ଭାଗ ୮ — ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୁଳସୀବଣ ବାଘ ଓ ତୁଳାମୁହାଂ କାଙ୍କର ବିବରଣଶୁଣ ଆହୋ ଧୃତିରାଷ୍ଟ ବୋଲନ୍ତି ସଞ୍ଜୟେୟେଡ଼େ ସନ୍ଦେଶ କଥା ଶୁଣି ନିନ୍ଦିବେ ଯେ ତୋର ପୋୟେ ।୧।ୟେବେ ହୋ କୁରୁନାଥ ବିଚାରି ବେଗେ କର କାର୍ଯ୍ୟପାଣ୍ଡବଂକର ଥାଆନ୍ତେ ତୋହୋର ପୁଅନ୍ତ ନାହିଂ ରାଜ୍ୟ ।୨।ଯେବେ ବଂଶ ତୋହୋରଟି ହୋଇବାକ ରକ୍ଷାପାଣ୍ଡବଂକ ସଙ୍ଗେ ବିବାଦକୁ ନକର କଇଛା ।୩।ଆଶ୍ରିଜ ଧୃତରାଷ୍ଟ ଶ୍ରିକାଳର କଥା କହୁଂ କହୁଂସଞ୍ଜୟ ଘେନିକରି ବେଗେ ଅଇଲାକ ତହୁଂ ।୪।ବାହାରେ ବାହାରେ ବିଜେକଲେ କଉରୋବ ଆସ୍ତାନକୁପ୍ରବେଶ ଧୃତିରାଷ୍ଟ ଘେନିଣ ସଞ୍ଜୟକୁ ।୫।ଧୃତରାଷ୍ଟଂକୁ ଦେଖିଣ ହସିଲା ଶକୁନି ମହାମନ୍ତ୍ରୀଯିସ ତିସ କଥା ଘେନି ସଭାକୁ ଆସୁଛନ୍ତି ଧୃତିରାଷ୍ଟ ନୃପତି ।୬॥
କର୍ଣ୍ଣ ବୋଇଲା ପ୍ରାଣୀଙ୍କର ଧର୍ମ କରିବାର ବେଳେତହିଂକି କାରଣ ହୋଇବଟିକି କର୍ମର ଅବଳେ ।୭।ଯେତେବେଳେ ଧୃତିରାଷ୍ଟ ବିଜୟେ ଆସ୍ତାନେଧାତିକାରେ ଉଠିଲେ ସମସ୍ତ କଉରୋବ ସନ୍ୟମାନେ ।୮।ସଞ୍ଜୟ କାନ୍ଧରେ ହାଥ ଦେଇ କୁରୁରାୟେଆସ୍ତାନ ମାଡ଼ିଣ କରନ୍ତି ବିଜୟେ ।୯।ଧୃତିରାଷ୍ଟ ବୋଲଇ ଶୁଣ ହୋ ଶକୁନିତୁମ୍ଭେ ଯେ ଅଇଲ ରାଜାମାନନ୍ତ ନିମନ୍ତ୍ରି ଘେନି ।୧୦।କେବଣ ଉପାୟ କରିବାକ ତୁମ୍ଭର ବୁଦ୍ଧିଲକ୍ଷେ ରାଜା ଥାଇ କୁରୁପାଣ୍ଡବେ ସନ୍ଧି ।୧୧।ଶକୁନି ବୋଇଲା ହୋ ଫଳ ବୃକ୍ଷରୁ ଝଡ଼ିଲେୟେ କଥା ସନ୍ଧି ହୋଇବ ଅଧଦୂରେ ରହିଲେ ।୧୨।ବଢିଲା ନଦୀରେ ଯେବେ ପଡ଼ିବାକ ବନ୍ଧତେବେ ସେ ସନ୍ଧି ହୋଇବ କୁରୁପାଣ୍ଡବଂକ ଯୁଦ୍ଧ ।୧୩।ଧୃତିରାଷ୍ଟେ ବୋଇଲେ ମୁଂ ବେଣୀ ନଦୀକୂଳେ ଥିଲି ୟେହିକ୍ଷଣିଶ୍ରିକାଳ ବୋଇଲା ସେ ଭବିଷ୍ୟତ ଗ୍ୟାଂତା ପୁଣି ।୧୪।ଶ୍ରିକାଳେକ ଦେଖିଲି ସେ ଅଟଇ ମହାଯତିମହାଭାରଥ ଯୁଦ୍ଧେ ସେ ରକତ ମାୟେଂସ ଖାଇ ବ୍ରତି ।୧୫।ପୁଣ ମହାଭାରଥ ଯୁଦ୍ଧ ହୋଇବ ମନୁ ଅନ୍ତେଉପବାସେ ଥାଇ ସେ ତେତେକାଳ ପରିଯନ୍ତେ ।୧୬।ୟେହି ମହାଭାରଥ କଥା କହୁଂ ଯେ ତା ଭାରିଜା ନିନ୍ଦାକଲାତତକ୍ଷଣି ତାହାର ବେନିଚଛୁ ମିଳାଇଲା ।୧୭।ସତୁରୀ ମହାଭାରଥ ଯେ କହିଲା ବାରତାଶ୍ରିକାଳୁଣୀ ଚଛୁ ପାଇଲା ସେ ଶ୍ରିକାଳ ୟେଡ଼େ ଗ୍ୟାଂତା ।୧୮।ବାବୁ ୟେହେନେକ ସରୂପ ସେ କହିଲା ପ୍ରସ୍ତାବେହାରିବେ ମାନଗୋବିନ୍ଦ ଜିଣିବେ ପାଣ୍ଡବେ ।୧୯।ଧୃତିରାଷ୍ଟ କହିଲେ ଯହୁଂ ଅସମ୍ଭବ ବାଣୀଦୁଷ୍ଟଜନମାନେ ହସିଲେ ତାହା ଶୁଣି ।୨୦।ଶକୁନି ବୋଇଲା ସ୍ୱାମୀ ସେ ଯେବେ ୟେଡ଼େ ଗ୍ୟାତାଂ
ରକତ ମାୟେଂସ ସେ କିମ୍ପାଇ ଭକ୍ଷଇ ଅଭକ୍ଷତା ।୨୧।
ଶକୁନି ବୋଇଲା ଅନ୍ଧ ବଧିର ଜଡ଼ା କୁବୁଜମାନେ
ୟେମାନେ ସମ୍ପାଦୁ ଥାଆନ୍ତି ବ୍ରତିବାର ବିଧାନେ ।୨୨।
ଶ୍ରିକାଳ ଛାର ପାମର ବିଲକ୍ଷଣ ପଶୁଜନ୍ତୁ
ସେହୁତ କହୁଅଛି ଆଗତ ମହାଭାରଥ ଯୁଦ୍ଧତତ୍ତୁ ।୨୩।
ଧୃତିରାଷ୍ଟ ବୋଇଲେ ତୁ ଶୁଣ ହୋ ସଞ୍ଜୟେ
ପୂର୍ବର ଭିଆଣ ଯେ ଶୁଣସି କଥାୟେ ।୨୪।
ଟସକରଂକର ସଭା ବୋଲି ଯେ ଗୋଟାୟେ
ତହିଂ ପୁରାଣ ପୋଥି ମେଲିଲେ ପୁରାଣ ପଣ୍ଡାୟେ ।୨୫।
ଅପାର ଦୋଷକରି କହନ୍ତେଣ କୋପେ ପରଚଣ୍ଡା
ଉପହାସ୍ୟ କରି ତାକୁ ମାଇଲେକ ବିଣ୍ଡା ।୨୬।
ଗୋଟାୟେ ନାଚିଲା ତହିଂ ଭଣ୍ଡଗୀତ ଗାଇ
କେଶ ମୁକୁଳ ଉଲଗ୍ନଶାହୀ ଜିଭ ହଲାଇ ହଲାଇ ।୨୭।
କୁତୂହୋଳେ ଗାଇ ସମସ୍ତେହେଂ ହସି
ଅନେକ ପଦାର୍ଥ ତାକୁ ଦିଲେ ରତ୍ନରାଶି ।୨୮।
ସେହିରୂପେ ଧୃତିରାଷ୍ଟ ୟେ ସଭା ମଣିଲେ
ଶ୍ରିକାଳ କଥା ଆଣି ୟେଥୁ ସମ୍ପାଦିଲେ ।୨୯।
ଶୁଣିଣ ସଭାଜନେ ହସିଲେ ଉଚ୍ଚସ୍ୱରେ
ଧୃତିରାଷ୍ଟ ରାଜା ତହୁଂ କହନ୍ତି କୋପଭରେ ।୩୦।
ନିଚୟ ଶକୁନି ତୁ ସମସ୍ତ କରୁ ମନ୍ଦ
ତୋହୋର ଯୋଗୁଂ ହେବ ନିଚୟେ ମହାଦ୍ୱନ୍ଦ ।୩୧।
ଶକୁନି ବୋଇଲା ତୁମ୍ଭ ପୁତ୍ର ତ ନୃପତି
ତୁମ୍ଭେ ୟେବେ ଅନ୍ଧହୋଇ ହୁଅକିନା ମନ୍ତ୍ରୀ ।୩୨।
ତୁଳସୀବଣ ବ୍ୟାଘ୍ର ପରାୟେ ତୁମ୍ଭ ରୀତି
ହିଆରେ ପାପ ଲାଇ ବୋଲାଇ ଅସୁମତି ।୩୩।
ଶୁଣିଣ ସଭାଜନେ କହନ୍ତି ଉତ୍ତର
ୟେଥିର ତଦନ୍ତ କିସ କହିବା ମନ୍ତ୍ରୀବର ।୩୪।
ଶକୁନି ବୋଇଲା ହୋ ୟେତ ହୋଇଲାଣି ବାଇ
ତୁଳସୀବଣ ବ୍ୟାଘ୍ର ପ୍ରାୟେ ବିଚାର କରଇ ।୩୫।
ସର୍ବେ ଶୁଣିମା ୟେବେ ସାବଧାନ ହୋଇ
ତୁଳସୀବଣ ବ୍ୟାଘ୍ର ଚରିତ କହିବଇଂ ।୩୬।
ପୂର୍ବେ ୟେକଇ ମର୍କଟ ଗୋଟିୟେ ଯେ ଥିଲା
ୟେକଇ ବ୍ୟାଘ୍ର ଆସି ଯେ ତାହାକୁ ଦେଖିଲା ।୩୭।
ବିଚାରଇ କେମନ୍ତେ ମୁଂ କରିବି ଭୋଜନ
ଅହର୍ନିଶି ତାହାକୁ ଯେ ଜଗିଲା ପ୍ରତିଦିନ ।୩୮।
ସଉରାଷ୍ଟ ଗ୍ରାମାନ୍ତରେ ୟେକଇ ପଦରେ
ବଡ଼ ପିପ୍ପଳ ବୃକ୍ଷ ତହିଂର ଭିତରେ ।୩୯।
ସେ ବୃଦ୍ଧ ମର୍କଟ ସର୍ବଦା ତହିଂରେ ବଞ୍ଚଇ
ନିଶାକାଳେ ତାକୁ ଭୟ ଭୀତି କିଛି ନାହିଂ ।୪୦।
ସେ ବୃକ୍ଷ ନିକଟରେ ୟେକଇ ତୁଳସୀବଣ
ସେ ବ୍ୟାଘ୍ର ତହିଂ ଯାଇ ସତ୍ୱରେ ମିଳିଣ ।୪୧।
କପଟେ ବଇଷ୍ଣବ ହୋଇଣ ରହିଲା
ମଉନବ୍ରତ ହୋଇ ସମସ୍ୟା ନ ଦିଲା ।୪୨।
ରାତ୍ର ଦିବସ ମର୍କଟ ତହିଂ ସୁଖେ ଥାଇ
ବୃକ୍ଷେ ବୃକ୍ଷେ ଡ଼େଇଂ କ୍ରୀଡ଼ା ସେ କରଇ ।୪୩।
ବ୍ୟାଘ୍ରକୁ ଚାହିଂଣ ସେ ଭୟ ମନେକରି
ପୁଣ ଶିଖ ଡ଼ାଳରେ ଉଠଇ ତ୍ରାସକରି ।୪୪।
କ୍ଷେପିଣ ସେ ବୃକ୍ଷରୁ ଆନବୃକ୍ଷେ ଯାୟେ
ବେଳ ଅବସାନେ ପୁଣ ସେହି ବୃକ୍ଷେ ହୋୟେ ।୪୫।
ଦେଖଇ ତୁଳସୀ ବଣରେ ସେହୁ ଥାଇ ବ୍ୟାଘ୍ର
ମଉନେ ଥାଇ କଥା ନ କହଇ ତ୍ୟାଗ ।୪୬।
ଦିନ ଅନ୍ତରେ ସେହୁ ହୋୟେ ସେ ବାହାର
ଫୁଙ୍କିଣ ଭୂମି ଚରଣ ସେ ପକାୟେ ସ୍ଥିର ସ୍ଥିର ।୪୭।
ଖଣ୍ଡେ ଦୂରେ ଯାଇଣ ସେ କରଇ ଜଳପାନ
ଧୀର ଧୀର ହୋଇ ପୁଣ ଆସଇ ସେହୁ ବନ ।୪୮।
ୟେମନ୍ତେ ପୁଣ ତହିଂ କେତେଦିନ ଗଲା
ସେହି ବ୍ୟାଘ୍ରକୁ ଦେଖି କପି ପଚାରିଲା ।୪୯।
ଭୂମି ଫୁଂକି କିମ୍ପା ପକାଉ ଚରଣ
ୟେଥିର ଚରିତ ତୋର କେବଣ କାରଣ ।୫୦।
ବ୍ୟାଘ୍ର ବୋଲଇ ଶୁଣ ଆହେ କପିବର
ଆଶ୍ରେକଲୁ ଆମ୍ଭେ ଆସି ତୁଳସୀ ବନର ।୫୧।
ମାୟାମୋହ ଛାଡ଼ି ଆମ୍ଭେ ବଇଷ୍ଣବ ହୋଇଲୁ
ଶରୀର ମୋକ୍ଷ କାରଣେ ୟେଥିରେ ରହିଲୁ ।୫୨।
ଜୀବ ବଧକୁ ବଡ଼ ଭୟଟି ଆମ୍ଭର
ତେଣୁ ଭୂମି ଫୁଙ୍କି ସ୍ଥିରେ ସ୍ଥିରେ ପକାଉ ପୟର ।୫୩।
ନ ପୁଣ ପାଦ ପଡ଼ି ନଶନ୍ତି କ୍ଷୁଦ୍ରଜୀବ
କୀଟ ପତଙ୍ଗ ନିକି ହୁଅନ୍ତି ମୃତୁଯୋଗ ଭାବ ।୫୪।
ଜଳ ପବନ ସିନା ମୋହୋର ଆହାର
ୟେହିଭାବେ ଦେଖ ଆମ୍ଭେ ଧରିଛୁ ଶରୀର ।୫୫।
ମର୍କଟ ବିଚାରେ ୟେ ପରମ ବଇଷ୍ଣବ
ପାଇଲି କାରଣ ମୁଂ ଦେଖିଲି ବଡ଼ ଭାଗ୍ୟ ।୫୬।
କପି ବୋଇଲା ତୁମ୍ଭେ ମହାତମା ୟେବେ ଶୁଣ
ମତେ ୟେବେ ତୁମ୍ଭ ସଙ୍ଗ କରିବା ଆପଣ ।୫୭।
କିଛୁ ଗ୍ୟାନ କହ ମୁଂ ପଶୁଜନ୍ମରୁ ନିସ୍ତାର
ତୁମ୍ଭଂକୁ ସେବା ମୁହିଂ କରିବି ନିରନ୍ତର ।୫୮।
ୟେତେ କହିଣ କପି ବୃକ୍ଷରୁ ଓହ୍ଲାଇଲା
ବ୍ୟାଘ୍ର ଚରଣେ ଆସି ଦଣ୍ଡବତ କଲା ।୫୯।
ଆନନ୍ଦେ ବ୍ୟାଘ୍ରବର ବସିଲା ତାକୁ ମାଡ଼ି
ବାନର ତୋଟି ପୁଣ ଧଇଲା କାମୋଡ଼ି ।୬୦।
ବାନର ବୋଲଇ ଧନ୍ୟ ଧନ୍ୟ ବଇଷ୍ଣବ
ମୋ କଣ୍ଠ ମୋଡ଼ିଣ ଖାଉ କେବଣହିଂ ଭାବ ।୬୧।
ୟେହା ଶୁଣି ବ୍ୟାଘ୍ର ଉଚ୍ଚେ ଉଠିଣ ହସିଲା
ଉଶ୍ୱାସ ଶେଳକ୍ଷ ପାଇ କପିବର ତହୁଂ ପଳାଇଲା ।୬୨।
ଯହୁଂ ସେ ଧର୍ମ ବିଶ୍ୱାସ କଲାଟି ବାନର
ବ୍ୟାଘ୍ର ତୁଣ୍ଡରୁ ତରିଲା ଶୁଣ ହୋ ନୃପବର ।୬୩।
ତୁଳସୀବଣ ବ୍ୟାଘ୍ର ପରା ୟେହୁ ଅନ୍ଧ
ୟେହାର ମୁଖକୁ ସେ ଚାହିଂଲେ ବଡ଼ ମନ୍ଦ ।୬୪।
ତାହା ଯୋଗରୁ ସିନା ସକଳେ ନାଶ ଯିବା
ୟେହୁ ମନ୍ଦ ପାପିଷ୍ଠ ବଚନ ନ ଶୁଣିବା ।୬୫।
ପାଣ୍ଡବଂକ ବଚନେ ୟେହୁ ସର୍ବଦା ଯେ ଥାଇ
ଆମ୍ଭମାନଂକ ଅଶୁଭ ସନ୍ତତେ ବିଚାରଇ ।୬୬।
ଶ୍ରିକାଳ କହିଲା ୟେହାକୁ ବାସ୍ତରୀ ଭାରଥ
ଆମ୍ଭେମାନେ ସକଳେ ହୋଇବା ନିପାତ ।୬୭।
ଶୁଣିଣ ସଭାଜନେ ସମସ୍ତେ ହାସ୍ୟକଲେ
ଧୃତିରାଷ୍ଟ ରାଜା ଯେ ସଂକୋଚ ପାଇଲେ ।୬୮।
ଧୃତିରାଷ୍ଟ ରାଜା ବୋଲନ୍ତି ରେ ଶକୁନି
ୟେମନ୍ତ କପଟ ତୁ ମନରେ ଅଛୁ ଘେନି ।୬୯।
ନିଚୟେ ପିତୃଋଣ ଶୁଝିଲୁ ତୋହୋର
ୟେମନ୍ତ କପଟ ତୁ ପାଞ୍ଚିଲୁ ପାମର ।୭୦।
ଶୁଣରେ ଶକୁନି ୟେବେ ତୋହୋର ମନ୍ତ୍ରୀପଣ
ତୁଳାମୁହାଂ କାଂକ ପରି ତୋହୋର ଆଚରଣ ।୭୧।
ଶୁଣିମା ସଭାଜନେ ମୋହୋର ବଚନ
ତୁଳାମୁହାଂ କାଂକର ଚରିତ ୟେମନ୍ତ ବିଧାନ ।୭୨।
ୟେକଇ କାଂକେ ଯାଇ ଭେଟିଲା ୟେକ ହ୍ରଦ
ଦେଖିଣ କାଂକ ମନେ ଅନେକ ଆନନ୍ଦ ।୭୩।
ବହୁତ ଜଳଜୀବ ତହିଂରେ ଅଛନ୍ତି
ଆନନ୍ଦେ ମତ୍ସ୍ୟମାନେ କ୍ରୀଡ଼ା ଯେ କରନ୍ତି ।୭୪।
ତାହାଂକୁ ଦେଖି କାଂକ ମନେ ବିଚାରିଲା
କୂଟବୁଦ୍ଧି କରି ପୁଣ ତହିଂ ସମ୍ପାଦିଲା ।୭୫।
ମୁଖରେ ତୁଳା ଦେଇଣ କରେ ନୀର ଗ୍ରାସ
ମନେଣ ମହାତ୍ମା ଯେ ହୋଇଲା ସନ୍ତୋଷ ।୭୬।
ସେ ଜଳ ତଟରେ ୟେକଇ ବଟ ଆବର
କାଂକ ବସିଲା ଯାଇଂ ତହିଂର ଉପର ।୭୭।
ଦିନ ଶେଷରେ ପୁଣ ମୁଖରେ ତୁଳା ଦେଇ
ଅଳପ ନୀର ଭକ୍ଷି ସନ୍ତୋଷ ଭଜଇ ।୭୮।
ପୁଣ ସେହି ବୃକ୍ଷରେ ଯାଇଂଣ ବସଇ
ୟେ ଅନ୍ତରେ ପୁଣ କେତେ ଦିବସ ଗଲା ବହି ।୭୯।
ଜଳ ପିବନ୍ତେଣ ତାକୁ ଜଳଜନ୍ତୁ ଭାଷି
ମୁଖେ ତୁଳା ଦେଇ କିମ୍ପେ ଜଳ ଖାଉ ଆସି ।୮୦।
ତୁମ୍ଭଂକୁ ଦେଖି ଆମ୍ଭ ଚିତ୍ତରେ ଭୟ କରି
ଗଭୀର ଜଳେ ପଶୁ ତୁମ୍ଭଂକୁ ଆମ୍ଭେ ଡରି ।୮୧।
ତୁମ୍ଭେତ ପୁଣି କିଛି ନ କର ଆହାର
ମୁଖରେ ତୁଳା ଦେଇ ଅଳ୍ପସାର ନୀର ।୮୨।
କାଂକେ ବୋଲନ୍ତି ଆମ୍ଭେ ପାପକୁ ଭୟେକରି
ଅଳପ ନୀର ମାତ୍ର ଯେ ଆହାର ଆମ୍ଭରି ।୮୩।
ନ ପୁଣି କ୍ଷୁଦ୍ରଜୀବ ଜଳ ସଙ୍ଗତରେ
ନ ପୁଣ ପଶନ୍ତି ସେ ଆମ୍ଭର ଗର୍ଭରେ ।୮୪।
ତେଣୁ ତୁଳା ମୁଖେ ଦେଇ ଆମ୍ଭେ ସାରୁ ନୀର
ତେଣୁ ତୁଳାମୁହାଂ କାଂକ ନାମଟି ଆମ୍ଭର ।୮୫।
ଶୁଣି ଜୀବମାନେ ତହୁଂ ତୋଷ ହେଲେ
ତାହାଂକ ଠାରେ ପୁଣ ବଡ଼ାଇ ଭକତି କଲେ ।୮୬।
ତାହାଂକର ସନ୍ନିଧ୍ୟେଣ ନିତ୍ୟେ ଖେଳୁଥାନ୍ତି
ମନରେ ତାଂକୁ ଆଉ ନ ଥାଇ ଭୟ ଭୀତି ।୮୭।
ୟେମନ୍ତେଣ ପୁଣ ତହୁଂ କେତେ ଦିନାନ୍ତରେ
କାଂକ କହୁଅଛି ଯେ ଜୀବଂକ ସନ୍ନିଧରେ ।୮୮।
ତୁମ୍ଭମାନଂକର ପାଶୁଂ ୟେବେ ଯାଉଅଛୁଂ ଆମ୍ଭେ
ଆନନ୍ଦଭାବେ ୟେବେ ସକଳେ ଥାଅ ତୁମ୍ଭେ ।୮୯।
ଜୀବମାନେ ୟେହା ଶୁଣି କହୁଛନ୍ତି ତାକୁ
କିସ ଅପ୍ରାଧ ଆମ୍ଭେ କଲୁଂ ଯେ ତୁମ୍ଭଂକୁ ।୯୦।
ତୁମ୍ଭେ କିମ୍ପା ଆମ୍ଭଂକୁ ନିରାଶ କରିଣ
ହୋ ମହାତମା ଛାଡ଼ିଯିବ ଆମ୍ଭଂକୁ ୟେଥେଣ ।୯୧।
ତୁଳାମୁହାଂ କାଂକ ପୁଣ କହୁଅଛି
ତୁମ୍ଭମାନଂକୁ ଆମ୍ଭେ ନୁଆରି ଯେ ମୃଛି ।୯୨।
ୟେବେ ଦ୍ୱାଦଶ ବରଷ ଇନ୍ଦ୍ର ଯେ ବୃଷ୍ଟି ନ କରିବ
ହ୍ରଦଗୋଟି ଅଳପେ ଜାଣ ଶୁଖିଯିବ ।୯୩।
ଜଳ ସିନା ଦେଖୁଅଛ ଆମ୍ଭର ଆହାର
ଯାଉଅଛୁଂ ୟେବେ ଆମ୍ଭେ ମାନ ସରୋବର ।୯୪।
ଅତ୍ୟନ୍ତ ଗଭୀର ଯେ ଜଳ ସେ ଗଭୀର
ରହିବୁଂ ତପେ ତହିଂ ୟେ ଦୁସ୍ତର କାଳ ।୯୫।
ଜୀବମାନେ ପୁଣ ତାଂକୁ କହନ୍ତି ବିକଳେ
ଆମ୍ଭେମାନେ ୟେ ଠାବରେ ମରିବୁଂ ସକଳେ ।୯୬।
ୟେ ଜଳ ଶୁଖିଲେଟି ଆମ୍ଭର କିସ ଗତି
ତ୍ରାହି କରିବା ମହାତମା ଆମ୍ଭେ କେସନେକ ବ୍ରତି ।୯୭।
ତୁମ୍ଭେ ୟେବେ ସୁଦୟା ଆମ୍ଭଠାରେ ବହ
ତୁମ୍ଭ ସଙ୍ଗତରେ ପୁଣ ଆମ୍ଭନ୍ତ ଘେନିଯାଅ ।୯୮।
ସକଳେ ଜୀବ କାଂକ ଚରଣେ ପଡ଼ିଲେ
ୟେକ ଆରେକ ତାହାଂକୁ ବିନୟେ କହିଲେ ।୯୯।
କାଂକ ବୋଲଇ ଆମ୍ଭେ ତୁମ୍ଭଂକୁ କେହ୍ନେ ନେବା
ଜଣେ ଜଣେ କରି ତହିଂ ଛାଡ଼ିଣ ଆସିବା ।୧୦୦।
ତରସ୍ତେ କହନ୍ତି ସେ ସକଳ ଜୀବମାନେ
କେ ବୋଇଲେ ମୋତେ ଆଗ ନେବା ସୁବିଧାନେ ।୧୦୧।
କାଂକ ତହିଂରୁ ଥଣ୍ଟେ ଚାପଇ ୟେକଜଣେ
ଘେନିଣ ଉଡ଼ିଯାଇ ଆନ ଦେଶ ଶୂନ୍ୟେ ।୧୦୨।
ଘୋର କାନନ ମଧ୍ୟରେ ମହାବୃକ୍ଷେ ବସି
ତାହାକୁ ଭଷଣ କରନ୍ତି ଆପଣା ମନତୋଷି ।୧୦୩।
ପୁଣ ଆସିଣ ତହୁଂ ଗୋଟାୟେ ଘେନିଯାନ୍ତି
ୟେହିରୂପେ ସର୍ବଜୀବଂକୁ ବିଶ୍ୱାସେ ନାଶନ୍ତି ।୧୦୪।
ସର୍ବପଛକୁ ପୁଣ କର୍କଟ ଗୋଟା ଥିଲା
ତାହାକୁ ଥଣ୍ଟେ ଚାପି କାଂକ ଘେନିଗଲା ।୧୦୫।
ସେହି ବନ ବଟପରେ ହୋଇଲା ପ୍ରବେଶ
ଅସ୍ଥି କୁଢ କୁଢ ଦେଖି କର୍କଟ ବିରସ ।୧୦୬।
ତୁଳାମୁହାଂ କାଂକର ଯେ କପଟ ବିଚାର
ସମସ୍ତଂକୁ ୟେଥେ ଆଣି କଲାକ ଆହାର ।୧୦୭।
ମୋତେ ୟେହି ପରକାରେ ଘେନି ଆସୁଅଛି
ୟେ ମୋହୋର ଶରୀର ଭକ୍ଷିବ ମୂଢପଛୀ ।୧୦୮।
ୟେତେ ଭାଳିଣ ଆଣ୍ଟେ ପ୍ରସାରି ବେନି କର
ଗାଢେ ଚାପିଲା ରାଗେ କାଂକର କଣ୍ଠର ।୧୦୯।
ତୁଳାମୁହାଂ କାଂକ ମୁହଂ ଛାଡ଼ିଣ ପଡ଼ିଲା
ବିଶ୍ୱାସ କୂଟରେ କେତେ ଜୀବ ନାଶକଲା ।୧୧୦।
ୟେ ଶକୁନି ହେଲା ୟେବେ ତୁଳାମୁହାଂ କାଂକ
କୁରୁକୁଳର ୟେ ଅଟେ ନିଚୟେ ଅନ୍ତକ ।୧୧୧।
ବିଶ୍ୱାସୀ ସକଳ ୟେ ମରାଇବ ମୋର
କାଳେହେଂ ପୁଣ ସେହୁ ଯିବ ଯମପୁର ।୧୧୨।
ସାକ୍ଷାତେ ବେନିକର୍ଣ୍ଣେ ଅଇଲି ଯାହା ଶୁଣି
କେ ତାହା ଆନ କରିବ ଦଇବକୃତ୍ୟ ବାଣୀ ।୧୧୩।
ଶ୍ରୀକାଳ କହିଲା ଯେ ସମସ୍ତ ଚରିତ
ସଞ୍ଜୟକୁ ପୁଛ ୟେବେ ତହିଂର ବାରତ ।୧୧୪।
ଶ୍ରୀକାଳ ଘରଣୀ ଯହୁଂ ଭାରଥ ନିନ୍ଦାକଲା
ତତକ୍ଷଣେ ତାର ବେନିନେତ୍ର ଫୁଟିଗଲା ।୧୧୫।
ପୁଣି ପତି ମୁଖୁଂ ଶୁଣି ପାଇଲା ବେନି ନେତର
ଶୁଣି ଶକୁନି ତହୁଂ ବୋଇଲା ଉତ୍ତର ।୧୧୬।
ସେହି ଶ୍ରିକାଳ ମୁଖୁ ତୁମ୍ଭେ ଶୁଣୁଥିଲ
ତୁମ୍ଭେତ ବେନିନେତ୍ର କିମ୍ପେ ନ ପାଇଲ ।୧୧୭।
ବାଇ ପରାୟେ ଚେଷ୍ଟା ହୋଇଲା ତୁମ୍ଭର
ଅନ୍ଧକୁବୁଜ ପଙ୍ଗୁ ନିତ୍ୟେ ଲୋଡ଼ନ୍ତି ଆପଣାର ଭଲ ।୧୧୮।
କାକଶ୍ୱାନ ଶ୍ରିକାଳ ଗ୍ରିଧିନୀ ସଙ୍ଗତରେ
ୟେହୁ ପୁଣ ମେଳ ଯେ ହୋଅନ୍ତି ଭାବରେ ।୧୧୯।
କିଞ୍ଚିତ କଥା ଶୁଣି ଗଣ୍ଠି କରନ୍ତି ମନରେ
ମନେ ମନେ ଅହଂଗୁଣ ରଖିଥାନ୍ତି ହୃଦୟରେ ।୧୨୦।
ଶୁଣିଣ ବୋଲନ୍ତି ତହିଂ ସେ ଅନ୍ଧ ନୃପତି
ତୋହୋର ମନ୍ତ୍ରୀପଣେ ହୋଇବ ୟେତେ ଗତି ।୧୨୧।
ପଥର ଘରେ ତୋର ବଂଶ ମରାଇଲା ଦ୍ରିଯୋଧନ
ତୁହି ନିଚେଂ ଫେଡ଼ିବୁ ତହିଂର ଅଭିମାନ ।୧୨୨।
ନିଚୟେ ଦ୍ରିଯୋଧନ ବଂଶ ମରାଇବୁ
ୟେହି ଦୁର୍ବୁଦ୍ଧିମାନ ତୁ ତାହାକୁ ଦେଉଥିବୁ ।୧୨୩।
ସାକ୍ଷାତେ ଶୁଣିଲା କଥା ସଭାରେ ଭଣ୍ଡକରୁ
ତୁହି ନିଚେଂ ମରିବୁ ପାମର କି ବିଚାରୁ ।୧୨୪।
ଶକୁନି କହିଲା ତୁମ୍ଭେ ରହିବ ତେରଜଣ
ଶ୍ରିକାଳ କହିଛି ପରା ୟେମନ୍ତ ବଚନ ।୧୨୫।
ଆମ୍ଭେମାନେ ସର୍ବେ ପରା ପଡ଼ିବୁଂ ସମର
ପଞ୍ଚ ପାଣ୍ଡବନ୍ତ ଘେନି ତୁମ୍ଭେ ପୃଥୀ ଭୋଗକର ।୧୨୬।
ୟେ ବିଚାର ରଖି ଅନ୍ଧ ନିଜପୁରେ ଚଳ
ୟେହା ଶୁଣି ଶୋକଭର ଅମ୍ୱିକାର ବାଳ ।୧୨୭।
ଆଜହୁଂ ଅପୁତ୍ରିକ ହୋଇଲଇ ମୁହିଂ
ବେନିକର ଶିରେ ନେଇ ତା ପଡ଼ଇ କୁରୁସାଇଂ ।୧୨୮।
ବେନିନେତ୍ରୁଂ ଅଶ୍ରୁଜଳ ବହଇ ଝର ଝର
ଶୋକଜଳେ ବୁଡ଼ିଲା ସେ ଅମ୍ୱିକା କୁମର ।୧୨୯।
ଦ୍ରିଯୋଧନ ବୋଇଲା ତାତ ମୁହିଂ ସତ୍ୟକଲି
ବିନା ଯୁଦ୍ଧେ ସୂଚିମୁନେ ପୃଥୀ ନ ଦେବି ବୋଇଲି ।୧୩୦।
ୟେବେ ଯାହା କର୍ମେ ଥିବ ତାହା ଭୋଗ ହେବ
ତୁମ୍ଭେ ସନ୍ତାପ କଲେ ଆଉ ଅଛି କିସ ଲାଭ ।୧୩୧।
ପୁଣିହିଂ ବୋଲେ ଶକୁନି ଶୁଣ ଧୃତିରାଷ୍ଟ
ବାରଣ କଥାରେ ସୁବିଧାନ କଥା ହୋୟେ ନଷ୍ଟ ।୧୩୨।
ଶକୁନି ବୋଇଲା ଅପରାଗ ଲୋକଂକର ୟେସନେକ ସିନା ବିଧାନ
ଲଗ୍ନଭଞ୍ଜା ଅଟନ୍ତି ସେ ପାପୀ ମୂର୍ଖଜନ ।୧୩୩।
ଆସ୍ଥାନ ମଉଳିଲା ଗଲେ ସର୍ବ ଦୁଷ୍ଟେ
ଧର୍ମ ଧର୍ମ ସୁମରି ଧୃତିରାଷ୍ଟ ନିଜ କର ଦିଲାକ ଲଲାଟେ ।୧୩୪।
ସଞ୍ଜୟ ବୋଇଲା ରାଜା ନଭାଳ ତୁ ଆନ
ଅବଶ୍ୟ ଭୁଞ୍ଜିବୁ ଯାହା ଲଲାଟ ଲିଖନ ।୧୩୫।
ଆସ୍ତାନରୁ ଉଠି ଯେ ଗଲେକ ଧୃତିରାଷ୍ଟ
ୟେ ବୃଦ୍ଧକାଳେ ମୋତେ ଅଛି ପୁତ୍ର କଷ୍ଟ ।୧୩୬।
ଜୟତୁ ପୁରୁଷ ଉତ୍ତମ ଦିଗାଂଗ ମୃଦ୍ଧନା
ସୟଳ ସଂସାରକୁ ନାଥ ତୁହି ସେ ବଜ୍ରସେହ୍ନା ।୧୩୭।
ନିରାକାର ନିରାକୁଳ ଯାହାର ନାମଗୋଟି
ଜନ୍ମେ ଜନ୍ମେ ତଲୟେ ସେ ସ୍ୱାମୀର ଚରଣ ତଳେ ଲୋଟି ।୧୩୮।
ସ୍ୱାମୀ ଦୁରାପଦ ଯହୁଂ ହୋଇଲା କଳିକାଳ
ଭବ ଉଦ୍ଧାରଣ ନାଥ ତୁ ବଡ଼ାଇ ରାଉଳ ।୧୩୯।
ଆକାଶ ସୀମସ୍ଥାନ ଦିଗାଂଗ ମେଖଳି
ଶୂନ୍ୟ ଚିରୁକୁଟୀ ନାଥ ତୋହୋର ଅଭୟେ କୁଣ୍ଡଳୀ ।୧୪୦।
ଶରୀରେ ଲେପନ ଯାହାର ସଂସାର ଦହନ ପାଂଶୁ
ଅନନ୍ତ କୋଟିକଳ୍ପ ଯାହାର ଶିରେଣ ସିତାଂଶୁ ।୧୪୧।
କଟିମେଖଳି ଓଡ଼ିଆଣୀ ଚଉଦିଗ କରପଟି
ମେରୁ ମନ୍ଦର ନାଥ ତାଳୁରେ ୟେକ ଜଟି ।୧୪୨।
ପାଦେଣ କଠାଉ ଯେ ନବଦୀପା ପୃଥୀ ଭ୍ରମି
ଅଣଚାଷ ପବନ ଜାଣି କ୍ଷଣକେ ଉତକର୍ମୀ ।୧୪୩।
ସୟଳଜନ ଚିନ୍ତାମଣି ଆରୋଗୀ ଆଭୋଗୀ
ସାଧନା ପୁରୁଷ ନାଥ ପରମାନନ୍ଦ ଯୋଗୀ ।୧୪୪।
ସ୍ୱାମି ନାଶିଲି ରୋଗପୀଡ଼ା ତବ ନାମ ସଂକେତେ
ହରିଲି ସର୍ବରୋଗ ବଡ଼ ରାଉଳ ପରସାଦେ ।୧୪୫।
ତୁଳସାର ବଲ୍ଲଭ ଯେ ହୃଦଗତେ ଚିନ୍ତା
ଶୂଦ୍ରମୁନି ସାରୋଳ ଦାସର ଦୁରାପଦ ନିବାରନ୍ତା ।୧୪୬।
ତୁଳସାର ବଲ୍ଲଭ ଚରଣେ ମୋର ସେବା
ଶୂଦ୍ରମୁନି ସାରୋଳ ଦାସକୁ ମୁକତି ଗତି ଦେବା ।୧୪୭।୪୦୨୩।
ବୀର ହନୁମାନଙ୍କୁ ଆମନ୍ତ୍ରଣ ନିମନ୍ତେ ଭୀମସେନଙ୍କରଗମନ ଓ ଅପମାନବିଜୟେ ଧର୍ମନନ୍ଦନ ଇନ୍ଦ୍ର ପ୍ରଶସ୍ତ ଆସ୍ତାନେଯୁଝେଷ୍ଠିଦେବ ପୁଛାକଲେ ଶ୍ରୀପୁରୁଷଂକ ଉତ୍ତମେ ।୧।ହରି ଧନବଳେ ଜନବଳେ ଯେହୁ ବଳବନ୍ତାକେଉଣସି ଗୁଣକୁ ମୁଂ ଯେ ନୋହିଲି ଶକତା ।୨।ସ୍ୱାମୀ ଧନବନ୍ତ ଗୁଣବନ୍ତ ପଣକୁ ନୋହିଲି ଯୁଗତେଜନେହେଂ ଖିନ୍ନତ ସର୍ବେହେଂ ପଞ୍ଚୁଭ୍ରାଥେ ।୩।ଥାନ ଆବୋରି ରହିଲେ ଧୃତିରାଷ୍ଟଂକର ତନୟେଆବର କିସ ବଳବନ୍ତା ମୁହିଂ ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା କୃପଂକର ଥାୟେ ।୪।ଶକତା ବଳବନ୍ତା ଅଛି କି ମୋହୋ ଯୋଧୀତାହା ପରିମାଣି ୟେବେହେଂ କର ସଦବୁଦ୍ଧି ।୫।ଶୁଣିଣ ମାଧବ ଯେ ପରମ ସାନନ୍ଦୟେକାନ୍ତେ ବ୍ରିକୋଦରକୁ ହକାରିଲେ ପରମାନନ୍ଦ ।୬।ଆପଣେ ଯୋଗାଡ଼ିଲେ ଅର୍ଘପାତ୍ର ଗୋଟିୟେତୁ ଯାଅ ଭୀମସେନ ଖିନିଖିନା ବନସ୍ତ ଯାୟେ ।୭।ହନୁମନ୍ତ ଅଛି ଯେ ଅସ୍କନ୍ଦ ନାମେ ବନତାହାକଇଂ ଘେନି ଭୀମସେନ ତୁ ଆସିବୁ ବହନ ।୮।କୋଇନ୍ତାଂକ ନନ୍ଦନ ନିବେଶିତ ଆଗ୍ୟାଂ ଘେନି ଶିରେଅସ୍କନ୍ଦ ବନେ ଚଳଇ ପାଣ୍ଡବ ସୁନ୍ଦରେ ।୯।ନବ ସହସ୍ର ନବଶତ ତିରିଶ ଯୋଜନ ବାଟଭୀମସେନ ଚଳଇ ଗଣ୍ଡୁକୀ ନଦୀ ତଟ ।୧୦।ହନୁମାନ ଲୟେକରି ଚଳଇ ହୃଦେ ଗୁଣିଲୟ ହନୁମତେ ତାହା ହନୁମନ୍ତ ଜାଣି ।୧୧।ଭୀମସେନ ଆସୁଅଛି ନିମନ୍ତ୍ରଣ କରିବାକୁ ମୋତେକେଶବ ପେଶିଲେ ମହାଭାରଥ ଯୁଦ୍ଧର ନିମନ୍ତେ ।୧୨।କେତେଦିନେ ଆସି ବାହୁଡ଼ିବ କେତେଦିନେଯୁଦ୍ଧକୁ ଶ୍ରମ ପାଇବ ଆଧାର ବିହୁନେ ।୧୩।ୟେତେ ଭାବି ହନୁମନ୍ତ ଖଣ୍ଡେ ଦୂର କ୍ଷେପିବେନି ସହସ୍ର ଯୋଜନ ଆସି ଗଣ୍ଡୁକୀ ତୀରେ ବ୍ୟାପି ।୧୪।ତ୍ରିଅମ୍ୱକ ପର୍ବତ ତଳେ ଅଛଇ ତ୍ରିଅପଥତହିଂ ଆସି ଜରା ଅବସ୍ଥା ହୋଇ ଶୁତିଲା ହନୁମନ୍ତ ।୧୫।ଲାଞ୍ଜ ଚରଣ ଆବୋରିଅଛି ତିନିପଛ ଯାକେଗତପ୍ରାଣ ପ୍ରାୟେ ହୋଇ ଶୋଇଅଛି ୟେକେ ।୧୬।ଯାନ୍ତେଣ ବ୍ରିକୋଦର ସନ୍ନିଧ୍ୟେଣ ଭେଟିବୋଲଇ ମାରୁତି ବାଟ ଆବୋରି କିମ୍ପେ ଶୋଇଲୁ କପିଗୋଟି ।୧୭।ମୁହିଂ ହାଦେ ଯାଉଅଛି ଅସ୍କନ୍ଦ ନାମେ ବନେହନୁମନ୍ତ ଠାକୁରଂକ ଠାକୁ ଯାଉଅଛି ମୋହୋର କାର୍ଯ୍ୟର ବିଧାନେ ।୧୮।ପାଣ୍ଡବେ କଉରୋବେ ହୋଉଛନ୍ତି ଅପ୍ରୀତିପାଣ୍ଡବ ଥାଠରେ ସେହୁ ହୋଇବେ ସେନାପତି ।୧୯।ଭୀମସେନ ବଚନେ କହେ ସେ ପୁରୁଷ ଅଶକତାମୁହିଂ ଆଡ଼େ ନୁଆରଇ ମୋହୋର ପ୍ରାଣ କଣ୍ଠାଗ୍ରତା ।୨୦।ମୋହୋର ବଳେତ ମୁଂ ନୁଆରଇ ଆଡ଼ ହୋଇକାର୍ଯ୍ୟବନ୍ତ ଲୋକ ବାବୁ ଯାଅ ତୁ ମୋତେ ଡ଼େଇଂ ।୨୧।ଭୀମସେନ ବୋଇଲା ତୁ ଅଗ୍ୟାନ କଥା କହୁଯତ୍ର ଜୀବ ତତ୍ର ଶିବ ମୁହିଂ ଡ଼େଇଂ ଯିବି ତୋତେ କାହୁଂ ।୨୨।ଜ୍ୟେଷ୍ଠ ହିଂ ହେଉ କି ଅବା ଆଷ୍ୟ ଥିବ କାହୁଂ ।୨୩।ଜନହିଂ ହେଉ କି କୀଟ ପତଙ୍ଗହିଂ ହେଉଶରୀରେ ଜୀବଥିଲେ ଅଧଆଷ୍ୟ ତୁଟଇ ଡେଇଂଲେ ସେହୁ ।୨୪।ଖଟାଇଲା ଜୀବ ଯେ ଡିଆଂନ୍ତି ଦଉଡ଼ିସର୍ପ ହୋଇଣ ଥାନ୍ତି ଯେ ଜନ୍ମେ ଯୁଗ ଚାରି ।୨୫।କାର୍ଯ୍ୟ ହୋଉ କି ଅକାର୍ଯ୍ୟ ବା ହୋଉ ମତ୍ତଗର୍ବେ ଯେ ଭାଞ୍ଜଇ ପର ନିଦୟେ ପାତକେ ହୋୟେ ଯେ ଆପଣା ପୁତ୍ରର ଶିରଛେଦ ।୨୬।ପରର ଶୃଙ୍ଗାର ଯେ ଭାଞ୍ଜନ୍ତି ନ ଜାଣିଲିଗ୍ନଭଗ୍ନ ଦୋଷ ସେ ପ୍ରତକ୍ଷେ ପାଇ ପୁଣି ।୨୭।ଭୀମସେନ ବୋଇଲା ଜୀବନ ଅଛି ମୋହୋର ହୃଦଗତେଗ୍ୟାନ ଥାଉଂ ଥାଉଂ ମୁଂ ଡେଇଂଯିବି କେମନ୍ତେ ।୨୮।ତାହା ଶୁଣି ବୋଇଲା ସେ ବୃଦ୍ଧ ମରକଟଡେଇଂ ଯେବେ ନୁଆରିବ ଆଡ଼ହୋଇ ଯାଅ ଆନବାଟ ।୨୯।ଭୀମସେନ ବୋଇଲା ମୁଂ ଜାଣଇ ସର୍ବକଥାଛତ୍ରୀ ହୋଇ ବାଟ ଛାଡ଼ିବାର ନୋହଇ ବ୍ୟବସ୍ଥା ।୩୦।ସେ ବାନର ବୋଇଲା ତୁ ଡେଇଂ ଯେବେ ନ ଯିବୁ ବାଟ ଭାଙ୍ଗି ନ ଯିବୁଅନ୍ତର କରି ମୋତେ ଶୁଆଇ ଯାଅ ବାବୁ ।୩୧।ଶୁଣିଣ ସାନନ୍ଦ ଯେ ହୋଇଲା ପାବେନିହାଥରୁ ଗଦା ଅର୍ଘ୍ୟ ଦକ୍ଷିଣ କରେ ଘେନି ।୩୨।ବାମକରେ ମାରୁତି ଯେ ଧଇଲା ତାର ଲାଞ୍ଜଧୀରକରି ତୋଳଇ ନପୁଣ ହୁଅଇ ପ୍ରାଣତ୍ୟାଜ ।୩୩।ବାମକରେ ଧରି ଯେ ଭୀମସେନ ରୂପେଣ ତୋଳିସେ ଲାଙ୍ଗୁଡ଼ଗୋଟି ଭୀମସେନ ନୁଆରିଲା ଚାଳି ।୩୪।ଗଦାଅର୍ଘ୍ୟ ଦୁହିନ୍ତି ଥୋଇଲା ଭୂମିଗତେବେନିଭୁଜେ ଆକ୍ରେଷି ଧଇଲା ବଳବନ୍ତେ ।୩୫।ଚାଳି ନୁଆରିଲା ଭୀମସେନ ବଡ଼ାଇ ପ୍ରାକର୍ମେଫୁଟିଣ ଶ୍ରୋଣିତ ବହଇ ରୋମେ ରୋମେ ।୩୬।ବାଆନ ବାଆନ ଭାର ଗଦା ଭୀମ ଘେନିଣ କରପତ୍ରେତାଡ଼ନ୍ତେ କମ୍ପିଲା ନବଦ୍ୱୀପା ପୃଥିବୀ ସହିତେ ।୩୭।ବହୁତ କଠୋର ଦେଖି ଭୀମସେନ ପରିଣାମିନିଚୟେ ଜାଣିଲି ତୁମ୍ଭେ ହନୁମନ୍ତ ଦେବସ୍ୱାମୀ ।୩୮।ୟେ ବ୍ରିକୋଦର ମୃତ୍ତି ଭାରା ମୋର କେ ପାରଇ ସହିନୟନ ନାସିକା ଫୁଟି ରୁଧିର ରୋମେ ରୋମେ ଗଳଇ ।୩୯।କ୍ରୋଧ ଅବସ୍ଥା ହୋଇଣ ଯେ କହଇ ଭୀମସେନପୃଥିବୀ ରାସାଂଗତ ଆଜ ନୋହିଲା ଧର୍ମେଣ ।୪୦।ସ୍ୱାମୀ ଅଥବା ଅଚଳ ହୁଅନ୍ତା ଯେବେ ମେରୁ ଗିରିମୋର ବ୍ରିକୋଦର ମୂରତି ଯେ କେହୁ ସହିପାରି ।୪୧।ଭୀମସେନ ଅବସ୍ଥା ଦେଖି ସେ ଅଞ୍ଜନାର ବଛିଦ୍ରହସିତ ହୋଇକରି ସେ ହନୁମନ୍ତ ପୁଛି ।୪୨।ଅପାର ଦୁର୍ଗମ ପଥ ଭୀମ ଗମିଲୁ କେମନ୍ତେଅରଣ୍ୟକୁ ଅଇଲୁ ବାବୁ କିସ କାର୍ଯ୍ୟ ଅର୍ଥେ ।୪୩।ଭୀମ ବୋଇଲା ଦେବ କୁରୁ ପାଣ୍ଡବ ବେନିମହାଭାରଥ ସମରେ ହୋଇବୁ ଅନ୍ୟୋଅନ୍ୱି ।୪୪।ପାଣ୍ଡବଂକ ବଳ ଯହୁଂ ହୋଇଲାକ ଓଛତୋତେ ନେମାକଇଂ ମୋତେ ପେଷିଲେ ଶ୍ରୀବଛ ।୪୫।ଆପଣେ ଶ୍ରୀକୃଷ୍ଣ ଅର୍ଜୁନର ରଥେ ସାରଥିପାଣ୍ଡବ ବଳରେ ତୁମ୍ଭେ ହୋଇବ ସେନାପତି ।୪୬।ଭୀମସେନ ମୁଖୁଂ ୟେକନେକ ବାକ୍ୟ ସୁଣିହନୁମନ୍ତ ହସିଲା ନାସିକାରେ ଦେଇ ପାଣି ।୪୭।ଶୁଣ ହୋ ଭୀମସେନ ହନୁମନ୍ତ ବୋଇଲାୟେକା ଯୁଗକେ ହରିତ ବଣା ଯେ ହୋଇଲା ।୪୮।ଶୁଣ ହୋ ଭୀମସେନ ତ୍ରେତୟା ଯୁଗ କଥାସତ ଶ୍ରୀରାମାୟଣ ରାମ ଅବତାର ବାରତା ।୪୯।ଦଣ୍ଡକାରଣ୍ୟୁଂ ରାବଣ ହରିନେଲା ସେ ଜାନକୀକପିବଳ ଘେନିଗଲୁଂ ରାବଣ ତହିଂକି ।୫୦।ମନ୍ତ୍ରୀବର ଜାମ୍ୱେବ ସୁଗ୍ରୀବର ବୁଦ୍ଧିପର୍ବତେ ବାନ୍ଧିଲୁ ଯେ ଅଗାଦ ପୟୋଧି ।୫୧।ଶତେକ ଚଉବିଂଶ ଯୋଜନ ବନ୍ଧର ଅଟଇ ଯେ ଦୀର୍ଘବତିଶ ଯୋଜନ ପ୍ରତି ଦ୍ୱାଦଶ ଯୋଜନ ଉଚ୍ଛର୍ଗ ।୫୨।ରାବଣ ଲଂକାଗଡ଼େ ଆମ୍ଭେ ସୁବଳୟା ପର୍ବତେରାମ ରାବଣ ଯୁଦ୍ଧ ହୋଇଲା ଚଉବିଶ ଦିନ ପରିଯନ୍ତେ ।୫୩।ରାବଣ ବିଜୟ କରଇ ବତିଶ ଅକୁଂଶ ସନ୍ୟ ଘେନିସେତୁବନ୍ଧ ଶତେ ଚଉବିଂଶ ଯୋଜନ ପରିଯନ୍ତେ ପୂରଇ ସଇନି ।୫୪।କିସ ସମର ତୁମ୍ଭର ମହାଭାରଥ ବୋଲି ଯୁଦ୍ଧକିସ ସମର ହୋଇବ କହନି ସେ ମୋତେ ସାଧ୍ୟ ।୫୫।ତୁ ମୋତେ ସେନାପତିପଣେ ତହିଂକି ଯିବୁ ଘେନିଓହୋବଳ ତୁମ୍ଭର ଯେ କେତେକ ସଇନି ।୫୬।ଭୀମସେନ ବୋଇଲେ ଚାରିଶତ ଯେ କ୍ଷଉଣୀହନୁମନ୍ତ ଉପହାସ୍ୟ ଭୀମସେନ ବଚନ ଶୁଣି ।୫୭।ହନୁମନ୍ତ ବୋଇଲା ରେ ତହିଂକି କିମ୍ପେ ଯିବିୟେଥେ ଥାଇଂ ତୁମ୍ଭର ଯେ ଶତ୍ରୁ ନିବାରିବି ।୫୮।ଲାଞ୍ଜ ବଢାଇ ରେ ମୋର ଦେବଇଂ ତହିଂକିକ୍ଷଣକେ ଗୁଡ଼ିଆଇ ଆଣିମି ବେନିବଳ ସଇନିକି ।୫୯।ୟେକା ଘାନ୍ତିକେ ସବୁନ୍ତି ଚାପିବି ପେଟତଳେଓହୋବଳ ଯିବ ତୁମ୍ଭେ ସଞ୍ଜୀବନୀ ମଣ୍ଡଳେ ।୬୦।କିସ ବଳ ତୁମ୍ଭର କେତେକ ମାତରତହିଂକି ମୋହୋର ଯିବାର ନୋହଇ ବେଭାର ।୬୧।ପୁଣିହିଂ ବୋଇଲା ତୁ ଯେବେ ଅଇଲୁ ଦୁଖ ପଡ଼ିକଥାୟେକ ନ ପାଇଲେ ତୁ କେମନ୍ତେ ଯିବୁଟି ବାହୁଡ଼ି ।୬୨।ବଜ୍ର କାଛେଟିରୁ ବୀର ଦସି ନାଡ଼ିୟେକ ଘେନିୟେହା ନେଇ ଦେବୁ ତୁ ଯେ କୃଷ୍ଣ ଫାଲଗୁନି ।୬୩।ମୋହୋର ପରାୟେ କରି ପିତୁଳି ୟେକ ସାଜତା ନେଇ ଥାପିବ ନନ୍ଦିଘୋଷ ରଥଧ୍ୱଜ ।୬୪।କ୍ଷଣ କ୍ଷଣକେ ସେ ମୂରତି ହୋଉଥିବ ଅନୁଆନନାମ ହୋଇବ ତାହାର କପି ଯେ କେତନ ।୬୫।ଶହସ୍ର ସହିତେ କେହି ନୁଆସିବେ ତାର କତିଦୂରେ ଥାଇ ତ୍ରାସିବେଟି ରଥୀ ମହାରଥୀ ।୬୬।ଭୀମସେନ ବୋଇଲା ମୁଂ କରିବି କେମନ୍ତୟେହା ନିଅନ୍ତେ ଉପହାସ୍ୟ ପାଇବି ବହୁତ ।୬୭।ଅନେକ ଯତନେ ମୋତେ ଯେ ପେଷିଲେ ବାସୁଦେବଆମ୍ଭର ପ୍ରାଣତ୍ୟାଜ ବେଳେ ୟେହାର ଗର୍ବ ।୬୮।ଜିଣୁ କି ହାରୁ ଆମ୍ଭେ ଅଥବା ସମରେୟେହାର ତହିଂକି କିମ୍ପେ ମୋତେ ପେଷିଲେ ଦାମୋଦରେ ।୬୯।ଘେନ ହୋ ଭୀମସେନ ବୋଲି ହନୁ ଛାଡ଼ିଲା ସୂତାନାଡ଼ିଭୀମସେନ ମୃଛାଗତ ହୋଇଲା ହୃଦରେ ସୂତ୍ର ପଡ଼ି ।୭୦।ହନୁମନ୍ତ ବୋଇଲା ବାବୁ ହୋଇଲୁ ଅସାଷ୍ଟମବଜ୍ର କାଛେଟିକୁ ନିନ୍ଦାକଲୁ କିହୋ ବାବୁ ଭୀମ ।୭୧।ମହାଭାରଥକୁ ଦସିନାଡ଼େ ଦିଅଇ ଛିନାଇୟେମନ୍ତେ ୟେ କାଛେଟିରେ ମୋର ଅଧେକ ଦସି ନାହିଂ ।୭୨।ବାବୁ ମହାଭାରଥ ଯୁଦ୍ଧ ହୋଇଲେ ନବତନୁ ହୋଅଇ ପୃଥୀୟେମନ୍ତେ ମହାଭାରଥ ଯୁଦ୍ଧ ହୋଇଲାନି ତେସ୍ତରୀ ଘାନ୍ତି ।୭୩।ତେସ୍ତରୀ ବେଳ ଦିଗପାଳେ ହୋଇଲେନି ପ୍ରାଣତ୍ୟାଗୀୟେହି ଦେହରେ ମୋର ବଜ୍ର କାଛେଟି ଥାୟେ ଲାଗି ।୭୪।ମୁହିଂ ଭାରତ ଯୁଦ୍ଧ ନିନ୍ଦାକଲି ତୁ ବଜ୍ର କାଚେଟି ହାସ୍ୟକଲୁତଦ ନିମନ୍ତେ ଭୀରେ ମୃଛାଗତ ହେଲୁ ।୭୫।ଯାଅ ଯାଅ ରେ ମାରୁତି ସେ କାଛେଟି ମଥାରେ ଘେନ ତୋଳିୟେଥିର ତଦନ୍ତ ଜାଣିନ୍ତିନି ବନମାଳୀ ।୭୬।ସେ ସୂତା ନାଡ଼ିକି ଘେନି ଚଳଇ ଭୀମସେନଅସ୍କନ୍ଦ ବନକୁ ବିଜେ କଲାକ ହନୁମାନ ।୭୭।ପ୍ରବେଶ ପାବେନି ଶ୍ରୀନାରାୟଣଂକ ଆଗେ ।୭୮।ଗୋବନ୍ଦେ ବୋଇଲେ ଭୀମ କିମ୍ପେ ବିରସ ତୋର ମନଯୁଦ୍ଧ ଅଳପ ଦେଖି କି ନ ଅଇଲା ହନୁମାନ ।୭୯।ଭୀମସେନ ବୋଇଲା ଦେବ ହାରୁ କିନା ରଣେୟେଡ଼େ ଗର୍ବିତ ଲୋକଠାକୁ କିମ୍ପେ ମୋତେ ପଠାଇଲ ଅକାରଣେ ।୮୦।ୟେଡ଼େକ ଗର୍ବରେ ସେ କହିଲାକ କଥାଭୀମାର ବେଳେ କି ଦେବ ହୁଅନ୍ତା ସହନ୍ତା ।୮୧।ଆମ୍ଭର ସୋହୋଦ୍ରେ ତୋହୋର ମୋତେ ଆଗ୍ୟାଂତେନ୍ୟାୟୁଂ ସହିଲି ମୁଂ ତାହାର ପ୍ରତଗ୍ୟାଂ ।୮୨।ସ୍ୱାମୀ ଇନ୍ଦ୍ରଦେବତା ହୋଇ ଯେବେ ଗର୍ବିତ କଥା କହଇଭୀମା ଦେହେ ପ୍ରାଣ ଥିଲେକି ସେ କଥା ସହଇ ।୮୩।ଯେତେକ ବଚନ ମୋତେ କହିଲା ବିଖଣ୍ଡଆନ ହୋଇଥିଲେ ମୋଡ଼ି ପକାନ୍ତି ତାର ମୁଣ୍ଡ ।୮୪।ଭୀମସେନ ମୁଖରୁ ୟେସନେକ ବାକ୍ୟ ଶୁଣିବଦୟନ୍ତି ମଧୁରିପୁ ସୁଶୀତଳ ବାଣୀ ।୮୫।ତୁ ହୋ ଭୀମସେନ ନ ଜାଣୁ ତାହାକୁତାହାର ଚରିତ ହୋ କହଇ ମୁହିଂ ତୁକୁ ।୮୬।ତ୍ରେତୟା ଯୁଗେ ମୁଂ ଶ୍ରୀରାମ ହାଦେ ରୂପଜାନକୀକି ହରିନେଲା ରାବଣ କଉଣୋପ ।୮୭।ମନ୍ତ୍ରୀ ମୋର ଜାମ୍ୱେବ ମୋତେ କହିଲାକ ବୁଦ୍ଧିଗିରିବର ଉପାଡ଼ି ବାନ୍ଧିଲା ବାରାନିଧି ।୮୮।ପର୍ବତ ଆଣ ବୋଲି ବୋଇଲେ ରାମଚନ୍ଦ୍ରେହରିବଳ ଘେନି ଯେ ଚଳିଲେ କପିଇନ୍ଦ୍ରେ ।୮୯।ଶ୍ରୀରାମ ବୋଇଲେ ସମସ୍ତେହେଂ ଯାନ୍ତୁତେରଜଣମାତ୍ର ଆମ୍ଭର ସଙ୍ଗତେଣ ଥାନ୍ତୁ ।୯୦।ସୁଗ୍ରୀବର ଜାମ୍ୱେବ ନଳ ଯେ ସୁଷେଣଶତବାଳୀ ଶଉରି ଅଙ୍ଗଦ ହନୁମନ୍ତ ଗବୟେ ଗବାକ୍ଷ ଗନ୍ଧମାରଦନ ।୯୧।ୟେମାନନ୍ତ ଶ୍ରୀରାମ ରୁହାଇଲେ ଲକ୍ଷଣର ତୁଲେଅଷ୍ଟାଦଶ ଖର୍ବ କପି ପର୍ବତ ଆଣି ଗଲେ ।୯୨।ୟେମନ୍ତ ଦେଖି ବିରସ ଅଞ୍ଜନାର ନାନଆବର ଜୀବନେ ମୋର କିସ ପ୍ରିୟୋଜନ ।୯୩।ବଳପ୍ରାଣ ଥାଉଂ ଯେବେ ହୋୟେ ହୀନବୀର୍ଯ୍ୟମାନୁଷ ମଧ୍ୟେ ତାହାର ଜୀବନେ କିସ କାର୍ଯ୍ୟ ।୯୪।ହନୁମାନ ବୋଇଲା ଶ୍ରୀରାମଚନ୍ଦ୍ରକୁ ଦ୍ରୋହତ ନ କୟେପର୍ବତ ଆଣିବାକୁ କିମ୍ପେ ମୋତେ ଆଗ୍ୟାଂ ନ ଦିୟେ ।୯୫।ସ୍ୱାମିଂକର କୋପକଲେ ସେବକର କିସ ଜୀବଚିତା ଆରୋପଣ କରି ଦହନ ହୋଇବ ।୯୬।ଲକ୍ଷ୍ଣଣ ବୋଇଲା ଦେବ ଶୁଣିମା ରଘୁବଛିହନୁମନ୍ତ ତୋହୋର ଯେ ଦହନ ହୋଉଅଛି ।୯୭।ଶ୍ରୀରାମଚନ୍ଦ୍ର ଯାଇଣ କୋଳ କଲେକ ହନୁକିସ ଅର୍ଥେ ବାବୁରେ ତୁ ହୋଇବୁ ଦହନୁ ।୯୮।କରପତ୍ର ଯୋଡ଼ିଣ ଯେ ବୋଇଲ ହନୁମନ୍ତେପର୍ବତ ଆଣିତେ କିମ୍ପେ ନ ବୋଇଲ ମୋତେ ।୯୯।ଶ୍ରୀରାମଚନ୍ଦ୍ର ବୋଇଲେ ତୁ ଦୁଖ ପାଇଲୁ ବହୁତଲଂକାରେ ଅସୁରେ ତୋତେ ଅପ୍ରାଂଜୟେ କଲେକ ବହୁତ ।୧୦୦।ତେଣୁକରି ପର୍ବତ ତୋତେ ଆଣି ନ ବୋଇଲି ମୁହିଂୟେଥକୁ କେହ୍ନେ ଅଭିମାନ ପାଇଲୁ ହନୁ ତୁହି ।୧୦୧।ଛାଡ଼ ଛାଡ଼ ଅଭିମାନ ଯାଅ ହୋ ୟେହିକ୍ଷଣକପିବଳ ଘେନି ତୁ ପର୍ବତ ବହିଆଣ ।୧୦୨ସ୍ୱାମୀର ବଚନେ ଯେ ଶୀଘ୍ର ହନୁ ଆସିପର୍ବତ ଆଣଇ ସେ ବିଂଝମାଳେ ପଶି ।୧୦୩।ନଳ ନୀଳ ତାହା ଯେ ଧରନ୍ତି ବାମକରେଅଭିମାନ ପାଇ ସେ ଗଲା କୋପଭରେ ।୧୦୪।ବୋଇଲା ରେ ନଳ ନୀଳ ଆଜ କେ ତୁମ୍ଭନ୍ତ ରଖନ୍ତାସାହେର ପର୍ବତେ ତୁମ୍ର ଆଜ ମୁହିଂ କରଇ ଯେ ପୋତା ।୧୦୫।ଅଭିମାନ ପାଇ ସେ ହନୁମନ୍ତ ଗଲା ଅତି ବେଗେବିଶ୍ୱରୂପ ଧରି ସେ ଘୋଟିଲା ଆକାଶର ମାର୍ଗେ ।୧୦୬।ଗଗନ ବ୍ୟାପିଲା ଯହୁଂ ତାର ବିଶ୍ୱରୂପପର୍ବତମାନ ଦିଶିଲେ ତୁଛ ମାଛିର ସରୂପ ।୧୦୭।ମେରୁ ପର୍ବତ ଉପାଡ଼ି ଲୋଡ଼ନ୍ତେ ହନୁମନ୍ତପିତାମହ ସ୍ତୁତିକଲେ ଅଞ୍ଜନାର ସୁତ ।୧୦୮।ମେରୁଗିରି ଛାଡ଼ ବାବୁ ସଂସାର ନିମନ୍ତେତୋହୋର କୋପେ ପୃଥୀ ଯିବ ରସାଂଗତେ ।୧୦୯।ବ୍ରହ୍ମାଂକ ବଚନେ ହନୁ ଛାଡ଼ିଲା ମେରୁଗିରିସଂସାର ରକ୍ଷା ନିମନ୍ତେ ସେ ଗଲାକ ଅପସରି ।୧୧୦।ଛାଡ଼ି ହନୁମନ୍ତ ତହୁଂ ଚଳିଲା ତୁରିତେହୃଦେ କୋପଭର ସେ ପବନର ସୁତେ ।୧୧୧।ପୁଣ ମନ୍ଦର ପରବତ ଉପାଡ଼ନ୍ତେ ପାବେନିଅନେକ ବିନୋୟୀ ତାହା ମାଗିଲେ ସସ୍ରଯୋନି ।୧୧୨।ବାସବର ବଚନେ ସେ ଛାଡ଼ିଲା ମନ୍ଦରଲୋକାଲୋକ ଗିରି ସେ ଉପାଡ଼େ ଧାତିକାର ।୧୧୩।ସେ ପର୍ବତ ବିନୋୟୀ ମାଗିଲେ ବୃହସ୍ପତିହେମବନ୍ତ ଉପାଡ଼ନ୍ତେ ମାଗିଲେ ପାର୍ବତୀ ।୧୧୪।ଗିରିଜାର ପିଅର ଯେ ହନୁମନ୍ତର ଅଟଇ ଅଜାତେନ୍ୟାୟୁଂ ହନୁମନ୍ତ ସେ ଗିରିକି କଲା ପରିତେଜ୍ୟା ।୧୧୫।ପୁଣି ଉପାଡ଼ନ୍ତେ ପର୍ବତ କପିଳାସଅପାର ବିନୋୟୀ ଯେ ମାଗିଲେ ବିଶ୍ୱବାସ ।୧୧୬।ଗନ୍ଧମାର୍ଦନ ପର୍ବତ ଉପାଡ଼ନ୍ତେ ହନୁଅଶ୍ୱିନୀକୁମାରେ ମାଗିଲେ ଆଦିତ୍ୟଂକର ତନୁ ।୧୧୭।ଭଲ ଭଲ ପର୍ବତ ମାଗିଣ ଦେବତାୟେ ଘେନନ୍ତେକୋପେଣ ପ୍ରତଗ୍ୟାଂ କରଇ ଅଞ୍ଜନାର ସୁତେ ।୧୧୮।ବ୍ରହ୍ମା ଇନ୍ଦ୍ର ରୁଦ୍ର ଯେବେ ପର୍ବତ ମାଗନ୍ତିଅବଶ୍ୟ ମାରିବି ନୋହିଲେ ଶ୍ରୀରାମ ଦ୍ରୋହ କରାଇ ମତି ।୧୧୯।ତେତିଶ କୋଟି ଦେବତାୟେ ନଇଲେ କେହି ଭୟେଇଛାୟେ ପର୍ବତ ଉପାଡ଼ିଲା ଅଞ୍ଜନାର ତନୟେ ।୧୨୦।ପାଞ୍ଚକୋଟି ପର୍ବତ ନେଇ ବସାଇଲା ଶିରେମର୍ଭୁତକ ପର୍ବତ ନେଇ ବସାଇଲା କନ୍ଧରେ ।୧୨୧।ରୋମକେ ପର୍ବତ ଯେ ଗୁଛଇ ପାବେନିସେ ପର୍ବତଂକ ଉପରେ ବସାଇଲା କୋଟି ତିନି ।୧୨୨।ବେନିଲକ୍ଷ ପର୍ବତ ତାର ବେକରେଣ ମାଳାଆବର କୋଟିୟେ ପର୍ବତ ତାର କଟିରେ ମେଖଳା ।୧୨୩।ଜାନୁ ଉପରେ ତାର ପର୍ବତ ବସାଇଲା ବେନିକୋଟିନବଲକ୍ଷ ପର୍ବତ ଖଞ୍ଜିଲା କାନ୍ଥେଟି ।୧୨୪।କୋଟିୟେ ପର୍ବତ ବସାଇଲା ବାମ କରେଣକୋଟିୟେ ପର୍ବତ ବସାଇଲା ଯେ ଡାହାଣ ।୧୨୫।କରସ୍ଥଳ ଉପରେ ବସାଇଲା ପର୍ବତ ୟେକକୋଟିଶତେ ଶତେ ବସାଇଲା ୟେକ ଯେ ଅଙ୍ଗୁଷ୍ଠି ।୧୨୬।ୟେମନ୍ତେ ବିଶ୍ୱରୂପେ କନ୍ଦରମାନ ବହିଶୁଣ ହୋ ପାଣ୍ଡବ ଭୀମ ଜଗନ୍ନାଥେ କହି ।୧୨୭।ଯେତେକ ପର୍ବତ ସେ ଦେଖଇ ଆସନ୍ତେଝାଣ୍ଟୁଆଣିକରି ତାହା ଆଣଇ ପାଦଘାତେ ।୧୨୮।ୟେକଇ ଶରୀରେ ସେ ୟେତେକ ପର୍ବତ ଘେନିଶ୍ରୀରାମଚନ୍ଦ୍ରକଇଂ ଦ୍ରଶନକଲା ବେଳ ଅଛି ଘଡ଼ି ତିନି ।୧୨୯।ଦେଖିଣ ଆଶ୍ରିଜ ହୋଇଲେକ ଶ୍ରୀରାମୟେତେକ ପର୍ବତ ବହି ଶରୀର କଲୁ ୟେଡ଼େ ଶ୍ରମ ।୧୩୦।ଶ୍ରୀରାମ ବୋଇଲେ ୟେହିମତେ ପର୍ବତ ବହିବାକୁ ନ ବୋଇଲୁ ତୋତେତହୁଂ ସେ କୋପ ବାବୁ ଉପୁଜିଲା ତୋର ମୋତେ ।୧୩୧।ହନୁମନ୍ତ ବୋଇଲା ଦେବ ତୋହୋର ମୋତେ ସଦୟା ନାହିଂତଦ ନିମନ୍ତେ ସୁଖୀ ଯେ ନ ହୋଇଲି ମୁହିଂ ।୧୩୨।ତୋହୋର ଆଗ୍ୟାଂ ଯେବେ ଥାନ୍ତା ମୋତେ ଶାନ୍ତିଆହୁରି ପର୍ବତ ନାଥ ବହୁତ ଆଣନ୍ତି ।୧୩୩।ଅନେକ ଆନନ୍ଦେ କହନ୍ତି ପୁରୁଷଉତ୍ତମସେ ହନୁମନ୍ତର ମହିଂମା ଶୁଣ ହୋ ଭୀମସେନ ।୧୩୪।ତାହାର ତହୁଂ ବାନରେ ପର୍ବତ ନିଅନ୍ତି ବହିନଳ ନୀଳ ହାଥେ ଦିଅନ୍ତି ସେ କରନ୍ତି ଜଳଶାୟୀ ।୧୩୫।ବତିଶ ଯୋଜନ ପ୍ରତି ଦ୍ୱାଦଶ ଯୋଜନ ଉଛର୍ଗଶତେ ଚଉବିଂଶ ଯୋଜନ ଅଟଇ ବନ୍ଧ ଦୀର୍ଘ ।୧୩୬।ୟେକା ଘାନ୍ତିକେ ପର୍ବତ ଆଣି ବନ୍ଧ ବନ୍ଧାଇଲାନବଲକ୍ଷ ନବ ସହସ୍ର ପର୍ବତ ଉଗୁଳି ରହିଲା ।୧୩୭।ବନ୍ଧ ଚରିତ ଭୀମ କହିଲଇଂ ତୋତେସାଂଗ୍ରାମ ଚରିତ ଗୋଚର ନୁହଇଂଟି ମୋତେ ।୧୩୮।ଲଂକାଗଡ଼ ମୁଠିଗତ ହୋଇଲା ଯାହାକୁୟେ ଭାରଥ ଯୁଦ୍ଧ କେତେକ ମାତର ଅଟଇ ତାହାକୁ ।୧୩୯।ଅନୀତି ବଚନ ଯେବେ ବୋଇଲୁ ତାର ଆଗେସଂପୋଡ଼େ ନାଶଯାନ୍ତୁ ହୋ ହନୁମନ୍ତର ଯୋଗେ ।୧୪୦।ଦେବଦତ୍ତ ଶଙ୍ଖ ହରି ଘେନିଣ ଶ୍ରୀକରେହନୁମନ୍ତର ନାମ ଧରି ଚୁମ୍ୱିଲେ ଉଚ୍ଚସ୍ୱରେ ।୧୪୧।ଶଙ୍ଖର ଶବଦ ଯେ ଶୁଭିଲା ଗହନେହନୁର ଆସନ କମ୍ପିଲା ଅସ୍କନ୍ଦ ନାମେ ବନେ ।୧୪୨।ଧ୍ୟାନରେ ଜାଣିଲା ସେ କପିକୁଳ ଶ୍ରେଷ୍ଠବିଚାରି ବୋଇଲା ନାରାୟଣକଇଂ ପଡ଼ିଲା କି ସଂକଟ ।୧୪୩।ଦଧିମୁଖା ବାନର ଯେ ଲକ୍ଷେକ ସଇନିବାମକରେ ଗିରିବର ଦକ୍ଷିଣ କରେ ଶାଳ ଘେନି ।୧୪୪।କିଳିକିଳା ରାବ ଦେଇ ସମସ୍ତ କପିବୀରେଗର୍ଜିଣ ଉଠିଲେ ଯାଇଂ ହନୁମନ୍ତ ଲାଞ୍ଜରେ ।୧୪୫।କ୍ଷେପଇ ହନୁମନ୍ତ ଅସ୍କନ୍ଦ ନାମେ ବନୁଇନ୍ଦ୍ର ପ୍ରଶସ୍ତେ ପ୍ରବେଶ ଅଞ୍ଜନାର ତନୁ ।୧୪୬।ଶ୍ରକୃଷ୍ଣ ଚରଣ ତଳେ ହନୁମନ୍ତ ପରିଣାମିକେବଣ ଅସାଧ୍ୟ ତୋତେ ମୋତେ ଆଗ୍ୟାଂ ଦେବା ସ୍ୱାମୀ ।୧୪୭।ଗୋବିନ୍ଦ ବୋଇଲେ ହୋ ରାମାୟଣ ଯୁଦ୍ଧ କାଳେଅନେକ ଦାନବନ୍ତ ମାଇଲୁ ବାହୁବଳେ ।୧୪୮।ଦେବଂକର କଷ୍ଟ ପାରକଲୁ ରାବଣ ଦର୍ପ ଧଂସିସର୍ଗେ ପିତାୟେ ବୋଇଲେ ତୁ ବ୍ରହ୍ମହତ୍ୟା ଦୋଷୀ ।୧୪୯।ପିତାର ବଚନେ ମୁଂ କଲାଇଂ ଜଳଶଯ୍ୟାକଂସର ଭୟେ ପୁଣି ତ୍ରାସିଲା ବିଡ଼ୋଜା ।୧୫୦।ସମସ୍ତେ ବୃନ୍ଦାରକେ ବସୁଧାକୁ ଘେନିଆପଣେ ଗୁହାରି ମୋତେ କଲେକ ପଦ୍ମଯୋନି ।୧୫୧।ପିତାର ବଚନେ ମୁଂ ରଙ୍ଗା ଅବତାର କୃଷ୍ଣ ମୂରତିପ୍ରୋହେଣୀ ବଧ କଲାଇଂ ସେ ଅଟଇ ତିରୀଜାତି ।୧୫୨।ଯାମଳା ଶକଟା ଚାଣୁର ଷଣ୍ଢା ବକାସୁରଗୋହତ୍ୟା ତିରୀହତ୍ୟା ହୋ କଲି ମୁଂ ଅପାର ।୧୫୩।ସୋଦର ମାତୁଳ ମୁଂ ମାଇଲି କଂସ କେଶୀସମସ୍ତ ପାତକ ମହାଭାରଥ ଯୁଦ୍ଧେ ହୋଇବ ଧଂସି ।୧୫୪।ଆହୋ ହନୁମନ୍ତ ଭାରଥେ ଭାରୋଇ ମଲ୍ଲ ଅଟେ ସର୍ବସାଚୀମୁହିଂ ତାହାର ସାରଥୀପଣେ ରଥ ବାହୁଅଛି ।୧୫୫।ତୁ ଆପଣେ ବିଜେକର ନନ୍ଦିଘୋଷ ରଥଧ୍ୱଜେଭାରା ନିବାରଣ କରିବା ବୋଲି ବଦୟନ୍ତି ଦେବରାଜେ ।୧୫୬।ଶ୍ରୀକୃଷ୍ଣଙ୍କ ବଚନେ ସାନନ୍ଦ ମାରୁତିତୋହର ଆଗ୍ୟାଂୟେଣ ଖଟଇ ବଶ୍ୟାବୃତ୍ତି ।୧୫୭।ଦଧିମୁଖା ବାନର ଚଉଦ ଲକ୍ଷ ଘେନିବାରୁଣାବନ୍ତେ ରହିଲା ବୀର ଯେ ପାବେନି ।୧୫୮। ୪୧୮୧।
କର୍ଣ୍ଣକୁ ଆଣିବା ନିମନ୍ତେ କୁନ୍ତୀଙ୍କର ଗମନ ଏବଂନୀଳବାଣ ଭୁଜବାଣ ଦକ୍ଷିଣା ସ୍ୱରୂପେ ଆନୟନଯୁଝେଷ୍ଠି ଅର୍ଜୁନ ଶ୍ରୀକୃଷ୍ଣ ସର୍ବେ ଆସ୍ଥାନେ ଛନ୍ତି ବସିସନ୍ନିଧେ କୋଇନ୍ତା ଦେବୀ ପ୍ରବେଶିଲେ ଆସି ।୧।କୋଇନ୍ତାୟେ ବୋଇଲେ ବାବୁ ଶୁଣ ଶିରୀରଙ୍ଗସାଂଗ୍ରାମହିଂ ସେ ହୋଇଲା ନୋହିଲା ପ୍ରୀତିଯୋଗ ।୨।ଗୋବିନ୍ଦେ ବୋଇଲେ ମାତା ଗୋ ଅନେକ ବିନୋୟୀ କହିଲିଆମ୍ଭର ଥାଆନ୍ତେ ଓହୋକୁଳକୁ ଯୁଦ୍ଧ ନୋହୁ ଯେ ବୋଇଲି ।୩।ମାନଗୋବିନ୍ଦ ବୋଲିଟି ବହିଲା ଯେବଣ ନାମଅହର୍ନିଶି କୋପିତ ହୋଇ ଲୋଡ଼ଇ ସାଂଗ୍ରାମ ।୪।ଗୋବିନ୍ଦ କଷ୍ଠୋର ବଚନେ କୋଇନ୍ତାୟେ ବୋଇଲେକିୟେ ସାଂଗ୍ରାମ କରିବ ହରି କହ କାହା ତୁଲେ ।୫।ଗୋବିନ୍ଦେ ବୋଇଲେ ମା ଗୋ ଦ୍ରିଯୋଧନକୁ ଯୁଝେଷ୍ଠିଭୀମକୁ ଧୁଶାସନ କର୍ଣ୍ଣେଣ କିରୀଟି ।୬।ବିକର୍ଣ୍ଣକୁ ନକୁଳ ସହଦେବକୁ ଶକୁନିଆଉରମାନେ ଯେ ଯାହାରେ ହୋଇବେ ଅନ୍ୟୋଅନ୍ୱି ।୭।କୋଇନ୍ତାୟେ ବୋଇଲେ ବାବୁ କର୍ଣ୍ଣ ଯେ ମୋହୋର ପୁତ୍ରତାହା ତୁଲେ ସାଂଗ୍ରାମ କେହ୍ନେ କରିବ ବୀର ପାଥ ।୮।କର୍ଣ୍ଣ ଅର୍ଜୁନ ୟେ ଦୁହେଂ ଉପୁଜିଲେ ମୋର ଗର୍ଭୁଂକିମର୍ଥେ ୟେହାନ୍ତ ତୁ ଯେ ବିନାଶ କରାଇବୁ ।୯।କର୍ଣ୍ଣ ମୋହୋର ଜ୍ୟୋଷ୍ଠ ପୁତ୍ର ଅଟଇ ନିୟତତାର ତୁଲେ କେସନେ ସମର କରିବ ବୀର ପାଥ ।୧୦।ୟେକଇ ସାହୋଦ୍ର ସେ ଅଟନ୍ତି ଭାଇ ବେନିକେସନେକ ସମରେ ହୋଇବେ ଅନ୍ୟୋଅନ୍ୱି ।୧୧।କୋଇନ୍ତାୟେ ବୋଇଲେ ବାବୁ ବେନିଂକର ଯେ ସମରେବେନି ଜନଂକରୁ କେ ହୋଇବେ ବଳୀୟାରେ ।୧୨।ଅର୍ଜୁନତ କନିଷ୍ଠ ଅଟଇ ଶିଶୁମତିକର୍ଣ୍ଣ ସେ ଭାରୋମଲ୍ଲ ଅଚାର୍ଗଳ ଛତ୍ରୀ ।୧୩।ଅର୍ଜୁନ କେସନେ ତାହାରେ କରିବ ସମରଯାହା ନାମେ କମ୍ପନ୍ତି ଦିଗପାଳ ।୧୪।ଗୋବିନ୍ଦେ ବୋଇଲେ ମାତା ଗୋ ଯେବେ ଅର୍ଜୁନକୁ ତୋର ଦୟେକର୍ଣ୍ଣର ତହିଂକି ବିଜେକର ମହାମାୟେ ।୧୫।ନୀଳବାଣ ଭୁଜବାଣ ଅଛଇ ବେନି ଶହସ୍ର ତାରସେହୁ ବେନି ଶହସ୍ର ଅଟନ୍ତି ହରିହର ।୧୬।ସେ ବେନି ଶହସ୍ର ମାଗୋ କର୍ଣ୍ଣର ତହିଂ ଥିଲେତିନି ବ୍ରହ୍ମାଣ୍ଡେ ତାହାକୁ କେହି ଜିଣନ୍ତା ନାହିଂ ଭଲେ ।୧୭।ଜାନୁ ଚିରିଣ ସେ ଗୁପତେ ଅଛି ଥୋଇସେ ଗୁପତ କଥା ମାଗୋ ନ ଜାଣନ୍ତି କେହି ।୧୮।ସେ ଶହସ୍ର କର୍ଣ୍ଣର ତହୁଂ ଆଣ ମାତ ଯାଇତେଣୁ ସେ ପଞ୍ଚ ପୁତ୍ରେ ଭୋଗ୍ୟ କରିବେ ମହୀ ।୧୯।ତାହାକଇଂ ଗୁରୁ ଦକ୍ଷିଣା ମାଗ ମାୟେ ଯାଇସେ ବେନି ଶହସ୍ର ଆଣ ସତ୍ୟ ଉଚ୍ଚରାଇ ।୨୦।ତୋହୋର ବଚନ ମାଗୋ ଅନ୍ୟସ୍ତା ନ କରିବଅବଶ୍ୟ ସେ ବେନିଶସ୍ର ତୋହୋର ହାଥେ ଦେବ ।୨୧।ମହାଦାନୀ ଅଟଇ ସେ ୟେ ମହୀର ମଧ୍ୟେତୋହୋର ମାଗନ୍ତେଣ ନାହିଂ ନ କରିବ ସାଧ୍ୟେ ।୨୨।ତୁ ଯେବେ ୟେସନେକ ଗୋ ନ କରିବୁ ମାତକର୍ଣ୍ଣକଇଂ ଜିଣନ୍ତା ନାହିଂ ଥିଲେ ସେ ଶହସ୍ରନ୍ତ ।୨୩।ତାହାର ପାଦଭାରା ନ ସହଇ ପୃଥୀଡରେଣ ଲାଞ୍ଚ ଦିଅଇ ସୁବର୍ଣ୍ଣ ଶତେଭାର ନିତି ।୨୪।ଅତିଦାନେ ଦାନେଶ୍ୱର ଅଟଇ ମହାବଳୀତାହାର ତେଜକଇଂ ଡରଇ ଅଂଶୁମାଳୀ ।୨୫।ମାନଗୋବିନ୍ଦ ତୁଲେ ଯେବେ ୟେହୁ ଯୁଦ୍ଧ କରିବୟେ ପଞ୍ଚପୁତ୍ରକଇଂ ତୋର ଅବଶ୍ୟ ମାରିବ ।୨୬।ଗୋବିନ୍ଦର ବଚନେ ଯେ ଭୋଜଇ ଦୁଲାଳୀନିଶ୍ଚୟେ ତୁ ଯୁଦ୍ଧ କରାଇବୁ ବନମାଳୀ ।୨୭।ଗୋବିନ୍ଦେ ବୋଇଲେ ନିଶ୍ଚେ କାଲି ହୋଇବ ସମରପାଣ୍ଡବେ କଉରୋବେ କୁରୁକ୍ଷେତ୍ର ମଣ୍ଡଳର ।୨୮।ଗୋବିନ୍ଦେ ପ୍ରତିବାଚ ମାଗୋ ବୁଦ୍ଧି କର ଆଜର ମଧ୍ୟେକାଲି ପ୍ରଭାତେ ପଶିବେ ସମର ଘୋର ଯୁଦ୍ଧେ ।୨୯।କୋଇନ୍ତାୟେ ବୋଇଲେ ମୁଂ ଯିବଇଂ ଆଜର ନିଶିକର୍ଣ୍ଣକଇଂ ମୁହିଂ ଘେନିଣ ସେ ପାରଇ ଯେବେ ଆସି ।୩୦।ଯଦ୍ୟପି ଅନେକ ଦୋଷ କରିଲା ଅଛି ପୂର୍ବେସେ ଦୋଷ ଉପେକ୍ଷା ହରି କରିବୁଟି ୟେବେ ।୩୧।ଯୁଝେଷ୍ଠି ବୋଇଲେ ମାତା ଗୋ ଆସନ୍ତି ଯେବେ କର୍ଣ୍ଣସେହି ଠାକୁର ହୋଇବେ ପଞ୍ଚୁରାଜ୍ୟ ସ୍ଥାନ ।୩୨।ପଞ୍ଚୁଭାଇ ଯେ ଆମ୍ଭେ ସେବିବୁଂ ତାଂକ ପାୟେୟେ ପଞ୍ଚୁ କଟକରେ ତାଂକୁ କରିବୁ ନୃପରାୟେ ।୩୩।ଗୋବିନ୍ଦେ ବୋଇଲେ ଯିବ ଯେବେ କର୍ଣ୍ଣର ପୁରକୁଅନେକ ବିଶ୍ୱାସେ ତିଆରି କହିବ କର୍ଣ୍ଣକୁ ।୩୪।ଯେବେ ତୋହୋର ବୁଦ୍ଧିରେ ରାଧେବକର୍ଣ୍ଣ ନ ଆସଇସ୍ୱପନ ଶୁଭ ହୋଇବ ଶୁଣ ଗୋ ମହାମାଈ ।୩୫।ଯଦ୍ୟପି ତୋହୋର ବୋଲେ ନ ଆସିବ କର୍ଣ୍ଣକଦାଶ୍ଚିତେ ଅର୍ଜୁନ ନ ନାଶିବଟି ରଣ ।୩୬।କୋଇନ୍ତାୟେ ବୋଇଲେ ବାବୁ କହ ସଦବୁଦ୍ଧିକେମନ୍ତେ ଅର୍ଜୁନ ମୋର କର୍ଣ୍ଣ କଇଂ ସାଧି ।୩୭।ଯେବଣ ଯେବଣ ବିଦ୍ୟା ପାଇଛି ଅର୍ଜୁନହର ପାର୍ବତୀ ସେବନ୍ତେ ପାଇଅଛି ଅକ୍ଷୟ ତ୍ରୋଣ ପଶୁପତ୍ର ବାଣ ।୩୮।ମନଭେଦୀ ଶର ତାକୁ ଦିଲେକ ଚିତ୍ରରଥଖଣ୍ଡବ ବନ ଦହନେ ବଇଶ୍ୟାନର ଦିଲେ ଅନେକ ଶହସ୍ରାନ୍ତ ।୩୯।ମହୀ ମଣ୍ଡଳେ ଶୁଣଇ ମୁହିଂ ଅର୍ଜୁନର ପ୍ରତଗ୍ୟାଂକେମନ୍ତେ ହାରିବ କର୍ଣ୍ଣକୁ ଯେ ପୁରୁଷଂକ ଉତ୍ତମା ।୪୦।ଗୋବିନ୍ଦେ ବୋଇଲେ ବାବୁ ଶୁଣରେ ସହଦେବମାତାୟେ ପଚାରୁଛନ୍ତି କର୍ଣ୍ଣର ପ୍ରସ୍ତାବ ।୪୧।ସହଦେବ ବୋଇଲେ ମା ଗୋ ଚଳସି ବେଗକରିଯେବେ କର୍ଣ୍ଣକଇଂ ଆମ୍ଭ ସନ୍ୟକୁ ଆଣିପାରି ।୪୨।ଯେବେ ସେ ନ ଆସଇ ରାଧେବ ବୀର କର୍ଣ୍ଣନୀଳବାଣ ଭୁଜବାଣ ମାଗି ଆଣସି ବହନ ।୪୩।ୟେ ବେନି ଶହସ୍ର ଥିଲେ କେହି ନୁଆରି ତାକୁ ଜିଣିତେଣୁକରି ତୋର ଆଗେ କହିଲେ ଚକ୍ରପାଣି ।୪୪।ଆବର ମାଗିବୁ ହାଦେ କଥାୟେକ ବିଚାରିଯୁଝେଷ୍ଠି ଭୀମ ନକୁଳ ସହଦେବ ପୁତ୍ର ଚାରି ।୪୫।ଗୁରୁ ଦକ୍ଷିଣା ବୋଲି ମାଗି ଘେନିଣ ଆସିବତେଣୁ ସେ ମାତା ଗୋ ତାର କ୍ଷତ୍ରୀପଣ ଭଜିବ ।୪୬।ନୀଳବାଣ ଭୁଜବାଣ ଘେନି ଆସିବ ବେଗହୋଇପୁଣ ମାଗିବ ଚାରି ପାଣ୍ଡବନ୍ତ ସମରେ ନ ନାଶିବୁ ତୁହି ।୪୭।ୟେତେ ବୋଲି ମାତା ଗୋ ପଶ୍ଚାନ୍ତେ ମାଗିବକଉରୋବେ ନାଶଯିବେ ବୋଲି ତେବେ ସେ ଜାଣିବ ।୪୮।ବାସୁଦେବଂକ ପରିମୁଖେ ୟେହା ସହଦେବ କହିଶୁଣକରି ସାନନ୍ଦ ସେ ହୋଇଲେ କୋଇନ୍ତାଇ ।୪୯।କୋଇନ୍ତା ଯେ ବୋଇଲେ ମୁଂ ଯିବି ଅଙ୍ଗଦେଶେଯେହେନେକ ବାଞ୍ଚା ତୋର ବୋଲସି ହରଷେ ।୫୦।ସନ୍ଦେଶ ପାଇଣ ସେ ଚଳଇ ଦେବୀ କୋଇନ୍ତାହୃଦଗତେ ସୁମରଇ ଧର୍ମ ଯେ ଦେବତା ।୫୧।ଧନୁମାସ ଶୁକ୍ଳ ଏକାଦଶୀ ଚନ୍ଦ୍ରବାରରୋହେଣୀ ନକ୍ଷତ୍ର ଭୋଗ୍ୟ ଅଟେ ସେ ଦିନର ।୫୨।ବାଣିଜ୍ୟ ନାମେ କରଣ ଶୁକ୍ଳ ନାମେ ଯୋଗସେ ଦିନ କୋଇନ୍ତା ଗଲେ ଅଙ୍ଗଦେଶେ ବେଗ ।୫୩।ରମଣୀର ବାରଦଣ୍ଡ ବୃହସ୍ପତି ବେଳେଚଳନ୍ତି କୋଇନ୍ତା ଅଙ୍ଗଦେଶର ମଣ୍ଡଳେ ।୫୪।ବିଦୁର ଭୁବନେ ମିଥିଳା ନଗ୍ରପୁରୀତହିଂ ଯାଇଂ ପ୍ରବେଶ ଭୋଜରାଜର କୁମାରୀ ।୫୫।ଦେଖିଣ ବିଦୁରେ ଅନେକ କଲେ ପାଦପୂଜାକେବଣ ନିମନ୍ତେ ବିଜେକଲେ ପଣ୍ଡୁ ରାଜାର ଭାରିଜା ।୫୬।କୋଇନ୍ତାୟେ ବୋଇଲେ ବାବୁ ନକର ଚହଳକର୍ଣ୍ଣର ତହିଂକି ଚାଲ ଯିବା ୟେହିକ୍ଷଣି କର ଅନକୂଳ ।୫୭।କାହାରି ବଚନେ ସେ ନକଲେ ତନୟେକୁରୁପାଣ୍ଡବ ସମର ହୋଇଲା ନିଶ୍ଚୟେଂ ।୫୮।କର୍ଣ୍ଣ ଯେ ମୋହୋର ସେ ଅଟଇ ଜ୍ୟେଷ୍ଠ ପୁତ୍ରମୁହିଂ ଅଇଲଇଂ ତାକୁ ନେମାର ନିମନ୍ତ ।୫୯।ତୁମ୍ଭେ ଆମ୍ଭେ ଯିବା ଚାଲ କର୍ଣ୍ଣର ନିଜପୁରତାହାଂକୁ ଭେଟାଇବା ଆଣି ଯୁଝେଷ୍ଠିଂକ ସଙ୍ଗତର ।୬୦।ବିଦୁର ବୋଇଲେ ମା ଗୋ ନୋହଇ ୟେମନ୍ତକର୍ଣ୍ଣର ଚିତ୍ତ ତହିକିଂ ନୋହିବ ତେମନ୍ତ ।୬୧।ବାଳକାଳୁପ୍ରୀତି ସେ କଲାକ ଅଭେଦୟେତେବେଳେ ଛାଡ଼ିବ କି ସେ ମାନଗୋବିନ୍ଦ ।୬୨।କୋଇନ୍ତା ବୋଇଲେ ଯେବେ କରିବ ନିରାଶତାହାର ବାହୁବଳକୁ ଯୁଝେଷ୍ଠି କରିଅଛି ଆଶ ।୬୩।ମୁହିଂ ରାଢେଣୀ ଯେ ଅଟଇ ଗର୍ଭଧାରୀଜୀବନ ଥାଆନ୍ତେ ତାକୁ କେମନ୍ତେ ମୃଛିପାରି ।୬୪।ଆସୁ କି ନ ଆସୁ କର୍ଣ୍ଣ ମୋହୋରିହିଂ ବୋଲେନିରାଶ ହୋଇବି ନା ମୋହୋର ବଚନ ଭ୍ରଷ୍ଟକଲେ ।୬୫।ବିଦୁର ବୋଇଲା ମୁହିଂ ତୋହୋର ଆଗ୍ୟାଂ ଅନୁବ୍ରତିତୋହୋର ଆଗ୍ୟାଂ ମେଣ୍ଟିବାକୁ ମୋର କିସ ଯେ ଶକତି ।୬୬।ରାତ୍ର ତିନିଦଣ୍ଡ ମଧ୍ୟେ ୟେ ସୋମଲଗ୍ନ ବେଳେକର୍ଣ୍ଣ ମନ୍ଦିରେ ପ୍ରବେଶ ରୋହିଣୀ ଅନକୂଳେ ।୬୭।ବିଜୟେ ରାଧେବ ଯେ ମହା ସମ୍ଭର୍ବ ଆସ୍ତାନେଖଟନ୍ତି ପାରିଦଣ୍ଡ ସମସ୍ତ ଯୋଦ୍ଧାମାନେ ।୬୮।ବାଆନ କୋଟି ମୁକୁଟ ବନ୍ଧା ଯୋଦ୍ଧା ଅସ୍ତାଚଳେ ପଟୋଆରିସୁବର୍ଣ୍ଣ ବନ୍ଧା ଶଙ୍ଖ ଯେ ନଉ ସହସ୍ର ଫୁରି ।୬୯।ଲକ୍ଷେକ ଶ୍ୱେତ ଚାମର ଢାଳନ୍ତି କଉକତିଅଷ୍ଟରତ୍ନେ ଖଞ୍ଜିତ ପାଞ୍ଚ ସହସ୍ର ଧବଳ ଛତ୍ରୀ ।୭୦।ୟେକଲକ୍ଷୀ ପାଞ୍ଚଲକ୍ଷୀ ମୟୂର ଝାଲି ଛତାଅଶ୍ୱ ଗଜ ପାଦାନ୍ତି ଅଟନ୍ତି ଅପ୍ରମିତା ।୭୧।ଉଦଣ୍ଡ ଅଶୁଆରୀ ତିନି ସହସ୍ର ଉଭାରିନବଲକ୍ଷୀ ପଞ୍ଚୁଲକ୍ଷୀ କୃଷ୍ଣ ଚାମର ଧରି ।୭୨।ତିନି ତିନି ସହସ୍ର ରାଜା ବାମ ଦକ୍ଷିଣେ ପାରିଦଣ୍ଡବୀରତୂର ଟମକ ନିଶାଣ ଘାତେ କମ୍ପୁଛି ଭୂଅଖଣ୍ଡ ।୭୩।ତିନିଲକ୍ଷ ରଥୀ ସପତଲକ୍ଷ ହାଥୀପାଞ୍ଚକୋଟି ତୂରଙ୍ଗମ ନବ କ୍ଷଉଣୀ ପାଦାନ୍ତି ।୭୪।ହସ୍ତିନା ଆସ୍ତାନୁଂ ଆସଇ କର୍ଣ୍ଣ ବୀର ଉଠିପାଞ୍ଚକୋଶ ପରିଯନ୍ତେ ହେଉଅଛି କଣୟ ବୃଷ୍ଟି ।୭୫।ବିଦୁର କୋଇନ୍ତାୟେ ଅଛନ୍ତି ଯେ ତମାଳ ବୃକ୍ଷର ତଳେବିଜୟେ ରାଧେବ ଯେ ଗବନ ଅବନୀଳେ ।୭୬।ତିନି ସହସ୍ର ଦିଉଡ଼ି ଜଳଇ ନିରବଧିବିଦୁରେ ବୋଇଲେ ମାଗୋ ଦେଖ କର୍ଣ୍ଣର ସମ୍ପ୍ରଧି ।୭୭।ଇନ୍ଦ୍ର ସମାନେ ଭୋଗ କରଇ ସେ ୟେଥେ ବସିମାନଗୋବିନ୍ଦହୁଂ ଶତଗୁଣେହିଂ ଗରୁହଂସୀ ।୭୮।ବିଦୁରେ ବୋଇଲେ ୟେଡ଼େକ ଭାବ ଛାଡ଼ି ଅଭାବ କରିବ କେମନ୍ତେମୋହୋର ବିଚାରକୁ ଗୋ ନ ଯୋଗାଇ ଯୁଗତେ ।୭୯।ବିଜୟେ ରାଧେବ ଯାଇଂ ନିଜ ଭୁବନେଯୋଦ୍ଧାମାନେ ଗଲେ ଯାଇଂ ଯେ ଯାହାର ଆସ୍ତାନେ ।୮୦।ଯେତେ ଲୋକ ଥିଲେ ଅତିଥି ମାଗନ୍ତାଯାହାକୁ ଯେତେ ଇଛା ଦାନ ଦିଲା କର୍ଣ୍ଣ ମହାରଥା ।୮୧।ଭିତରେ ବିଜୟେ କର୍ଣ୍ଣ ପିନ୍ଧିଲା ୟେକବସ୍ର ଘେନିସାଧୁ ସାଧୁ କର୍ଣ୍ଣ ବୋଲି ଶୁଭିଲାକ ଶଙ୍ଖଧୁନି ।୮୨।ୟେମନ୍ତର ସମୟେଣ ବିଦୁର କୋଇନ୍ତାୟେୟେକାନ୍ତ ମନ୍ଦିରେ ଯାଇ କଲେକ ବିଜୟେ ।୮୩।ନିଅବକାଶ ମନ୍ଦିରେ କର୍ଣ୍ଣ ମାତାକଇଂ ଦେଖିଧାତିକାରେ କର୍ଣ୍ଣ ଉଠିଲେ ଆସନ ଉପେକ୍ଷି ।୮୪।ନିସ୍ତରିଲି ନିସ୍ତରିଲି ପୁରୁଷାର୍ଥ ବଚନ ବୋଲିସାଷ୍ଟାଙ୍ଗେ କର୍ଣ୍ଣ ଛାମୁରେ ଶୁତିଲା ଗଡ଼ଘାଲି ।୮୫।ଆହୋ ଚଇତନ ଶ୍ରୀଭୁଜେ କର୍ଣ୍ଣ କଣୟ ରତ୍ନଝରି ୟେକ ଘେନିଲାକ ତୋଳିକୋଇନ୍ତାଂକ ଘେନି ଚରଣ ଆପଣେ ପଖାଳି ।୮୬।ଆପଣା ଶିରେ ଘେନଇ ଚରଣ ଉଦକସୁବର୍ଣ୍ଣ ପାତ୍ରେ ଲାଇ ଲକ୍ଷେକ ମାଣିକ ।୮୭।ବିଦୁର କୋଇନ୍ତାୟେ ବସିଲେ ୟେକତୁଲେଅମିୟରସ ପାକ ଭୋଜନ ବେନି କଲେ ।୮୮।ଭୋଜନ କାଳେ କରଇ ବହୁତ ଆର୍ଦ୍ଧନାମୁଣୋହି ସମ୍ପୂର୍ଣ୍ଣେ ବାସପାଣି ଆଞ୍ଚୋବନା ।୮୯।ବିଜୟେ ଭୋଜ ନନ୍ଦିନୀ ଯେ କନେକ ଆସନେବେଢିଣ ଖଟନ୍ତି ବିଳାସୁଣୀ ଭରହ ବିଧାନେ ।୯୦।ଅନେକ ରତ୍ନ ବସ୍ର କରେଣ ଅକ୍ଷତଅନେକ ଭାବେ ବିନୟ ହୋଇଲା ଅପ୍ରମିତା ।୯୧।କରପତ୍ର ଯୋଡ଼ିଣ କର୍ଣ୍ଣ କହଇ ପୁରସରିମମ ପୁରେ କିସ କାର୍ଯ୍ୟେ ବିଜୟେ ମାହେଶ୍ୱରୀ ।୯୨।ତୋହୋର ପୁଣ୍ୟେ ପଞ୍ଚୁପୁତ୍ର କଲୁ ଜାତତିରୀକୁଳେ ସାଧବୀ ତୁ ବଡ଼ାଇ ମହତ ।୯୩।ମାନବକୁଳେ ଜାତ ହୋଇ ଯେ ଚାହଂଇ ତୋର ମୁଖମୁକୁତକଇଂ କାରଣ ଗୋ ଫିଟଇ ସର୍ବଦୁଖ ।୯୪।ଅପ୍ରତିଷ୍ଠା ଭୁବନ ମୋର ପ୍ରତିଷ୍ଠା ହୋଇଲାଅନେକ କାଳର ବହୁ ଦୁଷୁକୃତ ପାରଗଲା ।୯୫।କର୍ଣ୍ଣ କହିଲା ମାଗୋ କାହିଂକି କଲ ବିଜୟେମୁହିଂ ଜାଣିଲି ଯୁଝେଷ୍ଠି ଦୁର୍ଯୋଧନରେ ସନ୍ଧିଗତ ପ୍ରାୟେ ।୯୬।କୋଇନ୍ତାୟେ ବୋଇଲେ ବାବୁ ତୁ ଅଟୁ ବଡ଼ ସର୍ବଗ୍ୟଂଦାନେ ଖାଣ୍ଡେ ଶୂରବନ୍ତ ତୁ ଅଟୁ ମହାଭିଗ୍ୟଂ ।୯୭।ପ୍ରସନ୍ନେ ମାହେଶ୍ୱରୀ ଭୂତ ଭବିଷ୍ୟ ଗ୍ୟାଂତାତୁ ମହା ବିଚକ୍ଷଣ ଯେ ପରମନ ଜାଣନ୍ତା ।୯୮।ବାବୁ କୁରୁପାଣ୍ଡବେ ଯେ ହୋଇଲେ ବିସନ୍ଧିତୋହୋର ବେଳେ ୟେକଥା କି ହୋଇ ନୁଆରଇ ସନ୍ଧି ।୯୯।ବାବୁ ବିଗ୍ରହେ ସନ୍ଧି କରାଇଲେ ଅଛଇ ବହୁତ ଧର୍ମଜାଣିମାନା ମହାତମା ସେ ପୁରୁଷଂକ ଉତ୍ତମ ।୧୦୦।କର୍ଣ୍ଣ ବୋଇଲା ମାତା ଗୋ ତୁ ପରମ ମାହେଶ୍ୱରୀଦ୍ରୋପତୀକି ଘେନିଣ ତୁମ୍ଭେ ମହୀଭାର ନିବାରଣେ ଅବତରି ।୧୦୧।ମାଗୋ ରାବଣ ବଧକରି ନାରାୟଣ କ୍ଷୀରୋଦ୍ର ଜଳଶାହୀବସୁଧା ଗୁହାରି କଲା ଭୋ ଦେବ କରିବା ତ୍ରାହି ତ୍ରାହି ।୧୦୨।ଅନେକ ବଇକୁଲ୍ୟ ହୋଇଲେ ଦେବୀ ମହୀକଂସ ଅଷ୍ଟମଲ୍ଲ ଭାରା ମୁଂ ନୁଆରଇ ସହି ।୧୦୩।ମାଗୋ କାହ୍ନା ଅବତାର ହୋଇଲେ ହରି ଦଇବକୀର ଗର୍ଭେଶ୍ରୀକୃଷ୍ଣଂକର ପଞ୍ଚଭୂତ ଆତ୍ମା ଗୋ ଅଟନ୍ତି ପାଣ୍ଡବେ ।୧୦୪।ଭାରା ନିବାରଣ ଅର୍ଥେ ଜନ୍ମ ହୋଇଲେ ୟେମାନେୟେ ମହୀଭାରା ନିବାରିବେ ମାନବ ଜନ୍ମେ ।୧୦୫।ମାଗୋ କଉରୋବନ୍ତ ମୁଂ କରି ପାରଇ ସନ୍ଧିଗୋବିନ୍ଦ ମହାଦେବକୁ ଗୋ ନୁଆରଇ ପ୍ରବୋଧି ।୧୦୬।କୋଇନ୍ତାୟେ ବୋଇଲେ ନିଚେଂ ସମର ହୋଇବପାଣ୍ଡବଂକୁ ଅଭେଦ ଯେ କଲେକ ବାସୁଦେବ ।୧୦୭।ବାବୁ ଶ୍ରୀକୃଷ୍ଣ ଯେବେ ତାହାନ୍ତ କଲେକ ଅଭେଦକଦାଶ୍ଚିତେ ପାଣ୍ଡବନ୍ତ ନ ପଡ଼େ ପ୍ରମାଦ ।୧୦୮।ବାବୁ ମୁହିଂ ଯେ ଅଟଇ ତୋହୋର ଗର୍ଭଧାରୀତୁ ମୋହୋର ଜ୍ୟେଷ୍ଠ ପୁତ୍ର କିମ୍ପେ ପାଣ୍ଡବନ୍ତ ଅଛୁ ଦୂରକରି ।୧୦୯।ଆସରେ ବାବୁ କର୍ଣ୍ଣ ୟେବେ ଯିବା ଯେ ଇନ୍ଦ୍ରପ୍ରଶନ୍ତେଯୁଝେଷ୍ଠି ଠାକୁର ପଣେ ବିନୋୟୀଭାବେ ତୋତେ ।୧୧୦।ଆସ ଆସ ବାବୁ ବୋଲି କୋଇନ୍ତାୟେ ଧଇଲେ ହାଥଗୋଟିମାତାଂକର ଚରଣ ତଳେ ପଡ଼ଇ କର୍ଣ୍ଣ ଲୋଟି ।୧୧୧।କର୍ଣ୍ଣ ବୋଇଲା ମାତା ଗୋ ବୋଇଲୁ ଅସମ୍ଭବ କଥାରାଧେବୀ ଅଟଇ ଗୋ ମୋହୋର ଗର୍ଭଧାରୀ ମାତା ।୧୧୨।ମୁହିଂ ତ ନ ଜାଣଇ ତୁହି ମୋର ମାତାୟେ କୁଞ୍ଜଗଳ ଦେଶେ କେହି ନୋହିଲା ଜାଣନ୍ତା ।୧୧୩।କୋଇନ୍ତାୟେ ବୋଇଲେ ବାବୁ କୁନ୍ତଭୋଜ ନୃପତିତାହାଂକର ଦୁହିଂତା ମୁଂ ନାମ ମୋର କୁନ୍ତୀ ।୧୧୪।କୋନ୍ତଭୋଜ ରାଜାଂକର ନବଅଂଶ ଶ୍ରାହିସମ୍ୱତ୍ସର ନାମ ମନୁସର୍ଗ ବୋଲି କହି ।୧୧୫।ବୃଷଭ ମାସ ପୂର୍ଣ୍ଣିମା ବୃହସ୍ପତି ବାରଅନୁରାଧାରେ ଅମୃତ ଯୋଗ ସେ ଦିନର ।୧୧୬।ବିଷ୍ଟନାମେ କରଣ ଯେ ଶିବନାମେ ଯୋଗଦୃଭାଷା ଋଷି ମିଳିଲେ କୋନ୍ତ ଭୋଜ ଆଗ ।୧୧୭।ଯହୁଂ ସେ ମହଋଷି ବିଜେକଲେ ନଗ୍ରେଯାଇଂଣ ମିଳିଲେ ସେ ସିଂହଦ୍ୱାର ଲାଗେ ।୧୧୮।ଅନେକ ଭଗତି କଲେ କୁନ୍ତଭୋଜ ରାଜାଦୃଭାସାଂକ ଚରଣେ କଲେକ ଅନେକ ପୂଜା ।୧୧୯।ସମସ୍ତ ଶୁଭ ବାରତା କହିଲେ କୁଶଳକୁନ୍ତ ଭୋଜ ବୋଇଲେ ତୁମ୍ଭର ପ୍ରସାଦେ ମୋର ସକଳ ମଙ୍ଗଳ ।୧୨୦।ଦୃଭାସାୟେ ବୋଇଲେ ବଡ଼ାଇ ସୁଲଭ ଦେଖିଲି ତୋହୋର ରାଜ୍ୟରଚତୁର୍ମାସ୍ୟାୟେ ରହିବୁ ଆମ୍ଭେ ତୋହୋର ନବର ।୧୨୧।କୋନ୍ତଭୋଜ ବୋଇଲେ ତୁମ୍ଭେ ଦିନେ ଯେବଣ ପୁରେ ବିଶ୍ରାମିୟେକାଊନ ପୁରୁଷ ପିତୃଲୋକେ ତାହାର ହୋଅନ୍ତି ସ୍ୱର୍ଗଗାମୀ ।୧୨୨।ୟେ ମୋହୋର ପୁରେ ଯେବେ ରହିବୁ ଚତୁର୍ମାସ୍ୟାତରିବେ କୋଟିୟେ ପୁରୁଷ ମୋହୋର ଯେ ଆଶା ।୧୨୩।ମୋହୋର ମୁଖେ ବୋଲିବି କି ମୋର ପୁରେ ରହଯାଅ ବୋଲିବାକୁ ତୁ ଯେ ନୋହଇ ମୁହିଂ ରହ ।୧୨୪।ୟେ ମହାରାଷ୍ଟ ଛତ୍ରିଶ ମଣ୍ଡଳେ ମୁହିଂ ଆଧିପତିପୃଥୀ ଚିନ୍ତା କରନ୍ତେ ମୋତେ ଦିନତ ନିଅଣ୍ଟି ।୧୨୫।ତୁମ୍ଭଂକୁ କିସ ମୁଂ ଯେ ହୋଇବି ଭଗତିୟେ ମୋହର ମନ ଯେ ଚଞ୍ଚଳ ପ୍ରକୃତି ।୧୨୬।ରହ ବୋଲି ବୋଇଲେ ଭଗତି ହୋଇ ନୁଆରିବୁଯାଅ ବୋଲି ବୋଇଲେ ତୋର କୋପରେ ନାଶଯିବୁ ।୧୨୭।ଦୃଭାସାୟେ ବୋଇଲେ ତୁ ଭଗତି ହୋଇ ନୁଆରିବୁତୋହୋର କରି ଜଣେ ଆମ୍ଭ ସନ୍ନିଧ୍ୟରେ ଦେଇଥିବୁ ।୧୨୮।କୋନ୍ତ ଭୋଜ ବୋଇଲେ ମୋହୋର ଦୋହିତା ଗୋଟିୟେ ତାହାର ନାମ କୋନ୍ତୀଦିବାରାତ୍ରେ ତୁମ୍ଭନ୍ତ ସେ ଖଟିଥିବ ନିତ୍ୟପ୍ରତି ।୧୨୯।ମମ ଦିବ୍ୟ ଭୁବନେ ଅଛି ଯେ ସୁବର୍ଣ୍ଣରେଖା ନଦୀବେଦ ଶାହାସ୍ର ପ୍ରମାଣେ ସେ ଅଟଇ ପ୍ରସିଦ୍ଧି ।୧୩୦।ତହିଂର ସନ୍ନିଧ୍ୟେ ଦୃଭାସା ରଂଚିଲେ ପର୍ଣ୍ଣକୁଟୀପାଞ୍ଚବରଷ ବାଳୁତ କାଳୁଂ ମୁଂ ଦୃଭାସାଂକୁ ଖଟି ।୧୩୧।ଯଣେହେଂ ନ ଛାଡ଼ିଲି ମୁନିଂକୁ ଖଟିଲି ଅନୁବ୍ରତେସୁସ୍ଥ ପାଇ ଦୃଭାସାୟେ ରହିଲେ ଦଶ ବରଷ ପରିଯନ୍ତେ ।୧୩୨।ବାବୁ କୋନ୍ତ ଭୋଜ ରାଜା ଯେ ଅପୁତ୍ରିକ ହୋଇଥିଲାଦୃଭାସାଂକ ପ୍ରସନ୍ନେ ତାର ତିନିପୁତ୍ର ହୋଇଲା ।୧୩୩।ଦିନେକ କହିଲେ ଦୃଭାସାୟେ କୋନ୍ତ ଭୋଜ ରାଜାଂକୁଆମ୍ଭେ ଯାଉଅଛୁଂ ରାଜା ପ୍ରୟାଗ ତୀର୍ଥକୁ ।୧୩୪।କୋନ୍ତ ଭୋଜ ବୋଇଲେ ମୁନି ହେ ଅଇଲ ଅଳପ ଦିନଆହୁରି କିଛିଦିନ ରହିଲେ ତୁଷ୍ଟ ହୋଇବ ମୋହୋର ମନ ।୧୩୫।ଦୃଭାସାୟେ ବୋଇଲେ ବାବୁ ଚତୁର୍ମାସ୍ୟା ରହିବୁ ବୋଇଲୁକୋଇନ୍ତା ଭଗତେ ତୋ ରାଜ୍ୟେ ଦଶ ବରଷ ରହିଲୁ ।୧୩୬।କୋନ୍ତ ଭୋଜ ବୋଇଲେ ଜୀବନ ମୋହୋର ଧନି ଧନିଅଶ୍ୱମେଧ ଯାଗେ କଲା ମୋହୋର ନନ୍ଦିନୀ ।୧୩୭।ରାଜାଂକୁ କହିଣ ଦୃଭାସାୟେ ଚଳିଲେ ବହନମୁହିଂ ପଛକତି ଗୋଡ଼ାଇ ଅଛି ଗହନ କାନନ ।୧୩୮।ଥୋକାୟେ ଦୂର ଯାଇ ମୁନି ଚାହିଂଲେ ଲେଉଟିକୋଇନ୍ତା ତୁ ରହ ବୋଲି ବୋଇଲେ ତପୋନିଷ୍ଠି ।୧୩୯।ଦୃଭାସାଂକ ବଚନେ ମୁଂ ହୋଇଲି ପରିଣାମିଈଶ୍ୱର ସେବାକରି ମୁଂତ ନିଷ୍ପଳ ହୋଇଲି ଦେବସ୍ୱାମୀ ।୧୪୦।ଦୃଭାସାୟେ ବୋଇଲେ ତୁ ଆମ୍ଭନ୍ତ ସେବା କରିଥିଲୁପ୍ରାର୍ଥନା ଅନୁକ୍ରମେ କିଛିତ ନ ମାଗିଲୁ ।୧୪୧।ମନ୍ତ୍ର ମଉଷଧିମାନ ସମସ୍ତ ବ୍ରତହେତୁ ଅଛିମନ୍ତ୍ର ମଉଷଧି କାହାକୁହିଂ ନ ଦେଇ ଯେ ଯାଚି ।୧୪୨।ମୁହିଂ ବୋଇଲି ବାଳୁତ ଅଗ୍ୟାନ କିସ ତୋତେ ମାଗିଜାଣି ଅନୁଗ୍ରହ କର ମୋତେ ଭୋ ପରମ ଯୋଗୀ ।୧୪୩।ଦୃଭାସାୟେ ବୋଇଲେ ଆଈ ସ୍ତିରୀଂକ ୟେହେନେକ ବ୍ରତସୁନ୍ଦର ସ୍ୱାମୀଂକି ଇଛା ଶୂରବନ୍ତ ହୋଇବାକ ପୁତ୍ର ।୧୪୪।ୟେତେକ କହି ମୁନି କାଢିଲେ ଜପାମାଳିମୋହୋର କରେଣ ଋଷି ଦିଲେ ତାହା ତୋଳି ।୧୪୫।ୟେ ଜପାମାଳି ଘେନିଣ ତୁ ଶେଯ୍ୟାରେ ଯୁଗତେତ୍ରଇଲୋକ୍ୟେ ଯାହାକୁ ଇଛା କରିବୁ ପ୍ରାପତ ହୋଇବ ତୋତେ ।୧୪୬।ବ୍ରହ୍ମା ଇନ୍ଦ୍ର ପବନ ଚନ୍ଦ୍ର ସୂର୍ଯ୍ୟ ବିଷ୍ଣୁ ଯେ ଧୂର୍ଜଟୀତୋହୋର ସୁମରନ୍ତେ ନ ଆସିଲେ ମୃଦ୍ଧନା ଯିବ ଫାଟି ।୧୪୭।ଦେଇଣ ଜପାମଳି ସେ ଗଲେ ଅନ୍ତରୀକ୍ଷେମୁହିଂ ବିଚାରିଲି ୟେମନ୍ତ ପରୀକ୍ଷ କରିବି ଯୁଗତେ ।୧୪୮।ବାବୁ କୋମଳ ଶାଳପତ୍ର ଗୁଡ଼ାୟେ ଶେଯ୍ୟା ମୁହିଂ କଲିମନ୍ତ୍ର ପରୀକ୍ଷ ନିମନ୍ତେ ମୁଂ କରତାରେ ଧ୍ୟାଇଲି ।୧୪୯।ଗଗନ ତେଜିଣ ସେ ଯେ ବିଜୟେ କରତାରପତ୍ନୀ ପ୍ରାୟେ ମଣିକରି ମୋତେ ବସାଇଲେ କୋଳର ।୧୫୦।ବିଳାସ ମାଗନ୍ତେ ମୋତେ ମୁଂ କଲାଇ ତାଂକୁ ନାସ୍ତିମୁହିଂ ଯେ ଅବିବାହି ଅଟଇ ଅରଜୋବତୀ ।୧୫୧।ଲିଙ୍ଗଭଗ୍ନ ଦୋଷ ହୋଇବ ବାଳୁତ ସ୍ତିରୀ ହରନ୍ତେମୁହିଂ ଅପ୍ରତିଷ୍ଠା ନାରୀ ମୋତେ ହରିବ କେମନ୍ତେ ।୧୫୨।ବିରଞ୍ଚି ନାରାୟଣ ବୋଇଲେ ତୁ ଯେବେ ୟେମନ୍ତ ଧର୍ମ ବିଚାରିଲୁଋଷିମନ୍ତ୍ର ଧରି କିମ୍ପେ ମୋତେ ସୁମରିଲୁ ।୧୫୩।ଶୃଙ୍ଗାର ନ କରି ଯେବେ ଗୋ ବାହୁଡ଼ିଦିଗପାଳ ହୋଇଲେ ପ୍ରାଣଯିବ ଛାଡ଼ି ।୧୫୪।ଋଷିଂକର ମନ୍ତ୍ର ଭୟେ ଭାସ୍କର ତେଜିଲେ ଧର୍ମବାଟଇଛିଲେ ଶୃଙ୍ଗାର ମୋତେ ଯମୁନା ନଦୀତଟ ।୧୫୫।ଶୀଘ୍ରେଣ କରି କରତାର ଶୃଙ୍ଗାର ମୋତେ କଲେଋଷିର ମହାମନ୍ତ୍ର ମେଣ୍ଟି ନୁଆରିଲେ ।୧୫୬।ଗର୍ଭେଣ ବାର୍ଯ୍ୟ ବାବୁ ନୁଆରିଲୁ ସମ୍ଭାଇକର୍ଣ୍ଣର ବାଟେ ବାବୁ ଜନମ ହେଲୁ ତୁହି ।୧୫୭।ବାବୁ ବିରଞ୍ଚି ନାରାୟଣର ବୀର୍ଯ୍ୟର ପ୍ରଦାନେସଇନ୍ଦୁ ପୁତ୍ରେକ ତୁ ଉପୁଜିଲୁ କର୍ଣ୍ଣେ ।୧୫୮।କର୍ଣ୍ଣପଥେ ପୁତ୍ର ତୁ ଯେ ହୋଇଲୁ ଉତପନ୍ନକୋଳେ ଧରି ମାରତଣ୍ଡ ନାମ ଦିଲେ କର୍ଣ୍ଣ ।୧୫୯।ତାଳୁରେ ଚାପିଲେ ତୋର ଅଭେଦ କପଚ ମଣିଅମୃତ କୁଣ୍ଡଳ ବେନି କର୍ଣ୍ଣେ ଖଞ୍ଜିଲେକ ଆଣି ।୧୬୦।ବଜ୍ର ଛଉଂରୀ ତୋର ଶରୀରେ କଲେକ ଯେ ସେହ୍ନାୟେମନ୍ତେ ଶରୀର ତୋର କଲେକ ରଞ୍ଚନା ।୧୬୧।ବୋଇଲେ ଦାନେ ଶୂରବନ୍ତ ହୋଇବୁ ଭାରୋଇମଲ୍ଲ କର୍ଣ୍ଣମେଦିନୀ କମ୍ପିବ ଯେ ତୋହୋର ଚାଲନ୍ତେଣ ।୧୬୨।ସୁବର୍ଣ୍ଣ ଶତେଭାର ବସୁଧା ଡରେ ଲାଞ୍ଚଦେବ ନିତ୍ୟେଣ ।୧୬୩।ବାବୁ ମାତା ପିତାଂକ ଦୂଷଣ ଉପୁଜିବ ବୋଲିମୃତ୍ତିକା ମଞ୍ଜୁଷା ତୋତେ ଭରି ଯମୁନା ନଦୀରେ ଦିଲି ପେଲି ।୧୬୪।ସେ ମଞ୍ଜୁଷା ଉପୁଚିଆଇ ଗଲା ଜଳଘାଟେମଞ୍ଜୁଷା ଲାଗିଲା ଯାଇଂ ହସ୍ତିନା ନିକଟେ ।୧୬୫।ସଞ୍ଜୟ ଦୋହିତା ଆସେ କରି ନଦୀସ୍ରାନମକର ମାସ ଶୁକଳ ପକ୍ଷ ପୂର୍ଣ୍ଣିମାର ଦିନ ।୧୬୬।ବିଷ୍ଟି ନାମରେ କରଣ ଅତିଗଣ୍ଡ ଯୋଗକୁମ୍ଭ ସଂକ୍ରାନ୍ତିକି ତେଇଶ ଦିନ ଅଟେ ଭୋଗ ।୧୬୭।ଗଣ୍ଡ ଯୋଗହିଂ ସେ ଦିନ ଲାଗିଥିଲା ତୋତେୟେସନେକ ବଚନ ଯେ କହନ୍ତି ଦେବୀ କୋନ୍ତେ ।୧୬୮।ସେଦିନ ସଞ୍ଜୟର ଦୁହିତା ରାଧେବୀ ଗଲା ଯମୁନା ନଦୀ ସ୍ରାହାନେମଞ୍ଜୁଷା ହେଠବୁଡ଼ ଦେଖିଲା ଜଳର ଉଦ୍ୟାନେ ।୧୬୯।ସେ ମଞ୍ଜୁଷା ଭେଦିଣ ଦିଶଇ ଆଦିତ୍ୟର ଜ୍ୟୋତିରାଧେବୀ ସେ ମଞ୍ଜୁଷା ଯାଇଂ ଧଇଲା ତତକ୍ଷଣାନ୍ତି ।୧୭୦।ଦେଖଇ ସୁନ୍ଦରୀ ମୃତ୍ତିକାର ମଞ୍ଜୁଷଇୟେଥିର ଭିତରେ କିସ ପୁଣ ଅଛଇ ।୧୭୧।ୟେତେବୋଲି ବାଳୀ କରେ ଘେନିଣ ଯେ ତୋଳିଆପଣାର ମନ୍ଦିରକୁ ତୁରିତେଣ ଚଳି ।୧୭୨।ଯାଇଣ ପ୍ରବେଶ ବାଳୀ ନିଜ ମନ୍ଦିରରେମଞ୍ଜୁଷା ଭାଙ୍ଗିଲା ସେ ତାହାର ଯେ କରେ ।୧୭୩।ଭାଙ୍ଗନ୍ତେଣ କୁମରରେ ତୁ ହୋଇଲୁ ଯେ ଦୃଶ୍ୟଦେଖିଣ ସୁନ୍ଦରୀ ଯେ ପରମ ସନ୍ତୋଷ ।୧୭୪।ଅନେକ ଯତନେ ତୋତେ ସେ ପ୍ରତିପାଳିଲାମୁହିଂ ଗର୍ଭଧାରୀ ଯେ ବ୍ୟଥା ମୋର ବସିଲା ।୧୭୫।କୋଇନ୍ତା ବୋଇଲେ ବାବୁ ତୋତେ ରାଧେବୀ ପ୍ରତିପାଳିଭୀଷ୍ମ ଦ୍ରୋଣଂକର ବିଦ୍ୟାରେ ତୁ ସେ ହେଇଲୁ ମହାବଳୀ ।୧୭୬।ବାବୁ ନିର୍ଦ୍ୱନ୍ଦ ହୋଇଣ ତୁ ଥିଲୁ ଭଲମତେଯୁଦ୍ଧ ଆରମ୍ଭ ଦେଖିଣ ଭୟ ଲାଗେ ମୋତେ ।୧୭୭।ମୁହିଂ ତୋହୋର ମାତା ଯୁଗତେ ଗର୍ଭଧାରୀସମର ନିକଟ ଦେଖି ଅଇଲି ମୂରୁଛି ନୁଆରି ।୧୭୮।ଆସ ଆସ ପୁତ୍ର ବୋଲି କୋଇନ୍ତାୟେ ଧଇଲେ ହାଥଗୋଟିମାତାଂକ ଚରଣ ତଳେ ବିନୋୟୀ କର୍ଣ୍ଣ ଲୋଟି ।୧୭୯।କର୍ଣ୍ଣ ବୋଇଲା ମାତା ଗୋ ଶୁଣିଥିଲି ଅଳପ ଅଳପଅନ୍ତକାଳେ ମାତା ଗୋ ପାଇଲି ସତ ଯେ ସରୂପ ।୧୮୦।ମାତା ହୋଇ ମୋତେ ତ କଲ ଗୋ ନିରାଶୟେବେ କିମ୍ପେ ଆସି ଲଗାଅ ମୁହାଂସ ।୧୮୧।ମାତା ଗୋ ବାଳୁକାଳୁଂ ମୋତେ ଯେ ପାଳିଲା ରାଧେବୀକଉରୋବଂକ ସଙ୍ଗତେ ମୁଂ ଯେ ହୋଇଲି ପ୍ରିୟଭାବି ।୧୮୨।ମା ଗୋ ଆଦିହୁଂ ଆଶକଲା ସେ ମୋହୋର ବାହୁକୁୟେମନ୍ତ ବେଳେ ଛାଡ଼ିଲେ ଧର୍ମ ଗଛିବ କେହ୍ନେ ମୁକୁ ।୧୮୩।ପଞ୍ଚଭୂତ ଆତ୍ମା ମୋର ମାନ ଯେ ଗୋବିନ୍ଦମୋହୋର ଠାରୁ ଆଦିହୁଂ ହୋଇଲା ସର୍ବଦ୍ୱନ୍ଦ ।୧୮୪।କର୍ଣ୍ଣ ବୋଇଲା ମାତା ଗୋ ତୋହୋର ପୁତ୍ର ଯେ ବିବତ୍ସଆକାଶେ ବଧକଲା ସେ ନିବାତ କପଚ ।୧୮୫।ଆକାଶେ ଅନେକ ଉତ୍ସବ କରାଇଲେ ସସ୍ରଯୋନିବୋଇଲେ ଅମର ରକ୍ଷାକଲୁ ବର ମାଗରେ ଫାଲଗୁନି ।୧୮୬।ଅର୍ଜୁନ ବୋଇଲା ପିତା ଯେବେ ଦେବୁ ବରଅନେକ ବିବାଦ ହୋଇବ କର୍ଣ୍ଣର ମୋହୋର ।୧୮୭।ମୁହିଂ ତାହାକଇଂ କେମନ୍ତେ ଜିଣିମି ସସ୍ରଯୋନିକର୍ଣ୍ଣର ତହୁଂ ଆଣିଦେବୁ ଅମୃତ କୁଣ୍ଡଳ ବଜ୍ର ଛଉରୀଂ ଅଭେଦ କପଚ ତିନି ।୧୮୮।ସେହି ନିମନ୍ତେ ଇନ୍ଦ୍ର ବ୍ରାହ୍ଣଣ ରୂପ ହୋଇୟେ ତିନି ପଦାର୍ଥ ମାଗି ନେଲା ସତ୍ୟ ଯେ କରାଇ ।୧୮୯।ତାଳି ବିଦାରି କାଢିଲି ଅଭେଦ କପଚ ମଣିରୁଧିର ବୃଷ୍ଟି ହୋଇଲା ଆକାଶ ଗଙ୍ଗା ଜାଣି ।୧୯୦।ଶରୀରୁଂ ବିଦାରି କାଢିଲି ବଜ୍ର ଯେ ଛଉଂରୀକର୍ଣ୍ଣରୁ କାଢିଲି ମାତା ଗୋ ଅମୃତ କୁଣ୍ଡଳ ଯୋଡ଼ି ।୧୯୧।ଘେନିଣ ଅମରକୁ ଗଲାକ ଅସକନ୍ଦଅର୍ଜୁନର ଗ୍ୟାନେ ମାତା ଗୋ ମୋତେ ହୋଇଲା ୟେଡ଼େକ ପରମାଦ ।୧୯୨।କହୁଂ କହୁଂ କର୍ଣ୍ଣ ଯେ ହୋଇଲା ମହାକ୍ରୋଧୀପାଣ୍ଡବେ କଉରୋବେ କାହିଂ କରାଇ ଲୋଡ଼ୁ ସନ୍ଧି ।୧୯୩।ୟେ ମୋହୋର ସତ୍ୟ ସତ୍ୟ ଗୋ ଦୃଢ ଯେ ବଚନପ୍ରଥମ ସମରେ ମା ଗୋ ମାରିବି ତୋର ପୁତ୍ର ଅରଜୁନ ।୧୯୪।କୋଇନ୍ତା ବୋଲନ୍ତି ବାବୁ ଶୁଣ ଜ୍ୟେଷ୍ଠ ପୁତ୍ରସମସ୍ତ ଦୋଷହିଂ କ୍ଷମା କରିବା ଯୁଗତ ।୧୯୫।ତୁ ମୋର ଜ୍ୟେଷ୍ଠ ପୁତ୍ର ସମସ୍ତ ସହିବୁଅର୍ଜୁନ ତ୍ରୋହର ହାଦେ କନିଷ୍ଠ ଭ୍ରାଥ ବାବୁ ।୧୯୬।କର୍ଣ୍ଣ ବୋଇଲା ମାତା ଗୋ ମୁଂ ଯେବେ ତୋର ଜ୍ୟେଷ୍ଠ ଆତ୍ମଜମାତା ହୋଇ କେମନ୍ତେ ତୁ କଲୁ ପରିତ୍ୟାଜ ।୧୯୭।ଦୁଜ ପୁତ୍ରକଇଂ ଯେ ଯୁଝେଷ୍ଠି ନାମ ଦିଲୁଜ୍ୟେଷ୍ଠ ବୋଲିଣ ଯେ ରାଜ୍ୟେ ଉଦିତ କରାଇଲୁ ।୧୯୮।ମାତା ହୋଇଣ ତୁ ଯେ କଲୁ ବଡ଼ ସାନବିଚାର ନ କରି ତୁ ଛାଡ଼ିଲୁ ଧର୍ମଗ୍ୟାନ ।୧୯୯।କର୍ଣ୍ଣ ବୋଇଲା ମାତ ସୋଦର ହୋଇ ଯେବେ ମନ୍ଦ ଚିନ୍ତିତୀର୍ଥ ହୋଇ ଯେବେ ଜଳପ୍ରଭା ଅପ୍ରମିତି ।୨୦୦।ସୁନ୍ଦର ଭାରିଜା ହୋଇ ଯେବେ ହୋଅଇ ମନ୍ଦବାଟିସଙ୍ଗାତ ମଇତ୍ର ହୋଇ ଯେ ହୋଇବ କପଟି ।୨୦୧।ଗୁରୁ ହୋଇ ଯେବେ ହୋଇବ କୁଗ୍ୟାନୀକୃପଣ ପ୍ରକୃତି ଯେବେ ଆପଣେ କିସ ଦାନୀ ।୨୦୨।ପର ହୋଇ ଯେବେ ହୋଇ ପ୍ରାଣ ସାଖାସ୍ୱାମୀ ହୋଇ ଯେବେ ଦୋଷ ନ କରେ ଉପେକ୍ଷା ।୨୦୩।କର୍ଣ୍ଣ ବୋଇଲା ମା ଗୋ ଶାହାସ୍ରେ ୟେହେନେକ କଥାମାନଗୋବିନ୍ଦ ମୋହୋର ସହୋଦ୍ର ସର୍ବଥା ।୨୦୪।କର୍ଣ୍ଣ ବୋଇଲା ମା ଗୋ ନ କର ଅପେକ୍ଷାଲକ୍ଷେ କୃଷ୍ଣ ହୋଇଲେ ପାଣ୍ଡବନ୍ତ କେ କରିବ ରକ୍ଷା ।୨୦୫।କୋଇନ୍ତାୟେ ବୋଇଲା ବାବୁ ମୁହିଂ ଯେ ଅଇଲିଶ୍ରୀକୃଷ୍ଣ ବଚନ ମେଣ୍ଟି ଲଜ୍ଜା ଯେ ପାଇଲି ।୨୦୬।କର୍ଣ୍ଣ ବୋଇଲା ମାତା ଗୋ ତ୍ରିବାର ମୋର ସତ୍ୟଆନ ଯାହା ମାଗିବୁ ଦେବଇଂ ଯଥାର୍ଥ ।୨୦୭।କୋଇନ୍ତାୟେ ବୋଇଲେ ତୋତେ ମାଗୁଅଛି ବାବୁଯୁଝେଷ୍ଠି ଭୀମ ନକୁଳ ସହଦେବ ସମରେ ନ ମାରିବୁ ।୨୦୮।ଅର୍ଜୁନ ତୋହୋରେ ଯେବେ ହୋଇଲା ଅପ୍ରୀତିସେ ତୋତେ ମାରୁ କି ତୁ ତାହାକୁ ମାରରେ ଯୁଗତି ।୨୦୯।କୋଇନ୍ତାୟେ ବୋଇଲେ ତୁ ଯେବେ ଅର୍ଜୁନକୁ ମାରିବୁ ସମରେଶେଷେ ପଞ୍ଚୁପୁତ୍ର ହୋଇବ ମୋହୋରେ ।୨୧୦।ଅର୍ଜୁନ ତୋତେ ଯେବେ ମାରଇ ପ୍ରମାଦେସେହି ପଞ୍ଚୁପୁତ୍ର ମୋର ହୋଇବ ଯେ ହାଦେ ।୨୧୧।କୋଇନ୍ତାୟେ ବୋଇଲେ ବାବୁ ତୁ ମୋହୋର ଦୁଲଣାଯୁଗତେ ତୁ ମୋତେ ଦେବୁ ଗୁରୁର ଦକ୍ଷିଣା ।୨୧୨।କର୍ଣ୍ଣ ବୋଇଲା ମାତା ଗୋ ଦକ୍ଷିଣା ମାଗ ମୋତେସାଂସାରିକା ଧର୍ମକୁ ମୁଂ ଭାଗ ଦେବଇଂ ଯେ ତୋତେ ।୨୧୩।କର୍ଣ୍ଣ ବୋଇଲା ମାତା ଗୋ ଦକ୍ଷିଣା ତୋତେ ଦେବିସତ୍ୟ ସତ୍ୟ ହୋଇଲା ୟେହା ଅନ୍ୟଥା ନ କରିବି ।୨୧୪।ଆହୋ ଚଇତନ କର୍ଣ୍ଣକଇଂ ସତ୍ୟ କରାଇ ମାଗିଲେ ଦେବୀ କୋଇନ୍ତୀନୀଳବାଣ ଭୁଜବାଣ ଦେବୁ ତୁ ଦୁହିନ୍ତି ।୨୧୫।ଶୁଣିକରି ଆଶ୍ରିଜ ଯେ ଦିନକର ତନୁନାରାଜ ସଂହରିଅଛି ଚିରିଣ ବେନିଜାନୁ ।୨୧୬।କର୍ଣ୍ଣ ବୋଇଲା ମାତା ଗୋ ଜାଣିଲ କେମନ୍ତେକୁହାକୁହିଂ ଗୋଚର ନାହିଂ ମୁଂ ସଂହରି ଅଛି ଗୁପତେ ।୨୧୭।ଦେବତା ବିହନ୍ତା ଲୋକନ୍ତା ଗୋଚର ତ ନାହିଂତୁମ୍ଭେ ୟେଥିର ବାରତା ପାଇଲଟି କାହିଂ ।୨୧୮।ଶୁଣ ବାବୁ କର୍ଣ୍ଣରେ ବଦୟନ୍ତି ଦେବୀ କୋଇନ୍ତେଆମ୍ଭଂକୁ ୟେମାନ କିଞ୍ଚିତ ପରା ସହଦେବର ଥାଆନ୍ତେ ।୨୧୯।କର୍ଣ୍ଣ ବୋଇଲା ମାତା ଗୋ ତୁ ଯୁଗତେ ଗର୍ଭଧାରୀ ମୋହୋରିକିଞ୍ଚିତ ଛତ୍ରୀପଣ ଥିଲା ଅଇଲୁ ତାହା ମାରି ।୨୨୦।କୋଇନ୍ତାୟେ ବୋଇଲେ ମୁଂ ନ ମାଗଇ ୟେମାନଆସ ଆସ ମୋହୋର ଠାଥରେ ଠାକୁର ହୋଅ କର୍ଣ୍ଣ ।୨୨୧।କର୍ଣ୍ଣ ବୋଇଲା ମାୟେ ଗୋ ୟେମାନ କିମ୍ପେ କହୁମଇତ୍ର କାର୍ଯ୍ୟରେ ଥିଲେ ପ୍ରାଣ ପଛେ ଯାଉ ।୨୨୨।ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁକୋଇନ୍ତାଂକ ଆଗେ କର୍ଣ୍ଣ ଚିରିଲା ବେନି ଜାନୁ ।୨୨୩।ଡ଼ାହାଣ ଜାନୁ ଭିତରୁ ଥିଲା ସେ ନୀଳବାଣକାଢନ୍ତେ ରଶ୍ମି ଘୋଟିଲା ଗଗନ ପୟାଣ ।୨୨୪।ଭୁଜବାଣ ଥିଲା କର୍ଣ୍ଣର ବାମଜାନୁକାଢନ୍ତେ କୃତାନ୍ତକ ତ୍ରାସିଲେ ସଂଜୀବନୀ ଭୁବନୁଂ ।୨୨୫।ତ୍ରଇଲୋକ କମ୍ପିଲା ଉଲୁକାପାତମୟେବୃନ୍ଦାଅର୍କ ଲୋକନ୍ତ ଲାଗିଲା ବଡ଼ ଭୟେ ।୨୨୬।ଇନ୍ଦ୍ର ଦେବତା ନେଲେ ଅଭେଦ କପଚ ବଜ୍ର ଛଉଂରୀ ଅମୃତ କୁଣ୍ଡଳସେ ରାଗେ ନପୁଣ କର୍ଣ୍ଣ ନାଶଇ ଆଖଣ୍ଡଳ ।୨୨୭।ଆହୋ ଚଇତନ କର୍ଣ୍ଣର ହାଥେ ଯେ ନୀଳବାଣ ଭୁଜବାଣ ଦେଖିଭୟପାଇ ଦେବତାୟେ ପଳାଇଲେ ଆସନ ଉପେକ୍ଷି ।୨୨୮।୪୪୦୯।