ଚନ୍ଦ୍ରସେଣାର ଅପମାନ — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଏକ ଦିନକର କଥା ଅତ୍ୟନ୍ତ ବିଚିତ୍ର ।
ସର ଲବଣୀ ଖାଇଣ ଦିନେ ଭଗବାନ
ପଲ୍ୟଙ୍କ ଉପରେ କରିଥିଲେ ସେ ଶୟନ ।
ପ୍ରହରେକ ରାତ୍ର ଯହୁଁ ହୋଇଲା ଅତୀତ
ମନ ମଧ୍ୟରେ ଭାବିଲେ ଦେବ ଜଗନ୍ନାଥ ।
ରାଧିକା ସଙ୍ଗରେ ଆଜି ହୋଇବ ମିଳନ
ମୋହଠାରେ ଶ୍ରଦ୍ଧାକରେ ବିଶେଷେ ସେ ପୁଣ ।
ତା ପରି ନାୟିକା ଜଣେ ଗୋପନଗ୍ରେ ନାହିଁ
ମୋହ ପାଇଁ ଜନ୍ମିଅଛି ସିନା ଗୋପଗୋଈ ।
ଏତେ ଭାଳିଣ ପଲ୍ୟଙ୍କ ତେଜି ଜନାର୍ଦ୍ଦନ
ରାଧିକା ପୁରରେ ଯାଇ ମିଳିଲେ ତକ୍ଷଣ ।
କବାଟ କିଳିଣ ଶୋଇଥିଲା ଚନ୍ଦ୍ରାବଳୀ
ରାଈ ରାଈ ବୋଲି ଡାକ ଦ୍ୟନ୍ତି ବନମାଳୀ ।
ସେ ଡାକ ଶୁଣିଣ ରାଧା ହୋଇ ତର ତର
କବାଟରୁ ଫିଟାଇଲେ ଯାଇଣ ସତ୍ୱର ।
ରାଧାକୃଷ୍ଣ ଏକସଙ୍ଗେ ହୋଇଲେ ମିଳନ
ଶୋଇ ପଡ଼ିଲେକ ତହିଁ ପ୍ରଭୁ ଭଗବାନ ।
ଏ ସମୟେ ରାତ୍ରଗୋଟି ହୋଇଲା ପ୍ରଭାତ
ଯେ ଯାହାର ନିତ୍ୟକର୍ମେ ଲାଗିଲେ ସମସ୍ତ ।
ଏସନ ଚରିତ ଆନ ନ ଜାଣନ୍ତି କେହି
ମାୟାଧର ମାୟଜାଲ ଅଛନ୍ତି ମେଲାଇ ।
ରଜନୀ ପାହାନ୍ତେ ବେଳ ଘଡ଼ିଏ ହୋଇଲା
ଦେବଆଳମାନଙ୍କରେ ଶଙ୍ଖଧ୍ୱନି ହେଲା ।
ଗୋପାଳେ ଉଠିଣ ଯେଝା କାର୍ଯ୍ୟରେ ମାତିଲେ
ଗୋପାଳୁଣୀ ଶଯ୍ୟା ତେଜି ପାଇଟି କରିଲେ ।
ଏ ସମୟେ ଚନ୍ଦ୍ରସେଣା ଗୋଷ୍ଠେ ଯାଇଥିଲା
ଦୁଧଭାର ଘେନି ଗୃହେ ପ୍ରବେଶ ହୋଇଲା ।
ରୁଞ୍ଜ ଗୁଞ୍ଜ ମାଳି କଣ୍ଠେ ହସ୍ତରେ ଛନ୍ଦଣି
ପଘା ଦାଉଣ୍ଡି ଘାଗୁଡ଼ି କଟୀତଟେ ପୁଣି ।
ଶରୀରୁ ତ୍ରିପଣ୍ଡ ଝାଳ ପଡ଼ୁଅଛି ଖସି
ଦୁଧଭାର ଘେନି ଧାଏଁ ଅଣନିଶୁଆସି ।
ଆପଣା ମନ୍ଦିରେ ଆସି ପ୍ରବେଶ ହୋଇଲା
ଥିର କରି ଭାର ନେଇ ଗୃହରେ ଥୋଇଲା ।
ଏକ ଦୃଷ୍ଟି କରି ଗୃହମଧ୍ୟେ ଦେଲା ଚାହିଁ
ରାଧା ମାଧବ ପଲ୍ୟଙ୍କେ ଅଛନ୍ତି ଯେ ଶୋଇ ।
ଦେଖି ଚନ୍ଦ୍ରସେଣା କମ୍ପେ ଅତି କ୍ରଧୋଭରେ
କାହିଁଯିବ ବଧିବଇଁ ଆଜି ମୁଁ ତୁମ୍ଭରେ ।
ଚୋର ଘରେ ସବୁଦିନେ ଥାଏ କି ଆଲୁଅ
ଏହିପରି ପ୍ରତିଦିନ ଏକତ୍ରରେ ଶୁଅ ।
ନ ଜାଣି ରାଧିକାକୁ ମୁଁ ଭଲ ବୋଲି କହେ
ଦୋଚାରୁଣୀ କେହି ନାହିଁ ଏହାର ପରାୟେ ।
ନନ୍ଦପୁଅର ଏଡ଼ିକି ସାହସକୁ ଦେଖ
ଚୋରିବୃତ୍ତି ନ ଗଲା ତ ଏହାର କାଳକ ।
କ୍ରୋଧ ଭରେ ଗୋପାଳ ଯେ କାମୁଡ଼େ ଦଶନ
କାଳସର୍ପ ପ୍ରାୟ ଗର୍ଜ୍ଜେ ପୁଣି ଘନ ଘନ ।
ମୁଣ୍ଡ ଛେଚିବି ବୋଲିଣ ହସ୍ତେ ଧରେ ବାଡ଼ି
ହାତ ଗୋଡ଼ ଭାଙ୍ଗିଦେବି ଜୀବନ୍ତାରେ ଛାଡ଼ି ।
ପୁଣି ବିଚାରଇ ମନେ ଏମନ୍ତ ପ୍ରକାର
ନାମ ଏହାର କିସ ଯେ କାହିଁ ୟାର ଘର ।
ଏତେବୋଲି ଚାହିଁଲାକ ନେତ୍ର ମେଲିକରି
ବୋଲେ ଏ ଯଶୋଦା ସୁତ ନିଶ୍ଚେଁ ଦେବହରି ।
ଏହାର ତ ଚୋରିପଣ ବିକାଶଇ ବାଟେ
ଅକଳରେ ଆସି ଆଜି ପଡ଼ିଲା ମୋ ଭେଟେ ।
ମୁଁ ଏବେ ମାଇଲେ କିଛି ପ୍ରୟୋଜନ ନାହିଁ
ନନ୍ଦ ଯଶୋଦାଙ୍କୁ ଆଗ ଆଣିବଇଁ ଯାଇ ।
ଏତେ ବୋଲିଣା ଗୋପାଳ କବାଟକୁ ଦେଇ
କେନ୍ଦୁବାଡ଼ି ଧରି ତହୁଁ ବେଗରେ ଧାମଇଁ ।
ଲୋକଙ୍କ ଆଗରେ ଯେବେ ବୋଲଇ ସେ କଥା
ପୂର୍ବକଥା ଭାବି ସର୍ବେ ବୋଲନ୍ତି ଏ ମିଥ୍ୟା ।
ମନେ ମନେ ଭାଳେ ଆଜି ଖୁଆଇବି ମାଡ଼
ନ ବୁଝିଲେ ଭାଙ୍ଗି ଦେବି ନିଶ୍ଚେଁ ହାଡ଼ଗୋଡ଼ ।
ନାନା ଅନୀତି ଏହାର ସହିବା ବା କେତେ
ଗୋପନଗ୍ରେ ଆନ କେହୁ କରନ୍ତା ଏମନ୍ତେ ।
ଦୁଧ ଲବଣୀ ସକଳ ଚୋରାଇ ଖାଇଲା
କିଛି ନ କହିବାରୁ ୟା ମନ ବଢ଼ିଗଲା ।
ଏତେ ବିଚାରିଣ ସେହୁ ଚଳେ ଅତି ବେଗେ
ଧାତିକାରେ ମିଳିଲାକ ଯାଇ ନନ୍ଦ ଆଗେ ।
ଖଣ୍ଡେ ଦୂରରୁ ଦେଖଇ ଅସମ୍ଭବ ରୀତି
ବଳଦେବ ସହିତରେ ବିଜେ ଯଦୁପତି ।
ଚନ୍ଦ୍ରସେଣାକୁ ବୋଲନ୍ତି ପ୍ରଭୁ ବନମାଳୀ
ମାମୁଁ କାଲି ଭଣ୍ଡିଗଲ ଆଣିଛ କି କୋଳି ।
ଶୁଣି ତାହା ଚନ୍ଦ୍ରସେଣା ହୋଇଲା ଲଜ୍ଜିତ
ଭାଳଇ ଏହା ତ ମୋତେ ଲାଗେ ଆଚମ୍ୱିତ ।
ରାଧାସଙ୍ଗେ ରହିଥିଲା ମୋ ପୁରେ ଶ୍ରୀହରି
ଏହିଠାକୁ ଏବେ ଏହୁ ଆସିଲା କିପରି ।
କିଛି ନ କହିଣ ତହୁଁ ଲେଉଟିଣ ଗଲା
ଆପଣା ପୁରରେ ଯାଇ ପ୍ରବେଶ ହୋଇଲା ।
ଦେଖିଲା ପଲ୍ୟଙ୍କେ ରାଈ ନିଦେ ଅଛି ଶୋଇ
ଲଜ୍ଜା ପାଇ ରହିଲା ସେ ସ୍ତମ୍ଭୀଭୂତ ହୋଇ ।
ଉଠ ଉଠ ଚନ୍ଦ୍ରାବଳୀ ଡାକ ଦିଏ ପୁଣି
ଭାଙ୍ଗି ଯାନ୍ତେ ନିଦ୍ରା ଉଠି ବସେ ଗୋପାଳୁଣୀ ।
ଚନ୍ଦ୍ରସେଣା ବୋଲେ ରାଧା ଥିଲୁ ନିଦ୍ରା ଯାଇ
ଆଉ ଜଣେ ତୋର ପାଶେ କିଏ ଥିଲା ଶୋଇ ।
ରାଧିକା ବୋଲେ ଦୂରହୁଁ ଆସିଥିଲୁ ଚାଲି
ଦଉଡ଼ ଧାପରେ ଦେଖାଗଲା ସେହି ଭଳି ।
ପିତ୍ତଚେଷ୍ଟା ହେଲା କିବା ଧରେ ଆମବାତ
କିବା କାଦମ୍ୱରୀ ପାନେ ହେଲ ତୁମ୍ଭେ ମତ୍ତ ।
କି ଅବା ଉତ୍କଟ ବ୍ୟାଧି ଉପୁଜିଲା କାୟେ
ନୋହିଲେ ତୁମ୍ଭଙ୍କୁ କେହ୍ନେ ଦିଶନ୍ତା ଏ ପ୍ରାୟେ ।
ଲାଜପାଇ ଚନ୍ଦ୍ରସେଣା ହୋଇଲାକ ତୁନି
କଉତୁକେ ଭର୍ତ୍ତାକୁ ଯେ ଭଣ୍ଡିଲା କାମିନୀ ।
ଅଚ୍ୟୁତ ପାଦୁକା ଭଜି ବୋଲଇ ଅଚ୍ୟୁତ
ନାରୀଙ୍କି ବିଶ୍ୱାସ ଯିବା ନୁହଇ ଉଚିତ ।
ଶ୍ରୀକୃଷ୍ଣଙ୍କର ବନବିହାର ଓ ମଦନା ବୃନ୍ଦାବତୀ କଳହ
ଶୁକ ବୋଇଲେକ ଶୁଣ ଆହେ ନୃପମଣିଗୋବିନ୍ଦଙ୍କ ବାଳଲୀଳା ହରିବଂଶ ବାଣୀ ।ଏଥୁଅନ୍ତେ କିଛିଦିନ ହୋଇଲା ଅତୀତଦିନେ କୁଞ୍ଜବନେ ଯାଇ ମିଳିଲେ ଅଚ୍ୟୁତ ।ଶ୍ରୀକରେ ବିରହବଂଶୀ ମାଥେ ଦିବ୍ୟଚୁଳପୟରେ କଠାଉ କଣ୍ଠେ କଦମ୍ୱର ମାଳ ।ବାହେ ବାଜୁବନ୍ଧ କଟୀତଟରେ ଘାଗୁଡ଼ିକସ୍ତୁରୀ ବାସିଚନ୍ଦନ ଅଙ୍ଗେ ଅଛି ଜଡ଼ି ।ଅପୂର୍ବ କଳେବର ଯେ ନୀଳେନ୍ଦ୍ରି ପରାୟେମାଧବୀ ଲତା ତଳରେ ବିଜେ ଦେବରାୟେ ।ସମସ୍ତ ବାଳଗୋପାଳ ବେଢ଼ିଛନ୍ତି ସଙ୍ଗେଯେ ଯାହାମତେ କ୍ରୀଡ଼ନ୍ତି ତହିଁ ନାନାରଙ୍ଗେ ।ଗୋବିନ୍ଦଙ୍କ ଆହାଲାଦେ ସର୍ବ ପୁଣ୍ୟମୟେଶ୍ରୀକୃଷ୍ଣ ସଙ୍ଗରେ ଥାନ୍ତେ କାହାକୁ ବା ଭୟେ ।ଭୋଜନ ଶୟନେ ସଦା ସଙ୍ଗେ ସଙ୍ଗେ ଥାନ୍ତିଗୋପପୁଅଙ୍କୁ ଶ୍ରୀହରି ତେଜି ନ ପାରନ୍ତି ।କୁଞ୍ଜବନ ମଧୁବନ ନନ୍ଦନକାନନବୃନ୍ଦାବନ ଅମ୍ୱିକା ଯେ ରୁଦ୍ରବନ ପୁଣ ।ଏ ଷଡ଼ବନେ ଶ୍ରୀକୃଷ୍ଣ କାଟି ଷଡ଼ଋତୁଯେଉଁ ବନରେ ଯେବଣ ଅଟେ ଧାତୁମାତୁ ।ମଧୁବନରେ ବସନ୍ତ ଋତୁ ଭୋଗ କଲେଗୋପୀ ଅଙ୍ଗସଙ୍ଗେ ପ୍ରଭୁ ନଟ ଭିଆଇଲେ ।ସେ ବନେ ଫଳ ପୁଷ୍ପରେ ଶୋଭାପାଏ ଲତାବୃକ୍ଷମାନଙ୍କୁ କେହୁ ବା କରିବ ଗଣିତା ।ଚମ୍ପା ମଲ୍ଲୀ ନାଗେଶ୍ୱର ବକୁଳ କରୁଣାତଗର ତରାଟ କନିଅର ଛୁରିଅନା ।ଗଙ୍ଗଶିଉଳୀ ଆବର ମାଳତୀ କେତକୀଏସନକ ପୁଷ୍ପବୃକ୍ଷ କେ କରେ ଗଣତି ।କାଳିନ୍ଦୀର ତଟେ ସେହି କାନନ ବିଶାଳମୟୂର କୁମ୍ଭାଟୁଆଙ୍କ ଶୁଭେ କୋଳାହଳ ।କୋକିଳ କାରଣ୍ଡବ ଯେ ଉଡ଼ନ୍ତି ଚୌକତିପୂର୍ବରୁ ବିଧାତା ଯାହା ସମ୍ପାଦି ଅଛନ୍ତି ।ସବୁ ବୃକ୍ଷଙ୍କ ମୂଳରେ ସୁବର୍ଣ୍ଣ ଚଉରାଦୂରରୁ ଦେଖିଲେ ତାହା ଦିଶେ ଅତି ତୋରା ।ଗୋଧିକା ନାମରେ ଘାଟ ଗୋବର୍ଦ୍ଧନ ତଳସେ ପର୍ବତୁ ଝରୁଅଛି ପୁଣ୍ୟମୟ ଜଳ ।ତେଣୁକରି ଶୋଭାବନ ଦିଶେ ମଧୁବନବିହରନ୍ତି ସେ ବନରେ ଦେବ ଜନାର୍ଦ୍ଦନ ।ତଦନ୍ତେ ଗ୍ରୀଷମ ଋତୁ ହୁଅନ୍ତେ ପ୍ରବେଶନନ୍ଦନବନେ କ୍ରୀଡ଼ନ୍ତି ପ୍ରଭୁ ହୃଷୀକେଶ ।ସେ ବନର କଥା କେହି ମୁଖେ କହିପାରିନାନା ତରୁଲତାରେ ସେ ବନ ଅଛି ପୂରି ।ଆମ୍ୱ ନିମ୍ୱ ପଣସ ଯେ ଟଭା ନଟୀକାଳନାରଙ୍ଗ କର୍ମଙ୍ଗା ଓ୍ୱାଉ କଦଳୀ ତମାଳ ।ଅପୂରୁବ ବୃକ୍ଷମାନେ ଫଳଭରେ ଗରୁଜନ ମନକୁ ହରଇ ଦେଖିଲେ ଦୂରରୁ ।ଚମ୍ପା ନାଗେଶ୍ୱର କିଆ କରୁଣା କେତକୀମରୁଆ ମାଧବୀ ତହିଁ କଞ୍ଚନ ଧାତୁକୀ ।ମଲ୍ଲୀ ମାଳତୀ ଆବର କୁନ୍ଦ ଜାଈ ଯୂଈଦୟଣା କୁରୁବଲୀ ଯେ ଅଗଣିତେ ଥାଇ ।ପୁଷ୍ପମାନଙ୍କରେ ସେହୁ ଶୋଭାକୁ ପାଆନ୍ତିଧାଡ଼ି ଧାଡ଼ି ନାରିକେଳ ବୃକ୍ଷ ବିରାଜନ୍ତି ।କ୍ରୀଡ଼ନ୍ତି ନାନା ପକ୍ଷୀଏ ଝିଙ୍କାରିଙ୍କ ନାଦପଦ୍ମ କୁମୁଦ କଦମ୍ୱ ତହିଁ ଛନ୍ତି ମଧ୍ୟ ।କଦମ୍ୱ ବୃକ୍ଷଙ୍କ ଶୋଭା ଅତ୍ୟନ୍ତ ସୁସଞ୍ଚକାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ।ଆପେ ବିଶ୍ୱକର୍ମା ବସି ନିର୍ମାଣିଲେ ଯାହାଯହିଁ ବିନୋଦ କରନ୍ତି ଦେବ ଚଉବାହା ।ଏକ ବୃକ୍ଷର ମହିମା ଅଟେ କୋଟି କୋଟିମଞ୍ଚରେ ମୂଳ ଆକାଶେ ଡାଳ ଅଛି ଘୋଟି ।ଏସନ ସଞ୍ଜାତ ଯେହୁ ନନ୍ଦନ କାନନଧର୍ମ ଅର୍ଥ କାମ ମୋକ୍ଷ ମିଳେ ଯହିଁ ପୁଣ ।ଗୋମତ ଗିରିର ତଳେ ସେ କାନନ ଶୋଭାଆପଣେ ବିଜୟ ଯହିଁ ଶ୍ରୀ ଦେବାଧିଦେବା ।ଆମୋଦଇ ସୁବାସିତ ପୁଷ୍ପେ ଚଉଦିଗଜଳ ଆହ୍ଲାଦେ ଉଲୁସି ଉଠେ ହୃଦଭାବ ।ବାରମାସରେ ବସନ୍ତ ବହେ ଅନୁକ୍ଷଣଗ୍ରୀଷ୍ମ ଋତୁରେ କ୍ରୀଡ଼ନ୍ତି ତହିଁ ଭଗବାନ ।ତଦନ୍ତେ ବରଷା ଋତୁ ପ୍ରବେଶ ହୁଅନ୍ତେରୁଦ୍ରବନେ କ୍ରୀଡ଼ାମାନ କରନ୍ତି ଅଚ୍ୟୁତେ ।ବିଜୁଳୀ ଆଚ୍ଛାଦନରେ ସଦା ବର୍ଷେ ଘନଘଡ଼ଘଡ଼ିରେ ମେଦିନୀ ହୁଏ କମ୍ପମାନ ।ଜାଈ ଯୂଈ କେତକୀ ଯେ ଫୁଟେ ବଣମଲ୍ଲୀକୁମୁଦ କନିଅର ଯେ ଆବର କୁର୍ବେଲୀ ।ପୁନାଙ୍ଗ ଯେ କୋକନଦ ନୀଳୋତ୍ପଳ ମୂଳେଅନେକ ପୁଷ୍ପ ବିକାଶେ ବରଷାର କାଳେ ।ମୃଗ ଶୂକର କେଶରୀ ବ୍ୟାଘ୍ର ପଲ ପଲସେ ବନରେ ବୁଲୁଥାନ୍ତି ହୋଇ ଦଳ ଦଳ ।କଜ୍ଜ୍ୱଳପାତି ଡାହୁକ କୁମ୍ଭାଟୁଆ ଧ୍ୱନିବଣି ଶୁକ ଶାରୀ ଶବ୍ଦ ଶୁଭେ ଅନୁକ୍ଷଣି ।ଗିରିବର ଶିଖରରେ ମୟୂରେ ନାଚନ୍ତିଆନନ୍ଦରେ ଗୋପୀନାଥ ତହିଁ ବିହରନ୍ତି ।ତଦନ୍ତେ ଶରଦ ଋତୁ ହୁଅନ୍ତେ ପ୍ରବେଶକୁଞ୍ଜବନରେ କ୍ରୀଡ଼ନ୍ତି ଦେବ ହୃଷୀକେଶ ।ଯମୁନା କୂଳରେ ସେହି ବିଚିତ୍ର କାନନସୁନ୍ଦର ସୁସଞ୍ଚ ମନ କରଇ ହରଣ ।ଐଶ୍ୱାନ୍ୟ ପବନ ଲାଗି ପୁଲକିତ କାୟେତହିଁ କ୍ରୀଡ଼ା କରନ୍ତି ଯେ ପ୍ରଭୁ ଦେବରାୟେ ।ନାନା ସ୍ୱାଦୁଫଳ ତହିଁ ରହିଅଛି ପୂରିଗୋବିନ୍ଦ ସଙ୍ଗେ କ୍ରୀଡ଼ନ୍ତି ଯହିଁ ଗୋପନାରୀ ।ଦିବସେ ପ୍ରଚଣ୍ଡ ହୋଇ ବିରାଜଇ ଭାନୁରାତ୍ରରେ ଚନ୍ଦ୍ର କିରଣ ପୁଲକଇ ତନୁ ।କି ମହିମା ବର୍ଣ୍ଣିବଇଁ ସେ କୁଞ୍ଜବନରନାହିଁ ପଟାନ୍ତର ତାକୁ ସ୍ୱର୍ଗ ମଞ୍ଚ ପୁର ।ଏମନ୍ତ ବନେ କ୍ରୀଡ଼ନ୍ତି ଦେବ ବଂଶୀଧାରୀଗୋପଯୁବତୀଙ୍କ ସଙ୍ଗେ ନାନ ରଙ୍ଗ କରି ।ତତ୍ପରେ ହେମନ୍ତ ଋତୁ ପ୍ରବେଶନ୍ତେ ଆସିଦିନ ହରନ୍ତି ଅମ୍ୱିକା ବନେ ହରି ପଶି ।ମନ୍ଦର ପର୍ବତ ତଳେ ଅମ୍ୱିକା କାନନବିଶ୍ୱକର୍ମା ଗଠିତ ସେ ବୈକୁଣ୍ଠ ଭୁବନ ।ଅପୂର୍ବ ତରୁବର ଯେ ତହିଁ ବିତପନଏକ ଏକ ତରୁ ଧରେ ସହସ୍ର ବରନ ।ଆମ୍ୱ ପଣସ କଦଳୀ ଗୁଆ ନଟୀକାଳତାଳ ଫଳ ତମାଳ ଯେ ଟଭା ନାରିକେଳ ।ଏହିରୂପେ କେତେ କେତେ ତରୁ ତହିଁ ପୂରିଫଳମାନଙ୍କରେ ଚିତ୍ତ ନେଉଛନ୍ତି ହରି ।ମଲ୍ଲୀ ଚମ୍ପକ ବକୁଳ ସେବତୀ ମନ୍ଦାରଜାଈ ଯୂଈ ମାଳତୀ ଯେ କିଆ କନିଅର ।ଏମାନେ କୁସୁମଭରେ ଶୋଭାକୁ ପାଆନ୍ତିବିଶ୍ୱକର୍ମା ଗଢ଼ିଅଛି ଯେ ଅକ୍ଷୟ କୀର୍ତ୍ତି ।ତାହାକୁ କି ପଟାନ୍ତର ଦେବା ଅନ୍ୟଠାରେନାହିଁ ନ ଥିବ ସେପରି ତିନି ଭୁବନରେ ।ତହିଁ ମଧ୍ୟେ ଶ୍ରେଷ୍ଠ ଅଛି ଏକ ତରୁବରକଳପ କଦମ୍ୱ ନାମ ଅଟଇ ତାହାର ।ସେ ବୃକ୍ଷର ମହିମା କେ ମୁଖେ କହିପାରିଶୁକମୁନି ବୋଲନ୍ତି ହେ ଶୁଣ ଦଣ୍ଡଧାରୀ ।ଅନନ୍ତ ବାସୁକି ତାର ଅଟଇ ସିକଡ଼ଅଷ୍ଟକୁଳା ପରବତ ତାର ମଝିଗଡ଼ ।ଚନ୍ଦ୍ରସୂର୍ଯ୍ୟ ଅଗ୍ନି ଆଦି ଦଶଦିଗପାଳହୋଇଅଛନ୍ତି ସେ ତରୁବରର ଯେ ଡାଳ ।ଏରୂପେ ସେ ତରୁଗୋଟି ଅତ୍ୟନ୍ତ ବିଶାଳସେ ବୃକ୍ଷମୂଳେ ବସିଲେ ନ ପୂରଇ କାଳ ।ନାନବର୍ଣ୍ଣେ ଫଳମାନ ଫଳିଅଛି ତହିଁନାନା ବର୍ଣ୍ଣ କୁସୁମରେ ଦିଗ ଆମୋଦଇ ।ଅବସନ୍ତରେ ବସନ୍ତ ବହେ ଘନ ଘନସେପରି କାନନ ନାହିଁ ଚଉଦ ଭୁବନ ।ଶିବ ଆଦି ଦେବଗଣେ ରହିଛନ୍ତି ତହିଁଅତି ସୁସଞ୍ଚ ସୁରମ୍ୟ ସେ ଭୂମିଅଟଇ ।ଗନ୍ଧର୍ବ କିନ୍ନର ସୁର ସିଦ୍ଧ ମୁନି ଯତିଯେ ବନକୁ ଜଗିଥାନ୍ତି ସଦା ଦିନ ରାତି ।ସେ ଅମ୍ୱିକା ବନେ ହରି ବିହରନ୍ତି ହର୍ଷେନଟ ନୃତ୍ୟ ଗୀତ ବାଦ୍ୟ ନାନରଙ୍ଗେ ରସେ ।ଏରୂପେ ଷଡ଼ ବନରେ ଋତୁ ଭୋଗକରିଆନନ୍ଦରେ ଗୋପନଗ୍ରେ କ୍ରୀଡ଼ନ୍ତି ଶ୍ରୀହରି ।ଶୁକମୁନି ବୋଇଲେକ ଆହେ ମହୀପତିଏକ ଦିନକର କଥା ଶୁଣ ଦେଇ ମତି ।ସେ ଗୋପନଗର ମଧ୍ୟେ ନାୟିକା ଉତ୍ତମମଦନା ଯେ ବୃନ୍ଦାବତୀ ଦୁହିଙ୍କର ନାମ ।ଏକଦିନେ ବସି ଦୁହେଁ ପରୀକ୍ଷା କରିଲେଶ୍ରୀକୃଷ୍ଣ ମୋହର ବୋଲି ବୃନ୍ଦାବତୀ ବୋଲେ ।ମଦନା ବୋଲେ ରେ ସଖି ହୋଇଲୁ କି ବାଇମୋହର ମନ୍ଦିରେ କୃଷ୍ଣ ଥାନ୍ତି ନିତି ରହି ।ବାଲ୍ୟକାଳୁ ମୋ ଉପରେ କରିଥାନ୍ତି ଦୟାମନକୁ ରଞ୍ଜାନ୍ତି ମୋର ନ କରନ୍ତି ମାୟା ।ମୁଁ ତାଙ୍କର ବଶ ସହୀ ସେ ମୋହର ବଶନ ଜାଣି ନ ଶୁଣି କିପାଁ କହୁ ବୃଥା ଭାଷ ।ବୃନ୍ଦାବତୀ ବୋଲେ ଏହା କେମନ୍ତେ ଜାଣିବାମଦନା ବୋଲେ ସଖି ତା ପରୀକ୍ଷା କରିବା ।ଯାହା ମନ୍ଦିରକୁ ଆଗ ଆସିବ ଶ୍ରୀହରିତାର ବଶୀଭୂତ କୃଷ୍ଣ ଜାଣ ସହଚରୀ ।ଏହା କହି ଦୁଇ ସଖୀ ସୁବେଶ ହୋଇଲେବାଟ ଚାହିଁ ପଲ୍ୟଙ୍କରେ ଯାଇଣ ବସିଲେ ।ଗନ୍ଧ ଚନ୍ଦନ କର୍ପୂର ଆଦି ଚତୁଃସମସର ଗୋଟିକା ଅଧାମ ରଖି ଅନୁପମ ।ପାନ ଫୁଲ ଆଦି ପଲ୍ୟଙ୍କର ତଳେ ଥୋଇସୁବେଶେ ବେନି ସଖୀଏ ବସିଲେକ ଚାହିଁ ।ଏହିରୂପେ ସୂର୍ଯ୍ୟ ଅସ୍ତ ପ୍ରବେଶ ରଜନୀଗଗନରେ ଉଦୟ ଯେ ହେଲେ ନିଶାମଣି ।ନିଭରେ ବେନି ସଖୀଏ ରହିଛନ୍ତି ବସିକହୁଁ କହୁଁ ସତଘଡ଼ି ହୋଇଲାକ ନିଶି ।ନାରାୟଣ ଜାଣିଲେକ ବେନିଙ୍କ ପରିଯାଗର୍ବୀ ଗରବ ଗଞ୍ଜନ ପ୍ରଭୁ ଦେବରାଜା ।ଷୋଳସସ୍ର ନାୟିକା ଚୌଷଠିସସ୍ର ବାଳୀସମସ୍ତଙ୍କ ପୁରେ ବିଜେ ତହୁଁ ବନମାଳୀ ।ମଦନା ନାମରେ କନ୍ୟା କଲା ଗର୍ବ ମନତେଣୁ ତା ପୁରେ ନ ଗଲେ ଦେବ ଭଗବାନ ।ବୃନ୍ଦାବତୀ ପୁରେ ତହୁଁ ଗଲେ ତତକ୍ଷଣନାନାବିଧ କଉତୁକେ ରଞ୍ଜିଲେ ତା ମନ ।ମଦନା ପୁରକୁ ହରି ନ କଲେ ଶରଧାକ୍ଷଣୁ କ୍ଷଣ ମଦନାକୁ ଲାଗେ କାମବାଧା ।ଚକ୍ଷୁସ୍ଥିର କରି ଚାହେଁ ଗବାକ୍ଷ ଫିଟାଇଶ୍ରୀକୃଷ୍ଣ ଆସିବାକୁ ସେ ବାଟ ଅଛି ଚାହିଁ ।ଏମନ୍ତେ ଅନିଦ୍ରେ ତିନି ପ୍ରହର ରଜନୀଅଚେତ ହୁଅଇ ବାଳୀ ହରିଗୁଣ ଗୁଣି ।ଆବର ବିଶେଷେ ସଖୀ ପରିଯା କରିଛିଏତେ ରାତି ହେଲା ବିଜେ ନ କଲେ ଶ୍ରୀବତ୍ସି ।ଅତିଅନ୍ତ ସୁଲକ୍ଷଣୀ ସୁନ୍ଦରୀ ସେ ନାରୀବିରହ ବାଧାରେ ତାର ତନୁ ହୁଏ ଘାରି ।ସର୍ବାଙ୍ଗ ରୋମମୂଳରୁ ଗଳେ ଶ୍ରମଝାଳକ୍ରୋଟରାଗ୍ନି ପ୍ରାୟ ଦହେ ଦହେ ଅନ୍ତରାଳ ।କେଶବାସ ଅସମ୍ଭାଳେ ପଡ଼େ ମହୀସ୍ଥଳୀକ୍ଷଣକେ ଚେତନା କ୍ଷଣେ ମୂର୍ଚ୍ଛାଯାଏ ବାଳୀ ।ଏସନକ ସମୟରେ ରାତ୍ର ଅବଶେଷମଦନା ପୁରେ ନ ଗଲେ ଦେବ ହୃଷୀକେଶ ।ବାରତା ପାଇଲା ଯହୁଁ ମଦନା ସୁନ୍ଦରୀପଞ୍ଚଭୂତ ଆତ୍ମା ତାର ହୋଇଲାକ ଘାରି ।ହା କୃଷ୍ଣ ହା କୃଷ୍ଣ ବୋଲି ରଟନ୍ତେ ବଦନପିଣ୍ଡରୁ ପରାଣ ତାର ହେଲା ବିସର୍ଜ୍ଜନ ।ଶୁକମୁନି ବୋଇଲେକ ଶୁଣ ମହାରାୟେଶ୍ରୀଭାଗବତ ଶୁଣିଣ ପାପ କର କ୍ଷୟେ ।ଯହୁଁ ମଦନା ସୁନ୍ଦରୀ ପ୍ରାଣ ବିସର୍ଜିଲାନାରାୟଣ ସୁମରି ସେ ମୁକତି ହୋଇଲା ।ଶଚୀପତି ଆଜ୍ଞାଦେଲେ ଗନ୍ଧର୍ବଙ୍କୁ ରାଇମଦନାକୁ ପୁଷ୍ପଯାନେ ଘେନିଆସ ଯାଇ ।ବ୍ରହ୍ମାଙ୍କର ନନ୍ଦନ ଯେ ବାଳଖିଲ୍ୟା ମୂର୍ତ୍ତିବିଷ୍ଣୁଙ୍କୁ ନିମନ୍ତେ ହୋଇଥିଲା ସେ ଯୁବତୀ ।ଏବେ କୃଷ୍ଣ ସୁମରିଣ ହେଲା ପ୍ରାଣେ ନାଶପାଇଲା ପରମ ଗତି ଲଭି ସ୍ୱର୍ଗବାସ ।ଇନ୍ଦ୍ରଙ୍କର ଆଜ୍ଞା ପାଇ ବିମାନେ ସେ ନେଲେମଦନାକୁ ନେଇ ବ୍ରହ୍ମାପୁରେ ଠାବ ଦେଲେ ।ଶୁଣ ପରୀକ୍ଷ ନୃପତି କହେ ଶୁକମୁନିବିଚିତ୍ର ରାହାସ କ୍ରୀଡ଼ା ଭାଗବତ ବାଣୀ ।ଅସମ୍ଭବ ଅଗୋଚର ଶ୍ରୀହରି ଚରିତସାଧୁଜନ ହିତେ ଏହା ଲେଖଇ ଅଚ୍ୟୁତ ।