ଦ୍ୱାଦଶ ସର୍ଗ — ବିକ୍ରମାଦିତ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ସର୍ଗ
ସାହିତ୍ୟ ମାହାତ୍ସ୍ୟେ ସଭା ଭୂତଳେ ଅତୁଳ,ମିଳନ୍ତି ପଣ୍ଡିତ କବି ଏକତ୍ରେ ଯେକାଳେ,ସାରସ୍ୱତ-କଳକଣ୍ଠ ବିହଗେ ମୁଖରହୁଏ ସଭା, ଖେଳେ ନବରସର ଉଲ୍ଲୋଳକଲ୍ଲୋଳ ବିବିଧ ରଙ୍ଗେ, ବହେ ଜ୍ଞାନ-ରଙ୍ଗା,ସତେ ଯେହ୍ନେ ବୀଣାପାଣି ବିଦ୍ୟାବିନୋଦିନୀପରିଗ୍ରହ ବହୁ ରୂପ, କରିଣ ଖନନଅନନ୍ତ ବିଦ୍ୟାରେ ଖଣି, ବିତରନ୍ତି ଦେବୀଅନର୍ଗଳ ଅବିକଳ୍ପେ ଅନନ୍ତ ରତନ ।ହୁଏ କେତେ ଗଦ୍ୟ ପଦ୍ୟ ସାହିତ୍ୟାଲୋଚନା,ନ୍ୟାୟର ମୀମାଂସା, ଶ୍ଲୋକ ସମସ୍ୟା ପୂରଣ,ଅଳଙ୍କାର ଶାସ୍ତ୍ରାଦିର ସରଳ ବିଚାର,ବର୍ଷିଯାଏ ସ୍ନିଗ୍ଧ ସୁଧାମୃତ ସଞ୍ଜୀବନୀ,ଫୁଟିଯାଏ ପାରିଜାତ-ପ୍ରାଣଉନ୍ମାଦକ,ଉପୁଜେ କଳହ-ଯୁକ୍ତିପ୍ରତିଯୁକ୍ତି ସହ,କି ମଧୁର ସେ କଳହ-କର୍ଣ୍ଣରସାୟନ,କି ପବିତ୍ର, କି ସରସ, କେଡ଼େ ବା ଗଭୀର,ନାହିଁ ସେ କଳହେ ତୀବ୍ର କଟୁକ୍ତିର ଜ୍ୱାଳା,କିମ୍ବା ଘୃଣ୍ୟ ଲାଞ୍ଛନାର ମର୍ମାନ୍ତିକ ତାପ,ଅବା କ୍ରୋଧ-ମାତ୍ସର୍ଯ୍ୟାଭ ଜନିତ ସ୍ତନିତ,ଉଦ୍ଭାସିତ ସେ କଳହେ ପରମ କଲ୍ୟାଣ,ସଂସାରର ଚିରନ୍ତନ ରହସ୍ୟ ନିଗୂଢ଼,ମାନବବାଞ୍ଛିତ ତାହା, ମାନବପୂଜିତ,ଆତ୍ମୋନ୍ନିତ ସାଧନର ଅମୃତ ସୋପାନ ।ଜୀବନର ମଳିନତା ହୁଏ ତହିଁ ଦୂର,କନକ-କଳଙ୍କ ଅଙ୍କ ଅନଳେ ଯେସନ ।ଦିନେ ଶ୍ରୀ ବିକ୍ରମାଦିତ୍ୟ ପୁଚ୍ଛିଲେ ସଭାକୁ-‘‘ଜନ୍ମାନ୍ତରବାଦ ସତ୍ୟ, କି ଭ୍ରାନ୍ତ ଧାରଣା ?’’ପ୍ରଥମେ ଦଣ୍ଡାୟମାନ ହୋଇ କ୍ଷପଣବଉତ୍ତରିଲେ-‘‘ଅନ୍ଧକାର ସୃଷ୍ଟିର ରହସ୍ୟ,ମାନବର ଦୃଷ୍ଟ-ଜ୍ଞାତ, ଅଦୃଷ୍ଟ-ଅଜ୍ଞାତ,ନୁହେଁ ଆତ୍ମ-ଅନୁଭୁତ ଯାହା, ତା ସନ୍ଦେହ,କେ ଦେଖିଛି ବା ଭୁଞ୍ଜିଛି ଜନ୍ମାନ୍ତର କାହିଁ ?କିଏ କହେ ଜନ୍ମାନ୍ତର ସତ୍ୟ, କିଏ କହେମିଥ୍ୟା, ଏହି ମତଭେଦ ଅଛି ଚିରକାଳ,ଯହିଁ ମତାନ୍ତର, ତହିଁ ଆତ୍ମପ୍ରତୀତିରପ୍ରତିବିମ୍ବ କ୍ଷୀଣତର, ଅସ୍ପଷ୍ଟ ଅତୀବ ।ମାନବର ଜଣା ଅଳ୍ପ, ଅଜଣା ଅନନ୍ତ,ସଷ୍ଟି ମହାତତ୍ତ୍ୱ, ନରଧାରଣା ଅତୀତ,କହିବ ଏପରି ସ୍ଥଳେ କେବଣ ସାହସୀଅସ୍ୱୀକାର୍ଯ୍ୟ ଜନ୍ମାନ୍ତର, ଅଥବା ସ୍ୱୀକାର୍ଯ୍ୟ ।’’ଏହା ଭାଷି କ୍ଷଣପକ ଗ୍ରହନ୍ତେ ଆସନ,ଉଭା ହେଲେ ଧନ୍ୱନ୍ତରି-ପୁରାଣସମ୍ବଳୀ,କହିଲେ ସେ, ‘‘ସତ୍ୟ ନିଶ୍ଚେ ଜନ୍ମାନ୍ତରବାଦ,ଯାହା ଶାସ୍ତ୍ରସିଦ୍ଧ, ମିଥ୍ୟା କେ କହିବ ତାହା ?
ଶାସ୍ତ୍ର ଯଦି ସୁବିଶ୍ୱାସୀ, ମହାସତ୍ୟପୂର୍ଣ୍ଣ,
ତେବେ କିପାଁ ଅବିଶ୍ୱାସ୍ୟ ମିଥ୍ୟା ଜନ୍ମାନ୍ତର ?
ପୁତ୍ରରୂପେ ଜନ୍ମେ ପିତା, ଶାସ୍ତ୍ରମତ ଏହା,
ଅତଏବ ଜନ୍ମାନ୍ତର ଧ୍ରୁବ ଧ୍ରୁବ ଧ୍ରୁବ ।’’
ଶେଷେ ଉଠି କାଳିଦାସ-ବାଣୀ-ବରଶିଷ୍ୟ,
ଭାଷିଲେ ଆଳଙ୍କାରିକ ଉତ୍ତେଜକ ଗୀରେ-
‘‘ପୁତ୍ରରୂପେ ଜନ୍ମେ ପିତା ନୁହେଁ ଜନ୍ମାନ୍ତର
ତାହା-ଅଂଶାନ୍ତର ମାତ୍ର, ନିହିତ ତହିଁରେ
ବ୍ୟଷ୍ଟି ସମଷ୍ଟିର ଭାବ, ସ୍ୱତନ୍ତ୍ର ସେ କଥା,
ଆଉ ଶାସ୍ତ୍ର, ସେ ତ ଅପ୍ରତ୍ୟକ୍ଷ ଘଟଣାର
ସୁପ୍ତ ପ୍ରତିଧାନ, ତେଜି ପ୍ରତ୍ୟକ୍ଷ ପ୍ରମାଣ
କେଉଁ ଫଳ ଅପ୍ରତ୍ୟକ୍ଷେ ନିବିଡ଼ ଆଶ୍ଲେଷେ ?
କିପାଁ କିଏ ନ ମାନିବ ଜନ୍ମାନ୍ତରବାଦ,
ଲାଗିଅଛି ଯାତାୟାତ ସଦା ଏ ସଂସାରେ
ସକଳର, କି ସ୍ଥାବର କି ଅବା ଜଙ୍ଗମ,
ଅସ୍ତଗତ ରବିଶଶୀ ହୁଅନ୍ତି ଉଦିତ,
ବାସ୍ପାକାରେ ଉଡ଼ିଯାଇ ଊର୍ଦ୍ଧ୍ୱେ ଜଳରାଶି
ଆସେ ପୁଣି ବର୍ଷାରୂପେ ଫେରି ଫୂର୍ବସ୍ଥାନେ,
କର କ୍ଷୁଦ୍ର ବୀଜଟିଏ ଭୂଗର୍ଭେ ପ୍ରୋଥିତ,
କିଛି କାଳେ କୋଟି ବୀଜ ଉପୁଜିବ ତହୁ,
ହୁଏ ନାହିଁ ଉପ୍ତ ବୀଜ ନଷ୍ଟ କଦାଚନ,
ପ୍ରାସ୍ତ ହୁଏ ଭାବାନ୍ତର ମାତ୍ର, ବୃକ୍ଷରୂପେ,
ପୁନଶ୍ଚ ସ୍ୱରୂପ ଧରି ଆସେ ବହୁଗୁଣେ,
ପ୍ରତ୍ୟକ୍ଷରେ ଦେଖି ଏହି ଜୀବନ ଦୃଷ୍ଟାନ୍ତ
କେଉଁ ଯୁକ୍ତି ବଳେ କିଏ କରିବ ଖଣ୍ଡନ
ଜନ୍ମାନ୍ତରବାଦ ? ଭବେ ସର୍ବେ ଗତିଶୀଳ,
ପୁଣି ଅବିନାଶୀ, ତେବେ ଖାଲି କି ଜୀବାତ୍ମା
ଅଚଳ ଆସାଢ଼ ପୁଣି ଧ୍ୱଂସର ଅଧୀନ ?
ଅମର ଅଜର ଆତ୍ମା, ଜୀର୍ଣ୍ଣ ବସ୍ତ୍ର ପ୍ରାୟ
ତେଜି ଏକ ରୂପ ସେହୁ ଧରେ ଅନ ରୂପ,
ଦେଖାଇଅଛନ୍ତି ପାର୍ଥେ ଶ୍ରୀକୃଷ୍ଣ ଏଥିର
ଚାକ୍ଷୁଷ ଦୃଷ୍ଟାନ୍ତ ସାର କୁରକ୍ଷେତ୍ର ରଣେ,
ତହୁଁ ସବ୍ୟସାଚୀ ହୋଇ ବିମୁକ୍ତସଂଶୟ
ହୋଇଥିଲେ ଯୁଦ୍ଧେ ରତ ଔଦାସ୍ୟ ବରଜି ।
ଦେହ ସଙ୍ଗେ ଆତ୍ମା ଯେବେ ହେଉଥାନ୍ତା ଧ୍ୱଂସ,
ହୁଅନ୍ତାଣି କେଉଁ କାଳୁ ତେବେ ଏ ଧରଣୀ
ଜୀବସୃଷ୍ଟିଶୂନ୍ୟ, ଭାଙ୍ଗି ସୁବର୍ଣ୍ଣ ନଷ୍ଟ ?
ଅତଃ ଜନ୍ମାନ୍ତର ସତ୍ୟ, ଏହା ନିଃସନ୍ଦେହ ।’’
ନୀରବନ୍ତେ ମହାକବି, ଉଠିଲା ସଭାରୁ
ପୃଥୁ ଧନ୍ୟ ଧନ୍ୟ ଶବ୍ଦ ସମର୍ଥନଶଂସୀ,
ଶୁଣି ଆର୍ଯ୍ୟାବର୍ତ୍ତ-ପତି ଲଭି ପରିତୋଷ,
ପ୍ରଦାନିଲେ କାଳିଦାସେ ବହୁ ପୁରସ୍କାର-
କନଳ କୁଣ୍ଡଳ, ବଳା, ଉପାଦେୟ ଗ୍ରନ୍ଥ,
ପଟ୍ଟବସ୍ତ୍ର, ସ୍ୱର୍ଣ୍ଣମୁଦ୍ରା, ପରିଚ୍ଛଦ ଆଦି ।
ଏହିପରି ନରବର ଅର୍ପନ୍ତି ଗୁଣର
ଅହରହ ଆଶାତୀତ ସଦ୍ୟ ପୁରସ୍କାର,
ମଣିମୁକ୍ତା ଗଜବାଜୀ ସ୍ୟନ୍ଦନ ପ୍ରଭୃତି
ଥିଲା ତାଙ୍କ ନିତ୍ୟ ଦାନ, ତାହାଙ୍କ ସମାନ
ପ୍ରତିଭାର ଉପାସକ, ପୁଣି ଗୁଣଗ୍ରାହୀ,
ଷୋତକଳାପୂର୍ଣ୍ଣ ନୃପ ତ୍ରିକାଳଦୂର୍ଲଭ ।
ପ୍ରଶ୍ନ କଲେ ଆଉ ଦିନେ ଶ୍ରୀ ବିକ୍ରମାଦିତ୍ୟ
ସଭା ପ୍ରତି, ‘‘ଆତ୍ମୋନ୍ନତି ସାପେକ୍ଷ କାହାର ?’’
ଉଭା ହୋଇ ତହୁ ଶଙ୍କୁ ଭାଷିଲେ ଏସନ-
‘‘ଭାଗ୍ୟର ସାପେକ୍ଷ ତାହା, ରାଜା, ଧନୀ,
ଦରିଦ୍ର, ପଣ୍ଡିତ, ମୂର୍ଖ, ସମସ୍ତେ ମାନବ,
ହସ୍ତ ପଦ ଚକ୍ଷୁ କର୍ଣ୍ଣେ ସମସ୍ତେ ସମାନ,
ମାତ୍ର ଦେଖ ଗୌରବରେ ଇତର ବିଶେଷ,
ପିତାର ଯୁଗଳ ପୁତ୍ର, ଉଭୟର ପ୍ରତି
ସମ ସ୍ନେହ, ସମ ଯତ୍ନ, ସମାନ ତାଡ଼ନା,
ତଥାପି ତ ଦେଖାଯାଏ ଜଣେ ଗଜମୂର୍ଖ,
ଅପର ପଣ୍ଡିତ, ଏହି ତାରତମ୍ୟ ହେତୁ
ନୁହେଁ କି ଅଦୃଷ୍ଟ ? ଏକା ଅଦୃଷ୍ଟ ହିଁ ମୂଳ ।’’
ଉଠି ଖରେ କାଳିଦାସ କଲେ ପ୍ରତିବାଦ-
ଅଦୃଷ୍ଟ ହିଁ ମୂଳ, ଏହା ଗତରହୀନର *
ଶୂନ୍ୟଗର୍ଭ ଆଶା, ବ୍ୟର୍ଥ କଳ୍ପନାପ୍ରସୂତ,
‘ଅଦୃଷ୍ଟ ହିଁ ମୂଳ’ ଏହି ଅଚେତନ ଉକ୍ତି
* ନିଖଟ
ବାତବ୍ୟାଧି ପ୍ରାୟ, ତାର ଦାରୁଣ ବ୍ୟଥାରେ
ଘାରିଯାଏ ସର୍ବାଙ୍ଗର ଖଞ୍ଜା ପ୍ରତିଖଞ୍ଜା,
ପରାସ୍ତ ସେ ବ୍ୟାଧି ପାଶେ ସ୍ୱୟଂ ଧନ୍ୱନ୍ତରି ।
ଯାକୁ ବୋଲି ଅପ୍ରତ୍ୟକ୍ଷ, ଅଦୃଷ୍ଟ ତାହା ହିଁ,
ଫଳତଃ ସେ ଅନିଶ୍ଚିତ, ତା ପ୍ରତି ନିର୍ଭର
ପ୍ରାଣ, କି ବିଷମ କଥା, କରିବ କି ତେବେ
ମହାଶୂନ୍ୟେ ଶତପୁରୀ ଅଟ୍ଟାଳି ନିର୍ମାଣ ?
ସଂକଳ୍ପେ ଭୋଜନ ପାନ କରି ଯେବେ କେହି
ଧରିପାରେ ସଙ୍କଳ୍ପରେ ପ୍ରାଣ, କରୁ ତେବେ
ସେହୁ ଅଦୃଷ୍ଟୋପାସନା, ମାତ୍ର ତୁଷ୍ଟ ନୁହେଁ
ସଂକଳ୍ପରେ ଯେହୁ, ଲୋଡ଼େ ପ୍ରକୃତ, ତାହାର
କର୍ମ ବିନା ଗତ୍ୟନ୍ତର ନାହିଁ କେଉଁ କାଳେ,
ହସ୍ତେ ଧରି ମୁଖେ ନେଇ ନ ଦେଲେ ଆହାର,
ଅଦୃଷ୍ଟ କି ଦେବ ଆଣି ଉଦରେ ପୂରାଇ ?
ମୋ ମତରେ ଆତ୍ମୋନ୍ନତି ସାପେକ୍ଷ ଶ୍ରମର ।’’
ଲାଗନ୍ତେ ଅନେକ ତର୍କ ବିତର୍କ ଏପରି,
ଶେଷେ ନବରତ୍ନପାଳ କଲେ ଏ ମୀମାଂସା-
‘‘ଶ୍ରମେ ଆତ୍ମୋନ୍ନତି- ଖାଲି କହିଲେ ଏତିକି
ହେଲା ନାହିଁ ଏ ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର,
ନ ହେଲେ ଅଭାବ କିପାଁ କେ କରିବି ଶ୍ରମ,
ନ ହେଲେ ବୁଭୂକ୍ଷା ଉଦେ, ଭୁଞ୍ଜିବ କି କେହି ?
ଅତଏବ ଅଭାବ ହିଁ ଉନ୍ନତିର ହେତୁ ।’’
ଏ ସୂକ୍ଷ୍ମ ମୀମାଂସା ଶୁଣି ସର୍ବସଭାଜନେ
ପ୍ରଶଂସିଲେ ଶତକଣ୍ଠେ ସମ୍ରାଟ ବିକ୍ରେମେ ।
ସାହିତ୍ୟ ସନ୍ଦର୍ଭେ ଦିନେ ରତ ନୃପନାହା
ଅନେକ ପଣ୍ଡିତ କବି ସାହିତ୍ୟିକ ସହୁ,
ସାହିତ୍ୟର ସଂଜ୍ଞା ଘେନି ଲାଗିଅଛି ତର୍କ,
କେ କହେ, ‘‘ସମ୍ୟକ ହିତ କରେ ଯେ ସାଧନ,
ସେ ସାହିତ୍ୟ; ’’ କା ମତରେ ‘‘ହେଲେ ଅଳଙ୍କୃତ
ଭାଷା,ହୁଏ ଅଭିହିତ ସାହିତ୍ୟ ଆଖ୍ୟାରେ, ’’
କେ କହେ, ସାହିତ୍ୟ ରସସିକ୍ତ ବାକ୍ୟାବଳୀ;’’
ଆବର କେହି ବା କହେ, ‘‘ମହାପୁରୁଷଙ୍କ
ଉଚ୍ଚଭାବ, ଉଚ୍ଚଚିନ୍ତା ସାହିତ୍ୟ କେବଳ ।’’
ଶେଷେ ଉଠି କାଳିଦାସ ଭାଷିଲେ ଏସନ-
ସାହିତ୍ୟ ଜୀବନ୍ତ ଏକ ତେଜସ୍ୱୀ ଦେବତା,
ଭାଷା ତାର ପ୍ରାଣ, ଭାବ ଆତ୍ମା,ରସ ଦେହ
ଅଳଙ୍କାର ଅଳଙ୍କାର ତୁଲ୍ୟ । ସେ ଦେବତା
ସହ ମାନବର ନିତ୍ୟ ଅଚ୍ଛେଦ୍ୟ ସମ୍ପର୍କ,
ଏମନ୍ତ କି,ସହାୟ ସେ ମାନବ ମାତ୍ରର
ପ୍ରତି ନିଃଶ୍ୱାସରେ । ଆଣେ ଯେ ମହାପ୍ରାଣତା
ମାନବ ଜୀବନେ, ଯେହୁ ମହାମହୌଷଧ
ଜାତୀୟ ନୈରାଶ୍ୟ ଆଉ ଅବସାଦ-ରୋଗେ,
ସେ ମହାହିତୈଷୀ ଧରେ ସାହିତ୍ୟ ଅଭିଖ୍ୟା ।’’
ଏକାଳେ ପ୍ରବେଶି ଏକ ସୁପଣ୍ଡିତ ଦ୍ୱିଜ
ଥୋଇ ଲେଖ ଚକ୍ରବର୍ତ୍ତୀ ବିକ୍ରମ ଛାମୁରେ
ଭାଷିଲା ଆଶଷ ଅନ୍ତେ-‘‘ନୃପମୌଳିଟିକା,
ନିବାସ ବିଦର୍ଭେ ମୋର, ଶୁଣି ଛାମୁଙ୍କର
ନବରତ୍ନ-ସଭା-ଖ୍ୟାତି, ବିଦ୍ୱଜ୍ଜନମୟୀ,
ଆଣିଛି ଏ ଶ୍ଳୋକ ପଦେ ପୂରଣ ସକାଶେ ।’’
ଆଗନ୍ତୁକେ ସମ୍ମାନେ ବସାଇ ଆସନେ,
ସାଗ୍ରହେ ଅର୍ପିଲେ ରାଏ ଅସମ୍ପୂର୍ଣ୍ଣ ଶ୍ଳୋକ
ନବରତ୍ନ ସଭାକରେ, ହେଲା ଶ୍ଳୋକ ପାଠ
‘‘କବି ପକ୍ଷେ କାହା ତୁଲ୍ୟ ନୃପେନ୍ଦ୍ରକଟକ ?’’
ଲାଗିଲା ସମସ୍ୟାପୃର୍ତ୍ତି କବିକୂଳ ମଧ୍ୟେ,
କେ ବୋଇଲା ଶୂନ୍ୟେ ଚାହିଁ ଭାବି କ୍ଷଣକାଳ,
ଦରିଦ୍ର ଭାଗ୍ୟରେ ଯଥା ସଂପ୍ରାପ୍ତି କନକ ।’’
କେ ଭଣିଲା ଇତସ୍ତତଃ ହୋଇ ବାରମ୍ବାର,
‘‘ଆତୁର ଚାତକ ତୁଣ୍ଡେ ଯଥା ଘନୋଦକ ।’’
କେହି ‘‘ଅବା ପୂର୍ଣ୍ଣ କଲା ଗଭୀରେ ଉଚ୍ଚାରି,
‘‘ବସନ୍ତ ଲଭିଲା ଯେହ୍ନେ ପ୍ରିୟା ମଣିବକ ।’’
ପରିଶେଷେ କାଳିଦାସ କହିଲେ ଏସନ-
‘‘ଶେଷ ପଦାଦ୍ୟରେ ଲେଖ ଅନୂସ୍ୱାର ଏକ ।’’ *
*ଶେଷ ପଦ ‘‘କଟକ’’ ର ଆଦ୍ୟବର୍ଣ୍ଣରେ ଅନୁସ୍ୱାର ଯୋଗ କଲେ ‘‘କଣ୍ଟକ’’ ହେଲେ, ଅର୍ଥାତ୍କବି ପକ୍ଷରେ ନୃପାଳୟ କଣ୍ଟକ ତୁଲ୍ୟ, ଏହାହିଁ ଭାବାର୍ଥ ।
ଶୁଣି ଆଗନ୍ତୁକ ଦ୍ୱିଜ ଲଭି ମହାମୋଦ,କହିଲା, ‘‘ଧନ୍ୟ ହେ ତୁମ୍ଭେ କବି କାଳିଦାସ,(କବୀନ୍ଦ୍ର-କିରୀଟ ଭୂଷା-ସ୍ୱର୍ଣ୍ଣ ପାରିଜାତ)କବିତ୍ୱ ଭଙ୍ଗିରେ ଦେଲ ପ୍ରଶ୍ନର ଉତ୍ତର,ଧନ୍ୟ ହେ ବିକ୍ରମାଦିତ୍ୟ, ସାହିତ୍ୟ-ସମ୍ରାଟ,ସାଧୁ ତୁମ୍ଭେ, ଧନ୍ୟ ତବ ରତ୍ନଗର୍ଭା ସଭା,ଶୁଣିଥିଲି ଏତେ କାଳ ଯାହା ଲୋକମୁ୍ଖେ,କଲି ମୁଁ ପ୍ରତ୍ୟକ୍ଷ ଆଜି ବହୁ ଗୁଣ ତାର,ରାଜକୁଳେ ତୁମ୍ଭେ ସୁଖୀ, ମହାଭାଗ୍ୟଧର,ଚିର ହାହାକାରମୟ ନରଜୀବନରେସତ୍ୟପୂର୍ଣ୍ଣ ନିତ୍ୟ ସୁଖ କେବଳ ଯୋଡ଼ିଏ,କାବ୍ୟରସ-ସୁଧା ପାନ, ସଜ୍ଜନ ଆଳାପ,ସୌଭାଗ୍ୟରୁ ବେନି ସୁଖ ସୁଳଭ ତୁମ୍ଭର !ତୁମ୍ଭେ ନବରତ୍ନାଶ୍ରୟ, ମଳୟାଦ୍ରି ବିନାକେ ବୁଝିବ ଏ ସୂରଭି ଚନ୍ଦନ ଗୌରବ,ଦେବ ପୁଣି ହୃଦେ ଠାବ, ପୋଷିବା ଶୋଣିତେ ?ଧନ୍ୟ ତବ ମହାସଭା, ବିଶ୍ୱଜ୍ଞାନଗର୍ଭା,ଏକା ଏ ଭାରତେ ନୁହେଁ, କରୁଛି ଏ ସଭାଜଗତେ ଉଜ୍ଜ୍ୱଳ, ଜାଳି ମାଣିକ୍ୟ-ଦିହୁଡ଼ି,ସତ୍ସାହିତ୍ୟ ଆଲୋଚନା ହୁଏ ଯହିଁ ନିତି,ପ୍ରତ୍ୟକ୍ଷ ବାରସ୍ୱତୀ *ସେ,ପୁଣ୍ୟରେଣୁ ତାର ଅମର-ବାଞ୍ଚିତ, ସ୍ୱର୍ଣ୍ଣ-ଶାନ୍ତିନିଳୟ ସେ*ବୈକୁଣ୍ଠ ।ଜଞ୍ଜାଳଝଟିକାପୂର୍ଣ୍ଣ ଅଶାନ୍ତ ସଂସାରେ,ସତ୍ସାହିତ୍ୟ କରେ କ୍ଷୁଧା ପିପାସା ହରଣ ।କି ଅବା ବର୍ଣ୍ଣିବି କାଳୀଦାସଙ୍କ ମହିମା,ଯାହାଙ୍କ ଲେଖନୀରୂପ ହିମାଦ୍ରି-କନ୍ଦରୁବହେ କାବ୍ୟାମୃତ-ଗଙ୍ଗା ସହସ୍ର ପ୍ରବାହେ,ଅଶୁଷ୍କ ସେ ମହାଗଙ୍ଗା, ପୂର୍ଣ୍ଣ ସୂଧା-ରସେ,ବାରିଧି ଶୋଷଣେ କ୍ଷମ ମହର୍ଷି ଅଗସ୍ତ୍ୟ,ମାତ୍ର ଶତ ଅଗସ୍ତ୍ୟର ସୁତୀବ୍ର ଶୋଷଣେହେବ ନାହିଁ ତିଳେ ଶୁଷ୍କ ସେ ଗଙ୍ଗା କଦାପି,ପ୍ରତ୍ୟୁତ ଶୋଷିବ ଯେତେ, ତହୁଁ ବହୁ ଗୁଣେଉଠିବ ସେ କୂଳଙ୍କଷା ବନ୍ୟାରେ ଉଛୁଳି !ପ୍ରତ୍ୟୁତ୍ପନ୍ନମତିତ୍ୱରେ କବିତ୍ୱେ ପାଣ୍ଡିତ୍ୟେକିଏ କାଳିଦାସ ସରି, ବର୍ତ୍ତମାନ ତେଜିଖୋଜିଲେ ଭବିଷ୍ୟେ, ଜଣେ ନ ମିଳିବ ଆନ ।ଏ ଯୁଗେ ସେ ଅଦ୍ୱିତୀୟ ମହାକବି, ନୁହେଁଅତ୍ୟୁକ୍ତି ଏ କଥା କେବେ, ତାଙ୍କ ତୁଳନାରେଆନ କବି ଛତ୍ର ପାଶେ ଶିଳୀନ୍ଦ୍ର ୧ ସମାନ ।’’ପ୍ରତ୍ୟହ ଏ ରୂପେ କେତେ ସାହିତ୍ୟସମସ୍ୟା,ଧର୍ମନୀତି, ରାଜନୀତି, ସମାଜନୀତିରଗୂଢତତ୍ତ୍ୱ ସେ ସ୍ଥାନରେ ହୁଏ ମୀମାଂସିତ୧-ଛତୁଦେଶଦେଶାନ୍ତରୁ ଆସି, ସ୍ଥୂଳତଃ ସେ ସଭାମହୀରେ ଆଦର୍ଶ ମହାବିଶ୍ୱ-ବିଦ୍ୟାଳୟ,ଚିର ସ୍ଥିର ଯାହା ଯୋଗୁଁ ଭାରତର ଆଣି,ଯା ଯୋଗୁଁ ଭାରତମାତା ଜଗତର ରାଣୀ,ବିଶ୍ୱପ୍ରପୂଜିତା, ନିତ୍ୟ ଗୌରବ-ଗର୍ବିତା ।ଅନନ୍ତ ଉନ୍ନତିମୟ ଜାତୀୟ ଜୀବନକଲା ଗଠନ ସେ ସଭା,ତେଣୁ ତାହା ନାମହୋଇଅଛି ଅଗ୍ରାସ୍ୟୁତ ମୁଖପତ୍ରରୁପେଆର୍ଯ୍ୟଜାତି ସଭ୍ୟତାର ଅମରେତିହାସେ ।ପ୍ରଜା ପାଇଁ ଅବାରିତ ସମ୍ରାଟଙ୍କ ଦ୍ୱାର,ଶୁଣିବାକୁ ପ୍ରଜାଙ୍କର ପ୍ରାଣର ଗୁହାରି,ନ ଥିଲା ତାଙ୍କର କାଳ ନିର୍ଘଣ୍ଟ ସ୍ୱତନ୍ତ୍ର,ବେଳନିର୍ବିଶେଷେ ଯାଇ,ଛାମୁରେ ସକଳେନିବେଦି ସ୍ୱଅଭିଯୋଗ, ଲଭୁଥିଲେ ତାରଯଥାଯୋଗ୍ୟ ପ୍ରତିକାର ନିର୍ବିଘ୍ନେ ତକ୍ଷଣେ,କି ବାଳକ, କି ପ୍ରବୀଣ, ପ୍ରବଳ, ଦୁର୍ବଳ,ସମସ୍ତଙ୍କ ଆବେଦନ ହୁଏ ସମଭାବେଘେନା, ହୁଏ ବିଚାରିତ ଅପକ୍ଷପାତରେ ।ରାଜକର୍ମଚାରୀ ହସ୍ତେ ଲାଞ୍ଚିତ, ପୀଡ଼ିତନ ହେବେ ପ୍ରଜାଏ ଯହିଁ ଭ୍ରମେ ବା ସଦ୍ଧାନେ,କରିଥିଲେ ରାଏ ତାର ବିହିତ ବିଧାନ ।ନ ହୋଇ ସେବକ ମତେ ଚାଳିତ ବିକ୍ରମ,ପ୍ରାକୃତି ନୃପତି ପ୍ରାୟ,କରୁଥିଲେ ତାଙ୍କୁଚାଳିତ ସ୍ୱକୀୟ ମତେ ସତର୍କେ ସତତ ।ଅପରାଧୀ କର୍ମଚାରୀ ଦଣ୍ଡଭୋଗ ପରେହେଉଥିଲା ରାଜକାର୍ଯ୍ୟେ ପୁଣି ନିୟୋଜିତ,କ୍ଷଣେ ମାତ୍ର ରୁଦ୍ଧ କରି ତଟନୀର ବେଗ,ପରକ୍ଷଣେ ଧରେ ତାକୁ ହୃଦେ ନଦୀନାଥ ।ପୁତ୍ରର ମଙ୍ଗଳ ଲାଗି ଦଣ୍ଡ ଅର୍ପେ ପିତା,ମାତ୍ର ଇହମାକ ୧ ପରେ ବେଉଷି ତାହାକୁଭୂଞ୍ଜାଏ ସୁଖାଦ୍ୟ ଆଣି, ଏହା ପ୍ରାକୃତିକ ।ପିତାର ଯଦ୍ରୂପ ଅଛି ଶାସନକ୍ଷମତା,୧-ମୁହୂର୍ତ୍ତକ ।ଗୁରୁତମ ତହୁଁ ବଳି ପାଳନଦାୟିତ୍ୱ ,ନୁହେଁ ତ ଅଜ୍ଞାତ ଏହା ଆଦର୍ଶ ପିତାର ।କର୍ମଯୋଗୀ ବିକ୍ରମଙ୍କ ମାହାତ୍ମ୍ୟ ଅତୁଳ,ଅଗାଧ, ବର୍ଣ୍ଣନାତୀତ, ବର୍ଣ୍ଣିଲେ ତାହାଙ୍କୁଆଦର୍ଶ ନୃପତି ବୋଲି, ନ ହେବ ତାଙ୍କରପ୍ରତିଭାର ଅନୁରୁପ ଅର୍ଥପ୍ରାଣ ଭାଷା,ଆଦର୍ଶର ମହାଦର୍ଶ କହିଲେ ତଥାପିପୂର୍ଣ୍ଣାଂଶରେ ହେବ ନାହିଁ ଉପମା ସଙ୍ଗତ ।ବିକ୍ରମଙ୍କ ପରି ରାଜା, ଭାରତ ଭାଗ୍ୟରେବିଧିଦତ୍ତ ଅତିରିକ୍ତ ମହାଦାନ ସିନା,ପ୍ରକୃତିର ମହାକାର୍ଯ୍ୟ ସଂସାଧାନ ପାଇଁସବୁ ଯୁଗେ ଧରାଧାମେ ହୁଅନ୍ତି ପ୍ରେରିତବିଶିଷ୍ଟ ମହାତ୍ମାକୁଳ ଐଶୀ ଶକ୍ତିରୁପେ,ମାତ୍ର ବିକ୍ରମଙ୍କ ପରି ପୂର୍ଣ୍ଣ କଳାଧାରୀକ୍ଷାତ୍ର ଶକ୍ତି ଅବତାର ଆସନ୍ତି କ୍ୱଚିତ ।ଯଶୋନିଧି ବିକ୍ରମାର୍କ, ପ୍ରକୃତି ରାଣୀରପ୍ରଣୟ-ବନ୍ଧନଦକ୍ଷ ଆଦର୍ଶ ବଲ୍ଲଭ,ଆଦର୍ଶ ସୋଦର, ପୁତ୍ର, ମିତ୍ର, ଭୃତ୍ୟଆ ।ପ୍ରକୃତିର ପୁରୋହିତ, ପ୍ରକୃତର ପ୍ରାଣ,ପ୍ରକୃତି ତାଙ୍କର ପ୍ରାଣ, ତାହାଙ୍କ ସଦୃଶପ୍ରକୃତିର ମହାଗୁରୁ ପୁଣି ମହାଶିଷ୍ୟସେହି ଏକା । ଭୁଞ୍ଜଥିଲେ ସିନା ଭାରତୀୟେସଂକଳ୍ପରେ ରାମଯୁଗ-ସୁଖ ରାମାୟଣେ,ମାତ୍ର ତା ବିକ୍ରମଯୁଗେ ଭୋଗିଲେ ଦେହକେ,ସଂକଳ୍ପର ମଣ୍ଡା ହେଲା ସତ୍ୟ ରସଗୋଲା । ୨ହୋଇଥିଲା ମଧ୍ୟବର୍ତ୍ତୀ କାଳେ ଦଳମୟଜାତୀୟ ଉନ୍ନତି-ସରଃ, ଫୁଟାଇଲେ ତହିଁସ୍ୱପ୍ନସ୍ୱର୍ଣ୍ଣ-ଶତଦଳ ଅବନ୍ତୀ-ନାୟକ ।୨-ମିଷ୍ଟାଳ୍ପ ବିଶେଷ ।ଉନ୍ନତିର ବୈଦୁତିକ ତୀବ୍ର ଉତ୍ତେଜନାବହିଲା ଏ ଭାରତର ନିଃଶ୍ୱାସ-ପବନେ,ଉଠିଲାକ ଚେଇଁ ସୁପ୍ତ ନିର୍ଦ୍ଦୋଷ ସଭ୍ୟତା ।ନହିଲେ ସେ ଭାରତର ମନୀଷା-ମୁକୁଟେମହାର୍ହ-ମହିମା-ମଣି, ସେ ମଣି ସମୀପେପରାସ୍ତ ଦୁରନ୍ତକାଳ-ଧ୍ୱଂସପଟୁ-ହସ୍ତ !ଏ ଭାରତ-କଳ୍ପଦ୍ରୁମ ଚିର ଫଳବାନ,ଗୁଣିପଣେ ତା ମୁଳେ ସେ ଦେଲେ କାଟପାଣି ।୩୩-ଫଳପାଣି, ଅର୍ଥାତ୍ମନ୍ତ୍ରିତ ପାଣି ଗଛ ମୂଳରେ ଦେଲେ ଫଳ ଅଧିକ ହୁଏ ।ଚିର ଚିନ୍ତାବୀର ରାଏ, ଘେରିଥିଲା ତାଙ୍କୁନିତ୍ୟ ନବ ନବ କର୍ମ, ନବୀନ ଚିନ୍ତାରଆଶାମୟ ଅବିଚ୍ଛିନ୍ନ ନୀରବ ଆହ୍ୱାନ,ପ୍ରସ୍ତୁତ ସତତ ଯଥା ଆତ୍ମଦାନପାଇଁଥାଏ ଫଳ, ତଥା ନୃପ ସଦା ପ୍ରତୀକ୍ଷିତଅର୍ପିବାକୁ କର୍ମପଦେ ନିଜକୁ ସର୍ବଥା,ଖୋଜିଥାନ୍ତି କର୍ମ ପୁଣି କର୍ମେ ଲିପ୍ତ ଥାଇ ।ତାଙ୍କ ମହାଜୀବନର ପ୍ରତି ଦଣ୍ଡ ଲିତାବିଶ୍ୱର କଲ୍ୟାଣମୟ ବିଧାନରେ ଭରା,ପ୍ରଭୁତା-ମଦିରା ନିଶା ଥିଲା ନାହିଁ ପାରିଆଣି ତାହାଙ୍କର ପ୍ରାଣେ କ୍ଷଣକ ସକାଶେସମୁଦ୍ଭ୍ରାନ୍ତ ଅନାୟତ୍ତ ବ୍ୟାକୁଳ ବାସନା,ଅବା ଦୁରାକାଙ୍ସ । ବିଷ ଉଗ୍ର ଉନ୍ମାଦନା,ନ ଥିଲା କୋଷ୍ଠୀରେ ତାଙ୍କ ଦୁର୍ବଳ-ଦଳନ ।କ୍ରମେ କ୍ରମେ ରାଜ-ଅଙ୍ଗେ ଆକ୍ରମିଳା ଜରା,(ଜୀବନ-ଭାରତ ଗ୍ରନ୍ଥେ ଶାନ୍ତିପର୍ବରୁପା)ମାତ୍ର ଭୟେ ନ ପାରିଲା ପଶି ମନକତି,ଦୈବେ ଯଦି ଛୁଇଁଥାନ୍ତା ତାକୁ, ନିଶ୍ଚେ ତେବେପଡ଼ିଥାନ୍ତା ଦୃଷ୍ଟା ଆପେ ଆପଣା କବଳେ ।ବୃକ୍ଷର ପଳଖେ ୧ ସିନା ମାଟି କରେ ଉଇ,ମାତ୍ର ତାର କିବା ସାଧ୍ୟ ସ୍ପର୍ଶିବ ମଞ୍ଜକୁ ?ବୟୋଧର୍ମେ ହୋଇଗଲେ ଇନ୍ଦ୍ରିୟେ ନିସ୍ତେଜ,୧-ବାଳକ ।କିନ୍ତୁ ଚିତ୍ତବୃତ୍ତି କେବେ ନୋହିଲା ମିଳିନ,ସୁକର୍ମର କର୍ମଲିପ୍ସା ଅଜର, ଅମର ।ସମୋତ୍ସାହେ ସମ ଧୈର୍ଯ୍ୟେ ଶାସି ବସୁନ୍ଧାରାଦୀର୍ଘ ଶତବର୍ଷ କାଳ ସୂଚାରୁ ଶାସନେ,ଉପସ୍ଥିତ ବିକ୍ରମାର୍କ ଜୀବନ-ସାୟାହ୍ନେ,ଶୁଣି ଅନୁକ୍ଷଣ ରାଏ ମାନସ-ଶ୍ରବଣେକେଉଁ ଅବିଷୟ ରାଜ୍ୟ ଅମୃତ ଆହ୍ୱାନଭାଳିଲେ ଏସନ-‘‘ନୁହେଁ ପରାଜୟି କେବେଭୋଗଦ୍ୱାରା ଭୋଗେ, ହୁଏ ତ୍ୟାଗଦ୍ୱାରା ତାହା,ଇନ୍ଧନେ ଅନଳ କାହିଁ ଭଜିବ ନିର୍ବାଣ,କିମ୍ବା ବାରିସେକେ ୨ ଭୁମି ଲଭିବ ଶୂଷ୍କତା,ଭୁଞ୍ଜାଇଲେ ଯେତେ ଆଣି ରୋଗୀକୁ କୁପଥ୍ୟ,୨-ସେଚନରେ ।ତେତିକି ବଢିବ ସିନା ରୋଗର ଯନ୍ତ୍ରଣା !ଯୌବନ-ବସନ୍ତ ଗତ, ଉପସ୍ଥିତ ଏବେବାର୍ନ୍ଧକ୍ୟ-ନିଦାଘ, ଉଗ୍ର ବ୍ୟାଘ୍ର ପ୍ରାୟ ଦେହୁଶୋଷିଲା ସେ ନହୁ, ତୀବ୍ର ଶୋଷଣ-କୌଶଳୀ,ବିକୃତି ବୀଭତ୍ସ ବେଶ ଆଣିଦେଲେ ଜରା,ଭଜିଲା ଶୁକ୍ଳିମା କେଶ, ଗଲା ଦନ୍ତ ଝଡ଼ି,ଅସ୍ପଷ୍ଟୁ ଅସ୍ପଷ୍ଟ ହେଲା ଶବ୍ଦ ଉଚ୍ଚାରଣ,ହୁଏ ଶ୍ଳେଷ୍ମା ବିନିର୍ଗତ ନବଦ୍ୱାର ପଥେ,ଜୀବନ୍ତ ନରକ ଭୋଗ ଏହା ସିନା ପ୍ରାଣେ ।କିନ୍ତୁ କି ଆଶ୍ଚର୍ଯ୍ୟ, ଅହୋ, ସଂସାର-କୁହୁକ,ତେବେ ସୁଦ୍ଧା କହେ ଆଶା, ଅଳି ଯଥା ଫୁଲକର୍ଣ୍ଣମୂଳେ-ସଦା ଶ୍ରୁତି-ଶୀତଳ ବାଣୀରେକେଉଁ ମାୟା ଭୁବନର ଅଜୀବ ବାରତା-କେବଣ ଅସତ୍ୟ ସ୍ୱର୍ଗ ସ୍ୱପନ କାହାଣୀ ।ହୋଇ ତା ମୋହନ ମନ୍ତ୍ରେ ଆବାଲ୍ୟୁ ଦୀକ୍ଷିତ,ସେବି ତା ଅତୃପ୍ତ ପଦ ପଡ଼ିଲଣି ଥକି,ଶାନ୍ତି ଶ୍ରାନ୍ତି କ୍ରୋଡ଼େ ଏବେ ନିହି ଜୀର୍ଣ୍ଣ ତନୁପ୍ରାପ୍ତ ହେଲେ ଅବସର, ମୃତ୍ୟୁ ପ୍ରତୀକ୍ଷାରକରିବି ମୁଁ ପାରନ୍ତିକ ପାଥେୟ ସଂଗ୍ରହ ।ବିଶେଷତଃ ଏ ଜୀବନ ଚିର ଢଳଢଳପଦ୍ମପତ୍ରେ ଜଳବିନ୍ଦୁ ପାୟ, ଗଡ଼ି ପଡ଼ିଏହିକ୍ଷଣି ମିଣିପାରେ ଅନନ୍ତ ସଲିଳେ,ନିୟତିର ପ୍ରତିକୂଳ ବାତ-ବିତାଡ଼ନେ,କି ବିଶ୍ୱାସ ତାକୁ ? ଅତଃ ଜୀବନ ସଂଗ୍ରାମେସନ୍ଧି ସଂସ୍ଥାପନେ ନୁହେଁ ଔଦାସ୍ୟ କର୍ତ୍ତବ୍ୟ,ଜୀବନ ଦିନାନ୍ତ କାଳ ୩ ଉପସ୍ଥିତ ଆସି,ହେବ ଏବେ ଅନ୍ଧକାରୁ ,ବେଳ ଗତପ୍ରାୟ,ସୁଦୀର୍ଘ ଗନ୍ତବ୍ୟ ପଥ, ଥାଉଁ ଥାଉଁ ନଭେ୩-ସନ୍ଧ୍ୟାକ୍ଷୀଣ ସନ୍ଧ୍ୟାଲୋକ, ପଥ ଧରିବା ଉଚିତ ।’’ଏହା ଭାବି ବିକ୍ରମାର୍କ ଶୁଭ ମୁହୂର୍ତ୍ତରେସ୍ୱପୁତ୍ର‘‘କୁମାର ଗୁପ୍ତେ’’ ଅର୍ପି ରାଜ୍ୟଭାରହେଲେ ଚିରଦିନପାଇଁ ବିଷୟୁ ଅନ୍ତର,ପୂର୍ଣ୍ଣମା ଦିନାନ୍ତ ଛବି ଧରିଲା ଅବନ୍ତୀ,ଗଗନେ ପ୍ରଚୀନ ରବି ଭଜିଲେ ବିଶ୍ରାମ,ନବ ପୁର୍ଣ୍ଣ-ଇନ୍ଦୁ ଉଇଁ ରଞ୍ଜିଲେ ଧରଣୀ ।ରାଜର୍ଷି ବିକ୍ରମାଦିତ୍ୟ ତେଜି ରାଜଭୋଗରତ ହେଲେ ଯୋଗେ, ପିନ୍ଧି ଗୌରିକ ବସନ,ମହାଧର୍ମନିଷ୍ଠ ରାଏ, ପୂଣ୍ୟର ଦାୟାଦ,ସାଧି ସୁକଠୋର ୟୋଗ ଏକାଗ୍ରତା ସବୁ,ଯଥାକାଳେ ଦିବ୍ୟ ଲୋକେ କଲେକ ପ୍ରୟାଣ,ଏକମାତ୍ର ପାରିଜାତ ଭାରତ- ନନ୍ଦନୁପଡ଼ିଲା ମଉଳି ଅସ୍ତ କାଳ-ଅସ୍ତାଦ୍ରିଶିଖରେ !ଚଳିଲେ ମହୀରୁ ହାୟ ସେ ମହୀ-ମଘବା,ଯାଙ୍କ ତିରୋଧାନେ ହୁଏ ଜଗତର କ୍ଷତି,ତାହାଙ୍କୁ ଦୀର୍ଘାୟୁ ଦାନେ ପ୍ରାୟଶଃ କୃପଣଧାତା, ନତୁ କି ହୁଅନ୍ତେ ଅସ୍ତ ଶାକ୍ୟସିଂହ,ଚୈତନ୍ୟାଦି ସତ୍ୟଧର୍ମ ସଂସ୍ଥାପକରଣଅକାଳେ ବିଧିର ମହା କଠୋର ଆହ୍ୱାନେ ?ଯାଇଛ ବିକ୍ରମାଦିତ୍ୟ, ମାତ୍ର ଏ ଭାରତେକରିଗଲ ଯେଉଁ ମହା ନବଶକ୍ତି ଦାନ,ସେହି ଶକ୍ତିବଳେ, ହେଉ ପଛେ ଯେଡ଼େ କ୍ଷୀଣକଙ୍କାଳାବଶିଷ୍ଟ, ଯୁଗଚତ୍ର ଆବର୍ତ୍ତନେଜାତୀୟେତିହାସ ଥିବ ପ୍ରାଣବନ୍ତ ସଦା ।କେବଣ ଅଜ୍ଞାତ ଦେଶୁ ଆଣିକି କୌଶଳେଜ୍ୟୋତିର୍ମୟ ପ୍ରଭାତର ଆନନ୍ଦ-ଆଲୋକ,ଧୋଇଦେଇ ହେ ରାଜର୍ଷି ଭାରତ-ଲଲାଟ ?ନିଦାଘ ଦିନାନ୍ତେ ଯଥା ଶୀତଳ ପବନଅଦୃଶ୍ୟରେ ଲେପି ଦେଇ ଆଶୀର୍ବାଦ-ଲେପରୌଦ୍ରତପ୍ତ ସୃଷ୍ଟିଶିରେ, ପ୍ରଦାନେ ତା ପ୍ରାଣେନବନନ୍ଦ, ତଥା ତୁମ୍ଭେ କର ଏ ଭାରତେ ।ଉଠାଇ ତୁମ୍ଭେ ହେ ଦେବ, ସ୍ୱର୍ଗେ ଏ ଭାରତେଆଣିଲ ଭାରତେ ସ୍ୱର୍ଗେ । ନୈତିକ ଜୀବନେଭାରତରେ ପ୍ରତିଷ୍ଠିଲ ଯେଉଁ ଉଚ୍ଚାଦର୍ଶସତ୍ୟ ଶିବ ସୁନ୍ଦରର, ବର୍ଣ୍ଣିବାକୁ ତାହାକାହିଁ ବାଣୀ-ଭଣ୍ଡାରରେ ତୁଲ୍ୟମୂଲ୍ୟ ଭାଷା ?କରୁଥିଲ ମାତୃଭୂମି ଅଭାବ ମୋଚନଜୀବିତେ, ମରଣେ ମାତ୍ର ଚାପିଲେ ତା ବକ୍ଷେଅଭାବର ଦୁର୍ବିଷହ ତୁଙ୍ଗ ହିମାଳୟ,ଧରେ ଯେ ଅବ୍ୟକ୍ତିଗତ ଜୀବନ ମହୀରେ,ପୁଣି ଯେ ଜୀର୍ଣ୍ଣକୁ ଭାଙ୍ଗି ସେହି ଉପାଦାନେକରିପାରେ ମନୋମତ ନୂତନ ସର୍ଜନା,ତାହାରି ଅଭାବେ ମଣେ ଜଗତ ଅଭାବ ।ଯେତେ କାଳ ଥିବେ ସୃଷ୍ଟି, ଥିବ ଏ ଭାରତ,ତେତେ ଦିନଯାଏ ଦେବ, ଭାରତବାସୀଏପୁଜିବେ ତୁମ୍ଭଙ୍କୁ ନିତି ଅର୍ପି ତବ ପଦେସ୍ମୃତି-ସ୍ୱର୍ଣ୍ଣ-ପାରିଜାତ ଗୁନ୍ଥି ଅଶ୍ରୁଧାରେ ।