ଏକାଦଶ ସର୍ଗ — ବିକ୍ରମାଦିତ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ସର୍ଗ
କରଗତ କରି ଆର୍ଯ୍ୟମଣ୍ଡଳ ସମଗ୍ରଗମିଲା ଜିଗୀଷାନଳ, ଭଜିଲା ସାଫଲ୍ୟଆଶା, ତହୁ ଚତୁରଙ୍ଗବାହିନୀ ସହିତେମଣ୍ଡିଲେ ଅବନ୍ତୀ ମହୀ ଅବନ୍ତୀମଣ୍ଡନ,ମଣ୍ଡନ୍ତି ଯେସନ ଆସି ପୂର୍ଣ୍ଣ ଶଶଧରତାରକାମଣ୍ଡଳୀ ସହ ପୂର୍ଣ୍ଣିମାରଜନୀ,ଅଥବା ବସନ୍ତ ଯଥା ଋତୁକୁଳନାହାବିମଣ୍ଡେ ପ୍ରକୃତି, ଘେନି ଗହଣେ କୁସୁମ,କୋକିଳ, ମତୟାନିଳ-ସଦସ୍ୟନିକରେ ।ଲାଗିଲା ବିଜୟୋତ୍ସବ, ହସିଲା ନଗରୀ,ଖେଳିଲା ଆନନ୍ଦ-ଢ଼େଉ ଚୌଦିଗେ ଚହଟି ।ବିଜୟିନୀ ଉଜ୍ଜୟିନୀ ସ୍ୱଭାବେ ସୁନ୍ଦରୀ,ଦୁଜେ ବିଭୁଷିତ ହୋଇ ବିଜୟ-ଭୂଷଣେଧରିଲା ଅପୂର୍ବ ଠାଣି ବର୍ଣ୍ଣନା ଅତୀତ ।ଏକେ ତ କୁସୁମକୁଞ୍ଜ ସୁଷମାନିର୍ଝର,ଆଲଙ୍ଗିଲେ ତାକୁ ଆସି ବାସ ନ୍ତୀ ଚନ୍ଦ୍ରିକାମଧୁପ-ଭ୍ରମର ସହ, କି ଅନନ୍ତ ଶୋଭା-ସ୍ରୋତ ହୁଏ ପ୍ରବାହିତ, କଳିବ କି ଭଲାସେ ଶୋଭା ଗାମ୍ଭୀର୍ଯ୍ୟ ଭାଷା, ହେଉ ପଛେ ଯେଡ଼େପ୍ରାଣବତୀ, ଯେ ସୌନ୍ଦର୍ଯ୍ୟ ଅନନ୍ତ ପ୍ରବାହେନ ପାରେ ସନ୍ତରି ଧନୀ ପ୍ରବଳା କଳ୍ପନା,(ଚିର ସନ୍ତରଣଦକ୍ଷା ଭାବ-ପାରବାରେ)ଭାଷା ସିନା ଅବହେଳେ ବୁଡ଼ିମରି ତହିଁ ।ଉପମା ବା କି ଖଟିବ ତାକୁ, ଉପମା ତଭାଷାର ଅଧୀନ, ଭଜେ ତା ସହ ବିଲୟ ।ଚନ୍ଦ୍ରୋପରି ଚନ୍ଦ୍ରୋଦୟ ହୁଅନ୍ତା ଯଦ୍ୟପିତେବେ ବା ନଗରୀ ସହ ହୁଅନ୍ତା ତୁଳିତ ।ସୁଖ-ସୁରଧୁନି-ସ୍ରୋତେ ଢ଼ାଳିଦେଲା ଦେହଉତ୍ସବ-ଯମୁନା, ସେହି ପୁଣ୍ୟପ୍ରୟାଗରେସାନ କରି ନାଗରିକେ ଶୀତଳିଲେ ଆତ୍ମା ।ମାତ୍ର ଏ ଉତ୍ସବେ ଲିପ୍ତ ନୋହି ନୃପମଣିରତ ପୁରସ୍କାର ଦାନେ ସେନାନୀମଣ୍ଡଳେ ।ଗୁଣ ତୁଳନାରେ ଲଭି ବୀରେ ବହୁଗୁଣପୁରସ୍କାର, ମଣିଲେ ତା ଭାଗ୍ୟ ଆଶାତୀତ ।ବିପକ୍ଷ ଭାବରେ ଯୁଝି ଯେଉଁ ଶୂରଗଣଆସିଥିଲେ ବନ୍ଦୀ ହୋଇ, ଅର୍ପି ଅବ୍ୟାହତିତାଙ୍କୁ, ପୁରସ୍କାର ଦାନେ ଦେଲେକ ମେଲାଣି !ଅହୋ କି ଗଭୀର ଦୟା, ସୁସ୍ନିଗ୍ଧ ଶୀତଳ,ମିତ୍ର ପ୍ରତି ଦୟାର୍ଦ୍ରତା, ଧର୍ମ ସ୍ୱାଭାବିକ,ମାତ୍ର ଯାର ଦୟା ବର୍ଷେ ଅରାତି ମସ୍ତକେଦୈବୀ ବର ପ୍ରାୟ, ସେହୁ ଦେବଙ୍କର ଦେବ ।ସଖୀନ୍ତ * ସହିତେ ଦିନେ ରୂପସୀ ପ୍ରମୀଳା,ପାଟେଶ୍ୱରୀ ଇନ୍ଦୁମତୀ ପ୍ରିୟ ସହଚରୀଭ୍ରମୁଥିଲା ଶୁଦ୍ଧାନ୍ତର ବହିରୂପବନେ ।ବିସ୍ତାରି ଅଛନ୍ତି ତହିଁ ଅନନ୍ତ ସୁହାସ
*ସଖୀସମୂହ
ବାଳତରୁ ଲତାକୁଳ ପ୍ରସ୍ଫୁଟ-ପ୍ରସୂନେ,
ପଡ଼ୁଛି ସେ ହାସୁ ଝରି କି ଅମୃତମୁଖା
ମଧୁରିମା, କି ସ୍ୱର୍ଗୀୟ ପ୍ରୀତି-ପୂତ ଝର,
ହେରି ତାହା ହେଉଅଛି ନୟନ ଶୀତଳ ।
ଆନନ୍ଦେ ବାମାଏ ଫେଇ ଅଙ୍ଗୁ ଅଳଙ୍କାର
ମଣ୍ଡିଲେ ବନସୁନ୍ଦରୀ କୁସୁମିତ ବେର,
ଫିଟାଇ କେ କଣ୍ଠୁ ହାର ଲମ୍ବାଇଲା ନେଇ
ମଞ୍ଜୁହାସୀ କୁଞ୍ଜଲତା ହରିତିଳ ବକ୍ଷେ,
ଓହ୍ଲାଇ କେ ବାଜୁବନ୍ଧ ବାନ୍ଧିଲା ହରଷେ
ମାଳତୀ ବାହୁରେ, କେହି ପାଲଟି ସତର
ଜରିମୁହାଁ ପୀତ ପାଟ, ପିନ୍ଧାଇ ଗୋଲାପେ
ସଜାଇଲା କନ୍ୟାବେଶେ, ଖଞ୍ଜନ୍ତେ ପାହୁଡ଼
ପଦେ, ଫୁଟିଗଲା କରେ କଣ୍ଟା, ତହୁଁ ବାଳା
ପ୍ରକାଶିଣ ସ୍ନେହମିଶା କୃତ୍ରିମ ବିରାଗ
ଭାଷିଲେ, ‘‘ଉଦୁଣ୍ଡୀ ତୁ ଲୋ ବେଡ଼େ ଅଲାଜୁକୀ,
ଚିମୁଟୁଛୁ ମୋତେ ? ଛି ଛି ବିଟୋଳୀ ବାୟାଣୀ !’’
ଶୁଣି କହେ ଆନ ସଖୀ, ‘‘କି ଦୋଷ ତାହାର,
ସ୍ୱଭାବେ ସେ ଅପାର୍ଥିବ ଭୂଷଣ-ଭୂଷଣା,
ତାହାର ସେ ଗଣ୍ଠିରତ୍ନ ଚିର-ପ୍ରାଣପ୍ରିୟ,
ହରି ତୁହି କଲୁ ତାକୁ ଭାରକ୍ରାନ୍ତ ବୃଥା
ଲଦିଦେଇ ଗୁରୁ ଭୁଷା, ପାର୍ଥିବ, ଅସାର,
ତେଣୁ ସେ କୁପିତା, ଦେଲା ଉପଯୁକ୍ତ ଶାସ୍ତି ।’’
ଏରୂପେ କୌତୁକେ ଲିପ୍ତ ଅଛନ୍ତି ବାଳାଏ
ଏକାଳେ ପ୍ରବିଷ୍ଟ ତହିଁ ରୂପରାଜ ନାମେ
ପୁରୋଧାକୁମର, ଦେଖି ସମ୍ଭ୍ରମେ ପ୍ରମୀଳା
ପ୍ରଣମି ତାହାଙ୍କୁ, ଧୀରେ ଭାଷିଲା ଏସନ-
‘କୁଶଳ ତ ବିପ୍ରମଣି ? ତୁମ୍ଭେ ଭାଗ୍ୟଧର,
ନୃପତି ଗହଣେ ଭ୍ରମି ବହୁ ରମ୍ୟ ସ୍ଥାନେ
ଆସିଲ ବାହୁଡ଼ି ସାଧି ଚିତ୍ତପ୍ରସନ୍ନତା ।’’
ଉତ୍ତରିଲେ ଦ୍ୱିଜ-‘‘ସତ୍ୟ ତାହା, ଦେଖି ବହୁ
ଜନପଦ, ବନ, ନଦୀ, ଉତ୍ତୁଙ୍ଗ ଶିଖରୀ,
ସେବି ନାନାତୀର୍ଥ, ଲଭୁଥିଲି ନିତ୍ୟ ସୁଖ,
ମାତ୍ର ନୃପତିଙ୍କ ଦୁଃଖ ସେ ସୁଖେ ମୋହର
ଦେଉଥିଲା ବୋଳି ସଦା ବିଷାଦ-କାଳିମା ।’’
ପୁଚ୍ଛିଲା ପ୍ରମାଳା, ଭୀତି-ଉଦ୍ବେଗ ବିହ୍ୱଳେ-
‘‘ଅର୍ଦ୍ଧ ଭାରତର ଯେହୁ ରାଜରାଜେଶ୍ୱର,
ସମଗ୍ର ଆର୍ଯ୍ୟବର୍ତ୍ତ ଯା ଅଙ୍ଗୁଳି ସଙ୍କେତେ
ଚାଳିତ ପାଳିତ, ଭଲା କି ଦୁଃଖ ତାଙ୍କର ?’’
ବିବରିଲେ ରୂପରାଜ-‘‘କି ଦୁଃଖ ତାଙ୍କର ?
ଭୁଲିଥିଲେ କ୍ଷୁଧାତୃଷା ଏହି କେତେ ମାସ,
ମଣୁଛି କି ବିକ୍ରମାର୍କେ ମର୍ତ୍ତ୍ୟର ମାନବ ?
ଭ୍ରାନ୍ତ ସେ ଧାରଣା ତବ, ମହାଦେବତା ସେ
କେଉଁ ଗୁପ୍ତ ତ୍ରିଦିବର, ମର୍ତ୍ତ୍ୟେ ବା ବିହରେ
ପ୍ରୀତିର ପାବନ ମୂର୍ତ୍ତି, ହୃଦୟ ତାଙ୍କର
କରୁଣାର ଶୁଭ-ସ୍ୱର୍ଗ, ସ୍ନେହ ସିଂହାସନ !
କି ନିଷ୍କାମ ଧର୍ମ, କିବା ଆତ୍ମତ୍ୟାଗବ୍ରତ,
କି ନିଃସ୍ୱାର୍ଥ, କି ଜୀବନ୍ତ ପରହିତୈଷଣା,
ଦିନସାରା ନାହିଁ ତର ଭୀଷଣ ସମରେ,
ସନ୍ଧ୍ୟା ହେଲେ ଧରି ହସ୍ତେ ଜ୍ୱଳନ୍ତ ଦିହୁଡ଼ି
(ଶତ ପରିଚାର ସତ୍ତ୍ୱେ) ବିଜେ ନରମଣି
ଶତ୍ରୁପକ୍ଷ ରଣାହତ ସୈନିକ-ଶିବିରେ,
ଅମୃତ ପ୍ରଲେପ ଲେପି ଅସ୍ତ୍ରଲେଖା ପରେ
କରନ୍ତି କାହାକୁ ସୂସ୍ଥ, ଧୋଇ ସ୍ୱହସ୍ତରେ
କାହା କ୍ଷତସ୍ଥଳ, ଚିରି ଉତ୍ତରୀୟ ବାସ
ଦେଉଥାନ୍ତି ପଟି ବାନ୍ଧି ତହିଁ, କାହାର ବା
ବିଶୁଷ୍କ ଅଧର ପ୍ରାନ୍ତେ ଧରି ପଥ୍ୟ ପାତ୍ର
ଭୁଞ୍ଜାନ୍ତି ସସ୍ନେହେ ତାକୁ, ଦେଖି ଏହି ଦୃଶ୍ୟ,
ଏହି ବାଞ୍ଚନୀୟ ମହାଦୃଶ୍ୟ କରୁଣାର,
ଉଠୁଥାଏ ଶତ୍ରୁ ପକ୍ଷୁ ଧନ୍ୟ ଧନ୍ୟ ରବ !
ଆହତ ଶୂଶ୍ରୂଷା ପରେ ନ ଭଜି ବିଶ୍ରାମ,
ସାହିତ୍ୟ ସନ୍ଦର୍ଭେ ପୁଣି ହୁଅନ୍ତି ନିରତ ।
ସ୍ୱଭାବେ ସାହିତ୍ୟ-ରଙ୍କ ଆମ୍ଭ ନୃପବର,
ସାହିତ୍ୟକି ପ୍ରତିଭାର ତରୁଣ ତପନ,
କାବ୍ୟ-ସହକାର କୁଞ୍ଜେ କଳନାଦି-ପିକ,
ପଢ଼ୁଁ ପଢ଼ୁଁ କାବ୍ୟ, ଯାଏ ବିଭାବରୀ ପାହି,
କାହିଁ ଅବା ଅବସର ଯୋଗଣେ ଶୟନେ ?
ବିଳାସ କୋମଳ ଅଙ୍କେ ସଦା ଯେ ପାଳିତ,
ନୁହେଁ କି ତାହାଙ୍କ ପକ୍ଷେ କଷ୍ଟକର ଏହା ?’’
ଭଣିଲା ପ୍ରମୀଳା-‘‘ଦେବ, ନ ହେଲେ ସେଭଳି
ହୃଦୟାଳୁ, ଶୋଭନ୍ତା ବା କାହୁଁ ଶିରୋପରେ
ମଘବା-ମୁକୁଟ ଅର୍ଦ୍ଧଭାରତ-ସ୍ୱର୍ଗର ।
କହିଲ ତ ନୃପତିଙ୍କ କଥା, ଶୁଣ ଏବେ
ରାଣୀଙ୍କ ବେଭାର, ଗୁଣେ ଦୁହେଁ ଦୁହିଙ୍କୁ ହିଁ
ପଟାନ୍ତର, ଯୋଗ୍ୟ ମଣି ଏ ଆଦିତ୍ୟବରେ
ଛନ୍ଦିଲା ତା କରେ ବିହି ଏ କମଳିନୀକି ।
ନାହିଁ ଅଭିମାନ କିମ୍ବା ଆଳସ୍ୟ, ବିଳାସ,
ବହୁ ପରିଚାରୀ ସତ୍ତ୍ୱେ ସଦା କର୍ମରତା,
ସଦା ହାସ୍ୟମୟୀ, ସୁଖେ ଦୁଃଖେ କିବା ରୋଗେ,
କାନ୍ଦିଲେ କଦାପି, ସେହି କାନ୍ଦଣା ମଧ୍ୟରେ
ଉଠୁଥାଏ ଫୁଟି ହାସ, ଫୁଟି ଦିଶେ ଯଥା
କୁହେଳିକା-ମ୍ଳାନ ଲତା-କୋଳରେ ସୁମନ ।
ମହାସହ୍ୟଶୀଳା, ତେଣୁ ନ କାନ୍ଦନ୍ତି ସଦା,
ଯଦ୍ୟପି କାନ୍ଦନ୍ତି କେବେ, ତେବେ ପରଦୁଃଖେ,
କି ବାତ୍ସଲ୍ୟ, କି ମମତା, କି ଦୀନତା, ଆହା,
ସ୍ନେହ, ପ୍ରୀତି, ସରଳତା ଏ ତ୍ରିବେଣୀ ଅବା
ବହୁଅଛି ଏକାଧାରେ ! ଯୋଗଣ ସମୟେ
ଥରେ ମାତ୍ର ନେଇଛନ୍ତି ମୁଖକୁ ଆହାର,
ଏକାଳେ ଶୁଣିଲେ ଯଦି ଦୀନ ଆତୁରର
କରୁଣ ପ୍ରାର୍ଥନା ସ୍ୱର, ଉଠିଲେ ତକ୍ଷଣେ,
ସରିଲା ଯୋଗଣ, ଧାଇଁ ଯାଇ କଲେ ତାର
ଉଚିତ ସତ୍କାର । ଯଦି ଶୁଣିଲେ ପୀଡ଼ିତ
ନଅର ମଧ୍ୟରେ କେହି, ଦାସୀ ପଛେ ହେଉ,
ବଳେ ବଳେ ପାଖେ ବସି କଲେ ତାର ସେବା,
ନିବାରିବ ଯେବେ, ତେବେ ମିଳିବ ଉତ୍ତର-
‘‘ମାତୃଶକ୍ତିରୂପେ ଧାତା ସୃଜିଲେ ରମଣୀ,
କି ଅଛି ତାହାର ଧର୍ମପାଳନ ବ୍ୟତୀତ ?’’
ପୁଣି କେଡ଼େ ପାତିବ୍ରତ୍ୟ-ନିଷ୍ଠା, ହେଲା ଦିନ,
ନୃମଣି ପ୍ରବାସୀ, ତାଙ୍କ ରତ୍ନ-ପାଦୁକାକୁ
କରୁଥିଲେ ପୂଜାନିତି ଦେବତା ବିଧାନେ,
ପାଇଲେ ପ୍ରାଣେଶଙ୍କର ଶ୍ରୀହସ୍ତ ଚିଟାଉ
ଲଗାଇ ମସ୍ତକେ ପଛେ ଫେଡ଼ନ୍ତି ତା ମୁଦ,
ପାଠାନ୍ତେ ସାଇତା ହୁଏ ପୂଜା-କୋଥଳିରେ ।
ଯେଦିନ ନୃମଣି କଲେ ବାହୁଡ଼ା ବିଜୟ,
ରାଣୀହଂସପୁରେ ହେଲା ଦୁହିଙ୍କର ଭେଟ,
ହେଲା ଚାରିଚକ୍ଷୁ ଏକଚକ୍ଷୁ, ଆହା କିବା
ତରଳ ଶୀତଳ ଦୃଷ୍ଟି, କା ନେତ୍ର-ଚକୋର,
ପିଇଲା କା ମୁଖେନ୍ଦୁର ଅନନ୍ତ ଅମିୟ,
ହେଲା ନାହିଁ ବାରି ତାହା ମୂଳୁହୁଁ ତ କିଛି ।
ଦେଖୁଛି କି ପୂର୍ଣ୍ଣଶଶୀ ମରାମୁଖ, ଧରା
ଶଶିମୁଖ ? ମହାରାଣୀ ନମିଲେ ପୟରେ,
ନମେ କି ପାର୍ବତୀ ନଦୀ ସାଗର-ଚରଣେ ?
ଖେଳିଗଲା କି ପ୍ରେମର ମଳୟ ମାରୁତ,
ଫୁଟିଗଲା କି ଅବ୍ୟକ୍ତ ଘନାନୁରାଗର
ଶୁଭ ବର୍ଣ୍ଣବଳୀ, ଆହା, ସେକାଳ ଆନନ୍ଦ,
ସେକାଳର ଶୂନ୍ୟ ଶୋଭା, ଭୁଞ୍ଜିଲେ କେବଳ
ଆନନ୍ଦ-ସୌନ୍ଦର୍ଯ୍ୟ-ତୀର୍ଥଯାତ୍ରୀ ସେ ବେନିଏ ।
କି ମଙ୍ଗଳ ଦିନ ଆଜି, ଏଭଳି ସୁଦିନ
ଭାଗ୍ୟଧର ଜୀବନରେ ପ୍ରାୟଶଃ ଦୁର୍ଘଟ ।
ଧୋଇ ପତି-ପଦ୍ମପାଦ, ପଣତେ ପୋଛିଣ
ବସାଇ ଆସନେ କଲେ ଚାମର ବ୍ୟଜନ,
ନୃବର ଛଡ଼ାଇ ନେଇ ଚାମର ତଡ଼ତି
ଭାଷିଲେ ସମ୍ମିତେ, ‘ପ୍ରିୟେ, ଏତେ ସେବକୀରେ
ରହିବ କି ମୋର ସେବା ଅପୂର୍ଣ୍ଣ ତିଳେହେଁ
ତୁମ୍ଭର ଏ କାର୍ଯ୍ୟ ? ଛି ଛି ବସ ଆସି ପାଶେ;’
ଉତ୍ତରିଲେ ରାଣୀ, ‘‘ମୁଁ ଯେ ପ୍ରଧାନ ସେବକୀ ।’’
ଆହା, କି ଦାମ୍ପତ୍ୟ ପ୍ରେମ, ମଧୁର, ପାବନ,
ତା ମହତ୍ତ୍ୱ, ତା ଗାମ୍ଭୀର୍ଯ୍ୟ, ଜ୍ଞାତ ଭୁକ୍ତଭୋଗୀ ।
ପୁଚ୍ଛିଲେ ମହିଷୀ, ‘‘ବୀରବର, ପୂର୍ଣ୍ଣ ହେଲା
ନରମେଧ ? କି ନିଷ୍ଠୁର ବୀର ଶିଳାହୃଦ,
ନାହିଁ ଦୟା ମାୟା ଲେଶ, ଅକାତରେ ବୀରେ
ନିର୍ବିକାରେ ବିନାଶନ୍ତି କେତେ ମହାପ୍ରାଣୀ ।’’
ଉତ୍ତରିଲେ ନୃପ, ‘‘ପ୍ରିୟେ, ରମଣୀ କି ଊଣା ?
ବଧନ୍ତି ଅସ୍ତ୍ରରେ ବୀରେ, ମାତ୍ର ବିନା ଅସ୍ତ୍ରେ
ପାରନ୍ତି ରମଣୀ କରି କୋଟି ନରହତ୍ୟା
ମୁହୂର୍ତ୍ତକେ, ନାମେ ଭୀରୁ, ମାତ୍ର କାର୍ଯ୍ୟେ ବୀରା ।
କରିଛି ମୁଁ ହତ୍ୟା ସତ୍ୟ, ମାତ୍ର ସେ ହତ୍ୟାରେ
ତୁମ୍ଭରି ଅଗାଧ ସ୍ୱାର୍ଥ ନିବିଡ଼େ ଜଡ଼ିତ,
ଭୁଞ୍ଜିବ ସାମ୍ରାଜ୍ୟ, ବସି ସାମ୍ରାଜ୍ଞୀ ଆସନେ ।’’
ଉତ୍ତରିଲେ ଇନ୍ଦୁମତୀ ରାଣୀ, ‘‘ମହାରାଜ,
ଲୋଡ଼ା ନାହିଁ ସେ ସୌଭାଗ୍ୟ, ଲଭିଛି ମୁଁ ଯେଉଁ
ମହାରାଜ୍ୟ, ତବ ସୌମ୍ୟ ପୁଣ୍ୟ ପଦଦ୍ୱୟ,
ତାହା ତୁଳନାରେ ଏହି ସାମ୍ରାଜ୍ୟ ମୃଣ୍ମୟ-
ପର ରୁଧିରାଶ୍ରୁସିକ୍ତ ଏହି ତୁଚ୍ଛ ରାଜ୍ୟ
କେଉଁ ଛାର ନାଥ ? ତାହା ସ୍ୱର୍ଗରାଜ୍ୟ ମୋର,
ତଦ୍ଭିନ୍ନ ସୁବର୍ଣ୍ଣ ରାଜ୍ୟ ମୋ ପକ୍ଷେ ଅଲଣା ।’’
ଭାଷିଲେ ବିକ୍ରମାଦିତ୍ୟ ରାଣୀ କର ଧରି,
‘‘ଦେବି, ଏହି ଦୈନ୍ୟ ଏକା ମହତ୍ତ୍ୱ ତୁମ୍ଭର,
ତୁମ୍ଭେ ଗୁଣବତୀ, ସତୀ, ମୁଁ ତୁମ୍ଭର ପତି,
ଏହାହିଁ ମୋ ପକ୍ଷେ ଏକା ଗୌରବକାରଣ ।
ନୁହେଁ ଯୁଦ୍ଧ ଅକର୍ତ୍ତବ୍ୟ, ଧର୍ମରକ୍ଷାପାଇଁ,
ପୁଣି ଦୃଷ୍ଟ ଦମନାର୍ଥେ କର୍ତ୍ତବ୍ୟ ସମର,
ଏ ଭାରତେ ଧର୍ମରାଜ୍ୟ ବିଶୃଙ୍ଖଳା ଦେଖି
(ଦ୍ୱିଜାତିର ସ୍ୱାର୍ଥଭୂତ ଦୁର୍ବାର ପ୍ରାଧାନ୍ୟେ)
ଧର୍ମରାଜ୍ୟ ସ୍ଥାପନାର୍ଥେ ଧରିଥିଲି ଅସି,
ସାଙ୍ଗ ଏବେ ସେ ସୁବ୍ରତ, ଆଜିଠାରୁ ଦେବି,
ସେବିବି ମୁଁ ମସିଦଣ୍ଡ ଅସିଦଣ୍ଡ ତେଜି ।’’
ଶୁଣି ପତି ବାଣୀ ସତୀ ଭାଷିଲେ ଏସନ-
‘‘କେଉଁ ଅନ୍ତରାୟ ତବ ମନୋରଥ ପଥେ ?
କିନ୍ତୁ ନାଥ ସେବିକାର ଏତିକି ମାଗୁଣି,
କରିବେ ନିଯୁକ୍ତ ମୋତେ ଲେଖିକାପଣରେ ।’’
ଏହା କହି ପୁରୋହିତେ ପ୍ରମୀଳା ସୁନ୍ଦରୀ
ଗମିଲା ସଙ୍ଗିନୀ ସହ ଅନ୍ତଃପୁର ମୁଖେ,
ଯଥାସ୍ଥାନେ ପୂରୋହିତେ କଲେକ ପ୍ରସ୍ଥାନ,
ନୀରବିଲା ଉପବନ, ନୀରବେ ଯେସନ
ଉଡିଗଲେ ଶୁକସାରୀ ଆଦି ଖଗାଳିଏ ।
ଇନ୍ଦ୍ରଦତ୍ତ ସିଂହାସନେ ମହାସଭା ମଧ୍ୟେ
ବିଜେ ହୋଇ ଇନ୍ଦ୍ରନପ୍ତା ନରେନ୍ଦ୍ର-ଗୌରବ,
ସୁଶାସିଲେ ଆର୍ଯ୍ୟାବର୍ତ୍ତ ହିରଣ୍ମୟୀ ମହୀ ।
ଅନ୍ତର ସୌନ୍ଦର୍ଯ୍ୟମୟୀ ସେ ବିରାଟ ସଭା
ନବରତ୍ନେ ଜ୍ୟୋତିଷ୍ମତୀ, ଜ୍ୟୋତିଷ୍ମତୀ ଯଥା
ମାନବର ଆଶା-ନିଶା ସାଫଲ୍ୟ-ଜ୍ୟୋତିଷ୍ମେ,
କିମ୍ବା ଯଥା ହିମାଳୟ ଅନନ୍ତ କନ୍ଦରା,
ଚିରଦୀପ୍ତା ମହୌଷଧି ଜ୍ୟେତିର୍ଲତା ଯୋଗେ ।
ସେ ଅମୂଲ୍ୟ ମହାରତ୍ନ ଅନଶ୍ୱର ଆଭା
ଉଜ୍ଜ୍ୱଳି ଭାରତ ବକ୍ଷ, ଉଜ୍ଜ୍ୱଳାଏ ତାର
ସୀମାତାତ ସଂଖ୍ୟାତୀତ ଭୂଖଣ୍ଡ ଅଦ୍ୟାପି ।
ସଭା ଆଖ୍ୟାତ ସେ, ମାତ୍ର ପ୍ରକୃତ ପକ୍ଷରେ
ବାଣୀ-ମଣି-ଦେବାଳୟ, ପୂଜକମୁଖର,
ସେ ମହାପୂଜା ବୀଣାର ମଧୁର ମୂର୍ଚ୍ଛନା,
ସୁପ୍ତ ଇତିହାସ ଅଙ୍ଗେ ପ୍ରକାଶେ ସ୍ପନ୍ଦନ,
ଶୁଣୁଛି, ଶୁଣିବ ତାହା ଉତ୍କର୍ଣ୍ଣେ ଜଗତ,
ଶୁଣେ ଯଥା ସିନ୍ଧୁ କଣ୍ଠୁ, ନିର୍ବାଣ ସଙ୍ଗୀତ
ଯୋଗସ୍ଥା ଯୋଗିନୀ ବେଳା, ସତତ ତନ୍ମୟେ ।
ଶୋକସ୍ମୃତି ବିଜଡ଼ିତ ଏକାଳେ ତା ନାମ,
ମାତ୍ର ବୁଡ଼ି ଅତୀତରେ କରେ ସେ ଅଙ୍କିତ
ସୁଦୂର ଭବିଷ୍ୟତର ଜୀବନ୍ତ ଆଦର୍ଶ,
ଏଣୁ ତାର ସ୍ମୃତି-ଭସ୍ମ ବୋଳି ହୋଇ କାଳ,
ପ୍ରକାଶୁଛି କୃତଜ୍ଞତାଜ୍ଞାପକ ଗୁମାନ ।
ଆର୍ଯ୍ୟଜାତି-ସର୍ବବିଧ-ଉନ୍ନତି-ଜାହ୍ନବୀ
ଥିଲା ରୁଦ୍ଧସ୍ରୋତା ହୋଇ ବହୁକାଳଯାଏଁ,
ଐରାବତ ଦନ୍ତ ତୁଲ୍ୟ ଏ ସଭା ତାହାକୁ
କରିଦେଲା ଶତମୁଖୀ ଆବର ପ୍ରଖରା,
ଅନନ୍ତ ବିଜ୍ଞାନ-ସିନ୍ଧୁ ଅଭିମୁଖେ ତହୁଁ
ହେଲା ସେ ଧାବିତା, ଘେନି ଜ୍ଞାନ-ଫେନପୁଞ୍ଜ ।
ଗତ ଆର୍ଷ-ମହାଯୁଗ ସଭ୍ୟତା-ଲହରୀ
ଖେଳିଲା ଭାରତେ, ହେଲା ଭୂତ ବର୍ତ୍ତମାନ ।
କୋଟି ପରିମିତ ସୈନ୍ୟ ସେ ମହାସଭାର
ବିରାଟ ପରିଧି ବେଢ଼ି ଅବସ୍ଥିତ ସଦା,
ଉଜୃକାନ୍ତି ସେ ସଭାର ଏକ ଅଂଶେ ବସି
ମହାକବି କାଳିଦାସ, କାବ୍ୟ-କଳାବାସ,
ଆସନ ବସନ ଶୁଭ୍ର, ଶୁଭ୍ର ଉତ୍ତରୀୟ-
ଉପବୀତ ବିଲମ୍ବିତ ସ୍ୱଚ୍ଛ କବିତାର
ସରଳ ପ୍ରବାହ ପ୍ରାୟ, ମୂରତି ମଧୁର,
ଦୃଷ୍ଟି ରସିକତାପୂର୍ଣ୍ଣ, ବିରାଜନ୍ତି ଯଥା
ସାହିତ୍ୟ-ମହାସୌଧର ତୁଙ୍ଗ ସ୍ୱର୍ଣ୍ଣଚୂଡ଼ା ।
ଗାଢ଼ ଚିନ୍ତାଶୀଳତାର ସମୁଦାର ରେଖା
ଅଙ୍କିତ ସୁଢ଼ଳ ମୁଖେ, କେଜାଣି କେବଣ
ଚିନ୍ତାରାଜ୍ୟ ରହିଅଛି ସମ୍ମୁଖେ ବିସ୍ତୃତ,
କି ମହା କବିତା ଯେହ୍ନେ ରହିଛି ଅଧରେ
ଅସମ୍ଭାଳେ, ସତେ ଅବା ପଡ଼ିଲା ବାହାରି !
ବିରହୀ ଯକ୍ଷର କାକୁ କରୁଣ କବିତା
ବହିଯିବ ତଦ୍ଦଣ୍ଡେ ବା ତରଳ ଛନ୍ଦରେ ।
ସାରସ୍ୱତ ପୁଷ୍ପାସ୍ତୁତା ଲେଖନୀ ଯାହାର
ସଞ୍ଚିଲା ସାହିତ୍ୟ-କୋଷେ ବ୍ରହ୍ମଜାତି ହୀରା,
ମେଷଚକ୍ଷୁନୀଳା *, ପୁଣି ବାରବାନୀ ସୁନା,
ପ୍ରଦର୍ଶିଲା ଯେ ଲେଖନୀ ସମଗ୍ର ଜଗତେ
ଆର୍ଯ୍ୟସାହିତ୍ୟର ଶକ୍ତି, ବିଶ୍ୱବିଜୟିନୀ,
* ସର୍ବୋତ୍କୃଷ୍ଟ ବୀଳା
ଆବର ମହାପ୍ରାଣତା-ଗଭୀର, ଅକଳ,
ନିରୁପମା ଯା ଉପମା, ସ୍ୱୟଂ ବୀଣାପାଣି
କରନ୍ତି ନର୍ତ୍ତନ ଯାର ଜିହ୍ୱାଗ୍ରେ ସତତ,
ଯା ମହାପ୍ରତିଭା ପାଶେ ବିଶ୍ୱଚକ୍ଷୁ ରବି
ହୀନପ୍ରଭ, ହୀନପ୍ରଭ ଯଥା ଦୀପଶିଖା
ତାହାରି ଅନନ୍ତ ତେଜେ ନିମଜ୍ଜି ଦିବସେ,
ପ୍ରାତର୍ନମ୍ୟ କଳ୍ପଜୀବୀ ସେ ମହାପୂଂସର
ମହିମା ବର୍ଣ୍ଣନା ସିନା ଧୃଷ୍ଟତା କେବଳ
କେ ଗଣିବ ସମୁଦ୍ରର ଅନନ୍ତ ଲହରୀ ?
ଉପବିଷ୍ଟ ଆନ ଅଂଶେ ମହାବାଗ୍ମିବର
ବରରୁଚି, ଊର୍ଦ୍ଧ୍ୱଚୂଳ ମୁଣ୍ଡିତ ମସ୍ତକ,
ଦୀର୍ଘ ବପୁ, ତେଜସ୍ୱିତା ଜୀବନ୍ତ ପ୍ରତିଭୁ,
ପୂର୍ଣ୍ଣ-ସ୍ୱାଧୀନତା ଆଉ ସ୍ପଷ୍ଟବାଦିତାରେ
ଗଢ଼ା ଯେହ୍ନେ ଓଜସ୍ୱିନୀ ପ୍ରକୃତି ତାଙ୍କର ।
ସୂକ୍ଷ୍ମତମ ଯୁକ୍ତିତର୍କେ, ଅପକ୍ଷପାତିତ୍ୱେ,
ଅକାଟ୍ୟ ମନ୍ତ୍ରଣା ଦାନେ, ସୁମନ୍ତ୍ର କେବଳ
ହେଲେ ହେବେ ତାଙ୍କ ସରି ସାକେତ-ସଚିବ ।
ତାଙ୍କ ପାଶେ ଧନ୍ୱନ୍ତରୀ, ମହା ଦାର୍ଶନିକ
ଉପବିଷ୍ଟ ଯୋଗ୍ୟାସନେ, ସମାଧିସ୍ଥ ଯଥା
ପ୍ରକୃତିର ମହାଯୋଗୀ ପ୍ରାଚୀନ ଶିଖରୀ,
ଗାମ୍ଭୀର୍ଯ୍ୟ ଔଦାର୍ଯ୍ୟବୋଳା ଉଜ୍ଜ୍ୱଳ କପାଳ,
ଚିହ୍ନାଏ ସଙ୍କେତେ ତାଙ୍କୁ ବ୍ରାହ୍ମଣ ବୋଲିଣ ।
କି ଭକ୍ତି-ଉଜୁଡ଼ା ଦୃଷ୍ଟି, ବନ୍ଧା ରଖି ଆରେ
ହେବ ନାହିଁ ମୁକୁଳାଇ ତାହା ପାଶୁମନେ,
ଶାନ୍ତି, ତୃପ୍ତି, ସଂଯମର ମୁଦ୍ରା ସୁମୋହିନୀ
ମୁଦ୍ରିତ ବିଜ୍ଞାନଦୀପ୍ତ ନୟନଯୁଗଳେ ।
ତହିଁ ପରେ ଉପବିଷ୍ଟ ଧବଳଶ୍ମଶ୍ରୁଳ
ମିହିର-ତେଜସ୍ୱୀ ବୃଦ୍ଧ ବରାହମିହିର,
ଅନନ୍ତ ଅନନ୍ତେ ଯାଙ୍କ କଳ୍ପନା ସନ୍ତରି
ସୃଷ୍ଟିର ଜଟିଳ ଜାଲ ଭେଦି ଅବହେଳେ
କଲା ଗ୍ରହୁ-ଜଗତର ତତ୍ତ୍ୱ ଆବିଷ୍କାର,
ପ୍ରକାଶେ ଯେ କ୍ରିୟା ସଦା ନରଭାଗ୍ୟ ପରେ,
ଦୁରୂହ ଜ୍ୟୋତିଷ ତତ୍ତ୍ୱ ହେଲା ପ୍ରତିଭାତ
ବିଶ୍ୱନେତ୍ରେ, ଯାହା ବିଶ୍ୱକଲ୍ୟାଣନିଦାନ ।
ଏଡ଼ ବଡ଼ ହିତୈଷୀ ଯେ ଭବ-ପ୍ରପଞ୍ଚର,
କି ଆଶ୍ଚର୍ଯ୍ୟ, ହୃଦ ତାର ଈର୍ଷାର ନରକ,
କୁସୁମ ତ ନୁହେଁ ଖାଲି ସୁରଭି ଆଗାର,
ଦୁଷ୍ଟ ବିଷ କୀଟ ସୁଦ୍ଧା ଧରେ ସେ ଗରଭେ ।
ହା ବରାହ, କି ଅଶୁଭ କ୍ଷଣେ କେ ବିହିଲା
ଅଶିବ ଅଭିଧା ତବ ? ଆଚରିଲ ହାୟ,
ନାମ ଅନୂରୁପ ଧରମ, କେଉଁ ଗ୍ରହ ଦୋଷେ ?
ଯା ନଖ ଦର୍ପଣେ ଥିଲା ଭୁଗୋଳ, ଖଗୋଳ,
ଭାବୀ ବର୍ତ୍ତମାନ ତଥ୍ୟ, ସେହି ମୋଧାବିନୀ,
ସେ ମହାପ୍ରତିଭାବତୀ, ପ୍ରତିଭା ସୁନ୍ଦରୀ *
କଲା ଆତ୍ମହତ୍ୟା ସିନା ତୁମ୍ଭରି ସକାଶେ ?
ତୁମ୍ଭ ଦୋଷୁ ସିନା ଦେବୀ ଭାରତମାତାର
*ପ୍ରଚଳିତ ନାମ ଖନା । ମହାରାଜ ବିକ୍ରମାଦିତ୍ୟ ତାଙ୍କୁ ନବରତ୍ନରେ ସ୍ଥାନ ଦେବାକୁ ସଙ୍କଳ୍ପ କରିଥିଲେ; ମାତ୍ର ଖଳ ମିହର ସେଥିରେ ଅନ୍ତରାୟ ହେଲେ ।
ମୁକୁଟ ମହାର୍ହ ମଣି ଝଡ଼ିଗଲା ଏକ !ଜନନୀର ଆଶା-ପକ୍ଷୀ ଯାହାକୁ ନିରେଖିବାନ୍ଧି ଆସୁଥିଲା ନୀଡ଼, ସେ ସୌମ୍ୟ ଶାବକେବଧି ତୁମ୍ଭେ ବ୍ୟାଧିରୂପେ, ଭାଙ୍ଗିଦେଲ ହାୟ,ଅନନ୍ତ ଆକାଙ୍କ୍ଷାପୂର୍ଣ୍ଣ ସେ ସୁଖ-କୁଲାୟ,କଲ ଦୁଃଖିନୀର ନେତ୍ର ଚିର ଅଶ୍ରୁଝର,ସହିଲାଟି ଏହା ତୁମ୍ଭ ଦାରୁଣ ହୃଦୟ ?ଏହି ମହାପାପ-ଏହି ଅଧୌତ କଳଙ୍କ,ବହିବ ମସ୍ତକେ ତୁମ୍ଭେ ଇହ ପରକାଳେ ।ବରାହ ପୂରତେ ସ୍ଥିର ଅମରପ୍ରତିଭମହାତ୍ମା ଅମରସିଂହ, ଅଦ୍ଭୁତ ଶାବ୍ଦିକ,ସୂକ୍ଷ୍ମ ଅଭିଧାନବେତ୍ତା ସରଳ ସ୍ୱଭାବ,କଳେବର ତୁଳନାରେ ବୃହତ ମସ୍ତକ,ଚିନ୍ତା-ନିର୍ମିମେଷ ନେତ୍ରେ ଭାବ-ଭାରାକ୍ରାନ୍ତ,ଖେଳେ ତାର ପ୍ରାନ୍ତେ କିବା ମହିମାର ରାଗତରଳ ଶୀତଳ, ଯଥା ଦୋବୁଲ୍ୟ ଚନ୍ଦ୍ରିକା ।ତାଙ୍କ ପାର୍ଶ୍ୱେ ଯଥାକ୍ରମେ ଶଙ୍କୁ, କ୍ଷପଣକ,ମନସ୍ୱୀ ବେତାଳଭଟ୍ଟ, ଶ୍ରୀ ଘଟକର୍ପୂର,ଶ୍ରୂତସେନ, ମଣିତଥ, ତ୍ରିଲୋଚନ ହରି,କୁଣ୍ଡଳୀ କୁମାର ସିଂହ, ଆଶୁଦତ୍ତମଣି,ବାଦରାୟଣାଦି ଖ୍ୟାତି ପଣ୍ଡିତମଣ୍ଡଳୀଅବସ୍ଥିତ ପ୍ରଭାବନ୍ତ ନକ୍ଷତ୍ରସଂକାଶ ।ଏତଦ୍ଭିନ୍ନ ଷୋଳ ଜଣ ବିଜ୍ଞ ଗ୍ରହବିପ୍ର,ପୁଣି ସେହି ପରିମିତ ଦକ୍ଷ ଚିକିତ୍ସକ,ସତତ ସେ ସଭା ମଧ୍ୟେ ଥାନ୍ତି ଉପସ୍ଥିତ ।ସେ ସଭା ଆର୍ଯ୍ୟସଭ୍ୟତା-ଦେବୀ-ମେରୁଦଣ୍ଡ,କିମ୍ବା ଉନ୍ନତିର କଳ୍ପଲତା, ଧରିଲା ସେନାନା ଫଳ-ଇତିହାସ, ସାହିତ୍ୟ, ବିଜ୍ଞାନ,ଦର୍ଶନ, ଜ୍ୟୋତିଷ ଆଦି, ସୁସ୍ୱାଦୁ ରସାଳ,ଯା ସ୍ଥାୟୀ ମଧୁର ରସ କରୁଛି ଅଦ୍ୟାପିଭାରତ ରସନା ତୃପ୍ତ, ପୁଣି ଧରଣୀର ।ଆର୍ଯ୍ୟଜାତି ଉନ୍ନତିର ଯାବତ କଲ୍ଲୋଳଜନ୍ମ ଲଭି ଏହି କେନ୍ଦ୍ରୁ ବ୍ୟାପୁଲା ସର୍ବତ୍ର,ବ୍ୟାପେ ଯଥା ଲୋଷ୍ଟ୍ରାଘାତ-ସମୁତ୍ଥିତ ଢ଼େଉକ୍ରମଶଃ ଚାଳିତ ହୋଇ କାସାର ପରିଧି ।ଏଭାଳି ସଭାରେ ବସି ଶ୍ରୀ ବିକ୍ରମାଦିତ୍ୟଅଷ୍ଟଶତ ନରପତି ପରିବୃତ ହୋଇକରନ୍ତି ବ୍ୟବସ୍ଥାମତେ ବିଚାର ମୀମାଂସା ।ଛାଙ୍କି ସୂକ୍ଷ୍ମ ବିଚାରକୁ ନ୍ୟାୟ-ଛାଙ୍କୁଣୀରେନେଉଥିଲେ ତୋଳି ସାର, ସାରୁଁ ପୁଣି ସାର,ହେଉ ବ୍ୟବହାର ଯେଡ଼େ ଜଟିଳ କୁଟିଳ,ବିଚକ୍ଷଣ ଶକ୍ତିବଳେ ନିଅନ୍ତି ସେ ବାଛିସତ୍ୟଟିକ ତହୁଁ, ଦଣ୍ଡ ବିହନ୍ତି ତଦ୍ରୁପ ।ପୁରସ୍କାର ରୁପାନ୍ତର ତାଙ୍କ ଦତ୍ତ ଦଣ୍ଡ,କେବଳ ଦୋଷର ବିହି ଶାସ୍ତି ଯଥାତଥନୁହନ୍ତ ସେ କ୍ଷାନ୍ତ, ମଣି ତେତିକିରେ ଖାଲିସ୍ୱକୀୟ କର୍ତ୍ତବ୍ୟ ଶେଷ, ତୀକ୍ଷ୍ମ ବୁଦ୍ଧିବଳେକରୁଥିଲେ ବାହାର ସେ ଅଶୁଭରୁ ଶୁଭ,ଦୋଷୀର ଚରିତ୍ର ନୃପ କରି ସଂଶୋଧନବିବିଧ ସୁଶିକ୍ଷାଦାନେ, ଆଣନ୍ତି ସତ୍ପଥେତାକୁ, ଦଣ୍ଡଭୋଗ ପରେ ଯୋଗାଇ ସୁବୃତ୍ତିଗଢ଼ନ୍ତି ଜୀବନ ତାର ନବ ଉପାଦାନେ,ଦେଖି ସେ ଗନ୍ତବ୍ୟ ପଥ ସରଳ ସୁଗମମହାସୁଖେ ସାଧୁ ଭାବେ ହୁଏ ଅଗ୍ରସର ।ଦୁର୍ଗମ ଦୁର୍ଜ୍ଞେୟ ଗୂଢ଼ ରାଜନୀତି ପଥକଲେ ସାଧାରଣ ପଥେ ସୁଗମ, ସୁଜ୍ଞେୟ ।ବୟୋବୃଦ୍ଧି ସହ ତାଙ୍କୁ କଲା ଆଲିଙ୍ଗନପ୍ରତିଭା, ସହସ୍ର ବାହୁ ବିସ୍ତାରି ଚୌପାଶୁ,କରେ ଆଲିଙ୍ଗନ ଯଥା ଶୋଭା ସ୍ୱର୍ଣ୍ଣଲତାଚପଳା, ଆସନ୍ନବର୍ଷୀ ଆଡ଼ମ୍ବରୀ ଘନେ ।ବ୍ୟାପିଲା ସର୍ବତ୍ର ଯଶ-ସମ୍ରାଟ-ବାଞ୍ଚିତ,ହୋଇ ଆକର୍ଷିତ ତହିଁ ବହୁ ଗୁଣିଜନେଆଶ୍ରିଲେ ତାହାଙ୍କୁ ଆସି, ଆଶ୍ରନ୍ତି ଯେସନକୁସୁମେ କୁସୁମଲିଟ ଚହଟିଲେ ବାସ,ଅବା ପକ୍ୱଶାଳୀପୂର୍ଣ୍ଣ କେଦାରେ ଖଗାଳି,କିମ୍ବା ଯଥା ଆଙ୍କାଙ୍କ୍ଷାକୁ ବିବିଧ ଉଦ୍ବେଗ,ବୈରାଗ୍ୟେ ସଂଯମ, ଶାନ୍ତି, ସାମ୍ୟ, ତୃପ୍ତି, ପ୍ରୀତି ।ଦେଖାଇ ସ୍ୱକୀୟ ବିଦ୍ୟା ଉତ୍କର୍ଷ ଛାମୁରେ,ଲଭି ଉପଯୁକ୍ତ ବୃତ୍ତି ନିବସିଲେ ମୋଦେ ।ବସେ ରାଜସଭା ମଧ୍ୟେ ନିତ୍ୟ ପ୍ରଦର୍ଶନୀ,ପୁରସ୍କାର ପ୍ରଲୋଭନେ ପ୍ରବର୍ତ୍ତି ପ୍ରଜାଏଉତ୍କୃଷ୍ଟ ପଦାର୍ଥ ବହୁ-କୃଷିଶିଳ୍ପଜାତଭେଟନ୍ତି ଛାମୁରେ ଆଣି ପ୍ରତ୍ୟୟ ସୋତ୍ସାହେ ।‘ନେ ହେଲେ ଅଭାବ ସହ କଠୋର ସଂଗ୍ରାମେରତ, ଜନ୍ମେ ନାହିଁ ଆତ୍ମନିର୍ଭରିଣୀ ଶକ୍ତି’,ଏ ଅମୂଲ୍ୟ ଉପଦେଶ ସତ୍ୟଶିବମୟଅର୍ପଣ ବିକ୍ରମାଦିତ୍ୟ ପ୍ରଜାପୁଞ୍ଜେ ସଦା ।