ଭାଗ ୯ — ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କଳ୍ପାସୁର ସହିତ କର୍ଣ୍ଣର ଯୁଦ୍ଧ , ନୀଳବାଣ ଓଭୁଜ ବାଣର ଉତ୍ପତ୍ତିଅଗସ୍ତି ପୁଛାକଲେ ବଇବସୁତ ମନୁକର୍ଣ୍ଣ ପାଇଲା କାହୁଂ ୟେ ବେନି ଶହସ୍ର ସଂହରିଲା ଜାନୁ ।୧।କିସ ଭାବ ଅର୍ଥେ ଶରୀରେ ଗୋପ୍ୟକଲାୟେଥିର ଚରିତ ମୋତେ କହ ମନୁ ପୁଛାକଲା ।୨।ୟେଥିର ଚରିତ ମୋତେ କହିବା ଅଗସ୍ତି ହେମନୁ ଭ୍ରାନ୍ତି ଫିଟୁ ଶୁଣିଣ ୟେଥିର ସନ୍ଦେହେ ।୩।ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତିପଞ୍ଚୁବଟୀ ବନେ ହରିହର ମନ୍ଦର ପର୍ବତେ ବସିଛନ୍ତି ।୪।ବହଇ ମନ୍ଦାଅଗ୍ନି ଧାରା ଯେ ତ୍ରିବେଣୀତ୍ରିଶୂଳେ ଚିରି ତାହାକୁ ବୁହାଇଲେ ଦେବ ଶୂଳପାଣି ।୫।ମିଥୁନ ମାସ ଶୁକଳ ପକ୍ଷ ତିଥି ଯେ ପୂର୍ଣ୍ଣମୀପଣ୍ଡିତ ବାର ଉତ୍ତରାଷାଢା ଯେ ଭ୍ରମି ।୬।ବବ ନାମେ କରଣ ପ୍ରୀତି ନାମେ ଯୋଗବିଜୟେ ହରିହର ଅମରାଧି ସ୍ୱର୍ଗ ।୭।ଈଶ୍ୱରେ ପୁଛାକଲେ ଶୁଣିମା ବାସୁଦେବବଡ଼ ଅନୀତି କଲା ସେ କଳପାସୁର ଦାନେବ ।୮।ତପ ଭାଞ୍ଜଇ ଋଷିନ୍ତ ଯେ ଖାଇ ପୋଡ଼ିଋଷିମାନେ ପଳାଇ ପଶିଲେ କପିଳାସ ଗିରି ।୯।ଯାଗ ଯଗ୍ୟଂ ବୁଡ଼ିଲା ଯେ ଅସୁରଂକ ଡରେମେଘ ଜାତ ନୋହିଲା ବୃଷ୍ଟି ନୋହିଲା ସଂସାରେ ।୧୦।ୟେସନେକ ବିଚାରୁଂ ଯେ ପ୍ରବେଶ ହୋଇଲା ନିଶିଅନ୍ଧାରି ବିଜେକରି କଳପାସୁର ଆସି ।୧୧।ମେଦିନୀ ଦଲଦଲିତ କମ୍ପଇ ଭୂଅଖଣ୍ଡଗିରିବର ଟଳିଲା ଯେ ତ୍ରାସିଲେ ମାରତଣ୍ଡ ।୧୨।କର୍ଣ୍ଣ ହିଂ ଅଛଇ ବନ ହେରି ଯେ ମୃଗୟାକଳପାସୁର ଆସି ବିକାଶିଲା କାୟା ।୧୩।କଳପାସୁର ବୋଇଲା ମାନବ ମୋର ଭକ୍ଷହୋଇଲୁ ଆଜ ବଳିରେ ତୋତେ କେହୁ ରକ୍ଷ ।୧୪।କଳପାସୁର ଧରିଅଛି ଯେ ପଞ୍ଚଧାରା ଶୂଳେକର୍ଣ୍ଣ କଇଂ ଘୋଟିଲା ସେ ଅତୀୟ କୋପାନଳେ ।୧୫।ଅସୁରର କୋପ ଦେଖି ଯେ ଆଦିତ୍ୟର ବଳାକରେଣ ଧନୁ ଧରି ସେ ତେଜେ ଅନର୍ଗଳା ।୧୬।ରାଧେବର ନନ୍ଦନ ଯେ କଇଛା ଜଗଜ୍ଜେଠୀଆକର୍ଣ୍ଣ ପୁରୋଇ ସେ ନାରାଜ କରେ ବୃଷ୍ଟି ।୧୭।ଆଦିତ୍ୟଂକ ବରେ ସେ କଳ୍ପାସୁର ବଳବନ୍ତାକଳ୍ପ ଆଷ୍ୟ ଦିଲେ ସେ ବିରଞ୍ଚି ଦେବତା ।୧୮।ଜଗୁଜିତା କର୍ଣ୍ଣ ସେ ଆଦିତ୍ୟର ନାନଦୁହେଂ ସମକଛ ଯେ ସମରେ ବିଦ୍ୟମାନ ।୧୯।ଅଭେଦ କପଚ ବଜ୍ରଛଉଂରୀ ଅମୃତ କୁଣ୍ଡଳ ଯାହାର ଥିଲା ସଞ୍ଚିଅଲୋକିତ ବର ତାହାକଇଂ ଦେଇଅଛଇ ବିରଞ୍ଚି ।୨୦।ଆକାଶୁଂ ଯସେନେକେ ପଡ଼ଇ ନିର୍ଘାତକର୍ଣ୍ଣର ବାଣେ ମେଦିନୀ ହେଉଅଛି ସେହିମତ ।୨୧।
ଈଶ୍ୱରେ ପୁଛାକଲେ ଶୁଣିମା ଗୋବିନ୍ଦ
ଗିରିବର ଦଲଦଲିତ କିସ ୟେ ଶବଦ ।୨୨।
ଗୋବିନ୍ଦେ ବୋଇଲେ ତୁମେ ଶୁଣିମା ଦେବରାଜେ
ଆମ୍ଭନ୍ତ ଲୋଡ଼ି ଆସୁଥିଲା କଳ୍ପ ସୁର ଅନ୍ଧାରି ଦିଗବିଜେ ।୨୩।
ସ୍ୱାମୀ କର୍ଣ୍ଣ ବୀର ଆସିଥିଲା ବେଣ୍ଟ ଯେ ବିନୋଦେ
ଦେଖିଣ କଳ୍ପାସୁର ଲାଗିଲା ବିବାଦେ ।୨୪।
ଈଶ୍ୱରେ ବୋଇଲା କଳ୍ପାସୁର ବିରଞ୍ଚିର ବରେ
କଳ୍ପ ପରିଯନ୍ତେ ସେ ହୋଇଲା ଅମରେ ।୨୫।
କର୍ଣ୍ଣେଣ ପରାଭାବ ପାଇବ କି କଳ୍ପା
କର୍ଣ୍ଣରେ ବିବାଦୀ ସେ ହୋଇଅଛି କିମ୍ପା ।୨୬।
ଗୋବିନ୍ଦେ ବୋଇଲେ ସେ କର୍ଣ୍ଣ ଆଦିତ୍ୟ ଦେବତାର ସୁତ
ତାହାର ୟେହାର ଦୁଇ ହୋଇ ୟେକଇ ସଙ୍ଗତ ।୨୭।
ହରିହର ସମର ଦେଖନ୍ତି ଯେ ପର୍ବତରେ ଉଠି
ରଜନୀ ବିଦାରଣ ହୋଇଲା ଦୁହିଂକର ଶରବୃଷ୍ଟି ।୨୮।
ଆଦିତ୍ୟର ବରେ କଳ୍ପାସୁର ବୀର
ଶରୀରେ ନ ଫୁଟେ ତାର ତୀକ୍ଷ ବାଦଲ ନାମେ ଶର ।୨୯।
ଆଦିତ୍ୟ ଉଦୟ ହୋଇଲେ ଆସି ଯେ ପୂର୍ବଦିଗ ଭାଗେ
ବସୁନ୍ଧରା ନ ସହଇ ଦୁହିଂକରି ରାଗେ ।୩୦।
କଳ୍ପାସୁର ମାଇଲା ଯେ ପଞ୍ଚୁଧାରା ଶୂଳେ
ସେ ଶହସ୍ର ପଡ଼ିଲା ଯାଇ କର୍ଣ୍ଣର ବଛଥଳେ ।୩୧।
ଘାୟେଣ ଅସାଷ୍ଟମ ଯେ ରାଧେବର ବାଳେ
ଦେଖିଣ ପ୍ରତଗ୍ୟାଂ କରଇ ଦନୁଜ ଚାଣ୍ଡାଳେ ।୩୨।
ଆଦିତ୍ୟ ଦେବତାର ରଶ୍ମି ଯେ ବିକାଶି
କୁଣ୍ଡଳୁଂ ଅମୃତ ଝରି କର୍ଣ୍ଣ ତୁଣ୍ଡରେଣ ପଶି ।୩୩।
ଅମୃତ ପଶନ୍ତେ କର୍ଣ୍ଣ ପାଇଲାକ ଜୀବ
ଶତ ସିଂହର ବଳ ଯେ ହୋଇଲା ରାଧେବ ।୩୪।
ପୁଣିହିଂ ବାହାନାଦ କରି ଉଠଇ କଳପା
ଆରେ ରେ ମାନବା ତୋର ୟେତେକ ଦର୍ପ କିମ୍ପା ।୩୫।
କୁରାଳ ଚକ୍ର ପ୍ରାୟେ କରି ପଞ୍ଚୁଧାରା ଶୂଳେକ ବୁଲାଇ
କର୍ଣ୍ଣ ବଛଥଳେ ପ୍ରହାର କଲା ନେଇ ।୩୬।
ବଜ୍ରଘାତ ପାଇ ରାଧେବ ଅଚେତନ
ସନ୍ନିଧ୍ୟେ ଘୋଟିଲା ଦୁଷ୍ଟ ଦାନବ ରାଜନ ।୩୭।
କଷ୍ଠୋର ନୟନେ ଚାହିଂଲା ଦଇତାରି
କର୍ଣ୍ଣ ହାତୁଂ ଧନୁ ଶହସ୍ର ସେ ଯେ ଘେନିଲା ଉଛୁଡ଼ି ।୩୮।
ମୁକୁଟ କୁଣ୍ଡଳ ଯେତେକ ରତ୍ନ ଅଳଂକାର ଥିଲା
ନିରାପକ୍ଷ ଦାନବ ସମସ୍ତ ଘେନିଗଲା ।୩୯।
ବୋଇଲା ମାନବା ରେ ଅଦଭୁତେ ଗଲୁ ନାଶ
କାଲି ପ୍ରଭାତେ ଭକ୍ଷିବି ତୋହୋର ରକତ ମାୟେଂସ ।୪୦।
ଉପେକ୍ଷା କରିଣ ସେ ଗଲା ଦୂରାପାତ
ପୁଣ ଅରୁଣ ପ୍ରକାଶେ ଉଦୟ ଆଦିତ୍ୟ ।୪୧।
ଦିନକର ଦ୍ରୋଛନା କର୍ଣ୍ଣ ଶରୀରେଣ ଲାଗି
ଅମୃତ ସ୍ରବନ୍ତେ ଉଠିଲା ବୀର ବେଗି ।୪୨।
ଚେତନା ପାଇଂଣ ବୀର ଚାହାଂଇ ଚଉକତି
ଧନୁ ତ୍ରୋଣ ନ ଦେଖିଣ ବିରସ ତାର ମତି ।୪୩।
ୟେହିକ୍ଷଣି ଆସି ସେ ଭକ୍ଷିବାକ ଦନୁଜେ
କର୍ଣ୍ଣର ସନ୍ନିଧ୍ୟେ ଆସି ହରିହର କଲେ ବିଜେ ।୪୪।
କର୍ଣ୍ଣ ବୋଇଲେ ବାଭିୟେ କେ କେ ତୁମ୍ଭେ ଅଟ
ମୋତେ ବଡ଼ କଟାଳ କଲା କଳ୍ପାସୁର ପାପିଷ୍ଠ ।୪୫।
ଅନେକ ତପୀନ୍ତ ସେ ଦାନବ କଲା ନାଶ
ତପୋଧନ ହୋଇ କିମ୍ପେ ତୁମ୍ଭର ୟେଡ଼େକ ସାହସ ।୪୬।
ନିଶ୍ଚୟେ ୟେହିକ୍ଷଣି ଯିବ ତୁମ୍ଭେ ନାଶ ।୪୭।
ମୋତେ ମାରିଣ ପ୍ରତଗ୍ୟାଂ ସେ କରିଅଛି କାଲି
ୟେହିକ୍ଷଣି ଆସିବ ମୋତେ ଭକ୍ଷିବ ଯେ ବୋଲି ।୪୮।
କର୍ଣ୍ଣ ବୋଇଲେ ମୃତୁମାଂସ ମୋହୋର ଯୁଗତେ
ତୁମ୍ଭନ୍ତ ପାଇଲେ ସେ ନ ଭକ୍ଷିବ ମୋତେ ।୪୯।
ବ୍ରାହ୍ମଣେ ବୋଇଲେ ତୁ ଯେ ଭାରଥେ ଭାରୋଇ ମଲ୍ଲ
ଆମ୍ଭଂକୁ କିସ ପ୍ରମାଦ ଅଛି ଥିଲେ ତୁମ୍ଭର ତୁଲ ।୫୦।
କର୍ଣ୍ଣ ବୋଇଲା ମୋତେ ମାଇଲାନି ବେନିଘାନ୍ତି
ଧନୁ ଶହସ୍ର ସହିତେ ମୋର ନେଲାନି ୟେଘାନ୍ତି ।୫୧।
ଈଶ୍ୱରେ ବୋଇଲେ ତୋତେ ଧନୁ ଶହସ୍ର ଦିଲେ
ଆମ୍ଭଂକୁ ରକ୍ଷା କରି ପାରିବୁଟିକି ଭଲେ ।୫୨।
କର୍ଣ୍ଣ ପ୍ରତିବାଚ ପଣ୍ଡା ହେ ଦ୍ରୋଣେ ଆମ୍ଭର ଗୁରୁ
ପ୍ରଶୁରାମଂକ ବିଦ୍ୟା ଆମ୍ଭେ ନିତ୍ୟେ ଘୋଷଣା ପାଠକରୁ ।୫୩।
ସେ ଶହସ୍ରମାନ ପଡ଼ି ସବୁ ହୋଇଲାନି ଚୂର
ସମରେ ଜିଣି ମୁହିଂ ନୁଆରିଲି ଅସୁର ।୫୪।
ଅଭେଦ କପଚ ମୋର ପିତାଂକ ପ୍ରସନ୍ନେ
କିସ ଶହସ୍ର ଦେବ ତୁମ୍ଭେ ଖୂର୍ପ ବିପ୍ରଜନେ ।୫୫।
ହରିହର ବୋଲି ତାଂକୁ ନ ଚିହ୍ନଇ ବୀରକର୍ଣ୍ଣ
ବ୍ରାହ୍ମଣ ରୂପ ସେ ଧରିଛନ୍ତି ବେନିଜନ ।୫୬।
କ୍ଷିଦ୍ର ବ୍ରାହ୍ମଣ ସେ ବେନିଗୋଟି ହୋଇ
ତପୋଧନ ରୂପ ହୋଇ ସୁବୁଦ୍ଧି କଥା କହି ।୫୭।
କର୍ଣ୍ଣ ବୋଇଲା ତୁମ୍ଭେ ନକଲ କିଛି ଭଲ
ୟେଥେଂ କ୍ଷଣେ ନଥିବା ବହନ ହୋଇ ଚଳ ।୫୮।
ବ୍ରାହ୍ମଣେ ବୋଇଲେ ଆମ୍ଭେ ପଳାଇବୁ ଅବା ଦଇତର ଡ଼ରେ
ତୁ ଛତ୍ରୀ ହୋଇ ପଳାଇବୁ କେବଣ ବେଭାର ସମରେ ।୫୯।
କର୍ଣ୍ଣ ବୋଇଲା ଛତ୍ରୀକୁଳକୁ ଅଛଇ ୟେହେନେକ ଧର୍ମ
ହାରିବା ଜିଣିବା ୟେ ଛତ୍ରୀଂକର ନିଜ ଧର୍ମ କର୍ମ ।୬୦।
ଅଜଙ୍ଗମ ଧନୁକୁ ସୁମରଣ କଲେ ଦେବ କାଶୀ
ଆର୍ଦ୍ରାବଳୀ ସରିକ୍ଷେ ଧନୁ ମିଳିଲାକ ଆସି ।୬୧।
ଈଶ୍ୱର ଦେବତାର ବାମଭୁଜ କନିଷ୍ଠ ଅଂଗୁଷ୍ଠି
ନବନିଶି କୁଠାର ଘେନିଣ ତାହା ହର କାଟି ।୬୨।
ଅଂଗୁଷ୍ଠି ଶର ହୋଇଲା , ନଖ ହୋଇଲା ତୀକ୍ଷମୁନା ନାରାଜ
ସେ ଶହସ୍ର ନାମଗୋଟି ହୋଇଲା ବାଣଭୁଜ ।୬୩।
ଶ୍ରୀକୃଷ୍ଣ ହିଂ ଛେଦିଲେ ଯେ ବାମଭୁଜ କନିଷ୍ଠ ଅଂଗୁଷ୍ଠି
ସେ ଶର ନାମ ହୋଇଲା ନୀଳବାଣ ଗୋଟି ।୬୪।
ହରିହର ଦୁହେଂ ଦିଲେ ନେଇଂ କର୍ଣ୍ଣର ହାଥର
ୟେ ନାରାଜ ଧନୁରେ ପୂରୋଇ କଳ୍ପାସୁର ମାର ।୬୫।
କର୍ଣ୍ଣ ବୋଇଲା ପଣ୍ଡା ହେ ପ୍ରଶୁରାମ ବିଦ୍ୟାୟେ ଦ୍ରୋଣେ ଆମ୍ଭର ଗୁରୁ
ଆନ ନାମନ ଆମ୍ଭେ ଯେ ପ୍ରହାର ନକରୁ ।୬୬।
ତୁମ୍ଭର ନାରାଜ ଯେବେ ପ୍ରତିଗ୍ରହ କରିବି
ତୁମ୍ଭେ କେ କେ ବେନିଜନ ମୁଂ ସରୂପ ବୁଝିବି ।୬୭।
ଈଶ୍ୱରେ ବୋଇଲେ ଆମ୍ଭେ ଦୁହେଂ ହରିହର
କଳ୍ପାସୁର ଭୟେ ଆମ୍ଭେ ପଶିଛୁ ବନ ଘୋର ।୬୮।
କର୍ଣ୍ଣ ବୋଇଲା ତୁମ୍ଭେ ଯେବେ ହରିହର ବେନି
ତୁମ୍ଭେ କିମ୍ପେ ୟେହା ବଧକରି ନୁଆରିଲ ୟେ ଶହସ୍ର ଘେନି ।୬୯।
ଈଶ୍ୱର ବୋଇଲେ ୟେହାକଇଂ ବର ଦିଲେ ତୋ ପିଅର ବିରଞ୍ଚି
ଦେବ ଦାନବେ ନ ମରିବ ବୋଲି ବର ମାଗିଅଛି ।୭୦।
ମାନୁଷ୍ୟେ ମୋହୋର ଭକ୍ଷପାନ ସିନା
ନିନ୍ଦାକରି ତାହା ନ ମାଗିଲା ନକଲା ଗଣନା ।୭୧।
ତୁହି ସିନା ମାନବ କୁଳେ ଅଟୁ ଜାୟେ
ବିଶେଷେ ପ୍ରସନ୍ନ ଆମ୍ଭେ ହରିହର ଦୁହେଂ ବରଦାୟେ ।୭୨।
ଆବର ବର ପ୍ରଦାନ କରିଛି ତୋର ପିତା
ଶହସ୍ର ଶକତିରେ ତୁ ନଯିବୁ ପ୍ରାଣହତ୍ୟା ।୭୩।
ଶହସ୍ରେ ବଧ ନୋହିବି ବୋଲି ବର ମାଗିଛି ଯାତୁଧାନ
ତେଣୁ ସେ ଅଙ୍ଗୁଷ୍ଠି ଆମ୍ଭେ କରିଦିଲୁ ଛେଦନ ।୭୪।
କର୍ଣ୍ଣ ବୋଇଲା ସ୍ୱାମୀ ମୁଂ ତୁମ୍ଭନ୍ତ ଚିହ୍ନି ନୁଆରିଲି
ଅନେକ ତୁକାର କରି ବଚନ ବୋଇଲି ।୭୫।
ସ୍ୱାମୀ ଦଶଦୋଷ ମୋର ଉପେକ୍ଷା କରିବା
ଦାନବ ବଧ କରିବା ଯାୟେ ମୋତେ ତଲୟେ କରିଥିବା ।୭୬।
ହରିହର ଚରଣ ତଳେ କର୍ଣ୍ଣ ପରିଣାମି
କଳ୍ପାସୁରକୁ ବଧକରି ବୋଲି ବାଞ୍ଚ୍ଥିଲେ ଦେବସ୍ୱାମୀ ।୭୭।
ଯେତେଦୂର ପରିଯନ୍ତେ ଦିଶଇ ବଇରି
ବିନ୍ଧିଲେ ନାରାଜ ତୋର ଭେଦୁଂ ବୋଲି ବୋଇଲେ ହରହରି ।୭୮।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ତେଣୁ ଦୃଷ୍ଟିଭେଦୀ ହୋଇଲେ କର୍ଣ୍ଣ ସେନାପତି ।୭୯।
ବର ଦେଇ ହରିହର ବିଜୟେ ମନ୍ଦରେ
ଧାମଂଇ କଳ୍ପାସୁର କର୍ଣ୍ଣ ବଧ ଠାରେ ।୮୦।
ଧୂରୁଂ କଳ୍ପାସୁର ଯେ ବିକାଶିଲା ଭୀଷ୍ମମୃତ୍ତି
ଦେଖିଣ ମହା ପ୍ରତାପୀ ସେ କର୍ଣ୍ଣ ମହାରଥୀ ।୮୧।
ଆକର୍ଣ୍ଣ ଟାଣି କର୍ଣ୍ଣ ଧନୁରେ ପୂରୋଇଲା ଯେ ନାରାଜ
ରେ ରେ କାର ଶବଦେ ଯେ ବିନ୍ଧିଲା ଦନୁଜେ ମହାତେଜ ।୮୨।
ଅଭେଦ କପଚ ବଜ୍ରଛଉଂରୀ ଯାର କାୟେ
ଆବର ବିଶେଷେ ହରିହର ବରଦାୟେ ।୮୩।
ସାଂଗ୍ରାମେ ଭାରୋଇମଲ୍ଲ କର୍ଣ୍ଣ ମହାରଥା
ଦୃଷ୍ଟିଭେଦୀପଣେ ୟେ ଯେ ବଡ଼ାଇ ଶକତା ।୮୪।
ଆହେ ଚଇତନ ନୀଳବାଣ ଭୁଜବାଣ ଦୁହିନ୍ତି ପୂରୋଇ
ଅସୁର ଉପରକୁ ଚାହିଂ ସେ ବିନ୍ଧଇ ନିଠିଆଇ ।୮୫।
ମଧ୍ୟସ୍ଥାନେ ଆସି ଯେ ବିଜୟେ ଦିନମଣି
ଆକାଶେ କମଳଲୋଚନ ଦିଲେ ଶୂନ୍ୟବାଣୀ ।୮୬।
ଆହୋ କର୍ଣ୍ଣବୀର ୟେ ଯେ ଅଟଇ ଦେବଶର
ୟେକାବେଳେକେ ୟେ ଦୁହିନ୍ତି କର ହୋ ପ୍ରହାର ।୮୭।
ଆଦିତ୍ୟେ ବୋଇଲେ କଳ୍ପାସୁର ମାଗିଲା ମୋତେ ବର
ବୋଇଲା ଶରୀର ବଜ୍ର ହୋଇବ ମୋହୋର ।୮୮।
ତପର ବଳେ ତାହାକଇଂ ବଜ୍ରକରି କ୍ଷେପି
ଅବିଷେକ ପ୍ରାୟେକ ଶରୀରଯାକ ବ୍ୟାପି ।୮୯।
କଣ୍ଠ ନାଭି ଯେ ଜାନୁ ମଧ୍ୟସ୍ଥାନ
ୟେତେକ ସ୍ଥାନ ଲାଗିଛି ହୋଇଲା ଗୋପ୍ୟାନ ।୯୦।
ୟେବେ ସମରେ ଯେବେ ପଶିଲୁ ରାଧେବ
ୟେକା ପ୍ରହାରକେ ନାଶ ଯିବଟି ଦାନବ ।୯୧।
ନୀଳବାଣ ଆଧାନ କର ତାହାର କଣ୍ଠ ତଟେ
ଭୁଜବାଣ ଆଧାନ ବାବୁ କର ନାଭିକ୍ରୋଟେ ।୯୨।
ୟେ ବେନିଥାନେ ପଡ଼ି ଅସୁର କାୟେ ଫୁଟି
ପଡ଼ିବ ଦାନବ ଯେ ପୃଥୀରେଣ ଲୋଟି ।୯୩।
ଆକାଶର ବାଣୀ ଶୁଣି ଭାରୋଇମଲ୍ଲ କର୍ଣ୍ଣ
ନୀଳବାଣ ଭୁଜବାଣ ଦୁହିନ୍ତି କଲାକ ଆଧାନ ।୯୪।
ଦନୁଜର ନାଭି କଣ୍ଠକୁ କର୍ଣ୍ଣ ଦିଲା ଦୃଷ୍ଟି
ତହିଂକି ଭାରୋଇମଲ୍ଲ ନାରାଜ କଲା ବୃଷ୍ଟି ।୯୫।
ଦୃଷ୍ଟିଭେଦୀ ବର ଯେ ଦିଲେ ହରିହର
ଦୃଷ୍ଟିକି ଭେଦିଲା ଯେ ଲାଗିଲା ବେନିଶର ।୯୬।
କଣ୍ଠେ ପଡ଼ନ୍ତେ ଶର ଦାନବ ହୋଇଲା ଉତ୍ତାନାହୀ
ନାଭିରେ ପଡ଼ନ୍ତେ ଶର ପଡ଼ିଲାକ ମହୀ ।୯୭।
ନାଭି କଣ୍ଠେ ପଡ଼ି ପିଠି କତିକି ଗଲା ଫୁଟି
ସାତତାଳ ପରିଯନ୍ତେ ପୃଥୀରେଣ କଣ୍ଟି ।୯୮।
କଳ୍ପାସୁର ପଡ଼ନ୍ତେ ଯେ ଅନେକ ସାନନ୍ଦ ମହୀଆଳି
କର୍ଣ୍ଣର ସାନ୍ନିଧ୍ୟେ ବିଜେ ରୁଦ୍ର ବନମାଳୀ ।୯୯।
ହରିହର ବୋଇଲେ ହୋ ବର ମାଗ କର୍ଣ୍ଣ
ୟେ ମହୀଭାରାକୁ ତୁ କଲୁ ନିଶୋଧନ ।୧୦୦।
ଋଷିନ୍ତ ଦେଖିଲେ ନାଶ କରଇ କଉଣୋପ
ତୁ ସେ ରକ୍ଷାକଲୁ ହୋ ସବୁଂକର ହୋ ଧର୍ମ ତପ ।୧୦୧।
କର୍ଣ୍ଣ ବୋଇଲା ମୁଂ ନ ମାଗଇ ଆନ
ନୀଳବାଣ ଭୁଜବାଣ ଦେବାକ ପରସନ ।୧୦୨।
ଗୋବିନ୍ଦେ ବୋଇଲେ ତୁ ମାଗିଲେଣ ଦେବୁ
ଅପାଲଟକ ଶର ତୁ କାହିଂ ସଂହାରିବୁ ।୧୦୩।
ଦାନେଣ ଶୂରବନ୍ତ ତୁ ଅଟୁ ହୋ ରାଧେବ
ବ୍ରାହ୍ମଣ ରୂପ ଧରି ମାଗି ନେବେଣ ଦାନବ ।୧୦୪।
ୟେ ଶହସ୍ର ପାଇଲେ ସେ ହୋଇବେ କୋଟିକଳ୍ପୀ
ୟେଣୁ ସେ ନାଶ କରିବେ ଋଷି ବିପ୍ର ତପୀ ।୧୦୫।
ଜାନୁ ଚିରିଣ ତୁ ସଂହର ବେନିଶସ୍ର
ତୋତେ ସଂକଟ ପଡ଼ିଲେ ବିନ୍ଧିବୁ ୟେ ଶହସ୍ର ।୧୦୬।
ବ୍ରହ୍ମା ଇନ୍ଦ୍ର କୁବେର ଆବର ଚନ୍ଦ୍ର ସୂର୍ଯ୍ୟ
ଯମ ବରୁଣ ପବନ ହୋଇଲେହେଂ ସମସ୍ତେ ହୋଇବେକ ଦହିଜ ।୧୦୭।
ଦେବଲୋକ ନାଗଲୋକ ନରଲୋକ ଆଦିକରି
ୟେ ଶହସ୍ର କରେ ଥିଲେ ତୋତେ କେହି ନୋହିବେ ସରି ।୧୦୮।
ୟେକା ପ୍ରର୍ଥନାଟି ମାଗୁ ତୋତେ ବାବୁ
ହରିହର ଦୁହିନ୍ତି ୟେକା ଆଧାନ ନ କରିବୁ ।୧୦୯।
ଯେତେବେଳ ପରିଯନ୍ତେ ୟେ ଶହସ୍ର ଥିବ ତୋର ଜାନୁ
ୟେ ପଞ୍ଚଭୂତ ଆତ୍ମା ନ ଛାଡ଼ିବ ତୋର ତନୁ ।୧୧୦।
ଆହୋ ଚଇତନ ବର ଦେଇ ହରିହର ଗଲେ ଅନ୍ତର୍ଦ୍ଧାନେ
ନୀଳବାଣ ଭୁଜବାଣ ଜାନୁରେଣ ସଂହରିଲା ବୀର କର୍ଣ୍ଣେ ।୧୧୧।
ଶୁଣ ହୋ ବଇବସୁତ ମନୁ ବଦୟନ୍ତି ବ୍ରହ୍ମବେତ୍ତା
ସେ ନୀଳବାଣ ଭୁଜବାଣ ବେନି ମାଗିଲେ ଦେବୀ ଯେ କୋଇନ୍ତା ।୧୧୨।
କର୍ଣ୍ଣବୀର ବୋଇଲା ଶୁଣସି ରେ ମାତ
ୟେ ଶହସ୍ରମାନନ୍ତ ଘେନି ଚଳ ଗୋ ତୁରିତ ।୧୧୩।
କର୍ଣ୍ଣକୁ ସତ୍ୟ କରାଇ ଭୋଜର କୁମାରୀ
ରୟଣୀ ପାହାନ୍ତି ଯେ ଚଳନ୍ତି ନିଜ ପୁରୀ ।୧୧୪।
କୋଇନ୍ତାୟେ ବୋଇଲେ ବାବୁ ଶୁଣ ମୋ ବଚନ
ତୁ ମୋହୋର ବଚନରେ କଲୁ ବୀର କର୍ଣ୍ଣ ।୧୧୫।
ବିଦୁର କୋଇନ୍ତାୟେ ଗଲେ ବେଗେ ଚଳି
ପ୍ରବେଶ ହୋଇଲେ ଯହିଂ ଅଛନ୍ତି ବନମାଳୀ ।୧୧୬।
ହରି ଯୁଝେଷ୍ଠି ଭୀମ ନକୁଳ ସହଦେବ
ଆସ୍ଥାନର ତଳେ ବିଜୟେ କରିଅଥଛନ୍ତି ପାର୍ଥିବ ।୧୧୭।
ସକଳ ବୃତ୍ତାନ୍ତ କହି ଭୋଜର ଦୁଲାଳୀ
ଅର୍ଜୁନର କରେ ବେନିଶସ୍ର ଦିଲେ ତୋଳି ।୧୧୮।
ନୀଳବାଣ ଭୁଜବାଣ ତୁ ସମ୍ଭାଳ ବିବତ୍ସି
କର୍ଣ୍ଣର ତହୁଂ ଆଣିଲି ମୋତେ ଗୁରୁ ଦକ୍ଷିଣା ଦେଇଅଛି ।୧୧୯।
ଶ୍ରୀକୃଷ୍ଣ ବୋଇଲେ କି କି ମାଗିଲ ଗୋ ମାତ
କୋଇନ୍ତାୟେ ବୋଇଲେ ବାବୁ ଶୁଣ ଜଗନ୍ନାଥ ।୧୨୦।
କର୍ଣ୍ଣ ମୋହୋର ପୁତ୍ର ଅଟଇ ଯୁଗତେ
ଆପଣାର ତେଜବଳ ମାଗନ୍ତେ ଦିଲା ମୋତେ ।୧୨୧।
ଆବର ମାଗିଲି ତାକୁ ଅନେକ ବିନୋୟୀ
ବୋଇଲି ସମରେ ନ ମାରିବୁ ଯୁଝେଷ୍ଠି ଭୀମ ନକୁଳ ସହଦେବକଇଂ ।୧୨୨।
ସନ୍ତୋଷେ ବୋଇଲା ମୋତେ ରାଧେବ କର୍ଣ୍ଣବୀର
ମା ଗୋ ତୋହୋର ବୋଲ ମୋତେ ପାଷାଣର ଗାର ।୧୨୩।
ଯେବେ ମୋତେ ମାଗିଲୁ ପୁତ୍ରଂକର କଥା
ଛାମୁରେ ପଡ଼ିଲେ ତୋର ନାମ ସୁମରିବେ ଯଥା ।୧୨୪।
ଦେଖିଣ ହରଷ ହେଲା ପାଣ୍ଡବ ଅରଜୁନ
ବେନି ଶହସ୍ର ରଖିଲା ଆପଣାର ତ୍ରୋଣ ।୧୨୫।୪୫୩୪।
ଶଙ୍ଖାସୁରଠାରୁ ବେଦ ଉଦ୍ଧାର ଓ ସ୍ତୋତ୍ରଶୁଣ ହୋ ବଇବସୁତ ମନୁ ଯାହା ପଚାରିଲୁ ମୋତେଅଳପ କରି କହିଲି ଜାଣ ହାଦେ ତୋତେ ।୧।ଜୟତୁ ନିରଞ୍ଜନ ସୃଷ୍ଟି କରତା ବିରଞ୍ଚିଚଉରାଶି କୋଟି ଜୀବଜନ୍ତୁ ନିତ୍ୟେହେଣ ସଞ୍ଚି ।୨।ଆକାଶ ତେଜିଣ ପିତାମହ ଯେ ନିତ୍ୟକର୍ମ ବିଧିଚନ୍ଦ୍ରଭାଗା ଅର୍କତୀର୍ଥେ ଯେ ଦକ୍ଷିଣ ମଉଦଧି ।୩।ସେ ଜଳେ ପଶି ଧାତା କରଇ ନିତ୍ୟକର୍ମବେଦପୋଥି କୂଳେ ଥୋଇ ସାଧଇ ଜପବ୍ରହ୍ମ ।୪।ୟେସନେକ ସମୟେ ଶଙ୍ଖାସୁର କଉଣୋପମହାଜଳ ଭେଦି ବିକାଶିଲା ତାର ଦର୍ପ ।୫।ରତ୍ନପୀଢା ଉପରେ ପିଢା ବେଦପୋଥି ଥୋଇଅଛିଧାତିକାରେ ଶଙ୍ଖାସୁର ବେଦପୋଥି ଭକ୍ଷି ।୬।ଜଳଜପ ସାରି ବାହାର ସୃଷ୍ଟିର କରତାବେଦପୋଥି ନ ପାଇଣ ଆରତ ବିଧାତା ।୭।ବଇକୁଲ୍ୟ ହୋଇ ଧାତା ଲୋଡ଼ଇ ଚଉକତିଉଞ୍ଚସ୍ୱରେ ଡାକଦିଲା କେ ନେଲାରେ ମୋର ବେଦ ପୋଥି ।୮।ଚତୁର୍ଦ୍ଦଶ ବ୍ରହ୍ମାଣ୍ଡକୁ ବ୍ରହ୍ମା କଲେ ପୃଛାନ ପାଇଣ ବେଦବର ପଡ଼ି ଗଲେ ମୃକ୍ଷା ।୯।ହେ କୃଷ୍ଣ ହେ କୃଷ୍ଣ ବୋଲି ଉଞ୍ଚସ୍ୱରେ ଡାକଦିଲାବେଦବର ବଇକୁଲ୍ୟ ବିଷ୍ଣୁନାଥଂକୁ ଶୁଭିଲା ।୧୦।ହୃଦଗତେ ଜାଣିଲେ ହରି ଅସୁର ନିଶୋଧନପିତା ବଇକୁଲ୍ୟ କିମ୍ପେ ୟେସନ ବିଧାନ ।୧୧।ଝାତିକାୟେ ବଇକୁଣ୍ଠ ତେଜିଣ ଦେବହରିଧ୍ୟାନେଣ ଜାଣିଲେ ବ୍ରହ୍ମାର ବେଦପୋଥି ଶଙ୍ଖାସୁର କଲା ଚୋରି ।୧୨।ପିତାମହ ତହିଂକି ଯେ ଗଲେ ଦେବରାଜେମୀନରୂପ ଧରି ହରି ଅକାଦ ଜଳେ କଲେ ବିଜେ ।୧୩।କଣକଳ୍ପ ରୂପେ ସେ ନାରାୟଣ ଅବତରିନୀର କ୍ଷାର କ୍ଷୀର ଦଧି ଚାରି ସମୁଦ୍ର ଗଲେ ଲୋଡ଼ି ।୧୪।ମହାମନ୍ତ୍ର ବେଦପୋଥି ଯେ ଗିଳିଛି ଶଙ୍ଖାସୁରକ୍ଷୀରସମୁଦ୍ରେ ବିକାଶିଲା ତେଜ ଯେ ତାହାର ।୧୫।ଉଦେଅର୍କ ପ୍ରାୟେ ଦିଶେ ଅକାଦ ଯେ ପାଣିଦେଖିଲେ ବାସୁଦେବ ଶଙ୍ଖାସୁର ମୂରତି ଆଦିତ୍ୟ ତେଜ ଜାଣି ।୧୬।କ୍ଷାର ସମୁଦ୍ର ତେଜି କ୍ଷୀର ସମୁଦ୍ରେ ବିଜୟେ ମହାପ୍ରହୁମହା ବିଶ୍ୱରୂପ ପ୍ରତକ୍ଷେ ବିକାଶିଲେ ଦେବ ତହୁଂ ।୧୭।ଝାତିକାରେ ମୀନ ରୂପେ ଶଙ୍ଖାକୁ ଯାଇ ଭେଟିଆରେ ଆରେ କଉଣପ ବୋଲି ହାକିଲେ ସେ ଚାହିଂଲା ପାଲଟି ।୧୮।ଦେଖିଲେ ଶଙ୍ଖାସୁର ମେରୁଗିରି ସମସରିତାହାଉଂ ଚାରିଗୁଣେ ବିକାଶିଲେ ଦେବହରି ।୧୯।କେଶବର ବିଶ୍ୱରୂପ ଦେଖିଣ କଉଣୋପଧାତିକାରେ ଘୋଟିଲା ଆସି କୃଷ୍ଣକଇଂ ମହାଦର୍ପ ।୨୦।ଶଙ୍ଖାସୁର ତେଜ ଦେଖି ମହା ବିଶ୍ୱରୂପ ଧଇଲେ ବନମାଳୀମତ୍ସ୍ୟରୂପେ ଲାଙ୍ଗୁଳ ଯେ ଦିଲେକ ତହିଂ ଚାଳି ।୨୧।ବ୍ରହ୍ମାଣ୍ଡେ ଲାଗିଲା ଯାଇ ମହା ଜଳଧି ନୀରଚଉରାଶି କାଠି ଗଭୀର ପୂରିଲାକ ତାହାଂକ ଶରୀର ।୨୨।ଶଙ୍ଖାସୁରକୁ ଆକ୍ରୋଷିଲେ ଦେବ ବିଶ୍ୱରୂପ ଧରିଶଙ୍ଖା ମୀନ ଦୁହେଂ ତହିଂ ହୋଇଲେ ତଡ଼ାତଡ଼ି ।୨୩।ଜଳ ବ୍ରହ୍ମାଣ୍ଡ ତେଜି ଉଠିଲା ବହତିସାତଲକ୍ଷ ଯୋଜନକୁ ଲାଗିଲାକ ମହାଅନଳ ଜ୍ୟୋତି ।୨୪।ଶଙ୍ଖାସୁର ବୋଇଲା ରେ ତୁ କେବଣ ମହାତମାମୁହିଂତ ଦେଖିଲି ତୋର ଅସଂଖ୍ୟ ଗାରିମା ।୨୫।ମୀନରୂପ ବୋଇଲେ ରେ ମୁହିଂ ସେ ନାରାୟଣଆକାଶକଇଂ ଶୁଭିଲା ତୋହୋର ଦୁଷ୍ଟପଣ ।୨୬।ତୋହୋର ପାଦଭାରା ସହି ନୁଆରିଲା ମହୀତୋହୋରେ ମୋହୋର କାର୍ଯ୍ୟ ଅଛି ବୋଲି ମୁଂ ଅପାରକାଳ ସହି ।୨୭।ଶଙ୍ଖାସୁର ବୋଇଲା ମୁଂ ନିସ୍ତରିଲି ନିସ୍ତରିଲିତୋତେ ଦେଖିବି ବୋଲି ବ୍ରହ୍ମାର ବେଦପୋଥି ଚୋରିକଲି ।୨୮।ମୀନ ବୋଇଲା ତୁ ଯେବେ ମୋହୋରେ ଭଗତିବହନେ ଦିଅ ମୋତେ ବ୍ରହ୍ମାର ବେଦପୋଥି ।୨୯।ଶଙ୍ଖାସୁର ବୋଇଲା ହରି ମୁଂ ଭକ୍ଷିଲିଣି ଅପାର ବେଳେଗର୍ଭେଣ ଦହନ ଗଲାନି ପଡ଼ିଣ କ୍ରୋଟାନଳେ ।୩୦।କେଶବ ବୋଇଲେ ମୁଂ ୟେମନ୍ତ ନ ଯାଇଂ ପରତେଶରୀର ତୋ ବିଦାରିବି ମୋହୋର ଲହଘାତେ ।୩୧।ଶଙ୍ଖାସୁର ହସିଲା ଯେ ମୀନର ବାକ୍ୟ ଶୁଣିଭୁଜ ଥିଲେ ନହ ସିନା ଥାଆନ୍ତା ଚକ୍ରପାଣି ।୩୨।କିସ ଘେନି ବିଦାରିବୁ ମୋହୋର ଯେ ବୁକୁଅନିର୍ଯାପ କଥା ତୁ କିମ୍ପାଇଂ କହୁ ମୁକୁ ।୩୩।ଗୋବିନ୍ଦେ ବୋଇଲେ ତୋତେ ତାପିବଇଂ ଦାଢେବେନିଫାଳ କରି ଚିରିବି ପ୍ରତଗ୍ୟାଂ ମୋର ଗାଢେ ।୩୪।ବେନିଫାଳ କରିଣ ଶୋଧିବି ତୋର ପେଟତେବେ ସେ ଫେଡ଼ିବି ମୁଂ ବ୍ରହ୍ମାର ସଂକଟ ।୩୫।ଶଙ୍ଖାସୁର ବୋଇଲା ଅଦୃଷ୍ଟି କଥା କହୁ ଦେବରାଜଇମାଛର ପାଟିରେ କାହିଂ ଶଙ୍ଖା ଦର୍ପ ଭାଞ୍ଜଇ ।୩୬।ଗୋବିନ୍ଦେ ବିଚାରିଲେ ଶଙ୍ଖାର ବାକ୍ୟ ଶୁଣିମାଛର ଗର୍ଭୁଂ ବାହାର ହୋଇ କାୟା ବିସ୍ତାରିଲେ ଚକ୍ରପାଣି ।୩୭।ଦକ୍ଷିଣେ ସୁଦ୍ରିଶେଣ ଚକ୍ର ବାମଭୁଜେଣ କୋଦଣ୍ଡଦକ୍ଷିଣେ କଉମୋଦକୀ ଗଦା ଘୋଟିଲା ମହୀ ନବଖଣ୍ଡ ।୩୮।ନୀଳେନ୍ଦ୍ରି ପୁଷ୍ୟ ପ୍ରାୟେ ଦିଶିଲା କାୟା ଗୋଟିଯମୁନା ଜଳ ମଧ୍ୟରେ ଯେହ୍ନେ ନୀଳକମଳ ଫୁଟି ।୩୯।ତ୍ରଇଲୋକ୍ୟ ମୋହଇ ସ୍ୱାମୀର କଳାରୂପ ବର୍ଣ୍ଣେଶଙ୍ଖାକୁହିଂ ଚାହିଂଲେ ଦେବ କଠୋର ନୟନେ ।୪୦।ଦେଖିଣ ପ୍ରଣପତ୍ୟ ବୋଲଇ ଶଙ୍ଖାସୁରଦଶ୍ରନେ ନିସ୍ତରିଲି ସ୍ୱାମୀ ମୀନ ଅବତାର ।୪୧।ମମ ଜନ୍ମ ଭାବେଣ ଇଛିଲଇଂ ଦେବ ଯାହାଦେଖିଲି ତୋର ନିଜରୂପ ଜଗଜନ ନାହା ।୪୨।ବଦୟନ୍ତି କେଶବ ଯେ ନାଶଗଲୁ ଶଂଖାସୁରଚକ୍ର ପେଷି ବିଦାରିବି ତୋହୋର ଶରୀର ।୪୩।କରପତ୍ର ଯୋଡ଼ିଣ ଯେ ଶଙ୍ଖାସୁର କରେ ପୁଛାସ୍ୱାମୀ ତିନିଭୁଜେ ଶହସ୍ର ତୋର କିମ୍ପେ, ୟେକ ଭୁଜ ତୁଛା ।୪୪।ଗୋବିନ୍ଦେ ବୋଇଲେ ମୁଂ ଅଛଇ ୟେହା ପରିଣାମିତୋତେ ମାରି ୟେ ଭୁଜେ ବହିବି ନାମ ହୋଇବ ଶଙ୍ଖପାଣି ।୪୫।ୟେଥୁ ଅନନ୍ତରେ ଯେ ପଚାରଇ ଚଇତନବଡ଼ ଦୁରାପଦ କଥା କହିଲ ହେ ମହାମୁନ୍ୟ ।୪୬।ବ୍ରହ୍ମା ବେଦପୋଥି ଶଙ୍ଖାସୁର ହରିନେଲାନ ପାଇ ବେଦବର କି ମନ୍ତ୍ର ପଢିଲା ।୪୭।କେବଣ ମତେ ସ୍ଥାପିଲା ସୃଷ୍ଟି ଯେ ଜଗତକେବଣ ବେଦମନ୍ତ୍ରେ ତୋଷିଲା ଦେବତାନ୍ତ ।୪୮।ଶଙ୍ଖର ମୀନର ଯେ ଉଚବାଚ ହୋଅନ୍ତେଅବେଦ କଥା ଗଲା ଅପାର କାଳ ପରିଯନ୍ତେ ।୪୯।ମନୁ ବୋଇଲା ସତ୍ୟଯୁଗ ପଶୁଂ ବ୍ରହ୍ମାର ବେଦପୋଥି ଚୋରିନେଲାଲୋଡ଼ି ଠାବ କରନ୍ତେ ଯେ ସତ୍ୟଯୁଗ ବହିଗଲା ।୫୦।ୟେତେକାଳ ପରିଯନ୍ତେ କିସ କଲେ ବେଦପତିମନ୍ତ୍ର ଅଭାବେ କେସନେକ ଶସ୍ୟ ଜାତ ପୃଥୀ ।୫୧।ମନୁ ବୋଇଲା ଶୁଣ ୟେଥିର ଚରିତ କଥାବେଦପୋଥି ହରାଇ ପିତାମହର ହୋଇଲା ନବମ ଅବସ୍ଥା ।୫୨।ହେଠ ବଦନ ହୋଇଣ ବ୍ରହ୍ମା ଭୂମି ଚିରି ଗାର କାଟନ୍ତେପ୍ରଥମେ ଋକବେଦ ହୋଇଲା ବ୍ରହ୍ମାକ ଚାହାନ୍ତେ ।୫୩।ବଇକୁଲ୍ୟ ହୋଇଣ ସେ କାନ୍ଦନ୍ତେ ବେଦବରତହୁଂ ଅଥର୍ବ ବେଦ ଯେ ହୋଇଲା ବାହାର ।୫୪।ଯଦୁନାଥ ଆସିଣ ଯହୁଂଟି ବିଜେକଲାତୋଷ ହୋଇ ବିଧାତା ଯଜୁର୍ବେଦ ଯେ ସ୍ରିଜିଲା ।୫୫।ଶଙ୍ଖାର ମୀନର ଯହୁଂ ମନ ହୋଇଲାକ ଶାନ୍ତିତହୁଂ ସେ ସାମବେଦ ହୋଇଲା ଉତପତ୍ତି ।୫୬।ୟେ ଚାରିବେଦ ବ୍ରହ୍ମା ଚାରି ପୁସ୍ତକେ ଲେଖନେଋକବେଦ ଦିଲେ ନେଇ ବଶିଷ୍ଠ ମହାମୁନ୍ୟେ ।୫୭।ସାମବେଦ ପାଇଲେ ଯେ ମହାମୁନି ପଉଲସ୍ତ୍ୟେଅଥର୍ବ ବେଦ ଦିଲେ ନେଇ ଅଗସ୍ତିଂକ ହାଥେ ।୫୮।ଯଜୁର୍ବେଦ ପାଇଲେ ନାରଦ ମହାମୁନିଯୁଗକଳ୍ପ ବଞ୍ଚାଇଲା ସେ ମହାତମା ମହାମନ୍ତ୍ର ଘେନି ।୫୯।ମନୁ ବୋଇଲେ ମୋର ଫିଟିଲା ମନଭ୍ରାନ୍ତିଶଙ୍ଖାକଇଂ କେମନ୍ତେ ତଦୁତ୍ତରେ କଲେକ ଶିରୀପତି ।୬୦।ନିଜ ରୂପ ଧରି ଯହୁଂ ବିକାଶିଲେ ଦେବ କାୟେଶଙ୍ଖାସୁର ତୁସ୍ତି ଶୁଣି ଦେବ କଲେ ଦୟେ ।୬୧।ଗର୍ଭରୁ ଶଙ୍ଖାସୁର କାଢିଲା ବେଦପୋଥିମହାମନ୍ତ୍ର ପୋଥି ନେଇ ଥୋଇଲା ସେ ବିଷ୍ଣୁନାଥଂକର କତି ।୬୨।ଗୋବିନ୍ଦେ ବୋଇଲେ ତୋର ଶୁଣିଲା ମଧୁରସ ବାଣୀତ୍ରିପୁତି ହୋଇଲି ଶଙ୍ଖାସୁର ରେ ବର ମାଗ ପୁଣି ।୬୩।ଶଙ୍ଖାସୁର ବୋଇଲା ସ୍ୱାମୀ ନିସ୍ତରିଲି ତୁମ୍ଭର ଭେଟେଶୁଦ୍ଧ ଶରୀର ପାଇ ବସିବି ବଇକୁଣ୍ଠେ ।୬୪।ପ୍ରସନ୍ନ ହୋଇ ମୀନ ବୋଇଲେ ମଧୁର ରସ ବାଣୀବାମକରେ ଧରିଥିବି ତୋତେ ମୋ ନାମ ହୋଇବ କମ୍ଭୁପାଣି ।୬୫।ପ୍ରସନ୍ନ ହୋଇଲେ ଯହୁଂ ଅନାଦି ମତ୍ସରୂପବାମକରେ ସଂହରିଲେ ଶଙ୍ଖର ତେଜ ଦର୍ପ ।୬୬।ଅସଂଖ୍ୟ ଅଗୋଚର ୟେ ମୀନ ରୂପର ମହିଂମାଅନେକ ତୁସ୍ତିକରି ଯେ ବୋଇଲେ ବେଦବ୍ରହ୍ମା ।୬୭।କେଶବ ବୋଇଲେ ପିତା ଅନୁବ୍ରତେ ଯାହା ପଢୁସେ ମହାମନ୍ତ୍ର ପୋଥିକି କିମ୍ପେ ହେଳେ କରି ଛାଡ଼ୁ ।୬୮।ସମ୍ଭାଳ ମହାମନ୍ତ୍ର ପୋଥି ତୁ ନ ଛାଡ଼ିବୁ କ୍ଷଣେଶଙ୍ଖଧୁନି କରି ବଇକୁଣ୍ଠକୁ ବିଜୟେ ନାରାୟଣେ ।୬୯।ସେ ମୀନରୂପକୁ ମୋର ବିନୋୟୀ ନିତି ନିତିମୀନରୂପକୁ ଧ୍ୟାୟେକର ନରେ ଫିଟିବ ମନଭ୍ରାନ୍ତି ।୭୦।ଦୁରାପଦ ଚାଣ୍ଡାଳ ଅଟଇ ଦୁଷ୍ଟ ମହାଜରାସଂସାର ସାଗରେ ପଶି କରଇ ମହାପୀଡ଼ା ।୭୧।ଅସୁର ଚାଣ୍ଡାଳ ହୋଇ ମହା ଭୀଷ୍ମରୂପୀବିଷ୍ଣୁ ଲୋକକୁ କଟାଳି ଲୋଡ଼ଇ ମହାପାପୀ ।୭୨।ୟେ ଦୁଷ୍ଟ ଦୁର୍ଗତିରୁ ତରିଲି ମୀନର ପରସନେପରମ ଗତି ପାଇଲି ତୁମ୍ଭର ଦ୍ରଶନେ ।୭୩।ସାରଂଗ ଧନୁମୂଳେ ଗଦା କଉମୁଦୀଜନ୍ମେ ଜନ୍ମେ ମୁହିଂ ତୋହୋ ଚରଣରେ ବନ୍ଦି ।୭୪।ଜୟତୁ ଜୟ ସ୍ୱାମୀ ସୟଳ ଜନଚିନ୍ତାମୀନରୂପେ ସୁମରନ୍ତେ ମୋହଜଳୁ ଉଦ୍ଧାରନ୍ତା ।୭୫।କଣୟ ବିରାଜିତ ନାଥ ଅଗାଦ ଜଳେ ରୋହିଯମଜ ରୂପ ହେଲେ ତ୍ରଇଲୋକ୍ୟ ଜନସାଇଂ ।୭୬।ତୁଳୁସାର ବଲ୍ଲଭ ତଲୟେ ଅନୁବ୍ରତେଶୂଦ୍ରମୁନି ସାରୋଳ ଦାସ ମୀନରୂପକୁ ଧ୍ୟାୟେ ନିତ୍ୟେ ।୭୭।୪୬୧୧।
ମହାକ୍ଷତ୍ରୀମାନଙ୍କର ବଳାବଳ ଓ ଯୁଦ୍ଧର ନିୟମଅଗସ୍ତିଂକୁ କହୁଛନ୍ତି ମନୁ ନୃପନାଥହେ ମୁନି କୃତାର୍ଥ କଲ ଶୁଣାଇ ଭାରଥ ।୧।ଆଉ କେଉଂ କଥା ଅଛି କରନ୍ତି ପ୍ରକାଶତାହା ଶୁଣିବାକୁ ମୋର ବଳଇ ମାନସ ।୨।ଅଗସ୍ତି ମୁନି କହନ୍ତି ଆହେ ନୃପବରଯାହା ମୁଂ କହୁଛି ଶୁଣ ମତି କରି ସ୍ଥିର ।୩।ସମସ୍ତ ନୃପତି ଘେନି ରାଜା ଦ୍ରିଯୋଧନସଭାରେ ବିଜୟେ କରି ବୋଲଇ ବଚନ ।୪।ଆହେ ନରପତିଗଣ ଶୁଣ ମୋର ଗିରତୁମ୍ଭମାନଂକ ବଳରେ କରିବି ସମର ।୫।ପାଂଚ ପାଣ୍ଡବେ ଅଟନ୍ତି ଅତ୍ୟନ୍ତ ଦୁର୍ଦ୍ଧର୍ଷସେମାନଂକୁ ମାରି ରଖ ମହୀତଳେ ଯଶ ।୬।ତେବେ ଯାଇଂ ଅଭିମାନ ରହିବ ମୋହୋରଶୁଣି ରାଜାମାନେ ତହୁଂ କରିଲେ ଉତ୍ତର ।୭।ଶୁଣିମା ହେଉ ଭୋ ଦେବ ନୃପ ଚୂଡ଼ାମଣି ।ପାଣ୍ଡବମାନେ ସ୍ୱଭାବେ ବୀରଂକ ଅଗ୍ରଣୀ ।ପୁଣି ଶ୍ରୀକୃଷ୍ଣ ତାଂକର ଅଟନ୍ତି ସହାୟୟେମନ୍ତ ସ୍ଥଳେ କରିବ କିୟେ ପରାଜୟ ।୯।ତୁମ୍ଭ ଅଭିମାନ ଘେନି କରିବୁଂ ସମରୟେ ରଣ ମହାଯାଗରେ ତେଜିବୁଂ ଶରୀର ।୧୦।ନନ୍ଦିଘୋଷ ରଥେ କୃଷ୍ଣ ଦରଶନଯୁଦ୍ଧେ ପଡ଼ି ମୋକ୍ଷଧାମେ କରିବୁଂ ଗମନ ।୧୧ୟ ।ତାହା ଶୁଣି କୁରୁପତି ବିଜେ ଭୀଷ୍ମ ତହିଂବୋଇଲା ପାଣ୍ଡବ ସଙ୍ଗେ ଯୁଦ୍ଧ କରିବଇଂ ।୧୨।ବଡ଼ ବଡ଼ ରାଜାମାନେ ଘେନି ନିଜ ସନ୍ୟଆମ୍ଭ ସପକ୍ଷରେ ଆସି ଦିଲେ ଯୋଗଦାନ ।୧୩।ଆମ୍ଭ ସନ୍ୟମାନେ ପୁଣି ବଳେ ବଳୀୟାରଅଳ୍ପମାତ୍ର ସନ୍ୟ ଛନ୍ତି ଯୁଝେଷ୍ଠିରଂକର ।୧୪।ହେ ଗାଙ୍ଗେୟ ରଣେ ତାଂକୁ କରିବାନା ହତୟେ ସକଳ କଥା କହ କରି ମୋତେ ସତ ।୧୫।ୟେପରି ଶୁଣି ଗାଙ୍ଗେୟ ବୋଇଲେ ବଚନଶୁଣ ମାନ ଚକ୍ରବ୍ରତୀ ରାଜା ଦ୍ରିଯୋଧନ ।୧୬।ମେଳହେଲେ ଯେତେ ସନ୍ୟ ଆସି ୟେ ଥାନରେସମର ହୋଇବ ଯେବେ ବିନା ଉପ୍ରୋଧରେ ।୧୭।ତେବେ ତିନିଦିନ ଅର୍ଦ୍ଧ ଦିବସ ସମୟେଭୂରିସର୍ବା ଯୁଝି ପେଷିଦେବେ ଯମାଳୟେ ।୧୮।ଉପ୍ରୋଧ ନ କରି କୃତବର୍ମା କଲେ ଯୁଦ୍ଧତିନିଦିନେ ସମସ୍ତଂକୁ କରିଦେବେ ବଧ ।୧୯।ଶଲ୍ୟ ମହାରଥୀ ବେନି ଦିବସରେ ଜାଣଯୁଦ୍ଧକରି ସମସ୍ତଂକ ଘେନିବେ ପରାଣ ।୨୦।ବୀର ଅଶସ୍ତମା ଦ୍ରୋଣ ଗୁରୁଂକର ସୁତୟେକଦିନେ କରିଦେବେ ସମସ୍ତଂକୁ ହତ ।୨୧।କର୍ଣ୍ଣ ଯେବେ ନିଓପ୍ରୋଧେ କରିବ ସମରତିନି ପ୍ରହରେ ସେ ପେଷିଦେବ ଯମପୁର ।୨୨।ନିଓପ୍ରୋଧେ ଦ୍ରୋଣଗୁରୁ ପଶିଲେ ସମରେଅବଶେଷେ ନ ରହିବେ ଦୁଇ ଯେ ପ୍ରହରେ ।୨୩।ମୁହିଂ ଯେବେ ଧନୁ ଧରି ସମର କରିବିୟେକ ପ୍ରହର ମଧ୍ୟରେ ସର୍ବ ବିନାଶିବି ।୨୪।ଉପ୍ରୋଧ ନକରି ପାର୍ଥ ଧରିଣ ଗାଣ୍ଡିବରଣକଲେ ମୁହୂର୍ତ୍ତକେ ସର୍ବ ନାଶଯିବ ।୨୫।ଭୀଷ୍ମଂକ ବଦନୁ ଶୁଣି ରାଜା ଦ୍ରିଯୋଧନବୋଇଲା ସକଳେ ଶ୍ରେଷ୍ଠ ହୋଇଲା ଅର୍ଜୁନ ।୨୬।ଦ୍ରୋଣଂକର ଶିଷ୍ୟ ହୋଇ ଦ୍ରୋଣଂକୁ ଜିଣିଲାଆଉ କେଉଂପରି ଯୁଦ୍ଧେ ଜୟୀହେବି ଭଲା ।୨୭।ପୁଣି ଭୀଷ୍ମଦେବ ତହୁଂ କରିଲେ ଉତ୍ତରରଣ କଲେ କମ୍ପେ ମୋର ମୁଷ୍ଟି ଆଉ କର ।୨୮।ଦ୍ରୋଣ କର୍ଣ୍ଣଂକର ହିୟା ହୁୟେ ଦକ ଦକୟେହି ପ୍ରକାରେ ଅଟନ୍ତି ଧନୁଷ୍କ ଯେତେକ ।୨୯।କେବଳ ଅର୍ଜୁନ ଅଟେ ନିଷ୍କମ୍ପ ଶରୀରଅବ୍ୟର୍ଥ ଶର ସନ୍ଧାନ ଅଟଇ ତେଣୁ ତାର ।୩୦।ସତୁରି ସହସ୍ର ବଳ କାହା ଧନୁ ଜାଣଅଶି ନଉ ପଞ୍ଚାଣୋଇ ପରିଯନ୍ତେ ପରମାଣ ।୩୧।ୟେତେକ ବଳରେ ଧନୁ ଅଟେ ସେହୁ ସେନାଂକରମାତ୍ର ଲକ୍ଷେକ ବଳ ଅଟଇ ଗାଣ୍ଡିବ ଧନୁର ।୩୨।ତେଣୁ କରି ସଂଗ୍ରାମେ ସେହୁ ଅଟଇ ଅଜେୟତାହା ପ୍ରତକ୍ଷ କରିଛି ଆହେ କୁରୁରାୟ ।୩୩।ବୋଲଇ ଦ୍ରୋଣଗୁରୁଂକ ଶିଷ ଅଟଇ ଅରଜୁନସେ କଥାକଇଂ କିୟେ ଅବା କରିବାକ ଆନ ।୩୪।ତାହାହେଲେ କିସ ହ୍ୱନ୍ତା ଆହେ ନୃପବରଈଶ୍ୱରକଇଂ ଜିଣିଲା ସେହୁ କରିଣ ସମର ।୩୫।ତହୁଂ ଦେବେଦେବ ହରି ହୋଇଣ ତୋଷମନପାଶୁପତ୍ର ଅସ୍ତ୍ର ତାହାକଇଂ କରିଲେ ପ୍ରଦାନ ।୩୬।ପୁଣ ଖାଣ୍ଡବ ବନକୁ ଯେ କାଳେ ଦହ୍ୟକଲେସେ କାଲେ ଇନ୍ଦ୍ରାଦି ଦେବେ ପୁଣ ସକଳେ ହାରିଲେ ।୩୭।ତହୁଂଣ ଇନ୍ଦ୍ରାଦି ଦେବତାୟେ ହୋଇଣ ୟେକତ୍ରପ୍ରଦାନ କରିଲେ ତାହାକଇଂ ନାନା ଦେବ ଚିନ୍ତା ।୩୮।ସୁଭଦ୍ରା ହରଣକାଳେ ତୁମେ ଦେଖିଛ ତ ପୁଣବଳରାମ ହାରିଗଲେ ତାର ସଙ୍ଗତେ କରି ରଣ ।୩୯।ଶତଧନୁ ଭୟେଣ ଯେକାଳେ ତାର ଶରଣ ପଶିଲାତାହାଛଳେ ହରି ଅର୍ଜୁନଂକ ସାଂଗ୍ରାମ ହୋଇଲା ।୪୦।ନିଜେ ଦେବ ନାରାୟଣତହିଂ ହେଲେ ପରାଜୟଗୋଧନ ହରଣ କାଳେ ତୁମେ ଦେଖିଛତ ରାୟ ।୪୧।ମନଭେଦୀ ଶରବର ସେ ପେଷିଲେ ସେକ୍ଷଣିମୁହୂର୍ତ୍ତକେ ସର୍ବ ସଇନି ଲୋଟିଲେ ଧରଣୀ ।୪୨।ୟେ ସମସ୍ତ ବଚନ ଶୁଣିଣ ଯେ ରାଜା ଦ୍ରିଯୋଧନବୋଇଲା ସମର ଆଉ ହେବ ଯେ କେସନ ।୪୩।ଅର୍ଜୁନକଇଂ କିୟେ ଅବା କରିପାରେ ଜୟଶୁଣିଣ ଭୀଷ୍ମଦେବ ବୋଲୁଛନ୍ତି ଅଛି ତା ଉପାୟ ।୪୪।ୟେହୁ ଭାରଥ ସାଂଗ୍ରାମେ ଆମେ ନିୟମ କରିବାଦେବତା ଦିଅନ୍ତା ଶର ଯେ କେହୁ ନ ମାରିବା ।୪୫।ଯେ ଅସ୍ର ଶିକ୍ଷା ହୋଇଛି ଗୁରୁଙ୍କ ମୁଖରେସେ ସକଳ ଅସ୍ରଶସ୍ର ପିରୋଗ ହୋଇବ ସମରେ ।୪୬।ଶକୁନି ମନ୍ତ୍ରୀଂକର ୟେବେ ଦୋଷ ହେ ରାଜନଡକାଇଆଣ ପାଣ୍ଡବମାନନ୍ତ ୟେ ଥାନ ।୪୭।ମଣାଇ କହିବା ତାହାଂକୁ ନାନାଦି ପ୍ରକାରେସର୍ବେ ଆମ୍ଭେ ନିୟମ କରିବା ଥାଇଣ ୟେଠାବରେ ।୪୮।ଦ୍ରିଯୋଧନ ଆଗ୍ୟାଂକଲେ ଶକୁନିକୁ ଚାହିଂପାଣ୍ଡବମାନନ୍ତ ଡାକିଆଣ ତୁମ୍ଭେ ଜାଇନ୍ତାକୁ ଯାଇଂ ।୪୯।ଶୁଣିଣ ଶକୁନି ସଚିବ କରିଲେ ଗମନଜଇନ୍ତା ନଗ୍ରେ ପାଣ୍ଡବନ୍ତ ଦିଲେ ଦରଶନ ।୫୦।ଶକୁନି ବୋଲନ୍ତି ଧର୍ମ ବଦନକଇଂ ଚାହିଂହସ୍ତିନାକଇଂ ଚାଲ ୟେବେ ତୁମ୍ଭେ ପାଞ୍ଚଭାଇ ।୫୧।ସେ ଥାନରେ ପଡ଼ିବ ଯେ ଯୁଦ୍ଧର ନିୟମ ସକଳତେନ୍ୟାୟୁଂ ପଠାଇଲେ ମତେ କୁରୁ ମହୀପାଳ ।୫୨।ତାହା ଶୁଣି ବ୍ରିକୋଦର ବୋଇଲା ବଚନୟେଠାକୁ ନଅଇଲେ କିମ୍ପେ କଉରବ ରାଜନ ।୫୩।ଆମ୍ଭେମାନେ ଯିବୁ କିମ୍ପେ ଆଗ୍ୟାଂବହ ପ୍ରାୟେ ହୋଇୟେକଥା ଆମ୍ଭନ୍ତ ବଡ଼ ଦୂଷଣତ ଅଟଇ ।୫୪।ଶୁଣି ଶକୁନି ମନ୍ତ୍ରୀ ବୋଇଲା ଶୁଣ ଆହେ ବାତସୁତତୁ ଯାହା କହିଲୁ ତାହା ଅଟଇନା ଯୁଗତ ।୫୫।ସେ ସଭାୟେ ଅଛନ୍ତି ନାନା ଦେଶର ମହୀପାଳନାନାଦି ଯୁକ୍ତିରେ ସର୍ବ ହୋଇବ ନିର୍ମଳ ।୫୬।ସେ ସଭାକଇଂ ଗଲେ କିମ୍ପେ ହୋଇବ ଅପମାନକାଳେ ତୁମ୍ଭକଇଂ ପ୍ରାପତ ହୋଇବ ସେହିସ୍ଥାନ ।୫୭।ୟେଣୁ କହେ ଚାଲ ସର୍ବେ ହସ୍ତିନା ନଗରେଶୁଣି ପଞ୍ଚଭ୍ରାଥେ ଗଲେ ଶ୍ରୀକୃଷ୍ଣଂକ ସଙ୍ଗତରେ ।୫୮।ମାନଗୋବିନ୍ଦର ନିକଟେ ହୋଇଲେ ପ୍ରବେଶୟେକଥାନେ ବସିଲେ ହୋଇଣ ହସ ହସ ।୫୯।ଯୁଝେଷ୍ଠି ପଚାରିଲେ ଶୁଣ ହୋ ସହଦେବକେଉଂଣ ଦିନେ ସାଂଗ୍ରାମ କରିବା ଆରମ୍ଭ ।୬୦।ଶୁଣିଣ ସହଦେବ ତହୁଂ ବୋଇଲେ ବଚନମାଘ ଦ୍ୱିତୀୟା ମଙ୍ଗଳବାର କାଲି ଦିନ ।୬୧।କାଲିତ ଉତ୍ତମ ଦିନ ଅଟଇ ଜାଣ ନୃପବରଆରମ୍ଭ କରନ୍ତୁ ୟେବେ ମହାଭାରଥ ସମର ।୬୨।ୟେକଥା ଶୁଣିଣ ସଭିୟେଂ କଲେକ ସନମତମାନଗୋବିନ୍ଦ ବୋଇଲେ ଶୁଣ ହୋ ଧର୍ମସୁତ ।୬୩।ଭାଇ ଭାଇରେତ ଆମ୍ଭେମାନେ କରୁଛେଂ ସାଂଗ୍ରାମସଭିୟେଂ ୟେକମନରେ କର ହୋ ନିୟମ ।୬୪।କାହାରି ମନରେ କିଛି ହିଂସା କପଟ ନଧରୟେହା ହେଉଅଛି ଧର୍ମ ମହାଭାରଥ ସମର ।୬୫।ୟେଥକଇଂ ସାକ୍ଷୀ ହୋଇଥିବେ ପ୍ରହୁ ଦେବ ନାରାୟଣଧର୍ମ ପ୍ରମାଣରେ ହୋଇବ ଶେଷରେ ହାରଜିଣ ।୬୬।ଦେବ ଶହସ୍ରମାନନ୍ତ ୟେ ସମରେ କେହି ନ ପେଷିବମନଭେଦୀ ଶହସ୍ର ନ ମାରିବେ ମଧ୍ୟମ ପାଣ୍ଡବ ।୬୭।ଗୁରୁଂକ ମୁଖରେ ଯେଉଂ ଅସ୍ର ଶିକ୍ଷା ଅଛି ହୋଇପ୍ରୟୋଗ କରିବ ତାହା ରଣମଧ୍ୟେ ଥାଇ ।୬୮।ସାଂଗ୍ରାମ କାଳେ ଯାହାକଇଂ ଯେ ପାରିବ ମାରିଯୁଦ୍ଧ ରହିଲେ ବୁଝିବ ନିଜ ମଇତ୍ର ପରି ।୬୯।ହାସ ପରିହାସ ଖେଳା କରିବାକ ସେକାଳେକୁଟିଳତା ନ କରିବ କେହି ଅନ୍ତରାଳେ ।୭୦।ପୁଣି ଶହସ୍ର ଧରି ଯେବେ କରିବ ସମରମହାଶତ୍ରୁ ବୋଲି ମନେ କରିବ ବିଚାର ।୭୧।ୟେ ସକଳ କଥା ଶୁଣି ସର୍ବେ ନିୟମ କରିଲେସମସ୍ତଂକ ସାକ୍ଷୀ ସରୂପେ ଶ୍ରୀହରି ରହିଲେ ।୭୨।ୟେ ସକଳ ନିୟମ ଅଟଇ ଆମ୍ଭର ପ୍ରମାଣୟେହାକୁ ଲଘିଂବ ଯେହୁ ପାଇବ ବହୁତ ଦୂଷଣ ।୭୩।ଭୀଷ୍ମେ ବୋଇଲେ ଶୁଣିମା ହୋଉ ବାସୁଦେବଯେ କାଳରେ ନନ୍ଦିଘୋଷେ ବିଜୟେ କରିଥିବ ।୭୪।ସାରଥି ହୋଇଣ ଥିବ ଅର୍ଜୁନ ରଥରେପ୍ରତଗ୍ୟାଂ କରିଛ ଶହସ୍ର ନ ଧରିବ କରେ ।୭୫।ଆହେ ଭକତ ମତ୍ସଳ ପ୍ରଭୁ କରୁଣା ସାଗରମୁଂ ତୁମ୍ଭ ଦାସର ଦାସ ଜାଣ ଅଟଇ କିଂକର ।୭୬।ସେ ପ୍ରତଗ୍ୟାଂ ନ ରହିବେ ନିଶ୍ଚୟେ ମୁହିଂ ଜାଣେମୋ ଯୋଗୁଂ ଧରିବ ଶହସ୍ର ସମର ପ୍ରାଙ୍ଗେଣ ।୭୭।ଭୋ ଦେବ ପୃଥିବୀର ଭାରା ଉଶ୍ୱାସିବା ପାଇଂଥିବ ଦୁଇ ପକ୍ଷ ସାକ୍ଷୀ ସରୂପରେ ରହି ।୭୮।ତୁମ୍ଭ ଶ୍ରୀମୁଖ ଚାହିଂଣ ସାଂଗ୍ରାମେ ପଡ଼ିବୁଂକୋଟି ଜନମର ପାତେକ ଅକ୍ଲେଶେ ନାଶିବୁଂ ।୭୯।ୟେମନ୍ତ ବିଚାରିଣ ସଭିୟେଂ ସଭାରୁ ଉଠିଲେଯେ ଯାହା ମନ୍ଦିରକଇଂ ପୁଣ ଗବନ କରିଲେ ।୮୦।ପଞ୍ଚୁ ପାଣ୍ଡବେ ପ୍ରବେଶିଲେ ଜଇନ୍ତା ନଗରେଯୁଦ୍ଧର ଆୟୋଜନ କଲେ ନାନାଦି ପ୍ରକାରେ ।୮୧।ଶ୍ରୀକୃଷ୍ଣଂକ ପାଦପଦ୍ମେ ସଦା ରଖିଣ ମାନସଉଦିଯୋଗ ପର୍ବ ଲେଖଇ ଶ୍ରୀ ସାରୋଳ ଦାଶ ।୮୨।ଉଦିଯୋଗ ପର୍ବ ସମାପ୍ତ