ଭାଗ ୭ — ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଭାରତୀୟ ରାଜାମାନଙ୍କୁ ଯୁଦ୍ଧ ନିମନ୍ତେ ଆମନ୍ତ୍ରଣୟେହା ଶୁଣି ପୁଚ୍ଛାକଲେ ବିବସୁତ ମନୁସାବଧାନେ ଶୁଣ ତୁମ୍ଭେ କୁମ୍ଭ ଋଷିଂକର ତନୁ ।୧।ବଦୟନ୍ତି ଯୋଗେଶ୍ୱର ଧାର୍ମିକ ମହାବ୍ରହ୍ମଭାରଥ ଉଦିଯୋଗେ ହରି କଲେ କେଉଂଣ କର୍ମ ।୨।ଆଶ୍ୱିନ ଶୁକଳପକ୍ଷ ଦଶମୀର ଦିନପଣ୍ଡିତବାର ଶ୍ରବଣା ଅଟି ବିଦ୍ୟମାନ ।୩।ଅଗସ୍ତି ବୋଇଲେ ତୁ ଶୁଣିମା ମହାବଳାସେଦିନ କୁରୁକ୍ଷେତ୍ର ମଣ୍ଡଳେ ହୋଇଲାକ ଗୋଳା ।୪।ପୂର୍ବେଣ ପାଣ୍ଡବେ ଯେ ପଛିମେ କଉରୋବେଦ୍ରିଯୋଧନକଇଂ ପୁଚ୍ଛାକଲେ ଯୁଝେଷ୍ଠି ରାଜା ଦେବେ ।୫।ବାବୁ ନିଚୟେଂ ସମର ହୋଇଲା ତୁମ୍ଭର ଆମ୍ଭରତୁମ୍ଭେ ଶତେଭାଇ ଆମ୍ଭେ ପାଞ୍ଚଭାଇ କରିବା ସମର ଘୋର ।୬।ତୁମ୍ଭର ଆମ୍ଭର ସିନା ହୋଇଲା ଅଭାବକିମ୍ପେ ନାଶ କରାଇବା ଆଉର ବନ୍ଧୁବର୍ଗ ।୭।ଯେ ଅବା ମହତ ଅଟନ୍ତି ପୁଣ୍ୟଜନକୁଟୁମ୍ୱ ପୋଷନ୍ତେ ତାହାଂକର ସୁବିଧାନ ।୮।ରାଗ ମୋହ ଅହଂକାର ହିଂସା ଅପବାଦେକୁଟୁମ୍ୱ ଲୋକ ନାଶ କରିବା କିଂକେ ହାଦେ ।୯।ରାଜ୍ୟଭାର ସିଂଘାସନ ଧନ ଭଣ୍ଡାର ନିମନ୍ତେଆମ୍ଭେ ନାଶଯିବା ସୋଦର ନାଶଯିବେ କେମନ୍ତେ ।୧୦।ଦ୍ରିଯୋଧଧନ ବୋଇଲା ୟେ ନୋହଇ ଯୁଗତସୋଦ୍ରିମା ବନ୍ଧୁପଣ ଜାଣିମା କେମନ୍ତ ।୧୧।ବିଭା ବିବାଦେ ରାଜଦ୍ୱାର ଶମଶାନେୟେତେକରେ ସମକ୍ଷ ହୋଇଲେ ଜାଣିବା ଗୁଣେ ।୧୨।ଦୁଇକୁଳ ଆଡ଼ୁ ଆମ୍ଭେ ବରଗିବା ଦୂତସବୁକୁହିଂ କହୁଥିବେ କୁରୁପାଣ୍ଡବଂକ ଯୁଦ୍ଧର ବାରତ ।୧୩।ଯେ ଯାହାର ସମ୍ପକ୍ଷ ଆସନ୍ତୁ ସନ୍ୟ ଘେନିକାହାର କତି ମିଳଇ କେତେକ ସଇନି ।୧୪।ମାନ ଗୋବିନ୍ଦ ଶାଢୀ ଦିଲା ଶଇଲ ଶକୁନିଜଦ୍ୟରଥ ବିକର୍ଣ୍ଣ ୟେ ଚାରିନ୍ତି ଘେନି ।୧୫।ତୁମ୍ଭେ ପାଣ୍ଡବେ ହେ ଦିଅ ଦୂତ ଜଣ ଚାରିରାଜାମାନନ୍ତ ଆଣନ୍ତୁ ସେ ନିମନ୍ତ୍ରଣ କରି ।୧୬।ଯୁଝେଷ୍ଠି ଦେବେ ବୋଇଲେ ନାହିଂ ମୋହୋର ଦୂତଶଇଲ ଶକୁନି ବୋଲକୁ ଆମ୍ଭର ସନମତ ।୧୭।ଯୁଝେଷ୍ଠି ବୋଇଲେ ତୁମ୍ଭେ ଯାଅ ଧର୍ମକୁ ସୁମରିଶୁଭ ଅନକୂଳେ ଚଳ ମଙ୍ଗଳ ସିଉକାରୀ ।୧୮।ପଚ୍ଛିମରେ ଶଇଲ ହାଦେ ଉତ୍ତରେ ବିକର୍ଣ୍ଣଦକ୍ଷିଣେ ଶକୁନି ପୂର୍ବେ ସିନ୍ଧୁ ଦେଶ ରାଜନ ।୧୯।ଦ୍ରିଯୋଧନ ବୋଇଲା ତୁମ୍ଭକଇଂ ନିରଞନ ଦେବତାଂକ ଆନକୁରୁ ପାଣ୍ଡବ ସମର ବୋଲି ନିମନ୍ତ୍ରଣ କର ରାଜାମାନ ।୨୦।ଯେ ଯାହାର ପକ୍ଷେ ମିଳଇ ପ୍ରିୟଭାବଇଚ୍ଛାୟେ ରାଜାମାନେ ମିଳିବେ ଯେ ଯାହାର ଠାବ ।୨୧।
ଆଗ୍ୟାଂ ପ୍ରମାଣେ ଚଳିଗଲେ ଚାରିଦୂତେ
ପାଦାନ୍ତି ନାହାନ୍ତି ତୁଲେ ଦଶ ସହସ୍ର ରଥେ ।୨୨।
ସମସ୍ତ ରାଇଜେ ସେ ପଶନ୍ତି ଥାଠ ଘେନି
କୁରୁ ପାଣ୍ଡବେ ଯୁଦ୍ଧ ବୋଲି ଶୁଭୁଅଛି ଧୁନି ।୨୩।
ଗୁଆ ତଣ୍ଡୁଳ ଦେଇ ବୋଲନ୍ତି ଯେ ଯାହାର ପୀରତି
ଥାଠ ସନ୍ୟ ଘେନିଯିବ ତାହାଂକର କତି ।୨୪।
ପୂର୍ବେଣ ଜୟନ୍ତିନା ଯୁଝେଷ୍ଠି ଦେବଂକ ଭାଗ
ପଚ୍ଛିମେ ହସ୍ତିନା ଦ୍ରିଯୋଧନର ଲାଗ ।୨୫।
ପୂର୍ବଦିଗ ଭ୍ରଥଖଣ୍ଡର ଦଧିମଙ୍ଗଳ ବୋଲି ରାଜା
ତିନିକ୍ଷେଉଣୀ ବଳ ଘେନି ଯୁଝେଷ୍ଠିଂକି କଲା ପୂଜା ।୨୬।
ନିର୍ଝରଦେଶର ରାଜା ନାମ ଗଣପତି
ପାଞ୍ଚ କ୍ଷଉଣୀ ବଳ ଘେନି ଯୁଝେଷ୍ଠି ଦେବଂକର କତି ।୨୭।
ମଘ ଦେଶର ରାଜା ଅଟଇ ତ୍ରିଗତ
ସାଉକ୍ଷଉଣୀ ବଳ ଘେନି ଦ୍ରିଯୋଧନର ସଙ୍ଗତ ।୨୮।
ନିରଞନ ଦେଶ ରାଜା ଅଟଇ ବୀରବାହୁ
ନବ କ୍ଷଉଣୀ ବଳ ଘେନି ହସ୍ତିନାରେ ପ୍ରବେଶ ସେହୁ ।୨୯।
ମାନଭଙ୍ଗ ଦେଶର ରାଜା ମାନ ଅରଜୁନ
ବେନି କ୍ଷଉଣ ବଳ ଘେନି ଯୁଝେଷ୍ଠିଂକି କଲାକ ଦ୍ରଶନ ।୩୦।
ରଣଭଙ୍ଗ ଦେଶର ରାଜା ଶମ୍ଭୁରାଣ
ଦଶ କ୍ଷଉଣୀ ବଳ ଘେନି ଯେ ହସ୍ତିନାକୁ ପୟାଣ ।୩୧।
ତତଙ୍ଗ ଦେଶର ରାଜା କେତୁ ନାମେ ନୃପତି
ନବକ୍ଷଉଣୀ ବଳ ଘେନି ସେ ଦ୍ରିଯୋଧନ କତି ।୩୨।
ଅରବିନ୍ଦ ଦେଶ ରାଜା ଯେ କର୍ଣ୍ଣକେଶୀ
ୟେକାଦଶ କ୍ଷଉଣୀ ବଳ ଘେନି ଦ୍ରିଯୋଧନ ଆଡ଼େ ପଶି ।୩୩।
ପଚ୍ଛିମ ସୋମରାଷ୍ଚ ରାଜା ଭୀମେକ ଚକ୍ରବ୍ରତୀ
ତିନି କ୍ଷଉଣୀ ବଳ ଘେନି ଯୁଝେଷ୍ଠିଂକ କତି ।୩୪।
ବାଣପୁର ରାଜା ଅଟେ ଚଉହସ୍ତ ମଲ୍ଲ
ସାତ ପରାୟୁଧ ରଥ ୟେକାଦଶ କ୍ଷଉଣୀ ବଳ ।୩୫।
ୟେତେକ ସନ୍ୟ ଘେନିଣ ନୃପବର
ବେଗେଣ ମିଳିଲା ଯୁଝେଷ୍ଠିଂକ ଛାମୁର ।୩୬।
ବିରଜା ମଣ୍ଡଳାଧିରାଜା କଇଚ୍ଛା ଜଗଜ୍ଜେଠୀ
ସେ ରାଜା ଦ୍ରଶନ କଲା ରାଜା ଧୃତିରାଷ୍ଟି ।୩୭।
ପଦ୍ମଦଳ ଦେଶ ରାଜା ପଦ୍ମ ଯେ କେଶରୀ
ପାଞ୍ଚ କ୍ଷଉଣୀ ବଳ ଘେନି ସେ ଦ୍ରିଯୋଧନକୁ ଦ୍ରଶନ କରି ।୩୮।
ବେଲୁର ଦେଶର ରାଜା ନାମ ମନ୍ଦପାଳ
ହସ୍ତିନାପୁରେ ପ୍ରବେଶ ହାଲା ଘେନି ସାତକ୍ଷଉଣୀ ବଳ ।୩୯।
ଚଉଧର୍ମ ପର୍ବତ ତଳେ ନଗ୍ର ଉଜାଣକାନ୍ତି
ତହିଂର ନୃପତି ଯେ ଶମ୍ଭୁଶୂଳ ଚକ୍ରବ୍ରତୀ ।୪୦।
ତେର କ୍ଷଉଣୀ ବଳ ଯେ ଆଛଇ ତାର ତୁଲେ
ତିନି ଶତ ପାରିଦଣ୍ଡ ଘେନି ହସ୍ତିନାକୁ ଗଲେ ।୪୧।
ଜରାସନ୍ଧ ପୁତ୍ର ସହଦେବ ଜୟଦେବ ଭାଇ ବେନି
ଯୁଝେଷ୍ଠିଂକି ଭେଟିଲେ ସାତ କ୍ଷଉଣୀ ବଳ ଘେନି ।୪୨।
କାଉଂରୀ ଦେଶର ରାଜା ନାମ କାମପାଳ
ହସ୍ତିନା ପ୍ରବେଶ ତୁଲେ ଦଶ କ୍ଷଉଣୀ ବଳ ।୪୩।
କରଞ୍ଜ ଦେଶର ରାଜା କମଳାକର ନୃପମଣି
ଦ୍ରିଯୋଧନକୁ ଦ୍ରଶନ କରି ଆଠ କ୍ଷଉଣୀ ସନ୍ୟ ଘେନି ।୪୪।
ମାଳବ ଦେଶର ରାଜା ନାମ କୃତବର୍ମା
ତାହାର ହାଥୀ ନାମ ଅଟଇ ଅଶସ୍ତମା ।୪୫।
ନବ କ୍ଷଉଣୀ ବଳେ ସମଦଣ୍ଡ ସେ ସାଜଇ
ଦ୍ରିଯୋଧନ ରାଜାକୁ ଦ୍ରଶନ କଲା ଯାଇଂ ।୪୬।
କାଶୀ ଦେଶର ରାଜା ଅଟଇ କାଶୀଶ୍ୱର
ପରାୟୁଧ ବଳ ଘେନି ଦ୍ରଶନ କଲା ଯୁଝେଷ୍ଠିଂକ ପୟର ।୪୭।
ଦକ୍ଷିଣ କୋଶଳ ରାଜା ଭୂମନୁ ଚକ୍ରବ୍ରତୀ
ତାହାର ଦୁହିତା ନାମ ଅଟେ ଭାନୁମତୀ ।୪୮।
ଦ୍ରିଯୋଧନ ରାଜାର ସେ ଅଟଇ ଶ୍ୱଶୁରନ୍ତ
ଦକ୍ଷିଣ ରାଜାନ୍ତ ଘେନି ଅଇଲା ସମସ୍ତ ।୪୯।
ଅଷ୍ଟାଦଶ କ୍ଷଉଣୀ ବଳ ନବଶତ ପାରିଦଣ୍ଡ
ଦ୍ରିଯୋଧନେ ଦେଖାକଲା ଘେନିଣ ଭୁଅଖଣ୍ଡ ।୫୦।
କୁଶ ମଣ୍ଡଳ ରାଜା ନାମ ଯେ ସୁବାହୁ
ଆଠ କ୍ଷଉଣୀ ବଳ ଘେନି ଜୟନ୍ତିନାକୁ ଗଲା ସେହୁ ।୫୧।
ବଙ୍ଗ ଦେଶର ରାଜା କାମଦେବ ନୃପତି
ପାଞ୍ଚ କ୍ଷଉଣୀ ସନ୍ୟ ଘେନି ପ୍ରବେଶିଲା ଦ୍ରିଯୋଧନ କତି ।୫୨।
ମାଧିୁର୍ଯ୍ୟସେନ ବୋଲି ତଇଲଙ୍ଗ ଦେଶ ରାଜା
ନବସାଗର ସନ୍ୟ ଗେନି ଦ୍ରିଯୋଧନକଇଂ କଲା ପୂଜା ।୫୩।
ଖାଞ୍ଜଣ ଦେଶର ବୀରସେନ ବୋଲି ରାଜା
ଆଠ କ୍ଷଉଣୀ ବଳ ଘେନି ଦ୍ରିଯୋଧନକଇଂ କଲା ପୂଜା ।୫୪।
ତିଉଡ଼ି ଦେଶର ରାଜା ତ୍ରିଅମ୍ୱେକଶ୍ୱର
ପାଞ୍ଚ ମେବଚ୍ଛ ବଳ ଘେନି ପ୍ରବେଶ ଯୁଝେଷ୍ଠିଂକ ଛାମୁର ।୫୫।
ମଳୟ ଦେଶର ବୀରବର ମଳୟସେନ ରାୟେ
ନବଲକ୍ଷ ସନ୍ୟ ଘେନି ଯୁଝେଷ୍ଠିଂକ ପାୟେ ସମ୍ଭାୟେ ।୫୬।
ବଳରାମ ବୋଲିକରି କରବୀର ଦେଶର ରାଜା
ବାଇଶିଲକ୍ଷ ବଳ ଘେନି ଯୁଝେଷ୍ଠିଂକ କଲା ପୂଜା ।୫୭।
ମହାରାଷ୍ଟ ଦେଶର ରାଜା ସୟମ୍ୱର ନୃପତି
ନବ କ୍ଷଉଣୀ ବଳ ଘେନି କଉରୋବଂକର କତି ।୫୮।
ଭୋଟଦେଶର ରାଜା ଗୋପାଳବର୍ମ ବୋଲି
ଦଶ ସାଗର ବଳ ଘେନି ହସ୍ତିନାକୁ ଚଳି ।୫୯।
ମନ୍ଦର ଦେଶର ରାଜା ରୁଦ୍ରଭୋଜ ନୃପତି
ପାଞ୍ଚ ମର୍ଭୁତ ସନ୍ୟ ଘେନି ଯୁଝେଷ୍ଠିଂକ କତି ।୬୦।
ବଙ୍ଗାଳ ଦେଶର ରାଜା ଯେ ଧର୍ମସେନ
ସାତ ପାରାୟୁଧ ସନ୍ୟ ଘେନି ଦ୍ରଶନ କଲା ଦ୍ରିଯୋଧନ ।୬୧।
ବେଲାଳ ଦେଶର ରାଜା ନାମ ବାରୁଣସେନ ନୃପତି
ସାତ କ୍ଷଉଣୀ ବଳ ଘେନି ସେ ମାନଗୋବିନ୍ଦର କତି ।୬୨।
କ୍ଷାର ଦେଶର ରାଜା ନଳ ଯେ ନୃପତି
ଯୁଝେଷ୍ଠିଂକ ଦ୍ରଶନ ସେ ସଙ୍ଗେ ଛଡ଼ କ୍ଷଉଣୀ ସନ୍ୟ ଘେତି ।୬୩।
କ୍ଷୀର ଦେଶର ରାଜା ରାଘବ ନୃପତି
ୟେକା କ୍ଷଉଣୀ ବଳ ଘେନି ପ୍ରବେଶ ଦ୍ରିଯୋଧନ କତି ।୬୪।
ଗୁଜ୍ଜର ଦେଶର ରାଜା ନାମ ଧର୍ମପାଳି
ସାତ କ୍ଷଉଣୀବଳ ଘେନି ସେ ହସ୍ତିନାରେ ମିଳି ।୬୫।
ସଉରାଷ୍ଟ ଦେଶର ରାଜା ଶାର୍ଦ୍ଦୂଳ ନରପତି
ସାତ କ୍ଷଉଣୀ ବଳ ଘେନି ସେ ହସ୍ତିନାକୁ ଚାଳିଲାକ ଧାତି ।୬୬।
କଉଶିକ ଦେଶର ରାଜା କର୍ଣ୍ଣ ଯେ କେଶରୀ
ତିନି କ୍ଷଉଣୀବଳ ଘେନି କୁରୁରାୟେକୁ ମିଳି ।୬୭।
କର୍ଣ୍ଣକୂଟ ଦେଶର ରାଜା ନାମ ଋତୁମାଳୀ
ବେନିକ୍ଷଉଣୀ ବଳ ଘେନି ହସ୍ତିନାକୁ ଚଳି ।୬୮।
କନାଉଜ ଦେଶର ରାଜା ନାମ ରଣମଲ୍ଲ
ଯୁଝେଷ୍ଠି ଦେବଂକୁ ଦ୍ରଶନ କଲା ସଙ୍ଗେ ସାତକ୍ଷଉଣୀ ବଳ ।୬୯।
ଛତ୍ର ଦେଶର ରାଜା ନାମ ଚନ୍ଦ୍ରନେମି
ପାଞ୍ଚ ସହସ୍ର ଯୋଦ୍ଧା ଘେନି ଯୁଝେଷ୍ଠିଂକି ପରିଣାମି ।୭୦।
ବିଛତ୍ର ଦେଶର ରାଜା କର୍ଣ୍ଣନଉମି
ତିନିମର୍ଭୁତ ଯୋଦ୍ଧାଘେନି ଭେଟିଲା ଯୁଝେଷ୍ଠିଂକି ପୁଣି ।୭୧।
ଗାନ୍ଧାର ଦେଶର ରାଜା ନାମ ତା ଶକୁନି
ଦ୍ରିଯୋଧନକୁ ଖଟଇ ସେ ଦ୍ୱାଦଶ କ୍ଷଉଣୀ ବଳ ଘେନି ।୭୨।
ପାରିଜାତ ଦେଶର ରାଜା ନାମ ନିରାକୁଳ
ଯୁଝେଷ୍ଠିଂକି ଦ୍ରଶନ କଲା ସଙ୍ଗେ ତିନିପଦ୍ମ ବଳ ।୭୩।
କୁବୁଜ ଦେଶର ରାଜା ନନ୍ଦକ ଚୂଡାମଣି
ହସ୍ତିନାରେ ପ୍ରବେଶ ସେ ଆଠ କ୍ଷଉଣୀବଳ ଘେନି ।୭୪।
କର୍ଣ୍ଣାଟ ଦେଶର ରାଜା ନାମ ଯେ ବିକର୍ଣ୍ଣ
ପାଞ୍ଚମର୍ଭୁତ ସନ୍ୟ ଘେନି ଧର୍ମରାୟେଂକୁ କଲା ଦରଶନ ।୭୫।
ଯମନିକ ଦେଶର ରାଜା ଅସୁର ରଣକେଶୀ
ତେର କ୍ଷଉଣୀ ବଳ ଘେନି ସେ ହସ୍ତିନାକୁ ଆସି ।୭୬।
ଭୋପାଳ ଦେଶ ରାଜା ନାମ ହନୁମନ୍ତ
ଯୁଝେଷ୍ଠିଂକି ଦ୍ରଶନ କଲା ତୁଲେ ପଦ୍ମେକ ତାର ରଥ ।୭୭।
ବାରସ୍ୱତୀ ଦେଶ ରାଜା ନାମ ମହେଶ୍ୱର
ତିନିବୃନ୍ଦ ସନ୍ୟ ଘେନି ସେ ଯୁଝେଷ୍ଠିଂକ କତିର ।୭୮।
ବୃନ୍ଦାଅର୍କ ଦେଶର ରାଜା ନାମ କୁରୁତାର୍ଥ
ଦଶ କ୍ଷଉଣୀ ବଳ ଘେନି ଦ୍ରଶନ କଲା କଉରୋବନ୍ତ ।୭୯।
ନୀଳସେନ ବୋଲିଣ ବୃନ୍ଦାବନ ଦେଶର ରାଜା
ଦୁଇ କ୍ଷଉଣୀ ବଳ ଘେନି ଧର୍ମରାୟେଂକୁ କଲା ପୂଜା ।୮୦।
ଭାଖା ମଣ୍ଡଳର ଯେ ନୃପତି ପଦ୍ମନାଭ
ବାଇଶିକୋଟି ବଳ ଘେନି ଦ୍ରଶନ କଲା ଧର୍ମଦେବ ।୮୨।
ପାର୍ବତୀ ଦେଶ ରାଜା ବିତ୍ତପାଳଇ
ପାଞ୍ଚକୋଟି ବଳ ଘେନି ଦ୍ରଶନ କଲା କୁରୁ ନରବଇ ।୮୩।
ଜ୍ୟୋତିପୁର ରାଜା ବଇଧୃତି ସେନ
ପାଞ୍ଚ କ୍ଷଉଣୀ ବଳ ଘେନି ଯୁଝେଷ୍ଠିଂକି କଲାକ ଦରଶନ ।୮୪।
ଅଙ୍ଗଦଶର ରାଜା ଅଟଇ ଦୃବିନ୍ଦ
ପଞ୍ଚଦଶ କ୍ଷଉଣୀ ବଳ ଘେନି ସେ ଦ୍ରଶନ କଲା ମାନଗୋବିନ୍ଦ ।୮୫।
ଚୋରଦେଶର ରାଜା ନାମ ନରବଳି
ନବକ୍ଷଉଣୀବଳ ଘେନି ହସ୍ତିନାକୁ ଚଳି ।୮୬।
ଚୋରଗଙ୍ଗ ରାଜା ତାର ଓଡ଼ିଶା ରାଜଧାନୀ
ଦ୍ରିଯୋଧନକୁ ଦ୍ରଶନକଲା ସଙ୍ଗେ ପାଞ୍ଚକ୍ଷଉଣୀ ବଳ ଘେନି ।୮୭।
ଜେନାବଳୀ ରାଜ୍ୟର ରାଜା ଅନଳେବାହୁ ବୋଲି
ନବ କ୍ଷଉଣୀ ବଳ ଘେନି ସେ ହସ୍ତିନାକୁ ଚଳି ।୮୮।
ପାଞ୍ଚକ୍ଷଉଣୀ ବଳ ଘେନି ଖରରାଷ୍ଟି ରାଜା
ମାନଗୋବିନ୍ଦକୁ ଦ୍ରଶନ କରି କଲା ପାଦ ପୂଜା ।୮୯।
କାମପୁର ଦେଶର ବସନ୍ତମଲ୍ଲ ରାଜନ ନାମ
ତିନିସାଗର ସନ୍ୟ ତୁଲେ ଯୁଝେଷ୍ଠିଂକି କଲାକ ଦ୍ରଶନ ।୯୦।
ମନ୍ଦରପୁର ରାଜା ନାମ ସାମଧ୍ୱଜ
ସାତ କ୍ଷଉଣୀ ବଳ ଘେନି ସେ ଦ୍ରଶନକଲା କୁରୁରାଜ ।୯୧।
ଋଣପୁରର ରାଜା ନାମ ବିରୁପାକ୍ଷ
କ୍ଷଉଣାୟେ ବଳ ଘେନି ଜଇନ୍ତାରେ ପରବେଶ ।୯୨।
ଆନନ୍ଦପୁର ରାଜା ଋତୁପାଳ ନାମ
ତିନିମର୍ଭୁତ ବଳ ଘେନି ଯୁଝେଷ୍ଠିଂକ ସନ୍ନିଧାନ ।୯୩।
ନାରାୟଣପୁର ରାଜା ନାମ ବିକ୍ରମ କେଶରୀ
ଯୁଝେଷ୍ଠିଂକି ଦ୍ରଶନ କଲା ସଙ୍ଗେ ପଟୋଆରୀ ।୯୪।
ହିଡିମ୍ୱେକ ବନର ରାଜା ଘଟଉତ୍କଟ ନୃପତି
ସାତ ପରାୟୁଧ ସନ୍ୟ ଘେନି ଯୁଝେଷ୍ଠିଂକର କତି ।୯୫।
ଶିବପୁରର ରାଜା ନାମ ମହୋଦର
ଲକ୍ଷେକ ଯୋଧା ଘେନି ସେ ଯୁଝେଷ୍ଠିଂକ କତିର ।୯୬।
ସୁବର୍ଣ୍ଣପୁରର ରାଜା ନାମ ଯୋଗେଶ୍ୱର
ମାନଗୋବିନ୍ଦଂକୁ ଦ୍ରଶନ କଲା ଘେନି ତିନି ସାଗର ।୯୭।
ଚନ୍ଦ୍ରପୁର ଦେଶର ରାଜା ନାମ କଳିକାଳ
ଦ୍ରିଯୋଧନକୁ ସାହାପକ୍ଷ ତୁଲେ ପାଞ୍ଚକ୍ଷଉଣୀ ବଳ ।୯୮।
ଦ୍ରୋପଦ ନୃପତି ପଞ୍ଚାଳ ଦେଶର ରାଜା
ଧୃଷ୍ଚଦ୍ୟୁମ୍ନ ଶ୍ରୀଖଣ୍ଡୀକି ଘେନି ଯୁଝେଷ୍ଠିଂକି କଲା ପୂଜା ।୯୯।
ସିନ୍ଧୁ ଦେଶର ରାଜା ନାମ ଜଦ୍ୟରଥ
ମାନଗୋବିନ୍ଦଂକୁ ଦ୍ରଶନ କଲା ତୁଲେ ଦଶ ସହସ୍ର ରଥ ।୧୦୦।
ମତ୍ସଦେଶର ରାଜା ନାମ ଅଟଇ ବିରାଟ
ଶଙ୍ଖଶ୍ୱେତ ଉତ୍ତର ଘେନି ଦ୍ରଶନ କଲା ଭୀମସେନ ଜ୍ୟେଷ୍ଠ ।୧୦୧।
ଶବର ନୃପତି ନାମ ଅଟଇ ଅଜର
ୟେକାଦଶ ସହସ୍ର ଘେନି ମିଳିଲା ହସ୍ତିନାର ।୧୦୨।
ନୀଳେନ୍ଦୀ ଦେଶର ରାଜା ନାମ ଦାମୋଦର
ସାଗରେକ ଯୋଦ୍ଧା ଘେନି ଖଟଇ ଯୁଝେଷ୍ଠିଂକ ପୟର ।୧୦୩।
ବେଦପୁର ଦେଶର ରାଜା ଅରୁଣପଦ୍ମସେନ
ମାନଗୋବିନ୍ଦକଇଂ ଦ୍ରଶନ କଲା ତୁଲେ ସାତକ୍ଷଉଣୀ ସନ୍ୟ ।୧୦୪।
ଫୁଲସେନ ବୋଲି ୟେକଚକ୍ର ଦେଶର ରାଜା
ନବସାଗର ସନ୍ୟ ଘେନି ପାଣ୍ଡବଂକୁ କଲା ପୂଜା ।୧୦୫।
ଇଚ୍ଛାପୁର ରାଜା ଦୀକ୍ଷାଦ ନୃପତି
ନବସାଗର ସନ୍ୟ ଘେନି ସେ ମାନଗୋବିନ୍ଦ କତି ।୧୦୬।
ଅନ୍ତରୀଚ୍ଛ ଦେଶର ରାଜା ନରସିଂଘ ସେନ
ପଞ୍ଚଦଶ ସନ୍ୟ ଘେନି ସେ ପାଣ୍ଡବଂକୁ କଲାକ ଦରଶନ ।୧୦୭।
କରବୀର ଦେଶର ରାଜା ନାମ ମାରକଣ୍ଡ
ଦ୍ରିଯୋଧନକଇଂ ଦ୍ରଶନ କଲା ନବଲକ୍ଷ ପାରିଦଣ୍ଡ ।୧୦୮।
ଚଉହାଣ ଦେଶର ରାଜା ବୀରବର ବାସୁଦେବ
ସାତପଦ୍ମ ଅଶ୍ୱ ଘେନି ଦ୍ରଶନ କଲା କଉରୋବ ।୧୦୯।
ମରୁତ ଦେଶର ରାଜା ନଳରାୟେ
ତିନିଲକ୍ଷ ଶ୍ୱେତଅଶ୍ୱ ଘେନି ଯୁଝେଷ୍ଠିଂକ ପାଶେ ହୁୟେ ।୧୧୧।
ଚେଦି ଦେଶର ବିଶିକେଶନ ନାମେ ରାଜା
ସାତକ୍ଷଉଣୀ ବଳ ଘେନି ଦ୍ରିଯୋଧନକଇଂ କଲା ପୂଜା ।୧୧୨।
ଜ୍ୟୋତିଷପୁରୁ ରାଜା ନାମ କଳିଙ୍ଗସେନ
ପାଞ୍ଚ କ୍ଷଉଣୀ ବଳ ତୁଲେ ଘେନି ଭେଟିଲା ଦ୍ରିଯୋଧନ ।୧୧୩।
ଧର୍ମମଣ୍ଡଳ ବୋଲି ୟେକଇ ନଗ୍ରଦେଶ
ତହିଂର ରାଜା ବ୍ରହ୍ମକୁଣ୍ଡଳ ପାଞ୍ଚକ୍ଷଉଣୀ ବଳ ଘେନି ହସ୍ତିନା ପରବେଶ ।୧୧୪।
ସିଂହଡ଼ ଦେଶର ରାଜା ଦୃମସେନ
ହସ୍ତିନାରେ ପ୍ରବେଶ ତଲେ ଅଠର ଲକ୍ଷ ସନ୍ୟ ।୧୧୫।
ମାଳିଞ୍ଚ ଦେଶ ବୋଲି ମନ୍ଦର ପର୍ବତର ତଳେ
ଦ୍ରିଯୋଧନକଇଂ ଦ୍ରଶନକଲା ନୃପତି ଭୋପାଳେ ।୧୧୬।
ବ୍ରହ୍ମ କ୍ଷତ୍ରିୟ ବଇଶ୍ୟ ଶୂଦ୍ର ଚାରିଜାତି
ଦତ୍ୟ ଦାନବ ପିଚାଶ ଅସୁର ନୃପତି ।୧୧୭।
ଲୋଧ କନ୍ଧ ଗଉଡ଼ ତେଲଙ୍ଗ ମହାରାଷ୍ଟି
ତିହୁଡ଼ି ପାଟବଂଶୀ ବସନ୍ତ ମରହଟ୍ଟି ।୧୧୮।
ଶୁଣ ଆହୋ ଚଇତନ ମନ ଯେ ବଦୟନ୍ତି
ୟେ ବିଧି ଅଷ୍ଟାଦଶ ବଂଶର ନୃପତି ।୧୧୯।
ସାତ ସାତ ଗୋତ୍ର ଚଉଦଦେଶ ପରିବନ୍ଧ
ପୂର୍ବ ପଛିମ ଉତ୍ତର ଦକ୍ଷିଣ କଳିଙ୍ଗ ବନ୍ଧ ।୧୨୦।
ଉଡ଼ଙ୍ଗଗଉଡ଼ ତିହୁଡ଼ି ମାଳବ କାଞ୍ଚନ
କର୍ଣ୍ଣାଟ ତଇଲଙ୍ଗ ଆବର ମହ୍ଲାର ଗାଜନ ।୧୨୧।
ଚୀର ବୀର ମହାବୀର ଭୋଟ ଯେ ମନ୍ଦାର
ଖିର ଖାଂକର ମାଳବ ଓଡ଼ରାଷ୍ଟ ଗୁଜ୍ଜର ।୧୨୨।
କନ୍ଧାଣ ପାରିଜାତକ ନେପାଳ ବାରସ୍ୱତୀ
ଭାନ୍ଦା ଅରବିନ୍ଦ ଯେ ଡାହାଳ ଚୋଡ଼ ଇତି ।୧୨୩।
ୟେତେକ ରାଜ୍ୟର ମଧ୍ୟେ ଯମର ନିର୍ବାଣ ଲକ୍ଷେକ ନୃପତି
ଯେ ଯାହାର ବଳ ଘେନି କୁରୁ ପାଣ୍ଡବଂକର କତି ।୧୨୪।
ପଚ୍ଛିମେ ପଞ୍ଚାଶ ସହସ୍ର ରାଜା ଦୁଇଊଣା ଯୁଗତେ
ଦକ୍ଷିଣେ ସାତ ସହସ୍ର ରାଜା ୟେକଊଣା ସଙ୍ଗତେ ।୧୨୫।
ୟେକଊଣା ଚାଳିଶ ସହସ୍ର ରାଜା ଯେ ଉତ୍ତରେ
ତିନିସହସ୍ର ରାଜା ପୂର୍ବ ଯେ ଦିଗରେ ।୧୨୬।
ୟେ ବିଧିର ଚାରିଊଣା ଲକ୍ଷେ ରାଜାମାନେ
କୁରୁ ପାଣ୍ଡବଂକୁ ଯେ ସଂପକ୍ଷ ହୋଇଲେ ସସନ୍ୟେ ।୧୨୭।
ପଚ୍ଛିମ କୋଶଳୁଂ ରାଜା ନଇଲା ନୃଗସେନ
ଉତ୍ତରୁ ଯମାପୃଷ୍ଟ ଯେ ନକଲା ଗବନ ।୧୨୮।
କପିଳସେନ ରାଜା ନଇଲା ପୂର୍ବଦିଶୁଂ
ଦକ୍ଷିଣୁଂ ନଇଲା ଋତୁପନ୍ନ ସୂର୍ଯ୍ୟବଂଶୁ ।୧୨୯।
ଆଦିହୁଂ ଚାରିଊଣା ନଇଲେ ଚାରିରାୟେ
ଆଠଊଣା ଲକ୍ଷେରାଜା ଭାରଥ ଯୁଦ୍ଧେ ଥାୟେ ।୧୩୦।
ଯେ ଯାହାର ବନ୍ଧୁପଣ ଥିଲା ଗୁଣି ହୃଦେ
ବିଚାରିଣ ସଂପକ୍ଷ ହୋଇଲେ ସେ ଯାଇଂ ଯୁଦ୍ଧେ ।୧୩୧।
ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ବାରୁଣୀ ଜଇନ୍ତା
ହସ୍ତିନା ମାଡ଼ି ରହିଲେ ସନ୍ୟ ଅଗଣନ୍ତା ।୧୩୨।
ଦେବଂକୁ ଦୁର୍ଲ୍ଲଭ ମନୁଷ୍ୟେ ଯେ ଅଗୋଚର
ଲେଖନ୍ତେ ଅନ୍ତ କରିବା ସାମରଥ କାହାର ।୧୩୩।
କୃପାଜଳ ନନ୍ଦିନୀ ଯେ ଦେବୀ ଶତଶ୍ରିୟା
କମଳମାଳ ହୋଇ ଗୋ ବିଘଂସୁ ମମହିୟା ।୧୩୪।
ଜଙ୍ଖେରପୁର ପାଟଣା ନାମ କନକା ଯେ ବତୀ
ଚନ୍ଦ୍ରଭାଗା ଅର୍କତୀର୍ଥ ଅପୋଡ଼ା ଯେ ପୃଥୀ ।୧୩୫।
ଗୁପତେ ପ୍ରବେଶ ଯେ କିରାତ ରାଜା କ୍ଷିତି
ନାମେ ସଂକେତ ସାଧ୍ୟ ସାରୋଳ ଚଣ୍ଡୀ ମୃତ୍ତି ।୧୩୬।
ନବକୋଟି ମୁଦ୍ରା ଯେବଣ ଦେବୀର ସିଦ୍ଧି
ସୁଗ୍ୟାଂନୀ ମାହେଶ୍ୱରୀ ସୟଳ ଜନ ବୋଧି ।୧୩୭।
କୋଟିୟେ ତୀର୍ଥକୁ ଘେନି କ୍ଷେତ୍ରାଧି ପୁଷ୍କର
ଅନୁବ୍ରତେ ସଙ୍ଗମ ଯେ ଦେବୀର ପୟର ।୧୩୮।
ପରଲୋକ ବାନ୍ଧବୀ ଅଭୟେ କାଳରାତ୍ରି
କିଞ୍ଚିତ ଭଗତେ ଗୋ ଅଭୟବର ଦାତ୍ରୀ ।୧୩୯।
ମୋହୋର କିସ ବୁଦ୍ଧି ଗୋ ଲେଖନ କରିବାକୁ
ମହା ଲୋକେଶ୍ୱରୀ କିଛିହିଂ ଦିଲେ ମୁକୁ ।୧୪୦।
ନୀଳେନ୍ଦୀ ପୁଷ୍ୟ ପ୍ରାୟେକ ଯାହାର ମୁଖଗୋଟି
ନୀଳକଳ୍ପବଟ ତଳେ ପାଇଲି ତା ଭେଟି ।୧୪୧।
କୃପାଜଳ ନନ୍ଦିନୀର ଦାସର ମୁଂ ଦାସ
ଶୂଦ୍ରମୁନି ସାରୋଳ ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୧୪୨॥୩୩୪୨।
କୁରୁ ପାଣ୍ଡବଙ୍କର ସନ୍ୟ ସଂଖ୍ୟା, ଶ୍ରୀକୃଷ୍ଣଙ୍କ ଦ୍ୱାରା ବେଲାଳସେନ ମସ୍ତକ ଚ୍ଛେଦନ ଓ ଶୁଭସ୍ତମ୍ଭ ସ୍ଥାପନ ଏବଂ ପାଣ୍ଡବମାନଙ୍କ ଛନ୍ନତା
ଅଗସ୍ତିଂକି ପୁଚ୍ଛାକଲେ ବଇବସୁତ ମନୁସଞ୍ଚପି କହିବା ମୋତେ ଉଦିଯୋଗ ପର୍ବ ଦେବଗ୍ୟାନୁ ।୧।ଯୁଝେଷ୍ଠି ପୁଚ୍ଛାକଲେ ସହଦେବର ମୁଖ ଚାହିଂଅଇଲେଣି କି ୟେ ମହୀମଣ୍ଡଳର ନରସାଇଂ ।୨।କେତେକ ଦେଶର ସଇନି ଆସି ମିଳିଲେ କାହା କତିକାହାର କେତେ ହେଲା ସଇନି ହାଥୀ ଗଜ ବା ପଦାତି ।୩।ଶୁଣି ସହଦେବ ଯୁଝେଷ୍ଠି ଦେବଂକ ଅଗ୍ରତେ କହିଲାଶୁଣ ଦେବ କହୁଅଛି ଯାହାରଟି ଯେତେକ ହୋଇଲା ।୪।ଚାରିଊଣା ସତୁରୀ ସହସ୍ର ନରପତିଦ୍ରିଯୋଧନ ପକ୍ଷ ହୋଇଲେ ଶୁଣ ଦେଇ ମତି ।୫।ଆବର ସଇନି ଯେତେ ତାର ଶୁଣ ଧର୍ମଦେବଦ୍ରୋଣଗୁରୁ କର୍ଣ୍ଣବୀର ଶଲ୍ୟ ଆବର ଯେ ଗାଙ୍ଗବ ।୬।ଜଦ୍ୟରଥ କୃପାଚାର୍ଯ୍ୟ ଅଶସ୍ତମା ଯେ ବିକର୍ଣ୍ଣଶକୁନି ଲକ୍ଷଣ ବୀର ଆଉ ବିଶିକେସନ ।୭।ଭୂରିଶ୍ରବା ଭୁମନୁ ଆବର ସୋମଦତ୍ତଅଳମ୍ୱୁଷ ଅଳାୟୁଧ ସଙ୍ଗତେ ଯେ ତ୍ରିଗର୍ତ୍ତ ।୮।ଦକ୍ଷ ରକ୍ଷ ହାଦେ ଯେ ସଙ୍ଗତରେ ଅଛନ୍ତି ଭାଇବେନିୟେହିମତି ଅଷ୍ଟାଦଶ ସେନା ଯେ ସଇନି ।୯।ଚାରିଊଣା ପୁଣ ଯେ ସତୁରୀ ସହସ୍ର ରାଜାଦ୍ରଯୋଧନ ରାଜାକଇଂ କଲେକ ପାଦପୂଜା ।୧୦।ନବ ପରାୟୁଧ ହୋଇଲା ତାହାର ଅଶ୍ୱନ୍ତସତୁରୀସାଗର ସଂଖ୍ୟା କୁଞ୍ଜର ଯେ ମହାମତ୍ତ ।୧୧।ଅଶିବୃନ୍ଦ ହାଦେ ତାହାର ହୋଇଲେକ ରଥୀବାରଶତ କ୍ଷଉଣୀ ଯେ ହୋଇଲେ ତାହାର ପାଦାତି ।୧୨।ଚାରିଶତ କ୍ଷଉଣୀ ତାର ଅଛନ୍ତି ସେନାପତିଛତ୍ର ଅଲମ୍ୱ ଚାମର ଚିରାଳ ୟେ ଖର୍ବ ଗଣନ୍ତି ।୧୩।ଚୋଖା ଚୋଖା ତୁରଙ୍ଗମ ଦଶ ଯେ ମର୍ଭୁତବାଜଣିଆ ଆବର ସଙ୍ଗତରେ ଦଶଅନ୍ତ୍ୟ ଯେ ବିଖ୍ୟାତ ।୧୪।ୟେକଲକ୍ଷୀ ବାନା ଯେ ଅଛଇ ଅଶିକୋଟିପାଞ୍ଚଲକ୍ଷୀ ବାନା ଆବର ଦୁଇ ମର୍ଭୁତଟି ।୧୫।ଶ୍ୱେତ ଚାମର ତାହାର ଚାରିଶ ବୃନ୍ଦ ଜାଣଦ୍ରିଯୋଧନର ସଇନି ସଂଖ୍ୟା ନାହିଂ ଯେ ପରିମାଣ ।୧୬।ମାଳବ ଦେଶର ରାଜା ଯେ ଅଟେ କୃତବର୍ମାତାହାର ହାଥୀର ନାମ ଯେ ଅଟଇ ଅଶସ୍ତମା ।୧୭।ସାଂଗ୍ରାମ ଭୂମି ଯେ ଅଟେ ବାରଜୂଣହାଥୀର ମହିମାଂ ୟେବେ ଶୁଣ ଧର୍ମରାଣ ।୧୮।ହାଥୀ ତାର ବାରଜୂଣ ଆବର ଘଣ୍ଟ ବାରଜୂଣୟେହା ଶୁଣି ଯୁଝେଷ୍ଠିଦେବ ଆଶ୍ରିଜ ହୋଇଣ ।୧୯।ମନ୍ତ୍ରୀ ସହଦେବର ମୁଖକୁ ଚାହିଂଲେ ତରାଟିବୋଇଲେ ମୋ ଆଗରେ କହିଲୁ ମିଛକଥା ଗୋଟି ।୨୦।ସମର ଭୂଇଂରେ ଯେବେ ରହିବ ସେହି ହାଥୀଆବର ସଇନି ପାଦାନ୍ତି ଯେ ରହିବେ କଉଂକତି ।୨୧।ହାଥୀ ବାରଜୂଣ ତାର କଣ୍ଠେ ଘଣ୍ଟ ବାରଜୂଣୟେ କଥାମାନ ତ ତୋର ମୋତେ ଲାଗଇ ଅଘଟଣ ।୨୨।ଯୁଝେଷ୍ଠିଂକ ବଚନ ଶୁଣି କହନ୍ତି ମନ୍ତ୍ରୀ ସହଦେବଅସମ୍ଭବ ମଣିଲ କି ଯେ ହାଥୀର ପ୍ରସ୍ତାବ ।୨୩।ୟେକମନେ ଶୁଣିମା ହୋ ଧର୍ମରାୟେମାନବରେ ଦେବଜୂଣ ସାତଜୂଣ ହୋୟେ ।୨୪।ଦେବତାଂକୁ ବ୍ରହ୍ମଜୂଣ ଅଟଇ ପୁଣ ସାତେୟେକମନେ ବୁଝ ଦେବ ୟେହା ହୋଇଲାକ କେତେ ।୨୫।ନବଜୂଣରେ ଘଣ୍ଟ ଅଛି ଯେ ହାଥୀର ଗଳାଦେବତା ଜୂଣରେ ପୁଣ ସେହୁ ହାଥୀ ଯେ ହୋଇଲା ।୨୬।ବ୍ରହ୍ମ ଜୂଣରେ ହୋଇଅଛି ଯେ କୁରୁକ୍ଷେତ୍ର ସମର ଭୂଇଂସହଦେବଂକର ବଚନେ ସନ୍ତୋଷ ହୋଇଲେ ଦେବସ୍ୱାମୀ ।୨୭।ୟେବେ କହ ତୁ ବାବୁରେ ଆମ୍ଭର ସଇନି କେତେତେବେ ସିନା ମୋର ମନେ ହୋଇବ ପରତେ ।୨୮।ଦେବ ଦ୍ରିଯୋଧନ ତୁଲେ ଅଛି ଅଶିପରାର୍ଦ୍ଧ ଗଜ ଯୋଧୀଅଶ୍ୱଗଜ ହୋଇଲା ଶତେକ ପାରାଧି ।୨୯।ୟେକାଦଶ କ୍ଷଉଣୀ ଅଙ୍ଗବଳ ଅଟଇୟେତେକ ବଳ ପାଇଲା ରାଜା ଧୃତିରାଷ୍ଟଂକ ତନୟି ।୩୦।ସଂସର୍ପି କହିଲାକ ମନ୍ତ୍ରୀ ଚୂଡାମଣିଯୁଝେଷ୍ଠି ଦେବେ ବିରସ ହୋଇଲେ ତାହା ଶୁଣି ।୩୧॥୩୩୭୩।
ଭାରଦାର ଭାରତର ଭବିଷ୍ୟତ ବାଣୀ କଥନବଦୟନ୍ତି ଧର୍ମଦେବେ ବଡ଼ ଥାଠେକ ପାଇଲେ କଉରୋବେଜିଣି ପାରିବା ଟିକି ସମର ସମ୍ଭର୍ବେ ।୧।ଅଥବା ତାହାଂକୁ ଯେବେ ଜିଣି ନୁଆରିବାଆବର ସହୋଦ୍ରେ କିମ୍ପେ ବିପକ୍ଷ ହୋଇବା ।୨।ତୁ ମୋହୋର ଭ୍ରାଥ ଭୂତ ଭବିଷ୍ୟ ଗ୍ୟାଂତାବିଚାରି କହ ୟେଥିର ତଦନ୍ତ ବାରତା ।୩।ସହଦେବ ପ୍ରତିବାକ୍ୟ ଦେବ ଜାଣଇ ସର୍ବକଥାହାରିବା ଜିଣିବା ୟେ କ୍ଷତ୍ରୀଂକର ବ୍ୟବସ୍ଥା ଧର୍ମ ଯଥା ।୪।ସହଦେବ ବୋଇଲା ଜଗତଜିତା ନାରାୟଣରାମ ଅବତାରେ ଅନେକ କଷ୍ଟ ଦିଲାକ ରାବଣ ।୫।ଅନେକ ଅସୁର ପଡ଼ିଲେ ପ୍ରଥମ ସମରେଦ୍ୱିତୀୟ ସାଂଗ୍ରାମେ ବନ୍ଧନ କଲା ଇନ୍ଦ୍ରଜିତ ବୀରେ ।୬।ଲକ୍ଷ୍ମଣକୁ ରାବଣ ମାଇଲା ବ୍ରହ୍ମ ଯେ ଶକତିହନୁମନ୍ତରେ ପ୍ରାଣ ପାଇଲେ ସଉମିତ୍ରୀ ।୭।ଅନେକ ସନ୍ୟ ରାମ ମାଇଲେ ବିବାଦେକୃଷ୍ଣହିଂ ୟେକା ଘାନ୍ତିକେ ଶତ୍ରୁ ଜିଣି ନୁଆରିବେ ହାଦେ ।୮।ଅଥବା ସଞ୍ଚପି ମୁହିଂ କହିତେ ପାରଇଭୀମସେନ ଠାକୁରଂକ କୋପକୁ ଡରଇ ।୯।ଜିଣିବା ଦିନରେ ମୋତେ ବଡ଼ ଦୟା ସେ କରିବେହାରିବା ଦିନରେ ମୋତେ କୋପହିଂ ବିହିବେ ।୧୦।ଯୁଝେଷ୍ଠି ଦେବେ ପ୍ରତିବାଚ ତୁହିତ ନ କହିବୁଆମକୁ ତ ଭୂତ ଭବିଷ୍ୟ ଦୃଶ୍ୟ ନୋହଇ ରେ ବାବୁ ।୧୧।ସହଦେବ ପ୍ରତିବାଚ ଦେବ ମୁଂ ଯେ ନ କହଇସଂଶୟ ଫେଡିବାକୁ ଜଣେକ ଅଛଇ ।୧୨।ଯୁଝେଷ୍ଠି ଦେବେ ଆଶ୍ରିଜ ହୋଇଲେ ତାହା ଶୁଣିକେବଣ ମହାତମା ତାହାକଇଂ ଅଣାଅ ୟେହିକ୍ଷଣି ।୧୩।ମହାଭାରଥ ଯୁଦ୍ଧ ସେ ଯେବେ କହିବା ଆଗତତାହାକଇଂ ଦ୍ରଶନ କଲେ ହୋଇବା ମୁକତ ।୧୪।ଅଭ୍ୟାଗତ ପୁରୁଷଂକୁ ଦେଖିଲେ ବଡ଼ ଧର୍ମଜାଣିବା ସେ ମହାପୁରୁଷଂକ ଉତ୍ତମ ।୧୫।ସୁତୀର୍ଥ ସୁଦେବତା ସୁପୁରୁଷ ସୁସ୍ଥାନୟେହାଂକୁ ଦ୍ରଶନ କଲେ ସୁଫଳ ସେ ଦିନ ।୧୬।ସହଦେବ ପ୍ରତିବାଚ ଯେବେ ଇଚ୍ଛା କଲ ନୃପମଣିଭୀମସେନ ଠାକୁରେ ଗଲେ ଆସିବେ ତାକୁ ଘେନି ।୧୭।ସ୍ୱାମୀ ବଇତରଣୀ ନଦୀକୂଳେ ଯାଜପୁର ବୋଲି ନଗ୍ରେଧବଳୀ ପର୍ବତଗୋଟି ଅଛି ପଛିମର ଭାଗେ ।୧୮।ଶୁଦ୍ଧ ସଷ୍ଟିକର ତେଜ ସେ ପର୍ବତର କାୟାପୂର୍ବେ ଦୁନ୍ଦୁଭି ଦଇତର ଅଟଇ ସେ ମାୟା ।୧୯।ସେହି ପର୍ବତର ତଳେ ଅଟଇ ଦୁନ୍ଦୁଭି ଦଇତର ବାସପରିମଳ ଭୁବନ ଗୋଟି ସୁସଞ୍ଚ ପ୍ରକାଶ ।୨୦।ଯୁଝେଷ୍ଠି ଦେବେ ବୋଇଲେ ବାବୁ ଶୁଣସି ମାରୁତିସେ ପୁରୁଷକଇଂ ଯାଇ ଘେନି ଆସିବୁ ତଡ଼ତି ।୨୧।ସେ ପୁରୁଷ ଆସିବା ଯାୟେ ଭୋଜନ ମୋର ନାହିଂଅଥବା ରାତ୍ର ପାହୁ ପଛେ ତୋତେ ଥିବି ବାଟ ଚାହିଂ ।୨୨।ଭୀମସେନ ପୁଚ୍ଛା କରଇ ସହଦେବଂକର ଅଗ୍ରତବାବୁ ସରୂପ କହନି ମୋତେ ଠାକୁରଂକ ଶପତ ।୨୩।ସହଦେବ ପ୍ରତିବାଚ ମହାପ୍ରହୁ ଯୁଝେଷ୍ଠିତାହାଂକର ଅଗ୍ରତେ ମିଥ୍ୟା କହିଲେ ମୃଦ୍ଧୁନା ଯିବ ଫାଟି ।୨୪।ସ୍ୱାମୀ ବହନେ ଯାଇ ତାକୁ ଘେନି ଆସ ଖରେୟେ ଭାରଦା ନାମଗୋଟି ତାର ଥାଇ ୟେକସରେ ।୨୫।ଭାରିଜା ଗୋଟି ତାର ବଡ଼ାଇ ସୁନ୍ଦରମୋହନୀ ଅପକ୍ଷରୀ ଜାଣିଣ ରୂପ ତାର ।୨୬।ଚଳଇ ବ୍ରିକୋଦର ସହଦେବର ବଚନେନିମିଷକେ ଗମିଲା ଶତେ ପଞ୍ଚାଶ ଯୋଜନେ ।୨୭।ବେଳ ଅବଶେଷେ ପ୍ରବେଶ ଧବଳୀ ପର୍ବତେପୁରେକ ଭେଟିଲା ସହଦେବ କହିଲା ଯେବଣ ମତେ ।୨୮।ସୁସଞ୍ଚ ପରିମଳ ଅଟଇ ପୁରଗୋଟିଭୀମସେନ ଵିଚାରଇ ଯେ ପବିତ୍ର ସ୍ଥାନ ସେଟି ।୨୯।ଭାରଥ ଯୁଦ୍ଧ ଆଗତ କହିବା ୟେହୁ କ୍ଷମକିମ୍ପାଇ କୁସ୍ଥାନ ହୋଇବ ତାହାର ଭୁବନ ।୩୦।ବିଚାରଇ ମାରୁତି ଜାଣିମାନା ତଦନ୍ତକେବଣ ପୁରୁଷ ୟେ କେବଣ ବୃତ୍ତାନ୍ତ ।୩୧।ସନ୍ଧ୍ୟା ଷଟ୍କର୍ମେ ଯାଇଥିଲାକ ଭାରଦାଅନଙ୍ଗ ପଟାନ୍ତର ଜାଣି ସେ ରୂପଗୁଣେ ସିଦ୍ଧା ।୩୨।ଆରମ୍ଭ ଉତ୍କଟ ରମ୍ଭା ଜାଣି ବେନିଜାନୁବିସ୍ତାର ବକ୍ଷସ୍ଥଳ କୁଂକୁମ ବର୍ଣ୍ଣ ତନୁ ।୩୩।ସୁସଞ୍ଚ କେଶ ୟେକତୁଲ ଲଲାଟ ପାଟିତିଳପୁଷ୍ୟ ନାସା ଆରକତ ବର୍ଣ୍ଣ ଦୃଷ୍ଟି ।୩୪।ଅଧର ସୁଧାରସ ପଂକୁବିମ୍ୱ ଜାଣିନାଭି ଗମ୍ଭୀର ଚାଲନ୍ତେ କି ବିକ୍ରମ ସିଂହ ଠାଣି ।୩୫।ଅନେକ ଅଳଂକାର ଆଭରଣ ତାର କାୟେସରୂପ ଦିଶଇ ବିଦ୍ୟାଧର ରୂପ ପ୍ରାୟେ ।୩୬।ତିମିରି ବିଦାରଣ ପ୍ରାୟେ ଦିଶଇ ତାର ତନୁଦେଖିଣ ଅନେକ ପ୍ରଶଂସା ତାକୁ କରଇ ଭୀମସେନୁ ।୩୭।ଭୀମସେନ ବିଚାରଇ ଯେ ପ୍ରତକ୍ଷେ ସୁରପତିସାଧୁରେ ସହଦେବ ତୋହୋର ଜୀବତି ।୩୮।ଭବିଷ୍ୟ-ବାରତା କହିତେ ତୁହି ସେ ସାମରଥାସାମାନ୍ୟ ଜନ କହଇ କି ଆଗତ ବାରତା ।୩୯।ଭୀମସେନ ବିଚାରଇ ମନୁଷ୍ୟ ଦେଖି ଜାଣିମାନ ତତ୍ତୁକେମନ୍ତ ସାଧନ ୟେହାର କେବଣ ବ୍ରତ ହେତୁ ।୪୦।ବେଦମନ୍ତ୍ର ସାଧନ ୟେ ଜାଣଇ କେମନ୍ତଦେଖି ଭାବ ଜାଣିମା ୟେହାର କେବଣ ତଦନ୍ତ ।୪୧।ୟେମନ୍ତ ବିଚାରଇ ସେ ପବନର ବଚ୍ଛିଆଦିତ୍ୟ ଅସ୍ତ ଗଲା ଭୀମସେନ ରହିଅଛି ।୪୨।ଭାରିଜା ଉଭା ହୋଇଛି ଦ୍ୱାର ପାଷାଣ ଉପରେଭାରଦା ନୀର ନିଉଡ଼ଇ ତାହାର ଶରୀରେ ।୪୩।ସୁଗନ୍ଧ ଅୟେଂଳା ବୋଳି ତାହାର କେଶ ପଖାଳଇଟଭାରସ ରଙ୍ଗ ଭରି ଶରୀରେ ହଳଦୀ ଲେପଇ ।୪୪।ପନିର ଜଳ ଘେନି ଶରୀର ପଖାଳିଚାଙ୍ଗୁଡ଼ାରୁ ଦେବାଙ୍ଗ ବସନ ଦିଅଇ ନେଇ ତୋଳି ।୪୫।ଶୁଖିଲା ବସନ ରିନ୍ଧାଇ ଓଦା ପଖାଳଇ ପୁଣିପାଲଟା ବସ୍ର ଭାରଦା ପଖାଳଇ ଜଳେ ଆଣି ।୪୬।ଶୁଖିଲା ବସ୍ରେକ ଘେନି ଶିର କେଶ ପୋଛିବାମକରେ କେଶ କୁରୁଳଇ ଡାହାଣ କରେ ଆଲଟ ଧରି ବିଞ୍ଚି ।୪୭।ହାତୀଦାନ୍ତ ପାନିଆଂ ଘେନି ସାମଳିଲା ତାର ବାଳକବେରୀ ଖୋପା ଖୋପି ଖୋଷିଲା ଚମ୍ପକ ବକୁଳମାଳ ।୪୮।ଅନେକ ଅଳଂକାର ପହରାଇଲା କାମେନୀଭୋଜନ ଠାବରେ ବସିଲା କରେ ରତ୍ନ ଝରିୟେକ ଘେନି ।୪୯।ପଇଲମ ଯୋଗାଡ଼ ନେଇ ଦିଲାକ ଭାରଦାପରସଇ ଅନ୍ନ ସେ ପଂକୁଫଳ ସୁଧା ।୫୦।ଭୋଜନ ସାରି ସେ ଆଞ୍ଚୋବନ କାଳେଭାରିଜା ପୀଢା ଉପରେ ଭାରଦା ଜଳ ଦିଅଇ ତଳେ ।୫୧।ଆଞ୍ଚୋବନ ସାରି ଭାରିଜା ବସିଲା ଦିବ୍ୟସ୍ଥାନେଉତ୍ତିଷ୍ଟ ପଇଲମ ଭାରଦା ଧୋଅଇ ଆପଣେ ।୫୨।ତାମ୍ୱୁଳ ଭାଜି ଭାରଦା ଦିଅଇ ଭୁଞ୍ଜଇ କାମେନୀଭାରଦା ଖଟତଳେ ଉଭା ହୋଇଲା ଆଲଟ ବିଞ୍ଚଣା ଘେନି ।୫୩।ଆରେକ ପଲଂକେ ନେଇ ପାତିଲାକ ଶେଯ୍ୟାଦକ୍ଷିଣ ସୀମସ୍ଥାନେ ଶୁତିଲା ତାହାର ଭାରିଜା ।୫୪।ଚରଣ ମଞ୍ଚାଳଇ ସେ ପଲଂକେଣ ବସିୟେମନ୍ତ ସମୟେ ଆନ ପୁରୁଷେ ହୋଇଲାକ ଆସି ।୫୫।ଭାରଦା ବୋଲଇ ଅଇଲୁ ଯେବେ ନିନାୟେ ତୋର କାର୍ଯ୍ୟ ଅର୍ଥରେ କେତେ ଦେବୁ ସୁନା ।୫୬।ମାଡ଼େକ ହିରଣ୍ୟ ଘେନଇ ଭାରଦା ଗଣିତାହାର ଭାରିଜା କତିରେ ଶୁଆଇଲା ଆଣି ।୫୭।ଦ୍ୱାରେଣ ଭାରଦା ଯେ ଶୟନ କଲା ଆସିପର ପୁରୁଷେକ ଘେନି କାମିନୀ ରାତ୍ରେକ ବିଳସି ।୫୮।ଅରୁଣ ପ୍ରକାଶେ ସେ ବାହାର ହେଇଗଲାଭାରଦା ଆସି କତିରେ ବସି ପିଠି ଆମଞ୍ଚି ଚରଣ ଚାପିଲା ।୫୯।ଅପାର ଶ୍ରମ କି ପାଇଲ ଆଜ ରାତିଦିବସ ତିନି ଦଣ୍ଡରେ ବିକାଶିଲା ରବିଜ୍ୟୋତି ।୬୦।ଶଯ୍ୟା ଯୁଗତରୁ ସେ ଉଠିଲା କାମେନୀଭାରଦା ଚଳିଲା ସରୋବରେ ଜଳ ଆଣି ।୬୧।ଭାଳଇ ପାବେନି ଯେ କରିବି କେବଣ କୃତୟେଡ଼େ ପାପିଷ୍ଠର ଛୁଇଂବଇଂ କେମନ୍ତେ ଯେ ଗାତ୍ର ।୬୨।ସହଦେବ ଭଣ୍ଡିଲା ଯେ ଯୁଝେଷ୍ଠି ଠାକୁରଂକୁଭାରଦାକୁ ନ ନେଲେ କୋପ କରିବେତ ମୁକୁ ।୬୩।ବୋଲିବେ ସମରେ ତାକୁ ନୁଆରିଲା ଜିଣିତଦଅର୍ଥେ ତାହାକଇଂ ନୁଆରିଲା ଆଣି ।୬୪।ନିଅନ୍ତେଣ ଧର୍ମନାଶ ହୋଇବ ନ ନେଲେ ବଳବାର୍ଯ୍ୟ ହାନିଧର୍ମହେଉ କି ଅଧର୍ମ ହେଉ ଯିବଇ ୟେହାକଇଂ ଘେନି ।୬୫।ଜଳ କୁମ୍ଭ ବୁଡ଼ାନ୍ତେଣ ଭାରଦା ସରୋବରେ ପଶିଭାରଦାର କେଶ ଭୀମ ଧଇଲା ଆକ୍ରୋଷି ।୬୬।ନିଅନ୍ତେ ଚରଣ ତାର ନ ପଡ଼ଇ ଭୂଇଂବୋଲଇ ଭାରଦା କେବଣ ଦୋଷ ମୋର ହୋ ଗୋସାଂଇ ।୬୭।ଅନେକ ବିନୋୟୀଣ ଭାରଦା ସମ୍ଭାଷିରାଗେଣ ମାରୁତି ତାକୁ ବଚନ ନ ଭାଷି ।୬୮।ଶୟେ ପଞ୍ଚାଶ ଯୋଜନ ଗଲାକ ୟେକଦିନେମୁନେହିଂ ଜଣାଇଲେ ଯୁଝେଷ୍ଠେିଂକ ସନ୍ନିଧାନେ ।୬୯।ଆଦିତ୍ୟ ଅସ୍ତେ ଯେ ପ୍ରବେଶ ରୟଣୀଭୀମସେନ ଅଇଲେ ଭାରଦାକୁ ଘେନି ।୭୦।ସହଦେବ ବୋଇଲା ଦେବ ଅନ୍ତପାଟ ପଡୁଅଭ୍ୟନ୍ତରେ ଥାଇ ଭାରଦା ପ୍ରତିବାକ୍ୟ କରୁ ।୭୧।ଯୁଝେଷ୍ଠି ଦେବେ ବୋଇଲେ ଦେଖିବା ତାହାର ମୁଖଇଂଭବିଷ୍ୟ ଗ୍ୟାଂତା ଲୋକକୁ ଦେଖିଲେ ବହୁତ ପୁଣ୍ୟ ଅଛଇ ।୭୨।ଭୀମସେନ ପ୍ରତିବାଚ ଭାରଦା ବଡ଼ପାପୀଆପଣାର ଭାରିଯାକୁ ପରକଇଂ ସମର୍ପି ।୭୩।ଯୁଝେଷ୍ଠି ଦେବେ ଆଶ୍ରିଜ ହୋଇଲେ ତାହା ଶୁଣିଭୂଇଂ ଛୁଇଂ ଶ୍ରବଣେ ଦିଲେ ବେନିପାଣି ।୭୪।ଶିବ ଶିବ ସୁମରିଲେ ଧର୍ମରାଜ ଯୁଝେଷ୍ଠିଆସ୍ଥାନ ତେଜ୍ୟାକରି ଧାତିକାରେ ସଭାରୁ ଗଲେ ଉଠି ।୭୫।ପଛେଣ ଗୋଡ଼ାବନ୍ତି ମନ୍ତ୍ରୀ ଚୂଡାମଣିସ୍ୱାମୀ ଭାରଦା ଚରିତ ତୁମ୍ଭେ ନୁଆରିଲ ଜାଣି ।୭୬।ଯୁଝେଷ୍ଠି ଦେବେ ବୋଇଲେ ମୁହିଂ ଯେସନେକେ ରାଜାଭାରଦା ଗୋଟାୟେ ଆଣି ତୁ ମୋତେ ତେହ୍ନେ କରାଇଲୁ ଲଜ୍ଜା ।୭୭।ମୁହିଂ ଯେ ଅଧମ ବାବୁ ଅଟଇ ଆଦ୍ୟହୁଂପଶାର ବିନୋଦେ ରାଜ୍ୟ ଧନ ଭାରିଜା ହାରିଲଇଂ ତହୁଂ ।୭୮।ଆତ୍ମାକେରେ କରି କେ ପାରଇ ଭାରିଜାଭାରଦା ଗୋଟାୟେ ଆଣି ମୋତେ କରାଇଲୁ ଲଜ୍ଜା ।୭୯।ମୁଖ ତାହାର ହାଦେ ଯେ ନ ଚାହିଂ ଯୁଗତେସେ କିସ ଭାରଥ ଯୁଦ୍ଧ କହିବାକ ମୋତେ ।୮୦।ସହଦେବ ବୋଇଲେ ଦେବ ଭୀମସେନ ଠାକୁରେଭାରଦା ଆଣିମା ନ ଯୋଗାଇଲା ଠାକୁରଂକ ବିଚାରେ ।୮୧।କୁରୁକ୍ଷେତ୍ର ମଣ୍ଡଳକୁ କଲ ବେନିଭାଗମଧ୍ୟରେ ନେଇ ପୋତିଲା ଅଛି ଶୁଭଖମ୍ୱ ।୮୨।ସୁସଞ୍ଚ କରିଣ ରଜ୍ଜୁୟେକ ଧରିସେ ଥମ୍ୱରେ ଭାରଦାକୁ ବାନ୍ଧିଆସ ଭିଡ଼ି ।୮୩।ଭୀମସେନ ବୋଇଲା ୟେ ଭାରଦା ମନ୍ଦପ୍ରାଣୀତୋହୋର କନ୍ଧେ ତାକୁ ଠାବଦିଲୁ ଆଣି ।୮୪।ସମସ୍ତ ଭୂତପ୍ରେତ ପିଚାଶ ତହିଂ ମିଳିବାଣ୍ଟିଣ ୟେହାର ମାଂସ ଭକ୍ଷିବେ କରିବେ ରଙ୍ଗକେଳି ।୮୫।ଚାଲରେ ଭାରଦା ବନ୍ଧନ କରିବଇଂ ତୋତେସହଦେବ କଲାକୃତ୍ୟ ଦୋଷ ନ ଲାଗଇ ହାଦେ ମୋତେ ।୮୬।କୁରୁ ପାଣ୍ଡବ ସମର ଭୂମି ମଧ୍ୟ ଖମ୍ୱରେଭାରଦାକୁ ବନ୍ଧନ କଲା ନେଇ ବ୍ରିକୋଦରେ ।୮୭।ଆସଇ ଭୀମସେନ ନିଜ ଯେ ଆସ୍ଥାନେସହଦେବକୁ ଉପହାସ କଲେ ପାଣ୍ଡବ ସେନାମାନେ ।୮୮।ବୋଇଲେ ଭଲଗ୍ୟାଂତା ୟେକ ଆଣିଲେ ସହଦେବଭୂତ ଭବିଷ୍ୟ କଥାମାନ କିସ ସେ କହିବ ।୮୯।ୟେଡ଼େ ପାପିଷ୍ଠକୁ ଆଣିଲା ଯୁଜେଷ୍ଠି ଦେବଂକ ପାଶତାହାକୁ ଆଣିଲା ସେ ଛାର ଜାଣଇ ଯେ କିସ ।୯୦।ୟେମନ୍ତ ବଚନ ଯେ କହିଲେ ସର୍ବ ସନ୍ୟଶୁଣି ସହଦେବ ଯେ ହୋଇଲେ ମଉନ ।୯୧।ସହଦେବ ବୋଇଲା ମୋତେ ନ କର ଉକତଭାରଦା ମୁଖରୁ କାଲି ପାଇବା ବାରତ ।୯୨।ଭାରଦାକୁ ବନ୍ଧନ କରି ଅଇଲେ ଭୀମସେନନିଶାଅର୍ଦ୍ଧକାଳେ ଆସି ବେଢିଲେ ଭୂତପ୍ରେତ ପିଚାଶମାନ ।୯୩।ବୋଲନ୍ତି ମହୁମାଂସ ପାଇଲୁ ଆଜ ରାତିବାଣ୍ଟିଣ ଭୁଞ୍ଜିବା ଆମ୍ଭେ ସମସ୍ତେ ହୋଇବା ତିରିପୁତି ।୯୪।ବାବନାବୂତ ବୋଇଲା ସେ ଅଟଇ ଭାରଦାଶରୀରଯାକ ୟେହାର ନର୍କମୟେ ସୁଦ୍ଧା ।୯୫।ମୁଖ ଚାହାନ୍ତେ ୟେହାର ଅନେକ ପାପଦୋଷଶରୀରେ ଗ୍ୟାନ ଥାଉଂ କେ ଭକ୍ଷିବ ୟେହାର ମାୟେଂସ ।୯୬।ପ୍ରେତ ଭୂତ ପିଚାଶ ହୋଇ ଅମୋକ୍ଷ ହୋଇଲାଇଂ ପୂର୍ବେୟେବେ ୟେହାର ମାୟେଂସ ଖାଇଲେ ପଡ଼ିବା ରଉରବେ ।୯୭।ପିଚାଶମାନେ ତାକୁ ଗଲେକ ଉପେକ୍ଷିରାତ୍ର ନବଘଡ଼ିମାନେ ବିଜୟେ ଯୋଗ୍ନୀ ଯେ କାମାକ୍ଷୀ ।୯୮।ଚାମଣ୍ଡା ଚାଚିକା ଯେ କଂକାଳୀ ବେତାଳୀରାକ୍ଷସୀ ପିଚାଶୀ ଯେ ଶବଦ କିଳି କିଳି ।୯୯।ରେ ରେ କାର କରିଣ ବିଜୟେ ମାତାଙ୍ଗୀବୋଇଲେ ମହୁମାଂସ କରିବା ଆଜ ଭୋଗୀ ।୧୦୦।ଦେଖିଣ ବୋଇଲେ ସେ ବେତାଳୀ ଅମ୍ୱିକାୟେ ମାଢା ଭାରଦା ଭାରିଜା ଦେହବିକା ।୧୦୧।କେମନ୍ତ କରି ଭକ୍ଷିବା ୟେହାର ଯେ ମାଂସମୁଖ ଚାହାନ୍ତେ ୟେହାର ଲଭିବା କୋଟିୟେ ମହାପାପ ଦୋଷ ।୧୦୨।ଯୋଗ୍ନୀମାନେ ତେଜ୍ୟା କରିଗଲେ ନିଶାକାଳେରାତ୍ର ଅଢାଇ ପ୍ରହରେ ପ୍ରବେଶ ଆସି ଶ୍ରିୟାନାମେ ଶ୍ରିକାଳେ ।୧୦୩।ତାରାକ୍ଷୀ ନାମେ ଶ୍ରିକାଳୁଣୀ ଅଛି ତାର ତୁଲେଭାରଦା ବନ୍ଧନଠାରେ ଆସି ଦୁହେଂ ପ୍ରବେଶ ହୋଇଲେ ।୧୦୪।ଶ୍ରିକାଳୁଣୀ ବୋଇଲା ୟେଣେ ବେଗେ ଆସଭୋଗ୍ୟ ପୁରନ୍ଦର ପୁରୁଷ ପାଇଲୁଂ ଭକ୍ଷିବା ମହୁମାଂସ ।୧୦୫।ଶ୍ରିକାଳ ବୋଇଲା ସଖିରେ ୟେହାକୁ ତେଜ୍ୟାକରି ଆସକିମର୍ଥେ ତହିଂକି ଯେ ବଢାଇ ମନେ ଆଶ ।୧୦୬।ଶ୍ରୀକାଳ ବୋଇଲା ସଖିରେ ୟେ ଅଟଇ ଭାରଦାଆପଣା ଭାରିଯା ସେ କରାୟେ ପରେ ପରମଦା ।୧୦୭।ପୁରୁଷ ଅପାବନ ୟେ ତୀରିଂକି ଭୃତ୍ୟପଣେ ଖଟଇପୁରୁଷଂକର ମଧ୍ୟେ ୟେ କୁଜନ ଅଟଇ ।୧୦୮।ଶ୍ରିକାଳ ବୋଇଲା ସଖିରେ ମହୁମାଂସକୁ ଯେବେ କଲୁ ଇଛାଆବର ବିଂଶ ଦିବସେ ପୂରିବ ତୋହୋର ମନବାଞ୍ଚ୍ଥା ।୧୦୯।ଶ୍ରିକାଳୁଣୀ ବୋଇଲା ସ୍ୱାମି ପୁଛଇ ମୁହିଂ ତୋତେଆବର ବିଂଶ ଦିବସେ ହୋଇବ କେବଣ କୃତ୍ୟେ ।୧୧୦।ଶୁଣରେ ସଂଘାତୁଣୀ ମୁଂ କହଇ ତୋତେ ହାଦେୟେହିଠାରେ ହୋଇବ ମହାଭାରଥ ଯେ ଯୁଦ୍ଧ ।୧୧୧।ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ଚନ୍ଦ୍ରବାରଦ୍ୱିଜା ନାମରେ ନକ୍ଷତ୍ର ଭୋଗ ସେ ଦିନର ।୧୧୨।ସେଦିନ ସଖୀ ପ୍ରଥମ ସମର ହୋଇବପୂର୍ବରେ ପାଣ୍ଡବେ ଥିବେ ପଶ୍ଚିମେ କଉରବ ।୧୧୩।ସେଦିନ ମହାଭାରଥ ଯୁଦ୍ଧ ଆରମ୍ଭ ହୋଇବପୂର୍ବେଣ ପାଣ୍ଡବେ ଯେ ପଛିମେ କଉରୋବ ।୧୧୪।ଶ୍ରିକାଳୁଣୀ ବୋଇଲା ନାଥ ୟେ ୟେକ ସୋଦର ବେନିକିମର୍ଥେ ବେନିକୁଳେ ହୋଇବେ ଅନ୍ୟୋଅନ୍ୱି ।୧୧୫।କେ କାହାର ହାଥେ ମରିବେ ପ୍ରାଣନାହାସଞ୍ଚପି କରି ନାଥ କହ ମୋତେ ତାହା ।୧୧୬।ଶ୍ରିକାଳ ବୋଇଲା ତୁ ଶୁଣରେ ବଲ୍ଲଭୀତୋହୋର ଆଗରେ ମୁଂ ସଞ୍ଚପି କହିବି ।୧୧୭।ପ୍ରଥମେ ସେନାପତି ହୋଇବେ ଭୀଷ୍ମ ମହାରଥୀଦଶ ସହସ୍ର ଯୋଦ୍ଧା ପଡ଼ିବେ ନିତ୍ୟାପତି ।୧୧୮।ଦଶ ଦିବସ ଯୁଦ୍ଧ ହୋଇବ ୟେ ବିଧିଅନେକ ରଥ ଗଜ ଅଶ୍ୱ ପଡ଼ିବେ ଅନେକ ଯୋଧୀ ।୧୧୯।ପାଣ୍ଡବଂକ ରକ୍ଷଣେ ଉପାୟ କରିବେ ଦେବରାଜାଦ୍ରୁପଦ ପୁତ୍ରକୁ ଦେଖି ଗଙ୍ଗାର ନନ୍ଦନ କରିବେ ଶରଶେଯ୍ୟା ।୧୨୦।ଭୀଷ୍ମଂକର ଅନ୍ତେ ଭାର ଦ୍ୱାଦଶଂକର ସୁତ ଦ୍ରୋଣପାଞ୍ଚଦିନ ସମର ସେ କରିବେ ଆପଣ ।୧୨୧।ଜଳନ୍ଧର ଭୂଅ ଚକ୍ରଭୂଅ ଶକଟ ଭୂଅ କୁଣ୍ଡଳୀୟେତେକ ଭିଆଇବେ ଦ୍ରୋଣେ ସମରେଣ ମିଳି ।୧୨୨।ଜଳନ୍ଧର ଭୂଅରେ କ୍ଷୟଯିବେ ଅଶିପଦ୍ମ ମେଳଛୟେକା ଦିବସେକେ ତାହା ନାଶିବେ ବିବଛ ।୧୨୩।ଚକ୍ର ଭୂଅରେ ପଶିବ ଅର୍ଜୁନର ତନୁଦଶ ସହସ୍ର ରଥ ଦଶସହସ୍ର ଯୋଦ୍ଧା ମାରିବ ଅଭିମନ୍ୟୁ ॥୧୨୪।ଆପଣେ ପଡ଼ିବ ସେ ସମରେଣ ଆଦିବାହୁଡ଼ି ଚକ୍ରଭୂଅ ସେ ନ ପାରିବ ଭେଦି ।୧୨୫।ଶକଟ ଭୂଅରେ ପଡ଼ିବ ସିନ୍ଧୁରାଜା ଜଦ୍ୟରଥପାଞ୍ଚ କ୍ଷଉଣୀ ବଳ ତୁଲେ ଦଶସହସ୍ର ରଥ ।୧୨୬।ସେଦିନ ରାତ୍ରେ ଯେ କୁଣ୍ଡଳୀ ଭୂଅ କରିଗୋଳେଣ ଅନେକ ସଇନି ହୋଇବେ ମରାମରି ।୧୨୭।ଅନେକ ରଥୀ ପାଦାନ୍ତି କେହୁ ଅନ୍ତ କରୁଦ୍ରୋପଦ ରାଜାର ଶିର ଛେଦିବେ ଦ୍ରୋଣଗୁରୁ ।୧୨୮।ପାଞ୍ଚ କ୍ଷଉଣୀ ବଳ ତୁଲେ ଘେନି ନିଜ ଥାଠସେଦିନ ରାତ୍ରେ ପଡ଼ିବ ମତ୍ସ୍ୟରାଜ ବିରାଟ ।୧୨୯।ଘଟଉତ୍କଟ ନାଶଯିବ ଦ୍ରୋପତୀର ଶାପ୍ୟେଅଳମ୍ୱୁଷ ନାଶଯିବ ଭୀମସେନର ଦର୍ପେ ।୧୩୦।ଅଳାୟୁଧ ଅଞ୍ଜନପ୍ରଭା ପଡ଼ିବେ ବୀର ବେନିକୃପବ୍ରହ୍ମା ପଡ଼ିବେ ଘେନି ଅନେକ ସଇନି ।୧୩୧।ବୀରବାହୁ ରାଜା ଅନନ୍ତ ଚନ୍ଦ୍ରନଉମୀରାତ୍ର ଅର୍ଦ୍ଧ ଯୁଦ୍ଧେ ପଡ଼ିବେ ବତିଶ ସହସ୍ର ବଳ ରଣଭୂମି ।୧୩୨।ତିନି ପ୍ରହରା ରାତ୍ରେ ପଡ଼ିବ ଅଶସ୍ତମା ହାଥୀଅଶସ୍ତମା ହତ ଶୁଣି ସହସ୍ର ଛାଡ଼ିବେ ଦ୍ରୋଣ ସେନାପତି ।୧୩୩।ଧୃଷ୍ଟଦ୍ୟୁମନଂକର ପିତୃ ଅଇରି ଅଟନ୍ତି ଗୁରୁଦ୍ରୋଣେଦ୍ରୋଣଂକର ଶିର ସେ ଛେଦିବ କୃପାଣେ ।୧୩୪।ଦ୍ରୋଣଂକର ପଡ଼ନ୍ତେ ଥାଠଭଗ୍ନ କୁରୁପତିପାଞ୍ଚ ପରାୟୁଧ ସନ୍ୟ ପଡ଼ିବେ ସେ ଦିନ ପାହାନ୍ତି ।୧୩୫।ଦେଖି ବିସ୍ମୟ ହୋଇବ ଗାନ୍ଧାରୀର ବାଛାକର୍ଣ୍ଣ ବୋଲିବ ମଇତ୍ର ମୁହିଂ ତୋତେ କରିବଇଂ ରକ୍ଷା ।୧୩୬।ପନ୍ଦର ଦିବସ ଅନ୍ତେ ପଞ୍ଚମୀର ତିଥିଶିରେ ମୁକୁଟ ବାନ୍ଧିବ କର୍ଣ୍ଣ ସେନାପତି ।୧୩୭।କର୍ଣ୍ଣର ପ୍ରଥମ ଦିବସେ ଭୀମସେନର ପ୍ରତଗ୍ୟାଂମାନଗୋବିନ୍ଦର ଅଠାଣୋଇ ଭାଇ ମାରି ଭୀମା ରୁହାଇବେ ସୀମା ।୧୩୮।ନବଲକ୍ଷ ଯୋଦ୍ଧା ନବଲକ୍ଷ ପାରିଦଣ୍ଡୟେତେକ ମାରି ବ୍ରିକୋଦର ହୋଇବ ପରଚଣ୍ଡ ।୧୩୯।ଆରେକ ଦିନ ଭୀମ ଦ୍ରୋପତୀର ଅଭିମାନେଧୁଶାସନର ଦକ୍ଷିଣ ଭୁଜ ଉପାଡ଼ିବ ଭୀମସେନେ ।୧୪୦।ତେବେ ସେ କେଶ ବନ୍ଧନ କରିବେ ପାଞ୍ଚାଳୀକର୍ଣ୍ଣ ପଡ଼ିବେ ସେହୁଦିନ ମଧିଆନର ଓଳି ।୧୪୧।ତିନି ସହସ୍ର ରାଜା ଦଶ ସହସ୍ର ମତ୍ତହାଥୀପାଞ୍ଚଖର୍ବ ଅଶ୍ୱ ଯୋଦ୍ଧା ନବକ୍ଷଉଣୀ ପାଦାନ୍ତି ।୧୪୨।ଆହୋ ଚଇତନ ଶ୍ରିକାଳୁଣୀ ଆଗେ ଶ୍ରିକାଳ ଯେ ବୋଲେୟେତେ ସନ୍ୟ ପଡ଼ିବେ କର୍ଣ୍ଣ ଭାରୋଇ ମଲ୍ଲ ତୁଲେ ।୧୪୩।ଆରେ ସଖି ସତର ଦିବସ ଉତ୍ତାରେଣ ଯୁଦ୍ଧଗଦା ପର୍ବ ସାଂଗ୍ରାମ ହୋଇବ ଗୋଳ ମଧ୍ୟ ।୧୪୪।ନବଲକ୍ଷ ରଥୀ ତୁଲେ ଶକୁନି ପଡ଼ିବତିରିଶ ସହସ୍ର ଯୋଦ୍ଧା ତୁଲେ ଶଲ୍ୟହିଂ ନାଶଯିବ ।୧୪୫।ଦରଦସେନ ରାଜା କନାଉଜ ମହାରାଷ୍ଟତାହାର ତୁଲେ ପଡ଼ିବେ ତିରିଶି କ୍ଷଉଣୀ ଥାଠ ।୧୪୬।ତ୍ରିଗର୍ତ୍ତ ତ୍ରିୟମ୍ୱକ( କଳିଙ୍ଗ ସେନ ) କଳପି ସୁବାହୁଲକ୍ଷଣକୁମାର ପଡ଼ିବ ଅଷ୍ଟାଦଶ ଦିନେ ତହୁଂ ।୧୪୭।ନୀଳବାଣ ଭୁଜବାଣ ବୋଲି ଅର୍ଜୁନର ବେନିଶରସେ ଦୁହେଂ ଶିର ଛେଦିବେ କୃପାଚାର୍ଯ୍ୟଂକର ।୧୪୮।ଅର୍ଜୁନ ଆଗ୍ୟାଂ ପ୍ରମାଣେ ଯେ ପକାଇବେ ହାଣିବ୍ରାହ୍ମଣ ବୋଲି ଦୁଇଶସ୍ରେ ଜୀଆଇଂବେ ପୁଣି ।୧୪୯।ଆହୋ ତିନିଶ ବାସ୍ତରୀ କ୍ଷଉଣୀ ବଳ ଦ୍ରିଯୋଧନରସମସ୍ତେ ଶେଷ ହୋଇବେ ଗଦାଯୁଦ୍ଧ ଦିନର ।୧୫୦।ଅଶି ସାଗର ଯୋଦ୍ଧା ନଉପଦ୍ମ ରଥୀରକତ ନଦୀ ସାତତାଳ ଉଛର୍ଗ ବହିବ ସେ ଦିନର ପାହାନ୍ତି ।୧୫୧।ଶ୍ରିକାଳ ବୋଇଲା ସଖିରେ ମହୁମାଂସେ କଲୁ ଯେବେ ଇଛାୟେହି ଅଷ୍ଟାଦଶ ଦିବସେ ତୋହୋର ପୂରିବ ମନବାଞ୍ଚ୍ଥା ।୧୫୨।କୋଟିୟେ ତୀର୍ଥ ଘେନି ପୁଷ୍କର ଯାହାର ଶିରେ କରଇ ଅଭିଷେକସେ ରାଜଂକର ଶିର ୟେଥେ ଲୋଟିବ ଅନେକ ।୧୫୩।ଇଦଂବାଚ ଶ୍ରୀକାଳ ଶ୍ରୀକାଳୁଣୀ ସମ୍ପାଦେସ୍ୱାମୀ ୟେତେକ ମରାଇ ସେ କିସ କରିବ ମାନଗୋବିନ୍ଦେ ।୧୫୪।ଶ୍ରୀକାଳ ବୋଇଲା ଗୋ ଶୁଣସି ପ୍ରାଣପ୍ରିୟାସମସ୍ତେ ପଡ଼ିବେ ଯହୁଂ କେହି ନୋହିବେଟି ସାହା ।୧୫୫।ବଇଧବ ଦେଶର ରାଜା ଶିବପାଳ ନୃପତିସ୍ୱହସ୍ତା ନମେଣ ତାହାର ପାଟହାଥୀ ।୧୫୬।ସମରକାଳେ ସେ ହାଥୀର ଘଣ୍ଟ ପଡ଼ିବ ଯେ ଛିଡ଼ିସେ ଘଣ୍ଟ ଭିତରେ ମାନଗୋବିନ୍ଦ ଥିବ ବୁଡ଼ି ।୧୫୭।ତହିଂ ଉପରେ ପଡ଼ିବ ଅନେକ ରଥ ଗଜ ପାଦାନ୍ତିତହିଂ ଉପରେ ରକତ ନଦୀ ବହିବ ସାତତାଳ ଉତ୍ସର୍ଗ ପ୍ରତି ।୧୫୮।ଆରେ ସଖି ରଣଜୟେ କରି ପାଣ୍ଡବେ ଯହୁଂ ବାହୁଡ଼ିବେ ବେଗେମାନଗୋବିନ୍ଦ ବାହାର ହୋଇବ ନିଶି ଅର୍ଦ୍ଧ ଭାଗେ ।୧୫୯।ଲକ୍ଷଣ କୁମାର ଉପରେଣ ମାଡ଼ିପଡ଼ିସେ ରୁଧିର ନଦୀ ଦ୍ରିଯୋଧନ ହୋଇବ ଯେ ପାରି ।୧୬୦।ଭୀଷ୍ମଂକୁ ପଚାରି ପଶିବ ବ୍ୟାସ ସରୋବରେଚିନ୍ତାଜ୍ୱର ଘାରିବ ନୃପତି କୁରୁବୀରେ ।୧୬୧।ରଣେ ଜିଣି ପାଣ୍ଡବେ ପ୍ରବେଶ ଜଇନ୍ତାଅର୍ଘ୍ୟ ଘେନି ପୁଛିବେ ସେ କାଳେ କୋଇନ୍ତା ।୧୬୨।କେ ମାଇଲା ବାବୁରେ ଦ୍ରିଯୋଧନ ରଜାକୁରାଜା ହୋଉ କି ଚାଣ୍ଡାଳ ହୋଉ ମୁଂ ଅର୍ଘ୍ୟଦେବି ତାହାକୁ ।୧୬୩।ୟେକ ମୁଖ ଆରେକ ଯେ ହୋଇବେ ଚୁହାଂଚୁହିଂମାନଗୋବିନ୍ଦର ମରିବା ଯେ ନ ଜାଣନ୍ତି କେହି ।୧୬୪।ତହୁଂ ଅନେକ ଝିଂଘାସୁ କୋନ୍ତଭୋଜର କୁମାରୀବାହୁଡ଼ିବେ ପାଣ୍ଡବେ ଯେ ଦୃଢବ୍ରତ କରି ।୧୬୫।ଭୀମସେନ ବୋଲିବ ଦ୍ରିଯୋଧନକୁ ନ ମାଇଲେ ମୁଣୋହି ମୋର ନାହିଂକାଲି ବେଳ ଅସ୍ତେ ତାହାକୁ ନ ମାଇଲେ ଅଗ୍ନି ଜାଳି ପଶିବଇଂ ।୧୬୬।ମଡ଼ା ଲେଉଟାଇ ସେ ଲୋଡ଼ିବେ ରଣଭୂଇଂଦେଖି ନୁଆରିବେ ସେ କଉରୋବ କୁଳସାଇଂ ।୧୬୭।ସମସ୍ତେ ପୁଛିବେ ଯେ ସହଦେବ ମୁଖ ଚାହିଂ ।୧୬୮।ସହଦେବ କହିବ ଯେ ଭବିଷ୍ୟ ବାରତାବ୍ୟାସ ସରୋବର ଭିତରେ ପଶିଛି କୁରୁନାଥା ।୧୬୯।ଆରେ ସଖି ଭୀମସେନ ସିଂଘରଡ଼ି ତିନିବେଳ ଦେବସହି ନୁଆରି ଲକ୍ଷ୍ମୀଂକି ପେଲି ପକାଇ ମାନଗୋବିନ୍ଦ ବାହାର ହୋଇବ ।୧୭୦।ମାଲଯୁଦ୍ଧ ହୋଇବ ବ୍ରିକୋଦର ଦ୍ରିଯୋଧନମାନଗୋବିନ୍ଦ ଜାନୁ ଭଗ୍ନ କରିବ ଭୀମସେନ ।୧୭୧।ଅନର୍ଘ ମଣି ମୁକୁଟ ମର୍ଦ୍ଦିବ ଭୀମ ବାମପାଦେମୁଣ୍ଡ ମୋଡ଼ନ୍ତେ ଯୁଜେଷ୍ଠି ରୁହାଇବ କ୍ରୋଧେ ।୧୭୨।ରଣ ଜୟକରି ପାଣ୍ଡବେ ବିଜେ କରିବେ ଜଇନ୍ତାତହୁଂ ଭୀମସେନକଇଂ ଅର୍ଘ୍ୟ ବନ୍ଦାଇବେ କୋଇନ୍ତା ।୧୭୩।ଗୋବିନ୍ଦେ ପ୍ରତିବାକ୍ୟ ପାଣ୍ଡବନ୍ତ ଚାହିଂଜୟକଲା ଭୂମିରେ ଯେ ଦଣ୍ଡେହେଂ ନ ରହି ।୧୭୪।ବନ୍ଧନ ଫିଟିଲା ଭୂମି ପାପକ୍ଷୟେ ତୀର୍ଥ ଧନପ୍ରାପତ ଭୂମିତହିଂ ରହିବା ବିଳମ୍ୱ ନ ଯୋଗାଇ ବୋଇଲେ ଜଗନ୍ନାଥ ଦେବସ୍ୱାମୀ ।୧୭୫।ପଞ୍ଚାଳ କୁମାରନ୍ତ ନେଇ ଶୁଆଇବେ ଶେଯ୍ୟାପାଣ୍ଡବନ୍ତ ଘେନି ହରି ସେ ଭୂମି କରିବେ ତେଜ୍ୟା ।୧୭୬।ଅଶସ୍ତମା କୃପତହୁଂ ନୃପତିର ଜାନୁଭଗ୍ନ ଶୁଣିମାନଗୋବିନ୍ଦ ରାଜାକଇଂ ଭେଟିବେ ଆସି ଦ୍ରୋଣି ।୧୭୭।ଆପଣେ ଆପଣେ ଅଶସ୍ତମା ହୋଇବେ ସେନାପତିଜଇନ୍ତାରେ ପ୍ରବେଶ ହୋଇବେ କୁମ୍ଭ ଶୁକଳ ଚଉଠି ରାତି ।୧୭୮।ପ୍ରଥମ ଦୁଆରେ ଭଇରୋବ ପ୍ରତିମାୟେ ଥୋଇଦୁଜ ଦୁଆରେ ବେନିକ୍ଷଉଣୀ ବଳ ରୁହାଇ ।୧୭୯।ତିଜ ଦୁଆରେ ଥିବେ ଧୃଷ୍ଟ ଯେ ଦ୍ୟୁମନେତତୁର୍ଥେ ଶୋଇଥିବେ ଦ୍ରୋପତୀ ପଞ୍ଚୁନାନେ ।୧୮୦।ୟେମନ୍ତର ସମୟେ ଅଶସ୍ତମା ଯାଇଂଆଗଦ୍ୱାରେ ପଶିବ ସେ କାଛନ୍ତ ପେଲାଇ ।୧୮୧।ଦୁଇକ୍ଷଉଣୀ ବଳ ସେ ପକାଇବ ହାଣିପିତାଶତ୍ରୁ ଧୃଷ୍ଟଦ୍ୟୁମନଂକର ଶିର ଛେଦିବେକ ଦ୍ରୋଣି ।୧୮୨।ପଞ୍ଚାଳ କୁମାରନ୍ତ ପାଣ୍ଡବ ପ୍ରାୟେ ମଣିସେ ପାଞ୍ଚଂକର ମୁଣ୍ଡ ପରଶୁରେ ପକାଇବେ ହାଣି ।୧୮୩।ଧନୁରେ ଭାରକରି ଆଣିବ ଅଶସ୍ତମାଦ୍ରିଯୋଧନ ଦେଖି ବୋଲିବ ସାଧୁରେ ତୋହୋର ମହିଂମା ।୧୮୪।ପ୍ରଥମେ ସେନାପତି ତୋତେ କିମ୍ପେ ନ କଲିରେ ଅଶସ୍ତମା ।୧୮୫।ରଜନୀ ପାହାନ୍ତି ବେଳେ ସେ ଚିହ୍ନି ନୁଆରିବପ୍ରଭାତେ ଚିହ୍ନିନ୍ତେ ସେ ପାଞ୍ଚାଳୀ କୁମାରନ୍ତ ଦେଖିବ ।୧୮୬।ବିରସ ବିସ୍ମୟେ ଦେଖି ହୋଇବ ମାନ ଯେ ଗୋବିନ୍ଦହା ଦଇବ ବୋଲି ସେ ସେ କପାଳେ କର ଧିନ୍ଦ ।୧୮୭।ପାଞ୍ଚ କୁମାରଂକର ସେ ଚାହିଂଣ ବଦନମାନଗୋବିନ୍ଦ କରିବ ପ୍ରାଣ ବିସର୍ଜନ ।୧୮୮।ସତାଣୋଇ ସହସ୍ର ରାଜା ମାନଗୋବିନ୍ଦର କତିଯୁଝେଷ୍ଠିଂକର ଚାରିଊଣା ତିନିଶହ ସହସ୍ର ନୃପତି ।୧୮୯।ତିନିଶ ବାସ୍ତରୀ କ୍ଷଉଣୀ ସଇନି କଉରୋବେଶୟେ ବାସ୍ତରୀ କ୍ଷଉଣୀବଳ ହୋଇବେ ପାଣ୍ଡବେ ।୧୯୦।ୟେତେକ ପଡ଼ିବେ ଅଷ୍ଟାଦଶ ଦିନର ମଧ୍ୟେତେରଜଣ ମାତ୍ର ରହିବେ ଓହୋକୁଳର ମଧ୍ୟେ ।୧୯୧।ଶ୍ରିକାଳୁଣୀ ବୋଇଲା ମୋତେ ଲାଗିଲା ସନ୍ଦେହକେ କେ ତେରଜଣ ରହିବେ ସଞ୍ଚପି ମୋତେ କହ ।୧୯୨।ପାଣ୍ଡବ ପାଞ୍ଚଭାଇ କୃପ ଯେ ଅଶସ୍ତମାକୃଷ୍ଣ ସାତୁକା ସଞ୍ଜୟେ ଦୁର୍ଦ୍ଦକ୍ଷ ବିଦୁର ଧୃତରାଷ୍ଟ ମହାତମା ।୧୯୩।ଭାରଦା ଶୁଣୁଅଛି ସମସ୍ତ ବାରତା ।୧୯୪।ୟେସନେକ ସମୟେ ରୟଣୀ ପ୍ରଭାତ ଆଦିତ୍ୟ ପ୍ରକାଶସହଦେବ ବୋଇଲା ଭୀମସେନ ଠାକୁରେ ଭାରଦାକୁ ଘେନିଆସ ।୧୯୫।ଭୀମସେନ ବୋଇଲା ସେ ମହା ଶମଶାନେଆବର ଭାରଦା କି ଅଛଇ ଜୀବନେ ।୧୯୬।ସହଦେବ ବୋଇଲା ସେ ନାମରଇ ଗୋସାଇଂପାଇବା ତଥ୍ୟ ବାରତା ତାକୁ ଘେନିଆସ ଯାଇଂ ।୧୯୭।ଚଳଇ ବ୍ରିକୋଦର କୁରୁକ୍ଷେତ୍ର ମଣ୍ଡଳେଭାରଦା ଲୋଚିହୋଇ ପଡ଼ିଅଛି ଶିଶିର ଶୀତକାଳେ ।୧୯୮।ଭୀମସେନ ଚାହାଇଂ ନିରୋପି ଧୀର ଧୀର ହୋଇଆରେ ଭାରଦା ତୁ ଯେ ଜୀଇଅଛୁ କି ନାହିଂ ।୧୯୯।ବଦନ ନିରୋପନ୍ତେ ସେ ବହନ ଦିଲା ଚାହିଂବନ୍ଧନ ଫେଡ଼ିଣ ତାକୁ ଘେନିଣ ଆସଇ ।୨୦୦।ଆସ୍ଥାନେ ବିଜେ କରିଅଛନ୍ତି ଧର୍ମରାୟେବାସୁଦେବ ବିରାଟ ଅଛନ୍ତି ଧନୁର୍ଜୟେ ।୨୦୧।ସହଦେବ ବୋଇଲା ଦେବ ଅନ୍ତପାଟ ପଡ଼ୁଶୁଣିମା ସାବଧାନେ ଭାରଦା ପ୍ରତିବାକ୍ୟ କରୁ ।୨୦୨।ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମାନା କଥାଭାରଦା କହିବ ଭାରଥ ଯୁଦ୍ଧ କୁରୁକ୍ଷେତ୍ରର ବ୍ୟବସ୍ଥା ।୨୦୩।ଶୁଣିଣ ଆଗ୍ୟାଂଦିଲେ ଧର୍ମରାୟେ ପ୍ରହୁଅନ୍ତ ପାଟ ଭିତରେ ଭାରଦା ପ୍ରତିବାକ୍ୟ କହୁ ।୨୦୪।ଅନ୍ତ ପାଟ ଭିତରେ ଭାରଦାକୁ ଭରିଭାରଦା ଆଜରାତ୍ରେ କି କି ଦେଖିଲୁ ସହଦେବ ପଚାରି ।୨୦୫।ଭାରଦା ବୋଇଲା ଦେବ ଆଜ ରାତ୍ରଅର୍ଦ୍ଧକାଳେପ୍ରେତ ପିଚାଶମାନ ରୁଣ୍ଡ ହୋଇଲେ ସକଳେ ।୨୦୬।ମହୁଂମାସ ବୋଲିଣ ବେଢିଲେ ମୋତେ ଆସିବାବନାଭୂତ ବୋଇଲା ୟେ ଭାରଦା ବଡ଼ଦୋଷୀ ।୨୦୭।ୟେତେବୋଲି ମୋତେ ଭୂତେ ସମସ୍ତେ କଲେ ତେଜ୍ୟାଯୋଗ୍ନୀମାନେ ମୋତେ ଆସି ଭେଟିଲେ ଦେବରାଜା ।୨୦୮।ମହୁଂମାସ ବୋଲିଣ ଯେ ମୋତେ ସଭିୟେଂ ବେଢିଲେଭାରଦା ବୋଲି ମୋତେ ସମସ୍ତେ ଛାଡ଼ିଗଲେ ।୨୦୯।ଅଢାଇ ପ୍ରହର ଆସି ହୋଇଲା ରୟଣୀମୋହୋର ସନ୍ନିଧ୍ୟେ ଆସି ହୋଇଲେ ଶ୍ରିକାଳ ଶ୍ରିକାଳୁଣୀ ।୨୧୦।ଶ୍ରିକାଳୁଣୀ ବୋଇଲା ଭକ୍ଷିବା ମହୁଂମାସଆଜ ଆମ୍ଭର ହୋଇଲା ସୁଫଳ ଦିବସ ।୨୧୧।ଶ୍ରିକାଳ ବୋଇଲା ୟେ ଭାରଦା ବଡ଼ଦୋଷୀତାହାର ମାଂସ ଭକ୍ଷିଲେ ନାଶକର ଦେବତା ଦେବ ବଡ଼ ଶାସ୍ତି ।୨୧୨।ଜମ୍ୱୁକ ବୋଇଲା ମହୁଂମାସକୁ ଯେବେ ଇଛାକଲୁ ସଂଘାତୁଣୀଆବର ରହିଥା ତୁ ପଞ୍ଚଦଶ ରୟଣୀ ।୨୧୩।କୁରୁପାଣ୍ଡବ ସମର ହୋଇବ ୟେହିଠାରେଅସଂଖ୍ୟ ସଇନି ପଡ଼ିବେ ଉଭୟ କୁଳରେ ।୨୧୪।ଚାରିଊଣା ଲକ୍ଷେରାଜା ପଡ଼ିବେ ୟେହି ରଣଭୂଇଂସାତତାଳ ଉଛର୍ଗ ରୁଧିର ନଦୀ ବହିବ ୟେହୁ ମହୀ ।୨୧୫।କୋଟିୟେ ତୀର୍ଥ ଘେନି ଯେବଣ ରାଜାୟେ ଅଭିଷେକୀସେ ରାଜାମାନଂକର ମାଂସ ଭକ୍ଷ କିନା ରେ ସଖି ।୨୧୬।ଶ୍ରିକାଳୁଣୀ ବୋଇଲା ନାଥ ୟେଡ଼େ ଯୁଦ୍ଧ ଯେବେ ହୋଇବକେହୁ ଜିଣିମ ନାଥ କେହୁ ସେ ହାରିବ ।୨୧୭।ଶ୍ରିକାଳ ବୋଇଲା ଭୀଷ୍ମ ନାଶଯିବେ ଶରଶେଯ୍ୟା ହୋଇବେ ଶ୍ରୀଖଣ୍ଡୀ ସମରେଦ୍ରୋଣେ ନାଶଯିବେ ଧୃଷ୍ଟଦ୍ୟୁମନ ହାଥରେ ।୨୧୮।ଦଶ ସହସ୍ରବଳ ମାରିବ କୁମର ଅଭିମନ୍ୟୁପୁତ୍ରର ଛଳେ ଜଦ୍ୟରଥକୁ ନାଶ କରିବେ ଫାଲଗୁନ୍ୟୁ ।୨୧୯।ଘଟଉତ୍କଟ ଉପରେ କର୍ଣ୍ଣର ଶକତିଅଳମ୍ୱୁଷ ନାଶ କରିବେ ହିଡ଼ିମ୍ୱିକୀର ପତି ।୨୨୦।ଦ୍ରୋଣଂକର ଅନ୍ତେ ସେନାପତି ହେବେ କର୍ଣ୍ଣଦ୍ରିଯୋଧନର ଶତାଣୋଈ ଭାଇ ମାରିବ ଭୀମସେନ ।୨୨୧।ଆରେକ ଦିନ ଯୁଦ୍ଧେ ପଡ଼ିବ ବୀର ଧୁଶାସନସେହିଦିନ କର୍ଣ୍ଣକୁ ନାଶ କରିବେ ଅରଜୁନ ।୨୨୨।କର୍ଣ୍ଣର ଅନ୍ତେ ଶଲ୍ୟ ଯେ ହେବେ ସେନାପତିଯୁଝେଷ୍ଠିଂକ ହାଥେ ଶଲ୍ୟେ ହୋଇବେ ବିନଶ୍ୟତି ।୨୨୩।ଶଲ୍ୟଂକର ଅନ୍ତେ ଯୁଦ୍ଧ କରିବେ କୃପାଚାର୍ଯ୍ୟମହାଯୁଦ୍ଧ କରି ସେ ପାଇବେ ବଡ଼ଲାଜ ।୨୨୪।କୃପଂକ ପରେ ଗଦାଯୁଦ୍ଧ ଯେ ହୋଇବସହଦେବର ହାଥେ ଯେ ଶକୁନି ନାଶଯିବ ।୨୨୫।ଲକ୍ଷ୍ଣଣକୁମାରକୁ ନକୁଳ ମାରିବେ କୋନ୍ତଘେନିସେହି ରାତ୍ରେ ମରିବେ ଯେ ଅନେକ ସଇନି ।୨୨୬।ଆହୋ ଚଇତନ ଯୁଝେଷ୍ଠିଂକ ଅଗ୍ରତେ ଯେ ଭାରଦା କହିଲାଗଦାଯୁଦ୍ଧେ ସମସ୍ତେ ପଡ଼ିବେ ବୋଲି ଶ୍ରିକାଳ ବୋଇଲା ।୨୨୭।ସମସ୍ତେ ପଡ଼ିବେ ୟେକା ରହିବ ମାନ ଚକ୍ରବ୍ରତୀହାଥୀଘଣ୍ଟା ଭିତରେ ପଶି ରହିବ ନିଭ୍ରାନ୍ତି ।୨୨୮।ରକତନଦୀ ସାତତାଳ ବହିବ ସେ ରାତିରକତ ନଦୀରେ ବୁଡ଼ି ପଡ଼ିଥିବ ସେ ରାତି ମାନଚକ୍ରବ୍ରତୀ ।୨୨୯।ଲକ୍ଷ୍ଣଣକୁମାର ପିଠି ଉପରେ ପଡ଼ିକରିସାତତାଳ ରୁଧିର ନଦୀ ହୋଇବ ସେହୁ ପାରି ।୨୩୦।ପଳାଇ ପଶିବ ଯାଇ ବ୍ୟାସ ସରୋବରେଭୀମସେନ ସିଂହରଡ଼ି ଶୁଣି ସେ ବାହାର ହୋଇବ କୋପଭରେ ।୨୩୧।ଗଦାଯୁଦ୍ଧ ହୋଇବ ଭୀମ ଦ୍ରିଯୋଧନୁମାଲବନ୍ଧେ ଭୀମସେନ ଭଗ୍ନ କରିବେ ଦ୍ରିଯୋଧନ ଜାନୁ ।୨୩୨।ସେ ଦିନ ଅଶସ୍ତମା ହୋଇବ ସେନାପତିଦୁଇ କ୍ଷଉଣୀବଳ ଧୃଷ୍ଟଦ୍ୟୁମନ ପାଞ୍ଚାଳୀ କୁମାରଂକର ଶିରକାଟିବେ ସେ ଦିନର ରାତି ।୨୩୩।ଭାରଦା କହିଲା ତାହା ଶୁଣିଲେ ଦେବ ଯେ ଯୁଝେଷ୍ଠିଶ୍ରିକାଳ ବୋଇଲା ହାରିବେ ଦ୍ରିଯୋଧନ ଜିଣିମେ ଯୁଝେଷ୍ଠି ।୨୩୪।ଉଭୟ ବଳ ଥାଠ ସମସ୍ତେ ପଡ଼ିବେତେରଜଣ ମାତ୍ର ଯେ ସମରୁ ଉବୁରିବେ ।୨୩୫।ଗୋବିନ୍ଦେ ବୋଇଲେକ କେ କେ ତେରଜଣ ରହିବେ ।୨୩୫।ୟେହା ସଞ୍ଚପି କହ ଯୁଝେଷ୍ଠି ଦେବ ଶୁଣିବେ ।୨୩୬।ଭାରଦା ବୋଇଲା ରହିବେ ପାଞ୍ଚଇ ପାଣ୍ଡବେସାତୁକୀ କୃପାଚାର୍ଯ୍ୟ ଅଶସ୍ତମା ବାସୁଦେବେ ।୨୩୭।ବିଦୁର ସଞ୍ଜୟେ ଦୁର୍ଦ୍ଦକ୍ଷ ଧୃତିରାଷ୍ଟେୟେହୁ ତେରଜଣ ମାତ୍ର ରହିବେ ସମରାଷ୍ଟେ ।୨୩୮।କହିଲା ଭାରଦା ଶୁଣିଲେ ଯୁଝେଷ୍ଠିଭାରତ ଯୁଦ୍ଧ କଥା କହନ୍ତେ ମୃଦ୍ଧନା ଗଲା ଫାଟି ।୨୩୯।ନିଜ ପ୍ରାଣ ବିସର୍ଜିଲା ଯୁଝେଷ୍ଠିଂକ ଆଗେଶ୍ରୀକୃଷ୍ଣର ମୁଖ ଦେଖି ସେ ଗମିଲା ଅମର ସ୍ୱର୍ଗେ ।୨୪୦।ପୁଷ୍ୟେକ ବିମାନେ ନେଇ ବସାଇଲେ ଦେବଦୂତେବିମାନେ ମଣ୍ଡିଲା ଅଛି ଅନେକ ପାଟଛତ୍ରେ ।୨୪୧।ଅନେକ ଚାମର ଯେ ଉଡ଼ଇ ଚଉକତିଲକ୍ଷେକ ଅପକ୍ଷରା ଛାମୁରେ ନୃତ୍ୟ କରନ୍ତି ।୨୪୨।ଅନେକ ବିନୋୟୀ ସେ ଖଟନ୍ତି ଅମରଗଣେବାସବ ଦେବତା ଦେଖି ବିଜେକଲେ ଆପଣେ ।୨୪୩।ଅମର ସଭାୟେ ଯେ ବିଜୟେ ଅସକନ୍ଦକୋଳେନେଇ ବସାଇଲେ ଇନ୍ଦ୍ର ବଡ଼ାଇ ଆନନ୍ଦ ।୨୪୪।ଚଉଷଠି କୋଟି ଖଟନ୍ତି ଅମର ବିଳାସୁଣୀଓଁକାର ତାଣ୍ଡବେ ଯେ ଲାଗିଲେ ଖଟଣି ।୨୪୫।ତାଳ ଅଳାବେଣୀ ସପତସ୍ୱର ବୀଣାନୃତ୍ୟ ପରୀକ୍ଷ ନାରଦ ବଜାନ୍ତି ବ୍ରହ୍ମବୀଣା ।୨୪୬।ଅମର ବିଳାସୁଣୀୟେ କରେ ଘେନି ଅର୍ଘସ୍ଥଳୀବନ୍ଦାନ୍ତି କୁମରକୁ ଦିଅନ୍ତି ହୁଳହୁଳି ।୨୪୭।ଅନେକ ଅଳଂକାର କରାଇ ଆଭରଣବିଜୟେ ଅସକନ୍ଦ ନିଜ ଭୁବନେଣ ।୨୪୮।ଅମର ସ୍ୱର୍ଗପୁରେ ଅନେକ ଉଛବପରମ ସାନନ୍ଦ ଯେ ହୋଇଲେ ବାସବ ।୨୪୯।୩୭୨୨।
ଭାରଦାର ପୂର୍ବଜନ୍ମ ବିବରଣୟେହା ଶୁଣି ପୁଛାକଲେ ବିଲଂକ ଆଧିପତିବଡ଼ାଇ ସନ୍ଦେହ କଥା କହିଲ ଅଗସ୍ତି ।୧।ଭାରଦା ବୋଲିଣ ଯେ ବୋଇଲ ମଧ୍ୟସ୍ୱର୍ଗେୟେତେକ ଉଛବ ଇନ୍ଦ୍ର କଲାକ କେବଣ ବାଗେ ।୨।ଅନେକ ଦୂଷଣ ହୋଇଲା ତାକୁ ମଧ୍ୟପୁରେସ୍ୱର୍ଗେ ଅନେକ ପୂଜା କିମ୍ପେ ତାକୁ କଲେ ପୁରନ୍ଦରେ ।୩।ଶ୍ରିକାଳ ନ ଖାଇଲା ଭାରଦା ମାୟେଂସ ବୋଲିୟେବେ ତୁମ୍ଭ ବାକ୍ୟ ଶୁଣି ଆଶ୍ରିଜ ହୋଇଲି ।୪।ସେ ଶ୍ରିକାଳ ଅଟେ ଯେ ଭୂତ ଭବିଷ୍ୟ ଗ୍ୟାତାଂସେ କିମ୍ପା ନ ଜାଣିଲା ତା ପୂର୍ବଜନ୍ମର ବାରତା ।୫।ବଦନ୍ତି ଅଗସ୍ତି ଶୁଣିମା ମହାରାୟେଶ୍ରିକାଳ ଜାଣଇ ସେ ବିଦ୍ୟାଧର ସ୍ୱଂୟେ ।୬।ଶ୍ରିକାଳ ଯେବେ ଭକ୍ଷନ୍ତା ହାଦେ ତାହାର ମାୟେଂସଯୁଝେଷ୍ଠିଂକି କହନ୍ତା କେ ମହାଭାରଥ ଭବିଷ୍ୟ ।୭।ବଇବସୁତ ମନୁ ପୁଛାକଲେ ଭାରଦା କେ ଅଟଇ ପୂର୍ବେମନୁଭ୍ରାନ୍ତି ତୁଟିବ କହିବା ମୁନି ମୋତେ ୟେବେ ।୮।ବଦୟନ୍ତି ଅଗସ୍ତି ଶୁଣିମା ଯୋଗେଶ୍ୱରସେ ଭାରଦା ଚରିତ ଶୁଣ ପୂର୍ବ ଯେ ଜନ୍ମର ।୯।ବୈଶ୍ୱାନର ବୋଲି ୟେକଇ ସତ୍ୟଯୁଗେଜମ୍ୱୁ ଦତ୍ୟ ମାରି ଜୟଭେଦୀ ନାମ ଇନ୍ଦ୍ର ବସଇ ସ୍ୱର୍ଗେ ।୧୦।ବାସବର ପୁତ୍ର ଯେ ଜୟସେନ ବିଦ୍ୟାଧରଶକୁନ୍ତଳା ପୁତ୍ର ସେ ମୋହୋଇ ସ୍ୱର୍ଗପୁର ।୧୧।ନୃତ୍ୟ ଗୀତ ବିନୋଦେ କୁମର ବଡ଼ାଇ ଆରମ୍ଭଦୁଇଇନ୍ଦ୍ର ପ୍ରାୟେ ସେ ମୋହେ ସର୍ବଦେବ ।୧୨।ବଇଶାଖ ଶୁକଳପକ୍ଷ ତୃତୀୟାର ତିଥିମୃଗଶିରା ନକ୍ଷତ୍ରକୁ ବାର ବୃହସ୍ପତି ।୧୩।ତଇତିଳ ନାମେ କରଣ ସୁକର୍ମା ଯେ ଯୋଗକୁବେର ବିଜେକଲେ ଅମର ସ୍ୱର୍ଗ ।୧୪।ନାରଦେ କହିଲେ ବାସବ ଦେବତାଂକୁବାସବ ଆଗ୍ୟାଂ ଦିଲେ ଜୟସେନ ଗନ୍ଧର୍ବକୁ ରାଇଅପକ୍ଷରାନ୍ତ ଘେନି କୁବେର ଛାମୁରେ ନୃତ୍ୟକର ଯାଇ ।୧୬।ମେନକା ଦୁହିତା ଯେ ମଦନିକା ନାମେ ବାଳୀପ୍ରଥମେ ବନ୍ଦାପନା ସେ କୁବେର ହିଆଳୀ ।୧୭।ପ୍ରଥମ ରଜୋବତୀ ସେଦିନ ଶୁଦ୍ଧ ଯେ ସ୍ରାହାନଅର୍ଘ୍ୟଘେନି ସୁନ୍ଦରୀ ଅନେକ ବେଶ ବେଶନେ ନୃତ୍ୟ ଆଗମନ ।୧୮।ପିତାର ଆଗ୍ୟାଂୟେ ସେ ଜୟସେନ ଗନ୍ଧର୍ବ ବୀରବିଦ୍ୟାଧରୀନ୍ତ ଘେନି ନୃତ୍ୟ କରଇ କୁବେର ଛାମୁର ।୧୯।ଦେଖିଲେ ସୁନ୍ଦରୀ ନୃତ୍ୟେ ଆଗମନରୂପେଣ ମୋହଇ ସେ ଅମର ଭୁବନ ।୨୦।ଜୟେସନ ତାଳ ଧରେ ଅପସରୀ କରେ ନୃତ୍ୟଭାବେଣ ଭଜିଲେ ସେ ଅଳକାର ନାଥ ।୨୧।ଅନେକ ଅଳଂକାର ଦେଇ ପୀରତି କଲା ମନୋହାରୀନୃତ୍ୟ ଦେଖି ମୋହିଲେ ଅଳକା ଅଧିକାରୀ ।୨୨।ଜୟସେନକୁ ରାଇ ଆଗ୍ୟାଂଦିଲେ ବିତ୍ତପାଳମଦନିକାକୁ ଘେନିଯିବୁ ଆମ୍ଭ ଶୟନର ଆଳ ।୨୩।ତିମିରି ବିଦାରଣ ମଣି କୁବେର ଦିଲେ ବନ୍ଧାଚଳନ୍ତି ବାରସ୍ପତି ନାଥ ମନରେ ସାନନ୍ଦା ।୨୪।ଆଦିତ୍ୟ ଅସ୍ତଗଲା ଯହୁଂ ହୋଇଲା ତିମିରିଚଳଇ ଜୟସେନ ମଦନିକାକୁ ଘେନିକରି ।୨୫।ପୁଷ୍ପକ ଆରୋହି ସେ ଚଳଇ ନିଶାକାଳେଜୟସେନ ବଶଗଲା ମଦନ ରସଭୋଳେ ।୨୬।ଅନେକ ଚାଟୁପଟଳ ଯେ କହେ ବିଦ୍ୟାଧରବାଳୁତ ସୁନ୍ଦରୀ ଯେ ଭଜିଲା ନିର୍ଭର ।୨୭।ନନ୍ଦନ ନାମେ ବନ ସେ ଆକାଶ ଗଙ୍ଗାକୂଳେକଣୟଗିରି ପର୍ବତ ନବଧାରା ବଟତଳେ ।୨୮।ସେ ସ୍ଥାନେ ଉତୁରି ସେ ପୁଷ୍ପକ ବିବାନୁଂପଶିଲେ ରତିରଙ୍ଗେ ବୁଡ଼ାଇଲେ ବେନିତନୁ ।୨୯।ସୁରତି ଶୃଙ୍ଗାର ସେ କରଇ ବିଦ୍ୟାଧରରତି ଶାହାସ୍ରେ ବିରସ କଲାକ ତାହାର ଅଧର ।୩୦।ବାଆସ୍ତରୀ କ୍ରୀଡ଼ାରଙ୍ଗ ଚଉଷଠି ପରିବନ୍ଧଭରହର ନାୟିକା ସେ ଜାଣଇ ସର୍ବଛନ୍ଦ ।୩୧।ଶୃଙ୍ଗାର ସାରି ସେ ତାହାକୁ ବସନ ପିନ୍ଧାଇବାରସ୍ପତି ଭୁବନେ ସେ ମିଳିଲା ବେଗେ ଯାଇଂ ।୩୨।ବେଶ ବେଶନ ହୋଇଣ ସେ ଅଳକା ଅଧିକାରୀପଥ ଉପଲେଶଇ ସେ ୟେକଲୟେ କରି ।୩୩।ପହଡ଼କ ଅନ୍ତେ ଯେ ପାଞ୍ଚଘଡ଼ି ରୟଣୀଜୟସେନ ପ୍ରବେଶ ହୋଇଲା ମଦନିକାକୁ ସଙ୍ଗେ ଘେନି ।୩୪।ଦେଖିଣ ସାନନ୍ଦ ସେ ବିଶ୍ରବାର ଶିଷିମଦନିକା ଘେନି ସେ ରମଣ ସ୍ଥାନେ ପଶି ।୩୫।ୟେ ଯୁବା ପରୁଷ ସେହୁ ଯୁବାସ୍ତିରୀ ଯୁବତୀବେନୁକୁଳେ ଭାବ ଲାଗିଲା ଉଭୟେ ସଙ୍ଗତି ।୩୬।ପ୍ରଥମ ଶୃଙ୍ଗାରେ ମଦନ ରସଭୋଳେବସ୍ର ଉଲଗ୍ନ କରି ସୁନ୍ଦେରୀକି ପୁରୁଷ ବସାଇଲା କୋଳେ ।୩୭।ରତିରଙ୍ଗ ରସେ ଯେ ଚାଟୁ ପଟଳ ବାଣୀପ୍ରେମ କୁତୂହୋଳେ ସେ ଭିଡ଼ନ୍ତି ବେନିପାଣି ।୩୮।ନୟନ ଅବଲୋକନେ ହାସ ପରିହାସେଆଲିଙ୍ଗନ ସାରି ପଶିଲେ ସେ ଶୃଙ୍ଗାର ରସେ ।୩୯।ମହା ପଣ୍ଡିତ ସେ ରତିରସ ଗ୍ୟାଂତାଚନ୍ଦ୍ରକଳା ବାରି ସେ ସୁରତିରେ ଜିତା ।୪୦।ଅପାର ଶୃଙ୍ଗାର ସେ କହନ୍ତେ ନ ସରଇତଥାପି ସୁନ୍ଦରୀ ଶୃଙ୍ଗାରେ ନ ଗଛଇ ।୪୧।ପୁରୁଷ ଅଭାବେ ସେ ବିରସ କଥା କହଇକୁବେର ରସିଅଛି ଯୁବତୀ ନ ରସଇ ।୪୨।କୁବେର ମହାଶ୍ରମ ସେ ମଦନିକାର ବିମୁଖରସରଙ୍ଗ ନ ପାଇ ସେ କୁବେର ମନଦୁଖ ।୪୩।ନ ସହଇ ସୁନ୍ଦରୀ ସେ ବିରସ କଥା ବୋଲିପାଦେଣ କୁବେରକୁ ପକାଇ ଦିଲା ପେଲି ।୪୪।ଅସମ୍ଭାଳେ କୁବେର ଉଠଇ ମହାରାଗେଆଲୋ ୟେସନେକ ବିଭଳିତ ହୋଇଲୁ କେବଣ ବାଗେ ।୪୫।ସୂକ୍ଷ୍ମ ସୁନ୍ଦର ମୁହିଂ ପଣ୍ଡିତ ମହାଭିଗ୍ୟଂଧନଧାନ୍ୟେ ମୁହିଂ ସେ ରତି ଶାହାସ୍ରେ ସର୍ବଗ୍ୟଂ ।୪୬।ମୋହୋରେ ସୁନ୍ଦରୀ ରେ କିଂକେ ନ ବଳିଲା ଇଛାକେବଣ ପୁରୁଷକୁ ବଳିଲା ମନବାଞ୍ଚ୍ଥା ।୪୭।କେ ଅବା କାହାରେ ତୁ ଅଙ୍ଗ ସମର୍ପିଲୁତେଣୁକରି ବିଭଳିତ ତୁ ଅଦ୍ୟାପି ହୋଇଲୁ ।୪୮।ଆରେ ସୁନ୍ଦରୀ ୟେ କଥା ମୋତେ କହନି ସରୂପେନଉଚେତେ ନାଶଯିବୁ ମୋହୋର ଯେ କୋପେ ।୪୯।ବାଳୁତ ସୁନ୍ଦରୀ ସେ ନ ଜାଣଇ କୂଟ ଯେ କପଟସ୍ୱାମି କୋପ ନ କର ତୋହୋର ଆଗ୍ୟାଂ କଲାଇଂ ଭ୍ରଷ୍ଟ ।୫୦।ମୋତେ ଘେନି ଆସନ୍ତେଣ ଗନ୍ଧର୍ବ ଜୟସେନସେ ମୋତେ ଶୃଙ୍ଗାର କଲା ତୋଟା ନନ୍ଦନବନ ।୫୧।ଭରହର ନାୟକ ସେ ବାସବର ପୁତ୍ରତାହାର ଆଗ୍ୟାଂ ଭ୍ରଷ୍ଟ କରନ୍ତେ କି ମୁହିଂ ସାମରଥ ।୫୨।ମାଗନ୍ତେ ଶୃଙ୍ଗାର ମୁଂ ଦିଲଇ ତାହାକୁବିଚାରିଣ କୋପଦେବ ନ କରିବା ମୁକୁ ।୫୩।ମଦନିକା ମୁଖରୁ ୟେସନେକ ବାକ୍ୟ ଶୁଣିକୋପେଣ ଅଧର କମ୍ପାଇ ରତ୍ନାବଳୀର ପ୍ରାଣମଣି ।୫୪।ହାଥେଣ ଖଡ଼ଗ ଘେନିଣ ମହାକୋପେଜୟସେନ ମୁଖ ଚାହିଂ ବୋଲେ ଗୁରୁତାପେ ।୫୫।ଆରେ ରେ ଗନ୍ଧର୍ବ ମୁଂ ଇନ୍ଦ୍ର ଦେବତାର ଗୁରୁକେବଣ ଦର୍ପରେ ତୁ ମୋହୋର ଆଗ୍ୟାଂଭ୍ରଷ୍ଟ କରୁ ।୫୬।ସେ ମୋହୋର ଭାରିଜା ତୋହୋର ଗୁରୁପତ୍ନୀତାହାକୁ ହରିତେ ଭାର୍ଜନ ନୁହଇଂ ସହସ୍ରଯୋନି ।୫୭।ଯୁଗତେ ମହାସୁର ଆକାଶେ ମହାପ୍ରହୁକୋପ ସଂହରି ନୁଆରିଲେ ୟେହା କହୁଂ କହୁଂ ।୫୮।ତୁ ଯେ ହରିଲୁ ରେ ଆଜ ମୋହୋର ପତ୍ନୀମୃତୁମଣ୍ଡଳେ ଜନ୍ମହୋଅ ୟେହି କାୟା ଘେନି ।୫୯।ମଦକିନା ଅପକ୍ଷରୀ ହୋଉ ତୋହୋର ପରମଦାମଧ୍ୟସ୍ୱର୍ଗେ ହୋଉ ତୋର ନାମ ଯେ ଭାରଦା ।୬୦।ଦୁରାପଦ ଶାପ୍ୟ ଯହୁଂ ଦିଲେ ବାରସ୍ପତୀପୁର ଅଧିକାରୀବିନୟ ଭାବେ ଖଟିଲେ ଅପକ୍ଷରୀ ବିଦ୍ୟାଧରୀ ।୬୧।ଜୟସେନ ତାଳ ଧରଇ ଅପକ୍ଷରୀ କରଇ ନୃତ୍ୟହରଷ ଭଜିଲା ସେ ଅଳକାର ନାଥ ।୬୨।ମାଗରେ ବିଦ୍ୟାଧର ତୁ ଯାହା ବାଞ୍ଚ୍ଥାକରୁଖଟନ୍ତେ ବୋଧ ଗଲି ତୁ ଯାହା ମାଗିପାରୁ ।୬୩।ସଦୟ ଚିତ୍ତେ ଯାହା ବୋଇଲେ କୁବେରମାନବେ ଜନ୍ମିବୁ ତୁ ବଇତରଣୀ ନଦୀକୂଳ ଦେବପୁର ନଗ୍ରର ।୬୪।ୟେ ମଦନିକା ହୋଇବ ତୋହୋର ଯୁବତୀନିଜ ବଲ୍ଲଭ ତେଜି ୟେ ପରେ କରାଇବ ରତି ।୬୫।ତୋହୋର ଦେଖନ୍ତେ ସେ କରାଇବ ପରଦାରତୋତେ ଦେଖି ଭୟେ ଆଉ ନୋହିବ ୟେହାର ।୬୬।ଭାରଦା ନାମ ତୋହୋର ହୋଇବ ଯୁଗତେଅପାର ପାତକ ହୋଇବ ତୋହୋର ମୁଖ ଚାହାନ୍ତେ ।୬୭।ଜୟସେନ ବୋଇଲା ସ୍ୱାମୀ ଦୋଷ ହୋଇଲା ନିସନ୍ଦେହଶାପ୍ୟକୁ ଅନୁଗ୍ରହ ନାଥ କାରଣ ମୋତେ କହ ।୬୮।କୁବେର ବୋଇଲେ ସତ୍ୟଯୁଗେ ଅନ୍ତେ ତ୍ରେତୟାଯୁଗ ହୋଇବତଥାପି ତୋହୋର ପାତକ ଖଣ୍ଡଣ ନ ଯିବ ।୬୯।ତୁ ମୋହୋର ଶିଷ୍ୟପୁତ୍ର ମୁଂ ତୋହୋର ଗୁରୁତୁ ମୋହର ଭାରିଜା ହରିଲୁ ତୋ ଭାରିଜା ଆନ ହରୁ ।୭୦।ତ୍ରେତୟା ଅନ୍ତେ ଦ୍ୱାପର ଯୁଗ ଅନ୍ତରେ କୁରୁ ପାଣ୍ଡବେ ହୋଇବେ ଅନ୍ୟୋଅନ୍ୱିସହଦେବ ବଚନେ ଭୀମସେନ ତୋତେ ଯିବେ ଘେନି ।୭୧।ଶୁଭସ୍ତମ୍ଭେ ବନ୍ଧନ କରିବେ କୁରୁକ୍ଷେତ୍ର ମଣ୍ଡଳେରାତ୍ର ଅଢାଇ ପ୍ରହରେ ତୋତେ ଭେଟିବ ଶ୍ରୀୟାନାମ ଶ୍ରିକାଳେ ।୭୨।ତୋହୋର ମାଂସ ଭକ୍ଷି ଲୋଡ଼ିବ ତାହାର ଭାରିଜାଶ୍ରିକାଳ ବୋଲିବ ସଖୀ ୟେ ମାଂସ କର ତେଜ୍ୟା ।୭୩।ଆଗତ ଭାରଥ ଯୁଦ୍ଧ ସଞ୍ଚପି କହିବ ସର୍ବକଥାତୁ ତାହାର ବାଇକ୍ୟେ ହୋଇବୁ ଭୂତ ଭବିଷ୍ୟ ଗ୍ୟାଂତା ।୭୪।ବନ୍ଧନରୁ ଫେଡ଼ି ତୋତେ ମାରିବ ମାରୁତିସନ୍ଦେଶ ବାରତା ତୋତେ କୁହାଇବ ସହଦେବ ମନ୍ତ୍ରୀ ।୭୫।ଶ୍ରୀକୃଷ୍ଣ ଯୁଝେଷ୍ଠି କୀରିଟୀ ତିନିଂକର ଆଗେମହାଭାରଥ ଯୁଦ୍ଧ ବାରତା କହି ଆସିବୁ ମଧ୍ୟସ୍ୱର୍ଗେ ।୭୬।ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତିଜୟସେନ ଗନ୍ଧର୍ବ ସେ ବାସବର ସନ୍ତତି ।୭୭।କୁବେର ଦେବତା ତାକୁ ଶାପ୍ୟଦିଲା ପୂର୍ବେତେନ୍ୟାୟୁଂ କରି ତାହାର ଭାରଦା ନାମ ୟେବେ ।୭୮।ଶୁଣ ହୋ ଚଇତନ ମନୁରାଜା ପ୍ରକାଶିମୋକ୍ଷ ହୋଇ ଭାରଦା ଅକ୍ଷୟ ସର୍ଗେଣ ବସି ।୭୯।ଇଦଂବାକ୍ୟ ମହାଭାରଥ ଉଦିଯୋଗ ପର୍ବଭାରଦା ଆଖ୍ୟାନ ୟେ ବିସ୍ତାର ମଧ୍ୟସ୍ୱର୍ଗଠାବ ।୮୦।ଯାହା ସେ ସ୍ରିଜିଲେ ପାରେଶ୍ୱରଂକର ବଛିସତ୍ୟବତୀର ନନ୍ଦନକୁ ଧ୍ୟାୟେ ମନଇଛି ।୮୧।ନାଉକା ବିମାନେ ଯେବଣ ମୁନି ଜନ୍ମମହା ବ୍ରହ୍ମବେତ୍ତା ପବିତ୍ର ପଣ୍ଡିତ ମହାବ୍ରହ୍ମ ।୮୨।ଜାଣିଣ ନାରାୟଣ ବୁଝିଲେ ତାର ଭାବଶତେକଳ୍ପ ପରିଯନ୍ତେ ଗର୍ଭେ ଦିଲେ ଠାବ ।୮୩।ଗର୍ଭେଣ ପଶି ଦେଖିଲ ସମସ୍ତ ଭୁବନମାନସରୂପ ଦେଖି ମହାତମା ପ୍ରତକ୍ଷେ କଲେକ ଲିଖନ ।୮୪।ଷାଠିୟେ ଲକ୍ଷ ଗ୍ରନ୍ଥ ନାମ ଦିଲୁ ସ୍ରିଜିସୃଷ୍ଟିମାନନ୍ତ ବାଣ୍ଟିଦିଲେ କୋଟିୟେ ବ୍ରହ୍ମାଣ୍ଡ ମଝି ।୮୫।ସେ ବ୍ୟାସ ପାଦବିନୁଂ ଚିତ୍ତ ନ ବଳଇ ଆନେକିଛି ମୁହିଂ ବକତା ବ୍ୟାସମୁନି ପରସନେ ।୮୬।ଯାହା ସେ ପ୍ରସନ୍ନେ ମୋତେ ଆଗ୍ୟାଂଦିଲେ ଉଗ୍ରତାରାକୃପାଜଳ ନନ୍ଦିନୀ ଦେବୀ ମମହୃଦ ହାରା ।୮୭।କିଞ୍ଚିତେ ସଦୟେ ମୋତେ କରିବା ମୁନିବ୍ୟାସେବଦୟନ୍ତି ସାରୋଳ ଦାସ ଜନ୍ମେ ଜନ୍ମେ ଅଭ୍ୟାସେ ।୮୮।ଯାହା ସେ କହିଲେ ଅଗସ୍ତି ମହାମୁନିମୁହିଂ ତାହା ଲେଖିଲି ବ୍ୟାଂସକୁ ତଲୟେ ଘେନି ।୮୯।୩୭୧୧।ଆତାପି ବାତାପି ଉପାଖ୍ୟାନ ଏବଂ ସିଂହମୁଖାଶୃଗାଳର ଭବିଷ୍ୟତ ବାଣୀୟେଥୁ ଅନନ୍ତରେ ପୁଛାକଲେ ବଇବସୁତ ମନୁବୋଇଲେ ଭାରଥ ଯୁଦ୍ଧକଥା ମୋତେ କହିବାକ କୁମ୍ଭସୁନୁ ।୧।ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତିଭାରଦା ବଚନ ଶୁଣି ଯୁଝେଷ୍ଠି ହୋଇଲେ ତ୍ରିପୁତି ।୨।ଦ୍ରିଯୋଧନ ଅଗ୍ରତେ ଯେ କହିଲେ ଶକୁନିଅସଂଖ୍ୟ ସାଗରତ ଆମ୍ଭର ସଇନି ।୩।କିଞ୍ଚିତ ସଇନି ଯେ ପାଇଲେ ପାଣ୍ଡବେଶୁଣିଣ ହରଷ ହୋଇଲେ କଉରୋବେ ।୪।ଯେତେକ ଦେଶର ମିଳିଲେ ରାଜାଗଣଅନେକ ଅଳଂକାରେ ରାଜା କଲାକ ଭୂଷଣ ।୫।ଯମୁନା ନଦୀକୂଳେ ଛତ୍ରଶାଳମାନଅମିୟ ପଦାର୍ଥମାନ ସନ୍ୟ କରନ୍ତି ଭୋଜନ ।୬।ଗଜ ଅଶ୍ୱମାନଂକୁ ବିରି ଘାସ ଚରଣୀ ପିଉଣିଯେତେକ ଲଗାଇ ଥାଠକୁ ଦିଅନ୍ତି ସେ ଆଣି ।୭।ଅମୃତ ଯୋଗାଡ଼ ଯେ ଅନେକ ପାଗ ସିଦ୍ଧିରତ୍ନ ଯୋଗାଡ଼ମାନ ଯାହାକଇଂ ଯେତେ ବିଧି ।୮।ନଦୀକୂଳେ ପାଣ୍ଡବଂକର ଯେ କ୍ଷତ୍ରଶାଳଯେ ବିଧି ନିତ୍ୟକର୍ମ ସାରନ୍ତି ମହୀପାଳ ।୯।ଗଉରୀ ଶଉରୀ ରାନ୍ଧଣା ନଳବିଧିନିତିପ୍ରତି ରାନ୍ଧଣା ଦୋହୋରା ପ୍ରସନ୍ନେ ପାକସିଦ୍ଧି ।୧୦।ରତ୍ନ ଯୋଗାଡ଼ମାନ ଯାହାକୁ ଯେଉଂ ବିଧିସମସ୍ତ ସମ୍ଭାର କରନ୍ତି ଯେ ନୃପନିଧି ।୧୧।ଭୋଜନେ ତ୍ରିପୁତି ଯେ ସମସ୍ତ ନୃପସାଇଂଉଭାରନ୍ତି ଯୋଦ୍ଧାୟେ ଗଂଗାର କୂଳେ ଯାଇଂ ।୧୨।କେ ବୋଲଇ ସମର ଲାଗଇ କିନା ବେଗିଅନେକ ଦିନୁଂ ଅଇଲୁଣି ରାଜ୍ୟ ପରିତ୍ୟାଗି ।୧୩।କେ ବୋଲଇ ଯୁଝେଷ୍ଠି ଦେବଂକର ଗ୍ୟାନେସତେହେଂ କି ସମର ହୋଇବ ଅନ୍ୟୋଅନ୍ୟେ ।୧୪।କୋ ବୋଲଇ ଅନେକ ସହିଲେନି ପାଣ୍ଡବେକାଳକ ବନସ୍ତେ ବୁଲି ହୋଇଲେ ଅଭାବେ ।୧୫।କେ ବୋଲଇ ନିଚୟେ ସମର ହୋଇବାକ କାଲିବଜାବନ୍ତି ବିଜିଘୋଷ ଦମା ବୀର ମର୍ଦ୍ଦଳ କାହାଳୀ ।୧୬।ହାକନ୍ତି ଡାକନ୍ତି ଅନେକ ଯୋଦ୍ଧା ମିଳିବୋଲନ୍ତି ବହନ ହୋଇ ଆରମ୍ଭ କିନା କଳି ।୧୭।ଯେତେବେଳେ ଦୁଷ୍ଟମାନେ ହୋଇଲେ ସର୍ବରୁଣ୍ଡସଜ୍ଜନ ଜନମାନଂକୁ କରନ୍ତି ବିଖଣ୍ଡ ।୧୮।ରାଜାମାନଂକୁ ପୁରୁଷାର୍ଥ କରି ରାଜାଧି ରାଜନେଆସ୍ଥାନେ ବସାନ୍ତି ନେଇ ଗଉରୋବ ବିଧାନେ ।୧୯।ଶିରେ ମୁକୁଟ କର୍ଣ୍ଣେ କର୍ଣ୍ଣାଞ୍ଚଳ ହୃଦେ ପଦକ ଭୂଷଣବାହେଣ ବାହୁଟି କଟିମେଖଳା ଦିଅନ୍ତି ନାନାରତ୍ନ ଅଳଂକାରମାନ ।୨୦।ଶୁଣ ହୋ ଚଇତନ ବଦୟନ୍ତି ମହାମୁନ୍ୟେବିଦୁରେ କହିଲେ ଯେ ମାନଗୋବିନ୍ଦ ସନ୍ନିଧ୍ୟାନେ ।୨୧।ସତାଣୋଇ ସହସ୍ରର ଯେ ରାଜାନ୍ତ ବସାଇଆସ୍ଥାନେ ପୁରସରି ବୋଲନ୍ତି କୁରୁସାଇଂ ।୨୨।ସାଂଗ୍ରାମ କଢାଅ ବୋଲି ବୋଲନ୍ତି ରାଜାଦୁଷ୍ଟେତେଣେ ସଞ୍ଜୟକୁ ରାଇ ପୁଛନ୍ତି ଧୃତିରାଷ୍ଟେ ।୨୩।କିସ କଥା ଉପୁଜିଲା ପାଣ୍ଡବବଳ ଥାଠେୟେଥିର ସନ୍ଦେଶ ବାରତା କହସି ହାଦେ ମୋତେ ।୨୪।ସଞ୍ଜୟେ ବୋଇଲେ ଦେବ ସହଦେବର ବୁଦ୍ଧିଭାରଦା ୟେକ ଅଣାଇ ଶୁଭସ୍ତମ୍ଭେ ବାନ୍ଧି ।୨୫।ଶ୍ରୀୟାମୁଖ ନାମେଣ ଯେ ୟେକଇ ଶ୍ରିକାଳସେ କହିଲା ବାରତା କୁରୁ ପାଣ୍ଡବଂକର ରୋଳ ।୨୬।ଶ୍ରୋତା ହୋଇ ପୁଛିଲା ତାହାର ଭାରିଜା ତହିଂକିସବୁକଥା ସଞ୍ଚପି କହିଲା ଜମ୍ୱୁକୀକି ।୨୭।ସଞ୍ଜୟ ବଚନେ ଧୃତରାଷ୍ଟ ବୋଇଲାସଞ୍ଚପି କହ ଶ୍ରିକାଳ ଯାହା ସେ କହିଲା ।୨୮।ସଞ୍ଜୟେ ବୋଇଲା ଯେ ସତେ କି ୟେକଥାଜିଣିବେ ଯୁଝେଷ୍ଠି ଯେ ହାରିବେ କଉରୋବେ ସର୍ବଥା ।୨୯।ସଞ୍ଜୟ ବଚନେ ବୋଇଲେ ବ୍ୟାସସୁତ ପୁଣିଶ୍ରିକାଳ ବଚନ କି ହୋଇବ ସତ୍ୟବାଣୀ ।୩୦।ସଞ୍ଜୟ ବୋଇଲା ସେ ଶ୍ରିକାଳ ବାକ୍ୟ ସତସେ ଶ୍ରିକାଳ ଜାଣଇ ସମସ୍ତ ଆଗତ ବାରତ ।୩୧।ଧୃତରାଷ୍ଟ ବୋଇଲେ ୟେତ ବଡ଼ାଇ ଦୁର୍ଲ୍ଲଭସେ ଶ୍ରୀୟା ଶ୍ରିକାଳ କଥା ବଡ଼ାଇ ଅସମ୍ଭବ ।୩୨।ସେ ଶ୍ରିକାଳ ଶ୍ରିକାଳୁଣୀ ଅଟନ୍ତି କେ ପୂର୍ବେସଂସର୍ପି କରି ସଞ୍ଜୟ କହ ମୋତେ ୟେବେ ।୩୩।ସଞ୍ଜୟେ ବୋଇଲା ଶୁଣ ଅମ୍ୱିକାର ସୁତବହୁତ କାଳର କଥାୟେ ସତ୍ୟ ଯୁଗର ବାରତ ।୩୪।ବ୍ରହ୍ମାଂକର ନନ୍ଦନ ଯେ ଅଟନ୍ତି ପଉଲସ୍ତ୍ୟେଶୃଙ୍ଗାରେ ବଢିଲେ ସେ ବେଶ୍ୟାଂକର ସଙ୍ଗତେ ।୩୫।ପ୍ରିୟମ୍ୱଦା ବୋଲିକରି ୟେକଇ ଅପକ୍ଷରୀରମ୍ଭାର ପ୍ରତିରମ୍ଭା ବୋଲି ତାକୁ ବୋଲନ୍ତି ବଜ୍ରଧାରୀ ।୩୬।ସେ ପ୍ରିୟମ୍ୱଦାର ତୁଲେ ପଉଲସ୍ତ୍ୟ ପୀରତିତାହାର ବାର୍ଯ୍ୟେ ହୋଇଲେ ବେନି ପୁତ୍ରେ ଉତପତ୍ତି ।୩୭।ଯଜନ ଯାଜନ ସେ ପୁତ୍ର ନାମ ବେନିଅନେକ ବେଦ ଶାହାସ୍ର ପଢାଇଲେ ପଉଲସ୍ତ୍ୟ ମହାମୁନି ।୩୮।ଅନେକ ବେଦ ବିଦ୍ୟାୟେ ନିର୍ଜିତା ବେନି ଶିଷିପରୀକ୍ଷେ ଜିଣି ନୁଆରିଲେ ମାରକଣ୍ଡ ମହାଋଷି ।୩୯।ବୃହସ୍ପତି ପୋଷିଥିଲେ କୁରଙ୍ଗୀ ଗୋଟିୟେବଡ଼ ସୁସଞ୍ଚ ସୁକୁମାର ଅଟେ ତାର କାୟେ ।୪୦।ସେ କୁରଙ୍ଗୀଗୋଟି ପାଣିହେରି ଗଲା ବ୍ରହ୍ମ ସାଗର କୁଣ୍ଡଳୁସେ ଯଜନ ଯାଜନ ହାଦେ ଦେଖିଲେ ତାହାକୁ ।୪୧।ୟେକା କୁରଙ୍ଗୀ ଯେ ଆନ ନାହିଂ ସନ୍ନିଧ୍ୟେପଉଲସ୍ତୀଂକ ନନ୍ଦନ ଧଇଲେ ଅତିଶ୍ରଦ୍ଧେ ।୪୨।ଅନେକ ରତ୍ନ ଥିଲା ତାହାର ଯେ କାୟେକାଢିଣ ଘେନିଲେ ତାହା ତସ୍କରବୃତ୍ତ ପ୍ରାୟେ ।୪୩।ରତ୍ନ ଘେନି କୁରଙ୍ଗୀକି ପକାଇଲେ ମାରିନନ୍ଦନ ବନ ଭିତରେ ଗୋପ୍ୟାନେ ତାହା ପୋଡ଼ି ।୪୪।ଶଉରୀ ବିଧିରେ କରି ତାକୁ କଲେକ ରାନ୍ଧଣାପୋଢାବଳି ମାଂସ ଭକ୍ଷିଲେ ପଉଲସ୍ତୀଂକର ଦୁଲଣା ।୪୫।ଭୁଞ୍ଜିଣ କୁମାରେ ଯେ ଅନେକ ହୋଇଲେ ତ୍ରିପୁତିଆଞ୍ଚୋବନ ସାରିଣ ସୁଖେ ତହିଂ ବସିଛନ୍ତି ।୪୬।ବୃହସ୍ପତି ବୋଇଲେ ଯେ ନାରଦେ ହକାରିକୁରଙ୍ଗୀ ଗୋଟିକି ବାବୁ ଆଣନି ଲୋଡ଼ିକରି ।୪୭।ବୃହସ୍ପତିଂକ ବଚନେ କଳହପ୍ରିୟ ଋଷିବ୍ରହ୍ମ ସାଗର କୁଣ୍ଡେ ଲୋଡ଼ି ନନ୍ଦନ ବନେ ପଶି ।୪୮।ଆଞ୍ଚୋବନ ସାରି ବସିଛନ୍ତି ଯଜନ ଯାଜନ ବେନିତାହାନ୍ତ ଭେଟିଲେ ଯାଇଂ ନାରଦ ମହାମୁନି ।୪୯।ମୋତେ ରାଇଣ ଯେ ଆଗ୍ୟାଂ ଦିଲେ ଗୁରୁକୁରଙ୍ଗୀ ଗୋଟି ଲୋଡ଼ି ମୁଂ ଅଇଲି ଅନେକ ଧୂରୁଂ ।୫୦।ତୁମ୍ଭେ ଦୁଇଜଣ ତ ଆଞ୍ଚୋବନେ ବିଜେକରିସମସ୍ତ ସଞ୍ଚା ଦିଶୁଅଛି କୁରଙ୍ଗୀ ଖାଇଲେ କି ପୋଡ଼ି ।୫୧।ନାରଦେ ବାକ୍ୟ ଯହୁଂ କହିଲେ ଆକ୍ରୋଶିଥମ୍ୱୀଭୂତ ହୋଇଲେ ସେ କିଛି ନ ଦିଲେ ସମ୍ଭାଷି ।୫୨।ପୁଣିହିଂ ପ୍ରତିବାକ୍ୟ ଦିଲେକ ନାରଦଜାଣିଲୁ ତୁମ୍ଭେ ଦୁହେଂ ବହୁତ କଲ ମନ୍ଦ ।୫୩।ଭୟେଣ ଉଠିଲେ ସେ ପଉଲସ୍ତିଂକର ପୁତ୍ରବେନିନାରଦଂକ ଚରଣେ କଲେ ଅନେକ ଦୟିନୀ ।୫୪।ସ୍ୱାମୀ ମନ୍ଦକୃତ୍ୟ କଲୁ ଆମ୍ଭେ ନ ଜାଣି ଅଗ୍ୟାନେଗୁରୁଂକୁ ନ କହିବ ଦେବ କରିବ ଗୋପ୍ୟାନେ ।୫୫।ବନଜୀବ ପ୍ରାୟେ ବୁଝି ମାଇଲୁ ଆମ୍ଭେ ଧରିକ୍ଷୁଧାରେ ଭୁଞ୍ଜିଲୁ ଆମ୍ଭେ ଶଉରି ବିଧିକରି ।୫୬।ଶୁଣିଣ ନାରଦ ଚଳିଗଲେ ତହୁଂ ବେଗେଧାତିକାରେ କହିଲେ ଯାଇଂ ସେ ବୃହସ୍ପତିଂକର ଆଗେ ।୫୭।ଭୋ ଗୁରୁ ପଉଲସ୍ତିଂକ ନନ୍ଦନ ଯେ ଯଜନ ଯାଜନକୁରଙ୍ଗୀ ଖାଇଲେ ପୋଡ଼ି ନନ୍ଦନ ଯେ ବନ ।୫୮।ଶୁଣିଣ ବୃହସ୍ପତି କଲେ ମନେଣ ମହାକୋହରାଗେଣ ବୋଇଲେ ତୁମ୍ଭେ ବ୍ରହ୍ମ ରାକ୍ଷସ ହୁଅ ।୫୯।ସଞ୍ଜୟ କହିଲେ ତୁମ୍ଭେ ଶୁଣ ଧୃତିରାଷ୍ଟଗୁରୁଂକର ଶାପ୍ୟେ ସେ ହୋଇଲେ ଗ୍ୟାନଭ୍ରଷ୍ଟ ।୬୦।ବେଦବିଦ୍ୟା ବୁଡ଼ିଲା ସେ ହୋଇଲେ ମହାପାପୀବ୍ରହ୍ମ ରାକ୍ଷସ ହୋଇଲେ ସେ ଆତାପି ବାତାପି ।୬୧।ବନସ୍ତେ ଭ୍ରମନ୍ତି ସେ ପ୍ରେତ ପିଚାଶ ଜାଣିବନଜନ୍ତୁ ଭକ୍ଷଣେ ସେ ବଞ୍ଚିଲେ ବେନିପ୍ରାଣୀ ।୬୨।ନାନା ଜୀବଜନ୍ତୁ ଭକ୍ଷନ୍ତି ସେ ମାରିଶଉରୀ ବିଧାନେ ସେ ପାକସିଦ୍ଧ କରି ।୬୩।ନରଚାଣ୍ଡାଳ ବ୍ରାହ୍ମଣ ଭେଟନ୍ତି ଯାହା ବନେଅବିଚାରେ ଭକ୍ଷନ୍ତି ସେହୁ ବେନି ଜନେ ।୬୪।ପ୍ରାଗତୀର୍ଥ ଯିବାକୁ ପନ୍ଥ ଭଇରୋବ ନାମେ ବନସୁସଞ୍ଚ ମନ୍ଦିର କରି ତହିଂ ରହିଲେ ବେନିଜନ ।୬୫।ସେ ବନସ୍ତର ମଧ୍ୟେ ପାଣି ମିଳେନାହିଂ ବାଟେଗ୍ରାମ ନାହିଂ ପଞ୍ଚାଶ ଯୋଜନ ନିକଟେ ।୬୬।ତହିଂ ଘରକରି ରହିଲେ ଯେ ଆତାପି ବାତାପିପ୍ରାଗତୀର୍ଥକୁ ଗମନ୍ତି ଯେତେ ଯେତେ ତପୀ ।୬୭।ସେ ପଥୁକି ଜନେ ଯାଉଥାନ୍ତି ବାଟେ ବାଟେଜଳ ନାହିଂ ଜନ୍ତୁ ନାହିଂ ତହିଂର ନିକଟେ ।୬୮।ଶ୍ରମ ପାଇ ବସନ୍ତି ସେ ସୁସଞ୍ଚ ସ୍ଥାନ ଦେଖିଆତାପି ବସି ପୁରାଣ ପଢୁଥାଇ ତହିଂକି ।୬୯।ବାତାପି ହୋଇଥାଇ ବଡ଼ ସୁସଞ୍ଚ କୁରଙ୍ଗୀସେହି ପଣ୍ଡା କୋଣେ ସେ ଶୋଇଥାଇ ଜାଗି ।୭୦।ସୁସଞ୍ଚ ପୁରାଣ ତହିଂ ପଢୁଥାଇ ଆତାପିପଣ୍ଡାରେ ବସିଲେ ଯାଇ ନୁଆରଇ ତପୀ ।୭୧।ବେଳ ଅସ୍ତ ହୁଅନ୍ତେ ସେ ରୁହାଇ ପୁରାଣପଥୁକି ଜନଂକୁ ବୋଲଇ ଆଜକ ରହ ୟେହି ସ୍ଥାନ ।୭୨।ବଡ଼ାଇ ଗଉରୋବ ଅର୍ଚନା ତାହାଂକରି ଦେଖିଯାଇ ନୁଆରନ୍ତି ତହିଂ ରହନ୍ତି ପଥୁକି ।୭୩।ରୁହାଇ ରାନ୍ଧଣା ଯୋଗାଡ଼ କରଇ ତହିଂ ସଞ୍ଚାୟେହି କୁରଙ୍ଗୀ ଗୋଟି ମାରିବି ନିନେ କରଇ ପଞ୍ଚା ।୭୪।ଭାବ ଲଗାଇ ସେ ମାରଇ କୁରଙ୍ଗୀଶଉରି ବିଧିରେ ସେ କରଇ ପାକସିଦ୍ଧି ।୭୫।ଭୁଞ୍ଜାଇ ବସାଇ ସେ ପରଶଇ ମାୟେଂସସୁସ୍ୱାଦ ପଦାର୍ଥ ପାଇ କରଇ ତାହା ଗ୍ରାସ ।୭୬।ସନ୍ତୋଷେ ଭୋଜନ କରି ଆଞ୍ଚୋବନ ସାରିସୁସ୍ଥେଣ ପଥୁକି ଯେ ବଞ୍ଚଇ ତିମିରି ।୭୭।କଲ୍ୟାଣ ବାଞ୍ଚ୍ଥାକରି ସେ ଚଳଇ ପ୍ରଭାତେଆତାପି ଗୋଡ଼ାଇଥାଇ କିଛି ଦୂର ପରିଯନ୍ତେ ।୭୮।ବାହୁଡ଼ ପଣ୍ଡାୟେ ବୋଲି ବୋଲଇ ପଥୁକିଆତାପି ଡାକ ଦିଅଇ ତାର ଭ୍ରାଥ ବାତାପିକି ।୭୯।ଗର୍ଭର ଭିତରେ ସେହୁ ପୁରୁଷେକ ହୋଇପଞ୍ଜରା ବିଦାରି ସେହୁ ବାହାର ହୁଅଇ ।୮୦।ସେହିଠାରେ ପଥୁକି ପଡ଼ଇ ପ୍ରାଣଘାତେତାହାର ମାୟେଂସ ପୋଡ଼ି ଖାଆନ୍ତି ବେନିଭ୍ରାଥେ ।୮୧।ଆହୋ ଧୃତିରାଷ୍ଟ ୟେହିମତି ଗଲା ସତ୍ୟଯୁଗତ୍ରେତୟାଯୁଗେ ସେ ନାଶ କଲେକ ଅନେକ ଲୋକ ।୮୨।ତ୍ରେତାଯୁଗ କନ୍ୟାମାସ ଶୁକ୍ଳ ପକ୍ଷ ଦଶମୀର ତିଥିଧନିଷ୍ଠା ନକ୍ଷତ୍ରକୁ ଭୋଗ୍ୟ ବାର ବୃହସ୍ପତି ।୮୩।ତଇତିଳ ନାମେ କରଣ ଶୂଳନାମେ ଯୋଗଅଗସ୍ତି ମହର୍ଷି ଅନକୂଳ କଲେ ତୀର୍ଥ ପ୍ରାଗ ।୮୪।ଚଳନ୍ତେ ପ୍ରବେଶ ହେଲେ ସେ ଭଇରୋବ ନାମେ ବନେଭେଟିଲେ ଯେ ଆତାପି ବାତାପି ଆଶ୍ରମ ସନ୍ନିଧାନେ ।୮୫।ସେ ମହଋଷି ଶ୍ରମଣେ ବସିଲେ ଯାଇ ଆତାପି ପିଣ୍ଡାରଦେଖିଣ ଆତାପି ଗଉରୋବ କଲାକ ଅପାର ।୮୬।ପୁରାଣ ପୁସ୍ତକ ଫେଡ଼ି ପଢଇ ବିତକ୍ଷଣଅଗସ୍ତି ଶୁଣନ୍ତି ଯେ ତାହାର ବଖାଣ ।୮୭।ବେଳ ଅବସାନେ ସେ କରଇ ଗଉରୋବକେମନ୍ତେ ହୋ ପଣ୍ଡାୟେ ଯିବ କି ରହିବ ।୮୮।ଅଗସ୍ତି ପ୍ରତିବାଚ ବେଳ ଅବସାନେରହିବାକୁ ଇଛାକରେଂ ତୁମ୍ଭର ଆଶ୍ରମେ ।୮୯।ଆତାପି ବୋଇଲା ୟେବେ ଭୋଜନ ବିଧାନେକିଛି ନ ପାଇବା ସେ ଯେ ବେଳର ଉଦ୍ଯାନେ ।୯୦।କୁରଙ୍ଗୀ ଗୋଟିୟେକ ଅଛୁଂ ଆମ୍ଭେ ବାନ୍ଧିୟେହାକୁ ମାଗିକରି କରିବା ପାକସିଦ୍ଧି ।୯୧।ମାରିଣ କୁରଙ୍ଗୀକି ଯେ ପୋଡ଼ଇ ଅଗ୍ନିକୁଣ୍ଡେଶଉରି ବିଧି ରାନ୍ଧଣା କରଇ ଚାଣ୍ଡେ ଚାଣ୍ଡେ ।୯୨।ଆହୋନିକ ସାରିଣ ଯେ ଭୁଞ୍ଜିଲେ ଅଗସ୍ତିପରଶଇ ଆତାପି ଯେ ଶଉରି ବିଧିପ୍ରତି ।୯୩।ଭୁଞ୍ଜିଣ ତ୍ରିପୁତି ଯେ ଅଗସ୍ତି ମୁନିବରଅନେକ ବିନୋପଇ ଆତାପି ଅଗସ୍ତିଂକ ପୟର ।୯୪।ଆଞ୍ଚୋବନ ସାରିଣ ବିଜୟେ ଅଗସ୍ତିନାଭିରେ ଜ୍ୟେଷ୍ଠ ଅଙ୍ଗୁଷ୍ଠି ଦେଇ ମନ୍ତ୍ର ସେ ପଢନ୍ତି ।୯୫।ଭୋଜନ ଜୀର୍ଣ୍ଣ ଗଲା ପ୍ରବେଶ ହେଲା ରାତ୍ରିଯୋଗ ଅଭ୍ୟାସ କରନ୍ତେ ପ୍ରସାର ହେଲା ରାତ୍ରି ।୯୬।ଚଳନ୍ତି ମହତମା ଅରୁଣ ପ୍ରକାଶେଆତାପି ଗୋଡ଼ାଇଅଛି ଅଗସ୍ତିଂକ ପାଶେ ।୯୭।ଅଗସ୍ତି ବୋଇଲେ ତୁମ୍ଭେ ବାହୁଡ଼ି ଯାଅ ହେ ପଣ୍ଡାୟେଗହନ ବନେ କେତେ ଧୂର ଯାୟେ ।୯୮।ତହୁଂ ବାହୁଡ଼ଇ ଆତାପି ନିଜ ଯେ ମନ୍ଦିରେବାତାପି ବାତାପି ବୋଲି ଡ଼ାକଇ ଉଚସ୍ୱରେ ।୯୯।ଅଗସ୍ତି ଚଳିଲେ ଯେ ପ୍ରୟାଗ ତୀର୍ଥକୁବାତାପି ନଇଲା ଯେ ଆତାପି ସଙ୍ଗତକୁ ।୧୦୦।ଯେବଣ ଅଗସ୍ତିଂକର ବାଡ଼ବାନଳ ଜୀର୍ଣ୍ଣଗଲା ଗର୍ଭେବାତାପି ମାୟଂସ ଛାର କିସ ଅସମ୍ଭବେ ।୧୦୧।ଅଗସ୍ତିଂକ ଗର୍ଭେ ଯେ ଜୀର୍ଣ୍ଣଗଲା ସବୁଆବର ବାତାପିକି କାହୁଂ ତୁ ପାଇବୁ ।୧୦୨।ବାତାପି ଜୀର୍ଣ୍ଣକରି ଗଲେ ଯେ ଅଗସ୍ତିୟେକା ଆତାପି ଅମୁଖ୍ୟ ହୋଇ ବୁଲଇ ଚଉକତି ।୧୦୩।ସମୟେକେ ପ୍ରାଣତ୍ୟାଜ ହୋଇଲା ଆତାପିଯମଧର୍ମ ପୁରାଣେ ସେ ହୋଇଲା ମହାପାପୀ ।୧୦୪।ସଞ୍ଜିବନୀ ନାଥ କୋପ ବଚନ ପ୍ରକାଶିଯାଅରେ ଆତାପି ତୁ ଶ୍ରିକାଳ ଜନ୍ମ ହୋଅସି ।୧୦୫।ଯମ ଦେବତାଂକ ଆଗ୍ୟାଂ ଅନରୂପେଶ୍ରୀୟା ନାମେ ଶ୍ରିକାଳ ହୋଇଲା ସେହି ଶାପ୍ୟେ ।୧୦୬।ସୁଖେଣ ବିହଡ଼ଇ ସେହୁ ମଧ୍ୟସ୍ୱର୍ଗ ମଧ୍ୟେସେହି କୁରୁକ୍ଷେତ୍ର ମଣ୍ଡଳେ ପତି ପତ୍ନୀ ଥାନ୍ତି ମହାଭାରଥ ଯୁଦ୍ଧେ ।୧୦୭।ଶୁଣ ଦେବ କୁରୁନାଥ ବଦୟନ୍ତି ସଞ୍ଜୟେଶ୍ରୀୟାମୁଖ ଶ୍ରିକାଳ ସେ ଆଦିବ୍ରହ୍ମ ସ୍ୱୟେଂ ।୧୦୮।ଧୃତିରାଷ୍ଟ ବୋଇଲେ ସୁଜାଣ ମନ୍ତ୍ରୀ ତୁତଶ୍ରିକାଳ ଚରିତ ସନ୍ତୋଷ ହୋଇଲା ଚିତ୍ତ ।୧୦୯।ସେ ଶ୍ରିକାଳକୁ ସଞ୍ଜୟେ ତୁ ଦେଖାଇବୁ କି ମୋତେପ୍ରସନ୍ନ ବାକ୍ୟ ତାର ଶୁଣିମା କେମନ୍ତେ ।୧୧୦।ସଞ୍ଜୟ ବୋଇଲେ ରାଜା ହୋଅ ସାବଧାନୟେହିକ୍ଷଣି ଯିବା ଚାଲ ନଦୀ ସନ୍ନିଧାନ ।୧୧୧।ସଞ୍ଜୟ ତୁଲେ ଯେ ଚଳଇ ଧୃତିରାଷ୍ଟପ୍ରବେଶ ହୋଇଲେ ଯାଇଂ ବେଣୀ ନଦୀତଟ ।୧୧୨।ବିଜୟ ନାମ ବୋଲିଣ ୟେକ ପର୍ବତର ତଳେଗୁପତେ ରହିଲେ ସେ ଶିଂଶୁପା ବୃକ୍ଷ ମୂଳେ ।୧୧୩।ଶ୍ରିକାଳ ଶ୍ରିକାଳୁଣୀ ସେ ପର୍ବତେ ଛନ୍ତି ଉଠିଶ୍ରିକାଳୁଣୀ କହିଲା ନାଥ କହିଲୁ ଅଦୃଷ୍ଟି ।୧୧୪।ଖାଇଲାର ମାଂସ ତୁ ରୁହାଇଲୁ କାଲିମାଧୁର୍ଯ୍ୟ ବଚନେ ଯେ ସମାର୍ଜନା କରି ବୋଲି ।୧୧୫।ଖାଇଲାର ମହୁମାଂସ କଲୁ ତୁ ଯେ ନାସ୍ତିପେଟର ଗର୍ଭବାସ କଳ୍ପନା ଭାଙ୍ଗିଲୁ ଯୁଗତି ।୧୧୬।ଶ୍ରିକାଳ ବୋଇଲା ତୁ ଦିନାକେତେ ଥାଅଖାଇବୁ ଅନେକ ମାଂସ ତୁ ବିମୁଖ ନ ପାଅ ।୧୧୭।ପୁଣି ମଧୁର ବଚନେ ଯେ ସମାର୍ଜନା କରି ବୋଲିଶୁଣିଣ ଶ୍ରିକାଳୁଣୀ ପ୍ରଜ୍ୱଳିତ ହୋଇ ଚଳି ।୧୧୮।ସେତେକି ସମର , ନାଥ ୟେଡ଼େ ବଡ଼ ହୋଇବାକ ୟେଥଅଦୃଷ୍ଟି କଥାକୁ କେ କରିବାକ ସତ୍ୟ ।୧୧୯।ଯହୁଂଣ ନିନ୍ଦାକଲା ସେ ଶ୍ରିକାଳୁଣୀ ଅଦୃଷ୍ଟିତତକ୍ଷଣେ ତାହାର ବେନିଚଛୁ ଗଲା ଫୁଟି ।୧୨୦।ଲେଉଟି ପଛକୁ ଯେ ଚାହାନ୍ତେ ଶ୍ରିକାଳଦେଖିଲା ମୁଖ ତାର ଫୁଟିଛି ବେନିଡ଼ୋଳ ।୧୨୧।ବିକଳେ ଶ୍ରିକାଳ ଯେ ରୋବଇ ପୁଣ ପୁଣସ୍ଥକିତ ମନ ହୋଇ ବିକଳ ପଞ୍ଚୁମନ ।୧୨୨।ବିଚାରଇ ଶ୍ରିକାଳ କିସ ଯେ କରିବିୟେହା ବିଚାର କିଂପେ କରିଥିଲୁ ବିହି ଭାବି ।୧୨୩।ହା ପ୍ରାଣେଶ୍ୱରୀ ମୋର କେମନ୍ତେ ବଞ୍ଚିବିତୋର କଷ୍ଟ ଦେଖି ମୋର ପ୍ରାଣ ବିସର୍ଜିବି ।୧୨୪।ଗୁରୁବାକ୍ୟ ନିନ୍ଦିଲୁ ତୁ ହୋଇଲୁ ପାପିଷ୍ଠିୟେ ସକାଶୁଂ ତୋହୋର ଯେ ଚଛୁ ଗଲା ଫୁଟି ।୧୨୫।ଶ୍ରିକାଳ ବୋଇଲା ତୁ ଗୋ ମୋତେ କଲୁ ଭଣ୍ଡପ୍ରତକ୍ଷେ ଫଳିଲା ଆସି ଦଇବର ଦଣ୍ଡ ।୧୨୬।ଶ୍ରିକାଳୁଣୀ ବୋଇଲା ନାଥ ହୋଇଲି ବଡ଼ ପାପୀୟେ ଦୁସ୍ତରୁ କେହ୍ନେ ପାର ହୋଇବି ଅଦ୍ୟାପି ।୧୨୭।ଶ୍ରିକାଳ ବୋଇଲା ତୁ ଯେବେ ଲଭିବୁ କାରଣୟେକଲୟେ କରି ତୁ ମହାଭାରଥ ଶୁଣ ।୧୨୮।ଧୃତରାଷ୍ଟ ବୋଇଲେ ସଞ୍ଜୟେ ମୁଂ ମହାଭାରଥ ନିନ୍ଦାକଲି ପୂର୍ବେତତଦୋଷ କରି ବେନିଚଛୁ ଅନ୍ଧ ହୋଇଲାକ ୟେବେ ।୧୨୯।ଶ୍ରିକାଳ ବୋଇଲା ତୁ କଲୁ ଅସଂପ୍ରତେଶୁଣ ସାବଧାନେ ମହାଭାରଥ ବାରତ କହଇ ମୁଂ ତୋତେ ।୧୩୦।ଅନୁଭବ ନାମେଣ ୟେକଇ ସତ୍ୟଯୁଗେତ୍ରେତୟା ଯୁଗ ନାମ ଅଟଇ ମଧ୍ୟସ୍ୱର୍ଗେ ।୧୩୧।ଚଉବ୍ରହ୍ମ ବୋଲିକରି ଦ୍ୱାପର ଯୁଗ ବୋଲିସେ ଅବତାରୁ ସତୁରି ଯୁଗ ଗଲା ମଣିଲି ମୁଂ କାଲି ।୧୩୨।ସେ ଦ୍ୱାପର ଭାଦ୍ରବ ମାସେ ହୋଇଲା ଭାରଥ ସମରକୁରୁ ପାଣ୍ଡବଂକ ଯୁଦ୍ଧ ହୋଇଲା ୟେ ଭୂମିର ।୧୩୩।ବାରୁଣାବନ୍ତ ପର୍ବତ ଚଉବିଂଶ ଯୋଜନ ଉତ୍ସର୍ଗଅଷ୍ଟାଦଶ ଦିନ ହୋଇଲା ମହାଯାଗ ।୧୩୪।ଭୀଷ୍ମପର୍ବେ ପଡ଼ିଲେ ଯେ ଅନେକ ସଇନିମେଦମେଦା ମାଂସେ କର୍ଦ୍ଦନ ହୋଇଲା ମେଦିନୀ ।୧୩୫।ୟେ ବାରୁଣାବନ୍ତ ପର୍ବତ ଚଉବିଂଶ ଯୋଜନ ଉତ୍ସର୍ଗେରୋଧିର ନଦୀ ବହିଲା ସପତ ତାଳ ଦୀର୍ଘେ ।୧୩୬।ୟେହି ପର୍ବତ ଉପରେ ମୁଂ ଉଠିଲି ରେ କାମେନୀଉଠିବାକୁ ସଖ୍ୟ କାହିଂ ରୁଧିର ନଦୀ ଘେନି ।୧୩୭।ୟେ ପର୍ବତ ସାମାନ୍ୟେ ହୋଇ ପଡ଼ିଲା ମୃତୁଶବୟେଥିପାଇଂ ମାଂସ ମୁଂ ଭକ୍ଷିଲି ରାତ୍ର ଦିବ ।୧୩୮।ନବଦିନ ପରିଯନ୍ତେ ପର୍ବତ ଶିଖରେ ଥିଲିତୁଣ୍ଡ ବଢାଇ ସଖି ଉତ୍ତମ ମାୟେଂସ ଭକ୍ଷିଲି ।୧୩୯।ଶ୍ରିକାଳ ବୋଇଲା ତୁ ଶୁଣସି ପ୍ରିୟା ହାଦେପୁଣ ମନୁ ଅନ୍ତରରେ ହୋଇଲା ମହାଭାରଥ ଯୁଦ୍ଧେ ।୧୪୦।ପୁଣିହିଂ ଯେତେବେଳେ ହୋଇଲା ଯୁଦ୍ଧ ମହାଭାରଥଅଷ୍ଟାଦଶ ଦିବସ ଭକ୍ଷଇ ରକତ ମାୟେଂସ ଅନୁବ୍ରତ ।୧୪୧।ଜମ୍ବୁକ ବୋଇଳା ସଖି କହଇ ମୁହିଂ ତେ ତେଆଧାର ନାହିଂ ମୋହୋର ଆନ ଭାରଥ ଯୁଦ୍ଧ ପରିଯନ୍ତେ ।୧୪୨।ଶ୍ରିକାଳ ବୋଇଲା ସଖି ମୁଂ ତୋତେ ପରମାର୍ଥ କହିଲିପୁଣି ଯୁଗେକ ହୋଇଲା ଶମ୍ଭୁମନୁ ବୋଲି ।୧୪୩।ଋଷିତ ନାମେଣ ସତ୍ୟଯୁଗ ବଇଲୋଚନ ନାମେଣ ତ୍ରେତାନିଧିପନ୍ନ ବୋଲିକରି ଦ୍ୱାପରଯୁଗ କଥା ।୧୪୪।ସେ ଦ୍ୱାପର ଯୁଗେ ତୁଳମାସ ଶୁକଳ ପକ୍ଷର ମଧ୍ୟେମହା କାର୍ତ୍ତିକେ ହୋଇଲା ମହାଭାରଥ ଯୁଦ୍ଧେ ।୧୪୫।ପୃଥୀରେ ଠାବ ନୋହିଲା ମୁଂ ରହିଲି ୟେହି ପରବତେରକତେ ମୃତୁପିଣ୍ଡ ବୁଡ଼ିଲା ରେ ସଂଘାତେ ।୧୪୬।ୟେ ପର୍ବତ ଉପରେ ଯେ ଅଛଇ ଶାଳବୃକ୍ଷେନବତାଳ ଉତ୍ସର୍ଗ ଅଟଇ ପ୍ରତକ୍ଷେ ।୧୪୭।ୟେ ପର୍ବତ ରୁଧିରେ ବୁଡ଼ିଲା ଯେତେବେଳେଧାତିକାରେ ଉଠିଲି ମୁଂ ଶାଳବୃକ୍ଷ ଡ଼ାଳେ ।୧୪୮।ଅଷ୍ଟାଦଶ ଦିବସ ଅନ୍ତରେ ସମର ଗଦାଗୋଳରୁଧିରେ ଉପୁଚିଆଇ ରଥ ଗଜ ଅଶ୍ୱ ପାଦାନ୍ତି ଲାଗିଲେ ୟେହି ଡାଳ ।୧୪୯।ୟେଡ଼େ ଯୁଦ୍ଧ ହୋଇଲା ମହାକାର୍ତ୍ତିକ ତୁଳମାସେଶାଳବୃକ୍ଷେ ଥାଇଂ ମୁଂ ଭକ୍ଷିଲି ମହୁମାଂସେ ।୧୫୦।ଶ୍ରିକାଳ ବୋଇଲା ରେ ତୁ ଶୁଣ ସଂଘାତୁଣୀବିଧିପୂର୍ବ ବୋଲି ମନୁୟେକ ହୋଇଲାକ ପୁଣି ।୧୫୧।ସେ ମନୁରେ ହରିବାସ ବୋଲିକରି ୟେକଇ ସତ୍ୟଯୁଗେରୁଦ୍ର ପିଙ୍ଗଳ ବୋଲିକରି ତ୍ରେତାଯୁଗ ଭୋଗେ ।୧୫୨।ଦ୍ୱାପରଯୁଗ ଭୋଗ ଚନ୍ଦ୍ର କାଳ ବୋଲିଅନେକ କାଳର କଥା ମୁ ବୁଝାଇ କହିବି କାଲି ।୧୫୩।ସେ କାଳରେ ମହାଭାରଥ ଯୁଦ୍ଧେକ ହୋଇଲାୟେ ଶାଳବୃକ୍ଷ ଡାଳ ରକତେ ବୁଡ଼ିଲା ।୧୫୪।ବସିବାକୁ ଠାବ ଯେ ନ ପାଇଲି ମୁହିଂମନ୍ଦର ପର୍ବତେ ଯେ ଲାଗିଲଇଂ ଉପୁଚିଆଇଂ ।୧୫୫।ଚଇତ୍ର ମାସ ସମର ହୋଇଲା ସେ କାଳେପର୍ବତ ବୃକ୍ଷ ଯେ ବୁଡ଼ିଲେ ଅବହେଳେ ।୧୫୬।ନିରଞ୍ଜନ ବୋଲିକରି ୟେକଇ ମନୁ ନାମସେ ଦ୍ୱାପର ଯୁଗେ ମିଥୁନମାସେ ହୋଇଲା ସାଂଗ୍ରାମ ।୧୫୭।ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀରକତ ମାୟେଂସ ବହିଲା ସର୍ବ ୟେକ ଭେଦି ।୧୫୮।ମହାଭାରଥ ଯୁଦ୍ଧ ହୋଇଲା ଅଷ୍ଟାଦଶ ଦିନସେ ଅଷ୍ଟାଦଶ ଦିନରେ ମୋର ରକତ ମାଂସ ଭୋଜନ ।୧୫୯।ମନୁୟେ ପରିଯନ୍ତେ ମୋହୋର ଆହାର ନାହିଂରେ ସଂଘାତୁଣୀଭାରଥ ଯୁଦ୍ଧ ହେବା ପରିଯନ୍ତେ ଉପବାସୀ ଥାଇ ପୁଣି ।୧୬୦।ୟେହେନେକ ସତୁରୀ ମନୁ ମୋହୋର ବ୍ରତ ହେତୁସତୁରୀ ମହାଭାରଥ ଜାଣଇ ମୁହିଂ ତତ୍ତୁ ।୧୬୧।ଶ୍ରିକାଳ ବୋଇଲା ଆଗତକୁ କହିଲି ସତୁରୀ ମହାଭାରଥଯେଉଂଣ କାଳେ ଯୁଦ୍ଧ ହୋଇବ ଯେମନ୍ତ ।୧୬୨।କହଇ ଶ୍ରିକାଳ ଯେ ଭୂତ ଭବିଷ୍ୟ ମହାଗ୍ୟାଂତାଅସଂଖ୍ୟ ସାଗରକୁ ଘରଣୀ ତାହାର ଶୋରୋତା ।୧୬୩।ନିନ୍ଦାକରୁଂ ଯାଇଥିଲା ତାର ବେନିଚଛୁ ଫୁଟିଶୁଣନ୍ତେ ମହାଭାରଥ ପ୍ରାପତ ପୁଣ ବେନିଦୃଷ୍ଟି ।୧୬୪।ୟେ ମହାଭାରଥ ପଦ ଅମୃତ ସମାନଲେଖଇ ସାରୋଳ ଦାସ ହୋଇ ସାବଧାନ ।୧୬୫।୩୮୭୬।