ଅଷ୍ଟାଦଶ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟାଦଶ ଛାନ୍ଦ
ରାଗ-ଆଷାଢ଼ଶୁକ୍ଳ
(ବସନ୍ତ ବର୍ଣ୍ଣନା)ପରବେଶ ହେଲା ସୁରଭିକାଳ ।ବରବେଶ ହେଲେ ଭୂରୁହକୁଳ ।ଗରବେ ପ୍ରବଳ ହେଲା ମଦନ ।ଭରବେ ଜାର ହେଲେ ଯୋଗୀଜନ ।ପରବେଶ ଚାହିଁ ।ସରବେ ଭାଳିଲେ ବଞ୍ଚିବା କେହି ।୧।ପଲ୍ଲବ ପାଟଳ ଦିଶିଲା ବନୀ ।କେଶରଧୂସର ହେଲା ଅବନୀ ।ଫୁଟିଲା ବିବିଧ କୁସୁମବୃନ୍ଦ ।ଛୁଟିଲା ବିନ୍ଦୁ ବିନ୍ଦୁ ମକରନ୍ଦ ।ରସାଳ ମୁକୁଳ ।ଚାହିଁ ଶ୍ଳଥ ହେଲା ବାମା ଦୁକୂଳ ।୨।ସୁରତିଶ୍ରାନ୍ତ କାମିନୀକୁଚର ।ସ୍ୱେଦବିନ୍ଦୁ ବୃନ୍ଦ ମୁକୁତା ଚୋର ।ଲତା ବନିତା ନରତନଗୁରୁ ।ପ୍ରସରିଲା ମିତ୍ରପୁତ୍ର ଦିଗରୁ ।ଚନ୍ଦନ ପବନ ।ପୁଟବାସିତ କଲା ଉପବନ ।୩।ମଳୟବନୀ ଭୁଜଙ୍ଗ ସଙ୍ଗରେ ।ହରିବାର କାଳ ଗିରିଶୃଙ୍ଗରେ ।କଳନା କଲେହେଁ ନାନା ଆଗମ ।ମାନ୍ୟ ଲକ୍ଷଣ ତ୍ୟାଗେ ନୋହି କ୍ଷମ ।ଡରେ ନ କମ୍ପିଲା ।କେ ପୁଷ୍ପିତା ବନିତାକୁ ଝାମ୍ପିଲା ।୪।ଅଷ୍ଟାଦଶ ଛାନ୍ଦ
୧ । ସୁରଭିକାଳ-ବସନ୍ତ ସମୟ, ଭୂରୁହକୁଳ-ବୃକ୍ଷମାନେ, ବରବେଶ ହେଲେ-ବିବାହୋଚିତ ସୁନ୍ଦର ବେଶରେ ମଣ୍ଡିତ ହେଲେ, ଭରବେ–ଭ୍ରମର ଧ୍ୱନି ଶୁଣି, ଜାର-କାମକ । ୨ । ପଲ୍ଲବପାଟଳ–ନବପତ୍ରଦ୍ୱାରା ପାଟଳବର୍ଣ୍ଣ, ବନୀ–ଅରଣ୍ୟଭୂମି, କେଶରଧୂସର- ପୁଷ୍ପପରାଗରେ ଧୂଳିମୟ, ରସାଳମୁକୁଳ–ଆମ୍ବ ବଉଳ, ଶ୍ଲଥ-ଢିଲା, ବାମାଦୁକୁଳ–ସ୍ତ୍ରୀମାନଙ୍କର ପିନ୍ଧା ପାଟଶାଢ଼ୀ । ୩ । ଲତା-ବନିତା– ନରତନଗୁରୁ-ଲତାରୂପ ସ୍ତ୍ରୀମାନଙ୍କୁ ନଚାଇବାରେ ଗୁରୁସ୍ଥାନୀୟ । ମିତ୍ରପୁତ୍ରଦିଗରୁ–ସୂର୍ଯ୍ୟଙ୍କ ପୁତ୍ର ଯମଙ୍କ ଦିଗରୁ ଅର୍ଥାତ୍ ଦକ୍ଷିଣ ଦିଗରୁ । ପୁଟବାସିତ କଲା ଉପବନ-ବଗିଚାମାନଙ୍କୁ ସ୍ଥାୟୀ ସୌରଭମୟ କଲା । ୪ । ମଳୟବନୀ ଭୁଜଙ୍ଗ ସଙ୍ଗରେ–ମଳୟବନର ସାପ ସଙ୍ଗରେ, କଳନା କଲେହେଁ-ଜାଣିଥିଲେହେଁ, ଆଗମ-ଶାସ୍ତ୍ର,
ଦେଖି ଶାଖୀଙ୍କ ପରସ୍ପର କଳି ।ଝଙ୍କାର ହୁଙ୍କାରେ ମଧ୍ୟରେ ମିଳି ।ଭଲା ଭଙ୍ଗାଇ ଦେଲେ ଭୃଙ୍ଗମାନେ ।ଫୁଟି ବାସିଲେ ସେ ଯେ ଯାହା ସ୍ଥାନେ ।ଥିଲେ ଭଲ ଲୋକ ।ନୁହଇ କି ସମ ବିଷମଯାକ ।୫।ହେଲା ପଲାଶମୁକୁଳ ପ୍ରକାଶ ।ସଲୋହିତ ସିଂହନଖ ସଦୃଶ ।ତହୁଁ ପଛଘୁଞ୍ଚା ଦେଇ କୁଞ୍ଚରେ ।ଲୁଚିବାର ଆନ କୁଞ୍ଜପୁଞ୍ଜରେ ।ତାହା ଚାହିଁକରି ।ହସିଲା ନବମାଳିକା ବଲ୍ଲରୀ ।୬।ଶାଖାମାନଙ୍କେ ରଖି ପଦକ୍ରମ ।ବିଯୋଗି ବିଧ୍ୱଂସ ଅଥର୍ବୋପମ ।
ପଞ୍ଚମସ୍ୱରେ କଳକଣ୍ଠ ଦ୍ୱିଜ ।
ପକ୍ଷପାତ କଲେ ଅନଙ୍ଗ ଓଜ ।
ଏକାକୀ ଡରିଲେ ।
ଦମ୍ପତି ସୁଖେ ବନେ ବିହରିଲେ ।୭।
କାଳକଳତ୍ର ଦିଗେ ଯାହା ପ୍ରୀତି ।
କଳି ଆରମ୍ଭରୁ ଯାହା ଉତ୍ପତ୍ତି ।
ଯେ ପ୍ରସରନ୍ତେ ଜାତିକାହିଁ ନାହିଁ ।
ସୁନାରୀ ପୁଷ୍ପିତ ହୋଇଲା ତହିଁ ।
ବିପଟ ମଧୁପେ ।
ଉନ୍ମତ୍ତ ହେଲେ ତା ଦେଖି ସମୀପେ ।୮।
ଇତର ତରୁଭାଗ୍ୟ ଦେଖି ପାଶେ ।
ଅଳିସଙ୍ଗ ଭୋଗ ଲଭିବା ଆଶେ ।
ସୁନ୍ଦର ଗନ୍ଧଫଳିବୃନ୍ଦମିଷେ ।
ସ୍ୱଶାଖା ଅଙ୍ଗ ସକଳ ପ୍ରଦେଶେ ।
ଜାଳି ଦୀପଚୟ ।
ଚମ୍ପାଲତା କଲା ବ୍ରତୋପଚୟ ।୯।
ଆଳୀଙ୍କି ଘେନି ଯୁମତୀନିଚୟ ।
ରସେ ରଚିଲେ କୁସୁମାବଚୟ ।
ନିମଗ୍ନ ହୋଇ ପରମ ହରଷେ ।
ବିହିଲେ ସଂଳାପ ବିବିଧ ରସେ ।
କେ ବୋଲେ ସହୀକି ।
ପୁରୁଷେ ଏଡ଼େ ବିଶ୍ୱାସ କାହିଁକି ।୧୦।
ପୁଷ୍ପିତା ବନିତା-ପବନ ଫୁଲ ଫୁଟିଥିବା ଲତାରୂପ ସ୍ତ୍ରୀକୁ ଆକ୍ରମଣ କଲା । ୫ । ଶାଖୀ-ବୃକ୍ଷ ନୁହଇ କି ସମ ବିଷମଯାକ-ପରସ୍ପର ବିରୁଦ୍ଧ ଭାବ ସମତାପ୍ରାପ୍ତ ହୁଏ ନାହିଁ କି ? । ୬ । ସଲୋହିତ… ସିଂହର ଲାଲ ନଖ ପରି, କୁଞ୍ଜରେ-ହାତୀମାନେ, ଆନ କୁଞ୍ଜପୁଞ୍ଜରେ–ପଲାଶ ଭିନ୍ନ ଅନ୍ୟ ବୃକ୍ଷକୁଞ୍ଜମାନଙ୍କରେ, ନବମାଳିକାବଲ୍ଲରୀ– ନିଆଳୀଫୁଲ ଲତା । ୭ । ଶାଖା-ଡାଳ ଓ ବେଦର ବିଭିନ୍ନ ଶାଖା, ପଦକ୍ରମ-ପଦବିକ୍ଷେପ ଓ ବିଭକ୍ତିଯୁକ୍ତ ଶବ୍ଦର କ୍ରମ, ବିଯୋଗିଧ୍ୱଂସଅଥର୍ବୋପମ-ବିରହୀମାନଙ୍କୁ ମାରିବାରେ ଅଥର୍ବବେଦୋକ୍ତ ମାରଣ ମନ୍ତ୍ର ସଦୃଶ, କଳକଣ୍ଠ ଦ୍ୱିଜକୋକିଳରୂପ ବ୍ରାହ୍ମଣ, ଅନଙ୍ଗ ଓଜ–କାମଶକ୍ତି (ପ୍ରତି), ପଞ୍ଚମସ୍ୱରେ ପକ୍ଷପାତ କଲେ, ବ୍ରାହ୍ମଣ ପକ୍ଷରେ) ସୁକରେ ବେଦମନ୍ତ୍ରପାଠ କରି କନ୍ଦର୍ପର ପକ୍ଷ ଗ୍ରହଣ କଲେ; (କୋକିଳ ପକ୍ଷରେ) ପଞ୍ଚମସ୍ୱରରେ ଗୀତ ଗାଇ ବୁଲିଲେ । ୮। କାଳକଳତ୍ରଦିଗେ––ଦକ୍ଷିଣ ଦିଗରେ, କଳି ଆରମ୍ଭରୁ-ଫୁଲରେ କଢ଼ ହେବା ଦିନରୁ, ଯେ-ଯେଉଁ ମଳୟପବନ ଜାତିକାହିଁ ନାହିଁ ... ମାଳତୀଫୁଲ ମଧ୍ୟ ଫୁଟେ ନାହିଁ (ମାଳତୀ ବସନ୍ତରେ ଫୁଟେ ନାହିଁ), ସୁନାରୀ–ଏକପ୍ରକାର ଅରଣ୍ୟ ବୃକ୍ଷ, ବିଟପ-ଜାର, ମଧୁପେ––ଭ୍ରମରମାନେ ।୯। ଚମ୍ପାଲତା ଭ୍ରମରକୁ ଆକର୍ଷଣ କରିବାପାଇଁ ଗନ୍ଧଫଳିବୃନ୍ଦମିଷେ (ଚମ୍ପାକଢ଼ ସମୂହ ବ୍ୟାଜରେ) ନିଜ ସର୍ବ ଶରୀରରେ ଦୀପ ଜାଳି ବ୍ରତଜନିତ ପୁଣ୍ୟର ଉପଚୟ (ବୃଦ୍ଧି) କଲା । ୧୦ । କୁସୁମାବଚୟ– ଫୁଲତୋଳା । ୧୧ । ମୋ
ଆଉ କେ କହେ କାହିଁକି ନୋହିବ ।ଅଶୋକ ତ ତତେ କଲା ଦଇବ ।ମୁଖେ ରଖିଅଛୁ ମଲ୍ଲିକା ହାସ ।କାହିଁକି ନ କରିବୁ ପରିହାସ ।କେ ପୁଣି ବୋଇଲା ।ମୋ କରେ ଛୁରୀଅନା ରେ ଛଇଳା ।୧୧।ପୁନ୍ନାଗମୟ ହେବାରୁ କେ ବାଳା ।ବହି କେ ଅଂସରେ କେଶରମାଳା ।ମାରି ତା ଉରୋଜକୁମ୍ଭେ କରଜ ।ସିନ୍ଧୁବାର କଳି ମାଳିକାବ୍ରଜ ।ମୁକୁତା ବିଞ୍ଚିଲା ।ବାରଣଦାରଣଲୀଳା ବାଞ୍ଛିଲା ।୧୨।ମିଳିନ୍ଦେ ଯୂଥକଳି ମୁଖେ ଧରି ।ରବବ୍ୟାଜେ ବଜାଇଲେ ମଧୁରୀ ।ଭୃଙ୍ଗୀ ଆରମ୍ଭିଲେ ମଙ୍ଗଳ ଗୀତ ।କଳକଣ୍ଠଯାକ ହୋଇ ସଂଘାତ ।ହୋଇ ମଦଲୋଳ ।ଉଲୁଳୁ ପୂର୍ଣ୍ଣ କଲେ ଜଳସ୍ଥଳ ।୧୩।ତରୁ କରୁଛନ୍ତି ସେବା ପ୍ରକଟ ।କେ ହୋଏ ଫଳ ଫୁଲ ଧରି ଭେଟ ।ନବ କିଶଳୟ ପାଟ ଆଲଟ ।ଘେନି କେ ବିଜନେ ହେଲା ଲମ୍ପଟ ।କେଉଁ ଶାଖୀ ନଟ ।ଉଡ଼ାଇଲା ବ୍ୟୋମ ପରାଗପାଟ ।୧୪।କରକ ଘେନିଲା ସ୍ୱଫଳ ଘଟ ।ପର୍ଣ୍ଣ ସରିକି ହେବାରୁ ଦୁର୍ଘଟ ।ମୋଠାରେ କେ କଳା ବୋଲି କପଟ ।କରୀର ମନେ ହେଲା ଛଟପଟ ।ଅଳି – ଯୋଗକୂଟ ।କେଉଁ ବଲ୍ଲରୀ ଚାହେଁ ମଟ ମଟ ।୧୫।ହୋଇ ଅନିଳସୂତ୍ରଧାର ଚାଟ ।ପୁଷ୍ପଭୂଷଣେ ହୋଇ ଝଟ ଝଟ ।ଉଗାଳି ମଦନଭୂପତି ବାଟ ।କେଉଁ ଲତିକା ଆରମ୍ଭିଲା ନାଟ ।କେଉଁ ତରୁଭାଟ ।ପକ୍ଷିରବେ ସ୍ତୁତି କଲା ନିରାଟ ।୧୬।
କରେ ଛୁରୀଅନା– ମୋ ହାତରେ ଛୁରୀ ଅଛି ଦେଖ, ମୋ ହାତରେ ଛୁରୀଅନା ଫୁଲ । ୧୨ । ପୁନ୍ନାଗମୟ–ନାଗେଶ୍ୱର ପୁଷ୍ପମଣ୍ଡିତ, ପୁନ୍ନାଗ-ନାଗେଶ୍ୱର, ଅଣ୍ଡିରାହାତୀ; ଅଂସରେ-କାନ୍ଧରେ, କେଶରମାଳା– ନାଗେଶ୍ୱରଫୁଲ ମାଳା ଓ ସିଂହର ସଟାସମୂହ, ଉରୋଜ କୁମ୍ଭସ୍ଥଳରେ, କରଜ-ନଖ, ସିନ୍ଧୁବାରକଳିମାଳିକାବ୍ରଜ-ବେଗୁନିଆକଢ଼ିର ମାଳସବୁ ବାରଣଦାରଣଲୀଳା-ସିଂହର ହାତୀ ମାରିବା କ୍ରୀଡ଼ା । ୧୩ । ମିଳିନ୍ଦେ-ଭ୍ରମରମାନେ ଯୁଥିକଳି–ଯୁଇଫୁଲ କଢ଼, ମଧୁରୀ–ମହୁରୀ, କଳକଣ୍ଠ-କୋକିଳ, ସଂଘାତ-ମିଳିତ, ଉଲୁଳୁ-ହୁଳହୁଳି ଧ୍ୱନି । ୧୪ । ଉଡ଼ାଇଲା ... କେଉଁ ବୃକ୍ଷ ନଟ ହୋଇ ଆକାଶର (ପୁଷ୍ପଧୂଳି) ରୂପ ପାଟ ଉଡ଼ାଇଲା । ୧୫ । କରକ-ଡାଳିମ୍ବ, ପର୍ଣ୍ଣସରିକି ହେବାରୁ କରଡ଼ିରେ ପତ୍ର ପର୍ଯ୍ୟନ୍ତ ନ ଥିବାରୁ, କରୀର-ଗଜାବାଉଁଶ ବା କରଡ଼ୀ, ଅଳିଯୋଗକୂଟ–ଭ୍ରମରମିଳନରୂପ କପଟ (ପ୍ରକୃତି ପୁରୁଷ ମିଳନ) । ୧୬ । ଅନିଳସୁତ୍ରଧରଚାଟ-ପବନରୂପ ପ୍ରଧାନ ନଟର ଶିଷ୍ୟ । ୧୭ । ଫଳକରେ କରୀ ହୋଇ ବିକଟ-ଡାଳରେ ପ୍ରଚୁର ଫଳ
ଫଳକରେ କରୀ ହୋଇ ବିକଟ ।କେତେ ବିଟପୀ ବେଶେ ହେଲେ ଭଟ ।ବିରହୀନିନ୍ଦା ଶସ୍ତ୍ରକୁ ଅକାଟ ।ଜିଣିମାରେ କି ସେ ସମର୍ଥ ଥାଟ ।କି ରସିକ ହାଟ ।ସବୁରି ପ୍ରୀତି କିଣିବାରେ ହଟ ।୧୭।ନିକୁଞ୍ଚ ସଞ୍ଚାରେ ନାହିଁ ଆକଟ ।ନାନାବିଧ ସୁଖ ଅତି ନିକଟ ।ଦମ୍ପତିଭିତରେ ରଟେ କଟ କଟ ।ପ୍ରତି ସଙ୍କେତ ଲତା ଚାହେ ଖଟ ।ସରିଗଲା ଲଟ ।ଚଳି ଯୋଗୀଏ ଛିଣ୍ଡାଇଲେ ଜଟ ।୧୮।କେ ବାସ କରି କେଳୀବାପୀ ତଟ ।ପାସୋରି ଦେଲେ ପିନ୍ଧିବାର ପଟ ।ରଖିଲେ ମାତ୍ରକ ପ୍ରଚ୍ଛଦପଟ ।ରସ ଅବଶ ହୋଇଲେ ନିପଟ ।ଯାଠାରେ କପଟ ।ଧାତା ଖେଳିଛି ତାହାରି ଅପଟ ।୧୯।ନ ମାନି ଭବ ଶାର୍ଦ୍ଦୂଳ ଝପଟ ।ଯେ ଜନେ ବାନ୍ଧିଥିଲେ ଯୋଗପଟ ।ବାଜିବାରୁ ମନମଥ ଚପେଟ ।ନ କଲେ କେ କାହାକୁ ଉଚ୍ଚପେଟ ।ତାଳ ପହପଟ ।ହେଲା ସବୁରି ତଳେପରେ ସ୍ଫୁଟ ।୨୦।ହେବାରୁ ହୃଦ ଅନଙ୍ଗ ଆଖେଟ ।ଧଇର୍ଯ୍ୟଶିଳାଘଟିତ କବାଟ ।ଅତରକିତେ ହୁଅନ୍ତେ ବିପାଟ ।ବିହରିଣୀ ଏକାନ୍ତ ଚିତ୍ରପଟ ।କରି ସ୍ନେହଘୋଟ ।ମଣ୍ଡିଲେ ନିଜ ବକ୍ଷୋଜସଂପୁଟ ।୨୧।କାହା ଛାର ମଦ ହୋଇବ ମୋଟ ।ହୋଇଲା ହରଧୃତି ଯହିଁ ଛୋଟ ।ଜନମୁ ଆମ୍ଭେ ନୋହୁ ବୋଲି ବିଟ ।ଯେଉଁମାନେ ବାନ୍ଧିଥିଲେ ମୁକୁଟ ।ରଟନ୍ତେ କୁକ୍କୁଟ ।ଜୀବ ହେଲା ତାକୁ ଶତ ଶକଟ ।୨୨।ବିରହେ ବନ୍ଧା ହେବାରୁ ଜକଟ ।ସଂଖାଳି ହେବାରୁ ନୀରଜକଟ ।କରି ନ ପାରି କ୍ରୋଧ ଅପ୍ରକଟ ।କେ କାହାକୁ ବୋଲେ ରେ ଶରକଟ ।ମନକୁ ଚକଟ ।ଆମ୍ଭକୁ ତ ତହୁ ନାହିଁ ବକଟ ।୨୩।ଭଲ ହୋଇ ଅସ୍ତ ନୋହୁ ପତଙ୍ଗ ।ଅଭିସାରିକା ହେଲେ ଚଙ୍ଗଚଙ୍ଗ ।ପିକ ନୟନ ଦିଶିଲା ତ ରଙ୍ଗ ।ସପୁଷ୍ପରଜ ଅନିଳ ତରଙ୍ଗ ।ବାଜି ଯୁବଅଙ୍ଗ ।ଚମକି ଲୋଡ଼ିଲେ ତରୁଣୀସଙ୍ଗ ।୨୪।ଶୂନ୍ୟ ପୂର୍ଣ୍ଣ ହେଲା ସ୍ମରନିଷଙ୍ଗ ।ସବୁଠାରେ ତାହାର ପରସଙ୍ଗ ।ଫିଙ୍ଗି ରତଅଭିଳାଷୀ ଅପାଙ୍ଗ ।ଠାରିଲେ ହେଲେ ଯା ନ ଘେନି ଖଙ୍ଗ ।ମଣ୍ଡିଲେ ଉତ୍ସଙ୍ଗ ।ଯହିଁ ଅପରିଚିତାର ଏ ଢଙ୍ଗ ।୨୫।ଲତାବଳୀ ଗୁଚ୍ଛେ ଖେଳନ୍ତେ ଭୃଙ୍ଗ ।ମଣି ତାହାକୁ ଳୀଳା ଭୂରୁଭଙ୍ଗ ।ସଂଯମୀକି ପୀଡ଼ା ଦେଲା ଅନଙ୍ଗ ।ଚଳି ନ ପାରି ହେଲେ ଥଙ୍ଗ ଥଙ୍ଗ ।ଯେ ଜାତି ଭୁଜଙ୍ଗ ।ସେ ନାରୀ ସଙ୍ଗେ ନ କଲେ କି ରଙ୍ଗ ।୨୬।ସେ ଋତୁ ନବ ଋତୁମତୀ ହେଲା ।ନେତ୍ରକୁ ନବକୁସୁମେ ମଣ୍ଡିଲା ।ପ୍ରତିଦିନ ଗତି ହୋଇଲା ମନ୍ଦ ।ରଦ ବରଷିଲା ନୋହେ ମରନ୍ଦ ।କୁନ୍ଦବିକସନ ।ମନ୍ଦାର ଅଧର ମନ୍ଦ ହସନ ।୨୭।ନାନା କିଶଳୟ ଚିତ୍ର ବସନ ।ଯୁବା ବିହାର ସୁରତ ବ୍ୟସନ ।ଦକ୍ଷିଣ ବାତ ସୁରଭି ଶ୍ୱସନ ।ଚାହାଣୀ ଚଞ୍ଚଳ ମରନ୍ଦାଶନ ।ମଲ୍ଲିକା ଦଶନ ।ବହଳ ପୁଷ୍ପଧୂଳି ତା ଆସନ ।୨୮।ନିଜ ସଉରଭ ଅଧିବାସନ ।ପଙ୍କଜପାନକ ପାନବାସନ ।ଯୁବରଞ୍ଜନ ଯାହା ଦରଶନ ।କେତକୀତନୁ କେଡ଼େ ପରସନ ।ବିବେକନାଶନ ।ଗିର ତାହାର କଳକଣ୍ଠସ୍ୱନ ।୨୯।ଏପରି ଦେଖି ସେ ଋତୁଲକ୍ଷଣ ।କୋଟିସଂଖ୍ୟକ ଯୁଗ ହେଲା କ୍ଷଣ ।ଅନଙ୍ଗସୁନ୍ଦର ସୁବିଚକ୍ଷଣ ।ଭ୍ରମାଇଲା ପ୍ରତି ଦିଗେ ଈକ୍ଷଣ ।ନ କଲା ବୀକ୍ଷଣ ।ହରିକ୍ଷାଣୀ ବିନା ଆଉ ଆନ ରକ୍ଷଣ ।୩୦।ଚିଟାଉ ସଙ୍କେତ ସମୟ ଆସି ।ହେବାରୁ ହୃଦୟସ୍ଥଳବିଳାସୀ ।ହେଲା ସେ ଧୃତିଧରାଧରଶମ୍ଭ ।ଦିଶିଲା ନାହିଁ କାହିଁ ଅବଲମ୍ବ ।ମୋହ ଅନ୍ଧକାର ।କଲା ଚେତନା – ଚନ୍ଦ୍ରକୁ ଧିକ୍କାର ।୩୧।ଚାହିଁ ତା ତାହା ପ୍ରିୟ ସହଚର ।ଶୂନ୍ୟ ମଣି ବିଶ୍ୱ ସଚରାଚର ।କୃଷ୍ଣପ୍ରତିପଦା ରଜନୀମୁଖ ।ଅଙ୍କେ ଧଇଲା କି ସୁଧାମୟୂଖ ।ସେହିପରି କୋଳେ ।ଧଉଲା ଯୁବରାଜକୁ ବିକଳେ ।୩୨।
ତରଙ୍ଗ– ଫୁଲପରାଗଯୁକ୍ତ ପବନର ଲହରୀ । ୨୫ । କାମନିଷଙ୍ଗ-କନ୍ଦର୍ପର ଶରମୁଣା, ଶୂନ୍ୟ ପୂର୍ଣ୍ଣ ହେଲା – ଶୂନ୍ୟଦ୍ୱାରା ପୂର୍ଣ୍ଣ ହେଲା ଅର୍ଥାତ୍ ସମ୍ପୂର୍ଣ୍ଣରୂପେ ଶୂନ୍ୟ ହୋଇଗଲା ( ମାରିବା ହେତୁରୁ । ପରସଙ୍ଗ-ପ୍ରସଙ୍ଗ, ଖଙ୍ଗ–ଅସୁଖ । ୨୬ । ଜାତିଭୁଜଙ୍ଗ- ସ୍ୱଭାବତଃ ବିଟ । ୨୭ । ମରନ୍ଦ-ମକରନ୍ଦ । ୨୮ । ଦକ୍ଷିଣବାତ ... ମଳୟ ପବନ ସୁଗନ୍ଧଯୁକ୍ତ ନିଃଶ୍ୱାସ ପରି ହେଲା । ଚାହାଣି ଚଞ୍ଚଳ ମରନ୍ଦାଶନ- ମରନ୍ଦାଶନ (ଭ୍ରମର) ଚଞ୍ଚଳ ଚାହାଣୀ ହେଲା । ୨୯ । ଅଧିବାସନ-ଗନ୍ଧମାଲ୍ୟଦ୍ୱାରା ସଂସ୍କାର, ପଙ୍କଜପାନକ...ପଦ୍ମରୂପ ପାନପାତ୍ର, ପାନ ବାସନ (ପାନ ରଖିବା ଡବା) ହେଲା ॥ ୩୦ । କ୍ଷଣକ କୋଟି ସଂଖ୍ୟକ ଯୁଗ ପରି ହେଲା । ଅନଙ୍ଗସୁନ୍ଦର–ଯୁବରାଜଙ୍କ ନାମ, ଈକ୍ଷଣ-ଆଖି, ବୀକ୍ଷଣ-ଦର୍ଶନ । ୩୧ । ସେ ଧୂତିଧରାଧରଶମ୍ବ ହେଲା-ଚନ୍ଦ୍ରକଳାଠାରୁ ପାଇଥିବା ପତ୍ର ଧୈର୍ଯ୍ୟପର୍ବତ ନାଶ ପକ୍ଷରେ ( ବଜୁ) ହେଲା । ୩୩ । ଶ୍ରବଣେ କେ ଦେଲା ବଦନ ବାତ-କିଏ କାନ
ନ ଲଭି ତା ମୃଦୁ ବଦନବାତ ।ଶ୍ରବଣେ କେ ଦେଲା ବଦନାବତ ।ଘନସାରମିଶା ପନୀର ପାଣି ।ନୟନ ଯୁଗରେ ଲଗାଇ ପୁଣି ।ଲପନେ ସିଞ୍ଚିଲା ।କରକମଳ ବ୍ୟଜନେ ବିଞ୍ଚିଲା ।୩୩।ପୁଣି କେ କରି ଧମନୀ ପରୀକ୍ଷା ।ବୋଇଲା ଜଗଦୀଶ କର ରକ୍ଷା ।ଶ୍ରୁତି ସମୀପେ ଡାକିଲେ ଏ ଗିର ।ଅଖଣ୍ଡ ଧରାଖଣ୍ଡଳ କୁମାର – ବୀର ଅଧୀଶ୍ୱର ।ନବ କୋଟି ବାହାରୋହପ୍ରବର ।୩୪।ଚତୁରୀ ଚକ୍ଷୁ ଚକୋର ଚନ୍ଦ୍ରମା ।ଭାରତୀ ସାରକେଳି କଳାସୀମା ।ଯାଚକ ମନୋରଥ କଳ୍ପଶାଖୀ ।ଦେଉ ମହାଦେଈ ଦୁହିକି ଆଖି ।ନବ ଯୁବରାଜ ।ଶ୍ରୀ ଅଙ୍ଗ କି ଲାଗୁଅଛି କି ଆଜ ।୩୫।ସେ ପୁରେ ସେପରି ଚହଳ ଜାଣି ।ପ୍ରତାବ କଣ୍ଠୀରବ ନୃପମଣି ।ଅଗଦଙ୍କାରରାଜକୁ ଅଣାଇଁ ।ପୁଚ୍ଛନ୍ତେ ସେ ଜଣାଇଲେ ମଣାଇ ।ତାହାଙ୍କୁ ମନକୁ ।ଦେବ ଆଦୁ ଦିବ୍ୟ ଅବଧାନକୁ ।୩୬।ଶ୍ରୀହସ୍ତ ଦେଖି ବିଚାରିଲୁଁ ଦେବ ।ବିଷମ ପ୍ରହର ପର୍ଯ୍ୟନ୍ତେ ହେବ ।ଚନ୍ଦ୍ରକଳା କର ପଡ଼ିଲେ ରାତି ।ଶାନ୍ତ ହେବ ସେ ଅତନୁତପତି ।ମଣି ନରପତି ।ଚିନ୍ତାରେ ନିମଜ୍ଜାଇ ଦେଲେ ମତି ।୩୭।ଅରୁଣ ଉଦୟେ ସେ ଦିନ ନିଶି ।ସ୍ୱପ୍ନେ ଧରଣୀସୁର ଜଣେ ଆସି ।ଆଶିଷ ଦେଇ ସେ ନରପତିକି ।ପ୍ରବୋଧି କହିଲେ ଗିର ଏତିକି ।ଶୁଣ କ୍ଷମାଧବ ।ମହାମହିମବସନ୍ତମାଧବ ।୩୮।କାମକଳାରେ ବିଜେ କରିଛନ୍ତି ।କାମକଳାପ କଳାପ ମୂରତି ।ତାହାଙ୍କ ରଙ୍ଗ ରାଜୀବ ଚରଣ ।ବିଲୋକେ ତୋ ପୁତ୍ର ଅପମରଣ ।କେବଳ ବଞ୍ଚିବ ।ଅନ୍ୟଥା ରଖି ନ ପାରନ୍ତି ଶିବ ।୩୯।ଏହା କହି ହେଉ ଅନ୍ତରହିତ ।ହୋଇଲା ପ୍ରଭାତିକ ନଉବତ ।ଶୁଭିଲା ବନ୍ଦିବୃନ୍ଦ ସ୍ତୁତିବାଦ ।ଶୁଦ୍ଧାନ୍ତାକାନ୍ତାଜନଭୂଷାନାଦ ।ଧରି ହରିନାମ ।ଅପହୁଡ଼ ହେଳେ ନୃପସତ୍ତମ ।୪୦।
ଫୁଙ୍କିଲା । ଘନସାର କର୍ପୂର, ଲପନ–ମୁଖ । ୩୪ । ଧମନୀ–ନାଡ଼ି, ବାହାରୋହପ୍ରବର–କ୍ଷତ୍ରିୟବଂଶଜାତ । ୩୫ । ଭାରତୀ ସାରକେଳିକଳାସୀମା–ହେ ସରସ୍ୱତୀଙ୍କ ସଙ୍ଗୀତ ବିଦ୍ୟାରେ ପରମପ୍ରବୀଣ, ଦେଉ-ରାଜା, ମହାଦେଈ-ରାଣୀ । ୩୬ । ପ୍ରତାପୀ କଣ୍ଡୀରବ ନୃପମଣି–ପ୍ରତାପସିଂହ ରାଜା, ଅଗଦଙ୍କାରରାଜ –ବୈଦ୍ୟରାଜ । ୩୭ । ବିଷମ ପ୍ରହର ପର୍ଯ୍ୟନ୍ତ ହେବ–କ୍ଲେଶକର ଅବସ୍ଥା ପ୍ରହରକାଳ ହେବ । ଚନ୍ଦ୍ରକଳା କର-ଚନ୍ଦ୍ରଙ୍କ କଳାର କିରଣ ଓ ଚନ୍ଦ୍ରକଳା ନାୟିକାର ହସ୍ତ । ଅତନୁତପତି-ଶୂନ୍ୟ, ତାତି ଓ କନ୍ଦର୍ପ ଜ୍ୱଳା । ୩୮ । ଧରଣୀସୁର– ବ୍ରାହ୍ମଣ, କ୍ଷମାଧବ-ରାଜା, ବସନ୍ତମାଧବ– ଦେବତା ବିଶେଷ । ୩୯ । କାମକଳା-ନଗରୀର ନାମ, କାମକଳାପ କଳାପ ମୂରତି-କମନୀୟ ମୟୁରପୁଚ୍ଛରେ ବିଚିତ୍ର ବର୍ଣ୍ଣ ମୂର୍ତ୍ତି ଯାହାଙ୍କର । ଅପମରଣ––ଅପମୃତ୍ୟୁ । ୪୦ । ନଉବତ– ନହବତ ବାଜା, ବନ୍ଦିବୃନ୍ଦ-ଭାଟ ସମୂହ,
ହୋଇଲା କାଠିଲାଗି ଅବକାଶ ।ମନ୍ତ୍ରିବରଙ୍କୁ କଲେ ଫରମାସ ।ମାଧମମାସ ବଳକ୍ଷ ପକ୍ଷରେ ।କାମକଳାଖ୍ୟ ନଗରୀ ମୁଖ୍ୟରେ ।ଶ୍ରୀ ମାଧବଙ୍କର ।ହେବ ବାସନ୍ତିକ ଯାତ୍ରା ପ୍ରବର ।୪୧।ମୋ କୁଳନିଳୟ ନେତ୍ରସମ୍ପଦ ।ନ ଲଭିବାକୁ ମହାମୋହପଦ ।ଦରଶନକୁ ଯିବ ଯୁବରାଜ ।ତହିଁ ସମୁଚିତ ସମ୍ଭାର ସଜ ।ଏ ନିଦେଶ ଗିର ।ଉଷ୍ଣୀଷ କଲା ସଚିବପ୍ରବର ।୪୨।ଶେଷବିଳାସରୁ ଲଭି ବିରାମ ।ଅଶେଷବିଳାସୀ ଯେଉଁ ଶ୍ରୀରାମ ।ଏକ ରଥାଙ୍ଗ ପରିତ୍ୟାଗ କଲେ ।ଦଶରଥାଙ୍ଗରୁ ସମ୍ଭୂତ ହେଲେ ।ରଚଇ ପ୍ରଣତି ।ତାଙ୍କ ଚରଣେ ଜଳନ୍ତର ପତି ।୪୩।
ଶୁଦ୍ଧାନ୍ତକାନ୍ତାଜନ–ଅନ୍ତପୁରସ୍ଥା ସ୍ତ୍ରୀମାନଙ୍କର । ୪୧ । କାଠିଲାଗି ଅବକାଶ- ଦାନ୍ତ ଘଷିବା ବେଳ । ମାଧବ ମାସ–ବୈଶାଖ ମାସ, ବଳକ୍ଷ ପକ୍ଷରେ- ଶୁକ୍ଲପକ୍ଷରେ । ୪୨ । ମହାମୋହପଦ–ମୂର୍ଚ୍ଛାପ୍ରାପ୍ତି, ଉଷ୍ଣୀଷ-ପଗଡ଼ି, ଶିରୋଧାର୍ଯ୍ୟ । ୪୩ । ଶେଷ ବିଳାସ-ସର୍ପରାଜ ଶେଷଦେବଙ୍କ ଉପରେ ଶୋଇବାରୂପ ବ୍ୟସନ । ଏକ ରଥାଙ୍ଗ ପରିତ୍ୟାଗ କଲେ- ଏକ ଚନ୍ଦ୍ର ମଧ୍ୟ ସଙ୍ଗରେ ରଖି ନ ଥିଲେ । ଦଶରଥାଙ୍ଗ– ଦଶରଥଙ୍କ ଶରୀରରୁ ।