ଚତୁର୍ଥ ସର୍ଗ — କଳ୍ପଲତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ବସନ୍ତ ସମୟ ଅତି ରମଣୀୟଋତୁକୁଳ-ଅଧିରାଜ,ବିଜେ ଧରାଧାମେ ଗହଣେ ଘେନିଣନିଖିଳ ଶୋଭାସମାଜ ।ଶୀତ ପାଣ୍ଡୁରତା ପରିହରି ଏବେସ୍ଥାବର କିମ୍ବା ଜଙ୍ଗମ,ମଧୁ ସଙ୍ଗେ ସର୍ବେ ଧରିଲେ ମଧୁରରୂପ ପ୍ରଭା- ମନୋରମ ।ନାହିଁ ଶୈତ୍ୟ, ନାହିଁ ଉଷ୍ଣତା କି ଅବାବର୍ଷାଋତୁ ଆବିଳତା,ଭୁବନ-ମୋହନ ମଧୁରିମା ଧରିହାସ୍ୟେ ରତ ତରୁଲତା ।ଗଜବର ଗଣ୍ଡୁ ଝରିଲା ଶୀତଳପରିମଳ ମଦଧାରା,ପ୍ରାନ୍ତରେ ବାଜିଲ ଘନେ ଫୁଲଚୁଇଁକଣ୍ଠବାଦ୍ୟ-ଏକତାର ।ଆମ୍ର-ମୁକୁଳର ମଧୁର ଆମୋଦମହକିଲା ଚାରିଆଡ଼େ,ଖେଳାଏ କୁଞ୍ଚିତେ ନୀଳ ଧୂମବେଣୀମୃଗତୃଷ୍ଣ ଚକ୍ରବାଡ଼େ ।ଜୀର୍ଣ୍ଣ ପ୍ରେମାବଳୀ ପରିତ୍ୟାଗ କରିଲୋମାବୃତ ପ୍ରାଣିଗଣ,ଧରିଲେ ଶରୀରେ ଘନ ନବ ଲୋମନିର୍ମଳ ସିଗ୍ଧ ଚିକ୍କଣ ।ଚିର ପ୍ରତିକୂଳ ଶିଶିର ନିଧନେଫୁଲକୁଳ-ସାଆନ୍ତାଣୀ,ସରୋଜିନୀ ଧନୀ ହସିଲା ଆନନ୍ଦେଭେଦି ସରୋବର ପାଣି ।ମଧୁ ମଧୁକାଳେ ସବୁ ମଧୁମୟଦିବାରାତ୍ର ମଧୁମୟ,ଆକାଶ ପୃଥିବୀ ବାୟୁ ମଧୁମୟମଧୁମୟ ଦୃଶ୍ୟଚୟ ।ସଖୀ ପରିବାରୀ ସହ ଦିନେ ପ୍ରାତେରାଜବାଳା କଳ୍ପଲତା,ଗୋକର୍ଣ୍ଣ-ଈଶ୍ୱର ଦର୍ଶନ ମାନସେପୁରୁ ହେଲେ ବହିର୍ଗତା ।ଅସଂଖ୍ୟ ମରାଳୀ ଧାଡ଼ି ଧାଡ଼ି ହୋଇଗଲେ ଚିଲ୍ଲାମୁଖେ ଉଡ଼ି,ଟଣା କି ପ୍ରଭାତ ବିଜୟ-ତୋରଣାରଚନା ପାଇଁ ଦଉଡ଼ି ।କରୁଥାଏ ନଭ ମୁଖରିତ ତାଙ୍କଲଳିତ ସ୍ୱର ମଧୁର,ବାଜୁଛି କି ଆହା ପଳାୟିତ ରାତ୍ରି-ରାଣୀଙ୍କ ପଦେ ଘୁଙ୍ଗୁର !ଉଡ଼ି ପଥେ ପଥେ ଅଙ୍କି ଯାଉଛନ୍ତିକେତେ ସ୍ଥାନେ କେତେ ଚିତ୍ର,କାହିଁ ଶସ୍ୟକ୍ଷେତ୍ର କାହିଁ ମେହେରାବିକାହିଁ ବା ଧ୍ୱଜ ବହିତ୍ର ।ଭାଡ଼ି ମଧ୍ୟୁ ପାରା ଉଡ଼ି ଆସି ବସିଦେବାଳୟେ ଗୃହଚୂଳେ,ଗଭୀରେ ଘୁମୁରେ ଜ୍ୱରରୋଗୀ ଯଥାକୁନ୍ଥାଏ ଶୀତ ଆକୁଳେ ।
ଚାଲିଛି କାନନ- କୋଳେ କଳ୍ପଲତା
ସୁନ୍ଦରୀ-ମଉଳି-ଗଭା,
ବାମପାର୍ଶ୍ୱେ ଚାଲେ ସଖୀ ସ୍ୱର୍ଣ୍ଣମୟୀ
ବାମେଚରେ ଶଶିପ୍ରଭା ।
ଅରଣ୍ୟାନୀ ଭେଦି ଚାଲିଅଛି ପରା
ତିନୋଟି ସ୍ୱର୍ଣ୍ଣଲତିକା,
ଅଥବା ତ୍ରିଶାଖେ ଖେଳି ଯାଉଅଛି
ବାରିଦ-କୋଳେ କ୍ଷଣିକା ।
ଅବା ସମୁଜ୍ଜ୍ୱଳ ଭରଣୀ ନକ୍ଷତ୍ର
ଉଦେ କି ବନ-ଗଗନେ,
କିମ୍ବା ଏକ ନାଡ଼େ ତିନି ସ୍ୱର୍ଣ୍ଣ ପଦ୍ମ
ଫୁଟିଛି ମାନସ-ବନେ ।
ଗତିକାଳେ ତାଙ୍କ ବଳା ସାରସନ
ମଧୁରେ ହୁଏ କ୍ୱଣିତ,
ଶୁଣି ସେ ଶବଦ ଝିଙ୍କାରୀଏ ହେଲେ
ନୀରବ ହୋଇ ଲଜ୍ଜିତ ।
ବନଦୁର୍ଗା ପ୍ରାୟ ସମୁଜ୍ଜ୍ୱଳ ବନ
ଘେନିଣ ସଖୀକଳାପ,
ଭ୍ରମୁଛି ଛଇଳା ବନଶୋଭା ହେରି
କରି କରି ପ୍ରେମାଳପ ।
ଜଗଜ୍ଜନ ନେତ୍ରେ ଢାଳେ ଯାର ରୂପ
ଅନୁରାଗ-ସୁଧାଧାରା,
ଦେଖୁଛି ସେ ଆଜି ବନସ୍ଥଳୀ ଶୋଭା
ବୁଲି ବୁଲି ବନସାରା ।
କନକ-କିରୀଟ- ଧାରୀ ଆମ୍ରତରୁ
ବାତେ ହଲାଉଛି ମଥା,
ଉଡ଼ାଏ ତିନ୍ଦୁକ ବନେ ଠାବେ ଠାବେ
ବସନ୍ତର ପାଟଛତା ।
ଶାଖେ ବସି ତାର ଚିତ୍ରପୁଚ୍ଛ ଶିଖୀ
ବିସ୍ତାରିଛି ଶିଖାଜୂଟ,
ଥୋଇଛନ୍ତି ଅବା ବନଦେବୀ ତହିଁ
ରତନ-ଖଚୀ ମୁକୁଟ ।
ମୂଳେ ବସି ତାର ଚଞ୍ଚଳ ପ୍ରକୃତି
ଖର୍ବକାୟ ବାୟାପନ୍ତି,
ଶୁକ-ମୁଖ-ଚ୍ୟୁତ ନୀବାର ତଣ୍ଡୁଳ
ଖୁଣ୍ଟି ଖୁଣ୍ଟି ଖାଉଛନ୍ତି ।
ଟୁଙ୍କୁଛନ୍ତି କୁଶ- କ୍ଷେତ୍ରେ କୁଶାଙ୍କୁର
କାହିଁ ବା ମୃଗନିକର,
ଥରେ ଥରେ କାନ ଡେରି ଶୁଣୁଛନ୍ତି
ଦରୀମୁଖୋତ୍ଥିତ ସ୍ୱର ।
ଉଠୁଅଛି କାହିଁ ଅହି-ନକୁଳର
ଭୀଷଣ ରଣ-ତରଙ୍ଗ,
ଯୁଝୁଛନ୍ତି ଉଭେ ପ୍ରାଣପଣେ କେହି
ଦେଉ ନାହିଁ ପୃଷ୍ଠଭଙ୍ଗ ।
ବିବିଧ ଭଙ୍ଗୀରେ ଉଲ୍ଲମ୍ଫ ନକୁଳ
ପ୍ରକାଶି ବଳ-କୌଶଳ,
କ୍ରୋଧିତ ଫଣୀର ତୀବ୍ର ଫଣାଚୋଟ
କଳାକ ହେଳେ ବିଫଳ ।
ସୂଚିସୂକ୍ଷ୍ମ ଦନ୍ତ- ନଖାଘାତେ ତାକୁ
କରିଣ କ୍ଷତବିକ୍ଷତ,
ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଶରୀର
ଶେଷେ କଲା ପ୍ରାଣେ ହତ ।
ବିକଟ କରୁଣ ବୀଭତ୍ସ ଏ ଦୃଶ୍ୟ
ବଂଶବନ ମଧ୍ୟୁ ଦେଖି,
କି ଭାବି ମାନସେ ଉଚ୍ଚାଟେ ଡାହୁକେ
ଡାକ ଦେଲେ କଣ୍ଠ ଟେକି ।
ଉଚ୍ଚ ତରୁଷଣ୍ଡେ କାହିଁ ପେଣ୍ଡା ପେଣ୍ଡା
ଫୁଟିଛି ମଧୁମାଳତୀ,
ପ୍ରବାଳ-ପାଟକ ପୁଷ୍ପହାସ କାହିଁ
ପ୍ରକାଶିଛି ନିଦ୍ରାବତୀ ।
ବୀରବେଶ ଧରି କାହିଁ ପିଆଶାଳ
ତୋଳିଛି ନଭେ ମଉଳି,
ଦୋଳେ କର୍ଣ୍ଣେ ହେମ ହୀରାଖଚୀ ପୁଷ୍ପ-
ସ୍ତବକ-ବୀରବଉଳି ।
ବସନ୍ତ ବରଣେ ବଳାଇ ମାନସ
କାହିଁ ବା ସୁନାରୀବାର,
ହରଷ ଅନ୍ତରେ ଗୁନ୍ଥୁଅଛି ବସି
ସ୍ୱର୍ଣ୍ଣ ବର୍ଣ୍ଣ ଫୁଲହାର ।
ସ୍ୱଭାବେ କୁସୁମ- ସେହା ଅଙ୍ଗନାଏ
ପ୍ରବେଶି କୁସୁମବନେ,
ଫୁଲ ତୋଳି ତୋଳି ବୁଲିଲେ ଚୌଦିଗେ
ମହା କୁତୁକିତ ମନେ ।
ଫୁଲର ମାହାତ୍ମ୍ୟ ଫୁଲ ମୂଲ ସିନା
ବୁଝନ୍ତି ନାରୀ ମହୀରେ,
ଗୁଣ ବୁଝି ଗୁଣ ପୁରସ୍କାରରୂପେ
ଧରନ୍ତି ଆଦରେ ଶିରେ ।
ଫୁଲ ତୋଳୁ ତୋଳୁ ରହସ୍ୟ ପ୍ରସଙ୍ଗ
କରି ବହୁ ଉତ୍ଥାପନ,
ହାସ୍ୟ-ପରିହାସେ କିଣି ନେଉଥିଲେ
ଏକ ଆରେକର ମନ ।
ସୁନ୍ଦରୀ-ମୁକୁଟ- ଖରା ରାଜବାଳା
ପରିହାସ ରସେ ଛଳି,
ଡାକିଲେ ସଜନି, ଦେଖ ଦେଖ ଖରେ
କଣ୍ଟାବଣେ ଆସି ମଲ୍ଲୀ ।
ଧାଇଁ ଗଲେ ତହୁଁ ଜେମା ନିକଟକୁ
ସମ୍ମୁତ୍ସକେ ସଖୀଗଣେ,
ପରିହାସ ଜାଣି ସକଳେ ଲଜ୍ଜିତ
ହେଲେ ଶେଷେ ମନେ ମନେ ।
ହସି ହସି ପୁଣି ଭାଷିଲେ ଏସନ
ଜେମାମଣି ମତ୍ତକାଶୀ,
ମିଛ କଥା ନୁହେଁ କଣ୍ଟାବଣେ ମଲ୍ଲୀ
ଫୁଟିଅଛି ଦେଖ ଆସି ।
ପ୍ରଶଂସି କହିଲା ସଖୀ ଶଶିପ୍ରଭା
ଧନ୍ୟ ତୁ ଧନ୍ୟ ଚତୁରୀ,
ପଣ୍ଡିତ ବ୍ୟତୀତ ପ୍ରକାଶିବ କିଏ
ଏଭଳି ଗୂଢ ଚାତୁରୀ !
ତୋ ହାସ୍ୟଚ୍ଛଟାରେ ପରାଜିତ ହୋଇ
ବନେ ପଡ଼ି ମଲା ଭଳି,
ଭୃଙ୍ଗସ୍ୱରଚ୍ଛଳେ କହୁଛି ଏ ମଲ୍ଲୀ
ରଖ ମୁଁ ଶରଣ ଗଲି ।
ପୁଚ୍ଛେ ସ୍ୱର୍ଣ୍ଣଦେହା ସଖୀ ସ୍ୱର୍ଣ୍ଣମୟୀ
କହିବଟି ଜେମାମଣି,
ପଞ୍ଚାକ୍ଷରେ ହେବ କୁସୁମର ନାମ
ଶରତ-ପ୍ରିୟ-ମିତଣୀ ।
ଆଦ୍ୟ ଦୁଇବର୍ଣ୍ଣ ଶେଷ ତିନିବର୍ଣ୍ଣ
କରିଦେଲେ ବିଯୋଜିତ,
ହେବ ଦୁଇଗୋଟି ରମ୍ୟ ଅଳଙ୍କାର
ରମଣୀକୁଳ-ବାଞ୍ଛିତ ।
ବୋଲେ ଜେମା ହସି ପଡିଲି ମୁଁ ଆସି
ଭଲା ଅବଧାନେ ପାଲେ,
ସେ ଭାଷଣଦ୍ୱୟ ତୋର ନାସେ ବକ୍ଷେ
ବିରାଜନ୍ତି ସଦାକାଳେ ।
କହେ ଶଶିପ୍ରଭା ହସି ତହୁଁ ସଖି !
ବୁଝିଲୁ ତ ଜେମା ଗୁଣ,
କେଡ଼େ ଚାତୁରୀରେ ସମର୍ପିଲା ଭଲା
ତୋହୋ ଧନେ ତୋତେ ୠଣ ।
ବଚନ ଇଙ୍ଗିତୁ ବୁଝାଯାଉଅଛି
ସଜନୀ କଳାକୁଶଳା,
ଚୋର ଜିଜ୍ଞାସିତ ଜଟିଳ ପ୍ରଶ୍ନର
ଉତ୍ତର ‘‘ଦଣ୍ଡୀପୋହଳା’’ ।*
ବାକ୍ୟାଳାପେ ସର୍ବେ ଅତିକ୍ରମି ପଥ
ଛୁଇଁଲେ ପର୍ବତ-ଊରୁ,
ଚଟୁଳ ଦେଉଳେ ବିରାଜନ୍ତି ଯହିଁ
ଗୋକର୍ଣ୍ଣେଶ ଗୌରୀ-ଚାରୁ ।
ତହିଁ ସରକୂଳେ ବସିଲେ ସକଳେ
ଆବରି ସରସୀ ଘାଟ,
ଆଚମ୍ବିତେ ଆହା ବସିଗଲା କିବା
କାନନେ ଚନ୍ଦ୍ରମା ହାଟ ।
ତିନି ସଖୀ ପଛେ ମଣ୍ଡଳାକୃତିରେ
ବସିଲେ ସେବକୀଗଣେ,
ସ୍ୱାତୀତାରା ପୃଷ୍ଠେ ଶତଭିଷା ଅବା
ଉଇଁଲା ନଭ-ପ୍ରାଙ୍ଗଣେ ।
ମୁକ୍ତାପନ୍ତି ପ୍ରାୟ ସ୍ରବିଲା ବଦନୁ
ଘର୍ମ କିଣିବା ଅସୀମ,
ବିନ୍ଦୁ ବିନ୍ଦୁ ହୋଇ ବସି ଯାଇଛି କି
ଅମଳ କମଳେ ହିମ ।
କେତେ କ୍ଷଣ ପରେ ପଶିଲେ ସରବେ
ସ୍ନାନ ଅର୍ଥେ ସରୋବରେ,
କୌତୁକେ ତୋଳିଲା ରାଜବାଳା ବହୁ
କମଳ କମଳ-କରେ ।
ବୋଲେ ସଖୀ ଡାକି ନ ଦିଅ ଗୋ ତାକୁ
କଷଣ ଶୋଭା-ପିତୁଳି,
ତୁମ୍ଭ ମୁଖେ କରେ ସମାନ ନୋହି ସେ
ପଡିଛି ଲାଜେ ଝାଉଁଳି ।
ଜଣାଇବି କିସ ଛାମୁରେ ଅଧିକ
ନାହିଁ କି ସୁନୀତି ଜାଣି,
କେଉଁ ପଉରୁଷ ଲାଭ ହେବ ଏଥି
ମଡ଼ା ପରେ ଖଣ୍ଡା ହାଣି ।
ଆନ ସଖୀ କହେ ନାହିଁ ନାହିଁ ଜେମା
ଦେଖାନ୍ତି ସଙ୍କେତ କରି,
ସୁନ୍ଦରୀ-ହୃଦୟ- ସରୁ ଧୈର୍ଯ୍ୟ-ପଦ୍ମ
ଉପାଡିବେ ଏହିପରି ।
ଗେଲେ କେହି କହେ ଧରିଲା କୁମ୍ଭୀର
ମୋତେ ରକ୍ଷା ନାହିଁ ଆଉ,
ଆନ ବୋଲେ ଗଜେ ଗତିରେ ରଖିଛୁ
ତେଣୁ ନତ୍ର ସାଧେ ଦାଉ ।
କେ ବୋଲଇ ମୋତେ ଭ୍ରମରେ ବେଢ଼ନ୍ତି
ରଖ ଆସି ତା ଆକ୍ରୋଶୁ,
ଆନ କହେ ସେ ତ ଭ୍ରମର ଛଳନା
ଭ୍ରମରେ କିପାଇ ଦୋଷୁ ?
ସ୍ନାନ-ଜଳକେଳି ସାରି ଏଥୁଅନ୍ତେ
ଉପସ୍ଥିତ ସର୍ବେ କୂଳେ,
ସଖୀ ସଙ୍ଗେ ଜେମା ଆର୍ଦ୍ରବାସ ତେଜି
ପିନ୍ଧିଲେ ନୀତି ଦୁକୂଳେ ।
ଶିବାଳୟେ ଯାଇ ଶିବ ଦୁର୍ଗାପଦେ
ନମ୍ରେ ହୋଇ ପ୍ରଣମିତ,
ପାଦୋଦକ ପାନେ ମଣିଲେ ଆତ୍ମାକୁ
କୃତକୃତ୍ୟ ସୁପବିତ୍ର ।
ଷୋଡ଼ଶୋପଚାରେ ସମର୍ପି ତାହାଙ୍କୁ
ସଭକ୍ତି ସପ୍ରୀତି ପୂଜା,
ପୁଷ୍ପାଞ୍ଜଳି ଦେଇ ଇଷ୍ଟବର ମାଗି
ଫେରିଲେ ନୃପ-ତନୁଜା ।
ତଦନ୍ତେ ସକଳେ ପ୍ରବେଶିଲେ ଯାଇ
କୁନ୍ତୀଦେବୀ ଶିଳାସଦ୍ମେ,
ଦର୍ଶନ ଶେଷରେ ବିହିଲେ ପ୍ରଣତି
ତାଙ୍କ ପୁତ ପାଦପଦ୍ମେ ।
ବୋଇଲେ ନୃପଜା ସଖୀଙ୍କୁ ସମ୍ବୋଧି
ଏ ଦେବୀ ପାଣ୍ଡପ-ମାତା,
ମହାରଥୀ ବର- ପୁତ୍ରେ ଧରତ ଗର୍ଭେ
ଯୁଗେ ଯୁଗେ ମଞ୍ଚେ ଖ୍ୟାତା ।
ଆଦର୍ଶ ଜନନୀ ଆଦର୍ଶ ଗୃହିଣୀ
ଏବେ ଏହାଙ୍କ ସମାନେ,
ଦେଖିବାର ଆଉ ଭାରତମଣ୍ଡଳେ
ଶୁଣାଯାଉ ନାହିଁ କାନେ ।
ମରି ସୁଦ୍ଧା ଦେବୀ ଲଭିଛନ୍ତି ମର୍ତ୍ତେ୍ୟ
ନିଜ ଗୁଣେ ଅମରତା,
ଉଡ଼ାଇ ଅଛନ୍ତି ପ୍ରାତଃ-ସ୍ମରଣୀୟା
ହୋଇ ଭାବେ କୀର୍ତ୍ତି-ଛତା ।
ଭାରତ-ଲଳନା ଗର୍ବ-ଗଣ୍ଠିଧନ
ଏହାଙ୍କୁ ନିଶ୍ଚୟ ଜାଣ,
ଏହାଙ୍କ ଆଦର୍ଶ ପବିତ୍ର ଜୀବନୀ
ଗାଉଛି ଶାସ୍ତ୍ରପୁରାଣ ।
ଯେତେ କାଳ ଯାଏ ଥିବ ରବିଶଶୀ
ଏ ଭାରତ ଦେବଧାମ,
ତେତେ କାଳାବଧି ରହିବ ଅକ୍ଷୁଣ୍ଣ
ସତୀ ପୃଥା ପୁଣ୍ୟନାମ ।
ରମଣୀ-ମାହାତ୍ମ୍ୟେ କରିଥିଲା ଯେଉଁ
ଦେଶ ଜଗତେ ସ୍ତମ୍ଭିତ,
ସେ ଦେଶ ରମଣୀ- ଉନ୍ନତି-ପ୍ରବାହ
ରହିଛି ଆହା ସ୍ଥଗିତ !
ପ୍ରସବୁଣ ଥିଲା ଯେ ଭାରତ-ଖଣି
ନାରୀ-ମଣି ପରମ୍ପରା,
ସେ ମହାଖଣିରୁ ବାହାରୁଛି ଏବେ
ଆଲୋଡ଼ା ଗୋଡି ଖପରା ।
ଭାରତ-ରମଣୀ ହରାଇଅଛନ୍ତି
ବହୁଦିନୁ ମନୁଷ୍ୟତା,
କେ ଜାଣି ବା ଶାପେ ଉତ୍ଫଣା ଫଣିନୀ
ପାଲଟିଲେ ମହୀଲତା ।
ଥାଉ ଆନ, ନାରୀ- ଶିକ୍ଷାକୁ ଏ ଦେଶ
ମଣୁଅଛି ଅମଙ୍ଗଳ,
ଭାରତେ ଏଭଳି କୁସଂସ୍କାର ହାୟ
ଅଶୁଭ ଗ୍ରହର ଫଳ !
ଏହା କହି ବାଳା ନୈରାଶ୍ୟବ୍ୟଞ୍ଜକ
ଦୀର୍ଘ ନିଃଶ୍ୱାସ ପକାଇ,
ଇତସ୍ତତଃ ଦୃଷ୍ଟି ସଞ୍ଜାଳିଣ ଦେଲା
ମନ୍ଦିର କାନ୍ଥକୁ ଚାହିଁ ।
ଦେଖିଲା ତହିଁରେ ଗୌରିକେ ଅଙ୍କିତ
କବିତା, କାବ୍ୟ-ପଣ୍ଡିତା,
ଲେଖି ଯାଇଥିଲେ ବୀର ପୁଷ୍ପାକର
ପୂର୍ବରୁ ଯେଉଁ କବିତା ।
ବାରମ୍ବାର ତାହା କଲାକ ଆବୃତ୍ତି
ଏକମନେ ଏକଧ୍ୟାନେ,
କେଉଁ ଭାବ-ଫୁଲ ହୃଦ-ବନେ ତାର
ଫୁଟିଲା ସେହି ତା ଜାଣେ ।
ପୁଲକିତ ଗାତ୍ରେ ଉତ୍କଣ୍ଠିତା ଚିତ୍ତ
ସଖୀଙ୍କୁ ଚାହିଁ ଲଳିତା,
ବୋଇଲା ସଜନି, ଦେଖ ଦେଖ ଏଥି
ଲିଖିତ ଚାରୁ କବିତା !
ଆହା କି ଦୀନତା କେଡ଼େ ଗୂଢ଼ଭାବ
ପୁଣି କେଡ଼େ ଅନୁତାପ,
ପଦ ପଦକରେ ଭାସି ଉଠୁଅଛି
କରୁଣ ଆତ୍ମବିଳାପ !
ଲେଖକ ନିଜକୁ ରାଜପୁତ୍ର ବୋଲି
ଅଛନ୍ତି ପଦ୍ୟେ ଚହ୍ନାଇ,
ସତେ କି ଏପରି କବି ଭାବିରାଜା
ଅଛନ୍ତି ଗଞ୍ଜାମେ କାହିଁ !
ହୃଦୟ ତାଙ୍କର କେଡ଼େ ସୁପ୍ରଶସ୍ତ
ଗଭୀର ପୁଣି ପାବନ,
କବି-କାବ୍ୟମାତା- ଭାରତୀଙ୍କର ସେ
ପ୍ରିୟ ଶ୍ୱେତପଦ୍ମାସନ ।
ହେଉନ୍ତୁ ପଛକେ ନରେନ୍ଦ୍ର-କୁମାର
ମାତ୍ର ସେ ପ୍ରକୃତ ଯତି,
କୁତ୍ସିତ ସଂସାର- କାରାଗାରେ ବଦ୍ଧ
ନ ଥିବ ତାଙ୍କର ମତି ।
ମହେନ୍ଦ୍ର-ଗୌରବ ମହେନ୍ଦ୍ର-ମାହାତ୍ମ୍ୟ
ଦିବ୍ୟ ଚିତ୍ତେ ଅନୁଭବି,
ଦେଇଛନ୍ତି ତହୁଁ ଅମର ଆସନେ
ବସାଇ ତାହାକୁ କବି ।
ଭାଗ୍ୟବତୀ ନିଶ୍ଚେ ଗଞ୍ଜାମ-ଜନନୀ
ଏଭଳି ନନ୍ଦନ ଧରି,
ଦେଖିଥିଲେ ମୁହିଁ ନିଶ୍ଚୟ ତାହାଙ୍କୁ
ଗୁରୁପଦେ ଥନ୍ତି ବରି ।
ଲେଖିକା ପଣରେ ରହି ତାହାଙ୍କର
ପୂଜିଣ ତାଙ୍କର ପାଦ,
ମଧୁର କବିତା ଶୁଣି ଅହରହ
ଲଭନ୍ତି ମହା ଆହ୍ଲାଦ ।
ପ୍ରଣାମ ବ୍ୟାଜରେ ତାଙ୍କ ଶ୍ରୀଚରଣେ
ଛୁଆଁଇ ମୋହର ଶିର,
ପବିତ୍ର କରନ୍ତି ମୋର ଏ ମାନବ
ମାନସ ଆତ୍ମା ଶରୀର ।
ଯେଉଁ ଦେଶେ ଥାନ୍ତୁ ରାଜା ହେଉନ୍ତୁ ବା
ହେଉନ୍ତୁ ରାଜ-ସନ୍ତତି,
ବିସ୍ତୃତ ଭାରତୀ- କଳ୍ପନା-ରାଜ୍ୟେ ସେ
ଏକଛତ୍ର ଚକ୍ରବର୍ତ୍ତୀ ।
ଏହି କାଳେ ଏକ ଦାସୀ ଜଣାଇଲା
ପଦ୍ମପୁର ଯୁବରାଜ,-
ପୁଷ୍ପାକର ଏଥି କିଛିଦିନ ପୂର୍ବେ
କରିଣ ଥିଲେ ବିରାଜ ।
ଜନଶ୍ରୁତି ମୁଖେ ଏ ସନ୍ଦେଶ ମୁହିଁ
ଶୁଣିଥିଲି ଜେମାଦେଈ,
ପ୍ରତେ ହୁଏ ଚିତ୍ତେ ଏ କବିତା ପଙ୍କ୍ତି
ଲେଖିଥିବେ ପରା ସେହି ।
ଏତେ ଦିନଯାଏଁ ଶୁଣୁଥିଲା ଯାଙ୍କ
କବିତ୍ୱ ପ୍ରଶସ୍ତି କାନ,
ମାତ୍ର ନେତ୍ର ଆଜି ଲଭିଲା ସେ ଉକ୍ତି
ଚାକ୍ଷୁସ ସତ୍ୟ ପ୍ରଣାମ ।
ଜେମା ସଙ୍ଗେ ସର୍ବେ ଏକେ ଏକେ ତାହା
କଲେକ ଅନୁମୋଦନ,
ପଡ଼ିଗଲା ତହୁଁ ପୁଷ୍ପାକର ନାମେ
ଶତକଣ୍ଠେ ଧନ୍ୟ ଧନ୍ୟ ।
ଆଦରେ ସେ ଗୀତ ରତ୍ନଗଡ଼-ଜେମା
ଲେଖି ବୃକ୍ଷ ପଲ୍ଲବରେ,
ସଖୀ ପରିବାରୀ ଘେନିଣ ଗହଣେ
ଫେରିଲେ ରାଜନବରେ ।
ପଞ୍ଚମ ସର୍ଗ
ପଦ୍ମପୁର-ପତି ବଜ୍ରପାଣି ଘେନିଯୋଗ୍ୟ ପାରିଷଦ ମନ୍ତ୍ରୀ,ପରିଚାଳୁଥିଲେ ଶୁଭେ ରାଜ୍ୟ-ଯନ୍ତ୍ରଯଥା ବିଚକ୍ଷଣ ଯନ୍ତ୍ରୀ ।କର୍ମଚାରୀ ପ୍ରତି ଭାରାର୍ପଣ କରିନିଶ୍ଚିନ୍ତ ରହନ୍ତି ନାହିଁ,ତନ୍ନ ତନ୍ନ କରି କାର୍ଯ୍ୟର ସର୍ବାଂଶଦେଖୁଥାନ୍ତି ନରସାଇଁ ।ବୟସେ ସ୍ଥବିର ହେଲେହେଁ ଉଦ୍ଯୋଗେଉତ୍ସାହେ ଯୁବକ ସମ,କର୍ତ୍ତବ୍ୟେ ସତତ ପ୍ରକାଶୁଣ ଥିଲେବିପୁଳ ଧୈର୍ଯ୍ୟ ବିକ୍ରମ ।ଇନ୍ଦ୍ରିୟ ଉପରେ ପ୍ରଭୁତ୍ୱ ବିସ୍ତାରଜରାର ସିନା କେବଳ,କି ଚାରା ତାହାର ମାତ୍ର ସେ ଗ୍ରାସିବକର୍ମଯୋଗୀ ମନ ବଳ ।ରାଜକାର୍ଯ୍ୟ ଶେଷେ ଭୃତ୍ୟ ପାରିଷଦେବିନେ ଭୂପ ଭାଗବତ,ମେଲାଣି ଦେଇଣ ମନ୍ତ୍ରୀ ସଙ୍ଗେ ଥିଲେକଥୋପକଥନେ ରତ ।ଏହି କାଳେ ଜଣେ ଭୃତ୍ୟ ଉପସ୍ଥିତଧରି ବ୍ୟାଘ୍ର ଚର୍ମ ଶିର,ନୃଦେବେ ସଚିବେ ପ୍ରଣିପାତ ବିହିରହିଲା ବିନୟେ ଗିର ।ମହେନ୍ଦ୍ର କାନ୍ତାରେ ଏ ଭୀଷଣ ବ୍ୟାଘ୍ରେଯୁବରାଜ ବୀରମଣି,କିଛିଦିନ ପୂର୍ବେ କରିଥିଲେ ବଧବିପଦ ଭୟ ନ ଗଣି ।ନୃପ-ମନେ ଆଣି ଦେଲା ଏହି ବାଣୀବିସ୍ମୟ ସଙ୍ଗେ ହରଷ,ଉଲ୍ଲସି ଉଠିଲା ବକ୍ଷ ତାହାଙ୍କରଶୁଣି ପୁତ୍ର-ଶୌଯ୍ୟଯଶ ।ବାରମ୍ବାର ଚାହିଁ ସଚିବ ବଦନେବିସ୍ମୟ-ବ୍ୟଞ୍ଜୀ ନୟନେ,ବୋଇଲେ ନିଶ୍ଚୟ ଭାଗ୍ୟଧର ମୁହିଁଲଭି ଏ ସୁପୁତ୍ର-ଧନେ ।ଭାଷିଲେ ଅମାତ୍ୟ କେଉଁ ବିଦ୍ୟାରେ ବାଆମ୍ଭ ଯୁବରାଜ ଊଣା,ବିଶ୍ୱ-ବିଦ୍ୟାମାତା ବୀଣାପାଣିଙ୍କରଯା ପ୍ରତି ପୂର୍ଣ୍ଣ କରୁଣା ।ଚତୁର୍ବେଦେ ଶାସ୍ତ୍ରେ କାବ୍ୟେ ପୁରାଣେ ତଲଭିଛନ୍ତି ପୂର୍ବ ଖ୍ୟାତି,ଧନୁର୍ବେଦେ ଏବେ ପ୍ରକାଶିଲେ ଯଶହୋଇ ଏ ବ୍ୟାଘ୍ର ଅରାତି ।ଦୂରୁହୂଁ ଦୂରୁହ ଏକାକୀ ବଧିବାଏ ଭୀଷଣ ମହାବଳ,ସ୍ପର୍ଶନେ କି କାର୍ଯ୍ୟ ଦର୍ଶନ ମାତ୍ରେ ଯେହରିପାରେ ଧୈର୍ଯ୍ୟ ବଳ ।ଲୋକରକ୍ଷାକାରୀ- କ୍ଷତ୍ରିୟ-ବାଞ୍ଛିତସୁଗୁଣେ ନୃପ-ନନ୍ଦନ,ମଣ୍ଡି କରୁଛନ୍ତି ଜଗଜ୍ଜନ ମନ-ନୟନ-ପ୍ରୀତିବର୍ଦ୍ଧନ ।ପ୍ରକୃତି ବୈଚିତ୍ର୍ୟ ପାରାବାରେ ମନ୍ଥିଯେଉଁ କାବ୍ୟ-ପାରିଜାତ,ଉଦ୍ଧାରୁଅଛନ୍ତି ଏକାଧାରେ ତହୁଁହୁଏ ରସ ବାସ ଜାତ ।ବୈଚିତ୍ୟୁ ସଂଜାତ ସୌନ୍ଦର୍ଯ୍ୟ, ତାହା ଯେଜ୍ଞାନ-ନେତ୍ରେ ପାରେ ଦେଖି,ତାହାକୁ ହିଁ ସିନା ପ୍ରକୃତ ଶାଶ୍ୱତଶୋଭାପାୟୀ ପଣେ ଲେଖି ।କି ଅଛି ଅଜଣା ଛାମୁରେ ଅଧିକକରିବି କିସ ଜଣାଣ,ସାରା ରାଜ୍ୟ ଲୋକେ କରୁଛନ୍ତି ସଦାଯୁବରାଜ ଯଶୋଗାନ ।ହେଲେଣି ତ ଆସି ପ୍ରାପ୍ତବୟସ୍କ ସେବିବାହ ମହାସଂସ୍କାର,କରାଇବା ପ୍ରତି ଅବଧାନ ଏବେହେଉ ନୃପ ଗୁଣାଧାର ।ବିବାହ-ବନ୍ଧନ ନରଜୀବନରପ୍ରଧାନ ସଂସ୍କାର ବ୍ରତ,ଶୁଭାଶୁଭମୟ ସଂସାର ଗୃହରପ୍ରଥମ ପ୍ରବେଶ ପଥ ।ମନ୍ତ୍ରିବାଣୀ ଶୁଣି ଭାଷିଲେ ସହର୍ଷେପଦ୍ମପୁର-ନରନାହା,ମନେ ମନେ ଯାହା ଭାବୁଥିଲି ତୁମ୍ଭେକଲ ଉତ୍ଥାପନ ତାହା ।ପୁରୋହିତେ ପେଷି କରାଅ ବହନେଯୋଗ୍ୟ ପାତ୍ରୀ ଅନ୍ୱେଷଣ,ସଂଯୋଗ କରିବା କୁମାର-ମଣିରେଶୋଭାଙ୍ଗୀ କନ୍ୟା-କାଞ୍ଚନ ।ପରିଣୟ ଅନ୍ତେ ପୁଷ୍ପାକର କରେସମର୍ପି ରାଜ୍ୟ ସତ୍ୱର,ପରଜା ପାଳନ- ଗୌଣ କର୍ତ୍ତବ୍ୟରୁଲଭିବି ମୁଁ ଅବସର ।ଘୃଣ୍ୟ ଜ୍ଞାନଶୋଷୀ ବିଷୟ-ମୋଦକବହୁଦିନ ମୋତେ ଘାରି,ଆତ୍ମଜ୍ଞାନ ହରି ବିଅର୍ଥେ ମୋହରଦେଉଛି ଆୟୁଷ ସାରି ।ଦୃଢ଼ ନିରଙ୍କୁଶ ମାୟା-ଜାଲିକା ତହେବାର ଛିନ୍ନ ନୁହଇ,ଦୈବେ ହେଲେ ଛିନ୍ନ ପରକ୍ଷଣେ ପୁଣିଗଣ୍ଠି ପଡ଼ିଯାଏ ତହିଁ ।ପ୍ରାବୃଟେ ତରୁଣ ଲତା ପ୍ରାୟ ବଢ଼େନିତ୍ୟ ମନେ ସୁଖ-ଆଶା,ନିବାର ନୁହଇ କାହିଁରେ ସେ ଯଥାମଦ୍ୟପ ମହାପିପାସା ।ଚିର ହାହାମୟ ଦୁଃଖପୂର୍ଣ୍ଣ ଭବେନିତ୍ୟ ସୁଖ ନାହିଁ କାହିଁ,ସୁଖ ଅଭିହିତ ଭବେ ଯା ତା’ ସିନାଦୁଃଖର ବିକଟ ଛାଇ ।ସୁଖଭୋଗୀ ବୋଲି ଗଣେ ଯେ ନିଜକୁଭୋଗକରେ ତାକୁ ସୁଖ,ବୃଥା ଭ୍ରମେ ବୁଡି ମଣେ ସେ ଅଜ୍ଞାନଦିନେଶେ ଶୀତମୟୂଖ ।କୋଟି ଭୋଗଦ୍ରବ୍ୟେ ଦୁର୍ବାର ଲାଳସହୁଏ ନାହିଁ ତୃପ୍ତ ସୁଦ୍ଧା,ଯେତେ ଭୁଞ୍ଜିଲେ ହେଁ ଅତ୍ୟଗ୍ନି ରୋଗୀରବଢ଼େ ସିନା କ୍ରମେ କ୍ଷୁଧା ।ଆଶା-ଦରପଣେ ଦେଖି ଦେଖି ମୁଖପଡ଼ିଲିଣି ମୁହିଁ ଥକି,ବଳୁ ନାହିଁ ମନ ସଂସାର-ବଜାରେହେବାକୁ ଆଉ ଗହକି ।ବଡ଼ ଦଗାଦାର ଏ ପ୍ରାଣ ଏହାକୁପରତେ ନାହିଁ ସର୍ବଥା,ଗତ ବୋଲି ସିନା ସତତ ଏହାକୁଭାବିବା ଉଚିତ କଥା ।ହେଉଛି ନିକଟ କାକ-ଉର୍ଣ୍ଣନାଭକ୍ରମେ ନିତି ଛାପି ଛାପି,ଡ଼େଇଁ ପଡ଼ି ଦିନେ ଜୀବନ-କ୍ଷମିକାଅତର୍କିତେ ଦେବ ଚାପି ।କରୁଅଛି ମୁହିଁ ଏ ସଙ୍କଳ୍ପ ଏବେବିଷୟୁ ହୋଇ ବିରତ,କାଟିବ ପଶ୍ଚିମ- ଜୀବନ ଆଚରିପୁତ ବାନପ୍ରସ୍ଥ-ବ୍ରତ ।ଏହା ଭାଷି ରାଏ ଭଦ୍ରାସୁନ ଉଠିବିଜେ କଲେ ଯୋଗଣକୁ,ମେଲାଣି ମାଗିଣ ମନ୍ତ୍ରିବର ତହୁଁବାହୁଡ଼ିଲେ ଭବନକୁ ।ଏ ଅନ୍ତେ ସଚିବ- ପୁଙ୍ଗବ ହୁକାରିଯଥାକାଳେ ପୁରୋହିତେ,ବିବରି କହିଲେ ନରପତିଙ୍କରଆଦେଶ ପ୍ରଦୃଷ୍ଟ ଚିତ୍ତେ-‘‘ଯାଅ ବିପ୍ରମଣି ରାଜ୍ୟୁ ରାଜ୍ୟାନ୍ତରେକରିଣ ତୁମ୍ଭେ ଭ୍ରମଣ,ରାଜ-ନନ୍ଦନଙ୍କ ବିବାହାର୍ଥେ କରଯୋଗ୍ୟ ପାତ୍ରୀ ଅନ୍ୱେଷଣ ।’’‘‘ତଥାସ୍ତୁ ଉଚ୍ଚାରି’’ ଶୁଭ ଅନୁକୂଳେଯାତ୍ରା କରି ପୁରୋହିତ,କେଉଁ କେଉଁ ରାଜ୍ୟେ ଭ୍ରମିଲେ ସେକଥାହେଉଛି ସ୍ଥୂଳେ ବର୍ଣ୍ଣିତ ।ପ୍ରଥମେ ପୁରୋଧା ପ୍ରବେଶିଲେ ଯାଇସୁରମ୍ୟ ହୁମା ନଗରେ,ଚୁମ୍ବି ଯା ଚରଣ ମହୋଦଧି ବାଚିଚିର ଜୟଧ୍ୱନି କରେ ।ଉପକୂଳେ ଯାର ଶୋଭେ ଧାଡି ଧାଡିପ୍ରକାଣ୍ଡ ଲବଣ ସ୍ତୂପ,ଦୂରୁ ଦେଖାଯାଏ ଜଳ-ଦେବତାଙ୍କବସନ ଗୃହ ସ୍ୱରୂପ ।ଭଲ-ମଲ୍ଲ-ପଲ୍ଲୀ ପାଲୁରେ ତଦନ୍ତେମିଳିଲେ ଭୂସୂରବର,ପିଚୁମର୍ଦ୍ଦ କୁଞ୍ଜେ ଚିଲାନିଜ ଯହିଁଦୋଳି ଖେଳେ ନିରନ୍ତର ।ବିଶ୍ୱ ପ୍ରାଣାରାମ ଶ୍ରୀରାମ ସାକେତ-ସରସୀ-ଶୋଭା ରାଜୀବ,ବନ ଯାତ୍ରାକାଳେ ସଂସ୍ଥାପିଲେ ଯହିଁଅଳେଶ୍ୱର ନାମେ ଶିବ ।ଗିରି-ଗଭାମୟୀ ସେ ସ୍ଥଳୀ ନୀରନ୍ଧ୍ରଅରଣ୍ୟାନୀ ସମାଚ୍ଛନ୍ନ,ଦିବସରେ ସୁଦ୍ଧା ଶ୍ରୂତ ହୁଏ ତହିଁବିକଟ ବ୍ୟାଘ୍ର ଗର୍ଜ୍ଜନ ।ବାୟୁକୋଣେ ତାର ସୁବୀର ପ୍ରସୂତିକିରୁଳି ନାମେ ନଗରୀ,ତୋଳିଛି ବରାଙ୍ଗ ଯହିଁ ‘‘ଶତ ଶୃଙ୍ଗ’’ଗହ୍ୱର-ଗର୍ଭ ଶିଖରୀ ।ସ୍ୱର୍ଣ୍ଣପ୍ରସୂ ରାଜ୍ୟ ବୋଲି ଗଞ୍ଜାମରେବିଶ୍ରୁତ ଯାହାର ଯଶ,ସ୍ୱଦେଶେ ବିଦେଶେ ଯୋଗାଏ ଉତ୍କୃଷ୍ଟମଧୁର ଆମ୍ର ପନସ ।ଶୂରବୃନ୍ଦ ଯାର ଅଶ୍ୱତ୍ଥାମା ଶିଷ୍ୟ ୧ବୋଲି ଲଭିଛନ୍ତି ଖ୍ୟାତି,ଯାହାଙ୍କ ଅବ୍ୟର୍ଥ ଲକ୍ଷ୍ୟରୁ ନିଷ୍କୃତଲଭନ୍ତି ନାହିଁ ଅରାତି ।
୧ - ଏକଦା ବିରୁଳିରେ ମହାଭାରତ ପାଠ ହେଉଥିଲା । ନାଗରିକମାନଙ୍କ ସହିତ ଜନୈକ ଅପରିଚିତ ବ୍ରାହ୍ମଣ ପ୍ରତ୍ୟହ ମହାଭାରତ ଶୁଣି ଶେଷରେ କେଉଁଆଡ଼େ ଚାଲି ଯାଉଥିଲେ । ଦ୍ରୋଣବଧ ବୃତ୍ତାନ୍ତ ପାଠସମୟରେ ସେ କ୍ରୁଦ୍ଧ ହୋଇ ହସ୍ତସ୍ଥିତ ଖଡ଼ ଡଶଙ୍ଗକୁ ଉପବିଷ୍ଟ ପ୍ରସ୍ତରରେ ବିଦ୍ଧ କଲେ । ତାହା ପ୍ରସ୍ତର ମଧ୍ୟରେ ସମ୍ପୂର୍ଣ୍ଣ ଗଳିଗଲା । ତହୁଁ ସେ ସେଠାରୁ ପ୍ରସ୍ଥାନ କରାନ୍ତେ ଜନ୍ରକ ବିରୁଳି ବାସୀ କ୍ଷତ୍ରିୟ ତାହାଙ୍କ ଅନୁଗମନପୂର୍ବକ ବନ ମଧ୍ୟରେ ତାହାଙ୍କର ପଦଧାରଣ କରି କହିଲେ, ‘‘ଆପଣ କେଉଁ ମହାପୁରୁଷ, ମୋତେ ପରିଚୟ ଦେବା ହେଉନ୍ତୁ ଏବଂ ଆପଣ ଯେଉଁ ବିଦ୍ୟା ଦେଖାଇଲେ, ମୋତେ ସେହି ବିଦ୍ୟା ପ୍ରଦାନ କରନ୍ତୁ ।’’ ତହୁ ବ୍ରାହ୍ମଣ କହିଲେ- ‘‘ମୁଁ ଅଶ୍ୱତ୍ଥାମା, ମୋର ପିତାଙ୍କର ବଧ ଅନ୍ୟାୟରେ ହୋଇଥିବାରୁ ସେହି କଥା ଶୁଣି ମୋର କ୍ରୋଧ ଉଦ୍ରେକ ହୁଅନ୍ତେ ମୁଁ ପ୍ରସ୍ତରରେ ଖଡ଼ ପ୍ରହାର କଲି । ଏ କାଳରେ ସେ ବିଦ୍ୟା ତୁମ୍ଭମାନଙ୍କ ହସ୍ତରେ ହେବ ନାହିଁ । ଅତଏବ ମୁଁ ତୁମ୍ଭଙ୍କୁ ଅବ୍ୟର୍ଥ ଲକ୍ଷ୍ୟଭେଦ ଶିକ୍ଷା ଦେବି ।’’ ଏହା କହି ଖଡ଼ରେ ଧନୁର୍ବାଣ ପ୍ରସ୍ତୁତ ପୂର୍ବକ ଶିକ୍ଷା ଦେଇ ଅନ୍ତର୍ଦ୍ଧାନ ହେଲେ । କାଳକ୍ରମେ ବିରୁଳିରେ ତାଙ୍କର ଶିଷ୍ୟ ଉପଶିଷ୍ଟ ବିସ୍ତୃତ ହେଲେ । ବିରୁଳି ବୀରମାନଙ୍କର ବାଣ ଅବ୍ୟର୍ଥ ବୋଲି ଗଞ୍ଜାମରେ କିମ୍ବଦନ୍ତୀ ଅଛି ।
ପୂର୍ବଶ୍ରେଣୀ ଗିରି- କନ୍ଦରା-ନିବାସୀମକରେଶ୍ୱରରାଖ୍ୟ ହର,ସାର୍ଥକିଅଛନ୍ତି ଗଙ୍ଗାଧର ନାମେଶିରେ ଧରି ପୂତ ଝର ।୨।୨ - ମହାଦେବଙ୍କ ମସ୍ତକରୁ ସର୍ବଦା ନିର୍ଗତ ହୁଏ ।ଖଲ୍ଲିକୋଟ ଯାକୁ କରିଛି ‘‘ନିର୍ମଳ-ଝର’’ ତୀର୍ଥେ ପରିଣତ,ସେ ଦୁର୍ଗ ନିସର୍ଗ ଅପସରରୂପେଶୋଭେ ମାରୁଆ ପର୍ବତ ।କ୍ଷତ୍ରବୃନ୍ଦ ଯାର ମହାବୀର୍ଯ୍ୟାଶାଳୀକରାଳ ଯେସନ କାଳ,ବୀରନୃତ୍ୟ କାଳେ ନାଚେ ତାଳେ ତାଳେମସ୍ତକେ ବାବୁରି ବାଳ ।ବିକଟ ସଙ୍କଟ- ଉପମୂର୍ତ୍ତି ପ୍ରାୟହରିଡ଼ାମୂଳ ସଙ୍କଟ, ୧ଅନୁକ୍ଷଣ ଯହିଁ ଶ୍ୱାପଦ କୁହାଟହେଉଥାଏ ପରକଟ ।୧ - ସ୍ୱନାମପ୍ରସିଦ୍ଧ ଗିରିସଙ୍କଟ । ଏହାର ଦୁଇ ପାର୍ଶ୍ୱରେ ହିଂସ୍ରଜନ୍ତୁପୂର୍ଣ୍ଣ ବିଶାଳ ନଭଶୂମ୍ଭୀ ପର୍ବତ ଦଣ୍ଡାୟମାନ ।ନିର୍ଝର ଶିରାଳ ନାରାୟଣୀ ଖୋଲେନିବସନ୍ତି ନାରାୟଣୀ ୨ବସନ୍ତେ ଦେବୀଙ୍କ ପୟରେ ଅଶୋକେଖଟନ୍ତି ପୁଷ୍ପ ଖଟଣି ।୨ - ନାରାୟଣୀ ଖୋଲରେ ନାରାୟଣୀ ଦେବୀଙ୍କର ମନ୍ଦିର ଅଛି । ଏଠାରେ ଅଶୋକ ଏବଂ ଧାନୁଆ ଲଙ୍କାମରିଚ ଗଛ ବହୁତ ଦୃଷ୍ଟ ହୁଏ ।ଦେବୀଙ୍କର ତୀବ୍ର କୋପାନଳ ପ୍ରାୟଚୌପାଶେ ଧାନୁଆ ଲଙ୍କା,ଦରଶନେ ମନେ ସୁଖ ଦିଏ ମାତ୍ରପରଶନେ ଆଣେ ଶଙ୍କା ।ଦୁର୍ଗ ପୂର୍ବଭାଗେ ଚାରୁ ଚିଲ୍ଲାମ୍ବରାଗୋପକୁଦା ବରକୁଦା,ନିର୍ଭୟରେ ଯହିଁ ହରିଣ-ଶିଶୁଏକ୍ରୀଡ଼ୁଥାନ୍ତି ମାରି କୁଦା ।ଚିଲ୍ଲାଚାରୀ ମୀନେ ଧରି କୁରୁବଳ ୩ଉଚ୍ଚ ବୃକ୍ଷେ ହୃଷ୍ଟଚିତ୍ତେ,ଦିବସ ଦୁଃସହ ଉପବାସ ଅନ୍ତେପାରଣା କରେ ନିଶୀଥେ ।୩ - ଚିଲ୍ଲାଚାରୀ ବୃହତ୍ପକ୍ଷି ବିଶେଷ ।ଖଲ୍ଲିକୋଟ ପରେ ଅଷ୍ଟଦୁର୍ଗ ନାମେନଦୀମାତୃକ ପ୍ରଦେଶ, ୪ଘୋର ଅବଗ୍ରହ କାଳେ ହୁଏ ନାହିଯହିଁ ଶସ୍ୟକ୍ଷୟ ଲେଶ ।୪ - ଧନେଇ, ବଗତା ବାଘୁଆ ଓ ଖରଖରୀ-ଏହି ନଦିଚତୁଷ୍ଟୟ ହେତୁ ଆଠଗଡ଼ ରାଜ୍ୟରେ ଅନାବୃଷ୍ଟି ବାଧେ ନାହିଁ ।ଯାମ୍ୟେତରେ ତାର ଘୁମୁଷର ଗଡ଼ଭଞ୍ଜବଂଶ ରାଜଧାନୀ,ବିରାଜିତ ଯହିଁ ସୁବିଶାଳ ଶାଳ-ଶ୍ୟାମାୟିତ ଅରଣ୍ୟାନୀ ।ବାଘ-ଆରୋହିଣୀ ବାଘଦେଈ ଚଣ୍ଡୀଯେ ରାଜ୍ୟର ଅଧିଦେବୀ,କାଚସ୍ୱଚ୍ଛନୀରା ପୁଣ୍ୟ ମହାନଦୀ ୫ବହେ ଯା ପୟର ସେବି ।୫ - ଏହା ବଡ଼ନଦୀ ନାମରେ ମଧ୍ୟ ଖ୍ୟାତି ।ବନପଥେ ତହୁଁ ଦକ୍ଷିଣାଭିମୁଖେଯାତ୍ରା କରି ଦ୍ୱିଜବର,ରଣ-କୀର୍ତ୍ତିମୟୀ ରଣଭା ରାଜ୍ୟରେମିଳିଲେ ଯାଇ ସତ୍ୱର ।ଏଥୁ ଅନନ୍ତରେ ହରିଡ଼ା-ନିବିଡ଼ସୋରଡ଼ା ପଶ୍ଚାତେ ରଖି,ଗମିଲେ ଦକ୍ଷିଣେ ପଟ୍ଟ-ପୁରୋହିତବଡ଼ଗଡ଼ ଗଡ଼ ଲକ୍ଷି ।ବିରାଜିତ ଯହିଁ ୠଷ୍ୟାଶ୍ରମପୁତଅଭ୍ରଂକଷ ଗିରିମାଳ,ଯେ ଗିରି-କନ୍ଦରା ୠଷିକୁଲ୍ୟା ନଦୀବିଜନ ଅନ୍ତୁଡ଼ିଶାଳ ୬୬ - ୠଷିମାଳ ପର୍ବତରୁ ୠଷିକୁଲ୍ୟା ନଦୀ ନିର୍ଗତ ହୋଇଅଛି ।ବଡ଼ଗଡ଼ ପୂର୍ବେ ରମ୍ୟ ଧରାକୋଟସମୃଦ୍ଧିବନ୍ତ ନଗର,ପ୍ରତିପାଳନ୍ତି ଯେ ରାଜ୍ୟେ ପୁଣ୍ୟଶ୍ଲୋକନଳରାଜା ବଂଶଧର ।ୠଷିକୁଲ୍ୟା କୁଳେ ବସନ୍ତି ଯା ବକ୍ଷେଅଷ୍ଟସ୍ଥାନେ ଚନ୍ଦ୍ରଚୂଡ଼, ୧ଶାର୍ଦ୍ଦୂଳ-ଭୀଷଣ ‘‘ସୂବଳ’’ ଯା ମାଥେତମାରାଗମଣି ମହୁଡ଼ ।୧ - ୠଷିକୁଲ୍ୟା ଉଭୟ କୂଳସ୍ଥ ଅଷ୍ଟଶାସନ ଓ ଅଷ୍ଟସମ୍ଭୂ ମନ୍ଦିର ଧରାକୋଟ ରାଜବଂଶର କୀର୍ତ୍ତି । ପ୍ରଚଳିତ ନାମ ଶୁଳିଆ ପର୍ବତ ।କ୍ଷତ୍ରବୀର ଯାର ଅପ୍ରଧୃଷ୍ୟ ଯାଙ୍କୁନ ପାରନ୍ତି ଶତ୍ରୁ କଣ୍ଟି,ରଖିଛନ୍ତି ଯଶ ହରିହର ଲୌହସାବକେ ପକାଇ ଗଣ୍ଠି ।୨
୨ - ହରିହର ସିଂହ ନାମରେ ଧରାକୋଟରେ ଜଣେ ଅସାଧାରଣ ବଳଶାଳୀ କ୍ଷତ୍ରିୟ ବୀର ଥିଲେ । ସେ ଗୋଟିଏ ବୃହତ୍ସାବୁଳରେ ଗଣ୍ଠି ପକାଇଅଛନ୍ତି । ତାଙ୍କର ସ୍ମୃତି ସ୍ୱରୂପ ସେହି ସାବୁଳ ଦଶହରା ଦିନ ସୂଚିତ ହୁଏ ।
ଆଗ୍ନେୟ କୋଣରେ ସେରଗଡ଼ ନାମେସୁନ୍ଦର ରାଜ୍ୟ ବିଦିତ,ପୁରାକାଳୁ ଯେହୁ ରଖିଛି ଉତ୍କଳେଜ୍ୟୋତିଷ ଚର୍ଚ୍ଚା ଜୀବିତ ।ଗଭୀରା ପ୍ରଖରା ଅନ୍ଧୁଣୀ ଯାହାରବକ୍ଷଲମ୍ବୀ ମୁକ୍ତାହାର,ଅକସ୍ମାତ ଆସି ଉପସ୍ଥିତ ହୁଏଭୀଷଣ କନ୍ୟା ତାହାର ।ଘୋଡ଼ାହାଡ଼ ତୀରେ ଗଙ୍ଗବଂଶୀ ରାଜ୍ୟଶୋଭାଙ୍ଗୀ ସାନଖେମଣ୍ଡି,ଶାଶ୍ୱତ ଭୂଷଣ ତପ୍ତ ପ୍ରସ୍ରବଣେ ୩ଅଛି ଯେହୁ ଅଙ୍ଗ ମଣ୍ଡି ।୩ - ସାନଖେମୁଣ୍ଡି ରାଜ୍ୟରେ ଗୋଟିଏ ତପ୍ତ ପ୍ରସ୍ରବଣ ଅଛି ।ଦୂରେ ସିଂହରାଜ ୪ ଚୁମ୍ବନ୍ତି ଯା ଚୂଡ଼ାପ୍ରଥମେ ପ୍ରାତେ ସବିତା,ବାତ-ହିମାଳୟ ମହେନ୍ଦ୍ର ସଙ୍ଗେ ଯେଆଚରେ ପ୍ରତିଯୋଗିତା ।୪ - ସିଂହରାଜ ପର୍ବତ ପ୍ରାୟ ମହେନ୍ଦ୍ରର ସମକକ୍ଷ ।ଦାନ-ଯଜ୍ଞପୂତ ବୃହତ ଖେମୁଣ୍ଡିବିସ୍ତାରିଛି ଯାମ୍ୟେ ଶିରୀ,ବଢ଼ାଇଛି ଯାର ନିସର୍ଗ ମାଧୁରୀମଞ୍ଜୁକୁଞ୍ଜରେଖା ଗିରି ।ଶଇଳ-ମେଖଳା ଦେଉଳମାଳିନୀଅମର ବିହାର ସ୍ଥଳୀ,ନିବସନ୍ତି ତହିଁ ଲକ୍ଷ୍ମୀ ସରସ୍ୱତୀବିସର୍ଜି ସପତ୍ନୀ କଳି ।ସ୍ଥିତ ପୂର୍ବେ ତାର ମହୁରୀ ନଗରୀକେରାଣ୍ଡିମାଳ ପୟରେ, ୫ମହାଶକ୍ତି ପୀଠ ତାରିଣୀଶଖରୀ ୬ବିରାଜେ ତାହା ଉତ୍ତରେ ।୫ - ପଶ୍ଚମିଘାଟ ପର୍ବତଶ୍ରେଣୀ ଗଞ୍ଜାମରେ କେରାଣ୍ଡମାଳ ନାମରେ ଅଭିହିତ ।୬ - ତାରାତାରିଣୀ ପର୍ବତରେ ତାରିଣୀ ଦେବୀ ଅଧିଷ୍ଠିତ ।ମହୁରୀ ପଶ୍ଚିମେ କୁଠାରୀ-ପାଳିତଚିକିଟି ରାଜ୍ୟ ବିଦିତ,ପ୍ରବାଳ ଦେଉଳ ପରାଏ ଯା ବକ୍ଷେଲୋହିତ ଗିରି ଶୋଭିତ ।କେରତୀରେ ତହିଁ ଅଧିଷ୍ଠିତା ବିନ୍ଧ୍ୟ-ବାସିନୀ ମହେଶ-ଯୋଷା,ଶିରେ ଶୋହେ ଯାର ମନ୍ଦାର-ବନ୍ଦିତତୈଲଙ୍ଗୀୟ ବକ୍ର ଖୋଷା ।ପୂର୍ବେତରେ ତାର କୁରଙ୍ଗୀ-ସେବିତବିସ୍ତୃତ ସୁରଙ୍ଗୀ ମହୀ,ଏରଗଲ ଗଣ୍ଡ ୧ ନୀରାମୃତ ପୂତଚିର କବି କୀର୍ତ୍ତିମୟୀ ।
୧-ସ୍ୱରଙ୍କୀ ରାଜ୍ୟାନ୍ତର୍ଗତ ବାହୁଦାର ଏକଅଂଶ ଏଲଗଲ ଗଣ୍ଡ ନାମରେ ନାମିତ । ଏହି ଗଣ୍ଡର ଉଭୟ ପାର୍ଶ୍ୱରେ ନିବିଡ଼ ଅରଣ୍ୟାନୀସଙ୍କୁଳ ଉତ୍ତୁଙ୍ଗ ପର୍ବତମାଳା ଏପରି ଭାବରେ ଅବସ୍ଥିତ ଯେ, ଗଣ୍ଡଜଳରେ ସୂର୍ଯ୍ୟକିରିଣ ପଡ଼ିବାର ଉପାୟ ନାହିଁ । ଏ ସ୍ଥାନର ନଦୀ ଶଯ୍ୟା ଅତି ସଂକୀର୍ଣ୍ଣ, ଗଭୀର ଓ ଗଣ୍ଡଶୈଳସଙ୍କୁଳ ।
ନିବସନ୍ତି ଯହିଁ ଚନ୍ଦ୍ରବଂଶୀ ନୃପ-ଇଷ୍ଟଦେବୀ କ୍ରୂରାଶିନୀ,ଭୀଷଣ ଶାର୍ଦ୍ଦୂଳ ଖଟେ ଯାଙ୍କ ପଦେପ୍ରକାଶି ଭୟେ ଦୟିନୀ ।ଗଞ୍ଜାମମଣ୍ଡଳେ ଦ୍ୱିତୀୟ ମହେନ୍ଦ୍ରଉଭା ତାଳଗୁଡ଼ି ୨ ଯହିଁ,ଯା ପଦେ ଶ୍ୟାମଳ କମଳା କାନନେଉତ୍ପୁଚ୍ଛେ ନାଚେ ବରହୀ ।୨- ସୁରଙ୍ଗୀର ସର୍ବୋଚ୍ଚ ପର୍ବତ । ଏହି ପର୍ବତ ପାଦଦେଶରେ ବିସ୍ତୃତ କମଳା ଉଦ୍ୟାନଶୋଭାପାଏ । ଏହାର ଫଳ ଶ୍ରହଟ୍ଟ କମଳାସ୍ୱରୂପ ମଧୁର ।ସୁରଙ୍ଗୀ ଦକ୍ଷିଣେ ଜରାଡ଼ା ନଅରଜରାସନ୍ଧ ଗିରି ତଳେ,ସୌମିତ୍ରି ସ୍ଥାପିତ ଚଣ୍ଡୀ ଛନ୍ତି ଯହିଁ‘‘ଲକ୍ଷ୍ମଣ ଚଣ୍ଡୀ’’ ଅଚଳେ ।ସମ୍ମୁଖେ ତାହାର ଜଳନ୍ତର ଦୁର୍ଗେନିମେଇଶୁଣୀ ମନ୍ଦିରସ୍ୱନାମପ୍ରସିଦ୍ଧ ପର୍ବତ ଶିଖରେଦୂରୁରୁ ଦିଶେ ରୁଚିର ।ମହେନ୍ଦ୍ର ତନୟା ମୁହାଣେ ଯେଠାବେଯୁଧିଷ୍ଠିର ମହାଭାଗ,ବିପୁଳ ଦାନର ଅନୁଷ୍ଠାନ ସହକରିଥିଲେ ମହାଯୋଗ ।ତାଙ୍କ ପ୍ରତିଷ୍ଠିତ ଜନାର୍ଦ୍ଦନ କ୍ଷେତ୍ରରତ୍ନ ରେଣୁମୟ ସ୍ଥାନ,ଅଦ୍ୟାପି ଯେଠାରୁ ମିଳଇ ବିବିଧରତନ କଣିକାମାନ ।ଜଳନ୍ତର ରାଜ୍ୟ ପଶ୍ଚିମ ସୀମାନ୍ତେନଗର ବୁଢ଼ାରସିଂହ,ଜନ୍ମିଥିଲେ ଯହିଁ ଅମାନୁଷୀକାୟନିଃଶଙ୍କ କ୍ଷତ୍ରିୟ ସିଂହ । ୩
୩- ବାରଡ଼ାଙ୍ଗୁଆ ନିଃଶଙ୍କ ନାମରେ ଜଣେ ଅମାନୁଷୀ ବଳଶାଳୀ କ୍ଷତ୍ରିୟ ରାଜା ପୂର୍ବେ ରାଜପଣ କରୁଥିଲେ । ମହେନ୍ଦ୍ର ପର୍ବତର ଆପାଦମସ୍ତକ ଲମ୍ୱିତ ଗୋଟିଏ ସିଆଡ଼ିଲତା ସାହାଯ୍ୟରେ ସେ ପ୍ରତ୍ୟହ ପର୍ବତ ଉପରକୁ ଉଠି ଦେବଦର୍ଶନ କରୁଥିଲେ ।
ପର୍ଶୁରାମଙ୍କର ପବିତ୍ର ଆଶ୍ରମପାର୍ଶ୍ୱେ ପର୍ଶୁରାମ କୁଣ୍ଡ,ରୋଗପାପତାପ ଦୂର ହୋଇଯାଏବୁଡ଼ାଇଲେ ତହିଁ ମୁଣ୍ଡ ।କାନନ-କୁନ୍ତଳ କାଣ୍ଡଗଳା ଗିରିଉତ୍ଶିଖ ତାହା ଅନ୍ତିକେ,ଫୁଟିଯାଇଅଛି ଯା ବିଶାଳ ପିଣ୍ଡପାବନି ମହାବିଶିଖେ ।ଗୋବଧ ପାପର ପ୍ରାୟଶ୍ଚିତ୍ତ ରୂପେଶୁରସିଂହ ଗୁଡ଼ାକେଶ,ଛାପିଛନ୍ତି ଯହିଁ ତିନି ସ୍ଥାନେ ତିନିଦିବ୍ୟମୂର୍ତ୍ତି ବ୍ୟୋମକେଶ । ୪
୪- କିମ୍ୱଦନ୍ତୀ ଅଛି ଯେ, ଅର୍ଜ୍ଜୁନ ଗଣ୍ଡା ଭ୍ରମରେ ଗୋବଧ କରି ସେହି ପାପରୁ ମୁକ୍ତ ହେବା ସକାଶେ ମୃତ ଗୋରୁକୁ ସମୁଦ୍ରରେ ନିକ୍ଷେପ କରିବା ମାନସରେ ଘେନି ଯାଉଁ ଯାଉଁ ମହେନ୍ଦ୍ର ପର୍ବତରେ ଗୋରୁର କାନ ଛିଡ଼ି ପଡ଼ିଲା । ତହୁଁ ଅର୍ଜ୍ଜୁନ ସେଠାରେ ଗୋକର୍ଣ୍ଣେଶ୍ୱର ମହାଦେବ ସ୍ଥାପନ କଲେ । ସେହିପରି ମହେନ୍ଦ୍ରତନୟା ତୀରସ୍ଥ ପୁତିଙ୍ଗି ଗ୍ରାମରେ ପୁଣ୍ଟି ପଡ଼ିଯିବାରୁ ସେଠାରେ ପୁଟେଶ୍ୱର ଶିବକୁ ଏବଂ ବାରୁଆ ଗ୍ରାମଠାରେ କୋଟି କୋଟି ରକ୍ତବିନ୍ଦୁ ପଡ଼ିବାରୁ ସେଠାରେ କୋଟିଲିଙ୍ଗେଶ୍ୱର ନାମରେ ଶିବମୂର୍ତ୍ତି ସ୍ଥାପନ କଲେ ।
ପୁଟେଶ୍ୱର ହର ସୁନ୍ଦର ମନ୍ଦିରମୁଗୁନିଶିଳା ନିର୍ମିତ,ଉତ୍କଳ ଶିଳ୍ପୀଙ୍କ ସୂକ୍ଷ୍ମ ସ୍ଥାପତ୍ୟରଗାଉଛି ଗୌରବ-ଗୀତ ।ନୈର୍ଋତେ ପାରଳା ସାହିତ୍ୟ-ସଙ୍ଗୀତଜ୍ୟୋତିଷ ଶିଳ୍ପକୁଶଳା,ରାଜଲକ୍ଷ୍ମୀ ସହ ଉତ୍କଳ-କମଳାଯେ ରାଜ୍ୟେ ସଦା ଅଚଳା ।ସାଗର-ସକାଶ କୃଷ୍ଣ ସରୋବର ୧ଯା ବକ୍ଷ କୌସ୍ତୁଭମଣି,ଦେବଗିରି ଆଦି ୨ ମହୀଧର ସଂଖ୍ୟାନ ହୁଏ ସହଜେ ଗଣି ।୧-ଏହା ପାରଳାର ସର୍ବଶ୍ରେଷ୍ଠ ଜଳାଧାର ।୨- ଦେବଗିରି ପାରଳା ରାଜ୍ୟର ସର୍ବୋଚ୍ଚ ପର୍ବତ ।ବିଶାଳ ଅଜୟ- ଗଡ଼ ଶୈଳ ତଳେଅଜିତ ଅଜୟଗଡ଼,ଦୁର୍ଗରକ୍ଷୀ ରୂପେ ସଦା ରୁଣ୍ଡ ଯହିଁଦୂରନ୍ତ ପାତି ମାଙ୍କଡ଼ ।ଯା ଛଟକେ ଟେକ ଟେକିଲି, ପାରଳାଉତ୍ତର ପୂର୍ବେ ବିଦିତ,କରନ୍ତି କଦମ୍ୱ- ବଂଶୀ ନୃପେ ଯାରଶାସନଦଣ୍ଡ ଚାଳିତ ।କଙ୍କତିକା ଶିଳ୍ପି କର୍କଶ କରତଶବ୍ଦେ ଯେ ସଦା ମୁଖର, ୩ବିରାଜେ ଯେ ରାଜ୍ୟେ ବହୁଠାବେ ଶ୍ୱେତ-ଶତଦଳଶୋଭୀ ସର ।୩-ଟେକଲିରେ ଉତ୍କୃଷ୍ଟ ପାନିଆଁ ପ୍ରସ୍ତୁତ ହୁଏ ।ତଦୁତ୍ତର ଭାଗେ ତରଳା, ଯେ ରାଜ୍ୟେଉତ୍କଳ-ମହୀମଣ୍ଡନ,୪କାମେଶ୍ୱର ଶିବ କାଟିଣୀ ଦୁର୍ଗାଙ୍କୁକରିଥିଲେ ସଂସ୍ଥାପନ ।୪- ପୁରୁଷୋତ୍ତମ ଦେବ କାଞ୍ଚିଯାତ୍ରା ସମୟରେ ବର୍ଣ୍ଣିତ ଶିବଦୁର୍ଗାଙ୍କୁ ସ୍ଥାପନ କରିଥିଲେ ।ଅତସା ନୀଳିମା- ନିନ୍ଦୀ ନୀଳତରସାତଭଉଣିଆ ଗିରି,ହୋଇଛି ଯାହାର ଅକ୍ଷୟ ଅଭେଦ୍ୟଉତ୍ତଙ୍ଗ ଦୁର୍ଗ ପାଚୀରି ।ମହୀ-ମହିଳାର ମଞ୍ଜୁ ଅଳଙ୍କାରମଞ୍ଜୁଷା ତାହା ଉତ୍ତରେ,ମହେନ୍ଦ୍ର-ତନୟା ସହ ସ୍ୱର୍ଣ୍ଣମୁଦ୍ରା ୫ଯହିଁ ଖରେ ଗତି କରେ ।୫- ପ୍ରଚଳିତ ନାମ ସୁନାମୁଦିଆ ନଦୀ ।ରାଟି ଗିରିପଦେ ବଟବୃକ୍ଷେ ଯହିଁଜଗନ୍ନାଥ ବଳରାମକାଞ୍ଚି ଅଭିଯାନେ ଅଶ୍ୱ ବାନ୍ଧି ତହିଁକରିଣ ଥିଲେ ବିଶ୍ରାମ ।ସେଦିନୁ ସେ ମହା- ମହୀରୁହ ରୌପ-କବଚେ ହୋଇ ପିହିତ,ଷୋଡ଼ଶୋପଚାରେ ସାଟୋପେ ହେଉଛିଦେବତା ତୁଲ୍ୟ ପୂଜିତ ।ରାଜ୍ୟୁ ରାଜ୍ୟାନ୍ତରେ ଭ୍ରମି ଏହିମତେଉପଯୁକ୍ତ ପାତ୍ରୀ କାହିଁ,ନ ପାଇ ପୁରୋଧା ଉପସ୍ଥିତ ହେଲେଶେଷେ ରତ୍ନଗଡ଼େ ଯାଇ ।ତହିଁ ରାଜଜେମା କଳ୍ପଲତା କଥାଶୁଣି ଜନଶ୍ରୁତି-ମୁଖେ,ପାତ୍ରଯୋଗ୍ୟ ପାତ୍ରୀ ଅଛି ବୋଲି ଭାବିବସା କଲେ ଆଶା ସୁଖେ ।ଏଥୁ ଅନନ୍ତରେ ତହିଁ ବିପ୍ରମଣିନିବସି ଦିବସ ସାତ,ରାଜପାରିଷଦ ସାହାଯ୍ୟରେ କଲେରାଜାଙ୍କ ସହ ସାକ୍ଷାତ ।ନିଜ ପରିଚୟ ଅନ୍ତେ ନୃପବରେଆଶିଷ କଲେ ବିଶେଷ,ଆସନ ଦେଖାଇ କଲେ ରାଏ ତାଙ୍କୁବସିବା ପାଇଁ ଆଦେଶ ।ସ୍ୱାଗତ ସମ୍ଭାଷ ପରେ ପୁରୋହିତବିନୟେ ଧୀରେ ସର୍ବଥା,ବୋଇଲେ ମଣିମା ଶୁଣିବା ହେଉନ୍ତୁମୋର ଆଗମନ କଥା ।ପଦ୍ମପୁରେ ରାଜ୍ୟ ଯୁବରାଜଙ୍କରଯଶୋଗାଥା ଲୋକମୁଖେ,ଶୁଣା ତ ଥିବ ମୁଁ ଜଣାଇବି କିବାବାହୁଲ୍ୟ ଛାମୁ ସମ୍ମୁଖେ ।ଛାମୁଙ୍କ ଦୁହିତା କଳ୍ପଲତା ଏକାତାହାଙ୍କ ଯୋଗ୍ୟ ସଙ୍ଗିନୀ,ରୋହିଣୀ ବିନା କି ଆନ ତାରା ହେବଶଶାଙ୍କ ଅଙ୍କ-ଶୋଭିନୀ ।ଏହା ଭାଷି ତହୁଁ ବର୍ଣ୍ଣିଲେ ଭୂସୁରପୁଷ୍ପାକର ଗୁଣରୂପ,ଅଳଙ୍କାରଯୁକ୍ତ କରି ଉପସ୍ଥିତଚତୁର କବିସ୍ୱରୂପ ।ଶୁଣି ନରମଣି ସଚିବେ ନିରେଖିବୋଇଲେ ହେ ମନ୍ତ୍ରିବର,ଶୁଣିଲ ତ ତୁମ୍ଭେ ସାକ୍ଷାତେ ସୁଖ୍ୟାତିଯୋଗ୍ୟତା ପୁଷ୍ପାକରର ।ପଦ୍ମପୁର-ପତି ମଣ୍ଡିଛନ୍ତି ପଦ୍ମଚିତ୍ତ-ସଦ୍ମ ସୂର୍ଯ୍ୟବଂଶ,ସେହି ମହାବଂଶେ ଆମ୍ଭର ତ ସୁଦ୍ଧାହୋଇଅଛି ଅବତଂସ ।ତାହାଙ୍କ ସହିତ ସମ୍ୱନ୍ଧ ବନ୍ଧନେକି ଅଛି ଆମ୍ଭ ଆପତ୍ତି,ବରଞ୍ଚ ଏହାକୁ ବୋଲିବା ଉଚିତସୌଭାଗ୍ୟ ବିଷୟ ଅତି ।ଜେମା ଯୋଗ୍ୟବର ନିଶ୍ଚେ ପୁଷ୍ପାକରଆସୁଛି ଆମ୍ଭ ମନକୁ,ରୁପେ ଗୁଣେ ଶୀଳେ ପଟାନ୍ତର ଏକାସେ ଦୁହେଁ ଦୁଇଜଣଙ୍କୁ ।ବିଦ୍ୱାନ ବିଦୁଷୀ ଯୋଗ୍ୟ ସମ୍ମିଳନବିହି ଘଟାଇଲା ଆଣି,ରସଗର୍ଭ ଘନ ଯୋଗ୍ୟ ସଖୀ ସିନାବିଜୁଳି ଲାବଣ୍ୟରାଣୀ ।ଯାଅ ବିପ୍ରବର ରାଜାଙ୍କୁ ତୁମ୍ଭରକର ବେଗେ ନିବେଦନ,କୁମାରଙ୍କ ଶୁଭ ପରିଣୟ ପାଇଁକରନ୍ତୁ ସେ ଆୟୋଜନ ।ତଥାସ୍ତୁ ଉଚ୍ଚାରି ଆଗନ୍ତୁକ ଦ୍ୱିଜଛାମୁରୁ ହେଲା ମେଲାଣି,ବିଜେ କଲେ ରାଏ ବିଚାରି-ମଣ୍ଡପେକର୍ତ୍ତବ୍ୟ ସମୟ ଜାଣି ।ଜଗତୀ ଉପରେ ରତ୍ନଖଚୀ ଖଟେସମାସୀନା କଳ୍ପଲତା,ସମବୟସୀଏ କହୁଛନ୍ତି ବସିନାନା କଉତୁକ କଥା ।ଏକାଳେ ସଖୀଏ ଜେମା ପାଶେ ଆସିସମୁତ୍ସୁକେ ବାରମ୍ୱାର,କହିଲା କହିବି ଶୁଭକଥା ଏକଦେବ କିସ ପୁରସ୍କାର ?ଭାଷିଲେ ଜେମା ତୋ ବେପାର ବୁଦ୍ଧିକୁପଟାନ୍ତର ସଖୀ ନାହିଁ,ଦ୍ରବ୍ୟ ନ ଦେଖୁଣୁ ଆଗତୁରା ତାରଦର କେ ଛିଡ଼ାଏ କାହିଁ ?ବୋଲେ ସଖୀ ତେବେ ହେଉ ଦ୍ରବ୍ୟ ଦେଖାପଶ୍ଚାତେ ହେବ ତା ମୂଲ,ଏତେ ଦିନେ ଦେଈ ଇଷ୍ଟଦେବ ତବଭାଗ୍ୟେ ହେଲେ ଅନୁକୂଳ ।ପଡ଼ୁଛି କି ମନେ କୁନ୍ତୀ ଦେବାଳୟେପଢ଼ିଥିଲ ଯା’ କବିତା,ଆସନ୍ନ ଭବିଷ୍ୟେ ହେବ ତୁମ୍ଭେ ଧନି !ତାଙ୍କ କରେ ସମର୍ପିତା ।ଏ ଆନନ୍ଦ ବାର୍ତ୍ତା କର୍ଣ୍ଣୁ କର୍ଣ୍ଣାନ୍ତରେଖେଳୁଛି ଦୁର୍ଗେ ବିଚରି,ପଦ୍ମପୁରୁ ଆସି ପୁରୋଧା ଗଲେଣିସମ୍ୱନ୍ଧ ନିଶ୍ଚୟ କରି ।ରାଜଲକ୍ଷ୍ମୀ, ଶୋଭା- ଲକ୍ଷ୍ମୀରୁପେ ତୁମ୍ଭେପାଇବ ସେ ପୁରେ ପୂଜା,ପାସୋରିବ ନାହିଁ ସେକାଳେ ଏତିକିମାଗୁଣି ମୃଣାଳଭୁଜା ।ଶିକ୍ଷାଗୁରୁ ରୂପେ ନ ଲଭି ଯାହାଙ୍କୁଶେବୁଥିଲ ରମ୍ଭାଊରୁ,ସେହି ଯୁବରାଜ ପୁଷ୍ପାକର ଏବେହେବେ ତବ ପ୍ରାଣଗୁରୁ ।ମାନବୀ ପ୍ରକୃତି ବୋଳିଦେଲା ଜେମା-ବଦନେ ଳଜ୍ଜା ବହଳେ,ମାତ୍ର ପରକ୍ଷଣେ ହର୍ଷ ଅନୁରାଗତଡ଼ିଲା ସେ ଭାବେ ବଳେ ।ଇଚ୍ଛିଣ ମଙ୍ଗଳ- ବାର୍ତ୍ତା ବାହିବାକୁଦେବାକୁ ଯୋଗ୍ୟ ବଧାଇ,ରତ୍ନକଣ୍ଠି-କଣ୍ଠି ରତ୍ନକଣ୍ଠି ସଖିକଣ୍ଠରେ ଦେଲା ଲମ୍ୱାଇ ।ଜେମାଙ୍କ ମଙ୍ଗଳ- କୃତ୍ୟ କଥା ଶୁଣିପରିବାରୀ ସହଚରୀ,ଅପୂର୍ବ ଆନନ୍ଦ- ପାରାବାର ଗର୍ଭେଖେଳିଲେ ସର୍ବେ ସନ୍ତରି ।ଆସନ୍ନ ପ୍ରଣୟ ଆଣିଦେଲା ଜେମାମନେ କେତେ ନବଭାବସଫଳିଲେ ଆଶା ହୁଏ ସିନା ପିଣ୍ଡେନୂତନ ଜୀବନ ଲାଭ ।