ରାଧା କୃଷ୍ଣଙ୍କର ନାବକେଳି — ହରିବଂଶ (ତୃତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତେଣୁକରି ସେ ସୁସଞ୍ଚ ଅତିଶୟ ଶୋଭା
ନାହିଁ ପଟାନ୍ତର ବନ ତିନିପୁରେ ଦେବା ।
ସେ ବନ ଜିଣିଣ ଗଲେ ସକଳ କାମିନୀ
ଷୋଡ଼ଶ ବୟସୀ ସର୍ବେ ପସରାନ୍ତ ଘେନି ।
ଗାବନ୍ତି ଗୀତ ଢମାଳି ଟାହି ଢଗ ମେଲି
ଠାଣିରେ ଚାଲୁଅଛନ୍ତି ମତ୍ତଗଜ ଚାଲି ।
ଗମନ୍ତେ ମିଳିଲେ ଯାଇ ଯମୁନାର କୂଳ
ଦୁଇକୂଳ ମାଡ଼ି ତହିଁ ବହଇ ସଲିଳ ।
ଅତ୍ୟନ୍ତ ଗଭୀର କେହୁ ଅନ୍ତ କରିପାରି
ଚକ୍ରାବର୍ତ୍ତ ହୋଇ ତହିଁ ଦିଅଇ ଭଉଁରୀ ।
ମେଞ୍ଚା ମେଞ୍ଚା ହୋଇକରି ଭାସେ ଫେଣମାନ
ପ୍ରଚଣ୍ଡ ସ୍ରୋତ ବହଇ ଢେଉ ଘନ ଘନ ।
ଉତ୍ତାନ ହୋଇ ଭାସନ୍ତି କୁମ୍ଭୀରାଦିମାନେ
ଦେଖି ଗୋପୀଗଣେ ମହାଭୟ କଲେ ମନେ ।
କୂଳ ବୁଡ଼ିଣ ସଲିଳ ଆସୁଅଛି ମାଡ଼ି
ଠାବେ ଠାବେ ଖାଇ ଯାଉଅଛଇ ଅତଡ଼ି ।
ଗୋପାଳୁଣୀମାନେ କୂଳ ବନ୍ଧପରେ ଉଭା
ଦେଖିଲେକ ଭୟାନକ ଦିଶେ ଜଳପ୍ରଭା ।
ସମସ୍ତଙ୍କର ମନକୁ ଲାଗେ ବଡ଼ ବ୍ୟଥା
କେ ଗୋପୀ ବୋଲେ ଏ ଅଟେ ବିପରୀତ କଥା ।
ଅଦିନେ ଏ ନଈବଢ଼ି ବିପରୀତ କାଳ
ଅଗାଧ ଗଭୀର ୟାର ନାହିଁ ଥଳ କୂଳ ।
ବିଶେଷେ ଅବଳା ଆମ୍ଭେ କୁଳବଧୂ ନାରୀ
ମଥା ପସରା ଆମ୍ଭର ହୋଇଅଛି ଭାରୀ ।
ବୁଦ୍ଧି ଦିଶୁନାହିଁ ଏବେ କିସ ଗୋ କରିବା
କେମନ୍ତ ଯମୁନା ନଦୀ ପାର ହୋଇ ଯିବା ।
ନାବ ଖଣ୍ଡିଏ ମାତ୍ରକେ ଏଥେଁ ଦେଖାନାହିଁ
କାହାକୁ ପୁଚ୍ଛିବା ଅବା କିଏ ଦେବ କହି ।
ଲେଉଟି ଗଲେ ଘରକୁ ବୋଲଣା ପାଇବା
ପଇସା କଉଡ଼ି କାହୁଁ ଅବା ଗୋ ଦେଖିବା ।
ଖରଚ ବାରଚ ପାଇଁ ହେବା ହରକତ
କେ ବୋଲଇ କାଲିଠାରୁ ନାହିଁ ଘରେ ଭାତ ।
କେ ବୋଲେ ଲୁଣ ବିହୀନେ ଅଲଣା ଖାଉଛୁ
କେ ବୋଲେ ତଇଳ ବିନା ଲୁଖୁରା ପଡ଼ିଛୁ ।
ଦହି ଦୁଧ ବିକା ହେଲେ ହେବ ଘର ଖର୍ଚ୍ଚ
ଏ ରୂପେ ଗୋପାଳୁଣୀଏ କରୁ କରୁଁ ପାଞ୍ଚ ।
ବେଳେ ଆସିଣ ପ୍ରହରେ ହୋଇଲାକ ତହିଁ
ପୁଣି ବିଚାର କରନ୍ତି ସର୍ବ ଗୋପଗାଈ ।
ଚାଲ ଏହିଠାରୁ ସର୍ବ ଲେଉଟିବା ଘର
ବୃଥା ନାଶ ଯିବ କିପାଁ ଛେନା ଦୁଧସର ।
ଶାଶୁ ଶ୍ୱଶୁର ଦିଅର ଦେବେ ନିଶ୍ଚେଁ ଗାଳି
କେ ବୋଲଇ ଚାଲ ଆଜି ଯିବା ପଛେ କାଲି ।
କେ ବୋଲଇ ଦେଖ ନାବ କୂଳେ କୂଳେ ଚଳି
ଭେଳାଡଙ୍ଗା ମିଳେ ଅବା ପାରହେବା ଜଳ ।
ଦୁଧ ଦହି ବିକିବା ଗୋ ହାଟ ମଧ୍ୟେ ପଶି
ଲେଉଟାଣି ଆସିବା ଗୋ ସେ ନାବରେ ବସି ।
ଏହା ଶୁଣିକରି ତହିଁ ବୋଲେ ଚନ୍ଦ୍ରାବଳୀ
ଏଠାକୁ ଅଯୋଗେ ନିକି ଆସେ ବନମାଳୀ ।
ଘାଟ ମାଗିଣ ଅନର୍ଥ କରଇ ମାଧୋଇ
ଜଞ୍ଜାଳ ଲଗାଇଲେ ଗୋ ନ ପାରିବା ଯାଇ ।
ଥୋକେ ବୋଇଲେ କୃଷ୍ଣଙ୍କୁ କିପାଇଁ ଗୋ ଡର
ନନ୍ଦର ନନ୍ଦନ ସେ ଯେ ବାଳୁତ କୁମର ।
ତାହାକୁ ଡରିଲେ ହେବ ଆମ୍ଭର ଗୋ କିସ
ଏହା କହି କେଉଁ ଗୋପୀ ମନରେ ହରଷ ।
କେ ବୋଲେ ତାହାର ଗୁରୁ ଗଉରବୀ ନାହିଁ
ସମସ୍ତଙ୍କୁ ପରିହାସେ କରଇ ସେ ଟାହି ।
କେ ବୋଲଇ ଯିସତିସ କହଇ ନ ଜାଣି
ଅନୁଚିତ କଥା ବୋଲେ ତାକୁ ଗୋ ନ ଜିଣି ।
କେ ବୋଲଇ କହେ ବଡ଼ ଅଗୋଚର କଥା
କେ ବୋଲେ ଅଟଇ ସେହୁ କେବଣ ଦେବତା ।
କେ ବୋଲେ ସକଳ ଗୁଣ ତାହାଠାରେ ଥାଇ
ଅପାଙ୍ଗରେ ସର୍ବ ମନ ପାରଇ ସେ ମୋହି ।
କେ ବୋଲେ ଜାଣଇ ସେହୁ କେବଣ ମନ୍ତର
ମୋହର ମନରୁ ଦଣ୍ଡେ ନୁହଇ ଅନ୍ତର ।
ଆସନ ଶୟନ ଆଉ ଗମନ ଭୋଜନେ
ବ୍ରହ୍ମଜ୍ଞାନ ପ୍ରାୟ ନେତ୍ରେ ନାଚେ ଅନୁକ୍ଷଣେ ।
ଏହିରୂପେ ବିଚାରନ୍ତି ସର୍ବ ଗୋପନାରୀ
ଶୁକମୁନି ବୋଲନ୍ତି ହେ ଶୁଣ ଦଣ୍ଡଧାରୀ ।
ଶ୍ରୀହରି ଜାଣି ପାରିଲେ ଗୋପୀଙ୍କର ମନ
କଇବର୍ତ୍ତ ରୂପେ ତହିଁ ମିଳିଲେ ତକ୍ଷଣ ।
ନାବ ଉପରେ ବସିଣ ଡଙ୍ଗାକୁ ବାହିଲେ
ବ୍ରଜନାରୀମାନଙ୍କର ମନକୁ ମୋହିଲେ ।
ପଛ ମଙ୍ଗେ ବସିଛନ୍ତି କାନ୍ଧେ ହାତ ରଖି
ମଥାରେ ଖୋସି ଅଛନ୍ତି ମୟୂରର ପକ୍ଷୀ ।
କାଇଞ୍ଚ କଙ୍କଣ ଶୋଭା ପାଏ କରସ୍ଥଳ
ହସ୍ତରେ ବେଣ୍ଟୁଆ କର୍ଣ୍ଣମୂଳେ ମଲ୍ଲୀଫୁଲ ।
ଏପରି ସ୍ୱରୂପ ଧରି ଆପେ ଦେବ ହରି
ନାବର ପଛମଙ୍ଗରେ ଛନ୍ତି ବିଜେକରି ।
ଖଣ୍ଡଦୂରରୁ ଦେଖିଲେ ସକଳ ଗୁଆଳି
ନାବ ଦେଖିଣ ସମସ୍ତେ ହୁଅନ୍ତେ କୁରୁଳି ।
ସମସ୍ତଙ୍କ ଦୃଷ୍ଟି ଯାଇ ପଡ଼ିଲା ନାବରେ
ଏକକୁ ଆରେକ ପୁଣ ଧାମେ ଅତି ଖରେ ।
ନାବର ପାଶେ ସକଳେ ମିଳିଲେକ ଯାଇ
ବୋଇଲେ ପାରିକର ହୋ କଇବର୍ତ୍ତ ଭାଇ ।
ଏଠାର ବେଳ ଏକେ ତ ହେଲାଣି ଉଛୁର
ମଥୁରାକୁ ଯିବାପାଇଁ ପଥ ବହୁଦୂର ।
କୈବର୍ତ୍ତ ବୋଲେ ମୋହର ନାବ ଯେ ଦଦରା
ସହି ନ ପାରିବ ଜାଣ ଏତେ ଲୋକ ଭରା ।
ଜଣ ଜଣ ହୋଇ ତୁମ୍ଭେ ନାବପରେ ବସ
ସୁଖେ ପାରି କରିଦେବି ଯିବ ଆର ପାଶ ।
ଗୋପୀଏ ବୋଇଲେ ଶୁଣ କଇବର୍ତ୍ତ ନନା
ଦୁଇଜଣ ଲେଖା ପାରି କରିଦିଅ କିନା ।
ନାବିକ ବୋଇଲେ ନଦୀ ଅକାଳେ ବଢ଼ିଛି
ଅନୁବ୍ରତେ ପରଚଣ୍ଡ ଲହରୀ ମାରୁଛି ।
ଅତି ପୁରାତନ ଏ ତ ଦଦରା ଅଟଇ
ଦ୍ୱିଗୁଣ ଭାର ପାଇଲେ କାଲେ ଫାଟିଯାଇ ।
ନାନଦି ହୋରସେ ତୁମ୍ଭେ ପୂରିଛି ପସରା
ଏଣୁକରି ସହଜରେ ହୋଇଅଛି ଭରା ।
ସମସ୍ତେ ଅଳଙ୍କାର ତ ଭୂଷଣ ହୋଇଛ
ବିଚାରିଲେ ଅଧଜଣକର ସମକଚ୍ଛ ।
ସୁବାସ କୁସୁମେ ଗଭା ବାନ୍ଧିଛ ଆବର
ତାହା ତ ଗରୁ ହୋଇବ ଅଧ ଜଣକର ।
କର୍ପୂର କସ୍ତୁରୀ ଅଙ୍ଗେ ହୋଇଛ ଯା ବୋଳି
ବିଚାରିଲେ ସବୁଠାରୁ ତାହା ତ ଉଗୁଳି ।
ଇଚ୍ଛା ହେଲେ ଜଣେ ଜଣେ ହୋଇ ପାରିହୁଅ
ନୋହିଲେ ଇଚ୍ଛାସୁଖରେ ଗୃହେ ଫେରିଯାଅ ।
ଗୋପିକା ବୋଇଲା ତାହା ସମ୍ମତ ଆମ୍ଭର
ଧାତିକାରେ ଜଣେ ଜଣେ ଧରି ପାରିକର ।
ଜଣକରେ ପଦିକାଏ ମୂଲ ଦେବୁ ତୋତେ
ଲେଉଟାଣି ବେଳେ ପାରି କରିବୁ ଏମନ୍ତେ ।
ଧୀରେ ନାବ ଲଗାଇଲେ କୂଳେ ବନମାଳୀ
ପ୍ରଥମେ ନାବେ ବସିଲା ଯାଇ ଚନ୍ଦ୍ରାବଳୀ ।
ନାବ ପଟାରେ ପସରା ରଖି ଦୃଢ଼କରି
ଆପଣେ ପସରା ପାଶେ ବସିଲା ସୁନ୍ଦରୀ ।
ଧାତିକାରେ ନାବ ବାହା ବୋଲୁଁ ଚନ୍ଦ୍ରାବଳୀ
ଧୀରେ ପେଲିଦେଲେ ନାବ ତହୁଁ ବନମାଳୀ ।
ପଛମଙ୍ଗେ ବସି ନାବ ବାହାନ୍ତି ଶ୍ରୀହରି
ପଟାର ଉପରେ ବସିଅଛି ଗୋପନାରୀ ।
ଅଧା ନଦୀରେ ନାବ ଯେ ହୋଇଲେ ପ୍ରବେଶ
ଘୋର ଅନ୍ଧକାର ତହୁଁ ଘୋଟେ ଦଶଦିଶ ।
ସେହିଠାରେ ନାବ ଗୋଟି ରହେ ଥିର ହୋଇ
ରାଧିକା ମନ ମଧ୍ୟରେ ଏରୂପେ ଭାବଇ ।
ଅକାଳରେ କାହୁଁ ମାଡ଼ିଆସିଲା କୁହୁଡ଼ି
ବିଧାତା ପୁରୁଷ କରେ ଅଦିନରେ ବଢ଼ି ।
ମୁଁ ଆଗ ନାବେ ବସିଲି ନ ବୁଝି ନ ଜାଣି
ଦଇବର କୃତ୍ୟ ଏହା ନ ପାରିଲି ଜାଣି ।
ଏତେ ଭାଳି ରାଧିକା ଯେ ଧର୍ମ ସୁମରଇ
ଅକଳିତ ଗଭୀର ତ ଏ ନଦୀ ଅଟଇ ।
ଅବଳା ଯୁବତୀ ମୁହିଁ ନାବେ ଅଛି ଏକା
ସହୋଦର ହୋଇ ମୋର ଜଣେ ନାହିଁ ସଖା ।
କହୁ କହୁ ନାବେ ହେଲା ଆଣ୍ଠୁଯାଏ ପାଣି
ଭାବେ ଏ ନାବଗୋଟି ତ ବୁଡ଼ିବ ଏକ୍ଷଣି ।
ପ୍ରଖର ସୁଅ ଏଥେରେ ଥଳକୁଳ ନାହିଁ
କୈବର୍ତ୍ତର ନାମ ଧରି ଉଚ୍ଚରେ ଡାକଇ ।
ପାଞ୍ଚବେଳ ରାବଦେଲା ନ ଶୁଣିଲେ କେହି
ଡରେ ଥରହର କମ୍ପେ ରାଧିକାର ଦେହୀ ।
ଆହେ କଇବର୍ତ୍ତ ବୋଲି ପୁଣ ପୁଣ ଡାକି
କରମ ଆଦରି ବାମା ଧର୍ମେ ଦିଏ ସାକ୍ଷୀ ।
ପୁଣି ବିଚାରେ କୈବର୍ତ୍ତ ଅବା ବୁଡ଼ିମଲା
ପୁଣି ବିଚାରେ କୁମ୍ଭୀର କି ଅବା ଖାଇଲା ।
ପୁଣି ବିଚାରେ ନାବରୁ ଖସି କି ପଡ଼ିଲା
ଅଯୋଗରେ କଇବର୍ତ୍ତ ଗୋଟି ନାଶ ହେଲା ।
ନୋହିଲେ ନାବ କିପାଇଁ ହ୍ୱନ୍ତା ସ୍ତମ୍ଭୀଭୂତ
ନିଶ୍ଚୟେ ତ ବିଡ଼ମ୍ୱନ ଦଇବର କୃତ୍ୟ ।
ଏହିରୂପେ ବ୍ୟାକୁଳିତ ହ୍ୱନ୍ତେ ଚନ୍ଦ୍ରାବଳୀ
ମଦନ ମୋହନ ରୂପ ଧରି ବନମାଳୀ ।
ରାଧାମାଧବ ସେଠାରେ ହେଲେ ଏକ ସଙ୍ଗ
ବଢ଼ିଲା କୌତୁକ ରସେ ନାନ କେଳି ରଙ୍ଗ ।
ନାବ ଉପରେ ବିଚିତ୍ର ମନ୍ଦିର ରଚନା
ରତ୍ନ ପଲ୍ୟଙ୍କରେ ବିଜେ କୃଷ୍ଣ ଗୋପାଙ୍ଗନା ।
ଷୋଳକଳା ରତି ଯେ ବତିଶ ଆଲିଙ୍ଗନ
ଚୌଷଠି ବନ୍ଧେ ଶୃଙ୍ଗାର ବିଧାତା ଭିଆଣ ।
ଉଭୟଙ୍କର ଅନୁମତେ ବଢ଼ିଲା ପୀରତି
ଯେତେ ନାରୀ ଥିଲେ କୃଷ୍ଣ ହେଲେ ତେତେମୂର୍ତ୍ତି ।
ତହୁଁ ସେପାରେ ଛାଡ଼ିଣ ରାଧିକା ଗୁଆଳୀ
ପୁଣି ନାବ ଆଣିଦେଲେ ଯେ ଦେବ ବନମାଳୀ ।
ଏହିରୂପେ ଏକ ଏକ ଗୋପିକାଙ୍କୁ ନେଇ
ଆରପାଖେ ଛାଡ଼ନ୍ତି ଯେ ଜଗତ ଗୋସାଇଁ ।
ନାବକେଳି କରୁ କରୁ ବେଳ ପାଞ୍ଚଘଡ଼ି
ଆଦିତ୍ୟ ତେଜ ଲାଗିଣ ଛାଡ଼ିଲା କୁହୁଡ଼ି ।
ନଦୀ ଶୁଖିଗଲା ପାଣି ହେଲା ଆଣ୍ଠୁଆଣି
ମାୟା କରିଥିଲେ ସିନା ଦେବ ବେଣୁପାଣି ।
ପସରାମାନ ସଜାଡ଼ି ସର୍ବ ଗୋପନାରୀ
ଦେଖିଲେ ତହିଁରେ ରତ୍ନମାଳ ଅଛି ପୂରି ।
ମଥୁରାରେ ବିକିଲେ ସେ ଯାଇ ଯେତେ ଦ୍ରବ୍ୟ
ଦ୍ୱିଗୁଣ କରି ଟୋକାଇ ପୂରିଅଛି ସର୍ବ ।
ତା ଦେଖିଣ ଗୋପୀମାନେ ହୋଇଲେ ହରଷ
ସେଠାବରୁ ଲେଉଟିଣ ଗଲେ ଯେଝା ବାସ ।
ଗୋପନଗରେ ପ୍ରବେଶହେଲେ ଯେ ଯାହାରେ
ପସରା ଦେଖାନ୍ତି ନେଇ ସାଶୁ ନଣନ୍ଦରେ ।
ଏଥୁ ଅନନନ୍ତରେ ନାବକେଳି ଶେଷ କରି
ବାଳକ ରୂପେ ଗୃହରେ ମିଳିଲେ ମୁରାରି ।
ଏହିରୂପେ କେତେଦିନ ତହୁଁ ଗତ ହୁଏ
ଶୁକମୁନି ବୋଇଲେକ ଶୁଣ ମହାରାୟେ ।
ବିଚିତ୍ର କ୍ରୀଡ଼ାରସ ଏ ଭାଗବତ ବାଣୀ
ପାପାଧି ପାତକମାନ ଧ୍ୱଂସ ହେବ ଶୁଣି ।
ନହୁଲି ବୟସେ ତାଙ୍କ କ୍ରୀଡ଼ାର ବ୍ୟବସ୍ଥା
ବେଦବ୍ୟାସ ନନ୍ଦନ ଯେ ଜାଣନ୍ତି ସେ କଥା ।
ସପତ ସମୁଦ୍ର କରପତ୍ରେ କେ ବାହିବ
ସୁଜ୍ଞାନୀ ହୋଇଣ ହରିବଂଶକୁ କହିବ ।
କାଠି ବଢ଼ାଇ ଆକାଶ ପାରିବକି କଳି
ସୂଚିମୁନେ ପର୍ବତ କେ ପାରିବ ବା ଟାଳି ।
ମାନବ ମାତ୍ର ଭରସା ମୋର ଏଡ଼େ କାହିଁ
ବାମନ ହୋଇ ଚନ୍ଦ୍ରଙ୍କୁ ଧରିବା ଇଚ୍ଛଇ ।
ମଦ ମତ୍ସରାଦି ମୋର ଦେହେ ଅଛି ଜଡ଼ି
ଲୋଭ କାମ ହିଂସାରେ ମୁଁ ସିନା ଥାଏ ଜଡ଼ି ।
କେବଳ ଚୈତନ୍ୟ ପାଇଲଇଁ ପୂର୍ବହେତୁ
ହରିନାମ ଦ୍ୱିଅକ୍ଷର କେବଳ ତୋ ତତ୍ତ୍ୱ ।
ବେଦ ବେଦାନ୍ତ ସାର ଏ ଅର୍ଥେ ଅବଗାହି
ହରିନାମ ବିନୁ ଆଉ ଧର୍ମ ମୋର ନାହିଁ ।
ସ୍ନାନ ଦାନ ଜପ ତପ ଧର୍ମ ଉପବାସ
ସବୁ ପଛକରି ନରେ ହରିନାମ ଘୋଷ ।
ଅଚ୍ୟୁତାନନ୍ଦ ଦାସ ତା ଅଛି ମାଳ କରି
ଜନ୍ମେ ଜନ୍ମେ ହରିନାମ ଦୀକ୍ଷା ହେ ମୋହରି ।
ଇତି ଶ୍ରୀ ଭାଗବତର ଦଶମ ଚରିତ
ଇଦଂ ଦଶବିଂଶ ଅଧ୍ୟା ହେଲା ସମାପତ ।
ସୁଭଦ୍ରା ଜନ୍ମ
କହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତଭାଗବତ ବାଣୀ ଶୁଣି ବିନାଶ ଦୂରିତ ।ଏଥୁ ଅନନ୍ତରେ ତହୁଁ କେତେଦିନ ଗଲାଗ୍ରୀଷମ ଋତୁ ଆସିଣ ପ୍ରବେଶ ହୋଇଲା ।ଦକ୍ଷିଣ କରେ ଲଉଡ଼ି ବାମେ ଏକ ମୁନାଝଲକନ୍ତି ହୀରୀ ନୀଳା ମାଣିକ୍ୟ ଯେ ସୁନା ।ପାଦରେ ରତ୍ନ କଠାଉ କାନ୍ଧେ ବଡ଼ ଛତାସିନ୍ଧୁଆ ପାଗ ଶିରରେ ହସ୍ତରେ ଖଣତା ।ଅନେକ ଗୋପାଳ କନ୍ଧେ ଘେନି ସଞ୍ଚାଭାରସନ୍ଧ୍ୟାବେଳେ ଗୋପନଗ୍ରୁ ହୋଇଲା ବାହାର ।ଗୋଗୋଷ୍ଠେ ପ୍ରବେଶ ହେଲେ କେତେ ସମୟରେନିତ୍ୟକର୍ମ ବେଭାରରେ ଲାଗି ଯେ ଯାହାରେ ।ଏଣେ ରାମକୃଷ୍ଣ ଘେନି ଦେବୀ ଯଶୋବନ୍ତୀଅନେକ ପରିବାରୀ ତା ସଙ୍ଗରେ ଅଛନ୍ତି ।ରାତ୍ର ପାଞ୍ଚଘଡ଼ିରେ ସେ ଶୋଇ ପଲ୍ୟଙ୍କରେକାହ୍ନୁ ସଂକର୍ଷଣ ଶୋଇଅଛନ୍ତି ପାଖରେ ।ମାଣିକ୍ୟର ଦୀପାବଳି ଜଳଇ ଚୌକତିଘେନି ଶୋଇଛନ୍ତି ପାଶେ ଅନେକ ଯୁବତୀ ।ନାନବିଧ ରତନରେ ଶୋଭାପାଏ ପୁରଅମର ବାରସ୍ୱତୀ ଯେ ନୋହେ ପଟାନ୍ତର ।ଗଜଦନ୍ତ ପଲ୍ୟଙ୍କରେ ଦିବ୍ୟ ପାଟଶେଯକୋଟିଏ ଚନ୍ଦ୍ରମା ପ୍ରାୟ ବିରାଜଇ ତେଜ ।ବେନି ହସ୍ତ ବେନି ପୁତ୍ର ସୀମସ୍ଥାନେ ଦେଇମଧ୍ୟରେ ଯଶୋଦା ଦେବୀଛନ୍ତି ନିଦ୍ରାଯାଇ ।ନିରେଖି ଚାହିଁଲେ ଏହିରୂପେ ଦିଶେ ଶୋଭାହରିହର ଘେନି ବିଜେ ଆଦିମାତା କିବା ।ସନାତନ ଲୋକ ଦେଖି କରନ୍ତି ବିଚାରବୋଲନ୍ତି ଧନ୍ୟ ଜୀବନ ଅଟଇ ଏହାର ।ସୁରସଦ୍ଧି ମୁନି ଯାକୁ କରୁଥାନ୍ତି ଚିନ୍ତାସେ ୟାକୋଳେ ଶୋଇଛନ୍ତି ହୋଇ ଦେହବନ୍ତା ।ନିସ୍ତରିଲୁ ଯଶୋଦା ଗୋ କେତେ କଲୁ ପୁଣ୍ୟଦେବାଧି ଦେବ ହୋଇଲେ ତୋହର ନନ୍ଦନ ।କାହିଁ ଅବା ବସି ତୁହି କରିଲୁ କି ତପପୁତ୍ରରୂପେ ପାଳୁଅଛୁ ପ୍ରଭୁ ପରଂତପ ।ରାମଙ୍କର ଭାରା ମହୀ ନ ପାରଇ ସହିଅବହେଳେ କୋଳେ ତାଙ୍କୁ ଘେନିଅଛୁ ତୁହି ।ପୁଣି ପୁଣି ପରଶଂସା କରନ୍ତି ଯେଝାରେନ ଜାଣେ ଯଶୋଦା ଦେବୀ ଶୋଇଛି ନିଦରେ ।କ୍ରମେ ଅତୀତ ହୋଇଲା ଚୌଦଘଡ଼ି ରାତ୍ରକେବଳ ଛାୟା ନିଦ୍ରା ଯେ ମାଡ଼ିଅଛି ନେତ୍ର ।ଏହି ସମୟରେ ଦୁର୍ଗା ହିଙ୍ଗୁଳା ରୂପରେବିଜୟ କରିଲେ ନନ୍ଦରାଣୀ ସମୀପରେ ।ହସ୍ତେ ଶଙ୍ଖଚକ୍ର ଖଡ଼୍ଗ ଡମ୍ୱରୁ ତ୍ରିଶୂଳକାତି ଖର୍ପର ଖଣ୍ଡା ଯେ ବର୍ଚ୍ଛା ଶିରମାଳ ।ଆଢ଼ଣ ନାଗପାଶ ଯେ ପରଶୁ କୁଠାରଅପ୍ରମିତ ଆୟୁଧରେ ଭୁଜ ଶୋଭାକର ।ଗଦା ମୃଦୁଗର ବାମକରେ ଯମଦାଢ଼କାଳଦଣ୍ଡ ବଜ୍ରାଙ୍କୁଶ ପ୍ରୋକ୍ଷଣୀ ଯେ ପୀଢ଼ ।ଯେମନ୍ତେ ଅନେକ ଭୁଜେ ଅନେକ ନାରାଜପ୍ରଚଣ୍ଡ ଦାବାନଳର ପରାୟେକ ତେଜ ।ସିଂହ ବାହନରେ ବିଜେ ଦେବୀ ମହାମାୟାରସାଣିଲା ସ୍ୱର୍ଣ୍ଣ ପ୍ରାୟ ଦିଶେ ତାଙ୍କ କାୟା ।ସଙ୍ଗତେ ଚଣ୍ଡୀ ଚାମୁଣ୍ଡା ଅନେକ ଅଛନ୍ତିସିଂହ ଶାର୍ଦ୍ଦୂଳ ବାହନେ ସର୍ବେ ବସିଛନ୍ତି ।ଗଳାରେ ମୁଣ୍ଡମାଳା ଯେ ସବୁଙ୍କରି ଶୋହେକୃଷ୍ଣବର୍ଣ୍ଣ ଦେଖାଯାଏ କାହାର ଯେ କାୟେ ।ଯଶୋଦା ନିଦେ ଶୋଇଛି ଜାଣି ମହାମାୟୀସୀମସ୍ଥାନ ପରେ ତାର ବିଜେକଲେ ଯାଇ ।ଦର୍ହସିତେ ବୋଲୁଛନ୍ତି ଦୁର୍ଗତି ତାରିଣୀସାବଧାନେ ଶୁଣ ତୁଗୋ ନନ୍ଦର ଘରଣୀ ।ଅନାଦି ଶକ୍ତି ଆମ୍ଭେ ତ ଅଟୁ ଜଗନ୍ମାତତୋହର ଗର୍ଭରୁ ଆମ୍ଭେ ହୋଇବୁ ସମ୍ଭୂତ ।ତୁମ୍ଭର ଉଦରେ ମୋତେ ଦିଅସି ଗୋ ଠାବଏ ତୁମ୍ଭର କୀରତି ଗୋ ଯୁଗେ ଯୁଗେ ଥିବ ।ଯଶୋଦା ବୋଇଲେ ତୁହି ଅଯୋନି ସମ୍ଭୂତଜଗତମାତା କିପରି ହେବୁ ଯୋନି ଜାତ ।ସ୍ଥାବର ଜଙ୍ଗମକୀଟ ପତଙ୍ଗାଦି କରିଏ ତୁମ୍ଭ କଳପନାରୁ ଛନ୍ତି ଅବତାରି ।ଈଶ୍ୱରଦେବ ଅଟନ୍ତି ସ୍ୱାମୀ ଯାହାଙ୍କରମନେକଲେ ପୃଥ୍ୱବୀ ଯେ କରନ୍ତି ସଂହାର ।ତୁ କେମନ୍ତ ଅସମ୍ଭବ କଥା କହୁ ହସିତାହା ଶୁଣି ଦୁର୍ଗାଦେବୀ ବୋଇଲେକ ଆସି ।ଏକ ଦିନକର କଥା ଶୁଣ ମନ ଦେଇତେବେ ସିନା ତୁମ୍ଭରଗୋ ହୃଦେ ପ୍ରତେ ଯାଇ ।ଦିନେ ମରୀଚି ମହର୍ଷିଛନ୍ତି ଯୋଗଧ୍ୟାନେପରମହଂସ ଦୀକ୍ଷା ସେ ଲୟ କରି ମନେ ।ରୁଦ୍ରାକ୍ଷର ମାଳାଗୋଟି ଶୋଭାପାଏ କରେଚୌବିଂଶ ଅକ୍ଷରେ ମନ୍ତ୍ର ଜପନ୍ତି ହୃଦରେ ।ଏକଲୟ କରିଣ ସେ ସମାଧିରେ ବସିବେଦମାତା ଗାୟତିରୀ ବିଜେକଲେ ହସି ।ମୁନି ନ ଜାଣନ୍ତି ଏଥେଁ ଗାୟତ୍ରୀ ଅଇଲାଏହିରୂପେ ପଞ୍ଚାଣୋଇ ବର୍ଷ ବହିଗଲା ।ଦିନେ ଆମ୍ଭେ ଯାଇଥିଲୁ ଭ୍ରମଣ କାରଣେଅକସ୍ମାତେ ମିଳିଗଲୁ ଯାଇଣ ସେ ସ୍ଥାନେ ।ଦେଖିଲୁ ଆମ୍ଭେ ଗାୟତ୍ରୀ ବସିଛି ସଂପୁଟେଉଭା ହୋଇଲୁ ଯାଇଣ ତାହାର ନିକଟେ ।ମରୀଚି ମହର୍ଷିଛନ୍ତି ମୌନବ୍ରତ ହୋଇସମାଧିରେ ବସିଛନ୍ତି ମୂଳମନ୍ତ୍ର ଧ୍ୟାୟି ।ଗାୟତ୍ରୀକି ବୋଇଲୁ ତୁ ବସିଛୁ କିମର୍ଥେସେ କହିଲା ବସେ ଏଥେଁ ଋଷିଙ୍କର ଅର୍ଥେ ।ପଞ୍ଚାଣୋଇ ବର୍ଷ ଆସି ହୋଇଲା ଅତୀତତଥାପି ଋଷିଙ୍କ ସଙ୍ଗେ ନୁହଇ ସାକ୍ଷାତ ।ଉପହାସେ ବୋଇଲୁ ଯେ ଆମ୍ଭେ ତାଙ୍କୁ ହସିକାଳେ କାଳେ ନିର୍ଲଜ୍ଜ ତ ଅଟନ୍ତି ମହର୍ଷି ।ଅନେକ କାଳ ହେଲା ତ ହୋଇଛି ସମାଧିପରମ ଆତ୍ମାରେ ଲୟ ତାରମାନ ବୁଦ୍ଧି ।ତାହାର ଭେଟ ତୁମ୍ଭେ ଗୋ ପାଇବ ବା କାହିଁତୁମ୍ଭେ ଆସିଛ ବୋଲିଣ ଋଷି ଜାଣେ ନାହିଁ ।ମାଗଣା କଥାକୁ ତୁମ୍ଭେ ନୁହ ହୀନିମାନୀତୁମ୍ଭସଙ୍ଗେ କଥା କେହ୍ନେ ହେବେ ମହାଜ୍ଞାନୀ ।ଆମ୍ଭେ ଦୁହେଁ କଥାବାର୍ତ୍ତା ହୁଅନ୍ତେ ଏମନ୍ତେସମାଧି ଭାଙ୍ଗିଲା ମୁନି ଚାହିଁଲେକ ନେତ୍ରେ ।ବୋଇଲେ ତୁମ୍ଭେ ତ୍ରୈଲୋକ୍ୟ ଠାକୁରାଣୀ ହୋଇଅନୁଚିତ କଥାମାନ କହିଲ କିପାଇଁ ।ଜାଣି ଶୁଣି ଯେଣୁ ତୁମ୍ଭେ ଦୋଷ ଅରଜିଲତେଣୁ ଅଭିଶାପ ଯୋଗ୍ୟା ନିଶ୍ଚୟ ହୋଇଲ ।ଏତେ ବୋଲି ମହାମୁନି ଆରକ୍ତ ନୟନକ୍ରୋଧଭରେ ମୋତେ ଚାହିଁ ବୋଇଲେ ଏସନ ।ମାନବ ଯୋନିରେ ଜନ୍ମ ପାଅ ଶତେ ବାରମିଥ୍ୟା ନୋହିବଟି କେଭେ ଆମ୍ଭର ଏ ଗିର ।ଯେଣୁ ତୁମ୍ଭର ଗର୍ଭରୁ ହେବୁ ଆମ୍ଭେ ଜାତହସିଣ ଏହା ବୋଇଲେ ଜଗତର ମାତ ।ହୁତାଶନ ମଧ୍ୟୁ ଆମ୍ଭେ ହୋଇଲୁଁ ବାହାରଦୁର୍ଗାରୂପେ ମହିଷାକୁ କରିଲୁ ସଂହାର ।ଶୁମ୍ଭ ନିଶୁମ୍ଭ ଯେ ଚଣ୍ଡ ମୁଣ୍ଡ ଦୈତ୍ୟ ତୁଲେଅନେକ ଦୁଷ୍ଟ ଦନୁଜ ଥିଲେ ରବିତଳେ ।ରକ୍ତବୀର୍ଯ୍ୟ କାନ୍ତିମାଳା ଯମଘଣ୍ଟ ବୀରସମୂଳରେ ଏମାନଙ୍କୁ କରିଲୁ ସଂହାର ।ଆବର ଜାତ ହୋଇଲୁ ହିମାଳୟ ଘରେପାର୍ବତୀ ରୂପେ ରହିଲୁ କୈଳାସ କନ୍ଦରେ ।ଏବେ ଅବତାର ଆମ୍ଭେ ହେବୁ ତୁମ୍ଭତହିଁନନ୍ଦଗୃହେ ଜନମିବୁ ମୁନି ଥିଲେ କହି ।ଏଥକୁ ଆନ ମନେ ଗୋ ନ ଧର ଯଶୋଦାନିଶ୍ଚୟ ଖଣ୍ଡିବୁ ତୋ ଯାବତ ରୋଗ ବାଧା ।ଯଶୋଦା ବୋଇଲାମାଗୋ ଯେ ତୋର ମନୀଷାତାହା ନାହିଁ କରିବାକୁ ମୋର କି ଭରସା ।କହୁଁ କହୁଁ ଦେବୀ ତହୁଁ ହେଲେ ଅନ୍ତର୍ଦ୍ଧାନଭାଙ୍ଗନ୍ତେ ନିଦ୍ରା ଯଶୋଦା ପାଇ ଦିବ୍ୟଜ୍ଞାନ ।ଅନ୍ତର୍ଗତେ ଚିତୋଇଲେ ସକଳ ବୃତ୍ତାନ୍ତକା ଆଗେ ନ କହି ତାହା ରଖିଲେ ଗୁପତ ।ଏଥୁ ଅନନ୍ତରେ ଯହୁଁ ପାହିଲା ରଜନୀଗଗନରେ ଉଦେ ହେଲେ ଦେବ ଦିନମଣି ।ସନ୍ଧ୍ୟାବେଳରୁ ଯେ ନନ୍ଦ ଗୋଷ୍ଠେ ଯାଇଥିଲାପ୍ରଭାତେ ଗୋରସ ଘେନି ଗୃହରେ ମିଳିଲା ।ଏକାନ୍ତରେ ଯଶୋଦା ଯେ ନନ୍ଦ ପାଶେ ଯାଇସ୍ୱପନ କଥା ସମସ୍ତ କହିଲା ମଣାଇ ।ଶୁଣି ନନ୍ଦ ମହାଖୁଡ଼ା ହେଲା ଅତି ତୋଷବୋଲେ ବିଧାତା ପୁରୁଷ ଭିଆଇଛି ଯିସ ।ଏକା ରାମ କୃଷ୍ଣ ମୋର ସର୍ବଶୁଭେ ଥାନ୍ତେଚଉବର୍ଗ ମୁକ୍ତି ମୋତେ ମିଳିବ ଜୀବନ୍ତେ ।ଏଥୁଅନ୍ତେ କେତେ ଦିନ ହୁଅନ୍ତେ ଅତୀତଯଶୋଦା ଦେବୀର ଶୁଦ୍ଧ ସ୍ନାନ ବେଳାପ୍ରାପ୍ତ ।ମହାମାୟା ଜ୍ୟୋତିରୂପେ ରହିଲେ ଗର୍ଭରଦଶମାସ ଚାହୁଁ ଚାହୁଁ ଅତୀତ କ୍ରମର ।କୁମ୍ଭ ଶୁକଳ ଦଶମୀ ତିଥି ଗୁରୁବାରପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।କଉସ୍ତୁଭ ନାମେ ଯୋଗ ଶୁଭ ଯେ କରଣରାତ୍ର ବାର ଦଣ୍ଡେ ମୀନ ଲଗନରେ ପୁଣ ।ଯଶୋଦା ଦେବୀ ଗର୍ଭରୁ ସୁଭଦ୍ରା ସଂଜାତଜନମ କରି ଯଶୋଦା ହେଲେ ମୂର୍ଚ୍ଛାଗତ ।କିଛିକ୍ଷଣେ ଚେତା ପାଇ ଉଠିଲେ ସୁନ୍ଦରୀଅନ୍ତୁଡ଼ିକି ସଜାଡ଼ିଲୋ ଧାଈ ପରିବାରୀ ।ଦୁହିତାର ଜନ୍ମ ଶୁଣି ନନ୍ଦ ନୃପରାଣପରମ ସାନନ୍ଦେ ଦିନ କରିଲେ ଯାପନ ।ଲକ୍ଷେକ ଯେ ଗୋଦୋହନ ଶିବ ଆଳେକଲେନୃସିଂହ କବଚ ଚଣ୍ଡୀ ଆଦି ଗୁଣାଇଲେ ।ମେଷ ମଇଁଷି ଦେବୀଙ୍କ ଆଗେ ଦେଲେ ବଳିଶ୍ରଦ୍ଧାରେ ଦେଖି ଧାଇଁଲେ ସକଳ ଗୁଆଳୀ ।ପଞ୍ଚୁଆତି ମାସିକିଆ ଆଦି ଯେତେ ବିଧିକରିଲେ ନନ୍ଦ ଡକାଇ ପଣ୍ଡିତ ସୁବୁଦ୍ଧି ।ସୁଭଦ୍ରା ବୋଲିଣ ନାମ ଦେଲେ ହରଷରେଦିନୁ ଦିନ ବଢ଼ଇ ସେ ଚନ୍ଦ୍ରମା ପ୍ରକାରେ ।ଅନେକା ଶ୍ରଦ୍ଧା କରିଲେ ହଳୀ ଚକ୍ରଧରଭଉଣୀ ପାଇ ଚିତ୍ତରେ ହରଷ ଅପାର ।ବେନି ପୁତ୍ର ଏକକନ୍ୟା ଦେଖିକରି ନନ୍ଦମନେ ମନେ ଅତିଶୟ ହୁଅଇ ଆନନ୍ଦ ।ଶୁକମୁନି ବୋଇଲେକ ଶୁଣ ନୃପମଣିଇତି ଶ୍ରୀ ଏଥେଁ ସୁଭଦ୍ରା ଜନମର ବାଣୀ ।ଅପୂର୍ବ ଚରିତ ଏହୁ ପାପ ନାଶକାରୀମୂଢ଼ ଅଚ୍ୟୁତ ଲେଖଇ ଶ୍ରୀହରି ସୁମରି ।ଶ୍ରୀକୃଷ୍ଣଙ୍କ ରାସୋତ୍ସବଏଥୁ ଅନ୍ତରେ ପରୀକ୍ଷ ନୃପତି ପୁଚ୍ଛଇହରିବଂଶ କୁହ ମୋତେ ହେ ମୁନି ଗୋସାଇଁ ।ତୁମ୍ଭର ବଦନୁ ଶୁଣି ହୋଇବି ପବିତ୍ରପୁଣି ଶୁଣାଇବା ଲୋକେ ହେବେ ମୋକ୍ଷପ୍ରାପ୍ତ ।ବଦୟନ୍ତି ମହାମୁନି ଶୁଣ ଦଣ୍ଡଧରଶ୍ରୀହରି ଲୀଳା ଅଟଇ ଅତି ଅଗୋଚର ।ଏଥୁ ଅନନ୍ତରେ ତହୁଁ କେତେ ଦିନ ଗଲାଶରତ ଋତୁ ଆସିଣ ପ୍ରବେଶ ହୋଇଲା ।ଆଶ୍ୱିନ ଶୁକ୍ଳ ପୌର୍ଣ୍ଣମୀ ଅଟେ ଗୁରୁବାରଅଶ୍ୱିନୀ ନାମେ ନକ୍ଷତ୍ର ଅଟେ ସେ ଦିନର ।ଧାତୁ ମାତୁ ଘେନି ନବ ପଲ୍ଲବିତ ବନଗାବନ୍ତି ଶୁକ ପିକାଦି ବସି ଘନ ଘନ ।ଜାଈ ଯୂଈ ମଲ୍ଲୀ କୁନ୍ଦ ମାଳତୀ ସେବତୀପ୍ରସ୍ଫୁଟିତ ହୋଇବାରୁ ବାସେ ଚଉକତି ।ଆଦିତ୍ୟ ଅସ୍ତେ ପଡ଼ିଲା ପୂର୍ଣ୍ଣିମାର ଜହ୍ନଚନ୍ଦ୍ରମାର ତେଜ ଦିଶେ ଅତି ତେଜୀୟାନ ।ଚଉଦିଗେ ପରିମଳ ଜାଜ୍ଜ୍ୱଲ୍ୟ ଯେ ଜ୍ୟୋତିଦିବସର ପରାୟେକ ବିରାଜଇ ରାତି ।ଦକ୍ଷିଣ ମଳୟବାୟୁ ବହେ ଘନ ଘନଅବହେଳେ ମୋହୁଅଛି ଲୋକଙ୍କର ମନ ।ରାତ୍ର ବେନି ଘଡ଼ି ଅନ୍ତେ ସ୍ୱାମୀ ଦେବରାୟେମୋହନ ରୂପ ଧରିଣ କୁଞ୍ଜରେ ବିଜୟେ ।ଯମୁନା ଉତ୍ତର କୂଳେ ଗୋଧିକାର ଘାଟଗୋବର୍ଦ୍ଧନ ପରବତ ତହିଁକି ନିକଟ ।ତା ପାଶରେ ଶୋଭାବନ ଯେ କଦମ୍ୱ ତରୁବିସ୍ତାର ଅତି ଉଚ୍ଚ ତା କହି ତା କେ ପାରୁ ।ସେ ବୃକ୍ଷ ମୂଳରେ ଯାଇ ମିଳି ଦେବହରିଗହନ ଗାନ୍ଧାର ରାଗେ ବଂଶୀ ଧ୍ୱନି କରି ।ମଧୁର ଶୁଭଇ ସେହୁ ପଞ୍ଚସ୍ୱର ନାଦବ୍ରହ୍ମଲୋକ ପରିଯନ୍ତେ ଶୁଭଇ ଶବଦ ।କୋଟି ନାରଦ ବୋଇଲେ କିବା ବ୍ରହ୍ମବୀଣାଅମର ଦୁନ୍ଦୁଭିଠାରୁ ସସ୍ରେ ଗୁଣେ ଜିଣା ।ସୁଧାକର ଶବଦ କି ଶୁଭଇ ସୁସଞ୍ଚନାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରିସମସ୍ତେ ମୋହ ହୋଇଲେ ଶବ୍ଦଯାନ୍ତେ ପୂରି ।ପାଷାଣ ତରଳି ବହିଯାଏ ପାଣି ପ୍ରାୟେଧାତୁମାତୁ ବର୍ଦ୍ଧମାନ ହେଲା ସର୍ବକାୟେ ।ସମସ୍ତଙ୍କୁ ଲାଗିଲା ଯେ ବିରହର ବାଧାଗୃହରେ ଥାଇ ଶୁଣିଲା ସେ ଧ୍ୱନିକୁ ରାଧା ।ରୋମ ଟାଙ୍କୁରାଇ କହେ ଗଦଗଦ ବାଣୀବାତୁଳ ପ୍ରାୟ ହୁଅଇ କ୍ଷଣେ ପୁଣି ପୁଣି ।ଓଷ୍ଠଜିହ୍ୱା ତାଳୁକା ଯେ ଶୁଖେ କଣ୍ଠତଟକର୍ଣ୍ଣକୁ ନ ଶୁଭେ ଚକ୍ଷୁ କରେ ରଟମଟ ।କେଶବାସ ଅସମ୍ଭାଳ ଅଙ୍ଗୁଗଳେ ସ୍ୱେଦପ୍ରଖର ନିଃଶ୍ୱାସ ବହେ ହୋଇ ମନ୍ଦ ମନ୍ଦ ।ବିରହରେ ଅସମ୍ଭାଳ ହେଲା ଗୋପବାଳୀକ୍ଷଣକେ ମୂର୍ଚ୍ଛାଗତ ଯେ ମୁଖ ଦିଶେ କାଳି ।ଗନ୍ଧ ଚନ୍ଦନ ପନୀର କର୍ପୂର କସ୍ତୁରୀଦେବୀଙ୍କ ଝୀନ ବସନ କଙ୍କଣାଦି କରି ।ସବୁ ତେଜ୍ୟା କରି ବାଳା ହୋଇଲା ବିହ୍ୱଳଯିସତିସ ଭାଷଇ ସେ ହୋଇ ମତି ଭୋଳ ।ଜାତି କୁଳ ମର୍ଯ୍ୟାଦାକୁ ସବୁ କଲା ତେଜ୍ୟାକାହାରିକୁ ମନେ ତାର ତିଳେ ନାହିଁ ଲଜ୍ଜା ।ବିରହରେ ବିହ୍ୱଳିତା ହୋଇ ଚନ୍ଦ୍ରାବଳୀରାତ୍ର ତିନି ଘଡ଼ିରେ ସେ ଦୂତୀ ପାଶେ ମିଳି ।ଖଣ୍ଡେ ଦୂରରୁ ଡାକଇ ରଖ ଗୋ ମିତଣୀଦେହ ଅସ୍ଥିର ମୋହର କର୍ଣ୍ଣ ବେଣୁ ଶୁଣି ।ଏକେତ ମୋହନ ବଂଶୀ ଗାନ୍ଧାରରେ ଗୀତବିହ୍ୱଳ ନ ହେବ ଶୁଣି କାହାର ବା ଚିତ୍ତ ।ରାଜୀବଲୋଚନ ତାର ଚଞ୍ଚଳ ଚାହାଁଣୀନୀଳ କୁନ୍ତଳ ମସ୍ତକେ ଶୋଭାପାଏ ବେଣୀ ।ଲମ୍ୱିତ ବାହୁ ଯୁଗଳ ନାସା ମନୋହରସର୍ବଗୁଣେ ସୁନ୍ଦର ଗୋ ଯଶୋଦା କୁମର ।କହନ୍ତେଣ ନ ସରଇ ତାର ଯେଉଁ କଥାରୂପ ବାହୁନିଲେ ଲାଗେ ମନକୁ ଗୋ ବ୍ୟଥା ।ସର୍ବାଙ୍ଗ ସୁନ୍ଦର ନୀଳବରନ ଗୋ ଅଙ୍ଗପିନ୍ଧିଅଛି କଟିଭାଗେ ଝୀନବାସ ରଙ୍ଗ ।ଏକ ଏକ କରି କେତେ ବର୍ଣ୍ଣିବଇଁ ଗୁଣଅତିଯତ୍ନେ ଧାତା ତାକୁ କରିଛି ଗଠନ ।ଭୋ ସଖି ଦୂତିକା ତୁ ଗୋ ଏହିକ୍ଷଣି ଯିବୁଏ ମୋହର ଅବସ୍ଥା ଗୋ କୃଷ୍ଣଙ୍କୁ କହିବୁ ।ତୋହର ସଙ୍ଗରେ ନିଶ୍ଚେଁ ଆସିବେ ଏକ୍ଷଣିନୋହିଲେ ସ୍ତ୍ରୀ ହତ୍ୟା ଦୋଷ ହୋଇବ କାରେଣୀ ।ତୋରଠାରୁ ଅତିପ୍ରିୟ ମୋର କେହି ନାହିଁତେଣୁ ହୃଦୟ କଥା ଗୋ କହିଲି ଫିଟାଇ ।ଭେଟିବା ଯାଏ ଗୋ ମୋତେ ଲାଗିଛି ଉଚ୍ଚାଟନିରନ୍ତରେ ଚାହୁଁଥିବି ତୋ ଆସିବା ବାଟ ।ତୁ ମୋହର ହିତୈଷିଣୀ ଆତ୍ମାର କାରେଣୀବିଳମ୍ୱ ନ କରି ସଖି ଚଳ ଏହିକ୍ଷଣି ।ତୁହି ତ କୁମନ୍ତ୍ର ସଖି ଜାଣୁ ସର୍ବବିଧିନାନ ଉପାୟ କରିଣ ଆଣ ଗୁଣନିଧି ।ଏତେ ବୋଲିଣ ରାଧିକା ଦୂତୀ ହସ୍ତ ଧରିଦନ୍ତେ ତିରଣ ଘେନିଣ ବିନୟ ସେ କରି ।ନାନା ଉପାୟ କରିଣ କୃଷ୍ଣେ ଘେନି ଆସନୋହିଲେ ଜାଣିଥାଅ ଗୋ ଗଲି ଆଜୁ ନାଶ ।ଏତେ କହିଣ ରାଧିକା ଆତଙ୍କ ହୋଇଲାଆପଣାର ରତ୍ନମାଳ ଦୂତୀ କଣ୍ଠେ ଦେଲା ।ବିଦ ମୁଦ୍ରିକା କଙ୍କଣ ଆଦି ରତ୍ନଚୂଡ଼ୀତଡ଼କୀ ବେଣ୍ଟୁଲା ଯେତେ ସବୁ ଦେଲା କାଢ଼ି ।ପାଦର ନୂପୁର ଆଉ ଶିରୁ ମଥାମଣିକଟିସୂତା ସହିତରେ ଓହ୍ଲାଇ ତକ୍ଷଣି ।ଦୂତୀଅଙ୍ଗେ ପିନ୍ଧାଇଲା ଅତି ଯତ୍ନେ କରିରାଧିକା ପରାୟେ ଦୂତୀ ଦିଶଇ ସୁନ୍ଦରୀ ।ଆଳୀ ଅଳଙ୍କାର ମାନ ପିନ୍ଧି ଯତନରେଯିବାପାଇଁ ଅଙ୍ଗୀକାର କଲା ତଦନ୍ତରେ ।ଶୁଣ ପରୀକ୍ଷ ନୃପତି କହେ ଶୁକମୁନିବିଚିତ୍ର ରାହାସ କ୍ରୀଡ଼ା ଭାଗବତ ବାଣୀ ।ରାଧିକାର ଅଳଙ୍କାର ଘେନି କରି ଦୂତୀଅପୂର୍ବ ବେଶରେ ଚଳିଯାଏ କୃଷ୍ଣ କତି ।କୁଞ୍ଜବନର ଭିତରେ ହୋଇଲା ପ୍ରବେଶବୃକ୍ଷଙ୍କ ଛାଇରେ ପଥ ହୋଇଛି ଅଦୃଶ୍ୟ ।ପ୍ରହରେକ ଆସି ପୁଣି ହୋଇଅଛି ରାତିକୃଷ୍ଣଙ୍କୁ କାନନ ମଧ୍ୟେ ଲୋଡ଼ଇ ସେ ଦୂତୀ ।ଆଡ଼ ଉହାଡ଼ ଗୋପ୍ୟାନ ଯେତେ ଭୂମିଖଣ୍ଡିସକଳ ଆଡ଼େ ଦୂତିକା ଖୋଜଇ ଦରାଣ୍ଡି ।ବେଣୁ ଶବ୍ଦ ଅନୁସରି ଥୋକେ ଦୂର ଗଲାକଦମ୍ୱ ତଳରେ ଯାଇ ପ୍ରବେଶ ହୋଇଲା ।ରାଧିକା ଆସିବ ବୋଲି କୃଷ୍ଣଛନ୍ତି ଚାହିଁଏ ସମୟେ ଦୂତୀ ମିଳେ ନିକଟରେ ଯାଇ ।ଖଣ୍ଡେ ଦୂରରୁ ଶୁଭଇ ରୁଣୁ ଝୁଣୁ ଶବ୍ଦରାଧିକା ଅଇଲା ବୋଲି ବୁଝିଲେ ଗୋବିନ୍ଦ ।ମଦନ ପଞ୍ଚଶରରେ ଅଛି ତନୁ ଘାରିତେଣୁକରି କିଛି ସ୍ୱାମୀ ନ ପାରିଲେ ବାରି ।ରାଧିକା ଆସିବ ବୋଲି ମଣିଥିଲେ ଯେଣୁଥୋକାଏ ଦୂର ପାଛୋଟି ଅଇଲେକ ତେଣୁ ।ମଦନ ଅନ୍ଧାରେ ଚକ୍ଷୁ ହୋଇଛି ଭ୍ରମଣଦୂତୀକି ରାଧିକା ପ୍ରାୟ ମଣି ନାରାୟଣ ।ଏକେ ଦୂତୀ ରାଧିକାର ବସନ ପିନ୍ଧିଛିବିଦ ମୁଦି କଙ୍କଣାଦି ଅଙ୍ଗରେ ଘେନିଛି ।ଯୁକତେ ରଜନୀକାଳ ବୃକ୍ଷଙ୍କ ଗହଳଆକାଶ ଦେଖା ନ ଯାଏ ପୁତ୍ରଙ୍କ ବହଳ ।ବିରହ ହେତୁରୁ ହରି ନ ପାରିଲେ ଚିହ୍ନିରାଧିକା ବୋଲି ଦୂତୀକା ନିଜ ଅଙ୍କେ ଘେନି ।ଅନେକ ରଙ୍ଗେ ଶୃଙ୍ଗାର କଲେ ଦେବରାୟେଶ୍ରୀକୃଷ୍ଣଙ୍କୁ ସମର୍ପିଲା ଦୂତୀ ନିଜ କାୟେ ।ଚତୁରୀ ସିହାଣୀ ଦୂତୀ ଜାଣେ ନାନା ଛନ୍ଦମଦନ ଶାସ୍ତ୍ରର ବିଧି ଚଉଷଠି ବନ୍ଧ ।ନାନାମତେ ଭେଦମୁଦ୍ରା ଜାରଣ ମାରଣନଖ ଦନ୍ତ ଛେଦନ ଯେ ନିବିଡ଼ ବନ୍ଧନ ।ଆପଣେ ଶ୍ରୀକୃଷ୍ଣ ଏହା ଜାଣନ୍ତି ସମସ୍ତଦୂତୀ କାହିଁ ଜାଣଇ ଯେ ବୟସେ ପଣ୍ଡିତ ।ନାନା ପରିବନ୍ଧେ କୃଷ୍ଣ ରତିରଙ୍ଗ କଲେଶୁଣ ହୋ ପରୀକ୍ଷ ରାଜା ଶୁକମୁନି ବୋଲେ ।ରତିବନ୍ଧେ ପରିତୋଷ ହୁଅନ୍ତେ ଶ୍ରୀପତିଢଳିଲାକ ବ୍ରହ୍ମବୀର୍ଯ୍ୟ ଗର୍ଭ ହେଲା ଦୂତୀ ।କର୍ଣ୍ଣ ତଡ଼ତି ଝଟକେ ଦୂତୀ ମୁଖ ଦିଶିଚିହ୍ନିଣ ଲଜ୍ଜିତ ହେଲେ ଦେବ ହୃଷୀକେଶୀ ।କ୍ରୀଡ଼ାକାଳେ ବିବସନ ଦୁହେଁ ହୋଇଥିଲେଦୂତିକା ବସନ ହରି ଭ୍ରମରେ ପିନ୍ଧିଲେ ।ଶ୍ରୀକୃଷ୍ଣଙ୍କ ବସନକୁ ପିନ୍ଧେ ସହଚରୀଶୁକ ମୁନି ବୋଇଲେକ ଶୁଣ ଦଣ୍ଡଧାରି ।କୃଷ୍ଣଙ୍କୁ ରୁହାଇ ତରତରେ ଚଳିଗଲାଚନ୍ଦ୍ରାବଳୀ ନିକଟରେ ପ୍ରବେଶ ହୋଇଲା ।ରାଧା ବୋଲେ ସହି ତୋର ଏସନ ଭବିଷ୍ୟକାହାର ତୁ ପିନ୍ଧିଅଛୁ କହ ଏହି ବାସ ।ଆବର ଫିଟି ପଡ଼ିଛି କାହିଁକି କବରୀଦୁଇ ଲୋଚନକୁ ତୋର ବହିଯାଏ ବାରି ।ଶରୀରରୁ ଶ୍ରମଝାଳ ବହେ ଘନ ଘନପ୍ରଖର ନିଃଶ୍ୱାସ ପୁଣି ଛାଡ଼ୁ ଅନୁକ୍ଷଣ ।ଗଣ୍ଡସ୍ଥଳେ ହୋଇଅଛି କିପାଁ ନଖ ଘାତଏ ସବୁ ତୋହର ଏବେ ଦେଖେ ବିପରୀତ ।ଏହିକ୍ଷଣି ଆସିବାକୁ ମୋତେ କହିଗଲୁକି କାରଣେ ସଖି ଆଗୋ ବିଳମ୍ୱ କରିଲୁ ।ରାଧାଠାରୁ ଦୂତିକା ଯେ ଏରୂପରେ ଶୁଣିସିହାଣୀ ଭଳି କହଇ କୋମଳରେ ବାଣୀ ।ସାବଧାନ ହୋଇ ଶୁଣ ଗୋ ଚନ୍ଦ୍ରମୁଖୀତୋହର ନିମନ୍ତେ ସିନା ହେଲି ଏତେ ଦୁଃଖୀ ।ଅଶେଷ କୋଟି ବ୍ରହ୍ମାଣ୍ଡେ ଠାକୁର ଯେ ହରିତାହାର ମହିମା କେହୁ ମୁଖେ କହପାରି ।ତୁମ୍ଭର ଆରତ ଦେଖି ଧାତିକାରେ ଗଲିକୁଞ୍ଜବନେ ବୁଲି ବୁଲି ସ୍ଥକିତ ହୋଇଲି ।ନିର୍ଜ୍ଜନ କାନନ ସେତ ଏକେ ରାତ୍ରିକାଳବିଶେଷେ ଲତା ବୃକ୍ଷରେ ହୋଇଛି ଗହଳ ।ସବୁ ସ୍ଥାନରେ ଖୋଜିଲି ଦେବ ହୃଷିକେଶୀଦେଖିଲି ମାଧବୀ ଲତା ତଳେ ଛନ୍ତି ବସି ।ମୂରଲୀ ଅନୁସରି ମୁଁ କରିଲଇଁ ଠାବଅନେକ ସ୍ତୁତି ବଚନେ ଦେଖାଇ ସଦ୍ଭାବ ।କଉଣସିମତେ ତୋଷ ନୋହିଲା ତ ମନତୁଣ୍ଡ ଘାଗଡ଼ ହୋଇଲା କହନ୍ତେ ବଚନ ।ଓଷ୍ଠ କଣ୍ଠ ଘଣ୍ଟିକା ମୋ ଶୁଖିଲା ଅଧରକଉଣସିମତେ ଦୟା ନ ବସେ ତାହାର ।ରାଧିକା ବୋଇଲା ତୋର ନୟନ କଜ୍ଜ୍ୱଳକାହିଁପାଇଁ ଲାଗିଅଛି ଆସି ଗଣ୍ଡସ୍ଥଳ ।ଦୂତିକା ବୋଲେ ସଖିରେ ତୋ ଆତଙ୍କ ଦେଖିଅନେକ ରୋଦନ କରି କହିଲି ରେ ସଖି ।ମୁଖ ମୋ ନ ଚାହେଁ କେତେବେଳେ ନନ୍ଦବାଳଲୋତକ ସଙ୍ଗେ ବହିଣ ପଡ଼ିଛି କଜ୍ଜ୍ୱଳ ।ରାଧିକା ବୋଇଲା ତୁ ଗୋ ଶୁଣସି ଚତୁରୀବିଚଳିତ ହେଲା କିପାଁ ତୋ ମଥା କବରୀ ।କର୍ଣ୍ଣ ଅଷ୍ଟରତ୍ନ କିପାଁ ହୋଇଛି ବାଙ୍କପ୍ରସନ୍ନ ବଦନ ଗୋଟି ହୋଇଛି ବିମୁଖ ।ଏଥିର କାରଣ ମୋତେ କହ ତଥ୍ୟକରିବିପରୀତ କଥାମାନ ଦିଶେ ସହଚରି ।ଦୂତିକା ବୋଲେ ତୋଲାଗି ଶିରେ କରଦେଇପ୍ରଣମିଲେ ବହୁବାର ପାଦତଳେ ସହି ।ବଡ଼ାଇ ନିଷ୍ଠୁର ସେହି ଅଟେ ଯଦୁସାଇଁଲେଉଟି ନ ଚାହିଁ ବସିଲାକ ପିଠିଦେଇ ।ତେଣୁକରି ସଖି ଆଗୋ ଫିଟିଛି ମୋ ଖୋସାତଡ଼କି କର୍ଣ୍ଣାଞ୍ଚଳ ଗୋ ଦିଶୁଅଛି ବଙ୍କା ।ରାଧିକା ବୋଇଲା ହାର କଙ୍କଣ ଗୋ ଚୂଡ଼ୀପିଠି ପାଟଝୁମ୍ପା କିପାଁ ଆଗେ ଅଛି ପଡ଼ି ।ଦୂତିକା ବୋଲେ ବଡ଼ାଇ ନିଷ୍ଠୁର ମାଧୋଇନାତେକ ମାରିଣ ମୋତେ ଦେଲା ଫୋପଡ଼ାଇ ।ସମ୍ଭାଳି ନ ପାରି ମୁହିଁ ଆଉଜିଲି ଗଛେପଞ୍ଜରା ସହିତେ ଘଷି ହେଲା ମୋ ପ୍ରତ୍ୟକ୍ଷେ ।ସେ ହେତୁରୁ ପାଟଝୁମ୍ପା ଆଗକୁ ମୋ ପଡ଼ିରାଧିକାକୁ ଭଣ୍ଡାଇ ଯେ ଦୂତୀ କରଯୋଡ଼ି ।ଚନ୍ଦ୍ରାବଳୀ ବୋଲେ ଆଉ କଥା ଏକ କହଚିରିହୋଇ ଯାଇଅଛି କିପାଁ ତୋର ଦେହ ।ଦୂତିକା ବୋଲେ ଅନେକ ବିନୟୀ ମୁଁ ହେଲିକୌଣସି ରୂପରେ ଦୟା ତାର ନ ଦେଖିଲି ।ଅନେକ ସ୍ତୁତି ବଚନ ପୁଣିହିଁ ବୋଇଲିଆଣ୍ଟକରି ପାଦ ଧରି ଚରଣେ ଲୋଟିଲି ।ଛାଡ଼ ଛାଡ଼ ବୋଲିଣ ସେ ବୋଇଲାକ ବେଗେନ ଛାଡ଼ନ୍ତେ ପାଦେ ପେଲିଦେଲା ଅତି ବେଗେ ।ଖଣ୍ଡଦୂରେ ଯାଇ କଣ୍ଟାବାଡ଼େ ମୁଁ ପଡ଼ିଲିତୁମ୍ଭର ଯୋଗୁଁ ମୁଁ ସିନା ଏ କଷ୍ଟ ପାଇଲି ।ତେଣୁକରି ଶରୀର ମୋ ଯାଇଅଛି ଚିରିସ୍ୱରୂପ କଥା କହିଲି ତୋତେରେ ସୁନ୍ଦରୀ ।ରାଧିକା ବୋଇଲା ତୁହି ଯେତେବେଳେ ଗଲୁମୋର ବସ୍ତ୍ର ଅଙ୍ଗେ ପିନ୍ଧି ବାହାର ହୋଇଲୁ ।ସେ ଅମଳାନ ବସ୍ତ୍ର ଗୋ ପକାଇଲୁ କାହିଁପୁରୁଷ ବସ୍ତ୍ର ଗୋଟି ତ ପିନ୍ଧିଅଛୁ ସହି ।ଦୂତିକା ବୋଇଲା ତୁ ଗୋ ଶୁଣ ଚନ୍ଦ୍ରାବଳିସର୍ବଗୁଣେ ପରିପୂର୍ଣ୍ଣ ଅଟେ ବନମାଳୀ ।ମୋହର ସଙ୍ଗେ ଆସିବ ବୋଲି କହୁଥିଲାକି ବିଚାରି ପୁଣି ନାସ୍ତି ହାଦେ ସେହୁ କଲା ।ଏକାନ୍ତେ କହିଲେ ମୋତେ ଡାକି ବନମାଳୀବୋଇଲା ଲଜ୍ଜା ମୋତେ ତ ଦେଲା ଚନ୍ଦ୍ରାବଳୀ ।ତାର ତହିଁକି ମୋହର ଯାଇ ମନ ନାହିଁଏହି ସ୍ଥାନକୁ ତାହାକୁ ଆଣସି ଗୋ ଯାଇ ।ମୁଁ ବୋଇଲି ତେବେ ମୋତେ ସଙ୍କେତ ଦିଅସିତେବେ ପ୍ରତ୍ୟୟ କରିବ ରାଧା ଶୁଭ୍ରକେଶୀ ।ଶୁଣି ସନମତ କରି ଦର୍ହସିତ ହେଲେଆପଣା ପାଲଟା ବସ୍ତ୍ର ଫେଇକରି ଦେଲେ ।ସିହାଣୀ ଦୂତିକା ଜାଣେ ସକଳ କରମକଥାବାଗେ ରାଧିକାକୁ କରାଇଲା ଭ୍ରମ ।ରାଧିକା ହିଁ ପ୍ରତେ ଗଲା କହିଲାର ଭାବେବେନି ସଖୀ ସଙ୍ଗ ହୋଇ ଗଲେ ତହୁଁ ଜବେ ।ସାତ ଘଡ଼ି ସମ୍ପୂର୍ଣ୍ଣ ଯେ ହୋଇଛି ରଜନୀଗୋପୁଁ ବାହାର ରାଧିକା ଦୂତିକାକୁ ଘେନି ।କୌତୁକେ ମିଳିଲେ ଯାଇ ଯମୁନାର କୂଳେଅପୂର୍ବ ରମ୍ୟ ଭୂମି ସେ ଦିଶେ ନିଶାକାଳେ ।କୁମାର ପୂର୍ଣ୍ଣିମା ଦିଶି ଦିବସ ପରାୟେଅଭିସାରିକା ହୋଇଣ ଗମନ୍ତି ସେ ଦୁହେଁ ।ଫଳ ପୁଷ୍ପେ ତରୁଗଣେ ଶୋଭାପାନ୍ତି ବନଦେଖିଲେ ମୋହ ହୋଇବ ମୁନିଙ୍କର ମନ ।ଦିକ୍ପାଳ ଦେବତାମାନେ ତରୁରୂପ ଧରିଗୋପନରେ ରହିଛନ୍ତି କୁଞ୍ଜବନେ ପୂରି ।ଧାଡ଼ି ଧାଡ଼ି ରେଖ ରେଖ ହୋଇ ବିରାଜନ୍ତିଚନ୍ଦ୍ର କିରଣ ପରାୟେ ଦିଶେ ତାଙ୍କ ଜ୍ୟୋତି ।ଅବସନ୍ତରେ ବସନ୍ତ ବହେ ଘନ ଘନସେପରି କାନନ ନାହିଁ ଚଉଦ ଭୁବନ ।ଯେଉଁ ଋତୁରେ ଯେ ଫଳ ଫଳେ ସର୍ବକାଳପାରୁଶେ କାଳିନ୍ଦୀ ଜଳ ବହେ କଳ କଳ ।ସାତତାଳ ଅକଳିତ ଗଭୀର ସେ ନଦୀକାଳିଞ୍ଜନ ଗିରିଠାରୁ ଯମୁନାକୁ ଭେଦି ।କାଳୀୟ ନାମରେ ନାଗ ବାସୁକୀର ଭାଇସେ ସରୋବରେ ଅନେକ କାଳୁ ଥିଲା ରହି ।ତାହାକୁ ଘଉଡ଼ି ଯହୁଁ ଦେଲେ ଭଗବାନସେ ଦିନୁ ଅତ୍ୟନ୍ତ ଶୋଭା ସେ କୁଞ୍ଜ କାନନ ।ରାବନ୍ତି ଯେ ପିକକୁଳ କୁମ୍ଭାଟୁଆ ବାଣୀକୋଳାହଳ ଝିଙ୍କାରିଙ୍କ ମୃଦୁ ମୃଦୁ ଧ୍ୱନି ।ବୃକ୍ଷଙ୍କ ମୂଳରେ ବନ୍ଧା ମାଣିକ୍ୟ ଚଉଁରାଦୂରରୁ ସେ ଦେଖାଯାନ୍ତି ଅତିଶୟ ତୋରା ।ଝଟାକଣ୍ଟା ବିବର୍ଜିତ ନାହିଁ ଲତା ବୁଦାସ୍ଥାନେ ସ୍ଥାନେ ଦେଖାଯାଏ ଅତିଅନ୍ତ ପଦା ।ସୁବର୍ଣ୍ଣ ବିମ୍ୱ ପରାୟେ ଦିଶେ ନଦୀବାଲିପାଦକୁ କୋମଳ ଲାଗେ ଯେସନେକ ଧୂଳି ।ଶତେ ଦିହୁଡ଼ି ଯେସନେ ଜଳେ ଚଉପାଶେତେସନ ସେ ବନଶୋଭା ତେଜିୟାନ ଦିଶେ ।ବିଷ୍ଣୁଙ୍କ ପ୍ରିୟ ଅର୍ଥରେ ଦୁର୍ବାସା ମହର୍ଷିସୁନାକାଠ ସମ୍ମାର୍ଜନ୍ତି ନିତି ପ୍ରତି ବସି ।ବୃକ୍ଷ ପାଳନେ ଥାଆନ୍ତି ପ୍ରତିଦିନ ବନେଗୋବିନ୍ଦଙ୍କ ରାସକ୍ରୀଡ଼ା ଦେଖନ୍ତି ନୟନେ ।ଶୁଣ ପରୀକ୍ଷିତ ଶୁକ ମୁନି ଯେ ବୋଇଲେରାଧା ଦୂତୀ ଦୁହେଁ କୁଞ୍ଜବନରେ ମିଳିଲେ ।ଯେଉଁଠାରେ ବିଜେ କରିଛନ୍ତି ଦେବ ହରିସେଠାରେ ପ୍ରବେଶ ହେଲେ ଯାଇ ବେନିନାରୀ ।ଆଗରୁ ଶ୍ରୀକୃଷ୍ଣ ତାଙ୍କୁ ଥିଲେ ବାଟଚାହିଁଏ ସମୟେ ମିଳିଲେକ ବେନି ବାମା ଯାଇ ।ଚାତକ ପକ୍ଷୀ ପାଇଲା କିବା ମେଘ ଜଳଅତି ବୃଦ୍ଧ ବ୍ୟକ୍ତି କିବା ପାଇଲା ଦୁଲାଳ ।ଆଜନମ ଅନ୍ଧ କିବା ପାଇଲା ନୟନଦରିଦ୍ର ଲୋକକୁ କିବା ମିଳେ ବହୁ ଧନ ।ଚିରରୋଗରୁ ରୋଗୀ କି ହୋଇଲା ମୁକତତେହ୍ନେ ରାଧିକାକୁ ଦେଖି ହରି ଆନନ୍ଦିତ ।ଆନନ୍ଦ ମନରେ ରାଧାକୃଷ୍ଣ ଭେଟ ହେଲେଦୂତିକା ଯାଇ ରହିଲା ବୃକ୍ଷଙ୍କ ଗହଳେ ।ଅପୂର୍ବ କୁଞ୍ଜରେ ଦୁହେଁ କଲେ ନାନା କେଳିମୋହିଲେ କୃଷ୍ଣଙ୍କ ମନ ଭାବେ ଚନ୍ଦ୍ରାବଳୀ ।ପାଇଲେ ପରମ ସୁଖ ଗଲା ରତି ଶ୍ରଦ୍ଧାଢଳିଲାକ ବ୍ରହ୍ମବୀର୍ଯ୍ୟ ଗର୍ଭ ହେଲେ ରାଧା ।ଦୂତିକା ସେ ଦିନ ଆଗୁଁ ଥିଲେ ଗର୍ଭଧାରୀକୁଞ୍ଜବନେ ପହୁଡ଼ିଲେ ରାଧିକା ଶ୍ରୀହରି ।ଅନ୍ୟ କାହାରିକୁ ଏହି କଥା ଜଣାନାହିଁମାୟା ବିରଚିଲେ ଯହୁଁ ଜଗତ ଗୋସାଇଁ ।ରାତ୍ର ଘଡ଼ି ଏକ ଥାଉଁ ଗଲେ ଯେଝାବାସେଶ୍ରୀକୃଷ୍ଣ ମିଳିଲେ ଯାଇ ନନ୍ଦର ଆବାସେ ।ପଲ୍ୟଙ୍କ ଉପରେ ମିଛେ ପଡ଼ିଲେକ ଯାଇଦୂତିକା ଘେନି ରାଧିକା ଗୋପରେ ମିଳଇ ।ପରଦିନ ପ୍ରାତଃକାଳୁ ଉଠି ଯେ ଯାହାରେଆପଣାର ନିତ୍ୟକର୍ମ କଲେ ଲୋକଚାରେ ।ଏଥୁ ଅନନ୍ତରେ ତହୁଁ କେତେଦିନ ଅନ୍ତେଦୂତିକା ଗର୍ଭରୁ ଜାତ ହୋଇଲାକ ପୁତ୍ରେ ।ଶଲ୍ୟକାର ନାମ ତାର ଲୋକରେ ବିଦିତବେନିପାଦ ଚରଲଗ୍ନେ ହେଲା ପୁତ୍ର ଜାତ ।ରାଧାଙ୍କଠାରୁ ସେପରି ପୁତ୍ର ଜନମିଲେମାରୁଚି ମାହେନ୍ଦ୍ର ନାମେ ଯାଆଁଳା କୁମରେ ।ଅତି ଗୁପ୍ତକଥା ଏହା ନ ଜାଣନ୍ତି ଆନଦିନୁ ଦିନୁ କୁମରେ ଯେ ହେଲେ ବର୍ଦ୍ଧମାନ ।ସର୍ବଗୁଣେ ସୁଲକ୍ଷଣ ନାରାୟଣ ସମତାଙ୍କ ସ୍ୱରୂପ ଦିଶଇ ଯେହ୍ନେ କୋଟି କାମ ।ସକଳ ପୁତ୍ରଙ୍କ ମଧ୍ୟେ ବୋଲାଇଲେ ଶ୍ରେଷ୍ଠପୃଥିବୀରେ ହୋଇଲେ ସେ ଅତ୍ୟନ୍ତ ବଳିଷ୍ଠ ।ଜୟ ଜୟ ନାରାୟଣ ବ୍ରହ୍ମାଣ୍ଡ କରତାତୋ ମହିମା ଲେଖିବାକୁ ମୁହିଁ କି ଶକତା ।ନ ଜାଣଇ ପାଠ ଶାଠ ନାହିଁ ମୋର ଜ୍ଞାନତୋ ଲୀଳା ଲେଖିବାପାଇଁ ବଳାଇଛି ମନ ।ହେ ହରି ସୁଦୟା କର ଦୀନଜନ ପ୍ରତିତୋ ପାଦ ସେବକ ସିନା ଏ ଦାସ ଅଚ୍ୟୁତି ।