ଅର୍ଜୁନଙ୍କ ଜନ୍ମ — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିକୃତାନ୍ତକ ନାଥ ସ୍ୱାମୀ ଜୟତୁ ଜମ୍ଭୋ ଭେଦୀ ।୨୨।
ସପତ ସାଗର ଜଳ ସ୍ଥଳ ନାଥ ନବ ଦ୍ୱୀପା ପୃଥୀ
ତୋହରେଣ ଦେବ ସଚରାଚର ବ୍ରତି ।୨୩।
ଯମଦଣ୍ଡ କାଳଦଣ୍ଡ ଶୂଳଦଣ୍ଡ
ଦଣ୍ଡାଧିପତି ଦେବ ତୁହି ସେ ସର୍ବଦଣ୍ଡ ଖଣ୍ଡ ।୨୪।
ବେଦବର ମନ୍ତ୍ରବର ଶାହାସ୍ର ବର ନାଥ
ସତ୍ୟବନ୍ତ ପୁରୁଷ ସ୍ୱାମୀ ତୁ ପରମ ପଦାର୍ଥ ।୨୫।
ଦର୍ଶନେ ପ୍ରସନ୍ନେ ତୁ ଦୁର୍ଗତି ଦୁଖ ଧଂସି
ଯମର ଉପରେ ଦୈବତ ସକଳ ଦର୍ପ ବିନାଶୀ ।୨୬।
ବ୍ରହ୍ମାର ଉପରେଣ ତୋହୋର ବ୍ରହ୍ମ ପଦ
ମହେଶ୍ୱର ଉପରେ ତୁ ମହେଶ ଦେବ ଇନ୍ଦ୍ର ।୨୭।
କଉସ୍ତୁଭ ମଣି ବିରାଜିତ ଯାର ହୃଦେ
ଚନ୍ଦ୍ରକିରଣ ମଣି ଲଲାଟ ସାନନ୍ଦେ ।୨୮।
ଜାତ ଅନ୍ତକରି ନାଥ ତୁହି ସେ ଭିଆନ୍ତା
ନିର୍ଭୟା ପୁରୁଷ ତୁଯେ ପ୍ରସନ୍ନେ ଗତି ଦ୍ୟନ୍ତା ।୨୯।
ସୟଳ ସାହେର ନାଥ ଭଗତ ଜଗ ହିତା
ମୁହିଂ ମନୁଷ ଜନ୍ମ ମଞ୍ଚ ପୁରେ ନ ଛାଡ଼ୁ ମୋର ଚିନ୍ତା ।୩୦।
ନାଶ କର ନିଶାକର ଯାହାର ଆଗ୍ୟାଂରେଣ ବର୍ତ୍ତି
ତେଣୁ କରି ତୋତେ ମୁଂ ପ୍ରାର୍ଥନା କରଇ ଅଭ୍ୟର୍ଥୀ ।୩୧।
ଶ୍ରୀ ଅମରାଧିନାଥ ଚରଣ ମମ ହୃଦେ
ଶୂଦ୍ରମୁନି ସୋରୋଳ ଦାସ ବଦୟନ୍ତି ପରମ ସାନନ୍ଦେ ।୩୨।
କହନ୍ତି ଅଗସ୍ତି ଶୁଣ ଆହୋ ଯୁଗପତି
ଏହି ମନୁ ତବ ଅର୍ଥେ ଜଗତେ ବିଖ୍ୟାତି ।୩୩।
ଇନ୍ଦ୍ର ଦେବତାଙ୍କୁ କୋଇନ୍ତାୟେ କଲେ ପୂଜା
ଶୃଙ୍ଗାର ସମ୍ପଦ ରସ ମାଗଇ ଦେବ ରାଜା ।୩୪।
କୁନ୍ତଭୋଜର ନନ୍ଦନୀ ସେ କାର୍ଯ୍ୟେଣ କାର୍ଯ୍ୟବନ୍ତୀ
ଭାରାଭର ବହନ୍ତି ସେ ଅନାଦି ଦଇବତୀ ।୩୫।
କୋଇନ୍ତାଙ୍କର ତୁସ୍ତି ଯେ ଶୁଣିଣ ବଜ୍ରଧାରୀ
ମହା ସନ୍ତୋଷେଣ ଆଲିଙ୍ଗନ ଚୁମ୍ୱନ ସେହୁ କରି ।୩୬।
ବଂଶେଣ ନିକଳଙ୍କ ମହାମନ୍ତ୍ରେଣ ନିର୍ଦ୍ଦୋଷୀ
ଇନ୍ଦ୍ରେଣ ରମଣ ଯେ ବଢିଲା ମହାନିଶି ।୩୭।
ଶତଶିଂଗ ପର୍ବତୁଂ ସେ ଗଙ୍ଗା ହୋଇଛି ଉତପତ୍ତି
ପାତାଳ ଭେଦିଛି ପଞ୍ଚଚିରିଶ ଧାରା ମୂର୍ତ୍ତି ।୩୮।
ପାବିନୀ ଭାବିନୀ କାମିନୀ ପାପନାଶିନୀ
ଗଙ୍ଗା ଗୋମତୀ ନର୍ମଦା ବଇତ୍ରଣୀ ।୩୯।
ମେଖଳା ତ୍ରିପୁରା ଭାଲୁଙ୍କୀ ଭଇରୋବୀ
ଯମୁନା ସରସ୍ୱତୀ ପାତାଳ ସମ୍ଭବୀ ।୪୦।
କାଶା କଉଶିକୀ ଅରଣ୍ୟ ମେଖଳା
ବେଣୀ ଗଉତମୀ ନାରାୟଣୀ ଚଞ୍ଚଳା ।୪୧।
ବିଜୟା ଚିତ୍ରଉତପଳା ଗଗନ ଗୁପତା
ଚନ୍ଦ୍ରଭାଗା ବୃହସ୍ପତୀ ନନ୍ଦିନୀ ବୃଦ୍ଧମାତା ।୪୨।
ତମସା ସଉଭଦ୍ରା ଚଉରୀ ଧବଳାଙ୍ଗୀ
ବୃଦ୍ଧାୟୀ ହରପ୍ରିୟା ଅନନ୍ତା ଯୋଗାଙ୍ଗୀ ।୪୩
ପଞ୍ଚତିରିଶ ଧାରା ସେ ପର୍ବତେ ଫୁଟଇ
ମହାତୀର୍ଥମାନେ ସେ ବିଷ୍ଣୁପାଦ ଅଟଇ ।୪୪।
ତହିଂ ମିଶ୍ରିତ ଯେ ସରସ୍ୱତୀ ତ୍ରିବେଣୀ
ତହିଂର ତୀରେ ଇନ୍ଦ୍ର କୋଇନ୍ତାଙ୍କର ରମଣି ।୪୫।
ସେ ନଦୀର ତୀରେ ଅଛି ଅର୍ଜ୍ଜୁନ ନାମେ ବନ
ଶୀତଳ ଅମିୟ ବହଇ ପବନ ।୪୬।
ବିଶେଷେ ବସନ୍ତ ଋତୁ ମୀନ ମାସ କୃଷ୍ଣପକ୍ଷ ପ୍ରଥମ ଦୁତୀୟା
ଭୃଗୁବାର ଉତ୍ତରା ଫାଲୁଗୁନୀ ଶତଶ୍ରିୟା ।୪୭।
ବାଣିଜ୍ୟ ନାମେ କରଣ ଧୃତି ନାମେ ଯୋଗ
କନ୍ୟା ଚନ୍ଦ୍ରମାକୁ ସପତମ ଦଣ୍ଡଭୋଗ ।୪୮।
ଦୁତୀୟା ଘରେ ଶନିଚର ଚତୁର୍ଥେ ବୃହସ୍ପତି
ଅମୃତାକ୍ଷ ନାମେ କାଳ ପାତାଳେ ଭୋଗ ରାତି ।୪୯।
ରାହୁ ନବମରେ ଚନ୍ଦ୍ର ବଳୀୟାର ଯୋଗେ
ଇନ୍ଦ୍ରଙ୍କର ଶୃଙ୍ଗାର କୋଇନ୍ତା ଦେବୀଙ୍କର ସଙ୍ଗେ ।୫୦।
କୋଇନ୍ତାୟେ ବୋଇଲେ ଦେବ ଶୁଣିମା ସୁରପତି
ସଇନ୍ଦୁ ପୁତ୍ରେକ କରିବୁଟି ଉତପତ୍ତି ।୫୧।
ପୁତ୍ରର ଦର୍ପ ମୁଂ ସହି ନୁଆରଇ ଭାରି
ମଣ୍ଡଳାଧିପତି ତୁ ଆକାଶକୁ ଅଧିକାରୀ ।୫୨।
ମହା ବଳବନ୍ତା ତୁ ଦେବତାଙ୍କର ରାଜ
ମୁହିଂ ମାନୁଷୀଟି ସହି ନୁଆରଇ ୟେ ତୋହୋର ବୀର୍ଯ୍ୟ ।୫୩।
ଆଦିହୁଂ ଅବିଭାଇତ କାଳେ ମୋତେ ଆଦିତ୍ୟ ରମଣ କଲା
ସଇନ୍ଦୁ ପୁତ୍ରେକ ଉତପତ୍ତି ଯେ ହୋଇଲା ।୫୪।
ସେହି ପ୍ରକୃତି ଯେ ଭାବିଲାକ ମୋର ଅଙ୍ଗେ
ୟେବେ ମୁଂ ଗର୍ଭର ଭାରା ସହିବି କେବଣ ବାଗେ ।୫୫।
ଶୁଣିଣ ସାନନ୍ଦ ଯେ ପୁରନ୍ଦର ଦେବତା
କୋଇନ୍ତାୟେ ରମଣ ଇଚ୍ଛଇ ବରଦାତା ।୫୬।
ବିଶେଷେ କାମିନୀ ସେ ପ୍ରୋଢାୟେ ବୟସୀ
ଦେବରାଜା ତୁଲେଣ କ୍ରିଡା ରଙ୍ଗେ ରସି ।୫୭।
ଅପଛରୀ ରମଣୀ ସେ ରତି ଶାସ୍ରେ ଜିତା
ଚନ୍ଦ୍ର ପବନ ବାରିଣ ସେ ଶୃଙ୍ଗାରେ ଶକତା ।୫୮।
ସ୍ତିରୀଜନଙ୍କର ସଭାବ ସେ ଗାଢ ଶୃଙ୍ଗାରେଣ ତ୍ରିପୁତି
ଅଗ୍ନି ଦେବତା ଯେହ୍ନେ ଘୃତେ ହୋନ୍ତି ଶାନ୍ତି ମୂର୍ତ୍ତି ।୫୯।
ମତ୍ତ ତନୁ ଘେନି ଯେବଣ ପୁରୁଷ ପାବନ୍ତି କେଳି
ରାତ୍ର ଦିବସେ ସେ ସହିପାରନ୍ତି ଆର୍ଦୋଳି ।୬୦।
ମନ ଚଇତନ ୟେକତ୍ୱ କଲା ସଞ୍ଚା
ପବନ ହେଠାଇଣ ଉଜାଣି କଲାକ ସେ ବଞ୍ଚା ।୬୧।
ଶ୍ରୁତି ସ୍ମୃତି ଧୃତି ଶାନ୍ତି ସୁଷୁମୁନା
ୟେ ପଞ୍ଚନାଡ଼ି ଅଟଇ ଶରୀରକୁ ବଜ୍ରସେହ୍ନା ।୬୨।
ତରଳ ତାରଳ ଇଅଂଳା ପିଅଂଳା ଘୋଟି
ନବ ନାଡ଼ି ମୂଳେଣ ଅଛଇ ବାଆସ୍ତୋରି କୋଟି ।୬୩।
ୟେହାନ୍ତ ୟେକତ୍ୱ କରି ପଞ୍ଚମ ଶରଭୋଗୀ
ଅନଙ୍ଗ ବଞ୍ଚାଇଲା ସେ ପୁରୁଷ ପରମ ଯୋଗୀ ।୬୪।
ଅଗ୍ୟାନେ ହେଠାଇଲା ସେ ଟେକିଲା ୟେକ ବ୍ରହ୍ମେ
ବାସ୍ତରୀ କ୍ରୀଡ଼ା କଲେ ଭବ ଯେ ସାଂଗ୍ରାମେ ।୬୫।
ଖେପଇ ବାସବ ଯେ ନଖ ଦନ୍ତ ଶର
କୋଇନ୍ତାୟେ ବଞ୍ଚାବନ୍ତି ନ ଫୁଟଇ ଶରୀର ।୬୬।
ଓହୋ ବଳ ସଂଗ୍ରାମେ ବଢିଲା ରସ ଯୁଦ୍ଧ
ଭବ ଭଗ ଶାନ୍ତି ଯେ ନୋହିଲା କାମ ବନ୍ଧ ।୬୭।
ଅଦୁଷ୍ଟି ନାରାଜ ବିନ୍ଧଇ ପଞ୍ଚବାଣ
ଭାବେ ଅନ୍ୟୋଅନି ପୀଡୁଛି ମୟାଣ ।୬୮।
ବିଶେଷେ ବନଗହନ ନିଗମ ସ୍ଥାନ ଭୂମି
ଆକାଶେ ଦୃଶ୍ୟଭାବ ରୋହିଣୀ ବଲ୍ଲଭ ଦେବ ସ୍ୱାମୀ ।୬୯।
ବସନ୍ତେ ଚନ୍ଦ୍ରମାୟେ ମହା ନିରିମଳ
ସମସ୍ତ ଦିଶଇ ସେ ଦିବସହୁଂ ପରିମଳ ।୭୦।
ଅଶାନ୍ତ ଶୃଙ୍ଗାରେଣ ଅତୁଷ୍ଟ ଦେବରାଜ
ରଜନୀ ନିକଟେ ଶେଷ ସେ ଛାଡିଲେ ମହାବୀର୍ଯ୍ୟ ।୭୧।
ଦୁହେଂ ମନ ଶାନ୍ତି ସେ ପରମ ସାନନ୍ଦୁଂ
ସୁସଞ୍ଚେ କୁମାରେକ ଉତପତ୍ତି ହୋଇଲା ସଇନ୍ଦୁ ।୭୨।
ମାତଳି ମେଳେ ଯେ ଥିଲେ ଚଞ୍ଚଳାଗଣ ଅନ୍ତରୀକ୍ଷେ
ପୁଷ୍ପକ ଘେନିଣ ଯାଇଂ ମିଳିଲେ ସହସ୍ରାକ୍ଷେ ।୭୩।
ଦେବଗଣେ ଦୁନ୍ଦୁଭି ବଜାନ୍ତି ରଙ୍ଗେ ଘେନି
ଚଉଷଠି କୋଟି ଅପଛଇରୀ ଦିଲେ ହୁଳହୁଳି ଧୂନି ।୭୪।
ଅମଳାଣ ବସ୍ତ୍ର ଯେ ପିନ୍ଧିଣ ସର୍ବବାଳୀ
କେହୁ କୋନ୍ତାଙ୍କୁ ଧରଇ କେ ପୁତ୍ରକୁ ସମ୍ଭାଳି ।୭୫।
ତପତ ଜଳ ଘେନି ସୁବାସିତ ପାଣି
ପୁତ୍ର ଅଙ୍ଗ ପଖାଳନ୍ତି ଅତ୍ୟନ୍ତ କୋମଳ ଜାଣି ।୭୬।
ମଧୁ ଘୃତ କପିଳାର କ୍ଷୀର ଯେ ପ୍ରବର୍ତ୍ତି
କୁମାରର ଅଙ୍ଗେ ନେଇ ଲେପନ କରନ୍ତି ।୭୭।
ଆପଣେ ଥାଇଣ ସେ ସୁରେଶ୍ୱର ରାଜା
ଶ୍ରୀହସ୍ତେ ଅର୍ଘ୍ୟ ଘେନି କୁମାରକୁ କଲେ ପୂଜା ।୭୮।
ରମ୍ଭା ଉର୍ବଶୀ ମଦନା ମେନକା କାମସେଣା
ଶେଯ୍ୟାୟେ ଯୁଗତେ ଶୁଆଇଲେ ସମସ୍ତେ ଅପର୍ଣ୍ଣା ।୭୯।
ନୀଳେନ୍ଦୀ ଦଳ ପରାୟେ କୁମରର ତନୁ
ବିଚିତ୍ର ବେଶନ ରୂପ ସୁନ୍ଦର କି କୋଟି ସୂର୍ଯ୍ୟଭାନୁ ।୮୦।
ଅତି ସୁନ୍ଦର ସେ ଅର୍ଜ୍ଜୁନ ନାମେ ବନ
ସେ ବନେଣ ଯେ ପୁତ୍ର ହୋଇଲା ଉତପନ୍ନ ।୮୧।
ଅତିଅନ୍ତ ହରଷ ହୋଇଣ ମଘବାନ
ଅର୍ଜ୍ଜୁନ ବନ ଦେଖି ପୁତ୍ର ନାମ ଦିଲେ ଅରଜୁନ ।୮୨।
ବୃହସ୍ପତି ଗଣିଲେ ସପତାଙ୍କ ପାଞ୍ଜି ଘେନି
ପୁତ୍ର ଜାତ ହୋଇଲା ଉତ୍ତରା ଫାଲୁଗୁନୀ ।୮୩।
ବୃହସ୍ପତି ବୋଇଲେ ଅତିଅନ୍ତେ ସୁନ୍ଦର ସଉଚ୍ଛମ
ତେଣୁ ଦେବଗୁରୁ ଦିଲେ ଫାଲଗୁନି ୟେହାର ନାମ ।୮୪।
ଉତ୍ତରା ଫାଲଗୁନୀ ହୋଇଲା କନ୍ୟାରାଶି
ଗଣ୍ଡମୂଳ ନାସ୍ତି ମାହିନ୍ଦ୍ର ଯୋଗ ଭାଷି ।୮୫।
ସର୍ବ ଗୁଣେ ସୁନ୍ଦର ସୁଲକ୍ଷଣ ସୁରବଇଂର ବଳା
ଅମର ଆସନକୁ ବିଜୟେ ଆଖଣ୍ଡଳା ।୮୬।
ଅମର ଅଳଙ୍କାର ଯେତେ ଦେବରାଜାର ଥିଲା
ପୁତ୍ରକଇ ମଣ୍ଡିଣ ସୁରନାଥ ବେଗେ ଗଲା ।୮୭।
ଉର୍ବଶୀ ଆସି ଧଇଲେ କୋଳରେ
ସବ୍ୟସାଚୀ ନାମ ଦିଲେ ଯୁବତୀ ରତ୍ନ ସାରେ ।୮୮।
ପଣ୍ଡୁ ପ୍ରବେଶ ହୋଇଲେ ସୁରନଦୀ କୂଳେ
ତ୍ରିଭୁବନ ମୋହନ ପୁତ୍ର କୋଇନ୍ତାଙ୍କର କୋଳେ ।୮୯।
ଦେଖିଣ ମହାରାଜା ଅନେକ ସାନନ୍ଦେ
ବହୁତ ପୁରସରି କୋଇନ୍ତାଙ୍କୁ ହାଦେ ।୯୦।
ଯୁଝେଷ୍ଠି ଭୀମ ଅରଜୁନ ଯେ ପୁତ୍ର ତିନି
ପାଳନ୍ତି କୋଇନ୍ତାୟେ ମାଦ୍ରୀ ଦେବୀ ଘେନି ।୯୨।
ବଇବସୁତ ମନୁ ବୋଇଲେ ଶୁଣ ଅଗସ୍ତିୟେ
ମୁକୁଇଂ ଫେଡ଼ିବ କଥା ୟେକ ସନ୍ଦେହେ ।୯୨।
ଧର୍ମ ଦେବତାୟେ ଯେବଣ ପୁତ୍ର ଗୋଟି
ତାହାର ନାମ ଦିଲେ କିମ୍ପା ଧର୍ମଯେ ଯୁଝେଷ୍ଠି ।୯୩।
ଅଗସ୍ତି ପ୍ରତିବାକ୍ୟ ଶୁଣିମା ମହାରାଜେ
ପ୍ରଥମେ କର୍ଣ୍ଣ ଉପୁଜିଲା ୟେ ପୁତ୍ର ହୋଇଲା ଦୁଜେ ।୯୪।
କୋଇନ୍ତାୟେ ବୋଇଲେ କର୍ଣ୍ଣ ମୋହୋର ଜ୍ୟେଷ୍ଠ
ଗଙ୍ଗାରେ ପକାଇଲି ମୁଂ ବାଳୁତ ଗ୍ୟାନଭ୍ରଷ୍ଟ ।୯୫।
ସେ ପୁତ୍ର ଲୋଡ଼ିଲେ ପାଇବି ଆର କାହିଂ
ଦୁଜେ ଉପୁଜିଲା ଜ୍ୟେଷ୍ଠ ପୁତ୍ର ୟେହି ।୯୬।
ମହା ଗ୍ୟାନବନ୍ତ ୟେ ଅହର୍ନିଶି କର୍ମ
ତେନ୍ୟାୟଂରୁ କରି ନାମ ଦିଲେ ଯୁଝେଷ୍ଠି ଦେବଧର୍ମ ।୯୭।
କୋଇନ୍ତା ଦେବୀଙ୍କର ଯେ ତିନି ପୁତ୍ର ଉପୁଜିଲା
କୋଇନ୍ତାଙ୍କୁ ଭଗତି ହୋଇଂ ମଦନା କିସ କଲା ।୯୮।
ତିନି ପୁତ୍ର ଘେନି ସେ କୋଇନ୍ତା ଦେବୀ ଭାଳି
ସହି ନୁଆରଇ ଆଉ ପର ଶୃଙ୍ଗାର ଆର୍ଦୋଳି ।୯୯।
ଆପଣା ସ୍ୱାମୀ ଜାଣଇଂ ଆପଣା ଭାରିଯାର ଚିନ୍ତା
ପର ପୁରୁଷ ଶୃଙ୍ଗାରେ ବଡ଼ାଇ ଅବସ୍ତା ।୧୦୦-୨୬୯୦।
ପୁତ୍ର ନିମନ୍ତେ ମାଦ୍ରୀର ନାରାୟଣଙ୍କୁ ସ୍ମରଣ, ନାରାୟଣଙ୍କ
ନାସ୍ତିରେ ଦୁର୍ବାସାଙ୍କର ଅନ୍ୟ ଦେବତାଙ୍କୁ
ସ୍ମରଣ କରିବାକୁ ମାଦ୍ରୀଙ୍କୁ କଥନ
ନପାରଇ ସହି ତାର ଶୃଙ୍ଗାର ଆର୍ଦ୍ଦୋଳି
ମଦନାକୁ ବସାଇ ଦେବୀ ସନ୍ନିଧ୍ୟରେ ଭାଳି ।୧।
ତୁ ମାଦ୍ରୀ ମୋହୋର ସପତଣୀ ହୋଇଲୁ ଅବା
ଭୃତ୍ୟର ଭୃତ୍ୟ ହୋଇଣ ତୁ ମୋତେ ବହୁତ କଲୁ ସେବା ।୨।
ତୁ ମୋହୋର ଅଭିନ୍ନ ପ୍ରାଣର ସଂଘାତୁଣୀ
ମୋତେ ସେବା କରି ହୋଇବୁକି ଅପୁତ୍ରିକ ଲକ୍ଷଣୀ ।୩।
କୋଇନ୍ତାୟେ ମାଦ୍ରୀକି ଦଲେ ଜପାମାଳି
ଦିଗପାଳ ଗୋଟିକୁ ସୁମରଣା କର ମନର ହିଆଳୀ ।୪।
ଆପଣେ ଥାଇ କୋନ୍ତଭୋଜର ଦୁହିତେ
ମଦନାକୁ ସଞ୍ଚିତ କଲେ ସେ ଶେଯ୍ୟାର ଯୁଗତେ ।୫।
ମଦନା ମହାଦେବୀ ଯେ ଅଟଇ କୁମାରୀ
ୟେହାର ମାତା ଅଟଇ ମଳୟ ବସନ୍ତା ଅପଛରୀ ।୬।
ବାସବର କୋପେ ସେ ପାଇ ଅଭିଶାପ
ମଧ୍ୟପୁରେ ଉପୁଜିଲା ଧରି ମାନୁଷୀ ସରୂପ ।୭।
ତାହାର ଦୋହିତାୟେ ମଦନାବତୀ ନାମ
ବାଛିଣ ପଣ୍ଡୁରାଜାକୁ କଲାକ ପ୍ରଦାନ ।୮।
ତାହାର ରୂପଗୁଣ କହିତ କିପାରି
ପୃଥିବୀ ଅଳଙ୍କାର ସେ ଅଟଇ ସୁନ୍ଦରୀ ।୯।
କରେଣ କୋଇନ୍ତାୟେ ଦିଲେକ ଜପାମାଳି
ଯାହାକୁ ଇଚ୍ଛା ତୋର ସୁମର ମନେ ଭାଳି ।୧୦।
ୟେତେକ ତିଆରି ଗଲେ ଦେବୀ କୋନ୍ତେ
ମାଦ୍ରୀ ବେଶନ ହୋଇଲା ଶେଯ୍ୟାର ଯୁଗତେ ।୧୧।
ବୋଇଲେ ଧର୍ମ ପବନ ଇନ୍ଦ୍ରେ କୋଇନ୍ତାୟେ ପୁତ୍ର କଲେ ଜାତ
ଦେବତାଙ୍କ ମଧ୍ୟେ ଆଉ ନାହିଂ ବଲବନ୍ତ ।୧୨।
ନାରାୟଣ ଦେବାତାଙ୍କୁ ସୁମରିବି ଆଜ
ବିଷ୍ଣୁଙ୍କର ବୀର୍ଯ୍ୟେ ମୋର ଉପୁଜୁ ତନୁଜ ।୧୩।
ମୋହୋର ପୁତ୍ର ଗୋଟି ହୋଇବ ଯେ ବଳବନ୍ତ
ସପତ ବ୍ରହ୍ମାଣ୍ଡକୁ ସେ ହୋଇବ ଯେ ୟେକ ଛତ୍ର ।୧୪।
ଗାନ୍ଧାରୀ ପୁତ୍ରନ୍ତ କୋଇନ୍ତା ପୁତ୍ରନ୍ତ ଜିଣି
ୟେ ମୋହୋର କୁମର ହୋଉ ୟେକାଙ୍ଗ ନୃପମଣି ।୧୫।
ୟେତେକ ବିଚାରି ଦେବୀ ୟେକାନ୍ତ ନିଶାକାଳେ
ନାରାୟଣ ସୁମରଇ ସେ ଦୁର୍ଭାସା ମନ୍ତ୍ରବଳେ ।୧୬।
ବଇନେତ୍ରେୟ ବାହାନେଣ ସେ ଦେବ ନାରାୟଣ
ଅନ୍ତରୀଚ୍ଛ୍ୟେ ବିଜେକଲେ ଶତଶିଂଗ ପର୍ବତେଣ ।୧୭।
ଅନେକ ବେଶନ ହୋଇ ମଦନସେନର କୁମାରୀ
ଅର୍ଘ୍ୟ ତଳେ ଥୋଇଲା ସେ ନାରାୟଣ ନାରାୟଣ ସୁମରି ।୧୮।
ୟେମନ୍ତ ସମୟେ ଯାଇଂ ଶ୍ରୀକୃଷ୍ଣ ବିଜେକଲେ
ଦେଖିଣ ମାଦ୍ରୀ ଦେବୀ ଆସନ ତେଜ୍ୟା କଲେ ।୧୯।
ନାରାୟଣ ବୋଇଲେ ତୁ ଶୁଣ ପଣ୍ଡୁର ପାଟରାଣୀ
ନିରାକାର ବୋଧିଲା ତୋହୋର ଜ୍ୟେଷ୍ଠ ସପତଣୀ ।୨୦।
ତାହାର ବୀର୍ଯ୍ୟେ ଉପୁଜିଲା ଯେବଣ ପୁତ୍ରଗୋଟି
ନିରଞ୍ଜନ ଦେବତା ସେ ମୋହୋର ଠାକୁର ଯୁଝେଷ୍ଠି ।୨୧।
ତୁ ମୋହୋର ମାତା ଗୋ ପ୍ରତକ୍ଷେ ନିରଞ୍ଜନୀ
ପୁତ୍ରକୁ କିମ୍ପା ସୁମରିଲୁ ମହାମନ୍ତ୍ର ଘେନି ।୨୨।
ଋଷିର ମହାମନ୍ତ୍ର ଗୋ କେମନ୍ତେ ଯିବି ମେଣ୍ଟି
ନିଜ ପ୍ରାଣ ବିସର୍ଜିବି ମୃଧୁନା ଯିବ ଫାଟି ।୨୩।
ମାତାର ତୁଲେ ଗୋ କାହିଂ ପୁତ୍ରର କାମ ଭେଟ
ମୋତେ କରାଇଲୁ ଗୋ ଦୁସହ ସଂକଟ ।୨୪।
ତୁ କିମ୍ପା ବିଚାର ଗୋ ନକଲୁ ୟେହା ମନେ
ଗ୍ୟାନ ଥାଉଂ ଥାଉଂ ଗୁରୁପତ୍ନୀ ହରିବି କେସନେ ।୨୫।
ୟେମନ୍ତ କର୍ମ କିମ୍ପା କଲୁ ଗୋ ମାହେଶ୍ୱରୀ
ମୋତେ ସୁମରିଲୁ କଥାନ୍ତ ନ ବିଚାରି ।୨୬।
ୟେବେ କିସ ବିଚାର କର ଗୋ ମହାତ୍ମାଣୀ
ମାଦ୍ରୀ ଆଶ୍ରିଜ ହୋଇଲେ ନାରାୟଣଙ୍କ ବଚନ ଶୁଣି ।୨୭।
ମମ କର୍ମେ ୟେହେନେକ ଫଳ ଫଳିଲା ଚକ୍ରପାଣି ।୨୮।
ଅନ୍ତରେ ଥାଇଂ ଯେ ଦେଖୁଥିଲେ ଦେବୀ କୋଇନ୍ତା
ଧାତିକାରେ ବିଜେ କଲେ ଧର୍ମର ବନିତା ।୨୯।
ଦେଖିଲେ ନାରାୟଣ ଶଙ୍ଖ ଚକ୍ର ଧାରୀ
କୋଦଣ୍ଡ ଧରିଣ ନାଥ ବିଜୟେ କି ବିଚାରି ।୩୦।
ନାରାୟଣଙ୍କ ବିଜେ ଦେଖି କୋଇନ୍ତାୟେ ଆଶ୍ରିଜ
ସୁଗ୍ୟାନୀ ମାଦ୍ରୀତ ପାଇଲା ଦେବରାଜ ।୩୧।
ୟେହାର ବୀର୍ଯ୍ୟେ ଉତପତ୍ତି ହୋଇଲେ ସନ୍ତତି
ନାରାୟଣ ତନୁଜ ଯେ ହୋଇବ ୟେକଛତ୍ରୀ ।୩୨।
କୋଇନ୍ତାକୁ ଦେଖିଣ ସେ ଦେବ ଚକ୍ରଧାରୀ
ଧାତିକାରେ ନାରାୟଣ ଗରୁଡ ପିଠିରୁ ଅବତରି ।୩୩।
ନାରାୟଣ ବୋଇଲେ ମା ଗୋ ନିରଞ୍ଜନ ତୋଷିଲୁ ମହା ମନ୍ତ୍ରବଳେ
ଧର୍ମଦେବତାୟେ ବିଜେ କଲେ ଆସି ତୋର କୋଳେ ।୩୪।
ବିବୁଧାଦିଗଣ ଯାହାର ନ ଦେଖନ୍ତି ବର୍ଣ୍ଣ ଚିହ୍ନ
ସେ ଧର୍ମ ମହାତମା ତୋତେ ହୋଇଲେ ପ୍ରସନ୍ନ ।୩୫।
ଆମ୍ଭେ ଯେ ତୁମ୍ଭର ପୁତ୍ର ତୁମ୍ଭେ ଆମ୍ଭର ମାୟେ
ତୁମ୍ଭେ କିମ୍ପା ଚିନ୍ତିଲ ମା ଗୋ ୟେସନେକ ଉପାୟେ ।୩୬।
ଗୁରୁପତ୍ନୀ ଶିଷ୍ୟପୁତ୍ର କାହିଂ ଅଛି ୟେକ ଯୋଗ
ଦୁର୍ଭାସାଙ୍କ ମନ୍ତ୍ର କେହ୍ନେ କରିବି ପରିତ୍ୟାଗ ।୩୭।
ୟେ କଥା ବିଚାର ଗୋ କରିବା ମାହେଶ୍ୱରୀ
କୋଇନ୍ତାୟେ ବୋଇଲେ ୟେତ ନଜାଣିଲା ବିଚାର କରି ।୩୮।
ୟେହା କହୁଂ କୋଇନ୍ତାକୁ ଲାଗିଲା ମହାଭୀତି
ତହିଂକି ପ୍ରିୟ ଯୋଗ ଜଗନ୍ନାଥେ କରନ୍ତି ନାସ୍ତି ।୩୯।
କୋଇନ୍ତାୟେ ବୋଇଲେ ତୁମ୍ଭେ ବିଜେ କରିବା ଦାମୋଦର
ଆଗୋ ମାଦ୍ରୀ ତୁ ଆନ ଦେବତା ସୁମର ।୪୦।
ଗୋବିନ୍ଦ ବୋଇଲେ ମା ଗୋ ଦୁଃସହ ହୋଇଲାକ ମୋତେ
ଦୁର୍ଭାସାଙ୍କର ମହାମନ୍ତ୍ର ମୁଂ ବଞ୍ଚିମି କେମନ୍ତେ ।୪୧।
ୟେଥକୁ ପ୍ରତିକାର ସିନା ସେହି ଋଷିହିଂ ଜାଣନ୍ତି
ତାହାଙ୍କୁ ସୁମରଣା କର ମା ଗୋ କୁନ୍ତୀ ।୪୨।
ଶୁଣିଣ ସାନନ୍ଦ ଯେ ଭୋଜରାଜର କୁମାରୀ
ୟେକ ଲୟେ କରି ଦୁର୍ଭାସାଙ୍କୁ ଯେ ସୁମରି ।୪୩।
ଦଣ୍ଡକମଣ୍ଡଳ କଷା କଉପୁନୀ ଶୀତାଂସୁ
ତାମ୍ର ବର୍ଣ୍ଣ ଗାତ୍ର ଅଙ୍ଗେଣ ଲେପନ ପାଂଶୁ ।୪୪।
ନାରାୟଣଙ୍କୁ ଦେଖିଲେ ଦୁର୍ଭାସା ମହଋଷି
ଅର୍ଘ୍ୟ ଘେନି ପୂଜା କଲେ ଯେ ପଣ୍ଡୁରାଜାର ପାଟବଂଶୀ ।୪୫।
ଦୁର୍ଭାସାୟେ ବୋଇଲେ ମା ଗୋ ମାଦ୍ରୀ ତୁ ମନ୍ଦ କୃତ୍ୟ କଲୁ
ନାରାୟଣ ଦେବତାଙ୍କୁ କିମ୍ପେ ସୁମରିଲୁ ।୪୬।
ଦୁର୍ଭାସାଙ୍କ ବଚନେ ବଦୟନ୍ତି ଦାମୋଦର
ଭୋ ମୁନିବର ତୋହୋର ବଚନ ୟେଥି କି ପ୍ରତିକାର କର ।୪୭।
ନାରାୟଣଙ୍କ ଆପଦ ଖଣ୍ଡିଲେ ଦୁର୍ଭାସା
ଆନ ପୁରୁଷକୁ ମଦନାବତୀ ଗୋ ବଳାଅ ମନୀଷା ।୪୮।
ଦୁର୍ବାସାଙ୍କର କୁନ୍ତୀଙ୍କ ପୁତ୍ର ଦର୍ଶନ କାଳରେ ହରି ଅର୍ଜୁନଙ୍କର ସାକ୍ଷାତ । ବ୍ୟାସଙ୍କୁ କୃଷ୍ଣ-ଅର୍ଜ୍ଜୁନର ମିତ୍ରତା ଯୁଗ ଯୁଗ କରିହେବା ବର୍ଣ୍ଣନା । କୃଷ୍ଣଙ୍କ ଦ୍ୱାରା ବିଶ୍ୱରୂପ ଦର୍ଶନ
ଦୁର୍ଭାସା ବୋଇଲେ ଆଗୋ କୁନ୍ତଭୋଜର କୁମାରୀଦେଖିବା ଆଣନି ଗୋ ପୁତ୍ରନ୍ତ ତୋହୋରି ।୧।ଶୁଣିଣ ଉଷତ ଯେ ପଣ୍ଡୁର ପାଟରାଣୀଯୁଝେଷ୍ଠି ଭୀମ ଅର୍ଜୁନ ତିନିକଇ ଆଣି ।୨।ପୁତ୍ରନ୍ତ ଘେନିଣ ସେ ଭୋଜରନନ୍ଦନୀଶତ ସହସ୍ର ଦଣ୍ଡ ପ୍ରଲମ୍ୱ ଦୁର୍ଭାସା ମହାମୁନି ।୩।ଦୁର୍ଭାସାୟେ ବୋଇଲେ ତୋର ପୂରୁ ମନବାଞ୍ଛାସୁଖେ ପଞ୍ଚୁ କଟକ ଭୋଗକର ଯେ ତୋହୋର ସଇଚ୍ଛା ।୪।ନାରାୟଣ ନିରୋପନ୍ତି ଯୁଝେଷ୍ଠିଙ୍କ ବଦନଶୁକ୍ଲାମ୍ୱର ପୁରୁଷ ୟେ ପ୍ରତକ୍ଷେ ନିରଞ୍ଜନ ।୫।ଧବଳ ଶରୀର ଶୁଦ୍ଧ ସଷ୍ଟିକର ପ୍ରାୟେନାରାୟଣ ପ୍ରଣପତ୍ୟ ହୋଇଲେ ଯୁଝେଷ୍ଠିଙ୍କ ପଦ୍ମ ପାୟେ ।୬।ମହାଧାର୍ମିକ ସେ ବିବେକ ଗୁଣବନ୍ତାଅଜପା ଲୟେ କଲ୍ୟାଣ କଲେ ନ କହିଣ କଥା ।୭।ନାରାୟଣ ବିଚାରନ୍ତି ୟେ ପୁରୁଷ ମହାବ୍ରହ୍ମଜନ୍ମର ସୁଫଳ ହୋଇଲା ପାଇଲି ଦରଶନ ।୮।ଅନେକ ସାନନ୍ଦ ସେ ହୋଇଲେ ଦେଖିଣ ଅର୍ଜୁନକୁହୃଦରେ ଲଗାଇ ବୋଇଲେ ମୋହୋର ୟେହି ସେ କଳାବୁକୁ ।୯।ଗଳାରେ ଲମ୍ୱାଇଲେ କୃଷ୍ଣ ମରକତ ମଣିଅନେକ ଅଳଙ୍କାର ଆଭରଣ କଲେ ଦେବ ଚକ୍ରପାଣି ।୧୦।ଅନେକ ସନ୍ତୋଷେ ନାରାୟଣ ବୋଇଲେକୋଳରେ ଧରି ହରି ଦୁତିକୃଷ୍ଣ ନାମ ଦିଲେ ।୧୧।ଯହୁଂ ଅର୍ଜୁନକୁ କୋଳେ ଧଇଲେ ଶ୍ରୀପତିସରୂପ ବାରଣ ନୋହିଲା ଦୁହିଂଙ୍କର ୟେକ ମୂର୍ତ୍ତି ।୧୨।ଅର୍ଜୁନକୁ ଘେନିଣ ଦେବ ବନମାଳୀମଥୁରା ନ ଗଲେ ଶତଶିଂଗ ପର୍ବତେଣ ଖେଳି ।୧୩।ମହା ଅରଣ୍ୟେ ପଶନ୍ତି କ୍ରୀଡା ରଙ୍ଗ ରସେରାତ୍ରେଣ ଅର୍ଜୁନର ମେଳେ, ମଥୁରା ଦିବସେ ।୧୪।କୃଷ୍ଣ ଅର୍ଜୁନ ଦୁହେଂ ଅଛନ୍ତି ଯମୁନା କୂଳେ ବସିବାରିତ ନ ହୁଅନ୍ତି ଦୁହେଂ ୟେକ ସରୂପ ପ୍ରାୟେ ଦିଶି ।୧୫।ହସନ୍ତି ରସନ୍ତି ଖେଳନ୍ତି ସେ କ୍ରୀଡ଼ା ରଙ୍ଗରସେୟେମନ୍ତର ସମୟେ ଆସି ମିଳିଲେ ମୁନିବ୍ୟାସେ ।୧୬।ବ୍ୟାସଙ୍କୁ ଦେଖି ଉଠିଲେ କୃଷ୍ଣ ଅରଜୁନଶତ ସହସ୍ର ଦଣ୍ଡପ୍ରଲମ୍ୱ ହୋଇଲେ ପଣ୍ଡୁନାନ ।୧୭।ବ୍ୟାସେ ପ୍ରତିବାକ୍ୟ ତୁମ୍ଭର ବହୁତ ଅନ୍ତରଶତଶିଂଗ ପର୍ବତକୁ ମଥୁରା ଚାରି ସହସ୍ର ଯୋଜନ ଦୂର ।୧୮।ୟେତେଦୂରେ ଥାଇଂ ତୁମ୍ଭର କେମନ୍ତେ ୟେଡ଼େକ ପୀରତିମନୁଷ୍ୟ ଦେଖି ନାରାୟଣ କେମନ୍ତେ ଧୀରମତି ।୧୯।ନାରାୟଣ ବଦନ୍ତି ଶୁଣ ମୁନିବ୍ୟାସେକୁମୁଦ ଥାଇ ଜଳେ ଚନ୍ଦ୍ର ଥାଇ ଆକାଶେ ।୨୦।ଦୁଇଲକ୍ଷ ଯୋଜନ ବହୁତ ଅନ୍ତରକୁମୁଦବନ୍ଧୁ ନାମ କିମ୍ପା ବହିଲା ଶଶଧର ।୨୧।ଯାହାରେ ଯାହାରେ ସେ ଅଟଇ ପ୍ରୀତିଭାବକେ ଆକାଶେ କେହୁ ପାତାଳେ କେହୁ ରାତ୍ର ଦିବ ।୨୨।ଦୀପିତ ସତ୍ୟଯୁଗେ ମୁଂ ନାରାୟଣ ଅବତାରୟେ ମୋହୋର ଅର୍ଜୁନ ଅଟଇ ବ୍ରାହ୍ମଣ ଦାମୋଦର ।୨୩।ଶୁକ୍ଲାମ୍ୱର ସତ୍ୟ ଯୁଗେ ଅଣାକାର ବିଷ୍ଣୁ ଦ୍ୱାରେଜୟେ ବିଜୟେ ହୋଇଥାଇଂ ବୈକୁଣ୍ଠ ପୁରେ ।୨୪।ଭବାନୀ ସତ୍ୟଯୁଗେ ମୁଂ ଅଟଇ ନୀଳାମ୍ୱରୟେ ମୋହୋର ସଖା ଅଟଇ ରୁଦ୍ର ଅବତାର ।୨୫।ବିଧୃତ ସତ୍ୟଯୁଗେ ମୁଂ ଅଟଇ ବିଷ୍ଣୁନାଥସନକ ନାମେ ବ୍ରହ୍ମା ୟେ ମୋର ପଞ୍ଚଭୁତ ।୨୬।ଅଭିନ୍ନ ସତ୍ୟଯୁଗେ ମୁଂ ଅଟଇ ଅନନ୍ତଇନ୍ଦ୍ର ଅବତାରେ ୟେ ମୋହୋର ପ୍ରାଣ ହିତ ।୨୭।ହରି ମେଖଳା ସତ୍ୟଯୁଗେ ମୁଂ ଗରୁଡ ନାରାୟଣୟେ ମୋହୋର ମିତ୍ରଟି ଶ୍ରୀବତ୍ସ ବ୍ରାହ୍ମଣ ।୨୮।ୟେହୁ ମୋହୋରେ ପ୍ରୀତି ହୋଇ ବହୁତ ଗର୍ବକଲାତୋ ତହୁଂ ବଡ଼ ହୋଇବି ବୋଲି ବୋଲିଣ ବୋଇଲା ।୨୯।ସେ କଥାକୁ ୟେହାକୁ ମୁଂ ଅନେକ ରାଗକଲିଅନ୍ଧ ଅନ୍ଧୁଣୀ ଘରେ ଜାତ କରାଇଲି ।୩୦।ଦରିଦ୍ର ଅବସ୍ଥା ହୋଇ ମାଗୁଥାଇ ଭିକ୍ଷାୟେଡ଼େ ଶାସ୍ତି ହେଲା ମୋତେ ଦଣ୍ଡେହେଂ ନକଲା ଉପେକ୍ଷା ।୩୧।ଦିନେ ଭିକ ମାଗି ଯାଉଅଛି ୟେ ନଗ୍ରକୁମାୟାକରି ଲୁଚାଇଲି ମୁଂ ଲୋକ ଯେ ମାନଙ୍କୁ ।୩୨।ଅପାର ନଗ୍ର ଉଡ୍ରାଦି ଶିବପୁର ଆଦିକରିଆରତେଣ ଭ୍ରମିଲାନି ଦେଶ ନଗ୍ର ଚାରି ।୩୩।ଜନ ମନୁଷ୍ୟ କାହିଂ ଯେ ନ ଦେଖିବାହୁଡ଼ି ଆଶ୍ରମକୁ ଆସଇ ମହାଦୁଖୀ ।୩୪।ଜଗନ୍ନାଥ ପାଷାଣ ୟେ ଦେଖିଣ କୋପକଲାବାମ ପାଦ ନେଇ ମୋର ହୃଦରେ ମାଇଲା ।୩୫।ମୂର୍ତ୍ତିବନ୍ତ ହୋଇଣ ମୁହିଂ ଉଭା ଯେ ହୋଇଲିବଥା ପାଇଲୁ ବୋଲି ମୁଂ ତାର ବେନି ପାଦ ମଞ୍ଚାଳିଲି ।୩୬।ଭୋ ବ୍ୟାସେ ୟେହାର ମୋହୋର ଭାବ ୟେଡ଼େ ହାଦେୟେହାର ପାଦଚିହ୍ନ ଦେଖ ହୋ ମୋହୋର ହୃଦେ ।୩୭।ହିରଣ୍ୟ ସତ୍ୟଯୁଗେ ମୁଂ ନରସିଂହ ମୂରତିୟେହୁ ପ୍ରହଲାଦ ରୂପେ ହିରଣ୍ୟ ଘରେ ଉତପତ୍ତି ।୩୮।ହିରଣ୍ୟ ବିଦାରି ମୁଂ ୟେହାଙ୍କୁ ବସାଇଲି କୋଳେଚିରନ୍ତନ ପଦ ଦେଲି ଗଗନ ମଣ୍ଡଳେ ।୩୯।କୁତୂହୋଳ ଇଚ୍ଛାୟେ ସାଂଗ୍ରାମ ପୁଣ କଲୁଶସ୍ତ ପ୍ରଶସ୍ତ ହୋଇଣ ଅବତାର ହେଲୁ ।୪୦।ଗ୍ରହଯୋଗ ଇଚ୍ଛା ହିଂ ହୋଇ କୁତୂହୋଳେନାମ ବହିଲୁ ହାଦେ ଆମ୍ଭେ କେତୁ ଯେ ମଙ୍ଗଳେ ।୪୧।ମୁହିଂ କେତୁ ହାଦେ ମଙ୍ଗଳ ଅଟେ ୟେହୁକାଳ ଅନରୂପେ ଆମ୍ଭେ ଛଡ଼ା ଛଡି ନୋହୁଂ ।୪୨।ୟେ ମହୀମଣ୍ଡଳେ ସତ୍ୟଯୁଗେ ପ୍ରଶୁରାମ ଅବତାରେଦୁହେଂ ଜନମ ହୋଇଲୁ ଜମଦଅଗ୍ନି ଘରେ ।୪୩।ମୁହିଂ ପରଶୁରାମ ୟେ ଅଟଇ ନୀଳରାମକ୍ଷତ୍ରୀ ଅନ୍ତ କରିଣ ପାଳିଲୁଂ ଅନେକ ଧର୍ମ ।୪୪।ତ୍ରିଜୀବି ହୋଇଲୁଂ ପ୍ରଶୁରାମ ଅବତାରେଆନ କଳାୟେ ଉପୁଜିଲୁଂ ଦଶରଥ ଘରେ ।୪୫।ମୁହିଂ ଯେ ହାଦେ ଶ୍ରୀରାମ ୟେ ଅଟଇ ବୀରଭ୍ରଥୟେବେ ଦ୍ୱାପର ଯୁଗେ ଆମ୍ଭେ ହୋଇଲୁ କୃଷ୍ଣ ପାଥ ।୪୬।ଅନେକ ଅବତାର ଆମ୍ଭେ ହୋଉଅଛୁଂ ୟେହି ମତେତୁମ୍ଭେ ବ୍ୟାସେ ଆମ୍ଭନ୍ତ ଅନ୍ତର କର ଯେ କେମନ୍ତେ ।୪୭।ବ୍ୟାସେ ବୋଇଲେ ତୁମ୍ଭେ କହିଲ ଦେବରାଜାମୋତେ ନାରାୟଣ ଦେଖି ସମ୍ପ୍ରତେ ଉପୁଜା ।୪୮।କୁଷ୍ଣ ଅର୍ଜ୍ଜୁନ ତୁମ୍ଭେ ୟେକ କଳା ବେନିଭାରାଭର ନିବାରଣ ଅର୍ଥେ ତୁମ୍ଭେ ଉତପତ୍ତି ହୋଇଲ ମେଦିନୀ ।୪୯।ତୁ ସ୍ୱାମୀ ୟେହାକୁ ବିଶ୍ୱରୂପ ଦେଖାୟେ ଯେବେ ଦେଖିପାରଇ ଅଟଇ ତୋର ସଖା ।୫୦।ଗୋବିନ୍ଦେ ବୋଇଲେ ହୋ କେମନ୍ତ ଫାଲଗୁନିଅର୍ଜ୍ଜୁନ ବୋଇଲେ ସଂପ୍ରତେ ଯାନ୍ତୁ ବ୍ୟାସ ମହାମୁନି ।୫୧।କେମନ୍ତଟି ବିଶ୍ୱରୂପ ଅଟଇ ତୋହୋରଦେଖିବାକୁ ଇଚ୍ଛା ଦେବ ଅଛଇ ମୋହୋର ।୫୨।ନାରାୟଣ ପ୍ରସନ୍ନ ହୋଇଲେ ଅର୍ଜ୍ଜୁନ ବଚନେଧଇଲେ ବିଶ୍ୱରୂପ ଦେବ ସ୍ୱାମୀ କମଳ ଲୋଚନେ ।୫୩।ବ୍ୟାସଙ୍କ ବଚନେ ଅର୍ଜୁନ କୁତୋହୋଳେକ୍ଷଣକେ ମୃଧୁନି ଲାଗିଲା ଗଗନ ମଣ୍ଡଳେ ।୫୪।ଆକାଶେ ଘୋଟିଲା ସେ ନାରାୟଣ କାୟାସ୍ୱର୍ଗେ ଶିର ହୋଇଲା ଅଦଭୁଦେ ମାୟା ।୫୫।ଆକାଶେଣ ଶିର ପାଦ ଯେ ରାସାନ୍ତଳମଧ୍ୟଭୁବନ ହୋଇଲା ନାଭି ଯେ ମଣ୍ଡଳ ।୫୬।ଶୂନ୍ୟମଣ୍ଡଳ ଯେ ବକ୍ଷସ୍ଥଳେ ହୋଇଲାମଣ୍ଡଳ ଶିଖା ଖଣ୍ଡି ଗଣ୍ଡସ୍ଥଳେ ବିକାଶିଲା ।୫୭।ବେନି ଲୋଚନ ଯେ ହୋଇଲା ଚନ୍ଦ୍ର ସୂର୍ଯ୍ୟେଦେବତାୟେ ରୋମାବଳୀ ହୋଇଲେ ସହଜେ ।୫୮।ଚକ୍ରଧର ସ୍ୱାମୀ ହୋଇଲେ ଚତୁର୍ଭୁଜେପଞ୍ଚବିଂଶ ଅଗ୍ନି ବିରାଜିଲେ ତେଜେ ।୫୯।କରତଳ ମଧ୍ୟେ ଯେ ବିକାଶିଲେ ଅଙ୍ଗୁଷ୍ଠିପର୍ବତମାନେ ତହିଂ ହୋଇଲେ ଗୋପ୍ୟାନଟି ।୬୦।ସପତ ସାଗର ଯେ ସିନ୍ଧୁ ମହାଘୋଷଦକ୍ଷିଣ କରସ୍ଥଳେ ସେ ହୋଇଲା ଗଣ୍ଡୂଷ ।୬୧।ନାରାୟଣ କରତଳେ ରହିଲା ଯହୁଂ ପାଣିତହୁଂ ସେ ଭୁଜକୁ ପାଣି ବୋଲିଣ ବଖାଣି ।୬୨।ଚାରିଖାନି ଚଉରାଶୀ କୋଟି ଜୀବ ପୃଥିବୀର ମୂଳେୟେମାନେ ରହିଲେ ନାରାୟଣଙ୍କ ବାମ କର ସ୍ଥଳେ ।୬୩।ୟେହେନେକ ବିଶ୍ୱରୂପ ଧଇଲେ ଜଗତଭୂତୟେକା ଶରୀର ବିକାଶିଲା ତିନି ଯେ ଜଗତ ।୬୪।ଅର୍ଜୁନର ବଦନ ଚାହାନ୍ତି ମୁନି ବ୍ୟାସେନ ପୁଣ ଦହିଜ ହୁଅଇ କୃଷ୍ଣର ତରାସେ ।୬୫।ବ୍ରହ୍ମା ଦେବତା ଯାହା ଦେଖିତ ନୁଆରିଲାକରସ୍ଥଳୀ ଗଙ୍ଗାରେ ବୁଡ଼ିଣ ପଡିଲା ।୬୬।ଶ୍ୱେତରାଜା ଯଗ୍ୟଂ କାଳେ ଅଗ୍ନି କୁଣ୍ଡରେ ପାଂଶୁରୁଦ୍ରଦେବତା ତହିଂ ପଡ଼ିଲୋଟି ହୋଇଲେ ଶୀତାଂଶୁ ।୬୭।ସେ ପାଉଂଶରେ ପଡ଼ି ରୁଦ୍ରଦେବତା ମୂର୍ଚ୍ଛା ଯାନ୍ତିତେଣୁ ସେ ହର ନାମ ବହିଲେ ପଶୁପତି ।୬୮।ପବନ ଯେ ଆତଯାତ ନାରାୟଣଙ୍କ ନାସାଗ୍ରତେତେଣୁ ସେ ବିଷ୍ଣୁବାତ ନାମ ବହିଲେ ମରୁତେ ।୬୯।ସମସ୍ତ ବୁଡ଼ିଲା ନାରାୟଣଙ୍କ କାୟାକେବିଷ୍ଣୁ ଆଶ୍ରକେ ରହିଲେ ସମସ୍ତ ବୃନ୍ଦାଅର୍କେ ।୭୦।ଅର୍ଜୁନ ହସିଲା ବାଳୁତ ମତି ବୃଦ୍ଧ ପ୍ରାୟେବୋଇଲା ଆବର ବଢିବୁ ନା ୟେତିକି ତୋର କାୟେ ।୭୧।ଶୁଣିଣ ହସିଲେ ଯେ ପାରେଶ୍ୱର ସନ୍ତତିଭୋ ଦେବ ନାରାୟଣ ହୋଅସି ଶାନ୍ତିମୂର୍ତ୍ତି ।୭୨।ୟେ କାୟା ଘୋଟିଲା ବ୍ରହ୍ମାଣ୍ଡ କୋଟି ଚାରିଅର୍ଜୁନ ବୋଇଲା ଭୋ ଦେବ ତୋହୋର ଅଛିଟି କି ଆହୁରି ।୭୩।ମୁହିଂ ହାଦେ ତୋର ଉଦରେ ପଶଇ କାଳେ କାଳେୟେ ତୋହୋର ଲୋମେ ମୁଂ ଲୀନ ହୋଇ ସର୍ବ କାଳେ ।୭୪।ମୁଂ ତୋତେ ଭୟ କଲି ନାଥ ଦେଖିଣ ତୋହୋର ବିଶ୍ୱମୂର୍ତ୍ତିଭାବେ ବୋଲଇ ଆହୁରି ବଢିବୁ ନା ଶିରୀପତି ।୭୫।ବ୍ୟାସେ ବୋଇଲେ ମୋହୋର ତୋ ତହୁଂ ବାନ୍ଧବ ନାହିଂ ବୋଲି ଜାଣିଥିଲିଆଉ ୟେଡ଼େ ଜଣେ ଅଛି ବୋଲି ୟେବେ ସେ ପ୍ରତେଗଲି ।୭୬।ବ୍ୟାସେ ବୋଇଲେ ଅର୍ଜୁନ ହୋ ତୋହୋର ଜୀବନ ସାଧୁ ସାଧୁନାରାୟଣର ବଲ୍ଲଭ ତୁହି ସେ ପ୍ରାଣବନ୍ଧୁ ।୭୭।ଅର୍ଜୁନର ଭୟ ଦେଖିଣ ଜନାର୍ଦ୍ଦନଛାଡିଲେ ବିଶ୍ୱରୂପ ହୋଇଲେ ସାମାନ୍ୟ ।୭୮।ଅର୍ଜୁନକୁ କୋଳ କରି ବଦୟନ୍ତି ମୁନିବ୍ୟାସେଭାରା ନିବାରଣ କରିବୁ ଭାରତେ ଭାରୋଇ ମଲ୍ଲ ତୁ ସେ ।୭୯।ଅର୍ଜୁନକୁ ଛାଡିଲେ ଶତଶିଂଗ ପରବତେବ୍ୟାସେ ତତକ୍ଷଣେ ହୋଇଗଲେ ଅନ୍ତର୍ଗତେ ।୮୦।ଶ୍ରୀକୃଷ୍ଣ ଗଲେ ଯେ ମଥୁରା ଭୁବନେଗୋପପୁରେ ପ୍ରବେଶ ବାଳୁତ ବିଧାନେ ।୮୧।ନକୁଳଙ୍କର ଜନ୍ମଅଶିଣ ଶୁକଳ ଯେ ଦଶମୀ ଗୁରୁବାରଶରଦ ଋତୁ ମଧ୍ୟେ ଶ୍ରବଣା ନକ୍ଷତ୍ର ସାର ।୧।କୌଳବ ନାମେ କରଣ ଶୂଳ ନାମେ ଯୋଗକନ୍ୟା ସଙ୍କରାନ୍ତି କି ପଞ୍ଚିଶ ଦିନ ଭୋଗ ।୨।ସେ ଦିନ ପଣ୍ଡୁ ଅନ୍ଧାରି ବିଜେ କଲେ ବନେମାଦ୍ରୀ ବସିଛନ୍ତି ଯେ ଶେଯ୍ୟାର ବିଧାନେ ।୩।ବୋଇଲେ ଦୁର୍ଭାସାଙ୍କ ମନ୍ତ୍ରେ ମୁଂ ନାରାୟଣ ସୁମରିଲିଅପ୍ରାପତ ହୋଇଲା ମୁଂ ବୁଝି ନୁଆରିଲି ।୪।ମୁହିଂ ବାଳୁତ ଯେ ଅଟଇ ସୁକୁମାରୀଗାଢ ଶୃଙ୍ଗାର ବୀର୍ଯ୍ୟ ମୁଂ ନ ପାରଇ ସଂହରି ।୫।ଅଶ୍ୱନୀ କୁମାର ଯେ ଆଦିତ୍ୟଙ୍କର ସୁତଦେବେ ବଡ଼ ବଲବନ୍ତା କୁମାର ଭାଗ୍ୟବନ୍ତ ।୬।ଶ୍ରୀହସ୍ତେ ଘେନିଲେ ସେ ଦୁର୍ଭାସାଙ୍କର ଜପାମାଳୀଲୟେ କରି ସୁମରିଲେ ଦୁତୀ ଅଂଶୁମାଳୀ ।୭।ସୁରବର ସୁନ୍ଦର ସେ ଲୋହିତାକ୍ଷ ରୂପଅମୃତାକ୍ଷ ପୁରୁଷ ସେ ପ୍ରତକ୍ଷେ କନ୍ଦର୍ପ ।୮।ରାତ୍ରରେ ସେ ତେଜ ଲାଗିଲା ଶତଶିଂଗ ପର୍ବତଦିବସ ପ୍ରାୟ ଦିଶିଲା କୁମାର ଉଦବେଗ ଗତ ।୯।ଅନେକ ଅଳଙ୍କାର ଭୂଷଣ ତାରକାୟେଦେଖିଣ ପୂଜା କଲା ସେ କୁମାରକୁ ନିଭୟେ ।୧୦।କୁମାରଙ୍କ ତୁଲେ ସେ ମଦନା ପୀରତିରହସ ଛଛନ୍ଦ୍ରେଣ ମନେଣ ତ୍ରିପୁତି ।୧୧।ହାସ୍ୟ ପରିହାସ୍ୟ ଯେ ଶୃଙ୍ଗାର ବିନୋଦେପ୍ରେମ ଚାଟୁ ପଟଳ ପରମ ଆନନ୍ଦେ ।୧୨।ମାଦ୍ରୀର ରଜେ ଅଶ୍ୱନୀକୁମାରଙ୍କ ବୀର୍ଯ୍ୟେସଇନ୍ଦୁ ଉପତପ୍ତି ହୋଇଲା ୟେକଇ ଆତ୍ମଜେ ।୧୩।କୁମାର ସମ୍ଭବେ ନକୁଳ ବୋଲି ବଳାତାକୁ ଅଶ୍ୱିନୀ ନାମ ଦିଲେ ଅଚାର୍ଗଳା ।୧୪।ନବଘନ ଅନ୍ଧାର ଯେ ବାହିନୀ କୂଳ ଘେନିନବକୁଳ ସଙ୍ଗମ ୟେକଇ କାମିନୀ ।୧୫।ନବନଦୀ କୂଳେ ଯେଣୁ କୁମାର ଉପୁଜିଲାତେଣୁ କରି ମହାତ୍ମା ନକୁଳ ନାମ ଦିଲା ।୧୬।ଅତି ସୁକୁମାର ଯେ ସେହୁ ବାଳ ଶିଷନିର୍ଧୂମ ଅଗ୍ନି ଜାଣି ତେଜ ତା ବିକାଶି ।୧୭।ଶ୍ରବଣା ନକ୍ଷତ୍ରେ ଯେ ଉପୁଜିଲାକ ବାଳଅତି ସୁକୁମାର ସେ କୁମାର ନକୁଳ ।୧୮।ତହୁଂ ଅଶ୍ୱିନୀକୁମାରେ ଅନ୍ତରୀକ୍ଷେ ଚଳିଗଲେଅତି ଆନନ୍ଦେ ମାଦ୍ରୀ ପୁତ୍ରକୁ ପାଳିଲେ ।୧୯।କୋଇନ୍ତାଙ୍କର ତିନି ପୁତ୍ର ଗାନ୍ଧାରୀର ଶତେ ପୁତ୍ରମାଦ୍ରୀର ୟେକ ପୁତ୍ର ହୋଇଲା ସମ୍ଭୂତ ।୨୦।ଦେଖି ପଣ୍ଡୁରାଜା ହୋଇଲେ ଆନନ୍ଦଚାରି ପୁତ୍ରକଇଂ କୋଇନ୍ତାୟେ ପାଳିଲେ ସାନନ୍ଦ ।୨୧-୨୮୪୦।ଦୁର୍ବାସାଙ୍କ ହସ୍ତିନା ଗମନ, ତାଙ୍କ ବରରେଗାନ୍ଧାରୀଙ୍କର ପୁନର୍ବାର ଏକ ପୁତ୍ର ଓ କନ୍ୟା ଜନ୍ମଭାଦ୍ରବ ଶୁକ୍ଲ ଯେ ଅଷ୍ଟମୀର ହାଦେ ଦିନଦୁର୍ଭାସା ମହଋଷି ୟେ ହସ୍ତିନାକୁ ଗବନ ।୧।ଗାନ୍ଧାରୀ ସ୍ରାହାନ କରି ଆସଇ ଯମୁନା ନଦୀ ତୀରେୟେମନ୍ତ ସମୟେ ଯାଇ ପ୍ରବେଶ ଦୁର୍ଭାସା ମୁନିବରେ ।୨।ଦୁର୍ଭାସାଙ୍କୁ ଦେଖିଣ ଯେ ପ୍ରଣପତ୍ୟ ଗାନ୍ଧାରୀଆଶିଷ୍ୟ ବାଞ୍ଛା ତାକୁ କଲେ ବ୍ରହ୍ମଚାରୀ ।୩।ଗାନ୍ଧାରୀ ବୋଇଲେ ତୁମ୍ଭେ ପ୍ରତକ୍ଷେ ବ୍ରହ୍ମବେତ୍ତାକେଉଂଣ ଲକ୍ଷଣେ ତୁମ୍ଭଙ୍କୁ ଭଗତି ହୋଇଲେ କୋଇନ୍ତା ।୪।ଦୁର୍ଭାସାୟେ ବୋଇଲେ ଆଉ ଇଚ୍ଛା ଯେବେ ତୋହୋରହୋଇବ ପ୍ରାପତ ତୋତେ ମାଗୁ କିନା ବର ।୫।ମହାମନ୍ତ୍ର ଆମ୍ଭେ ଦେଇ ନ ପାରୁଂ ହାଦେ ଯାଚିମାଗ ତୋହୋର ଇଚ୍ଛା ଯେଣେ ତୋତେ ରୁଚି ।୬।ଗାନ୍ଧାରୀ ବୋଇଲେ ମୁନି ହେ ତୁମ୍ଭର ମନ୍ତ୍ରବଳେଶତପୁତ୍ର ପାଇଲି ମୁଂ କର୍ମର ସୁଫଳେ ।୭।ପୁତ୍ରନ୍ତ କୋଳେ ଧରି ବୋଇଲେ ବ୍ୟାସ ତପନିଷ୍ଠସଜ୍ଜନ ନୁହନ୍ତି ପୁତ୍ର ତୋହୋର ସମସ୍ତେ ମହାଦୁଷ୍ଟ ।୮।ଅବିଚାରେ ବାଞ୍ଛା କଲୁ ଧୃତରାଷ୍ଟ ରାଣୀରାଜ୍ୟକୁ କେହି ତୋହୋର ନୋହିବେ କାରେଣି ।୯।ଗାନ୍ଧାରୀ ବୋଇଲେ ମୋତେ ଅନୁଗୃହ କରିବାବଂଶକୁ କାରଣ କରିବା ମୋତେ ଗୋଟିୟେ ପୁତ୍ର ଦେବା ।୧୦।ଆବର ଦେବା ମୋତେ ଦୋହିତା ଗୋଟିୟେଭଗତି ଘେନି ମହାତ୍ମା ମୋତେ କରିବା ସଦୟେ ।୧୧।ଗାନ୍ଧାରୀ କଟାଳ କଲେ ଯମୁନା ନଦୀ କୂଳେଦେଖ ହୋ ମହାତମା ଦୁର୍ଭାସାଙ୍କର ମନ୍ତ୍ରବଳେ ।୧୨।ସନ୍ତତି ଜାତ କର ବୋଲି ରାମ ଯେ ତୁଳସୀତହୁଂ ଫୁଲ ଗୋଟିୟେ ପତ୍ର ଗୋଟିୟେ ତୋଳିଲେ ମହଋଷି ।୧୩।ୟେହା ଆୟି ଆପ୍ୟାନ ତୁ କରସି ଗାନ୍ଧାରୀପଣ୍ଡିତ ପୁତ୍ରେକେ ପାଇବୁ କନ୍ୟା ସୁନ୍ଦରୀ ସୁକୁମାରୀ ।୧୪।କମଣ୍ଡଳୁ ପାଣି ଚଳୁ ୟେକ ଦିଲେ ତପନିଷ୍ଠିଗାନ୍ଧାରୀ ଗର୍ଭଗତ କଲା ହୋଇଣ ମହାତୁଷ୍ଟି ।୧୫।ଋଷିଙ୍କର ମହାମନ୍ତ୍ର ଅନ୍ତର ନୋହିଲାପୁତ୍ରେକ ଦୁହିତାୟେ ତାର ଗର୍ଭରେ ରହିଲା ।୧୬।ମହାମନ୍ତ୍ର ଦେଇ କରିଗଲେ ଯେ ଦୁର୍ଭାସାଗାନ୍ଧାରୀ ଶରୀର ଯେ ହୋଇଲା ମହା ଅଳସା ।୧୭।ଧୃତରାଷ୍ଟ ପୁଚ୍ଛା କଲେ ଶୁଣ ଗୋ ଗାନ୍ଧାରୀଉଦର ଆଉଂଶି ବୋଇଲେ ତୁ ତ ହୋଇଲୁ ଗର୍ଭଭାରି ।୧୮।ଗାନ୍ଧାରୀ ବୋଇଲେ ଦୁର୍ଭାସାୟେ ଦୟା କଲେ ମୋତେଗର୍ଭେ ପୁତ୍ର ଦୁହିତା ରହିଲେ ଋଷିଙ୍କର ମନ୍ତ୍ରେ ।୧୯।ଶୁଣିଣ ବିରସ ହୋଇଲେ ଧୃତରାଷ୍ଟଅପାର କୁଟୁମ୍ୱେ ବହୁତ ଅଛି କଷ୍ଟ ।୨୦।ଗାନ୍ଧାରୀ ବୋଇଲେ ସେ ଅଟନ୍ତି ଅଜାତିପରମ ପଣ୍ଡିତ ପୁତ୍ର ହୋଇବ ୟେ ଘାନ୍ତି ।୨୧।ଧନୁ ଶୁକଳ ପକ୍ଷ ଯେ ତ୍ରୟୋଦଶୀ ଦିନସଉରି ବାର ନକ୍ଷତ୍ର ମୃଗୁଶିରା ମିଥୁନ ।୨୨।ବେଳ ମଧ୍ୟସ୍ଥାନେ ବିଜୟେ ଦିନକରଶୁଭ ଲଗ୍ନ ଯୋଗେ ଉତପତ୍ତି ହୋଇଲା କୁମର ।୨୩।ଗାନ୍ଧାରୀ ଦେଖଇଲା ବତିଶ ଗୁଣେ ସୁସଞ୍ଚସେ ପୁତ୍ରର ନାମ ଦିଲେଟି ଦୁରୁଦଛ ।୨୪।ତାହାକୁ ଗୋଡ଼ାଇ ୟେକ ଦୋହିତାୟେ ହୋଇଲାସୁନ୍ଦର ପଣ ଦେଖିଣ ଗାନ୍ଧାରୀ ଦୃଶିଲା ନାମ ଦିଲା ।୨୫।ଦୃଦକ୍ଷ ଦୃଶିଲା ଉତପତ୍ତି ହୋଇଲେକ ବେନିଅନେକ ହରଷ ଯେ ଗାନ୍ଧାରସେନର ନନ୍ଦନୀ ।୨୬।ୟେମନ୍ତ ଧୃତରାଷ୍ଟର ୟେକ ଉତ୍ତର ଶତେପୁତ୍ରଦୃଶିଲା ନାମ ହୋଇଲା ୟେକ ହିଂ ଦୋହିତ ।୨୭।ଦୁର୍ଭାସାଙ୍କର ମନ୍ତ୍ରେ ଯେ ସନ୍ତାନ ହୋଇଲାଦୁ ଅକ୍ଷରେ ଧୃତରାଷ୍ଟ ସବୁରି ନାମ ଦିଲା ।୨୮।ଗାନ୍ଧାରୀଙ୍କ ଅନ୍ଧପଟଳ ବାନ୍ଧିବା, କୁନ୍ତୀଙ୍କର ହସ୍ତିନାକୁ ଯିବା,କର୍ଣ୍ଣକୁ ଦେଖିବା ଓ ଗାନ୍ଧାରୀଙ୍କୁ ଅନ୍ଧପଟଳ ବାନ୍ଧିବାରୁ ନିବର୍ତ୍ତାଇବାବଦୟନ୍ତି ଅଗସ୍ତି ଶୁଣ ନରପତିୟେଥୁ ଅନନ୍ତରେ କଥା ଶୁଣ ଦିବ୍ୟ ରୀତି ।୧।ସ୍ୱାମୀର ଅନ୍ଧପଣ ଦେଖିଣ ଗାନ୍ଧାରୀଆପଣେ ଆପଣେ ଦେବୀ ମନରେ ବିସରି ।୨।କେବଣ ପାତକ ସ୍ୱାମୀ କରମ ବିପଦସନ୍ତାନ ଉଛବ ରାଜା ନ ଦେଖଇ ସମ୍ପଦ ।୩।ସ୍ୱାମୀର ଅନ୍ଧପଟଳ ଯେବେ ବେନି ଆଖିମୁହିଂ ସେ ପାମରୀ କିସ ତାହାର ଦୁଖ ଦେଖି ।୪।କପାଳେଶ୍ୱର ତୀର୍ଥେ ଦେବୀ ସଂକଳ୍ପ ଯେ କଲାସ୍ୱାମୀର ଦୁଖ ନ ଦେଖିବି ବୋଲି ଅନ୍ଧପଟଳ ବାନ୍ଧିଲା ।୫।ଗାନ୍ଧାରୀକି କଢାବଇ ଦେବୀ ରାଧେବ କୁମାରୀସଞ୍ଜୟର ଦୁହିତା ସେ ମାଧବସେନର ମନୋହାରୀ ।୬।ଧୃତରାଷ୍ଟଙ୍କୁ କଢାବଇ ସେ ସଞ୍ଜୟେ ମହାମନ୍ତ୍ରୀୟେସନେକ ବଞ୍ଚଇ ହସ୍ତିନାୟେ କୁରୁପତି ।୭।ବ୍ୟାସେ କହିଲେ ଯାଇ ଶତଶିଂଗ ପର୍ବତେକୋଇନ୍ତା ମାଦ୍ରୀ ଦେବୀ ପଣ୍ଡୁର ଅଗ୍ରତେ ।୮।ଧୃତରାଷ୍ଟ ଅନ୍ଧ ପଣ ଦେଖିଣ ନ ପାରିଆପଣେ ଅନ୍ଧପଟଳ ବାନ୍ଧିଲା ଗାନ୍ଧାରୀ ।୯।ଶୁଣିଣ ପଣ୍ଡୁ ଯେ ମନରେ ବିସରିମନେଣ ଆରତ ହୋଇଲେ ପଣ୍ଡୁ ନୃପଧାରୀ ।୧୦।ବ୍ୟାସଙ୍କର ବଚନେ ପଣ୍ଡୁ ଅନେକ ବିକଳଗାନ୍ଧାରୀ କି ନିମନ୍ତେ ବାନ୍ଧିଲେ ଅନ୍ଧ ଯେ ପଟଳ ।୧୧।ଭୋଜନ ଶୟନ ଗବନେ ଯେ ବାଟ କଢାଉଣ ଥିଲାୟେବେ ହେଂ ସ୍ୱାମୀକି ବଡ଼ କଟାଳ ପଡିଲା ।୧୨।କୋଇନ୍ତାୟେ ବୋଇଲେ ସ୍ୱାମୀ ଚାଲ ହସ୍ତିନାକୁ ଯିବାଗାନ୍ଧାରୀଙ୍କ ଅନ୍ଧପଟଳ ଚକ୍ଷୁରୁ କଢାଇବା ।୧୩।ପଣ୍ଡୁ ବୋଇଲେ ସେ ଅନ୍ଧଅନ୍ଧୁଣୀର ଅବସ୍ତାମୋହୋର ବେଳେ ଦେଖି ତାହା ନୋହିବ ଗୋ କୋଇନ୍ତା ।୧୪।କୋଇନ୍ତା ବୋଇଲେ ମୁଂ ଯିବି ହସ୍ତିନାକୁଅନେକ ବାଗେ ତିଆରିବି ଗାନ୍ଧାରସେନ ଦୁହିତାକୁ ।୧୫।ପଣ୍ଡୁ ବୋଇଲେ ୟେ ମିଳଇ ଉଚିତଯାଆ, ଯାଆ ବାମା ଗୋ ବହନ ହୋଇ ଆସ କୋନ୍ତ ।୧୬।ପୁଅନ୍ତ ଘେନିଣ ଯାଅ ଗୋ ତୋହୋର ତୁଲେଅନ୍ଧପଟଳ ଫେଡିବ ସେହୁ ଗୋ ଯୁଝେଷ୍ଠିଙ୍କି ଦେଖିଲେ ।୧୭।କୋଇନ୍ତାୟେ ସଜ ହୋଇଲେ ହସ୍ତିନା ଭୁବନକୁଧୃତରାଷ୍ଟ ଗାନ୍ଧାରୀ ପୁଅନ୍ତ ଦେଖିବାକୁ ।୧୮।କୋଇନ୍ତାୟେ ତିଆରିଲେ ଶୁଣ ଗୋ ମଦନାଆଗୋ ସ୍ୱାମୀଙ୍କି ସେବିଥାଅ ମୁଂ ବହନ ଆସଇ ସିନା ।୧୯।ୟେ ତୋହୋର ରୂପ ଗୁଣ ସୁସଞ୍ଚ ହାଦେ ଦେଖିନ ପୁଣ ପଣ୍ଡୁ ବିଜୟେ କରନ୍ତି ଟି ତୋହୋର ତହିଂକି ।୨୦।ଶୁଣିଣ ହସିଲା ଯେ ଭାବିନୀ ମଦନାୟେମନ୍ତ କଥାକୁ ଦେବୀ ଗୋ ମୁହିଂ ସେ ବଜ୍ରସେହ୍ନା ।୨୧।କୋଇନ୍ତାୟେ ତିଆରିଲେ ସମ୍ଭାଳ ମଦନାୟେତେ ତିଆରି ଦେବୀ ଗବନ ହସ୍ତିନା ।୨୨।ଆହୋ ଶିବ ପାଦ ବୋଲି ଏକଇ ଶବରେତୁଲେ ତା ଘେନିଲା ସେ ଦାରାକ୍ଷ ଫଳ ଭାରେ ।୨୩।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ କୁମାରଚାରି ପୁତ୍ରଙ୍କୁ କଲେ ସର୍ବାଙ୍ଗ ଅଳଙ୍କାର ।୨୪।ବନସ୍ତରେ ଥାଆନ୍ତି ୟେକଡ଼ା ନାମେ ମେଷଅର୍ଜୁନ ନକୁଳ ବାହାନ କଲେ ବେନି ଶିଷ ।୨୫।ଧବଳ ଚୋଖାର ତୁରଙ୍ଗ ବେନି ଗୋଟିତାହା ଆରୋହଣ କଲେ ଭୀମ ଯେ ଯୁଝେଷ୍ଠି ।୨୬।ପୁଅନ୍ତ ଘେନିଣ କୋନ୍ତ ଭୋଜର କୁମାରୀହସ୍ତିନା ଭୁବନକୁ ବିଜୟ କଲେ ମାହେଶ୍ୱରୀ ।୨୭।ମକର ମାସ କୃଷ୍ଣପକ୍ଷ ଦୁତୀୟାର ତିଥିସଉରିବାର ମଘା ନକ୍ଷତ୍ର ଯୁଗତି ।୨୮।ବିଷ୍ଟି ନାମେ କରଣ ପ୍ରୀତି ନାମେ ଯୋଗକୋଇନ୍ତାୟେ ବିଜେ କଲେ ହସ୍ତିନା ଭୁବନ ମାର୍ଗ ।୨୯।ରାଧେବୀ କନ୍ୟାକୁ ଦେଖିଲେ ଯମୁନା ସ୍ରାହାନେକୋଇନ୍ତାକୁ ପ୍ରଣପତ୍ୟ ଅନେକ ଭକ୍ତି ମାନ୍ୟେ ।୩୦।ଦେଖିଣ କୋଳ କଲେ କୋନ୍ତଭୋଜର ନନ୍ଦନୀକୁଶଳ ବାରତା ଯେ ପୁଚ୍ଛଇ ପୁଣ ପୁଣି ।୩୧।ରାଧେବୀ ବୋଇଲେ ଗୋ ତୋର ପୁତ୍ର ଚାରିଗୋଟିକ୍ଷମା ସାଧବୀ ତୁ ଉଦ୍ଧରନ୍ତା ନବସୃଷ୍ଟି ।୩୨।କୋଇନ୍ତାୟେ ପୁଚ୍ଛା କଲେ ହୋଇଣ ହରଷଆଗୋ ରାଧେବୀ ତୋର ପୁତ୍ର ଦୁହିତା କିସ ।୩୩।ରାଧେବୀ ବୋଇଲେ ତୁ ମୋ ପ୍ରାଣ ଅଧିକାରୀପ୍ରିୟ ଲୋକ ତୁଲେ ମିଥ୍ୟା କହିତ କିପାରି ।୩୪।ବରଷ ବାଇଶ ଗୋ ପୂର୍ବାପୂର୍ବୀ କଥାୟେହି ଯମୁନାରେ ସ୍ନାନ କରନ୍ତେ ଗୋ ମାତା ।୩୫।ଜଳେ ଉପୁଚିଆଇଂ ଆସୁଛି ମଞ୍ଜୁଷା ଗୋଟିୟେମହା ତେଜେ ଦିଶୁଅଛି ନିର୍ଧୂମ ଅଗିନି ପରାୟେ ।୩୬।ତାହା ଧଇଲି ମୁଂ ସ୍ରାହାନର କାଳେମହା ଭାର ପାଇ ପାଣି ପକାଇଲି କୂଳେ ।୩୭।ପାଷାଣେ ସେ ପଡ଼ିଣ ହୋଇଲା ବେନି ଫାଳତହୁଂ ବାହାର ହୋଇଲା ୟେକଇ ଦୁଲାଳ ।୩୮।ଲୋହିତ ବର୍ଣ୍ଣ ତେଜ ବାଳ ଆଦିତ୍ୟର ପ୍ରାୟଶ୍ରବଣେ ଅମୃତ କୁଣ୍ଡଳ ବଜ୍ର ଛଉରୀ ନିର୍ମିତ ଯେ କାୟ ।୩୯।ତାଳୁରେ ବିରାଜଇ ଅଭେଦ କପଚମଣିୟେମନ୍ତ ପୁତ୍ରଗୋଟି ମୁଂ ପାଇଲି ଗୋସାମଣୀ ।୪୦।ରାଧେବୀ ବଚନେ ହସିଲେ ମାହେଶ୍ୱରୀତୋତେ ସେ ପ୍ରାପତ ହୋଇଲାକି ପାଳିଲୁ ଯତ୍ନକରି ।୪୧।ମା ଗୋ ଦୁର୍ଭାସାୟେ ମୋତେ ଜପାମାଳା ଦିଲେ ବାଳ କାଳେବିଦ୍ୟା ପରୀକ୍ଷ ନିମନ୍ତେ ସୁମରିଲି ଆଦିତ୍ୟଙ୍କୁ ମନ୍ତ୍ରବଳେ ।୪୨।ଶୃଙ୍ଗାର କଲେ ମୋତେ ଦିନକର ନାଥସଇନ୍ଦୁ ପୁତ୍ରେକ ଯେ ହୋଇଲା ସମ୍ଭୂତ ।୪୩।କର୍ଣ୍ଣର ବାଟେ ଗୋ ପୁତ୍ର ହୋଇଲା ଉତପତ୍ତିକର୍ଣ୍ଣ ବୋଲି ନାମ ଦିଲେ ବଦୟନ୍ତି ଦେବୀ କୋନ୍ତି ।୪୪।ଲାଜେଣ ନ ନେଲି ଗୋ ପିତାର ରାଜ୍ୟକୁମଞ୍ଜୁଷେ ଭରି ପକାଇଲି ଯମୁନା ଭିତରକୁ ।୪୫।ମୋହୋର ସୁଫଳ ଗୋ ତୋହୋର ପରମ ଯେ ଭାଗ୍ୟସେ ମୋହୋର ନନ୍ଦନ ଗୋ ହୋଇଲା ତୋତେ ଯୋଗ୍ୟ ।୪୬।ମୋହୋର ଜ୍ୟେଷ୍ଠ ପୁତ୍ର ଗୋଟି ହୋଇଲା ତୋତେ ଶାଖାଆଗୋ ରାଧେବୀ ତୁ ମୁକୁଇଂ କର୍ଣ୍ଣକୁ ଆଣି ଦେଖା ।୪୭।ଶୁଣିଣ ସାନନ୍ଦ ଯେ ସଞ୍ଜୟ କୁମାରୀକୋଇନ୍ତାକୁ ଘେନି ବିଜେ ଆପଣା ନିଜ ପୁରୀ ।୪୮।ରାଇଣ ରାଧେବୀ ଯେ ଆଣିଲା କର୍ଣ୍ଣକୁକୋଇନ୍ତାୟେ ବୋଇଲେ ବାଭିୟେ ଚିହ୍ନିଲୁ ଟିକି ମୁକୁ ।୪୯।କରପତ୍ର ଯୋଡ଼ିଣ ଯେ ବୋଲଇ ବୀର କର୍ଣ୍ଣମୁହିଂ ଜାଣଇଂ ଗୋ ସମସ୍ତ ବିଧାନ ।୫୦।ଅବିଭାଇତ କାଳେ ଗୋ ମନ୍ତ୍ର ପରୀକ୍ଷ ନିମନ୍ତେଆଦିତ୍ୟ ଦେବତାଙ୍କୁ ସୁମରିଲୁ ଅଭିନବ ବନସ୍ତେ ।୫୧।ଛିଦ୍ରେଣ ଶୃଙ୍ଗାର ତୋତେ କଲେ କରତାରକର୍ଣ୍ଣ ବାଟେ ତୋହୋର ମୁଂ ହୋଇଲି ବାହାର ।୫୨।ମାଟିର ମଞ୍ଜୁଷ କରି ମୋତେ ଯତନେହେଂ ଭରିଜଳରେ ଭରି ମେଲିଲୁ ନିରାଶ ମୋତେ କରି ।୫୩।ଉପୁଚିଆଇଂ ଅଇଲି ଜଳର ଉଦଯାନେହସ୍ତିନାୟେ ଲାଗିଲି ଗୋ ପଞ୍ଚସହସ୍ର ଯୋଜନେ ।୫୪।ରାଧେବୀ କନ୍ୟା ପାଳିଲା ମୋତେ ଧର୍ମେରାଧେବ ନାମ ମୋତେ ଦିଲେ ନିଜ କର୍ମେ ।୫୫।ଧୃତରାଷ୍ଟର ନନ୍ଦନ ଗୋ ଅଟଇ ଦ୍ରିଯୋଧନଅନେକ ପ୍ରୀତି ଗୋ ତାହାର ମୋହୋର ଅଭେଦ ମନ ।୫୬।ମୋହୋ ରଅଟଇ ଗୋ ଜ୍ୟେଷ୍ଠା ନକ୍ଷତ୍ର ରାଶିଜ୍ୟେଷ୍ଠା ନକ୍ଷତ୍ରରେ ଜାତ ଗାନ୍ଧାରୀର ଶିଷି ।୫୭।ୟେମନ୍ତେ ୟେକ ରାଶିରେ ମଇତ୍ର ଆମ୍ଭେ ହୋଇଲୁ ଯେ ବେନିଦଣ୍ଡେ ମରୁଛି ନପାରୁ ଦିବା ଯେ ରୟେଣୀ ।୫୮।ଚାରିପୁତ୍ରନ୍ତ ରାଇଣ ଦେବୀ ଯେ କୋଇନ୍ତେବାବୁ ପ୍ରଣପତ୍ୟ ହୁଅରେ କର୍ଣ୍ଣର ପାଦଗତେ ।୫୯।ୟେ ତୁମ୍ଭର ଜ୍ୟେଷ୍ଠଭ୍ରାଥ ଅଟଇ ସମପିତାମୁହିଂ ତୁମ୍ଭର ଅଟଇରେ ଗର୍ଭଧାରୀ ମାତା ।୬୦।ମାତାଙ୍କର ବଚନେ ନକୁଳ ଅର୍ଜୁନ ଭୀମ ଯେ ଯୁଝେଷ୍ଠିକର୍ଣ୍ଣର ପାଦ ତଳେ ଯାଇଂ ସମସ୍ତେହେଂ ଲୋଟି ।୬୧।ଅନେକ କଲ୍ୟାଣ କଲା କର୍ଣ୍ଣ ଜ୍ୟେଷ୍ଠଭ୍ରାଥରାଧେବୀ କନ୍ୟାର ଯେ ଅନେକ ହରଷ ଚିତ୍ତ ।୬୨।କର୍ଣ୍ଣ ମାତାଙ୍କୁ ଯେ ହୋଇଲା ପରିଣାମୟେ ପୁତ୍ରମାନଙ୍କର ଗୋ କିସ କିସ ନାମ ।୬୩।ମାତାୟେ ବୋଇଲେ ବାବୁ ୟେ ଜ୍ୟେଷ୍ଠ ପୁତ୍ର ଗୋଟିୟେହାର ନାମ ବାବୁ ହୋ ଅଟଇ ଯୁଝେଷ୍ଠି ।୬୪।କର୍ଣ୍ଣ ବୋଇଲା ମା ଗୋ ମନ୍ଦ କୃତ୍ୟ କଲୁଦୁଜ ପୁତ୍ରକୁ କେସନେ ଜ୍ୟେଷ୍ଠ ନାମ ଦିଲୁ ।୬୫।ମୋତେ ଜ୍ୟେଷ୍ଠ ପଣେ ଥୋଇଲୁ କାହିଂ ମାତେୟେ ପୁତ୍ରନ୍ତ ତୋର ଆବର ମୁଂ ସମ୍ଭାଳିବି କେମନ୍ତେ ।୬୬।ତୁ ସେ ମାତା ହୋଇ ମୋତେ କଲୁ ଗୋ ନିରାଶମୁଂ ବାଳୁତ ହୋଇ କେହ୍ନେ ବଢାଇବି ମୁହାଂସ ।୬୭।କୋଇନ୍ତା ପ୍ରତିବାଚ ତୁ ନ ହୋଅସି ବିମନମୋହୋର ସଙ୍ଗେ ଚଳ ଜ୍ୟେଷ୍ଠ ଦେବି ନାମ ।୬୮।ୟେ ଭ୍ରାଥଙ୍କ ଉପରେ ତୋତେ ରାଜା କରାଇବିଧୃତରାଷ୍ଟଙ୍କ ତହୁଂ ମାଗି ପଞ୍ଚୁକଟକେ ତୋତେ ଛତ୍ର ଧରାଇବି ।୬୯।ଜେଷ୍ଠ ନାମ ତୋତେ ଦେବଇ ସମ୍ଭର୍ବେଚାରି ଭାଇ ତୋତେ ସେବା କରୁଥିବେ ।୭୦।ଆସ ବାବୁ ଯିବା ଆମ୍ଭର ପୁରକୁଶତଶିଂଗେ ଦର୍ଶନ କରିବୁ ପଣ୍ଡୁକୁ ।୭୧।ୟେ ଦୁଜପୁତ୍ର ହୋଇ ଗୋ ବହିଲା ଜ୍ୟେଷ୍ଠ ନାମୟେହାକୁ ମାଇଲେ ସିନା ଦିଶିବ ମୋହୋରି ଧର୍ମ ।୭୨।ୟେହାର ଥିଲେ ମୋହୋର ସମ୍ପଦ ନାହିଂ କିଛିୟେ ଯେବେ ମୋତେ ମାରଇ ୟେହାର ଜ୍ୟେଷ୍ଠ ନାମ ହୋଉସି ।୭୩।ୟେ ମୋହୋର ବ୍ରତଟି ଅଟଇ ନିୟମୟେମାନଙ୍କର ତୁଲେ ମୁହିଂ ନୋହିଲଇ ସରିସମ ।୭୪।ୟେତେ ବୋଲି କର୍ଣ୍ଣ ଗଲାକ ତହୁଂ ରାଗେଆଉ ବେଳେ ନୋହିଲା ସେ କୋଇନ୍ତାଙ୍କର ଆଗେ ।୭୫।ପୁଅନ୍ତ ଘେନି କୋନ୍ତଭୋଜର କୁମାରୀନାରାୟଣ ନାରାୟଣ ବୋଲି ଅନେକ ବିସରି ।୭୬।କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ଗାନ୍ଧାରୀକୁଅନ୍ଧପଟଳ ଛାଡିବାକୁ ଅନୁରୋଧଶୁଣ ହୋ ଯୁଗଧର ବୋଲନ୍ତି ବ୍ରହ୍ମବେତ୍ତାଧୃତରାଷ୍ଟ ମନ୍ଦିରେ ବିଜେ କଲେକ କୋଇନ୍ତା ।୧।ସଞ୍ଜୟ ଜଣାଇଲେ ଧୃତରାଷ୍ଟ ଅଗ୍ରତେଚାରି ପୁତ୍ର ଘେନି ବିଜେ କଲେ ଦେବୀ କୋନ୍ତେ ।୨।ଶୁଣି ଉଠିଲେ ଗାନ୍ଧାରସେନର କୁମାରୀଚାରି ପୁତ୍ର ଘେନି କୋନ୍ତୀ ଗାନ୍ଧାରୀଙ୍କ ଚରଣେ ପଡ଼ି ।୩।ଅନେକ କଲ୍ୟାଣ ବାଞ୍ଛନ୍ତି ଗାନ୍ଧାରସେନର କୁମାରୀଅହେ ଓ ସୁଲକ୍ଷଣୀ ହୋଅ ଗୋ ବ୍ରତଚାରୀ ।୪।ପୁତ୍ରନ୍ତ ଦେଖିଣ ସେ ଧୃତରାଷ୍ଟ ହରଷଚାରିକୁମାରେ ପିତା ଚରଣେ ଆବେଶ ।୫।ସଞ୍ଜୟେ କହିଲେ ଶୁଣ ଅନ୍ଧ ଧୃତରାଷ୍ଟପଣ୍ଡୁର ତନୟେ ଦିଅ ତବ ପାଦପୃଷ୍ଠ ।୬।ପୁତ୍ରେ କୋଳେ ବସାଇ ଅନ୍ଧରାଜନଅନେକ ଉଷତ ହୋଅଇ ମନେ ମନ ।୭।ପୁତ୍ରକୁ କୋଳେ ଧରି ଧୃତରାଷ୍ଟ ନୃପତିଗାନ୍ଧାରୀ ଚରଣେ ପ୍ରଳମ୍ୱିତ ଦେବୀ କୋନ୍ତୀ ।୮।କୁଶଳ ସମ୍ଭାଷଣ ହୋଇଲେ ବେନିଜନଗାନ୍ଧାରିକି ପ୍ରଳମ୍ୱ କଲେ ଭୀମ ଯୁଝେଷ୍ଠି ନକୁଳ ଅର୍ଜୁନ ।୯।କୋଇନ୍ତାୟେ ବୋଇଲେ ମା ଗୋ ୟେକଥା କି ଯୋଗାଇକିମ୍ପା ଅନ୍ଧପଟଳ ଗୋ ବାନ୍ଧିଲ ମହାମାୟି ।୧୦।ଗାନ୍ଧାରୀ ବୋଇଲେ ମୋର ଯେସନେକ ସ୍ୱାମୀର ଯୋଗମୁହିଂ ତାହାର ଭାରିଯା କରିବି ଟିକି ଭୋଗ? ।୧୧।କୋଇନ୍ତାୟେ ବୋଇଲେ ଗୋ ନୁହଇ ୟେ ପଦପୁଅ ଗୋଟି ମାନଙ୍କର ଦେଖିବୁଟି ନା ସମ୍ପଦ ।୧୨।ଅନେକ ଦୁଖେ ଗୋ ଅରଜିଲୁ ପୁଅଙ୍କୁୟେବେ ପ୍ରତିପାଳଣା କରିବୁଟିକି ୟେହାଙ୍କୁ ।୧୩।ଗାନ୍ଧାରୀ ବୋଇଲେ ସମସ୍ତେ ମୋର ଦୁଷ୍ଟଯାହା କର୍ମେ ଅର୍ଜି ଅଛଇଂ ଧୃତରାଷ୍ଟ ।୧୪।ସ୍ୱାମୀର ଯେବେ ଦୃଶ୍ୟ ନାହିଂ ମୋର କି ସଦୃଶ୍ୟସ୍ୱାମୀ ଯେବେ ମୋହୋ ରଅଦୃଶ୍ୟ ତେବେ ନାହିଂ ମୋହୋର ଦୃଶ୍ୟ ।୧୫।ତୁ ମୋହୋର ମାତା ଗୋ ନବୋଲ ମୋତେ ଆନମୋର କୁମରଙ୍କର ମାତା ଗୋ ସାର ଅଭିମାନ ।୧୬।କାହାରି ବୋଲ ସେ ନକଲା ଗାନ୍ଧାରୀସୁଖେ ଅନ୍ଧପଟଳ ବାନ୍ଧିଲା ଧୃତରାଷ୍ଟ ମନୋହାରୀ ।୧୭।ଦ୍ରିଯୋଧନ ଯୁଝେଷ୍ଠି ଭାଇ ୟେକ ମେଳେପାଞ୍ଚ ଉତ୍ତର ଶତେ ଭ୍ରାଥ ଖେଳନ୍ତି କୁତୋହଳେ ।୧୮-୨୯୬୨।ସହଦେବଙ୍କ ଜନ୍ମଶୁଣ ହୋ ଯୋଗେଶ୍ୱର ବୋଲନ୍ତି ବ୍ରହ୍ମବେତ୍ତାମାଦ୍ରୀକି ଛାଡ଼ିଣ ଯେ ଅଇଲେ ଦେବୀ କୋଇନ୍ତା ।୧।ମହା ନିଶା କାଳେ ସେ ମଦନସେନର କୁମାରୀଉତ୍ତନସାହୀ ହୋଇ ପଲଙ୍ଗେ ଅଛଇ ପହୁଡ଼ି ।୨।କରେଣ ଦୁର୍ଭାସାଙ୍କର ଘେନି ଅଛି ଜପାମାଳୀଭୋ ଧରମ ଦେବତା ବୋଲି ପଞ୍ଚୁ ମନେ ଭାଳି ।୩।ୟେ ଯେ ଅଲେଖ ତିଳକ ଶୃଙ୍ଗାର ସୁରତିଭାରିଯାର ରୂପ ବିଳସିବ ନିଜ ପତି ।୪।ଭୋ ମହାରାଜା ୟେମନ୍ତ କିମ୍ପା କଲୁ ପଣ୍ଡୁଆବର ବର ପାଇଲୁ ନାରାଜ ହୃଦେ ପଡୁ ।୫।କରେ ଧରି ଅଛଇ ଦୁର୍ଭାସାଙ୍କ ଜପାମାଳୀସ୍ୱାମୀକି ସୁମରିଣ ସେ କର୍ମ ଘେନି ଭାଳି ।୬।ପଣ୍ଡୁ ନାମ ଜପଇ ସେ ଜପାମାଳା ଘେନିଅନ୍ତରୀକ୍ଷେ ମିଳିଲେ ପାଇ ପଣ୍ଡୁ ନୃପମଣି ।୭।ଦେଖିଣ ତ୍ରାସିଲେ ସେ ସୁନ୍ଦରୀ ମଦନାତୁମ୍ଭର ଆମ୍ଭର ସ୍ୱାମୀ ଛାଡବ୍ରତ ସିନା ।୮।ତୁହି କିମ୍ପା ନିଶା ରାତିରେ ଅଇଲୁ ଆମ୍ଭର ତହିଂକିମୁହିଂ ତ୍ରାସିଲି ସ୍ୱାମୀ ତୁମ୍ଭର ଆଗତ ଦେଖି ।୯।ପଣ୍ଡୁ ବୋଇଲେ ଦୁର୍ଭାସାଙ୍କର ଜପାମାଳୀ ହସ୍ତେ ଘେନି ସୁମରିଲୁ ମୋତେୟେହାକୁ ବଞ୍ଚାଇ ମୁଂ ଯିବଇଂ କେମନ୍ତେ ।୧୦।ଦେବେ ଦାନବେ ଯାହା ନପାରନ୍ତି ମେଣ୍ଟିଅବଶ୍ୟ ସ୍ୱପ୍ରାଣ ବିସର୍ଜିବି ମୃଧୁନା ଯିବ ଫାଟି ।୧୧।ସଞ୍ଚୟେ ମୃତ୍ୟୁ ମୋହୋର ହୋଇଲା ନିକଟମୃତୁ କାଳେ ପୁଅନ୍ତି ମୁଂ ନପାଇଲି ଭେଟ ।୧୨।ୟେ ମନ୍ତ୍ର ମେଣ୍ଟିଲେ ଗୋ ନବ୍ରତଇ ସଂଘାତୁଣୀଶୃଙ୍ଗାର କଲେ ଗୋ ମରିବି ୟେହି କ୍ଷଣି ।୧୩।ଆବର କିପାଇଂ ରମଣ ଛାଡ଼ିବି ମନଇଛାଅକାରଣେ ସୁନ୍ଦରୀଗୋ ତୁ କଲୁ ମନ ବାଞ୍ଛା ।୧୪।ମାଦ୍ରୀ ବୋଇଲେ ମୁଂ ନଚିନ୍ତଇ ତୋତେଅଦଭୁତେ ନୃପତି ଭେଟିଲୁ କିମ୍ପା ମୋତେ ।୧୫।ବିଶେଷେ ଅଟଇ ୟେ ନିର୍ଜନ ସ୍ଥାନ ଭୂମିକୋଇନ୍ତାୟେ ନାହାନ୍ତି ମାଦ୍ରୀକି କଟାଳିଲେ ପଣ୍ଡୁ ନୃପମଣି ।୧୬।ପଲଙ୍କ ଉପରେ ବସିଲେ ଦେବ ମାଡ଼ିମଦନାକୁ କୋଳ କଲେ ସ୍ୱାମୀ ସେ ଶାପକୁ ଭୟ ଛାଡ଼ି ।୧୭।ମାଦ୍ରୀ ସୁମରଇ ନାରାୟଣ ତ୍ରାହି ତ୍ରାହିମୁହିଂ ସ୍ତିରୀ ମାତ୍ରକ ପୁରୁଷ ବଳବନ୍ତା ୟେହି ।୧୮।ପୁରୁଷ ବଳ କଲେ ସ୍ତିରୀ କାହିଂ ରଖିୟେହେନେକ ଘଟ ଶୂତ୍ର ବିହି ଅଛି ଲେଖି ।୧୯।ଧର୍ମ ଧର୍ମ ସୁମରଇ ମଦନ ମହାଦେବର ନନ୍ଦନୀପଣ୍ଡୁ ବିବସନ କଲେ ମାଦ୍ରୀକି କୋଳେ ଘେନି ।୨୦।ଯହିଂ ସେ ପାତକ ତହିଂ କାମଦେବର ଅନୀତିସମସ୍ତ ବୁଡ଼ାଇଲା ଅନଙ୍ଗ ସେନାପତି ।୨୧।ବିପରୀତ ବୁଦ୍ଧି ପ୍ରସରଇ ନଶିବାର ବେଳେମଦନାକୁ ପଣ୍ଡୁରାଜା ଧଇଲେକ ଯାଇଂ ବଳେ ।୨୨।ମାଦ୍ରୀର ତୁଲେ ଯେ ବଢିଲା ଶୃଙ୍ଗାରହାସ୍ୟ ଉଲ୍ଲାସ ଯେହ୍ନେ କାମର ବେଭାର ।୨୩।ପଣ୍ଡୁରାଜାର ରମଣ ନାହିଂ ତିନିଶ ବରଷ ପରିଯନ୍ତେକାମ ସଂହାରଣ କଲା ସେ ମହାଯୋଗ ମତେ ।୨୪।ଅନେକ ରମଣ ବଢିଲା ପୀରତିବହୁତ ଶୃଙ୍ଗାରେ ସେ ଅଶାନ୍ତି ଅତ୍ରିପୁତି ।୨୫।ଦଇବର ଘଟ ସୂତ୍ର କେହୁ ଆନକରିଯାହା ସେ ଶାପ ଦିଲେ ଅଗ୍ନିକାର ବ୍ରହ୍ମଚାରୀ ।୨୬।ହେଠ ପୂରା ଶୃଙ୍ଗାର ସମୟେ ଅପ୍ରମିତେନିର୍ଘାତ ନାରାଜେକ ପଡ଼ିଲା ଅଦଭୁତେ ।୨୭।ମହାଋଷିଙ୍କର ଶାପ କେହୁ ଆନ କରିପାରୁବୋଇଲେ ଯେ ତୋହୋର ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡ଼ୁ ।୨୮।ସେ ଋଷିର ଶାପ ଯେ ଅନ୍ୟଥା ନୋହିଲାପଣ୍ଡୁର ଶୃଙ୍ଗାର କାଳେ ଅଦଭୁତେ ଆସି ନାରାଜ ପଡ଼ିଲା ।୨୯।ଆକାଶୁଂ ପଡିଲା ଶର ପଣ୍ଡୁରାଜାର ପିଠିମାଦ୍ରୀର ହୃଦଗତେ ବାହାର ହୋଇଗଲା ଫୁଟି ।୩୦।ମହା ତେଜ ବଳବନ୍ତା ଅଭିଶାପ ବାଣଅଦଭୁତେ ପଡ଼ି ହରିଲା ପଣ୍ଡୁ ମାଦ୍ରୀଙ୍କର ପ୍ରାଣ ।୩୧।ଶୃଙ୍ଗାର ପ୍ରାନ୍ତ ଯେ ହୋଇଲା ନିକଟବୀର୍ଯ୍ୟ ପ୍ରଦାନ ହୋଇଲା ଉଭୟ ସଂକଟ ।୩୨।ଯେବଣ ବୀର୍ଯ୍ୟ ପଡ଼ିଲା ମାଦ୍ରୀର ଗର୍ଭଗତେସେ ଅମୋହ ରେତ ନାଶ ନୋହିଲା ଯୁଗତେ ।୩୩।ମାଦ୍ରୀ ପ୍ରାଣ ତ୍ୟାଜ ହୋଇଲା ଶର ଘାତେସଇନ୍ଦୁ ପୁତ୍ରେକ ଯେ ହୋଇଲା ଉପଜାତେ ।୩୪।ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତିସୋମବଂଶ ଠାକୁର ପଞ୍ଚୁକଟକେ ଆଧିପତି ।୩୫।ଯାହା ସେ ଅରଜିଲା କର୍ମର ବିପତ୍ତିକାହାର ବେଳେ ସେ ହୋଇବ ଅନିତି ।୩୬।ଅଲଘିଂତ କର୍ମ ପଣେ ଯେ ପଣ୍ଡୁ ନାଶଗଲାକେହି ଜଣେ ପୁତ୍ର ଯେ ଆବୋରନ୍ତା ନୋହିଲା ।୩୭।ପୁତ୍ର ଗୋଟି ପଡ଼ିଅଛି ଭୂମିର ମଧ୍ୟେବାଳୁତ କୁମର କାନ୍ଦଇ ଅତି କ୍ରୋଧେ ।୩୮।ୟେମନ୍ତର ସମୟେ ଯେ ରୟଣୀ ପ୍ରଭାତଉଦେଗିରୁ ପ୍ରଦକ୍ଷିଣ ଦିନକର ନାଥ ।୩୯।ତ୍ରୈଲୋକ୍ୟ ବ୍ରହ୍ମାଣ୍ଡର ସେ ଅଟଇ ଦିବ୍ୟ ଆଖିପାପପୁଣ୍ୟ ବିପଦ ସମ୍ପଦ ସମସ୍ତହିଂ ଦେଖି ।୪୦।ଲକ୍ଷେକ ଯୋଜନେ ଥାଇ ଦେଖିଲେ କରତାରମାତା ପିତା ପ୍ରାଣତ୍ୟାଗ ପୁତ୍ରେକ ହୋଇଛି ଅବତାର ।୪୧।ଗହନ ଘୋର ଅରଣ୍ୟ ଅଟଇ ଅଟବ୍ୟାଶତଶିଂଗେ ପ୍ରାଣ ତ୍ୟାଗ ପଣ୍ଡୁରାଜ ଦେବା ।୪୨।ଅନେକ ଜୀବଜନ୍ତୁମାନେ ତହିଂ ଛନ୍ତି ପୂରିବ୍ୟାଘ୍ର ଭାଲୁକ ଗ୍ରିଧିନୀ ପ୍ରେତ ତହିଂ ଭୂରି ।୪୩।ୟେମାନେ ବେଢିଲେ ସେ ଅପାର ଗହନମୃତୁ ପିଣ୍ଡ ବାଳୁତ କୁମାର ଭକ୍ଷିତେ କଲେ ମନ ।୪୪।ବାଳୁତ ପୁତ୍ର ଚିଆଇଂ ଚାହିଂଲା ମୁଖ ତୋଳିପିଚାଶ ଜୀବମାନେ ଗଲେ ସର୍ବେ ଜଳି ।୪୫।କୁମାର ନୟନ ତେଜ ଯେ କାଳାନଳ ଜାଣିଶୂନ୍ୟ ପୁରୁଷମାନେ ତ୍ରାସିଲେ ଗଗନ ଯେ ମଣି ।୪୬।ଆକାଶେଣ ଦେଖିଲେ ଯେ ଗଗନ ବିହାରୀଚିନ୍ତାମଣି ପୁରୁଷ ସେ ସକଳ ଚିନ୍ତାକାରୀ ।୪୭।ଆଗ୍ୟାଂ ଦିଲେ ଅଶ୍ୱିନୀକୁମାରନ୍ତ ରାଇପୁତ୍ରକଇ ତୁମ୍ଭର ହୋ ସମ୍ଭାଳ ବେଗେ ଯାଇ ।୪୮।ସେ ପୁତ୍ରରେ କାରଣ ହୋଇବ ତୁକୁଇ ।୪୯।ବିରଞ୍ଚି ନାରାୟଣଙ୍କର ଆଗ୍ୟାଂ ପରମାଣେଅଶ୍ୱିନୀକୁମାରେ ଯାଇ ଭେଟିଲେ ତତକ୍ଷଣେ ।୫୦।ଦେଖିଲେ ନନ୍ଦନ ପଡ଼ିଛି ଉତ୍ତାନସାହୀ ହୋଇକୁମାରକୁ କୋଳ କରି ଧଇଲେ ଗୁଣଗ୍ରାହୀ ।୫୧।ଜାତ ହୋଇଲା ପୁତ୍ର ଯେ ସମ୍ଭାଳନ୍ତା ନୋହିଲାକ୍ଷୀର ପାନ ନପାଇ ଯେ କୁମର ନାଶ ଗଲା ।୫୨।ଅଶ୍ୱିନୀକୁମାରେ କୋଳ କରି ଧଇଲେ ବାଳ ବଛିଦେଖିଲେ ପୁତ୍ର ଶରୀରେ ପ୍ରାଣ ନାହିଂ କିଛି ।୫୩।କାନ ଫୁଙ୍କନ୍ତି ମହାତ୍ମା ଆଦିତ୍ୟର ଶିଷିମୃତୁ ଗତ କୁମର ସେ ଚେତନା ନ ଦିଶି ।୫୪।ଭାଳନ୍ତି ଅଶ୍ୱିନୀକୁମାରେ ମୁଂ ଯେ ମନ୍ଦକୃତ୍ୟ କଲିଅକାରଣେ ଆସି ମୃତୁ ପିଣ୍ଡକୁ ଛୁଇଂଲି ।୫୫।ଗଗନେ ସେ ଆଗ୍ୟାଂ ମୋତେ ଦିଲେ କରତାରବୋଇଲେ ପୁତ୍ର ଯାଇଂ ସମ୍ଭାଳସି ତୋହୋର ।୫୬।ଆସନ୍ତେଣ ପୁତ୍ର ଗୋଟି ପ୍ରାଣେ ନାଶଗଲାମୋହୋର ଧରିବା ଯାୟେ ଆତ୍ମା କିମ୍ପାଇ ନଥିଲା ।୫୭।ୟେ ମୃତୁପିଣ୍ଡକୁ ପକାଇ ବାହୁଡ଼ିଣ ଗଲେଦେବତାୟେ ହାସ୍ୟ କରିବେ ନା ମୋତେ ସେ ଦେଖିଲେ ।୫୮।ୟେତେକ ବିଚାରି ସେ କୁମାର ମହାତ୍ମାଆପଣା ତନୁରୁ ସେ କାଢିଲେ ଅର୍ଦ୍ଧ ଆତ୍ମା ।୫୯।ସେ ମୃତୁ ପିଣ୍ଡରେ ପ୍ରବେଶ କରାଇଲେ ଜୀବଜୀବନ୍ୟାସ ମନ୍ତ୍ର ପଢିଲେ ଅଶ୍ୱିନୀକୁମାର ଦେବ ।୬୦।ଅମୃତ ଭାବେ ଚାହିଂଣ ଫୁଙ୍କିଲେ କାମ ଗୋଟିଗତ ଆତ୍ମା କୁମର ଚାହିଂଲା ୟେକ ଦୃଷ୍ଟି ।୬୧।ଆପଣା ତହୁଂ କାଢି ଭରି ଦିଲେ ଯହୁଂ ଜୀବତେଣୁ କରି ଅଶ୍ୱିନୀକୁମାରେ ନାମ ଦିଲେ ସହଦେବ ।୬୨।ତୋଷେଣ ବର ଦିଲେ ପ୍ରସନ୍ନେ ଅଶ୍ୱିନୀଆରେ କୁମର କରକୁ ଚାହାନ୍ତେ ଦିଶୁ ତୋତେ ବ୍ରହ୍ମାଣ୍ଡ କୋଟି ତିନି ।୬୩।ଭୂତ ଭବିଷ୍ୟତ ଗ୍ୟାଂତା ହୁଅରେ ସହଦେବମନ୍ତ୍ରୀପଣେ ତୋତେ ଦୃଶ୍ୟ ହୋଉ ଗତ ଆଗତ ସର୍ବ ।୬୪।ଯେ ତୋତେ ପଚାରିବ ଗତ ଆଗତ କଥାଅବଶ୍ୟ ତୁ କହିବୁ ଭୂତ ଭିବଷ୍ୟ ବାରତା ।୬୫।ଆହୋ ୟେସନେକ ବର ତାକୁ ଦିଲେ କୁମାରଅଶ୍ୱିନୀମହାତ୍ମାର ପ୍ରସନ୍ନେ ସେ ହୋଇଲେ ମହାଗ୍ୟାନୀ ।୬୬।କୁମାର ଆଗ୍ୟାଂ ଦିଲେ ସେ ବିଶ୍ୱଦେବତାଙ୍କୁକୋଇନ୍ତାୟେ ଆସିବା ଯାୟେ ସମ୍ଭାଳି ଥାଅ ପୁତ୍ରକୁ ।୬୭।ସହଦେବଙ୍କୁ ଦିଲେ ନେଇ ବିଶ୍ୱଦେବାଙ୍କର କୋଳେଚଳିଲେ ଅଶ୍ୱିନୀକୁମାର ଆକାଶ ମଣ୍ଡଳେ ।୬୮-୩୦୩୦।କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ପଣ୍ଡୁଙ୍କମୃତ୍ୟୁରେ ଶୋକ ପ୍ରକାଶବଇବସୁତ ମନୁ ପୁଛା କଲେ ହୋ ଅଗସ୍ତିହସ୍ତିନାରେ ପ୍ରବେଶ ଆସି ହୋଇଲେ ଦେବୀ କୁନ୍ତୀ ।୧।କର୍ଣ୍ଣର ନଗରୁ ମାତା ଅଇଲେ ତଡ଼ ବେଗେସଞ୍ଜୟେ କହନ୍ତି ଧୃତରାଷ୍ଟଙ୍କର ଆଗେ ।୨।ପଣ୍ଡୁ ପାଟରାଣୀ ତୁମ୍ଭଙ୍କୁ ଅବଧାରୀପୁତ୍ରବନ୍ତୀ ଯଶୋବନ୍ତୀ ହୁଅରେ ଭୋଜର କୁମାରୀ ।୩।ଗାନ୍ଧାରୀ ତାହାଙ୍କର ସନ୍ନିଧ୍ୟରେ ଛନ୍ତି ବସିସାନନ୍ଦ ହୋଇ ବେନି ଜନ କୁଶଳ ସମ୍ଭାଷି ।୪।ଦିନା ଦୁଇ ତିନି ରହିଲେ ଭୋଜରାଜର କୁମାରୀଦ୍ରିଯୋଧନର ସଙ୍ଗତରେ ଖେଳନ୍ତି ଭାଇ ଚାରି ।୫।ଅଗସ୍ତି ବୋଇଲେ ହୋ ଶୁଣ ଦଣ୍ଡଧାରୀଗଙ୍ଗାକଇ କୋଇନ୍ତା ଗଲେ ସ୍ନାହାନ ଯେ କରି ।୬।ଅନେକ ଅଳଙ୍କାର ଭରି ଭୋଜର କୁମାରୀଶ୍ରୀହସ୍ତେ ଦର୍ପଣ ଘେନି ଆପଣ ରୂପ ଅନୁସରି ।୭।ଦେଖଇ ଅଲେଖ ତିଳଖ ଦିଶଇ ବିଭଳିଅଲକ୍ଷଣ ଦେବୀ ମନେ ମନେ ଭାଳି ।୮।ବିଚାରିଣ ବୋଇଲେ କୋଇନ୍ତା ୟେ କେମନ୍ତେ ଦିଶଇ ମୋର କାୟେଶରୀର ଦିଶିଲା ମୋର ବିଧବା ଲକ୍ଷଣ ପ୍ରାୟେ ।୯।କିଅବା ବନେ ପ୍ରମାଦ ପଡ଼ିଲା ପଣ୍ଡୁଙ୍କୁକିଅବା ପ୍ରମାଦ ପଡ଼ିଲା କୋନ୍ତଭୋଜ ରାଜାଙ୍କୁ ।୧୦।ଜାତ କଲା ପିତା କି ଆବର ସ୍ୱାମୀ ଦେବତାଦୁହିଂଙ୍କ ଅବସାନେ ବିଭଳିତ ଦିଶଇ ବନିତା ।୧୧।ମୁହିଂ ଯେ ପଣ୍ଡୁଙ୍କୁ ଛାଡ଼ି ଅଇଲି ବନେମଦନାର ତୁଲେ ଅବା କ୍ରୀଡା କଲେକି ତୋଷ ମନେ ।୧୨।ସଂଚୟେ ସ୍ୱାମୀ ମୋର ରମଣ କି ଇଛାକଲାଋଷିର ଶାପ ସେ ମେଣ୍ଟଣ ନ ଗଲା ।୧୩।ଛାଡ଼ିଣ ଅଇଲି ନ ପାରିବି ଦେଖିଅନେକ କ୍ରୋଧ ଅବସ୍ଥାରେ ଲୁଅ ବହଇ ବେନି ଆଖି ।୧୪।କୋଇନ୍ତାୟେ ବିଜେ କଲେ ଗାନ୍ଧାରୀ ସମୀପେପଣ୍ଡୁଙ୍କୁ ପ୍ରମାଦ ଆଗୋ ପଡିଲାକି ବନସ୍ତେ ।୧୫।ମୁଂ ବହନ ଯାଉଛି ଶତଶିଂଗ ପର୍ବତେସ୍ୱାମୀର ବଦନ ଆଉ ଚାହିଂବି କେବଣ ମତେ ।୧୬।ଗାନ୍ଧାରୀ ବୋଇଲେ ଗୋ ନୋହଇ ୟେମନ୍ତତ୍ରଇଲୋକେ ଅଜୟେ ସେ ପଣ୍ଡୁ ନରନାଥ ।୧୭।ଶବଦ ଭେଦୀ ମହାତ୍ମା ତ୍ରୈଲୋକ୍ୟେ ଅଧିକାରୀତିନି ଭୁବନ ମଧ୍ୟରେ ଗୋ କେ ଅବା ତାହାକୁ ସରି ।୧୮।କୋଇନ୍ତାୟେ ବୋଇଲେ ଗୋ ପଡିଲାନି ଅପଚୟେମାଦ୍ରୀର ମେଳେ ନାଶ ଗଲାନି ପଣ୍ଡୁ ରାୟେ ।୧୯।ୟେହି ବିଚାର ସତ ଗୋ ଅଟଇ ଗାନ୍ଧାରୀଆବର ପଣ୍ଡୁଙ୍କୁ କି ପାଇବି ମୁହିଂ ଲୋଡ଼ି କରି ।୨୦।ବହନ ସଜ ଯେ ହୋଇଲେ ଦେବୀ କୋନ୍ତେଧୃତରାଷ୍ଟ ଆଗ୍ୟାଂ ଦିଲେ ବିଦୁର ସମେତେ ।୨୧।ସଞ୍ଜୟେ ତୁ ଯାଅ ଭୀଷ୍ମଙ୍କୁ ଆଦି କରିବଧୂଙ୍କର ସଙ୍ଗତେ ଶତଶିଂଗ ଗିରି ।୨୨।ଅଲୋକିତ ବଚନ କହିଲେ ଦେବୀ ଯେ କୋଇନ୍ତେପଣ୍ଡୁଙ୍କୁ ଘେନି ଆସ ତୋହୋର ସଙ୍ଗତେ ।୨୩।ବିଦୁର ବୋଇଲେ ମାୟେ ଗୋ ତୋ ପୋୟେ ୟେଥେ ଥାନ୍ତୁଭୂରିସର୍ବାୟେ ପଛେ ତୋ ପୋଅନ୍ତ ଘେନିଯାନ୍ତୁ ।୨୪।ଧୃତରାଷ୍ଟ ଗାନ୍ଧାରୀ ସନ୍ନିଧ୍ୟେ ପୋଅନ୍ତମାନ ଦେଇବାବୁ ତୁମ୍ଭେ ୟେଥେ ଖେଳୁଥାଅ ମୁଂ ନଦୀରୁ ଆସେ ଯାଇଂ ।୨୫।ପଙ୍କୁ କଦଳୀ ଖଣ୍ଡ ରସ ଦିବ୍ୟ ପଦାର୍ଥମାନପୁଅଙ୍କର ହାଥେ ଦେଇ କରାଇଲେ ତୋଷ ମନ ।୨୬।ଦ୍ରିଯୋଧନ ଧୁଶାସ ନସଙ୍ଗେଣ ଖେଳନ୍ତିପୁଅନ୍ତ ଛାଡି ତହୁଂ ଚଳିଲେ ଦେବୀ କୋନ୍ତୀ ।୨୭।ଭୀଷ୍ମ ଭୂରିସର୍ବା ସଞ୍ଜୟ ବିଦୁରୟେମାନେ ଆରୋହିଲେ ରଥର ଉପର ।୨୮।ବିମାନେ ଆରୋହୀ କୋନ୍ତଭୋଜର ଦୁହିତାଶତଶିଂଗ ପର୍ବତକୁ ବୋଲି ବାଟ କଢାନ୍ତି ଦେବୀ କୋନ୍ତା ।୨୯।ବୃନ୍ଦାଅର୍କ ବନେ ସେ ହୋଇଲେ ପ୍ରବେଶଦେଖିଲେ ଯେ ଅମଙ୍ଗଳ ବନସ୍ତ ଦଶ ଦିଶ ।୩୦।ହାହା ବଲ୍ଲଭ ବୋଲି ବୋଲନ୍ତି କୋନ୍ତଭୋଜର ନନ୍ଦନୀଜୀବନ୍ତେଣ ପଣ୍ଡୁଙ୍କୁ କି ଦେଖିବ ଚକ୍ଷୁ ଘେନି ।୩୧।ଶିବପାଦ ନାମେଣ ଯେବଣ ଶବରସେ ଯାଇଥିଲା କୋଇନ୍ତାଙ୍କ ସଙ୍ଗତର ।୩୨।ଯହୁଂ ବିଅର୍ଥ ୟେଣେ ହୋଇଲେ ପଣ୍ଡୁରାଜାହସ୍ତିନାକୁ ଯାଉଅଛି ସେ କିରାତ ଭାରିଯା ।୩୩।କୋଇନ୍ତାୟେ ପଚାରିଲେ ଆଲୋ କିରାତୁଣୀପଣ୍ଡୁ ମାଦ୍ରୀଙ୍କର କହ ଶୁଭବାଣୀ ।୩୪।ପୋୟେଳା ନାମେ କିରାତୁଣୀ ସେ କୋଇନ୍ତାୟେ ବୋଲେପଣ୍ଡୁ ମାଦ୍ରୀ ଗୋ ତୋର ଶତଶିଂଗେ ଛନ୍ତି ଭଲେ ।୩୫।ଉଷତ ହୋଇଲେ ଶୁଣି କୋନ୍ତଭୋଜର ବାଳୀହୃଦର ବ୍ୟଥା ଦେବୀ ଛାଡ଼ିଲେ ବିକଳି ।୩୬।ଧାତିକାରେ ବିଜେକଲେ ପର୍ବତ ଶିଖରେପଣ୍ଡୁ ମାଦ୍ରୀ ପଡ଼ିଛନ୍ତି ଆତ୍ମ ଅଚେତରେ ।୩୭।ଉଲଗ୍ନସାହୀ ହୋଇ ମାଦ୍ରୀ ପଡ଼ିଛଇ ପଲଙ୍କ ଉପରେଦୁହିଂଙ୍କର ଶରୀର ଫୁଟି ଅଛି କାଳଚକ୍ର ଶରେ ।୩୮।ବିଦୁର ଦେଖିଣ ପଡ଼ିଲେ ମୂର୍ଚ୍ଛାଗତେବିମାନୁ କୋଇନ୍ତାୟେ ପଡ଼ିଲେ କି ଜାଣି ବଜ୍ରଘାତେ ।୩୯।ହା ହା ନାଥ ବୋଲି ରୋଦନ୍ତି ମାହେଶ୍ୱରୀଗୁଣସାର ନାଥ କିମ୍ପା ନାଶ ଗଲା ହୁଡ଼ି ।୪୦।ସ୍ୱାମୀକି କୋଳ କରି ହୃଦରେ ଲଗାଇଶତ ଚନ୍ଦ୍ର ବଦନ ଗୋଟିର ମୁଂ ଆପାଦ ଘେନିଯାଇ ।୪୧।ପ୍ରାଣର ବଲ୍ଲଭ ମୋର ଦୁଖୀର ସଂଘାତ ଗୋଟିମୃତ ପିଣ୍ଡ ଘେନିଣ ଦେବୀ ପଡ଼ଇ ମହୀ ଲୋଟି ।୪୨।ହା ହା ଜଗବଦନ ନାଥ ମୋତେ କେଉଂଣ ଗତି କଲୁଗଭୀର ସମୋଦ୍ରେ ମୋହୋର ଭେଳା ବୁଡ଼ାଇଲୁ ।୪୩।ଧର୍ମେଣ ରାଜ୍ୟ ରକ୍ଷା କଲୁ ପ୍ରାଣଗୁରୁପାପ ଲଘିଂଲୁ ଧର୍ମ ଅଧର୍ମ ବିଚାର ନକରୁ ।୪୪।ମୁହିଂ ରାଢେଣୀ କିମ୍ପା ଛାଡ଼ିଗଲି ତୋତେମାଦ୍ରୀ ୟେମନ୍ତ କର୍ମ କଲା ଅଦଭୁତେ ।୪୫।ଆହା ପ୍ରାଣନାଥ ପଞ୍ଚୁକଟକେ ଅଧିକାରୀଶୋକ ସମୋଦ୍ରେ ମୋତେ ଗଲୁ ଛାଡ଼ି କରି ।୪୬।କୋଇନ୍ତାଙ୍କର କୋଳରୁ ଛଡାଇ ମୃତୁଶବଆପଣେ କୋଳ କରି ଧଇଲେ ଗାଙ୍ଗେବ ।୪୭।ଭୂରିସର୍ବାୟେ ପଣ୍ଡୁଙ୍କୁ ଧଇଲେକ କୋଳେଆମ୍ଭେ ଅଛୁ ବାବୁ ତୁରେ ପଶିବୁ ଅନଳେ ।୪୮।ତୁ ସେ ଜମ୍ୱୋଦୀପକୁ ଅଳଙ୍କାର ଗୋଟିୟେତେ କୃତ୍ୟ କଲା ତୋତେ ଅଗ୍ନିକାର ତପୋନିଷ୍ଠି ।୪୯।ୟେହାଙ୍କର କ୍ରୋଧ ଦେଖି ବିଶ୍ୱଦେବା ପୁରୁଷେସହଦେବ କୁମରକୁ ଆଣିଲେ ହରଷେ ।୫୦।କୋଇନ୍ତାଙ୍କର କୋଳେ ନେଇ ଦିଲେ ବିଶ୍ୱଦେବେପଣ୍ଡୁର ପୁତ୍ର ଗୋଟି ଯେ ୟେହାର ନାମ ସହଦେବେ ।୫୧।ମାଦ୍ରୀର ତୁଲେ ରମଣ କରିବାର ବେଳେୟେ ପୁତ୍ର ଗୋଟି ଉତପତ୍ତି ହୋଇଲା ପଣ୍ଡୁର ନାଶକାଳେ ।୫୨।ଅଶ୍ୱିନୀକୁମାରେ ପାଳିଲେ ମହାମନ୍ତ୍ରଦେଇଆପଣାର ତହୁଂ ଅର୍ଦ୍ଧ ଆୟୁଷ ଲଗାଇ ।୫୩।ସତ୍ତ୍ୱକୁ ଭାଞ୍ଜିଣ ୟେ ପୁତ୍ରକୁ ଦିଲେ ଜୀବତେଣୁ କରି ୟେହାର ନାମ ଦିଲେ ସହଦେବ ।୫୪।ଶୁଣିଣ କୋଇନ୍ତାୟେ ପୁତ୍ରକୁ ପ୍ରତିପାଳିକ୍ରୋଧ ସମ୍ଭାଳିଲେ କୋନ୍ତଭୋଜର ଦୁଲାଳୀ ।୫୫।ଭୂରିସର୍ବାୟେ ପଣ୍ଡୁଙ୍କୁ ଧରିଥିଲେ କୋଳେଶୋକଭର ହୋଇ ଲଗାଇଲେ ବକ୍ଷସ୍ଥଳେ ।୫୬।ଭୂରିସର୍ବା ଭୀଷ୍ମ କଲେ କ୍ରୋଧ ସଂଘରଣକୋଇନ୍ତାକୁ ବୋଇଲେ ଗୋ ଛାଡ଼ ତୁ କାରୁଣ୍ୟ ।୫୭।ଯେ ସେ ଗଲା ତାହା ଲୋଡ଼ିଲେ ପାଇବା ଆଉ କାହିଂଚିତା ଆରୋପଣ କଲେ ଗଙ୍ଗା କୂଳେ ନେଇ ।୫୮।ଚନ୍ଦନ ଅଗର ସରଳ କାଷ୍ଠ ଆବର ଦେବଦାରୁଅଗ୍ନି ଆରୋପଣ କଲେ ତେଜ ସେ ବିସ୍ତାରୁ ।୫୯।ଅଗ୍ନି ଦାନ ଦିଲେ ଯେ ମହାମନ୍ତ୍ର ବାକ୍ୟେହିରଣ୍ୟ ଦାନ ଦିଲେ ଗୋଧନ ଅନେକେ ।୬୦।ସୁବର୍ଣ୍ଣ ପଲଙ୍କରେ ଶୁଆଇଲେ ମୃତୁ ଶବବେନି କତି ଧଇଲେ ଭୂରିସର୍ବା ଗାଙ୍ଗେବ ।୬୧।ଅନେକ କ୍ରୋଧ କଲେ ପଣ୍ଡୁର ବଦନ ଦେଖିବ୍ରହ୍ମାଣ୍ଡକୁ ଧାରଣା ତୁ ହୋଇଲୁ ନିରିମାଖୀ ।୬୨।ତିନି ବାର ପ୍ରତିକ୍ଷଣ କଲେ ବହନିକିଅନଳେ ବସାଇଲେ ପଣ୍ଡୁ ନୃପତିକି ।୬୩।କୋଇନ୍ତାୟେ ମାଦ୍ରୀକି ଯେ କୋଳ କରି ନେଲେଆନ ଅଗ୍ନି ଆରୋପଣ କରି ମାଦ୍ରୀକି ଶୁଆଇଲେ ।୬୪।ଶମଶାନ ଭୂମିକି ବାଳୁତ ସହଦେବକଇ ନେଲେତିଳ କୁସୁମ ଘୃତ ଘେନିଣ ମୁଖ ଅଗ୍ନି ଦିଆଇଲେ ।୬୫।ଦହନ କଲେ ସେ ପଣ୍ଡୁ ମଦନାକୁଅନେକ ହରଷ ହେଲେ ପୁତ୍ର ଦେଖି ପାଶୋରିଲେ ପଣ୍ଡୁଙ୍କୁ ।୬୬।ପଣ୍ଡୁ ମାଦ୍ରୀ ଦୁହିଙ୍କି ଅଗ୍ନି ସଂସ୍କାର କରିଅଗ୍ନି ଶାନ୍ତି କଲେ ଜଳ ଅବଧାରି ।୬୭।ଶ୍ମଶାନ ଭୂମିରୁ ଆସିଲେ ସହଦେବ କୋନ୍ତୀଶୀତଳ ଦ୍ରବ୍ୟମାନ ପରାଶନ କରାନ୍ତି ।୬୮।ଭୂରିସର୍ବାୟେ ବୋଇଲେ ମା ଗୋ ବହନ ହୋଇଯିବାଧୃତରାଷ୍ଟ ଅଗ୍ରତେ ଯାଇ ପ୍ରେତ କାର୍ଯ୍ୟ କରାଇବା ।୬୯।କୋଇନ୍ତାୟେ ବୋଇଲେ ଗୁରୁୟେ ହସ୍ତିନାକୁ ଯାଆନ୍ତୁମୁହିଂ କିପାଇଂ ଯିବି ଶତଶିଂଗ ପରବତୁଂ ।୭୦।କୁନ୍ତୀଙ୍କର ଶତଶୃଙ୍ଗ ପର୍ବତରେ ରହିବା ଓ ଭୀଷ୍ମଙ୍କଦ୍ୱାରା ଧୃତରାଷ୍ଟ୍ରଙ୍କୁ ପଣ୍ଡୁଙ୍କ ମୃତ୍ୟୁ ଖବର କହିବାପୁଅନ୍ତ ଅଣାଇ ଦିଅ ମୋର ୟେଥମୁହିଂ ରହି ପାରିବିକି ଗାନ୍ଧାରୀ ସଙ୍ଗତ ।୧।ଦୁଷ୍ଟ ପ୍ରକୃତି ସେ ଅଟଇ ଗାନ୍ଧାରୀପୁତ୍ରଗୋଟି ମାନେ ତାର ଅଟନ୍ତି ଦୁଷ୍ଟ ଆଚାରୀ ।୨।ତାହାର ବେଳେ ମୋତେ ନୋହଇ ସମ୍ଭାଳିସେ ସହି ନପାରିବେ ମୋର ଭୀମାର ଆରଦୋଳି ।୩।ସୋଦରେ ସୋଦରେ ଦ୍ୱନ୍ଦ ହୋଇବାକ କି କେମନ୍ତେପୁଅନ୍ତ ଘେନି ମୁଂ ୟେଥେ ଥାଇଂନା ନିଶ୍ଚିନ୍ତେ ।୪।ଭୀଷ୍ମଙ୍କୁ ପରିଣାମି ବୋଲନ୍ତି ଦେବୀ କୋନ୍ତେପୁଅନ୍ତ ବହନ କରି ଅଣାଇବା ୟେଥେ ।୫।ଭୀଷ୍ମେ ବୋଇଲେ ମା ଗୋ ନୋହଇ ୟେମନ୍ତପଣ୍ଡୁର ତେଜେ ୟେଥେ ହୋଇଥିଲୁ ନିଶ୍ଚିନ୍ତ ।୬।ଅସୁର ବଳ ଦୁଷ୍ଟ ରାକ୍ଷସ ଶିର ଛେଦିତ୍ରଇଲୋକ୍ୟେ ଅସମ୍ଭବ ପଣ୍ଡୁ ଅଟଇ ଶବଦ ଭେଦୀ ।୭।ତେଡେ ବଡ ଛତ୍ରୀ ଗୋ ପାର ନଗଲାଟି କାଳେଅଭିଶାପ ହୋଇଲାଟି ଗୋ କର୍ମର ଅବଳେ ।୮।ଅଦୋଷେଣ ସେ ନାଶ ଗଲାଟି ରାୟେ ପଣ୍ଡୁରାଜ୍ୟକୁ ଯିବା ଗୋ ମାୟେ ୟେ ବନସ୍ତ ପୁଡୁ ପୁଡୁ ।୯।କୋଇନ୍ତାୟେ ବୋଇଲେ ଆମ୍ଭେ ରହିଥିଲୁଂ ୟେଥେନିର୍ଦ୍ୱନ୍ଦୀ ହୋଇଥିଲୁ ତିନିଶ ପଞ୍ଚାଶ ବର୍ଷ ପରିଯନ୍ତେ ।୧୦।ୟେ ଥାନ ଛାଡ଼ି ଯିବାକୁ ନବଳଇ ମୋର ଇଛାତହିଂକି ମୋତେ ନେଇ କରି ନପାରିବଟି ରକ୍ଷା ।୧୧।ୟେତେବେଳ ପରିଯନ୍ତେ ସ୍ୱାମୀତ ମୋର ନାହିଂୟେମନ୍ତେହେଂ ପର୍ବତ ଅଛି ମୋତେ ସହି ।୧୨।ସ୍ୱାମୀର ଶବ ଯେ ମୋର ପଡ଼ିଲାକ ୟେଥେକେମନ୍ତେ ଯିବି ପ୍ରେତ କାର୍ଯ୍ୟ ନସରିବା ପରିଯନ୍ତେ ।୧୩।ୟେବେ ତୁମ୍ଭେ ଦେବ ବିଜେ କରିଯିବାପୁଅନ୍ତ ଘେନିଣ ମୋର ବହନ ଆସିବା ।୧୪।କୋଇନ୍ତାୟେ ଯେ ସେ ପରମ ମାହେଶ୍ୱରୀଚଳିଲେ ଗାଙ୍ଗେବ ଯେ ଦେବୀର ଆଗ୍ୟାଂୟେଣ କରି ।୧୫।ଭୀଷ୍ମ ଭୂରିସର୍ବା ବିଦୁର ସହିତେବାହୁଡ଼ିଣ ଆସନ୍ତିୟେ କୋଇନ୍ତାକୁ ଛାଡ଼ିଣ ବନସ୍ତେ ।୧୬।ହସ୍ତିନା ରାଜ୍ୟରେ ଯେ ପ୍ରବେଶ ହୋଇଲେଧୃତରାଷ୍ଟ ଆଗେ ଯାଇ ଗାଙ୍ଗେବ ବସିଲେ ।୧୭।ସଞ୍ଜୟେ କହିଲେ ଶୁଣ ଆହୋ କୁରୁପତିସନ୍ନିଧ୍ୟେ ବିଜେ କଲେ ଭୀଷ୍ମ ମହାରଥୀ ।୧୮।ଆସ୍ଥାନ ତେଜି ଯେ ଉଠିଲେ ସୋମବଂଶୀଭୀଷ୍ମଙ୍କ ଚରଣେ ଧୃତରାଷ୍ଟ ଶିର ଯେ ନିବେଶି ।୧୯।ଭୀଷ୍ମଙ୍କ ମୁଖରୁ ପଣ୍ଡୁଙ୍କ ମୃତ୍ୟୁ ବାର୍ତ୍ତା ଶୁଣିଧୃତରାଷ୍ଟ୍ରଙ୍କଶୋକତୁମ୍ଭେ ଯେ ଗଲ ଶତଶିଂଗ ପର୍ବତକୁତୁଲେ କିମ୍ପେ ନଆଣିଲ ପଣ୍ଡୁ ଯେ ରାଜାଙ୍କୁ ।୧।ଭୀଷ୍ମେ ବୋଇଲେ ସେ ତହିଂରେ ରହିଲାଶତଶିଂଗ ପର୍ବତକୁ ବୋଲି ତାକୁ ଦଇବ ସ୍ରିଜିଲା ।୨।ଆମ୍ଭେ ୟେହି କ୍ଷଣି ବାହୁଡ଼ିଣ ଯିବୁପୁଅନ୍ତ ନେଇ ତାର ଶତଶିଂଗେ ଦେବୁ ।୩।ଭୀଷ୍ମଙ୍କ ତହୁଂ ଶୁଣି ପଣ୍ଡୁର କୁମାରେଲାଟ ଖେଳୁଥିଲେ ଦ୍ରିଯୋଧନ ସଙ୍ଗତରେ ।୪।ବାରତା ପାଇଣ ସେ ଅଇଲେକ ବାଳେଦେଖିଣ ଭୀଷ୍ମ ପୁଅଙ୍କୁ ଧଇଲେକ କୋଳେ ।୫।ଯୁଝେଷ୍ଠି ଭୀମ ଯେ ଅର୍ଜୁନ ନକୁଳଦେଖିଣ ଗାଙ୍ଗେବ ନୟନୁଂ ବହେ ଅଶ୍ରୁଜଳ ।୬।ଅନେକ କରି ପଚାରନ୍ତି ଧୃତରାଷ୍ଟେଭୀଷ୍ମେ କହିଣ ନପାରନ୍ତି କ୍ରୋଧର ଗରିଷ୍ଠେ ।୭।ଧୃତରାଷ୍ଟ ବୋଇଲେ ଶୁଣିମା ମହାଗୁରୁକି ନିମନ୍ତେ କ୍ରୋଧ ଗତ କହିତ ନୁଆରୁ ।୮।ଭୀଷ୍ମେ ବୋଇଲେ ଶୁଣ ତୁ ରାଜସୁତେବଡ଼ି ଦୁଲଭ କଥା ତୋତେ କହିବା ୟେକାନ୍ତେ ।୯।ଯୁଝେଷ୍ଠି ପୁଛା କଲେ ଭୀଷ୍ମଙ୍କ କୋଳେ ବସିମାତାୟେ ଆମ୍ଭର କେତେବେଳେ ହୋଇବେ ୟେଥେଂ ଆସି ।୧୦।ଭୀଷ୍ମେ ବୋଇଲେ ବାବୁ ଆସୁଛନ୍ତି ପନ୍ଥେପୁଅନ୍ତ ଘେନିଗଲେ ସେ ଭୋଜନର ନିମନ୍ତେ ।୧୧।ଭୀଷ୍ମେ ୟେକାନ୍ତେ କହିଲେ ଧୃତରାଷ୍ଟଙ୍କୁଆହୋ କୁରୁନାଥ ବିପତ୍ତି ପଡ଼ିଲା ପଣ୍ଡୁଙ୍କୁ ।୧୨।ଗାନ୍ଧାରୀ ଅନ୍ଧପଟଳ ବାନ୍ଧିବାକ ଶୁଣିପୁତ୍ରନ୍ତ ଘେନି ୟେଥକୁ ଅଇଲେ କୋନ୍ତଭୋଜର ଦୁଲଣୀ ।୧୩।ପଣ୍ଡୁ ତେଣେ ମୁରୁଛି ନପାରିଲେ ଶୃଙ୍ଗାରମଦନାର ତୁଲେ ବଢିଲ ପ୍ରିୟ ଭାବ ଅପାର ।୧୪।ଯାହା ସେ ଶାପ ଦିଲେ ଅଗ୍ନିକାର ମହଋଷିଓହୋକୁଳ ଶୃଙ୍ଗାର କରନ୍ତେଣ ମହାନିଶି ।୧୫।ମହାତ୍ମାର ଶାପ ନପାରିଲା ମେଣ୍ଟିଅନ୍ତରୀଛେ ନାରାଜ ପଡ଼ିଲା ଦୁହିଙ୍କର ଶରୀର ଗଲା ଫୁଟି ।୧୬।ପଣ୍ଡୁ ମାଦ୍ରୀ ଦୁହେଂ ହାଦେ ନାଶ ଗଲେସେ ସମୟେ ସଇନ୍ଦୁ ପୁତ୍ରେକ ଜନ୍ମିଲେ ।୧୭।ଅଶ୍ୱିନୀକୁମାର ତାକୁ ପ୍ରାଣ ଦାନ କଲାସହଦେବ ବୋଲି ସେହୁ ପୁତ୍ର ନାମ ଦିଲା ।୧୮।ଆମ୍ଭେ ଯାଇ ପ୍ରବେଶ ହୋଇଲୁ ଶତଶିଂଗେଦେଖିଲୁ ପଣ୍ଡୁଙ୍କ ୟେସନକ ବିଯୋଗେ ।୧୯।କୁମାର ଗୋଟିକି ସମ୍ଭାଳି ଥିଲେ ବିଶ୍ୱଦେବାୟେକୋଇନ୍ତାଙ୍କର କୋଳେ ଆଣି ଦିଲେ ସେ ବାଳୁତ ତନୟେ ।୨୦।ଅନେକ କ୍ରୋଧ ସେ କୋଇନ୍ତା ଦେବୀ କଲାପଣ୍ଡୁର ଅବସ୍ତା ଦେଖି କାହାର ଦେହ ନରହିଲା ।୨୧।ଚିତା ବହନି ଆମ୍ଭେ କଲୁ ଆରୋପଣପଣ୍ଡୁ ମାଦ୍ରୀଙ୍କି ଦହନ କଲୁ ତତକ୍ଷଣ ।୨୨।କୋଇନ୍ତା ନ ଅଇଲେ ଶତଶିଂଗ ପର୍ବତୁଂତାହାର ପୁଅନ୍ତ ଘେନି ଆମ୍ଭେ ଯିବୁଂ ୟେଥୁଂ ।୨୩।ଭୀଷ୍ମଙ୍କର ମୁଖୁଂ ୟେସନକ ବାଣୀ ଶୁଣିଅନ୍ଧ ରାଜା ଶୋକ କଲା ମହା କ୍ରୋଧ ବାଣୀ ।୨୪।ଧୃତରାଷ୍ଟ ରାୟେ ରାଇଲେ ଦେବୀ ଗାନ୍ଧାରୀକିଶତଶିଂଗ ପର୍ବତକୁ ଯିବା ଗୋ ପୁଅନ୍ତ ଘେନି ପଣ୍ଡୁଙ୍କୁ ଯେ ଦେଖି ।୨୫।ସ୍ୱାମୀର ଅଗ୍ରତେ ଗାନ୍ଧାରୀ ବୋଇଲାମୋତେ ଲୁଚାଇବାର କିସ କାରଣ ହୋଇଲା ।୨୬।ପଣ୍ଡୁ ନାଶ ଗଲାର ହୋଇଲାଣି ପାଞ୍ଚ ଦିନତହିଂକି ଯାଇ କିସ କରିବା ରାଜନ ।୨୭।ଛାଡ଼ିଲେ ଆଶ ସେ ହୋଇଲେ ନିରାଶକ୍ରୋଧ କରିଣ ସେ କରନ୍ତି ଉପବାସ ।୨୮।ପ୍ରେତ କାର୍ଯ୍ୟ କଲେ ସେ ରାଇଣ ପୁରୋହିତେପୋୟେ ନ ଜାଣନ୍ତୁ ପ୍ରେତ କାର୍ଯ୍ୟ କରାଅ ଗୁପତେ ।୨୯।ଭୋ ଦେବ ଭୀଷ୍ମ ତୁମ୍ଭେ ବାହୁଡ଼ିଣ ଯିବାକୋଇନ୍ତା କୁମର ଗୋଟିକି ଘେନିଣ ଆସିବା ।୩୦।ଗାନ୍ଧାରୀ ବୋଇଲେ ମୁଂ ଯିବଇଂ ଶତଶିଂଗ ପରବତେକ୍ରୋଧ ଶାନ୍ତି କରାଇ କୋଇନ୍ତାଙ୍କୁ ଘେନି ଆସିବି ସାଥେ ।୩୧।ପୋୟେଙ୍କର କ୍ରୋଧ ନଦେଖିବା ନିମନ୍ତେଧୃତରାଷ୍ଟ ପ୍ରେତ କାର୍ଯ୍ୟ କରାନ୍ତି ଗୁପତେ ।୩୨।ଗାନ୍ଧାରୀଙ୍କର ଶତଶୃଙ୍ଗ ପର୍ବତକୁ କୁନ୍ତୀଙ୍କୁଆଣିବା ନିମନ୍ତେ ଗମନ, ବ୍ୟାସଙ୍କର କୁନ୍ତୀଙ୍କୁ ଉପଦେଶୟେଥୁ ଅନନ୍ତରେ ଶୁଣ ହୋ ନୃପ ନାଥେୟେମନ୍ତେଣ ତହିଂ ଗଲା ଦିନା କେତେ ।୧।ଧୃତରାଷ୍ଟ ଗାନ୍ଧାରୀ ବିଚାରି ହୃଦଗତେ ।୨।ଗାନ୍ଧାରୀ ବିଜେ କଲେ ହସ୍ତିନା ଭୁବନୁଂଆଗେ ସହସ୍ରେକ ରଥ ଘେନିଣ ଗଙ୍ଗାଙ୍କର ତନୁ ।୩।ସହସ୍ରେକ ପରିବାରୀ ଘେନି ଗାନ୍ଧାରସେନର ଦୁଲଣୀଚଳନ୍ତି ମହାସତୀ କୋଇନ୍ତା ଦେବୀଙ୍କର ଆଣି ।୪।ବ୍ୟାସେ ବିଜେ କଲେ ଶତଶିଂଗ ପର୍ବତେଦେଖିଣ ନିଉଛାଳି କଲେକ ଦେବୀ କୋନ୍ତେ ।୫।ପୁତ୍ର ଗୋଟିକି ନେଇ ଦିଲେ ବ୍ୟାସଙ୍କ କ୍ରୋଡ଼ରେପୁତ୍ର ଦେଖିଣ ସାନନ୍ଦ ହୋଇଲେ ମୁନିବରେ ।୬।ହରଷେ ପୁତ୍ରକୁ ବର ଦିଲେ ତପନିଷ୍ଠିଭୂତ ଭବିଷ୍ୟ ଗତ-ଆଗତ ହୋଉ ତୋତେ ଦୃଷ୍ଟି ।୭।କୋଇନ୍ତାଙ୍କୁ ତିଆରନ୍ତି ପାରେଶ୍ୱରଙ୍କ ତନୟେପଣ୍ଡୁ ଅଭାବେଣ କ୍ରୋଧିତ ନୋହ ଆଗେ ମାୟେ ।୮।ଛାଡ଼ସି କ୍ରୋଧ ତୁ ଗୋ ଭୋଜର କୁମାରୀପୁତ୍ରନ୍ତ ଘେନି ଆୟି ସୁଖେ ଥାଅସି ରାଜ୍ୟ କରି ।୯।କୋଇନ୍ତାୟେ ବୋଇଲେ ମୁଂ ପ୍ରୟାଗ ତୀର୍ଥେ ଯିବିବାଞ୍ଛାବଟ ତଳେ ମୁଂ ପ୍ରାଣ ବିସର୍ଜିବି ।୧୦।ବ୍ୟାସେ ବୋଇଲେ ଗୋ ନୋହଇଟି ୟେମନ୍ତଅନେକ ଦୋଷଟି ଗୋ ହୋଅଇ ଆତ୍ମାଘାତ ।୧୧।ପଞ୍ଚୁଗୋଟି ପୁତ୍ର ଗୋ ପାଇଲୁ ତୋର କର୍ମେୟେ ପଞ୍ଚୁରାଜ୍ୟ ମାତା ଗୋ ପାଳିଲୁ ତୋରଧର୍ମେ ।୧୨।ତୁମ୍ଭେ ବିରସ କିମ୍ପାଇ ଗୋ ହୋଉଛ ମହାଦେବୀକୁନ୍ତଭୋଜର ନନ୍ଦନୀ ଗୋ ତୁ ପରମ ସାଧବୀ ।୧୩।ୟେ ସଂସାରଯାକ ଗୋ ମାୟା ପଟଳ ସିନାବିପରୀତ ମାୟା ଫାଶ ଗୋ ଦଇବ ରଞ୍ଚନା ।୧୪।ସୁଖେଣ ଦିନ ଗୋ ନେବ ଦେବୀକୋନ୍ତେଭାରା ନିବାରଣ କରିବେ ୟେ ତୋହୋର ପୁତ୍ରେ ।୧୫।ଜାତ ହୋଇଲେ ଗୋ ଅବଶ୍ୟ ହୋଇ ମୃତୁୟେମନ୍ତେଣ ଚାରିଯୁଗ ହୋୟେ ଆତୁଯାତୁ ।୧୬।ୟେମନ୍ତେଣ ପଛରେ ଗୋ ଚଳନ୍ତି ପଥଶ୍ରାନ୍ତିଆତଯାତ ଲୋକେ କି ଗୋ ବିଳମ୍ୱେ ରହିଥାନ୍ତି ।୧୭।ତୁ ଦେବୀ ଗୋ କିଛିହିଂ ଭ୍ରାନ୍ତି ନକର ୟେଥିକିଯେତେବେଳେ ଧର୍ମ ଥାଇ ସମସ୍ତ ପୁଣ୍ୟ ଦେଖି ।୧୮।ଆମ୍ଭେ ପ୍ରଳୟ କାଳେ ପଶୁ ବିଷ୍ଣୁନାଥ ପଞ୍ଜରାୟେକାଳ ଉଚିତ ମରଣକୁ ବଡ଼ ଭୟେ ।୧୯।ସୁଖ ଭୋଗ ଇଛା ହୋ କରନ୍ତି ଯେବଣ ପ୍ରାଣୀମୃତୁ ସମାପତ କରଇ ଗୋ ନିଶ୍ଚୟେ ନିକଟେ ଆଣି ।୨୦।ଯେ ସେ ଗଲା ତାହା ଲୋଡ଼ିଲେ ନପାଇଥିଲା ପୁଅନ୍ତ ଯତନେ ୟେବେ ସମ୍ଭାଳ ଗୋ ଆଈ ।୨୧।ଯୁଝେଷ୍ଠି ବୋଲିଣ ତୋର ଯେବଣ ପୁତ୍ର ଗୋଟିପ୍ରତକ୍ଷେ ଦେଖୁ ସିନା ନିରଞ୍ଜନ ଦେବତା ଅଟେ ସେ ଟି ।୨୨।ଭୀମ ଚରିତ୍ର ଗୋ ଅସଂଖ୍ୟ ଅଟଇ ମୋତେଅର୍ଜୁନ ବୋଲିଣ ସେ ନାରାୟଣଙ୍କ ପଞ୍ଚଭୂତେ ।୨୩।ନକୁଳ ବୋଲିଣ ସେ ଯେବଣ ପୁତ୍ର ଅଟଇକୁମାର ମୁଖେ ତାକୁ ଆକାଶେ ପାଟ ଅଛଇ ।୨୪।ୟେ ବାଳୁତ ପୁଅ ଗୋଟିର ୟେହେନେକ ଲକ୍ଷଣସ୍ତରି ପ୍ରମଦା ଗୋ ତୁମ୍ଭେ ତଥ୍ୟ ହିଂ ନଜାଣ ।୨୫।ତୀର୍ଥକୁ ଇଛା ଯେବେ କଲସି ଗୋ ମାୟେବଡ଼ ବଡ଼ ହୋଅନ୍ତୁ ଗୋ ତୋହୋର ତନୟେ ।୨୬।ସ୍ତିରିଙ୍କର ଧର୍ମ ତୋତେ ଗୋ ହୋଉ ପରାପତପୁତ୍ରନ୍ତ ଘେନିଣ ଗୋ ରାଜ୍ୟ ପ୍ରାପତି ଚିନ୍ତ ।୨୭।ପଣ୍ଡିତ ପଣେ ଗୋ ସଂଘର ସର୍ବ କଥାଆମ୍ଭନ୍ତ ଦେଖି ଗୋ ଛାଡ଼ ନିଜ ସ୍ୱାମୀର ଯେ ଚିନ୍ତା ।୨୮।ୟେମନ୍ତେ ଅନେକ ତିଆରିଲେ ବ୍ୟାସ ମହାଯତିଦଣ୍ଡ ଘେନିଣ ଭୀଷ୍ମେ ପ୍ରବେଶ ହୋଇଲେ ଝାତି ।୨୯।ବ୍ୟାସଙ୍କର ପାଦ ତଳେ ସମସ୍ତେ ହୋଇଲେ ପରଣାମିକ୍ଷମେ ଆଶିଷ କଲ୍ୟାଣ ବ୍ୟାସ ମହାମୁନି ।୩୦।ଆପଣେ ପ୍ରୋହିତ ଯେ ହୋଇଲେ ଉଦ୍ଦାଳକେପ୍ରେତ କାର୍ଯ୍ୟ ବିଧି କରନ୍ତି ବେଦ ବାକ୍ୟେ ।୩୧।ଶ୍ରାଦ୍ଧକର୍ମ ସେ ଯେ କଲେ ଶମଶାନେଘୃତ ପାରଣା କଲେ ୟେକା ଦଶଦିନେ ।୩୨।ଘୃତ ଘେନି ସଞ୍ଜୟ ଗଲେ ହସ୍ତିନାକୁଧୃତରାଷ୍ଟ ଭଣ୍ଡି କରି ରଖିଅଛନ୍ତି ପୁଅଙ୍କୁ ।୩୩।ଯୁଝେଷ୍ଠି ଦ୍ରିଯୋଧନର ଅନେକ ପୀରତିଖେଳର ସେ ଭାବେ ପାସୋରି ମାତାପିତା ଦୁହିନ୍ତି ।୩୪।ବନସ୍ତରେ ଥିଲେ ସେ ସଙ୍ଗମେଳ ନାହିଂକୁତୋହୋଳେ ରହିଲେ ସେ ଧୃତରାଷ୍ଟଙ୍କୁ ଚାହିଂ ।୩୫।ଯୁଝେଷ୍ଠି ପଚାରିଲେ ଧୃତରାଷ୍ଟଙ୍କ କୋଳେ ବସିପିତାମାତ ତହିଂକି ଯିବୁ ତାତ ଆଗ୍ୟାଂ ମୋତେ ଦେସି ।୩୬।ଧୃତରାଷ୍ଟ ପ୍ରତିବାକ୍ୟ ଶୁଣରେ ତନୟେୟେଥକୁ ଆସୁଅଛନ୍ତି ସିନା ତୁମ୍ଭର ବାପମାୟେ ।୩୭।ଗାନ୍ଧାରୀ ଗଲେଣି ବାବୁ ତାହାଙ୍କୁ ଆଣିମାକୁପୋଡ଼ଇ କିନା କିମ୍ପା ଯିବା ଗହନ ବନସ୍ତକୁ ।୩୮।ଭଲ ଭଲ ପଦାର୍ଥମାନ ଦିଲେକ ଅପୂର୍ବସର୍ବ ଅଳଙ୍କାର କଲେ ପୁଅନ୍ତ ରାଜଦେବ ।୩୯।ପହରଣ କରାଇଲେ ଦେବାଙ୍ଗ ବସ୍ରନ୍ତଯେସନକ ବାଗେ ଭଣ୍ଡି ବାଳୁତ ପୁଅନ୍ତ ।୪୦।ଧୃତରାଷ୍ଟେ ସୁମରନ୍ତି ଭୋ ଦେବ ଧର୍ମବାଳୁତ ପୁତ୍ରନ୍ତ ହୋଇଲା ୟେହେନେକ କର୍ମ ।୪୧।ୟେସନେକ ଯୋଗ ମାନ କଲୁ କି ପ୍ରଜାପତିପିତାର ଅଭାବେ ପୁତ୍ର କେବଣ ବାଗେ ବ୍ରତି ।୪୨।ଧୃତରାଷ୍ଟ ବୋଇଲେ ହେ ଦଇବ ତୁ ସ୍ରିଜିଲୁ ସଚରାଚରବିନା ଅପରାଧେ କିମ୍ପେ ନାଶ କଲୁ ଯେ ସଂସାର ।୪୩।ନୋହୁ ନୋହୁ ୟେଡ଼େ କଷ୍ଟ ୟେ ନୋହୁ ସଂସାରକୁକେବଣ ଭାବେ ଜନମ କରାଉ ସମସ୍ତଙ୍କୁ ।୪୪।ଜାତ ହୁଂ କଲୁ ଯେବେ ମରିବେନା ପ୍ରାଣୀତୋହୋର ତହୁଂ ବିଗ୍ୟଂ ଆବର କେ ପରିମାଣି ।୪୫।ଯେବେ ସ୍ରିଜିଲୁ ସେ ହୋଇବ ଚିରନ୍ତନମହତ ଲୋକର ବାକ୍ୟ କିମ୍ପା ହୋଇବାକ ଆନ ।୪୬।କିମ୍ଭୂତ ମାୟା ୟେ ନ ପାରିଲୁ ବୁଝିନାଶକର ଲେଖାତ ନ ପାରିଲୁ ଶୁଝି ।୪୭।ୟେଡ଼େ ୟେଡ଼େ ଦେବତା କଲେ ୟେଡ଼େ କୃତ୍ୟତାହା ନାଶ କରିବାକୁ ଭିଆଇଲେ ୟେମନ୍ତ ।୪୮।କେହି ନୁଆରିବ ନାମକଇଂ ବଞ୍ଚିନ ଜାଣି ପ୍ରାଣୀ ମରନ୍ତି କିମ୍ପା ଆମ୍ଭେ ସଞ୍ଚି ।୪୯।ଅବୟେ ପୁରୁଷ ଯାହା ସଞ୍ଚିଲା ଦୃଢ କରିକାଳାନ୍ତେକ ପୁରୁଷ ଯେ ଧଂସିଲା ଦଣ୍ଡଧାରୀ ।୫୦।କରାଳୀ ବଲ୍ଲଭ ପଦ୍ମ ପାଦେ ମୋର ସେବାଶୂଦ୍ରମୁନି ସାରୋଳ ଦାସକୁ ଚିର ଆଷ୍ୟ ଦେବା ।୫୧।ଧୃତରାଷ୍ଟ୍ରଙ୍କ ଶୋକରେ ଯୁଧିଷ୍ଠିର ତତ୍ତ୍ୱକଥା କହିସାନ୍ତ୍ୱନା ପ୍ରଦାନ କରିବାବଦୟନ୍ତି ଅଗସ୍ତି ଶୁଣ ମନୁ ଗ୍ୟାଂତାୟେଥିର ଉତ୍ତାରୁ ହୋଇଲା ଯେତେ କଥା ।୧।ରୋଗାର୍ତ୍ତୀ ଅପଣ୍ଡିତ ଅଗ୍ୟାନୀ ଜନ ଲୋକେମଲା ଲୋକଙ୍କୁ ସେ ବିଚାର କରନ୍ତି ଶୋକେ ।୨।ତାହାର ଯେତେ ପୁଣ୍ୟ ମୁକତି ଗତି ଦେବାଯୁଝେଷ୍ଠି କହନ୍ତି ଶୁଣ ହୋ ରାଜଦେବା ।୩।ଧୃତରାଷ୍ଟ ଯହୁଂ ବିସରିଲେ ପୁଅନ୍ତ କୋଳେ ଧରିଅନ୍ଧଲୋଚନରୁ ବହଇ କ୍ରୋଧ ଅଶ୍ରୁ ବାରି ।୪।ଯୁଝେଷ୍ଠି ବୋଇଲେ ଶୁଣିମା ଜ୍ୟେଷ୍ଠ ତାତପୃଥୀପତି ହୋଇ କିମ୍ପା କ୍ରୋଧ ଅପ୍ରମିତ ।୫।ଯୁଗତେ ରାଜ୍ୟେ ଯେବେ ରାଜା ହୋୟେ କ୍ରୋଧୀମନ୍ଦ ବୃଦ୍ଧି ହୋଅଇ ଶରୀରେ ହୋୟେ ବ୍ୟାଧି ।୬।ଅଭିଷେକ ହୋଇବା ରାଜାର ଅଶ୍ରୁଜଳ ପଡ଼ନ୍ତେଣ ସୃଷ୍ଟିପୃଥୀ ଫଳ ଦାୟକ ନୋହଇ ଇନ୍ଦ୍ର ନକରଇ ବୃଷ୍ଟି ।୭।ନୃପତି ହୋଇ ଯେବେ ହୋଅଇ କ୍ରୋଧକାରୀସନ୍ତାନ ହାନି ହୋଅଇ କନ୍ଧରୁ ଛାଡ଼ଇ ଶିରୀ ।୮।ରାଜା ହୋଇ ଯେବେ କ୍ରୋଧ କରଇ ଭୋ ପିତାପ୍ରଥମେ ହବିର୍ଭାଗ ନ ଘେନଇ ଅଗ୍ନି ଯେ ଦେବତା ।୯।ରାଜାର ଧର୍ମେ ସେ ବ୍ରତଇ ମହୀୟାଳୀରାଜାର କ୍ରୋଧ ଦେଖି ସମସ୍ତେ ହୋଅନ୍ତ ବିକଳି ।୧୦।ରାଜା ହୋଇ ଯେବେ ଅଦଭୁତେଣ କ୍ରୋଧୀବୀର୍ଯ୍ୟ ହାନି ହୋଅଇ ଶତ୍ରୁ ନୋହଇ ସାଧି ।୧୧।ପରରାଷ୍ଟ୍ର ଚାରଗଣେ ଗୁପତେ ଥାଆନ୍ତିଟି ପିତାରାଜ୍ୟର ବିଲକ୍ଷଣ ପରରାଷ୍ଟ୍ରକୁ ହୋଅଇ ବାରତା ।୧୨।ଚକ୍ଷୁ ଅବା ତୋହୋର ହୋଇଲା ଅଦୃଶ୍ୟବଳବନ୍ତ ପଣ୍ଡିତ ତୁ ଗ୍ୟାଂତା ଭୂତ ଯେ ଭବିଷ୍ୟ ।୧୩।ଆହାରେଣ ଜିତା ହାଦେ ହୋଇବାକ ରାଜାଶୃଙ୍ଗାରେଣ ଜିତା ହୋଇ ବିଳସିବ ଅନେକ ଭାରିଯା ।୧୪।ଶହସ୍ରେ ଶାହସ୍ରେଣ ହୋଇବ ଜଗୁଜିତାପରରାଷ୍ଟ୍ରେ ଜିଣିମ ବାହାନେ ନିର୍ଜିତା ।୧୫।ଆଗ୍ୟାଂରେ ଥିବେ ପାତ୍ର ମନ୍ତ୍ରୀ ଗୋ ଶକତା ।୧୬।ପ୍ରତାପ ଗୁଣ ବହିବ ହୋଇ ଅଣକ୍ରୋଧୀପରଭୂମି ଘେନିମ ସମରେଣ ନିରୋଧୀ ।୧୭।ଦଣ୍ଡେ ଦଣ୍ଡିଲେ ରାଜାକୁ ନୋହଇ ଅଧର୍ମକ୍ଷତ୍ରୀକୁଳକୁ ନାଥ ୟେସନେକ ନିଜ କର୍ମ ।୧୮।ୟେସନେକ ପରମାର୍ଥ କଥା ଧୃତରାଷ୍ଟଙ୍କୁ କହିଲେ ଯୁଝେଷ୍ଠିଶୁଣିଣ ରାଜା ବୋଇଲେ ତୁ ମୋହୋର ସାଧୁପୁତ୍ର ଗୋଟି ।୧୯।ୟେଡ଼େ ଗ୍ୟାନବନ୍ତ ତୁ ବାଳୁତ ବୟସୁଂନପଢି ପଣ୍ଡିତ ବାବୁ କେମନ୍ତେ ବିଘଂସୁ ।୨୦।ହୃଦରେ କଳଙ୍କ ଘେନିଲେ ରାଜା ଯୁଝେଷ୍ଠି ଗୁଣ ବାଛିଆବର ପୁଅଙ୍କର ମୋର ଜୀବନ କାହିଂ ଅଛି ।୨୧।ବାଳୁତ ପୁତ୍ର ବୋଲି ମୁଂ ଖେଳାଇଲି ୟେହାଙ୍କୁଅନ୍ତେଣ ବ୍ରହ୍ମଗ୍ୟାନ ୟେ ଶିଖାଇଲା ମୁକୁ ।୨୨।ରାଗ ଖଣ୍ଡି ଧରି ଧୃତରାଷ୍ଟ ବୋଇଲାବାବୁ ତୋହୋର ପିତା ପଣ୍ଡୁ ଶତଶିଂଗେ ନାଶ ଗଲା ।୨୩।ଶୁଦ୍ଧଘୃତ ଘେନିଣ ଅଇଲେ ସଞ୍ଜୟେୟେଥୁଂ ଗଣ୍ଡୁଷ କର ବାବୁ ଲିତାୟେ, ଲିତାୟେ ।୨୪।ଯୁଝେଷ୍ଠି ବୋଇଲେ ବାବୁ ପଣ୍ଡୁର ନିମନ୍ତେତହିଂକି ସନ୍ତାପ କି ନା ତାତ କରୁଅଛୁ ୟେତେ ।୨୫।ପାପ ଯେ କଲା ପଣ୍ଡୁ ଅଳପେ ନାଶ ଗଲାଆମ୍ଭର କୃତ୍ୟମାନ ସେ ଦେଖି ନପାରିଲା ।୨୬।ମଲେ ଗଲେ ପଣ୍ଡୁ ଆମ୍ଭର ନାହିଂ ଚିନ୍ତାତୁ ମାତ୍ର କ୍ଷମେ କୁଶଳେ ଥାଅସି ଜ୍ୟେଷ୍ଠପିତା ।୨୭।ଭୋ ତାତ ରୋଗିତ ଅପଣ୍ଡିତ ଅଗ୍ୟାନୀ ଯଉଂ ଲୋକମଲା ଲୋକଙ୍କୁ ୟେମାନେ କରୁଥାନ୍ତି ଶୋକ ।୨୮।ତାହାର ପୁଣ୍ୟ ଥିଲା ସେ ଭୋଗ କରୁଥିଲାତାହାର ପୁଣ୍ୟ ସରିଲା ସେ ଅଳପେ ନାଶ ଗଲା ।୨୯।ତୋହୋର ମୋହୋର ଶୋକ କଲେ କିସ ହୋଇବ ମଲା ଲୋକକୁଆପଣେ କଷ୍ଟୀ ହୋଇଲେ କି ପାଇବା ପିତାକୁ ।୩୦।ଯୁଝେଷ୍ଠି ତିଆରିଲେ ଧୃତ ଯେ ରାଷ୍ଟଙ୍କୁଅନ୍ଧ ବୋଇଲା ତୁ ଧାରଣା ହୋଇଲୁ ପଞ୍ଚୁ କଟକକୁ ।୩୧।ୟେ କୁଳକୁ ଉତପତ୍ତି ତୁହି ସେ ମହାବ୍ରହ୍ମିଶୋକ କ୍ରୋଧ ତେଜିଲା ସେ କୁରୁରାଜ ସ୍ୱାମୀ ।୩୨।ପାଞ୍ଚ ଉତ୍ତର ଶତେ ପୁତ୍ରେ ଘେନି ଅନ୍ଧ ଗଙ୍ଗାୟେ ସେ କଲେ ସ୍ନାନଶୁଦ୍ଧ ଘୃ ତପାରଣା କରାଇଲେ ଉଦ୍ଦାଳକ ମହାମୁନ୍ୟ ।୩୩।ଗାନ୍ଧାରୀଙ୍କ କଥାରେ କୁନ୍ତୀଙ୍କ ଶତଶୃଙ୍ଗକୁସ୍ତୁତି ଓ ହସ୍ତିନା ଗମନବଦୟନ୍ତି ଅଗସ୍ତି ଶୁଣସି ମନୁରାୟେପୁତ୍ରଙ୍କୁ ନଦେଖିଣ ସେ ବିକଳ କୋଇନ୍ତାୟେ ।୧।କୋଇନ୍ତାଙ୍କ ଅଗ୍ରତେ ସେ କହିଲେ ଭୂରିସର୍ବାଭୋ ମାତା ହସ୍ତିନାପୁରକୁ ଚାଲ ଯିବା ।୨।ମା ଗୋ ବାଟ ଚାହିଂ ଧୃତରାଷ୍ଟ ରାୟେଅନ୍ନଭୋଜନ ନାହିଂ ଗୋ ତୁମ୍ଭର ଯିବାଯାୟେ ।୩।ଆମ୍ଭର ବଚନ ଗୋ ନକର ବୋଲି ମାୟେଗାନ୍ଧାରୀକି ପଠିଆଇଲେ ଧୃତରାଷ୍ଟ ରାୟେ ।୪।ସେ ଚାରିପୁତ୍ର ଗୋ ଅଛନ୍ତି ତୋର ତହିଂୟେ ପୁତ୍ର ଘେନି ଚାଲଯିବା ମହାମାୟୀ ।୫।ଗାନ୍ଧାରୀ କୋଳ କରି ଧଇଲେ କୋଇନ୍ତାଙ୍କୁମା ଗୋ ଯିବା ଚାଲ ଆମ୍ଭ ସଙ୍ଗେ ହସ୍ତିନା ଭୁବନକୁ ।୬।କୋଇନ୍ତାୟେ ବୋଇଲେ ଗୋ ତୁମ୍ଭେ ନୋହସି ଦୟାବନ୍ତସମ୍ଭାଳି ନପାରିବ ଗୋ ମୋହୋର ପୁଅନ୍ତ ।୭ୟେବେ ମୋତେ ଅପାର କରିଛ ସଦୟେକାଳେ ମୋତେ ସମ୍ଭାଳି ନ ପାରିବ ବୋଇଲେ କୋଇନ୍ତାୟେ ।୮।ସେ ଚାରିପୁତ୍ରଗୋ ଥାଆନ୍ତୁ ତୋର ତହିଂୟେ ସାନ ପୁତ୍ର ଗୋ ଘେନି ୟେଥେ ଥାଇଂ ରହି ।୯।ସଂଖ୍ୟାକୋଇନ୍ତାଙ୍କର ଅଗ୍ରତେ କହନ୍ତି ଗାନ୍ଧାରୀରାଜ୍ୟ ଛାଡ଼ି ବନେ କି ଥିବୁ ଦୁଖେ ପଡ଼ି ।୧୦।ୟେ ସଂସାର ଦୁଖ ନ ଦେଖିବି ବୋଲିତେଣୁ କରି ହାଦେ ମୁଂ ଅନ୍ଧପଟଳ ବାନ୍ଧିଲି ।୧୧।ଅନ୍ଧ ଅନ୍ଧୁଣୀ ଆମ୍ଭେ ହୋଇଲୁ ଅଚଳସବୁ ପୁଅନ୍ତ ମାତା ଯତନେ ପ୍ରତିପାଳ ।୧୨।କେତେକାଳ ବ୍ରତିବୁଂ ଆମ୍ଭେ ଅନ୍ଧ ଯେ ଅନ୍ଧୁଣୀତୁହି ସେ ପଞ୍ଚୁରାଜ୍ୟକୁ ହୋଇବୁ କାରେଣୀ ।୧୩।ୟେକା ପଣ୍ଡୁକୁ ମାତ୍ର ଗୋ ମୁଂ ଦେଇ ନ ପାରିବିତୋହୋର ଆଗ୍ୟାଂ ବ୍ରତୀହୋଇ ପୁତ୍ରେ ଥିବେ ସେବି ।୧୪।ଉଠିଣ ଗାନ୍ଧାରୀ କୋଇନ୍ତାକୁ କୋଳ କଲେମୁଂ ତୋହୋର ଆପାଦ ଘେନି ଯାଇଂ କିନା ଶିର ଆଉଂସିଲେ ।୧୫।କୋଳକରି ନେଇ କୋଇନ୍ତାଙ୍କୁ ବସାଇଲେ ରଥେସହଦେବଙ୍କୁ କୋଳେ ଧଇଲେ ଦେବୀ କୋନ୍ତେ ।୧୬।ଶିବ ପାଦ ନାମେ ରାଇଲେ କିରାତକୁତୁ ବାବୁ ଅନେକ ଭଗତ ହୋଇଥିଲୁ ପଣ୍ଡୁଙ୍କୁ ।୧୭।ଶତଶିଂଗ ପର୍ବତେ ରାଜ୍ୟ କର ତୁ ନିଶ୍ଚିନ୍ତେୟେ ଧନମାନ ତୁ ବିଳସ ସୁଚିତ୍ତେ ।୧୮।ଅନେକ ପୁରୁଷାର୍ଥ ଥାଇ ସର୍ବଦ୍ୱାରେଜଗତ ହିତ ତୋତେ ବୋଲନ୍ତି ପଣ୍ଡୁ ନୃପବରେ ।୧୯।ତୁହି ସଖା ହୋଇଲୁ ୟେହୁ ବନସ୍ତକୁଅନେକ ଭଗତ ଭାବେ ଖଟିଥିଲୁ ପଣ୍ଡୁଙ୍କୁ ।୨୦।ୟେବେ ୟେଥେ କିରାତ ତୁ ହୋଅ ମହୀପାଳଆମ୍ଭଙ୍କୁ ସ୍ନେହ କରିଥିବୁଟି ଚିରକାଳ ।୨୧।ତୁହି ସର୍ବକାଳେ ସ୍ନେହ କରିଥିବୁ ମୁକୁୟେଥକୁ ଅଇଲେ ସମ୍ଭାଳିବୁ ତୁ ମୋହୋର ପୁଅଙ୍କୁ ।୨୨।ଭୋ ମହତ ଗିରିବର ମୋତେ ଦୟା କରିଥିବାମୋହୋ ପାପ କରମେ ତୋତେ କରି ନପାରିଲି ସେବା ।୨୩।ହିମବନ୍ତର ନନ୍ଦନ ଗିରିଜାର ଜ୍ୟେଷ୍ଠ ଭ୍ରାଥଶରଣ ରକ୍ଷଣ ସ୍ୱାମୀ ତୁ ଗିରିବର ମହତ ।୨୪।ପର୍ବତ ସ୍ତୁତି କରି ଆସନ୍ତି ଶାକମ୍ୱରୀଲେଉଟି, ଲେଉଟି ଚାହିଂ ଅଇଲେ ଯୁଣ ଚାରି ।୨୫।ଭୀଷ୍ମ ଭୂରିସର୍ବା ଗାନ୍ଧାରୀ କୋଇନ୍ତା ଦେବୀହସ୍ତିନାକୁ ଚଳିଲେ ବ୍ୟାସଙ୍କର ପଦ ସେବି ।୨୬।ବ୍ୟାସେ ବୋଲେ ଗୋ ଶୁଣସି ଗାନ୍ଧାରୀଯେମନ୍ତେ କୋଇନ୍ତାୟେ ପଣ୍ଡୁଙ୍କୁ ନ ସୁମରି ।୨୭।ଯତନ କରି ଗୋ ୟେହାଙ୍କୁ ଥାଅସି ପ୍ରତିପାଳିତୁ ମହତ କୁଳୀଣ ଗୋ ଅଟୁ ଶୁଦ୍ଧଶାଳୀ ।୨୮।ଶତଶିଂଗ ଛାଡ଼ିଲା ସେ ତୋହୋର ପ୍ରତିଆଶୁଆମ୍ଭେ ହସ୍ତିନାକୁ ସମୟେକେ ଯାଇଂ ଆସୁ ।୨୯।ତିଆରିଣ ବାହୁଡ଼ିଲେ ପାରେଶ୍ୱରଙ୍କ ସୁତପ୍ରୟାଗେଣ ପ୍ରବେଶ ହୋଇଲେକ ତପୋବନ୍ତ ।୩୦।ହସ୍ତିନାରେ ପ୍ରବେଶ ଯାଇ ହୋଇଲେ ଦେବୀ କୋନ୍ତେସଞ୍ଜୟେ କହିଲେ ଧୃତରାଷ୍ଟଙ୍କ ଅଗ୍ରତେ ।୩୧।ଭୋ ଧୃତରାଷ୍ଟ ଆଣିଲୁ ଆମ୍ଭେ କୋଇନ୍ତାଙ୍କୁକୋଳେ ନେଇ ଦିଲେ ନନ୍ଦନ ସହଦେବଙ୍କୁ ।୩୨।ହୃଦେ ଭରିଣ ସେ ବୋଲଇ ଅନ୍ଧରାୟେୟେହେନେକ ଅରକ୍ଷିତ ତୁ ହୋଇଲୁରେ ତନୟେ ।୩୩।କ୍ରୋଧ ସମ୍ଭାଳଣ ସେ କଲେକ ସମସ୍ତେଗରୁ ଚିନ୍ତାଭରେ ସେ ରହିଲେ କୋଇନ୍ତେ ।୩୪।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବୟେ ପାଞ୍ଚନନ୍ଦନ ଯେ ହୋଇଲେ ୟେକ ଠାବ ।୩୫।ରାଜକୁମାରଙ୍କ ବିଦ୍ୟାଶିକ୍ଷା ପ୍ରସଙ୍ଗେଦ୍ରୋଣଙ୍କ ଜନ୍ମ ଉପାଖ୍ୟାନବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତିପଞ୍ଚୁପୁତ୍ର ପାଳି ରହିଲେ ଦେବୀକୋନ୍ତୀ ।୧।କାଶୀପତି ବୋଲିକରି ୟେକଇ ଦ୍ୱିଜବରପାଠଗୁରୁ ହୋଇଲେ ସେ ସବୁ ଭାଇଙ୍କର ।୨।ଧୃତରାଷ୍ଟ ବୋଇଲେ ଭୀଷ୍ମଙ୍କର ପାଶେସମସ୍ତ ପୁତ୍ରମାନଙ୍କୁ ବିଦ୍ୟା ଶିଖାଅ ଆଦେଶେ ।୩।ଭାଗ୍ୟବର ବିଦ୍ୟାଗୁରୁ ହୋଇଲେ ତୁମ୍ଭଙ୍କୁସେ ବିଦ୍ୟା ପ୍ରସନ୍ନେ ଯେ ଶିଖାଅ ପୁଅଙ୍କୁ ।୪।ଇନ୍ଦ୍ରପ୍ରଶସ୍ତ କତିରେ ହିରଣ୍ୟକ ବନତହିଂ ନେଇ ଆଖଡ଼ା କଲେ ଗୋପ୍ୟଥାନ ।୫।ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ଆଖଡ଼ାରବିଦ୍ୟା ଆରମ୍ଭ ଯେ କଲେ କ୍ଷତ୍ରିବର ।୬।ସକାଳ ମଧ୍ୟାହ୍ନ ଦୁଇବେଳ ଆଖଡ଼ାଦ୍ୱିପ୍ରହରେ ସର୍ବ ପାଠ ପଢନ୍ତି ସର୍ବବୀରା ।୭।ବଇବସୁତ ମନୁ ଯେ ପଚାରିଲେ ବ୍ରହ୍ମଚାରୀଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ଦଣ୍ଡଧାରୀ ।୮।ଦ୍ରୋଣେ ବିଦ୍ୟାଗୁରୁ ହୋଇଲେ କେମନ୍ତେକାହିଂ ଯାଇ ମିଳିଲେ ସେ ଭାରଦ୍ୱାଦଶଙ୍କ ସୁତେ ।୯।ଭାରଦ୍ୱାଦଶଙ୍କ ନନ୍ଦନ ଅଟନ୍ତି ଗୁରୁ ଦ୍ରୋଣେକ୍ଷତ୍ରୀ ବିଦ୍ୟା ସେ କାହିଂ ପାଇଲେ କି କାରଣେ ।୧୦।ୟେଥର ଚରିତ ମୋରେ କହିବା ତପନିଷ୍ଠିଶୁଣିଣ ଭ୍ରାନ୍ତି ମନରୁ ଯାଉ ମୋର ଫିଟି ।୧୧।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁକଶ୍ୟପ ଗୋତ୍ରୀ ଯେ ଅଟନ୍ତି ଶତମନୁ ।୧୨।ଶତମନୁର ପୁତ୍ର ତାରଣ ମହଋଷିଅଜମୀଢ ବୋଲି କରି ୟେହାଙ୍କର ଶିଷି ।୧୩।ଅଜମୀଢ ନନ୍ଦନ ଅଟଇ କୃତକେଶୀବ୍ରହ୍ମରାକ୍ଷସ ହୋଇ ସେ ଅନେକ ଜୀବ ନାଶି ।୧୪।କୃଷ୍ଣ ଅବତାରେ ତାକୁ ମାଇଲେ ଦେବ ହରିୟେହାର ନନ୍ଦନ ଯେ ଅଟଇ ସଉଭରି ।୧୫।ସଉଭରିର ନନ୍ଦନ ନାରାୟଣ ମହଋଷିସ୍ୱୟେଂଣ ତପୋବନ୍ତ ପୁରୁଷ ତପସ୍ୱୀ ।୧୬।ନାରାୟଣର ନନ୍ଦନ ମଦନ ତପୋବନ୍ତାୟେହାର ନନ୍ଦନ ନାମ ହେଲା ବ୍ରହ୍ମବେତ୍ତା ।୧୭।ବ୍ରହ୍ମବେତ୍ତାର ନନ୍ଦନ ଶରଦ ମହଋଷିଭାନୁବନ୍ତ ବୋଲି କରି ଏହାଙ୍କର ଶିଷି ।୧୮।ଭାନୁବନ୍ତର ନନ୍ଦନ ସୁଦେବ ବ୍ରାହ୍ମଣତାହାଙ୍କର ନନ୍ଦନ ମାରକଣ୍ଡ ଦେବ ଜାଣ ।୧୯।ମାରକଣ୍ଡର ନନ୍ଦନ ତୀରଣ ତେଜମୁନିତାହାର ନନ୍ଦନ ଅଟଇ ଶାନ୍ତିପନୀ ।୨୦।ୟେହାଙ୍କର ନନ୍ଦନ ଅରୁଣ ମହଋଷିଜଳଦ ବୋଲିଣ ୟେହାଙ୍କର ଶିଷି ।୨୧।ଜଳଦର ନନ୍ଦନ ଦ୍ୱାଦଶ ବିଶ୍ୱଦେବାୟେ ସେ ମୃଗପାଳ ଖଟନ୍ତି ମଘବା ।୨୨।ଦ୍ୱାଦଶ ବିଶ୍ୱଦେବାୟେ ସଂଘରଣ କଲେ ରତିବିଭା ହୋଇଣ ସେ ଉପେକ୍ଷିଲେ ଯୁବତୀ ।୨୩।ପୁରୁଷ ନପୁଂସକ ସେ ହୋଇଲେ ମହାଯତିନିରାଶି ଭାଙ୍ଗିଲେ ସେ ଅନଙ୍ଗ ଦର୍ପମୂର୍ତ୍ତି ।୨୪।ବ୍ୟାସେ କହିଲେ ସେ ଅପୁତ୍ରିକ ହୋଇଲେଯମ ଶାସ୍ତି ଦିଅଇ ସଂଜୀବନୀ ପୁର ଗଲେ ।୨୫।ଅନେକ ପାତକ ଯେବେ ମଧ୍ୟ ପୁରେ କରିଥିବସନ୍ତାନ ଥିଲେ ୟେହାନ୍ତ ଦଣ୍ଡି ନପାରଇ ଯମଦେବ ।୨୬।ଧର୍ମଲୋକ ବିଚାରି ବୋଲନ୍ତି ୟେହାନ୍ତ ନ ଦିଅଶାସ୍ତିମଞ୍ଚେ ସନ୍ତାନ ଅଛି ୟେହାକୁ କରିବେ ସଦଗତି ।୨୭।ପୁତ୍ର ଯେବେ ୟେହାଙ୍କର ନକରିବ ଧର୍ମବାଟତେତେବେଳେ ପଛେ ୟେହାର ମାଂସ କାଟ ।୨୮।ଅପୁତ୍ରିକ ହୋଇ ଯେ ମରନ୍ତି ଯେବଣ ପ୍ରାଣୀଧାତିକାରେ ନାଶକର ତାକୁ ଶାସ୍ତି ଦିଅଇ ଆଣି ।୨୯।ସନ୍ତାନ ଯାହାର ଗୋଟିୟେ ଥାଇ ପିତାର ମରନ୍ତେପିତାକୁ ଯମ ଶାସ୍ତି ଦେଇ ନ ପାରଇ ସେ ପୁତ୍ର ମରିବା ପରିଯନ୍ତେ ।୩୦।ବିଶ୍ୱଦେବାୟେ ଶୁଣିଲେ ବ୍ୟାସଙ୍କର ପୁରାଣେପୁତ୍ର ଜାତ କରିବାକୁ ଇଛନ୍ତି ପୁଣ ମନେ ।୩୧।କାମସେଣା ନାମେଣ ୟେକଇ ଅପକ୍ଷରୀବାସବ ଦେବତାର ସଙ୍ଗେ ସେ କ୍ରୀଡା ରଙ୍ଗ କରି ।୩୨।କାମ କୁତୁହୋଳେ ସେ ପ୍ରେମ ରସ ଭରେଇନ୍ଦ୍ରଦେବତାଙ୍କୁ ସେ ନିନ୍ଦା କଲାକ ଶୃଙ୍ଗାରେ ।୩୩।ବୋଇଲା ଇନ୍ଦ୍ର ତୁ ହୋ ମୋତେ ରମଣେ ନୋହୁ ସରିଅଭୟେ କାମେନୀ ସେ ଇନ୍ଦ୍ରକୁ ତଳେ ପାଡ଼ି ।୩୪।କରଇ ରମଣ ସେ ଇନ୍ଦ୍ର ବାସବର ଉପରେଣ ଉଠିଇନ୍ଦ୍ର ଦେବତା ତାହାକୁ ବିକୋତିଲା ତଦ୍ୟାପି ନ ପାରିଲା ଉଠି ଫୁଟି ।୩୫।କାମ ଖଳିତ ଯହୁଂ ହୋଇଲାକ ବାଳୀଅଚେତ ହୋଇ ପଲଙ୍କ ତଳେ ପଡିଲା ସେ ଢଳି ।୩୬।ଇନ୍ଦ୍ର ଦେବତାଙ୍କ ଶରୀରେ ବିଦାରଣ ନଖ, ଦନ୍ତ, ଘାୟେଶରୀରଯାକ ବିକୋତିଲା କଣ୍ଟିଲତା ପ୍ରାୟେ ।୩୭।କାମ କାଳେ ତାହାର ଗୋଚର ନ ଗଲାଶୃଙ୍ଗାର ନିଗ୍ରହେ ଇନ୍ଦ୍ର ଦେବତାର କୋପ ଯେ ବଢିଲା ।୩୮।ମୁହିଂ ରତି ଶାହାସ୍ରେଣ ନିର୍ଜିତା ବେଶ୍ୟାନ୍ତ ବିକୋତିକୋଟିୟେ ବିଳାସୁଣୀ ମୁଂ ରମଣ କରଇ ନିତି ।୩୯।ତୋତେ ହାରିଲି ମୁଂ ଶୃଙ୍ଗାର ରତିକାଳେପୁରୁଷ କୁଳକୁ ଦୁଷିଲୁ ତୁ ଅମର ମଣ୍ଡଳେ ।୪୦।ମୋହୋରେ ତ୍ରିପୁତି ତୁ ନୋହିଲୁ ଶୃଙ୍ଗାରେବାତୁଳୀ ହୋଇ ତୁଲୋ ବୁଲ ମଧ୍ୟପୁରେ ।୪୧।ଅଭାବେ ଭ୍ରମ ତୁଲୋ ଲାଜ କର ଉପେକ୍ଷାଥନ ଜାନୁ ଭବ ମାର୍ଗ ତୋର ମଞ୍ଚପୁରେ ଦେଖା ।୪୨।ମଞ୍ଚେଣ ବୁଲୁଥିବୁ ତୁ ଉଲଗ୍ନସାହୀ ହୋଇସମସ୍ତେ ଶୃଙ୍ଗାର ତୋତେ କରନ୍ତୁ ଥନ ଜାନୁ ଚାହିଂ ।୪୩।ମୋହୋରେ ତ୍ରିପୁତି ଯେ ନୋହିଲୁ ରତି କାଳେଲକ୍ଷେ ଇନ୍ଦ୍ରି ଭୋଗ କର ତୁ ଲୋ ମଞ୍ଚ ମଣ୍ଡଳେ ।୪୪।କାର୍ପୁଣ୍ୟ ହୋଇ ବାଳୀ କହଇ ଉତ୍ତରଭୋ ବାସବ ଦେବତା ମୋତେ କର ପ୍ରତିକାର ।୪୫।ସ୍ତିରୀ ହୋଇଣ ମୁଂ ହୋଇଲି ମହାଗର୍ବୀପ୍ରକୃତି ଜାଣି ନୁଆରିଲି ମୁହିଂ ସେବି ।୪୬।ମୁହିଂ ଅମର ଅଷ୍ଟ ନାୟେକାରେ ଅଟଇ ୟେକକେତେ କାଳରେ ଖଣ୍ଡିବି ମୋହୋର ପାତେକ ।୪୭।ଭାବିନୀ ଭାବେ ପୁଣି ଦୟା କଲେ ଇନ୍ଦ୍ରତ୍ରେତୟା ଯୁଗେ ତୁ ଅନେକ କରାଇବୁ ମନ୍ଦ ।୪୮।ତ୍ରେତୟା ଯୁଗ ତେର ଲକ୍ଷ ପଞ୍ଚଚାଳିଶ ସହସ୍ର ବରଷ ପରିଯନ୍ତେବିଶ୍ୱେଦେବତାୟେ ତୋତେ ରମନ୍ତୁ ତ୍ରେତୟା ଯୁଗ ଅନ୍ତେ ।୪୯।ତାହାଙ୍କର ବୀର୍ଯ୍ୟେ ଉପୁଜିବ ୟେକ ପୁତ୍ରସେ ପୁତ୍ର ଦର୍ଶନ ମାତ୍ରେ ତୋତେ ସ୍ୱର୍ଗ ହୋଉ ପରାପତ ।୫୦।ୟେସନେକ ଶାପ ଯହୁଂ ଦିଲେ ପୁରନ୍ଦରମଞ୍ଚେ ଆସି ବାତୁଳୀ ହୋଇଣ ସେ ବୁଲଇ ବନସ୍ତର ।୫୧।ତ୍ରିଭୁବନ ମୋହିନୀ ସେ ଅପୂର୍ବ ଚଞ୍ଚଳାଥନ ଜାନୁ ଦେଖାଇ ସେ ବୁଲଇ ଲଙ୍ଗଳା ।୫୨।ବିଶ୍ୱଦେବତାୟେ ତାକୁ ଦେଖନ୍ତି ନିତି ପ୍ରତିୟେହୁ ଦେଖଇ ତାକୁ ଇଛାୟେ କରଇ ରତି ।୫୩।କାମେନୀକୁ ଗାଢେ ଶାପ ଦିଲେ ସୁରସାଇଂଶାପ ଚେରେଷ୍ଟା ଲାଗିଲା ହୋଇଲା ସେ କାମେ ବାଇ ।୫୪।ତୁଳ ମାସ କୃଷ୍ଣ ପକ୍ଷ ଦ୍ୱିତୀୟାର ତିଥିଦ୍ୱିଜା ନକ୍ଷତ୍ର ଯେ ବାର ବୃହସ୍ପତି ।୫୫।କୌଳବ ନାମେ କରଣ ବ୍ୟତିପାତ ନାମେ ଯୋଗତୁଳ ସଂକ୍ରାନ୍ତିକି ଚାରି ଦିବସ ଯାଇ ଭୋଗ ।୫୬।ସେ ଦିନ ଭ୍ରମିଣ ଯାଉଛି ବାତୁଳୀଉତ୍ରାଙ୍କୁର ତୀର୍ଥରେ ସେ ଶରୀର ପଖାଳି ।୫୭।କଣୟ ଗିରି ଉପରେ ଅଛଇ ବାଳୀ ଶୋଇଦ୍ୱାଦଶ ପୁରୁଷ ଯେ ମୋହ ଗଲେ ଚାହିଂ ।୫୮।ବୋଇଲେ ଅଟଇ ୟେତ ଆକାଶର ଅପକ୍ଷରୀଅତି ଗର୍ବେ ୟେହାକୁ ଶାପ ଦିଲେ ବଜ୍ରଧାରୀ ।୫୯।ୟେହାର ତୁଲେ ହୋ ସଭିୟେ ରମଣ କରଅବିକ୍ଷଣେ ଧ୍ୟାୟେ କରି ଶୃଙ୍ଗାର ।୬୦।ସମସ୍ତେ ଛାଡ଼ିବା ହୋ ୟେକ ଯୋଗ କରି ବୀର୍ଯ୍ୟବିତକ୍ଷଣ ହୋଇଣ ୟେଥୁଂ ଉପୁଜିବ ଆତ୍ମଜ ।୬୧।ବନେ ପର୍ବତେ ତ ୟେକା ଅଛଇ ଯୁବତୀବିଶ୍ୱଦେବାୟେ ତାହାକୁ ଶୃଙ୍ଗାର କଲେ ଧାତି ।୬୨।ରତି ଭୋଗ କଲେ ସେ ଦ୍ୱାଦଶ ବିଶ୍ୱଦେବସବୁହିଂ ବୀର୍ଯ୍ୟ ପ୍ରଦାନ କଲେ ଭବ ।୬୩।ଦ୍ୱାଦଶ ବୀର୍ଯ୍ୟ ୟେକା ଗର୍ଭେଣ ରହିଲାୟେକଇ ପୁତ୍ର ସେ ମହାଭାରା ପାଇଲା ।୬୪।କକଡ଼ା ମାସ ଆବର ପୂର୍ଣ୍ଣିମାର ରାତ୍ରରବିବାର କୁମ୍ଭରାଶି ଶତଭିଷା ନକ୍ଷତ୍ର ।୬୫।ବିଷ୍ଟି ନାମେ କରଣ ଅତି ଗଣ୍ଡ ଯୋଗକକଡ଼ା ସଂକରାନ୍ତିର ନବ ଦିନ ଭୋଗ ।୬୬।ତିଥିବାର ନକ୍ଷତ୍ର ଯେ ଚନ୍ଦ୍ର ଯୋଗବଳେପୁତ୍ରେକ ଉପୁଜିଲା ଯେ ମହା ନିଶା କାଳେ ।୬୭।କୁମର ମହାପ୍ରତାପୀ ମହା ଭୀଷ୍ମ ରୂପୀପେଟ ବିଦାରିଣ ପୁତ୍ର ଜନମ ହୋଇଲେ କ୍ଷେପି ।୬୮।ଦ୍ୱାଦଶ ବଦନ ଦ୍ୱାଦଶ ତାର ଭୁଜଆଦିତ୍ୟକୁ ଲାଗିଲା କୁମାରର ତେଜ ।୬୯।ପୁତ୍ର ଜନ୍ମିଲା ଯେ ମାତା ନାଶ ଗଲାବିଶ୍ୱଦେବା ପୁରୁଷ ତାହା କୋଳେଣ ଧଇଲା ।୭୦।ସ୍ୱରୂପ ଦେଖିଣ ତୋଷ ହୋଇଲେ ମହାଯତିଦ୍ୱାଦଶ ବଦନ ଯେ ସବୁଙ୍କରି ମୂର୍ତ୍ତି ।୭୧।ମହା ଭାରା ପାଇଣ ଯେ ମାତା ନାଶ ଗଲାଦ୍ୱାଦଶ ବିଶ୍ୱଦେବାଙ୍କ ବୀର୍ଯ୍ୟ ସଂହରି ହୋଇଲା ।୭୨।ପୁତ୍ର କୋଳେ ଧରି ସେ ଦ୍ୱାଦଶ ପୁରୁଷତୋଷେଣ ନାମ ତାକୁ ଦିଲେ ଭାର ଦ୍ୱାଦଶ ।୭୩।ପୁତ୍ର ଉପୁଜାଇ ସେ ବାତୁଳୀ ନାଶ ଗଲାଅମରପୁରେ ସୁରନାଥଙ୍କୁ ଦ୍ରଶନ ସେହୁକଲା ।୭୪।ଦେଖିଣ ସାନନ୍ଦ ଯେ ହୋଇଲେ ମଘବାନଶାପକୁ ଅନଗୃହ କଲେ ସୁରରାଜ ପୁଣ ।୭୫।ବିଶ୍ୱଦେବା ସମର୍ପିଲେ ଯଦୁ ମହାଋଷିଙ୍କିସେ ନେଇ ପାଳିଲେ ଅଗ୍ୟାନ ବାଳ ଶିଷିକି ।୭୬।ଦ୍ରୋଣଙ୍କ ଜନ୍ମ ଓ କୃପୀ ସହ ବିବାହବଦୟନ୍ତି ଅଗସ୍ତି ଶୁଣ ବୈବସୁତ ମନୁୟେ ସେ ଭାରଦ୍ୱାଦଶ ବଢିଲା ବ୍ରହ୍ମଗ୍ୟାନୁଂ ।୧।ଆହୋ ମନ୍ଦପାଳ ଋଷିଙ୍କର ଭାର୍ଯ୍ୟା ଭାନୁମତୀତାହାର ନନ୍ଦନୀ ଯେ ଶ୍ରିୟା ସରସ୍ୱତୀ ।୨।ଭାରଦ୍ୱାଦଶେ ପ୍ରଦାନ ହୋଇଲେ ସେ କନ୍ୟାକୁବନ୍ଦାପନା କାଳୁଂ ରମଣ ନକଲା ଯେ ତାକୁ ।୩।ତପରେଣ ଇନ୍ଦ୍ରି ମାଇଲେ ବ୍ରହ୍ମଋଷିଶିଷୁମୁନା ଟେକି ସେ ହୋଇଲେ ତପବାସୀ ।୪।ସେ ଶ୍ରିୟା ଭଗତି ହୋଇ ଥାଇ ଅନୁବ୍ରତେଶୃଙ୍ଗାର ଲେଛଇଲେ ସେ ଶତ ବରଷ ପରିଯନ୍ତେ ।୫।ପ୍ରୟାଗ ତୀର୍ଥରେ ପୁରାଣ ପଢୁ ଅଛନ୍ତି ଅଗସ୍ତିଯେତେ ଥିଲେ ତପ, ସନ୍ତାନ ନ ଥିଲେ ନାହିଂ ସଦଗତି ।୬।ୟେସନେକ ଚରିତ ଶୁଣିଲେ ପୁରାଣ ବଚନେଅନେକ ବିରସ ବାଳୀ ସନ୍ତାନ ବିହୁନେ ।୭।ଶ୍ରିୟା ପୁଛା କଲେ ପୁରାଣ ବେଳେ ଅଗସ୍ତିଙ୍କିସ୍ୱାମୀ ପରଦାରା ଶୃଙ୍ଗାର କଲେ କିସ ଦୋଷ ସ୍ତିରୀକି ।୮।ଅଗସ୍ତି ବୋଇଲେ ମା ଗୋ କରିବା ନା ଉପାୟେଅଷ୍ଟ ପ୍ରକାରେ ଜାତ କରିବା ଅଛିତ ତନୟେ ।୯।ନିଜ ସ୍ୱାମୀ ବୀର୍ଯ୍ୟେ ଯେବେ ନୋହିଲା ସନ୍ତତିଯଗ୍ୟଂ କରାଇ ସେ ସନ୍ତାନ କରିବ ଉତପତ୍ତି ।୧୦।ତେଣେ ପୁତ୍ର ଯେବେ ନୋହିଲାକ ଜାତତୀର୍ଥ ସେ ପଶି ଲୋଡ଼ିବ ଯେ ଫଳ ପ୍ରାପତ ।୧୧।ୟେମନ୍ତେ ହେଂ ଯେବେ ନୋହିଲା ସନ୍ତାନରାମାୟଣ ଶୁଣ ମା ଗୋ ଆଦି ଅନ୍ତ ମଧ୍ୟମାନ ।୧୨।ତେତେ ବାଗେ ଯେବେ ନୋହିଲା ସନ୍ତାନପର ପୁତ୍ର ଗୋଟିଏ କିଣି କରିବ ପାଳନ ।୧୩।ତହିଂରେ ଯେବେ ପୁତ୍ର ନ ପାଇବ ଲୋଡ଼ିପରଦାରା କରାଇ ହୋଇବ ଦୋଚାରୀ ।୧୪।ତେତେ ବାଗେ ଯେବେ ନୋହିବ ଆତ୍ମଜାଧର୍ମ ଅର୍ଥେ ବିଭା ହୋଇବା ଆପଣା ଭଣଞ୍ଜା ।୧୫।ୟେତେ ବାଗେ ଯେବେ ନୋହିବ ସନ୍ତତିବାଟେ ବୃକ୍ଷ ଲଗାଇବା ବୋଇଲେ ଅଗସ୍ତି ।୧୬।ଅଷ୍ଟ ପ୍ରକାରେଣ ସନ୍ତତି ଜାତ କଥାସ୍ତିରୀଜନମାନଙ୍କୁ ଗୋ ବଡ଼ ଦୁଲ୍ଲଭ ଅଟଇ ମାତା ।୧୭।ୟେତେ ବାଗେ ଯେବେ ନୁଆରିଲା ସନ୍ତତି ଜାତ କରିପ୍ରାଗେ ଝାସିଲେ ହୋଅଇ ଅପୁତ୍ରିକ ଦୋଷୁଂ ତରି ।୧୮।ପ୍ରାଗ ତ୍ରିବେଣୀରେ ଝାସିଲେ ଫିଟଇ ଅପୁତ୍ରିକ ଦୋଷଯମ ଦେବତା ଆସି ନୁଆରନ୍ତି ଟି ତାହାର ପାଶ ।୧୯।ପୁରାଣ ବାକ୍ୟ ଯହୁଂ କହିଲେ ଅଗସ୍ତିଶୁଣି ବିସରିଲେ ସେ ଶ୍ରିୟା ସରସ୍ୱତୀ ।୨୦।ସେହି ବାଞ୍ଛାବଟ ତଳେଣ ଦେବୀ ବସିଦ୍ରୋଣପକ୍ଷୀକି ଭଗତି ଭାବେ ଭାବିଲା ଶୁଭ୍ରକେଶୀ ।୨୧।ଶତେ ବରଷ ଲୟେ କଲା ମହାସତୀଦେଖିଣ ବୋଇଲେ ଦ୍ରୋଣ ପନ୍ଥୀ ମହାଯତି ।୨୨।ଧର୍ମପକ୍ଷୀ ବୋଇଲେ ବର ତୁ ମାଗରେ ଶ୍ରିୟାବିନୟ ଭାବେ ବୋଇଲେ ଭାରଦ୍ୱାଦଶଙ୍କର ପ୍ରିୟା ।୨୩।ଭୋ ଧର୍ମପକ୍ଷୀ ମୋତେ ଅନଗୃହ କରିବାଅତିଭିଗ୍ୟଂ କରିଣ ମୋତେ ପୁତ୍ର ଗୋଟିୟେକ ଦେବା ।୨୪।ଅତି ନିରେଖ ଦେଖି ଦୟାକଲେ ଧର୍ମପକ୍ଷୀହୃଦଗତେ ଦୟା ବସିଲା ତାହାର କଷ୍ଟ ଦେଖି ।୨୫।ଦକ୍ଷଣ ଅଂଗୁ ପକ୍ଷ ଦେଲେ ଡିମ୍ୱ ଯେ ଗୋଟିୟେୟେହା ନେଇଣ ଯତନ କରସି ଗୋ ମାୟେ ।୨୬।ୟେଥୁଂ ଉତପତ୍ତି ହୋଇବ ଯେବଣ ପୁତ୍ର ସନ୍ତତିମହାଭିଗ୍ୟଂ ବଳବନ୍ତା ସେ ହୋଇବ ମହାଛତ୍ରୀ ।୨୭।ଦ୍ରୋଣ ପକ୍ଷୀ ଡିମ୍ୱ ଘେନିଣ ସେ ଶ୍ରିୟା ସରସ୍ୱତୀସେହି ପ୍ରାଗ ତୀର୍ଥେ ତାହାକଇ ଧରିଥାଇ ନିତି ।୨୮।ପଞ୍ଚଦଶ ବରଷେ ସେ ଫୁଟିଲା ଡିମ୍ୱ ଗୋଟିମହା ବ୍ରହ୍ମେ ପୁତ୍ରେକ ବାହର ହେଲା ଡିମ୍ୱ ଫୁଟି ।୨୯।ମନିଷର ଶରୀର ହୋ ଧର୍ମ ପକ୍ଷୀର ବଦନସୂଚୀ ମୁଖ ଓଷ୍ଠ ରକତ ତାମ୍ର ବର୍ଣ୍ଣ ।୩୦।ବେନି ଭୁଜେଣ ଅଛି ପକ୍ଷ ଲତାୟେ ଲତାୟେପ୍ରତକ୍ଷେ ଦିଶଇ ସେ ଗରୁଡ଼ ପକ୍ଷୀର ପରାୟେ ।୩୧।ଦେଖିଣ ସନ୍ତୋଷ ହୋଇଲେ ଭାର ଯେ ଦ୍ୱାଦଶେଦ୍ରୋଣ ପକ୍ଷୀ ପରସାଦେ ପାଇଲାଟି ୟେହେନେକ ଶିଷେ ।୩୨।କୁମାରକୁ ତୋଳିଣ ଧଇଲେ ତପନିଷ୍ଠିବୋଇଲେ ୟେହାର ନାମ ହୋଉ ଦ୍ରୋଣ ଗୋଟି ।୩୩।ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁସେ ଦ୍ରୋଣ ହୋଇଲେ ଭାରଦ୍ୱାଦଶଙ୍କ ତନୁ ।୩୪।ଅତି ଯତନ କରି ସେ କୁମାରନ୍ତ ପାଳିଲେସପତ ବରଷେ ସେ ତାକୁ ବଡୁ ବ୍ରତ କଲେ ।୩୫।ଆହୋ କୁଶବ୍ରହ୍ମା ବୋଲି ସେ ଶୁକବ୍ରହ୍ମର ବଳାପ୍ରଜାପତିଙ୍କର ଗୋତ୍ରେ ସେ, ତାହାର ତେଜ ଅନର୍ଗଳା ।୩୬।କୁଶବ୍ରହ୍ମଙ୍କର ପୁତ୍ର ଯେ ଆଚାର୍ଯ୍ୟେତାହାଙ୍କର କୃପୀ ବୋଲିଣ ଭଗ୍ନୀ ଯେ ।୩୭।ଭାରଦ୍ୱାଦଶ ସେ କନ୍ୟାକୁ ସୁସଞ୍ଚ ଦେଖିଦ୍ରୋଣକୁ ବିଭା କରାଇଲେ ସେ କୁମାରୀ କୃପୀକି ।୩୮।କୃପୀ କନ୍ୟାକୁ ଘେନି ଦ୍ରୋଣେ ଯେ ଅଇଲେବାଳୁତକାଳୁଂ ସେ ତୀର୍ଥବାସୀତ ହୋଇଲେ ।୩୯।ଚନ୍ଦ୍ରଭାଗା ତୀର୍ଥେ ସେ ଭେଟିଲେ ପ୍ରଶୁରାମକୁଜମଦଗ୍ନିଙ୍କ ନନ୍ଦନ ପଚାରିଲେ ଦ୍ରୋଣଙ୍କୁ ।୪୦।ବେଦ ଆଧ୍ୟାନ ଜାଣୁନି ଟି କି ବାବୁମହା ମନ୍ତର ଉଂକାର କର ନି ଆମ୍ଭେ ପରୀକ୍ଷ କରିବୁଂ ।୪୧।ଯଦୁର୍ବେଦ ଉଂକାରିଲେ ଭୂତ ଯେ ଭବିଷ୍ୟେବ୍ରହ୍ମାଣ୍ଡ କମ୍ପିଲା ସେ ମହାମନ୍ତ୍ର ତ୍ରାସେ ।୪୨।ପ୍ରଶୁରାମ ଅଛନ୍ତି ପ୍ରାଗବଟ ତୀର୍ଥେଆସନ କମ୍ପିଲା ଜମଦଗ୍ନିଙ୍କର ସୁତେ ।୪୩।କ୍ଷଣକେ ବିଶ୍ରାମ ନାହିଂ ମହା ବ୍ରହ୍ମତପୀତୀର୍ଥ ବାସେ ଆଗମନ ଯେ ଶହସ୍ର ଧର୍ମ ଆରୋପି ।୪୪।ମକର ମାସେ ଦାନ ଦେଇଅଛନ୍ତି ପ୍ରାଗେଛତ୍ରୀ ବିଦ୍ୟା ଛାଡ଼ି ପଶିଲେ ଧର୍ମ ମାର୍ଗେ ।୪୫।ଦ୍ରୋଣ ରହିଅଛନ୍ତି ଯେ ଆକାଶଗଙ୍ଗା କୂଳେଭିକ୍ଷାପାତ୍ର କରି ବ୍ରତିଲେ ଧର୍ମବଳେ ।୪୬।ଭିକ୍ଷାପାତ୍ର ଧରି ବଞ୍ଚନ୍ତି ବେନି ପ୍ରାଣୀନଗ୍ରେ ଭିକ୍ଷା ମାଗି ବ୍ରତନ୍ତି ଗଙ୍ଗାକୂଳେ ଆଣି ।୪୭।ଦ୍ରୋଣ ଓ ଦ୍ରୁପଦଙ୍କ ଚରିତଶୁଣ ହୋ ସେ ପଞ୍ଚାଳ ଦେଶର ରାଜା ଯେ ଦ୍ରୋପତତାହାର ବଇରି ଯେ ଅଟଇ କିରାତ ।୧।ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ଗୁରୁବାରକିରାତ ଦଣ୍ଡ କଲା ଦ୍ରୋପଦ ଉପର ।୨।ଦ୍ରୋପଦ କିରାତର ହୋଇଲା ଅନେକ ଯୁଦ୍ଧବହୁତ ଯୋଦ୍ଧାୟେ ପଡ଼ିଲେ ସାଂଗ୍ରାମର ମଧ୍ୟ ।୩।ସାଂଗ୍ରାମରେ ଅପ୍ରାଂଜୟେ ପାଇଲେ ଦ୍ରୋପଦଦଣ୍ଡ ଭଗ୍ନ ହୋଇ ପଳାଇଲେ ପାଂଚାଳ ନରେନ୍ଦ୍ର ।୪।ଭାଜିଣ ଦ୍ରୋପଦ ପଲାଇଲା ରାଜ୍ୟ ଛାଡ଼ିକିରାତ ନୃପତି ବସିଲା ପାଂଚାଳ ଦେଶ ମାଡ଼ି ।୫।ହତ ରାଜ୍ୟ ହୋଇ ଯେ ଦ୍ରୋପଦ ପଳାଇଲାଗଙ୍ଗାକୂଳେ ରାଜା ଭଗନସ୍ତ ହୋଇଣ ରହିଲା ।୬।ମହା ଭଇରୋବୀ ଯେ ଗଙ୍ଗାନଦୀ କୂଳେଦ୍ରୋଣ ରହିଛନ୍ତି ସେ ସ୍ଥାନେ ସର୍ବକାଳେ ।୭।ନିତ୍ୟକର୍ମ ସାରି ଦ୍ରୋଣ ବସିଚନ୍ତି ତପେଦ୍ରୋପଦେଶ୍ୱର ଆସି ମିଳିଲା ସମୀପେ ।୮।ଦ୍ରୋଣଙ୍କୁ ନମସ୍କାର ହୋଇଲେ ଦ୍ରୋପଦକଲ୍ୟାଣ ବାଞ୍ଛାକଲେ ରାଜା ତୋତେ ନପଡୁ ପ୍ରମାଦ ।୯।କେବଣ ଦେଶର ବୀର ନୃପତି ତୁ ଅଟୁରାଜ୍ୟ ଭାର ତେଜି କିମ୍ପା ବନବାସ ଖଟୁ ।୧୦।ବତିଶ ଗୁଣେ ସୁନ୍ଦର ସୁକୁମାର ଅଟଇ ତୋର କାୟେମୃଧୁନା ଅବିଷେକୀ ଅଟୁ ଦିଶୁଛି ହତରାଜ୍ୟ ପ୍ରାୟେ ।୧୧।ଦ୍ରୋପଦ ବୋଇଲେ ତୁମ୍ଭେ ଶୁଣିମା ବ୍ରହ୍ମଚାରୀପାଂଚାଳ ଦେଶର ମୁଂ ଅଟଇ ଅଧିକାରୀ ।୧୨।ମୋହୋର ରାଜ୍ୟକୁ ବାହିଲା କିରାତ ମହୀପାଳେରାଜ୍ୟଭାର ସିଂହାସନ ଘେନିଲା ମୋର ବଳେ ।୧୩।ପାଞ୍ଚାଳ ନୃପତି ମୁଂ ପଞ୍ଚୁକଟକେ ଆଧିପତିମୋହୋର ନାମ ଗୋସାଇଂ ଦ୍ରୋପଦ ନୃପତି ।୧୪।ଦ୍ରୋଣ ବୋଇଲେ ସେ ମନ ମନେଣ ବିଚାରିତୋହୋର ମୋହୋର ନାମ ୟେକା ଅକ୍ଷରେ ପଡ଼ି ।୧୫।ଆମ୍ଭର ନାମ ଦ୍ରୋଣ ତୁମ୍ଭର ନାମ ଦ୍ରୋପତତୁ ମହାରାଜା ଆମ୍ଭର ହୋଇଲୁ ମଇତ୍ର ।୧୬।ଦ୍ରୋପଦ ବୋଇଲା ଦେବ ବୋଲିବାକୁ ନୋହିଲି ମୁଂ କ୍ଷମତୁମ୍ଭେ ମହାଭିଗ୍ୟଂ ଅଟ ହୋ ମହାବ୍ରହ୍ମ ।୧୭।ଠାକୁର ଦାସର ୟେକା ନାମ ହୋଇଲେସେହିକି ମଇତ୍ର ହୋଇବ ଦ୍ରୋପଦ ବୋଇଲେ ।୧୮।ଦ୍ରୋଣେ ବୋଇଲେ ମିତ ହୋଇଲ କି ବାଇନାମର ମଇତ୍ର ହୋ ଅତି ଭାଗ୍ୟରେ ସେ ପାଇ ।୧୯।ତୋହୋର ମୋହୋର ଅଛିନି ପୀରତିଶୁଣିଣ ସାନନ୍ଦ ହୋଇଲେ ଦ୍ରୋପଦ ନୃପତି ।୨୦।ଆହୋ ଦ୍ରୋଣ ଅନେକ ଯେ ଯାଉଛନ୍ତି ଦାନପ୍ରତିଗ୍ରହ କରି ମହାତ୍ମା ଅର୍ଜିଲେ ଅନେକ ଧନ ।୨୧।ମହା ବେଦାନ୍ତୀ ଦେଖି ପ୍ରଶୁରାମ ନୃପତିଦ୍ରୋଣକୁ ବହୁତ ଦାନ କଲେ ଭଣ୍ଡାର ଆଧିପତି ।୨୨।ଦ୍ରୋପଦ ରାଜାର ଯହୁଂ ସେ ବିପତ୍ତି ଦେଖିଲେଅନେକ ଧନ ଥିଲା ଦ୍ରୋଣ ଦ୍ରୋପଦକୁ ଦିଲେ ।୨୩।ଅନେକ ଦାନ ଘେନନ୍ତି ଦ୍ରୋପଦର ନିମନ୍ତେଯେସନେକ ଲାଗଇ ଦ୍ରୋଣ ଦିଅନ୍ତି ନିତ୍ୟେ ନିତ୍ୟେ ।୨୪।ରାଜ୍ୟରୁ ନୃପତି ଧନ ଆଣିଥିଲା ଯେତେଥାଠକୁ ଅଣ୍ଟିଲା ନବ ବରଷ ପରିଯନ୍ତେ ।୨୫।ଧର୍ମ ବାସନା ସେ ଅଟଇ ଦ୍ରୋପଦ ନୃପତିଆନ ଭୂମି ନଲଂଘଇ ନଯାଇ ଆନକତି ।୨୬।ୟେତେ ବାଗେଣ ସେ ଦ୍ରୋପଦ ରାୟେ ବ୍ରତି ।୨୭।କିରାତ ରାଜା ତାହାର ରାଜ୍ୟ ମାଡ଼ି ବସିଥିଲାୟେକୋଇଶ ବରଷ ପରିଯନ୍ତେ ରାଜ୍ୟ ନଛାଡ଼ିଲା ।୨୮।ରାଜାର ଥାଠକୁ ଯହୁଂ ନମିଳିଲା ଅନ୍ନତେଣୁ କରି ମଲେ ସନ୍ୟ ମୋର ଥାଠ ହୋଇଲା କ୍ଷୀଣ ।୨୯।ଦ୍ରୋଣ ବୋଇଲେ ସମସ୍ତ ଥାଠକୁ ହକାରିଯାହାକୁ ଯେତେ ଲାଗଇ ତାହାକୁ ଆମ୍ଭେ ଦେବୁ ପଡ଼ି ।୩୦।ହସ୍ତୀ ଘୋଡାକୁ ଦିଲେ ଚରଣୀ ପିଉଣି ଆଦି କରିୟେମନ୍ତେ ଦ୍ରୋଣ ସମ୍ଭାଳିଲେ ଦ୍ରୋପଦ ଥାଠକୁ ଆବୋରି ।୩୧।ଦ୍ରୋଣଙ୍କର ଭାରିଯା ଯେ କୃପୀ ମାହେଶ୍ୱରୀଅତୁଟ ବିଦ୍ୟା ଯେ ପ୍ରସନ୍ନ ତାହାରି ।୩୨।ଦକ୍ଷିଣ କରେ ଅଛି ତାର ଶଂଖ ପଦ୍ମ ନିଧିଦିଲେ ଦାନ ନସରଇ ତାର ମହିମା ପ୍ରସିଦ୍ଧି ।୩୩।ୟେକ କଠାକରେ ଅନ୍ନ ଯେ ରାନ୍ଧିଲେଥାଠକୁ ଅନ୍ନ ଅଣ୍ଟଇ ନସରଇ ଭଲେ ପରଶିଲେ ।୩୪।ସେ ମହାସତୀ ଅନ୍ନ ଦିଅଇଟି ନିତ୍ୟେନିତି ପ୍ରତି ପୁଣ ଯାହାକୁ ଯେତେ ଲାଗଇ ଯୁଗତେ ।୩୫।ସ୍ତିରୀ ପୁରୁଷ ପୁତ୍ର ସଭିୟେଂ ଆଦି କରିରହିଲେ ନିଶ୍ଚିନ୍ତେ ପଞ୍ଚାଳ ଦେଶକୁ ପାସୋରି ।୩୬।ଦ୍ରୋଣ ଦିଅନ୍ତି ଯେ ଅଷ୍ଟ ରତ୍ନମାନଯାହାକୁ ଯେତେ ଲାଗଇ ଅଳଙ୍କାର ବିଧାନ ।୩୭।ଦ୍ରୋଣଙ୍କର ପ୍ରସାଦେ ରହିଲେ ନିଶ୍ଚନ୍ତେରହିଲେ ଦ୍ରୋପଦ ଚଉବିଂଶ ବରଷ ପରିଯନ୍ତେ ।୩୮।ଅଗସ୍ତି ବୋଇଲେ ଶୁଣହୋ ଯୁଗପତିମଇତ୍ର ଯୋଗ ହୋଇଲେ ୟେସନେକ ପୀରତି ।୩୯।କିରାତ ରାଜା ସେ ପଞ୍ଚାଳ ଦେଶେ ଅଛି ରହିଅନେକ ସୁସ୍ଥେଣ ସେ ପାଳିଲାକ ମହୀ ।୪୦।ଆପଣା ରାଜ୍ୟରେ ସେ ପାତ୍ରକୁ ବସାଇଣ ଥିଲାତାହାର ରାଜ୍ୟକୁ ତେଣେ ଦରଦସେନ ଯେ ବାହିଲା ।୪୧।ଦେଶାଉର ବାରତା କଲା ବ୍ରହ୍ମ ବୈତରଣୀ କୂଳେକିରାତ ବିଜେ କରିଅଛି ରଣସ୍ତମ୍ଭ ପର୍ବତର ତଳେ ।୪୨।କିରାତର ଅଗ୍ରତରେ କହନ୍ତି ମୁନେହିସ୍ୱାମୀ ଆବର କିମ୍ପା ପଞ୍ଚାଳ ଦେଶେ ରହି ।୪୩।ତୋହୋର ଦେଶକୁ ତେଣେ ବାହିଲା ଦରଦଆପଣା ଦେଶ ଛାଡ଼ି ପରଦେଶରେ କି ସମ୍ପଦ ।୪୪।ୟେହୁ ବଳ ବୟେସ ଦେବ ସର୍ବଦା ନଥିବଯେ ଯାହାର ରାଜ୍ୟ ପୁଣ ସେହୁ ସେ ଘେନିବ ।୪୫।ଚିରନ୍ତନ କାଳକୁ ୟେହି କଥା ରହିଥିବ ।୪୬।ତୁଳମାସ ଶୁକ୍ଲପକ୍ଷ ଦଶମୀର ଦିନପଞ୍ଚାଳ ଦେଶ ଛାଡ଼ିଲା ଯେ କିରାତ ରାଜନ ।୪୭।ଆପଣା ଦେଶକୁ ସେ ଗଲାକ କିରାତଦରଦର ତୁଲେ ସଂଗ୍ରାମ ହୋଇଲା ଅପ୍ରମିତ ।୪୮।ପଞ୍ଚାଳ ଦେଶେ ଯେ ଦ୍ରୋପଦ ରାଜାର ଲୋକ ଥିଲେରାଜାର ଆଗେ ଯାଇ ବାରତା କହିଲେ ।୪୯।ଭୋ ସ୍ୱାମୀ କିରାତ ରାଜା ଯେ ଆମ୍ଭ ରାଜ୍ୟ ଘେନିଥିଲାତାହାର ରାଷ୍ଟ୍ରକୁ ଦେବ କିରାତ ବାହୁଡ଼ି ଗଲା ।୫୦।ଆମ୍ଭର ରାଜ୍ୟକୁ ଦେବ ବହନ ଚଳିଆସଶୁଣିଣ ଦ୍ରୋପଦ ନୃପତି ସେ ହୋଇଲା ହରଷ ।୫୧।ଦ୍ରୋଣଙ୍କର ପାଦ ତଳେ ଦ୍ରୋପଦ ରାଜା ପରିଣାମିତୋହୋରେଣ ମୋହୋର ଆପାଦ ଖଣ୍ଡଣ ଗଲା ଦେବସ୍ୱାମୀ ।୫୨।କିରାତ ରାଜା ଯେ ଛାଡ଼ିଲା ମୋହୋର ଦେଶଭୋ ମଇତ୍ର ମୋହୋର ରାଜ୍ୟକୁ ଯିବା ଆସ ।୫୩।ଦ୍ରୋଣେ ପରମ ସାନନ୍ଦ ହୋଇଲେ ତାହା ଶୁଣିଧର୍ମେଣ ତୋହୋର ରାଜ୍ୟ ପ୍ରାପତ ହୋଇଲା ନୃପମଣି ।୫୪।ସଂପଦ ବିପଦ ୟେ ସମୟେ ସମୟେଅନୁବ୍ରତେ ପ୍ରାଣୀକି ବିପଦ ନାହିଂ କାୟେ ।୫୫।ଭୋ ମଇତ୍ର ଯାଅସି ତୋହୋର ମଣ୍ଡଳେସୁବିଧାନେ ରାଜ୍ୟେ ତୋର ବସ ଶୁଭ ବେଳେ ।୫୬।ତୋହୋର ରାଜ୍ୟ ୟେବେ କର ଯାଇ ସୁସ୍ତେଜନ ସଂସାର ଭଜନ୍ତୁ ଖଟନ୍ତୁ ଅମନାତ୍ୟେ ।୫୭।ଆଗ୍ୟାଂ ପ୍ରମାଣେ ଚଳନ୍ତି ପ୍ରକୃତି ନିଯୋଗୀରାଜ୍ୟ ଭୋଗ ସମ୍ପଦ ତୋତେ ମଣ୍ଡଳ ହୋଉ ଭୋଗୀ ।୫୮।ସଂସାର ତୋହୋର ଭଜଇ ଯେତେବେଳେଆମ୍ଭେ ପ୍ରବେଶ ହୋଇବୁ ତୋହୋର ସୁବିଧାନ ମଙ୍ଗଳେ ।୫୯।ଦ୍ରୋପଦେ ପ୍ରଣିପତ୍ୟ ଦ୍ରୋଣଙ୍କର ପଦ୍ମ ପାଦେସମସ୍ତ କୁଶଳ ସିନା ତୁମ୍ଭର ପରସାଦେ ।୬୦।ଭୋ ମଇତ୍ର ଚାଲିଯିବା ମୋହୋରେ ଅଛି ଯେବେ ସଦୟେରାଜ୍ୟେ ମୋହୋର କାର୍ଯ୍ୟ ନାହିଂ ସର୍ବଦା ତୋତେ ଲୟେ ।୬୧।ଦ୍ରୋଣେ ବୋଇଲେ ତୁ ମତେ କଟାଳ ନକରକଥାୟେ କହି ହେ ବଚନ ନିରାଧାର ।୬୨।କୃପୀ କନ୍ୟା ଯେ ହୋଇଅଛି ଆଶାବତୀଚାରିମାସ ହୋଇଲା ଅଳସ ପ୍ରକୃତି ।୬୩।ଗର୍ଭିଣୀ ସ୍ତିରୀକି ଆନ ଠାବ କରି ତ ନ ପାରିଭୋ ମଇତ୍ର ଯିବୁଂ ପ୍ରସବ ହୋଇଲେ ନାରୀ ।୬୪।ଦ୍ରହସିତେ କହିଲେ ଭାରଦ୍ୱାଦଶଙ୍କ ତନୁରାଜ୍ୟେ ଭୋଗ ପଶିଲେ ନପୁଣ ମୋତେ ଚିହ୍ନୁ ।୬୫।ଦ୍ରୋପଦ ବୋଇଲେ ମୋହୋର ୟେହେନେକ କର୍ମନିଶ୍ଚୟ ମୋତେ ଯେବେ ଛାଡ଼ିବଟି ଧର୍ମ ।୬୬।ତେତେବେଳେ ତୋତେ ଅବା ନ ଚିହ୍ନିବିଅପ୍ରତେ ହୋଇଲେ ସଞ୍ଚୟେ ନାଶ ଯିବି ।୬୭।ଦ୍ରୋଣେ ବୋଇଲେ ତୁ ନକର ମନେ କିଛି ଭ୍ରାନ୍ତିତୋହୋର ମୋହୋର ଜନ୍ମେ ଜନ୍ମେ ୟେସନେକ ପୀରତି ।୬୮।ଦ୍ରୁପଦଙ୍କ ରାଜ୍ୟ ପ୍ରାପ୍ତି ଓ ତାଙ୍କଦ୍ୱାରା ଦ୍ରୋଣଙ୍କ ଅପମାନଅନେକ କଲ୍ୟାଣ କଲେକ ତପୋବନ୍ତଅନେକ ଧନ ଦିଲେ ଭାରଦ୍ୱାଦଶଙ୍କ ସୁତ ।୧।ସମଦଣ୍ଡ ଘେନି ତହୁଂ ଗଲେକ ଦ୍ରୋପଦପଞ୍ଚାଳ ଦେଶରେ ସେ ପ୍ରବେଶ ନରଇନ୍ଦ୍ର ।୨।ପଞ୍ଚାଳ କଟକେ ଭିଆଇଲେ ନିଜ ପୁରସମସ୍ତ ଖଟିଲେ ସାୟେନ୍ତ ପାତ୍ର ପରିବାର ।୩।ରାଜ୍ୟେ ଦ୍ରୋପଦ ବସିଲେ ନିଶ୍ଚିନ୍ତେସଂସାର ପାଳନ କରାଇଲେ ଅନୁବ୍ରତେ ।୪।ଦ୍ରୋଣେ ରହିଛନ୍ତି ମହାଭୈରବୀ ଗଙ୍ଗା କୂଳେକୃପୀକି ପୁରାଣ ବାକ୍ୟ କହନ୍ତି ପ୍ରାତ କାଳେ ।୫।ଗଙ୍ଗା କୂଳେ ଦ୍ରୋଣେ ରହିଲେ ସୀମନ୍ତେସେ ବିଧି ବନ୍ଦାପନା ପୁତ୍ର କାର୍ଯ୍ୟ ଅର୍ଥେ ।୬।ସିଂହମାସ କୃଷ୍ଣପକ୍ଷ ଷଷ୍ଠୀତିଥିସଉରିବାର ସେ ଦିନ ନକ୍ଷତ୍ର ରେବତୀ ।୭।ବିଷ୍ଟି ନାମେ କରଣ ଶୂଳ ନାମେ ଯୋଗସପତମୀ ଚନ୍ଦ୍ର ହେଲା ଦିନ ଶେଷ ଭୋଗ ।୮।ରେବତୀର ଭୋଗ ରାତ୍ର ପାଞ୍ଚଘଡ଼ି ଗଲାଆଦ୍ୟ ନକ୍ଷତ୍ର ଅଶ୍ୱିନୀ ପ୍ରବେଶ ହୋଇଲା ।୯।ୟେ ତିନିଦଣ୍ଡର ମଧ୍ୟେ ପୁତ୍ରେକ ହୋଇଲା ଜାତମାତା ଗଣ୍ଡକୁ ପାଇଲା କୃପୀ ହୋଇଲା ହତ ।୧୦।ପୁତ୍ର ଜାତ ହୋଅନ୍ତେ ମାତା ନାଶ ଗଲାଅଶସ୍ତମା ବୋଲି ଦ୍ରୋଣ ପୁତ୍ର ନାମ ଦିଲା ।୧୧।ଅନେକ ବଇକୁଲ୍ୟ ସେ ହୋଇଲା ମହାତମାଅତି ଯତନେ ପାଳିଲେ ପୁତ୍ର ଅଶସ୍ତମା ।୧୨।କୃପୀ ନାଶ ଗଲା ପୁତ୍ରକଇ ପ୍ରସବିଭାରିଯାକୁ ଦହନ କଲେ ଆରୋପିଣ ହବି ।୧୩।ଅଗ୍ନି ସଂସ୍କାର କଲେକ ଦ୍ୱିଜବରେପାଣିର ଫେଣ ନେଇ ଦିଅନ୍ତି ପୁତ୍ରର ତୁଣ୍ଡରେ ।୧୪।ବନସ୍ତରେ ଥାଇ ସେ ଅମୃତା ନାମେ ଲାଇତହିଂର ରସ ଦେଇ ଜୀଆନ୍ତି ବାଳୁତ ପୋଇ ।୧୫।ମନେ ବିଚାରିଲେ ଦ୍ରୋଣେ ପଡ଼ିଲା ପରମାଦଆମ୍ଭର ମଇତ୍ର ଯେ ଅଟନ୍ତି ଦ୍ରୋପଦ ।୧୬।ମଇତ୍ର ତହିଂକି ୟେ ପୁତ୍ର ଗୋଟିକି ଘେନିଯିବୁଧେନୁ ଗାଈ ଗୋଟିୟେ ମାଗିଣ ଆଣିବୁ ।୧୭।ଆବର ମାଗିବୁ ଆଶ୍ରମ ଖଣ୍ଡିୟେସୁସ୍ତେଣ ରହିବୁ ପୁତ୍ର ଗୋଟି ବଡ଼ ହେବା ଯାୟେ ।୧୮।ବିପଦର କାଳ ମଇତ୍ର ହିଂ ସେ ସମ୍ଭାଳଇସୋହଦ୍ର ଆଶ୍ରେ ନ ଯୋଗାଇ ବିପଦ କାଳକଇଂ ।୧୯।ପତ୍ନୀ ଭ୍ରଷ୍ଟ ହୋଇଣ ସେ ଚିନ୍ତା ଅନ୍ତରାଳେଦ୍ରୋଣେ ଚଳିଲେ ହୋ ରାଜ୍ୟ ଯେ ପଞ୍ଚାଳେ ।୨୦।କୋଳେଣ ପୁତ୍ର ଯେ ଘେନିଣ ଅଶସ୍ତମାଦ୍ରୋପଦ ରାଜ୍ୟେ ଯାଇ ପ୍ରବେଶ ମହାତମା ।୨୧।ହସ୍ତେ ଦଣ୍ଡ କମଣ୍ଡଳ ବାଳପୁତ୍ର ଘେନିସିଂଘଦ୍ୱାର ଲୋକେ ତାଙ୍କୁ ନପାରିଲେ ଚିହ୍ନି ।୨୨।ଅନେକ ରଥ ଗଜ ଅଶ୍ୱ ଯେ ସଇନିଗହଳ ଧନ୍ଦୋଳ ଘାୟେ କତିରେ ଆଉଜିଲେ ମୁନି ।୨୩।ଦ୍ରୋଣ ବୋଇଲେ ଦ୍ୱାର ନାୟେକକୁ ଚାହିଂରାଜାର ଛାମୁରେ ବାବୁ ଜଣାଅ କିନା ଯାଇଂ ।୨୪।ଆମ୍ଭେ ରାଜାଙ୍କର ମଇତ୍ର ହାଦେ ଅଟୁଂ ବାବୁଦ୍ୱାର ଛାଡ଼ିବୁ କି ଆମ୍ଭେ ଦ୍ରଶନ କରିବୁ ।୨୫।ତାହା ଶୁଣି ହସିଲେ ଯେ ଦ୍ୱାରପାଳମାନେବୋଇଲେ ପଳାଯା ବ୍ରାହ୍ମଣ ବାତୁଲ ଅଗ୍ୟାନେ ।୨୬।ତୁ ଅଟୁ ଦରିଦ୍ର ଭିଖାରୀ ବ୍ରାହ୍ମଣ ଦେଶାନ୍ତରୀରାଜାକୁ ମଇତ୍ର ବୋଲୁ ଭୟ କିଂପା ନ କରି ।୨୭।ଥୋକାୟେ ବୋଇଲେ ଆମ୍ଭର ଅଧିକାରୀହତରାଜ୍ୟ କାଳେ ସେ ଥିଲେ ଦେଶାନ୍ତର କରି ।୨୮।ସେ କାଳରେ ଅବା ହୋଇଥିବେ ମଇତ୍ରଜଣାଇବା ପଣ୍ଡାୟେ ତୁମ୍ଭେ ରହିଥାଅ ୟେଥ ।୨୯।ରଥ ଗଜ ଅଶ୍ୱ ସଇନି ବଡ଼ାଇ ଗହନକତିୟେ ହୋଇ ବସିଥାଅ କରାଇବା ଦ୍ରଶନ ।୩୦।ଦେବାର୍ଚ୍ଚନା ସାରି ରାୟେ ରସାଣ ଲାଗିହୋଇଆସ୍ତାନ ନବରେ ବିଜେ ବାଂକିୟାରେ ଯାଇଂ ।୩୧।ୟେମନ୍ତର ସମୟେ ଦ୍ୱାରନାୟକ ବେଗେ ଗଲାପ୍ରଣପତ୍ୟ ହୋଇଣ ଯେ ମଥାରେ ହାଥ ଦିଲା ।୩୨।ଅବଧାନ ଭୋ ଦେବ ପଞ୍ଚାଳ ଆଧିପତିତୁମ୍ଭର ମଇତ୍ର ଦେବ ଆସିଣ ଅଛନ୍ତି ।୩୩।ଦ୍ରୋପଦେ ବୋଇଲେ ଯେବେ ଅଇଲେ ମଇତ୍ରେରଥ ଗଜ ଅଶ୍ୱ ପାଦାନ୍ତି ବଳ ଅଛନ୍ତି କେତେ ।୩୪।ଦ୍ୱାରପାଳ ବୋଇଲେ ଶୁଣିମା ଦେବ ରାୟେଦରିଦ୍ର ବ୍ରାହ୍ମଣେକ କୋଳେ ବାଳୁତ ପୁତ୍ର ଗୋଟିୟେ ।୩୫।ଦଇବେ ହେଠମାଥ ରସ ଲାଗିହୋଇମହାମତ୍ତ ବେଳେ ସେ ଲାଗିଛି ଗଞ୍ଜାଇ ।୩୬।ୟେମନ୍ତର ସମୟେ ଚାର କହିଲା ବାରତଶୁଣିଣ କୋପକଲେ ନୃପତି ଦ୍ରୋପତ ।୩୭।ଆହୋ ରାଜ୍ୟରେ ମୋହୋର ପାତ୍ର ମନ୍ତ୍ରୀ ନାହାନ୍ତି ଯେ ପୁଣରାଜାର ମଇତ୍ର ବୋଲଉଛି ଭିକ୍ଷୁକ ବ୍ରାହ୍ମଣ ।୩୮।ୟେତେ ମାତ୍ରକ କଥା ନାହିଂ ନା ବିଚାରକୁୟେସନେକ ବାରତା ଯେ ଜଣାଇଲ ମୁକୁ ।୩୯।ମହା ପ୍ରଭୁ ପଣେ ବୋଇଲେ ଦଣ୍ଡଧାରୀମୋହୋର ଛାମୁରୁ ୟେହାକୁ ନିଅରେ ବାଳ ଧରି ।୪୦।ଜଣାଇଲା ଦୂତ ଯେ ଦ୍ୱାରଚାର ମାନନ୍ତଅନେକ ଦଣ୍ଡ ମଣ୍ଡ କରାଇଲେ ନୃପତ୍ୟ ।୪୧।ଅପରାଧ ପାଇଣ ସେ ଦୂତେ ଅତି କୋପାନଳଧାଇଂ ଧାଇଂ ଧଇଲେ ସେ ଦ୍ରୋଣଙ୍କର ବାଳ ।୪୨।କାହିଂର ଅଟୁ ତୁ ରେ ଦାନୁଆ ବ୍ରାହ୍ମଣରାଜାଙ୍କର ମଇତ୍ର ବୋଲି ବୋଇଲୁ ଅକାରଣ ।୪୩।ତୋହୋରେଣ ଗଞ୍ଜଣା ପାଇଲୁ ଅପ୍ରମାଦେଧର୍ମେ ବଞ୍ଚିଲୁ ଆମ୍ଭେ କିଂଚିତ ଅପରାଧେ ।୪୪।କେ ଯାଇ ତାହାର କେଶ ଧଇଲେ କୋପକରିକେ ଲେଡ଼ା ଗୋଇଠା ବିଧା କହୁଣି ଅଛନ୍ତି ମାରି ।୪୫।କେ ତୁଣ୍ଡେ ବିଣ୍ଡା ମାଡ଼ି ପକାବନ୍ତି ଧୂଳିବାଳୁତ ପୁଅ ଗୋଟି ଦେଉଅଛି ବୋବାଳି ।୪୬।କେ କୁରୁଳି ଗାଲରେ ମାରନ୍ତି ନେଇ ବିଧାକେ ଗୋଡ଼େ ଫିଙ୍ଗାଇ ଗଲେ ପକାବନ୍ତି ଖୁନ୍ଦା ।୪୭।ଅଇଣ୍ଠା ପତରେଣ ଟେଳା ମାରନ୍ତି ମିଶାଇଧୂଳି ଆଞ୍ଜୁଳାୟେ କେ ମାରନ୍ତି ତାକୁ ନେଇ ।୪୮।ହୁରିୟା ଜୁରିୟାମାନେ ମାରୁଛନ୍ତି ବେଢି କରିବଡ଼ ବେଗେ ନଗ୍ରୁଂ ଦିଲେ ବାହାର କରି ।୪୯।ବିକଳେ ଦ୍ରୋଣ ପୁଅ ଗୋଟି ଲଗାଇଛନ୍ତି ହିଆରେବରଷଣ ପରାୟେ ଟେଳା ପଡୁଛନ୍ତି ଉପରେ ।୫୦।ଅନେକ ପ୍ରାଭବ ପାଇଣ ଯେ ଅଇଲେ ବାହୁଡ଼ିବାହୁଡିଲେ ହୁରିଆମାନେ ନଗ୍ର ବାହାରେ ଛାଡ଼ି ।୫୧।କେଶୀ ନଦୀ କୂଳେ ବସି ବିଚାରନ୍ତି ଦ୍ରୋଣେଚାଣ୍ଡାଳ ମୋଢା ତହିଂକି ଆମ୍ଭେ ଅଇଲୁ ଅକାରଣେ ।୫୨।ଆହେ ପ୍ରଜାପତି ୟେମନ୍ତ କରି ଲେଖିରାଜପଣ ହେଲେ ୟେତେ ଗର୍ବ ହାଦେ ଦେଖି ।୫୩।ଯେତେକ ବାଗେ ସମ୍ଭାଳିଲି ମୁଂହି ବନେକ୍ଷଣକର ଉପୁଗାର ଅହର୍ନିଶି ଥାଇମନେ ।୫୪।ମୁଂ ୟେହାକୁ ସମ୍ଭାଳିଲି ଚଉବିଂଶ ବରଷ ପରିଯନ୍ତେୟେଥକୁ ଉପୁଗାରମାନ ହୋଇଲା ୟେତେ ମୋତେ ।୫୫।ଶାହାସ୍ର ମିଥ୍ୟା କି ହୋଇଲା ଅବିଚାରେଧର୍ମ ନାଶ ଗଲା ମୋର ପର ଉପୁଗାରେ ।୫୬।ଦ୍ରୋଣଙ୍କର ପର୍ଶୁରାମଙ୍କଠାରୁ ଅସ୍ତ୍ର ପ୍ରାପ୍ତିଦ୍ରୋଣେ ଯାଉଛନ୍ତି ସନ୍ତାପିଣ କର୍ମକୁମଣିକର୍ଣ୍ଣିକା ତୀର୍ଥେ ମୁଣ୍ଡାଇବୁଂ କେଶକୁ ।୧।କୋଟିୟେ ତୀର୍ଥରେ ବୁଡ଼ିଲା ଅଛି ଯେବଣ ବାଳୟେ କେଶ ବିକୋତି ଧଇଲେ ପାପିଷ୍ଠ ଚାଣ୍ଡାଳ ।୨।ପ୍ରୟାଗ ତ୍ରିବେଣୀରେ ଯାଇ କରିବା ସ୍ରାହାନତହିଂସେ ହରିବି ନା ଦୁସହ ପାପମାନ ।୩।ୟେତେ ବିଚାରିଣ ସେ ଭାରଦ୍ୱାଦଶଙ୍କ ସୁତଅଶସ୍ତମାକଇଂ ଘେନି ଚଳିଲେ ପ୍ରାଗବଟ ତୀର୍ଥ ।୪।ସେ ମହାତୀର୍ଥେ ପ୍ରଶୁରାମ ଛନ୍ତି ରହିଦ୍ରୋଣେ ବିକଳେ ବେଦ ଆଧ୍ୟାନ କଲେ ପ୍ରଶୁରାମଙ୍କ ମୁଖ ଚାହିଂ ।୫।ଯଦୁର୍ବେଦ ଆଧ୍ୟାନ କଲେ ପଞ୍ଚତିରିଶ ଶ୍ଳୋକ ବାଛିଶୁଣି ପ୍ରଶୁରାମ ଥମ୍ଭୀଭୂତ ହୋଇ ନଫୁରଇ କିଛି ।୬।ରହ ରହ ବ୍ରାହ୍ମଣ ତୁ ଅଟୁ ମହା ବ୍ରହ୍ମବେଦୀୟେଡ଼େ ବଡ଼ ବ୍ରାହ୍ମଣ ହୋଇ ତୁ କେବଣ ଅର୍ଥେ ୟେଡ଼େ କ୍ରୋଧୀ ।୭।ଦ୍ରୋଣେ ବୋଇଲେ ଶୁଣ ଜମଦଗ୍ନିଙ୍କର ଶିଷିମୁହିଂ ଭାରଦ୍ୱାଦଶଙ୍କ ନନ୍ଦନ ଦୁଜେ ଗୋତ୍ରପାଠ ଋଷି ।୮।ମୁହିଂ ଅନେକ ଗଞ୍ଜି ହୋଇଲି ଭୋ ପ୍ରଶୁରାମମୋହୋର ନାମ ସାରି ଉଦ୍ଧରି ଧର ଧର୍ମ ।୯।ଶୁଣିଣ ପ୍ରଶୁରାମ ଅନେକ ସାନନ୍ଦ ମନସତ୍ୟ କଲୁ ମାଗ ଦ୍ୱିଜ ଯେଣେ କଲୁ ଧ୍ୟାନ ।୧୦।ଡାହାଣାବ୍ରତେକ ଶଙ୍ଖ ଜଳ ତିଳ ଲାଇପ୍ରଶୁରାମ ଦ୍ରୋଣଙ୍କର ହସ୍ତେ ଦିଲେ ନେଇ ।୧୧।ପ୍ରଶୁରାମେ ଦେଉଛନ୍ତି ଉପର ହସ୍ତକରିସଂକଳ୍ପ ବାକ୍ୟେଣ ସତ୍ୟ ସତ୍ୟ ଯେ ଉଚ୍ଚାରି ।୧୨।ତଳ ହସ୍ତ କରିଣ ଯେ ଘେନୁଛନ୍ତି ଦ୍ରୋଣେମାଗ ହୋ ଦ୍ୱିଜବର ତୋତେ କାରଣ ହୋଅଇ ଯେଣେ ।୧୩।ତୁ ଯେ ଅନଳ ନାରାୟଣ ମୋତେ ପ୍ରସନ୍ନ ହୋଇବୁତୋହୋର ଶସ୍ର ଶାସ୍ରମାନ ସବୁ ମୋତେ ଦେବୁ ।୧୪।ପ୍ରଶୁରାମେ ବୋଇଲେ ଯାହା ମାଗିଲୁ ଦ୍ୱିଜବରତୋତେ ପ୍ରାପତ ହୋଉ ମୋହୋର ସମସ୍ତ ଶସ୍ର ମନ୍ତ୍ର ସାର ।୧୫।ତଳ ହସ୍ତ କରିଣ ପାତି ଅଛନ୍ତି ଦ୍ରୋଣେଉପର ହସ୍ତ କରିଣ ପ୍ରଶୁରାମେ ତୋଳି ଦିଲେ ଧନୁ ତ୍ରୋଣେ ।୧୬।ପ୍ରଶୁ ମୁଦୁଗର କୋଠାର ଶକତିକୋନ୍ତ ଅସିବର ବିଜେ କର୍ଣ୍ଣ କଟାରି ଯେ କାତି ।୧୭।ବଜ୍ର ଶର ଅନଳ ଶର ଅମୋହ ଶକତିକାଳଫାଶ ନାଗଫାଶ ବ୍ରହ୍ମଶର ଦିଅନ୍ତି ।୧୮।ଅଗ୍ନି ଗଦା ହେମ ଗଦା ଗରୁଡ ପନ୍ନଗା ଶରସୂର୍ଯ୍ୟାବ୍ରତେକ ଗଦା ବ୍ରହ୍ମ ଗଦା ଅଗ୍ନି ଶର ।୧୯।ବ୍ରହ୍ମ ଶକତି ରୁଦ୍ର ଶକତି ମହାକାଳ ଶକତିମୂଷଳ କାଇଂସିକା ସୂର୍ଯ୍ୟାବ୍ରତେକ ଶକତି ଅନଳ ଶକତି ।୨୦।ଜମଦଗ୍ନିଙ୍କର ପୁତ୍ର ପ୍ରସନ୍ନ ହୋଇଲେସମସ୍ତ ଶହସ୍ର ଶାହାସ୍ର ତ୍ରୋଣମାନ ଯେ ଦ୍ରୋଣଙ୍କ ହସ୍ତେ ଦିଲେ ।୨୧।ପ୍ରଶୁରାମ ବୋଇଲେ ମୋର ସତ୍ୟ ସତ୍ୟନ ସାଧି ସମସ୍ତ ବିଦ୍ୟା ଦାନ ତୋତେ ହୋଉ ପରାପତ ।୨୨।ସମସ୍ତ ବିଦ୍ୟାଦା ନଦିଲେ ପ୍ରଶୁରାମ ଧର୍ମ ଅର୍ଥେଦ୍ରୋଣେ ଘେନିଲେ ଦ୍ରୋପଦକୁ ସାଧିବା ନିମନ୍ତେ ।୨୩।ଯେହ୍ନେ ଆଗ୍ୟାଂ ଦିଲେ ଜମଦଗ୍ନିଙ୍କର ଶିଷିନ ସାଧି ଛତ୍ରୀ ହୋଇଲେ ଦ୍ରୋଣ ମହଋଷି ।୨୪।ଆକ୍ରଷଣ ଗଣ୍ଠିମୁଠି ପ୍ରତଗ୍ୟାଂ ଗୁଣମାନସମସ୍ତ ତୋଷେ ଦିଲେ ରେଣୁକା ନନ୍ଦନ ।୨୫।ଅନେକ ଶସ୍ରମାନ ଯେତେକ ସାଧିଥିଲେତୋଷେଣ ଦ୍ରୋଣଙ୍କୁ ପ୍ରଶୁରାମ ଦିଲେ ।୨୬।ଆମ୍ଭେ ସମୟେ ଯେ ସାଧିଲୁ ସମସ୍ତ ବିଦ୍ୟାୟେବେ ନ ସାଧି ବ୍ରାହ୍ମଣ ତୁ ହୋଇବୁ ତପସିଦ୍ଧା ।୨୭।ୟେତ ପାଟ ବଂଶୀ ବିଦ୍ୟାଶୀ ବ୍ରାହ୍ମଣସମସ୍ତ ବିଦ୍ୟା ତୋତେ ପ୍ରାପତ ହୋଉ ଦ୍ରୋଣ ।୨୮।ପ୍ରଶୁରାମ ବୋଇଲେ ହେ ସମସ୍ତ ଶସ୍ରମାନେତ୍ରୟଲୋକ୍ୟ ଖେଦୁଥିଲେ ଆମ୍ଭର ଯେହ୍ନେ ବଚନେ ।୨୯।ଦ୍ରୋଣକୁ ସେହି ମତ ହୁଅ ହେ ପରାପତଶହସ୍ର ଗୁରୁ ହୋଉ ଦ୍ରୋଣ ଜଗତେ ବିଖ୍ୟାତ ।୩୦।ଶହସ୍ର ମାନ ଚଳିବାକୁ ମନ୍ତ୍ରମାନ ସହିତେୟେମାନହିଂ ପ୍ରାପତ ହୋଉ ହେ ଦ୍ରୋଣ ତୋତେ ।୩୧।ପ୍ରଶୁରାମଙ୍କ ବିଦ୍ୟା ବୋଲି ବୋଲନ୍ତୁ ଜଗତେଗୁରୁପଣକୁ ସମସ୍ତେ ହୋଅନ୍ତୁ ଭଗତେ ।୩୨।ବିଦ୍ୟାମାନମୋର ତହୁଂ ଘେନି ହୋଅ ଦ୍ରୋଣ ଗୁରୁଯୋଦ୍ଧାକୁଳେ ତୋତେ ସମସ୍ତେ ବନ୍ଦନା ଯେ କରୁ ।୩୩।ଦ୍ରୋଣ ବୋଇଲେ ହୋ ପ୍ରଶୁରାମ ତୁମ୍ଭେ ଯେ ପ୍ରସନ୍ନ ହୋଇଲ ମୁକୁବିନୟ ଭାବ ହୋଇ ବନ୍ଦନା କରନ୍ତି ତାହାଙ୍କୁ ।୩୪।ପର୍ଶୁରାମଙ୍କ ବନ୍ଦନାଜୟ ଜୟ କାଳାନ୍ତେକ ଛତ୍ରୀବର୍ଗ ଧ୍ୱଂସାମହାତ୍ମା ପୁରୁଷ ତୁ ନିର୍ଦ୍ଦୟେ ନିରଂଶା ।୧।ଶୁଦ୍ଧ ସଷ୍ଟିକ ବିରାଜିତ ଯାହାର ତେଜବର୍ଣ୍ଣଶୂର ସୋହଡ଼ ନାଥ ଜଗତ ମୋହନ ।୨।ପରମ ବ୍ରହ୍ମପୁରୁଷ ହୃଦଗତେ ବିଦ୍ୟା ସାଧିଦ୍ରଶନେ ପାପ ହରନ୍ତା ପ୍ରସନ୍ନେ କାର୍ଯ୍ୟସିଦ୍ଧି ।୩।କୃପା ସାଗର ନାଥ ଦାରିଦ୍ର ଦୁଖନିଧି ।୪।ଭୂଅ ଭାର ହରଣ ତୁ ପୁରୁଷ ଅସକନ୍ଦାଜମ୍ୱୁ ପଟଳ ରୁଚିର ପୁରୁଷ ଅଜପା ଲୟେ ଛନ୍ଦା ।୫।ଜୟ ତୁ ଜୟ ତୁ ଯୋଗାନ୍ତକ ପୁରୁଷ ସତ୍ୟ ଯୁଗ ଭୋଗୀଜୟ ତୁ ଜୟ ତୁ ଯୋଗାନ୍ତକ ସାତୁକ୍ୟ ପରମ ଯୋଗୀ ।୬।ଆକର୍ଷଣ କୃପାଜଳ ସୁବିକଟ ଦୃଷ୍ଟିପାଦକ ଅନ୍ତକ ବିକ୍ରମ ବିକଟି ।୭।ଶହସ୍ର ବିଦ୍ୟାରେ ତୁ ସହସ୍ର ଅର୍ଜୁନ ଦର୍ପ ଧଂସୁସୁର ଦର୍ପ ଧଂସନ କରେଣ ତୋର ତୀଖ ପ୍ରଶୁ ।୮।ଆଗ୍ୟାଂ କର ଠାକୁର ତୁ ଯାହାର ଅଣବଞ୍ଚାୟେକ ଶରେ ଦିସ ଭଂଜନ ଧ୍ୱଂସନ୍ତା ସର୍ବସଞ୍ଚା ।୯।କୃପାସାଗର ନାଥ ଦରିଦ୍ର ଦୁଖ ବିଧ୍ୱଂସାବାଞ୍ଛା ସାଗର ନାଥ ସ୍ୱାମୀ ପୂରାଅ ମନବାଞ୍ଛା ।୧୦।ଅତିଅନ୍ତ ବିକଟାଳ ପିତାର ବଚନ ପ୍ରତିପାଳିମାତା ଭ୍ରାଥାଙ୍କର ରୁଧିର କଲୁ ବଳି ।୧୧।ତୁ ଦେବ ସଂସାରେ ସମସ୍ତ ଦର୍ପ ଗଞ୍ଜୁପ୍ରାଣ ଉଦ୍ଧାରଣ ନାଥ ଦୁସହ ଦର୍ପ ଗଞ୍ଜୁ ।୧୨।ୟେ ସଚରାଚର ପୃଥିବୀକି ତୁହି ସେ ୟେକ ଦେବସଦାନନ୍ଦ ପୁରୁଷ ତୁ ଅଭୟେ ସଦାଶିବ ।୧୩।ସମସ୍ତେ ନିରେଖ ତୁହି ସେ ସର୍ବଟାଣସପତ ବ୍ରହ୍ମାଣ୍ଡେ ତୋର ମେଣ୍ଟନ୍ତା ନାହିଂ ଆନ ।୧୪।ଅଂଶାବତାରେ ଦେବ ଅନନ୍ତ କୋଟି ମୂର୍ତ୍ତିପ୍ରଶୁରାମ ଅବତାରେ ନାହିଂନା ଆନ ଛତ୍ରୀ ।୧୫।ରାଗ ନ ସହିଲୁ ନାଥ ପିତାର ନିମନ୍ତେକ୍ଷତ୍ରୀ ଅନ୍ତ କଲୁ ନାଥ ୟେକୋଇଶ ବାର ପରିଯନ୍ତେ ।୧୬।କେବଣ ଯୋଗ ବଳେ ସ୍ୱାମୀ ବଢିଲା ତୋର ନାମମହା ଭୟେ ଉପୁଜିଲା ନାମ ପ୍ରଶୁରାମ ।୧୭।ଅନେକ ପାତକ ଦେବ ତୋର ଦ୍ରଶନେ ଭଂଜାଦୁରିତ ନିବାରଣ ନାଥ ନାଶକର ଦର୍ପଗଞ୍ଜା ।୧୮।ଯାବତ ଚନ୍ଦ୍ର ଯେ ଦିବାକର ବ୍ରତିଥାଉପ୍ରଶୁରାମ ନାମ ଗୋଟି ମୋର ହୃଦେ ରହୁ ।୧୯।ଜନ୍ମେ ଜନ୍ମେ ଭାବଇଂ ମୁହିଂ ତବ ପଦ୍ମପାୟେଶୂଦ୍ରମୁନି ସାରୋଳା ଦାସ ସେବଇ ପ୍ରଶୁରାମ ଧ୍ୟାୟେ ।୨୦।ଦ୍ରୋଣଙ୍କର ହସ୍ତିନା ଆଗମନ, କୃପଙ୍କଘରେ ବାସ ଓ ଗୁରୁପଦ ଲାଭବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁପ୍ରଶୁରାମଙ୍କ ବନ୍ଦନା କଲେ ଭାରଦ୍ୱାଦଶଙ୍କ ତନୁ ।୧।ସମସ୍ତ ବିଦ୍ୟା ଦିଲେ ସେ ଜମଦଅଗ୍ନିଙ୍କ ଶିଷିବିଦ୍ୟା ସାର୍ଥୁକ ହୋଇଲେ ଦ୍ରୋଣ ମହାଋଷି ।୨।ଶସ୍ରମାନ ଘେନିଲେ ଗୁରୁଦ୍ରୋଣେୟେ ଯେବେ ପ୍ରାପତ ହୋଇଲା ନା ଜାଣିମା ୟେଥିର କାରଣେ ।୩।ଦ୍ରୁପଦ ଯେ ଆମ୍ଭନ୍ତ ଦିଲା ଅନେକ ଶାସ୍ତିଶରୀରେ ବ୍ୟଥା ପାଇଲୁ ଅନେକ ଦୁର୍ଗତି ।୪।ସଂଗ୍ରାମ କରିବୁ ଆମ୍ଭେ ଦ୍ରୁପଦର ତୁଲେଯୁଦ୍ଧ କରି ନ ପାରିବୁ ୟେ ବାଳୁତ ପୁତ୍ର ଥିଲେ ।୫।ହସ୍ତିନାୟେ ଅଛନ୍ତି ଯେ କୃପ ନାମେ ଆଚାର୍ଯ୍ୟେତାହାର ଘରେ ନେଇ ଛାଡିବା ବାଳୁତ ଆତ୍ମଜେ ।୬।ପୁତ୍ର ରୁହାଇ ଆସିବୁ ପଞ୍ଚାଳ ଦେଶେଦ୍ରୁପଦର ତୁଲେ ଯୁଦ୍ଧ କରିବୁ ନିରାଶେ ।୭।ୟେତେକ ବିଚାରି ସେ ଗଲେ ହସ୍ତିନାକୁକରପତ୍ରେ ଧନୁ ତ୍ରୋଣେ କାଖେ ଘେନିଲେ ଅଶସ୍ତମାକୁ ।୮।ପ୍ରବେଶ ହୋଇଲେ ଯାଇଂ କୃପ ଆଚାର୍ଯ୍ୟଙ୍କ ଘରେଦେଖିଣ ଆଚାର୍ଯ୍ୟେ ଆଶ୍ରିତ ହୋଇଲେ ସନିନ୍ଧରେ ।୯।କୃପାଚାର୍ଯ୍ୟ ପୁଛା କଲେ ଭଗ୍ନୀକି ନ ଦେଖିସଂଗରେ ତୁମ୍ଭେ କିଂପା ନ ଆଣିଲ କୃପୀକି ।୧୦।ୟେ ପୁତ୍ର ଗୋଟି ହାଦେ କାହାର ହୋ ଦ୍ରୋଣେତପୀ ପଣ ଛାଡ଼ି କିଂପେ ଧଇଲ ଧନୁ ତ୍ରୋଣେ ।୧୧।ଅନେକ ବାଗେ ଯେ ପଚାରିଲେ କୃପେଆସନେ ବସାଇଲେ ଗଉରୋବେ ସମୀପେ ।୧୨।ସ୍ନାହାନ କରାଇ ଭୋଜନ ଦିଲେ ତ୍ରିପୁତିଆଞ୍ଚୋବନ ସାରି ଆସନେ ବସାଇଲେ ମହାଯତି ।୧୩।କୃପ ଆଚାର୍ଯ୍ୟେ ପୁଚ୍ଛା କଲେକ ଦ୍ରୋଣଙ୍କୁୟେ ଶହସ୍ରମାନ ହେ କେ ଦିଲା ତୁମ୍ଭଙ୍କୁ ।୧୪।ସୁସ୍ଥ ହୋଇ କହନ୍ତି ହରଷ ଭାବ ହୋଇମୁକତିକଇଂ କାରଣ ପାଇଲୁ ୟେ ପୁତ୍ରକଇଂ ।୧୫।ଆହୋ କୃପାଚାର୍ଯ୍ୟେ ବିପଦ ଆମ୍ଭକଇଂ ପଡ଼ିଲାୟେ ପୁତ୍ର ପ୍ରସବି ହାଦେ କୃପୀ ନାଶ ଗଲା ।୧୬।କୃପେ ବିଷାଦ ହୋଇଲେ ତାହା ଶୁଣିଅତି ଦେଶାନ୍ତରୀ ହୋଇଲୁ ଅପ୍ରମାଣି ।୧୭।ୟେଥେଂ ଯେବେ କରିଥଆନ୍ତ ଗୃହ ବାସଆମ୍ଭ ଭଗ୍ନୀ କିଂପେ ହୁଅନ୍ତା ପ୍ରାଣ ନାଶ ।୧୮।କୃପ ଆଚାର୍ଯ୍ୟଙ୍କର ଭାରିଯା ଲଘୁମଣିତାହା ଗୋଚରେ ଅଶସ୍ତମାକଇଂ ସମର୍ପିଲେ ଆଣି ।୧୯।ୟେ ପୁତ୍ର ଗୋଟିକି ଗୋ ପାଳସି ଯତନେଆମ୍ଭର ପୁତ୍ର ହୋ ହାଦେ ୟେହାକୁ ନ ଦେଖିବୁ ଭିନ୍ନେ ।୨୦।ୟେତେ ଶୁଣି ଲଘୁ ପୁତ୍ରକୁ କାଖେ ଘେନିଆଶ୍ୱାସନା କରି ମୁଖେ ଚୁମ୍ୱନ ଦିଲେ ପୁଣି ।୨୧।ସମସ୍ତ ଶହସ୍ରମାନ ଘେନିଣ ଦ୍ରୋଣ ମହାକ୍ଷତ୍ରୀବନସ୍ତେ ପଶି ବିଦ୍ୟା ସାଧନ୍ତି ନିତି ପ୍ରତି ।୨୨।ପ୍ରଶୁରାମଙ୍କର ଶିକ୍ଷାୟେ ଚଳନ୍ତି ଶସ୍ରମାନଶରଘାତ ହୋଇ ପଡ଼ନ୍ତି ସମସ୍ତ ଜୀବମାନ ।୨୩।ହରିଣ ବାହୁଟିଆ ଗଣ୍ଡା ଜୀବ ମାରିକୃପ ଆଚାର୍ଯ୍ୟଘରକୁ ଆଣନ୍ତି ଭାର କରି ।୨୪।ଶିବପୁର ନଗ୍ର କୌଶିକ ବ୍ରାହ୍ମଣତାହାର ତହୁଂ କନ୍ୟା ଗୋଟିୟେ ପ୍ରଦାନ ହୋଇଲେ ଦ୍ରୋଣ ।୨୫।ସେ କନ୍ୟାର ନାମ ଯେ ଅଟଇ ହରିତାସେ କୁମାରୀ ହୋଇଲା ଦ୍ରୋଣଙ୍କର ବନିତା ।୨୬।ଫାଲଗୁନ୍ୟ ଶୁକଳ ପକ୍ଷ ସଉରି ବାର ଷଷ୍ଠୀକୃପ ଆଚାର୍ଯ୍ୟେ ରାଇଲେ ଦ୍ରୋଣ ତପନିଷ୍ଠି ।୨୭।ବାରୁଣାବନ୍ତ ଆଖଡ଼ାକୁ ଚାଲ ଆମ୍ଭେଯିବାରାଜକୁମରମାନଙ୍କର ଶର ସାଧନ ଦେଖିବା ।୨୮।କୃପେ ଦ୍ରୋଣେ ଗଲେ ହସ୍ତିନା ଆଖଡ଼ାକୁଭୀଷ୍ମେ ପୁଅନ୍ତ ଖେଳାଉଛନ୍ତି ଶହସ୍ର ସୂତ୍ର ଜାଣିମାକୁ ।୨୯।ଦ୍ରୋଣେ କୃପେ ଦୁହେଂ ଉଭା ହୋଇଣ ଅଛନ୍ତିଦେଖିଲେ ସମସ୍ତେ ଶର ସାଧନା କରନ୍ତି ।୩୦।ଖେଳେ ଦ୍ରିଯୋଧନ ଲାଟ ଗୋଟିୟେ ମାରିଣ ଯେ ଦିଲାସେ ଲାଟ ଜୀର୍ଣ୍ଣ କୂପରେ ଯାଇଣ ପଡିଲା ।୩୧।ଭୀଷ୍ମଙ୍କର ଅଗ୍ରତେ କହିଲେ ଯାଇଂ ଚାଟବାମ୍ଫୀର ଭିତରେ ଦେବ ପଡ଼ିଲା ଯାଇ ଲାଟ ।୩୨।ସଭିୟେ ରୁଣ୍ଡ ହୋଇଲେ ବାମ୍ଫୀ କୂପ ବେଢିଦେଖିଲେ ସାତ ତାଳ ଗଭୀରେ ଲାଟ ଅଛି ପଡ଼ି ।୩୩।ଦ୍ରିଯୋଧନ ବୋଇଲା ୟେହା କାଢିବା କେମନ୍ତେପଶି ତ ନୁଆରିଲୁ ଗଭୀର ଅପ୍ରମିତେ ।୩୪।ଦ୍ରୋଣ ବୋଇଲେ ୟେ ସାମାନ୍ୟ କୂପ ଗୋଟିୟେ ଛାର ପୁଣ କିସ ଦୃଷ୍ଟି ବିଦ୍ୟା ସେ ଟି ।୩୫।ଦ୍ରିଯୋଧନ ବୋଇଲା ତୁମ୍ଭେ ହୋ କାହିଂର ବ୍ରାହ୍ମଣଦୃଷ୍ଟି ବିଦ୍ୟା ବୋଇଲେ ଯେବେ ଲାଟ ଦେଖି ଆଣ ।୩୬।କୃପାଚାର୍ଯ୍ୟଙ୍କୁ ବୋଇଲେ ଭାରଦ୍ୱାଦଶଙ୍କ ତନୟେଉପାଡ଼ି ଆଣ ହୋ ଗୁଗୁଚିଆ ଲୋଚିୟେ ।୩୭।କୃପଆଚାର୍ଯ୍ୟେ ତାହା ଘେନି ଅଇଲେ ବହନଗୁଗୁଚିୟା ଶର ଗୋଟିୟେ ଘେନିଲେକ ଦ୍ରୋଣ ।୩୮।ମନ୍ତ୍ର ପଢି ମାଇଲେ ସେ କୂପର ଭିତରେଗୁରୁଚିୟା ଶର ଯାଇ ବସିଲା ଲାଟର ଉପରେ ।୩୯।ପୁଣ ଆରେକ ଗୋଟିୟେ ଦିଲେ ଦ୍ରୋଣ ଫିଙ୍ଗିସେ ଗୋଟି ଉପରେ ୟେ ଗୋଟି ବସିଲା ଯାଇ ବେଗି ।୪୦।ପୁଣ ଗୋଟିଏ ଫିଙ୍ଗି ଦିଲେ ଭିତରେୟେ ଗୋଟି ବସିଲା ଯାଇ ସେ ଗୋଟି ଉପରେ ।୪୧।ଦ୍ରୋଣଙ୍କର ମନ୍ତ୍ର ମହିଂମା ଦେଖନ୍ତି ସର୍ବ ନୃପ କୁମରେଗୁଗୁଚିଆ ଶର ଛାଡ଼ିଲେ ସାତ ତାଳ କୂପରେ ।୪୨।ଦ୍ରୋଣେ ଘେନିଲେ ଯେଉଂ ଉପର ଶର ଗୋଟିକୂପରୁ ବାହାର ଯେ ହୋଇ ଅଇଲା ଲାଟ ଗୋଟି ।୪୩।ଭୀଷ୍ମଙ୍କ ଛାମୁରେ ଯେ ପକାଇଲେ ନେଇସମସ୍ତେ ଆଶ୍ରିଜ ହୋଇଲେ ତାହା ଚାହିଂ ।୪୪।କାହାକଇଂ ଗୋଚର ନାହିଂ ନ ଦିଶଇ ବାଟଗୁଗୁଚିଆ ନାରାଜେ ସେ ବାହାର ହୋଇଲା ଲାଟ ।୪୫।ଗୁରୁଶ୍ରେଷ୍ଠ ହୋଇଲ ହୋ ତୁମ୍ଭେ ଦ୍ୱିଜବରୟେ ଘାନ୍ତି ଜାଣିବା ଦେଖି ବିଦ୍ୟା ଯେ ତୁମ୍ଭର ।୪୬।ହସ୍ତରୁ ବଚ୍ଛା ମୁଦି ପକାଇଲେ କୂପରେ ଦ୍ରିଯୋଧନୟେ ଘାନ୍ତି ବୁଝିବା ନା ତୋହୋର ମନ୍ତ୍ର ଗୁଣ ପୁଣ ।୪୭।ଦ୍ରୋଣେ ବୋଇଲେ ୟେ ନୋହେ ଅସଂକ୍ଷେପସମୋଦ୍ର ନଦୀ ନୋହଇ ୟେ ଛାର ମାତ୍ର କୂପ ।୪୮।ପ୍ରତଗ୍ୟାଂ ଗାଢ ଦେଖିଣ ଦ୍ରିଯୋଧନ ହଟୁଂହସ୍ତୁଂ ଦ୍ରୋଣେ ଆପଣେ ଯେ କାଢିଲେ କୁଶ ବଟୁ ।୪୯।କୁଶ ବଟୁ ପକାଇଲେ କୂପର ଭିତରେମୁଦି ଆବୋରି ବସିଲା ଯାଇ ଚାରି ଫେରେ ।୫୦।ଆସରେ ବୋଲିଣ ଡାକ ଦିଲେ ଦ୍ରୋଣଗୁରୁକୁଶ ବଟୁ ଲାଗି ମୁଦି ବାହାର ହୋଇଲା କୂପରୁ ।୫୧।ଭୀଷ୍ମଙ୍କ ଛାମୁରେ ମୁଦି ପକାଇଲେ ନେଇଭୀଷ୍ମେ ଆଶ୍ରିଜ ହୋଇଲେ ତାହାକଇଂ ଚାହିଂ ।୫୨।ଭୀଷ୍ମେ ବୋଇଲେ ଶୁଣସି ହୋ ବ୍ରାହ୍ମଣଭାରଦ୍ୱାଦଶଙ୍କ ନନ୍ଦନ ଅଟ କି ତୁମ୍ଭେ ଦ୍ରୋଣ ।୫୩।କୃପ ଆଚାର୍ଯ୍ୟେ ବୋଇଲେ ୟେହି ସେ ଦ୍ରୋଣ ଅଟନ୍ତିପ୍ରଶୁରାମଙ୍କ ବିଦ୍ୟାୟେ ସମସ୍ତ ଜାଣନ୍ତି ।୫୪।ଭୀଷ୍ମେ ବୋଇଲେ ଦ୍ରୋଣେ ଦୟାକର ୟେ ପୁଅଙ୍କୁବିଦ୍ୟାଗୁରୁ ହୋଇ ବିଦ୍ୟା ଶିଖାଅ ହୋ ୟେହାଙ୍କୁ ।୫୫।ଅନେକ ବାଗେ ବୋଇଲେ କୃପ ଯେ ଆଚାର୍ଯ୍ୟେତହୁଂ ବିଦ୍ୟାଗୁରୁ ହୋଇଲେ ଭାରଦ୍ୱାଦଶଙ୍କର ଆତ୍ମଜେ ।୫୬।ତୁଳମାସ କୃଷ୍ଣପକ୍ଷ ଚଉଠୀ ଗୁରୁବାରରୋହିଣୀ ନକ୍ଷତ୍ର ଯେ ବୃଷରାଶି ଅଟଇ ସେ ଦିନର ।୫୭।ତୈତିଳ ନାମେ କରମ ଶିବ ନାମେ ଯୋଗତୁଳ ସଂକ୍ରାନ୍ତିକି ପଚିଶ ଦିନ ଭୋଗ ।୫୮।ସେ ଦିନ ବିଦ୍ୟାକୁ ଅନକୂଳ କଲେ ଦ୍ରୋଣଗଣନାଥ ଆଖଡ଼ା ଚଣ୍ଡୀ ପୂଜିଲେ ତତକ୍ଷଣ ।୫୯ସକାଳ ସନ୍ଧ୍ୟାୟେ ବେନି ବେଳ ସାଧନ୍ତି ଆଖଡ଼ାମଧ୍ୟାହ୍ନ ବେଳେ ପାଠ ପଢନ୍ତି ସର୍ବ ବୀରା ।୬୦ଧାଉଡ଼ି ଆକ୍ରଷଣ ମାଲ ଯେ ଗୁଳୁଗୁଞ୍ଚିପଟା କୋନ୍ତ ବିନ୍ଧାଣ ସମସ୍ତ ଗୁରୁସଞ୍ଚି ।୬୧ବେଦ ଶାହାସ୍ର ମନ୍ତ୍ରେ କଲେକ ନିର୍ଜିତୟେ ମନ୍ତ୍ରେଣ ଶିଷ ହୋଇଲେ ନିବିଡ଼ିତ ।୬୨ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବଦ୍ରିଯୋଧନ ୟେକ ଉତ୍ତର ଶତେଭ୍ରାଥ ଅଶସ୍ତମା ରାଧେବ ।୬୩।ୟେମନ୍ତେ ଆଠ ଉତ୍ତର ଶତେ ଭାଇପ୍ରଶୁରାମଙ୍କର ବିଦ୍ୟା ଦ୍ରୋଣେ ସମସ୍ତ ଶିଖାଇ ।୬୪।ଲାଖପଟା ଆକାଶ ତଳେ କଲେ ନେଇସମସ୍ତଙ୍କୁ ଅଦୃଶ୍ୟ ହୋଇବାର ପାଇଂ ।୬୫।ପଟାଜଳା କଲେ ୟେକୋଇଶ ଗୋଟିଦ୍ରିଯୋଧନ ବିନ୍ଧନ୍ତେ ଜଳା ପାଖେ ବସଇଟି ।୬୬।ନୋହିଲେଣ ଚନ୍ଦ୍ର ଉପରେଣ ବସିଭୀମର ବିନ୍ଧନ୍ତେ ଜଳା ଆନଠାରେ ପଶି ।୬୭।ଧୁଶାସନ କେହି ନ ବିନ୍ଧେ ସମର କରିଦ୍ରୋଣେ ସେ ସାତତାଳ ବିନ୍ଧନ୍ତି ଅନୁସରି ।୬୮।କର୍ଣ୍ଣର ହସ୍ତରେ ନେଇ ଦିଲେକ ଯେ ଧନୁବାଙ୍କ ଚନ୍ଦ୍ର ଦୁଇ ବିନ୍ଧଇ ରାଧେବର ତନୁ ।୬୯।ଦେଖିଣ ହରଷ ମନ ହେଲେ ଦ୍ରିଯୋଧନଚମତ୍କାର ପଡ଼ଇ ପାଣ୍ଡେବଙ୍କର ମନ ।୭୦।ଅର୍ଜୁନର ହସ୍ତେ ଗୁରୁ ଦିଲେ ନେଇ ଚାପବାଙ୍କ ଚନ୍ଦ୍ରକୁ ଗଳାଇ ବିନ୍ଧ ହେ ପାର୍ଥିବ ।୭୧।ଗୁରୁଙ୍କୁ ନମସ୍କାର କରି ଧନୁରେ ନାରାଜ ବସାଇବାଙ୍କ ଚୂଳି ଚନ୍ଦ୍ରେ ଅଠର ଦ୍ୱାରେ ଶର ଯାଇ ।୭୨।ଦେଖିଣ ଚମତ୍କାର ହୋଇଲେ ଦ୍ରିଯୋଧନଗୁରୁଙ୍କର ତହୁଂ ତ ହୋଇଲେ ଅଧିକ ଅର୍ଜୁନ ।୭୩।ଅଶସ୍ତମା ହସ୍ତେ ଧନୁ ପିତା ଦିଲେ ନେଇୟେ ଚନ୍ଦ୍ରକୁ ବାଣ ବିନ୍ଧରେ ବାଳ ଯେ ତନଇ ।୭୪।କରେ ନାରାଜ ଧରି ଧନୁରେ ଗୁଣ ଦିଲାପିତା ନାମ ଧରି ବିନ୍ଧନ୍ତେ ପଞ୍ଚ ଚନ୍ଦ୍ରେ ନାରାଜ ଚଳିଗଲା ।୭୫।ଦେଖିଣ ଦ୍ରୋଣ ଯେ ହୋଇଲେ ଚକିତବାସବି ରାଧେବକୁ କେହି ନୋହିଲେ ସାମର୍ଥ ।୭୬।ଢାଲ ଫରି ଆଡ଼ଣ ପାଟଣ ଓହାଡ଼ଣକର୍ଣ୍ଣର ତୁଲେ ସମକଛ ହୋଇବ ଅର୍ଜୁନ ।୭୭।ଦ୍ରିଯୋଧନର ତୁଲେ ଭୀମସେନମାଲ ବିଦ୍ୟାରେ ପଥରେ ପକାନ୍ତି ସମାନ ।୭୮।ନକୁଳ ଧୁଶାସନ ଘେନିଣ ଶାବେଳୀଶତ ଭେଡ଼ା ପରିଯନ୍ତେ ନକୁଳ ଦିୟେ ପେଲି ।୭୯।ଧୁଶାସନ ଦିଅଇ ପଞ୍ଚାବନ ଭେଡ଼ାଅଶସ୍ତମା ଦିଅଇ ପଞ୍ଚାଶୀ ପହଣ୍ଡ ଛଡ଼ା ।୮୦।ଦୁଇଶତ ଭେଡ଼ା ଘୁଞ୍ଚାଇ ଦିଅଇ ଅର୍ଜୁନଶତ ଭେଡ଼ା ଘୁଞ୍ଚାଇ ଦିଅଇ ବୀର କର୍ଣ୍ଣ ।୮୧।ଦେଖିଣ ଦ୍ରିଯୋଧନ ହୁଅଇ ତାତିଷ୍ଠସାଧୁ ସାଧୁ ଧନ୍ୟରେ ତୁ ପଣ୍ଡୁରାଜାର ଚାଟ ।୮୨।ମାଲ ବିଡ଼ମ୍ୱଣ ସମ ବିଦ୍ୟା ସିଦ୍ଧଧନୁ ସାୟକ ବିଦ୍ୟା ସମସ୍ତେ ହେଲେ ସାଧ୍ୟ ।୮୩।ଜାରା ଶବର ଉପାଖ୍ୟାନଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁଜାରା ନାମେ କିରାତ ଯେ ଅଜପତିର ତନୁ ।୧।ଗଣ୍ଡା ଦୁଇଗୋଟା ଘେନି ଅଇଲା ଯତନେବାରୁଣାବନ୍ତକଇଂ ଚଳଇ ତୋଷ ମନେ ।୨।ମଥାରେ ମଜୂର ଝାଲି କଣ୍ଠେ ଗୁଞ୍ଜରା ମାଳିଲୋହିତ ବର୍ଣ୍ଣ ନେତ୍ର ଶରୀରେ ରଙ୍ଗ ଧୂଳି ।୩।ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣଡାଳିଆ ଭରଣ ଫିରିକି ନାରାଜ ତ୍ରୋଣ ।୪।ୟେହେନେକ ସରୂପେ ଅଜପତିର ତନୟେଦ୍ରୋଣଙ୍କୁ ଦ୍ରଶନ କଲା ବାରୁଣାବନ୍ତ ଆଖଡ଼ାୟେ ।୫।ଗଣ୍ଡା ଦେଖି ସାନନ୍ଦ ହୋଇଲେ ଦ୍ରୋଣଗୁରୁମୁହିଂ ବିଦ୍ୟା ପୁତ୍ର ହୋଇକି ଆଗ୍ୟାଂ ଯେବେ କରୁ ।୬।ଯୁଝେଷ୍ଠି ବୋଇଲା ହୋ ଥାଉ ୟେ କିରାତବନଚର ଲୋକ ୟେହାରେ କାର୍ଯ୍ୟ ଅଛି ବହୁତ ।୭।ଶୁଣିଣ କୋପକଲା ସେ ଧୃତରାଷ୍ଟ ବଳାରାଗେଣ ବୋଇଲା ତୁ ହୀନ କିରାତରେ ବହନ ୟେଥୁଂ ପଳା ।୮।ଅର୍ଜୁନ ବୋଇଲାୟେ ନୋହଇ ୟେମନ୍ତବନଚର ଲୋକ ୟେହାରେ ଅଛଇ କାର୍ଯ୍ୟ ବହୁତ ।୯।ଗଣ୍ଡା ହରିଣ ଯେ ମୃଗ ବାହୁଟିୟାଚାମେରୀ ଆଦି କରି ଆଣୁଥିବ ଜିଆଦ ସାଳେହା ।୧୦।ଥାଉ ବୋଲି କରି ଆଗ୍ୟାଂ ଦିଲେ ଗୁରୁ ଦ୍ରୋଣେଦ୍ରିଯୋଧନ ବୋଇଲେ କିପାଂ ଭଣ୍ଡାଅ ଅକାରଣେ ।୧୧।ଧୁଶାସନକୁ ବୋଇଲା ୟେହାକୁ ନିଅ ବାଳ ଧରିବନସ୍ତେ ଛାଡ଼ି ଆସ ଅନେକ ଅବସ୍ତା କରି ।୧୨।ଶୁଣିଣ ଧୁଶାସନ କେଶ ଧରିଣ ଯେ କୋପେଯୋଜନକ ଅନ୍ତରେ ଯେ ଛାଡ଼ିଲା ଗରୁତାପେ ।୧୩।ସେ ଜାରା କିରାତ ଅନେକ କ୍ରୋଧ କଲାଆଖଡ଼ା ଶାଳରୁ ଆପଣା ପଲ୍ଲିକି ଝାଡ଼ କାଟି ନେଲା ।୧୪।ଆପଣା ପଲ୍ଲିଦ୍ୱାରେ ଭିଆଇଲା ଆଖଡ଼ାଦ୍ୱାଦଶ ଯୋଜନେ ଥାଇ ସାଧଇ ମହାବୀରା ।୧୫।ଆପଣା ଦ୍ୱାରେ ଥାଇ ବାରୁଣାବନ୍ତ ଆଖଡ଼ାକୁ ଲୟ ଦେଇଦ୍ୱାଦଶ ଯୋଜନେ ଥାଇ ବିଦ୍ୟା ସାଧଇ ତହିଂ ।୧୬।ଦେଖ ହୋ ମହିମା ପ୍ରତାପୀ ଶବରାଦ୍ୱାଦଶ ଯୋଜନେ ଥାଇ ତଲୟେ କରଇ ଜାରା ।୧୭।ଯେବଣ ପାଦ ଗତି କରନ୍ତି ଦ୍ରୋଣ ଗୁରୁ ଦେବେସେହି ମତି ସାଧନ୍ତି ସର୍ବ କଉରୋବେ ।୧୮।ସେହି ଗତିକି ଚାହିଂ ଶବର ସାଧଇ ସର୍ବବିଦ୍ୟାସମସ୍ତ ଶିଖିଲା ସେ କ୍ଷତ୍ରିୟ ମହାସିଦ୍ଧା ।୧୯।ତାରା ନାମେଣ ଯେ ତାହାର ପ୍ରିୟବତୀସେ କିରାତକୁ ବୋଇଲା ବିମୁଖ କରି ମତି ।୨୦।ଆମ୍ଭେ ବନଚର ଲୋକ ବନ ଜୀବ ଆହାରୀମୃଗୟା ନଯାଇ କିଂପା ଧାଇଂ ଧାଇଂ ମରି ।୨୧।ଜାରା ବୋଇଲା ତୁ ଶୁଣସିରେ ସଂଘାତକାଳେ ଜାଣିମୁ ସିନା ୟେଥିର ତଦନ୍ତ ।୨୨।ଭାରିଯା ବୋଇଲା ୟେହାକୁ କିସ କିସ ବୋଲିକେବଣ ପ୍ରକୃତି ତୋର ୟେହା ବୁଝି ନପାରିଲି ।୨୩।ଅକାରଣେ ପାମରରେ କିଂପେ ଧାଇଂ ଧାଇଂ ମରୁୟେହା ଯେ ସାଧୁଅଛୁ ହୋ କେ ତୋହୋର ଗୁରୁ ।୨୪।ଅଣଗୁରୁରେ ବିଦ୍ୟା ଯେ ନୋହଇ ପରାପତମୂର୍ଖ ପାମର ହୋ ତୁ ବନଚରେ ଜାତ ।୨୫।ଭାରିଯାର ବଚନ ପରମ ହିତକଲାମାଟିର ଦ୍ରୋଣେକ ସେ କିରାତ ବେଗେଣ ଥାପିଲା ।୨୬।ମଥାରେ ଖଞ୍ଜିଲା ସେ କୃଷ୍ଣ ମୃଗର ଚାମରଗୁଞ୍ଜରା ମାଳୀୟେ ଖଞ୍ଜିଲାକ ଲଲାଟେ ତାହାର ।୨୭।ସଷ୍ଟିକ ବେନି ଗୋଟି ଚକ୍ଷୁରେଣ ଖଞ୍ଜିଗୁଞ୍ଜ ଗରଗଡ଼ ମାଳୀ ଗଳାରେ ଅଛି ରଞ୍ଜି ।୨୮।କୋଇଲି ସୂତା ପଇତା ଆଭରଣ କଲା ବାମ କନ୍ଧେକୁମୁଦ ମାଳ ଉତ୍ତୁରୀ ଲମ୍ୱାଇଲା ଛନ୍ଦେ ।୨୯।ଚନ୍ଦନ କାଠ ଘୋରି ହୃଦରେ ଦିଲା ଚିତାଧାମଣା କାଠର ଧନୁ ଧରାଇଲା ବାମ ହସ୍ତା ।୩୦।ଡାହାଣ ଭୁଜର ଯେ ତର୍ଜନୀ ଅଙ୍ଗୁଷ୍ଠିଆଖଡ଼ା ଶାଳକୁ ତାହାର କରାଇଛି ଦୃଷ୍ଟି ।୩୧।ସେ ମୃତ୍ତିକା ଦ୍ରୋଣର ଚରଣାମ୍ୱୁଜ ସେବିସାଧିଲା ସମସ୍ତ ବିଦ୍ୟା କିରାତସେନ ବଇଷ୍ଟଂଭୀ ।୩୨।ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତିୟେମନ୍ତେ ବିଦ୍ୟା ସାଧିଲା ଚଉବିଂଶ ବର୍ଷ ପରିଯନ୍ତି ।୩୩।ସମସ୍ତ ବିଦ୍ୟାରେ ସେ ହୋଇଲା ନିର୍ଜିତାଧନୁ ବିଦ୍ୟାରେ ସେ ହୋଇଲା ବଳବନ୍ତା ।୩୪।ଯୁଧିଷ୍ଠିରାଦିଙ୍କ ଅସ୍ତ୍ର ପରୀକ୍ଷାବସନ୍ତ ଋତୁ ସେ ଫାଲଗୁନ ମାସବହୁଳ ପକ୍ଷ ତୃତୀୟା ଶୁକ୍ରଙ୍କ ଦିବସ ।୧।ହସ୍ତା ନକ୍ଷତ୍ର ଯେ ବତିଶ ଦଣ୍ଡ ଭୋଗବାଣିଜ୍ୟ ନାମେ କରମ ଶୂଳ ନାମେ ଯୋଗ ।୨।ଅଗ୍ନିକୋଣେ ଯୋଗିନୀ ନାରାୟଣୀ ମୂର୍ତ୍ତିସପତମେ ଚନ୍ଦ୍ର ଯେ ପଞ୍ଚମେ ବୃହସ୍ପତି ।୩।ୟେସନେକ ଯୋଗ ଅନକୂଳ ବାଢିବିଦ୍ୟା ପରୀକ୍ଷ ନିମନ୍ତେ ଶୁଭ ବେଳା ଧରି ।୪।ୟେକା ହୋଇ ଗୁରୁ ପଶିଲେ ଘୋର ବନେରାତ୍ରେ ବିଜେ କଲେ କୁଣ୍ଡଳୀ ନଦୀ ସନ୍ନିଧାନେ ।୫।କୋଶେ ପରିଯନ୍ତେ ନେଲେ ବନ କାଟିକୁଣ୍ଡଳା ନାମେ ଦେଖିଲେ ୟେକ ପର୍ବତ ଗୋଟି ।୬।ସେ ପର୍ବତ ଉପରେ ଥିଲା କୃଷ୍ଣ ଅଗ୍ର ବୃକ୍ଷେନାରାଜେ ଅଧେକ ତାହା ଛେଦିଲେ ପ୍ରତକ୍ଷେ ।୭।ସେ ଖମ୍ୱ ଉପରେ ବସାଇଲେ ଖଡ଼ିକା ଗୋଟିୟେତହିଂର ଉପରେ ବସାଇଲେ ଶୃଙ୍ଗ ଧାନ ଗୋଟିୟେ ।୮।ତହିଂର ଉପରେ ଗରଗଡ଼ ଗୋଟିୟେ ଯେ ଥୋଇଗରଗଡ଼ ଉପରେ ସୋରିଷ ଗୋଟିୟେ ବସାଇ ।୯।ୟେସନେକ ଉପାୟେ କଲେ ଦ୍ରୋଣେ ତହିଂରାଜପୁତ୍ରମାନେ ୟେହା ନଜାଣନ୍ତି କେହି ।୧୦।ବାହୁଡ଼ି ଅଇଲେ ଭାରଦ୍ୱାଦଶଙ୍କ ସୁତେକୁମରନ୍ତ ଘେନିଗଲେ ବିଦ୍ୟାପରୀକ୍ଷ ନିମନ୍ତେ ।୧୧।ସେ ନଦୀର ତୀରେ ରହିଲେ ଭାରଦ୍ୱାଦଶଙ୍କ ତନୁକର୍ଣ୍ଣର ହାଥରେ ଗୁରୁ ଦିଲେ ପ୍ରଥମେଣ ଧନୁ ।୧୨।ବୋଇଲେ ନାରାଜ ପୂରୋଇ ନିରୋପନି ରେ କର୍ଣ୍ଣକିସ କିସଇ ଦିଶଇରେ ପର୍ବତର ସ୍ଥାନ ।୧୩।କର୍ଣ୍ଣ ଚାହିଂଲା ଯେ ନାରାଜ ପୂରୋଇବେନି ଜାନୁ କମ୍ପିଲା ଯେ ଥର ହର ହୋଇ ।୧୪।ଆକ୍ରଷଣ କରି ଯେ ଚାହିଂଲା ବୀର କର୍ଣ୍ଣଗୁରୁଙ୍କର ମୁଖ ଚାହିଂ ବୋଲଇ ବଚନ ।୧୫।ପର୍ବତ ଗୋଟିୟେ ଦିଶଇ ଗୁରୁ ଦୂରେଖମ୍ୱ ଗୋଟିୟେ ଦିଶଇ ତହିଂର ଉପରେ ।୧୬।ତହିଂର ଉପରେ ଖଡ଼ିକା ଦିଶଇ ଗୋଟିୟେଖଡ଼ିକାର ପରେ ଦିଶେ ଶୃଙ୍ଗ ଧାନ ଗୋଟିୟେ ।୧୭।ଶୃଙ୍ଗ ଧାନ ଉପରେ ଗୁରୁ ହେ ଅଛଇ ଗରଗଡ଼ ପୁଣଆନ କିଛି ହିଂ ନ ଦିଶଇ ବେନି ଯେ ନୟନ ।୧୮।ସୋରିଷ ନ ଦିଶଇ ବୋଇଲେ ଗୁରୁ ଦ୍ରୋଣେଚାରିପାଦେ ବିଦ୍ୟାତ ନୋହିଲା ସଂପୂର୍ଣ୍ଣେ ।୧୯।କର୍ଣ୍ଣ ହସ୍ତରୁ ଧଇଲେ ଅଜଙ୍ଗ ନାମା ଧନୁଅଶସ୍ତମା ହସ୍ତେ ଦିଲେ ଭାରଦ୍ୱାଦଶଙ୍କର ତନୁ ।୨୦।ତୁ ମୋହୋର ନନ୍ଦନରେ କ୍ଷତ୍ରିୟ ପୁତ୍ର ଗୋଟିଧନୁରେ ନାରାଜ ପୂରୋଇ କର ବାବୁ ଦୃଷ୍ଟି ।୨୧।କିସ କିସ ଦୃଶ୍ୟ ବାବୁରେ ହୋଇବାକ ତୋତେନିରୋପି କହନି ବାବୁ ମୋହୋର ଅଗ୍ରତେ ।୨୨।ପିତାର ଆଗ୍ୟାଂରେଣ ନାରାଜ ପୂରୋଇଣ ଶିଷିଆକ୍ରେଷିଣ ବୋଇଲାକ ତାତ ପର୍ବତେକ ଦିଶି ।୨୩।ତହିଂର ଉପରେ ଦିଶଇ ଖମ୍ୱ ଯେ ଗୋଟିୟେଖମ୍ୱର ଉପରେ ଦିଶଇ ଖଡ଼ିକା ଗୋଟିୟେ ।୨୪।ଅନ୍ତରେ ଗରଗଡ଼ ଗୋଟିୟେ ଦିଶଇ ତାତଆନ କିଛି ନ ଦିଶଇ କହିଲା ବଳବନ୍ତ ।୨୫।ଛାଡ଼ଧନୁ ବୋଲି ଦିଲେ ଯୁଝେଷ୍ଠିଙ୍କର ହସ୍ତେଧନୁରେ ନାରାଜ ପୂରୋଇ ନିରୋପନ୍ତି କୌନ୍ତେ ।୨୬।ଯେତେବେଳେ ଧନୁ ଆକ୍ରେଷିଲେ ଯୁଝେଷ୍ଠିଆକ୍ରଷଣ କରନ୍ତେ କମ୍ପଇ ବେନି ମୁଷ୍ଟି ।୨୭।ବନସ୍ତ ଭିତରେ ଦିଶଇ ପର୍ବତ ଗୋଟିୟେପର୍ବତ ଉପରେ ଦିଶଇ ଖମ୍ୱ ଯେ ଗୋଟିୟେ ।୨୮।ଖମ୍ୱର ଉପରେ ଅଛି ଖଡ଼ିକା ଗୋଟିୟେଆନ କିଛି ନ ଦିଶଇ କହିଲି ଗୁରୁ ହେ ।୨୯।ଛାଡ଼ ଛାଡ଼ ଧନୁ ବୋଲି ବୋଇଲେ ଭାରଦ୍ୱାଦଶଙ୍କ ତନୟେସଂପୂର୍ଣ୍ଣ ବିଦ୍ୟା ନ ଦିଶଇ ୟେତେ ଜଣ ଠାୟେ ।୩୦।ଦ୍ରିଯୋଧନ ହସ୍ତେ ଦ୍ରୋଣେ ଦିଲେକ ନେଇ ଧନୁନାରାଜ ପୂରୋଇ ନିରୋପଇ ଧୃତରାଷ୍ଟିଅପାର ଦୂରେ ଦିଶଇ ଧବଳ ପର୍ବତ ଗୋଟି ।୩୨।ଖମ୍ୱ ଗୋଟିୟେକ ଦିଶଇ ତହିଂର ଉପରେଖଡ଼ିକା ଗୋଟିୟେ ଦିଶଇ କିଞ୍ଚିତ ମାତ୍ରକରେ ।୩୩।ଆନ ତହିଂ କିଛି ନଦିଶଇ ଶୁଣିମା ଗୁରୁ ହେଦ୍ରୋଣେ ବୋଇଲେ କିଛିହିଂ ତୁ ନପାଇଲୁ ସନ୍ଦେହେ ।୩୪।ଦ୍ରିଯୋଧନ ହସ୍ତରୁ ଧନୁ ଯେ ଛଡ଼ାଇଧୁଶାସନ ହସ୍ତେ ଅଜଙ୍ଗ ଧନୁ ଦିଲେ ନେଇ ।୩୫।ଦେଖରେ ଧୁଶାସନ କିସ କିସ ଦିଶିଗୁରୁଙ୍କର ବଚନେ ନାରାଜ ପୂରୋଇ ଆକ୍ରୋଷି ।୩୬।ବନସ୍ତ ଭିତରେ ପର୍ବତେକ ଦିଶଇ ତାତମେଘମାଳମାନ ଦିଶଇ ଅପ୍ରମିତ ।୩୭।ଛାଡ଼ ଛାଡ଼ ବୋଲି ଧୁଶାସନ କରୁ ଧନୁ ଘେନିଭୀମସେନ ହସ୍ତରେ ଦିଲେକ ଗୁରୁ ଦ୍ରୋଣି ।୩୮।ନାରାଜ ପୂରୋଇ ନିରୋପରେ ଭୀମସେନକିସ କିସ ଦିଶଇ କହ ସରୂପ ବଚନ ।୩୯।କହଇ ଭୀମସେନ ୟେ ଶୁକଳ ପର୍ବତଖମ୍ୱ ଗୋଟିୟେ ଦିଶଇ ବିଦ୍ୟମାନ ସାକ୍ଷାତ ।୪୦।ଖଡ଼ିକା ଗୋଟିୟେ ଦିଶଇ ଗୁରୁହେଆନ କିଛି ନଦିଶଇ ବୋଇଲେ ସନ୍ଦେହେ ।୪୧।ବୋଇଲେ ଦ୍ରିଯୋଧନ ଗଦା ବିଦ୍ୟାରେ ପରିପୂର୍ଣ୍ଣସମସ୍ତ ଭ୍ରାଥମାନେ ୟେହି ରୂପେ ପୁଣ ।୪୨।ଛାଡ଼ ଛାଡ଼ ବୋଲି ହସ୍ତରୁ ଧନୁ ଘେନିସନିଧ୍ୟେଣ ରାଇଲେ କୁମାର ଫାଲଗୁନି ।୪୩।ଅଜଙ୍ଗ ଧନୁ ଦିଲେ ତାହାର ଯେ ହସ୍ତେନାରାଜ ପୂରୋଇ ବାବୁ କର ଦୃଷ୍ଟିପାତେ ।୪୪।ନାରାଜ ପୂରୋଇ ସେ ନିରୋପଇ ଅରଜୁନଗୁରୁଙ୍କର ଅଗ୍ରତେ କହଇ ଫାଲଗୁନ୍ୟ ।୪୫।ଆଠ ସହସ୍ର ଆଠ ଶତ ଅଠାଇଶି ପହଣ୍ଡେପର୍ବତ ଉପରେ ଦିଶଇ ବୃକ୍ଷର ଅର୍ଦ୍ଧ ଖଣ୍ଡେ ।୪୬।ତହିଂର ଉପରେ ଦିଶଇ ଖଡ଼ିକା ଗୋଟିୟେତହିଂର ଉପରେ ଅଛି ଶୃଙ୍ଗ ଧାନ ଗୋଟିୟେ ।୪୭।ଶୃଙ୍ଗ ଧାନ ଉପରେ ଗରଗଡ଼ ଯେ ଅଛଇତହିଂର ଉପରେ ସୋରିଷ ଗୋଟିୟେ ଦିଶଇ ।୪୮।ଖମ୍ୱକୁ ବିନ୍ଧିବି କି ଖଡ଼ିକାକୁ ବିନ୍ଧିବିକହ ଗୁରୁ ହେ ଶୃଙ୍ଗ ଧାନକୁ ନାରାଜ ସନ୍ଧିବି ।୪୯।ଗରଗଡ଼କୁ ବିନ୍ଧିବି କି ସୋରିଷକୁ ବିନ୍ଧିବି ସନ୍ଦେହେକାହାକୁ ବିନ୍ଧିବି ମୋତେ ଆଗ୍ୟାଂ ହୋଉ ଗୁରୁହେ ।୫୦।ଦ୍ରୋଣେ ବୋଇଲେ ବାବୁ ଛାଡ଼ ଛାଡ଼ ଧନୁତୁ ସେ ଭାରାଭର ଉଶ୍ୱାସିବୁ ୟେ ମଧ୍ୟ ଭୁବନୁଂ ।୫୧।ଅର୍ଜୁନ ପୂରୋଇ ଅଛି ଦିବ୍ୟ ଶରଦେଖି ଅଛନ୍ତି ବେଢି ସର୍ବ ରାଜକୁମର ।୫୨।ଅର୍ଜୁନ ବୋଇଲା ଗୁରୁ ହେ ପୂରୋଇଲି ଶରନ ବିନ୍ଧିଲେ ଦୋଷ ୟେଥେଂ ଅଛଇ ଅପାର ।୫୩।ଦ୍ରୋଣେ ବୋଇଲେ ବାବୁ ତୁ ଦୃଢ କରସି ମୁଷ୍ଟିନିଶ୍ଚଳ ହୋଇ ଖମ୍ୱ ଖଡ଼ିକା ଧାନ ଗରଗଡ଼ ଗୋଟି ।୫୪।ସମସ୍ତେ ତହିଂରେ ଯେ ହୋଇଥିବେ ନିଶ୍ଚଳତହିଂ ଉପରେ ସୋରିଷ ଗୋଟିୟେ ହୋଇବ ବେନି ଫାଳ ।୫୫।ୟେହେନେକ ସ୍ୱରୂପ ନାରାଜ ବିନ୍ଧ ବାବୁବିନ୍ଧିଲେ ଜଗଜିତା ତୁହିରେ ହୋଇବୁ ।୫୬।ଦ୍ରୋଣଙ୍କର ବଚନେ ସାନନ୍ଦ ଫାଲଗୁନିହୃଦଗତେ ଲୟେ କଲା ଅବଲୋକନ ଶସ୍ର ଘେନି ।୫୭।କିଞ୍ଚିତ ପ୍ରାକ୍ରମେ ସେ ବିନ୍ଧିଲା ସୂତ୍ର ଶରଅନ୍ତରୀକ୍ଷେ ପଡ଼ିଲା ସେ ସୋରିଷ ଉପର ।୫୮।ବିଦ୍ୟାର ସରୂପ ଦେଖ ହେ ମହୀପାଳନାରାଜ ପଡ଼ି ସୋରିଷ ହୋଇଲା ବେନି ଫାଳ ।୫୯।ଖମ୍ୱ ଖଡ଼ିକା ଧାନ ଗରଗଡ଼ ନ ଟଳିଲାଦୁଇଫାଳ ହୋଇ ସୋରିଷ ସେହି ଗରଗଡ଼ରେ ରହିଲା ।୬୦।ପ୍ରତକ୍ଷେ ବିଦ୍ୟା ଦେଖିଲେ ଦ୍ରୋଣ ଗୁରୁସାଧୁ ସାଧୁ ଧୁନି ଗୋଟିୟେ ଶୁଭିଲା ଆକାଶରୁ ।୬୧।ଦେଖି ପରମ ସାନନ୍ଦ ଭାରଦ୍ୱାଦଶଙ୍କ ଶିଷିବାବୁ ପ୍ରଶୁରାମଙ୍କର ବିଦ୍ୟା ତୋହୋର ତହିଂ ଅଛି ।୬୨।ୟେତେ ବିଚାରି ସେ ଋଷିକୁଳ ବଚ୍ଛତୁହି ସେ ଭାରା ବାବୁ ନିବାରିବୁ ପ୍ରତଚ୍ଛ ।୬୩।ଆବର ୟେମାନଙ୍କରେ କିସ ପ୍ରୟୋଜନବାହୁଡ଼ି ଶିଷ୍ୟନ୍ତ ଘେନି ଅଇଲେ ବାରୁଣାବନ୍ତ ଭୁବନ ।୬୪-୩୭୫୨।ଦ୍ରୋଣଙ୍କୁ କୁମ୍ଭୀର ମୁଖରୁ ଅର୍ଜୁନଙ୍କ ରକ୍ଷାବାହୁଡ଼ିଲେ ଦ୍ରୋଣ ଶିଷ୍ୟଗଣନ୍ତ ସମେତେଗଙ୍ଗାକଇଂ ଗଲେ ଆହର୍ଣ୍ଣିକ ନିମନ୍ତେ ।୧।ଅର୍ଜୁନ ରାଇ ଆଗ୍ୟାଂ ଅବଧାରିତୁ ସେ ଯାଅନି ବାବୁ ଆମ୍ଭର ନିଜ ପୁରୀ ।୨।ତିଳ ଖଣ୍ଡିୟେ ଆଣ ବାବୁ ମଥାରେ ଲଗାଇବାକୁସେ ତିଳ ତଳେ ନଥୋଇବୁ ବାବୁ ମୋହୋର ଶପତ ତୁକୁ ।୩।ଗୁରୁ ଆଗ୍ୟାଂ ଶିରେ ନିବେଶି ଅର୍ଜୁନ ଚଳିଯାଇଗୁପତେ ଦ୍ରିଯୋଧନକୁ ପାଶକଇଂ ରାଇ ।୪।ମନଭେଦୀ ବିଦ୍ୟା ଯେ କହିଲେ ଗୁରୁ ଦ୍ରୋଣେନାରାଜ ପୂରୋଇ ଦ୍ରିଯୋଧନ ହୋଇଲା ଠାଣମାଣେ ।୫।ମନ୍ତ୍ର ସୁମରି ବିନ୍ଧିଲା ସୂତ୍ରେ ଶରନାରାଜ ନ କ୍ଷେପିଲା ଯାଇ ପତ୍ରଙ୍କ ଉପର ।୬।ଛାଡ଼ ଛାଡ଼ ବୋଲି ଗୁରୁ ଆପଣେ ଧନୁ ଧରିମନ୍ତ୍ର ଆବାହନେ ନାରାଜ ସନ୍ଧାନ କରି ।୭।ସେ ନାରାଜ ଯାଇ ପଡ଼ିଲା ପତ୍ରଙ୍କ ଉପରେଦେଖି ରହି ପତ୍ରମାନେ ପଡ଼ିଲେ ଭୂମିରେ ।୮।ତହୁଂଣ ଦ୍ରୋଣେ ଯେ ବେଗେ ଚଳିଗଲେଶିଷ୍ୟମାନନ୍ତ ଘେନି ନଦୀ କୂଳରେ ରହିଲେ ।୯।ଅର୍ଜୁନ ଗଲା ଯେ ଗୁରୁଙ୍କ ମନ୍ଦିରେତିଳ ଖୋରି ଘେନି ସେ ଆସଇ ବେଗେ ଖରେ ।୧୦।ଦେଖିଲା ବଟ ବୃକ୍ଷ ସେ ପତ୍ର ନାହିଂ କିଛିହୃଦଗତେ ବିଚାରି ଜାଣିଲା ସର୍ବସାଚୀ ।୧୧।ୟେଥିର ନିମନ୍ତେ ଗୁରୁ ପେଷିଲେକ ମୁକୁଗୁପତେ ମନ୍ତ୍ର ୟେହା କହିଲେ ଦ୍ରିଯୋଧନକୁ ।୧୨।ହୃଦଗତେ ବିସରିଲା ବୀର ଫାଲଗୁନିପଞ୍ଚ ନାରାଜ ବିନ୍ଧିଲା ମହାମନ୍ତ୍ର ଘେନି ।୧୩।ତିଳ ଖୋରି ଗୋଟି ଥୋଇଲା ସେ ନାରାଜ ଉପରେଗୁରୁଙ୍କର ବଚନ ଯେ ନିବେଶିତ ଶିରେ ।୧୪।ଧନୁରେ ଶସ୍ତ୍ର ଦେଇ ଠିଆ ଠାଣି ହୋଇଲାନାରାଜମାନ ପେଷି ସେ ବେଣ୍ଟମାନ ଛିନାଇଲା ।୧୫।ତହୁଂ ତିଳ ଖୋରି ଘେନି ଗମଇ ଅତିବେଗେପ୍ରବେଶ ହୋଇଲା ଯାଇ ଗୁରୁଙ୍କର ଆଗେ ।୧୬।ଦେଖିଣ ସନ୍ତୋଷ ହୋଇଲେ ତପୋବନ୍ତେସେ ତିଳ ଗୁରୁ ଲଗାଇଲେ ନିଜ ମାଥେ ।୧୭।ଗଙ୍ଗା ଜଳେ ଗୁରୁ ପଶିଲେ ଅବଗାହିଜଳପ୍ରଭା ଥିଲା ସେ ଧଇଲା ନିଠାଇ ।୧୮।ଯଦ୍ୟପି ଆପଣେ ତ ବିନାଶି ପାରଇଶିଷ୍ୟନ୍ତ ହାକ ଦିଲେ ଅତି ଆକୁଳ ହୋଇ ।୧୯।ସମସ୍ତେ ପଳାଇ ଯାଇ କୂଳରେ ଉଠିଲେଅର୍ଜୁନ ରହିଲା ୟେକା ଗୁରୁଙ୍କର ତୁଲେ ।୨୦।ଧନୁରେଣ ନାରାଜ ସେ ପୂରୋଇ ଛାଡ଼ିଲାପ୍ରାଣ ବିସର୍ଜିଣ ଜଳପ୍ରଭାହିଂ ପଡ଼ିଲା ।୨୧।ଦ୍ରୋଣଙ୍କର ଅଙ୍ଗେ ନୋହିଲାକ ଆଘାତକୁମ୍ଭୀର ମାତ୍ରକ ସେ ହୋଇଲାକ ହାତ ।୨୨।ଦ୍ରୋଣଙ୍କର ଅର୍ଜୁନକୁ ବ୍ରହ୍ମଶିରା ଶର ପ୍ରଦାନଶୁଣ ହୋ ରାଜନ ସନ୍ତୋଷ ହୋଇ ଗୁରୁ କୂଳେ ଯାଇ ଉଠିବ୍ରହ୍ମଶିରା ଶର ଦିଲେକ କିରଟୀ ।୧।ସାମାନ୍ୟକଇଂ ପେଷିଲେ ଆପଣା ପ୍ରାଣ ନାଶ ଯାଇମହାତ୍ମା ଜନ ହୋଇଲେ ସେ ନିଶ୍ଚୟେ ନଶଇ ।୨।ତହୁଂଣ ଗମନ କରି ଆସନ୍ତି ଗୁରୁ ଶିଷ୍ୟେସେହି ବଟ ବୃକ୍ଷ ତଳେ ହୋଇଲେ ପ୍ରବେଶେ ।୩।ଦେଖିଲେ ଶାଖା ହୋଇଅଛି ମୁଣ୍ଡିତହୃଦଗତେ ବିଚାରି ଜାଣିଲେ ଋଷସୁତ ।୪।ଅର୍ଜୁନକଇଂ ହକାରି ବୋଇଲେ ବଚନଆମ୍ଭର ବଚନ ତୁ ଲଘିଂଲୁ ବିଦ୍ୟମାନ ।୫।କରପତ୍ର ଯୋଡ଼ି ସେ ବୋଇଲା ଅରଜୁନତୁମ୍ଭର ବଚନ ମୋତେ ଶିରାଗ୍ରତ ଜାଣ ।୬।ଭୂମିଗତେ ମୁଂ ଯେ ନ ଥୋଇଲି ତିଳ ଖୋରିପଞ୍ଚ ନାରାଜ ବିନ୍ଧି କୁରୁଳି ଥୋଇଲି ଗଗନ ଚାରି ।୭।ଶୁଣିଣ ଗୁରୁ ଯେ ହୋଇଲେ ସନ୍ତୋଷମନ ଛେଦନ ମନ୍ତ୍ର କହିଲେ ଉପଦେଶ ।୮।ମୁଖେ ଚୁମ୍ୱନ ଦେଇ ଶରୀର ଆଉଂଶିତହୁଂ ଆସି ନିଜ ମନ୍ଦିରେଣ ପଶି ।୯।ଶିଷ୍ୟମାନେ ଗଲେ ଯେ ଯାହା ନିଜ ବାସଗୃହକର୍ମେ ଯାଇ ଗୁରୁ ହୋଇଲେ ପରବେଶ ।୧୦।କୌରବ ପାଣ୍ଡବାଦିଙ୍କର ଅସ୍ତ୍ରପରୀକ୍ଷାଅଗସ୍ତିଙ୍କି ପଚାରିଲେ ବଇବସୁତ ମନୁୟେଥି ଉତ୍ତାରୁ କେବଣ କୃତ କଲେ ଭାରଦ୍ୱାଦଶଙ୍କ ତନୁ ।୧।ପୁଣ କେତେହେଂକ ଦିନ ବହି ଯାଆନ୍ତେହୃଦଗତେ ବିଚାର କଲେ ଶ୍ରୟାଦେବୀ ସୁତେ ।୨।ଗୁପତ ପରୀକ୍ଷ ଆମ୍ଭେ କରାଇଲୁ ନିରୁତେୟେବେ ବିଦ୍ୟା ପରୀକ୍ଷ କରିବା ଦେଖନ୍ତୁ ସମସ୍ତେ ।୩।ତହୁଂ ଶିଷ୍ୟନ୍ତ ଘେନି ଗୁରୁ ବେଗେ ଚଳିଗଲେରାଜାର ସିଂଘଦ୍ୱାରେ ଯାଇଣ ପ୍ରବେଶ ହୋଇଲେ ।୪।ଧୃତରାଷ୍ଟ କୃପଆଚାର୍ଯ୍ୟ ଯେ ସୋମଦତ୍ତବାଲହିକ ବିଦୁର ଅଛନ୍ତି ସମସ୍ତ ।୫।ଭୀଷ୍ମକଇଂ ଦ୍ରୋଣେ ବୋଇଲେ ପୁଣ ବାକ୍ୟନ୍ତଶସ୍ର ଶାସ୍ରତ ପାଇଲେ ପୁତ୍ରେ ବହୁତ ।୬।ଆମ୍ଭର ବିଦ୍ୟା ତୁମ୍ଭର ଦେଖିବାର ଉଚିତଶୁଣିଣ ସନମତ କଲେକ ବହୁତ ।୭।ଭୀଷ୍ମେ ବୋଇଲେ ଯେ ବିଦୁରଙ୍କୁ ଚାହିଂଦ୍ରୋଣେ ବୋଇଲେ ବିଦ୍ୟା ପରୀକ୍ଷ ପାଇଂ ।୮।ସଭା ସମ୍ଭର ହୋ କର ତୁମ୍ଭେ ଯାଇଦାଣ୍ଡେ ଘୋଷଣ ଦିଆଅ ଚାରଗଣ ରାଇ ।୯।ଶୁଣିଣ ତକ୍ଷଣେ ବିଦୁର ଚଳିଗଲେନଗ୍ରେ ଘୋଷଣ ଦିଆଇ ସମସ୍ତ ରୁଣ୍ଡ କଲେ ।୧୦।ସୁବର୍ଣ୍ଣର କଳସ ଖଞ୍ଜିଲେ ଦିବ୍ୟ ରତ୍ନମୁକୁତାର ତ୍ରୋଣ ଲମ୍ୱିତ ବିଚିତ୍ର ବିତପନ ।୧୧।ବିଚିତ୍ର ସଭାୟେକ କଲେ ବିଦ୍ୟମାନମିଳିଲେ ସଭାୟେ ଯେ କ୍ଷତ୍ରି ବଶ୍ୟ ବିପ୍ରଜନ ।୧୨।ନଗ୍ର ନର ନାରୀ ମିଳିଲେ ସମସ୍ତକୁମାରମାନେ ମିଳିଲେ କରେ ଅସ୍ର ଶସ୍ର ।୧୩।ନାନା ବାଦ୍ୟ ବଜାଇଲେ କଲେ ଶଙ୍ଖଧୁନିସୂତ୍ର ଦେଖାଇଲେ ଯେ ଯାହାର ଶସ୍ର ଘେନି ।୧୪।ଦେଖି ସଭାଜନେ ହୋଇଲେ ଚମତ୍କାରୟେକକୁ ଆରେକ ଯେ ତେଜ ମହା ପରଖର ।୧୫।ବିଦୁର କହନ୍ତେ ହାଦେ ଧୃତରାଷ୍ଟ ଜାଣିଜଣେ ଜଣେ ପ୍ରତି ସନ୍ତୋଷ ବଖାଣି ।୧୬।ନାନା ଶସ୍ର ବିଦ୍ୟା ଦେଖାଇଲେ ସର୍ବସାଧୁ ସାଧୁ ଅର୍ଜୁନ ବୋଲି ନଗ୍ରେ ଶୁଭିଲାୟେକ ରାବ ।୧୭।ଭୀମ ଦ୍ରିଯୋଧନ ମେଲନ୍ତି ଗଦା ଯୁଦ୍ଧଅଶସ୍ତମା ଯାଇଂ କଲେ ମଧ୍ୟେଣ ବିରୋଧ ।୧୮।ଅର୍ଜୁନ ଧନୁ ଆକ୍ରେଷି କଲା ଅଗ୍ନିଶରପ୍ରଜ୍ୱଳିତ ବହନି ଉଠିଲା ବ୍ରହ୍ମାଣ୍ଡର ।୧୯।ପୁଣ ବାରୁଣା ଶର କଲାକ ସର୍ବସାଚୀପବନା ଶସ୍ର ଘାୟେ ପ୍ରଖର ବହୁଅଛି ।୨୦।ପବନାସ୍ର ମେଘାସ୍ର ବିଜୟାସ୍ର ମାଳାମେଘାଶସ୍ରେ ପର୍ବତ ସ୍ରିଜଇ ଇନ୍ଦ୍ରବଳା ।୨୧।ଅନ୍ତର୍ଧ୍ୟାୟେ ହୋଇ ଚଳଇ ଶସ୍ରଘାତକ୍ଷଣେ ରଥ କ୍ଷଣେ ଗଜ କ୍ଷଣେ ଅଶ୍ୱଗତ ।୨୨।କ୍ଷଣେ ତୁରଙ୍ଗଗତ କ୍ଷଣେ ଭୂମିଗତଲୁହା ଶରେକ ପୁଣ ପିନ୍ଧିଲା ଶରଘାତ ।୨୩।ସଭାର ସମସ୍ତେ କରନ୍ତି ଧନି ଧନିସାଧୁ ସାଧୁ ଶସ୍ର ବିନ୍ଧଇ ଫାଲଗୁନି ।୨୪।ଦ୍ରିଯୋଧନ ବୋଇଲା ଅଶସ୍ତମାକୁ ରାଇସମସ୍ତ ବିଦ୍ୟା ତ ଅଛି ତୋହୋର ତହିଂ ।୨୫।ଶତେ ଭାଇ ଘେନି ହୋଇଲେ ପୁଣ କତିଦତ୍ୟ ବିନାଶନେ ଯେସନେକେ ପଶୁପତି ।୨୬।ତଦନ୍ତରେ ପୁଣ କର୍ଣ୍ଣ ହୋଇଲାକ ଆସିବାଳ ଅର୍କ ଜାଣି ଶରୀର ଜ୍ୟୋତି ଦିଶି ।୨୭।ଯେତେକ ଶର ଦେଖାଇଲା ବୀର ପାଥତୁଲ ଶହସ୍ର କଲା ସେ ରାଧେବର ସୁତ ।୨୮।ଦ୍ରିଯୋଧନ ଦେଖି ୟାଇଂ କଲା କୋଳାଗ୍ରତଆଝୁଂଣ ସଖା ମୋତେ ହୋଇଲୁ ଭୋ ମୈତ୍ର ।୨୯।ଅଙ୍ଗ ଦେଶ ରାଜ୍ୟ ତୁ ଭୁଞ୍ଜିବୁ ବିପୁଳକର୍ଣ୍ଣ ବୋଇଲା ତୁ ହୋ ଶୁଣ ମହୀପାଳ ।୩୦।ଅର୍ଜୁନ ତୁଲେ କରାଅ ମୋତେ ଯୁଦ୍ଧମୁଂ ତାହାକୁ ଜିଣି ପାରଇ ରଣ ମଧ୍ୟ ।୩୧।କୃପ ଆଚାର୍ଯ୍ୟେ ବୋଇଲେ ଅର୍ଜୁନ ରାଜାର କୁମରସାରଥିର ତନୟେ ହୋଇ ୟେଡ଼େକ ଗର୍ବ ତୋହୋର ।୩୨।ତୋହୋର ମାତା ପିତାକଇଂ କର ଯାଅନୁମତପଛେଣ ଯୁଦ୍ଧ କର ଅର୍ଜୁନ ସଙ୍ଗତ ।୩୩।ଶୁଣି କରି କର୍ଣ୍ଣ ଯେହୋଇଲା ନ୍ୟୁନପକ୍ଷଦ୍ରିଯୋଧନ ତାହାକଇଂ ଆବୋରିଲା କଛ ।୩୪।ଶୂରବନ୍ତ ଜନ କି ହୁଅନ୍ତି ଅକୁଳୀନଅର୍ଜୁନ ସରିକି କର୍ଣ୍ଣ ହୋଇଛି ଘଟଣ ।୩୫।ଭୀମସେନ ବୋଇଲା ସାରଥିର ସୁତରଥ ସେ ବାହିବ ଯୁଦ୍ଧ ନୋହଇ ଯୁଗତ ।୩୬।ୟେଥୁ ଅନନ୍ତରେ ଆସ୍ଥାନ ମଉଳିଯେ ଯାହା ସ୍ଥାନକଇଂ ଗଲେ ସର୍ବେ ଚଳି ।୩୭।ଦ୍ରୋଣଗୁରୁ ଚଳିଲେ ଆପଣା ଭୁବନେଅନେକ ଦେଶ ଘୋଷ ପାଇଲେ ରତ୍ନ ଯାନେ ।୩୮।ଶୁଣ ହୋ ରାଜନ ପୁଣହିଂ କରନ୍ତି ବିଦ୍ୟା ଉପାସନମିଳିଣ ଦେଖନ୍ତି ନଗ୍ର ଜନମାନ ।୩୯।ନାରାଜ ବିନ୍ଧନ୍ତି ସେ ଲାଖେକ ଉଭାରିଯେ ଯାହାର ବଳ ଧନୁ ହସ୍ତେଧରି ।୪୦।ଧନୁ ଧରି ନାରାଜ ବିନ୍ଧନ୍ତେ ଅଶସ୍ତମାର କମ୍ପଇ ଭୁଜକର୍ଣ୍ଣର ଜାନୁ କମ୍ପଇ ଧନୁରେ ନାରାଜ ବିନ୍ଧିଲେଧୁଶାସନ ବୁକୁସ୍ଥଳ କମ୍ପଇ ଧନୁ ଆକ୍ରେଷିଲେ ।୪୨।ନାରାଜ ପୂରୋଇଲେ କୁମର ଯୁଝେଷ୍ଠିପବନ ଗତି ପ୍ରାୟେ କମ୍ପଇ ଅଙ୍ଗୁଷ୍ଠି ।୪୩।ଭୀଷ୍ମଙ୍କର କମ୍ପଇ ଶିର ଦ୍ରୋଣଙ୍କର କମ୍ପଇ ଭୁଜନିକମ୍ପ ଅର୍ଜନ ସେ ବାସେବର ଆତ୍ମଜ ।୪୪।ତଦନ୍ତ କରିଣ ବୁଝିଲୁନି ସର୍ବ ତତୁୟେହାଙ୍କର ହସ୍ତରେ ହୋଇବ ସବୁଙ୍କରି ମୃତୁ ।୪୫।ୟେକାନ୍ତ କରିଣ ରାଇଲେ ଦ୍ରୋଣେ ଆପଣାର ବଳାୟେଥି ଥିଲେ ନନ୍ଦନରେ ମରିବୁ, ବହନ ହୋଇ ପଳା ।୪୬।ଯେବଣ ନାରାଜ ଗୋଟି ବାବୁରେ ବିନ୍ଧଇ ଫାଲଗୁନିସେ ନାରାଜ ମୁନେ ଦିଶଇ ବ୍ରହ୍ମାଣ୍ଡ ଖଣ୍ଡ ତିନି ।୪୭।ୟେହେନେକ କରି ୟେହାକୁ ସ୍ରିଜିଲା ବିଧାତାତ୍ରୈଲୋକ୍ୟେ ବ୍ରହ୍ମାଣ୍ଡେ ୟେହାକୁ ନାହିଂନା ଜିଣନ୍ତା ।୪୮।ଅବଶ୍ୟ ଦ୍ରିଯୋଧନ ନ ଛାଡ଼ିବ ତୋତେତୁ ପୁଣ ବଧ ହୋଇଟି ଅର୍ଜୁନର ହସ୍ତେ ।୪୯।ପୁଣିହିଂ ବିଦ୍ୟାମାନ ଯେ କରନ୍ତି ଆରମ୍ଭବାଘ ମୁହିଂ ଛନ୍ଦା ୟେ ପାତିଲେ ଦ୍ୱାରେ ଦମ୍ଭ ।୫୦।ପଞ୍ଚିଶ ସହସ୍ର ପିଟଣା ମୁଗୁରରେ ଲଗାଇକାଠଜଳା ଭିତରେ ଓଟାରନ୍ତି ସର୍ବେ ବୀରେ ଯାଇଂ ।୫୧।ପ୍ରଥମେ ଦ୍ରିଯୋଧନ ଓଟାରଇ ସାତ ସହସ୍ର ବଳଧୁଶାସନ ଓଟାରଇ ପାଞ୍ଚ ସହସ୍ର ବଳ ।୫୨।କୃପେ ଚାରି ସହସ୍ର ଭୀଷ୍ମେ ପଞ୍ଚଶତ ତିରିଶ ସହସ୍ର ବଳଦ୍ରୋଣେ ଓଟାରିଲେ ଚାଳିଶ ସହସ୍ର ପରିତାଳ ।୫୩।ଯୁଝେଷ୍ଠି ଦେବ ଓଟାରନ୍ତି ତିରିଶି ସହସ୍ର ଗରୁପଞ୍ଚାଶ ସହସ୍ର ଓଟାରନ୍ତି ବ୍ରିକୋଦର ଭୟାଙ୍କାରୁ ।୫୪।କର୍ଣ୍ଣ ଓଟାରନ୍ତି ନଉ ସହସ୍ର ଭାରଅଶସ୍ତମା ଓଟାରନ୍ତି ଅଠୋସ୍ତରି ସହସ୍ର ପରିତାଳ ଭାର ।୫୫।ସହଦେବ ଚାରି ସହସ୍ର ନକୁଳ ପଞ୍ଚ ତିରିଶ ବଳଦ୍ରିଯୋଧନର ଅନେଶ୍ୱତ ଭ୍ରାଥ ୟେହି ରୂପେ ପରିତାଳ ।୫୬।ଅର୍ଜୁନେ ଓଟାରନ୍ତି ସହସ୍ରେ ଲକ୍ଷେ ଭାରଦେଖି ଚମତ୍କାର ହୋଇଲେ ଦ୍ରୋଣେ ସମସ୍ତେ କୁରୁବୀର ।୫୭।ଦ୍ରୋଣେ ଅଶସ୍ତମାକୁ ଡାକିଲେ ସନ୍ନିଧ୍ୟରଜୀବନ ନିମନ୍ତେ ବାବୁ ଯେ ଧୂର୍ଜଟି ସେବା କର ।୫୮।ପୁଣ୍ୟତୋୟା ନଦୀ କୂଳେ ସରସ୍ୱତୀ କୂଳେନିରଞ୍ଜନ ସୁମର ବାବୁ ଉଦେ ବଟ ତଳେ ।୫୯।ଯେବେ ହସ୍ତିନାକୁ ଯିବାକୁ କରୁ ଇଚ୍ଛାଅମର ବର ତୁ ବାବୁ କର ମନ ବାଞ୍ଛା ।୬୦।ଦ୍ରୋଣଙ୍କର ବଚନେ ଯେ ଚଳଇ ଅଶସ୍ତମାତୁଲେଣ ମାତୁଳ ସେ ଚଳଇ କୃପବ୍ରହ୍ମା ।୬୧।ପୁଣ୍ୟତୋୟା ନଦୀ ତୀରେ ରଞ୍ଚିଲେ ଆଶ୍ରମେଅଜପାଲୟେକରିଯେଚିନ୍ତିଲେଦେବବ୍ରହ୍ମେ ।୬୨।ସରସ୍ୱତୀ ଯେ ସ୍ନାହାନ କରି ଯାନ୍ତି ଅନୁବ୍ରତେଆହାର ତେଜ୍ୟା କଲେ ପଞ୍ଚଦଶ ବରଷ ପରିଯନ୍ତେ ।୬୩।ଗାନ୍ଧାରୀ ଓ କୁନ୍ତୀଙ୍କର ବିବାଦବଦୟନ୍ତି ବଇବସୁତ ମନୁ ଶୁଣିମା ଅଗସ୍ତି ହେକଥାୟେ ପଚାରିବି ବଡ଼ାଇ ସନ୍ଦେହେ ।୧।ବିଦ୍ୟା ପରୀକ୍ଷ କଥା ଶୁଣିଲି ମୁହିଂ ଭଲେୟେଥୁଂ ଉତ୍ତାରେଣ ପୁଣ କେବଣ କୃତ୍ୟ କଲେ ।୨।କୋଇନ୍ତା ଗାନ୍ଧାରୀର ବିବାଦ ବାରତାବଦୟନ୍ତି ଅଗସ୍ତି ଶୁଣ ମନୁ ମହାରଥା ।୩।ବସନ୍ତ ଋତୁ ଯେ ଫାଲଗୁନ ମାସକୃଷ୍ଣପକ୍ଷ ସପତମୀ ଆଦିତ୍ୟ ଦିବସ ।୪।ଗାନ୍ଧାରୀ କୋଇନ୍ତା ଏହୁ ବେନି ଯାୟେଯମୁନା ନଦୀକି ସେ ପ୍ରାତ ସ୍ନାନ କରି ଗୟେ ।୫।ସୁବର୍ଣ୍ଣର ହାନ୍ଦୋଳାରେ ବିଜୟେ ଗାନ୍ଧାରୀତୁଲେଣ ଅଛନ୍ତି ଅନେକ ଦାସୀ ପରିବାରୀ ।୬।ଅଗର ଚନ୍ଦନ ଯେ କର୍ପୂର କସ୍ତୁରୀକୁଶ ଅଗ୍ର ଗୁଗୁଳ ନଇବେଦ୍ୟ ଆଦି କରି ।୭।ଆଲଟ ଚାମର ଯେ ଘେନିଣ ଯୁବତୀବିଶ୍ୱନାଥ ଭଗତି ନିମନ୍ତେଯମୁନା କୂଳକଇଂ ଚଳିଣ ଯାଆନ୍ତି ।୮।କୋଇନ୍ତାୟେ ଦେବୀ ଯାଆନ୍ତି ୟେକାଙ୍ଗେପୁଷ୍ପ ନଇବେଦ୍ୟ ଘେନି ଚଳନ୍ତି ସେ ବେଗେ ।୯।ଯମୁନା ଜଳେ ପଶି ନିତ୍ୟକର୍ମ ସାରିରତ୍ନେଶ୍ୱର ପ୍ରାସାଦେ ପଶିଲେ ଗାନ୍ଧାରୀ ।୧୦।ହାନ୍ଦୋଳାରୁ ଓହ୍ଲାଇ ଗାନ୍ଧାରସେନ ଦୋହିତୀବିଶ୍ୱନାଥ ଦ୍ରଶନେ ଗମଇ ରାଧେବ କନ୍ୟା ଅଛି କତି ।୧୧।ୟେମନ୍ତ ସମୟେ କୋନ୍ତଭୋଜର ଦୁଲାଳୀଦେଉଳେ ପ୍ରବେଶ କରେ ଘେନି ଅର୍ଘ୍ୟସ୍ଥାଳୀ ।୧୨।ରାଧେବୀ ଜଣାଇଲା ଯେ ଗାନ୍ଧାରୀଙ୍କର ଅଗ୍ରତେକୋନ୍ତାୟେ ବିଜେ କଲେ ତୁମ୍ଭର ସଙ୍ଗତେ ।୧୩।ଗାନ୍ଧାରୀ ବୋଇଲେ କୋଇନ୍ତା ଦେବୀ ଚାହିଂକି ନିମନ୍ତେ ପ୍ରାସାଦକୁ ଅଇଲୁସି ତୁହି ।୧୪।ଯାବତ କାଳେ ୟେ ଲିଙ୍ଗ ଅଟଇ ମୋହୋରତୁ କିମ୍ପା ପୂଜିବୁ ହୀନ ଜୀବନ ତୋହୋର ।୧୫।ଯେବଣ ନାରୀ ଅଟନ୍ତି ଭ୍ରଥା ଯେ ବିଯୋଗୀସମସ୍ତ କାର୍ଯ୍ୟକୁ ସେ ଅଟଇ ଅଲାଗୀ ।୧୬।ପ୍ରସ୍ତାପ ବାକ୍ୟେଣ ଅନେକ ବୋଲା ବୋଲିହାବୋଡ଼ା ହାବୋଡ଼ି ହୋଇଣ ହୋଇଲେ ପେଲା ପେଲି ।୧୭।ବେନି କୁଳ ଅପ୍ରୀତି ଦେଖିଣ ବିଶ୍ୱନାଥଦୁଇ ଯାଆଙ୍କର ସେ ମିଳିଲେ ଅଗ୍ରତ ।୧୮।ବଦୟନ୍ତି ଶଶିଧର ମର କିସ ପାଇଂଆମ୍ଭେ ଦେବତାୟେ କାହାର ନୋହୁଂ ଆଈ ।୧୯।ଯହିଂ ଭୋଗ ପାଇଂ ତହିଂ ଆମ୍ଭେ ଥାଇଂଅକାରଣ କଥାରେ ତୁମ୍ଭର କଳି କିସ ପାଇଂ ।୨୦।ପ୍ରଭାତେ ସୁବର୍ଣ୍ଣ ଶତେ ଚମ୍ପା ଘେନି ଆଗେ ଯେ ପୂଜଇଆମ୍ଭେ ତାହାର ହୋଇଲୁ ବୋଇଲେ ଦେବରାଜଇ ।୨୧।ନ ପୂଜି ବେନି ଯାୟେ ନବରେ ପ୍ରବେଶକୋଇନ୍ତାୟେ ବୋଇଲେ ମୁ କରିବଇଂ କିସ ।୨୨।ଶତେକ ପୁତ୍ର ତାହାର ପୁଷ୍ପେ ପୁଷ୍ପେ ମାଗନ୍ତେଶତେକ ପୁଷ୍ପ ତ ହୋଇବାକ ଯୁଗତେ ।୨୩।ସର୍ବେ ମୋହୋର ପଞ୍ଚଗୋଟି ତନୟେପଞ୍ଚାଣୋଇ ଗୋଟିକାହୁଂ ହୋଇବ ଉପାୟେ ।୨୪।ଶୁଣ ହୋ ମହାରାଜା କବାଟ କିଳି ଶୁତିଲେ କୋନ୍ତାୟେୟେମନ୍ତର ସମୟେ ମିଳିଲା ଧନୁର୍ଜୟେ ।୨୫।ମାତାକଇଂ ଅନ୍ନ ମାଗିଲା ପାଥ ଯାଇଂଉଠିଣ କୋଇନ୍ତାୟେ ବୋଇଲେ ଅର୍ଜୁନକୁ ଚାହିଂ ।୨୬।ଆଜ ବାବୁ ଗଲି ମୁଂ ମହାଦେବ ଦ୍ରଶନେଗାନ୍ଧାରୀ ଅନେକ ଝିଂଘାସିଲା ଶୁଣ ଫାଲଗୁନ୍ୟେ ।୨୭।ବୋଇଲା ଆମ୍ଭର ଦେବତା ୟେ ଅଟଇ କାଳେ କାଳେତୁ କିମ୍ପା ପାମେରୀ ପଶିଲୁ ଦେଉଳେ ।୨୮।ୟେତେକ ବଚନେ ମୁଂ ପାଇଲି ଅପମାନଦୁହିଙ୍କର ଅଗ୍ରତେ ଉଭା ହୋଇଲେ ତ୍ରିଲୋଚନ ।୨୯।ତୁମ୍ଭେ କନ୍ଦଳ ଗୋ ନ କର ବେନି ଯାୟେଆମ୍ଭର ମୁଖରୁ ତୁମ୍ଭେ ଶୁଣସି କଥାୟେ ।୩୦।ଆଜ୍ଞା ଦିଲେ ଦେବବଚନ ନିରାଧାରିସୁବର୍ଣ୍ଣ ଶତେ ଚମ୍ପା ଘେନି ଯେ ପୂଜଇ ଆମ୍ଭେ ହୋଇବୁ ତାହାରି ।୩୧।ତାହାର ଶତେ ପୁତ୍ର ସେ ଶତେ ଚମ୍ପା ପାଇବମୋର ପାଞ୍ଚପୁତ୍ର ସେ ପାଞ୍ଚ ପୁଷ୍ପହିଂ ହୋଇବ ।୩୨।ପଞ୍ଚାଣୋଇ ପୁଷ୍ପ କାହୁଂ ଆଣିବି ମୁହିଂୟେ କଥା ମନେ ଗୁଣି କବାଟ ବିନ୍ଧିଲଇଂ ।୩୩।ଯାହା ସେ ଧାତା କଲାକ ଲିଖିତଭ୍ରଥା ବିଯୋଗେ ମୁଂ ହୋଇଲି ଅମହତ ।୩୪।ୟେତେ ବୋଲିଣ ସେ ଭୋଜରାଜାର ଦୁହିତାଉଚ୍ଚେ ରୋଦନ କଲେ ମନରେ ମହାଚିନ୍ତା ।୩୫।ଅର୍ଜୁନ ବୋଇଲେ ମାତା ଚିନ୍ତା ନକରସୁବର୍ଣ୍ଣ ପୁଷ୍ପ ସିନା, ଭ୍ରାନ୍ତି ମନେ ନଧର ।୩୬।କନକ ଶତେ ପାଖୁଡ଼ା ହୋଇଥିବ ଶତେ ଦଳସୁବର୍ଣ୍ଣେ ସୁବର୍ଣ୍ଣେ କାଲି ପୂରୋଇବି ଦେଉଳ ।୩୭।ଅର୍ଜୁନ ବଚନେ ବେଗି ଉଠି କୋନ୍ତୀ ମାତସୁବର୍ଣ୍ଣର ପଇଲମେ ଦିଲେ ଦଧି ଅନ୍ନଘୃତ ।୩୮।ଯେ ଯାହାର ଇଚ୍ଛାୟେ ସ୍ନାହାନ ଭୋଜନ ସାରିସୁଖେ ପଞ୍ଚବୀରେ ନିଦ୍ରା ଅପହରି ।୩୯।ୟେଥୁ ଅନନ୍ତରେ ରୟେଣୀ ପ୍ରଭାତବିମଳ ସୁଶୀତଳ ବହଇ ମରୁତ ।୪୦।ପ୍ରାସାଦ ମାନଙ୍କରେ ଶଙ୍ଖ ଧୁନି ଫୂରିନିଦ୍ରା ତେଜି ଉଠିଲେ ଭୋଜରାଜାର କୁମାରୀ ।୪୧।ପୁତ୍ରକଇଂ ତୋଳି ଦେବୀ ବଚନ ସମ୍ଭାଷିଶୁଣିଣ ଅର୍ଜୁନ ଉଠିଣ ବେଗେ ଆସି ।୪୨।ସୁବର୍ଣ୍ଣର ପାତ୍ରେ ଦେବୀ ଯୋଗାଡ଼ନ୍ତ ଲାଇମାତା ପୁତ୍ର ଚଳିଗଲେ ସେ ଲିଙ୍ଗ ଠାବକଇଂ ।୪୩।ଯମୁନା ଜଳେ ପଶି କଲେକ ସ୍ନାହାନତର୍ପଣ ସାରି ପ୍ରାସାଦ ଭିତରେ ପଶିଲେ ବେନିଜନ ।୪୪।ଅଗର କର୍ପୂର କସ୍ତୂରୀ ଲେପନ ହାଦେ କରିଚମ୍ପା ନାଗେଶ୍ୱର ବକୁଳ ଶିରେଣ ଉଭାରି ।୪୫।ବହୁତ ବିଧି ଯେ ଶୀତଳ ଦ୍ରବ୍ୟମାନଅଗ୍ରତେ ଥୋଇ ଦେବୀ ହୋଇଲେ କାର୍ପୂଣ୍ୟ ।୪୬।କରପତ୍ର ଯୋଡ଼ି ସ୍ତୁତି କଲେକ ଅପାରଜୟ ତୁ ଉମାପତି ଦେବ ତୁ ସେ ଚନ୍ଦ୍ରଶେଖର ।୪୭।ଜୟ ତୁ ବିଶ୍ୱେଶ୍ୱର କପାଳଧର ପାଣିସୁର ସିଦ୍ଧ ମୁନି ଯାହାର ଚରଣେ ପରିଣାମି ।୪୮।ଷାଠିୟେ ସହସ୍ର ବରଷ ସମର ଘୋରଯୁଦ୍ଧଗଣନାଥ ପ୍ରସନ୍ନେ ତ୍ରିପୁର କଲୁ ବଧ ।୪୯।ତ୍ରିପୁରାରି ବୋଲି ତୋତେ ସଂସାରେଣ ଭାଷିମମ କଷ୍ଟ ଉଦ୍ଧାରଣ କର ଦେବକାଶୀ ।୫୦।ଭ୍ରଥାର ବିଯୋଗେ ମୁହିଂ ଅଟଇ ଅନାସ୍ତୁଣୀତବ ପଦ୍ମପାଦେ ମୋର ଶତେକ ଦଇନି ।୫୧।ଜୟ ଜୟ ପାର୍ବତୀର ପ୍ରାଣନାଥ ଦେବ ହରମୁହିଂ ନିରିମାଖୀ ମୋତେ କର ପ୍ରତିକାର ।୫୨।ଶ୍ରୀ ବିଶ୍ୱନାଥ ପାଦ ପଦ୍ମେ ମୋହୋର ମାଥବଦୟନ୍ତି ସାରୋଳା ଦାସ ମୁଂ ଜନ୍ମେ ଜନ୍ମେ ତୋହୋର ଭୃତ୍ୟ ।୫୩।ପାଦ ଅର୍ଘ୍ୟ ନେଇ ସେ ମନୁ ମହାରାଜାଅଗସ୍ତିଙ୍କ ଚରଣେ ସେ କଲା ଦିବ୍ୟପୂଜା ।୫୪।ଭୋ ଦେବ ଅର୍ଜୁନ ଗଲା ସୁବର୍ଣ୍ଣେଶ୍ୱର ଲିଙ୍ଗ ତହିଂକିସ କାରଣ ଯେ ପୁଣ ତହିଂ ହୋଇଲଇଂ ।୫୫।ଶୁଣ ହୋ ରାଜନ ପାଥ ବାବଲ ଶରେକ ପେଷିଲା ପରଚଣ୍ଡଅୟେଂଳା ଶିର ଛିଡ଼ି ହୋଇଲା ବେନି ଖଣ୍ଡ ।୫୬।ପୁଣ ବାବଲେକ ବିନ୍ଧିଲାକ ବୀରପଦ୍ମ ବରଷିଲା ପାଣିର ସଙ୍ଗର ।୫୮।ଅୟେଂଳା ଶିର ବୁଡ଼ି ସୁବର୍ଣ୍ଣ କୁଢ କୁଢ ହୋଇ ପଡ଼ିଶତେ ଶତେ ପାଖୁଡା ଅଷ୍ଟ ରତ୍ନେ ଜଡ଼ି ।୫୯।ଶୁଣ ହୋ ରାଜା ଗାନ୍ଧାରୀ ଗଲା ଯେ ବହୁତ ପ୍ରତଜ୍ଞା କରିପୁତ୍ରନ୍ତ ବସି ପଚାରଇ କର ଯେ ପ୍ରସାରି ।୬୦।ଯମୁନା କୂଳେ ଅଛନ୍ତି ଲିଙ୍ଗର ସୁବର୍ଣ୍ଣେବାବୁ ମାନଗୋବିନ୍ଦ ତୁ ଶୁଣ ସାବଧାନେ ।୬୧।ସେ ଲିଙ୍ଗ ଦ୍ରଶନେ ଗଲି କାଲି ମୁହିଂକୋଇନ୍ତାୟେ ଗଲେ ସେ ଲିଙ୍ଗକଇଂ ଦାହି ।୬୨।ତାହାର ମୋହୋର ଯେ ହୋଇଲା ଉଚ୍ଚ ବାଚମୁହିଂ ବୋଇଲି ତୋହୋର ୟେ କେବଣ ପରପଞ୍ଚ ।୬୩।କାଳେ କାଳେ ୟେ ଲିଙ୍ଗ ଅଟଇ ମୋହୋରତୁ କିଂପା ଆସି ୟେହି ଲିଙ୍ଗର କତିର ।୬୪।ୟେମନ୍ତ ଉଚ୍ଚ ବାଚ ଶୁଣି ବିଶ୍ୱବାସୀଲିଙ୍ଗର ମଧ୍ୟୁଂ ଦେବ ବିଜେ କରି ଆସି ।୬୫।ଆମ୍ଭ ଦୁହିଙ୍କର ଅଗ୍ରତେ ଉଭା ହୋଇପରମାର୍ଥ ବଚନ କହିଲେ ଉମାସାଇଂ ।୬୬।କାଲି ପ୍ରଭାତେ ଶତେକ ସୁବର୍ଣ୍ଣ ଚମ୍ପା ଘେନିୟେ ପୂଜା କରିବ କାଲି ପାହିଲେ ରଜନୀ ।୬୭।ଆମ୍ଭେ ତାହାର ସେ ହୋଇବୁ ନିୟତେୟେସନେକ ବଚନ ସେ ବୋଇଲେ ବିଶ୍ୱନାଥେ ।୬୮।ତୁମ୍ଭେ ମୋହୋର ଯେ ଅଟ ଶତ ପୁତ୍ରୟେଥକଇ ମୋତେ କାରଣ କରିବ ନିୟତ ।୬୯।ଶୁଣି ମାନଗୋବିନ୍ଦ ପରମ ସାନନ୍ଦଶତେଭ୍ରାଥ ତହୁଂ ସେ ଶତେ ଚମ୍ପା ଧରି ଆନନ୍ଦ ।୭୦।ରଜନୀ ପ୍ରଭାତେ ଚଳଇ ଗାନ୍ଧାରୀସୁବର୍ଣ୍ଣେଶ୍ୱର ଦେଉଳେ ବିଜେ ଯାଇଂ କରି ।୭୧।ଶତେ ପରିବାରୀ ଅଛନ୍ତି ତାର ତୁଲେଯମୁନାତୀରରେ ଦେବୀ ବିଜୟେ ଯାଇଂ କଲେ ।୭୨।ସ୍ନାନ ସାରି ଅଇଲେ ଦେବତା ଦ୍ରଶନ ପାଇ ।ଦେଖିଲା ସୁବର୍ଣ୍ଣ ପୁଷ୍ପ ପଡ଼ିଛି କୁଢ କୁଢ ହୋଇ ।୭୩।ଦେଖି ସେ ବିରସ ଯେ ହୋଇଲା ଗାନ୍ଧାରୀଦେବ ଆଳ ଦେଖି ସେ ବାହୁଡ଼ଇ ଖର କରି ।୭୪।ବାହୁଡ଼ିଣ ନଗରେ ସେ ପଶଇ ତୁରିତମନେଣ ବିରସ ସରସ ନାହିଂ ଚିତ୍ତ ।୭୫।ଗାନ୍ଧାରୀ ପ୍ରଶଂସଇ ଧନ୍ୟ କୋନ୍ତା ଦେବୀଧନ୍ୟ ଲକ୍ଷଣେ ପୁତ୍ର ଜାତ କଲୁ ଧନ୍ୟ ତୁ ସାଧବୀ ।୭୬।ଧନ୍ୟ ଧନ୍ୟ ତୋହୋର ପୁତ୍ର ଫାଲଗୁନିୟେସନେକ ପ୍ରଶଂସା କଲାକ କାମିନୀ ।୭୭।ୟେମନ୍ତ ବିଚାରି ସେ ଗାନ୍ଧାରସେନର ଦୁହିତମନରେ ବିକ୍ରିୟା ଧରି ସେ ହୋଇଲା ଚକିତ ।୭୮।ୟେଥୁ ଅନନ୍ତରେ ଶୁଣ ଦିବ୍ୟ ରସଯାହା ସେ କହିଲେ କୁମ୍ଭଋଷିର ଶିଷ ।୭୯।ଦେବତାମାନେ କଲେକ ବହୁତ ସ୍ତୁତିଜୟ ତୁ ପାର୍ଥିବ ତୁ ତୋଷିଲୁ ଦେବୀକୋନ୍ତୀ ।୮୦।ସୁରପୁରେ ଶୁଭିଲା ଜୟେ ଜୟେଦେବତାୟେ ନାମ ଦିଲେ ଯେ ଧନଞ୍ଜୟେ ।୮୧।ଧନରେ ତୋଷି ଧନର୍ଜୟେ ନାମ ପାଇଲାଶୁଣ ବଇବସୁତ ମନୁ ଅଗସ୍ତି କହିଲା ।୮୨।ପଦ୍ମନିଧି କାଟିଲା ଯେ ଅର୍ଜୁନ ଚାପହସ୍ତବାହୁଡ଼ି ସେ ନିଧି ହୋଇଲା କେମନ୍ତ ।୮୩।ୟେଥିର ଚରିତ ମୋତେ କହ ତପୋବନ୍ତଅଗସ୍ତି କହିଲେ ଶୁଣ ହୋ ମନୁ ମହତ ।୮୪।ତେବତାମାନେ ସ୍ତୁତି କଲେ ଅର୍ଜୁନକୁଯେବଣ ସୁବର୍ଣ୍ଣ ଦିଲୁ ସୁବର୍ଣ୍ଣ ଲିଙ୍ଗକୁ ।୮୫।ବାହୁଡ଼ାଇ ରତ୍ନମାନ ଥୋଅ ଧନୁର୍ଧରକୁବେର ଭୁବନ ଯେ ନକର ନାରଖାର ।୮୬।ଦେବତାଙ୍କ ବଚନେ ଭୂମିରୁ ନାରାଜ ବିନ୍ଧିଲାବାହୁଡ଼ାଇ ରତ୍ନନିଧି କୁବେର ଭଣ୍ଡାରେ ଥୋଇଲା ।୮୭।ପଦ୍ମକଇଂ ଯେ ଅଟଇ ଯେବଣ ନିଧିମହା କଳ୍ପକୋଷ ସେ ଅଟଇ ପ୍ରସିଦ୍ଧି ।୮୮।ଅହୋମୁଖୀ ନାରାଜ ପବନରୁ ଜାତସେ ନିଧିର ସ୍ଥଳୀ ହୋଇଲା ଜଡ଼ିତ ।୮୯।ବାହୁଡ଼ି ସଂଘରିଲା ପଦ୍ମନିଧିର ଭିତରେଅର୍ଜୁନର ମହିମା ତୁ ଶୁଣିଲୁ ନୃପବରେ ।୯୦।ଶୁଣ ପରମ ସାନନ୍ଦ ମନୁ ମହାଗ୍ୟାଂତାଦେବକୁ ଦୁର୍ଲଭ ସେ ଅର୍ଜୁନରକଥା ।୯୧।ଏକଲବ୍ୟଉପାଖ୍ୟାନୟେଥୁ ଅନନ୍ତରେ ଦ୍ରୋଣେ ଶିଷ୍ୟମାନନ୍ତ ହକାରିବାବୁ ତୁମ୍ଭେ ଯାଅସି ମୃଗୟା ବିନୋଦ କରି ।୧।ଅଶସ୍ତମାକୁ ପ୍ରସବି କୃପୀ ନାଶଗଲାତାହାର ପ୍ରାଣତ୍ୟାଜ ଦିବସ ପ୍ରବେଶ ହୋଇଲା ।୨।ଗଣ୍ଡା ଗୋଟିୟେ ବାବୁ ମାରି ଆଣ ଯାଇବନୁଂଗୁରୁଙ୍କର ବଚନେ ଚଳନ୍ତି ସର୍ବ ତନୁ ।୩।ପଶ୍ଚିମେ ଭୀମ ଅର୍ଜୁନ ଦକ୍ଷିଣେ ବୀର କର୍ଣ୍ଣଶତେ ସୋଦର ଘେନି ଉତ୍ତରକୁ ଚଳଇ ଦ୍ରିଯୋଧନ ।୪।ଭ୍ରମନ୍ତ କୁମାରେ ଖେଦନ୍ତି ମୃଗାରିକ୍ଷିଦ୍ରେ ନ ଛାଡ଼ନ୍ତି ଯେ ଗଣ୍ଡାଜୀବ ଲୋଡ଼ି ।୫।ଦକ୍ଷିଣେ କର୍ଣ୍ଣ ଲୋଡ଼ି ନପାଇଲା ଗଣ୍ଡା ଜୀବମୃଗଭାରେକ ଘେନି ଦ୍ରଶନ କଲା ଗୁରୁଙ୍କୁ ରାଧେବ ।୬।ପଶ୍ଚିମ କୋଶଳେଗ ଲେ ଭୀମସେନ ଅରଜୁନଗଣ୍ଡା ଦୁଇଗୋଟା ଘେନି ଗୁରୁଙ୍କୁ ଦ୍ରଶନ କଲେକ ପଞ୍ଚୁଦିନ ।୭।ଉତ୍ତରକୁ ଗଲେ ଯେ ଦ୍ରିଯୋଧନ ଶତେ ଭ୍ରାଥଖେଦନ୍ତି ବନଗହନେ ଯେ ଅନେକ ପର୍ବତ ।୮।ଲୋଡ଼ନ୍ତି ଗହନ ଅଟବ୍ୟା ପୁଣ୍ୟ ଗଣ୍ଡାଖେଦନ୍ତି ବନସ୍ତେରେ ବିହଡ଼ନ୍ତି ଦୁର୍ଦ୍ଦଣ୍ଡା ।୯।ମଣିନାଗ ବୋଲି ୟେକଇ ପର୍ବତ ଗୋଟିୟେତହିଂର ତଳେ ଅଛି ଜଳଘାଟ ଗୋଟାୟେ ।୧୦।ସେ ପାଣିଘାଟ ଜଗିଅଛନ୍ତି ଅନୁସରିତହିଂକି ନିକଟ ଜାରା ବେଣ୍ଟକାର ପୁରୀ ।୧୧।ସେ ଜାରାଶବର ଭାରିଯା ଶିରିୟା ନାମେ ବାଳୀସ୍ୱାମୀକି ବୋଇଲା ଦୃଷ୍ଟି ଦେଇଥାଅ ଯେ ପଲ୍ଲୀ ।୧୨।ସ୍ନାନ କରି ମୁଂ ଆଣଇଂ ଜଳଘଟି ଗୋଟିୟେଦ୍ୱାରକୁ ତଲୟେ କରିଥାଅ ମୋର ଆସିବାର ଯାୟେ ।୧୩।ସ୍ୱାମୀକି ସମ୍ୱୋଧି ଚଳଇ ଶବର ତରୁଣୀସରୋବରେ ପଶି ଘଟେ ପୂରୋଇଲା ପାଣି ।୧୪।ଘଟ ତୀରେ ଥୋଇ ସାରିଲା ସ୍ନାହାନକୂଳେ ଆସି କଲା ପତ୍ର ପରିହରଣ ।୧୫।ମଥାରେ ବସାଇଲା ପାଣିଘଟ ଗୋଟିସିଂଘ ଠାଣି ଜାଣି ସେ ଆସି ଲେଉଟି ।୧୬।ଦୂରେ ଥାଇ ଦେଖିଲା ତାକୁ ଧୁସାସନ ମୂଢେଆକ୍ରେଷି ବେନି ଭୁଜେ ତାକୁ ଧଇଲାକ ଗାଢେ ।୧୭।ଦେଖି ସେ ଶିରିୟା ଯେ ଚାହଂଇ ଲେଉଟିତ୍ରିଭୁବନେ ସୁନ୍ଦର ବାଳୁତ ୟେ କାହାର ପୁତ୍ର ଗୋଟି ।୧୮।ଶବରଣୀ ଦେଖନ୍ତେ ସେ ଧାଇଂଲେ ସର୍ବଦୁଷ୍ଟେବେଢିଣ ଶବରଣୀକି ହରି ଲୋଡ଼ିଲେ ପାପିଷ୍ଠେ ।୧୯।ଭୋ ନାଥ ରଖ ବୋଲି ଉଚ୍ଚେ ଦିଲା ଡାକେଭୋ ସ୍ୱାମୀ ବଳାତ୍କାର କରନ୍ତି କାହାର ଦୁଷ୍ଟ ଲୋକେ ।୨୦।ଉଚ୍ଚ ସ୍ୱରେ ଯହୁଂ ଶୁଭିଲା ଭାରିଯା ରୋଦନ ବାଣୀଆଖଡ଼ାରେ ଥାଇ ତାହା ଜାରାଶବର ଶୁଣି ।୨୧।ହସ୍ତରେ ଧନୁଶର ଘେନି ବାହାର କିରାତଧାଇଂଣ ପ୍ରବେଶ ହୋଇଲା ଯାଇଂ କୁରୁବୀରଙ୍କ ସଙ୍ଗତ ।୨୨।ମହା ବିକଟାଳ ସ୍ୱରୂପ ସେ ଭଇରୋବ ମୂରତିହାକ ଦିଅଇ କିରାତ ରେ ତୁମ୍ଭେ କାହାର ହୋ କତି ।୨୩।ଶୁଣିଣ ପ୍ରଚଣ୍ଡ ମୂରତି ଧୁଶାସନ ମହାବୀରାପ୍ରତଗ୍ୟାଂ କରି ବୋଇଲା ମରିବୁରେ ଶବରା ।୨୪।ବନଚର ଲୋକ ହୋଇ କିଂପା ତୋହୋର ୟେମନ୍ତ ଘରଣୀରାଜାଙ୍କର ଅବିଷେକକୁ ୟେ ଯୋଗାଇ ପାଟରାଣୀ ।୨୫।ଆମ୍ଭେ ସୋମବଂଶୀ ପୃଥୀକି ଆଧିପତିୟେହାର ନିମନ୍ତେ ତୁ ରେ ହୋଇବୁ ପ୍ରାଣେ କ୍ଷତି ।୨୬।ଦୁର୍ଭାର ବଚନ ଶୁଣି ସେ ଜାରା ବେଣ୍ଟକାରଧନୁରେ ବସାଇଲା ଆକ୍ରେଷିଣ ଶର ।୨୭।ଭୂମିକି ଗୋଟିୟେ ବିନ୍ଧିଲା ଗୁରୁଙ୍କ ନାମ ଧରିମଥାରେ ମୃତ୍ତିକା ଘେନିଲା ଦ୍ରୋଣ ଗୁରୁଙ୍କୁ ସୁମରି ।୨୮।ୟେକ ଉତ୍ତର ଶତେ ଯେ ଅଟନ୍ତି କୁରୁବୀରେଜଣେ ଜଣେକେ ପୂରୋଇଲା ଶତେ ଶତେ ଶରେ ।୨୯।ଅବିକ୍ଷଣେ ବାଣ ଯହୁଂ ବିନ୍ଧିଲା ମହାମନ୍ତ୍ରେଜଣେକେ ଶତେ ଶତେ ଶର ପଡ଼ିଲା ହୃଦଗତେ ।୩୦।ତ୍ରିପଣ୍ଡ ଗଳିତ ଯେ ଶରୀରେ ଅସ୍ତ୍ର ଭେଦିପଡ଼ିଲେ କୁରୁବୀରେ ରୁଧିର ବହି ନଦୀ ।୩୧।ଭାରିଯାକୁ ଘେନିଣ ଚଳଇ ବୀର ଜାରାଆପଣା ପଲ୍ଲୀରେ ପ୍ରବେଶ ଶବରା ।୩୨।ଦ୍ରୋଣେ ବାଟ ଚାହାନ୍ତି ଦ୍ରିଯୋଧନ ତ ନଇଲାପଥ ନିରୋପନ୍ତେ ଦ୍ୱାଦଶ ଦିବସ ହୋଇଲା ।୩୩।ସଙ୍ଗରେ ଘେନିଲେ ଗୁରୁ କର୍ଣ୍ଣ ଭୀମ କିରୀଟୀବାଟ ଅନୁସରି ହାଦେ ଆସନ୍ତି ପାଛୋଟି ।୩୪।ପ୍ରବେଶ ହୋଇଲେ ଯାଇଂ ସରୋବର କୂଳଦେଖିଲେ ପଡ଼ିଛନ୍ତି କୁରୁବୀର ସକଳ ।୩୫।ଯେସନେକ ବୃକ୍ଷେ ଲୋଟନ୍ତି ମହାବାତ କାଳେତେସନେ ଦିଶନ୍ତି ଯେ କୁରୁବୀର ସକଳେ ।୩୬।ହୃଦେ ନାରାଜ ପଡ଼ି ପିଛି କତିକି ଫୁଟିମହାପ୍ରତାପ ବୀରେ ଭୂମିରେ ଛନ୍ତି ଲୋଟି ।୩୭।ଭୀମସେନ ଧାଇଂ ଯାଇଂ ଦେଖିଲାକ ଦୂରୁସମସ୍ତେ ଶରଘାତେ ପଡ଼ିଛନ୍ତି ହେ ଗୁରୁ ।୩୮।ଭାରଦ୍ୱାଦଶଙ୍କର ନନ୍ଦନ ଦେଖିଣ ବିଚାରିଲେୟେତ ଆମ୍ଭର ବିଦ୍ୟା ବୋଲି ଅର୍ଜୁନକୁ ପଚାରିଲେ ।୩୯।ଦେଖନି ୟେ ବନସ୍ତରେ କେ ଅଛଇ ଫାଲଗୁନିପ୍ରଶୁରାମଙ୍କର ବିଦ୍ୟା କେ ଆନ ଅଛଇ ଘେନି ।୪୦।ଆନକୁ ଗୋଚର ନୋହଇ ୟେ ବିଦ୍ୟାମାନବେ ଗୋଚର କାହିଂ ୟେତେକ ପ୍ରସିଦ୍ଧା ।୪୧।ଗୁରୁଙ୍କର ବଚନେ ଲୋଡ଼ଇ ସର୍ବସାଚୀଦେଖିଲା ଗହନ ବନେ ଶବର ପଲ୍ଲୀ ୟେକ ଅଛି ।୪୨।କିରାତ ଆଖଡ଼ାରେ ପଟାୟେ ବିନ୍ଧଇ ବାଣଅର୍ଜୁନକୁ ଦେଖି ବାହାର ତତକ୍ଷଣ ।୪୩।ହସ୍ତ ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣକଟି ମେଖଳେ କୋଠାର ଫିରିକି ନାରାଜ ତ୍ରୋଣ ।୪୪।ଗଦ ଗଦ ବାକ୍ୟେ କିସ କିସ ବୋଲିଅର୍ଜୁନ ଉପରକୁ ସେ ଆସୁଅଛି ପେଲି ।୪୫।ଡାକ ଦିଅଇ ଜାରା ତୁ ରେ କାହାର କତି ଅଟୁମୁହିଂ ବନଚର ମୋହୋର ଆଶ୍ରମେ କିନା ଭେଟୁ ।୪୬।ଆଷ୍ୟ ଥାଉଂ ଥାଉଂ କିନା ଭରସୁ ଅଛୁ ମରଣକୁମରିଣ ପନ୍ଥାଇକି ବଳି ଦେବି ମୁଂ ତୁକୁ ।୪୭।ଅର୍ଜୁନ ବୋଇଲା ଆରେ ଶୁଣସି କିରାତୟେ ମୋହୋର ଭାଇମାନନ୍ତ କେ କଲା ଶରାଘାତ ।୪୮।ଅର୍ଜୁନ ବଚନ ଶୁଣି ଜାରା ଶବର ଯେ କୋପେଧନୁରେ ନାରାଜ ପୂରୋଇଲା ଗୁରୁ ତାପେ ।୪୯।ଆକ୍ରୋଷିଣ ଶର ଛାଡନ୍ତେ ଦେଖିଲା ଫାଲଗୁନିଶବରକୁ ମାଇଲା ଯେ ଦିବ୍ୟ ଶସ୍ର ଘେନି ।୫୦।ଶରେ ଶର ପଡ଼ି ତାଳ ହେଉଣ ଅଛନ୍ତିଭାଜିଣ ସମସ୍ତ ଶହସ୍ର ଚୂର ହୋଇଯାନ୍ତି ।୫୧।ଶତେ ନାରାଜ ଚାପେ ପୂରୋଇଲା ଜାରାଅର୍ଜୁନ ଉପରକୁ ବିନ୍ଧିଲା ସେ କୋପେ ମହାବୀରା ।୫୨।ଶତେକ ନାରାଜ କୋପେ ପେଷିଲା ଅରଜୁନଛେଦି ପକାଇଲା ସେ ସମସ୍ତ ଶରମାନ ।୫୩।କିରାତ ଅର୍ଜୁନ ସେ ହୋଅନ୍ତେ ଅନ୍ୟୋଅନ୍ୟିଶହସ୍ର ବିଘାତେଣ ଯେ କମ୍ପିଲା ମେଦିନୀ ।୫୪।କଷୁଣି ଟଙ୍କାର ଶୁଭିଲା ଗୁଣ ଘୋଷତିନି ଭୁବନକଇଂ ଲାଗିଲା ବଡତ୍ରାସ ।୫୫।ଦ୍ରୋଣେ ଶୁଣିଲେ ଯହୁଂ ସହସ୍ରମାନଙ୍କର ବାଣୀକର୍ଣ୍ଣ ଭୀମ ଘେନି ଗୁରୁ ଧାଇଂଲେ ବେଗେ ପୁଣି ।୫୬।ଗୁରୁ ଦେଖିଲେ ଅର୍ଜୁନ କିରାତର ସମରଜାରା ଅର୍ଜୁନକୁ ପୂରୋଇ ଅଛିଲକ୍ଷେ ଶର ।୫୭।ଦ୍ରୋଣେ ଭେଟିଲେ ସମର କରନ୍ତେଣ ବେନିକେହି କାହାକୁ ନ ଘୁଞ୍ଚନ୍ତି ଅନ୍ୟୋଅନ୍ୟି ।୫୮।ଦ୍ରୋଣେ ଡାକ ଦିଅନ୍ତି ରହ ରହ ବାବୁକାହାର ତହୁଂ ସାଧିଲୁ ୟେ ବିଦ୍ୟାମାନ ସବୁ ।୫୯।କାହାର ଶିଷ ତୁ କେ ତୋହୋର ଗୁରୁକାହାର ବିଦ୍ୟା ସାଧି ତୁ ୟେଡ଼େ ଯୁଦ୍ଧ କରୁ ।୬୦।କିରାତ ବୋଇଲା ତୁ ଶୁଣ ହୋ ବ୍ରାହ୍ମଣମୋହୋର ବିଦ୍ୟାଗୁରୁ ଅଟନ୍ତି ହାଦେ ଦ୍ରୋଣ ।୬୧।ଗୁରୁ ଥମ୍ୱୀଭୂତ ହୋଇଲେ କିରାତ ବଚନେଆମ୍ଭେ ସେ ଦ୍ରୋଣ ହୋ ବାବୁ ଅଟୁ ବିଦ୍ୟମାନେ ।୬୨।ବଦୟନ୍ତି ଦ୍ରୋଣେ କାହିଂ ଅଛନ୍ତି ତୋର ଗୁରୁଆମ୍ଭଙ୍କୁ ଦେଖାନି ତୁ କାହାକୁ ସେବା କରୁ ।୬୩।ଆପଣ ଆଖଡ଼ା ଶାଳକୁ ସେ କଢାଇଣ ନେଲାମାଟିର ଦ୍ରୋଣକୁ ଯେ ନେଇଣ ଦେଖାଇଲା ।୬୪।ୟେ ମୋହୋର ଗୁରୁ ଅଟଇ ଦ୍ରୋଣ ସିଦ୍ଧାୟେହାଙ୍କୁ ସେବି ମୁଂ ଲଭିଲି ସର୍ବବିଦ୍ୟା ।୬୫।ଗୁରୁ ପୁଚ୍ଛା କଲେ ତୁ କେମନ୍ତେ ସାଧ୍ୟ କଲୁଅଦୃଷ୍ଟି ଅଶ୍ରତିରେ କେମନ୍ତେ ୟେ ମାନ ପାଇଲୁ ।୬୬।ଆମ୍ଭର ମନ୍ତ୍ରବଳେ ତୁହି ସେ ମାଇଲୁ ।୬୭।ବୋଲଇ କିରାତ ମୁଂ ଗଲଇଂ ବାରୁଣେବୋଇଲି ବିଦ୍ୟା ମୋତେ ଶିଖାଅ ଗୁରୁ ଦ୍ରୋଣେ ।୬୮।ଯୁଝେଷ୍ଠି ବୋଲି ଜଣେ ମୋତେ ଦୟାକଲାଦ୍ରିଯୋଧନ ବୋଲି ମୋତେ ତହୁଂ ବାହାର କରିଦିଲା ।୬୯।ଅପମନ ପାଇ ମୁଂ ଯେ ବାହୁଡ଼ି ଅଇଲିବାରୁଣାବନ୍ତଠାରୁ ୟେଠାକୁ ବୋଲି ବନସ୍ତ କାଟିଲି ।୭୦।ଆଖଡ଼ାୟେ ଭିଆଇଲି ମୁଂ ପଲ୍ଲୀର ଦୁଆରେମୃତ୍ତିକା ଦ୍ରୋଣ ଗୋଟି ମୁଂ ଥାପିଲି ସାଧିଲି ସମ୍ଭରେ ।୭୧।ୟେହିଠାରେ ଥାଇ ଚାହଂଇ ମୁଂ ବାରୁଣବନ୍ତ ଆଖଡ଼ାକୁଦୃଷ୍ଟିପାତ କରିଥାଇଂ ଦ୍ୱାଦଶ ଯୋଜନକୁ ।୭୨।ଯେବଣ ପାଦ ଗତି କରନ୍ତି ଦ୍ରୋଣଗୁରୁମୁଂ ୟେଥେ ସାଧଇ ଯେ ସମସ୍ତ ଗତି କରୁଂ ।୭୩।ଶୁଣି ଦ୍ରୋଣଗୁରୁ ଯେ ପରମ ସାନନ୍ଦେଜାରାକଇଂ ଆଣି ବସାଇଲେ ଆପଣ ସନ୍ନିଧ୍ୟେ ।୭୪।ଆମ୍ଭେ ସେ ଦ୍ରୋଣଗୁରୁ ଅଟୁ ୟେ ସେ ଭୀମ ଅର୍ଜୁନ କର୍ଣ୍ଣଯାହାକୁ ଶରଘାତ କଲୁ ସେହି ସେ ଦ୍ରିଯୋଧନ ।୭୫।ୟେସନ ବଚନ ଶୁଣିଣ ବୀର ଜାରାଗୁରୁଙ୍କ ପାଦପଦ୍ନେ ପ୍ରଳମ୍ୱ ମହାବୀରା ।୭୬।ଦ୍ରୋଣେ ବୋଇଲେ ତୁ ଆମ୍ଭର ବିଦ୍ୟା ପୁତ୍ର ବାବୁସେ ପୁତ୍ରମାନ ଯେ ମାଇଲୁ ଆମ୍ଭରହିଂ ସବୁ ।୭୭।ବିଦ୍ୟା ପରୀକ୍ଷ ୟେବେ ବାବୁ ଜାଣିମା ଯୁଗତେପୁଣ ସେ ପୁତ୍ରମାନେ ଆମ୍ଭର ବ୍ରତନ୍ତି କେମନ୍ତେ ।୭୮।ଜାରାକଇଂ ଘେନି ଗଲେ ସେ ସାଂଗ୍ରାମ ଭୂମିକିକିରାତ ବୋଇଲା ୟେହି କ୍ଷଣି ଗୁରୁ ହେ ଜୀଆଂଇବି ସଭିଙ୍କି ।୭୯।ଧନୁରେ ବସାଇ ଜୀବନ୍ୟାସ ଶର କଲା ବୃଷ୍ଟିମୋହ ତେଜି ଉଠିଲେ ସେ ସକଳ ଧୃତରାଷ୍ଟି ।୮୦।ଦ୍ରୋଣଙ୍କର ପାଦପଦ୍ମେ ହୋଇଲେ ପରିଣାମିଶବର ଶରଘାତେ ପ୍ରାଣତ୍ୟାଜ ହୋଇଲୁ ଆମ୍ଭେ ସ୍ୱାମୀ ।୮୧।ତୋହୋର ପରାୟେ ଗୁରୁ ସେବି ଆମ୍ଭେ ବିଦ୍ୟାମାନ ସାଧିଲୁକିରାତ ମାତ୍ରକ ସମରେ ଆମ୍ଭେ କ୍ଷୟେ ଗଲୁ ।୮୨।ପ୍ରଶୁରାମଙ୍କର ବିଦ୍ୟାକୁ ଆମ୍ଭର ଗୁରୁଦ୍ରୋଣଅଭାବେ ଶିଖାଇଲ କିଛି ନୋହିଲା କାରଣ ।୮୩।ଧିକ ହୋଉ ଆମ୍ଭର ଜୀବନ ଆମ୍ଭର ଛତ୍ରୀବୃତ୍ତେ କିସ କାର୍ଯ୍ୟକେସନେ ଜନ ମୁଖ ଚାହିଂବୁ ହୋଇଣ ନିଲଜ୍ଜ ।୮୪।ଦ୍ରୋଣେ ବୋଇଲେ ତୁମ୍ଭେ ନ ଭାବ କିଛି ଚିତ୍ତଆମ୍ଭର ବିଦ୍ୟା ପୁତ୍ର ୟେ ଅଟଇ କିରାତ ।୮୫।ୟେକଇ ବିଦ୍ୟାୟେ ଧଂସି ହୋଇଲ ଭ୍ରାଥ ବେନିଘରେ ଘରେ ୟେକ ସୋଦରେ ହୋଇଲେ ଅନ୍ୟୋଅନ୍ୟି ।୮୬।ୟେଥକୁ ଅଭିମାନ ହୋ କରିତ ନ ଯୋଗାଇଆମ୍ଭର ବିଦ୍ୟା ପୁତ୍ର ଅଟଇ ଜାଣ ୟେହି ।୮୭।ଗଣ୍ଡା ଘେନିଗଲା ୟେ ପ୍ରଥମେ ଆଖଡାକୁତୁମ୍ଭେ ଅପମନ କରି ଯେ ବାହାର କରିଦିଲ ୟେହାକୁ ।୮୮।ଦ୍ରୋଣଙ୍କର ବଚନେ ଦ୍ରିଯୋଧନ ହୋଇଲା ପରମ ଶାନ୍ତିଦ୍ରୋଣେବୋଇଲେଜାରାରେତୁୟେବନେଥାଅନିଭ୍ରାନ୍ତି ।୮୯।ଆମ୍ଭେ ଯାଉଅଛୁଂ ହସ୍ତିନା ଭୁବନକୁବାରୁଣାବନ୍ତରୁ ଭାଙ୍ଗି ଦେଇଣ ଆଖଡ଼ାକୁ ।୯୦।ଆମ୍ଭର ବୋଲେ ତୋତେ ସମସ୍ତ ପ୍ରାପତ ହୋଉତୋତେ ତ ସମରେ ଜିଣନ୍ତା କେହି ନୋହୁ ଆଉ ।୯୧।ଉଷତ ହୋଇ ପଡ଼ିଲା କିରାତ ଗୁରୁଙ୍କ ଚରଣେଦକ୍ଷିଣା ମାଗ ହୋ ମୁକୁ ଗୁରୁ ଦେବଇଂ ୟେହି କ୍ଷଣେ ।୯୨।ଶୁଣିଣ ଦ୍ରୋଣ ଗୁରୁ ପରମ ସାନନ୍ଦ ଚିତ୍ତେଗୁରୁ ଦକ୍ଷିଣା ଶିଷ୍ୟରେ ଲାଗଇ ଯୁଗତେ ।୯୩।ସତ୍ୟ କଲେ ତୋତେ ମାଗିବି ଦକ୍ଷିଣାଯୁଗେ ଯୁଗେ କଥା ଥିବ ମୋହୋର କହଣା ।୯୪।ଜାରା ବୋଇଲା ସ୍ୱାମୀ ସତ୍ୟ କଲି ମୁହିଂମୋହୋର ଶିର କମଳ ମାଗିଲେହେଂ ଦେବଇଂ ।୯୫।ଗୁରୁ ବୋଇଲେ ତୁ ଯେବେ ସତ୍ୟ କଲୁରେ ବାବୁଦକ୍ଷିଣ ହସ୍ତ ଜ୍ୟେଷ୍ଠ ଅଙ୍ଗୁଷ୍ଠି କାଟି ମୋତେ ଦେବୁ ।୯୬।ଜ୍ୟେଷ୍ଠ ଅଙ୍ଗୁଷ୍ଠି ଗୋଟି ଧଇଲେ ଗୁରୁଟାଣିନାରାଜ ବିନ୍ଧନ୍ତେ ହସ୍ତ ନଥିବଟି କଷୁଣି ।୯୭।ଚାରି ଅଙ୍ଗୁଷ୍ଠିରେ ବିନ୍ଧିବୁ ତୁ ଶରୟେତେକ ଦିଲେ ଗୁରୁ ଦକ୍ଷିଣା ହୋଇଲା ଆମ୍ଭର ।୯୮।ଜାରା ବୋଇଲା ଗୁରୁହେ ଯେବେ ଭୟକଲ ମୁକୁମୁକୁଇଂ କଳଙ୍କ କରି ଉଦ୍ଧରିଲ ୟେମାନଙ୍କୁ ।୯୯।ଯେବଣ ଅଭିମାନ କଲେ ମୋତେ ବାରୁଣାବନ୍ତେସେ କଥା ଖଣ୍ଡିକ ମୁଂ ଧରିଥିଲି ହୃଦଗତେ ।୧୦୦।ମୁହିଂ ସେ ନାଶ କରନ୍ତି ଦ୍ରିଯୋଧନର ବଂଶକୁରୁବଳ ମାନନ୍ତ ସବୁନ୍ତି କରନ୍ତି ଯେ ଧ୍ୱଂସ ।୧୦୧।ଜାଣି ତ ରକ୍ଷାକଲ ୟେମାନଙ୍କୁ ଗୁରୁ ହେପରମ ମହାତ୍ମା ତୁ ସଞ୍ଚିଲୁ ସନ୍ଦେହେ ।୧୦୨।ୟେତେ ବୋଲିଣ ଯେ ବୃଦ୍ଧାଅଙ୍ଗୁଷ୍ଠି କାଟିଣ ସେ ଦିଲାତାହା ଦେଖିଗୁରୁଙ୍କର ଚିତ୍ତ ହରଷ ହୋଇଲା ।୧୦୩।ଜାରାକୁ କଲ୍ୟାଣ କରି ରୁହାଇଲେ ନିଜ ଆଶ୍ରମେପୁତ୍ରନ୍ତ ଘେନିଗଲେ ବାରୁଣାବନ୍ତ ଭୁବନେ ।୧୦୪।ବିଜେ କଲେ ମହାତ୍ମା ହସ୍ତିନା ନଗ୍ର ପୁରୀନିଜ କର୍ମ ବିଧାନେ ଗଲା ପୁଣି ବରଷ ଚାରି ।୧୦୫।ଅର୍ଜୁନର ସ୍ନାନ ପଦାର୍ଥ ଆଣିବା ଓ ନିଜରଅସ୍ତ୍ରକୁଶଳତା ଦର୍ଶାଇ ଦ୍ରୋଣଙ୍କଠାରୁ ବରପ୍ରାପ୍ତିଶୁଣ ହୋ ମହାରାଜା ଯଉଂଦିନ ବିଦ୍ୟା ପରୀକ୍ଷ କଲେସେହି ଦିନୁ କଉରୋବେ ମନେ ଅନ୍ତର ଧଇଲେ ।୧।ଦ୍ରିଯୋଧନ ମୂଳେ ଯେ ବିଚାର କରନ୍ତିଆମ୍ଭ ତହିଂ ଗୁରୁଙ୍କର ନାହିଂ ଶୁଦ୍ଧମତି ।୨।ଦ୍ରୋଣେ ଯେ ଆମ୍ଭର ବିଦ୍ୟା ଗୁରୁ ହୋଇଲେୟେକା କରି ଅର୍ଜୁନକୁ ସେ ଶସ୍ର ଶିଖାଇଲେ ।୩।ଆମ୍ଭେ ଶତେ ୟେକ ଉତ୍ତର ବିଦ୍ୟାୟେ ଶକତା ନୋହିଲୁଦ୍ରୋଣପ୍ରାୟେ ଗୁରୁଥାଉଂ ବିଦ୍ୟା ନପାଇଲୁ ।୪।ୟେମନ୍ତେ ବିଚାରି ଧୃତରାଷ୍ଟ ତନୟେକର୍ଣ୍ଣ ଦ୍ରିଯୋଧନ ଧୁଶାସନ ମୂଳେ ଗୁରୁଙ୍କ ବିନୟେ ।୫।ଭୋ ଗୁରୁ ତୁମ୍ଭେ ବେଦ ଶାହାସ୍ରେ ସକଳ ନିର୍ଜିତାପ୍ରଶୁରାମଙ୍କ ବିଦ୍ୟାୟେ ତୁମ୍ଭେ ତ୍ରୈଲୋକ୍ୟ ଜିଣନ୍ତା ।୬।ତୁମ୍ଭର ମନରେ ଆମ୍ଭଙ୍କୁ ଶୁଦ୍ଧ ଚିତ୍ତ ନାହିଂୟେକା କରି ଅର୍ଜୁନକୁ ଶିଖାଅସି ଗୋସାଇଂ ।୭।ଦ୍ରୋଣ ପ୍ରାୟେ ଗୁରୁଙ୍କୁ ଆମ୍ଭେ ସେବା କଲୁବିଦ୍ୟା ନ ପାଇଣ ଆମ୍ଭେ ଅସାର୍ଥୁକ ଯେ ହୋଇଲୁ ।୮।ଦ୍ରୋଣେ ବୋଇଲେ ଯେହ୍ନେ ଆମ୍ଭର ମନ୍ଦକର୍ମତୁମ୍ଭନ୍ତ ବିଦ୍ୟା ଶିଖାଇ ଆମ୍ଭେ ହୋଇଲୁ ଅକାରଣ ।୯।ତୁମ୍ଭନ୍ତ ଆମ୍ଭେ ବିଦ୍ୟା ଶିଖାଇଲୁ ଶୁଦ୍ଧଚିତ୍ତେଗଣ୍ଠିମୁଠି ଦୃଢକରି ଦେଖାଉଂ ନିଜ ଗାତ୍ରେ ।୧୦।ହସ୍ତଧରି ତୁମ୍ଭଙ୍କୁ ଜଣେ ଜଣେ ଦେଖାଇତୁମ୍ଭେ ତାହା ନ ଶିଖ ଯେ ମନରେ ଗର୍ବ ବହି ।୧୧।ତୁମ୍ଭନ୍ତ ବିଦ୍ୟା ଶିଖାଇଲେ ଅର୍ଜୁନ ଦେଖଇଦେଖିଣ ଶିଖଇ ସେ କାହାକି ନ ପଚାରଇ ।୧୨।ଯେବଣ ନାରାଜ ଧରଇ ଫାଲଗୁନିମୋତେ ଗୋଚର ନୁହଇ ସେ ବୋଇଲେ ଦ୍ରୋଣ ମୁନି ।୧୩।ପ୍ରଶୁରାମ ବିଦ୍ୟା ତାକୁ ହୋଇଲା ପ୍ରାପତଦେଖିଣ ଶିଖଇ ସେ ବାସବର ସୁତ ।୧୪।ଦ୍ରିଯୋଧନ ବୋଇଲା ତୁମ୍ଭର ଶୁଦ୍ଧ ଚିତ୍ତେତେଣୁ କରି ସମସ୍ତ କହିଲ ବୀର ପାଥେ ।୧୫।ଦ୍ରିଯୋଧନ ବଚନେ ଦ୍ରୋଣେ ତୁନୀ ହେଲେସମସ୍ତେ କୁରୁବୀରେ ଅର୍ଜୁନକଇଂ ହିଂସା କଲେ ।୧୬।ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁବିଦ୍ୟାର ମହିମା ହୋ ଶୁଣ ଯୁବରାଜ ତନୁ ।୧୭।ୟେକ ଦିନରେ ଯେ ଦ୍ରୋଣେ ଉପାୟେକ କଲେସବୁ ପୁଅନ୍ତ ଘେନି ଯମୁନା ସ୍ନାହାନେ ଯେ ଗଲେ ।୧୮।ବାଟରେ ଦେଖିଲେ ସୁସଞ୍ଚ ଶାଳ ବୃକ୍ଷେଦ୍ରୋଣେ ବୋଇଲେ ୟେଠାରେ ବୁଝିବା ପରୀକ୍ଷେ ।୧୯।ଅର୍ଜୁନକୁ ବୋଇଲେ ବାବୁ ତୁ ବାହୁଡ଼ିଣ ଯିବୁକୃପଙ୍କର ଘରୁ ସ୍ନାହାନ ସଞ୍ଚା ଯେ ଆଣିବୁ ।୨୦।ତିଳ ଅୟେଂଳା ସୁସଞ୍ଚ ଅଭ୍ୟଙ୍ଗ ମାନଭୂଇଂରେ ନଥୋଇ ଆମ୍ଭଠାରୁ ଆଣିବୁ ଯେ ପୁଣ ।୨୧।ଗୁରୁଙ୍କର ବଚନେ ସେ ଚଳିଲା ଅର୍ଜୁନବୃକ୍ଷର ତଳ ଯାଇଂ ମିଳିଲେ ଗୁରୁ ଦ୍ରୋଣ ।୨୨।ଦ୍ରିଯୋଧନ ବେନି କର ସଂକ୍ଷେପି ଧଇଲେ ଗୁରୁ ଦ୍ରୋଣଦୃଷ୍ଟି ମୁଷ୍ଟି ଗଣ୍ଠି ଦୃଢ ସେ କରିଣ ।୨୩।ଦ୍ରିଯୋଧନ କରେ ଗୁରୁ ଦିଲେ ଧନୁ ତ୍ରୋଣ ।୨୪।କତୁରୀ ନାରାଜ ସେ ଗୁଣରେ ବସାଇୟେକ ଦୃଷ୍ଟିରେ ନାରାଜ ବିନ୍ଧ କୁରୁସାଇଂ ।୨୫।ଶୁଣି ଦ୍ରିଯୋଧନ ବିନ୍ଧି ପତ୍ରମାନ କଲାକ ଛେଦନକୁରୁବୀରମାନଙ୍କର ଆନନ୍ଦ ପଞ୍ଚୁମନ ।୨୬।ଶିଷ୍ୟନ୍ତ ଘେନି ମୁନି ପ୍ରବେଶ ଯମୁନା ରକୂଳେମଥା ଯୋଗାଣ ଘେନି ଅର୍ଜୁନ ସେ ବୃକ୍ଷଠାରେ ମିଳେ ।୨୭।ଦେଖିଲେ ବୃକ୍ଷରେ ପତ୍ରଗୋଟିୟେକ ନାହିଂଆଶ୍ରିଜ ଅର୍ଜୁନ ସେ ବୃକ୍ଷକୁ ପୁଣ ଚାହିଂ ।୨୮।ଦେଖିଲା ଦ୍ରୋଣଙ୍କର ପଡିଛି ପାଦଗତିଅର୍ଜୁନ ବୋଇଲେ ଗୁପତ ବିଦ୍ୟା ଶିଖାଇଲେ କୁରୁପତି ।୨୯।ସେହି ମତି ଅର୍ଜୁନ ପାଦଗତି କଲାପାଞ୍ଚଗୋଟି ନାରାଜ ଭୂମିକି ମାଇଲା ।୩୦।ତହିଂର ଉପରେ ସ୍ନାହାନ ସଞ୍ଚା ଥୋଇଅବୋଲୋକନ ଶର ବିନ୍ଧିଲାକ ତହିଂ ।୩୧।ବଂକ୍ଷି ଗୋଟିମାନ ଯେ ପକାଇଲା ଛେଦିସ୍ନାହାନ ସଞ୍ଚାମାନ ଘେନି ସେ ଚଳଇ ମନଭେଦୀ ।୩୨।ଗୁରୁଙ୍କର ସନ୍ନିଧ୍ୟେ ନେଇ ସ୍ନାହାନ ସଞ୍ଚାଦିଲେସୁଗନ୍ଧ ତଇଳ ସେ ମଥାରେ ଲଗାଇଲେ ।୩୩।ଯମୁନା ନଦୀରେ ସେ ପଶିଲେ ଦ୍ରୋଣେ ଯାଇସମସ୍ତ ଶିଷ୍ୟମାନେ ପଶିଲେ ଝସାଇ ।୩୪।ସ୍ନାହାନ କରନ୍ତେ ଯେ କୁମ୍ଭୀରେକ ଅଇଲାଦ୍ରୋଣ ଗୁରୁଙ୍କୁ ସେ ଯେ ଆକ୍ରେଷିଣ ନେଲା ।୩୫।ସମସ୍ତ ଶିଷ୍ୟମାନେ ଡରେ ଅଇଲେ ପଳାଇକୁମ୍ଭୀର ଗୁରୁଙ୍କୁ ନେଉଛି ଘୋସରାଇ ।୩୬।ଜଳରୁ ଦ୍ରୋଣଗୁରୁ ଆସିତ ନୁଆରଇରଖ ରଖ ବୋଲି ସେ ଶିଷ୍ୟଙ୍କୁ ଡାକ ଦେଇ ।୩୭।ଦେଖି ଭୀମସେନ ଜଳ ଭିତରକୁ ଡେଇଂଲାଆକ୍ରେଷି ମକରି ଯାଇଂ କୁମ୍ଭୀରକୁ ଧଇଲା ।୩୮।ଭିଡନ୍ତେ ଜଳପ୍ରଭା ସେ ହୋଇଲା ନିଧନଦ୍ରୋଣଗୁରୁ ବୋଇଲେ ଧନ୍ୟରେ ଭୀମସେନ ।୩୯।ତୁହି ସେ ୟେତେବେଳେ ଦିଲୁ ଜୀବଦାନକିସ ଦେଇ ତୋଷ କରିବି ତୋର ମନ ।୪୦।ଗଦା ବିଦ୍ୟା ତୋତେ ଗୋଟିୟେ ଦେବଇଂ ପ୍ରସନ୍ନମୋହୋର ଗଦା ବିଦ୍ୟାରେ ତୁ ସକଳ ଭୁବନ ଜିଣ ।୪୧।ବଳରାମ ଗଦା ବିଦ୍ୟା ବୋଲନ୍ତି ଜଗତେଆରେ ତୋର ଗଦା ବିଦ୍ୟା ପ୍ରକାଶୁ ସେହି ମତେ ।୪୨।ଅତୁଟ ଗଦା ବିଦ୍ୟା ଦ୍ରୋଣେ ଭୀମସେନକୁ ଦିଲେ,ତ୍ରଇଲୋକ ବିଖ୍ୟାତ ହୋଅ ଭୀମସେନକୁ ବୋଇଲେ ।୪୩।ଗଦାବିଦ୍ୟା ପାଇଣସେ ସାନନ୍ଦ ଭୀମସେନତହୁଂଣ ପୁଅନ୍ତ ଘେନି ଦ୍ରୋଣେ କରନ୍ତି ଗମନ ।୪୪।ନେଉଟି ଗୁରୁ ଯେ ତରୁ ତଳେ ମିଳିଲେକ ଯାଇଂଦ୍ରିଯୋଧନ ବୋଇଲା ସେ ଶାଳବୃକ୍ଷକୁ ଚାହିଂ ।୪୫।ଆମ୍ଭେ ଯେ କାଟିଲୁ ସମସ୍ତ ପତ୍ରମାନବଂକ୍ଷି ମାନଙ୍କୁ କେ କାଟିଲା ବୋଲଇ ଦ୍ରିଯୋଧନ ।୪୬।ଦ୍ରୋଣେ ବଦୟନ୍ତି ଶୁଣରେ ଅର୍ଜୁନତୋହୋର ନାରାଜ ପ୍ରାୟେତ ଦିଶଇ ବିଦ୍ୟମାନ ।୪୭।ଅର୍ଜୁନ ବୋଇଲେ ମୁଂ କୃପଙ୍କ ଘରକୁ ଗଲିସ୍ନାହାନ ସଞ୍ଚାଘେନିଣ ମୁଂ ଶୀଘ୍ରେଣ ଅଇଲି ।୪୮।ବୃକ୍ଷ ଉପରକୁ ମୁଂ ଚାହିଂଲି ନୟନଦେଖିଲି ପତ୍ରମାନେ ଭୂମିରେ ପତନ ।୪୯।ନିରେଖି ଚାହିଂଲି ମୁଂ ଗୁରୁଙ୍କ ପାଦଗତିସେହିମତି କରି ମୁଂ ବାବଲ ପେଷିଲଇଂ ଧାତି ।୫୦।ବଂକ୍ଷିମାନ ସବୁ ଛେଦି ପକାଇଲି ଭୂମିଶୁଣିଣ ଥମ୍ଭୀଭୂତ ଦ୍ରୋଣ ମହାମୁନି ।୫୧।ଦ୍ରିଯୋଧନ ବଦନ ଚାହିଂ ବୋଲନ୍ତି ବଚନୟେ ବିଦ୍ୟା ଅବା କାହୁଂ ଅର୍ଜିଲା ଅର୍ଜୁନ ।୫୨।ତୁମ୍ଭେମାନେ ଆମ୍ଭଙ୍କୁ ବୋଲୁଥାଅ ଜଗତେସବୁ ସହୁଂ ଆମ୍ଭେ, ତୁମ୍ଭେ ଯହୁଂ ଶିଷ୍ୟପୁତ୍ରେ ।୫୩।ଅର୍ଜୁନକୁ ଚାହିଂଣ ଯେ ବୋଇଲେ ଗୁରୁଦ୍ରୋଣୟେ ଭାରା ଭର ଉଶ୍ୱାସିବାକୁ ତୁହିଂ ସେ ଯେ ଜନ୍ମ ।୫୪।ଧୁଶାସନ ବୋଇଲା ଗୁରୁ ହେ ଅର୍ଜୁନ ଆଗ୍ୟାଂତ ମେଣ୍ଟିଲାସ୍ନାହାନ ସଞ୍ଚାମାନ ସେ ଭୂମିରେ ଥୋଇଲା ।୫୫।ଅର୍ଜୁନ ବୋଇଲା ଗୁରୁହେ ଧୁଶାସନ ବୋଇଲା ଯେମନ୍ତପଞ୍ଚୁ ନାରାଜ ଭୂମିକି ମାଇଲି ତୁରିତ ।୫୬।ତହିଂ ଉପରେ ଯେ ସ୍ନାହାନ ସଞ୍ଚା ମୁଂ ଥୋଇଲିବାବଲ ଶରେ ସବୁ ବଂକ୍ଷିମାନତ ଛେଦିଲି ।୫୭।ଗୁରୁଙ୍କର ଆଗ୍ୟାଂ ମେଣ୍ଟଇ ଯେବଣ ଶିଷବିଦ୍ୟା ଅପ୍ରାପତ ହୋଇ ଅଳପେ ଯାଇ ସେ ନାଶ ।୫୮।ଦ୍ରୋଣ ଦେଖିଲେ ନାରାଜ ମୁନ ବସିଛି ଭୂମିରଦେଖିକରି ଚକିତ ଯେ ହୋଇଲେ କୁରୁବୀର ।୫୯।ପରମ ସାନନ୍ଦ ହୋଇଣ ଆନନ୍ଦ ପଞ୍ଚୁମନସକଳ ବିଦ୍ୟା ତୋତେ ହୋଉରେ ଅରଜୁନ ।୬୦।ସନ୍ତୋଷ ହୋଇଣ ଅର୍ଜୁନକୁ ବର ଦିଲେପୁଅନ୍ତ ଘେନି ଦ୍ରୋଣ ଇନ୍ଦ୍ରପ୍ରଶସ୍ତକୁ ଗଲେ ।୬୧।ଲାଖେକ ପାତି କରି ଶରମାନ ବିନ୍ଧନ୍ତିସେହି ଦିନୁ ପୁଣ ହାତ ସୂତ୍ର ଯେ କରନ୍ତି ।୬୨।ଯେବଣ ନାରାଜ ବିନ୍ଧଇ ଅର୍ଜୁନଦେଖି କୁରୁବୀରଙ୍କର ହୃଦୟ କମ୍ପମାନ ।୬୩।କହନ୍ତି ଅଗସ୍ତି ପଣ୍ଡିତ ବ୍ରହ୍ମବେତ୍ତାବଇବସୁତ ମନୁ ଶୁଣନ୍ତି ଅମୃତ ରସ କଥା ।୬୪।ନମାମି ସିଦ୍ଧ ସାରୋଳା ଜଙ୍ଖେର ପୁରବାସୀକଳି କାଳ ପାତକ ତୋହୋର ହୋୟେ ଧଂସି ।୬୫।ତୁ ସେ ବ୍ରହ୍ମଗ୍ୟାଂନୀ ଅନାଦି ଅପର୍ଣ୍ଣା ସାରୋଳା ଗୋସାମଣୀଅଦୃଷ୍ଟି ଅଶ୍ରୁତି ତୁ ବଞ୍ଚାଇଲୁ ଆଣି ।୬୬।ଜନ୍ମେ ଜନ୍ମେ ମୁହିଂ ନୋହଇ ଶାହାସ୍ରବାଦୀପଣ୍ଡିତ ଜନ ମଧ୍ୟେ ମୁଂ ନପଶିଲି ପ୍ରସିଦ୍ଧି ।୬୭।ସେ ସିଦ୍ଧ ଦେବୀ ମୋତେ ପ୍ରସନ୍ନ ହୋଇଲାଅକଳାନ୍ତ ଶ୍ରୀମହାଭାରତ ମୋତେ ଆଗ୍ୟାଂ ଦିଲା ।୬୮।ଜଙ୍ଖେର ପୁରବାସିନୀ କୃପାଜଳ ନନ୍ଦନୀତାହାର ଆଗ୍ୟାଂ ପ୍ରମାଣେ ମୁଂ ହୋଇଲି ଶୂଦ୍ରମୁନି ।୬୯।ସେ ସିଦ୍ଧ ଦେବୀ ଚରଣେ ମୋର ସେବାଶୂଦ୍ରମୁନି ସାରୋଳା ଦାସକୁ ଗତି ମୁକ୍ତି ଦେବା ।୭୦।ଦ୍ରୋଣଙ୍କ ନିର୍ଦେଶରେ କୁରୁପାଣ୍ଡବଙ୍କରଦ୍ରୁପଦଙ୍କୁ ବନ୍ଦୀକରି ଘେନିଆସିବାୟେଥୁ ଅନନ୍ତରେ ଯେ ବଇବସୁତ ମନୁଯାହା ପୁଚ୍ଛାକଲୁ ତାହା କହିବା ସାବଧାନୁ ।୧।ମୀନ ଶୁକଳ ଯେ ତ୍ରୋୟୋଦଶୀ ଅର୍କବାର ।ହସ୍ତା ନାମେ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୨।ତୈତୁଲ୍ୟ ନାମେ କରଣ ଗଣ୍ଡ ନାମେ ଯୋଗ ।ମେଷ ସଂକରାନ୍ତିକି ପଚିଶ ଦିନ ଭୋଗ ।୩।ଆଖଡ଼ା ଶାଳେ ବସିଅଛନ୍ତି ଗୁରୁ ଦ୍ରୋଣେଭ୍ରାଥମାନନ୍ତ ଘେନି ଛାମୁରେ ଉଭା କୁରୁରାଣେ ।୪।ଦ୍ରୋଣେ ବୋଇଲେ ବାବୁ ହେ ଆମ୍ଭେ ଅଟୁଂ ଯେ ତୀର୍ଥବାସୀତୁମ୍ଭଙ୍କୁ ବିଦ୍ୟା ଦେବା ନିମନ୍ତେ ଆମ୍ଭେ ସମୟେ ରହିଲୁ ଆସି ।୫।ଋଷି ବିପ୍ର ଭଗବନ୍ତ ଆବର ବ୍ରହ୍ମଚାରୀପାଦ ଶ୍ରମେ ଭ୍ରମନ୍ତେଣ ସେ ଧର୍ମକୁ ଆଚରି ।୬।ତୁମ୍ଭେ ପରମ କଲ୍ୟାଣ ହୋଇଥାଅ କ୍ଷମେଆମ୍ଭେ ତୀର୍ଥ ଯାତ୍ରା କରିବୁ ବାବୁ ଯିବୁଂ ନିଜ ଧର୍ମେ ।୭।ଦ୍ରିଯୋଧନ ଧୁଶାସନ ଆବର ବୀର କର୍ଣ୍ଣୟେକାନ୍ତେ ତିଆରନ୍ତି ଭାରଦ୍ୱାଦଶଙ୍କ ନନ୍ଦନ ।୮।ଯଦ୍ୟପି ବିଦ୍ୟା ହୋ ଶିଖାଇଲୁ ଆମ୍ଭେଭୀମ ଅର୍ଜୁନ ବିବାଦୀ ନୋହିବାକ ତୁମ୍ଭେ ।୯।ତୁମ୍ଭେ ୟେକ ସୋଦର ଅଟ ଯେ ଅଭିନ୍ନଯୁଝେଷ୍ଠିଙ୍କି ଭଗତି ହୋଇଥିବଟି ପଣ୍ଡୁର ସମାନ ।୧୦।ଯୁଝେଷ୍ଠିଙ୍କର ତୁଲେ କେବେ ଅଭାବ ନୋହିବରେ ବାଳୟେ ଶିରୀ ସମ୍ପଦ ଘେନିଥିବ ସର୍ବକାଳ ।୧୧।ଦ୍ରିଯୋଧନ ବୋଇଲା ଯୋଡ଼ିଣ ବେନି କରପତ୍ରଅନେକ କାଳ ବିଦ୍ୟା ଯେ ଶିଖାଇଲ ଆମ୍ଭନ୍ତ ।୧୨।ଗୁରୁ ଦକ୍ଷିଣା ମାଗ ଆମ୍ଭେ ଦେବୁ ଯେ ତୁମ୍ଭନ୍ତଯାହା ଇଛା ମାଗ ହୋ ଭଗବନ୍ତ ।୧୩।ୟେମନ୍ତେ କେତେହେଂ ଦିନ ତହିଂ ଗଲାସମସ୍ତ ଭ୍ରାଥଙ୍କୁ ରାଇ ଦ୍ରିଯୋଧନ ପଚାରିଲା ।୧୪।ଗୁରୁ ଦକ୍ଷିଣା ଦେବୁଂ ଆମ୍ଭନ୍ତ ମାଗସି ହୋ ଗୁରୁଯେ ମନେ ଇଛା ଦେବୁଂ ବାଞ୍ଛା ଯାହା କରୁ ।୧୫।ଗୁରୁ ଦକ୍ଷିଣା ନ ଦେଇ ସାଧନ୍ତି ଯେ ବିଦ୍ୟାସେ ବିଦ୍ୟା ପରାପତ ନୋହଇଟି ଦେବ ସିଦ୍ଧା ।୧୬।ଗୁରୁ ବୋଇଲେ ବାବୁ ଶୁଣ ହୋ ଧୃତରାଷ୍ଟିତୁ ଯାହା ବୋଇଲୁ ୟେ କଥା ସତ୍ୟଟି ।୧୭।ଆମ୍ଭେ ତଳହସ୍ତ କରି ଦାନ ଘେନିଲୁ ପ୍ରଶୁରାମଙ୍କ ତହୁଂଆନକୁ ଦାନ ଆମ୍ଭେ ମାଗିବୁଂ ଅବା କାହୁଂ ।୧୮।ବାଞ୍ଛା ଗୁରୁ ଶିକ୍ଷା ଗୁରୁ କୋଦଣ୍ଡ ଦୀକ୍ଷାଗୁରୁକାରଣ ପୁରୁଷ ତହୁଂ ପ୍ରତିଗ୍ରହ ଆମ୍ଭେ କରୁ ।୧୯।ଧନ ଦାନେ ଭୂମି ଦାନ ଆମ୍ଭର ନାହିଂ ପ୍ରିୟୋଜନଆମ୍ଭନ୍ତ ଦକ୍ଷିଣା ଦେବ ସତ୍ୟ କର ଦୃଢ ମନ ।୨୦।ଦ୍ରିଯୋଧନ ବୋଇଲା ତୁମ୍ଭେ ଯାହା ମାଗ ତାତଅବଶ୍ୟ ଦେବୁ ୟେହା ଆମ୍ଭର ତ୍ରିବାର ସତ୍ୟ ସତ୍ୟ ।୨୧।ଦ୍ରୋଣେ ବୋଇଲେ ବାବୁ ହେ ମାଗୁଅଛୁଂ ତୁମ୍ଭଙ୍କୁଦ୍ରୋପଦ ରାଜାକଇଂ ଧରି ଆଣିଦେବ ମୁକୁ ।୨୨।ମୁହିଂ ତୁମ୍ଭର ଗୁରୁ ତୁମ୍ଭେ ମୋହୋର ଦୁଲଣାୟେତେକ ଦିଲେ ଆମ୍ଭଙ୍କୁ ହୋଇବ ଗୁରୁ ଦକ୍ଷିଣା ।୨୩।ଶୁଣିଣ ଦ୍ରିଯୋଧନ କୋପେଣ ପ୍ରଚଣ୍ଡଦ୍ରୋପଦ ପୁରକୁ ଯିବା ସାଜରେ ସମଦଣ୍ଡ ।୨୪।ରଥ ଗଜ ଅଶ୍ୱ ସଇନି ପାଦାନ୍ତିଢୋଲ ଦମାଲୁ ଭରି ବାଜଇ ଅପ୍ରମିତି ।୨୫।ଗଜ ତୁରଙ୍ଗ ଗହନେ ହାବୋଡ଼ନ୍ତି ରଥେଚୋଖାର ତୁରଙ୍ଗମ ଚଢି ବିହଡ଼ନ୍ତି ରାଉତେ ।୨୬।ବୀର ତୂର ଟମକ ବିଜିଘୋଷ ବାଜିୟେକାଦଶ କ୍ଷଉଣୀ ସୈନ୍ୟବଳ ସାଜି ।୨୭।ଦଣ୍ଡ ସଜ ଦେଖି ହସି ଫାଲଗୁନିଦ୍ରୋଣେ ବୋଇଲେ ୟେ ତୋର ବିଚାରକୁ ନ ଯୋଗାଇକି ପୁଣି ।୨୮।ଅର୍ଜୁନ ବୋଇଲା ଗୁରୁ ହେ ମୁଂ ହସିଲି ୟେଥକୁୟେଡ଼େ ଦଣ୍ଡସଜ କିମ୍ପେ ଦ୍ରୁପଦ ଛାରକୁ ।୨୯।ଯେ ସେ ଜଣେ ଯାଇଂ ଆଣଇଂ କିନା ଧରିକିଞ୍ଚିତ କଥାକୁ କିମ୍ପେ ୟେଡ଼େ ଦଣ୍ଡ ଭିଡି ।୩୦।ଦ୍ରିଯୋଧନ ବୋଇଲା ତୁ ଜନ୍ମହୁଂ ଯେ ନଷ୍ଟଯେତେକ ପ୍ରତଗ୍ୟାଂ କଲୁ ସବୁ ଗରୁ ଜ୍ୟେଷ୍ଠ ।୩୧।ବ୍ରାହ୍ମଣ ଗୁରୁ ବୋଲି ସହିଲେ ଯେ ତୋତେଭାଗ୍ୟବର ହୋଇଲେ ନାଶ ଯାଆନ୍ତୁ କିଞ୍ଚିତେ ।୩୨।ୟେହି ଗୁରୁଙ୍କ ଛାମୁରେ ୟେଡ଼େ ଦର୍ପ କଥା କହୁଅଳପ ଜାଣିତୁ ଯେ ପ୍ରତଗ୍ୟାଂ ଅପାର ତ ବହୁ ।୩୩।ଆହୋ ଦ୍ରୋପଦ ବୋଲି ଯେବଣ ଚକ୍ରବ୍ରତୀମହା ବିବେକ ଧାର୍ମିକ ବଳବନ୍ତା ପଞ୍ଚାଳ ଦେଶର ଆଧିପତି ।୩୪।ପଦ୍ମେକ ରଥ ଯେ ନବ ସାଗର ହାଥୀଚାରି ପରାୟୁଧ ଅଶ୍ୱ ନବକ୍ଷଉଣୀ ପାଦାନ୍ତି ।୩୫।ଚାରି ସହସ୍ର ପାରିଦଣ୍ଡ ଖଟନ୍ତି ରାଜା ୟେକେତାହାକୁ ଧରି ଆଣିମୁ ତୁ ୟେକାଇ ଜଣକେ ।୩୬।ବୋଲଇ ବାସବି ଯେ ୟେହା ନୋହଇ ଅକାରଣଗୁରୁଙ୍କର ବଚନ ସିନା ଅଟଇ ପରମାଣ ।୩୭।ଗୁରୁଙ୍କର ଆଗ୍ୟାଂୟେ ଯେବଣ ବଚନତାହା ସେ ସାର କରି ଶୁଣ ହୋ ଦ୍ରିଯୋଧନ ।୩୮।ଦ୍ରୋଣେ ଯେବେ ଆଗ୍ୟାଂ ଦେବେଟି ନିରୁତାନ୍ତେଦ୍ରୋପଦ ଛାରକୁ ମୁଂ ଆଣିବି କ୍ଷଣକର ମାତ୍ରେ ।୩୯।ଦ୍ରିଯୋଧନ ବୋଇଲା ଦେଖି ଯାଅନି ରେ ବାବୁଦ୍ରୋପଦକୁ ଆଣିଲେ ସେ ପ୍ରତଗ୍ୟାଂ ସାଚା ସବୁ ।୪୦।ଅଜଙ୍ଗମ ଧନୁ ଅକ୍ଷୟେ ତ୍ରୋଣ ବେନିଶ୍ରୀକରେ ଦ୍ରୋଣେ ନେଇ ଦିଲେକ ଫାଲଗୁନି ।୪୧।ୟେକା ଅର୍ଜୁନ ଚଳଇ ଗୁରୁ ବାକ୍ୟେଶତ ସହସ୍ର ଦଣ୍ଡ ପ୍ରଳମ୍ୱ ଗୁରୁଙ୍କର ପାଦ ଉଦକେ ।୪୨।ଦ୍ରୋଣେ ବୋଇଲେ ବାବୁ ତୁ ହୋଅସି ଜଗୁଜିତାସ୍ୱର୍ଗ ମଞ୍ଚ ପାତାଳେ କେ ତୋତେ ନୋହୁନା ଜିଣନ୍ତା ।୪୩।ଗୁରୁଙ୍କ ଆଗ୍ୟାଂ ପ୍ରମାଣେ ଚଳି ଦୁତୀକୃଷ୍ଣଜଗୁଜିତା ସୁନ୍ଦର ସେ ପ୍ରତଗ୍ୟାଂ ଗରିଷ୍ଠ ।୪୪।ବନ ନଗ୍ର ଜିଣିଣ ସେ ପ୍ରବେଶ ପାଞ୍ଚାଳ ଦେଶେକୃଷ୍ଣବେଣୀ କୂଳେ ବୀର ଚଳଇ ହରଷେ ।୪୫।ରାଜ୍ୟର ନିକଟେଣ ମଳୟ ନାମେ ଗିରିତହିଂର ଶିଖରେ ଯେ ବିଜୟେ ଧନୁର୍ଧାରୀ ।୪୬।ଶିରେ ରତ୍ନମଣି ମୁକୁଟ କୁଣ୍ଡଳ ଶୋଭାଶୂରବନ୍ତ ସୁନ୍ଦର ରୁଚିର ଚାରୁପ୍ରଭା ।୪୭।ଦେଶାଉର ପୁଚ୍ଛା କଲେ ଲକ୍ଷଣ ଗୁଣ ଦେଖି ସବୁକେବଣ ରାଜାର ତୁ କୁମର ଅଟୁ ବାବୁ ।୪୮।ବୋଲଇ ବାସବି କହ ରେ ତୁମ୍ଭର ରାଜାକୁଦ୍ରୋପଦର ବଇରୀ ମୁଂ ଆସିଛି ସାଂଗ୍ରାମ କରିବାକୁ ।୪୯।ତୁମ୍ଭେ କହ ଯାଇଂ ବେଗେ ତୁମ୍ଭ ରାଜାଙ୍କ ଆଗରଦଣ୍ଡ ଘେନି ଆସି କରୁ ମୋର ତୁଲେ ଯେ ସମର ।୫୦।ଶ୍ରୀବନ୍ତ ଲୋକଙ୍କର ଆଗ୍ୟାଂ ନୋହଇ ନା ଭ୍ରଷ୍ଟଦ୍ରଶନେ ବୋଧ ହୋଇ ପ୍ରସନ୍ନେ ପୂରୋଇ ପେଟ ।୫୧।ରାଜାର ଦଣ୍ଡକୁ ୟେକା ଜଣକ ହିଂ ବାହିଶୁଣି ତାହାର ବଚନ ଭ୍ରଷ୍ଟ ନ କଲେ ସେ କେହି ।୫୨।ଦେବାର୍ଚ୍ଚନ ସାରି ରାୟେ ବିଜୟେ ଅବକାଶେମନ୍ତ୍ରୀ ଅମାନାତ୍ୟମାନେ ଖଟିଛନ୍ତି ପାଶେ ।୫୩।ଦେଶାଉର ବାରତା କହଇ କରପତ୍ର ଯୋଡ଼ିଅଶକ୍ୟ କଥାୟେ ଦେବ ଶୁଣିମା ଅବଧାରି ।୫୪।ରାଜାମାନଙ୍କର ଯେ ଦେଶାଉର ଦିବ୍ୟ ଚଛୁସବ୍ୟ ଅସବ୍ୟ କହଣେ ମନ୍ତ୍ରୀ ତାହା ବାଛୁ ।୫୫।ଦେବ ! ହସ୍ତେଣ ଧନୁ ଆର ହସ୍ତେ ଶହସ୍ରେକ ଅଛି ଧରିଯେସନେକେ ବିଦ୍ୟାଧର ଗଗନୁଂ ଅବତରି ।୫୬।ବୋଲଇ ବାରତା କହ ତୁମ୍ଭର ରାଜାକୁଦଣ୍ଡଘେନି ଆସି ସାଂଗ୍ରାମ ଦେଉ ମୁକୁ ।୫୭।ଦ୍ରୋପଦ ବୋଇଲେ କରୁଣାକର ପାତ୍ରକୁ ରାଇକେହୁ ଅଟଇ ସେ ତୁମ୍ଭେ ବୁଝିଆସ ଯାଇ ।୫୮।ରାଜାର ବଚନେ ଯେ ପାତ୍ର ଚଳିଗଲାଅହିବ୍ରତେକ ଯୋଦ୍ଧା ତୁଲେଣ ଘେନିଲା ।୫୯।ଆସନ୍ତି ମତ୍ତ ନାଗେ ଦାଣ୍ଡରେ ସର୍ବେ ପୂରିନାଦ ଶବଦେ ଯେ ଆସନ୍ତି ଝଞ୍ଜାରୀ ।୬୦।ଧର, ଧର, ମାର, ମାର ଶୁଭଇ ଘୋର ବୋବିଝଲକନ୍ତି ଲାଙ୍କିୟା ଯେ ବାଳ କିରଣ ଯେହ୍ନେ ରବି ।୬୧।ପର୍ବତେ ଥାଇଣ ଦେଖଇ କୋନ୍ତାଙ୍କର ସୁତେଦଶ ଧାଉଡ଼ି ଦଶ ନାରାଜ ବିନ୍ଧିଲେ କିଞ୍ଚିତେ ।୬୨।ଧାଡ଼ିକେ ଆସୁଥିଲେ ଦଶ ସହସ୍ର ମତ୍ତ ଗଜେଅହିବ୍ରତେକ ହସ୍ତୀ ପଡ଼ିଲେ ଦଶ ନାରାଜେ ।୬୩।ଚିତାରେ ବାଜି ବାଣ ମଳଘର ବାଟେ ନିକିଳିହସ୍ତୀ ଉପରୁ ଯୋଦ୍ଧାୟେ ପଡିଲେ ମୋହେ ଢଳି ।୬୪।ରାଜାର ଅଗ୍ରେତେ ଯାଇ କହିଲେ ମୁନେହିଦଣ୍ଡ ଘେନି ଦ୍ରୋପଦ ଆପଣେ ଅଇଲା ଯେ ବାହି ।୬୫।ପଦ୍ମେକ ରଥ ବତିଶ ପଦ୍ମ ହସ୍ତୀଅଶୀ ସାଗର ବାରାସ ସାତ କ୍ଷଉଣୀ ପାଦାନ୍ତି ।୬୬।ଧାମନ୍ତି ଯୋଦ୍ଧାୟେ ଯେ ସିଂହ ରଡ଼ି କରିସାତ ଯୋଜନ ପରିଯନ୍ତେ ଥାଟ ଆସଇ ପୂରି ।୬୭।ପର୍ବତ ଉପରେ ଥାଇ ବିଚାର କରଇ ଅର୍ଜୁନସାଧୁ ସମ୍ପଦ ତୋରରେ ଦ୍ରୋପଦ ଧନ୍ୟ ତୋ ଜୀବନ ।୬୮।ଗୁରୁ ଆଗ୍ୟାଂ ଯେ ନ ଦିଲେ ତୋତେ ପ୍ରାଣେ ମାରିବାକୁବିନା ଅପରାଧେ କିମ୍ପେ ମାରିବି ୟେହାକୁ ।୬୯।ଗୁରୁଙ୍କର ମଇତ୍ର ୟେ ଅଟନ୍ତି ଯୁଗତେଗୁରୁ ମଇତ୍ର ମୁଂ ନାଶ କରିବି କେମନ୍ତେ ।୭୦।ସଦଭାବେ ମୋତେ କହିଅଛନ୍ତି ଗୁରୁ ଦ୍ରୋଣେମନଭେଦୀ ନାରାଜ ବୀର କାଢିଲାକ ତ୍ରୋଣେ ।୭୧।ମୋହ ନାନାରାଜ ଭେଦିଲା ସେ ଦ୍ରୋପଦର ଥାଟଅନେକ ନାରାଜ ଯାଇ ହୋଇଲାକ ଭେଟ ।୭୨।ରଥକେ ସହସ୍ର ନାରାଜ ଯେ ଗଜକେ ପାଞ୍ଚଶତଅଶ୍ୱକେ ଅଢାଇ ଶତ ପାଦାନ୍ତିକେ ୟେକ ଶତ ।୭୩।ୟେତେକ ନାରାଜ ୟେକା ଅର୍ଜୁନ ଯେ ଭେଦିସାତ ଯୋଜନ ମାଡ଼ିଥାଠ ପଡ଼ିଲେ ଆଛାଦି ।୭୪।ମୋହେଣ ଅଚେବନ ହୋଇ ଯେ ପଡ଼ିଲେ ସଇନିଦ୍ରୋପଦ ରାଜାକୁ ଯାଇ ଧଇଲେ ଫାଲଗୁନି ।୭୫।ଦ୍ରୋପଦ ବୋଇଲେ ବାବୁ ତୁ କେବଣ ପୁରୁଷତ୍ରିଭୁବନେ ନାହିଂ କାର ୟେମନ୍ତ ସାହସ ।୭୬।ଅର୍ଜୁନ ବୋଇଲେ ମୁଂ କୋଇନ୍ତାଙ୍କ ସୁତଦ୍ରୋଣ ଗୁରୁ ତହୁଂ ବିଦ୍ୟା ଶିଖିଲି ଅପ୍ରମିତ ।୭୭।ସେ ଗୁରୁ ଆମ୍ଭଙ୍କୁ ଦକ୍ଷିଣା ମାଗିଲେଦ୍ରୋପଦ ରାଜାକୁ ଆଣି ଦିଅସି ବୋଇଲେ ।୭୮।ତାହାଙ୍କର ବଚନେ ମୁଂ ଅଇଲଇଂ ୟେଥତେଣୁ କରି ସଇନି ତୋର କଲଇଂ ନିପାତ ।୭୯।ଅର୍ଜୁନ ବୋଇଲେ ଦ୍ରୋପଦ ଭ୍ରାନ୍ତି ତୁ ନକର ହୋ କିଛିଦ୍ରୋଣଙ୍କର ଶିଷ ମୁଂ ତୋତେ ନେମାକୁ ଆସିଅଛି ।୮୦।ମୋହୋର ଥିଲେ ତୋତେ ନାହିଂ ପରମାଦମନେ ଭ୍ରାନ୍ତି ତୁମ୍ଭେ କିଛୁ ନ କର ଦ୍ରୋପଦ ।୮୧।ଦ୍ରୋପଦ ବୋଇଲା ମୁଂ ଦ୍ରୋହ କରିଛି ଦ୍ରୋଣଙ୍କୁଭୋ ଅର୍ଜୁନ ତୁମ୍ଭେ ଯେ ଶରଣ ରଖ ମୁକୁ ।୮୨।ଅର୍ଜୁନ ବୋଇଲେ ମୁଂ କରିବି ୟେକ ଶାସ୍ତିଗୁରୁଙ୍କ ବଚନେ ଶିଷ୍ୟେ ଥାଆନ୍ତି ଟି ବର୍ତ୍ତି ।୮୩।ଡୋର ଗୋଟିୟେ ଘେନି ବାନ୍ଧିବି ଯେ କରୟେଥକୁ ଭୋ ତାତ ମୋତେ କୋପ ଯେ ନ କର ।୮୪।ଶାସ୍ତି ଦେଖିଣ ତୋତେ ଦୟା କରନ୍ତୁ ଦ୍ରୋଣେଚିର କୋପୀ ନୋହନ୍ତି ସେ ମହା ଶାନ୍ତି ବ୍ରାହ୍ମଣେ ।୮୫।ଦ୍ରୋପଦ ବୋଇଲା ଯେହ୍ନେ ତାହାଙ୍କର ପ୍ରତଗ୍ୟାଂତୋହୋର ବଚନ କେସନେ କରିବି ଅବଗ୍ୟାଂ ।୮୬।ଆଗେଣ ଦ୍ରୋପଦ ପଛେ ବୀର ଫାଲଗୁନିନବ ଦିନେ ଚଳିଗଲେ ୟୋଜନ ଶତ ତିନି ।୮୭।ବାରୁଣାବନ୍ତ ସେ ଆଖଡ଼ାର ନିକଟେଦ୍ରୋପଦକୁ ବନ୍ଧନ ସେ କଲା ଡୋର ପାଟେ ।୮୮।କେଶ ବାସ ଅସମ୍ଭାଳ ଧୂଳିରେ ଧୂସରବିବଶ ବିଛନ୍ନ କରିଦେଇ ନେଲା ଗୁରୁଙ୍କ ଛାମୁର ।୮୯।ବାମ କରେ ଅଛି ଦ୍ରୋପଦର କେଶ ଧରିଆଖଡ଼ା ଘରେ ପଶିଲା ଦ୍ରୋପଦଙ୍କୁ ବାନ୍ଧି କରି ।୯୦।ପଲଙ୍କ ଉପରେ ଗୁରୁ ଅଛନ୍ତି ଯେ ଶୋଇଦ୍ରୋପଦକୁ ଘେନି ଅର୍ଜୁନ ଅଛି ଉଭାହୋଇ ।୯୧।ଗୁରୁଙ୍କର ନିଦ୍ରା ମୁଂ ଭାଞ୍ଜିବି କେମନ୍ତେପାଦ ତଳେ ପଲଙ୍କ ଖୁରାରେ ବାନ୍ଧିଲେ ଦ୍ରୋପତେ ।୯୨।ଆହୋ ମୁହିଂ ଯାଉଅଛି ଯୁଝେଷ୍ଠି ଦେବଙ୍କ ଛାମୁରେ ଯାୟେତୁ ୟେଥେ ପଡ଼ି ରୋଦନ କରୁଥାଅସି ଯେ ରାୟେ ।୯୩।ମହାଭିଗ୍ୟଂ ବ୍ରାହ୍ମଣ ଅଟନ୍ତି ଦ୍ରୋଣଗୁରୁଅବସ୍ତା ଦେଖି ତୋତେ ବିଚାରି ଦୟାକରୁ ।୯୪।ନିସତ ହୋଇତୁ ନ ପଳାଇବୁଟି ଦ୍ରୋପଦନାରାଜ ବିନ୍ଧିବି ଯେତେ ଦୂରେ ଥଲେ ହୋଇବୁ ଶିର ଛେଦ ।୯୫।ମୁଇଂ ୟେବେ ଭୀଷ୍ମ, ବିଦୁର, ଯୁଝେଷ୍ଠିଙ୍କି ଆଣଇ ରାଇତୋତେ ପାରି କରିଦେବୁନି ସମସ୍ତେ ବିନୋଇ ।୯୬।ବାହାର ହୋଇଗଲାକ ତହୁଂ ଦୁତୀ ଶ୍ରୀହରିମନେ ବିଚାରଇ କଥାୟେ ଅଇଲି ପାଶୋରି ।୯୭।ଦ୍ରୋପଦ ସନ୍ୟ କିମ୍ପା ମୋହେ ପଡ଼ିଥିବେସେ କି ଆଉ ଆସି ଆମ୍ଭଙ୍କୁ କିସ ଯୁଦ୍ଧ ଯେ କରିବେ ।୯୮।ନୋହଇ ବଇରି ସେ ଅଟଇ ବ୍ରାହ୍ମଣକିଞ୍ଚିତ ଦୋଷେ ଯହୁଂ ଆଗ୍ୟାଂ ଦିଲେ ଗୁରୁଦ୍ରୋଣ ।୯୯।ୟେସନେକ ସମୟେ ଘେନିଲେ ଜୀବନ୍ୟାସ ଶରଦ୍ରୋପଦ ଥାଠକୁ ଜୀବ ଦେବୁ ବୋଇଲା ବାସବ କୁମର ।୧୦୦।ଆଗ୍ୟାଂ ପ୍ରମାଣେ ସେ ଶର ଚଳିଗଲାତିନିଶତ ଯୋଜନେ ପଡ଼ି ସେ ସମସ୍ତ ଜୀଆଂଇଲା ।୧୦୧।ବାହୁଡ଼ି ନାରାଜ ଆସି ଅର୍ଜୁନ ତ୍ରୋଣରେ ପଶିସାଧୁ ସାଧୁ ବୋଇଲେ ସେ ସୁର ସ୍ୱର୍ଗବାସୀ ।୧୦୨।ଦ୍ରୋପଦର ସଇନି ମୋହ ତେଜିଣ ଉଠିଲେରାଜାକୁ ବନ୍ଦୀ କରି ନେଲା ସେ ଯେ ଗୋଳେକଲେ ।୧୦୩।ଯେ ଯାହାପୁରେ ସେ ରୋଦନ କଲେ ଲୋକେସମୟେ ଜାଣି ପୁଣି ଶାନ୍ତି ହୋଇଲେ କଥୋକେ ।୧୦୪।ୟେଥୁ ଅନନ୍ତରେ ଯେ ଅର୍ଜୁନ ଚଳିଗଲାଭୀଷ୍ମ ବିଦୁର ସଞ୍ଜୟ ଯୁଝେଷ୍ଠିଙ୍କି ରୁଣ୍ଡ କଲା ।୧୦୫।ଦ୍ରୋପଦ ବାପୁଡ଼ାକୁ ଆଣିଅଛି ଧରିଗୁରୁଙ୍କୁ କହି ସମସ୍ତେ ହେଂ ଦେବା ପାରିକରି ।୧୦୬।ୟେମନ୍ତର ସମୟେ ଯେ କର୍ଣ୍ଣ ଦ୍ରିଯୋଧନଶତେକ ଭାଇ ତୁଲେ ସେ କୁମାର ଧୁଶାସନ ।୧୦୭।ଆଖଡ଼ା ଶାଳେ ଆସି ପ୍ରବେଶ ସମସ୍ତେଦେଖିଲେ ବାନ୍ଧଣା ହୋଇଛି ନୃପତି ୟେଡ଼େ ଭଗନସ୍ତେ ।୧୦୮।ଧାଇଂଣ ବାଳ ତାର ଦ୍ରିଯୋଧନ ଧଇଲା ଯାଇଂ ଝାତିମାରନ୍ତି ଦ୍ରୋପଦକୁ ଦେଅନ୍ତି ଅନେକ ଶାସ୍ତି ।୧୦୯।ମୂର୍ଖ ଦୃଭାର ସେ ଦୁଷ୍ଟ ଧୃତରାଷ୍ଟିନାରାଜ ଘେନି ଦ୍ରୋପଦକୁ କଲାକ ସାତବେଣ୍ଟି ।୧୧୦।ମାରନ୍ତି ଲେଡ଼ା ଗୋଇଠା ପଛ ବାହା କରିଣ ଯେ ବାନ୍ଧିଅର୍ଜୁନ ରଖ, ରଖ ବୋଲି ଉଞ୍ଚ ସ୍ୱରେ ନୃପ କାନ୍ଦି ।୧୧୧।ଗୋଳ ଶବଦ ଶୁଣି ଚିଆଂଇଲେ ଗୁରୁ ଦ୍ରୋଣେଦେଖିଲେ ଦ୍ରୋପଦର କେଶ ବାସ ଅସମ୍ଭାଳନେ ।୧୧୨।ଦ୍ରୋଣେ ବୋଇଲେ ରହ ରହ ଧୃତରାଷ୍ଟିୟେ ଆମ୍ଭର ମଇତ୍ର ଦ୍ରୋପଦେଶ୍ୱର ହେଟି ।୧୧୩।ପଲଙ୍କରେ ଥାଇଂ ଦ୍ରୋପଦର ଅବସ୍ତା ଦେଖିଲେହା ହା ମଇତ୍ର ବୋଲି ଉଠିଣ କୋଳ କଲେ ।୧୧୪।ତୁ ମୋହୋର ମଇତ୍ର ଅଟୁ ପଞ୍ଚୁଭୂତ ଆତ୍ମାନ ଜାଣି ଅପ ଗଞ୍ଜଣା ପାଇଲୁ ମହାତମା ।୧୧୫।ଶାଢି ସରଳ ଅକ୍ଷତ ଗୁରୁ ଦିଲେକ ସମ୍ଭରେଯାଅ ଯାଅ ମଇତ୍ର ହୋ ତୋହୋର ନିଜ ପୁରେ ।୧୧୬।ଦ୍ରୁପଦଙ୍କର ତପସ୍ୟାଛାଡ଼ିଲେ ଦ୍ରୋପଦକୁ ପଳାଇଲା ବିକଳେକାଶୀ ନଦୀ ବହଇ ହେମବନ୍ତ ପର୍ବତର ତଳେ ।୧।ଗୌରା ତପ କରିଥିଲେ ସେ ଥାନରେଲାଜେଣ ରାଜ୍ୟକୁ ନଗଲେ ଦ୍ରୋପଦଶ୍ୱରେ ।୨।ୟେଡ଼େ ଅବସ୍ତା ହୋଇଣ ରାଜ୍ୟକୁ କେମନ୍ତେ ଯିବିଅମନାତ୍ୟ ପାତ୍ରଙ୍କ ମୁଖ ଯେ କେମନ୍ତେ ଚାହିଂବି ।୩।ଜୀବନ ନିଆଶୀ ରାଜା ବସିଲା ଘୋର ତପେଛାଡିଲା ରାଗ, ମୋହ, ହିଂସା ବସିଲା ତପୋଧନ ରୂପେ ।୪।ପଞ୍ଚଭୂତ ନିମଜ୍ଜି ବସିଲା ମହାରାୟେରୁଦ୍ର ଦେବତାଙ୍କୁ ଜପଇ ଅଜପା ମନ୍ତ୍ର ଲୟେ ।୫।ଅଣ ଅନ୍ଧର ନାଥ ଯେ କୃପାଜଳ ସିନ୍ଧୁଅନ୍ଧକ ବିଦାରଣ ମଉଳି ଧର ଇନ୍ଦୁ ।୬।ସଂସାର ଦର୍ପ ଭାଞ୍ଜିଲା ଯେବଣ କାମଦେବସଦାନନ୍ଦ ପୁରୁଷ ତୋହୋର ନାମ ସଦାଶିବ ।୭।ବ୍ରହ୍ମାର ଶାପେ ଦେବ ଦହିଲୁ ଅନଙ୍ଗଅଣାକାର ପୁରୁଷ ତୁ ଯେ ଧଇଲୁ ସୋଢଳ ଅଙ୍ଗ ।୮।ଆଦି ଈଶାନ ନାଥ ତୁହି ସେ ଜଗତ ଗୁରୁୟେ କଳିକାଳ ଧଂସିବାକୁ ନାଥ ତୁହି ସେ ଚିନ୍ତାକରୁ ।୯।ସ୍ୱାମୀ ୟେକ କାୟାକୁ ଯାହାର ପଞ୍ଚୁଶିରସୁର ପାବକ ନାଥ ତୋହୋର ନାମ ଗଙ୍ଗାଧର ।୧୦।ସଂସାରକୁ ସାର ତୋର ମହା ରୁଦ୍ର ମନ୍ତ୍ରେଶୈଳଜାର ବଲ୍ଲଭ ତୁ ପିନାକ ଧରୁ ହସ୍ତେ ।୧୧।ସରଳ ଯେବଣ ଯେ କାଳାନଳ ଉଡ଼ଙ୍ଗକଟି ମେଖଳା ସେ ଯେ ଅନନ୍ତ ଭୁଜଙ୍ଗ ।୧୨।କାମ ପତନ ନାଥ ନକଲୁ ୟେହା କିଛିୟେକ ତଲୟେ ଭଜିଲୁ ଯୋଗ ଲୟେ ବାଛି ।୧୩।ୟେ ସଚରାଚର ଜୀବ ଜନ୍ତୁ କଲୁ କୀଟ ପୋକଉଲଗ୍ନସାହୀ ହୋଇ ଲଭିଲୁ ତ୍ରୈଲୋକ ।୧୪।ପିନାକ ଶାରଙ୍ଗ ଖଟ୍ୱାଙ୍ଗ ଡମ୍ୱରୁ ଯେ ହସ୍ତେଡାକି ଗହନ ନାଦେ ପଳାନ୍ତି ଦୁରାପାତେ ।୧୫।ପ୍ରତଗ୍ୟାଂ ସାର୍ଥୁକ ନାଥ ଦକ୍ଷର ଯାଗ ଭଞ୍ଜାକପିଳାସ ବିହରଣ ବ୍ରହ୍ମାର ଶିରଗଞ୍ଜା ।୧୬।କବନ୍ଧ ବିଦାରଣ ତୁହି ସେ ଆଦି ଈଶାନନମସ୍ତେ ବିରୂପାକ୍ଷ ଦେବ ତ୍ରିଲୋଚନ ।୧୭।କରୁଣାକର ନାଥ ତ୍ରୈଲୋକ୍ୟ ଚିନ୍ତାମଣିକୋଟିୟେ ଯୁଗ ଗଲେ ସ୍ୱାମୀ ନିମିଷକ ପ୍ରାୟେ ମଣି ।୧୮।ସ୍ୱାମୀ ନୀଳକଣ୍ଠ ତବ ଶ୍ରୀଚରଣେ ନମାମିକପିଳାସ ସିଂଘଦ୍ୱାର ମୋତେ ପ୍ରାପତ କର ଦେବସ୍ୱାମୀ ।୧୯।ଗିରିଜା ବଲ୍ଲଭ ଶ୍ରୀଚରଣେ ନିତ୍ୟେ ମୁହିଂ ଦାସକିଞ୍ଚିତ ଖଣ୍ଡଣ କରିବା ନାଥ କାଳଦଣ୍ଡ ଫାଶ ।୨୦।ଶ୍ରୀମହେଶ୍ୱର ରୂପକୁ ଶତେ ସହସ୍ର ଦଣ୍ଡ ପରିଣାମିବଦୟନ୍ତି ଶାହାସ୍ର ଯୋଗେ ସାରୋଳା ଦାସ ଶୂଦ୍ରମୁନି ।୨୧।ଅର୍ଜୁନର ପ୍ରତିଜ୍ଞାଅଗସ୍ତି କହିଲେ ଯେ ପୁରାଣ ସଂଯୋଗେଅର୍ଜୁନ ପ୍ରତଗ୍ୟାଂ କହନ୍ତି ଯେ ବଇବସୁତ ମନୁ ଆଗେ ।୧।ଦ୍ରୋଣଙ୍କର ଭାରିଯା ପାକ ସମ୍ପାଦନ କରିସ୍ନାହାନ ନିମନ୍ତେ ଯେ ଯାଆନ୍ତି ବ୍ରହ୍ମଚାରୀ ।୨।ସୁରଭି ନଦୀକୁ ସ୍ନାହାନ କରିଣ ଯାଉଣ ଦୀର୍ଘ ପଥେବାଟରେ ତେନ୍ତୁଳି ବୃକ୍ଷେକ ଦେଖିଲେ ଭାରଦ୍ୱାଦଶଙ୍କର ସୁତେ ।୩।ବୋଇଲେ ଦ୍ରୋଣେ ପଲ୍ଲବ ହୋଇଛି ବୃକ୍ଷରାଜବେଗେଣ ଦ୍ରୋଣେ ପେଷଲେ କତୁରୀ ନାରାଜ ।୪।ବୃକ୍ଷରୁ ପତ୍ରଯାକ ଝାଡ଼ି ପକାଇଲେଜାହ୍ନବୀକି ବୋଲି ଗୁରୁ ସ୍ନାହାନ କରିଗଲେ ।୫।ୟେମନ୍ତ ସମୟେ ଯେ ଅର୍ଜୁନ ଅଇଲାଗୁରୁଙ୍କ ଘରଠାରେ ପ୍ରବେଶ ହୋଇଲା ।୬।ଅର୍ଜୁନେ ପଚାରିଲେ ଗୁରୁ ଗଲେ କେଣେଅନ୍ନ ତିଆରି କର ବାବୁ ଗୁରୁ ଗଲେ ସ୍ନାହାନେ ।୭।ୟେତେ ଶୁଣି ବୀର ସେହି ପଥେ ଗବନବାଟରେ ଦେଖିଲେ ତେନ୍ତୁଳି ବୃକ୍ଷର ବେବସ୍ତାମାନ ।୮।ଚଇତ୍ର ମାସ ନୋହଇ ୟେତ ପତ୍ର ଝଡ଼ା ଦିଲାୟେତେ ବୋଲି ସେ ବୃକ୍ଷରାଜ କତିରେ ହୋଇଲା ।୯।ଦେଖଇ ପତ୍ର ଯେ ନାରାଜେ ଛେଦନହୃଦରେ ବିଚାରି ବୋଲଇ ଦ୍ରୋଣଙ୍କ କଥାମାନ ।୧୦।ୟେ ମହାଖରାରେ ବୃକ୍ଷ ହେଉଛି ଦଗଧିଦେଖିଣ ହୃଦଗତେ ମନରେ ବଡ଼ କ୍ରୋଧୀ ।୧୧।ପବନା ଶରେକ ଗୁଣରେ ବସାଇଲାପତ୍ରମାନ ଉଡାଇ ଯେ ଯାହା ଠାବରେ ଲଗାଇଲା ।୧୨।ମନ୍ତ୍ର ବଳେ ଶୁଖିଲା ପତ୍ର କଞ୍ଚା କରିସମସ୍ତ ଲଗାଇଲା ନେଇ ମନ୍ତ୍ର ବଳ କରି ।୧୩।ୟେତେ କୃତ୍ୟ କରି ବାହୁଡ଼ି ଅଇଲାନିଜ ମନ୍ଦିରେ ଯାଇ ପ୍ରବେଶ ହୋଇଲା ।୧୪।ଗୁରୁ ସ୍ନାହାନ ତର୍ପଣ ବେଗେ ସାରିବାହୁଡ଼ି ଆସନ୍ତେ ବାଟରେ ବୃକ୍ଷ ଦେଖିଲେ ବ୍ରହ୍ମଚାରୀ ।୧୫।ଚାହିଂଣ ଦେଖିଲେ ମୁଂ ପତ୍ର ଝାଡ଼ି ଡାଙ୍ଗ କରି ଯାଇଥିଲିୟେହା କଲା କେହୁ ମୁଂ ତାହାକୁ ହାରିଲି ।୧୬।ୟେତେ ବୋଲି ଦ୍ରୋଣେ ତୁରିତେ ଅଇଲେଘରେ ଆସି ଦ୍ରୋଣେ ଭୋଜନେ ବସିଲେ ।୧୭।ବୋଇଲେ ହରିତା ଗୋ ୟେଠାକୁ ଆସିଥିଲେ କିୟେବୋଇଲେ ୟେଠାକୁ ଆସିଥିଲା ବାସବର ପୋୟେ ।୧୮।ବିଚାରି ବୋଇଲେ ୟେହାର ଛେଦନକାଲି ପଚାରି ବୁଝିବା ୟେ କଥା ଅର୍ଜୁନ ।୧୯।ରାତ୍ର ପାହିଲେ ଉଦୟ ହୋଇଲେ ମାରତଣ୍ଡସମସ୍ତେ ଆଖଡ଼ାଶାଳେ ହୋଇଲେକ ରୁଣ୍ଡ ।୨୦।ଗୁରୁ ବୋଇଲେ ଅର୍ଜୁନ ଗଲୁ ଯେ ଆମ୍ଭର ମନ୍ଦିରେଆମ୍ଭଙ୍କୁ ଉଦ୍ଦେଶି ଗଲୁ ତୁ ଯେ ଗତ ଯେ ପଥରେ ।୨୧।ସେ ବୃକ୍ଷରାଜକୁ ବାବୁ କେବଣ କୃତ୍ୟକଲୁଶୁଣିଲେ କୁରୁବୀରେ ଗୁରୁଙ୍କ ମୁଖରୁ ।୨୨।ବାବୁ ସମସ୍ତ ପତ୍ର ଭାଞ୍ଜି ସୁମନ୍ତ୍ର ବଳେ ଗଲି ଭଲାଶୁଖିଲା କଞ୍ଚା ଶରେ ପବନା ଶରେ ଉଡ଼ାଇ ଖଞ୍ଜିଲା ।୨୩।ଶୁଣି କୁରୁବୀରେ ହୋଇଲେ ତରସ୍ତକି ଜାଣି ତରଳ ଭାଣ୍ଡେ ପଡ଼ିଲା କୀଟ ପୋକ ।୨୪।ବାବୁ ତୋହୋର ଉଦିତରେ କୁଟୁମ୍ୱେ ବିଗ୍ରହ ପଡ଼ିବଅବଶ୍ୟ ଦ୍ରିଯୋଧନ ଯୁଝେଷ୍ଠିଙ୍କର ସାଂଗ୍ରାମ ହୋଇବ ।୨୫।ୟେତେକ ବଚନ ଶୁଣିଣ ଧୃତରାଷ୍ଟିମନରେ ଗରୁଚିନ୍ତା ବାହାରେ ଭାବ ତୁଷ୍ଟି ।୨୬।ଦ୍ରୋଣଙ୍କର ପ୍ରୟାଗ ଗମନ, ଅଶ୍ୱଥିମା ଓ କୃପଙ୍କରତପସ୍ୟା, କୌରବଙ୍କ ଦ୍ୱାରା ସେମାନଙ୍କୁ ଆଣିବା ଓ ରାମକୃଷ୍ଣଙ୍କ ଦର୍ଶନଅଗସ୍ତି କହିଲେ ପୁରାଣ ସଂଯୋଗେବଇବସୁତ ମନୁ ଶୁଣନ୍ତି ଆସ୍ରାଗେ ।୧।ଶ୍ରୀମହାଭାରଥ ୟେ ଆଦିପର୍ବ କଥାସଂସାର ଗତି ଲାଭ କାୟେ ମୁକତି ଅର୍ଥଦାତା ।୨।ଯେବଣ ଗ୍ରନ୍ଥ ଶୁଣିଲେ ଯଶ ଶିରୀ ଆୟୁଷ ବଢଇଶତ୍ରୁ କ୍ଷୟେ ଯାୟେ ଅରଷ୍ଟି ଦର୍ପ ଯେ ଗଞ୍ଜଇ ।୩।ଦ୍ରୋଣ ଗୁରୁ କୁରୁବୀରମାନଙ୍କର ପ୍ରତଗ୍ୟାଂ ଦେଖିଲେନାରାୟଣଙ୍କ ଅଗ୍ରତେ ବଳରାମେ ଯେ କହିଲେ ।୪।ବଡ଼ ସାଧନେ ସାଧୁ ଅଛନ୍ତି ହସ୍ତିନାଆଖଡ଼ା ଶାଳ ତହିଂ ଯାଇ ଦେଖି ଯିବା ଭାଇ କହ୍ନା ।୫।ତାଳଧ୍ୱଜ ରଥେ ବିଜୟେ ବଳଦେବନନ୍ଦିଘୋଷ ରଥରେ ବିଜୟେ ମାଧେବ ।୬।ତାଳଧ୍ୱଜ ରଥରେ ଯେ ସୁବଳ ସାରଥିନନ୍ଦିଘୋଷ ରଥ ଦାରୁକ ତଡ଼ତି ।୭।ବସନ୍ତ ଋତୁ ଯେ ଫାଲଗୁନ୍ୟ ମାସଶୁକଳ ପକ୍ଷ ତୃତୀୟା ଭୃଗୁବାର ଦିବସ ।୮।ରେବତୀ ନକ୍ଷତ୍ର ଯେ ବାଣିଜ୍ୟ ନାମେ କରଣମାହେନ୍ଦ୍ର ଯୋଗ ଘେନି ବାରୁଣାକୁ ଚଳନ୍ତି କାହ୍ନୁ ସଂକ୍ରିଷେଣ ।୯।ଦ୍ରୋଣେ ଯେ ଗଲେ ପ୍ରାଗ ମହାତୀର୍ଥେପାଛୋଟି ଗଲେ ସାତ ଉତ୍ତର ଶତେ ଭ୍ରାଥେ ।୧୦।ଦ୍ରୋଣଙ୍କୁ ନେଇ ଛାଡ଼ିଲେ ଅଜଙ୍ଗପାଦ ବନେସମସ୍ତେ ପ୍ରବେଶ ହୋଇଲେ କୃପ ଅଶସ୍ତମାର ତପ ସ୍ଥାନେ ।୧୧।ଦେଖିଲେ ଅଶସ୍ତମାର ୟେକଇ ଆସନଚଉଦ ବରଷ ହୋଇଲା ୟେକଇ ନିଶ୍ଚଳ ନୟନ ।୧୨।କାହାରି ନାମ ଯେ ନ ଧରଇ ତାର ମନେଶୂନ୍ୟକୁ ଲୟ କରି ଚାହଂଇ ଗଗନେ ।୧୩।ବୋଧଇ ଅଣାକାର ସାଧଇ ବ୍ରହ୍ମଗ୍ୟାନୟେମନ୍ତେ ଚଉଦ ବରଷ ୟେକ ଲୟେ ମନ ।୧୪।ପବନ ନିରୋଧି ଯେ ଟେକଇ ଉଜାଣିଦ୍ୱାଦଶ ଇନ୍ଦ୍ରିୟ ୟେକତ୍ୱ କରି ଆଣି ।୧୫।ବିଂଶ ଆଙ୍ଗୁଳି ଗଙ୍ଗା ବୋଲି ଶୋଷିୟେଥୁ ସେ ନିଦ୍ରା ଅଳସ ନୁଆସି ।୧୬।ପଞ୍ଚମୁନା ନାଳ ଯେ ତିହୁଡ଼ିର ବାଟଜ୍ୱାଳାନଳ ଟେକିଲା ସେ ଶ୍ରୀହଟ ଯେ ପାଟ ।୧୭।କ୍ଷନ୍ଦାଇ ପକାଇଲା ବାସ୍ତରୀ ଯେ ମୁଦ୍ରାଧାତା ଦୃଢ କରିଣ ଭାଞ୍ଜିଲା ମହାନିଦ୍ରା ।୧୮।ନିଦ୍ରାପୁରୁଷଟି ସେ ଅଟଇ ଯେ କାଳୟେହି ସେ ନାଶ କରି ସକଳ ।୧୯।ପବନ ଉଜାଣି ଜାଇ ନବଦ୍ୱାର ବାଟେତାହା ସବୁ ବନ୍ଧନ ଶିଷୁମୁନା ବାଟେ ।୨୦।ନବଦ୍ୱାର ନିରୋଧି ଯେ ବସିଛି ମହାତ୍ମାଦେଖି ନ ଦେଖଇ ଶୂନ୍ୟ ଶବଦ ସୀମା ।୨୧।ଜିହ୍ୱା ଗୋପ୍ୟାନ କଲା ସେ ଘଣ୍ଟିକାର ମୂଳେତହିଂରୁ ଅମୃତ ପାନ କଲା ସର୍ବକାଳେ ।୨୨।ସାତୁକୀ ପୁରୁଷ ସେ ଅଭୟେ କାଳକୁଅମାୟା ପୁରୁଷସେ ଚାହଂଇ ଶୂନ୍ୟକୁ ।୨୩।ନାହିଂନାହିଂପବନନାହିଂପଞ୍ଚଶାଖାନାହିଂ ନାହିଂ ନିଅଙ୍ଗ ନାହିଂ ନା ବାଟ ରେଖା ।୨୪।ନାହିଂ ପରସନ୍ନ ନାହିଂ ନାଅପ୍ରସନ୍ନଜିହ୍ୱା ଇନ୍ଦ୍ରି ଗୋପ୍ୟ କଲା ନିଗ୍ରହ ବାସନ ।୨୫।ନିରାଶିତ ଜପ ଯହୁଂ କଲା ଅଣାକାରେଆସନ ଛାଡ଼ିଣ ଯେ ଉଠିଲେ ନିରାକାରେ ।୨୬।ଶୂନ୍ୟେଣ ଶବ୍ଦ ଶୁଭିଲା ବର ମାଗ ଅଶସ୍ତମାସାମାଧିରେ ଥାଇଂ ଉତ୍ତର ଦିଲେ ମହାତମା ।୨୭।ଶବଦ ଶୁଭଇ ସ୍ୱାମୀ ନଦିଶଇ ଶରୀରଅଣ୍ଡୀର କୋକିଳ ଜାଣି ବାଣୀ ସୁସ୍ୱର ।୨୮।ଆରେ କେବଣ ଭୁବନକୁ କରୁ ଅଛୁ ଇଚ୍ଛାବର ମାଗ ତୋହୋର ଯେବଣ ମନ ବାଞ୍ଛା ।୨୯।ଅଶସ୍ତମା ବୋଇଲା ମୁଂ ଉତପତ୍ତି ହୋଇଲି ଭୁବିୟେ ପୃଥୀ ଥିବାଯାୟେ ମୁଂ ୟେହି ମତେ ଥିବି ।୩୦।କାଳ କାମ ନିଦ୍ରା ମୋତେ ନ ପୀଡ଼ିବ ନୟନେହୋଉ ତୋତେ ପ୍ରାପତ ବୋଲି ବୋଇଲେ ଦେବଶୂନ୍ୟେ ।୩୧।କୃପ ଆଚାର୍ଯ୍ୟେ ମାଗିଲେ ଯେହୁ ବରୟେ ପୃଥୀ ଥିବା ଯାୟେ ମୁଂ ହୋଇବି ଅମର ।୩୨।ତ୍ରିଜୀବୀ ହୋଇବି ସ୍ୱାମୀ ତୋହୋର ସେ ବରେଣହୋଉ ବୋଲି ବୋଇଲେ ଶୂନ୍ୟପୁରୁଷ ଶୂନ୍ୟେଣ ।୩୩।କରପତ୍ର ଯୋଡ଼ି ବୋଲଇ ଅଶସ୍ତମାଆବର ବର ମୋତେ ଦେବୁ ହେ ମହାତମା ।୩୪।ହସ୍ତିନା ଭୁବନେ ଥିବାକୁ ମୋର ଆଶବ୍ରହ୍ମବେଦ ବିଦ୍ୟାୟେ ମୁଂ ନୋହିବି ନିରାଶ ।୩୫।ଅସ୍ତୁ ହୋଉ ବୋଲି ବୋଇଲେ ଦେବ ଶୂନ୍ୟିବ୍ରହ୍ମବେଦ ବିଦ୍ୟାୟେ ତୁମ୍ଭେ ହୁଅସି ମହାଗ୍ୟାନୀ ।୩୬।ୟେମନ୍ତେ ସମୟେ ଯାଇ ହୋଇଲେ କୁରୁବୀରେଦେଖିଲେ ଗତ ଆତ୍ମା ପ୍ରାୟେ ପଡିଛନ୍ତି ଭୂମିରେ ।୩୭।ଅଶସ୍ତମା କୃପ ଯେ ଆହାର ବିହୁନେଉଠିବସି ନ ପାରନ୍ତି ଆତ୍ମବଳ ହୀନେ ।୩୮।ଧୁଶାସନ କୋଳ କରି ଧଇଲେ ଅଶସ୍ତମାକାନ୍ଧେଣ ଘେନିଲେ ସେ କ୍ଷତ୍ରିୟମ ହାତମା ।୩୯।କୃପ ଆଚାର୍ଯ୍ୟଙ୍କୁ ଧଇଲେ ଦ୍ରିଯୋଧନକାନ୍ଧେ ବସାଇଲେ ସେ ଧୃତରାଷ୍ଟର ନନ୍ଦନ ।୪୦।ଘେନିଣ ଆସୁ ଅଛନ୍ତି ବାରୁଣା ପ୍ରଶସ୍ତେରାମକୃଷ୍ଣଙ୍କୁ ଭେଟିଲେ କଉସ୍ତୁଭ ପର୍ବତେ ।୪୧।ଯୁଝେଷ୍ଠି ଭୀମ ଅର୍ଜୁନ ସହଦେବ ନକୁଳପ୍ରଣପତ୍ୟ ହୋଇଲେ ବଳଦେବଙ୍କ ପୟର ।୪୨।ଯୁଝେଷ୍ଠି ଦେବଙ୍କୁ କୃଷ୍ଣ ନମସ୍କାର କଲେକଲ୍ୟାଣ କଲେ ଧର୍ମରାୟେ ନୃପତିର ତୁଲେ ।୪୩।ରାମକୃଷ୍ଣଙ୍କୁ ନମସ୍କାର ନ କଲେ କୁରୁବୀରେ କେହିଅନେକ ପ୍ରସ୍ତୁତ କଥାମାନକହି ।୪୪।ପ୍ରବେଶ ହୋଇଲେ ବାରୁଣାବନ୍ତେ ଯାଇଂଅଶସ୍ତମା କୃପଙ୍କୁ ଅନେକ ବଧାଇ ।୪୫।ସ୍ନାହାନ ଭୋଜନକଲେ କୋଇନ୍ତାଙ୍କ ପୁରେ ରହି ।୪୬।ସର୍ପନ୍ତ ମଉଳେ ବହନ୍ତି ଦେବ କାମପାଳପବନ ଆହାରେ ସେ ବ୍ରତନ୍ତି ସର୍ବକାଳ ।୪୭।କୌରବଙ୍କର ବଳରାମଙ୍କଠାରୁ ଗଦା ବିଦ୍ୟା ଶିକ୍ଷା,ଅର୍ଜୁନଙ୍କର ଶିକ୍ଷା ନକରିବାର କାରଣ କଥନ ।ସଂକ୍ରିଷେଣ ବୋଇଲେ ହୋ ଦ୍ରୋଣ ତୁମ୍ଭ ବିଦ୍ୟାଗୁରୁକି,କି ବିଦ୍ୟା ଶିଖାଇଅଛନ୍ତି ଦେଖି ପରୀକ୍ଷା ଆମ୍ଭେ କରୁ ।୧।ଧନୁ ଶହସ୍ରବି ଦ୍ୟା ଯେ ଦେଖିଲେ ସମସ୍ତବଳରାମେ ବୋଇଲେ ନୋହିଲା ସାଧନ ଗଦାହସ୍ତ ।୨।ବଳରାମେ ଗଦା ଯେ ଧଇଲେ ଆପଣେଆକ୍ରଷଣ ଗତି କଲେକ ଦେବ ସଂକ୍ରିଷେଣେ ।୩।ଶୂନ୍ୟ ପବନେ ଗଦା ବୁଲାଇଲେ ଉଠିଆକ୍ରଷଣ କରିଣ ଯେ ସଂଘରନ୍ତି ଦେବ ମୁଷ୍ଟି ।୪।ଦ୍ରିଯୋଧନ ବିନୟ ଭାବେଣ ହୋଇଲା ପରିଣାମିୟେ ଗଦା ହସ୍ତ ମୋତେ ଶିଖାଇବା ଦେବ ସ୍ୱାମୀ ।୫।ବଳରାମେ ବୋଇଲେ ଆମ୍ଭେ ଆଖଡ଼ା ରଇବ୍ରତ ପର୍ବତେଯାହାର କାର୍ଯ୍ୟ ତହିଂକି ଯାଅ ନିତ୍ୟେ, ନିତ୍ୟେ ।୬।ଅର୍ଜୁନ ବୋଇଲା ସ୍ୱାମୀ ଦ୍ରୋଣେ ଯେ ଆମ୍ଭର ଗୁରୁତାଙ୍କର ବିଦ୍ୟା ବିନୁଂ ଆମ୍ଭେ ଆନ ଯେ ନ ଲୋଡୁ ।୭।ୟେକ ଗୁରୁକେ ଯେ ଅନେକ ବିଦ୍ୟା ହୋୟେ ସାଧିବ୍ୟାଧି ନାଶ ଯାଇଟି କଲେ ୟେକ ମଉଷଧି ।୮।ଅପାର ଔଷଧରେ ନ ବର୍ତ୍ତଇ ରୋଗୀଅପାର ଅନ୍ନ ଖାଇଲେ ନାଶ ଯାଇ ଯୋଗୀ ।୯।ଅପାର କୁଟୁମ୍ୱେ କ୍ରୋଧ ହୋଇ ଅପାରଇଅପାର ପ୍ରତିଗ୍ରହେ ବ୍ରାହ୍ମଣେ ନାଶଯାଇ ।୧୦।ଅପାର ବୁଦ୍ଧିରେଣ ଯେ କାର୍ଯ୍ୟ ହୋୟେ ହାନିଆପଣେ ନାଶ ଯାଇ ଅପାର ମତ ଘେନି ।୧୧।ଅପାର ସ୍ତିରୀ ପ୍ରସଙ୍ଗ ହୋଇଲେଆୟୁଷ କ୍ଷୟେ ଯାଇ ଅପାର ଶୃଙ୍ଗାର କଲେ ।୧୨।ଅପାର ଲୋକରେ ଇନ୍ଦୁର ନୋହେ ମାରିଅପାର ତୀର୍ଥ କଲେ ହୋଅଇ ଦେଶାନ୍ତରୀ ।୧୩।ଅପାର ହିଂସାରେ ଦେହ ପତନ ଯେ ହୋଇଅପାର ଲୋଭରେ ହାଦେ ମଙ୍ଗଳ ତୁଟଇ ।୧୪।ଅର୍ଜୁନ ଭାଞ୍ଜିଲା ସେ ଅପାର କଥାକୁଅପାରୁଂ ଅପାର ଯେ କହିଲା ଯୋଗାନ୍ତକୁ ।୧୫।ୟେସନେକ କଥା ଶୁଣି ଦ୍ରିଯୋଧନ ବୋଇଲାତୁମ୍ଭର ନ ଗଲେ ଆମ୍ଭର କିସ ଯେ ହୋଇଲା ।୧୬।ଆମ୍ଭେମାନେ ଯାଇଂ ସେ ଶିଖିବୁଂ ଗଦା ବିଦ୍ୟାଶୁଣି ପରମ ସନ୍ତୋଷ ହୋଇଲେ ଯୋଗସିନ୍ଧା ।୧୭।ବାହୁଡ଼ି ରାମକୃଷ୍ଣ ଗଲେ ନିଜ ଦେଶହସ୍ତିନା ରାଜ୍ୟରେ ରହିଲେ କୁରୁବଂଶ ।୧୮।ଦ୍ରିଯୋଧନ ଯାଇଂନି ତ୍ୟେ ରଇବତ ପର୍ବତକୁବଳରାମଙ୍କ ଗଦା ବିଦ୍ୟା ସାଧନ କରିବାକୁ ।୧୯।ଗଦା ବିଦ୍ୟା ଶିଖିଲେ ସେ ବଳରାମଙ୍କର ସଙ୍ଗତେଗଣ୍ଠି ମୁଠି ସକଳ ଜାଣିଲେ ଶତେ ଭ୍ରାଥେ ।୨୦।ଭାନୁମତୀ ବିବାହଶୁଣ ହୋ ରାଜନ ବିଜୟନଗ୍ର ବୋଲିଣ ସେ ଦକ୍ଷିଣ କୋଶଳେଭୂମନୁ ବୋଲି କରି ତହିଂର ମହୀପାଳେ ।୧।ତାହାର ଭାରିଯା ନାମ ଭୁବନାବତୀତାହାର ଦୁହିତାର ନାମ ହୋଇଲା ଭାନୁମତୀ ।୨।ବଡ଼ାଇ ସୁନ୍ଦର ସେ ଅଟଇ ମହାଗ୍ୟାନୀବେଦଶାସ୍ରେ ନିର୍ଜିତ ଯେ ଅଟଇ ପୁଣ୍ୟମାନୀ ।୩।ମାତାର ତହୁଂ ସେ ଯେ କଲା କ୍ଷୀରପାନକ୍ଷୀର ଆହାରେ ବ୍ରତଇ ନ ଭୁଞ୍ଜଇ ଅନ୍ନ ।୪।ଦେବାଙ୍ଗ ବସନ ଯେ ପିନ୍ଧଇ ଯୁଗତେନପଢିଣ ଶାସ୍ର ସେ ବଖାଣୁଥାୟେ ନିତ୍ୟେ ।୫।କୋକିଳ ଧୁନି ସୁସ୍ୱରେ ଭାଷଇ ଦିବ୍ୟ ରସେବିଚକ୍ଷଣ ସୁନ୍ଦରୀ ସେ ନାହିଂ ନା ଆକାଶେ ।୬।ଭୂମନୁ ପଚାରଇ ଗୋ ସ୍ତିରୀ ଜନ୍ମ ତୁହିକାହାକୁ ପ୍ରଦାନ ଗୋ କରିବାକ ଆୟି ।୭।ଶୁଣିଣ ବଚନ ଯେ ବୋଲଇ ଭାନୁମତୀତୁ ମୋତେ ବିମୁଖ ନୋହ ମୁଂ ଅଟଇ ମହାସତୀ ।୮।ଆମ୍ଭେ ଚାରି କନ୍ୟା ଶୂନ୍ୟର ଯେ ଦେବତୀଦ୍ୱାପରଯୁଗେ ଆସି ମଧ୍ୟ ଭୁବନେ ଉତପତ୍ତି ।୯।ସତ୍ୟଯୁଗେ ଆମ୍ଭେ ରତି ଅହିଲା ଦମନ୍ତୀ ବେଦମତୀତ୍ରେତୟାରେ ସୀତା ତାରା ସାବିତ୍ରୀ ଇନ୍ଦୁମତୀ ।୧୦।ଦ୍ୱାପରେ ଆମ୍ଭେ ଜନ୍ମିଲୁ ରେବତୀ ରୁକ୍ମଣୀଭାନୁମତୀ ଦ୍ରୋପତୀ ଆମ୍ଭେ ଚାରି ଯେ ଭୟେଣୀ ।୧୧।ତୁମ୍ଭେ ଆମ୍ଭଙ୍କୁ ବିମୁଖ ନୋହସି ହୋ ତାତମରି ନ ମରି ଆମ୍ଭେ କୌତୁକେ ହୋଉ ଜାତ ।୧୨।ଆମ୍ଭର ଯେତେବେଳେ ତାତ ହୋଇବଟି ଇଛାତୋହୋର ଆଗରେ କହିବୁ ଯେହ୍ନେ ମନ ବାଞ୍ଛା ।୧୩।ୟେହୁ ବଚନେଣ ସମୟେକ ଗଲାଶୟେ ଚଉଷଠୀ ବରଷ ସମ୍ପୂର୍ଣ୍ଣ ହୋଇଲା ।୧୪।ବାଳୁତ ଭାବେଣ ସେ ଖେଳଇ କୁମାରୀପୁଣିହିଂ ଭୂମନୁ ଦୁହିତାକୁ ପଚାରି ।୧୫।ମା ଗୋ କେହେନେକ ଆଗ୍ୟାଂ ଦେବୁନାହିଂ କି ମୋତେକାହାକଇ ପ୍ରଦାନ କରିବଇଂ ତୋତେ ।୧୬।ଭାନୁମତୀ ବୋଇଲା ଯେବେ ହୋଇଲୁ ଆରତରାଜାନ୍ତ ଆଣି ସୟମ୍ୱର କର ତାତ ।୧୭।ଦୁହିତାର ବଚନେ ଭାଷିଲା ନୃପମଣିଧନବନ୍ତ ରାଜା ମୁଂ ଗୋ ନୋହଇ ଦୁଲଣି ।୧୮।ଲକ୍ଷେ ନୃପତି ଯେ ଅଛନ୍ତି ପୃଥିବୀରେସୟଂବର କଲେ ଆସିବେ ସବୁ ନୃପବରେ ।୧୯।ଯାହାକୁ ନୁଆଣିବି ସେ ହୋଇବ ଅବରଣଧର୍ମ ନାଶ ଯିବ କାର୍ଯ୍ୟ ହୋଇବ ଅକାରଣ ।୨୦।ସତ୍ୟ ଯୁଗେ ଯାଗ କଲେ ଜମଦଅଗ୍ନି ମହାଯତିସହସ୍ରା ଅର୍ଜୁନକୁ ନବରି ବରିଲେ ସବୁନ୍ତି ।୨୧।ୟେକା ଜଣକ ସେ ଧାଡ଼ି ଦିଲାକ ଯଗ୍ୟଂ କାଳେଶହସ୍ର ଘାୟେ ପଳାଇଲେ ଯେ ସମସ୍ତ ମହୀପାଳେ ।୨୨।ଜମଦଅଗ୍ନିର ସେ ଆସି ଛେଦିଲାକ ଶିରଯାଗ ଭାଞ୍ଜିଣ ସେ ସମସ୍ତ କଲା ଜୂର ।୨୩।ସୟଂବର କଲେ ସେ ସମସ୍ତ ଲୋକ ଆସିଯାଇକାରଯ ନୋହଇ ସେ ଆପଣେ ନାଶଯାଇ ।୨୪।ଭାନୁମତୀ ବୋଇଲା ତାତ ସୟମ୍ୱର ଯାଗ କଲେଧର୍ମନାଶ ଯାଇଂ ଜଣେ କହିଂ ନ ବରିଲେ ।୨୫।ଭୂମନୁ ବୋଇଲା ମୁଂ ଅଟଇ ଧନହୀନୟେତେ ସନ୍ୟକୁ ମା ଗୋ କାହୁଂ ଦେବି ଅନ୍ନ ।୨୬।ଭାନୁମତୀ ବୋଇଲେ ତାତ ଧନକୁ ନକରସି ଚିନ୍ତାମୁହିଂ ସେ ତୋତେ ହୋ ଧନ ଅନ୍ନ ଯେ ଦିଅନ୍ତା ।୨୭।ଭୂମନୁ ବୋଇଲେ ମୁଂ ସମ୍ପ୍ରତେ କେହ୍ନେ ଯିବିପରୀକ୍ଷ ଦେଖିଲେ ମୁଂ ତ୍ରିପୁତି ହୋଇବି ।୨୮।ଯୋଗାଡ଼ ଗୋଟିୟେ ତାତ ନିର୍ମିତ ତୁମ୍ଭେ କରମୋହୋର ମନ୍ତ୍ର ପାଣି ଫୁଟିୟେକ ଭର ।୨୯।ସେ ପାଗ ରାନ୍ଧିଲେ ହୋଇବ ଅମିୟ ରସସମଦଣ୍ଡ ସନ୍ୟ ତୋହୋର ଇଛାୟେଣ ପରଶ ।୩୦।ଲକ୍ଷେକ ରାଜାର ଯେତେକ ସଇନିଇଚ୍ଛାୟେ ଭୁଞ୍ଜନ୍ତୁ ତାତ ଯେ ଯାହା ଥାଠ ସୈନ୍ୟ ଘେନି ।୩୧।ପରୀକ୍ଷ ନିମନ୍ତେ ଦେବୀ ମନ୍ତ୍ର ପାଣି ଦିଲାନିଜ ପାକେ ନେଇ ଭୂମନୁ ବସାଇଲା ।୩୨।ଅମୃତରସ ପାଗ ହୋଇଲା ଯୁଗତେପରଶିଲେ ନସରଇ ସଇନି ବଳ ଯେତେ ।୩୩।ୟେକାଦଶ କ୍ଷଉଣୀ ରାଜାର ଅଟଇ ଥାଠୟେକା ଯୋଗାଡ଼କେ ସମସ୍ତଙ୍କୁ ଅନ୍ନ ନ ହେଲା ନିଅଣ୍ଟ ।୩୪।ଭୂମନୁ ବୋଇଲା ମା ଗୋ ୟେ ବଡ଼ ଦୁଲଭୟେ ମଧ୍ୟଭୂବନେ ନାହିଂ ଗୋ ୟେସନେକ ସୁଲଭ ।୩୫।ୟେମନ୍ତ ପ୍ରସନ୍ନକୁ ଅଟୁ ଅତୁଟାଇକେଉଂଣ ପୁଣ୍ୟ ବଳେ ୟେସନେକ ଭିଆଇ ।୩୬।ଦୁହିତା ପ୍ରତିବାଚ ତାତ ଶୁଣିମା ଭୂଅପତିବ୍ରହ୍ମାଙ୍କର ଭାରିଯା ଅଟଇ ସାବିତ୍ରୀ ।୩୭।ଆମ୍ଭେ ସାତ କନ୍ୟା ତାହାଙ୍କର ପରିବାରୀରେବତୀ ଋକ୍ମଣୀ ଭାନୁମତୀ ଦ୍ରୋପଦୀ ଆଦି କରି ।୩୮।ଅରୁନ୍ଧତୀ ଅଞ୍ଜନା କମଳା ଘେନି ସାତସେ ବ୍ରହ୍ମାୟେଣୀ ପ୍ରସନ୍ନେ ଆମ୍ଭଙ୍କୁ ରାନ୍ଧଣା ବିଦ୍ୟା ପରାପତ ।୩୯।ଭୂମନୁ ବୋଇଲା ମା ଗୋ ମିଳାଇଲୁ ଅନ୍ନଧନ ନଥିଲେ ନୋହଇ ଅବିଛନେ ଦାନ ।୪୦।ଭାନୁମତୀ ବୋଇଲା ତାତ ଧନକୁ ନ କର ଚିନ୍ତାଯେତେ ଧନ ମାଗୁ ତାତ ମୁଂହି ସେ ଦିଅନ୍ତା ।୪୧।ଭୂମନୁ ବୋଇଲେ ମା ଗୋ ପରୀକ୍ଷକୁ ମୋତେ ଦେଖାଇବୁ ନା କାରଣପରୀକ୍ଷ ଦିଲେ ସୟଂବରକୁ ସ୍ୱୀକାର କରିବି ୟେହିକ୍ଷଣ ।୪୨।ଭାନୁମତୀ ବୋଇଲା ତାତ ୟେହି ସେ ପାଷାଣଧରାଧରି କରିଣ ମୋହୋର ଛାମୁକୁ ଆଣ ।୪୩।ସାତ ସାଙ୍ଗୀ ଲାଗିଲା ଦୃଢ କରିଭାନୁମତୀ ଛାମୁରେ ଆଣି ଥୋଇଲେ ଥିରକରି ।୪୪।ଭାନୁମତୀ ଡାହାଣ କର ଘଷିଲା ପାଷାଣେଅଗ୍ନିହୁଂ ଉତ୍ତାର ରତ୍ନ ହୋଇଲା ତତକ୍ଷଣେ ।୪୫।ଦେଖିଣ ଆଶ୍ରିଜ ଯେ ଭୂମନୁ ନରପତିପ୍ରତକ୍ଷେ ଲକ୍ଷ୍ମୀ ମା ଗୋ ହୋଇଛୁ ଉତପତ୍ତି ।୪୬।ଭାନୁମତୀ ବୋଇଲା ତାତ ମୋର ଜନ୍ମେ ଜନ୍ମେ ୟେ ସିଦ୍ଧିଦୁଇ ହାଥେ ଅଛି ମୋର ଶଙ୍ଖ ପଦ୍ମ ନିଧି ।୪୭।ମାଂକଡା ପଥରେ ଲଗାଇଲେ ମୋର କରଯଉଂ ରତ୍ନ ଇଛିବି ସେହି ହୋଇବ ପାଣି ଦ୍ରବ୍ୟ ସାର ।୪୮।କନ୍ୟା ମାସ ଶୁକଳ ପକ୍ଷ ଦଶମୀ ଯେ ତିଥିଶରଦ ଉଚ୍ଛବ ଅନ୍ତେଣ ଅପରାଜିତା ପାର୍ବତୀ ।୪୯।ପଣ୍ଡିତ ବାର ଯେ ଶ୍ରବଣା ନକ୍ଷତ୍ରେସୟଂବରକୁ ଅନକୂଳ ଘେନଇ ଭୂମନୁ ନୃପତ୍ୟେ ।୫୦।ଶୂଦ୍ରକ ନାମେଣ ତାର ମନ୍ତ୍ରୀକି ତତକ୍ଷଣେ ରାଇରାଜାନ୍ତ ନିମନ୍ତ୍ରଣ କର ସୟଂବର କୃତ୍ୟ କହି ।୫୧।ଶୂଦ୍ରକ ମନ୍ତ୍ରୀ ଶୁଣି ଅନେକ ହରଷଦେଶାଉର ପେଷିଲା ସେ ଚାରଦିଗ ପାଶ ।୫୨।ଭାନୁମତୀ ସାଦ୍ରିଶେ ଚିତ୍ରପଟେକ ଲିହିଲାରାଜାଙ୍କୁ ଦେଖାଇବାକୁ ସେ ସନ୍ଦେଶ ଭିଆଇଲା ।୫୩।ମନ୍ତ୍ରୀର ବଚନେ ଯେ ଚଳିଲେ ସର୍ବ ଦୂତେରାଜାନ୍ତ ନିମନ୍ତ୍ରଣ କରନ୍ତି ତୁରିତେ ।୫୪।ଭାନୁମତୀର ସୟଂବର ବୋଲିଣ ଜଣାଇଂଲେଖନ ଚିତ୍ରପଟ ଛାମୁରେ ଦେଖାଇଂ ।୫୫।ଭାନୁମତୀର ଛାମୁକୁ ରାଜା ଆଣଇଂ ପାଷାଣ ସର୍ବତାହାର କର ଲାଗନ୍ତେ ହୋଅଇ ପାଣି ଦ୍ରବ୍ୟ ।୫୬।ୟେମନ୍ତେ ରାଜାର ଅନେକ ପାଣିଦ୍ରବ୍ୟ ହୋଇଲାନବର ଭଣ୍ଡାରମାନ ଯେ ଥୋଇତେ ଠାବ ନୋହିଲା ।୫୭।ବିଶ୍ୱକର୍ମା ମୂଳେ ଅନେକ ଦ୍ରବ୍ୟ ବାଣ୍ଟିଛାୟା ମଣ୍ଡୋପକେ ଉପାୟେ କରିଣ ଘଟି ।୫୮।ଛାୟା ମଣ୍ଡୋପ ଭିଆଇଲା ଶୁଭ ଯୋଗେଛତ୍ରଘରମାନ ରାଜା ଭିଆଇଲା ବେଗେ ବେଗେ ।୫୯।ଅଶ୍ୱଶାଳ ଗଜଶାଳ ନଦୀକୂଳେ ତୋଳାଇସୁବର୍ଣ୍ଣର କଳସ ରାଜା ଘରେ ଘରେ ବସାଇ ।୬୦।ନେତର ପାତାଙ୍ଗ ଉଡଇ ଫରହରକଦଳୀ ତ୍ରୋଣା ଯେ ଉଭାରନ୍ତି ଦ୍ୱାର ଦ୍ୱାର ।୬୧।ଅଶୀ ପଦ୍ମ ଘର ଯେ ଭୂମନୁ ରାଜାର ନଗ୍ରରେବିଜୟା ମଣ୍ଡଳ ଭୂମନୁ ରାଜା ମଣ୍ଡଇ ସମ୍ଭର୍ବରେ ।୬୨।ଯେସନେକ ଭୂମନୁ ପୁର ଦିଶଇ ଇନ୍ଦ୍ର ବାରସ୍ୱତୀକି ସେ ଭୁବନ ଦିଶଇ ଅଳକା ପୁର ଜ୍ୟୋତି ।୬୩।ଅକ୍ଷତ ପାଇଣ ଆସନ୍ତି ରାଜାଗଣମାନେପ୍ରବେଶ ହୋଇଲେ ଯାଇଂ ବିଜୟା ନଗ୍ର ଥାନେ ।୬୪।ପାଦାଅର୍ଘ୍ୟ ପାଦାସନ ଘେନିଣ ଭୂମନୁ ରାଜାସମସ୍ତ ନୃପତିମାନଙ୍କୁ କରଇ ପାଦ ପୂଜା ।୬୫।କଳିଙ୍ଗ ଉଡଙ୍ଗ ବଙ୍ଗ ଯେ ତେଲଙ୍ଗଖାଞ୍ଜଣ ଦେଶ ଯେ ତିହୁଡି ଦେଶ ଭାଗ ।୬୬।ଚିର ଦେଶ ବୀର ଦେଶ ମହାତିରଣ ଦେଶଭୋଟ ଦେଶ ମନ୍ଦାର ଦେଶ କାଉଂରୀ ଯେ ଦେଶ ।୬୭।ମଙ୍ଗଳା ଦେଶ ଡାହାଳ ଦେଶ ଦେଶ ବେଲାଉଳକ୍ଷୀରଣ ଦେଶ ଖେଚର ଦେଶ ଦେଶ ଯେ ଭୂପାଳ ।୬୮।ମାଳବ ଦେଶ ଗୁର୍ଜର ଦେଶ ଦେଶ ମରହଟ୍ଟମଗଧ ଦେଶ ମତ୍ସ୍ୟ ଦେଶ, ଦେଶ ଯେ ଗୁଜୁରାଟ ।୬୯।କାଶୀ ଦେଶ କଉଶିକ ଦେଶ, ଦେଶ ଯେ କୁବୁଜଉଜ୍ଜୟିନୀ ଦେଶ ପାରିଜାତ କନାଉଜ ।୭୦।କ୍ଷେତ୍ର ଦେଶ, ବିକ୍ଷେତ୍ର ଦେଶ, ଦେଶ ଯେ ଗାନ୍ଧାରନୀଳ ଦେଶ, ଅନୀଳ ଦେଶ, ଦେଶ ଯେ ନେପାଳ ।୭୧।ଶାଖା ମଣ୍ଡଳ ଭାଖା ମଣ୍ଡଳ ବଜ୍ରଗିରି ମଣ୍ଡଳଶୋଣିତ ମଣ୍ଡଳ ଯେ କଣୟ ମଣ୍ଡଳ ।୭୨।ମେରୁ ମଣ୍ଡଳ ରାଜା ଆସନ୍ତି ସକଳ ମଳୟ ମଣ୍ଡଳମନ୍ଦର ମଣ୍ଡଳ ଆବର ପଦ୍ମ ଯେ ମଣ୍ଡଳ ।୭୩।କୋଶଳ ମଣ୍ଡଳ ଯାଜନଗ୍ର ମଣ୍ଡଳଅମର ମଣ୍ଡଳ କୁଞ୍ଜଗଳ ମଣ୍ଡଳ ।୭୪।ବାରୁଣା ମଣ୍ଡଳ ଇନ୍ଦ୍ର-ପ୍ରଶସ୍ତ ମଣ୍ଡଳ ।୭୫।ୟେମନ୍ତେ ଛତିଶ ମଣ୍ଡଳ ଜମ୍ୱୁଦ୍ୱୀପ ପୃଥୀବାର ରାଷ୍ଟ୍ର କରିଣ ୟେହା ଭିଆଇଲେ ଯଯାତି ।୭୬।ବୀର ମଲ୍ଲ ସିଂହ ମଲ୍ଲ ଅପ୍ରମିତ ରାଷ୍ଟ୍ରଚିତ୍ରରାଷ୍ଟ୍ର ଯେ ଜଳନ୍ତର ରାଷ୍ଟ୍ର ।୭୭।ଭାନୁରାଷ୍ଟ୍ର ଆଦି ଆବର ଯେତେ ରାଷ୍ଟ୍ରଅଯୋଧ୍ୟା ରାଷ୍ଟ୍ର ବିନ୍ଧ୍ୟମାଳ ରାଷ୍ଟ୍ର ସିଂହ ରାଷ୍ଟ୍ର ।୭୮।ପଶ୍ଚିମେ ସୋମରାଷ୍ଟ୍ର ଦକ୍ଷିଣେ ଉଡ ରାଷ୍ଟ୍ରମଧୁବନ ରାଷ୍ଟ୍ର କଣୟ ସଉରାଷ୍ଟ୍ର ।୭୯।ୟେମନ୍ତେ ବାର ରାଷ୍ଟ୍ର ଭିଆଣ ଯେ ମୂଳେରାଷ୍ଟ୍ରପତିମାନେ ଭିଆଇଲେ ସର୍ବ କାଳେ ।୮୦।କାମପୁର ନଗ୍ରୀ ଯେ ଉଜାଣ ନଗ୍ରୀପାରୋଳା ନାମେ ନଗ୍ରୀ ଯେ ଯାଜନ ନଗ୍ରୀ ।୮୧।କାଞ୍ଚୀ ନଗ୍ରୀ, ରୁଦ୍ର ନଗ୍ରୀ ଯେ ହୋଳ ନାମେ ନଗ୍ରୀବଡବାନଳ ନଗ୍ରୀ ବିଜାୟା ନାମେ ନଗ୍ରୀ ।୮୨।କୁଣ୍ଡ ନଗ୍ରୀ ବେଦ ନଗ୍ରୀ ଯେ ମାହେନ୍ଦ୍ର ନାମେ ନଗ୍ରୀହିଂଜଳ ନାମେ ନଗ୍ରୀ କୋନ୍ଦାବଇ ନାମେ ନଗ୍ରୀ ।୮୩।ପଦ୍ମଦଳ ନଗ୍ରୀ, ବିଷ୍ଣୁ ନଗ୍ରୀ, ସୁର ନଗ୍ରୀ, ବ୍ରହ୍ମଧାତୁ ନଗ୍ରୀଜମ୍ୱୁଦ୍ୱୀପ ନଗ୍ରୀ, ଭୋଜ ନଗ୍ରୀ, ଅନୁଭବ ନାମେ ନଗ୍ରୀ ।୮୪।ୟେ ନଗ୍ରମାନଙ୍କର ଯେତେକ ନୃପତିଭୂମନୁ ରାଜ୍ୟେ ବିଜେ କଲେ ସକଳ ଆଧିପତି ।୮୫।ଦକ୍ଷିଣେ ମହୋଦଧି କୋଶଳ ପଶ୍ଚିମେ ସୋମରାଷ୍ଟ୍ର କୋଶଳଭୈରବ କୋଶଳ ଯେ କାଉଂରୀ କୋଶଳ ।୮୬।ଅରବିନ୍ଦ କୋଶଳ ବିଂଝମାଳ କୋଶଳଉତ୍ତରା କୋଶଳ ଯେ ମତ୍ସ ଦେଶ କୋଶଳ ।୮୭।ମେରୁ କୋଶଳ କୁସୁମ ସତ୍ୟାନିଳ କୋଶଳ ।୮୮।ଭାନୁମତୀ କୋଶଳ ଯେ ଉଦୟଗିରି କୋଶଳଈଶାନ୍ୟ ଭାଗେ ବସେ ଚାରି ଯେ କୋଶଳ ।୮୯।ଜଳତରଙ୍ଗ କୋଶଳ ଫାଲଗୁନ କୋଶଳପୁରୀଅଜଙ୍ଗ କୋଶଳ ଚୁଡଙ୍ଗ କୋଶଳ ଚାରି ।୯୦।ସ୍ଥଳରଙ୍ଗ କୋଶଳ ଫଲୁକୀ ଯେ ଅନନ୍ତାଇ କୋଶଳୟେମନ୍ତେ ଆସନ୍ତି କୋଶଳ ଅଧିକାରୀ ସକଳ ।୯୧।କୋଶଳାଧିପତିମାନେ ଦଣ୍ଡଛତ୍ର ଘେନିଭାନୁମତୀ ଦେଶେ ପ୍ରବେଶ ଯେ ଯାହା ସନ୍ୟ ଘେନି ।୯୨।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗ ଚାରିସମସ୍ତ ଦେଶରୁ ଯେ ଆସନ୍ତି ଦଣ୍ଡଧାରୀ ।୯୩।ସବୁନ୍ତି ୟେକ ସରୂପେ ରାୟେ କରନ୍ତି ପୂଜାବର ବେଶେ ମଙ୍ଗଳେ ବିଜୟେ ସର୍ବରାଜା ।୯୪।ସମସ୍ତ ନୃପତିଙ୍କି କନେକ ସିଂଘାସନକରେଣ ରତ୍ନ ଦେଇ ରାଜା କରଇ ସନମାନ ।୯୫।ପଛିମେ ଦୁଇଊଣା ପଞ୍ଚାଶ ସହସ୍ର ନୃପତିଉତ୍ତରେ ୟେକ ଊଣା ଚାଳିଶ ସହସ୍ର ନୃପତି ।୯୬।ପୂର୍ବଦିଗେ ୟେକ ଊଣା ସାତ ସହସ୍ର ରାଜନଦକ୍ଷିଣେ ତିନି ସହସ୍ର ରାଜା ବସନ୍ତି ବିଦ୍ୟାମାନ ।୯୭।ୟେମନ୍ତେ ଯେ ଚାରି ଊଣା ଲକ୍ଷେକ ନୃପତିଭାନୁମତୀ ଦେଶେ ଆସି ସମସ୍ତେ ମିଳନ୍ତି ।୯୮।ବ୍ରହ୍ମ, କ୍ଷତ୍ରିୟ, ବଶ୍ୟ, ଶୂଦ୍ର ଜାତି ଚାରିଦତ୍ୟ ଦାନବ ରାକ୍ଷସ ପିଶାଚ ଆଦି କରି ।୯୯।କନ୍ଧ, ମହ୍ଲାର, କିରାତ, ବର୍ବର ନୃପତିଗନ୍ଧର୍ବ, ପକ୍ଷ, କିନ୍ନର, ଭୂପାଳ ବାରସ୍ୱତୀ ।୧୦୦।କନାଉଜ, ମହାରାଷ୍ଟ୍ର, ତେଲଙ୍ଗ, ମହାଭାଖାଉଡଙ୍ଗ, ଖାଞ୍ଜଣ ଘେନି ଅଷ୍ଟାଦଶ ବର୍ଗ ଲେଖା ।୧୦୧।ସମସ୍ତ ରାଜାମାନେ ଯେ ଯାହାର ସନ୍ୟ ତୁଲେରଥ ଗଜ ଅଶ୍ୱ ଘେନି ସମ୍ଭରେ ବିଜେକଲେ ।୧୦୨।ଦେଖିଣ ସାନନ୍ଦ ଯେ ଜମ୍ୱୁସେନର ବାଳସମସ୍ତ ରାଜାଙ୍କୁ ଦିଲା ବରଣ ରତ୍ନମାଳ ।୧୦୩।ଅନେକ ସୂପକାର ରନ୍ଧନ କରନ୍ତି ଛତ୍ରଶାଳେନିତ୍ୟକର୍ମ ସାରି ମୁଣୋହିଂ କରନ୍ତି ସକଳ ମହୀପାଳେ ।୧୦୪।ରାଜାନ୍ତ ସମାର୍ଜି ସେ ଭୂମନୁ ନୃପତିଆପଣେ ବିଜେ କଲେ ଯହିଂ ଅଛି ଦୁହିତା ଭାନୁମତୀ ।୧୦୫।ବିନୟ ଭାବ ହୋଇ ସେ ପଚାରେ ନୃପତିମା ଗୋ ତୋହୋର ଆଗ୍ୟାଂୟେ ଅଣାଇଲି ରାଜା ସବୁନ୍ତି ।୧୦୬।ବୋଲଇ କେବଣ ବିଧାନ ହେବ କହ ତଥ୍ୟ କରିମାଳଗୋଟିୟେ ଘେନି ଗୋ ତୋହୋର ଇଚ୍ଛାୟେ ବର ବରି ।୧୦୭।ଅନେକ ସମ୍ଭର୍ବେ ଯେ ବିଜେ କଲେ ନୃପତୁହି ସେ ବାରିବୁ ନା ରାଜାଙ୍କର ବିତକ୍ଷଣ ରୂପ ।୧୦୮।ଭାନୁମତୀ ବୋଇଲା ତାତ ବିଚାର କର ତୋର ବୁଦ୍ଧିକେବଣ ରାଜା କରେ ଅଛି ଶଙ୍ଖ ପଦ୍ମ ନିଧି ।୧୦୯।ସେ ରାଜାକୁ ପ୍ରଦାନ କରିବୁ ତାତ ମୋତେଭୂମନୁ ବୋଇଲା ମା ଗୋ ତାହା ମୁଂ ଜାଣିମି କେମନ୍ତେ ।୧୧୦।ତୁ ଗୋ ମାତ ଦେଖ ଯାଇ ରାଜାଙ୍କର ବର୍ଣ୍ଣ ଚିହ୍ନତୁ ପରମ ମାହେଶ୍ୱରୀ ସେ ସବୁ ତୋତେ ଦୃଶ୍ୟମାନ ।୧୧୧।କନ୍ୟା ଶୁକଳ ଯେ ଦଶମୀର ଦିନଭୃଗୁବାର ନକ୍ଷତ୍ର ଶ୍ରବଣା ବିଦ୍ୟମାନ ।୧୧୩।ରାଜାୟେ ସୟଂବରକୁ ଅନକୂଳ କଲେଚତୁର୍ମାସର ମଧ୍ୟେ ସଭା ସମ୍ଭର କରାଇଲେ ।୧୧୪।ମକର ମାସ ଶୁକଳ ପକ୍ଷ ଦଶମୀର ତିଥିରୋହିଣୀ ନକ୍ଷତ୍ର ଯେ ବାର ବୃହସ୍ପତି ।୧୧୫।ବାଳକ ନାମେ କରଣ ବଇଧୃତ ନାମେ ଯୋଗମକର ମାସ ସଂକରାନ୍ତିକି ଚଉଦ ଦିନଭୋଗ ।୧୧୬।ତାର ଚନ୍ଦ୍ର ଯୋଗ ବାର ନକ୍ଷତ୍ର ଶୁଭ ଅନକୂଳ ବିଚାରିଅମୃତ ଯୋଗେ ନୃପତି ସଭାକୁ ସ୍ୱୀକାର କରି ।୧୧୭।ଶ୍ରୀହସ୍ତେ ଅର୍ଘ୍ୟ ଘେନି ଭୂମନୁ ମହାରାଜାପଞ୍ଚାମୃତ ଯୋଗାଡ଼ ଘେନି ରାଜାଙ୍କୁ କରଇ ପାଦପୂଜା ।୧୧୮।ବସନ କୁଣ୍ଡଳ ଯେ ରତ୍ନମାଳ ଦେଇସକଳ ରାଜାଙ୍କୁ ବର ବେଶ କରାଇ ।୧୧୯।ଶିରେଣ ମୁକୁଟ ଯେ ହୃଦରେ କୁସୁମର ମାଳକୁଙ୍କୁମ ଲେପନ କରି ବରଣ କଲା ମହୀପାଳ ।୧୨୦।ମଧ୍ୟ ସଭାୟେ ବିଜେ ଦକ୍ଷିଣ କୋଶଳାଧିସକଳ ନୃପତିଙ୍କି ପ୍ରଣପତ୍ୟ ବିନୟ ବିଧି ।୧୨୧।ପୁଣ ପୁଣ ପ୍ରଣପତ୍ୟ ଶତ ସହସ୍ର ପରିଣାମିମୁଂ ଯହିଂ କି ସୟଂବର କଲି ଅବଧାରୀ ଶୁଣିମା ଦେବସ୍ୱାମୀ ।୧୨୨।ମୋହୋର ଦୁହିତା ନାମ ଅଟଇ ଭାନୁମତୀତାହାର ନିମନ୍ତେ ସୟଂମ୍ୱର କରି ବରିଲି ସବୁନ୍ତି ।୧୨୩।ୟେକ ପଦ୍ମକଇଂ ଯେହ୍ନେ ଲକ୍ଷେକ ଭ୍ରମରତେସନେକ ବୃତ୍ତାନ୍ତ ମୋହୋର ସୟଂବର ।୧୨୪।ୟେକ ଦୁହିତାୟେ ମୋହୋର ଅଟଇ ଭାନୁମତୀତାହାକଇଂ ବର ତୁମ୍ଭେ ଚାରିଊଣା ଲକ୍ଷେକ ନୃପତି ।୧୨୫।ତୁମ୍ଭର ଇଚ୍ଛାକୁ ସେ ନୋହଇ ଯୁଗତେତାହାର ଇଚ୍ଛାୟେ ସେ ବର ବରିବ ବିଚାର ଅନୁମତେ ।୧୨୬।ଯାହାକଇଂ ଇଚ୍ଛା ସେ ବରିବ କୁମାରୀମାଳା ଦେଇ ବରିବ ସେ ତାହାର ହୋଇବ ମନର ହିଆଳି ।୧୨୭।ୟେ କଥାକୁ ଅନ୍ୟାଅନ୍ୟି ନୋହିବ ସମସ୍ତ ରାୟେଲକ୍ଷେ ରାଜାଙ୍କୁ ସର୍ବେ ମୋହୋର ୟେକଇ ଦୁହିତାୟେ ।୧୨୮।ମାଳା ଦେଇ ସୁନ୍ଦରୀ ଧରିବ ଯାହାରଟି ହାଥସେହି ସେ ହୋଇବନା ତାହାର ପ୍ରାଣନାଥ ।୧୨୯।ୟେଥକୁ ସତ୍ୟ ବଚନ ମୋତେ କରିବା ଗୋସାଇଂତୁମ୍ଭେ ଅଭିମାନ କଲେ କନ୍ୟାକୁ ସଭାକୁ ଆଣି ନାହିଂ ।୧୩୦।ରାଜାମାନେ ବୋଇଲେ ୟେ ଅଟଇ ଯଥାର୍ଥସମସ୍ତ ରାଜାମାନେ ଆମ୍ଭେ ଅଟୁକି ଅପଣ୍ଡିତ ? ।୧୩୧।ଦୁଷ୍ଟରାଜାମାନେ ୟେଥି ଅଛନ୍ତି ବହୁତଶକତା ବକତା ୟେଥେଂ ହୋଇବକୁ ଚରିତ ।୧୩୨।ଓଛ ଓଛ ଲୋକଙ୍କର ପ୍ରକୃତି ଅଟଇ ମନ୍ଦକାଳେ ନ ସହିବ ହୋଇବ ବଡ ଦ୍ୱନ୍ଦ ।୧୩୩।ରାଜାଙ୍କର ବଚନ ଶୁଣିଣ ଭୂମନୁୟେଡ଼େ ବଡ ପ୍ରମାଦ କି ହୋଇବ ମୋହୋର ଗ୍ୟାନୁଂ ।୧୩୪।ବାଣା ବଜ୍ରନାଭ ଯେ କାଳଦମନମେରୁଶୂଳ ଶମ୍ୱର ସକଳ ଯାତୁଧାନ ।୧୩୫।ୟେମାନେ ବୋଇଲେ ନ ଭାଳ ତୁମ୍ଭେ ରାୟେ କିଛିସୟମ୍ୱର ବିଧାନେ ଯେବେ ୟେସନେକ ବିଧି ଅଛି ।୧୩୬।ନିମନ୍ତ୍ରଣ ବରଣ କଲେ ଅବଶ୍ୟ ଯାଇ ତହିଂକିୟେକ କନ୍ୟା ପ୍ରାପତକି ହୁଅଇ ସଭିଙ୍କି ? ।୧୩୭।ସମସ୍ତ ରାଜାୟେ ବୋଇଲେ ହୋଇଲା ଆମ୍ଭର ସତ୍ୟଯାହାର ସୁକର୍ମ କନ୍ୟା ତାହାକୁ ହୋଇବ ପ୍ରାପତ ।୧୩୮।ବିଶ୍ୱନାଥଙ୍କୁ ଯେ ସେବିଅଛି ପୂର୍ବେତାହାର ପୁନ୍ୟ କି ସମସ୍ତେ ପାଇବେ ? ।୧୩୯।ସମସ୍ତ ନୃପତି ଆମ୍ଭେ ଅଟୁ ୟେକ ଗୋତ୍ରୀଜଣେ କନ୍ୟା ପାଇଲେ ଆମ୍ଭେ ସମସ୍ତେ ତ୍ରିପୁତି ।୧୪୦।ୟେଥକଇଂ ଭ୍ରାନ୍ତି ରାଜା ନ କର ତୋର ଚିତ୍ତେଦୁହିତାକୁ ଆଣ ତୋର ସଭାର ସମେତେ ।୧୪୧।ଦେଖିବାକୁ ବର୍ଣ୍ଣ ଚିହ୍ନ ତୋର କେମନ୍ତ କୁମାରୀସୟଂବର କନ୍ୟା ମୁଖ ଚାହିଂଲେ ଦୁଷ୍କୃତି ଅପହରି ।୧୪୨।ରାଜାମାନଙ୍କୁ ସେ କରାଇ ଦୃଢବ୍ରତନିଜ ଭୁବନେ ପ୍ରବେଶ ହୋଇଲେ ନୃପତ୍ୟ ।୧୪୩।ଦୁହିତାକୁ ବେଶ ବେଶନ କରାଇ ନୃପମଣିଅଷ୍ଟରତ୍ନ ଖଚିତ ହାନ୍ଦୋଳାୟେ ଦେବାଙ୍ଗ ବସ୍ତ୍ରଟାଣି ।୧୪୪।ଲକ୍ଷେକ ଚାମର ଢାଳନ୍ତି ବେନି କତିଲକ୍ଷେକ ଉଦ୍ଦଣ୍ଡ ଲକ୍ଷେକ ପାଟଛତୀ ।୧୪୫।ଲକ୍ଷେକ ଜୟ ଶଙ୍ଖ ପୁରଇ ଅଗ୍ରତେଧାଈମାନେ ଗୋଡ଼ାବନ୍ତି ତୁଲେଣ ଅହିବ୍ରତେ ।୧୪୬।ସୁବର୍ଣ୍ଣର ଯୋଗାଡ଼ମାନ ଘେନିଣ କାମିନୀଧାମନ୍ତି ଅସମ୍ଭାଳେ କରିଣ ମଙ୍ଗଳ ଯେ ଧୁନି ।୧୪୭।ସହସ୍ର ବନିତା ନୃତ୍ୟ କରନ୍ତି ଅଗ୍ରତେବିଜୟେ ବିଳାସୁଣୀ ସୟଂବର ସମେତେ ।୧୪୮।ସୟଂବର ମଧ୍ୟରେ ସେ ସୁବର୍ଣ୍ଣମେଢ ଜଗତୀଶରଦ କାଳ ଆଦିତ୍ୟ ଜିଣି ଦିଶଇ ତାର ଜ୍ୟୋତି ।୧୪୯।ସଭାରେ ଥାଇ ବୋଇଲା ନୃପତି ଜରାସନ୍ଧଅମୂଲ୍ୟ ରୂପବର୍ଣ୍ଣ ୟେ ପୂର୍ଣ୍ଣମୀର ଚାନ୍ଦ ।୧୫୦।କନ୍ୟାକୁ ଓହ୍ଲାଇଲେ ହାନ୍ଦୋଳର ମଧ୍ୟୁଂପନ୍ନଙ୍ଗା ନାରାୟଣ ଯାହାର ପ୍ରାଣବନ୍ଧୁ ।୧୫୧।ଜରାସନ୍ଧ ବଚନ ନିରାଧାର ଘେନିପାଦେଣ ଉଭା ହୋଇଲା ସଭାୟେ ନନ୍ଦନୀ ।୧୫୨।ରାଜାୟେ ଦେଖନ୍ତି ନିକଳଙ୍କ ଚନ୍ଦ୍ର ତେଜକାମଗତେ ମୂର୍ଚ୍ଛାଗତ ଦେଖିଣ ସର୍ବରାଜ ।୧୫୩।ସାଧ, ସାଧୁ ସାଧବୀ ୟେ ପ୍ରତକ୍ଷେ ଅନ୍ନପୂର୍ଣ୍ଣାଆମ୍ଭେ ଅନମିତ୍ତେ ଅଇଲୁ ୟେ ଦେବଙ୍କୁ ଭୋଗ୍ୟ ସିନା ।୧୫୪।ଜରାସନ୍ଧ ନରପତି କରଇ ବିଚାରୟେହାକୁ ବର ନାହିଂ ୟେ ସଭାର ମଧ୍ୟର ।୧୫୫।ପ୍ରତକ୍ଷେ ଦିଗପାଳ ଯେବେ ବିଜୟେ କରଇ ୟେଥିତାହାର ବଲ୍ଲଭୀ ସେ ହୋଇବ ଭାନୁମତୀ ।୧୫୬।ମୋହୋର ବିଚାରେ ତ ୟେଥି ନାହିଂ କିଛି କାର୍ଯ୍ୟହୋଇଲୁ ଦୂଷିତ ୟେଥେ ଉପୁଜିବ ବହୁତ ଲାଜ ।୧୫୭।ଚନ୍ଦ୍ର ବାଞ୍ଛଇ କି ନକ୍ଷତ୍ରଗଣଙ୍କୁଚିତ୍ତ ବିରସ କଲାନି ସୁନ୍ଦରୀ ଦେଖିଣ ରାଜାମାନଙ୍କୁ ।୧୫୮।ଦୁହିତାର ଅଗ୍ରତେ ଯେ ବୋଲଇ ରାଜା ଭୂମନୁସୟଂବର କଲୁ ଗୋ ତୋ ଆଗ୍ୟାଂ ପରମାଣୁ ।୧୫୯।ଧାର୍ମିକ ବଂଶିକ ଯେ ବିବେକ କୁଳଶୀଳୟେହାର ତହୁଂ ବଂଶିକ ନାହାନ୍ତି ରବିତଳ ।୧୬୦।ଯେମନ୍ତେ ତୋର ମନକୁ କରିଅଛୁ ବାଞ୍ଛାଯାହାକୁ ପାର ଆଈ ବରସି ତୋହୋର ଇଛା ।୧୬୧।ପିତାର ବଚନ ଶୁଣି ବୋଇଲା ଭାନୁମତୀପଚାର ଶଙ୍ଖ ନିଧି ପଦ୍ମ ନିଧି ବହଇ କେବଣ ନୃପତି ।୧୬୨।ଦୁହିତାର ବଚନେ ଯେ ବୋଲଇ ନରସାଇଂକରପତ୍ର ଯୋଡ଼ି ରାଜାଙ୍କୁ କହଇ ବିନୋୟି ।୧୬୩।ସ୍ୱାମୀ ଆନ ସନ୍ଦେଶ ମୋର ଲୋଡନ୍ତା ନାହିଂ କିଛିୟେକ ସନ୍ତକ ମୋହୋର ଦୁହିତାୟେ ବାଛି ।୧୬୪।ଶଙ୍ଖ ନିଧି ପଦ୍ମ ନିଧି ଅଛଇ ଯାହାର କରେତାହାକଇଂ ଦୁହିତା ମୋର କରିବ ସୟଂବରେ ।୧୬୫।ରାଜାର ବଚନେ ଯେ ବୋଲଇ ଜରାସନ୍ଧଶଙ୍ଖନିଧି ପଦ୍ମ ନିଧି ୟେକା ବହନ୍ତି ରାମଚନ୍ଦ୍ର ।୧୬୬।ମାନବ ଜନ୍ମେ କାହିଂ ୟେଡ଼େକ ଲକ୍ଷଣଶଙ୍ଖ ନିଧି ପଦ୍ମ ନିଧି ୟେକା ବହନ୍ତି ନାରାୟଣ ।୧୬୭।ଜରାସନ୍ଧ ବଚନେ ବୋଇଲା କାଶୀଶ୍ୱର ନୃପତିମୂର୍ଖ ଭାବେଣ କହିଲୁନା ମଗଧ ଅଧିପତି ।୧୬୮।ଶଙ୍ଖ ନିଧି ପଦ୍ମ ନିଧି ଯାହାର କରେ ନାହିଂମୂର୍ଦ୍ଧୁନା ଅଭିଷେକୀ ସେ ହୋଇବ ପୁଣ କାହିଂ ।୧୬୯।ବିଷ୍ଣୁ ଅଂଶ ନଥିଲେ ପୃଥିବୀକି ନୋହଇ ଆଧିପତିବିଷ୍ଣୁ କଳା ନଥିଲେ କି ସେ ହୋଇ ଅଭିଷେକୀ ନୃପତି ।୧୭୦।ମୂର୍ଖ ସ୍ୱଭାବ ଭୂମନୁ ତୁ ନଜାଣୁ କିଛିଶଙ୍ଖ ନିଧି ପଦ୍ମ ନିଧି ହୋ ସବୁରି କରେ ଅଛି ।୧୭୧।କାଶୀଶ୍ୱର ବଚନେ ଚଳଇ ନୃପ ରାୟେତୋର ଇଛାୟେ ବର ପାଇଲୁ କି ଗୋ ମାୟେ ।୧୭୨।ମା ଗୋ ସୟଂବରେ ବିଜେ କଲେ ଯେତେକ ନୃପତ୍ୟେଶଙ୍ଖ ନିଧି ପଦ୍ମ ନିଧି ଅଛି ସବୁଙ୍କରି ହସ୍ତେ ।୧୭୩।ଭାନୁମତୀ ବୋଇଲେ ସଙ୍କେତ ବୁଝ ତାତୟେ ଘଟଣ ଶିଳା ଗୋଟି ନେଇ ଦିଅ ରାଜାଙ୍କର ହସ୍ତ ।୧୭୪।ଯାହାର କର ଲାଗିଲେ ୟେ ହୋଇବ ପାଣିଦ୍ରବ୍ୟତାହାକୁ ପ୍ରଦାନ କର ତାତ ସେ ମୋହୋର ବଲ୍ଲଭ ।୧୭୫।ୟେସନେକ ନିଷ୍ଠୁର ବଚନ ଯହୁଂ ବୋଇଲା ଭାନୁମତୀଘଟଣ ପାଷାଣ ଘେନିଗଲା ଭୂମନୁ ନୃପତି ।୧୭୬।ଜାରା ଶାଲୁ ଦମଘୋଷ ଦନ୍ତବକ୍ତ୍ର କାଶୀଶ୍ୱରପରୀକ୍ଷ ନିମନ୍ତେ ରାଜା ଦିଅଇ ସବୁଙ୍କରି ହସ୍ତର ।୧୭୭।ଲକ୍ଷେ ନୃପତିଙ୍କର ଦିଲା କରପତ୍ରେପାଷାଣହୁଂ ଆନ ସେ ନୋହିଲା ଯୁଗତେ ।୧୭୮।ସନ୍ତକ ନାସ୍ତି ବୋଲି ଦେଖି ନିନ୍ଦିଲା ଭାନୁମତୀବୋଇଲା ତାତ ୟେ ସୟଂବରେ ନାହିଂ ମୋହୋର ପତି ।୧୭୯।ମୋହୋର ଇଛାୟେ ଯେବେ ନପାଇଲି ବରମୋହୋର ନିମନ୍ତେ ଧଂସି ହୋଇଲୁ ପିଅର ।୧୮୦।ବୋଲଇ ନୃପତି ସେ ସଭାରେ ଉଭା ହୋଇଦୁହିତାର ଇଛା ମୋହୋର ନୋହିଲା ଗୋସାଇଂ ।୧୮୧।ତୁମ୍ଭେ ରାଜାମାନେ ମୋତେ ଅନୁଗ୍ରହ କରିଥିବାଯେ ଯାହାର ଭୁବନକୁ ବିଜେ କରିଯିବା ।୧୮୨।ଶୁଣିଣ ବିରସ ହୋଇଲେ ରାଜାଗଣଜଳୁକା ମୁଖରେ ଯେହ୍ନେ ଦେଇଟି ଲବଣ ।୧୮୩।ସୁଜନ ରାଜାମାନେ ଯିବାକୁ କଲେ ଇଛାଦୁର୍ଜନ ରାଜାମାନେ ଇଛିଲେ ମନ୍ଦ ବାଞ୍ଛା ।୧୮୪।ବୋଇଲେ ୟେ ଯେବେ କନ୍ୟା ଆମ୍ଭଙ୍କୁ ନକରିବ ପ୍ରଦାନଆମ୍ଭନ୍ତ କିମ୍ପାଇଂ ବିଡମ୍ୱଣ କଲା ବରବେଶ ବିଧାନ ।୧୮୫।କେ ବୋଲଇ ଭୂମନୁ ନୃପତିର ମୁଣ୍ଡ କାଟିବଳେ ଘେନି ଚାଲିଯିବା ୟେହୁ କନ୍ୟା ଗୋଟି ।୧୮୬।ୟେସନେକ ଥୋକେ ବିଚାର କରନ୍ତି ଦୁର୍ବୁଦ୍ଧିଛାଡ଼ିଲେ ଧର୍ମମାନ ଆଚରିଲେ ଅବିଧି ।୧୮୭।ଧର ଧର ମାର ମାର ଶୁଭିଲା ଗରୁ ରୋଳଉଚ୍ଚ ବାଚ ଶବଦରେ ପଡ଼ଇ ଚହଳ ।୧୮୮।ଶୁଣ ହୋ ରାଜନ ୟେସନେକ ସମୟେ ଧୃତରାଷ୍ଟର ତନୟେବଳରାମଙ୍କ ସଙ୍ଗତେ ଥିଲେ ରଇବ୍ରତ ପର୍ବତ ଆଖଡ଼ାୟେ ।୧୮୯।ବଳରାମେ କହିଲେ, ଶୁଣ ଦ୍ରିଯୋଧନଦକ୍ଷଣ କୋଶଳେ ଭୂମନୁ ରାଜନ ।୧୯୦।ତାହାର ଦୁହିତା ନାମ ଭାନୁମତୀଦୁହିତା ଅର୍ଥେ ସୟଂବର କରଇ ନୃପତି ।୧୯୧।କର୍ଣ୍ଣର ହସ୍ତ ଧରିଣ ରାଜନଚାଲ ଦେଖିବା ନା ସୟଂବର ବିଧାନ ।୧୯୨।ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁସୟଂବରକୁ ବିଜେ କଲା ରାଜା ଦ୍ରିଯୋଧନୁ ।୧୯୩।ପୁଣ ଗୋଳ ଶବଦ ଶୁଣି ଧାଇଂଲେ କୁମରେଧରିଛନ୍ତି ଅନେକ ଶହସ୍ର ମାନ କରେ ।୧୯୪।ଦେଖନ୍ତି ଭାନୁମତୀ ରାଜ୍ୟରେ ମହାଗୋଳଘୋର ଶବଦ ବାକ୍ୟେ ଶୁଭଇ ଚହଳ ।୧୯୫।ଦୁର୍ଧଂସ ବୁଦ୍ଧି କରି କନ୍ୟା ନେଇ ଲୋଡ଼ନ୍ତି ବଳେଭୂମନୁ ନୃପତିକି ଆବୋରିଲେ ଧୃତରାଷ୍ଟଙ୍କର ବାଳେ ।୧୯୬।ରାଜାଙ୍କର ଦୁର୍ବୁଦ୍ଧି ଦେଖି ସେ ଆଦିତ୍ୟର ନାନକରେଣ ଧନୁ ଧଇଲା ସେ ମହାବଳୀ କର୍ଣ୍ଣ ।୧୯୭।କେ ବଳେ କନ୍ୟା ନେବରେ କାହାର ୟେଡ଼େ ଦର୍ପଖଗେଶ୍ୱର ଦେଖିଲେ ଯେହ୍ନେ ମହାଭୟ କରି କାଳସର୍ପ ।୧୯୮।ମେରୁ ତତ୍ତୁଲ୍ୟ ବଡ଼ିମା ଅଟଇ ଧନୁର୍ଧରଅଭେଦ କପଚ ବଜ୍ର ଛଉରୀ ସେ କର୍ଣ୍ଣ ମହାବୀର ।୧୯୯।ଗଜ ପଲ ଦେଖି ଯେହ୍ନେ କେଶରୀ ଧାମଇ ଗଳଗାଜିକର୍ଣ୍ଣ ମୂର୍ତ୍ତି ଦେଖି ରାଜାଙ୍କର ଦର୍ପ ଭାଞ୍ଜି ।୨୦୦।ଆହେ ରହ ରହ ବୋଲି ଯେ କାଳଦମନ ଜାରାଲକ୍ଷେ ଲକ୍ଷେ ଯୋଦ୍ଧା ଘେନି ଧାଇଂଲେ ସର୍ବ ବୀରା ।୨୦୧।ଦ୍ରୋଣଙ୍କର ବିଦ୍ୟାରେ ସେ ଯେ ଅମାପ ବଳବନ୍ତାଅଭୟେ କ୍ଷତ୍ରିବର ସେ ସୋହଡ଼ ରଣ ଜିତା ।୨୦୨।ହାବୋଡ଼ା ଶର ଘେନି ସେ ମାଇଲା ଜାରାକୁୟେକ ଶହସ୍ର ତେଜ ଲାଗିଲା ସକଳ ରାଜଙ୍କୁ ।୨୦୩।ରଥ ଭଗ୍ନ ହୋଇ ଯେ ପଡିଲା ମଗଧ ଈଶ୍ୱରଦଶ ସହସ୍ର ରଥୀ ଯେ ପଡ଼ିଲେ ତାହାର ସଙ୍ଗତର ।୨୦୪।ଜାରାର ଅସାଷ୍ଟମ ଦେଖି କାଳଦମନ ଭାଞ୍ଜିୟେକା କର୍ଣ୍ଣ ଲକ୍ଷେ ରାଜାଙ୍କର ଦର୍ପ ଗଞ୍ଜି ।୨୦୫।ଅବିଛନ୍ନେ ନାରାଜ କର୍ଣ୍ଣ କରେ ବିନ୍ଧୁଥାଠେଣ ଶୁଭଇ କର୍ଣ୍ଣ ଜୀବନ ତୋର ସାଧୁ ସାଧୁ ।୨୦୬।କର୍ଣ୍ଣର ବଳ ବୀର୍ଯ୍ୟ ଦେଖିଣ ନୃପତି ଭୂମନୁକର୍ଣ୍ଣର ତୁଲେ ନାରାଜ ବିନ୍ଧିଲେ ଘେନିଣ ପଞ୍ଚବିଂଶ ତନୁ ।୨୦୭।ଦ୍ରିଯୋଧନ ଧୁଶାସନ ୟେକ ଉତ୍ତର ଶତେ ଭ୍ରାଥେଗଦା କୋନ୍ତ ନାରାଜ ଯେ ହୋଇ ଧନୁ ହାଥେ ।୨୦୮।ପଣ୍ଡିତ ରାଜାମାନେ ଆଗହୁଂ ଗଲେ ଅପସରିଦ୍ୱନ୍ଦ ଇଛା କଲେ ହୋ ରାଜା ସହସ୍ର ଯେ ଚାରି ।୨୦୯।କର୍ଣ୍ଣର ମହିମା ଯେ ଦେବେଣ ଅଗୋଚରଭାଞ୍ଜିଲେ ଦୁରାନ୍ତକ ବଳ କେହି ନରହିଲେ ଛାମୁର ।୨୧୦।ରଣ ଭଗ୍ନ ହୋଇ ପଳାଇଲେ ସକଳ ନୃପମଣିଭୂମନୁ ନୃପତିକି ଆବୋରିଲା ସେ କ୍ଷତ୍ରିୟ ଚୂଡାମଣି ।୨୧୧।ଦେଖିଣ ପ୍ରଶଂସା କରଇ ସେ ନୃପତି ଭୂମନୁସାଧୁ ସାଧୁ ବାଭିୟେ କାହାର ତୁମ୍ଭେ ଅଟ ତନୁ ।୨୧୨।ଦୟା ସାଗର ତୁମ୍ଭେ ପର ଦୁଖେଣ ଦୁଖୀଶରଣ ପଞ୍ଜର ବାଭିୟେ ତୁମ୍ଭେ ଉଦ୍ଧରିଲ ନିରିମାଖୀ ।୨୧୩।ଭୂମନୁ ନୃପତି ପଚାରଇ ତାହାର ଦୁହିତାକୁକର୍ଣ୍ଣକୁ ପ୍ରଦାନ କରିବା ଯୋଗାଇ କି ତୋହୋର ବିଚାରକୁ ।୨୧୪।ବୁଡ଼ିଲା ରାଜ୍ୟ ମୋର ଉଦ୍ଧରି ଧଇଲାକ ହେଳେନାହିଂ ନାହିଂ ସମଯୋଦ୍ଧା ୟେହାକୁ ରବି ତଳେ ।୨୧୫।ଧର୍ମେଣ ଆସି ରକ୍ଷା ଯେ କଲା ହାଦେ ମୋତେମୋହୋର ଧର୍ମ ଉଦିତ ଗୋ ହୋଉୟେହାଙ୍କୁ ପ୍ରଦାନ କଲେ ତୋତେ ।୨୧୬।ପିତାର ନିଷ୍ଠୁର କଷ୍ଠୋର ବିନୟ ବଚନ ଶୁଣିଇଛିଲା ସନମତ ସେ ରାଜାର ଦୁଲଣୀ ।୨୧୭।ଶ୍ରୀକରେ ସୁନ୍ଦରୀ ଯେ ଘେନି ନୀଳ ଉତ୍ପଳ ମାଳୀକର୍ଣ୍ଣର ଛାମୁରେ ପ୍ରବେଶ ହୋଇଲା ଶୁଦ୍ଧଶାଳୀ ।୨୧୮।ରାଧେବ ବୋଇଲା ମୋତେ ନବର ଗୋ ସଂଘାତଆପଣେ ରାଧେବ ଧଇଲା ଭାନୁମତୀର ହାଥ ।୨୧୯।ଦ୍ରିଯୋଧନ ଅଗ୍ରତେ ନେଇ କନ୍ୟାକଇଂ କଲା ଉଭାୟେ ସେ କୁରୁବଇଂ ନାଥ ୟେହାକୁ ମାଳା ଦେଇ ବରିବା ।୨୨୦।ଦ୍ରିଯୋଧନ ବୋଇଲା ମଇତ୍ର କନ୍ୟା ଇଛିଲା ତୁମ୍ଭଙ୍କୁତୁମ୍ଭର ଭାରିଯା ଦେଇ କେହ୍ନେ ଲୋଡୁ ମୁକୁ ।୨୨୧।କର୍ଣ୍ଣ ପ୍ରତିବାଚ ତୁ ମୋହୋର ପରମଗୁରୁତୋହୋର ଥାନ୍ତେ ରାଜା ଦୁହିତା ମୋତେ ଦେଇ ଲୋଡୁ ।୨୨୨।ଶଙ୍ଖ ନିଧି ପଦ୍ମ ନିଧି ମଇତ୍ର ଦେଖ ୟେହାର ଯେ ହସ୍ତେତୋହୋର ଶଙ୍ଖ ପଦ୍ମ ନିଧି ଅଛି କରଗତେ ।୨୨୩।ମୂର୍ଦ୍ଧୁନା ଅଭିଷେକୀ ସେ ଅଟଇ ଭାନୁମତୀତୁ ଯେ ସୋମବଂଶ ଆଧିପତି ମାନ ଚକ୍ରବ୍ରତୀ ।୨୨୪।ତୋର ଥାଉଂ କି କନ୍ୟା ହୋଇବ ମୋହୋରଦକ୍ଷିଣ କୋଶଳେ ୟେ ଭୂମନୁ ରାଜେଶ୍ୱର ।୨୨୫।ରାଜାର କୁମାରୀ ହୋଇବ ଯେ ରାଜାର ବଲ୍ଲଭୀଅନାଦି ଅପର୍ଣ୍ଣା ଅଟଇ ମାହେଶ୍ୱରୀ ସାଧବୀ ।୨୨୬।ଅବ୍ୟୟେ ପଦ୍ମ ନିଧି ଅଛଇ ଯାହାର ହସ୍ତେମୁଂ ତାହାକଇଂ ପ୍ରଦାନ ହୋଇବି କେମନ୍ତେ ।୨୨୭।ଭିତରେ ସାନନ୍ଦ ବାହାରେ ନାସ୍ତି କରୁଥିଲାକର୍ଣ୍ଣର ନିଷ୍ଠୁର ବଚନେ ଦ୍ରିଯୋଧନ ସନମତ କଲା ।୨୨୮।ଦ୍ରିଯୋଧନ କରେଣ ଅକ୍ଷୟ ନିଧି ଦେଖିଅନେକ ସାନନ୍ଦେ ସେ ବରିଲା ଶଶିମୁଖୀ ।୨୨୯।କର୍ଣ୍ଣର ମହତପଣ ଦେଖ ହୋ ଭିଗ୍ୟଂଜନେଆପଣାର କନ୍ୟା ନେଇ ସମର୍ପିଲା ଆନେ ।୨୩୦।ଯହିଂ ଭାବ ତହିଂ ୟେସନେକ ପୀରତିକର୍ଣ୍ଣ ଦ୍ରିଯୋଧନର ୟେକଇ ଆତ୍ମା ଶୁଦ୍ଧମତି ।୨୩୧।କର୍ଣ୍ଣର ବଚନେ ବରିଲା ଯହୁଂ ବାଳୀଗଣିକାଗଣମାନେ ଦିଅନ୍ତି ହୁଳହୁଳୀ ।୨୩୨।କୋଳେଣ ଦ୍ରିଯୋଧନକୁ ଧରିଣ ବରିଲା ନୃପତି ଭୂମନୁବରବେଶ କରନ୍ତି ନେଇ ଗାନ୍ଧାରୀର ତନୁ ।୨୩୩।ସୟଂବର ବାରତା ଶୁଣି ବ୍ୟାସ ପାରେଶ୍ୱରେଦୁର୍ଭାସା ମାରକଣ୍ଡ ସମସ୍ତ ମୁନିବରେ ।୨୩୪।ପ୍ରବେଶ ହୋଇଲେ ଯାଇଂ ଭୂମନୁ ମନ୍ଦିରେଦେଖିଲେ ଅନେକ ପୂଜା କଲା ସେ ଭୂମନୁ ମହୀପାଳେ ।୨୩୫।ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଯେ ଦୁର୍ଜୟେବେଦବ୍ୟାସଙ୍କର ଚରଣେ ଅନେକ ବିନୟେ ।୨୩୬।ବ୍ୟାସେ ବୋଇଲେ ରାଜା ଶୁଣ ତୁ ଭୂମନୁୟେ ପୁତ୍ରମାନେ ସମସ୍ତେ ଅଟନ୍ତି ଆମ୍ଭର ତନୁ ।୨୩୭।ପଞ୍ଚୁରାଜ୍ୟରେ ଠାକୁର ୟେ ଅଟନ୍ତି ସୋମବଂଶୀନିର୍ମଳ ନିକଳଙ୍କ ୟେ ଅଟନ୍ତି ନିର୍ଦ୍ଦୋଷୀ ।୨୩୮।ୟେ ଜମ୍ୱୋ ଦୀପ ପୃଥୀକି ୟେ ଅଟନ୍ତି ଧାରଣୟେବେ ସେ ଜାଣିଲୁ ହୋ ତୋର ଭାଗ୍ୟବନ୍ତ ଗୁଣ ।୨୩୯।ବ୍ୟାସଙ୍କର ମୁଖୁଂ ୟେସନେକ ବାକ୍ୟ ଶୁଣିଭୋଦେବ ସୟଂବର ମୁଂ କଲଇ ନଜାଣି ।୨୪୦॥