ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପି୩। ଯୁଧିଷ୍ଠିରଙ୍କ ସମର ପ୍ରତିଜ୍ଞା-ଧୃତରାଷ୍ଟ୍ର, ଭୂରିସର୍ବା, ଧୌମ୍ୟ ଓ ବିଦୁରଙ୍କର ଦୁର୍ଯୋଧନକୁ ପଞ୍ଚପଡ଼ା ପ୍ରାର୍ଥନା ଏବଂ ବିଦୁରଙ୍କୁ ଯୁଧିଷ୍ଠିରଙ୍କ ନିକଟକୁ ପ୍ରେରଣ
୪। ଶ୍ରୀକୃଷ୍ଣଙ୍କୁ ଆଣିବା ନିମନ୍ତେ ଅର୍ଜୁନଙ୍କ ଦ୍ୱାରିକା ଗମନ ଓ ତାହାଙ୍କୁ ଘେନି ପ୍ରତ୍ୟାବର୍ତ୍ତନ୫। ଉତ୍ତରାବାଳୀର ରଜୋବତୀ ହେବା ସମ୍ୱାଦ ଓ ରଜକୋଷ୍ଠି ବିବରଣ୬। ସୁଦେଷ୍ଣା ପାଟ ମହାଦେଈଙ୍କର ଯୁଦ୍ଧ ସମ୍ୱନ୍ଧରେ ଭବିଷ୍ୟତ ବାଣୀ ବର୍ଣ୍ଣନ ଓ ବିଶ୍ୱଦେବଙ୍କୁ ବିଶ୍ୱାମିତ୍ରଙ୍କର ଶାପ୭। କବଚ କୁଣ୍ଡଳ ଅର୍ଥେ ବ୍ରାହ୍ମଣ ରୂପରେ ଇନ୍ଦ୍ରଙ୍କର କର୍ଣ୍ଣକୁ ଛଳନା ତଥା ବରଦାନ ଓ ଶ୍ରୀକୃଷ୍ଣଙ୍କ ସ୍ୱର୍ଗ ଗମନ୮। ପଞ୍ଚପାଣ୍ଡବଙ୍କର ସମର ପ୍ରତିଜ୍ଞା, ଦୂତପଣେ ଶ୍ରୀକୃଷ୍ଣଙ୍କର ହସ୍ତିନା ଗମନ ଓ ବ୍ୟାସାଦି ମୁନିଙ୍କର ସହ ବିଦୁର ଗୃହେ ବିଶ୍ରାମ୯। ଶ୍ରୀକୃଷ୍ଣଙ୍କର ବିଦୁର ମନ୍ଦିରରେ ଅବସ୍ଥିତି ଓ ବିଦୁରଙ୍କୁ ବରଦାନ୧୦। କୁନ୍ତୀ ଓ ଶ୍ରୀକୃଷ୍ଣ କଥୋପକଥନ, ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କ ନିକଟେ ପ୍ରବେଶ ଏବଂ ଅନ୍ଧ ବ୍ରାହ୍ମଣରଚକ୍ଷୁଦାନ ବିବରଣ୧୧। ଶ୍ରୀକୃଷ୍ଣ ପ୍ରଥମଥର କୁରୁସଭାକୁ ଗମନ ଏବଂ ଅପମାନ ଓ ବଳିରାଜାର ଉପାଖ୍ୟାନ୧୨। ଦୁର୍ଯ୍ୟୋଧନ ଦୁଇଖଣ୍ଡ ପଡ଼ା ଦେବା ନିମନ୍ତେ ଭୀଷ୍ମଙ୍କଠାରେ ଇଚ୍ଛା ପ୍ରକାଶ ଓ ଶକୁନିର ଅମତ ଏବଂ ବାବନା ଭୂତର ବିବରଣ୧୩। କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ଦ୍ୱିତୀୟଥର ଗମନ, ଭୟଙ୍କର ଅପମାନ ଓ ନରସିଂହ ରୂପ ଧାରଣ୧୪। କୌରବ ସଭାକୁ ଶ୍ରୀକୃଷ୍ଣଙ୍କର ତୃତୀୟ ଥର ଗମନ ଓ ଅପମାନ ଏବଂ ମହାଲକ୍ଷ୍ମୀଙ୍କ ସହିତ ଦ୍ୱାରକା ଗମନ
୧୫। ମହାଲକ୍ଷ୍ମୀଙ୍କୁ ଆଣିବା ନିମନ୍ତେ ଦୁର୍ଯ୍ୟୋଧନ ଶକୁନିଙ୍କ ଦ୍ୱାରିକା ଗମନ ଓ ଶ୍ରୀକୃଷ୍ଣ ଆଣିବା ନିମନ୍ତେ ଅର୍ଜୁନଙ୍କ ଦ୍ୱାରିକା ଯାତ୍ରା
୧୬ । ପଞ୍ଚଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥେ ଆଗମନ, କୁରୁକ୍ଷେତ୍ର ବଣ୍ଟନ ନିମନ୍ତେ ଶକୁନିର ଯୁଧିଷ୍ଠିରଙ୍କ ନିକଟେପ୍ରବେଶ ଓ ଅଳସୁଆ ବିବରଣ, .୧୭। କୁରୁକ୍ଷେତ୍ରରେ ଶୁଭସ୍ତମ୍ଭ ସ୍ଥାପନ, ତହିଂ ମଧ୍ୟସ୍ଥ ପୁରୁଷ ଏବଂ ପୂର୍ଣ୍ଣ ପ୍ରଳୟ ଓ ଦେବନାଶନ ବଟ ପ୍ରଭୃତିର ବିବରଣ୧୮। ଭାରତୀୟ ରାଜାମାନଙ୍କୁ ଯୁଦ୍ଧ ନିମନ୍ତେ ଆମନ୍ତ୍ରଣ .
୧୯। କୁରୁପାଣ୍ଡବଙ୍କର ସୈନ୍ୟସଂଖ୍ୟା ଓ ଶ୍ରୀକୃଷ୍ଣଙ୍କ ଦ୍ୱାରା ବେଲାଳସେନ ମସ୍ତକ ଚ୍ଛେଦନ ଓ ଶୁଭସ୍ତମ୍ଭ ସ୍ଥାପନ ଏବଂ ପାଣ୍ଡବମାନଙ୍କ ଛନ୍ନତା
୨୦। ଭାରଦାର ଭାରତର ଭବିଷ୍ୟତ ବାଣୀ କଥନ୨୧। ଭାରଦାର ପୂର୍ବଜନ୍ମ ବିବରଣ୨୨। ଆତାପି ବାତାପି ଉପାଖ୍ୟାନ ଏବଂ ସିଂହମୁଖା ଶୃଗାଳର ଭବିଷ୍ୟତ ବାଣୀ୨୩। ତୁଳସୀବଣ ବାଘ ଓ ତୁଳାମୁହାଁ କାଂକର ବିବରଣ୨୪। ବୀର ହନୁମାନଙ୍କୁ ଆମନ୍ତ୍ରଣ ନିମନ୍ତେ ଭୀମସେନଙ୍କର ଗମନ ଓ ଅପମାନ୨୫। କର୍ଣ୍ଣକୁ ଆଣିବା ନିମନ୍ତେ କୁନ୍ତୀଙ୍କର ଗମନ ଏବଂ ନୀଳବାଣ ଭୁଜବାଣ ଦକ୍ଷିଣା ସ୍ୱରୂପେ ଆନୟନ୨୬। କଳ୍ପାସୁର ସହିତ କର୍ଣ୍ଣର ଯୁଦ୍ଧ, ନୀଳବାଣ ଓ ଭୁଜବାଣର ଉତ୍ପତ୍ତି୨୭। ଶଙ୍ଖାସୁରଠାରୁ ବେଦ ଉଦ୍ଧାର ଓ ସ୍ତୋତ୍ରଗଣେଶଙ୍କ ବନ୍ଦନାଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେବତା
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )ସାରଳା ଦାସ ସାରଳା ଦାସ
ମଙ୍ଗଳା ବିଘ୍ନରାଜ ଭୂତ ଭବିଷ୍ୟ ଗ୍ୟାଂତା ।୧।
ମଙ୍ଗଳ ସଦାନନ୍ଦ ଦେବ ଲମ୍ବୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।
ମଙ୍ଗଳ ପରମବ୍ରହ୍ମ ସ୍ୱରୂପ ବୀଣାୟେକ
ପାଶ ଅଙ୍କୁଶ ଗଜବଦନ ଅଟ ତ୍ରିୟମ୍ବକ ।୩।
ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ବେନିଆଖି
ଅବନିଳେ ଚାହିଂଲେ ତୁ ଯେ କୋଟି ବ୍ରହ୍ମଣ୍ଡ ଦେଖି ।୪।
ଡିବି ଡିବି ବଜାଇ ଯାହାର ଡାକି ଡମ୍ବରୁ
ହୃଦେ ପଇତା ଯାହାନ୍ତ ଅନନ୍ତ ନାଗ ଫେରୁ ।୫।
ସ୍ୱାମୀ ତ୍ରିପୁର ବଧଗଲା ଯାହାର ବୁଦ୍ଧିବଳେ
ବିନୟେ ଅନୁବ୍ରତେ ନାଥ ମୁଂ ତୁମ୍ଭର ପାଦତଳେ ।୬।
ଲାଙ୍ଗଟ ଭ୍ରୁଙ୍ଗଟ ଯେ ବିକଟ ବକ୍ରନାଟେ
ମହାଭୈରବ ତାଣ୍ଡବ ଆରୋପଣ ସଂକୋଟେ ।୭।
ଶ୍ରୀ ବିଘ୍ନରାଜ ଶ୍ରୀଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଂ ରହୁ ଯେ ଭ୍ରସଳେ ।୮।
ବ୍ୟାସଂକର ସ୍ରିଜନେ ଦେବ ପ୍ରସନ୍ନ ବିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।
ୟେ ସଂସାର ମଧ୍ୟେ ମୁହିଂ ସେ ଦେଖିଲି ସରୂପ
ତୁହି ସେ ହରନ୍ତା ଦେବ କଳିକାଳ ଦର୍ପ ।୧୦।
କଳିକାଳ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ବିବାଦେଣ ତୁ କାଳଦର୍ପ ଭାଞ୍ଜି ।୧୧।
ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୂଦ୍ରମୁନି ସାରୋଳ ଦାସ ତଲୟେ ଅଭ୍ୟାସି ।୧୨।
ପାଣ୍ଡବଙ୍କ ଇନ୍ଦ୍ରପ୍ରସ୍ଥେ ପ୍ରବେଶ, ଧୃତରାଷ୍ଟ ସଞ୍ଜୟ ସଂବାଦଓ ଧୌମ୍ୟ ପୁରୋହିତଙ୍କର ଦୂତପଣେ ହସ୍ତିନା ଗମନଶୁଣ ହୋ ଚଇତନ ଶ୍ରୀ ମହାଭାରଥ ଉଦିଯୋଗ ପର୍ବ କଥାଯାହା ହେତୁ କରିପାରିଲେ ସଭାୟେ ହୋଇବ ବକତା ।୧।ଯେବଣ ଗ୍ରନ୍ଥ ଶୁଣିଲେ ଅଧାର୍ମିକହିଂ ହୋୟେ ଭିଗ୍ୟଂଯାହା ଶୁଣିଲେଟି ପ୍ରାଣୀ ହୁଅନ୍ତି ସର୍ବଗ୍ୟଂ ।୨।ଉଦିଯୋଗ ପର୍ବ କଥା ହୃଦଗତେ ଲୟେ କଲେଶାହାସ୍ରକୁ ଜିତା ହୋଇ ୟେହା ଉନ୍ୟେଷି ପାରିଲେ ।୩।ଉଦିଯୋଗ ପଢିଲେ ଦୃଶ ହୋଅଇ ବୁଦ୍ଧିଉଦିଯୋଗ ପଢିଲେ ପ୍ରାପତ ହୋଅଇ ଋଦ୍ଧି ସିଦ୍ଧି ।୪।ଉଦିଯୋଗ ବୋଲିଣ ଯେବଣ ଗ୍ରନ୍ଥ ପର୍ବଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ୟେଥୁଂ ସର୍ବ ।୫।ଚଉବର୍ଗ ସମ୍ପଦ ଯେ ପ୍ରାପତ ବ୍ରହ୍ମଗ୍ୟାନଆଷ୍ୟ ଧନ ସନ୍ତାନ ହୋଇ ବର୍ଦ୍ଧମାନ ।୬।ଯାହା ସେ ସ୍ରିଜନା କଲେକ ଅଗସ୍ତିମୁହିଂ ତାହା ବଞ୍ଚାଇଲି ବିଚିତ୍ର ଶୁଦ୍ଧି ପୋଥି ।୭।ଉଦିଯୋଗ ପର୍ବ ଶୁଣିମା ନରେ ବାଣୀସୁବୁଦ୍ଧି ପଣ୍ଡିତ ସୁଗ୍ୟଂ ହୋଇବ ୟେହା ଶୁଣି ।୮।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିୟେଥୁ ଅନନ୍ତରେ ହୋଇଲା ଯିସ ରୀତି ।୯।ଶୁଭଯୋଗେ ପାଣ୍ଡବେ ବାହାର ମତ୍ସ୍ୟଦେଶୁଂଆକାଶେ ମଙ୍ଗଳ ଧୁନି ଶୁଭଇ ପାଣ୍ଡବଂକର ଆସୁଂ ।୧୦।ବିରାଟ ଆଗିଆଣି ସମଦଣ୍ଡ ଘେନିପଛେଣ ପଞ୍ଚାଳ କୁମାରନ୍ତ ଘେନି ଶ୍ରୀଖଣ୍ଡୀ ଭ୍ରାଥ ବେନି ।୧୧।ଶ୍ରୀକୃଷ୍ଣା ଦ୍ରୌପତୀ ଯେ କୋଳ ସମ୍ଭାଷଣେପାଞ୍ଚାଳୀକି ପ୍ରବୋଧିଲେ ବହୁତ ସନମାନେ ।୧୨।ଗୋପାଳୀ ନଦୀକୂଳେ ବିରାଟ ପ୍ରବୋଧିଅନେକ ବିନୋୟୀ ହୋଇଲେ ବିରାଟ ଯଥାବିଧି ।୧୩।ଯୁଝେଷ୍ଠି ଦେବେ ଯେ ପ୍ରବୋଧି ବଚନ ପ୍ରକାଶିବାହୁଡ ଦେବେ ତୁ ପରମ କଲ୍ୟାଣ ହୋଅସି ।୧୪।ବିରାଟ ପ୍ରଣପତ୍ୟ ଯେ ଯୁଝେଷ୍ଠିଂକ ପଦ୍ମପାୟେମୁହିଂ ଯାଇଂ କିନା ସ୍ୱାମୀ ଇନ୍ଦ୍ରପ୍ରଶସ୍ତ ଯାୟେ ।୧୫।ଯୁଝେଷ୍ଠି ବୋଇଲେ ହୋ ଦଣ୍ଡ ଘେନିଗଲେମାନଗୋବିନ୍ଦ କୋପ କରିବନା ପରଥାଠ ଦେଖିଲେ ।୧୬।ସହୋଦ୍ରଂକ ନିମନ୍ତେ କାଳକ ବୁଲିଲି ଘୋର ବନେଆବର କିମ୍ପେ ଧର୍ମ ଲଂଘିବି ଅଳପ ଯେ ଦିନେ ।୧୭।ଶାନ୍ତି ସମାର୍ଜନେ ଆମ୍ଭେ ନ କରିବା କଳିଅଷ୍ଟ ଅବଧାନେ ଯେ ଶତ୍ରୁକୁ ସମ୍ଭାଳି ।୧୮।ବିରାଟ ଶ୍ରୀଖଣ୍ଡୀ ଯେ ବାହୁଡ଼ିଲେ ସନ୍ୟ ଘେନିତହୁଂ ସେ ପାଣ୍ଡବେ ଚଳିଲେ ଦିବସ ରଜନୀ ।୧୯।ପାଞ୍ଚତିରିଶ ଦିବସେ ପ୍ରବେଶ ଇନ୍ଦ୍ରପଶସ୍ତେନଗ୍ର ଭିତରେ ଯାଇ ହୋଇଲେ ପଞ୍ଚୁ ଭ୍ରାଥେ ।୨୦।ଭୀମସେନ ବୋଇଲା ଦେବ ଯିବାନା ଆସ୍ତାନକୁଦେଖିବା ନାହିଂ କି ଦ୍ରିଯୋଧନ ଧୁଶାସନ ଭୀଷ୍ମ ଦ୍ରୋଣ କର୍ଣ୍ଣଂକୁ ।୨୧।ଯୁଝେଷ୍ଠି ଦେବେ ବୋଇଲେ ଜାଣିମା ତଦନ୍ତବାରତା ପାଇ ମାନଗୋବିନ୍ଦ ନିଅଇ କିନା ଆମ୍ଭନ୍ତ ।୨୨।ବିଜୟେ ମାନଗୋବିନ୍ଦ ସମ୍ଭର୍ବ ଆସ୍ତାନେବାରତା ଜଣାଇଲେ ଯାଇଂ ଦେଶାଉରମାନେ ।୨୩।ସ୍ୱାମୀ ପାଣ୍ଡବ ଆଗତ ବୋଲି ଜଣାଇଲେ ହରଷେଇନ୍ଦ୍ରପ୍ରଶସ୍ତ ରାଜ୍ୟେ ଆସି ହୋଇଲେ ପରବେଶେ ।୨୪।ଚାରଗଣ ମୁଖୁଂ ୟେସନକ ବାକ୍ୟ ଶୁଣିଶୁକୁନି ପ୍ରତିବାକ୍ୟ ଦିଅଇ ହାଦେ ପୁଣି ।୨୫।ପାଣ୍ଡବେ ଯେବେ ପ୍ରବେଶ ହୋଇଲେ ଇନ୍ଦ୍ରପ୍ରଶସ୍ତେରଥ ଗଜ ଅଶ୍ୱ ପାଦାନ୍ତି ଅଛନ୍ତି ସଙ୍ଗେ କେତେ ।୨୬।ଡଗର ପ୍ରତିବାକ୍ୟ ଦେବ ସାବଧାନ ଭବତୁବିରାଟ ଦଣ୍ଡ ଘେନି ବାହୁଡ଼ି ଗଲା ଧର୍ମପଥୁଂ ।୨୭।ପାଣ୍ଡବ ପାଞ୍ଚଜଣ କୁମାର ଅଭିମନ୍ୟୁପାଞ୍ଚାଳ କୁମାର ତୁଲେ ବାଳୁତ ଯେ ତନୁ ।୨୮।ଦ୍ରୌପତୀ ସୁଭଦ୍ରା ଯେ ଆବର ଉତ୍ତରାବଳୀୟେତେକ ତୁଲେ ଦେଖିଲୁ ଆନ ନାହିଂ ଅଗୁଳି ।୨୯।ସଞ୍ଜୟେ କହିଲେ ଧୃତରାଷ୍ଟଂକ ଆଗରେପାଣ୍ଡବେ ପ୍ରବେଶ ହୋଇଲେ ଇନ୍ଦ୍ରପ୍ରସ୍ତ ନବରେ ।୩୦।ଧୃତରାଷ୍ଟ ବୋଇଲେ ହୋ କରିବା କେମନ୍ତଭୋ ଦଇବ ପୁରୁଷ ମୋତେ ହୋଇବା ଉପଗତ ।୩୧।ଦ୍ରିଯୋଧନ କଣ୍ଠେ ବିଜେକରୁ କିନା ସରସ୍ୱତୀପାଣ୍ଡବେ କୌରବେ ଯେହ୍ନେ ହୋଅନ୍ତି ପୀରତି ।୩୨।ସଞ୍ଜୟେ ବୋଇଲେ ରାଜା ନ କର ବିଳାପଧର୍ମ ଅବଶେଷେ ଆସି ଅର୍ଦ୍ଧୁତ ହୋଇଲା କି ପ୍ରାପ ।୩୩।ଯୁଝେଷ୍ଠି ହୃଦଗତେ ନାହିଂନା ଅନୀତିସର୍ବେ ମନ୍ଦ ଅଟନ୍ତି ନା ତୋହୋର ସନ୍ତତି ।୩୪।ଯୁଝେଷ୍ଠି ହୃଦଗତେ ଯେବେ ଭାବିବ ଅନୀତିଆବର କୁରୁ ପାଣ୍ଡବେ କାହିଂ ଲୋଡୁ ପୀରତି ।୩୫।ଧୃତରାଷ୍ଟ୍ର ବୋଲନ୍ତି ଶୁଣ ହୋ ସଞ୍ଜୟେମନୁକାଳ ବଞ୍ଚାଇଲେ ବଶିଷ୍ଠଂକ ଶତପୋୟେ ।୩୬।ବିଶ୍ୱାବସୁ ଗନ୍ଧର୍ବେ ଯେ ପୂର୍ବେ ବସିଥିଲେ ସ୍ୱର୍ଗେଭୁବିଗତ ହୋଇଲେ ସେ ଦୃଭାସାଂକ ରାଗେ ।୩୭।ମହୀତଳେ ରାଜ୍ୟ ସେ କଲେକ ୟେକମନୁକାଳେ ଉତପତ୍ତି ହୋଇଲେ ଶତେ ଅଷ୍ଟଉତ୍ତର ତନୁ ।୩୮।ଗତ ଶାପ୍ୟ ପାଇଂ ସେ ଦୃଭାସାଂକୁ ତପକଲେପିତାକଇଂ ଘେନିଣ ସେ ସ୍ୱର୍ଗରେ ବସିଲେ ।୩୯।ଭୋ ସଞ୍ଜୟେ ୟେସନେକ ପାତକ କଲଇ ମୁହିଂ କାହୁଂଅନମୁତେ କୋପକଲି ବିଦୁର ପରମାର୍ଥ କହୁଂ କହୁଂ ।୪୦।ସାଧୁ ସାଧୁ ବିଦୁର ହୋ ତୋହୋର ଜୀବତିବୋଇଲୁ କୁଟୁମ୍ବ ବର୍ଦ୍ଧୁତେ ତୋତେ ଶୋକ ଅପ୍ରମିତି ।୪୧।ଶୁଣିଣ କୋପେ ମୁଂ ତୋତେ ପ୍ରାହାର କଲଇଂ ପାଦେୟେତେ ବଡ଼ ବଂଶ ମୋର ବୁଡ଼ିଲା ମାନଗୋବିନ୍ଦ ପରସାଦେ ।୪୨।ସଞ୍ଜୟେ ବୋଇଲା ରାୟେ ବିସ୍ତାର ନ କରନି ୟେହୁ କଥାଅପାଦ ଚିନ୍ତିଲେ ମଙ୍ଗଳ ନୋହଇ ସର୍ବସ୍ତା ।୪୩।ଆପଣେ ଯାହା ଅର୍ଜି ତାହା କର୍ମ ବୋଲିଅନୀତି ସଂସାରେ ୟେହା ପ୍ରତକ୍ଷେ ଦେଖିଲି ।୪୪।ଆହୋ ବଇବସୁତ ମନୁ ପାଣ୍ଡବେ ବିଜେ କରିଅଛନ୍ତି ଇନ୍ଦ୍ରପ୍ରଶସ୍ତେଲକ୍ଷେ ଦ୍ୱିଜ ଘେନିଣ ବିଜେ ଧଉମ୍ୟ ପୁରୋହିତେ ।୪୫।ଧର୍ମର ନନ୍ଦନ ଯେ ମହାଗୁରୁ ଦେଖିଉଠିଲେ ପାଣ୍ଡବେ ବେଗେଂ ଆସ୍ତାନେ ଉପେକ୍ଷି ।୪୬।ପାଦ ଅର୍ଘ୍ୟ ଦେଇଣ ଯେ ଚରଣେ କଲେ ଦିବ୍ୟପୂଜାସମସ୍ତ କୁଶଳ ଯେ ପୁଚ୍ଛନ୍ତି ଧର୍ମରାଜା ।୪୭।କନକ ଉତୁରୀ ପଇତା ଦିଲେକ ନେଇ କନ୍ଧେଯୁଝେଷ୍ଠି ବୋଇଲେ ଦୁର୍ଗତି ବଞ୍ଚିଲୁ ତୋହୋର ପ୍ରସାଦେ ।୪୮।କନକ ଆସନ ଦିଲେକ ଧର୍ମରାୟେସମସ୍ତ କୁଶଳ ପଚାରନ୍ତି ଧଉମ୍ୟ ଯେ ପଣ୍ଡାୟେ ।୪୯।ଧଉମ୍ୟ ପୁରୋହିତେ ବୋଇଲେ ପୁଛୁଂ ଆମ୍ଭେ ତୁକୁଭାଇନ୍ତ ଘେନି ଯିବୁନା ହସ୍ତିନା ସଭାକୁ ।୫୦।ଯୁଝେଷ୍ଠି ଦେବେ ବୋଇଲେ ଯେ କଥା ନ ମିଳଇ ଯୁଗତେମୁହିଂ ଅନେକ ଦୁର୍ଗତି ବଞ୍ଚିଲି ବନସ୍ତେ ।୫୧।ସେ ମୋହୋର ସୋଦର କରିବା ମୋତେ ଚିନ୍ତାବାରତା ପାଇ ମାନଗୋବିନ୍ଦ ଯେବେ ଆମ୍ଭନ୍ତ ନିଅନ୍ତା ।୫୨।ତେବେ ସେ ଜାଣନ୍ତି ନା ତାହାର ନିକଳଂକ ହିୟାପାପ ବୁଦ୍ଧି ଆଚରଣ କଲାକ କୁରୁନାହା ।୫୩।ଅପୋଷକ ସୋଦର ଅଭଗତ ବାଳଅନାଚାରୀ ଭାରିଯା ପାପକ୍ଷୟ କାଳ ।୫୪।ଅଭାବୀ ମଇତ୍ର କଳହକାରୀ ସୁପକାରବିବାଦୀ ବଇରି ଭୂମି ଅସହର ।୫୫।କାଳରୁଦ୍ର ଦେବତା ତୀର୍ଥ ଅସୁରଭୋଗୀପଣ୍ଡିତ ଲୋକେ ୟେହା ଦୂରହିଂ ପରିତ୍ୟାଗି ।୫୬।ପୁରୋହିତେ ବୋଇଲେ ପଣ୍ଡୁ ଧୃତରାଷ୍ଟୟେକ ପିତାଉଂ ଜନମ ସୋଦର ତୁମ୍ଭେ ବେନି ଅଟ ।୫୭।ନୀର କ୍ଷୀର ଯେହ୍ନେ ହୋଅଇ ଯେ ଅଭେଦପରମେଷି ପାରିଲେ ୟେହା ହୋଇ ନା ପରମାଦ ।୫୮।ବିଶେଷେ କନିଷ୍ଠ ସେ ଆବର ବୟସେ ମତ୍ତଗର୍ବତାହାର ଯେତେକ ଦୋଷ ଉପେକ୍ଷା କରିବାକ ସର୍ବ ।୫୯।ଯୁଝେଷ୍ଠି ବୋଇଲେ ତାତ ସେ ସହୋଦ୍ର ପୋଡୁ ପୋଡୁଭୁଞ୍ଜାଇ ବସାଇ ଭୀମାକୁ ଖୁଆଇଲେ ବିଷଲଡ଼ୁ ।୬୦।ଭୋଜନ ଶେଷେ ବିଷ ଘାରିଲା ଯେତେବେଳେରାତ୍ରକାଳେ ବାନ୍ଧିକରି ମେଲିଲେ ଅଗାଧ ଜଳେ ।୬୧।ଜଦୁର ଘରେ ଭିଆଇଲେ ବାରୁଣାବନ୍ତେ କୂଟେଜଉ ସଜଳସ ଗୁଆଘୃତ ଆବର ଛଣପଟେ ।୬୨।ନିଶାକାଳେ ପୁଣି ସେ ଦିଲେକ ଘରପୋଡ଼ିଧର୍ମର ବଳେ ସିନା ଗଲୁ ତହିଂ ସେ ଉବୁରି ।୬୩।ପୁଣି କପଟ ପାଶାୟେ ଭିଆଇଲେ ମହାମନ୍ତ୍ରୀ ଶକୁନିକୂଟ ଉପାୟେ କରି ସେ ମୋହୋର ସମସ୍ତ ରାଜ୍ୟଭାର ଘେନି ।୬୪।ଆପଣେ ଆସ୍ତାନେ ବସି ଆମ୍ଭନ୍ତ ବସାଇଲେ ସଭାତଳେଧୁଶାସନ ଧରିଅଛି ଦ୍ରୌପତୀର ବାଳେ ।୬୫।ଆବର ଧରିଣ ବିବସନ କଲେ ସତୀଧର୍ମର ବଳେ ସେ ଉବୁରିଲା ଦ୍ରୌପତୀ ।୬୬।ଘୋଷଯାତ୍ରା କାଳେ ସେ କଇମେକ ନାମେ ବନେଅତିହିଂ ଝିଂଘାସ ସହି ନୁଆରିଲେ ଦେବଗଣେ ।୬୭।ଚିତ୍ରସେନ ଗନ୍ଧର୍ବ ଦ୍ରିଯୋଧନକୁ ବାନ୍ଧିନେଲା ରାଗେସେ ଗନ୍ଧର୍ବକୁ ଜିଣିଲା ଅର୍ଜୁନ ରଙ୍ଗରଣେ ।୬୮।ପାଞ୍ଚାଳ କଟକେ ଯାଇଂ କଲେକ ଯେବଣହିଂ କଥାତୁମ୍ଭେ କି ପାଇ ଅଛନା ତହିଂର ବାରତା ।୬୯।ବନସ୍ତୁଂ ଦ୍ରୌପତୀଂକି ହରି ନେଉଥିଲା ବେଳେକେତେହେଂ ଦୁରାପଦ ଯେ ସହିବା ସର୍ବକାଳେ ।୭୦।ବିପତ୍ତି ପଡ଼ଇ ସେ ଧର୍ମକଥା କହୁଂ କହୁଂବେଦ ଶାହାସ୍ର ଆବର ସତ ହୋଉଅଛି କାହୁଂ ।୭୧।ରାଜକୁଳେ ଜାତ ହୋଇ ମୋହୋର ୟେହେନେକ ଅବସ୍ତାକୁରୁ ପାଣ୍ଡବେ ପୀରତି ଆଉ ନୋହିବ ସର୍ବସ୍ତା ।୭୨।ଆଦିତ୍ୟ ଦେବତା ଯେବେ ପଛିମେ ହୋଇ ଉଦେପୂର୍ବେ ଅସ୍ତ ଯେବେ ନୋହିବେ ଅବଦେ ।୭୩।ଚନ୍ଦ୍ର ନଷ୍ଟ ଯେବେ ହୋଇବେ ପଉର୍ଣ୍ଣମୀଜଳ ପ୍ରଳୟ ଯେବେ ନଶିବ ସର୍ବଭୂମି ।୭୪।ଧାତୁବାଦ ପୁରୁଷ ଯେବେ ନ କରିବେକ ବୃଷ୍ଟିପର୍ବତ ଉପରେ ଯେବେ ନଳିନୀଦଳ ଫୁଟି ।୭୫।ଜଳ ଭିତରେ ଯେବେ ଉପୁଚିଆଇବ ଶିଳସୋଲ ଭେଳା ଯେବେ ବୁଡିବାକ ଜଳ ।୭୬।ସ୍ତୀରୀ ହୋଇବ ପୁରୁଷ, ଦିବସ ହୋଇବ ରାତିଜଳ ଯେବ ତପତ ହୋଇବ ଶୀତଳ ହୋଇବ ବହତି ।୭୭।ଆହୋ ପ୍ରୋହିତେ ହଟକର୍ମ ପୁରାଣେ ୟେହା ଅଷ୍ଟାବକ୍ର ମୁନି କହିୟେତେ ବାଗେ ହୋଇଲେ ଯୁଝେଷ୍ଠି ଦେବ ୟେହା କି ସହଇ ।୭୮।ମୋହୋର ବେଳେ ଯେବେ ୟେହା ମୁଂ ସହି ପାରଇନିରଞ୍ଜନ ଦେବତା ଥାଳରେ ବିଷ ମୁଂ ଭରଇ ।୭୯।ଶିବଦ୍ରୋହ କରଇ ଅଲଂଘିତ ନିୟମନିଚୟେ ସଂକଳ୍ପ ମୋହୋର ହୋଇଲା ସାଂଗ୍ରାମ ।୮୦।ପୁରୋହିତେ ବୋଇଲେ କାଳଭ୍ରଷ୍ଟ ହୋଇଲାସହଦେବ ବୋଇଲେ ପ୍ରୋହିତେ କଳି ପ୍ରବର୍ତ୍ତିଲା ।୮୧।ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ପ୍ରୋହିତେହସ୍ତିନା ଯିବ ତୁମ୍ଭେ ଆମ୍ଭର ନିମନ୍ତେ ।୮୨।ସମ୍ପଦ ମୋର ମାଡ଼ି ବସିଲା କୁରୁପତିଅବିଚାର ପୁରୁଷେ ମୋତେ କରାଇଲେ ଅପ୍ରୀତି ।୮୩।ଧୃତିରାଷ୍ଟ ଅଗ୍ରତେ କହିବ ତୁମ୍ଭେ ଯାଇଂଇନ୍ଦ୍ରପ୍ରଶସ୍ତ ରାଜ୍ୟ ଖଣ୍ଡି ମୋତେ ଦେଉ କୁରୁସାଇଂ ।୮୪।ତୁମ୍ଭେ ତ ପୁରୋହିତେ ମୋର ବଂଶର ପରମ ଗୁରୁମଣାଇଂ କହିବ ମୋତେ ଧୃତରାଷ୍ଟ ଦୟାକରୁ ।୮୫।ପୁରୋହିତେ ବୋଇଲେ ଆମ୍ଭେ ଯିବୁଂ ତୋହୋର ବୋଲେକିସ ଉତ୍ତର କରିବୁଂ ଆମ୍ଭେ ମାନଗୋବିନ୍ଦ ନାସ୍ତିକଲେ ।୮୬।ଯୁଝେଷ୍ଠି ବୋଇଲେ ତୁମ୍ଭେ କରିବଟି କିସସେ ନାସ୍ତି ବୋଇଲେ ତୁମ୍ଭେ ବାହୁଡ଼ିଣ ଆସ ।୮୭।ବିଜେକର୍ଣ୍ଣକୁଣ୍ଡଳ ମେରୁଶୂଳ ଦିଲା ମୁକୁୟେ ଅପୂର୍ବ ପଦାର୍ଥ ନେଇ ଦିଅ ଧୃତରାଷ୍ଟଂକୁ ।୮୮।ଯୁଝେଷ୍ଠି ଦେବଂକ ନିରାଧାର ବାକ୍ୟ ଶୁଣିଚଳିଲେ ପୁରୋହିତେ ଯେ ଦୂତକାର ଜାଣି ।୮୯।ତୁଲେଣ ଘେନିଲେ ତାଂକର ଲକ୍ଷେକ ବାଳଶିଷିହସ୍ତିନା ରାଜ୍ୟେ ପୁରୋହିତେ ପ୍ରବେଶ ହୋଇଲେ ଆସି ।୯୦।ଦ୍ରିଯୋଧନ ବିଜେ କରିଛି ଯମ ଯେ ପ୍ରଶସ୍ତେକର୍ଣ୍ଣ ଶଂକୁନି ଧୁଶାସନ ଶଲ୍ୟ ଯେ ସହିତେ ।୯୧।ପୁରୋହିତେ ପ୍ରବେଶ ଯାଇଂ ହୋଇଲେ ସନ୍ନିଧାନେଦୂରୁଂ ଦେଖି ଶଂକୁନି କହିଲା ବିଦ୍ୟମାନେ ।୯୨।ବୋଇଲା ଧଉମ୍ୟ ପୁରୋହିତେ ଆସୁଛନ୍ତି ଯହିଂକିକେ କେମନ୍ତ ୟେହା ଯେ ବିଚାରନି ଦେଖି ।୯୩।କର୍ଣ୍ଣ ବୋଇଲା ତୁ ସେ ପଣ୍ଡିତ ମହାଗ୍ୟାଂତାଶୂରବନ୍ତ ପୁରୁଷ ତୁ ଭୂତ ଭବିଷ୍ୟ ଜାଣନ୍ତା ।୯୪।କର୍ଣ୍ଣ ବୋଇଲା ତୁ ସେ ମନ୍ତ୍ରୀ ଚୂଡାମଣିମାନଗୋବିନ୍ଦେ ତୁ ସମ୍ପଦ ଭୋଗ୍ୟ କରାଇଲୁ ଆଣି ।୯୫।ପାଣ୍ଡବଂକ ଦର୍ପ ମର୍ଦ୍ଦିଲୁ ତୋହୋର ବୁଦ୍ଧିବଳେପଞ୍ଚୁରାଜ୍ୟ ଭୋଗ୍ୟ କରାଇଲୁ କୁତୂହୋଳେ ।୯୬।ଆହୋ ଆଗୋଚର ଗୋଚର ତୁ ଭବିଷ୍ୟତ ଗ୍ୟାଂତାଅଦୃଶ୍ୟ ଦୃଶ୍ୟହିଂ ସେ କଥା ବିଚାରନ୍ତା ।୯୬।ଶଂକୁନି ବୋଇଲା ତୁ ବୁଝ ଉପନେସିଦୂତକାର ପଣେ ୟେହାନ୍ତ ଯୁଝେଷ୍ଠି ଦିଲେ ପେଷି ।୯୮।ୟେହିକଥା ପ୍ରମାଣ ହୋଇବନା ଯୁଗତେୟେ ପୁଣ ଆସିଅଛନ୍ତି ଗ୍ରାମ ମାଗିବା ନିମନ୍ତେ ।୯୯।ୟେସନକ କହିଲା ଶଂକୁନି ଭୂତ ଭବିଷ୍ୟ ସନ୍ଦେଶଧଉମ୍ୟ ପୁରୋହିତ ଆସି ଯେ ହୋଇଲେ ପ୍ରବେଶ ।୧୦୦।ଆସନ ସମାର୍ଜନ ଯେ କଲାକ କୁରୁରାୟେଅତି ଆନନ୍ଦେ ପ୍ରଳମ୍ବ ସକଳ ସନ୍ଦେହେ ।୧୦୧।କୁଶଳ ବାରତା ଯେ ପୁଚ୍ଛାକଲେ ଧଉମ୍ୟେଆରୋଗ୍ୟ ନିରାପଦ ହୋଇ ବ୍ରତିଅଛନା ସର୍ବକ୍ଷମେ ।୧୦୨।ସମସ୍ତ କୁଶଳ ବୋଲି ଯେ ବୋଇଲେ କଉରବେତୁମ୍ଭେ ୟେବେ ଗବନ କଲ କେଉଂଣ ପରସ୍ତାବେ ।୧୦୩।ଧଉମ୍ୟ ପୁରୋହିତେ ବୋଇଲେ ତୁମ୍ଭେ ଶୁଣିମା ଧାର୍ମିକ ଧୃତିରାଷ୍ଟିବନବାସ ଦୁର୍ଗତିରୁ ପାରହୋଇ ଯେବେ ଅଇଲେ ଯୁଝେଷ୍ଠି ।୧୦୪।ଆହୋ ବାହାର ନଗ୍ରରେ ଆସି ରହିଛନ୍ତି ଇନ୍ଦ୍ର ଯେ ପ୍ରଶସ୍ତେତୋହୋର ତାହାନ୍ତ ଶଂଖୋଳିବା ଯୋଗାଇ ଯୁଗତେ ।୧୦୫।ବାବୁ ତୋହୋର ରାଜ୍ୟ ଦେଶ ନୋହଇ କି ଇନ୍ଦ୍ର ଯେ ପ୍ରଶସ୍ତନଗ୍ର ଭ୍ରମଣି କରିଗଲେ ପାଣ୍ଡବେ ହୋଇବେ ଉଷତ ।୧୦୬।ବାବୁ ଅମୃତ ବିଷ ଥାଇଟି ୟେହି ଜିଭ୍ୟାସଦବୁଦ୍ଧି ଥାଉଂ ଥାଉଂ ଅସଦବୁଦ୍ଧି କେମନ୍ତେ ଦେବା ।୧୦୭।ବାବୁ ଧର୍ମେ ଆଶ୍ରେ କରିଥିଲେ ହୋ ମାନଗୋବିନ୍ଦକଦାଚିତ୍ତେ ପ୍ରାଣୀଂକିଟି ନ ପଡଇ ପ୍ରମାଦ ।୧୦୮।ବାବୁ ସହୋଦ୍ର ସମ୍ଭାଳିଲେ ବହୁତ ହୋଅଇ ଧର୍ମସମସ୍ତ କାଳକୁ କଥା ଥାଇଟି ସତ୍ୟଧର୍ମ ।୧୦୯।ଉଠ ବାବୁ ଇନ୍ଦ୍ରପ୍ରଶସ୍ତକୁ ବେଗେ ଯିବାଗଉରୋବ କରି ପାଣ୍ଡବନ୍ତ ଘେନିଣ ଆସିବା ।୧୧୦।ବାବୁ କୁଳରେ ପୁତ୍ରେକ ଉପୁଜିଲେ ବଂଶ କରଇଟି ରକ୍ଷାଇହଲୋକେ ପରଲୋକେ ପୂରଇ ମନବାଞ୍ଛା ।୧୧୧।ବାବୁ ବୋଇଲେ ଯେ ତୁମ୍ଭେ ଆମ୍ଭର ପରମ ଗୁରୁଧର୍ମକୁ ପ୍ରାପତ ହୋଇବୁ ନା ତୁ ଯେବେ ଅନ୍ତର ନ ଧରୁ ।୧୧୨।ଦ୍ରିଯୋଧନ ବୋଇଲା ପଣ୍ଡାୟେ ରହ ରହପାଇଲୁ ପ୍ରସ୍ତାବ ତୁମ୍ଭେ କିଛିହିଂ ନ କହ ।୧୧୩।ତୁମ୍ଭନ୍ତ ପେଷିଲା ଯେ ଯହିଂର ନିମନ୍ତେତାହା ନିର୍ଯ୍ୟାପ କରି କିମ୍ପେ ନ କହଟି ମୋତେ ।୧୧୪।ପୁରୋହିତେ ବୋଇଲେ ତୁମ୍ଭେ ସର୍ବଗୁଣ ଲକ୍ଷଣପରମନ ଜାଣନ୍ତା ତୁମ୍ଭେ ଅତି ବିଚକ୍ଷଣ ୧୧୫।ଯେବେ ତାହାନ୍ତ ତୁ ନଗଲୁ ପାଛୋଟିଆପଣା କର୍ମକୁ ସନ୍ତାପିଲା ସେ ଯୁଝେଷ୍ଠି ।୧୧୬।ଅପାର ପୁରସରି ବୋଇଲା ଆମ୍ଭକୁଇନ୍ଦ୍ରପ୍ରଶସ୍ତ ପଡ଼ା ଖଣ୍ଡି ଦେବ କି ତାହା କୁ ।୧୧୭।ୟେକ ପଡ଼ାକେ ସେ ଥାନ୍ତୁ ସକଳ ପ୍ରାଣୀଦ୍ରିଯୋଧନର ମୁକୁଟ କମ୍ପିଲା ତାହା ଶୁଣି ।୧୧୮।ଆହୋ ପୁରୋହିତେ ତୁମ୍ଭେ କୁଳର ବ୍ରାହ୍ମଣୟେସନ ବାକ୍ୟ କହିବା ତୁମ୍ଭର କେବଣ କାରଣ ।୧୧୯।ୟେସନେକ ତମ ବସିଲା ମୋର ବକ୍ଷସ୍ଥଳେଆନ ହୋଇଲେ କି ପ୍ରାଣ ଥାଆନ୍ତା ୟେତେବେଳେ ।୧୨୦।ତୁମ୍ଭେ ଯେ ପୁରୋହିତେ ଦେଖିବା ଅର୍ଥେ ଗଲଓହୋକୁଳ ଅର୍ଥ ତୁମ୍ଭେ ମନାସିବାନା ଭଲ ।୧୨୧।ପୁରୋହିତେ ବୋଇଲେ ବାବୁ ୟେ ସେ ଭଲ ବିଚାରଶୂରବନ୍ତ ଗୁଣବନ୍ତ ଜୀବନ ତୋହୋର ସାର ।୧୨୨।ବେନି ସୋଦରେ ତୁମ୍ଭେ ଆମ୍ଭର ବୋଲ କଲେବଂଶ ଉଦିତ ହୋଇବ ଦିନ ଯିବ ଭଲେ ।୧୨୩।ମାନଗୋବିନ୍ଦ ବୋଇଲା ମହତଂକର ବାକ୍ୟସମସ୍ୟାୟେ ଜାଣିଲୁନି ୟେସନେକ ବିବେକ ।୧୨୪।ୟେକ ପଡ଼ା ଖଣ୍ଡିୟେ ପାଇଲେ ଯୁଝେଷ୍ଠିସକଳ କଥା କୁଶଳ ହୋନ୍ତା ପୁରନ୍ତା ମନତୁଷ୍ଟି ।୧୨୫।ଭୀଷ୍ମ ଦ୍ରୋଣ ଭୂରିଶ୍ରବା ସମକଚ୍ଛେଆମ୍ଭର ଶୁଭବାକ୍ୟ ସୁମରିବାନା ପଛେ ।୧୨୬।ୟେତେ ବୋଲି ପୁରୋହିତେ ଓହ୍ଲାଇଲେ ଆସ୍ତାନୁନାସିକାୟେ ହାଥ ଦେଇ ହସନ୍ତି କୁରୁତନୁ ।୧୨୭।ଲଜ୍ଜାଭର ହୋଇଣ ସେ ଚଳିଲେ ପୁରୋହିତେଯାଇଣ ପ୍ରବେଶ ହୋଇଲେ ଇନ୍ଦ୍ର ଯେ ପ୍ରଶସ୍ତେ ।୧୨୮।ମନରେ ବିରସ ଯେ ହରଷଭାବ ତାଂକ ନାହିଂଯୁଝେଷ୍ଠି ଦେବେ ଜାଣିଲେ ହୃଦରେଣ ଲାଇ ।୧୨୯।ମନର ବିରସ ଦେଖି ପଚାରନ୍ତି ମହାରାଜେସୁବିଧାନେ ପ୍ରସନ୍ନଗତ ନ ଦିଶି ମୋହୋର କାର୍ଯ୍ୟେ ।୧୩୦।ମନର ବିରସେ ସେ ବଦନ୍ତି ଦେବ ଧଉମ୍ୟେଯେହ୍ନେ ପ୍ରାପତ ହୋୟେ ଯେ ଯାହାର କର୍ମେ ।୧୩୧।ଦ୍ୱନ୍ଦେଣ ବଢିଲା ହୋ ଯାହାର ପ୍ରକୃତିସଦା ଗଚ୍ଛଇ କି ତାହାର ମନ ଶାନ୍ତି ।୧୩୨।ସମସ୍ତ ସଞ୍ଚପି ଯେ କହନ୍ତି ଦେବ ଧଉମ୍ୟେକଉରୋବ ପାଣ୍ଡବଂକ କଥା ନୁହଇ ନା ସାମ୍ୟେ ।୧୩୩।ଦ୍ୱନ୍ଦକୁ ଇଚ୍ଛା ଯେବେ ତୋହୋର ହାଦେ ଅଛିଅଷ୍ଟାଙ୍ଗମତେ ଆର ନୋହୋଇନା କିଛି ।୧୩୪।ଆହୋ ତୁ ଯେବେ ସହିବୁ ବାବୁ ତେବେ ସେ ରହଇ ତୋର ବଂଶତୋହୋର ନ ସହିଲେ ଓହୋକୁଳ ଯିବ ନାଶ ।୧୩୫।ଯୁଝେଷ୍ଠି ଦେବ ବୋଇଲେ ଯେ ମୋର ୟେକାଦଶ ବରଷପଣ୍ଡୁ ମହାରାୟେ ଯେ ହୋଇଲେ ପ୍ରାଣେ ନାଶ ।୧୩୬।ଉଣେଇଶ ବରଷ ମୋତେ ରହାଇଲେ ଜତୁଘରେତହିଂଣ ଉବୁରିଲୁ ପଞ୍ଚବିଂଶ ବରଷରେ ।୧୩୭।ପଞ୍ଚବିଂଶ ବରଷରେ ହୋଇଲୁ ବନବାସୀପାଞ୍ଚାଳୀକୁ ଲଭିଲୁ ମହାଲାଖ ନାଶି ।୧୩୮।ତହିଂର ଉତ୍ତାରେ ଯେ ଅଇଲୁ ରାଜ୍ୟକୁପୁଣି ପଶିତ ନ ଦିଲେ ଆମ୍ଭଂକୁ ହସ୍ତିନା ଭୁବନକୁ ।୧୩୯।ସମୟେକ ରହିଲୁଂ ଆମ୍ଭେ ବାରୁଣାବନ୍ତ ନଗ୍ରରେକପଟପାଶ ଭିଆଇଲେ ଘେନିଲେ ରାଜ୍ୟଭାରେ ।୧୪୦।ପୁଣିହିଂ ଦ୍ୱାଦଶ ବରଷ ବୁଲିଲୁ ଘୋରବନେବରଷେ ତେରଦିନ ଯେ ରହିଲୁ ଗୋପ୍ୟାନେ ।୧୪୧।ଆହୋ ପୁରୋହିତେ କେତେହେଂ ଦୁଖ ସହିବୁ ସଭାବେପଞ୍ଚସ୍ତୋରୀ ବରଷ ହୋଇଲାନି ବୟସ ମୋତେ ୟେବେ ।୧୪୨।ରାଜାର କୁଳେ ଆମ୍ଭେ ହୋଇଲୁ ଜାୟେଅନର୍ଥ ଦିଶୁଅଛି ଗୁରୁ ମହାଭୟେ ।୧୪୩।ତୁମ୍ଭେ ମୋତେ ସାଖି ହୋଇଥିବାକ ଦେବ ଧଉମ୍ୟେନିଚୟ ବ୍ରତ ମୋର ହୋଇଲା ସାଂଗ୍ରାମେ ।୧୪୪।ୟେସନକ ବାକ୍ୟ କହନ୍ତେ ଧର୍ମରାୟେମେରୁ ଓହାଡ଼େ ସୂର୍ଯ୍ୟ କାଳ ହୋୟେ ।୧୪୫।ସନ୍ଧ୍ୟାକଇଂ ବିଜୟେ କଲେକ ଦେବଧର୍ମେଯେ ଯାହାର ଅନରୂପେ ପଶିଲେ ନିଜକର୍ମେ ।୧୪୬।୧୫୮।
ଯୁଧିଷ୍ଠିରଙ୍କ ସମର ପ୍ରତିଜ୍ଞା- ଧୃତରାଷ୍ଟ, ଭୂରିସର୍ବା, ଧୌମ୍ୟ ଓବିଦୁରଙ୍କର ଦୁର୍ଯ୍ୟୋଧନକୁ ପଞ୍ଚପଡ଼ା ପ୍ରାର୍ଥନା ଏବଂ ବିଦୁରଙ୍କୁ ଯୁଧିଷ୍ଠିରଙ୍କ ନିକଟକୁ ପ୍ରେରଣରୟଣୀ ପ୍ରଭାତେ ଯେ ବିଜୟେ କୁରୁପତିବିଦୁରକଇଂ ହକାରିଲେ ଧୃତରାଷ୍ଟ ମହାକ୍ଷତ୍ରୀ ।୧।ଆହୋ ବିଦୁର ତୁମ୍ଭେ ଯାଅନି ଯୁଝେଷ୍ଠିଂକ କତିଧର୍ମକଇଂ ଆଶ୍ରେକରି ଥାଆନ୍ତୁ ସେହୁ ବ୍ରତି ।୨।ଆହୋ ପଣ୍ଡିତ ହୋଇ ସେ ଅନର୍ଥୀ ହୋଇଲେପୃଥୀ ନ ଥିବନା ତାହାର ନ ସହିଲେ ।୩।ଆହୋ ଦ୍ରିଯୋଧନ ଅନେକ ଝିଂଘାସିଲା ତାହାଂକୁସେ ଦୋଷମାନ ହାଦେ ଦେବଟି ଜାଣ ମୁକୁ ।୪।ଆହୋ ଦୁଷ୍ଟଂକର ମତ୍ତଗର୍ବ ଶାନ୍ତି ହୋଇବା ଯାୟେତେତେକାଳ ପରିଯନ୍ତେ ସହି ରହିଥାଉ ସମୟେ ।୫।ଅନେକ ପ୍ରବୋଧିଣ ଯେ କହିଲେ ତିଆରିଣଓହୋକୁଳ ବଂଶ ସେ କରିବ ରକ୍ଷଣ ।୬।ପିତାର ବଚନେ ସେ ବିଦୁର ମହାତମାଚଳଇ ଇନ୍ଦ୍ରପ୍ରଶସ୍ତେ ସେ ଭାରଥକୁଳ ବ୍ରହ୍ମା ।୭।ଉଦୟେ ଦିନକର ଯେ ବେଳ ପାଞ୍ଚଘଡ଼ିବିଦୁର ଭେଟିଲେ ଯେ କାଳବେଳ ଉତ୍ତାରି ।୮।ୟେ ବିଧି ପୂଜା ଯେ ବିନୟେ ଦେବରାୟେସଭାରେ ବସିଲେ ସେ ଅମ୍ବୁବତୀର ତନୟେ ।୯।ଭୀମ ଅର୍ଜୁନ ସହଦେବ ମାନ୍ୟ ଘେନିୟେମାନନ୍ତ ଘେନି ବାରତା ପଚାରନ୍ତି ଅନ୍ୟୋଅନ୍ୟି ।୧୦।ବନସ୍ତ ବାରତା ଯେ ବିଦୁରେ ପରକାଶିଯୁଝେଷ୍ଠି ଦେବ ସର୍ବ କହିଲେ ସମ୍ଭାଷି ।୧୧।ଯୁଝେଷ୍ଠି ଦେବେ ବୋଇଲେ ତାତ ବନସ୍ତେ ବଡ ସୁଖୟେସେ ବିଚାରେ ପାଉଛୁଂ ବଡ ଦୁଖ ।୧୨।ବିଦୁରେ ବୋଇଲେ ଯେବେ ବନସ୍ତେ ବଡ ସୁସ୍ଥ ତୋତେସୋଦର ଝିଂଘାସି ତୁ ଅଇଲୁ କି ନିମନ୍ତେ ।୧୩।ଯୁଝେଷ୍ଠି ଦେବେ ବୋଇଲେ ମୁଂ ଯେ ହୋଇଲି ବନବାସୀତହିଂକି କଉରୋବେ ମୋତେ ଯାଆନ୍ତି ଝିଂଘାସି ।୧୪।ବିଦୁରେ ବୋଇଲେ ବାବୁ ମହତ ଜନଂକୁଧର୍ମେଣ କଷଣ ପଡଇ କହଇ ମୁହିଂ ତୁକୁ ।୧୫।ବାବୁ ତେ ଯେ ମହତ ପଣ୍ଡିତ ଧାର୍ମକ କୁଳଶୀଳସୁଗ୍ୟାନୀ ପୁରୁଷ ତୁ ଯେ ସହିବୁ ସକଳ ।୧୬।ପୁଣ ସମୟେକ ସହୁକି ନା ଧର୍ମସମୟେକେ ଦୁଷ୍ଟନ୍ତ ପଡଇ ଅସମ ।୧୭।ଯୁଝେଷ୍ଠି ବୋଇଲେ ତାତ ୟେମନ୍ତ ନ କହୟେମନ୍ତେ କୁରୁ ପାଣ୍ଡବେ ବଢଇ ସନ୍ଦେହ ।୧୮।ତୁମ୍ଭେ ପଣ୍ଡିତ ଯେ ମହାଭିଗ୍ୟଂ ସୁବୁଦ୍ଧିତୁମ୍ଭେ ଥାଇ ବେନିପକ୍ଷ କରିବନା ସନ୍ଧି ।୧୯।ତୋ ତହୁଂ ପିତାମହ ନାହିଂତ ହିତକାରୀମମ ବାକ୍ୟ ଘେନି ଯାଅ ହସ୍ତିନା ନଗରୀ ।୨୦।ସମ୍ପଦ ମାଡ଼ିବସିଅଛି ମାନଚକ୍ରବ୍ରତୀଅବିଚାର କରି ମୋତେ କରାଇଲେ ଅଭ୍ୟର୍ଥୀ ।୨୧।ଯୁଝେଷ୍ଠି ବୋଇଲେ ତାତ ଧୃତରାଷ୍ଟକୁ କହଶାନ୍ତି ଭଜିଣ କଥା ଯେମନ୍ତ ହୋଇବ ରହ ।୨୨।ଇନ୍ଦ୍ରପ୍ରଶସ୍ତ ରାଜ୍ୟ ପଞ୍ଚବିଂଶ ସହସ୍ର ଯୋଜନ ମାଡ଼ିଯମପ୍ରଶସ୍ତ ଅଷ୍ଟାଦଶ ସହସ୍ର ଯୋଜନ ସ୍ଥଳୀ ଅଗୁଳି ।୨୩।ଜଇନ୍ତା କଟକ ଦୁଇ ଅହିବ୍ରତ ଦୁଇ ସହସ୍ର ଯୋଜନ ଅଗୁଳିକୋଡ଼ିୟେ ସହସ୍ର ଯୋଜନ ବାରୁଣାବନ୍ତ ସ୍ଥଳୀ ।୨୪।ହସ୍ତିନା କଟକ ପନ୍ଦର ସହସ୍ର ଯୋଜନ ଯେ ଦେଶୟେ ନ୍ୟାୟୁଂ ପଞ୍ଚରାଜ୍ୟ ଲକ୍ଷେ ଯୋଜନ ଯେ ପ୍ରକାଶ ।୨୫।ସୁଖେଣ ଭୋଗ କରଇ ପଞ୍ଚୁ ରାଜ୍ୟ ମାଡ଼ିକିଞ୍ଚିତ କରି ଦେଉ ମୋତେ ପଡ଼ା ପାଞ୍ଚଖଣ୍ଡି ଛାଡ଼ି ।୨୬।ଭାଇନ୍ତ ଘେନିଣ ଥାଇକିନା କଣକେଧୃତରାଷ୍ଟ ଚରଣେ ଖଟିଥିବଇ ଦୃଢ ବାକ୍ୟେ ।୨୭।ଅଥବା ପଡ଼ା ପାଞ୍ଚଖଣ୍ଡି ଯେବେ ନ ଦିଅଇ ମୁକୁଅବଶ୍ୟ ସାଂଗ୍ରାମ ହୋଇବ କହିଲି ଦୃଢବାକ୍ୟ ତୁକୁ ।୨୮।ମୁଂ ଯେବେ ତାହାର ତୁଲେ ସମର ନ କରଇଭୋ ପିତା ବିଦୁର ତୁମ୍ଭର ମୁଂ ପାଦପଦ୍ମେ ହାରଇ ।୨୯।ଧର୍ମ ଧର୍ମ ସୁମରି ତହିଂ ଯେ ଚଳିଲେ ପିତାମହଅନିର୍ଯ୍ୟାପ କଥା ମୋତେ ଲାଗିଲା ସନ୍ଦେହ ।୩୦।ଚଳିଲେ ବିଦୁର ସେ ନିରାଧାର ବଚନ ଶୁଣିଯୁଝେଷ୍ଠି ଦେବଂକୁ ତିଆରନ୍ତି ଲେଉଟି ପୁଣି ପୁଣି ।୩୧।ବାବୁ ସମରକଇଂ ଚୁ ଯେବେ କଲୁ ଇଚ୍ଛାପ୍ରତକ୍ଷେ ଜାଣୁନା ଭୀଷ୍ମ ଦ୍ରୋଣଂକର କଇଚ୍ଛା ।୩୨।ଇଦଂ ପ୍ରତିବାକ୍ୟ ଯେ ବଦୟନ୍ତି ମହାତମାଇଚ୍ଛାମୃତ ଗାଙ୍ଗେବ ପ୍ରତକ୍ଷେ ଜାଣୁ ସିନା ।୩୩।ବାବୁ ତୁମ୍ଭଂକୁ ହାରନ୍ତି ସିନା ଉପ୍ରୋଧି କରି ଯୁଦ୍ଧେସରୂପ ସଂଗ୍ରାମେ କେ ତାହାନ୍ତ ଜିଣିମ ରଣମଧ୍ୟେ ।୩୪।ଜାଣୁନା ଦ୍ରୋଣେ ଯେ ପାଠଋଷି ଗୋତ୍ରୀନିମିଷକେ ମହୀଭାରା କି ପାରଇ ନିବୃତ୍ତି ।୩୫।ହାଥରେ ଶହସ୍ର ଥିଲେ ନାହିଂ ତାହାଂକୁ ମୃତୁକାଳ ବେଭାରେ ସେ ଜାଣଇ ବ୍ରହ୍ମତତ୍ତୁ ।୩୬।କୃପଆଚାର୍ଯ୍ୟ ଯେ ଭାରତ କୁଳ ବ୍ରହ୍ମାକଳପୀ ଅୟୁଷ ଯୋଦ୍ଧା ସେ ଅଟଇ ଅଶସ୍ତମା ।୩୭।ମାଦ୍ରୀର ସୋଦର ସେ ଶଲ୍ୟ ମହାରଥୀନାରାୟଣ ଶଂକିତ ଯାହାର ସମର ଦେଖି ।୩୮।ଭୂରିଶ୍ରବା ବାଲ୍ମୀକ ଆବର ଜଦ୍ୟରଥ ସୋମଦତ୍ତଅଜୟେ ରଣଯୋଦ୍ଧା ସେ ଅତୁଲ୍ୟ ଦୁରାନ୍ତ ।୩୯।କର୍ଣ୍ଣ ମହାମଲ୍ଲ ଯେ ତୋହୋର ସୋହୋଦ୍ର ଅଟଇକେହି ନ ବ୍ରତଇ ଯେ ତାହାକୁ ସମରେ ଭେଟଇ ।୪୦।ଅଭେଦକପଚ ବଜ୍ର ଛଉରୀ ଅମୃତ କୁଣ୍ଡଳ ଚାପନ୍ତେ କର୍ଣ୍ଣେକେ ତାହାକୁ ସମାନେ ହୋଇବ ୟେ ତିନି ଭୁବନେ ।୪୧।ବଜ୍ର ପଶୁପତ୍ର ବିଘାତ ନ ଭେଦଇ ଯାହାର ଗାତ୍ରେଝରଇ ଅମୃତ ରସ ଯାହାର ବେନିକର୍ଣ୍ଣ ପାତ୍ରେ ।୪୨।ୟେ ମହୀ ମଣ୍ଡଳେ ପଡଇ ଯାହାର କଥାତାହାକଇଂ ଜିଣିମାକୁ ତୁ କି ସାମରଥା ।୪୩।ଯୁଝେଷ୍ଠି ବୋଇଲେ ତାତ ତୁ ନ କହନି ୟେହାଅନାସ୍ତ ଲୋକନ୍ତ କାଳେ ଧର୍ମହିଂ ସେ ସାହା ।୪୪।ସର୍ବଥା ପ୍ରାଣୀନ୍ତ ଯେବେ ଛାଡ଼ିବାକ ଧର୍ମଧାତୁବାଦ ପୁରୁଷ କିମ୍ପା ତାହା କରାନ୍ତି ଜନମ ।୪୫।ଭୋ ତାତ ବଳବୀର୍ଯ୍ୟ ଥାଉଂ ଯେବେ ହୀନବୀର୍ଯ୍ୟ ହୋଇଲାସଞ୍ଜୟେ ଜାଣିମା ସେ ପ୍ରାଣୀ ଜୀଉଂ ଜୀଉଂ ମଲା ।୪୬।ତାହାନ୍ତ ଜିଣିମାକୁ ମୁଂ ସାମରଥ ନୋହିଲେବିବାଦକୁ ଇଚ୍ଛା କି ହୋଇବ ମୋହର ବେଳେ ।୪୭।ଚଳ ଚଳ ପିତାମହ ନ ବୋଲନି ମୋତେ ୟେହାଅନାସ୍ତ ଲୋକକୁ ସେ ଧରମ ହୋଇ ସାହା ।୪୮।ତୁଳ ଶୁକ୍ଳ ପଞ୍ଚମୀ ପୁଣି ଉତ୍ତର ବାରମୂଳା ନକ୍ଷତ୍ରକୁ ଯେ ଭୋଗଥିଲା ସେ ଦିନର ।୪୯।ବନ ନାମେ କରଣ ଧୃତି ନାମେ ଯୋଗଚଳନ୍ତି ବିଦୁର ତହୁଂ ହସ୍ତିନାକୁ ବେଗ ।୫୦।ଇଦଂ ବାକ୍ୟେ ସମାପତ ପର୍ବ ଉଦିଯୋଗେବିଦୁର ପ୍ରବେଶ ହୋଇଲେ ଧୃତରାଷ୍ଟଂକର ଆଗେ ।୫୧।ମୃଣୋହି ଉତ୍ତାରେ ବାହାର ମନ୍ଦିରେ ବିଜୟେୟେକସ୍ଥାନେ ବସିଲେ ଧୃତରାଷ୍ଟ ସଞ୍ଜୟେ ।୫୨।ସଞ୍ଜୟେ ବୋଇଲେ ଅବଧାନ ଦେବସ୍ୱାମୀବିଦୁରେ ବିଜୟେ ତାତ ଛାମୁରେ ପରଣାମି ।୫୩।ଇଦଂ ବାକ୍ୟ ଧୃତରାଷ୍ଟ ବିଦୁର ସମ୍ପାଦସର୍ବ କୁଶଳ ସୋଦର ମହା ପରିବନ୍ଧ ।୫୪।ବିଦୁର ବୋଇଲେ ଦେବ କୁଶେଳେ ଯେବେ ଚିନ୍ତାପାଣ୍ଡବଂକର କାର୍ଯ୍ୟ କିମ୍ପେ ନ କରସି ସନ୍ଧିଗତା ।୫୫।ଅପାର କଷ୍ଟେ ସେ ଯେ ବନେ ଗଲେ ସେବିନନ୍ଦନ ସହୋଦ୍ର ତୋର କେସନେକେ ନ ଭାବି ।୫୬।ଧୃତିରାଷ୍ଟେ ବୋଇଲେ ବାବୁ ଭେଟିଲେ କି ଯୁଝେଷ୍ଠିମମ ପୁତ୍ର ହିତେ ସେ ବନେ ହେଲେ କଷ୍ଟି ।୫୭।ବାଳୁତ କାଳହୁଂ ସେ ହୋଇଲେ ପରମ ଯୋଗୀସର୍ବଦା କାଳେ ସେ ଧର୍ମକୁ ନ ଲଂଘି ।୫୮।ବାବୁ ପାପକଇଂ ଭୟେ ସେ କରଇ ସର୍ବକାଳେଧର୍ମକୁ ଆଶ୍ରେକରି ବ୍ରତନ୍ତି ୟେତେବେଳେ ।୫୯।ବିଦୁରେ ବୋଇଲେ ଦେବ କହିଲୁ ତୁ ଧର୍ମତୋହୋର ପୁତ୍ରଗୋଟି ସେ କେବଣ ଲକ୍ଷଣେ ଜନ୍ମ ।୬୦।ନ ଥାଉଂ ଥାଉଂ ପ୍ରାଣୀ ହୋଅଇ ମନ୍ଦାଚାରୀକେତେକାଳ ପର୍ଯ୍ୟନ୍ତେ ତାକୁ ଧର୍ମ ଥିବ ଆବୋରି ।୬୧।ତୁହି ଯେ ସୋମ ବଂଶେ ବିହନ୍ତା ବିଧାତାତୁ ସେ ଛାଡିଲୁନା ସେହି ପୁତ୍ରଂକର ଚିନ୍ତା ।୬୨।ବିଦୁରେ ବୋଇଲେ ଯୁଝେଷ୍ଠି ବାନପ୍ରଶସ୍ତେପୂର୍ବନ୍ୟାୟଂ କରି ସେ ସମାଦଇ ତୋତେ ।୬୩।ମୁକୁଇଂ ବସାଇ ସେ ଅନେକ କହିଲା ପୀରତିପଡ଼ା ପାଞ୍ଚଖଣ୍ଡି ସେ ମାଗଇ ଅଭ୍ୟର୍ଥୀ ।୬୪।ୟେତେକ ପାଇଲେ ସେ ରହିବ ମନ ମୃଚ୍ଛିଶାନ୍ତି ଭଜି ରହିବ ଦ୍ୱନ୍ଦ ନୋହିବାକ କିଛି ।୬୫।ତୁ ଯେ ପରମ ଗୁରୁ ହସ୍ତିନା ପଞ୍ଚୁସ୍ୱର୍ଗେତୋହୋର ଥାଉଂ କୁଟୁମ୍ଭେ ସେ ଅନ୍ୟୋଅନ୍ୱି କେବଣ ବାଗେ ।୬୬।ଭୋ ତାତ ଯାବତ ଧର୍ମ ତାବତ କର୍ମ ଗଚ୍ଛିଅନିର୍ଯ୍ୟାପ୍ତ ନିରୋଧି ୟେବେ ଓହୋକୁଳ ରକ୍ଷୀ ।୬୭।ଆହୋ ତୁ ତ ଅମାର୍ଗ ଅଦୃଶ୍ୟ ବେନିଚଛୁତୁ ଅବା କାହାକୁ ସ୍ୱାମୀ ଉପ୍ରୋଧ କରିଅଛୁ ।୬୮।ଭୋ ତାତ ପୁତ୍ରନ୍ତ ଭଞ୍ଜାଇ ୟେବେ କହିମେଲ କଥାମତ୍ତଗର୍ବ ଦୋଷେଣ ପ୍ରମାଦ ପଡ଼ଇ ସର୍ବଥା ।୬୯।ଧୃତରାଷ୍ଟ ବୋଇଲେ ବାବୁ ତୁ ଅଟୁ ହୋ ସର୍ବଗ୍ୟଂଧର୍ମୁକ ବିବେକ ପଣ୍ଡିତ ତୁ ଅଟୁ ମହାଭିଗ୍ୟଂ ।୭୦।ପୁତ୍ରନ୍ତ ତିଆର ବାବୁ ଯେମନ୍ତ ହୋୟେ ପ୍ରୀତିଓହୋକୁଳ ଅବିବାଦେ ବାବୁ ହୋଇବ ସଦଗତି ।୭୧।ଭୂରିସର୍ବାନ୍ତ ହକାରଇ ଅନ୍ଧ କଉରବଏକାନ୍ତେ ବସାଇ କହଇ ପ୍ରିୟଭାବ ।୭୨।ଭୋ ତାତ ସୋମବଂଶର ଧାରଣ ତୁ ଅଟୁ ଅଧିକାରୀକଉରୋବ ବଂଶ ପାରିବୁଟି ରକ୍ଷା କି କରି ।୭୩।ସୁବିଧାନ ବଚନ ୟେବେ କହ ପିତାମହଯେସନେକେ ପାଣ୍ଡେବଂକ ତୁଲେ କଉରୋବଂକର ବଢଇ ସେନେହ ।୭୪।ଯଦ୍ୟପି କାର୍ଯ୍ୟ ତୁମ୍ଭେ କରି ନୁଆରିବ ସନ୍ଧିଅଥବା ପାଣ୍ଡବନ୍ତ ତିଆର ପ୍ରବୋଧି ।୭୫।ଧୃତରାଷ୍ଠ ବଚନେ ବଦୟନ୍ତି ଭୂରିସର୍ବାଆଦିହୁଂ ୟେମନ୍ତ କଥା ନ ଭାଳିଲୁ ଅବା ।୭୬।ଶତେପୁତ୍ର ଜାତ ତୋର ହୋଇଲେ ଯେବେବେଳେବିଦୁର ପ୍ରଥମେ ଦ୍ରିଯୋଦନକୁ ଦିଲା ତୋର କୋଳେ ।୭୭।ବିଦୁରେ ବୋଇଲେ ତାତ ବଢାଇ ବିଚକ୍ଷଣ ପୁତ୍ରଗୋଟିମାନେ ମାନଗୋବିନ୍ଦ ହୋଇବ କଇଚ୍ଛା ଜଗଜ୍ଜଠୀ ।୭୮।ହାଥେ ପଦ୍ମ ପାୟେ ପଦ୍ମ ୟେହାର ହାଦେ ଅଛିଅହର୍ନିଶି କନ୍ଧୁ ୟେହାର ନ ଛାଡ଼ିବ ଲଚ୍ଛୀ ।୭୯।ବଡ଼ାଇ ବିଚକ୍ଷଣ ୟେ ହୋଇବ ମହୀସ୍ଥଳେଲକ୍ଷେକ ନୃପତି ଯେ ଖଟିବେ ପାଦତଳେ ।୮୦।ୟେକ କଥାୟେ ଯେ ୟେହାର ଅବଳଦୁଷ୍ଟ ପ୍ରକୃତି ୟାହାର କର୍କଶ ମଧୁପିଙ୍ଗଳ ।୮୧।ବଂଶ ତୋହୋର ଉଦିତ କରିବ ୟେହୁ ବଚ୍ଛୟେହାରେ କୁଟୁମ୍ବ ତୋହୋର ହୋଇବ ନିରକ୍ଷ ।୮୨।ୟେକ ପୁତ୍ରକୁ ନାଶି ଅନେଶତ ପୁତ୍ର କର ରକ୍ଷାପାଇବୁ ଅଇଶୂର୍ଯ୍ୟ ପୂରାଇବୁ ମନବାଞ୍ଛା ।୮୩।ଯେ ବେଳେ ନ କଲ ତୁମ୍ଭେ ବିଦୁରର ବାଣୀଅସ୍ତୁକାର ବାକ୍ୟ ତୁ ଯେ ନୁଆରିଲୁ ମନେ ଗୁଣି ।୮୪।ଭୂରିସର୍ବାଂକ ବାଣୀ ଶୁଣି ବୋଇଲେ ଧୃତରାଷ୍ଟ ମହାଯତିଗତ ଶୋଚନାକୁ ନ କର ମନେ ଭ୍ରାନ୍ତି ।୮୫।ମୁହିଂ ୟେହା ପ୍ରତକ୍ଷେ ଜାଣିଅଛଇ ହୃଦଗତେଆତ୍ମାରୁ ଜାତ ପୁତ୍ର ନାଶ କରିବି କେମନ୍ତେ ।୮୬।ଗତ ଦୋଷମାନନ୍ତ ତୁ ନ କର ଶୋଚନାଯୁଝେଷ୍ଠିଂକ କୋପ ତୁ କର ବିମୋଚନା ।୮୭।ବିଦୁର ଅଗ୍ରତେ ସେ ଯାହା କହିଲେ ଯୁଝେଷ୍ଠିକିଞ୍ଚିତ କରି ମୋତେ ଦେଇ ପଡ଼ା ପାଞ୍ଚଗୋଟି ।୮୮।ଭୁରିସର୍ବାୟେ ବୋଇଲେ ସେ ଦ୍ୱନ୍ଦକୁ ନ ଇଚ୍ଛିପୁଣ ପୁଣ ନ୍ୟାୟ କରି ସବୁନ୍ତ ଜିଣୁଅଛି ।୮୯।ବାବୁ ପାଣ୍ଡବଂକର ଆମ୍ଭର ଯେମନ୍ତ ସ୍ନେହଭାବତୋହୋର ପୁତ୍ର ରକ୍ଷଣେ ବଢାଇଲ ରାଗ ।୯୦।ବାବୁ ଦଇବର ଘଟସୂତ୍ରେ ୟେମନ୍ତ ଅଛଇ ପୂର୍ବେଓହୋକୁଳ ଅଭାବ ହୋଇବେ କଉରୋବେ ।୯୧।ଭୂରିସର୍ବାୟେ ବୋଇଲେ ୟେ କଥା ନୁହଇ ଯେ ସାମ୍ୟଯୁଗତେ ଦ୍ରିଯୋଧନ ନ ଦେବଟି ଏକ ଗ୍ରାମ ।୯୨।କଳିକାଳ ଦ୍ୱନ୍ଦ ଅଟଇ ୟେ ମାନଗୋବିନ୍ଦଯୁଝେଷ୍ଠି ସହିଲେ ସେ ନୋହିବଟି ଦ୍ୱନ୍ଦ ।୯୩।ଧୃତରାଷ୍ଟ ବୋଇଲେ ଚାଲ ଯିବା ହୋ ସଭାକୁକୁଟୁମ୍ବ ସମେତେଣ ଯେ ବୋଲିବା ତାହାକୁ ।୯୪।ଅମ୍ବିକାର ନନ୍ଦନ ସଞ୍ଜୟ କର ଧରିଆଗେଣ ବିଦୁର ପଛେଣ ୟାନ୍ତି ଭୂରି ।୯୫।ପ୍ରବେଶ ହୋଇଲେ ଅନ୍ଧରାଜା ଆସ୍ତାନେବିଦୁରଂକୁ ହସିଲେ କଉରୋବ ଦୁଷ୍ଟମାନେ ।୯୬।ଦୃଷ୍ଟିପାତ କରିଣ ଯେ ବୋଇଲେ ଶକୁନିବଡ଼ାଇ ସମ୍ଭରେଣ ଆସୁଅଛନ୍ତି ଜଣ ତିନି ।୯୭।କଥାୟେ ଭିଆଇ ଆସୁଅଛନ୍ତି ସଭାକୁବିଦୁରେ ଯାଇଥିଲେଟି ପାଣ୍ଡବଂକ ଆଶ୍ରମକୁ ।୯୮।ୟେସନେକ ବିଚାରନ୍ତେ ଆସ୍ତାନକୁ ଉଠିଆସନ ତେଜି ସମସ୍ତ ଯୋଦ୍ଧାମାନେ ଉଠି ।୯୯।ସଭାମଧ୍ୟେ ବସିଅଛନ୍ତି ଧୃତରାଷ୍ଟିଆସ୍ତାନ ତେଜିଲେ ଦେଖି ରାଜା ଧୃତିରାଷ୍ଟି ।୧୦୦।ଭୂରିସର୍ବାଂକୁ ଭୀଷ୍ମେ କଲେକ ନମସ୍କାରସମସ୍ତେ ପ୍ରଣପତ୍ୟ ଧୃତିରାଷ୍ଟଂକ ପୟର ।୧୦୧।ଆସ୍ତାନେ ବିଜେକରି ଅଛନ୍ତି କୁରୁବୀରମାନଗୋବିନ୍ଦ ପଦ କାହାକୁହିଂ ନମସ୍କାର ନାହିଂନା ତାହାର ।୧୦୨।ଅଭ୍ୟନ୍ତର ଆସ୍ତାନେ ଯେ ବିଜୟେ ସୋମବଂଶୀଆସ୍ତାନର ମଧ୍ୟରେ ବିଦୁରେ ବଚନ ପରକାଶି ।୨୦୩।ଶୁଣ ଦେବ କଉରୋବ କୁଳ ଚକ୍ରବ୍ରତ୍ତୀରାଜାଧି ରାଜେଶ୍ୱର ତୁ ପଞ୍ଚୁ କଟକେ ଆଧିପତି ।୧୦୪।ମୁକୁହିଂ ହକାରିଣ ବୋଇଲେ ଯୁଝେଷ୍ଠିଅନେକ ବିନୋୟୀ ତୋତେ ବୋଇଲେ ଧୃତିରାଷ୍ଟି ।୧୦୫।ସେ ମୋହୋର ସୋଦର ଯେ ଅଟନ୍ତି ଯୁଗତେପଡ଼ି ପାଞ୍ଚଖଣ୍ଡି ସେ କଣକଳ୍ପେ ଦେଉ ମୋତେ ।୧୦୬।ଭାଇନ୍ତ ଘେନିଣ ମୁହିଂ ଥାଇ ଅଭ୍ୟନ୍ତରେଯେ ଯାହା ବିଧିରେ ସେବା କରିବା ଧୃତିରାଷ୍ଟର ପୟରେ ।୧୦୭।ଲକ୍ଷେକର ଯୋଜନରେ ସେ ଅଟଇ ଅଧିକାରୀଅଥବା ଗ୍ରାମ ଦିଲେ ଧର୍ମ ହୋଇବ ତାହାରି ।୧୦୮।ବିଦୁର ମୁଖରୁ କୁରୁପତି ୟେସନେକ ବାକ୍ୟ ଶୁଣିସମସ୍ତେ ହେଂ ବସିଛନ୍ତି ଥମ୍ଭୀଭୂତ ଜାଣି ।୧୦୯।ଇଦଂବାକ୍ୟେ ସେ ଯେ ରାଧେବ ପ୍ରତିବାକ୍ୟସାମାନ୍ୟେ ସାଦୃଶେ କହିବା ନାୟକ ।୧୧୦।ଓହୋକୁଳର ତୁମ୍ଭେ ଅଟ ପିତାମହପ୍ରସ୍ତାବ ବାକ୍ୟେ ତୁମ୍ଭେ ସରୂପ ନ କହ ।୧୧୧।ଭୂରିସର୍ବାଂକ ଯୋଦ୍ଧାପଣ ବିଦୁରେ ମଧ୍ୟପାତ୍ରଦ୍ରୋଣଂକର ଗୁରୁପଣ ଧୃତରାଷ୍ଟ ଯେହ୍ନେ ତାତ ।୧୧୨।ସଞ୍ଜୟେଂକ ମନ୍ତ୍ରୀପଣ କୃପାଂକର ଯେହ୍ନେ ବୁଦ୍ଧିୟେମାନନ୍ତ ଆବୋରିଲେ କାର୍ଯ୍ୟ ନୋହେ ସିଦ୍ଧି ।୧୧୩।ଶକୁନି ବୋଇଲେ ଯାହା ବୋଇଲ ହୋ କର୍ଣ୍ଣଆମ୍ଭର ବିଚାରକୁ ତ ଯୋଗାଇଲ ୟେକଥା ମାନ ।୧୧୪।ଶକୁନି ବୋଇଲା ଧୃତରାଷ୍ଟ ପିତା ତାହଂକର ନଦିଶଇ ବେନିନୟନଭୂରିସର୍ବାୟେ ବିନ୍ଧିଲେ ଅଙ୍ଗେ ନ ଭେଦେ ଶହସ୍ରମାନ ।୧୧୫।ଦ୍ରୋଣଂକର ଗୁରପଣ ୟେକକୁ ବିଦ୍ୟା ଦଅନ୍ତି ଭଲେଆରେକ ଶିଷ୍ୟ ଗୁଣ୍ଠିମୁଠି କରି ନୁଆରଇ ଭଲେ ।୧୧୬।ସଞ୍ଜୟେ ମନ୍ତ୍ରୀପଣ ଜାଣିଣ ନ କହିୟେହାନ୍ତ ବରିଲେ ହୋ ଶଉର୍ଯ୍ୟପଣ ତୁଟଇ ।୧୧୭।ଭୂରିସର୍ବାୟେ ବୋଇଲେ ଆମ୍ଭର ବୃଦ୍ଧକାଳମିଛେହେଂ ଶହସ୍ର ଧରୁଂ ଆମ୍ଭେ ପେଟର ବିକଳ ।୧୧୮।ଧୃତରାଷ୍ଟ ଅନ୍ଧ ସେ ଅଟନ୍ତି ଯୁଗତେରାଜାର ପିତା ବୋଲାନ୍ତି ସେ ପ୍ରତିଗ୍ରହ ନିମନ୍ତେ ।୧୧୯।ଦ୍ରୋଣଂକର ଗୁରୁପଣ ଆନଠାରେ ନ ବ୍ରତନ୍ତିକୁମନ୍ତ୍ର ନ କହନ୍ତି ସଞ୍ଜୟେ କିସ ମନ୍ତ୍ରୀ ।୧୨୦।ଅନର୍ଥେ ବାଢିଲ ସେ ଯେବଣ କୁଳ ଲୋକଅଥବା ମୁଖରୁ ପ୍ରସରଇ ତାହାର ସୁବାକ୍ୟ ।୧୨୧।ଦ୍ରିଯୋଧନ ମହାରାଜାକୁ ଶକୁନି ମହାମନ୍ତ୍ରୀଧୁଶାସନ ମହାଯୋଦ୍ଧା କର୍ଣ୍ଣ ସେନାପତି ।୧୨୨।ଦ୍ରିଯୋଧନ ରାଜା କର୍କଶ ମଧୁପିଙ୍ଗଳଶକୁନି ମହାମନ୍ତ୍ରୀ ତାହାର ବନ୍ଧୁ ଉପର କୁଳ ।୧୨୩।ଧୁଶାସନ ଯୋଦ୍ଧା ଯେ ମୂର୍ଖ ଅପଣ୍ଡିତକର୍ଣ୍ଣ ସେନାପତି ସେ ଉଭୟ କୁଳର ଅଇରି ତ ।୧୨୪।ରାହୁ କେତୁ ମଙ୍ଗଳ ଆବର ଶନିଶ୍ଚରଚାରିହେଂ ବସନ୍ତି ଯେବେ ୟେକ ଆସ୍ତାନର ।୧୨୫।ଇନ୍ଦ୍ର ବୃଷ୍ଟି ନ କରଇ ପୃଥିବୀରେ ଶସ୍ୟହାନି ହୋଇଅସ୍ଥିମାଳ କଂକାଳ ରୋଧିରେ ବିଲେପନ ମହୀ ।୧୨୬।ବାଭିୟେ ୟେ ଚାରିଗ୍ରହ ୟେବେ ଜନମ ତୁମ୍ଭେ ୟେଥେଂକାହାକୁଇଂ ସୁସ୍ଥ ହୋଇବଟି ୟେ ମହାଭାରଥେ ।୧୨୭।ବାବୁ ୟେହା ସମ୍ପାଦି କହିବୁ ବୀର କର୍ଣ୍ଣକାଳେ ଜାଣିମାନା ବାବୁ ୟେଥିର ବିଧାନ ।୧୨୮।ଯୁଝେଷ୍ଠି ସହିଲେଟି ସମସ୍ତ ହୋୟେ ସିଦ୍ଧିତାହାର ନ ସହିଲେ ୟେଥି ସବୁନ୍ତି ମନ୍ଦବୁଦ୍ଧି ।୧୨୯।ଚାଣ୍ଡାଳ ସଭାରେ ଯେ ବ୍ରାହ୍ମଣ ବସିଥିଲେସେ ଜାଣଇ କି ଦେବ ଆଧ୍ୟାନ ହଦେ କଲେ ।୧୩୦।ଧୁଶାସନ ବୋଇଲା ତୁମ୍ଭେ ଗୋତ୍ରବୃଦ୍ଧି ଅଟଆନ କେ ହୋଇଲେ ବୁଝନ୍ତା ସଂକଟ ।୧୩୧।ଭୂରିସର୍ବାୟେ ବୋଇଲେ ତୁ କିସ ବୁଝିବୁନିକଟ ହୋଇଲାନି ଦିନ ଲେଖିଥାଅ ରେ ବାବୁ ।୧୩୨।ସର୍ବୋଦୟେ ପ୍ରାଣୀଂକି ହାଦେ ନୁହଇ ସିନା ସମ୍ପଦସର୍ବଦା ପ୍ରାଣୀଂକି ଯେ ନ ପଡଇ ବିପଦ ।୧୩୩।ବିଦୁର ବୋଇଲେ ମାନଗୋବିନ୍ଦ ମୁଖ ଚାହିଂତୋହୋର ପ୍ରତିବାକ୍ୟ କିଛୁହିଂ କିମ୍ପେ ନାହିଂ ।୧୩୪।ବାବୁ ସମସ୍ତେ ଅନ୍ଧ ଆମ୍ଭେ ତୁହି ସେ ଦିବ୍ୟଚଛୁତୋହୋର ବଣା ହୋଇଲେ ଆମ୍ଭେ ସମସ୍ତେ ଅମାର୍ଗେ ବୁଲୁଅଛୁଂ ।୧୩୫।ବାବୁ ସମସ୍ତେହେଂ ମୁର୍ଖତ ଆମ୍ଭେ, ତୁହି ସେ ପଣ୍ଡିତତୁ ଭାଖା ନ କହିଲେ ଆମ୍ଭର କିସ ଯେ ଉକତ ।୧୩୬।ବାବୁ ତୁହି ସେ ଶୁଣନ୍ତା ଆମ୍ଭେ ଅଟୁଂ ସର୍ବେ କାଲତୋହୋର ନ ଶୁଣିଲେ ଆମ୍ଭେ ଶୁଣିବୁଂ କାହା ବୋଲ ।୧୩୭।ଆମ୍ଭେମାନେ ସମସ୍ତେ ହାଦେ ଅଟୁଂ ରୋଗୀତୁହି ସେ ଗାରୁଡ଼ିଆ ରାଉଳ ପରମ ଯୋଗୀ ।୧୩୮।ସବୁରି ଶରୀରେ ଆମ୍ଭର ଆବୋରି ଅଛି ବ୍ୟାଧିତୋହୋର ବାକ୍ୟଗୋଟି ଆମ୍ଭନ୍ତ ଅଟଇ ମଉଷଧି ।୧୩୯।ଫେଡ଼ି ମେଲ ବାଚା ବାବୁ ମଉନବ୍ରତ ନୋହଗୁରୁଜ୍ୟେଷ୍ଠ ହୋଇ କେ କରିବ ସ୍ୱାମୀଦ୍ରୋହ ।୧୪୦।ସବୁ ଅନ୍ଧାର ଘୋଟିଅଛି ମହାନିଶା ରାତିତୋହୋର ସୁବାକ୍ୟେ ବିକାଶୁ ସୂର୍ଯ୍ୟଜ୍ୟୋତି ।୧୪୧।ଅନେକ ପୁରୁଷାର୍ଥ ଯହୁଂ କହିଲେ ବିଦୁରଦ୍ରିଯୋଧନ ବୋଇଲା ତାତ କ୍ଷଣକେ ହୋଅ ଥିର ।୧୪୨।ୟେ କୁରୁ ସାଗରକୁ ଶଂକୁନି ସର୍ବ ବୁଦ୍ଧିସେ ମୋହୋ ସହୋଦ୍ର ମାତୁଳ ତୁ ତାହା କିମ୍ପା ନିନ୍ଦି ।୧୪୩।ବଂଶଯାକ ମାରିଣ ମୁଂ ତାହାକୁ କଲି ରକ୍ଷାୟେ ମୋହୋର ସମ୍ପଦକୁ କାରେଣ ୟେହାର ଯେବଣ ବାଞ୍ଛା ।୧୪୪।ୟେକା ବୁଦ୍ଧି ୟେକଇ ପ୍ରକୃତିୟେକଇ ଭାରିଯା ମୋହୋର ଅଟଇ ଭାନୁମତୀ ।୧୪୫।ୟେକଇ ଦେବତାୟେ ମୋହୋର ଆର୍ଧନା କରତାରୟେକା ପୁତ୍ରକେ ମୋହୋର ଲକ୍ଷଣ କୁମାର ।୧୪୬।ୟେକଇ ମନ୍ତ୍ରୀ ମୋହୋର ଅଟଇ ଶଂକୁନିୟେକା ବାକ୍ୟହୁଂ ମୁହିଂ ନ ଜାଣଇ ବାକ୍ୟ ବେନି ।୧୪୭।ୟେକା ବାକ୍ୟହୁଂ ଯେବେ ବେନିବାକ୍ୟ କହିଲେଜୀବନ ଅକାରଣ ବାଚା ବିଚଳିତ ହୋଇଲେ ।୧୪୮।ୟେକା ଭାରିଯାକେ ଯେ ଯତସତ କ୍ରିୟାକଳହେ ଆଷ୍ୟ ତୁଟଇ ଯାହାର ବେନିପ୍ରିୟା ।୧୪୯।ଆହୋ ୟେକା ପୁତ୍ରେକ ଜାତ ହୋଇଲା ଭାଗୀରଥୀଷାଠିଏ ସହସ୍ର ପିତୃଲୋକନ୍ତ କଲାକ ମୁକତି ।୧୫୦।ଅଥବା ପାପହିଂ କରୁ କି ପୁଣ୍ୟହିଂ ସେ କରୁସନ୍ଧି ଅସନ୍ଧି କଥା ଶଂକୁନି ସବୁ ଫେଡୁ ।୧୫୧।ଦୁଇ ଜିଭ୍ୟା ବହନ୍ତି ଉଡ଼ଙ୍ଗ ଜୀବମାନେକୁଟୁମ୍ବ ନାଶ ହୋଇ ତାତ ତାହାଂକର ଦଂଶନେ ।୧୫୨।ୟେବେ ହୋ ବୋଲୁଅଛ ସମସ୍ତେ ତୁମ୍ଭେ ଶୁଣକଉରୋବ ବଳ ପାଣ୍ଡବ ବଳକଇଂ ଶଂକୁନି ସେ ଦାତାପ୍ରାଣ ।୧୫୩।ଶଂକୁନି ଜିଭ୍ୟାରେ ଅଛଇ ଯମଧର୍ମୟେ ଯାହା ଭାଷିବ ସେ ଭୁଞ୍ଜିବ ନିଜ କର୍ମ ।୧୫୪।ଯେତେକ ବୁଦ୍ଧି ଶଂକୁନି କହିଲା ଜାଣ ମୋତେସମସ୍ତ ସୁବିଧାନ ୟେତେବେଳ ପରିଯନ୍ତେ ।୧୫୫।ୟେଥୁ ଅବା ବିପଦ ହୋଇବ ମୋର କର୍ମେଶଂକୁନିର ମୁଖରୁ ଯେବେ ଛାଡ଼ିବଟି ଧର୍ମେ ।୧୫୬।ୟେସନେକ ସଭାରେ ଯେ ବୋଇଲା ରାଜା ବାଣୀଧୃତିରାଷ୍ଟ ଉଠିଗଲେ ଆସ୍ତାନୁ ତାହା ଶୁଣି ।୧୫୭।ଭୂରିସର୍ବାୟେ ଗଲେ ଯେ ନିଜ ଭୁବନେବିଦୁର ଚଳିଗଲେ ଯେ ଇନ୍ଦ୍ରପ୍ରଶସ୍ତ ସ୍ତାନେ ।୧୫୮।ଜୟତୁ ଭଗତ ବତ୍ସଳ କରୁଣା ବାରାନିଧିଦ୍ରଶନେ ମୁକତି ପ୍ରସନ୍ନେ ସର୍ବକାର୍ଯ୍ୟ ସିଦ୍ଧି ।୧୫୯।ପୁଣ୍ୟ ପ୍ରାପତ ନାଥ ସଦୟ ପୁରୁଷତବ ପ୍ରସନ୍ନେ ମୋତେ ଉଦିତ ହେଉ ଯଶ ।୧୬୦।ନରକ ନିବାରଣ ନାରାୟଣ ତୋର ନାମସ୍ୱାମୀ ସୁବୁଦ୍ଧି କୁବୁଦ୍ଧି ତୁ ସର୍ବଦା କରୁ ସମ ।୧୬୧।ଯଦ୍ୟପି ଉଚ୍ଚବାଚ ହୋଇବ ଓହୋକୁଳ ମଧ୍ୟେସେ ଶାନ୍ତି ହୋଇବ ଦେବ ତୋହୋର ପରସାଦେ ।୧୬୨।ନୀଳେନ୍ଦ୍ରୀ ଜଳପ୍ରାୟେ ଯାହାର ମୁଖଗୋଟିଆଗାଦ ଜଳେ ଯେହ୍ନେ ଶ୍ୱେତପଦ୍ମ ଫୁଟି ।୧୬୩।ସ୍ୱାମୀ ଦ୍ରହସିତ ବଦନ ଅଧରୁ ପଂକୁ ବିମ୍ବଫଳ ଜାଣିହେଙ୍ଗୁଳ ବିଭଳିତ ଯେହ୍ନେ ନେତ୍ର ଜଳଇ ଶୁଦ୍ଧମଣି ।୧୬୪।ସଦା ଅନୁଗ୍ରହ ନାଥ ଅକ୍ଷୟେ ଅବ୍ୟୟେନିରାକୁଳ ନିର୍ମଳ ସୂକ୍ଷ୍ମ ଯାହାର କାୟେ ।୧୬୫।ସ୍ୱାମୀ ଅନିର୍ଯାପ ସଂସାର ଅକଳିତ ବାରାନିଧିପରମ ନିରଞ୍ଜନ ନାଥ ମୋତେ ତୁରିତେ କହ ବୁଦ୍ଧି ।୧୬୬।ସ୍ୱାମୀ ଅକଳିତ ସାଗରେ ମୁଂ ଯାଉଅଛି ଭାସିସର୍ବ ସୋଦର ନାଥ ମୋତେ ଉଦ୍ଧରି ଧର ଋଷୀକେଶି ।୧୬୭।ଆବର ପ୍ରକୃତି ନ ଜାଣି ହୋଇଲଇଂ ବଣାତବ ନାମ ଗୋଟି କଲଇଂ ଧାରଣା ।୧୬୮।କେ ମାତା କେ ପିତା କେ କାହାର ବନ୍ଧୁତହି ସେ ଶୁଣନ୍ତା ନାଥ ତାରଣ ସୁଧା ସିନ୍ଧୁ ।୧୬୯।ସ୍ୱାମୀ ପ୍ରଳମ୍ବ କୋଦଣ୍ଡ ଅଟଇ ଯାହାର ବେନିବାହାନିବିତ ବକ୍ଷସ୍ଥଳ ଶୋଭିତ ଯାହାର ହିୟା ।୧୭୦।ବିସ୍ତାର ବେନିଜାନୁ କଣୟ କଳ୍ପ ଦୃଷ୍ଟିତ୍ରଇଲୋକ୍ୟ ଆକ୍ରେଷଣ ରୁଚିର ବେନିମୃଷ୍ଟି ।୧୭୧।ଶ୍ରୀଭୁଜେ ଶୋଭାବନ ଶଙ୍ଖ ଚକ୍ର ଶାରଙ୍ଗଜଳଦ ମେଦୁର ବାଣୀ ଯାହାର ସିଂଘଠାଣି ଶ୍ରୀଅଙ୍ଗ ।୧୭୨।ବିଘଂସିତ ପଦ୍ମ ଶୋଭିତ ଯାହାର ବେନିପାଦେତୋହୋ ଭୁବନ ଦେଖିବି ନାଥ ତୋହୋର ପରସାଦେ ।୧୭୩।ସ୍ୱାମୀ ନାରାୟଣ ନାମ ଶ୍ରୀପୁରୁଷୋତ୍ତମ ନାମଗୋଟିପଦ୍ମ ପାଦତଳେ ଲଲାଟ ମମ ଲୋଟି ।୧୭୪।ତୁଳୁସାର ବଲ୍ଲଭ ବାସୁଦେବ ଯାହାର ନାମଶୁଦ୍ରମୁନି ସାରୋଳା ଦାସ ଭାବଇ ରାମ ରାମ ।୧୭୫।ଆହୋ ଚଇତନ ଯଦ୍ୟପି ମାନୁଷ ଅଂଶେ ମୁହିଂ ଅହିଂସା ଅପାପୀମୁନି ବ୍ରହ୍ମବାକ୍ୟ ମୁଂ ଭାବଇ ଅଦ୍ୟାପି ।୧୭୬।ନରମଦା ସରସ୍ୱତୀ କୃପାଜଳ କୁମାରୀସିନ୍ଧୁ ସଙ୍ଗମ ତୀର୍ଥ ଆଗ୍ୟାଂ ବ୍ରତକାରୀ ।୧୭୭।ମୋତେ କିସ ଗୋଚର ଗଙ୍ଗାବାଲି ଲେଖାଜଙ୍ଖେରପୁର ବାସିନୀ ସିଦ୍ଧ ସାରୋଳ ମୋତେ ସାଖା ।୧୭୮।ଆହୋ ବୁଧଜନେ ନ ଘେନିମା ମୋର ଦୋଷସେ ଯାହା କହନ୍ତି ମୁଂ ତାହା କରଇ ପ୍ରକାଶ ।୧୭୯।ମାନବ ହୋଇ ମୁଂ ତାହାଂକ ରୂପ ଯେ ଦେଖିଲିସେ ଯାହା ରାତ୍ରେ କହଇ ମୁଂ ତାହା ଲେଖିଲି ।୧୮୦।ମୁହିଂ ଶୂଦ୍ର ମୂର୍ଖ ଅଗ୍ୟାନ ଅପଣ୍ଡିତମୁଂ କାହିଂ କହିବି ପୁରାଣ ଅକଳିତ ଶ୍ରୀ ମହାଭାରଥ ।୧୮୧।ନ ପଢିଲି ନ ଶୁଣିଲି ନ ଭାବିଲି ଗତ ପୁଣ୍ୟେଅଷ୍ଟାଦଶ ପର୍ବ କଲି ମୁଂ ଶ୍ରୀ ସାରୋଳ ପ୍ରସନ୍ନେ ।୧୮୨।୩୪୦।
ଶ୍ରୀକୃଷ୍ଣଙ୍କୁ ଆଣିବା ନିମନ୍ତେ ଅର୍ଜୁନଙ୍କ ଦ୍ୱାରିକାଗମନ ଓ ତାହାଙ୍କୁ ଘେନି ପ୍ରତ୍ୟାବର୍ତ୍ତନଯାହା ସେ ସ୍ରିଜିଲେ ଯୁଝେଷ୍ଠି ଦେବରାଜସାବଧାନେ ଶୁଣିମା ଉଦିଯୋଗ ପର୍ବରାଜ ।୧।ଅନ୍ନ ବ୍ୟଞ୍ଜନ ନ ଭୁଞ୍ଜିଣ ବିଦୁର ମନବ୍ୟଥାମୋହୋର ଦେଖନ୍ତେ କୁଟୁମ୍ବେ ପାଇବେ ବଡ଼ଇ ଅବସ୍ତା ।୨।ନିଜ ପ୍ରାଣ ତେଜିବି ପ୍ରୟାଗ ତୀର୍ଥେ ଯାଇଂପୁଣ ଭାରଥେ ମୁକତ ଅଛି ନାରାୟଣ ମୁଖ ଚାହିଂ ।୩।ମନ କଇଂ ଘେନିଣ ଅମ୍ବୁବତୀର ବଳାନିଶାୟେ ପାଣ୍ଡବ ଭୁବନକୁ ବୋଲି ଚଳିଗଲା ।୪।ବିଜୟେ ଧର୍ମନନ୍ଦନ ଯେ ବାରୁଣାବନ୍ତେବିଦୁରେ ଯୁଝେଷ୍ଠିଂ କି କହିଲେ ୟେକାନ୍ତେ ।୫।ବାବୁ ୟେକାଙ୍ଗ ମନ୍ତ୍ରୀ ଯେ ହାଦେ ହୋଇଲା ଶଂକୁନିଦ୍ରିଯୋଧନ ୟେକାନ୍ତେ ଭାଳଇ ତାହାକଇଂ ଘେନି ।୬।କୁଳକ୍ଷୟ ମନ୍ତ୍ରୀ ସେ ଗାନ୍ଧାରସେନର ବଳାକୁରୁକୁଳ ବଂଶକୁ ସେ ଅଟଇ କ୍ଷୟେ କଳା ।୭।ତୁ ଯେବେ ରାଗ ସଂହରିବୁ ଯୁଗତେପାପ ପୁଣ୍ୟ ଧର୍ମ ଅଧର୍ମ ସମସ୍ତ ଲାଗଇନା ତୋତେ ।୮।ଯୁଝେଷ୍ଠି ବୋଇଲେ ତାତ ତୁହି ସେ ଅଟୁ ସାକ୍ଷୀକେଶବ ପ୍ରସାଦେ ମୁଂ ନୁହଂଇନା ନିରୀମାକ୍ଷୀ ।୯।ବ୍ୟାସେ ଧର୍ମ ପ୍ରୋହିତେ ବିଦୁରର ସଂପାଦେଅର୍ଜୁନକୁ ରାଇ ଆଗ୍ୟାଂ ଦିଲେ ଯୁଝେଷ୍ଠି ରାଜଇନ୍ଦ୍ରେ ।୧୦।ତୁରେ ପାର୍ଥିବ ବେଗେ ଚଳସି ଦ୍ୱାରିକାଶ୍ରୀ ଜଗନ୍ନାଥଂକୁ ରେ ଘେନି ଆସିବୁ ତୁ ୟେକା ।୧୧।ଅପାଦ ପ୍ରାଭବ ଯେ ପ୍ରାଣ ଅନ୍ତକାଳେଉତ୍ସବ ସମ୍ପଦ କଥା କିଞ୍ଚିତ ପୁଣ ବିରୋଳେ ।୧୨।ସେ ହରି ସଂପକ୍ଷ ମୋତେ ଅଟଇ ସର୍ବସ୍ଥାନେତାହାକୁ ସାକ୍ଷୀକରି ମୁଂ ବୁଲିଲି ଘୋରବନେ ।୧୩।ଧର୍ମ ନନ୍ଦନଂକର ଯେ ଆଗ୍ୟାଂ ପରମାଣେଚଳଇ ଭାରୋଇ ମଲ୍ଲ ସେ ଦ୍ୱାରିକା ତତକ୍ଷଣେ ।୧୪।ଶ୍ରୀଭୁଜେ ଶୋଭାବନ ଗାଣ୍ଡିମ ନାମେ ଧନୁଦ୍ୱାରାବତୀ ପୁରେ ପ୍ରବେଶ ହୋଇଲେ ବାସବର ତନୁ ।୧୫।ଜାଣିଣ ମାଧବ ଯେ ବିଜୟେ ଅଗ୍ରତେଶ୍ରୀଭୁଜେ ଅର୍ଜୁନକୁ କଲେ କୋଳାଗ୍ରତେ ।୧୬।ଅନେକ ପ୍ରିୟଭାଷେ କଲେକ ଶ୍ରୀବଚ୍ଛିବିଚିତ୍ର ମନ୍ଦିରେଣ ପୁଷ୍ୟର ଶଯ୍ୟା ଅଛି ।୧୭।ତହିଂ ଯାଇ ବିଜୟେ ଶ୍ରୀହରି ଅର୍ଜୁନଅନେକ ଅଳଂକାରେ ତହିଂ କଲେକ ସନମାନ ।୧୮।ସ୍ରାହାନ ନିତ୍ୟକର୍ମ ସାରିଣ ଦେବ ହରିଅର୍ଜୁନକୁ ଘେନି ମୁଣୋହିରେ ବିଜେକରି ।୧୯।ମୁଣୋହି ସାରିଣ ଆଞ୍ଚୋବନେ କଲେ ବିଜେକ୍ରପୁର ତାମ୍ବୁଳ ଭୁଞ୍ଜିଣ ହରି ଅର୍ଜୁନ ପଲଂକରେ ବିଜେ ।୨୦।ଦିବ୍ୟ ପଲଂକରେ ଯେ ହଂସୁଲିର ତୁଳିଅର୍ଜୁନକୁ ଘେନିଣ ତହିଂ ବିଜୟେ ବନମାଳୀ ।୨୧।ବେନି ସଖୀୟେ ଖଟିଅଚନ୍ତି ସତ୍ୟବାମା ଜାମ୍ବୋବତୀଆଲଟ ଚାମର ସେ ବେନିୟେ ଢାଳୁଛନ୍ତି ।୨୨।ଛାମୁରେଣ ନୃତ୍ୟଗୀତ ଯେ କରନ୍ତି ବନିତାବେଣୁ ବଇଂଶୀ ଅଳାବେଣୀ ମୃଦଙ୍ଗ ତାଣ୍ଡବ ରସଗୀତା ।୨୩।ଅର୍ଜୁନକୁ କୋଳେ କରିଣ ଭଜେ ଭୁଜେ ଭିଡ଼ିବଦନ ଅବଲୋକନ କରି ବୋଲନ୍ତି ଦେବହରି ।୨୪।ବାବୁ ଦ୍ୱାରିକା ଲୋକଂକର ଜୀବନ ଆଜ ଧନ୍ୟତୋତେ ଦେଖିକରି ନିସ୍ତରିଲି ନିସ୍ତରିଲି ରେ ଅର୍ଜୁନ ।୨୫।ତୋତେ ଦେଖିକରି ମୁହିଂ ନିସ୍ତରିଲି ନିସ୍ତରିଲିଅନେକ କୃତକୃତେ ପରମାର୍ଥ ଅରଜିଲି ।୨୬।ପାଣକଇଂ ସାଖା ମୋର ତୁ ବାନ୍ଧବ ଫାଲଗୁନିତୋତେ ଦେଖି ଉତସଲ୍ୟ ମୋହୋର ସମସ୍ତ କାମିନୀ ।୨୭।ମୋତେ ଦେଖିବା ନିମନ୍ତେ ତୋର ଅନୁଗ୍ରହ ଚିତ୍ତେକି ତୋହର ଅଧିକ କାର୍ଯ୍ୟ ଅଛି କି ନିମନ୍ତେ ।୨୮।ଅର୍ଜୁନ ପ୍ରତିବାକ୍ୟ ଶୁଣିମା ମଧୁରିପୁମୁକୁଇଂ ପେଶିଲେ ଜଗତ ଆଧିପୁ ।୨୯।ବଇନେତ୍ର ପିଠିରେ ଦେବ କରିବା ବିଜୟେବହନ ହୋଇ ବିଜେ କରିବା ଦେବରାୟେ ।୩୦।ୟେହା ଶୁଣି ସାନନ୍ଦ ପରମ ଯୋଗେଶ୍ୱରଅର୍ଜୁନକଇଂ ଘେନି ବିଜୟେ ବଇନେତ୍ର ପିଠିର ।୩୧।ଶ୍ରୀକୃଷ୍ଣ ଅର୍ଜୁନ ଗମନ୍ତେ କି ଶୁଭ୍ର ଦିଶଇଇନ୍ଦ୍ର ଗୋବିନ୍ଦ ଯେସନେ ଜଗୁଜନ ମୋହଇ ।୩୨।ପବନହିଂ ବେଗେ ଗମଇ ବଇନେତ୍ରପ୍ରବେଶ ହରି ଅର୍ଜୁନ ଯାଇଂ ନଗ୍ର ବାରୁଣାବନ୍ତ ।୩୩।ଯେବେ ଦୂରୁଂ ଯୁଝେଷ୍ଠିଂକ ଦିଶିଲା ଆସ୍ତାନବାହାନ ତେଜି ପାଦଗତି ଶ୍ରୀହରି ଅରଜୁନ ।୩୪।ସନ୍ନିଧ୍ୟେଣ ପ୍ରଲମ୍ବିତ ହୋଇଲେ ଯାଇଂ ବେନିଯୁଝେଷ୍ଠି ଦେବ କଲ୍ୟାଣ କଲେ ଶୁଭବାଞ୍ଛା ଘେନି ।୩୫।କୃଷ୍ଣାଜିନ ଛାଲ ମାଡ଼ି ବିଜୟେ ଯୁଝେଷ୍ଠିଛାମୁରେ କେଶବ ଯେ ରହିଲେ ପୁର ମେଣ୍ଟି ।୩୬।ସମସ୍ତ କୁଣଳ ପୁଚ୍ଛା କରନ୍ତି ବାରତତବ କଲ୍ୟାଣରେ ମୋର କୁଶଳ ସମସ୍ତ ।୩୭।ଇଦଂ ପ୍ରତିବାକ୍ୟ ଯେ ସମାପତ ବାଣୀଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ଚକ୍ରପାଣି ।୩୮।ଯୁଝେଷ୍ଠି କହନ୍ତି ଯେ ଦ୍ରିଯୋଧନର କଥାଶୁଣ ତୁ ଜଗତେଶ୍ୱର ସଂସାର ଜନହିତା ।୩୯।ଅଗ୍ୟାଂତ ବନବାସ ସାରି ଅଇଲଇଂ ମୁହିଂଧଉମ୍ୟ ପୁରୋହିତଂକୁ ଦୁତପଣେ ପେଶିଲଇଂ ।୪୦।ପାଞ୍ଚଖଣ୍ଡି ଗ୍ରାମ ମୋତେ ନ ଦିଲା କୁରୁପତିସବୁ କାଳେ ମୋହୋର ତହିଂ ଧରିଥାଇ ଅନୀତି ।୪୧।ମୋହ ପାଇଂ ଦୂତପଣେ ଗଲେକ ବିଦୁରେତାହାଂକର ବଚନ ସେ ମେଣ୍ଟିଲା କୁରୁବୀରେ ।୪୨।ବିଦୁରଂକ ଅଗ୍ରତେ ଦେବ ମୁଂ କହିଲଇଂ ଯାହାକାଳେ ଦ୍ରିଯୋଧନ ଦେବ ନ ଶୁଣିଲା ତାହା ।୩୪।୩୮୩।
ଉତ୍ତରା ବାଳୀର ରଜୋବତୀ ହେବା ସମ୍ବାଦ ଓରଜକୋଷ୍ଠି ବିବରଣୟେଥୁ ଅନନ୍ତରେ ମତ୍ସ୍ୟଦେଶର ଯେ ଦୂତକୁଂକୁମ ଜଳ ଘେନିଣ ପ୍ରବେଶ ଇନ୍ଦ୍ରପ୍ରଶସ୍ତ ।୧।ଉତ୍ତରା ରାଜୋବତୀ ବୋଲି କହିଲା ତଥ୍ୟବାଣୀଉପରେଣ ସିଞ୍ଚିଲା ମଙ୍ଗଳଣ କୁଂକୁମ ପାଣି ।୨।ଆହୋ ଚଇତନ ପାଣ୍ଡବ ପାଞ୍ଚେହେଂ ପାଞ୍ଚାଳୀ ଜଗନ୍ନାଥଂକ ସହିତେଅଭିମନ୍ୟୁ ସୁଭଦ୍ରାଂକୁ ଘେନି ବିଜୟେ ବଇନେତ୍ରେ ।୩।ଶୁଭେ ପ୍ରବେଶ ହୋଇଲେ ଯାଇଂ ମତ୍ସ ଦେଶଇବାରତା ପାଇଣ ବିରାଟ ଦଣ୍ଡ ଘେନି ଆସଇ ।୪।ମକର ମାସ ଶୁକ୍ଲପକ୍ଷ ଅଟଇ ସୋମବାରମୂଳା ନାମେ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୫।ତଇତିଳ ନାମେ କରଣ ହର୍ଷ ନାମେ ଯୋଗମକର ମାସର ଉଣେଇଶ ଦିନ ଭୋଗ ।୬।ଉଦୟ ଅରୁଣ ବେଳ ବେନିଘଡ଼ିଠାରେରଜୋବତୀ ହେଲା ବାଳୀ ମଙ୍ଗଳ ବେଳାରେ ।୭।ସୁରେସେନ ପ୍ରୋହିତେ ଯେ ପାଡ଼ିଲେ ତହିଂ ଖଡ଼ିପାକା ପରଶନ ଯେ କଉତୁକୀ ନାଗନାତୀ ପାଡ଼ି ।୮।ଲଗ୍ନଯୋଗ ବେଳେ ତତକ୍ଷଣେ ବାରିବାର ତିଥି ନକ୍ଷତ୍ର ଅମୃତ ଯୋଗ କାଢି ।୯।ଆଦିତ୍ୟ ବାରେ ରଜୋବତୀ ହୋଇଲେ ସନ୍ତାନ ବିରୋଧୀସଞ୍ଚୟେ ଜନମି ମରଇ ଆବୋରଇ ବ୍ୟାଧି ।୧୦।ଚନ୍ଦ୍ରବାରେ ସ୍ତିରୀ ଯେବେ ହୋଅଇ ରଜୋବତୀଆଷ୍ୟ ଧନବତୀ ହୋଇବେ ସ୍ୱାମୀରେ ଭଗତି ।୧୧।ଉତ୍ତମ ବାରେ ରଜୋବତୀ ହୁଅନ୍ତି ଯେବଣ ବନିତାସୁନ୍ଦର ପୁତ୍ର ଜନମାଇ ସ୍ୱାମୀ ଅଳ୍ପ ଆଷ୍ୟଗତା ।୧୨।ବୁଧବାରେ ଯେବେ ହୋଅଇ ରଜୋବତୀ ନାରୀଧନ ସନ୍ତାନ ବର୍ଦ୍ଧୁତ ହୋଅଇ ତାହାରି ।୧୩।ବୃହସ୍ପତି ବାରେ ସ୍ତିରୀ ରଜୋବତୀ ହୋଇଲେସକଳ କାର୍ଯ୍ୟ ସିଦ୍ଧି ହୋଅଇ ତା ମୁଖ ଚାହିଂଲେ ।୧୪।ଯେବଣ ଯୁବତୀ ରଜୋବତୀ ହୋଅଇ ଭୃଗୁବାରେପୁତ୍ର ଦୋହିତା ଜାତ ହୋଅଇ ଆପାରୁଂ ଅପାରେ ।୧୫।ଶନିଶ୍ଚର ବାରେ ଯେବେ ହୋଇବ ରଜୋବତୀଅଦଭୁତେ ପ୍ରଭୁ ଭାରିଯା ହୋଇବେ ବିନଶ୍ୱତି ।୧୬।ବାରଚକ୍ରେ ରଜଚକ୍ର ୟସନେକ ଭାଷିମଙ୍ଗଳ ବାରେ ରଜୋବତୀ ହୋଇଲେ ସୁନ୍ଦରୀ ହୋଇବ ବଂଶନାଶୀ ।୧୭।ସାତବାରକଇଂ ଯେ ଭୋଗ ପନ୍ଦର ତିଥିତିଥିକି ଗଣିତା କଲେ ରଜଚକ୍ର ପାତି ।୧୮।ଆହୋ ଚଇତନ ପ୍ରତିପଦ ଦିନରେ ବାଳୀ ରଜୋବତୀ ହୋଇଲେପାପାଧି ଦୋଷ ଲାଗଇ ବୃହସ୍ପତି କହିଲେ ।୧୯।ଦୁତୀୟା ଦିନରେ ଯେବେ ହୋଇବ ରଜକାରୀକାମ ଅସକତେ ସେ ହୋଇବ ଦୋଚାରୀ ।୨୦।ତୃତୀୟା ଦିନରେ ଯେବେ ହୋଇବ ପାକାସ୍ୱତୀଅର୍ଥଲାଭ ହୋଅଇ ବଢଇ ବହୁତ ସନ୍ତତି ।୨୧।ଯେବଣ ସ୍ତିରୀ ରଜୋବତୀ ହୋଅନ୍ତି ଚଉଠୀଅତି ପାତକୀ ସେ ରତିରଙ୍ଗେ ମହାକଷ୍ଟି ।୨୨।ଯେବଣ ସ୍ତିରୀ ହୋଅନ୍ତି ରଜୋବତୀ ପଞ୍ଚମୀଲକ୍ଷ୍ମୀ ଲଭଇ ସେ ସ୍ତିରୀକୁଳେ ଉତ୍ତମି ।୨୩।ଷଷ୍ଠୀ ଦିନରେ ସେ ରଜୋବତୀ ହୋଅନ୍ତି ଯବଣ ନାରୀଦୁହିତା ଉପୁଜାଇ ହୁଅଇ କଳହକାରୀ ।୨୪।ସପ୍ତମୀ ତିଥିରେ ଯେବଣ ସ୍ତିରୀ ହୁଅଇ ପାକାସ୍ପରଶଙ୍ଗଧନ ବର୍ଦ୍ଧୁତ ହୁଅଇ ନୋହଇ ସନ୍ତାନ ଭଙ୍ଗ ।୨୫।ଅଷ୍ଟମୀ ଦିନରେ ଯେବେ ହୋଇବ ରଜକାରୀସେ ସ୍ତିରୀ ଅବଶ୍ୟ ହୋଇବ ଅନାଚାରୀ ।୨୬।ନବମୀ ଦିନେ ଯେବେ ହୋଇବ ପାକାସ୍ୱତୀସର୍ବେ ଉପୁଜିବ ଯେ ୟେକଇ ଅବଳା ସନ୍ତତି ।୨୭।ଦଶମୀ ଦିନରେ ଯେବଣ ସ୍ତିରୀ ହୋଇବ ରଜକଳାପୁତ୍ର ପୁଉତ୍ରୀ ଉପୁଜିବେ ସ୍ୱାମୀରେ ସଉଭାଗୀ ଅବଳା ।୨୮।ୟେକାଦଶୀ ଦିନରେ ଯେବେ ହୋଇବେ ରଜକାରୀଅପାର ଦୋଷୀ ହୋଇବାକ ସେହୁ ନାରୀ ।୨୯।ଦ୍ୱାଦଶୀ ଦିନରେ ଯେ ରଜକାରୀ ହୋଇଲେସୁପୁତ୍ର ଦିନରେ ଯେ ରଜକାରୀ ଅପାରୁ ଅପାରେ ।୩୦।ଯେବଣ ସ୍ତିରୀ ରଜବତୀ ହୁଅନ୍ତି ତ୍ରୟୋଦଶୀ ଦିନେପର ଦାରାୟେଣୀ ହୁଅନ୍ତି ସେ ସ୍ୱାମୀର ବିହୁନେ ।୩୧।ଯଦ୍ୟପି ରଜବତୀ ହୋଇବ ଚତୁର୍ଦ୍ଦଶୀଛୁଇଂତେ ନ ଯୋଗାଇ ସେ ଅଟଇ ବଡ ଦୋଷୀ ।୩୧।ଯେବଣ ସ୍ତିରୀ ରଜବତୀ ହୁଅନ୍ତି ଅମାବଇସନ୍ତାନ ଉପୁଜିଲେ ସେ କଣା କୁଜା ହୋଅଇ ।୩୩।ଯେବଣ ସ୍ତିରୀ ରଜବତୀ ହୁଅନ୍ତି ପୂର୍ଣ୍ଣମୀପୁତ୍ର ଦୁହିତା ସନ୍ତାନ ବହୁତ ସଭଭାଗୀ ସ୍ୱୀମୀ ।୩୪।ୟେସନେକ ସ୍ତିରୀର ସେ ରଜଚକ୍ର କଥାତିଥି ବାର ରଜଚକ୍ର ହୋଇଲା ପାପ ଯଥା ।୩୫।ଅବଶ୍ୟ ସୁନ୍ଦରୀ ସେ ଦୋଷେକ ପାଇବଚଉଦ ବରଷ ନବ ମାସେଣ ପେଟ ରାଣ୍ଡିଆ ହୋଇବ ।୩୬।ଆପଣେ ଶରଘାତ ହୋଇବ ପୁତ୍ର ଗର୍ଭରେ ଥାଆନ୍ତେସୁଦେବ ପଣ୍ଡିତେ କହିଲେ ଶାହାସ୍ର ଯୁଗତେ ।୩୭।ଶୁଣିଣ ଗୋପ୍ୟକଲେ ସହଦେବ ହରିଆଗତ କଥା ଜଣିଣ ସେ ମନରେ ବିଚାରି ।୩୮।ରଜଚକ୍ର କଥା ଯେ ୟେସନେକ ହୋଇଲାସହଦେବର ବଚନେ ଦଇବଗ୍ୟଂ ପଣ୍ଡିତ ତାହା ଗୋପ୍ୟକଲା ।୩୯।ବାର ତିଥି ଗଣିତ ଯେ ବୁଝିଲେ ଦୋଷ ବାଛିନକ୍ଷତ୍ର ଫଳାଫଳ ଯେ ବୁଝୁଛନ୍ତି ବସି ।୪୦।ଅଶ୍ୱିନୀ ନକ୍ଷତ୍ରେ ଯେ ମଧ୍ୟମାନ ଜାଣିଦୁଜା ନକ୍ଷତ୍ରେ ଯେ ହୋଇବ ପିଚାଶୁଣୀ ।୪୧।କୃତିକା ନକ୍ଷତ୍ରେ ହୋଇଲେ ଭଗ୍ନ ହୁଅଇ ଗୃହବାସରୋହେଣୀ ନକ୍ଷତ୍ରେ ହୋଇଲେ ଅତୁଟ ହୋଅଇ ବଂଶ ।୪୨।ମୃଗଶିରା ନକ୍ଷତ୍ରେ ସନ୍ତତି ହୋଅଇ ଯୁଗତେଆର୍ଦ୍ରା ବୀର୍ଯ୍ୟହାନୀ ବଂଶନାଶ ଅର୍ଥେ ।୪୩।ପୁନର୍ବସୁ ନକ୍ଷତ୍ରେ ହୋଅଇ ରଜକାରୀମହାସତୀ ପ୍ରତିଷ୍ଠା ହୋଇବ ଶୁଦ୍ଧନାରୀ ।୪୪।ପୁଷ୍ୟ ନକ୍ଷତ୍ରେ ସେ ରଜବତୀ ହୋଇଲେପୁତ୍ର ପୁତ୍ରୀ ଅର୍ଥ ଲଭଇ ସେ ଦିନ ଯାଇ ଭଲେ ।୪୫।ଅଶ୍ଳେଷା ନକ୍ଷତ୍ରେ ହୋଇଲେ ଅଳ୍ପ ଆଷ୍ୟମଘା ନକ୍ଷତ୍ରେ ଯେ ହୋଇବ ସ୍ୱାମୀ ନାଶ ।୪୬।ମଧ୍ୟମାନ ହୋଅଇ ପୂର୍ବା ଫାଲଗୁନୀଉତ୍ତର ଫାଲଗୁନୀରେ ସଉଭାଗ୍ୟବନ୍ତୀ କାମିନୀ ।୪୭।ହସ୍ତା ନକ୍ଷତ୍ରେ ଧନ ସନ୍ତାନ ହୋୟେ ବର୍ଦ୍ଧଚିତ୍ରା ନକ୍ଷତ୍ରେ ରଜକାରୀ ହୋଇଲେ ଗର୍ଭପାତ ସିଦ୍ଧ ।୪୮।ସ୍ୱାତୀ ନକ୍ଷତ୍ରେ ଯେବେ ହୋଅଇ ରଜକାରୀପତିରେ ଭଗତି ସେ ହୋଇବ ମନୋହରି ।୪୯।ବିଶାଖା ନକ୍ଷତ୍ରେ ଯେବେ ରଜୋବତୀ ହୋଇଲେଅନହେଳା ହୋଇବ ପୁତ୍ର ଦୁହିତା ଉପୁଜିଲେ ।୫୦।ଅନୁରାଧା ନକ୍ଷତ୍ରେ ହୋଇବ ରଜବତୀଲକ୍ଷ୍ମୀ ଭଜିବ ତାହାରେ ସନ୍ତାନ ବର୍ଦ୍ଧୁତି ।୫୧।ଜ୍ୟେଷ୍ଠାୟେ ମହାପାପ ଜ୍ୟେଷ୍ଠପୁତ୍ର ହୋୟେ ନାଶମୂଳା ନକ୍ଷତ୍ରେ ଯେ ମହାଦୋଷ ନାଶ ଯାଇ ବଂଶ ।୫୨।ପୂର୍ବାଷାଢା ନକ୍ଷତ୍ରେ ମଧ୍ୟମାନ କହଇଉତ୍ତରାଷାଢା ନକ୍ଷତ୍ରେ ସେ ସର୍ବ ଶୁଭ ହୁଅଇ ।୫୩।ଶ୍ରବଣା ନକ୍ଷତ୍ରେ ରଜୋବତୀ ଯେ ହୋଇଲେସର୍ବ କାର୍ଯ୍ୟ ସିଦ୍ଧି ହୋଅଇ ବୃହସ୍ପତି କହିଲେ ।୫୪।ଧନିଷ୍ଠା ନକ୍ଷତ୍ରେ ଯେବେ ହୋଇବ ପାକାସ୍ୱତୀପର ଦାରାୟେଣୀ ହୋଇ ଦିନ ହରିବ ସେ ଯୁବତୀ ।୫୫।ଶତଭିଷା ନକ୍ଷତ୍ରେ ଯେବେ ହୋଇବ ରଜବତୀପୁତ୍ର ଦୁହିତା ନ ଉପୁଜାଇ ସ୍ୱାମୀରେ ଅଭଗତି ।୫୬।ପୂର୍ବ ଭାଦ୍ରବ ନକ୍ଷତ୍ରେ ଯେବେ ହୋଇବ ରଜବତୀସେ ସ୍ତିରୀ ହୋଇବ ଯେ ସ୍ୱାମୀରେ ଅଭଗତି ।୫୭।ଉତ୍ତର ଭୋଦୁ ନକ୍ଷତ୍ରେ ଯେବେ ହୋଇବ ପାକାସ୍ୱତୀସେ ସ୍ତିରୀକି ଛୁଇଂଲେ ହୋଇବ ବିନଶ୍ୟତି ।୫୮।ରେବତୀ ନକ୍ଷତ୍ରେ ଯେବେ ହୋଇବ ରଜବତୀପୁତ୍ର ପୁତ୍ରୀ ନ ଉପଜାଇ ସେ ସ୍ୱାମୀରେ ଅଭଗତି ।୫୯।ରେବତୀ ନକ୍ଷତ୍ରେ ସପ୍ତମୀରେ ଶୁଭ କଥାସୋମବଂଶକୁ ଉଦ୍ଧାରିଣୀ ହୋଇବ ବିରାଟ ଦୁହିତା ।୬୦।ଯୋଗଚକ୍ର ପୁଣ ଯେ ପାତିଲେ ପ୍ରୋହିତେସର୍ବ ଶୁଭ ବିଚାରନ୍ତି ଦାନ ପୁଣ୍ୟର ନିମନ୍ତେ ।୬୧।ଆୟୁଷ୍ମାନ ସଉଭାଗ୍ୟ ଶୋଭନ ସିଦ୍ଧିସାଧ୍ୟ ସୁକର୍ମଣିହରଷଣ ଶୁଭପ୍ରୀତି ୟେ ସମସ୍ତ ଶୁଭ ବୋଲି ଗଣି ।୬୨।ବୃଦ୍ଧି ବଜ୍ର ବ୍ୟତିପାତ ଗଣ୍ଡ ବଇଧୃତିସନ୍ତାନ ହାନି ହୁଅଇ ୟେତେ ଯୋଗେ ହୋଇଲେ ରଜୋବତୀ ।୬୩।ବ୍ୟାଘାତ ପରିଘ ଧ୍ରୁବ ଶୂଳ ଅସୃକ୍ ଯୋଗେ ହୁଅନ୍ତି ଯେ ରଜବତୀସେହୁ ନାରୀ ହାଦେ ଯେ ଦୋଚାରୁଣୀ ବୋଲାନ୍ତି ।୬୪।ବିଷ୍କୁମ୍ଭ ବରୀୟାନ ଧୃତି ଶିବ ଇନ୍ଦ୍ରଶୁକ୍ଳ ଅତିଗଣ୍ଡବ୍ରହ୍ମ ଯୋଗବେଳେ ଯେବେ ଚଳଇ ରଜଖଣ୍ଡ ।୬୫।ମଧ୍ୟମାନ ବୋଲିଣ ଶାହାସ୍ରେ ୟେହା କହିଯୋଗ ଗଣିତାୟେ ୟେସନେକ ବୋଲି ବିହି ।୬୬।ବବ ବାଳବ କଉଳବ ତତୁଲ୍ୟ କରଣବାଣିଜ୍ୟ ଶକୁନି ନାଗ ଚତୁଷ୍ପଦ ଯେ କିଂସ୍ତୁଘ୍ନ ।୬୭।ୟେତେ କରଣେ ନାରୀ ରଜବତୀ ହୋଇଲେଧନ ପୁତ୍ର ସଉଭାଗ୍ୟ ହୋଅଇ ପଣ୍ଡିତେ କହିଲେ ।୬୮।ଗର ବିଷ୍ଟିୟେ ଦୁଇ କରଣେ ଯେବେ ରଜବତୀତତକ୍ଷଣେ ସେ ନାରୀ ଯେ ବିଧବା ହୁଅନ୍ତି ।୬୯।ମେଷେ ଦୁର୍ଭାଗା ବୃଷେ ଶୁଭଗୟାମିଥୁନେ ଧନବତୀ କର୍କଟେ କୁଳଟାୟା ।୭୦।ସିଂହେ ପରବାସୀ କନ୍ୟେ କନ୍ୟକା ଶୁଭାତୁଳେ ଧନମିତ୍ରା ବୃଶ୍ଚିକେ କୁଳଗୟା ।୬୧।ଧନୁରେ ବ୍ୟଭିଚାରିଣୀ ମକରେ ସୁଖ ରତିପ୍ରିୟାକୁମ୍ଭରେ ସତୀ ମୀନରେ ବେଶିୟା ।୭୨।ରାହୁ ତୃତୀୟ ଚନ୍ଦ୍ର ସପ୍ତମ ନବମେ ଶନିଶ୍ଚର କେତୁୟେକାଦଶେ ଚନ୍ଦ୍ରାବଳୀ ବୃହସ୍ପତି ବଳ ହେତୁ ।୬୩।ବାର ତିଥି ନକ୍ଷତ୍ର ଯୋଗ କରଣନାମ ବାଛିପୁଷ୍ୟା ଉଚ୍ଛବ କଲେ ଯେବଣ ବିଧାନ ଅଛି ।୬୪।ରୟଣୀ ପ୍ରଭାତେ ଯେ ଶୁଭଯୋଗ ଘେନିଉଚ୍ଛବ କରନ୍ତି ତହିଂ ବହୁତ କାମିନୀ ।୬୫।ଅନେକ ଯୋଗାଡ଼ ଯେ କରାଇଲେ ବିରାଟ ଦଣ୍ଡଧାରୀପୁରେଣ ବନ୍ଦାବନ୍ତି ଯେ ସକଳ ନଗ୍ରନାରୀ ।୭୬।ବ୍ରାହ୍ମଣମାନନ୍ତ ସେ ବରଣ ବିଧାନ କରିଦେବା ଦେବୀଂକୁ ପୂଜାକଲା ବିରାଟ ଦଣ୍ଡଧାରୀ ।୭୭।ଅଷ୍ଚ ଘଡ଼ିରେ ପ୍ରବେଶ ଦିନକର ନାଥମାର୍ଜନା ମର୍ଦ୍ଦନ ସ୍ଥାନେ ବିଜୟେ ଜଗନ୍ନାଥ ।୭୮।ଯୁଝେଷ୍ଠି ଘେନି ସେ ପଞ୍ଚଇ ପାଣ୍ଡବେପାଞ୍ଚଳ କୁମାର ଘେନି ସମସ୍ତ ୟେକଠାବେ ।୭୯।ସମସ୍ତେ ମର୍ଦ୍ଦନ ସାରି ସ୍ରାହାନକୁ ବିଜେମଥା ଯୋଗାଣ ଘେନି ଅଙ୍ଗଚ୍ଛା ଗନ୍ଧା ଦ୍ୱିଜେ ।୮୦।ଦିବ୍ୟ ବସନ ସୁସଞ୍ଚ ପରିଧାପନ କରିକୁଶହାଥ ହୋଇଣ ସେ ଦେବ ତର୍ପଣ ବେଗେ ସାରି ।୮୧।କରତାର ଦେବତାକଇଂ ଅର୍ଘ୍ୟ ଯେ ଆଞ୍ଜୋଳିଦେଇଣ ମୁଣୋହିରେ ବିଜୟେ ବନମାଳୀ ।୮୨।ପଞ୍ଚୁପାଣ୍ଡବେ ପଞ୍ଚାଳ କୁମାର ସହିତେବିଜୟେ ସଭିୟେଂ ଭୋଜନ ନିମନ୍ତେ ।୮୩।ଦିବ୍ୟ ସୁସଞ୍ଚ ଅନ୍ନ ପରଶନ୍ତି ଆଣିସନ୍ତୋଷେ ଭୁଞ୍ଜନ୍ତି ସେ ଦେବ ଚକ୍ରପାଣି ।୮୪।ପିଠା ପଣା ପଇଡ଼ ଦୁଧ ଶାକର ଛେନାସଞ୍ଚପି କହି କେ ଅମୃତ ଯୋଗାଡ଼ ନିନା ।୮୫।ଭୁଞିଣ ତ୍ରିପୁତି ଯେ ହୋଇଲେ ଦେବ ବନମାଳୀଆଞ୍ଚୋବନ ସାରନ୍ତି ଯେ ପାଣ୍ଡବ ପାଞ୍ଚାଳୀ ।୮୬।କର୍ପୂର ତାମ୍ବୁଳ ଯେ ଭୁଞ୍ଜନ୍ତି ତୋଷଚିତ୍ତେବନ୍ଦାପନା ବିଧାନ ଯେ କରାଇଲେ ପ୍ରୋହିତେ ।୮୭।ସୁଭଦ୍ରା ଦ୍ରୋପତୀ ଅର୍ଘ୍ୟ ଘେନି ବନ୍ଦାଇହୁଳିହୁଳି ଶବଦେ ଜୟ ଜୟ ଶୁଭଇ ।୮୮।ନଗ୍ର ନର ନାରୀମାନେ ସମସ୍ତେହେଂ ମିଳିଅର୍ଘ୍ୟ ବନ୍ଦାଇଣ ସେ ଦ୍ୟନ୍ତି ହୁଳହୁଳି ।୮୯।ନଗ୍ରନାରୀମାନନ୍ତ ତ୍ରିପୁତି ଯେ କରିଭୋଜନରେ ବିଜୟେ କୁମାର କୁମାରୀ ।୯୦।ଅନେକ ସୁସଞ୍ଚ ପଦାର୍ଥ ଯେ ପରଶାନ୍ତି ଆଣିପିଠାପଣା ପଇଡ଼ ପଦାର୍ଥହିଂ ଦିଅନ୍ତି ନ ଜାଣି ।୯୧।ଭୋଜନରେ ସାରିଣ ଆଞ୍ଚୋବନେ ବିଜୟେଆଞ୍ଚୋବନ ସାରିଣ କ୍ରପୂର ତାମ୍ବୁଳ ଲାଗି ହୋୟେ ।୯୨।ସୁଭଦ୍ରା ଦୌପଦୀ ଯେ ବିରାଟେଶ୍ୱର ନାରୀସମସ୍ତେହେଂ ତହିଂ ଯେ ଭୋଜନ ବିଧି ସାରି ।୯୩।ଆଞ୍ଚୋବନ ସାରିଣ କ୍ରପୂର ତାମ୍ବୋଳ ମୁଖବାସନାନା ପୁଷ୍ୟ ଘେନିଣ ଯେ ସାଞୋଇଲେ କେଶ ।୯୪।ରାତ୍ର ପ୍ରହରକେ ଶେଯ ଯେ ଶେଯାଇଦିବ୍ୟ ଗମ୍ଭିରୀ ଭିତରଣେ ପାଟଟେରା ଯେ ପକାଇ ।୯୫।ଚନ୍ଦନର ପିଚିକା ମାରନ୍ତି ଚଉକତିଚାରି ପାଶରେ ମଣ୍ଡତି ପୁଷ୍ୟ ବାସ ଘେତି ।୯୬।ଉପରଣେ ନେତ ଚନ୍ଦ୍ରାତପ ଟାଣିନବତନ ବେଲୁରୀ ଖଟ ଶେଯ ଶେଯାଇଲେ ଆଣି ।୯୭।ଚାରିବନ୍ଧ ପିତୁଳୀରେ ଅନେକ ହୀରା ଲାଗିଛଇଂସୁବର୍ଣ୍ଣ ଦୀପାବଳୀ ସେ ନେତର ବଳିତା ଗୁଆଘୃତ ଦେଇ ।୯୮।ହଂସୁଲି ତୁଳୀ ସେ ଗାଲ ଯେ ମୁଚୁଳିପୁଷ୍ୟର ପାଖୁଡା ଯେ କ୍ରପୂରର ଧୂଳି ।୯୯।ଲମ୍ବନ୍ତି ଦିବ୍ୟ କ୍ରୋଣୀ ମାଳିବର କନ୍ୟା ଶେଯ୍ୟାଗତ କରାଇଲେ ସର୍ବ ବାଳୀ ।୧୦୦।କନ୍ୟାମାନେ ସମସ୍ତେ ଯାଇ ହୋଇଲେକ ମିଳିଶେଯ୍ୟାରେ ବିଜେ କରାଇଲେ ଉତ୍ତରା ବାଳୀ ।୧୦୧।ସଂକୁଚେ ଲଜ୍ଜିତ ସେ ବିରାଟ ଦୁଲାଳୀଦ୍ରସହିତ ବଦନେ ଯାଇଂ ଶେଯ୍ୟାଗତେ ମିଳି ।୧୦୨।ଅଭିମନ୍ୟୁ କୁମର ଦିବ୍ୟ ବେଶ ବେଶନ ହେଇରୂପେଣ କୁମର ଯେ ତିନି ଭୁବନ ମୋହଇ ।୧୦୩।ଶଯ୍ୟା ଯୁଗତେ ଯେ କୁମର କୁମାରୀସୁଲଭ ବାମାୟେ ଯେ ଦିଲେ ହୁଳହୁଳି ।୧୦୪।ଶୁଭ ବାଞ୍ଛା କରି ଆସନ୍ତି କାମିନୀ ଜନମାନେକପାଟ ପାଡ଼ି ଗମନ କଲେ ସେ ଯେ ଯାହାର ସ୍ଥାନେ ।୧୦୫।ଭିତରେ ଅଭିମନ୍ୟୁ ଉତ୍ତରା କ୍ରୀଡା ରସକେଳିଜାତି ପଦ୍ନିନୀ ସେ ବିରାଟର ଦୁଲାଳୀ ।୧୦୬।ପ୍ରତକ୍ଷେ ଲକ୍ଷ୍ମୀ ସେ ସଦା ପରମ ଜ୍ୟୋତିକାମରସ ତୃଷ୍ଣା ଯେ ଶୃଙ୍ଗାର ପୀରତି ।୧୦୭।ବଢିଲା ପୀରତି ଯେ ଅପ୍ରମିତ ହୋଇହାସ୍ୟ ଲାସ୍ୟ ଯୁଗତେ ଚାଟୁ ପଟଳ କହି ।୧୦୮।ବସ୍ର ବିଲଗ୍ନ ସେ ମହାସୁଖ ପାଇଅନେକ ରଙ୍ଗରସ ଉପୁଜିଲା ତହିଂ ।୧୦୯।ନାନା ବନ୍ଧେ ଶୃଙ୍ଗାର ହୋଇଲାକ ତହିଂଚଉଷଠି ପରିବନ୍ଧେ ରଙ୍ଗରସ ହୋଇ ।୧୧୦।ସେ ମହା ସୁନ୍ଦରୀ ରସେ ଅଲିଅଳ ସୁକୁମାରୀକ୍ରୀଡାରଙ୍ଗ କଉତୁକେ ଇଛାଭୋଗ ସାରି ।୧୧୧।ଦୁହିଂକର ହୋଇଲା ଆନନ୍ଦେଣ ତୋଷଭାବରସ ପାଇଣ ବଢିଲା କାମରସ ।୧୧୨।ଦୁହିଂକର ଯେ ଶୃଙ୍ଗାର ପରିତୋଷଭାବ ପୀରତିୟେ ଯେ ହୋଇ ଗର୍ଭବାସ ପ୍ରକାଶ ।୧୧୩।ରୟଣୀ ଶେଷେ ଯେ ଉଠିଲେ କୁମାର କୁମାରୀପ୍ରଭାତେ ଉଦୟେ ଯେ ହୋଇଲେ ଅଶୁଂମାଳୀ ।୧୧୪ପ୍ରାତସ୍ରାନ ତର୍ପଣ ସନ୍ଧ୍ୟା ସାରିଲେ ଦେବ ଯେ ମୁରାରିଅନେକ ପୂଜାକଲେ ବିରାଟ ଦଣ୍ଡଧାରୀ ।୧୧୫।ୟେମନ୍ତ ସମସ୍ୟା ଯୁଗତେ ଉତ୍ତରା ଅଭିମନ୍ୟୁଗର୍ଭବାସ ହୋଇଲା ଯେ ବିରାଟର ତନୁ ।୧୧୬।ହରଷ ଦାମୋଦର ଭଗ୍ନୀଜାର ଶୁଭଗତେବିରାଟ ପାଣ୍ଡବଂକର ହରଷ ଭାବ ଚିତ୍ତେ ।୧୧୭।ସୋମବଂଶ ଉଦ୍ଧାରଣ ସେ ହୋଇଲା ଯୁଗତେସମସ୍ତେ ଶେଯ୍ୟା ଛାଡି ପ୍ରଭାତେ ବସିଲେ ୟେକତ୍ୱେ ।୧୧୮।ଶ୍ରୀହରିର ମାୟା କେ ବୁଝିବ ତଦନ୍ତ କରିଯେ ସେ ନାରାୟଣ ସେ ଭାରାଭର ନିବାରି ।୧୧୯।ବଦୟନ୍ତି ସାରୋଳା ଦାସ ମୋତେ ଉଦ୍ଧରି ଧର ଚକ୍ରପାଣିତବ ଚରଣେ ମୁଂ ହୋଇଲି ଜନ୍ମେ ଜନ୍ମେ ପରିଣାମି ।୧୨୦।ନମାମି ନାରାୟଣ କଉତୁକ ପୁରୁଷଭାବ ଅଭାବ ନାଥ ଅରୂପ ଅଦୃଶ୍ୟ ।୧୨୧।ନ ଦେଖିଣ ଦେଖଇ ଦେଖି ନ ଦେଖଇମାୟା ମୋହଜାଲେ ପଡ଼ି ବଣା ହୋଇଲଇଂ ।୧୨୨।ଲୀଳା ବିନୋଦ ସ୍ୱାମୀ ସଂସାର ନାଶଂଗତିତୋହୋର ଚରଣେ ମୋର ନିତ୍ୟ ହେଉ ଭଗତି ।୧୨୩।କୃପା କର ନାଥ ସଦୟେ ତବ ଚିତ୍ତଶୁଦ୍ରମୁନି ସାରୋଳ ଦାସ ତବ ଚରଣେ ଭଗତ ।୧୨୪।
ସାରଳା ମହାଭାରତ ବିରାଟପର୍ବସାରଳା ଦାସ ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ