ଚତୁର୍ଥ ସର୍ଗ — ପ୍ରଣୟ-ଚିଟାଉ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
(ନିଶାନାଥ ପ୍ରତି ନିଶୀଥିନୀ)ପଡ଼େ କି ଏ ଦାସୀ ମନେ, ହେ କୁମୁଦକାନ୍ତ,ମହାକାଳ ଦେବକନ୍ୟା ଦୀନା ନିଶୀଥିନୀ,ଭୁଲିଥାଅ ଯଦି, ଘେନ ପ୍ରଣୟଚିଟାଉ,ତବ ପ୍ରିୟ ପ୍ରଣୟିନୀ କୁମୁଦିନୀ ଦେହୁଘେନି ପାଖୁଡ଼ାଏ, ତହିଁ ଲେଖିଲି ପତ୍ରିକାଚନ୍ଦନ ଆସବେ, ତବ ପୂରଣ ନିମନ୍ତେ ।ଗୁଡ଼ାଇଛି ସେ ପତ୍ରରେ ସପ୍ତଫେରା କରିପ୍ରଣୟ-କୁସୁମହାର, ଗୁନ୍ଥା ପ୍ରୀତି-ସୂତ୍ରେ ।ଫୁଟିଥିଲା ସେ କୁସୁମ ପ୍ରଣୟ-କାନନେ,ଅର୍ପିଲି ତା ପ୍ରଣୟର ଉପହାରରୂପେ ।ପିତା ମୋର କାଳରାଜ, ସ୍ୱଭାବେ ଅସୀମ,ଅମର,ଅମର ଯଥା ଅନନ୍ତ ଅମ୍ୱର,ଆବର ଅଜୟ, ଯଥା ମହାବୀର ସତ୍ୟ,ଅତୁଳ ପ୍ରତାପୀ, ତାର ଅଙ୍ଗୁଳି ସଙ୍କେତେତଳେ ବିଶ୍ୱ, ସର୍ବେ ବିକା ତାହା ପଦେ ସଦା,ମାତ୍ର ମୁଁ ତା କନ୍ୟା, ପିତୃ ଗୌରବ-ଗର୍ବିତା,ବିକା ତବ କାନ୍ତପଦେ । କାନ୍ତିକାନ୍ତ, ଘେନିସଦୟେ ମିନତି ମୋର, ବିଜେ ହୁଅ ଖରେ,ରଖିଛି ମୁଁ,-ତବପ୍ରାଣା ତବ ପ୍ରେମାଧୀନା,ସଜାଡ଼ି ଯତନେ ବହୁ ପୃଷ୍ପ, ତାରା-ଦୀପ,ଧୁପରୂପେ ପୁଷ୍ପଗନ୍ଧ, ପୂଜିବି ପୟର,ହୃଦୟର ପ୍ରେମସୁଧା ଅର୍ପିବି ନୈବେଦ୍ୟ,ହୋଇଛି ଦେବତାଶୁନ୍ୟ ହୃଦ-ସିଂହାସନ,ହେ ଦେବତା, ଖରେ ତହିଁ କର ଅଧିଷ୍ଠାନ ।ସଜାଇବି ମନୋମତ କୁସୁମଭୂଷଣେଶ୍ରୀଅଙ୍ଗ ତୁମ୍ଭର, ଦେବ, ପିନ୍ଧାଇବି ଶିରେକୁସୁମ କିରୀଟ,କରେ କୁସୁମ ବଳୟ,କୁସୁମ ଅଙ୍ଗଦ, ବର୍ଣ୍ଣେ କୁସୁମ କୁଣ୍ଡଳ,ଲମ୍ୱାଇବି ବକ୍ଷେ କୋଟି କୁସୁମର ହାରକୁସୁମକେଶରେ ଗୁନ୍ଥା, ଲମ୍ୱାଅ ଯେସନଚନ୍ଦ୍ରିକା ହୀରକହାର ତୁମ୍ଭେ ମୋ ଭରସେ,ଆବର ମୁଁ ନିଜେ ହୋଇ କୁସୁମ ନୂପରଖଟିବି ପୟରେ, ମୋର ଚିରସାଧ ଏହା ।ତୁମ୍ଭ ସେବାଦାସୀ ମୁହିଁ, ଭାଗ୍ୟଦୋଷେ ଏବେହୋଇଛି ମନର ଦାସୀ, ପାଳେ ତାର ଆଜ୍ଞା ।ଭାଗ୍ୟ ଯଦି ହୋଇଥାନ୍ତା ପଦାର୍ଥବିଶେଷ,ତେବେ ତାକୁ ଦଗ୍ଧ କରି ଶ୍ମଶାନ ଅନକେ,ନିକ୍ଷେପନ୍ତି ଭସ୍ମ ତାର ଚଣ୍ଡାଇ ଆଳୟେ ।କିପାଇଁ ପ୍ରଭାତ ଆସେ, ଅର୍ପିବାକୁ ପରାଦୁଃଖ ଏ ଦୁଃଖିନୀ ପ୍ରାଣେ, କିର୍ପା ହୁଏ, ହାୟ,ମିଳନ ସ୍ୱଳ୍ସାୟୁ, ଯଥା ଅଭିଶପ୍ତ ଜନ,ବିଧିର ବିଚିତ୍ର ବିଧି, କେ ବୁଝିବ ତାହା,କଲା ଯେ କାନନ- ଲକ୍ଷ୍ମୀ କୁସୁମେ କ୍ଷୀଣାୟୁ,ସୁଜିଲା ଆାବର ବଜ୍ରବଧୁ ବିଜୁଳିକି
(କାନ୍ତିକୁଳଠାକୁରାଣୀ) କ୍ଷଣପ୍ରଭା କରି,
ସବୁ ସୁସମ୍ଭବ ସେହି ବିଧି ବିଧାନର,
ସୁଷମା ସ୍ୱଳ୍ସାୟୁଷ୍ମତୀ ସୃଷ୍ଟିରେ ତାହାର ।
ଆଣିଦିଏ ଉଷା ନିତ୍ୟ ସମସ୍ତଙ୍କ ଭାଗ୍ୟେ
ନବ ଆୟୁ, ନବ ମୃତ୍ୟୁ ଦଗ୍ଧ ଭାଗ୍ୟେ ମୋର,
ହରି ସେ ମୋ ହର୍ଷ, ଯାଏ ହାହାକାର ଦେଇ ।
ନବ ପ୍ରଭାତର ନବ ମଙ୍ଗଳ ମୟୂଖେ
ଭଜ୍ମଳ ସକଳ ମୁଖ, ମଳିନ କେବଳ
ମୁଁ, ମୋ ପ୍ରାଣସଖୀ-ଦୀପଶିଖା, କୁମୁଦିନୀ,
ମଳିନ ଯେସନ ତୁମ୍ଭେ ରାହୁଗ୍ରାସ କାଳେ ।
ହେଲେ ସୁଦ୍ଧା କୁମୁଦିନୀ ସପତ୍ନୀ ମୋହର,
ସେବେ ମୋତେ ଭକ୍ତିଭରେ ଅଗ୍ରଜାସଙ୍କାଶ,
କେମନ୍ତେ ଶୁଝିବି ରୁଣ ତାର, ଗୁଣବତୀ
ଚିର ହିତୈଷିଣୀ ମୋର, ମୋର ଦୁଃଖେ ଦୁଃଖିନୀ,
ମିଶାଏ ମୋ ତପ୍ତାଶ୍ରୁରେ ତପ୍ତ ଅଶ୍ରୁଧାରା,
ଦୀର୍ଘଶ୍ୱାସେ ଦୀର୍ଘଶ୍ୱାସ, ସମ ଦୁଃଖିନୀ ସେ
ମୋର, ମାତ୍ର ଭୁଲି ନିଜ ଦୁଃଖ-ଦୁର୍ବିଷହ
ନିଏ ମୋର ଦୁଃଖ ନିଜ ଶରୀର ମଧ୍ୟକୁ,
ନେଲା ଯଥା ନିଜ ଦେହେ ପିତୃଜରା ପୁରୁ,
ସୁଖବେଳେ ମୋ ହାସରେ ମିଶାଏ ସେ ହାସ ।
ଏକେ ମୁଁ କୁରୁପା ଦୁଯେ ସଉତୁଣୀ ତାର,
ତଥାପି ସେ ବହେ ନାହିଁ ଇର୍ଷା କିମ୍ୱା ଘୃଣା,
ପ୍ରଣୟ ନ ଖୋଜେ ରୂପ, ଖୋଜେ ସେ ହୃଦୟ,
ଯେ ପ୍ରଣୟ ରୁପନ,ସେ ସାରଶୂନ୍ୟ, ମୋହ,
କୁତ୍ସିତ ସେ, ଗ୍ରାମ୍ୟପ୍ରୀତି ନାମାନ୍ତର ତାର,
ନାହିଁ ଯହିଁ ଆତ୍ମଦାନ ନୁହେଁ ସେ ପ୍ରଣୟ ।
ଆସ ବନ୍ଧୁ, ତୁମ୍ଭ ବିନା ଏ ଦଗ୍ଧ ହୃଦୟ
ଅନ୍ଧକାର ମୋର, ଦୁଷ୍ଟ ଅନ୍ଧକାର ଲୁଚେ
ତୁମ୍ଭ ଡ଼ରେ ଗିରିଖୋଲେ ଅଜ୍ଞାନ ଅନ୍ତରେ
ଅନୁପସ୍ଥିତିରେ ତବ ଗ୍ରାସେ ଆସି ମୋତେ ।
ଉଦ୍ଧାର ତା ଗ୍ରାସୂ ମୋତେ, ଉଦ୍ଧାରିଲେ ଯଥା
ଅନ୍ତର୍ଯ୍ୟାମୀ ନାରାୟଣ ଗ୍ରାହଗ୍ରାସୁଁ ରାଜେ ।
ଦେଖି ମୋ ଦୁର୍ଗତି ତମଃକୃତ, କାନ୍ଦେ ବାୟୁ
ହାୟ ହାୟ ରବେ,କାନ୍ଦେ ଶିବା-ମୋ ପ୍ରହରୀ
ଛାଡ଼ି ଉଚ୍ଚେ ଭୋ ଭୋ ରଡ଼ି, କାନ୍ଦେ ବନସ୍ପତି
ତୁଷାର କଣିକା ବ୍ୟାଜେ, ବର୍ଜି ପତ୍ର-ନେତୃ
ସମବେଦନାର ଅଶ୍ରୁ, ମହାମୂଲ୍ୟବାନ,
ଅମରମବାଞ୍ଚିତ ତାହା ତୀର୍ଥ ଜଳୁଁ ପୂତ ।
କେତେ ନତି କେତେ ସ୍ତୁତି କରେ ମୁଁ ଅନ୍ଧାରେ,
ଜନ୍ମେ ନାହିଁ ଦୟା ତେବେ ମତ୍ସରୀ ହୃଦୟେ,
ଲେପିଲେ ଛୁଚୁନ୍ଦ୍ରା ତେହେଁ କର୍ପୂର ଚନ୍ଦନ,
ହୁଏ ସିନା ପ୍ରକାଶିତ ଆତ୍ମନିର୍ବୋଧତା ,
ପ୍ରତିଲୋମକୂପ ଯାର ପୂର୍ଣ୍ଣ ପୂତିଗନ୍ଧେ,
କିରୂପେ ବା ପ୍ରବେଶିବ ସୁବାସ ତହିଁରେ ?
ଆସ ପ୍ରଭୁ, ଅର୍ପ ଭଣ୍ଡେ ସମୁଚିତ ଦଣ୍ଡ,
କୋଟିମୁନା ମୟୁ ଖାସ୍ତ୍ରେ ବିଦାର ତା ପିଣ୍ଡ,
ଢାଳିଦିଅ ସବୁ ହିମ, ଯା ଅଛି ଭଣ୍ଡାରେ
ସେ ପାଷଣ୍ଡ ମୁଣ୍ଡେ, ମରୁ ଦୁର୍ବୁତ୍ତ ପିଶାଚ ।
ରଣଜୟୀ ବୀର ପ୍ରାୟ ଆସ ନାଥ ଖରେ,
ଲମ୍ୱାଇ ବିଜୟମାଲ୍ୟ- ତାରବଳୀ ଛଳେ
ବିଜୟଗୌରବ-ସ୍ଫୀତ ବକ୍ଷୋଦେଶେ ତବ,
ବନ୍ଦାଇବି ତୁମ୍ଭଙ୍କୁ ମୁଁ ଖଦ୍ୟୋତ-ପ୍ରଦୀପେ,
ଜଳ କରି ରଖିଅଛି ପ୍ରାଣେ ତରଳାଇ,
ଧୋଇଦେବି ତହୁଁ ତବ ଦେହୁଁ ଅସ୍ତ୍ରକ୍ଷତ,
ଅଙ୍ଗଲିପ୍ତ ଶୁଷ୍କରକ୍ତ-ପାଣ୍ଡୁର କୃଷ୍ଣାଭ,
ଆଭାସେ ଯା ଅଙ୍କେ ତବ କଳଙ୍କସଙ୍କାଶ,
ବାସୀର ଶୀତଳ କର ପରଶେ ପ୍ରାଣେଶ,
ଦୂର ହେବ ରଣପ୍ରାପ୍ତ ଶ୍ରୀଅଙ୍ଗ ଆୟୁସ ।
ଚାହିଁ ଚାହିଁ ଗତିପଥ ଆମବାସ୍ୟା ଦିନ
ହୁଏ ଚକ୍ଷୁତାରା ମ୍ଳାନ, ଶୁଖେ ନେତ୍ରୁ ନୀର,
କେତେ ଯେ ଆଶଙ୍କା ଗଣେ, କି କହିବି ତାହା,
ହାୟୁ, ପୋଡ଼ା ମନେ ଆଗେ ଆସେ ପାପଚିନ୍ତା,
ଭାବେ ଅବା ଆକ୍ରମଣ କଲା ଦୁଷ୍ଟ ରାହୁ,
ପ୍ରେମର ସ୍ୱଭାବ, ତାହା ଯେତେ ହୁଏ ଗାଢ଼,
ତେତେ ସେ ଆଶଙ୍କା ଆଣେ ଅନପସ୍ଥିତିରେ
ପ୍ରେମିକ ପ୍ରେମିକା ମନେ, କେ ନ ଜାଣେ ଏହା ?
ଊଦ୍ଧ୍ୱେ ଚାହିଁ ବ୍ୟୋମପଟେ ଦେଖେଁ ତବ ଲିପି,
ଲଭେଁ ତହୁଁ ସ୍ୱତଃ ହୃଦେ କ୍ଷଣିକ ଆଶ୍ୱାସ,
କି ସୁନ୍ଦର ଆହା ତବ ତାରା-ହୈମଲିପି,
ଢଳ ଢଳ ତାହା ପ୍ରେମେ, ଭାବ ଗୌରବରେ,
ଉଠି ଆସେ ଭାଷା ତହୁଁ ରୁପ ପ୍ରାଣ ଧରି,
କିନ୍ତୁ ନାଥ ଯେତେ ହେଲେ ଲିପିମାତ୍ର ତାହା,
ଲିପିରେ କି ଦ୍ରବେ ଆତ୍ମା ଦର୍ଶନ ବ୍ୟତୀତ ।
ଶେଷ ପ୍ରାଚୀ ପ୍ରତୀଚୀକି କହେ ମୁଁ ସମ୍ବୋଧି-
‘‘ଫେଡ଼ ଫେଡ଼ ହୈମହାର ଲୋ ଦିଗସୁନ୍ଦରି,
ଦେଖିବି ମୁଁ ପ୍ରାଣନାଥେ, କଲେ ତୁମ୍ଭେ ଦୟା ।’’
ଏହିରୂପେ ଧାଇଁ ଧାଇଁ ଦୁରାଶା ପଶ୍ଚାତେ,
ଛାୟା ପଛେ ଶିଶୁ ପ୍ରାୟ, ହୁଏ ଅବସନ୍ନ,
କିନ୍ତୁ ହାୟ, କି କହିବି, ଯାଏ ବକ୍ଷ ଫାଟି,
ଆଶା ହୁଏ ଆଶୀବକ୍ଷ ଭାଗ୍ୟଦୋଷେ ମୋର,
ଯେଉଁ ଆଶା ଆାଣିଦିଏ ସଙ୍କଳ୍ପ ଅମୃତ,
ସେହି ଶେଷେ ଢ଼ାଳିଦିଏ ପ୍ରାଣେ ତୀବ୍ର ବିଷ,
ଅନନ୍ତର ଆସେ ଉଷା, ବିଶ୍ୱବିନୋଦିନୀ,
ଭାଙ୍ଗିଯାଏ ଖରେ ମୋର ଜାଗ୍ରତ ସ୍ୱପନ,
ଗମେ ନିଜ ସ୍ଥାନେ ତହୁଁ ତେଜି ଦୀର୍ଘଶ୍ୱାସ ।
କେମନ୍ତେ ପାସୋରି ଭଲା ରହ ଶଶଧ୍ୱଜ,
ପ୍ରେମିକ ପ୍ରେମିକା ପାଶ୍ଚ ନିବସେ କି ଦୂରେ,
ହୁଏ ନାହିଁ କ୍ଷଣେ ମାତ୍ର ଅନ୍ତର ଗଗନ
ଧରଣୀ ସକାଶୁ, ବରଂ ଧରି ସଦା କୋଳେ,
ଟାଙ୍ଗିଥାଏ ଶିରେ ତାର ନୀଳ ଚନ୍ଦ୍ରାତପ,
ନୀରନ୍ଧ୍ର ତାଙ୍କର ପ୍ରେମ ନିରନ୍ଧ୍ର ମିଳନ ।
କେଉଁ ମହାବିଦ୍ୟାବଳେ ଚନ୍ଦ୍ରି କାରୁପସୀ
ନେଲା ଭାବ ମନ ଧରି, ଦିଅନ୍ତା ଶିଖାଇ
ଯଦି କେହି ମୋତେ ଥରେ ସେ ମଙ୍ଗଳବିଦ୍ୟା,
ତେବେ ମୁଁ ଆତ୍ମାରେ ଆତ୍ମା ମିଶାଇ ଅଭେଦେ,
ନିଅନ୍ତି ତୁମ୍ଭଙ୍କୁ କରି ଚିର-ଆପଣାର ।
ରହି ସୁଦ୍ଧା ତୁମ୍ଭେ ବିଧୁ, ଆର୍ଦଶ ପ୍ରେମିକ
ଶିବଶିରେ, ନ ଶିଖିଲ ପ୍ରେମର ମାହାତ୍ମ୍ୟ,
ହରଗୌରୀଙ୍କର ପ୍ରେମ, ଆଦର୍ଶ ପାବନ,
ଅବିଛେଦ ତାହା ନାହିଁ ତହିଁ ତିଳେ ଫାଙ୍କ,
ବିଚ୍ଛେଦର ସୂକ୍ଷ୍ମସୂତ୍ର ନ ପ୍ରବେଶେ ତହିଁ,
ଅର୍ଦ୍ଧହରା, ଅର୍ଦ୍ଧଗୌରୀ, ବେନି ଏକ ମୂର୍ତ୍ତି ।
ଗ୍ରାସିଲେ ଦୁରନ୍ତ ରାହୁ, ବେ ବିଶ୍ୱସୁନ୍ଦର,
ତୁମ୍ଭର ସୁନ୍ଦର ତନୁ, ବାନ୍ଦେ ମୁ ନୀରବେ,
ମାତ୍ର ଆଚ୍ଛ ଦିଲେ ଘନ, ଆସେ ନାହିଁ ଅଶ୍ରୁ
ଦେବାକୁ ପ୍ରବୋଧ ମୋତେ, ଝରି ଦଗ୍ଧ ନେତ୍ରୁ
ଶୋଷିନିଏ ତାହା ଘନ ଶୋଷଣ-ନିପୁଣ,
ଶୋଷି ପାରେ ଯେ ବିରାଟ ସୀମାଶୂନ୍ୟ ସିନ୍ଧୁ,
ମୋର ଅଶ୍ରୁ ବିନ୍ଦୁ ଛାର କେତେ ମାତ୍ର ତାକୁ ।
ଶିଶିର ସମ୍ପଦ ମୋର, ସେହି ମୋର ଅଶ୍ରୁ
ନ ଥାଏ ସେ ନେତ୍ରେ ମୋର ମେଘାଚ୍ଛନ୍ନ ରାତ୍ରେ ।
ସେଦିନ ମୁଁ ପିନ୍ଧେ ନାହିଁ ତାରା-ଅଳଙ୍କାର,
କି ଲୋଡ଼ା ବା ଅଳଙ୍କାରେ, କି ଲୋଡ଼ା ସୁବେଶେ,
ତୁମ୍ଭେ ଏକା ଜୀବନର ସ୍ପର୍ଶମଣି ମୋର,
ତବ ସ୍ପର୍ଶେ ହୋଇଛି ମୁଁ ବାରବାନୀ ସୁନା,
ପତ କି ମହାର୍ହ ରତ୍ନ ମୁଣ୍ମୟ ବିଶ୍ୱରେ
ତାଣେ ତାହା ଏକା ସିନା ସତୀ-ପତିପ୍ରାଣା,
ପତି ଯାର ଦେବଦତ୍ତ ଗୌରବଭୂଷଣ
ଧାତବ ଭୂଷଣ ସିନା ଭାର ତାହା ପକ୍ଷେ ।
ଘନ, ପୁଣି ଘନରାଣୀ ଅନଳରୁପିଣୀ,
ବିଜୁଳି ଉଭୟେ ମୋତେ କରନ୍ତି ଭୀଷଣ,
ପ୍ରାଣସଖୀ କୁମୁଦିନୀ ହେରି ମୋ ଦୁର୍ଗତି,
ମହାଭୟେ ମହାଦୁଃଖେ ନିମୀଳେ ନୟନ ।
କିପାଁ ନାଥ, ନିରୁଦ୍ୟମ ତୁମ୍ଭେ ହେ ସେକାଳେ,
ଭୀରୁ କ୍ଳୀବ ସୁଖୀ ପ୍ରାୟ, କିପାଁ ବା ନୀରବେ
ଜୀର୍ଣ୍ଣ କର ଦରାତ୍ମାର ଦୁଃସହ ଦୌରାସ୍ୟ,
କିପାଁ କର କ୍ଷମା ତାକୁ, ଶାସ୍ତିଭାଜନ ସେ,
କ୍ଷମା ମହାଜାନ ଧର୍ମ, ସତ୍ୟ ଏ ବଚନ,
ମାତ୍ର ଅପାତ୍ରରେ କ୍ଷମା ଭାବୀ ଦୁଃଖ ହେତ୍ତୁ ।
ଲଲି ତୁମ୍ଭ ଦୟା ବଢ଼େ ଦୁରାକାଙ୍ସା ତାର,
ତହୁ ବର୍ଷା ଚାରି ମାସ ଆକ୍ରମେ ତୁମ୍ଭଙ୍କୁ,
ଭାସିବୁଲେ ତବ ସ୍ମୁତି ଆକାଶରେ ନାଥ,
କେବେ ଅବା ମୂର୍ତ୍ତି ଧରି କହେ ମୌନେ କଥା,
ବିକଡିତ ସେ କଥାରେ କେତେ ସୁଖଦୁଃଖ,
କେତେ ହସ କାନ୍ଦ, କେତେ ଅତୀତ ମଧୁର-
ବ୍ୟଥା, କେତେ ଆଶା, କେତେ ଦୁରାଶା ନିରାଶା,
ସେହି କଥା ସେ ପ୍ରାଣର କଥା ପ୍ରାଣଧନ,
ଘେନିଯାଏ ବର୍ତ୍ତମାନୁ ଅତୀତକୁ ମୋତେ ,
ହେଉଛି ମୁଁ ନିତ୍ୟ ଦହି ସେ ସ୍ମୁତି-ଅନଳେ
ସେ ଦହନ ସୁଖ ମୋର, ସେହି ମୋ ଭରସା,
ନ ହେଲେ ବିଦହି ଆତ୍ମା ତୀବ୍ର ଦୁଃଖାନଳେ,
ନ ହୁଏ ବିଶୁଦ୍ଧ କେବେ ଅଗ୍ନି ପରୀକ୍ଷାରେ
ଭତ୍ତୀର୍ଣ୍ଣ ସୁବର୍ଣ୍ଣ ସିନା ନିର୍ମଳ ଉଜ୍ମୁଳ ।
ଖେଳ ଯେବେ ଲୁଚକାଳି ଘନକୋଳେ ଶଶି,
ତବ ଏ ପ୍ରେୟସା ସହ, ଖେଳନ୍ତି ଯେସନ
ବନମାଳୀ ରସରାଜ ରସିକଶେଖର
ରାଧା ସାଙ୍ଗେ-ମଞ୍ଜୁ କାନ୍ତି କୁଞ୍ଜବିଳାସିନୀ,
ବୃନ୍ଦାବନକୁଞ୍ଜେ କିମ୍ବା କୁଞ୍ଜର ଯେସନ
ଖେଳେ ବନେ କୁତୁହଳେ କୁଞ୍ଚରିଣୀ ସହ,
ସେ କାଳର ଭାଗ୍ୟଗର୍ବ କେ ବର୍ଣ୍ଣିବ ମୋର ?
ନ ଥାଏଁ ସେକାଳେ କେବେ ମୁହିଁ ମୋ ଦେହରେ ।
ମଣେ ଯେହ୍ନେ କେଉଁ ନବ ସ୍ୱପ୍ନ-ସ୍ପର୍ଣ୍ଣସ୍ୱର୍ଗେ
ଦେଖୁଛି ଅଦୁଷ୍ଟପୁର୍ବ ସୁଷମା ନର୍ତ୍ତନ-
ମହୋତ୍ସବମୟ ଛାଡ଼ି ମର୍ତ୍ତ୍ୟରେ ଶରୀର ।
ସ୍ମରି ତାହା ଏବେ ବସି କାନ୍ଦୁଛି ସତତ,
କ୍ରନ୍ଦନରେ ସୁଖ ଲଭେ ବିଦରାଧ ହୃଦୟ ।
ଝୁରୁଛି ମୁଁ ଏବେ,ଭାଗ୍ୟେ କେବେ ବା ଆସିବ
ଫେରି ସେ ଅତୃପ୍ତ ସୁଖ, ସେ ମଙ୍ଗଳ ଦିନ,
ହାୟ, ସୁଖ ଯେଦେ ଭବେ ଏଭଳି ଚଞ୍ଚଳ,
ବସନ୍ତମାଧୁରୀ କିମ୍ବା ଇନ୍ଦ୍ରଧନୁ ପ୍ରାୟ,
ଏଡ଼େ ଦୁଃଖାବହୁ ଯେବେ ପରିଣାମ ତାର,
କିପାଇଁ ଲୋଡ଼ନ୍ତି ତେବେ ଭ୍ରାନ୍ତ କେବେ ତାହା,
କାଳବ୍ୟାଳେ ପୁଷ୍ପମାଳ ମଣନ୍ତି କିପାଇ ।
ମାସକେ ବାହୁଡ଼ି ଆସେ ପୂର୍ଣ୍ଣିମା ସୁନ୍ଦରୀ
ଅନନ୍ତ ଆନନ୍ଦେ ଧରି ତୁମ୍ଭଙ୍କୁ ଶଶାଙ୍କ,
ପ୍ରଦାନେ ଜଗତଜନେ ନବୀନ ଆନନ୍ଦ,
ଫେରି ଆସେ ଯଥା ତୀର୍ଥଯାତ୍ରୀ ତୀଥୁ,ଧରି
ଦେବତା ନିର୍ମାଲ୍ୟ ଫୁଲ ଚନ୍ଦନ ତୁଳସୀ,
ପୁଣ୍ୟ ଗୌରବରେ ହୋଇ ସ୍ଫୀତ, ଗ୍ରାମଜନେ
ବିତରି ପ୍ରସାଦ, ମଣେ ଆସପ୍ରସାଦ ସେ ।
ପାଇ ତବ ପୂର୍ଣ୍ଣିବତା, ହସେ ଅସମ୍ଭାଳେ
ଦ୍ୟୁଲୋକ, ଭୁଲୋକ,ହସେ ଲତାକୋଳେ ଫୁଲ,
ମିଶି ତହିଁ ତବ ହାସ ଉଦାର, ପ୍ରସନ୍ନ,
ଲାଗେ ହାସ୍ୟ-ମହୋତ୍ସବ, ବହିଯାଏ ଭବେ
ହସ୍ୟରାଶି ପରେ ହାସ୍ୟ-ପୀୟୁଷ-ପ୍ରବାହ ।
ପ୍ରଥମେ ତୁମ୍ଭଙ୍କୁ ହେରି ଚିତ୍ରବାଳ ମୂଳେ
ବାରୀନ୍ଦ୍ର, ଆନନ୍ଦେ ଉଠେ ଉତ୍କୁଳେ ଉତ୍ଫୁଲ୍ଲି,
ତହିଁ ସଙ୍ଗେ ଫୁଲି ଉଠେ ମୋ ହୃଦୟ-ସିନ୍ଧୁ,
ଲମ୍ବାଅ ଆଦରେ ତୁମ୍ଭେ ପାରାବାର ବକ୍ଷେ,
ଲହରୀ-ହୀରକ ହାର, କୋଟିଶତକେରୀ ।
ହେ ଦେବ, ତୁମ୍ଭର ପୁଣ୍ୟ ମଙ୍ଗଳ ମୟୁଖ
ଚୁମ୍ଭେ ଅଗ୍ରେ ଗିରଚୂଡ଼ା, ରାଜେ ସେ ଯେସନ
କଳ୍ପନାର ସ୍ୱର୍ଣ୍ଣରଥ, ସ୍ୱର୍ଣ୍ଣଧ୍ୱଜଶୋଭୀ ।
ଆଲିଙ୍ଗନ୍ତେ ତୁମ୍ଭଙ୍କୁ ମୁଁ, ନିରେଖି ସେ ଦୃଶ୍ୟ
ବିଭାବନା ଅଳଙ୍କାର ଖଟାଇ କୋବିଦେ,
କହନ୍ତି-‘‘ଭ୍ରମର କୋଳେ ଶୋଭେ କି କୁସୁମ,
ସ୍ୱଭାବେ କୁସୁମ କୋଳେ ବସେ ସିନା ଅଳି ।’’
ତୁମ୍ଭ ଗୁଣେ ମୋ ହୃଦୟ ଦୀପ୍ତ, ନିଶାମଣି,
ଯାଇଛି କି ଭୁଲି ଏହା, ଭୋଳାଶମ୍ଭୁଚୁଡ଼ା,
ବିସ୍ମୃତ ମହତ ବ୍ୟକ୍ତି ସଦା ଆତ୍ମଗୁଣ,
ଏହା ତ ସ୍ୱଭାବସିଦ୍ଧ ଧର୍ମ ମହତର ।
ତୁମ୍ଭ ସୌମ୍ୟ ରୁପ ଏକା କରିଅଛି ଧନ୍ୟ
ବିଶ୍ୱର ଉପମାସୃଷ୍ଟି, ସୌନ୍ଦର୍ଯ୍ୟ-ଖଣିରେ
କାହିଁ ତୁମ୍ଭ ତୁଲ୍ୟ ମଣି, ତୁମ୍ଭ ରୂପ-ତୀର୍ଥେ
ଅବଗାହି ନେତ୍ର ମୋର ହୁଏ ପୁଣ୍ୟ, ଧନ୍ୟ ।
କୃଷ୍ଣପକ୍ଷେ, ଶଶଧର, ହୁଏ ହେ ତୁମ୍ଭର
ଅନୁବିନ ତନୁ କ୍ଷୀଣ, ଶୁକ୍ଳେ ବିପରୀତ,
ତଥା ଲଭେ କ୍ଷୟବୃଦ୍ଧି ଦୁଃଖ ସୁଖ ମୋର
ହୁଅ ତୁମ୍ଭେ ଜନ୍ମ ଯେବେ ପୌର୍ଣ୍ଣମାସୀ ଗର୍ଭୁ,
ମଙ୍ଗଳୁ ମଙ୍ଗଳ ପ୍ରାୟ ବହି ପୂର୍ଣ୍ଣକଳା,
ଧରି ବିଶ୍ୱବିମୋହନ ନବୀନ ମାଧୁରୀ,
ସେକାଳେ ମୁଁ ଧନ୍ୟ ହୁଏଁ, ଯେଣୁ ମୁଁ ତୁମ୍ଭର ।
ପ୍ରତିବିମ୍ବ ରୂପେ ଆସି ଲୁଚି ଲୁଚି ପଛୁ
ଆଚ୍ଛାଦ ରହସ୍ୟେ ତୁମ୍ଭେ କୁମୁଦିନାନେତ୍ର,
ପ୍ରତିବିମ୍ଭ କରେ, ଲଭି ସ୍ପର୍ଶସୁଖ ତବ
ସାତ୍ତିକେ ଚମକି ଉଠି, ହସେ ସେ ମଧୁରେ,
ଦେଖି ତାର ସୁଖ, ଦେବ, ଲଭେ ମୁଁ ଆନନ୍ଦ ।
ହେଉ ପଛେ ସପତ୍ନୀ ସେ, ଜଗତ ନେତ୍ରରେ,
ମାତ୍ର ମୋର ପ୍ରାଣାଧିକା, ବେନିଙ୍କ ଜୀବନ
ଗଢ଼ା ଏକା ଉପାଦାନେ, ତେଣ୍ଟ ତାହା ସୁଖେ
ଆତ୍ମା ମୋର ହର୍ଷପ୍ଳୁତ ବିମୁଗ୍ଧ ସତତ ।
କୁମାରପୂର୍ଣ୍ଣିମା ରାତ୍ରେ କୁମାରୀନିଚୟ
ପୁଜନ୍ତି ତୁମ୍ଭଙ୍କୁ, ରଚି ତବ ପ୍ରତିମୂର୍ତ୍ତି
କୈରବ କୁସୁମେ, ଦିବ୍ୟ ବରଲାଭ ଆଶେ ।
ଅର୍ପନ୍ତି କୋମଳ କରେ ଅର୍ଘ୍ୟତବ ପଦେ,
ବନ୍ଦାନ୍ତି ପ୍ରଦୀପେ ଲଜା ବିରଚିତ ଚାନ୍ଦେ,
ଶଙ୍ଖ ହୁଳହୁଳି ଶବ୍ଦେ ଉଛୁଳେ ଅବନୀ,
ହେରି ସେ ଗୌରବ ତବ, ଅମରଦୁର୍ଲ୍ଲଭ,
ନିଜକୁ ଗର୍ବିତା ମଣେ ଏ ଦାସୀ ତୁମ୍ଭର,
ତୁମ୍ଭେ ଆତ୍ମା, ମୁଁ ଶରୀର, ତୁମ୍ଭର ଗୌରବେ
ଗୌରବାନୁଭୁତି ମୋର ସତ୍ୟ, ସ୍ୱାଭାବିକ ।
ତୁମ୍ଭ ଯୋଗେ ସୁନ୍ଦର ମୁଁ, ହେ ସୁନ୍ଦରଚୂଡ଼ା,
ମୋ ଯୋଗେ ସୁନ୍ଦର ତୁମ୍ଭେ, ସୁନ୍ଦର ଯେସନ
ପୁଷ୍ଷ ପର୍ଣ୍ଣପୁଟ ବେନି ପରସ୍ପର ହେତୁ,
ଡ଼ାକୁଛି ତୁମ୍ଭର ପାଇଁ ତୁମ୍ଭଙ୍କୁ ଭୁଁ ବିଧୁ,
ଆସି ପତ୍ରପାଠ ମାତ୍ରେ, ଏ ବିରହିଣୀକୁ
କର ହେ ଗୌରଦାନ୍ୱିତା ମିଳନ-ଗୌରବେ ।
କୃପଣ ଧନିକ କର୍ଣ୍ଣେ ଦୀନର ପ୍ରାର୍ଥନା
ନ ପଶି ମିଳାଇଯାଏ କର୍ଣ୍ଣମୂଳେ ଯଥା,
ଆଶା ଅଛି ମୋ ପ୍ରାର୍ଥନା ନ ହେବ ସେଭଳି,
ଶୁଭେ ତବ କରଗତ ହେଉ ଏ ଚିଟାଉ ।
ପଞ୍ଚମ ସର୍ଗ
(ଅଗସ୍ତ୍ୟ ପ୍ରତି ଦକ୍ଷିଣାଶା)ନମେ ତବ ୠଷିପଦେ, ହେ ୠଷିପୁଙ୍ଗବ,ଦକ୍ଷିଣାଶା, ଯୋଗିବର ଅନମ୍ବର-କନ୍ୟା,କର ଆଶୀର୍ବାଦ ଯେହ୍ନେ ଲଭୁ ସେ ତୁମ୍ଭଙ୍କୁ ।କେତେ ଦିନ ଆଉ ଦାସୀ କାନ୍ଦିବ ବିଚ୍ଛେଦେବିସର୍ଜି ବେଦନାଚସ୍ତ ଘନ ଦୀର୍ଘଶ୍ୱାସ,କେତେ ଦିନେ ଦୃଷ୍ଟଗ୍ରହ ଘୁଞ୍ଚିବ ତାହାର,ଲଭିବ ସେ ତବ ପଦ ଅର୍ଚ୍ଚନା ସୌଭାଗ୍ୟ,କେତେ ଦିନେ ଯୋଗି, ହେବ ଯୋଗଭଙ୍ଗ ତବ,ପଡ଼ିବ ଏ ଦାସୀ ମନେ, କହୁ ତା ଦାସୀକି ।ଗୁରୁ ତୁମ୍ଭେ, ଆସ ଖରେ, ଅର୍ପିବ ଏ ଶିଷ୍ୟାପ୍ରେମ-ହେମହାର ଗୁରୁଦକ୍ଷିଣାସ୍ୱରୂପେରଖିଛି ତା ବହଦିନୁ ଗୃନ୍ଥି ତୁମ୍ଭ ପାଇଁପ୍ରଣୟର ପାଟଡୋରେ, ଅରୁପ ସୁନ୍ଦର ।ଦୟାମୟ, ଦୟା ତବ ସହଜ ସମ୍ପତ୍ତିବଂଶଗତ, ଅର୍ପ ତାହା ଜଗତକୁ ଯାଚି,ଦାନବ୍ରତ, ଖୋଜୁ ନାହିଁ ଅନ୍ୟ ଦାନ ମୁହିଁ,ପ୍ରଦାନ ଦର୍ଶନ ଥରେ କର ହେ କୃତାର୍ଥ ।ଅବତା ମୁଁ ମନୋବ୍ୟଥା କହିବି କେମନ୍ତେତୁଣ୍ଡ ଖୋଲି, ଜଳାଞ୍ଜଳି ସମର୍ପି ଲଜ୍ଜାକୁ,ତୁମ୍ଭେ ତ ସର୍ବଜ୍ଞ ଯୋଗୀ ବୁଝ ଯୋଗବଳେ ।ନାରୀଙ୍କ ସ୍ୱଭାବ ଏହା-ଗଲେ ସୁଦ୍ଧା ପ୍ରାଣନ କରନ୍ତି ବ୍ୟକ୍ତ ଗୁପ୍ତ ଅନ୍ତରବେଦନା,ସେହି ବ୍ୟଥା କୋଟରସ୍ଥ ଜ୍ୱାଳାବଳୀ ପ୍ରାୟଦହେ ମର୍ମସ୍ଥତ, ମାତ୍ର ବାହ୍ୟେ ସେ ଶୀତଳ ।କୁସୁମ-କୋମଳ ତନୁ ବାଟେ ଦୁଷ୍ଟ କୀଟ,କହେ କି ସେ ପ୍ରାଣାଧିକ ଅତ୍ରିରାଜେ ତାହା,ସେହି ହାସ ସେହି ଖେଳ ବାହାରେ ତାହାର,କାହା ନେତ୍ରେ ନୁହେଁ ବାରି ପୀଡ଼ିତା ବୋଲି ସୋରଚି ଗଭା ତାର-ରତ୍ନେ ପିନ୍ଧି ତାରା-ହାର,ଆବରି ଚନ୍ଦ୍ରିକାରୁପ ସ୍ୱର୍ଣ୍ଣପାଟେ ବେର,ବସିଛି ମୁଁ ଚାହିଁ ତବ ଆଗମନ ପଥବ୍ୟଗ୍ରନେତ୍ରେ, ଆସ ପ୍ରଭୁ, ପତ୍ରପାଠ ମାତ୍ରେ ।ତପୋଧନ, ତେଜିଥିଲା ଯାତ୍ରା ଉପଦ୍ରବେତପୋବନ ତୁମ୍ଭେ, ସେହି ରକ୍ଷ-ଘନେଶ୍ୱରସାରି ଦିଗ୍ବିଜୟ, ଫେରିଗଲାଣି ସ୍ୱପ୍ନରେ,ନିରୁପଦ୍ରବ ମୋ ବକ୍ଷ, ତବ ତପୋବନ,ଆସ ତହିଁ କର ଦେବ, ଯୋଗ ଅନୁଷ୍ଠାନ ।ଘନରାଜ ସ୍କନ୍ଧାବାରେ ବାଜୁ ନାହିଁ ଆଉବିଜୟ ବାଜଣା, ଏବେ ନୀରବ ସେ, ପୁଣିନିଭିଲାଣି ରୁଷ୍ଟ ରାଜା କ୍ରୋଧାଗ୍ନି ବିଜୁଳି,ହେଲାଣି ନିବୃତ୍ତ ତାର ରୁଦ୍ର ହୁହୁଙ୍କାର,ନାହିଁ ଆଉ ରକ୍ଷୋଭୀତି, ଆସ ନିରାଶଙ୍ଗେ ।କାର୍ଯ୍ୟ ସାଧି ଇନ୍ଦ୍ରଧନୁ ଗଲାଣି ବାହୁଡ଼ି,ପିତା ତାର ରୌଦ୍ର, ମାତା ସରିତକଣିକା,କୋମଳ କର୍କଶୁ ଜାତ ମହା ଦୁର୍ଦ୍ଧର୍ଷ ସେ,ଦୁର୍ଦ୍ଦର୍ଷ ଯେସନ କୁରୁଚୂଡ଼ା ଅଭିମନ୍ୟୁଭଦ୍ରାଜୁନ-ଶୋଭା-ଶୌର୍ଯ୍ୟ-ମିଳନ-ସଞ୍ଜାତ;ଶୋଭା ଶୌର୍ଯ୍ୟ ମିଳନ ହିଁ ଚରମ ଉତ୍କର୍ଷଜାଗତିକ ଉନ୍ନତିର, ବିଧିନିର୍ଦ୍ଦିଷ୍ଟ ଏ ।ସେହି ଧାନଞ୍ଜୟିରୂପୀ ସୁନାସୀର ଚାପଅନ୍ତରୀକ୍ଷ-କୁରୁକ୍ଷେତ୍ରୁଁ ଦେଲାଣି ଘଉଡ଼ିଘନ-ସପ୍ତରଥିକୁଳେ, ଦେଖୁଛି ମୁଁ ତାହାମେଘାବଗୁଣ୍ଠନ ମଧ୍ୟୁ, ଚୋରା ଚାହାଣିରେ ।ଆସିବ ଶରଦ ଭବେ, ବରଦଭୁପତି,ଦିଶିଲାଣି ଚଉପାଶେ ସୂଚନା ତାହାର,ବର୍ଷାଭାବେ ଭେକଛତ୍ର ତେଜିଲାଣି ଭେକ,ହୋଇ ଉଠିଲାଣି ଗୁରୁ, ଶିଖିନୀ ନିଃଶ୍ୱାସେବାୟୁ, ପୁଣି ବର୍ଷାବନ୍ଧୁ ଡାହୁକ ନୀରବ ।ଅତିଗ୍ରାସେ ମୃତକାଳ୍ସା ସରୋଜିନୀ ଧନୀ,କରିବ ନିବ୍ୟାଧି ତାକୁ ଶରତ-ସୁବୈଦ୍ୟ,ପିଆଇ ଭାସ୍କର-କର-ଅମୃତ-ଔଷଧ,ଯଥା ପାର୍ଥ ମହାରଥୀ-କୃଷ୍ଣ-ଅନୁଗାମୀ,(ଅନୁଗାମୀ, ଉତ୍ସାହର ଉଦ୍ୟମ ଯେସନ)ଦହିଣ ଖାଣ୍ଡବ ବନ, କଲେ ରୋଗମୁକ୍ତସର୍ବଘଟେ ଗୁପ୍ତ, ଚିର ଅତୁପ୍ତ ଅନଳେ ।ହସିବ ପଦିନୀ ସରେ, ହେବ ସେହୁ ନିଜେପରିସ୍ଫୁଟ, ସେ ହାସ୍ୟର ଜୀବନ୍ତ ଔଜ୍ଜ୍ୱଲ୍ୟେ ।ହେଲାଣି ଉଦ୍ୟାନେ ଭଭା ସୌମ୍ୟ ଶେଫାଳିକାଧରି ପୁଷ୍ପାଞ୍ଜଳି, ନୃପ ଶରତ ଉଦ୍ଦେଶ୍ୟେ,ମଣ୍ଡି ତଣ୍ଡୀ ନଦୀତୀର, ଦୋଳାଏ ମୃଦୁକେଶ୍ୱେତଦ୍ୱୀପ ଦୀପ୍ତାକ୍ଷର ଚାରୁପୁଚ୍ଛୋପମକୁସୁମ ଚାମର । ଶୁକ୍ଳ ରାଜହଂସକୁଳଧାବିତ ମାନସମୁଖେ, ଲମ୍ବାଇ ନିଚମ୍ବେମୋର ନବଭୁଷାରୁପେ ହୀରକ ମେଖଳା ।କ୍ରିଡିବେ ହରଷେ ତହିଁ ପ୍ରଣୟବିନୋଦେ,ବିଦାରି ପୁଷ୍କର କୋଷ, ପରସ୍ପର ମୁଖେହେବେ ଦିଆଦେଇ ତାହା, ମରାଳମିଥୁନଆସିବେ ମା ଦଶଭୁଜା ହୁର୍ଯ୍ୟକ୍ଷବାହନୀହରରାଣୀ, ମର୍ତ୍ତ୍ୟଧାମେ ପୂଜାଗ୍ରହଣାର୍ଥେ,ସମ୍ବତ୍ସର ପରେ ଦେବୀ ହେବେ ଶୁଭେ ବିଜେଭକ୍ତସୂତ ଗୃହେ, ଅର୍ପି ପଦଧୂଳି ତାକୁନାଶିବେ ଅଶିବ ତାର ଶିବବିନୋଦିନୀ ।ହାୟରେ, କେ ଅଛି ଏହି ଭବ-ମରୁଦେଶେଜନନୀ ସମାନ ଶୀତ ସ୍ୱଚ୍ଛ ତରଙ୍ଗିଣୀସନ୍ତାନ ପକ୍ଷରେ, ସ୍ନିଗ୍ଧ ପୀୟୁଷସଲିତା,କେ ଅଛି ନୈରାଶ୍ୟ ରାଜ୍ୟେ ଭରସା ତାହାର ?ଆସ ମା, ଉଦ୍ଧାର ତବ ଏ ମୁଢ ସନ୍ତାନେଅର୍ପି ତା ମସ୍ତକେ ପଦ, ଯେ ପଦ ପରଶେହୁଏ ପୁତ ଦେବଶିର, ଧନ୍ୟ ଦେବଜନ୍ନ ।ମୂଢ ଯେ, ମା, ଏ ସଂସାରେ, ମୁକ୍ତି ଧନ ତାର,ତେଣୁ ମୁଁ ହୋଇଛି ମୂଢ, ଆଶା ବାନ୍ଧି ପ୍ରାଣେ,ଦୁରନ୍ତ ମହୀଷ-ସୁନ୍ଦ ଉପସୁନ୍ଦୁ ବଳିକିଏ ମା ଜଗତେ ମୂଢ଼, ମୁକ୍ତ ସେ ମୂଢ଼ତ୍ୱେ ।ପଠା ନା, ମା, ଖେଳିବାକୁ ଏ ଦୁର୍ବଳ ସୁତେବାରମ୍ବାର ଦୂର ଦେଶେ, ହୁଏ ମୁଁ ତହିରେବଡ଼ କ୍ଳାନ୍ତ, ନ ଦେଖିଲେ ବ୍ୟର୍ଥ ଖେଳ ମୋରକି କ୍ଷତି ତୁମ୍ଭର ଦେବି, ରଖ ପଦେ ସଦା ।ଅମୃତର ପୁତ୍ର ମୁହିଁ, କି କାର୍ଯ୍ୟ ମୋ ମର୍ତ୍ତ୍ୟେକେ ଇଚ୍ଛେ ଦ୍ୱିଦିନ ବଞ୍ଚି ଚିର ମୃତ୍ୟୁଦୁଃଖ ।ହେ କୋବିଦେ, କାବ୍ୟୋଦ୍ୟାନବିହାରୀ ରସିକେଭାସିଯାଇ ହୃଦୟର ଆବେଗ ଉଚ୍ଛାସେହେଲି ମୁଁ ପ୍ରସଙ୍ଗଚ୍ୟୁତ, ଅଣଆୟତ୍ତରେ,କ୍ଷମିବ ଏ ରସଭଙ୍ଗ ଦୋଷ କ୍ଷମାଗୁଣେ ।ହେ ବିଶେଷ ତରୁନାମା, ଋଷିକୁଳଧନ,କେମନ୍ତେ ଧରିବି ନାମ ତବ, କେମନ୍ତେ ବାଲଘିଂବି ମୁଁ ଆର୍ଯ୍ୟକୁଳନିତୀ, ଜଗନ୍ନାନ୍ୟଗୁରୁଜନ ପୁଣ୍ୟନାମ, ଏ ଅପୁଣ୍ୟ ମୁଖେଉଚ୍ଚାରି ଅକ୍ଷମ୍ୟ ପାପେ ନ ହେବି ବିଲିପ୍ତ ।ଦେଖ ପ୍ରଭୁ, ଜଗନ୍ନାତା ଆଗମନ ଲାଗିହୋଇଛି ସୂବର୍ଣ୍ଣସେତୁ ମହାକାଶେ ବନ୍ଧାଛାୟାପଥବ୍ୟାଜେ-ହୀରା, ନୀଳା, ପ୍ରବାକାଦିସମୁଜ୍ଜ୍ୱଳ ଶବଳିତ ମଣି ମାଣିକ୍ୟରେ,ଆସ ନାଥ ଖରେ, ପୁଣ୍ୟ ଶୁଭଦୃଷ୍ଟିପାତେହେଉ ମର୍ତ୍ତ୍ୟ ପଥ ଘାଟ ନିର୍ମଳ ପାବନ ।ପର ଦୁଃଖେ ଦୁଃଖୀ ତୁମ୍ଭେ, ପୋଛିଦିଅ ଆସିଧରଣୀଦେବୀର ଅଶ୍ରୁ ପଙ୍କିଳ କପୋଳ,ଭୁଞ୍ଜିଛି ସେ ବହୁ କ୍ଳେଶ-ପ୍ରାବୃଟ-ପ୍ରଦତ୍ତ ।କି କହିବ ଅଧିକ ମୁଁ-ଅଜ୍ଞାନା ରମଣୀ,ତୁମ୍ଭେ ଶାସ୍ତ୍ରବେତ୍ତା, ଶାସ୍ତ୍ରଜ୍ଞାତା, ଜାଣ ସବୁ,ପୋଛିଦିଏ ଯେଉଁ ହସ୍ତ ଅଶ୍ରୁ ଦୁଃଖିନେତ୍ରୁଁ,ଦେବ ହସ୍ତ ତାହା, ଦିବ୍ୟ ମହିମା-ମଣ୍ଡିତ,ସେ ହସ୍ତର ଅଧିକାରୀ ଯେଉଁ ମହାଜନ,ବରଷେ ତା ପୁଣ୍ୟଶିରେ, ବିଶ୍ୱ ଆଶୀର୍ବାଦନିଷିକ୍ତ ଅମୃତେ, ଲଭେ ନରଦେହେ ସେହୁବିପୁଳ ଗୌରବମୟ ଅମର ଉପାଧି ।ଭଜିଛି କଳୁଷ ଭାବ କଲ୍ଲୋଳିନୀ ଜଳ,ତୁମ୍ଭ ପୁଣ୍ୟଜ୍ୟୋତି, ନାଥ, ହେବ ତାହା ପକ୍ଷେସ୍ଫଟିକ ସମାନ, ତହୁଁ ହେବ ସେ ନିର୍ମଳ,ଚାହିଁଛି ସେ, ଚାହିଁଅଛି ଏକାନ୍ତେ ପୋତ୍ସୁକେବିମଳ-କମଳ-ନେତ୍ରେ କମଳ ଆକର,ଆବର ଚାହିଁଛି ଦେବ, ଏ କିଣା କିଙ୍କରୀବିଜୟ ସରଣୀ ତବ, ହେ ହୃଦୟଜ୍ୟୋତି,ପ୍ରକାଶିତ ହୁଅ ଆସି ଅଭାଗୀ ହୃଦୟେ ।ଗାଉ ମୋ ଅନ୍ତର, ହର୍ଷେ ପ୍ରାଣର ସଙ୍ଗୀତ,ନାଚି ଉଠୁ ଆତ୍ସା ସୁଖ-ମିଳନ-ପୁଲକେ,ହସୁ କୁମୁଦିନୀ, ମିଶୁ ହାସ୍ୟଜ୍ୟୋତି ତାରଜ୍ୟୋତିରେ ତୁମ୍ଭର, ତେଜି କୁତ୍ସିତ କୁବେଶକିଶୋରୀ ବେଶରେ ଧରା ହେଉ ସୁସଜ୍ଜିତ ।ଋଷିରାଜ, ଶୋଷି ତୁମ୍ଭେ ମହାସିନ୍ଧୁ ନୀର,ଖର୍ବ କଲ ଗର୍ବ ତାର, ଶାସି ବିନ୍ଧ୍ୟଶୈଳେ,ଚନ୍ଦନ-ବନ୍ଦିତ, କଲ ଚିର ନିଷ୍କଣ୍ଟକଗଗନେ ଜ୍ୟୋତିଷ୍କପଥ, ଏଡ଼େ ଲୋକ ତୁମ୍ଭେ,ଚିର ଅଭାଜନ ମୁହିଁ, ରୁପ-ଗୁଣ-ହୀନ,ତଥାପି ହେ ନାଥ, ତୁମ୍ଭ ସଧର୍ମିଣୀ ବୋଲିଅତୁଳ ଗୌରବାନ୍ୱିତା ମଣେ ମୁଁ ନିଜକୁ ।ନାହିଁ ରୂପ, ନାହିଁ ଗନ୍ଧ ଧୁତୁରା ଫୁଲର,ମାତ୍ର ସେ ଗୌରାବାନ୍ୱିତା ଶିବସେବାଫଳେ,କର୍ପୂର ସଂସର୍ଗ ହେତୁ ବାସେ ସମ୍ପୂଟକ ।ତବ ଯୋଗେ ଗୌରବିନୀ ଏ ପରିଚାରିଣୀ,ଲଭିଲେ ତୁମ୍ଭର ପଦ-ସେବାର ସୌଭାଗ୍ୟଆବର କୈବଲ୍ୟପ୍ରଦ ଚରଣ ଦର୍ଶନ,କୋଟି ଗୁଣେ ହେବ ସେହି ଗୌରବ ସଫଳ ।ବାନ୍ଧିଛି ମୁଁ ଆଶା, ବସି ପଦପ୍ରାନ୍ତେ ତବ,ଶୁଣିବି ତାପସ, ପୁଣ୍ୟ ବେଦ ମଧୁ ଧ୍ୱନିଅନଷ୍ଟୁପ ଛନ୍ଦୋବଦ୍ଧ, କୋମଳ ଗଭୀର,ଶୁଣିବ ଆବର ବହୁ ଆର୍ଯ୍ୟଶାସ୍ତ୍ର ବ୍ୟାଖ୍ୟା,ଧର୍ମ ଉପଦେଶ, ଶୁଦ୍ଧ ସୁନୀତି-ବଚନ,ହେ ଜୀବନ-ଗୁରୁ, ଏବେ ଧର୍ମଗୁରୁରୂପେଦିଅ ଦୀକ୍ଷା ଏ ଦାସୀକି ଯାଉ ସେ ନିସ୍ତରି,ମାଗୁଅଛି ଏହି ଭିକ୍ଷା, ପୂରାଅ କାମନା ।ହେ ଯୋଗ-ପୂଜକ-ଯୋଗି-ଯୋଗୀନ୍ଦ୍ର-ପୂଜିଚ,କେତେ ସୁପ୍ତ ସ୍ମୃତି ଆଜି ଉଠୁଛି ଉଦ୍ଭାସିଅସ୍ଥିରହୃଦୟେ ମୋର କ୍ଷିପ୍ରଭାବ ସହ ।ଭାଦ୍ରପଦ-ବେଦୀପୃଷ୍ଠେ ବସି ଯେବେ ତୁମ୍ଭେନଭ-କୃଷ୍ଣାଜିନାସନେ ରତ ହୁଅ ଯୋଗେ,ପୁଣ୍ୟର ଅମୃତ ଜ୍ୟୋତି ସ୍ଫୁରି ଅପଘନୁବୁଡ଼ାଏ ତାରକାକୁଳ କ୍ଷୀଣତର ଜ୍ୟୋତି,ବୁଡ଼ାଏ ଯେସନେ ଜ୍ୟୋତ୍ସ୍ନା ଖଦ୍ୟୋତ ଆଲୋକେ,ସେ କାଳେ ମୁଁ ଚାହିଁଥାଏଁ ମୂର୍ତ୍ତିକୁ ତୁମ୍ଭରନିର୍ନିମେଷ ନେତ୍ରେ, ବହି ଅତୃପ୍ତ ଲାଳସା,ଯଥା ଘନେ ଚାତକିନୀ, ସୂର୍ଯ୍ୟେ ସୂର୍ସ୍ୟମୁଖୀ ।ଭାବେଁ ମନେ, ହୋଇଥାନ୍ତା ଭାଗ୍ୟମୋର ଯେବେଲୋପାମୁଦ୍ରା ଭାଗ୍ୟ ଭଳି, ପିଅନ୍ତି ମୁଁ ତେବେଏ ରୂପମାଧୁରୀ, ରହି ସ୍ୱାମୀ ପାଶେ ସଦା ।ଖୋଜେ ନାହିଁ ଭାଗ୍ୟ ତାର ସପତ୍ନୀ ଈର୍ଷାରେ,ସତୀ ସେ, ହଂସିଲେ ତାକୁ କାହିଁଛି ନିସ୍ତାର,କେବଳ ମୁଁ କରୁଥାଏଁ ଭାଗ୍ୟର ତୁଳନା ।କି ତପେ ତାପସୀ ହେଲା ତାପସମୋହିନୀ,ଭୁଞ୍ଜିଲା ସେ ଅବିଚ୍ଛେଦ ସୂଖ, ଜାଣିଲେ ମୁଁ,କରନ୍ତି ସେ ତପ, ହେଉ ପଛେ ସୁକଠୋର,ଅନଶନେ, ଆଶୟନେ, ଏକନିଷ୍ଠ ମନେକରନ୍ତି ସେ ତପେ ତନୁକ୍ଷୟ, ଆୟୁକ୍ଷୟ,ନୁହନ୍ତି ନୋହିବାଯାଏ କ୍ଷାନ୍ତ ଇଷ୍ଟସିଦ୍ଧି ।କିନ୍ତୁ ହାୟ ଆଶା, ଧିକ ବଚନସର୍ବସ୍ୱା,କିପାଁ ଲୋ ନିବସୁ ତୁହି ବିରହିଣୀହୃଦେ,କିପାଇଁ ଦହୁ ଲୋ ଆଶା, ଦାବାନଳରୁପେମୋର ମନୋବନ, ବଡ଼ ନିର୍ଦ୍ଦୟା ତୁ ଦୁଷ୍ଟା !ଦେଖେଁ ନିତି ପ୍ରୀତିକେଳି ପ୍ରଭାନାଥଙ୍କରପ୍ରଭା ସହ, ନଭେ ତାରା ସହ ତାରେଶର,ମର୍ତ୍ତ୍ୟେ ପୁଜୁଥାନ୍ତି ପାଦ ପଦ୍ମିନୀ କୈରବୀ,ଚକ୍ରବାକ ଚକ୍ରବାକୀ ବସି ଏକଶାଖେରତ ପ୍ରେମାଳାପେ, ଚାହିଁ ପରସ୍ପର ମୁଖ,ଅଭିମାନେ ଉଡିଯାଏ ପୁଷ୍ପକୋଳୁଁ ଅଳି,ବାତେ ଦୋଳି ତହୁଁ ଫୁଲ-ସୂନ୍ଦରୀ ସମ୍ରାଜ୍ଞୀଶିର ସଞ୍ଚାଳନ ଛଳେ ଡାକେ ପ୍ରାଣନାଥେ,କେବେ ଅଦା ମାନ ବହି ବସେ ମୌନେ ଫୁଲ,ଛଳ ଛଳ ନୟନରୁ ତେଜି ଶିଶିରାଶ୍ରୁ,ତେଜି ଦୀର୍ଘଶ୍ୱାସ ବାୟୁ ସନସନ ବ୍ୟାଜେ,ରସିକଶେଖର ଅଳି ତହୁଁ ମହାବ୍ୟସ୍ତେକହି ଗୁଣୁ ଗୁଣୁ ସ୍ୱରେ କେତେ ଚାଟୁକଥା,ଭାଙ୍ଗେ ଆସି ମହାମାନ ମାନିନୀ ପ୍ରିୟାର ।ହସି ଉଠେ ଫୁଲ, ହସି ଉଠେ କାନ୍ତ ତାର,ଗାଏ ମହାନନ୍ଦେ ଭୃଙ୍ଗ ମିଳନସଙ୍ଗୀତ,ମଧୁର ସେ ଅଭିମାନ, ମଧୁର ମିଳନ,ସୁଆାଗେ ନାୟକ ଚୁମ୍ବେ ନାୟିକା ବଦନ,ନାଗର ନାଗରୀଙ୍କର, ହେ ନାଗରବର,ଦେଖି ସେ ଦାମ୍ପତ୍ୟରୀତି, ମଧୁର ପାବନ,କି ହୁଏ ମୋ ମନ, ତାହା ଜାଣେ ମୁହି ଏକା ।ବନ ପୋଡିଗଲେ ନାଥ, ଜାଣନ୍ତି ସକଳେ,ମନ ପୋଡିଗଲେ, ହାୟ, କେ ଜାଣିବ କାହିଁ !କେବେ ତୁମ୍ଭ ସ୍ନେହଧାରା ବହିବ ଦାସୀରଅଦୃଷ୍ଟ-ସାଗର ମୁଖେ, କେବେ ଅବା ଆସିପାଳେ ଯଥା ହିମବିନ୍ଦୁ ସୁକୁମାରୀ ଫୁଲେପାଳେ ଯଥା ହିମବିନ୍ଦୁ ସୁକୁମାରୀ ଫୁଲେଢାଳି କାମଧେନୁ କ୍ଷୀର ବଦନେ ତାହାର ।ଉଠିଲାଣି ତପୋବନୁ ପୁଣ୍ୟ ଯଜ୍ଞଧୂମ,ଉଠୁଛି କି ଆହା, ବିଶ୍ୱଶିଳ୍ପୀ ଶିଳ୍ପଶାଲୁଁଧାତୁଧୁମ, ତରଳାଏ ଶିଳ୍ପୀ ନାନା ଧାତୁ,କରିବ ସଂସ୍କାର ତହିଁ ବର୍ଷାଭଗ୍ନ ମହୀ ।କଲାଣି ଶରତ ବିଜେ, ନିର୍ବାର ବାରିଦ-ଶୁକ୍ଳରଥେ, ଦେବାକୁ ଏ ସମ୍ବାଦ ତୁମ୍ଭଙ୍କୁ ।କହିଲି ମଧୁପେ ଡାକି ବିନୟେ, ଆତୁରେ-ଅଳିରାଜ, ଅଚଳ ମୁଁ ମାତ୍ର ଅଛି ତୋରଯଦୁଚ୍ଛା ଗମନଶକ୍ତି, ଆବର ବୁଝୁ ତୁପ୍ରେମର ମହିମା, ଯେଣୁ ପ୍ରେମିକ, ରସିକ,‘‘ରସିକଭ୍ରମର’’ ବୋଲି ଅଛି ଜନବାଦ,କହ ଯାଇ କାନ୍ତେ ଏହି ପ୍ରେମିକା ସମ୍ବାଦ ।କହିବୁ-ହେ ଋଷି, ବହୁବିବାହ ମୋହର,କିନ୍ତୁ ମୁଁ ସଭିଙ୍କ ମନ ତୋଷେ ହରଘଡି-କାହାକୁ ଦର୍ଶନ ଦାନେ, କାହାକୁ ସ୍ପର୍ଶନେ,ଦକ୍ଷିଣାଶା, ଲୋପାମୁଦ୍ରା, ଦୁଇ ଜାୟା ତଦ,କେମନ୍ତେ ହେ ଋଷିବର ସମଦର୍ଶୀ ତୁମ୍ଭେ,ଗୋଟିକୁ ନିକଟେ ରଖ, ଆନେ ଦେଶାନ୍ତରେ ?ଘେନି ମୋ ପ୍ରାର୍ଥନା ଅଳି ଅସ୍ପଷ୍ଟ ଗୁଞ୍ଜନେଉଡିଯାଏ ଢଳି ଢଳି ତୁମ୍ଭ ଉଦ୍ଦେଶ୍ୟରେ ।ମାତ୍ର କି କହିବି ପ୍ରଭୁ, ଆସେ ନେତ୍ରେ ଅଶ୍ରୁ,ସ୍ୱଭାବେ ମଧୁପ ସେହୁ, ନଷ୍ଟ ଶିରୋମଣି,ମତ୍ତ ସଦା ନିଶାଭୋଳେ, ପାସୋରେ ମୋ କଥାକିବା ଚାରା ମତିଚ୍ଛନ୍ନ ଅମଳୀ ଲୋକର,ସଦା ପରବଶ, ପରଚାଳିତ ସଦା ସେ,କଥାର ସ୍ଥାୟିତ୍ୱ ତାର ଅଶ୍ୱ ମହିଷ ସମ୍ବନ୍ଧ,ଚିରମୃତ ପୁଣି ସେହୁ ନୈତିକ ଜୀବନେ,ଏ ହାତର କାର୍ଯ୍ୟ ତାର ନ ଜାଣେ ସେ ହାତ ।ଚରିତ୍ର ହିଁ ମାନବର ସତର୍କ ପ୍ରହରୀ,ସେ ଯାହାର କଳୁଷିତ, ରୌରବ କୀଟ ସେ,ମହାଦୁର୍ଭାଗ୍ୟ ସେ ସତ୍ୟ; ମାତ୍ର କୃପାପାତ୍ର !ଯାଉ ସେ ଘୃଣିତ କଥା, ପାପର ପସରା,ଘାଣ୍ଟିଲେ କୁସୂମ, ହାତେ ଲାଗିରହେ ବାସ,ଆମିଷ ଘାଣ୍ଟିଲେ ଲାଭ ଦୁର୍ଗନ୍ଧ କେବଳ ।ସର୍ବସ୍ୱ ଯାହାର ସ୍ୱାର୍ଥ, ତାହାର ଜୀବନନିଜ ପାଇଁ, ଦେଶର ସେ ଗୁରୁ ଗଳଗଣ୍ଡ,ରାଜାର ଶୋଷଣ ପ୍ରଜାକୁଳ ହିତ ପାଇ,ଖଣ୍ଟର ଶୋଷଣ ମାତ୍ର ନିଜ ପେଟଲାଗି,ଆତ୍ମସୁଖ, ଆତ୍ମହିତ ଯାର ଚିରଲକ୍ଷ୍ୟ,ତରଳେ କି ପରଦୁଃଖେ ବଜ୍ରହୃଦ ତାର ।ତୁମ୍ଭ ଆଗମନ ପାଇଁ, ହେ ପ୍ରାଣଦେବତା,କରେଁ କେତେ ଦେବତାଙ୍କୁ କେତେ ମାନସିକ,ପୁଜା, ଭୋଗ, ଅଳଙ୍କାର ବାହନ ପ୍ରଭୃତି;ମାତ୍ର କିଛି ମିଳେ ନାହିଁ ଫଳ, ଭାଗ୍ୟ ଯାରସୂପ୍ରସନ୍ନ, ଦେବେ ତାର ଅନୁକୂଳ ସଦା,ଆୟୁଷ୍ମନ୍ତ ରୋଗି-ପକ୍ଷେ ମହୌଷଧି ସିନାହୁଏ କାର୍ଯ୍ୟକର, ନାଥ, କି ଲେଖିବି ଆଉ,ସ୍ମୃତି, ଅଶ୍ରୁ, ଉଭେ ମୋତେ ନ ଦେଲେ ଲେଖାଇ,କହିବି ସାକ୍ଷାତେ ସବୁ ହୃଦୟର ବ୍ୟଥା,ଆସ ଖରେ, ପ୍ରତିପତ୍ରେ ନାହିଁ ପ୍ରୟୋଜନ ।