କଳ୍ପଲତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପି(ବଙ୍ଗଳାଶ୍ରୀ)
ପ୍ରଥମ ସର୍ଗ
ପୁରାଣ-ପ୍ରସିଦ୍ଧ ଉତ୍କଳେ ବିଦିତପୌରାଣିକ ଋଷିକୂଲ୍ୟା,ପ୍ରକୃତି-ସୁନ୍ଦରୀ ସୀମନ୍ତ ପରାଏତଟନୀକୂଳେ ଅତୁଲ୍ୟା ।ବଡ଼ଗଡ଼ ମାଳ ଦ୍ୱାରପାଳରୂପୀଋଷିମାଳ ଶୈଳସୁତା,ମୁକ୍ତାଶୂକ୍ତିମତୀ ମୌକ୍ତିକ ସଲିଳାମୁନିକନ୍ୟା ସ୍ନାନେ ପୁତା ।କୁଳବାଳାକୁଳ ମହତ୍ତ୍ୱ ମର୍ଯ୍ୟାଦାସମ୍ଭାଳି ରଖିଲା ପ୍ରାଏ,ଅନ୍ତଃସ୍ରୋତା, ସ୍ରୋତ-ସମ୍ପଦେ ନିଦାଘେସେକତେ ଆଚ୍ଛାଦିଥାଏ ।ବେନି ପାଶେ ବନ ମଧ୍ୟେ ଶୈବଳିନୀନଭେ ଛାୟାପଥ ଯଥା,ଅବା ସେ ତଟନୀ ଗଞ୍ଜାମ ଅଞ୍ଚଳେମନୋରଥ କଳ୍ପଲତା !ଅଖିଳ ଉତ୍କଳେ ଅନ୍ୟତମ ତୀର୍ଥପରମ ପୂଜ୍ୟ ପାବନଥାଉ ଆନ କଥା ଅମରେ ତା ନୀରେଇଚ୍ଛନ୍ତି ସାନ ତର୍ପଣ ।ଥିଲା ତାର ତୀରେ ପଦ୍ମପୁର ନାମେଜନପଦ ପୁରାତନ,ମର୍ତ୍ତ୍ୟ-ମନ୍ଦାକିନୀ- ପୁଳିନ-ପଦେଶେହସ୍ତିନାପୁର ଯେସନ ।ବଜ୍ରପାଣି ନାମେ ନରପତି ତହିଁକରୁଥିଲେ ରାଜପଣ,ଭାରତୀ କମଳା କରିଥିଲେ ତାଙ୍କୁସମାନ ଭାବେ ବରଣ ।ଗାଙ୍ଗେୟ ସଙ୍କାଶ ମହା ମହେଷ୍ୱାସଅବ୍ୟର୍ଥ ତାଙ୍କର ଲକ୍ଷ୍ୟ,ଆତୁର ମାରଣ ନୁହେଁ ତାଙ୍କ ଅସ୍ତ୍ରବରଞ୍ଚ ଆତୁର ପକ୍ଷ ।ପ୍ରାକୃତ ପାର୍ଥିବ ଭୁଷଣେ ସେ ଘୃଣାକରୁଥିଲେ ଅତିଶୟ,ମଣ୍ଡିଥାନ୍ତି ଦେହେ ଦୟାଦାକ୍ଷିଣ୍ୟାଦିନିସର୍ଗ ଭୂଷାନିଚୟ ।ମଣୁଥିଲେ ରାଏ ଆପଣାକୁ ସଦାପ୍ରଜାକୁଳ ପ୍ରତିନିଧି,ମଧୁ ଋତୁ ପ୍ରାୟ ନାତିଶୀତଉଷ୍ଣତାହାଙ୍କ ଶାସନ ବିଧି ।ରାଜକର ସହ ଆକର୍ଷୁ ଥିଲେ ସେପ୍ରଜାହୃଦ-ଭକ୍ତି-ଦିତ୍ତ,ଓଟାରନ୍ତି ଯଥା ବାରି ସଙ୍ଗେ ରବିସରୁ ସରୋଜିନୀ ଚିତ୍ତ ।ନ ଧରନ୍ତି ସେହୁ ରାଜଦଣ୍ଡ ଖାଲିପରଜା ଶାସନ ପାଇଁ,ନିଜେ ସୁଦ୍ଧା ତହିଁ ଶାସିତ ସତତହେଉଥାନ୍ତି ନରସାଇଁ ।ନୃମଣି-ବାଞ୍ଛିତ ଗୁଣେ ବିଚକ୍ଷଣବ୍ରତଧର୍ମପରାୟଣ,
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଯାଚକ ଯାଚନା ରବେ ମୁଖରିତ
ନିରତେ ତାଙ୍କ ପ୍ରାଙ୍ଗଣ ।
କର୍ମଯୋଗୀ, କର୍ମେ ରତ ଥାଇ କରି
ହରିପଦେ ଆତ୍ମଦାନ,
ଅର୍ପୁଥିଲେ ପୁଣି ସେ ଦାନ ଦକ୍ଷିଣା-
ରୂପେ କର୍ମଫଳମାନ ।
ସଦା ଶାନ୍ତିପ୍ରିୟ, ଶରୀରେ ତାଙ୍କର
ନ ହୁଏ କବଚ ଘେନା,
ଧାତବ କଞ୍ଚୁକେ କି କାର୍ଯ୍ୟ ତାର ଯେ
ଦୁର୍ବଳର ବଜ୍ରସେହା ।
ମୃତ୍ତିକା ଉପରେ ରାଜତ୍ୱ ସିନା ସେ
କରୁଥିଲେ ଯଶୋଧନ,
ମାତ୍ର ତାଙ୍କ ହୃଦେ ବୈରାଗ୍ୟ-ନୃପତି
କରୁଥିଲା ରାଜପଣ ।
ପୁଷ୍ପାକର ନାମେ ଅଭିହିତ ଥିଲେ
ତାହାଙ୍କ ପଟ୍ଟକୁମର,
ସତ୍ସଙ୍ଗ ସଦ୍ଗୁଣ ସଂଜାତ କିବା ସେ
ଉପରୁପୀ ପୁଷ୍ପାକର ।
ଅଥବା କାୟାରୁ ଛାୟା ଜାତ କିମ୍ୱା
ଶବ୍ଦୁ ଜାତ ପ୍ରତିଧ୍ୱାନ,
ଅବା ସାଧନାରୁ ସାଫଲ୍ୟ, କିଅବା
ମାନସୁ ସମ୍ଭୁତ ଜ୍ଞାନ ।
ସେ ନୃପ-ନନ୍ଦନେ ଦେଖି ଲୋକେ ମନେ
ଆଣୁଥିଲେ ଏହି ପାଞ୍ଚେ,
ବିଶ୍ୱ ଶୋଭାସାର ଗୋଳି ଅବା ବିଧି
ଢାଳିଛି ବିନୋଦ-ଛାଞ୍ଚେ !
ଅଥବା ଆହ୍ଳାଦ ଉପାଦାନେ ରଚି
ଉପି ସେହି ଆହ୍ଳାଦରେ,
ନେତ୍ର-ରସାୟନ ଅନୁରାଗ-ଝାଳ
ଚଢ଼ାଇଚି ତା ଉପରେ ।
ଉପମାର ପ୍ରତି- ଉପମା ସୁଦ୍ଧା ସେ
କୁମାର ନିକଟେ ନିନ୍ଦ୍ୟ,
ଶୋଭା-କ୍ଷୀରସିନ୍ଧୁ ସାର ନବନୀତ
ଶୋଭା-ସର-ଅରବିନ୍ଦ ।
ସୁଲକ୍ଷଣ ସହ ସର୍ବ ଶୁଭଗୁଣ
ଆଶ୍ରିଥିଲେ ତାଙ୍କୁ କାୟା,
ଦେବ କି ମାନବ ଚିହ୍ନି ନୁହନ୍ତେ ସେ
ନ ଥିଲେ ପଲକ ଛାୟା ।
ରତ୍ନ ଅଳଙ୍କାର ସିନା ଖାଲି ଧାତୁ
ଅସ୍ଥି ପ୍ରସ୍ତର ବିକାର,
ଏଣୁ ତାହା ସ୍ଥାନ ନିସର୍ଗ ମାଧୁରୀ
କରିଥିଲା ଅଧିକାର ।
ଫୁଟି ଉଠୁଥାଏ ବଦନ-ମଣ୍ଡଳେ
ଉତ୍ସାହର କୋଟି ପ୍ରଭା,
ହୃଦୟ ଗାମ୍ଭୀର୍ଯ୍ୟ ଶୌର୍ଯ୍ୟ, ଧୈର୍ଯ୍ୟ, ବୀର୍ଯ୍ୟ
କଳି କେ ପାରିବ ଅବା ?
ଆଭାସି ଉଠଇ କଥାକେ କଥାକେ
ଔଦାର୍ଯ୍ୟ ପାଣ୍ଡିତ୍ୟ ସହ,
ସାହିତ୍ୟ-ସଙ୍ଗୀତ- ରସେ ଜେନାମଣି
ରତ ଥିଲେ ଅହରହ ।
ବୟସ୍ୟ ତାଙ୍କର ଥିଲେ ପ୍ରିୟତର
ରସରାଜ, ଜୟଧ୍ୱଜ,
ପ୍ରଥମ ପୁରୋଧା ନନ୍ଦନ, ଦ୍ୱିତୀୟ
ସଚିବ ଜ୍ୟେଷ୍ଠ ଆତ୍ମଜ ।
ତିନି ମିତ୍ରଙ୍କର ଏକବୟଃ ଏକ
ମନ ପୁଣି ଏକଭାବ,
ବିନୟ, ସୌଜନ୍ୟ, ସାରଲ୍ୟ କିଅବା
ମିଳିଥିଲେ ଏକଠାବ ।
ଅବା ମିଳିଥିଲେ ଅମୃତ ମିଳନେ
ସ୍ୱାସ୍ଥ୍ୟ, ଶାନ୍ତି, ଅବସର,
ଅଥବା କୁସୁମ- ଧନୁ, ଋତୁରାଜ,
ଶୋଭାଖଣି ଶଶଧର ।
ଆକୃତିରେ ଭିନ୍ନ ହେଲେ ହେଁ ତିନିହେଁ
ମାତ୍ର ଏକ ପ୍ରକୃତିରେ,
ଏକ ହୋଇଥିଲା କ୍ଷୀର ନବାତ କି
ମିଶାମିଶି ହୋଇ ନୀରେ ?
ଯୋଗ୍ୟ ସହଚର ଥିଲେ ପରସ୍ପର
କି କ୍ରୀଡ଼ା କିବା ପଠନେ,
ମିଳିଥିଲା ଅବା ସୌହାର୍ଦ୍ଦ୍ୟ ମମତା,
ପ୍ରେମ ନିସର୍ଗ ମିଳନେ ।
ଅତ୍ୟଳ୍ପ ସମୟେ ସକଳ ବିଦ୍ୟାରେ
ହେଲେ ସର୍ବେ ଧୁରନ୍ଧର,
ମାତ୍ର ଯୁବରାଜ ପୁଷ୍ପାକର ହେଲେ
ଅଧିକେ ସୁଯୋଗ୍ୟତର ।
ସର୍ବବିଦ୍ୟା ମଧ୍ୟେ ସାହିତ୍ୟେ ତାଙ୍କର
ଅଭିରୁଚି ସମଧିକ,
ତେଣୁ ଆନ ରସ ଅପେକ୍ଷା ହେଲେ ସେ
ସକାବ୍ୟ-ରସେ ରସିକ ।
କଳ୍ପନା-ଦେବୀଙ୍କ ଚାଟଶାଳୀରେ ସେ
ପଢ଼ୁଥିଲେ ନିତି ପାଠ,
ନିସର୍ଗ ପ୍ରତିଭା ବଳେ କିଛିକାଳେ
ହେଲେ ତହିଁ ବଡ଼ଚାଟ ।
ତନ୍ନ ତନ୍ନ କରି ପଢ଼ୁଥିଲେ ସଦା
ପ୍ରକୃତି ବିରାଟଗ୍ରନ୍ଥ,
ଅବହିତ ଚିତ୍ତେ ଘେନି ନବନବ
ସେ ପ୍ରକୃତିଠାରୁ ସନ୍ଥ ।
ଯୋଗୀ ପ୍ରାୟ ବୀର ନିକାଞ୍ଚନ-ପ୍ରିୟ
ବସି ନିତି ନିକାଞ୍ଚନେ,
ରତ ଥାନ୍ତି ମୁଦେ ସାହିତ୍ୟ ସନ୍ଦର୍ଭେ
ବିବିଧ ଗ୍ରନ୍ଥାଲୋଚନେ ।
ସଂସ୍କୃତ-କବିତା- ସରୋଜ-ସବିତା-
କାଳିଦାସ ଗ୍ରନ୍ଥାବଳୀ,
କବିରବି ମାଘ ଭାରବିଙ୍କ ଗ୍ରନ୍ଥ
ପଠନେ ସେ କତୂହଳୀ ।
କେବେ ଭାଷାକାବ୍ୟ ଅର୍ଥେ ରତ ଥାନ୍ତି
ବସିଣ ବନ୍ଧୁ ଗହଣେ,
କେବେ ବା ନିଯୁକ୍ତ କୌତୁକ ଅନ୍ତରେ
କବିତା ପାଦପୂରଣେ ।
ଏକାନ୍ତେ ବସିଣ କେବେ ଅବା ମଗ୍ନ
ଭାରତୀ-ଭାବ-ସାଗରେ,
ଗଣ୍ଡପାଣି ହୋଇ ନିର୍ନିମେଷ ନେତ୍ରେ
ଏକାଗ୍ରେ ସାନୁରାଗରେ ।
ପଶୁପକ୍ଷୀ ସ୍ୱର ଶୁଣି ଦୈବେ ଯଦି
ଭାଙ୍ଗି ଯାଉଥିଲା ଧ୍ୟାନ,
ହେଉଥିଲେ ତେବେ କ୍ରୋଧ ଘୃଣା ଦୁଃଖ
ବିରକ୍ତିବଶେ ଅଜ୍ଞାନ ।
କଳ୍ପନା ମାତ୍ରକେ କାର୍ଯ୍ୟ ଯେବେ ଆପେ
ଯାଉଣ ଥାନ୍ତା ନିର୍ବାହି,
ପ୍ରତେ ହୁଏ ତେବେ ସେ ରବକରୀଏ
ପାଉ ନ ଥାଆନ୍ତେ ତ୍ରାହି !
ଭୁଲି ଯାଉଥିଲେ କ୍ଷୁଧାତୃଷା ସେହୁ
ସାହିତ୍ୟ-ମୋଦକେ ମାତି,
ଯେତେ ଘାରୁଥିଲା ସେ ନିଶା, ତେତେ ସେ
ସେବୁଥିଲେ ଦିନରାତି ।
କରୁଥିଲେ ତାଙ୍କ ପାଣ୍ଡିତ୍ୟେ କବିତ୍ୱେ
ପଣ୍ଡିତ କବିଏ ପୂଜା,
ମାତ୍ର ସେ ନିରତେ ପୂଜୁଥିଲେ ହୃଦ-
ପଦ୍ମାସନେ ଶ୍ୱେତଭୁଜା ।
ସେ ମହାପୂଜାରେ ପାର୍ଥିବ ପଦାର୍ଥ
ଲାଗେ ନାହିଁ କଦାଚନ,
ଭକ୍ତି ତହିଁ ପୁଷ୍ପ ପ୍ରୀତି-ଗଙ୍ଗାଜଳ
ଅନୁରାଗହିଁ ଚନ୍ଦନ ।
ଜ୍ଞାନ ଘୃତଦୀପ ବିନୟ ଯେ ଧୂପ
ଅହ୍ମଣିଆ ସ୍ତବାବଳୀ,
କୃତଜ୍ଞତାବ୍ୟଞ୍ଜୀ ଆତ୍ମସମର୍ପଣ
ସେ ପୂଜାର ପୁଷ୍ପାଞ୍ଜଳି ।
ଏହି ଆଧ୍ୟାତ୍ମିକ ପୂଜାଫଳେ ଦିନେ
ନିଶୀଥେ ଶ୍ୱେତବସନା,
କୁମାର ଶୟନ- କକ୍ଷେ ଆବିର୍ଭୂତା
ହେଲେ ହୋଇ ସୁପ୍ରସନ୍ନା ।
ସପ୍ତସ୍ୱରା ସ୍ୱର୍ଣ୍ଣ- ବିପଞ୍ଚୀ ପରଶେ
ଭଙ୍ଗାଇ ତାଙ୍କ ସୁଷୁପ୍ତି,
ବୋଇଲେ ବାତ୍ସଲ୍ୟେ ଉଠ ବତ୍ସ ମୁଁ ତୋ
ସେବାରେ ଲଭିଛି ତୃପ୍ତି ।
‘ଘେନ ଏହି ବୀଣା ମୃତ୍ୟୁଭୟଜିଣା
ଯୋଗ୍ୟ ତୁ ବାଦନେ ଏହା,’
ଏତେ ବୋଲି ବୀଣା ଅର୍ପି ଅନ୍ତର୍ଦ୍ଧାନ
ହେଲେ ଦେବୀ ଶୁଭ୍ର ଦେହା ।
ସାରସ୍ୱତ ବରେ ହେଲେ ସୁପ୍ରତିଭ
ଅଧିକରେ ପୁଷ୍ପାକର,
ସ୍ୱଭାବ ତେଜସ୍ୱୀ ସୂର୍ଯ୍ୟକାନ୍ତେ କିବା
ସମ୍ପାତ ଭାସ୍କର କର ?
କିଶୋର ବୟସେ ବହୁ ଉପାଦେୟ
କାବ୍ୟ କଲେ ପ୍ରଣୟନ,
ଅଳ୍ପକାଳେ ତାଙ୍କ କବି-କୀର୍ତ୍ତିମାନ
ଚୌଦିଗେ ହେଲା ଆଚ୍ଛନ୍ନ ।
ତାତ୍କାଳିକ କବି- ମଣ୍ଡଳୀ ମଧ୍ୟେ ସେ
ଉଜ୍ଜ୍ୱଳ ଦୀପକ ମଣି,
କଳ୍ପନା-କମଳ- କାନନ-ସବିତା
ରମ୍ୟ କାବ୍ୟ-ରତ୍ନଖଣି ।
ସାହିତ୍ୟ ଜଟିଳ ସମସ୍ୟା ମୀମାଂସା
କରୁଥିଲେ ସେ ପଲକେ,
ଶିକ୍ଷାର୍ଥେ ତାହାଙ୍କ ପାଶେ ଆସୁଥିଲେ
କବି, ସାହିତ୍ୟ-ସେବକେ ।
ନବୀନ ଯୌବନେ ବିବେକି-ପ୍ରହରୀ
ହୃଦୟ ଥିଲେ ଜଗାଇ,
ତାହା ଭୟେ ତହିଁ ବିଳାସ-ବ୍ୟସନ
ପ୍ରବେଶି ପାରନ୍ତି ନାହିଁ ।
କ୍ଷତ୍ରିୟ ପ୍ରତାପ ପ୍ରକାଶୁଥିଲେ ସେ
ଦୁଷ୍ଟ ରିପୁଗଣ ପ୍ରତି,
ବୟସେ ଆକାରେ ସାନ ସିନା ମାତ୍ର
ପ୍ରକୃତିରେ ବୃଦ୍ଧଯତି ।
ସାକ୍ଷାତ ଦେବତା ପିତୃମାତଅପଦେ
ବଚସ୍କର ଭୃତ୍ୟ ପରି,
ଖଟିଥାନ୍ତି ସଦା ଭକ୍ତିପ୍ଳୁତ ଚିତ୍ତେ
ଦୃଢ଼ତା ନିଷ୍ଠା ଆଚରି ।
ଭାବୀ ରାଜା ବୋଲି ବିରାଟ ଗୁମାନ-
ମୁକୁଟ ନ ବହି ମାଥେ,
ନିର୍ବିକାର ହୃଦେ ମିଶୁଥିଲେ ସଙ୍ଗୀ
ପ୍ରାୟ ପ୍ରଜାପୁତ୍ର ସାଥେ ।
ଜଗତେ ଦୁର୍ଜୟ ଅସାଧ୍ୟ ସାଧକ
ଯୌବନ, ଧନ, କ୍ଷମତା,
ମାତ୍ର ଏ ତିନିହେଁ ପୁଷ୍ପାକର ପାଶେ
ପୋତିଲେ ତଳକୁ ମଥା ।
ପ୍ରକୃତି-ରଞ୍ଜନ ଗୁଣ ତାହାଙ୍କର
ଥିଲା ଅତି ଅଦଭୁତ,
ଥାଉ ଆନ, ଚିର ଶତ୍ରୁ ସୁଦ୍ଧା ତାଙ୍କ
ଗୁଣେ ହେଲେ ବଶୀଭୂତ ।
ଶତ୍ରୁ ମୁଖେ ଯାର ପ୍ରଶଂସା ସେ ସିନା
ପ୍ରକୃତ ପ୍ରଶଂସ୍ୟ ଜନ,
ଧନ୍ୟ ତା ଜନମ ଧନ୍ୟ ଜନ୍ମଭୂମି
ଶତଧନ୍ୟ ତା ଜୀବନ ।
ଅଶ୍ୱାରୋହଣେ ସେ ଅଦ୍ଭୁତ କୌଶଳୀ
ସମକକ୍ଷ ତାହାଙ୍କର,
ଥିଲେ ଥିବ ସିନା ମାତ୍ର ଥିଲା ନାହିଁ
ତାଙ୍କହୁଁ ଅଧିକତର ।
ଖରଗତି କାଳେ ତାଙ୍କ ଅଶ୍ୱକ୍ଷୁର
ଶବଦ ନ ଶୁଭୁଥିଲେ,
ଉିଡ଼ିଯାଉଛି କି ଦଉଡ଼ୁଛି ସେହୁ
ବାରି ନ ହୁଅନ୍ତା ତିଳେ ।
ପାରିଧିରେ ଦକ୍ଷ ଥିଲେ ଯୁବାମଣି
ଅମୋଘ ତାଙ୍କର ବାଣ,
ଶ୍ୱାପଦ ବ୍ୟତୀତ ନାଶୁ ନ ଥିଲେ ସେ
ନିରୀହ ପ୍ରାଣୀର ପ୍ରାଣ ।
ବୁଝୁଥିଲେ ବୀର ନୁହେଁ କ୍ଷତ୍ରଧର୍ମ
ଇତର ପ୍ରାଣସଂହାର,
କ୍ଷମତା ନୁହେଁ ତା କ୍ଷମତାର ସିନା
ଅଟେ ଅପବ୍ୟବହାର ।
ବଧଠାରୁ ଶ୍ଳାଘ୍ୟ ମଣୁଥିଲେ ବଧ୍ୟ
ଜୀବର କ୍ରୀଡ଼ା ଦର୍ଶନେ,
ଏଣୁ ଲୁଚି ବସି ଦେଖୁଥାନ୍ତି ପଶୁ
ଇଙ୍ଗିତ ଆଭାସେ ବନେ ।
କେବେ ବସିଥାନ୍ତି ଉଟଜ ନିର୍ମାଣି
ପ୍ରତୀଚୀ ଶୈଳ ନିପାନେ,
କେବେ ଋଷିକୁଲ୍ୟା ସଙ୍ଗମ ପ୍ରଦେଶେ
କେତକୀ-ବେଷ୍ଟିତ ସ୍ଥାନେ ।
ଯହିଁ ବେଳାଭୂମେ ଗଭୀର ନିଶୀଥେ
ଶାର୍ଦ୍ଦୂଳର ରୁଦ୍ରସ୍ୱର,
ସ୍ୱଭାବ-ଭୀଷଣ ସିନ୍ଧୁ ନାଦେ କରେ
ସବିଶେଷେ ଭୟଙ୍କର ।
ସିନ୍ଧୁବୀଚୀଚୁମ୍ୱୀ- ବାତ-ବିଦୂଳିତ
ନାରିକେଳ-ତରୁଶାଖେ,
ଦୋଳି ଖେଳେ ରତ ଥାନ୍ତି ମହାନନ୍ଦେ
ଚକ୍ରବାକୀ ଚକ୍ରବାକେ ।
ତହିଁ ଭୂତପୂର୍ବ ଯବନେଶ୍ୱରଙ୍କ
ଜରାଜୀର୍ଣ୍ଣ ଭଗ୍ନ ଦୁର୍ଗ,
ମାନବ ଅଭାବେ ଧରିଅଛି ଗର୍ଭେ
ବରାହ ଶମ୍ୱର ମୃଗ ।
ଯେଉଁ ଦୁର୍ଗଦ୍ୱାର ଶତ୍ରୁର ଅଗମ୍ୟ
ଥିଲା ଅସ୍ତ୍ରୀ ପ୍ରହରଣେ,
ଜଗୁଆଳି ତହିଁ ଏବେ ଭାଲୁ ଶିବା
ପରିଣତ ତାହା ବଣେ ।
ଆସେ ପାନ୍ଥମନେ ବିଶ୍ୱ ନଶ୍ୱରତା
ବିଲୋକି ତା ଅଧୋଗତି,
ଗଢ଼େ ନର ସିନା ମନୋମତ ଦ୍ରବ୍ୟ
ମାତ୍ର ତା ଭାଙ୍ଗେ ନିୟତି ।
କାଳ-ବୀଚୀ ସହ ଜଳ-ବୀଚୀ ସେହି
ଦୁର୍ଗର ଅସ୍ଥିକଙ୍କାଳ,
ଧୋଇ କ୍ରମେ ତାକୁ ଅନ୍ତଃସାରଶୂନ୍ୟ
କରୁଛି ହୋଇ ଉତ୍ତାଳ ।
ବହୁଦିନ ଭାଗ୍ୟ- ତରୀ ନିମଜ୍ଜିତ
ଭବିତବ୍ୟ-ବାତ୍ୟା ବାଜି,
ମାତ୍ର ଦେହ-ତରୀ ଅର୍ଦ୍ଧମଗ୍ନ ହୋଇ
ଭାସୁଅଛି ସୁଦ୍ଧା ଆଜି ।
କୋଟି ରତ୍ନଦୀପେ ସମୁଜ୍ଜ୍ୱଳ ଯେହୁ
ପୁରୀ ଥିଲା ପୁରାକାଳେ,
ରଜନୀରେ ଏବେ କ୍ଷୀଣାଲୋକ ତହିଁ
ଦେଖାନ୍ତି ଖଦ୍ୟୋତଜାଳେ ।
ଭାଗ୍ୟ ପ୍ରତିକୂଳେ ଏହିପରି କେତେ
ରାଜେନ୍ଦ୍ର ରମ୍ୟ ଭବନ,
ହୋଇଅଛି ଆହା ଏବେ ବିଜନତା-
ତପସ୍ୱିନୀ ତପୋବନ ।
କେ ଲଙ୍ଘିବ ଭବେ ପ୍ରାକ୍ତନ ଶାସନ
ଜଙ୍ଗମ କିବା ସ୍ଥାବର,
କରିପାରେ ସେହୁ ରାଜାକୁ ଭିଖାରୀ
ଭିଖାରୀକୁ ଦଣ୍ଡଧର ।
ଶୈବାଳ-ସଙ୍କୁଳ ଜୀର୍ଣ୍ଣ ହୁର୍ମ୍ୟେ ତହିଁ
ପୁଷ୍ପାକର ହୋଇ ଛିଡ଼ା,
ଦେଖୁଥିଲେ ଦୁର୍ଗ-ପାଦେ, ସିନ୍ଧୁବକ୍ଷେ
କୁରଙ୍ଗ ତରଙ୍ଗ-କ୍ରୀଡ଼ା ।
ଶୁଣି ମହାଗୂଢ଼ ପ୍ରକୃତି-କବିତା
ବାରିଧି ନାଦ ଛଳରେ,
ଖେଳୁଥିଲା କେତେ ନବୀନ କବିତା-
କଲ୍ଲୋଳ ହୃଦ-ସାଗରେ ।
ପ୍ରକୃତି ବିରାଟ- ମହାଦୃଶ୍ୟ ଦେଖି
ସମ୍ମୁଖଭାବେ ବିସ୍ତୃତ,
ମହାଭାବେ ବୁଡ଼ି ହେଉଥିଲେ କ୍ଷଣ
କ୍ଷଣକେ ଆତ୍ମବିସ୍ମୃତ ।
ଅନନ୍ତ ଅପାର ପାରାବାରେ ଚାହିଁ
କରୁଥିଲେ ଏ କଳ୍ପନା,
ଏହା ଜଳକଣା ତୁଳନାରେ ସୁଦ୍ଧା
ନର ଅତି ଅତୁଳନା ।
ଚକ୍ଷୁସତ୍ତ୍ୱେ ଅନ୍ଧ ନିର୍ବୋଧ ମାନବ
ଦେଖି ଏହା ଦେଖୁ ନାହିଁ,
ଅହୋ, କି ଆଶ୍ଚର୍ଯ୍ୟ ନଗଣ୍ୟ କ୍ଷମତା
ବହି ସେ କରେ ବଡ଼ାଇ ।
ଦୁର୍ଜୟ ପ୍ରତାପୀ ହୋଇ ସୁଦ୍ଧା ସିନ୍ଧୁ
ଲଙ୍ଘୁ ନାହିଁ ଗାରେ ସୀମା,
ତୁଚ୍ଛ ଅଧିକାରେ ତୁଚ୍ଛ ନର ସିନା
ପ୍ରକାଶେ ତୁଚ୍ଛ ଗରିମା ।
ରାଜ-ନନ୍ଦନଙ୍କ ମହିମା ବର୍ଣ୍ଣନା
କବି-ବଚନକୁ ବଳେ,
ପଟାନ୍ତର ତାଙ୍କୁ ସେହି ଏକା ସିନା
ନୈତିକ ଚାରିତ୍ର୍ୟବଳେ ।
ବ୍ୟବହାର ନୀତି ରାଜନୀତି ଧର୍ମ-
ନୀତି ଆଦି ନୀତିଗଣ
ପାଦପେ ବଲ୍ଲରୀ ପ୍ରାୟ ଦୃଢ଼େ ତାଙ୍କୁ
କରିଥିଲେ ଆଲିଙ୍ଗନ ।
ଜନଶ୍ରୁତି-ଦୂତୀ- ମୁଖୁ ରାଜା ରାଣୀ
ଶୁଣିଣ ପୁତ୍ର ସୁଖ୍ୟାତି,
ଅପାର ଆନନ୍ଦ ସ୍ନେହରସେ ତାଙ୍କ
ଫୁଲି ଉଠୁଥିଲା ଛାତି ।
ଅପତ୍ୟ ସ୍ନେହରେ ଗୁଣେ ପ୍ରଶଂସାକୁ
ମଣୁଥିଲେ କୋଟି ଗୁଣ,
ପାଣ୍ଠିରୁପେ ତାହା ସ୍ଥାପି ପୁଣି ତହୁଁ
ଅର୍ପୂଥିଲେ ଲୋକେ ଋଣ ।
କୁମାରଙ୍କ ଗୁଣେ ରାଜଦମ୍ପତିଙ୍କ
ପ୍ରତିଷ୍ଠା ଲୋକମୁଖରୁ,
ଉଠୁଥିଲା ଉଚ୍ଚେ, ଫଳ ଯୋଗେ ସିନା
ହୁଏ ପ୍ରଶଂସିତ ତରୁ ।
ବୋଲୁଥିଲେ ଜନେ ଧନ୍ୟ ହେମତାରା
ପ୍ରସବିଲେ ଏ କୁମର,
ପୌର୍ଣ୍ଣମାସୀ ଗର୍ଭୁ ସମୁଦ୍ଭୁତ କିବା
କଳାପୂର୍ଣ୍ଣ କଳାକର ।
ରାଜରାଣୀକୁଳେ ଧନ୍ୟ ତୁମ୍ଭେ ତୁମ୍ଭ
ଗର୍ଭ ମଣି-ଖଣି ସତୀ,
ଏଭଳି କୁମାର ଅଙ୍କେ ଧରି ତୁମ୍ଭେ
ପୁତ୍ରବତୀ ଭାଗ୍ୟବତୀ ।
ଦ୍ୱିତୀୟ ସର୍ଗ
ଗଞ୍ଜମ-ହିମାଦ୍ରି- ମହେନ୍ଦ୍ର ପୟରେମହେନ୍ଦ୍ର ତନୟା *ଯହିଁ,ବହି ଯାଉଅଛି ତରତରେ ଯଥାନକୁଳ- ସାଧ୍ୱସ୍ତ ଅହି ।* ସ୍ୱନାମପ୍ରସିଦ୍ଧ ନଦୀବିଶେଷ । ଏହା ମହେନ୍ଦ୍ର ପର୍ବତରୁ ନିର୍ଗତ ହୋଇଅଛି ।ରତ୍ନଗଡ଼ ନାମେ ସୁନ୍ଦର ନଗରଥିଲା ତହିଁ ପୁରାକାଳେ,ଯା ବିପଣୀମାଳା ସମୁଜ୍ଜ୍ୱଳ ସଦାମଞ୍ଜୁଳ ହୀରା-ପ୍ରବାଳେ ।ସେ ନଗରବାସୀ ଚାରି ଜାତି ପ୍ରଜାଧର୍ମଶୀଳ ଧନବାନ,ଛୁଇଁଥିଲା ନାହିଁ ତା ପବିତ୍ର ସୀମାଅସତ୍ୟ ଦୈନ୍ୟ ଅଜ୍ଞାନ ।ଏକମନା ସର୍ବ ନାଗରିକେ ଏକପରିବାରଭୁକ୍ତ ପରି,ଥାନ୍ତି ସୁଖେ ଦୁଃଖେ ପରସ୍ପର ପ୍ରତିସହାନୁଭୂତି ଆଚରି ।ଭ୍ରାତୃଭାବେ ସର୍ବେ ପ୍ରଣୟ-ଡ଼ୋରକୁବିଶ୍ୱାସ-କଷେ କଷାଇ,ବାନ୍ଧି ରଖିଥିଲେ ହୃଦୟେ ହୃଦୟେସୁଦୃଢ଼ ଗଣ୍ଠି ପକାଇ ।ସମବେତ ଚେଷ୍ଟା ବଳେ ସାଧୁଥିଲେମାତା ମାତୃଭୂମି ହିତ,ସଂହତିର ମହା- ମହିମା ସକଳେବିଶେଷେ ଥିଲେ ବିଦିତ ।ପଡ଼ିଶା-ସୁଲଭ ଦ୍ୱେଷରୋଷ ତେଜିଦେଶୋନ୍ନତି ଆତ୍ମୋନ୍ନତି,ସାଧି ଭୁଞ୍ଜୁଥିଲେ ଏ ମର୍ତ୍ତ୍ୟ-ମଣ୍ଡଳେଅମର୍ତ୍ତ୍ୟ ସୁଖ-ସମ୍ପତ୍ତି ।ରାଜଭକ୍ତ ସର୍ବେ ପୂଜୁଥିଲେ ନୃପେମହତୀ ଦେବତା ମଣି,ଆଜ୍ଞାବହ ପଣେ ଥିଲେ ପୁଣି ରାଜ-ଆଦେଶର ପ୍ରତିଧ୍ୱନି ।ନଗର ସୁଷମା ମର୍ତ୍ତ୍ୟେ ଅନୁପମାଶୋଭାର ସେ ପାରାବାର,ଉଠି ଆସିଛି କି ବିଚିତ୍ର ବୈଭ୍ରାଜଅଳକାର ଅଳଙ୍କାର ।ସୁଧା-ଧବଳିତ ତୁଙ୍ଗ ସୌଧମାଳାବିସ୍ତାରେ ଅପୂର୍ବ ପ୍ରଭା,ଅବନୀ-ସୁନ୍ଦରୀ- ପୁରନ୍ଦରୀ ଶିରେକି ସେ ମଲ୍ଲିଫୁଲ ଗଭା ?ବେନି ପାଶେ ହର୍ମ୍ୟ ମଧ୍ୟେ ରଙ୍ଗପଥଯାଏ କି ସୁନ୍ଦର ଦେଖା,ଜରତୀ-ପ୍ରକୃତି ସଧବା ଚିହ୍ନ ସେସୀମନ୍ତେ ସିନ୍ଦୂର-ରେଖା ।ନରମନ, ସର- ଜୀବନ, ଉଦ୍ୟାନସୁନ୍ଦର ନିର୍ମଳ ଘାଟ,ବସିଥିଲା ଗୃହେ ପ୍ରାଙ୍ଗଣେ ସର୍ବତ୍ରଶୋଭା, ନିର୍ମଳତା ହାଟ ।ଉଡ଼େ ଗୃହଚୂଡ଼େ ଚିତ୍ର ବୈଜୟନ୍ତୀସୁଧୀର ବାୟୁ ଲହରେ,ଏ ପୁରୀ ସମାନ ନାହିଁ ବୋଲି ଅବାହାତ ଚାଳି ନାହିଁ କରେ ।ଶାଖା-ଦଣ୍ଡ ଟେକି ଦଣ୍ଡାଶୀ ପରାଏତରୁରାଜି ପଥପାଶେ,ଅଟଳ ସାହସେ ଧୈର୍ଯ୍ୟେ ଉଭା କିବାରାଜ୍ୟ ଶାନ୍ତିରକ୍ଷା ଆଶେ ।ପ୍ରତିଗୃହ ଆଗେ ପଲ୍ଲବ ପାଦପେବନ୍ଧାହୋଇ ଛାମୁଣ୍ଡିଆ,ନବବଧୂ ଶିରେ ଓଢ଼ଣା ପରାଏଦିଶେ ଅତି ବାହାରିଆ ।କମ୍ପି ଉଠୁଥାଏ ମୁହୁର୍ମୁହୁ ଯାନ-ବାହନେ ରାଜ-ସରଣୀ,ବିଳାସ ଭବନୁ ଦେବାଳୟୁ ଉଠେବାଦ୍ୟ ସଙ୍ଗୀତର ଧ୍ୱନି ।ପ୍ରତ୍ୟେକ ଗୃହସ୍ଥ ଗୃହ ଧନପୂର୍ଣ୍ଣଧାନ୍ୟରେ ପୂର୍ଣ୍ଣ ଅମାର,ସର୍ବମତେ ସେହୁ ସୁରମ୍ୟ ନଗରକମଳା କୋଠଭଣ୍ଡାର ।ଶୂରସିଂହ ନାମେ ଅରି-କରି-ସିଂହସେ ନଗର ଦଣ୍ଡଧାରୀ,ଯାଙ୍କ ସୁଶାସନେ ଥିଲେ ନାହିଁ ରାଜ୍ୟେଦରିଦ୍ର ଚୋର ଭିଖାରୀ ।ହିମାଳୟ ପରି ହୃଦୟ ତାଙ୍କରଉଦାର ସ୍ଥିର ଉନ୍ନତ,ପଦବ୍ରଜେ ବୁଲି ପ୍ରବୃତି ଅବସ୍ଥାହେଉଥିଲେ ଅବଗତ ।କର୍ତ୍ତବ୍ୟ-ଜାହ୍ନବୀ- ଜଳେ ଚିତ୍ତଶୁଦ୍ଧିସାଧୁଥିଲେ ହରଘଡ଼ି,ଚିର ଦରିଦ୍ରର ସଦ୍ୟ ଶୁଭାଦୃଷ୍ଟଦେଉଥିଲେ ଦାନେ ଗଢ଼ି ।ଜୀବନ ବ୍ୟତୀତ ଅଦେୟ ତାଙ୍କରକିଛି ହିଁ ତ ଥିଲା ନାହିଁ,ଥିଲା ସିନା ପ୍ରାଣ ନ ଥିଲାକୁ ଭାଗ୍ୟେପ୍ରାର୍ଥୀ କେହି ତାହା ପାଇ ।ଧନେ ମାନେ ବଡ଼ ଥାଇ ଆପଣାକୁମଣୁଥିଲେ ସଦା ସାନ,ସାନର ମାହାତ୍ମ୍ୟ ବୁଝିବାକୁ ଏକାଭାଜନ ସିନା ମହାନ ।ବଟ ବୀଜ ଛୋଟ, କିନ୍ତୁ ତା ବିରାଟପାଦପ ଉତ୍ପତ୍ତି ସ୍ଥାନ,ପ୍ରଚ୍ଛନ୍ନେ ମହାନେ ଧରେ ସାନ, ସେହୁମହାନରୁ ମହୀୟାନ ।ସାମ୍ୟଶାନ୍ତି ତାଙ୍କ ସ୍ୱର୍ଣ୍ଣ ସିଂହାସନରାଜଦଣ୍ଡ ଥିଲା ନ୍ୟାୟ,ସତ୍ୟରୂପୀ ରତ୍ନ ମୁକୁଟେ ମସ୍ତକମଣ୍ଡିଥାନ୍ତି ନରରାୟ ।ମନ୍ତ୍ରଣା-କୁଶଳ ସଚିବପ୍ରବରବିଶୁଦ୍ଧ ନିରପେକ୍ଷତା,ସଂଯମ ବାହନ ବିନୟ ଯେ ଯାନସୁପ୍ରଶସ୍ତି ପାଟଛତା ।ରାଜକାର୍ଯ୍ୟେ ନ୍ୟସ୍ତ ଥିଲା ଏକ ହସ୍ତପୁଣ୍ୟାର୍ଜନେ ଆନ କର,ଦେବା ପାଇଁ ଖାଲି ନେଉଥିଲେ ନୃପପରଜା ସକାଶୁ କର ।ତୁଚ୍ଛ ରାଜଭୋଗ ପାରିଥିଲା ନାହିଁକରି ତାଙ୍କ ତନୁ ଭୋଗ,ଭୋଗ ବୋଲି ଯାକୁ ବୋଲଇ ସଂସାରମଣନ୍ତି ସେ ତାକୁ ରୋଗ ।ନାମେ ମାତ୍ର ସିନା ରାଜ୍ୟାଧିପ ମାତ୍ରଫଳେ ରାଜ୍ୟାଶ୍ରମ ଋଷି,ବିଷୟ-ଜଳୌକା ଥିଲା ନାହିଁ ତାଙ୍କଚରିତ୍ର-ଶୋଣିତ ଚୁଷି ।ବିଶାଳ ରାଜ୍ୟର ଅଧିକାରୀ ହୋଇବିପୁଳ ବିଭବଶାଳୀ,ମଣୁଥାନ୍ତି ସଦା ନିଜକୁ ପ୍ରଜାଙ୍କଧନ ପ୍ରାଣ ଜଗୁଆଳି ।ଐଶ୍ୱର୍ଯ୍ୟ ମହିମା ଅଦ୍ଭୁତ, ଦିଏ ସେଚକ୍ଷୁଷ୍ମାନେ କରି ଅନ୍ଧ,ମାତ୍ର ସ୍ଥାପିଥିଲା ରତ୍ନଗଡ଼-ପତି-କତି ପ୍ରତାପୀ ସମ୍ୱନ୍ଧ ।ପ୍ରକାଶୁଣ ଥିଲେ ଶତ୍ରୁ ପ୍ରତି କ୍ଷମାନ ବହି ମାନସେ ଈର୍ଷା,ନର ପ୍ରାଣେ କ୍ଷମା ଦେବତ୍ୱ ନିଶ୍ଚୟପଶୁପଣ ପ୍ରତିହିଂସା ।ଚାରୁଶୀଳା ନାମେ ଥିଳେ ଅଭିହିତତାହାଙ୍କ ସହଧର୍ମିଣୀ,ନାରୀରୂପେ ଅବା ପାତିବ୍ରତ୍ୟ ଧର୍ମବିମଣ୍ଡିଥିଲେ ମେଦିନୀ ।ଶୋଭାଦେବୀ ତାଙ୍କୁ ଶୋଭାପଣେ ଊଣାସେ ଲାବଣ୍ୟ-ସିନ୍ଧୁ-ନିଧି,କୋଟି ଚନ୍ଦ୍ରପ୍ରଭା- ପୀୟୂଷ ଏକତ୍ରକରିଥିଲା କିବା ବିଧି ।ନୃପ ସନ୍ନିଧାନେ ବିରାଜନ୍ତି ଦେବୀଶୋଭାରାଣୀ ନୃପଦାରା,ବସନ୍ତ ଅନ୍ତିକେ ଧରା କିମ୍ୱା ଯଥାଚନ୍ଦ୍ର ପାଶେ ଚିତ୍ରା ତାରା ।ଜାତ କଲେ ସଚୀ ପାଣ୍ଡବ ସମାନସୁନ୍ଦର ପଞ୍ଚକୁମାର,କନ୍ୟା ପ୍ରାପ୍ତି ଆଶେ ପାର୍ବତୀ ଉଦ୍ଦେଶ୍ୟେପାଳୁଥିଲେ ଓଷାବାର ।ମହାଭାଗ୍ୟବତୀ ଶତ-ପୁତ୍ରବତୀହେଲେ ହେଁ ରମଣୀଗଣ,ମନରୁ ମରୁଛି ପାରନ୍ତି କି ଭଲାକନ୍ୟାଲିପ୍ସା କଦାଚନ ।ଦିନେ ନିଶିଯୋଗେ ସ୍ୱପନେ ଗିରିଜାବସି ରାଣୀ-ଶଯ୍ୟା ପାଶେ,ବୋଇଲେ ଝିଅ ଲୋ ଘେନ ମୋ ଆଶିଷସୁମଧୁର ଧୀରଭାଷେ ।କାୟମନୋବାକ୍ୟେ ସେବାରେ ମୋତେ ତୁତୁଷ୍ଟ କଲୁ ଚାନ୍ଦମୁହିଁ,ସେ ସୁକୃତି ଫଳେ ହେବି ଚାରୁଶୀଳେତୋହର ଦୁହିତା ମୁହିଁ ।ଏହା କହି ଖରେ ଶର୍ବରୀ ଅନ୍ଧାରେଶିବଦାତ୍ରୀ ଶିବଦାରା,ମିଶିଗଲେ ଯଥା ନୀଳ ଊର୍ମି କୋଳେବାଡ଼ବ ଅନଳଧାରା ।ନିଦ୍ରାନାଶେ ରାଣୀ ସ୍ୱପ୍ନକଥା ହେଜିଲଭିଲେ ଅତି ସନ୍ତୋଷ,ଘନ ଆଶା ଦାସୀ ଚାତକିନୀ ଯଥାଗ୍ରୀଷ୍ମେ ଶୁଣି ଘନ-ଘୋଷ ।ଭାବୀ କନ୍ୟା ଲାଭ ଆଶାରେ କଲେ ସେସୁଖ-ସରେ ସନ୍ତରଣ,ଉତ୍ସବର ପୂର୍ବ ଦିବସେ ଯେସନଉତ୍ସବ-କର୍ତ୍ତାର ମନ ।କେତେ କାଳ ପରେ ପ୍ରସବିଲେ ରାଣୀଅପ୍ସରାଜିତ ଦୁହିତା,ଶୂକ୍ତିରୁ ମୁକୁତା ସଞ୍ଜାତ କିବା ସେବସୁନ୍ଧରା ଗର୍ଭୁ ସୀତା ।ଅଥବା ବୁଦ୍ଧିରୁ ପ୍ରତିଭା ଉଦ୍ଭବପ୍ରାଚୀଗର୍ଭୁ କାବ୍ୟତାରା,କିବା ଚନ୍ଦ୍ରମାରୁ ଚନ୍ଦ୍ରିକା ରୂପସୀ-ଜଗଜ୍ଜନ-ନେତ୍ରକାରା ।ଅଥବା ସୁବର୍ଣ୍ଣ ଲେଖନୀରୁ ଜାତଶୁଭମୟା ବର୍ଣ୍ଣାବଳୀ,ଅବା ଶୋଭା ସ୍ୱର୍ଣ୍ଣ- ସରୁ ସମୁଦ୍ଭବକନକ କମଳ କଳି ।ଯେ କନ୍ୟା ଉମାଙ୍କ ଉପମୂର୍ତ୍ତି ତାକୁଉପମା କିସ ସର୍ବଥା,ବିଶ୍ୱ-ବିନୋଦିନୀ ଆଶା ଉପରୂପକଲ୍ୟାଣ କାମନା ଯଥା ।ରୂପ ଦେଖି ରମ୍ଭା ଅପସରୀ ଯିବବ୍ରୀଡ଼ାବଶେ ଅପସରି,ସୁଗନ୍ଧ ଆବାସ ହୋଇଥିଲେ ସୁନାହୁଅନ୍ତା କିଞ୍ଚିତ ସରି ।ତରୁଣ ଅରୁଣ ନିନ୍ଦା କରୁଅଛିଅଧର ଆରକ୍ତ ପ୍ରଭା,ରୂପ-ପାରାବାରେ ପ୍ରବାଳ-ତରଣୀଭାସୁଅଛି ଆହା ଅବା ।ଉପମାର କିବା ଚାରା ହେବ ସେହୁଚାରୁହାସ ସଙ୍ଗେ ତୁଲ,ସମାନ ହୁଅନ୍ତା ଫୁଟନ୍ତା ଯଦ୍ୟପିତଡ଼ିତ ଲତାରେ ଫୁଲ ।ନିର୍ମାଣିଛି ଧାତା କଳ୍ପନାରେ ନିଶ୍ଚେଏହି ରୂପ-ରତ୍ନଲତା,ଏହା ଭାଳି ବୁଧେ ରାଜକୁମାରୀରନାମ ଦେଲେ କଳ୍ପଲତା ।ଫଳେ ସେ ସୁରମ୍ୟ ଅଦ୍ଭୁତ ଲତିକାଶୁଦ୍ଧାନ୍ତ-କୁସୁମବନେ,ବିବିଧ ସୁନ୍ଦର ଫୁଲ ଫୁଟିଥିଲାତା’ ମଧୁର ଅପଘନେ ।ବଦନ ଅମଳ ପାଟଳ କମଳନେତ୍ର ନୀଳ ଇନ୍ଦ୍ରୀବର,ଶ୍ରବଣ ପାଟଳୀ ନାସା ଚିତଫୁଲଗୋଲାପ ରକ୍ତ ଅଧର ।ଦନ୍ତ କୁନ୍ଦକଢ଼ୀ ପଦ୍ମ ହସ୍ତ ପଦଅଙ୍ଗୁଳି ହେମ ଚମ୍ପକ,ଅଗସ୍ତି ଲଲାଟ କେତକୀ ସର୍ବାଙ୍ଗନିଆଳୀପାଖୁଡ଼ା ନଖ ।ଏହିପରି ବହୁ ସୁମନୋଜ୍ଞ ପୁଷ୍ପେଗଢ଼ା ସେ ପୁଷ୍ପ-ପିତୁଳୀ,କି ଛାର ବା ନାରୀ କୋଟୀ ବିଦ୍ୟାଧାରୀଶୋଭାରେ ଯିବେ ମଉଳି ।ବୟୋବୁଦ୍ଧି ସଙ୍ଗେ ଶୋଭା ବିସ୍ତାରିଲାସୁନ୍ଦରୀ-ମୁକୁଟ-ଝରା,ରତ୍ନଭୂଷାରାଶି ଅଙ୍ଗେ ଲାଗି ତାରଦିଶିଲେ ସୁନ୍ଦରତରା ।ଆଚ୍ଛାଦି ଦେଲେ ତା’ ନିସର୍ଗ ମାଧୁରୀକୃତ୍ରିମ ଭୂଷଣଗଣ,ଅସୁନ୍ଦରେ ଭୂଷା ଶୋଭା ଦିଏ ସିନାଘୋଡ଼ାଏ ସୁନ୍ଦରପଣ ।ସ୍ୱଭାବ ଶୋଭାକୁ ଦେଲା ଯଉବନଶାଣିତ ପାଣିତ କରି,ଚାଲିଯିବା ବେଳେ ଶୋଭାଙ୍ଗୀ ଶ୍ରୀଅଙ୍ଗୁଶୋଭା ପଡ଼ୁଥିଲା ଝରି ।ନାକେ, ନାଗେ, ନରେ ସୁନ୍ଦରୀ ସଂସାରେସାର ସେ ନୃପ-ଦୁଲାଳୀ,ଆନ ରାଜବାଳା ସରସୀ ସରାଳୀଏ ଯେ ମାନସ ମରାଳୀ ।ଗୋଟିଏ ତଣ୍ଡୁଳେ ଗଢ଼ା ସେ ରୂପସୀଉପମାକୁଳ-ପ୍ରକମ୍ପା,ଆନ ରାଜଜେମା ମହୀଫୁଲ ଚମ୍ପାଏ ଯେ ସ୍ୱର୍ଗ ସ୍ଥିରଶମ୍ପା ।ବର୍ଣ୍ଣ ବଇଭବେ କନକ-କେତକୀତାହା ପାଶେ ଅତି ଫିକା,ଆନ ସୁନ୍ଦରୀଏ ଦୀପ୍ତ ଦୀପଶିଖାମାତ୍ର ସେ ଚାରୁଚନ୍ଦ୍ରିକା ।ସୁବେଣୀ ଚରମେ ଲମ୍ୱମାନ ବେଣୀସ୍ୱର୍ଣ୍ଣସେବତୀ-ସେବିତ,ଉଆଁସ ଅନ୍ଧାର ହୋଇଛି କି ମୁଖ-ଶଶୀ ପଛେ ଲୁକ୍କାୟିତ ।ରତ୍ନଖଚୀ ବକ୍ର- ଡ଼ଉରା ମସ୍ତକେଶୋଭେ ଘନେ ବିଦ୍ୟୁପରି,ଅବା ସମୁଜ୍ଜ୍ୱଳ ବିଶାଖା ନକ୍ଷତ୍ରଉଦେ ପ୍ରାଚୀ-ପୃଷ୍ଠୋପରି ।ସାରସ୍ୱତ ଗୀର ଅକ୍ଷମ ତାହାରବର୍ଣ୍ଣନେ ମୁଖ-ସୁଷମା,ଚିର ଅମଳିନ ହୋଇଥିଲେ ପଦ୍ମଖଟନ୍ତା କିଛି ଉପମା ।ଶୋଭା- ତିଳୋତ୍ତମା କତୁରା କୁରୁଳିଅଳକା କି ମନୋହୁର,ଫୁଲ୍ଲ କମଳକୁ ବେଢ଼ିଛନ୍ତି କିବାତ୍ରିପାଶୁ ବହୁ ଭ୍ରମର ।କପାଳେ କସ୍ତୁରୀ- ଚିତା ଜାତ କରେଅଦ୍ଭୁତ ଉପମା ମନେ,ଭୟେ ଦ୍ୱାରି ରାହୁ ଶରଣ ପଶିଛିସତେ କି ମୃଗଲାଞ୍ଛନେ ?ବେନି ଶ୍ରୂତିମୂଳେ ହୀରାଖଚୀ କାପଆହା କି ଶୋଭା ପ୍ରକାଶେ,ବସନ୍ତ ଆଗମେ ଚିତ୍ରା ସ୍ୱାତୀ ଅବାଉଦେ ମୁଖ- ଇନ୍ଦୁ ପାଶେ ।ଲଲାଟ କନକ- କାକତ ତହିଁରେକି ସୁନ୍ଦର ଭୁରୁଦ୍ୱୟ,କାକପଦୀ ଦେଇ ଲେଖିଛି କି ବିହିଛାଡ଼ିଥିବା ବର୍ଣ୍ଣଚୟ ।ନାସାଭୂଷା ମୋତି ପ୍ରଶ୍ୱାସ-ଅନିଳେଦୋଳି ପ୍ରକାଶଇ ପ୍ରଭା,ଘୋଣାରୂପୀ ଦ୍ୱିଜ ପୂର୍ଣ୍ଣ ଶଶଧରେଆଳତି କରୁଛି ଅବା ।ନୀଳଚେକାବୃତ ବକ୍ଷେ ବିଲମ୍ବିତବହୁ କେରା ମୋତିହାରା,ନୀଳ ନଭସ୍ତଳେ ବିରାଜେ କି ଆହାଧାଡ଼ିଏ ଧାଡ଼ିଏ ତାରା !କାନ୍ତି-ପାରାବାର ମନୋମଦ-ବୀଚିବାହୁ ଶୋହେ ବାଜୁବନ୍ଧେ,ରତ୍ନଚୂଡ଼ୀ ସବୁ ମାଣିକ୍ୟ ଅତୁଲଜଡ଼ିଥାଏ ମଣିବନ୍ଧେ ।ତାରୁ ସରୁ କମ ହୀରକ ପଞ୍ଚମଅତି ରମଣୀୟ ପଦେ,ଜନକ-ପାଦପେ ରଜତ-ଲତା କିଛନ୍ଦିଥିଲା ନାନା ଛନ୍ଦେ ।ଚାଲିବା ସମୟେ ରୁଣୁ ଝୁଣୁ ବାଜେବାଜେଣୀ ହେମ-ପାହୁଡ଼,କହେ କି ଗତିରେ ଘଟାଇପାରେ ଏମତ୍ତ ମରାଳୀ ପା-ହୁଡ଼,ବାଜେ ତହିଁ ସଙ୍ଗେ ମଧୁର ଆରବେପ୍ରପଦେ ସ୍ୱର୍ଣ୍ଣ ଝୁଣ୍ଟିଆ,ଝୁଣ୍ଟିଆ ନୁହେଁ ସେ ରାଜ-ନନ୍ଦିନୀରବିଜୟ-ଘୋଷୀ ଖୁଣ୍ଟିଆ ।ବୀଣା ପିକସ୍ୱରେ ବାଣୀର ତୁଳନାଅଛି ପରମ୍ପରା ପ୍ରଥା,ମାତ୍ର ସେ ତୁଳନେ ହେବ ମାନହାନିଜେମା-ବାଣୀର ସର୍ବଥା ।ପୀୟୁଷ-ପୂଟିତ ଛଣା ପଣା ବୋଲିହୋଇଲେ ତାହା ଭକତ,ସହସ୍ର ଅଂଶରୁ ଏକାଂଶେ ବର୍ଣ୍ଣନାହୁଅନ୍ତା ନିକି ସଙ୍ଗତ ।ରୂପ ଅନୁରୂପ ଥିଲା ରୂପେଶ୍ୱରୀଗୁଣଶୀଳର ଆଳୟ,ପକ୍ୱ ସହକାର ନାମ ରସ ଗନ୍ଧସବୁ ସିନା ମଧୁମୟ ।ରମଣୀ-ସୁଲଭ ଦୟା ଧର୍ମ ମୈତ୍ରୀକୋମଳ ଭାବସମୂହଆଶ୍ରିଥିଲେ ତାର ହୃଦୟେ ଯେସନରତ୍ନାକରେ ରତ୍ନବ୍ୟୂହ ।ସଙ୍ଗୀତ-ସାହିତ୍ୟ ଶିଳ୍ପକଳା ଆଦିଶିଖିଲା କରି ଯତନ,ସୀତା ସାବିତ୍ରୀଙ୍କ ଆଦର୍ଶ ଚରିତକରୁଥାଏ ଅଧ୍ୟୟନ ।ବାତ୍ସଲ୍ୟ କରୁଣା ଶାନ୍ତି ହାସ୍ୟରସେତାହାର ଏକାନ୍ତ ପ୍ରୀତି,ସେହି ରସେ ତେଣୁ ସରସ କବିତାଲେଖୁଥାଏ ନିତି ନିତି ।ସେ କବିତା ପାଠେ କବି ଗ୍ରନ୍ଥକାରେଲଭିଣ ବିସ୍ମୟ ମନେ,ମଣୁଥିଲେ ଜେମା- ରୂପେ ସମ୍ଳୂତା କିକବିତା-ଦେବୀ ଆପଣେ ।ରାଜକନ୍ୟା ସତ ମାତ୍ର ନ ହୋଇଣଇତର ଆମୋଦେ ରତ,ନୀରୋଳେ ବସିଣ କରୁଥାଏ ସୁଖେସାହିତ୍ୟ-ସେବା ସତତ ।ଗୁନ୍ଥୁଥାଏ ମାଳ କବିତା-ଫୁଲେ ସେଛଇଳା ଲାବଣ୍ୟଲୀଳା,ସାରସ୍ୱତ କାବ୍ୟ- କୁଞ୍ଜ-ବିକାସିନୀକଳନାଦିନା କୋକିଳା ।ସହଚାରୀ ଥିଲେ ସାମନ୍ତ-ଦୁହିତାସ୍ୱର୍ଣ୍ଣମୟୀ, ଶଶିପ୍ରଭା,ଗଙ୍ଗାରେ ଯମୁନା ସରସ୍ୱତୀ ମିଶିଏକ ହୋଇଥିଲେ ଅବା !ବେନି ସଖୀ ସହ ଶିଷ୍ଟ ମିଷ୍ଟାଳାପେରତ ଥାଏ ମଦାଳସା,କେବେ କରୁଥାଏ ସୁସଙ୍ଗୀତ ଚର୍ଚ୍ଚାକେବେ ଖେଳୁଥାଏ ପଶା ।ଜେମାମଣି ମନ ଜାଣି ସଖୀଦ୍ୱୟକରୁଥାନ୍ତି କାର୍ଯ୍ୟ ସଦା,ଶକୁନ୍ତଳା ଯୋଗ୍ୟ- ସଙ୍ଗିନୀ ଯେସନଅନସୁୟା ପ୍ରିୟମ୍ବଦା ।ନିଜ ପ୍ରତିବିମ୍ବ ପରି ଦେଖେ ଜେମାସଖୀଙ୍କୁ ପ୍ରୀତି-ନୟନେ,ସଖୀଏ ସୁଦ୍ଧା ସେ ଋଣ ଦେଉଥିଲେପରିଶୋଧି ପ୍ରତିକ୍ଷଣେ ।ସୌହାର୍ଦ୍ଦ୍ୟ ମୂଲ୍ୟରେ ଥିଲେ ପରସ୍ପରେପରସ୍ପର ପଦେ ବିକା,ବାହୁଲ୍ୟେ କି କାର୍ଯ୍ୟ ଏକ ଆରେକକୁମଣୁଥାନ୍ତି ପ୍ରାଣଧିକା ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି