପୁଣି ପରମ ସାନନ୍ଦ ଯେ ହୋଇଲେ ଜାହ୍ମବୀପୋଡୁ ୟେହାର ଘର ବାହାର ହୋଇଯିବି ।୧୪୧।ଅନୁବ୍ରତେ ପେଟ ମାଡ଼ି ଶୋଇଥାଇ କାନ୍ଦିତିନିଦିନେ ଅନ୍ନ ବେଳେକ ନ ଦିଅଇ ରାନ୍ଧି ।୧୪୨।ସନ୍ନିଧ୍ୟେ ବସି ସେ ଶାୟେଂତନୁ ମୁନିବରଆଶ୍ୱାସନା କରନ୍ତି ଯେ ଗଙ୍ଗାର ଶରୀର ।୧୪୩।କପାଳ ଆଉଂସି କ୍ଷଣେ ଚରଣ ମଞ୍ଚାଳିଗାଢେଣ ଧରି ମୁନି କରନ୍ତି ହାଦେ କେଳି ।୧୪୪।ଗାଢେଣ ଯେତେବେଳେ ଧରନ୍ତି ତପୋବନ୍ତକେଶ ଧରି ମୁନିଙ୍କି ସେ ମାଡ଼ ମାରଇ ବହୁତ ।୧୪୫।ମାଥେଣ ମୁଥ ମାରି ପାଦେଣ ପ୍ରହାରଇନଖଦନ୍ତ ଘାଟେ ଶରୀର ବିଦାରଇ ।୧୪୬।ଋଷିଙ୍କର ବସନମାନ ଖଣ୍ଡି ଖଣ୍ଡି କରି ପକାଇଚିରିମାଳି ପୋଥି ବେଦ କରାଣ୍ଡି ବାମ୍ଫିରେ ପକାଇଲା ଲୋଚି କରି ।୧୪୭।ୟେମନ୍ତେ ଅନେକ ଅବସ୍ଥା ମୁନିଙ୍କି ଦେଲେ ଦେବୀ ଗଙ୍ଗାଦୁର୍ଧ୍ୱଂସ ବୃଦ୍ଧ କରି ଗାଳି ଦିଅଇ ଉରଭଙ୍ଗା ।୧୪୮।ଅନେକ ମନ୍ଦ ବୋଲଇ ବହୁତ ଦିଅଇ ଗାଳିଶାୟେଂତନୁ ବୋଇଲେ ଗଙ୍ଗା ତୁ ୟେଡେ ବଡ ଜଞ୍ଜାଳୀ ।୧୪୯।ସଦଘର ଅସଦ ତୁ କରୁ ଅନମିତେସଂସାର ଯାକରେ ଲୋକେ ଅନୀତି ବୋଲନ୍ତି ତୋତେ ।୧୫୦।ପୁରୁଷଙ୍କ ଆଶା ଭଗ୍ନ କରନ୍ତି ଯେବଣ ନାରୀଜନ୍ମେ ଜନ୍ମେ ହୁଅନ୍ତି ସେ ଅତ୍ୟନ୍ତ ପାପାଚାରୀ ।୧୫୧।ପତିକି ପଢାଉ ତୁ ଆନକୁ ସର୍ବକହୁସୁପଥ ଛାଡିଣ ତୁ ଅମଡ଼ା ପଥ ବହୁ ।୧୫୨।ସୂପକାର କରିଣ ରନ୍ଧନ କରାବନ୍ତି ନିତିଆବର ରାନ୍ଧଣା ନ ଯୋଗାଇ ୟେସନେକ ପ୍ରକୃତି ।୧୫୩।ଅନୀତି ପ୍ରକାରେଣ ଲଗାବନ୍ତି କଳିରାନ୍ଧଣା ପାଗ ଭାଙ୍ଗଇ ଅନମିତେ ପାଡ଼ଇ ବୋବାଳି ।୧୫୪।ସଂସାରେ ତାହାର ନିନ୍ଦା କରନ୍ତି ସକଳେୟେ ବଚନ ଶୁଣି ଗଙ୍ଗା କାନ୍ଦନ୍ତି ବିକଳେ ।୧୫୫।ଋଷିୟେ ବୋଲନ୍ତି ଯେ ରହ ରହ ସଂଘାତକିସ ଅର୍ଥେ ରୋଳ କରୁ ଅନମିତ ।୧୫୬।ୟେହିମତେ ନବ ସହସ୍ର ବରଷ ଗଲାସହନ୍ତି ଶାୟେଂତନୁ ତୁକାର ନ ବୋଇଲା ।୧୫୭।ୟେସନେକ ଅନେକ କାଳ ସହିଲେ ଶାୟେଂତନୁ ମହାଋଷିସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବାସୀ ।୧୫୮।ଅନେକ ସାନନ୍ଦ ଯେ ହୋଇଲେ ଶାୟେଂତନୁୟେଘାନ୍ତି ସହିବ ଯେ ଆଶାବତୀର ତନୁ ।୧୫୯।ବନ୍ଦାପନା ଉତ୍ସବ ସୁମନ୍ତଙ୍କୁ ପଚାରିଦଶମାସ ସଂପୂର୍ଣ୍ଣରେ ହେଲା ଗର୍ଭ ଭାରି ।୧୬୦।କନ୍ୟା ମାସ ଶୁକ୍ଲପକ୍ଷ ନବମୀର ତିଥିଶ୍ରବଣା ନକ୍ଷତ୍ର ଯେ ବାର ବୃହସ୍ପତି ।୧୬୧।ରାତ୍ର ହୋଇଅଛି ୟେ ପଞ୍ଚଦଶ ଘଡ଼ିଗଙ୍ଗାର ଗର୍ଭୁଂ ହାଦେ ପୁତ୍ରେକ ଅବତିର ।୧୬୨।ଗଣ୍ଡ ମୂଳ ନକ୍ଷତ୍ର ନାସ୍ତି ଯେ ଶ୍ରବଣା ମକରେପୁତ୍ର ମୁଖ ଚାହିଂବାକୁ ଶାୟେଂତନୁ ପଶିଲେ ଭିତରେ ।୧୬୩।ସୁବର୍ଣ୍ଣର ପାତ୍ରେଣ ଅର୍ଘ୍ୟେକ ଯେ ଘେନିଭିତର ପୁରକୁ ଯେ ଗମନ୍ତି ମହାମୁନି ।୧୬୪।ଶାୟେଂତନୁ ପଶନ୍ତେ ଦେଖିଲା ମାହେଶ୍ୱରୀପୁତ୍ରକୁ ହାଣି ପକାଇଲା ସେ ବେନି ଖଣ୍ଡ କରି ।୧୬୫।ନାରାୟଣ ନାରାୟଣ ସୁମରି ଶାୟେଂତନୁବିମୁଖେ ବାହାର ହୋଇଲେ ଜାତକ ଭୁବନୁଂ ।୧୬୬।କୋପେଣ ମହାତ୍ମା ଯେ ବିମୁଖ ହୋଇଲେପଣ୍ଡିତ ଭାବେ ପୁଣ କୋପ ସଂଘରିଲେ ।୧୬୭।ଦଶମାସ ଗର୍ଭରେ ଧଇଲାକ ମାତାସେ ଏବେ ମୁର୍ଚ୍ଛିପାରଇ ତା ଗର୍ଭର ବ୍ୟଥା ।୧୬୮।ଆମ୍ଭର କିସ ହୋଇଲା ବୋଲି ବିଚାରିଲେଏତେକବିଚାରିସେ କିଛିହିଂ ନ ବୋଇଲେ ।୧୬୯।ଆମ୍ଭର କୋପକଲେ ସେ ବାହାର ହୋଇଯିବଘରଖଣ୍ଡି ଯେ କରିଅଛୁଂ ସେ ୟେହି କ୍ଷଣି ଭାଞ୍ଜିବ ।୧୭୦।ୟେତେ ବୋଲି ମହାତମା କୋପ ଯେ ସଂଘରିଗଙ୍ଗାର ସନ୍ନିଧ୍ୟେଣ ପ୍ରବେଶ ହୋଇଲେ ବାହୁଡ଼ି ।୧୭୧।ଅନେକ ମତେଣ ଖଟନ୍ତି ମନର ହିଆଳିଋଷିଙ୍କର ସଂଗତେ ସେ ଲଗାଇଲା କଳି ।୧୭୨।ପୁଣି ଶାୟେଂତନୁଙ୍କୁ ଯାଇତେ ନଦିଲା ତାର କତିକାମ ସଂଘରଣ କରି ମୂର୍ଛିଲେ ବ୍ରହ୍ମପତି ।୧୭୩।ଅନେକ ମତେଣ ସେ ଚାଟୁ ପଟଳ ବୋଲିଶୃଙ୍ଗାର ନଦେଇ ସେଋଷିଙ୍କି ପକାଇଲା ପେଲି ।୧୭୪।ଅସମ୍ଭାଳ ହୋଇଣ ସେ ଚିତ୍ରଲେଖନ ପିତୁଳୀବିବସନ ହୋଇଣ ତାର ତୁଲେ କଲେ କେଳି ।୧୭୫।ମୁଖରେ ଚୁମ୍ୱନଦେଇ ସେ ରତି କରାଇଲେ ବିଚିତ୍ର ଗତିଢଳିଲା ଅମୋହ ରେତ ପଡ଼ିଲା ଯାଇଂ କ୍ଷିତି ।୧୭୬।ଋଷିଙ୍କ ଅମୋହ ରେତ ନାଶ ଯେ ନୋହିଲାସଇନ୍ଦୁ ଜାତ ହୋଇ ପୁତ୍ରେକ ଉପୁଜିଲା ।୧୭୭।କୋଳ କରି ଶାୟେଂତନୁ ଧଇଲେ ଆତ୍ମଜସେ ପୁତ୍ର ନାମ ହାଦେ ଦେଲେ ଟି ବିଚିତ୍ରବୀର୍ଯ୍ୟ ।୧୭୮।ଗଙ୍ଗାକୁ ଲୁଚାଇଣ ନେଲେ ନିଶାରାତିଗଙ୍ଗାର ଡରେ ପୁତ୍ରକୁ ସମର୍ପିଲେ ସତ୍ୟବତୀ ।୧୭୯।ବଦୟନ୍ତି ଅଗସ୍ତି ଶୁଣ ଆହୋ ଯୋଗେଶ୍ୱରଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ହାଦେ ଅଯୋନି ଅବତାର ।୧୮୦।ପୁଣିହିଂ ସତସଙ୍ଗ ହୋଇଲେ ସେ ଗଙ୍ଗାର ତୁଲେଆରବେଳେ ଗଙ୍ଗା ଗର୍ଭବତୀ ହୋଇଲେ ।୧୮୧।ଆହୋ ମିଥୁନ ଶୁକ୍ଲପକ୍ଷ ପୂର୍ଣ୍ଣମୀର ରାତିଉତ୍ତରାଷାଢା ନକ୍ଷତ୍ରେ ପୁତ୍ରେକ ହୋଇଲେ ଉତପତ୍ତି ।୧୮୨।ଅର୍କବାର ଉତ୍ତରାଷାଢା ମକର ଯେ ରାଶିୟେମନ୍ତ ଯୋଗେଣ ଯେ ପୁତ୍ରେକ ପରକାଶି ।୧୮୩।ପୁତ୍ର ଦେଖିବାକୁ ହରଷ ତପୋନିଷ୍ଠିପୁଣି ଗଙ୍ଗା କାଟିଲା ସେ ପୁତ୍ରର ମୁଣ୍ଡ ଗୋଟି ।୧୮୪।ଦେଖିଣ ଆଶିର୍ଯ୍ୟ ହୋଇଲେ ତପୋଧନୀନାରାୟଣ ନାରାୟଣ ସୁମରି ବାହାର ହୋଇଲେ ମୁନି ।୧୮୫।ଆତ୍ମଜ ନିଧନେ ସେ ବହୁତ ବ୍ୟଥା ପାଇଲେକ୍ରୋଧ କରି ଭର୍ତ୍ସନା କରିବାକୁ ବିଚାରିଲେ ।୧୮୬।ପୁଣିହିଂ ବିଚାରଲେ ଋଷି ସେ ମାତା ଗର୍ଭଧାରୀଦଶମାସ ଗର୍ଭରେ ଧଇଲା ସେ ଅନକ ଦୁଖେପଡ଼ି ।୧୮୭।ସେ ଯେବେ ସଂହାଥେ ପୁତ୍ରନ୍ତ ନାଶକରିଆମ୍ଭର କିମ୍ପା କୋପ ବୋଲନ୍ତି ତପଚାରୀ ।୧୮୮।ୟେତେ ବୋଲି ମହାତମା ଯେ କୋପ ସଂଘରିଲେପୁଣି ଗଙ୍ଗାକୁ ବହୁତ ସମାର୍ଜନା କରିଣ ବୋଇଲେ ।୧୮୯।ମକର ମାସକୃଷ୍ଣ ପକ୍ଷ ତିଥି ପ୍ରତିପଦାସୋମବାର ଅଶ୍ଳେଷା ନକ୍ଷତ୍ର ଯୁଗତା ।୧୯୦।ସେ ଦିନ ଋଷି ଗଲେ ସମୋଦ୍ର ସ୍ନାହାନେଗଙ୍ଗାକଇଂ ସଙ୍ଗେ ଘନିଗଲେ ତପୋଧନେ ।୧୯୧।ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁସଙ୍ଗେ ଘେନିଗଲେ ଚିତ୍ର ବିଚିତ୍ରବୀର୍ଯ୍ୟକୁ ।୧୯୨।ସମୋଦ୍ରେ ସ୍ନାହାନ ସାରି ଚନ୍ଦ୍ରଭାଗାୟେଣ ପଶିବାଳ କୁମରନ୍ତ ଘେନି ସ୍ନାହାନ କରନ୍ତି ପାରେଶ୍ୱର ମହାଋଷି ।୧୯୩।ୟେମନ୍ତର ସମୟେ ଯାଇ ହୋଇଲେ ଶାୟେଂତନୁଦୁଇକୁମାର ବାହାର ହୋଇଲେ ଜଳର ଉଦ୍ୟାନୁଂ ।୧୯୪।ବାଭିୟେ ବାଭିୟେ ବୋଲି ଧଇଲେ ଶାୟେଂତନୁଙ୍କ ବେନିପାଦଦେଖିଣ ଧବଳାଙ୍ଗୀ ଯେ ହୋଇଲେ ବିଷାଦ ।୧୯୫।ଗଙ୍ଗା ପଚାରିଲେ ୟେ କାହାର ତନୟେତୁମ୍ଭର ନିଜ ତନୁ ପ୍ରାୟେକ ଦିଶନ୍ତି ମୁନିହେ ।୧୯୬।ଡରେଣ ଶାୟେଂତନୁ ବୋଇଲେ ନୋହଇ ଆମ୍ଭରହିଂନ ପୁଣ ପୁତ୍ର ବୋଲନ୍ତେ ୟେହାନ୍ତ ମାରଇ ।୧୯୭।ୟେତେକ ବିଚାରି ସେ ଚିତ୍ତେଣ ତପୋନିଷ୍ଠିରାଗେଣ ଗଙ୍ଗା ବୋଇଲେ ୟେ ତୁମ୍ଭର ପୁତ୍ର ଦୁଇଗୋଟି ।୧୯୮।ଶାୟେଂତନୁ ବୋଇଲେ ପାଇବୁ ଆମ୍ଭେକାହିଂତୋହୋର ତହୁଂ ଆମ୍ଭର ଗୋ ଆନ ଭାରିଯା ତ ନାହିଂ ।୧୯୯।ଶୁଣିଣ କୋପ ଯେ କଲାକ ଧବଳୀଭୂତ ଭବିଷ୍ୟ ଜାଣଇ ସେ ପରମ ନିରାକୁଳୀ ।୨୦୦।ରାଗେଣ ବୋଇଲେ ଶାୟେଂତନୁ ଲୁଚାଇଲୁ ଯେବେ ମୋତେଅପୁତ୍ରିକ ହୋଇ ୟେବେ ମରନ୍ତୁ ତୋହୋର ବେନିପୁତ୍ରେ ।୨୦୧।ୟେତେକ ଶାପ ଯହୁଂ ଦେଲେ ଧବଳାଙ୍ଗୀପୁତ୍ରନ୍ତ ଘେନି ପାରେଶ୍ୱର ଚଳିଲେ ତହୁଂ ବେଗି ।୨୦୨।ପ୍ରବେଶ ହୋଇଲେ ଯାଇଂ ଯମ ପ୍ରଶସ୍ଥ ସ୍ଥାନରେସ୍ନାହାନ ସାରି ଶାୟେଂତନୁ ଅଇଲେ ରାଜ୍ୟରେ ।୨୦୩।ଗଙ୍ଗାର ତୁଲେ ଶାୟେଂତନୁ କଲେ ଯେ ଅନେକ ପୀରତିସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ ।୨୦୪।ପ୍ରିୟା ମେଳ ବେଳେ ତାଙ୍କୁ ପଚାରନ୍ତି ତପୋଧନିପୁତ୍ରନ୍ତ କିଂପା ନାଶକରୁ ରେ ଧବଳ ବଦନି ।୨୦୫।ଗଙ୍ଗା ବୋଇଲେ ମୋର ଦୁଷ୍ଟ ଯେ ପ୍ରକୃତିପୁତ୍ର ବୋଲି ନାହିଂ ମୋର ସଦୟ ଭାବମତି ।୨୦୬।ତୁଳ ମାସ କୃଷ୍ଣପକ୍ଷ ତୃତୀୟା ଭୋଗ ଚନ୍ଦ୍ରବାରରୋହେଣୀ ନକ୍ଷତ୍ର ବେଳ ଦେଢ ଯେ ପ୍ରହର ।୨୦୭।ପୁତ୍ରେକ ଉପୁଜିଲା ଗଙ୍ଗାର ଗର୍ଭଗତେଦେଖିବାକୁ ଶାୟେଂତନୁ ପଶିଲେ ପୁତ୍ରର ନିମନ୍ତେ ।୨୦୮।ଋଷିଙ୍କର ଦେଖନ୍ତେ ଗଙ୍ଗା ଘେନିଲେ କରାଞ୍ଚଳୀରହ ରହ ଗଙ୍ଗା ଗୋ ଶାୟେଂତନୁ ବୋଲି ।୨୦୯।ମହା ବଇରାଗେ କରାଞ୍ଚଳୀ ଘେନିଲେ ଗୋସାମଣୀକରେ ତୋଳି ଘେନି କୁମରକୁ ପକାଇଲେ ହାଣି ।୨୧୦।ଶିବ ଶିବ ବୋଲିବାହୁଡ଼ିଲେ ତପଚାରୀସତ୍ୟ ଭଗ୍ନ ନିମନ୍ତେଣ କିଛି ବୋଲିତ ନପାରି ।୨୧୧।ପୁଣି ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀପୁତ୍ରେକ ଉପୁଜିଲା ମଦନ ମୂରତି ।୨୧୨।ଋଷିଙ୍କର ଦେଖନ୍ତେ ସେ କଲାକ ଶିରଛେଦଶାୟେଂତନୁ ବୋଇଲେ ୟେତ ବଡ଼ ପରମାଦ ।୨୧୩।ୟେହିମତି ଗଙ୍ଗାର ଛଡ଼ ପୁତ୍ର ଉପୁଜିଲାଋଷିଙ୍କର ଦେଖନ୍ତେ ତାହା ସମସ୍ତ ନାଶକଲା ।୨୧୪।ପୁଣି ସମୟେକେ ହୋଇଲା ଗର୍ଭବତୀକିଛିହିଂ ନ ବୋଲନ୍ତି ଶାୟେଂତନୁ ମହାଯତି ।୨୧୫।ଦଶମାସ ଗର୍ଭଭାରା ସହି ନ ପାରି କାତ୍ୟାୟନୀକୋଳ କରି ସମ୍ୱୋଧନା କରନ୍ତି ମହାମୁନି ।୨୧୬।ଗଙ୍ଗା ବିଚାରନ୍ତି ମୁଁ ଅନେକ କଷ୍ଟଦେଲିଆତ୍ମାରୁ ଜାତ କରି ପୁତ୍ରନ୍ତ ନାଶକଲି ।୨୧୭।ୟେତେକ ଦୋଷେଣ ମୋତେ କୋପ ତ ନକଲାଭ୍ରଛନା ନକରିଣ ଯେ ଗାଙ୍ଗୀ ନବୋଇଲା ।୨୧୮।ଛାଡ଼ି ଯାଇ ନପାରଇଂ ଯେ ମୁହିଂ ସତ୍ୟବ୍ରତେସତ୍ୟକୁ ଲଘିଂଣ ୟେଥୁଂ ଯିବଇଂ କେମନ୍ତେ ।୨୧୯।ୟେ ଘାନ୍ତି ୟେ ପୁତ୍ରଗୋଟିକି ଅବଶ୍ୟ ମାରିବିଭର୍ତ୍ସନା ନ ବୋଇଲେ ଆପଣା ତୋଟି ମେଲାଇବି ।୨୨୦।ୟେସନେକ ବିଚାରନ୍ତେ ହୋଇଲା ଗର୍ଭଭାରିମହାବଳବନ୍ତ ପୁତ୍ର ଭାରା ସହିତ ନୁଆରି ।୨୨୧।ବୋଲଇ ମାହେଶ୍ୱରୀ ଶୁଣିମା ମୁନିହେବଡ଼ ବଳବନ୍ତା ପୁତ୍ରୟେ ଘାନ୍ତି ଗୋଟିୟେ ଗର୍ଭେରହେ ।୨୨୨।ଋଷି ବୋଇଲେ ବଳବନ୍ତା ହୋଉକି ସୁନ୍ଦର ହିଂ ହୋଉପ୍ରାପତ ଯେବେ ନୋହଇ ସେ ଜନ୍ମହୋଉ କି ନା ନୋହୁ ।୨୨୩।ୟେତେ ବୋଲି ବିଚାର କରନ୍ତି ଶାୟେଂତନୁଅଳସ ସୁନ୍ଦରୀ ଦଶମାସ ଯେ ସମ୍ପୂର୍ଣ୍ଣୁଂ ।୨୨୪।ବିଛାମାସ କୃଷ୍ଣପକ୍ଷ ପ୍ରତିପଦା ଦିନେରୋହିଣୀ ନକ୍ଷତ୍ର ଭୃଗୁବାର ବିଦ୍ୟମାନେ ।୨୨୫।ସିଦ୍ଧି ନାମେ ଯୋଗ ପୁଣି କରଣ ବାଣିଜ୍ୟରାତ୍ର ପାଞ୍ଚଦଣ୍ଡରେ ଜନମ ହୋଇଲା ତନୁଜ ।୨୨୬।ପୁତ୍ରର ପ୍ରସବ ଶୁଣି ଗଣନ୍ତି ମହାଋଷିଅମୃତ ଯୋଗେ ପୁତ୍ର ଉପୁଜିଲା ରୋହିଣୀ ବୃକ୍ଷରାଶି ।୨୨୭।ଶୁକ୍ରଙ୍କର ବେଳେ ଉତପତ୍ତି ହୋଇଲାକ ବଳାପୃଥୁଳ ସୁସଞ୍ଚ ବତିଶ ଗୁଣେ କଳା ।୨୨୮।ପଞ୍ଚମରେ ଶନିଶ୍ଚର ଚତୁର୍ଥେ ବୃହସ୍ପତିରବି ସପତମେ ଚନ୍ଦ୍ର ଲଗ୍ନରେ ଅଛନ୍ତି ।୨୨୯।ତୃତୀୟେ ରାହୁ ଯେ କେତୁ ଅଛଇ ନବମେମଙ୍ଗଳ ଯେ ୟେକାଦଶେ ଶୁକ୍ରହିଂ ନବମେ ।୨୩୦।ଅଷ୍ଟମେ ବୁଧ ଶୁଭ ଯୋଗେଣ ବସେବାମେଣ ଯୋଗ୍ନୀ ଈଶାନ୍ୟ କୋଣେ ବସେ ।୨୩୧।ବତିଶ ପାଦରେ ଅଛଇ ମାହେନ୍ଦ୍ର ଯୋଗୟେକତ୍ରିଂଶ ପାଦେ ଜନ୍ମ ନାହିଂ ଆରେକ ପାଦେ ଭୋଗ ।୨୩୨।ପାଦେଣ ଯେ ଜାତ ହୋଇଲାକ ବାଳଦେଖିଣ ଜାହ୍ନବୀ ଧଇଲେକ କୋଳ ।୨୩୩।ଶାୟେଂତନୁ ଦେଖି ବୋଇଲେ ୟେ ବଡ଼ ବିଚକ୍ଷଣ ବଳାଜଗଜ୍ଜିତା ଯୋଗେଶ୍ୱର ଚଉଷଠି ଗୁଣେ କଳା ।୨୩୪।ବୋଲନ୍ତି ଜାହ୍ନବୀ ଆସ କି ନା ରାୟେଦେଖ କିନା ମୁନି ହେ ତୁମ୍ଭର ତନୟେ ।୨୩୫।ଶାୟେଂତନୁ ବୋଇଲେ ସେ ଅପ୍ରାପତ ଆମ୍ଭଙ୍କୁଆମ୍ଭର ନ ଦେଖିଲେ ଶୁଝଇ ଆମ୍ଭର ପୁତ୍ରକୁ ।୨୩୬।ଆସ ହୋ ଭଗବନ୍ତ ଦେଖ କି ନା ବଳାଦେଖନ୍ତେ ମୁକତ ଅଟଇ ପୁଣ୍ୟଶୀଳା ।୨୩୭।ପୁତ୍ର ଗୋଟି ଉତପତ୍ତି ଗର୍ଭୁଂ ଯେତେବେଳେମୁଖ ଚାହାନ୍ତେଣ ମାତା ପିତାର ଜୀବନ ସୁଫଳେ ।୨୩୮।ଦୁତୀୟେଣ ପିତା ତାର ଚାହିଂବ ବଦନଜନ୍ମକୁ ଫିଟଇ ତାର ଅପୁତ୍ରିକ ଲକ୍ଷଣ ।୨୩୯।ଜୀଉ ଅବା ମରୁ ଅବା ମନ୍ଦର କରମେପିତା ମୁକତ ହୋଅଇ ଅନେକ ହାଦେ ଧର୍ମେ ।୨୪୦।ୟେତେ ବିଚାରି ସେ ପଣ୍ଡିତ ଭାଗ୍ୟବନ୍ତସୁବର୍ଣ୍ଣ ପାତ୍ରେ ଅର୍ଘ୍ୟେକ ଘେନିଲେ ମୁନିହସ୍ତ ।୨୪୧।ସୁବର୍ଣ୍ଣ ଦୀପେଣ ଗୁଆ ଘୃତ ଯେ ପୂରୋଇନେତର ବଳିତା ୟେ ଶ୍ରୀଫଳେକ ଲାଇ ।୨୪୨।ଚଳନ୍ତି ମହାତ୍ମା ଯେ ପୁତ୍ର ଦେଖିବାକୁପୁତ୍ର ନ ନିରେଖି ଚଳନ୍ତି ଭିତର ପୁରକୁ ।୨୪୩।ଅନ୍ତୁଡ଼ିଘରେ ଯାଇଂ ବିଜୟେ ସୋମବଂଶୀପୁତ୍ରକୁ ଘେନିଣ ଗଙ୍ଗା ସାଷ୍ଟାମେ ଅଛି ବସି ।୨୪୪।ଦେଖ ଦେଖ ମହାତ୍ମା ୟେ ତୋହୋର ପୁତ୍ରଗୋଟିଅର୍ଘ୍ୟ ଦେଇ ନିରେଖି ଚାହାନ୍ତି ତପନିଷ୍ଠି ।୨୪୫।କରେଣ ଘେନିଲା ଗଙ୍ଗା ବିଜେ କର୍ଣ୍ଣକଟାରିଋଷିଙ୍କର ଦେଖନ୍ତେ ସେ ପୁତ୍ରକୁ ଲୋଡ଼ଇ ମାରି ।୨୪୬।ଗଙ୍ଗାର ହାଥ ଯେ ଧଇଲେ ଶାୟେଂତନୁଆଲୋ ଗାଙ୍ଗି କେତେ ପୁତ୍ର ନାଶକଲୁ କିନୁ ।୨୪୭।ଆଲୋ ଛଡ଼ ପୁତ୍ର ମାଇଲୁ ନ ପୂରିଲା ତୋର ଅଭୀଷ୍ଟିଆଲୋ ଆଲୋ ଗାଙ୍ଗି ତୁ ଅଟୁ ବଡ଼ ମନ୍ଦ ନଷ୍ଟି ।୨୪୮।ଯେତେକ ଅଛନ୍ତି ସେ ସଂସାରେ ପୋଖତୀସବୁରି ଅପାଦ ପଡୁ ମୁଣ୍ଡେ ତୋର ନିତି ।୨୪୯।କଟାରି ଘେନି ସେ ଚାପୋଡ଼େକ ମାରିପେଲି ପକାଇ ପୁଅକୁ ଘେନିଲେ ଉଛୁଡ଼ି ।୨୫୦।ଗଙ୍ଗା ଉଷତ ହୋଇଲେ ଶାୟେଂତନୁଙ୍କର ବଚନେଆହୋ ସତ୍ୟ ପରିଲା ମୋର ଯାଉଅଛି ମହାମୁନ୍ୟେ ।୨୫୧।ୟେତେକ ବୋଲିବାକୁ ମୁଂ ବାଟ ଚାହିଂଥିଲିଗାଙ୍ଗି ବୋଲିବା ପାଇଁ ଛଡ଼ ପୁତ୍ର ମାଇଲି ।୨୫୨।ୟେତେ ବୋଲି ଦେବୀ ଯେ ଉଠିଲେ ବହନପୁତ୍ରକୁ ଛାଡ଼ି ଗଙ୍ଗା ହୋଇଲେ ତୋଷମନ ।୨୫୩।ଶାୟେଂତନୁ ଉଠି ଧଇଲେ କୋଳକରିସଞ୍ଚୟେ ୟେ ବ୍ରତ ଯେ ପୂରିଲା ତୋହୋରି? ୨୫୪।ୟେବେ ଯେ ଜାତ କଲୁ ବାଳୁତ ପୁତ୍ରଗୋଟିକେମନ୍ତେ ବ୍ରତିବୟେ ନ ପାଇଲେ କ୍ଷୀର ଫୁଟି ।୨୫୫।ଲେଉଟିଣ ଚାହିଁ ସେ ଜାହ୍ନବୀ ବୋଇଲାଜୀଁଇଲେ ଜୀଉଂ ମଲେ ମରୁ ମୋହୋର କିସ ଗଲା ।୨୫୬।ଗାଢେଣ କୋଳ କରି ଧଇଲେ ମହାମୁନିରାଗେଣ ପେଲି ପକାଇଲା କାନ୍ତାନୀ ।୨୫୭।ତୁ କିଂପା ମୋତେ ଆବୋରିଣ ଧରୁବ୍ରତ ପୂରିଲା ବାହାର ହୋଇଲି ମୁଂ ତୋର ଘରୁ ।୨୫୮।ସତ୍ୟ ମାନିଥିଲି ୟେତେ ଦିନ ପରିଯନ୍ତେଭୃତ୍ୟପଣେ ସେବା ମୁଂ କରିଥିଲି ତୋତେ ।୨୫୯।ଗଙ୍ଗା ବୋଇଲେ ମୁଂ ଥାଇ ଗାଙ୍ଗି ବୋଇଲେ ନ ଥାଇଗାଙ୍ଗି ବୋଇଲୁ ତୁ ଯାଉଛି ମୁଂ ବ୍ରତ ପୂରୋଇ ।୨୬୦।ୟେବେ ମୁଂ ତୋହୋର ଗୁରୁ ତୁ ମୋହୋର ଶିଷିଗୁରୁ ପତ୍ନୀକି କିଂପାଇ ଛୁଇଂଲୁ ମହଋଷି ।୨୬୧।କୋପେଣ ବଚନ ବୋଇଲେ ଗଙ୍ଗାଦେବୀମତେ ଯେ ଛୁଇଂଲୁ ତୋତେ ମୁହିଂ ଶାପ ଦେବି ।୨୬୨।ୟେ ପୁତ୍ର ତହୁଂ ଜାତ ହୋଇବ ଯେବଣ ସୁତତୁ ଶାୟେଂତନୁ ଶିରଚ୍ଛେଦ ହୁଅ ତାର ହସ୍ତ ।୨୬୩।ଡରେଣ ଛାଡ଼ିଲେ ସେ ଶାୟେଂତନୁ ମହାମୁନିଧାତିକାରେ ଜଳେ ସମ୍ଭାଇଲେ ଅନାଦି କାତ୍ୟାୟନୀ ।୨୬୪।ପୁତ୍ର ଗୋଟି ଘେନି ମୁନିବିସ୍ମୟ ମନ ହୋଇବିଚାରି ବିଚାରି ମୁନି ଯେ ଭୀଷ୍ମ ନାମ ଦେଇ ।୨୬୫।ଜୀଇଲେ ଜୀଉଁ ମଲେ ଅବା ମରୁ ଗଙ୍ଗା ଯେ ବୋଇଲାଇଛା ମୃତ୍ୟୁ ବର ସେ ଭୀଷ୍ମଙ୍କର ଯେ ହୋଇଲା ।୨୬୬।ପାରେଶ୍ୱର ଶାୟେଂତନୁ ଭୂରିଶ୍ରବା ତିନି ଭ୍ରାଥେପାରେଶ୍ୱର ହୁଂ ବ୍ୟାସେ ହୋଇଲେ ସମ୍ଭୂତେ ।୨୬୭।ଶାୟେଂତନୁର ତହୁଂ ଉପୁଜିଲେ ଚିତ୍ର ବିଚିତ୍ରବୀର୍ଯ୍ୟଭୀଷ୍ମ ହିଂ ଉପୁଜିଲେ ତୃତୀୟ ଆତ୍ମଜ ।୨୬୮।ଶାୟେଂତନୁ ମହାଋଷିଙ୍କର ତିନି ଯେ ସନ୍ତତିଆଦିହୁଂ କୁରୁବଂଶ ହୋଇଲେ ୟେଥୁଁ ଉତପତ୍ତି ।୨୬୯-୪୫୨।