ଦ୍ୱିତୀୟ ସର୍ଗ — ପ୍ରଣୟ-ଚିଟାଉ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ସର୍ଗ
(ଭ୍ରମର ପ୍ରତି କୁସୁମସୁନ୍ଦରୀ)ପ୍ରଣମେ ପୟରେ ତବ ଅଳିକୁଳରାଜା,ତରୁବାଳା ଏ କୁସୁମ-ମର୍ତ୍ତ୍ୟର ତାରକା,ପ୍ରଣମେ ପାଦପ-ପଦେ ନତଶିରେ ଯଥାମୋର ଲତା-ମାତା, ଧୀରେ ସମୀରେ ଦୋହଲି ।ଘେନ ପ୍ରାଣବନ୍ଧୁ, ଦୀନା ବନବାସିନୀରଲୋତକ-ଲିଖିତ ଲେଖ-ବିରହବ୍ୟଞ୍ଜକ,ପେଷିଲି ମୁଁ କୃଷ୍ଣକାନ୍ତ, ମତି-ଦୂତୀ ହାତେ,ପେଷିଲା ଯେସନ କୃଷ୍ଣ-ବିରହ-ବିଧରାକୃଷ୍ଣପ୍ରାଣାଧିକା ସଖୀ ରାଧିକା ଗୋପିକାଲେଖହସ୍ତେ ଲଳିତାକୁ, ଅପ୍ସରାଦଳିତା,(କିମ୍ବା ରୁପ ସ୍ୱର୍ଣ୍ଣଦୀପେ ସୁବର୍ଣ୍ଣ ଶଳିତା)କୃଷ୍ଣ ପାଶେ, ବୃଷ୍ଣିବଂଶ-ସିନ୍ଧୁ-ସୁଧାନିଧି ।ଘେନିଗଲା ବେଳୁଁ ନାଥ, ଅନ୍ଧାର ଅକ୍ରୁରବସାଇ ତୁମ୍ଭଙ୍କୁ ହାୟ ସମୀରଣ-ରଥେ,ବଂଶରନ୍ଧ୍ର କଂସପୁରେ, ଆତୁର ମୁ ଅତି,ହେ ବଂଶୀବାଦକ, ବାଇ ମୋହନ ମୁରଲୀ,ରଖ ତବ ଏ କୁସୁମ ରାଧିକା ଜୀବନ ।ପାଦପର ନେତ୍ର ମୁହିଁ ହେ ନୀଳମାଣିକ୍ୟ,ତୁମ୍ଭେ ସେ ନେତ୍ରର ଡ଼ୋଳା, ଉଜ୍ଜ୍ୱଳ ସୁନ୍ଦର ।ଭୁଞ୍ଜୁଛି ମୁଁ ଯେ ଦୁର୍ଗତି ପ୍ରତିନିଃଶ୍ୱାସରେକି କହିବି ତାହା, ଦୁଷ୍ଟ ପାପିଷ୍ଠ ପବନଲଗାଇଛି ହଟ ସଦା, କରୁଛି ବିରକ୍ତମୋତେ, ମଧୁପ୍ରତ୍ୟାଶାରେ କେବେ କରେ ଅଳି,କେବେ ଚଳି ଦିଏ ଗାଳି, ମରମର ସ୍ୱରେ,କେବେ ବା ପ୍ରହରି ପତ୍ରେ କରେ ମୋତେ ହାୟକ୍ଷତବିକ୍ଷତାଙ୍ଗ, ମାତ୍ର ତେବେ ସୁଦ୍ଧା ତାକୁନ ଦିଏ ମୁଁ ମକରନ୍ଦ, ଯା ତୁମ୍ଭର ପ୍ରାପ୍ୟ,କି ଗୁଣେ ଲଭିବି ତାହା ପାଷଣ୍ଡ ବର୍ବର ?ନାସ୍ତିକ ଚଣ୍ଡାଳ ପତ୍ରେ ଦେବଭୋଗ୍ୟ ସୁଧାନ ପରଶି, ଫିଙ୍ଗି ଦେବା ବରଂ ଶ୍ରେୟସ୍କର ।ଛୁଇଁବ ନାରକୀ କର୍ଣ୍ଣ ମହାମନ୍ତ୍ର କାହିଁ ?ସ୍ୱଭାବେ ଅବଳା ମୁହିଁ ସଲିଳ-କୋମଳା,କି କରିବି ବଳେ ଦୁଷ୍ଟ ହରିଲା ମୋ ବାସ,ହରିଲା ଯେସନ କ୍ରୁର କୁରୁ ଦୁଃଶାସନପାଣ୍ଡବ-ମହିଷୀ କୃଷ୍ଣା ଯାଜ୍ଞସେନୀ ବାସକୁରୁସଭା ମଧ୍ୟେ, ହାୟ ଗୁରୁଜନ ଆଗେ ।କେତେ ତରୁ ମହାତରୁ, ଭୀଷ୍ମ ଦ୍ରୋଣ ପ୍ରାୟ(ମହାରଥୀକୁଳପତି ଶୁରେଶ-ଶାତନ)ଦେଖି ମୋର ଅପମାନ ନ କହନ୍ତି କିଛି,ଚିସର୍ଜି ତୁଷାର-ଅଶ୍ରୁ କାନ୍ଦେ ମୁଁ ନୀରବେ ।ହଲାଇ ହଲାଇ ମୋତେ, କ୍ଷୟ କରେ ଦୁଷ୍ଟଚାଣର ଗୁରୁତ୍ୱ ମୋର, ଚାଲୁଣୀ ଯେସନଚଲାଇ ଚଲାଇ ନାଶେ, ଶସ୍ୟର ବାହୁଲ୍ୟ ।
କାହାକୁ କହିବି ଦୁଃଖ, ଅଦୃଷ୍ଟେ ଧିକାରି
ହୃଦୟର ବ୍ୟଥା ରଖେଂ ହୃଦୟେଗୋପନେ,
ସେ ନିର୍ବାଣୀ ବ୍ୟାକୁଳତା ଦହେ ମୋ ଅନ୍ତର,
ଦହେ ଯଥା ଦାବାନାକ ମୋ ପିତା ପାଦପେ ।
ପ୍ରଜାପତି ଆଉ ଏକ ଦୁରନ୍ତ ମତ୍ସରୀ,
ଇନ୍ଦ୍ରଧନୁ ବର୍ଣ୍ଣବିଭା ଚୋରାଇ କୌଶଳେ,
ବୁଡ଼ାଇ ତହିଁରେ ତନୁ, ଆସେ ସେ ନିର୍ଲଜ୍ଜ,
ଦିବ୍ୟରୁପେ ଲୁଭାଇବା ଆଶା ବାନ୍ଧି ମନେ ।
କିନ୍ତୁ ମୂଢ଼ ଜାଣେ ନାହିଁ-ନ ଚାହେଁ ପ୍ରଣୟ
ଚହଟଚିକ୍କଣ ରୁପ, ବା ଇନ୍ଦ୍ରିୟ ସେବା,
ଚାହେଁ ସେ ଅନ୍ତରତମ ମିଳନ-ଅମୃତ ।
ପ୍ରଣୟର ଧର୍ମ ଏହା, କରିପାରେ ସେହୁ
ମହତ୍ତ୍ୱ ରେ ପରିଣତ ଆତ୍ମାର କ୍ଷୁଦ୍ରତ୍ୱେ,
ଯେ ପ୍ରଣୟ ରୁପଜ, ସେ ଇତର ପ୍ରଣୟ ।
ଆପାତ ସରଳ ତାହା ଅନ୍ତିମେ ଗରଳ,
ଅର୍ଧମ ସେ, ବହେ, କିନ୍ତୁ ଗ୍ରାମ ଧର୍ମଆଖ୍ୟା ।
ମାଗେ ମଧୁ ପ୍ରଜାପତି ନ ପାଇଲେ କୋପେ
ଉଡିଯାଏ ଶିରେ ମୋର ଚରଣ ପ୍ରହାରି ।
କିନ୍ତୁ ଏ ପାପର ଦୁଷ୍ଟ ସମୁଚିତ ଦଣ୍ଡ
ଭୁଞ୍ଜେ ସେହି ଦଣ୍ଡେ, ପାଏ ହାତେ ହାତେ
ଅବଳା-ଧର୍ଷଣ ଫଳ, ଗ୍ରାସି ତାକୁ ପକ୍ଷୀ,
କରେ ମୋତେ ଭୟୁ ତ୍ରାହି, ରଖେ ମୋର ମାନ,
ମହତର ମାନ ସିନା ରଖନ୍ତି ମହତେ ।
ତରୁରାଜ ଜେମା ମୁହିଁ, ମହାମାନବତୀ,
ଉଚ୍ଚବଂଶେ ଅବତଂସ, ଜନକ ମୋହର
କାଳଜୟୀ, ଆତ୍ମତ୍ୟାଗୀ, ବହୁପ୍ରାଣିପୁଷ୍ଟା,
ଆବର ଆଶ୍ରୟୁଦାତା, ପୁଣ୍ୟବସୁ ତାଙ୍କ
ବ୍ୟବହୃତ ହୁଏ ଯାଗେ, ଦେବତା ଗଠନେ ।
କେତେ ବା କହିବି ଆଉ, ନୁହେଁ ଏହା ମୋର
ସୌଭାଗ୍ୟ-ଗର୍ବିତ ଭାଷା-ଅମର ସତ୍ୟ ଏ ।
ବନ-ସ୍ୱର୍ଗ ତିଳୋତ୍ତମା ମୁହିଁ, ଆଣି ବିହି
ସକଳ ସାରରୁ ସାର, ବିହିଲା ମୋ ତନୁ,
ଚନ୍ଦ୍ରିକାରୁ ଶୀତଳତା, ବିଦ୍ୟୁତରୁ ଦ୍ୟୁତି,
ଅମୃତରୁ ମଧୁରିମା, ସ୍ନେହ ଶିଶୁହାସୁ,
ଶୁଦ୍ଧତା ସ୍ୱର୍ଗଙ୍ଗା ନୀରୁ, ସତୀତ୍ୱୁ, ଗୌରବ,
ସୁବାସ ମଳୟ ଶ୍ୱାସୁଁ, ତାରାରୁ ଔଜ୍ଜ୍ୱଲ୍ୟ,
ଇନ୍ଦ୍ରଧନୁଠାରୁ ଦିବ୍ୟ କାନ୍ତି, କୋମଳତା
କାମଧେନୁ ଦୁଗଧଜାତ ନବ ନବନୀତୁ,
ଏତେ ଉପାଦାନ ବିହି ନିହିଛି ମୋ ଦେହେ ।
ଶାନ୍ତ ସ୍ନିଗ୍ଧ ସିନ୍ଧୁ ମୁହି ଖ୍ୟାତିରେ ଜଗତେ,
ଶାରଦ ସୁନ୍ଦର ଇନ୍ଦୁ ନୂହେ ମୋତେ ସରି
ଶୋଭାପଣେ, ଥାଉ ଆନ, ଦେବାଦୃତା ମୁହିଁ,
ମୋ ବିହୀନେ ଅସୁନ୍ଦର ସୁନ୍ଦରୀ କବରୀ ।
ସର୍ବାଗ୍ରେ ବରଣ ମୋର ମଙ୍ଗଳକାର୍ଯ୍ୟରେ,
ମଧୁମକ୍ଷୀ ମୋ ଗର୍ଭରୁ ସଂଗ୍ରହିଣ ମଧୁ,
ପ୍ରଦାନେ ଜଗତ ହିତେ, ଧରି ମୋ ସୁଗନ୍ଧ,
ବିକନ୍ତି ଅତର ନାମେ ବିଳାସ-ଶିଳ୍ପୀଏ,
ଉଦ୍ଭିଦ-ତପସ୍ୱୀକନ୍ୟା ମୁହିଁ ତପସ୍ୱିନୀ,
ସେବା ମୋର ଧର୍ମ, ପ୍ରାଣ ଉତ୍ସର୍ଗିଛି ତହିଁ ।
ଆବର କବିଙ୍କ ପ୍ରିୟ ଅକ୍ଷୟ ସମ୍ବଳ,
ମୋ ଘେନି ସେମାନେ ସଦା ରଚନ୍ତି ଉପମା ।
ଏତେ ଗୁଣ ସତ୍ତ୍ୱେ ହାୟ ଇତର ହସ୍ତରେ
ଲଭେ ମୁଁ ହସ୍ତର ଶାସ୍ତି, କି କହିବି ତାହା !
କରି ମୋତେ ସ୍ଥାନଚ୍ୟୁତ ଦୁଷ୍ଟ ପ୍ରଭଞ୍ଜନ
ପକାଏ କଣ୍ଟକାସ୍ତୃତ କଦର୍ଯ୍ୟ ସ୍ଥାନରେ,
ପଞ୍ଚବଟୀ ବନୁ ହରି ରାବଣ ଯେସନ
ଜାନକୀ ଯୋଜନଗନ୍ଧା, ରକ୍ଷୋରାଜ୍ୟେ ନେଇ
ରଖିଲା ବେଢ଼ାଇ ଚେଡୀ ଦୂରନ୍ତା ଦୁର୍ମୁଖା,
ବୈଦେହୀବିଳାସୀ ରାମ ଅନୁପସ୍ଥିତିରେ ।
ଡାକେ ମୁଁ ଆରତେ ତହୁଁ-ହେ ମଧୁପରାଜ,
ତବ ଏ ଯୋଜନାଗନ୍ଧା ଆବଦ୍ଧା ଅସ୍ଥାନେ,
ଦେଖ ଆସି ପ୍ରାଣନାଥ ଦୁଃଖିନୀ-ଦୁର୍ଦ୍ଦଶା ।
ହେ ମଧୁଗୁଞ୍ଜନ, ମଞ୍ଜୁନିକୁଞ୍ଜବିହାରୀ-
ରସିକ-କୁଞ୍ଜରବର, ହେ ନୀଳସୁନ୍ଦର,
ଆସି କରେ ଉଦ୍ଧାର ଏ ରୁଦ୍ଧ କାରାଗାରୁ ।
ଅସୀମ ତୁମ୍ଭର ଋଣ, ଅଶୋଧ୍ୟ ଆବର,
କେତେ ସ୍ଥାନେ ଅବା ମଧୁ ନାହିଁ ଏ ଜଗତେ,
ଅଛି ତାହା ଇକ୍ଷୁଦଣ୍ଡେ, ପରିପକ୍ୱ ଫଳେ,
ପିକଭାଷେ, ଶିଶୁହାସେ, ସଜ୍ଜନ ଅନ୍ତରେ,
ମାତୃସ୍ନେହେ, ହରି-ନାମେ, ପ୍ରକୃତି ଶୋଭାରେ,
ଏତେ ମଧୁସତ୍ତ୍ୱେ, ତୁମ୍ଭେ ଆସକ୍ତ ମଧୁପ
ମୋ ମଧୁବିନ୍ଦୁରେ ଯାହା, ସୌଭାଗ୍ୟ ସେ ମୋର ।
ରାତ୍ରେ ଏହି ଦୁଷ୍ଟା ସ୍ମୃତି-ଉତଫଣା ନାଗୁଣୀ
ଦଂଶେ ତୀବ୍ରେ ବାରମ୍ବାର, ଆତ୍ମା ଅନ୍ତସ୍ତଳେ,
ଭାବେ ତହୁଁ ଶୋକେ, ହାୟ, ମୋ ଭାଗ୍ୟଦେବତା
ଲେଖିଛି ମୋ ଭାଗ୍ୟପଟେ ଅମଙ୍ଗଳ ଶ୍ଳୋକ
ଅଙ୍ଗାର ଲେଖନୀ ମୁନେ, ଅମଙ୍ଗଳ ବେଳେ ।
ବିଚ୍ଛେଦ ସନ୍ତାପ ପୁଣି ମଧ୍ୟାହ୍ନ ସନ୍ତାପ,
ବେନି ଚାପ ମଧ୍ୟେ ପଡି ଫାଟିଯାଏ ହୃଦ,
ଫାଟିଯାଏ ଶସ୍ୟ ଯଥା ପେଷାଚକୀ ଚାପେ ।
ହୁଏ ମୁଁ ମୁର୍ଚ୍ଛିତା ତହୁଁ; ମାତ୍ର ଅପରାହ୍ନେ
ଚେଇଁ ଉଠେ, ପ୍ରିୟ, ତବ ଅମୃତ ପରଶେ,
ନନ୍ଦନ ବସନ୍ତ ସ୍ପର୍ଶେ ମୃତଧରା ଯଥା ।
ଉଲ୍ଲସି ଉଠେ ମୋ ହିଆ ସେ ସ୍ନିଗଧ ପରଶେ,
ଆତ୍ମା ହୁଏ ହର୍ଷାଞ୍ଚିତ, ଆହା, ସେ ସମୟ
କି ଆନନ୍ଦମୟ, ଭାବମୟ, ପ୍ରୀତିମୟ,
ପୁଣ୍ୟମୟ ସଜୀବ ସେ ମଧୁର ମିଳନେ
ମର୍ତ୍ତ୍ୟେ ଥାଇ ସ୍ୱର୍ଗ ସୁଧା କରେଁ ମୁହି ପାନ ।
କେତେରୁପେ କେତେଭାବେ ସେବେ ମୁଁ ତୁମ୍ଭଙ୍କୁ
ଦିବସଯୌବନେ, ଯେବେ ହୋଇ ତୁମ୍ଭେ କ୍ଳାନ୍ତ,
କାର୍ମସିକ୍ତ, ପିପାସାର୍ତ୍ତ, କର ହେ ଶୟନ,
ମୋ ମନ୍ଦାରକୋଳେ, ବନ୍ଧୁ (କାବ୍ୟତାରା ଯଥା
ଉଷାକୋଳେ) ରାଜା ପ୍ରାୟ ରଙ୍ଗପାଟ ଶେଯେ,
ଘୋଡି ହୋଇ ରଙ୍ଗପାଟ ଓଢ଼ଣୀ ଶରୀରେ,
ବିଞ୍ଚିଦିଏ ସେକାଳେ ମୁଁ କେଶର ଚାମରେ ।
ଘେରି ମୋତେ ଚଉପାଶୁଁ ରୁଦ୍ର ରୌଦ୍ରରେଖା,
ସପ୍ତ ମହାରଥୀ ଯଥା ଅର୍ଜୁନ-ନନ୍ଦନେ,
ବିନ୍ଧୁଥାଏ ଶତ ଶତ ଉତ୍ତପ୍ତ ଶଳାକା
ଅୟୋମୟ; ମାତ୍ର ତାହା ନ ମଣେ ମୁଁ ବ୍ୟଥା-
ତୁମ୍ଭ ସୁଖସ୍ପର୍ଶଭୋଳେ, ଜାଣ ତା ସକଳ ।
ଅଳିରାଜ, ବୋଳି ହୋଇ ମୋ ପୁଣ୍ୟ-ପରାଗେ
ଉଡିଯାଅ ଢ଼ଳି ଢ଼ଳି ମୋ ଅଙ୍କରୁ ଯେବେ
ମୋ ମଧୁ-ମଦିରାପାନେ, ପ୍ରାତଃସମୀରଣେ,
କି ଦୃଶ୍ୟ ସେ ଆହା, ନେତ୍ରମନ ବିଲୋଭନ,
ସେକାଳେ ସୁନ୍ଦରବର, ଦିଶ ତୁମ୍ଭେ ଯଥା
ପ୍ରେମର ବିଭୂତିବୋଳା ପ୍ରେମର ସନ୍ନ୍ୟାସୀ,
ମଧୁର ଝଙ୍କାରତବ ପ୍ରଣବ ଓଁ କାର ।
ନିରେଖି ତା, ଫୁଟିଉଠେ ଆନନ୍ଦ-ଆଲୋକ
ହୃଦେ ମୋର, ପଡ଼େ ମୁଖେ ଗୌରବ ଉଛୁଳି ।
ରାତ୍ରେ ଲାଗେ ନଭ ସଙ୍ଗେ ଜ୍ୟୋତ୍ସ୍ନାର ବିବାହ,
ମହୋତ୍ସବମୟ, କନ୍ୟାପିତାରୁପେ ଶଶୀ-
ତାରାକାନ୍ତ, ଉପବିଷ୍ଟ ପ୍ରଭୋ-ଦେବୀ ପୃଷ୍ଠେ,
ଚୌପାଶେ ଅସଂଖ୍ୟ ତାରା, ଯୌତୁକରତ୍ନ ସେ,
ଉଚ୍ଚାରେ ଧରଣୀ ବେଦମନ୍ତ୍ର, ସୁଗମ୍ଭୀରେ ।
ନବପତି ଅଙ୍କେ ବସି ଚନ୍ଦ୍ରିକା-ସୁନ୍ଦରୀ
ହସି ହସି ହେଉଥାଏ ପୁଲକେ ମୁର୍ଚ୍ଛିତା ।
ହେରି ଏ ଉତ୍ସବ ଲୀଳା-ସୁଖାମୃତ ବୋଳା,
ପଡିଯାଏ ମନେ ମୋର ବିବାହ ସମୟ,
ପ୍ରାତେ ମୋର ପିତା ହାୟ, ତୁମ୍ଭ ପୁଣ୍ୟକରେ
ସମର୍ପନ୍ତି କାନ୍ଦି କାନ୍ଦି, ପତ୍ରନିପତିତ
ଶିଶିର କଣିକାଛଳେ ଜନନୀ ମୋହର
ଲତାରାଣୀ, କଳସ୍ୱନ ସମୀରଣ-ମୁଖେ
କହନ୍ତି ତୁମ୍ଭଙ୍କୁ କେତେ ବୁଝାଇ ମଧୁରେ,
କ୍ଷମିବାକୁ ଶତ ତ୍ରୁଟି ଶତ ଅପରାଧ,
ତାଙ୍କର ଏ ପ୍ରାଣସମା ମାନିନୀ କନ୍ୟାର ।
ବରଣୀ ବ୍ରାହ୍ମଣ, ବ୍ରହ୍ମା, ପୁରୋହିତରୁପେ
ଉଚ୍ଚାରନ୍ତି ବିହଙ୍ଗମେ ବିହାରର ମନ୍ତ୍ର ।
ସେହି ସ୍ମୃତି,-କୀଟରୁପେ କାଟେ ମୋ ହୃଦୟ,
ତୁମ୍ଭର ବିରହ ଶୋକ ହରିନିଏ ପ୍ରାଣ,
ମାତ୍ର ମରି ସୁଦ୍ଧା ମୁହିଁ ନ ପାରେ ପାସୋରି
ତୁମ୍ଭଙ୍କୁ, କି ମୋହ ତୁମ୍ଭେ ଲଗାଇଛ ବନ୍ଧୁ,
ପୁଣି ଜନ୍ମ ଲଭେ ତୁମ୍ଭ ପଦସେବା ପାଇଁ,
ତୁମ୍ଭ ଲାଗି ନିତି ମରି ନିତି ହୁଏ ଜାତ ।
ଭାବେ ମନ-ଯାନେ ଚଢ଼ି ଯିବି ତୁମ୍ଭ ପାଶେ,
ମାତ୍ର ସେ ନ ପାରେ ବହି ଏ ପୋଡ଼ା ଶରୀରେ,
ବିନୟେ ପ୍ରାର୍ଥନା କରେ ପକ୍ଷୀଙ୍କି ବିଶେଷ,
ଡାକେ ହେ ବିହଙ୍ଗରାଜ, ଦୟା ବହି ତୁମ୍ଭେ
ପ୍ରଦାନ ତୁମ୍ଭର ପକ୍ଷ ମୋତେ, ଯାଏ ମୁହିଁ
ଉଡ଼ି ବନ୍ଧୁ କତି, କିନ୍ତୁ ବୃଥା ଏ ଯାଚଞା
ନ କରନ୍ତି କର୍ଣ୍ଣଦାନ କେହି ମୋ କଥାରେ ।
ଏକମାତ୍ର ଚକ୍ରବାକୀ, ସମଦୁଃଖୀ ମୋର,
ପ୍ରଦାନେ ସାନ୍ତ୍ୱନା ମୋର ଅଶାନ୍ତ ଜୀବନେ,
ଦୁଃଖୀ ସିନା ଉଣା କରେ ଦୁଃଖିଦୁଃଖଭାର ।
ଭାଷେ ସେ କୋମଳେ- ‘‘ଭଗ୍ନି, ନୃହକ୍ଷୂର୍ଣ୍ଣମନା
ଏ ପୋଡ଼ାକପାଳୀ ସୁଦ୍ଧା ସମଦଶାପନ୍ନ
ତୋର, ବେନିଙ୍କର ଭାଗ୍ୟ ଗଢ଼ିଛି ବିଧାତା
ଏକ ଉପାଦାନେ, କିବା ପ୍ରବୋଧିବି ତୋତେ ?
ନ କର ଦୁଃଖକୁ ଭୟ, ନୁହେଁ ସେ ଅଶିବ,
ଦୁଃଖଭୋଗେ ହୁଏ ଆତ୍ମା ସ୍ୱଚ୍ଛ ପରିଶୁଦ୍ଧ,
ଅଗ୍ନି ସିନା ସ୍ୱର୍ଣ୍ଣେ କରେ ନିର୍ମଳ ଉଜ୍ଜଳ ।
ଦୁଃଖଦ୍ୱାରା କରି ହୁଏ ସୁଖ ଉପାର୍ଜନ,
ନ ବୁଡିଲେ ସିନ୍ଧୁଗର୍ଭେ ଶ୍ୱାସକ୍ରିୟା ରୋଧି,
କେ କରିବ ଉପଲବଧି ମୃକୁତା ପ୍ରବାଳ,
ନ ସହିଲେ କଣ୍ଟାକ୍ଷତ ନୁହେଁ କୋଳି ଲାଭ,
ଦୁଃଖ ପଛେ ଥାଏ ସୁଖ, ନିୟତି ନିୟମେ,
ରାତ୍ରି ପଛେ ଦିବା ଯଥା କିମ୍ବା ଶୀତ ପଛେ
ଥାଏ ଯଥା ମଧୁମୟ ସୁଖଦ ବସନ୍ତ ।
ଧୈର୍ଯ୍ୟ ଧରି କିଛି କ୍ଷଣ ରହ ଲୋ ଭଉଣି,
ନିଶା ଅବସାନ ସହ ହେବ ଅବସାନ
ଦୁଃଖ ଆମ୍ଭ ବେନିଙ୍କର, ଆଣି ଦେବ ଉଷା,
ନବୀନ ଜୀବନ ସଙ୍ଗେ ଜୀବନ-ବାନ୍ଧବେ ।’’
ଏହି କାଳେ ତରୁଚୁଳୁଁ ହୁଁହୁଁଆ * ଘରଣୀ,
ହୁଁ ହୁଁ ଶବ୍ଦେ ସମର୍ଥିଲା ରଥାଙ୍ଗୀ ବଚନେ,
ତହୁଁ ମୁଁ ଆଶ୍ୱସ୍ତ ହୋଇ ଉତ୍ପକ୍ଷ୍ମ ନୟନେ,
ଚାହିଁଅଛି ଉଷାପଥ, କରିବ ସେ ଉଦେ
ତପନଦେବଙ୍କ ସହ ମୋ ପ୍ରାଣ-ତପନେ ।
ବିଭାବରୀ ଦେବୀ ପଦେ ଅବନତ ଶିରେ
କରୁଛି ଜଣାଣ, ଶୀଘ୍ର ପ୍ରଭାତିବା ପାଇଁ,
ଭୁକ୍ତଭୋଗୀ ଠାକୁରାଣୀ, ଅଛି ତାଙ୍କୁ ଜଣା
ବିରହ-ଯନ୍ତ୍ରଣା, ଦିନେ ଭୋଗନ୍ତି ସେ ତାହା,
ବାନ୍ଧିଛି ମୁଁ ଆଶା, ସ୍ୱୟଂ ବିରହିଣୀ ହେତୁ
ବିହିବେ ସେ କୃପା ନିଶ୍ଚେ ସମଦୁଃଖୀ ପ୍ରତି ।
କଳାହେତୁ ମତ୍ସରୀଏ ନିନ୍ଦନ୍ତି ତୁମ୍ଭଙ୍କୁ,
କୋଟି ତୁଣ୍ଡ କୋଟି ଜିହ୍ୱା ଜନାପ୍ରବାଦର,
କେ ରୋଧିବ ତାହା, ଯାଏ ନାହିଁ ରୁପେ ଚିହ୍ନା
ବିଶେଷତ୍ୱ କା‘ର; ମାତ୍ର ଚିହ୍ନାଯାଏ ଗୁଣେ,
ଗୁଣ ଯାର ଶୁଭ୍ର, ହେଉ ପଛେ କଦାକାର
ସୁନ୍ଦର ସେ-ସୁନ୍ଦରର ସୁନ୍ଦର ଭୂଷଣ ।
ଅନାଦାରେ କେବେ କି ହେ କଳା ବୋଲି କେହି
ମଣିବର ଇନ୍ଦ୍ରନୀଳେ, ବରଞ୍ଚ ତାହାକୁ
ବହନ୍ତି ରାଜନ୍ୟବୃନ୍ଦ ବକ୍ଷେ, ଶରୋଦେଶେ ।
ଗୁଣିଗଣ-ଶିରୋମଣି ତୁମ୍ଭେ ଗୁଣମଣି,
ଅନିନ୍ଦ୍ୟ ସୁନ୍ଦରରୁପେ ନିରେଖି ତୁମ୍ଭଙ୍କୁ
ଫୁଟି ଉଠେ କବିଙ୍କର କଳ୍ପନା-ସୁମନ-
ହେ ସୁମନ ମନୋହର ବାସ୍ତବ ବୃନ୍ତରେ ।
କଳା ରୁପ ନୁହେଁ ନିନ୍ଦ୍ୟ, କେ ନିନ୍ଦେ କୋକିଳେ ?
ମହତର ବର୍ଣ୍ଣ ସିନା କୃଷ୍ଣ ଏ ଜଗତେ,
ଅନନ୍ତ ଆକାଶ କୃଷ୍ଣ, କୃଷ୍ଣ ମହାସିନ୍ଧୁ,
(ସ୍ଥିତ ଯା ଉଦରେ କୋଟି କୁବେରର ନିଧି)
ଘନ କୃଷ୍ଣ, ଗିରି କୃଷ୍ଣ, ଆଉ ଆନ କଥା,
ଜୁହାରେ ଜଗତ ଯାଙ୍କ ପୁଣ୍ୟ ପଦମୂଳେ,
ଜଗତ ଭରସା ସେହି ଦେବ ଜଗନ୍ନାଥ
ନୀଳାଦ୍ରି କେଶରୀ, ବିଜେ କୃଷ୍ଣରୁପ ଧରି ।
ପରମା ପ୍ରକୃତିରୁପା କରାଳୀ କାଳିକା
ଆଦ୍ୟା ଶକ୍ତି, ମହାବିଦ୍ୟା, ଦେବାରାଧ୍ୟା ଦେବୀ
ଆସକ୍ତ ଅସିତରୁପେ ଅତସୀ-ଗଞ୍ଜିତ ।
ନୁହେଁ କଳା ଅସୁନ୍ଦର, କି ସୁନ୍ଦର ଆହା
କେଳିକଣ୍ଠ, କୁରଙ୍ଗୀର ଢ଼ଳ ଢ଼ଳ ଡ଼ୋଳା,
କେଡେ ରମ୍ୟ ସୁନ୍ଦରୀର କୁଞ୍ଚିତକୁନ୍ତଳ,
କେତେ ବା କହିବି ଆଉ, ହେ ସୁନ୍ଦରମଣି,
ଯାହା ସବୁ ମୂଲ୍ୟବାନ ସୌନ୍ଦର୍ଯ୍ୟ-ସୃଷ୍ଟିରେ,
କୃଷ୍ଣକାନ୍ତ, ତାହା ତୁମ୍ଭ କାନ୍ତିରେ ଗଠିତ ।
କି ମଧୁର ସ୍ୱର ତବ ହେ ଗାୟକରାଜ,
ମଧୁର ଯେସନ ଋଷି ଉପଦେଶ କିମ୍ବା
ସ୍ୱଜନ ବେଭାର, କେଡ଼େ ଶ୍ରୁତିବିନୋଦନ
ସା ରି ଗ ମ ପ ଧ ନି ସା ସ୍ୱରର ଆଳାପ ।
ହେ ସଙ୍ଗୀତବିଶାରଦ, ମଣେ ମୁଁ ତୁମ୍ଭଙ୍କୁ
ସାଙ୍ଗୀତିକ ପ୍ରତିଭାର ନିସର୍ଗ ମୁକୁର ।
ସରଳ ସଙ୍ଗୀତ ତବ ରସଭାବମୟ,
ପ୍ରେମେ ଢ଼ଳ ଢ଼ଳ, ଯଥା ଭକ୍ତର ଜଣାଣ;
ହେଉ ପଛେ ଦୁର୍ବୋଧ୍ୟ ସେ ଅଥବା ଅସ୍ପଷ୍ଟ;
ମାତ୍ର ତାହା ନବବାଣୀ ନବଜୀବନର ।
ପ୍ରଚ୍ଛନ୍ନ ସେ ବାଣୀ ମଧ୍ୟେ ଯେ ପରମ ବାଣୀ,
ଅବାଣୀର ବାଣୀ ତାହା, ଭାଷାର ସେ ଭାଷା ।
ସେବାଦାସୀପଣେ ଖଟି ବୀଣାପାଣି ପାଦେ
ଶୁଣିଛି ବୀଣାର ସ୍ୱର, କିନ୍ତୁ ଶିଳୀମୁଖ,
ନାହି ତହି ତବ କଣ୍ଠ ବୀଣାମଧୁରିମା,
ତବ ସ୍ୱର ତୁଳନାରେ ତୁଚ୍ଛ ମଣେ ତାହା ।
ହେ ଗନ୍ଧର୍ବରାଜ, ଖରେ ବାହୁଡି ପ୍ରବାସୁ,
ଟଙ୍କାରି ଅମୃତ ତନ୍ତ୍ରୀ, ଅଜାଡ଼ ଅମୃତ
ତୁମ୍ଭରି କିଙ୍କରୀ ଏହି ବନପୂସରୀ କର୍ଣ୍ଣେ,
ପୂର୍ଣ୍ଣ କର ପ୍ରଭୁ, ତାର ଅତୃପ୍ତ ଲାଳସା ।
ତୃତୀୟ ସର୍ଗ
(ଘନ ପ୍ରତି ଚାତକିନୀ)କି ଦୋଷେ ବିମୁଖ ତୁମ୍ଭେ ଜୀମୁତରାଜ,ଜୀମୁତ-ଜୀବନା ଦୀନା ତାଚକିନୀ ପ୍ରତି-ଚିର-ତୁଷା-ଆତଙ୍କିନୀ, ତବ ପଦାଶ୍ରିତା ।ବିଷମ ପିପାସା ମୋର, ମେଣ୍ଟେ ନାହିଁ ତାହା-ପାପ-ଉଷ୍ଣ ଧରା-ନୀରେ, ଅପୂତ, ଦୁଷିତ,ହେ ବାରିଦ, ତୁମ୍ଭ ପୁଣ୍ୟ ପ୍ରେମ-ବାରି ବିନା ।ତୁମ୍ଭ ପରି ବଡ଼ଲୋକେ ଆଶ୍ରା କରି ହାୟପୁରାଏଁ ଉଦର ମୁହିଁ ଆଶାରେ କେବଳ,ଆଶା ସିନା ଶୂନ୍ୟଫଳ ବ୍ୟର୍ଥ ତପସ୍ୟାର,କିମ୍ୱା ଇନ୍ଦ୍ରଜାଲ-ସ୍ୱପ୍ନ, ସତ୍ୟସତ୍ତାଶୂନ୍ୟ ।ପ୍ରତିପାଳ ତୁମ୍ଭେ, ଦେବ, ବିଶ୍ୱଚରାଚରେ,ପ୍ରଜାରୁପେ ଅର୍ପ ତୁମ୍ଭେ ପ୍ରତାପୀ ବାରୀଶେବାରି-କର, ଆଉ ଯେତେ ଜଳାଶୟ, ସର୍ବେତୁମ୍ଭ ଯୋଗେ ଧନୀ,ଏକା ଏ ହତଭାଗିନୀ,ଦୁଷ୍ଟ ରୁଷ୍ଟ ଭାଗ୍ୟଦେଦ ତୀବ୍ର ଅଭିଶାପେବଞ୍ଚିତ କେବଳ ତବ କୃପା-କଣିବାରୁ ।କୃପଣ, ପ୍ରତିଷ୍ଠାକାମୀ ନୃପ ଆମନ୍ତ୍ରଣେବର୍ଷିଯାଏ ତୈଳ ରାଶି ତୈଳାକ୍ତ ମସ୍ତକେ,ମାତ୍ର ପଦାଶ୍ରିତ ଭୃତ୍ୟ ମରେ ଉପବାସେ,ତାହା ତାର ଭାଗ୍ୟଦୋଷ, କହିବ କାହାକୁ !ଏହା ଭିନ୍ନ ନିଜ ପ୍ରତି ନିଜର ସାନ୍ତ୍ୱନାକି ଅଛି ତାହାର, ହାୟ, ବିଶ୍ୱଭାଷାକୋଷେ ।ନ ଜାଣ କି ପ୍ରଭୁ ତୁମ୍ଭ କୃପାଜଳ ଭିନ୍ନଅମୃତ ମୋ କଚି ତୁଚ୍ଛ, ଆମନ୍ତ୍ରେ ତଟିନୀମୋତେ, ମୃଦୂ କଳ ସ୍ୱରେ, ବିନୟେ,ସାଗ୍ରହେ,ପାନାର୍ଥେ ସଲିଳ ତାର; କିନ୍ତୁ ଘନବର,ରସେ କି ଭକ୍ତିର ଚିତ୍ତ ହରିସଂକୀର୍ତ୍ତନ-ବିନା ଗ୍ରାମ୍ୟଗୀତରସେ, କହେଁ ମୁଁ ତାହାକୁ-ନଗେନ୍ଦ୍ରନନ୍ଦିନି ! ଧନ୍ୟ ମହତ୍ତ ଲୋ ତୋର,ତୋ ଆଦରେ, ଶିଷ୍ଟାଚାରେ ଋଣୀ ମୁ ସତତ,ମହତର ବନ୍ୟା ତୁହି, ସ୍ୱଭାବେ ମହତ,ବିଦିତ ମହତ ସିନା ମହତର ମାନ ।କିନ୍ତୁ ସଖି, ଜାଣୁ ତୁ ତ ମହାବ୍ରତ ମୋର,ନ ଛୁଏ ମୁଁ ମର୍ତ୍ତ୍ୟନୀର, ହେଲେ ସୁଦ୍ଧା ପ୍ରାଣକଣ୍ଠାଗ୍ରତ, ସୁବିଶୁଦ୍ଧ ଥିଲା ତୋର ଜଳଆସିବା ସମୟେ; ମାତ୍ର କଳୁଷିତ ଏବେପାର୍ଥିବ ପ୍ରାକୃତ ଦ୍ରବ୍ୟେ, ଦହି ରବିକରେନ ହେଲେ ସେ ପରିଶୁଦ୍ଧ ପୁନର୍ଜନ୍ମଦ୍ୱାରା,ହେବ ନାହିଁ ଭୋଗ୍ୟ ମୋର କିମ୍ୱା ସ୍ପଶନୀୟ ।ସେହିପରି ସରସୀକି ପ୍ରବୋଧେ ଆବର,କମଳପ୍ରସୁତେ, ବୃଥା ଆହ୍ନାନ ତୋହର,ବିଶୃଦ୍ଧ ଗୋଦୁଗ୍ଧପାୟୀ ଶାରିକା ବିହଗୀକରେ କି ମଦିରାପାନ,ଆଚ୍ଛା, କହ ଭଲାପଚାର୍ରେ ତୋ କଆ ତୋତେ, ତୋ ବକ୍ଷରୁ କେହିତୋତେ କି ଶୈବାଳ, ପଦ୍ମ କୁମୁଦ ଉପେକ୍ଷି ?ଡ଼ାକେ ପୁଣି ମହାସିନ୍ଧୁ, ଗରଜି ଗମ୍ଭୀରେ,କହେ ମୁଁ ତାହାକୁ, ଅତି ସମ୍ପଦରେ କଟୁତୁହି ବାରିରାଜ, ଅତି ସମ୍ପଦେ ଯେସନେଦୂଷିତ ଧନିକ ଜନ, ଧନ ଗର୍ବମତ୍ତ ।ସିନ୍ଧୁରେ କି କାର୍ଯ୍ୟ ମୋର, ଲୋଡ଼ା ମାତ୍ର ବିନ୍ଦୁ,କାହାର ବା ରୁଚିପ୍ରଦ ଳବଣାକ୍ତ ଜଳ ?ହେ ନୀକନୀରଦବର, ଚାତକିନୀ-ବାଞ୍ଚା,ପ୍ରଦାନି ଦର୍ଶନ, ରଖ ଏ ଦାସୀ ଜୀବନବିନ୍ଦୁଏ ଜୀବନ ଦାନେ, ବୋଇବ ବା ତୁମ୍ଭେ-‘‘ଦୁରସ୍ଥ ଜନର କାହିଁ ସାକ୍ଷାତ ସୁଲଭ ।’’କିନ୍ତୁ ଭାବି ଦେଖ ନାଥ, ତୁମ୍ଭ ତହୁ ବଳିଦୂରବର୍ତ୍ତୀ ବିବାକର,- କମଳବାନ୍ଧବ,ତଥାପି ସେ ନିତ୍ୟ ଆସି, ନ ଡ଼ରି କ୍ଳାନ୍ତିକିଆମ୍ବୋଜିନୀ-ବିମ୍ବାଧର ଚୁମ୍ବନ୍ତି ଆଦରେ ।ତୁମ୍ଭଠାରୁ ବହୁ ଊର୍ଦ୍ଧେ ନିବସନ୍ତି ଶଶୀ,ଶୋଭା-ଖଣି ଶ୍ରେଷ୍ଠମଣି ଚନ୍ଦ୍ରି କାବଲ୍ଲଭ,ଶୁଣନ୍ତି ସେ କୁମୁଦିନୀ ନୀରବ ଆହ୍ୱାନ ।ପ୍ରୀତିର ସରଣୀ, ନାଥ, ନୁହୁଇ ତ ଦୂର,ଅଛି କି ହେ ଦୂର ଶବ୍ଦ ପ୍ରୀତି-ଅଭିଧାନେ ?ଅଥବା ଘନେଶ, ତୁମ୍ଭେ ବୋଲିବ ଏମନ୍ତ,-ଆଜ୍ଞାବହ ସେବକର କାହିଁ ସ୍ୱାଧୀନତା,ଯନ୍ତ୍ରପିତୁଳୀ ସେ, ଚଳେ ଯନ୍ତ୍ରର ସଙ୍କେତେ ।କିନ୍ତୁ ଦେବ, ପଚାରେଁ ମୁଁ କଥାଏ ତୁମ୍ଭଙ୍କୁ,କାହାର ଅଧୀନ ତୁମ୍ଭେ, କିଏ ତବ ପ୍ରଭୁ,ତମ୍ଭେ ହିଁ ତୁମ୍ଭର ପ୍ରଭୁ, ତୁମ୍ଭର ଅଧୀନ,ଯଦି କହ ପ୍ରକୃତିର ଆଜ୍ଞାଧୀନ ତୁମ୍ଭେ,ସେ ତ ତୁମ୍ଭ ମାତା, ଖେଳିବାକୁ ମାତା କୋଳେଯାଚେ କି ସନ୍ତାନ କେବେ ଜନନୀ ଆଦେଶ ?ଦିଅନ୍ତା ବିଧାତା ଯେବେ ନବଦୃଷ୍ଟି ମୋତେ,ହୁଅନ୍ତି ତେବେ ମୁଁ ତୁଷ୍ଟ ତୁମ୍ଭଙ୍କୁ ନିରେଖି,ନତୁ ଶକ୍ତି ଥିଲେ, ଯାନ୍ତି ଉଡ଼ି ତବ ପାଶେ,ହେଉ ପଛେ ଯେତେ ଦୁର, ନ ଥିଲା ମୋ ଭୀତି,ଶତଦଳ ତୋଳି ଯାଇ କେ ଡ଼ରେ କଣ୍ଟକେ,କି କରିବି କ୍ଷୁଦ୍ରପ୍ରାଣେ ଦୁର୍ବଳ ମୋ ଡେଣା ।କାହିଁ ସେହି ଯୋଗବିଦ୍ୟା, ଯେ ବିଦ୍ୟାପ୍ରଭାବେଥିଲା ମୋ ଭାରତମାତା ଜୀବନ୍ତା ଜଗତେ,ଯେ ବିଦ୍ୟା ପ୍ରଭାବେ ନମେ ସର୍ବ ଦେଶ, ଜାତିକଳ୍ପତରୁ ଭାରତର ପୂଣ୍ୟ ପଦମୂଳେ,ଯେ ବିଦ୍ୟା ପ୍ରସାଦେ ନର ହୁଏ କାମଗତି,ସେ ବିଦ୍ୟା ଯଦ୍ୟପି କେହି ଦିଅନ୍ତା ଶିଖାଇମୋତେ ଯାନ୍ତି ଏହି ଦଣ୍ଡେ ଉଡ଼ି ତବ କତି ।କଠିନ ହୃଦୟ ତବ, କିଂପା ବା ନ ହେବ,କହେ ଯେ କଠୋର ବଜ୍ରେ, ସ୍ୱତଃ କଠୋର ସେ,ମାତ୍ର ସେହି କଠୋରତା ମଧ୍ୟେ ଅବସ୍ଥିତଅମୃତର ମଧୁଚିତ୍ର, ତାହା ଏକା ବନ୍ଧୁ,ତବ ବିଶେଷତ୍ୱ, ମୋର ଗର୍ବର କାରଣ ।ଡାକେଁ ମୁଁ ତୁମ୍ଭଙ୍କୁ ସଦା ଆତୁର କଣ୍ଠରେ,ଶୁଣ ନାହିଁ ତୁମ୍ଭେ ତାହା, ଶୁଣେ ପ୍ରତିଧ୍ୱନି-ଆାକାଶନନ୍ଦିନୀ, ଯାଏ ନିଦ୍ରା ଭାଙ୍ଗି ତାରମୋ କାତର କୋତାହୁଳେ, ଉଠି ବସେ ଖରେ ।ବଡ଼ ହୁଟିଆଣି ଦୁଷ୍ଟା, ଲଗାଏ ସେ ହଟ,‘‘ବନ ଦିଅ, ବନ ଦିଅ ’’ଶୁଣି ମୋ ତୁଣ୍ଡରୁ,ନିଷେଧେ ପାପିଷ୍ଠା କହି ‘‘ନ ଦିଅ, ନ ଦିଅ,’’ଅମଙ୍ଗଳ-ଧୂମକେତୁ ମୋ ଭାଗ୍ୟ-ନଭେ ସେ ।ଦେଖି ନଷ୍ଟା ପିଶାଚୀର ଏ ବ୍ୟର୍ଥ ବୈରତାଧିକ୍କାରେ ମୁଁ ଦୁରଦୃଷ୍ଟେ, ଦୁଃଖେ ତାପେ ଶୋକେ,ହୋଇ ତହୁଁ ବିହ୍ୱଳିତ, କହେଁ ମୁଁ ଆକାଶେବିନୟେ କାତରେ, ହାୟ, ପୃର୍ଣ୍ଣାଶ୍ରୁ ନୟନେ,-ଶବ୍ଦବହୁ ! ତୁମ୍ଭ କୋଳେ ଶବ୍ଦର ଉତ୍ପତ୍ତି,ସ୍ଥିତି, ଇୟ, ବହୁ ତୁମ୍ଭେ ଭକ୍ତର ପ୍ରାର୍ଥନାଭକ୍ତଭାବଗ୍ରାହୀ ପ୍ରଭୁ ଆତ୍ମାରାମ ପଦେ,ବହିନିଅ ଅନମ୍ବର, ମୋ କ୍ରନ୍ଦନ ଧୁନିମୋ ପ୍ରାଣେଶ ପାଶେ, ଦୟା ବହି ଦୀନା ପ୍ରତି ।କିନ୍ତୁ ବୃଥା ଏ ଯାଚଜ୍ଞା, ବିଫଳ ମିନତି,ଚିର ମହାଶୂନ୍ୟାୟିତ ହୃଦୟ ଯାହାର,ବାହୁଁ ବା ସେ ତରତିବ ଅବଳା ବିକାପେ ?ତହୁଁ ଡାକି କଳ୍ପନାକୁ କହେ ହାତ ଧରି,-ଶୂନ୍ୟସୂତେ ! ଅବାରିତ ଗତି ତୋର ଭବେ,ନ ପଶେ ଅନିଳ ଯହି ନ ପଶେ ମୟୂର,ଅବହେଳେ ତହିଁ ତୁହି ପଶି ପାରୁ ସହି,କିସ ବା ଅସାଧ୍ୟ ତୋର, ସୃଜି ପାରୁ ତୁହିମୃହୁର୍ତ୍ତକେ କୋଟି ବିଶ୍ୱ, କୋଟି ରବି ଶଶୀ,ନଭେ ସୃଜି ସ୍ୱର୍ଣ୍ଣ-ସର, ଫୁଟାଉ ତହିରେସ୍ୱର୍ଣ୍ଣଶତଦଳ, ସ୍ୱର୍ଣ୍ଣ କୁମୁଦ, କହ୍ଳାର,ଭୂତଳେ ଉଦୟ ତାରା ତୋହରି ପ୍ରସାଦେ ।ନିମେଷେ ତୁ ଭ୍ରମପାରୁ ଅସଂଖ୍ୟ ବ୍ରହ୍ମାଣ୍ଡ,ଯା ଲୋ ସଖି, ଦୃତୀରୂପେ ଜଳଧର ପାଶେ,ନ ଗଣୁ ତୁ ଶ୍ରମ ଶ୍ରାନ୍ତି, କି ଦୁଃଖ ତୋହର,ତଥାପି ଯଦ୍ୟାପି ହୁଏ ଭୁଞ୍ଜିବାକୁ ଦୁଃଖ,ସହିବୁ ତୁ ତେବେ ତାହା ମୋ ଦୁଃଖ ସୁମରି,ମହତ ଯେ, ପରଦୁଃଖ ଫେଡ଼ିବାକୁ ଯାଇ,ନିଜେ ଦୁଃଖ ସହିବାକୁ ନୁହେଁ ସେ କାତର ।ବିଶ୍ୱ-ଚକ୍ରବର୍ତୀଙ୍କର ଉଚ୍ଚକର୍ମଚାରୀକାନ୍ତ ମୋର, ନ ବସିବେ ନୀଚ ସ୍ଥାନେ କେବେ,ବିଶେଷତଃ ଦେବତା ସେ, ନ ଛୁଅନ୍ତି ଧରା,(ବାସନା-ବିଷୟ-ବିଷେ ବିଦିଗ୍ଧ ପାପାକ୍ତ)ମାଟିର ଏ ଧରା ସିନା ମାଟିଦେହ ପାଇଁ ।ଥିବେ ସେ ଦ୍ୱିତୀୟ ସ୍ୱର୍ଗ ହିମଦ୍ରି ଶିଖରେ,-ଭାରତ-ମହିମା-ଶକ୍ତି ମହା ମାନଦଣ୍ଡ,ଯହିଁ ଯକ୍ଷାବାଳାକୁତ କ୍ରୀଡ଼ନ୍ତି ହରଷେକଷିତ-କାଞ୍ଚନ-କାନ୍ତ କାଞ୍ଚନ ଶୃଙ୍ଗରେ,ଅର୍ଚ୍ଚନ୍ତି ଅମରୀବୃନ୍ଦ ଗଉରୀଶଙ୍କରେ-ଗଉରୀଶଙ୍କର ବୃତେ, ଅର୍ପି ଗିରିଫୁଲ,ରଜତତୁଷାରଚୁଡ଼ ଧବଳ ଶିଖରୁଆସି ଗିରିରାଣୀ, ତାଙ୍କୁ କରନ୍ତି ସତ୍କାର,ତହିଁଯାଇ ମୋ ସନ୍ଦେଶ ଅର୍ପିବୁ ଜୀବେଶେ ।ଯା ଲୋ ଚାଲି, କେ ରୋଧିବ ଗତିପଥ ତୋର,ମହାପ୍ରବଳା ତୁ ଦେବି ! ଜଗତେ ଅଜେୟା,କାମଗତି, କାମଗତି ଯଥା ପ୍ରଭଞ୍ଜନ ।ତଥାପି ରୋଧିବ ଯଦି ଗତି ଅରଣ୍ୟାନୀକଣ୍ଟକ ଆୟୁଧବତୀ, କହିବୁ ତାହାକୁ,-ଘନରାଜମହିଷୀର ପ୍ରିୟ ଦୁତୀ ମୁହିଁ,ଯେଉଁ ଘନ ତୋହର ଲୋ ଶ୍ରୀ-ସମ୍ପଦଦାତା,ପ୍ରାଣଦାତା ପରିପୁଷ୍ଟା, ଯାହାର ପ୍ରସାଦେଧରଣୀ-କୁନ୍ତଳମଣି କୁସୁମ ସୁନ୍ଦରୀତୁସେ ତୋର କୋଳେ ବସି, ଯାହାର ପ୍ରସାଦେଧନବତୀ-ପୁତ୍ରବତୀ, ଭାଗ୍ୟବତୀ ତୁହି,ତାହା କାର୍ଯ୍ୟେ ବାଧାଦାନ ଉଚିତ ତୋର ?ହେବୁ କି ତୁ ଅପରାଧୀ ଉପକାରୀ ପାଶେ,ନୁହେଁ ତାହା ଧର୍ମ, କିପାଁ ଆଚରି ଅଧର୍ମଛେଦିବୁ ଆପଣା ହାତେ ଆପଣାର ଗଳା,କିପା ଏ କୁବୁଦ୍ଧି ତୋର, ପାଦପ-ପ୍ରସ୍ତୁତେ,ଜଳର ବିରୋଧୀ ହେଲେ ବଞ୍ଚିବ କି ମୀନ,କୃତଜ୍ଞତା ପ୍ରଦର୍ଶନ କୃତଜ୍ଞର ବିଧି ।କହିଲେ ତୁ ଏହା, ନିଶ୍ଚେ ଛାଡ଼ିବ ସେ ପଥ ।ରୋଧିଲେ ଶିଖରକୁଳ ଗତିପଥ ତୋର,ପ୍ରକାଶିବୁ ପରାକ୍ରମ, କେ ପାରିବ ତିଷ୍ଠିବିଶ୍ୱ-ବିଜୟିନୀ ଶକ୍ତି ଆଗେ ତୋର, ଦେବି !ଦହିବୁ ତା କଳେବର ସୃଜି ଦାବାନଜ,ସୂଜି ବଜ୍ର ବିଚୁର୍ଣ୍ଣିବୁ ମସ୍ତକ ତାହାର,ସୃଜିବୁ ଅନନ୍ତ ସେନା, ସୃଜିବୁ ଆୟୁଧ,କରିବୁ ସମର, ସୁଜି ରୁଦ୍ର ପ୍ରଭଞ୍ଜନ,ସମୂଳେ ଉପାଡ଼ି ତାକୁ ଫିଙ୍ଗିବୁ ସୂଦୁରେ ।ମଣିବୁ ତୁ ଅନୁଚିତ ଯଦି ଶୁଭକାର୍ଯ୍ୟେଅନର୍ଥ ଘଟଣା, ତେବେ ସାଧିବୁ କୌଶକେକର୍ମ, -ନ ଭାଙ୍ଗିବ ଯଷ୍ଟି, ନ ମରିବ ସର୍ପ ।କହିବୁ ଦେଖାଇ ଭୟ, ଘନଦୁତୀ ମୁହିଁଯେଉଁ ଘନ ସୂରେଶ୍ୱର ମଘବା ବାହନ,କି ବର୍ଣ୍ଣିବି ଅଧିକ ମୁଁ ମହେନ୍ଦ୍ର ପ୍ରଭାବ,ଭୁକ୍ତଭୋଗୀ ସ୍ୱୟଂ ତୁହି, ଭୁଲିଥାଉ ଯଦି,ସ୍ମର ପକ୍ଷେଚ୍ଛେଦ ଦଶା, ଅବଧି ସେ କ୍ଷତଅଶୂଷ୍କ ଶରୀରେ ତୋର, ଝରେ ତହୁ ସଦାଝରରୁପେ ଅସମ୍ଭାଳେ କୀଲାକ ପ୍ରବାହ ।ଜାଣିଲେ ଶଚୀଶ ଏହା, କାହିଁ ଛି ନିସ୍ତାର,ବଜ୍ରବାଣେ ଶିରଚ୍ୟୁତ ହେବ ତୋର ସ୍କନ୍ଧ ।କେ ନ ଡ଼ରେ ଇନ୍ଦ୍ରେ, ପୁଣି କେନ ଡ଼ରେ ବଜ୍ରେକଳ୍ପନେ, ଶୁଣିଲେ ଦୁଷ୍ଟେ ଭର୍ତ୍ସନା ତୋହରଉପୁଜିବ କ୍ରାସ ଚିତ୍ତେ, ହେବ ସେ ଅନ୍ତର ।ଚଳିଯିବୁ ତହୁଁ ଖରେ, ଦେଖିବୁ ଦୂରରୁଯୋଗିବର ହିମାଳୟେ, ସାର୍ଥକିବୁ ନେତ୍ର,ହସି ଉଠୁଥିବା ଦେହେ କୁସୁମର ହାସ,ଶୋଭୁଥିବ ତାହା ଭକ୍ତ ବୈଷ୍ଣବ ଶରୀରେତିଳକର ମୁଦ୍ରା ଯଥା, ହରିନାମାଙ୍କିତ ।ଥିବେ ତା’ ଚୂଡ଼ାରେ ଘନ, ପ୍ରାଣଧନ ମୋର,ଶୋଭୁଥିବେ ଶୈଳଶିରେ ଶୁକ୍ଳରୁପ ଧରି,ଦିଶୁଥିବେ ଯଥା, ଆହା, ଧୂର୍ଜଟି ଜଟାରେରହିଛି ବହଳେ ଲାଗି ସୁରଧୂନୀ ଫେନ ।ନ ଦେଖିବୁ ଦୁର ଯେବେ ତହିଁ ଧୂମକାୟେନ କରିବୁ ବ୍ୟର୍ଥ ଶ୍ରମ ଗିରି-ଆରୋହଣେ,ଉଠିବୁ ଆକାଶେ ତହୁଁ, ନ ଛାଡ଼ିଲେ ପଥବାୟୁ, ମହାବଳୀ ଶୁର, କହିବୁ ତାହାକୁନୀରଦବାହୁନ ତୁହି, ମୁଁ ତା ପ୍ରିୟାଦୃତୀବାତୁଳ କି ଅନିଳ ତୁ, ପ୍ରଭୁପତ୍ରି କାର୍ଯ୍ୟେବାଧାଦେଇ ହେତୁ କିରେ ପ୍ରଭୁ ପଦେ ଦ୍ରୋହୀଶୁଣିଲେ ଏ କଥା ବାୟୁ ହେଇଯିବ ଆଡ଼,ଉଠିବୁ ତୁ ଊର୍ଦ୍ଧ୍ୱ ନଭେ, ତା ଊର୍ଦ୍ଧେ ତା ଊର୍ଦ୍ଧେ,ଅନ୍ୱେଷିବୁ ଶୂନ୍ୟେ ଶୂନ୍ୟେ ମହାଶୂନ୍ୟେ ଉଡ଼ି ।ଭେଟିଲେ ନୀରଦବରେ, କହିବୁ ବୁଝାଇ,-ଚାଡ଼କୀ-ରଙ୍କୁଣୀ-ଧନ ହେ ସୁନ୍ଦର ଘନ,ରଖିବାକୁ ବିରହିଣୀ ୟକ୍ଷିଣୀକୁ ଯାଇନାଶିବ କି ପରିଚାରୀ ପକ୍ଷୀଣୀ ଜୀବନ,କେଉଁ ଶାସ୍ତ୍ରନୀତି ଭଲା, ଆଶ୍ରିତେ ସଂହାରିପର ପ୍ରାଣରକ୍ଷା, କାହୁ ଶିଖିଲ ଏ ବିଦ୍ୟା,ମରିବ ସେ ଯଦି ତେବେ କାହାକୁଟି ଲଜ୍ଜା,ତୁମ୍ଭ ଅଭାବରେ ହାୟ ହୋଇଛି ତାହାରପରମ ସଙ୍ଖାଳୀ ତୁମ୍ଭ ସ୍ମୁତି ଅଶ୍ରୁ ବେନି,ସ୍ମୁତି ଅଶ୍ରୁ ହୋଇଯାଇ ବହୁଛି ନୟନୁତାର ଅବିରଳଧାରେ କି ଦିବା କି ଯାମୀ ।ହରିଛି ନିୟୁତି ସବୁ ସୁଖ ତାର, ମାତ୍ରହରି ନାହିଁ ସ୍ମୁତି ଚିରସଙ୍ଗିନୀ ସେ ତାର,ଛାଡ଼ିଯାନ୍ତି ମହୀରୁହେ ରକ୍ଷକ, କୁସୁମଫଳ, କିନ୍ତୁ ଛାଡ଼େ ନାହିଁ ଛାୟା କେଉଁ କାଳେ,ଛାଡ଼ିଗଲ ତୁମ୍ଭେ ଯଦି ଛାଡିଯାନ୍ତା ସ୍ମୃତି,କେମନ୍ତେ ବଞ୍ଚନ୍ତା ତେବେ ଅସହା ଅବକା ।ହେ ଜୀବନବହୁ, ତୁମ୍ଭେ ଜଗତ ଜୀବନେଜୀଆଅ ଜୀବନ ଦାନେ, ମଲେ ତୁମ୍ଭ ଲାଗିତୁମ୍ଭ ପ୍ରିୟା, ଏ ସୁଖ୍ୟାତି ରହିବଟି ଭବେ ?ତପ୍ତ ଅଶ୍ରୁ, ତପ୍ତ ଶ୍ୱାସ, ତପ୍ତ ହାହାକାରହେଇଛି ସମ୍ବଳ ତାର, କି କରିବ ହାୟ,ଦୁଃଖ-ଦେବତାର କ୍ରୋଧଦତ୍ତ ଦାନ ତାହା,ସହିଛି ନୀରବେ ସବୁ ଅଦୃଷ୍ଟେ ଆଦରି ।ପଣ କରି ବିରହିଣୀ ବସିଥିଲା ଦିନେ,-ଆଣିଦେଲେ ତୁମ୍ଭଙ୍କୁ କେ, ପୁରସ୍କରରୁପେଅର୍ପିବ ଜୀବନ ତାକୁ, ଭାବିଲା ପଶ୍ଚାତେତୁମ୍ଭେ ତ ଜୀବନ ତାର, ଦେବ କି ତୁମ୍ଭଙ୍କୁ,ଭାଙ୍ଗିଲା ପ୍ରତିଜ୍ଞା ତହୁଁ, ବିଦଂଶି ରସନା ।କି କହିବି ବାହୁଲ୍ୟେ ମୁ ମଘବାବାହୁନ,ଦୈନନ୍ଦିନ ଜୀବନର ସବୁ ଚିନ୍ତା ତାରଅର୍ପିଛି ସେ ତୁମ୍ଭ ପଦେ, ତା’ ଚିନ୍ତା-ମୁକୁରେତୁମ୍ଭ ପ୍ରତିବମ୍ବ ଭିନ୍ନ ପଡ଼େ ନାହିଁ କିଛି ।ମନ-ମୂର୍ତ୍ତିଯନ୍ତ୍ରେ ୨ ସଦା ଉଠେ ତବ ମୂର୍ତ୍ତି ।ଘନ, ତୁମ୍ଭ ପ୍ରଣୟିନୀ ବସି ଘନ ବନେ,କେତେ ଯେ ବିକଳେ କାନ୍ଦେ, ଜାଣେ ତାହା ମୁହିଁ,ଆବର ଜାଣନ୍ତି ଯେହୁ ବିଶ୍ୱ ଅନ୍ତର୍ଯ୍ୟାମୀ ।ଶୁଣି ମତ୍ତ ମାତଙ୍ଗର ଗଭୀର ଗର୍ଜନ,ଚମକି ଚୌଦିଗେ ଚାହେ, ତୁମ୍ଭ ଧ୍ୱନି ମଣି,ଜନ୍ନାଏ ମୟୂରୁପୁଚ୍ଛ ଇନ୍ଦ୍ରଧନୁ ଭ୍ରାନ୍ତି,ବାନ୍ଧି ପ୍ରାଣେ ପୃର୍ଣ୍ଣ ଆଶା, ଖୋଜିବୁଲେ ତହୁଅନନ୍ତ ଅନନ୍ତ ଗର୍ଭେ, ଉଡ଼ି ଇତସ୍ତତଃ,ଅବଶେଷେ କ୍ଳାନ୍ତିବଶେ ହୁଏ ସେ ମୂର୍ଚ୍ଛିତା,ନ ପାରିବି କହି ଆଉ ଅଭାଗୀ ଦୁର୍ଦ୍ଦଶା,ସରିଲେ ତା ହୁଏ ବକ୍ଷ ବିଦୀର୍ଣ୍ଣ ଶତଧା,ତୁମ୍ଭ ରୁଦ୍ର ବଜ୍ରାଘାତେ ଗିରିଚୁଡ଼ା ଯଥା,ଚାଲ ସେ ଦୁଗତି ତାର ଦେଖିବ ସ୍ୱନେତ୍ରେ ।ଏସନ ତିଆରି, ନାଥ, ପେଷେ କଳ୍ପାନାକୁ,କିନ୍ତୁ ହାୟ, କି କହିବି ସ୍ଫୁ ରୁ ନାହିଁ ଭାଷା,ନ ପଇ ସେ ତୁମ୍ଭ ଭେଟ ଫେରି ଆସେ ଦୁଃଖେ ।ଲାଗିରହିଅଛି ତବ ଶୋଭା ମୋ ନୟନେ,ଲାଗିରହେ ଗନ୍ଧ ଯଥା ହସ୍ତେ, ହେଲେ ଫୁଲହସ୍ତଚ୍ୟୁତ । ହସେ ଯେବେ ଚପଳା ସୁନ୍ଦରୀତୁମ୍ଭ କୋଳେ, ତରୁକୋଳେ ଯଥା କୁସୁମିତାଲତା, ଲମ୍ବିଥାଏ ବକ୍ଷେ ବିପୁଳ ଗୌରବେଇନ୍ଦ୍ରଧନୁ ବରମାଲ୍ୟ,-ଦିଗ୍ବଧୁପ୍ରଦତ୍ତ,କି ସୁନ୍ଦର ସେ ଲାବଣ୍ୟ, ସେ ଦୁସ୍ତ ଗରିମା,ବିରାଜିତ ପ୍ରାଣେ ମୋର ଅଦ୍ୟାପି ହେ ଦେବ,ଅକ୍ଷୟ ମହିମା ଧରି, ଚାହେଁ ମୁଁ ତୁମ୍ଭଙ୍କୁଅତୁପ୍ତ ଦିଦୁକ୍ଷାତୁର ନିର୍ନିମେଷ ନେହେଆକୁଳ ଆଗ୍ରହେ, ସେହି ଶୋଭାସ୍ମୃତି ହେତୁଏତେ ଦୁଃଖ, ତେବେ ସୁଦ୍ଧା ମୂଗ୍ଧ ଏ ଜୀବନ ।ଆଷାଢ଼ମାସରେ ଲାଗେ ମହାପୂଜା ତବ,ପ୍ରାବୁଟ-ପୁଜାରୀ, କରେ ବିଦ୍ୟୁତେ ଅତିକି,ବଜାଏ ମୃଦଙ୍ଗ ବଜ୍ର, ଦେଖେ ମୁଁ କୌତୁକେ,ଦେଖେ ଯଥା କମଳିନୀ ମୁଗ୍ଧ ନେତ୍ରେ ସୁର୍ଯ୍ୟେ,ଅଥବା ଶାରଦଲକ୍ଷ୍ମୀ ଉଜୂତ ଅଗସ୍ତ୍ୟେ ।ଚପଳା ସପତ୍ନୀଦ୍ୱେଷ ବହି ମୋ ଉପରେଢ଼ାଲୁଥାଏ କଟାକ୍ଷର ଅନଳପ୍ରବାହ,କିନ୍ତୁ ମୁଁ ନ ଗଣେ ତାହା, ନ ଡରେଂ କୁଳିଶେ,କରକାପାତକୁ ମଣି ପୁଷ୍ପବୃଷ୍ଟି ପ୍ରାୟ,ତୁଚ୍ଛ ମଣି କୋଟି କଷ୍ଟେ, କୋଟି ମୃତ୍ୟୁଭୟେବୁଲୁଥାଏଁ ଉଡ଼ି ତବ ଛାୟା ତଳେ ତଳେଟୋପାଏ ସଲିକି ଆଶେ, ଦିଅ ତୁମ୍ଭେ ତାହାଅଯାତିତେ, ପ୍ରିୟବର, ମଣେ ମୁଁ ତାହାକୁବିଧାତାର କୃପାମୃତ ମହାଦାନ ପ୍ରାୟ ।ସେହି ମହୋତ୍ସବ ସ୍ମୁତି ଦହୁଛି ଅନ୍ତରଏବେ, ତ୍ରୋଟରାଗ୍ନି ତରୁବରେ ଯଥା, ତହୁଁଆତ୍ମାର ଗୋପନ ବ୍ୟଥା ନ ପାରି ସମ୍ଭାଳି,ଲେଖିଲି ଏ ଲେଖ ଅଶ୍ରୁଜଳେ ଲୁପ୍ତାକ୍ଷରେଚନ୍ଦନ ପଲ୍ଲବେ, ହୁଏ ନାହିଁ ପଢ଼ି ଏହାନେତ୍ରେ, ପଢ଼ି ହୁଏ ମାତ୍ର ହୃଦୟ-ନେତ୍ରରେହୃଦୟବାନଙ୍କ ମଧ୍ୟେ ଶ୍ରେଷ୍ଠ ତୁମ୍ଭେ ଯେଶୁ,ତେଣୁ ମୋ ଭରସା- ପତ୍ର ପଢ଼ିବ ନିଶ୍ଚୟ ।