ଗୋପାଳଙ୍କ ଦ୍ୱାରା ରଜକମାନଙ୍କର ବସ୍ତ୍ରହରଣ ଏବଂ ରାମ କୃଷ୍ଣାଦିଙ୍କର ମଥୁରାରେ ପ୍ରବେଶ — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସମୁଦ୍ର ଲହରୀ ପ୍ରାୟ ଦିଶେ ବସ୍ତ୍ରମାନ
ବଗପକ୍ଷୀ ସମାନରେ ସବୁ ଶୁକ୍ଳବର୍ଣ୍ଣ ।
ରଙ୍ଗ ସିନ୍ଧୁଆ ମଠା ଯେ ପାଟ ଆଦିକରି
କେତେ ବସ୍ତ୍ର ଅଛି କେହୁ କରିବ ସୁମାରି ।
ପାଟରଜ୍ଜୁରେ ବସନ ଉଡ଼େ ମାଳ ମାଳ
କଂସରାଜାର ସେ ସବୁ ଅଟଇ ଦୂକୁଳ ।
ଦେବତାଙ୍କର ବସନ କରି ସବୁ ଜୁର
ବଳାତ୍କାରେ ଆଣିଥିଲା ସେ କଂସ ଅସୁର ।
ସେ ବସ୍ତ୍ରମାନଙ୍କୁ ସବୁ ସଫାକରି ଦେଇ
ଯତନ ସହକାରରେ ଅଛନ୍ତି ଖୁଆଇ ।
ପବନ ଆଘାତେ ବସ୍ତ୍ର ଉଡ଼େ ଫରହର
ଝଟକ ବିଜୁଳି ପ୍ରାୟ ତା ଜ୍ୟୋତି ପ୍ରଖର ।
ଖଣ୍ଡ ଦୂରରୁ ସେ ତୁଠ ଦେଖାଗଲା ଆଗେ
ଦେଖିଣ ଗୋପାଳପୋଏ ଧାଇଁଲେକ ବେଗେ ।
ରେରେକାର କରି କରେ ଲଉଡ଼ି ବୁଲାଇ
ଉବୁରା ଉବୁରି ହୋଇ ପଶିଲେ ଝସାଇ ।
ଅପୂର୍ବ ଝୀନବସନ ଦିଶେ ଆନୁଆନ
ତାହା ଦେଖି ଗୋପପୋଏ ହୋଇ ସ୍ନେହମନ ।
ଧାମନ୍ତି ଅତିବେଗରେ ମାରି ଗାଲତୁରୀ
ଘେନିଲେ ଉଛୁଡ଼ି ବସ୍ତ୍ର କରି ହୁରିଜୁରି ।
ଯାହାର ମନକୁ ଯେଉଁ ବସ୍ତ୍ରମାନ ରୁଚି
ପିନ୍ଧନ୍ତି ପାଲଟି ଖଣ୍ଡେ ଖଣ୍ଡେ ତହୁଁ ବାଛି ।
ଇନ୍ଦ୍ର ଗୋବିନ୍ଦ କେହୁ ବା ପିନ୍ଧେ ନେଇ ନେତ
ସିନ୍ଧୁଆ ଯୋଡ଼ା ପିନ୍ଧି କେ ହୁଏ ଆନନ୍ଦିତ ।
ଅପୂର୍ବ ବସନମାନ ମୁଣ୍ଡେ ଠେକା ବାନ୍ଧି
ନେତ ପତନି କେହୁ ବା ବାହେ ନେଇ ଛନ୍ଦି ।
କେହି କୌତୁକେ ବସନ ଟିକିଟିକି କରେ
କେହି ନେଇ ମେଲିଦିଏ ନଦୀର ସ୍ରୋତରେ ।
ଏରୂପେ ବସନଯାକ କରିଦେଇ ଧ୍ୱଂସ
ଦେଖି ତା ରଜକମାନେ ପାଇ ମନେ ତ୍ରାସ ।
ବୋଇଲେ ଆରେ ଗଉଡ଼େ ଏଡ଼େକ ଭରସା
ସିଂହ ସଙ୍ଗେ ଖଣ୍ଡିଆଳି କର ହୋଇ ଶଶା ।
କଂସ ରାଜାର ମହିମା ଶୁଣିଲ କି ନାହିଁ
ଜାଣୁ ଜାଣୁ ଏଡ଼େକର୍ମ କଲ କିସପାଇଁ ।
ରାଜାର ଶ୍ରୀଅଙ୍ଗଲାଗି ସବୁ ମଢ଼ିଆଳ
ପାଞ୍ଚସହସ୍ର ରଜକ ଯହିଁ ରଖୁଆଳ ।
ଯହିଁରେ କି ଦେବତାଙ୍କ ଦୃଷ୍ଟି ପଡ଼େନାହିଁ
ଏଡ଼େ ଦିମାକ ତୁମ୍ଭର କାହା ସାହା ପାଇ ।
ସପ୍ତାଙ୍ଗରେ ନାଶଗଲ ହୋଇ ରାଜାଦ୍ରୋହୀ
ବୁଡ଼ାଇଲ ଗୋପନଗ୍ର ବାମ ହେଲା ବିହି ।
କି ଅବା ତୁମ୍ଭଙ୍କୁ ଲାଗିଅଛି କିରେ ଭୂତ
ନିଶ୍ଚୟ ତୁମ୍ଭେରେ ସବୁ ହେବ ଭସ୍ମସାତ ।
କିବା ଗଞ୍ଜାଇ ଝୁଙ୍କ କି ଧରିଛି ମୁଣ୍ଡକୁ
ତେଣୁ ଆସି ବଳାତ୍କାରେ ନିଅ ବସନକୁ ।
ଧର୍ମପଥ ଲଘିଂଲରେ ରାଜବସ୍ତ୍ର ନେଇ
ଆରେ ଆରେ ଗୌଡ଼େତୁମ୍ଭେ ଯିବ କେଉଁଠାଇଁ ।
ଅବସାନ କାଳ ଆସି ହୋଇଲା ପ୍ରବେଶ
ଏକାବେଳରେ ସକଳେ ହୋଇବ ବିନାଶ ।
ଏତେ ବୋଲି ଧୋବା ଭାର କୀଳାମାନ ଧରି
ମାରିବାକୁ ଧାଇଁଲେ ସେ ମେଳି ହୋଇକରି ।
ଅନଳ ଦେଖି ପତଙ୍ଗ ଯେସନକ ଧାଇଁ
ଧାମନ୍ତି ରଜକମାନେ ସେହିରୂପ ହୋଇ ।
କହୁଁ କହୁଁ ନନ୍ଦିଘୋଷ ମିଳେ ଆସି ଆଗେ
ଧୋବାଙ୍କ ଝପଟ ଦେଖି ବୋଲନ୍ତି ଶ୍ରୀରଙ୍ଗେ ।
ପିଟି ସର୍ବେ ଧୋବାଙ୍କୁ ଯେ ଅସ୍ତବ୍ୟସ୍ତ କରି
ପରାଣେ ନ ନାଶି ତାଙ୍କୁ ତଡ଼ ଧକ୍କା ମାରି ।
ଆଜ୍ଞା ପାଇଣ ଗୋପାଳେ ଧରି କେନ୍ଦୁବାଡ଼ି
ଧାଇଁଲେ ସେ ରେରେ କାର କରି ଦେଇରଡ଼ି ।
ଭାର ଥୋଇଦେଲେ କୀଳା ବାଉଙ୍ଗି କେ ଧରି
ଆକ୍ରୋଶି ନେଇ ପିଟନ୍ତି ଧୋବାଙ୍ଗ ଉପରି ।
ବିଧା ମାରେ କେହୁ କ୍ରୋଧେ ଭାଙ୍ଗିଦିଏ ଦନ୍ତ
ଜାନୁଭଗ୍ନ ହୋଇ କେବା ହୁଏ ମୂର୍ଚ୍ଛାପ୍ରାପ୍ତ ।
କାହା ଆଣ୍ଠୁ ଭାଙ୍ଗିଯାଏ କାର ଫାଟେ ମାଥ
ଦନ୍ତରେ ତିରଣ ଧରି ହୁଏ କେ ନିସତ ।
ବେକା ଲୁଗାମାନ ଦିଏ ଭୟେ ଆଣି ଯାଚି
ବୋଲଇ ଗୋସାଇଁ ନିଅ ଏବେ ବାଛି ବାଛି ।
ଏ କଥା ଶୁଣି ବୋଲନ୍ତି ପ୍ରଭୁ ନାରାୟଣ
କଂସ ସେବାକାରୀ ବୋଲି ଗର୍ବ ଅପ୍ରମାଣ ।
ଏ ଛାର ସେବକମାନେ ଜାତିରେ ଯେ ନୀଚ
ହେ ପୋଏ ତାଙ୍କ ଉପରୁ କ୍ରୋଧ ଏବେ ମୁଞ୍ଚ ।
ଯେତେ ଦଣ୍ଡ ପାଇଲେ ସେ ତୁଣ୍ଡେ ନୁହେଁ କହି
ତହୁଁ ପୋଏ ନିବର୍ତ୍ତିଲେ ପ୍ରଭୁ ଆଜ୍ଞାପାଇ ।
ଭାଙ୍ଗିଲା ଧୋବାତୁଠ ଯେ ହେଲା ଛାରଖାର
ଗୋପାଳେ ବସ୍ତ୍ର ପିନ୍ଧିଣ ଆନନ୍ଦ ଅପାର ।
ବସନ୍ତ ମାଧବୀ ପାଟ ମଠାଆଦି କରି
ସକଳ ଜୂର କରିଲେ କଂସକୁ ନ ଡରି ।
କଡ଼ା ଘୁମୁରା ବଜାଇ ଆନନ୍ଦିତ ମନ
କୋଟି ଦଣ୍ଡପାଟ ତେଜ ଏକ ଏକ ଜାଣ ।
ସୀମା ନ ମାଡ଼ୁଣୁ ଧୋବା ତୁଠ ଜୂର କଲେ
ଏ କଥା ଶୁଣିଣ ଲୋକେ ଭୟକୁ ପାଇଲେ ।
ମଥୁରା ପାଞ୍ଚକୋଶରେ ପୂରିଛନ୍ତି ଲୋକ
ଗୋପାଳମାନଙ୍କୁ ଦେଖି ହୁଅନ୍ତି ଅବାକ ।
ଝସାଇ ପଶିଲେ ସର୍ବେ ନଗର ଭିତରେ
ନନ୍ଦିଘୋଷୁଁ ଉତ୍ତୁରିଲେ ରାମ ଦାମୋଦରେ ।
ତାଙ୍କ ପଛେ ଓହ୍ଲାଇଲେ ନନ୍ଦ ଯେ ଅକ୍ରୁର
ପାଦେ ଗମନ କରନ୍ତି ହୋଇ ଧୀର ଧୀର ।
ବଳରାମ ବୋଇଲେକ ହେ ଅକ୍ରୂର ଯା ଯା
ରାଜା ଆଗେ ଜଣାଇବ ଅଇଲେ ଭଣଜା ।
ଆଗରେ ଗଲେ ଅକ୍ରୂର ପ୍ରଭୁ ଆଜ୍ଞା ଘେନି
ତାହାର ପଛେ ଯାଆନ୍ତି ଧୀରେ ଭାଇ ବେନି ।
ବେନିଧାଡ଼ି ପଟୁଆର ରୂପରେ ଚଳିଲେ
କୋଶେକ ଓସାର ମଧ୍ୟେ କେହି ନ ରହିଲେ ।
ଆଗହୁଁ ଦାଣ୍ଡବାଟ ଯେ ହୋଇଛି ପହଁରା
ଯେ ଯାହାର ଦାଣ୍ଡମାନ ଦିଶେ ଅତିତୋରା ।
କେ ଫୁଲ ତୋରଣା କରି ବାନ୍ଧିଅଛି ଚାଳେ
ଚାମର ପାଟଝୁମ୍ପା ଯେ ଲମ୍ୱେ ମାଳେ ମାଳେ ।
ଆଲମ୍ୱ ଲକ୍ଷ ଲକ୍ଷ ଯେ ବାନ୍ଧିଛନ୍ତି ପୁଣି
ଧନୁଯାତ୍ରା ଉତ୍ସବର କଥା କେ ବଖାଣି ।
କଂସ ରାଜାର ବଡ଼ିମାପଣ ବଳିୟାର
ତ୍ରିଭୁବନ ଲୋକେ ଯାର ପାଦରେ କିଙ୍କର ।
ମେରୁ ପ୍ରଦକ୍ଷିଣ କରି ସ୍ୱର୍ଗେ ଦେଲା ଧାଡ଼ି
ଅମରେ ବସିଲା ଇନ୍ଦ୍ର ଦେବତା ଘଉଡ଼ି ।
ଯାହାର ଗଦାକୁ ଭୟ କରେ ମଘବାନ
ଯାହାର ପାଦରେ ପୃଥ୍ୱୀ ହୁଏ କମ୍ପାନ ।
ସେ ପୁଣି ଯେଉଁ ଯାତ୍ରାକୁ ଆପେ ଭିଆଇଛି
ତହିଁକି କି ପଟାନ୍ତର ଦେବା ଅବା ବାଛି ।
ଗୋବିନ୍ଦ ଆସିବା ଜାଣି ବିଶ୍ୱକର୍ମା ପୁଣି
କୋଟିଗୁଣେ ନଗରକୁ କରିଛି ମଣ୍ଡଣି ।
ନିମନ୍ତ୍ରଣେ ଆସିଛନ୍ତି ପୃଥ୍ୱୀ ରାଜାଗଣ
ମୁଖରାବ ଶବଦରେ ପୂରିଛି ଗଗନ ।
ବିକନ୍ତି ନାନଦି ଦ୍ରବ୍ୟ ବେପାରିଏ ବସି
ପସରାମାନ ଦେଖିଲେ ମନ ହୁଏ ଖୁସି ।
ପାନ ଫୁଲ ଚନ୍ଦନାଦି କସ୍ତୁରୀ ଏମାନ
ଧାଡ଼ି ଧାଡ଼ି ଦୋକାନରେ ହୋଇଅଛି ପୂର୍ଣ୍ଣ ।
ଖଜା ମୁଆଁ ଚଣା ରମ୍ଭା ଆମ୍ୱ ନଟିକାଳ
ପଣସ ଆତ ଯେ ବେଲ ଲେମ୍ୱୁ ବୃନ୍ଦାହୁଳ ।
ଠାବେ ଠାବେ ବିକା ହୁଏ ଆନୁମାନ ହୋଇ
ଯେଝା ପଦାର୍ଥ ବିକନ୍ତି ପସରା ମେଲାଇ ।
କେ ରନ୍ଧନ କେ ଭୋଜନ କରନ୍ତି ଯେ ଘରେ
ବୃକ୍ଷମୂଳରେ ପସରା ଥୋଇ କେ ନିର୍ଭରେ ।
ତଣ୍ଡୁଳ ଆଦି କରିଣ ଯେତେ ଯେତେ ଦ୍ରବ୍ୟ
କୋଟି ମାଣିକ୍ୟ ଲୋଡ଼ିଲେ ଠାବ କେ ପାଇବ ।
ଏପରି ସମ୍ଭର୍ବେ ଯାତ୍ରା କରେ କଂସରାୟେ
ରେରେକାର କରି ପଶିଗଲେ ବ୍ରଜପୋଏ ।
ସମରାଜ୍ୟେ ହୁରି ଜୁରି ପଡ଼ିଲା ଅଦ୍ଭୂତେ
ଛନ୍ନ ଛନ୍ନ ହୋଇ ତାଙ୍କୁ ଚାହାନ୍ତି ସମସ୍ତେ ।
ଏକକୁ ଦେଖି ଆରେକ ପଚାରନ୍ତି ବାଣୀ
ହୁରି ପଡ଼ିବା କଥା କେ ଅଛ ତଥ୍ୟ ଜାଣି ।
ଏତେ ବଡ଼ ମହାରାଜ୍ୟ କମ୍ପିଲା ଅଦ୍ଭୂତେ
ଧନ ଦ୍ରବ୍ୟ ତେଜି ଲୋକେ ପଳାନ୍ତି କିମର୍ଥେ ।
କେ ବୋଲେ ଏ ରାଜ୍ୟକୁ ତ ଭଲ ଦିଶୁନାହିଁ
କେ ବୋଲଇ କାଳଚକ୍ର ଅଇଲା କି ବାହି ।
ନୋହିଲେ ତ ହାଲହୋଳି ପଡ଼ନ୍ତା କି ଦେଶ
ଉତ୍ତମ ଜଣେ ତ ଏଥେଁ ହୋଇବ ବିନାଶ ।
କେ ବୋଲଇ ଦୃଢ଼ କଥା ବୁଝିଆସ ଯାଇ
କେଉଁ ଲୋକମାନେ ପୁଣି ଆସୁଛନ୍ତି ଧାଇଁ ।
ହାଟୁଆ ବାଟୁଆ ଲେଙ୍କା ପଡ଼ିହାରୀ ଜନ
ସେମାନେ ଥୟ କରିଣ ବୋଲନ୍ତି ବଚନ ।
ବାଟେ ଗଲା ଲୋକେ ବୋଲୁଛନ୍ତି ଭୟ ନାହିଁ
ଗୋପାଳେ ଆସନ୍ତି ଯାତ୍ରା ଦେଖିବାର ପାଇଁ ।
କେହି ବୋଲନ୍ତି ତାଙ୍କର କଥା ଅଗୋଚର
ପ୍ରଥମେ ରଜକ ତୁଠ କରିଲେ ଯେ ଜୂର ।
ହାଟ ପେଣ୍ଠ ପାଟଣାକୁ ଭାଙ୍ଗିଦେଲେ ବଳେ
କଂସ ରାଜ୍ୟ ଭାଙ୍ଗନ୍ତା କେ ଅଛି ରବିତଳେ ।
ଗୋପପୁର ଲୋକଙ୍କର ଗାରିମା ଏ ନୋହେ
ତାଙ୍କ ସଙ୍ଗେ ସୁମହତ ଲୋକ ଅଛି କିଏ ।
କେହୁ ବୋଲନ୍ତି ଗଉଡ଼େ ନିଶ୍ଚେ ଯିବେ ନାଶ
ବାଜିକର କେଳା ପ୍ରାୟେ କରନ୍ତି ସାହସ ।
ଯଦ୍ୟପି ହରି ବ୍ରହ୍ମାଦି ହୋଇଥିବେ ସେହି
ନୃପତି ଆଗରେ କେହୁ ନ ପାରିବେ ରହି ।
ନାନା ଅପକାର ଆଗୁ ଅଛନ୍ତି ସେ କରି
ଛାଗଳ ପ୍ରାୟେ ମୋଡ଼ିବ ଗୋଟି ଗୋଟି କରି ।
କେ ବୋଲଇ ଏ କଥା ତ ଲାଗେ ଚମତ୍କାର
ସର୍ପ ଆଗରେ ମଣ୍ଡୁକେ ଦେଖାନ୍ତି ଚାତର ।
ବିପରୀତ କାଳ ଏବେ ହୋଇଲା କି ଆସି
ନୋହିଲେ ଶଶା ନାଚନ୍ତି ସିଂହଘରେ ପଶି ।
ଏସନ ଭାଳନ୍ତି ସର୍ବ ନଗ୍ରବାସୀ ଜନ
ମଥୁରା ଦାଣ୍ଡରେ ବିଜେ ଜଗତଜୀବନ ।
ଅନେକ ବାଳଗୋପାଳ ଅଛନ୍ତି ସଙ୍ଗରେ
ନାଚନ୍ତି ଖେମଟା ନାଟ ଅତ୍ୟନ୍ତ ରଙ୍ଗରେ ।
ନୀଳେନ୍ଦି ଦଳି ପରାୟେ ବିରାଜନ୍ତି ତନୁ
ଗଗନେ ଉଦୟ ହୋଇ ଆସଇ କି ଭାନୁ ।
ଚାଚର ଚିକୁର କେଶେ ଶୋଭାପାଏ ଚୂଳ
ସୁସଞ୍ଚ ସୁନ୍ଦର ବେଣୀ ଲୁଳେ ତାଳୁମୂଳ ।
ଭ୍ରୁଲତା ଯେ କାମଧନୁ ଅପାଙ୍ଗ ଲୋଚନ
ବିସ୍ତାରିତ ବକ୍ଷସ୍ଥଳ ମଝା ଅତିକ୍ଷୀଣ ।
ଡାଳିମ୍ୱ କୁସୁମ ପ୍ରାୟେ ଶୋହେ ଦନ୍ତପତି
ଚନ୍ଦନ ଟୋପା ମସ୍ତକେ ତୋରା ଦିଶେ ଅତି ।
ମତ୍ତରେ ମାତଙ୍ଗ ଯେହ୍ନେ ଚାଲେ ଧୀରେ ଧୀରେ
ମଥୁରା ଦାଣ୍ଡେ ଯାଆନ୍ତି ପ୍ରଭୁ ସେ ପ୍ରକାରେ ।
ଏକଦୃଷ୍ଟି କରି ଚାହିଁଛନ୍ତି ସର୍ବଜନ
ଜଗମୋହନ ନାଥ ଯେ ମୋହି ସର୍ବମନ ।
ଯାତ୍ରା ନାଟ ଛାଡ଼ିକରି ସକଳେ ଧାଇଁଲେ
ରାମ କୃଷ୍ଣଙ୍କ ରୂପକୁ ନିରୀକ୍ଷି ଚାହିଁଲେ ।
ପଦ୍ମବନ ଭିତରେ କି ରାଜହଂସ ଆସି
ତାରାଗଣ ମଧ୍ୟେ ଯେହ୍ନେ ଶୋଭାପାଏ ଶଶୀ ।
ଅବିବାହୀ କନ୍ୟାମେଳେ ବର କି ମିଳିଲା
କୁମୁଦବନେ ଚନ୍ଦ୍ର କି ଆସି ଉଦେ ହେଲା ।
ତେସନ ରୂପ ବିକାଶି ପ୍ରଭୁ ଜଗଜ୍ଜ୍ୟୋତି
ବାଳକମାନଙ୍କ ରୂପ ଦିଶେ ସେହିମତି ।
କେ ବୋଲଇ ଏହାଙ୍କର ମାତାପିତା ଧନ୍ୟ
ପ୍ରତ୍ୟକ୍ଷେ ଦେବତା ପ୍ରାୟେ ଦେଖାଯାନ୍ତି ପୁଣ ।
କେତେକାଳ ଧାତା ୟାଙ୍କୁ ଗଢ଼ିଲାକ ବସି
କେ ବୋଲଇ ଉଦେ ହେଲେ କିବା ରବି ଶଶୀ ।
ଏସନକ ରୂପ ଆଗୁଁ ଦେଖିଲା ତ ନାହିଁ
କେ ବୋଲେ ନିର୍ମଳ ନେତ୍ର ହେଲା ୟାଙ୍କୁଚାହିଁ ।
କେଉଁ ପୁଣ୍ୟବତୀ ଗର୍ଭେ ଧଇଲା ଏହାଙ୍କୁ
ମୋହିତ କରନ୍ତି ଦେଖି ସଂସାର ଯାକକୁ ।
କେବୁ ବୋଲଇ ତୁମ୍ଭେ ତ ପୁଚ୍ଛିଆସ ଯାଇଁ
କେବଣ ନାମ ତାଙ୍କର କି ଜାତି ଅଟଇ ।
କେ ବୋଲଇ ଏହିମାନେ ଗୋପରୁ ଅଇଲେ
କେହୁ ବୋଲନ୍ତି ଏ ପରା ପୂତନା ମାଇଲେ ।
କେହୁ ବୋଲେ ଏହିପରା ଷଣ୍ଢା ମାରି ଅଛି
ନଗ୍ରଲୋକ କହନ୍ତି ଯେ ଏହିରୂପେ ବାଛି ।
ଏବେ କଂସରାଜା ୟାଙ୍କୁ ଆଣିଛି ଡକାଇ
ପୁଣି କେଉଁ କଥା ଦୈବ ଅଛିକି ଘଟାଇ ।
ଧନ୍ୟ କଳାଧଳା ରୂପ ଅତ୍ୟନ୍ତ ସୁସଞ୍ଚ
ନାହିଁ ୟାଙ୍କୁ ପଟାନ୍ତର ସ୍ୱର୍ଗଆଦି ମଞ୍ଚ ।
ଯେତେକ ବାଳଗୋପାଳ ଦିଶନ୍ତି ସୁନ୍ଦର
ସ୍ୱର୍ଗ ମଞ୍ଚ ପାତାଳରେ ନାହିଁ ପଟାନ୍ତର ।
ଅପୂର୍ବ ରୂପ ଦେଖିଣ ସର୍ବେ ହେଲେ ମୋହି
ବାଳଗୋପାଳ ସ୍ୱରୂପ ଧରି ବେନିଭାଇ ।
ଗୋପାଳପୋଏ ଗୋଡ଼ାଇ ତାଙ୍କ ସଙ୍ଗେ ସଙ୍ଗେ
କରେ ଲଉଡ଼ି ବୁଲାଇ ଧାମନ୍ତି ସେ ରଙ୍ଗେ ।
ହାଟ ବାଟ ପେଣ୍ଠ ଆଦି କଲେ ସବୁ ଜୁର
କିଳିକିଳା ରାବଦେଇ ପଶି ଘର ଘର ।
ଯେ ପଦାର୍ଥ ଦେଖନ୍ତି ତା ହରିନ୍ୟନ୍ତି ବଳେ
ଆଣ୍ଟ ମେଳିଆ ଦେଖିଲେ ମାରନ୍ତି ଯେ ରୋଜେ ।
କମ୍ପଇ ମଥୁରାପୁର ପଡ଼େ ହାଲୋହୋଳି
ଘରେ ଘରେ ଘଡ଼ିକରେ ପଡ଼ଇ ବୋବାଳି ।
ଆଣ୍ଟ ଦେଖାଇ ପକାଏ ଯେହୁ ରାଜାରାଣ
ନିସ୍ତୁକ ମାଡ଼ ମାରନ୍ତି ଧରି ତାକୁ ପୁଣ ।
ଏହିରୂପେ ମାୟାଦର ମାୟାକୁ ବିସ୍ତାରି
କଟକଯାକେ ଗୋପାଳେ ଅଛନ୍ତି ଯେ ପୂରି ।
ଯମୁନା କୂଳରୁ ପୁଣି ମଧୁପୁର ଯାଏ
ଯେଣେ ଚାହିଁ ତେଣେ ଦେଖାଯାନ୍ତି ଗୋପପୋଏ ।
ସେ ବାଳଗୋପାଳ ପାଦେ ରହୁ ମୋର ମତି
ଦୀନ ଅଚ୍ୟୁତ ଦାସ ୟା ଭାଳେ ଦିବାରାତି ।
କୁବୁଜାର ମୋକ୍ଷ
କୁବୁଜାର ମୋକ୍ଷଣପଚାରନ୍ତି ପରୀକ୍ଷିତ ଆହେ ମୁନିବରଏଥୁ ଅନ୍ତରେ ହୋଇଲା କିସ ସମାଚାର ।ତାହା ମୋତେ କହିବା ଯେ ହେଉ ବିଜ୍ଞମତିଭାଗ୍ୟବଳେ ଭେଟିଅଛି ତୁମ୍ଭପରା ଯତି ।ବଦୟନ୍ତି ମହାମୁନି ଶୁଣ ପୁଣ୍ୟଦେହାଭବାର୍ଣ୍ଣବ ତରିବାକୁ ହରିବଂଶ ନାହା ।ବେଳ ସାତଘଡ଼ି ଯହୁଁ ହୋଇଲାକ ଆସିସିଂହଦ୍ୱାର ନିକଟରେ ସକଳେ ପ୍ରବେଶି ।ଏକାଳେ ନରପତିର ସୁଗନ୍ଧ ନିଯୋଗଘେନିଣ କୁବୁଜା ଯାଉଅଛି ବେଗ ବେଗ ।ଇନ୍ଦ୍ର ଗୋବିନ୍ଦ ପାଟ ଯେ କରେ ଅଛି ଘେନିଚାଲିଲାର ଠାଣି ତାର କି କହିବା ପୁଣି ।ଗନ୍ଧ ଚନ୍ଦନ କର୍ପୂର ଆଦି ପରିମଳକଂସର ଶ୍ରୀଅଙ୍ଗେ ଲାଗି କରଇ ଶୀତଳ ।ଅନେକ ଯତନେ ନାରୀ ଗନ୍ଧଫେଡ଼ି ଘେନିଅପୂର୍ବ ବେଶ ହୋଇଣ ଗମଇ କାମିନୀ ।ସେ ରୂପ ଦେଖିଣ ପୋଏ କଥାବାର୍ତ୍ତା ହ୍ୱନ୍ତିଦେଖିନାହୁଁ ଆଜିଯାଏ ଏ ପ୍ରପଞ୍ଚ ମୂର୍ତ୍ତି ।ବିଶେଷରେ କୁବ୍ଜା ଅଙ୍ଗ ଚାଲେ ଲଇଁ ଲଇଁପେଡ଼ି ଗୋଟାଏ ହାତରେ ପୁଣି ଘେନିଛଇଁ ।ସେହି ପଥଦେଇ କୁଜୀ ଚାଲେ ଧୀରେ ଧୀରେବସନକୁ ବାନ୍ଧିଅଛି ଯତନେ ଅଣ୍ଟାରେ ।କାହ୍ନୁ ସଙ୍କର୍ଷଣ ବିଜେ କରିଛନ୍ତି ଆଗେତ୍ରିପଥ ପଥେ ଭେଟିଲା ଅତ୍ୟନ୍ତ ସୁଯୋଗେ ।ଖଣ୍ଡେ ଦୂରକୁ କୁବୁଜା ଚାହେଁ ଅବଗାହିବୋଇଲା ଏମନ୍ତ ରୂପ ଦେଖିଲା ମୋ ନାହିଁ ।ହରିହର ବ୍ରହ୍ମା କିବା ଅଟନ୍ତି କୁବେରକିଏ ଯମ ବରୁଣ ବା ବାୟୁ ବୈଶ୍ୱାନର ।କିଏ ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର କିବା ବିଶ୍ୱଦେବାବଇକୁଣ୍ଠ ତେଜି ବିଷ୍ଣୁବିଜେ କଲେ ଅବା ।ନୀଳ ଧବଳ ମୂରତି ଦିଶେ ଶୋଭାବନକ୍ଷଣେ କ୍ଷଣେ ରୂପ ପୁଣ ଦିଶେ ଆନୁଆନ ।ନୁହନ୍ତି ସାମାନ୍ୟ ଏ ତ ନିଶ୍ଚେଁ ବଡ଼ଜଣସର୍ବଗୁଣ ସୁଲକ୍ଷଣ ଅତି ବିଚକ୍ଷଣ ।ସୁଯୋଗରେ କଂସ ଧନୁଯାତ୍ରା ଭିଆଇଲାଏତେବେଳେ ଯାତ୍ରାରେ ଯେ ସୁଭାଗ୍ୟ ଦିଶିଲା ।ପୂର୍ବହେତୁ ଦୃଶ୍ୟ ମୋତେ ହୁଏ ଯୋଗବଳେମିଳିଲେ କି କଂସରାଜା ସମାପତି କାଳେ ।ପୃଥିବୀର ଭାରାଭର ହୋଇବ ଉଶ୍ୱାସବଇକୁଣ୍ଠବାସୀ ନିଶ୍ଚେଁ ଏହୁ ବିଶ୍ୱବାସ ।ଦୁର୍ବାସା ମହର୍ଷି ମୋତେ କହିଥିଲେ ଯାହାବୋଇଲେ ନିକଟେ ତୁମ୍ଭେ ଦେଖିବ ଚୌବାହା ।ନର ପ୍ରାୟେ ନ ଦିଶନ୍ତି ମୋତେ ଭାଇ ବେନିନିଶ୍ଚେଁ ନାରାୟଣ ବିଜେ କୋଟିଲକ୍ଷ୍ମୀ ଘେନି ।ଗନ୍ଧ ଚନ୍ଦନ ଯେ ପୁଷ୍ପ ଦେବାଙ୍ଗ ବସନଲକ୍ଷ୍ମୀଧର ପ୍ରାଣୀଙ୍କୁ ତ ମିଳଇ ଏମାନ ।ଏଥିରୁ ସୁଲଭ ଯୋଗ ପାଇବଇଁ କାହିଁରାଜାର ଗନ୍ଧଚନ୍ଦନ ଯୋଗାଇବି ନେଇ ।ଏତେ ବୋଲିଣ କୁବୁଜୀ ଚଳେବେଗେ ବେଗେଗନ୍ଧ ଯୋଗାଇଲା ନେଇ ରାମକୃଷ୍ଣ ଅଙ୍ଗେ ।ସାଷ୍ଟାଙ୍ଗ ହୋଇଣ ଆଗେ ଶୋଏ ଗଡ଼ଘାଲିଭକ୍ତିଭାବେ କହେ ତୁମ୍ଭେ ପ୍ରାଣବନ୍ଧୁ ବୋଲି ।ଆହେ ଦେବ ଗୋପୀନାଥ ପ୍ରଭୁ ବିଶ୍ୱବାସୀଶ୍ରୀଅଙ୍ଗ ଶୋଭୁ ସୁଗନ୍ଧ ଲାଗିଣ ହୁଅସି ।ନୀଳେନ୍ଦୀ ଦଳ ପରାୟେ ଅଙ୍ଗ ଦିଶେ ଶୋଭାଶ୍ରୀମୁଖ ଦିଶେ ଶରଦ ଚନ୍ଦ୍ରମାର ଆଭା ।ଦେବାଙ୍ଗ ଝୀନବସନ କଟିରେ କାଛେଣୀମଉଳି ଉପରେ ଚୂଳ ଶିଖିପୁଚ୍ଛ ବେଣୀ ।ବାମହସ୍ତେ କେନ୍ଦୁସର ଧରି ବେଣୁପାଣିସୁସଞ୍ଚ ରଙ୍ଗପାଟ ଯେ ବାହାରେ ବନ୍ଧଣି ।ନାସାରେ ବର୍ତ୍ତୁଳ ମୁକ୍ତା ଶୁଦ୍ଧ ସ୍ୱର୍ଣ୍ଣଗୁଣାଗଜମୁକୁତା ଥୋପ ପଡ଼ଇ ଜଗଜ୍ଜିଣା ।ସର୍ବାଙ୍ଗେ ଶୋଭା ଉକୁଟେ କହିବଇଁ କେତେବ୍ରହ୍ମା ଇନ୍ଦ୍ର ହେଲେ ସୁଦ୍ଧା ବର୍ଣ୍ଣି ନ ପାରନ୍ତେ ।ସର୍ବାଙ୍ଗ ଯାକର ପ୍ରଭୁ ଶୋଭାଗୁଣ ଯେତେଏକେ ଏକେ ବାହୁନିଣ କହିବଇଁ କେତେ ।ଲକ୍ଷ୍ମୀ ପରିବାରୀପଣେ ଯାହାକୁ ଖଟନ୍ତିପଟାନ୍ତର ଦେବାପାଇଁ କିସ ତାଙ୍କୁ କ୍ଷିତି ।ଶରଣପଞ୍ଜର ବାନା ଭକ୍ତ ଭାବଗ୍ରାହୀଯେ ପ୍ରଭୁ ପାଇଣ ହେଲେ ଗୋପୀମାନେ ତ୍ରାହି ।ମୋର ଛାର ସ୍ତୁତି ଅବା କରିବଇଁ କେତେଯୋଗବଳେ ଦୃଶ୍ୟ ସ୍ୱାମୀ ହୋଇଲାକ ମୋତେ ।ଭୋ ଦେବ ପୃଥିବୀ ଭାରା ଖଣ୍ଡିବାର ପାଇଁକୋଇଲି ବୈକୁଣ୍ଠ ତେଜି ମଞ୍ଚେ ଜାତହୋଇ ।ସୁଯୋଗ ବେଳାରେ ଏବେ ଆସି ଭେଟିଲଇଁସୁରେଖା ନାମେ ସ୍ୱର୍ଗର ଅପସରୀ ମୁହିଁ ।ବସନ୍ତ ଉତ୍ସବ ଯାତ୍ରା ଇନ୍ଦ୍ର ଦେଖୁଥିଲେନୃତ୍ୟେ ହୁଡ଼ଲାରୁ ମୋତେ ଅଭିଶାପ ଦେଲେ ।ତେଣୁ ମାନବୀ ଜନମ ଲଭିଲଇଁ ଏଥେଁଭେଟ ନ ହୁଅଇ ମୋର ପୁରୁଷ ସଙ୍ଗତେ ।ଏ ମୋହର ବିରୂପକୁ ଦେଖିକରି କେହିବିଭା ନ ହୋଇଲେ ମୋତେ ଆହେ ଭାବଗ୍ରାହୀ ।ତେଣୁକରି ପବିତ୍ର ମୋ ଅଟଇ ଶରୀରଗନ୍ଧଘରେ ଅଧିକାର କଲେ ଦଣ୍ଡଧର ।ଅବକାଶ ସମୟରେ ଖଟେ ଗନ୍ଧ ଘେନିନୁହଇ ପୁରୁଷ ମୁଁ ଯେ ନୁହଇ କାମିନୀ ।ତୁ ଦେବ ଅଶେଷ କୋଟି ବ୍ରହ୍ମାଣ୍ଡର ନାହାସର୍ବହୃଦେ ପୂରିଅଛୁ ନ ଜାଣୁ ବା କାହା ।ଆନନ୍ଦ ଗଦଗଦରେ କୁବୁଜା ବୋଇଲାକଂସର କାଳ ଆସିଣ ସମାପତ ହେଲା ।ଏହିପରି ସ୍ତୁତି ତହିଁ କୁବୁଜା କରନ୍ତେଶୁଣିଣ ସାନନ୍ଦ ହେଲେ ପ୍ରଭୁ ଜଗନ୍ନାଥେ ।ଆସ ଆସ କୁବୁଜି ଗୋ ସନ୍ନିଧେ ହକାରିଶ୍ରୀକରେ ଆଉଁଷି ଦେଲେ କୁଜକୁ ତାହାରି ।ସ୍ୱାମୀ ଶ୍ରୀହସ୍ତ କୁବୁଜା ଦେହରେ ଲାଗିଲାତକ୍ଷଣେ ସୌଭାଗୀ ହୋଇ ଶାପୁଁ ପାରହେଲା ।ଆଜନ୍ମ ଅନ୍ଧ ଯେପରି ଲଭଇ ନୟନତେସନ କୁଜ ଯାଇଣ ଅତି ଶୋଭମାନ ।ଉଲଟ ରମ୍ଭା ପରାୟେ ଜାନୁ ଜଘଂ ଜିଣିହସ୍ତୀ ଥୋରହସ୍ତ ପ୍ରାୟେ ହେଲା ବେନିପାଣି ।ସିଂହର କଟି ପରାୟେ କଟି ଅତି ଶୋଭାବୃଦ୍ଧ ତନୁ ପାଲଟିଣ ଦିଶେ ନବଯୁବା ।ଚାରୁ ସୁକୁମାରୀ ସୁଲକ୍ଷଣୀ ସେ ନାୟିକାଦେଖିକରି ଗୋପପୋଏ ହୋଇଲେ ତାଟକା ।ଯାତ୍ରୀଲୋକମାନେ ଦେଖି ହୋଇଲେ ଚକିତବୋଇଲେ ଏ କଥା ଗୋଟା ଅତ୍ୟନ୍ତ ବିଚିତ୍ର ।ଏକ୍ଷଣି କୁବୁଜା ଅପର୍ଚ୍ଛନା ହୋଇଥିଲାଏହାଙ୍କର ହସ୍ତ ଲାଗି ଦିବ୍ୟରୂପ ହେଲା ।କେହୁ ବୋଲଇ ବୁଝି ନ ପାରୁଛ ଏ କଥାଧନୁଯାତ୍ରା କରିଅଛି କଂସ ମହାରଥା ।କାହୁଁ କେତେ ଲୋକ ଆସିଅଛି ଯାତ୍ରା ଦେଖିକାର କେତେ ଗୁଣ ତାହା କେ ଜାଣି ପାରେକି ।ଏହିପରି ବିଚାରନନ୍ତେ ଏକେ ଏକେ ଜନକହୁଁ କହୁଁ କୁବ୍ଜା ରୂପ ଦିଶେ ଆନୁଆନ ।ହସ୍ତରେ ଚତୁଃସମକୁ ଘେନି ବିଦ୍ୟାଧରିରାମକୃଷ୍ଣ ଅଙ୍ଗେ ଗନ୍ଧ ଲେପନ ଯେ କରି ।ତିଳକ ଗନ୍ଧ କସ୍ତୁରୀ ଦିବ୍ୟ ମୃଗନାଭଶ୍ରୀକରେ ଲେପନ ସ୍ୱାମୀ ହେଲେ ବଳଦେବ ।ଧବଳ ଦେହରେ କଲା କସ୍ତୁରୀ ଲାଗନ୍ତେନୀଲମେଘ ଉଦେ ଯେହ୍ନେ ହିମ ପରବତେ ।ସର୍ବାଙ୍ଗେ ଚନ୍ଦନ କୃଷ୍ଣ ଲେପନ କରନ୍ତିକଳାମେଘେ ଚନ୍ଦ୍ରମା କି ଉଦୟ ହୁଅନ୍ତି ।ସ୍ୱାମୀଙ୍କ ସଙ୍ଗରେ ଯେତେ ପୋଏ ଆସିଥିଲେଏକେ ଏକେ ଡାକି ସ୍ୱାମୀ ଚନ୍ଦନ ଲେପିଲେ ।ଏକାଳେ ପୁଷ୍ପକ ଯାନ ଆସେ ଶୂନ୍ୟପଥେମାତିଛନ୍ତି ଗନ୍ଧରବେ ନୃତ୍ୟରଙ୍ଗେ ଗୀତେ ।ଛତ୍ରଚାମର ତହିଁରେ ଅଛଇ ଯେ ପୂରିଆକାଶରୁ ଖସିଆସେ ପକ୍ଷୀପ୍ରାୟ କରି ।ଆସ ଗୋ ସୁରେଖା ବୋଲି ଡାକିଲା ମାତଳିଇନ୍ଦ୍ର ପେଷିଛନ୍ତି ମୋତେ ଆସ ବେଳାବେଳି ।ସ୍ୱର୍ଗ ଶୋଭା ନ ପାଉଛି ତୁମ୍ଭର ଅଭାବେବିମାନେ ବିଜୟ କର ଯିବା ଅତି ଜବେ ।ବାସବଙ୍କ ଶାପେ ତୁମ୍ଭେ ମର୍ତ୍ତେ ଜନ୍ମିଥିଲରାମକୃଷ୍ଣ ଦରଶନେ ମୁକତ ହୋଇଲ ।ଏବେ ନାରାୟର ହସ୍ତ ଲାଗି ତୁମ୍ଭ ତହିଁମାନୁଷୀ ଶରୀର ତେଜି ଦେବ ଅଙ୍ଗ ବହି ।ସୁରେଖା ନାମ ତୁମ୍ଭର ସ୍ୱର୍ଗପୁରେ ଭଣିବିଦ୍ୟାଧରୀଙ୍କ ଉପରେ ଅଟ ଶିରୋମଣି ।ମାତଳି ବାକ୍ୟରେ କୁଜୀ ସନ୍ତୋଷ ହୋଇଲାରାମକୃଷ୍ଣଙ୍କ ପାଦରେ ଭକ୍ତିରେ ନମିଲା ।କରପତ୍ର ଯୋଡ଼ି କୁଜୀ ଆଜ୍ଞା ପରମାଣଅବଧାନ ହୋଇଥିବା ମୋତେ ନାରାୟଣ ।ଏଥୁ ଯାଇ ଲଭିବଇଁ ଯେହ୍ନେ ନିଜପଦପାଇଲେ ପରମ ପଦ ଛାଡ଼ି ମନଖେଦ ।ଆଦିତ୍ୟ ଅସ୍ତମାନେ ଯେ କଂସ ହେବ କ୍ଷୟେଆଜହୁଁ ସ୍ୱର୍ଗ ଭୋଗିବେ ସବୁ ଦେବତାଏ ।ଚାଣୁର ମୁଷ୍ଟିକ କୁବଳାୟା ନାମେ ଗଜଏ ତୁମ୍ଭ କରେ ମରିବେ ଆଜି ଦେବରାଜ ।ପୃଥ୍ୱୀ ଭାରାଭର ଆଜୁଁ ହୋଇବ ବିନାଶଅମର କଣ୍ଟକ କଂସ ଯିବ ପ୍ରାଣେ ନାଶ ।ଏତେ ବୋଲି ରାମକୃଷ୍ଣେ ପ୍ରଦକ୍ଷିଣ କରିବିମାନ ଆରୋହି ତହୁଁ ଚଳିଲା ସୁନ୍ଦରୀ ।ଦେଖୁ ଦେଖୁ ବିମାନ ଯେ ଚଳିଗଲା ବେଗେକ୍ଷଣକରେ ପ୍ରବେଶିଲା ଅମର ସ୍ୱରଗେ ।ସୁଧର୍ମା ସଭାରେ ବିଜେ ଦେବ ବ୍ରଜଧାରୀବିମାନରୁ ଉତୁରିଣ ନମସ୍କାର କରି ।ଦେଖିଣ ସୁରପତି ଯେ ସନ୍ତୋଷ ହୋଇଲେଶାଢ଼ୀ ଚନ୍ଦନ ଦେଇଣ ଆଶ୍ୱାସନା କଲେ ।ପୂର୍ବ ଅଧିକାର ପୁଣି ପାଇଲା ଅପ୍ସରୀକୁବୁଜାକୁ ମୁକତ ଯେ କଲେ ଦେବହରି ।ପୁରାଣ ଫେଡ଼ିଣ ଶୁକ ମହାମୁନି କହିଶୁଣ ଆହେ ପରୀକ୍ଷିତ ରାଜା ପୁଣ୍ୟଦେବୀ ।ଯାତ୍ରୀ ଲୋକମାନେ ଦେଖି ଚକିତ ହୋଇଲେଏକୁ ଆରେକ ସମସ୍ତେ ଜାଣିଲେ ଶୁଣିଲେ ।ଯାହାଙ୍କ ଶ୍ରୀକର ଲାଗି ମୋକ୍ଷ ହେଲା କୁବ୍ଜୀକହଇ ଅଚ୍ୟୁତ କବି ସେ ପ୍ରଭୁଙ୍କୁ ଭଜି ।