ମହେନ୍ଦ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗ
କୃତାର୍ଥ ପବିତ୍ର, ଯାର ମହା ଶୋଭା-ତୀର୍ଥେକରୁଥିଲି ସନ୍ତରଣ ଏତେ ଦିନଯାଏଁପ୍ରାଣଭରା ଆଗ୍ରହରେ କଳ୍ପନା ବଳରେ,ଗିରିକୁଳେ ନିରୀଶ୍ୱର ସେହି ଗିରୀଶ୍ୱରମହେନ୍ଦ୍ର-ବାଞ୍ଛିତ-ଗିରି ମହେନ୍ଦ୍ର ସହିତେଭେଟାଇ ପ୍ରତ୍ୟକ୍ଷେ, ପୁଣ୍ୟ-ପୁରାଣ-ପ୍ରଥିତ ।ବହୁ ଦିନୁଁ ଉଭା ହୋଇ ଆଶା-ସିଂହଦ୍ୱାରେକରୁଥିଲି ତୁମ୍ଭ ପଦେ ଅଳି ସମାକୁଳେ,ମାତ୍ର ତୁମ୍ଭେ ଥିଲ ଦେବୀ, ଏକାନ୍ତ ବଧିରାମୋର ସେ ପ୍ରାର୍ଥନା ପ୍ରତି, କି ଦୋଷ ତୁମ୍ଭର,ଚାତକ ସଲିଳକଣା ମାଗିବା ମାତ୍ରକେକରେ କି ନୀରଦ ତାର ପ୍ରାର୍ଥନା ପୂରଣ ?ଯଥାକାଳେ ଏ ଯାଚକେ ପ୍ରଦାନି ପ୍ରସାଦଦେଖାଇଲ ଆଜି ଆହା ସାଫଲ୍ୟ-ମନ୍ଦିର ।କି ଦ୍ରବ୍ୟେ ପୂଜିବି ପାଦ ଦୀନହୀନ ମୁହିଁ,ଅର୍ପିଅଛି ଯେ ଆନନ୍ଦ, ଦିବ୍ୟ, ଅନବଦ୍ୟଘେନ ସେ ଆନନ୍ଦେ ତୁମ୍ଭେ ପୁଜାଦ୍ରବ୍ୟରୂପେ ।ପ୍ରଣମେ ମହେନ୍ଦ୍ର ଗିରି, ଅକିଞ୍ଜନ ଜନପୁଣ୍ୟ ଦେବପାଦେ ତବ ଅଷ୍ଟାଙ୍ଗ ଲୁଟାଇ,ଆସିଛି ଦର୍ଶନ ଆଶେ, ମାତ୍ର ଆସି ନାହିଁବର୍ଣ୍ଣନ ମାନସେ-ତବ ମାହାତ୍ମ୍ୟ ମହାନ,ବ୍ୟର୍ଥ ଦୁରାକାଙ୍କ୍ଷା ସ୍ୱପ୍ନ ବ୍ୟଙ୍ଗ ପ୍ରେରଣାରେ ।ବର୍ଣ୍ଣିଛନ୍ତି ଯେ ମାହାତ୍ମ୍ୟ କବୀନ୍ଦ୍ର-ବନ୍ଦିତକାଳିଦାସ, ସାରସ୍ୱତ-ସାମ୍ରାଜ୍ୟ-ସମ୍ରାଟ,ସଂସ୍କୃତ-ସାହିତ୍ୟ-ସୌଧ-ସ୍ଥପତିପ୍ରବର,(ଅମର ରସନା ଯାଙ୍କ ନିଷିକ୍ତ ଅମୃତେ,କଳ୍ପନା-ଚତୁସ୍ପାଠୀର ଆଜୀବନ ଶିଷ୍ୟ)କଳିବାକୁ ସେ ମହିମା ନାହିଁ ମୋ ଯୋଗ୍ୟତା,କାହିଁ ସେ ଅନନ୍ତ ସିନ୍ଧୁ, କାହିଁ ମୁଁ ଗୋଷ୍ପଦ ?କାହିଁ ସେ ପ୍ରତିଭା, ଯାହା ଦୀପ୍ତ ଯଜ୍ଞାନଳ,କାହିଁ ମୁଁ ଅସାର ହେୟ ବିଭୁତି-କଣିକା !ତଥାପି କହିବି ଯଦି ଏଣୁ ତେଣୁ କିଛିଅମଳୀ ପ୍ରତାପ ଭଳି, ତୋ ଶୋଭା-ମଦିରା-ନିଶାଭୋଳେ, ହେଲେହେଁ ତା ଅର୍ଥହୀନ ଭାଷା,ଶୁଣିବେ କୋବିଦେ-କାବ୍ୟରସ-ସୁଧାପାୟୀ ।ମଧୁର ରସାଳ ଫଳଭୋଜୀ ଶୁକପକ୍ଷୀଭୁଞ୍ଜେ ସୁଦ୍ଧା ଖୁଦକଣା ଆସ୍ୱାଦବିହୀନ,କେବଳ କି ରସେ ଅତି ସୁରଭି ସୁମନେ,ଆଘ୍ରାଣେ ତ କୁରୁବଳେ-ରୂପଗନ୍ଧହୀନ,ନୁହେଁଖାଲି ଧୁପ ଦୀପ ଚନ୍ଦନ ତୁଳସୀଦେବପୂଜା ଉପାଦାନ, ଅତି କ୍ଷୁଦ୍ରତମତୁଚ୍ଛ ଦୁର୍ବାଦଳ ସୁଦ୍ଧା ଲଭେ ସେ ସୌଭାଗ୍ୟ ।ଅହୋ କି ବିରାଟ ଗିରି, ରୁଦ୍ର ଚାରୁକାନ୍ତ,ଚାହିଁଲେ ନୟନ ହୁଏ ନିଷ୍ପନ୍ଦ ଅବଶ,
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଶୃଙ୍ଗ ପରେ ଶୃଙ୍ଗ ପୁଣି ଶୃଙ୍ଗ ତଦୁପରି,
ଶୃଙ୍ଗେ ଶୃଙ୍ଗେ ଗୁନ୍ଥା ହୋଇ ପାବଚ୍ଛ ପ୍ରକାରେ
ଯାଇଛି ଆକାଶେ ମିଶି, ମିଶାଇ ନୀଳିମା
ଅନନ୍ତ ନୀଳିମାମୟ ମହାକାଶ ସହ ।
କେତେ କାଳୁ ପ୍ରକୃତିର ଏ ଅମର ଯୋଗୀ
ଜଗତର ଭକ୍ତି ପ୍ରୀତି ଗ୍ରହଣ ମାନସେ
ସମାଧିସ୍ଥ, ସୁଗମ୍ଭୀର ବରଦ ମୂର୍ତ୍ତିରେ,
କେ କହିବ ତାହା, ସେହି କାଳ ଭିନ୍ନ ଆନ ।
ସ୍ରଷ୍ଟା ସିନା ସୃଜିତର ପ୍ରମାୟୁ ପ୍ରହରୀ ।
ସମ୍ମୁଖେ ଆନନ୍ଦ ଗିରି ୧ ଯଥା ଗ୍ରନ୍ଥଗାଦି,
ଦକ୍ଷ ଦିଗେ ଦାରୁବ୍ରହ୍ମ ୨- ପୁଣ୍ୟକମଣ୍ଡଳୁ ।
୧- ମଞ୍ଜୁଷାର ସୁନାମପ୍ରସିଦ୍ଧ ଶୈଳ ।
୨- ମହେନ୍ଦ୍ରର ସର୍ବୋଚ୍ଚ ପାର୍ଶ୍ୱବର୍ତ୍ତୀ ଶିଖର ।
ଦେଖିଥିଲି ଦୂରୁ ଯାକୁ ନୀଳ ନଭଃକୋଳେ
ସୁପ୍ତ ଘନ ପ୍ରାୟ, ଏବେ ସେ ଦିଶିଲା ଯଥା
ଉତ୍କଳ-କମଳାଙ୍କର ମର୍କତ ମହୁଡ଼,
ବିଧିଦତ୍ତ, ଗୌରବର ଯୋଗ୍ୟ ପୁରସ୍କାର-
ଆର୍ଦ୍ର ଦେବ ମହିମାର ମଧୁର ମୟୂଖେ ।
ବିରାଟ ଅଧ୍ୟାୟ ଗିରି ବିଶ୍ୱ-ଇତିହାସେ ।
କିମ୍ବା ଏ ଦିଗନ୍ତବ୍ୟାପୀ ଅକ୍ଷୟ ଭଣ୍ଡାର
ଭାରତୀ ଇନ୍ଦିରାଙ୍କର, ମଣିମୁକ୍ତାଖଚୀ
ଜାତୀୟ ବିଭବପୂର୍ଣ୍ଣ, ଅଥବା ଏ ଶୈଳ
ସାରସ୍ୱତ ପାଠାଗାର କିମ୍ବା ପ୍ରକୃତିର
ନିର୍ଜନ ପବିତ୍ରତମ ଉପାସନାଗାର ।
ନିରୁପମ ତୁ ମହେନ୍ଦ୍ର, ଯୋଖିଲେ ଉପମା
ବସୁଛୁ ସେ ଉପମାର ଅଳଙ୍କାର ହୋଇ,
ଭାରତ-ମହାକାବ୍ୟର ଟୀକା ଏ ଉତ୍କଳ,
ତୁହି ସେ ଟୀକାର ଭାବ-ସରଳ ସୁନ୍ଦର ।
ଦୂରୁ ଯା ଆଭାସୁଥିଲା ଛବି ଅଙ୍କା ପରି
ଧନୁକ ହେଉଳ ଉଷ୍ଟ ବିବିଧାକୃତିର,
ହେଲା ତାହା ପରିଣତ ଅଭଂକଷଚୂଡ଼େ
ତୃଣ ହେଲା ମହାତରୁ, ରେଖା ହେଲା ନଦୀ,
ବିସର୍ଜି ବାମନ ରୂପ ଧରିଲେ ସକଳେ
ସ୍ୱାଭାବିକ ନିଜ ରୂପ କୁହୁକିଆ ପ୍ରାୟ ।
ଅଦ୍ଭୁତ ସ୍ୱଭାବ-କବି ତୁହି ରେ ମହେନ୍ଦ୍ର,
କୋଟି ମୁଖେ କୋଟି ଛନ୍ଦେ ଗାଉ ଯେ ସଙ୍ଗୀତ,
ତାର ମହାଭାଷା କ୍ରମେ ଧରି ଆସି ଦେହ
ନାଚି ଖେଳି ବୁଲେ ସଦା ନୟନ ଅଗ୍ରତେ,
କେ ବୁଝିବ ସେହି କର୍ମ ନିମନ୍ତ୍ରଣ ବାଣୀ,
ନ ହେଲେ ରେ ଗିରିବର ତୋ ଭାବେ ତନ୍ମୟ,
ତୋ ପରି ସହିଷ୍ଣୁ ଶାନ୍ତ ଅସୀମ ଧୈର୍ଯ୍ୟାଳୁ,
ନିଜେ ରଚି ଗୀତ, ନିଜେ ଗାଉ, ନିଜେ ଶୁଣୁ,
ହେଉ ନିଜେ ତହିଁ ମୁଗ୍ଧ, ବାଳକ ସମାନ,
ରଚକ, ଗାୟକ, ଶ୍ରୋତା ତୁହି ଏକାଧାରେ ।
ନଗରାଜ, ତୁ ବିରାଟ, ବିରାଟ କ୍ଷମତା
ତୋର, କର୍ମକ୍ଷେତ୍ର ପୁଣି ଅତୀବ ବିରାଟ,
ସେହି ବିରାଟତା ପୋଡ଼ିଦିଏ ଯୁଗପତ
ମାନବର-କ୍ଷୁଦ୍ରାଦପି ଅତି କ୍ଷୁଦ୍ରତର
ମାନବର, ଅଭିମାନ ଆତ୍ମବଡ଼ିମାଦି,
ପୋଡ଼ିଦିଏ ଦାବାନଳ ଯଥା ତୋ ଶରୀରୁ
ଆବର୍ଜନାରାଶି, ହେଉ ନିର୍ମଳ ତୁ ତହିଁ ।
ତୋ ମହିମା-ଅକଳିତ ଅଗାଧ ବାରିଧି,
ବିଶ୍ୱରେଣୁ-ମାନବର ତୁଚ୍ଛ ଅହମିକା
ନ ପାଇ ଆଶ୍ରୟ ଖରେ ବୁଡ଼ି ମରେ ତହିଁ ।
ମହା ସ୍ୱାର୍ଥପର ତୁହି; ମାତ୍ର ସ୍ୱାର୍ଥ ତୋର
କେବଳ ପରାର୍ଥ ପାଇଁ, ଧରିଛୁ ଜୀବନେ
ଜଗତର ସେବା-ବ୍ରତ, ଅଣଉଦ୍ଯାପିତ,
ଦାନପଟୁ ହସ୍ତ ତୋର ସଦା ଦାନେ ରତ,
ଗ୍ରହଣେ ବିରତ ମାତ୍ର, ଯଥାର୍ଥ ଏ ନୀତି,
ନ କିଣନ୍ତି ମହାଜନେ ଉପକାର-ମୂଲ୍ୟେ
ପ୍ରତି-ଉପକାର, ନୁହେଁ ତାଙ୍କର ତା ଧର୍ମ ।
ଆଧାର ତୁହି ରେ ଗିରି ଅନନ୍ତ ଜ୍ଞାନର,
ଅନନ୍ତ ପ୍ରେମର, ଝରେ ଏକ ନେତ୍ରୁ ତୋର
ସ୍ନେହାଶ୍ରୁ, ଅପର ନେତ୍ରୁ ପ୍ରେମାଶ୍ରୁ ପାବନ,
ସେହି ଅଶ୍ରୁଧାରା ବେନି ତରଙ୍ଗିଣୀରୂପେ
ପ୍ରବାହିତ-ସ୍ୱର୍ଣ୍ଣମୁଦ୍ରା, ମହେନ୍ଦ୍ରତନୟା । *
କଠୋର ତୁ ସତ୍ୟ, ଯେଣୁ ପାଷାଣ ଶରୀର,
ମାତ୍ର ସେହି କଠୋରତା ଅନ୍ତରାଳେ ନିଶ୍ଚେ
ଅନନ୍ତ କରୁଣାଧାରା ଅଛି ଲୁକ୍କାୟିତ,
ନାରିକେଳ ଆବରଣ ହେଲେ ହେଁ କଠିନ ।
ଅନ୍ତର କୋମଳ ସ୍ନିଗ୍ଧ ସରଳ ମଧୁର ।
ଧରୁ ମନଚୋରା ମୂର୍ତ୍ତି, ଦୃଷ୍ଟିପାତ ମାତ୍ରେ
ହରି ନେଉ ଆଜୀବନ-ସଞ୍ଚିତ ଭକତି
ହୃଦୟୁଁ ହୃଦୟ ସହ, ହରିନିଏ ଯଥା
ନିଦାଘ, ଅମ୍ବୁଦ ସହ ଅମ୍ବୁ ସରୋବରୁ ।
ଗିରିମଣି, ତନୁ ତୋର ସ୍ମୃତିରେ ଗଠିତ,
ଗୋଟିଏ ଅଣୁରେ ତୋର ଗୁପ୍ତ କୋଟି କୋଟି
ପୂରାସ୍ମୃତି-ପୁଣ୍ୟମୟୀ, ଗୌରବଭାସ୍ୱରା,
ବେଦନା-ଗୋପନ-ଗୀତି ହରି ସେ ହୃଦୟୁଁ
ନୈରାଶ୍ୟର ହା ହା ଧ୍ୱନି ସହ, ଆଣିଦିଏ
ଅଳସ ଅବଶ ସୁପ୍ତ ବିଶୁଷ୍କ ଜୀବନେ
ନବୀନ ସ୍ପନ୍ଦନ, ନବ ବଳ, ନବ ଆଶା,
ଅତୀତ ଜାତୀୟ ଗେ-ମହିମାମଣ୍ଡିତ,
କରିଦିଏ ସମ୍ମୁଖୀନ ସେ ଅମରା ସ୍ମୃତି ।
ଦେଖାଅ ସରଣୀ ଏବେ ହେ ନଗାଧିରାଜ,
ଖେଳିବି ତୋ କୋଳେ ପିତୃକୋଳେ ଶିଶୁପ୍ରାୟ
ତୋ ସନ୍ତତିଗଣ ସହ, ପୂରାଅ ବାସନା ।
ଦ୍ୱିତୀୟ ସର୍ଗ
ଧନ୍ୟ ସାବା ୧ ତୋ ତପସ୍ୟା, ଶୋଭା-ଆଭାମୟୀଜ୍ୱରଗର୍ଭା, ମହେନ୍ଦ୍ରର ପାଦମୂଳେ ବସି,ଦେବପାଦ ମୂଳେ ଯଥା କୁସୁମସୁନ୍ଦରୀ,ଲଭିଛୁ ତୁ ତୀର୍ଥପଲ୍ଲୀ ସୌଭାଗ୍ୟ-ଦୁର୍ଲଭ ।୧- ଗ୍ରାମବିଶେଷ । ଏହି ଗ୍ରାମଠାରୁ ମହେନ୍ଦ୍ରମାଳ ଆରମ୍ଭ ହୋଇଅଛି ।ଏଠାର ସ୍ଥାନୀୟ ଜଳବାୟୁ ଅସ୍ୱାସ୍ଥ୍ୟକର । ଗ୍ରାମଟି ଦୃଶ୍ୟବହୁଳ ।ପଥିକ-ବାନ୍ଧବୀ ତୁହି, ପଥିକ ସେବିକାମହେନ୍ଦ୍ର-ବୈକୁଣ୍ଠ-ଯାତ୍ରୀ-ଗମନ ପଥରେ,ସେବେ ତୋତେ ଗିରିବାୟୁ ବହି ଆଣି ସଦାଗିରି-ପୁଷ୍ପ-ବିସର୍ଜିତ ସୁରଭି ପ୍ରଶ୍ୱାସ,ଗିରିପୁଷ୍ଣ ଉଜ୍ଜ୍ୱଳ ତୁ, ଚିର ପୁଷ୍ପହାସୀ,ଉଜ୍ଜ୍ୱଳ ପାଣ୍ଡିତ୍ୟ ଯଥା ବିନୟବାଣୀରେ ।ବାନ୍ଧି ରଖୁ ଲତା-ପାଶେ ପାନ୍ଥ ବେନି ପାଦ,ପୁଷ୍ପ-ପାଶେ ନେତ୍ରଦ୍ୱୟ, ହୁଏ ସେ ଅଚଳ,ବୋଳି ଦେଉ ନୟନେ ତୁ ଆଗ୍ରହ-ଅଞ୍ଜନତଥା ମନେ ଉତ୍କଣ୍ଠାର ଅମୃତ ପ୍ରଲେପ ।ଗିରିଦୁର୍ଗା, ଜୁହାରୁଛି ପୟରେ ତୁମ୍ଭର,ହୁଅ ଦେବି, ପଥେ ସାହା, ପ୍ରଦାନ ଅଭୟ ।ଗୈରିକ ପଥରେ କଲି ଗିରି ଆରୋହଣବିଦୁଳିତ ଦୋଳାଯାନେ ୨ କିରାତ ବାହନେ,ସେ ପଥ ଗୋମୁତ୍ର ଛନ୍ଦେ ହୋଇ ବିରଚିତମିଶିଛି ଊର୍ଦ୍ଧୁକୁ ଉଠି ସର୍ବୋଚ୍ଚ ଶିକରେ ।୨- ଏହା ଏକ ପ୍ରବାର ଜାତୀୟ ଯାନ । ଏହାକୁ ଦେଶୀୟ ଆରାମି ଚୌକି ବୋଲାଯାଇପାରେ ।ଏହାକୁ ଶଉରାମାନେ ବହନ କରନ୍ତି ।ଗିରିସୁନ୍ଦରୀଙ୍କ ପଦେ ଅଳତା ପରାୟେ,ଶୋଭେ ତାହା ନିମ୍ନଭାଗେ, ମଧ୍ୟଭାଗେ ଯଥାପ୍ରବାଳର ସପ୍ତସରୀ ମଞ୍ଜୁଳ ମେଖଳା,ଊର୍ଦ୍ଧ୍ୱେ ଦିଶେ ଗିରିବର ବକ୍ଷ ବିଲମ୍ବିତଆରକ୍ତ ମନ୍ଦାରମାଳା ପରାଏ ସୁନ୍ଦର,ଅଥବା ଜଡ଼ିତ ନୀଳ ଘନେ ରଙ୍ଗ ବିଦ୍ୟୁ,ନତୁବା ସାଗରେ ଭାସେ ପ୍ରବାଳଲତିକା ।ନିର୍ମିତ ସେ ପଥ ଅତି ଅଦ୍ଭୁତ କୌଶଳେ,କରିଛି ସେ ଦୁରାରୋହ ପର୍ବତେ ସୁଗମ୍ୟ,ନିର୍ମାତା ତାହାର ଧନ୍ୟ, ଧନ୍ୟ ତା ପ୍ରତିଭା, ୩ଅଶିକ୍ଷିତ ସ୍ଥପତିର ଏ ପ୍ରତିଭା ଦେଖିନ ହେବ ଚକିତ କେଉଁ ପ୍ରବୀଣ ସ୍ଥପତି,
୩- ମଞ୍ଜୁ ଷାନ୍ତର୍ଗତ ସାବାଗ୍ରାମନିବାସୀ ଶ୍ରୀରଙ୍ଗ ବିଶୋଇ ଖୁବ୍ ଦକ୍ଷତାର ସହିତ ପାବଚ୍ଛାକାରରେ ଏହି ପଥ ନିର୍ମାଣ କରିଅଛନ୍ତି । ଏହି ପଥରେ ହାତୀ, ଘୋଡ଼ା, ତିନି ଜଣ ପଥିକ ଏକ ଧାଡ଼ିରେ ଅକ୍ଲେଶରେ ଗମନାଗମନ କରି ପାରନ୍ତି । ମହେନ୍ଦ୍ରର ପାଦଦେଶରୁ ଉପର ପର୍ଯ୍ୟନ୍ତ ୧୦ ମାଇଲ ମଧ୍ୟରେ ୬୦ ଗୋଟି ପାବଚ୍ଛ ଅଛି । ଏହି ପଥ ନିର୍ମାଣରେ ୧୮୦୦ ଟଙ୍କା ବ୍ୟୟିତ ହୋଇଥିବାର ପ୍ରକାଶ । ଉକ୍ତପତ ନିର୍ମାଣ ସକାଶେ ବିଶୋଇ ଗଭର୍ଣ୍ଣମେଣ୍ଟରୁ ଘଡ଼ି ପୁରସ୍କାର ପାଇଥିଲେ ।
ଅଶିକ୍ଷିତ ହୃଦୟର ଏଭଳି କଳ୍ପନାସୁଶିକ୍ଷିତ କଳ୍ପନାରୁ ବଳେ ବହୁଗୁଣେ,ବଳିଯାଏ ସିନା ବନଫୁଲର ସୌରଭଉଦ୍ୟାନ ଫୁଲରୁ, ହେଉ ପଛେ ଅନାଦୃତ ।ନୁହେଁ ଅନୁର୍ବର କେଭେଁ ଉତ୍କଳୀୟ ମଥା,କେବଳ ସେ ଉପଯୁକ୍ତ କର୍ଷଣ ଅଭାବେହେଉ ନାହିଁ ଫଳପ୍ରସୂ, ଆଶା ଅନୁରୂପ ।ମା ଉତ୍କଳ, କେଉଁ ଗୁଣେ ଊଣା ତୋ ସନ୍ତାନେପୁଣି ଅତି ଅବା କେଉଁ ବିଦ୍ୟାରେ, କଳାରେ,କେତେ ଠାବେ କେତେ ରତ୍ନ-ମହାର୍ହ ଉଜ୍ଜ୍ୱଲରଖିଛୁ ସମ୍ପାଦି ଗର୍ଭେ, କେ ଚିହ୍ନୁଛି ତାହା,ଏହା ଭାଗ୍ୟଦୋଷ କିମ୍ବା ଦେବ ଅଭିଶାପ ?ହେଉ ପଛେ କଣ୍ଟକିତ ବନ୍ଧୁର ସେ ପଥକର୍କରା-ପିଚ୍ଛିଳ; ମାତ୍ର ନୁହେଁ କ୍ଳାନ୍ତିକର,ପ୍ରତ୍ୟୁତ ସେ କ୍ଳାନ୍ତିହର, ଶାନ୍ତିର ଆଧାର ।ବେନି ପାଶେ ମହାରଣ୍ୟ-କାଣ୍ଡର ଅଗମ୍ୟ,ବସିଛି ବିସ୍ତାରି ତହିଁ ପ୍ରକୃତି ସୁନ୍ଦରୀକି ଅନନ୍ତ ଉଚ୍ଛୃଙ୍ଖଳ ବିଶୃଙ୍ଖଳ ଶୋଭା,କି ଦେଖିବ ନର ତହୁଁ-ଦ୍ୱିନେତ୍ର ସ୍ୱଳ୍ପାୟୁ,ଜନ୍ମନ୍ତା ଯଦ୍ୟପି କେହି ଘେନି ଦୀର୍ଘ ଆୟୁସୃଷ୍ଟି ଶେଷ ଦିନଯାଏଁ, ବହି ବହୁ ନେତ୍ର,ସେ ଅଦ୍ଭୁତ ଭାଗ୍ୟଧର ଦେଖନ୍ତା କିଞ୍ଚିତହୋଇଥିଲେ ଶୋଭାଦାସ, ଶୋଭାର କାଙ୍ଗାଳୀ ।ଦୃଷ୍ଟିମାତ୍ରେ ଇଚ୍ଛା ହୁଏ ସେ ଶୋଭା-ସାଗରେପିଇବାକୁ ଏକା ଢୋକେ ଅଗସ୍ତ୍ୟ ପରାୟେ,କେବଳ ସେ ଇଚ୍ଛା ହୁଏ ଇଚ୍ଛାରେ ହିଁ ପୂର୍ଣ୍ଣନ ଦେଖେ କାର୍ଯ୍ୟର ମୁଖ ସ୍ୱପେ କେଉଁ କାଳେ ।ନାଚି ନାଚି ସ୍ୱର୍ଣ୍ଣମୁଦ୍ରା ୧ କରି ଉଚ୍ଚ ହାସ୍ୟ,ପ୍ରଦର୍ଶାଇ କବିତାର ଜୀବନ୍ତ ଆକୃତିଆସୁଛି ଓହ୍ଲାଇ ନିମ୍ନେ ଅଶାନ୍ତ ଉବ୍ଦେଗେ,ସୃଜେ କାହିଁ କଳକଳ ଶବ୍ଦ, କାହିଁ ଧୁଧୁ,କାହିଁ ଅବା ହୁହୁ, ଆହା, ପ୍ରତେ ହୁଏ ଯଥାଉଠୁଛି ଏକଇ ତାରୁ ସା ରି ଗା ମା ସ୍ୱର ।ନୁହେଁ ସେ ଅଳସ କିମ୍ବା ଅକର୍ମସର୍ବସ୍ୱ,ବିଷୟବ୍ୟାପୃତ ସଦା ମାନସ ଯେସନ ।ଠାବେ ଠାବେ ହୋଇ ସ୍ରୋତ ଶିଳ୍ପାପ୍ରତିହତପଡ଼ୁଛି ତଳକୁ ଡ଼େଇଁ ଘୋର ଗଳଗାଳିଢ଼ାଳି ଦେଇ ବେନି ତୀରେ ଫେନ-ପୁଷ୍ପାଞ୍ଜଳି,ମୁକ୍ତାଗର୍ଭ ସୁଶାଣିତ ସ୍ଫଟିକର ସ୍ତମ୍ଭଛେଚି ହୋଇ ପାଷାଣେ ବା ଦେଉଛି ବିଞ୍ଚୁଡ଼ିମୁକ୍ତାରାଶି ଚଉପାଶେ, ଜଳକଣ ବ୍ୟାଜେ ।ବହୁଛି ପ୍ରବଳେ ସ୍ରୋତ, ଫୁଟି ଉଠି ତହିଁପ୍ରବାହ କୁସୁମ ପ୍ରାୟ ଅସଂଖ୍ୟ ଭଉଁରୀଫେନନାଭ, ଖଣ୍ଡେ ଦୂର ଭାସିଯାଇ ସ୍ରୋତେଯାଉଛି ମିଳାଇ, ଚିନ୍ତା-ସ୍ରୋତୁ ଜନ୍ମ ଯଥାକଳ୍ପନା-ଆବର୍ତ୍ତ, ଯାଏ ତହିଁରେ ମିଳାଇ ।ପୁତ୍ର ମରମର ଛଳେ କରୁଛି ସମୀରବିଭୁ ସ୍ତବ ଶ୍ଲୋକାବୃତ୍ତି, ଅନୁଷ୍ଟୁପ ଛନ୍ଦେ,ଯାଉଛି ସେ ସ୍ୱର ମିଶି ନିଝର-ଝର୍ଝରେ ।ବିଦୁଳିତ ପତ୍ର ରନ୍ଧ୍ରେ ଆସି ଚୋରା ଖରାପିଇଯାଏ ଥରେ ଥରେ ଲୁଚି ସ୍ରୋତଜଳ,ପରଶେ ତାହାର ଜନ୍ମି ଶତ ଇନ୍ଦ୍ରଧନୁ,କ୍ଷଣେ ବୁଡ଼େ କ୍ଷଣେ ଭାସେ, କରେ ଜଳକେଳିଦେଖି ଦେଖି ସେ ସୁଷମା ଅତୃପ୍ତ ନୟନେ,ନିର୍ବାକ ବିସ୍ମୟେ, ହେଲି ଊର୍ଦ୍ଧ୍ୱେ ଅଗ୍ରସର,କ୍ଷଣେ ଦେଇ ଦେଖା କ୍ଷଣେ ଖେଳେ ଲୁଚକାଳିସ୍ୱର୍ଣ୍ଣମୁଦ୍ରା, ଗଳଗଳ ନିନାଦେ କେବଳକରେ ଆତ୍ମପରକାଶ, ପ୍ରତେ ହୁଏ ଯଥାପଶୁଛି ସଂକୀର୍ଣ୍ଣ ପଥେ ପାତାଳ ବିବରେ ।ଜଳ ପିଇ ମୃଗଯୂଥ ଯାଉଛନ୍ତି ଫେରିଚୌପାଶେ ଶାବକେ ଘେରି, ଆହା କି ଶୋଭା ସେଘେରିଛି ପଲ୍ଲବେ ପରା ପକ୍ୱପତ୍ରଗୁଚ୍ଛ,ଯୁଥପତି ଆଗେ ଆଗେ କଢ଼ାଉଛି ବାଟ,ଚାଲିଛି ପଶ୍ଚାତେ ଯୁଥ, ଚାଲୁଥିଲା ଯଥାଜଗତର ଜ୍ଞାନଗୁରୁ ପ୍ରାଚୀନ ଭାରତପଥ-ପ୍ରଦର୍ଶକ ରୂପେ ଅଗ୍ରେ, ତହିଁ ପଛେଚାଲୁଥିଲା ବିଶ୍ୱ, ଗତ-ଗୌରବ-ଯୁଗରେ ।କେତେ ବୃକ୍ଷ ବକ୍କଳରେ ଲାଖି ରହି ଶଟା ।୩୧- ପ୍ରଚଳିତ ନାମ ସୁନାମୁଦିଆ ନଦୀ ।୨- ଗର୍ଜନ କରି ।୩- ବରାହର ଗ୍ରୀବା ଲୋମାଚିହ୍ନାଉଛି ବରାହର ଗଣ୍ଡ କଣ୍ଡୂୟନ,ଦନ୍ତଘାତେ କେହି ଅବା କ୍ଷତ, କ୍ଷୀର ବ୍ୟାଜେଗଡ଼ାଇଦେଉଛି ଅଶ୍ରୁ, ନୀରବ ବ୍ୟଥାରେ ।ପଡ଼ିଲା ନିବିଡ଼ ବନ, ଦୃଷ୍ଟିରେଖାରୋଧୀ,ନ ପାରି ତାହାକୁ ଭେଦି ରବିରଶ୍ମି ଜାଳରହିଛି ଚାନ୍ଦୁଆ ହୋଇ ଉପରେ ତାହାର ।ଫୁଟିଛି ବିବିଧ ପୁଷ୍ପ ବିଶୃଙ୍ଖଳ ଭାବେ,କେତେ ବା ଶୃଙ୍ଖଳେ, ଯଥା ସୁତ୍ରଶୂନ୍ୟମାଳା,ଫଳିଛି ଅଶେଷ ଫଳ, ବସିଛି କି ଏଥିଫଳ ଫୁଲ ପ୍ରଦର୍ଶନୀ, ବିରାଟ ବିଶାଳ ।ପ୍ରକୃତି-ସାଧିକା ଅବା ସଜାଡ଼ି ଚାଙ୍ଗୁଡ଼ିଫୁଲେ ଫଳେ କିଶଳୟେ, ରଖିଛି ସମ୍ପାଦିପୂଜିବା ଆଶାରେ ତାର ପ୍ରାଣର ଦେବତା !କେତେ ଲତା ପ୍ରାଣଭରା ସୋହାଗେ ଆଗ୍ରହେ,ରହିଛି ବିଲମ୍ବି ପଞ୍ଚଲହରୀ ପ୍ରକାରେ ୧ତରୁଗଳେ, କାହିଁ ସୁପ୍ତା ଶ୍ୟାମା ଶତାବରୀ୧- ଅଳଙ୍କାର ବିଶେଷ ।ଗୁଳ୍ମକୋଳେ, ମୁକୁଳିତ ଶ୍ୟାମ କେଶରାଶିକମ୍ପୁଛି ସଧୀରେ ବାତେ, ଇତସ୍ତତଃ ହୋଇ ।କାହିଁ ବା ବଣିଆଝଟା ୨ ବସି ପାଦତଳେସୁବିଶାଳ ଶାଳ୍ମଳୀର, ଗୁରୁ ପାଦତଳେ୨- ଏକଜାତୀୟ ଗୁଳ୍ମ । ଏହାର ଫୁଲ କାରୁକାର୍ଯ୍ୟଖଚିତ ମୁକୁଟାକୃତି ।ଚେଲା ପ୍ରାୟ, ଦୋଳାଉଛି ମୌକ୍ତିକ କିରୀଟ ।ଅଳଙ୍କୃତ ଲତାଜାମୁ ୩ ପାଟଳ ପଲ୍ଲବେ,ସାରଲ୍ୟେ ଚରିତ୍ର ଯଥା କିମ୍ବା ଦାତା ଦାନେ ।କାହିଁ ବା ଅତଣ୍ଡୀଲତା ୪ ମାଡ଼ିଛି ବହଳେ,୩- ଏହା ଲତାପରି ମାଡ଼େ । ପତ୍ର ଫଳର ଆକୃତି, ସ୍ୱାଦ ଓ ସୁଗନ୍ଧ ଜାମୁର ଅନୁରୂପ ।୪- ଶୁକ୍ଳବର୍ଣ୍ଣ ଲତା ବିଶେଷ ।ଚନ୍ଦନପାଟୀ କି ତାହା ବନଦେବୀଙ୍କର,ଅଥବା ନୀରବ ହାସ୍ୟ ଶୋଭାରାଣୀଙ୍କର ।ମଞ୍ଜୁଳ ନିକୁଞ୍ଜେ କେତେ ଫୁଟିଛି ଶଙ୍ଖିନୀ, ୫ଶରତ ନୃପତିଙ୍କର କି ସେ ରୌପ୍ୟଚୂରୀ,୫- ବନାଫୁଲ । କେହି କେହି ଏହାକୁ ଡାଆଣିଆ ଫୁଲ କହନ୍ତି । ଏହାର ସଂସ୍କୃତ ନାମ ଶଙ୍ଖପୁଶଷ୍ପୀ ।ମଧୁପ ବାଦକ ତାର, ସ୍ୱଭାବେ ମଧୁପ ୬ଯେଣୁ, ଫୁଙ୍କେ ନିଶାଭୋଳେ ବିପରୀତ ଆଡ଼ୁ ।ବସିଛି ସେ କୁଞ୍ଜ-ଶିରେ ପକ୍ଷୀ ନହବତ,ପାଦପ ଶାଖାରେ ବସି ହଳଦୀବସନ୍ତ୬- ମଦୁଆ ।ହେମକାନ୍ତ, ମନ ମଧ୍ୟେ ମନୋରଥ ଯଥା,ଗାଉଛି ଉଦାସସ୍ୱରେ ଆନନ୍ଦ ସଙ୍ଗୀତ,ମିଳୁଛି ସେ ଗୀତେ ଆସି ଦୂରବନରାବୀସିନ୍ଦୂରମୁଣ୍ଡିର ଉଚ୍ଚ ଆଲୋଳିକା ନାଦ । ୭୭- ହୁଳହୁଳୀ ।ନନ୍ଦନ କାନନୋପମ ଏ ରମ୍ୟ କାନନସୌନ୍ଦର୍ଯ୍ୟର କାରାଗାର, ନତୁ ପାରାବାର,ସେ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ବିହଗେ,ବୁଝନ୍ତି ସୌନ୍ଦର୍ଯ୍ୟ ମୂଲ୍ୟ, ଆବର ମହିମା,ସୌନ୍ଦର୍ଯ୍ୟର ଜୟକାର ଉଚ୍ଚାରନ୍ତି ଉଚ୍ଚେ ।ଗିରିଟଙ୍କେ ଶସ୍ୟକ୍ଷେତ୍ର ହରେ ନେତ୍ର ମନ,କାହିଁ ଜନା ୮ ଢାଳେ ଧରି ମୁକୁତା-ଚାମରଗିରି ଅଙ୍ଗେ, କାହିଁ ଅବା ଟେକିଛି ଘାଣ୍ଟିଆ ୯୮- ବାଜରା ଜାତୀୟ ଶସ୍ୟ । ଏହାର ଫଳ ମୁକ୍ତାସଦୃଶ ୯- ଶସ୍ୟବିଶେଷ ।ଦୀପଶିଖାକୃତି ଶୀର୍ଷ, ସ୍ୱର୍ଣ୍ଣାଭ, ରୁଚିର,ଗିରିରାଜ ମହେନ୍ଦ୍ରର ନୀରାଜନା ପାଇଁ ।ରୁଣ୍ଡ ହୋଇ ନାନା ପକ୍ଷୀ ଲୁଟୁଛନ୍ତି ଶସ୍ୟଘୋର କୋଳାହଳେ, କି ସେ ପକ୍ଷୀ-ପାଠଶାଳା,କରୁଛି ଶାସନ ତାଙ୍କୁ ଅବଧାନ ରୂପେମଳିନ ଚୀବରଧାରୀ ଶବର-ବାଳକକୁହାଟି ବିକଟ ସ୍ୱରେ ଲୋଷ୍ଟ୍ରାଘାତେ,ନିର୍ଭୟ ସେ ବୀର ଶିଶୁ, ଡରେ ତାକୁ ଭୟ,ଭୟର କାରଣ ସତ୍ତ୍ୱେ ନ ହୁଏ ଯେ ଭୀତ,ସେହି ଏକା ବୀର, ସେହି ଅସୀମ ସାହସୀ ।ନିରସ୍ତ୍ରର ଅସ୍ତ୍ରସିନା କେବଳ ସାହସ,ଯେ ଯାହାର ଚିରସଙ୍ଗୀ କି ଭୟ ତାହାର,ବାଳକାତୁ ଅଭ୍ୟସ୍ତ ସେ ସ୍ୱାବଲମ୍ବନରେ,ଆତ୍ମନିର୍ଭରତା ଯାର ମୂଳମନ୍ତ୍ର ପ୍ରାଣେ,ସହାୟ ଈଶ୍ୱର ତାର, ସର୍ବତ୍ର ସର୍ବଥା ।ଦୂରେ ଶୋଭେ ଛାୟାଚ୍ଛନ୍ନ ପକ୍ୱାଣବୀଥିକା ୧୧- ଶବରପଲ୍ଲୀସମୂହ ।ପର୍ଣ୍ଣପରିଚ୍ଛଦମୟୀ, ଶାନ୍ତି ନୀଡ଼ ପ୍ରାୟ,ଉଠି ତହୁଁ ପାକଧୂମ ଉପୁଜାଏ ମନେଋଷ୍ୟାଶ୍ରମସମୂତ୍ଥିତ ଯଜ୍ଞ ଧୂମ ଭ୍ରମ ।ଲଙ୍ଘି ଘାଟୀ ପରେ ଘାଟୀ, ପଲ୍ଲୀ ପରେ ପଲ୍ଲୀ,ଭୀଷଣ ମହୁଲଘାଟୀ କଲି ଆରୋହଣ,ଦକ୍ଷଭାଗେ ଗିରିଚୂଡ଼ା ଉଠିଛି ତିର୍ଯ୍ୟକେକଟି ଦେଲା ପ୍ରାୟ, ବାମେ ନୀରନ୍ଧ୍ର କାନନଯାଇଛି ଓହ୍ଲାଇ ଯେହ୍ନେ ପାତାଳକୁ ଭେଦି ।ଆରୋହଣ କାଳେ ସେହି ବିକଟ ସଙ୍କଟ,ପଦେ ପଦେ ଦେଉଥାଏ ଭୀତି, କ୍ଳାନ୍ତି, ବାଧା,ମାତ୍ର ଦୃଶ୍ୟ ପ୍ରଲୋଭନ ନ ମାନି ତାହାକୁନେଉଥାଏ ଟାଣି ଯେହ୍ନେ ଊର୍ଦ୍ଧ୍ୱେ ହାତ ଧରି,ମୃତ୍ୟୁଭୟ ତୁଚ୍ଛ ସିନା ସୌନ୍ଦର୍ଯ୍ୟ ନିକଟେ,ନୋହିଲେ ପତଙ୍ଗ ଅଙ୍ଗ ଦିଅନ୍ତା କି ଢାଳିଅଗ୍ନିକୁଣ୍ଡେ, ନେତ୍ର-ପ୍ରୀତି ସମ୍ପାଦନ ଆଶେ ।କାହିଁ ବା ପ୍ରକାଣ୍ଡ-କାଣ୍ଡ ମହୁଲ କାନନ,କାହିଁ ଶାଳବନ, କାହିଁ ବିଶାଳ ଅଳନ୍ଦ ୨ଶୋଭେ ମହେନ୍ଦ୍ରର ବହୁ ଊର୍ଦ୍ଧ୍ୱ ବାହୁ ପ୍ରାୟ,କାହିଁବା ନମେରୁ ୩ ଭେରୁ, ତମାଳ ଲତାରେଅନ୍ଧକାରାଚ୍ଛନ୍ନ, ଯଥା ମତ୍ସରୀ ମାନସ ।୨- ଏକଜାତୀୟ ବିଶାଳ ବୃକ୍ଷ । ୩- ସୁରପୁନ୍ନାଗ ।କାହିଁ ପୀତ ଶେଫାଳିକା ଫେଇ ଅଙ୍ଗଭୂଷାସୁବର୍ଣ୍ଣ ସୁମନେ, ଦିଏ ଚୌପାଶେ ନିକ୍ଷେପି,ଫୁଟି ନୀଳ କୋବିଦାର ୪ ବନନୀଳିମାରେଦେଇଛି ମିଶାଇ ଚାରୁ ନୀଳିମା ନିଜର,୪- ନୀଳକଞ୍ଚନ ।କେତେ ଗିରିଗୁଡ଼ିକଙ୍କ ୫ ଦୋହଲେ ସମୀରେବନଦେବୀଙ୍କର କ୍ରୀଡ଼ା କନ୍ଦୁକ ପରାୟେ ।ଜନ୍ମାଏ ଉଆଉ ଭ୍ରମ, ଦୀର୍ଘପତ୍ର ରାଇ, ୬ତଳେ ଶୋଭେ ଗିରିଗୁଳ୍ମ-ବାର୍ତ୍ତାକୁ, ହରଡ଼,୫- ତୃଣପୁଷ୍ପ ବିଶେଷ । ଏହାର ପୁଷ୍ପକେଳିକଦମ୍ବ ସଦୃଶ । ୬- ଏକଜାତୀୟ ବୃକ୍ଷ ।ଫଳପୁଷ୍ପ ଭାରେ, ବାଳ ମାଲୂର ୭ ଗହଳେ ।ରାବିଲା କେବଣ ପକ୍ଷୀ ପତ୍ର ଅନ୍ତରାଳେ,ଆହା କି ମଧୁର ସ୍ୱର-ଅତୀତ ଅଶ୍ରୁତ,ନାହିଁ ସେ ଅମୃତ ସ୍ୱର ପାର୍ଥିବ ଯନ୍ତ୍ରରେ,୭- ବିଲ୍ୱ ।ପୁଚ୍ଛିଲି ବିହଗ ନାମ ବାହୁକେ ସୋତ୍ସୁକେ,ଲଭିଲି ଉତ୍ତର ତାର, ସେ ‘‘ବଣବାନ୍ଧୋଇ’’,ସୀସକ ଲେଖନୀ ୮ ମୁନେ ଲେଖିଲେ ସେ ନାମସଚଳ ଦୋଳାରେ ବସି, ମାତ୍ର ବୃଥା ଚେଷ୍ଟା,୮- ପେନ୍ସିଲ ।ହୋଇଗଲା ଦେବାକ୍ଷରେ ପରିଣତ ଲେଖା,କ୍ଷାନ୍ତ ହେଲି ତହୁଁ ସେହି ବ୍ୟର୍ଥ ଦୁଃସାହସୁ ।ଦିବସର ଶେଷରଶ୍ମି ଭଜିଲା ମ୍ଲାନିମା,କ୍ରମେ କ୍ରମେ ହୋଇ ଲୀନ ବନୁ, ବୃକ୍ଷଚୂଳୁ,କଲାକ ସାନୁରେ ଯାଇ ଆଶ୍ରୟ ଗ୍ରହଣ,କିଞ୍ଚିତ ବିଶ୍ରାମି ତହିଁ ଲୁଚିଗଲା ଖରେ,କଷିତ କନକକାନ୍ତ ହଳଦୀ-ବସନ୍ତଉଡ଼ି ଆସି କ୍ଳାନ୍ତ ଦେହେ, ବସି କ୍ଷଣେମାତ୍ରନିବାସପାଦପଚୂଳେ, ତଦନ୍ତେ ତୁରନ୍ତଲୁଚିଯାଏ ପର୍ଣ୍ଣାଚ୍ଛନ୍ନ କୁଳାୟେ ଯେସନ ।ଆସିଲେ ଗୋଧୂଳି ଖୋଷି ସୁବର୍ଣ୍ଣ କୁନ୍ତଳେହୀରାକାବ୍ୟତାରା-ଫୁଲ-ରୁଚିର, ଭାସ୍ୱର,ଗିରିଚୂଡ଼େ ସ୍ତରେ ସ୍ତରେ ବସିଯାଇ ଘନ,ଧରିଲା କାଙ୍ଗୁଲା କଟା ମେଢ଼ର ସୁଷମାସୁନେଲି ରଙ୍ଗତା ୯ ଛିଆ ଅତି ବାହାରିଆ ।କେ ଖଞ୍ଜିଲା ଶିଖି-କଣ୍ଠ ଶ୍ୟାମ ଶୈଳ ଶିରେଏ ମୁକୁଟ, ଢଳ ଢଳ ରତ୍ନପ୍ରଭା-ରଚୀକି ଧୈର୍ଯ୍ୟ-ଉଜୁଡ଼ା ଶୋଭା, ରୂପ-ପ୍ରାଣବତୀ,୯- ପନି ।ପରାସ୍ତ ତା ପଦେ ଭାଷା, ପରାସ୍ତ କଳ୍ପନା ।ହାୟ, ସେହି ସ୍ୱପ୍ନ ଶୋଭା, କରି ଅଭିନୟଭବ ନଶ୍ୱରତା ନାଟ୍ୟ, ଗଲାକ ମିଳାଇସାନ୍ଧ୍ୟ ଅନ୍ଧକାର ଗର୍ଭେ, ମିଳାଏ ଯେସନ,ମୃଣ୍ମୟୀ ପ୍ରତିମା ଜଳ ବିସର୍ଜନ ଅନ୍ତେ,ମିଳାଇଲା ତହିଁ ସଙ୍ଗେ ମୋ ଉଦ୍ଦାମ ଆଶା ।ହେଲା ଅନ୍ଧକାର ଘନ, ସନ୍ଧ୍ୟାଦେବୀ କିବାଘନ କୃଷ୍ଣ କେଶପାଶ ଦେଲେ ମୁକୁଳାଇ,ହସିଲେ ଓଢ଼ଣା ଟେକି କୁସୁମ-ଅପ୍ସରୀରୁପେଶ୍ୱରୀ ଚହଟାଇ ମଧୁର ଆମୋଦ ।ଶ୍ୟାମାଞ୍ଚଳେ ତାରାମଣି ବାନ୍ଧି ରାତ୍ରିରାଣୀଆସିଲେ ତଦନ୍ତେ, ଗଲା ଫୁଲସଞ୍ଜ ଗଡ଼ି ।ବହଳ ଅନ୍ଧାରେ ବୁଡ଼ି ପର୍ବତ ପାଦପଛାୟାମୟ ପ୍ରେତରୂପ କଲେକ ଧାରଣ,ନ ଦିଶିଲା ପଥ ଆଉ, ଚକ୍ଷୁଷ୍ମାନ ସୁଦ୍ଧାଅନ୍ଧକାରେ ହୁଏ ଅନ୍ଧ ସ୍ୱାଭାବିକ ଏହା ।ଆହୋ, କି ଦାରୁଣ ଶୀତ, ସତେ କି ଶିଶିର,ହିମର ଭଣ୍ଡାର ଦେଲା ଅଜାଡ଼ି ଏ ବନେ,ପ୍ରତେ ହେଲା ଯେହ୍ନେ ଅଙ୍ଗ ପ୍ରତ୍ୟଙ୍ଗର ଖଞ୍ଜା,ହୋଇଗଲା ଅକସ୍ମାତ ଅସାଡ଼ ଅବଶସନ୍ଧିବାତେ, ତହୁଁ ଆଉ ନୋହି ଅଗ୍ରସରଯାପିଲୁ ଯାମିନୀ ସର୍ବେ ରାଜବସାଠାରେ । *
* ଏଠାରେ ଗୋଟିଏ ପଥିକନିବାସ ଅଛି । ଏହା ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ନିର୍ମିତ । ଏ ସ୍ଥାନକୁ ପାରିଧି ସ୍ଥଳ ଜାଣି ରାଜାମାନେ ଏଠାରେ ବାସକରି ରହୁଥିଲେ ବୋଲି ଏହା ରାଜବସା ନାମରେ ଅଭିହିତ ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି