କବିତାମାଳା
ଗଙ୍ଗାଧର ମେହେର · ଭାଗ ୩ / ୩
ସମ୍ପୂର୍ଣ୍ଣ ସୂଚୀପତ୍ର
(୧)
ଗୋଲୋକ-ମଣ୍ଡଳ- ନାଥେ ଲକ୍ଷ୍ୟ କରିକହନ୍ତି ଭାରତୀ-କିଶୋରୀ,ଭାରତ-ମଣ୍ଡଳେ ଯାହା କଲ ନାଥମନୁ ହେଉ ନାହିଁ ପାସୋରି,ଗୋପେନ୍ଦ୍ର, ଛଳେ ଜାତିକୁଳ ନାଶିଲ,ଯାହାଥିଲା ଆମ୍ଭ ନିଜସ୍ୱ ତହିଁରେନିଜ ପ୍ରଭୁତା ପ୍ରକାଶିଲ ।
(୨)
ବିକ୍ରମେ ହରାଇ ବିକର୍ମେ ଡରାଇବଶୀଭୂତ କଲ ସକଳେ,ବାସରୁ ଯାମିନୀ ଯାପି ନ ପାରିଲୁ,ତୁମ୍ଭ ପଦସେବା ନ କଲେ;ତହିଁରେ, ଉଦାରପଣ ଦେଖାଇଲ,ଧନ ମନପର ଗର୍ଭେ ମେଣ୍ଟିକରିପଦ ସେବନ ଶିଖାଇଲ ।
(୩)
ତୁମ୍ଭ ହାସେ ହାସ ତୁମ୍ଭେ ଭାଷେ ଭାଷରହିଲା ତୁମ୍ଭ ପଦେ ମତି,ତୁମ୍ଭ କଥା ବିନା ଜଗତେ ଆମ୍ଭରରହିଲା ନାହିଁ ଅନ୍ୟ ଗତି,ଗୋପେନ୍ଦ୍ର, ତୁମ୍ଭରି ଇଙ୍ଗିତେ ଚଳିଲୁଁ;ତୁମ୍ଭ ପଦେ ମାତି ନିଜ ଗଉରବନିଜର ଚରଣେ ଦଳିଲୁଁ ।
(୪)
ଅଶନେ ବସନେ ଶୟନେ ସ୍ୱପନେତୁମ୍ଭ ପଦେ ମନ ରହିଲା,ମଦନ ଦେଖିଲେ କ୍ଷଣିକ ବିରହଜୀବନକୁ ଆମ୍ଭ ଦହିଲା,ଗୋପେନ୍ଦ୍ର, ଜାଣ ତୁମ୍ଭେ ସବୁ ହୁନ୍ଦର,ତୁମ୍ଭର ଆସନ ବାସନ କାଶନସମସ୍ତ ଦିଶିଲା ସୁନ୍ଦର ।
(୫)
ତୁମ୍ଭର କଥାରେ ମଧୁର ରହିଲାକରିନେଲ ହୃଦ କଳଣା,ତୁମ୍ଭ ବଦନରୁ କଥା ନ ସ୍ଫୁରିଲେସବୁଯାକ ହେଲା ଅଲଣା;ଗୋପେନ୍ଦ୍ର, ନିଜ ବାସ ବିଷ ମଣିଲୁଁ,ମନ୍ତରେ ମୋହିଲ ତନ୍ତରେ ତୁମ୍ଭରମହତ-କଉଡ଼ି ଗଣିଲୁଁ ।
(୬)
ଆମ୍ଭ କ୍ଷୀର ସର ଲବଣିରେ ପୁଷ୍ଟବଳକୁ ତୁମ୍ଭର ଅନାଇ,ଭୟ ଲଭି ସିନା ଜାରମଣି ବୀରେକରି ନ ପାରିଲେ ଲଢ଼ାଇ,ଗୋପେନ୍ଦ୍ର, ଯେ କଥା କହିଥିଲ ଯାଇ,ଜୟ ଗର୍ବେ ମାତି କେଉଁ କଥା କଲପୂର୍ବ ପ୍ରତିଜ୍ଞା ଅନୁଯାୟୀ ।ପାଞ୍ଚାଳେ, ପରିଚୟ ହେଲା ଯାହାର,ଯାହା ଲାଗି ହେଲା ସକଳ କଳହମାନ ବଢ଼ାଇଲ ତାହାର ।