ପ୍ରଣୟ-ଚିଟାଉ
୧୮୬୭–୧୯୪୩
- ପଢ଼ିବା ସମୟ
- ୬୬ ମିନିଟ୍
- ଶବ୍ଦ
- ୧୦୫୦୯
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ସର୍ଗ
(ବସନ୍ତ ପ୍ରତି ବସୁମତୀ)ଘେନା ହେଉ ଋତୁରାଜ ଦୀନା ପ୍ରକୃତିରପ୍ରାଣର ପ୍ରଣୟ ଅର୍ଘ୍ୟ, ପୁଣ୍ୟ ଆମନ୍ତ୍ରଣ,ବିଶ୍ୱରାଜ-ଜେମା ମୁହିଁ ଅନନ୍ତ ବୈଭବା,ମାତ୍ର ତବ ପଦମୁଳେ ବିକା ବିନା ପଣେ ।ତବ ବିନା ପ୍ରିୟବର, ମୋ ନୟନେ ହାୟ,ଶ୍ମଶାନର ଭସ୍ମ ପ୍ରାୟ ସେ ମହାବିଭବ,ଭାବେ ବସି ଦିବାଯାମୀ, କାହିକିଁ ବିଧାତାସୃଜିଲା ଅପର ଋତୁ, ନ କଲା କାହିଁକିଚିରବସନ୍ତିନୀ ମୋତେ, କି ପାପେ ବା ଶାପେ ।କେଉଁ ସ୍ୱର୍ଣ୍ଣଧରା ଅବା କେବଣ ମନ୍ତ୍ରରେଭୁଲାଇ ତୁମ୍ଭଙ୍କୁ ରଖେ ଦଶ ମାସ କାଳସାଧିବାକୁ ମୋ ସହିତ ସପତ୍ନୀ-ବିବାଦ,ଅସପତ୍ନ ଅରିଧା ମୋ ହରି ମାୟାବଳେ ।ଭୁଲି ଏ ଦାସୀକି ତୁମ୍ଭେ ପ୍ରିୟ ଋତୁବର,କେଉଁ ସମୁଜ୍ଜ୍ୱଳ ରାଜ୍ୟ କର ଉତ୍ସବିତ ।ମୋ ପ୍ରାଣ-କଳ୍ପନାଧ୍ୱନି-ଆତୁରତାବୋଳା,ନ ଶୁଭେ କି ତହିଁ, ସେ କି ନିର୍ବାଚ ପ୍ରଦେଶ ?କି କହିବି ପ୍ରାଣାଧିକ, ଅଧିକ ମୁଁ ଅବା,ତୁମ୍ଭ ବିନା ଯେ ଯନ୍ତ୍ରଣା ଭୁଞ୍ଜୁଛି ମୋ ଆତ୍ମା,ଦେଖନ୍ତି ସମୀପେ ଥିଲେ ଫେଡି ହୃଦୟରନିଭୁତ ନିକେତନର ବ୍ୟଥାବଦ୍ଧ ଦ୍ୱାର,ଦେଖନ୍ତ ତହିଁରେ ତୁମ୍ଭେ କେତେ ଭାବ, ଚିନ୍ତା,ଅଛି ଅନୁସ୍ୟୁତ, ଯଥା ଚନ୍ଦାତପେ ମୁର୍ତ୍ତି ।ତୁମ୍ଭ ବିନା ମୋର ମନ ହେଉ ନାହିଁ ମୋର,ବିଡ଼ ଅବାଧ୍ୟ ସେ, କେବେ ନ ଘେନେ ସାନ୍ତ୍ୱନା,ଉଡି ବୁଲେ ମହାଶୁନ୍ୟେ ଅଜ୍ଞାତ ରାଜ୍ୟରେ ।ବାନ୍ଧେ ବହୁ ଆଶା ମନେ, ମାତ୍ର ପ୍ରତିଦିନନୂତନ ଭାବରେ ହୁଏ ନିରାଶ ସର୍ବଥା,ନ ଧରେ ଆଶାର ରଙ୍ଗ ହତାଶ ହୃଦୟେ ।ଦୁଃଖ ତାପ ଅଶ୍ରୁ ଶୋକ ଚିରସଖା ମୋର !ଧରଣୀ ନୟନମଣି ତୁମ୍ଭେ ଋତୁମଣି,ଧରଣୀ-ହୃଦୟ-ସରଃ-ସ୍ୱର୍ଣ୍ଣ-ସରସିଜ,ଧରଣୀର ଆଶା-ନଭେ ଶରତପର୍ବଶଶୀ,କି ଅଦ୍ଭୁତ ଚୋର ତୁମ୍ଭେ, ଚୋରାଇ ମୋ ମନସ୍ୱଳ୍ପକ୍ଷଣେ, ଲୁଚ ଯାଇ ନନ୍ଦନକାନନେ,ସାର୍ଥକ କରିଣ ‘‘ଚୋରା ବସନ୍ତ’’ ଉପାଧି ।କେଉଁ ଗୁଣେ ବଡ଼ ଭଲା ମୋ ତହୁଁ ନନ୍ଦନ,ବିଶେଷତ୍ୱ ପାରିଜାତ ତାର, କିନ୍ତୁ ତାହାମୋ ସକାଶେ ତୁଚ୍ଛ । ଦେବ ନ ଜାଣ କି ତୁମ୍ଭେକୋଟି ରତ୍ନ-ପାରିଜାତ ରହିଛି ବିକ୍ଷିପ୍ତତବାଶ୍ରିତ ଏ ଧରାର ପ୍ରତି ଲୋମକୂପେ ।ନାମ ମୋର ଗନ୍ଧବତୀ, ବଳେ କି ମୋ ଗନ୍ଧୁହେ ନନ୍ଦନବନ୍ଧୁ, ସ୍ୱର୍ଗ ପାରିଜାତ ଗନ୍ଧ ?ବାସ୍ତବ ମୁଁ, ପାରିଜାତ ଆକାଶକୁସୁମ,ନ ଧରେ ସେ ଫୁଲ ମୁହି, ନୁହେଁ ତାହା ବିଧି,ଫୁଟେ କି ବାସ୍ତବ-ବୃନ୍ତେ ଆକାଶକୁସୁମ ?ମୁଁ ଅନନ୍ତ, ମାତ୍ର ସାନ୍ତ ସେ ନନ୍ଦନବନ,ଲଭିବ ସସୀମ କାହିଁ ଅସୀମ ତୁଳନା,ତେବେ କେଉ ଗୁଣେ ଅବା ରଖେ ସେ ଭୁଲାଇତୁମ୍ଭଙ୍କୁ ? ବୁଝିଲି ଏବେ, ନୁହେଁ ସେ ମୋଠାରୁଗୁଣେ ବଡ଼, ମାତ୍ର ବଡ଼ ଭାଗ୍ୟେ, ଯେଣୁ ସେହୁନେଇଛି ଛଡ଼ାଇ ବଳେ ସୌଭାଗ୍ୟ ମୋହର,ହୋଇଛି ସେ ଭାଗ୍ୟବତୀ ମୋହ ଭାଗ୍ୟଯୋଗୁଁ ।ତୁମ୍ଭ ଗଲା ପରେ ପରେ ଆସିଲା ନିଦାଘଋତୁବାଘ, ଦେଖି ତାକୁ ତୁମ୍ଭ ସଖା ସଖୀଗଲେ ଛାଡି ମୋତେ ସର୍ବେ, ତବ ପ୍ରିୟପିକ-ବିପଞ୍ଚୀ ପଞ୍ଚମ ସ୍ୱରେ କରେ ଯେହୁ ଧିକ,ମଳୟ ଅନିଳ ପୂର୍ବେ ରହୁଥିଲା ଯେହୁସୁରଭି ପ୍ରଶ୍ୱାସ ତବ, ରସାଳମଞ୍ଜରୀ-ଦର୍ଶକ ନୟନମନ-ବିହଙ୍ଗ-ପଞ୍ଜରୀ,ତବ ସହଚରୀ, ଶୋଭାଲକ୍ଷ୍ମୀ, ପୁଷ୍ପଲକ୍ଷ୍ମୀ,ପଳାଇଲେ କିଏ କାହିଁ ଛତ୍ରଭଙ୍ଗ ଦେଇ,ପକାନ୍ତି ଯେସନ ଦେଖି ଅରଣ୍ୟବାସୀଏ,ମହାବଳୀ ମହାବଳେ-ଜୀବକୁଳ-କାଳ,କିମ୍ବା ଯଥା ବ୍ୟାଧେ ହେରି ତ୍ରାସେ ମୃଗଯୂଥବନ-ସର-ଶତଦଳ, ସଂଯତ ସରଳ,ଲୁଚନ୍ତି କାନନକୁଞ୍ଚେ ପଳାଇ ସତ୍ୱର ।ସେ ସୁବର୍ଣ୍ଣ ମଣିବକ, ସେ ଲତା ମୁକୁଟ,ପଲ୍ଲବ-ପ୍ରବାଳ-ମାଳ, ସେ ମହାଭୁଷଣେ,ସଜାଇଣଥିଲ ମୋତେ ସାଦରେ ସ୍ୱକରେ,ଛଡ଼ାଇ ନେଲା ତା କ୍ରୁର ନିଦାଘ-ପିଶାଚ,ସେ ମହିମା ସେ ବିଭବ ହରିଲା ସେ ଖଣ୍ଟ ।ପେଣ୍ଡାବାଳେ ଖୋଷି ଫୁଲ ନାଗର ପରାଏହସୁଥିଲା ଯେ ପାଦପ-ଲତାନାଥ, ହାୟ,ନିଦାଘର କ୍ରୋଧାନଳେ ଗଲାକ ସେ ଜଳି,ହରନେତ୍ରାନଳେ ଯଥା ପୁଷ୍ପଧନୁ ଷ୍ପାଣିପୁଷ୍ପଧନ୍ୱା, ବିଶ୍ୱଶୋଭା-ସାମ୍ରାଜ୍ୟ-ସମ୍ରାଟ,ତରୁଣ-ତରୁଣୀ-ହୃଦ-ଅବ୍ୟଥ-ସନ୍ଧାନୀ ।ରଶ୍ମିରଥେ ରଶ୍ମିନାଥ ଭ୍ରମିଲେ ଗଗନେଦୁର୍ଜୟ ବିକ୍ରମେ, ଅହୋ, କି ପ୍ରଚଣ୍ଡ ତେଜ,ମନେ ହୁଏ ଜ୍ୟୋତିର୍ମତୀ ଜନନୀ ତାଙ୍କରବଢ଼ାଇଲେ ବା ତାଙ୍କୁ ସିଂହୀ ଦୁଗ୍ଧପାନେ ।ଅନଳ ଦୃଷ୍ଟିରେ ରବି ଚାହିଁଲେ ସରୋଷେ,ବିନ୍ଧିଲା ସେ ଦୃଷ୍ଟି ମୋର ଦେହେ ମୃତ୍ୟୁବାଣ,ପ୍ରତେ ହେଲା ଯେହ୍ନେ, ମୁଠା ମୁଠା ଅଗ୍ନି ଗୁଣ୍ଡିଦେଉଛି କେହି ବା ଛାଟି ଚୌଦିଗେ ସତତ ।ଧୁଳିକଣା ଗଲା ଜଣା ସ୍ପୁଲିଙ୍ଗ ପରାୟେନ ପାରି ସନ୍ତରି ପକ୍ଷୀ-ବନବୈତାଳିକେରଶ୍ମି-ସାଗରର ରୁଦ୍ର ଅନଳ ତରଙ୍ଗେଲୁଚିଲେ ପାଦପ-କ୍ରୋଡ଼େ, ପତ୍ର-ଅନ୍ତରାଳେ ।ଅନନ୍ତଯୌବନା ମୁହିଁ, କରି ଦେଲା ଦୁଷ୍ଟଅକାଳ ଜରତୀ ମୋତେ, ଶୋଷି ରକ୍ତ ଦେହୁଁ,ଯଥା ଉତ୍ତମର୍ଣ୍ଣ ଶୋଷେ କଳନ୍ତର-ରକ୍ତଅଧମର୍ଣ୍ଣ ପିଣ୍ଡୁ, ଚିରଶୋଷଣ-ନିପୁଣ ।କେତେ ବଖାଣିବି ପୋଡ଼ା ଦୁଃଖର କାହାଣୀ,ଦିନେ ଦହେ ରବି, ରାତ୍ରେ ଦାବାନଳ ଦହେମୋ ବନ-କୁନ୍ତଳ, ଖେଳେ ଅବହେଳେ ଅବାବନେ ମଣିକୁନ୍ତଳିନୀ ଅନଳଫଣିନୀ,କିମ୍ବା ଖେଳେ ଘନକୋଳେ ଘନ-ବିନୋଦିନୀସୌଦାମିନୀ ଘନକାଳେ, ହସ୍ତ ହେମହାସୀ ।ଦେଖିଲି ସ୍ୱପନେ ଦିନେ ପୁରୁଷରତନ,ପୁଷ୍ପର ପିତୁଳୀ, ପୁଷ୍ପ-ଭୁଷଣେ ଭୁଷିତ,ପୁଷ୍ପ ପରିଚ୍ଛଦ, ପୁଷ୍ପ-ପ୍ରହରଣଧାରୀ,ରସାଳ-ବକୁଳ-ଚୁଡ଼ା ବିରାଜେ ମସ୍ତକେ,ଧୁତୁରା ତାହାର ଫୁଲଭୁଣ, ପୂର୍ଣ୍ଣ ତାହାକେଶର-କୁସୁମ-ଶରେ, ଅଗସ୍ତି କୁସୁମଫୁଲଧନୁ, ଗୁଣ ତହିଁ ଶିଳୀମୁଖଯନ୍ତି ।ସେ ପୁରୁଷ କର୍ଣ୍ଣମୁଳେ ଦେଇଛି ପିନ୍ଧାଇବାସଙ୍ଗ ପ୍ରବାଳଖଚୀ ହୀରକ କୁଣ୍ଡଳ,ସୁନାରୀ ସୁବର୍ଣ୍ଣହାର ଲମ୍ବାଇଛି ବକ୍ଷେ ।ଫୁଟିଅଛି କେତେ ଫୁଲ ଚଉପାଶେ ତାର,ଫୁଟିଛି ସେବତୀ, ଗଢ଼ି ପ୍ରତିରୁପ ଯାରସୁବର୍ଣ୍ଣେ ସୁନ୍ଦରୀକୁଳ ଖୋଷନ୍ତି ଖୋଷାରେ ।କାହିଁ କର୍ଣ୍ଣିକାର କଢ଼ ବନସ୍ପତି କର୍ଣ୍ଣେପିନ୍ଧାଇଛି ସ୍ୱର୍ଣ୍ଣଚମ୍ପା, କାହିଁ ବା ମନ୍ଦାରଅମନ୍ଦ ସୁନ୍ଦର ତନୁ ସିନ୍ଦୂରନନ୍ଦିତ-ଦେଖାଇ ଦୋଳୁଛି ଗର୍ବେ ଚୌଦିଗ ଉଜ୍ଜ୍ୱଳି ।କାହିଁ ଛୁରିଅନା ହୋଇ କୁସୁମେ ଛୁରିତସମରୁପ ପୁନ୍ମାଗକୁ କରେ ପରିହାସ,ଧାଇଁଛନ୍ତି ଚଉପାଶୁ ଅଳିଏ ସତ୍ୱରେପୁଷ୍ପ ପ୍ରତି, ପ୍ରତେ ହୁଏ ରାଜନ୍ୟସମାଜଧାବିତ କି ସ୍ୱୟମ୍ବରେ କନ୍ୟାଲାଭ-ଅଶେ ।ଏହିପରି କେତେ ଫୁଲ ଫୁଟିଛି ଗହଳେସେ ପୁରୁଷ ବେନି ପାର୍ଶ୍ୱେ, ପୁରଚେ, ପଶ୍ଚାତେ,ତାହା ପୁଷ୍ପହାସେ ମିଶି କୁସୁମର ହାସ,ଦିଶନ୍ତି ଉଜ୍ଜ୍ୱଳ ବେନି ବେନିଙ୍କ ପ୍ରଭାରେ ।କିଏ ସେ ପୁରୁଷମଣି ଚରାଚର-ସ୍ତୁତ,ପାରିବ କି କହି ? ତୁମ୍ଭ କହିବା ଆଗରୁକହୁଛି ମୁଁ, ସେ ପୁରୁଷ ଦୀନା ଧରଣୀରହୃଦୟଚନ୍ଦନ, ତାର ଧ୍ୟାନର ଦେବତା,ଏଥିରେ ଯଦ୍ୟପି ତୁମ୍ଭେ ନ ପାରିବ ଚିହ୍ନି,ଚିହ୍ନ ତେବେ ଚିହ୍ନାଉଛି, ତୁମ୍ଭେ ସେ ପୁରୁଷ ।ଭାଙ୍ଗିଗଲା ସ୍ୱପ୍ନ, ହାୟ, କାହିକି ବା ବିହିସୁଜିଲେ ସ୍ୱପନେ କରି ଅଳ୍ପାୟୁ ସଂସାରେ,ସତ୍ୟହୀନ ହେଲେ ସୁଦ୍ଧା ସୁଖ-ସ୍ୱପ୍ନ ମିଠା,ମଧୁର, ବ୍ୟର୍ଥତା ସୁଦ୍ଧା ଶୁଭ ସମ୍ବାଦର ।କେତେ ଯେ ଦୁଃଖିତା ମୁହିଁ ତୁମ୍ଭରି ଅଭାବେ,କି ଲେଖିବି ପ୍ରାଣାଧିକ ଏ କ୍ଷୁଦ୍ର ପନ୍ତ୍ରୀରେ,ଅସ୍ତୋନ୍ମୁଖ ରକ୍ତ ରବି ଅସ୍ତାଚଳଚୁଳେଚାହାନ୍ତି ଯେ କାଳେ ଫେରି କମଳିନୀ ପ୍ରତି,ଫୁଲକୁଳ-ପୁରନ୍ଦରୀ, ସଙ୍ଗିନୀ ତାଙ୍କର,ସେକାଳେ ତୁମ୍ଭଙ୍କୁ ସ୍ମରି, ହୁଏ ମୁଁ ବ୍ୟଥିତ ।ଅଳ୍ପକ୍ଷଣେ ଦେଖି ପୁଣି ପ୍ରେମିକ ଚକୋର,ଉଡିଯାଏ ଚାହିଁ ଚାହିଁ ପ୍ରେୟସୀ ବଦନବୃକ୍ଷାନ୍ତରେ, ଯାପିବାକୁ ବିଚ୍ଛେଦ-ରଜନୀ,ଭାବେ ହାୟ, ଯିବାବେଳେ ତୁମ୍ଭେ ଏହିପରିବାଟେ ଫେରି ଚାହି ଚାହିଁ ଯାଇଥିବ ମୋତେ,ନ ଥିଲା ତେଣେ ମୋ ଦୃଷ୍ଟି ବିଭବବିଭୋଳେ,ତୁମ୍ଭ ଦତ୍ତ ବିଭବରେ ହୋଇ ବିଭବିନୀ,ଭୁଲିଲି ତୁମ୍ଭଙ୍କୁ, ଧିକ ଅକୃତଜ୍ଞା ମୁହିଁ !ଆସିଲା ନିଦାଘ ଶେଷେ ଶୀତଳ ପ୍ରାବୃଟ,ବିରାଟ ମହିମାବନ୍ତ, ବାରିଦ-ବାହନେ ।ଆଷାଢ଼ ପ୍ରଥମ ଦିନେ ମେଘ-ଦୁତଦ୍ୱାରାପେଷିଲା ବାରତା ଯକ୍ଷ ବିରହବ୍ୟାକୁଳେପ୍ରିୟା ପାଶେ, ଦେଖି ତାହା ଇଚ୍ଛିଲି ପ୍ରେରିବିତବ କତି ଦୁତ, ମାତ୍ର ବୃଥା ଆଶା, ହାୟ,ସେ ଦୁର୍ଯ୍ୟୋଗେ କାହାକୁ ବା ପେଷିବି, କେ ଯିବ,କେବଣ ଅଜ୍ଞାତ ଦେଶେ ଖୋଜିବ ତୁମ୍ଭଙ୍କୁ,ଭାବି ଭାବି ଅବଶେଷେ ହେଲି ମୁଁ ହତାଶ ।ଧାଇଁଲେ ବାରିଦେ ସଦା ଗହନ ଗଗନେଗରଜି ଭୈରବ ରବେ, ଗର୍ଜନ୍ତି ଯେସନଦିଗ୍ୱଜେ ପ୍ରଳୟକାଳେ ବ୍ରହ୍ମାଣ୍ଡ କମ୍ପାଇ ।ସେ ଶବ୍ଦେ ବଧିର ହୋଇ ଥରିଲା ଗଗନ,ଥରିଲି ମୁଁ, ବାତେ ଯଥା ଚଳଦଳ-ଦଳ,ବିଦାରି ବାରିଦ ବକ୍ଷ ଉଠିଲା ପ୍ରଜ୍ଜ୍ୱଳିମୁହୁର୍ମୁହୁ ସୌଦାମିନୀ, ଘନ-ପ୍ରଣୟିନୀ,ବହେ କି ଅନଳ-ନଦୀ, ଅଶୁଗା, ଅସ୍ଥାୟୀ ?ହେଲା ସୃଷ୍ଟି ବିଦ୍ୟୁରାଜ୍ୟ, ହେଲା ଦିନ ରାତି-ବିଦ୍ୟୁଦ୍ଦିନ, ବିଦ୍ୟୁରାତ୍ରି, ବିଭୀଷିକାମୟ ।ଦଣ୍ଡକେ ହେଲା ମୋ ମୁଣ୍ଡେ କୋଟି ବଜ୍ରପାତ,ହେରି ମୋ ଦୁର୍ଦ୍ଦଶା ଖେଦେ କାନ୍ଦିଲା ଗଗନ,କାନ୍ଦିଲେ ମୋ ଗିରି, ନଦୀ, କାନ୍ଦିଲି ମୁଁ ଆର୍ତ୍ତେ ।କେତେ ଯେ ଲୋତକ ଥିଲା ଆକାଶ ନୟନେ,ହେବ ନାହିଁ କଳି, ଦେଇ ଅନର୍ଗଳ ଢ଼ାଳିତାହା, କଲା ଅଭିଷକ୍ତ ମୋତେ ଅନୁକ୍ଷଣ ।ଶ୍ରାବଣର ଧାରା ସହ ବର୍ଷିଲା ମୋ ଶିରେବହୁ ଦୁଃଖ-ବହୁ ବ୍ୟଥା ବେଦନାର ଧାରା,ତହିଁ ସଙ୍ଗେ ମୋ ନୟନୁ ବର୍ଷି ଅଶ୍ରୁଧାରାବହି ଶୈବଳିନୀରୁପେ, ହୋଇ ପୂର୍ଣ୍ଣଗର୍ଭା-କୂଳଙ୍କଷା, ବୁଡ଼ାଏ ସେ ମୋତେ, ତହୁଁ ଖେଦେକହେଁ ମୁଁ ଅଶ୍ରୁକୁ, କିଏ ପୋଛିବ ରେ ତୋତେଦୀନ ଭାଗ୍ୟହୀନ, ହାୟ କି ନିର୍ବୋଧ ତୁହି,ଯେ ପୋଛନ୍ତା, ସେ ତ ଯାଇ ଦୂରେ-ବହୁ ଦୁରେ ।ବଜ୍ର ସହ ବିଦ୍ୟୁତର ଏ ବିବାହୋତ୍ସବ,ଶୌର୍ଯ୍ୟ ସହ ସୌନ୍ଦର୍ଯ୍ୟର ଏ ମହାମିଳନ,ବଡ଼ ପ୍ରୀତିପ୍ରଦ ଦୃଶ୍ୟ ଭାବୁକ ନୟନେ,ଶୌର୍ଯ୍ୟ ସିନା ସୁଷମାର ଉପଯୁକ୍ତ ବର,ମାତ୍ର ମୋ ନୟନେ ବିଷ, ଯେଣୁ ତୁମ୍ଭ ସହମୋ ମିଳନ, ଶୋଭା ସହ ଶୋଭାର ମିଳନ ।କେବେ ବା ପ୍ରବଳେ ବହି ଭୀମ ପ୍ରଭଞ୍ଜନକରେ ମୋତେ ବ୍ୟସ୍ତ, ଭୀତ, ତରୁବର୍ଗ ମୋରଭୟେ ହୋଇ ନତଶିର, ନମନ୍ତି ତା ପଦେଯୁକ୍ତକରେ, ମହାଭୟେ ମୃଦେ ମୁଁ ନୟନ ।ଦିଶେ ଯଥା ଉର୍ମିହୀନ ତମଃସିନ୍ଧୁ-ରାତ୍ରି,ବୁଡାଏ ସେ ତରାତରେ, ଗ୍ରାସେ ଅନମ୍ବରେ,ନ ଥାଏ ତାହାର ଶିରେ କବରୀବେଷ୍ଟନେତାରା-ମୋତିମାଳା, ସ୍ନିଗଧ ତରଳା ମଞ୍ଜୁଲା ।ନ ଶୋଭେ ଯାମିନୀ ଭାଲେ ଯାମିନୀମୋହନଇନ୍ଦୁ, କ୍ଷୀରସିନ୍ଧୁନିଧି, ଶିରୋମଣିରୂପେ,ଇନ୍ଦୁପକ୍ଷ ରାତ୍ରେ ଦିଶେ ନିରନ୍ଦୁ ଗଗନ ।ମୋ ବନ-ମୟୁରପୁଚ୍ଛୁ, ପ୍ରଜାପତି ପକ୍ଷୁଚୋରି କରି ବର୍ଣ୍ଣବିଭା, କେବେ ବା ଦିବସେଉଦେ ହୁଏ ଇନ୍ଦ୍ରଧନୁ, ପ୍ରତେ ହୁଏ ଯେହ୍ନେବିଶ୍ୱକର୍ମା କର୍ମଶାଳୁ ଉଠି ରତ୍ନରେଣୁଯାଉଛି ଗଗନ-ଗର୍ଭେ ବକ୍ରାକାରେ ଉଡି !ମୋ ବିଭବଚୋର ସେହୁ, ଦେଖିଲେ ତାହାକୁକମ୍ପି ଉଠେ ଅସ୍ଥି ମୋର ଅସମ୍ଭାଳ କ୍ରୋଧେ ।ନିଦାଘ-ସନ୍ତପ୍ତ ଦେହ କରେ ସୁଶୀତଳଅମୃତ-ସଲିଳ ସେବେ ବର୍ଷାକାଳ, ମାତ୍ରଅତି ଅନୁଗ୍ରହ ହୁଏ ଅନର୍ଥର ହେତୁ ।ତଦନ୍ତେ ଶରତ ଆସି କଲା ରାଜପଣଲମ୍ବାଇ ମାନସଗାମୀ ରାଜହଂସାବଳୀ-ଜୟମାଲ୍ୟ କଣ୍ଠେ, ଜହ୍ନିଲତା ହେମଚ୍ଛତ୍ରଟେକିଲା ସାୟାହ୍ନେ, ଦେଲା ହର୍ଷେ ପୁଷ୍ପାଞ୍ଜଳିଶରତବାନ୍ଧବୀ ସ୍ନିଗଧଗନ୍ଧା ଶେଫାଳିକା ।ଶରତ ପୟରେ, ଭକ୍ତିପ୍ରୀତି ଭେଟିରୁପେ ।ରଚିଲା ବିଚ୍ଛେଦ ଛନ୍ଦେ ନିରୀହା ଚାତକୀକି ଅଜ୍ଞାତ ମର୍ମବ୍ୟଥା-କରୁଣଗୀତିକା,ମୁଖ ତାର ଅତି ମ୍ଳାନ, ହାୟ, ମ୍ଳାନ ଯଥାଜନ୍ମଭୁମି ନିର୍ବାସିତ ଦୁର୍ଭାଗ୍ୟର ମୁଖ ।ନିଜର ବିଚ୍ଛେଦ-ଅଶ୍ରୁ ଅର୍ପି ମୋ ନୟନେକାସାରେ ହସିଲା ବସି ଗର୍ବୋଜ୍ଜ୍ୱଳ ମୁଖେଶ୍ୱେତରାତ୍ରୀ କୁମୁଦିନୀ, ହେରି ଚନ୍ଦ୍ରେ ନଭେଘନ-ରାହୁମୁକ୍ତ, ଫୁଟି ଉଠେ ମୁଖେ ତାରଆନନ୍ଦ-ଆଲୋକ, କେତେ ଅନୁରାଗ ବୋଳାସେ ଚାରୁ ଚାହାଣି ଠାଣି, ହସେ ତେଣେ ଇନ୍ଦୁପ୍ରିୟା ମୁଖ ଚାହିଁ, ଲାଗେ ହାସ୍ୟବିନିମୟ ।ମଧୁର ମିଳନଗୀତ ହୃଦୟ ତନ୍ତ୍ରୀରେଗୀତ ହୁଏ ବେନିଙ୍କର, ସେ ଶୁଭ ଗୀତରନୀରବ ପ୍ରେମର ମୌନ ମଧୁର ରାଗିଣୀ,ସେ ରହସ୍ୟ ଭାଷା, ବେନି ବୁଝନ୍ତି ବେନିର ।ଶରଦ-ଶାସନେ କ୍ରମେ ଶୁଖି ଆସେ ମୋରଲୋତକ ପଙ୍କିତ ବକ୍ଷ, ସୁଖଦ ଶାସନତାର, ମାତ୍ର ତହିଁ ଥାଏ ବର୍ଷା ଉପସର୍ଗ,ନୁହେଁ ତା ଶାସନ ତୁମ୍ଭ ଶାସନସଙ୍କାଶସର୍ବାଙ୍ଗସୁନ୍ଦର, ପୂର୍ଣ୍ଣ, ତୁମ୍ଭର ଶାସନନାତି ଉଷ୍ଣ ନାତି ଶୀତ, ଯଥା ତବ ସଖାମଳୟ ଅନିଳ, ପ୍ରାଣମନତୃପ୍ତିକର,ଉନ୍ନତିର ପୂର୍ଣ୍ଣତା ସେ ଅର୍ପେ ମୋ ଆତ୍ମାକୁ ।ଶାରଦ ଶାସନନୀତି ଶୀତଳ, ନିଶ୍ଚେଷ୍ଟ,ନାହିଁ ତହିଁ ଶୌର୍ଯ୍ୟ, ଅତଃ ଅସମ୍ପୂର୍ଣ୍ଣ ତାହା,କେବଳ ମଧୁର ନୀତି ନୁହେଁ ବାଞ୍ଛନୀୟ,ଶୌର୍ଯ୍ୟଶୁନ୍ୟ ରାଜନୀତି ମେରୁଦଣ୍ଡହୀନ,ନୁହେଁ ତହିଁ ଜୀବନର ନବତ୍ୱ ସତେଜ,ବଡ଼ ଉପାଦେୟ ଅମ୍ଳମିଶ୍ରିତ ମଧୁର,ଥିବାରୁ ଅମ୍ଳତା ସିନା ପକ୍ୱରମ୍ଭା ଫଳେହୁଏ ତାହା ରୁଚିକର, ପୁଷ୍ଟିତୁଷ୍ଟିପ୍ରଦ ।ଶରଦନ୍ତେ ରାଜଲକ୍ଷ୍ମୀ ପୁଣ୍ୟ-ଆମନ୍ତ୍ରଣେଆସେ ହିମଋତୁ, ନଦଅଧିରାଜରୁପେ ।ପୁଷ୍ପାବୃତ ଅଶନି ସେ, ଶୀତଳ ପରଶେପୋଡିଦିଏ ପଦ୍ମବନ-ମୋର ବରଭୁଷା,ତହୁ ଶ୍ଳେଷଛଳେ ତାକୁ କରେ ମୁଁ ଭର୍ତ୍ସନା-‘‘ନୋହୁରେ ତୁଷାର ଅଟୁ ତୁ ହୀନ ବର୍ବର ।’’ବର୍ଷିଲା କାକର ରାତ୍ରେ, ବର୍ଷିଲା ତା ସହକାଶ ଜ୍ୱର ଲସମାଦି ବହୁବିଧ ବ୍ୟାଧି,ହୁଲୁହୁଲିଆ ପବନେ ନ କାଟିଲା ଖରା,ହିମ ବୃଷ୍ଟି, ତହିଁ ପରେ ପାହାନ୍ତିଆ ଶୀତେସିକ୍ତଦେହେ, ଯାପେ ମୁହିଁ ରାତ୍ରି ଥରି ଥରି,ଥରେ ଯଥା ଚାଟ ରୁଷ୍ଟ ଅବଧାନ ଦଣ୍ଡେ ।ପ୍ରଭାତେ କାର୍ତ୍ତିକବ୍ରତୀ ପୁଣ୍ୟ ଶଙ୍ଖ ସ୍ୱନେତୁଟିଯାଏ ନିଦ୍ରା ମୋର, ମଣେ ମୁଁ ତାହାକୁତବ ଆଗମନୀ ବାଦ୍ୟ, ମାତ୍ର ବୃଥା ଆଶା,ଆଶା ସିନା ଖାଲି ଶନ୍ୟ ପାଦପର ଛାୟା,ଛାୟାବୃକ୍ଷେ ସମ୍ଭବେ କି କେଉଁ କାଳେ ଫଳ ?ଦେଖେଁ ଚକ୍ଷୁ ଫେଡି, ଅଗ୍ରେ ରହିଛି ବିମୁକ୍ତହେମନ୍ତ ରଚିତ କାବ୍ୟ, ପଢ଼େଁ ତାହା; ମାତ୍ରହୁଏ ନାହିଁ ଆତ୍ମା ଆର୍ଦ୍ର ତହିଁ, ନାହିଁ ତହିଁପରିପୂର୍ଣ୍ଣ ସୌନ୍ଦର୍ଯ୍ୟର ତରଙ୍ଗ ଆବେଗ,ନାହି କୋକିଳର କୁହୁ କିମ୍ବା କେକି-କେକା,ହେ ନୀରବ କବିମଣି, ତବ କାବ୍ୟ ସବୁକି ଗୁଣେ ଯୋଖିବି ଭଲା ସେ ଜୀର୍ଣ୍ଣ କାବ୍ୟକୁ,ଅଜ୍ଞତା-ମହତ ସହ ଅଧମ ଉପମା,ବାଷ୍ପରୁଦ୍ଧ କଣ୍ଠେ କରେଁ ସାଙ୍ଗ କାବ୍ୟ ପାଠ ।ଅନନ୍ତର ଆସେ ଶୀତ, ଅହୋ, ସେ ଦୁଷ୍ଟରକି ଭୀଷଣ ପ୍ରାଦୁର୍ଭାବ, ପରଶେ ତାହାରଅଚଳ ସଚଳ ହୁଏ, ସଚଳ ଅଚଳ ।ଦିଶିଲା ଶରୀର ମୋର ଶ୍ରୀହୀନ ପାଣ୍ଡୁର,ଦଳିତ କଜ୍ଜଳନିଭ ଦିଶିଲା ଉଜ୍ଜ୍ୱଳକାକକାନ୍ତି, ଆନକାନ୍ତି ମଳିନ ନିଷୁପ୍ରଭ ।ଚିର ଅବିଧବା ହୋଇ ଭୁଷଣ ବିହୀନେଧରିଲି ବିଧବା ବେଶ ହାୟ ମୁଁ ଅଭାଗୀ ।ଘୋର ଶୀତେ ବସିଗଲା ରକ୍ତ ଘନ ହୋଇ,ପ୍ରତେ ହେଲା ଲିପ୍ତ ଯଥା ତୁଷାର ପ୍ରଲେପ,ଫାଟିଗଲା ଅସ୍ଥିଚର୍ମ ହୋଇ ପିଣିପିଣି,ଖିଲିମାରି ହସ୍ତପଦ ହେଲାକ ଅସାଢ଼ ।ପୂର୍ଣ୍ଣ ହେଲା ସୃଷ୍ଟି, ପ୍ରାତେ ଘନକୁଜଝଟୀରେ,ପୂର୍ଣ୍ଣ ଯଥା କ୍ରୋଧୀ ହୃଦ କ୍ରୋଧାନଳ ଧୁମେ,ସେ ଧୁମ୍ର-ସାଗରଗର୍ଭେ ବୁଡି ଚରାଚରଜୀବନ୍ତେ ଦିଶିଲେ ସର୍ବେ ପ୍ରେତମୂର୍ତ୍ତି ଯଥା,ବୁଡିଗଲା କୁହୁଡିରେ ଅନନ୍ତ ଆକାଶ,ସ୍ୱଭାବେ ସେ ଦିଗମ୍ବର, ଦିଗମ୍ବର ପ୍ରାୟବୋଳି ହୋଇ ବଳେ କରେ ରଜତ ବିଭୁତିଧରିଲା କି ଯତିଭୁତି, ସାର୍ଥକି ସ୍ୱନାମ ।ଶୀତେ ହୋଇ ଜୀବନ୍ମୃତ ଆଶ୍ରିଲି ନୈରାଶ୍ୟେ,ଏମନ୍ତ ସମୟେ ଆସି ତୁମ୍ଭ ପ୍ରିୟଦୁତୀଫୁଲଚୁଇଁ କଲା ମୋତେ ଆଶ୍ୱାସ ପ୍ରଦାନ,ଆଶ୍ୱାସେ ଯେସନ ପ୍ରାତେ ପୁଷାଦୁତୀ ଉଷାପୁଷାପ୍ରିୟା ପଦ୍ମିନୀକୁ, ଦିଶେ ତହୁଁ ଧନୀସମୁଜ୍ଜ୍ୱଳ ହାସ୍ୟମୁଖୀ, ପାଟଳବରଣା ।ଦେଖିଲି ଆବର ଏକ ମଙ୍ଗଳ ସଙ୍କେତ-ଚୁତରାଜ ଅଙ୍କେ ବସି ଚୁତରାଜଜେମାମଞ୍ଜରୀ ସୁନ୍ଦରୀ, ଚାରୁ ହୈମ-କିରୀଟିନୀ,ଆଚରିଛି ସ୍ୱୟମ୍ବର-ବ୍ରତ । ଅଳିରାଜ,ବାୟୁରାଜ, ପିକରାଜ ଆଦି କେତେ କେତେଖ୍ୟାତନାମା ଖ୍ୟାତଯଶା ରାଜା ମହାରାଜା,ବେଢ଼ିଛନ୍ତି ଚଉପାଶେ ତାର, କଳରବେ,ହଳଦୀବସନ୍ତବଧୁ, କାଞ୍ଚନ-ବୁକୁଳା-ବୀଣା ବାଣୀ ସୁପ୍ରବୀଣା କନ୍ୟା ସଖୀ ପ୍ରାୟଉଭା ହୋଇ କନ୍ୟା ପାଶେ ଅର୍ପୁଛି ତାହାକୁରାଜନ୍ୟମଣ୍ଡଳି କୁଳଶୀଳ ପରିଚୟ-ଲଳିତ ମଧୁରସ୍ୱରେ-ପୁଲକବ୍ୟଞ୍ଜକ ।ମଧୁ, ତୁମ୍ଭେ ଆସିବ ଏ ମହାସ୍ୱୟମ୍ବରେନିଶ୍ଚେ, ବାନ୍ଧି ଏ ଭରସା, ଅଛି ପଥ ଚାହିଁ,ଚାହିଁଥାଏ ତାରା-ନେତ୍ରେ ନିଶୀଥିନୀ ଯଥାନିଶାନାଥ ପଥ, ବ୍ୟଗ୍ର ବ୍ୟାକୁଳ ନୟନେ,ପ୍ରବେଶିଲେ ଆସି ତୁମ୍ଭେ ଋତୁକୁଳନାହା,ଧୋଇଦେବି ପଦ ତବ ବିଚ୍ଛେଦ-ଲୋତକ ।
ସମ୍ବନ୍ଧିତ ରଚନା
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟ
ଚିନ୍ତାମଣି ମହାନ୍ତି
ଶେଷବ୍ରତ
ଚିନ୍ତାମଣି ମହାନ୍ତି
ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି