ଚତୁର୍ଥ ସର୍ଗ — ମହେନ୍ଦ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ଛାୟା ଆସି ପାଦତଳେ ପଶିଣ ଶରଣଜଣାଇଲା ମଧ୍ୟାହ୍ନର ଆଗମ ସଙ୍କେତ,ହେଲା ରୌଦ୍ର ରୁଦ୍ରଦନ୍ତ ତୀର୍ଣ୍ଣୁ ତୀକ୍ଷ୍ଣତର,ଡାକଦେଲା ଊର୍ଦ୍ଧ୍ୱୁ- ‘‘ଜଳପିଇପି’’ ଉଚ୍ଚାରିସ୍ୱନାମପ୍ରସିଦ୍ଧ ପକ୍ଷୀ ଉଚ୍ଚାଟ ଭାଷାରେ ।୧ପାଦପୁ ପଳିତ ପତ୍ର ଖସାଇ ପବନଉଡ଼ାଇଲା ସୂତ୍ରଶୂନ୍ୟ ଘୁଡ଼ି, ଶିଶୁ ଯଥାକିରତି କାଗଜେ ଚିଲ ଉଡ଼ାଏ କୌତୁକେ ।୧ - ପକ୍ଷୀବିଶେଷ । ଏ ପକ୍ଷୀ ‘‘ଜଳପିଇପି’’, ‘‘ଜଳପିଇପି’’ ବୋଲି ଶବ୍ଦ କରେ ।ଝିଙ୍କାରୀ ନିଃସ୍ୱନ ଘନେ ଶୁଭିଲା ଚୌଦିଗେ,ଆହା କି ଲଳିତ ସ୍ୱର, ବାଜେ କି ମଧୁରେମଧ୍ୟାହ୍ନ-ନୃପତିଙ୍କର ନର୍ତ୍ତକୀ ଘୁଙ୍ଗୁର ।ଦରବୁଜା କରି ଆଖି ଶୋଇଲା ଶିଅଳୀ ୨୨ - ମଧ୍ୟାହ୍ନ ସମୟରେ ଶିଆଳୀ ଲତାର ପତ୍ର ଯୋଡ଼ିଯାଏ । ଏହାର ଫଳ ଅସ୍ତ୍ରର ଫଳା ତୁଲ୍ୟ ।ବୀରନାରୀ, ଅସ୍ତ୍ରଫଳ -ଫଳେ ବିମଣ୍ଡିତା ।ଏ ସମୟେ କଲି ଯାତ୍ରା ସହଯାତ୍ରୀ ସହଗିରିପଥେ, କିଛି ଦୁର ହୋଇ ଅଗ୍ରସରଚାଲିଲୁଁ ଚାକୁନ୍ଦାବଣେ, ବୁଡ଼ି ତା ଗରଭେ,ମାଡ଼ିଛି ମଞ୍ଜୁଳେ କେତେ ବନ୍ୟ କର୍କଟିକା ୩ଧରି କୋଳେ ଫୁଲ ଫଳ, ଦେଖି ଫଳ ତାରଝୁରିବ ରସନା, ମାତ୍ର ବଡ଼ ପିତା, ଯଥାଶତ୍ରୁ ଆର୍ଶୀବାଦ କିମ୍ବା ଅଧମ ବନ୍ଦନା ।୩ - ବଣକାକୁଡ଼ି ।‘‘ଗୁରୁଙ୍ଗୀ’’ ଶବରପଲ୍ଲୀ ରଖିଣ ଅଦୂରେପଶିଲୁ ସକଳେ ଯାଇ ଗହନ ବିପିନେ,ଅତୀବ ସଂକୀର୍ଣ୍ଣ ପଥ ଦୁଯେ ଦୁରାରୋହ,ବେନି ପାଶେ ଦୃଷ୍ଟି ରୋଧୀ ନିବିଡ଼ କାନ୍ତାର,ନୀରବ, ନିସ୍ତବ୍ଧ, କିବା ତାହା ଯୋଗାଶ୍ରମ-କରତୀ ଯୋଗିନୀବରା ନୀରବତାଙ୍କର ।ଶୁଭିଲା ଭୀଷଣ ଶବ୍ଦ, ପ୍ରତେ ହେଲା ଯଥାମୃତ୍ୟୁର ନିଷ୍ଠୁର ରୁଦ୍ର ଅଭିଶାପ ବାଣୀ,ଶୁଣି ସେ ବିକଟ ଶବ୍ଦ ଉଠିଲାକ ଚେଇଁଚିତ୍ତ-ଗୃହ-ସୁପ୍ତ ଭୟ, ମିଶିଗଲା ତାହାପ୍ରତି ରକ୍ତ କଣିକାରେ । ହେଲା ଶତ ଛିନ୍ନଜୀର୍ଣ୍ଣ ଜୀବନର ଶୀର୍ଣ୍ଣ ଧୌର୍ଯ୍ୟ ତାର ଖରେ ।ବୁଲିଲା ଉଲଗ୍ନ ମୂର୍ତ୍ତି ଧରି ବିଭୀଷିକା,ହେଲା ବୁଦ୍ଧି ଅସାଷ୍ଟମ, ହେଲି ଆତ୍ମହୃତଆହା, ପୁଣି ଏ କି ଶୋଭା, ପଳାଇଲା ଭୟ,(ଯେଉଁ ଶୋଭା ପଦେ ଶୌର୍ଯ୍ୟ ଖଟେ ଦାସପଣେ)ଭୟ ତ ଶୌର୍ଯ୍ୟକୁ ଡ଼ରେ ଜୀବନ ବିକଳେ,କି ସାହସେ ରହିବ ସେ ସେହି ଶୋଭା ଆଗେ ।ଘୋଟିଛି ତମାଳ ଲତା ବନେ ଅନର୍ଯ୍ୟାପ ୪କୃଷ୍ଣାଭ କୁଟ୍ମଳ- ବତୀ, ୫ ଶ୍ୟାମଙ୍ଗୀ ସୁନ୍ଦରୀ,
୪ - ଅସୀମ ।
୫ - କଢ଼ ଧରିଥିବା ଲତା ।
ଲେଖି ରଖିଅଛି ପରା ଏ ଅଭିନନ୍ଦନ
ପୂର୍ବରୁ ବସନ୍ତ ପାଇଁ ଧନୀ ଏ ବିଜନେ ।
ଆଗେ କଳା ଦାଗେ କରି ଅକ୍ଷର ଚିହ୍ନିତ,
ମଡ଼ାଉଛି ତା ଉପରେ ଦଳିତ ହିଙ୍ଗୁଳ,
ଆସିଲେ ବସନ୍ତ-ନୃପ, ଭେଟିବ ଛାମୁରେ ।
ସେ ଅଦ୍ଭୁତ ଦେବଲିପି ଅନ୍ୟର ଅପାଠ୍ୟ,
ଯେ ଲେଖିଛି, ତାହାର ସେ ହୃଦୟର ଭାଷା,
ପଠନେ ଭାଜନ ସେହି, ଆବର ଭାଜନ
ଯା ପାଇଁ ଲିଖିତ ସେହି ବିଜ୍ଞ ୠତୁରାଟ ।
ପ୍ରେମଲିପି, ପ୍ରେମଭାଷା ସ୍ୱତନ୍ତ୍ର ଜଗତେ,
ପଠନେ ସକ୍ଷମ ତାହା ପ୍ରେମିକ ପ୍ରେମିକା ।
ବିସ୍ତାରି ଉଦ୍ଦାମ ହାସ କେବଣ ସୁମନ
ବସି ବୃନ୍ତ-ସିଂହାସନେ, କିଞ୍ଚତ ୬ ଚାଳନେ
କରୁଅଛି ଆମନ୍ତ୍ରଣ ଅଳିକି ସରାଗେ,
ସଖୀର ଏ ରୀତି ହେରି ସଜନୀ ତାହାର ।
ଦେଉଛି ମୁରୁକିହସା, ବାତେ ଝୁଲି ଝୁଲି,
୬ - ଫୁଲ ପାଖୁଡ଼ା ।
ସେ ନିର୍ବାକ ପରିହାସ ପ୍ରଥମା ବଦନେ
ଦେଉଅଛି ବୋଳି ଆହା ଲଜ୍ଜା-ପାଟଳିମା
ରଜ ବ୍ୟାଜେ, ତହିଁ ଶୋଭା ଦ୍ୱିଗୁଣ ଝଟକେ ।
ଏ ଅନ୍ତେ ‘‘ହରିଡ଼ା ଘାଟୀ’’ ଉତୁରି ସକଳେ
ଗମିଲୁଁ ହରିଡ଼ାବଣେ କ୍ରମନିମ୍ନ ପଥେ,
ହେଲା ବାହକଙ୍କ ଗତି ଚୌଗୁଣ ଚଞ୍ଚଳ,
ପ୍ରତେ ହେଲା ତରୁରାଜି ଗତିଶୀଳ ପ୍ରାୟ,
ଦେଖାଉଛି କିଏ ଯେହ୍ନେ ବାୟସ୍କୋପ କ୍ରୀଡ଼ା
(ନବଯୁଗ-ଉଦ୍ଭାବିତ ଅଦ୍ଭୁତ କୁହୁକ)
ନେତ୍ର ଆଗେ କେତେ ଦୃଶ୍ୟ ଗଲା ଖରେ ଭାସି ।
ଊର୍ଦ୍ଧ୍ୱଚୂଡ଼ା ମଧ୍ୟଦେଶ ଆବରିଛି ଘନ,
ଜଡ଼ିତ ଲହଙ୍ଗା ଅବା ରୂପାଜରୀବୁଣା-
କାନନକମଳା ଅଙ୍ଗେ, ଅଥବା ବେଷ୍ଟିତ ।
ଶୁଭ୍ର ବହିବ୍ୟସ-ଗିରି-ବୈଷ୍ଣବ କଟୀରେ ।
କେତେ ଦୁରାନ୍ତରେ ପୁଣି ହେଲା ବୁଢ଼ୀଘାଟୀ
ଦୁର୍ଗମ, ଦୁର୍ଲଙ୍ଘ୍ୟ, ଅଛି ପ୍ରାଚୀନ ପ୍ରବାଦ-
ବୃଦ୍ଧା ଶବରୁଣୀ ଏକ ଉଠୁ ଉଠୁ ଏଥି
ଭାଙ୍ଗିଗଲା ଅଣ୍ଟା ତାର, ହେଲା ସେ ଗତାୟୁ,
ସେହି ଦିନୁ ବୁଢ଼ୀ ସ୍ମୃତି ଧରି ଏ ବକ୍ଷରେ
ବହିଅଛି ବୁଢ଼ୀଘାଟୀ ଅଖ୍ୟାତି ଅଭିଖ୍ୟା,
ଶଶେ ନାଶି ଶଶୀ ଯଥା ହେଲା ଶଶଧର ।
ଏଣିକି ବାରିଦରାଜ୍ୟ, ବସିଥାଏ ସଦା
ବାରିଦ ସମିତି, ନାଦ ଛଳେ ବେଳେ ବେଳେ
ହେଉଥାଏ ସମର୍ଥିତ ଆଗତ ପ୍ରସ୍ତାବ ।
ଆସିଲା ଆବରି ଘନ ଦେଖୁଁ ଦଖୁଁ ତ୍ୱରା,
ହେଲା ଶୀତ; ଥରିଗଲା ଦେହ, ସୁ-ସୁ ସ୍ୱର
ଶୁଭିଲା ସୁଦୂରେ, କ୍ରମେ ସେ ଶବ୍ଦଲହରୀ
ଆସିଲା ସତ୍ୱରେ ଧାଇଁ ଭେଦି ବନରାଜି,
ବାଜିଲା କି ଏକାବେଳେ ଶତ ଗ୍ରାମଫୋନ,
ବୈଜ୍ଞାନିକ ଗାନଯନ୍ତ୍ର-ଗାୟକ ପ୍ରତିଭୁ ।
ମିଶିଲା ତା ସଙ୍ଗେ ପର୍ଣ୍ଣ-ମର୍ମର ଝଙ୍କାର
ଉଠିଲା ସେ ସ୍ଥାନ ହୋଇ ଅତୀବ ମୁଖର,
ଯେସନ ପଣ୍ଡିତ ସଭା କିମ୍ବା ପାଠଶାଳା ।
ହେଲା ବୃଷ୍ଟି ଅଦୃଷ୍ଟରେ, ନ ପଡ଼ିଲା ଦେହେ,
କେବଳ ସଞ୍ଚିତ ହେଲା ପତ୍ରେ ଜଳକଣା,
କାନ୍ଦିଲେ କି ବୃକ୍ଷେ, ଝରେ ପତ୍ର-ନେତ୍ରୁ ନୀର ।
ଅହୋ, କି ଅଦ୍ଭୁତ, ଚାହୁଁ ଚାହୁଁ ଆସି କାହୁଁ
ତୀବ୍ର ଖରା, ପୋଛିଦେଲା ସେ ଲୋତକ ବିନ୍ଦୁ;
ପୋଛିଦିଏ ଆଶା ଯଥା ଦୁଃଖୀ ନେତ୍ରୁ ଅଶ୍ରୁ ।
ସେହିକ୍ଷଣି ବର୍ଷା, ଶୀତ, ସେହିକ୍ଷଣି ଖରା,
ତିନି ୠତୁ ଭୋଗ ତହିଁ ଏକଇ ମୁହୂର୍ତ୍ତେ ।
ଦେଖି ଦେଖି ନାନା ଦୃଶ୍ୟ ହେଲୁଁ ଅଗ୍ରସର,
ପଡ଼ିଲା ଧୂଳିଆ ଘାଟୀ ଧୂଳି-ଧୂସରିତ,
ବାୟୁର ପ୍ରବାହ ତହିଁ ସୃଜିଣ ଭଉଁରୀ
କରିଦେଲା ପାନ୍ଥକୁଳେ ଧୂଳି-ଜଳେ ସ୍ନାନ ।
ମହେନ୍ଦ୍ର ପରମ ଯୋଗୀ, ବିଭୂତି-ବିଭୂତି
ତାର, ଅବା ସେହି ଦୀକ୍ଷା ଦେଲା ଅଯାଚିତେ ।
ସହସା ଉଠିଲା ଥରି ମହା ଅରଣ୍ୟାନୀ
କ୍ଷିପ୍ତ ମହିଷକୁଳର ରୁଦ୍ର ଉପଦ୍ରବେ,
ଧାଇଁଲେ ସେ ଦ୍ରୁତପଦେ ଗର୍ଜି ଇତସ୍ତତଃ
ଲକ୍ଷ୍ୟହୀନ ଧୂମକେତୁ ପ୍ରାୟ, ଧାଉଁ ଧାଉଁ
କେହି ବା ପଡ଼ିଲା ଛନ୍ଦି ଲତାଜାମୁ ପାଶେ,
ପଡ଼ିଲା ହାବୁଡ଼ି କେହି ଝୁଣ୍ଟି ଖଣ୍ଡୋପଡ଼େ,
ଭୀତିମିଶା ବୀର ରସ ହେଲା ଅଭିନୀତ
ଏଥୁଅନ୍ତେ ବିଶ୍ରାମିଲୁଁ ପଞ୍ଚମ ଶିଖରେ,
ନିବସନ୍ତି ଏଥି ଦିବ୍ୟ ନିଶ୍ଚୁଳ ଦେଉଳେ
ଗୋକର୍ଣ୍ଣ-ଈଶ୍ୱର ଶିବ, ବହି ପାର୍ଥ ସ୍ମୃତି *
* ମହାଦେବଙ୍କର ଆକାର ଗୋକର୍ଣ୍ଣ ସଦୃଶ ।
ସ୍ମରି ସେ ଦେଉଳରାଜ ଅତୀତ ଯୁଗର
ଅତ୍ୟାଚାର- କଳାଦ୍ୱେଷୀ କଳାପାହାଡ଼ର,
ବଖାଣୁଛି ଅଦୃଷ୍ଟର କରୁଣ କାହାଣୀ
ନିର୍ବାହ ବାଣୀରେ, ତେବେ ଯାଉ ନାହିଁ ବ୍ୟଥା ।
ବୀରତ୍ୱର ଇତିହାସେ ଯାଙ୍କ ପୁଣ୍ୟ ନାମ
ସମୁଜ୍ଜୁଳ ସ୍ୱର୍ଣ୍ଣାକ୍ଷରେ ସର୍ବାଗ୍ରେ ଅଙ୍କିତ,
ସେହି ମହାମହେଷ୍ୱାସ ପାର୍ଥ ପୃଥ୍ୱୀଞ୍ଜୟ,
ଗଣ୍ଡାଭ୍ରମେ ଏ କାନ୍ତାରେ ବଧି ଗୋରୁ ଏକ,
ଯାଉଁ ଯାଉଁ ଧନୃହୂଳେ ବହି ତାର ଶବ
ସାଗରେ ନିକ୍ଷେପ ଅର୍ଥେ, ପଡ଼ିଲା ଏଠାରେ
ଛିଡ଼ି କର୍ଣ୍ଣ, ତହୁଁ ଧନଞ୍ଜୟ ସ୍ଥାପି ଏଥି
ଗୋକର୍ଣ୍ଣ ଈଶ୍ୱର ଶିବେ, ଅନନ୍ତ ପ୍ରତାପୀ,
ବିହିଲେ ଅଜ୍ଞାନକୁତ ପାପ ପ୍ରାୟଶ୍ଚିତ ।
ପଡ଼ିଲା ଶବର ପୁଣ୍ଟି, ପଡ଼ିଲା ଆବର
କୋଟି କୋଟି ରକ୍ତବିନ୍ଦୁ ବାରୁଆଁ ଗ୍ରାମରେ,
ବେନି ନାମେ ସଂସ୍ଥାପିତ ଶିବ ବେନି ସ୍ଥାନେ
ଯଥାକ୍ରମେ ପୁଟେଶ୍ୱର, କୋଟିଲିଙ୍ଗେଶ୍ୱର ।
ଫୁଟିଛି ଅଜ୍ଞାତ ଫୁଲ ଦେଉଳ ଚୌପାଶେ,
ପଡ଼ିଛି ବିଞ୍ଚୁଡ଼ି କିବା ପୁଣ୍ୟ ପବିତ୍ରତା !
ମଧ୍ୟେଁ ବିରାଜିତ ଶମ୍ଭୁ, ଦେଉଳ, ଭିତ୍ତିରେ
ନିବସନ୍ତି ତାହାଙ୍କର ପୁତ୍ର ପରିବାର,
ଦ୍ୱାରଦେଶେ ବିଖୋଦିତ ନବଗ୍ରହ ମୂର୍ତ୍ତି ,
ସମ୍ମୁଖେ ବିଶାଳକାୟ ବାସୁଆ ବଳଦ
ରହିଛି ଉନ୍ମୁଖେ ପ୍ରଭୁ ଆଜ୍ଞା ପ୍ରତୀକ୍ଷାରେ
ପୁରୋଭାଗେ ଖର୍ବକାୟ କୁନ୍ତୀ ଦେବାଳୟ
ଉଡ଼ାଇ ଶୈବାଳଗୁଚ୍ଛ-ପଳିତ କୁନ୍ତଳ,
ସ୍ଖଳିତ ଇଷ୍ଟକ ଦନ୍ତ ଦେଖାଇ ଆବର
ପ୍ରଦାନୁଛି ପାନ୍ଥେ ସ୍ୱୀୟ ବାର୍ଦ୍ଧକ୍ୟ ସୂଚନା ।
କି ସୁଢ଼ଳ କୁନ୍ତୀମୂର୍ତ୍ତି, ଚିରୋଜ୍ଜ୍ୱଳ, ତାହା-
ମାତୃତ୍ୱର-ଦେବୀତ୍ୱର ମହିମା-ମୟୂଖେ,
ଅଧରେ କରୁଣା ହାସ୍ୟ ହୋଇଛି ମୂର୍ଚ୍ଛିତ ।
ନିର୍ମାଣ-ନୈପୁଣ୍ୟ ପୁଣି ଭାବ ବ୍ୟଞ୍ଜନାରେ
ଦେଖାଇଛି କଳାକବି ୧ ଅଦ୍ଭୁତ୍ କଳ୍ପନା ।
୧ - ଶିଳ୍ପୀ
ନାହିଁ ଯେହ୍ନେ କୃତ୍ରିମତା, ନୁହେଁ ତା ପ୍ରତିମା,
ସ୍ୱାଭାବିକ ମାନବ ସେ, କାହା ଅଭିଶାପେ
ଯାଇଅଛି କ୍ଷଣପୂର୍ବେ ପାଷାଣ ପାଲଟି ।
କୁନ୍ତୀ ବାମେ ବିଷ୍ଣୁ ମୂର୍ତ୍ତି, ଭକ୍ତି ପ୍ରୀତିଚୋରା-
‘‘ଶ୍ରୀମହେନ୍ଦ୍ର ନାରାୟଣ’’ ଗିରି ଅଧିଷ୍ଠାତା,
ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋହେ ଚତୁଷ୍କରେ;
ଯୋଡ଼ହସ୍ତେ ଧ୍ୟାନମଗ୍ନ ସମ୍ମୁଖେ ସୁପର୍ଣ୍ଣ । ୨
ପାଷାଣ ଦେହଳୀ ଦେହେ ଲତା ଫୁଲ, ପକ୍ଷୀ
୨ - ଗରୁଡ଼ ।
ସୂଚୀରେ ଖୋଦିତ ପ୍ରାୟ ଦିଶେ ସୂକ୍ଷ୍ମତମ,
ଅବିକଳ ରଚି ଶିଳ୍ପୀ, କରିଛି ନିର୍ଜୀବ,
କିନ୍ତୁ ସେହି ନିର୍ଜୀବତା ପ୍ରଦାନିଛି ତାଙ୍କୁ
ଅନନ୍ତ ଅକ୍ଷୟ ନିତ୍ୟ ଜାଗ୍ରତ ଜୀବନ ।
ଅଦୁରେ ପାବନି ୩ ପାର୍ଶ୍ୱେ ଭଗ୍ନମୂର୍ତ୍ତି ସ୍ତୂପ,
ହାୟ, କାଳ ଖଣ୍ଡେ ଖଣ୍ଡେ ଭକ୍ଷି ମୂର୍ତ୍ତିଗୁଡ଼ି
ସାଇତିଛି ଅବଶିଷ୍ଟ ଭବିଷ୍ୟ ସକାଶେ ।
ଅଛି ଶିଳ୍ପ, କାହାନ୍ତି ସେ ଶିଳ୍ପୀ, ପଚାରିଲେ
ଶିଳ୍ପେ ଏହା, ଦେବେ ସେହୁ ନୀରବେ ଉତ୍ତର
କାହିଁ ସେ ସୁକାଳ, ଗୁଣ-ଗରିମା ପ୍ରଦୀପ୍ତ !
କୁନ୍ତୀ ନାମେ ଗୁନ୍ଥା କେତେ ଇତିହାସ ସ୍ମୃତି,
କୁରୁକ୍ଷେତ୍ର ଯୁଦ୍ଧ, ମହାଭାରତ ଆଖ୍ୟାନ,
କଳର କେନ୍ଦ୍ରୀଭୂତ ମହାଶକ୍ତି କୁନ୍ତୀ ।
ତାଙ୍କ ପରି ଭାଗ୍ୟବତୀ ସୁଦୀର-ପ୍ରସୂତି
ଦୁର୍ଲଭ ଭାରତେ ଏବେ, ଦୁର୍ଲଭ ଜଗତେ ।
କୁନ୍ତୀସ୍ନାନେ ପୁତା ଏହି କ୍ଷୁଦ୍ର ଚମ୍ପାଝର, ୪
୪ - ଗୋଟିଏ ଚମ୍ପାଗଛ ମୂଳରୁ ଏହି ଝରଣା ପ୍ରବାହିତ ।
ବରଣୀୟ ତୀର୍ଥ, ପ୍ରତି ପୁଷନ୍ତିରେ ତାର ୫
ମିଶିଅଛି କୁନ୍ତୀଦେବୀ ଶିବ ଆର୍ଶୀବାଦ ।
ଦେଖୁଁ ଦେଖୁଁ ଏହି ଦୃଶ୍ୟ ପଡ଼ିଲେଣି ଗଡ଼ି
କେତେବେଳୁ ବିଭାବସୁ ମହେନ୍ଦ୍ର ଶିଖରୁ,
୫ - ଜଳକଣା ।
ନ ପାରିଲି ଜାଣି ତାହା, ଦିବସ ଚଞ୍ଚଳ,
ଚାଲିଯାଏ ଅଲକ୍ଷ୍ୟରେ କରି ଆୟୁ ପାନ,
ବିଷୟ-ବ୍ୟାପୃତ ନର ନ ପାରେ ତା ଜାଣି ।
ତୁଟିଗଲା ଦୃଶ୍ୟନିଶା, ଭାଙ୍ଗିଗଲା ଲୟ,
ଊର୍ଦ୍ଧ୍ୱସାନୁ ଅଭିମୁଖେ କଲି ତହୁଁ ଗତି,
ହେବାରୁ ଅଦୃଶ୍ୟ ରବି ବେଳ ଥାଉଁ ଥାଉଁ,
ପ୍ରତେ ହେଲା କାଉଁଳିଆ ଢାଙ୍କିଲା ପରାୟେ ।
ନାହିଁ ଆଉ ଅରଣ୍ୟାନୀ, ଏଣିକି ଚାନ୍ଦିଆ,
ମହାପୁରାତନ ଗିରି, ବୟୋଧର୍ମେ ଅବା
ଯାଇଛି ଉପୁଡ଼ି ଚାର ଶିରୁ କେଶରାଶି ।
ମାତ୍ର ତହିଁ ଦିଶୁ ନାହିଁ ଗିରି ଅସୁନ୍ଦର,
ପ୍ରତ୍ୟୁତ ସେ ଶୋଭାବନ, ନ ଥାଉ ପଛକେ
ସେ ଶୋଭାରେ ପ୍ରାଣମୟୀ ତୀବ୍ର ତରଳତା,
ମାତ୍ର ନୁହେଁ କୋମଳତା-ଶୀତଳତାଶୂନ୍ୟ ।
ସୂକ୍ଷ୍ମ ସଂସ୍କରଣ ତାହା ସୁଷମା-ଗ୍ରନ୍ଥର ।
ପଥ ବେନି ପାର୍ଶ୍ୱେ କେତେ ସୁନ୍ଦରୀ ଅଏଳା ୧
୧ - ଲାଲ ବର୍ଣ୍ଣର ଧାତ୍ରୀ ଅଏଁଳା ।
ଧରି କରେ ସୁମଞ୍ଜୁଳ ପଦ୍ମରାଗମାଳା
ହୋଇଅଛି ଉଭା, ବହି ଉନ୍ମୁଖ ଆକାଙ୍କ୍ଷା,
ଆସିଲେ ତାହାର ପ୍ରିୟ ଅର୍ପିବ ତା କଣ୍ଠେ ।
ହୋଇ କର ଛନ୍ଦାଛନ୍ଦି କାହିଁ ଭୂତବୈରୀ ୨
୨ - ଗୁଳ୍ମବିଶେଷ ।
ଅନଳକୁମାରୀ ୩ ସହ, ରତ ନୃତ୍ୟାମୋଦେ
ଦେଖାଇଣ ଅଙ୍ଗଭଙ୍ଗୀ ସମୀର ହିଲ୍ଲୋଳେ
ଜାଙ୍ଗଳ ହରଡ଼ଡାଳେ ୪ ବସି କୁତୂହଳେ
ଖେଳୁଛନ୍ତି ଦୋଳି କେତେ କ୍ଷୁଦ୍ର ବାୟାଦଳ ।
୩ - ତୁଣ୍ଡପୋଡା ଗଛ ।
୪ - ବଣ ହରଡ଼ ।
କାହିଁ ବା ଭୂମିଖର୍ଜୁରୀ ମୁକ୍ତକେଶୀ ବେଶେ
ସାଧୁଛି ଗଭୀର ଯୋଗ ତନ୍ମୟ ମାନସେ ।
ଉଡ଼ୁଅଛି ଭୀମବାଳ ୫ କାହିଁ ଫରଫରି
ଗିରିଚୁଡ଼ା ଦାଢ଼େ, ଶୈଳ ଉଷ୍ଣୀଷ ପରାୟେ ।
୫ - ଏକଜାତୀୟ ଲମ୍ବାକୃତି ତୃଣ । ଭୂତ ପ୍ରେତର ଉପଦ୍ରବରୁ ରକ୍ଷା ପାଇବା ସକାଶେ ଶଉରାମାନେ ଏହାକୁ କଣ୍ଠରେ ଧାରଣ କରନ୍ତି । ଏହା ମହାବୀର ଭୀମସେନଙ୍କ ମସ୍ତକର ବାଳ ବୋଲି ସେମାନଙ୍କର ବିଶ୍ୱାସ ।
ବିସ୍ତୀର୍ଣ୍ଣ ପ୍ରାନ୍ତର ପ୍ରାନ୍ତେ ମହିଷ ମାହାରା,ରୁଣ୍ଡ ହୋଇଛନ୍ତି ତହିଁ ବିସ୍ତର ମହିଷ,କେହି ଉଭା, କେହି ସୁପ, ସବତ୍ସ, ନିର୍ବତ୍ସ,ନିରତ ରୋମନ୍ଥେ ସର୍ବେ, ବିରାଜନ୍ତି ଯେହ୍ନେପଡ଼ିଛି ବିଞ୍ଚୁଡ଼ି କୃଷ୍ଣ ଖଣ୍ଡୋପଳ ରାଜି ।କି ଉଦ୍ଭ୍ରାନ୍ତ କଟୁଦୃଷ୍ଟି, ନିଜେ ଭୀତ, ଅବାଅପରେ ଦେଖାନ୍ତି ଭୟ କିମ୍ବା ଏ ଉଭୟତହିଁ ହୁଏ ସମ୍ପାଦିତ, ଜାଣେ ତା ଦର୍ଶକ ।ବସିଛି ବିପଣୀ ବାଢ଼ି ଆଭୀରନନ୍ଦନ ୬ଦଧି ଦୁରାଧ ନବନୀତ ଆମିକ୍ଷା ୭ ପ୍ରଭୃତି ।ପ୍ରତ୍ୟକ୍ଷେ ଏ ଜୀବଜାତ, ମାତ୍ର ପରୋକ୍ଷରେମହେନ୍ଦ୍ରର ଅନ୍ତଃସାର, କେତେ ଭାବେ ଗିରି୬ - ଗୋପାଳ ବାଲକ ।୭ - ଛେନା ।ଯୋଗାଏ ଆହାର ଜୀବେ, କାହିଁ ତା ସୁମାରି !ହିମସାଗରାଖ୍ୟ ସର ବିରାଜେ ଅଦୂରେଯଥା ଶୈଳ କପାଳୀର କପାଳ-ନୟନ ।ଅଥବା ଏ କେଳି ସର ଗିରିଦମ୍ପତିର,କେଳି କାଳେ ଧୌତ ହୋଇ ଗିରିରାଣୀଙ୍କରକସ୍ତୁରୀ-ଅଙ୍କିତ-ଗଣ୍ଡ-ପତ୍ରାବଳି ଚିତ୍ର,ମିଶେ ଏହା ଜଳେ, ଏଣୁ ଦିଶେ ତାହା ନୀଳ ।ଖଣ୍ଡେ ଦୂର ଉଠି ତହୁଁ ସାୟାହ୍ନ ସମୟେମିଳିଲି ସଦଳେ ଯାଇ ଷଷ୍ଠ ସାନୁଶିରେ,ଜନମ, ଜୀବନ, ଆଶା ତିନି ହେଁ ମୋହରଏତେ ଦିନେ ଉପସ୍ଥିତ ସାଫଲ୍ୟ ସ୍ୱର୍ଗରସ୍ୱର୍ଣ୍ଣମୟ ସିଂହଦ୍ୱାରେ, ଭାଗ୍ୟ ଆଶୀର୍ବାଦେ ।ରାଜକୀୟ ପାନ୍ଥଶାଳା ଅବସ୍ଥିତ ଏଥିସୁଧା-ଧବଳିତ ଦେହେ, ଶୋଭେ ସେ ଯେସନମହେନ୍ଦ୍ର ବକ୍ଷରେ ବ୍ରହ୍ମ-ହୀରକ-ପଦକ ।ଯାହା ଆଉ ସେ ଗୃହର ପ୍ରଚଳିତ ନାମ,ମାତ୍ର ମୁଁ ଅର୍ପିଲି ଆଖ୍ୟା ‘‘ମହେନ୍ଦ୍ର ଆଶ୍ରମ’’ । ୮ହେଲା ରାତ୍ରି, ସୃଷ୍ଟି ହେଲା ଅନ୍ଧାରେ ପ୍ରଳୟ,ସେ ଆଶ୍ରମ ଗର୍ଭେ ସର୍ବେ ଲଭିଲୁଁ ଆଶ୍ରୟ ।୮ - ମହେନ୍ଦ୍ରର ଷଷ୍ଠ ଚୂଡ଼ା ଉପରେ ମଞ୍ଜୁଷା ରାଜା ସୁନ୍ଦର ମହୋଦୟଙ୍କର ଗୋଟିଏ ବଙ୍ଗଳା ଅଛି ।
ପଞ୍ଚମ ସର୍ଗ
ରଜନୀରୂପିଣୀ କୃଷ୍ଣା ସର୍ପିଣୀ ଦଂଶନେଥିଲା ଧରା ଆଚେତନ, ବିଷବୈଦ୍ୟ-ରବିଚିଆଁଇଲେ ତାକୁ ଆସି ଛୁଆଇଁ ତା ଦେହେସଞ୍ଜୀବନୀ-ସୁଧାସିକ୍ତ ସୁବର୍ଣ୍ଣ ଶଳାକା ।ଉଜ୍ଜ୍ୱଳିଲା ସୌରକର,ତୁଷାର ମୌକ୍ତିକେ,ଉଜ୍ଜ୍ୱଳାଏ ଯଥା, ନ୍ୟାୟେ ସତ୍ୟର କିରଣ ।ଅହୋ, କି ଅନନ୍ତ ଦୃଶ୍ୟ, ଶୋଭା-ସାହିତ୍ୟରସୁବିଶାଳ ପାଠାଗାର ରହିଛି କି ମୁକ୍ତ,ନିରୁର୍ମି ସୈକତ ସିନ୍ଧୁ ଅଗ୍ରେ, ତହିଁ ପଛେଚକ୍ରବାଳଚୁମ୍ବୀ ନୀଳ ଉର୍ମିଳ ସାଗର ।ମହାଦୃଶ୍ୟ କଳିବାକୁ ଉଡ଼ିଗଲା ମନ,ମାତ୍ର କାହିଁ ନ ପାଇଣ ସ୍ଥଳକୂଳ କିଛିଆସିଲା ହତାଶେ ଫେରି ଘଡ଼ିକ ଉତ୍ତାରୁ,ଯଥା ପୋଷା ପକ୍ଷୀ ଉଡ଼ିଯାଇ ପିଞ୍ଜରାରୁବାହୁଡ଼େ ସ୍ୱସ୍ଥାନେ ହୋଇ ଥକିତ ବ୍ୟଥିତ ।ଆନନ୍ଦ ପ୍ରବାସଭୂମି ହେଲା ଏବେ ମନ,ସ୍ୱଭାବଚାଞ୍ଚଲ୍ୟ ମୋର ଭଜିଲା ବିଦ୍ରାବ, ୧୧ - ପଳାୟନ ।ବିବେକର ଝିଙ୍ଗାସରେ ୨ ହୋଇଣ ଲଜ୍ଜିତ,କାମନାର ତୀବ୍ର ସ୍ରୋତ ଶୁଖିଗଲା ତହୁଁ ।କେବଣ ନୂତନ ସ୍ୱର୍ଗେ ପ୍ରବେଶିଲି ଆସି,ପୁଣ୍ୟବଳେ ସ୍ୱର୍ଗଭୋଗ ଦେହାନ୍ତେ କଳ୍ପିତ,୨ - ଭତ୍ସନା ।ମାତ୍ର ଏ ନୂତନ ସ୍ୱର୍ଗେ ମିଳେ ତା ଦେହକେ ।ଏହା ତୁଳନାରେ ଧରା ନରକର ହାର,ଧରା ତୁଳନାରେ ଏହୁ ବୈକୁଣ୍ଠ ସୋପାନ ।ପୋଡ଼ିଦେଇ ଅଭିମାନ କୁଶ-ପୁତ୍ତଳିକା,ଜାଳିଦିଏ ଏ ସୁସ୍ଥାନ ଜ୍ଞାନ-ଦୀପ ହୃଦେ ।ନାହିଁ ଏଥି ନାଗରିକ-ଜୀବନ-ସୁଲଭଆଶା ବା ଦୁରାଶା କିମ୍ବା ଗର୍ଭ ପଉରୁଷହିଂସା ଆଭିଜାତ୍ୟ ଆଦି, ନିର୍ମଳ ଏ ସ୍ଥଳୀ ।ପାରେ ନାହିଁ ପଶି ଏଥି ପ୍ରାକୃତ ଲାଳସା,ମାନବ ଜୀବନ-ଯୁଦ୍ଧ ଖର ଉତ୍ତାପରନାହିଁ ଏଥି ଅଧିକାର, ଅଭାବ ଆବର-ସ୍ୱାର୍ଥ-ବିରୁଡ଼ିର କ୍ରୁଦ୍ଧ ସନ୍ଦଂଶନ ଜ୍ୱାଳା ।ଶିଳାମୟ ସ୍ଥଳ, ମାତ୍ର ସୁନ୍ଦର, ମଧୁରପ୍ରେମର ଅମୃତ ଉତ୍ସ, ପୁଣି ସ୍ୱାଭାବିକ,ବିଶ୍ୱରେ ଯା କିଛି ସତ୍ୟ, ଧ୍ରୁବ ବା ସୁନ୍ଦର,ମିଶିଅଛି ସେ ସକଳ ତନୁରେ ଏହାର ।ପୁଣି ଏହା ସ୍ମୃତିରାଜ୍ୟ, ଇତିହାସମୟ,ଏ ସ୍ଥାନର ବାୟୁ, ନଭଃ, ଝର, ଦେବାଳୟସର୍ବେ ବ୍ୟକ୍ତ କରୁଛନ୍ତି ଇତିହାସ-ଗାଥା ।ଏ ସ୍ଥାନ ଦର୍ଶନମାତ୍ରେ ହୃଦୟ-ମୁକୁରେପ୍ରତିଫଳି ଫୁଟି ଉଠେ ଶତ ପୂରାଛବି,ଆଣିଦିଏ ତାହା ନବ ଜୀବନ ପ୍ରେରଣା ।ନିମ୍ନେ ଉପତ୍ୟକା ମଧ୍ୟେ ରାଜେ କଞ୍ଚାବଣ,ପଡ଼ୁଅଛି ଯେହ୍ନେ ତହୁଁ ନୀଳିମା ନିଗିଡ଼ି,ତମାଳ, ଆକନ୍ଦ, ଶାଳ, ଅସନ, ପିଆଳ,ରାଜଦନ୍ତ ଅଧଃକାରୀ ଧବଳ ଅଠିଳ, ୩୩ - ବୃକ୍ଷବିଶେଷ । ଏହାର କାଠ ଅତି ଉକ୍ତୃଷ୍ଟ । ହସ୍ତଦନ୍ତ ପରି ଚିକ୍କଣ ଏବଂ ଶୁକ୍ଳ ।ତୈଳବିଶୋଧିନୀ ନଖୀ, ରସାଳ, ଗୁଗ୍ଗୁଳ,ଇତ୍ୟାଦି ପାଦପେ ଅତି ଗହଳ ସେ ବନ,ନାହିଁ ତହିଁ ଶୁଷ୍କ କାଷ୍ଠ ଅଙ୍ଗୁଷ୍ଠ ପ୍ରଣାମ,ଚିର କଞ୍ଚା ହେତୁ ନାମ ହୋଇଛି ସାର୍ଥକ,ଚିର ତରୁଣ ସେ ବନ, ରୋଗ-ଜରା-ହୀନ ।ସୂତିକା-ଆଗାର ତାହା ସୁନାମୁଦିଆର । ୪କୁମାର ବାମନ ସିଂହ, ଚନ୍ଦ୍ର ବଂଶଧର,ଆସି ପଞ୍ଚନଦବର୍ଷୁ ସୁଦୂର ଅତୀତେ୪ ସ୍ୱର୍ଣ୍ଣମୁଦ୍ରା ନଦୀ ଏଠାରୁ ଜାତ ହୋଇଅଛି ।ସାଧୁଥିଲେ ତପ ତହିଁ ଶଙ୍କର ଉଦ୍ଦେଶ୍ୟେ,ତୋଷ ଲଭି ଆଶୁତୋଷ କେତେ କାଳ ପରେକଲେ ସ୍ୱପ୍ନାଦେଶ, ‘‘ବତ୍ସ, ପ୍ରଭାତରେ କାଲିତୋ ବସିବା ଶିଳାଖଣ୍ଡି କରିବୁ ଅନ୍ତର,ତହିଁରୁ ଜନମି ନଦୀ ମିଶିବ ସାଗରେ,ସେ ନଦୀକୁ ସୀମା କରି ଏ ବିଜନ ସ୍ଥଳେକରିବୁ ପ୍ରତିଷ୍ଠା ରାଜ୍ୟ, ହେବୁ ତହିଁ ରାଜା ।’’ଯଥାକାଳେ ଶିବାଦେଶ ପାଳିଲେ ବାମନ,ଶିଳା ଉତ୍ତୋଳନ ବେଳେ ପଡ଼ିଲାକ ଖସିଅଙ୍ଗୁଳିରୁ ସ୍ୱର୍ଣ୍ଣମୁଦ୍ରା ସେ ଶିଳା ବିବରେ,ତେଣୁ ସ୍ୱର୍ଣ୍ଣମୁଦ୍ରା ଆଖ୍ୟା ବହିଲା ତଟିନୀ ।ବାହାରି ମହେନ୍ଦ୍ର ଶିରୁ ଖଣ୍ଡେ ଖଣ୍ଡେ ମେଘଯାଉଛନ୍ତି ସୁମଦ୍ରକୁ ବାର୍ତ୍ତା ଦେବା ପାଇଁ,କେତେ ଅବା ଫେରୁଛନ୍ତି ପ୍ରତିବାର୍ତ୍ତା ଘେନି,ରଚୁଛନ୍ତି ଛାୟାସ୍ୱର୍ଗ କେତେ ସିନ୍ଧୁ ପରେ,ବସିଯାଇ କେତେ ଖଣ୍ଡ ସାଗରନେମୀରେସ୍ତରେ ସ୍ତରେ, ସୃଜି ତୁଙ୍ଗ ଗିରି ବହୁଚୂଡ଼,କରୁଛନ୍ତି ମହେନ୍ଦ୍ରକୁ ତୀବ୍ର ପରିହାସନିର୍ଦ୍ଦୟ ନିର୍ମମ ଭାବେ, ମାୟା ପର୍ବତରଏହି ବ୍ୟଙ୍ଗ, ଏ ଧୃଷ୍ଟତା ନିରେଖି ବାରିଧିହସୁଛି ବିସ୍ତାରି ଶୁଭ୍ର ଫେନଦନ୍ତପନ୍ତି ।କେଡ଼େ ଆକରଣୀ ଭଲା କୃତଘ୍ନ ଘନର,କି ଅନ୍ୟାୟ ଆଚରଣ, ସେ ଆଶ୍ରୟଦାତାତାହା ସଙ୍ଗେ ପରିହାସ, କି ସୀମାଲଙ୍ଘନ !କି ନ କରି ପାରେ କିଏ ହେଲେ ଭ୍ରଷ୍ଟମତି ।ମହାମନା ଗିରିବର, ଚିରବ୍ରତ ତାରବୈରାଗ୍ୟ ସଂଯମ, ନାହିଁ ତିଳେ ହେଁ ଭ୍ରୂକ୍ଷେପମାନ ଅପମାନ ପ୍ରତି, ମହାଜନେ କେବେନ ହୁଅନ୍ତି ବିଚଳିତ ନୀଚ ବ୍ୟବହାରେ,ପ୍ରତ୍ୟୁତ କ୍ଷମନ୍ତି ନୀଚେ କ୍ଷମା-ପାତ୍ର ଜାଣି ।ମିଳାଇଲା ମାୟାଶୈଳ ଖର ସୌର କରେ,ସରିଲା ବିଦ୍ରୂପ ତାର, ଶେଷ ଅଭିନୟ,ନିଦାରୁଣ ହଟହଟା କଲା ତାକୁ ଭାଗ୍ୟ ।ଢାଙ୍କିବାକୁ ଇଚ୍ଛେ ଯେହୁ ମହାଜନ ଖ୍ୟାତି,ନିଜେ ଢାଙ୍କିଯାଏ ସେହୁ ନିୟତି ଉହାଡ଼େ ।ଦେଖୁଥିଲି ଏହି ଦୃଶ୍ୟ ଅଳିନ୍ଦେ ବସିଣ,ଅକସ୍ମାତ କାହୁଁ ଆସି ଆକ୍ରମିଲା ଶୀତ,ଥରିଲା ଶରୀର, ତହୁଁ ଗୃହ ମଧ୍ୟେ ଯାଇଲୁଗା ଘୋଡ଼ି ଧୁନି ପାଶେ ବସିଲି ନିଶ୍ଚଳେ ।ନାହିଁ ଏଥି ଚୌରଭୟ, ମହାଚୋର ଏକାବାରିବାହ, ସେ ତ ଧୁମରୂପୀ, କେ ରୋଧିବପଥ ତାକୁ, ପଶି ଆସି ଗହାକ୍ଷ ଫାଙ୍କରେଚୋରାଇ ଶୁଷ୍କକତା ଗୃହ, ବସ୍ତ୍ର ପ୍ରଭୃତିରପଳାଇଲା ଅର୍ଦ୍ଧମୁକ୍ତ ଦ୍ୱାରପଥେ ଖରେ,ଧରୁଁ ଧରୁଁ ଚାଲିଗଲା, କି କୌତୁକ ଆହା !କାହିଁ ନଭଶ୍ଚାରୀ ଘନ, କାହିଁ ମୁଁ ପତଙ୍ଗପୃଥିବୀର, ଦେଖୁଥିଲି ଊର୍ଦ୍ଧ୍ୱ ନେତ୍ରେ ଯାକୁପାଇ ତାକୁ ହାତେ ଆଜି ଖେଳୁଛି ତା ସହ,ଏହା କି ମୋ ଦୀନ ଭାଗ୍ୟେ କୁବେର ସମ୍ପତ୍ତି ।ଧନ୍ୟ ନାଟ୍ୟକାର ଗିରି, କେତେ ଦୃଶ୍ୟପଟକରୁ ତୁ ପରିବର୍ତ୍ତନ ମୁହୂର୍ତ୍ତେ ମୁହୂର୍ତ୍ତେ,ସହସା ଉଭେଇଯାନ୍ତେ ଧୂମରୂପୀ ଘନଉଡ଼ିଲା ଆକାଶେ ସୁତା, ଲୁତା-ସୁତା ଯଥା,ଅଙ୍କିଲେ କି ଜ୍ୟୋତିରେଖା ଦିବସେ ଖଦ୍ୟୋତେ,ଅବା ନଭ-ତନ୍ତୁବାୟୁ ବିସ୍ତାର ବହନଶୁଭ୍ର ଘନ- ସୂତ୍ରଗୁଚ୍ଛ କରୁଛି ତାଷଣ,ଛିଡ଼ାଇ ବଳକାସୂତା କେରାଏ କେରାଏଦେଉଛି ଫୋପାଡ଼ି, ତାହା ଉଡ଼ୁଛି ପବନେ,ନିମେଷେ କାହିଁ ସେ ପୁଣି ଯାଉଛି ମିଳାଇ ।** ମହେନ୍ଦ୍ର ଉପରେ ସୂକ୍ଷ୍ମ ସୂତ୍ରଖଣ୍ଡ ଆକୃତିରେ ବରଫପାତ ହୁଏ ।ହେଲା ଟାଣ ଖରା, କ୍ଷଣେ ବର୍ଷା କ୍ଷଣେ ଖରା,କି ଚାଞ୍ଚଲ୍ୟମୟ ଭାବ ପ୍ରକୃତି-ସତୀର;କି ଆନନ୍ଦ ମହୋତ୍ସବ ଆନନ୍ଦମୟୀର ।ବାହାରିଲି ଅପରାହ୍ନେ ପର୍ବତ ଭ୍ରମଣେ,ସୁବିସ୍ତୀର୍ଣ୍ଣ ଅଧିତ୍ୟକା, ମାସପର୍ଣ୍ଣ ୧ ପୂର୍ଣ୍ଣ,ମଧ୍ୟେ କ୍ଷୁଦ୍ର ଉପବନ, ମାନବ-ରଚିତ,କମଳା, ବାତାପୀ, ଲେମ୍ବୁ, ପିଜୁଳି ପ୍ରଭୃତି୧- ବଣବୀରି ।ଫଳବୃକ୍ଷମାନ ତହିଁ ଉଭା ବିଶୃଙ୍ଖଳେ ।ଚିକ୍କଣ ପ୍ରସ୍ତର ପୃଷ୍ଠେ ରଙ୍ଗ ପୋକଶୃଙ୍ଗା,ଆହା କି ସୁନ୍ଦର କିବା ଗିରି ବାଳିକାଏଲେଖିଛନ୍ତି କୌତୁକରେ ଅବିର ମୁରୁଜେଅଷ୍ଟଦଳ ପଦ୍ମ । ମୌନେ ବସିଛି ଗୋଲାପଉଦ୍ୟାନର କୋଣେ, ଯେହୁ ସ୍ଥଳ ଫୁଲେ ରାଣୀ(ଜଳ ଫୁଲେ ଫୁଲ ଲକ୍ଷ୍ମୀ କମଳିନୀ ଯଥା)କାମିନୀର କାନ୍ତ ଖୋଷା ଯାର ସିଂହାସନ,କେ ବୁଝିବ ମୂଲ୍ୟ ତାର ଏ ବିଜନ ସ୍ଥଳେକରିବ ଆଦର କିଏ, ସଦା ଏ ଚିନ୍ତାରେହେଲାଣି ସେ ଝୁରି ଝୁରି ଅସ୍ଥିଚର୍ମସାର ।ସୁବର୍ଣ୍ଣବଣିକ ବାମା ତହିଁ ଚନ୍ଦ୍ରମଲ୍ଲୀ,ପିନ୍ଧାଉଛି ବସଣୀ ସେ ବନଲକ୍ଷ୍ମୀ ନାସେ,ମାତ୍ର ତାହା ମାନୁ ନାହିଁ ତାକୁ, ତୁଚ୍ଛ ସିନାନିସର୍ଗ ସୁନ୍ଦର ଅଙ୍ଗେ ଗ୍ରାମ୍ୟ ଆଭରଣ ।ଯୁଧିଷ୍ଠିର ଦେବାଳୟ ଦିଶିଲା ଅଗ୍ରତେ ୨୨ - ଯୁଧିଷ୍ଠିର ଦେଉଳର କାନ୍ଥ ଦୁଇ ପରସ୍ତ ପଥରରେ ନିର୍ମିତ ।ଉକ୍ତ କାନ୍ଥର ବହଳତା ଚାରି ହାତ ।ଆକଟୀ କାନନେ ମଗ୍ନ, ଇନ୍ଦୀବର କୋଳେସୁପ୍ତ କି ଚନ୍ଦ୍ରିକା କିମ୍ବା ଅତି କୋଳେ କୁନ୍ଦ ।ଭଗ୍ନଚୁଡ଼ ଦେବାଳୟ, ଥିଲା ସ୍ୱର୍ଣ୍ଣଚୁଡ଼,ଦୂରନ୍ତ ଯବନ କଳା ୩ ଅପହରି ତାହା୩ - କଳାପାହାଡ଼ ।ଅର୍ଜିଛି ଅଧମ କୀର୍ତ୍ତି, ରଖିଛି ଜଡ଼ାଇତହିଁ କଳଙ୍କିତ ନାମ କେବଳ ତାହାର ।ବେନି ହସ୍ତ ଥିଲା ନାହିଁ କୀର୍ତ୍ତି ନାଶେ ରତ,ପାମର ଆଜ୍ଞାରେ ହାୟ କୋଟି କୋଟି ହସ୍ତସାଧୁଥିଲା ସର୍ବନାଶ ଖୋଜି ହିନ୍ଦୁକୀର୍ତ୍ତି ।କରିଛି ବିସ୍ତର କ୍ଷତି ସେ କଳାପାହାଡ଼ଦେଉଳର, ମାତ୍ର କାଳ- କଳାପାହାଡ଼ରବାଜି ନାହିଁ ହସ୍ତ ତହିଁ ଅତୀତୁ ଅବଧି ।କହେ ଜନଶ୍ରୁତି, ଥିଲା ଦେଉଳ ଅଦୂରେରତ୍ନଖଣି, ନୀଳାଗର୍ଭା, ଶିଳାଗର୍ଭା ଏବେ ।କ୍ଷୁଦ୍ର ଉପବନ ମଧ୍ୟେ ବିରାଜେ ଦେଉଳ,ବୋଳି ହୋଇ ପୁଣ୍ୟସ୍ମୃତି ଯୁଗ ଯୁଗାନ୍ତରୁ ।ପ୍ରକୃତି, ପ୍ରକୃତିଦତ୍ତ ମାନବ କ୍ଷମତାଉଭେ ମିଳି ମଣ୍ଡିଛନ୍ତି ସେ ସ୍ଥାନକୁ ଭଲେଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟ ପୁଣି ସୌନ୍ଦର୍ଯ୍ୟ ମଣ୍ଡନେ ।ଶିଳ୍ପ-ଅଳଙ୍କାର କିଛି ନାହିଁ ଦେଉଳର,ସରଳ ସୁନ୍ଦର ବେଶ ଆଡ଼ମ୍ବରହୀନ,ଯଥା ଯୁଧିଷ୍ଠିରଙ୍କର ଆଦର୍ଶ ସ୍ୱଭାବ ।ଅଦ୍ଭୁତ କୌଶଳ ବଳେ ନିର୍ମିତ ମନ୍ଦିର,ଭିତ୍ତିଶିଳା ଯୋଡ଼ା ନୁହେଁ, ଚୂନ ମସଲାରେ,ଘର୍ଷଣେ ସଂଯୁକ୍ତ ତାହା, ବାରି ନୁହେଁ ଯୋଡ଼ ୪ସ୍ଥପତି ପ୍ରତିଭା ଧନ୍ୟ, ଧନ୍ୟ ତା ଚାତୁରୀ !ରଚିଛି ମନ୍ଦିର ଯେହ୍ନେ ମାୟାମନ୍ତ୍ର ବଳେ ।ପଶିଲି ଦେଉଳେ ମୁହିଁ, ପଶିଲା ମାନସ୪ - ପଥର ଉପରେ ପଥର ଘଷା ହୋଇ ଯୋଡ଼ା ଯାଇଅଛି ।ସୁଦୂର ଅତୀତ ଯୁଗେ, ମାତ୍ର ଅଳ୍ପକ୍ଷଣେଆସିଲା ବାହୁଡ଼ି ଘେନି ଅଶ୍ରୁଭରା ସ୍ମୃତି,ସ୍ମୃତିର ଅକ୍ଷୟ ମଠ ଏ ମହା ଦେଉଳ ।ଲୌହ ଦେହଳୀରେ ଥିଲା ଯାଉଁଳି କବାଟଶିଳାରଚୀ, ଏବେ କେଣେ ନିର୍ବାସିତ ତାହାଦ୍ୱାର ଊର୍ଦ୍ଧ୍ୱେ ବସିଅଛି ଶଶକ ଗୋଟିଏ,ତହିଁ ତଳେ ପାଲି ଲିପି ଅସ୍ପଷ୍ଟ ଅତୀବ ।ମଧ୍ୟସ୍ଥଳେ ଅଧିଷ୍ଠିତ ଜଳମଗ୍ନ ହର,ବାହାରି ନିର୍ଝର ତହୁଁ, କରି ପରିକ୍ରମାଶିବେ, ଘୂରି ଫେରି ଶିଳା-ଶେଯେ, ବକ୍ରଛନ୍ଦେଗାଇଣ ମହିମ୍ନ ସ୍ତବ ଲଘୁ କଳସ୍ୱରେ,ଯାଉଛି ତଳକୁ ବହି କ୍ଷୁଦ୍ର ନଦୀରୂପେ,ମିଶାଉଛି ପୂତ ନୀର ସ୍ୱର୍ଣ୍ଣମୁଦ୍ରା ନୀରେ ।ଦେଖିଲି ଊର୍ଦ୍ଧ୍ୱକୁ ଚାହିଁ, ମନ୍ଦିର ଭିତ୍ତିରେସଂଯୋଜିତ ଶିଳାଲିପି ଏକାଣୋଇପଙକ୍ତି ୧ଦେଉଳ, ନା ଇତିହାସ ଗ୍ରନ୍ଥଗାଦି ଏହା ।ଖୋଦିତ ନାଗରାକ୍ଷରେ ସେ ପ୍ରାଚୀନ ଲିପି,ଧୂଳି ଚୂନେ ପୋତିଯାଇ ହୋଇଛି ଅପାଠ୍ୟ,୧- ତେର ଖଣ୍ଡ ପଥରରେ ପ୍ରତ୍ୟେକରେ ସାତ ଧାଡ଼ି ଲେଖାଏଁ ଅକ୍ଷର ଖୋଦିତ ହୋଇଅଛି ।ବହୁ କଷ୍ଟେ ପଢ଼ି ହେଲା ଏତିକି କେବଳ-‘ଶ୍ରୀରାଜ ରାଜେନ୍ଦ୍ର ଚୋଳାଃ’, ଆଲୋକସହାୟେ ୨କାଂସ୍ୟଶିଳା ୩ ବିନିର୍ମିତ ଦେଉଳବେଷ୍ଟନୀ,ପଡ଼ିଅଛି ଇତସ୍ତତଃ ଭଗ୍ନ ମୂର୍ତ୍ତି କେତେ,୨- ଏକାଦଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଚୋଳରାଜା ରାଜପଣ କରୁଥିଲେ । ସମ୍ଭବତଃ ତାହାଙ୍କଦ୍ୱାରା ଏହି ଦେଉଳ ନିର୍ମିତ ହୋଇଥିଲା ।
୩- ଦେଉଳର ବେଢ଼ା ୬ଖଣ୍ଡ ବିଶାଳ ପ୍ରସ୍ତରରେ ନିର୍ମିତ । ସେଥି ମଧ୍ୟରୁ ଖଣ୍ଡିଏ ପଥର କଂସା ପରି ବାଜେ । ପ୍ରତ୍ୟେକ ପ୍ରସ୍ତରର ଦୀର୍ଘତା ୧୦ ହାତ ଓ ଉଚ୍ଚତା ୫ ହାତ ।
ପ୍ରତେ ହୁଏ ଯେହ୍ନେ ତାହା ପ୍ରତିମା-ଶ୍ମଶାନ ।ବହିର୍ଭାଗେ ଶିଳାସ୍ତମ୍ଭ ହୋଇଛି ପ୍ରୋଥିତ,ଧରି ଆଣି ବନୁ ବ୍ୟାଘ୍ର ବୀର-ବ୍ୟାଘ୍ର ଭୀମରଖୁଥିଲେ ବାନ୍ଧି ତହିଁ ପରମ କୌତୁକେ,ଶଉରାଙ୍କ ମୁଖବାଣୀ ସାକ୍ଷ୍ୟ ଦିଏ ତାର ।ଅନନ୍ତର ବସିଲି ମୁଁ ଆସି ଝରତୀରେପ୍ରକୃତି-ରଚିତ ସ୍ନିଗ୍ଧ ଗାଲିଚା ଆସନେ, ୪ମିଶିଗଲା ଝର ସ୍ରୋତେ ମୋ ଆନନ୍ଦ-ସ୍ରୋତ,୪- ଏକପ୍ରକାର ରଙ୍ଗ ଶୈବାଳ । ଏହି ଗାଲିଚା ତୁଲ୍ୟ କୋମଳ ।ମାତ୍ର ସ୍ମୃତି-ସ୍ରୋତ ଖରେ ବହିଲା ଉଜାଣି ।ଏହି ଜଳେ ଧର୍ମରାଜ ମହାପ୍ରେକ୍ଷାବାନଭାରତ-ଆକାଶ-ଜ୍ୟୋତ୍ସ୍ନା, ଭାରତ-ଜୀବନ,ଯାହାଙ୍କ ପବିତ୍ର ନାମ କରେ ସମୁର୍ବରନୈରାଶ୍ୟ-ପାବକ-ଦଗ୍ଧ ଜାତୀୟ ଜୀବନେ,ସେ ରାଜର୍ଷି ଯୁଧିଷ୍ଠିର କୌରବ-ଗୌରବକରିଣ ତର୍ପଣ ସ୍ନାନ ମଣୁଥିଲେ ସୁଖ ।ସତୀରାଣୀ ଯାଜ୍ଞସେନୀ କାନ୍ତି-ଖଣି-ମଣି,ଯାହାଙ୍କର ପାତିବ୍ରତ୍ୟ ପ୍ରଚଣ୍ଡ ଅନଳେଦଗ୍ଧ ହେଲା କୁରୁକୁଳ, ସେହି ତପସ୍ୱିନୀଅବଗାହି ଏ ସଲିଳେ, କରିଛନ୍ତି ଝରେକୃପା ବହି ପୁଣ୍ୟତୀର୍ଥ ସୌଭାଗ୍ୟ ପ୍ରଦାନ ।ଶାପଦେ ସଂହାରି ଭୀମ, ରକ୍ତ-ଲିପ୍ତ-ଗଦାଧୋଇଥିଲେ ଏ ସଲିଳେ ଗତ ପୁଣ୍ୟ ଯୁଗେ ।ଏହିରୂପେ କେତେ ସ୍ମୃତି ଭାସି ସ୍ରୋତଜଳେବୁଲୁଅଛି ଖେଳି, ସେହି ସ୍ମୃତିପଦେ ଅର୍ପିଅର୍ଘ୍ୟ ତପ୍ତ ଶ୍ୱାସ, ତହୁଁ ଉଠିଲି ବହନେ ।ଏ ମଧ୍ୟେ ଗଲାଣି ଚାଲି କେତେବେଳୁ ଦିନନ ପାରିଲି ଜାଣି ତାହା ସୁଖ ଦୃଶ୍ୟେ ମାତି,ସୁଖ ଦିନ ବଡ଼ ଲଘୁ ଶୀତ ଦିନୁ ବଳିଚାହୁଁ ଚାହୁଁ ଚାଲିଯାଏ କେଡ଼େ ବେଗେ କାହିଁ ।ଏଣେ ପ୍ରକୃତିର ଏ କି ଅଶାନ୍ତି ଉବ୍ଦେଗ,ନିଭିଯାନ୍ତେ ରବିରୂପ ସୁବର୍ଣ୍ଣ ଦିହୁଡ଼ିତୈଳାଭାବେ, ବୁଡ଼ିଗଲା ବିଶ୍ୱ ଅନ୍ଧକାରେ,ତହୁଁ ତରତରେ ଧନୀ ପ୍ରକୃତି-ସୁନ୍ଦରୀଜାଳିଦେଲା କୋଟି କୋଟି ତାରକା-ପ୍ରଦୀପ,ମାତ୍ର ତହିଁ ହେଲା ନାହିଁ ସୃଷ୍ଟି ଆଲୋକିତ ।ତିଳେ ହେଁ ବିରତ ନୋହିଁ ପ୍ରଦୀପଜ୍ୱାଳିକାଜାଳିଦେଲା ଆଣି ପୁଣି ବହୁ ଦୀପାବଳୀ,ତଥାପି ଦିବସ ପରି ନ ହେଲା ଆଲୋକ;ବିଜେ ହେଲେ ରାତ୍ରିରାଣୀ ତିମିର-ବାହନେ,ପ୍ରକୃତି-ନଅର ଶୋଧା ଜଣାଇଲା ଡାକିକୌଶିକ-ଡ଼ାକୁଆ, ଝର-ତୀର-ତରୁଶିରୁ,ହେଲାକ ସୃଷ୍ଟିରେ କୃଷ୍ଣ ଯବନିକା ପାତ,ଆସିଲି ବାହୁଡ଼ି ତହୁଁ ‘‘ମହେନ୍ଦ୍ର ଆଶ୍ରମେ’’ ।