ଚନ୍ଦ୍ରକଳା
ବଳଦେବ ରଥ · ଭାଗ ୨ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଛାନ୍ଦ
ରାଗ-କୃଷ୍ଣକଳା
(ମହାଗଜଘୋଷ ରାଜଧାନୀର ବର୍ଣ୍ଣନା)ଶୁଣ ଗୁଣନିକୁରମ୍ବ ନିପୁଣ ନାଗରେ ।ମଳୟ ଉତ୍ତର ମେରୁ ଦକ୍ଷିଣ ଭାଗରେ ।ଅଛି ଅଭିରାମ କାମରୂପ ନାମ ଦେଶ ।ତହିଁ ରାଜେ ରାଜଧାନୀ ମହାଗଜଘୋଷ ହେ ।୧।ଯା ପରିଖା ପରି ଖାତ ନୋହେ ମହାବର୍ଣ୍ଣ ।ତ୍ରିକୂଟକୂଟକୁ ବଳି କରେ ନେତ୍ରୋତ୍ସବ ଯେ ।ସ୍ୱର୍ଗୀୟ ମାର୍ଗସଂସର୍ଗୀ ମହୋନ୍ନତ ଦୁର୍ଗ ।ଗୁରୁଜଳଧରଚୁମ୍ବି ଗୁରୁ ଯେ ଉତ୍ସର୍ଗ ଯେ ।୨।ଭଣ୍ଡିରନ୍ଦ୍ରେ ମଣ୍ଡା ହୋଇବାରୁ ଚାରିପାଶେ ।ଭାର୍ଗବମାର୍ଗଣ ଭିନ୍ନ ଗିରି ପରି ଦିଶେ ଯେ ।ଅଶେଷ ସୁବର୍ଣ୍ଣମାନେ ହେବାରୁ ବରଣ ।ଯାଗଶାଳା ପରି ସେ ନଗରୀ ଆଚରଣ ଯେ ।୩।ଅନେକ ସହସ୍ରନେତ୍ର ମଣ୍ଡିତ ହେବାରୁ ।ଅତିଶୟ ପ୍ରତିଷ୍ଠିତ ତ୍ରିପିଷ୍ଟପଠାରୁ ।ଅସଂଖ୍ୟ ନର ବାହନେ ସଞ୍ଚରିବା ଘେନି ।ଅଳକାକୁ ହସୁଛି ସେ ମହାରାଜଧାନୀ ଯେ ।୪।ଅମିତ ହିରଣ୍ୟ ଗର୍ଭଗୃହ ସମ୍ପର୍କରୁ ।ସେ ନାଗରୀ ଗରୀୟସୀ ବିରଞ୍ଚିଲୋକରୁ ।ବହୁ କୁଣ୍ଡଳୀନ ସ୍ନେହପାତ୍ର ସେ କଟକ ।ଏଣୁ ଜଣା ହୋଏ ତହୁଁ ଊଣା ନାଗଲୋକ ଯେ ।୫।ଚିତ୍ରାବଳୀ ଅଛି ନିକି ସେ ମଧୁ ପୂର୍ଣ୍ଣମା ।ପତ୍ରାବଳୀ ଅଛି କି ସେ ବେଶବତୀ ବାମା ।ଗୁଣବତୀ ହେବାରୁ ପ୍ରତୀତ ସେ କି ସ୍ରଜ ।ମହା ସେନଦରବତୀକି ଦେବ ଫଉଜ ଯେ ।୬।ତୃତୀୟ ଛାନ୍ଦ
୧ । ନିକୁରମ୍ୱ-ସମୂହ । ୨ । ପରିଖା– ଗଡ଼ଖାଇ, ଖାତ-ଗଭୀର (ଖୋଳ ପାଇଥିବା), ତ୍ରିକୂଟକୂଟ-ଲଙ୍କାସ୍ଥିତ ତ୍ରିକୂଟ ପର୍ବତର ଶିଖର, ସ୍ୱର୍ଗୀୟ ମାର୍ଗସଂସର୍ଗୀ-ଆକାଶସ୍ପର୍ଶୀ, ଗୁରୁଜଳଧରଚୁମ୍ଭୀ–ଅତି ଉଚ୍ଚରେ ଥିବା ମେଘକୁ ସ୍ପର୍ଶ କରୁଥିବା, ଉତ୍ସର୍ଗ-ଉଚ୍ଚତା । ୩ । ଭଣ୍ଡିରନ୍ଧ୍ରେ-ପ୍ରାଚୀର ଗାତ୍ରରେ ଖୋଳା ଯାଇଥିବା ଗର୍ତ୍ତରେ, ମଣ୍ଡା-ଭୂଷିତ, ଭାର୍ଗବମାର୍ଗଣଭିନ୍ନ ଗିରି–ପରଶୁରାମଙ୍କ ଶରରେ ବିଦୀର୍ଣ୍ଣ ହୋଇଥିବା କ୍ରୌଞ୍ଚ ନାମକ ପର୍ବ (ଶ୍ଳେଷାଳଙ୍କର ) । ବରଣ-ପ୍ରାଚୀର, ଅନ୍ୟପକ୍ଷରେ-ନିଯୁକ୍ତକରଣ, ସୁବର୍ଣ ସୁନା, (ଅନ୍ୟପକ୍ଷରେ) ବ୍ରାହ୍ମଣ । ୪ । ଅନେକ ସହସ୍ର ନେତ୍ର-ବହୁସଂଖ୍ୟକପତାକା (ଅନ୍ୟପକ୍ଷରେ ) ଅନେକ ଇନ୍ଦ୍ର, ତ୍ରିପିଷ୍ଟପ-ସ୍ୱର୍ଗ, ବାହନେ-ଶୁଆରୀ ପ୍ରଭୃତି ଯାନରେ, ନରବାହନ-କୁବେର, ଅଳକା-କୁବେରପୁରୀ । ୫ । ହିରଣ୍ୟଗର୍ଭଗୃହ-ସୁବର୍ଣ୍ଣପୂର୍ଣ୍ଣ ଘର, ହିରଣ୍ୟଗର୍ଭ-ବ୍ରହ୍ମା,
ଅନୁସରି ଅଛି ଯାହା ସୁମଧୁର ଧ୍ୱନି ।କବୀନ୍ଦ୍ର ଭାରତୀ କି ସେ ନୋହେ ରାଜଧାନୀ ।ହେବା ଘେନି ସୁରୁଚି ରମଣୀଗଣଯୁତ ।ଭାଗ୍ୟବନ୍ତ ଗୃହ ପରି ହୁଅଇ ପ୍ରତୀତ ।୭।ଭାସ୍ୱଦଂଶୁ କ୍ଲାନ୍ତି ହୋଇଅଛି ଚୂଳଦେଶେ ।ମହାପୁରୀ , କଇତବ ବିଷ୍ଣୁ ପଦୀ କି ସେ ।ବହୁବିଧ ଅଗ୍ରହାରରାଜିରେ ବିରାଜେ ।ଜବାଧରା ପୟୋଧର ବିବାଦକୁ ସାଜେ ଯେ ।୮।ବିବିଧ ସୁମନ୍ତ୍ରେ ଚଳିବାରୁ ଅଧିକାର ।ଅଯେଧ୍ୟା ନଗରୀକି ସେ କରୁଛି ଧିକ୍କାର ।ସମସ୍ତ ଅର୍ଥଦାୟିନୀ ହରିଭକ୍ତି ପରି ।ବିମାନ ଉଦୟା କି ସେ ଅନୁକୂଳା ନାରୀ ଯେ ।୯।ନୀତିମତୀ ସେ ଅନୀତିମତୀ କଲା ବିହି ।ଅବାଦିତ୍ରା ହେଲେ ହେଳେ ସବାଦିତ୍ରା ସେହି ।ଅଗଚୟୋଚିତା ପୁଣି ସେ ନାଗରୋଚିତା ।ଗଜଘଟା ପୂର୍ଣ୍ଣ ହୋଇ ନଗଜା ରଚିତା ।୧୦।ଭୂପରାଗ ନାହିଁ ନିତି ହେବାରୁ ମାର୍ଜିତ ।ପୁଣି ଭୂପରାଗରୁ ସେ ହୋଇଛି ନିର୍ମିତ ।ମଧ୍ୟେ ମଧ୍ୟେ ବିଭୂଷିତ ଚିତ୍ର ପରଦାରେ ।କାହାରି ମାନସ ହେଉ ନାହିଁ ପର ଦାରେ ।୧୧।
ବିରଞ୍ଚଲୋକ-ବ୍ରହ୍ମଲୋକ, ଗରୀୟସୀ–ଅତି ଉତ୍କୃଷ୍ଟ, କୃଣ୍ଡଳୀନ-କୁଣ୍ଡଳପିନ୍ଧିଥିବା, (ଅନ୍ୟପକ୍ଷରେ) କୁଣ୍ଡଳୀ ବା ସର୍ପ । ୬ । ଚିତ୍ରାବଳୀ ଚିତ୍ରସମୂହ ଓ ଚିତ୍ରାନକ୍ଷତ୍ରସମୂହ, ମଧୁପୂର୍ଣ୍ଣିମା-ଚୈତ୍ରପୂର୍ଣ୍ଣିମା, ପତ୍ରାବଳୀ-ନାନାଜାତୀୟ ବୃକ୍ଷର ପତ୍ର ଓ ସ୍ତନକପୋଳ ପ୍ରଭୃତିରେ ପତ୍ରାକୃତି ଚିତ୍ରରଚନା, ଗୁଣବତୀ–ଗୁଣଯୁକ୍ତା ଓ ସୂତାରେ ଗୁନ୍ଥା ହୋଇଥିବା, ସ୍ରଜ-ଫୁଲମାଳ, ମହାସେନାଦରବତୀ-ବହୁ ସୈନ୍ୟଙ୍କୁ ଯେ ଆଦରରେ ରଖିଅଛି ଓ ମହାସେନ ଅର୍ଥାତ୍ କାର୍ତ୍ତିକେୟଙ୍କୁ ଆଦର କରୁଥିବା, ଦେବଫଉଜ-ଦେବସେନା । ୭ । ସୁମଧୁର ଧୂନି–(ସେ ନଗରୀରେ) ସର୍ବଦା ହେଉଥିବା ସୁନ୍ଦର ଶବ୍ଦ, କବୀନ୍ଦ୍ର ଭାରତୀ-ବାଲ୍ଲୀକିଙ୍କ କଥା ବା ରଚନା । ସୁରୁଚିରମଣୀଗଣ ଯୁତ–ସୁନ୍ଦର ହୀରାପ୍ରଭୃତି ମଣିରେ ପରିପୂର୍ଣ୍ଣ, (ଅନ୍ୟପକ୍ଷରେ) ସୁରୁଚି (ସୁନ୍ଦର ରୁଚିଯୁକ୍ତା) ରମଣୀଗଣ (ସୀସମୂହ)ଙ୍କ ଦ୍ୱାରା ପୂର୍ଣ୍ଣ । ୮ । ଭାସ୍ୱଦଂଶୁକାନ୍ତି-ଶୁକ୍ଳକିରଣମୟ (ସ୍ୱର୍ଗ ଗଙ୍ଗ ପକ୍ଷରେ) ଧଳା କିରଣବୋଳା । ମହାପୁରୀକୈତବ ବିଷ୍ଣୁପଦୀ କି ସେ-ମହାରାଜଧାନୀ ଛଳନାରେ ପ୍ରକୃତରେ ସେ ବିଷ୍ଣୁପଦୀ ଅର୍ଥାତ୍ ଗଙ୍ଗା (ଅପହୃତି ଅଳଙ୍କାର), ଅଗ୍ରହାର ରାଜି–ବ୍ରାହ୍ମଣଶାସନସମୂହ ଏବଂ ଆଗରେ ପଡ଼ିଥିବା ହାର, ପୟୋଧର– କୁଚ । ୯ । ସୁମନ୍ତ୍ରେ–ଉତ୍ତମ ମନ୍ତ୍ରଣାଦ୍ୱାରା, ସୁମନ୍ତ୍ର ଦଶରଥଙ୍କ ସାରଥି ମନ୍ତ୍ରୀ, ଅର୍ଥଦାୟିନୀ–ଧନଦାତ୍ରୀ ଓ ଚତୁର୍ବର୍ଗଦାୟିନୀ, ବିମନ ଉଦୟ-ନାନାବିଧ ରଥଦ୍ୱାରା ଶୋଭମାନା ଓ ବିଶେଷ ରୁପେ ମାନବତୀ । ୧୦ । ନୀତିମତୀ-ନ୍ୟାୟପରାୟଣା, ଅନୀତିମତୀ– ଶସ୍ୟବିନାଶକ, ଇତିଭୟ ଶୂନ୍ୟ; ବିହି-ବିଧାତା, ଅବାଦିତ୍ରା–ଅବାଦୀ ଅର୍ଥାତ୍ ମିତ୍ରମାନଙ୍କୁ ରକ୍ଷା କରେ ଯେ, ସବାଦିତ୍ରା–ସର୍ବଦା ଯେଉଁଠାରେ ବାଦ୍ୟ ବାଜୁଥାଏ । ଅଗଚୟୋଚିତା– ନାନାବୃକ୍ଷପୂର୍ଣ୍ଣା, ନାଗରୋଚିତା–ରସିକପୂର୍ଣସ୍ଥାନ, ଗଜଘଟା––ହାତୀସବୁ, ନଗଜାରଚିତା–ପାର୍ବତୀମୂର୍ତ୍ତି ଶୋଭିତା । ୧୧ । ରୂପରାଗ–ଧୂଳି, ମାର୍ଜିତ–ପରିଷ୍କୃତ, ଭୂପରାଗ-ରାଜାଙ୍କ ସ୍ନେହ ଅନୁଗ୍ରହ । ଚିତ୍ର ପରଦାରେ-ଚିତ୍ରିତ ଯବନିକାରେ, ପର ଦାରେ––ପର ସ୍ତ୍ରୀ ଠାରେ
ଅନବରତରେ ନବରତ ମହୋତ୍ସବ ।ଉଛୁଳେ ମଙ୍ଗଳଗୀତ, ହୁଳୁହୁଳି ରବ ଯେ ।ଅନଙ୍ଗବିଳାସସ୍ଥଳୀ ପରି ରସୋତ୍ତର ।ପୁଣି ଶତ ଶତ ଶତାଙ୍ଗରେ ମନୋହର ଯେ ।୧୨।ମରକତ ମାଣିକ୍ୟ ସ୍ପଟିକ ବାହମୟ ।ହୋଇ ପ୍ରତି ଗୃହାଙ୍ଗଣେ କେଳି ଜଳାଶୟ ।ଘେନି ସର୍ବଋତୁ ମଳୟଜ ପବନକୁ ।ସେବିଛନ୍ତି ପ୍ରତିବାଟି ପୁଷ୍ପୋପବନକୁ ।୧୩।ନ ଥିବାରେ କେଳିଗିରି ମଣ୍ଡପ ଜଗତୀ ।ନାହିଁ ତହିଁ ମହାଜନମାନଙ୍କ ବସତି ।କୁରୁବିନ୍ଦ ଇନ୍ଦ୍ରନୀଳ ବଇଡୁର୍ଯ୍ୟମୟ ।ହେବାରୁ ସେ ପୁରେ ଅଟ୍ଟ କୁଟ୍ଟିମ ନିଳୟ ।୧୪।ଖମଣ୍ଡଳେ ଖେଳିଳା ଯା ତହୁଁ ନାନାଭାନୁ ।ଘନେ ବୋଲାଇଲେ କାମରୂପୀ ସେହି ଦିନୁ ।ହଜାର ସ୍ଥଳାରେ ଯହିଁ ବଜାର ବସୁଛି ।ବାଜାର ନିର୍ଘୋଷ ତହିଁ ଉଦରେ ମିଳୁଛି ।୧୫।ଗଜଘଟା ଘଣ୍ଟାନାଦ ବୃଂହିତରେ ମିଶା ।ହରିହୟହୟାନ୍ୱୟ ହୟଚୟ ହ୍ରେଷା ।ଚନ୍ଦ୍ରସୂର୍ଯ୍ୟ ଚିହ୍ନ ଚାରୁ ଚିରାଳ ମର୍ମର ।କରି କର୍ଣ୍ଣତାଳ ଧ୍ୱନି ଘରଟ୍ଟଘର୍ଘର ଯେ ।୧୬।ଉଷ୍ଟ୍ର ପଟଳୀର ପଟୁତର ଗରଜନ ।ସଂଳାପ ଆରମ୍ଭିବାରେ ସେ ନଗରଜନ ।ବୀଣା ରବା ବେହେଲା ସିତାରାଦି ସଂଙ୍ଗୀତ ।କେତେ କେତେ ସ୍ଥାନେ ବାରବିଳାସିନୀ ନୃତ୍ୟ ।୧୭।କେତେ ପ୍ରଦେଶରେ ରସୋତ୍ତର ବାକ୍ୟାଳାପ ।ଛାନ୍ଦ ଚଉପଦୀ ଢଗ ପହଳୀ କଳାପ ।ବେଦାନ୍ତ ମୀମାଂସ ତର୍କ ବ୍ୟାକରଣ ନ୍ୟାୟ ।ସିଦ୍ଧାନ୍ତ କରନ୍ତି ଶୁକସାରୀ ସମବାୟ ।୧୮।ନିଜ ମତୀ ପକ୍ଷପାତୀ ଦ୍ୱିଜାତୀ ଭାରତୀ ।କେଉଁ କେଉଁ ସ୍ଥଳେ ଗୀତ ହେଉଛନ୍ତି ଶ୍ରୁତି ।କବାଟ ଫେଟନା ରବେ ହୋଇଛି ସଂଯୁତ ।ରମଣୀଗଣ ବାଜେଣୀ ଭୂଷଣଶିଞ୍ଜିତ ।୧୯।
ଅନବରତ–ସର୍ବଦା, ନବରତ ମହୋତ୍ସବ-ନୂତନ ରତି ମହୋତ୍ସବ, ରସୋତ୍ତର-ଶୃଙ୍ଗାରାଦି ରସର ଯୋଗ୍ୟ, ଶତାଙ୍ଗ-ରଥ । ୧୩ । କେଳିଜଳାଶୟ-କ୍ରୀଡ଼ା ପୁଷ୍କରଣୀ, ବାହମୟ-ପାର୍ଶ୍ୱଯୁକ୍ତ, ଚାରିବାହିଥିବା । ୧୪ । ଜଗତୀ-ବଡ଼କୋଠା, ଅଟ୍ଟକୁଟ୍ଟିମନିଳୟ-ସମୁଚ୍ଚ ଅଟ୍ଟାଳିକା । ୧୫ । ଖମଣ୍ଡଳ-ଆକାଶଦେଶ, ନାନାଭାନୁ-ନାନାବିଧ କିରଣ; ଘନେ–ମେଘମାନେ, କାମରୂପୀ-ନିଜ ଇଚ୍ଛାରେ ବିଭିନ୍ନ ରୂପଧାରଣକାରୀ । ୧୬ । ଗଜଘଟା-ହସ୍ତିସମୂହ, ବୃଂହିତ–ହାତୀର ରବ, ହରିହୟହୟାନ୍ୱୟ–ଇନ୍ଦ୍ରଙ୍କ ଉଚୈଃଶ୍ରବା ଅଶ୍ୱବଂଶୀୟ, ହରିଚୟ–ଅଶ୍ୱମାନେ, ହ୍ରେଷା-ଘୋଡ଼ାର ଧ୍ୱନି, ଚିରାଳ–ପତାକା, ଘରଟଘର୍ଘର––ପେଷଣାମାନଙ୍କର ଘର୍ ଘର୍ ଶବ୍ଦ, ରବା (ପାରସି ରବାବ୍)–ଏକପ୍ରକାର ବାଦ୍ୟଯନ୍ତ୍ର । ୧୮ । ରସୋତ୍ତର-ରସମୟ, ସମବାୟ-ସମୃହ । ୧୯ । ଦ୍ୱିଜାତି–ବ୍ରାହ୍ମଣ, । ଭାରତୀ-ବିଦ୍ୟା, ଶ୍ରୁତି-ବେଦ, ଫେଟନାରବ-ଫିଟାଇବା ଶବ୍ଦ, ଶିଞ୍ଜିତ–ଅଳଙ୍କାରଧ୍ୱନି ୨୦ । ସେ ନଗରୀର ପ୍ରାସାଦମାନଙ୍କରେ କେବଳ ବର୍ଣ୍ଣସଙ୍କର (ବିଭିନ୍ନ ବର୍ଣ୍ଣର ମିଶ୍ରଣ) ଦେଖାଯାଏ କିନ୍ତୁ ବର୍ଣ୍ଣସଙ୍କର ଅର୍ଥାତ୍ ମିଶ୍ରଜାତି ସେଠାରେ ନାହାନ୍ତି । ରତ ବିନା ଆନେ–ରତିକ୍ରିୟା ଛଡ଼ା
ସମସ୍ତ ପ୍ରାସାଦ ଚିତ୍ରଶିଳ୍ପରୁ ଇତରେ ।ନାହାନ୍ତି ବର୍ଣ୍ଣସଙ୍କର ସେ ପୁର ଭିତରେ ।ରତ ବିନା ଆନେ ତହିଁ ନାହିଁ କେଶଗ୍ରହ ।ଅକ୍ଷକ୍ରୀଡ଼ା ବିନା ଦେଖା ନାହିଁ ଶୃନ୍ୟଗୃହ ।୨୦।ଦନ୍ତବାସ ଗୀତ ବିନା ରାଗ ନାହିଁ ଆନେ ।କୁଞ୍ଜରେ ମଦବିକାର ଅଛି ନାହିଁ ଜନେ ।ବିପକ୍ଷ ବୋଲାଏ ଏକା ବିହଙ୍ଗମ ପକ୍ଷ ।କୁଟିଳ କେବଳ କଳାବତୀଙ୍କ କଟାକ୍ଷ ।୨୧।କାବ୍ୟେ ଦୃଢ଼ବନ୍ଧ ଶାସ୍ତ୍ରେ ଚିନ୍ତା କମ୍ପ ଧ୍ୱଜେ ।କଠିନତା ମଣି ମାତ୍ର ରମଣୀଉରଜେ ।ଜନକ କଳିତ ଦଣ୍ଡ ସିତ ଆତପତ୍ରେ ।ଚଞ୍ଚଳତା ବାରନିତମ୍ବନୀ ଜନନତ୍ରେ ।୨୨।ଜ୍ଞାନପ୍ରଦୀପରୁ ହୃଦନ୍ତରେ ତମ ନାହିଁ ।ମଣିପୁରମୟୂଖରୁ ବାହାରେ ସେ କାହିଁ ।ରଜୋଗୁଣ ମାତ୍ର ମନ୍ତ୍ର କେତକୀ କେଶରେ ।ମହା ସତ୍ତ୍ୱବନ୍ତ ପ୍ରତି ଗୁଣ ପୁରୁଷରେ ।୨୩ ।ରଳ ଦୁଇବର୍ଣ୍ଣ ଅଭିପ୍ରାୟ ଜାଣି ଏକ ।ଖଳ ବୋଲି ରାସଭକୁ ଜାଣନ୍ତି ରଜକ ।ଡଳ ଦୁଇବର୍ଣ୍ଣେ ନ ଥିବାରୁ ଭେଦମତି ।ଜଳକୁ ସକଳେ ଜଡ଼ ବୋଲି ବିଚାରନ୍ତି ।୨୪।ଅନୀକରେ ନକଚଞ୍ଚୁ ଯୋଧି ବିହଗରେ ।ବିପତ୍ତି ବୁଦ୍ଧି କରନ୍ତି ନରେ ସେ ନଗରେ ।ଦର ବୋଲି ତହିଁ ଜନ କମ୍ଭକୁ ଭାଷଇ ।ବିରୋଧ ମାତ୍ରକ ଅଳାଙ୍କାରେ ଆଭାସଇ ।୨୫।ଚାପ ବିଦ୍ୟା ଖୁରଳୀରେ ମାତ୍ର ଗୁଣଚ୍ଛେଦ ।ଜନମନେ ନାହିଁ ଶରବ୍ୟରେ ଏକା ଭେଦ ।ବାମାକଟୀ ମାତ୍ର କୃଶ କୃଶ ନାହିଁ ଜନ ।ଜାତିହୀନ ନାହିଁ ପୁଷ୍ପ ସମୟରୁ ଆନ ।୨୬।ସାତପୁରୀ ମହଲାଙ୍କ ମହୋନ୍ନତ ଶିର ।ଧିଷଣନିଧିଷ୍ଠ ନୋହେ ଧିଷଣାଗୋଚର ।ଦେବଙ୍କର ସଲିଳମଜ୍ଜକାଳେ ନିତି ।ଦେବଦାସୀମାନେ ହୋଇ ସଂସଭ୍ରମ ଅତି ।୨୭।ସ୍ୱସଞ୍ଚିତ ଜଳଘଟ ରାଶି ବୋଲି ଆସି ।ଧରନ୍ତି ବଡ଼ଭୀଚୂଳ କନକ କଳସୀ ।ନୀରନ୍ଧ୍ର ହେବାରୁ ବରଜନ୍ତି କେଉଁମାନେ ।ପତାକାକୁ ଦେଖି କେ ହସନ୍ତି ମନେ ।୨୮।
ଅନ୍ୟତ୍ର, କେଶଗ୍ରହ-ମସ୍ତକର କେଶକୁ ଧରିବା, ଅକ୍ଷକ୍ରୀଡ଼ା–ପଶାଖେଳ, ଶୂନ୍ୟଗୃହ-ପଶାପାଲିରେ ଗୋଟି ଚାଲିବାରୁ ଖାଲି ହୋଇଥିବା ପାଲିର ଘର, ଶୂନ୍ୟଗୃହ-ମନୁଷ୍ୟାଦି ନ ଥିବା ଘର । ୨୧ । ଦନ୍ତବାସ–ଅଧର, ରାଗ-ରକ୍ତିମା ଅଥଚ କ୍ରୋଧ କୁଞ୍ଜରେ – ହାତୀଠାରେ, ମଦବିକାର-ମଦଜଳଧାରାର କ୍ଷରଣ, ଅଥଚ ଗର୍ବ । ବିପକ୍ଷ-ପକ୍ଷୀର ଡେଣା ଅଥଚ ଶତ୍ରୁ । କୁଟିଳ-ବକ୍ର ଅଥଚ ଠକ, ଧୂର୍ତ୍ତ । ୨୨ । କନକକଳିତଦଣ୍ଡ-ସୁନା ଦ୍ୱାରା ଶୋଭିତ ଯଷ୍ଟି, ଅଥଚ ଶାସନ ରକ୍ଷାପାଇଁ ଅର୍ଥ ଦଣ୍ଡ ହୁଏ ନାହିଁ । ସିତ ଆତପତ୍ର-ଶୁକ୍ଳବର୍ଣ୍ଣ ରାଜଚ୍ଛତ୍ର, ବାରନିତମ୍ବିନୀ–ବେଶ୍ୟା । ୨୩ । ମଣି ... କାହିଁ-ମଣିରେ ନିର୍ମିତ ଗୃହମାନଙ୍କରୁ ତେଜ ବାହାରୁଥିବାରୁ ଅନ୍ଧକାର ନଗରୀର ବହିର୍ଦ୍ଦେଶରେ ବି ନ ଥାଏ । ରଜୋଗୁଣ ରାଜସିକତା ଅଥଚ ପରାଗମୟତା; ମନ୍ତ୍ର-ମନ୍ତ୍ରଣା, କେତକୀ ଓ କେଶରେ-କେତକୀ ଫୁଲରେ ଓ ନାଗେଶ୍ୱର ଫୁଲରେ । ପ୍ରତ୍ୟେକ ପୁରୁଷଠାରେ ମହାସତ୍ତ୍ୱ ଗୁଣ ଅଛି । ୨୪ । ଖଳ-ଦୁର୍ଜନ, ଖର–ଗଧ । ୨୫ । ଅନୀକରେ–ଯୁଦ୍ଧରେ, ବିପତ୍ତି ବିପଦ ଅଥଚ ବି (ପକ୍ଷୀମାନଙ୍କର) ପତି, ଶ୍ରେଷ୍ଠପକ୍ଷୀ; ଦର-ଭୟ ଓ ଶଙ୍ଖ, ବିରୋଧମାତ୍ରକ ଅଳଙ୍କାରେ ଆଭାସଇ- ସେଠାରେ ବିରୋଧ । ଅର୍ଥାତ୍ ଶତ୍ରୁତା ନାହିଁ କେବଳ ଅଳଙ୍କାର ଗ୍ରନ୍ଥରେ ବିରୋଧାଭାସ ନାମକ ଅଳଙ୍କାର ଅଛି । ୨୬ । ଚାପବିଦ୍ୟାଖୁରଳୀରେ–ଧନୁର୍ବିଦ୍ୟା ଅଭ୍ୟାସରେ, ଗୁଣଛେଦ–ଧନୁର ଜ୍ୟା ଛିଣ୍ଡିବା ଅଥଚ ଗୁଣହୀନତା, ଶରବ୍ୟରେ ଏକା ଭେଦ- ଲକ୍ଷ୍ୟକୁ କେବଳ ଭେଦ କରାଯାଏ, କିନ୍ତୁ କାହାରି ମଧ୍ୟରେ ଭେଦଭାବ ନ ଥାଏ । ଜାତିହୀନ-ନୀଚଜାତି ଅଥଚ ମାଳତୀଫୁଲର ଅଭାବ । ୨୭ । ସାତମହଲା ॥ କୋଠାମାନଙ୍କର ଉପରିଭାଗଧିଷଣା ଅର୍ଥାତ୍ ବୃହସ୍ପତିଙ୍କର ମଧ୍ୟ ଧିଷଣାଗୋଚର ଅର୍ଥାତ୍
ଯହିଁ ପୁରେ ଶୋଇଥିଲା ସଚିବଯୁବତୀ ।ମାରବିକରବିଧୁର ହୋଇ ବାଚସ୍ପତି ।ନିଜ ଅନ୍ତଃପୁର ଭ୍ରମେ ପଶିଲେ ସେ ପୁରେ ।ଦେଖିଲେ ଶୋଇଛି ବାଳା ପଲଙ୍କ ଉପରେ ।୨୯।ନିଜ ସରସିଜନେତ୍ରା ଭ୍ରମେ ରତି କରୁ ।ନିଦ୍ରାଭଙ୍ଗେ ପଚାରିଲା ସେ ହେମରମ୍ଭୋରୁ ।କାହିଁ କେ ତୁ ଆସିଲୁ ଏ କେମନ୍ତ ଅନୀତି ।ଶୁଣି ସଂକୋଚରେ ବୁଝାଇଲେ ବୃହସ୍ପତି । ୩୦।ପୂର୍ଣ୍ଣ ଶରଚ୍ଚନ୍ଦ୍ର ମୁଖି କୁପିତ ନୁହ ରେ ।ନିଜପୁରୀ, ନାରୀଭ୍ରମେ ମଦନମୋହରେ ।ସୁରଗୁରୁ ଆମ୍ଭେ ଏଥି ହୋଇଲୁ ପ୍ରବେଶ ।ଏଥୁଁ ତତେ ନ ଲାଗିବ ବ୍ୟଭିଚାର ଦୋଷ । ୩୧।ଏହି ଗର୍ଭାଧାନେ ଜାତ ହେବ ଯେଉଁ ସୁତ ।ଏ ରାଜ୍ୟ ରାଜପୁତ୍ରର ହେବ ପ୍ରିୟମିତ ।ଆମ୍ଭ ତୁଲ୍ୟ ରୂପବନ୍ତ ବିଦ୍ୟାବନ୍ତ ହେବ ।ଏତେ କହି ସ୍ୱପୁରକୁ ବିଜେ କଲେ ଜୀବ । ୩୨।ସୁରତାର୍ଥୀ ସୁରେ ବଳେ କରନ୍ତେ ବିବାସ ।ଅମରୀଏ ହୋଇ ଅପତ୍ରପାରେ ବିବଶ ।ସେ ପୁରୀ ସଉଧଚୂଳ ପତାକା ଅମ୍ବର ।ଓଟାରି କରନ୍ତି ଆବରଣ ନିତମ୍ବର ।୩୩।ବାଜି ସେ ପୁର ଅଟ୍ଟାଳୀ ଚେଳବଲ୍ଳୀବାତ ।ହୋଏ ଦେବତରୁଣୀଙ୍କ ରତିଶ୍ରମ ହତ ।ଯାହା ମହାରଜତ କୁଟ୍ଟିମ ଉନ୍ନତିରୁ ।ଋଜୁପଥେ ରବିରଥ ନ ଚଳେ ଭୀତିରୁ ।୩୪।ଦକ୍ଷିଣ ଉତ୍ତରେ ଫେରିବାରୁ ଛ ଛ ମାସ ।ଅୟନ ବୋଲାଇ ଯୁଗେ ହୋଇଛି ବରଷ ।ଯାହା ପତାକିକଦଣ୍ଡ ଚୁମ୍ବନ୍ତେ ଚନ୍ଦ୍ରମା ।ରୁଣ୍ଡ ହୁଏ ସେ ଦଣ୍ଡକୁ ଶ୍ୱତଛତ୍ରରମା ।୩୫।ବ୍ୟୋମଭଙ୍ଗା କଳବର ଛାଡ଼ି କୁତୂହଳେ ।ଅଦୃଶ୍ୟ ହେବାରୁ ଚାହୁଁ ଚାହୁଁ ନିଶାଜଳେ ।ଜନେ ସେ ନଗରଚୂଳ ଚେଳବଲ୍ଲୀ ଦେଖି ।ପାରାବତ ମଣି ମନେ ହେଉଛନ୍ତି ସୁଖୀ ।୩୬।ଯହିଁ ପୁରପତାକିକା ନୀଳମଣି ଦଣ୍ଡ ।ବାଜି ଭାଜି ରହିବାରୁ ଯବ ତୁଲ୍ୟ ଖଣ୍ଡ ।ସୁଧାକରେ କଳଙ୍କ ବୋଲନ୍ତି ଅଜ୍ଞ ଜନେ ।ସେ ପୁରୀ ଉନ୍ନତି କାହିଁ ଇତର ଭୁବନେ ।୩୭।
ଜ୍ଞାନଗୋଚରର ନେଦିଷ୍ଟ (ନିକଟତମ) ହୁଏ ନାହିଁ । ସସଂଭ୍ରମ-ଉଦ୍ବିଗ୍ନ । ୨୮ । ବଡ଼ଭୀ-ଚନ୍ଦ୍ରଶାଳା, ନୀରନ୍ଧ୍ର-ଛିଦ୍ରଶୂନ୍ୟ । ୨୯ । ମାରବିକାରବିଧୁର-କାମପୀଡ଼ିତ, ବାଚସ୍ପତି-ବୃହସ୍ପତି । ୩୦ । ନିଜ ସରସିଜନେତ୍ରା ଭ୍ରମେ–ସ୍ୱକୀୟ ପଦ୍ମନେତ୍ରା ଭ୍ରମରେ । ୩୨ । ଜୀବ-ବୃହସ୍ପତି । ୩୩ । ବିବାସ-ନଗ୍ନ, ଅମରୀଏ-ଦେବୀମାନେ, ଅପତ୍ରପା-ଲଜା, ବିବଶ-ବ୍ୟାକୁଳ, ଅମ୍ବର-ଲୁଗା । ୩୪ । ମହାରଜତ କୁଟ୍ଟିମ ଉନ୍ନତିରୁ–ସୁବର୍ଣ୍ଣନିର୍ମିତ ଅଟ୍ଟାଳିକାମାନଙ୍କର ଅତି ଉଚ୍ଚତା ହେତୁରୁ । ରଜପଥ–ସରଳମାର୍ଗ । ୩୫ । ପତାକିକଦଣ୍ଡ-ପତାକାଯୁକ୍ତଦଣ୍ଡ, । ଶ୍ୱେତଛତ୍ରରମା-ଶୁକ୍ଳବର୍ଣ୍ଣିଛତ୍ରର ସୌନ୍ଦର୍ଯ୍ୟ । ୩୬ । ବ୍ୟୋମ ଭଙ୍ଗ-ଆକାଶରେ ଯେ ଲେଉଟି ଲେଉଟି ଗତି କରେ, କଳରବ-ପାରା, ନିଶାଜଳ-ହଳଦୀପାଣି । ୩୭ । ନିଳୟଧାରଣା ପାଞ୍ଚାଳିକାଗଣେ–କୋଠାଘରରେ ଧାରଣା ହୋଇଥିବା ପୁତ୍ତଳିକାସମୂହ, ଅଭିସାରରସିବଶ
ଯହିଁ ନିଳୟ ଧାରଣା ପାଞ୍ଚାଳିକାଗଣେ ।ଅନିମିଷାଦି ଅନେକ ଲାବଣ୍ୟ ଲକ୍ଷଣେ ।ପ୍ରତିନିଶା ଅଭିସାର ରସବଶ ସୁରେ ।ଭିଡ଼ି ବାମାଭ୍ରମରେ ଚୁମ୍ବନ୍ତି ଚିବୁକରେ ।୩୮।ସୁରମଣିକଦମ୍ବ କାମିତ ପୂର୍ତ୍ତିକାରୀ ।କୃଷ୍ଣଚନ୍ଦ୍ରଙ୍କୁ ଇନ୍ଦ୍ରଙ୍କୁ ନମସ୍କାର କରି ।ରାମଚନ୍ଦ୍ର ଛୋଟରାୟ ଦେବ କ୍ଷମାପତି ।କଲେ ମହା ଗଜଘୋଷ ସ୍ତବ ସମାପତି ।୩୯।ଉତ୍ତର ଛାନ୍ଦରେ ନୃପପୁତ୍ର ଜନ୍ମୋତ୍ସବ ।ରସିକ ଶ୍ରବଣାନନ୍ଦ ଆରମ୍ଭ ହୋଇବ ।ଏ ଛାନ୍ଦ ଚାରି ଚରଣ ପଦ ଚତ୍ୱାରିଶଂ ।ସଂଖ୍ୟା ବୋଲି ଜାଣ ସଂଖ୍ୟାବାନ ଅବତଂସ ।୪୦।
ସୁରେ–ସଙ୍କେତ ସ୍ଥାନକୁ ରସବଶ ହୋଇ ଯାଉଥିବା ଦେବତାମାନେ । ୩୮ । ସୁରମଣୀକଦମ୍ୱ ସୁନ୍ଦରୀ ଗୋପିକାସମୂହ, ସୁନ୍ଦରୀ ଦେବାଙ୍ଗନା; ବାମିତ-କାମନା, କ୍ଷମାପତି-ପୃଥ୍ୱୀପତି, ରାଜା । ୪୦ । ସଂଖ୍ୟାବାନ ଅବତଂସ–ଗଣନାକାରୀଙ୍କ ମଧ୍ୟରେ ଶ୍ରେଷ୍ଠ ।
ଚତୁର୍ଥ ଛାନ୍ଦ
ରାଗ – ବଙ୍ଗଳାଶ୍ରୀ
କୁମାରୋତ୍ସବପ୍ରମୁଦିତ ହୃଦେ ଶୁଣ ବିଶାରଦେ ସେ ମହାମଣ୍ଡଳୀ ଧବ ।ପରତାପନର କରତା ସେ ବୀର ପରତାପକଣ୍ଠୀରବ ।୧।ସୁନ୍ଦରପଣରେ କନ୍ଦରପ ତୁଲ୍ୟ ଚନ୍ଦରଠାରୁ ଶୀତଳ ।ଶରଣାପନ୍ନ ରକ୍ଷଣ ବିଚକ୍ଷଣ ଲକ୍ଷଣ ଖେଳନସ୍ଥଳ ।୨।ବିତରଣଗୁଣେ ଇତରଭୂନାଥମଣ୍ଡଳେ ନାହିଁ ତା ତୁଳ ।ସିତରଶ୍ମି ତୁଲ୍ୟ ଯଶେ ଯେ ଜଗତୀ ଭିତର କରେ ଧବଳ ।୩।ହିତରକ୍ଷକ ସଙ୍ଗୀତ ରସିକତା ଜିତରମ୍ଭା ଗୁରୁଜନ ।ଚିତ୍ତର ଗମ୍ଭୀରଗୁଣେ ପାରାବାର ଅମିତ ରସ ବଚନ ।୪।ଦଣ୍ଡିତ ନୁହଇ ଭଣ୍ଡିତ ନ ଜାଣେ ମଣ୍ଡିତ ଗୁଣ ମଣ୍ଡଳେ ।ଖଣ୍ଡିତ ନୋହିବା ପଣ୍ଡିତପଣେ ସେ ଚଣ୍ଡୀତନୟରୁ ବଳେ ।୫।ଅମରଙ୍କ ତୁଲେ ସମର କରିବା ସମରଥପଣ ତାର ।ନ ମରନ୍ତି ଶିଶୁତରୁଣ ସେ ଦେଶେ ଯମର ଏପରି ଦର ।୬।ଦ୍ୱିଜାତି ପୂଜାତିଶୟପରାୟ ଗୁରୁଦେବ ପାଦସେବୀ ।ପଞ୍ଚବିଂଶ ବୟ ଚଞ୍ଚଳ ଆଶୟ ପରିତ୍ୟାଗୀ ମହାକବି ।୭।ରସାମୃତଘଟପୟୋଧରା ପଟ୍ଟମହିଷୀ ହେମମଞ୍ଜରୀ ।ସେ ଭୂପତି ଅକ୍ଷି ମନବ୍ୟାଜପକ୍ଷିତ୍ରିତୟ ବନ୍ଦି ପଞ୍ଜରୀ ।୮।ମାରମହିଳାରୁ ଅଧିକ ଲାବଣ୍ୟ ସାରମୟ ହେବା ଘେନି ।ହାରମଧ୍ୟମଣି ତାର ଚିତ୍ତେ ମଣି ତା ରମଣ ଥାଏ ଘେନି ।୯।ଶଚୀର ଭାଗ୍ୟ ଭୁଞ୍ଜଇ କାନ୍ତ ସଙ୍ଗେ ରଚି ରତିରସ କେଳି ।ଅଚିରବୟସୀ ପତିସ୍ନେହୁଁ କେବେ ନ ଚିରଇ ମହୀସ୍ଥଳୀ ।୧୦।ଚତୁର୍ଥ ଛାନ୍ଦ
୧ । ପରତାପନ-ଶତ୍ରୁକୁ ଦଣ୍ଡ ଦେବା, ପରତାପକଣ୍ଡୀରବ-କଣ୍ଡୀରବ ବା ସିଂହପରି ପ୍ରତାପୀ । ୨ । ଲକ୍ଷଣ ଖେଳନସ୍ଥଳ– ସୁଲକ୍ଷଣମାନଙ୍କ କ୍ରୀଡ଼ାଭୂମି ବା ଆଧାର । ୩ । ସିତରଶ୍ମି –ସିତାଂଶୁ-ଚନ୍ଦ୍ର । ୪ । ହିତରକ୍ଷକ-ଉପକାରୀମାନଙ୍କର ରକ୍ଷାକର୍ତ୍ତା, ସଙ୍ଗୀତ ... ଗୁରୁଜନ-ସଙ୍ଗୀତ ରସିକତା ବିଷୟରେ ସଙ୍ଗୀତନିପୁଣା ରମା ବେଶ୍ୟର ଗୁରୁଙ୍କୁ ଯେ ଜୟ କରିଅଛନ୍ତି, ଅମିତରସବଚନ–ଯାହାଙ୍କର କଥା ନାନାବିଧ ରସରେ ପୂର୍ଣ୍ଣ । ୫ । ଦଣ୍ଡିତ ନୁହଇ-ଦଣ୍ଡ ଦେବାରେ ଅଭ୍ୟସ୍ତ ନୁହେଁ । ଭଣ୍ଡିତ ନ ଜାଣେ-ଠକିବା କଥା ଜାଣେ ନାହିଁ । ଖଣ୍ଡିତ ନୋହିବା ପଣ୍ଡିତ ପଣରେ–ଅଖଣ୍ଡ ପାଣ୍ଡିତ୍ୟରେ, ଚଣ୍ଡୀତନୟ-ଗଣେଶ ।୮। ରସାମୃତ ... ପୟୋଧରା-ରସମୟ ଅମୃତ ମାଠିଆପରି କୁଚ ଯାହାର, ଅକ୍ଷି-ଦୁଇ ଆଖିକୁ ଓ ମନକୁ ବନ୍ଦୀ କରିବା ବିଷୟରେ ପଞ୍ଜରୀପରି । ୯ । ମାରମହିଳା–ରତି, ହାର ... ତା ରମଣ
ଏଡ଼େ ଭାଗ୍ୟବତୀ ହେଲେହେଁ ସେ ସତୀଶିଖା ମଣି ପ୍ରତିଦିନେସନ୍ତାନ ଅଭାବ ଚିନ୍ତାରୁ ଲାଘବ ଲଭି ବିଚାରଇ ମନେ ।୧୧।ଅଖଣ୍ଡମଣ୍ଡଳ ଅଚଳାଖଣ୍ଡଳ କରପଲ୍ଲବ ଧଇଲି ।ଲକ୍ଷ୍ୟ ସାମନ୍ତାଣୀ ଶିରଭୂଷାମଣିକିରଣେ ପଦ ଧୋଇଲି ।୧୨।ରତିରଙ୍ଗରେ ବିଶାରଦା ହୋଇଲି ସତର ହେଲା ବୟସ ।ମୁଁ ତ ରଖି ନ ପାରିଲି ଆଖିପାଖେ ସୁତର ମୁଖ-ରାକେଶ ।୧୩।ମୋର ସଙ୍ଗେ ଧୂଳିଗୃହ ରଚି କେଳି କରୁଥିଲା ଯେତେ ସହୀ ।ସୁତ ରଖି ତଳେ ଜୁହାରିବା ବେଳେ ଲାଜେ ନ ପାରିଲି ଚାହିଁ ।୧୪।ଏମନ୍ତ ସନ୍ତତି ଅଭାବ ଚିନ୍ତନେ ସେ ମନ୍ଥରତରଗତି ।ଉଭା ହେଲା ଦିନେ ବିଷଣ୍ଣ ବଦନେ ହେଲାପରି ମାନବତୀ ।୧୫।ଚାହିଁ ତା ନରେଶ ନାହିଁ ତ ମୋ ଦୋଷ କାହିଁକି ରେ ରୋଷ ବୋଲି ।ହେବାରୁ କାତର ଜଣାଇଲା ତାର ପ୍ରିୟସଖୀ ରସବଲ୍ଲୀ ।୧୬।ଦେବ ମୋ ସଜନୀ ପୂର୍ଣ୍ଣିମା ରଜନୀ ତୁମ୍ଭେ ବିଭାବରୀଧବ ।ଘେନ ମାନବେଶ ସେ କି ମାନବେଶ ନ କହି ଲାଜେ ରହିବ ।୧୭।ନ ଛୁଇଁଲା ଶିଶୁ ଅଞ୍ଜନ ଆବିଳ ବଦନ ରଦନାଂଶୁକ ।କେବଳ ଏ ବଳଦଳନ ସମ୍ପତ୍ତି ବୃଥା ଘେନି କରେ ଶୋକ ।୧୮।ଧରାଧିପ ଶୁଣି ସୁନିର୍ବେଦଶୃଣିପରାଧିନ – ମନହାତୀ ।ଅଙ୍କେ ବସାଇ ପଙ୍କେରୁହନେତ୍ରାକୁ ଜଣାଇଲେ ଏ ଭାରତୀ ।୧୯।ଧନରେ ମନରେ କଳପିବା କଥା ଦଇବ ନ କରେ ପୂରା ।କେଶ ଜାତ ହୁଏ କେହି ସେ ନ ଜାଣେ ଯେ ସଜାଡ଼ିପାରେ ଝରା ।୨୦।ତଥାପି ସୁଭାଗା ମଥାଭୂଷା ତୁ ମୋ କଥା କିସ କହିବି ।ନ ଥାଇ ସୁକୃତ କରିଛି କି ତତେ ବ୍ୟଥାହାରିଣୀ ବାନ୍ଧବୀ ।୨୧।ପ୍ରତି ମାସେ ପୂର୍ଣ୍ଣ ସିଦ୍ଧବିନାୟକ ପ୍ରତିମା ସେବା କରିବା ।ଯତିମାନଙ୍କୁ ଗୋମତୀମାତାଙ୍କର ତଟରେ ଅନୁସରିବା ।୨୨।
(ରାଜା) ତାକୁ ତାର (ଦୀପ୍ତିମୟ) ହାର ମଧ୍ୟ ମଣି ମଣି (ମନେ କରି) ଚିତ୍ତରେ ଘେନିଥାଏ । ୧୦। ଅନିରବୟସୀ-ଅଳ୍ପ ବୟସ୍କା, ନ ବିରଇ ମହୀସ୍ଥଳୀ-ମାନବତୀ ବା ଦୁଃଖିତା ହୁଏ ନାହିଁ । ୧୨ । ଲକ୍ଷ ... ଧୋଇଲି-ମୁଣ୍ଡରେ ମଣି ପିନ୍ଧିଥିବା ଅଗଣିତ ସାମନ୍ତ ରାଜାଙ୍କ ରାଣୀମାନେ ମୋ ଗୋଡ଼ତଳେ ମୁଣ୍ଡିଆ ମାରୁଅଛନ୍ତି, ଅଖଣ୍ଡ ... ଆଖଣ୍ଡଳ-ସମଗ୍ର ପୃଥିବୀର ଇନ୍ଦ୍ର । ୧୩ । ମୁଖ ରାକେଶ–ମୁଖରୂପ ପୂର୍ଣ୍ଣଚନ୍ଦ୍ର । ୧୭ । ମାନବେଶ-ମନୁଷ୍ୟଶ୍ରେଷ୍ଠ ବା ରାଜା ଓ ମାନବନ୍ଦବେଶ । ୧୮ । ନ ଛୁଇଁଲା-ପୁତ୍ରର କଜଳଲିପ୍ତ ମୁଖ ଓ ଅଧର ସ୍ପର୍ଶ କଲା ନାହିଁ । ବଳଦଳନସମ୍ପରି–ଇନ୍ଦ୍ର ସମ୍ପତ୍ତି । ୧୯ । ଶୁଣି–ଅଙ୍କୁଶ, ସୁନିର୍ବେଦଶୃଣି– ଅତି ଦୁଃଖରୂପ ଅଙ୍କୁଶଦ୍ୱାରା ଯାହାଙ୍କର ମନରୂପ ହାତୀ ପରାଧୀନ ହେଲା । ୨୦ । ଝରା-କେଶଭୂଷଣ ଫୁଲତୋଡ଼ା, ଯେଉଁ ଲୋକ କେଶକୁ ଭୂଷିତ କରିବାକୁ ଝରା ତିଆରି କରିପାରେ ସେ ଲୋକ କେଶ କିପରି ଜାତ ହୁଏ ତାହା ଜାଣେ ନାହିଁ । ୨୨ । ଗୋମତୀମାତା-ଗଙ୍ଗା । ୨୩ ।
ଜପନୀୟ ଭୂମିଦେବଙ୍କ ଚରଣରଜ ସେବି ପ୍ରତିଦିନ ।ଗୋପନୀୟ କରି ତପନୀୟମୟ ଗୋପାଳଙ୍କୁ ଦେବା ଦାନ ।୨୩।ଯିବା ଶିବାଶ୍ରମ ନିବାସୀଙ୍କ ନମସ୍କରଗଣେ ତୋଷିବା ।ଶିବ ଶିବା ଦୁହେଁ ଥିବା ସୀମା ଖୋଜି ସୁବାସିତ ଫୁଲ ଦେବା ।୨୪।ନିକଟେ ପ୍ରକଟ ହୋଇବ ପୁରଟଘଟିତ ଲତାରେ ଫଳ ।ଏପରି ପ୍ରବୋଧ କରି ଅବରୋଧ ତ୍ୟଜନ୍ତେ ଧରାଖଣ୍ଡଳ ।୨୫।ଅତି ବେଗେ ବେତ୍ରବଲ୍ଲରୀଧାରିଣୀ କେ ପ୍ରତିହାରିଣୀ ଜଣେ ।ଜଣାଇଲା ଏତେ ବିନୟ ସହିତେ ବନ୍ଦି ନରନ୍ଦ୍ରେ ଚରଣେ ।୨୬।ଦେବ ସିଂହଦ୍ୱାରରକ୍ଷକ ଲକ୍ଷକ ସରଦାର ଶୂରବର ।ପେଷିଛି ସନ୍ଦେଶ ଚରଣ ସାରସ ତଳେ ହେବାକୁ ଗୋଚର ।୨୭।ନଇମିଷାରଣ୍ୟ ଉଟଜରୁ ପୁଣ୍ୟପୁଞ୍ଜ ନାମା ଜଣେ ଯତି ।ଗୁଣ୍ଡିଚାମଣ୍ଡପବେଡ଼ା ଉପବନ ବକୁଳତଳେ ଅଛନ୍ତି ।୨୮।କରମାଳିବ୍ରଜ ପରି ପୁଣି ତେଜ କରମାଳାରେ ମଣ୍ଡିତ ।ପରମାନନ୍ଦର ବିଳାସମନ୍ଦିର ଧରମାକାର ପଣ୍ଡିତ ।୨୯।ସଞ୍ଚାରେ ଚରଣ ସଞ୍ଚା ରହୁ ନାହିଁ ପୁଣି ଧୂଳିମୟେ ପଥି ।ଅଳପ ବୟସ ପରି ଦିଶୁଛନ୍ତି କଳପଜୀବୀଙ୍କ ସାଥି ।୩୦।ଅନୂରୁକରପିଙ୍ଗଳ ଖର୍ବକେଶ ତନୁରୁହଶ୍ରଣୀ ଠାଣି ।କଳିତ ତ୍ରିଦଣ୍ଡ କରକ ଅଖଣ୍ଡ ବିଭୂତିଭୂଷିତ ପୁଣି ।୩୧।କାହାର ନେତ୍ର ଗୋଚର ହେଉ ନାହିଁ ଆହାର ଅଙ୍ଗୀକରଣ ।ତଳକଳିତକରର ସର୍ବସିଦ୍ଧି ବଳକଳଆଭରଣ ।୩୨।ଏ ଭାରତୀ ଭୂପଶ୍ରୁତିରନ୍ଧ୍ରକୂପ ସୁଧାପୂରରୁ ବଳିଲା ।ଧରାଧୁରନ୍ଧର ସଚିବ ପ୍ରବର ଦ୍ୱିତୀୟ ହୋଇ ଭାଜିଲା ।୩୩।ଏ ସମୟେ ରବି ବାରୁଣୀକି ସେବି ଅମ୍ବରକୁ ଦେଲେ ତେଜି ।ଅମ୍ବୁଜିନୀ ଚାହିଁ ଅପତ୍ରପା ବହି ରହିଲା ନୟନ ବୁଜି ।୩୪।ଲଜ୍ଜାଭର ଘେନି କୋକବିଳାସିନୀ କାନ୍ତପାଶୁଁ ହେଲା ଦୁର ।କୁମୁଦିନୀ ବାସ ମୁଖେ ରଖି ହାସ ପ୍ରକାଶିଲା ଦରଦର ।୩୫।ପିତୃଜନୟିତ୍ରୀ ବିଧି ସାରି ମନ୍ତ୍ରୀ ପୁବଙ୍ଗକୁ ସଙ୍ଗେ ଘେନି ।ଗୁପତେ ନୃପତି ଗଲେ ଅର୍ଦ୍ଧରାତ୍ରକାଳେ ଯହିଁଥିଲେ ମୁନି ।୩୬।
ଜପନୀୟ-ଧ୍ୟାନଯୋଗ୍ୟ, ଭୂମିଦେବ-ବ୍ରାହ୍ମଣ, ତପନୀୟ ଗୋପାଳ–ସୁବର୍ଣ୍ଣନିର୍ମିତ ଗୋପାଳ ପ୍ରତିମା, ପୁରଟଘଟିତ ଲତାରେ- ସୁବର୍ଣ୍ଣନିର୍ମିତ ଲତାରେ, ଅବରୋଧ–ଅନ୍ତଃପୁର, ଧରାଖଣ୍ଡଳ-ପୃଥିବୀର ରାଜା । ୨୮ । ଉଟଜ– କୁଡ଼ିଆ । ୨୯ । କରମାଳିବ୍ରଜ–ସୂର୍ଯ୍ୟସମୂହ । ୩୦ । ସଞ୍ଚାରେ-ଯିବାବେଳେ, ଚରଣସଞ୍ଚା-ପଦଚିହ୍ନ, କଳ୍ପଜୀବୀ-ଅତି ବୃଦ୍ଧ । ୩୧ । ଅନୂରୁକରପିଙ୍ଗଳ –ଅରୁଣକିରଣ ପରି ନୀଳପୀତାଭବର୍ଣ୍ଣ, ତନରୂହଶ୍ରେଣୀ-ରୋମସମୂହ, କଳିତତ୍ରିଦଣ୍ଡକରକ–ଦଣ୍ଡକମଣ୍ଡଳୁଧାରୀ । ୩୨ । ତଳକଳିତକରର ସର୍ବସିଦ୍ଧି–ସର୍ବପ୍ରକାର ସିଦ୍ଧି ଯାହାଙ୍କ କରତଳ ସ୍ଥିତ । ବଳକଳ-ବଳ୍କଳ । ୩୩ । ଶ୍ରୁତିରନ୍ଧ୍ରକୃପ-କାନରୂପ କୂଅ, ସୁଧାପୁର–ଅମୃତପ୍ରବାହ । ୩୪ । ବାରୁଣୀ–ପଶ୍ଚିମ ଦିଗ, ଅମ୍ବଜିନୀ-ପଦ୍ୱିନୀ, ଅପତ୍ରପା-ଲଜ୍ଜ୍ୱା । ୩୫ । କୋକବିଳାସିନୀ-ଚକ୍ରବାକୀ । ୩୬ । ପିତୃଜନୟିତ୍ରୀବିଧ– ସନ୍ଧ୍ୟାବିଧି । ୩୮ । ପରାଗମୟ–ଧୂଳିପୂର୍ଣ୍ଣ, ଦଣ୍ଡକୁ–ଏକଦଣ୍ଡବ୍ୟାପି, ଦଣ୍ଡିବର-ଯତିଶ୍ରେଷ୍ଠ,
ଦେଖିଲେ ନାସିକାଅଗ୍ର ଜାକରୂକ ହୋଇଛି ନୟନତାରା ।ବୀରାସନେ ବସି ଦିଶୁଛନ୍ତି ଋୁଷି ଏକମୁଖ ବ୍ରହ୍ମା ପରା ।୩୭।ପରାଗମୟ ଭୂତଳେ ଭୂମିନାଥ ପଡ଼ି ହେଲେ ଦଣ୍ଡବତ ।ଦଣ୍ଡକୁ ସେ ଦଣ୍ଡିବର ବରଷିଲେ ସୁକଲ୍ୟାଣ ଖଣ୍ଡବତ ।୩୮।ଅହିତମଦମର୍ଦ୍ଦନ ହୋଇ ହୁଅ ମହୀତଳ - ପୁରନ୍ଦର ।ଗୁଣମଣି ବ୍ରଜମୟ ତୋ ତନୁଜ ହେଉ ଅନଙ୍ଗସୁନ୍ଦର ।୩୯।ତହୁଁ ମହାନନ୍ଦ ଜନମି ଅମନ୍ଦ ଉଲ୍ଲାସ ବିନୟେ ନୃପ ।କହିଲେ ହେ ବିଶ୍ୱୋପକାରକାରଣ ପରମର୍ଧମ ସ୍ୱରୂପ ।୪୦।ଦେଇଅଛ ସର୍ବ କେବଳ ଅପୂର୍ବ ତୃତୀୟ ଆଶୀର୍ବଚନ ।ସିଦ୍ଧି ଅଭାବରୁ ଦୁଃଖୀ ହୋଇଛନ୍ତି ନିବାସ ମନ ଲୋଚନ ।୪୧।ଏ ଜଣାଣ ଶଶୀ ଦ୍ରବାଇଲା ଋଷି ହୃଦନ୍ତର –ଶଶିମଣି ।ନେତ୍ରମୁକୁଳିତ କରି କଲେ ଚିତ୍ତ ସମାଧିରେ ଧୀରେ ପୁଣି ।୪୨।ସ୍ୱକୀୟ ଆଶ୍ରମସିଦ୍ଧ ଚୂତଦ୍ରୁମ ପଚେଳିମ ଫଳ ଆସି ।ହେଲା କରଗତ ଦେଇ ତିରୋହିତ ହୋଇଲେ ସିଦ୍ଧ ସନ୍ନ୍ୟାସୀ ।୪୩।ସାଣି ଦେଲା ପାଣିବତ ପୀତ ମଣି ପରି ପରିଣତ ଚୂତ ।ଆଣି ରାଣୀ ମୃଦୁକଞ୍ଜପାଣିଫୁଟେ କଲେ ତାହା ସମର୍ପିତ ।୪୪।ଦେବୀ ସେବି ସେ ବିଶୁଦ୍ଧ ସିଦ୍ଧ ଫଳ ସଉରଭ ମହାସୁଖେ ।ପୁରି ସେ ନିଶୀଥ କୃତମନୋରଥ ପହୁଡ଼ିଲା ପ୍ରିୟପାଖେ ।୪୫।ଅମ୍ବର ହୋଇଲା ତୋଳି ଘେନିଗଲା କୁସୁମବନିକା ପରି ।ଝଡ଼ିଗଲା ବାସି ପ୍ରସୂନସଦୃଶୀ କେତେ ତାରକାମାଧୁରୀ ।୪୬।କୁମୁଦୁଁ ବଳେ କବାଟୀ ଫେଡ଼ି ଯହୁଁ ପଳାଇଲେ ଅଳିଯାକ ।କେ କେ ରେ କେ ବୋଲି ତାମ୍ରଚୂଡ଼ଚୟ ଡାକିଲେ ଯାମିକ ଡାକ ।୪୭।ପୂର୍ବାଶା ଅରୁଣ କରିଣ କୁଙ୍କୁମପଙ୍କ ରାଗବେଶେ ରସି ।ରବିଙ୍କି ଯା ବଭାକର ବୋଲାଇଲା ପଦ୍ମିନୀଏ ଦେଲେ ହସି ।୪୮।ସେହି ଦିନୁ କ୍ରମକ୍ରମରେ ସେ ହେମମଞ୍ଜରୀ ଖଞ୍ଜନଦୃଶା ।ବିଜାତୀୟ ଶୋଭା ବହି ହେଲା ଗର୍ଭାଧାନ ବିଧାନସାଳସା ।୪୯।ପାରିଜାତୁଁ ହରିହୟବନୀ ପରି ଜଳଭରୁଁ ଘନମାଳା ।କଉସ୍ତୁଭସଙ୍ଗୀ ହେବାରୁ ରଥାଙ୍ଗୀ ଉରସ୍ଥଳୀକି ସେ ବାଳା ।୫୦।
ଖଣ୍ଡବତ-ସାକର ପରି । ଅହିତମଦମର୍ଦ୍ଦନ-ଶତୃଗର୍ବ-ବିନାଶକ, । ୩୯ । ଗୁଣମଣିବ୍ରଜମୟ-ନାନାଗୁଣ ପରିପୂର୍ଣ୍ଣ, ତନୁଜ-ପୁତ୍ର, ଅନଙ୍ଗ ସୁନ୍ଦର–କନ୍ଦର୍ପପରିରୂପବାନ୍ । ୪ । ଅମନ୍ଦ-ପ୍ରଚୁର । ୪୧ । ତୃତୀୟ ଆଶୀର୍ବଚନ (ପୁତ୍ରଲାଭ ରୂପ) ତୃତୀୟ ଆଶିଷ । ୪୨ । ଶଶିମଣି –ଚନ୍ଦ୍ରକାନ୍ତମଣି, ମୁକୁଳିତ–ମୁଦ୍ରିତ । ୪୩ । ପଚେଳିମ-ପାଚିଲା । ୪୪ । ସାଣି ... ସାଣ ଦେଇ–ଉଜ୍ଜ୍ୱଳ କରି ପାଣି ଦେଇଥିବା ହଳଦିଆ ବର୍ଣ୍ଣର ମଣିଭଳି, ପରିଣତବୃତ-ପାଚିଲା ଆମ୍ବ । ୪୫ । (ପ୍ରଭାତବର୍ଣ୍ଣନା) ଫୁଲ ତୋଳିନେଲେ ଫୁଲ ବଗିଚା ଯେପରି ହୁଏ, ସକାଳେ ତାରାମାନେ ମ୍ଲାନ ହେବାରୁ ଆକାଶ ସେପରି ଦେଖାଗଲା । ୪୬ । ପ୍ରସୂନ-ଫୁଲ । ୪୭ । ତାମ୍ରଚୂଡ଼-କୁକୁଡ଼ା, ଯାମିକଡାକ-ପ୍ରହରୀଙ୍କ ଡାକ । ୪୮ । ପୂର୍ବଦିଗରୂପନାୟିକା ରକ୍ତବର୍ଣ୍ଣ ଅରୁଣକିରଣରେ ଭୂଷିତ ହୋଇ ସୂର୍ଯ୍ୟଙ୍କୁ ମୋତେ ବିଭା କର ବୋଲି ଯାହା କହିଲା ତା ଶୁଣି ପଦ୍ମିନୀମାନେ (ସୂର୍ଯ୍ୟଙ୍କ ପତ୍ନୀରୂପିଣୀ) ହସି ଦେଲେ, ଅର୍ଥାତ୍ ସୂର୍ଯ୍ୟ ଉଦୟ ହେବାରୁ ପଦ୍ମ ଫୁଟିଲେ । ବିଭାକର–ବିବାହ କର ଓ ସୂର୍ଯ୍ୟ । ୪୯ । ସାଳସା–ଅଳସଯୁକ୍ତ । ୫୦ । ରଥାଙ୍ଗୀ-ଚକ୍ରଧର, ବିଷ୍ଣୁ; ପାରିଜାତ ଫୁଲ ହେତୁରୁ ନନ୍ଦନବନ । ଯେପରି ଦିଶେ, ଜଳଭାର ହେତୁରୁ ମେଘମାଳା ଯେପରି ଦିଶେ, କୌସ୍ତୁଭମଣି ଧରି ବିଷ୍ଣୁ ଯେପରି
ରସଗର୍ଭବତୀ କି କବିଭାରତୀ କି ଧର୍ମବତୀ ମତି ସେ ।ନୀଳପୟୋଧର ମୁଖୀ ହୋଇବାରୁ ପ୍ରାବୃଟ ପରି ଆଭାସେ ।୫୧।ଜୃମ୍ଭାବିଜୃମ୍ଭଣ ଖରଶ୍ୱାସଗଣ ବେଶଭୂଷାରେ ଅରୁଚି ।ବଟଦଳ ପରି ଛଟକେ ଦିଶିଲା ଅଦୃଶ୍ୟ ଉଦରରୁଚି ।୫୨।ବାରବାନିସୁନାଦେହା ସେ ହୋଇଲା ବାରଣଦନ୍ତପ୍ରତିମା ।ଦ୍ୱିରଦରଦନପଲଙ୍କ ବରଜି ତଳ୍ପ କଲା ଖାଲି କ୍ଷମା ।୫୩।ବରଜି ଅମୃତସଦୃଶ ଅଶନ ରସିଲା ମୃଦ ଭକ୍ଷଣେ ।ଶିଥିଳାଇ ବାସ ପିନ୍ଧିବା ଅଳସ ଖେଳିଲା ଲୋଳଈକ୍ଷଣେ ।୫୪।ପ୍ରତିଦିନ ଗୋରୀ ବ୍ରତଦିନ ପରି ହେଲା ସୁରତବିରତ ।ତାମସ ସୁଷମାନିଧିର ଏପରି ଦଶ ମାସ ସମାପତ ।୫୫।ରସବସମନା ସିନ୍ଧୁକୁ ମନ୍ଦର ପ୍ରସବ ସମୟ ହେଲା ।ପାରିଜାତ ତରୁପରି ଜାତରୂପଦେହା ସୁତ ଜାତ କଲା ।୫୬।ନାକ୍ଷତ୍ରିକଗୋଷ୍ଠୀ ସିଦ୍ଧ ହେଲା କୋଷ୍ଠୀ ଚକ୍ରବର୍ତ୍ତୀଯୋଗଯୁତ ।କରାଇଲେ ରାଜା ମହୋତ୍ସବ ବାଜାଧ୍ୱନି ତୁନ୍ଦିଳ ଜଗତ ।୫୭।ସୁବର୍ଣ୍ଣ ବରଷାପୂର୍ଣ୍ଣ ହେଲା ରସ ଧନଦ ହେଲେ ଯାଚକ ।କି ନିଶା କି ଦିନ ନ ଜାଣିଲେ ଜନ ତିନି ସାତ ଦିନଯାକ ।୫୮।ଜାତ କଲେ ନାହିଁ ସୁବୀର ବୋଲିବା ଜାତକ ନାମ ପ୍ରଥମେ ।ସିଦ୍ଧଗିର ସ୍ମରି ସମସ୍ତେ ଡାକିଲେ ଅନଙ୍ଗ ସୁନ୍ଦର ନାମେ ।୫୯।ଦିନୁ ଦିନୁ ଶଶୀପରି ଅଙ୍କମସୀ ବିନା ବଢ଼େ ଭୂପସୁତ ।ବ୍ରଜେ ବନମାଳୀ ପରି ବାଲ୍ୟ କେଳି ରଚଇ ଅପରିମିତ ।୬୦।ଶ୍ରୁତିବେଧ ହେଲା ଯହୁଁ ବିଦ୍ୟାଶାଳା ପରବେଶ କରାଇଲେ ।ଗୁରୁପ୍ରଭାବଜ ମନ୍ତ୍ରୀସୁତ ରାଜବଲ୍ଲଭାଖ୍ୟ ସଖା ତୁଲେ ।୬୧।ଅମରକେଶରୀ ଫଣୀଶ୍ୱର ପରିପାଳିତ କାବ୍ୟପଟଳୀ ।ନାଟକ ଅଳଙ୍କାର ତର୍କ ବେଦାନ୍ତ ସ୍ମୃତି ଇତିହାସ ପାଳୀ ।୬୨।ଅଷ୍ଟାଦଶମିତ ପୁରାଣ ଚରିତ ଗଣକ ଚିକିତ୍ସାମତ ।ରତ୍ନାଶ୍ୱବାରଣ ଶସ୍ତପରୀକ୍ଷଣ ଅନଳ୍ପ ଶିଳ୍ପ ସଙ୍ଗୀତ ।୬୩।ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ହଠ ଚମଟ ଶାବର ।ସବୁଦେଶ ଗିର କାଳୀତାଳଦଳ ଲେଖା ବିବିଧ ଅକ୍ଷର ।୬୪।
ଦିଶନ୍ତି, ଗର୍ଭଧାରଣ କରି ସେ ରାଣୀ ସେହିପରି ଦିଶିଲେ । ୫୧ । ପ୍ରାବୃଟ– ବର୍ଷାକାଳ । ୫୨ । ଜୁମ୍ଭାବିଜୃମ୍ଭଣ-ହାଇ ମାରିବା । ୫୩। ବାରବାନିସୁନା ଦେହା-ଉତ୍କଳ ସ୍ୱର୍ଣ୍ଣବର୍ଣ୍ଣାଙ୍ଗୀ, ବାରଣଦନ୍ତପ୍ରତିମା-ହାତୀଦାନ୍ତ ପିତୁଳା ପରି ଧଳା, ଦ୍ୱିରଦରଦନପଲଙ୍କ-ହାତୀଦାନ୍ତ ପଲଙ୍କ, ତଳ୍ପ-ଶଯ୍ୟା, କ୍ଷମା-ପୃଥିବୀ, ମାଟି । ୫୪ । ଅଶନ-ଭୋଜନ, ମୃଦ–ମାଟି, ଲୋଳଈକ୍ଷଣେ-ଚଞ୍ଚଳ ନେତ୍ରରେ । ୫୫ । ଜାତରୂପଦେହା-ସ୍ୱର୍ଣ୍ଣାଙ୍ଗୀ । ୫୬ । ନାକ୍ଷତ୍ରିକଗୋଷ୍ଠୀ-ଗଣକ ବା ଜ୍ୟୋତିଷଗଣ (ଦ୍ୱାରା) । ତୁନ୍ଦିଳ–ପରିପୂର୍ଣ୍ଣ । ୫୭ । ଧନନ୍ଦ-କୁବେର, ଧନୀ; ଯାଚକ-ମାଗିବା ଲୋକ, ରସା–ପୃଥିବୀ, ତିନି ସାତ ଦିନ–୨୧ ଦିନ । ୫୮ । ଅଙ୍କମସୀ– କଳଙ୍କକାଳିମା । ୬୦ । ଶ୍ରୁତିବେଧ-କାନଫୋଡ଼ା, ଗୁରୁପ୍ରଭାବଜ-ବୃହସ୍ପତିଙ୍କ ଔରସଜାତ । ୬୨ । ଅମରକେଶରୀ (କୋଷକାର) ଅମର ସିଂହ, ଫଣୀଶ୍ୱର–ପ୍ରସିଦ୍ଧ ଭାଷ୍ୟକାର, ପରିପାଳିତ-ସଙ୍କଳିତ, ପ୍ରଣୀତ । କାବ୍ୟପଟଳୀ-କାବ୍ୟସମୂହ, ପାଳି-ରାଶି, ସମୂହ । ୬୩ । ଅଷ୍ଟାଦଶମିତ-୧୮ ସଂଖ୍ୟକ, ରତ୍ନ, ଅଶ୍ୱ, ବାରଣ (ହାତୀ), ଶସ୍ତ୍ର (ଖଡ଼୍ଗାଦି) ପରୀକ୍ଷା କରିବା ଶାସ୍ତ୍ର । ଅନକ୍ସ-ପ୍ରଚୁର । ୬୪ !
ଶତଅବଧାନ ସରସ କବନ ମହାରାଜ ନୀତିଯାକ ।ଅସାଧ୍ୟତର ତୁରଙ୍ଗମଦମନ ଧୃତିବିନୟବିବେକ ।୬୫।ନୋହିଲେ ସେ ଦୁହିଙ୍କର ସେହି ବିଦ୍ୟା ଯହିଁ ସେ ନ କଲେ ଇଛା ।ଲୋଡ଼ିଲେ ମିଳିଲେ ନାହିଁ କି ଭାରତୀଭଣ୍ଡାର ହେବାରୁ ତୁଚ୍ଛା ।୬୬।ତନୁମାତ୍ର ଭିନ୍ନ ଜୀବନେ ଜୀବନ ମନରେ ମନ ମିଶିଲା ।ଏପରି ସମୟ ହରୁଁ ସଖାଦ୍ୱୟ କିଶୋରତା ପ୍ରକାଶିଲା ।୬୭।ଅତି ସୁକୁମାର ଏ ଦୁଇ କୁମାର ବୋଲି ନ ଆଚରି ଦୟା ।ଦିନୁଦିନୁ ମନ ବନରେ ମଦନମୃଗୟୁ କଲା ମୃଗୟା ।୬୮।ଲଜ୍ଜାଗଉରବ ଘେନି ଏକ ଭାବ ଆରକେ ନୁହଇ ଜଣା ।କରୁଥାନ୍ତି ନିତି ସରସ ଭାରତୀ ସୁଧାରେ ମନ ମାଜଣା ।୬୯।ଲେଖାରେ ତୁରୀୟ ସୁଚରିତମୟ ଏକସ୍ତରୀ ମୟ ପଦ ।ଶେଷ ଶ୍ଳେଷଯୁତ ହେଲା ସମାପତ କୁମାରୋତ୍ସବ ଏ ଛାନ୍ଦ ।୭୦।ଗୋବରଧନ ବିହାରୀ ହରି ଚାରିପଦ ବାରିରୁହ ।ରାମଚନ୍ଦ୍ର ଦେବ ମନମିଳିନ୍ଦକୁ ଦେବ ମରନ୍ଦପ୍ରବାହ ।୭୧।
ଶାବର-ଗୁଣିବିଦ୍ୟା । କାଳୀତାଳଦଳଲେଖା-କାଗଜଲେଖା ଓ ତାଳପତ୍ରଲେଖା । ୬୫ । ଶତଅବଧାନ-ଏକ ସମୟରେ ଶହେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ରୂପ ବିଦ୍ୟା, କବନ-କବିତା, ଧୀର, ବିନୟୀ, ବିବେକୀ ହେବା ଶିକ୍ଷା । ୬୮ । ମଦନମୃଗୟୁ-କାମରୂପ । ଶିକାରୀ । ୬୯। ଲଜାର ଆଧକ୍ୟରୁ ନିଜ ନିଜ ହୃଦୟର କାମବିକାର କେହି କାହାକୁ ଜଣାଉ ନା ଥାନ୍ତି; ମାତ୍ର ରସଗର୍ଭକ କଥାମୃତ ଦ୍ୱାରା ପରସ୍ପର ମନୋମୋହନ କରୁଥାନ୍ତି । ୭୦ । ତୁରୀୟ-ଚତୁର୍ଥ । ୭୧ । ଗୋବଦ୍ଧନ ପର୍ବତରେ ବିହାରକାରୀ ହରିଙ୍କର ଏବଂ ଗୋବର୍ଦ୍ଧନ (ବୃଷଭ)-ବିହାରୀ ହରଙ୍କ ଚାରି ପାଦ ବାରିରୁହ (ପଦ୍ମ) ରାମଚନ୍ଦ୍ର ଦେବ ମନରୂପ ମିଳିନ୍ଦକୁ (ଭ୍ରମରକୁ) ମରନ୍ଦ (ମକରନ୍ଦ) ପ୍ରବାହ ଦେବେ ।