ଚାଣୁର ମୁଷ୍ଟିକ ବଧ — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତୁହି ମୋ ପରମଗୁରୁ ଅଟୁ ବୃଦ୍ଧମାତ ।
ମାଗୋ ମୁଁ ତୋ ପୁତ୍ର ହୋଇ କଲି ଏଡ଼େ ଯଶ
ମଥୁରାକୁ କଲି ସ୍ୱର୍ଗଭୁବନ ସଦୃଶ ।
ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇ ବଳେ
ଦିଗପାଳ ଚୂଡ଼ାମଣି ହେଲି ରବିତଳେ ।
କର୍ମ ଅବଳକୁ ଏବେ ଦେଖ ଗୋ ଭବିଷ୍ୟ
ବିକ୍ରମ ସିଂହକୁ ଶଶା କରୁଅଛି ନାଶ ।
ଗଉଡ଼ ବାଉଡ଼ ସେହୁ ହାଉଡ଼ିଆ ଜାତି
ତାଙ୍କ ଯୋଗୁଁ ମୋତେ ଆସି ପଡ଼ିଲା ବିପତ୍ତି ।
କାହାକୁ କହିବି ଏହା ମୋ ଅର୍ଜିତ କର୍ମ
କପାଳରେ ଲେଖିଥିବ ଯାହା ମୋର ଧର୍ମ ।
ନ ଜାଣି ଭଣଜାମାନ କରିଲି ବିନାଶ
ସପତାଙ୍ଗେ ପାପ ମୋତେ ଲାଗିଲା ଅବଶ୍ୟ ।
କେଣେଗଲା ବୃଦ୍ଧିବଳ ହେଲି କାଠପରି
ଜଣାଯାଏ ହୁଦୁଁ ପ୍ରାଣ ଯିବ ମୋ ବାହାରି ।
ଏତେ ବୋଲି ଅଙ୍ଗବଳେ ହକାରିଣ ପାଶ
ବୋଲେ ଦୁର୍ଭାଗ୍ୟ ବଳରୁ ଗଲି ଏବେନାଶ ।
ତୁମ୍ଭେ ସମସ୍ତେ ଏବେ ତ ଯେ ଯାହାରେ ଯାଅ
ମୋହର ନିକଟେ ଆଉ ଜଣେ କେ ନ ଥାଅ ।
ସମସ୍ତେ ମିଳିଣ ମୋତେ ବିପଦୁଁ ଉଦ୍ଧାର
ହରି ବଳରାମ ମାରି କଷ୍ଟୁ ପାରିକର ।
ଏତେ ବୋଲିଣ ନିଃଶ୍ୱାସ ଛାଡ଼େ ମହାରାଜା
ମହାଭୟ ଚିତ୍ତେ ହେଲା ଛନ୍ନଛନ୍ନ ମଜ୍ଜା ।
କାହାକୁ କିଛି ନ କହି ଶୁଏ ମୁହିଁ ମାଡ଼ି
ସେଠାରୁ ସକଳ ଲୋକ ଅଇଲେ ବାହୁଡ଼ି ।
ଜରାସନ୍ଧର ଦୁହିତା ହେତୀ ଯେ ପ୍ରହେତୀ
ହା ନାଥ ହା ନାଥ କହି ଭୂତଳେ ଲୋଟନ୍ତି ।
ମାତା ଇନ୍ଦୁମତୀ ଆଉ ପରିବାରୀ ଯେତେ
ଯେ ଯାହାରେ ରାଜାପାଶୁ ଅଇଲେ ସମସ୍ତେ ।
ଏକାନ୍ତରେ ରହେ ଜଗତୀ ଉପରେ
ନୟନରୁ ଅଶ୍ରୁଜଳ ବହେ ଶୋକଭରେ ।
କ୍ରୋଟରାଗ୍ନି ପ୍ରାୟ ଚିତ୍ତେ ଦହେ ଅନ୍ତରାଳ
କ୍ଷଣ କ୍ଷଣକେ ମୂର୍ଚ୍ଛିତ ଇନ୍ଦୁମତୀ ବାଳ ।
ଏଥୁ ଅନନ୍ତରେ କାହ୍ନୁ ସଂକର୍ଷଣ ବେନି
ଅବନୀରେ ଗମନ୍ତି ସେ ଗୋପାଳଙ୍କୁ ଘେନି ।
କଂସ କଟକରେ ଯେତେ ଥିଲେ ଶସ୍ତ୍ରଧାରୀ
ଶସ୍ତ୍ରାନ୍ତ ପକାଇ ଦେଇ ହୋଇଲେ ଉଭାରି ।
ଏକଦୃଷ୍ଟି କରି ସର୍ବେ ଦେଖନ୍ତି କୌତୁକ
ଦେବଲୋକ ସିଦ୍ଧ ଋଷି ମହର୍ଷି ଯେତେକ ।
ମଝିଦ୍ୱାରେ ମିଳିଲେକ ଯାଇ ବ୍ରହ୍ମରାଶି
ଚାଣୁର ମୁଷ୍ଟିକ ଦୁହେଁ ଦ୍ୱାର ମାଡ଼ିବସି ।
ମେଘନାଦ ପାଚେରୀ ଯେ ସାତତାଳ ଉଚ୍ଚ
ଶତେ ବଖରା ଉପରେ ଅଟ୍ଟାଳିକା ସଞ୍ଚ ।
ଯାଦବେ ଚାରିପାଶରେ ଛନ୍ତି ଘର ତୋଳି
ମୁଗୁନି ପାଷାଣ ପୀଢ଼ ଶଙ୍ଖ ଚୂନେ ଝଳି ।
ଅନେକ ମାଲମାନଙ୍କୁ ଘେନି ସଙ୍ଗତରେ
ଦ୍ୱାର ମାଡ଼ି ବସିଛନ୍ତି ସେହି ବେନି ବୀରେ ।
ସର୍ବାଙ୍ଗେ ଘଷିଅଛନ୍ତି ସେହୁ ରଙ୍ଗମାଟି
ପୃଥୁଳ କଳେବର ଯେ ନୟନ ତରାଟି ।
ଅଷ୍ଟମଲ୍ଲଙ୍କ ଉପରେ ସେ ତ ଅଗ୍ରଲେଖା
ତ୍ରିଭୁବନ ମଧ୍ୟରେ ଯେ କାରେ ନାହିଁ ଶଙ୍କା ।
ଅଙ୍ଗଭରା ଦେଇ ଦ୍ୱାର ଅଛନ୍ତି ଆବୋରି
ବାହାସ୍ଫୋଟ ମାରନ୍ତି ସେ ନିଶ ମୋଡ଼ିକରି ।
ରାଜାର ପରମ ମିତ୍ର ପାଶେ ସଦା ଥାନ୍ତି
ଏକାଳେ ପ୍ରବେଶ ହେଲେ ରାମ ଶିରୀପତି ।
ଦେଖିକରି ଚାଣୁର ଯେ ରହ ରହ ବୋଲି
କାହିଁକି ଗଉଡ଼େ ତୁମ୍ଭେ ଆସୁଅଛ ପେଲି ।
କିରେ କଂସ ପରାକ୍ରମ ଶୁଣିଲ କି ନାହିଁ
ଜଣେ ଏଥୁ ପ୍ରାଣ ଘେନି ଯିବ କିରେ କେହି ।
ସମସ୍ତ ମାଇଲା ପରି ମଣ କି ରେ ବାଇ
ଜାଣୁ ଜାଣୁ ସ୍ୱହସ୍ତରେ ଲୋଡ଼ ବିଷ ଖାଇ ।
ରାଜା ଦୋରେହା ହୋଇଣ କେତେକାଳ ଥିବ
ଜଣକର ଦୋଷ ପାଇଁ ସର୍ବେ ନାଶଯିବ ।
ଏତେ ବୋଲିଣ ଚାଣୁର ମୁଷ୍ଟିକ ଏ ବୀର
ମାଡ଼ି ପଡ଼ିଲେ ସେ ରାମ କୃଷ୍ଣଙ୍କ ଉପର ।
ଅନଳକୁ ଦେଖି ଯେହ୍ନେ ପତଙ୍ଗ ଧାମଇଁ
ମାଡ଼ି ପଡ଼ିଲେ ସେ ସେହିମତି ବେନି ଯାଇ ।
ପ୍ରଳୟ କାଳରେ ଯେହ୍ନେ ମେଘ ଗଳଗାଛି
ମେରୁ ମନ୍ଦର କି ଅବା ପଡ଼ୁଅଛି ଭାଜି ।
ଆକାଶ ମଣ୍ଡଳେ ଶିର ଲାଗୁଅଛି ଯାଇ
ରେରେକାର କରି ବୀରେ ଅଇଲେକ ଧାଇଁ ।
ଦେଖିକରି ସୁରଗଣେ ଭୟେ ପଳାଇଲେ
ଶ୍ରୀହରି ବଳରାମଙ୍କୁ ଚାହିଁଣ ବୋଇଲେ ।
ଦେଖ ଦୈତ୍ୟ କାମରୂପୀ ବିସ୍ତାରନ୍ତି ମାୟା
ବଡ଼ ଦୁଷ୍ଟ ଦାନବେ ଏ ଧରି ନାନ କାୟା ।
ନ ମାଇଲେ ୟାଙ୍କୁ ପୃଥ୍ୱୀଭାର ନୋହେ କ୍ଷୟେ
ଏହାଙ୍କୁ ମାଇଲେ ସୁସ୍ଥ ହେବେ ସୁରଚୟେ ।
ସାମାନ୍ୟ ଶତ୍ରୁ ବୋଲିଣ ଏହାଙ୍କୁ ନ ମଣ
ଶୁଣି କୋପଭରେ ହେଲେ ପ୍ରଭୁ ସଂକର୍ଷଣ ।
କୃଷ୍ଣଙ୍କୁ ବୋଇଲେ ରାମ ଚାଣୁର ତୁ ମାର
ଆମ୍ଭର ଭାଗେ ରହିଲା ମୁଷ୍ଟିକ ପାମର ।
ଏତେ ବୋଲି ବଳରାମ ଧାଇଁଲେକ ବେଗେ
ତ୍ୱରିତେ ମିଳିଲେ ଯାଇ ମୁଷ୍ଟିକର ଆଗେ ।
ଆକାଶମାର୍ଗକୁ ଘୋଟିଅଛି ମହାବଳୀ
ଆପଣେ ଯେ କାମରୂପୀ ହେଲେ ଦେବ ହଳୀ ।
ପ୍ରଜ୍ଜ୍ୱଳିତ ଅଗ୍ନି ପ୍ରାୟ ଦିଶଇ ନୟନ
ଚାହୁଁ ଚାହୁଁ ବିଶ୍ୱମୂର୍ତ୍ତି ହେଲେ ସଂକର୍ଷଣ ।
ମସ୍ତକରେ ସପ୍ତଫେଣୀ ଦିଶେ ଭୟଙ୍କର
କଟୀତଟେ ନୀଳବାସ ଅତ୍ୟନ୍ତ ସୁନ୍ଦର ।
ଦକ୍ଷିଣରେ ସଉନନ୍ଦ ବାମରେ ମୂଷଳ
ମହାବିଶ୍ୱରୂପ ହେଲେ ପ୍ରଭୁ କାମପାଳ ।
ନିଃଶ୍ୱାସ ବହଇ ତାଙ୍କ ଅଣଚାଶ ଜାଣି
ଅନନ୍ତ କୋଟି ବ୍ରହ୍ମାଣ୍ଡେ ତେଜ ଲାଗେ ପୁଣି ।
ନାଗଙ୍କ ମୁଖରୁ ବିଷ ବହେ ଅନ୍ତରାଳ
ଫୁଫୁକାର ଗରଜନେ କମ୍ପେ ଭୂମଣ୍ଡଳ ।
ଧବଳ ବର୍ଣ୍ଣ ସୁଚାରୁ ଅତି ଶୁଦ୍ଧ ତନୁ
କି ଅବା ଏକତ୍ର ହେଲେ ମଞ୍ଚେ କୋଟିଭାନୁ ।
ଏସନକ ସ୍ୱରୂପକୁ ଧରି କାମପାଳ
ମୁଷ୍ଟିକ ଉପରେ ମାଡ଼ି ପଡ଼ିଲେ ତତ୍କାଳ ।
ଦେଖିକରି ମୁଷ୍ଟିକ ଯେ ମନେ କଲା ଭ୍ରାନ୍ତି
ବୋଲେ ସପତାଙ୍ଗେ ନାଶ ଗଲି ମୁଁ ଏ ଘାନ୍ତି ।
ଏହାର ମୁଖୁଁ ଉବୁରି ଯିବଇଁ କେମନ୍ତେ
ପ୍ରାଣ ଘେନି ଯିବା ପରି ଦିଶୁନାହିଁ ମୋତେ ।
କୁବଳୟା ମଲାବେଳେ ପଳାଇ ମୁଁ ଥିଲେ
ପ୍ରାଣ ଘେନି ରହିଥାନ୍ତି ଦିନାକେତେ ଭଲେ ।
ଏସନକ ବିଚାର ସେ କରେ ମହାବଳୀ
ଦେଖି କାମପାଳ ହେଲେ କୋପେ ଅନ୍ତରାଳି ।
ବୁଲାଇ ବୁଲାଇ ନେଇ ପିଟନ୍ତେ ଲଙ୍ଗଳ
ହୃଦୟରେ ମହାଭୟ କଲା ମହାବଳ ।
ମୁଷ୍ଟିକର ମାଥେ ମହାଲଙ୍ଗଳ ଯେ ବାଜି
ପର୍ବତ ଭାଙ୍ଗିଲା ପ୍ରାୟ ପଡ଼େ ଗଳଗାଜି ।
ଗିରିବର ସମାନରେ ଦିଶେ ତାର ତନୁ
ଦେଖିଣ ଅନନ୍ଦ ହେଲେ ବିବୁଧାଦି ମନୁ ।
ସକଳ ଦେବତା ଘେନି ଆସେ ପରମେଷ୍ଟି
ଅର୍ଦ୍ଧ ଆକାଶେ ଥାଇଣ କଲେ ପୁଷ୍ଟବୃଷ୍ଟି ।
ଅପୂର୍ବ ପରାୟ କରି ଦେଖନ୍ତି ସମସ୍ତେ
ଶ୍ରୀହରି ମିଳିଲେ ତେଣେ ଚାଣୁର ଅଗ୍ରତେ ।
ମହାଗର୍ବ ବହିଛି ସେ ରାଜା ଆଜ୍ଞା ପାଇ
ରେରେକାର କରି ବୀର ଉଠିଲା ତୁହାଇ ।
ପ୍ରଚଣ୍ଡ ବାତେ ଯେସନେ ଗିରି ଯାଏ ଉଡ଼ି
ସେରୂପେ ଶ୍ରୀକୃଷ୍ଣ ପରେ ଚାଣୁର ଯେ ପଡ଼ି ।
ଦେଖି ଦେଖଣାହାରୀଏ ହାହାକାର କଲେ
ଶ୍ରୀକୃଷ୍ଣ ବିଶ୍ୱମୂରତି ତକ୍ଷଣେ ଧଇଲେ ।
ଜାଳନ୍ଧର ବିଦ୍ୟା ତହିଁ କାଢ଼ିଲେ ଶ୍ରୀବତ୍ସି
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କାୟା ପୂରିଅଛି ।
ସହସ୍ର ବାବୁ ସହସ୍ର ଚରଣ ମସ୍ତକ
ଦେଖିକରି ଜୟ ଜୟ କଲେ ଦେବଲୋକ ।
ଧ୍ରୁବମଣ୍ଡଳ ପର୍ଯ୍ୟନ୍ତେ ଲାଗିଅଛି କାୟ
ଜଳେସ୍ଥଳେ ପୂରିଛନ୍ତି ପ୍ରଭୁ ଦେବରାୟ ।
କର୍ଣ୍ଣେ ମର୍କତ କୁଣ୍ଡଳ ପୀତାମ୍ୱରଧାରୀ
କରରେ ସେ ନାନା ଶସ୍ତ୍ରମାନ ଛନ୍ତି ଧରି ।
ଏସନକ ମୂରତିକୁ ଦେଖି ସୁର ମୁନି
ବ୍ରହ୍ମା ଆଦି ସହିତରେ କଲେ ବେଦଧ୍ୱନି ।
ଗନ୍ଧର୍ବଗଣ ସହିତେ ବିଦ୍ୟାଧରୀ ବୃନ୍ଦ
କରନ୍ତି ନୃତ୍ୟଗୀତ ସେ ହୋଇଣ ଆନନ୍ଦ ।
ବୃହସ୍ପତି ବୋଇଲେକ ଇନ୍ଦ୍ରମୁଖ ଚାହିଁ
ଶୁଣ ତୁମ୍ଭେ ସାବଧାନେ ଶଚୀଦେବୀ ସାଇଁ ।
ବିଷ୍ଣୁମୂରତି ଧରିଣ ଛନ୍ତି ଭଗବାନ
ନିକଟ ହୋଇଲା ଆସି କଂସର ମରଣ ।
ମୁଷ୍ଟିକକୁ ବଳରାମ କରିଲେ ବିନାଶ
ଶ୍ରୀହରି କରେ ଚାଣୁର ଯିବ ଏବେ ନାଶ ।
ଶୁଣିକରି ଶଚୀପତି ହେଲେ ଆନନ୍ଦିତ
ଅଧାସ୍ୱର୍ଗେ ଥାଇକରି ଦେଖନ୍ତି ସମସ୍ତ ।
ସିଂହକୁ ଦେଖିଣ ଯେହ୍ନେ ମତ୍ତଗଜ ହୁଏ
ବୈନତେୟ ଦେଖି ଯେହ୍ନେ କମ୍ପେ ନାଗରାୟେ ।
ବଜ୍ରଦେଖି ବଳୀଦେହ ଯେସନେ କମ୍ପଇ
ଅରୁଣ ଉଦୟେ ଯେହ୍ନେ ତିମିର ତୁଟଇ ।
ତେସନ ରୂପେ କୃଷ୍ଣଙ୍କ ବିଶ୍ୱମୂର୍ତ୍ତି ଦେଖି
ଭୟ ପାଇଣ ଚାଣୁର ବୁଜେ ବେନି ଆଖି ।
ନିମିଷକେ ଲଘିଂପାରେ ଯେହୁ ଦେବାସୁର
ବିଷ୍ଣୁଙ୍କ ସ୍ୱରୂପ ଦେଖି ହୋଇଲା କାତର ।
ମନେ ଭାଳେ କଂସ ଲାଗି ଗଲା ମୋ ଜୀବନ
ଏହା ଛାମୁରୁ ଯିବାକୁ କେ ହେବ ଭାଜନ ।
କରିବଇଁ ସଂଗ୍ରାମକୁ ନୃପତିର ପାଇଁ
ମୃତ୍ୟୁକାଳେ ନିଦ୍ରାଗଲେ ଯମ କି ଛାଡ଼ଇ ।
ଏତେ ଭାଳି ଚାଣୁର ସେ ଗଳଗାଜି ଉଠି
ଗୋବିନ୍ଦଙ୍କ ପାପପଦ୍ମ ଧରିଲା ସାଉଁଟି ।
ବେନି ଅର୍ବୁଦ ସଇନ୍ୟ ସଙ୍ଗେ ତାର ଥିଲେ
ଯେ ଯାହାର ଅନୁରୂପେ ଚରଣ ଧରିଲେ ।
ଗୁଡ଼କୁ ଦେଖି ଯେସନେ ପିମ୍ପୁଡ଼ି ବେଢ଼ନ୍ତି
ପଦ୍ମପାଦେ ମଲ୍ଲମାନେ ତେସନେ ଦିଶନ୍ତି ।
ଯେ ଦେବ ଅଟନ୍ତି ତିନିଭୁବନର ପତି
ଜୋକପରି ଲାଗିଥିଲେ ସେ ମଲ୍ଲ ସବୁନ୍ତି ।
ଶ୍ରୀଚରଣ ସିଞ୍ଚାଡ଼ନ୍ତେ ରୋମ ଟାଙ୍କୁରାଇ
ଗଗନେ ଉଡ଼ିଲେ ସର୍ବେ ପକ୍ଷୀପ୍ରାୟ ହୋଇ ।
କଟ ସଲ ତୋଷଲାଦି ଯେତେ ମହାମଲ୍ଲ
ଶ୍ରୀହରିଙ୍କ ନିକଟରେ ଜାଣି ଛେଳିପଲ ।
ବେନି ଅର୍ବୁଦ ମଲ୍ଲ ଯେ ଚାଣୁର ସହିତେ
ଶିମିଳା ତୂଳା ପରାୟେ ଉଡ଼ିଲେ ସମସ୍ତେ ।
କିଏ କେଉଁଠାରେ ପଡ଼ି ଜୀବନ ତେଜିଲା
ଏକଜଣ ତହିଁରୁ ଯେ ଉବୁରି ନ ଗଲା ।
ସେ ବିଶ୍ୱମୂରତି ଧରି ଶ୍ରୀରଙ୍ଗାଚରଣ
ଅଚ୍ୟୁତ ଦାସ ଭାଳଇ ବସି ରାତିଦିନ ।
କଂସ ବଧ
ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜାଶୁକମୁନି ଚରଣରେ କରି ଦିବ୍ୟପୂଜା ।ବୋଇଲେ ହୋ ମୁନି ମୋତେ କହ ତଥ୍ୟ କରିତଦନ୍ତେ କିସ କରିଲେ ରାମ ଦଇତ୍ୟାରି ।ରାଜା ମୁଖରୁ ଏସନ ଶୁଣି ତପିବରବୋଲନ୍ତି ସାବଧାନେ ହୋ ଶୁଣ ଦଣ୍ଡଧର ।ଚାଣୁର ମୁଷ୍ଟିକ ବୀର ଅଖଡ଼େ ମରିଲେବେନି ଅରବୁଦ ମାଲ କେଣେ ଉଡ଼ିଗଲେ ।ଦେଖିକରି ଗୋପସୁତେ ହୁଅନ୍ତି ଆଶ୍ଚର୍ଯ୍ୟବୃହସ୍ପତି ବୋଇଲେକ ଶୁଣ ଦେବରାଜ ।ମୁଷ୍ଟିକ ବଳରାମଙ୍କ ହସ୍ତେ ନାଶଗଲାଶ୍ରୀହରି କରେ ଚାଣୁର ଜୀବନ ତେଜିଲା ।ମଲ୍ଲଗଣେ ଅନ୍ତରୀକ୍ଷେ ଗଲେ ପୁଣି ଉଡ଼ିଜୀବନ ତେଜିଲେ କିଏ କେଉଁଠାରେ ପଡ଼ି ।ଏହିକ୍ଷଣି କଂସକୁ ଯେ ମାରିବେ ଶ୍ରୀହରିତାହାଲାଗି ବିଶ୍ୱରୂପ ଧରିଛନ୍ତି ହରି ।ଏସନକ ବିଚାରନ୍ତି ଇନ୍ଦ୍ର ବୃହସ୍ପତିତକ୍ଷଣେ ମିଳିଲେ ହରି କଂସରାଜା କତି ।ନାଗଲୋକଠାରୁ ପୁଣି ବ୍ରହ୍ମଲୋକ ଯାଏଜଳସ୍ଥଳ ଅନଳରେ ଘୋଟିଅଛି କାୟେ ।କଂସ ରାଜାର ଜଗତି ଶତେ ତାଳ ଉଚ୍ଚସ୍ୱର୍ଗୁ ଅଧିକ ସୁନ୍ଦର ଅଟଇ ସୁସଞ୍ଚ ।କୃଷ୍ଣଙ୍କୁ ଭୟ କରିଣ ବୀର ଚୂଡ଼ାମଣିମୁଖମାଡ଼ି ଶୋଇଅଛି ପଲ୍ୟଙ୍କରେ ପୁଣି ।ଏକାନ୍ତ ଗଭୀର ତହିଁ କେହି ଜଣେ ନାହିଁମୁହଁମାଡ଼ି ଶୋଇଅଛି କାଷ୍ଠପରି ହୋଇ ।ଚାଣୁର ମୁଷ୍ଟିକ ମଲେ ନ ଜାଣେ ସେ କିଛିଅନ୍ତରେ ଶ୍ରୀକୃଷ୍ଣ କଥା ଭାବାନା କରୁଛି ।ଯେଉଁ ବୀର ତ୍ରିଭୁବନ କରିଥିଲା ଜୟବୁଦ୍ଧିବଳ କେଣେ ଗଲା ହେଲା ମଲାପ୍ରାୟ ।ଅନନ୍ତ ମାୟାଧର ଯେ ବିଶ୍ୱରୂପ ଧରିଧାଇଁ ପଡ଼ିଲେକ ଯାଇ କଂସର ଉପରି ।ଆକ୍ରୋଶି ଧଇଲେ ଦେବ କଂସରାଜା କେଶନିଶ୍ଚେନ୍ତେ ଶୋଇଛି ବୀର ହୋଇ ଜ୍ଞାନଧ୍ୱଂସ ।ପ୍ରାଣୀକି ଯେତେବେଳରେ ଆକର୍ଷଇ କାଳବୁଦ୍ଧି ବିଦ୍ୟା କେଣେଯାଏ ହୁଏ ସେ ଦୁର୍ବଳ ।କାଳନିଦ୍ରା ଆସି ଯେଣୁ ତାହାକୁ ଘାରୁଛିତେଣୁ କିଛି କଥା ସେହୁ ଜାଣି ନ ପାରୁଛି ।ଯେଉଁ ବୀର ବାହୁବଳେ ପୃଥ୍ୱୀ ସାଧିଥିଲାକାଳ କବଳରେ ପଡ଼ି ଏ ରୂପ ହୋଇଲା ।ଯା ନାମ ଶୁଣି ଦେବତା ବାଟ ଛାଡ଼ୁଥିଲେଶତ୍ରୁ ଶଙ୍କା କରେ ଯାର ମୂରତି ଦେଖିଲେ ।ଦେଖ ସେ କାଳକବଳେ ପଡ଼ି ହେଲା ଜଡ଼କାଳଠାରୁ ଜଗତରେ ନାହିଁ କେହି ବଡ଼ ।ପବନ ବିଘାତେ ତାକୁ ଅନ୍ତରୀକ୍ଷେ ନେଲେକର୍ଣ୍ଣାଞ୍ଚଳ ପରବତେ ନେଇ କଚାଡ଼ିଲେ ।ଅଶୀ ଯୋଜନ ଉତ୍ସର୍ଗ ଅଟଇ ସେ ଗିରିକଂସକୁ ପିଟିଲେ ତହିଁ ନେଇ ଦଇତ୍ୟାରି ।ଶତେ ଯୋଜନ ଯାଏ ସେ ତଳକୁ ବସିଲାପ୍ରଳୟ ଘୋର ଗର୍ଜ୍ଜନ ଛାଡ଼ି କଂସ ମଲା ।ଅନ୍ତରୀକ୍ଷେ ଥାଇ ଦେଖୁଛନ୍ତି ଦେବତାଏତା ମୃତପିଣ୍ଡ ଉଡ଼ାଇ ଆଣି ଦେବରାୟେ ।ନିମିଷକେ ପକାଇଲେ ଜଗତୀର ତଳଦେଖି ଚକିତ ହୋଇଲେ ସୁରସିଦ୍ଧ କୁଳ ।ଦେବତାଙ୍କୁ ଦେଖାଯାନ୍ତି ପ୍ରଭୁ ବିଶ୍ୱରୂପମଞ୍ଚଲୋକଙ୍କୁ ଦିଶନ୍ତି ବାଳକ ସ୍ୱରୂପ ।ଚମତ୍କାର ମାରେଣି ଯେ ମାଇଲେ ମୁରାରିମଥୁରା ନଗରେ ପଡ଼ିଗଲା ହାଲହୁରି ।ଉତ୍ତାନଶାୟୀ ହୋଇଣ ପଡ଼ିଅଛି କଂସକଂସ ମରିବାରୁ ପୃଥ୍ୱୀ ହୋଇଲା ଉଶ୍ୱାସ ।ଦେଖିକରି ଦେବତାଏ କଲେ ସ୍ତୁତିପାଠଆନନ୍ଦରେ ବିଦ୍ୟାଧରୀମାନେ କଲେ ନାଟ ।ଜୟ ଜୟ କହି ଦେବ ଗଲେ ଯେଝାପୁରେଲୋକେ ଜଣାଇଲେ ବାର୍ତ୍ତା ଯାଇ ଅନ୍ତଃପୁରେ ।ଶୁଣି ଇନ୍ଦୁମତୀ ରାଣୀ କଲା ବହୁ ଶୋକଉଗ୍ରସେନ ନୟନରୁ ବହଇ ଲୋତକ ।ଆହାରେ ପୁତ୍ର ମୋହର ବୀର ଚୂଡ଼ାମଣିଦେବତାଙ୍କୁ ଖଟାଇଲୁ ପାଦତଳେ ଆଣି ।ସସାଗରା ପୃଥିବୀରେ ହେଲୁ ଚକ୍ରବର୍ତ୍ତୀତୋ ଯୋଗୁ ଭୋଗ କରିଲୁ ଅମର ବିଭୂତି ।ଯା ନାମ ଶୁଣିଲେ ସୁରାସୁର ଭୟକରିଅଖଡ଼ରେ ମଲୁ ବାବୁ ହୋଇ କୃଷ୍ଣବୈରୀ ।ଜାଣି ନ ପାରିଲୁ ବାବୁ ଦେବତାଙ୍କ ଛନ୍ଦତୋରଯୋଗୁ ଜାତହେଲେ ମର୍ତ୍ତ୍ୟରେ ଗୋବିନ୍ଦ ।ଭଣଜା ହାତରେ ତୋର ମୃତ୍ୟୁ ଲେଖାଥିଲାଦଇବର ଗାର ଅନ୍ୟ କେ କରିବ ଭଲା ।କାହାରି କଥାକୁ ବାପ ନ ମାନିଲୁ ଢାଳେଏତେବୋଲି ପିତାମାତା ରୋଦନ୍ତି ବିକଳେ ।ସ୍ୱାମୀ ଗୁଣମାନ ଗୁଣି କରନ୍ତି ରୋଦନକ୍ରନ୍ଦନ ଧ୍ୱନିରେ ପୂର୍ଣ୍ଣ ହେଲା ସେ ଭୁବନ ।ଦାସୀ ପରିବାରୀ ମିଳି ଶୋକ ଶାନ୍ତି କଲେକଂସ ମୃତଶବ ନେଇ ଶ୍ମଶାନେ ଦହିଲେ ।ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତକୃଷ୍ଣକରେ ମରି କଂସ ହେଲା ମୋକ୍ଷପ୍ରାପ୍ତ ।ରାମକୃଷ୍ଣ ସଙ୍ଗେ ବାଳ ଗୋପାଳ ଯେ ଥିଲେକଂସ ମୃତ୍ୟୁ ଦେଖି କିଳିକିଳା ରାବ ଦେଲେ ।କଡ଼ା ଘୁମୁରା ବଜାଇ ମାରି ଗାଲତୁରୀଭଣ୍ଡାର ମୁଦ ଭାଙ୍ଗିଣ କଲେ ହୁରିଜୁରି ।ନାଚନ୍ତି ଖେମଟା ନାଟ ଗୀତମାନ ଗାଇଧାମନ୍ତି ଗୋପାଳେ କେନ୍ଦୁ ଲଉଡ଼ି ବୁଲାଇ ।ରାମକୃଷ୍ଣ ସାହା ପାଇ ନାହିଁ କାରେ ଭୀତିଧନୁଭଗ୍ନ ହେଲା ମଲା କୁବଳୟା ହସ୍ତୀ ।ସୁନାସ ମଲା ରଜକ ତୁଠ ଜୁର ହେଲାଦେଖୁ ଦେଖୁ କଂସରାଜା ଯମପୁରେ ଗଲା ।ଏ ସକଳ ଭାଳି ମନେ ହୁଅନ୍ତି ଆନନ୍ଦବାଳଗୋପାଳ ମୂରତି ଧଇଲେ ଗୋବିନ୍ଦ ।ନନ୍ଦ ଆଦିକରି ସର୍ବେ ଅଛନ୍ତି ସଙ୍ଗରେସେ କାଳରେ ଶୋଭା କେହୁ ମୁଖେ ବର୍ଣ୍ଣିପାରେ ।ଇତି ଶ୍ରୀଭାଗବତର ପୁଣ୍ୟତମ ବାଣୀପବିତ୍ର ଗଙ୍ଗାଜଳ ଏ ମୁକ୍ତ ହୁଅ ପ୍ରାଣୀ ।ଦଶମସ୍କନ୍ଧର ବାଣୀ ଅତ୍ୟନ୍ତି ପବିତ୍ରପାତକ ତୂଳରାଶିକି ହୁତାଶନ ମତ ।ଜୟ ଜୟ ନାରାୟଣ ଅନନ୍ତ ସ୍ୱରୂପୀଜଳ ସ୍ଥଳ ଅନଳରେ ରହିଅଛି ବ୍ୟାପି ।ରେଖ ରୂପ ନାହିଁ ନିରଞ୍ଜନ ନିରାକାରପରମପୁରୁଷ ସ୍ୱାମୀ ମହିମା ଅପାର ।କଉତୁକେ ପୃଥ୍ୱୀଭାର ନିବାରିବା ପାଇଁଆପେ ଅବତାର ହେଉ ନରତନୁ ବହି ।ବାଳ ଗୋପାଳ ସ୍ୱରୂପ ଗୋରୁ ରଖି ବନେଗୋପୀଙ୍କି ମୋହିତ କଲ ମୂରଲୀ ନିଃସ୍ୱନେ ।କଦମ୍ୱ ବୃକ୍ଷରେ ବସି ବସ୍ତ୍ର ଚୋରିକଲପୂତନାକୁ ଆଦି କେତେ ଦୁଷ୍ଟ ସଂହାରିଲ ।ବେଳେ ବେଳେ ଅବତରି ପୃଥ୍ୱୀ ରକ୍ଷାକରମତ୍ସ୍ୟ କଚ୍ଛପ ବରାହ ମୂର୍ତ୍ତି ତୁମ୍ଭେ ଧର ।ସିଦ୍ଧ ଯୋଗୀଜନ ଯାକୁ ଦେଖୁଥାନ୍ତି ଧ୍ୟାନେତାହାକୁ ଦେଖିଲେ ଏବେ ମର୍ତ୍ତ୍ୟପୁର ଜନେ ।ଧନ୍ୟ ଏ ଦ୍ୱାପର ଲୋକେ ଧନ୍ୟ ୟାଙ୍କ ଜନ୍ମସାକ୍ଷାତେ ଦେଖିଲେ ତେଣୁ କୃଷ୍ଣ ବଳରାମ ।ଅସମ୍ଭବ ମାୟାଧର ପ୍ରଭୁ ଦେବରାଜେଦକ୍ଷିଣ ସାଗର କୂଳ ନୀଳାଚଳେ ବିଜେ ।ଶ୍ରୀନୀଳଗିରି ଶିଖର ଶତେ ତାଳ ଉଚ୍ଚତହିଁ ଉପରେ ପ୍ରାସାଦ ଅପୂର୍ବ ସୁସଞ୍ଚ ।ଶିଖା ଗୋଟି ରହିଅଛି ଶୂନ୍ୟପଥ ଯାଏଯାହାର ଦର୍ଶନେ ସର୍ବ ପାପଯାଇ କ୍ଷୟେ ।ବୃକ୍ଷ ପକ୍ଷୀ ତୀର୍ଥ ଦେବରୂପେ ପାଇ ପୂଜାଚତୁର୍ଦ୍ଧାମୂରତି ଧରି ବିଜେ ଦେବରାଜା ।ଦାରୁବ୍ରହ୍ମ ସ୍ୱରୂପରେ ବିଜୟେ ପ୍ରତ୍ୟକ୍ଷଦର୍ଶନ ମାତ୍ରକେ ପ୍ରାଣୀ ଲାଭକରେ ମୋକ୍ଷ ।ଜଗନ୍ନାଥ ଶ୍ରୀଚରଣେ ସଦା ମୋର ଭକ୍ତିଅଚ୍ୟୁତ ଦାସ କବିକି ଦିଅ ସଦଗତି ।ଜନ୍ମରୁ ମୁରୁଖ ମୁହିଁ ଅଜ୍ଞାନ ପୁରୁଷକୃପାକରି ସାଧୁଜନେ କ୍ଷମାକର ଦୋଷ ।ତୃତୀୟ ଖଣ୍ଡେ ଶ୍ରୀହରିବଂଶ ଏ ଚରିତକଂସ ବଧାଖ୍ୟାନ ଏଥି ହେଲା ସମାପତ ।ଭକ୍ତି ମୁକ୍ତି ଜ୍ଞାନପ୍ରଦ ଗ୍ରନ୍ଥ ଅଟେ ଏହିହରିବଂଶ ପଢ଼ ଜନେ ହରିନାମ ଗାଇ ।