ଭାଗ ୨ — ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସୁଦେଷ୍ଣା ପାଟ ମହାଦେଈଙ୍କର ଯୁଦ୍ଧ ସମ୍ୱନ୍ଧରେ ଭବିଷ୍ୟତବାଣୀ ବର୍ଣ୍ଣନ ଓ ବିଶ୍ୱଦେବଙ୍କୁ ବିଶ୍ୱାମିତ୍ରଙ୍କର ଶାପଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିୟେଥୁ ଅନନ୍ତରେ କଥା ଯେ ଶୁଣିମା ଦିବ୍ୟରୀତି ।୧।ୟେଥୁ ଅନନ୍ତରେ ଶୁଣିମା ମନୁରାୟେଶ୍ରୀ ମହାଭାରଥ ଶୁଣି ପାପ କର କ୍ଷୟେ ।୨।ଯାହା ସେ ପୁରାଣେ କହିଲେ ଅଗସ୍ତିମୁହିଂ ତାହା ବଞ୍ଚାଇଲି ସଂସାର ଜନହିତି ।୩।ଶୁଣ ହୋ ଚଇତନ ଶ୍ରୀକୃଷ୍ଣା ଦୌପତୀ ୟେକଇ ସମଯୋଗସହଦେବ ବାସୁଦେବ ଅର୍ଜୁନ ବସି ଅଛନ୍ତି ଯେ ଆଗେ ।୪।ଶ୍ରୀକୃଷ୍ଣା ବୋଇଲେ ହରି ଯହିଂର ନିମନ୍ତେ ଆମ୍ଭେ ଜାୟେସେ କାର୍ଯ୍ୟ ତ ସିଦ୍ଧ ନ କରାଇଲୁ ଦେବରାୟେ ।୫।କଉରୋବ ପାଣ୍ଡବ ଯେ ହୋଇଅଛନ୍ତି ବିବାଦୀପାଣ୍ଡବଂକ ପ୍ରସନ୍ନେ ତୁ କରାଇବୁ କାର୍ଯ୍ୟସିଦ୍ଧି ।୬।କେଶବ ବଦୟନ୍ତି ତୁମ୍ଭେ ଶୁଣସି ଗୋ ମାତଧୃତରାଷ୍ଚଂକ ପୁଅ ପାଣ୍ଡବଂକ କି ହୋଇବ ସନ୍ଧିଗତ ।୭।ଶ୍ରୀକୃଷ୍ଣା କହିଲେ ହରି ୟେମନ୍ତେ ନ କହମୋର ତହୁଂ ପରମାର୍ଥ ଶୁଣିବା ସନ୍ଦେହ ।୮।ଶ୍ରୀକୃଷ୍ଣା ବୋଇଲେ ତୁ ମଧ୍ୟପାତ୍ର ହୋଇଯିବୁତେନ୍ୟାୟୁଂ ଭାରାଭର ଉଶ୍ୱାସ କରିବୁ ।୯।ଲକ୍ଷେକ ନୃପତି ଦୈତ୍ୟ ଦାନବ ଆଦିକରିୟେହାଂକ ଭାରାଭର ନ ସହିଲା ବସୁନ୍ଧରୀ ।୧୦।ତଦ ନିମନ୍ତେ ଜାତ ପାଣ୍ଡବ ପାର୍ଥ ଭୀମମହୀଭାରା ନିବାର ସେ କରିବେ ମହାଭାରତ ସାଂଗ୍ରାମ ।୧୧।ପ୍ରଥମ ଦିନରେ ହୋଇବେ ଭୀଷ୍ମେ ସେନାପତିଦିନକରେ ମାରିବେ ସେ ଦଶ ସହସ୍ର ରଥୀ ପାଦାନ୍ତି ।୧୨।ୟେ ବିଧିରେ ପାଣ୍ଡବଂକୁ ଅପ୍ରଂଜୟେ ଦଶଦିନୟେଥକୁ କେଉଂଣ କାରଣ କରିବୁ ଜନାର୍ଦ୍ଦନ ।୧୩।ଇନ୍ଦ୍ର ଗୋବିନ୍ଦ ଅର୍ଜୁନ ହୋଇବଟି ଯଦିଭୀଷ୍ମକଇଂ ସମାନ ନୋହିବ ସେ ଅଟନ୍ତି ପୃଥୀ ଭେଦି ।୧୪।ଦେବ ଦାନବେ ମାନବେ ଅଗୋଚର ଯାହାର ମୃତୁଇଚ୍ଛାପାଣ୍ଡବନ୍ତ ଅନ୍ତ କରିବ ସେ ଶାୟନ୍ତନୁର ବଚ୍ଛା ।୧୫।ଶ୍ରୀକୃଷ୍ଣା ବୋଇଲେ ହରି ମୋହୋର ପୁତ୍ର ଶ୍ୱେତଭୀଷ୍ମ ସଙ୍ଗେ ସମରକୁ ମୁକୁଟ ବାନ୍ଧିବୁ ମାଥ ।୧୬।ସେ ଶ୍ୱେତର ଶରେ ଭୀଷ୍ମେ ଯେ ନିବର୍ତ୍ତିତେବେ ସେ ପାଣ୍ଡବେ ରକ୍ଷା ହୋଇବେ ଶ୍ରୀପତି ।୧୭।କେଶବ ବୋଇଲେ ମାଗୋ ଅର୍ଜ୍ଜୁନ ସମାନୁକିମ୍ଭୂତ ବିଦ୍ୟା ସେ ଜାଣଇ ତୋର ତନୁ ।୧୮।ଆଦିକ୍ଷତ୍ରୀ ବିଦ୍ୟା ଯେ ପ୍ରଶୁରାମଂକରତାହା ପ୍ରତିଗହ କଲେ ଯେ ଦ୍ରୋଣ ମହାବୀର ।୧୯।ସେ ଦ୍ରୋଣଂକର ବିଦ୍ୟା ଯେ ପ୍ରାପତ ଅର୍ଜୁନେସେ ସମାନ ନୋହିବ ତୋ ପୁତ୍ର ଜିଣିମା କେସନେ ।୨୦।
ମାଗୋ କାହାର ବିଦ୍ୟାୟେ ୟେତେକ ପ୍ରତଗ୍ୟାଂ ତୋହୋର ପୁତ୍ର ଶ୍ୱେତ
ୟେ କଥା ସଞ୍ଚପି ମୋତେ କହସି ଗୋ ମାତ ।୨୧।
ଶ୍ରୀକୃଷ୍ଣା ହୋଇଲେ ହରି ଋଷି ସତ୍ୟଯୁଗେ
ବିଶ୍ୱାମିତ୍ର ମହାରାଜା ହୋଇଥିଲେ ମଞ୍ଚସ୍ୱର୍ଗେ ।୨୨।
ୟେହାର ଉଦ୍ଦାସ ସେ ଅଦୃଷ୍ଟି ଅଶ୍ରୁତି
ମନଭେଦୀ ପୃଥୀଭେଦୀ ଶୂନ୍ୟଭେଦୀ ଶୂନ୍ୟଗତି ।୨୩।
ସ୍ୱର୍ଗଭେଦୀ ଜଳଭେଦୀ ଅନଳଭେଦୀ ପାତାଳଭେଦୀ
ମହାଵ୍ରାହ୍ମ ମନ୍ତ୍ରେ ବିଶ୍ୱାମିତ୍ରେ ୟେହା ସମ୍ପାଦି ।୨୪।
ତ୍ରଇଲୋକ୍ୟ ଜିଣିଲେ ସେ ୟେ ମହାମନ୍ତ୍ର ପରସାଦେ
ପୁଣ କ୍ଷେତ୍ରୀବୃତ୍ତ ଛାଡ଼ିଲେ ସେ ବଶିଷ୍ଠଂକ ବିବାଦେ ।୨୫।
ରାଜ୍ୟ ସମ୍ପଦ ଛାଡ଼ି ସେ ହୋଇଲେ ବନବାସୀ
ତିନି ମନୁ ପରିଯନ୍ତେ ଲୟେକରି ବସି ।୨୬।
ବ୍ରହ୍ମା ଈଶ୍ୱର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦିକରି
ସମସ୍ତେ ଆକୁଳ ହୋଇଲେ ବ୍ରହ୍ମାଣ୍ଡ ଖଣ୍ଡଚାରି ।୨୭।
ଅସ୍କନ୍ଦ ଦେବେ କୂଟକରି ପୋଷିଲେ ଚଞ୍ଚଳା ମେନକା
ବିଶ୍ୱାମିତ୍ର ମୁନିଂକି ଯେ ଭେଟିଲେ ବାଳୀ ୟେକା ।୨୮।
ମଦନ ବସନ୍ତ ଯହୁଂ ପାତିଲା ତାର ଅଙ୍ଗ
ଭାଜିଲା ତପବଳେ ସେ ହୋଇଲେ ଯୋଗଭଙ୍ଗ ।୨୯।
ମେନକା ବିଶ୍ୱାମିତ୍ରେ ଯେ ବଢିଲା ପୀରତି
ସେ ମହାତ୍ମାଂକ ବୀର୍ଯ୍ୟେ ଯେ ମେନକା ଗର୍ଭବତୀ ।୩୦।
ଶ୍ରୀକୃଷ୍ଣା ବୋଇଲେ ତୁମ୍ଭେ ଶୁଣିମା ବାସୁଦେବ
ସେ ଅମୋହ ରେତଗୋଟି ରହିଲା ମେନକାର ଗର୍ଭ ।୩୧।
ତିନିମନୁ ବିଶ୍ରାମିଲା ଯେବଣହିଂ ରେତ
ସେ ମୁନି ରେତୁଂ ଉପୁଜିଲିଟି ଅଚ୍ୟୁତ ।୩୨।
ମାତାର ଗର୍ଭେ ମୁହିଂ ପାଞ୍ଚମାସ ତିଥି
ମାତାଂକୁ ଘେନି ପହୁଡ଼ି ଅଛନ୍ତି ବିଶ୍ୱାମିତ୍ର ମହାଯତି ।୩୩।
ଆଶ୍ୱିନ ମାସ ଶୁକଳ ପକ୍ଷ ତିଥି ଯେ ଚଉଠୀ
ଚନ୍ଦ୍ରବାର ରାତ୍ର ପାଞ୍ଚଦଣ୍ଡ ପଞ୍ଚମୀ ତିଥି ଘଟି ।୩୪।
ଉତ୍ତରା ଫାଲଗୁନୀ ଅନ୍ତେ ହସ୍ତା କନ୍ୟାରାଶି
ଚିତ୍ରା ଅନ୍ତେଣ ସ୍ୱାତୀ ତୁଳ ପରକାଶି ।୩୫।
ମେନକା ତୋଷହୋଇ ମୁନିଂକି ଲଲେ ପୁଚ୍ଛା
ରାଜପଦ ଛାଡ଼ି କିମ୍ପେ ତପୀ ପଦକଇଂ କଲ ଇଚ୍ଛା ।୩୬।
ବିଶ୍ୱାମିତ୍ରେ କହିଲେ ଆମ୍ଭେ ୟେକାଦଶ ଲୋକ ଭେଦି
ଅନେକ ନାଶକଲୁ ହୋଇଲୁ ହତ୍ୟାବାଦୀ ।୩୭।
ୟେକା ନାରାଜକେ ଯାହାକୁ ନାମ ଧରି ପେଷୁଂ
ଛଡ଼ମାସ ପଛେ ହୋଇଲେ ତାହାକୁ ବିନାଶୁଂ ।୩୮।
ନାଶିଣ ବାଣ ଯେ ଲେଉଟିଆସି ପଶଇ ତ୍ରୋଣେ
ଅଥବା ମାରି ନୁଆରିଲେ ଅଗ୍ନିରେ ପଶଇ ଯାଇଂ ବାଣେ ।୩୯।
ମେନକା ବୋଇଲେ ଗୋସାଇଂ ୟେତ ବଡାଇ ର୍ଦୁଲଭ
ୟେ ବିଦ୍ୟା ତଦନ୍ତ କରି ମୋ ଆଗେ କହିବ ।୪୦।
ଶ୍ରୀକୃଷ୍ଣା ବୋଇଲେ ତୁମ୍ଭେ ଶୁଣିମା ଜଗନ୍ନାଥେ
ମାତାଂକ ଆଗରେ ସମସ୍ତ କହିଲେ ବିଶ୍ୱାମିତ୍ରେ ।୪୧।
ମୁହିଂ ତାହା ଶୁଣିଲଇଂ ମାତାଂକ ଗର୍ଭେ ପଶି
ମେନକାୟେ ନିଦ୍ରାଗଲେ ତେଇଶି ଦଣ୍ଡନିଶି ।୪୨।
ଶହସ୍ର ଭେଦ ମୁଂ ଯେ ପାଇଲି ସମସ୍ତ
ସ୍ତିରୀ ହୋଇ ସାଧିଲି ମୁଂ ଶହସ୍ର ଭେଦଗତ ।୪୪।
ହରିଶଂକର ନାମେଣ ଯେ ବିଶ୍ୱାମିତ୍ରଂକର ବଳା
ତେନ୍ୟାୟୁଂ ନାମ ମୋହୋର ହୋଇଲା ଶକୁନ୍ତଳା ।୪୫।
ଚକ୍ରପୁର ନଗ୍ରେ ମୁଂ ହୋଇଥିଲି ରାଜା
ଅନେକ ଅସୁର ମାରି ମୁଂ ପାଳିଲି ଜନପ୍ରଜା ।୪୬।
ଶ୍ୱେତ ନାମେ ରାଜା ମୋତେ ବର ଯେ ପ୍ରସରି
ଭଗତି ମଣାଇ ମାଗିଲା ମୁଂ ହୋଇଲି ତାହାର ନାରୀ ।୪୭।
ଶ୍ୱେତ ମହାରାଜା ଯେ ମହାଯାଗ କଲା
ବ୍ରହ୍ମାପୁତ୍ର ବଶିଷ୍ଠ ଯେ ଯାଗନିକ ହୋଇଲା ।୪୮।
ଆବର୍ତ୍ତକ ସଂବର୍ତ୍ତକ ମେଘ ବଶିଷ୍ଠଂକ ସ୍ୱାହା ସ୍ୱରା
ଚଉବିଂଶ ବରଷ ବରଷିଲେ ଘୃତଧାରା ।୪୯।
ଲୋଭେଣ ବଶ୍ୟାନର ଘୃତ ଆପ୍ୟାନ ଯେ କଲେ
ମଦାଅଗ୍ନି ଲୁଦୁବୁଦୁ ବ୍ୟାଧି ହୋଇଣ ବସିଲେ ।୫୦।
ସତ୍ୟଯୁଗେଣ ଶ୍ୱେତ ନାମେଣ ମହାରାଜା
ମୁହିଂ ଶକୁନ୍ତଳା ଯେ ତାହାର ଭାରିଜା ।୫୧।
ତ୍ରେତୟା ଯୁଗରେ ସଂକେତ ନାମେ ନରପତି
ମୁହିଂ ତାହାର ଭାରିଯା ହୋଇଲି ଶକ୍ରାବତୀ ।୫୨।
ୟେବେ ଦ୍ୱାପର ଯୁଗେ ଉପୁଜିଲା ବିରାଟ ନାମେ ରାଜା
ଶ୍ରୀକୃଷ୍ଣା ନାମେଣ ମୁଂ ତାହାର ଭାରିଯା ।୫୩।
କଳିଯୁଗେ ଉପୁଜିବ ଇନ୍ଦ୍ରଦ୍ୟୁମନ ହୋଇ
ଗୁଣ୍ଡବତୀ ନାମେଣ ମୁଂ ତାହାର ମହାଦେଈ ।୫୪।
ବିରାଟ ଭାରିଜା ଶ୍ରୀକୃଷ୍ଣା ନାମ ମୋର ୟେବେ
ତେନ୍ୟାୟୁ ବଶ୍ୟାବୃତ୍ତିପଣେ ଖଟିଲେ ପାଣ୍ଡବେ ।୫୫।
ହରି ବିରାଟ ସମ୍ଭବେ ମୁହିଂ ହୋଇଲି ଗର୍ଭବତୀ
ଶଙ୍ଖ ଶ୍ୱେତ ଉତ୍ତର ତିନିପୁତ୍ର ଉତ୍ତରା ଦୋହିତୀ ।୫୬।
ହରି ବିଚକ୍ଷଣ ଦେଖିଲି ମୁଂ ଶ୍ୱେତ ନାମେ ପୁତ୍ରଗୋଟି
ତେଣୁ କରି ଶହସ୍ର ମନ୍ତ୍ର ମୁଂ କହିଲି ନବକୋଟି ।୫୭।
ବିଦ୍ୟା ଦଶକୋଟିରୁ ନବକୋଟି ଶୁଣିଲି
ବ୍ରହ୍ମ ଧାତୁ ବିଦ୍ୟା ମୁଂ କୋଟିକ ନ ପାଇଲି ।୫୮।
ଭୀଷ୍ମଂକୁ ଜିଣିମାକୁ ସାମର୍ଥ ବ୍ରହ୍ମଶସ୍ତ୍ର ଦୀକ୍ଷା
ମମ ପୁତ୍ର ଶ୍ୱେତରେ ପାଣ୍ଡବେ ହୋଇବେ ରକ୍ଷା ।୫୯।
ଯେତେକ ଗତ ଆଗତ କଥା କହିଲେ ଶ୍ରୀକୃଷ୍ଣା
ଶୁଣିତ ଆଶ୍ରିଜ ଯେ ଜଗତ ଜନ ଶ୍ରେଷ୍ଠା ।୬୦।
କେଶବ ବୋଇଲେ ବ୍ରହ୍ମ ତୁ ଅଟୁ ମହାତ୍ଣାଣୀ
ଭାରତ ଯୁଦ୍ଧ କେମନ୍ତ ହୋଇବ ତଥ୍ୟବାଣୀ ।୬୧।
ଶ୍ରୀକୃଷ୍ଣାୟେ ବୋଇଲେ ତୁମ୍ଭେ ଶୁଣିବା ଦେବହରି
ତୁ ମୋହର ଶ୍ୱେତକୁ ନୁଆରିବୁ ରକ୍ଷାକରି ।୬୨।
ପାଣ୍ଡବଂକର ଛଳେ ସେ କରିବ ରଣଯୋଗ
ମୃତ ପ୍ରାପତ ନାଥ କରାଅ ତୋର ଆଗ ।୬୩।
କ୍ଷତ୍ରୀ କୁଳକୁ ରାବାୟେଣହୁଂ ଆନେ ନାହିଂ ଗତି
ତହୁଂ ଶତେଗୁଣ ମହାଭାରଥର ମୋକ୍ଷରୀତି ।୬୪।
ଦଶଦିନ ସଂପୂର୍ଣ୍ଣେ ଶ୍ରୀଖଣ୍ଡୀକି ଆଗକରି
ତାହାକୁ ଦେଖି ଗାଙ୍ଗବେ ହୋଇବେ ଦର୍ପହାରୀ ।୬୫।
ତହିଂର ଉତ୍ତାରେ ଦ୍ରୋଣେ ହୋଇବେ ସେନାପତି
ଚକ୍ରଭୁୟେକ ପାତିବେ ପଞ୍ଚାଊନ ମୂରତି ।୬୬।
ଦଶ ସହସ୍ର ରାଜା ପଡ଼ିବେ ଅଶି ପରାୟୁଧ ସେନା
ତିନି ପହର ଉତ୍ତାରେ ପଡ଼ିବ ଅଭିମନ୍ୟୁ ଜେନା ।୬୭।
ଶ୍ରୀକୃଷ୍ଣା ମୁଖୁଂ ଯହୁଂ ୟେସନେକ ବାକ୍ୟଫୁଟି
ଶୁଣିଣ ଧନୁର୍ଜୟେ ଯେ ପଡ଼ିଲା ମହୀଲୋଟି ।୬୮।
କୋଳକରି ଧଇଲେ ପୁରୁଷଂକର ଉତ୍ତମ
ଶ୍ରୀକୃଷ୍ଣାୟେ ବୋଇଲେ ତୁମ୍ଭେ ନୋହସି ଅସାଷ୍ଟମ ।୬୯।
ପୂର୍ବର ଚରିତ ତୁ ଯେ ଶୁଣ ବାସବର ତନୁ
ତୋହୋର ପୁତ୍ର କି ସେ ଅଟଇ ଅଭିମନ୍ୟୁ ।୭୦।
ବ୍ରହ୍ମାୟେ ବୋଇଲେ ସେ ପୃଥୀଭାରା ନିବାରିବା ନିମନ୍ତେ
ତୁହୋ ନାରାୟଣ ଉପୁଜି ମାନୁଷୀ ଗର୍ଭଗତେ ।୭୧।
କଂସ କେଶୀ ଅଷ୍ଟମଲ୍ଲ କାଳମଦନ ନାରକା
ଜାରା ବାଣା ବଜ୍ରନାଭ ସୟମ୍ବର କଦମ୍ବା ସଉନିକା ।୭୨।
ୟେହାନ୍ତ ମାରିଣ ହରି ଭାରଥ ଯୁଦ୍ଧକରା
ତେବେ ସେ ନିଶୋଧନ ହୋଇବ ମହୀଭାରା ।୭୩।
ଅର୍ଜୁନର ରଥେ ତୁ ହୋଇବୁ ସାରଥି
ବଂଶ ନିଶୋଧନ ତୁ କରିବୁ କୁରୁପତି ।୭୪।
ଛପନ କୋଟି ଯଦୁବଂଶ ମରାଇବୁ ତୋହୋର
ତେବେ ସେ ଉଶ୍ୱାସ ହୋଇବ ମହୀଭାର ।୭୫।
ତୁ ଆପଣେ ବୋଇଲୁ ଧାତା ୟେମନ୍ତ କିମ୍ପା କହୁ
ସୋମବଂଶ ନ ରହିଲେ ଅର୍ଜୁନ ରଥେ ସାରଥି ହୋଇବି କାହୁଂ ।୭୬।
ପିତାମହ ବୋଇଲେ ଚନ୍ଦ୍ରବୁଦ୍ଧର ନାତି
ସୁସଞ୍ଚ କୁମାର ଆଦି ନାମେଣ ମହାରଥୀ ।୭୭।
ସେ ଆଦିଂକି ରାଇଣ ଯେ ବୋଇଲେ ବେଦବର
ତୁ ଯାଇ ମଧ୍ୟସ୍ୱର୍ଗେ ଜନ୍ମହୋଅ ସହୋଦ୍ର ଗର୍ଭର ।୭୮।
ହରି ବଳରାମଂକ ବହେଣୀ ହୋଇବେ ଅର୍ଜୁନର ଭାରିଯା
ଅଭିମନ୍ୟୁ ନାମେଣ ହୋଇବୁ ତୁ ତାହାର ତନୁଜା ।୭୯।
ଆଦି ଗନ୍ଧର୍ବ ବୋଇଲା ମୁଂ ଅକ୍ଷୟେ ସ୍ୱର୍ଗବାସୀ
ବହୁତ କାଳ ନୁଆରଇ ମୁ ମାନବେ ମୃତୁମଣ୍ଡଳେ ବସି ।୮୦।
ଦ୍ୱାଦଶ ବରଷ ମୁହିଂ ଥିବଇଂ ତୋହୋର ବୋଲେ
ଆବର ବେନି ବରଷ ରହିବୁ ପିତାମହ ବୋଇଲେ ।୮୧।
ଆଦି ବୋଇଲା ସ୍ୱାମୀ ଶୁଣିମା ଚଉମାଥେ
ମୃତୁ ମଣ୍ଡଳେ ଚଉଦ ବରଷ ମୁଂ ବଞ୍ଚିବି କେମନ୍ତେ ।୮୨।
ସ୍ୱର୍ଗ ଭୋଗ ଛାଡ଼ି ମୁଂ ମାନବେ ହୋଇବି ଉତପତ୍ତି
ୟେଥକଇଂ କାରଣ ମୋତେ କହିବା ବେଦପତି ।୮୩।
ଶ୍ରୀକୃଷ୍ଣା ଇଦଂବାଚ ଶୁଣ ହୋ ପାର୍ଥିବ
ଯାହା ସେ ପିତାମହ ସ୍ରିଜିଲାକ ଜାଣ ୟେବେ ।୮୪।
ଶ୍ରୀ ନାରାୟଣ ବୋଇଲେ ଶୁଣସିରେ ବାବୁ
ଚଉଦ ବରଷ ଉତ୍ତାରେ ତୋତେ ଅକ୍ଷୟ ସ୍ୱର୍ଗ ଦେବୁ ।୮୫।
ବ୍ରହ୍ମାୟେ ବୋଇଲେ ତୁ ଅଭିମନ୍ୟୁ ନାମେ ଅର୍ଜୁନର ତନୟ ହୋଇବୁ
ମହାଭାରଥ ଯୁଦ୍ଧରେ ତୁ ଚକ୍ରବ୍ୟୂହରେ ପଡ଼ିବୁ ।୮୬।
ଆଦି ବୋଇଲା ବ୍ରହ୍ମା ଯିବି ତୁମର ବୋଲେ
ହରି ଅର୍ଜୁନ ମାରି ଆସଇଟି ୟେକଦିନେ ବିଳମ୍ବ ହୋଇଲେ ।୮୭।
ନାରାୟଣ ସତ୍ୟବାକ୍ୟ ପିତାମହ ମଧ୍ୟପାତ୍ରେ
ଚଉଦ ବରଷେ ଅଭିମନ୍ୟୁ ସ୍ୱର୍ଗକୁ ନ ଯିବ କେମନ୍ତେ ।୮୮।
ଚଉଦ ବରଷୁ ଯେବେ ୟେକଦିନ ଉଗୁଳି
ହରି ଅର୍ଜୁନ ମାରିଣ ସ୍ୱର୍ଗକୁ ଯିବ ଚଳି ।୮୯।
ଶ୍ରୀକୃଷ୍ଣାର ମୁଖରୁ ଶୁଣିଲେ ୟେସନକ କଥା
ଗର୍ଭବାସ ହୋଇ ବିଧାତା ହୋଇବ ମୋହୋର ଦୁହିତା ।୯୦।
ଅଭିମନ୍ୟୁର ପିଅର ତୁ ନୋହୁ ହୋ କିରୀଟୀ
ଦେବଂକର ମାୟାରେ ତୋହୋର ମାୟା ୟେଟି ।୯୧।
ଅଭିମନ୍ୟୁର ନିଧନେ ଅର୍ଜୁନର ରାଗେ
ଶକଟ ଭୁଅ ସମର ହୋଇବ ଅତି ସୋଗେ ।୯୨।
ଭୂରିସର୍ବାୟେ ଶିରଚ୍ଛେଦନ ହୋଇବେ ସାତୁକୀର ହାଥେ
ଅର୍ଜୁନର ଶରଘାତେ ପଡ଼ିବ ଜଦ୍ୟରଥେ ।୯୩।
ସେହି ନିଶାକାଳେ ଯେ ସମର ହୋଇବ
ଘଟଉତ୍କଟ ଅଳମ୍ବୁଷ ଅଞ୍ଜନପ୍ରଭା ନାଶଯିବ ।୯୪।
ବିରାଟ ପଡିବେ ଯେ କର୍ଣ୍ଣର ଶରଘାତେ
ଦ୍ରୋପଦର ଶିରଚ୍ଛେଦନ ହୋଇବ ଦ୍ରୋଣଂକର ହାଥେ ।୯୫।
କଳିଙ୍ଗସେନ ସୋମଦତ୍ତ ବାଲହିକ କୃତବର୍ମା
ଭୀମସେନର ଗଦାଘାତେ ପଡ଼ିବ ହାଥୀ ଅଶସ୍ତମା ।୯୬।
ନରେ ବା ଗୁଞ୍ଜରେ ବା ୟେସନ ବୋଲିଣ
ଅଶସ୍ତମା ହତ ବୋଲି ଶୁଭିବ ବୟାଣ ।୯୭।
ୟେ କଥା ଶୁଣି ଶସ୍ର ଛାଡ଼ିବେ ଗୁରୁ ଦ୍ରୋଣ
ମମ ପୁତ୍ର ନାଶନ୍ତେ ମୋହୋର କିସ ରଣ ।୯୮।
ପିତା ଶତ୍ରୁ ବୋଲି ତାଂକୁ ଆକ୍ରେଷିବେ ଧୃଷ୍ଟଦ୍ୟୁମନେ
ଦ୍ରୋଣଂକର ଶିର କମଳ କାଟିବେ ତତକ୍ଷଣେ ।୯୯।
ଦ୍ରୋଣଂକର ଅନ୍ତେ କର୍ଣ୍ଣ ହୋଇବେ ସେନାପତି
ଦ୍ରିଯୋଧନ ଅଠାଣୋଇ ଭାଇ ଭୀମ ମାରିବ ୟେକଘାନ୍ତି ।୧୦୦।
ଆରେକ ଦିନରେ ଧୁଶାସନର ଭୀମ ଉପାଡ଼ିବ ଭୁଜ
ଦ୍ରୋପତୀ କେଶ ଭୀମସେନ କରାଇ ଗ୍ରାହିଜ ।୧୦୧।
ତଦ ଅନନ୍ତରେ ନାଶଯିବ ବୀର କର୍ଣ୍ଣ
ଶଲ୍ୟ ଶକୁନି ଲକ୍ଷ୍ମଣ କୁମାର ପଡିବେ ସେହି ଦିନ ।୧୦୨।
ଅକଳିତ ସନ୍ୟ ପଡ଼ିବ ଗଦା ଯୁଦ୍ଧେ
ଦୁଇଶ ବାସ୍ତୋରୀ କ୍ଷଉଣୀ ନାଶଯିବେ ଅଠର ଦିନର ମଧ୍ୟେ ।୧୦୩।
ୟେକା ଦ୍ରିଯୋଧନ ପଳାଇବ ପ୍ରାଣ ଘେନି
ବ୍ୟାସ ସରୋବରେ ଯାଇ ଲୁଚିବ ସେ ଦିନ ରୟଣୀ ।୧୦୪।
ଭୀମସେନ ତିନିରଡ଼ି ସିଂହନାଦ ଘୋରେ
ମାନଗୋବିନ୍ଦ ବାହାର ହୋଇବ ସମରେ ।୧୦୫।
ଭୀମସେନର ଗଦାଘାତେ ଭଗ୍ନ ହୋଇବ ତାର ଜାନୁ
ଅଶସ୍ତମା ସେନାପତି ହୋଇବ ସେହି ଦିନୁ ।୧୦୬।
ଶ୍ରୀକୃଷ୍ଣା ବୋଇଲେ ହରି ପାଣ୍ଡବନ୍ତ ଘୁଞ୍ଚା
ସେ ଦିନ ପାଣ୍ଡବଂକୁ ଦ୍ୱାରିକାୟେ ଲୁଚା ।୧୦୭।
ପାଞ୍ଚଗୋଟି ପୁତ୍ର ଯେ ଦ୍ରୋପତୀକ ତହୁଂ ଉତପନ୍ନ
ଅଶସ୍ତମା ଅସିପତ୍ରେ ଶିରଚ୍ଛେଦନ କରିବ ସେହି ଦିନ ।୧୦୮।
ଦ୍ରିଯୋଧନ ଛାମୁରେ ଶିର ପକାଇବ ନେଇ
ମାନଗୋବିନ୍ଦ ପ୍ରାଣତ୍ୟାଜ ହୋଇବ ସେ ପାଞ୍ଚଂକର ମୁଖ ଚାହିଂ ।୧୦୯।
ବିସରି ବହୁତ ଝିଂଘାସିବ ସେ ଅଶସ୍ତମାଂକୁ
ବାଳକ ହତ୍ୟାକଲୁ ନ ଚାହିଂବି ତୋହୋର ମୁଖକୁ ।୧୧୦।
ଦେଖିଣ କୃପାଚାର୍ଯ୍ୟେ ଅନେକ ଝିଂଘାସିବେ ଅଶସ୍ତମାକୁ
କାଇଂଶିକା ନାରାଜ ସେ ପୁଣ ପେଷିବେ ପାଣ୍ଡବଂକୁ ।୧୧୧।
କାଇଂଶ ଗୋଟିୟେ ସେ ବେନିଫାଳ କରି
ଫାଳକେ ଧନୁ ସେ ଫାଳକେ ଗୁଣ ମୋଡ଼ି ।୧୧୨।
ନାରାଜ କରିବ ସେ କାଇଂଶିକା ଅଗ୍ରଖଣ୍ଡି
ଯାହାକୁ ପେଷିବ ସେ ଅବଶ୍ୟ ପ୍ରାଣ ଛାଡ଼ି ।୧୧୩।
ଶ୍ରୀକୃଷ୍ଣାୟେ ବୋଇଲେ ହରି ପଚାରଇ ତୁକୁ
ସେ ଅପାଲଟ ଶର ହରି ଦେବୁ ତୁ କାହାକୁ ।୧୧୪।
ପାଣ୍ଡବ ପାଞ୍ଚେ ତ ବ୍ରତନ୍ତି ତୋହୋର ନାମ ଧରି
ଅବଶ୍ୟ ଜଣେକ ଶହସ୍ର ଯିବ ମାରି ।୧୧୫।
ପାଣ୍ଡେବ ପାଞ୍ଚେହେଂ ତ ତୋହୋରେ ଅଭିନ୍ନ
ତୁହି ତ ବଳୀଭକ୍ଷ ନୋହିବୁ ଜନାର୍ଦ୍ଦନ ।୧୧୬।
କାହାକୁ ଦେବୁଟି ହରି କହିଥାଅ ମୋର ଆଗେ
କନକର ଯାନ ଲାଗିଲା ମୁଂ ଯିବଇଂ ଅକ୍ଷୟ ସ୍ୱର୍ଗେ ।୧୧୭।
ଶ୍ରୀକୃଷ୍ଣାର ଭବିଷ୍ୟ ଦୁରାପଦ ତଥ୍ୟ କଥା ଶୁଣି
ନାରାୟଣ ବସିଲେ ସେ ଥମ୍ଭୀଭୂତ ଜାଣି ।୧୧୮।
ଶ୍ରୀକୃଷ୍ଣାୟେ ବୋଇଲେ ହରି ସଂହରିଲି ମୋର କ୍ରୋଧ
ଜାଣି ନ କହିଲୁ ତୁ ପାଣ୍ଡବନ୍ତ କଲୁ ଉପ୍ରୋଧ ।୧୧୯।
ଯାହାକୁ ଦେବୁ ତୁ ଧରିଅଛୁ ତୋହୋର ହୃଦେ
ମୁହିଂ ତୋତେ ତାହା ସରୂପ କହୁଅଛି ହାଦେ ।୧୨୦।
ଉତ୍ତରା ଗର୍ଭେ ଯେ ଅଭିମନ୍ୟୁର ବୀର୍ଯ୍ୟେ
ନବମାସ ନବ ଦିବସ ସେ ହୋଇଥିବ ଆତ୍ମଜେ ।୧୨୧।
ତୁ ତ କଦାଚିତ ବୟେ ନ କରିବୁ ପାଣ୍ଡବଂକୁ
ସେ କାଇଂଶିକା ଶରକୁ ଦେବୁ ଅଭିମନ୍ୟୁ କୁମରକୁ ।୧୨୨।
ସେ ଶର ଆଧାର କରିବ ଉତ୍ତରାର ବଳା
ଅର୍ଜୁନ ବୋଇଲା ମା ଗୋ ସୋମବଂଶ ତ ବୁଡ଼ିଲା ।୧୨୩।
ଶ୍ରୀକୃଷ୍ଣାୟେ ବୋଇଲେ ତୁମ୍ଭେ ବିକଳ ନୋହ ପାର୍ଥ
ତହିଂକି ବୁଦ୍ଧି କରିବଟି ୟେହି ଜଗନ୍ନାଥ ।୧୨୪।
ଗୋବିନ୍ଦେ ବୋଇଲେ ମା ଗୋ ନାହିଂ ମୋର ବୁଦ୍ଧି
ତୁହି ପରମ ସାଧବୀ ଗୋ ମୋତେ କହିଥାଅ ମଉଷଧି ।୧୨୫।
ଶ୍ରୀକୃଷ୍ଣାୟେ ବୋଇଲେ ବିଶ୍ୱାମିତ୍ର ମହାମୁନି
ସେ ମେନକାକଇଂ ଦିଲେ ମଉଷଧି ମୃତୁ ସଞ୍ଜୀବନୀ ।୧୨୬।
ସେନେହେଣ ମେନକା ଯେ କହିଲେକ ମୋତେ
ମୃତୁଲୋକ ଜୀବନ ପାଇବାର ନିମନ୍ତେ ।୧୨୭।
ଆହୋ ମୃତୁ ସଞ୍ଜୀବନୀ ମନ୍ତ୍ର ମୋହୋର ତହୁଂ ଘେନସି ଦେବହରି
ପରୀକ୍ଷ କୁମାରକୁ ଜୀଆଂଇବୁ ୟେ ମନ୍ତ୍ର ପଢିକରି ।୧୨୮।
ସେ ପରମ ମାହେଶ୍ୱରୀ କହିଲେ ଦିବ୍ୟବାଣୀ
ପାଣ୍ଡବନ୍ତ ସମର୍ପି ତୋତେ ଯାଉଛି ଚକ୍ରପାଣି ।୧୨୯।
ଦ୍ରୋପତୀ କ୍ରୋଧକଲେ ପଞ୍ଚାଳ କୁମାର ନିମନ୍ତେ
ଦୁରାପଦ ବାକ୍ୟ କହିଲୁ ମା ଗୋ ମୋତେ ।୧୩୦।
ଶ୍ରୀକୃଷ୍ଣା ବୋଇଲେ କ୍ରୋଧ ଛାଡସି ଗୋ ମାତ
ତୋହୋର କିସ ଦୋଷ ତାହାଂକର କଲା କୃତ ।୧୩୧।
ଦ୍ରୋପତୀ ପଚାରିଲେ ଶୁଣସି ଗୋ ମାତ
କେବଣ କେବଣ ଦୋଷ କଲେ ମୋର ପୁତ୍ର ।୧୩୨।
ସତ୍ୟଯୁଗେ ବିଶ୍ୱାମିତ୍ର ବ୍ରହ୍ମାୟେ ବିବାଦୀ
ବଶିଷ୍ଠଂକ ଛଳେ ନବସୃଷ୍ଟି ସେ ସମ୍ପାଦି ।୧୩୩।
ବିଦ୍ୟା ପୁରୁଷେ ଯେ ପଳାଇଲେ ଜାଣ ଡରେ
ପଳାଇ ପଶିଲେ ଯାଇ ହରିଚନ୍ଦନର ପୁରେ ।୧୩୪।
ବିଶ୍ୱାମିତ୍ର ମୁନି କଲେ ବେଦ ଆଧ୍ୟାୟନ
ହରିଚନ୍ଦନ ଧନ ରାଇଜ ଘେନିଲେ ମହାଦାନ ।୧୩୫।
ହରିଚନ୍ଦନ ରାଜାର ଶବ୍ୟା ନାମେ ରାଣୀ କୁମାର ରୋହିତାକ୍ଷ
ତିନିକଇଂ ରାଜ୍ୟରୁ ଛଡ଼ାଇଲେ ମୁନି ଦକ୍ଷ ।୧୩୬।
ପାଦେଣ ଚଳାଇ ଯେ ନିଅନ୍ତି ତିନିପ୍ରାଣୀ
ଚାଲି ନୁଆରି କାନ୍ଦିଲା ସେ ରୋହିତାକ୍ଷ କୁମରମଣି ।୧୩୭।
ରୋଧିର ଫୁଟନ୍ତେଣ ପୟରେ କୁମାର ନୁଆରଇ ଚାଲି
ମାତା ଗୋ ମାତା ଗୋ ବୋଲି ପାଡ଼ିଲା ବୋବାଳି ।୧୩୮।
ଚାଲୁକିନା ରେ କୁମର ବୋଲି ମୁନି ବୋଇଲେକ ରାଗେ
ରୋହିତାକ୍ଷ କୁମାରେ ପ୍ରହାର କଲେ ଡାଙ୍ଗେ ।୧୩୯।
କନ୍ଧର ମଧ୍ୟତରଣ ପଡ଼ିଲା ମହାୟାଠି
ଭୂମିରେଣ ପୁତ୍ରଗୋଟି ପଡ଼ିଲାକ ଲୋଟି ।୧୪୦।
ବିଶ୍ୱେଦେବା ପଞ୍ଚ ପୁରୁଷେ ସେ ସ୍ୱର୍ଗେ ଥାଇ ଦେଖିଲେ
ରୋହିତାକ୍ଷ ଅବସ୍ଥା ଦେଖି ବିଶ୍ୱାମିତ୍ରଂକୁ ଗାଳି ଦିଲେ ।୧୪୧।
ଆହୋ ବିଶ୍ୱାମିତ୍ର ତୁହି ଅଟୁ ବଡ ମନ୍ଦ
ବାଳୁତ ପୁତ୍ର ଗୋଟିକି ୟେଡ଼େକ ପରମାଦ ।୧୪୨।
ରାଜ୍ୟଭାର ସିଂହାସନ ଘେନିଲୁ ତାର ବଳେ
ୟେତେ ବଡ ସମ୍ପ୍ରଧି ତାର ନାଶିଲୁ ଅବହେଳେ ।୧୪୩।
କ୍ଷତ୍ରୀ ହୋଇଣ ତୁ ହୋଇଲୁ ମହାତପୀ
ଲୋଭ ଆଚରି ତୁ ଧର୍ମ ନାଶିଲୁ ଅଦ୍ୟାପି ।୧୪୪।
ବିଶ୍ୱେଦେବାଂକର ତହୁଂ ଦୁର୍ଦ୍ଧର୍ଷ ବାକ୍ୟ ଶୁଣି
ଇର୍ଦ୍ଧ୍ୱମୁଖେ ବିଶ୍ୱାମିତ୍ରେ ଚାହିଂଲେ ଶିର ଝୁଣି ।୧୪୫।
ରକତ କୁମୁଦ ପ୍ରାୟେ ଦିଶଇ ବେନି ଆଖି
ରାଗେଣ ଶାପ ଦିଲେ ବିଶ୍ୱେଦେବାନ୍ତ ଦେଖି ।୧୪୬।
ଆରେ ମାନୁଷୀ ଗର୍ଭେ ତୁମ୍ଭେ ହୋଅସି ଜନମ
ୟୋତେ କଥାକୁ ତୁମ୍ଭର ୟେତେ ଉତକର୍ମ ।୧୪୭।
ଅଶସ୍ତମା ହାଥରେ ତୁମ୍ଭଂକୁ ହୋଉ ପରମାଦ
ସାତ ସାତ ବରଷେ ତୁମ୍ଭର ହୋଉ ଶିରଚ୍ଛେଦ ।୧୪୮।
ଭୀମର ନନ୍ଦନ ଯେ ହିଡିମ୍ୱିକା ସୁତ
ଘଟଉତକଟ ବୋଲିଣ ସେ ବୋଇଲା ସମ୍ଭୂତ ।୧୪୯।
ଯୁଝେଷ୍ଠି ଦ୍ରୋପତୀ ଯେ ଥିଲେ ୟେକସ୍ଥାନେ
ଦେଖି ମାନ୍ୟ ନ କଲା ସେ ମାତାର ବଚନେ ।୧୫୦।
କୋପେଣ ତାହାକୁ ଯେ ଦ୍ରୋପତୀ ଶାପ ଦିଲେ
ମତ୍ତଗର୍ବେ ଯହୁଂ ସେ ଅମାନ୍ୟ ଦେଖିଲେ ।୧୫୧।
ବଜ୍ର ଶକତି ପଡୁରେ ତୋହୋର ପିଠିର
ଭୀମର ପୁତ୍ର ତୁରେ ରାକ୍ଷସୀ କୁମର ।୧୫୨।
ପଞ୍ଚଭ୍ରଥା ବୋଲି ମୁହିଂରେ ଚିନ୍ତିଲୁ ମନ୍ଦଚିତ୍ତେ
ୟେ ଶାପ ପଡୁ ମୋର ତୋହୋର ହୃଦଗତେ ।୧୫୩।
ଘଟଉତ୍କଟ ମାତା ଯେ ଅଟଇ ହିଡ଼ିମ୍ୱିକୀ
ପୁତ୍ର ଶାପ ଶୁଣିଣ ହୃଦୟ ତାର କମ୍ପି ।୧୫୪।
ସେ ହିଡ଼ିମ୍ୱିକୀ କହିଲା ଲୋ ଦ୍ରୋପତୀ ପାମେରୀ
ମୋହର ପୁତ୍ରକୁ ଶାପ ଦିଲୁ ଲୋ ନ ବିଚାରି ।୧୫୫।
ତୋର ଗର୍ଭେ ଅବଶ୍ୟ ଲୋ ହୋଇବେ ପଞ୍ଚୁପୁତ୍ର
ଅଶସ୍ତମା ବାଣେ ସେ ହୋଇବେ ନିପାତ ।୧୫୬।
ୟେଣେ ଋଷିକୋପ ତେଣେ ହିଡ଼ିମ୍ୱିକୀର ଶାପ
ୟେ କଥା ଯେ ପୂର୍ବରୁ ହୋଇଛି ସରୂପ ।୧୫୭।
ଶ୍ରୀକୃଷ୍ଣାୟେ ବୋଇଲେ ତୁମ୍ଭେ ଶୁଣ ଗୋ ପଞ୍ଚାଳୀ
ସେ ପଞ୍ଚାଳ କୁମାରଂକ କଥା କିମ୍ପାଇଂ ତୁ ବିକଳେ ଭାଳି ।୧୫୮।
ଆଗୋ ଯାହା ସେ ପୂର୍ବ ଅରଜି ତାହା କର୍ମ ପୁଣ ବୋଲି
ତୁ କି ଅଗ୍ୟାନୀ ଗୋ ତୋତେ ସରୂପ କହିଲି ।୧୫୯।
ଶ୍ରୀକୃଷ୍ଣାଂକ ବଚନେ ଦ୍ରୋପତୀ ଛାଡ଼ିଲେ କ୍ରୋଧବାଣୀ
ଦ୍ରୋପତୀଂକି କୋଳେ ବସାଇଲେ ସେ ପରମ ମହାତ୍ମାଣୀ ।୧୬୦।
ଆଗୋ ପ୍ରଥମ ଅବତାରେ ତୁ କେତୁକା ହେଙ୍ଗୁଳା
ଦୁଜ ଅବତାରେ ତୁ ଗୋ ପାର୍ବତୀ ୟେକବଳା ।୧୬୧।
ତିଜ ଅବତାରେ ତୁ ଅଗ୍ନିରୁ ହୋଇଲୁ ଜାୟେ
ଜନ୍ମେ ଜନ୍ମେ ତୋହୋର ମୋହୋର ପ୍ରୀତି ମାୟେ ।୧୬୨।
ବଚନ ସମାର୍ଜନେ ସବୁନ୍ତିହିଂ ପ୍ରବୋଧି
ପରମ ମାହେଶ୍ୱରୀ କହିଲେ ଭବିଷ୍ୟ ସର୍ବବୁଦ୍ଧି ।୧୬୪॥୬୭୧।
କବଚ କୁଣ୍ଡଳ ଅର୍ଥେ ବ୍ରାହ୍ମଣ ରୂପରେ ଇନ୍ଦ୍ରଙ୍କର କର୍ଣ୍ଣକୁଛଳନା ତଥା ବରଦାନ ଓ ଶ୍ରୀକୃଷ୍ଣାଙ୍କ ସ୍ୱର୍ଗ ଗମନଶ୍ରୀକୃଷ୍ଣଂକର ଅଗ୍ରତେ ଶ୍ରୀକୃଷ୍ଣାୟେ ପଚାରିମହାଭାରତ ଯୁଦ୍ଧକଇଂ ଯେ ଅନକୂଳ କରୁଛୁ ଦେବହରି ।୧।କର୍ଣ୍ଣ ଯେ ମଇତ୍ର ହୋଇଅଛି ଦ୍ରିଯୋଧନର ତୁଲେକେ ତାହାକଇଂ ଜିଣି ପାରିବ ଅଭେଦ କବଚ ବଜ୍ର ଛଉଂରୀ ଅମୃତ କୁଣ୍ଡଳ ଥିଲେ ।୨।କର୍ଣ୍ଣକୁ ତୋହୋର କିତିକି ଯେବେ ଅଣାଇ ପାରୁ ଅଚ୍ୟୁତଅଥବା ନଇଲେ ବଜ୍ର ଛଉଂରୀ ଅମୃତ କୁଣ୍ଡଳ ଅଭେଦ କବଚ ଅଣାଅ ଜଗଭୂତ ।୩।ୟେଥକଇଂ ବୁଦ୍ଧି କିମ୍ପେ ନ କରୁ ଚକ୍ରପାଣିକର୍ଣ୍ଣ ତହିଂ ଥିଲେ କଉରବନ୍ତ କେହୁ ପାରେ ଜିଣି ।୪।ଶ୍ରୀକୃଷ୍ଣାୟେ ଚାହିଂଲେ ଯେ ସହଦେବର ମୁଖକର୍ଣ୍ଣର ତହୁଂ ଅଭେଦ କପଚ କେମନ୍ତ ଆସଇ ହୋ ମନ୍ତ୍ର ଦକ୍ଷ ।୫।ସହଦେବ ବୋଇଲା ଅର୍ଜୁନର ସେ ଅଟଇ ପିତାମହସତ୍ୟ କରିଅଛି ସେ ପୂର୍ବେଣ ସନ୍ଦେହ ।୬।ଶ୍ରୀକୃଷ୍ଣ ଚାହିଂଲେ ଯେ ଅର୍ଜୁନର ମୁଖକର୍ଣ୍ଣର ତହୁଂ ଅଭେଦ କପଚ ବଜ୍ର ଛଉଂରୀଅମୃତ କୁଣ୍ଡଳ କେମନ୍ତେ ଆଣ ହେ ବିବତ୍ସ ।୭।ଅର୍ଜୁନ ବୋଇଲେ ସ୍ୱାମୀ ମୁଂ ଗଲାଇଂ ଅମର ସ୍ୱର୍ଗେନିର୍ବାତ କପଚ ମାଇଲି ମୁଂ ପିତାମହର ରାଗେ ।୮।ସନ୍ତୋଷେଣ ମୋତେ କୋଳେ ବସାଇଲେ ପୁରନ୍ଦରସତ୍ୟବାକ୍ୟ କରି ବୋଇଲେ ପୁତ୍ର ମୋତେ ମାଗ ବର ।୯।ପିତାମହର ବଚନେ ମୁଂ ଚରଣେ କଲଇ ସେବାଭୋ ତାତ କର୍ଣ୍ଣର ତହୁଂ ଅଭେଦ କପଚ ବଜ୍ର ଛଉଂରୀ ଅମୃତକୁଣ୍ଡଳ ଆଖି ମୋତେ ଦେବା ।୧୦।ତୋଷେଣ ପ୍ରସନ୍ନ ମୋତେ ହୋଇଲେ ଆଖଣ୍ଡଳେମୋତେ ସୁମରିବୁ ତୁ ଯେ ତୋହୋର କାର୍ଯ୍ୟ ବେଳେ ।୧୧।ଶଉଚବନ୍ତ ହୋଇଣ ସେ ଶାୟନ୍ତନୁର ପଣନାତିସଇରଭ ପାତ୍ରେଣ ଜଳ ପୁରାଇ ସେ ସୁମରଇ ସୁରପତି ।୧୨।ଅମର ତେଜ୍ୟା ସେ କରିଣ ମଘବାଶୂନ୍ୟ ଆସନେ ଆସି ବିଜୟେ ସୁରଦେବା ।୧୩।ସେ ବାସବ ଦ୍ରଶନେ ଅର୍ଜୁନ ପରିଣାମିଅଙ୍ଗଦେଶେ କର୍ଣ୍ଣ ତହିଂକି ବିଜୟେ କରିବା ସ୍ୱାମୀ ।୧୪।ଅଭେଦ କପଚ ବଜ୍ର ଛଉଂରୀ ଅମୃତ କୁଣ୍ଡଳଗୋପ୍ୟେଣ କର୍ଣ୍ଣର ତହୁଂ ଆଣିମା ବଜ୍ରଧର ।୧୫।ଅର୍ଜୁନର ବଚନେ ଯେ ଚଳନ୍ତି ସହସ୍ରାକ୍ଷକର୍ଣ୍ଣର ରାଜ୍ୟେ ଯାଇ ପ୍ରବେଶ ବୃନ୍ଦ ଅର୍କ କୁଳଦକ୍ଷ ।୧୬।ଶତେଭାର ସୁବର୍ଣ୍ଣ ଯେ କର୍ଣ୍ଣ ନିତ୍ୟେ ଦେଇୟେକା ବସ୍ରେ ପିନ୍ଧି ନାରାୟଣଂକୁ ଲୟ କରଇ ।୧୭।ବ୍ରାହ୍ମଣ ରୂପ ଧରିଣ ପ୍ରଜାପତି ନାତିଲମ୍ୱିତ ଜୂଡା ତ୍ରିଚ୍ଛକ ବସନ କାଖେଣ ବେଦପୋଥି ।୧୮।ଶ୍ରୀବତ୍ସ ଲାଞ୍ଚ୍ଥନ ଯେ ତାମ୍ରବର୍ଣ୍ଣ କାୟେବେନି ଲୋଚନେ ଦିଶଇ ତମ୍ୱାଚକ୍ର ପ୍ରାୟେ ।୧୯।ଋକ ଯଜୁ ସାମ ଅଥର୍ବ ବେଦ ଚାରିଆବର ଜ୍ୟୋତିର ଧନୁ ଶିଶୁବେଦ ଆଦିକରି ।୨୦।ଅଜପା ଜପା ଯେ ଯୋଗବେଦ ତିନିୟେକାମୁଖେ ୟେକାଦଶ ବେଦ ଉଂକାର କରନ୍ତି ସସ୍ରଯୋନି ।୨୧।ବାସବ ଦେବତାର ବେଦ ଆଖ୍ୟାନରେପୃଥୀ କମ୍ପିଲା ଯେ ଘୋରଧୂନି ଶବଦରେ ।୨୨।ଆଶ୍ରିଜ ଯେ କର୍ଣ୍ଣ ବ୍ରାହ୍ମଣ ବେଦଧୂନି ଶୁଣିଶ୍ରୀପୟରେ ବିଜେକଲେ ବୀର କର୍ଣ୍ଣ ଚୂଡାମଣି ।୨୩।ନିର୍ଧୂମ ଅଗ୍ନି ଜାଣି ବ୍ରାହ୍ମଣର ତେଜ ମୃତ୍ତିଦେଖିଣ କର୍ଣ୍ଣ ମହାରଥୀକି ଲାଗିଲା ମହାଭୀତି ।୨୪।ଧୂରେ ଥାଇ କର୍ଣ୍ଣ ଶତ ସହସ୍ର ଦଣ୍ଡ ପ୍ରଣମିତଉଠି କରଯୋଡ଼ି ସେ ଜଣାଇ ବିନୟ ଭଗତ ।୨୫।କି ଅବା ତୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସ୍ୱାମୀକି ଅବା ଇନ୍ଦ୍ର ଚନ୍ଦ୍ର କୁବେର ସୁରଗାମୀ ।୨୬।ଶତେଭାର ସୁବର୍ଣ୍ଣ ଦାନ ଦିଅଇ ମୁଂ ନତ୍ୟେୟେଡ଼େ ବଡ଼ ବେଦଗ୍ୟଂ ବ୍ରାହ୍ମଣ ଦେଖିଲା ନାହିଂ ୟେ ମଧ୍ୟ ଜଗତେ ।୨୭।ମୋହର ଅକର୍ମ ତୋହୋର ଅପ୍ରାପତ ବେଳଦ୍ୱାଦଶ ଭଣ୍ଡାର ଦାନ ମୁଂ ଦେଲିନି ସକଳ ।୨୮।ଧର୍ମକୁ କଷଣ ମୋତେ କଲୁ ମହାତମାଦାନେ ଶୂରପଣେ ମୋତେ ନିନ୍ଦା ରୁହାଇଲୁ କିନା ।୨୯।ମୋହୋର ପ୍ରାୟେକ ଦାନୀ ତୋହୋର ପ୍ରାୟେ ବ୍ରାହ୍ମଣକୁ ଦାନ ଦେବିୟେ ଜନ୍ମକଇଂ ତୋହୋର ଦାରିଦ୍ର ନ ଥୋଇବି ।୩୦।ତୁ ମୋତେ ତଳହାଥ କରି ମାଗୁଅଛୁ ଦାନଆରବେଳେ ଆନକୁ କି କରିବୁ ପ୍ରାର୍ଥନ ।୩୧।ଆଜକ ରହି ବ୍ରାହ୍ମଣ ରନ୍ଧନ ଭୋଜନ କରକାଲି ପ୍ରଭାତେ ମୁଂ ଚିତ୍ତ ରଞ୍ଜିବି ତୋହୋର ।୩୨।ଶତେଭାର ସୁବର୍ଣ୍ଣ ମୋତେ ବସୁନ୍ଧରୀ ଦିଅଇ ନିତିସେ ଧନ ଦେଇ ତୋତେ କାଲି କରିବି ତ୍ରିପୁତି ।୩୩।ଇନ୍ଦ୍ର ବୋଇଲେ ସେ ଧନକୁ ତୋହୋର ବହୁତ ଲୋକର ବଡ ଆଶମୁଂ ୟେକା କେମନ୍ତେ ଖଣ୍ଡିବି ବହୁତ ଲୋକକଂର ଗ୍ରାସ ।୩୪।ଆହୋ କର୍ଣ୍ଣ ମୋର ସେ ଧନେ କି ପ୍ରିଓଜନଭୂମିଦାନ ମାଗୁ କି ବୋଇଲେ ବୀର କର୍ଣ୍ଣ ।୩୫।ଇନ୍ଦ୍ର ବୋଇଲେ ମୋର ଭୂମି ଦାନରେ ପ୍ରିଓଜନ ନାହିଂଅଥବା କିସ ମାଗୁ ନ କହୁ କିମ୍ପାଇଂ ।୩୬।ଡାହାଣବ୍ରତେକ ଶଙ୍ଖେ କୁଶ ଯବ ତିଳ ପାଣିକର୍ଣ୍ଣର ହାଥେ ଦ୍ୱିଜବର ତୋଳିଦିଲା ଆଣି ।୩୭।ତଳ ହାଥ କରିଣ ମାଗେ ମଘବାନଉପର ହାଥ କରିଣ ଦାନ ଯେ ଦେଉଅଛି ବୀର କର୍ଣ୍ଣ ।୩୮।ସତ୍ୟ ସତ୍ୟ ବଚନେ ଯେ ବୋଲଇ ରାଧେବଶକ୍ୟ ଅନୁକର୍ମେ ଦାନ ମୋତେ ମାଗ ହୋ ବିପ୍ରଦେବ ।୩୯।ଇନ୍ଦ୍ର ବୋଇଲେ ହୋ ଶୁଣ ଦଶ ଦିଗପାଳେତୁମ୍ଭେ ସାକ୍ଷୀ ହୋଇଥିବ କର୍ଣ୍ଣର ଦାନ ଦେବାବେଳେ ।୪୦।ଚାରିଯୁଗେ ଚାରିମେଘେ ଚାରିଦିଗେ ତୁମ୍ଭେ ଥାଅ ସାକ୍ଷୀଧର୍ମକୁ ତରଣା କର୍ଣ୍ଣ ଦାନ ଦେଉଅଛି ।୪୧ ।କେତେହେଂ କଷଣ ମୋତେ ଦେଉଛ ଦ୍ୱିଜବରଆହାର୍ଣ୍ଣିକ ବେଳ ତୋର ଯେ ହେଉ ଅଛଇଂ ଉଛୁର ।୪୨ ।ଉପର ହାଥ କରିଣ କର୍ଣ୍ଣ ଛାଡ଼ନ୍ତେଣ ଜଳତଳ ହାଥ କରିଣ ଯେ ଘେନିଲେ ଆଖଣ୍ଡଳ ।୪୩ ।ବାସବର ହାଥେ କର୍ଣ୍ଣ ଯେ ଛାଡ଼ିଲାକ ଅମ୍ୱୁଇଦଂବାକ୍ୟ ବ୍ରାହ୍ମଣ ବୋଇଲା ଅଭେଦ କପଚବ୍ରଜଛଉଂରୀ ଅମୃତ କୁଣ୍ଡଳ ମୋତେ ଦେବୁ ।୪୪ ।ବାସଂବକର ମୁଂଖୁ ୟେସନକ ବାକ୍ୟ ଶୁଣିକରୁଂ ଅମ୍ୱୁ ପକାଇଲା କର୍ଣ୍ଣ ବୀର ଚୂଡାମଣି ।୪୫ ।କର୍ଣ୍ଣ ବୋଇଲା ଭୋ ତାତ ଧର୍ମ କଲୁ ନାଶପୁଣ୍ୟବନ୍ତ ପୁରଷଂକୁ ହାଦେ ପଡଇ ଝିଂଘାସ ।୪୬ ।ୟେକ ପୁତ୍ରକଇଂ ନାଶି ଦୁଜପୁତ୍ର ରଖିୟେଥକୁ ପରା ଦିଗପାଳମାନନ୍ତ କରାଉଥିଲୁ ସାକ୍ଷୀ ।୪୭ ।ଅର୍ଜୁନ ସେ ତୋହୋର ପୁତ୍ର ଅଟଇ ସୁରନାଥଧର୍ମ ଆଚରଣେ ପୁଣ ମୁଂ ତା ତହୁଂ ଗୁଣ ଶତ ।୪୮ ।ଇନ୍ଦ୍ର ହୋଇଲେ ତୁ ସତ୍ୟ କରିଅଛୁ ରେ ବାବୁତୋହୋର ବିଚାରେ ୟେବେ ଦେବୁ କି ନ ଦେବୁ ।୪୯ ।ଇନ୍ଦ୍ରର ବଚନେ ଯେ ହସଇ ବୀର କର୍ଣ୍ଣବାଚା ବିଚଳିତ ପୁରୁଷ କର କିସହିଂ ଜୀବନ ।୫୦ ।ମୁହିଂ ତୁମ୍ଭନ୍ତ ଦାନ ଦିଅଇ ଅବଶ୍ୟ ତୁମ୍ଭେତ ଘେନିବତେବେ ସେ ହାଦେ ଧର୍ମ ମୋତେ ଉଦିତ ହୋଇବ ।୫୧ ।ଶଉଚବନ୍ତ ହୋଇ କର୍ଣ୍ଣ କୃଷ୍ଣାଜିନ ଛାଲ ମାଡ଼ିବସିଲାକ କର୍ଣ୍ଣବୀର ଈଶାନକୁ ଦୃଷ୍ଟିକରି ।୫୨।ବିଶିକେସନ କୁମାରକୁ ଯେ ଦେଖାଇ ଦିଲା ତାଳୁବିଜେକର୍ଣ୍ଣକଟାର ମାର ଅଭେଦ ମଣି ଚଳୁ ।୫୩।ପିତାର ବଚନେ ବିଜେକର୍ଣ୍ଣକଟାର ଘେନି କୁମରମଣିକର୍ଣ୍ଣର ତାଳୁ ଯେ ବେନି ଫାଳକରି ହାଣି ।୫୪।ଶିର ବିଦାରନ୍ତେଣ ଯେ ଦିଶିଲା ମଣି ଜ୍ୟୋତିଅଭେଦ କପଚ ମଣି ଶତେସୂର୍ଯ୍ୟ କାନ୍ତି ।୫୫।ବାସବର ହାଥେ ନେଇ ଦିଲେକ ରାଧେବତଳ ହାଥକରି ଘେନିଲେ ତାହା ଅମରାଧି ଦେବ ।୫୬।କର୍ଣ୍ଣରୁ କାଢିଦିଲା ସେ ଅମୃତ କୁଣ୍ଡଳ ବେନିତଳ ହାଥକରି ତାହା ଘେନିଲେ ସହସ୍ରଯୋନି ।୫୭।ପୁତ୍ରର ମୁଖ ଚାହିଂ ଯେ ବୋଇଲା ମହାରଥିଶରୀରୁଂ ବଜ୍ର ଛଉଂରୀ କାଢିଦିଅ ପିତା ହୋଇବେ ତ୍ରିପୁତି ।୫୮।କରେଣ କୁମରମଣି ଯେ ଘେନିଣ କରବାଳଶିରରୁ ଉଛୁଡ଼ିଣ ବଜ୍ରଛଉଂରୀ କାଢିଲା କର୍ଣ୍ଣର ଦୁଲାଳ ।୫୯।ସୁରସେନ ବିଶିକେଶନ କର୍ଣ୍ଣର ପୁତ୍ର ବେନିଉଛୁଛନ୍ତି ଶରୀରୁଂ କରେଣ କୋଠାରନ୍ତ ଘେନି ।୬୦।ଶିର କପାଳ ଯେ ଗଣ୍ଡସ୍ଥଳ ନାସାଛଉରନ୍ତି ବିଦାରନ୍ତି କାଢନ୍ତି କର୍ଣ୍ଣକୋଷା ।୬୧।ଧରି ଉଛୁଡାନ୍ତେ ଗହଳ ବହଇ ଶ୍ରୋଣିଓଷ୍ଠ ଗଳ କନ୍ଧ ବିଦାରିଣ ଛଉଂରୀ କାଢିଆଣି ।୬୨।କୋଠାର ଗଳାଇ ଯେ ବିଦାରନ୍ତି ହୃଦେସାଧୁ ସାଧୁ କର୍ଣ୍ଣ ବୋଲି ବୃନ୍ଦାଅର୍କେ ବୋଲନ୍ତି ଗଗନ ମାର୍ଗେ ।୬୩।ବେନିବାହା ମଧ୍ୟେ ଗଳାବନ୍ତି ନିଶିମଳିଧୀରେ ଧୀରେ କରି ଉଛୁଡ଼ ରେ ରାଧେବ କର୍ଣ୍ଣ ବୋଲି ।୬୪।ଭୁଜ ଅଙ୍ଗୁଳିମାନ ସମସ୍ତ ବିଦାରିଉଛୁଡ଼ନ୍ତେ କର୍ଣ୍ଣ ଆସାଷ୍ଟମ ହୋଇ ପଡ଼ି ।୬୫।ପୁଣ ଛଡାବନ୍ତି ବେନି ଯେ ଅଙ୍ଗୁଷ୍ଠିଅସାଷ୍ଟମେ ପଡ଼ିଣ ଯେ ନ ଜାଣଇ କିଛି ।୬୬।କମଳ ପତ୍ର ପାଡ଼ିଣ ଶରୀର ନେଇ ଲୋଟିବିଜେକର୍ଣ୍ଣକୋଠାର ନେଇ ଯେ ବିହଡ଼ନ୍ତି ପିଠି ।୬୭।ଯେସନେକ ଛାଗଳକୁ କେଳାବନ୍ତି କୁଢିତେସନେକ ଅବସ୍ଥା କରି କର୍ଣ୍ଣକୁ ଉଛୁଡ଼ି ।୬୮।ରୁଧିରେଣ ତ୍ରିପଣ୍ଡ ହୋଇ ବିକାଶିଲା ଜାଣ ଭୂମିସାଧୁ ସାଧୁ କର୍ଣ୍ଣ ବୋଲି ବୋଇଲେ ପୁରନ୍ଦ୍ର ଦେବସ୍ୱାମୀ ।୬୯।କଟିକେ କଟି ମେଖଳେ ଛଡ଼ାବନ୍ତି ଜାନୁକିଂଶୁକ ପୁଷ୍ୟ ପ୍ରାୟେ ଦିଶିଲା ରାଧେବର ତନୁ ।୭୦।ଆଣ୍ଠୁ ଗୋଡ଼ ପାଦ ତଳିପାର କାନ୍ତିପାଦର ଆଙ୍ଗୁଷ୍ଠି ସହିତ ଯେ ଛଡ଼ାବନ୍ତି ନିଭ୍ରାନ୍ତି ।୭୧।ଶରୀର ବିକାଶଇ ମନ୍ଦାର ପୁଷ୍ୟ ଓଳିରକତେ କର୍ଦ୍ଦନ ଯେ ତ୍ରିପଣ୍ଡ ଜାଣି ଗଳି ।୭୨।ଦାନେଣ କର୍ଣ୍ଣ ଯେ କଇଚ୍ଛା ଜଗଜ୍ଜେଠୀସତ୍ୟ ଅଲଂଘିତ ସେ ଯାହାର ନାମଗୋଟି ।୭୩।ତଳହାଥ କରିଣ ଯେ ପାତିଲେ ପୁରନ୍ଦରଉପର ହାଥ କରି କର୍ଣ୍ଣ ଦିଲା ଯେ ବାସବ ନିଜ କର ।୭୪।ଅଭେଦ କପଚ ବଜ୍ର ଛଉଂରୀ ଅମୃତ କୁଣ୍ଡଳ ବେନିଯେ ତିନିନ୍ତି କର୍ଣ୍ଣ ଦିଲା ସତ୍ୟବାକ୍ୟ ଘେନି ।୭୫।ଇଦଂ ବାକ୍ୟେ କର୍ଣ୍ଣ ଇନ୍ଦ୍ର ପାଦେଣ ପରିଣାମିଯଥା ତ୍ରିପୁତି ଭଜି ୟେବେ ବିଜେ କରିବା ଦେବସ୍ୱାମୀ ।୭୬।ବାସବ ଦେବତା ଯେ ସୁମରିଲେ ମାତଳିକିପୁଷ୍ୟକ ବିବାନ ଘେନି ବିଜେ ସହସ୍ରାକ୍ଷର ତହିଂକି ।୭୭।ଆଶିଷ କଲ୍ୟାଣ କଲେ ସହସ୍ରାକ୍ଷ ବେଦବାକ୍ୟେସାଧୁ ସାଧୁ କର୍ଣ୍ଣ ବୋଲି ପ୍ରଶଂସନ୍ତି ତ୍ରଇଲୋକ୍ୟେ ।୭୮।ଅଭେଦ କବଚ ବଜଛଉଂରୀ ଅମୃତ ବେନି କୁଣ୍ଡଳପୁଷ୍ୟେକ ରଥେ ୟେହାନ୍ତ ଘେନି ବିଜେକଲେ ଆଖଣ୍ଡଳ ।୭୯।ମନେ ଧରନ୍ତେ ପବନୁ ବେଗେ ଚଳଇ ଯେଉଂଣ ରଥଦାନ ଭାରାୟେ କରି ସେ ବସିଲା ଭୂମିଗତ ।୮୦।ମାତଳି ମୁଖ ଚାହିଂ ବୋଲଇ ସୁରନାହାଯିବା ଅମର ସ୍ୱର୍ଗେ ଯେ ପୁଷ୍ୟେକ ରଥ ବେଗେ ବାହା ।୮୧।ମାତଳି ବୋଇଲା ଦେବ ଶୁଣିମା ଜମ୍ୱୁଭେଦୀଦାନ ଭାରାୟେ ରଥ ଯେ ଆକାଶକୁ ନ ଖେଦି ।୮୨।ଯେଉଂଣ ମହାଦାନ ଘେନିଲୁ ଦେବସ୍ୱାମୀଦାନ ଭାରାୟେ ରଥ ତୋର ବସିଲାକ ଭୂମି ।୮୩।ଶୁଣିଣ ଆଶ୍ରିଜ ଯେ ହୋଇଲେ ସୁରରାଜଅଥବା ସିଦ୍ଧ କେମନ୍ତେ ହୋଇବ ମୋର କାର୍ଯ୍ୟ ।୮୪।ମାତଳି ବୋଇଲା ଯେ ଅତିୟ ଦାନଭାରପ୍ରତିଗ୍ରହ ନ ଦିଲେ ୟେଥି ନାହିଂ ପ୍ରତିକାର ।୮୫।ସୁରନାଥେ ବୋଇଲେ ପୁଷ୍ୟେକ ରଥେ ବସିପୁଣ କୋଳେଣ କର୍ଣ୍ଣକଇଂ ଯେ ଧଇଲେ ଆଶ୍ୱାସି ।୮୬।ଇନ୍ଦ୍ର ଦେବତାଂକର ଯହୁଂ ଲାଗିଲା କରସ୍ଥଳିବାହୁଡ଼ି କର୍ଣ୍ଣ ଦେହେ ଜଡିତ ରୋମାବଳୀ ।୮୭।ଇନ୍ଦ୍ର ଆଶ୍ୱାସନା କଲେ ଯହୁଂ କର୍ଣ୍ଣର କାୟେକର୍ଣ୍ଣର ଶରୀର ଦିଶିଲା ଲୋହିତ ବର୍ଣ୍ଣ ପ୍ରାୟେ ।୮୮।ହୃଦେ ଇନ୍ଦ୍ର ଦିଲେ ଯେ ସହସ୍ର କିରଣ ମଣିକର୍ଣ୍ଣକଇଂ ଆଶ୍ୱାସନା କଲେକ ବଜ୍ରପାଣି ।୮୯।ବାବୁ ସୁପୁତ୍ର ଶୂରବନ୍ତ ସୋହଡ଼ ଭାରୋଇ ମଲ୍ଲ ତୁ ଯେଅଥବା ଅମର ସ୍ୱର୍ଗକଇଂ ମୁଂ କେମନ୍ତେ କରିବି ବିଜେ ।୯୦।କର୍ଣ୍ଣ ବୋଇଲା ତୁମ୍ଭେ ଯାଅସି ପିତାମହଆନ କିସ ଦେବଇଂ ସନ୍ଦେଶ ମୋତେ କହ ।୯୧।ଇନ୍ଦ୍ର ବୋଇଲେ ମୁଂ ଦାନ ଭାରା ପାଇବୃନ୍ଦାଅର୍କ ମେଳକୁ ମୁଂ ନୁଆରିବି ଯାଇ ।୯୨।ତୁ ଯେବେ ନନ୍ଦନ ମୋର ମୋତେ ଶୁଭ ବାଞ୍ଚ୍ଥୁଂଉଲଟ ପ୍ରତିଗ୍ରହ ମୋତେ ଦାନ ମାଗ କିଛୁ ।୯୩।କର୍ଣ୍ଣ ବୋଇଲା ତାତ ୟେହା ନ ମିଳଇ ଯୁଗତପିତାଉଂ ପୁତ୍ରଦାନ ଘେନିମ କେମନ୍ତ ।୯୪।ଇନ୍ଦ୍ର ବୋଇଲା ପୁତ୍ର ମୋର ପାର ଅର୍ଥେତଦ ନିମନ୍ତେ ପ୍ରତିଗ୍ରହ ଦାନ ଦେବଇଂ ତୋତେ ।୯୫।କର୍ଣ୍ଣ ବୋଇଲା ତାତ ମୁଂ ମାଗିବି ଯଦ୍ୟପିତୁ ତାହା ତାତ ଦେଇ ନୁଆରବୁ ଅଦ୍ୟାପି ।୯୬।ଇନ୍ଦ୍ର ବୋଇଲେ ବାବୁ ଯେ ମୋହୋର ସତ୍ୟ ସତ୍ୟଯାହା ମାଗିବୁ ତାହା ଦେବଇଂ ନିୟତ ।୯୭।ତଳ ହାଥ କରିଣ ମାଗଇ ବୀର କର୍ଣ୍ଣଉପର ହାଥରେ ଦାନ ଦିଅଇ ମଘବାନ ।୯୮।ଶଙ୍ଖୁ ଜଳ ତିଳ ପଡ଼ନ୍ତେ କର୍ଣ୍ଣ ହାଥେବୋଇଲା ଅମର ସ୍ୱର୍ଗ ଛାଡ଼ସି ପିତା ମୋତେ ।୯୯।ଶୁଣିଣ ଥମ୍ୱୀଭୂତ ଯେ ହୋଇଲେ ମଘବାବୋଇଲେ ସେ ଅମର ଭୁବନ ତୋତେ ଦେଇ ନୁଆରଇ ରେ ବାବା ।୧୦୦।ତାହା ଛାଡ଼ିଣ ଆନ ମାଗ ହୋ ସୂର୍ଯ୍ୟବଳାକର୍ଣ୍ଣ ବୋଇଲା ତାତ ସତ୍ୟକୁ କଲୁ ହେଳା ।୧୦୧।ଶୁଣିଣ ଇନ୍ଦ୍ର ଦେବତା କରନ୍ତେଣ ସନ୍ଦେହକର୍ଣ୍ଣ ବୋଇଲା ଅଇରାବତ ଗଜ ମୋତେ ଦିଅସି ପିତାମହ ।୧୦୨।ଇନ୍ଦ୍ର ବୋଇଲେ ପୁତ୍ର ରେ ୟେହା ନୁହଇ ଯୁଗତେସେ ଅଇରାବତ ଗଜ ସାଧ୍ୟ ନୁହଇ ମୋତେ ।୧୦୩।ହୃଦଗତେ ପ୍ରମେଶି ଆନ ମାଗସି ରେ ବାବୁତୁ ଯେ ମୋହୋର ପୁତ୍ର ମୋତେ ମୁକତି ବାଟ ଦେବୁ ।୧୦୪।କର୍ଣ୍ଣ ବୋଇଲେ ହୋ ତାତ ନିସତେ ଦାନ ଦିଲେଧର୍ମ କି ପ୍ରାପତ ହୋଇ ସାର୍ଥୁକ ନୋହିଲେ ।୧୦୫।ଆନ ଦାନ ମୋତେ ଯେବେ ଦେବୁ ବଜ୍ରଧାରୀଦିଅସି ପିତା ତୋହୋର ରମ୍ଭା ଅପକ୍ଷରୀ ।୧୦୬।ଇନ୍ଦ୍ର ବୋଇଲେ ବାବୁ ସେ ମୋହୋର ବଶ୍ୟ ଯେ ନୋହଇରମ୍ଭା ନ ଥିଲେ ଅମର ସ୍ୱର୍ଗ ନ ଶୋହଇ ।୧୦୭।ରମ୍ଭାକଇଂ ଛାଡ଼ି ଆନ ମାଗସି ରେ ବାଳକର୍ଣ୍ଣ ବୋଇଲା ତାତ ରହିଲୁ ରବିତଳ ।୧୦୮।ଅପାର ପ୍ରସ୍ତାବେ ତାର ହୋଇଲୁ ସତ୍ୟଭଙ୍ଗପୁଣି ପୁଣି ପାପଭାର ହେଉଅଛି ତୋର ଅଙ୍ଗ ।୧୦୯।ତୁ ମୋତେ ପ୍ରାର୍ଥନା କରିପାରିବୁ କି ଦେବରାୟେଶିର କମଳ କାଟି ଦେବଇଂ ୟେହିଠାୟେ ।୧୧୦।ଇନ୍ଦ୍ର ବୋଇଲେ ତୁ ଦାନେଣ ଶୂରବନ୍ତାସତ୍ୟ ତ୍ରେତୟା ଦ୍ୱାପର କଳିଯୁଗରେ ରୁହାଇଲୁ କଥା ।୧୧୧।ଯୁଗେ ଯୁଗେ ଶୂରବନ୍ତ ସର୍ବଦା ବଦୟନ୍ତି ୟେଣେକପଚଦାନୀ କର୍ଣ୍ଣ ବୋଲି ଶୁଭିଲା ବୟାଣେ ।୧୧୨।କର୍ଣ୍ଣ ବୋଇଲେ ତାତ ଅପାର କଲୁ ସତ୍ୟିଦିଅସି ତାତ ମୋତେ ବଜ୍ର ଯେ ଶକତି ।୧୧୩।ୟେହାଉଂ ତାତ ମୁଂ ନ ମାଗଇ ଆନଅଥବା ଦିଅକି ନ ଦିଅ ବିଚାର ମଘବାନ ।୧୧୪।ଇଦଂବାକ୍ୟ ଯେ କର୍ଣ୍ଣର ହୋଇଲା ଦୃଢ଼ବାଣୀସୁରନାଥ ଆଶ୍ରିଜ ହୋଇଲା ତାହା ଶୁଣି ।୧୧୫।ମାତଳି ବୋଇଲା ସ୍ୱାମୀ ଭାରା ଅନୁରୂପେଜାଣି ପରମାଣି ତାତ ଦାନ ଦେବୁନା ସରୂପେ ।୧୧୬।ବାସବ ଦେବତା ଶୁଣି ତୁଷ୍ଟ ଅନୁମତେବିଚାରଇ ବଜ୍ର ଶକତି ମୁଂ ଦେବଇଂ କେମନ୍ତେ ।୧୧୭।ବାବୁ କର୍ଣ୍ଣ ମୁଂ ଯେ ଅମରେ ଅଧିକାରୀଦଇତ ଦାନବ ମୋହୋର ସମସ୍ତେ ବଇରି ।୧୧୮।ଅଇରାବ୍ରତ ପିଠିରେ ବଜ୍ରଶକତି କରେ ଦେଖିଭୟେଣ ଦୁରାନ୍ତେକମାନେ ପଳାନ୍ତି ସମର ଉପେକ୍ଷି ।୧୧୯।କର୍ଣ୍ଣ ବୋଇଲା ତାତା କିଛିହିଂ ଦେଇତେ ନାହିଂ ଇଚ୍ଛାଆବର କେତେ ସତ୍ୟଭଗ୍ନ ହେଉ ସହସ୍ରାକ୍ଷା ।୧୨୦।ମାତଳି ବୋଇଲା ସ୍ୱାମୀ ତୁ କଷ୍ଠୋର ନକର ହାଦେଅମର ସ୍ୱର୍ଗକଇଂ ଯିବା କର୍ଣ୍ଣକୁ ଶହସ୍ର ବେଗେ ଦେଦେ ।୧୨୧।ଇନ୍ଦ୍ର ସୁମରଣା କଲେ ବଜ୍ର ଯେ ଶକତିଛଡ଼ଲକ୍ଷ ଯୋଜନ ଯେ ବିକାଶିଲା ଶହସ୍ରର ଜ୍ୟୋତି ।୧୨୨।ବଜ୍ରଶକତି ଆସନ୍ତେ କନ୍ଦରେ କଲେ ଶଂକାଚତୁର୍ଦ୍ଦଶ ହ୍ରହ୍ମାଣ୍ଡରେ ଲାଗିଲା ଚମକା ।୧୨୩।ଭୀଷ୍ମରୂପ ବିକାଶିଲେ ଦେବ ସୁରରାଜେମହା ବଜ୍ର ଶକତି ଧଇଲେକ ଭୁଜେ ।୧୨୪।ଶତେଧାର ଶକତି ସହସ୍ରେ କିରଣ ଜ୍ୟୋତିଦିଗାମ୍ବର ପୁରୁଷମାନେ ଦେଖି ମନେ କଲେ ଭୀତି ।୧୨୫।ଉପର ହାଥ କରିଣ ଯେ ଦିଲେକ ମଘବାକର୍ଣ୍ଣର ହାଥେ ଦିଲେ ସୁରରାଜ ଦେବା ।୧୨୬।କର୍ଣ୍ଣର ଶରୀର ଯେ ହୋଇଥିଲା କଞ୍ଚାଶକତି କିରଣ ଲାଗି ହୋଇଲାକ ବଜ୍ରସଞ୍ଚା ।୧୨୭।କପଚ କୁଣ୍ଡଳ ଯେ ଅଭେଦ ବଜ୍ର ଛଉଂରୀଘେନିଣ ସୁରନାଥ ଯେ ପୁଷ୍ୟକ ରଥେ ବିଜେକରି ।୧୨୮।ଶକତି ଛାଡ଼ନ୍ତେ ବାସବ ହୋଇଲା ନିସ୍ତେଜକର୍ଣ୍ଣ ବୋଇଲା ସ୍ୱାମୀ ରହ ରହ ଦେବରାଜ ।୧୨୯।ସ୍ୱାମୀ ମୋତେ ଶକତି ତୁ ଦିଲୁ ସତ୍ୟବାଦୀଦେବ ଇନ୍ଦ୍ର ପ୍ରାୟେକ ଯେ ନ ଦିଶିଲୁ ଜମ୍ବୋଭେଦୀ ।୧୩୦।ଯେବେ ଶକତି ନାଥ ତୁ ଦିଲୁ ସତ୍ୟବାକ୍ୟେୟେ ଥାଉ ତୋହୋର ହାଥେ ମୋହୋର ଉଦକେ ।୧୩୧।ଯେତେବେଳେ ମୋହୋର ପଡ଼ଇ ୟେଥେ କାର୍ଯ୍ୟମାଗିଲେ ପ୍ରସନ୍ନେ ମୋତେ ଦେବୁ ଦେବରାଜ ।୧୩୨।ଇନ୍ଦ୍ର ଶୁଣି ବୋଇଲେ ବାବୁ ୟେ ଅପାଲଟକ ଶରୟେହାର ସମାନେ ଦେବ ଅସୁରେ କରିବୁ ପ୍ରହାର ।୧୩୩।ୟେକଇ ବେଳେକ ଯେ ସେ ଦେବଶସ୍ର ପେଷିଦିଗପାଳ ହୋଇଲେ ସେ ଅବଶ୍ୟ ଆସିବଟି ବିନାଶି ।୧୩୪।କର୍ଣ୍ଣ ବୋଇଲା ମୁଂ ତାତ ମାଗିବଇଂ ଯାହାସାବଧାନ ହୋଇ ହାଦେ ଶୁଣିମା ଦେବ ତାହା ।୧୩୫।ମହାଭାରଥ ଯୁଦ୍ଧ ମୁଂ ଶୁଣିଅଛି କର୍ଣ୍ଣେସମରେ ମାରିବି ମୁହିଂ ହରି ଅରଜୁନେ ।୧୩୬।ମାତଳି ବୋଇଲା ଦେବ କଲୁ ନିଚେ ମନ୍ଦଆପଣା ଶହସ୍ରେ ଆପଣାକୁ ହୋଇଲା ପ୍ରମାଦ ।୧୩୭।ଇନ୍ଦ୍ର ବୋଇଲେ ମାତଳି ତୁ ମନେ ନ କର ଭ୍ରାନ୍ତିକର୍ଣ୍ଣ ଯେ ବୋଇଲା ମାରିବି ହରି ଅର୍ଜୁନ ଦୁହିଂନ୍ତି ।୧୩୮।ୟେକା ଅର୍ଜୁନକୁ ଯେବେ ମାରନ୍ତି ବୋଲନ୍ତାତେବେ ସେ ମୋର ମନେ ଲାଗନ୍ତା ହାଦେ ଚିନ୍ତା ।୧୩୯।ଇନ୍ଦ୍ର ବୋଇଲେ କୃଷ୍ଣ ଲାଇ ଶକତି ଯେବେ କରିବଟି ଭେଦକଦାଚିତେ ଅର୍ଜୁନକୁ ନ ପଡ଼ିବ ପ୍ରମାଦ ।୧୪୦।କର୍ଣ୍ଣକଇଂ ସମ୍ପାଦ ଯେ ବାସବ ଦେବ ପୁଚ୍ଛିବାବୁ ତ୍ରିଜୀବୀ ହୋଇଥାଅ ମୁଂ ଅମରେ ଯାଉଅଛି ।୧୪୧।ଶୁଣସି କର୍ଣ୍ଣ ବୋଲି ଯେ ବୋଲନ୍ତି ବିଡୋଜାବାବୁ ପାଣ୍ଡବ ସମାର୍ଜନେ ମୁଂ କଲଇଂ ଅମର ତେଜ୍ୟା ।୧୪୨।ନିର୍ବାତ କପଚ ବୋଲି ଧୂମ୍ରଲୋଚନ ପଣନାତିଜମ୍ବୁ ଦଇତର ଅଣନାତି ବଜ୍ର କପଚର ଆପତି ।୧୪୩।ଅମର ଭଗ୍ନକଲା ଜମ୍ବୁ ଦଇତର ଆଦିସେ ଜମ୍ବୁ ଦଇତକୁ ନାଶି ମୋହୋର ନାମ ଜମ୍ବୁଭେଦୀ ।୧୪୪।ସେ ଜମ୍ବୁ ଦଇତର ପୁତ୍ର ବଜ୍ର ଯେ କପଚସେହି ମୋହୋର ତୁଲେ ହୋଇଲା ଅଇରି ପଛ ।୧୪୫।ତାହାକଇଂ ବିନାଶ ମୁଂ କଲଇଂ ସମରେତାହାର ପୁତ୍ର ନିର୍ବାତ କପଚ ଯେ ବାହିଲା ଅମରେ ।୧୪୬।ସତ୍ୟ ତ୍ରେତୟା ଦ୍ୱାପର ତିନିଯୁଗର ମଧ୍ୟେଚଉରାଶି ବେଳ ଧାଡ଼ି ଦିଲା ମୁଂ ତାହାକଇଂ ହାରିଲଇଂ ଯୁଦ୍ଧେ ।୧୪୭।ଅର୍ଜୁନ ସମୟରେ ତାହାକୁ ବଧକଲା ଯହୁଂତ୍ରିପୁତି ଭଜି ତାକୁ ପ୍ରସନ୍ନ ହୋଇଲି ତହୁଂ ।୧୪୮।ବୃନ୍ଦାଅର୍କ ମେଳେ ଯେ ବସିଲୁ ଅମର ସ୍ୱର୍ଗେତୋଷେ ବୋଇଲି ଅର୍ଜୁନ ବରମାଗ ୟେବେ ବେଗେ ।୧୪୯।ଅର୍ଜୁନ ବୋଇଲା ମୋତେ ଯେବେ ପ୍ରସନ୍ନ ହୋଇଲୁ ସହସ୍ରାକ୍ଷକର୍ଣ୍ଣ ତହୁଂ ଆଣିଦେବୁ ଅମୃତ କୁଣ୍ଡଳ ବଜ୍ର ଛଉଂରୀ ଅଭେଦ କପଚ ।୧୫୦।ଦେବତାଂକ ଥାଇ ମୁଂ ସତ୍ୟକରି ଯାହାଅଥବା କେମନ୍ତେ ବାବୁ ନ କରିବି ତାହା ।୧୫୧।ଯେବେ ହୋ କର୍ଣ୍ଣ ମୁହିଂ କହୁଅଛି ତୋତେକୁରୁ ପାଣ୍ଡବେ ସମାଧାନ ହୋଇଟି ଯେମନ୍ତେ ।୧୫୨।ପାଣ୍ଡବେ ସହୋଦ୍ର ତୋର ଦ୍ରିଯୋଧନ ସଖାବୁଦ୍ଧି ଉପାୟେ ଓହୋକୁଳ କର ରକ୍ଷା ।୧୫୩।ହରି ଅର୍ଜୁନ ୟେକ ଆତ୍ମା ଅଟନ୍ତି ଯେ ବେନିମହୀଭାରା ନିବାରିବେ ହରି ପାଣ୍ଡବନ୍ତ ଘେନି ।୧୫୪।କର୍ଣ୍ଣ ବୋଇଲା ତାତ ତୁ ଚଳିଯାଅ ଅମରେବଚନ ବଢ଼ାଇ କୋପ ତୁ ନ କରାଅ ମୋରେ ।୧୫୫।ଚଳଇ ପୁରନ୍ଦର ସେ ମହାଦାନ ଘେନିମତ୍ସଦେଶେ ପାଣ୍ଡବନ୍ତ ଭେଟିଲେ ସସ୍ରଯୋନି ।୧୫୬।ଅଭେଦ କପଚ ବଜ୍ର ଛଉଂରୀ ଅମୃତ କୁଣ୍ଡଳପାଣ୍ଡବଂକ ଅଗ୍ରତେ ନେଇ ଥୋଇଲେ ଆଖଣ୍ଡଳ ।୧୫୭।କିସ କହିବି ବାବୁ ସେ କର୍ଣ୍ଣର ମହିଂମାପୁରୁଷଂକ ମଧ୍ୟରେ ସେ ସାର୍ଥୁକ ମହାତ୍ମା ।୧୫୮।ସାଧୁ ମହିଂମା ତାହାର ସେ ବେନିପୁତ୍ର ଗୋଟିଛିଦ୍ରେକ ନ ଛାଡ଼ନ୍ତି ଛଉରନ୍ତି ଦେହ କାଟି ।୧୫୯।କର୍ଣ୍ଣର ବେନିପୁତ୍ର ଭାରିଯା, ଚାରିଂକର ଯେହ୍ନେ ସତ୍ୟକୋଳାଗ୍ରତ କରିଣ ମୁଂ ବସାଇଲି ପୁଷ୍ୟେକ ରଥ ।୧୬୦।ମନୁଷ୍ୟ ହୋଇଣ ସେ ଅମର ପୁରକୁ ଶୋହଇପୁଣି କର୍ଣ୍ଣ ନ ଥିଲେ ଭାରଥ ଯୁଦ୍ଧ ଯେ ନୋହୋଇ ।୧୬୧।ଇଦଂ ବାକ୍ୟ କହଇ ଯେ ଅମର ସ୍ୱର୍ଗବାସୀବହୁତ ପୁରସରି ଯେ କର୍ଣ୍ଣକଇଂ ପ୍ରଶଂସି ।୧୬୨।ବାବୁ ୟେତେକ ଦାନ ମୋତେ ଦିଲାକ ସୂର୍ଯ୍ୟବଳାଦାନ ଭାରରେ ମୋର ପୁଷ୍ୟେକ ରଥ ନ ଚଳିଲା ।୧୬୩।ଯହୁଂ ଯାଇ ନୁଆରିଲି ମୁଂ ଅମର ବାରସ୍ୱତୀପ୍ରତିଗ୍ରହ କରି ମୁଂ ଦିଲି ବଜ୍ର ଯେ ଶକତି ।୧୬୪।ବୋଇଲା ତୁ ସାକ୍ଷୀ ହୋଇଥାଅ ପୁରନ୍ଦରୟେ ଶହସ୍ର ଘେନି ପ୍ରହାର କରିବି ଶ୍ରୀକୃଷ୍ଣ ଅର୍ଜୁନ ବେନିବୀର ।୧୬୫।ଇନ୍ଦ୍ର ବୋଇଲେ ଶ୍ରୀକୃଷ୍ଣ ୟେ ଅନିବାରଣେ ଶତେଧାରା ଶକତିମାଗିଲେ କର୍ଣକଇଂ ମୁଂ ଦେବିଟି ୟେକଘାନ୍ତି ।୧୬୬।ତାହା ଯେବେ ବଞ୍ଚାଇ ପାରିବୁଟି ଭାରଥ ଯୁଦ୍ଧେପାଣ୍ଡବନ୍ତ ଉଦିତ ହୋଇବ ମହୀମଧ୍ୟେ ।୧୬୭।ଶ୍ରୀକୃଷ୍ଣାୟେ ବୋଇଲେ ପରିମାଣି ବୁଝ ହେ ଶ୍ରୀବଚ୍ଛୟେ ଶତଧାରା ଶକତିକି ହାଦେ ଘଟଉତ୍କଟ ବଳିଭକ୍ଷ ।୧୬୮।ଇନ୍ଦ୍ର ବୋଇଲେ ମା ଗୋ ତୁ ଯାହାର କୁଳବଧୂଉଭୟ କୁଳ ମଣ୍ଡଣି ମହିଂମା ତୋର ସାଧୁ ।୧୬୯।ଶ୍ରୀକୃଷ୍ଣାୟେ ପ୍ରଣପତ୍ୟ ଶ୍ରୀକୃଷ୍ଣ ପାଦପୃଷ୍ଠେମୁହିଂ ସ୍ୱର୍ଗକଇଂ ଯାଉଅଛି ମୋତେ ଆଗ୍ୟାଂ ଦେବା ହେ ଶ୍ରୀବତ୍ସେ ।୧୭୦।ନାରାୟଣ ପଦ୍ମପାଦ ଧରିଣ ମହାସ୍ୱତୀନିଜ ପ୍ରାଣ ବିସର୍ଜନ ହୋଇଲା ତତକ୍ଷଣାନ୍ତି ।୧୭୧।ଇନ୍ଦ୍ର ଦେବତା ଶ୍ରୀକୃଷ୍ଣାଂକୁ ପୁଷ୍ୟେକ ରଥରେ ବସାଇଅମର ବାରସ୍ୱତୀକି ସେ ବିଜୟେ ସୁରସାଇଂ ।୧୭୨।ସାନନ୍ଦ ମେନକା ଯେ ଶକୁନ୍ତଳାକୁ ଦେଖିପାଇଲୁ ନିଜ ଭୁବନ ମଧ୍ୟଭୁବନ ଉପେକ୍ଷି ।୧୭୩।ଶ୍ରୀକୃଷ୍ଣାର ମୃତୁପିଣ୍ଡ ଘେନି ବିରାଟ ମହାକ୍ରୋଧୀଶ୍ରୀକୃଷ୍ଣ ଯୁଝେଷ୍ଠି ଯେ ବିରାଟକଇଂ ପ୍ରବୋଧି ।୧୭୪।ମୃତୁପିଣ୍ଡ ବହନ କରି ପ୍ରେତକାର୍ଯ୍ୟ ସାରିବେନିମାସ ଗର୍ଭବାସ ହୋଇଲାନି ଉତ୍ତୁରୀ ।୧୭୫।ଶଙ୍ଖ ଶ୍ୱେତ ଉତ୍ତର ଯେ ବିରାଟ ପୁତ୍ର ତିନିତୁଲେଣ ହାଦେ ମତ୍ସାଧିପ ସାତ କ୍ଷଉଣୀ ବଳ ଘେନି ।୧୭୬।ଗଙ୍ଗା ଯମୁନା ଯେ ସରସ୍ୱତୀ ମଧ୍ୟସ୍ଥାନବାଟରୁ ବାହୁଡ଼ି ଅଇଲା ବିରାଟ ରାଜନ ।୧୭୭।ତହୁଂ ଅଇଲେ ଯେ ପାଣ୍ଡବ ଜନାର୍ଦ୍ଦନବାରୁଣାବନ୍ତେ ଆସି ରହିଲେ ପଞ୍ଚୁଜନ ।୧୭୮।ବୃଷମାସ ଶୁକ୍ଳପକ୍ଷ ତିଥି ଯେ ଚଉଠୀବୃହସ୍ପତିର ପୁନର୍ବସୁ ନକ୍ଷତ୍ର ଋକ୍ଷ ଘଟି ।୧୭୯।ବାଳବ କରଣ ଶୂଳ ଯୋଗର ପ୍ରବେଶପାପଯୋଗ ନାହିଂ ଲଗ୍ନ ହୋଇଅଛି ବୃଷ ।୧୮୦।ଯାତ୍ରା ଯୋଗେ ଯୋଗ୍ନୀ ବାମ ବେଳେବିଜେ ପାଣ୍ଡବ ଯେ ଶୁଭ ଅନକୂଳେ ।୧୮୧।ଯୁଝେଷ୍ଠିଂକ ଅଗ୍ରତେଣ ପୁଛନ୍ତି ଶ୍ରୀ ପୁରୁଷୋତ୍ତମେମୁହିଂ ଦ୍ୱାରିକାୟେ ଯିବି ମୋତେ ଆଗ୍ୟାଂ ଦେବା ଦେବଧର୍ମେ ।୧୮୨।ଯୁଝେଷ୍ଠି ଦେବେ ବୋଇଲେ ଶୁଣ ଜଗନ୍ନାଥବନ ଦୁର୍ଗମେ କଷ୍ଟ ମୁଂ ସହିଲି ବହୁତ ।୧୮୩।ମୋହୋରେ ସଦୟା ଯେ ନ କଲେ ଧୃତରାଷ୍ଟେମହତ କୁଳେ ଜାତ ହୋଇଣ ମୁଂ ପାଇଲି ବହୁତ କଷ୍ଟେ ।୧୮୪।ଭୀମସେନ କଷ୍ଟମାନ ଦେଖିଲି ଯେତେବେଳ ମୁହିଂନିଲ୍ଲଜ ଆତ୍ମା ମୋହୋର ଯେବେ ଅଛି ରହି ।୧୮୫।ଅର୍ଜୁନର କଷ୍ଟ ଦେଖିଲି ୟେବେ ମୁହିଂ କରିବଇଂ କିସସମସ୍ତ କହିଅଛି ତୋର କର୍ଣ୍ଣର ଅବଶେଷ ।୧୮୬।ନକୁଳ କୁମାର ଗୁଣ ତୁ ଜାଣୁ ବାସୁଦେବେଅଗ୍ୟାଂତବାସେ ବାରୁଆଳି ରୂପେ ବଞ୍ଚିଲା ଅଭାବେ ।୧୮୭।ୟେବେ ନିଜ ରାଜ୍ୟରେ ଯେ ପ୍ରବେଶ ହୋଇଲୁ ଆସିସହଦେବର ବଡ଼ ଅବସ୍ଥା ୟେବେ ଶୁଣ ଋଷୀକେଶି ।୧୮୮।ସହଦେବ ଅଟଇ ଯେ ଗୁଣି ଗୁଣଗ୍ରାହୀଗୋକୁଳରେ ଥାଇ ବହୁତ ଅବସ୍ଥା ସେ ପାଇ ।୧୮୯।ଅପାର ଅପାର କଥା ସେ କହନ୍ତେ ନ ସରଇରାଜକୁଳେ ଜାତ ହୋଇ ୟେହାତ ସହି ନୁଆରଇ ।୧୯୦।ୟେଡ଼େ ବଡ଼ ଦୁର୍ଗମେ କଷ୍ଟ ପାଇଲଇ କର୍ମେୟେବେ କେସନେକେ ରାଜ୍ୟ ସେ ନ ଛାଡ଼ଇ ଧର୍ମେ ।୧୯୧।ମୋହୋର ବୋଲେ ହସ୍ତିନାକୁ ଯିବୁ ଜଗନ୍ନାଥ ତୁହିଦ୍ରିଯୋଧନ ଅଗ୍ରତେ ଯେ କହିବୁ ମଣାଇଂ ।୧୯୨।ଯୁଗେତେଣ ରାଜ୍ୟଭାର ଯୋଗାଇ ଆମ୍ଭଂକୁପଞ୍ଚଗ୍ରାମ ଦିଲେତ କୋପ ନାହିଂ ମୋହୋର ତାହାକୁ ।୧୯୩।ସେ ଯେବେ ସହୋଦର ମୋହୋର ହାଦେ ହୋଇପଞ୍ଚଗ୍ରାମ ଦିଲେ ମୁଂ କୋଣକେ ପଡ଼ିଥାଇଂ ।୧୯୪।ଭାଇନ୍ତ ଘେନି ମୁଂ ଥାଇ କିନା ସନ୍ନିଧରେୟେଥକଇଂ ନାସ୍ତି ସେ ନକରୁ କୁରୁବୀରେ ।୧୯୫।ବାସୁଦେବେ ବୋଇଲେ ସ୍ୱାମୀ ମୁଂ ହୋଇବି କି ଦୂତେପଞ୍ଚୁଗ୍ରାମ ନ ଦିଲେ ମୁଂ କରିବି କେମନ୍ତେ ।୧୯୬।ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ପଦ୍ମନେତ୍ରଚାରିଗ୍ରାମ ଦିଲେ ଯେ ମୋହର ସନମତ ।୧୯୭।ଶ୍ରୀକୃଷ୍ଣ ବୋଇଲେ ସେ ଚାରିଗ୍ରାମ ନ ଦିଲେମୁଂ କେମନ୍ତ କରିବି ଶ୍ରୀ ବାସୁଦେବେ କହିଲେ ।୧୯୮।ଯୁଝେଷ୍ଠି ବୋଇଲେ ତୁ ଶୁଣ ଚକ୍ରପାଣିତିନିଗ୍ରାମ ଦିଲେ ତୁ ଘେନିଆସ ପୁଣି ।୧୯୯।ତେତେକ ପାଇଣ ମୁଂ ଯେ ପୋଷଇ ପିଣ୍ଡପ୍ରାଣବେନିଗ୍ରାମେ ସନମତ ମୋହୋର ନାରାୟଣ ।୨୦୦।ତୁ ତଥାପି ଭିଆଇ ଆସିବୁ ଯେବେ ଗ୍ରାମଗୋଟିସତ୍ୟ ସନମତ ମୋହୋର ବୋଲନ୍ତି ଯୁଝେଷ୍ଠି ।୨୦୧।ଯଦ୍ୟପି ମୋତେ ସେ ନ ଦେବ ୟେକ ଗ୍ରାମନିଚୟେ ତାହାର ମୋହୋର ଯେ ହୋଇବ ସାଂଗ୍ରାମ ।୨୦୨।ଯୁଝେଷ୍ଠିଂକ ମୁଖୁଂ ୟେସନେକ ବାକ୍ୟ ଶୁଣିପୁଣିହିଂ ପ୍ରତିବାକ୍ୟ ଯୁଝେଷ୍ଠି ପରିମାଣି ।୨୦୩।ଯୁଝେଷ୍ଠି ବୋଇଲେ ହରି ତୋତେ ଯେ ଅଣାଇଲୁଉତ୍ତରା ଉତ୍ସବେ ମତ୍ସଦେଶକଇଂ ଗଲୁ ।୨୦୪।ଦ୍ରିଯୋଧନ ଆମ୍ଭର ଯେ ହେଉଛି ଅପ୍ରୀତିତୁମ୍ଭେ ୟେଥକୁ ମଧ୍ୟପାତ୍ର ହୋଇବ ଶ୍ରୀପତି ।୨୦୫।ହରି , ସ୍ୱର୍ଗ ମର୍ତ୍ତ୍ୟ ପାତାଳ ରସାନ୍ତଳ ସୁତଳ ଭୂତଳଅତିତଳ ମହାତଳ ପୁଣ ଯେ ନିତଳ ।୨୦୬।ବ୍ରହ୍ମାଣ୍ଡ ଭୁବନୁଂ ଯେ ବଇକୁଣ୍ଡ ଭୁବନ ପରିଯନ୍ତେୟେକାଦଶ ଲୋକେ ହରି ଆଶ୍ରେ କରିଥାନ୍ତି ତୋତେ ।୨୦୭।ହରି ଦୁଖୀ ଜନର ବନ୍ଧୁ ଅନାସ୍ତ ଜନର ଚିନ୍ତାପରଦୁଖେ ଦୁଖୀ ତୁ ତାରନ୍ତା ଉଦ୍ଧାରନ୍ତା ।୨୦୮।ସମସ୍ତ ଭୁବନ ହରି ତୋତେ ସେ ଆଶ୍ରିତ ଦେବସୁବୁଦ୍ଧି ପଣ୍ଡିତ ତୁ ସଦୟେ ପଦ୍ମନାଭ ।୨୦୯।ମୂରୁଖ ବୁଦ୍ଧିଦାତା ଅଗତିକୁ ଗତିଦାତାସଦୟେ ଜଗଭୂତ ନାଥ ସୟଳ ଜନ ଚିନ୍ତା ।୨୧୦।ମୁହିଂ ଯେ ଅନାସ୍ତ ତୁହି ଅନାସ୍ତର ନାଥବିକଳିତ ଜନର ନାଥ ଘେନୁକିନା ଭଗତ ।୨୧୧।ସଂସାରେ ବଦୟନ୍ତି ହର ଆଶ୍ରେ ଚନ୍ଦ୍ରମାପୃଥିବୀ ମେରୁ ଆଶ୍ରେ ମହତ ଆଶ୍ରେ ମାନବା ।୨୧୨।ଅଗୁଣ ଗୁଣ ଆଶ୍ରେ ଜଳ ଆଶ୍ରେ କୃଷିଆତ୍ମା ଅନ୍ନ ଆଶ୍ରେ ଗ୍ରହ ଆଶ୍ରେ ରାଶି ।୨୧୩।ପ୍ରାଣ ଆଶ୍ରେ ପିଣ୍ଡ କଳି ଆଶ୍ରେ ଦ୍ୱନ୍ଦପଣ୍ଡିତ ଧର୍ମ ଆଶ୍ରେ ମହତ ଆଶ୍ରେ ବିବୁଧ ।୨୧୪।ସ୍ୱାମୀ ଆଶ୍ରେ ସ୍ତିରୀ ବିଦ୍ୟା ଆଶ୍ରେ ଧାପମହୀ ଜଳ ଆଶ୍ରେ ମୃତୁ ଆଶ୍ରେ ପାପ ।୨୧୫।ତପୀ ଆସନ ଆଶ୍ରେ ଯୋଗ ଆଶ୍ରେ ଶୂନ୍ୟପାଣ୍ଡବେ ବିଷ୍ଣୁ ଆଶ୍ରେ ଶୁଭଇ ତିନି ଭୁବନ ।୨୧୬।ଇଦଂ ବାଇକ କଥା ସମାପଦେମୁକୁଇଂ ୟେକା ବାନ୍ଧବ ତୋହୋର ପରସାଦେ ।୨୧୭।ବିପତ୍ତ୍ୟେ ଆଶ୍ରେ ମୋତେ ଅଟଇ ଘୋର କନ୍ଦର ବନଉଦିଯୋଗେ ଆଶ୍ରେ ମୋତେ ଭଗବାନ ।୨୧୮।ସମ୍ପତ୍ତିହିଂ ହେଉ ଅବା ବିପତ୍ତିହିଂ ହେଉଶ୍ରୀକୃଷ୍ଣ ଆଶ୍ରେ କରି ସର୍ବଦା ଦିନ ଯାଉ ।୨୧୯।ଯୁଝେଷ୍ଠି ବିନୋପନ୍ତି ବହୁତ ସାନନ୍ଦେଅଶ୍ରୁଜଳ ବେନି ଲୋଚନୁ ବହଇ ଯେ ହାଦେ ।୨୨୦।ଯୁଝେଷ୍ଠି ଦେବଂକ କାକୁସ୍ଥ ବଚନ ଶୁଣିବେନିକର ଯୋଡ଼ିଣ ଯେ ବୋଲନ୍ତି ଚକ୍ରପାଣି ।୨୨୧।ଶ୍ରୀହରି ବୋଇଲେ ସ୍ୱାମୀ ମୁଂ ତୋ ଦାସର ଦାସ ଭୃତ୍ୟର ଭୃତ୍ୟଯୁଝେଷ୍ଠି ଦେବହୁଂ ଚିତ୍ତ ଆନେ ନାହିଂ ବିଚଳିତ ।୨୨୨।ଯହିଂକି ଆଗ୍ୟଂ ମୋତେ ଦେବାକ ଦେବ ଧର୍ମେଯୁଝେଷ୍ଠିଂକି ବଚନେଟି ଅଟନ୍ତି ପୁରୁଷୋତ୍ତମେ ।୨୨୩।ସ୍ୱାମୀ ସର୍ବଦା ସତ୍ୟ ଧର୍ମେଣ ବ୍ରତନ୍ତି ଯେବଣ ଜନେପରକୁ ଦୟା ଯାହାର-କହଣେ ଦେଖଣେ ।୨୨୪।ଜନ ବୋଧନେ ଯେହୁ-ମଧୁର-ବାକ୍ୟ ଭାଷିସତ୍ୟ ନ ଲଘିଂ ଯେ ପରେଣ ନ ପ୍ରାଭବସି ।୨୨୫।କାଳବ୍ରତ ପ୍ରତିପାଳ ବ୍ରତନ୍ତି ଯେବଣ ଜନସରୂପ ବାଇକେ ଯେ ନ ଲୁଚାନ୍ତି ବର୍ଣ୍ଣ ଚିହ୍ନ ।୨୨୬।ବିପତ୍ତି କାଳେ ଯେବଣ ଲୋକେ କର୍ମ କରି ଘେନିକୃଷ୍ଣଆଶ୍ରେ କରି ଯେ ବଞ୍ଚନ୍ତି ମେଦିନୀ ।୨୨୭।ୟେକାସ୍ତିରୀ ପ୍ରସଙ୍ଗେ ଯେ ୟେକ ବାଇକ ଭାଷିଅଥବା ପଣ୍ଡିତ ହେଉ କି ମୁର୍ଖହିଂ ହେଉ କଠୋର ବାକ୍ୟ ନ ଭାଷି ।୨୨୮।ପରଦୁଖ ଦେଖି ଯାହାର ସଦୟେ ଚିନ୍ତାଯେ ଯେତେ ମାନକୁ ଯୋଗ୍ୟ ଉପୁଗାରି ଅନ୍ନଦାତା ।୨୨୯।ମାତା ପିତାକଇଂ ଯାହାର ହୃଦଗତେ ଭୟେବିପ୍ର ଦେବତାରେ ଯାର ସର୍ବଦା ବିନୟେ ।୨୩୦।ପ୍ରମାଦ ଭୂମିକି ଯେହୁ ତ୍ରାସନ୍ତି ହୃଦଗତେଦୁଷ୍ଟଜୀବ ଦେଖିଲେ ଘୁଞ୍ଚନ୍ତି ଅନୁବ୍ରତେ ।୨୩୧।ପରମାଦେ ନ ପଶି ଯେ ପର ଦୁଖେ ଦୁଖୀୟେତେ ଲୋକନ୍ତ ଯେ ନାରାୟଣ ସାକ୍ଷୀ ।୨୩୨।ଦେବା ଦେବୀୟେ ଯାହାର ନିମଜ୍ଜଇ ଚିତ୍ତୟେତେ ବାଗେ ଯେ ବ୍ରତର ଗୋବିନ୍ଦ ତାର ଭୃତ୍ୟ ।୨୩୩।ବହୁତ ପୁରସରି ନାରାୟଣ ଯୁଝେଷ୍ଟି ଦେବଂକୁ ପୂଛିଯହିଂକି ପେଷିବୁ ନାଥ ତହିଂକି ଯିବି ଆନ ନାହିଂ କିଛି ।୨୩୪।ଯୁଝେଷ୍ଠି ଦେବ ବୋଇଲେ ହରି ହସ୍ତିନାକୁ ଯିବମମ କାର୍ଯ୍ୟେ ଦୁଖିତ ହୋଇବ ବାସୁଦେବ ।୨୩୫।ହରି ପଣ୍ଡୁ ଧୃତରାଷ୍ଟ ଯେ ସୋଦର ଅଟନ୍ତି ବେନିତାହାଂକର ପୁତ୍ର ହୋଇ ଆମ୍ଭେ ହୋଉଛୁଂ ଅନ୍ୟୋଅନ୍ୱି ।୨୩୬।ଓହୋକୁଳ ବିବାଦ ଯେବେ କରିପାରୁ ସନ୍ଧିପ୍ରତକ୍ଷେ ମହାତମା ତୁ ନିରଞ୍ଜନ ପରବୋଧି ।୨୩୭।ଉଭୟ କୁଳ ବିବାଦ ତୁ ରକ୍ଷା କର ନାରାୟଣେମୋହୋରି ନିମନ୍ତେ ଯିବୁ ମଧ୍ୟପାତ୍ରପଣେ ।୨୩୮।ପ୍ରମାଦକୁ ବଇକୁଲ୍ୟ ମୋହୋର ପଞ୍ଚୁ ଆତ୍ମାତୁ ୟେହା ବିଚାରି ଯେ ବୁଝ ମହାତମା ।୨୩୯।ଧଉମ୍ୟ ପୁରୋହିତେ ଆବର ବିଦୁର ସଞ୍ଜୟେକାହାରି ବୋଲ ନ ଶୁଣିଲା ଗାନ୍ଧାରୀ ତନୟେ ।୨୪୦।ସୃଷ୍ଟିର ନାୟକ ତୁ ବ୍ରହ୍ମାଣ୍ଡର ଅଧିକାରୀରୋମକେ ବ୍ରହ୍ମାଣ୍ଡ କରି ନାଥ ଭିଆଇଅଛ ଦେବହରି ।୨୪୧।ଭୀଷ୍ମ ଭୂରିସର୍ବା ଆବର ସଞ୍ଜୟେ ବିଦୁରଗାନ୍ଧାରୀ ଧୃତିରାଷ୍ଟ ଥିବେଟି ୟେକ ଠାବର ।୨୪୨।ପ୍ରାର୍ଥନା ପ୍ରାୟେକରି ପାରିବୁ କି ଦେବରାୟେଭାବ ଉପୁଜାଇ ମାଗ ପଡ଼ା ଯେ ଖଣ୍ଡିୟେ ।୨୪୩।ଲକ୍ଷେକ ଯୋଜନେ ସେ ଅଟଇ ଅଧିକାରୀପଡ଼ା ଖଣ୍ଡିୟେ ଦେଉ ଭାଇନ୍ତ ଘେନି କୋଣକେ ଥାଇ ପଡ଼ି ।୨୪୪।ମୁହିଂ ତାହାର ସୋଦର ଅଟଇ ଯଥାବିଧିଧୃତରାଷ୍ଟ ଚରଣେ ଥାଇଂକିନା ଆରାଧି ।୨୪୫।ପନଙ୍ଗା ନାରାୟଣ ସେ ମାନଗୋବିନ୍ଦ ଚକ୍ରବ୍ରତୀକୋଟି ପାଟେ ଅଭିଷେକୀ ମହୀମଣ୍ଡଳେ ଆଧିପତି ।୨୪୬।ହରି ତୋହୋର ସଞ୍ଚିଲା ଯେ ୟେହୁ ମଭୀଭାରାଆମ୍ଭର ଅନ୍ୟୋଅନ୍ୱି ଦେଖି ହସଇ ବସୁନ୍ଧରା ।୨୪୭।ଆହୋ ଚଇତନ ଉଠିଣ ବେନିକର ଧଇଲେକ ଦେବରାଜାଦଧିବାବନ ସୁମରି ବହନେ ଶୁଭଯୋଗେ ଚଳି ଯା ଯା ।୨୪୮।ଧର୍ମ ଆଶ୍ରେ ହେଉ ହରି ତୋତେ ମୋହୋର ଯେ ବାଞ୍ଚ୍ଥାଅପାଦ ଖଣ୍ଡଣି ସର୍ବମଙ୍ଗଳା କରନ୍ତୁ ତୋତେ ରକ୍ଷା ।୨୪୯।ଜାତକ ଯାତ୍ରାୟେ ଯେ ସର୍ବ ଅନକୂଳେଅପାଦ ଖଣ୍ଡଣ କରାନ୍ତୁ ଦେବୀ ସର୍ବ ଯେ ମଙ୍ଗଳେ ।୨୫୦।ଅନାଦି ଅପର୍ଣ୍ଣା ଅବ୍ୟୟ ଯେବଣ ଦେବୀଦୁଷ୍ଟବଳ ଧ୍ୱଂସିନୀ ଯେ ଚରଣ ତଳେ ସେବି ।୨୫୧।ତୁମ୍ଭନ୍ତ ବିନୟ ମୋର ପଞ୍ଚଭୂତ ପଞ୍ଚ ଆତମେଦୁରାନ୍ତକ ବଳ ଧ୍ୱଂସିନୀ ଗୋ କଉତୁକ ସାଂଗ୍ରାମେ ।୨୫୨।ବିଜେ କୋଠାର ଯେ ବିକରାଳ ମହାଖଳାପ୍ରସନ୍ନେ ବର ଦେଉ ଗୋ ସର୍ବ ଯେ ମଙ୍ଗଳା ।୨୫୩।ଲୋହିତ ବଦନୀ ଗୋ ତରୁଣ ସୂର୍ଯ୍ୟ ଜ୍ୟୋତିରୁଦ୍ର ଭାବିନୀ ଗୋ ନର୍ମଦା ସରସ୍ୱତୀ ।୨୫୪।ମାଗୋ ସଭାୟେ ଶ୍ରୀହରି ଉତ୍ତର କରିବେ ଯେତେବେଳେମାନଗୋବିନ୍ଦର କଣ୍ଠେ ବିଜେ କରିବୁ ସର୍ବ ଯେ ମଙ୍ଗଳେ ।୨୫୫।ଅକାରଣକଇଂ କାରଣ କର ଗୋ ଭଗବତୀଅମୃତ ଦୃଷ୍ଟି କରି ଦିଅସି ମୁକତି ଗତି ।୨୫୬।ସୁବିଧାନ ସୁଲକ୍ଷଣୀ ସୁସିଦ୍ଧ ସୁବୁଦ୍ଧିଶରଣ ଉଦ୍ଧାରଣୀ ଗୋ ଦେଉ ତୁ ଋଦ୍ଧି ସିଦ୍ଧି ।୨୫୭।ରଣ ମଧ୍ୟେ ପଶନ୍ତେ ଗୋ ରକ୍ଷାକରୁ ନାରାୟଣୀବନ ମଧ୍ୟେ ପଶନ୍ତେ ଯୋ ରକ୍ଷାକରୁ ରୁଦ୍ରାୟଣୀ ।୨୫୮।ମାତା ମହେଶ୍ୱରୀ ରଖୁ ତୁ ଜଳ ସ୍ଥଳେସର୍ବ ସ୍ଥାନେ ରଖୁ ତୁ ମାୟେ ସର୍ବ ଯେ ମଙ୍ଗଳେ ।୨୫୯।ଭଗତ ଜନ ମଛଳୀ ଯୋ ଜଙ୍ଖେର ପୁର ବାସୀଶୂଦ୍ରମୁନି ସାରୋଳ ଦାସର ଫେଡ଼ିବା କାଳଫାଶି ।୨୬୦।