ସପ୍ତମ ସର୍ଗ — ମହେନ୍ଦ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ଚାହୁଁ ଚାହୁଁ ମାଡ଼ି ଆସି ନିବିଡ଼ କୁହୁଡ଼ିଘୋଡ଼ାଇଲା ସୃଷ୍ଟି-ଶୋଭା, ଘୋଡ଼ାଏ ଯେସନସୁଖଦ ଶରଦ କାଳ ଇନ୍ଦ୍ର ଧନୁ କାନ୍ତି,କିମ୍ୱା ଯଥା ଆତ୍ମଶ୍ଳାଘା ଘୋଡ଼ାଏ ପ୍ରତିଭା ।ଜଳ ସ୍ଥଳ ଗିରି ବନ ଆକାଶ ପୃଥିବୀହେଲା ସବୁ ଏକାକାର, ଭଙ୍ଗୁର ମିଳନେ,ପାରଦ-ସଲିଳେ ସୃଷ୍ଟି ଭଜିଲା ପ୍ରଳୟ ।ଆସିଲା କୁହୁଡ଼ି ପଛେ ଅନ୍ତଥରା ଶୀତ,ଦୁଷ୍କର୍ମର ଅନୁଗାମୀ ଦୁର୍ଗତି ଯେସନ,ବାଜିଲା ଦନ୍ତରେ ଦନ୍ତ, ଖଞ୍ଜା ଉପଖଞ୍ଜାଫାଟିଗଲା ଶୀତେ ବିନ୍ଧି ପିଣି ପିଣି ହୋଇ,ନେଲି ମୁଁ ସଦଳେ ଆଶ୍ରା ଭୀମ ଦେବାଳୟେ ।ଗନ୍ଧନା ଇନ୍ଧନ ଯୋଗେ ୧ ଉତ୍ପାଦି ଅନଳଜାଳିଲେ ଶବରେ ଧୂନୀ, ସେକି ହୋଇ ସର୍ବେପ୍ରକୃତିର ଅତ୍ୟାଚାରୁ ଲଭିଲୁଁ ନିସ୍ତାର ।ମଗ୍ନ ହେଲେ ବସୁନ୍ଧରା ପାପ-ଅନ୍ଧକାରେ,୧- ଅଗ୍ୟାବଥୁ ଗଛ । ଏହି ଗଛର ଦୁଇଖଣ୍ଡ ଶୁଖିଲା କାଠକୁ ଘର୍ଷଣ କଲେ ଅଗ୍ନି ଜାତ ହୁଏ ।ଧରି ହରି ଅବତାର ଦେଖାନ୍ତି ଯେସନଅତ୍ୟୁଜ୍ଜ୍ୱଳ ଅଭିନବ ଧର୍ମର ଆଲୋକ,ଜେସନ କୁହେଳୀ ଭେଦି ପ୍ରଭୁ ପ୍ରଭା-ବିଭୁତଳକୁ ଖସାଇଦେଇ ଜ୍ୟୋତିର ପ୍ରପାତପ୍ରଦାନିଲେ ଯାମାନ୍ତରେ ଭୂଲୋକେ ପୁଲକ,କଲା ତହୁଁ ସୃଷ୍ଟି ସ୍ନାନ କନକ-କିରଣେ ।କି ଅଦ୍ଭୁତ କି ଅଶ୍ରୁତ ମାୟାକାଣ୍ଡ ଏହା,ପ୍ରଭାତ ଉତ୍ତାରୁ ସନ୍ଧ୍ୟା, ତା ପଛେ ମଧ୍ୟାହ୍ନ,ଶୀତ ପରେ ବର୍ଷା, ପୁଣି ବର୍ଷାନ୍ତେ ନିଦାଘ,ସୀମାତୀତ ସ୍ୱେଚ୍ଛାଚାର ଏ କି ପ୍ରକୃତିର,କିମ୍ୱା ବିପରୀତ ଉଗ୍ର ବିଶୃଙ୍ଖଳା ରୀତି,କିନ୍ତୁ ବିଚିତ୍ର ଏ ଦୃଶ୍ୟ, ଏହି ଦୃଶ୍ୟ ସିନାକରିଅଛି ପ୍ରାଣମୟ ଦିବସେ ଏ ସ୍ଥାନେସେ ଦିନ ମାନବ ଭାଗ୍ୟେ ଦେବତାର ଦାନ ।ବାହାରି ଦେଉଳ ମଧ୍ୟୁ ଆସିଲି ବାହାର,ସଗର୍ବେ ଭୀମଙ୍କ ସ୍ମୃତି ଧରି ସେ ଦେଉଳଚୌଥାକୀ ଥାକୁଲା ବପୁ, ଉଭା ମୌନଭାବେ,ବିରାଟ ପ୍ରସ୍ତର ପରେ ବିରାଟ ପ୍ରସ୍ତରଥୁଆ ହୋଇ ସେ ଦେଉଳ ହୋଇଛି ନିର୍ମିତ, ୨ପ୍ରତେ ହୁଏ ଯେହ୍ନେ ବହୁ ତୁଙ୍ଗ ଗିରିଚୂଡ଼ା
୨- ଚାରି ପରସ୍ତ ପଥର ଉପରେ ଖଣ୍ଡିଏ ବିଶାଳ ଆଢ଼େଣୀ ପଥର ରକ୍ଷିତ ହୋଇ ଏହି ମନ୍ଦିର ନିର୍ମିତ ହୋଇଅଛି । ପ୍ରତି ପଥରର ଲମ୍ୱା ୬ହାତ, ଓସାର ୪ହାତ ଓ ବହଳ ୩ ହାତ । ସର୍ବୋପରିସ୍ଥ ପଥରର ଲମ୍ୱା ୭ ହାତ, ଓସାର ୭ ହାତ ଏବଂ ବହଳ ପ୍ରାୟ ୫ ହାତ ।
ରହିଛି ସଜ୍ଜିତ ହୋଇ ଉପରେ ଉପରେ,ବିପୁଳ ଆକୃତି ତାର ଦିଏ ପରିଚୟଭୀମସେନ ଅମାନୁଷୀ ଶକ୍ତି, ବିକ୍ରମର ।
କାଳରୂପୀ ଧୃତରାଷ୍ଟ୍ର ବଜ୍ର ଆଲିଙ୍ଗନେ
ସେ ଦେଉଳ-ଲୌହଭୀମ ନୋହି ଚୂର୍ଣ୍ଣୀଭୂତ
ରହିଛି ବିଦୀର୍ଣ୍ଣ ହୋଇ, ବିଚିତ୍ର ଭାବରେ । ୩
ଥିଲା ତାହା ଚୂଳେ ପୂର୍ବେ ସୁବର୍ଣ୍ଣ କୃପାଣ,
ସାକ୍ଷୀ ତାର କିମ୍ୱଦନ୍ତୀ, ମାତ୍ର କେଉଁ କାଳୁ
୩- ମନ୍ଦିରର ଉପରିସ୍ଥ ପ୍ରସ୍ତର ବଜ୍ରପତନରେ ଚଡ଼କି ଯାଇଅଛି ।
ହୃତ ତାହା କାହାଦ୍ୱାରା, ଅଜ୍ଞାତ ସେ କଥା ।
ଦ୍ୱିଦ୍ୱାରୀ ଦେଉଳ, ତାର ପଶ୍ଚିମ ଦୁଆର
ଧର୍ମାଧର୍ମ ପରୀକ୍ଷାର ସଂକୀର୍ଣ୍ଣ ଅର୍ଗଳୀ ।୪
ନିବସନ୍ତି ସେ ମନ୍ଦିରେ ଭୀମେଶ୍ୱର ହର
୪- ଭୀମ ମନ୍ଦିରର ପଶ୍ଚିମ ଦ୍ୱାର ପ୍ରାୟ ଏକ ଫୁଟ ଓସାର । ଏଥିରେ ମନୁଷ୍ୟ ଗଳିବା ସହଜ ନୁହେଁ । ତଥାଚ ଶଉରୀମାନେ ବସି ବସି କୌଶଳରେ ପାର ହୋଇଯାନ୍ତି । ପାପୀ ଏହି ଦ୍ୱାରରେ ଗଳି ପାରେ ନାହିଁ ବୋଲି ପ୍ରବାଦ ଅଛି । ପ୍ରବାଦ ସତ୍ୟ ହେଲେ ସ୍ଥୂଳକାୟ ମାତ୍ରେ ପାପୀ ହେବେ, ଏଥିରେ ସନ୍ଦେହ ନାହିଁ ।
ଶବର-ଅର୍ଚ୍ଚିତ, ନିତି ଶବର-ବାମାଏପୂଜନ୍ତି ତାହାଙ୍କୁ ଅର୍ପି ବନ୍ୟ ଫୁଲଫଳ ।ଏକନିଷ୍ଠ ଭୀମଭକ୍ତ ଶଉରାସମାଜ,ଭୀମନାମେ ଶ୍ରଦ୍ଧାବନ୍ତ, ସ୍ମରଣେ ସେ ନାମଲଭେ ସେ ଶରୀରେ ଯେହ୍ନେ ଭୀମ ପରାକ୍ରମ ।ବୀର ଜାତି, ବୁଝେ ସେହୁ ବୀରର ମହିମା,ତେଣୁ ବୀରପୂଜା ତାର ଜୀବନ ସମ୍ୱଳ,ବୀର ନାମେ ମଣେ ଯଥା ତାରକ ମନ୍ତର ।ରାମକ୍ଷେତ୍ର ୧ ଅଭିମୁଖେ ଗଲି ଅନନ୍ତର,ଦେଖାଇଲା ଆଗେ ଚାଲି ଉଗ୍ରାଣୀ ୨ ସାରଣୀ,ଉପଳବନ୍ଧୁର ପଥେ ଯାଇ ଖଣ୍ଡେ ଦୂରହେଲା ଗତି ପ୍ରତିହତ, ଉଠି ଠାବେ ଠାବେ୧- ପର୍ଶୁରାମ କ୍ଷେତ୍ର । ୨- ଶଉରାମାନଙ୍କର ଦଳପତି । ସମ୍ଭବତଃ ଏହା ଅଗ୍ରଣୀ ଶବ୍ଦଜ ।ସମୁନ୍ନତ ଖଣ୍ଡୋପଳ ଓଗାଳିଛି ପଥଦୌବାରିକ ପ୍ରାୟ, ଯେହ୍ନେ ନୀରବେ ତରଜିନିଷେଧୁଛି ଅଗ୍ରସର ହେବାକୁ ପଥିକେ ।ସହ୍ୟ କରି ତାର ଏହି ମୌନ ତିରସ୍କାରଗଲୁଁ ସର୍ବେ ବାଟ ଭାଙ୍ଗି, ଦୁର୍ଜନ ଦର୍ଶନେସାଧୁ ଯଥା, ଅବା ଦେଖି ଦୁର୍ବଳ ପ୍ରବଳେ ।ଏ ଯେ ଇତିବୃତ୍ତ ରାଜ୍ୟ, ଏହି ଶିଳାସ୍ତୂପଇତିବୃତ୍ତ ପୋଥିଗାଦି, ଇତିହାସ ଏଥିବୁଲୁଅଛି କଥା କହି, ଶରୀର ଦେଖାଇ ।ଯାପିଥିଲେ ଏହି ସ୍ଥାନେ ପଶ୍ଚିମ ଜୀବନକ୍ଷତ୍ରିୟ-ନିର୍ମୂଳ-କେତୁ ଜମଦଗ୍ନିସୂନୁପରିହରି କ୍ଷତ୍ରଧର୍ମ, ଦ୍ୱିଜଧର୍ମ ଗ୍ରହି,କ୍ଷତ୍ରିୟ-ଶୋଣିତ ଲେହୀ ଭୀଷଣ କୁଠାରେଭାଙ୍ଗି ଗଢ଼ାଇଲେ ଏଥି ବୀରେନ୍ଦ୍ରେ, ଚିମୁଟା ।ଅଦ୍ୟାପି ବିଦିତ କୁଣ୍ଡ ତାଙ୍କ ନାମ ବହି,ଏହି ଶିକା ପରେ ଦେବୀ ଦ୍ରୁପଦଦୁଲାଳୀବାଟିଥିଲେ ଖୋଳି ଏଥୁ ଅରଣ୍ୟହଳଦୀ,ତାଙ୍କ ସ୍ମୃତିରୂପେ ଶିଳା ବହିଛି ସେ ଚିହ୍ନ ୩ପ୍ରତେ ହୁଏ ଯେହ୍ନେ ତାହା ସୁବର୍ଣ୍ଣର ଶିଳ ।ଏହି କୁଣ୍ଡୁଁ ପ୍ରବାହିତ ମହେନ୍ଦ୍ରତନୟା୩- ଏଠାରେ କେତେକ ଖଣ୍ଡ ହଳଦିଆ ପଥର ଅଛି ।ମହର୍ଷି-ତର୍ପଣ-ପୁତା, ଗିରି ଆର ପାଖୁବହିଯାଏ ସ୍ୱର୍ଣ୍ଣମୁଦ୍ରା, ଶୁଦ୍ଧ ସ୍ୱଚ୍ଛନୀରା,ଏହି ତରଙ୍ଗିଣୀ ବେନି ଗିରି ସାଧକରସଫଳ ପ୍ରେମାଶ୍ରୁଧାର, ଇଷ୍ଟଲାଭଶଂସୀ,କିମ୍ୱା ସ୍ନେହ କରୁଣାର ପବିତ୍ର ପ୍ରବାହ,ଅଥବା ସେ ଶାନ୍ତି ପ୍ରୀତି ଅମରୀଯୁଗଳବହୁଛନ୍ତି ନଦୀରୂପେ ଦୟାରେ ବିଗଳି ।ନିବସି ଏ ନଦୀତୀରେ ଆଚାର୍ଯ୍ୟ ଆଶ୍ରମେଦ୍ରୋଣ, କର୍ଣ୍ଣ, ଗାଙ୍ଗେୟାଦି ୪ମହାରଥିକୁଳକରୁଥିଲେ ପରିପକ୍ୱ ଧନୁର୍ବେଦ ଶିକ୍ଷାଧନୁର୍ବେଦ ଉପମୂର୍ତ୍ତି ଭାର୍ଗବ ସକାଶୁ ।ନିମ୍ନଦେଶେ ଗିରିସଭା, ୫ବସି ଗିରି ସଭ୍ୟେ୪- ଭୀଷ୍ମ । ୫- ଅନେକଗୁଡ଼ିଏ ଖଣ୍ଡୋପାଳର ସମଷ୍ଟି ।ଅଛନ୍ତି ନିରତ କେଉଁ ଗୁପ୍ତ ମନ୍ତ୍ରଣାରେ,ପ୍ରସ୍ତାବ, ଅନୁମୋଦନ, ସମର୍ଥନ ଆଦିହେଉଛି ସକଳ କାର୍ଯ୍ୟ ନୀରବେ ସମ୍ପନ୍ନ ।ଅଥବା ସେ ଗିରିରାଜ ମହେନ୍ଦ୍ରଗିରିରସୁବିଶାଳ ସୈନ୍ୟଶାଳା, ମଲ୍ଲବୀରେ ତହିଁହୋଇଛନ୍ତି ଠୁଳ କିବା ପରୀକ୍ଷା ଆଶୟେ ।ଅନ୍ତର ଆରୋହିଲି ଦାରୁବ୍ରହ୍ମଚୂଡ଼େ,ପରିଚିତ ଯାହା ଗୁପ୍ତ ମହେନ୍ଦ୍ର ଆଖ୍ୟାରେ,ଅନାବୃଷ୍ଟି କାଳେ ତହିଁ କଲେ ମନ୍ତ୍ର ଜପଆବର ମହେନ୍ଦ୍ର ପୂଜା, ହୁଅଇ ସୁବୃଷ୍ଟି ।ନିଷିଦ୍ଧ ପାରିଧି ଏଥୁ, ଦୈବେ ବେଣ୍ଟକାରଆସିଲେ ଏଠାକୁ ହୁଏ ସୁପ୍ତିମଗ୍ନ ଖରେ,ଦେଖେ ବିଭୀଷଣ ସ୍ୱପ୍ନ, ଶୁଣେ ନିଷେଧାଜ୍ଞା,ନିଦ୍ରାଭଙ୍ଗେ ଫେରିଯାଏ ଥରିଥରି ଭୟେ ।ଏ ସ୍ୱର୍ଗରେ ଜୀବହିଂସା, ଏହି ଯୋଗମଠେହତ୍ୟା, ସହିବ କି କେବେ ପ୍ରକୃତି-ତାପସୀ,ସହିବ କି ସେ ପାପର ଭାର ଏ ଶିଖରୀ,ଏଣୁ ଏ ବିଚାର ସହ ବିଧାନ ତାହାର ।ବିଭକ୍ତି ସେ ମହାସାନୁ ମଞ୍ଜୁଷା ପାରଳା ୧ବେନି ରାଜ୍ୟ ସନ୍ଧି-ବନ୍ଧେ, ଶୋଭେ ତାହା ଶିରେ୧- ଏଠାରେ ଗୋଟିଏ ପଥରବନ୍ଧ ଅଛି । ତାହା ପାରଳା ଏବଂ ମଞ୍ଜୁଷାର ସୀମାବନ୍ଧ ।ଗୁଳ୍ମଜଟା, ତଥି ପରେ ଲତାର ଉଷ୍ଣୀଷ,ପୁଷ୍ଟ ହୁଏ ଜାତି ଯଥା କରି ଆହରଣଜାତୀୟ ସାହିତ୍ୟୁ ଖାଦ୍ୟ, ତଥା ଏ ପାଦପେଶୋଷି ଏ ଚୂଡ଼ାରୁ ରସ, ହୁଅନ୍ତି ବର୍ଦ୍ଧିତ ।ଶୃଙ୍ଗ ନିମ୍ନେ ଅବସ୍ଥିତ ଋଷ୍ୟଶୃଙ୍ଗ ଦରୀତ୍ରିତଳ ପ୍ରାସାଦ ପ୍ରାୟ, ଗିରି ଅନ୍ତଃପୁର,ମଣ୍ଡିତ ପ୍ରଥମ ତଳ କୋମଳ ଖରଡ଼େ, ୨ମୟୁରକଣ୍ଠିଆ ରଙ୍ଗେ ରଙ୍ଗାଇ ପ୍ରକୃତି୨- ଗାଲିଚା ।ମସୃଣ ଶୈବାଳଦଳ, ବୁଣିଛି ତହିଁରେଏହି ସ୍ନିଗ୍ଧ ସୂଚଟୁଳ ଅପୂର୍ବ ଆସନ ।ଅନ୍ଧାର ଅପର ତଳ, ଜନନୀ ଯେସନରଖେ ଭୀତ ସନ୍ତାନକୁ କୋଳରେ ଲୁଚାଇ,ତେସନ ଏ ଗିରିଦରୀ, ଅତି ନିକାଞ୍ଚନେରବିଭୀତ-ଅନ୍ଧକାରେ ଲୁଚାଇଛି ଅଙ୍କେ ।ସ୍ୱଭାବେ ଭୀଷଣ ସ୍ଥଳୀ, ବୁଯେ ଅନ୍ଧକାରଅର୍ପିଛି ସେ ବିଭୀଷିକା ଦୃଷ୍ଟା ପିଶାଚୀକିଦେହ-ପ୍ରାଣ-ଶକ୍ତି, ତେଣୁ ଅଗମ୍ୟ ସେ ସଦା ।କହିଲେ ସେଠାରେ କଥା, ସେହି କଥା କହିଦରିକନ୍ୟା-ପ୍ରତିଧ୍ୱନି ହୁଏ ଚିଗିଲାଇ ।ସୁନୀତି-ସୂତିକାଗାର ଏ ଗିରିକନ୍ଦରାପ୍ରସୂତି-ତ୍ରିକାଳଦର୍ଶୀ ଋଷିଙ୍କ ଲେଖନୀ,ଜନ୍ମି ଏଥି ନୀତିଦୀପ କରୁଅଛି ଧ୍ୱଂସଜଗତର ଅନ୍ଧକାର, ମାତ୍ର ଏହା ଗର୍ଭଚିରଅନ୍ଧକାରାଚ୍ଛନ୍ନ, ଖଣି ମଧ୍ୟୁ ଯାଇମଣି, କରେ ଆଲୋକିତ ଅପରର ଗୃହ,ମାତ୍ର ଘୂର୍ଣ୍ଣ ଖଣିଗର୍ଭେ ଅନନ୍ତ ଅନ୍ଧାରେ ।ଉଠୁଥିଲା ପୂର୍ବେ ଏଥୁ ସଂକୀର୍ତ୍ତନ ଧୁନିପ୍ରଭାତେ, ସାୟାହ୍ନେ, ଲୁପ୍ତ ଏ କାଳରେ ତାହା ।ଏ ସ୍ଥାନ ସ୍ୱର୍ଗର ସାର, ଭବଚିନ୍ତାହୀନ,ନାହିଁ ଏଥି ସଂସାରର ଜ୍ୱଳନ୍ତ କଟାହ,ନାହିଁ କାମନାର ତୀବ୍ର ତରଳ ପ୍ରବାହ,ନାହିଁ ହାହାମୟ ଭାଷା, କୁହୁକିନୀ ଆଶା,ଅଛି ଏକ ମୌନଧ୍ୱନି ସୁପ୍ତ ଏ କନ୍ଦରେ,ଅଛି ତହିଁ ଛନ୍ଦ, ଭାବ, ସୌନ୍ଦର୍ଯ୍ୟ, ସଙ୍ଗୀତ,ସେ ଧ୍ୱନି ଶ୍ରବଶମାତ୍ରେ ଦେଇ ପ୍ରତ୍ୟୁତ୍ତରହୃଦୟର ଅନ୍ତସ୍ତଳ ଧ୍ୱନି, ମିଶେ ତହିଁ ।ଏହି ଚୂଡ଼େ ବସି ରଘୁ ରବିକୂଳ-ରବି,(ଯା ଯଶେ ଗୌରବଦୀପ୍ତ ଅତୀତେତିହାସ)ଇନ୍ଦ୍ର ଯଥା ଐରାବତ ପୃଷ୍ଠେ, ମିଶାଇଲେରଣରଙ୍କ ନିଜ ସୈନ୍ୟେ, ଏହି ଗିରିପଦେସାହସୀ କଳିଙ୍ଗରାଜ ଗଜ ସୈନ୍ୟ ସହ । ୩୩- କଳିଙ୍ଗ ସାହସିକ ବୋଲି ପ୍ରବାଦ ଅଛି ।ଆକର୍ଷି ଆକାଶୁ ଘନ ଯଥା ଏ ମହେନ୍ଦ୍ରରଖେ ନିଜ ଦେହେ, କଥା ବୀରମଣି ରଘୁଆକର୍ଷିଣ ଶତ୍ରୁ ଯଶ କଲେ ଆତ୍ମସାତ ।ଆଶ୍ରନ୍ତେ କଳିଙ୍ଗପତି ଦୀନ ଲତାବୃତ୍ତି, ୪୪- ବିନୟ ।ଅର୍ପିଲେ ବିଜେତା ତାଙ୍କୁ ପୂର୍ବ ଅଧିକାର ।ଭେଟିଲେ ଶବରେ ଆଣି ପକ୍ୱ ହରିତକୀଜୟଶୀଳ ରଘୁରାଜେ, ରାଜକର ରୂପେ ।ଗ୍ରହିଲେ ସାଗ୍ରହେ ରାଏ, ମହାଜନ ନେତ୍ରେଦରିଦ୍ରର ଦୀନ ଭେଟି କୋଟି କୋହିନୂର ।ଏ ଶିଖରେ ବସି ରାମ ଜାନକୀ ସହିତସେବିଥିଲେ ସିନ୍ଧୁବାୟୁ, ପୁଣି ଏହି ସ୍ଥାନେହୋଇଥିଲା ବେନି ରାମ ଭେଟ, ମାତ୍ର ତାହାନୁହେଁ ବୈରିଭାବେ, ଦାସ୍ୟମିଶା ଭକ୍ତି ଭାବେ,ବନ୍ଦିଥିଲେ ପର୍ଶୁରାମ ଶ୍ରୀରାମ ଚରଣେ ।ଗେଣ୍ଡୁଫୁଲ ଗଭାମୟୀ ଶବରବାଳାଏଉଷୀର ଚନ୍ଦନ ଭେଟି ଜାନକୀ ଛାମୁରେଅର୍ପିଥିଲେ ତାଙ୍କ ପଦେ ଶ୍ରଦ୍ଧା ସମ୍ବର୍ଦ୍ଧନା,ସକୌତୁକେ କୁରୁବିନ୍ଦ ୧ ହାର ବିନିମୟେକିଣିଥିଲେ ରୁଞ୍ଜମାଳ ସୀତା ତାଙ୍କଠାରୁ୧- ପଦ୍ମରାଗମଣି ।ଏହି ଯେ ବହୁଛି ତଳେ ମହେନ୍ଦ୍ର-ତନୟା,ପୁତ ସୀତା ସତୀ ସ୍ନାନେ, ଗାଉଛି ଅବଧିମୃଦୁ ମଧୁ କଳ ନାଦେ ସତୀର ମାହାତ୍ମ୍ୟ ।ରଘୁବଧୁ ପଦରେଣୁ କୈବଲ୍ୟ କଣିକାଶିରେ ଧରି ଏ ମହେନ୍ଦ୍ର ହୋଇଛି କୃତାର୍ଥ ।ଶୌର୍ଯ୍ୟବନ୍ତ ମୌର୍ଯ୍ୟ-ସୂର୍ଯ୍ୟ କୀର୍ତ୍ତିକଳ୍ପତରୁପୁଣ୍ୟଶ୍ଲୋକ ବୁଦ୍ଧଶିଷ୍ୟ ରାଜର୍ଷି ଅଶୋକତିନି ବର୍ଷ କାଳ ଯୁଝି କଳିଙ୍ଗ ସହିତେବିଜୟ-ଲକ୍ଷ୍ମୀଙ୍କୁ ଶେଷେ କରି କରଗତଆସିଥିଲେ ଏ ପର୍ବତେ, ବିହାର ଆଶୟେ,ବନ୍ଧା ହୋଇ ଏଥି ତାଙ୍କ ରଣଦନ୍ତାବତେଦେଇଥିଲେ ଗିରିଶୃଙ୍ଗ ସଂଖ୍ୟା ବୃଦ୍ଧି କରି ।ଯୁଝୁ ନ ଥିଲେ ସେ ବୀର ରାଷ୍ଟ୍ର ଲାଳସାରେ,ରତ ଥିଲେ ଧର୍ମ ଯୁଦ୍ଧେ-ଧର୍ମ ସଂସ୍ଥାପନେ,ଅହିଂସା ପରମ ଧର୍ମ, ପ୍ରଚାର ଏ ଦୀକ୍ଷାଚାଲୁଥିଲେ କୀର୍ତ୍ତି-ପଥେ ସତ୍ୟ-ଦୀପ ଧରିପିନ୍ଧି ଶିରେ ସାମ୍ୟ-ମୈତ୍ରୀ-ଗୌରବ-କିରୀଟ ।ରାଜା, ମାତ୍ର ନ ଥିଲେ ସେ ରାଜନ୍ୟ-ସୁଲଭପ୍ରାକୃତ ପାରିଧି ପ୍ରିୟ-ଜନ୍ତୁହନ୍ତା-ଯମ,ଗୌଣ ଅସ୍ତ୍ର ଥିଲା ସିନା କୃପାଣ ତାଙ୍କର,ମୁଖ୍ୟ ଅସ୍ତ୍ର କୃପା, ସେହି ଅମୋରାସ୍ତ୍ର ଧରିବୁଲି ବୁଲି ଭବ-ବନେ କରୁଥିଲେ ନିତିମୋହ ମଦ ମାତ୍ସର୍ସ୍ୟବି ଶ୍ୱାପଦ ଶିକାର ।ହୋଇଥିଲେ ବିଜେ ଏଥି ଉତ୍କଳ-ସମ୍ରାଟଗଙ୍ଗେଶ୍ୱର, ଗଙ୍ଗବଂଶ ପ୍ରଖର ଭାସ୍କରଦିଗ୍ବିଜୟ କାଳେ, ଯାଙ୍କ ଭ୍ରୂଭଙ୍ଗୀ ମାତ୍ରକେଆଜାହ୍ନବୀ ଗୋଦାବରୀ ଥରୁଥିଲା ଭୟେ ।ଦାକ୍ଷିଣାତ୍ୟ ଅଭିଯାନେ ଆସି କପିଳେନ୍ଦ୍ର ୨୨- ଉତ୍କଳ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମୟରେ ଉତ୍କଳର ସୀମା ସେତୁବନ୍ଧରାମେଶ୍ୱର ପର୍ଯ୍ୟନ୍ତ ବିସ୍ତୁତି ଥିଲା ।ସ୍ଥାପିଥିଲେ ଏଥି ବୀର ବିଶ୍ରାମ ଶିବିର,ବୃଦ୍ଧି କରି ରାଜ୍ୟସୀମା ଆକୁମାରୀ ଗଙ୍ଗା,ଉତ୍କଳର ବାହୁବଳ, ଉତ୍କଳ ପ୍ରଭାବଦେଖାଇ ଚକିତ କଲେ ତାତ୍କାଳିକ ନୃପେ ।ଉତ୍କଳ-ମହୁଡ଼ମଣି ମୁକୁଟ ପ୍ରଭାରେହେଉଥିଲା ଆଲୋକିତ ରାତ୍ରେ ଏହି ଚୂଡ଼ା,ମିଶୁଥିଲା ତାହା ସଙ୍ଗେ ଅଗ୍ନିଲତା ପ୍ରଭା । ୩ବାହୁଡ଼ି କର୍ଣ୍ଣାଟ ରଣୁ ଶ୍ରୀ ପୁରୁଷୋତ୍ତମ୩- ପ୍ରବାଦ ଅଛି, ମହେନ୍ଦ୍ରରେ ଏକପ୍ରକାର ଲତା ଥିଲା, ତାହା ରାତ୍ରରେ ଅଗ୍ନିପରି ଉଜ୍ଜ୍ୱଳ ଦିଶେ ।ସୈନ୍ୟ ସହ ହୋଇଥିଲେ ଏ ଶୈଳେ କୁଣିଆ,ମୃଗୟା ବ୍ୟସନେ ଏଥି ଯାପି ଦିନତ୍ରୟ,ଲଭିଥିଲେ ବୀରଗୁରୁ ପରମ ପ୍ରମୋଦ ।ଉତ୍କଳ-ସୌଭାଗ୍ୟ ରମା କାଞ୍ଚି ରାଜଜେମାମିଶାଇଲେ ତପ୍ତ ଅଶ୍ରୂ ଏହି ଝର ନୀରେ ।ଦେଖି ନରଦେବୀ ରୂପ ବନଦେବୀକୁଳଲଭିଲେ ମାନସେ ଲଜ୍ଜା, ଅପାର ବିସ୍ମୟ,ଭାବିଲେ ଏସନ-ଆହା, କି ରୂପମାଧୁରୀ,ଲାବଣ୍ୟ-ସଲିଳ ସିଞ୍ଚି କଳ୍ପନା-ଲତାରେଫୁଟାଇଲା କିଏ ଏହି ସୁବର୍ଣ୍ଣ ସୁମନ,ପାରିଜାତ ବର୍ଣ୍ଣେ ବୋଲି ବିଜୁଳି ଝଟକ,ରଚିତ ଏ ରମ୍ୟ ସୌବ୍ୟ ତନୁ, ଅଥବା ଏଉପମାନିର୍ମିତ ମୂର୍ତ୍ତି, ବିନ୍ଧାଣୀ କଳ୍ପନାଧରି ଯାଇଅଛ କିବା ବାସ୍ତବ ଆକୃତି ।ଏତେ ରୂପ, ଏତେ ଠାଣି, ଏତେ ଅପୂର୍ବତାସମ୍ଭବେ କି ନରଲୋକେ, ସମ୍ଭବେ ଯଦ୍ୟପିତେବେ ନିଶ୍ଚେ ନରଲୋକ ସୌନ୍ଦର୍ଯ୍ୟେ ଆଦର୍ଶକଳିକୃଷ୍ଣ ଶ୍ରୀଚୈତନ୍ୟ ପତିତତାରଣ,କରିଥିଲେ ଏହି ପଥେ ଯାତ୍ରା ରାମନାଥେ । ୧ବୈଷ୍ଣବମଣ୍ଡଳୀ ସହ, ଦେଖିଛି ଏ ଗିରି୧- ସେତୁବନ୍ଧ ରାମେଶ୍ୱର ।ପ୍ରେମନୃତ୍ୟ ତାହାଙ୍କର, ଶୁଣିଅଛି ପୁଣିହରିନାମ ସଂକୀର୍ତ୍ତନ ଶିଳାଦ୍ରବକାରୀ,ତାଙ୍କ ଖୋଳ କରତାଳ ବାଦ୍ୟ ଘୋର ରୋଳେହୋଇଥିଲେ ଏ କନ୍ଦିରା ସୁପ୍ରତିଧ୍ୱନିତ,ତହୁଁ ଗିରିମଣି ହୋଇ ସାତ୍ତ୍ୱିକେ ତନ୍ମୟକୋଟି ଭାଷା ଉଚ୍ଚାରି ଗମ୍ଭୀରେଗାଇଲା ଚୈତନ୍ୟ ସ୍ତୋତ୍ର, ଆଶୁକବି ପ୍ରାୟ,ସେ ଭାଷା ଭାବକୁ କଲା ଗାମ୍ଭୀର୍ଯ୍ୟମଣ୍ଡିତ ।ସେହି ସଂକୀର୍ତ୍ତନ ଧୂଳି ସାଗର ସମୀରବହି ଆଣି କରାଇଲା ମହେନ୍ଦ୍ରକୁ ସ୍ନାନ,ସ୍ୱଭାବେ ମହେନ୍ଦ୍ର ତୀର୍ଥ ବୁଯେ ମିଶି ତହିଁତୀର୍ଥେରେଣୁ, କଲା ତାକୁ ମହା ପୁଣ୍ୟତୀର୍ଥ ।ଏହି ଋଷିଶୃଙ୍ଗ ଖୋଲେ ସାଧୁଥିଲେ ଯୋଗଯୋଗିବର ଋଷ୍ୟଶୃଙ୍ଗ, ବିଭାଣ୍ଡକ ସୁତ,ଶାନ୍ତିରୁପା କାନ୍ତିଦେବୀ ଶାନ୍ତା ପତ୍ନୀ ସହ,କହୁଥିଲା ଏ ବନ୍ଦରେ ଉଜ୍ଜ୍ୱଳେ ଉତ୍ଶିଖେଶତ ଜ୍ଞାନ-ବର୍ତ୍ତୀ, ଏବେ ନିର୍ବାପିତ ତାହା ।ଏହିପରି କେତେ ସାଧୁ ସଜ୍ଜନ ସାଧକେସେ କିଛି ଏ ମହୀଧର, କେ କହିବ ତାହା,ମହା ପୁରାତନ ଗିରି, କୋଷ୍ଠୀ ଧରଣୀର,ଗଣି ଏ ପ୍ରାଚୀନ କୋଷ୍ଠୀ ଭୂମିତତ୍ତ୍ୱବିଦେକରନ୍ତି ମୀମାଂସା ମହୀ ଜୀବନସମସ୍ୟା । ୨ବୁଲି ବୁଲି ହୋଇ କ୍ଲାନ୍ତ କ୍ଷୁଧିତ ତୃଷିତଆସିଲୁ ଓହ୍ଲାଇ ସର୍ବେ ଦାରୁବ୍ରହ୍ମଶଖୁ,୨- ଭୂତତ୍ତ୍ୱ ବିଦ୍ମାନେ ପର୍ବତର ପୃଥିବୀର ଜୀବନସମସ୍ୟା ଅବଗତ ହୁଅନ୍ତି ।ଓହ୍ଲାଇବା ବେଳେ ପଛୁ ପ୍ରଦାନ ଗଳଥାଦେଲା ଘଉଡ଼ାଇ ଗିରି, ଘୋର ଘୃଣାଭରେଏ ସ୍ୱର୍ଗକୁ ଆସି ଯେହୁ ଇଚ୍ଛେ ପ୍ରତ୍ୟାବୃତ୍ତି,ଏ ଅମୃତ ଶୋଭା ପାନେ ନ ମେଣ୍ଟେ ଯାହାରପାର୍ଥିବ ବୁଭୁକ୍ଷା, ତୃଷ୍ଣା, ଏହି ନବ ସ୍ୱର୍ଗେନାହିଁ ତାହାପାଇଁ ସ୍ଥାନ ତିଷ୍ଠିବାକୁ ତିଳେ,ଅର୍ଦ୍ଧଚନ୍ଦ୍ର ଶାସ୍ତି ତାର ପ୍ରାପ୍ୟହିଁ ସର୍ବଥା ।ଗତିପଥେ ଖଡ଼ୀ ଗୁମ୍ଫା, ବର୍ପୂରଧବଳ,ନୁହେଁ ଖର୍ବାକୃତି କିମ୍ବା ସ୍ଥୂଳ, ହେବ ପରାସ୍ଫଟିକ ସାଆଣ ୩ ମେଲା ଗିରି ଅଧିପର,ଦୂରୁ ଦିଶେ ମହେନ୍ଦ୍ରର ନାସାରନ୍ଧ୍ର ପ୍ରାୟ ।ଶଉରା ବନ୍ଧୁଙ୍କ ସହ କହି ନାନା କଥା୩- ସାଧାରଣଶବ୍ଦଳ ।କଲି ପଥ ଅତିକ୍ରମ, ଯାପିଲି ସମୟ,କି ସରଳ, କି ନିର୍ମାୟ ସ୍ୱଭାବ ତାଙ୍କର,ପଚାରିଲେ କଥା, କରି ତାର ପ୍ରତିଧ୍ୱନିଦିଅନ୍ତି ଉତ୍ତର ଅତି ସଂକ୍ଷିପ୍ତ ଭାଷାରେ,ଗିରି ମାତ୍ରେ ଗିରି, ପୁଣି ତରୁ ମାତ୍ରେ ତରୁ,ନାହିଁ ଭେଦାଭେଦ କିଛି, କେଡ଼େ ସାମ୍ୟ ନୀତିବର୍ବର ଶଉରା ପ୍ରାଣେ ନିହିଛି ବିଧାତା,ଯେ ବିଧିର ଏ ବିଧାନ, ସେହି ବିଧି ସିନାରଖିଛି ଦୁର୍ଗନ୍ଧ ପଙ୍କେ ସୁଗନ୍ଧି କମଳ,ଆବର ରଖିଛି ମୁକ୍ତା ହେୟ ଶକ୍ତିକାରେ ।ନ ପାରନ୍ତି କହି ସ୍ୱୀୟ ବୟଃକ୍ରମ ଗଣି, ୪କି ଉଦାସ ଭାବ, ନିଜ ଉଦର ବ୍ୟତୀତ
୪- ଜନୈକ ଷଷ୍ଠିତମ ବର୍ଷୀୟ ବୃଦ୍ଧକୁ ତାହାର ବୟସ ପଚାରିବାରୁ ସେ କହିଥିଲା, ‘‘କେଜାଣି, ମ ପଢ଼ିଛିକି, ୨୦ କି ୨୫ ବର୍ଷ ହେବ ପରା ।’’ ଆଉ ଜଣକୁ ଗୋଟିଏ ପର୍ବତ ଦେଖାଇ ନାମ ପଚାରିବାକୁ ସେ କହିଲା, ‘‘ଯେତେ ଅଛି ସବୁ ତ ପର୍ବତ, ଆଉ ନାଁ କଣ ଅଛି ?’’
ନ ଚିହ୍ନନ୍ତି ସଂସାରର ଅପର କାହାକୁ,ମହେନ୍ଦ୍ର ଆକାଶ ଛୁଇଁ ନିର୍ଲିପ୍ତ ଯେସନସଦା ସେ ଆକାଶ ସହ, ତେସନ ଶବରେସଂସାରରେ ଥାଇ ସୁଦ୍ଧା ନିର୍ଲିପ୍ତ ସଂସାରେ ।ଯେଣୁ ଅଳ୍ପଭାଷୀ, ତେଣୁ ଦୃଢ଼ ସତ୍ୟଶୀଳ,ମିଥ୍ୟାରେ ରଞ୍ଜିତ ସିନା ବାଚାଳର ଭାଷା ।ଏକତାରେ ଗଢ଼ା ତାଙ୍କ ଜାତୀୟ ଜୀବନ,ଜାତୀୟ ସଙ୍କେତ ଭାଷା-ବିରାଟ କୁହାଟ,ସେ ସଙ୍କେତ ଭାଷା-ବିରାଟ କୁହାଟ,ସେ କୁହାଟେ କହି କଥା, ପ୍ରତି କୁହାଟରୁବୁଝନ୍ତି ଉତ୍ତର ତାର ଦୂରୁ ଅବହେଳେ ।ମହେନ୍ଦ୍ର, ତୁ ନବତ୍ୱର ନିତ୍ୟ ଲୀଳାସ୍ୱର୍ଗ,ଚିର ପୁରାତନ ମଧ୍ୟେ ମହା ପୁରାତନ ।ଅଦ୍ଭୁତ କରଣୀ ତୋର ଅଦ୍ଭୁତ କରୁଣା,ସାଧୁ ତୁ ଶତ୍ରୁର ସୁଦ୍ଧା ଶିବ, ଉପକାର,କରେ ଯେ ତୋ ଦେହେ କ୍ଷତ, ପ୍ରଦାନୁ ତୁ ତାକୁମାଣିକ୍ୟ ରତନ, କିମ୍ବା ମହୌଷଧିରୂପଦ୍ୱିତୀୟ ଜୀବନ, ଫୁଲ ଯଥା, କଲେ ତାକୁଛିନ୍ନ, ବୋଳି ଦିଏ ହସ୍ତେ ଅମୃତ ସୁବାସ,ଘର୍ଷଣେ ସୁଗନ୍ଧ ଦାନ ଚନ୍ଦନର ଧର୍ମ ।ଉନ୍ମତ ପଦାର୍ଥ ମଧ୍ୟେ ସଜ୍ଜନ ହୃଦୟବଡ଼ ଏ ଜଗତେ, ମାତ୍ର ତୁହି ତାହାଠାରୁଯାଇଅଛୁ ଉଚ୍ଚତାରେ ବଳି ବହୁଗୁଣ ।ଦେବସ୍ତୁତ ଗିରିବର, କି ଜ୍ୟୋତିଃ ତୋହର,ଧାରଣେ ଅକ୍ଷମ ତାହା ମାନବ ନୟନ,ସେ ପରମ ଦିବ୍ୟ ବିଭା, କରେ ଭସ୍ମସାତପାର୍ଥିବ ବିକାରେ ପୁଣି ଅତି ବାସନାକୁ ।ସୁଷମା-ସୃଷ୍ଟିର ସୀମା ତୁହି ମହୀଧର,ସୋହାଗ କାନନ ଫୁଲ ଶୋଭାଦେବୀଙ୍କର,ଆସିଥିଲି ମୁହିଁ କେତେ କଳ୍ପନା ମୁଣ୍ଡାଇସେ ସୁଷମା ଭୋଗ ଆଶେ, ନ ପାରି ସନ୍ତରିମହିମା-ସାଗରେ ତାର, ଅତଳ, ଅକୂଳ,ଉତ୍ସର୍ଗିଲି ସେ କଳ୍ପନା ତାହାରି ତରଣେ,ଶୋଭା କିଣିବାକୁ ଆସି ସେହି ଶୋଭାପଦେହେଲି ବିନା ପଣେ ବିକା, ହାୟ କି ଦୁର୍ଭାଗ୍ୟ,ଅଯୋଗ୍ୟ ତ୍ରେତାର ଏହା ଯୋଗ୍ୟ ପୁରସ୍କାର ।କି ଦେଖିବି, ମୋଦ ଭୟ-ସୁରାସୁର ବେନିମନ୍ଥିଲେ ହୃଦୟ-ସିନ୍ଧୁ, ବିସ୍ମୃତି ମନ୍ଦରେ,ତହୁଁ ଜାତ ଭାବାମୃତେ ପିଇଲି ଆକଣ୍ଠ,ପ୍ରଥମ ଦର୍ଶନେ ଗିରି, ଆଣୁ ମନେ ସୁଖ,ବଢ଼ି ସେହି ସୁଖ ଆଣେ ଅକ୍ଷୟ ଅତୃପ୍ତି,କ୍ରମବିବର୍ଦ୍ଧିତ ସୁଖ ଅତୃପ୍ତି ଆକର,ଆଣିଦେଉ ସୁଖ ତୁହି, ନୁହେଁ ତା ଅନ୍ୟଥା,ଅତୃପ୍ତିଜନିତ ଦୁଃଖ ଦାତବ୍ୟ ତୋହରି,ଯେଉଁ ବାୟୁ ଆଦ୍ୟେ କରେ ଅଗ୍ନିର ସାହାଯ୍ୟ,ସେହି ବାୟୁ ଶେଷେ ତାକୁ ଦିଏ ତ ନିଭାଇ ।ନ୍ୟସ୍ତ ତୋ ଅନନ୍ତ ଗର୍ଭେ କାହିଁ କେଉଁ ରତ୍ନ,କେ କରିବ ତାହା ତୁହି କମଳାଭଣ୍ଡାର,ସୁପକ୍ୱ ଶ୍ରୀଫଳ ପ୍ରାୟ ତୋହର ଅନ୍ତରଧନେ, ମାନେ, ଦାନେ, ଜ୍ଞାନେ ତୁହି ତୋ ଉପମକେତେ ରୂପେ ବିହରୁ ତୁ ତୋହ କଳେବରେ,ଫୁଲେ ବାସ, ଫଳେ ରସ, ନିର୍ଝର ଜୀବନେଜୀବନ ରୂପରେ ତୋର ଶକ୍ତି ବିଦ୍ୟାମାନ ।ଅଛି ତୋର ନେତ୍ରେ ଅଶ୍ରୁ ପର ଦୁଃଖଶଂସୀ,ହୃଦୟେ କରୁଣା, ଦେହେ ଶକ୍ତି ସହିଷ୍ଣୁତା,ତୁହି ସମଦର୍ଶୀ, ବୁଷ୍ଟ, ଶିଷ୍ଟ ସକଳରଘେନି ସର୍ବ ଆବେଦନ କରୁଣ, କଠୋରକରୁ ଦୀନ ଆଶ୍ରିତର ପ୍ରାର୍ଥନା ସଫଳ,ତୁ ଆଦର୍ଶ ଗୃହୀ, ପୁଣି ଆଦର୍ଶ ସନ୍ନ୍ୟାସୀ ।ପଚାରିବି ଗିରିମଣି କଥାଟିଏ ତୋତେ,କାହିଁକି ତୁ ଦିଶୁ ସଦା ଯଥା ଶୋକମଗ୍ନ,ବାହାରୁଛି ପ୍ରାଣ ଫୁଟି ନିର୍ବାକ କ୍ରନ୍ଦନ,କି ଗଭୀର ଗୁପ୍ତ ବ୍ୟଥା କହିଛୁ ଅନ୍ତରେଅଖଣ୍ଡ ଧଇର୍ଯ୍ୟ ସହ, କହିବୁ କି ତାହା ?ନ କହ ପଛକେ, ମାତ୍ର ଆକାର ଇଙ୍ଗିତୁପଡ଼ୁଛି ତା ବ୍ୟକ୍ତ ହୋଇ, ସୁମରି ପରା ତୁଅତୁଳ ଗୌରବମୟ ଅତୀତ ସୌଭାଗ୍ୟହୋଇଛୁ ବିଷଣ୍ଣ, କ୍ଷୁଣ୍ଣ, ହତାଶ, ଉଦାସ ?ଛାଡ଼ ନା, ଛାଡ଼ ନା ଗିରି, ଆଶାର ପଣତ,ନ ଜାଣୁ କି ନଗରାଜ ମହିମା ତାହାର,ଭବିଷ୍ୟ ଅନ୍ଧାରେ ସୁଦ୍ଧା ଜଳେ ତାର ଦୀପ ।ଆସିବ ଅଦୃଷ୍ଟ ଫେରି, ନ ହୁଅ ଚିନ୍ତିତଫେରି ଆସେ ଯଥା ଘନ ତୋ ଶୃଙ୍ଗୁ ବାହାରିଯଥାକାଳେ ସେହି ଶୃଙ୍ଗେ, କି ସନ୍ଦେହ ଏଥି ।ଅନୁଷ୍ଠିତ ତୋହ ବକ୍ଷେ କେତେ ମହୋତ୍ସବ,ଫାଲ୍ଗୁନ ଦ୍ୱାଦଶୀ ପୁଣି ଅମାବାସ୍ୟା ଦିନମାହେନ୍ଦ୍ର ଯୋଗରେ ପଡ଼େ ପୁଣ୍ୟ ସ୍ନାନଯୋଗପର୍ଶୁରାମ କୁଣ୍ଡେ, ହୁଏ ଶ୍ରାଦ୍ଧ ତର୍ପଣାଦି ।ସେ ଦିନ ନିର୍ଜନ ଆଖ୍ୟା ନିଷ୍ଫଳ ତୋହର,ବହୁଯାତ୍ରୀ ସମାଗମେ ଏ ତରୁ ଅରଣ୍ୟନରାରଣ୍ୟେ ପରିଣତ ହୁଏ ବେନି ଦିନ ।ଆବର ଜାଗର ଯାତ୍ରା ଗୋକର୍ଣ୍ଣ-ଈଶ୍ୱରେ,ହର ହର ସ୍ୱରେ ହୁଏ ତୋ ଦରୀ ଧ୍ୱନିତ,ଉଠେ ମହାନିଶାକାଳେ ଆକାଶପ୍ରଦୀପ,ଉଠେ ଭକ୍ତକଣ୍ଠୁ ସ୍ତବ ମହିମ୍ନ ଆବୃତ୍ତି,ବାଜେ ନାନା ବାଦ୍ୟ, ପୁଷ୍ପ-ବିଲ୍ୱଦଳଗନ୍ଧେହୁଏ ସୁରଭିତ ସ୍ଥଳୀ, ଓହ୍ଲାଇ ଅମରେବାରିଦ-ବିମାନେ ତହି, ସ୍ୱର୍ଗଙ୍ଗାସଲିଳେପୁଣି ପାରିଜାତ ଫୁଲେ, ତ୍ରିଦିବ ବିଭବ,ପାର୍ବତୀ ଶଙ୍କରେ ପୂଜା ଅର୍ପନ୍ତି ସାଗ୍ରହେ ।ସ୍ୱର୍ଗର ଗରିମା ଆସି ସେ ଦିନ ମହୀରେଦିହରେ ତୋ ଦେହେ ପ୍ରାଣେ, ପରିଗ୍ରହି କାୟା ।ବାସନ୍ତୀ ପୂର୍ଣ୍ଣିମା ତୋର ଅଭିଷେକ ତିଥି,ଗିରିଛତ୍ରପତି ତୁହି, ସମଗ୍ର ଉତ୍କଳୁଆସି ଗିରି-ପ୍ରଜା ତୋର ଭେଟନ୍ତି ଛାମୁରେ ।ମେଘ-ମଞ୍ଚ ମୋଘାସନ ୧ ଯୋଗାଏ ଦନ୍ତାଳ୧- ମୟୁରଭଞ୍ଜସ୍ଥ ପର୍ବତ । ଏହି ପର୍ବତରେ ହାତୀ ଅଛନ୍ତି ।ପାଟହସ୍ତୀ, ଭେଟେ ଆଣି ଶାଳପର୍ଣ୍ଣପୁଟେପବିତ୍ର ବିଶଦ ବାରି ବୈତରଣୀ ତୀର୍ଥୁଁଗୋନାସାଶିଖରୀ ୨ ତୋଳି ନାଗେଶ୍ୱର ଫୁଲସ୍ୱ ଉଦ୍ୟାନୁ ମାଲ୍ୟଗିରି ୩ ଅର୍ପେ ଉପହାର;୨- କେନ୍ଦୁଝରସ୍ଥ ପର୍ବତ । ଏହା ବୈତରଣୀର ଉତ୍ପତ୍ତି ସ୍ଥାନ ।୩- ମାଲ୍ୟାଗିରି ପାଲଲହଡ଼ା ରାଜ୍ୟରେ ଅବସ୍ଥିତ । ଏଥିରେ ବିସ୍ତୁତ ନାଗେଶ୍ୱର ତୋଟା ଅଛି ।ଅଳତି ୪ ଚନ୍ଦନ ଭେଟେ, ଗିରି କପିଳାସ ୫ଧରେ ତୋ ସମ୍ମୁଖେ ଆଣି ସ୍ୱଚ୍ଛାଭ୍ର-ମୁକୁର ।ଖଟଣିଆ ଶୈଳେ ତୋର ଆସି ନାନା ଦେଶୁଖଟନ୍ତି ସେବାରେ, କେହି ଧରେ ଛତ୍ର ଶିରେ,୪- କଟକ ଜିଲ୍ଲାସ୍ଥ ପର୍ବତ, ଏଥିରେ ଚନ୍ଦନ ବୃକ୍ଷ ଅଛି ।୫- ଢେଙ୍କାନାଳ ଅନ୍ତର୍ଗତ କପିଳାସ ପର୍ବତରେ ବିସ୍ତୃତ ଅଭ୍ରଖଣି ଅଛି ।କେ ଧରେ ଆଲଟ, କେହି ତରାସ, ଆଢ଼େଣୀ,କେହି ଚାଳେ ଖଦୀ, କେବା ଢାଳେ ଶ୍ରୀଚାମର ।ଏହିପରି ଦେଖାଉ ତୁ କେତେ ମହୋତ୍ସବ,ପର୍ବ ଉତ୍ସବର ତୁହି ନିତ୍ୟ ଲୀଳାଗାର,ଦେଖୁଛୁ ଯେତିକି ପୁଣି ଦେଖାଉଛୁ ତେତେ,କିଏ ପଟାନ୍ତର ତୋତେ ମହୀରେ ମହେନ୍ଦ୍ର ?ଗିରି, ତୋ ପକ୍ୱାଣପୁଞ୍ଜ ଆହା କି ମଞ୍ଜୁଳ,ନୀରବ, ମଧୁର, ଶାନ୍ତ, ଯଥା ଚାରୁ ଛବି,ନାଗରିକ କୋଳାହଳେ ହୋଇ ବିରକ୍ତିତଆସିଛନ୍ତି ଏ କୁଟୀରେ ତୋ ଦେହେ କି ଉଠି,ତୋ ଗୂଢ଼ ଗମ୍ଭୀର ବେଦ ଶୁଣିବା ଆଶୟେ ?ଶବରସୁନ୍ଦରୀକୁଳ ଦେଖି ବୈଦେଶିକେଲୁଚି ବନେ ଭୀରୁ ନାମ କରନ୍ତି ସାର୍ଥକ ।ପୁଷ୍ପ-ଆଭରଣା, ଯେହ୍ନେ ପୁଷ୍ପର ପିତୁଳା,କନ୍ଧଲମ୍ବୀ ଝୁଲି ମଧ୍ୟେ ଦୋଳ ନବଶିଶୁ,‘‘କାଙ୍ଗୁଳୁଣୀ ଭିକ୍ଷାଝୁଲି ମଧ୍ୟେ ବିଶ୍ୱସାଇଁଦେଇଛନ୍ତି ଏ ରତ୍ନଟି,’’ ଏହି ଭାବ ଅବାଜଣାଉଛି ପ୍ରତିବେଶୀ ତରୁଲତାଗଣେ ।କଣ୍ଠେ ଶୋଭେ ବହୁ ସରି ଗୁଞ୍ଜମାଳା ସହବହୁବର୍ଣ୍ଣୀ ପୂତି, ୧ କର୍ଣ୍ଣେ ପୁଷ୍ପର ବେଣ୍ଟୁଲା । ୨୧- ପଥରମାଳ ।୨- ମଲ୍ଲିକତୀ ନାମକ ଅଳଙ୍କାର ।ମାଡ଼ିଛି କୁଟୀର ଚାଳେ ଲାଉ ବୋଇତାଳୁ,ଚଉପାଶେ ବୁଲୁଛନ୍ତି ପାଳିତ ପଶୁଏ,ଦୂରରୁ ମାଣ୍ଡିଆ ଜନା ଘାଣ୍ଟିଆ କ୍ଷେତ୍ରରୁଆଣୁଛି ସମୀର ବହି ପକ୍ୱ ଶସ୍ୟାମୋଦ ।ବନ୍ୟ ଜାତିଙ୍କର ବେଶ, ପରିପାଟୀଶୁନ୍ୟନୁହନ୍ତି ସେମାନେ କେବେ କୃତ୍ରମତାଭକ୍ତ,କିମ୍ବା ଗ୍ରାମ୍ୟତାର ପ୍ରିୟ ଉପାସକ, ଜନେଜନ୍ମ ତାଙ୍କ, ବନଭାବେ ଗଠିତ ଶରୀର,ସଂଗ୍ରହନ୍ତି ବନୁ ଖାଦ୍ୟ ବସ୍ତ୍ର ଅଳଙ୍କାର ।କଥା କାର୍ଯ୍ୟ ନାହିଁ ଭେଦ, ସର୍ବେ ନିତ୍ୟୋଦ୍ଯୋଗୀନ ଚିହ୍ନନ୍ତୁ ଧର୍ମେ ପଛେ, ମାତ୍ର ପ୍ରକାଶନ୍ତିପାପେ ଘୃଣା, ଘୁଣାକ୍ଷର ପ୍ରାୟ, ଆନ୍ତରିକ ।ରାଢ଼ପଣେ ଅଗ୍ରଗଣ୍ୟ, ଏକବୁଝା ଜାତି,ପାଇଲେ କିଞ୍ଚିତ ବାଧା ମନୋରଥ ପଥେ,ମନବଳେ ରୁଦ୍ଧବୀର୍ଯ୍ୟ ଭୁଜଙ୍ଗମ ପ୍ରାୟଗର୍ଜନ୍ତି ଗମ୍ଭୀରେ, ସଦା କୋମଳତାବଶ ।ପୁରାଣ-ପୂଜିତ, ସ୍ତୁତ ତୁହି ରେ ମହେନ୍ଦ୍ର,ଉତ୍କଳର ଗିରିଗୋଷ୍ଠୀ ଧନ୍ୟ ତୋହ ଯୋଗୁଁ ।ବଂଶେ ଜଣେ ହେଲେ ଯୋଗ୍ୟ, ତାହାରି ଯୋଗ୍ୟତାସମଗ୍ର ବଂଶକୁ କରେ ଖ୍ୟାତିକ ୩ ଉଜ୍ଜ୍ୱଳ ।୩- ଖ୍ୟାତିଯୁକ୍ତ ।ବିଦୁକ୍ଷାକୁ ଆତ୍ମା ଦାନ କରି ତୋ ସୁଷମାକରେ ବିବର୍ଦ୍ଧିତ; ତେଣୁ ନ ମେଣ୍ଟେ ଅଳ୍ପେ ସେ,ନିଭିବ କି ଦାବାନଳ ଗଣ୍ଡୂଷ ଜଳରେ !ହେ ମଞ୍ଜୁଷା- ମଞ୍ଜୁଭୂଷା ମହେନ୍ଦ୍ରବିହାରୀଶ୍ରୀ-ନିବାସ ଶ୍ରୀନିବାସ ରାଜମଣିଦେବ,ଦେଖିଲି ଏ ପୁଣ୍ୟତୀର୍ଥ ତୁମ୍ଭରି ପ୍ରସାଦେ,ତୁମ୍ଭରି ପ୍ରସାଦେ ନୃପ, କଳ୍ପନାର ସ୍ୱପ୍ନବାସ୍ତବରେ ପରିଣତ ହେଲା ସିନା ଆଜି,ଜଳିଲା ମୋ ଆଶା-ସ୍ୱର୍ଗେ ସାଫଲ୍ୟ-ଦିହୁଡ଼ି ।ମହୀରେ କୁବେର ତୁମ୍ଭେ, ମହେନ୍ଦ୍ର ତୁମ୍ଭରଅକ୍ଷୟ ଅମର ମହାରତ୍ନର ଭଣ୍ଡାର ।ଗିରିରାଜ ତୁମ୍ଭ ପ୍ରଜା-ହୃଦୟ ଉପମା,ସାଧି ମୋର ଉପକାର ଅପରିଶୋଧିତ,କଲ ମୋତେ କୃତଜ୍ଞତା-ଅଚ୍ଛେଦ୍ୟ-ବନ୍ଧନେଆଜନ୍ମ ଆବଦ୍ଧ, ଧନ୍ୟ ସହୃଦତା ତବ ।ନୁହେଁ ବ୍ୟକ୍ତିଗତ ରାଏ, ନୃପତିଜୀବନ,ଜାତୀୟ ଜୀବନ ତାହା, ଜାତିର ସମ୍ବଳ,ଦୃଷ୍ଟାନ୍ତ ସେଥିର ନୃପ, ତବ ସୁକରଣୀ ।ଦୀନ ଛାତ୍ରଙ୍କର ଛାମୁ ପରମ ଆଶ୍ରୟ,କରି ଛାତ୍ରବୃତ୍ତି ଦାନ ରୋପିଅଛ ଯେଉଁ ୪
୪- ମଞ୍ଜୁଷାର ବର୍ତ୍ତମାନ ନରପତି ମହୋଦୟ ପ୍ରାକୃତିକ ଉତ୍କଳର ନାନାବିଭାଗୀୟ ଶୀକ୍ଷାର୍ଥୀମାନଙ୍କୁ ବାର୍ଷିକ ବାରହଜାର ଟଙ୍କା ବୃତ୍ତି ପ୍ରଦାନ କରନ୍ତି ।
କୀର୍ତ୍ତି-ଶେଫାଳିକା ତରୁ, ଏବେ ପୁଷ୍ପିତ ସେ,ବାହାରି ସୁବାସ ସ୍ରୋତ, ନାସାରସାୟନ,ଧାଇଁଛି ପ୍ରବଳେ ଲଙ୍ଘି ସ୍ୱଦେଶର ସୀମା,ଧାଏଁ ଯଥା ତୁମ୍ଭ କରୁ ସଂହିତ ଶାୟକପାରିଧି ସମୟେ ଖରେ, ଭେଦି ବନଦେଶ ।ସହାନୁଭୂତିର ତବ ଯୋଗ୍ୟ ପ୍ରତିଦାନନାହିଁ ଏ ଦୀନର, ଯଦି ଏ ହୃଦୟ ମୋରହୋଇଥାନ୍ତା ବାସଫୁଲ ଅଥବା ଚନ୍ଦନ,ପୂଜନ୍ତି ତହିଁରେ ନୃପ, ଛାମୁଙ୍କ ପୟର,କିଛି ନାହିଁ, ‘ନାହିଁ’ ଶବ୍ଦ କେବଳ ସୁଲଭଦରିଦ୍ର କୁଟୀରେ, ଦୀନ ମହାଧନୀ ତହିଁ,ରାଜଯୋଗ୍ୟ ଉପାୟନ ନୁହେଁ କିନ୍ତୁ ତାହା,ହୃଦୟର ଭକ୍ତି ନୁହେଁ ପଦାର୍ଥ ବିଶେଷ,ତାହା ଖାଲି ଶୂନ୍ୟଗର୍ଭ ଶବ୍ଦର ସମ୍ଭାର,ନ ପାଇଣ କିଛି ଆନ ଅର୍ପିଲି ନିଜକୁ,ଘେନା ହେଉ ମହାମନା, ଏତିକି ମାଗୁଣି ।କି ବର୍ଣ୍ଣିବି ଭାଗ୍ୟଧର, ପ୍ରଶସ୍ତି ତୁମ୍ଭର,ତୋଳୁଛ ସ୍ୱହସ୍ତେ ତୁମ୍ଭେ ସ୍ମୃତି- ଅଟ୍ଟାଳିକା,ଗୋଟି ଗୋଟି କର୍ମ ତବ କୋଟି ସ୍ୱର୍ଣ୍ଣସ୍ମୃତି ।ସ୍ମରିବ ନୃମଣି, ମନେ ସତତ ଏତିକି-ସମୁନ୍ନତ ମହେନ୍ଦ୍ରର ଅଧିପତି ତୁମ୍ଭେ,ଯାହା ନାହିଁ ସ୍ୱର୍ଗେ, ତାହା ଅଛି ତବ ରାଜ୍ୟେ,ନିବସନ୍ତି ସ୍ୱର୍ଗେ ଇନ୍ଦ୍ର ଦେବକୁଳନାହା,ମାତ୍ର ତୁମ୍ଭ ରାଜ୍ୟେ ସଦା ନିବସେ ମହେନ୍ଦ୍ର,କଳିବ ନୃପତି, ଏଥୁ, ନିଜର ଗୌରବ,ମହତ୍ତ୍ୱର ମାନଦଣ୍ଡ ତୁମ୍ଭର ଏ ଗିରି,ଜଣାଉଛି ତୁମ୍ଭ ମୂଲ୍ୟ ତୁମ୍ଭଙ୍କୁ ଜଗତେ ।କି ଅପୂର୍ବ ଆତ୍ମୀୟତା ମହେନ୍ଦ୍ର, ତୋହରଚାରି ଦିନ ମଧ୍ୟେ ମୋତେ କରିନେଲୁ ତୋର,କିନ୍ତୁ ଗିରି ଅଭାଗ୍ୟ ମୁଁ ନ ପାରିଲି କରିତୋତେ ଯାହା ମୋର, ମନେ ରହିଲା ଏ ଦୁଃଖ ।କି କରିବି, ଆଜୀବନ ପରାଧୀନ ମୁହିଁ,ଚାଲେଁ ପର ଗୋଡ଼େ ବାଟ, ଦେଖେ ପର ନେତ୍ରେଦୃଶ୍ୟ, କହେଁ ପର ତୁଣ୍ଡେ କଥା, ଗାଏଁ ଗୀତ,ନିୟତି ଆଜ୍ଞାର ଦାସ ନର ସିନା ଭବେ,ପ୍ରତି କାର୍ଯ୍ୟ ସିନା ତାର ନିୟତି ଆଜ୍ଞାରରୂପବନ୍ତ ପ୍ରତିଧ୍ୱନି, କି ଚାରା ତାହାର !ତୋହ ଦୟା, ତୋ ଦାକ୍ଷିଣ୍ୟ, ପୁଣି ତୋ ସ୍ନେହରସୁମଧୁର ଅତ୍ୟାଚାର, ( ସାଧୁ ଯେବେ ହଟଘନକୁ ଲଗାଇ ଦେଇ କୌତୁକ ଅନ୍ତରେ )ସ୍ମୃତି-ଶିଳା-ଫଳକରେ ରହିଲା ଅଙ୍କିତ,ଅଙ୍କିତ ତୋ ବକ୍ଷେ ଯଥା ଧର୍ମାନୁଶାସନ ।ତୋ ଦୁଃଖପାସୋରାଅଙ୍କେ ନିବସି ନୀରୋଳେଦୁଃଖଭାରାତ୍ରାନ୍ତ ହୃଦ କରିଥାନ୍ତି ଲଘୁ,ହାୟ, କି ଦୂରାଶା ସ୍ୱପ୍ନ, ଅପ୍ରାପ୍ୟେ ପ୍ରତ୍ୟାଶା,ଯୋଗ୍ୟ ସିନା ସିଦ୍ଧ ଋଷି ତୋ ଅଙ୍କ-ବିହାରେ,କାହିଁ ସେ ସୁକୃତବନ୍ତ, କାହିଁ ମୁହିଁ ପୁଣି,ଲାଗେ କି ଶିମିଳୀ ଫୁଲ ଦେବତା ପୂଜାରେ ।ଘେନୁଛି ମହେନ୍ଦ୍ର ଏବେ ବିଦାୟ ତୋ ପାଶୁ,ଲଗାଇଛୁ କି ମାୟା ତୁ, ବଳୁ ନାହିଁ ମନତେଜିବାକୁ କ୍ଷଣେ ତୋର ପବିତ୍ର ସଂସର୍ଗ,ମନ ମଧ୍ୟେ ଦେହ ଯଦି ପାରନ୍ତା ପ୍ରବେଶି,କହୁଛି ଶପଥ କରି ଛୁଇଁ ତୋ ଚରଣ,ନିତି ଆସି ପାଦପଦ୍ମ ପୂଜନ୍ତି ତୋହରସଂଗ୍ରହ ତୋ ଦେହୁ ମୃଦେ ଫୁଲ ଫଳ ଜଳ ।ଅଥବା ଆସନ୍ତା ଯଦି ଘୁଞ୍ଚି ମୋ କୁଟୀରତୋହ ସନ୍ନିଧାନେ, ତେବେ ତୋହ ପାଦମୂଳେବସି ମୁଁ ନିୟତ, ସାନ ସିଂହରାଜ ପ୍ରାୟ ୧ପିଅନ୍ତି ତୋ ଶୋଭା-ସୁଧା, ପୂରାଇ ଉଦର,ହାୟ ଏ କଳ୍ପନା ସିନା ଦୂରାଶାର ସ୍ୱପ୍ନ !୧- ମହେନ୍ଦ୍ରର ପାର୍ଶ୍ୱରେ ମହେନ୍ଦ୍ରର ପାଦଦେଶରେ ସାନ ସିଂହରାଜ ପର୍ବତ ଅବସ୍ଥିତ । ଏହା ପାରଳା ଏଜେନ୍ସି ମାହାଲର ଅନ୍ତର୍ଗତ ।ଘେନ ଅର୍ଘ୍ୟ ଗିରିବର, ହୃଦୟର ବ୍ୟଥା,ଅସମ୍ପୂର୍ଣ୍ଣ ଆକାଙ୍କ୍ଷାର ଅସମ୍ଭାଳ ଅଶ୍ରୁ,ଆବର ଘେନ ରେ ଗିରି ଶେଷ ଉପହାର,ନୀରସ ହତାଶ କ୍ଲାନ୍ତ ଜୀର୍ଣ୍ଣ ଜୀବନରମର୍ମଦାହୀ ହାହାଧ୍ୱନି, ବିଷାଦ ନିଃଶ୍ୱାସ,ଘେନି ଏହି ନେତ୍ର-ନୀର-ଲିଖିତ-ପତ୍ରିକା ।