ଧର୍ମଯଜ୍ଞର ଆୟୋଜନ — ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଧର୍ମଯଜ୍ଞର ଆୟୋଜନ
ୟେଥୁ ଅନନ୍ତରେ ତହୁଂ ମନୁ ପୁଚ୍ଛା କରିକିସ ଚରିତ ହୋଇଲା ମୋତେ କହ ତପଚାରୀ ।୧।ରାଜା ପଚାରନ୍ତେ ତହୁଂ କହନ୍ତି ମୁନିବରସନ୍ତୋଷ ଚିତ୍ତେ ଶୁଣ ହୋ ବିଲଂକ ନୃପବର ।୨।ୟେଥୁ ଅନନ୍ତରେ ଯେ ଆସ୍ତାନ ମଉଳିଲାଚାରି ଭାଇନ୍ତ ଘେନି ଯୁଝେଷ୍ଠି ବିଜେ କଲା ।୩।ଗୋବିନ୍ଦ ଗରୁଡ଼କୁ ଘେନିଣ ସଙ୍ଗତରେଆପଣେ ବିଜେ କଲେ ଯାଇଂ କୋଇନ୍ତାଂକ ନବରେ ।୪।କୋଇନ୍ତାଂକୁ ଦେଖି ସେ ବହୁତ କହିଲେ ।୫।ଅନେକ କଲ୍ୟାଣ ଯେ କଲେ କୋଇନ୍ତା ଦେଈସମସ୍ତ କୁଶଳ ପଚାରିଲେ ତୋଷ ହୋଇ ।୬।ସମସ୍ତ କୁଶଳ ଯେ କହିଲେ ନାରାଯଣପୁତ୍ର ପଉତ୍ରୀ ମୋର ବ୍ରତି ଅଛନ୍ତି କ୍ଷମେଣ ।୭।ଶୁଣିଣ କୋଇନ୍ତା ଦେବୀ ମନେ ଆନନ୍ଦ ହୋଇଯୁଝେଷ୍ଠି ବୋଇଲେ ମାତାଂକ ମୁଖ ଚାହିଂ ।୮।ବେଗ କରିଣ ପାକ ସଞ୍ଚା କରାଅ ଗୋ ଆଈଭିତରକୁ କହି ପଠିଆଅ ଦ୍ରୋପତୀଂକ ତହିଂ ।୯।ଛଡ଼ରସ ପ୍ରକାରେ ବ୍ୟଞ୍ଜନ ରନ୍ଧାଅ ବେଗ ହୋଇ ।୧୦।ୟେ ବଚନ ଶୁଣିଣ ଭିତର ପୁରକୁ କୋଇନ୍ତା ଦେବୀ ଚଳିଗଲେଗୋବିନ୍ଦ ଆସିଛନ୍ତି ବୋଲି ଦ୍ରୋପତୀଂକି କହିଲେ ।୧୧।ୟେହା ଶୁଣିଣ ଯାଗଂସେନୀ ଆନନ୍ଦ ହୋଇଣଛଡ଼ରସେ ମେଞ୍ଜନ ରନ୍ଧନ କଲେକ ତକ୍ଷଣ ।୧୨।ପଞ୍ଚୁବର୍ଣ୍ଣ କରି କଲେଜ ପିଠାମାନଯାହା ସେ ଭୋଜନ କରିବେ ଦେବ ଜନାର୍ଦ୍ଦନ ।୧୩।ରନ୍ଧନ ବିଧି ସାରିଣ ଦ୍ରୁପଦ ଦୁଲଣୀଯାଇଣ ଜଣାଇଲେ କୋଇନ୍ତା ଠାକୁରାଣୀ ।୧୪।କୋଇନ୍ତା ବୋଇଲେ ତୁମ୍ଭେ ଉଠ ହୋ ଚକ୍ରଧରବିଳମ୍ବ ନ କର ବେଳ ହେଳାଣି ଉଛୁର ।୧୫।ଭୀମ ଅର୍ଜୁନ ଯେ ନକୁଳ ସହଦେବଯୁଝେଷ୍ଠିଂକି ଘେନିଣ ଯେ ବିଜୟ ବାସୁଦେବ ।୧୬।ସଞ୍ଚାମାନ ମାୟେ ତହିଂ ସଜାଡ଼ିଣ ଥିଲେସୁବର୍ଣ୍ଣ ପଲମରେ ନେଇଣ ପରଶିଲେ ।୧୭।ଦିବ୍ୟ ଓରିଆରେ ସେ ଯେ ବାସଘିଅ ଲାଇନାନା ବର୍ଣ୍ଣେ ତିଉଣ ପରଶନ୍ତି କୋଇନ୍ତା ଦେଈ ।୧୮।ଖିରି ଖିରିସା ସେ ଯେ ପରଶିଲେ ଆଣିସନ୍ତୋଷେ ଭୋଜନ ଯେ କରନ୍ତି ଚକ୍ରପାଣି ।୧୯।ପଞ୍ଚୁବର୍ଣେ ପିଠା ପରଶନ୍ତି ମାୟେଆମ୍ବ ଅଡ଼ଙ୍ଗା ଯେ ଟଭାର ସମାନ ଦିୟେ ।୨୦।ପଣସ କଦଳୀ ଯେ ସୁସ୍ୱାଦ ଫଳମାନଭୁଞ୍ଜିଣ ସନ୍ତୋଷ ହୋଇଲେ ନନ୍ଦନ ନନ୍ଦନ ।୨୧।ଭୋଜନ ସାରିଣ ଯେ ଉଠିଲେ ଛଡ଼ଜଣଗଙ୍ଗାପାଣି ଘେନି ସେ ଯେ କଲେକ ଆଞ୍ଚୋବନ ।୨୨।କର୍ପୂର ବିଡ଼ିଆ ଯେ ପାନ ଆଣି ଦିଲେସନ୍ତୋଷ ଜଗନ୍ନାଥ ଭୋଜନ ତାହା କଲେ ।୨୩।
ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତି
ୟେକମନେ ଶୁଣ ତୁମ୍ଭେ ମଧ୍ୟପର୍ବ ରୀତି ।୨୪।.
ଭୋଜନ ସାରଣ ତହୁଂ ପ୍ରଭୁ ଭାବଗ୍ରାହୀ
ପାଞ୍ଚ ଭାଇନ୍ତ ସେହୁ ଯେ ୟେକାନ୍ତରେ ରାଇ ।୨୫।
ଯାଗ କରିବାକୁ କିଛି ବିଚାର ନ କର
ଯେତେ ଇଛା ବଇବାକୁ କୁବେର ଭଣ୍ଡାର ।୨୬।
ହୃଦଗତେ କଥାୟେ ଯେ ପାଞ୍ଚିଲେ ଜଗନ୍ନାଥେ
ରାଜୁସି ଯାଗ ଆଗକୁ ରାଜା କରିବା ନିମନ୍ତେ ।୨୭।
ଲକ୍ଷେ ରାଜା ବରଣକୁ ସମୟ ମୋର ନାହିଂ
କିସ କିସ କରିବା ବୋଲି ଭାଳନ୍ତି ଭାବଗ୍ରାହି ।୨୮।
ନାରଦଂକୁ ମନରେ ଯେ ସୁମରଣା କଲେ
ନାରାୟଣ ସୁମରନ୍ତେ କଳହ ପ୍ରିୟ ମୁନି ତା ଜାଣିଲେ ।୨୯।
ମନଦଣ୍ଡ ଚଢିଣ ଯେ ହୋଇଲେ ବାହାର
ପ୍ରବେଶ ହୋଇଲେ ଆସି ବାରୁଣାବନ୍ତ ପୁର ।୩୦।
ନାରଦଂକୁ ଦେଖିଣ ଯେ ଉଠିଲେ ଛଡ଼ଜଣ
ନମସ୍କାର କଲେ ଯାଇଂ ନାରଦଂକ ଚରଣ ।୩୧।
ନାରଦ ବୋଇଲେ କୁଷ୍ଣ କିମ୍ପେ ସୁମରିଲ
ଗୋବିନ୍ଦେ ବୋଇଲେ ଆଗେ ଯାହା କହିଥିଲ ।୩୨।
ଲକ୍ଷେ ରାଜା ବରଣକୁ ସମୟ ନ ପାଇବା
ୟେଥକୁ କିସ ବିଚାର କରିବା ମୁନିଦେବା ।୩୩।
ନାରଦେ ବୋଇଲେ ଯେ ବୁଦ୍ଧିୟେ ମୋର ଅଛି
ୟେଥକୁ ଚିନ୍ତା କିଛି ନ କର ଶିରୀବଚ୍ଛି ।୩୪।
ଲକ୍ଷେ ରାଜାନ୍ତ ୟେଥେ ବରଣ ନ କରି
ଚାରିଦିଗୁ ଚାରି ରାଜା ଆଣିମା ଶ୍ରେଷ୍ଠ କରି ।୩୫।
ସ୍ୱର୍ଗପୁରରୁ ଇନ୍ଦ୍ରକୁ ଯେ ବରଣ କରିବା
ପାତାଳ ପୁରୁଂ ବାସୁକି ରାଜାକୁ ବରିବା ।୩୬।
ୟେରୂପେ ଛଡ଼ଜଣ ରାଜା ଘେନି ଯାଗ କରିବା ଆରୋପଣ
ୟେଥକୁ ଚିନ୍ତା ତୁମ୍ଭେ ନ କର ନାରାୟଣ ।୩୭।
ନାରଦଂକ ମୁଖରୁ ୟେସନେକ ବାକ୍ୟ ଶୁଣି
ଆନନ୍ଦ ହୋଇଣ କହନ୍ତି ଦେବ ଚକ୍ରପାଣି ।୩୮।
ଭଲ କଥା ଗୋଟିୟେ କହିଲେ ମହାମୁନି
ଯାଗ ଆରମ୍ଭିବା ଆମ୍ଭେ କେଉଂଠାରେ ପୁଣି ।୩୯।
ନାରଦ ବୋଇଲେ ଗଙ୍ଗାକୂଳେ ଯାଗଶାଳ କରିବା ନିରିବାଣ
ଜଳ ସୁଲଭ ତହିଂ ଯେ ପାଇବା ନାରାୟଣ ।୪୦।
ନାରଦଂକୁ ଶ୍ରୀହରି ଯେ ପୁଣିହିଂ ପଚାରିଲେ
ମଞ୍ଚପୁରୁଂ କେଉଂ ରାଜା ବରିବାକ ଭଲେ ।୪୧।
ନାରଦ କହନ୍ତି ତୁମ୍ଭେ ଶୁଣ ଦେବ ଦାମୋଦର
ୟେଥକୁ ବିଚାର ତୋତେ କହିବା ନିଜର ।୪୨।
ଚାରିଦିଗ ମଧ୍ୟରେ ଯେ ହସ୍ତିନା ନଗର ଗୋଟି
ରାଜା ତହିଂର ଯେ ଅଟଇ ଧୃତିରାଷ୍ଟ୍ରି ।୪୩।
ଗାନ୍ଧାରୀର ତନୟ ଯେ ମାନଗୋବିନ୍ଦାଇ
ପନ୍ନଗାନାରାୟଣ ୟେହାର ହାଥ ପାଦେ ପଦ୍ମ ଉକୁଟଇ ।୪୪।
ଲକ୍ଷେ ରାଜାଂକ ଉପରେ ଅଟଇ ମଉଡ଼ମଣି
ୟେହାତ ଆପଣେ ତୁମ୍ଭେ ଜାଣିଛ ପରିମାଣି ।୪୫।
ଭୋଜବଂଶରେ ରାଜା ଯେ ଉଗ୍ରସେନ ରାୟେ
ତୋହୋର ଅଜାବଂଶ ଯେ ଅଟଇ ଦେବରାୟେ ।୪୬।
ତାହାନ୍ତ ନିମନ୍ତ୍ରଣ କରି ଆଣିମାକ ଯାଇଂ
ୟେକଥା ତୋର ମନକୁ ଅଇଲା କି ଭାବଗ୍ରାହୀ ।୪୭।
ଜଗନ୍ନାଥେ ବୋଇଲେ ମୁହିଂ ଜାଣିଲି ୟେ ଦୁଇ ରାଜା
ଆଉ ଦୁଇ ରାଜାଂକ ଚରିତ କହ ବ୍ରହ୍ମାଂକ ତନୁଜା ।୪୮।
ନାରଦ ବୋଇଲେ ଆହୁରି ରାଜା ୟେକ ଅଛି
ତୋତେ ତରିଣ ତାହା ମୁଂ ନ କହଇ ଶିରୀବଚ୍ଛି ।୪୯।
ଗୋବିନ୍ଦ ବୋଇଲେ ମନେ ନ କର କିଛି ଭ୍ରାନ୍ତି
ସଂଶୟ ଫେଡ଼ିଣ ୟେହା ମୋତେ କହିବା ମହାପତି ।୫୦।
ନାରଦ ବୋଇଲେ ସେ ଜରାସନ୍ଧ ରାୟେ
ତାହା ଘରେ ବନ୍ଦୀଛନ୍ତି ଲକ୍ଷେକ ରାଜାୟେ ।୫୧।
ସେ ରାଜା ଅଇଲେ ସବୁ କଥା ହେବ ଭଲ
ଲକ୍ଷେ ରାଜା ସମାନେ ୟେ ହୋଇବାକ ତୁଲ ।୫୨।
ୟେହା ଶୁଣି ହସିଲେ ଯେ ଦେବ ଚକ୍ରଧର
ଆମ୍ଭର ଭଗାରି ଯେ ଜାରାସନ୍ଧ ନୃପବର ।୫୩।
ନାରଦେ ବୋଇଲେ ହୋ ନ କର କିଛି ଚିନ୍ତି
ଆମ୍ଭେ ତାଂକୁ ଆଣିବୁ ନ କର ମନେ ବ୍ୟଥା ।୫୪।
ଗୋବିନ୍ଦ ବୋଇଲେ ଆମ୍ଭନ୍ତ ଦେଖିଲେ ସେ କଳି ଆରମ୍ଭିବ
ଅବଶ୍ୟ ତାହାର ଆମ୍ଭର ଦ୍ୱନ୍ଦ୍ୱ ଉପୁଜିବ ।୫୫।
ଦ୍ୱନ୍ଦ କଳି ହୋଇଲେ ଯେ ଯାଗ ହୋଇବାକ ନଷ୍ଟ
ୟେଥିର ଚରିତ ମୋତେ କହ ବ୍ରହ୍ମାଂକର ବାଟ ।୫୬।
ଗୋବିନ୍ଦଂକ ମୁଖରୁ ୟେହା ନାରଦେ ଶୁଣିଲେ
ଦ୍ୱନ୍ଦ କଳି ନୋହିବ ଆମ୍ଭେ ତାଂକୁ ତିଆରିବୁ ଭଲେ ।୫୭।
ୟେଥକୁ ସଂଶୟେ ତୁମ୍ଭେ ନ କର ଜନାର୍ଦ୍ଦନ
ୟେହାର ଦେବ କାର୍ଯ୍ୟ ହୋଇବ ବଡ଼ ଜାଣ ।୫୮।
ୟେ କଥା ଶୁଣି ତୂନୀ ହୋଇଲେ ନାରାୟଣ
ନାରଦଂକୁ ବୋଇଲେ ତୁମ୍ଭେ ସିନା ଜାଣ ।୫୯।
ଗୋବିନ୍ଦ ବୋଇଲେ ବଳରାମେ ଯେ ଅଛନ୍ତି
ତାହାକୁ ଦେଖିଲେ ଅବଶ୍ୟ ଚଳିବେ ହଳପତି ।୬୦।
ନାରଦେ ବୋଇଲେ ସେ କିଛିହିଂ ନୋହିବେ
ଆମ୍ଭର କହନ୍ତେଣ ସେ ତୂନୀ ହୋଇଣ ରହିବେ ।୬୧।
ଶ୍ରୀହରି ବୋଇଲେ ହୋ ଶୁଣ ବ୍ରହ୍ମମୁନି
ୟେ କଥାକୁ ତୁମ୍ଭେ ଥାଅ ହେ ପରିମାଣି ।୬୨।
ୟେମନ୍ତେ ତିନି ରାଜା ହୋଇଲେ ଭିଆଣ
ଆଉ ୟେଥୁ ଉତ୍ତାରେ କେଉଁ ରାଜା କୁହ ମହାମୁନ୍ୟ ।୬୩।
ନାରଦେ ବୋଇଲେ ଶୁଣ ଶ୍ରୀପୁରୁଷ ଉତ୍ତମ
ରାଜାୟେ ଅଛି ଯେ ପୁଣ ମେରୁ ମେଖଳେଣ ।୬୪।
ବଡ଼ାଇ ବରିଷ୍ଠ ସେହୁ ଅଟଇ ନୃପବର
ଥାଠ ସଇନ ନାହିଂ ୟେକା କରଇ ରାଜ୍ୟ ଭାର ।୬୫।
ଧନୁ କମାୟେଣ ସେ ଧରିଥାଇ କରେ
ଶତ୍ରୁ ଉପଗତ ହେଲେ ନିବାରଇ ଭଲେ ।୬୬।
ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ମହାମୁନି
ଅପୂର୍ବ କଥା ୟେତ କହିଲ ତପୋଧନୀ ।୬୭।
ମେରୁ ମେଖଳକୁ କେହୁ ଯିବ ୟେହିକ୍ଷଣ
କେମନ୍ତ ଆସିବ ସେ ୟେତେ ଦୁଷ୍ଟ ଜନ ।୬୮।
ନାରଦେ ବୋଇଲେ ହରି ନୋହଇ ସେ ଦୂର
ମେରୁ ମନ୍ଦର ବୋଲି ନାମ ସେ ପର୍ବତର ।୬୯।
ମେରୁ ମେଖଳକୁ ସେ ସୀମା ଯେ ଲାଗଇ
ୟେ ନିମନ୍ତେ ଆମ୍ଭେ କହିଲୁ ଭାବଗ୍ରାହୀ ।୭୦।
ଶ୍ରୀହରି ନାରଦଂକୁ ପଚାରନ୍ତି ଚାହିଂ
ତାହାର ନାମ କିସ କହିବା ମୁନି ଦୋହୀ ।୭୧।
ନାରଦେ ବୋଇଲେ ତାହାର ନାମ ମୃଗସେନ
ବ୍ୟାସ ମୁନିଂକର ସେହୁ ଅଟଇ ନନ୍ଦନ ।୭୨।
ତାହାର ମାତା ସେ ହାଦେ ମୃଗୁଣୀ ଅଟଇ
ୟେହା ଶୁଣି ହସି ଉଠିଲେ ଭାବଗ୍ରାହୀ ।୭୩।
କହ ମୁନିବର ୟେହୁ କେଉଣ ପ୍ରକାର
ୟେହା ଶୁଣିବାକୁ ଶ୍ରଦ୍ଧା ହୋଇଲା ମନର ।୭୪।
ଶ୍ରୀକୃଷ୍ଣଂକର ବାଣୀ ଶୁଣି ନାରଦେ କହନ୍ତି
ୟେକମନ ହୋଇ ଶୁଣ ବାସୁଦେବର ସନ୍ତତି ।୭୫।
ୟେକ ଦିନେ ବ୍ୟାସ ବନେ ଭ୍ରମି ଯାଇଥିଲେ
ମୃଗ ମୃଗୁଣୀଂକର ସେ ଶୃଙ୍ଗାର ଦେଖିଲେ ।୭୬।
କାମବାଣ ତାହାଂକର ହୃଦରେ ପୀଡ଼ିଲା
ପଞ୍ଚୁ ଆତ୍ମା ତାହାଂକର କାମ ଜଳରେ ବୁଡ଼ିଲା ।୭୭।
ଖଣ୍ଡେ ଦୂରେ ଦେଖିଲେ ମୃଗୁଣୀରେ ଅଛି
ତାହାକଇଂ କୋଳ କରି ଧଇଲେ ମୁନିବଚ୍ଛି ।୭୮।
ଅନେକ ପ୍ରକାର ସେ ଯେ ସୁରତି ଭୋଗ କଲେ
ସୁରତି ରସରେ ସେହୁ ବିନ୍ଦୁ ଯେ ଟାଳିଲେ ।୭୯।
ବିନ୍ଦୁଛାଡ଼ି ମୁନିବର ଗଲେ ତତକ୍ଷଣ
ସେ ଆମୋହ ରେତ ରହିଲା ମୃଗୁଣୀ ଗର୍ଭେଣ ।୮୦।
ଲାଭି ମଣ୍ଡଳକୁ ଯହୁଂ ଆବୋରି ରହିଲା
ସଇନ୍ଦୁ ପୁତ୍ରେକ ତାର ଗର୍ଭୁ ଉପୁଜିଲା ।୮୧।
ପୁତ୍ର ପ୍ରସବି ମୃଗୁଣୀ ଗଲା ସ୍ୱର୍ଗ ଆଳେ
କ୍ଷୀର ନ ପାଇଣ ପୁତ୍ର ରୋବଇ ବିକଳେ ।୮୨।
ବାଳକ ବିକଳ ଧର୍ମ ନିରଂଜନ ଜାଣିଲେ
ଶୂନ୍ୟେ ରହିଣ ସେହୁ ଯେ ବ୍ୟାସଂକୁ କହିଲେ ।୮୩।
ମୃଗିଣୀ ଗର୍ଭରୁ ଯେବଣ ପୁତ୍ର ଉପୁଜିଛି
ତୁମ୍ଭର ବୀର୍ଯ୍ୟେ ସେତୁ ଯେ ଜନମ ଲଭିଛି ।୮୪।
ତାହାକି ଆଣିଣ ତୁମ୍ଭେ ବେଗେ ପ୍ରତିପାଳ
ନୋହିଲେ ଶାପ ପାଇବଟି ଋଷିର ଦୁଲାଳ ।୮୫।
ଧର୍ମ ଦେବତାର ମୁଖୁଂ ୟେସନେକ ବାକ୍ୟ ଶୁଣି
ସେ ପୁତ୍ରକୁ ଆଣିଣ ଯେ ପାଳିଲେ ମୁନିମଣି ।୮୬।
ଶହସ୍ର ଶାହାସ୍ର ବିଦ୍ୟା ତାକୁ ଅନେକ ଶିଖାଇଲେ
ବହୁତ କଲ୍ୟାଣ କରିଣ ସେ ବର ଦିଲେ ।୮୭।
ଚିର ଆଇଷ ହୋଇ ରହ ୟେହୁ ପୃଥିବୀରେ
ପୃଥୀର ରାଜାୟେ ତୋତେ ଜିଣି ନୁଆରହୁ ସମରେ ।୮୮।
ୟେ କାଳେ ଯୁଦ୍ଧ ତୁହି କରିବୁ କୁମର
ୟେକା ଧନୁରେ ୟେକା ନାରାଜ ଧରିଥିବୁ କର ।୮୯।
ନାମ ଗୋଟି ତାହାର ଯେ ଦିଲେ ମୃଗସେନ
ମେରୁ ମନ୍ଦର ପର୍ବତେ ଦିଲେ ତାକୁ ସ୍ଥାନ ।୯୦।
ନାରଦଂକ ମୁଖରୁ ଯେ ଶ୍ରୀହରି ଶୁଣିଲେ
କୁରୁବଂଶେ ମୃଗସେନ ଜାତ ବୋଲିଣ ବୋଇଲେ ।୯୧।
ୟେଥୁ ଅନନ୍ତରେ ଯେ ବିଲଂକ ରାଜନ
ମୁନିଂକ ଚରଣେ ପ୍ରଲମ୍ବଇ ପୁଣ ପୁଣ ।୯୨।
ବଡ଼ ସଂଶୟ ମୋତେ ଯେ ଲାଗିଲା ଗୋସାଇଂ
ଯାହା ପଚାରିବି ମୋତେ ଫେଡ଼ି କହିବାକୁ ତହିଂ ।୯୩।
ପୁତ୍ର ସ୍ରସବିଣ ସେ ମୃଗିଣୀ ସ୍ୱର୍ଗେ ଗଲା
ପୂର୍ବଜନ୍ମ କଥା ତାହାର କହିବା ମୁନିବଳା ।୯୪।
ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ସାବଧାନେ
ତାହାର ଜନ୍ମ ତୋତେ କହିବା ଆଖ୍ୟାନେ ।୯୫।
ପୂର୍ବରେ ସେ ବିଦ୍ୟାଧରୀ ସ୍ୱର୍ଗପୁରେ ଥିଲା
ଶାପ ପାଇ ମୃଗ ଘରେ ଜନମ ଲଭିଲା ।୯୬।
ୟେହା ଶୁଣି ବିଲଂକ ଦେଶ ରାଜା ପଚାରିଲା ପୁଣି
ମୁନିଂକ ଚରଣେ ଶତେ ସହସ୍ର ଦଇନି ।୯୭।
ଅଗସ୍ତି କହନ୍ତି ତୁ ହୋ ମନୁରାୟେ ଶୁଣ
ଧନୁମାସ ଅନ୍ତରେଣ ମକର ମାସ ପୁଣ ।୯୮।
ମକର ସ୍ରାହାନକୁ ଚଳନ୍ତି ସର୍ବଜନ
ଇନ୍ଦ୍ରର ପୁତ୍ର ଯେ ସୁର ଗନ୍ଧର୍ବ ୟେକ ଜଣ ।୯୯।
ସେହି ଯାଉଅଛି ମକର ସ୍ରାହାନ
ମେନକାର ଝିଅ ଯେ କୁନ୍ତଳା ତା ନାମ ।୧୦୦।
ସୁନ୍ଦର ପଣେ ତାକୁ ଯେ ପଟାନ୍ତର ନାହିଂ
ସେହି ଯାଉଅଛି ମକର ସ୍ରାହାନ କରିବାକ ପାଇଁ ।୧୦୧।
ତାହାକଇଂ ଗନ୍ଧର୍ବ ଯେ ଦେଖିଲା ବାଟରେ
କୁନ୍ତଳାକୁ ସେହୁ ୟେ ଧଇଲାକ ବଳେ ।୧୦୨।
ବଳବନ୍ତେ ଧରନ୍ତେ ସେ କେବେହେଂ ନ ମଙ୍ଗିଲା
ରାଗେଣ ଗନ୍ଧର୍ବ ତାହାକୁ ଶାପ ଦିଲା ।୧୦୩।
ମୃଗ ପଶୁ ପ୍ରାୟେକ ହୋଇଲା ତାର ଦେହୀ
ଯା ଯା ମୃଗିଣୀ ରୁପେ ମଞ୍ଚରେ ଜାତ ହୁଅ ତୁହି ।୧୦୪।
ଡରେଣ ସୁନ୍ଦରୀ ଯେ ଗନ୍ଧର୍ବକୁ ପଚାରିଲା
ଶାପକୁ କାରଣ ମୋତେ କହିବା ଇନ୍ଦ୍ରବଳା ।୧୦୫।
କନ୍ୟାର ଭଗତି ଦେଖିଣ ଦୟା କଲା
ଶାପକୁ କାରଣ ବଚନ କହିଲା ।୧୦୬।
ବୋଇଲା ଅସ୍କନ୍ଦ ବନରେ ଚରୁଥିବୁ
ବ୍ୟାସଂକୁ ଦେଖିଲେ ତୁହି କାରଣ ପାଇବୁ ।୧୦୭।
କୁନ୍ତଳା ବୋଇଲା ମୁଂ କେମନ୍ତେ ଜାଣିମି
କେମନ୍ତେ ପ୍ରକାରେ ମୁହିଂ ମୁନିଂକି ଚିହ୍ନିବି ।୧୦୮।
ଗନ୍ଧର୍ବ ବୋଇଲା ମନୁଷ୍ୟ ହୋଇ ତୋତେ ଯେ ରମଣ କରିବ
ତାହାର ବୀର୍ଯ୍ୟେ ତୋହୋର ପୁତ୍ରେକ ଉପୁଜିବ ।୧୦୯।
ତେବେ ସେ ଶାପରୁ ତୁହି ମୋକ୍ଷ ଯେ ହୋଇବୁ
ପୁର୍ବ ଦେହ ପାଇଣ ତୁହି ସ୍ୱର୍ବକଇଂ ଯିବୁ ।୧୧୦।
ୟେତେକ ଶାପ ଦେଇଣ ଗନ୍ଧର୍ବ ଚଳିଗଲା
କୁନ୍ତଳା ମୃଗୁଣୀ ରୂପେ ମଞ୍ଚରେ ଜନମିଲା ।୧୧୧।
ସାରବତୀ ମୃଗୁଣୀ ଗର୍ଭରୁ ହେଲା ସେ ଉତପନ
ମୃଗଂକର ମଧ୍ୟରେ ନାହିଂ ସେ ୟେମନ୍ତ ଶୋଭାବନ ।୧୧୨।
ୟେହା ଶୁଣିଲୁଟି କି ହୋ ମନୁ ଯେ ନୃପବର
ୟେସନେକ ପ୍ରକାରେ ଜନ୍ମ ଚରିତ ମୃଗସେନର ।୧୧୩।
ନାରଦେ କହିଲେ ଜଗନ୍ନାଥଂକର ଆଗେ
ଶୁଣିଲୁଟି କି ଆମ୍ଭେ ଯାହା କହିଲୁ ସୁବାଗେ ।୧୧୪।
ନାରାଦଂକୁ ହସିଣ ଯେ କହନ୍ତି ଜନାର୍ଦ୍ଦନ
ୟେ ରାଜା ମାନନ୍ତ କିୟେ କରିବ ବରଣ ।୧୧୫।
ୟେଥିର ଚରିତ ମୋତେ କର ତପୋଧନ
ନାରଦେ ବୋଇଲେ ତୁମ୍ଭେ ଶୁଣ ହୋ ଭଗବାନ ।୧୧୬।
ସହଦେବଂକୁ ପଚାର ୟେଥିର ଚରିତହିଂ କହୁ
ଆଗତ ନିଗତ ଯେ ଜାଣଇ ହାଦେ ସେହୁ ।୧୧୭।
ସହଦେବଂକ ମୁଖ ଚାହିଂ ପଚାରିଲେ ନାରାୟଣ
ୟେ ଯାଗ ନିର୍ଭା ପଡ଼ିବଟି କି ହୋ ମନ୍ତ୍ରୀରାଣ ।୧୧୮।
ସହଦେବ ଯେ କରକୁ ବେଗେ ଦିଲେ ଚାହିଂ
ୟେଥିର କିଛି ସଂଶୟ ନାହିଂ ଭାବଗ୍ରାହୀ ।୧୧୯।
ୟେଥିରେ କଳି ଦ୍ୱନ୍ଦ ନୋହିବ ନା କିଛିହିଂ
ନିଟିନ୍ତେ ଯାଗ ଆରମ୍ଭ କରିବା ଗୋସାଇଂ ।୧୨୦।
ସହଦେବ ମୁଖରୁ ଯେ ୟେସନେକ ଶୁଣି
ମନେ ମନେ ଆନନ୍ଦ ହୋଇଲେ ଚକ୍ରପାଣି ।୧୨୧।
ଗୋବିନ୍ଦ ବୋଇଲେ ତୁ ହୋ ଶୁଣ ମନ୍ତ୍ରୀବର
ରାଜା ମାନନ୍ତ ବରଣ କେମନ୍ତେ କରିବା ବିଚାର ।୧୨୨।
ସହଦେବ ବୋଇଲେ ତୁମ୍ଭେ ଶୁଣିମା ସୃଷ୍ଟିକେଶ
ପାତାଳ ଭ୍ରବନକୁ ସେ ଯାନ୍ତୁ ମାଦ୍ରୀ ଶିଷ ।୧୨୩।
ମୃଗସେନ ଜାରାସନ୍ଧକୁ ଆଣନ୍ତୁ ଭୀମସେନ ଠାକୁର
ନାରଦଂକୁ ପଚାର ସେ ଜାଣନ୍ତି ୟେଥିର ବିଚାର ।୧୨୪।
ଅର୍ଜୁନ ଠାକୁର ଯାନ୍ତୁ ସ୍ୱର୍ଗ ଭୁବନ ଯାୟେ
ମଥୁରାୟେ ବରଣ କରନ୍ତୁ ଉଗ୍ରସେନ ରାୟେ ।୧୨୫।
ମୁହିଂ ବରଣ କରି ଆଣିମି ଭାନୁମତୀ ରମଣ
ୟେମାନେ ଅଟନ୍ତି ତ ଆମ୍ଭର ବନ୍ଧୁବର୍ଗମାନ ।୧୨୬।
ୟେମାନେ ନିମନ୍ତ୍ରଣ ତ କରିବା ଅଟଇ
ୟେ ତୁମ୍ଭର ବିଚାରକୁ ଆସଇ କେମନ୍ତ ସତ୍ୟଭାମା ସାଇଂ ।୧୨୭।
ୟେସନେକ ବିଚାର ସହଦେବ ଯେ କହନ୍ତେ
ଅଳପ ହୋଇଣ ତହୁଂ ହସିଲେ ଜଗନ୍ନାଥେ ।୧୨୮।
ଶ୍ରୀହରି ନାରଦଂକୁ ହକାରିଣ କହନ୍ତି
ମଗଧ ଦେଶକୁ ତୁମ୍ଭେ ଚଳ ତତକ୍ଷଣାନ୍ତି ।୧୨୯।
ଜାରାସନ୍ଧ ରାଜା ଆସ୍ତନରେ ତୁମ୍ଭେ ବସିଥିବ
ନିମନ୍ତ୍ରଣ ଯୋଗାଡ଼ ଘେନି ଭୀମସେନ ଯିବ ।୧୩୦।
ଗୋବିନ୍ଦଂକ ବଚନେ ନାରଦେ ସନମତ କଲେ
ମନଦଣ୍ଡେ ଚଢି ମୁନି ତକ୍ଷଣେ ଚଳିଗଲେ ।୧୩୧।
ଶୁଣ ହୋ ମନୁ ପୁରୁଷ ବଦନ୍ତି ଅଗସ୍ତି
ୟେଥି ଉତ୍ତାରେଣ ଯାହା କଲେକ ଲକ୍ଷ୍ମୀପତି ।୧୩୨।
ସାବଧାନ ହୋଇ ତୁମ୍ଭେ ୟେକମନେ ଶୁଣ
ବିଚିତ୍ର ଆଖ୍ୟାନ ୟେତୁ ମହାଭାରତ ପୁରାଣ ।୧୩୩।
ବାରୁଣାବନ୍ତ ପୂର୍ବପାଖେ ସୁରଗଙ୍ଗା ତୀରେ
ଯାଗକୁ ଅନୁକୂଳ ଯେ କରନ୍ତି ସେଠାରେ ।୧୩୪।
ବାଳବ ନାମେ କରଣ ଆୟୁଷ୍ମାନ ନାମେ ଯୋଗ
ମେଷ ସଂକ୍ରାନ୍ତିକି ଯେ ୟେଗାରଦିନ ଭୋଗ ।୧୩୫।
ଦ୍ୱିଜା ନକ୍ଷତ୍ର ସେଦିନ ଯୁଝେଷ୍ଠିକୁ ସାଧକ ତାର
ସେ ଦିନ ଯାଗକୁ କରାଇଲେ ଅନକୂଳ ।୧୩୬।
ଯାଗଶାଳ ଭୂମିଖଣ୍ଡ ଲଙ୍ଗରେ ଶୋଧାଇ
ପ୍ରତିଷ୍ଠା ନିମନ୍ତେ ତହିଂ ମାଘୀ ତିଳ ଯେ ବୁଣାଇ ।୧୩୭।
ବିଶ୍ୱକର୍ମାଂକୁ ତହୁଂ ଶ୍ରୀହରି ସୁମରଣା କଲେ
ତତକ୍ଷଣେ ଆସି ବିଶ୍ୱକର୍ମା ଯେ ମିଳିଲେ ।୧୩୮।
ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହୋ ବିଶ୍ୱକର୍ମା
ସ୍ୱର୍ଗପୁରୁ ଘେନିଆସ ସଭା ଯେ ସୁଧର୍ମା ।୧୩୯।
ସାତଦିନ ପରିଯନ୍ତେ ଆଣିମ ଆସ୍ତାନ
ଯୁଝେଷ୍ଠି ଦେବ ସେଠାରେ ଯାଗ କରିବେ ଆରୋହଣ ।୧୪୦।
ବିଶ୍ୱକର୍ମା ବୋଇଲେ ତୁମ୍ଭେ ଶୁଣିମା ଗୋସାଇଂ
ସବୁକଥାରେ ତୋର ଭିଆଣ ଅଟଇ ।୧୪୧।
ୟେକା ରାତ୍ରକ ଭିତରେ ପ୍ରଭୁ ସବୁ ନିର୍ଭା ହେବ
ୟେତକୁ କିଛି ଚିନ୍ତା ତୁମ୍ଭେ ନ କର ବାସୁଦେବ ।୧୪୨।
ବିଶ୍ୱକର୍ମାଂକୁ ଆଗ୍ୟାଂ ଦିଲେ ନାରାୟଣ
ଆପଣେ ବିଜେକଲେ କୁବେର ଭୁବନ ।୧୪୩।
ଶ୍ରୀଭଗବାନଂକୁ ଦେଖି କୁବେର ପାୟେ ପଡ଼ି ଶୁତିଲା
ଶିରେ କର ଦେଇ ପୁଣ ଛାମୁରେ କହିଲା ।୧୪୪।
ବୋଇଲା ଆଜ ମୋର ପବିତ୍ର ହୋଇଲା ୟେହୁ ଭୁବନ
କିମର୍ଥେ ବିଜୟେ କଲ ପ୍ରଭୁ ଭଗବାନ ।୧୪୫।
ଗୋବିନ୍ଦେ ବୋଇଲେ ଆମ୍ଭେ ଅଇଲୁ ୟେଥିପାଇଂ
ଯାଗ ଗୋଟି ଯେ କରିବେ ଯୁଝେଷ୍ଠି ନରସାଇଂ ।୧୪୬।
ଯେତେକ ଧନ ଲାଗିବ ସମସ୍ତ ଦେଉଥିବ
ସାତଦିନ ଯାୟେ ଯାଗ ଯେମନ୍ତ ନିର୍ଭାଯିବ ।୧୪୭।
କୁବେ ବୋଇଲେ ଗୋସାଇଂ ୟେ ତୋହୋର ଭଣ୍ଡାର
ମୋତେ କିମ୍ପେ ଧନ ମାଗୁଅଛ ଆହୋ ଚକ୍ରଧର ।୧୪୮।
କୁବେରଂକୁ ଆଗ୍ୟାଂ ଦେଇ ଚଳିଲେ ନାରାୟଣ
ପ୍ରବେଶ ହୋଇଲେ ଯାଇଂ ବାରୁଣା ଭୁବନ ।୧୪୯।
ବରୁଣ ଦେବତା ଦେଖିଣ ତହୁଂ ନମସ୍କାର କଲା
ଅନେକ ପ୍ରକାରେ ଛଡ଼ ଅର୍ଘେ ଯେ ପୂଜିଲା ।୧୫୦।
ବରୁଣ ବୋଇଲା ଗୋସାଇଂ ଅଇଲ କିମର୍ଥେ
ଠାକୁରେ ବୋଇଲେ ଯାଗ ଗୋଟିୟେ କରିବେ
ଯୁଝେଷ୍ଠି ନରନାଥେ ।୧୫୧।
ସୁବର୍ଣ୍ଣର ପଲମ ନିତି ଯେତେ ଲାଗୁଥିବ
ସାତଦିନ ପରିଯନ୍ତେ ସମସ୍ତ ଦେବ ।୧୫୨।
ବରୁଣ ବୋଇଲା ଗୋସାଂଇ ତୋର ଥୋଇଲା ପଦାର୍ଥ
ଦଇବାକୁ ମୁଂ କି ନାସ୍ତି କରିବି ଜଗନ୍ନାଥ ।୧୫୩।
ବରୁଣର ମୁଖରୁ ୟେ ୟେସନେକ ବାକ୍ୟ ଶୁଣି
ବାହାର ହୋଇଲେ ତହୁଂ ଦେବ ଚକ୍ରପାଣି ।୧୫୪।
କିରାତେଶ୍ୱର ବନେ ଯାଇଂ ହୋଇଲେ ପରବେଶ
କିରାତେଶ ନୃପତିକି ହକରାଇଲେକ ପାଶ ।୧୫୫।
କିରାତେଶ୍ୱର ଗୋବିନ୍ଦଂକୁ ନମସ୍କାର କାଲ
କିମର୍ଥେ ୟେ ଠାବକୁ ଅଇଲ ବୋଲି ପଚାରିଲା ।୧୫୬।
ଗୋବନ୍ଦ ବୋଇଲେ ଶୁଣ ତି କିରାତେଶ୍ୱର
ଯାଗ କରିବେ ବାରୁଣାବନ୍ତେ ଯୁଝେଷ୍ଠି ଠାକୁର ।୧୫୭।
ଯେତେକ ତହିଂରେ ଲାଗୁଥିବେ ଫଳମୂଳ
ନାବରେ ପୁରୋଇଣ ତୁ ଯେ ଦେଉଥିବୁ ସକଳ ।୧୫୮।
ୟେତେ କହି ସେଠାବରୁ ଚଳିଗଲେ ନାରାୟଣ
ସମସ୍ତ ନିଯୋଗୀମାନନ୍ତ ନିଯୋଗ ଦେଇଣ ।୧୫୯।
ବାରୁଣାବନ୍ତରେ ପ୍ରବେଶ ହେଲେ ଜନାର୍ଦ୍ଦନ
ଦରଶନ କଲେ ଆସି ଯୁଝେଷ୍ଠି ରାଜନ ।୧୬୦।
ଦେଖିଲେ ଯାଗଶାଳ ତହିଂ ହୋଇଛି ଭିଆଣ
ରାଜାମାନଂକ ଅନରୂପ ଆସ୍ତାନ ବେହରଣ ।୧୬୧।
ଋଷିମାନନ୍ତ ମଠ ତହିଂ ପ୍ରତି ପ୍ରତି କରି
ଯେଉଂରୂପେ ବିଶ୍ୱକର୍ମାଂକୁ କହିଥିଲେ ନରହରି ।୧୬୨।
ଷୋଳ କୋଶ ପରିଯନ୍ତେ ସମସ୍ତ ଯାଗଶାଳ ଆରମ୍ଭିଲା
ସୁବର୍ଣ୍ଣର ଶେଣୀ ଚନ୍ଦନ କାଠ ରୁଅ କଲା ।୧୬୩।
ମର୍କତର ସ୍ତମ୍ଭମାନ ବଇତୁର୍ଯ୍ୟର ଓରା
ନାନାବର୍ଣ୍ଣେ ରତନମାନ ଦିଶୁଛନ୍ତି ତୋରା ।୧୬୪।
ବଖରାକୁ ବଖରା ଯେ ପ୍ରତି ପ୍ରତି ଚିତ୍ର
ଘର ଚାଳମାନ ଛାଉଂଣି ଯେ ତେଜପତ୍ର ।୧୬୫।
ଆପଣେ ବିଶ୍ୱକର୍ମା ତା କରିଛି ଘଟଣ
ପଟାନ୍ତର ଦେବାକୁ ନାହି ନା ତିନି ଭୁବନେଣ ।୧୬୬।
ଆଉର ବିଶେଷେ ଯେ ଗୋବିନ୍ଦଂକ ଆଗ୍ୟାଂ
ବିଶ୍ୱାକର୍ମା ତାହା କାହିଂ କରିବ ଅବଗ୍ୟାଂ ।୧୬୭।
ୟେମନ୍ତେ ବିଶ୍ୱକର୍ମା ସଭାମଞ୍ଚ କରିଣ
ବେଗେ ଚଳିଗଲା ସେହୁ ବଇକୁଣ୍ଠ ଭୁବନ ।୧୬୮-୯୦୬୯।