କବିତାମାଳା — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିଗୋ-ବିଳାପକହନ୍ତି ଗୋମାତା ଶୋକ ଗଦ୍ଗଦ-ବଚନେ,ବିକଳେ ହୃଦୟେ ଅଶ୍ରୁପୂରିତ ଲୋଚନେ ।କି ହିନ୍ଦୁ ମୁସଲମାନ କିବା ଖ୍ରୀଷ୍ଟିଆନ,ମାନବ ମାତ୍ରକେ ମୋର ଦୃଷ୍ଟିରେ ସମାନ ।ବ୍ରିଟିଶ ନରେଶ ଆଉ ଭାରତୀୟ ରାଜା,ଭୂସ୍ୱାମିଗଣ ସହିତ ଯେତେକ ପରଜା,ଭାରତନିବାସୀ ଅନ୍ୟ ଦେଶବାସିଗଣ,ସମସ୍ତଙ୍କଠାରେ ମୋର ଏହି ନିବେଦନ ।ସମସ୍ତେ ସର୍ବଦା ମୋତେ ଚିହ୍ନିଛ ସର୍ବଥା,ଚିହ୍ନାଇ ହେବାକୁ ମୋର ନାହିଁ ଆଉ କଥା ।ଯାହା ଯାହା ମୋହୋଠାରୁ ପାଅ ଉପକାର,ସେସବୁ ବର୍ଣ୍ଣିବା ମଧ୍ୟ ନାହିଁ ଦରକାର ।ଜାଣୁଛ ତ ଦୁଇ ବେଳ ଦୁହିଁ ମୋର ଦୁଧ,ଘିଅ କର ଛେନା କର ଖାଇ ହୁଅ ବୋଧ ।ତହିଁରେ ବଢ଼ାଅ ନିଜ ଶାରିରୀକ ବଳ,ବାଛୁରୀକୁ କର ଭୂମି ଚଷିବାରେ ହଳ ।ଏକା ଭୂମି ଚଷିକରି ନାହିଁ ତା’ ନିସ୍ତାର,ପାଣିଛିଞ୍ଚା ଗାଡ଼ିଟଣା କାର୍ଯ୍ୟ ହିଁ ତାହାର ।ଲଦାଲଦି ଦ୍ରବ୍ୟ ନେଇ ବୁଲାଇ ବୁଲାଇ,ବାଲିମୟ ପଥେ ଗିରିପଥରେ ଚଳାଇ,ବାଣିଜ୍ୟ ବ୍ୟାପାର କରି ଅର୍ଜ୍ଜୁଅଛ ଧନ,ବନାଉଛ ଉଚ୍ଚ ଉଚ୍ଚ ତ୍ରିତଳ ଭବନ ।ଯେତେବେଳେ ବତ୍ସା ମୋର ନଦୀବାଲିଗାଡ଼ିଟାଣୁଥାଏ, ପୃଷ୍ଠେ ତାର ବର୍ଷୁଥାଏ ବାଡ଼ି ।ତୁମ୍ଭ ଧନରକ୍ଷା ଲାଗି ସେ ପ୍ରହାର-ପ୍ରାସ,ଦୂର କରେ ନିଜେ କରି ଶୁଷ୍କ-ତୃଣଗ୍ରାସ ।ସେ ତୃଣରୁ ଯେ ଗୋବର ହୁଅଇ ବାହାର,ଶୁଖାଇ ତା’ ଜାଳରୂପେ କର ବ୍ୟବହାର ।ଜଳିକରି ଅବଶେଷେ ହୁଏ ଯାହା କ୍ଷାର,ଖତରୂପେ କ୍ଷେତେ ପଡ଼ି କରେ ଉପକାର ।ମୋହର ଗୋବର ଯାଇ ପଡ଼େ ଯେଉଁ ସ୍ଥଳଚତୁର୍ଗୁଣେ ସହି ସ୍ଥାନ ଉପୁଯାଏ ଫଳ ।ବିଚାର ମାନବଗଣ, ମୋହର ସନ୍ତତିକେତେ ପରକାରେ ତୁମ୍ଭ ହିତ କରୁଛନ୍ତି ।ଦେଖ ସର୍ବପରକାରେ ମୋହର କୁମର,ପୋଷକ ଅଟନ୍ତି ତୁମ୍ଭ ଦେହ ଜୀବନର ।କରୁନାହିଁ ବାବା, ଏହା ମୁଁ ନିଜ ବଡ଼ାଇ,ଉପହାସେ ମୋ’ କଥାକୁ ନ ଦିଅ ଉଡ଼ାଇ ।ଅବଶ୍ୟ ନିଜର ପରଶଂସା ନୁହେ ଭଲ,କିନ୍ତୁ ଭଲ ଥିଲେ ପର ଉପକାର ଛଳ ।ଏଣୁ ସୁତଗଣ, ତୁମ୍ଭ ମଙ୍ଗଳ ବିଚାରି,ବୁଝାଇ କହୁଛିଁ ଏକା ଏ କଥା ଉଚ୍ଚାରି ।ମାତୃଗର୍ଭୁଁ ହେଲାମାତ୍ରେ ଭୂମିରେ ପତନ,ଆଦ୍ୟେ ମୋର କ୍ଷୀର ପିଇ ରଖିୁଛ ଜୀବନ ।ପୁଷ୍ଟ ହୁଅ ପୁଣି କରି ମୋର କ୍ଷୀରପାନ,
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ରାଧାନାଥ ରାୟ
ଧର୍ମତଃ ମୁଁ ଏଣୁ ତୁମ୍ଭ ମାତାର ସମାନ ।
ତେଣୁ ହୃଦେ ସ୍ୱାଭାବିକ ପୁତ୍ରସ୍ନେହ ବହି,
ରହି ନ ପାରିଲି ହିତବଚନ ନ କହି ।
ପୁତ୍ରସ୍ନେହରସେ ପୂର୍ଣ୍ଣ ପଶୁର ହୃଦୟ,
ନ ହେବ କି ତୁମ୍ଭ ମାତୃସ୍ନେହର ଉଦୟ ।
ଆଶା ଅଛି ସ୍ୱଚ୍ଛ ନର-ହୃଦୟ-ଦର୍ପଣ,
ମୋ’ ଦୁଃଖର ପ୍ରତିବିମ୍ବ କରିବ ଗ୍ରହଣ ।
ଶୁଣିବ ଗୁହାରି ମୋର ହୋଇ ଅବହିତ,
ପ୍ରବର୍ତ୍ତିବ ତହିଁ ଯାହା କରିବା ବିହିତ ।
ଭାରତବରଷେ ହେଲା ଦୁର୍ଭିକ୍ଷର ବାସ,
ମହାମାରୀ ବିସୂଚିକା କଲେ ସର୍ବଗ୍ରାସ ।
ଜ୍ୱରର ପ୍ରଭାବ ମଧ୍ୟ ଋଣା ନୁହେଁ କିଛି,
ଧାତୁଗତ ରୋଗ ପ୍ରତି ଗ୍ରାମରେ ବ୍ୟାପିଛି ।
ଘିଅ ମୃଗ ଚାଉଳ ଯା’ ନିତ୍ୟ ବ୍ୟବହାର,
ଦଶ ବାର ଗୁଣ ମୂଲ୍ୟ ବଢ଼ିଛି ତାହାର ।
ତଥାପି କିଣିଲେ ଦ୍ରବ୍ୟ ମିଳୁନାହିଁ ଭଲ,
ଘୃତରେ ମିଶିଛି ଚର୍ବି, ଗୋରସରେ ଜଳ ।
ବଳଦର ମୂଲ୍ୟ ବଢ଼ିଅଛି ସେହିପରି,
ତା’ ଅଭାବେ ଚଷା ଚାଷ ନ ପାରଇ କରି ।
ମହରମ ପର୍ବେ ଶାନ୍ତିଭଙ୍ଗ ରକ୍ତପାତ,
ହିନ୍ଦୁ ପଠାଣଙ୍କ ମଧ୍ୟେ ବିଦ୍ରୋହ ସଂଜାତ ।
ଏ ସବୁର ହେତୁ କହିପାର ବାପଧନ,
ମୁଁ କହେଁ କେବଳ ହେତୁ ଗୋଧନ-ନିଧନ ।
ବାବୁମାନେ ପଢ଼ିଅଛ ବହୁତ କିତାବ,
କରିପାରେ ସମୁଦ୍ରର ତରଙ୍ଗ ହିସାବ ।
ଭାରତବର୍ଷରେ କେତେ ଗୋରୁର ମରଣ
ହେଉଅଛି, କିପାଇଁ ତା’ ନ କର ଗଣନ ।
ଖାଦ୍ୟଦ୍ରବ୍ୟଠାରୁ ଗୋରୁ ଚର୍ମ ଶତଗୁଣ
ଦେଶାନ୍ତର ନେଉଛନ୍ତି ବିଦେଶୀ ନିପୁଣ ।
ଗଣି ଦେଖ ପ୍ରତିଦିନ ସତୁରି ହଜାର,
ଭାରତରେ ହେଉଅଛି ଗୋରୁର ସଂହାର ।
ସହସ୍ର ସହସ୍ର ଗୋରୁ ନ ପାଇ ଯତନ,
ଏଣେତେଣେ କରୁଛନ୍ତି ପ୍ରାଣ ବିସର୍ଜ୍ଜନ ।
ଚାରଣଭୂମିର ବିନା ହଜାର ହଜାର,
ନିତି ଚଳିଯାଉଛନ୍ତି ଶମନ ବଜାର ।
ରୋଗ ଉପଦ୍ରବେ ପୁଣି ହଜାର ହଜାର,
ଆଶ୍ରା ନେଉଚନ୍ତି ଯାଇ ସେ ଯମରାଜାର ।
ଚର୍ମ୍ମବ୍ୟବସାୟୀ ମାଂସ ବ୍ୟବସାୟୀଗଣ,
ହଜାର ହଜାର ଗୋରୁ କରନ୍ତି ହନନ ।
ଜାଣୁଛ ତ ପଠାଣଙ୍କ କୁର୍ବାଣିର ହାଲ,
ସହସ୍ର ସହସ୍ର ଗୋରୁ ତହିଁରେ ହଲାଲ ।
ଲୋଭୀ ଲୋକମାନେ ଏଣେକରି ଗୋଦୋହନ,
ଶୋଷି ନେଇଯାଉଛନ୍ତି ବାଛୁରୀ-ଜୀବନ ।
ପେଟ କଲବଲେ ତହିଁ ହଜାର ହଜାର,
ଗୁହାରି କରନ୍ତି ନିତି ଯାଇ ଯମଦ୍ୱାର ।
ଯମରାଜା ଗୋରୁଙ୍କର ଗହଳେ ଅସ୍ଥିର,
ଜ୍ଞାନନେତ୍ର ଫେଡ଼ି ଦେଖିପାର ଜ୍ଞାନୀ ଧୀର !
ତହିଁ ଗୋରୁ ରଖିବାକୁ ଲୋକ ଦରକାର,
ତେଣୁ ବହୁ ଦୂତ ପେଷି ଯମ ସରକାର,
ଭାରତବାସୀଙ୍କୁ ନେଉଥିବା ପରି ଦିଶେ,
ପ୍ଳେଗ ଓଲଉଠା ରୂପେ ଆସିଛନ୍ତି କି ସେ !
ଦିନୁ ଦିନ ବଢ଼ୁଅଛି ମାନବର ବଂଶ,
କିନ୍ତୁ ଗୋରୁବଂଶ କିପାଁ ହେଉଅଛି ଧ୍ୱସଂ ?
ମାନବ ବିରାହେ ହୁଏ ଧନ ଦରକାର,
କେତେ ରୂପ ଗୁଣ ଲୋଡ଼ା କେତେ କାରବାର ।
ବିବାହ ହେଲେହେଁ କେତେ ନାରୀ ପୁତ୍ରହୀନା,
କେତେ ବା ବିଧବା କେତେ ବନ୍ଧ୍ୟାତ୍ୱ ଅଧୀନା ।
କୃତ୍ରିମ ଉପାୟେ କେତେ ହୁଏ ଗର୍ଭପାତ
କିସ ଖାଇ କେତେ ପୁତ୍ର ନ କରନ୍ତି ଜାତ ।
ମୋ’ ବଂଶରେ ସେସବୁର ନାହିଁ ପ୍ରୟୋଜନ,
ତେବେ କହ ମୋର ବଂଶ ହ୍ରାସର କାରଣ ।
ତହିଁର କାରର ଏକା ମୋହର ବିନାଶ,
ବୁଝି ବାବା, ମୋ’ ରକ୍ଷଣେ ନ ହୁଅ ଉଦାସ ।
ଦିନୁ ଦିନ ଭାରତରେ ବଢ଼ୁଅଛି କଳ,
ତହୁଁ ପାଇପାର ଅନ୍ନ ବସନ ସକଳ ।
କିନ୍ତୁ କେବେ ମନେ ଏହା ନ କରିବ ବୁଧ,
କଳରୁ କୌଣସି କାଳେ ପାଇବ ମୋ’ ଦୁଧ ?
ମୋ’ ବିନା ମୋ’ କ୍ଷୀର ବିନା ତୁମ୍ଭର ଯେ ହାନି
ପ୍ରଥମେ ସେସବୁ କହିସାରିଛି ଜ୍ଞାନୀ ।
ପର ଉପକାରେ ହୁଏ ନିଜ ଉପକାର,
ଏହା କହିଛନ୍ତି ବଡ଼ ବଡ଼ ଗ୍ରନ୍ଥାକାର ।
ଏଣୁ ନିଜ ହିତ ସଙ୍ଗେ ତୁମ୍ଭ ହିତ ପାଇଁ,
କହିବି ଏ ପରେ କଥା କେତେକ ବୁଝାଇ ।
ଭାରତସମ୍ରାଟ୍ ତଥା ତାଙ୍କ ପ୍ରତିନିଧି,
ଅନ୍ୟ ରାଜକର୍ମଚାରୀ ସମସ୍ତଙ୍କ ବିଧି ।
ଦେଖି ତାଙ୍କୁ ଦିଏଁ ଶତ ଶତ ଧନ୍ୟବାଦ,
ଯେହେତୁ ସେମାନେ ନେଉଛନ୍ତି ମୋ’ ସମ୍ବାଦ ।
ପଶୁଗଣ ପ୍ରତି ହୋଇଅଛନ୍ତି ସଦୟ,
ସ୍ଥାନେ ସ୍ଥାନେ ରଖି ପଶୁ-ଚିକିତ୍ସା-ଆଳୟ ।
ପଶୁ ପ୍ରତି ନିଷ୍ଠୁରତା ନିବାରଣ ପାଇଁ,
ଚଳାଉଅଛନ୍ତି କେତେ ଆଇନ ବନାଇ ।
ତହିଁରେ ହେଉଛି ମୋର ବହୁ ଉପକାର,
ଏଣୁ ତାଙ୍କ ଶୁଭ ବାଞ୍ଛା କରେ ବାରମ୍ବାର ।
ଦୁଃଖୀର ଦୁଃଖକୁ ଦେଖି ଦୟା ଯେ କରଇ,
ଦୁଃଖୀ ତାଙ୍କଠାରେ ଦୁଃଖ କହି ଭରସଇ ।
ଯହିଁ ହୋଇପାରେ ମୋର ରକ୍ଷାର ବିଧାନ,
ତହିଁପାଇଁ ଲୋଡ଼ୁଅଛି ରାଜ-ଅବଧାନ ।
ହେ ରାଜେନ୍ଦ୍ର-ଚୂଡ଼ାମଣି ଭାରତସମ୍ରାଟ,
ଆହେ ରାଜପ୍ରତିନିଧି ବାବା ବଡ଼ଲାଟ,
ହେ ରାଜପୁରୁଷବୃନ୍ଦ ଭାରତ-ଭୂଷଣ,
ଦୟାକରି ଦୂର କର ମୋହର କଷଣ ।
ମୋ’ ଚର୍ମରେ ଲୋକମାନେ ଅରଜିଲେ ଧନ,
ଏଣୁ ମୋତେ କରୁଛନ୍ତି ଅକାଳେ ନିଧନ ।
ଚର୍ମ ବ୍ୟବସାୟ ଯଦି ନ କରିବ ବନ୍ଦ,
ତା’ ହେଲେ ଭାରତ ଦଶା ହୋଇବଟି ମନ୍ଦ ।
ଇଚ୍ଛାକଲେ କରିପାର ସକଳ ବିଧାନ,
ମୋ’ ରକ୍ଷାକୁ ନ କରିବ କି ପ୍ରତିବିଧାନ ?
ଗ୍ରାମେ ଗ୍ରାମେ ଛାଡ଼ିଦିଅ ମୋ’ ଚରିବା ସ୍ଥାନ,
ତା’ ନ ହେଲେ କିରୂପେ ମୁଁ ରଖିପାରେ ପ୍ରାଣ ?
ମୋ’ ବିନା କି ଚାଷୀଲୋକ କରିପାରେ ଚାଷ
ପ୍ରଶସ୍ତହୃଦୟେ ତୁମ୍ଭ ହେଉଛି ବିଶ୍ୱାସ ?
ଚାଷ ବିନା ଚାଷୀମାନେ କାହୁଁ ଦେବେ କର,
କେମନ୍ତେ ଚଳିବ ଅବା ସମ୍ରାଜ୍ୟ ତୁମ୍ଭର ?
ମୋ’ ଉପରେ ପ୍ରଜାଙ୍କର ରହିଛି ଜୀବନ,
ପ୍ରଜାମାନଙ୍କର ମୁହିଁ ଏକା ମୂଳଧନ ।
ଅବଶ୍ୟ ସମୟେ ହେବ ଗୋରୁର ମରଣ,
ସେକାଳେ ଗୋଚର୍ମ ପାଇଁକି ଅଛି ବାରଣ ?
ସେ ଚର୍ମରୁ ଲୋକେ ଲାଭ କରିବେ ଯେ ଧନ,
ତହୁଁ ଅଂଶ ନେଇ କର ଗୋ-ହିତ-ସାଧନ ।
ସ୍ଥାନେ ସ୍ଥାନେ କରିଦିଅ ଗୋଶାଳା ସ୍ଥାପନ,
କରିବେ ଅକ୍ଷମ ଗୋରୁ ଜୀବନଯାପନ ।
ରାଜା ଜମିଦାରଗଣେ ହେଉ ସେ ଆଦେଶ,
ଗୋ-ହିତ କରନ୍ତୁ କରି ଉପାୟ ବିଶେଷ ।
ଯଦି ମୋ’ ବିନାଶ ହେବ ଭାରତେ ରହିତ,
ନ ଥିବ ବିବାଦ ହିନ୍ଦୁ ପଠାଣ ସହିତ ।
ବିସ୍ତାରିତ ହେବ ଶାନ୍ତି-ଚନ୍ଦ୍ରର କିରଣ,
ଆନନ୍ଦେ ରହିବେ ତୁମ୍ଭ ଭକ୍ତ ପ୍ରଜାଗଣ ।
ହେ ବାବା ମୁସଲମାନ, ଶୁଣ ମୋର ବାଣୀ,
ମୋ’ ବିନା କି ନ ଚଳିବ ତୁମ୍ଭର କୁର୍ବାଣି ?
ଏକା ମୋତେ ମାରିବାକୁ ତୁମ୍ଭ ଆଲାକୋରାନ,
କହି ନାହିଁ, କରିପାର ତୁମ୍ଭେ ପଶୁ ଆନ ।
ଜୀବହତ୍ୟା ବିନା ଯଦି କୁର୍ବାଣି ଅଚଳ,
ଧରାରେ ଅଛନ୍ତି ଛେଳି ମେଣ୍ଢା ପଲପଲ ।
କହୁଅଛି କୁର୍ବାଣିର ଅସଲ କଥାଏ,
ଶୁଣ ଥରେ ଶାସ୍ତ୍ରେ ଯଦି ସୁବିଶ୍ୱାସ ଥାଏ ।
ହଜରତ୍, ଇବ୍ରାହିମ, ଖଲିଲୁଲା ଥରେ
କୁର୍ବାଣି ଆରମ୍ଭ କଲେ ଈଶ୍ୱରାଦେଶରେ ।
ସ୍ନେହବଶେ ଚକ୍ଷୁ ବୁଜି ପୁତ୍ରକୁ ହାଣିଲେ,
ତାହାଙ୍କ ସେ ଭାବସବୁ ଈଶ୍ୱର ଜାଣିଲେ ।
ମାୟାବଣେ ରଖି ତାଙ୍କ ପୁତ୍ରକୁ ଅନ୍ତରେ,
ମେଣ୍ଢାଟିଏ ରଖିଦେଲେ କୁମର ସ୍ଥାନରେ ।
ଚକ୍ଷୁ ଫେଡ଼ି ଦେଖିବାରେ ଜିଇଛି କୁମର,
ଖଣ୍ଡା ଚୋଟ ପଡ଼ିଅଛି ମେଣ୍ଢାର ଉପର ।
ଜଣାଗଲା ଭକତର ସ୍ୱାର୍ଥ ବିସର୍ଜନ,
ତହିଁ ସଙ୍ଗେ ଈଶ୍ୱରଙ୍କ ଦୟା ନିଦର୍ଶନ ।
ଈଶ୍ୱର ଘେନନ୍ତି ପ୍ରେମଭକ୍ତି ହିଁ କେବଳ,
ମୋର ମାଂସେ ନାହିଁ ତାଙ୍କ ତୋଷ, ତୁମ୍ଭ ଫଳ ।
ମୋର ମାଂସ ନର ପକ୍ଷେ ନୁହେଁ ସ୍ୱାସ୍ଥ୍ୟକର,
ଅଟଇ କେବଳ ମହାବ୍ୟାଧିର ଆକର ।
ମେଣ୍ଢାମାଂସ ଛାଗମାଂସ ଅଟଇ ସୁସ୍ୱାଦ,
ତାହା ଖାଇବାରେ ନାହିଁ କାହାରି ବିବାଦ ।
ମନର ତୃପତି ତହିଁ ସ୍ୱାସ୍ଥ୍ୟର ବର୍ଦ୍ଧନ,
ତା ଘେନି ମୋ’ ମାଂସ କରିପାର ବିବର୍ଜ୍ଜନ ।
ମର୍କଟର ମାଂସ ତୁମ୍ଭେ ନ ଖାଅ ଯେପରି,
ମୋ’ ମାଂସକୁ ଛାଡ଼ିପାର ବିଚାରି ସେପରି ।
ଅନେକ ହଲାଲ ଜନ୍ତୁ ଅଛନ୍ତି ଜଗତେ,
ଖାଦ୍ୟ ନୁହେ ସେସବୁର ମାଂସ ତୁମ୍ଭ ମତେ ।
ସେସବୁର ପରି ମୋତେ ଛାଡ଼ି ଦେଇପାର,
ଛାଡ଼ିଦେଲେ ହେବ ତୁମ୍ଭ ବହୁ ଉପକାର ।
ଚାରି-ଛଅଜଣ ତୃପ୍ତ ହେବ ମାଂସ ଖାଇ,
ଦିନକରେ ସେ ଆହାର ଯିବ ଧ୍ୱଂସ ପାଇ ।
କିନ୍ତୁ ଯଦି ପ୍ରାଣରେ ମୁଁ ରହିବି ଜୀବିତ,
ଶତ ଶତ ଲୋକ କରିପାରିବି ତୋଷିତ ।
ଅନେକ ଅଛନ୍ତି ପୂର୍ବ-ଅଙ୍ଗେ ତୁମ୍ଭ ଜାତି,
ଜୀବିକା କେବଳ ମାତ୍ର କୃଷି କରିଥାନ୍ତି ।
ବଳଦ ସୁଲଭ ତାଙ୍କୁ ମୋ’ ବିନାଶ ବିନା,
ନ ହେଲେ କୃଷିରେ ତାଙ୍କ କଷ୍ଟ ହେବ କିନା ?
ଆଜୀବନ କରିବି ମୁଁ ସଦା ତୁମ୍ଭ ହିତ,
ମୋ’ ଉପରେ ସ୍ନେହ ତୁମ୍ଭ ରହିବା ବିହିତ ।
ଗୁଣ ବୁଝି ଦେଖ ମୋତେ ସସ୍ନେହଲୋଚନ,
ସେରୂପେ ବିରତ ହୁଅ ମୋ’ ମାଂସଭୋଜନେ ।
ସ୍ନେହ ରଖ ହିନ୍ଦୁଠାରେ ଭାଇ ମନେକରି,
ନ ହୁଅ ମୋ’ ପାଇଁ ତାଙ୍କ ସଙ୍ଗେ ମରାମରି ।
ଭାରତବାସୀ କି ହିନ୍ଦୁ କି ମୁସଲମାନ,
ସମସ୍ତେ ଅଟନ୍ତି ଏକ ମାତାର ସନ୍ତାନ ।
ଛାଡ଼ିଦିଅ ବାବା, ମୋର ଚର୍ମ-ବ୍ୟବସାୟ,
ଜଗତେ ପୂରିଛି ଆଉ ଅନେକ ଉପାୟ ।
ସମୟେ ମରିବେ ଗୋରୁ ନେଇ ତାଙ୍କ ଚର୍ମ,
ବାଣିଜ୍ୟ ବ୍ୟାପାର କଲେ ନ ହେବ ଅଧର୍ମ ।
ଆଜୀବନ କରିବି ମୁଁ ନାନା ଉପକାର,
ନ କର ନ କରାଅ ମୋ’ ଜୀବନ-ସଂହାର ।
ହେଉଅଛି ତୁମ୍ଭ କ୍ଷତି ମୋ’ ଜୀବନନାଶେ,
ଜଣାଉଛି ଏଣୁ ଦୀନଭାବେ ତୁମ୍ଭ ପାଶେ ।
ପଶୁର ବିକଳ ଦେଖି ସାବକତଗିନ,
ଦ୍ରବିଥିଲେ ଦୟାବଶେ ପୂର୍ବେ ଏକଦିନ ।
ସେ କଥା ତୁମ୍ଭର ଆଗେ କରୁଛି ବ୍ୟକତ,
ତାଙ୍କ ବଂଶେ ଜନ୍ମି ଦୟା ନ କର ତ୍ୟକତ ।
ମୃଗୟାକୁ ଯାଇଥିଲେ ସାବକତଗିନ,
ମୃଗଶିଶୁଟିଏ ଥିଲା ମାତାଠାରୁ ଭିନ୍ନ ।
ସେ ମୃଗଶିଶୁକୁ ଧରି ଆଣୁଥିଲେ ଘର,
ପଛେ ଗୋଡ଼ାଇଲା ପାଇ ତା’ ମାତା ଖବର ।
ସାବକ୍ତଙ୍କୁ ଜଳପୂର୍ଣ୍ଣନେତ୍ରେ ବାରମ୍ବାର,
ଚାହୁଁଥାଏ ଭୟ କରି ହୃଦରୁ ବାହାର ।
ମୃଗୀ ପୁତ୍ରସ୍ନେହ ଦେଖି ସାବକ୍ତ ସଦୟେ,
ମୃଗଶିଶୁଟିକୁ ଛାଡ଼ିଦେଲେ ସେ ସମୟେ ।
ମୃଗଶିଶୁ ଡେଇଁ ଡେଇଁ ପଳାଇ ସତ୍ୱରେ,
ଜନନୀର ସ୍ତନ୍ୟ ପାନ କଲା ଆନନ୍ଦରେ ।
ଏ କି କଥା ! ସେ ମୃଗୀର ଅଶ୍ରୁ ପୂର୍ବପରି,
ଅବିଶ୍ରାନ୍ତ ନେତ୍ରଯୁଗୁଁ ପଡ଼ୁଥାଏ ଝରି ।
ଲେଉଟି ଲେଉଟି ଚାହିଁ ଚାହିଁ ଲେଉଟିଲା,
ସାବକ୍ତଙ୍କୁ କୃତଜ୍ଞତା-ଚିହ୍ନ ଦେଖାଇଲା ।
ଶୟନେ ସାବକ୍ତ ରାତ୍ରେ ଦେଖିଲେ ସ୍ୱପନ,
ତୋଷେ ବରଦେଲେ ତାଙ୍କୁ ଶ୍ରୀଦୀନଶରଣ-
‘‘ସାବକ୍ତ ତୁ ଦେଖାଇଲୁ ଦୟାନିଦର୍ଶନ,
ସେ ଫଳେ ଲଭିବୁ ବେଗେ ଦିଲ୍ଲୀ ସିଂହାସନ । ’’
କିଛି ଦିନ ପରେ ସେହି ସାବକତଗିନ,
ଦିଲ୍ଲୀ ରାଜସିଂହାସନେ ହେଲେ ସମାସୀନ ।
କେମନ୍ତେ ଦୟାଳୁ ଥିଲେ ଦେଖ ତୁମ୍ଭ ବଂଶେ,
ତୁମ୍ଭ ଦୟା ନ ହେବ କି ମୋତେ କିଛି ଅଂଶେ ?
ଆହେ ଆର୍ଯ୍ୟବଂଶଧର ହିନ୍ଦୁ ପୁତ୍ରଗଣ,
କର ତୁମ୍ଭ ପୂର୍ବବଂଶ-ଆଚାର ସ୍ମରଣ ।
ମୋ’ ଠାରେ କିପରି ଭକ୍ତି ଥିଲା ତାହାଙ୍କର,
କି ଫଳ ସେ ପାଇଛନ୍ତି ପ୍ରସାଦେ ମୋହର ।
ପୃଷ୍ଠେ ବ୍ରହ୍ମା ଗଳେ ବିଷ୍ଣୁ ମୁଖେ ରୁଦ୍ର ସ୍ଥିତ,
ଆର୍ଯ୍ୟଋଷି ମୁଖେ ଏହା ହୁଅଇ କଥିତ ।
ଦେବତାଏ କରୁଥିଲେ ସୁରଭି ପାଳନ,
ବଶିଷ୍ଠଙ୍କ ଧେନୁ କଥା କରିଛି ଶ୍ରବଣ ।
ଦିଲୀପ ନରେଶ ସେବା କରି ନନ୍ଦିନୀର,
ପାଇଲେ କୁମରମଣି ରଘୁ ମହାବୀର ।
ବିପଦରୁ ନନ୍ଦିନୀକୁ କରିବାରୁ ତ୍ରାଣ,
ସେ ଦିଲୀପ ଦେଇଥିଲେ କେଶରୀକୁ ପ୍ରାଣ ।
ନିଜେ କୃଷ୍ଣଚନ୍ଦ୍ର କରୁଥିଲେ ଗୋପାଳନ,
ତାଙ୍କଠାରୁ ବଡ଼ ତୁମ୍ଭେ ହେଲ କେଉଁ ଜନ ?
‘‘ଗ୍ରାମେଛୟା ଗ୍ରୋପ୍ରଚାରୋ ଭୂମିରାଜ ବଳେନ ବା
ଦ୍ୱିଜସ୍ତୃଣୈନ୍ଧଃପୁଷ୍ପାଣି ସର୍ବତଃ ସର୍ବଦାହରେତ୍,
ଧନୁଃ ଶତଂ ପାରିଗ୍ରାହେ । ଗ୍ରାହେ କ୍ଷେତ୍ରାନ୍ତରଂ ଭବେତ୍
ଦ୍ୱେଶତେ ଖର୍ବଟସ୍ୟ ସ୍ୟାନ୍-ନଗରସ୍ୟ ଚତୁଃଶତମ୍ । ’’
ଏହି ଆର୍ଯ୍ୟନୀତି ମନେ ରଖ ହେ ସତତ,
ସଯତନେ କର ପୁଣି କାର୍ଯ୍ୟ ପରିଣତ ।
ଆଜି ତୁମ୍ଭ ଗୋରୁ ପ୍ରତି କରୁଅଛ ହେଳା,
ନ ଜାଣି ବିପଦ-ଜଳେ ବୁଡ଼ିଯିବ ଭେଳା ।
ଗୋ ଚରିବା ଭୂମିସବୁ ନେଉଅଛ ଚଷି,
ପଛକୁ ରହିବ ଗାଲେ ହାତ ଦେଇ ବସି ।
ନବ୍ୟସଭ୍ୟ ବାବୁମାନଙ୍କର ବ୍ୟବହାର,
ଦେଖି ଦେଖି ମଣୁଅଛି ଅତି ଚମତ୍କାର ।
ତାଙ୍କଠାରେ ରହୁ ନାହିଁ ମୋହର ସମ୍ମାନ,
ମୋତେ କରୁଛନ୍ତି ଅନ୍ୟ ପଶୁର ସମାନ ।
କୁକୁରକୁ କୋଳେ ଧରି ଦିଅନ୍ତି ଚୁମ୍ବନ,
କଂସାଇକୁ ଦିଅନ୍ତି ମୋ’ ବାଛୁରୀ-ଜୀବନ ।
ବଳ ଥିବାଯାଏ ମୋତେ ରଖିଥାନ୍ତି ଘରେ,
ବିକନ୍ତି କଂସାଇ ହାତେ ବୃଦ୍ଧ ବୟସରେ ।
କଂସାଇ ମୋ’ ମାଂସ ବିକେ ମୋ’ ଜୀବନ ଗଲେ,
ଜୀବ ଥାଉଁ ତନୁକୁ ମୋ’ ତୁମ୍ଭେ ବିକ ବଳେ ।
ନ ହେଲ କି ତୁମ୍ଭ ମାଂସବିକାରୁ ଅଧିକ ?
ଧିକ ହିନ୍ଦୁ କୁଳାଙ୍ଗାର ପ୍ରାଣ ତୁମ୍ଭ ଧିକ ।
ଚିରଦିନ କଲ ମୋର ସ୍ୱାଦୁ କ୍ଷୀର ପାନ,
ଅର୍ଥଲୋଭେ ଶେଷେ କଲ କଂସାଇକୁ ଦାନ ।
ଶିଖିଲ ଇଂରେଜଠାରୁ ସବୁ ରୀତିନୀତି,
ଅଭ୍ୟାସିଲ ଇଂଲଣ୍ଡୀୟ ଋଷିଙ୍କର ଗୀତି ।
ଇଙ୍ଗରେଜମାନେ ମୋତେ କେମନ୍ତ ଯତନ,
କରନ୍ତି, ତହିଁରେ କିମ୍ବା ନ ପଡ଼େ ନୟନ ?
ଇଂରେଜ ରଖନ୍ତି ମୋତେ ପରିଷ୍କୃତ ଘରେ,
ମଳମୂତ୍ର ଦୂରେ ନେଇ ପକାନ୍ତି ସତ୍ୱରେ ।
ଦିଅନ୍ତି ଉତ୍ତମ ଖାଦ୍ୟ ପରିଷ୍କୃତ ଜଳ,
ସଞ୍ଚି ରଖିଥାନ୍ତି ମୋର ଜୀବନସମ୍ବଳ ।
ଇଉରୋପ, ଆମେରିକା, ମହାଦେଶେ ତଥା,
କରୁଛନ୍ତି ସମାଦରେ ମୋ’ ପ୍ରତି ସର୍ବଥା ।
ସେଠା ଗୋରୁଙ୍କର ରୂପ ବଳବୀର୍ଯ୍ୟ କଥା,
ଶୁଣି ଚମତ୍କାରେ ତୁମ୍ଭ ଘୂରିଯିବ ମଥା ।
ଭାରତର ଛୋଟ ଛୋଟ ହସ୍ତୀର ସଦୃଶ,
ବୀର୍ଯ୍ୟ ପରାକ୍ରମେ ହେବେ ବିଲାତର ବୃକ୍ଷ ।
ତୁମ୍ଭେ ମୋତେ ରଖ ଅତି ଖାଲଢିପ ଘରେ,
ବନ୍ଧା ହୋଇ ଶୁଏଁ ମଳମୂତ୍ରର ଉପରେ ।
ବୁଲି ବୁଲି ଚରେ ପୂର୍ଣ୍ଣ ନ ହୁଏ ଉଦର,
ବରଷାକାଳର କଷ୍ଟ କେ ଦେଖେ ମୋହର ।
ଯହିଁ ଦେଖ ଚଷାମାନେ ବସିଛନ୍ତି ମାଡ଼ି,
ମୁହଁ ଲମ୍ବାଇଲେ ତେଣେ ପ୍ରହାରନ୍ତି ବାଡ଼ି ।
କେତେ ଦୂର ଗଲେ ସୁଦ୍ଧା ପୂରେ ନାହିଁ ପେଟ,
ଘରକୁ ଆସିଲେ ଆଉ ଖାଦ୍ୟେ ନାହିଁ ଭେଟ ।
ଏ କାରଣେ ଦିନୁ ଦିନ ହେଲି ହୀନବଳ,
କାହିଁରୁ ବା କ୍ଷୀର ଦେବି ପେଟ କଳବଲ ।
ଯାହା କିଛି କ୍ଷୀର ମୋର ସ୍ତନେ ଥାଏ ପୂରି,
ସବୁ ଦୁହିଁନିଅ ଭୋକେ ରହନ୍ତି ବାଛୁରୀ ।
ହେଉଅଛି ବଂଶ ମୋର ଦିନୁଦିନ ହ୍ରାସ,
ଆଉ କିଛିଦିନେ ହୋଇଯିବ ସର୍ବନାଶ ।
ମୋ’ ବିନା ନ ହେବ କୃଷି, ନମିଳିବ ଖାଦ୍ୟ,
ନର ପ୍ରାଣ ରଖିବାର ହେବ କଷ୍ଟସାଧ୍ୟ ।
ବେଳ ଥାଉଁ ଥାଉଁ କର ତାର ପ୍ରତିକାର,
ପଛେ ପୃଥିବୀରେ ପଡ଼ିଯିବ ହାହାକାର ।
ଲକ୍ଷ ଲକ୍ଷ ଚେଷ୍ଟା ପଛେ ନ ହେବ ସଫଳ,
କି ହେବ ବାନ୍ଧିଲେ ବନ୍ଧ ଗଲା ପରେ ଜଳ ?
ବେଗେ କର ସ୍ଥାନେ ସ୍ଥାନେ ଗୋଶାଳାସ୍ଥାପନ,
ଗୋପୂଜିବା ପର୍ବେ କର ଗୋରୁଙ୍କୁ ପୂଜନ ।
ପ୍ରଶସ୍ତ ପଡ଼ିଆ ଛାଡ଼ିଦିଅ ଗ୍ରାମେ ଗ୍ରାମେ,
ତୃଣ ଚରି ଗୋରୁମାନେ ରହିବେ ଆରାମେ ।
ବିକ୍ରୟ ନ କର ମୋତେ କଂସାଇଙ୍କ କରେ,
କୃତଘ୍ନତା ପାପଭାର ନ ବୁହ ମୁଣ୍ଡରେ ।
ମୁଁ ନିରୀହ ଜୀବ ସଦା ତୁମ୍ଭ ଉପକାରୀ,
ଶିଶୁକୁ ମୋ’ ନ ଶୁଖାଅ କରି ନିରାହାରୀ ।
ହିନ୍ଦୁର ଧରମ ରଖ ଅଟ ପରା ହିନ୍ଦୁ,
ସଦାଚାର ରଖି ଚଳ ଜଗତ ନ ନିନ୍ଦୁ ।
କଳଙ୍କ ନ ଦିଅ କୁଳେ ନୁହ କୁଳାଙ୍ଗାର,
ପୂର୍ବପୁରୁଷଙ୍କ ପରି କର ମୋ’ ସତ୍କାର ।
ମୋର ଉନ୍ନତିରେ ହେବ ଉନ୍ନତି ତୁମ୍ଭର,
ମୋହର ଯତନେ ସଦା ହୁଅ ତତପର ।
ମୋର ବିପଦକୁ ତୁମ୍ଭ ବିପଦରେ ଗଣ,
ମୋହାର ପତନେ ହେବ ତୁମ୍ଭର ପତନ ।
ମୋହର ସମ୍ପଦେ ହେବ ତୁମ୍ଭର ସମ୍ପଦ,
ମଙ୍ଗଳ କରିବେ ତୁମ୍ଭ ପ୍ରଭୁ ଆଦିକନ୍ଦ ।
ମହିଷୀ ଅଟଇ ମୋର ଭଗିନୀ ସମାନ,
ମୋହ ପରି ତାକୁ ମଧ୍ୟ କରୁଥିବ ମାନ୍ୟ ।
ମନଦେଇ ଶୁଣିଲ ମୋ ସକଳ ଗୁହାରି,
କରନ୍ତୁ ମଙ୍ଗଳ ତୁମ୍ଭ ଗୋଲକବିହାରୀ ।
ଘେନ ମୋର ହୃଦୟର ଶତ ଧନ୍ୟବାଦ,
ଖଣ୍ଡନ୍ତୁ ଗୋପାଳଚନ୍ଦ୍ର ସକଳ ପ୍ରମାଦ ।
(ପୂର୍ବରୁ ‘କବିତାମାଳା’ ରେ ସ୍ଥାନିତ ହୋଇନଥିବା ଓ ଗ୍ରନ୍ଥାବଳୀରେ ପ୍ରକାଶ ପାଇନଥିବା କବିତାଗୁଡ଼ିକ ଏଠାରେ ସ୍ଥାନିତ ହେଲା)
ମହାପ୍ରୟାଣ
(୧୯୧୦) (୨୮.୦୫.୧୯୧୦, ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ)
ସମ୍ରାଟ୍ ସପ୍ତମ ଏଡ଼ୱାର୍ଡ଼ଙ୍କ ବିୟୋଗ ଉପଲକ୍ଷେ ରଚିତ
ହେ ରାଜରାଜେନ୍ଦ୍ର ଧରାତଳ-ଇନ୍ଦ୍ର
ପ୍ରଜାଙ୍କ ପରମବନ୍ଧୁ
କିପାଇଁ ଅନ୍ତର ହେଲ ପ୍ରାଜ୍ଞବର
ଧରଣୀର ପ୍ରେମ-ବନ୍ଧୁଁ ।
ସୌଦାମିନୀ ମୁଖ ଚାହୁ ଥାଅ ଦୁଃଖ
ବୁଝିବାକୁ ଧରଣୀର,
କିପାଇଁ ଅନାଉ ନାହଁ ଆଜ ଆଉ
ଦେଖି ତା’ ନୟନ-ନୀର ।
କାନ୍ଦୁଛି ଭାରତ ଅତୀବ ଆରତ-
ନାଦେ ତୁମ୍ଭ ଅଦର୍ଶନେ,
ଶ୍ରବଣ କିପାଇଁ ଦେଉ ନାହିଁ ସେହି
ଦୂତୀ ସୌଦାମିନୀ-ସ୍ୱନେ ।
ବାନ୍ଧବ ସାମନ୍ତେ ବିକଳେ କେମନ୍ତେ
ଗାଉଛନ୍ତି ତୁମ୍ଭ ଗୁଣ,
ବାନ୍ଧବ-ବତ୍ସଳ କିପାଇଁ ଅଚଳ
ଭାବେ ରହି ତା’ ନ ଶୁଣ ।
ସୌଦାମିନୀ ଆସି ଭାରତେ ପ୍ରକାଶି
ଦେଲା ନିଦାରୁଣ ଭାଷ,
ଏଡ଼ୱାର୍ଡ଼ ବୀର ପତି ପୃଥିବୀର
ସ୍ୱର୍ଗପୁରେ କଲେ ବାସ ।
ସୌଦାମିନୀ ସଙ୍ଗେ, କୁଳିଶ ପତନ
ବିଧିର ଯା’ ଥିଲା ବିଧି,
ଏତେ କାଳେ ତୁମ୍ଭ ଶାସନବିହୀନେ
ଅବନୀରେ କଲା ସିଦ୍ଧି ।
ସେ ବଜ୍ରନିନାଦ ପଡ଼ିଲା ପ୍ରମାଦ
ହିମାଚଳୁ ଲଙ୍କାଯାଏ,
କେ’ବା ସ୍ତମ୍ଭୀଭୂତ କେ’ବା ଚମକିତ
ହେଲେ ଯେ ଥିଲେ ଯେଠାଏ ।
ନଗରେ ନଗରେ ହାଟରେ ବାଟରେ
ପଡ଼ିଗଲା ହାହାକାର,
ଏମନ୍ତ ମାନବ ଦେଖାଗଲା ନାହିଁ
ବିସ୍ମୟ ନ ହେଲା ଯା’ର ।
ମହୀରେ ଏମନ୍ତ ସ୍ଥାନ ନାହିଁ ଯହିଁ
ଶୁଭି ନାହିଁ ଘଡ଼ଘଡ଼ି,
ଆହା ଏ ବିପଦେ ରାଜଜନପଦେ
ଉଠିଥିବ ଶୋକ-ରଡ଼ି ।
ନିତ୍ୟୋତ୍ସବମୟ ଯେ ରାଜନିଳୟ
ଆଜି ତା’ ରୋଦନପୂର୍ଣ୍ଣ,
ସାମ୍ରାଜ୍ଞୀ-ହୃଦୟ ଶାନ୍ତି ରତ୍ନଚୟ
ହୋଇଯାଇଥିବ ଚୂର୍ଣ୍ଣ ।
ରାଜସୁତ ରାଜ- କୁମାରୀଏ ଆଜ
ବିକଳେ ରୋଦନ କରି,
ବିଦୀର୍ଣ୍ଣ-ହୃଦୟେ ଥିବେ ଏ ସମୟେ
ପିତାଙ୍କ ବାତ୍ସଲ୍ୟ ସ୍ମରି ।
ଭାବିତ ମୁଁ ହେଲି ଦୁର୍ଯ୍ୟୋଗେ ବା ‘ହେଲି’(୧)
ଦୁଷ୍ଟ ଦୁଷ୍ଟ ‘ଧୂମକେତୁ’,
ଆସି ହେଲା ମହୀ- ମଣ୍ଡଳର ଏହି
ଘୋର ଅମଙ୍ଗଳ-ହେତୁ ।
ଅବା ଆଲୋକିତ କରିବା ନିମିତ୍ତ
ସମ୍ରାଟଙ୍କ ସ୍ୱର୍ଗରାହା,
ଜ୍ୟୋତିର୍ଭୁବନରୁ ଏକ ପରିଚର
ପେଶିଥିଲେ ସ୍ୱର୍ଗ ନାହା ।
ରଞ୍ଜନ ବିରହେ ତୁମ୍ଭର ବିରହେ
ପ୍ରକୃତି ଆଜି ଶ୍ରୀହୀନ,
ନଦନଦୀ ସର ରଜନୀ ଶରୀର
ହୋଇଯାଉଅଛି କ୍ଷୀଣ ।
୧ । ହେଲି – ଧୂମକେତୁ ।
ବିଧି-ବିଧାୟକ ବିଧାନ-ପାଳକ
ବିଧିର ବିଧାନ ମାନି,
ଅମରାବତୀକି ବିହିଲ ଗତିକି
ତେଜି ନିଜ ରାଜଧାନୀ ।
ମର୍ତ୍ତ୍ୟଲୀଳା ଶେଷ କରିଛ ଅଶେଷ
ଜନହିତ କାର୍ଯ୍ୟ କରି,
ଅମର ନଗରେ ରହିବ ଶମରେ
ଅମର ଶରୀର ଧରି ।
ମାତା ତୁମ୍ଭ ଆଜି ଦେବୀ ରୂପ ସାଜି
ହୃଦେ ହୃଦେ ପ୍ରପୂଜିତ,
ତାଙ୍କ ଶାନ୍ତିମୟ କୋଳରେ ନିଶ୍ଚୟ
ତୁମ୍ଭେ ହେବ ସୁଶୋଭିତ ।
ଗୋ ସମ୍ରାଟ୍-ଜାୟା ! ସରଳାହୃଦୟା
ତୁମ୍ଭ କଷ୍ଟ ଭାବି ମନ,
ଦୁଃଖ-ଜଳଧିର ତରଙ୍ଗ ଅଧୀର
ଗର୍ଭେ ହୁଏ ନିଗମନ ।
ଶିରୀଷ ପ୍ରସୂନେ କରକା ବର୍ଷଣେ
ଚିରାଭ୍ୟସ୍ତ ଯେଉଁ ବିଧି,
ଯା’ ବିଧାନେ ସୀତା ଚିର ବିରହିତା
କି ହେବ ତାହାକୁ ନିନ୍ଦି ।
ସେ ବିଧି ଇଚ୍ଛାର ପ୍ରତିକୂଳେ ଛାର
ମାନବ ନ ପାରେ ଚଳି,
ଯେ ଯେତେ କୋମଳ ତହିଁ ତେତେ ବଳ
ପ୍ରକାଶେ ଧନ୍ୟ ସେ ବଳୀ ।
ତୁମ୍ଭ ଅଶ୍ରୁ ବିନ୍ଦୁ ଭାରତରେ ସିନ୍ଧୁ
ସମାନ ହେଉଛି ବୋଧ,
ତହିଁ ଭାସି ଭାସି କି ବୋଲି ଆଶ୍ୱାସି
ଜନନୀ, ଦେବୁଁ ପ୍ରବୋଧ ।
ଜନନୀ ରୋଦନ ଚାହିଁ ପୁତ୍ରଗଣ
କାନ୍ଦୁଛୁଁ ଅଧିକତର,
ଆମ୍ଭ ନେତ୍ର-ନୀର ପୋଛି ଅବନୀର
ଶାନ୍ତି ସାଧି ଶାନ୍ତି ଧର ।
ମଙ୍ଗଳାଚରଣ
(୧୯୧୧)
(ଅକ୍ଟୋବର ମାସ ସଂଖ୍ୟା ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ)
ପୂଜାକରି ଶକ୍ତିଶ୍ୱରୀ-ଶକ୍ତିପ୍ରଦ ପାଦ,
ପାଇ ତହୁଁ ନବ ବଳ ନବୀନ ପ୍ରସାଦ,
ରଖି ସେ ପବିତ୍ର ପଦକମଳେ ଭରସା,
ବଳାଉଛୁଁ ଲୋକସେବା-ଧର୍ମରେ ଲାଳସା ।
ଜଗତଜନନୀଙ୍କର କୁମାରସକଳ,
ପାଇଛନ୍ତି ଆଜି ନବ ପ୍ରାଣ ନବ ବଳ ।
ଚାହିଁ ତାଙ୍କ ପ୍ରଭାପୂର୍ଣ୍ଣ ବଦନମଣ୍ଡଳ,
ଫୁଟି ଉଠୁଅଛି ଆମ୍ଭ ହୃଦୟ-କମଳ ।
ଦେବୀଙ୍କି ବସାଇ ସେହି ଫୁଲ୍ଲ ପଦ୍ମାସନେ,
ତାଙ୍କ ରାଜ୍ୟେ ତାଙ୍କ ଶୁଭକାମନା ସାଧନେ ।
ତାଙ୍କରି ପ୍ରେରଣେ ହେଉଅଛୁଁ ଅଗ୍ରସର,
ବାଧାବିଘ୍ନ ଦଳୁଥିବ ତାଙ୍କ ଶ୍ରୀପୟର ।
ଦେଖୁଛୁଁ ସେ ଦେବୀ ପ୍ରାଣେ ପ୍ରାଣେ ବିରାଜିତ
କରାଉଅଛନ୍ତି ବହୁ ମଙ୍ଗଳ ସାଧିତ ।
ପ୍ରତି ପ୍ରାଣେ ଚାହିଁ ତାଙ୍କ ପ୍ରତିଭା ବିସ୍ତାର,
ଜଗତଜନଙ୍କୁ କରୁଅଛୁଁ ନମସ୍କାର ।
ତାଙ୍କ ମଧୁମୟୀ ପ୍ରଭା ଘେନି ‘ହିତୈଷଣୀ’,
ନବ ବର୍ଷେ ହେଉ ଜନ-ହୃଦୟ-ତୋଷିଣୀ ।
ହୃଦେ ହୃଦେ ଫୁଟୁ ରମ୍ୟ ପ୍ରତିଭା-କମଳ.
ଦିଗେ ଦିଗେ ସଞ୍ଚରୁ ତା’ ଦିବ୍ୟ ପରିମଳ ।
ସ୍ୱର୍ଗତ କାଶୀନାଥ ପଣ୍ଡାଙ୍କ ପ୍ରତି
(୧୯୧୨) (ମଇ ମାସ ସଂଖ୍ୟା, ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ)
ସ୍ୱର୍ଗବାସୀ କାଶୀନାଥ, ସ୍ମରୁଛି ମୋ’ ମନ,
କହୁଥିଲ ଯେଉଁ ମଧୁମିଶ୍ରିତ ବଚନ ।
ଦେଖିଥିଲି ଥରେ ତୁମ୍ଭ କାର୍ଯ୍ୟର କୌଶଳ,
ଖଣ୍ଡେ କାଷ୍ଠେ କରିଥିଲ ଚାରିଟି ଲାଙ୍ଗଳ ।
ସ୍ୱାଧୀନ ଜୀବନେ ତୁମ୍ଭେ ଥିଲ କର୍ମବୀର,
ଯୁବା ପରି ଦକ୍ଷ ଥିଲ ହେଲେହେଁ ସ୍ଥବିର ।
ଗର୍ବ ଅଭିମାନ ଦେଇ କର୍ମପୀଠେ ବଳି,
ଜୀବନ-ସଂଗ୍ରାମେ ଥିଲ କ୍ଷତ୍ରିୟଙ୍କୁ ବଳୀ ।
ବୁଝିଥିଲ କୃଷିକର୍ମ ଜୀବନ ଆଧାର,
କୃଷି ବିନା ସୂର୍ଯ୍ୟ ଥାଉଁ ଜଗତ ଅନ୍ଧାର ।
ହେଉ ରାଜା ମହାରାଜା ବିଶ୍ୱେ ଉଡ଼ ବାନା,
କୃଷିର ଅଭାବେ ତାକୁ ନ ମିଳନ୍ତା ଦାନା ।
ତେଣୁ କୃଷି ପ୍ରସାରିଲ ହୋଇ ମହାଜନ,
ଧନ ଦେଇ କଲ ବହୁ ଭୂମି ଅରଜନ ।
ପିତାଠାରୁ ପାଇଥିଲ ଯେଉଁ ମୂଳଧନ,
ସହସ୍ର ଗୁଣରେ କଲ ଉନ୍ନତିସାଧନ ।
ଲରମ୍ଭାର ହୋଇ ତୁମ୍ଭେ ଚତୁର୍ଥାଂଶଭାଗୀ,
ଖଲିଆପାଲିକି ଘେନିଥିଲ ସଉଭାଗୀ ।
ଶେଷେ ଦେଖେଁ ଏ ଜିଲ୍ଲାର ଶତ ଶତ ଗ୍ରାମ,
ଜମାବନ୍ଦି ବକ୍ଷେ ଶୋଭୁଅଛି ତୁମ୍ଭ ନାମ ।
କାହିଁ ବା କୃଷକ ତୁମ୍ଭେ କାହିଁ ଗ୍ରାମାଧିପ,
ହୋଇ ଶୋଭୁଥିଲ ମହୀରାଣୀଙ୍କ ସମୀପ ।
ବିଳାସର ବିନାଶରେ ହୋଇ ଖଡ଼୍ଗକର,
ବିକାଶିଛ ପଦ୍ମାଙ୍କର ପ୍ରିୟ ପଦ୍ମାକର ।
ଦେଖୁଅଛି ପୁତ୍ର ତୁମ୍ଭ ସୁଶୀଳ, ସୁଧୀର,
ନ ଟଳନ୍ତି ତରଙ୍ଗରେ ଧନ-ଜଳଧିର ।
ହୃଦୟ ସରଳ ଶୁଦ୍ଧ ପ୍ରଶାନ୍ତ ଗମ୍ଭୀର,
ଗୁଣ-ପଦ୍ମାକରେ ନାହିଁ ଗରବ-କୁମ୍ଭୀର ।
ଫଳରୁ ମିଳଇ ଲୋକେ ବୃକ୍ଷ ପରିଚୟ,
ପୁତ୍ର ପ୍ରକାଶିବେ ତୁମ୍ଭ ସଦ୍ଗୁଣନିଚୟ ।
ଆସିଥିଲ(+) ଅବନୀକି ଅମା ଅନ୍ଧକାରେ,
ସ୍ୱର୍ଗକୁ(++) ଚଳିଲ ପୂର୍ଣ୍ଣଚନ୍ଦ୍ର ଚନ୍ଦିକାରେ ।
କାଶୀନାଥ ସ୍ୱଦେଶର ଗୌରବଭାଜନ,
କରିଅଛ ସ୍ୱଦେଶର ପୀରତି ଅର୍ଜନ ।
ଯେତେ କାର୍ଯ୍ୟ କରିଅଛ ଦେଶପ୍ରୀତିକର,
ସେ ଘେନି ସ୍ୱର୍ଗରେ ଲଭ ଦେବଙ୍କ ଆଦର ।
+ଓ++ କାଶୀନାଥ ପଣ୍ଡାଙ୍କ ଜନ୍ମ-ଶ୍ରାବଣ-
ଅମାବାସ୍ୟା ଓ ମୃତ୍ୟୁ- ଚୈତ୍ରପୂର୍ଣ୍ଣିମା ।
*କାଶୀନାଥ ପଣ୍ଡା- ସ୍ୱଦେଶପ୍ରେମିକ ବାବୁ ବ୍ରଜମୋହନ ପଣ୍ଡା, ବି.ଏ.ଙ୍କ ପିତାମହ ଅଟନ୍ତି ।
ସ୍ୱର୍ଗତ ଧନଞ୍ଜୟ ସିଂହ
(୧୯୧୬) (ଅକ୍ଟୋବର, ନଭେମ୍ବର, ୧୯୧୬ ମୁକୁର ପତ୍ରିକାରେ ପ୍ରକାଶିତ)
ଆଶା ଥିଲା ଧନଞ୍ଜୟ ଉଚ୍ଚପଦ ଲଭି,
ଶୋଭିତ କରିବ ବୋଲି ଉନ୍ନତ ପଦବୀ ।
ଆଶାର ଅଙ୍କୁର ଗୋଟି ନୋହୁ ପଲ୍ଲବିତ,
ହେଲା ତହିଁ ନିଦାରଣ କୁଳିଶ ପତିତ ।
ଆଶା ଭସ୍ମ-ସ୍ମୃତି ରୂପେ ରହି ଜନ୍ମସ୍ଥଳ-
ହୃଦକୁ ବିଷମ ତାପେ କରୁଛି ବିକଳ ।
ଲଭିଥିଲ ଜନ୍ମ ତୁମ୍ଭେ ଦରିଦ୍ର କୁଟୀରେ,
ସତୃଷ୍ଣେ ପହଞ୍ଚିଲେ ସୁଧା-ସିନ୍ଧୁତୀରେ ।
ପାପରସ ସ୍ୱଭାବେ ଯା’ ଆପାତମଧୁର,
ପାଶେ ଚାହିଁ ନ ଛୁଇଁ ତା’ କରିଥିଲ ଦୂର ।
ପାଇଥିଲ ସୁନିର୍ମଳ ବିନୟ ଭୂଷଣ,
କରୁଥିଲ ତହିଁ ଜନମନ ଆକର୍ଷଣ;
ଦେବ ଲୋଭନୀୟ ଥିଲା ଚରିତ୍ର ତୁମ୍ଭର,
ତେଣୁ ଅବା ବରିନେଲେ ଦେବେ ନିଜ ଘର ।
*ଧନଞ୍ଜୟ ସିଂହ ବରପାଲି-ନିବାସୀ ଜଣେ ଛାତ୍ର । ସେ କଟକରେ ଆଇ.ଏ. କ୍ଳାସ୍ରେ ଅଧ୍ୟୟନ କରୁଥିବାବେଳେ ବିସୂଚିକା ରୋଗରେ ପ୍ରାଣତ୍ୟାଗ କରିଅଛନ୍ତି । ସମ୍ବଲପୁରର ସୁପ୍ରସିଦ୍ଧ ଓକିଲ ରାମନାରାୟଣ ମିଶ୍ରଙ୍କ ଆଶ୍ରୟରେ ସେ ଶିକ୍ଷାଲାଭ କରୁଥିଲେ । ପରେ ଉଚ୍ଚ ଶିକ୍ଷା ପାଇଁ କଟକ ଯାଇଥିଲେ । ଗଙ୍ଗାଧରଙ୍କୁ ଧନଞ୍ଜୟ ସିଂହ ଉଚ୍ଚ ଦୃଷ୍ଟିରେ ଦେଖୁଥିଲେ । (‘ପିତୃ-ପ୍ରସଙ୍ଗ’–ପୃ.୬୯)
ଫକୀରମୋହନଙ୍କ ସ୍ୱର୍ଗାରୋହଣ(୧୯୧୭)ସ୍ୱରଗ ନଗରେ ଆଜି କିପାଁ ଏତେ କଳକଳ,ଯାଉଛନ୍ତି ଆସୁଛନ୍ତି ଦେବଗଣ ଦଳ ଦଳ ।ରତ୍ନମାଳେ ମଣ୍ଡୁଛନ୍ତି କେତେ ଜଣ ସଭାଘର,ସାଜୁଛନ୍ତି ରତ୍ନଯାନ କେତେ ହୋଇ ହରବର ।କେତେଜଣ ସାଜୁଛନ୍ତି ତୋରଣ ମଣ୍ଡପ ଶିର,ବାନ୍ଧୁଛନ୍ତି ଧ୍ୱଜ ତହିଁ ସିଇଁ ସ୍ୱର୍ଣ୍ଣମୟ ଚୀର ।ନନ୍ଦନକାନନେ ପଶି ଅମର ଅବଳାଗଣ,ବାଛି ବାଛି ଫୁଲସବୁ କରୁଛନ୍ତି ଆହରଣ ।ତରତର ଗୁନ୍ଥୁଛନ୍ତି ସରଳ ସୁନ୍ଦର ହାର,ସାଜୁଛନ୍ତି ସ୍ୱର୍ଣ୍ଣଥାଳେ କାହା ପାଇଁ ଉପହାର ?କାହାକୁ ସେ ଆଗେ କରି ଚାଲିଛନ୍ତି ବେଗ ବେଗ,କାହାକୁ ଦେଖିବା ପାଇଁ ମନେ ଏତେ ଉଦବେଗ ?ଦେଖୁଁ ଦେଖୁଁ ରୁଣ୍ଡ ହୋଇ ମଣ୍ଡିଦେଲେ ସ୍ୱର୍ଗଦ୍ୱାରପ୍ରଫୁଲ୍ଲ ନୟନେ ଚାହିଁ ରହିଛନ୍ତି ଅନିବାର ।ଫକୀରମୋହନ ତହିଁ ଯାଇ ହେଲେ ଉପଗତ,ବହୁ ମୁଖେ ଉଚ୍ଚେ ହେଲା ହୁଳୁହୁଳି ସମୁଦ୍ଗତ ।ପ୍ରିୟା ତାଙ୍କ ଗଳେ ଆଗେ ଦେଇ ରମ୍ୟ ପୁଷ୍ପମାଳ,ପାଦତଳେ ପଡ଼ିଗଲେ ପ୍ରେମେ ହୋଇ ଅସମ୍ଭାଳ ।ଅନ୍ୟ ଦେବଯୋଷାମାନେ ପେଲାପେଲି ହରବର-ହୋଇ ପୁଷ୍ପହାର ଧରି ଉର୍ଦ୍ଧ୍ୱକୁ ଟେକିଲେ କର ।ନ ପା’ନ୍ତେ ଶିରକୁ ହେଲେ ହସାହସି ପରସ୍ପର,ଶିର ନତ କରି ହାର ଘେନିଲେ କବିଶେଖର ।ନ ପାରି ଭିଡ଼କୁ ପଶି ଦୂରେ ଥାଇ କେତେ ଜଣ,ସୁକୁମାରୀ ଦେବବାଳା କଲେ ପୁଷ୍ପ ପ୍ରକ୍ଷେପଣ ।ଫକୀରମୋହନ ଧରି ପ୍ରଣୟିନୀ ମୃଦୁ କର,ଉଠାଇ ଦେଖିଲେ ଉଭା ତେଣେ ସବୁ ବନ୍ଧୁବର ।କବିଗୁରୁ ରାଧାନାଥ ମଧୁସୂଦନ ସହିତ,ଆଗେ ଥାଇ ଚାହିଁଛନ୍ତି ଚିତ୍ତ କରି ଅବହିତ ।ପ୍ରିୟା କର ଛାଡ଼ି କଲେ ତାଙ୍କ କର-ମରଦନ,ପରସ୍ପର ଆଲିଙ୍ଗନେ ହେଲା ମୁଦ ବରଧନ ।ଅନ୍ୟ ବନ୍ଧୁଗଣ ସଙ୍ଗେ ସେହିପରି କୋଳାକୋଳି,ସ୍ୱର୍ଗୀୟ ସୁବାସ ତୈଳ ଅଙ୍ଗେ ହେଲେ ବୋଳାବୋଳିଦେବେ ଥିଲେ ରଖି ପାଶେ ସ୍ୱର୍ଣ୍ଣମୟ ରଥଶ୍ରେଣୀ,ତହିଁରେ ବସାଇ ବସି ଫକୀରକୁ ଗଲେ ଘେନି ।ଆଗେ ଆଗେ ବାଜୁଥାଏ ଅମର-ନ୍ଦୁନ୍ଦୁଭିବାଜା,ଯାଇ ହେଲେ ଉପଗତ ଯହିଁ ଥିଲେ ଦେବରାଜା ।ଫକୀରକୁ ଚାହିଁ ହେଲେ ଦେବରାଜ ହରଷିତ,ବିଦ୍ୟାଧରୀ କରମୁକ୍ତ ପୁଷ୍ପ ହେଲା ବରଷିତ ।ଦେବଗଣ କଲେ ତହିଁ ଫକୀରଙ୍କ ଗୁଣଗାନ,ପାଇଲେ ଗନ୍ଧର୍ବଗଣ ଲୟରେ ମିଶାଇ ତାନ ।ଫକୀରଙ୍କ ଗଳେ ଶଚୀ ଦେଲେ ବୈଜୟନ୍ତୀ ମାଳା,ଉଚ୍ଚରବେ ହୁଳହୁଳି ଦେଲେ ସର୍ବ ଦେବବାଳା ।ଶିରେ ତାଙ୍କ ଇନ୍ଦ୍ର ଦେଲେ ସ୍ୱର୍ଣ୍ଣମୟ ଜରିପାଗ,ଝୁକୁଥିଲା ଲାଗି ତହିଁ ହୀରା ନୀଳା ପଦ୍ମରାଗ ।କୃଷ୍ଣକୁମାରୀଙ୍କି କରି ତାଙ୍କ କରେ ସମର୍ପଣ,ବୋଇଲେ ସ୍ୱପୁରେ ରହି ଭୋଗ ନିତ୍ୟ ସନ୍ତର୍ପଣ ।‘ଉତ୍କଳ-ସେବକ’ର ନବବର୍ଷ ଉପଲକ୍ଷରେ ରଚିତ(୧୯୧୮)ନବୀନ ବରଷେ ନବୀନ ହରଷେଘେନି ନବ ଉପହାର,ପାଞ୍ଚ ବରଷର ବାଳୁତ ‘ସେବକ’ଦେଇ ବୁଲ ଦ୍ୱାର ଦ୍ୱାର ।ଦେଶହିତ କଥା ବିଦେଶ ବାରତାକହିବୁ ତୁ କାନେ କାନେ,ଥରେ ନ ବୁଝିଲେ ବାରମ୍ବାର କହିଭେଦାଇବୁ ପ୍ରାଣେ ପ୍ରାଣେ ।ସେ ତୋର ଧରମ ସେ ତୋର କରମତହିଁରେ ନ ହେବୁ ଚିଟା,କେହି ଯଦି ତୋତେ କଡ଼ା କଥା କହେତୁହି କହୁଥିବୁ ମିଠା ।ଆଦର ନ ଚାହିଁ ଅତିଥି ପରାଏଯିବୁ ବାବୁ ଘର ଘର,ଖରଚା ନ ଦେଲେ ଚରଚା ନ କଲେତାକୁ ନ ମଣିବୁ ପର ।ଦିନାକେତେ ଗଲେ ପୁପୁନି ହେବସେ ଦିନ ଦେଖିବୁ ପ୍ରାତେ,ଛେରଛେରା କୁଟି ବୁଲିବେ ପିଲାଏଥରି ଥରି ଶୀତବାତେ ।ଥିବ କା ଡେବିରି(୧) ହାତରେ ଟୁପୁଲୀ(୨)ଭୁଜନୀ(୩) ହାତରେ ବାଡ଼ି,କେ ଥିବ ଉଲଙ୍ଗ ଉଡ଼ିଥିବ କେହିମାଆର ପୁରାଣା ଶାଢ଼ି ।ଶାଢ଼ି ବେଢ଼ିଥିବ ବେକୁଁ ପଦଯାଏବେକ ପଛେ ଥିବ ଗଣ୍ଠି,ଦୁଇପ୍ରସ୍ତ ଶାଢ଼ି ଚାରିପ୍ରସ୍ତ ହୋଇବେଢ଼ି ଦେଇଥିବ ତଣ୍ଟି ।କିଏ ବା ପିତାର କରିଆ(୪) ଖଣ୍ଡିଏଯା’ ଥିବ ଛିଣ୍ଡା ପୁରୁଣା,ଅଧା-ପିନ୍ଧା ଅଧା- ବେକେ ଦେଇ କାନି-ଯୋଡ଼ି କରିଥିବ ମୁଣା ।କେ ଛିଣ୍ଡା କରିଆ ପିନ୍ଧୁଥିବ, ଦୁଇତିନିଠାରେ ଦେଇ ଗଣ୍ଠି,ଛେରଛେରା ଲାଭ ଧରିବାକୁ ପୁଣିରାଜି କରିଥିବ ଅଣ୍ଟି ।ମହା ଆନନ୍ଦରେ ଦଳ ଦଳ ହୋଇଘର ଘର ବୁଲି ବୁଲି,ଧାନ ଚାଉଳରେ ପୂରାଇ ଆଣିବେଯେ ଯାହା ଅଣ୍ଟି ଟୁପୁଲୀ ।ପିଲାମାନଙ୍କର ଛେରଛେରା ରାବେବାଡ଼ି ଠୁକୁ ଠୁକୁ ସ୍ୱର,ପ୍ରତି ପଲ୍ଲୀ ହେବ ମୁଖରିତ, ତାହାଚାହିଁବୁ କଉତୁକରେ ।ଯେ ଯାହା ପିଲାଙ୍କୁ ନ ଦେବ ଗୃହସ୍ଥଚାଉଳ ଅଥବା ଧାନ,ବାଡ଼ି ଠୁକି ଠୁକି ଉଚ୍ଚେ କରୁଥିବେଛେରଛେରା ଗୀତ ଗାନ ।ତୁ ପାଞ୍ଚ ବରଷ ବାଳୁତ ସେବକଧରି ସେ ବାଳକ ଦୀକ୍ଷା,ରାଜପୁରୁଷଙ୍କ ଘର ଘର ଯାଇକରିବୁ କରୁଣା-ଭିକ୍ଷା ।ଯାବତ ନ ହେବୁ ସିଦ୍ଧକାମ, ବାର-ବାର କରୁଥିବୁ ଅଳି,ପୁନରୁକ୍ତି ଦୋଷ ନ ଘେନିବେ କେହିନ ମଣିବେ କେହି କଳି ।ମନେ ରଖିଥିବୁ ଯାବତ ପିଲାଙ୍କୁମିଳି ନାହିଁ ଭଲ ବାସ,ତାବତ ତୋହର ଭରି ନାହିଁ ଝୁଲିପୂରି ନାହିଁ ତୋର ଆଶ ।୧ । ଡେବିରି-ବାବ ।୨ । ଟୁପୁଲୀ-ବାଉଁଶ ତିଆରି ଛୋଟ ପାତ୍ର ।୩ । ଭୁଜନୀ- ଡାହାଣ ।୪ । କରିଆ-ଗାମୁଛା ।ଧର୍ମ(୧୯୧୮) (ମାର୍ଚ୍ଚ, ୧୯୧୮ରେ ରଚିତ ଓ ପ୍ରକାଶିତ, ଉତ୍କଳମଧୁପ)ଧର୍ମ ଏକା ଜଗତର ଉତ୍ପତ୍ତି-କାରଣ,ଏକା ଧର୍ମ କରିଅଛି ଜଗତଧାରଣ ।ଅଖିଳ ଜଗତ ସେହି ଧରମେ ଚାଳିତ,ଧରମରେ ବୃଦ୍ଧିମାନ ଧରମେ ପାଳିତ ।ଧରମେ ଜନମି ଜୀବ ଧର୍ମେ ହୁଏ ବଡ଼,ଧର୍ମଯୋଗେ ଦୈବବଳ ଲଭିଥାଏ ଜଡ଼ ।ଜଡ଼କୁ ଆଶ୍ରୟ କରି ଜୀବନ ବିକଶେ,ଜଡ଼ଯୋଗେ ବଡ଼ି ସୁଖେ ଜଗତେ ବିଳସେ ।ସୁଖଶ୍ରୀ ସମ୍ପଦ ସଦା ବାଞ୍ଛି କରେ ଜନ,ତହିଁ ପାଇଁ ଜଡ଼-ଧର୍ମ-ଜ୍ଞାନ ପ୍ରୟୋଜନ ।ଜୀବଧର୍ମ ବଡ଼ଧର୍ମ ଜାଣିବା ଶକତି,ମାନବକୁ ଦେଇଛନ୍ତି ବିଭୁ ବିଶ୍ୱପତି ।ସର୍ବଧର୍ମ ସମନ୍ୱିତ ମାନବ-ଧରମସ୍ୱତନ୍ତ୍ର ପ୍ରକାର ପୁଣି ତାହାର ମରମ ।ଦେଶ-କାଳ-ପାତ୍ର-ଭେଦେ ତାର ବ୍ୟବହାର,କଲେ ଭଲେ ଚଳିଥାଏ ମାନବ-ସଂସାର ।ନିଜ ନିଜ ଧର୍ମ ଉପଯୋଗୀ ଜୀବଗଣ,ପାଇଛନ୍ତି ଭିନ୍ନ ଭିନ୍ନ ରୂପ ଅପଘନ ।ମାନବକୁ ଧର୍ମତତ୍ତ୍ୱବୋଧ ଦିବ୍ୟଜ୍ଞାନବିଶେଷରେ ବିଶ୍ୱେଶ୍ୱର କରିଛନ୍ତି ଦାନ ।ସେହି ଜ୍ଞାନ ବ୍ୟବହାର ସକାଶେ ରସନାମୁଖ ଆଦି ନର ଅଙ୍ଗେ ବିଶିଷ୍ଟ ରଚନା ।ବଦନେ ବିବିଧ ବର୍ଣ୍ଣ କରି ଉଚ୍ଚାରଣକରେ ନର ବହୁବିଧ ଶବ୍ଦ ସଞ୍ଚାରଣ ।ବାକ୍ୟ ବାନ୍ଧି ମନୋଭାବ କରି ସୁପ୍ରକାଶ,ପରସ୍ପରେ କରିଥାନ୍ତି ଜ୍ଞାନର ବିକାଶ ।ଜ୍ଞାନେ ପୂର୍ଣ୍ଣ ରହିଅଛି ଭଲମନ୍ଦ ଭାବ,ଭଲ ମନ୍ଦ ଘେନେ ନର ଯା’ର ଯେ ସ୍ୱଭାବ ।ସୁଜ୍ଞାନରେ ଦେବତୁଲ୍ୟ ହୁଅଇ ମାନବ,କୁଜ୍ଞାନେ ପାଲଟିଯାଏ ଭୀଷଣ ଦାନବ ।ମାନବର ଦେବତ୍ୱହିଁ ସଦା ବାଞ୍ଛନୀୟ,ଦାନବତ୍ୱ ଜଗତରେ ଚରି ଲାଞ୍ଛନୀୟ ।ମାନବ-ସମାଜେ ଭଲ ଜ୍ଞାନ ସଞ୍ଚାରଣକାରଣେ ହେଉଛି ନାନା କଥା ପ୍ରଚାରଣ ।ବହୁ ଲୋକ ଭଲ କଥା ସଂଗ୍ରହ ସକାଶମାସିକ ପତ୍ରିକାମାନ ହେଉଛି ପ୍ରକାଶ ।ଭଲ କଥା ଶୁଣି ଲୋକ ହୋଇଥାନ୍ତି ଭଲ,ଭଲ ଲୋକେ କରିଥାନ୍ତି ଜଗତ ମଙ୍ଗଳ ।ଦୁଃଖ ତମ ନାଶ କରିଥାନ୍ତି ଭଲ ଲୋକ,ଚୌଦିଗେ ପ୍ରକାଶ କରି ଜ୍ଞାନର ଆଲୋକ ।ବିଜ୍ଞବୃନ୍ଦ ଉଚ୍ଚ ହୃଦ ପର୍ବତରୁ ଝର-ସ୍ୱରୂପେ ପ୍ରବନ୍ଧମାନ ବହି ନିରନ୍ତର,ପୂର୍ଣ୍ଣ କରି ଚିତ୍ରୋତ୍ପଳା ବିଶାଳ ହୃଦୟବହିଯାଉ ଉତ୍କଳରେ ଅନନ୍ତ ସମୟ ।ଚିତ୍ରୋତ୍ପଳା ହୃଦ ହେଉ ପବିତ୍ର ନିର୍ମଳ,ଶାନ୍ତି ପିଇ କରୁ ନିଜ ଜୀବନ ସଫଳ ।ଲାଗିଥାଉ ଅବିରତେ ବିବୁଧ ଅର୍ଚ୍ଚନେସିଦ୍ଧବ୍ରତା ହେଉ ଲୋକ ପୀରତି ଅର୍ଜନେ ।ଧର୍ମେ ରହୁ ମତି ପର ଧର୍ମେ ହେଉ ଗତି,ଧର୍ମ ଏକା ହେଉ ଚିର ଜୀବନ-ସମ୍ପତ୍ତି ।ସୁଭାବ ଓ ସ୍ୱଭାବ(୧୯୧୮)(ମାର୍ଚ୍ଚ, ୧୯୧୮, ଉତ୍କଳ ସାହିତ୍ୟ)କୁକୁର ଗଳାରେ ଯଦି ଖଞ୍ଜିବ କେଶର,ସିଂହ ନୋହି ଚାଟିବ ସେ ଅଇଁଠା ପତର ।ସୁବର୍ଣ୍ଣ ଅମାରି ଯୋଗେ ମଣ୍ଡିଲେ ଶୂକର,ସମ ହେବ ନାହିଁ ଗଜରାଜ ଶାବକର ।ବରଡ଼ାଳ ଭୁଞ୍ଜି ତାର ତୃପ୍ତି ହେବ ନାହିଁ,ତା’ ଖାଦ୍ୟ ଲୋଡ଼ିବ ଗ୍ରାମ ଉପକଣ୍ଠେ ଯାଇ ।ଚଣ୍ଡାଳକୁମର ନାମ ହେଲେ ରାଜାରାମ,ହୁଏ ନାହିଁ ଦାଶରଥି ସମ ଗୁଣାଧାମ ।ଚୋର ଯେବେ ବସିଥିବ ଜପାମାଳି ଧରି,ପରଧନଲୋଭ ତାର ହୃଦେ ଥିବ ଭରି ।କିନ୍ତୁ ନୀଚ ଉଚ୍ଚ ହେବା ନିମନ୍ତେ ଶକତି,ମାନବକୁ ଦେଇଛନ୍ତି ଜଗତର ପତି ।କୁକୁର ସମାନ ନୀଚ ଥିବ ଯେଉଁ ଜନ,ଶିକ୍ଷାଫଳେ ହେବ ନର ମଧ୍ୟେ ପଞ୍ଚାନନ ।ଶୂକର ସମାନ ଯା’ର ଥିବ ନୀଚବୁଦ୍ଧି,ଗାଜେନ୍ଦ୍ର ସମାନ ଭଲେ ହୋଇଯିବ ବୃଦ୍ଧି ।ଚଣ୍ଡାଳ କୁଟୀରେ ଜନ୍ମ ହେଲେ କିସ ହେବ,ସାଧୁତାରେ ନରମଧ୍ୟେ ହୋଇପାରେ ଦେବ ।ଚୋର ଯଦି ନିରନ୍ତର ସାଧୁସଙ୍ଗ କରେ,ଜଗତର ହିତଚିନ୍ତା ହେବ ତା’ ମନରେ ।ତଥାପି ଅନେକ’ଥାନ୍ତି ସ୍ୱଭାବ ଦୁର୍ଜନ,କରି ନୁହେ ତାଙ୍କ ପ୍ରାଣେ ସୁଭାବ ସର୍ଜନ ।ନାନା ଶିକ୍ଷା ଦେଇ ତାଙ୍କୁ ବହୁ ଯତ୍ନ କର,ବଳେ ନେଇ ଦିବ୍ୟ ଭାବ ହୃଦେ ତାଙ୍କ ଭର;ଭିନ୍ନଭାବେ ଉପୁଜିବ ସୁଶିକ୍ଷାର ଫଳ,ରହିଥିବେ ମାତ୍ର ସେହୁ ଯେ ଖଳ ସେ ଖଳ ।ବିଭୁ ବନ୍ଦନା(୧୯୧୮)(ମାର୍ଚ୍ଚ, ୧୯୧୮, ଗୁଣ ଦର୍ପଣ, ୦୮.୦୩.୧୯୧୮ରେ ପ୍ରକାଶିତ)ବନ୍ଦଇଁ ଚରଣେ ତୁମ୍ଭ ମଙ୍ଗଳନିଧାନ,ମଙ୍ଗଳମୂଳକ ତୁମ୍ଭ ସକଳ ବିଧାନ ।ଗହନ ଦହନକାରୀ ତପନ କିରଣ,ନିତି ନିତି କରୁଅଛି ହିତ ବିତରଣ ।ଘର ଗଛ ଭାଙ୍ଗେ ଯେଉଁ ପ୍ରବଳ ପବନ,ସେ ମଧ୍ୟ ମହୀରେ କରେ ମଙ୍ଗଳ ବପନ ।ବହୁ ଜନ୍ତୁ ପ୍ରାଣ ନିଏ ଯେ ଘୋର ବରଷା,ସେ ଜୀବନ ଧାରଣର ପ୍ରଧାନ ଭରସା ।ପାଷାଣ ପାଲଟେ ଯେଉଁ ଦାରୁଣ କାକର,ସେହୁ ମଧ୍ୟ ଅବନୀର ମଙ୍ଗଳ ଆକର ।ନବୁଝି କରୁଣା ତୁମ୍ଭହେ କରୁଣାମୟ,କରୁଣା ପ୍ରବାହ ଚାହିଁ ଦୂରୁ କରୁଁ ଭୟ ।ତୁମ୍ଭ କାୟା କରିବାକୁ ଉତ୍କଳେ ସଫଳ,ଉତ୍କଳେ ଉଦିତ ପତ୍ର-ପତ୍ରିକା ସକଳ ।ଉଇଁଥିଲା ଗଞ୍ଜାମରେ ଗୁଣ ଦରପଣ,କରିଥିଲା ତୁମ୍ଭ ପଦେ ଭକ୍ତି ଅରପଣ ।ତୁମ୍ଭ ଇଚ୍ଛାମତେ ହେଲା ତାହାର ଶୟନ,ତୁମ୍ଭ ଇଚ୍ଛାମତେ ଏବେ ଫେଡ଼ିଛି ନୟନ ।ନବ ବଳ ଦିଅ ନାଥ, ଭକତବତ୍ସଳ,ନବୀନ ଉତ୍ସାହ ହେଉ ଜୀବନେ ପ୍ରବଳ ।ସୁଯୋଗ ସୁବର୍ଣ୍ଣ ସେହି ଦରପଣ ସାଜି,କରୁଣା ସିନ୍ଦୂର ଯୋଗେଦିଅ ଘଷିମାଜି ।ପ୍ରତିବିମ୍ବରୂପେ ତୁମ୍ଭ ଶୁଭାଶିଷମାନ,ପଡ଼ି ତହିଁ କରୁ ଉତ୍କଳ-କଲ୍ୟାଣ ।ତୁମ୍ଭ ସେହି ଶୁଭାଶିଷ ହୋଇ ସୁଧାମୟ,କରୁ ପ୍ରଜାକୁଳ ହିତ ରାଜାଙ୍କର ଜୟ ।ଦୃଢ଼ତର ହେଉ ରାଜଧର୍ମ-ନିକେତନ,ଉଡ଼ୁ ତହିଁ ସମ୍ରାଟ୍ଙ୍କ କୀରତି-କେତନ ।ମହାଜନ(୧୯୧୮) (ମଇ, ୧୯୧୮, ଉତ୍କଳ ସାହିତ୍ୟ)ମିଥ୍ୟାବାଦୀ ପ୍ରବଞ୍ଚକ କପଟ ଆଚାରୀ,ଅଳଂକାରବିମଣ୍ଡିତ ଉଚ୍ଚପଦଧାରୀ ।ପରମୁଣ୍ଡ ପିଟି କରେ ବିଭବ ଅର୍ଜନ,ତହିଁପାଇଁ କରେ ନାନା କୌଶଳ ସର୍ଜନ ।ଧନଲୋଭେ ନାଶୁଥାଏ ନିରୀହଙ୍କ ପ୍ରାଣ,ଉତ୍କୋଚର ବଳେ ପାଏ ବାରମ୍ବାର ତ୍ରାଣ ।ବେଠିଆ ବଳରେ କରି ପ୍ରସ୍ତୁତ ପ୍ରସାଦ,ସୁଖେ ଭୋଗ କରଥାଏ କମଳାପ୍ରସାଦ ।ମୁକ୍ତକଣ୍ଠେ ସର୍ବେ ତାକୁ ବୋଲ ମହାଜନ,ତଥାପି ସେ ଲୋକ ନୁହେ ସେ ପଦ-ଭାଜନ ।ସତ୍ୟବାଦୀ ସୁଚରିତ୍ର ବିଶୁଦ୍ଧ ଆଚାରୀ ।ସୁଲଭ ବସନ ତୃପ୍ତ ଅପଦ- ଭିଖାରି,ପରଦୁଃଖ ହରି କରେ ଆଶିଷ ଅର୍ଜନ,ତହିଁପାଇଁ କରେ ନାନା ଉପାୟ ସର୍ଜନ ।ପ୍ରାଣ-ଆଶା ତେଜି ରଖେ ବିପନ୍ନର ପ୍ରାଣ,ସତ୍ସାହସେ ପାଉଥାଏ ବିପଦରୁ ତ୍ରାଣ ।ନ୍ୟାୟପଥେ ଅର୍ଜି କରେ କୁଟୀରେ ନିବାସ,ପର ପରସାଦ ଲୋଭେ ନ କରେ ପ୍ରୟାସ ।ନ କର ତାହାକୁ ପଛେ କେହି ସଭାଜନ,ଜଗତରେ ସେହି ଲୋକ ଏକା ମହାଜନ ।ଉଦ୍ବୋଧନ(୧୯୧୮)(ଜୁଲାଇ, ୧୯୧୮ ଉତ୍କଳ ସାହିତ୍ୟ)ଭାରତ ନନ୍ଦନ ଉଠ ହେ ବହନଉପଗତ ଏବେ ଶୁଭ ସମୟ,ଦିନ ମନ କର୍ଣ୍ଣ ଉଚ୍ଚେ ଘନ ଘନଡାକ ଆସୁଅଛି ଓଜସମୟ ।ନୁହେ ତାହା ଡାକ ଦେବତାଙ୍କ ବାକ୍ୟତୁଚ୍ଛବାକ୍ୟ ନୁହେ, ଗୌରବବର,ଦେଉଛନ୍ତି ନର- କଳେବର ଧରଦେବତା ଆମ୍ଭର ଭାରତେଶ୍ୱର ।ଭାରତ ଭୂପତି ଧରମ ମୂରତିଯୁଗେ ଯୁଗେ ରକ୍ଷଦଳନେ ଦକ୍ଷ,ନିଶାଚର ବଳ ହେଲେ ପରବଳଇନ୍ଦ୍ର ହିଁ ଲୋଡ଼ନ୍ତି ତାଙ୍କ ସାପକ୍ଷ ।ଭାରତୀୟ ବୀର ସଦା ପୃଥବୀରବକ୍ଷେ ରଖିଯାଇଛନ୍ତି କୀରତି,ଗର୍ଭରୁ ଶିକ୍ଷିତ ହୁଅନ୍ତି ବୀକ୍ଷିତ(୧)ସମର-ମରଣେ ତାଙ୍କ ପୀରତି ।ଜିଣିଲେ ବସୁଧା ମଲେ ସ୍ୱର୍ଗ-ସୁଧାଭୋଗ କରିଥାନ୍ତି ଭାରତ ବୀର,ନ ମିଳିଲେ ଅସ୍ତ୍ର କୁଶ କରି ଶସ୍ତ୍ର(୨)କରନ୍ତି ସମର ନୋହି ଅଧୀର ।ନବ୍ୟ ସଭ୍ୟଦଳ ହାସରେ କେବଳଉଡ଼ାଇ ନ ଦିଏ ଏ କଥାମାନ,ତୁମ୍ଭ ପୂର୍ବବଂଶ ବୀରତ୍ୱର ଯଶଗ୍ରୀକ୍ବୀରେ କରିଅଛନ୍ତି ଗାନ ।ନବ ଯୁବାଦଳ ବୀରେନ୍ଦ୍ର ବାଦଲସମ ହୋଇପାର ଋଣ-ପଣ୍ଡିତ,ସମ୍ରାଟ୍ ସକାଶ ଭୂଷଣ ସଙ୍କାଶକର ହେ ଭାରତ-ବକ୍ଷ ମଣ୍ଡିତ ।ରାଜା ପାଇଁ ଧନ ଜୀବନ କି ମନଦାନେ ଏତେବେଳେ ହେଲେ କୁଣ୍ଠିତ,ବର ଏଡ଼ି ଦର- ଭଜି ବିପଦର-ପଦେ, ପଦେ ପଦେ ହେବ ଲୁଣ୍ଠିତ ।ବ୍ରହ୍ମାଙ୍କର ଧାନ-ବିହୁଡ଼ା(୧୯୧୮) (ଡିସେମ୍ବର, ୧୯୧୮ ଉତ୍କଳ ସାହିତ୍ୟ)କୃଷକ ବୁଣଇ ଧାନ ଲୋକହିତ ପାଇଁ,ହେଲେ ଫଳବାନ ଧାନ ନିଜେ ଖାଏ, ପୁଣିଖାଆନ୍ତି ତା’ ପରିଜନ ପାଏ ମହାଜନଧାନ ନାଡ଼ ଗୋରୁ ଖାଇ ଚଷିଦିଏ ଭୂମି ।୧ । ଅଭିମନ୍ୟୁ । ୨ । ଅଶ୍ୱତ୍ଥାମା ।ଦୁଗ୍ଧ ଦିଏ ଗାଭୀ ସେହି କୃଷକର ହିତେ,କୃଷକ ତହିଁରେ କରେ ସୁଖ ଅନୁଭବ ।ବିହୁଡ଼ଇ ଧାନ ସେହି କୃଷକ ଯେ କାଳେ,ନଷ୍ଟ ଭ୍ରଷ୍ଟ ଇତସ୍ତତଃ ହୋଇ ଗଛ ସବୁଦିଶନ୍ତି ଶ୍ରୀହୀନ, କିନ୍ତୁ ହୁଅନ୍ତି ବର୍ଦ୍ଧିତ,କ୍ରମେ ହୃଷ୍ଟପୁଷ୍ଟ ହୋଇ ଫଳନ୍ତି ବହୁତ ।ସ୍ୱୟମ୍ଭୁ ସୃଜନ୍ତି ନର ଲୋକହିତ ପାଇଁ,ନର ବୃଦ୍ଧି ହେଲେ ବିଧି ଲଭନ୍ତି ସନ୍ତୋଷ,ହୁଅନ୍ତି ପାଳିତ ତାଙ୍କ ନିୟମ ସକଳଲଭନ୍ତି ସନ୍ତୋଷ ପ୍ରଭୁ ପରମ ଈଶ୍ୱର ।ବ୍ରହ୍ମାଙ୍କ ବଳଦ ଜ୍ଞାନ କର୍ମଭୂମି ଚଷେବୁଦ୍ଧି ଗାଭୀ ଦେଇଥାଏ ମଙ୍ଗଳ-ଗୋରସ ।ଏହି ଦୁହେଁ ଚରିଥାନ୍ତି ମାନବ କରମ,ତହିଁରେ କମଳ-ଭବ ହୋଇଥାନ୍ତି ସୁଖୀ ।କୈଶର ଲାଙ୍ଗଳେ ଏବେ ବିହୁଡ଼ିଲେ ବିଧି ।ନରକୁଳ ଧାନ, ହୋଇଅଛନ୍ତି ସମ୍ପ୍ରତିନଷ୍ଟ ଭ୍ରଷ୍ଟ ଇତସ୍ତତଃ ଶ୍ରୀହୀନ ସକଳେ ।ଲାଙ୍ଗଳର ଗାରେ କ୍ରମେ ହେବେ ଶୋଭାନ୍ୱିତ ।ଲଭିବେ ଶୀତଳ ଶାନ୍ତି ନ୍ୟାୟଧର୍ମରୂପୀ ।ପବନ ସଲୀଳ, ଏବେ ରହିବ ସେ ଜଳ ।ଦୃଢ଼ ସଂଧି ବନ୍ଧ ଯୋଗେ ହୋଇ ଅବହିତ,ଫଳିବ ସୁଫଳ ବିଧି ହେବେ ସିନ୍ଧକାମ ।ଲାଙ୍ଗଳଟି ତୁନି ହୋଇ ରହିଅଛି ପଡ଼ି ।ସମୟେ ପଡ଼ିବ ମୃତ୍ୟୁ ଚୁଲ୍ଲୀର ଗରଭେ ।ଏଥିଲାଗି ହୋଇଗଲା ମହାଘୋର ରଣ,ତମୋମୟ ଘନଘଟା ତୋପ ବଜ୍ରନାଦ ।ବୋମା ବଜ୍ରପାତ, ଦୀପ୍ତଶସ୍ତ୍ର ସୌଦାମିନୀ-ଆବିର୍ଭାବ, ଯାଇଅଛି ଏବେ ସବୁ ଚାଲି ।ଆମେରିକା ମହାଶକ୍ତି ଶରଦାଗମନେ ।ପ୍ରାର୍ଥନା(୧୯୧୮)(ଯୁକ୍ତ କରେ ମୁକ୍ତ ହୃଦେ.....)ଯୁକ୍ତକରେ ମୁକ୍ତହୃଦେ ଭରି ଭକତି,ଉତ୍କଳୀୟ ସମ୍ମିଳନୀ ମାଗେ ଶକତି ।ବିଶ୍ୱପତି ନିଃସ୍ୱ ପ୍ରତି ସଦା ସଦୟ,ବାଳ ଦେହେ କର ସ୍ନେହ ଶକ୍ତି ଉଦୟ ।ଦିଅ ନାଥ କୋଟି ମନ ଗୋଟିଏ କରି,ରେଣୁ ରେଣୁ ମିଶି ହେଉ ତୁଙ୍ଗ ଶିଖରୀ ।ଖନ୍ଦାଖନ୍ଦି ହୋଇଉଠୁ ମନରେ ଧନ,ଉଚ୍ଚୁ ଉଚ୍ଚତର ହୋଇ ମଣ୍ଡୁ ଗଗନ ।ଧର୍ମବଳ କର୍ମବଳ ହେଉ ଉନ୍ନତ,ତୁମ୍ଭ କୃପାଫଳ ମୁଗ୍ଧ କରୁ ଜଗତ ।‘ଉତ୍କଳ-ସମ୍ମିଳନୀ’ ଉପଲକ୍ଷରେ ରଚିତ(୧୯୧୮)ନିଜ ଘରେ ବସି ନିର୍ବାସନ ଦୁଃଖଆମ୍ଭ କି ଲଲାଟ ଲିଖନମାତୃଭାଷା-ମନା ଭାଇ ସଙ୍ଗ ବିନାବିକଳ ହେଉଛି ଜୀବନ । ପଦ ।ଗୁହାରିଲେ ଦୁଃଖ ନୃପତି ଆଗରେ,ତଡ଼ି ଦେଉଛନ୍ତି ଛାମୁରୁ ରାଗରେ;ନୁହେଁ ତାଙ୍କ ଦୋଷ, ବୁଝନ୍ତି ନାହିଁ ସେଆମ୍ଭର କଥିତ ବଚନ । ୧ ।ବିଦେଶୀ ସଦସ୍ୟ ଛନ୍ତି ନିକଟରେ,କହି ଦେଉଛନ୍ତି ଶ୍ରବଣପଟରେ;ହସୁଛନ୍ତି ବୋଲି ବୁଝାଉଅଛନ୍ତିକରୁଅଛୁଁ ଯେତେ ରୋଦନ । ୨ ।ପରଦେଶୁ ଆସି ପରଦେଶବାସୀ,ଦେଉଛନ୍ତି ଆମ୍ଭ ଅନ୍ନଜଳ ଗ୍ରାସି;ଭକୁଆ ପରାଏ ଭକ ଭକ ଚାହିଁ-ରହିଅଛୁଁ ତାଙ୍କ ବଦନ । ୩ ।ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,ଆମ୍ଭରି ମସ୍ତକେ ଚରଣ ପ୍ରଦାନ-କରି ଉଠୁଛନ୍ତି ସମ୍ରାଟ୍-ସଭାକୁହରଷେ ବିକାଶି ରଦନ । ୪ ।ଆସିଅଛ ବଡ଼ ସୋଦରସକଳ,ଦେଖି ଦଶା, କର ବୁଦ୍ଧି କଉଶଳ;କୋଟି କଣ୍ଠେ ଗୋଟିସ୍ୱରେ ଉଚ୍ଚେ ଡାକକମ୍ପିଯାଉ ରାଜସଦନ । ୫ ।‘ସମ୍ବଲପୁର ହିତୈଷିଣୀ’ର ନବବର୍ଷ ଉପଲକ୍ଷରେ ଲିଖିତଆଜି ନବ ଦିନେ ନବୀନ ଜୀବନେହୋଇଅଛି ଉପଗତ,ଶିରେ ଦେଇ ହାତ ଜଣାଉଛିଁ ନାଥଚରଣେ ହୋଇ ପ୍ରଣତ,ଲୋକବାନ୍ଧବ ହେ-ଦିଅ ମୋତେ ନବବଳ,ଲୋକସେବା ବ୍ରତ କର୍ମେ ହୁଏ ରତଜୀବନ ହେବ ସଫଳ ।ଉଠୁଛନ୍ତି ରବି ଉନ୍ନତ ପଦବୀକ୍ଷୀଣ ହେବ ବିଭାବରୀ,ତୁମ୍ଭ ଦତ୍ତ ଜ୍ଞାନ ହେଉ ବର୍ଦ୍ଧମାନଜାଡ଼୍ୟ ଯାଉ ଅପସରି,ଜ୍ୟୋତିନିଧାନ ହେ-ପ୍ରାଣେ ଦିଅ ଜ୍ୟୋତି-କଣା,ତା’ ଧରି ଚଳିବି ସଂସାରେ-ଅଟବୀବିପଥେ ନ ହୋଇ ବଣା ।ଦିଅ ହେ କ୍ଷମତା ଲୋଭର ମମତାଲୀନ ହେବ ମୋ’ ମନରେ,ବାଧା ଉପଗତ ହେଲେ ସମରଥହେବି ତାହା ସହନରେ,ଶକ୍ତିସାଗର ହେ-ଶକ୍ତିକଣା କର ଦାନ,ଲୋକ-ଆରାଧନା ପରମ ସାଧନାକର୍ମେ ହେବି ଶକ୍ତିମାନ ।ବାଳକର ଖଡ଼ୀ- ଗାରମାନ ପଡ଼ି-ଗଲେ ପଣ୍ଡିତ ନୟନେ,ଅକ୍ଷର ବାହାର କରନ୍ତି ତାହାରଅଜ୍ଞତା ନ ଘେନି ମନେ,ବୁଧ ବାଞ୍ଛିତ ହେ-ବୁଧ-ହୃଦେ କରି ବାସ,ମୋ’ ସେବାର ଦୋଷ ମଧ୍ୟରେ ସନ୍ତୋଷଦେଖାଅ ତୋଷ ବିଳାସ ।ଭିକ୍ଟୋରିଆ ସ୍ତବ(୧୯୧୯)ଯା’କୀର୍ତ୍ତି-ଲତିକା-ପ୍ରସୂନ-ସୁରଭିସଞ୍ଚାର ଦିଙ୍ମଣ୍ଡଳେ,ଯା’ ମୂର୍ତ୍ତି ପରମୋପକାରିଣୀ ସଦାପୂଜିତ ପୃଥ୍ୱୀତଳେ,ଯା’ କାନ୍ତି ଅକଳଙ୍କ ଚନ୍ଦ୍ର ସଦୃଶୀବିଦ୍ୟାରେ ଯେ ଭାରତୀ,ହେଉନ୍ତୁ ଚିରଜୀବିନୀ ମହୀତଳେଭିକ୍ଟୋରିଆ ଶ୍ରୀମତୀ । ୧ ।ରାଜ୍ୟ ଯା’ର ବିରାଜଇ ଦିନପତିରାତ୍ରିଦିବା ସନ୍ତତେ,କାର୍ଯ୍ୟେ ଯା’ର ସହାୟକ ଜଳନିଧିଅଗ୍ନି-ମରୁତ୍ ସଙ୍ଗତେ,ଲକ୍ଷ୍ମୀ ଯା’ ସଦନେ ମହାମୁଦମନେସ୍ଥିରେ କରନ୍ତି ସ୍ଥିତି,ହେଉନ୍ତୁ ଚିରଜୀବିନୀ ମହୀତଳେଭିକ୍ଟୋରିଆ ଶ୍ରୀମତୀ । ୨ ।ଆଟ୍ଲାଣ୍ଟିକ ମହାସମୁଦ୍ର ଭିତରେୟୁରୋପ ପଶ୍ଚିମରେ,ବ୍ରିଟିଶ୍ ଦ୍ୱୀପ ନାମରେ ଧରଣୀରେସୁଖ୍ୟାତ ଇଂଲଣ୍ଡରେ,ସ୍ୱସ୍ଥାନ ପୁରୁହୂତପୁର, ଅକାଳ-ପୁରୀକୁ ନିନ୍ଦେ ନିତି,ହେଉନ୍ତୁ ଚିରଜୀବନୀ ମହୀତଳେଭୀକ୍ଟୋରିଆ ଶ୍ରୀମତୀ । ୩ ।ଗଙ୍ଗା, ଗୋମତୀ, ଘର୍ଘରା, ସରିଦ୍ବରା-ଗୋଦାବରୀ, ନର୍ମଦା,ପ୍ରଜାହିତାର୍ଥରେ ତ୍ୱରିତ ପ୍ରବାହିତାଯା’ ରାଜ୍ୟରେ ସର୍ବଦା,ସେବନ୍ତି ନୀରଦାନରେ ନିରତରେଯା’ନାମେ ଗାଇ ଗୀତି,ହେଉନ୍ତୁ ଚିରଜୀବିନୀ ମହୀତଳେଭୀକ୍ଟୋରିଆ ଶ୍ରୀମତୀ । ୪ ।ବିଦ୍ୱନ୍ମଣ୍ଡଳପାଳିନୀ ସତତରେଦସ୍ୟୁମୂଳୋତ୍ପାଟିନୀ,ପୂର୍ଣ୍ଣେନ୍ଦୁ ସମରେ ପ୍ରଜାକୁମୁଦରେଆନନ୍ଦ-ଉତ୍ପାଦିନୀଏତଦ୍ ପ୍ରାର୍ଥନୀୟ ଜଗତ୍ପତି ପଦା-ମ୍ଭୋରୁହ ଯୁଗ୍ମେ ନିତି,ହେଉନ୍ତୁ ଚିରଜୀବିନୀ ମହୀତଳେଭିକ୍ଟୋରିଆ ଶ୍ରୀମତୀ । ୫ ।
ଏହି କବିତାଟି ମହାରାଣୀ ଭିକ୍ଟୋରିଆଙ୍କ ଜୟନ୍ତୀଉତ୍ସବରେ ଲିଖିତ ହୋଇଥିଲା; କିନ୍ତୁ ଏହାର ପୂର୍ଣ୍ଣାଂଶ ନ ମିଳିବାରୁ ଲୋକମୁଖରୁ ଯେତିକି ସଂଗୃହୀତ ହୋଇପାରିଲା ଦିଆଗଲା ।
ଉତ୍କଳ-ଗୌରବ(୧୯୧୯)(ଅକ୍ଟୋବର-ଡିସେମ୍ବର, ୧୯୧୯, ହରାଖଣ୍ଡ)ଜନ୍ମଦାତ୍ରୀ ମାତୃଭୂମି ପୁଣ୍ୟକୀର୍ତ୍ତିଶାଳିନୀ,ପାପତାପଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ ।ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ,ପାଦସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ ।ଶାନ୍ତ ଗାତ୍ରୀ କାନ୍ତ କୁଞ୍ଜ-ପୁଞ୍ଜ ଶୈଳବର୍ଗରେ,ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ ।ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ରଧାରିଣୀପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟକାରିଣୀ ।ଶୁଭ୍ରଫେଣୀ କୃଷ୍ଣବେଣୀ ବକ୍ଷେ ତାରବାହିନୀ,କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ ବଜ୍ରଖଣ୍ଡଦାୟିନୀ ।ପାଣି ନାମ ଅମୃତ ତା’ ବାଣୀଧାମ ସଂସ୍କୃତ,ଅନ୍ନ ତାର ଆର୍ଯ୍ୟାବର୍ତ୍ତୁ ଲଙ୍କାଯାଏ ସତ୍କୃତ ।ଭ୍ରାତୃବର୍ଗ ଆଜି ସ୍ୱର୍ଗ ସେବ୍ୟ ମାତୃ-ସଦ୍ମରେ,କୋଟି ଚିତ୍ତଗୋଟି ବାନ୍ଧି ଲୋଟି ପାଦପଦ୍ମରେ;ମାଗିଭିକ୍ଷା ନେଉଁ ଦୀକ୍ଷା ଥାଇ ପ୍ରେମବନ୍ଧନେ,ଭାଗ୍ୟଭାଗୀ ହେଉଁ ଜାଗିଲାଗି ଦୁଃଖଖଣ୍ଡନେ ।ଜ୍ଞାନେ ମଗ୍ନ କର୍ମେ ଲଗ୍ନ ହେଲେ ହେବ ସତ୍ୱରସର୍ବବିଘ୍ନ ଗର୍ବଭଗ୍ନ ଋଦ୍ଧି ବୃଦ୍ଧି ସତ୍ୱର ।ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ,ନୀଳଶୈଳ ସାମ୍ୟନୀତି ପ୍ରାଣେ ହେଉ ସାର୍ଥକ ।ହୀରାଖଣ୍ଡର ଜନ୍ମ(୧୯୧୯) ହୀରାଖଣ୍ଡ
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ