ଏକାଦଶ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିକମ୍ବୁକଣ୍ଠୀର କଣ୍ଠୀରବମଧ୍ୟାଏ କବରୀକି ଲହସାଇ ଯେ ।
ସେହି ସହୀ ତାହାର ।
କରି ଜାଣନ୍ତି ଶୋଭା ବାହାର ସେ ।
ତୁଙ୍ଗ ଉରୁଜକୁ ଯଥା ହାର ଯେ ।୮।
ପୁଣି ଲାଗି ଶାଢ଼ୀ ଅଞ୍ଚଳ ନିବାଡ଼ି ଭିଡ଼ି ଛାଡ଼ିଦେଲେ ଫେର ।
ବାନା କି ସେ ଡାକି ମୃଗେନ୍ଦ୍ରକଟୀକି ଜେମା ମଧ୍ୟ ଜିଣିବାର ଯେ ।
କାଞ୍ଚୀ ତାହା ତଳରେ ।
କହେ କିଙ୍କିଣୀ ଧ୍ୱନି ଛଳରେ ସେ ।
ଧନ ସାବଧାନଟି ଜଳରେ ।୯।
ସ୍ତବକାବନତା ତପନୀୟଲତା ସଞ୍ଚାରିଣୀ ହେଲା ପରି ।
ତମାଳ ତଳ କୁରୁବିନ୍ଦ ଚାନ୍ଦନୀ ଉପରେ ଭ୍ରମୁ କିଶୋରୀ ଯେ ।
ତାହା ଛାମୁରେ ରହି ।
କେଉଁ ପରିଣତ ଚନ୍ଦ୍ରମୁହାଁ ଯେ ।
ସରଶୋଭା ଘେନାଇଲା କହି ସେ ।୧୦।
ଚାହାଁରେ ଚିତ୍ର ଦରଶନ ଚକିତଚମରୀଚାରୁନୟନା ।
ତୋ ଅଙ୍ଗ ଆଲିଙ୍ଗନ ଲୋଭେ ତଡ଼ାଗ ବେଶେ ହୋଇଛି ଅଙ୍ଗନା ସେ ।
ଚଳାଚଳ ଶଫରୀ ।
ଳୀଳାଲୋଳ ବାଳ ନେତ୍ର ପରି ସେ ।
ଅରବିନ୍ଦ ତ ବଦନ ସରି ସେ ।୧୧।
ଜଳଜସନ୍ତତିବୃନ୍ତ ଗ୍ରୀବିକାନ୍ତି ଚୋରିକଲା ପରି ଦିଶେ ।
ଆଲିଙ୍ଗିତ ଅଙ୍ଗ ପୃଥୁଳ ରଥାଙ୍ଗମିଥୁନ ସ୍ତନ ସଦୃଶେ ଗୋ ।
ସତେ କେଡ଼େ ସୁଗମ ।
ଜଳନୀଳୀ ରୋମରାଜି ସମ ଗୋ ।
ଜଳଭ୍ରମି ନାଭିହ୍ରଦୋପମ ଗୋ ।୧୨।
ସାଙ୍ଗରେ, ହେମବଂଶଦଳେ–ସୁନା ବାଉଁଶ ପତ୍ରରେ, କୁନ୍ଦନ-ସୁନା । ୬ । ରଜନୀକାଶ୍ମୀର - ହଳଦୀ ଓ କୁଙ୍କୁମ । ୭ । ଦ୍ୟୁତିତୁଳା-କାନ୍ତିର ତୁଳନା; ତା ଶରୀର ସୁରତରଙ୍ଗିଣୀପୁରମଧ୍ୟରେ-ଚନ୍ଦ୍ରକଳାର ଶରୀରରୂପ ସ୍ୱର୍ଗଙ୍ଗାପ୍ରବାହରେ, କାମଦାୟିନୀ-ଅଭିଳାଷ ପୂରଣକାରିଣୀ । ଶୁଭାଙ୍ଗୀସୁନ୍ଦରୀ (ଚନ୍ଦ୍ରକଳା) । ୮ । କୁନ୍ଦନଖୋପୀ–ସୁନା ଚଉଁରୀଭୁଣ୍ଡିରେ ଲାଗିଥିବା, କବରୀ-ବେଣୀ ବା ଜୁଡ଼ା, ଲହସାଇଦେଲେ – ହୁଗୁଳା କରିଦେଲେ ବା ଫିଟାଇ ଦେଲେ । ୯ । ବାନା କି ସେ–ସେ ଫେର ଜେମାର କଟିଦେଶ ଡାକି (ଡମରୁ) ଓ ମୃଗେନ୍ଦ୍ରକଟୀ (ସିଂହକଟି)କୁ ଯେ ଜିଣିଅଛି ତାହାର ଜୟପତାକା କି ? କାଞ୍ଚୀ– କଟିମେଖଳା । ୧୦ । ସ୍ତବକାବନତା-ଫୁଲପେଣ୍ଡା ହେତୁରୁ ନଇଁ ପଡ଼ିଥିବା ତପନୀୟ ଲତା-ସର୍ଣ୍ଣଲତା, କୁରୁବିନ୍ଦ-ପଦ୍ମରାଗମଣି । ୧୧ । ଚିତ୍ରଦର୍ଶନ-ବିଚିତ୍ର ଶୋଭା, ପୋଖରୀ ସ୍ତ୍ରୀ ବେଶ ଧାରଣ କରିଅଛି । ଚଳାଚଳ ଶଫରୀ-ଚଞ୍ଚଳ କେରାଣ୍ଡି ମାଛ, ଅରବିନ୍ଦ- ପଦ୍ମ । ୧୨ । ଜଳଜସନ୍ତତିବୃନ୍ତ-ପଦ୍ମସମୂହର ଡେମ୍ଫ; ଆଲିଙ୍ଗିତ ... ପରସ୍ପର ଜକାଜକି ହୋଇ ରହିଥିବା ସ୍ଥୂଳ ଚକ୍ରବାକୀ ଜଳନୀଳୀ-ଶୈବାଳ, ଶିଉଳି, ଜଳଭ୍ରମି–ପାଣିଭଉଁରୀ; ନାଭିହ୍ରଦୋପମ
ହେମସୋପାନଆବଳି ତ୍ରିବଳିରୁ ବଳିଛି କଳନା କର ।ଏହା ଲହରୀକି ଭୂରୁବଲ୍ଲରୀକି ତୁଳିଦେଲେ ବରାବର ଗୋ ।ରସେ ରହିଛି ପୂରି ।କୋକନାଦ ପାଣି ପାଦ ପରି ରେ ।କୂର୍ମଜଘନା ଏ ବରନାରୀ ରେ ।୧୩।କେ ବୋଲେ ରେ ଭୀରୁ ବଇଜୟନ୍ତୀରୁ ମୁକୁରଭିତ୍ତିଶକଳ ।ଖସି ପଡ଼ି କେହି ସରଦମ୍ଭେ ରହି ମଣ୍ଡିଛି ମହୀମଣ୍ଡଳ ସେ ।ଦିବି ଅମରୀକୁଳ ।ଚାହିଁବାରୁ ମୁଖ ପ୍ରତିଫଳ ସେ ।ପଦ୍ମବ୍ୟାଜେ ହୋଇ ଦିଶେ ଠୁଳ ସେ ।୧୪।ରମଣୀର ମଣିରମଣୀୟ ମୁଖ ପୁରୁଷ ଚୁମ୍ବିଲା ପରି ।ସାରସ ସାର ଷଟପଦମାନେ ନେଉଛନ୍ତି ହରି ରେ ।ବାତ ବାଜି ବାରିକ ।ଆନ୍ଦୋଳିତ ହୋଇବାର ବ୍ୟାଜ ଗୋ ।ନାହିଁ ନାହିଁ ବୋଲି କରେ ଲାଜ ଗୋ ।୧୫।ହୀରା ଇନ୍ଦ୍ରନୀଳ ଗୋମେଦ ପ୍ରବାଳ କପୋତକ ପାରାବତ ।ବରୁଣ ବିମାନସମ ଦ୍ୱୀପଦଣ୍ଡି ମଣ୍ଡିଅଛନ୍ତି କେମନ୍ତ ଗୋ ।ଦେଖ ଶିଖରିଦନ୍ତି !ଏ କି କୃତିମ ପରି ଦିଶନ୍ତି ଗୋ ।ଜୀବ ଥିଲା ପରି ହେବ ଭ୍ରାନ୍ତି ଗୋ ।୧୬।ସକୁଳଶକୁଳସଂକୁଳ ଏ ସର ନ କର ନ କର ଭୀତି ।ରସରେ ରସରେ ରସ ରେ ଏହାର ବାରଣବାରଣଗତି ଗୋ ।ପୁଷ୍ପାବଚୟ ଶ୍ରମ ।ଜଳକେଳିରୁ ଲଭୁ ବିରାମ ଗୋ ।ସୁଶୀଳା ଶୀତଳ ସରେ ରମ ଗୋ ।୧୭।ଜଣାଣ ଶେଷର ସମୟେ ସେ ସରସରସିଜନେତ୍ରାଞ୍ଚଳେ ।ଅଧର କାମୋଡ଼ି ହେଲେ ଭିଡ଼ାଭିଡ଼ି ଆପଣା ଦୁକୂଳାଞ୍ଚଳେ ଯେ ।ଚାହିଁ ହସୁଛି ଜେମା ।ଜମା ହେବାର ସକଳ ବାମା ସେ ।ରୂପେ ସମସ୍ତେ ଉର୍ବଶୀସମା ସେ ।୧୮।
-ଗଭୀର ନାଭି ସଦୃଶ । ୧୩ । ହେମସୋପାନଆବଳି-ସୁନାର ପାହାଚସବୁ । ଭୂରୁବଲ୍ଲରୀ–ଭୂଲତା (ଲହରୀସଙ୍ଗେ ତୁଳିତ, ରସ) ଜଳ ଓ ଶୃଙ୍ଗାରଭାବ, କୋକନଦ ରକ୍ତପଦ୍ମ, କୁର୍ମଜଘନା-ବଡ଼ କଇଁଛ ପରି ଜଘନ ଯାହାର । ୧୪ । ବୈଜୟନ୍ତୀ-ଇନ୍ଦ୍ରପୁରୀ, ମୁରଭିତ୍ତିଶକଳ-ଦର୍ପଣ କାନ୍ଥଖଣ୍ଡ, ସରଦମ୍ଭେ] –ପୋଖରୀ ବ୍ୟାଜରେ, ଦିବି–ସ୍ୱର୍ଗରେ । ୧୫ । ମଣି ରମଣୀୟମୁଖ-ମଣି ପରି ସୁନ୍ଦର ମୁଖ, ସାରସ-ସରରେ ଜାତ, ସାରସ-ପଦ୍ମ, ସାର–ମକରନ୍ଦାଦି ନିର୍ଯ୍ୟାସ, ଷଟ୍ପଦ-ଭ୍ରମର, ବାତବାଜି ... ପବନ ବାଜି ପଦ୍ମ କମ୍ପୁ ନାହିଁ ଯେ, ଭ୍ରମର (ପୁରୁଷ) ପୁଷ୍କରିଣୀ (ରମଣୀ)ର ପଦ୍ମ (ମୁଖ) ଚୁମ୍ବିବାରୁ ସେ ଲାଜରେ ନାହିଁ କରି ମୁହିଁ ହଲାଉ ଅଛି । ୧୬ । ହୀରା-ଶକ୍ତିବର୍ଣ୍ଣ ରତ୍ନ, ଗୋମେଦ–ପୀତବର୍ଣ୍ଣର ରତ୍ନ; ଶୁକ୍ରାଦି ଚତୁର୍ବିଧ ବର୍ଣ ରତ୍ନରେ ନିର୍ମିତ କପୋତ ଓ ପାରାମାନେ ବରୁଣଙ୍କ ବିମାନ ପରି ଦିଶୁଥିବା ଦ୍ୱିପଦଣ୍ଡିରେ କି ସୁନ୍ଦର ଦିଶୁଅଛନ୍ତି । ହେ ଶିଖରିଦନ୍ତି–ହେ ସୂକ୍ଷ୍ମାଗ୍ରଦନ୍ତଧାରିଣି, ଏମାନେ ଆଉ ନିର୍ଜୀବ କୃତ୍ରିମ ପିତୁଳା ପରି ଦିଶୁ ନାହାନ୍ତି, ପ୍ରାଣ ଥିବାପରି ଭ୍ରମ ହେବ । ୧୭ । ସକୁଳଶକୁଳସଂକୁଳ-ସ୍ୱଜାତୀୟ ଅନ୍ୟ ମାଛଙ୍କ ସହିତ ଶକୁଳ (ଶେଉଳ) ମାଛମାନଙ୍କରେ ଏ ସର ସଂକୁଳ (ପୂର୍ଣ୍ଣ) ହୋଇଅଛି, ନକର( ନକ୍ର), କୁମ୍ଭୀର– ଏଥିରେ କୁମ୍ଭୀର ଅଛି ବୋଲି ଭୟ କରନା, ରେ ବାରଣ-ବାରଣଗତି-ରେ ଗଜଗତି ପରାଜୟକାରିଣି ! ଏହାର ରସରେ (ଜଳରେ), ରସରେ (ଆନନ୍ଦରେ) ରସ (କ୍ରୀଡ଼ାକର), ପୃଷ୍ଠାବଚୟ-ଫୁଲତୋଳା, ସୁଶୀଳା–ହେ ସୁସ୍ୱଭାବା (ଚନ୍ଦ୍ରକଳା) । ୧୮ । ସେ ସର ସରସିଜନେତ୍ରାଞ୍ଚଳେ-ସେ ପୁଷ୍କରିଣୀର ପଦ୍ଧମାନଙ୍କ ପରି
ଚନ୍ଦ୍ରକଳାକର ଘେନି କୁମୁଦିନୀ ହେଲା ପରି ପ୍ରମୁଦିତ ।ବାଳାକର ଧରି ଜଳେ ସେ ସୁନ୍ଦରୀ ପ୍ରକାଶିଲେ ସେହି ମତ ସେ ।କିବା ନିର୍ମଳ ଘନେ ।ଲୋଳେ ଖେଳିଲେ ଚପଳାମାନେ ଯେ ।ବାଳା ଖେଳିଲେ ଅତି ଶୋଭନେ ଯେ ।୧୯।ସରଚରୀ ପରି ଲହରୀରେଖାର ପହଁରିଲେ ହରିଣାକ୍ଷୀ ।କଳହଂସକୁଳ ହୋଇଲେ ନିଶ୍ଚଳ ବାଳାବଳୀ ଖେଳ ଦେଖି ସେ ।କେହି ନୟନ ବୁଜି ।ସଖୀ ନ ଚାହୁଁ ରହେ ନିମଜ୍ଜି ସେ ।ଆର ସଖୀ ମଜ୍ଜିଯାଏ ଖୋଜି ଯେ ।୨୦।କେ କାହାର ଜଳନିମଗ୍ନ ବିପୁଳ ଊରୁଯୁଗ ତଳେ ବୁଡ଼େ ।ଚମକି ସେ ଡରେ ଭୁଜେ ନିବିଡ଼ରେ ସମୀପ ସହୀକି ଭିଡ଼େ ଯେ ।ଜାଣି ହସେ ହରଷେ ।ତାର ସୁନ୍ଦର ମୁଖସାରସେ ଯେ ।କରାଞ୍ଜଳିରେ ଜଳ ବରଷେ ଯେ ।୨୧।କେ ବାଳା କାହାର ଶିଥିଳାଇ ଫେର ନିତମ୍ୱ ନିକଟ ହେଜି ।ନଖ ଚଳାଇ ଚମକାଇ ପଳାଇ ସଲୀଳେ ମଜ୍ଜି ଯେ ।ଦୂରେ ଯାଇ ବାହାରି ।ଅଟ୍ଟହାସ କଲା ମନୋହାରୀ ଯେ ।କେହି କାହାକୁ ଖେଳେ ନ ହାରି ଯେ ।୨୨।କେ ଗେଲେ ଗୁହାରି କହଇ ଜୁହାରି ଜେମା ସନ୍ନିଧିରେ ହସି ।ଦେଖୁଅଛୁ ପରା ପ୍ରଭୁ ତୁ ତ ଧରାମଣ୍ଡନା ତମାଳକେଶି ରେ ।କାହିଁପାଇଁ ଏ ମୋର ବକ୍ଷସ୍ଥଳ କଲା ଦିଗମ୍ବର ଗୋ ।ଲଜ୍ଜା ରଖିଲା ସିନା ଶମ୍ବର ଗୋ ।୨୩।ବାଳା ଶୁଣି କହେ ଅତଥ୍ୟ ଏ ନୋହେ ଏହାର ଏ ହାରି ହେବ ।ପୁରୁଷେ ପାଣିରେ ରହିବାରୁ ସିନା ବଞ୍ଚାଇଲୁ ଅବୟବ ରେ ।ଆନ ସହାୟ ବଳେ ।ବଞ୍ଚି ପାରନ୍ତୁ କି ଜଳଖେଳେ ରେ ।ବୁଝାଯିବ ବେହରଣ ବେଳେ ରେ ।୨୪।ଜେମାର ବିପୁଳ ଜଘନକୁ ଜଳ ଯହିୁଁ କଲା ଆଲିଙ୍ଗନ ।ଯୁବରାଜ ପାଣିଲାଗି ପରି ମଣି ପୁଲକନ୍ତେ ଅପଘନ ଯେ ।ହସି କେଉଁ ମହିଳା ।ଛଳି ଆନକୁ ଚାହିଁ କହିଲା ଯେ ।କାଳ କଳି ହେଲେ କି ନୋହିଲା ଗୋ ।୨୫।
ନେତ୍ରପ୍ରଦେଶ ଯେଉଁମାନଙ୍କର ସେହି ସଖୀମାନେ । ୧୯ । ଚନ୍ଦ୍ରକଳାକର- ଚନ୍ଦ୍ରଲେଖାର କିରଣ, ଲୋକେ-ଚଞ୍ଚଳ ହୋଇ, ଚପଳାମାନେ-ବିଜୁଳିସବୁ । ୨୦ । ଲହରୀରେଖାର-ସହଚରୀପରିଲହରୀ ସମାନ ହୋଇ, ବାଳାବଳୀ–ଯୁବତୀସମୂହ । ୨୧ । ଜଳନିମଗ୍ନ ବିପୁଳ ଉରୁ ଯୁଗଳେ––ପାଣିରେ ବୁଡ଼ିଥିବା ବଡ଼ ଜଙ୍ଘଦ୍ୱୟ ତଳରେ, ମୁଖସାରସେ-ମୁଖପଦ୍ମରେ, କରାଞ୍ଜଳିରେ ହାତ-ଆଞ୍ଜୁଳାରେ । ୨୨ । ଫେର–ଜଙ୍ଘ ନିକଟରେ ଥିବା ଲୁଟ, ନିତମ୍ୱନିକଟ ହେଜି– ପିଚାପାଖ ଜାଣି ପାରି, ସଲୀଳେ-କୌତୁକରେ, ସଲିଳେ–ପାଣିରେ । ୨୩ । ତମାଳକେଶୀ– ତମାଳ ଗଛର ପତ୍ର ପରି କେଶ ଯାହାର, ଦିଗମ୍ବର-ବସ୍ତ୍ରଶୁନ୍ୟ, ଶମ୍ବର–ଜଳ । ୨୪ । ବାଳ–ଏଠାରେ ଚନ୍ଦ୍ରକଳା, ଅତଥ୍ୟ-ମିଥ୍ୟା, ଏହାରି–ଏ ସଖୀର . ହାରି ହେବ–ଏଥିରେ ପରାଜୟ ହେବ, ପୁରୁଷେ ପାଣିରେ–ଏକପୁରୁଷ ପରିମିତ ପାଣି ଭିତରେ ଅଥଚ ପୁରୁଷର ପାଣି ବା ହାତରେ । ବେହରଣବେଳେ–ସଭା ବୈଠକ ସମୟରେ । ୨୫ । ଜେମାର ବିପୁଳ ... ଜେମା ଯେତେବେଳେ ଜଙ୍ଘେ ପାଣିରେ ପଶିଲା, ରାଜପୁତ୍ରର ହାତ ଲାଗିଲା
ପରକୁ ଯେ ଯାହା କରିଥାଇ ତାହା ଅନୁଭବ କରେ ଆପେ ।ସବୁ ପ୍ରାଣୀଙ୍କର ଘରବୁଡ଼ା ମାରଘର ବୁଡ଼ିଗଲା ଆପେ ଗୋ ।ଶୁଣି ଲାଜେ କିଶୋରୀ ।ନେତ୍ର ଅନ୍ତରେ ମିଶାଇ କରି ଯେ ।ଉଞ୍ଚାଇଲା ନୀଳକଞ୍ଜ ଧରି ସେ ।୨୬।ଦେଖି ଅତି ବେଳ ହେଲା ଜଳଖେଳ ଜେମାର ସଇରିନ୍ଧ୍ରୀକା ।ଆଳୀନିକରକୁ ତିଆରି ଗିରକୁ କହିଲା ଏ କି ଜୀବିକା ଗୋ ।ଦେଖ ପ୍ରତୀଚୀ ଦିଗ ।ବହିଲାନି ଅଲକତରାଗ ଗୋ ।ଶୁଣି ଲଭିବେ ଦେବୀ ଉଦ୍ବେଗ ଗୋ ।୨୭।ଶରମ ତାର ଶ୍ରୀ ଅଙ୍ଗୁଜନ୍ମାଇବ ଅତିଶୟ ‘ସରମତା’ ।ବିପରୀତ ଶେଷ ବିଧିମୂଖ କରେ ଦିଅ ଧରୁ ଭୂପସୁତା ଗୋ ।ଶୁଣି ଜେମା ସାହାସେ ।ସଇରିନ୍ଧ୍ରୀକି କହେ ହରଷେ ସେ ।ଅଛି ବିଶେଷ ଲୋଡ଼ା ନାହିଁ ସେ ଗୋ ।୨୮।ଅଲୋମ ବିଲୋମ ଆଦ୍ୟ ପ୍ରାନ୍ତ କ୍ରମ ଅନ୍ତ ଆଦ୍ୟ କର ରୁଣ୍ଡ ।ଉଭୟ ବହିର୍ଲିପିକାରେ ହୋଇବ ତ୍ରିଶଙ୍କୁ ନୃପତି ଦଣ୍ଡ ଗୋ ।ପ୍ରଶ୍ନ ବର୍ଣ୍ଣଯୁଗଳୀ ।ରଙ୍ଗେ ତହୁଁ ପଡୁଥିବ ଗଳି ଗୋ ।ତହିଁ ଥିବ ସେ ଉଭୟ କେଳି ଗୋ ।୨୯।ଅର୍ଦ୍ଧ ଅଲୋମ ବିଲୋମରେ ହୋଇବ ସସିରସିହସିରୁସି ।କଳପୁଥିଲେ ସେ ବର୍ଣ୍ଣ ଧାଟି ହେବ କଳପଲତା ସଦୃଶୀ ଗୋ ।ମୋତେ ଦିଅ ସେ ଫୁଲ ।ପୁଣି ନୃପ ଆଦେଶକୁ ବୋଲ ଗୋ ।ତଦନନ୍ତର ପ୍ରଶ୍ନ ତ ଭଲ ଗୋ ।୩୦।ନ ସହି କଳି ଆରମ୍ଭିଲା ଲୋକକୁ କି ବୋଲନ୍ତି ବୁଧ ନରେ ।ନିବାସ ମାଗିବା ଲୋକକୁ କି ବୋଲନ୍ତି ବଚନରେ ସେ ।ଆଦ୍ୟେ ବିନ୍ଦୁକୁ ପାଇ ।କେଉଁ ଦ୍ୱିବର୍ଣ୍ଣ ଗଜ ଦଳଇ ସେ ।କୃଷାଣକୁ ପ୍ରାବୃଷିକି କହି ସେ ।୩୧।ଶୁଚିରସମିତ୍ର କେ ,ସଖୀ ସଖୀକି ଶିଖାଏ ପ୍ରିୟ ହୋଇ ।ବିଦ୍ୟାର୍ଥୀକି ନିରକ୍ଷରେ ସେ କି ବୋଲି ସରସ ହୃଦେ କି ଥାଇ ସେ ।ଶୁଣ ସେ ତ ଚତୁରୀ ।ବାଳା ଚିବୁକକୁ ସ୍ନେହେ ଧରି ସେ ।ଗଲା ପ୍ରମୋଦ ପୁଲକେ ପୂରି ସେ ।୩୨।ଜଣାଇଲା ଆରେ ପଣ୍ଡିତାମଣ୍ଡଳୀମଉଳୀରତନଭୂଷା ।ପରିପାଳିଲୁ ତ ମୋହରି ବଚନ ଆନ ହେଲା ସିନା ଭାଷା ଗୋ ।ତୁ ତ ଈଶ୍ୱରୀ ମୋର ।ତେଣୁ ବଳିଳା ଏକ ଅକ୍ଷର ଗୋ ।ସେବ୍ୟ ସେବକେ କେତେ ଅନ୍ତର ଗୋ ।୩୩।
ପରି ଅନୁଭବ କରି ଶରୀରର ରୋମ ଟାଙ୍କୁରି ଉଠିଲା, କଳିକାଳ ହେବାରୁ କଅଣ ନ ହେଲା ? । ୨୬ । ମାର (କନ୍ଦର୍ପ) ସମସ୍ତଙ୍କର ଘର ବୁଡ଼ାଏ ଅର୍ଥାତ୍ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରେ, ଏବେ ମାରଘର (ଜେମାର ଗୁପ୍ତ ଅଙ୍ଗ) ନିଜେ ପାଣିରେ ବୁଡ଼ିଗଲା । ୨୭ । ସଇରିନ୍ଧ୍ରୀକା-ବେଶକାରିଣୀ ସ୍ତ୍ରୀ, ପ୍ରତୀଚୀଦିଗ ... ପଶ୍ଚିମ ଦିଗରେ ଅଳତା ରାଗ ହେଲାଣି ଅର୍ଥାତ୍ ସନ୍ଧ୍ୟା ନିକଟବର୍ତ୍ତୀ, ତିଆରି-ଶାସନ କରି, ଗିର–କଥା, ଦେବୀଜେମାଙ୍କ ମା ପାଟରାଣୀ । ୨୮ । ଶରମ–ପରିଶ୍ରମ ବା କ୍ରାନ୍ତି, ଅତିଶୟ ସରମତା–ଅତ୍ୟନ୍ତ ସୁଖଭାବ, ଅତ୍ୟନ୍ତ ସୁକୁମାରୀ ହେତୁରୁ ବେଶି ଖେଳିଲେ ସେ କ୍ଳାନ୍ତ ହୋଇ ପଡ଼ିବ, ବିମୁଖଚାରି, ‘ସରମତା’ ଶବ୍ଦର ... ବିପରୀତ ‘ତାମରସ’ ହୁଏ, ଅତଏବ ତା ହାତରେ କ୍ରାନ୍ତି ଦୂର କରିବା ପାଇଁ ତାମରସ (ପଦ୍ମ) ଦିଅ । ୨୯-୩୩ । ସରସିରୁହ ଶବ୍ଦର ପ୍ରତ୍ୟେକ ଅକ୍ଷରକୁ ଓଲଟ ପାଲଟ କରିଦେଲେ ଏହି ପାଞ୍ଚପଦର ଅର୍ଥ ବାହାରିବ; କୃଷାଣ-କୃଷକ, ପ୍ରାବୃଷି-ବର୍ଷାକାଳରେ,
କ୍ଷିତିପତିକନ୍ୟା ଆଗେ କେ ମଣ୍ଡିଲା ଚିତି ପହଁରାରେ ଅମ୍ବୁ ।ପାଶୀ ସ୍ୱର୍ଗକୁ ଯିବାକୁ ପଡ଼ିଲା କି କାଶୀଆରିଜରୀ ତମ୍ବୁ ଯେ ।ଆଭାସିଲା ସେପରି ।ତାର ଉନ୍ନତ ଉରଜଶିରୀ ଯେ ।ମାର ହୃଦୟକୁ ଦିଏ ଘାରି ଯେ ।୩୪।ଏକାବେଳେ ଜଳେ ବୁଡ଼ିଲେ ସକଳେ ଭାସିଲା ଊର୍ଦ୍ଧ୍ୱେ କେବଳ ।ଇନ୍ଦ୍ରନୀଳ ଛାୟା ଚାମର ନିଚୟ ପ୍ରଲମ୍ବ କୁନ୍ତଳକୁଳ ଯେ ।ସରୁଁ ଏକ ପ୍ରଦେଶ ।ଧଇଲା କି ସୁରସୁତା ବେଶ ଗୋ ।ଅବା ତମାଳଛାୟା ପ୍ରବେଶ ଯେ ।୩୫।ସ୍ଫୁରିବାରୁ କଚ ସୁବାସ ବିକଚ କୁସୁମ ବନ ଉପେକ୍ଷି ।ଅଗଣିତ ଭୃଙ୍ଗରାଜି ତହିଁ ଅଙ୍ଗ ଜମାଇ ରହିଲେ ଲାଖି ସେ ।କେ ସେ ଭ୍ରମରବଳୀ ।କେ ସେ କିଶୋରୀଙ୍କ କେଶପାଳୀ ।ହେଲା କେବଳ ଧ୍ୱନିରୁ କଳି ଯେ ।୩୬।ସେ କେଳିମନ୍ଦିର ହୋଇବାରୁ କ୍ଷୀରସାଗର ଉଦରଗତ ।ବାଳା ବୃନ୍ଦ ତୁଲେ ସମ୍ଭବି ଲଭିଲେ ଦ୍ରବିଣ ଅପରିମିତ ଯେ ।ଅଇରାବଣଗତି ।ମଣିସନ୍ତତି ମଣି ସନ୍ତତି ଯେ ।ଗିରେ ହୋଇଲା ଯେ ସୁଧା ପ୍ରତୀତି ଯେ ।୩୭।ନିଜ ଅଙ୍ଗ ହରିଚନ୍ଦନବଲ୍ଲରୀ କଟାକ୍ଷ କଳାଗରଳ ।ବଦନ ନିକର ପରିଣତତର ହରିଣଧରମଣ୍ଡଳ ଯେ ।ପୁଣି ହେଲା ଉପମା ।ପଦ୍ମସୁବାଦିତଅଙ୍ଗୀ ବାମା ଯେ ।ଲୀଳାପଦ୍ମ ଧରିବାରୁ ରମା ସେ ।୩୮।ମନ୍ଦହାସୀଚୟ ଯେ ଯାହା ସିଚୟ ଫେରାଇ ହୋଇ ହାଜର ।କେତକୀଦଳୁ ହିମକୁ ପରି ଛାପିଦେଲେ ତା ଶ୍ରୀଅଙ୍ଗ ନୀର ଯେ ।ଊରୁ ନିତମ୍ବ ସ୍ତନ ।ଭେଦିଥିଲା ସୁଝିନ ବସନ ଯେ ।ତାର ଶୋଭାଦୃଷ୍ଟି ନେଲା ଆନ ଯେ ।୩୯।ଛାର ନୀଳମଣି ଚାମର ନୀରଦ ସମ କରିବାର ଜାଣି ।ଜଳବିନ୍ଦୁ ଛଳେ ଅଶ୍ରୁ ମୁଞ୍ଚୁଥିଲା ଜେମାର କୁନ୍ତଳଶ୍ରେଣୀ ଯେ ।ତାକୁ ବୋଧିଲା ପରି ।ମୃଦୁ ଆଶ୍ୱାସନେ ଯତ୍ନେ ଧରି ସେ ।ଛାପିଦେଲେ ପ୍ରିୟ ସହଚରୀ ଯେ ।୪୦।
ଶୁଚିରସ-ଶୃଙ୍ଗାର ରସ । ୩୪ । ପାଶୀ-ବରୁଣ, କାଶୀଆରିଜରୀତମ୍ବୁ-ଜରୀଲଗା ଦୁଇଗମ୍ୱୁଜ ଥିବା ବନାରସୀ ତମ୍ଭୁ । ୩୫ । ଇନ୍ଦ୍ରନୀଳ ... ଇନ୍ଦ୍ରନୀଳମଣିର କାନ୍ତିଯୁକ୍ତ ନୀଳଭଅଁର ପରି କେଶଗୁଚ୍ଛ; ସରୁ ... ସେ ପୋଖରୀରୁ ଏକ ଅଂଶ ସୂରସୁତା (ଯମୁନା) ନଦୀ ବେଶ ( ଯମୁନାର ଜଳ ନୀଳବର୍ଣ୍ଣ) ଧଇଲା କି ? ଅବା ପୋଖରୀର ସେ ଅଂଶରେ ତମାଳ ବୃକ୍ଷର ଛାୟା ପ୍ରବେଶ .. କଲା କି ? । ୩୬ । କଚ–କେଶ, କେଶର ସୁବାସ ବାହାରିବାରୁ ଅସଂଖ୍ୟ ଭ୍ରମର ବିକଚ (ପ୍ରସ୍ପୁଟିତ) ପୁଷ୍ପବନ ଛାଡ଼ି ସେ ସବୁ କେଶରେ ଦେହକୁ ଲୀନ କରି ଲାଖିଗଲେ, କେଶପାଳୀ-କେଶସମୁହ । ୩୭ । ସେମାନଙ୍କ କେଳି ମନ୍ଦିର ପର୍ବତ ପରି, ପୋଖରୀ କ୍ଷୀରସାଗର ପରି, ଦ୍ରବିଣ-ଧନ । ଐରାବଣ-ଐରାବତ ହାତୀ, ମଣିସନ୍ତତି– ମଣିସମୂହ । ୩୮ । ସମୁଦ୍ରମନ୍ଥନରୁ ହରିଚନ୍ଦନ ଲତା ପ୍ରଭୃତି ଜାତ ହୋଇଥିଲେ, ଏଠାରେ ଚନ୍ଦ୍ରକଳା ପ୍ରଭୃତିଙ୍କର ଅଙ୍ଗ ହରିଚନ୍ଦନଲତା ପରି, କଟାକ୍ଷ କଳାଗରଳ (ବାଳକୂଟ) ପରି, ସୁଖସମୂହ ପରିଣତର (ପୂର୍ଣ୍ଣ) ହରିଣଧରମଣ୍ଡଳ (ଚନ୍ଦ୍ରମଣ୍ଡଳ) ପରି ପଦ୍ମପରି ସୁଗନ୍ଧ ଶରୀରଧାରିଣୀ ଚନ୍ଦ୍ରକଳା ହସ୍ତରେ ଲୀଳାପଦ୍ମ ଧରିବାରୁ ରମା (ଲକ୍ଷ୍ମୀ)ଙ୍କ । ସଙ୍ଗେ ତୁଳିତ ହେଲା । ୩୯ । ସିଚୟ–ବସ୍ତ୍ର, ଫେରାଇ ହୋଇ-ବଦଳାଇ ହୋଇ, କେତକୀ ପାଖୁଡ଼ାରୁ କାକର ପୋଛି ଦେଲା ପରି । ୪୦ । ଛାର-ତୁଚ୍ଛ, ନୀଳମଣି, ଚାମର ଓ ନୀରଦ
ବୋଧିବା ବେଳେ ମୁଦିବା ପରି ଦେଇ ବଦନରେ କରପୁଟୀ ।କାନ୍ତାରତନର କୁନ୍ତଳ ପ୍ରାନ୍ତରେ ପକାଇଲେ କୁଶବେଣ୍ଟୀ ସେ ।ପେଣ୍ଡାଯାଏ ମଣ୍ଡିଲା ।ନେତ୍ର କଦନ ଧନ ତଣ୍ଡିଲା ସେ ।ଶିଖିକଳାପମଦ ଖଣ୍ଡିଲା ସେ ।୪୧।ଚଳଦଳ ହେମରମ୍ଭାସ୍ତମ୍ଭ କାମରଥ ଚକ୍ରତୁଲେ ବାଦେ ।ବାଳାର କେହି ଗୁପତ ଅଙ୍ଗମାନେ ଦିବ୍ୟବିଧି ଚିନ୍ତି ହୃଦେ ଯେ ।ଜଳେ ନିମଜ୍ଜିଥିଲେ ।ଜିଣି ବିଳମ୍ବେ ଯା ବାହାରିଲେ ଯେ ।ପ୍ରଭୁପଣ ପ୍ରକାଶିଲା ଭଲେ ଯେ ।୪୨।ହରଗଉରୀ ଜରୀ ଜାଲୀ କୁସୁମବଟା ଧଡ଼ି ପଡ଼ି ଶାଢ଼ୀ ।ତିନିକି ମୁନିଙ୍କ ଧଇର୍ଯ୍ୟ ଧ୍ୱଂସିନୀ ବାନ୍ଧିଲା ଶାଢ଼ୀ ନିବାଡ଼ି ଯେ ।ବହୁମାନର ଶେଷେ ।ପ୍ରଶଂସିଲେ ସଜନୀ ବିଶେଷ ଯେ ।ତାର ସ୍ତନ ଘଟିବ ବା ଶେଷେ ଯେ ।୪୩।ସ୍ତନଯୁଗ ପୁଣି ପୁଆଇଲା ଜିଣି ମଣିସାକୁ ମନେ ଦକା ।ସୁନା ଜରୀ ମଲ୍ଲୀକସିଦା ମତଲ୍ଲୀ କୁସୁମ୍ବା ରଙ୍ଗ ରାଇକା ଯେ ।ଦେଲା ତାହାଙ୍କୁ ବାଳା ।ତଦୁପୁରି ଦିବ୍ୟ ମୋତିମାଳା ଯେ ।ମୃଦୁ ବୟସେ କେଡ଼େ ବତ୍ସଳା ଯେ ।୪୪।ତଦନନ୍ତରେ ଅନ୍ତରଙ୍ଗ ତରଙ୍ଗଚଳନେତ୍ରା ଜଣେ ଲୋଳେ ।ବିଜେବେଳ ଜାଣି ଖଟାଇଲା ମଣି କଠାଉ ଚରଣତଳେ ଯେ ।ଧନ୍ୟ ସେ ରାଜଜେମା ।ଜଗନ୍ନୟନ ଭାଗ୍ୟପ୍ରତିମା ସେ ।ଆହା କି ମଣ୍ଡିଲା ମହୀସୀମା ଯେ ।୪୫।
(ମେଘ) ଏମାନେ ଜେମାର କେଶଗୁଚ୍ଛ ସଙ୍ଗେ ତୁଳିତ ହେବାରୁ ତାହା ଯେପରି ବିନ୍ଦୁ ବିନ୍ଦୁ ଜଳପାତ ଛଳରେ କାନ୍ଦୁଥିଲା । ୪୧ । କେହି କାନ୍ଦୁଥିଲେ ଯେପରି ତାକୁ ବୁଝାଇ ତା ମୁହରେ କରପୁଟୀ ( ହାତପାପୁଲି) ଦିଅନ୍ତି, ସେହିପରି ସେ କେଶଗୁଚ୍ଛକୁ ଧୀରେ ଧୀରେ ପୋଛି ଦେଇ ତହି ଅଗରେ କୁଶଗଣ୍ଠି ପକାଇ ଦେଲେ, ନେତ୍ରକଦନ ... ସେ କେଶଗୁଚ୍ଛ ନେତ୍ର କଦନ ଅର୍ଥାତ୍ କେଶରୂପ ଧନକୁ ତଣ୍ଡିଲା ଅର୍ଥାତ୍ କ୍ଲେଶ ଦୂର କଲା । ଶିଖିକଳାପ ... ମୟୁର ପୁଚ୍ଛର ଗର୍ବ ଧ୍ୱଂସ କଲା । ୪୨ । ଚଳଦଳ–ଅଶ୍ୱତ୍ଥପତ୍ର (ଗୁପ୍ତ ଅଙ୍ଗେ ସଙ୍ଗେ ତୁଳିତ), ହେମରମ୍ବାସ୍ତମ୍ଭ-ସୁନା କଦଳୀଗଛ (ଉରୁ ସଙ୍ଗେ ତୁଳିତ); କାମରଥଚକ୍ର-କନ୍ଦର୍ପରଥର ଚକ (ନିତମ୍ବ ସଙ୍ଗେ ତୁଳିତ) । ଦିବ୍ୟବିଧି-ଶପଥ ବିଧି; ଜେମାର ସେହି ତିନିଅଙ୍ଗ ଉପମିତ ଅଶ୍ୱଥ ପତ୍ର, ସୁନା କଦଳୀଗଛ ଓ କାମରଥ ଚକକୁ ଜିଣିବା ଇଚ୍ଛାରେ ବହୁକ୍ଷଣ ପାଣିରେ ବୁଡ଼ିରହି ସେମାନଙ୍କୁ ଜିଣିଲେ (ଆଗେ ଅନ୍ୟକୁ ଜିଣିବାପାଇଁ ଏହିପରି ଜଳଦିବ୍ୟବିଧି ଚଳୁଥିଲା, ଯେ ବହୁକ୍ଷଣ ଜଳରେ ବୁଡ଼ିରହି ପାରୁଥିଲା ସେ ଜୟୀ ବୋଲି ବିବେଚିତ ହେଉଥିଲା) । ୪୩ । ହରଗଉରୀଜରୀ (ଧଳା ଓ ହଳଦିଆ ରଙ୍ଗର ଜରୀ)ରେ ଜାଲି ପଡ଼ିଥିବା ଓ କୁସୁମବୁଟାଧଡ଼ି (ଫୁଲବୁଟା ପଡ଼ିଥିବା ଧଡ଼ି) ଶାଢ଼ୀଦ୍ୱାରା ସେ ତିନିଙ୍କୁ ମୁନିଧୈର୍ଯ୍ୟନାଶିନୀ ଚନ୍ଦ୍ରକଳା (ଦୃଢ଼ରୂପେ ବାନ୍ଧିଲା) । ୪୪ । ସେହି ସ୍ତନଦ୍ୱୟ ମଣିସାନୁ (ମେରୁ ପର୍ବତକୁ ଜିଣି) ପୁଣି ତା ମନରେ ଦକା ପୁଆଇଲା ( ଭୟ ଦେଲା) ଅର୍ଥାତ୍ ଅତି ଉନ୍ନତ ଦିଶିଲା, ତେଣୁ ଚନ୍ଦ୍ରକଳା ସେ ଦୁହିଙ୍କ ପ୍ରତି ଅତି ଦୟାର୍ଦ୍ର ହୋଇ ସୁନାଜରୀ ଲାଗିଥିବା ମତଲ୍ଲୀ (ଅତ୍ୟୁତ୍କୃଷ୍ଟ) କୁସୁମ୍ୱାରଙ୍ଗ (ଲାଲବର୍ଣ୍ଣର) ରାଇକା (କାଞ୍ଚଲା) ତାଙ୍କୁ ଦେଲା ଅର୍ଥାତ୍ ସୁନାଜରୀଲଗା ମଲ୍ଲୀଫୁଲ ପଡ଼ିଥିବା ଗୋଟାଏ ନାଲି କାଞ୍ଚଲା ସ୍ତନ ଦ୍ୱୟ ଉପରେ ପିନ୍ଧିଲା ଇତ୍ୟାଦି । ୪୫ ।
ମୋ ନାଦ ଶୁଣିଲେ ମଦନ ଅମଳେ ଯୁବାଙ୍କ ହୃଦୟ ଝୁମୁ ।ଜଗତୀ ଧୃତି ହରଣରେ ମୁଁ ଠକ ବୋଲି କହେ ଧ୍ୱନି କ୍ରମୁ ଯେ ।ଭଲା ତା ଜନ୍ମ ଲୋକେ ।ନାହିଁ ତା ଭାଗ୍ୟ ଶକ୍ରମସ୍ତକେ ଯେ ।ଦୁଃଖ ପାସୋରାଏ ଅବଲୋକେ ଯେ ।୪୬।ହରପୁରପୂଜା ସରପଣା ସ୍ୱାଦୁତର ପଥ୍ୟ ଭାଷୀ ବାଳା ।ନରପତିଜେମାବର ପଙ୍କେରୁହ କର ପଇଠ ଧଇଲା ଯେ ।ବିଜେ ମଣିମା ଡାକ ।ଶୁଣି ବିଚାରିଲେ ସଖୀଯାକ ଯେ ।ଧିକ ବାକି ତ୍ରୟୋଦଶଲୋକ ଯେ ।୪୭।ଅର୍ଦ୍ଧପଦ୍ଧତିରେ ଦୁଇ ଦାସୀ ଆସି ମିଶିଲେ ମସାଲ ଜାଳି ।ଗୁରୁଶୁକ୍ରପାଶେ ପୂର୍ଣ୍ଣ ବିଧୁ ପରି ବିଜେ କରିଗଲା ବାଳୀ ଯେ ।ଇଷ୍ଟଦେବୀଙ୍କି ଦେଖି ।ଘେନି ପ୍ରସାଦ ମାଲ୍ୟ ସମୁଖୀ ଯେ ।ଭେଟି ଜନନୀଙ୍କି କଲା ସୁଖୀ ଯେ ।୪୮।ସେଠାରୁ ନିଜ ମନ୍ଦିରକୁ ସୁନ୍ଦରୀବର କରିଗଲା ବିଜେ ।କେଶକୁ ଅଙ୍ଗନା ଧୂପ ଦେଲେ ଜନାର୍ଦନ କୃଷ୍ଣଗୁରୁ ରଜେ ଯେ ।ହେଲା କବିମାନସେ ।ଧୂମ ନୁହଇ ନବଘନ ସେ ଯେ ।ହାରି ଶୋଭାକୁ ଶରଣ ପଶେ ଯେ ।୪୯।ଭାଲ ଖାଲିଥିଲା ଭଲ ନୁହେ ବୋଲି ଦଳି ଦିବ୍ୟ ଗୋରଚନା ।ଭୂରୁ ମଧ୍ୟେ ଇନ୍ଦୁବରତୁଳ ବିନ୍ଦୁ ରଚିଲେ ମୃଗଲୋଚନା ଯେ ।ହେଲା ଚିତ୍ର ବିଛଣା ।ମାଳବର କାଳ ହେଲା ଜଣା ଯେ ।ଫରମାସିଲା ମର୍ଦ୍ଦଳ ବୀଣା ଯେ ।୫୦।ଦୁଇ ପଞ୍ଚାଶତ ପଦ ପରିମିତ ଲୋକେ ମୋଦ ମହୋଦୟ ।ଅଳକସୁନ୍ଦର ଚନ୍ଦ୍ରବଦନାର ଜଳକେଳି ରସମୟ ଯେ ।କର୍ଣ୍ଣମନ ମୋହନ ।ଯୁବାମାନସ ମୃଗ ଗହନ ଯେ ।ଦୁଃଖ ଇନ୍ଧନ ଦାହ – ଦହନ ଯେ ।୫୧।ହରି ବନ୍ଦନୀୟ ସଭୋଗି – ବଳୟ ବିରାଜିତ ରାଜବଳ ।ସଦାଶିବ ରାମ ରଙ୍ଗ ଧାମ ରାମଚନ୍ଦ୍ର ଦେବ ହୃଦସ୍ଥଳ ଯେ ।ଶେଷ ହେଲା ଏ ଛାନ୍ଦ ।ଜଳବିହାର ରସିକାନନ୍ଦ ଯେ ।ମହୀଶଶିକାନ୍ତକୁ ଏ ଚାନ୍ଦ ଯେ ।୫୨।
ଅନ୍ତରଙ୍ଗ-ଆତ୍ମୀୟା; ତରଙ୍ଗନେତ୍ରା–ଚଞ୍ଚଳନୟନା । ୪୬ । ମଣିକଠାଉ ନାଦ ଛଳରେ କହିଲା ... ମଦନ ଅମଳ (କାମନିଶାରେ) ଯୁବକମାନଙ୍କ ମନ ଝୁମୁ (ଘାରି ହେଉ) । ୪୭ । ହରପର ... କନ୍ଦର୍ପପୂଜାର ସରପଣା ଅପେକ୍ଷା ଅଧିକତର ସ୍ୱାଦୁ ଓ ହିତକର ବାଣୀ ଯାହାର ଏପରି । ରାଜକନ୍ୟାର, ପଙ୍କେରୁହକରପଇଠ ପଦ୍ମହସ୍ତର ଭାର । ବାକି ତ୍ରୟୋଦଶଲୋକକୁ ଧିକ୍-ଚତୁର୍ଦ୍ଦଶ ଭୁବନ ମଧ୍ୟରୁ ଏ ମର୍ତ୍ତ୍ୟ ଲୋକକୁ ଛାଡ଼ି (କାରଣ ଏଠାରେ ଚନ୍ଦ୍ରକଳାର ଜନ୍ମ) ବାକି ତ୍ରୟୋଦଶଲୋକକୁ ଧିକ୍ । ୪୮ । ଅର୍ଦ୍ଧପଦ୍ଧତି–ଅଧବାଟ । ୪୯ । ଜନାର୍ଦ୍ଦନ କୃଷ୍ଣାଗୁରୁରଜ–ଏକପ୍ରକାର ସୁଗନ୍ଧ ଧୂପ ମସଲାଚୂର୍ଣ୍ଣ, ନବଘନ-ନୂଆ ମେଘ । ୫୦ । ଇନ୍ଦୁବର୍ତ୍ତୁଳବିନ୍ଦୁ-ଚନ୍ଦ୍ରପରି ଗୋଲ ଗୋରଚନା ଟୋପା, ମାଳବର କାଳ–ସଙ୍ଗୀତର ପ୍ରଥମ ରାଗର ସୁସମୟ । ୫୧ । ଏ ଛାନ୍ଦ ଯୁବକ ମନମୃଗ ପକ୍ଷରେ ଅରଣ୍ୟ ପରି, ଦୁଃଖରୂପ ଇନ୍ଧନ (ଜାଳଣିକାଠ)କୁ ପୋଡ଼ିଦେବା ବିଷୟରେ ଦହନ (ଅଗ୍ନି) ପରି । ୫୨ । ହରି-ବିଷ୍ଣୁ ଓ କପିରାଜ ସୁଗ୍ରୀବ, ସଭୋଗିବଳୟ-ସର୍ପବଳୟଧାରୀ (ଶିବ), ରାଜମଣ୍ଡଳ ସହିତ (ରାମ) ବିରାଜିତରାଜବଳ–ଚନ୍ଦ୍ରଖଣ୍ଡଶୋଭିତ (ଶିବ) ଓ ଇନ୍ଦ୍ରଙ୍କ ସୈନ୍ୟଦ୍ୱାରା ପରିବେଷ୍ଟିତ (ଲଙ୍କା ଯୁଦ୍ଧରେ); ରଙ୍ଗଧାମ-କ୍ରୀଡ଼ାସ୍ଥାନ, ମହୀଶଶିକାନ୍ତ-ପୃଥିବୀରୂପ ଚନ୍ଦ୍ରକାନ୍ତମଣି ପକ୍ଷରେ ॥