କେଶୀ ଓ କଦମ୍ୱାର ପୂର୍ବଜନ୍ମ ବୃତ୍ତାନ୍ତ — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିବିଶୁଦ୍ଧ ସୁବର୍ଣ୍ଣ ପ୍ରାୟ ବିରାଜଇ ତନୁ
ଓଲଟ ରମ୍ଭା ସମାନ ବିରଜାଇ ଜାନୁ ।
ସମ୍ପୂର୍ଣ୍ଣ ଚନ୍ଦ୍ରମା ପ୍ରାୟ ଦିଶଇ ବଦନ
ମନ୍ଦହାସରେ ସେ ପୁଣି ହୋଇଅଛି ପୂର୍ଣ୍ଣ ।
କୋକିଳ ପରାୟ ତାଙ୍କ କହିବାର ବାଣୀ
ସଂକୀର୍ଣ୍ଣ ମଝା ଶଙ୍କର ଡମ୍ୱରକୁ ଜିଣି ।
ଭ୍ରୁଲତା କାମଧନୁ ଯେ ଦିବ୍ୟ ବିମ୍ୱାଧର
ଭୁଜଦଣ୍ଡ ହସ୍ତୀଥୋର ପରାୟେ ସୁନ୍ଦର ।
ଚମ୍ପାକଢ଼କୁ ଜିଣିଣ କରଇ ଅଙ୍ଗୁଳି
ଝଟଝଟ ନଖତେଜ ଯେସନେ ବିଜୁଳି ।
ସିନ୍ଦୂର ମଣ୍ଡିତ ମୁଣ୍ଡ ମୁକ୍ତାପରି ଦନ୍ତ
ଘନକେଶ ମସ୍ତକରେ ଅତି ଦୀପ୍ତମନ୍ତ ।
ଅନେକ ଯତ୍ନେ ବିଧାତା ତାଙ୍କୁ ଗଢ଼ିଅଛି
ମୋହିନୀ କନ୍ୟା ପରାୟେ ସ୍ୱରୂପ ଦିଶୁଛି ।
ଜଳରେ ପଶି କ୍ରୀଡ଼ନ୍ତି ସର୍ବେ କୁତୂହଳେ
ନାହିଁ ପଟାନ୍ତର ତାଙ୍କୁ ସ୍ୱର୍ଗ ମଞ୍ଚାଆଳେ ।
ଏସନକ ସମୟରେ ଦୈବୀ ବିପରୀତ
ସେ ଜଳରେ ସ୍ନାନ କରୁଥିଲା ମୟଦୈତ୍ୟ ।
ଖଣ୍ଡେଦୂରେ ଥାଇ କୁମାରୀଙ୍କ କ୍ରୀଡ଼ା ଦେଖି
ସନ୍ନିଧିକୁ ଅଇଲା ସେ ଲଜ୍ଜାକୁ ଉପେକ୍ଷି ।
ଦେଖିଲା ସେ କନ୍ୟାଙ୍କର ହାବଭାବମାନ
ଧଇର୍ଯ୍ୟ ବୁଡ଼ିଲା ତାର ଚିତ୍ତ ଛନ୍ନ ଛନ୍ନ ।
ଘୂତଭାଣ୍ଡେ ଅଗ୍ନିଲାଗି ଯେସନେ ତରଳେ
ଅଜ୍ଞାନ ହୋଇ ଯେସନେ ପଶଇ ସଲିଳେ ।
ଅକ୍ଷୟରେତ ଅଙ୍ଗରୁ ଗଲା ତାର ବହି
ସେ କଥାକୁ ଦୈତ୍ୟପତି ଜାଣି ନ ପାରଇ ।
ପ୍ରଖର ସ୍ରୋତରେ ପଡ଼ି ଭାସି ସେ ଅଇଲା
ଅଶ୍ୱିନୀ କନ୍ୟା ଗର୍ଭରେ ଠାବଯାଇ କଲା ।
ମନୁ ଖେଦ ଯାନ୍ତେ ଦୈତ୍ୟଗଲା ଯେ ଲେଉଟି
ଦକ୍ଷନନ୍ଦିନୀ ଘରକୁ ସର୍ବେ ଗଲେ ଉଠି ।
ଏହିପରି କେତେଦିନ ଅତୀତ ହୋଇଲା
ଦଇବ ଯୋଗେ ଅଶ୍ୱିନୀ ଗର୍ଭବତୀ ହେଲା ।
ଦିନକୁଦିନ ଉଦର ବର୍ଦ୍ଧମାନ ତାର
ଗର୍ଭକୁ ଦେଖି ଲଜ୍ଜା ସେ ପାଇଲା ଅପାର ।
ବେନିମାସ ପରିଯନ୍ତେ ବହିଲା ସୁନ୍ଦରୀ
ସହି ନ ପାରି ପକାଇ ଦେଲା ତା ଉଦ୍ଗାରି ।
କଉଶିକୀ ଲତାତଳେ ପକାଏ ଯୁଗତେ
କାହାକୁ ସେ କଥାଗୋଟି ନ ବୋଲେ କିଞ୍ଚିତେ ।
ଏଥୁ ଅନ୍ତରେ ନାରଦ ମହାବ୍ରହ୍ମଜ୍ଞାନୀ
ମୟଦଇତ୍ୟ ଆଗରେ ଏସନକ ଭଣି ।
ଆହୋ ଦାନବ ଜଗତେ ତୁ ମହାବଳିଷ୍ଠ
ଜ୍ଞାନବନ୍ତ ହୋଇ କିପାଁ ହେଲୁ ମତିଭ୍ରଷ୍ଟ ।
ପୁତ୍ର ଜଗତେ କାରେଣି ପୁତ୍ର ଦିଏ ମୁକ୍ତି
ପୁତ୍ର ବିହୁନରେ ପ୍ରାଣୀ ପାଏ ନର୍କଗତି ।
ତୁମ୍ଭେ ଯେ ଉତ୍ତମକୁଳେ କଲ ପୁତ୍ର ଜାତ
ତୁମ୍ଭେ ହେଳାକଲେ ପୁତ୍ର ହୋଇବ ନିହତ ।
ଅଙ୍ଗାରପନ୍ନଗ ନାମେ ଗନ୍ଧର୍ବେକ ଥିଲା
ଶଚୀକୁ ହରିବାପାଇଁ ମନ ସେ କରିଲା ।
ତାହା ଜାଣିପାରି ଇନ୍ଦ୍ର ଅଭିଶାପ ଦେଲେ
ଦଇତ ଶରୀର ବହ ଯାଇ ରବିତଳେ ।
ସେ ହେତୁରୁ ତୁମ୍ଭ ବୀର୍ଯ୍ୟେ ଉପୁଜିଲା ସେ ତ
ସସାଗର ପୃଥିବୀକୁ କରିବ ଆୟତ୍ତ ।
ବହୁକାଳ ପରିଯନ୍ତେ ଥିବ ଦେହ ଘେନି
ସଂଗ୍ରାମେ ସାଧ୍ୟ କରିବ ସକଳ ପରାଣୀ ।
ତାହାପରି ପୁତ୍ରଗୋଟା କେବେ ନୋହୁ ନାଶ
ଯତ୍ନ ସହକାରେ ସେହି ପୁତ୍ରଗୋଟି ପୋଷ ।
ଆବର ବଚନ ତୋତେ କହିଥିବା ଅଦ୍ୟ
ଶ୍ରୀକୃଷ୍ଣ ହସ୍ତରେ ପୁତ୍ରଗୋଟି ହେବ ବଧ ।
କଂସ ଉପଦ୍ରବ ପାଇଁ ପ୍ରଭୁ ଚକ୍ରପାଣି
ଦ୍ୱାପରଯୁଗେ ଜନ୍ମିବେ ନରତନୁ ଘେନି ।
ତାଙ୍କ ହସ୍ତରେ ମରିଣ ହୋଇବ ମୁକତ
କେଶୀ ନାମକୁ ବହିବ ତୋର ଏହି ସୁତ ।
କଂସଠାରୁ ପରାକ୍ରମ ତାହାର ଉଗୁଳି
ଭାଣ୍ଡୀର ବନେ ମାରିବେ ତାକୁ ବନମାଳୀ ।
ମୟ ଦଇତ ଶୁଣନ୍ତେ ଏସନକ ବାଣୀ
କୌଶିକୀଲତା ତଳରୁ ପୁତ୍ର ଯାଇ ଆଣି ।
ସଞ୍ଜୀବନୀ ନାମେ ତାର ଭାର୍ଯ୍ୟା ରୂପବତୀ
ତାହାର ଗୋଚରେ ପୁତ୍ର ଦେଲା ଦୈତ୍ୟପତି ।
ନାରଦଙ୍କ ବାକ୍ୟେ କେଶୀ ନାମ ଦେଲା ତାର
ଶ୍ରୀକୃଷ୍ଣ ହସ୍ତରେ ମରି ପାଇଲା ଉଦ୍ଧାର ।
ଅଙ୍ଗାରପନ୍ନଗ ରୀତି ଶୁଣ ମହାରାଜ
କେଶୀ ନାମ ମହାବଳୀ ଦଇତ ତନୁଜ ।
ହଳଧର ହସ୍ତେ ସେ କଦମ୍ୱାସୁର ମଲା
ମନସିଜ ଗନ୍ଧରବ ମେନକା ଲୋଭିଲା ।
ସୁଧର୍ମା ସଭାରେ ହରି ଲୋଡ଼ିଲାକ ବେଳେ
କୋପେ ଶାପଦେଲେ ତାକୁ ଦେବ ଆଖଣ୍ଡଳେ ।
କଦମ୍ୱାସୁରର କଥା ଶୁଣ ଏବେ ଭଲା
ମନସିଜ ନାମେ ସ୍ୱର୍ଗେ ଗନ୍ଧର୍ବେକ ଥିଲା ।
ମେନକାକୁ ହରି ଲୋଡୁ ବଳାତ୍କାର କରି
କୋପେ ଅଭିଶାପ ତାକୁ ଦେଲେ ବଜ୍ରଧାରୀ ।
କ୍ରୋଧଭରେ କହନ୍ତି ଯେ ତାକୁ ଜମ୍ଭଭେଦୀ
ଆରେ ମନସିଜ ତୁହି କଲୁ ଦୁଷ୍ଟବୁଦ୍ଧି ।
ସ୍ୱର୍ଗର ଦେବତା ତୁହି ରୂପେ କାମ ଜିଣି
ଏଡ଼େ ବଡ଼ ଅନ୍ୟାୟକୁ ଆଚରିଲୁ ଆଣି ।
ତୁ ଆମ୍ଭର ପୁତ୍ର ଆମ୍ଭେ ତୋର ପିତାମାତା
ଜାଣୁ ଜାଣୁ କେଉଁପରି ଆଚରୁ ଏ କଥା ।
ଏଣୁ ଆମ୍ଭର ବୋଲରେ ଦୈତ୍ୟତନୁ ବହ
ଯମୁନାକୂଳେ ଗୋମତ ପର୍ବତରେ ଥାଅ ।
ବଳରାମଙ୍କର ସଙ୍ଗେ ସମର କରିବୁ
ତାଙ୍କ ହସ୍ତେ ମରି ତୁହି ମୁକତି ଲଭିବୁ ।
ବାହୁଡ଼ି ପ୍ରାପତ ତୋତେ ହେବ ସ୍ୱର୍ଗପୁର
ଏସନକ ଜାତ ହେଲା କଦମ୍ୱା ଅସୁର ।
ଦୁଇ ଭାଇଙ୍କର ହସ୍ତେ ଦୁଇବୀର ମଲେ
ସଭିଙ୍କ ଆଗରେ ସ୍ୱର୍ଗପୁରୀ ଚଳିଗଲେ ।
ସରବ ଗୋପାଳ ଯେ ଦେଖନ୍ତି ଦେବହରି
ପୁଣି ବିଷ୍ଣୁ ମାୟା ଯେ କରନ୍ତି ଅସୁରାରି ।
ଯେ ଯାହା ଦେଖନ୍ତି ପାସୋରନ୍ତି ତତକ୍ଷଣି
ବତ୍ସାନ୍ତ ଖୋଜି ନଦୀରେ ପିଆଅନ୍ତି ପାଣି ।
ଦିବାଅନ୍ତେ ଅଟେଇରେ ଭରିଲେକ ନେଇ
ଯେ ଯାହା ପୁରେ ପ୍ରବେଶ ହୋଇଲେକ ଯାଇ ।
କାହ୍ନୁ ସଙ୍କର୍ଷଣ ଗଲେ ଯଶୋଦାଙ୍କ ଆଗେ
ମୁଖେ ଚୁମ୍ୱଦେଇ ଆଶ୍ୱାସନ୍ତି ଅତିବେଗେ ।
ସର୍ବ ସୁଲକ୍ଷଣ ପୁତ୍ରେ ନନ୍ଦ ଯଶୋବନ୍ତୀ
ଦେଖି କୋଳେ ଦେଇ ଅତି ଆନନ୍ଦ ହୁଅନ୍ତି ।
ଯଶୋଦାଙ୍କ କୋଳେ ବିଜେ ଦେବ ଚକ୍ରପାଣି
ଉପମା କି ଦେବା ଉଦେ ସତେ ନିଶାମଣି ।
କୌଶଲ୍ୟା କୋଳେ କି ବିଜେ ଅବା ରଘୁନାଥ
ରେଣୁକାଙ୍କ କୋଳେ ବିଜେ ସତେ ପର୍ଶୁହସ୍ତ ।
ସାତ କଳ୍ପଯାଏ ଥିଲେ ବ୍ରହ୍ମ ପ୍ରଳୟରେ
କଦାଏ ମହର୍ଷି କୋଳେ ଅବା ସେ ଶୁତିଲେ ।
ପୃଥ୍ୱୀପରେ ବିଜେ କିବା ମହାମେରୁ ଗିରି
ସ୍ୱର୍ଣ୍ଣାଦ୍ରି ବିହାରେ ରତ ସତେ ଶୂଳଧାରୀ ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅପର୍ଣ୍ଣାର କୋଳେ
ନୀଳଚନ୍ଦ୍ର ଉଦେ କିବା ଆକାଶ ମଣ୍ଡଳେ ।
ଗାୟତ୍ରୀଙ୍କ କୋଳେ ଶୁତି ଅବା ବେଦଚାରୀ
ନିରଞ୍ଜନ ଦେବ କି ମହାଶୂନ୍ୟଧାରୀ ।
ଏସନକ ଅଟଇ ସେ ଦୈତ୍ୟଙ୍କ ଚରିତ
ତେଣୁ ବିମାନରେ ଚଢି ହେଲେ ସ୍ୱର୍ଗପ୍ରାପ୍ତ ।
ସମସ୍ତେ ଦେଖନ୍ତେ ସ୍ୱର୍ଗ ଭୁବନକୁ ଗଲେ
ପରୀକ୍ଷ ଆଗରେ ଶୁକମୁନି ଯେ କହିଲେ ।
ହରିବଂଶର ଚରିତ ଅତି ଅଗୋଚର
ସଂକ୍ଷେପେ ଲେଖଇ ତାହା ଅଚ୍ୟୁତ ପାମର ।
ଆହେ ସାଧୁଜନ ମୋର ନ ଧରିବ ଦୋଷ
ବାତୁଳ ପରାୟେ ବସି ଲେଖେ ହରିବଂଶ ।
କଂସର ଧନୁଯାତ୍ରା
ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କରି ଦିବ୍ୟପୂଜା ।ବୋଇଲେ ଭୋ ମୁନି କହ ଭାଗବତ ଧ୍ୱନିଲଭିବି ସକଳ ଧର୍ମ ଶୁଣି ହରିବାଣୀ ।ଏଥୁଅନ୍ତରେ କେବଣ ଚରିତ କି ବିଧିସଂକ୍ଷେପରେ କହ ମୋତେ ଆହେ ତପୋନିଧି ।କେଶୀ ବଧପରେ କଂସ କେଉଁ କୃତ୍ୟ କଲାଗୋପପୁରକୁ ଅକ୍ରୂର ଗଲା କି ନ ଗଲା ।ତାହା ଶୁଣିବାକୁ ମୋର ବଳିଅଛି ମନଦୟାକରି କହ ମୋତେ ହେ ଋଷିପ୍ରଧାନ ।ରାଜାର ନିର୍ମଳ ଚିତ୍ତ ଭକ୍ତଭାବ ଦେଖିକହନ୍ତି ଯେ ଶୁକ ଯାହା ଶାସ୍ତ୍ରେ ଅଛି ଲେଖି ।ଶୁଣ ତୁହୋ ସାବଧାନେ ନୃପ ଚୂଡ଼ାମଣିବିଷ୍ଣୁର ବାଳଲୀଳା ଏ କଉତୁକ ବାଣୀ ।ବୈଶାଖ ଶୁକ୍ଳ ସପ୍ତମୀ ତିଥି ଗୁରୁବାରମଥୁରା କଟକେ ଧନୁଯାତ୍ରା ସେ ଦିନର ।ଗର ନାମେଣ କରଣ ମାହେନ୍ଦ୍ର ଯେ ଯୋଗମେଷ ସଂକ୍ରାନ୍ତିକି ପୁଣି ଚୌଦଦିନ ଭୋଗ ।ସେ ଦିନ କପଟ ଯାତ୍ରା ଏକ କଲା କଂସବିଚାରଇ ରାମ କୃଷ୍ଣ କରିବ ବିନାଶ ।ସମ୍ଭର୍ବେ ଆସ୍ଥାନ ପରେ ବସି ନୃପସାଇଁପାତ୍ର ମନ୍ତ୍ରୀ ପ୍ରୋହିତାଦି ଆଣେ ହକରାଇ ।ସାତବଂଶ ଯାଦବଙ୍କୁ ଡକାଇଣ ପାଶେନିମନ୍ତ୍ରଣ ଗୁଆଦେଇ ପେଷେ ଦେଶେ ଦେଶେ ।ବୋଲଇ ଏପରି ତୁମ୍ଭେ କହିବ ରାଜାଙ୍କୁକଂସନୃପ ପେଷିଛନ୍ତି ତୁମ୍ଭର ପାଶକୁ ।ଯେ ଯାହାର କୁଟୁମ୍ୱାଦି ଘେନିଣ ସମସ୍ତେଧନୁଯାତ୍ରା ଦେଖିବାକୁ ଆସ ହେ ତୁରିତେ ।ରାଜାଙ୍କର ଆଜ୍ଞାକୁ ଯେ କରିବ ଅବଜ୍ଞାନିଶ୍ଚୟ ସାରିବେ ରାଜା ତାହାର ଯେ ପ୍ରଜ୍ଞା ।ବସିଲା ଠାବରୁ ସର୍ବେ ବେଗେ ଉଠିଆସଯାତ୍ରା ଦେଖି ବାହୁଡ଼ିବ ପୁଣି ଯେଝା ଦେଶ ।ଏତେ କହି ଯାଦବଙ୍କୁ ପଠାଇ ନୃପତିନଗ୍ରେ ଉତ୍ସବ କରାଅ ଆହେ ପାତ୍ର ମନ୍ତ୍ରୀ ।ଯେ ଆଜ୍ଞା କହିଣ ସର୍ବେ ପୁର ମଣ୍ଡାଇଲେହାଟ ବାଟ ଦାଣ୍ଡସବୁ ପରିଷ୍କାର କଲେ ।ଠାବେ ଠାବେ ପୂର୍ଣ୍ଣକୁମ୍ଭେ ଗୁଆ ନାରିକେଳଥୋଇଣ ଦ୍ୱାରେ ବାନ୍ଧିଲେ ତ୍ରୋଣା ମାଳମାଳ ।କାନ୍ଥ ବାଡ଼ରେ ବିଚିତ୍ର କାରୁକାର୍ଯ୍ୟ କଲେରାଜାର ଉଆସମାନ ଯତନେ ମଣ୍ଡିଲେ ।ନେତ ପାଟ ପତନି ଯେ ବାନ୍ଧି ଚଉକତିପୁରେଁ ପୁରେ ଚନ୍ଦ୍ରାତପମାନ ସେ ଟାଙ୍ଗନ୍ତି ।ପ୍ରତିଘରେ ପକାଇଲେ ଦନ୍ତୀର ପଲ୍ୟଙ୍କହାତୀଶାଳ ଘୋଡ଼ାଶାଳ ମଣ୍ଡାଇଲେ ଲୋକ ।ନାନବିଧିରେ ଦୋକାନ ବସେ ଠାବେ ଠାବେଲାଗିଲେ ଯେ ଯାହା ନିଯୋଗରେ ଲୋକସର୍ବେ ।ଏକ ଏକ କରି ତାହା କହିବି ବା କେତେପୋଥି ଗୋଟାଏ ହୋଇବ ତା ବସି ଲେଖନ୍ତେ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେ ଏକାଙ୍ଗ ରାଜାଦେବାସୁରେ କରନ୍ତି ଯା ପାଦତଳେ ପୂଜା ।ଦ୍ୱାପର ନପତି ଷଣ୍ଢ କଂସ ନୃପମଣିବାସୁକୀ ଫଣା ନ ଟେକେ ଯାହା ନାମ ଶୁଣି ।ଭାରା ନ ସହି ବସୁଧା କରେ ରକ୍ତବାନ୍ତିସନ୍ନିଧିରେ ରହିଛନ୍ତି ମହା ମହାରଥୀ ।ଦେବଭଣ୍ଡାରେ ଯେତେକ ଦ୍ରବ୍ୟମାନ ଥିଲାଲୁଟିଆଣି ମଥୁରାରେ ଯେ ବୀର ରଖିଲା ।ଏବେ ଧନୁ ଉତ୍ସବ ସେ ଯାତ୍ରା ଏକ କରେତାହାକୁ କି ପଟାନ୍ତର ଦେବା ବା ଆନରେ ।ସ୍ୱର୍ଗପୁରଠାରୁ ବଳି ଦିଶଇ ସୁନ୍ଦରବାଣ ନିଶାଣ ଶବ୍ଦରେ କମ୍ପେ ତିନିପୁର ।ଠାବେ ଠାବେ ନୃତ୍ୟକାରୀ କରୁଛନ୍ତି ନୃତ୍ୟଢୋଲ ଦମା ନାଗରାରେ ଉଛୁଳେ ଜଗତ ।କେ ବର୍ଣ୍ଣି ପାରିବ ଅବା ସେ କାଳର ଶୋଭାପୃଥିବୀପତିର ଯାତ୍ରା ମୁଖେ କି କହିବା ।ରାଜାର ଆଜ୍ଞା ଘେନିଣ ଯଦୁଗଣ ଗଲେଦେଶ ବିଦେଶରେ ବୁଲି ରାଜାଙ୍କୁ କହିଲେ ।ଶୁଣି ସର୍ବେ ଭୟକରି ହୋଇଲେ ବାହାରଦେଖା ଦରଶନି ଘେନି ମିଳିଲେ ଛାମୁର ।ସେମାନଙ୍କୁ ଚାହିଁ ରାଜା ଲୋକଙ୍କୁ ବୋଲଇଉତ୍ତମ ସ୍ଥାନ ଏହାଙ୍କୁ ଦିଅ ଏବେ ନେଇ ।ଲୋକମାନେ ନେଇ ତାଙ୍କୁ ବସାଘର ଦେଲେଉତ୍ତମ ସାମଗ୍ରୀମାନ ଆଣି ଯୋଗାଇଲେ ।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର ରାଜାସମସ୍ତେ କଂସର ଆସି କଲେ ପାଦପୂଜା ।ମଧୁବନ କଟକରେ ସର୍ବେ ହେଲେ ରୁଣ୍ଡଅଶ୍ୱ ଗଜ ପଦାତିକ ବହୁ ପାରଦଣ୍ଡ ।ଚୌରାଶୀ କୋଟି ଯାଦବେ ରଥୀ ମହାରଥୀଉତ୍ତମରୂପେ ତାଙ୍କର ରଚନା କରନ୍ତି ।ମୁଖରାବର ଚହଳ ଅତ୍ୟନ୍ତ ଗହଳସମୁଦ୍ର ଗର୍ଜନ ପ୍ରାୟ ଶୁଭଇ ଚହଳ ।ଦେଶୀ ବିଦେଶୀ ଆସିଣ ମିଳିଲେ ସମସ୍ତେଅସ୍ତ୍ର ଧରି ବିହରନ୍ତି ଯେଝାରେ ରାଉତେ ।ଗନ୍ଧ ଚନ୍ଦନ ପୁଷ୍ପରେ ସର୍ବେ ହେଲେ ମଣ୍ଡିଘନ ଘନ ବାଜୁଅଛି ଟମକ ଦାଉଣ୍ଡି ।ହାଟୁଆ ବାଟୁଆ ଦାଣ୍ଡେ ପସରା ସଜାଡ଼ିନାନସ୍ୱାଦୁ ସାମଗ୍ରୀ ସେ ଚାଙ୍ଗୁଡ଼ାରେ ବାଢ଼ି ।କେ କିଣନ୍ତି କେ ବିକନ୍ତି କେବା ଲାଭ ମୂଳେଖେଳଇ ହସଇ କେହୁ ନାଚେ କୁତୂହଳେ ।ସାତ୍ୟକି କୃପବ୍ରହ୍ମା ସେ ଉଦ୍ଧବ ଅକ୍ରୁରବସୁଦେବ ସଙ୍କୋଚନ ସହସ୍ରାକ୍ଷ ବୀର ।ଏରୂପେ ଚୌରାଣୀ କୋଟି ଯଦୁଗଣମାନେରହିଛନ୍ତି ଆଜ୍ଞାକାରୀ ହୋଇ ସାବଧାନେ ।ଅକଳିତ ବଳ ତାଙ୍କ କଳନା ନ ଯାଇନାମ ଧରି କେତେ ଅବା କହିବଇଁ ମୁହିଁ ।କଂସର କନିଷ୍ଠ ଭାଇ ସୁନାସ ଯେ ବୀରରାଜ୍ୟେ ଅଧିକାରୀ ସେହି କଂସର ସୋଦର ।ହଂସ ଡ଼ିମ୍ୱ ନାମରେ ଯେ କଂସରାଜା ବଳାବୟସରେ ସାନ କିନ୍ତୁ ତେଜେ ଅନର୍ଗଳା ।ଗାର୍ଗ୍ୟ ନାମରେ ପ୍ରୋହିତ କୁଳକୁ କାରେଣିପିତା ଉଗ୍ରସେନ ମାତା ଇନ୍ଦୁମତୀ ରାଣୀ ।ତେହି ପ୍ରହେତି ବୋଲିଣ ଜରାସନ୍ଧ ପୁତ୍ରୀକଂସ ନୃପତିର ସେହି ଅତି ପ୍ରିୟବତୀ ।ଏହାଙ୍କ ମୂଳେ ଚୌରାଶୀ ସହସ୍ର ତରୁଣୀଅପୂର୍ବ ନବଯୁବତୀ ସର୍ବେ ସୁଲକ୍ଷଣୀ ।ସମସ୍ତଙ୍କ ମନ ବଳେ ଯାତ୍ରା ଦେଖିବାକୁପ୍ରଶଂସା କରନ୍ତି ସର୍ବେ କଂସ ନୃପତିଙ୍କୁ ।ନବର ଭିତରେ ଆଉ ନ ମିଳଇ ବାଟଆସ୍ଥାନରେ ବସିଅଛି ପୃଥିବୀ ସମ୍ରାଟ ।ବ୍ରାହ୍ମଣଙ୍କ ଦେବପାଠ ଅଶ୍ୱଙ୍କର ରାବଭାଟଙ୍କର ସ୍ତୁତିପାଠ ନୃତ୍ୟ ଠାବ ଠାବ ।ଅଶ୍ୱଯୁଦ୍ଧ ମାଲଯୁଦ୍ଧ ଗଜଯୁଦ୍ଧ ରଙ୍ଗେଖେଳ କୁତୂହଳେ କେହୁ ମାତେ କାର ସଙ୍ଗେ ।ଚିତ୍ରକୂଟ ଗିରିଠାରୁ ମଧୁପୁର ଯାଏଏ ଏକାଦଶ ଯୋଜନେ ଯାତ୍ରା ଗୋଟି ହୋଏ ।ଯମୁନା ନଦୀ ଯେ ପାଞ୍ଚଯୋଜନ ଓସାରତାର ବେନିକୂଳେ ଗୃହ ହୋଇଛି ଅପାର ।ରାଜା ମହାରାଜା ତହିଁ ବାସ କରିଛନ୍ତିଗଣି କେ ପାରିବ ତହିଁ ଯେତେ ନୃପପତି ।କଂସ ରାଜାର କୋପକୁ ତିନିପୁରେ ଡରିଆଜ୍ଞା ଯେ ଭାଙ୍ଗିବ ତାକୁ ପକାଇବ ମାରି ।ସେ ପୁର ଅଟେ ଦ୍ୱାଦଶ ଯୋଜନ ଯେ ସ୍ଥଳୀବାରସ୍ୱତୀପୁରଠାରୁ ଶୋଭାରେ ଉଗୁଳି ।ଗୋଧିକା ପାଟଣା ତହିଁ ଗୋମାତା ସର୍ଜିଲାନବକୋଟି ବତ୍ସା ଘେନି ସୁରଭି ଯେ ଥିଲା ।ମଧୁନାମେ ନଗର ଯେ ଭ୍ୟାଇଲା ଯତନେବିଶ୍ୱକର୍ମା ନିର୍ମାଣିଛି ଯା ଅଷ୍ଟରତନେ ।କହନ୍ତେ ନ ସରଇ ଯେ ମଥୁରାର ବିଧିକିବା ସ୍ୱର୍ଗପୁର କିବା ଅଳକା ପ୍ରସିଦ୍ଧି ।ଅତି ଯତ୍ନେ ଧନୁଘର ମଣ୍ଡନ ହୋଇଛିନିଶେ ହାତ ଦେଇ ରାଜା ଆସ୍ଥାନେ ବସିଛି ।ଚୌରାଶୀ କୋଟି ଯାଦବେ ହୋଇଛନ୍ତି ଉଭାଶତେ ଇନ୍ଦ୍ରପଦ କି ସେ ମଞ୍ଚପୁରେ ଶୋଭା ।ସ୍ୱର୍ଗର ଦୁନ୍ଦୁଭି ବାଦ୍ୟ ଘେନି ଗନ୍ଧରବେବଜାନ୍ତି ଆନନ୍ଦ ମନେ ସେ ମହା ଉତ୍ସବେ ।କେ ଛତ୍ର ଚାମର କେବା ଆଲଟ ଧରିଛିମଣିମା ମଣିମା ଡାକ ନିରତେ ପଡ଼ିଛି ।କେ ପାନ ଯୋଗାଏ କେହୁଁ ମୁଖେ ଦିଏ ବିଡ଼ିକାହାର ମସ୍ତକେ ରାଜା ବାନ୍ଧିଦିଏ ଶାଢ଼ୀ ।ସମସ୍ତଙ୍କୁ ଆକଟ ସେ କରେ ଜଣେ ଜଣେଯେଝି ନିଯୋଗରେ ଲାଗି ଯାଇ ଜଣେ ଜଣେ ।ଅପୂର୍ବ ମଣ୍ଡପମାନ ଠାବେ ଠାବେ ଶୋହେକଂସରାଜାର ଉତ୍ସବ ବର୍ଣ୍ଣିବ ବା କିଏ ।ରତ୍ନ ସିଂହାସନେ ରାଜା ବସିଅଛି ମାଡ଼ିଦେବ ଦଳନ ଖଣ୍ଡା ତ ଆଗେ ଅଛି ପଡ଼ି ।ପାତ୍ର ସାମନ୍ତମାନେ ଯେ କାଖେ ହାତଦେଇସାବଧାନେ ଉଭା ନୃପ ଆଜ୍ଞାକୁ ଅନାଇ ।ଆସନର ତଳେ ବେନି ଧାଡ଼ି ପଟୁଆରହାତୀ ରଥୀ ପଦାତି ଯେ ଅଛନ୍ତି ଅପାର ।ହେଳାରେ ଯେ ଦିଗେ ରାଜା ଦିଏ ପୁଣି ଦୃଷ୍ଟିନିଉଛାଳି ନମସ୍କାର ପଡ଼େ କୋଟି କୋଟି ।ଋଷି ମହାଋଷି ଆଦି ତହିଁ ଛନ୍ତି ପୂରିସେମାନଙ୍କୁ ମାନ୍ୟବିଧି କରେ ଦଣ୍ଡଧାରୀ ।ନବଦିନ ଯାତ୍ରା ତହିଁ କଲା କଂସରାୟେସ୍ୱର୍ଗ ତେଜି ଅଇଲେକ ସବୁ ଦେବତାଏ ।ରାତିଦିନ ଲାଗିଅଛି ତହୁଁ ଗଜହୁଳାମଧ୍ୟାହ୍ନ ସୂର୍ଯ୍ୟର ଯେହ୍ନେ ଲାଗେ ଜ୍ୟୋତିଜ୍ୱଳା ।ଚନ୍ଦ୍ର ଉଦିଆ ହାବେଳି ଚମ୍ପା ଆଦି ବାଣଫୁଟିବାରେ ଚଉଦିଗ ଆଲୋକରେ ପୂର୍ଣ୍ଣ ।ରଜନୀ ଦିବସ କେହୁ ବାରି ତ ନ ପାରିଯାତ୍ରା ଦେଖି ଧାଇଁଛନ୍ତି ପଡ଼ି ଉଠି କରି ।ରାଜାମାନଙ୍କୁ ଯୋଗାଡ଼ ଯେତେକ ସାମଗ୍ରୀପଡ଼ିହାରୀମାନେ ତାହା ଯୋଗାନ୍ତି ହେ ବେଗି ।ଭଣ୍ଡାରମାନରୁ ଧନ ବହିଲେ ନ ସରେଗୁଣେ ବ୍ୟୟ କଲେ ଦଶଗୁଣରେ ସେ ପୁରେ ।ପୂର୍ବେ ସେହିବଂଶେ ଥିଲେ ଅନେକ ଯେ ରାଜାକଂସର ସମାନେ କେହି ନ ପାଇଛି ପୂଜା ।ଦିଗପାଳ ଚୂଡ଼ାମଣି ପ୍ରତିଜ୍ଞା ସାମର୍ଥାଅଷ୍ଟାଦଶ ପୁରାଣରେ ପଡ଼େ ଯାର କଥା ।ଯାହାର ନିମନ୍ତେ ରଙ୍ଗାବତାର ଶ୍ରୀହରିଚଉଦଭୁବନେ ଯେହୁ ଅଟେ ଅଧିକାରୀ ।ଉଚ୍ଚକୁଳେ ଜାତ ଇନ୍ଦୁମତୀ ଯାର ମାତାଯଦୁବଂଶ ଶିରୋମଣି ଉଗ୍ରସେନ ପିତା ।ଚୌରାଶୀ କୋଟି ଯାଦବ ପରେ ମୌଡ଼ମଣିମେରୁ ପ୍ରଦକ୍ଷିଣ ଯେହୁ ସୃଷ୍ଟି ଅଛି ଜିଣି ।ଯାର ପାଦଭାରା ସହି ନ ପାରେ ବସୁଧାଶମନ ଭୟ କରଇ ଦେଖି ଯାର ଗଦା ।ଦେବତାଏ ଖଟିଥାନ୍ତି ଯାହାର ଚରଣେପୃଥିବୀ ଭିତରେ ବୀର ଏକା ସେହୁ ଜଣେ ।ବଳବନ୍ତ କୁଳବନ୍ତ ଧନବନ୍ତ ତିନିଗୁଣରେ ଯେ ପରିପୂର୍ଣ୍ଣ ଅଶେଷ ମେଦିନୀ ।ମନମଧ୍ୟେ ତିଳେମାତ୍ର କରେ ନାହିଁ ଭୟଏକା ରାମକୃଷ୍ଣ ଲାଗି ଚିନ୍ତିତ ହୃଦୟ ।ଫେଡ଼ି ନ କହେ କାହାକୁ ମନରେ ଯେ ଖେଦଆପଣେ ଜାଣଇ ସିନା ନିଜ ମୃତ୍ୟୁଭେଦ ।ବିଜୁଳି କନ୍ୟା ମୁଖରୁ ଯାହା ଶୁଣିଥିଲାସେହିକଥାମାନ ସବୁ ପ୍ରତ୍ୟକ୍ଷ ଘଟିଲା ।ଦେଖିୁ ଦେଖୁ ଅଷ୍ଟସେନା ହୋଇଲେ ବିନାଶଅନୁକ୍ଷଣେ ସେ କଥାକୁ ଭାଳେ ଦୈତ୍ୟଈଶ ।କପଟରେ ରାମକୃଷ୍ଣ ସଂହାରିବା ପାଇଁକପଟରେ ଧନୁଯାତ୍ରା ଅଛି ଯେ ଭିଆଇ ।ଅଭିଶାପ ହେତୁ ଗୋପେ ଯାଇ ସେ ନ ପାରେମାରିବ ବୋଲି ଭାବିଛି ତେଣୁ ଉପାୟରେ ।ଅବଶ୍ୟ ରାମ କୃଷ୍ଣ ଯେ ଯିବେ ସେହିଠାକୁମରିବ କଂସ ନୃପତି ଦେଖିଣ ତାହାଙ୍କୁ ।ଅକ୍ରୂର ହାତରେ ତାଙ୍କୁ ଆଣିଲେ ହକାରିତେବେ ଯାଇଣ ଉଶ୍ୱାସ ହେବ ବସୁନ୍ଧରୀ ।ଦଇବ ଘଟାଏ ନେଇ ଯାକୁ ଯାହା ଯୋଗସମୟ ହୋଇଲେ ସିନା ହୁଏ ତାହା ଭୋଗ ।ଅଜ୍ଞାନ ପଣରେ କଂସ ବିଚାରଇ ବସିନିଶ୍ଚେ ବିନାଶିବି ଏଥେ ରାମ ହୃଷୀକେଶୀ ।ଏମନ୍ତ ବିଚାରି ମନେ କରିଅଛି ଆଣ୍ଟସଭାକୁ ଚାହିଁ ବୋଇଲେ ହଲାଇ ମୁକୁଟ ।କେଉଁ ରାଜା ମୋର ଆଜ୍ଞା ମେଣ୍ଟିଣ ରହିଲେଏହି ବାର୍ତ୍ତା କିଏ ଜାଣ କହ ତାହା ଭଲେ ।ଆସ୍ଥାନ ଉପରେ ବସି ପୁଚ୍ଛେ ବାରମ୍ୱାରକରପତ୍ର ଯୋଡ଼ି ତହୁଁ କହନ୍ତି ଡଗର ।ଶୁଣିବା ଭୋ ସାବଧାନେ ଭୋଜ ନରପତିଆପଣଙ୍କର ଖଣ୍ଡାକୁ ନାହିଁ କାର ଭୀତି ।ଦେବଗଣ ଋଷିଗଣ ନାଗଲୋକ ମୂଳେଚାରିଦିଗର ନୃପତି ଅଇଲେ ସକଳେ ।ଭୋ ଦେବ ଚିତ୍ରକୂଟରୁ ମଧୁବନଯାଏଦ୍ୱାଦଶଯୋଜନ ଭୂମି ପରିପୂର୍ଣ୍ଣ ହୋଏ ।ହସ୍ତୀ ରଥୀ ପଦାତି ଯେ ଅଶ୍ୱ କୋଟି କୋଟିଯମୁନାର ବେନିକୂଳଯାକ ଛନ୍ତି ଘୋଟି ।ସାହୁ ବଣିଜାର ଧନୀ ଦରିଦ୍ରାଦି ଯେତେଯାତ୍ରାକୁ ଆସିଅଛନ୍ତି ଯେ ଯାହାର ମତେ ।ଅଗୋଚର ସମ୍ପଦ ତ କହିଲେ ନ ସରେପୂର୍ବେ ନହୁଷ ପ୍ରଭୃତି ଥିଲେ ଏ ମହୀରେ ।ଏପରି ଉତ୍ସବ କେବେ କେହି କରିନାହିଁଇନ୍ଦ୍ରର ସମ୍ପଦ ଏଥୁ ଅଧିକ ନୁହଇ ।ଧନ୍ୟ ଯଦୁବଂଶେ ଆସି ପୁଣ୍ୟ ବିକାଶିଲାଶୂରବନ୍ତ ଗୁଣବନ୍ତେ ରାଜା ଏ ହୋଇଲା ।ଯଯାତି ନହୁଷ ପୁରୁରବା ଆଦି ଯେତେଏକ ଚକ୍ରବର୍ତ୍ତୀ ହୋଇଥିଲେ ଏ ଜଗତେ ।କିନ୍ତୁ ଏପରି କୀରତି କେହି କରିନାହିଁଆଉ ଅଧିକ କହିବୁ କିସ ଭୋଜସାଇଁ ।ଡଗରଙ୍କ ମୁଖୁ ଏହି ବଚନକୁ ଶୁଣିନିଶକୁ ମୋଡ଼େ ଆନନ୍ଦେ କଂସ ନୃପମଣି ।ଏସନ ସମୟେ ଆସି ମିଳେ ଏକ ଚାରେଗୋପର ବାରତା ଆଣି ଜଣାଏ ଛାମୁରେ ।ଭୋଦେବ ସାବଧାନରେ ଶୁଣ ନୃପରାଣଗୋପନଗରକୁ ମୁହିଁ ଅଇଲି ଏକ୍ଷଣ ।ନନ୍ଦ ଗଉଡ଼କୁ ତହିଁ ନିମନ୍ତ୍ରବା ପାଇଁଶ୍ରୀଛାମୁଙ୍କ ଆଜ୍ଞା ଗୋଟି କହିଲି ବୁଝାଇ ।ଆଜ୍ଞାକୁ ମେଣ୍ଟିଣ ସେହୁ କଲା ଉପହାସବୋଇଲା ନ ଯିବି ମୋର କି କରିବ କଂସ ।ଖାତର ନ କରି ପୁଣି ବୋଲେ ହେଉ ହେଉପୁତ୍ରଙ୍କ ପାଇଁ ଗରବ ବହିଅଛି ସେହୁ ।ଗୌଡ଼ ହାଉଡ଼ ବାଉଡ଼ ମତୁଆଲ ମୂର୍ଖନ ଜାଣଇ ଭଲ ମନ୍ଦ ହାନି ଦୁଃଖ ସୁଖ ।ରାଜାଙ୍କ ଆଜ୍ଞାକୁ ମେଣ୍ଟି କଲା ଅମାନନାସର ଗୋଟିକା ଅଧାମ ନ ଦେଲା ତ ଛେନା ।ଆଉ ସମସ୍ତେ ଅନେକ ବୁଝାଇ କହିଲେସେ କଥାକୁ ନଜରରେ ନ ଆଣିଲା ତିଳେ ।ଚାରର ମୁଖରୁ ଏହା ଶୁଣି ଭୋଜସାଇଁଅନଳ ପରାୟେ କ୍ରୋଧେ ଜଳି ସେ ଉଠଇ ।କି କହିଲା କି କହିଲା କିରେ ସେ ଗଉଡ଼ଗଦାଘାତେ ପିଞ୍ଜିଦେବି ତାର ହାଡ଼ ଗୋଡ଼ ।ନ ଜାଣେ କି ମୋହର ସେ ବଳବପୁ କେତେଦେବଦଳନ ଖଣ୍ଡାକୁ ଭୟ ନାହିଁ ଚିତ୍ତେ ।ଗଉଡ଼ ବାଉଡ଼ ହୋଇ ଏଡ଼େ ତା ଗରବମୋହରି ଆଜ୍ଞା ମେଣ୍ଟିଲା କେଉଁଠି ରହିବ ।ନ ଜାଣେ କି ମୋର ନାମ ଅଟେ କଂସାସୁରକ୍ଷଣକରେ ଉଜାଡ଼ିଣ ଦେବି ଗୋପପୁର ।କିରେ ଗଞ୍ଜାଇ ଖାଇଣ ଥିଲା କି ପାଗଳନିଶ୍ଚୟ ଜାଣିଲି ଏବେ ପୂରିଲା ତା କାଳ ।ମୂଷାହୋଇ ମାର୍ଜ୍ଜାରକୁ ଭୟ ନାହିଁ ଚିତ୍ତେଗରୁଡ଼କୁ ସାପ ହୋଇ କହିଲା କେମନ୍ତେ ।ସିଂହର ଆଗରେ ଶଶା ଦେଖାଏ ଚାତରଏତେ କହି ନିଶ ମୋଡ଼ି ଗର୍ଜେ କଂସାସୁର ।ବିକରାଳ ମୂର୍ତ୍ତି ରଟମଟ ଦନ୍ତପନ୍ତିନୟନ ତରାଟି ସେହୁ ଚାହେଁ ଚଉକତି ।କିରେ ସେ ଗଉଡ଼ କେତେ କଥା ତ ନ କଲାଏହା କହି ଦୀର୍ଘରଡ଼ି ଗୋଟିଏ ଛାଡ଼ିଲା ।ସେ ଶବଦେ ଆକାଶ କି ଛିଡ଼ି ବା ପଡ଼ିବପୃଥିବୀ ଦେବୀ କି ଅବା ରସାତଳେ ଯିବ ।କାଳସର୍ପ ପ୍ରାୟ ବୀର ଗର୍ଜେ ଘନଘନଦେଖିକରି ସୁର ନରେ ହେଲେ ଛନ୍ନ ଛନ୍ନ ।ସାଜ ସାଜ ସମଦଣ୍ଡ ମୋରରେ ରାଉତଭାଙ୍ଗିବଇଁ ଗୋପପୁର କରିବି ଧୂମାନ୍ତ ।ଉପ୍ରୋଧ କରି ସହିଲି ସିନା ଏତେ ଦିନଜାତି ପାମର ଗଉଡ଼ ନିଲକ୍ଷଣ ହୀନ ।ତାହାନ୍ତ ମାଇଲେ କିଛି ପଉରୁଷ ନାହିଁଦେଖି ନ ଦେଖିଲାପରି ବସିଥିଲା ସହି ।ପ୍ରତ୍ୟକ୍ଷେ କରନ୍ତି ମୂଢ଼େ ନିତି ସୁରାପାନବନପଶୁ ସମାନରେ ତାହାଙ୍କ ଜୀବନ ।ତାହାଙ୍କୁ ନାଶିଲେ କିଛି ପାପ ହେବ ନାହିଁଗୋପାଳଶୂନ୍ୟ କରିବି ସସାଗରା ମହୀ ।ଏତେ କହି ଆସ୍ଥାନରୁ ଉଠେ ନୃପମଣିସାରଥିକୁ କହେ ରଥ ଦିଅ ସାଜିଆଣି ।ଆଜି ନନ୍ଦ ଗଉଡ଼ରେ ଘେନିବି ଜୀବନଗଉଡ଼ ନାମ ଜଗତେ ନ ରଖିବ ଜାଣ ।ମାଂସକାଟି ରୁଧିରରେ ତର୍ପଣ କରିବିତେବେ ଅଷ୍ଟମଲଙ୍କର କଷ୍ଟ ପାସୋରିବି ।ନୋହିଲେ ଶରୀରୁ ମୋର ସନ୍ତାପ ନ ଛାଡ଼ିଆସ ବୀରେ ଗୋପନଗ୍ର ଦେବା ଯେ ଉଜାଡ଼ି ।ଯେଉଁ ରାଜାଙ୍କର ଅଛି ରଥାଦି ସଇନିସେମାନେ ସଜ ହୁଅନ୍ତୁ ନାନାଶସ୍ତ୍ର ଘେନି ।କହୁଁ କହୁଁ କୋପ ବେଳୁଁବେଳ ତା ବଢ଼ିଲାନୟନ ବେନି ତରାଟି ଘୋରରଡ଼ି ଦେଲା ।ଉଗ୍ରସେନ ବୋଲେ ବାପ କିପାଁ ଏଡ଼େ ତମନୃପ ଶିରୋମଣି ତୁହି ଲୋକପାଳ ସମ ।ତୁ ଯାହାକୁ ନ ରଖିବୁ ତାକୁ କେ ରଖିବବିରାଡ଼ି ଆଗରେ କାହୁଁ ମୂଷିକ ରହିବ ।ମଣ୍ଡୁକୀ ସଙ୍ଗତେ କାହିଁ କାଳସର୍ପ ରଣଛାଗଳ କି ହୋଇପାରେ ସିଂହର ସମାନ ।ଛାରଗଉଡ଼ ପ୍ରଡା ତ ଦାସର ସେ ଦାସତାହାର ଉପରେ ପୁଣି ଏଡ଼େ ଅମରଷ ।ଦେବେ ପରିଚାରପଣେ ଖଟିଛନ୍ତି ତୋତେଗୋରୁ ରଖୁଆଳଙ୍କର ବଳ ଅବା କେତେ ।ମୂର୍ଖବୁଦ୍ଧିପଣେ ସିନା ଅରଜିଲା ଦୋଷତାହାଙ୍କୁ ଜିଣିଲେ କିଛି ନାହିଁ ପଉରୁଷ ।ବାବୁ ତୁନହି ଅଟୁ ଦିଗପାଳ ଚୂଡ଼ାମଣିଛୋଟ ଲୋକଙ୍କ ଉପରେ ଏଡ଼େକ ପଲାଣି ।ଧୈର୍ଯ୍ୟ ଧରିଣ ବିଚାର ଆପଣାର ବୁଦ୍ଧିଯେସନ ପ୍ରକାରେ ଶତ୍ରୁ ହୁଏ ପୁଣି ସାଧି ।ବୃଥାରେ ତମ କରିଲେ ବହୁ ହାନି ପାଇବଡ଼ ଭୋକିଲା ହେଲେ କି ବେନି କରେ ଖାଇ ।କ୍ରୋଧ ସମ୍ୱରଣ କର ବରଗିବା ଦୂତତେବେ ସିନା ଜାଣିବାଟି କଥାରେ ତଦନ୍ତ ।ଏ ଘାନ୍ତି ପୁଅଙ୍କୁ ଘେନି ଯେବେ ନ ଆସଇତେବେ ଯାଇ ତାର ସଙ୍ଗେ କରିବା ଲଢ଼ାଇ ।ସାମାନ୍ୟ ଶତ୍ରୁ ନୁହେଁ ତ ସେହି ଦେବହରିଦେଖୁଁ ଦେଖୁଁ ଅଷ୍ଟମଲ୍ଲ ପକାଇଲା ମାରି ।ଜଣେ ବର୍ତ୍ତି ନ ଅଇଲା ସର୍ବେ ତହିଁ ମଲେଷଣ୍ଢ ତୃଣା ବକ କେଶୀ ଯାମଳାର ତୁଲେ ।ଜଣେ ଜଣେ ସୃଷ୍ଟି ଜିଣି ପାରନ୍ତି ସେ ଏକାଦେଖୁଁ ଦେଖୁଁ ନାଶକଲା ସେ ଗଉଡ଼ଟୋକା ।ତୁହିକି ନ ଜାଣୁ ବାବୁ କହିବି ମୁଁ କିସଡକାଇ ଆଣି ଏଠାରେ ଦେବା ତାଙ୍କୁ ବିଷ ।ଏ ରୂପେ କହନ୍ତେ ଉଗ୍ରସେନ ହିତବାଣୀସନ୍ତୋଷ ହୋଇଲା ବୀର ପିତା ବୋଲ ଶୁଣି ।ବାହୁଡ଼ି ଆସନ ମାଡ଼ି ବସେ ସିଂହାସନେକି ଉପାୟ କରିବଇଁ ଭାଳେ ପଞ୍ଚମନେ ।ଏଡ଼େ ଯାତ୍ରା ଭିଆଇଲି ଯାହାର ନିମନ୍ତେନିସତ ହୋଇଲି କାର୍ଯ୍ୟ ନୋହିଲା କିଞ୍ଚିତେ ।ଶୂନ୍ୟକୁ ଚାହିଁ ନିଶ୍ୱାସ ଛାଡ଼େ ଦଣ୍ଡଧାରୀକ୍ରୋଧରେ ନୟନ ଫାଟି ବହେ ଅଶ୍ରୁବାରି ।ମନ ଛନ୍ନଛନ୍ନ ତାର ହୁଏ ନିରନ୍ତରରାମ କୃଷ୍ଣ ଚିନ୍ତାବିଷ ଘାରଇ ଶରୀର ।ଜୟ ନୀଳାଚଳବାସୀ ଆହେ ଜନାର୍ଦ୍ଦନଜୟ ଜୟ ଦାମୋଦର ପତିତପାବନ ।ଜୟ ଜୟ ଜଗନ୍ନାଥ ଅଘାସୁର ବୈରିଜୟ ଜୟ ଜଗନ୍ନାଥ ଗୋପୀମନୋହାରୀ ।ଜୟ ଜୟ ଜଗନ୍ନାଥ ଶରଣ ସୋଦରଅଚ୍ୟୁତାନନ୍ଦ ଦାସ ତୋ ପାଦରେ କିଙ୍କର ।