ଷୋଡ଼ଶ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଡ଼ଶ ଛାନ୍ଦ
ରାଗ – କାମୋଦୀ
ମହିଳାସ୍ତବରାଜନୃପତନୟ ନୟ ନୟନ ସବିନୟ ପ୍ରିୟ ବୟସ୍ୟ ସଙ୍ଗେ ରସି ।ଏକାନ୍ତେ ବସି ବଶିମନୋରଞ୍ଜନା ବଶୀକରଣ ଗୁଣ କହେ ହସି ହେ ।ପ୍ରାଣପ୍ରିୟ ।ବାରିଜସମ୍ଭବ ସେ ଭଲା ।ନାରୀ ଜଗତେ ଯେ ରହିଲା ।ତରୁଣେକ୍ଷଣେ କ୍ଷଣ ଦେବାରେ ବିଚକ୍ଷଣ ଶୁଭଲକ୍ଷଣ ପୂର୍ଣ୍ଣ କଲା ସେ ।୧।ଏକାକୀ ନୟନର ନରମ ସ୍ଥଳୀ ନ ରକଇ କି ସମ୍ପତ୍ତି ସୁଖର ।ମେରୁଶିଖର ଖର ତଟିନୀ ଜଳେ ଖରଚଇ ଯେ ଶରୀର ଆଖର ହେ ।ପ୍ରାଣପ୍ରିୟ ।ଅନେକ ଜବାଳୀ କାଶୀରେ ।ଚଢ଼ାଇ ଯେ କାଳିକା ଶିରେ ।ଚମ୍ପା ତାହାଙ୍କ ବର ବରାଙ୍ଗେ ଦେଲେ ବର ବୋଲାଏ ରସିକରାଶିରେ ହେ ।୨।ଯେ ତପର୍ତ୍ତୁରେ ତପ ଚରି ପଞ୍ଚାଗ୍ନି ତପତିରେ ବା ହୋଇଥାଏ ଭାଜି ।ସେ ସିନା ତଳ୍ପେ ରାଜି ରାଜିବାକ୍ଷୀକି ରାଜି କାରଇ କରେ ମଦନାଜି ହେ ।ପ୍ରାଣପ୍ରିୟ ।ଆଜୀବ ଯାର ଚନ୍ଦ୍ରମୁଖୀ ।ତା ଜୀବ ସିନା ଜୀବେ ଲେଖି ।ପାଜି ବେଭାର ତାର ଆଜୀବେଶ୍ୱରି ଗିର ଯା ଜିଭେ ନାହିଁ ଧାତା ରେଖି ହେ ।୩।ଷୋଡ଼ଶ ଛାନ୍ଦ
୧। ନୟନୟନ–ଶାସ୍ତ୍ରଚକ୍ଷୁ, ନୀତିନିପୁଣ; ପ୍ରିୟବୟସ୍ୟ-ପ୍ରିୟସଖା, ବଶିମନୋରଞ୍ଜନା-ମୁନିମନୋହିନୀ, ବାରିଜସମ୍ଭବ –ବ୍ରହ୍ମା, ତରୁଣେକ୍ଷଣେକ୍ଷଣ ... ଯୁବକମାନଙ୍କ ଚକ୍ଷୁରେ କ୍ଷଣ ଆନନ୍ଦଦେବାରେ ନିପୁଣ ଶୁଭଲକ୍ଷଣଦ୍ୱାରା ପୂର୍ଣ୍ଣ କଲା । ୨ । ଏକାକୀ ନୟନର ନରମସ୍ଥଳୀ– (ସ୍ତ୍ରୀ) ଚକ୍ଷୁର ଏକମାତ୍ର ନର୍ମ (କ୍ରୀଡ଼ା) ସ୍ଥାନ, ମେରୁଶିଖର-ମେରୁପର୍ବତର ଶୃଙ୍ଗ; ଖରତଟିନୀ- ପ୍ରବଳ ସୋତସ୍ୱତୀ (ଏଠାରେ ସ୍ୱର୍ଗଗଙ୍ଗା); ଖରଚେ–ବ୍ୟୟ କରେ, ଆଖର-ଶେଷରେ, ଆଖର-ଶେଷରେ, ଜବାଳି- ଜବା ମନ୍ଦାର ଫୁଲସବୁ, ତାହାଙ୍କ ବର-କାଳିକାଙ୍କ ସ୍ୱାମୀ ବିଶ୍ୱେଶ୍ୱର ଶିବ; ବରାଙ୍ଗେ-ସୁନ୍ଦର ଶରୀରରେ, ବର-ଶ୍ରେଷ୍ଠ । ୩ । ତପର୍ତ୍ତୁ-ଗ୍ରୀଷ୍ମଋତୁ, ଚରି-ଆଚରଣ କରି ପଞ୍ଚାଗ୍ନି ତପତିରେ-ଚାରିପାଖର ଚାରିଅଗ୍ନି ଓ ମୁଣ୍ଡ ଉପରେ ସୂର୍ଯ୍ୟ, ଏହି ପଞ୍ଚାଗ୍ନି
ସମଧୁ ମଧୁରସା ରସାଳରସମିଶା ସରଶାକର ରସାକର ।ଧରେନ୍ଦ୍ରଜା ଅଧରେ ଧରେ ଅନୁରେଧରେ ଧୀରେ ଯେ ନିବେଦିତ କରେ ହେ ।ପ୍ରାଣପ୍ରିୟ ।ମଧୁଲୀ ମଧୁଲିଟ ପରି ।ବଧୂ ଅଧରୁ ମଧୁଝରୀ ।ପିଏ ସେହି ତରୁଣ ରଣରଣକ ରଣ ରସଲହରୀ ପହଁରି ହେ ।୪।ଯେ ପୁରୁବରେ ବରେ ଲଭି ଥାଇ ଶ୍ରୀବରେ ଚଢ଼ାଇ ତୁଳସୀମଞ୍ଜରୀ ।ସେ ସିନା ସୁନାଗରୀ ତପତ ସୁନାଗୋରୀ ନୟନ ଖଞ୍ଜନପଞ୍ଜରୀ ହେ ।ପ୍ରାଣପ୍ରିୟା ।ତରୁଣୀ ଚିତ୍ତର ଭିତର ।ତରକି ନ ପାରେ ଇତରତାରତରଳତର ତରଙ୍ଗ ନେତ୍ରାନ୍ତର ଇତରେ ନୁହଇ ଖାତର ହେ ।୫।ପରାନନ୍ଦ କଦଳୀ ଦଳି ମାନସସ୍ଥଳୀ ମହୀକି ହେବାକୁ ବାହାର ।ଅବଳାବଳା ବଳାହକନିନଦୁଁ ବଳାତିଶୟ ନ ଲଭେ ଯାହାର ହେ ।
ପ୍ରାଣପ୍ରିୟା ।
ସେ ନିକି ଜମା ପୁରୁଷରେ ।
ସରେ ସେ ପୂର୍ବ କଳୁଷରେ ।
ସରେ ଯେ ବିଶେଷରେ ମଧୁମାସ ଶେଷରେ ନ ଖେଳେ ବିବାସ ବେଶରେ ହେ ।୬।
ବରାରୋହରେ ହାରଲତା କରି ବାହାର ବାହାରେ ଯେ ଭିଡ଼େ ନିବିଡ଼େ ।
ବରତଳୁ ଲକୁଚବରତୁଳତା କୁଚଯୁଗ ସନ୍ଧିରେ ଧୀରେ ଜଡ଼େ ହେ ।
ପ୍ରାଣପ୍ରିୟ ।
କି ଭାଗ୍ୟ ସତେ ସେ ଯୁବାର ।
ବାରଦ୍ୱିଲୋକେ ତା ସେବାରେ ।
ବାରତା ବହିବାରେ ନ ଥିବ କେହି ବାରେ କେ ହେବ ତାହା ପରିବାର ହେ ।୭।
ଉତ୍ତାପରେ; ତଳ୍ପେ-ବିଛଣାରେ, ଶଯ୍ୟାରେ; ରାଜି-ଶୋଭା ପାଇ, ରାଜୀବାକ୍ଷୀ-ପଦ୍ମନେତ୍ରା, ରାଜି କରାଇ-ସମ୍ମତା କରାଇ, ମଦନାଜି-କାମଯୁଦ୍ଧ, ଆଜୀବ-ଜୀବିକା ବା ଆଶ୍ରୟ, ପାଜିବେଭାର-ଦୁଷ୍ଟ ବ୍ୟବହାର, ଆଜୀବେଶ୍ୱରି ! ହେ ପ୍ରାଣପ୍ରିୟେ ! ଆସ, ରେଖି-ଲେଖି । ୪ । ସମଧୁ-ମହୁ ସହିତ, ମଧୁରସା-ଦ୍ରାକ୍ଷା, ରସାଳରସ–ଆମ୍ବରସ, ସର-ଦୁଧସର, ଶାକର-ନବାତ, ରସାକର-ନାନା ରସପୂର୍ଣ୍ଣ ଅମୃତକୁଣ୍ଡ, ଧରେନ୍ଦ୍ରଜା-ପାର୍ବତୀ, ବଧୂଲୀ ... ବଧୂଲି ଫଳକୁ ମଧୁଲିଟ (ଭ୍ରମର) ପରି, ମଧୁଝରୀ-ମଧୁପୂର୍ଣ୍ଣ । ପାତ୍ର, ରଣରଣକରଣ– କାମଯୁଦ୍ଧ, କାମକ୍ରୀଡ଼ା । ୫ । ବରେ-ବରକୁ, ଶ୍ରୀବରେ-ବିଷ୍ଣୁଙ୍କଠାରେ, ସେ ସିନା ... ସେ ସିନା ଆଉଟା ସୁନାପରି କାନ୍ତିବିଶିଷ୍ଟା ସୁନ୍ଦରୀ ସ୍ତ୍ରୀର ଚକ୍ଷୁ ରୂପ ଖଞ୍ଜନ ପକ୍ଷୀର ପଞ୍ଜରୀସ୍ୱରୂପ ହୁଏ, ଅର୍ଥାତ୍ ସୁନାଗରୀର ଦୃଷ୍ଟି ସେ ବ୍ୟକ୍ତିଠାରେ ଆବଦ୍ଧ ରହେ, ଇତରଦୁର୍ଗା ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଭିନ୍ନ ଅନ୍ୟ ବ୍ୟକ୍ତି, ତାରତରଳତର-ଚଞ୍ଚଳ ନେତ୍ରର ତାରକାଯୁକ୍ତ, ତରଙ୍ଗ ନେତ୍ରାନ୍ତର-ଢଳଢଳ ନୟନଭଙ୍ଗୀ । ୬ । ପରାନନ୍ଦକନ୍ଦଳୀ-ପରମାନନ୍ଦର ଅଙ୍କୁର, ଅବଳାବଳାବଳାହକନିନଦୁଁ- ସ୍ତ୍ରୀର ବଳା (ବଳୟ) ରୂପ ବଳାହକ (ମେଘ) ନିନଦୁଁ (ଧ୍ୱନିରୁ), ବଳାତିଶୟ-ଅତ୍ୟନ୍ତ ସାମର୍ଥ୍ୟ, କଳୁଷ-ପାପ, ସରେ ଯେ ବିଶେଷରେ ... ପୋଖରୀରେ ବସନ୍ତକାଳ ଶେଷରେ ଯେ ବିବାସ ବେଶରେ (ବସ୍ତହୀନ ବା ନଗ୍ନ ହୋଇ ନ ଖେଳେ, ସେ କି ପୁରୁଷରେ ଜମା (ଗଣା) । ୭ । ବରାରୋହା (ବର-ବଡ଼, ଆରୋହ-ନିତମ୍ବ ଯାହାର) ସୁନ୍ଦରୀ, ନିତମ୍ବବତୀ ସ୍ତ୍ରୀ; ବରତୁଳ–ଗୋଲ, ଲକୁଚବରତୁଳ–ସୁନ୍ଦର ଜେଉଟଫଳ ପରି, ବାରଦ୍ୱିଲୋକ-ଚଉଦ ଭୁବନ, ସେବାରବାର୍ତ୍ତା ବହିବାରେ-ଆରାଧନାର ସମ୍ବାଦ ବହନ
ଧନଦାନୁଜ ଛଳି ମୋଡ଼ି ମୁଣ୍ଡ ମଣ୍ଡଳୀ କୁଣ୍ଡପିଚିଣ୍ଡେ ପକାଇଲା ।ଜିଣି ଜଗତୀ ଗତି କରି ନାରୀ ସନ୍ତତି ସୁଖେ ସମୟ ବଞ୍ଚାଇଲା ହେ ।ପ୍ରାଣପ୍ରିୟ ।ଜଗଜ୍ଜନନୀଙ୍କି ନିରୋଧି ।ହୋଇଲା ସିନା ଅପରାଧି ।ହେଲେ ରସଲମ୍ପଟପଟଳୀ ଶିରଃପଟ ପରିତ ରଖିଗଲା ସିଦ୍ଧି ହେ ।୮।ତରୁନିଚୟ ବନେ ତରୁଣୀ ଲୟ ମନେ ଧରୁଁ ନିରତେ ତା ନ ସହି ।ତାଙ୍କ ସଙ୍ଗକୁ ବିହି ବିହିଲା କୃପା ବହି ପହିଲୁ ସୁନାରୀକି ତହିଁ ହେ ।ପ୍ରାଣପ୍ରିୟ ।ତେଡ଼େ ବିବେକୀ ପୁରୁହୂତ ।ମୁନିଦାରକେ ଦେଲେ ଚିତ୍ତ ।ସଂଯମୀ ସମୂହର ମୁକୁଟହୀର ହର ଅର୍ଦ୍ଧ ଦେହରେ ଶୋଭା ଚିନ୍ତ ହେ ।୯।ଜଡ଼କୁ ଜଡ଼ୀ ଜଡ଼ି ଗଡ଼କୁ ସିନା ଗଡ଼ୀ ଜଟାକୁ ଜଟୀ ଅଛି ଜଟି ।ଲଟା ମଧ୍ୟରେ ଲଟୀ ହୋଇଛି ଜଟା ଜଟି ଏହା ନ ମଣ ବଟାବଟି ହେ ।ପ୍ରାଣପ୍ରିୟ ।ଦ୍ରୁମରେ ବୋଲାଏ ଯେ ମୁନି ।ତା ଅଙ୍ଗେ ତାମ୍ବୁଳୀ କାମିନୀ ।ଗତି ବାରିବାହକୁ ଚପଳା ଭୂରୁହକୁ ବଲ୍ଲରୀ ସିନ୍ଧୁକୁ ତଟିନୀ ହେ ।୧୦।ଘରକୁ ଘଟୀ ପଟୀ ପଟକୁ ତଥା ନଦୀ ତଟକୁ ତଟୀ ଘଟିଅଛି ।ଶକଟକୁ ଶକଟୀ ଯୁବାକୁ କୃଶକଟୀ ବାହାରେ ସାହା ନାହିଁ କିଛି ହେ ! ପ୍ରାଣପ୍ରିୟ ।ପୁରୁଷ ପ୍ରକୃତିର କୃତି ।ଏରୂପେ ଏ ବିଶ୍ୱ ପ୍ରକୃତି ।ସୁକୃତିଜନ ବିନା ଆନ ଜନ ନବୀନା ନ ଥାଇ ଲଭିଥାଏ ସ୍ଥିତି ହେ ।୧୧।ନାଗର ଯଉବନ ବନସ୍ଥଳୀମଣ୍ଡନ ମଧୁ ଶ୍ରୀବନଜାନୟନା ।ପୁରୁଷ ଜନ୍ମ ଲୋହା ଶିରୀଷ ସରି ଦେହା ପରଶୁ ମଣି ପରି ସିନା ହେ ।ପ୍ରାଣପ୍ରିୟ ।ସ୍ପରଶ ହେବା କ୍ଷଣେ ତାର ।ସୁବର୍ଣ୍ଣ ବଳି ଦିଶେ ତାର ।ସଂଗତି ଅବଶେଷେ ପ୍ରସରଇ ବିଶେଷେ ସୁବର୍ଣ୍ଣ ପାଟଳୀ ପ୍ରଚାର ହେ ।୧୨।
କାର୍ଯ୍ୟରେ, ପରବାର-ପରିଜନ, ଆତ୍ମୀୟ । ୮ । ଧନଦାନୁଜ-କୁବେରଙ୍କ ସାନଭାଇ, ରାବଣ; ଛଳି-ଅଭିସନ୍ଧି ପୂର୍ବକ, କୁଣ୍ଡପିଚିଣ୍ଡେ-ହୋମ କୁଣ୍ଡର ଗର୍ଭମଧ୍ୟରେ, ଜଗତୀ-ପୃଥିବୀକୁ, ଗତିକରିନାରୀସନ୍ତତି– ସ୍ତ୍ରୀମାନଙ୍କୁ ଜଗତଜୀବନ ମନେକରି, ଜଗତଜନନୀ-ଜଗତୀର ମାତୃସ୍ଥାନୀୟା, ସୀତାଦେବୀ; ନିରୋଧି- ବନ୍ଦକରି.....ହେଲେ...ଏପରି କଲେ ସୁଦ୍ଧା ରସିକସମୂହର ଶିରୋଭୂଷଣ ବସ୍ତ୍ରର ସିଦ୍ଧି ରଖିଥିଲା ଅର୍ଥାତ୍ ରସିକଶ୍ରେଷ୍ଠବୋଲି ଶାଢ଼ୀ ବାନ୍ଧିଗଲା । ତରୁନିଚୟ ... ବୃକ୍ଷମାନେ ଅରଣ୍ୟମଧ୍ୟରେ ସର୍ବଦା ଯୁବତୀ ଭୟ (ପ୍ରଣୟ) ହୃଦୟରେ ଧାରଣ କରିବାରୁ, ସୁନାରୀ -ଏକପ୍ରକାର ବୃକ୍ଷ ଓ ସୁନ୍ଦରୀ ନାରୀ ପୁରୁହୂତ-ଇନ୍ଦ୍ର;। ମୁନିଦାରକେ- ମୁନିଦାରା ଅହଲ୍ୟାଙ୍କଠାରେ, ଅର୍ଦ୍ଧଦେହରେ–ଅର୍ଦ୍ଧନାରୀଶ୍ୱର ରୂପରେ । ୧୦ । ଜଡ଼, ଜଡ଼ୀ, ଗଡ଼, ଗଡ଼ୀ, ଜଟ, ଜଟୀ ପ୍ରଭୃତି ପୁରୁଷ ଓ ସ୍ତ୍ରୀବାଚକ ଶବ୍ଦ ଏକତ୍ର ବ୍ୟବହୃତ ହୁଏ । ଜଟାକଟି-ପରସ୍ପର ସଂଶ୍ଲିଷ୍ଟ, ବଟାବଟି-ମିଥ୍ୟା, ଠକାଠକି; ଦ୍ରୁମରେ ... ଅଗସ୍ତି ଦ୍ରୁମ ତାମ୍ୱୁଳୀ-ପାନଲତା; ବାରିବାହ-ମେଘ, ଚପଳା–ବିଜୁଳି, ଭୂରୁହ ବୃକ୍ଷ, ବଲ୍ଲରୀ କତା । ୧୧ । ଘଟ-ମାଠିଆ, ଘଟୀ–କ୍ଷୁଦ୍ରଘଟ, ଘଡ଼ି; ପଟୀ-ଶାଢ଼ୀ, ପଟ-ବସ୍ତ୍ର, ତଟ-କୂଳ, ତୀର; ତଟୀ-ତୀରଭୂମି, ଶକଟ-ଶଗଡ଼, ଶକଟୀ-କ୍ଷୁଦ୍ର ଗାଡ଼ି, କୃଶକଟୀ-କ୍ଷୀଣମଧ୍ୟା ଯୁବତୀ, ପୁରୁଷ ... ଏ ବିଶ୍ୱପ୍ରକୃତି- ପ୍ରକୃତିପୁରୁଷଙ୍କ ସଂଯୋଗରୁ ଉତ୍ପନ୍ନ, । ‘କୃତି-କାର୍ଯ୍ୟ, ସୁକୃତିଜନ ... ପୁଣ୍ୟାତ୍ମାଲୋକ ଭିନ୍ନ ଅନ୍ୟ କେହି ସ୍ତ୍ରୀ ସହିତ ସୁଖଭୋଗ କରେ ନାହିଁ । ୧୨ । ରସିକଲୋକର ଯୌବନ ବନସ୍ଥଳୀ ସ୍ୱରୂପ, ବନସ୍ଥଳୀ ଯେପରି ମଧୁଶ୍ରୀ (ବସନ୍ତଲକ୍ଷ୍ମୀ)
ଆକାରବନ୍ତ ପଣେ ରମାଙ୍କୁ ଏହି ଗୁଣେ ଅଧିକା ବୋଲି ହେଲା ରାମା ।ପୂର୍ବେ ଦୀର୍ଘ ଯତ୍ନରେ ଦ୍ୱିତୀୟା ମିଳେ ଗିରେ କହିଲେ ମିଳନ୍ତି ପ୍ରଥମା ହେ ।ପ୍ରାଣପ୍ରିୟ ।ଅଜନମୋହିନୀ କମଳାଜନମୋହିନୀ ପ୍ରେମଶୀଳା ।ଶିଳାଲିଖିତାକ୍ଷର ମଧ୍ୟେ କର ବକ୍ଷର ସଂସାରସାରଶିରୀବାଳା ହେ ।୧୩।ଅଙ୍କେ ଶଙ୍କରଙ୍କର ଧୃତିଦଳନାବର ପଙ୍କେରୁହାକ୍ଷୀ ଥିଲେ ଜମି ।ସ୍ୱର୍ଗେ ବିହରି ହରିହୟପଦବୀ ହରି ହରିଚନ୍ଦନ ବନେ ଭ୍ରମି ହେ ।ପ୍ରାଣପ୍ରିୟ ।କି ଭାଗ୍ୟ ଭୁଞ୍ଜିବ ମାନବ ।ନବବୟସୀ ସେ ତ୍ରିଦିବ ।ଦିବସବିବସନ ସୁଷମା ଶିବସନମତି ନ ଥିଲେ କେ ଦେଖିବ ହେ ।୧୪।ରତିପତିର ତୀର ତିରସ୍କାରଭୀତିର ନିବାରଣ ବାରଣଗତି ।ଯା ହୃଦୟେ ଭରମ ରମଣୀୟ ବରମ ପରି ହୋଇବପ୍ରତି ରାତି ହେ ।ପ୍ରାଣପ୍ରିୟ ।ବିନା ନବୀନା ଅବଲୋକ ।ସେ ଲୋକ ବସି ବ୍ରହ୍ମଲୋକ ।ଲୋକେଶପଦ ପାଦନତ ହେଲେହେଁ ପଦ ବିପୂର୍ବ ହେବ ତ ଅସ୍ତୋକେ ହେ ।୧୫।ଥାଉ ରମଣୀମଣି ମୁଖଚନ୍ଦ୍ର କି ମଣି ମଣିଶିଖରାଳୟମାନେ ।କେଉଁ ରସଲାଭକୁ ଭକୁଳବୃଷବକୁ ମୋଦେ ପିଅନ୍ତି ପ୍ରତିଦିନେ ହେ ।ପ୍ରାଣପ୍ରିୟ ।ବିବୁଧଙ୍କର ବୁଧପଣ ।ଏହି ବୋଧରୁ ଏକା ଜାଣ ।ସୁରତଟିନୀତଟ ନିକଟେ ଥାଇ ଘଟ ଜଳୁଁ ଲଭନ୍ତି ସନ୍ତର୍ପଣ ହେ ।୧୬।
ଦ୍ୱାରା ଶୋଭିତ ହୁଏ ପଦ୍ମନେତ୍ରା ସ୍ତ୍ରୀଦ୍ୱାରା ସେହିପରି ରସିକର ଯୌବନ ମଣ୍ଡିତ ହୁଏ । ପୁରୁଷଜନ୍ମ ଲୁହା ପରି କଠିନ, ଶିରୀଷଫୁଲ ସଦୃଶ କୋମଳାଙ୍ଗୀ ସ୍ତ୍ରୀ ସ୍ପର୍ଶମଣି ପରି, ସ୍ତ୍ରୀ ସଂସର୍ଗରେ ପୁରୁଷ ସୁନାଠାରୁ ବଳି ତାର (ଉଜ୍ଜଳ) ଦିଶେ, ସଙ୍ଗତି-ସଙ୍ଗମ, ସୁବର୍ଣ୍ଣପାଟଳୀ ... ରୂପଶ୍ରୀ ସୁନ୍ଦର କରିଦିଏ । ୧୩ । ଆକାରବନ୍ତପଣେ-ଆକୃତି ସୌଷ୍ଠବରେ ଓ ‘ଆ’ ଅକ୍ଷର ଅଧିକ ଥିବାରୁ, ରମା-ଲକ୍ଷ୍ମୀ, ରାମା–ସ୍ତ୍ରୀ, ଦ୍ୱିତୀୟା–(ଏଠାରେ) ରାମା, ଗିରେ କହିଲେ-କଥାରେ କହିଲେ ବା ମାଗିଲେ, ପ୍ରଥମା–(ଏଠାରେ) ଲକ୍ଷ୍ମୀ, ଅଜନମୋହିନୀ– ଜନ୍ମ ରହିତ ବିଷ୍ଣୁଙ୍କ ସନ୍ତୋଷଦାୟିନୀ, ଶିଳାଲିଖିତାକ୍ଷର ... ପଥରରେ ଲେଖା ଅକ୍ଷର ପରି ହୃଦୟ ମଧ୍ୟରେ ଲେଖି ରଖ ଯେ, ବାଳା (ସ୍ତ୍ରୀ) ସଂସାରର ସାରଶ୍ରୀ (ସର୍ବୋକୃଷ୍ଟ ଶୋଭା । ୧୪ । ଯେବେ କୋଳରେ ଶିବମୋହିନୀ ଅର୍ଥାତ୍ ରୂପବତୀ ଯୁବତୀ ସ୍ତ୍ରୀ ଥାଏ, ତେବେ ସ୍ୱର୍ଗରେ ବିହାର କରି ହରିହୟ ପଦବୀ (ଇନ୍ଦ୍ରପଦ) ଲାଭ କରି ହରିଚନ୍ଦନବନ (ନନ୍ଦନକାନନ)ରେ ବୁଲିଲେ ମନୁଷ୍ୟ ତହିଁରୁ କଅଣ ଅଧୁକ ସୁଖ ପାଇବ ? ତ୍ରିଦିବ-ସ୍ୱର୍ଗ, ଦିବସବିବସନସୁଷମା-ଦିନରେ ନଗ୍ନଶୋଭା, ଶିବ ସନମତି ଶିବଙ୍କର ଅନୁଗ୍ରହ । ୧୫ । ରତିପତି-କନ୍ଦର୍ପ, ତୀରତିରସ୍କାରଭୀତି-ଶର ଆଘାତ ଭୟ, ଭରମରମଣୀୟ-ସ୍ୱର୍ଣ୍ଣ ପରି ସୁନ୍ଦର, ବର୍ମ–ସାଞ୍ଜୁ, ଲୋକେଶପଦ-ବ୍ରହ୍ମପଦ, ବିପୂର୍ବ ହେବ-‘ପଦ' ଶବ୍ଦ ବି’ ପୂର୍ବ ହେବ ଅର୍ଥାତ୍ ବିପଦ ହେବ, ଅସ୍ତୋକେ ବହୁ ପରିମାଣରେ । ୧୬ । କି ମଣି-କିଅଣ ମନେ କରି, ମଣିଶିଖରାଳୟମାନେ–ଦେବତାମାନେ, ଭକୁଳବୃଷଭ–ନକ୍ଷତ୍ରପତି ଅର୍ଥାତ୍ ଚନ୍ଦ୍ର, (ପୁରାଣରେ ଅଛି ଦେବତାମାନେ ପ୍ରତ୍ୟହ ଚନ୍ଦ୍ରଙ୍କ କଳା ପାନ କରନ୍ତି) । ବିବୁଧ–ଦେବତା, ବୁଧପଣ––ପାଣ୍ଡିତ୍ୟ, ବୋଧ–ବୁଦ୍ଧି, ସୁରତଟିନୀ
ମୃଦୁଳାଙ୍ଗୀର ଗିର ବକ୍ରଭାବ ଭଙ୍ଗିର ସମୀପେ ଯାର ଶ୍ରୁତି ଥିବ ।ମହତୀ କଳାବତୀ କଚ୍ଛପୀର ରବେ ପ୍ରୀତି ଲବେ ତ ତାହାର ନୋହିବ ହେ ।ପ୍ରାଣପ୍ରିୟ ।ଶୁକ ପଠନ ଶବଦର ।ପିକ ପଞ୍ଚମ ନିନଦର ।ଶ୍ରବଣରେ ତରସ ରସସଙ୍ଗୀ ହରଷ ଜନ୍ମି କି ହୋଇବ ହୃଦର ହେ ।୧୭।ପରମାଦର ଦରପଣବିମ୍ବ ସୋଦର ଗଣ୍ଡମଣ୍ଡଳଠାରେ ଥିଲେ ।ଇଷ୍ଟ ଦେବର ବର ଲବଧ୍ ଗଉରବର ଭାଜନ ସେହି ହୁଏ ଭଲେ ହେ ।ପ୍ରାଣପ୍ରିୟ ।ତାହା ସମାନ ନାହିଁ ଧନ ।ତାହା ସମାନ ସମ୍ମୋହନ ।ଯାହା ସମାନ ମନ୍ଦ ଲାଲ ଲପନ ଚାନ୍ଦ ପ୍ରମୋଦ ସନ୍ଦୋହ ଦହନ ହେ ।୧୮।ତୁଷାର ବାସ ବାସରହିତ କୃତ୍ତିବାସପରଙ୍ଗରାନ୍ତ ନିଃଶ୍ୱାସ ।ଯେ ଭୋଗ କରି କରିଗତି ଗଣ୍ଡମକରୀ ସ୍ୱେଦରେ ରଚିବ ନିରାସ ହେ ।ପ୍ରାଣପ୍ରିୟ ।ମଳୟବନୀ ମଧ୍ୟଚର ।ମଧ୍ୟ ଚନ୍ଦନଗନ୍ଧଚୋର ।କେହି ସେ ପ୍ରଭଞ୍ଜନ ହେବ ତାର ରଞ୍ଜନ ଯାହାର ସ୍ୱଭାବ ଖଚର ହେ ।୧୯।ଚରଣତାମରସ ରସନିଧିର ରସବେଶରେ ଧରି ମୁହୁର୍ମୁହୁ ।ରଚି ଚୁମ୍ବନ ବନରୁହ ପ୍ରସୂନ ବନ ରତାଳି ନିନ୍ଦା କହୁ କହୁ ହେ ।ପ୍ରାଣପ୍ରିୟ ।ଅଲକ୍ତ ଚିତ୍ରିତ କରିବ ।ସୁଖେ ଯେ ସମୟ ହରିବ ।ଧ୍ରୁବ ଧାମରୁ ମରୁଦଧିପ ଆଶ୍ରମରୁ ତହୁଁ ଅଧିକ କି ଲଭିବ ହେ ।୨୦।ରସବତୀରଜାକୁ ନିବିଡ଼େ ଯାକୁ ଯାକୁ ଯାକୁ ମିଳିବ ଦେହାନ୍ତର ।ତା ନାମ ଲେଖା ଲେଖା ଲେଖା ପ୍ରଥମେ ଲେଖା ହୋଇଲା ଅବଶ୍ୟ ବିଚାର ହେ ।ପ୍ରାଣପ୍ରିୟ ।ନବ ବୟସ ବିଭୂଷଣ ।ଶଣଗଉରୀଦେହା ଜାଣ ।ତାଠାରୁ ପୁରୁଷର ସରେ ଭାଗ୍ୟବିସର ତା ସମ ନାହିଁ ସେହି ପ୍ରାଣ ହେ ।୨୧।ଚଟୁଳତର ଚାଟୁ ରସପ୍ରସରପଟୁ ମୃଦୁଳ ବଚନ ବିଭବ ।ତୁଲେ କାବ୍ୟ ନାଟକ ଅଳଙ୍କୃତି କଟକ ପରି ହୃଦୟ ହେଉଥିବ ହେ ।ପ୍ରାଣପ୍ରିୟ ।ଅନିଶ ଥିବ ଅନୁସରି ।ଅଖଣ୍ଡ ଧରାଧିପଶିରୀ ।ସ୍ୱରୂପେ ଶିରୀସଙ୍ଗୀ ଶିରୀଷଅଙ୍ଗୀ ଅଙ୍ଗୀକାର ନ ଥିଲେ ବୃଥା ପରୀ ହେ ।୨୨।
-ସ୍ୱର୍ଗଗଙ୍ଗା, ସନ୍ତର୍ପଣ-ସନ୍ତୋଷ, ତୃପ୍ତି । ୧୭ । ମହତୀ–ନାରଦଙ୍କ ବୀଣା, କଳାବତୀ- ତୁମ୍ୱୁରୁଙ୍କ ଗନ୍ଧର୍ବଙ୍କ ବୀଣା, କଚ୍ଛପୀ-ସରସ୍ୱତୀଙ୍କ ବୀଣା, ତରସତସସଙ୍ଗୀ–ଶୀଘ୍ର ରସ ଉନ୍ମେଷକାରୀ । ୧୮ । ଦରପଣ ବିମ୍ବ ... ଦର୍ପଣ ବିମ୍ବ ସୋଦର (ସଦୃଶ) ସ୍ୱଛ ଗଣ୍ଡଦେଶ ଯାହାର, ଭାଜନ-ଗୌରବ ବା ପ୍ରଶଂସା ଲାଭ କରିବାର ଅଧିକାରୀ, ଲପନ-ମୁଖ, ତାହଦହନ ଆନନ୍ଦସମୂହର ଧ୍ୱଂସକାରୀ-।୧୯।-ତୁଷାରବାସ-ଶୀତଳ ଗୃହରେ, ନଗ୍ନ ଅବସ୍ଥାରେ, କୃତ୍ତିବାସପରସଙ୍ଗରାନ୍ତ ନିଃଶ୍ୱାସ–କାମଯୁଦ୍ଧ ଶେଷ ନିଃଶ୍ୱାସ, । ଗଜଗମନା ସ୍ତ୍ରୀର ଗଣ୍ଡସ୍ଥଳରେ ଅଙ୍କିତ ମକରୀ ଚିତ୍ରର ସ୍ୱେଦ (ଝାଳ)କୁ ନିରାସ (ଦୂରୀକରଣ) କରିବ, ମଳୟ ବନୀମଧ୍ୟଚର–ମଳୟପର୍ବତସ୍ଥ ଅରଣ୍ୟ ମଧ୍ୟରେ ବିଚରଣ ମନ୍ଦ-ଧୀର ଓ ଅନ୍ୟ ଅର୍ଥ ନୀଚ, କେହି-କାହୁଁ, ପ୍ରଭଞ୍ଜନ–ପବନ, ରଞ୍ଜନ ପ୍ରୀତିଯୁକ୍ତ, ଖଚର- ଆକାଶଚାରୀ ଅନ୍ୟ ଅର୍ଥ ଖେଚଡ଼ା ବା ବଜାତ୍ । ୨୦ । ଚରଣତାମରସ-ପାଦପଦ୍ମ, ବନରୁହପ୍ରସୂନବନ ରତାଳି-ପ୍ରସ୍ଫୁଟିତ ପଦ୍ମବନରେ ଆସକ୍ତ ଭ୍ରମର, ଆଶ୍ରମ–ସ୍ୱର୍ଗପୁର । ୨୧ । ଅଇକ୍ତ ଅଳତା, ଧୁବଧାମ-ସର୍ବୋଚ୍ଚ ଧ୍ରୁବଲୋକ, ମରୁଦ ରସବତୀ ରଜା-ରସବତୀଙ୍କ ମଧ୍ୟରେ ଶ୍ରେଷ୍ଠା, ଲେଖା-ଦେବତା, ଲେଖା ଲେଖା ଲେଖା ... ଦେବତାମାନଙ୍କ ମଧ୍ୟରେ ପ୍ରଥମେ ଲେଖନୀୟ ହୋଇ ଲେଖା ହୁଏ । ଶଣଗଉରୀଦେହା–ଛଣପଟ
କନକଧରାଧରାଧିକାରୀ ପୟୋଧରା ଧରାଉଥିବ ପତଦ୍ଗ୍ରହ ।ଧନଦ ସମ୍ପଦରେ ଦରେ ହେଲେ ଆଦରେ କାହିଁକି ହୋଇବ ଆଗ୍ରହ ହେ ।ପ୍ରାଣପ୍ରିୟ ।ବଢ଼ାଉଥିବା ଲାଗି ବାସ ।ବାସବପଦେ କାହିଁ ଆଶ ।ଆସରପର ପରସାଦ ପରତାପର ବଶୁଁ କେ ନୋହିବ ତା ବଶ ହେ ।୨୩।ଛାତିରେ ଆଉଜାଇ ଜାଈଦଳ ଶେଯାଇ ଥିବା ଶେଯରେ ସମଜାଇ ।ରସରଙ୍ଗେ ମଜ୍ଜାଇ ସ୍ମରକୁ ତରଜାଇ ନଖାଗ୍ର ଜଘନେ ବଜାଇ ହେ ପ୍ରାଣପ୍ରିୟ ।ତା ଈଷଦ୍ଧାସଯୁତ ମୁଖ ।ଚାହିଁ ପାସୋରି ସବୁ ଦୁଃଖ ।ହରେ ଯେ ଏକ ପରା ପରାଣ ଏକପରା କରି ସେ ମର୍ତ୍ତ୍ୟ ଶତମୁଖ ହେ ।୨୪।ନରେନ୍ଦ୍ରନନ୍ଦନର ନରମ ବଚନର ଶେଷେ ସଚିବ ପୁତ୍ର ମୋଦେ ।ତା ଭାବ ଅନୁମାନ ମାନସେ କରି ମାନନାରେ ବୋଧିଲା ପ୍ରତିପାଦେ ହେ ।ପ୍ରାଣପ୍ରିୟ ।ଚନ୍ଦ୍ରିକା ଅନୁସରେ ଯଥା ।ତୁମ୍ଭ କାମିତ ଶିରୀ ତଥା ।ଲବେ ନାହିଁ ଅନ୍ୟଥା ରସେ ନୁଆଇଁ ମଥା ହରିବା ଯଥା ହୋଇ ବ୍ୟଥା ହେ ।୨୬।ପ୍ରଚୁର ଅନୁଚର ପ୍ରତ୍ୟକ୍ଷେ ନ ଆଚର କର ମାନସଚର ଚର ।ତାହାକୁ ଚରାଚରସ୍ଥିତ ଉଚ୍ଚ ନୀଚର ଜଣା ହୁଅଇ ସୁବିଚାର ହେ ।ପ୍ରାଣପ୍ରିୟ ।କୁନ୍ଦନଅର୍ଥେ ସିନା ମଣି ।ରଖିଛି ଦଇବ ନିର୍ମାଣି ।ଇଷ୍ଟଦେବର ବର ପ୍ରସାଦପ୍ରଭାବର ସ୍ୱରୂପ ଅଛ ଦେବ ପୁଣି ହେ ।୨୫।ରସାମୃତ ନିର୍ଝରୀ ନିରତେ ଝରି ଝରି ମୃଦୁଳ ହେବା ହୃଦୟକୁ ।କବିତା ଦେବୀ ପରିରମ୍ଭେ ତୋଷିଲା ପରି ହରିଣଲକ୍ଷ୍ମ ଉଦୟକୁ ହେ ।ପ୍ରାଣପ୍ରିୟ ।ଚନ୍ଦ୍ରିକା ଅନୁସାରେ ଯଥା ।ତୁମ୍ଭ କାମିତ ଶିରୀ ତଥା ।ଲବେ ନାହିଁ ଅନ୍ୟଥା ରସେ ନୁଆଇଁ ମଥା ହରିବ ଯଥା ବ୍ୟଥା ହେ ।୨୬।ପ୍ରଚୁର ଅନୁଚର ପ୍ରତ୍ୟେକ୍ଷ ନ ଆଚର କର ମାନସଚର ଚର ।ତାହାକୁ ଚରାଚରସ୍ଥିତ ଉଚ୍ଚ ନୀଚର ଜଣା ହୁଅଇ ସୁବିଚାର ହେ ।ପ୍ରାଣପ୍ରିୟ ।ପୃଥୃଳ ସ୍ଫିଚର କୁଚର ।ଯେ ଚୀର ଚିରସହଚର ।ତାହାକୁ ତା ରୁଚିର ସଂସର୍ଗଜଣା ଚୋର ଉପପତିକି କି ଗୋଚର ହେ ।୨୭।
ଫୁଲ ପରି ଗୌରବର୍ଣ୍ଣ ଦେହ ଯାହାର, ଭାଗ୍ୟବିସର-ସୌଭାଗ୍ୟରାଶି । ୨୨ । କଟକ-ସ୍ଥାନ, ରାଜଧାନୀ; ଅନିଶ–ସର୍ବଦା, ଅଖଣ୍ଡ ଧରାପଶିରୀ–ସଂପୂର୍ଣ୍ଣ ରାଜଲକ୍ଷ୍ମୀ ସ୍ୱରୂପେ, ଶ୍ରୀସଙ୍ଗୀ–ପ୍ରତ୍ୟକ୍ଷଲକ୍ଷ୍ମୀଙ୍କର ସହଚର । ୨୩ । କନକଧରାଧରାଧିକାରୀ ପୟୋଧରା– ମେରୁ ପର୍ବତ ପରି ସ୍ତନର ଅଧିକାରୀ ଅର୍ଥାତ୍ ବିଶାଳ କୁଚଯୁକ୍ତା । ପତଗ୍ରହ-ପିକଦାନୀ, ଦରେ–ଅଜ୍ଞ, ଟିକିଏ; ଆସରପର-ରାକ୍ଷସଶତ୍ରୁ, ଶମ୍ବରାରି, କନ୍ଦର୍ପ; ପରସାଦ ପରତାପ– ଅନୁଗ୍ରହରୁ ଜାତ ଦାରୁଣ ଯନ୍ତ୍ରଣା । ୨୪ । ସମଜାଇ-ରାଜି ହୋଇ, ଏକପରା–ଏକ ପ୍ରହର, ପରାଣ ଏକପରା କରି–ପ୍ରାଣ ଏକାପରି କରି, ଶତମୁଖ-ଇନ୍ଦ୍ର । ୨୫ । ନରମ ବଚନ– କୋମଳ କଥା, ମାନନାରେ–ସମ୍ମାନ ସହିତ, କୁନ୍ଦନ-ସୁନା, ମଣି-ରତ୍ନ । ୨୬ । ପରିରମ୍ଭ-ଆଲିଙ୍ଗନ, ହରିଣଲକ୍ଷ୍ମ-ଚନ୍ଦ୍ର, ଚନ୍ଦ୍ରିକା– ଜ୍ୟୋସ୍ମା, କାମିତ ଶିରୀ–ଅଭିଳଷିତ ସମ୍ପଦ । ୨୭ । ପ୍ରଚୁର ଅନୁଚର ... ପ୍ରତ୍ୟକ୍ଷରେ ବହୁଭୃତ୍ୟ ସେଠାକୁ ନ ପଠାଅ । ମାନସଚିର-ହଂସ, ଚର-ବାର୍ଭାବହ,
ଯେତେ ତରୁଣଗଣ ଗଣନାରେ ନିପୁଣ ଲେଖନ୍ତି ଜଣ ଜଣ କରି ।ତାଙ୍କ ସୁନ୍ଦରପଣ ପଣନ୍ତେ ପଣ ପଣ କରି ବାନ୍ଧିଛି ତୁମ୍ଭ ଶିରୀ ହେ ।ପ୍ରାଣପ୍ରିୟ ।ତଦନୁରୂପ ମନୋରଥ ।ପୂର୍ଣ୍ଣ କରିବେ ଉମାନାଥ ।ସେ ରସେ କରଜର କରି ଆମ୍ଭ ନଜର ପଥ ମଣ୍ଡିବ ମନମତ ହେ ।୨୮।କିଶୋରବରଚକ୍ର ଚକ୍ରବର୍ତ୍ତୀଙ୍କ ଶକ୍ର ମଣ୍ଡିଅଛି ଏ ବସୁମତୀବାଞ୍ଚାତୀତ ସମ୍ପଦ ପଦ କିପରି ହୃଦସ୍ଥଳେ ହୋଇବ ମୂର୍ତ୍ତିମତୀ ହେ ।ପ୍ରାଣପ୍ରିୟ ।ତୁମ୍ଭ ସୁଭାଗ୍ୟ ପୂର୍ଣ୍ଣଚାନ୍ଦ ।କରିବ ଜଗତୀ ଆନନ୍ଦ ।ସମ୍ପୂର୍ଣ୍ଣ ହେଲା ହେ ଲାବଣ୍ୟସିନ୍ଧୁ ମହିଳା ସ୍ତବରାଜ ନାମ ଏ ଛାନ୍ଦ ହେ ।୨୯।ସୁରଭୀନିସୂଦନ ସୁରଭିଚୟାବନ ସୁରଭିମାଲ୍ୟ ଆଭରଣ ।ସୁରଭିତରସ୍ଥିତ ସୁରିମିତତାତ ଅପୂର୍ବ ସୁରଭୀ କାରଣ ହେ ।ମହାପ୍ରଭୁ ।ପୁରଭିଦ୍ରଚିତଚରଣ ।ସୁରଭି କର ଆଚରଣ ।କର ଭୀଷଣଭରହରଣ ଜଳନ୍ତରମହୀମହେନ୍ଦ୍ରର ଶରଣ ହେ ।୩୦।
ସ୍ପିଚ-ପିଚା, ଚୀର–ବସ୍ତ୍ର, ଚୋର ଉପପତି-ଜାରପୁରୁଷ । ୨୮ । ତୁମ୍ଭର ଶୋଭା ଅନ୍ୟ ସମସ୍ତ ରୂପବାନ ଯୁବକଙ୍କର ଅସଂଖ୍ୟ ଶୋଭାକୁ ନିଜ ପଣନ୍ତ କାନିରେ ବାନ୍ଧିଛି, ଅର୍ଥାତ୍ ପୃଥିବୀର ସମସ୍ତ ଯୁବକଙ୍କ ମଧ୍ୟରେ ତୁମ୍ଭେ ସୁନ୍ଦରତମ, ନଜରପଥ–ଦୃଷ୍ଟିପଥ । ୨୯ । କିଶୋରବର ... ଶ୍ରେଷ୍ଠ ଯୁବକମାନଙ୍କ ମଧ୍ୟରେ ଯେଉଁମାନେ ପ୍ରଧାନ ତୁମେ ତାଙ୍କର ଇନ୍ଦ୍ରସଦୃଶ । ୩୦ । ହେ ସୂରଭୀନିସୂଦନ-ହେ ଦେବତାଙ୍କର ଭୟବିନାଶକ, ସୁରଭିଚୟାବନ-ଗାଭୀସମୂହର ରକ୍ଷକ, ସୁରଭିମାଲ୍ୟଆଭରଣ–ସୁବାସ ଫୁଲମାଳାଦ୍ୱାରା ଶୋଭିମାନ, ସୁରଭିତର ସ୍ଥିତ-ଦେବତାଙ୍କ ମଧ୍ୟରେ ଅବସ୍ଥିତ, ସୁରଭିମିତତାତ-ବସନ୍ତର ମିତ କନ୍ଦର୍ପର ପିତା କୃଷ୍ଣ, ଅପୂର୍ବ ସୁରଭୀକରଣ-‘ଅ-ପୂର୍ବ ସୁର' ଅର୍ଥାତ୍ ଅସୁର ସେମାନଙ୍କର ଭୟର କାରଣ, ପୁରଭିଦ୍ରଚିତ ଚରଣ-ଶିବଙ୍କଦ୍ୱାରା ପୁଜିତ ଚରଣ ଯାହାଙ୍କର । ସୁରଭି କର ଆଚରଣ-ମଙ୍ଗଳବିଧାନ କର, ଭୀଷଣଭରହରଣ–ପୃଥିବୀର ଭୀଷଣ ଭାର ହରଣକାରୀ ।