ସୁରଙ୍ଗୀ କାବ୍ୟ
୧୮୬୭–୧୯୪୩
- ପଢ଼ିବା ସମୟ
- ୯୯ ମିନିଟ୍
- ଶବ୍ଦ
- ୧୫୯୦୧
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ସର୍ଗ
-ନଟବାଣୀ-ଉତ୍କଳ-ଭାରତୀଚିର ପ୍ରିୟଧାମ,ଶାଶ୍ୱତୀ-ବୀରତି-ମାଳିନୀ ଗଞ୍ଜାମ ।ରାଜେ ତାହା ବକ୍ଷେସୁରଙ୍ଗୀ ନଗରୀ,ମାନସେ ମନୋବିସ୍ୱର୍ଣ୍ଣପଦ୍ମ ସରି ।ଗିରି-ଗଭାମୟୀକାନନ-କୁନ୍ତଳା,ସୁଷମାର ସୀମାଶସ୍ୟ-ସୁଶ୍ୟାମଳା ।ନିତ୍ୟ ନବଚିତ୍ର-କୁଶଳା ପ୍ରକୃତି,ଅବର ନୀଳାଦ୍ରିରାଜକବି କୃତୀ,ଉଭେ ତାର ବେଶ-କାରୀ, ବେଶକାର,ତେଣୁ ଶୋଭାରାଜ୍ୟେଟେକ ଛବି ତାର ।ଗିରି, ଉପତ୍ୟକା,ନଦ, ନଦୀ, ବନ,ଦିବ୍ୟ, ଦେବାଳୟବିଶ୍ରାମ ଭବନ,କ୍ରୀଡ଼ାଗାର, ବେଦୀଉପବନ, ସେତୁ,ଏ ସକଳ ତାରମଧୁରିମା ହେତୁ ।ନିସର୍ଗ, କୃତ୍ରିମଦଶ୍ୟ ଏକାଧାରେ,ଦୁର୍ଲଭ ଏସନସିନା ଅନ୍ୟଠାରେ ।ବିଧୁବଶୀ ନୃପପାଳନେ ପବିତ୍ର,ସର୍ବାଂଶେ ନଗରୀଗଞ୍ଜାମେ ସୂତୀଥ ।ସୂରଙ୍ଗୀ ସୁଷମାନାହିଁ ପଟାନ୍ତର,ମାତ୍ର ଜଳବାୟୁକଟୁ ସ୍ୱଳ୍ପତର ।କେତକୀ କୁସୁମେକେ ଜାଣି କିପାଇଁ,ରଖିଲେ ବିଧାତାକଣ୍ଟକେ ଜଡ଼ାଇ ।ତାଙ୍କରି କରଣୀଜଣା ତାଙ୍କୁ ଏକା,ଛାର ନର ତାହାଭାବି ହୁଏ ଭେକା ।ସଂସାରେ କାହାକୁସର୍ବଗୁଣାନ୍ୱିତ,କରିବାକୁ ବିଧିପ୍ରାୟଶଃ କୁଣ୍ଠିତ ।ଉତ୍ତରେ ବାହୁଡ଼ାତଟିନୀ ସୁନ୍ଦରୀ,ବହିଯାଏ ‘‘ବଡ଼-ନଦୀ’’ ଆଖ୍ୟା ଧରି ।ମାର୍ଜ୍ଜିତ ହୀରକଚାପସରୀ ପ୍ରାୟେ,କୌବେରୀ ୧ କଣ୍ଠେସେ ଦୃରୁ ଶୋଭାପାଏ ।ନିବସନ୍ତି ତୀରେଶ୍ରୀ ନନ୍ଦିକେଶ୍ୱର,ନୃସିଂହରାଜଙ୍କସଂସ୍ଥାପିତ ହର ୨ ।୧- ଉତ୍ତର ଦିଗ ।୨- ନୃସିଂହରାଜ ନାମକ ସୁରଙ୍ଗୀର ଜନୈକ ରାଜାଙ୍କଦ୍ୱାରା ଏହି ଶିବଲିଙ୍ଗ ସ୍କୃତିଷ୍ଠିତମହିମା ତାଙ୍କରଚୌଦିଗେ ବିଶ୍ରୁତ,ପାଦୋଦକ ଯଥାସାକ୍ଷାତ ଅମୃତ ।ହତାଶ ରୋଗୀଏରୋଗମୁକ୍ତି ଆଶେ,ଦିଅନ୍ତି ଧାରଣାଆସି ତାଙ୍କ ପାଶେ ।କଲେ ତାଙ୍କଠାରେମାନସ ବୃଷଭ,ପଳାଏ ପ୍ରମାଦହୋଇଣ ନିଷ୍ପ୍ରଭ ।ନାନା ବନସ୍ପତି-ସୁମଞ୍ଜୁଳ କୁଞ୍ଜେ,ବସନ୍ତି ଶଙ୍କରଘେନି ବୃଷପୁଞ୍ଜେ ।ସ୍ତରେ ସ୍ତରେ ତହିଁଫୁଟି ପ୍ରତିହାସ, ୧ଶୁଦ୍ଧ ସ୍ୱର୍ଣ୍ଣବର୍ଣ୍ଣେକରେ ପ୍ରତିହାସ ।ଧରିଛି ରାବଣହସ୍ତ ୨ଅଳ୍ପ ଦୂରେ,ପୁଷ୍ପରୂପ ରୌପ୍ୟ-ଆଲଟ ଛାମୁରେ ।୧- କନିଅର ।୨- ସପ୍ତଫେଣୀ ।୩- ଛଞ୍ଚାଣମାନେ ପଥିକ କେଉଟମାନଙ୍କ ଭାରରୁ ଶୁଖୁଆନେଇଯାଇ ପର୍ବତରେ ବସି ଖାଆନ୍ତି । ଏଣୁ ପର୍ବତର ନାମଶୁଖୁଆଖାଇ ହୋଇଅଛି ।ପିତ୍ତଳନିର୍ମିତମହାଫଣିଗଣ,ଅବସ୍ଥିତ ପାର୍ଶ୍ୱେସତତ ଉଫ୍ଣ ।ଊର୍ଦ୍ଧ୍ୱେ ନାନା ଛନ୍ଦେରହି ଜଟାଜୁଟ,ସୁଜିଅଛି ଶିରେଶଶାଙ୍କ-ମୁକୁଟ ।ମନ୍ଦିର ପଶ୍ଚାତେଛାଇ ବେଦୀବକ୍ଷ,ବିରାଜିତ ଶିଳା-ବୃଷଭ ଅସଂଖ୍ୟ ।ପ୍ରାଚୀନ ସେ ବେଦୀକିନ୍ତୁ ନୂଆ ଦିଶେ,ଈଶାନ ବାହନଗବାଳୟ କି ସେ ?ହରିଚନ୍ଦନାଗ୍ୟଶ୍ରୀ ଚୈତନ୍ୟଚନ୍ଦ୍ର,ସୁରଙ୍ଗୀ-କୈରବ-ପ୍ରକାଶକ ଚନ୍ଦ୍ର ।ସ୍ଥାପି ଯାଇଛନ୍ତିଏଥି ବିପ୍ର ଗ୍ରାମ,ଧରେ ସେ ‘‘ଚୈତନ୍ୟ-ଚନ୍ଦ୍ରପୁର’’ ନାମ ।ଗୋଦାବରୀ ତଟେପଞ୍ଚବଟୀ ପରି,ବାହୁଦା ପ୍ରତୀରେଶୋଭେ ସେ ନଗରୀ ।ଛିନ୍ନ ରେଖାବତତହୁଁ ନନ୍ଦିଗ୍ରାମ,ଅସ୍ପଷ୍ଟ ଆଭାସଦିଶେ ଅଭିରାମ ।ଦରିଦ୍ରର ଆଶାଅସ୍ପଷ୍ଟ ଯେସନ,କ୍ଷଣେ ଦିଶି, କ୍ଷଣେହୁଏ ଅଦର୍ଶନ ।ପୂର୍ବରେ ‘‘ଶୁଖୁଆ-ଖାଇ’’ ବିରାଜିତ’’ବହୁ ବଜ୍ରନଖ-ଶଞ୍ଚାଣେ ପୂରିତ ।ବସନ୍ତି ଗୋପନେସେ ଶୈଳେ ସର୍ବଦା,ଦେବୀ ଦିଗମ୍ବରୀଅଭୟ କରଦା ।ମୃଗୟାର୍ଥେ ତହିଁସେ କରେ ଗମନ,ଦେବୀଙ୍କ ପ୍ରଭାବେହୁଏ ସେ ବିପନ୍ନ ।ନିଷିଦ୍ଧ ପାରିଧିଏଣୁ ସେ ପର୍ବତେ,ନିର୍ଭୟେ ଜନ୍ତୁଏଭ୍ରମନ୍ତି ନିରତେ ।ବହୁ ତରୁଲତାବହୁ ଶୃଙ୍ଗେ ପୁରି,ଧରେ ଗିରି ମର୍ତ୍ତ୍ୟେଅମର୍ତ୍ତ୍ୟ ମାଧୁରୀ ।କେଉ ଚୂଡ଼ା ବକ୍ରଫଣିଫଣାକୁତି,ଧରେ କେ ଭୈରବ୪ ସୈରିଭର ମୂର୍ତ୍ତିଅର୍ପିଛି କା କନ୍ଧେଉପବୀତ ଝର,କେ ଗୁପ୍ମ-ଜଟିଳକେହି ବା ଟଙ୍ଗର ।୪- ମହିଷମାଡ଼ି ଶ୍ୱେତ ଦୁର୍ବାଟାଙ୍ଗରେ ବିରଳେ,ଓଟାରେ ଦର୍ଶକ-ଦିଦୁକ୍ଷା ପ୍ରବଳେ ।ଆହା ସେ ସୁଷମାଶୋଭା-ଗ୍ରନ୍ଥଟୀକା,ଶିବ-ଶିରେ କି ସେଚନ୍ଦନ ଛିଡ଼ିକା ।ପ୍ରାତେ କୀଶେ ୫ତହିଁ ବିକଟ କୁହାଟସହ ବିରଚନ୍ତିସମର ବିରାଟ ।ଭେଦି ସେ ଚହଳହୁଏ ସମୁତ୍ଥିତ,ବେଳେ ବେଳେ ପିକ-ବଧୁ-ମଧୁଗୀତ ।୫-ବାନରଗଣ ।କାଠିନ୍ୟେ ମାଧୁର୍ଯ୍ୟକରିଣ ଆହ୍ୱାନ,କରୁଛି କି ଶାନ୍ତିଉପଦେଶ ଦାନ ।ଏଥୁ ଏ ଧାରଣାଜାତ ହୁଏ ମନେ,ଥାଏ ମଧୁରତାକାଠିନ୍ୟ ବେଷ୍ଟନେ ।ଥାଆନ୍ତା କି ନତୁମଧୁ-ସୁଧାଜିତ,ଭୀମଦଂଶୀ ଉଗ୍ରସରଘା ବେଷ୍ଟିତ ?ଅବା ନାରିକେଳଶସ୍ୟେ ସୁକୋମଳ,ଥାନ୍ତା କି ଆଚ୍ଛାଦିକର୍କଶ ବତ୍କଳ ।ଶୋହେ ଖଣ୍ଡେ ଦୂରେନନ୍ଦନ କାନନ,ଗିରି-ସୁନ୍ଦରୀଙ୍କବେଳି ଉପବନ ।ପିଆଳ, ହିନ୍ତାଳ,ରସାଳ, ବକୁଳ,ନାରିକେଳ, ଭାତ,ପୁନ୍ନାଗ, ନିଚୂଳ ୬୬- ହିଞ୍ଜଳ ଗଛଆଦି ବହୁଶାଖଶାଖୀ ବହୁତର,ପାଶେ ପାଶେ ଉଭାଛନ୍ଦି କରେ କର ।ମଧ୍ୟେ ରାଜମାର୍ଗଗଇରିବ ଅତିବନ ଭେଦି କିବାବହେ ସରସ୍ୱତୀ ।ଦିଶେ ତହୁଁ ପତ୍ରଅନ୍ତରାଳ ଭେଦି,କାଳଗୁଡ଼ି ଟଙ୍କେସୀତାଦେଇ ୧ ବେଦୀ ।ନୀଳ ସମତଳବିଶାଳ ପାଷାଣ,ଆସ୍ତରଣ ପରିଅଛି ଲମ୍ବମାନ ।୧- ପ୍ରଚଳିତ କାମ ସୀତାଦେଈ ଚାଞ୍ଚଡ଼ା । ଏଠାରେ ରାଜପରିବାରମାନଙ୍କର ବାର୍ଷିକ ଭୋଜି ହୁଏ ।ଦୁରୁ ଦିଶେ ତାହାବିପୁଳ ବିରାଟ,ଶୁଖେ କି କାନନ-ଲକ୍ଷ୍ମୀ ନୀଚ୍ଚପାଟ ।ସୈନ୍ୟ ଠଣାକୁଳଠଣା ଗ୍ରାମଠାରେ,ସ୍ଥିତ ପୁଲାଶୁଣୀରସାଳ ଛାୟାରେ ।ରାଜ୍ୟ ଅଧିଷ୍ଠାତ୍ରୀଅଟନ୍ତି ଏ ଦେବୀ,ଲଭନ୍ତି ଅଭୀଷ୍ଟଲୋକେ ତାଙ୍କୁ ସେବି ।ପୁରାକାଳେ ଦେବୀଯୁଦ୍ଧ ସମୟରେ,ରଖୁଥିଲେ ରାଜ୍ୟଚଢ଼ି ହୟବରେ ।ସେହତୁ ଅବଧିଦେବୀ ବରଭୁଜାଗାଉଛନ୍ତି ରାଜ-କୁଳେ ଅଗ୍ରପୂଜା ।ରଖି ପ୍ରତିନିଧିନୃପତି ସଦନେ,ବିଜେ ଏବେ ଦେବୀରମ୍ୟ ଲୌହବନେ ୨ ।୨- ଏହା ଗୋଟିଏ ଆମ୍ର ଉଦ୍ୟାନ ।ଉଭା ଚାଳଗୁଡ଼ିଘନଚୁମ୍ବୀ ଚୂଡ଼,ଧରେ ଶରେ ଦୀପ୍ତ ୩କୃଷ୍ଣାଭ୍ର ମହୁଡ଼ ।ଅନିନ୍ଦ୍ୟ ସୁନ୍ଦରସେ ମନ୍ଦରବର,ଦ୍ୱିତୀୟ ମହେନ୍ଦ୍ର-ଗିରି ଗଞ୍ଜାମର ।
୩- ତାଳଚୂଡ଼ି ସୁରଙ୍ଗୀର ସର୍ବୋଚ୍ଚ ପର୍ବତ । ପୁରାକାଳରେ ଏହି ପର୍ବତରୁ ସଙ୍ଗୀତ ତାଳ ଶବ୍ଦ ଶୁଣାଯାଉଥିବାରୁ ଏହାର ନାମ ତାଳଗୌଡ଼ି ହୋଇଥିଲା; ସଂପ୍ରତି ଅପବ୍ରଷ୍ଟ ହୋଇ ‘‘ତାଳଚୂଡ଼ି’’ ହୋଇଅଛି । ଏ ପର୍ବତରେ କୃଷ୍ଣାଭ୍ର ଖଣି ଅଛି ।
ଧରେ ଗିରି ଶିରୀଯଥା ମତଙ୍ଗଜ,ମହୀ ଭେଦି ଊର୍ଦ୍ଧ୍ୱେଉଠେ କି ବିଗୁଜ ?କାହିଁ ମୋର ଶକ୍ତିଅତି ଅକିଞ୍ଚିତ,ଗାଇବି ସେ ଗିରିମହାଶକ୍ତି ଗୀତ ।ସେ ଶକ୍ତି ସହିତେମୋ ଶକ୍ତି ତୁଳନାବାରାନିଧି ସହଯଥା କୁଶକଣା ୪ ।ସୁରଙ୍ଗୀ ଶକ୍ତିରସେହୁ ମାନଦଣ୍ଡ,ତା ଯୋଗୁଁ ସୁରଙ୍ଗୀ-ସ୍ୱାତନ୍ତ୍ର୍ୟ ଅଖଣ୍ଡ-୪- ଜଳକଣା ।ଥିଲା ପୂର୍ବକାଳେ,ଅଟେ ତାହା ତେଣୁ,ସୁରଙ୍ଗୀର କଳ୍ପ-ବଟ କାମଧେନୁ ।ବ୍ରହ୍ମ ଲୋମକୁପେକୋଟି ବିଶ୍ୱ ପରି,ଧରେ ଗଣ୍ଡଶୈଳଶରୀରେ ଶିଖରୀ ।ବିସୋରି ସାପତ୍ନ୍ୟସୁଷମା, ସମ୍ପତ୍ତି,ମୈତ୍ରୀ ଭାବେ ନଗେକରନ୍ତି ବସତି ।ରସାଳ, ପନସେଅପାଦି ଶିଖର,ମଣ୍ଡି ଗିରିବରଦିଶେ ଚାରୁତର ।ଚୂଡ଼ା ପରେ ଚୂଡ଼ାଶୋଭେ ଅଗଣନ,ସୃଜେ ତହିଁ ପରେଉପଚୂଡ଼ା ଘନ ।ଚାହୁଁ ଚାହୁଁ ଶ୍ୱେତ-ପଜ୍ଜନ୍ୟ ପଲକେ,ଚରିଯାଏ ଯେବେପର୍ବତ କଟକେ,ତଦ୍ଦର୍ଶନେ ଆସେଏ ଉତ୍ପ୍ରେକ୍ଷା ଆପେ,ତାମସ ହୃଦେ କିସତ୍ତ୍ୱଗୁଣ ବ୍ୟାପେ ।ଘନେ ଦେଖି ନାଚେଘନବନ୍ଧୁ କେକୀ,ଇନ୍ଦ୍ରଧନୁ ଗଞ୍ଜିଚାରୁପୁଚ୍ଛ ଟେକି ।ହୁଅନ୍ତି ଉଦେ ସେଗିରିଶୃଙ୍ଗେ ରବି,ପ୍ରକାଶି ଅତୁଳନିତ୍ୟ ନବ ଛବି ।ଉଦୟ-ଅଚଳସେହୁ ସୁରଙ୍ଗୀର,ପ୍ରାତଃଛବି ତାରଜିଣେ କବି ଗୀର ।ଅର୍ଦ୍ଧ ଶୁଳ୍କ, ଅର୍ଦ୍ଧଶ୍ୟାମଳେ ବିଛୁରି,ଧରେ ହରହରିମିଳନ ମାଧୁରୀ ।ମୁକ୍ତ ହୋଇ କ୍ରମେଗିରି ଅନ୍ତରାଳୁ,ହୁଏ ଯେତେବେଳେରବି ଗିରିତାଳୁ,ପୂର୍ଣ୍ଣ ରାହୁଗ୍ରାସୁମୁକ୍ତ ହେଲା ପରି,ଆଭାସଇ ବାଳ-ହିଙ୍ଗୁଳିତ ହରି ।ଅବା ପ୍ରାଚୀଭାଲେଦିଶେ ଝିଲିମିଲି,ପଦ୍ମରାଗ ରଚୀଚଟୁଳ ଟିକିଲି ।ଚଳ ଘନଛାୟାଖରା ଉଭୟର,ଘଟେ ଗିରିଦେହେବିଚିତ୍ର ସମର ।ଆଚମ୍ବିତେ ରୌଦ୍ରେଗ୍ରାସ କରେ ଛାଇ,ପରକ୍ଷଣେ ଖରାଦିଏ ତାକୁ ଖାଇ ।ଗ୍ରାସମାନେ ଜାତହୋଇ ପରସ୍ପରେ,ପୁଣି ଗ୍ରାସେ ରତହୁଅନ୍ତି ସତ୍ୱରେ ।ହେରି ହେରି ଏହିମହାଦୃଶ୍ୟ ଚିତ୍ରହୁଏ ହୃଦ ମଧ୍ୟେଏ ଭାବ ଉଦିତ-ମୃତ୍ୟୁ ପାଇ ଜୀବଜନ୍ମି ଏ ମତ୍ତ୍ୟରେ,ଜନ୍ମଲାଭ ଅର୍ଥେପୁଣି ଏଥି ମରେ ।ମରଣର ଯଥାଜନମ କାରଣ,ତଥା ଜନମରନିଦାନ ମରଣ ।ଧରେ ବହୁ ଦଲୀ୧ଗର୍ଭେ ଧରାଧର,ପ୍ରକୃତି-ରାଣୀଙ୍କଗୁପ୍ତ ଗନ୍ତାଘର ।ବାହାରିଲା ପ୍ରାୟବଲ୍ମୀକରୁ ବ୍ୟାଳବହିଆସେ ନିମ୍ନେବହୁ ଝରମାଳ ।୧- ଦରୀ ଶବ୍ଦଳ ।ପ୍ରତି ଗୁହା, ପ୍ରତିଚୂଡ଼ା, ପ୍ରତି ଝରମହାଶିକ୍ଷା, ମହାଦୃଶ୍ୟର ଆକର ।ଅଧିକନ୍ତୁ ମହା-ଭାବ ଭନ୍ନେଷକ,ଏଣୁ ମହୀଧରନୀରବ ଶିକ୍ଷକ ।ଅଚଳ ବଟିରେସ୍ଥିତ ଶିଳାଗଳୀ,ଧରେ ଆଖ୍ୟ ‘‘ସାତବଖରିଆ’’ ଦଲୀ ।ଅପ୍ରଶସ୍ତ ଗର୍ଭଗଭୀର ବିଶେଷ,ଭୀଷଣ ଆଶ୍ଚର୍ଯ୍ୟସୁନ୍ଦର ପ୍ରବେଶ ।ନାହିଁ ଗହଳରକିଛିହିଁ ସଂସର୍ଗ,ସେ ଶାଶ୍ୱତ ସ୍ଥାନସ୍ୱରଗର ସ୍ୱର୍ଗ ।ଅବା ବନଦେବୀଶୟନ କୁଟୀର,କିମ୍ବା ଗିରି ଗୁପ୍ତ-ସୁତିକା ମନ୍ଦିର ।ମାଳତୀ ନିଆଳିପାଟଳୀ ଲତିକାଆବର ଅସ୍ଫୋତା ୨ଲତାକୁଳ-ଟୀକା,ପ୍ରିୟସଖି ପ୍ରାୟମଣି ପରସ୍ପରେ,ଆଲିଙ୍ଗି ଅଛନ୍ତିଏକକୁ ଅପରେ ।୨- ବଣମଲ୍ଲୀକବି, ଯୋଗିଯୋଗ୍ୟସେ ସ୍ଥାନ ସୁନ୍ଦର,ଆନ ପକ୍ଷେ ସିନାବିଶ୍ରୀ, ଭୟଙ୍କର ।ଆକର୍ଷେ ସେ ଦୁଢ଼େସାଧକର ମନ,ଓଟାରେ କଳ୍ପନାଭାବକୁ ଯେସନ ।ଗୁହା ପରେ ଗୁହା,ଗୁହା ତାହା ପରେ,ଭୟ ସୁଦ୍ଧା ତହିଁନ ପଶେ ଭୟରେ ।ଅନ୍ଧାର ଅନ୍ଧାର-ପ୍ରିୟ ଚମଚଟା,ବେନିଙ୍କର ତାହାଚିରସ୍ଥାୟୀ ପଟା ।କେଉ ଶୋଭାଶିଷ୍ୟବିଜନତା-ଭକ୍ତ,ନ ହେବ ଏ ସ୍ଥାନପ୍ରତି ଅନୁରକ୍ତ ।ଏ ଦେବ-ବାଞ୍ଛିତଧାମ ଯେଉଁ ଜନ,ନ ଦେଖିଛି ସାର୍ଥନୁହେଁ ତା ନୟନ ।ପ୍ରଚ୍ଛନ୍ନେ ସେ ସ୍ଥଳୁଝରେ ଯେ ଅମିୟ,ଲେଖନୀୟ ନୁହେଁନିଶ୍ଚେ ତା ପାନୀୟ ।ସାତ ବଖରିଆଦଲୀ ବାମେତରେ,ସ୍ଥିତ ଆନ ଗୁମ୍ଫାଅଚଳ କଣ୍ଠରେ ।ପ୍ରସ୍ତର ବିତାନନିମେ ଶିଳାଡ଼ଙ୍ଗା,ପୂର୍ଣ୍ଣ ତହୁଁ ସଦାଦ୍ରବମୟୀ ଗଙ୍ଗା ।କାହୁଁ ଆସି ଜଳରହିଛି ସଞ୍ଚିତ,ଭାବିଲେ ସେ ତଥ୍ୟଶୂନ୍ୟେ ଭ୍ରମେ ଚିତ୍ତ ।ଧନ୍ୟ ପ୍ରଭୁ ତବଅଜ୍ଞେୟ କୌଶଳ,ପର୍ବତ ଶିଖରେରହିଅଛି ଜଳ !ନିଶ୍ଚେ ଏହା ତବମହିମା ମହତ୍ତ୍ୱ,ନରର କି ଚାରାବୁଝିବ ସେ ତତ୍ତ୍ୱ ।ଦୁରାରୋହ ଶିଳା-ବନ୍ଧୁର ଅୟନେ,ବସି ବସି ଧରିଧରି ଯାନ୍ତି ଜନେ ।ମାତ୍ର ସଉରାଏଅବଲୀଳାକ୍ରମେଡେଇଁ ଡେଇଁ ଯାନ୍ତିକପି ଯଥା ଗମେ ।ବୃଦ୍ଧ ପ୍ରୌଢ଼ ଯୁବାବାଳକ ସକଳ,କରୁଛନ୍ତି ପଥଅଭ୍ୟାସେ ସରଳ ।ଜୀବର ଦ୍ୱିତୀୟପ୍ରକୃତି ଅଭ୍ୟାସ,ଘୁଞ୍ଚାଏ ସେ କର୍ମ-ପଥୁ ପ୍ରାସ ତ୍ରାସ ।କଲା ପ୍ରାୟ ନତ୍ରବଦନ ବ୍ୟାଦାନଅଦୂରେ ‘‘କୁମ୍ଭୀର-ଗୁମ୍ଫା’’ ବିଦ୍ୟାମାନ ।ବହୁ ଋଷି ତହିଁକରୁଥିଲେ ତପ,ନାହାନ୍ତି ସେ ଋଷିଅଛି ମାତ୍ର ଗପ ।ଉଠୁଥିଲା ଯହୁଁବ୍ରହ୍ମସ୍ତୁତି ଗାନ,ହୋଇଅଛି ଏବେଆହା ସେ ଶ୍ମଶାନ !ଦେଉଅଛି ସାକ୍ଷ୍ୟଏବେ ସେ ସତତ,କାଳର କୁଟିଳଗତି ଏହା ସତ ।ଯେଉଁ କାଳ ଆଣେସୌଭାଗ୍ୟ ସମ୍ପତ୍ତିକିଏ ପୁଣି ସେହିଦୁର୍ଭାଗ୍ୟ ଦୁର୍ଗତି ।କ୍ରୁର କାଳର ଏମହା ପ୍ରତାରଣା,ଜିଣେ ଅବହେଳେମାନବ କଳ୍ପନା ।ଅଦୂରେ ‘‘ମାଙ୍କଡ଼-ଝର’’ ବିରାଜଇ,ଗିରିପାଦ ଧୋଇନିମ୍ନେ ଆସେ ବହି ।ମର୍କଟ ଆକୃତିଶିଳା ତଳୁ ଜଳ,ବହେ କଳ କଳଜଳେ ଅନଗଳ ।ଅଗ୍ରେ ଶିଳାବେଦିଦିଶଇ ସୁସଞ୍ଚ,କି ସେ ନିର୍ଝରଣୀ-ଦେବୀ ସଭାମଞ୍ଚ ।ବହୁ ତରୁଲତାନତ ପୁଷ୍ପଭାରେ,ସୁଜିଛନ୍ତି ଛାୟା-ମଣ୍ଡପ ସେଠାରେ ।ଶାଖାମୃଗଦଳତୀବ୍ର ଉପଦ୍ରବେ,ଥାଏ ନାହିଁ ଶାନ୍ତିସେ ସ୍ଥାନରେ ଲବେ ।ଛାଡ଼ି ଉଚ୍ଚେ ରୁଦ୍ରକିଳିକିଳା ନାଦ,କରନ୍ତି ସତତଆମୋଦ ଆହ୍ଲାଦ ।କାହାପ୍ରତି ତିଳେଭୟ ଭ୍ରାନ୍ତି ନାହି,ମନୁଷ୍ୟ ଦେଖିଲେହୁଅନ୍ତି ଖତାଇ ।ନ କଲେ ହେଁ କେହିକିଛି ଅପକାର,ତେବେ ନ ଛାଡ଼ନ୍ତିଜାତୀୟ ବେଭାର ।ଖଳର ସ୍ୱଭାବସିନା ଏହିଭଳି,ବଳେ ବଳେ ଅର୍ଜେଅନଥକ କଳି ।କ୍ଷେତ୍ରପାଳଙ୍କରଅଥର୍ବ ମନ୍ଦିରଚଉଦ୍ୱାରଶୋଭୀଛବିଳ ରୁଚିର ।ଶିଳା-ପୀଠ ପୃଷ୍ଠେସ୍ତମ୍ଭ, ତଦୁପରେ-ଖର୍ବ ଦେବାଳୟଦିବ୍ୟ ଶୋଭା ଧରେ !ଫଣା ପରେ ମହୀମହାଭାର ବହି,କୂର୍ମପୁଷ୍ଠେ ବିଜେଅବା ଶେଷ ଅହି ।ଚତୁର୍ଭୁଜ ମୂର୍ତ୍ତିଦେବ କ୍ଷେତ୍ରପାଳ,ଜଗୁଛନ୍ତି କ୍ଷେତ୍ରବସି ଚିରକାଳ ।ତାଳଗୁଡ଼ି ତଳେରାଜେ ବୃନ୍ଦାବନ ୧ବାସ୍ତବରେ ତାହାଉପ-ବୃନ୍ଦାବନ ।୧- ଏହା ଗୋଟିଏ ରମଣୀୟ ଉଦ୍ୟାନ ।ଅଥବା ନଗେନ୍ଦ୍ରନଗେନ୍ଦ୍ରାଣୀଙ୍କର,ପ୍ରମୋଦ-କାନନପ୍ରମୋଦ ଆକର ।ଘନଛାୟାଯୁକ୍ତଚିର ସୁଶୀତଳ,ପରିମଳମୟସୁନିର୍ମଳ ସ୍ଥଳ ।ବିଜନତା ଦେବୀଅରୂପଧାରିଣୀ,ମହାଯୋଗେ ରତତହିଁ ଏକାକିନୀ ।ମନୁ ଶୋକ ଚିନ୍ତାକରେ ସଂହନନ,ନିଶ୍ଚେ ସେହୁ ମର୍ତ୍ତ୍ୟେନନ୍ଦନ କାନନ ।ନାରୀକେଳ, ଆମ୍ବପନସ, ବଞ୍ଜୁଳ ୨,ପ୍ରିୟକ ୩, ପୀତନ୪ନିଚୂଳ ୫, ପିଜୁଳ ୬ଚମ୍ପକ, ଚାମ୍ପେୟ ୭ଶମୀ, ଶେଫାଳିକା,ତନ୍ଦୁକ, ସମ୍ପାକ ୮,ଗାୟତ୍ରୀ ୯, କ୍ଷୀରିକା ୧୦
୨- ଅଶୋକବୃକ୍ଷ ।୩- କଦମ୍ବଗଛ ।୪- ଆମ୍ବଡ଼ାଗଛ ।୫- ହିଞ୍ଜଳ ଗଛ ।୬- ଝାଉଁ ଗଛ ।୭- ନାଗେଶ୍ୱର ଗଛ ।୮ ସୁନାରୀଗଛ ।୯- ଖଇରଗଛ ।୧୦- କ୍ଷୀରକୋଳି ଗଛ ।
ନାଗେଶ୍ୱର, ଜମ୍ବୁ,ଲେମ୍ବୁ, କୋବିଦାର ୧,କକୁଭ୨, କର୍କନ୍ଦୁ୩ବିଲ, କର୍ଣ୍ଣିକାର ।ଛୁରୀଅନା, ନିମ୍ବ,ନ୍ୟଗ୍ରୋଧ୪, ଗୁବାକ,ତମାଳ, ଇକୁଚ ୫ଖର୍ଜୁର- ବିଶାଖ ୬୧- କଞ୍ଚନ ଗଛ । ୨- ଅର୍ଜୁନଗଛ ।୩- ବରକୋଳି ଗଛ ।୪- ବଟବୃକ୍ଷ ।୫- କେଉଠଗଛ । ୬- ଶାଖାହୀନ ।ତାଳ ତମାଳାଦିବହୁ ପାଦପରେ,ବୃନ୍ଦାବନ ତୋଟାସୌମ୍ୟ ଶିରୀ ଧରେ,ଆଚ୍ଛାଦିଛି କାହିଁନିବିଡ଼େ ଅଟବୀମଧୁଗନ୍ଧା-ମଧୁ-ବାନ୍ଧବୀ-ମାଧବୀ ।ଦୋହଲେ ସମୀରେଧୀରେ ଶିର ଚାଳି,ଅଳି-ପାଳି-ପ୍ରିୟ-ଅଳିକା-ନିଆଳି ।ଭଜ୍ଜୁଳିଛି ଦିଗକାହିଁ ବା ମାଳତୀ,ନାଗରୀ-ବ୍ରତତୀ-କୁଳ-ଚକ୍ରବର୍ତ୍ତୀ ।ମେଲିଛି ବଧୁରୀସୁଷମା-ବିପଣୀ,ସୁନ୍ଦରୀ-ଅଧର-ରକ୍ତିମା ଚୋରଣୀ ।ପ୍ରକାଶିଛି କାନ୍ତିଜୟାହୁଙ୍ଗଳାଙ୍ଗୀମଣିବକ ୭-କୁଳ-ପାଂଶୁଳା ବାରଙ୍ଗୀ ।୭- ପୁଷ୍ପ ।ଦିବସ ଭାଗରଚତୁର୍ଯାମ ଯାକ,ଶୁଭୁଥାଏ ବନେନାନା ପକ୍ଷୀ ଡାକ ।କରନ୍ତି କାନନେନିତ୍ୟ ମୁଖରିତ,ଷଡ଼୍ମସ୍ୱରେ ଗାଇମୟୂରେ ସଙ୍ଗୀତ ।ବନବଇଁଶିଆକଜ୍ଜଳପାତିଆ,ବାଏ କଣ୍ଠ-ବଂଶୀରାତି ପାହାନ୍ତିଆ ।ପିଟିଦିଏ ଥରେଥରେ ଡମ୍ବକାଉ ୮,ପ୍ରଭାତୀ ନାଗରାହୋଇ ଟାଉ ଟାଉ ।୮- କୁମ୍ଭାଟୁଆ ।ଚିର ଦ୍ୱନ୍ଦ୍ୱପ୍ରିୟଖଳ ସାତଭାୟା,ଦୋଦୁଲ୍ୟ-କୁଲାୟ-କୋଳବାସୀ ବାୟା,ଢାଳୁଥାନ୍ତି କର୍ଣ୍ଣ-ମୁଣ୍ଡେ ଦିନ ସାରା,ହଳାହଳମୟକୋଳାହଳ ଧାରା ।ଚିତ୍ରପଟ ଫେଡ଼ିଉଡ଼େ ଭରଦ୍ୱାଜ ୯କରେ ପକ୍ଷିବେଣ୍ଟ ୧୦ଛକି ଛକି ବାଜ ୧୧ଟଙ୍କାରଇ ଫୁଲଚୁଇଁ ଏକତାରା,ଘୁମୁରେ ଗଭୀରେତରୁଖୋଲେ ପାରା ।୯-ଉଦଉଦଳିଆ । ୧୦- ପକ୍ଷୀ ଶିକାର । ୧୧- ଛଞ୍ଚାଣ ପକ୍ଷୀ ।ହଳଦୀବସନ୍ତକୂଜନ୍ତି ପ୍ରଚୁର,ରୂପ ପୁଣି ସ୍ୱରଭରେ ଯା ମଧୁର ।ଦୂରନ୍ତ କାକୋଳ ୧୨କଠୋରେ ବୋବାଇ,ଦିଏ ସେ ସୁଶ୍ରାବ୍ୟ-କାକଳି ବୁଡ଼ାଇ ।୧୨- ଶାଖାହୀନ ।କାଠଖୁମ୍ପା କାଠହାଣେ ଥଣ୍ଟ ପିଟି,ବଂଶବନୁ ତୁତିମାରୁଥାନ୍ତି ସିଟି ।କପୋତ ହୁଙ୍କାରେକମ୍ପେ ବନବକ୍ଷ,ତିତ୍ତିରୀ, ଟିଟ୍ଟିଭସ୍ୱନନ୍ତି ଅସଂଖ୍ୟ ।ଷଡ଼ଋତୁ ସହବସନ୍ତ ସେ ବନେ,ବିଳସେ ସର୍ବଦାମହା ହୁଷ୍ଟ ମନେ ।ଧନ୍ୟ ହେବ ନିଶ୍ଚେନିରେଖି ସେ ବନ,ଶାଶ୍ୱତ-ସୌନ୍ଦର୍ଯ୍ୟ-ପିପାସୁ-ନୟନ ।ଉଦ୍ୟାନ ମଧ୍ୟରେ‘‘ବିଚିତ୍ର ମଣ୍ଡପ’’ଅବସ୍ଥିତ ବହିସୂକ୍ଷ୍ମ-ଶିଳ୍ପ-ଦର୍ପ ।ଆବର ବିଶ୍ରାମ-ମଣ୍ଡପ ଅନେକ,ବଢ଼ାଇଅଛନ୍ତିଉଦ୍ୟାନର ଟେକ ।ତୋଟା ଉପକଣ୍ଠେତାଳଗୁଡ଼ି ପାଦେ,ବହେ ‘‘କିଆଝର’’ଝର ଝର ନାଦେ ।ଊର୍ଦ୍ଧ୍ୱେ ତାର ‘‘କୁଞ୍ଜ-ବିହାରୀ’’ ୧୩ ମନ୍ଦିରଅସମ୍ପୂର୍ଣ୍ଣ ରହିଦିଶଇ ରୁଚିର ।
୧୩- ରାଜ ନୀଳାଦ୍ରି ହରିଚନ୍ଦନ ଏହି ଝର ଉପରେ ପଞ୍ଚ ଦେବାଳୟ ନିର୍ମାଣ କରାଇ ତହିଁରେ କୃଷ୍ଣବିହାରୀ ଦେବଙ୍କୁ ସ୍ଥାପନ କରିବାର ଅଭିଳାଷ କରିଥିଲେ । ମାତ୍ର ରାଜାଙ୍କର ଆକସ୍ମିକ ମୃତ୍ୟୁ ଘଟିବାରୁ ଉକ୍ତ ପଞ୍ଚ ଦେବାଳୟ ଅର୍ଦ୍ଧ ପ୍ରସ୍ତୁତ ଭାବରେ ଅବଧି ରହିଅଛି ।
ଦେଖିଲେ ତାହାରଭାସ୍କର୍ଯ୍ୟ ଅଦ୍ଭୁତ,ପ୍ରତେ ହୁଏ ଯଥାବିଶ୍ୱକର୍ମା କୃତ ।ନିର୍ମଳ, ଶୀତଳପୂତ ଝର ପୟ,ତୁଳନା ତାହାରସଂଯତ ହୃଦୟ ।ଝର ଶିରେ କ୍ଷୁଦ୍ରଗୁମ୍ଫା ବିଦ୍ୟମାନ,ଧରେ ସେ ‘‘ପଳାଶ-ଦଲୀ’’ ଅଭିଧାନ ।ଚୌପାଶେ ପ୍ରକାଶଛନ୍ଦି ଶାଖାପୁଞ୍ଜ,ସୃଜିଛନ୍ତି ତହିସାରସ୍ୱତ କୁଞ୍ଜବିଷ୍ଣୁପାଦ ତଳୁମନ୍ଦାକିନୀ ପ୍ରାଏ,କିଂଶୁକ ମୂଳରୁଝର ବହିଯାଏ ।ଧର୍ମପଥେ ବିଘ୍ନପ୍ରାୟ କଣ୍ଟାବନ,କରିଅଛି ଗୁମ୍ଫା-ମୁଖ ସମାଚ୍ଛନ୍ନ ।କୁସୁମ ଚନ୍ଦନତୁଳସୀ ସୌରଭେ,ପୂର୍ଣ୍ଣ ଥିଲା ଗୁମ୍ଫାଗରଭ ପୂରବେ ।ଝର୍ଝର ନିନାଦେପୂର୍ବେ ପ୍ରସ୍ରବଣ,କରୁଥିଲା ମହା-କାଳେ ସମ୍ଭାଷଣମାତ୍ର ଏବେ ଆହାନୀରବ ନୀରସ,ଭେଦିବ କେ ଭଲାନିୟତି ରହସ୍ୟ ।କାନନ ଏକାଂଶେପର୍ବତ ଗହ୍ୱରେ,ନିବସନ୍ତି ‘‘ବନ-ଦୁର୍ଗା’’ ନିର୍ଜ୍ଜନରେ ।ଦେବୀଙ୍କ ଦୁର୍ଜୟବାହନ କେଶରୀ,ବିଦାରେ ଆଶ୍ରିତଅମଙ୍ଗଳ-କରୀ ।ଜନକ ଚମ୍ପକେକୁସୁମ ପରାଗେ,ଦେବୀ ପାଦପଦ୍ମମଣ୍ଡନ୍ତି ସରାଗେ ।ନିଯୋଗୀ ସେବକପରି କନିଅର,ଧରି ଭଭା ସ୍ୱର୍ଣ୍ଣ-ମହୁରୀ ନିକର ।ତରାଟ ଟପରଧରିଣ କୋରକ,ବାଏ ମୃତ୍ୟୁଞ୍ଜୟ-ଜାୟା-ଜୟଶଙ୍ଖ ।କନକ-ଗଉରୀସତୀ ସହଚରୀ *ବସିଅଛି ବହୁଏକମୁନା ଧରି ।ଆସିଲେ କୁସୁମ-ଲମ୍ପଟ ଷଟ୍ପଦ,ରଖିବ ସତୀତ୍ୱସୃଜି ତା ବିପଦ ।*କୁରୁବଳଆସ୍ଥାନ ମଣ୍ଡପଭେଦି ଏକ ଝର,ବହିଆସେ ଧୋଇଦେବୀଙ୍କ ପୟର ।ପାରିବ ସେ ସ୍ଥାନମୋହି ମୁନି ମନ,ବିବୁଧ ବାଞ୍ଛିତପ୍ରଶାନ୍ତ ପାବନ ।ଅପରଂଶେ ସ୍ଥିତତଡ଼ାଗ ସୁନ୍ଦର,ମାନସ ସଦୃଶମାନ-ସରୋବର ।ବନ-ଲକ୍ଷ୍ମୀଙ୍କରହୀରକ ଦର୍ପଣ,-ସ୍ୱରୁପ ସେ ସରଦିଶେ ଶୋଭାବନ ।‘‘ମକର ମଣ୍ଡପ’’ତୀରେ ମନୋରମ,ବିନ୍ଦୁସରତୀରେଶିବାଳୟୋପମ ।ସୂକ୍ଷ୍ମ ଶିଳ୍ପ ତାରହରିନିଏ ଚିତ୍ତ,ସୂଚିକାରେ କି ସେହୋଇଛି ଖୋଦିତ ।ପ୍ରାଚୀନ ଉତ୍କଳଶିଳ୍ପ-ଚାତୁରୀର,ମୁକସାକ୍ଷୀ ସେହିସ୍ଥବିର ମନ୍ଦିର ।ମଣ୍ଡପର କାଳ-ଚର୍ବିତ-କଙ୍କାଳ,ହୋଇଅଛି ଏବେକପି-କ୍ରୀଡ଼ାଶାଳ ।ତହୁଁ ଖଣ୍ଡେ ଦୂରହେଲେ ଅଗ୍ରସର,ଗତିପଥେ ପଡ଼େ‘‘ବକମ ନିର୍ଝର’’ ।ପର୍ବତ ଅତଟୁଝରି ଆସି ନୀର,ବଂଶବନ ଭେଦିକୁଣ୍ଡେ ହୁଏ ସ୍ଥିର ।ବକମ ଇନ୍ଧନହେବାରୁ ପତିତ,ଦିଶେ କୁଣ୍ଡଜଳଘନ ସିନ୍ଦୁରିତ ।ଫଗୁ ଜଳ ଅବାସଞ୍ଚିଛି ଲତିକା,ଭେଟିଲେ ବସନ୍ତେମାରିବ ପିଚିକା ।କିମ୍ବା ବନ-କାକୀକପାଳ ନୟନ,କରିଛନ୍ତି ମହା-କ୍ରୋଧେ ଉନ୍ନୀଳନ ।ଧର୍ମଭେକୀ ଭଣ୍ଡବୈଷ୍ଣବର ଶିରୀ,-ଫଳମାଳେ ମଣ୍ଡିଧରିଛି ଡିମିରି ।ବିଦ୍ରୁମର ବହୁଧଣ୍ଡା ୧ ବାନ୍ଧି ଗଲେ,ଉଭାଫଳବନ୍ତଖର୍ଜ୍ଜୁରେ ଅଚଳେ ।ପିଚୁମର୍ଦ୍ଦେ ଫଳପାଚିଛି ବିସ୍ତର,ମଧୁର ଭର୍ତ୍ସନାପ୍ରାୟ କଟୁତର ।୧- ହୀରା ।ସିନ୍ଦୁରମୁଣ୍ଡିରସମୟଜ୍ଞାପକ,କଣ୍ଠ-ଘଣ୍ଟା ତହିଁବାଜେ ଠକ ଠକ ।ପାରାଭାଡ଼ି ଶୃଙ୍ଗପାରଭାଡ଼ି ପରି,ଶୂନ୍ୟଗର୍ଭ ତାରସୁବିଶାଳ ଦରୀ ।ଫିଟାନ୍ତି ଯେ କାଳେବାରୁଣୀ କପାଟେ,ପଛୋଟି ନେବାକୁଦିବସ-ସମ୍ରାଟେ ।ଅସ୍ତଗାମୀ ରବିକନକ କିରଣେ,ବୋଳି ହୋଇ ବନ୍ୟପାରାବତଗଣେ,ଦିଗ ଦିଗନ୍ତରୁନଭେ ଭାସି ଭାସି,ପଶନ୍ତି ସେ ଶୃଙ୍ଗେଦଳେ ଦଳେ ଆସି ।ଯଥା କୋଟି କୋଟିଜୀବେ ଏକାଧାରେ,ପଶନ୍ତି ପ୍ରତ୍ୟହୁଭବ-କାରାଗାରେ ।ଶୃଙ୍ଗଶିରେ ବରଅଛି ଛତା ଧରି,ନୀଳଗିରି ଚୂଳେକଳ୍ପବଟ ପରି ।ଅଦୂରେ ତାହାରସପ୍ତଚୂଳ ଶୃଙ୍ଗ,ଘନ ନୀଳିମାରେଜିଣେ କୃଷ୍ଣଭୃଙ୍ଗ ।ଦୂରୁ ସପ୍ତଶାଖମୁକୁଟ ପ୍ରକାର,ଗିରି ଶିରେ ତାହାଦିଶଇଉଦାର ।ଅବା ଶମ୍ଭୂ ଶିରେଫଣି- ସପ୍ତଫଣ,ଟେକି ଶିରପୁଞ୍ଜନିରେଖେ ଗଗନ ।ତରୁଲତାଗୁଳ୍ମେସେ ଚୂଡ଼ା ଗହଳ,ରକ୍ଷବଧୁ ଦିବା-ଅଭିସାର ସ୍ଥଳ ।ବୃନ୍ଦାବନ ବନବାମେତର ପାଶେ,ବେହରଣ ଦେବିଜୀର୍ଣ୍ଣତା ପ୍ରକାଶେ ।ଶେଷ ପ୍ରାୟ ଏବେମଣ୍ଡପର ସତ୍ତା,ଦେଖାଏ ସଙ୍କେତେଭାଗ୍ୟ ନାଶ୍ୱରତା ।ଥିଲା ପୂର୍ବେ ସିନାରାଜବେହରଣ,ହୋଇଛି ଏବେ ସେବଲ୍ମୀକ ସଦନ । ୩୨- ନିମ୍ବବୃକ୍ଷ ।୩- ଉଚ୍ଚହୁଙ୍କା ।ସୋପାନଶୋଭିତକୁର୍ଚ୍ଚି ମଣ୍ଡପର, ୪ଚାରୁ କାରୁକାର୍ଯ୍ୟେନାହିଁ ପଟାନ୍ତର ।ବିଶାଳ ବର୍ତ୍ତୁଳଗଣ୍ଡଶୈଳ ଶିରେ,ଆସନ ମଣ୍ଡପନିର୍ମିତ ରୁଚିରେ ।୪- ଏହି ପ୍ରକାଣ୍ଡ ମଣ୍ଡପର ଆକାର ଅବିକଳ କୁର୍ଚ୍ଚି ସଦୃଶ ।ମହାଶୂନ୍ୟାୟିତଏବେ ସେ ମଣ୍ଡପ,ଆତ୍ମାପରିଶୂନ୍ୟସ୍ଥୁତି ପିଣ୍ଡକଳ୍ପ ।କୁତ୍ରିମ କଚ୍ଛପପୃଷ୍ଠେ ବିନିର୍ମିତ ୫ଦିଶେ ଆହା କୂର୍ମ-ମଣ୍ଡପ ଛୁରିତ ।୫- କୃତ୍ରିମ ବିଶାଳ କୁର୍ମପୃଷ୍ଠରେ ‘‘କୁର୍ମମଣ୍ଡପ ନିର୍ମିତ’’ ହୋଇଅଛି ।ତାର କାଷ୍ଠ-କଳା-କୌଶଳ ଦର୍ଶନେ,କଳ୍ପନା କଳ୍ପିତପ୍ରାୟ ହୁଏ ମନେ ।ଲୁଟୁଛନ୍ତି ଏବେସେ ଶୋଭା ବିପଣି,ଦୁରନ୍ତ ବାନର,ଦୁରନ୍ତ ଚିମଣୀ ।ବିନ୍ଧ୍ୟାବାସିନୀଙ୍କଯାମଳ ମନ୍ଦିର,ମାଳତୀ ନିକୁଞ୍ଜେଟେକିଅଛି ଶିର ।ତହିଁ ଗିରିମଲ୍ଲୀବଣବଲ୍ଲୀ ତୁଲେ,ପୂଜନ୍ତି ଦେବୀଙ୍କୁପଯ୍ୟୁସିତ ଫୁଲେ ।ଅର୍ଦ୍ଧଚନ୍ଦ୍ରାକୃତି‘‘ଅର୍ଦ୍ଧଚନ୍ଦ୍ରଡ଼ିଆ’’, ୬ପାଷାଣେ ଗଠିତଅତି ଗହିରିଆ ।ତ୍ରିଂଶହସ୍ତ ଊର୍ଦ୍ଧ୍ୱୁହୁଏ ଜଳପାତ,ଅତି ରମଣୀୟକୃତ୍ରିମ ପ୍ରପାତ ।୬- ମଗ୍ନ ସେତୁ ।ନିମ୍ନରେ ନିର୍ମିତକାଳିୟ ଆକୃତିଫଣାପରେ ସ୍ଥିତଶ୍ରୀକୃଷ୍ଣଙ୍କ ମୂର୍ତ୍ତି ।ପ୍ରାବୃଟେ ପର୍ବତୁବହିଆସି ଜଳ,ସ୍ରୋତାକାରେ ଗର୍ଜିଗର୍ଜି ଅନର୍ଗଳ,ଡିଆଁ ପଥେ ବହିସର୍ଗ ମସ୍ତକରେ,ପଡ଼ି ଗମେ ‘‘ରାଜ-ଖମାରେ’’ ପ୍ରଖରେ । ୧‘‘ସିଂହଡ଼ିଆ’’, ଆଉ‘‘ମତ୍ସ୍ୟଡ଼ିଆଁ’’ ବେନି,ବିରାଜିତ ସିଂହ,ମତ୍ସ୍ୟ ଚିହ୍ନ ଘେନି ।୧- ସ୍ୱର୍ଗୀୟ ରାଜା ନୀଳାଦ୍ରି ହରିଚନ୍ଦନ ଜଗଦେବଙ୍କ ଏହା ସୌଖୀନ ଭୂମି ଥିଲା ।ରାଜ-ଖମାରରଦେଖି ପରିପାଟୀ,ଶୋଭା- ସୁଧା ପାନେପଡ଼େ ଆଖି ଫାଟି ।ଜଳ ଯାତାୟାତସୁବିଧା ନିମିତ୍ତ,ଅଛି ଶଙ୍ଖ ପ୍ରତିକେଦାରେ ନିର୍ମିତ ।କିଆରୀ-ସୁନ୍ଦରୀପିନ୍ଧି ଦଣ୍ଡିଗୁଣା,ପ୍ରକାଶନ୍ତି କିବାଅତୁଲ ଫୁରୁଣା ।ଝରତୋଟା ନାମେଅପର ଉଦ୍ୟାନ,ପର୍ବତ କଟୀରେଦିଶେ ଶୋଭମାନ ।ନିବିଡ଼ ସେ ଅତିରସାଳ, ପନସେ,ବିସ୍ତାରି ପସରାଶୋଭା ତହିଁ ବସେ ।ମଧ୍ୟସ୍ଥଳୂ ଝରେ‘‘ପରିମଳ ଝର’’ଯା ତୀରେ ବିହାରଇଚ୍ଛନ୍ତି ଅମର ।ଝର ଊର୍ଦ୍ଧ୍ୱଦେଶେପରିମଳ ଗୁମ୍ଫା,ଆକୃତ ତାହାରଯଥା ମାଟି କୁମ୍ପାତହିଁ ପରେ ଶିଳାରହି ବିଦ୍ୟମାନ,ସୃଜିଅଛି ନୀଳ-ନିସର୍ଗ-ବିତାନ ।ପରିମଳ ଗୁମ୍ଫାପରେ ରତ୍ନଦଲୀ,ବିଭୀଷିକା-ବାସତମୋମୟ ଗଳି ।ଯୁଦ୍ଧକାଳେ ସୁନା,ହୀରା, ନୀଳା, ମୋତି,ରତ୍ନରାଜି ଏଥିରଖୁଥିଲେ ପୋତି ।ଏଣୁ ରତ୍ନବଲୀନାମ ଧରେ ଦରୀ,ରଖିଅଛି ତାକୁକଣ୍ଟକ ଆବରି ।ଥିଲା ସେହୁ କାଳେନୃପତି ଭଣ୍ଡାର,କାଳବଶେ ଏବେସେ ପଶୁ ଆଗାର ।କାହା ଭାଗ୍ୟ କାଳକାକୁ ଦିଏ କେବେ,ଥାଉ ଆନ, ତାହାଅବିଦିତ ଦେବେ ।ଗିରିଗର୍ଭେ ଗୁପ୍ତକାରାଗାର ଭଳି,ନିକାଞ୍ଚନ ସ୍ଥାନେଜଗନ୍ନାଥ ଦଲୀ ।ପ୍ରବେଶ-ସରଣିଅପ୍ରଶସ୍ତ ଅତି,ହୁଏ ନାହିଁ କରିତହିଁ ଉଭା ଗତି ।ହେବାପାଇଁ ପାରସେହି ବିବରକୁ,ପଡ଼େ ସରୀସୃପହେବାକୁ ନରକୁ ।ଖଣ୍ଡେ ଦୂର ନିମ୍ନେଗଲେ ଗଳି ଗଳି,ପଡ଼େ ଦୃଷ୍ଟିପଥେସେ ବିଶାଳ ଦଲୀ, ।ବାହ୍ୟ କୋଳାହଳତହିଁ ଶୁଭେ ନାହିଁ,ଗର୍ଜେ ନିସ୍ତବ୍ଧତାସଦା ସାଇଁ ସାଇଁ ।ଦଲ୍ଲୀ ଲଗ୍ନ ପଲ୍ଲୀ‘‘ଟୁକୁ’’ ‘‘ଟୁକୁ’’ ସ୍ୱର,ଥରେ ଥରେ କରେଗହ୍ୱରେ ମୁଖରପରଶେ ସେ ସ୍ଥାନପ୍ରଦାନେ ସର୍ବଥା,ପାର୍ଥିବ ଭାବନା-ଗଳାରେ ଗଳଥା ।ଅନାସ୍ୱାଦ ଶୋଭା-ସୁଧାଧାରା ଆସି,କ୍ଷୁଧା, ତୃଷା, ଶାନ୍ତିଦିଏ ଖରେ ନାଶ ।ଦିବସେ ମୃଗୟୁ-ଭୀତ ମୃଗମାନେ,ଲୁଚି ରହିଥାନ୍ତିଆସିଣ ଏ ସ୍ଥାନେ ।ନିରାପଦ ମଣିଗୃହରେ ସତତ,ଥାଆନ୍ତି ଶୟନେରୋମନ୍ଥଳେ ରତ ।ସାଧୁ ହୃଦ କିଣିଦଲୀ ଅନ୍ତସ୍ତଳ,ପ୍ରଶାନ୍ତ ପବିତ୍ରଉଜ୍ଜ୍ୱଳ, ଶୀତଳ ।ଅଧିକନ୍ତୁ ସେହିକନ୍ଦର-ଉଦର,ଯଥା ମନୋହରତଥା ଭୟଙ୍କର ।ଭୀଷଣତା ସିନାଶୋଭାର ଭୁଷଣ,ତେଣୁ କରେ ସେହୁତା ସହ ଭ୍ରମଣ ।ନୋହିଥିଲେ ସିନ୍ଧୁ-ବୀଚି ଭୟଙ୍କର,ଦିଶନ୍ତା କି କେବେପରମ ସୁନ୍ଦର ।ଗୁମ୍ଫା ଶିରୋଭାଗେଅଛି ଲମ୍ବମାନ,ହିତଳ ପ୍ରାସାଦସଦୃଶ ଚଟାଣ ।ଗିରି ସୃଷ୍ଟି କାଳୁତହିଁ ଏତାବତ,ହୋଇ ନାହିଁ ରବିରଶ୍ମି ଅଭ୍ୟାଗତ ।ସେ ସ୍ଥାନ ନିସର୍ଗଦୃଶ୍ୟ ଆକର୍ଷଣ,ପାରେ ନାହିଁ ବଳେଛିନ୍ନ କରି ମନ ।ନ ତୁଟେ ସହଜେଦିଦୃକ୍ଷାର ସ୍ନେହ,ଫେରେ ନାହିଁ ମନ,ଫେରେ ମାତ୍ର ଦେହ ।ଲତାକୁଞ୍ଜ ମଧ୍ୟେପବିତ୍ର ଆସ୍ଥାନେ,ସାତଭଗ୍ନୀ ଦେବୀଶାୟିତା ଉତ୍ତାନେ ୧ ।୧- ପ୍ରଚଳିତ ନାମ ସାତଭଉଣୀ ।ଛାୟା ଚନ୍ଦ୍ରକିତଶୋଭାନୁକରଣକରେ କୁଞ୍ଜେ ଫୁଟିପିଡ଼ସି ସୁମନ ୨ ।ମଣ୍ଡିଛି ଅର୍ଗୁଣା ୩ଦେବୀ ଶିରୋଭାଗେ,ନୀଳମଣିମୟମୁକୁଟ ସୁହାଗେ ୪ ।୨- କୀରିକିଚ ବା କଣ୍ଟାକୁସୁମ ।୩- ନାସଦାନି ଗଛ । ଏହାର ପତ୍ର ବକ୍ର ଚୂଡ଼ାକୃତି ।୪- ସ୍ନେହରେ ।ପ୍ରକୃତି କୃପାରୁଅଛି ସଦା ଟଣା,ମାଳତୀ୫ ମସ୍ତକେମାଳତୀ ଓଡ଼ଣା ।ଦିଶେ ତା ପାତାଳସରଣି ସ୍ୱରୁପ,ଅବା ସୁଗଭୀରଗିରି ନାଭିକୂପ ।୫- ମାଳତୀଗୁଂଫା ।ସମୀପେ ଫରୁଆଦଲୀ ଅବସ୍ଥିତ ୬,ଅର୍ଦ୍ଧମୁକ୍ତ, ଅର୍ଦ୍ଧନିବିଡ଼ ମୁଦ୍ରିତ ।ଯାମିନୀ ଯାପନକରନ୍ତି ଆହ୍ଲାଦେ,ନିର୍ଭୟେ ତା ମଧ୍ୟେହରିଣ ଜିଆଦେ ୭୬- ଏହାର ଆକାର ଫରୁଆ ସଦୃଶ ।୭- କୃଷ୍ଣମୃଗ ।ଆହା କେଡ଼େ ଦ୍ୟୁତିଧରେ ହାତୀମୁଣ୍ଡ ୮,ବିସ୍ତାରି କୁଟିଳେସୁପ୍ରକାଣ୍ଡ ଶୁଣ୍ଡ ।ଗଜ ଶିର ପରିଦିଶେ ସେ ଶିଖର,ଛଉଳ ୯ ପାଣ୍ଡୁରଆବର ଟାଙ୍ଗର ।୮- ଏହାର ଆକୃତି କରିକୁମ୍ଭ ସଦୃଶ ।୯- ଛଉଯୁକ୍ତ ଅର୍ଥାତ୍ ଛିଟିଛିଟିକା ।ପରାଜେ କଳ୍ପନାତା ଶୋଭା ପ୍ରଶସ୍ତି,ସୁରଙ୍ଗୀ- କମଳାପ୍ରିୟ ପାଟହସ୍ତୀ ।ତଦନ୍ତେ ‘‘ହଳଦୀ-ବନ’’ ୧୦ ଶୈଳତଟେ,ଚୈତ୍ରରଥ ୧୧ ପ୍ରାୟସୁଷମା ପ୍ରକଟେ ।୧୦- ବିସ୍ତୀର୍ଣ୍ଣ ଆମ୍ରୋଦ୍ୟାନ ।୧୧- କୁବେରଙ୍କ ଉଦ୍ୟାନ ।ବାସର-ଯୌବନେତହିଁ ତରୁତଳେ,ଅରଣ୍ୟ କୁକ୍କୁଟେବସିଣ ବିରଳେ ।ରଟନ୍ତି ଉଚ୍ଚାଟ-ସ୍ୱରେ ଘନ ଘନ,ଭୟେ ତହୁଁ ଶାନ୍ତିକରେ ପଳାୟନ ।ମିଶାନ୍ତି ସେ ସ୍ୱରେକାଳକଣ୍ଠବାର ୧୨,ଶୋକ-ଭୟବ୍ୟଞ୍ଜୀକରୁଣ ଚିତ୍କାର ।ସେ ଶବଦେ ଦରି-ଶାୟୀ ପ୍ରତିଧ୍ୱନିଜାଗି ଉଠି ଦିଏଉତ୍ତର ସେକ୍ଷଣି ।୧୨- ଡାହୁକସମୁହ ।ଅଦୂରେ ‘‘ବ୍ରାହ୍ମଣ-ଦେଈ’’ ଠାକୁରାଣୀ,ତୁଙ୍ଗ ଶିଳା ତଳେବସନ୍ତି ସର୍ବାଣୀ ।ସ୍ଫୁରି ଦେବୀ ଦେହୁଁଦିବ୍ୟ ପ୍ରଭାଚୟ,କରିଅଛି ବନ-ଭୂମେ ପ୍ରଭାମୟ ।ପୂଜି ତାଙ୍କୁ କଲେଅରଣ୍ୟେ ଭ୍ରମଣନ ଥାଏ ଶ୍ୱାପଦ-ଭୀତ କଦାଚନ ।ଦ୍ରୁମ-ଅନ୍ଧାରିତଉପତ୍ୟକା ଭେଦି,ବହିଯାଏ ଝରଧୋଇ ଦେବୀ ବେଦି ୧୩୧୩- ବ୍ରାହ୍ମଣଦେଈ ଝର ।ବସିଥାଏ ଶାଖେହଳଦୀବସନ୍ତ,ବ୍ୟବହାର ତାରଉଦାର ଅତ୍ୟନ୍ତ ।ମଧୁରେ ସ୍ୱାଗତପୁଚ୍ଛି ବାରମ୍ବାର,କରେ ଆଗନ୍ତୁକଆତିଥ୍ୟ ସତ୍କାର ।
ସମ୍ବନ୍ଧିତ ରଚନା
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ପ୍ରଣୟ-ଚିଟାଉ
ଚିନ୍ତାମଣି ମହାନ୍ତି
ଶେଷବ୍ରତ
ଚିନ୍ତାମଣି ମହାନ୍ତି
ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି