ଗାରେଡ଼ି ମନ୍ତ୍ର — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଜୟ ତୁମ୍ଭେ ରାମ କୃଷ୍ଣ କଳା ଧଳା ମୂର୍ତ୍ତି ।
ଜୟ ତୁମ୍ଭେ ନାରାୟଣ ଯଶୋଦାଙ୍କ ବାଳ
ଜୟ ରାମକୃଷ୍ଣ ଦୈତ୍ୟକୁଳ ଦାବାନଳ ।
ଜୟ ଶରଣପଞ୍ଜର ବାନା ଦଇତ୍ୟାରି
ଜୟ ରାମକୃଷ୍ଣ ବଜ୍ରସ୍ନେହା ହେ ମୁରାରି ।
ଜୟ ଅକର୍ମ କରମଦାତା ଆହେ ହରି
ଜୟ ଜୟ ହେ ଅଷ୍ଟାଙ୍ଗ ଯୋଗ ଅବଧାରି ।
ଜୟ ରାମକୃଷ୍ଣ ଆହେ ଜଗତ ପିତାମାତା
ଜୟ ଆହେ ରାମକୃଷ୍ଣ ବ୍ରହ୍ମାଣ୍ଡ କରତା ।
ଜୟ ରାମକୃଷ୍ଣ ତୁମ୍ଭେ ଦୁଃଖୀଜନ ବନ୍ଧୁ
ଜୟ ଜୟ ରାମକୃଷ୍ଣ ହେ କରୁଣାସିନ୍ଧୁ ।
ଜୟ ଜୟ ରାମକୃଷ୍ଣ ଅଟ ଗୋପୀନାଥ
ଜୟ ତୁମ୍ଭେ ରାମକୃଷ୍ଣ ହେ ଚତୁର ହସ୍ତ ।
ସ୍ୱାମୀ ତୁମ୍ଭର ମାୟାକୁ କେହୁ ପାରେ ଜାଣି
ଛାର କଂସ ଜାଣିବ ବା କାହୁଁ ଯଦୁମଣି ।
ଏମନ୍ତ ରୂପେ କାଳୀୟ ବୋଲନ୍ତେ ବଚନ
ଉତ୍ତର ଦିଅନ୍ତି ତାକୁ ଦେବ ଜନାର୍ଦ୍ଦନ ।
ଲୁଟେ କହିଲେ କାଳୀୟ ନୋହୁଁ ଆମ୍ଭେଦୋଷୀ
ତୋତେ କହୁଛୁ ପ୍ରକୃତ କଥା ଶୁଣ ଆସି ।
ରଙ୍ଗା ଅବତାରେ ଅଛୁ ଗୋପପୁରେ ରହି
ଏ ପୃଥିବୀ ମହୀଭାରା ଉଦ୍ଧରିବା ପାଇଁ ।
ଅନେକ ଗୋପୀ ଗୋପାଳ ଆମ୍ଭ ସଙ୍ଗେ ଥିବେ
ଏ ସ୍ଥାନମାନଙ୍କେ ବିହରିବୁ ନାନାରଙ୍ଗେ ।
କାଳେ କାଳେ ଅଟ ତୁମ୍ଭେ ନାଗଙ୍କର ରାଜା
ମୋ ବେଲ ରମ୍ୟକଦ୍ୱୀପେ ବହନ ହୋଇଯା ।
କାଳୀୟ ବୋଲେ ହେ ଦେବ ତୁମ୍ଭ ଆଜ୍ଞାଘେନି
ନାଗବଳାଙ୍କୁ ଘଉଡ଼ି ଦେବଇଁ ଏକ୍ଷଣି ।
ଏକ କଥା ପ୍ରଭୁ ତୁମ୍ଭ ଛାମୁରେ କହୁଛି
ଅବଧାନ ହୋଇ ଏବେ ଶୁଣିମା ଶ୍ରୀବତ୍ସି ।
ଦିତି ଅଦିତି ପ୍ରଭୃତି ବିନତା ସହିତେ
କଶ୍ୟପଙ୍କ ତେର ଭାର୍ଯ୍ୟା ଅଟନ୍ତି ଯୁକତେ ।
ଦିନେ କଦ୍ରୁ ବିନତା ଯେ କଳହ କରିଲେ
ବିରଞ୍ଚି ଅଶ୍ୱର ପାଇଁ ଦୁହେଁ ପୀଢ଼ କଲେ ।
ବିନତା ବୋଲେ ବିରଞ୍ଚି ଅଶ୍ୱ ସପ୍ତ ଶ୍ୱେତ
କଦ୍ରୁ ବୋଲେ ନୀଳବର୍ଣ୍ଣ ଅଟନ୍ତି ସେହି ତ ।
ଏପରି ଦ୍ୱନ୍ଦୁ କରିଲେ ବେନି ସପତଣୀ
ହୁଡ଼ କରିଣ ପରିଜା କଲେ ପୁଣି ପୁଣି ।
କଶ୍ୟପ ଏ କଥା ଶୁଣି ବିସ୍ମୟ ହୋଇଲେ
ସମାଧାନ କରି ତାଙ୍କୁ ଏପରି କହିଲେ ।
ଯେ ହୁଡ଼େ ହାରିବ ସେହୁ ହେବ ପରିଚାରୀ
ଅଶ୍ୱଙ୍କର ବର୍ଣ୍ଣ ଆମ୍ଭେ କହିବା ବିଚାରି ।
କ୍ଷୀର ସମୁଦ୍ରରୁ ଯେଣୁ ସେ ଅଶ୍ୱ ସଂଜାତ
ତେଣୁକରି ଶ୍ୱେତବର୍ଣ୍ଣ ଅଟନ୍ତି ସେହୁ ତ ।
କଦ୍ରୁଦେବୀ ତେଣୁକରି ହୁଡ଼ରେ ହାରିଲେ
ବିନତାକୁ ପରିଚାରୀପଣରେ ସେବିଲେ ।
ଏହିପରି କେତେଦିନ ଗଲା ଯହୁଁ ବହିଁ
ମାତାକୁ ପୁଚ୍ଛିଲେ ଅଷ୍ଟକୁଳା ନାଗେ ଯାଇ ।
ପୁତ୍ରଙ୍କ ଆଗେ କହିଲା କଦ୍ରୁ ପୂର୍ବ ବାଣୀ
ପୁତ୍ରେ ବୋଇଲେ ଅଶ୍ୱଙ୍କୁ ଦଂଶିବୁ ଏକ୍ଷଣି ।
ତିନିଲୋକ ଦହି ପାରେ ଆମ୍ଭେ ବିଷଜ୍ୱାଳା
ଦଂଶିଲାକ୍ଷଣି ସେ ଅଶ୍ୱ ହୋଇଯିବେ କଳା ।
ଏତେ ବୋଲି ନାଗମାନେ କ୍ରୋଧଭର ହୋଇ
ବିରଞ୍ଚି ଅଶ୍ୱମାନଙ୍କୁ ଦଂଶିଲା ସେ ଯାଇ ।
ପ୍ରଚଣ୍ଡ ସେ କାଳାନଳ ଘୋଟେ ଜ୍ୱାଳାବଳି
ଚାହୁଁ ଚାହୁଁ ଅଶ୍ୱମାନେ ହୋଇଗଲେ କାଳି ।
ପୁଣି ବେନି ସପତଣୀ ପଚାରିଲେ ଆସି
ଏକଲୟେ ଜାଣିଲେ ତା କଶ୍ୟପ ମହର୍ଷି ।
କଶ୍ୟପ ବୋଇଲେ ଅଶ୍ୱ ହୋଇଥିଲେ ଧଳା
ଏବେ କଳା ହେଲେ ଲାଗି ସର୍ପବିଷଜ୍ୱଳା ।
ତତକ୍ଷଣେ ଅଦିତିଙ୍କି କଦ୍ରୁ ସାକ୍ଷ୍ୟ କରି
ଲେଉଟି ବିନତା ହେଲେ ତାରା ପରିଚାରୀ ।
ଏରୂପେ ଅନେକ ଦିନଗଲା ତହୁଁ ବହି
ମାତାର ନାମ ରଖିଲେ ସେ ନାଗତନୟୀ ।
କାଳକ୍ରମେ ବିନତା ଯେ ହେଲେ ଗର୍ଭବତୀ
ଦ୍ୱିଗୋଟି ଡ଼ିମ୍ୱ ପ୍ରସବ କରିଲେ ଯୁବତୀ ।
କିନ୍ତୁ ପରିଚାରୀପଣେ କଦ୍ରୁକୁ ଖଟନ୍ତି
ଯତ ସତ ରକ୍ଷା କରି କଷ୍ଟେ ଦିନ ଦ୍ୟନ୍ତି ।
ଏଥୁ ଅନନ୍ତରେ କେତେ ଦିବସ ଯାଆନ୍ତେ
ଡିମ୍ୱଗୋଟି ଭାଙ୍ଗି ସେହୁ ପକାଏ ସ୍ୱହସ୍ତେ ।
ନଖ ମୁଖ ନାସିକା ତା କରପାଦ ସଞ୍ଚା
ଅରୁଣବରନ ତାର ଦେହଗୋଟି କଞ୍ଚା ।
ଦେଖିକରି କଶ୍ୟପ ଯେ କଲେ ମହାକୋପ
ବୋଇଲେ ବାଳକ ହତ୍ୟା କଲେ ମହାପାପ ।
ଅକ୍ଷୟ ଅଜରାମର ଗୁଣବନ୍ତ ପୁତ୍ର
ଦେଖୁ ଦେଖୁ ନିକଟରେ ବିନାଶିଲୁ ତୁତ ।
ବେନିସସ୍ର ବର୍ଷେ ଡିମ୍ୱ ଯେବେ ଫାଟିଥାନ୍ତା
ତେବେ ସେ କୁଳକୁ ମୋର କାରେଣି ହୁଅନ୍ତା ।
କଶ୍ୟପ ଆଜ୍ଞା ଦେଲେକ ଆଦିତ୍ୟଙ୍କୁ ରାଇ
ତୋହର ରଥରେ ୟାକୁ ସମ୍ଭାଳ ହେ ନେଇ ।
ଶୀତଯୋଗେ ୟାର ଦେହ କମ୍ପେ ଅପ୍ରମିତ
ତୋ ତେଜ ଲାଗନ୍ତେ ଛାଡ଼ୁ ଏହାର ଯେ ଶୀତ ।
ଅରୁଣକୁ ସାଇତିଲେ ତହୁଁ ଦିନମଣି
ବେନି ସସ୍ର ବର୍ଷେ ଆର ଡିମ୍ୱ ଫୁଟେ ପୁଣି ।
କାଳିଆ ନାଗ ବୋଇଲା ଶୁଣ ଭଗବାନ
ସେହି ଡିମ୍ୱରୁ ଗରୁଡ଼ ହୋଇଲା ଉତ୍ପନ୍ନ ।
ଗରୁଡ଼ ପୁଚ୍ଛଇ ଦିନେ ମାତାକୁ ଏମନ୍ତ
କି କାରଣେ କର ପରିଚାରୀପଣ ମାତ ।
ବିନତା ବୋଲେ ବିରଞ୍ଚି ସପ୍ତ ଅଶ୍ୱ ପାଇଁ
ବେନି ସପତଣୀ ବାଦ କଲୁରେ ତନୟି ।
ମୁଁ ବୋଇଲି ଅଶ୍ୱମାନେ ଅଟନ୍ତି ଯେ ଶ୍ୱେତ
କଦ୍ରୁ ବୋଇଲାକ କୃଷ୍ଣବର୍ଣ୍ଣ ସେ ନିୟତ ।
ଏହିପରି କଳି କରି ପୁଚ୍ଛିଲେ ସ୍ୱାମୀଙ୍କୁ
ଶ୍ୱେତବର୍ଣ୍ଣ ବୋଲି ସେହୁ କହିଲେ ଆମ୍ଭଙ୍କୁ ।
ପରିଚାରୀପଣେ ଖଟୁଥିଲା ମୋର ସେ ତ
ଦଂଶି ତାଙ୍କୁ କୃଷ୍ଣବର୍ଣ୍ଣ କଲେ ତାର ପୁତ୍ର ।
ତେଣୁ ପରିଚାରୀପଣେ ତାକୁ ମୁଁ ଖଟଇ
ଋଷିପତ୍ନୀ ହୋଇ ଏଡ଼େ କଷ୍ଟ ରହିଛଇଁ ।
ଭାଗ୍ୟବନ୍ତ ତନୟ ସେ ଗର୍ଭୁ ଜାତ କଲା
ତାହାଙ୍କର ହେତୁ ମହାସୁଖରେ ରହିଲା ।
ମାତା ବଚନେ ଗରୁଡ଼ କୋପେ କାଳାନଳ
ସେହିଦିନୁ ଗୋଡ଼ାଇଣ ଖାଏ ନାଗବଳ ।
ସ୍ୱର୍ଗ ମଞ୍ଚ ପାତାଳରେ ରହିଥିଲେ ଯେତେ
ଗରୁଡ଼ ନାମ ଧରନ୍ତେ ଭୟ ତାଙ୍କ ଚିତ୍ତେ ।
ଭୋ ଦେବ ତୁ ନାରାୟଣ ଅଟୁ ଭାବଗ୍ରାହୀ
ବାସୁକିର ଭାଇ ପୁଣି ଅଟଇ ଯେ ମୁହିଁ ।
ବାସୁକି କୋପେ ପାତାଳପୁରରୁ ଅଇଲି
ଗରୁଡ଼ର ଭୟେ ଆସି ଏଥେ ପଶିଥିଲି ।
ପୂର୍ବ ଅଭିଶାପ ଦେଇଅଛନ୍ତି ଦୁର୍ବାସା
ଏଥେ ପଶିବାକୁ ସେହି ନ କରେ ଭରସା ।
ପବିତ୍ର ପୁଣ୍ୟଜଳ ଏ କରେ ପାପ କ୍ଷୟେ
ଅନେକ କାଳୁ ଏଥିରେ ଅଛି ଦେବରାୟେ ।
ବୃନ୍ଦାବନ ରକ୍ଷାକାରୀ ଅଟଇ ଯେ ମୁହିଁ
ବାରସ୍ୱତୀପୁର ୟାକୁ ସମତୁଲ ନୋହି ।
ମଳୟା ପିଙ୍ଗଳ ବ୍ରହ୍ମା ହଂସ ଆଦି ଚାରି
ଏଚାରି ବ୍ରହ୍ମା ସମୟେ ହୋଇ ଦେହଧାରୀ ।
ଅନୁବ୍ରତେ ଏ ଭୂମିକୁ ସୁସଞ୍ଚ କରନ୍ତି
କ୍ଷଣକରେ ଧରଇ ସେ ଆନୁ ଆନ ମୂର୍ତ୍ତି ।
ନ ରହିବି ଯେବେ ଏଥେଁ ଆହେ ହୃଷୀକେଶୀ
ମୋତେ ରହିବାକୁ ଠାବ ବିଚାରି ଦିଅସି ।
ଖଗେଶ୍ୱର ଦେଖିବଟି ଯେବେ ସ୍ୱାମୀ ମୋତେ
ବଳେ ଧରିଣ ଭକ୍ଷିବ କହିଲଇଁ ତୋତେ ।
ଶରଣପଞ୍ଜର ନାଥ ବାଞ୍ଛା ଗୁଣନିଧି
ଶୁଭାଶୁଭ କର୍ମଦାତା ନାମ ତୋ ପ୍ରସିଦ୍ଧି ।
ଜଳ ସ୍ଥଳ ଅନଳରେ ଅଛୁ ସ୍ୱାମୀ ପୂରି
ଅନନ୍ତ ମାୟାଧର ତୁ ମର୍ତ୍ତ୍ୟେ ଦେହଧାରୀ ।
ବାଲି ପକାଇଲେ କାହୁଁ ସିନ୍ଧୁ ହୋଏ ପୋତା
ପିମ୍ପୁଡ଼ି ପରାକ୍ରମେ କି ଜିଣେ ମଦମତ୍ତା ।
ଟେଳାରେ ପର୍ବତ କାହୁଁ ଭାଙ୍ଗି ଅବା ପାରି
ହାତେ ଚନ୍ଦ୍ର ସୂର୍ଯ୍ୟ କେହୁ ଅବା ପାରେ ଧରି ।
ଅଙ୍ଗୁଳି ମାପେ ବ୍ରହ୍ମାଣ୍ଡେ ହୋଏ କିବା କଳି
ଜୁଳୁଜୁଳା ପୋକରେ କି ଘର ଯାଏ ଜଳି ।
ମୁହିଁ ପାମର ନ ଜାଣି କଲି ତୋର ଦ୍ରୋହ
ଭକତବତ୍ସଳନାଥ ତାହା ବାରେ ସହ ।
ତୁମ୍ଭ କୋପରେ ସଂସାର କାହୁଁ ହେବ ରକ୍ଷା
କରମ କରତା ଦୋଷ କରିବା ଉପେକ୍ଷା ।
ଏତେ ବୋଲିଣ କାଳୀୟ ପାଦରେ ପ୍ରଣମି
ତ୍ରାହିକର ତ୍ରାହିକର ଆହେ ଦେବ ସ୍ୱାମୀ ।
ସବୁନାଗେ ପଡ଼ିଲେକ ଯାଇ ପାଦତଳେ
କୂଳେ ଥାଇଣ ଦେଖନ୍ତି ସମସ୍ତ ଗୋପାଳେ ।
ମୁହିଁ ତୁମ୍ଭଙ୍କୁ ଦେଖିଲି ଏହି ଚର୍ମଡୋଳେ
ଭବଜଳୁ ପାର ହେଲି ମୋର ଭାଗ୍ୟବଳେ ।
ନ ଜାଣି ଦ୍ରୋହ ଅର୍ଜିଲି ତୁମ୍ଭର ପୟରେ
କ୍ଷମାଗୁଣେ ତାହା କ୍ଷମା କରିବା ହେ ବାରେ ।
ଶ୍ରୀକୃଷ୍ଣ ବୋଇଲେ ତୁହି ଏଡ଼େ ଜ୍ଞାନୀ ହୋଇ
ଏତେ କଟାଳ ଆମ୍ଭଙ୍କୁ କଲୁ କାହିଁପାଇଁ ।
କାଳୀୟ ବୋଇଲା ସ୍ୱାମୀ ଏହା କିପାଁ କହୁ
ଶତ୍ରୁ ମିତ୍ରଠାରେ ନାଥ ସମ ଜ୍ଞାନ ବହୁ ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ହେଲେ ଭ୍ରମ କରିପାରୁ
ତୋହର ଆଜ୍ଞାରେ ପ୍ରଭୁ ଦୂବ ହୋଏ ଦାରୁ ।
ଗୋପାଳ ମେଳରେ ତୁହି କରୁ ଖେଳଘର
ତାହା କିପରି ଜାଣିବି ମୁଁ ଭୁଜଙ୍ଗ ଛାର ।
ଦେଖିଲେ ଅଯାତ୍ରା ଯାକୁ ଛୁଇଁଲେ ଅଳ୍ପାୟୁ
କାମୁଡ଼ିଲେ ପ୍ରାଣୀଙ୍କର ପ୍ରାଣ ହରେ ଯେହୁ ।
ଗୋ ବ୍ରାହ୍ମଣ ଋଷିଙ୍କର ମୁହିଁ ଦୋଷକାରୀ
ଭଲ ମନ୍ଦ ବିଚାର ମୋ ହୋଇବ କିପରି ।
ଏମନ୍ତ ଜନମ ମୋତେ ଦେଲେ ଜଗନ୍ନାଥ
କାର୍ଯ୍ୟାକାର୍ଯ୍ୟ ବିଚାର ମୋ ହୋଇବ କେମନ୍ତ ।
ତୁମ୍ଭ ଲୀଳା ଜାଣିବାକୁ ମୋର କି ଉପାୟେ
ବ୍ରହ୍ମା ରୁଦ୍ର ଇନ୍ଦ୍ର ଯାହା ଖୋଜିଣ ନ ପାଏ ।
କାଳୀୟ ବଚନେ ଦେବ ହୋଇଲେ ସନ୍ତୋଷ
ମସ୍ତକେ ରତ୍ନକଠାଉ ଦେଲେ ହୃଷୀକେଶ ।
ନନ୍ଦ ଯଶୋଦା ପ୍ରଭୃତି ଦେଖୁଛନ୍ତି ରହି
ଗୋପୀ ରୋଗାଳ ସମସ୍ତେ ଆଚମ୍ୱିତେ ଚାହିଁ ।
କାଳୀୟ ମସ୍ତକେ ପ୍ରଭୁ ଦେଇ ପଦ୍ମପାଦ
ଆନନ୍ଦେ ମୂରଲୀ ଧ୍ୱନି କରନ୍ତି ଗୋବିନ୍ଦ ।
ପଦ୍ମଚରଣ ଲଗାଇ କାଳୀୟ ଶିରରେ
ଯାଅ ଏଥୁଁ ବୋଲି ଆଜ୍ଞା ଦେଲେ ତଦନ୍ତରେ ।
ଗରୁଡ଼କୁ ମନମଧ୍ୟେ କରନ୍ତେ ସେ ଚିନ୍ତା
ରମ୍ୟକଦ୍ୱୀପେ ଜାଣିଲା ପକ୍ଷୀ ବଳବନ୍ତା ।
ସୁମରଣ କଲେ ମୋତେ ଦେବ ଚକ୍ରଧର
ପବନହୁଁ ବେଗେ ଆସି ମିଳିଲା ଛାମୁର ।
ଗରୁଡ଼ ଦେଖି କାଳୀୟ ମନେ ଭଲ କରି
ଥୋକେ ଦୂରରେ ରହିଲା ତହୁଁ ଅପସରି ।
ଗୋବିନ୍ଦଙ୍କ ଆଗେ ଆସି ମିଳି ଖଗବର
ପୁଣ ପୁଣ ପାଦତଳେ ପଡ଼େ ଶତବାର ।
ଶ୍ରୀମୁଖକୁ ଚାହିଁ ବହୁ ସ୍ତୁତିମାନ କରି
ଖଣ୍ଡେଦୂରେ ଉଭା ହେଲା ଆଜ୍ଞା ଅବଧାରି ।
ଶ୍ରୀମୁଖରେ ଆଜ୍ଞାଦେଲେ ପ୍ରଭୁ ଗୋପୀନାଥ
ନ ଧରିବୁ କାଳୀୟରେ ତୁ ବିଦ୍ରୋହ ଚିତ୍ତ ।
ଯେତେ ନାଗବଳ ଏଥେ ଛନ୍ତି ମୃତ୍ୟୁ ପାଇ
ସମସ୍ତଙ୍କୁ ଜୀଆଅ ତୁ ଅମୃତ ଖୁଆଇ ।
ଆଜ୍ଞା ପାଇଣ ଗରୁଡ଼ ସୁଧାକଲା ବୃଷ୍ଟି
ମଲା ନାଗମାନେ ସବୁ ଜୀବ ପାଇ ଉଠି ।
ହରି ଆଜ୍ଞା ଦେଲେ ୟାଙ୍କୁ ପାଶେ ଠାବ ଦିଅ
ଅଚିନ୍ତରେ ରହିଥାନ୍ତୁ ଏହି ନାଗଚୟ ।
ଏହାଶୁଣି ଗରୁଡ଼କୁ ଯେ ହେଲା ତୋଷମତି
ପିଠିରେ ବସାଏ ନେଇ ସେ ନାଗ ସବୁନ୍ତି ।
ରମ୍ୟକ ଦ୍ୱୀପକୁ ତହୁଁ ଶୀଘ୍ର ଚଳିଗଲା
ଆପଣା ନିକଟେ ତାଙ୍କୁ ସ୍ଥାନମାନ ଦେଲା ।
କହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତ
ସ୍ୱାମୀଙ୍କର କାର୍ଯ୍ୟମାନ ଅଟେ ଅଲୋକିତ ।
ଯେଉଁ ଗରୁଡ଼ ଅଟଇ ନାଗଙ୍କ ବଇରୀ
ପ୍ରଭୁଙ୍କ ଆଜ୍ଞାରେ ତାଙ୍କୁ ନିଏ ବହିକରି ।
ହିଂସା ଭାବ ଛାଡ଼ି ତାଙ୍କୁ ସଦା ସ୍ନେହ
ଯାହାଙ୍କଠାରେ ପ୍ରଭୁଙ୍କ ହୁଏ ଅନୁଗ୍ରହ ।
ଏହିପରି ଘଟନା ଯେ ଘଟଇ ଅବଶ୍ୟ
ଏଥିରେ ସନ୍ଦେହ ନାହିଁ ଆହେ ନୃପଈଶ ।
ଅଦ୍ୟାପି ପ୍ରଭୁଙ୍କର ସେ ପାପପଦ୍ମ ଚିହ୍ନ
ପୁରୁଷାନୁଯାୟୀ ବଢୁଛନ୍ତି ନାଗମାନ ।
ଗରୁଡ଼ ରମ୍ୟକ ଦ୍ୱୀପେ ଗଲା ଯହୁଁ ଚଳି
ମାୟା ବିରଚିଲେ ତହୁଁ ଦେବ ବନମାଳୀ ।
ଗୋପାଳେ ସେ ରହିଥିଲେ କାଳିନ୍ଦୀର କୂଳେ
ଏକଲୟ କରିଣ ସେ ଚାହାନ୍ତି ସକଳେ ।
ଦେଖୁ ଦେଖୁ ଭ୍ରମଜାତ କରାଇଲେ ହରି
ପାଶରେ ମିଳିଲେ ଆସି ହସି ହସି କରି ।
ଦେଖିଣ ନନ୍ଦ ଯଶୋଦା ପରମ ଆନନ୍ଦ
ନୟନ ପାଇଲା କିବା ଆଜନମ ଅନ୍ଧ ।
ପୁତ୍ରଙ୍କୁ କୋଳେ ବସାଇ ଜନନୀ ପିଅର
କୃତକୃତ୍ୟ ହୋଇଲେ ଯେ ଅରାରୁ ଅପାର ।
ରାମକୃଷ୍ଣ ସହିତରେ ଗଲେ ଗୋପପୁରେ
ଗୀତମାନ ଗାଇ ଗାଇ ଯାଆନ୍ତି ପଥରେ ।
ଇତି ଶ୍ରୀ ଦଶମସ୍କନ୍ଧ ଭାଗବତ ରସ
ପାପାଦି ପାତକମାନ ହୋଏ ଏଥେ ଧ୍ୱଂସ ।
ପବିତ୍ର ବିଷ୍ଣୁ ପୁରାଣ ଗଙ୍ଗାଜଳ ପ୍ରାୟେ
ଇଦଂ ପଞ୍ଚବିଂଶ ଅଧ୍ୟା ସମାପତ ହୁଏ ।
ଷଣ୍ଢା ଓ ବକାସୁର ବଧ
ଏଥୁ ଅନ୍ତରେ କହନ୍ତି ଶୁକ ବ୍ରହ୍ମଯତିସାବଧାନେ ହୋଇ ଶୁଣ ସୁଭଦ୍ରାର ନାତି ।ଗହନ ହରିବଂଶ ଏ ଅଗୋଚର ଗ୍ରନ୍ଥଲେଖି ନ ସରେ କହନ୍ତେ କେ ପାଇବ ଅନ୍ତ ।ଯହିଁ ଯେତେ କୃତ୍ୟକଲେ ଦେବ ଚକ୍ରଧରଆଦ୍ୟମୂଳେ କହିବାକୁ ଭରସା କାହାର ।କେବଳ ପଦ ପଦକେ ସୁଜନଙ୍କ ହିତେଜନ ରଞ୍ଜନ ନିମନ୍ତେ ବଖାଣଇ ଗୀତେ ।ସାବଧାନେ ହୋଇ ତୁମ୍ଭେ ଶୁଣ ନରନାଥଗୁପତରେ ବୁଲୁଥିଲେ କଂସାସୁର ଦୂତ ।ସକଳ ସନ୍ଦେଶ ଘେନି ଗଲେ ଅତି ବେଗେବାର୍ତ୍ତା ଜଣାଇଲେ ଯାଇ କଂସାସୁର ଆଗେ ।ଭୋଦେବ ସାବଧାନେ ତୁ ଶୁଣ ନୃପମଣିନନ୍ଦ ଗୋପନଗରରେ ଥିଲୁ ଆମ୍ଭେ ପୁଣି ।ଅସମ୍ଭବ କଥା ସ୍ୱାମୀ ଦେଖିଲୁ ସେଠାରେଯାହା ହୋଇ ନ ପାରଇ ଦେବାସୁର ନରେ ।କାଳିନ୍ଦୀ ମଧ୍ୟେ କାଳୀୟ ନାଗ ରହିଥିଲାଚଉଦାଢ଼େ ବିଷ ଘେନି କୃଷ୍ଣଙ୍କୁ ଦଂଶିଲା ।ଘାଏ ଘୁମାଇଲେ ତହିଁ ସେ ନନ୍ଦରବଳାନବଦ୍ୱାରେ ଘୋଟିଗଲା ତାର ବିଷଜ୍ୱାଳା ।ଜଳର ଭିତରେ ଢଳି ପଡ଼ିଲା କହ୍ନାଇଗରୁଡ଼ ଆସି ତା ଆଗେ ମିଳିଲା ଗୋସାଇଁ ।ଛଣବିଡ଼ା ପରାୟେକ ଭାସୁଥିଲା ସେହିସମସ୍ତେ ଦେଖିଲେ ତାର ଦେହେ ପ୍ରାଣନାହିଁ ।ବଳରାମ ନାମେ ତାର ଜ୍ୟେଷ୍ଠ ସହୋଦରଗାରେଡ଼ିମନ୍ତ୍ରେ ଝାଡ଼ିଲା ଯାଇଁ ତା ପାଶର ।ଧଡ଼ପଡ଼େ ଉଠିଲା ସେ ଜୀବନକୁ ପାଇଏଡ଼େ ଅସମ୍ଭବ କଥା ଦେଖା ନାହିଁ କାହିଁ ।କାଳୀୟ ନାଗ ସହିତେ ଯେତେ ସର୍ପଥିଲେଗରୁଡ଼ ଭୟରେ ସର୍ବେ ପଳାଇଣ ଗଲେ ।ଆନନ୍ଦ ହୋଇଣ ତହୁଁ ରାମକୃଷ୍ଣ ଦୁଇଗୋପପୁରେ ପ୍ରବେଶିଲେ ଆହେ ଭୋଜସାଇଁ ।ତୁମ୍ଭ ମନକୁ ଯା ଆସେ କର ତା ବିଚାରଏତେ ବୋଲି ଦୂତମାନେ ହୋଇଲେ ଅନ୍ତର ।ଶୁଣିଣ କଂସାସୁରକୁ ଲାଗେ ମହାଭୟେବୋଇଲା ଏମନ୍ତ କୂଟ କଲେ ଦେବତାଏ ।ଦେବଙ୍କ ହେତୁ ମୋହର ସକଳ ସରିଲାଏକା ନନ୍ଦପୁଅ ମୋତେ କୃତାନ୍ତକ ହେଲା ।ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇଁ ହେଳେସେ ପାମର ନନ୍ଦପୁଅ ପକାଏ କନ୍ଦଳେ ।କାହା ଆଗେ କହିବଇଁ ହୃଦର ବେଦନାଅସମୟ କାଳେ କେବା ହେବ ବଜ୍ରସେହ୍ନା ।ବିଜୁଳି କନ୍ୟାର କଥା ହୋଇଲାକ ସତହୃଦୟକୁ ଶଲ ମୋର ହେଲା ନନ୍ଦସୁତ ।ଯଦ୍ୟପି କି ରାମକୃଷ୍ଣ କିଏ ଧରି ଦ୍ୟନ୍ତାଅଥବା ଜୀବନ୍ତେ ତାଙ୍କୁ ବିନାଶ କରନ୍ତା ।ଏ ମୋର କଟକେ ତାକୁ କରନ୍ତି ଯେ ମନ୍ତ୍ରୀଦେବତା ପରାୟେ ପୂଜା ପାଉଥାନ୍ତା ନିତି ।କି କରିବି କେଣେ ଯିବି ଦିଶୁନାହିଁ ବୁଦ୍ଧିନନ୍ଦର ନନ୍ଦନ ମୋର ହେଲେ ମହାବ୍ୟାଧି ।ଏତେ ବୋଲି କଂସରାଜା ହୋଇଲା ବ୍ୟାକୁଳବେନି ନୟନରୁ ତାର ବହେ ଅଶ୍ରୁଜଳ ।ଏଡ଼େ ସମ୍ପଦ ଅର୍ଜିଲି ମୋର ଭୁଜବଳେଅଖଡ଼େ ନାଶ ଯାଉଛି ପୂର୍ବ ପାପଫଳେ ।ଏମନ୍ତ ଆକୁଳ ହୋନ୍ତେ କଂସ ଦଣ୍ଡଧରକରପତ୍ର ଯୋଡ଼ି ବୋଲେ ଦୈତ୍ୟ ଷଣ୍ଢାସୁର ।ଭୋ ଦେବ ସାବଧାନେ ହୋ ଶୁଣ ମହାରାୟେଛାର ଗଉଡ଼ ଟୋକାଙ୍କୁ ଏଡ଼େ ତୋର ଭୟେ ।କର ଲେଉଟାଇଲେ ଯେ ହେବ ମସୀଗୁଣ୍ଡାଏଡ଼େକ ଦିମାକ ତାର ସେ ଶିଶୁ ଛେଉଣ୍ଡା ।ମନ କଲେ ବ୍ରହ୍ମା ମୁଁ ଓଲଟାଇ ପାରେରଣେ କିଏ ଠିଆହେବ ମୋର ସମ୍ମୁଖରେ ।ଯମର ହୋଇଲେ ମଧ୍ୟ ପୂରାଇବି କାଳଏକାଳେ ମୁଁ ବଳେ ଭାଙ୍ଗିପାରେ ସ୍ୱର୍ଗଆଳ ।ଦେବାସୁର ନାଗଙ୍କୁ ମୁଁ ମଣେ ଛେଳିପରିକାଲି ସଂହାରିବି ନିଶ୍ଚେଁ ତୋହର ବଇରୀ ।ନିଶ୍ଚିନ୍ତରେ ଭୋଗକର ଅଚଳା ବିଭୂତିଯାର ନାମେ କମ୍ପମାନ ହୁଏ ବସୁମତୀ ।ତାହାକୁ ଗଉଡ଼ଟୋକା କେତେକ ମାତରଏଡ଼େ ବୋଲି ଖଡ଼୍ଗ ଧରି ଉଠେ ମହାବୀର ।ନିଶରେ ହସ୍ତ ଦେଇଣ ବାହାସ୍ଫୋଟ ମାରେପୃଥ୍ୱୀ ଦଲଦଲ ହୁଏ ତାର ପାଦଭରେ ।ଦେଖି ତାହା କଂସାସୁର ହେଲା ଆନନ୍ଦିତରତ୍ନମାଳା ନେଇ ଗଳେ ଲମ୍ୱାଏ ତ୍ୱରିତ ।ଶାଢ଼ୀ ସୁନାବଳା ଦେଇ ବିନୟେ ବୋଲଇମୋହର ଜୀବନ ଦାତା ଅଟୁ ବୀର ତୁହି ।ତୋର ବଳ ପରାକ୍ରମ ଜାଣଇ ମୁଁ ଭଲେବ୍ରହ୍ମାଣ୍ଡକୁ ଜିଣିପାରୁ ବାବୁ ମନ କଲେ ।ଏ ଶୋକସାଗରୁ ମୋତେ କର ବାରେ ପାରିତୋର ବାହୁ ଆଶ୍ରା ସିନା ଅଟଇ ମୋହରି ।କଳ କଉଶଳେ ନନ୍ଦପୁଅଙ୍କୁ ବିନାଶତେବେ ଜଗତରେ ବାବୁ ରହିବ ମୋ ଯଶ ।ନ ମାରି ପାରିଲେ ତାଙ୍କୁ ଆଣ ବଳେ ଧରିମସ୍ତକ ମୁଁ ଛେଦିବଇଁ ଧରିଣ କଟାରି ।ରଖ ରଖ ମୋର ମାନ ଆରେ ଷଣ୍ଢାସୁରଜୟମଙ୍ଗଳା ସୁମରି ହୁଅ ତୁ ବାହାର ।ଏହିରୂପେ ଆଜ୍ଞାଦ୍ୟନ୍ତେ ବୀର ଶିରୋମଣିବକାସୁର ପାଶେ ଆସେ ମିଳିଲା ତକ୍ଷଣି ।କରପତ୍ର ଯୋଡ଼ି ବୋଲେ ଆହେ ଭୋଜପତିମୋତେ ଯିବାପାଇଁ ଏବେ ଦିଅ ଅନୁମତି ।ସାମାନ୍ୟ ନୁହନ୍ତି ସେହି ନନ୍ଦର କୁମରକି କରି ପାରିବ ଏକା ଯାଇ ଷଣ୍ଢାସୁର ।ଅସମ୍ଭବ କଥା ସେହୁ କରନ୍ତି ଗୋପରେଶକଟା ଯାମଳା ଆଦି ନାଶିଲେ ଅଳ୍ପରେ ।କାଳୀୟ ନାଗକୁ ବଳେ ଦେଲେ ଘଉଡ଼ାଇସାମାନ୍ୟ ଲୋକ କି ଏହା କରି ଯେ ପାରଇ ।ଦିଅ ଆଜ୍ଞା ଆମ୍ଭେ ଦୁହେଁ ଯିବୁ ସାଙ୍ଗ ହୋଇଦୁହିଙ୍କ ସଙ୍ଗେ ଯୁଝିବୁ ଶଉର୍ଯ୍ୟ ଦେଖାଇ ।ଶୁଣି କରି କଂସାସୁର ହେଲା ଆନନ୍ଦିତବକାସୁରକୁ କୋଳ ସେ କରିଲା ତୁରିତ ।ଶ୍ରୀହସ୍ତେ ଶାଢ଼ୀ ଦେଇଣ ଗଉରବ କଲାରତନମାଳାଏ ଆଣି ଗଳେ ଲମ୍ୱାଇଲା ।ବୋଇଲା ତୁମ୍ଭର ହେତୁ ମୁହିଁ ସିନା ରାଜାସଚରାଚର ବ୍ରହ୍ମାଣ୍ଡେ ପାଇଲଇଁ ପୂଜା ।ମନ କଲେ ବାବୁ ତୁହି ମେରୁ ପାରୁ ଟାଳିଦେବତା ଭୟ କରନ୍ତି ଦେଖି ତୋ ଶାବେଳି ।ଉଦ୍ଧର ମୋତେ ବିପଦସାଗରୁ ହେ ବୀରତୁମ୍ଭେ କେବଳ ମୋହର ସଖା ସହୋଦର ।ଗଉଡ଼ଟୋକ ହୋଇଲେ ଜୀଇଣ କଣ୍ଟକତାଙ୍କୁ ନାଶି କୀର୍ତ୍ତିଧ୍ୱଜା ଜଗତରେ ଟେକ ।ରଖ ରଖ ମାନ ମୋର ହେ ବୀରଶାର୍ଦ୍ଦୁଳଜୟ ମଙ୍ଗଳା ସୁମରି ବେଗ ହୋଇ ଚଳ ।ଭୋଜପତି ଆଜ୍ଞାପାଇ ବେନି ମହାବଳୀଖଡ଼ଗ ଶାବେଳି ଧରି ଯାଆନ୍ତି ଯେ ଚଳି ।ଅସୁର କାମରୂପୀ ସେ ନାନା ରୂପ ଧରିଦଣ୍ଡକେ ଭ୍ରମି ପାରନ୍ତି ଚତୁର୍ଦ୍ଦଶ ପୁରୀ ।ଉଲୁକ ମନ୍ତ୍ର ପଢ଼ିଣ ଦେହ କଲେ ଗୋପ୍ୟଯମୁନାନଦୀ ପାଶରେ ମିଳିଲେ କୌଣପ ।ବକରୂପେ ବକ ରହେ ଯମୁନା ତୀରରେଷଣ୍ଢରୂପେ ଷଣ୍ଢା ପଶେ ଯାଇଣ ଗୋଷ୍ଠରେ ।ଶୁଣ ହୋ ପରୀକ୍ଷ ରାଜା କହେ ଶୁକମୁନିମାୟା ସ୍ୱରୂପେ ରହିଲେ ସେହି ଦୈତ୍ୟବେନି ।ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସେ କଥାଗୋପାଳେ କାହିଁ ଜାଣିବେ ଅବା ସେ ବାରତା ।ମାୟାରୂପ ଧରି ଷଣ୍ଢା ଗୋଷ୍ଠେ ରହିଥାଏବନ ପର୍ବତେ ଗୋରୁଙ୍କ ସଙ୍ଗେ ବୁଲିଯାଏ ।ବକ ରୂପେ ବକାସୁର ଜଗିଥାଏ ବାଟଏକାକେ ସେ ରାମକୃଷ୍ଣ କେବେହେବେ ଭେଟ ।ଏକଦିନେ ଗୋପପୁଏ ସଙ୍ଗତରେ ନେଇଗୋରୁ ଚରାଇବାପାଇଁ ଚଳିଲେ ମାଧୋଇ ।ଗୋମତ ପର୍ବତ ତଳେ ପାଷାଣ ପାବଚ୍ଛସେଠାରେ ଖେଳ ଖେଳିଲେ ପ୍ରଭୁ ନନ୍ଦବତ୍ସ ।ସନ୍ନିଧରେ କୁଞ୍ଜବନ ବୃନ୍ଦାବନମାନଅମ୍ୱିକା ଆଦି କରିଣ ଦ୍ୱାଦଶ କାନନ ।ଯେବଣ କାନନ ନିଜେ ନିର୍ମାଣିଛି ଧାତାତହିଁରେ ଖେଳା କରିବେ ଜଗତ କରତା ।ଅମୂଲ୍ୟ କାନନ ତାକୁ ପଟାନ୍ତର ନାହିଁବୃଦ୍ଧବ୍ୟକ୍ତି ହେଲେ ତହିଁ ଯୁବକ ହୁଅଇ ।ଅବସନ୍ତରେ ବସନ୍ତ ବହେ ଘନ ଘନଫଳ କୁସୁମେ ପୂରିତ ଅପୂର୍ବ ଉଦ୍ୟାନ ।ବିଷ୍ଣୁର ବୈକୁଣ୍ଠ ପ୍ରାୟ ଶୋଭାକୁ ସେ ଧରେସେ ଭୂମିକୁ ପଟାନ୍ତର ନାହିଁ ତିନିପୁରେ ।ଗୋମତ ଆଶ୍ରମ ତାକୁ ତୁଳନା ବା କିସଅଙ୍ଗୁଳିରେ ଅଶ୍ୱମେଧ ଫଳ ତ ଅବଶ୍ୟ ।ଗୋମତ ପର୍ବତ ତଳେ କାଳନ୍ଦୀ ଯେ ନଦୀଗଭୀରତାରେ ପାତାଳପୁରକୁ ସେ ଭେଦି ।ଯମୁନା ନଦୀ ଦକ୍ଷିଣ ଭାଗରେ ତା ଅଛିଗୋରୁ ଅଡ଼ାଇ ସେଠାରେ ମିଳି ଗୋପବତ୍ସି ।ନଦୀରେ ପାଣି ଖୁଆଇ ଉପରକୁ ଆଣିନିଜ ନିଜ ପୁରକୁ ସେ ବାହୁଡ଼ିଲେ ପୁଣି ।ଏହିରୂପେ ପ୍ରତିଦିନ କରନ୍ତି ଗୋପାଳେଶ୍ରୀକୃଷ୍ଣଙ୍କ ହେତୁ ଚିତ୍ତେ ଭୟ ନାହିଁ ତିଳେ ।ଯେଉଁ ପ୍ରଭୁ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ଈଶ୍ୱରଗୋପରେ ମାନବରୂପେ କରି ଖେଳଘର ।ସମସ୍ତ ଗୋପାଳ ପରେ ଅଧିପତି ନନ୍ଦସ୍ୱଛନ୍ଦରେ ରହିଥାନ୍ତି ତହିଁ ଆଦିକନ୍ଦ ।ଏଥୁ ଅନନ୍ତରେ ପୁଣ କେତେ ଦିନ ଗଲାଡକାଡକି ହୋଇକରି ସବୁ ଗୋପପିଲା ।ଗୁହାଳରୁ ଗାଈମାନେ ଦେଲେ ସେ ଫିଟାଇରାମକୃଷ୍ଣଙ୍କୁ ଡାକିଲେ ଖେଳିବାର ପାଇଁ ।ଆସ ଆସ ରାମ ହରି ଯିବା କାନନକୁଚରାଇବା ପେଟଭରି ଗାଈ ବାଛୁରୀଙ୍କୁ ।ନାନା ବନ ଉପବନ ପ୍ରଭୃତି ବୁଲିବାସନ୍ଧ୍ୟା ହେଲେ ପୁଣି ନିଜ ସଦନେ ଫେରିବା ।ହେଉ ବୋଲି ବାହାରିଲେ ସଙ୍ଗେ ରାମ ହରିଗୋଷ୍ଠରୁ ଫିଟାଇଲେ ସେ ଗାଈ ବତ୍ସାତରୀ ।ହସ୍ତେ କେନ୍ଦୁବାଡ଼ି ଧରି ହୋଇଲେ ବାହାରନିର୍ଭୟରେ ଚଳିଯାନ୍ତି ବନସ୍ତ ଭିତର ।ଗୋପଶିଶୁ ସଙ୍ଗତରେ ଗାଈନାମ ଧରିଡାକନ୍ତି ଉଚ୍ଚସ୍ୱରରେ ପ୍ରଭୁ ଦଇତ୍ୟାରି ।ବଉଳି ଶ୍ୟାମଳ ଆଗୋ ଧବଳି ଗୋ କାଳିଧୀରେ ଧୀରେ ଚାଲ ତୁମ୍ଭେ ଅମଡ଼ା ନ ମାଡ଼ି ।ନକ୍ଷତ୍ର ପରାୟ ଗାଈ ବୃନ୍ଦାବନ ଯାନ୍ତିକେ କରତାଳି ମାରଇ କେ ଗୀତ ଗାବନ୍ତି ।ଚାଙ୍ଗୁ ଘୁମୁରା ମର୍ଦ୍ଦଳ କେ ବାଏ ହରଷେଶଙ୍ଖ ମହୁରୀ ବୀଣା କେ ବଜାଏ ସରସେ ।ଶ୍ରୀକୃଷ୍ଣ ମୂରଳୀ ସ୍ୱନ କରନ୍ତି ଆନନ୍ଦେଗୀତ ଗାଈ ବସଇ କେ ଯାଇ କାର କନ୍ଧେ ।ଜାମୁଡାଳ ଖୋସିଅଛି କେହି ମସ୍ତକରେଚମ୍ପକ କୁସୁମ ଶୋହେ କା ବେନି କର୍ଣ୍ଣରେ ।ମନ୍ଦାର କୁସୁମମାଳା ଲମ୍ୱାଏ କେ ଗଳେମହାମତ୍ତେ ମତୁଆଳ ସକଳ ଗୋପାଳେ ।କାର୍ତ୍ତିକ ଶୁକ୍ଳ ପଞ୍ଚମୀ ଗୁରୁବାର ଦିନପୁଷ୍ୟା ନାମରେ ନକ୍ଷତ୍ର ଅଟଇ ଯେ ପୁଣ ।ଶୁଭିନାମେ ଯୋଗ ପୁଣି ବାୟବ୍ୟ କରଣଗୋପଶିଶୁ ସଙ୍ଗତରେ ଘେନି ନାରାୟଣ ।କାନନ ମଧ୍ୟେ ପଶିଲେ ଅତି ଉତ୍ସାହରେପ୍ରବେଶ ହୋଇଲେ ଯାଇ ଯମୁନାର ତୀରେ ।ମାୟା ବିରଚିଲେ ତହିଁ ପ୍ରଭୁ ବନମାଳୀନିମିଷକେ ଗଲେ ପାଞ୍ଚ ଯୋଜନ ସେ ଚଳି ।ଅସମ୍ଭବ ବିଷ୍ଣୁ ମାୟା ନ ଜାଣନ୍ତି କେହିସର୍ବେ ମନେ ମଣୁଥାନ୍ତି କୁଞ୍ଜବନ ଏହି ।ଅନେକ ଦୂରେ ଦେଖିଲେ ଯାଇ ଏକ ଗ୍ରାମବେଦପୁର ବୋଲିଣ ସେ ଶାସନର ନାମ ।ପଦ୍ମନାଭପୁର ପାଶେ ବେଦମତୀ ନଦୀମନ୍ଦର ପର୍ବତୁଁ ଫୁଟି ବହେ ଦକ୍ଷଭେଦି ।ତା ଦକ୍ଷିଣଭାଗେ ବେଦପୁର ଯେ ପାଟଣାଦଶସହସ୍ର ପାଟଣା ଏକୁଁ ଏକ ଜିଣା ।ବଶିଷ୍ଠ ବସାଇଥିଲେ ସେ ଦିବ୍ୟଶାସନବସନ୍ତି ଯେ ନାନାଦେବୀ ସହସ୍ରେ ବ୍ରାହ୍ମଣ ।ଆବର ଅନେକ ଜାତି ଅଛନ୍ତି ସେଠାରେଧନ ଜନ ପରିପୂର୍ଣ୍ଣ ସକଳ ଗୃହରେ ।ସେ ନଗ୍ର ଭିତରେ ଯାଇ ମିଳିଲେକ ହରିସବୁ ଗୋପପୁଅ ଛନ୍ତି ରାମ ଆଦିକରି ।ସେ ଦିନ ବ୍ରାହ୍ମଣମାନେ ହୋଇ ଏକରୁଣ୍ଡବେଦବତୀ ନଦୀତୀରେ କରି ଯାଗ କୁଣ୍ଡ ।ମନ୍ତ୍ର ପଢ଼ିଣ ଆହୁତି ଦ୍ୟନ୍ତି ବୈଶ୍ୱାନରେତିଳ ତଣ୍ଡୁଳ ଯବାଦି ଘେନି ନିଜକରେ ।ପଲାଶ ଉଦୁମ୍ୱର ଯେ ଆଦି କ୍ଷୀରକାଠଭଇଞ୍ଚ ଜାମୁ ଜମ୍ୱିକ ଏ ସମିଧ ଅଷ୍ଟ ।ବ୍ରହ୍ମା ବରଣ ସେଠାରେ ସହସ୍ରେ ବ୍ରାହ୍ମଣଯଜ୍ଞେ ଯାଗନିକ କରେ ଅଗ୍ନି ଆରୋପଣ ।ଋକ ଯଜୁ ସାମାଥର୍ବ ଏହି ବେଦ ଚାରିଅନବରତରେ ବିପ୍ରେ ପଢ଼ନ୍ତି ଉଚ୍ଚାରି ।ଜ୍ୟୋତିର୍ବିଦ ଆୟୁର୍ବେଦୀ ବଇଆକରଣୀଗ୍ରାମଦେବତା ପୂଜନ୍ତି କରି ମନ୍ତ୍ରଧ୍ୱନି ।ବ୍ରହ୍ମା ବିଷ୍ଣୁ ଶିବ ଦୁର୍ଗା ଦିକ୍ପାଳ ଦେବତାଯଜ୍ଞେ ପୂଜା କରନ୍ତି ସେ ହୋଇ ଶୁଦ୍ଧଚେତା ।ଗ୍ରହଗଣ ତିଥି ବାର ନକ୍ଷତ୍ର ସହିତେଏକେ ଏକେ ପୂଜନ୍ତି ସେ ଯଥା ବିଧିମତେ ।ମନ୍ତ୍ରାଧୀନ ଦେବତାଏ ଯେଝା ଯାନେ ବସିଯଜ୍ଞ ନିକଟରେ ସର୍ବେ ପ୍ରବେଶନ୍ତି ଆସି ।ଏ ସମୟେ ମାୟା କଲେ ପ୍ରଭୁ ମାୟାଧରସକଳ ପୁଅଙ୍କୁ କ୍ଷୁଧା ଲାଗିଲା ଅପାର ।କୃଷ୍ଣଙ୍କୁ ବୋଇଲେ ଚାଲ ଗୃହେ ଫେରିଯିବାଯେଝା ଘରେ ଅନ୍ନ ଭୁଞ୍ଜି ପୁଣିହିଁ ଆସିବା ।ବତ୍ସାମାନଙ୍କୁ ଲୋଡ଼ିଣ ଦେବା ନେଇ ପାଣିବାହୁଡ଼ିଣ ପୁନରପି ଚରାଇବା ଆଣି ।କୃଷ୍ଣ ବୋଇଲେ ଏଠାକୁ ଘର ଆମ୍ଭେ ଦୂରଅକସ୍ମାତେ ମିଳିଲେକ ଆସି ଏହି ପୁର ।ପଞ୍ଚାଶ ଯୋଜନ ଆସିଗଲେ କହୁଁ କହୁଁବଡ଼କ୍ଷୁଧା ଲାଗିବଟି ଗୃହେ ଫେରିଯାଉଁ ।ଏହି ଶାସନେ ମାଗିଣ ଅନ୍ନ ଯେ ଭୁଞ୍ଜିବାବ୍ରାହ୍ମଣଙ୍କ ଯଜ୍ଞ ଦେଖି ବାହୁଡ଼ିଣ ଯିବା ।ପ୍ରତ୍ୟକ୍ଷରେ ବୈଶ୍ୱାନର ସେଠାରେ ଅଛନ୍ତିମୂର୍ତ୍ତିମନ୍ତେ ସର୍ବଦେବ ଚରୁକୁ ଭୁଞ୍ଜନ୍ତି ।ଏତେଦୂର ଆସିଥାଇ ନ ଦେଖିଲେ ତାହାକେଉଁପରି ଫେରିଯିବା କହୁଅଛ ଏହା ।ଏତେ ବୋଲି ପଶିଲେକ ସର୍ବେ ତହିଁ ଯାଇଆଗପଛେ ଗୋପବାଳେ ଅଛନ୍ତି ଗୋଡ଼ାଇ ।ଗଗନୁ ଖସି ପଡ଼ଲେ କିବା ତାରାପନ୍ତିତହିଁ ମଧ୍ୟରେ ଉଦୟ ଅବା ଚନ୍ଦ୍ରଜ୍ୟୋତି ।କାହ୍ନୁ ସଂକର୍ଷଣ ତେହ୍ନେ ପାଉଛନ୍ତି ଶୋଭାଲାବଣ୍ୟ କୋଟିନିଧିକୁ କାମଦେବ ପ୍ରଭା ।ନୀଳେନ୍ଦୀ ଦଳ ପରାୟେ ବିକାଶଇ ତନୁନୀଳମେଘରେ ଯେସନ ଶୋହେ ଇନ୍ଦ୍ରଧନୁ ।ବରହିପୁଚ୍ଛ ପରାୟ ତାଳୁପରେ ଚୂଳଆଜାନୁ ଭୁଜ ବିସ୍ତାର ଅଟେ ବକ୍ଷସ୍ଥଳ ।କର୍ଣ୍ଣରେ କୁଣ୍ଡଳ ବେନି ଢଳଢଳ ଲୁଳେକଟିରେ ଝୀନବସନ କଠାଉ ପୟରେ ।ଅପାଙ୍ଗ ଲୋଚନ ଡୋଳା ଚଞ୍ଚଳ ଚାହାଣିଅଣ୍ଡିର କୋକିଳ ସମ ଉଚ୍ଚାରିବା ବାଣୀ ।ବିମ୍ୱଫଳକୁ ଜିଣିଣ ଶୋହଇ ଅଧରଭ୍ରୁଲତା କି ଅବା କାମଦେବ ପଞ୍ଚଶର ।ପଦ୍ମବନ ମଧ୍ୟେ ଯେହ୍ନେ ରାଜହଂସ ମେଳାତେସନ ଶୋଭା ପାଆନ୍ତ ଯଶୋଦାଙ୍କ ବଳା ।ବ୍ରାହ୍ମଣମାନେ ସମସ୍ତେ ଯଜ୍ଞେ ଛନ୍ତି ରହିଅନ୍ନାଦି ରାନ୍ଧି ବ୍ରାହ୍ମଣୀ ଛନ୍ତି ପଥ ଚାହିଁ ।ଏକାଳେ ଶାସନ ମଧ୍ୟେ ପଶିଲେ ଶ୍ରୀହରିସମସ୍ତେ ଚାହିଁ ଅଛନ୍ତି ଏକଦୃଷ୍ଟି କରି ।କେ ବୋଲେ ଅମର ତେଜି ଆସେ ମଘବାନକିବା ଅଇଲେ ବୈକୁଣ୍ଠ ତେଜି ଭଗବାନ ।କେହୁ ବୋଇଲେ ଦେବତା ପଶୁପତି କିବାକେ ବୋଲେ ଗନ୍ଧର୍ବରାଜ ଅଇଲା କି ଅବା ।ଯମ କୁବେର ବରୁଣ ଧରି ବାଳମୂର୍ତ୍ତିସୁନ୍ଦର ସୁସଞ୍ଚରୂପେ ଆସି ବିଜେ କ୍ଷିତି ।ହର କୋପାନଳେ କାମ ଥିଲା ଦଗ୍ଧ ହୋଇମୂର୍ତ୍ତିମନ୍ତ ହୋଇ କିବା ପୁଣି ସେ ଆସଇ ।କେ ବୋଲେ ଚନ୍ଦ୍ରଦେବତା ରୋହିଣୀର କାନ୍ତନରରୂପେ ମର୍ତ୍ତ୍ୟପୁରେ କି ଅବା ଆଗତ ।କେହୁ ବୋଲେ ଏହୁ ପୁରେ ପୁଣ୍ୟ ବିକାଶିଲାକଳପନା କାମନିଧି ଏଠାକୁ ଆସିଲା ।କେ ବୋଲେ ମୋହର ଘରବରେ ନାହିଁ କାର୍ଯ୍ୟଯେ ଯାହା ବୋଲିବ ମୋତେ ବୋଲୁପଛେ ଆଜ ।ଛାଡ଼ିବଇଁ କୁଳଲଜ୍ଜା ହେବି ୟାର ଦାସୀଏଥିପାଇଁ ପଛେ ମୋତେ କରୁଥାନ୍ତୁ ଦୋଷୀ ।କେଉଁ ବ୍ରାହ୍ମଣୀ ବୋଲଇ ମୋର ପୁଣ୍ୟ ନାହିଁଅନୁକ୍ଷଣେ ଦେଖୁଥାନ୍ତି ୟାର ମୁଖ ମୁହିଁ ।କୋଟିଏ ଯୁଗ ଦୁଷ୍କୃତ କରନ୍ତି ବିନାଶକୌଣସି ଦେବତା ଏହି ନୁହଇ ମନୁଷ୍ୟ ।କେ ବୋଲେ ଏମନ୍ତ ରୂପ ଦେଖିଲା ତ ନାହିଁକେବୋଲେ କାହୁଁ ଅଇଲେ ପଚାହର ଗୋ ଯାଇ ।କେବଣ ଜାତି ଗୋ କେଉଁ ନାମ ଏହାଙ୍କରକି ନିମନ୍ତେ ଅଇଲେ ଗୋ କାହିଁ ୟାଙ୍କ ଘର ।ସଙ୍ଗରେ ପୋଏ ଅଛନ୍ତି ତାଙ୍କ ପୁଣ୍ୟ ଭଲାକେତେକାଳ ବସି ଧାତା ଅବା ଗଢ଼ିଥିଲା ।ଧବଳ ରୂପକୁ କଳାରୂପ ଗୋ ବଳଇୟାଙ୍କ ରୂପ ଦେଖି ନେତ୍ରେ କୃତାର୍ଥ ହେଲାଇଁ ।ଜଟାମୁକୁଟ ମସ୍ତକେ ଶୋହେ ଦିବ୍ୟମଣିଶିରେ ମଉଳି ମଣ୍ଡିତ ନାଗ ସପ୍ତଫେଣି ।କଣ୍ଠତଟେ ଶୋଭାପାଏ କୁସୁମର ମାଳାୟାଙ୍କରୂପ ଦେଖି କେବା ନୋହିବ ବାଉଳା ।ଏତେ ବୋଲି ବ୍ରାହ୍ମଣୀଏ ହୋଇ ଧରାଧରିରାମକୃଷ୍ଣ ପାଶେ ମିଳି ପୁଚ୍ଛନ୍ତି ଏପରି ।କେବଣ ନାମ ତୁମ୍ଭର କେଉଁଠାରେ ଘରକିଏ ସେ ତୁମ୍ଭର କହ ଜନନୀ ପିଅର ।କି ନିମନ୍ତେ ଏହିଠାକୁ ଆସିଅଛ ଅବାଏଥିର ବାରତା କହି ସଂଶୟ ଫେଡ଼ିବା ।ଶ୍ରୀହରି ବୋଲନ୍ତି ତାଙ୍କୁ ଶୁଣ ଶୁଭ୍ରକେଶିଗୋପପୁରେ ଘର ଆମ୍ଭେ ନନ୍ଦଙ୍କର ଶିଷି ।ବାଛୁରୀ ଚରାଉଁ ଆମ୍ଭେ ପଥ ହେଲୁ ବଣାକେତେଦୂର ଅଈଲୁଣି ନ ପାଉ କଳନା ।ଏଠାରେ ପ୍ରବେଶ ଆମ୍ଭେ ହୋଇଲୁଁ ନ ଜାଣିଏତେବେଳେଯାଏ ଆମ୍ଭ ନାହିଁ ଅନ୍ନପାଣି ।ଶୁଣିଣ ବ୍ରାହ୍ମଣୀମାନେ ହୋଇଲେ ଉସତନିଜ ନିଜ ଘରୁ ସବୁ ଆଣିଦେଲେ ଭାତ ।ଗୋପପୁଅଙ୍କ ସଙ୍ଗତେ ରାମ ଶିରୀଧରଆନନ୍ଦେ ଖାଇ ସନ୍ତୋଷ କରିଲେ ଉଦର ।ତତକ୍ଷଣେ ଅନ୍ତର୍ଦ୍ଧାନ ହୋଇଗଲେ ତହୁଁପ୍ରବେଶ ହୋଇଲେ ଆସିଥିଲେ ପୂର୍ବୁ ଯହୁଁ ।ଯାହାଙ୍କର ମାୟା ଦେବାସୁରେ ଅଗୋଚରତାହାଙ୍କୁ ଚିହ୍ନିବେ ଅବା କାହୁଁ ସ୍ତିରୀ ଛାର ।ଯାଗଶାଳରୁ ବ୍ରାହ୍ମଣେ ଗଲେ ଯେ ଯାହାରେପ୍ରବେଶ ହୋଇଲେ ଯାଇ ଆପଣା ମନ୍ଦିରେ ।ଭର୍ତ୍ତାମାନଙ୍କୁ ବୋଇଲେ ଆସି ବିପ୍ରନାରୀନନ୍ଦନନ୍ଦନ ସେ ଆଣିଥିଲେ ଆମ୍ଭ ପୁରୀ ।ଗୃହେ ଗୃହେ ମାଗି ଅନ୍ନ ଭୁଞ୍ଜିକରି ଗଲେନବଘନ ରୂପ ଆମ୍ଭେ ଦେଖିଲୁଁ ବୋଇଲେ ।ଶୁଣିଣ ବ୍ରାହ୍ମଣମାନେ କରିଲେ ବିଚାରଅଖିଳ ବ୍ରହ୍ମାଣ୍ଡନାଥ ସେ ନନ୍ଦକୁମର ।କଳ୍ପଯାଏ ଯୋଗୀ ଯାକୁ କରୁଥାନ୍ତି ଲୟେପୁରୁଷଙ୍କର ଉତ୍ତମ ପ୍ରଭୁ ଦେବରାୟେ ।ଧନ୍ୟ ତୁମ୍ଭେ ନାରୀମାନେ ଧନ୍ୟ ତୁମ୍ଭ ତପଚର୍ମ ନୟନେ ଦେଖିଲ ସେ ପରମ ତପ ।ତୁମ୍ଭଙ୍କୁ ଦେଖିଲୁଁ ଆମ୍ଭେ ଧନ୍ୟ ଆମ୍ଭ ଜନ୍ମଏତେ ବୋଲି ପତ୍ନୀଗଣେ କଲେ ମାନ୍ୟ ଧର୍ମ ।ଏଥୁ ଅନନ୍ତରେ ରାମ ସଙ୍ଗେ ଜନାର୍ଦ୍ଦନଗୋପାଳପୁଅଙ୍କୁ ଘେନି ବିହରନ୍ତି ବନ ।ଧେନୁ ବରଡ଼ିଆ ବତ୍ସା ଅଣ୍ଡିର ଯେ ମାଈନନ୍ଦ ନୃପତିର ଗାଈ କଳନା ନ ଯାଇ ।ସେ ସମସ୍ତଙ୍କୁ ଉତ୍ତମ ଘାସ ଜାଗା ଦେଖିଚରାଅନ୍ତି ଗୋପବାଳେ ହୋଇ ଡକାଡକି ।ଚରାଉଁ ଚରାଉଁ ବେଳ ହେଲା ଅବସାନଏକତ୍ର ହୋଇଣ ତହୁଁ ଗୋପ ଶିଶୁଗଣ ।ବନ ପରବତୁ ଗାଈ ଅଡ଼ାଇ ଆଣିଲେନଦୀରେ ପାଣି ପିଆଇ ପୁରେ ବାହୁଡ଼ିଲେ ।ଶୁକମୁନି ବୋଇଲେ ହେ ଶୁଣ ନୃପବରଗୁପତରେ ରହିଥିଲେ ଷଣ୍ଢା ବକାସୁର ।ଦୁହେଁ ଯାକ ବିଚାରିଲେ ଏକମନ ହୋଇକଂସ ପଠାଇଲେ ଶତ୍ରୁ ମାରିବାର ପାଇଁ ।ଆଜି ପର୍ଯ୍ୟନ୍ତ ତାହାର ନ କଲେ ତ କାର୍ଯ୍ୟକିସ ବୋଲିବ ଆମ୍ଭଙ୍କୁ ବୀର ଭୋଜରାଜ ।କଳେ କଉଶଳେ ଆମ୍ଭେ ଶତ୍ରୁ ସଂହାରିବାତେବେ ସିନା ଲୋକମୁଖେ ପୌରୁଷ ପାଇବା ।ଏତେ ବିଚାରି ସେ ଦୁହେଁ ଧରି ଏକମୂର୍ତ୍ତିରାମକୃଷ୍ଣଙ୍କୁ ଏକତ୍ରେ ଝାମ୍ପିଲେ ଝଟତି ।ଆକାଶମାର୍ଗେ ତାଙ୍କର ଶିର ଲାଗେ ଯାଇଗର୍ଜ୍ଜଇ ଯେ ଷଣ୍ଢାସୁର ବାହାନାଦ ଦେଇ ।ଖୁରାଘାତେ କମ୍ପୁଅଛି ଚଉଦ ବ୍ରହ୍ମାଣ୍ଡନିଃଶ୍ୱାସ ବାତ କି ଅବା ଅଣଞ୍ଚାଶ ଖଣ୍ଡ ।ପ୍ରଫୁଲ୍ଲିତ ରୋମାବଳି ବଙ୍କିମ ଚାହାଣୀଲାଙ୍ଗୁଡ଼ ପୁଚ୍ଛେ ଉହାଡ଼ି ହେଲେ ଦିନମଣି ।ଶଗଡ଼ଚକ ପରାୟେ ଦିଶେ ନେତ୍ର ବେନିଅଛିଦ୍ରେ ପୂରିଲା ଚରାଚର ଯେ ମେଦିନୀ ।କଂସ ସମାନେ ଅଟନ୍ତି ସେହି ବେନି ବୀରପୃଥିବୀ ନ ସହିପାରେ ଯାହାଙ୍କର ଭାର ।କଂସର ଆଜ୍ଞା ପାଇ ସେ ଛନ୍ତି ପରିଘାଇଆସିଛନ୍ତି ରାମକୃଷ୍ଣ ସଂହାରିବା ପାଇଁ ।ଅପାର ଦିନୁ ସେ ଥିଲେ କ୍ଷୁଦ୍ରରୂପ ହୋଇଆସିଣ ସମର କଲେ ବେଳକାଳ ପାଇ ।ଅସୁରଙ୍କର ସ୍ୱରୂପ ଦେଖି ତେଜୋମୟସ୍ୱର୍ଗେ ଦେବତାମାନଙ୍କୁ ଲାଗେ ବଡ଼ ଭୟ ।ବୃହସ୍ପତିଙ୍କୁ ପୁଚ୍ଛଇ ଦେବ ମଘବାନଷଣ୍ଢା ବକା କେତେବେଳେ ହୋଇବେ ନିଧନ ।ବଡ଼ ପ୍ରତାପୀ ଦଇତେ ମାୟାରୂପ ଧାରୀନ ପୁଣ ସ୍ୱର୍ଗ ଭୁବନ କରନ୍ତି ସେ ଜୁରି ।କଂସର ସମାନ ବଳ ଧରନ୍ତି ଶରୀରେଦେଖି ବଡ଼ ଭୟ ମୋର ଜନ୍ମଇ ହୃଦରେ ।ବୃହସ୍ପତି ବୋଇଲେକ ଶୁଣ ଶଚୀପତିଷଣ୍ଢା ବକା ଏହିକ୍ଷଣି ହେବେ ବିନଶ୍ୟତି ।ଶ୍ରୀହରିଙ୍କର କରରେ ହୋଇବେ ବିନାଶହୃଦୟରୁ ଚିନ୍ତା ତେଜ ଆହେ ଦେବଈଶ ।ଏଣେ ସେ ଦଇତ ବେନି ହୋଇ କୋପାନଳରାମ କୃଷ୍ଣଙ୍କ ଉପରେ ହେଲେ ଅନ୍ତରାଳ ।କହୁଁ କହୁଁ ଉପରକୁ ପଡ଼ିଲେକ ମାଡ଼ିଯେସନେ ବେନି ପର୍ବତ ଏକତ୍ରରେ ପଡ଼ି ।ଖଣ୍ଡେ ଦୂରରେ ଦେଖିଲେ ଥାଇ ଗୋପବାଳେପଛକୁ ନ ଚାହିଁ ସର୍ବେ ପଳାନ୍ତି ସକଳେ ।କେହୁ ବନ ଲତା ମଧ୍ୟ ଲୁଚିଲେକ ଯାଇକେହୁ ପର୍ବତ ଉପରେ ଉଠେ ଭୟ ପାଇ ।କେ ବୃନ୍ଦାବନେ ପଶିଲେ କେ ପଶିଲେ ଜଳେଘରକୁ ପଳାଇଗଲେ ଥୋକାଏ ଗୋପାଳେ ।ଏକା ରାମକୃଷ୍ଣ ଛନ୍ତି କାଳିନ୍ଦୀର ତଟେକହୁଁ କହୁଁ ଦଇତେ ଯେ ମିଳିଲେ ନିକଟେ ।ମହା ବିକରାଳ ରୂପ ଧରି ବକାସୁରଥଣ୍ଟ ପ୍ରହାରିଲା ନେଇ ରାମଙ୍କ ଉପର ।ପର୍ବତହୁଁ ଆଣ୍ଟ ବକାସୁର ଥଣ୍ଟଗୋଟିକିଞ୍ଚିତରେ ପ୍ରହାରିଲେ ମେରୁ ଯିବ ଫାଟି ।ସେ ଥଣ୍ଟ ବାଜନ୍ତେ ବଳଦେବ ବକ୍ଷସ୍ଥଳେଉଠିଲା ପ୍ରଚଣ୍ଡ ବହ୍ନି ତେଜ ଅନ୍ତରାଳେ ।ବକ୍ଷସ୍ଥଳେ ବାଜନ୍ତେଣ ନୋହିଲାକ କିଛିସ୍ତମ୍ଭୀଭୂତରେ ଅସୁର ମନେ ମନେ ପାଞ୍ଚି ।ପୁଣି ଆରବେଳ ଥଣ୍ଟ ମାରେ ଲେଉଟାଇଦେଖି ବଳରାମ ଅଙ୍ଗ ପାତିଦେଲେ ନେଇ ।ବାରମ୍ୱାର ଥଣ୍ଟ ନେଇ ପ୍ରହାରଇ କିନାଗଳଗାଜି ଯୁଦ୍ଧକଲା ବକାସୁର ଜେନା ।ଥଣ୍ଟଘାତେ ବିଦାରଇ ରାମ ବକ୍ଷସ୍ଥଳଦେଖିକରି କୋପାନଳ ହେଲେ କାମପାଳ ।ଦକ୍ଷିଣ କରରେ ଧରି ମାରି ବଜ୍ର ମୁଷ୍ଟିବାମକରେ ଧଇଲେକ ତଚାର ଥଣ୍ଟଗୋଟି ।ଦୁଇ ହାତେ ଦୁଇ ଥଣ୍ଟ ଧରି ହଳଧାରୀଦୁଇଫାଳ କରି ତାକୁ ପକାଇଲେ ଚିରି ।ଯେମନ୍ତେ ଜୀର୍ଣ୍ଣ ବସ୍ତ୍ରକୁ ଚିରଇ ରଜକସେହିମତ କରି ହଳୀ ଚିରିଲେକ ବକ ।ପଡ଼ିଲା ବକାସୁର ସେ ବେନିଫାଳ ହୋଇଲୁଚି ପୋଏ ଦେଖୁଥାନ୍ତି ଖଣ୍ଡେଦୂରେ ରହି ।ବକା ପଡ଼ିବାର ଦେଖି ଷଣ୍ଢା ବେଗେ ଗର୍ଜିଶ୍ରୀକୃଷ୍ଣ ଉପରେ ଦୈତ୍ୟ ପଡ଼େ ଗଳଗାଜି ।ବୁଲାଇଣ ବେନିଶୃଙ୍ଗ ପ୍ରହାରିଲା ଆଣିଆଗରୁ ଶ୍ରୀକୃଷ୍ଣ ଥିଲେ ସେହି କଥା ଜାଣି ।ହାବୋଡ଼ନ୍ତେ ମାଇଲେକ ଆଣ୍ଟେ ବଜ୍ରନାତଜାନୁଭଗ୍ନ ହୋଇକରି ପଡ଼ିଲା ଦଇତ ।ପଡ଼ୁ ପଡ଼ୁ ତାକୁ ସ୍ୱାମୀ ଧଇଲେକ ତୋଳିପୁଚ୍ଛ ଧରି ଗିରିପରେ ପିଟି ବନମାଳୀ ।ଅନ୍ତରୀକ୍ଷେ ବୁଲାଇଣ ଦେଲେ ଫୋପଡ଼ାଇସମୁଦ୍ର ମଧ୍ୟରେ ଦୈତ୍ୟ ପଡ଼ିଲାକ ଯାଇ ।ଗୋବିନ୍ଦଙ୍କ କରେ ବଧ ହେଲା ଦୈତ୍ୟଷଣ୍ଢସମୁଦ୍ରେ ପଡ଼ିଲା ଯହୁଁ ତାର ମୃତପିଣ୍ଡ ।ଦେଖିକରି ଦେବଗଣେ କଲେ ଜୟେ ଜୟେଆଶ୍ଚର୍ଯ୍ୟ ହୋଇଲେ ତାହା ଦେଖି ଗୋପପୁଏ ।ଗିରି ପ୍ରମାଣେ ଉତ୍ସର୍ଗ ଅସୁରର ପିଣ୍ଡଟେଳା ପରି ସାଗରରେ ପଡ଼େ ଗଣ୍ଡିମୁଣ୍ଡ ।ହରି ବଳରାମ ହସ୍ତେ ଦୁହେଁ ଗଲେ ନାଶଅନାୟାସରେ ଲଭିଲେ ଯାଇ ସ୍ୱର୍ଗବାସ ।ପୁଷ୍ପକ ବିମାନ ପରେ ବସିଣ ସେ ଦୁହେଁଅମର ପୁରକୁ ଗଲେ ଦେଖନ୍ତି ସଭିଏଁ ।