ସପ୍ତମ ସର୍ଗ — ସୁରଙ୍ଗୀ କାବ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ନଟବାଣୀନଗରୀସମାଜେସୂରଙ୍ଗୀ ଇନ୍ଦ୍ରାଣୀ,ସୂରଙ୍ଗୀ ତାହାରସ୍ଥାୟୀ ରାଜଧାନୀ ।ନିସର୍ଗ ପର୍ବତ-ପ୍ରାଚୀର ମଧ୍ୟରେ,ତୁଙ୍ଗ ରାଜହର୍ମ୍ୟବିଦ୍ୟ ଶୋଭା ଧରେ ।ଧାଡ଼ି ଧାଡ଼ି ଚୂର୍ଣ୍ଣ-ଚଉଁରୀ ୧ ପୁରତେ,ଗୁରୁ ଆଗେ ଶିଷ୍ୟପ୍ରାୟ ହୁଏ ପ୍ରତେ ।ଶାଣୋତ୍କୀର୍ଣ୍ଣ ୨ ମଣିସଙ୍କାଶ ଭାସୁର,ଦିଶେ ପୁଞ୍ଜ ପୁଞ୍ଜରମ୍ୟ ରାଜପୁର ।୧- ଏକତାଲା ଚୂନଘର ।୨- ଶାଣଦ୍ୱାରା ଶାଣିତ ।ଚନ୍ଦ୍ରବଂଶୀ ନୃପସୁକୀର୍ତ୍ତି ଧବଳ,ବସିଯାଇ ଅବାହୋଇଛି ବହୁତ ।ଅଥବା ଅମରସ୍ୱର୍ଗମୌଳିମଣି,ଉଠି ଆସି ଦିବୁଁମଣ୍ଡିଛି ଧରଣୀ ।ତୀର୍ଥ ସମ ଯେଣୁପ୍ରସନ୍ନ ପାବନ,ରାତ୍ରି ଶେଷଯାମେମାନସ ଯେସନ ।ପ୍ରକୃତି କୃପାରୁନୀଳ ମହୀଧର,ହୋଇଅଛି ତାରପୃଷ୍ଠେ ଅପସର ୩ ।୩- ପୃଷ୍ଠଭାଗର ତଳିଆ ।କିଙ୍କରୀ ପ୍ରକାରେନିର୍ଝରିଣୀଗଣ,ଦେଉଛନ୍ତି କରିପଦ ପ୍ରକ୍ଷାଳନ ।ବ୍ୟଜନଧାରିଣୀପ୍ରାୟ ତାଳୀଆଳି,ବିଞ୍ଚେ ନିତି ବାହୁ-ବାହୁଙ୍ଗା ସଞ୍ଚାଳି ।ନଗରୀରାଣୀଙ୍କପଶୁପକ୍ଷିଶାଳା-ରୂପେ ରାଜେ ପୃଷ୍ଠେଗିରିବନମାଳା ।ଅଷ୍ଟ ଅଙ୍କାକୃତିତ୍ରିତଳ ପ୍ରାସାଦ,ଶୋଭେ ଶିରୋଦେଶେଧରି ଯୁଗ୍ମ ଛାଦ ।ସ୍ୱଭାବ ଉଜ୍ଜ୍ୱଳାତାର ଚନ୍ଦ୍ରଶାଳା,ଦିଶେ ତେଜସ୍ୱିନୀଯଥା ଦେବବାଳା ।ଇଷ୍ଟଦେବୀ ୪ ଇଷ୍ଟ-ଦେବଙ୍କ ୫ ମନ୍ଦିର,ପାଶେ ପାଶେ ରହିଦିଶେ ସୂରୁଚିର ।
୪- କ୍ରୂରାଶିନୀ ।
୫- ରାଧାକାନ୍ତ ।
କରିଛି ପ୍ରାଚୀର
ନବରେ ବେଷ୍ଟନ,
ଚନ୍ଦ୍ର ଚଉପାଶେ
ମଣ୍ଡଳ ଯେସନ ।
ସିଂହଦ୍ୱାର ପାଶୁଁ
ପରଜା ବସତି,
ବସିଛି ଦ୍ୱିପାଶେ
ବିସ୍ତାରି ପଙ୍କତି ।
ମଧ୍ୟେ ସୁନିର୍ମଳ
ଗଇରିକ ପଥ,
ରହିଛି ବିସ୍ତୃତ
ଯଥା ମନୋରଥ ।
ଅଥବା ନଗରୀ
ସୀମନ୍ତ ପ୍ରଦେଶେ,
ବିରାଜେ ସିନ୍ଦୂର-
ଦାଣ୍ଡୀ ସବିଶେଷେ ।
ଠାବେ ଠାବେ ମଠ
ରହି ବିଦ୍ୟମାନ,
ହୋଇଛି ଗ୍ରାମର
ଶୋଭା ଉପାଦାନ ।
ଗ୍ରାମ ପଛେ ଗ୍ରାମ,
ଗ୍ରାମ ତାହା ପଛେ,
ସ୍ତର ସ୍ତର ହୋଇ
ରହିଛି ନିଘଞ୍ଚେ ।
ଅତି ମନୋରମ
ଗ୍ରାମର ଝଟକ,
ମଧ୍ୟରେ ବିସ୍ତୃତ
ବହୁ ଶୃଙ୍ଗାଟକ ।
ନଗରୀ-ସୁନ୍ଦରୀ
ଖେଳିବାକୁ ଇଚ୍ଛି,
ଚଉସାର ପାଲି
ଅବା ବିସ୍ତାରିଛି ।
ନଗରୀ-ଇନ୍ଦ୍ରାଣୀ
ବହୁ ନେତ୍ର ପରି,
ବହୁଠାବେ ସ୍ଥିତ
ଅଚ୍ଛୋଦ ପୃଷ୍ଠରୀ ।
ବ୍ୟୟ କରି ସ୍ୱୀୟ
ସୁସଞ୍ଚିତ ଧନ,
ଯୋଗାନ୍ତି ସକଳେ
ନଗରେ ଜୀବନ ।
ସାଧୁ ସମ ସଦା
ବଦାନ୍ୟ-ସମ୍ରାଟ,
ସାଧୁ, ସର ଏକ
ଚାଟଶାଳୀ ଚାଟ ।
ଫୁଟିଅଛି ତହିଁ
କୁମୁଦ କହ୍ଲାର,
କମଳେ ଛୁରିତ
କେବଣ କାସାର ।
ଜଡ଼ିଲା ପରାଏ
କଳଧୌତେ ୧ ମଣି,
କେଶରେ ଭ୍ରମର
ଖଟିଛି ଖଟଣୀ ।
ମଧୁ ପିଇ ସାରି
ଚରଣ ପ୍ରହାରି,
ଉଡ଼ି ଯାଉଛନ୍ତି
ଅତି ସ୍ୱେଚ୍ଛାଚାରୀ ।
୧- ସ୍ୱର୍ଣ୍ଣରେ ।
ମାତ୍ର ଫୁଲେଶ୍ୱରୀ
କ୍ଷମେ ଦୋଷ ତାର,
ସତୀ ଯଥା ଦୁଷ୍ଟ-
ପତି ଅତ୍ୟାଚାର ।
ଦେବୀ ଦ୍ୱାରଶୁଣୀ
ଗ୍ରାମ ପ୍ରାନ୍ତଭାଗେ,
କରବୀର-କୁଞ୍ଜେ
ବସନ୍ତି ସରାଗେ ।
ଶତ୍ରୁ ଆକ୍ରମଣୁ
ପୂର୍ବେ ଦୁର୍ଗ ରକ୍ଷା-
କରୁଥିଲେ ଦେବୀ
ରକ୍ଷଃ-ରଣଦକ୍ଷା ।
ଦ୍ୱାରଶୁଣୀଙ୍କର
ପୁରତରେ ବାମେ,
ବିସ୍ତୃତ ଭୁଖଣ୍ଡ
ଫୁଲତୋଟା ନାମେ ।
କାଳଗର୍ଭେ ଲୀନ
ଏବେ ଉପବନ,
ନାମ ରହି କରେ
ସ୍ମୃତି ଉଦ୍ଦୋଧନ ।
ଅଦୁରେ ରସାଳ
ଉଦ୍ୟାନ ମଧ୍ୟରେ,
ବସେ ହାଟ ପ୍ରତି
ସପ୍ତାହରେ ଥରେ ।
ବସେ ପଣ୍ୟପୂର୍ଣ୍ଣ
ବିପଣିବୀଥିକା,
ଲାଗେ ବହୁବିଧ
ଦ୍ରବ୍ୟ କିଣାବିକା ।
ଲୋକେ ସିନା ସେହୁ
ହାଟ ନାମ ଧରେ,
ମାତ୍ର ପ୍ରଦର୍ଶନୀ
ପ୍ରକୃତ ପକ୍ଷରେ ।
କୃଷିଶିଳ୍ପଜାତ
ଦ୍ରବ୍ୟ ଆଗଣିତ,
ପ୍ରତି ପାଳି ତହିଁ
ହୁଏ ପ୍ରଦର୍ଶିତ ।
ପ୍ରଦର୍ଶିତ ହୁଏ
ସେ ହାଟେ ଆବର,
ଅରଣ୍ୟ ପାର୍ବତ୍ୟ
ପଦାର୍ଥ ବିସ୍ତର ।
ଘାଣ୍ଟିଆ, ମାଣ୍ଡିଆ
ଗଙ୍ଗା, କାଙ୍ଗୁ, ସୁଆଁ,
ରାଶି ରାଶି ରାଶି
ଆସି ହୁଏ ଥୁଆ ।
ଆମ୍ବୁଲ, ତେନ୍ତୁଳି
ବିବିଧ ଆଚାର,
ରହିଥାଏ ହାଟେ
କାହିଁ ଭାର ଭାର ।
କେଉଁଠାରେ ଅବା
ବେଲ ନାସଦାନୀ,
ଶିଳ୍ପକାରେ ବିକ୍ରି
କରୁଥାନ୍ତି ଆଣି ।
ନ ଆଉ ପଛକେ
ତାହା ପ୍ରୟୋଜନ,
କମ ଦେଖି ହୁଏ
କିଣିବାକୁ ମନ ।
ତାଳଗୁଡ଼ି ଶୈଳୁଁ
କୃଷ୍ଣଅଭ୍ର ଆଣି,
ବିକୁଥାନ୍ତି ହାଟେ
ବସି ଶଉରାଣୀ ।
ମଣ୍ଡିଥାନ୍ତି ଭାଲେ
କୃଷ୍ଣାଭ୍ର ଟିକିଲି,
ସୌର କରେ ତାହା
ଦିଶେ ଝିଲିମିଲି ।
ନେତ୍ର ରସାୟନ
ସେ ମିଶ୍ରିତ ଜ୍ୟୋତି,
ନୀଳମଣି ସହ
ଗୁନ୍ଥା କିବା ମୋତି ।
କେ ବିକେ ହଳଦୀ
କେହି ବିକେ ଅଦା,
କେହି ବଣଫଳ
କରିଅଛି ଗଦା ।
ବଂଶମୂଳନିର୍ମୀ ୨
ସୁଦୃଶ୍ୟ ପେଟିକା,
ସୁଲଭ ମୂଲ୍ୟରେ
ହୁଏ ହାଟେ ବିକା ।
ସୁରଙ୍ଗୀ ରାଜ୍ୟରେ
ସେ ହାଟ ନିଶ୍ଚିତ,
ରଖିଅଛି ସଦା
ବାଣିଜ୍ୟେ ଜୀବିତ ।
୨- ବାଉଁଶ ମୂଳରେ ସୁନ୍ଦର କ୍ଷୁଦ୍ର ବାକ୍ସ ନିର୍ମାଣ କରାଯାଏ । ଗଞ୍ଜାମ ଅଞ୍ଚଳରେ କବିରାଜମାନେ ଉକ୍ତ ବାକ୍ସରେ ଔଷଧ ରଖି ବ୍ୟବହାର କରନ୍ତି ।
ବହୁ ଦୁରୁ ହୁଏଜନ ସମାଗମ,ଗଞ୍ଜାମେ ସେ ପଣ୍ୟ-କେନ୍ଦ୍ର ଅନ୍ୟତମ ।ପ୍ରତି ସୋମବାରଦିବସେ ସେ ହାଟ,ଧରେ ଜନସଙ୍ଘେଆକାର ବିରାଟ ।ରାଜ୍ୟ କୃଷି ଶିଳ୍ପବାଣିଜ୍ୟ ଅବସ୍ଥା,ସଙ୍କେତେ ସେ ହାଟଚିହ୍ନାଏ ସର୍ବଥା ।କୁରଙ୍ଗୀ-ସେବିତସୁରଙ୍ଗୀ ନଗରୀ,ଶୋଭାବତୀ ପଣେଶୋଭା-ସ୍ୱର୍ଗାପସରୀ ।ସମଗ୍ର ବାଲୁକାମହୁଡ଼-ମାଣିକ,ଭାଗ୍ୟବତୀ ପଣେକେ ତାକୁ ଅଧିକ ।ଆଜନ୍ମ ବୈଷ୍ଣବ-ନୃପତି-ପାଳିତା,ପ୍ରଶସ୍ତି ମାଳିନୀଅରାତି-ଅଜିତା ।ଅଶନି ଅଭେଦ୍ୟଯା ଗିରି-ପ୍ରାଚୀରେ,ଭେଦି ନ ପାରିଣପୂର୍ବେ ବୈରି-ବୀରେ,କଲେ ବହୁ ବାରଶିର ଅବନତ,ଜୟାଶ କ୍ଲୀବତ୍ୱେହେଲା ପରିଣତ ।ସେ ନଗରୀ-ନଭେନବ ଦିନମଣି-ରୂପେ ଉଦେ ଏବେଚନ୍ଦ୍ରଚୂଡ଼ାମଣି ।୧୧-ଶ୍ରୀଯୁକ୍ତ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ ମହୋଦୟ ସୁରଙ୍ଗୀର ବର୍ତ୍ତମାନ ନରପତି ।ବହୁଦର୍ଶୀ ବିଜ୍ଞଧୀର ବିଚକ୍ଷଣ,ଉତ୍କଳ-ଜନନୀଗର୍ବ-ଗଣ୍ଠିଧନ ।ବହୁ ଭାଷା ଦକ୍ଷକବି,କାବ୍ୟକାର,ଗୁଣୀ,ଗୁଣଗ୍ରାହୀନୀତିଜ୍ଞ ଉଦାର ।ଦେଶୋନ୍ନତି-ଯଜ୍ଞ-ବିଜ୍ଞ ପୁରୋହିତ,କର୍ତ୍ତବ୍ୟେ ସତତଥାନ୍ତି ଅବହିତ ।ରାଜନ୍ୟ-ସୁଲଭବ୍ୟସନ, ବିଳାସ,ପାରେ ନାହିଁ ପଶିଭୟେ ତାଙ୍କ ପାଶ ।ବାହ୍ୟ ରିପୁ ତେଜିମଧ୍ୟରିପୁ ୨ ସହ,୨-କାମ, କ୍ରୋଧ ଆଦି ।ରଚନ୍ତି ସେ ନିତ୍ୟସମର ଦୁଃସହ ।ନାତି ଶୀତ ଉଷ୍ଣତାହାଙ୍କ ଶାସନ,ସୁଖଦ ମଳୟମାରୁତ ଯେସନ ।ଦୀନ ଧନୀ ସର୍ବପ୍ରଜାଙ୍କୁ ସମାନ-ନେତ୍ରେ ନିରେଖନ୍ତିନୃପ ମତିମାନ ।ମହାସିନ୍ଧୁ ସିନାକ୍ଷୁଦ୍ର,ବୃହତ୍ତର-ନଦୀବର୍ଗେ ଅର୍ପେସମାନ ଆଦର ।ଜାଣନ୍ତି ସେ ଚିର-ଚପଳା କମଳା,ଅର୍ପିଛନ୍ତି ତାଙ୍କୁସୂଦୃଢ ଶୃଙ୍ଖଳା ।ଅର୍ଥାଗମ ନୀତି-ଶାତ୍ସେ ସୁପଣ୍ଡିତ,କରିଛନ୍ତି ରାଜ୍ୟ-ଆୟ ଦ୍ୱିଗୁଣିତ ।ରସା ରସ ଶୋଷିଯଥା ଦିବାକର,କରେ ବହୁଗୁଣେତାହାକୁ ଉର୍ବର,ତଥା ନେଇ ନୃପପ୍ରଜାଠାରୁ ଧନ,କରନ୍ତି ତା ସୁଖ-ସୁବିଧା ବର୍ନ୍ଧନ,ପ୍ରକୃତକୁ ସେହୁପାଳନ୍ତି ଯେସନ,ତେସନ ପ୍ରକୃତିଅର୍ପେ ତାଙ୍କୁ ଧନ ।ଅରଣ୍ୟୁଁ ଔଷଧିକ୍ଷେତ୍ର ଦେଇ ଶସ୍ୟ,କରେ ପରିତୁଷ୍ଟନରେଶ ମାନସ ।କରନ୍ତି ସେ ସଦାକର୍ମ ପ୍ରଶଂସିତ,ମାତ୍ର ପ୍ରଶଂସାରେହୁଅନ୍ତି ଲଜ୍ଜିତ ।ତଥାପି ପ୍ରଶଂସାତାଙ୍କୁ ବଳେ ବଳେ,ଅଶ୍ରନ୍ତି, ସାଗରେଯଥା ନଦୀଜଳେ ।ନିନ୍ଦା ସ୍ତୁତି ଉଭେମଣନ୍ତି ସେ ଏକ,ଶତ୍ରୁ ପ୍ରତି ତାଙ୍କସଦୟ ବିବେକ ।ଉପଯୁକ୍ତ ଶାସ୍ତିତଥାପି ଦୋଷର,କରନ୍ତି ବିଧାନନ୍ୟାୟେ ନରବର ।ଶୀତଳ ସଲିଳପୁଣି ଇରସ୍ପଦ,ଧରେ ସିନା ଗର୍ଭେଉଭୟେ ନୀରଦ ।ବିରଚି ସଦ୍ଗୁଣେଅମର୍ତ୍ତ୍ୟ ଭୂଷଣ,କରିଛନ୍ତି ତହିଁଶରୀର ମଣ୍ଡନ ।ସମୟ-ବିହଙ୍ଗେବାନ୍ଧି କର୍ମ-ଫାଶେ,ରଖିଛନ୍ତି ସଦାସ୍ୱବଶେ ସ୍ୱପାଶେ ।ଗମନେ ‘‘ନଅର-ଶୋଧା’’ ଦେବାର୍ଚ୍ଚନ,ନୁହେଁ ତାଙ୍କ ରାଜ-ନୀତିର ଲକ୍ଷଣ ।ରାଜପଦ ସୃଷ୍ଟିପ୍ରଜାରକ୍ଷା ପାଇଁବୁଝନ୍ତି ଏ ଉକ୍ତିଅର୍ଥ ନରସାଇଁବୁଝନ୍ତି ପୁଣି ସେଗୃହସ୍ଥ ବୈରାଗୀନୁହେଁ ତାଙ୍କ ଜନ୍ମକେବେ ତାଙ୍କ ଲାଗି ।କରେ ସିନା ଦୀପଅପରେ ଉଜ୍ଜ୍ୱଳ,ଅନ୍ଧକାରାଚ୍ଛନ୍ନମାତ୍ର ତାହା ତଳ ।ଜନ୍ମଭୂମିର ସେଯୋଗ୍ୟତମ ସୂତ,ମାନବ-ଦୁର୍ଲଭଶୁଭେ ଗୁଣେ ଯୁତ ।ତେଣୁ ଜନ୍ନଭୁମିଉତ୍ପକ୍ଷ୍ମ ନୟନେ,ଚାହିଁଅଛି ତାଙ୍କୁଆଶାଯୁକ୍ତ ମନେ ।ଚାହେଁ ଯଥା ଧ୍ରୁବେଶାରଦ ରଜନୀ,ଅଗସ୍ତ୍ୟ-ନୟନେଏକଦୃଷ୍ଟେ ଧନ ।ଯଥାକାଳେ ରାଏସାଧି ଯଥା କାମ,କରୁଛନ୍ତି ପୂର୍ଣ୍ଣମାତୃ ମନସ୍କାମ ।ରାଜହାରେ ମାତୃ-ବେଦନା ଜଣାଇ,କରୁଛନ୍ତି ଚେଷ୍ଟାପ୍ରତିକାର ପାଇଁ ।କୀରତି-କଳାପେନୃପ କୀର୍ତ୍ତିମାନ,ବାନ୍ଧି ରଖିଛନ୍ତିସ୍ୱର୍ଗକୁ ସୋପନ ।ରାଜକବି ଦେବଚନ୍ଦ୍ର ଚୁଡ଼ାମଣି,ଲେଖନୀ ତାଙ୍କରସତ୍କବିତା ଖଣି ୧।ଜଣାଣ ପୁସ୍ତକେ ୨ଯମକ ଝଙ୍କାର,ଅନୁପ୍ରାସ କ୍ରୀଡ଼ାସୂକ୍ଷ୍ମ ଅଳଙ୍କାର,ଦେଖାଇଲେ କବିକାବ୍ୟ-ବନ-ପିକ,
୧-ରାଜକବି ଶ୍ରୀଯୁକ୍ତ ଚନ୍ଦ୍ର ଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ ମହୋଦୟଙ୍କର ତ୍ରୟୋଦଶ ବର୍ଷ ସମୟରେ କବିତା ସ୍ଫୁରଣ ଆରମ୍ଭ ହୋଇଥିଲା ।
୨-କ୍ରୂରାଶିନୀ ଜଣାଣ, ରାଧାକାନ୍ତ ଜଣାଣ ଓ ବିଶ୍ୱନାଥ ଜଣାଣ ।ସାହିତ୍ୟ-ସୁମନ-ଆଘ୍ରାଣ-ନୃସିକ ।ରୁକ୍ମିଣୀ,ପ୍ରହ୍ଲାଦନାଟକର ଛଟା,ଲଭିଛି ନାଟକ-କ୍ଷେତ୍ରେ ସ୍ଥାୟୀ ପଟ୍ଟା ।‘‘ପ୍ରାର୍ଥନାବଳୀ’’ରପ୍ରାର୍ଥନାନିକର,ତୁଳସୀମାଳା ସେଭକ୍ତ ହୃଦୟର ।ଶତବାର ପାଠେ‘‘ଭମର ଚୌଳଶା’’,ତେବେ ନ ତୁଟଇପଠନର ନିଶା ।‘‘ସ୍ୱରଷୋଡ଼ଶୀ’’ ରକବିତା-ମାଧୁରୀ,ଆସ୍ୱାଦନେ ହୃଦଉଠେ ମୃଦେ ପୁରି ।‘‘ଦଶ-ମହାବିଦ୍ୟା’’ସ୍ତୃତି ‘‘ପଦ୍ୟମାଳା’’,ଭକ୍ତ-କଣ୍ଠ-ଭୂଷା-ପାରିଜାତମାଳା ।ରଚି କେତେ ଗ୍ରନ୍ଥ ୩ଉତ୍କଳ ଭାଷାରେ୩-ଭଜନମାଳା ଓ ଉଷାହରଣ ନାଟକ ପ୍ରଭୁତି ଆହୁରି ଅନେକ ଗ୍ରନ୍ଥ ରାଜକବିଙ୍କଦ୍ୱାରା ରଚିତ ହୋଇ ପାଣ୍ଡୁଲିପି ଅବସ୍ଥାରେ ଅଛି ।ସଞ୍ଚୁଛନ୍ତି ଯଶସାହିତ୍ୟ-ଭଣ୍ଡାରେ ।ସ୍ୱୟଂ ସୁପ୍ରତିଭହେତୁ ନରବର,କରନ୍ତି ଅନ୍ୟରପ୍ରତିଭା ଆଦର ।କବିକ୍ଳେଶଜ୍ଞାତାନିଜେ ଯେଣୁ କବି,ମୃତକବି ପାଇଁଗଲା ହୃଦ ଦ୍ରବି ।ସଂରକ୍ଷଣ ଆଶେତାଙ୍କ ପୂତସ୍ମୁତି,ଖଞ୍ଜିଥିଲେ ରାଏରାଧାନାଥ ବୃତ୍ତି ୪।୪-ଏହି ବୃତ୍ତି ଘେନି ଜନୈକ ଉତ୍କଳୀୟ କାଶୀରେ ଜ୍ୟୋତିଷ ଅଧ୍ୟୟନ କରିଥିଲେ ।ଦୀନ ଗ୍ରନ୍ଥାକାରମହତ ଆଶ୍ରୟ,ଅଟନ୍ତି ସେ ନୃପଦାତା ଦୟାମୟ ।ରାଜଲକ୍ଷ୍ମୀ ସହଉତ୍କଳ-ଭାରତୀ,ମଧୁର ମିଳନେଛନ୍ତି ତାଙ୍କ କତି ।ହୋଇ ସଭାପତିସାହିତ୍ୟ ସମାଜେ, ୫୫-ମାନନୀୟ ରାଜା ମହୋଦୟ କଟକସ୍ଥ ଉତ୍କଳସାହିତ୍ୟ ସମାଜର ସପ୍ତମ ବାର୍ଷିକ ଅଧିବେଶନରେ ସଭାପତି ହୋଇଥିଲେ ।ଅପୂର୍ବ ନୈପୁଣ୍ୟଦେଖାଇଲେ କାର୍ଯ୍ୟେ ।ଚନ୍ଦ୍ରଚୁଡ଼ାମଣିନାମେ ମୁଦ୍ରାଯନ୍ତ୍ର,ସ୍ଥାପି ପ୍ରଚାରିଲେଦେଶୋନ୍ନତି ମନ୍ତ୍ର ।ପ୍ରକାଶି ‘‘ଉତ୍କଳ-ବାସୀ’’ ଦେଶଚାର,ଘରେ ଘରେ କଲେସମ୍ବାଦ ପ୍ରଚାର ।ଶିକ୍ଷାଦାନ କାର୍ଯ୍ୟେସଦା ମୁକ୍ତହସ୍ତ,ଥାଏ ମକ୍ତ ପୁଣିହୃବୟ ପ୍ରଶସ୍ତ ।ଇଚ୍ଛାୟରେ ସ୍ଥାପିଉଚ୍ଚ ଶିକ୍ଷାଗାର,ସାଧନ୍ତି ସ୍ୱଦେଶେବହୁ ଉପକାର ।ଦରିତ୍ର ବାଳକପକ୍ଷରେ ସର୍ବଥା,ଅଛି ରାଜଦତ୍ତସାହାଯ୍ୟ ବ୍ୟବସ୍ଥା ।ପୁଣି ଇଚ୍ଛାପୁରେଓଡ଼ିଆଙ୍କ ପାଇଁ,ନିମ୍ନ ବିଦ୍ୟାଳୟସ୍ଥାପି ନରସାଇଁ,ବିନା ବେତନରେପଠନ ଆଦେଶ,ପ୍ରଚାରିଲେ ତହିଁବଦାନ୍ୟ ନରେଶ ।ଦୀନ ଛାତ୍ର କେତେଘେନି ଅର୍ଥଭିକ୍ଷା,ଲଭିଛନ୍ତି, ଲଭୁ-ଛନ୍ତି ଉଚ୍ଚଶିକ୍ଷା ।ଉତ୍କଳ ଜାତୀୟମହାସମ୍ମିଳନୀ-ନେତୃପଦେ ବୃତହୋଇ ନରମଣି, ୧ବିଚକ୍ଷଣତାରଦେଲେ ପରିଚୟ,
୧-ଉତ୍କଳ ଜାତୀୟ ମହାସମ୍ମିଳନୀର ୬ଷ୍ଠ ବାର୍ଷିକ ଅଧିବେଶନରେ ସଭାପତି କାର୍ଯ୍ୟ ନିର୍ବାହ କରିଥିଲେ । ପରେ ଆଉ ଥରେ ମଧ୍ୟ ଉତ୍କଳ ସମ୍ମିଳନୀର ସଭାପତି ହୋଇଥିଲେ ।
ବ୍ୟାପିଲା ପ୍ରତିଷ୍ଠାତହୁଁ ଦେଶମୟ ।ସ୍ୱଦେଶର ପ୍ରତି-ମଙ୍ଗଳାନୁଷ୍ଠାନେ,ଦିଅନ୍ତି ସେ ଯୋଗଆତ୍ମକାର୍ଯ୍ୟଜ୍ଞାନେ ।ଦେଶହିତୈଷିଣୀସ୍ଥାୟୀ ସଭାମାନ,ହେଉଅଛି ପୃଷ୍ଟଲଭି ତାଙ୍କ ଦାନ ।କେନ୍ଦ୍ରାପଡ଼ା ବନ୍ୟାଦୁର୍ଭିକ୍ଷ କାଳରେ,କଲେ ବହୁଧନଦାନ ଅକାତରେ ।ନୀଳାଚଳ ଧାମେବ୍ରାହ୍ମଣ ସମିତି,ରାମଚନ୍ଦ୍ରଙ୍କର ୨ସୁମହତୀ କୀର୍ତ୍ତି ।ହୋଇ ସେ ସମିତସୁପରିଚାଳିତ,ବ୍ରାହ୍ମଣସମାଜେସାଧୁଅଛି ହିତ ।ତହିଁ ସଭାପତିହେଲେ ଯଶୋଧନ ୩,୨-ପ୍ରାତଃସ୍ମରଣୀୟ ସ୍ୱର୍ଗୀୟ ରାମଚନ୍ଦ୍ର ଦାସଙ୍କ ଯତ୍ନରେ ଏହି ସମିତି ସ୍ଥାପିତ ହୋଇଥିଲା ।୩-ପ୍ରଶଂସିତ ରାଜା ମହୋଦୟ ପୁରୀର ବ୍ରାହ୍ମଣ ସମିତିର ବାର୍ଷିକ ଅଧିବେଶନରେ ଥରେ ସଭାପତି କାର୍ଯ୍ୟ ନିର୍ବାହ କରିଥିଲେ ।ଯୋଗ ହେଲା ଆହାମଣିରେ କାଞ୍ଚନ ।ଗୋରକ୍ଷିଣୀ ସଭାଅନାଥ ଆଶ୍ରମେ,କୃଷ୍ଠାଶ୍ରମେ ଅର୍ଥଅର୍ପିଲେ ସମ୍ଭମେ ।ଚରିତ୍ର ତାଙ୍କରଆଦର୍ଶ ବିଶୃଦ୍ଧ,ନୁହେଁ ଖ୍ୟାତି ଖାଲିଦେଶେ ଅବରୁଦ୍ଧ ।ଅତିକ୍ରମି ତାହାସ୍ୱଦେଶର ସୀମା,ସୁଦୂର ବିଦେଶେପ୍ରକାଶେ ମହିମା ।ଜାତ ପ୍ରତି ଅଛିପ୍ରଭୂତ ମମତା,ଧନ୍ୟ ତାଙ୍କ ନିଷ୍ଠାଧନ୍ୟ ଜାତୀୟତା ।ଲଭିଛି ଯେ ଥରେତାଙ୍କର ସାକ୍ଷାତ,ଜାଣେ ସେ ସୌଜନ୍ୟକିପରି ପଦାର୍ଥ ।ସୁଶୃଙ୍ଖଳାବଦ୍ଧଶାସନ ପଦ୍ଧତି,ଦୃଢ଼େ ଧରି ରାଜ୍ୟପାଳନ୍ତି ନୃପତି ।ନ ରଖି ସେ ପାତ୍ରକିମ୍ବା ସହକାରୀ,ଉଚ୍ଚ ବର୍ତ୍ତନରେଉଚ୍ଚପଦଧାରୀ,କରନ୍ତି ସ୍ୱହସ୍ତେରାଜକାର୍ଯ୍ୟ ସର୍ବ,ନ ଧରି ମାନସେରାଜା ବୋଲି ଗର୍ବ ।କର୍ତ୍ତବ୍ୟ ସାଧନଧର୍ମୂ ନୁହେଁ ଭିନ୍ନ,କର୍ତ୍ତବ୍ୟ ପାଳନଗୌରବର ଚିହ୍ନ ।ଯୋଗ୍ୟ କର୍ମଚାରୀଆବଶ୍ୟକମତେ,ରଖି ରାଜ୍ୟ-ତରୀଚଳାନ୍ତି ସଂଯତେ ।ଅଛି ରାଜ୍ୟକାର୍ଯ୍ୟେରତ ଏକ ହସ୍ତ,ଆନ ଅଛି ସଦାଦେଶକାର୍ଯ୍ୟେ ନ୍ୟସ୍ତ ।ରାଜ୍ୟ ତନ୍ତୁ ବାୟେଯୋଗାଇ ଜୀବିକା,ତୋଳିଛନ୍ତି ରାଏକୀର୍ତ୍ତି-ଅଟଳିକାସଂସ୍ଥାପି କିଶୋର-ଚନ୍ଦ୍ରପୁର ଗ୍ରାମେ,ପିତୃ-ସ୍ମୃତି ରକ୍ଷାକଲେ ଗୁଣଧାମ ।ଇଚ୍ଛାପୁରଠାରୁନିଜ ରାଜ୍ୟ ଯାଏଁ,ବସାଇଅଛନ୍ତିଟେଲିଫୋନ ରାଏ ।କ୍ଷଣମାତ୍ରେ ତହିଆସେ ଯାଏ କଥା,ହୋଇଅଛି ଲଘୁରାଜ୍ୟର ଦୂରତା ।ରାଜ୍ୟରେ ସଡ଼କପୁଣି ଡ଼ାକଘରଅଭାବେ ପୂରଣକଲେ ନରବର ।ଅନାଥା ବିଧବାପାଳନାରିପ୍ରାୟେ,ସାହାଯ୍ୟ ଭଣ୍ଡାରସ୍ଥାପିଛନ୍ତି ରାୟେଦ୍ୱିଶତ ବିଧବାପାଉଛନ୍ତି ବୃତ୍ତି,
୪-ଗତ ଦୁର୍ଭିକ୍ଷ ସମୟରେ ରାଜ୍ୟସ୍ଥ ତନ୍ତିମାନେ ଜୀବିକା ନିର୍ବାହର ଉପାୟାନ୍ତର ଜ ଦେଖି କଲିକତା,ରେଙ୍ଗୁନ ପ୍ରଭୃତି ସ୍ଥାନକୁ ବାହାରିଯିବାକୁ ଇଚ୍ଛା କରିବାରୁ ରାଜା ମହୋଦୟ ସେମାନଙ୍କୁ ସୂତା କିଣି ଦେଇ ଜାତୀୟ ଜୀବିକାରେ ନିଯୁକ୍ତି ରଖିଲେ । ତହୁଁ କ୍ରମଶଃ ସେମାନଙ୍କର ଅବସ୍ଥା ଉନ୍ନତ ହେଲା ।
ଧନ୍ୟ ତାହାଙ୍କରସ୍ୱଧର୍ମ ପ୍ରବୃତ୍ତି ।ସାର୍ଥକ ତାଙ୍କରପଦ ପ୍ରଜା ପିତା,ସ୍ୱଧର୍ମ-ସରୋଜ-ସୂହୁଦ-ସବିତାବୁଝନ୍ତି ସେ ତାଙ୍କଧୃତ ରାଜଦଣ୍ଡନୁହେଁ ଦୁର୍ବଳକୁଦେବା ପାଇଁ ଦଣ୍ଡ ।ଦୀନ ଦୁର୍ବଳରପକ୍ଷ ସମର୍ଥନ,ହେତୁ ସିନା ବିଧିକଲେ ତା ସୁଜନ ।କଷ୍ଟ ସହିଷ୍ଣୁତାଆଶ୍ଚର୍ଯ୍ୟ ତାଙ୍କର,ଦେଖି ପୂର୍ଣ୍ଣ ହୁଏବିସ୍ମୟେ ଅନ୍ତର ।ପୀଡ଼ିତ ସମୟେପୀଡ଼ାର ଯାତନା,ଭୁଲିଯାନ୍ତି କାର୍ଯ୍ୟେଲାଗି ମହାମନା ।ନୈତିକ ସାହସେସ୍ପଷ୍ଟବାଦୀ ପଣେ,ସହସ୍ରେ ଦୁର୍ଲଭତାଙ୍କ ପରି ଜଣେ ।ମହାସହ୍ୟଶୀଳଚତୁର ଅଗ୍ରଣୀ,ପାରନ୍ତି ଉଡ଼ନ୍ତାପକ୍ଷୀ ପକ୍ଷ ଗଣି ।ହୁଏ ନାହିଁ କଳିହୃଦୟ ତାଙ୍କର,ସଦା ଅକଳିତଯଥା ରତ୍ନାକର ।ତୀବ୍ର ତିରସ୍କାରସ୍ତାବକର ସ୍ତବ,ମଣନ୍ତି ସତତସେ ମହାନୁଭବ ।ତେଣୁ ସ୍ତବେ ତାଙ୍କନାହିଁ ତିଳେ ପ୍ରୀତି,ନୀରବେ ସ୍ତାବକେଥାନ୍ତି ଗଣି ଭାବି ।ଆନ ପରାମର୍ଶେନ ହୋଇ ଚାଳିତ,କରନ୍ତି ତାହା ଯାବୁଝନ୍ତି ବିହିତ ।ଅନାଥ ଆତୁରଅକର୍ମଣ୍ୟ ଜନେ,ପାଳନ୍ତି ନରେଶଭାତେ ବରତନେ ।କହୁଣୀ ଅପେକ୍ଷାକରଣୀ ତାଙ୍କର,କଳଇ ନିଶ୍ଚୟଗୁଣେ ବହୁତର ।ନିଖିଳ-ସୁଗୁଣ-ଖଣେ ସେ ସୁମତି,ଗଞ୍ଜାମ-ମଣ୍ଡଳେଆଦର୍ଶ ଭୁପତି ।ଚନ୍ଦ୍ର ଚୂଡ଼ାମଣିନିସର୍ଗ ଭବିନ,ସାହିତ୍ୟ ସଙ୍ଗୀତେସମାନ ପ୍ରବୀଣ ।ଯାତ୍ରା ସଂସ୍କାରାର୍ଥେସେ ନର-ନାୟକ,ନବ୍ୟ ରୁଚି ସିଦ୍ଧରଚିଲେ ନାଟକ ।ସଂସ୍ଥାପନ କରିପୁଣି ରଙ୍ଗାଜୟ,କରାଉଅଛନ୍ତିନାଟ୍ୟ ଅଭିନୟ ।ସମାଜର ପୁଣିମୂଖ୍ୟ ସଂସ୍କାରକ,କରୁଛନ୍ତି ନାଶକୁରୀତ-କଣ୍ଟକ ।ତାଙ୍କ ଦରବାରେନାହିଁ କୁଧାରଣା,କୁଞ୍ଚଟେକା କିମ୍ବାବସିବାକୁ ମନା ।ଦେଖିଛ ଯେ ଥରେତାଙ୍କ ଦରବାର,ଜଣା ତାକୁ ଏକାକିପରି ସଂସ୍କାର ।ଶିକ୍ଷେଚ୍ଛା ତାଙ୍କରଅନିର୍ବଚନୀୟ,ଅଟନ୍ତି ସେ ତେଣୁପର୍ଯ୍ୟଟନପ୍ରିୟ ।ଆହିମାଦ୍ରି କନ୍ୟା-କୁମାରୀ ପ୍ରଦେଶ,କରିଛନ୍ତି ରାଏପର୍ଯଟନ ଶେଷ ।ଭ୍ରମିଲେ ତତ୍ପରେଜ୍ଞାନାର୍ଜ୍ଜନ କାମେବାରିଧି-ମେଖଳସ୍ୱର୍ଣ୍ଣଲଙ୍କାଧାମେ ।ନ ତୁଟିଲା ତେବେଦୁର୍ବାରାଭିଳାଷ,ନ ତୁଟିଲା ଦେଶ-ପର୍ଯ୍ୟଟନ ଆଶ ।ପୁଣି ପର୍ଯ୍ୟଟନେବାହାରି ନରେଶ,ଭ୍ରମିଲେ ସୂଦୁରପାଶ୍ଚାତ୍ୟ ପ୍ରଦେଶ ।ସଭ୍ୟଦେଶ ଟିକାଇରୋପ ଆଫ୍ରିକା,ଅଦ୍ଭୁତ-ବିଜ୍ଞାନ-ମୟୀ ଆମେରିକା ।ଭ୍ରମି ବହୁ ଦେଶସହି ବହୁ କ୍ଳେଶ,କଲେ ଉପାର୍ଜନସୁଜ୍ଞାନ ବିଶେଷ ।ସେ ନିର୍ମଳ ଜ୍ଞାନଉଜ୍ଜ୍ୱଳ କିରଣ,କରୁଛନ୍ତି ରାଏଦେଶେ ବିତରଣ ।ଉତ୍କଳ ଜାତୀୟମହାସମ୍ମିକନୀ *,ମୂମୁର୍ଷୁ ଅବସ୍ଥାଲଭିଥିଲା ଧନୀ ।ମନୋଭେଦେ କେହିନ ନେଲେ ତାତତ୍ତ୍ୱ,
* ଉତ୍କଳ ସମ୍ମିଳନୀର ନବମ ଅଧିବେଶନ ହୋଇ ପାରିବାର ଆଶା ନ ଥିଲା । ରାଜା ମହୋଦୟଙ୍କ ଅକ୍ଳାନ୍ତ ପରିଶ୍ରମରୁ ଉକ୍ତ ଅଧିବେଶନ ବ୍ରହ୍ମପୁରରେ ହୋଇଥିଲା । ଏହି ଅଧିବେଶନରେ ମଧ୍ୟ ରାଜ୍ୟ ମହୋଦୟ ସଭାପତି ପଦରେ କୃତ ହୋଇଥିଲା ।
ଲଭୁଥିଲା ତେଣୁଅକାଳେ ପଞ୍ଚତ୍ନ ।ଆହା ସେ ବୁର୍ଭାରଆସନ୍ନ ବିପାକୁ,ସଞ୍ଜୀବନୀ ମନ୍ତ୍ରେବଞ୍ଚାଇଲେ ତାକୁ ।ଇଚ୍ଛାପୁରେ ନୃପବିରଚି ଉଆସ,କରୁଛନ୍ତି ତହିଁସକୁଟମ୍ବେ ବାସ ।କି ଉତ୍ତରାପଥେକି ଦକ୍ଷିଣାପଥେ,ଉଜ୍ଜ୍ୱଳାନ୍ତି ଯଥାଭୂମି ରବି-ରଥେ ।ତଥା ବେନି ଦୁର୍ଗେ ୧ଚନ୍ଦ୍ର ଚୂଡ଼ାମଣି,୧-ସୃରଙ୍ଗୀ ଏବଂ ଇଚ୍ଛାପୁର ଏହି ଦୁଇ ଦୁର୍ଗ ।କରନ୍ତି ଉଜ୍ଜ୍ୱଳନରେନ୍ଦ୍ର ଅଗ୍ରଣୀ ।ଶୋଭେ ନବଦୁର୍ଗବାହୁଦା ପ୍ରଚୀରେ,ଚାରୁ ବୈଜୟନ୍ତୀବହି ତୁଙ୍ଗ ଶିରେ ।ଧରି ଅଙ୍କେ ନୃପେପ୍ରକାଶେ, ସେ ଜ୍ୟୋତିମୃକ୍ତା ଶୃକ୍ତି ଯଥାଗର୍ଭେ ବହି ମୋତି ।ସୁସଜ୍ଜିତ ହୋଇରାଜୋଚିତ ସାଜେ,ଶୋଭାର ସୁଷମାପରାଏ ବିରାଜେ ।ନଅର ତ୍ରିପାଶେରମ୍ୟ ଉପବନ,ବସାଇଛି ନାନାଶୋଭାର ଆପଣ ।ପଥ ବେନି ପାର୍ଶ୍ୱେପିଚୁଳ ୨ କଳାପ,କରନ୍ତି ଅସ୍ପଷ୍ଟସଙ୍ଗୀତ ଆଳାପ ।ଶାଖା ସଞ୍ଚାଳନେଢାଳନ୍ତି ଚାମର,୨-ଝାଉଁଗଛ ।ଯଥା ଅନୁରକ୍ତରାଜପରିକର ।ବସନ୍ତ ସମୟେଉଦ୍ୟାନ ମାଧୁରୀ,ବଳିଯାଏ କବିକବିତା-ଚାତୁରୀ ।ଛାମୁରେ ଆଲଟଧରଇ ସେବତୀ,ଧରିଥାଏ ସୂର୍ଯ୍ୟ-ମୁଖୀ ସ୍ୱର୍ଣ୍ଣଚ୍ଛତ୍ରୀ ।ରଜତ କରଙ୍କଶତଦଳ ମଲ୍ଲୀ,ଧରିଥାଏ ପାର୍ଶ୍ୱେପବନେ ଦୋହରି ।ରଙ୍ଗ କରବୀରଆନ୍ଦୋଳି ପବନେ,ଚାଲୁଥାଏ ପାଟ-ଖଦିକା ସଘନେ ।ପ୍ରକୃତି ଆଦେଶେଥାଆନ୍ତି ସତନ-ପ୍ରାକୃତିକେ,ରାଜ-ସେବାରେ ନିରତ ।ବିସ୍ତାରିଛି ଶାଖାକାହିଁ ଏଳାଲତା,ଶୁକ୍ଳରଙ୍ଗଯୁକ୍ତପ୍ରସୁନେ ଆନତା ।ଫୁଟିଛି ବିରାହ-ଦାଢ଼ ମଣିବକବରାହ ଦର୍ଶନପ୍ରାୟ ଭୟାନକ ।କାହିଁ ବଂଶଦଣ୍ଡେଛନ୍ଦି ନାଗବଲ୍ଲୀ,ବିଞ୍ଚେ ପତ୍ର-ପଙ୍ଖାମୃଦୁ ବାତେ ହଲି ।ବସନ୍ତ ରାଜାରଘେନି ଅନୁକମ୍ପା,ବିକଶିତ କାହିଁଶମ୍ପା-ଗୌରୀ ଚମ୍ପା ।ଗୁଞ୍ଜଲତା ସହକାହିଁ କୁଞ୍ଜଲତା,ନାମେ ମେଳ ହେତୁରଚିଛି ମିତ୍ରତା ।ଅନୁରୂପ ବର୍ଣ୍ଣେଧରି ଫଳଫୁଲ,ପ୍ରେମେ ମଗ୍ନପିନ୍ଧିଶ୍ୟାମଳ ଦୁକୁଳ ।ଗୁଞ୍ଜ,ପଦ୍ମରାଗପେଟିକା ଉପରେ,ମର୍କତ ଢାଙ୍କୁଣିପ୍ରାୟ ଶୋଭା ଧରେ ।କୁଞ୍ଜଲତା ଫୁଲରକ୍ତିମା ଝଟକେ,ଜଣେ ବସନ୍ତରପ୍ରବାଳ ଚଷକେ ।କାହିଁ ଶ୍ୱେତରକ୍ତପାଟକ ଗୋଲାପେ,ରତ ପରସ୍ପରନୀରବ ଆଳାପେ ।ଅଳଙ୍କାରଶୁନ୍ୟହେତୁ ଶେଫାଳିକା,ମନୋଦୁଃଖେ ରୁପକରିଅଛି ଫିକା ।ନିରେଖି ମାଳତୀଆନେ ପୂଷ୍ପବତୀ,ଭାଗ୍ୟକୁ ଧିକ୍କାରିଶୋକେ ଝୁରେ ଅତି ।ବୋଧେ ଜୟା ତାକୁନୀରବ ଭାଷାରେ,କାହା ଭାଗ୍ୟ ଚିରନୁହେ ଏ ସଂସାରେ ।ପ୍ରାବୃଟ ବାନ୍ଧିବି !ଆସିଲେ ପ୍ରାବୃଟ,ତୋ ଭୂଷଣରାଶିହେବ ପରିସ୍ଫୁଟ ।ଦେଖି ତୋ ସମ୍ପଦଝୁରିବେ ଅପରେ,ଏକାଳେ ଯେ ସ୍ଫୀତସୌଭାଗ୍ୟ ଦର୍ପରେ ।ଚାରି ମାସ ପରେହେବୁ ତୁ ମାନିଆଁ,ଏଥକୁ କିପାଇହେଉ ଲୋ ଛାନିଆଁ ?ଯୁଈ ଜାଈ କୁନ୍ଦମାଧବୀ କାମିନୀ,କୁରୁବେଲୀ ଭୂମି-ଚମ୍ପକ ରଙ୍ଗିଣୀ,ଇତ୍ୟାଦି ପାଦପଲତା ଉପବନେବସିଛନ୍ତି ସର୍ବେଯେ ଯାହା ଆସନେ ।କାହିଁ ବା ଖପୁର ୧ବାଳ ନାରିକେଳ,ଧରାଧରି ହୋଇହେଉଛନ୍ତି ଗେଲ ।କାହିଁ ବସି ଆମ୍ର-ଶାଖାଜ ପାଦପ ୨୧-ଗୁଆଗଛ ।୨-କଲମଗଛ ।ସହୁଅଛି ସମ-ଭାବେ ଶୀତାତପ ।ଧରେ ଯଥାକାଳେସପୁରୀ ପନସ,ମୁଣ୍ଡେ ସପଲ୍ଲବଚିତ୍ରିତ କଳସ ।ଜାମୁ ନିଚୁ ରମ୍ଭାକରକ ମାଲୂର,ଆବରି ବିବିଧପାଦପ ପ୍ରଚୁର,ମଣ୍ଡିଛନ୍ତି ସେହିସୁରମ୍ୟ ଉଦ୍ୟାନେ,ମହାଦାତା ସର୍ବେଫଳ ଛାୟାଦାନେ ।ଅଗସ୍ତି କୁସୁମଧରଇ ଉପାମା,ବଳକ୍ଷ ପକ୍ଷରଦ୍ୱିତୀୟା ଚନ୍ଦ୍ରମା ।କୁସୁମ ସୂବେଶପାଇଁ ବହି ତୋଷ,ରଚୁଅଛି ଆଛୁଇନ୍ଦ୍ରନୀଳେ କୋଷ ।ଫୁଟେ ଯଥାକାଳେଧବଳ କଞ୍ଚନ,ରୌପ୍ୟ ଗିନାକୃତିଯାହାର ଗଠନ ।ନିର୍ଗୁଣୀ ପରାୟେମନ୍ଦାର ନିକର,ଦେଖାଉଛି ବାହ୍ୟରୁପ ଆଡ଼ମ୍ବର ।ପ୍ରାବଟ ବିଶ୍ରମ୍ଭୀ ୩ଟଗର ସୁମନ,୩-ବର୍ଷାକାଳପ୍ରଣୟୀ ।ସୁସ୍ନିଗ୍ଧ ସୌରଭେତୋଷେ ପ୍ରାଣ ମନ ।କୁସୁମ ବିକାଶପାଇ ଟେକି ମୁଣ୍ଡ,ବାନ୍ଧୁଛି ଇଟଳାକେତେ ପର୍ଣ୍ଣକୁଣ୍ଡ ।ସଦାବିହାରୀର ୪ସହ ସଖ୍ୟ କରି,୪-ପୁଷ୍ପବିଶେଷ ।ବସିଅଛି ‘‘ସନ୍ଧ୍ୟା-ମାଳତୀ’’ ସୁନ୍ଦରୀ ୫ଅମରୀ-କବରୀ-ଅଳଙ୍କାର ଟିକା,ବିସ୍ତାରିଛି ବପୁଲବଙ୍ଗଲତିକା ।କାହିଁ ବା ସୁଗନ୍ଧା,ସୁଗନ୍ଧା ନାଗିଣୀ ୬୫-ବଧୁଲୀ ପୁଷ୍ପ ।୬-ପୁଷ୍ପବିଶେଷ ।ବସିଛନ୍ତି ଯଥାଉଭୟ ସଙ୍ଗିନୀ ।କାହିଁ ମଧୁରସା ୭ଉଚ୍ଚବଂଶ ମଞ୍ଚେ,ମାଡ଼ିଛି ବିସ୍ତାରବହୁଶାଖା ଘଞ୍ଚେ ।ଫୁଟିଛି ବା କାହିଁକୁଷ୍ଣ ଅଙ୍କରାନ୍ତି,୭-ଦ୍ରାକ୍ଷା ।ଧିକ୍କାରି ଅତସୀପୁଷ୍ପ ନୀଳକାନ୍ତି ।ରସା ଯୋଷା ଅବାଆନନ୍ଦେ ଉତ୍ଫୁଲ୍ଲି,ପନ୍ଧିଅଛି ନାସେନୀଳ ରତ୍ନଫୁଲି ୮ ।କାହିଁ ଅବା ବୃଦ୍ଧାବୈଷ୍ଣବୀ ୯ ଉହାଡ଼େ,୮-ଅଳଙ୍କାରବିଶେଷ ।୯-ତୁଳସୀ ।ବହୁ ବିଷ୍ଣୁନ୍ତ୍ରାନ୍ତା ୧୦ମାଡ଼ିଅଛି ବାଡ଼େ ।ବୁଦା ବୁଦା କାହିବିରାଜେ ବିରଣ ୧୧,ଶୋଇଛି ବା କାହିଭୂତଳ୍ପେ କାଙ୍କଣ ।ମାଡ଼ିଅଛି କାହିପାଦପେ ଅଙ୍ଗୁର,୧୦-ଅପରାଜିତା ।୧୧-ବେଣାଗଛରୁପ ରସ ଗନ୍ଧଯାର ସୁମଧୁର ।ବାଳ ଶାଳ ତାଳପନସ ଅର୍ଗୁଣା,ଲେମ୍ବୁ ମାତୁଳଙ୍ଗଜମ୍ଭୀର କରୁଣା ।ଲଙ୍କା ଆମ୍ର, ନିମ୍ବସୀତାଫଳ ଆଦି,ଅଛନ୍ତି ଉଦ୍ୟାନେଗହନେ ଆଚ୍ଛାଦି ।ନେତ୍ର ବିନୋଦନଦିଶଇ ଆବର,ବିଦେଶୀ ବାମନପାଦପ ନିକର ।ସ୍ନିଗ୍ଧ ଗନ୍ଧେ ସଦାବନ ସୁବାସିତ,ବହୁ ବିହଙ୍ଗମଶବଦେ ଶବ୍ଦିତ ।ଗାଆନ୍ତି କି ପକ୍ଷୀବନ୍ଦୀ ନିତି ନିତି,ଚନ୍ଦ୍ରଚୂଡ଼ାମଣିନୃପ ଯଶୋଗୀତ ।ଢାଳିଦିଏ ତହୁଁବାହୁଦା ତଟିନୀ,କଳ କଳ ସ୍ୱରେକଳ-ନିନାଦିନୀ ।ତା ତୀରେ ସେ ବନଦିଶେ ଶୋଭାବନ,ମନ୍ଦାକିନୀ କୂଳେମିଶ୍ରକା ୧ ଯେସନ ।ଉଦ୍ୟାନ ମଧ୍ୟସ୍ଥକୌତୁକ ମଣ୍ଡପେ,୧-ନନ୍ଦନ କାନନ ।ମୃତ୍ପାନ୍ତ୍ରେ ଆସୀନପୌଗଣ୍ଡ ପାଦପେ ।ପ୍ରୋଥିତ ଆଲୋକସ୍ତମ୍ଭ ବେଦୀ ଶିରେ,ଧରେ ଅପରୁପଶୋଭା ରଜନୀରେ ।ସ୍ୱଚ୍ଛ କାଚପାତ୍ରସ୍ତମ୍ଭଶିର ସ୍ଥିତ,ବୈଦ୍ୟୁତିକାଲୋକେହୁଏ ଆଲୋକିତ ।ବଂଶ ଚନ୍ଦ୍ରମାଙ୍କୁଦେଖିବା ସକାଶେ,ଖସି ଆସିଛନ୍ତିଚନ୍ଦ୍ର ଅବା ପାଶେ ।ସେ ଆଲୋକେ ସ୍ନାନିତରୁଲତାଗଣ,କରନ୍ତି ଦିବ୍ୟ ଶ୍ରୀଶରୀରେ ଧାରଣ ।ପିଅନ୍ତି ନିତ୍ୟ ସେସୁଷମା-ପୀୟୁଷ,ଚନ୍ଦ୍ରଚୂଡ଼ାମଣିଆଦର୍ଶ ପୁରୁଷ ।ସ୍ୱଦେଶୀ ବିଦେଶୀଶାକ ଫଳମୂଳ,ସେ ଉଦ୍ୟାନବରପ୍ରସବେ ବହୁଳ ।ସ୍ଥୂଳତଃ ଆଦର୍ଶକୃଷିକ୍ଷେତ୍ର ସେହୁ,ସ୍ତରେ ସ୍ତରେ ତହିଁଖେଳେ କୃଷି ଢେଉ ।କୃଷି ଶିଳ୍ପ ଶିକ୍ଷାବାଣିଜ୍ୟ ସାହିତ୍ୟ,ଉନ୍ନତିରେ ରତସୁରଙ୍ଗୀଶ ନିତ୍ୟ ।ରାଜୋଚିତ ପୁଣିଦେବୋଚିତ ଗୁଣ-ଗରିମାରେ ନୃପବିଶେଷ ନିପୁଣ ।ଲକ୍ଷାଧିକ ଟଙ୍କାପିତୃଋଣ ଶୋଧ,କରି ନରବରଲଭିଲେ ପ୍ରମୋଦ ।ମଣ୍ଡପ, ପ୍ରାଚୀରଦେଉଳ,ନଅର ୨ନିର୍ମାଣିଲେ ବହୁବ୍ୟୟେ ନରବର ।ଓଡ଼ିଆ ସିରସ୍ତାଓଡ଼ିଆ ଗୁମାସ୍ତା,
୨-ସୁରଙ୍ଗୀ ରାଜ-ଅନ୍ତଃପୁର,ଦେବ ସ୍ନାନ ମଣ୍ଡପ,ପ୍ରାଚୀର ଏବଂ ବିନ୍ଧ୍ୟବାସିନୀ ଦେଉଳ ପ୍ରଭୃତି ବର୍ତ୍ତମାନ ନରପତିଙ୍କ ଦ୍ୱାରା ନିର୍ମିତ ।
ରଖି ପ୍ରଦର୍ଶିଲେଜାତୀୟତା ଅସ୍ଥା ।ଧନ୍ୟ ହେ ନୃପତିଚନ୍ଦ୍ରଚୂଡ଼ାମଣି,ଉତ୍କଳ-କିରୀଟ-ସମୁଜ୍ଜ୍ୱଳ ମଣି ।ଧନ୍ୟ ସୁସାଧକମହାଭାଗ୍ୟବାନ,ଧନ୍ୟ ମୁଁ ଗାଇଲିତବ ପୁଣ୍ୟାଖ୍ୟାନ ।କମଳାରୁପିଣୀତବ ସଧର୍ମଣୀ,ପୂଣ୍ୟଶୀଳା ସତୀସ୍ୱଧର୍ମାଚାରିଣୀ ।ତାଙ୍କ ପୁଣ୍ୟହୃଦକାନ୍ଦେ ପରଦୁଃଖେନୁହନ୍ତି ସେ ତୃପ୍ତକେବେ ଆତ୍ମସୁଖେ ।କରାଇ ପାରିଲେସୁଖୀ ଦୀନ ଜନେ,ମଣନ୍ତି ସାର୍ଥକଆପଣା ଜୀବନେ ।ଉତ୍କଳ ଜାତୀୟସମ୍ମିଳନୀ ପ୍ରତି,ଦେଖାଇଲେ ସେହୁପ୍ରଗାଢ ଭକତି ।କରି ଅଯାଚିତେସାହାଯ୍ୟ ପ୍ରଦାନ,କଲେ ବହୁଗଣସ୍ୱକୀୟ ସମ୍ମାନ ।ଦେଖାଇଲେ ରାଣୀସମାଜେ ଆଦର୍ଶ,ବିତରିଲେ ମାତୃ-ଭୂମେ ନବହର୍ଷ ।ଗୁପ୍ତ ନାରୀକବିବିଦୂଷୀପ୍ରବରା,ଖଞ୍ଜିଅଛି ବିଧିଯୋଗ୍ୟେ ଯୋଗ୍ୟତରା ।ଲେଖାଇ ‘‘ସମୁଦ୍ରଯାତ୍ରା’’ ସ୍ୱଭାଷାରେ,କଲେ ସହାୟତାସମାଜସଂସ୍ଥାରେ ।ଜନକ ଜନନୀଶୁଭ ଗୁଣରାଶି,ଯୋଗ୍ୟ ଜାଣି ତାଙ୍କୁଆଶ୍ରିଛନ୍ତି ଆସି ।ପିତା ନାରାୟଣମର୍ବ୍ଦରାଜ ଦେବ,ଖଲ୍ଲି କୋଟପତିଉର୍ପରୁପୀ ଦେବ ।ମହାପୁଣ୍ୟଶୀଳମହାକୀର୍ତ୍ତିଯୁକ୍ତ,କଲେ ଅଷ୍ଟଦୁର୍ଗେଅଧିକାରଭକ୍ତ ।ଯୋଗେ ଯାଗେ ତାଙ୍କବଡ଼ ଅନୁରାଗ,ଲକ୍ଷାଧିକ ମୁଦ୍ରାବ୍ୟୟେ କଲେ ଯାଗ ।ନୀଳାଚଳ ଧାମେପୂଣି ବହୁବ୍ୟୟେ,ମଣ୍ଡିଲେ ଚାନ୍ଦୁଆପ୍ରଭୁ ଦେବାଳୟେ ।ତାଙ୍କ ମହାଦେଇବୌଦ-ରାଜସୂତା,ଧର୍ମପରାୟଣାପାତିବ୍ରତ୍ୟ-ପୂତା ।ତୋଳାଇ ଏକାମ୍ରେଶମ୍ଭୁରୋଷଘର,ସଞ୍ଚିଛନ୍ତି ସତୀସୁକୀର୍ତ୍ତି ଅମର ।ଅନେକ ବିପୁଳ-ହର ମହାଦାନ,ଦେଇ ଦୀନ ଦ୍ୱିଜେକଲେ ଧନବାନ ।ଦେବୀ ହରପ୍ରିୟାତାଙ୍କ ଜ୍ୟେଷ୍ଠା କନ୍ୟା,ନ ହେବେ କିପାଇଁକୀର୍ତ୍ତି-ଧନେ ଧନ୍ୟା ?ଜାତ ହେଲା ପ୍ରାୟବିଦ୍ୟାରୁ ବିନୟ,ତାଙ୍କ ଗର୍ଭ ଜାତଯୁଗଳ ତନୟ ।ଜ୍ୟେଷ୍ଠ ଯୁବରାଜଶାନ୍ତ ଶିଷ୍ଟ ଧୀର,ବିଦ୍ୟା-ଅନୂରାଗୀବିନୟୀ ପ୍ରବୀର ।ଗାମ୍ଭୀର୍ଯ୍ୟ ଔଦାର୍ଯ୍ୟଉଠୁଛି ବିକଶି,ଦୁଇ ପତ୍ରୁଁ ସିନାବାସଇ ତୁଳସୀ ।ଆକାରେ ବୟସେହେଲେ ହେଁ ସେ ସାନ,ମାତ୍ର ପ୍ରତିଭାରେମହା ଗରୀୟାନ ।ଆଦର୍ଶ ପିତାଙ୍କଶୁଭଗୁଣାବଳି,ଆସୁଅଛି ତାଙ୍କହୃଦେ ପ୍ରତିଫଳ ।ସୂର୍ଯ୍ୟକାନ୍ତ ରତ୍ନେଯଥା ସୂର୍ଯ୍ୟକର,ପ୍ରତିଫଳି ତାକୁକରେ ତେଜସ୍କର ।ପ୍ରଜା ପୁତ୍ର ସହବସି ଏକାସନେ,ଲଭୁଛନ୍ତି ଶିକ୍ଷାନିର୍ବିକାର ମନେ ।ଦେଶେ ଅଭିନବଏ ଦୃଶ୍ୟ ଉଦାର,ଭାବି-ଉନ୍ନତିରମୃକ୍ତ ଆଶାଦ୍ୱାର ।ରାଜା ପ୍ରଜାଙ୍କରନିସର୍ଗ ସମ୍ବନ୍ଧ,ହେଉଅଛି ବାଳ-କାହୁଁ ଦୃଢବଦ୍ଧ ।ମନ ଜାଣି ସର୍ବଦେଇଛନ୍ତି ହରି,ଭବେ ଷୋଳ କଳାସୂଖ ପୂର୍ଣ୍ଣ କରି ।କହିବି ଅଧିକକିସ ନରନାହା,କହନ୍ତି ଯା, ତୁମ୍ଭେକରୁଅଛି ତାହା ।ଦେଖୁଛି ତ ଦେଶ-କାର୍ଯ୍ୟେ ଛାମୁଙ୍କର,ରଜନୀ ଦିବସେନାହିଁ ଅବସର ।ନ ଚାହିଁଣ ସୁଖେନ ଚାହିଁ ଶରୀରେ,ରତ ମାତୃହିତେଦିବା ରଜନୀରେ,ନୀଳାଦ୍ରି,ଚୈତନ୍ୟ,ଦୀନବନ୍ଧୁ ଆଦି,ଗଲେକ ପବିତ୍ରିଯେଉଁ ରାଜଗାଦି,ଉପବିଷ୍ଟ ତୁମ୍ଭେସେହି ସିଂହାସନେ,ନ ହେବ କି ପାଇଁଧନୀ ମନ ଧନେ ।ତୁମ୍ଭେ ପରି ରାଜାଥିଲେ ଦଶ ଜଣ,ନ ଥାନ୍ତା ଅବଧିଜନନୀ-କଷଣ ।ଦେଶକାର୍ଯ୍ୟେ ଏକାତୁମ୍ଭେ ଗୁଣାଧାର,ଭୁଲିପାର ନିଦ୍ରା,ପିପାସା, ଆହାର ।ସଂଯୋଗ କରଣେବିଚ୍ଛିନ୍ନ ଉତ୍କଳ,କରୁଅଛ ତୁମ୍ଭେଯତ୍ନ ଅନର୍ଗଳ ।ସାଧୁଅଛି କାର୍ଯ୍ୟଧନେ ମନେ ଜ୍ଞାନେ,ନିଜେ କରି ପୁଣିକରାଉଛ ଆନେ ।ଇତିହାସେ ଏହାରହିବ ଅଙ୍କିତ,ଗାଇବ ଉତ୍କଳତୁମ୍ଭ ଯଶୋଗୀତ ।ପୂଜିବେ ଉତ୍କଳ-ବାସୀ ଘରେ ଘରେ,ହୃଦୟେ ତୁମ୍ଭଙ୍କୁଦେବତା ରୂପରେ ।ବାହୁ ତୋଳି ତବନାମେ ବାରମ୍ବାର,କରିବେ ଘୋଷଣାଜୟ ଜୟକାର ।* ମହାଦାନ ବିଶେଷ