ସପ୍ତମ ସର୍ଗ — କଳ୍ପଲତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ଏଥୁ ଅନନ୍ତରେ ଜେମା ରୂପ ଧରିନିଶୀଥେ ନିୟତି ରାଣୀ,ସ୍ୱପନେ କୁମାରେ ଆହ୍ୱାନି ବୋଲିଲେକୋମଳ ମଧୁର ବାଣୀ ।‘‘ଶୁଣ ହେ ସୁନ୍ଦର ମୋ ପରିଚୟ ମୁଁଧରେ କଳ୍ପଲତା ନାମ,ଜନକ ମୋହର ରତ୍ନଗଡ଼-ପତିନିଖିଳ ଗୁଣାଭିରାମ ।ମହେନ୍ଦ୍ର-ମେଖଳେ କୁନ୍ତୀ ଦେବାଳୟେପଢ଼ି ମୁଁ ତୁମ୍ଭ କବିତା,ସେଦିନୁ ହୋଇଛି ବଳେ ବଳେ ତବପୟରେ ଚିର-ବିତ୍ରୀତା ।ସେହି କବିତାରୁ ତବ ପୁଣ୍ୟ ମୂର୍ତ୍ତିଗଢ଼ିନେି ସଂକଳ୍ପରେ,ସଂକଳ୍ପୋପଚାରେ ପୂଜୁଅଛି ନିତିଶ୍ରଦ୍ଧା ପ୍ରୀତି ଭକ୍ତିଭରେ ।ମୋହୋ ବିଚାରରେ ପ୍ରାପ୍ତିଠାରୁ ପ୍ରାପ୍ତି-ଆଶାରେ ସୁଖ ପ୍ରଚୁର,ହେଉ ପଛେ ତୁଛା ଆଶା-ମୋଦକ ସେମାତ୍ର ତା’ ବଡ଼ ମଧୁର ।ବାସ୍ତବେ ସଂକଳ୍ପ ସୁଖ ଅପାର୍ଥିବଖୋଜେ ନାହିଁ ତାହା କାର୍ଯ୍ୟେ,ବୁଝେ ତାର ମୂଲ ସେହୁ ସିନା ଯେହୁଭ୍ରମିଛି ସଂକଳ୍ପ-ରାଜ୍ୟେ ।ଆଶା ଆତୁରତା ବେଗେ କରେ ସେହିସଂକଳ୍ପ ସୁଖେ ଆହ୍ୱାନତହୁଁ ସେ ହୃଦୟେ କରେ ଅଧିଷ୍ଠାନଆରୋହି ସଂକଳ୍ପ-ଯାନ ।କିସ ନିବେଦିବି ସ୍ୱଭାବେ ଅବଳାବୁଦ୍ଧି ମୋ ଅତି ଦୁର୍ବଳ,ସୁଧାପାୟୀଠାରେ ସୁଧାର ପ୍ରଶଂସାବାହୁଲ୍ୟ ସିନା କେବଳ ।ଏସନେ ସଂକଳ୍ପ ସୁଖ ଭୁଞ୍ଜୁଥିଲିଆଚରି ସଂକଳ୍ପ-ବ୍ରତ,ମାତ୍ର ସେ ସଂକଳ୍ପ ହେବାକୁ ବସିଲାପ୍ରକୃତରେ ପରିଣତ ।ଶୁଣିଲି ଯେ ଦିନ ତବ ପୁତପଦେଅର୍ପିବେ ମୋତେ ଜନକ,ଭାବିଲି ପ୍ରାୟଶଃ ସଦିଚ୍ଛା ସଂସାରେହୁଏ ନାହିଁ ନିରର୍ଥକ ।ମାତ୍ର କାଳଚକ୍ର ସନ୍ଦେହ ମୀମଂସାକଲା ଖରେ ଘୂରି ଆସି,ତବ କରେ ପିତା ଅର୍ପିବାକୁ ମୋତେଅମତ’ ଛନ୍ତି ପ୍ରକାଶି ।ଶୁଣିଲା ବେଳୁଏ ଦାରୁଣ ସମ୍ବାଦବିଷାଦ ନୈରାଶ୍ୟମୟ,ଯେ ଯାପନାନକ ଜଳୁଛି ହୃଦେ ତାକି କହିବି ସଦାଶୟ !ନିନ୍ଦା ଅପବାଦ ପ୍ରସୂତି ଯଦ୍ୟପିନୁହନ୍ତି ସ୍ୱେଚ୍ଛାଚାରିତା,କି ଚାରା ମୋ ହୃଦେ ସାହସି ପଶନ୍ତା
ଛାର ଏ ବେଦନା-ଚିତା ।
ଗୁରୁଦ୍ରୋହୀ ହେବି ଚଳିଲେ ସ୍ୱତନ୍ତ୍ରେ
ପିତୃଇଚ୍ଛା ପ୍ରତିକୂଳେ,
ବରପୂର୍ବା ହୋଇ ଅନ୍ୟଥା ନାଶିବି
ସତୀତ୍ୱ-ଧନେ ସମ୍ବୁଳେ ।
ଉଭୟ ସଙ୍କଟେ ପଡ଼ି କିଂକର୍ତ୍ତବ୍ୟ
ପାରୁ ନାହିଁ ସ୍ଥିର କରି,
ହେଉଅଛି ଛଟ- ପଟ ନାଗସାପ
ଛୁଚୁନ୍ଦ୍ରା ଧରିଲା ପରି । *
ପିତୃଇଚ୍ଛା, ନାରୀ- ଧର୍ମ ଲଙ୍ଘିବାକୁ
ବହକ ତ ଖଟୁ ନାହିଁ,
ଜାଣୁ ଜାଣୁ ଅହୋ ଏଡ଼େ ମହାପାପ
ଅରଜିବି କାହିଁ ପାଇଁ ?
ମରିବିତ ଦିନେ ଆଜି ଜାଣି ଆସି
ପହଞ୍ଚିଲା ସେ ସମୟ,
ଏହା ଭାବି ମୁହିଁ ଦେହ ବିସର୍ଜନେ
ହୋଇଛି କୃତନିଶ୍ଚୟ ।
ବରିଛି ତୁମ୍ଭଙ୍କୁ ମନେ ମନେ ପୂର୍ବେ
ଧର୍ମତଃ ତୁମ୍ଭେ ମୋ ପତି
ଘେନିବାକୁ ତେଣୁ ଅନ୍ତିମ ବିଦାୟ
ଉପସ୍ଥିତ ତୁମ୍ଭ କଳି ।
* ନାଗ ସାପ ଛୁଚୁନ୍ଦ୍ରା ଧରି ଖାଇଦେଲେ ମରିଯାଏ କିମ୍ବା ନ ଖାଇ ଛାଡ଼ିଦେଲେ ଅନ୍ଧ ହୋଇଯାଏ । ସୁତରାଂ ଉଭୟ ଦିଗରେ ସଙ୍କଟ ।
ଯୋଗବିଦ୍ୟାବଳେ ଆସିଲି ଏ ସ୍ଥଳେ
ଭେଦି ନିଶା ବିଭୀଷିକା,
ଘେନୁଛି ବିଦାୟ ଶ୍ରୀଚରଣୁ ଏବେ
ଏ କିଣା ପାଦ-ସେବିକା ।’’
ଏହା ଭାଷି ଛଦ୍ମ- ରୁପିଣୀ ନିୟତି
ଯୋଡ଼ି ବଳୟିତ କର,
ପୁଷ୍ପାକରେ ନମି ପ୍ରଦକ୍ଷିଣ କରି
ଉଭେଇଗଲା ସତ୍ୱର ।
ଭାଙ୍ଗି ଯାନ୍ତେ ନିଦ୍ରା ଉଠି ବସି ଖଟେ
ନିଶାନ୍ତେ ରାଜନନ୍ଦନ,
ଦୃଷ୍ଟପୂର୍ବ ସ୍ୱପ୍ନ- ବୃତ୍ତାନ୍ତ ସମ୍ବନ୍ଧେ
କଲେ କେତେ ଆନ୍ଦୋଳନ ।
ଘଟିଲା ପହିଲେ ସ୍ୱୀୟ ମନ ପ୍ରତି
ଅବିଶ୍ୱାସ ସମ୍ପୂର୍ଣ୍ଣତଃ,
ସେ କହିଲା ସ୍ୱପ୍ନ, ମାତ୍ର ଯୁବରାଜ
ମଣିଲେ ଘଟଣା ସତ ।
ଭାବିଲେ ଏ ନୁହେଁ ଭ୍ରାନ୍ତି-ବିଳାସିନୀ
ସ୍ୱପନ ଦେବୀ ଛଳନା,
ନିଶ୍ଚେ ଯୋଗବଳେ ଆସିଥିଲା ଏଥେ
ଛଇଳା ନବ ରତନା ।
ଶୁଣିଥିଲି ତ ସେ ଆୟତ୍ତ କରିଛି
ସକଳ ବିଦ୍ୟା ବିଭବ,
ଯୋଗଶାସ୍ତ୍ର ଶିକ୍ଷା ହେବ ବା କିପାଇଁ
ତାହା ପକ୍ଷେ ଅସମ୍ଭବ ।
କାହୁଁ ସେ ଜାଣିଲା କୁନ୍ତୀ ଦେବାଳୟେ
ଲେଖିଛି ମୁହିଁ କବିତା,
ପ୍ରତେ ହୁଏ ଏଣୁ ଯୋଗ ମହାବିଦ୍ୟା
ସାଧିଛି ନିଶ୍ଚେ ଲଳିତା ।
ନୋହିଲେ କି ଗଣ୍ଡ ନେତ୍ର ଭାଲ ଏଡ଼େ
ଦିଶନ୍ତା ଜାଜ୍ଜ୍ୱଲ୍ୟମାନ,
ଦେବୀ ପ୍ରାୟ ପୁଣି ଝିମିଟ ମଧ୍ୟରେ
ଲଭନ୍ତା କି ଅନ୍ତର୍ଦ୍ଧାନ ।
ଶୁଣିଥିଲି ଯାହା ଜନଶ୍ରୁତି ସୁତ୍ରେ
ଦେଖିଲି ତହୁଁ ଅଧିକ,
ରୂପେ ଗୁଣେ ବାଳା ରୁପଗୁଣଭୂଷା
ଏ କଥା ନୁହେଁ ଅଳୀକ ।
ଏ ଲାବଣ୍ୟ-ଲୀଳା ସୁଶୀଳାମଣିକି
ଭାଗ୍ୟଫଳେ ଅଙ୍କେ ବହି,
ଏତେ ଦିନ ପରେ ସାର୍ଥ କଲେ ସିନା
ବସୁନ୍ଧରା ନାମେ ମହୀ ।
ମୋହଲାଗି ଯେବେ ପ୍ରାଣ ହରାଇବ
କରିଅଛି ଟାଣପଣ,
ହେବି ତେବେ ମୁହିଁ ରାଜ-ତନୟାର
ମୃତ୍ୟୁର ମୂଳକାରଣ ।
ଅତଏବ ଯାଇ ରତ୍ନଗଡ଼େ ମୁହିଁ
ଭିଆଇ ନାନା ଉପାୟ
ରାଜନନ୍ଦିନୀର ସଂକଳ୍ପ ପଥରେ
ଘଟାଇବି ଅନ୍ତରାୟ ।
ଏସନ ବିଚାରି ବୀର ପୁଷ୍ପାକର
ଅଶ୍ୱେ ଚଢ଼ି ପ୍ରାତଃକାଳେ,
ସଂଗୋପନ ଭାବେ ବାହାରିଲେ ପୁରୁ
ସଙ୍ଗେ ଘେନି ଅଶ୍ୱପାଳେ ।
ବାରୁଣୀ-ତୋରଣେ ଦେବ ବିକର୍ତ୍ତନ
ପ୍ରବେଶିଲେ ହସି ହସି,
ପ୍ରକୃତି ନିକ୍ଷପ୍ତ ହେମ କନ୍ଦୁକ କି
ଆସିଲା ତଳକୁ ଖସି ?
କିମ୍ବା ଦିବା-ନୃପ ରାଜକାର୍ଯ୍ୟ ଶେଷେ
ଅସ୍ତଗିରି-ଗନ୍ତାଘରେ,
ରବିରୁପ ରାଜ- ମକୁଟ ମସ୍ତକୁ
ଉତ୍ତାରି ରଖିଲେ ଖରେ ।
ବଧୁଲୀ-ପାଟଳା ଗୋଧୁଳି ଆସିଲା
ତ୍ରିଦିବ ବିଭବ ଘେନି,
ସନ୍ଧ୍ୟା ଅବତୀର୍ଣ୍ଣ ସକାଶେ ସୃଜିଲା
ପ୍ରବାଳ ପାବଚ୍ଛଶ୍ରେଣୀ ।
ଚୌଦିଗୁ ଶୁଭିଲା ଭଦ୍ରନାମା ଥଣ୍ଟ-
କୁଠାର ଆଘାତ ସ୍ୱର,
ଜଣାଇଦେଲା କି ସନ୍ଧ୍ୟାଗ୍ରମ ପକ୍ଷୀ
ନାଗରା ପିଟି ସତ୍ୱର ?
ବେଳ ବୁଡ଼ିଲାଣି ବାଣି ସାତଭାୟା
ବିଶ୍ରାମିଲେ ବଂଶବନେ,
ଚିର କଳିପ୍ରିୟା କଳିହୁଡ଼ୀ ନୀଡ଼େ
ରଟିଲା ଉଚ୍ଚେ ସଘନେ ।
ପଶ୍ଚିମାଭିମୁଖେ ଉଡ଼ିଗଲେ କାକେ
ରାବି ରାବି ପନ୍ତି ପନ୍ତି,
ଉଡ଼େ କି ରଜନୀ- ରାଣୀଙ୍କ ଅସିତ
ବିଜୟ ବଇଜୟନ୍ତୀ ?
ଆନ ଖଗବର୍ଗ ରାବି ରାବି ସୃଷ୍ଟି
ପୂର୍ଣ୍ଣ କଲେ କୋଳାହଳେ,
ଦ୍ୱିଜ ନାମ ହେତୁ ସନ୍ଧ୍ୟା ବନ୍ଦନା ବା
ଆବୃତ୍ତି କଲେ ସକଳେ ।
କେବଳ ନୀରବ ଚକୋର ଦମ୍ପତି
ଛିନ୍ନତାର ବୀଣା ପରି,
ଆସନ୍ନ ବିପଦେ ନିରେଖି ତାଙ୍କର
ବାକ୍ୟ ବୁଦ୍ଧି ଗଲା ହରି ।
ଗୋରୁଯୂଥ ଘେନି ଗ୍ରାମେ ବାହୁଡ଼ିଲେ
ରଖୁଆଳ ପିଲାଗଣ,
ଗ୍ରାମ୍ୟ ଗୀତ ଗାଇ କନ୍ଧେ ହସ୍ତେ ଧରି
ବରଡ଼ା-ଛତା ପାଞ୍ଚଣ ।
ଚାହୁଁ ଚାହୁଁ ନଭେ ଉଠିଲାକ ଫୁଟି
ସାନ୍ଧ୍ୟତାରା ଦୀପ୍ତିମତୀ,
ସ୍ୱର୍ଣ୍ଣ-ଦୀପ ଧରି ସାୟାହ୍ନେ ବାରୁଣୀ
କରେ କି ପ୍ରୀତି-ଆରତି ?
ସେ ସଙ୍କେତ ଦେଖି କୁଳବାଳାକୁଳ
ତୁଳସୀ-ଚଉ ରା ପାଶେ,
ଜାଳି ସନ୍ଧ୍ୟାବତୀ ବିହିଲେ ପ୍ରଣତି
ବୃନ୍ଦାବତୀ ତୁଷ୍ଟି ଆଶେ ।
ବାଜିଲା ମଧୁରେ ଗ୍ରାମେ ପ୍ରତିଘରେ
ସନ୍ଧ୍ୟା ଆଗମନୀ ଶଙ୍ଖ,
ଗୋଟି ଗୋଟି ହୋଇ କୋଟି କୋଟି ତାରା
ଛାଇଲେ ଆକାଶ-ଅଙ୍କ ।
ବହୁ ନେତ୍ର ଫେଡ଼ି ରଜନୀ ସମ୍ରାଜ୍ଞୀ
ଚାହିଁଲେ ସ୍ୱରାଜ୍ୟେ ଅବା,
କିମ୍ବା ବସିଗଲା ଅନମ୍ବର ଦେଶେ
ପୁଣ୍ୟାତ୍ମାଙ୍କ ଧର୍ମସଭା ।
କିବା ଦେବେ ନର ପାର୍ଥିବ ବେଭାର
ଦେଖି ହସୁଛନ୍ତି ବସି,
ତାରାବ୍ୟାଜେ ତାଙ୍କ ଅଂଶୁଳ ଦଶନୁ
ଉଠୁଛି ଶୋଭା ବିକଶି ।
ଶିରୀଷାଦି ବହୁ- ଶୀର୍ଷପତ୍ର ତରୁ
ମୁଦିଲେ ପତ୍ର-ନୟନ,
ରଜନୀ ଆଗତ ଜାଣି କି ସକଳେ
ଆଶ୍ରିଲେ ସୁଖ ଶୟନ ?
ନିଶା ସଙ୍ଗେ କଲେ ସ୍ୱାଗତ ସମ୍ଭାଷ
କୌଶିକୀ ସହ କୌଶିକ,
ଗୁପ୍ତ ସ୍ଥାନ ତେଜି ରାତ୍ରିଚର ଜୀବେ
ଭ୍ରମିଲେ ହୋଇ ନିର୍ଭୀକ ।
ରୋଗୀ ସ୍କନ୍ଧେ * ପୁଣି କମଳିନୀ ସ୍କନ୍ଧେ
ଥୋଇ ନିଜ ଦୁଃଖଭାର,
ହସିଲା କୁମୁଦ ବିଧୁ-ବିନୋଦିନୀ
ଉଜ୍ଜ୍ୱଳି ନୀର, କାସାର ।
* ରାତ୍ରରେ ରୋଗୀର ରୋଗଯନ୍ତ୍ରଣା ଅଧିକ ହୁଏ ।
ଘଡିକ ପୂର୍ବେ ଯେ କାନ୍ଦୁଥିଲା ଅହୋ
ଦୁର୍ଭାର-ଦୁଃଖ-କବଳେ,
କେଡ଼େ ବେଗେ ତାକୁ ଦେଲାକ ହସାଇ
ନିୟତି କି ମନ୍ତ୍ରବଳେ !
ନିୟତି କନ୍ଦାଏ ନିୟତି ହସାଏ
ବ୍ରତ ତାର କନ୍ଦାହସା ।
କରିପାରେ ସେହୁ ଉପଳେ ଅଚଳ
ମତ୍ତ ମତଙ୍ଗଜେ ମଶା ।
ହସିବା କେବଳ କ୍ଷଣସ୍ଥାୟୀ, ତେବେ
ହସିବାରେ କେଉଁ ସୁଖ,
ଆଜୀବନ ବସି କାନ୍ଦୁଥିଲେ ଅବା
ଖଣ୍ଡିପାରେ ଭବ-ଦୁଃଖ ।
ଆସିବା ସମୟେ କାନ୍ଦେ ଜୀବ ପୁଣି
ଯିବାକାଳେ ଯାଏ କାନ୍ଦି,
ସ୍ଥିତିକାଳେ କାନ୍ଦେ ସଂସାର ଜଞ୍ଜାଳ-
ଜାଲେ ହୋଇ ଆପେ ବାନ୍ଧି ।
କାନ୍ଦଣା ଜୀବର ଜୀବନସମ୍ବଳ
ସାଧନାର ମୁଖ୍ୟ ରାହା,
କାନ୍ଦିଲେ ଜନନୀ ଅଳି ଦ୍ରବ୍ୟ ଦିଏ
ହସିଲେ କି ଦିଏ ତାହା ?
ଦେଶ ଦୁଃଖେ ଯେହୁ କାନ୍ଦେ ତାର ସିନା
କାନ୍ଦଣା ଏକା କାନ୍ଦଣା,
ଆନର କାନ୍ଦଣା ନତୁ ଲୋଭ ମୋହ
ସ୍ୱାର୍ଥର ତୀବ୍ର ଛଳନା ।
ରାତ୍ରି ଅର୍ଦ୍ଧଯାମେ ପୁଷ୍ପାକର କରି
ରତ୍ନଗଡ଼େ ପଦାର୍ପଣ,
ରାଜନବରର ଉପକଣ୍ଠେ କଲେ
ଅଶ୍ୱରୁ ଅବତରଣ ।
ଅଶ୍ୱପାଳେ ଅର୍ପି ରତ୍ନହାର ତାକୁ
ମେଲାଣି ଦେଇ ସତ୍ୱର,
ନିଜ ଆଗମନ ପ୍ରକାଶ ବିଷୟେ
ନିଷେଧି ଥରକୁ ଥର ।
ଅଶ୍ୱ ଘେନି ଯାନ୍ତେ ଅଶ୍ୱଦାସ, ବୀର
କ୍ଷଣେ ତହିଁ ହୋଇ ଠିଆ,
ନଗରାଭିମୁଖେ ଯାତ୍ରା କଲେ ପରେ
ପଦବ୍ରଜେ ଏକୁଟିଆ ।
ଚାଲିଛନ୍ତି ପଥ ଭୟ ଅବା ବାଧା
କାହାପ୍ରତି ନିଘା ନାହିଁ,
ଉଦବିଗ୍ନମନାକୁ କେବେ କେଉଁ ବିଘ୍ନ
ଓଗାଳିଅଛି ବା କାହିଁ ?
ନଅର ପାର୍ଶ୍ୱରେ ମନୋରମା ନାମେ
ମାଲୁଣୀ କରେ ବସତି,
ଅତର୍କିତେ ତହିଁ ପ୍ରବେଶିଲେ ଯାଇ
ଭାବୀ ପଦ୍ମପୁର-ପତି ।
ପଟ ଚିରୁଥିଲା ବସି ସେ ମାଲୁଣୀ
ହୋଇ ଅତି ଖରକର,
ପଚାରିଲେ ତାକୁ ଏ ଗ୍ରାମେ ମିଳେ କି
ବିଦେଶୀଙ୍କ ପାଇଁ ଘର ।
ଶୁଣି ମନୋରମା ଭାଷିଲା ହେ ବାବୁ
ଅଛି ଦେବି ଘର ଆସ,
ତରତରେ ଯାଇ ଫିଟାଇଦେଲା ସେ
ନୃପତି ଯୋଗ୍ୟ ଆବାସ ।
ବସା କରି ତହିଁ ରହିଲେ ଭୂପଜ
ମାନସେ ଲଭି ଉଷତ,
ସାଗ୍ରହେ ତାହାଙ୍କୁ ସେବିଲା ମାଲୁଣୀ
ପ୍ରାଚୀନା କିଙ୍କରୀବତ ।
ଶ୍ରମନାଶ ପରେ ମନୋରମା, ବୀରେ
ପୁଚ୍ଛିଲା କରି ଆଦର,
‘‘ରାଜପୁତ୍ର ପ୍ରାୟ ଦିଶୁଛ ତ ବାପ
କେଉଁ ରାଜ୍ୟେ ତୁମ୍ଭ ଘର ?’’
ଉତ୍ତରିଲେ ତହୁଁ ନରେଶ-ନନ୍ଦନ
‘‘ନୁହେଁ ମୁଁ ରାଜକୁମାର,
ଆସିଛି ଏ ରାଜ୍ୟେ ରହି କିଛିଦିନ
କରିବି ବୋଲି ବେପାର ।’’
ତାହା ଶୁଣି ହସି ଭାଷିଲା ମାଲୁଣୀ
‘‘ଛଳନା କର କିପାଇଁ,
ପଣତ ଉହାଡ଼େ ଦୀପପ୍ରଭା କେବେ
ଲୁଚାଇ ତ ହେବ ନାହିଁ ।
ଅସ୍ଥାନେ ପଛକେ ପଡ଼ିଥାଉ ମୋତି
ମାତ୍ର ତା ଦ୍ୟୁତିନିଚୟ,
ମୋତି ବୋଲି ତାକୁ ଚିହ୍ନାଇଦିଅନ୍ତି
ଜନସମାଜେ ନିଶ୍ଚୟ ।
ସୁନ୍ଦର ସୃଷ୍ଟିରେ ଏକଛତ୍ର ପତି
ତୁମ୍ଭେ ହେ ସୁନ୍ଦରୋତ୍ତମ,
ରତ୍ନାକର ବିନା ଲଭେ କି ରତନ
ପଲୁତ ପଙ୍କେ ଜନମ ?’’
ବାକ୍ଚାତୁରୀ ଛଳେ ରଖି ସେ ପ୍ରସଙ୍ଗ
ଯୁବରାଜ ଗୁଣାଧାର,
ସମ୍ମିତେ ମାଗିଲେ ମାଳାକାରିଣୀକୁ
ଆତ୍ମପରିଚୟ ତାର ।
ସେ ବୋଲେ ‘‘ମୁଁ ଅଟେ ମାଳାକାର-ନାରୀ
ନାମ ମୋର ତିଳୋତ୍ତମା,
ମାତ୍ର ଡ଼ାକୁଛନ୍ତି ଜେମାଦେଈ ଏବେ
ସ୍ନେହବଶେ ମନୋରମା ।
ଆଜୀବନ ଏକା ଜୀବିକା ମୋହର
ଜେମାଙ୍କ ଖଟଣୀ ଫୁଲ,
ତାଙ୍କ ବିନା ଆନ କିଏ ବା ବୁଝିବ
ମୋ ଗୁନ୍ଥା ଫୁଲର ମୂଲ ?
କେଜାଣି କପାଇଁ ତିନିଦିନ ହେଲା
ବଢ଼ୁ ନାହିଁ ଆଉ ନୀତି,
ବେଣ ଭୂଷଣରେ ଇଚ୍ଛା ନାହିଁ ଜେମା
ଧରିଛନ୍ତି ଶୋକରୀତି ।
ବିବାହ ନିର୍ବନ୍ଧ ଭାଙ୍ଗିଯିବାରୁ ବା
ଉଦାସ ଭାବ ଏସନ,
ଜଗତ-ଠାକୁରେ ଜଣା ଏକା ତାହା
କିଏ ଜାଣେ କାହା ମନ ?’’
ଶୁଣି ଏ ଭାରତୀ ଭାବିଲେ କୁମାର
‘‘ପୁରିବ ମୋ ମନୋରଥ,
ବିନା ଅନ୍ୱେଷଣେ ଅଗ୍ରତେ ବିଧାତା
ଦେଖାଇ ଦେଲାଣି ପଥ ।
ଏହି ମନୋରମା ସାହାଯ୍ୟେ କେବଳ
ହେବ କାର୍ଯ୍ୟ ସହଜରେ,
ଏ ଭେଳା ସହାୟେ ତରିବି ମୁଁ ନିଶ୍ଚେ
ମୋହରି ଇଚ୍ଛା-ସାଗରେ ।’’
ଏସନ ଭାବିଣ ପୁଷ୍ପାକର କଲେ
ଆନନ୍ଦ-ଭଣ୍ଡାର ଜୁର,
ସ୍ୱତଃସିଦ୍ଧ ସିନା ସାଫଲ୍ୟରୁ ଫଳ-
ଆଶାରେ ସୁଖ ପ୍ରଚୁର ।
ଏ ଅନ୍ତେ ହୁଅନ୍ତେ ରଜନୀ ଅଧିକ
ଶୋଇବାକୁ ଗଲେ ବୀର,
ବିଦାୟ ଘେନିଣ ମନେରମା ତହୁଁ
ଚଳିଲା ନିଜ ମନ୍ଦିର ।
ଜେମା ଲାଗିପାଇଁ ପ୍ରଭାତରୁ ଉଠି
ଗୁନ୍ଥିଲା ମାଲୁଣୀ ଫୁଲ,
ଦେଖିଣ କୁମାର ମିଳିଲେ ତା ପାଶେ
ଆନନ୍ଦେ ହୋଇ ଉତ୍ଫୁଲ୍ଲ ।
ନାନାବର୍ଣ୍ଣ ଫୁଲେ ଗୁନ୍ଥିଲେ ଯତନେ
ଅତି ରମଣୀୟ ହାର,
ଅଦୃଷ୍ଟପୂର୍ବ ତା ଶିଳ୍ପର ମହିମା
ଦିଶଇ ବଡ଼ ବାହାର ।
ଗୁନ୍ଥିବା କୌଶଳେ ପୁଷ୍ପରେ ଅକ୍ଷର
ବିନ୍ୟାସି ଶୂର-ସବିତା,
ଦିବ୍ୟ ବର୍ଣ୍ଣମାଳେ ହାର ମଧ୍ୟସ୍ଥଳେ
ରଚିଥିଲେ ଏ କବିତା-
‘‘ସବୁକଥା ଜେମା ପ୍ରାକ୍ତନ ଅଧୀନ
ପ୍ରବଳ ସେ ସବୁଠାବେ,
ମାନି ତାହା ଆଜ୍ଞା ରହିବା ଉତିତ
ସୁଖେ ଦୁଃଖେ ସମଭାବେ ।
କିବା ଉପଦେଶ ଦେବି ମୁଁ ତୁମ୍ଭେ ବା
କେଉଁ ବିଷୟରେ ଆଜ୍ଞା,
ଚାଲିଲେ ପ୍ରାକ୍ତନ ପ୍ରତିକୂଳେ ହେବ
ଈଶ୍ୱର ଆଜ୍ଞା ଅବଜ୍ଞା ।
ଅତଏବ ଦେବି ! ବିଷମ ସଂକଳ୍ପ
ଆଚରିବା ନୁହେଁ ଧର୍ମ,
କାବ୍ୟପ୍ରବୀଣାକୁ ନାହିଁ ତ ଅଜଣା
ଧର୍ମାଧର୍ମ ଗୂଢ଼ ମର୍ମ ।
ଆସିଅଛି ମୁହିଁ ଭାବନା ନ କର
ଉପାୟେ ସାଧିବା କାର୍ଯ୍ୟ,
ଉପାୟରେ ସିନା ସଙ୍କଟରୁ ସୁଧା
ଲଭିଥିଲେ ପକ୍ଷିରାଜ ।
ଧୈର୍ଯ୍ୟଶୀଳେ, ଧୈର୍ଯ୍ୟ ସମ୍ଭାଳି ରହିବା
ସାଫଲ୍ୟ ଲାଭର ରାହା,
ଧଇର୍ଯ୍ୟ ଉଦ୍ଯୋଗ ଅଭୀଷ୍ଟ ସିଦ୍ଧିର
ଅଟେ ସିନା ବେନି ବାହା ।’’
ଏହି ପାଞ୍ଚପଦ କବିତାରେ ରଚି
ପାଞ୍ଚଟି କୁସୁମହାର,
ମନୋରମା ହସ୍ତେ ଅର୍ପିଲେ ଜେମାଙ୍କୁ
ଦେବାପାଇଁ ଉପହାର ।
ଦେଖିଣ ମାଲୁଣୀ ଲଭିଲା ଆନନ୍ଦ
ଦୀନନିଧି ଲାଭ ଭଳି,
ଜେମାଙ୍କ ଛାମୁରେ ଅର୍ପିବାକୁ ହାର
ଗଲା ଅତି ତ୍ୱରା ଚଳି ।
ଅଷ୍ଟମ ସର୍ଗ
ଅଟ୍ଟାଳୀ ଉପରେ ନରେଶ ଦୁଲାଳୀକରୁଛି କିସ କଳ୍ପନା,ପରିଚାରିକାଏ ଚଉପାଶେ ବେଢ଼ିବଡ଼ାଉଛନ୍ତି ମାଜଣା ।ସିଦ୍ଧିଦେବୀଙ୍କୁ କି ଘେରି ବସିଛନ୍ତିବିବିଧ ସାଧନାକୁଳ,ଅବା ଶତଦଳ ଚଉପଟେ ଫୁଟରହିଛି କହ୍ଲାର ଫୁଲ ?ଆଭାସି ଉଠୁଛି ଜେମା ମୂରତିରୁଗଭୀର ଚିନ୍ତାଶୀଳତା,ଅକୁଳ ଅଗାଧ ଭାବନା-ସାଗରେମଗ୍ନ ଆଜ କଳ୍ପଲତା ।ବହୁଅଛି କେତେ ମନୋରଥ-ସ୍ରୋତହୃଦୟେ ମୂହୁଃ ସଞ୍ଚରି,ଧୈର୍ଯ୍ୟଶୀଳା ତାହା ରଖୁଛି ସମ୍ଭାଳିଗୁପତେ ଧୈର୍ଯ୍ୟ ଆବରି ।ରଖେ ଯଥା ଅନ୍ତଃ- ସଲୀଳା ସାଳନ୍ଦୀମେଘାସନ ଶୈଳବାଳା,ନିଦାଘ ସମୟେ ସିକତା ଘୋଡ଼ାଇଶୀତ ସ୍ୱଚ୍ଛ ସ୍ରୋତମାଳା ।ବୃଷ୍ଟିଜଳ ପାତେ ବୁଦ୍ବୁଦ ପରାଏଉଠି କେତେ ମନୋଭାବ,ପରକ୍ଷଣେ ତାହା ହୃଦ-ସରୋବରେଏଭୁଅଛି ତିରୋଭାବ ।ଗଣ୍ଡେ କର ଥୋଇ ନିର୍ନିମେଷ ନେତ୍ରେଭାଳଇ ଏସନ ଧନୀ,ଖଳ ଲୋକେ ମୋର ସୌଭାଗ୍ୟ କୋଷ୍ଠିରେହେଲେ ସିନା ରନ୍ଧ୍ରଶନି ।ପକ୍ଷପାତଶୂନ୍ୟ ନ୍ୟାୟେ ଯାହାଙ୍କରଦୁର୍ଜନ ସାହସ ତୁଟେ,କର୍ମ ଦୁର୍ବଳକୁ ସେ ପିତା ମୋହରଭୁଲିଗଲେ ଖଳକୂଟେ ।ରାଜପୁବୀ ହେଲେ କି ହେବ ପ୍ରତ୍ୟୁତଭାଗ୍ୟ ମୋର ପ୍ରତିକୂଳ,ଭାଗ୍ୟବତୀ ବୋଲି ବୋଲେ ଯେ ମୋତେ ସେଜାଣେ ନାହିଁ ଭାଗ୍ୟମୂଲ ।ବଳେ ବଳେ ଯାଚି ବିହି ଆହା ମୋତେକଲା କେଡ଼େ ପ୍ରତାରିତ,ବଢ଼ାନ୍ତେ ହସ୍ତ ମୁଁ ସେ ମହାରତନକଲା କାହିଁ ଲୁକାୟିତ ।ମଧୁର ପଦାର୍ଥ ସନ୍ତାନେ ଦେଖାଇଅଲକ୍ଷ୍ୟରେ ଦେଲେ ପିତା,ସନ୍ତାନ ମନରେ କି କଷ୍ଟ ହୁଏ ତାଜାଣନ୍ତି ନାହିଁକି ପିତା ?କି କରିବି ମୁହିଁ ବୁଦ୍ଧି ଦିଶୁ ନାହିଁମନଭ୍ରମେ ଇତସ୍ତତ,ଦୃଢ଼ ବାଡ଼ବଦ୍ଧ ପିଞ୍ଜରା ମଧ୍ୟରେନବଧୃତ ପକ୍ଷବାତ ।ଅପରକୁ କଷ୍ଟ ପ୍ରଦାନେ ଯେ, କଷ୍ଟସେ କି କେବେ ଭୁଞ୍ଜି ନାହିଁ,କଷ୍ଟର ଯାତନା ଜାଣିଲେ ସେ ତାହାଆନ ଦେବ କାହିଁ ପାଇ ?ଔଷଧାର୍ଥେ ବିଷ ଲୋଡ଼ା ବୋଲି ବିହିସୃଜିଲେ ପବନାଶନେ,କେ କହିବ ମୋତେ ମାତ୍ର ସୃଷ୍ଟି କଲେଖଳକୁ କି ପ୍ରୟୋଜନେ ?ସେ ପିଶୁନେ ସିନା ସାଧିଲେ ମୋହରସର୍ବନାଶ ହାୟ ହାୟ,ନର ଜୀବନର ପ୍ରଧାନ ସଂସ୍କାରେଘଟାଇଣ ଅନ୍ତରାୟ ।’’ଜେମାର ଏ ସନ ଭାଳୁଣି କାଳରେମାଲୁଣୀ ମିଳି ସେଠାରେଛାମୁରେ ଅଦୂରେ ଫୁଲଡ଼ାଲା ଥୋଇଟେକିଲା କୁସୁମହାରେ ।ଅପୂର୍ବ ସୁଷମା ନିରେଖି ସେ ହାରହସ୍ତେ ନେଲେ ଜେମାମଣି,ପାଞ୍ଚଗୋଟି ହାର ଏକତ୍ର ହୋଇଛିଜାଣିଲେ ସେ ତାହା ଗଣି ।ତହିଁ ବିଖଚିତ ପାଞ୍ଚପଦ ଗୀତନୀରବରେ କେତେ ଥରଆବୃତ୍ତି କରିଣ ଦେଖିଲେ ସ୍ୱାକ୍ଷରଯୁବରାଜ ପୁଷ୍ପାକର ।ଜେମାମନୁ ପୂର୍ବ ଶୋକ ତଡ଼ିଲା ଏଅଦ୍ଭୁତପୂର୍ବ ସମସ୍ୟା,କୁସଂସ୍କାରେ ଯଥା ତଡ଼ିଦିଏ ଶିକ୍ଷାଗଳଥା ଦାନେ ସହସା ।ମାଲୁଣୀକି ଚାହିଁ ପୁଚ୍ଛିଲେ ନୃପଜାଗୁନ୍ଥିଛି ଏ ଫୁଲ କିଏ,ସେ ବୋଲେ ‘‘କାଲି ଠୁଁ ବସା କରି ଅଛିମୋ ଘରେ ବିଦେଶୀଟିଏ ।ଜାଣେ ନାହିଁ ଦେଈ ଜାତି ସଂଜ୍ଞା ପୁଣିକେଉଁ ରାଜ୍ୟେ ଘର ତାର,କୌତୁକ ବଶରେ ଗୁନ୍ଥିଥିଲା ସେହୁଏହି ରମଣୀୟ ହାର ।ଆଣି ମୁହିଁ ତାହା ଭେଟିଲି ଛାମୁରେତବ ମନ ତୁଷ୍ଟିପାଇଁ,କ୍ଷମା ଆଜ୍ଞା ହେଉ କହୁଅଛି ସତଅପର ଉଦ୍ଦେଶ୍ୟ ନାହିଁ ।’’ପ୍ରସନ୍ନ ଦୃଷ୍ଟିରେ ମେଲାଣି ଦେଇଣମାଲୁଣୀକି ମଦାଳସୀ,ଜପମାଳା ପ୍ରାୟ ଫୁଲମାଳ ଧରିଭାଳିଲେ ଏସନ ବସି-‘‘ଧନ୍ୟ ହେଲି ଆଜି ପରଶି ଏ ମାଳାଭାରତୀ-ଭକ୍ତ ରଚିତ,କୁନ୍ତି ଦେବାଳୟ କବିତା ସ୍ୱଗତହେଉଛି ମନେ ଉଦିତ ।ସେହି ଦିନୁ ପୁଣି ଆଜ ଦିନ ମୋରପ୍ରାଣେ ଚିରସ୍ମରଣୀୟ,ପିଇଲି ଯେ ମଧୁ ନୁହେଁ ତାହା ସରିସ୍ୱର୍ଗୀୟ ଛଣା ଅମିୟ ।ହର ହୁନ୍ଦରିଆ ଯୁବରାଜ ଖାଲିନୁହନ୍ତି କାବ୍ୟ-ରସିକ,ଏଭଳି ପୁରୁଷ ହାତ ନ ଧରିଲିଜୀବନ ମୋହର ଧିକ !କି ଆଶ୍ଚର୍ଯ୍ୟ ମୋର ହୃଦଗତ ଭାବଜାଣିଲେ ବୀର କେମନ୍ତେ,ଅଦ୍ଭୁତ ସାଧନା ସାଧିଛନ୍ତି ସେହୁହେଉଛି ଏସନ ପ୍ରତେ ।ମୋହ ଛାର ପାଇଁ କେତେ କଷ୍ଟ ସହିକଲେ ଏଥେ ଆଗମନ,ଲେଖିଛନ୍ତି ପୁଣି ମୋ ଶିବ ସାଧନେକରିବେ ବୋଲି ଯତନ ।ଯେ ଯତନ ପଛେ କରନ୍ତୁ ମାତ୍ର ସେମୋ ପକ୍ଷେ ଯାତନା ସମ,କିପାଁ ମନାସିଲେ ନୃପତି-ନନ୍ଦନକରିବାକୁ ଏ କରମ !ଅସ୍ତ୍ର ବିଦ୍ୟାବଳେ ଯୁବା-ଶିରୋମଣିସୁନିପୁଣ ଅତିଶୟ,ଭାଗ୍ୟଦୋଷେ ମୋର ସେ ବିଦ୍ୟାର ବୀରଘେନିବେ ନିକି ଆଶ୍ରୟ ।ତେବେ ତ ଘଟିବ ମହାନର୍ଥ, ଜଳିଉଠିବ ସମରାନଳ,ସମର୍ପିବେ କେତେ ବୀରେ ରଣଚଣ୍ଡୀ-ପୟରେ ଶିର-କମଳ ।ଆଜୀବନ କେତେ ବିକଳାଙ୍ଗ ହୋଇଭୁଞ୍ଜିବେ ଦାରୁଣ କ୍ଲେଶ,ଧନେ ଜନେ ବଳେ ହୀନକଳ୍ପ ହୋଇନାରଖାର ହେବ ଦେଶ ।କେତେ ପରିବାର ଅନାଥ ହୋଇଣକରିବେ ଶୋକେ ବିଳାପ,ସହସ୍ର ଫଣାରେ ମର୍ମସ୍ଥଳେ ମୋରଦଂଶିବ ସେ ଶୋକ-ସାପ ।କେତେ ମହାପ୍ରାଣ ମୋ ଯୋଗୁଁ ଅର୍ପିବେଜୀବ-ଯଜ୍ଞେ ପୂର୍ଣ୍ଣାହୁତି,ଏଡ଼େ ଅମଙ୍ଗଳ ହେତୁ ହୋଇ ମୁହିଁଅର୍ଜିବି କେଉଁ ସୁକୃତି ?ଏ ପାତକଠାରୁ ବରଞ୍ଚ ସର୍ବଥାମରଣ ଶ୍ରେୟଜନକ,ଜାଣୁ ଜାଣୁ ଅହୋ ଭୁଞ୍ଜିବି ସିନା ମୁଁଜୀବନ୍ତେ ମହାନରକ !ଆଶା-ମରୀଚିକା- ଅନୁଗା ମୃଗୁଣୀହୋଇ ଲଭିବି କି ସୁଖେ,ବାସନା-ଫଣିନୀ- ଲୋଭ-ମଣିଲୁବାହୋଇ ପଡ଼ିବି ତା ମୁଖେ ।ଜନକ ମୋହର ମହାଧର୍ମଶୀଳନରକୁଳେ ଦେବଋଷି,ବ୍ରତପରାୟଣା ପୁଣ୍ୟଶ୍ଲୋକା ମାତାସୁଗୁଣବତୀ ବିଦୁଷୀ ।ସେ ପିତାମାତାଙ୍କ ସୁତା ହୋଇ-ଛି ଛିହେବି କି ମୁଁ ଅଭାଜନ,ଚନ୍ଦନ ପାଦପ ଶାଖା କେତେବେଳେକରେ କି ଗନ୍ଧ ବର୍ଜ୍ଜନ ?ଏହିପରି ବାଳା ଭାଳୁ ଭାଳୁ ଢ଼ଳିପଡ଼ିଲାକ ଅନାୟତ୍ତେ,ପାଳତିଏ ଦେଖି ଉଚ୍ଚରେ ଚିତ୍କାରିଉଠିଲେ ଅତି ଆରତେ ।ତୋଳିଧରି ଜେମା- ମୁଖେ ବାରି ସିଞ୍ଚିସଧୀରେ କରି ବ୍ୟଜନ,ତରତରେ ନେଇ କରାଇ ଦେଲେ ସେସୁପାତି ଶେଯେ ଶୟନ ।’’କ୍ଷଣେ ଜେମାମୁଖ ଫିକା ପଡ଼ିଗଲାହୋଇ ସ୍ୱେଦ-କଣ୍ଟକିତ,ପର୍ଯ୍ୟୂସିତ ହେମ- କମଳ କି ଆହାହେଲା ହିମ-କଣିକିତ ।କରକା ପରାଏ ଶୀତଳ ଲାଗିଲାକଳ୍ପଲତା ଦେହସାରା,ପଳାଇ ଯାଇଛି ଜୀବନ-ତସ୍କରଗୁପ୍ତେ ତେଜି ପିଣ୍ଡ-କାରା ।ଦୁର୍ଲକ୍ଷଣ ଦେଖି କାନ୍ଦିଲେ ଚେଡ଼ିଏରଚି ଘୋର କୋଳାହଳ,ଅନ୍ତଃପୁର ମଧ୍ୟୁ ଉଠିଲା ସଘନେକରୁଣ ଶୋକ ଚହଳ ।କି ହେଲା କି ହେଲା ବୋଲି ସେବକୀଏହାଣିଲେ ହୃଦୟେ ହାତ,କେ ବୋଲଇ ହା ହା ବିନା ମେଘେ କାହୁଁହେଲା ଏ ଅଶନିପାତ !ଶୋଇଅଛି ବାଳା ଉତ୍ତାନ ଭାବରେଶ୍ରମ ଘର୍ମ-ଜଳେ ବୁଡ଼ି,ଫୁଟି ରହିଅଛି କୁସୁମ ମାତ୍ର ତା’ସୁରଭି ଯାଇଛି ଉଡ଼ି !ପ୍ରତେ ହୁଏ ମନେ ନୀରବ ନିଷ୍ପନ୍ଦଅବସ୍ଥା ଦେଖି ତାହାର,ପଡ଼ିଅଛି ଖାଲି ସ୍ୱର୍ଣ୍ଣବୀଣା, ଛିଡ଼ିଯାଇଛି ବାଜେଣୀ ତାର ।ସ୍ୱର୍ଗୀୟ ସୁଷମା ପ୍ରକାଶୁଛି ତନୁନ ଥିଲେହେଁ ପ୍ରାଣବାୟୁ,କଳୁ ଅବା ନିଭୁ ରତ୍ନ-ଦୀପ ସଦାଦିଶେ ସିନା ଦାଉ ଦାଉ ।ବିଦ୍ୟୁତ ବେଗରେ ଘୋଟିଲା ନଗରେଜେମାର ମୃତ୍ୟୁସମ୍ବାଦ,ଆବାଳଜଗତ ନାଗରିକେ ସର୍ବେଗଣିଲେ ଶୁଣି ପ୍ରମାଦ ।ଯହିଁ ଶୁଣ ତହିଁ ଜେମା-ଶୋକ ଗୀତକିବା ବାଟ କିବା ଘାଟ,ମୂହୁର୍ତ୍ତ ମଧ୍ୟରେ ନଗର ଭିତରେବସିଗଲା ଶୋକ-ହାଟ ।କର୍ଣ୍ଣୁ କର୍ଣ୍ଣାନ୍ତରେ ଭ୍ରମିଏ ସମ୍ବାଦଆରୋହି ମାନବ-ଯାନେ,ଯଥାକାଳେ ଯାଇ ପ୍ରବେଶିଲା ପୁଣିବୀର ପୁଷ୍ପାକର କାନେ ।ଭୀଷଣ ଦାରୁଣ ଏ ସମ୍ବାଦ ତାଙ୍କକରିଦେଲା ବୁଦ୍ଧି ବଣା,ତହିଁ ପରେ ଆତ୍ମ- ବିସ୍ମୃତି ଆସିଣପ୍ରକାଶିଲା ପ୍ରତାରଣା ।କେତେ କ୍ଷଣ ପରେ ପ୍ରକୃତିସ୍ଥ ହେଲେମାତ୍ର ନ ସ୍ଫୁରିଲା ଗିର,ବିଷାଦ ନୈରାଶ୍ୟ- ଜଡ଼ିତ ପ୍ରଶ୍ୱାସବରଜି ଭାଳିଲେ ବୀର-‘‘କି ବିଚିତ୍ର ଲୀଳା- କୁଟିଳ କାଳରହିତେ ବିପରୀତ ହେଲା,ଉଦ୍ଧାରିବା ଥାଉ ଜେମାକୁ ତାହାରବୁଡ଼ାଇଲି ପ୍ରାଣ-ଭେଳା ।ଦୁର୍ବିଚାରେ ଯେବେ ବାନ୍ଧିନ ଥାନ୍ତି ମୁଁଦୁଃସାହସ ଏଡ଼େ ଭଳିଅନ୍ତର୍ଦାହେ କିପାଁ ଆମନ୍ତ୍ରି ଆଣନ୍ତିଅନୁତାପାନଳେ ଜଳି ।କେଡ଼େ ଆଶା ଧରି ରୋପିଲି ଉଦ୍ୟାନେମଧୁର ରସାଳ ତରୁ,ଫଳିଲା ତହିଁରେ ଖଟା କରମଙ୍ଗାଆହା ମୋ କର୍ମଦୋଷରୁ !କାଳବଜ୍ର ମୋର ଦୁରାଶା-ଶଇଳେଭାଙ୍ଗି କରିଦେଲା ଗୁଣ୍ଡା,ରତ୍ନପିଣ୍ଡ ଜ୍ଞାନେ ଧରିଥିଲି ଯାକୁହେଲା ସେ ଅଙ୍ଗାରମୁଣ୍ଡା ।ନାରୀହତ୍ୟା ପାପେ ଲିପ୍ତ ହେଲି ଆସିଧିକ ମୁହିଁ ଅକିଞ୍ଚନ,ଏ ମହାପାପର ଯୋଗ୍ୟ ପ୍ରାୟଶ୍ଚିତ୍ତଆତ୍ମପ୍ରାଣ ବିସର୍ଜନ ।ଜୀବନଘେନାର ଜୀବଦାନ ଶାସ୍ତିଗ୍ରହିବାର ଉପଯୁକ୍ତ,ସୁବର୍ଣ୍ଣ ହଜାଇ ସ୍ୱର୍ଣ୍ଣଦାନେ ସିନାଦୋଷରୁ ହୁଅନ୍ତି ମୁକ୍ତ ।ଯେଉଁ ଅନୁଦ୍ଦେଶ୍ୟ ଦେଶେ ଜେମାମଣିଅଛି ମହାଯାତ୍ରା କରି,ସେ ଦେଶକୁ ଗଲେ ଲଭିବଇଁ ଶାନ୍ତିତା ସଙ୍ଗେ ସଦା ବିହୁରି ।ପାର୍ଥିବ ମିଳନ ଭଙ୍ଗୁର ଅସାରଦିନେ ଦୁଇ ଦିନ ପାଇମାତ୍ର ସେ ଦେଶର ଚିର ମିଳନରବିଚ୍ଛେଦ ଘଟଇ ନାହିଁ ।ଅସାଧ୍ୟ ପଛକେ ହେଉ ଯିବି ମୁହିଁତଥାଚ ସେ ରମ୍ୟସ୍ଥଳେ,କଣ୍ଟକିତ ବୋଲି କମଳ ପ୍ରିୟ କିନ ତୋଳେ ଫୁଲ୍ଲ କମଳେ ।ବିଶେଷେ ଏ ମହୀ ମହା ମରୁଭୂମିଶୋକ-ମୋହ-ତପ୍ତ ବୋଲି,ପ୍ରତି ପହୁଣ୍ଡରେ ପୋଡ଼ିଯାଏ ଗୋଡ଼ହୁଏ ନାହିଁ ତହିଁ ଚାଲି ।ସୁଖରୂପେ ଏଥି ଖେଳେ ମରୀଚିକାଏ କେଉଁ ସୁଖ ଆଶେ,ଶୀତଳ ସୁରଭି ଶେଫାଳୀ ଉପେକ୍ଷିରହିବି ଶାଳ୍ମଳୀ ପାଶେ ।’’ଏହିପରି ଶୋକ ଭାଳୁଣି ସମୟେହେଲା ଦେହ ଅବସନ୍ନ,ତହୁଁ ପୁଷ୍ପକର ପଲଙ୍କ ଅଙ୍କରେସହସା କଲେ ଶୟନ ।ଶୁଦ୍ଧାନ୍ତ-ସରସୀ ଏକଇ କମଳପଡିଛି ଆଜି ମଉଳି,ଏ ଦାରୁଣ ବାର୍ତ୍ତା ରାଜସଭା ମଧ୍ୟେଶୁଣିଲେ ନୃପମଉଳି ।ଖରେ ଆସି ତହୁଁ ଦେଖିଲେ ତନୁଜାଶୋଇଛି ମୃତ୍ୟୁଶେଯରେ,ଇନ୍ଦୀବରନିନ୍ଦୀ- ନୟନ ନିମୀତି-ପୁଷ୍ପହାର ଧରି କରେ ।ମର୍ମ-ବର୍ମଭେଦୀ ଏ କଠୋର ଦୃଶ୍ୟଅସହ୍ୟ ପିତୃ-ନୟନେ,ଅଚେତନ ହୋଇ ପଡ଼ିଗଲେ ରାଏତରୁ ଯଥା ପ୍ରଭଞ୍ଜନେ ।ମୂର୍ଚ୍ଛିତାବସ୍ଥାରେ ଦେଖିଲେ ସ୍ୱପନଅଗ୍ରେ ଉଭା ହୈମବତୀ,ଭକ୍ତି-ଆକର୍ଷିଣୀ ବରଦା ମୂରତିଶିବ-ସୀମନ୍ତିନୀ ସତୀ ।ନୃପଙ୍କୁ ସମ୍ବୋଧି କୋମଳେ ଭାଷିଲେ,‘‘ଶୁଣ ରେ ଭକ୍ତପୁଙ୍ଗବ,ଜନ୍ମମରଣର ଗୁପତ ରହସ୍ୟଜଣା ତ ତୋତେ ସରବ ।ଜାଣୁ ଜାଣୁ ବୃଥା ପ୍ରାକୃତ ପରାଏଶୋକେ ହେଲୁ ଅଚେତନ,ମୃତ୍ୟୁ ବୋଲି ଯାକୁ ସେ ସିନା ପ୍ରାଣୀରସ୍ୱବେଶ ପରିବର୍ତ୍ତନ ।ବିଶାଳ ସଂସାର ରଙ୍ଗଭୂମି ମଧ୍ୟେଜୀବ ଅଭିନୟ ସାରି,ଆନ ଅଭିନୟ ସକାଶେ ଯାଏ ସେଏକ ଅଭିନୟ ସାରି ।ଅଟେ ସିନା ମୃତ୍ୟୁ ଶରୀର ସଂସ୍କାରଜନ୍ମର ମୂଳ କାରଣ,ମରଣର ପିତା ଜନମ ଆବରଜନ୍ମର ପିତା ମରଣ ।କହୁଅଛି ଶୁଣ ଅବହିତେ ତୋରକନ୍ୟାର ପୂର୍ବ ଆଖ୍ୟାନ,ଶୁଣିଲେ ସେ କଥା ତୁଟିଯିବ ମୋହୁଶୋକାଗ୍ନି ହେବ ନିର୍ବାଣ ।ଭକ୍ତିଦାନେ ମୋତେ ବଶ କରିଅଛିତୋହୋ ପାଟମହାଦେଈ,ପୂଜୁଅଛି ସଦା ଷୋଡ଼ଶୋପଚାରେପ୍ରୀତି ଦ୍ରବ୍ୟ ନିତି ଦେଇ ।ଆତୁରେ ମୋଠାରେ କନ୍ୟାଲାଭ ବରପ୍ରାର୍ଥିଲା ସେ ବାରମ୍ବାର,ଦୁହିତାରୂପେ ତା ଗର୍ଭେ ଜନ୍ମିବାକୁକରିଥିଲି ମୁଁ ସ୍ୱୀକାର ।ସେହିପରି ଦେବୀ ପଦ୍ମପୁରେଶ୍ୱରୀକରି ଶିବନାମ ଜପ,ସୁତ-ପ୍ରାପ୍ତି ଆଶେ ଏକନିଷ୍ଠ ମନେଆଚରିଲା ତୀବ୍ର ତପ ।ତୁଷ୍ଟି ଲଭି ତହୁଁ ସଦୟ ଅନ୍ତରେବର ଦେଲେ ତାକୁ ହର,‘କ୍ଷାନ୍ତ ହୁଅ ମାତଃ, ମର୍ତ୍ତ୍ୟେ ଜନ୍ମ ଲଭିହେବି ମୁଁ ତୋହ କୁମର ।’ସୁକୃତି ପାଳନେ ଯଥାକାଳେ ଆମ୍ଭେଶିବଶିବା ବେନି ଜଣ,କୈଳାସ ସୁଧାମ ଶୂନ୍ୟ କରି କଲୁମର୍ତ୍ତ୍ୟରେ ଜନ୍ମଗ୍ରହଣ ।ମୋହିଲେ ମହେଶ ପୁଷ୍ପାକରରୂପେପଦ୍ମପୁର ନରବରେ,ଦୁହିତାରୁପରେ ତହୁଁ ମୁଁ ରାଜନଜନମିଲି ତୋହ ଘରେ ।ଥିଲା ନିରୂପତି ଛୁଇଁ ବି ଯେବେ ମୁଁପୁଷ୍ପାକର ପୁଷ୍ପମାଳା,ସ୍ୱସ୍ଥାନେ ଚଳିବି ସେହି ଦିନ ତେଜିବସୁମତୀ-ପାନ୍ଥଶାଳା ।ମୋ ମୃତ୍ୟୁସମ୍ବାଦ ଶ୍ରବଣ ମାତ୍ରକେପୁଷ୍ପାକର ସେହି ଶୋକେ,ବର୍ଜି ନରଦେହ ନିଜ ରୂପ ଧରିବିଜେ ହେବେ ଶିବଲୋକେ ।ଆଣିଲା ନିୟତି ସେହି ପୁଷ୍ପାକରେପ୍ରତାରି ତୋର ନଗରେ,ପଡିଅଛି ପ୍ରାଣ ତେଜି, ଖରେ ଯାଇଦେଖ ତୁ ମାଲୁଣୀ ଘରେ ।ମୋ ଆଜ୍ଞା ପ୍ରମାଣେ କରାଅ ସଂସ୍କାରଏକତ୍ରେ ଉଭୟ ଶବ,ଶୋକ ତେଜ ରାଏ ଅନିତ୍ୟ ସକଳ,ଅନିତ୍ୟ ସୁଦ୍ଧା ଏ ଭବ ।ନୁହେଁ କେ ଭାଜନ ତୁଟିବ ଅଚ୍ଛିନ୍ନନିୟତି ବଜ୍ରଶୃଙ୍ଖଳ,ଅଖିଳ ବ୍ରହ୍ମାଣ୍ଡେ ସୃଜୁଛି ନାଶୁଛିନିୟତି ପ୍ରବଳ ବଳ ।ଯେଡ଼େ ବଳୀଆର ହେଉ ନିୟତିକୁମାତ୍ର କେ ପାରିବ କଣ୍ଟି,ବଳୀଠାରୁ ବଳି ମହାବଳୀର ସେଚିପିଦିଏ ଆସି ତଣ୍ଟି ।ନିୟନି ନିୟମେ ବନ୍ଧା ସିନା ସବୁସୂତ୍ରେ ସାରିଣୀ ପ୍ରକାର,ନଚାଏ ଯେବେ ସେ ଯେଭଳି, ସେଭଳିନାଚେ ଏ ବିଶ୍ୱ ସଂସାର ।’’ଏହା ଭାଷି ଦେବୀ ଅନ୍ତର୍ହିତ ହେଲେଲଭିଲେ ସଂଜ୍ଞା ରାଜନ,ବିବରି କହିଲେ ଜ୍ଞାତିବନ୍ଧୁଜନେସ୍ୱପ୍ନଦୃଷ୍ଟ ବିବରଣ ।ବିଜେ କଲେ ପୁଣି ସମସ୍ତଙ୍କୁ ଘେନିମାଲୁଣୀ ଭବନେ ଯାଇ ।ଦେଖିଲେ ସୁନ୍ଦର ଯୁବା ଏକ ଖଟେହୋଇଛି ଉତ୍ତାନଶାୟୀ ।ନେତ୍ରପାର୍ଶ୍ୱେ ତାର ଅଙ୍ଗୁଳି ଚାଳନେନ ପଡ଼ିଲା ପ୍ରତିଚ୍ଛାୟା,ଲକ୍ଷଣୁ ଜାଣିଲେ ନାହିଁ ଆଉ ପ୍ରାଣପଡିଅଛି ତୁଚ୍ଛା କାୟା ।ମୂର୍ତ୍ତିରୁ ଆଭାସେ ଦେହ-ଦୀପାଧାରେମୃତ୍ୟୁ ସ୍ପର୍ଶ କରି ନାହିଁ,ହସ୍ତ ବାତାଘାତେ ଦେଇଛି ଅଲକ୍ଷ୍ୟେଜୀବନ-ଦୀପ ନିଭାଇ ।କୁମାରେ ନିରେଖି ବୋଇଲେ ସକଳେଆହା ଏହି ପାରିଜାତ,କେଉଁ ଭାଗ୍ୟଧର ସଂସାର-ନନ୍ଦନେହୋଇଥିଲା ପ୍ରତିଭାତ ।କାହା ବଂଶଖଣି ଉଜ୍ଜ୍ୱଳି ଥିଲା ଏଅମୁଲ୍ୟ ଭାସୁର ମଣି,କେଉଁ ଅଭିଶପ୍ତ ଦେବକୁମାର ଏମଣ୍ଡିଛି ଆସି ଧରଣୀ ।ଯେଉଁ ଗୃହାକାଶେ ଉଇଁଥିଲା ଏହିକଳାପୂର୍ଣ୍ଣ କଳାକର,ସ୍ୱରଗ କି ଛାର ସ୍ୱରଗର ସ୍ୱର୍ଗତାର ସ୍ୱର୍ଗ ସେହି ଘର ।ଏ ସଂସାରେ କିପାଁ ସୁନ୍ଦର ପଦାର୍ଥେସାଧଇ ବିଧାତା ଦାଉ,ନୋହିଲେ ସ୍ୱଭାବ- ସୁନ୍ଦର ଫୁଲେ କିସୁଜନ୍ତା କରି ସ୍ୱଳ୍ପାୟୁ ।ଶୋଭା-ସାଆନ୍ତାଣୀ ବିଜୁଳିକୁ ପୁଣିକରିଛି ଅଚିରପ୍ରଭା,ଅତଏବ ଶୋଭା- ବିଦ୍ୱେଷୀ ବିଧାତାକି ଅଛି ସନ୍ଦେହ ଅବା !ପୁଷ୍ପାକରେ ହେରି ବିଷମ ବ୍ୟାକୁଳେମାଡ଼ିଲା କାନ୍ଦ ଭୂପାଳେ,ମାତ୍ର ନ କାନ୍ଦିଲେ ଅଶ୍ରୁପଥ ଶୋକରୁନ୍ଧିଦେଲା ସେହିକାଳେ ।ଲଙ୍ଘିଗଲେ ସୀମା ଶୋକ ଆଉ କାନ୍ଦିହୁଏ ନାହିଁ କଦାଚନ,ପରିମିତ ତାପେ ଦ୍ରବେ ଗନ୍ଧଶିଳାଅତିରେକେ ହୁଏ ଘନ ।ଏଥୁ ଅନନ୍ତରେ ନୃପତି ଆଦେଶେଜ୍ଞାତି ପରିଜନମାନେ,ରାଜ-ବ୍ୟବହାରେ ବେନି ଚତୁର୍ଦ୍ଦୋଳେବହିଲେ ଶବେ ଶ୍ମଶାନେ ।ଅଗ୍ରତେ ବାଜିଲା ବହୁ ଶୋକବାଦ୍ୟକମ୍ପିଲା ଶବଦେ ନଗର,ବିବାହ ଶେଷରେ ବାହୁଡ଼ା ବିଜୟେକରନ୍ତି କି କନ୍ୟାବର ?ରଖିଲେ ଚୌଦୋଳ ଶବବାହୀ ଜନେମହେନ୍ଦ୍ର-ତନୟା ତୀରେ,ଚନ୍ଦନ ଇନ୍ଧନେ ସଜାଡ଼ିଲେ ତହିଁଚିତାଗ୍ନି ଯଥାବିଧିରେ ।ପୁତଜଳେ ଶବେ କରାଇଣ ସ୍ନାନପିନ୍ଧାଇ ପଟ୍ଟବସନଗଳେ ପୁଷ୍ପହାର ଲମ୍ବାଇ ସର୍ବାଙ୍ଗେଚର୍ଚ୍ଚିତ କଲେ ଚନ୍ଦନ ।ଏଥୁଅନ୍ତେ ନେଇ ଜ୍ୱଳନ୍ତ ଚିତାରେବସାଇଲେ ବେନି ଶବ,କୁସୁମ ନିକ୍ଷେପି ଢ଼ାଳିଲେ ଅନଳେଘଡ଼ା ଘଡ଼ା ଗବ୍ୟ ହବ୍ୟ ।ପାବକ ପରଶେ ଉଜ୍ଜ୍ୱଳିଲା ତନୁବହିଲା ସୁଷମା-ଧାରା,ସ୍ୱର୍ଣ୍ଣ ଘନାସନେ ବିରାଜନ୍ତି କିବାଚନ୍ଦ୍ର ସଙ୍ଗେ ସ୍ୱାତୀ ତାରା ?ଅବା ଉପବିଷ୍ଟ ଅଭିଷେକ ହେମ-ବେଦୀ ପରେ ରାଜାରାଣୀଶବଦାହୀଙ୍କର ହରିବୋଲ ଶବ୍ଦପୁରୋହିତ ଆଶୀର୍ବାଣୀ ।ଢ଼ଳା ହେଉଥିବା ଘୃତରାଶି ସିନାମନ୍ତ୍ରପୁତ ତୀର୍ଥଜଳ,ଚିତା ବିନିକ୍ଷିପ୍ତ କୁସୁମ ନିକରପ୍ରଜାଙ୍କ ଭେଟି ସମ୍ବଳ ।କ୍ରୋଧିତ ଉରଗ ପରାଏ ଗରଜିଜଳିଲା ଅଗ୍ନି ପ୍ରଖରେ,ସୌଦାମିନୀ ନିଭ ଦୀପ୍ତିମତୀ ଶିଖାଖେଳିଲାକ ଅନମ୍ବରେ ।ଚିତାନଳ ଭେଦି ବେନି ଜ୍ୟୋତିରେଖାଉଠିଲା ଅତି ପ୍ରଚଣ୍ଡେ,ରୁଦ୍ରତେଜେ ତାର ଶବଦାହୀ ନରେଅନ୍ଧ ହୋଇଗଲେ ଦଣ୍ଡେ ।ହାବେଳୀ ପ୍ରାୟେ ସେ ଊର୍ଦ୍ଧ୍ୱଗତି କରିମିଶିଗଲା ବିହାୟସେ,ମିଶିଯାଏ ଯଥା ଚପଳେ ଚପଳାନୀରଦ ନୀଳ ଉରସେ ।ମିଶିଗଲା ଏଣେ ସେଥି ସଙ୍ଗେ ସଙ୍ଗେଚିତାନଳେ ବେନିଶବ,ଘଡିକ ମଧ୍ୟରେ ଭବ-ଲୀଳାଖେଳାସରି ତ ଗଲା ସରବ ।ମୁହୂର୍ତ୍ତି ପୂର୍ବେ ଯେ ଦିବ୍ୟତନୁ ଶୋଭାପ୍ରକାଶୁ ଥିଲା ବିଶେଷେ,କେଡ଼େ ବେଗେ ଆହା ହେଲା ପରିଣତମୁଠାଏ ଭସ୍ମେ ସେ ଶେଷେ !ରାଜ-ପରିକରେ ନିଭାଇଣ ଚିତାପବିତ୍ର ବାରି ସେଚନେ,ଗୃହେ ବାହୁଡ଼ିଲେ ନର-ଜୀବନରପରିଣାମ ହେଳି ମନେ ।