ଷଣ୍ଢା ଓ ବକାସୁରର ପୂର୍ବଜନ୍ମ ବୃତ୍ତାନ୍ତ — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିହରି ହଳୀ ଏକଆତ୍ମା କଳା ଧଳା ରୂପେ
ଦେବକୀଗର୍ଭରେ ଜନ୍ମି ବଢ଼ିବେ ସେ ଗୋପେ ।
ବାଳଲୀଳା କରିବେ ତ ବୁଲି କାନନରେ
ଏ ସମୟେ ଭେଟ ହେବେ ଏହି ବେନି ବୀରେ ।
ଷଣ୍ଢା ବକା ନାମେ ହେବେ କଂସ ସେନାପତି
ରାମ କୃଷ୍ଣଙ୍କ ହସ୍ତରେ ହେବେ ବିନଶ୍ୟତି ।
ତେବେ ଯାଇ ଏହାଙ୍କର ଖଣ୍ଡିବଟି ଦୋଷ
ଆମ୍ଭ ଅଭିଶାପ ତାଙ୍କୁ ଫଳିବ ଅବଶ୍ୟ ।
ଶତ ଜନ୍ମୁ ଏକ ଜନ୍ମ ଭୋଗବେଟି ସେହି
ଏହି କଥାଗୋଟି ମନେ ରଖ ଜଳସାଇଁ ।
ତୁମ୍ଭେ ଯେଣୁ ଆମ୍ଭଠାରେ କରିଲ ଭକତି
ତେଣୁ ସ୍ୱରୂପ କହିଲୁ ଆହେ ଜଳପତି ।
ଏତେ କହି ଅନ୍ତର୍ଦ୍ଧାନ ହେଲେ ଚତୁର୍ମୁଖ
ଷଣ୍ଢା ବକା ପୂର୍ବ ଜନ୍ମ ଶୁଣିଲ ପ୍ରତ୍ୟକ୍ଷ ।
ଶ୍ରୀହରିଙ୍କ ହସ୍ତେ ମରି ମୋକ୍ଷ ହୋଇଗଲେ
ତେଣୁସେ ଅମରପୁରେ ଯାଇଣ ରହିଲେ ।
ବିଷ୍ଣୁଙ୍କର ମାୟା କଥା କେ ପାରିବ ଜାଣି
କରେ କେହୁ ବୋହିପାରେ ସପ୍ତସିନ୍ଧୁ ପାଣି ।
ପୁଣ୍ୟ ଭାଗବତ ବାଣୀ ଭକ୍ତଜନେ ଘୋଷ
ଲଭିବ ଧନ କଳତ୍ର ହେବ ମହାଯଶ ।
ବ୍ରହ୍ମବଧ ପରଦାରା ହରଣ ଯେ ପାପ
ହରିବଂଶ ଶୁଣନ୍ତେଣ ହୋଇଯାଏ ଲୋପ ।
ଅତି ରଙ୍ଗେ ରଙ୍ଗା ଅବତାର ଏହୁ ବାଣୀ
ସୁଜନଜନଙ୍କ ହିତେ ବଖାଣଇ ଆଣି ।
ମୁହିଁ ଏକା କହିବାକୁ ନୁହଇ ସମର୍ଥ
ବିଧାତାଙ୍କୁ ଅଗୋଚର ହରିବଂଶ ଅର୍ଥ ।
ଆପେ ଗୋପୀନାଥ ମୋତେ ଯାହାଦ୍ୟନ୍ତି କହି
ଲେଖନ ପତର ଧରି ତାହା ମୁଁ ଲେଖଇ ।
ଏ ଅଟେ ଦଶମସ୍କନ୍ଧ ଭାଗବତ ଅର୍ଥ
ଅଷ୍ଟବିଂଶ ଅଧ୍ୟା ଏଥେ ହେଲା ସମାପତ ।
ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ
ଆଦିତ୍ୟ ଅସ୍ତେ ରଜନୀ ପରବେଶ ହୁଏ ।
ରାମ କୃଷ୍ଣ ସଙ୍ଗେ ପୁତ୍ର ପୁରେ ଗଲେ ଚଳି
ଯଶୋଦା ପାଶେ ମିଳିଲେ ହଳୀ ବନମାଳୀ ।
ପୁତ୍ରଙ୍କୁ ଦେଖିଣ ମାଏ ହୋଇଲେ ହରଷ
କୋଳେ ବସାଇ ଭୁଞ୍ଜାନ୍ତି ଅନେକ ଗୋରସ ।
ଖଣ୍ଡ ଶାକର ପଇଡ଼ ଇକ୍ଷୁରସ ପଣା
ଷଡ଼ରସ ପରକାରେ ସେ ବିଧି ରାନ୍ଧଣା ।
ଭୁଞ୍ଜିଣ ସେ ବେନିଭାଇ ହୋଇଲେ ତୃପତି
ରତ୍ନପଲ୍ୟଙ୍କେ ଶୋଇଲେ ପାତିଣ ସୁପାତି ।
ଏ ସମୟେ ରାତ୍ରଗୋଟି ହୁଅନ୍ତେ ପ୍ରଭାତ
ପୂର୍ବଦିଗରେ ଉଦୟ ଛାୟାଦେବୀ କାନ୍ତ ।
ନନ୍ଦ ଯଶୋଦା ଯେ ଚନ୍ଦ୍ରସେଣା ଆଦିକରି
ପ୍ରଭାତରୁ ଯେଝା ନିତ୍ୟକର୍ମମାନ ସାରି ।
ନିଜ ନିଜ କାର୍ଯ୍ୟରେ ସେ ହୋଇଲେକ ରତ
କ୍ରମେ ନିଦ୍ରା ତ୍ୟାଗ କଲେ ରାମ ଗୋପୀନାଥ ।
ଏଥୁ ଅନନ୍ତରେ ତେଣେ କଂସରାଜା ଦୂତ
ଷଣ୍ଢା ବକା ବାର୍ତ୍ତା ଘେନି ଚଳିଲା ତୁରିତ ।
ଅସୁରେ ବଡ଼ ମାୟାବୀ ଚଳନ୍ତି ସେ ବେଗେ
ନିମିଷକେ ମିଳିଲେକ କଂସରାଜା ଆଗେ ।
ରାତ୍ର ବେନିଘଡ଼ି ରାଜା ଆସ୍ଥାନରେ ବିଜେ
ବେନି ପଟୁଆର ଚତୁରଙ୍ଗ ବଳ ସାଜେ ।
ପାଞ୍ଚ ଅର୍ବୁଦ ରଥୀ ଯେ ଦଶାର୍ବୁଦ ହସ୍ତୀ
ତିନି ବୃନ୍ଦ ଅଶ୍ୱ ବୃନ୍ଦ ଯେ ପଦାତି ।
ଉଦଣ୍ଡ ପାଟଛତ୍ର ଯେ ଏକକୋଟି ଲକ୍ଷ
ନେତ୍ରର ପତନିମାନ ଉଡ଼ଇ ପ୍ରତ୍ୟକ୍ଷ ।
ସହସ୍ରେ ଚାମର ଗୁଗ୍ଗୁଳର ଧୂପ କାଠି
ଅନେକ ପ୍ରକାରେ ବାଜାବାଜେ କୋଟି କୋଟି ।
ମଣିମା ମଣିମା ଡାକ ନିରତେ ପଡ଼ଇ
ପଟୁଆରେ ଦେବଗଣେ ଅଛନ୍ତି ଯେ ରହି ।
ବସ ବୋଲି ତାହାଙ୍କୁ ସେ ନ ବୋଲଇ କ୍ଷଣେ
ଛାମୁରେ ଲକ୍ଷେ ଦିହୁଡ଼ି ଜଳେ ପ୍ରତିଦିନେ ।
ଗଣିକା ଗୀତ ଗାବନ୍ତି ଭାଟେ କରି ସ୍ତୁତି
ସିଂହାସନେ ବସିଛନ୍ତି ଅସୁର ଦୁର୍ମତି ।
ସର୍ବ ଅମନାତ୍ୟେ ହୋଇଛନ୍ତି ଅବଧାନ
ସଭାରେ ବିଜେ କରିଛି ପୁଣି ଉଗ୍ରସେନ ।
ଭୟଙ୍କର ରୂପ ଦିଶେ ରକ୍ତ ବର୍ଣ୍ଣ ନେତ୍ର
ନିଶରେ ହାତ ପକାଇ ବସିଛି ଦଇତ ।
ଚୌରାଶୀକୋଟି ଯାଦବେ ହସ୍ତେ ଖଣ୍ଡା ଘେନି
ସର୍ବେ ଉଭା ହୋଇଛନ୍ତି ରାଜା ଆଜ୍ଞା ମାନି ।
ଅକ୍ରୂର ଅନାଧୃଷ୍ଟ ଯେ ସାତ୍ୟକି ଉଦ୍ଧବ
ଆବର କୃପବ୍ରହ୍ମା ଯେ ବୀର ବାସୁଦେବ ।
ଏହିମାନେ ହୋଇ ମନ୍ତ୍ରୀ ରାଜାକୁ କାରେଣୀ
କଂସ ଲଘିଂ ନ ପାରଇ ଏମନାଙ୍କ ବାଣୀ ।
ଏମାନେ ବସି ଅଛନ୍ତି ଖଣ୍ଡେ ଖଣ୍ଡେ ଦୂରେ
ଯେଝା ଖଟଣିରେ ଛନ୍ତି ରାଜାଙ୍କ ଛାମୁରେ ।
ଯାଠାରେ ଦିଅଇ କଂସ ଭ୍ରୁଭଙ୍ଗିର ଦୃଷ୍ଟି
ନିଉଛାଳି ଚରଣେ ସେ କୋଟିବାର ଲୋଟି ।
ଚାଣୁର ମୁଷ୍ଟିକ ଆଉ କୁବଳୟା ଗଜ
ଏମାନେ ସର୍ବଦା ଥାନ୍ତି ହୋଇ ସଜବାଜ ।
ଏସନକ ସମୟରେ ପ୍ରବେଶିଲେ ଦୂତ
ଛାମୁରେ ସେ କୋଟିବାର ହୋଇ ପ୍ରଣିପାତ ।
ବୋଇଲେ ଭୋ ସାବଧାନେ ଶୁଣ ନୃପମଣି
ଗୋପ ନଗର ବାରତା ଆସିଅଛୁ ଶୁଣି ।
ଭୋ ଦେବ ତୁମ୍ଭ ଆଜ୍ଞାରେ ଷଣ୍ଢାବକା ଗଲେ
ଛଦ୍ରମେ ଯାଇଣ ଗୋପେ ଗୁପତେ ରହିଲେ ।
ଏହିରୂପେ କେତେଦିନ ହୋଇଲା ଅତୀତ
ଏକଦିନେ ଭେଟହେଲେ ସେ ନନ୍ଦର ସୁତ ।
ଆଦିତ୍ୟ ଅସ୍ତ ହୁଅନ୍ତେ କାଳିନ୍ଦୀର କୂଳେ
ଦୁହେଁ ବିକରାଳ ରୂପ ଧରି ଏକ ବେଳେ ।
ରାମ କୃଷ୍ଣ ସଙ୍ଗତରେ ବହୁ ଯୁଦ୍ଧକଲେ
ଅଗୋଚରେ ଅଖଡ଼ରେ ଦୁହେଁ ନାଶଗଲେ ।
ଏରୂପେ ଦୂତଙ୍କ ମୁଖୁ ଶୁଣି ମହାବଳୀ
ସିଂହାସନ ଉପରେ ସେ ପଡ଼ିଲାକ ଢଳି ।
ପୁଣି ଚେତନା ପାଇଣ ରୋଦେ ଉଚ୍ଚସ୍ୱରେ
ବେନି କରକୁ ତାଡ଼ଇ ନେଇ ନିଜ ଶିରେ ।
ଆହା ଦଇବ ବୋଲିଣ ବୋଲେ ଦୈତ୍ୟନାଥ
ମହା ବଳିଷ୍ଠ ସେନା ମୋ ହୋଇଲେ ନିହତ ।
ଆତ୍ମା ସୋଦର ଅଟନ୍ତି ମୋର ଅଷ୍ଟମଲ୍ଲ
ତାହାଙ୍କର ଅଭାବରେ କାହିଁ ମୋତେ ଭଲ ।
ଆହା ଆହା ଷଣ୍ଢା ଆରେ କେଣେ ଗଲୁ ତୁହି
ଆହା ଆହା ବକା ମୋର ରହିଲୁ ତୁ କାହିଁ ।
ଦକ୍ଷବାହୁ ହୋଇଥିଲେ ମୋର ସବୁକାଳେ
ଗଉଡ଼ ଟୋକା ମାଇଲେ କେମନ୍ତେ ଅଖଡ଼େ ।
ଜାଣିଲି ସେ ମହାବୀର ଜଗତ ମଧ୍ୟରେ
ଗଉଡ଼ ବୋଲି ମୁଁ ତାଙ୍କୁ ନ ଆଣେ ନଜରେ ।
ଦେବତା ହୋଇଲେ ମଧ୍ୟ ପାର ତୁମ୍ଭେ ଜିଣି
ଯାହାଙ୍କର ପାଦଭାରା ନ ସହେ ଧରଣୀ ।
ମେରୁଗିରି ଚୂରିପାର କ୍ଷଣକ ମଧ୍ୟରେ
ଏଡ଼େ ବଡ଼ ବୀର ହୋଇ ମଲ ଅଖଡ଼ରେ ।
ନନ୍ଦସୁତେ ହୋଇଲେ ଯେ ମହାଶତ୍ରୁ ମୋର
ଉଜାଡ଼ି ନଷ୍ଟ କରିବି ଭାଙ୍ଗି ଗୋପପୁର ।
ମୋର ଭଳି ଲୋକ ପୁଣି ପାଏ ଉପହାସ
ନିସତ ହୋଇଲେ ଅବା ହୋଇବଟି କିସ ।
ସାଜ ସାଜ ସୈନ୍ୟ ମୋର ସାଜରେ ତୂରିତ
ଗୋପନଗର କରିବି ଆଜି ଭସ୍ମସାତ ।
ଖଣ୍ଡାରେ ଗୋପାଳଙ୍କର ଛେଦିବଇଁ ମୁଣ୍ଡ
ଅନଳରେ ପୋଡ଼ିବଇଁ କରି ଖଣ୍ଡ ଖଣ୍ଡ ।
ଦହିଦୁଧବିକାଙ୍କର ଏଡ଼େକ ଦିମାକ
ଏତେ ବୋଲି ଗରଜଇ ଅସୁରତିଳକ ।
ଏ ସମୟେ କର ଯୋଡ଼ି ବୋଲେ କେଶୀବୀର
ଭୋ ଦେବ ସମୟେ ନୋହେ କୋପକୁ ସଂହର ।
ହାତୀ କାହୁଁ ମୂଷା ସଙ୍ଗେ କରିବ ସମର
ସିଂହ ହୋଇଣ ଶୃଗାଳ ସଙ୍ଗେ ଯୁଦ୍ଧ ଘୋର ।
ଲୋକେ ଉପହାସ କଥା ସମାଜରେ ଲାଜ
ଅତଏବ ବୃଥା କୋପ ହୃଦୟରୁ ତେଜ ।
ଗୋପନଗ୍ରଯାକ ଆମ୍ଭ ନୁହନ୍ତି ବଇରୀ
କେତେ ପାପ ଅର୍ଜିବା ବା ନିର୍ଦ୍ଦୋଷୀଙ୍କି ମାରି ।
ଏକା ନନ୍ଦପୁଅ ରାମ କୃଷ୍ଣ ବେନିଗୋଟି
ତାହାଙ୍କୁ ନାଶ କରିଲେ ସରିବ ଅରିଷ୍ଟି ।
ତୃଣ ପରାୟ ସେ କଥା ଲାଗଇ ନା ମୋତେ
ଜୀବନ୍ତା ବାନ୍ଧିଆଣିଣ ଦେବି ତୋ ଅଗ୍ରତେ ।
ଉତ୍କଣ୍ଠା ନୁହ ସମୟ ଯାଉ ଏଭେ ଗଡ଼ି
ପାସୋରିଲେ ଉପାୟ ତ କରିବା ବାହୁଡ଼ି ।
ସାମାନ୍ୟ ଶତ୍ରୁର ସଙ୍ଗେ ପଟୁଆର କରି
କି ଯଶ ପାଇବା ଭାବ ହେ ବୀରକେଶରୀ ।
ତୁମ୍ଭେ ମନେ କଲେ ପ୍ରଜା ସୃଷ୍ଟି ନାଶିପାର
ଛାର ଗଉଡ଼ବାଉଡ଼ କେତେକ ମାତର ।
ଯାହାର ନାମ ଶୁଣନ୍ତେ ପିଳେହି ଯେ ପାଣି
ଯାହାର ନାମେ ଗଭୁରି ପକାନ୍ତି ଗର୍ଭିଣୀ ।
ଯାହାର ନାମେ ଅମର ହ୍ୱନ୍ତି ଥରହର
ମୂର୍ଖ ଗଉଡ଼େ ତାହାଙ୍କୁ କେତେକ ମାତର ।
ସ୍ଥିର ହୁଅ ଧୈର୍ଯ୍ୟ ଧର ଆହେ ମହାରାଜ
ସମୟ ପାଇ ସାଧିବା ଆପଣାର କାର୍ଯ୍ୟ ।
କେଶୀର ବଚନ ଶୁଣିଲ କଂସ ହେଲା ତୋଷ
ଆସ୍ଥାନ ମଉଳି ଗୃହେ ଚଳିଲା ରାକ୍ଷସ ।
ସମସ୍ତ ଯାଦବମାନେ ଗଲେ ଯେଝାପୁର
ଶୁକମୁନି ବୋଲୁଛନ୍ତି ପରୀକ୍ଷ ଆଗର ।
ରାମକୃଷ୍ଣ ବେନିଭାଇ ବିଜେ ନନ୍ଦଘରେ
ଅଚ୍ୟୁତ ଦାସ ଗୋଡ଼ାଇଅଛି ଯେ ପଛରେ ।
ଭୂତକେଳି
ଶୁକମୁନି ବୋଇଳେକ ଶୁଣ ପରୀକ୍ଷିତପବିତ୍ର ଅଟଇ ହରିବଂଶର ଚରିତ ।ସେ ଦିନ ରଜନୀ ଯହୁଁ ହୋଇଲା ପ୍ରବେଶମାୟା ବିଚରିଲେ ତହୁଁ ପ୍ରଭୁ ଜଗଦୀଶ ।କେହି ନ ଜାଣନ୍ତି ଏକା କୁଞ୍ଜବନେ ଗଲେଶ୍ରୀହସ୍ତେ ବିରହ ବଂଶୀ ଧରିଣ ଚଳିଲେ ।କଦମ୍ୱମୂଳରେ ଯାଇ ହୋଇଲେ ପ୍ରବେଶକାମଦେବ ପ୍ରାୟେ ରୂପ ଧରି ପୀତବାସ ।ଧୀରେ ବେଣୁ ବଜାଇଲେ ଗାନ୍ଧାର ଉଚ୍ଚାରିମଦନେ ଆରତ ଯେଣୁ ହେଲେ ଦେବହରି ।ରାଧାନାମ ଧରିଣ ସେ ବାଇଲେ ମୂରଲୀସେ ମୂରଲୀଧ୍ୱନି ରାଧା ଶୁଣେ କର୍ଣ୍ଣ ଡେରି ।ପୁଣ ପୁଣ ରାଧାନାମେ ଡାକନ୍ତେ ଉଚ୍ଚରେପୁଲକିତ ଚନ୍ଦ୍ରାବଳୀ ବିରହୀ ବଂଶୀରେ ।ହାଇ ଘନ ଘନ ଉଠେ ଚାହେଁ ଦଶଦିଶବେଣୁ ଶୁଣି ରାଧିକାର ଉଡ଼ିଲା ସାହସ ।ଶ୍ରୀକୃଷ୍ଣଙ୍କଠାରେ ମନ ଦେଇ ଗୋପନାରୀମନ୍ଦିରୁ ବାହାର ହେଲା ମଙ୍ଗଳା ସୁମରି ।ବଇଁଶୀ ଧ୍ୱନି ବାରିଣ ଚଳେ ପୂର୍ବଦିଗେପ୍ରବେଶ ହୋଇଲା ଯାଇ କୁଞ୍ଜବନ ଭାଗେ ।ଯେବଣ ସ୍ଥାନେ ଗୋବିନ୍ଦ ଛନ୍ତି ବିଜେକରିସେହିଠାରେ ପରବେଶ ହେଲା ଗୋପନାରୀ ।ଦେଖିକରି ଗୋପୀନାଥ ହେଲେ ଆନନ୍ଦିତଆଜନମ ଦୁଃଖୀ କିବା ହେଲା ନିଧି ପ୍ରାପ୍ତ ।ତେସନ ରାଧିକା ସଙ୍ଗେ ହେବ ମଧୁହାରୀକୁଞ୍ଜବନେ ପୁହାଇଲେ ସେ ଦିନ ଶର୍ବରୀ ।ଏ ସମୟେ ରାତ୍ର ଯାଇ ହୋଇଲା ପ୍ରଭାତଦରହସିତେ ବୋଲନ୍ତି ବସୁଦେବ ସୁତ ।କି ଉପାୟେ ଆଜି ଘରେ ଯିବ ହେ ମିତଣିକହୁଁ କହୁଁ ଉଦେହେଲେ ନଭେ ଦିନମଣି ।ଶାଶୁ ନଣନ୍ଦ ତ ତୋତେ ଦେବେ ନିଶ୍ଚେଁ ଗାଳିମିଛ କଥା ବୋଲୁଥାନ୍ତି ଦାଣ୍ଡେ ହାଟେ ବୁଲି ।କି ଉପାୟେ ଆଜି ଘରେ ପଶିବ ଯେ ଯାଇଶୁଣି କୃଷ୍ଣଙ୍କୁ ବୋଇଲେ ହସି ହସି ରାଈ ।ଏ ଛାର କଥାକୁ ତୁମ୍ଭେ କରୁଛ ଭାଳେଣିବୃଦ୍ଧି ଥିଲେ ସବୁ କଥା ସାଧ୍ୟ ହୁଏ ପୁଣି ।ମୁହିଁ ଘରେ ଯାଉଅଛି ତୁମ୍ଭେ ଏଥେ ଥାଅଉତ୍ତମ ଦ୍ରବ୍ୟ ପଠାଇ ଦେବି ଦେବରାୟ ।ମନ୍ଦିରେ ପ୍ରବେଶ ମୁହିଁ ହେବି ଯେତେବେଳେଘୁମାଇଣ ନିଦ୍ରା ଯିବ ସଖୀଙ୍କର ମେଳେ ।ପ୍ରଚଣ୍ଡ ଅବତାର ମୁଁ ହେବି ଅକସ୍ମାତେବୋଲିବଇଁ ବ୍ରହ୍ମଦୈତ୍ୟ ଲାଗିଅଛି ମୋତେ ।କୁଞ୍ଜବନେ ରହିଥାଅ ଆହେ ଦେବହରିଷଡ଼ରସଦ୍ରବ୍ୟ ଗୋପାଳେ ଦେବେ ଆଣିକରି ।ଏମନ୍ତ କହିଲା ଯହୁଁ ଚନ୍ଦ୍ରାବଳୀ ବାଳୀଶୁଣିକରି ଦୁର୍ହସିତ ହେଲେ ବନମାଳୀ ।ବୋଇଲେ ସ୍ତିରୀଙ୍କର ତ ଅଟେ କେଡ଼େ ବୁଦ୍ଧିପ୍ରମଦା ନାମ ତେଣୁଟି ଜଗତେ ପ୍ରସିଦ୍ଧି ।ସ୍ତିରୀଙ୍କର ମାୟା ଆନେ ନୁହଇ ତ ଜାଣିବ୍ରହ୍ମା ଭଳି ଲୋକ ଯାକୁ ନ ପାରିଲା ଜିଣି ।ସ୍ତିରୀଯୋଗେ ଏ ସଂସାର ହୁଏ ଆତ ଯାତସ୍ତିରୀ ବଡ଼ ବୁଦ୍ଧିମତୀ ଜଗତେ ବିଖ୍ୟାତ ।ଦେବତା ହୋଇଲେ ମଧ୍ୟ ସ୍ତିରୀଠାରେ ବଶସ୍ତିରୀଙ୍କ ଦାଢୁ ଉବୁରି ଯିବ କେ ମନୁଷ୍ୟ ।ସ୍ତିରୀ ଗୃହଲକ୍ଷ୍ମୀ ବୋଲି ବୋଲନ୍ତି ସଂସାରେସ୍ତିରୀଲାଗି ଜନମିଲି ଆସି ମୁଁ ମର୍ତ୍ତ୍ୟରେ ।ଏତେ ବୋଲି ରାଧିକାଙ୍କୁ ଆଜ୍ଞା ଦେଲେ ହରିଯାଅ ଯାଅ ନିଜପୁରେ ଯାଅ ଗୋ ସୁନ୍ଦରୀ ।ଚଳଇ ସେ ଚନ୍ଦ୍ରବଳୀ ଶ୍ରୀକୃଷ୍ଣଙ୍କୁ ଛାଡ଼ିଖଣ୍ଡେଦୂରେ ଯାଇକରି ଦେଲା ଘୋର ରଡ଼ି ।ଚାମର କେଶ ତାହାର ପଡ଼ିଅଛି ଫିଟିନେତର ପଣନ୍ତ ଯାଏ ଭୂମିପରେ ଲୋଟି ।ନେତ୍ରବାଙ୍କ କରି ମୁଖ କରେ ବିକରାଳସକଳେ ବୋଲନ୍ତି ରାଧା ହୋଇଲା ପାଗଳ ।ଆପେ ଆପେ ବୋଲୁଅଛି ଯିବୁ କାହିଁ ରାଈତୋହର ଜୀବନ ନିଶ୍ଚେଁ ଆଜି ଘେନିବଇଁ ।ଭ୍ରମଣ ବେଳରେ ତୁ ଗୋ ପଡ଼ିଲୁ ମୋ ମୁଖେସୁରା ସଙ୍ଗତେ ତୋ ମାଂସ ଭୁଞ୍ଜିବି ମୁଁ ସୁଖେ ।ହସ୍ତ ହଲାଇଣ କରେ ଦନ୍ତ ରଟମଟସୁନ୍ଦର ବଦନ ତାର ଦିଶଇ ବିକଟ ।ଶୁମ୍ଭ ନିଶୁମ୍ଭ ବଧରେ ଯେହ୍ନେ ଚଣ୍ଡୀରୂପପ୍ରତ୍ୟକ୍ଷରେ ଚନ୍ଦ୍ରାବଳୀ ଦିଶଇ ସେ ରୂପ ।ଟହ ଟହ ହସଇ ସେ କାନ୍ଦେ ପୁଣ ପୁଣଟାକରା ମାରଇ ପୁଣି ତରାଟେ ନୟନ ।କିଳିକିଳା ରାବେ ପଡ଼େ ଉପରକୁ ମାଡ଼ିଦେଖିଲା ଲୋକେ ପଳାଇଯାନ୍ତି ବାଟଛାଡ଼ି ।ଶୀଘ୍ର ଧାମଇଁ ପ୍ରଚଣ୍ଡ ସ୍ୱରୂପରେ ବାଳୀଆପଣା ଗୃହ ମଧ୍ୟରେ ମିଳେ ଚନ୍ଦ୍ରାବଳୀ ।ଗୃହେ ପଶି ବେଗେ ବାଳୀ ପଲ୍ୟଙ୍କେ ବସିଲାମହା ପ୍ରଚଣ୍ଡ ରୂପରେ ରାବ ଏକ ଦେଲା ।ଶୁଣିଣ ଶଙ୍କା ପାଇଲେ ମନେ ସର୍ବଲୋକେକୂରୁମ ଉଛୁଳିପଡ଼େ ଚନ୍ଦ୍ରାବଳୀ ଡାକେ ।ଦେଖିଣ ଧାଇଁଲେ ସର୍ବ ଗୋପ ନରନାରୀରାଧାକୁ ବେଢ଼ିଲେ ଯାଇଁ ଶତେ ପୁର କରି ।ଶାଶୁ ଶ୍ୱଶୁର ଦିଅର ନଣନ୍ଦ ଯେମାନେରାଧିକାର ବ୍ୟାକୁଳକୁ ଦେଖନ୍ତି ନୟନେ ।ଏକକୁ ଆରେକ ତହିଁ ପୁଚ୍ଛନ୍ତି ବାରତାସମସ୍ତେ ଜାଣିଲେ ରାଧା ଭୂତ ଲାଗିକଥା ।ମନ୍ତ୍ର ପଢ଼ି ମୁଖେ କେହୁ ମାରନ୍ତି ଯେ ପାଣିବାଳ ଚିରି ମୁଦ୍ରା କେହୁ ବାନ୍ଧେ ବସି ପୁଣି ।କେହୁ ମଇଁଷି ଛାଗଳ ଗୋରୁ ବଳି ଦ୍ୟନ୍ତିମଦିରା ଆଣି ଛାମୁରେ କେହୁ ବା ଢାଳନ୍ତି ।ମଣ୍ଡଳ କାଟି ପଢ଼ନ୍ତି କେ ବିରଜା ମନ୍ତ୍ରମହାମୁଦ୍ରା ମାନ ସ୍ଥାପି ଦ୍ୟନ୍ତି ଔଷଧନ୍ତ ।ନଗ୍ରଲୋକମାନେ ସର୍ବେ ହେଲେ ଏକମେଳିବେଳୁବେଳୁ କୋପମନ ହୁଏ ଚନ୍ଦ୍ରାବଳୀ ।ବୋଲଇରେ ବଜ୍ରପୁଏ ହୋଇଲ କି ବାଇଅଣ୍ଡିରାଚଣ୍ଡୀ ମୋ ନାମ ବଣେ ରହିଥାଇ ।କଦମ୍ୱ ତରୁ ଶିଖରେ ମୋର ନିଜ ବାସଆଠଗୋଟା ବ୍ରହ୍ମଦୈତ୍ୟ ଥାଆନ୍ତି ମୋ ପାଶ ।କୁଞ୍ଜବନ ମଧ୍ୟେ ଆମ୍ଭେ ସର୍ବେ ବୁଲୁଥିଲୁବାଟ ମଧ୍ୟେ ଆସୁ ଆସୁ ରାଧାଙ୍କୁ ଭେଟିଲୁ ।ସର୍ବ ବ୍ରହ୍ମଦୈତ୍ୟ ଆମ୍ଭେ ଏହାଙ୍କୁ ଆବୋରିକାଲି ଏହାକୁ ବାଣ୍ଟିବୁ ସସ୍ର ଭାଗ କରି ।ପେଟରେ ପଶିଣ ମାଂସ ଖାଇବୁ ଯେ ଖୋଳିଅନ୍ତ ମିଳାଇଲେ ମରିଯିବ ଚନ୍ଦ୍ରାବଳୀ ।ଏହାକୁ ରକ୍ଷା କରିବ କେଉଁ ଦେବ ଛାରଏହା କହି ରାଧିକା ଯେ ଗର୍ଜେ ବାରମ୍ୱାର ।ପୋଏ ବୋଇଲେ ଗାରେଡ଼ି ମନ୍ତ୍ର ଅଛୁ ସାଧିଅଣ୍ଡିରାଚଣ୍ଡୀ ଭୂତକୁ ନାହିଁ ଆମ୍ଭ ବୁଦ୍ଧି ।ଏହା ମାୟାକଥା ବୋଲି ଜାଣି ନ ପାରିଲେବଡ଼ ବଡ଼ ରାଉଳିଆ ଆସି ଫେରିଗଲେ ।କାନ୍ଦଇ ଚନ୍ଦ୍ରସେଣା ଯେ ରାଧା କୋଳେ ଘେନିଝର ଝର ଅଶ୍ରୁଜଳ ପଡ଼ଇ ମେଦିନୀ ।ଶାଶୁ ଶ୍ୱଶୁର ଦିଅର ଆଦି ଯେତେ ଜନରାଧିକା ମୁଖକୁ ଚାହିଁ କରନ୍ତି ରୋଦନ ।ମନ୍ତ୍ର ଔଷଧି କାହିଁରେ ଆରୋଗ୍ୟ ସେ ନୁହେଁସମସ୍ତେ ବୋଇଲେ ରାଧା ଏ ଘାନ୍ତି ଏ ଜୀଏଁ ।ଅନେକ ଉପାୟ କଲୁ ମନ୍ତ୍ର ମହୌଷଧିଅଣ୍ଡିରାଚଣ୍ଡୀକୁ କାର ଅଛି କିବା ବୁଦ୍ଧି ।ଯାହା ମାଗିବ ତା ପଛେ ଏହିକ୍ଷଣି ଦେବାଚନ୍ଦ୍ରାବଳୀ ପଛେ ତାର କରୁଥିବ ସେବା ।ଏହିପରି ସୁଲକ୍ଷଣୀ ଅଳ୍ପେ ଯାଏ ନାଶଭୋ ଅଣ୍ଡିରାଚଣ୍ଡୀ ବାରେ କ୍ଷମା କର ଦୋଷ ।ଚନ୍ଦ୍ରସେଣା ରାଧିକାକୁ କୋଳେ ଧରିଥିଲାଆଶ୍ୱାସନା କରି ତାକୁ ବହୁତ ବୋଇଲା ।ଛାଡ଼ିଦିଅ କୃପାକରି ଗୋ ଅଣ୍ଡିରାଚଣ୍ଡୀଅକିଞ୍ଚନେ ଦୟା କର ମା ଭୀଷଣମୁଣ୍ଡୀ ।ସର୍ବସୁଲକ୍ଷଣା ମୋର ରାଧିକା ସୁନ୍ଦରୀକେଉଁ କାରଣେ ତାଠାରେ କୋପୁ ବନନାରୀ ।ରକ୍ଷାକର ରକ୍ଷାକର ବାରେ ରକ୍ଷାକରନୋହିଲେ ଜାଣିବା ମୋର ବୁଡ଼ିଲା ସଂସାର ।ଏମନ୍ତ ବଚନ ଯହୁଁ ଶୁଣେ ଚନ୍ଦ୍ରାବଳୀଚନ୍ଦ୍ରସେଣା ପରେ କୋପ ଦ୍ୱିଗୁଣ ଉଗୁଳି ।ରଟମଟ ଦନ୍ତ କଲା ଚକ୍ଷୁ ରଙ୍ଗବର୍ଣ୍ଣକାମୁଡ଼ିବ ବୋଲି ମୁଖ କରିଲା ବ୍ୟାଦାନ ।ଚନ୍ଦ୍ରସେଣା ଉପରକୁ ବକ୍ରଦୃଷ୍ଟି ଦେଲାରୂପ ଦେଖିକରି ସେହୁ ତରସ୍ତ ହୋଇଲା ।ଜୀବନର ବିକଳରେ ତହୁଁ ପଳାଇଲାଅସମ୍ଭାଳ ହୋଇ ରାଧା ଉଲଗ୍ନ ହୋଇଲା ।ପଡ଼ିଉଠି ଚନ୍ଦ୍ରସେଣା ପଳାଏ ଅଜ୍ଞାନେପିତୃମାତୃ ନାମ ଭୟେ ସୁମରଇ ମନେ ।ଯାଉଁ ଯାଉଁ ପଡ଼ିଗଲା ବାଟେ ଆଣ୍ଠୁମାଡ଼ିରକ୍ତଧାରା ବହିଯାଏ ଆଣ୍ଠୁଗଣ୍ଠି ଛିଡ଼ି ।ଉଠିବସି ପଛକୁ ସେ ନ ଚାହେଁ ଲେଉଟିଖନଖନ ବାଜିଯାଏ ଭୟେ ଦନ୍ତ ପାଟି ।ଏସନ ଅବସ୍ଥା ଦେଖି ସେ ଚନ୍ଦ୍ରସେଣାରଗୋପ ନରନାରୀମାନେ ହୋଇଲେ କାତର ।ଏକମୁଖେ ବ୍ରହ୍ମଦୈତ୍ୟ ସ୍ତୁତି ଯେ କରିଲେଶିରେ କରଦେଇ କେହୁ ତ୍ରାହି ତ୍ରାହି ବୋଲେ ।ନମସ୍ତେ ଭୋ ବ୍ରହ୍ମଦୈତ୍ୟ ଅଲେଖ ପୁରୁଷସଚରାଚର ଜୀବଙ୍କୁ କରିପାରୁ ଗ୍ରାସ ।ଠୁଳ ଶୂନ୍ୟରୂପୀ ତବ ମହିମା କେ ବର୍ଣ୍ଣିନିମିଷକେ ଘୋଟିପାରେ ସକଳ ମେଦିନୀ ।ଅବଳାର ବଳ କଳପନା କାମରୂପୀଦଶଯୋଜନ ଘଡ଼ିକେ ପାର ତୁମ୍ଭେ ବ୍ୟାପି ।ଗନ୍ଧର୍ବ ଯକ୍ଷ କିନ୍ନର ପାର ସାଧ୍ୟକରିକାଳାନ୍ତର ପୁରୁଷ ହେ ସର୍ବରୂପ ଧାରୀ ।ପ୍ରଚଣ୍ଡ ଘୋର ମୂରତି ଅତି ବିକରାଳଯେ ମୁଖେ ପଡ଼େ ତାହାର ପୂରେ ନିଶ୍ଚେଁ କାଳ ।ଶ୍ମଶାନ ଭୂମିରେ ସଦା ଖେଳ କୁତୂହଳୀମଦିରା ମାଂସରେ ଯାର ଅନୁବ୍ରପତେ କେଳି ।ଚାମୁଣ୍ଡା ଚଣ୍ଡୀ ଚାଚିକା ଡାକିନୀ ଶାକିନୀସଙ୍ଗତରେ ଭ୍ରମୁଥାନ୍ତି ବହୁ ପିଶାଚୁଣୀ ।ଏମନ୍ତେ ସ୍ତୁତି ବଚନ ବହୁତ ସେ ଶୁଣିବୋଲଇ ତୁମ୍ଭ କଥାରେ ତୋଷ ହେଲି ପୁଣି ।ମୁହିଁ ଯେବେ ରାଧାକାକୁ ଯିବି ଆଜ ଛାଡ଼ିଭୂରି ଭୋଜନ ଦେବଟି କୁଞ୍ଜବନେ ବାଢ଼ି ।ଚନ୍ଦ୍ରସେଣା ବୋଲେ ଭୂରିଭୋଜନ ମୁଁ ଦେବିଜୀବ ଥିବାଯାଏ ପାଦେ ସେବା କରୁଥିବି ।ନନ୍ଦ ବୋଇଲା ଭୋଜନ ଅଣ୍ଟିବଟି କେତେସ୍ୱରୂପ କହିଲେ ତାହା ଯିବୁ ନା ପରତେ ।ଏରୂପେ ଦେଖି ଗୋପାଳମାନଙ୍କ ଆରତବୋଲେ ଶଏଭାର ଅନ୍ନ ବ୍ୟଞ୍ଜନ ଯେ ସାତ ।ପିଷ୍ଟକ ଯେ ଶଏଭାର ସୁପକ୍ୱ ରାନ୍ଧଣାଘୃତରେ ଯେ ପରିପକ୍ୱ ଏକୁଁ ଏକ ଜିଣା ।ଛେନା ଗୋଟିକା ଲବଣି ସର ଯେ ଅଧାମସଙ୍ଗତରେ ଥିବ ଛତ୍ର ଚାମର ବିମାନ ।ପଟ୍ଟବସ୍ତ୍ର ଚାନ୍ଦୁଆ ଯେ ନବ ସପ୍ତମୂଳେସମସ୍ତ ଥୋଇବ ନେଇ କଦମ୍ୱର ତଳେ ।ସସ୍ରେ ଫୁଲଭାର ଚମ୍ପା ବକୁଳ ସେବତୀସମସ୍ତ ନେଇ ଥୋଇ କଦମ୍ୱର କତି ।ନୋହିଲେ ସମସ୍ତଙ୍କୁ ମୁଁ କରିବି ବିଭ୍ରାଟବେଳ ବୁଡ଼ିଲେ ନ ଯିବେ କେହି ନଦୀଘାଟ ।ମୋର ଆଜ୍ଞାକୁ ଯେ ଅବା ଅବଜ୍ଞା କରିବତାହାକୁ ଲାଗିବ ସେହି ନିଶ୍ଚେ ନାଶଯିବ ।ଆଜିଠାରୁ ଏ କଥାକୁ ଥିବ ମୋର ମାନିସମସ୍ତ ପଦାର୍ଥମାନ ଭିଆଅ ଏକ୍ଷଣି ।ନନ୍ଦ ଉପନନ୍ଦ ବସୁନନ୍ଦର ସହିତେଚନ୍ଦ୍ରସେଣା ଆଦିକରି ଭଲଲୋକ ଯେତେ ।ଯେ ଯାହାର ଭାର ସର୍ବେ କନ୍ଧେ ଥିବ ଘେନିକଦମ୍ୱ ତଳେ ବାଢ଼ିବ ରାତ୍ର ଦଣ୍ଡ ତିନି ।ପ୍ରଥମରୁ ବିଧିମତେ ଦେବ ଭୂତବଳିଅନ୍ଧାର ରାତିରେ ଯିବ କୁଞ୍ଜବନେ ଚଳି ।କେହି ନ ଦେଖିବେ ତହିଁ ବାହୁଡ଼ି ଆସିବକେତେବେଳେ ଲେଉଟିଣ ପଛେ ନ ଚାହିଁବ ।ପୁଣି ପ୍ରମାଦ ପଡ଼ିଲେ ନ କହିବ ମୋତେଏହି କଥାଗୋଟି ଦୃଢ଼େ ଧରିଥାଅ ଚିତ୍ତେ ।ବିଳମ୍ୱ ନ କରି ଶୀଘ୍ର କୁଞ୍ଜବନେ ଯାଅବୋଝ ଭାର ନେଇ ତରୁତଳେ ଥୋଇଦିଅ ।ଶୁଣିଣ ସମସ୍ତେ ତାହା ସନମତ କଲେଭୂତବଳି ପ୍ରଥମରେ ବିଧିମତେ ଦେଲେ ।ତଦୁତ୍ତାରେ ସବୁଦ୍ରବ୍ୟ ଭିଆଇ ତୁରିତେଚଳିଲେ ବନକୁ ଭୂତକଥା ଭାବି ଚିତ୍ତେ ।ଶୁଣ ପରୀକ୍ଷିତ ରାୟେ ବଦୟନ୍ତି ଯତିଶ୍ରୀବିଷ୍ଣୁଙ୍କ ବାଲ୍ୟଲୀଳା ଅତୁଲାଇ କୀର୍ତ୍ତି ।ଭୂତ ଲାଗିଛି ବୋଲିଣ ସର୍ବେ ବିହ୍ୱଳିତସେ ଦିନ ଦିବସ ଗୋଟେ ହୋଇଲା ଅତୀତ ।ରଜନୀ ହୋଇଛି ପୁଣି ଆସି ତିନିଘଡ଼ିସମସ୍ତ ଗୋପାଳମାନେ ଭାରନ୍ତ ସଜାଡ଼ି ।ଛେନା ଗୋଟିକା ଲବଣୀ ଈକ୍ଷୁ ଦୁଧସରଖଣ୍ଡ କ୍ଷୀର କ୍ଷୀରିସାଦି ପଇଡ଼ ସାକର ।ଗନ୍ଧ ଚନ୍ଦନ କସ୍ତୁରୀ ବାସ ପୁଷ୍ପମାନଖଟ ଚାନ୍ଦୁଆ ନୂତନ ସୁଝୀନ ବସନ ।ଅନ୍ନ ବ୍ୟଞ୍ଜନାଦି କରି ଉପହାସ ଯେତେଏକ ଏକନାମ ଧରି କହିବା ତା କେତେ ।ସମସ୍ତ ଭାର ବହିଣ ଯେ ଯାହାର କନ୍ଧଚଳିଲେ କୁଞ୍ଜବନକୁ ନନ୍ଦ ଉପନନ୍ଦ ।ଚନ୍ଦ୍ରସେଣା ସହିତରେ ସକଳେ ମିଳିଲେସେ କଥାଗୋଟି ଶ୍ରୀକୃଷ୍ଣ ଦୂରରୁ ଜାଣିଲେ ।କଦମ୍ୱବୃକ୍ଷ ଉପରେ ରହିଲେ ଗୋପନେତଳେ ଥାଇ ଚନ୍ଦ୍ରସେଣା ବୋଲଇ ଏସନେ ।ଭୋ ଦେବୀ ଅଣ୍ଡିରାଚଣ୍ଡୀ ଶୁଣ ମୋର ବାଣୀଯେବଣ ଯେ ଜନେ ଶ୍ରଦ୍ଧା ବଳେ ହାଦେ ପୁଣି ।ସେମାନେ ଭୁଞ୍ଜି ରାଧାକୁ ମୋର ରକ୍ଷାକରତୋର ଚରଣେ ପ୍ରଣାମ କରେ ବାରମ୍ୱାର ।ଏତେ କହିଣ ଗୋପାଳେ ଅଇଲେ ପଳାଇଭୂତର ବଚନ ମାନି ପୁଛକୁ ନ ଚାହିଁ ।ଏହା ଦେଖିଣ ଗୋବିନ୍ଦ ଟହଟହ ହସିନନ୍ଦ ବୋଲେ ଭୂତ କେହ୍ନେ ହସେ ଶୁଣ ବସି ।ଯେବେ ଅନ୍ନ ବ୍ୟଞ୍ଜନାଦି ପାଇ ସେ ନ ଥାନ୍ତାସତେ କି ରାଧାସୁନ୍ଦରୀ ଜୀବନରେ ଥାନ୍ତା ।ଖାଦ୍ୟଦ୍ରବ୍ୟ ପାଇ ଏବେ ହୋଇଲା ସନ୍ତୋଷପଛକୁ ନ ଚାହିଁ କେହି ପଳାଇଣ ଆସ ।ରାତ୍ର ହେଲେ କୁଞ୍ଜବନେ କେହି ନ ଆସିବଯେ ଆସିବ ଜାଣ ସେହି ପ୍ରାଣେ ନାଶଯିବ ।ଏତେ ବୋଲି ତରତରେ ଅଇଲେ ପଳାଇଯେ ଯାହା ମନ୍ଦିରେ ମଧ୍ୟେ ପ୍ରବେଶିଲେ ଯାଇ ।ଏଣେ କଦମ୍ୱ ବୃକ୍ଷରୁ ଓହ୍ଲାଇ ଅଚ୍ୟୁତପେଟ ଭରି କେତେ ତହୁଁ ଖାଇଲେ ଅନନ୍ତ ।ରାଧିକାକୁ ପରଶଂସା କଲେ ଚକ୍ରପାଣିଏଥୁଅନ୍ତେ ପ୍ରହରେକ ହୁଅନ୍ତେ ରଜନୀ ।କଦମ୍ୱ ଡାଳରେ ପୁଣି ବସି ମଧୁହାରୀସୁସ୍ୱରରେ ବେଣୁନାଦ କରିଲେ ମୁରାରି ।ସମ୍ଭାଇଲେ ସେହି ନାଦ ଗୋପୀଙ୍କ କର୍ଣ୍ଣରେଗୋଟି ଗୋଟି ନାମ ଧରି ଡାକେ ଉଚ୍ଚ ସ୍ୱରେ ।ରାଧା ସୁମେଧା କମଳା ଆସ ଚନ୍ଦ୍ରକାନ୍ତିତିଳୋତ୍ତମା ହରିଣାକ୍ଷି ବିମଳା ସୁଦନ୍ତି ।ଶ୍ରୀୟା ସତ୍ୟବାଦୀ ମୀନନେତ୍ରା ଚାରୁହାସିଚନ୍ଦନା କସ୍ତୁରୀକା ଗୋ କମଳା ସୁକେଶୀ ।ରେଣୁକା ରତ୍ନାବଳି ଗୋ ହେମଗୋରି ନାରୀସୁରେଖା ରତ୍ନରେଖା ଗୋ ଅପର୍ଣ୍ଣା ସୁନ୍ଦରୀ ।ଜୟା ଆବର ବିଜୟା ପୀନସ୍ତନୀ ବାମାକୁନ୍ତଳୀ ସୁଭୂରୁ ଗୋପଯୁବତୀ ଉତ୍ତମା ।ବାସନ୍ତୀ ମାଧବୀ ମଧୁମତୀ ମହନିକାପଦ୍ମିନୀ ଶଙ୍ଖିନୀ ଆଦି ଯେତେକ ନାୟିକା ।ଏହିରୂପେ ଗୋପପୁରେ ଯେତେ ଅଛ ନାରୀକୁଞ୍ଜବନେ ଅତିଶୀଘ୍ରେ ଆସ ଗୋ ବାହାରି ।ଏହିପରି ନାମ ଧରି ଡାକନ୍ତେ ମୁରଲୀଅତି ଉତ୍ସୁକେ ଧାଇଁଲେ ସର୍ବ ଗୋପବାଳୀ ।ଠିକେ ଠିକେ ଥୋକେ ନାମ ବଖାଣିଲି ଏଥେଁସୁକୁମାରୀ ସୁଲକ୍ଷଣୀ ରମଣୀ ସମସ୍ତେ ।ଗୋବିନ୍ଦଙ୍କ ଅଙ୍ଗସଙ୍ଗ ପାଇବାର ପାଇଁଗୋପିକା ରୂପେ ଗୋପରେ ଛନ୍ତି ଜାତ ହୋଇ ।ତାଙ୍କୁ କିସ ପଟାନ୍ତର ଦେବା ଅବା ନେଇରୂପଗୁଣେ ଜଗତରେ ତୁଳନା ତ ନାହିଁ ।କଦମ୍ୱାଡାଳେ ବଇଁଶୀ ବଜାନ୍ତେ ମୁରାରୀଶୁଣି ମୋହମାନ ହେଲେ ସର୍ବ ଗୋପନାରୀ ।ଗୋବିନ୍ଦର ଅଙ୍ଗ ସଙ୍ଗ ଲଭିବାର ପାଇଁକେଶ ବାସ ଅସମ୍ଭାଳେ ଧାଇଁଲେକ ଗୋଈ ।ଯେବଣ ସ୍ଥାନେ ବିଜୟ ପ୍ରଭୁ ଗୋପୀନାଥଚଳିଲେ ଗୁଆଳୀମାନେ ଅନୁସରି ପଥ ।କଦମ୍ୱତଳେ ଯାଇଣ ମିଳି ଗୋପାଙ୍ଗନାଦେଖିଲେ ବସିଅଛନ୍ତି ବୃକ୍ଷେ ନନ୍ଦକହ୍ନା ।ମୋହନ ସ୍ୱରୂପ ଧରିଛନ୍ତି ହୃଷୀକେଶୀସମସ୍ତ ନାୟିକାମାନେ ଦେଖିଣ ପ୍ରଶଂସି ।କରେ ଛତ୍ର ଚାମର ଯେ ଧୂପକାଠି ଘେନିତଳେ ଉଭା ରହୋଇଛନ୍ତି ସକଳ କାମିନୀ ।ଦେଖିକରି ଆନନ୍ଦିତ ହେଲେ ବଂଶୀଧାରୀମୁରଲୀ ଘେନି କଦମ୍ୱ ବୃକ୍ଷରୁ ଉତୁରି ।ଗୋପୀଙ୍କର ସମୀପରେ ପ୍ରବେଶ ହୋଇଲେହାସ ପରିହାସେ ତାଙ୍କ ମନକୁ ମୋହିଲେ ।ଷୋଳସସ୍ର ନାୟିକାଙ୍କୁ ଷୋଳସସ୍ର ମୂର୍ତ୍ତିଧରି ଚିତ୍ତ ରଞ୍ଜାଇଲେ ଭାବେ ଯଦୁପତି ।ଏକର କଥା ଅପର ନାୟିକା ନ ଜାଣେଏକ କୃଷ୍ଣ ବୋଲି ସର୍ବେ ମଣିଛନ୍ତି ମନେ ।ଦେବାସୁର ଅଗୋଚର ଯାହାଙ୍କର ମାୟାକାହୁଁ ଜାଣିବେ ସେ କଥା ଧରି ନାରୀକାୟା ।ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେଯେଝା ଭୁବନକୁ ତହୁଁ ଚଳିଲେ ଗୋପୀଏ ।ଶାଶୁ ଶ୍ୱଶୁର ଦିଅର ଭର୍ତ୍ତାଙ୍କ ସହିତେସମସ୍ତେ ଶୋଇଲେ ଯାଇ ଯେ ଯାହାର ମତେ ।ପ୍ରତ୍ୟକ୍ଷରେ ଦେଖନ୍ତି ସେ ଯୁବତୀଙ୍କ ରୀତିବିଷ୍ଣୁର ମାୟାରେ କିଛି ବୋଲି ନ ପାରନ୍ତି ।ବାଳକ ମୂରତି ଧରି ଏଥୁ ଅନନ୍ତରେଗୋପୀନାଥ ପରବେଶ ଆପଣା ମନ୍ଦିରେ ।ପୁତ୍ରକୁ ଦେଖି ଯଶୋଦା ଆନନ୍ଦିତ ମନକୋଳରେ ବସାଇ ମୁଖେ ଦିଅନ୍ତି ଚୁମ୍ୱନ ।ଖଣ୍ଡ କ୍ଷୀରି କ୍ଷୀରିସାଦି ଗୋଟିକା ଭୁଞ୍ଜାଇପଲ୍ୟଙ୍କରେ ଶୁଆଇଲେ ଦୋଳିଗୀତ ଗାଇ ।ଏହିରୂପେ ବାରମ୍ୱାର ପ୍ରଭୁ ଗୋପୀନାଥରାସଲୀଳା କରନ୍ତି ସେ ଗୋପୀଙ୍କ ସହିତ ।ଜନନୀ ପିଅର ଭାଇ ନ ଜାଣନ୍ତି ତାହାମାୟାଜାଲ ପାତିଥାନ୍ତି ପ୍ରଭୁ ଚଉବାହା ।ବୃନ୍ଦବାତୀ ଚରିତଏକ ଦିନକର କଥା ଶୁଣ ପରୀକ୍ଷିତପୁଣି ମନେ ବିଚାରିଲେ ଦେବ ଜଗନ୍ନାଥ ।ଆଜି କୁଞ୍ଜବନେ ଯିବା ନ ଜାଣିବେ କେହିଗୋପଯୁବତୀ ସର୍ବଦା ଥାନ୍ତି ବାଟ ଚାହିଁ ।ମୋର ପାଇଁ ସେମାନେ ତ ଏଥେଁ ଜନମିଲେକେତେ ତପସ୍ୟା କରିଣ ମୋ ସଙ୍ଗ ଲଭିଲେ ।ତାହାଙ୍କର ମନୋରଥ କରିବା ପୂରଣଏତେ ଭାଳି କୁଞ୍ଜବନେ ଗଲେ ଏକଦିନ ।ବୃନ୍ଦାବତୀ ବୋଲି ଏକ ଗୋପର ଗୁଆଳୀକୃଷ୍ଣଙ୍କର ନାମ ସଦା ହୃଦମଧ୍ୟେ ଭାଳି ।ଶୟନେ ଭୋଜନେ ସ୍ୱପ୍ନେ ଜାଗ୍ରତେ ଭଜଇଗତଜନ୍ମେ ହରିଙ୍କି ସେ ତପରେ ମନାଇ ।ପତି କରିବା ସକାଶେ କଲା ବହୁ ତପତା ତପେ ସନ୍ତୋଷ ହେଲେ ପ୍ରଭୁ ପରନ୍ତପ ।ଏବେ ସେ ଗୋପନଗରେ ଜନମ ହୋଇଲାକୁଞ୍ଜବନେ ବାସଗୃହ ଏକ ନିର୍ମାଣିଲା ।ବାଲି ଶଯ୍ୟାରେ କୋମଳ ଚୂତପତ୍ର ପାଡ଼ିସୀମସ୍ଥାନେ ଦେଇ ପୁଣି ଏକ ପତ୍ରପୁଡ଼ି ।ବିବିଧ ପୁଷ୍ପଗୁଡ଼ାଏ ବିଛାଇଣ ବାଳୀଶ୍ରୀକୃଷ୍ଣ ନାମ ବସି ହୃଦଗତେ ଭାଳି ।ଅନ୍ତର୍ଯ୍ୟାମୀ ସର୍ବଜ୍ଞ ଯେ ପ୍ରଭୁ ଭଗବାନବାଞ୍ଛା କଳ୍ପତରୁ ନାଥ ଭକତ ଜୀବନ ।ଭାବବିନୋଦିଆ ତୋତେ ବୋଲନ୍ତି ଜଗତେଭକତଜନେ ସୁଦୟା କର ଅନୁବ୍ରତେ ।ଅଭାବକୁ ଦୂର ନାଥ ଭାବକୁ ନିକଟଆରତଭଞ୍ଜନ ସ୍ୱାମୀ ଫେଡ଼ ତୁ ସଙ୍କଟ ।ଗଜ ଆତଙ୍କ ଫେଡ଼ିଲେ ଅଗାଧ ସଲିଳେଚକ୍ରେ କୁମ୍ଭୀର ବିନାଶ କଲ ଅବହେଳେ ।ସଙ୍କଟେ ଦ୍ରୌପଦୀ ତୋତେ କରୁ ସୁମରଣକୋଟି ବସ୍ତ୍ର ଦେଇ ଲଜ୍ଜା କଲେ ନିବାରଣ ।ପ୍ରହଲାଦ ଛଳେ ହେଲ ସ୍ତମ୍ଭୁ ଅବତୀର୍ଣ୍ଣନୃସିଂହ ରୂପେ ମାଇଲ ଦର୍ପିଷ୍ଠ ହିରଣ୍ୟ ।ଭକତଜନ ବତ୍ସଳ କରୁଣା ସାଗରଦୁଃଖୀଜନ ନିସ୍ତାରଣ ଆହେ ଦାମୋଦର ।ବ୍ରହ୍ମ ଚାଣ୍ଡାଳ ପର୍ଯ୍ୟନ୍ତେ ଯେତେ ଜୀବ ଛନ୍ତିସମସ୍ତଙ୍କ ହୃଦପଦ୍ମେ ତୋହର ବସତି ।ନାହିଁ ତୋର ପରାପର ନାହିଁ ପ୍ରିୟାପ୍ରିୟଭକତ ଅଧୀନ ସ୍ୱାମୀ ପ୍ରଭୋ ଦୟାମୟ ।ଏମନ୍ତେ ଯୋଗଲୟରେ କରନ୍ତେ ସେ ସ୍ତୁତିଅନ୍ତର୍ଯ୍ୟାମୀ ନାଥ ତାର ଜାଣିଲେ ଭକତି ।ବୃନ୍ଦାବତୀ କୁଞ୍ଜଗୃହେ ବିଜେକଲେ ହରିଦେଖି ବୃନ୍ଦାବତୀ ପାଦେ ପ୍ରଣିପାତ କରି ।ଆଶ୍ୱାସନାବାକ୍ୟେ ବୋଧ ଦ୍ୟନ୍ତି ଦାମୋଦରଆଗୋ ବୃନ୍ଦାବତୀ ପଞ୍ଚଆତ୍ମା ତୁ ମୋହର ।ଏତେ ବୋଲି ତୋ ପ୍ରେମରେ ବନ୍ଧା ଯଦୁନାଥଏକ ଦିନେ ବୃନ୍ଦାବତୀ ବୋଇଲା ଏମନ୍ତ ।ଆହେ ହରି ତୁମ୍ଭେ ମୋର ଅଟ ପ୍ରାଣସଖାକାଳେ କାଳେ ମୁଁ ତୁମ୍ଭର ଅଟଇ ନାୟିକା ।କହୁଅଛି ତୁମ୍ଭଆଗେ ଶୁଣ ପ୍ରାଣନାଥପାଦଶ୍ରମେ ବ୍ୟାକୁଳିତ ହୋଇଲା ମୋ ଚିତ୍ତ ।ଶ୍ରୀକୃଷ୍ଣ ବୋଲନ୍ତି ଯେବେ ନ ପାରୁଛୁ ଚାଲିକାନ୍ଧରେ ବସାଇ ତୋତେ ନେବଇଁ ଗୁଆଳି ।ବୋଲଇ ଯେ ବୃନ୍ଦାବତୀ ଶୁଣ ଆହେ ସ୍ୱାମୀଦାସୀଜନ ଅଟେ ମୁହିଁ ତୁମ୍ଭେ ଅନ୍ତର୍ଯ୍ୟାମୀ ।କେମନ୍ତେ ଶ୍ରୀଅଙ୍ଗେ ମୁହିଁ କରିବି ବିଶ୍ରାମପ୍ରତ୍ୟକ୍ଷରେ ବିଷ୍ଣୁ ତୁମ୍ଭେ ପୁରୁଷ ଉତ୍ତମ ।ବୋଲନ୍ତି ଶ୍ରୀକୃଷ୍ଣ ପ୍ରିୟେ ନୁହେ ତୁମ୍ଭେ ଭିନ୍ନତୁମ୍ଭେ ମୋର ପ୍ରାଣ ମୁହିଁ ତୁମ୍ଭର ଜୀବନ ।ଏ କଥାକୁ ଆନ ମନେ ନ କର ଗୋ ଚିତ୍ତେଭିନ୍ନାଭିନ୍ନ ଗଙ୍ଗା ଗୟା ନୋହେ କଦାଚିତେ ।ସ୍ତିରୀ ହୀନବୁଦ୍ଧି ତହୁଁ କଲା ସନମତହେତୁ ନ କଲା ସେ କୃଷ୍ଣ ମାୟାର ବୃତ୍ତାନ୍ତ ।ହଟିଆନାଗର କୃଷ୍ଣ ଭାବ ବିନୋଦିଆବୃନ୍ଦାବତୀକି ହସ୍ତାନ୍ତି ଜାଣି ତାର ହିୟା ।ଉତ୍ସର୍ଗରେ ଠିଆଠାଣି ହେଲା ବୃନ୍ଦାବତୀତଳ ପଟ ଥାନ ଦେଖି ବସିଲେ ଶ୍ରୀପତି ।ଯେଉଁ କାନ୍ଧେ ଧରିଛନ୍ତି ଚରାଚର ମହୀବୃନ୍ଦାବନ ପାଦ ତୋଳି ଦିଅନ୍ତେ ବଢ଼ାଇ ।କିମ୍ଭୂତ ମାୟାରେ ପ୍ରଭୁ ହୋଇଲେ ଅନ୍ତରବିଷ୍ଣୁଙ୍କୁ ନ ଦେଖି ବୃନ୍ଦା ପଡ଼ିଲା ଭୂମିର ।ହା ହା ପ୍ରାଣନାଥ ତୋରେ ହେଲି ଅପରାଧୀସ୍ତିରୀ ନାରୀ ସ୍ୱଭାବରେ ଅଟେ ପାପବୁଦ୍ଧି ।ବିଧାତା ପୁରୁଷ ମୋତେ ଦେଲା ସ୍ତିରୀଜନ୍ମକେବଣ ଭାଗ୍ୟରୁ ଅର୍ଜିଥିଲି ଶୁଭକର୍ମ ।କୃଷ୍ଣ ଅଙ୍ଗ ସ୍ପରଶରେ କର୍ମ ମୋର ଭଲହୋଇଥିଲା ଏବେ ତାହା ହୋଇଲା ନିଷ୍ଫଳ ।ପୂର୍ବଜନ୍ମ ଦୋଷ ଏ ଯେ ମେଣ୍ଟିଣ ନ ଗଲାଆଣ୍ଠୁ ଗଣ୍ଠି ଛିଡ଼ି ଅଙ୍ଗୁ ରୁଧିର ବହିଲା ।କଉଣସି ଜନ୍ମରେ ମୁଁ ସ୍ତିରୀହତ୍ୟା କଲିକେବଣ ଜନ୍ମରେ ମୁହିଁ କି ପାପ ଅର୍ଜିଲି ।କେବଣ ଜନ୍ମରେ ଅବା ସୁରା କଲି ପାନକେବଣ ଜନ୍ମରେ ଅବା ବଧିଲି ବ୍ରାହ୍ମଣ ।କେବଣ ଜନ୍ମରେ କଲି ଉଗ୍ର ପାପମାନକେବଣ ଜନ୍ମେ ବା ବୃତ୍ତି କରିଲି ଛେଦନ ।କେବଣ ଜନ୍ମରେ ଋଷି ମୁନିଙ୍କି ପୀଡ଼ିଲିକେବଣ ଦୋଷରୁ ଏବେ ସ୍ତିରୀଜନ୍ମ ହେଲି ।ପୋଡ଼ୁ ପୋଡ଼ୁ ସ୍ତିରୀଜନ୍ମ ଅଟେ ବଡ଼ ମନ୍ଦପଶୁ ଆଉ ସ୍ତିରୀଙ୍କର ନାହିଁ ଭେଦାଭେଦ ।ପଞ୍ଚାମୃତ ଛାଡ଼ି ଶ୍ୱାନ ଭକ୍ଷଇ ଉଚ୍ଛିଷ୍ଟତେମନ୍ତ ପ୍ରକୃତି ଜାଣ ସ୍ତିରୀ ଜାତି ନଷ୍ଟ ।ପର୍ବତ ଶିଖରୁ ଜଳ ଯେହ୍ନେ ଖସି ପଡ଼ିତେମନ୍ତ ଉଚ୍ଚ ନୀଚ ନ ଜାଣେ ସ୍ତିରୀ ମୋଢ଼ୀ ।ଧର୍ମ ମାର୍ଗ ତେଜି ସଦା ଅଧର୍ମରେ ମତିଏଣୁ ସ୍ତିରୀଜନ୍ମ ଗୋଟା ନିନ୍ଦନୀୟ ଅତି ।ଆହାରେ ଦଇବ ମୋତେ କଲୁ ଅକାରଣସ୍ତୀରିଜନ୍ମ ଲଭିଲି ମୁଁ କେବଣ କାରଣ ।ସ୍ତିରୀଜନ୍ମ ବ୍ରତ ମୋର ନୋହିଲାକ ସିଦ୍ଧିକୃଷ୍ଣ ପଦ୍ମପାଦେ ଯେଣୁ ହେଲି ଅପରାଧୀ ।ଅପରାଧ କ୍ଷମମୋର ଆହେ ଦୟାନିଧିକେତେ ଦୋଷ ସହିଅଛି କରୁଣା ବାରିଧି ।ଅଇରି ମିତ୍ର ତୁମ୍ଭର ନାହିଁ ପରାପରଯେ ବଇରି ସେହି ମିତ୍ର ଅଟଇ ନକର ।ଶ୍ରୀବତ୍ସ ବ୍ରାହ୍ମଣ ପରା ତୁମ୍ଭ ଦୋଷକାରୀତାହାର ପାଦ ବହିଛ କେମନ୍ତେ ହେ ହରି ।ଶରଣପଞ୍ଜର ନାଥ ଆରତ ଭଞ୍ଜନତ୍ରେତୟାର ଦାରାବୈରୀ ଅଟେ ତୋ ରାବଣ ।କିପରି ତାହାକୁ ଗତି ମୁକ୍ତି ଦେଲ ନାଥବିଭୀଷଣେ ରାଜ୍ୟ ଦେଲ ହୋଇ ତୋଷଚିତ୍ତ ।ଶ୍ରୀଅଙ୍ଗେ ଦ୍ରୋହ ଅର୍ଜିଲା ଅନ୍ଧର ନନ୍ଦନସନ୍ତୋଷରେ ଦେଲ ତାକୁ ଉତ୍ତମ ନୟନ ।ତ୍ରେତାରେ ବାୟସ ପରା ଦ୍ରୋହ ଅରଜିଲାଭୂଷଣ୍ଡ କାକ କେମନ୍ତେ ଅମର ହୋଇଲା ।ବାଳି ଅଟଇ ତୁମ୍ଭର ପରା ମିତ୍ରବୈରୀତା ପୁତ୍ରକୁ ଛାଡ଼ିଦେଲ କେହ୍ନେ ଦୟା କରି ।ଦାରାବୈରୀ ରାବଣର ମାମୁଁ ଜମ୍ୱୁମାଳୀବିଭୀଷଣ ହେତୁ ତାକୁ ରଖିଲ କିପରି ।ଅପରାଧୀ ତୁମ୍ଭ ପାଦେ ଦୁର୍ଯ୍ୟୋଧନ ମଲ୍ଲଖୁଡ଼ୁତା ପୁଅ ଭାଇଙ୍କୁ କିପରି ରଖିଲ ।କାଳୀ ନାଗୁଣୀ ଶ୍ରୀଅଙ୍ଗେ ଦ୍ରୋହକର୍ମ କରିଶରଣ ପଶନ୍ତେ ତାକୁ ରଖିଲ କିପରି ।ପବନପୁତ୍ରେ କିପରି ଅମର କରିଲଆରତେ ଡାକିଲା ଗଜ ତା ଡାକ ଶୁଣିଲ ।ମୃଗୁଣୀ ଆରତ ଫେଡ଼ିଅଛ ପରା ନାଥଦ୍ରୌପଦୀ ମାନ ରଖିଲ ଦେଇ କୋଟି ବସ୍ତ୍ର ।ମହା ମହା ବିପଦରୁ ପାଣ୍ଡବେ ତାରିଲଜରା ମାରି ରାଜାଗଣେ ଜୀବଦାନ ଦେଲ ।ଧ୍ରୁବ ଅଭିମାନ ତୁମ୍ଭେ ରଖିଲ ଶ୍ରୀହରିପ୍ରହଲାଦେ ରକ୍ଷା କଲ ବିପଦ ନିବାରି ।ନୃସିଂହାବତାର ହୋଇ ମାରିଲ ହରିଣ୍ୟହିରଣ୍ୟାକ୍ଷେ ନାଶ କଲ ଶୂକର ହୋଇଣ ।ଶିବ କୋପାନଳେ ନାଶ ଗଲା କାମଦେବଭସ୍ମରୁ ଉଦ୍ଧାର ତାକୁ କରିଲ ମାଧବ ।ମହାସଙ୍କଟୁଁ ତାରିଲ ଅଭିମନ୍ୟୁ ସୁତେଏରୂପେ ମହିମା ତବ ଗାଇବି ମୁଁ କେତେ ।ଶରଣ ରକ୍ଷଣ ନାଥ ଦୁଃଖୀର ସୋଦରଏ ସ୍ତିରୀ ଜନ୍ମରୁ ମୋତେ ଏବେ ପାରିକର ।ହା ହା କୃଷ୍ଣ ବୋଲିକରି ବୃନ୍ଦାବତୀ ଲୋଟେବେନି କରକୁ ନେଇଣ ତାଡ଼ଇ ଲଲାଟେ ।ହା ହା କୃଷ୍ଣଚନ୍ଦ୍ର ମୋତେ କେଣେଗଲ ଛାଡ଼ିନିମିଷକେ ଯୁଗ ପ୍ରାୟ ପଡ଼ୁଅଛି ମାଡ଼ି ।ହା ହା କୃଷ୍ଣଚନ୍ଦ୍ର ଆହା ଦୁଃଖୀର ସଙ୍ଗାତକେଣେ ଛାଡ଼ିଗଲ ମୋତେ କରିଣ ଅନାଥ ।ହା ହା ପ୍ରଭୁ କୃଷ୍ଣଚନ୍ଦ୍ର ତ୍ରୈଲୋକ୍ୟ ନାୟକହା ହା କୃଷ୍ଣଚନ୍ଦ୍ର ମୋର ପ୍ରାଣ ପଞ୍ଚାତ୍ମକ ।ହା ହା କୃଷ୍ଣଚନ୍ଦ୍ର କେତେ କରିଥିଲି ଆଶହା ହା କୃଷ୍ଣଚନ୍ଦ୍ର ମୋତେ କରିଲ ନିରାଶ ।ହା ହା କୃଷ୍ଣ ତୁମ୍ଭଙ୍କୁ ମୁଁ ନ ଦେଖିଣ ଆଗନିଶ୍ଚୟ କହୁଛି ପ୍ରାଣ କରିବଇଁ ତ୍ୟାଗ ।ହା ହା କୃଷ୍ଣଚନ୍ଦ୍ର ମୋର ପ୍ରାଣର ବଲ୍ଲଭହା ହା କୃଷ୍ଣ ଛାଡ଼ିଗଲ କେଣେ ପଦ୍ମନାଭ ।ହା ହା କୃଷ୍ଣ ବୋଲିକରି କାନ୍ଦେ ବୃନ୍ଦାବତୀକେଶବାସ ଅସମ୍ଭାଳେ ପଡ଼ିଅଛି କ୍ଷିତି ।କୃଷ୍ଣଙ୍କ ମାୟାରେ ଏଣେ ଷୋଳସସ୍ର ଗୋପୀକୁଞ୍ଜବନେ ମିଳିଲେ ସେ କୃଷ୍ଣଙ୍କୁ ନିରୋପି ।ଯାଉଁ ଯାଉଁ ପଥମଧ୍ୟେ ବୃନ୍ଦାକୁ ଭେଟିଲେକିମର୍ଥେ କାରୁଣ୍ୟ ତୁମ୍ଭେ କରୁଛ ପୁଚ୍ଛିଲେ ।ବୋଲେ ସେ ବୃନ୍ଦା ମୋହର ଦୁଃଖ ଅଗୋଚରକହିଲେ ନ ସରିବ ଯେ ଅଟେ ମହାଘୋର ।କୃଷ୍ଣଙ୍କ ସଙ୍ଗରେ ମୁହିଁ ରହିଥିଲି ଏଥେଁଏକାଳେ ତେଜିଣଗଲେ ମୋତେ ଜଗନ୍ନାଥେ ।ମୋତେ ଘେନି କୁଞ୍ଜ ପୁଷ୍ପ ତୋଳନ୍ତି ଅଚ୍ୟୁତଏକଦିନେ ସ୍ନେହେ ମୋତେ ବୋଇଲେ ଏମନ୍ତ ।ମୋ କାନ୍ଧ ଉପରେ ବସ ଗୋ ପ୍ରାଣ ସଙ୍ଗାତଶ୍ରମ ବାଧା ତୋତେ ଆଉ ନେହିବ କିଞ୍ଚିତ ।ଶୁଣି ସନମତ କଲି ହୀନ ମୋର ବୁଦ୍ଧିଉଚ୍ଚଠାରେ ଠିଆ ମୋତେ କଲେ ଦୟାନିଧି ।ଗଭୀର ଭୂମି ଭାଗରେ ବସିଲେ ମୁରାରିପାଦ ଟେକି ପସନ୍ତେ ମୁଁ କନ୍ଧେ ଧୀର କରି ।ଅଦଭୂତେ ମାୟା କରି କୃଷ୍ଣ ଗଲେ ଛାଡ଼ିନ ଦେଖିଣ କୃଷ୍ଣଙ୍କୁ ମୁଁ କାନ୍ଦେ ମୁଣ୍ଡ କୋଡ଼ି ।ବୃନ୍ଦାବତୀ ମୁଖୁଁ ଶୁଣି ଏହା ସର୍ବ ଗୋଈଏକାବେଳେ ଷୋଳସସ୍ର ଉଠିଲେ ତୁହାଇ ।କି ଲୋ ପାମରି ମୂଢ଼ୀ ତୁ ଏଡ଼େ ନିଲକ୍ଷଣୀଜଗତନାଥଙ୍କ କନ୍ଧେ ପାଦ ଦେଲୁ ପୁଣି ।ସେ ଅପମାନେ ଶ୍ରୀହରି ଚାଲିଗଲେ କାହିଁଆଉ କି ପାଇବୁ ଆମ୍ଭେ ସେ ନନ୍ଦ କହ୍ନାଇ ।ମାଛି କାହୁଁ ଜାଣିବ କି ମୃଗନାଭି ବାସକାଷ୍ଠ ପିତୁଳୀ ଜାଣିବ କି ଚନ୍ଦନ ବାସ ।ମାର୍ଜ୍ଜରୀ ଅମୃତ ସ୍ୱାଦ ପାରଇ କି କଳିଅଗାଧ ସମୁଦ୍ରେ କାହିଁ ସ୍ଥଳକୂଳ ମିଳି ।ଶ୍ୱାନକୁ ଅମୃତ ଦେଲେ ଉଚ୍ଛିଷ୍ଟହିଁ ଭକ୍ଷିଦୁଗ୍ଧ ଦେଲେ ବିଛୁଆତି ଗଲୁ ନୁହଇ କି ।କ୍ଷଣକରେ ସର୍ବନାଶ କଲୁ ବୃନ୍ଦାବତୀତୋର ସକାଶରୁ ଛାଡ଼ିଗଲେ ଶିରୀପତି ।ତୋର ଯୋଗୁଁ ଦିବ୍ୟରତ୍ନ ହରାଇ ବସିଲୁଅଗାଧ ସାଗରେ ଆମ୍ଭ ଭେଳା ବୁଡ଼ାଇଲୁ ।ଆଜି ଯେବେ ଶ୍ରୀକୃଷ୍ଣଙ୍କୁ ଲୋଡ଼ି ନ ପାଇବୁନିଶ୍ଚୟ କହୁଛୁ ତୋର ବେକକୁ ମୋଡ଼ିବୁ ।ନିଶ୍ଚେଁ ବୃନ୍ଦାବତୀ ଆଜି ଯିବୁ ତୁ ବିନାଶରଖି ନ ପାରିବେ ତୋତେ ଆସିଲେ ମହେଶ ।ପରମ ଶତ୍ରୁ ଆମ୍ଭର ଅଟୁ ଲୋ ପାମରିନିଶ୍ଚୟ କହୁଛୁ ତୋତେ ପକାଇବୁ ମାରି ।ବୃନ୍ଦାବତୀ ଅପକୀର୍ତ୍ତି ଦ୍ୟନ୍ତେ ସର୍ବ ଗୋଈଅନ୍ତର୍ଯ୍ୟାମୀ ନାଥ ତାହା ଜାଣିଲେ ଚିତୋଇ ।ହସ୍ତରେ ବିରହ ବଂଶୀ ପୟରେ କଠାଉମସ୍ତକରେ ଚୂଳଗୋଟି ଦିଶେ ଦାଉ ଦାଉ ।ଗୋପୀମାନଙ୍କ ଆଗରେ ଆସି ହେଲେ ଠିଆସୁସ୍ୱରେ ବେଣୁ ବଜାନ୍ତି ଭାବ ବିନୋଦିଆ ।ଦେଖିକରି ସର୍ବ ଗୋପୀ ହୋଇଲେ ଉସତକୁମୁଦ ବିକାଶେ ଯେହ୍ନେ ଆସିଲେ ବସନ୍ତ ।ସୂର୍ଯ୍ୟଙ୍କୁ ଦେଖି ଯେସନେ ବିକଶେ କମଳଚାତକ ହୁଅଇ ଯେହ୍ନେ ପାଇ ମେଘ ଜଳ ।ଧନ ପାଇ ଦୁଃଖୀ ଯେହ୍ନେ ହୁଅଇ ଉଲ୍ଲାସକ୍ଷୁଧାର୍ତ୍ତ ଲୋକକୁ ଯେହ୍ନେ ରୁଚେ ଅନ୍ନ ଗ୍ରାସ ।ବିଚ୍ଛେଦ ପତିକି ଲଭି ଯେହ୍ନେ ସ୍ତ୍ରୀ ଆନନ୍ଦତେସନ ଉସତ ଗୋପୀ ପାଇଣ ଗୋବିନ୍ଦ ।ସମ୍ଭର୍ବେ କୃଷ୍ଣଙ୍କୁ ସ୍ତୁତି କରିଲେ ଗୁଆଳୀଭେଲାରେ ବସାଇ କାହିଁଗଲ ବନମାଳୀ ।ଗଛରେ ଚଢ଼ାଇ ନାଥ କାଢ଼ିଲ ନିଶୁଣୀଅଣସାହସ ପ୍ରଭୁ ହେ କଲ ଚକ୍ରପାଣି ।ଆମ୍ଭେ ଷୋଳସସ୍ର ଗୋପୀ ତୁମ୍ଭରେ ଶରଣତୁମ୍ଭ ବିନୁ ଅନ୍ୟଗତି ନାହିଁ ନାରାୟଣ ।ସର୍ବ ସମ୍ପଦ ବିପଦ ତୁମ୍ଭ ପଦ୍ମପାଦକୃଷ୍ଣ ନାମଗୋଟି ତାର ଅଟେ ବ୍ରହ୍ମପଦ ।ଭାବକୁ ନିକଟ ଭେଟ ଅଭାବରେ ନାହିଁଭାବ ବିନୋଦିଆ ନାଥ ଅଟେ ଭାବଗ୍ରାହୀ ।ବୋଲନ୍ତି ଶ୍ରୀକୃଷ୍ଣ ତୁମ୍ଭେ ଶୁଣ ସର୍ବ ଗୋଈକୁସୁମ ତୋଳିବାପାଇଁ ଥିଲୁଁ ବନେ ଯାଇ ।ତୁମ୍ଭର ଆସିବା ଜାଣି ଅଇଲୁ ବେଗରେଯେଣୁ ତୁମ୍ଭ ଚିତ୍ତ ସଦା ଥାଏ ମୋ ଉପରେ ।ମୋର ଆଜ୍ଞା ମାନି ତୁମ୍ଭେ ଚଳ ଗୋ ସତ୍ୱରଯେଝା ମନ୍ଦିରକୁ ଯାଅ ଆଗୋ ରାମାବର ।ଏମନ୍ତ ଆଜ୍ଞା ଦିଅନ୍ତେ ପ୍ରଭୁ ବନମାଳୀଯେଝା ମନ୍ଦିରେ ଚଳିଲେ ସକଳ ଗୁଆଳୀ ।ସେ ଗୋପୀନାଥଙ୍କ ପାଦପଦ୍ମେ ମୋର ଆଶଅଚ୍ୟୁତଦାସ କବିକି ରଖ ପୀତବାସ ।ରାଧିକାର ମାନଭଞ୍ଜନ ଓ ଚନ୍ଦ୍ରସେଣାର ଅପମାନଶୁକମୁନି ବୋଲନ୍ତି ହେ ଶୁଣ ପରୀକ୍ଷିତଭକ୍ତି ମୁକ୍ତଦାୟକ ଏ ଶ୍ରୀହରି ଚରିତ ।ଏଥୁ ଅନନ୍ତରେ କୃଷ୍ଣ ମନ୍ଦିରେ ପ୍ରବେଶଯଶୋଦା ପାଶେ ମିଳିଲେ ଯାଇ ହୃଷୀକେଶ ।ମାଏ ବୋଇଲେ ତୁ ଶୋଇପଡ଼ ଆରେ ହରିଭାଇ ସଙ୍ଗତରେ ଶୁଅ ଖଟର ଉପରି ।ମାତା ଆଜ୍ଞାପାଇ ହରି ସୁଖେ ନିଦ୍ରା ଗଲେବଳରାମଙ୍କ ସହିତେ ପଲ୍ୟଙ୍କେ ଶୋଇଲେ ।ଏଥୁ ଅନନ୍ତରେ ହେଲା ନିଶି ଅବଶେଷଚରଣାୟୁଧ ରଟନ୍ତି ଶୁଭେ କାକଘୋଷ ।ହେମା ରାବ ଶବଦ ଯେ କରନ୍ତି ବାଛୁରୀଯଶୋଦା ଉଠି ଡାକନ୍ତି ଉଠ ରାମ ହରି ।ଉଛୁର ହୋଇଲା ବେଳ ଉଦେ ହେଲେ ଭାନୁଉଠ ଉଠ ଗୋଷ୍ଠେ ଚଳ ବାବୁ ରାମ କାହ୍ନୁ ।ମାତା ଡାକ ଶୁଣି ଶଯ୍ୟା ତେଜି ବେନି ଭାଇସୁବାସ ନୀରେ ବଦନ ପଖାଳିଲେ ଯାଇ ।କୁଙ୍କୁମ ଚନ୍ଦନ ଅଙ୍ଗେ ବୋଳିଣ ଜନନୀଅମୃତ ଭୋଜନ ଆଣି କରାଇଲେ ପୁଣି ।କ୍ଷୀରି କ୍ଷୀରିସା ଶାକର କରିଣ ଭୋଜନସ୍ନାନଆଦି କ୍ରିୟାମାନ କରି ସମାପନ ।ଗୋପାଳପୁଅଙ୍କୁ ଘେନି ଗୋଷ୍ଠରେ ବିଜୟେକହନ୍ତି ଯେ ଶୁକମୁନି ଶୁଣ ନୃପରାୟେ ।ଗୋଗୋଷ୍ଠେ ଚରଚାମାନ ସାରି ବନମାଳୀଏକା ହୋଇ ବିଜେ କୁଞ୍ଜେ ଧରିଣ ମୁରଲୀ ।ସୁସ୍ୱରରେ ବେଣୁନାଦ କରନ୍ତେ ମୁରାରିଜଣେ ଜଣେ ହୋଇ ଗେଲ କୁଞ୍ଜେ ଗୋପନାରୀ ।ନିରେଖଣ ଶ୍ରୀକୃଷ୍ଣଙ୍କୁ କଲେ ଦରଶନରାଧାକୁ ନ ଦେଖି ବୋଇଲେକ ଭଗବାନ ।ସମସ୍ତେ ଅଇଲ କିପାଁ ନ ଅଇଲା ରାଈତାହା ଶୁଣି ବୋଇଲେକ ସର୍ବ ଗୋପଗୋଈ ।ଆମ୍ଭେ କେମନ୍ତେ ଜାଣିବୁ ରାଧିକାର ମନକାଲି ବୃନ୍ଦାବତୀ ହେତୁ କରି ଅଭିମାନ ।ମଉନରେ ଶୋଇଥିଲା ପଲ୍ୟଙ୍କ ଉପରେବଡ଼ କ୍ରୋଧ ଜନ୍ମିଅଛି ତାହାର ମନରେ ।ଦୂତିକାକୁ ଡାକି ଆଜ୍ଞା ଦେଲେ ଚକ୍ରପାଣିଯାଅ ଦୂତୀ ରାଧିକାକୁ ଆଣିବୁ ଏକ୍ଷଣି ।ଆମ୍ଭ ରାଣେ ବୋଲି ଦୂତୀ ରାଧାକୁ କହିବୁନାନାମତେ କହିକରି କଢ଼ାଇ ଆଣିବୁ ।ବୃନ୍ଦାବତୀ ମୁଖ ମୁହିଁ ନ ଚାହିଁବି ଆଉବୃଥା ଅଭିମାନ କିପାଁ କରିଅଛି ସେହୁ ।ରାଧିକାକୁ ଦୃଢ଼ କରି ବୋଲିବୁ ଏମନ୍ତରାଧିକା ଅଟଇ ମୋର ପ୍ରାଣ ପଞ୍ଚଭୂତ ।କେବଳ ସେ ପତ୍ନୀ ମୋର ରାଧିକା ସୁନ୍ଦରୀଶାଖା ଅଟନ୍ତି ସିନା ଏ ସର୍ବ ଗୋପନାରୀ ।ନୟନ ସମାନେ କାହୁଁ ହେବ କି ଶ୍ରବଣବାମଭୁଜ କି ଡାହାଣ ଭୁଜର ସମାନ ।ପେଟର ସମାନ କାହୁଁ ହୋଇବ ବା ପିଠିବୃନ୍ଦାବତୀଠାରୁ ରାଧା ବଡ଼ ତେମନ୍ତଟି ।ଏହିରୂପେ ଦୂତିକାକୁ ବୁଝାଇ ଅଚ୍ୟୁତରାଧା ପାଶେ ପଠାଇଲେ ହୋଇ ଉତ୍କଣ୍ଠିତ ।ତକ୍ଷଣେ ଦୂତିକା ଯାଇ ମିଳେ ରାଧାପୁରୀଦେଖିଲା ଶୋଇଅଛଇ ରାଧିକା ସୁନ୍ଦରୀ ।ଦୂତିକା ବୋଇଲା ସହି କେତେ ଅଛୁ ଶୋଇମୂରଲୀନାଦ ତୋର କି କାନେ ପଶୁ ନାହିଁ ।ଷୋଳସସ୍ର ଗୋପୀମାନେ କୁଞ୍ଜବନେ ଗଲେଶ୍ରୀକୃଷ୍ଣ ଅଛଇ ତହିଁ ତାହାଙ୍କର ତୁଲେ ।ମୋତେ ପଠାଇଲେ ତୋତେ ଡାକିବାର ପାଇଁଉଛୁର ନ କରି ବେଗେ ଉଠ ଆଗେ ସହି ।ଆସ ଆସ କୁଞ୍ଜବନେ ଶ୍ରୀକୃଷ୍ଣ ଭେଟିବାଆଉ କି ଅନ୍ୟ ଜନମେ ଏରୂପ ପାଇବା ।ରାଧିକା ବୋଇଲେ ତୁମ୍ଭେ କେତେ ବକୁଅଛବାଇଆଣୀ ପ୍ରାୟେ କଥା ଗୁଡ଼ାଏ କହୁଛ ।ନ ଜାଣେ କି ବୃନ୍ଦାବତୀ କୃଷ୍ଣ ମନୋହାରୀମୁଁ ଯାଇ କିସ କରିବି ତହିଁ ସହଚରୀ ।ନାହିଁ ମୋର କୃଷ୍ଣଚନ୍ଦ୍ରେ ଆଉ ସେ ବିଶ୍ୱାସଜାଣିଥା ଜୀବନ ମୁହିଁ ତେଜିବି ଅବଶ୍ୟ ।ବୃନ୍ଦାବତୀ ନାରୀ ତାଙ୍କ ଏଡ଼େ ପ୍ରିୟ ହେଲାକାନ୍ଧରେ ବସିଣ କୁଞ୍ଜବନରେ ବୁଲିଲା ।ଯାଅ ଯାଅ ଦୂତୀ ତୁମ୍ଭେ ଏଥୁଁ ବେଗେ ଯାଅଯିବି ନାହିଁ ବୋଲି ଏହା କୃଷ୍ଣଚନ୍ଦ୍ରେ କହ ।ଏତେ କହି ରାଧିକା ଯେ ହେଲା ମୌନବତୀଶ୍ରୀକୃଷ୍ଣଙ୍କ ପାଶେ ଯାଇ ପ୍ରବେଶିଣ ଦୂତୀ ।କରପତ୍ର ଯୋଡ଼ି କହେ ରାଧିକା ସନ୍ଦେଶନଇଲା ରାଧିକା ଦେବୀ ବୋଇଲା ଏ ଭାଷ ।ମୋହର କୁଞ୍ଜବନରେ କିସ ପ୍ରୟୋଜନବୃନ୍ଦାବତୀ ନାରୀ ସିନା କୃଷ୍ଣ ପ୍ରାଣଧନ ।କୃଷ୍ଣଙ୍କ ମୁଖ ମୁଁ ଆଉ ନ ଚାହିଁବି କେବେଯାଅ ଦୂତି ଏହି କଥା କହ ବାସୁଦେବେ ।ଦୂତିକା ମୁଖରୁ ଏହା ଶୁଣି ବନମାଳୀଘନ ଘନ ବଜାଇଲେ ବିରହ ମୁରଲୀ ।ତଥାପି ସେ ନ ଅଇଲା ରାଧିକା ସୁନ୍ଦରୀତହୁଁ ଅତିବ୍ୟସ୍ତେ ଗୋପୀଗଣେ ଚାହିଁ ହରି ।ବୋଇଲେ ତୁମ୍ଭେ ସକଳେ ଯାଅ ନିଜ ପୁରେମୁହିଁ ଯାଉଅଛି ଏବେ ରାଧିକା ମନ୍ଦିରେ ।ଆଜ୍ଞାପାଇ ଗୋପୀଗଣ ଗଲେ ଯେଝାବାସେଶ୍ରୀକୃଷ୍ଣ ଚଳିଲେ ରାଧା ନିକଟେ ହରଷେ ।ବୃନ୍ଦାବତୀ କଥା ଲାଗି ରାଧାର ଯେମାନଧୀରେ ଧୀରେ ଡାକ ଦ୍ୟନ୍ତି ଦ୍ୱାରେ ଭଗବାନ ।କବାଟରେ ହାତମାରି ବୋସନ୍ତିରେ ସହିମୋହଠାରେ ବୃଥା ଅଭିମାନ ତୋ କିପାଇଁ ।ଫିଟାଇ କବାଟ ମୋର ବ୍ୟାକୁଳ ପରାଣକ୍ରୋଧଭରେ ରାଧିକା ଯେ ବୋଲଇ ଏସନ ।କବାଟ ଠୁକଇ କିଏ ତାର ଭୟ ନାହିଁଶ୍ରୀକୃଷ୍ଣ ବୋଲନ୍ତି ଆମ୍ଭେ ଅଟୁ ଗୋ ମାଧୋଇ ।ରାଧା ବୋଲନ୍ତି ମାଧବ ଅଟଇ ବସନ୍ତଆମ୍ଭ ନାମ ଚକ୍ରଧର ବୋଇଲେ ଅନନ୍ତ ।ରାଧିକା ବୋଇଲେ ଚକ୍ରୀ କୁରାଳ କି ତୁହିକୃଷ୍ଣ ବୋଇଲେ ଧରଣୀଧର ଅଟେ ମୁହିଁ ।ରାଧା ବୋଇଲେ ବାସୁକି ଅଟ ତେବେ ତୁମ୍ଭେଶ୍ରୀକୃଷ୍ଣ ଶୁଣି ବୋଇଲେ ହରି ଅଟୁ ଆମ୍ଭେ ।ରାଧିକା ବୋଇଲେ ହରି ମର୍କଟର ନାମଶ୍ରୀକୃଷ୍ଣ ବୋଇଲେ ଆମ୍ଭେ ଫଣୀନ୍ଦ୍ର ଆସନ ।ରାଧିକା ବୋଇଲେ ତେବେ ଗରୁଡ଼ କି ତୁମ୍ଭେଶ୍ରୀକୃଷ୍ଣ ବୋଇଲେ ତାର ପ୍ରଭୁ ଅଟୁ ଆମ୍ଭେ ।ବୃନ୍ଦାବନଚନ୍ଦ୍ର ଆମ୍ଭେ ନାମ ବନମାଳୀନ ଜାଣୁ କି ରାଧା ପାଦେ ମର୍ଦ୍ଦିଥିଲୁ କାଳୀ ।ଏ କଥା ଶୁଣିଣ ରାଈ ଫେଡ଼ିଲା କବଟଶ୍ରୀକଷ୍ଣ ରାଧିକା ଦୁହେଁ ହେଲେ ତହୁଁ ଭେଟ ।ମାନଭରେ ରାଧିକା ଯେ ଖଟେ ପଡ଼େ ଶୋଇଅଭିମାନେ କୃଷ୍ଣଙ୍କୁ ସେ ବଚନ ନ କହି ।ବିନୟରେ ରାଧିକାକୁ ବୋଲନ୍ତି ଅନନ୍ତବୃଥା ଅଭିମାନ କିପାଁ କରୁ ଗୋ ସଙ୍ଗାତ ।ପ୍ରାଣର ବଲ୍ଲଭୀ ମୋତେ ବାରେ କଥା କହଦୋଷୀ ଯେବେ ଯଥୋଚିତ ଦଣ୍ଡ ଏବେ ଦିଅ ।ଚନ୍ଦ୍ରାବଳୀ ବୋଲେ ତୁମ୍ଭେ ବଡ଼ ଅବିଶ୍ୱାସୀବୃନ୍ଦାବତୀ ଅଟେ ପରା ତୁମ୍ଭର ପ୍ରେୟସା ।ତାକୁ ଘେନି କୁଞ୍ଜବନେ ରହ ଘର କରିମୋର ନିକଟେ ଆସିଲ ଭୁଲି କି ମୁରାରି ।ଭ୍ରମର ପରାୟ ତୁମ୍ଭ ପ୍ରକୃତି ଅଟଇମିଛେ ମିଛେ ମୋତେ ଆସି ଭଣ୍ଡୁଛି କି ପାଇଁ ।ଷୋଳସହସ୍ର ନାରୀପରେ ମୁଁ ସିନା ନାୟିକାକିପରି ବୃନ୍ଦା ହୋଇଲା ତୁମ୍ଭ ପ୍ରାଣ ସଖା ।ଯାଅ ଯାଅ ତୁମ୍ଭଙ୍କୁ ସେ ଥିବ ବାଟ ଚାହିଁପାସୋରି ମୋପୁରେ କେହ୍ନେ ଅଇଲ ମାଧୋଇ ।ବୋଲନ୍ତି ଶ୍ରୀକୃଷ୍ଣ ଏବେ ଶୁଣରେ ସଙ୍ଗାତବୃନ୍ଦାବତୀକି ଆଜହୁଁ ତେଜିଲି ନିୟତ ।ତୁହି ସିନା ପ୍ରିୟ ମୋର ଅଟୁ ଜନ୍ମେ ଜନ୍ମେତୋର ତହୁଁ ଆନ ସଖୀ ନାହିଁ ମୋର ମନେ ।ପ୍ରତ୍ୟକ୍ଷରେ ଲକ୍ଷ୍ମୀତୁ ଗୋ ନାରାୟଣ ମୁହିଁଏହି କଥା ଅନ୍ୟ ଲୋକେ ନ ଜାଣନ୍ତି କେହି ।ଜଳ ମଧ୍ୟରୁ ବୁଦ୍ବୁଦ ଯେହ୍ନେ ଉପୁଜଇଉତ୍ପତ୍ତି ପ୍ରଳୟ ତାର ସଙ୍ଗେ ସଙ୍ଗେ ହୋଇ ।ସେହିପରି ଅଟନ୍ତି ତ ଷୋଳସସ୍ର ନାରୀସମୟରେ ପ୍ରଳୟ ଯେ ହୋଇବ ତାଙ୍କରି ।ତୁ ପ୍ରାଣବଲ୍ଲଭୀ ମୋର ଅଟୁ ପଞ୍ଚଭୂତଏହି କଥା ଜାଣନ୍ତି ତ ଭଲେ ଲୋକତାତ ।ଏତେ ବୋଲି ଗଳାରୁ ସେ କାଢ଼ି ରତ୍ନମାଳିରାଧିକାଗଳେ ଲମ୍ୱାଇଦେଲେ ବନମାଳୀ ।ବ୍ୟାକୁଳ ଚିତ୍ତେ ପାଦରେ ଦ୍ୟନ୍ତେ ନେଇ ଶିରରାଧିକା ବୋଇଲେ ତହୁଁ ଏମନ୍ତ ପ୍ରକାର ।କି କର୍ମ କରିଲି ହରି ମୁଁ ଅଟେ ପାମରୀମୋର ପାଦେ ତୁମ୍ଭେ ଶିର ଲଗାଅ କିପରି ।ଏଡ଼େ ବଡ଼ ପ୍ରଭୁ ଶିରେ ଲାଗିଲା ମୋ ପାଦନିଶ୍ଚୟ ଜାଣିଲି ମୋତେ ଘଟିବ ପ୍ରମାଦ ।ପତ୍ନୀ ଅଭିମାନେ ଯେବେ ଓଳଗଇ ପତିଶତେ ଜନ୍ମଯାଏ ନାରୀ ନର୍କେ ପଡ଼ିଥାନ୍ତି ।ଶିଷ୍ୟ ଅଭିମାନେ ଯେବେ ଓଳଗିବ ଗୁରୁଶତେ ଥର ଉପୁଜେ ସେ ଶ୍ୱାନର ଉଦରୁ ।ପୁତ୍ର ଅଭିମାନେ ଯେବେ ଓଳଗଇ ତାତଶତେ ଜନ୍ମ ପରିଯନ୍ତେ ଅନାଗର୍ଭେ ଜାତ ।ବଧୂ ଅଭିମାନେ ଯେବେ ଓଳଗଇ ଶାଶୁପାତକ ହୋଇ ଅନଳ ମଧ୍ୟରେ ସେ ପଶୁ ।କନ୍ୟା ଅଭିମାନେ ଯେବେ ଓଳଗେ ଜନନୀଶତେ ଜନ୍ମ ଶିରଶ୍ଥେଦ ହୁଏ ତାର ପୁଣି ।ବୟୋଽଧିକ କରେ ଯେବେ ସାନକୁ ପ୍ରଣାମଅଦୋଷରେ ଶିରଶ୍ଛେଦ ହୁଏ ତା ପ୍ରମାଣ ।ତୁମ୍ଭେ ଜଗନ୍ନାଥ ଅଟ ତ୍ରୈଲୋକ୍ୟ କରତାଦେବ ଦାନବ ମାନବ ଉପରେ ଦେବତା ।ତୁମ୍ଭଯୋଗେ ସୃଷ୍ଟି ନାଥ କରେ ପିତାମହତୁମ୍ଭଯୋଗେ ଆତଯାତ ସିନା ଜଗତ୍ତାୟ ।ତୁମ୍ଭ ଶିରକମଳରେ ଲାଗିଲା ମୋ ପାଦପାପିଷ୍ଠୀ ଆତ୍ମା ମୁଁ ନିଶ୍ଚେଁ କରିବି ଦଗଧ ।ଆଉ କି ବର୍ତ୍ତିବି ସ୍ୱାମୀ ଅପରାଧୀ ହୋଇଜୀବନ ମୁଁ ବିସର୍ଜ୍ଜିବି ଜଳେ ଝାସଦେଇ ।ପୋଡ଼ା କାମଦେବ ସିନା କରିଲା ଏମନ୍ତତୁମ୍ଭପରା ପ୍ରଭୁଙ୍କୁ ସେ କଲା ବିଚଳିତ ।ଯଦ୍ୟପି ଏ କାମଦେବ ସଂସାରୁ ଯାଆନ୍ତାସଚରାଚର ଜଗତ ସୁସ୍ଥିର ହୁଅନ୍ତା ।ଭଲ କରିଥିଲେ ଶିବ କାମଦେବ ମାରିତାହାଠାରୁ ବଳି ପାପୀ ନାହିଁ ବସୁନ୍ଧରୀ ।ଯଦି ସତୀ ଜଗତରେ ରହିବେ କିପରିମରିଯାଆନ୍ତା କି ପୁଣି ସେହି ଦୂରାଚାରୀ ।ଅପରାଧୀ କରାଇଲା ମୋତେ ପଦ୍ମପାଦେଏତେ ବୋଲି ରାଈ ଉଠି ବସେ ମନ ଖେଦେ ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ଚନ୍ଦ୍ରାବଳୀଅନିମିତ୍ତେ କାହିଁପାଇଁ ହୁଅ ଗୋ ବିକଳି ।ତୁମ୍ଭର ମୋହର ନାହିଁ ଭିନ୍ନାଭିନ୍ନ କାୟାଏକଇ ଆତ୍ମା ଆମ୍ଭର ଜାଣ ପ୍ରାଣପ୍ରିୟା ।ସକଳ ଜୀବ ହୃଦରେ ରହିଥାଏ ମୁହିଁସ୍ଥାବର ଜଙ୍ଗମ ଆଦି ସଚରାଚରହିଁ ।ଚାଣ୍ଡାଳୁଁ ବ୍ରହ୍ମ ପର୍ଯ୍ୟନ୍ତେ ଯେତେ ଛନ୍ତି ପ୍ରାଣୀସମସ୍ତଙ୍କ ହୃଦୟରେ ଥାଏ ମୁଁ ସଜନି ।ଭ୍ରାନ୍ତି ଘେନି ଭାବେ ପ୍ରାଣୀ ହେଉଛନ୍ତି କ୍ଷୟେଭ୍ରାନ୍ତିଗୋଟି ପାତକକୁ ସଦା ଉପୁଜାଏ ।ତୁମ୍ଭେ ଗୋ ନ ଜାଣି ନିନ୍ଦାକଲ କାମଦେବଅନେକ ପାତକ ଏଣୁ ଅର୍ଜିଲ ଗୋ ଧ୍ରୁବ ।ଅନିମିତ୍ତେ ପରକୁ ଯେ ଦ୍ୟନ୍ତି ଅପକୀର୍ତ୍ତିଶତେଜନ୍ମ ଯାଏ ଶିବଆଳେ ସର୍ପ ହ୍ୱନ୍ତି ।ଅକସ୍ମାତେ ପରମାଦ ଚିତ୍ତେ ଯେଉଁ ଜନବ୍ରହ୍ମହତ୍ୟା ପାତକ ସେ ଲଭଇଟି ଜାଣ ।ଯେବଣ ଜନ ଚିନ୍ତଇ ସଦା ପର ମନ୍ଦବିଧାଚା ଅବଶ୍ୟ ତାର ଛେଦ କରେ କନ୍ଧ ।ପଛରେ ପରର ନିନ୍ଦା କରଇ ଯେ ପୁଣମାତୃହରଣ ଦୋଷ ସେ ଲଭଇଟି ଜାଣ ।ତୁହି ତ ରାଧିକା ସବୁ ଜାଣ ପାପ ପୁଣ୍ୟକେମନ୍ତେ ପରକୁ ନିନ୍ଦା କରିଲୁଟି ପୁଣ ।ମଦନ ବୋଲିଣ ଯେହୁ ଅଟେ ମୋର ସୁତତାହାଠାରେ ଏଡ଼େ କିପାଁ ତୋର କୋପଚିତ୍ତ ।ଭିନ୍ନ କରି ମଣୁ କିପାଁ ମୋତେ ପ୍ରାଣସହିତୋ ଅଙ୍ଗ ମୋହର ଅଙ୍ଗ ସମାନ ଅଟଇ ।ଆପଣକୁ ତେଣୁ ଆପେ କଲଇଁ ସମ୍ମାନଏଥକୁ ବିସ୍ମୟ ତୁହି ନ କର ଗୋ ମନ ।ଶ୍ରୀବତ୍ସ ବ୍ରାହ୍ମଣ ପୂର୍ବେ ମାଇଲା ଯେ ନାତହୃଦରେ ସେ ପାଦଚିହ୍ନ ବହୁଛି ସଙ୍ଗାତ ।ଧୂଳିଖେଳେ ମାଇଲାକ ମୋତେ ଅନ୍ଧସୁତପରମପଦ ତାହାକୁ ଦେଲି ଆଗୋ ମିତ ।ଦାରା ବଇରି ଯେ ଦଶବଦନ ଅନୁଜଶରଣ ପଶନ୍ତେ ତାକୁ ଦେଲି ଲଙ୍କାରାଜ୍ୟ ।ସୀତା ଯେବେ ଦେଇଥାନ୍ତା ମୋତେ ଦଶାନନଅଯୋଧ୍ୟା ନଗରେ କରିଥାଆନ୍ତି ରାଜନ ।ଅଇରି ମିତ୍ର ମୋହର ନାହିଁ ଭିନ୍ନାଭିନ୍ନତୁ କିପାଇଁ ସଖି ଆରେ କରୁ ମୋତେ ଭିନ୍ନ ।ତୋର ବିନା ମୋହର ତ ଆନ ଗତି ନାହିଁକାଳେ କାଳେ ପ୍ରିୟତମା ଅଟୁ ମୋର ତୁହି ।ଜଗତେ ଦାନବ ଯେଣୁ କଲେ ଉତପାତତେଣୁମର୍ତ୍ତ୍ୟେ ଦେବଗଣେ କଲେ ମୋତେ ଜାତ ।ତ୍ରେତୟାରେ ରାମ ମୁହିଁ ତୁମ୍ଭେ ତ ବୈଦେହୀକାଳେ କାଳେ ଅବତାର ମୋର ହିତପାଇଁ ।କଳକୀ ବଉଦ୍ଧ ରୂପେ ପୁଣି ହେବୁ ଜାତତୁମ୍ଭେ ଅବତାର ହେବ ଏ କଥା ନିୟତ ।ଭୀଷ୍ମକ ରାଜାର ଘରେ ନାମ ଯେ ରୁକ୍ମିଣୀଷୋଳସସ୍ର ନାୟିକାରେ ଅଟୁ ପାଟରାଣୀ ।କାମଦେବକୁ ନିନ୍ଦିଲୁ ଯେଣୁ ପ୍ରାଣସହିତେଣୁ ଶାପ ଯେ ବିହିଲା ତୋତେ ରତିସାଇଁ ।ନିଶ୍ଚେଁ ବିଡ଼ମ୍ୱଣ ତୋତେ କରିବ ମଦନପୁତ୍ରରୂପେ କାମଦେବ ଜାତ ଗୋ ଗର୍ଭେଣ ।ତହିଁରେ ସଙ୍କଟ ହେବ ଦ୍ୱାଦଶ ବରଷମଦନର ଅଭିଷାପ ଫଳିବ ଅବଶ୍ୟ ।ଦ୍ୱାଦଶ ବରଷଯାଏ ହେବୁ ବିଡ଼ମ୍ୱଣସପତଣୀ ଯୋଗୁ ତୋତେ ପଡ଼ିବ କଷଣ ।ପୁଣି ସେହି କାମଦେବ ହୁଅନ୍ତେ ପ୍ରସନ୍ନସପତୀଣ କଷ୍ଟ ତୋର ଯିବ ଆଗୋ ଜାଣ ।ଏହିରୂପେ କହନ୍ତେଣ ପ୍ରଭୁ ଜଗନ୍ନାଥରାଧିକା ସୁନ୍ଦରୀ ତହୁଁ ହୋଇଲା ଉସତ ।ତଦନ୍ତେ ରାଧା ମାଧବ ଭେଟ ଯେ ହୋଇଲାଏହିକାଳେ ଚନ୍ଦ୍ରସେଣା ଦ୍ୱାରେ ପ୍ରବେଶିଲା ।ଡାକ ଦିଅଇ ଉଚ୍ଚରେ ରାଧା ରାଧା ବୋଲିକବାଟରେ ହାତ ମାରି ଛାଡ଼ଇ ବୋବାଳି ।କିଲୋ ସହି ବଧିର କି ହୋଇଲୁ ବା ତୁହିକବାଟ ତୁ ନ ଫିଟାଉ କାହା ସାହା ପାଇ ।ଏଡ଼ିକି ଦିମାକ ତୋର ନ ଶୁଣୁ ମୋ ଡାକଦେଖିବା ଆଜି ତୋତେ କେ ହେବ ସାହାପକ୍ଷ ।ଲଉଡ଼ିର ଘାତେ ତୋର ପିଞ୍ଜିବଇଁ ହାଡ଼କି ଲୋ ରାଈ ମୁଲାଉକି ନିର୍ଘାତିଆ ମାଡ଼ ।ଦୁଧ ଭାର ତଳେ ଥୋଇ କବାଟେ ପିଟନ୍ତେସେ କଥାଗୋଟି ଜାଣିଲେ ଦେବ ଜଗନ୍ନାଥେ ।କେଉଁପରି ଯିବା ବୋଲି ବିଚାରନ୍ତି ମନେପାଚେରି ଡେଇଁଣ ପ୍ରଭୁ ଚାଲିଗଲେ ଶୂନ୍ୟେ ।ଚନ୍ଦ୍ରସେଣା ସେହି କଥା ଜାଣି ନ ପାରିଲାରାଈ ରାଈ ବୋଲି ଉଚ୍ଚେ ଡାକ ସେ ଛାଡ଼ିଲା ।ତରବରେ ରାଧିକା ଯେ ଫଟାଏ କବାର୍ଟଭୟ ପାଇ ଶୁଖିଯାଏ ତା ତାଳୁକା ଓଷ୍ଠ ।ଚନ୍ଦ୍ରସେଣାକୁ ବୋଲଇ ଆହେ ପ୍ରାଣନାଥଅଚେତନ ହୋଇ ଶୋଇ ପଡ଼ିଥିଲି ମୁଁ ତ ।ଦୋଷ କ୍ଷମାକର ମୁହିଁ ଜାତିରେ ଅବଳାତୁମ୍ଭେ ମୋର ଅଟ ନାଥ ନୟନ ପିତୁଳା ।ଏତେବୋଲି ରାଧିକା ଯେ ଧୋଏ ପାଦବେନିଚନ୍ଦ୍ରସେଣା ଦେଖି ତାହା ଶାନ୍ତହେଲା ପୁଣି ।ଗୃହଭିତରକୁ ଗଲା ଦୁଧଭାର ନେଇଦିବ୍ୟ ଆସନେ ବସିଲା ଭାର ଥୋଇଦେଇ ।କ୍ଷୀର କ୍ଷୀରିସାଦି ମହା ସନ୍ତୋଷେ ଭୁଞ୍ଜିଲାବିବିଧ ବର୍ଣ୍ଣରେ ପକ୍ୱ ପିଷ୍ଟକ ଖାଇଲା ।ଜଳ ପିଇ ଉଦରକୁ କରିଲା ସନ୍ତୋଷପାନ ବିଡ଼ି ଖଆଇ ଗୌଡ଼ ହେଲା ମହାତୋଷ ।ମୁଖଟେକି ରାଧିକାକୁ ଚାହାନ୍ତେ ନିରେଖିଦେଖିଲା ରାଈର ମୁଖ ଯାଇଅଛି ଶୁଖି ।ଚିତ୍ତ ବିଚଳିତ ନେତ୍ର କରେ ଛନ୍ନ ଛନ୍ନପ୍ରଖର ନିଶ୍ୱାସ ବହେ ଶରୀର ମଳିନ ।କଜ୍ଜ୍ୱଳ ରେଖାର ଗାର ଯାଇଅଛି ଲିଭିଏହା ସବୁ ଦେଖି ଚନ୍ଦ୍ରସେଣା ମନେ ଭାବି ।ନିଶ୍ଚୟ କୃଷ୍ଣ ସଙ୍ଗରେ ବିସିଛି ସୁନ୍ଦରୀକପଟ ବଚନେ ମୋତେ ଦିଏ ବୋଧ କରି ।କିପରି ଜାଣିବି ଅବା ନ ଥାଏ ମୁଁ ଘରେନୋହିଲେ ଅଙ୍ଗ କିପାଇଁ ଦିଶେ ଏ ରୂପରେ ।ଏତେ ଭାଳି ବୋଲେ କିଲୋ ଦୋଚାରୁଣୀର ରାଈକାହା ସଙ୍ଗତରେ ଆଜି ମାତିଥିଲୁ ତୁହି ।ନିତିଦିନ ଭଣ୍ଡୁଅଛୁ ମୋତେ ଲୋ ପାମରିଧରା ପଡ଼ିଲୁ ଆଜି ତୁ ଯିବୁ କାହିଁ ନାରୀ ।ମିଛେ ମିଛେ ଚାଟୁ କହି ଭୁଲାଉ ମୋ ମନନିଶ୍ଚୟ ଆଜ ତୋ ନାସା କରିବି ଛେଦନ ।କେ ରକ୍ଷା କରିବ ଆଜି ତୋତେ ମୋର କରୁନିଶ୍ଚୟ ବାହାର କରି ଦେବଇଁ ଲୋ ଘରୁ ।ସାତବେଣ୍ଟି କରି ତୋତେ ମାରିବଇଁ ମାଡ଼ଏ କେନ୍ଦୁ ବାଡିରେ ତୋର ପିଞ୍ଜିବଇଁ ହାଡ଼ ।ଚନ୍ଦ୍ରସେଣା ବାଣୀ ଶୁଣି ରାଧିକା ଡାକଇସାହି ପଡ଼ିଶା ନାନିଏ ଆସ ବେଗେ ଧାଇଁ ।ଆସ ଆସ ବଉଳ ଗୋ ଆସ ତୁ ସଙ୍ଗାତଚିତ୍କାରେ ଡକାଇ ରାଈ ହୋଇଣ ଆରତ ।ଡାକଶୁଣି ପଡ଼ିଶାଏ ଅଇଲେକ ଧାଇଁତାଙ୍କ ଆଗେ ଚନ୍ଦ୍ରାବଳୀ କାନ୍ଦିଣ କହଇ ।ଶୁଣ ଶୁଣ ଅପା ଆଗୋ ଶୁଣ ମୋର ନାନିଶୁଣ ଶୁଣ ସଙ୍ଗାତ ଗୋ ଶୁଣ ଗଙ୍ଗାପାଣି ।ମଉଳାଣୀ ସଙ୍ଗେ କାହିଁ ଭଣଜାର ପ୍ରୀତିଯେଉଁକଥା ଶୁଣା ନାହିଁ ବୋଲେ ଏ କେମନ୍ତି ।ଅଘଟଣା ଘଟାଏ ଯେ ମିଛେ ମିଛେ ଆଣିଏହି କଥା ତୁମ୍ଭେମାନେ ଅଛ ଅବା ଶୁଣି ।ଯେ କଥା ଧଇଲେ ତୁଣ୍ଡେ ହୁଅଇ ପାତକସେ କଥାକୁ କାହୁଁ ଆଣି ଘଟାଏ ଏ ମୂର୍ଖ ।କାହିଁ କୃଷ୍ଣ କେଉଁଠାରେ ତାର ମୋର ଭେଟଅନିମିତ୍ତେ ଦୂଷଣ ଏ ଦିଅଇ ପାପିଷ୍ଠ ।ଅଦୋଷେ ଗଞ୍ଜଣା ୟାର ସହିବଇଁ କେତେୟାରପାଇଁ ମରିବଇଁ ନିଶ୍ଚେଁ ଆତ୍ମାଘାତେ ।କେଉଁ ମହାପାପେ ଏ ଗୋ ହେଲା ନପୁଂସକଏବେ ସ୍ତିରୀହତ୍ୟା ଲଭୁ ଭୋଗୁ ଏ ପାତକ ।ସାହି ପଡ଼ୁଶୁଣୀ ତୁମ୍ଭେ ସାକ୍ଷୀ ରହିଥାଅପିତାମାତା ଭାଇବନ୍ଧୁ ଆଗେ ଏବେ କହ ।ଏତେ ବୋଲି ରାଧା ବେଗେ ଲଗାଏ ଦଉଡ଼ିଚାଳରେ ଉକୁଚି ଉଚ୍ଚେ ଛାଡ଼େ ଦୀର୍ଘରଡ଼ି ।ଆରେ ଚନ୍ଦ୍ରସେଣା ହତ୍ୟା ଲଭସି ମୋହରକାଳକ ତ ଅନିମିତ୍ତେ ଗଞ୍ଜୁରେ ପାମର ।ଏତେ ବୋଲିକରି ତୁନି ହୋଇଲା ରାଧିକାଚନ୍ଦ୍ରସେଣା ଭାଳଇ ଯେ ହେଲା ମୋତେ ଡକା ।ଧାଇଁ ଆସ ମାଏ ବୋଲି ପାଡ଼ଇ ବୋବାଳିଚାଳେ ଉକୁଚି ମରୁଛି ମୋର ଚନ୍ଦ୍ରବଳୀ ।ଉପହାସେ ବୋଇଲି ମୁଁ ମଣିଲା ଏ ସତମିଛ କଥାକୁ ମୋଠାରେ ହେଲା ରାଗାନ୍ୱିତ ।ଏତେ ବୋଲି ତରତରେ ଗଲା ସେହୁ ଧାଇଁରାଧିକା ବେକରୁ ରଜ୍ଜୁ ଦେଲାକ ଛିଣ୍ଡାଇ ।ସାତ ପାଞ୍ଚ ମିଳିକରି କରାନ୍ତି ଚେତନକିଏ କାନ ଫୁଙ୍କେ କେହୁ କରଇ ବ୍ୟଜନ ।କିଏ ବଦନରେ ଆଣି ସଲିଳ ସିଞ୍ଚଇକିଏ ରାଧା ରାଧା ବୋଲି ଉଚ୍ଚରେ ଡାକଇ ।ଚାଟୁ ବଚନ କହନ୍ତି ସାହୀ ପଡ଼ିଶାଏଚନ୍ଦ୍ରସେଣା କାରୁଣ୍ୟରେ ପ୍ରିୟବାକ୍ୟ କହେ ।ହାସ୍ୟ କଥାକୁ ସଖି ତୁ କର ଏଡ଼େ ରୋଷଜାଣିଲି ତୋହର ତିଳେ ମାତ୍ରା ନାହିଁ ଦୋଷ ।ଆଉବେଳେ ସଖି ତୋତେ ନ ବୋଲିବି କିଛିନିଉଁଛିଣ ଯାଇ ଆରେ ଶରଚ୍ଚନ୍ଦ୍ର ମୁଖି ।ନିଜର ବଲ୍ଲଭୀ ମୋର ପ୍ରାଣର ସଙ୍ଗାତତୋର ତହୁଁ ଆନ ପ୍ରିୟା ଆଉ ମୋ ନାହିଁ ତ ।ବିନୟେ ଚାଟୁବଚନ କହି ସେ ଗଉଡ଼ବସି ଧୀରେ ଧୀରେ ଚାପେ ରାଧିକାର ଗୋଡ଼ ।ପଡ଼ିଶାଏ ବହୁରୂପେ କରନ୍ତି ଧିକ୍କାରଧିକ ଧିକ ଚନ୍ଦ୍ରସେଣା ତୁମ୍ଭ ସମାଚାର ।ଏକା କି ତୁମ୍ଭେ ଏ ନଗ୍ରେ କରିଅଛ ଘରତୁମ୍ଭ କଳିକଥା କିଏ ବୁଝେ ବାରମ୍ୱାର ।ଲାଜ ମାଡ଼ୁ ନାହିଁ ମୁଖେ ପତି ପତ୍ନୀ କଳିଲଗାଇଛ ତୁମ୍ଭପରି ନାହିଁ ବାରୁଆଳୀ ।ଏତେ କହି ପଡ଼ିଶାଏ ଗଲେ ଯେଝା ଘରେରାଈ ଘେନି ଚନ୍ଦ୍ରସେଣା ରହିଲା ପୁରରେ ।ଯଶୋଦାଙ୍କୁ ରାଧିକାର ରତ୍ନମାଳ ପ୍ରଦାନ ଓ ବତ୍ସା ହରଣକହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତକିଏ ସେ ଜାଣି ନ ପାରିବ ନାରୀଙ୍କ ଚରିତ ।ଏଥୁଅନନ୍ତରେ ଗୋବିନ୍ଦ ଗଲେ ନିଜ ପୁରେବାଳକ ମୂରତି ଧରି ମିଳିଲେ ଗୃହରେ ।ଚଉବିଂଶ ଦଣ୍ଡ ପୁଣି ହୋଇଛି ରଜନୀବାଟ ଚାହିଁ ବସିଛନ୍ତି ଜନକ ଜନନୀ ।ଏ ସମୟେ ଶ୍ରୀକୃଷ୍ଣ ଯେ ହେଲେ ପରବେଶଦେଖିକରି ପିତାମାତା କଲେ ମହାରୋଷ ।ବୋଲନ୍ତି ନନ୍ଦରାଜନ ଶୁଣରେ କହ୍ନାଇତୋରଯୋଗୁ ଆମ୍ଭେ ଦୁହେଁ ମରିବୁ ନିଶ୍ଚେ ହିଁ ।ତୋତେ ନ ଦେଖି ଆମ୍ଭର ମନ ଦକଦକମୀନ ଟାକି ରହିଥାଏ ଯେମନ୍ତେ ରେ ବକ ।ପଥ ନିରୋପି ଆଖିରୁ ମରିଲାଣି ଜଳଟିକିଏ ଦୟା ତୋହର ନାହିଁ ଆରେ ବାଳ ।ଆମ୍ଭ ତିଆରିବା କଥା ପାଶେ ନାହିଁ କାନେତୋପରି ଦୁଷ୍ଟବାଳକ ନାହିଁ ଏ ଭୁବନେ ।ତିଆରିବା କଥା କେହ୍ନେ ନ ଶୁଣୁ କହ୍ନାଇସବୁବେଳେ ଦୁଷ୍ଟପଣ କରୁରେ ମାଧୋଇ ।ରାମ ତୋର ସଙ୍ଗତରେ ଥାଏ ବନମାଳିଏଡ଼େ ଦୁଷ୍ଟ ନୁହଇ ତ ସେହୁ ତୋର ଭଳି ।ରାଗେ ଯଶୋଦା ଛାଟେକ ନେଇ ପ୍ରହାରନ୍ତେଧାଇଁଯାଇ ନନ୍ଦରାୟେ କଲେ କୋଳାଗ୍ରତେ ।ବୋଲେ ଆଉ ବେଳେ ଦୁଷ୍ଟ ନୋହିବୁ ମାଧୋଇଖେଳିବାକୁ ଗଲେ ବେଗେ ଫେରୁବୁଟି ତୁହି ।ନିଶାରେ ବୁଲିବା ବାବୁ ନୁହଇ ଉଚିତଡାଏଣୀ ପିଶାଚୁଣୀ ଯେ ଥାନ୍ତି ପ୍ରେତଭୂତ ।ବ୍ୟାଘ୍ର ଭଲୁ କ ଶୃଗାଳ ଚୋର ଖଣ୍ଟମାନେଭ୍ରମଣ କରନ୍ତି ବାବୁ ରାତ୍ରରେ ଏମାନେ ।କଂସ ଦଇତ ବଇରୀ ଅଟଇ ଆମ୍ଭରନିଶାରେ ବୁଲୁଥାଆନ୍ତି ତାର ଗୁପ୍ତ ଚାର ।ଦେଖିଲେ ଧରି ସେ ନେବେ ଆଗେ ଚାପଧନବଡ଼ ନିଷ୍ଠୁର ଅଟଇ ସେ କଂସ ରାଜନ ।ତା ଯୋଗୁ ଆମ୍ଭେ କି ଆଉ ରହିବୁ ଜୀବନେରଜନୀରେ ନ ବୁଲିବୁ ବାବୁ ଆଉ ଦିନେ ।ଶ୍ରୀକୃଷ୍ଣ ବୋଲନ୍ତି ପିତା ଶୁଣ ମୋ ବଚନଦଇବର କୃତ୍ୟ କେହି କରିବଟି ଆନ ।ଖେଳୁ ଖେଳୁ ରତ୍ନହାର ହଜିଲା ମୋହରଲୋଡ଼ୁ ଲୋଡ଼ୁ ପିତା ତାହା ହୋଇଲା ଉଛୁର ।ମାତା ମାରିବେ ବୋଲିଣ ନ ଆସିଲି ଘରଏଥିରେ ମୋହର ଦୋଷ ନାହିଁ ହେ ପିଅର ।ତୁମ୍ଭର ବ୍ୟାକୁଳ ହେବା ଜାଣିପାରି ମୁହିଁତେଣୁ ଘରେ ଧାଇଁଅଛି ତରତର ହୋଇ ।ନନ୍ଦ ବୋଲେ ଚଉସରି ମାଣିକ୍ୟର ମାଳିଯେ ନେଲା ତୋ ଆପଦ ସେ ଘେନୁ ବନମାଳି ।ଗ୍ରହ ଊଣା ହୋଇବାରୁ ହଜିଲା ସେ ଆଜତହିଁରେ ଆମ୍ଭର ଆଉ ନାହିଁ କିଛି କାର୍ଯ୍ୟ ।ତହିଁକି ଶୋଚନା ବାପ ନ କରରେ ତୁହିକାଲି ବଣିଆ ଡକାଇ ଦେବି ମୁଁ ଗଢ଼ାଇ ।ତୋହଠାରୁ ରତ୍ନହାର ନୋହେ ମୋ ଅଧିକଆସ ଆସ ଏବେ ବାବୁ କରୁଥିବ ଭୋକ ।ଏରୂପେ ତିଆରି କୃଷ୍ଣେ ମଣୋହିରେ ବିଜେରାମକୃଷ୍ଣଙ୍କୁ ସଙ୍ଗରେ ଘେନି ନନ୍ଦରାଜେ ।ବିବଧ ଅନ୍ନ ବ୍ୟଞ୍ଜନ ପରଷନ୍ତି ମାଏଖାଇଣ ସନ୍ତୋଷ ହେଲେ ତାହା ବାପପୋଏ ।ମଣୋହି ସାରିଣ ହରି ରାମ ପହୁଡ଼ିଲେମାତା ପିତା ନିଶ୍ଚିନ୍ତରେ ପଲ୍ୟଙ୍କେ ଶୋଇଲେ ।ଏ ସମୟେ ସେ ରଜନୀ ହୋଇଲା ଅତୀତପୂର୍ବ ଦିଗରେ ଉଦୟ ହୋଇଲେ ଆଦିତ୍ୟ ।କ୍ରମେ ଯେଝା କାର୍ଯ୍ୟ ରତ ସର୍ବ ନରନାରୀଏଣେ ମନମଧ୍ୟେ ଭାଳେ ରାଧିକା ସୁନ୍ଦରୀ ।ହାର କଥା ଜାଣିଲେଟି ସେ ନନ୍ଦ ରାଜନପ୍ରଘଟ ହୋଇବ ସିନା ସବୁ କଥାମାନ ।ବୋଲିବେ ରାଧିକା ଅଟେ ଏଡ଼ିକି ଦୋଚାରୀପିଲା ଭଣ୍ଡାଇଣ ହାର ନିଏ ଚୋରିକରି ।ଜଗତରେ ଅପକୀର୍ତ୍ତି ପାଇବି ବହୁତଚନ୍ଦ୍ରସେଣା କହିବାର କଥା ହେବ ସତ ।ସାହୀପଡ଼ୁଶୁଣୀ ଖୁଣ୍ଟା ଯିବ ଏଥୁଁ ବଳିଯଶୋଦା ହାତରେ ନେଇ ଦେବି ରତ୍ନମାଳି ।ଏତେ ବୋଲି ରାଧା ଗୋଈ ହାର ଧରି କରେନନ୍ଦ ଗୃହକୁ ଚଳିଲା ଅତି ତରତରେ ।ନନ୍ଦର ମନ୍ଦିରେ ଯାଇ ହୋଇଲା ପ୍ରବେଶଯଶୋଦା ପାଦେ ନମଇଁ ଯାଇ ନାରୀଈଶ ।କଲ୍ୟାଣ କରି ଯଶୋଦା ବୋଲଇ ଏମନ୍ତଅବେଳରେ କି କାରଣେ ଅଇଲୁ ଗୋ ତୁ ତ ।ବିପରୀତ କଥା ତୋର ଦେଖିଲି ତ ଆଜପ୍ରଭାତକାଳୁଁ ଅଇସୁ କିସ ତୋର କାର୍ଯ୍ୟ ।ଗୃହର ବ୍ୟାପାର ତୋର ଅଟଇ ବହୁତଦଧିମନ୍ଥନକୁ ତୋତେ ଲୋଡ଼ିବେ ଶାଶୁ ତ ।ଚନ୍ଦ୍ରସେଣା ଗୋଷ୍ଠକୁ ଲୋ ଯିବ ପରା ତେଣେତୋତେ ନ ଦେଖି ସେ ବିରକତ ହେବ ମନେ ।ଯମୁନାରୁ ନୀର ତୁହି ଆଣିବୁଟି ପରାଏଡ଼େ ସକାଳୁ ଅଇଲୁ କିପାଁ ହୋଇ ତୋରା ।ଭାଇକି ମୋହର ହରକତ କରୁ ଗୋଈତାର ମାତାକୁ ଭର୍ତ୍ସନା ବାକ୍ୟ ବୋଲୁ ତୁହି ।ଜାଣିଲି ତୋହର ଅଚେ ବଡ଼ ମନ୍ଦପଣତିଳେମାତ୍ର ଭୟ ତୁହି ନ କରୁ ଗୋ ମନ ।ବିଟପୀପଣ ଜାଣିଲି ଅଟଇ ତୋହରକିଞ୍ଚିତ କଥାକୁ ଘରୁ ହେଉ ତୁ ବାହାର ।କୁଳବଧୁ ହୋଇ ତୋର ଏଡ଼େ ଅବିଚାରଚାହିଁ ନ ଯୋଗଇ କେବେ ବଦନ ତୋହର ।ପୁରୁଷକୁ କଥା ଯେହୁ କହଇ ଯୁକତେବିଟପୀ ଯୁବତୀ ତାକୁ ବୋଲନ୍ତି ଜଗତେ ।ପର ପୁରୁଷ ସଙ୍ଗତେ କହଇ ଯେ କଥାଦରହସିତ ବଦନେ ନ ଢାଙ୍କଇ ମଥା ।ଉପରକୁ ମଥା ଟେକି ଚାଲେ ନିରନ୍ତରସାହୀ ପଡ଼ିଶା ଘରକୁ ଗମେ ବାରମ୍ୱାର ।କର କର ହୋଇ ହସେ ନ ଶୁଣଇ କଥାବିଟପୀ ଯୁବତୀ ତାକୁ ଜାଣିବ ସର୍ବଥା ।ଯଶୋଦା ବଚନେ ରାଧା କହଇ ତୁହାଇତୁମ୍ଭ କାର୍ଯ୍ୟେ ଏଥେ ସିନା ଅଇଲଇଁ ମୁହିଁ ।ଯମୁନାକୁ ପାଣି ଆଣି ଯାଇଥିଲି କାଲିଅସମ୍ଭବ କଥା ଏକ ଆସିଣ ଦେଖିଲି ।କୃଷ୍ଣଚନ୍ଦ୍ର ପଶି ଧରେ ଭକ୍ଷଇ ଲବଣୀଅଧାମ ଗୋଟିକା ସର ଖାଏ ବସି ପୁଣି ।କୋପକରି ଡାକ ଦେଲି ଆରେରେ ଅଜ୍ଞାନଏରୂପେ ଦୁଧ ଲବଣୀ ଖାଉ ପ୍ରତିଦିନ ।ଆଜି ଧରି ନେବି ତୋତେ ଯଶୋଦାଙ୍କ ପାଶମୋର ଦୁଧ ଦହି ନିତି ତୁହି କରୁ ନାଶ ।ଛାଟ ପିଟାଇବି ନନ୍ଦ ନିକଟରେ କହିଏଡ଼ିକି ଦୁଷ୍ଟପଣ ତୁ କରୁଛୁ କିପାଇଁ ।ଏମନ୍ତ କହିଣ କୃଷ୍ଣ ଡରାଇଲି ମୁହିଁମୋର ପାଦତଳେ ଆସି ପଡ଼ଲିା ମାଧୋଇ ।ମାଣିକ୍ୟାର ମାଳ ଗୋଟି ଦେଇ ମୋ ହସ୍ତରେବୋଲେ ମାଈଁ ନ କହିବୁ ଜନନୀ ଆଗରେ ।ଆଉ ବେଳେମାଈଁ ତୋର ଘରେ ନ ଆସିବିଲବଣୀ ଦୁଧସର ମଉଁ ଆଉ ନ ଖାଇବି ।ଏମନ୍ତ କହିଣ କୃଷ୍ଣ ଅଇଲା ପଳାଇମାଣିକ୍ୟ ମାଳା ଆଣିଛି ଦେଖ ଦେବା ପାଇଁ ।ଯଶୋଦାର କରେ ମାଳ ନେଇ ଦେଲେ ରାଈଆଉ ତୁମ୍ଭେ ନ ମାରିବ ଧରିଣ ମାଧୋଇ ।ଚନ୍ଦ୍ରସେଣାର ଶପଥ ନନ୍ଦରାଜା ରାଣଦୋଷ ନ ଧରିବ ସେ ଯେ ବାଳୁତ ନନ୍ଦନ ।କାଲି ଅକାରଣେ ମୋତେ ତୁମ୍ଭର ଯେ ଭାଇନ ବୁଝି ନ ଶୁଝି କେତେ ଛନ୍ତି ମାଡ଼ ଦେଇ ।ଖାଇ ନାହିଁ ଅନ୍ନ ମୁହିଁ ଅଛି ଉପବାସେଜ୍ୟେଷ୍ଠ ନଣନ୍ଦ ବୋଲିଣ କହିବଇଁ ପାଶେ ।ମନର କଥା ତୁମ୍ଭଙ୍କୁ କହିଲି ସକଳବଡ଼ ଦୁଷ୍ଟ ଅଟେ ତୁମ୍ଭ ଭାଇ ଗୋ କେବଳ ।ବିନା ଅପରାଧେ ମୋତେ ମାଡ଼ ସେ ମାରଇଅଘଟଣା କଥାମାନ ଘଟଣା କରଇ ।ଜ୍ୟେଷ୍ଠ ନଣନ୍ଦ ତୁମ୍ଭେ ମୋ ଅଟ ମାତାସରିଦୋଷାଦୋଷ ଏଥେଁ କାର କୁହ ତ ବିଚାରି ।ଯଶୋଦା ବୋଇଲେ ରାଧା ଥାଅ ମୋର ଘରକି ବୁଦ୍ଧି କରଇ ଏବେ ଚନ୍ଦ୍ରସେଣା ତାର ।ଏତେ ବୋଲି ଅନ୍ତଃପୁରେ ଗଲେ ନନ୍ଦରାଣୀରାମକୃଷ୍ଣ ପାଶେ ମିଳି ବୋଲନ୍ତି ଏ ବାଣୀ ।ଉଠ ଉଠ ଆରେ ବାବା ରାମ ଦାମୋଦରକେତେ ଶୋଇଛ ଉଦୟ ହେଲେ ଦିନକର ।ଚରାନ୍ତେ ବାଛୁରୀ ବନେ ପାଉଅଛ ଦୁଃଖଶ୍ରମ ହେତୁ ଶୋଇପଡ଼ ହୋଇଣ ବିମୁଖ ।ଆନ ରଖିଆଳ ପଛେ ପଠାଇବି କାଲିବହୁଦୁଃଖ ପାଇଲ ତ ବନେ ବୁଲି ବୁଲି ।ପୁଣି ଉଚ୍ଚେ ଡାକ ଦ୍ୟନ୍ତେ ଉଠ ଉଠ କାହ୍ନୁଉଛୁର ହୋଇଲା ଉଦେ ହୋଇଲେଣି ଭାନୁ ।ପ୍ରାତଃକାଳେ ନିଦ୍ରା ଯିବା ନୁହଇ ଉଚିତଅଇଶ୍ୱର୍ଯ୍ୟ କ୍ଷୟ ହୋଏ ଶିରୀ ହୋଏ ହତ ।ଯଶୋଦାର ବଚନରେ ଉଠିଲେ ମୁରାରିପଲ୍ୟଙ୍କରେ ବସିଲେକ ଆଖି ମଳିକରି ।ଶ୍ରୀମୁଖ ପଖାଳି ସ୍ନାନ ମାର୍ଜ୍ଜନା ସାରିଲେଭାଇ ସଙ୍ଗତରେ ମିଷ୍ଟ ଅନ୍ନାଦି ଭୁଞ୍ଜିଲେ ।ଆଚମନ ସାରି ହରି ଗୋଷ୍ଠରେ ବିଜୟେଶ୍ରୀକୃଷ୍ଣ ପାଶେ ମିଳିଲେ ଆସି ଗୋପପୋଏ ।ଆସ ହରି ବନେ ଯିବା ହେଉଛି ଉଛୁରଏତେବୋଲି ଗାଈ ଘେନି ହୋଇଲେ ବାହାର ।ପଘା ଛନ୍ଦମାନ ଧରି ନିଜ ନିଜ କରେଗୀତଗାଇ ଚଳନ୍ତି ଯେ ଆନନ୍ଦ ମନରେ ।ବଜାନ୍ତି କଡ଼ା ଘୁମୁରା ମତୁଆଳ ହୋଇକେ ନଳ କାହାଳି ଧରି ସୁସ୍ୱରେ ଫୁଙ୍କଇ ।କେ କାଇଁଞ୍ଚମାଳା ଗୋଟି ଲମ୍ୱାଇ ଗଳାରେକେହୁ ହସଇ ଖେଳଇ ଧାଏଁ କେ ଆଗରେ ।ଧାତୁରା କୁସୁମେ କେହୁ ବାନ୍ଧିଅଛି ଗଭାପଲାଶ ପାଳଧୂଆ କା ମସ୍ତକରେ ଶୋଭା ।କେ ବା ରଙ୍ଗମାଟି ନେଇ ଶିରରେ ବୋଳନ୍ତିପୋଖରୀ ଭିତରୁ କେହୁ ସରୋଜ ତୋଳନ୍ତି ।ନାନବର୍ଣ୍ଣ ପୁଷ୍ପ ତୋଳି କେ ଗୁନ୍ଥଇ ମାଳକାହା କଣ୍ଠେ ଆଭରଣ କଦମ୍ୱର ହାର ।ବରହି ଚନ୍ଦିକା ପୁଚ୍ଛ କୁଞ୍ଚି କୁଞ୍ଚି ଗୁନ୍ଥାରଙ୍ଗ କୁମୁଦ ତୋଳଇ କିବା ହୋଇ ମତ୍ତା ।ମୁକୁଟ କାହାର ଶିରେ ଶୋଭାପାଏ ଅତିତାଳିମାରି କେହୁ ଅବା ଗଡ଼ିଯାଏ କ୍ଷିତି ।ସମସ୍ତେ ଏକ ବୟସ ଲାଗେ ପରିହାସଏକକୁ ଆରେକ ସର୍ବେ କନ୍ଦର୍ପ ସଦୃଶ ।ରାମ କୃଷ୍ଣଙ୍କୁ ସମସ୍ତେ ମାନ୍ୟ ଯେ କରନ୍ତିକେ ଗୋପୀନାଥ କେ ଅବା ଅଚ୍ୟୁତ ବୋଲନ୍ତି ।କୋ ବୋଲଇ କେଶବ କେ ଅବା ଯେ ମାଧବକୋ ବୋଲେ ଦାମୋଦର କେ ବୋଲେ ପଦ୍ମନାଭ ।କେ ବୋଲେ ବଳରାମ ହେ କେ ବୋଲଇ ହଳୀକେ ବୋଲଇ ସଂକର୍ଷଣ ଆସ ଆସ ଚଳି ।ଏହିରୂପେ ନାମମାନ ଧରିଣ ଗୋପାଳେଚଳିଯାନ୍ତେ ଗାଈ ଘେନି ଅତି କୁତୂହଳେ ।କେତେ ତପ କରିଥିଲେ ମୂଢ଼ ଗୌଡ଼ଜାତିଜଗତନାଥଙ୍କର ସେ ନାମକୁ ଧରନ୍ତି ।ଯାହାଙ୍କର ଆଦିଅନ୍ତ ନ ପାଇଲେ ବିହିସେ ପ୍ରଭୁ ମୂଢ଼ଙ୍କ ସଙ୍ଗେ ଚରାବନ୍ତି ଗାଈ ।ଆଦ୍ୟହୁଁ ଧାତାଙ୍କ ସୁତେ ବହୁତପ କଲେଯୁବତୀ ହୋଇ ଶ୍ରୀହରି ମନକୁ ମୋହିଲେ ।ଗୋପପୋଏ ଛେନାମାନ ଘରୁଥିଲେ ନେଇଶ୍ରୀହରିଙ୍କ ହସ୍ତେ ତାହା ଦିଅନ୍ତି ବଢ଼ାଇ ।କେ ଆଣିଥିଲେ ପିଷ୍ଟକ କେହି ବା ନଡ଼ିଆସେ ସର ଲବଣୀ କେବା ନବାତ ପୁଡ଼ିଆ ।କେ ଆଣିଥିଲା ଯେ ଅନ୍ନ ବ୍ୟଞ୍ଜନ ଶାକରକେ ଅବା ଲବଣ କେବା ଗୁଡ଼ ଯେ ଆବର ।ଶ୍ରୀକୃଷ୍ଣଙ୍କ ପାଶେ ଆଣି ସବୁ ଥୋଇଦେଲେଏମାନ ଭୁଞ୍ଜିବା ବସି ବୋଲିଣ କହିଲେ ।ସକଳ ପୁଅଙ୍କୁ ଘେନି ପ୍ରଭୁ ବିଶ୍ୱବାସୀକଦମ୍ୱତରୁ ମୂଳରେ ଏକସ୍ଥାନେ ବସି ।ପୁଅଙ୍କୁ ସଙ୍ଗରେ ଘେନି କରନ୍ତି ଭୋଜନନାନା ହାସ ପରିହାସ ଲଗାଇଣ ପୁଣ ।ଏମନ୍ତ ସମୟେ ବ୍ରହ୍ମା ମରାଳରେ ବସିଭ୍ରମି ଭ୍ରମି ଶୂନ୍ୟପୁରୁ ପ୍ରବେଶିଲେ ଆସି ।କୁଞ୍ଜବନ ଭିତରେ ସେ ହୋଇଲେ ପ୍ରବେଶମରାଳ ପିଠିରୁ ଉତୁରିଣ ଲୋକଈଶ ।ଦେଖିଲେ ରାମକୃଷ୍ଣ ଯେ ତରୁମୂଳେ ବସିଗୋପାଳ ପୁଅଙ୍କ ସଙ୍ଗେ ହୋଇ ମହାଖୁସି ।ଅନ୍ନ ବ୍ୟଞ୍ଜନ ଏକତ୍ରେ କରନ୍ତି ଭୋଜନବାଳଲୀଲା ବନଭୋଜି ହୁଅଇ ଯେସନ ।ଦେଖିକରି ବିଧାତା ଯେ ମନେ ମନେ ହେଜିଭାଳଇ ଅପୂର୍ବ କଥା ଦେଖିଲି ମୁଁ ଆଜି ।ଧର୍ମ ସୁମରିଣ ଧାତା କର୍ଣ୍ଣ ଦେଲା କରବୋଇଲା ଏମନ୍ତ ରୀତି କିପାଇଁ ତୁମ୍ଭର ।ଖୋଜିଲେ ସମସ୍ତ କଥା ସମୟେ ମିଳଇଜାତିଗଲେ ତାହାକୁ ତ କଦାପି ନ ପାଇ ।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆମ୍ଭେ ପୁତ୍ର ତିନିଏକ ଜନନୀ ଉଦରୁ ଜନମିଲୁ ପୁଣି ।ଏଡ଼େ ବଡ଼ଲୋକ ହୋଇ ହୋଇଲ ଅଜ୍ଞାନଛାର ଗୋପାଳପୁଅଙ୍କ ସଙ୍ଗତେ ଭୋଜନ ।ଅଇଁଠା ଭୁଜନ୍ତି ବସି ଗଉଡ଼ଙ୍କ ସଙ୍ଗେବିଷ୍ଣୁ ତେଜ ଥିବ କିମ୍ପା ଆଉ ୟାଙ୍କ ଅଙ୍ଗେ ।ଏଡ଼େବଡ଼ ଲୋକକେହ୍ନେ ହେଲେ ଅନାଚାରୀକେମନ୍ତେ ଭାରା ଉଶ୍ୱାସ ହେବ ବସୁନ୍ଧରୀ ।କୁଳଧର୍ମ ନାଶ ଗଲା ନୋହିଲା ତ କାର୍ଯ୍ୟଅସୁରଙ୍କ ତେଜେ ସୃଷ୍ଟି ହୋଇବ ଦହିର୍ଯ୍ୟ ।ଏଥର କଂସ ଅସୁର ସ୍ୱର୍ଗ ଉଜାଡ଼ିବଆଜିର ଦେବଗଣଙ୍କୁ କାହିଁ ନ ଥୋଇବ ।ପୁଣି ବିଚାରଇ ମନେ ନୁହେ କିବା ହରିକେବଣ ଅସୁର ଅଛି ମାୟାରୂପ ଧରି ।ଏମନ୍ତ ବିଚାରି ମନେ ନିରେଖିଣ ଚାହେଁସନ୍ଦିଗ୍ଧ ଚିତ୍ତରେ ତାର ମହାଶଙ୍କା ହୁଏ ।ଦେଖିଲା ହରିଙ୍କ ହୃଦେ ଶ୍ରୀବତ୍ସଲାଞ୍ଛନବଳଦେବଙ୍କ ଶିରରେ ସପ୍ତଫଣୀ ପୁଣ ।କୋଟି ସୂର୍ଯ୍ୟ ପରାୟେକ ଦିଶୁଅଛି ତେଜଅତିଅନ୍ତ ଶୋଭାମାନେ ଚାରିଗୋଟି ଭୁଜ ।ଏହା ଦେଖନ୍ତେ ପ୍ରତୀତ ହୋଇଲା ମନରନିଶ୍ଚୟ ଏ ଭାଗବାନ ପ୍ରଭୁ ନୀଳାମ୍ୱର ।ମାୟାରେ ପଡ଼ି ସକଳ କଥା ଭୁଲିଗଲେଗୋପନଗ୍ରେ ଜାତିପତି ସବୁ ବୁଡ଼ାଇଲେ ।ଦେଖିବା କେମନ୍ତେ ଅଛି ୟାଙ୍କ କରାମତତେବେ ତ ଜାଣିବା ସିନା ଅଛଇ ମହତ୍ତ୍ୱ ।ଏତେ ଭାଳି ବିଧାତା ଯେ ବାଇ ବ୍ରହ୍ମବେଣୀସକଳ ବତ୍ସାମାନ ଯେ ଅଇଲେ ତା ଶୁଣି ।ଗୋପାଳ ପୁଅଙ୍କ ସଙ୍ଗେ ପ୍ରଭୁ ରାମହରିବନଭୋଜି କରନ୍ତି ତା ନ ପାରିଲେ ହେରି ।ବିଧାତା ସେ ବତ୍ସାମାନ କମଣ୍ଡଳେ ଭରିଆନନ୍ଦରେ ଚଳିଗଲେ କୁଶବଟୁ ପୁରୀ ।ଅବଲୀଳେ ବନଭୋଜୀ ସାରିଣ ଅଚ୍ୟୁତଯମୁନା ନଦୀ କୂଳରେ ହେଲେ ଉପସ୍ଥିତ ।ଗୋପାଳପୁଅଙ୍କ ସଙ୍ଗେ ମୁଖ ପଖାଳିଲେସକଳ ବାଳକ ତହୁଁ ଏକାଠି ହୋଇଲେ ।ଏକକୁ ଆରେକ ପୋଏ ଦିଶନ୍ତି ଯେ ଶୋଭାରୂପଗୁଣେ ତାଙ୍କୁ କିବା ପଟାନ୍ତର ଦେବା ।ଏକଦୃଷ୍ଟି କରି ପୋଏ ଦେଲେ ତହୁଁ ଚାହିଁକୌଣସି ଆଡ଼ରେ ବତ୍ସା ଏକ ଦିଶୁ ନାହିଁ ।ବତ୍ସା ନ ଦେଖିଣ ପୋଏ ହୁଅନ୍ତି କୁହାଟିକେହୁ ଚାହାନ୍ତି ଯାଇଣ ବୃକ୍ଷପରେ ଉଠି ।ନଦୀ ବିଲ ଖାଲ ଗିରି ଲୋଡ଼ନ୍ତି ସେ ଯାଇକୌଣସି ସ୍ଥାନରେ ବତ୍ସା ଏକ ଦିଶୁନାହିଁ ।କେ ବୋଲଇ ବତ୍ସାମାନ ବ୍ୟାଘ୍ର କି ଖାଇଲେକେ ବୋଇଲା ଗୁହାଳକୁ ଲେଉଟି ବା ଗଲେ ।ଥୋକାଏ ବୋଲୁ ଅଛନ୍ତି ବତ୍ସାମାନେ କେତେଏତେ ବତ୍ସାମାନ ବ୍ୟାଘ୍ର ଖାଇଲେ କେମନ୍ତେ ।କେହୁ ବୋଲେ ଚୋରଅବା ନେଲେ ଚୋରିକରିକେହୁ ବୋଲେ ଏତେ ବତ୍ସା ରଖିତ କେ ପାରି ।ଅଡ଼ାଇ ନେଲେ ଥାଆନ୍ତା ପାଦଚିହ୍ନ ପଡ଼ିଅନ୍ତର୍ଦ୍ଧାନ ହୋଇ ବତ୍ସା କେଣେ ଗଲେ ଉଡ଼ି ।ସମସ୍ତେ ମେଳି ହୋଇଣ କୃଷ୍ଣ ଦୋଷ ଦେଲେଏ କୃଷ୍ଣ ଦୋଷୁ ଏ ବତ୍ସା ହଜିଲେ ବୋଇଲେ ।ପିତାମାତା ଆମ୍ଭଙ୍କୁ ଯେ ଦେବେ ନିଶ୍ଚେଁ ଗାଳିବାଛୁରୀ ନ ପାଇ ଗାଈ ହୋଇଲେ ହମ୍ୱାଳି ।କେ ବୋଇଲେ ଦୁଧ କେହ୍ନେ ଦୁହାଁହେବ ଅବାବତ୍ସା ନ ପାଇଲେ ମାଡ଼ ମାରିବ ମୋ ବାବା ।ରାମ କୃଷ୍ଣଙ୍କୁ କାନ୍ଦିଣ ସକଳେ କହିଲେବତ୍ସା ହଜିଲେ ବୋଲିଣ ବଇକୁଲ୍ୟ ହେଲେ ।ପୁଅଙ୍କର ବିକଳକୁ ଦେଖିଣ ମୁରାରିଧ୍ୟାନରେ ଜାଣିଲେ ଧାତା ନେଇଅଛି ହରି ।ତତକ୍ଷଣେ ନାରାୟଣ ମାୟା ଭିଆଇଲେକଦମ୍ୱ ତରୁ ମୂଳରେ କାୟା ବିସ୍ତାରିଲେ ।ବିରାଟ ସ୍ୱରୂପ ଧରି ପ୍ରଭୁ ଭଗବାନକୋଟି କୋଟି ବତ୍ସା ଅଙ୍ଗୁ କରିଲେ ଉତ୍ପନ୍ନ ।ଯେଉଁ ରୂପେ ବତ୍ସାମାନ ଧାତା ହରିଥିଲେସେହିରୂପ ବତ୍ସା ଅଙ୍ଗୁଜାତ ସେ କରିଲେ ।ଯେବଣ ଗାଈର ଯେଉଁପରି ବତ୍ସା ଗୋଟିପୂର୍ବ ପରି ହୋଇ ବତ୍ସା ଚରିଲେ ଲେଉଟି ।ଦେଖିକରି ଗୋପସୁତେ ହେଲେ ଆନନ୍ଦିତଦରିଦ୍ର ପାଇଲା କିବା ହଜାଇବା ବିତ୍ତ ।ରାମ କୃଷ୍ଣ ସଙ୍ଗେ ବତ୍ସାମାନଙ୍କୁ ଅଡ଼ାଇଯେ ଯାହାର ଭୁବନରେ ପ୍ରବେଶିଲେ ଯାଇ ।ଏହି ପରକାରେ ତହୁଁ କେତେଦିନ ଗଲାତିନିଭୁବନେ କେ ତାହା ଜାଣନ୍ତା ନୋହିଲା ।ବ୍ରହ୍ମା ବିଷ୍ଣୁ ବଳରାମ ଜାଣନ୍ତି ଏ ତିନିଆନ କେ ଜାଣି ପାରିବ ବିଷ୍ଣୁ ମାୟା ପୁଣି ।କହୁଁ କହୁଁ ଚଉବିଂଶ ଦିନ ବହିଗଲାବିଧାତାର ମନକୁ ଯେ ଉଚ୍ଚାଟ ଲାଗିଲା ।ବିଶେଷେ ବତ୍ସାମାନେ ତ ହୀନ ପଶୁ ଜାତିକମଣ୍ଡଳେ ପୂରାଇଛି ତାଙ୍କୁ ବେଦପତି ।ମନ ବିଚଳିତ ହୋନ୍ତେ ମରାଳରେ ବସିଗୋପନଗରେ ମିଳିଲେ ବିଧାତା ଯେ ଆସି ।ଦେଖିଲେ ଗୋଷ୍ଠମାନଙ୍କେ ଘେନି ବତ୍ସାଗାଈପାକୁଳି କରି ନିଶ୍ଚିନ୍ତେ ଅଛନ୍ତି ଯେ ଶୋଇ ।ଏସନକ ମାୟା କଲେ ପ୍ରଭୁ ନରହରିପୂର୍ବ ପରାୟେ ଦିଶନ୍ତି ସକଳ ବାଛୁରୀ ।ଯେତେ ବାଳପୋଏ ଥିଲେ ବତ୍ସାନ୍ତ ଆବୋରିନାନା କ୍ରୀଡ଼ା କରୁଛନ୍ତି ସେ ଗୋପ ନଗରୀ ।ବ୍ରହ୍ମାଏ ବୋଇଲେ ମୁହିଁ ମନ୍ଦକୃତ୍ୟ କଲିଜଗନ୍ନାଥଙ୍କର ଠାରେ ଅପରାଧୀ ହେଲି ।ଏ ଯେ ଆଦିମୂଳ ଦେବ ଦେବ ନିରାକାରକୁଗତି ସୁଗତିଦାତା ଅନାଦି ଈଶ୍ୱର ।ତେତିଶ କୋଟି ଦେବତା ଯାର ଆଜ୍ଞାକାରୀଜାତି ଅଜାତି ସମସ୍ତ ଏକ ସମ କରି ।ଚାରିଖାନୀ ଚୌରାଅଶୀ ଯେତେ ଜୀବଜନ୍ତୁଉତ୍ପତ୍ତି ପ୍ରଳୟ ହ୍ୱନ୍ତି ଯାହାଙ୍କର ହେତୁ ।ଆପଣେ ନିର୍ମାଣ କରେ ଆପେ ସଂହାରଇଯେବଣ ପ୍ରଭୁର ପୁଣି ପରାପର ନାହିଁ ।ଅକର୍ମା କର୍ମଦାନୀ ଯେ ଅଟନ୍ତି ସଂସାରେମୁହିଁ ଜାଣୁ ଜାଣୁ ଦୋଷୀ ହେଲି ତା ପୟରେ ।ଏତେ ଭାଳି ବିଧାତା ଯେ କମଣ୍ଡଳୁ ଘେନିଗୋପନଗ୍ରେ ଚାଲୁଛନ୍ତି କରି ବେଦଧ୍ୱନି ।ଯେତେ ନରନାରୀ ସର୍ବେ ଦେଖନ୍ତି ନୟନେପିତାମହ ଲଜ୍ଜିତ ଯେ ହେଲେ ମନେ ମନେ ।ଗୋବିନ୍ଦ ଛାମୁରେ ବତ୍ସା ସମର୍ପିଲେ ନେଇକରପତ୍ର ଯୋଡ଼ି ଅଗ୍ରେ ସ୍ତୁତି ଆରମ୍ଭଇ ।ଜୟ ଜୟ ଅନନ୍ତ ହେ ଜୟ ବିଶ୍ୱମୂର୍ତ୍ତିଜୟ ଜୟ ଅଚ୍ୟୁତ ହେ ଜୟ ବିଶ୍ୱପତି ।ଜୟ ଜଗତ ଈଶ୍ୱର ଅକରମାଦାନୀଜୟ ତୁ ଜଗତେଶ୍ୱର ବୁଝୁ ଲାଭ ହାନି ।ଜୟ ତୁ ଜଗତେଶ୍ୱର ପରଂବ୍ରହ୍ମମୟେଜୟ ତୁ ଜଗତେଶ୍ୱର ଶିବ ତୋତେ ଧ୍ୟାୟେ ।ଜୟ ତୁ ପରମେଶ୍ୱର ଲକ୍ଷ୍ମୀ ପ୍ରାଣମଣିଜୟ ତୁ ପରମେଶ୍ୱର ଶୁଭାଶୁଭଦାନୀ ।ଜୟ ତୁ ପରମେଶ୍ୱର ହେ ଦେବାଧିରାଜଜୟ ତୁ ପରମେଶ୍ୱର ଶଙ୍ଖ ଚକ୍ର ଭୁଜ ।ସ୍ୱାମୀ ନା ଜାଣି ଦୋଷ ମୁଁ କଲି ମୂଢ଼ପଣେଅନୁଗ୍ରହେ ସାନରେ ହେ କ୍ଷମ କ୍ଷମାଗୁଣେ ।ସ୍ୱାମୀ ଅର୍ଜିଲା ତୋହର ଚରାଚର ସୃଷ୍ଟିତୁମ୍ଭେ ରକ୍ଷାକଲେ ମୋତେ କିଏ ଦଣ୍ଡବଟି ।ଏସନକ ସ୍ତୁତି ଯହୁଁ କଲା ବେଦବରଶୁଣି ସନ୍ତୋଷ ହୋଇଲେ ସ୍ୱାମୀ ଦାମୋଦର ।ପ୍ରସନ୍ନ ହୋଇ ବୋଲନ୍ତି ପ୍ରଭୁ ଶିରୀପତିକି କାରଣେ ବ୍ରହ୍ମା ତୁମ୍ଭେ ପାଅ ମନେ ଭ୍ରାନ୍ତି ।ମୁହିଁ ଭିଆଇଛି ସିନା ଏ ସଚରାଚରଭକତିରେ ବଶ ମୁହିଁ ଆହେ ବେଦବର ।ନ ଜାଣିଣ ଦୋଷ ତୁମ୍ଭେ ଅର୍ଜିଥିଲ ଯାହାକ୍ଷମାଗୁଣେ କ୍ଷମା ମୁହିଁ କରିବଇଁ ତାହା ।ତୁମ୍ଭେ ଯା ହୃଦଗତରେ କରିଛ ବିଚାରସେ ସମସ୍ତେ କଥା ମୋତେ ଅଟଇ ଗୋଚର ।ଏବେ ତୁମ୍ଭେ ଭୁବନକୁ ବେଗେ ଚଳିଯାଅବୃନ୍ଦାରକ ମେଳରେ ହେ ନିଶ୍ଚିନ୍ତରେ ଥାଅ ।ଶୁଣିକରି ଚତୁର୍ମୁଖ ସନ୍ତୋଷ ହୋଇଲେଶ୍ରୀହରିଙ୍କ ପାଦେ ନମି ପୁରକୁ ଚଳିଲେ ।ବିଧାତା ଯେବଣ ବତ୍ସମାନ ଥିଲେ ନେଇଶ୍ରୀହରି ସେ ସବୁ ଅଙ୍ଗେ ବିଲୀନ କରାଇ ।ଆପଣେ ଅଙ୍ଗୁ ଉତ୍ପନ୍ନ କରିଥିଲେ ଯାହାଗୋପାଳମାନେ ରହିଲେ ଘେନିଣ ଯେ ତାହା ।ପୁଣି ମାୟା ବିରଚିଲେ ପ୍ରଭୁ ଚକ୍ରପାଣିଗୋପାଳମେଳେ ଖେଳିଲେ ଦେବ ବେଣୁପାଣି ।ଇତି ଶିରୀ ଭାଗବତ ଦଶମର ବାଣୀଅନେର ଜନ୍ମର ପାପ କ୍ଷୟକର ଶୁଣି ।ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେଇଦଂ ସପ୍ତବିଂଶ ଅଧ୍ୟା ସମାପତ ହୋଏ ।ଜୟ ଜୟ ଜଗନ୍ନାଥ ଜଗତପାଳକଜୟ ଜୟ ଜଗନ୍ନାଥ ତ୍ରିଦଶନାୟକ ।ଜୟ ଜୟ ଜଗନ୍ନାଥ ଜୟ ଚତୁର୍ଭୁଜଜୟ ଜୟ ଜଗନ୍ନାଥ ଜୟ ଜୟ ଅଜ ।ତୋ ପାଦେ ମୋ ମତି ରହୁ ଆହେ ଦେବହରିଅଚ୍ୟୁତାନନ୍ଦ ଦାସ ତୋ ପାଦ ସେବାକାରୀ ।