ନକୁଳର କୁନ୍ତମୁନେ ପୃଥ୍ୱୀ ଧାରଣ — ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନକୁଳର କୁନ୍ତମୁନେ ପୃଥ୍ୱୀ ଧାରଣ
ୟେଥୁ ଅନନ୍ତରେ କଥା ହୋଇଲାକ ଯିସନକୁଳକୁ ଶ୍ରୀହରି ଯେ ହକାରିଲେ ପାଶ ।୧।ନିମନ୍ତ୍ରଣ ଘେନିଣ ତୁ ପାତାଳକୁ ଯିବୁବାସୁକି ରାଜାକୁ ନିମନ୍ତ୍ରି ଘେନିଣ ଆସିବୁ ।୨।ଅନେକ ଥାଠ ସଇନ ନକୁଳ ସଙ୍ଗେ ଦିଲେଶୁଭ ଅନୁକୂଳେ ବୀର ପରସ୍ଥାନ କଲେ ।୩।ପାତାଳ ଭୁବନକୁ ଥାଠ ଚଳାଇଣ ବୀରପ୍ରବେଶ ହୋଇଲା ଯାଇଂ ପାତାଳ ସ୍ୱର୍ଗପୁର ।୪।ନାଗରାଜା ଛାମୁରେ ପରବେଶ ହୋଇନମସ୍କାର କରିଣ ସେ ଯେ ଶିରେ କର ଦେଇ ।୫।ବାସୁକି କଲ୍ୟାଣ କରି ତହୁଂ ପଚାରିଲେକିସ ଅର୍ଥେ ଅଇଲ ବାବୁ କହ ତୁମ୍ଭେ ଭଲେ ।୬।ନକୁଳ କହଇ ଯେ ଶୁଣିମା ଗୋସାଇଂଧର୍ମଯାଗ କରିବେ ଯେ ଯୁଝେଷ୍ଠି ନରସାଇଂ ।୭।ଶ୍ରୀହରି ପେଷିଛନ୍ତି ନିମନ୍ତ୍ରଣ ଯୋଗାଡ଼ନ୍ତ ଦେଇଆପଣେ ବିଜୟେ ଯେ କରିବ ୟେହିକ୍ଷଣି ଯାଗଠାଇଂ ।୮।ଯାଗ ହୋଇବ ବଇଶାଖ ଶୁକଳ ପଞ୍ଚମୀ ସୋମବାର ଦିନବହୁତ ଦିନ ନାହିଂ ଅଳପ ହିଂ ଦିନ ।୯।ଶୁଣି ନାଗରାଜା ଯେ ବୋଲନ୍ତି ବଚନପୃଥିବୀ ଧରିବାକୁ କେ ଅଛଇ ଭାଜନ ।୧୦।ପୃଥୀଭାରା ଛାଡ଼ି ଆମ୍ଭେ ଯାଗକୁ କେହ୍ନେ ଯିବୁଂୟେ କଥା ବିଚାରିଣ ତୁ କହ କିନା ବାବୁ ।୧୧।ୟେହା ଶୁଣି ନକୁଳ ଯେ ବିଚାରଇ ମନେୟେଥିର ଚରିତ ସିନା ଜାଣନ୍ତି ଭଗବାନେ ।୧୨।ତାହାଂକର ବୋଲେ ଅଇଲି ନା ୟେଠାଇଂକି ମୁଇଂୟେବେ ବୁଦ୍ଧି ମୋତେ କିଛି ଯେ ନ ଦିଶଇ ।୧୩।ପଞ୍ଚୁଭୂତ ଆତ୍ମାରେ ଚିନ୍ତଇ ନାରାୟଣଦୟାକର ମୋତେ ବାରେ ତୁମ୍ଭେ କମଳାରମଣ ।୧୪।ନାରାୟଣ ସୁମରନ୍ତେ ଗ୍ୟାନ ପ୍ରସରିଲାବଳ ପ୍ରାକର୍ମ ଯେ ତାର ବହୁତ ହୋଇଲା ।୧୫।ୟେଥୁ ଉତ୍ତରେଣ ଯେ ବାସୁକି ପଚାରଇକେତେଦିନ ଯାୟେ ଯାଗ ହୋଇବ ମୋତେ କହ ଥିର ହୋଇ ।୧୬।ନକୁଳ ବୋଇଲା ହୋ ହୋଇବ ସାତଦିନୟେତକୁ ଚିନ୍ତା କିଛି ନ କର ରାଜନ ।୧୭।ବାସୁକି ବୋଇଲା ତୁ ଯେ ଶୁଣ ରେ କୁମାରଛାଡ଼ିଲେଣ ପୃଥୀ ପଡିବ ରାସାନ୍ତଳ ।୧୮।ନାଗରାଜା ମୁଖରୁ ୟେସନେକ ବାଣୀ ଶୁଣିକୋନ୍ତ କରେ ଧରିଣ ଯେ ବୋଲଇ ବୀରମଣି ।୧୯।କୋନ୍ତମୁନେ ମୁହିଂ ଧରିବଇଂ ପୃଥୀୟେଥକୁ ତୁମ୍ଭେ କିଛି ଚିନ୍ତା ନ କର ନାଗପତି ।୨୦।ୟେତେ କହି ନକୁଳ ଯେ କୋନ୍ତ କରେ ଧରିଡାହାଣ ଚରଣ ଆଗକୁ ବଢାଇଲା ଧିର କରି ।୨୧।ଆପଣା ପାଦର ବୃଦ୍ଧ ଅଙ୍ଗୁଷ୍ଠି ଉପରେକୋନ୍ତକୁ ନେଇଂଣ ଯେ ଥୋଇଲା ତଥିପରେ ।୨୨।
ମୁନ ସଳଖି ବୋଇଲା ଶୁଣ ମହାରାଣ
ୟେ ମୁନ ପରେ ପୃଥୀ ଯେ ଥୋଅ ୟେହିକ୍ଷଣ ।୨୩।
ନକୁଳ ବଚନେ ଯେ ବୋଲନ୍ତି ନାଗରାଜା
ବଡ ପ୍ରତଗ୍ୟାଂ କଲୁ ତ ଅଶ୍ୱିନୀ କୁମାରଂକ ତନୁଜା ।୨୪।
ନକୁଳ ବୋଇଲା ମୁହିଂ ଶ୍ରୀହରିଂକ ଆଗ୍ୟାଂରେ
ସପତଦୀପା ପୃଥୀ ଧରିବି ଯେ ୟେହି କୋନ୍ତର ମୁନରେ ।୨୫।
ୟେତେ ବୋଲି ପୃଥୀ ଯେ ଛାଡ଼ିଲା ନାଗରାୟେ
ବୋଇଲା ଧୀରେ ସମ୍ଭାଳ ହୋ ପାଣ୍ଡୁର ତନୟେ ।୨୬।
କୋନ୍ତମୁନ ଉପରେ ନାଗରାଜା ପୃଥିବୀ ନେଇ ଥୋଇ
ବଡ଼ ବାଆ ବହିଲେ ଯେହ୍ନେ ମେରୁ ନ ଟକଇ ।୨୭।
ପୃଥୀ ଦେବୀ ଯହୁଂ କୋନ୍ତମୁନୁଂ ଲିତାୟେ ନ ଚଳିଲା
କୋନ୍ତମୁନେ ପୃଥିବୀ ଯେ ନିଚଳେ ରହିଲା ।୨୮।
ଦେଖିଣ ବାସୁକି ରାଜା ଯେ ତାଟକା ହୋଇଲେ
ଧନ୍ୟ ଧନ୍ୟ ନକୁଳ ବୋଲି ଅନେକ ପ୍ରଶଂସିଲେ ।୨୯।
ବୋଇଲେ ଆକାଶରେ ପାଟ ଅଛି ତୋତେ ହାଦେ
ୟେତେ ସାମରଥ ନାହିଂଟି ତିନିପୁର ମଧ୍ୟେ ।୩୦।
ନକୁଳ ବୋଇଲେ ଅବଧାନ ହୋଉ ହୋ ଗୋସାଇଂ
ନିମନ୍ତ୍ରଣ ଘେନି ଯାଗକୁ ଚଳ ହୋ ନାଗସାଇଂ ।୩୧।
ନକୁଳ ବୋଇଲେ ବିଜେ କରହୋ ଗୋସାଇଂ
ତୁମ୍ଭେ ଆସିବା ଯାୟେଂ ମୁଂ ଧରିଥିବ ମହୀ ।୩୨।
ନକୁଳ ବଚନ ଶୁଣି ବାସୁକି ନାଗରାୟେ
ଥାଠ ସଇନ ଘେନି ପାତାଳରୁ ବାହାର ଯେ ହୋୟେ ।୩୩।
ବାରୁଣାବନ୍ତରେ ଯାଇଂ ସେ ହୋଇଲେ ପରବେଶ
ଶ୍ରୀଚଣ୍ଡୀ ସାରୋଳା ଚରଣେ ଶରଣ
କବି ସାରୋଲା ଦାସ ।୩୪।୯୨୫୨।
ଧର୍ମଯଜ୍ଞ
ୟେଥୁ ଉତ୍ତାରେଣ ମନୁ ରାୟେ ପଚାରଇକିସ ଚରିତ ହୋଇଲା ମୋତେ କହିବା ଗୋସାଇଂ ।୧।ନାଗବୃନ୍ଦ ଘେନିଣ ଯେ ବାସୁକି ନାଗରାୟେଯାଗଶାଳାଠାରେ ଯାଇଂ ପରବେଶ ହୋୟେ ।୨।ଦେଖିଣ ଶ୍ରୀହରି ନାଗରାଜାକୁ ଯେ ଘେନିଗଲେସୁଧର୍ମା ସଭାରେଣ ନେଇ ବସାଇଲେ ।୩।ମୁନି ମାନେ ବସିଛନ୍ତି ଯେ ଯାହା ଆସନରେଚରଚା କରନ୍ତି ଯାହାକୁ ଯେଉଂ ପରକାରେ ।୪।ୟେମନ୍ତର ସମୟେ ପରବେଶ ହୋଇଲା ଜାରାସନ୍ଧ ରାୟେଗଉରୋବ କରି ତାଂକୁ ବସାଇଲେ ସଭାୟେ ।୫।ମୃଗସେନ ଅଇଲେ ଯେ ୟେସନ ସମୟେଗଉରୋବ କରି ତାଂକୁ ନେଲେ ଦେବ ରାୟେ ।୬।ୟେମନ୍ତର ସମୟେ ଥାଠ ସଇନ ଘେନି ଭୀମସେନ ଅଇଲାଯିଝେଷ୍ଠି ଶ୍ରୀହରିଂକ ଚରଣେ ନମସ୍କାର କଲା ।୭।ସାତ ବଂଶ ସଙ୍ଗେ ଘେନି ରାଜା ଉଗ୍ରସେନଆପଣେ ଚଳାଇଣ ଅଇଲେ ବଳରାମ ।୮।ନାରଦେ ପରବେଶ ହୋଇଲେକ ଆସିସମସ୍ତ ଚରିତ ଯେ କହନ୍ତି ହୃଷୀକେଶି ।୯।ବଳରାମଂକ ଚରଣେ ଯୁଝେଷ୍ଠି ନମସ୍କାର କଲେଶ୍ରୀହରି ବଳରାମଂକ ଚରଣେ ନମିଲେ ।୧୦।ଯୋ ଯାହା ଆସ୍ତାନେ ବସିଲେ ଖମ୍ଭେ ଖମ୍ଭେ ମାଡ଼ିଣଭାନୁମତ ଦ୍ରୁପଦ ଦୁଇରାଜା ଆସି ମିଳିଲେ ସେ ଠାବେଣ ।୧୧।ଯେ ଯାହାର ବିଧାନରେ ମାନ୍ୟ ଧର୍ମ କଲେଯେ ଯାହାର ଆସ୍ତାନରେ ଯାଇଣ ବସିଲେ ।୧୨।ଶ୍ରୀହରି ପୁତ୍ର ମାନେ ଯେ ସନମାନ ପାଇପଦ୍ମନ ଶାମ୍ବ ମୂଳେ ଲକ୍ଷେ ଷାଠିୟେ ସହସ୍ର ଅଶିୟେ ତନଇ ।୧୩।ଦ୍ରିଯୋଧନ ରାଜାନ୍ତ ଯେ ଅର୍ଜୁନ ଆଣି ଗଲେସମସ୍ତ ଚରିତ ମାନ ତାଂକୁ ମଣାଇ କହିଲେ ।୧୪।ଭୀଷ୍ମଂକୁ ନିମନ୍ତ୍ରଣ ତହୁଂ କରିଣ ଆଇଲେତହାକଂର ସଙ୍ଗେ ପୁଣ ଦ୍ରୋଣହିଂ ଅଇଲେ ।୧୫।ୟେଗାର କ୍ଷଉଣୀ ବଳ ଘେନି ମାନ ଗୋବିନ୍ଦାଇପ୍ରବେଶ ହୋଇଲେ ସେ ଯେ ବାରୁଣବନ୍ତେ ଯାଇଂ ।୧୬।ରାଜ ଋଷି ଦେବଋଷି ବ୍ରହ୍ମଋଷି ଅଇଲେସନମାନ ପାଇଣ ସର୍ବେ ଆସ୍ତାନେ ବସିଲେ ।୧୭।ରୋଷାଇ ଶାଳେ ଭୀମସେନ ବିଜୟେ କଲେ ଯାଇଗଉରୀ ଶଉରୀ ନଳବିଧି ରାନ୍ଧଣା ରାନ୍ଧଇ ।୧୮।ଯେ ଯାହାର ଇଚ୍ଛାୟେ ସର୍ବେ ଭୋଜନ କରନ୍ତିଅମୃତ ଯୋଗାଡ଼ମାନ ଘେନି ପରଷନ୍ତି ।୧୯।ଋଷି ମାନେ ଫଳମୂଳ ଭୋଜନ ତହିଂ କଲେଯେ ଯାହାର ସେବାରେ ନିଯୋଗୀମାନେ ଯେ ଲାଗିଲେ ।୨୦।ମାନଗୋବିନ୍ଦଂକୁ କାଳେ ଭଣ୍ଡାରେ ଅଧିକାରୀଯେ ଯାହାର ଅନରୂପେ ଦିଅଇ ଅଧିକାରୀ ।୨୧।କୁବେର ଭଣ୍ଡାର ଆଣି କୁବେର ସମର୍ପିଲାବରୁଣ ଆଣି ରତ୍ନ ଯୋଗାଡ଼ମାନ ପଇଠ କଲା ।୨୨।ଫଳମୂଳମାନ ନାବେ ଶବର ରାଜା ଯେ ଆଣଇଠାକୁରଂକ ଆଜ୍ଞା ମେଣ୍ଟିବାକୁ କାହାର ଶକ୍ୟ ଅଛଇ ।୨୩।ୟେଥୁ ଅନ୍ତରେ ଶୁଣ ହେଲା ଯେବଣ ବିଧାନଯାଗଶାଳା ଭୂମିକୁ ଯେ କାନ୍ତି ଶୋଧନ ।୨୪।ସୂତା ମାପ କାରି ଯାଗକୁଣ୍ଡ ଯେ ଖୋଳିଲେଅଗ୍ନିକୁ ନେଇଣ ଯେ ତହିଂ ରେ ଥାପିଲେ ।୨୫।ଦିବ୍ୟବେଶ ହୋଇଣ ଯେ ଯୁଝେଷ୍ଠି ମହାରାୟେପାଞ୍ଚାଳ ଦୁହିତା ଯେ ବେଶ ବେଶନ ହୋୟେ ।୨୬।ଦ୍ରୋପତୀଂକୁ କୋଳେ ଧରି ବସିଲେ ଯାଗାରେଗୋତ୍ର ଉଚ୍ଚାରନ୍ତି ତହିଂ ବ୍ୟାସ ମୁନିବରେ ।୨୭।ବରୁଣ ପୂଜାବିଧି ବହନ ସାରିଲେଯୁଝେଷ୍ଠିଂକି ଚାହିଂ ବ୍ୟାସ ବଚନ ବୋଇଲେ ।୨୮।ଯବଧାନ ମାଘୀତିଳ ଅଣାଅ ଗୁଆଘୃତୟେମାନ ଆଣି ରୁଣ୍ଡ କରନ୍ତି ବହୁତ ।୨୯।ନବତନ ଅଗ୍ନି ଆଣି କୁଣ୍ଡରେ ଥାପିଲେଘୃତ ତିଳ ଯବଧାନେ ଅଗ୍ନି କି ପୂଜିଲେ ।୩୦।ପଞ୍ଚଶିଖା ଘେନିଣ ଯେ ତେଜିଲେ ପ୍ରଖରସନ୍ତୋଷେ ଘୃତ ଭୋଜନ କରନ୍ତି ବଶ୍ୟାନର ।୩୧।ବ୍ରହ୍ମା ବରଣ ହେଲେ ଯେ ମାରକଣ୍ଡ ଋଷିସପତଋଷି ମାନ ଯାଗ ଚାରିପାଖେ ବସି ।୩୨।ଅଗ୍ନି ଆରୋପଣ ତହିଁ କଲେ ମୁନିମାନେସ୍ୱର୍ଗରୁ ଇନ୍ଦ୍ରଯେ ଅଇଲେ ତତକ୍ଷଣ ।୩୩।ୟେମନ୍ତେ ପ୍ରଥମ ଆହୂତି କି ଯେ ସାରିଲେସନ୍ତୋଷେଣ ତହିଂ ଦେବେ ଅମୃତ ପାନ କଲେ ।୩୪।ୟେଥୁ ଅନନ୍ତ ରେ ତୁ ଶୁଣ ହୋ ରାଜନପ୍ରଭାତୁ ଉଠିଣ ଯେ ଋଷିଗଣମାନ ।୩୫।ନିତ୍ୟକର୍ମ ବିଧିମାନ ଯେ ତୁରିତେ ସାରିଣଅଗ୍ନି କି ଆରୋପଣ ଯେ କରନ୍ତି ମୁନିଜନ ।୩୬।ସ୍ୱାହା ସ୍ୱଧାଂକର ତହିଁ ନାମ ଉଚ୍ଚାରିଣତିଳ ଘୃତ ପକାବନ୍ତି ଅଗ୍ନି ଦେବତାଂକ ଉପରେଣ ।୩୭।ରାଜାଗଣମାନେ ଯେ ସ୍ରାହାନ ସାରିଣପଞ୍ଚାମୃତ ଯୋଗାଡ଼ ସେ କରନ୍ତି ଭୋଜନ ।୩୮।ମାଗନ୍ତା ଜନନ୍ତ ଯେ ଅବିଚ୍ଛନ୍ନେ ଦାନଋଷିମାନେ ଫଳମୂଳ କରନ୍ତି ଭୋଜନ ।୩୯।ଦୁଖୀ ଦରିଦ୍ରଂକୁ ଯାଚି ଧନ ଯେ ଦିଅନ୍ତିଗୁଣେ ଦିଲେ ବେନି ଗୁଣେ ଭଣ୍ଡାର ପୂରନ୍ତି ।୪୦।ମାନଗୋବିନ୍ଦ ହାତେ ଶଙ୍ଖନିଧି ପଦ୍ମନିଧି ଅଛଇଦ୍ୱିଗୁଣ ବଇଲେ ଯେ ଭଣ୍ଡାର ତିନିଗୁଣ ପୂରଇ ।୪୧।ଆପଣେ ନାରାୟଣେ ଯେ ସୁବର୍ଣ୍ଣ ବେତ ଧରିସଭାରେ ଚରଚନ୍ତି ବିଶ୍ୱମୂର୍ତ୍ତି ଧରି କରି ।୪୨।ଜରାସନ୍ଧ ଦେଖିକରି ମନରେ କରଇ ଯେ ଭୟେସନ୍ଥରାଜାମାନେ ମନେ କରନ୍ତି ସ୍ତୁତିୟେ ।୪୩।ସଭାରେ ନିରୋପନ୍ତି ଯେ ଆପଣେ ଭଗବାନପାକଶାଳ ଚରିତ ଲାଗଇ ଭୀମସେନ ।୪୪।ସହଦେବ ଆଗତ ଭବିଷ୍ୟ ଯେ କହଇୟେମନ୍ତେ ସଭାଗୋଟି ନିର୍ଭା ପଡୁଥାଇ ।୪୫।ହବିର୍ଭଗ ପାଇଣ ଯେ ଦେବତାୟେ ତୋଷନାରଦେ ବୀଣାଯନ୍ତ୍ର ବାବନ୍ତି ହରଷ ।୪୬।ଦୁତୀୟ ଦିନ ଯାଇ ତୃତୀୟ ପରବେଶଅନଳେ ଆହୂତି ଯେ ଦିଅନ୍ତି ବେଦବ୍ୟାସ ।୪୭।ଦିନକୁ ଦିନ ଅଗ୍ନିର ତେଜ ବିକାଶଇମନ୍ଦାଅଗ୍ନି ତାହାଙ୍କର ଶରୀରୁ ଛାଡ଼ିଯାଇ ।୪୮।ତେଜ ବିକାଶିଲା ଯେ ସପତ ବ୍ରହ୍ମାଣ୍ଡକୁସବୁଂକରି ବପୁ ପୁଷ୍ଟ ହୋଇଲା ଅଗ୍ନିଂକ ସକାଶକୁ ।୪୯।ଚତୁର୍ଥ ଯେ ପଞ୍ଚମ ଷଷ୍ଠ ଦିନ ଗଲାସପତ ଦିନ ୟେ ଅନ୍ତେ ପ୍ରବେଶ ହୋଇଲା ।୫୦।ରାତ୍ର ଦିବସରେ ଘୃତ ତିଳ ଯବଦାନ ପଡ଼ିଆ ନୋହିଲାଘୃତ ଖାଇ ଅଗ୍ନି ଦେବତା ସନ୍ତୋଷ ହୋଇଲା ।୫୧।ହବିର୍ଭାଗ ପାଇ ଦେବ ସନ୍ତୋଷ ହୋଇଲେଯୁଝେଷ୍ଠି ଦେବଂକୁ ବହୁ କଲ୍ୟାଣ ବାଞ୍ଛିଲେ ।୫୨।ଯହୁଂ ଦେବଗଣେ ଗଲେ ସନ୍ତୋଷକୁ ବହିଋଷିମାନେ ଆନନ୍ଦ ହୋଇଲେ ତାହା ଚାହିଁ ।୫୩।ସଭାଜନମାନେ ଦେଖି ହୋଇଲେକ ତୋଷସପତମ ଦିନେ ଧର୍ମଯାଗ ହେଲା ଶେଷ ।୫୪।ଅଗ୍ନି ଦେବତାୟେ ଦେଖି ହୋଇଲେ ହରଷପଞ୍ଚୁ ପାଣ୍ଡବନ୍ତ କଲ୍ୟାଣ କରନ୍ତି ଅଶେଷ ।୫୫।ୟେ ପଞ୍ଚୁ କଟକେ ଶତ୍ରୁମାରି ହୁଅ ତୁମ୍ଭେ ରାଜାତିନିପୁର ମଧ୍ୟେ ସବୁଠାରେ ପାଅ ପୂଜା ।୫୬।ଶତ୍ରୁ ମାରି ୟେ ପଞ୍ଚୁ କଟକେ ହୁଅ ୟେକଛତ୍ରୀୟେହୁ ଦେହ ଘେନି ସ୍ୱର୍ଗକୁ ଯାଉ ଯୁଝେଷ୍ଠି ନରପତି ।୫୭।ସର୍ବଦା ଦୟା ତୁମ୍ଭନ୍ତ କରନ୍ତୁ ନାରାୟଣୟେତେମତେ କଲ୍ୟାଣ ଯେ କଲେ ବଶ୍ୟାନର ପୁଣ ।୫୮।ରାଜଋଷି ଦେବଋଷିମାନେ ଆନନ୍ଦ ହୋଇଲେଯୁଝେଷ୍ଠି ଦେବଂକୁ ତହିଂ ଅନେକ ପ୍ରଶଂସିଲେ ।୫୯।ଅଗ୍ନି ଦେବତାୟେ ବୋଇଲେ ଶୁଣ ହେ ଅର୍ଜୁନଯାହା ସତ୍ୟ କରିଥିଲୁ ଅନ୍ୟଥା ନୋହିଲା ବଚନ ।୬୦।ତୋହରେଣ ସନ୍ତୋଷ ଯେ ହୋଇଲା ଶରୀରନିରୋଗ ହୋଇଣ ତୁହି ଥାଅ ଚିରକାଳ ।୬୧।ୟେତକ ବର ଦେଇଣ ଅଗ୍ନି ଦଇବତେଅନ୍ତର୍ଧ୍ୟାନ ହୋଇଣ ସେ ଗଲେ ତତକ୍ଷଣାନ୍ତେ ।୬୨।ୟେମନ୍ତେଣ ଧର୍ମଯାଗ ହୋଇଲା ସମାପତମୁନିମାନେ ବୋଇଲେ ଶୁଣ ହୋ ଯୁଝେଷ୍ଠି ନରନାଥ ।୬୩।ଆମ୍ଭନ୍ତ ମେଲାଣି ତୁମ୍ଭେ ଦିଅ ହୋ ନୃପମଣିନଇମିଷା ଅରଣ୍ୟକୁ ଆମ୍ଭେ ଯିବୁ ୟେହିକ୍ଷଣି ।୬୪।ଯୁଝଷ୍ଠିଂକ କରେ ଅର୍ଘ୍ୟପାତ୍ର ଦେଇଥିଲେ ମୁନିମାନେସଭାକୁ ଘେନିଣ ସେ ଯେ ଚଳିଲେ ବହନେ ।୬୫।ଆସ୍ତାନରେ ତଳେ ସେ ଯେ ମିଳିଲେ ଯୁଝେଷ୍ଠି ରାଜାଇଅର୍ଘ୍ୟ ଘେନି ଉଭା ହେଲେ ଧର୍ମଂକ ତନୟି ।୬୬।ଯୁଝେଷ୍ଠି ବୋଇଲେ ୟେଥେ ଅଛ ଦେବଋଷି ବ୍ରହ୍ମଋଷି ମାନେମହାରଥୀ ରାଜାମାନେ ବସିଅଛ ୟେଣେ ।୬୭।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନିହିଂ ଅଛଅର୍ଘ୍ୟପାତ୍ର କାହାକୁ ଦେବା କହିବା ପ୍ରତକ୍ଷ ।୬୮।ୟେମନ୍ତେଣ ତିନି ବେଳ ଡାକିଲେ ଯୁଝେଷ୍ଠିବୋଇଲେ ଗରିଷ୍ଠ ରାଜାମାନେ ତୁମ୍ଭେ ଅଛ ପରମେଷ୍ଠୀ ।୬୯।ନାରଦେ ବୀଣା ବଜାଇ ଆନନ୍ଦେ ହସିଲେବିଷ୍ଣୁ ଥାଉଂ ପାଦଅର୍ଘ୍ୟ କାହାକଇଂ ଦେବ ଭଲେ ।୭୦।ୟେସନେକ ବଚନ ଯେ ନାରଦଂକୁ ମୁଖୁଂ ଶୁଣିସନ୍ଥରାଜାମାନେ ଶୁଣି ଆନନ୍ଦ ହୋଇଲେ ପୁଣି ।୭୧।ଦୁଷ୍ଟ ରାଜାମାନେ ତୂନୀ ହୋଇ ରହିଲେସଭାଜନ ମାନଙ୍କର ଯହୁଂ ସୀଉକାର ଦେଖିଲେ ।୭୨।ନାରଦ ବୋଇଲେ ଦିଅ ଗୋବିନ୍ଦ ଚରଣେବହୁତ ପୁଣ୍ୟ ଅରଜିବୁ ପଣ୍ଡୁର ନନ୍ଦନେ ।୭୩।ଯେଉଂଣ ପାଦକୁ ବ୍ରହ୍ମା ପଖାଳି ନୁଆରିଲେଚଉରାଶି କାଠି ଗଙ୍ଗା ଯେଉଂ ଚରଣ ନଖ କୋଣରେ ଲୁଚିଲା ।୭୪।ତିବିକ୍ରମ ରୂପ ଯେ ଯେଉଂଣ ଶରୀରଦ୍ୱାଦଶ ଅଙ୍ଗୁଳି ଗୋଟି କାୟା ଯେ ତାହାର ।୭୫।ଯେ ପାଦରେ ସୁରନଦୀ ଗୋପ୍ୟାନ ହୋଇଲାଲଜ୍ଜାପାଇ ବ୍ରହ୍ମା ମଉନ ଭଜିଲା ।୭୬।ସେ ପାଦ ଧୋଇବାକୁ ଯୁଝେଷ୍ଠି ହୋଇଲୁ ଭାର୍ଜନପୂର୍ବଜନ୍ମର ବିପାକ ଖଣ୍ଡିଲୁ ହୋ ପଣ୍ଡୁର ନନ୍ଦନ ।୭୭।ଶ୍ରୀକୃଷ୍ଣ ଚରଣେ ଅର୍ଘ୍ୟ ଦିଲେ ଯୁଝେଷ୍ଠି ନୃପତିଦେଖିଣ ମୁନିମାନେ ଯେ ତୋଷ କଲେ ମତି ।୭୮।ଅର୍ଘ୍ୟ ପୁଜା ବିଧିମାନ ସେଠାରେ ସାରିଣ ବହନମୁନିମାନେ ବୋଇଲେ ଶୁଣ ଧର୍ମର ନନ୍ଦନ ।୭୯।ଯାଉଅଛୁ ୟେବେ ଆମ୍ଭେ ନ ରହିବୁ କ୍ଷଣେଯୁଝେଷ୍ଠି ବୋଇଲେ ଅବଧାନ ହୁଅ ମୁନିମାନେ ।୮୦।ସର୍ବଦାୟେ ମୋତେ ତୁମ୍ଭେ ଦୟା କରିଥିବତ୍ରିସନ୍ଧ୍ୟାୟେ ମୋତେ ଯେ କଲ୍ୟାଣ ବାଞ୍ଛିବ ।୮୧।ୟେତେ ବୋଲିଣ ଯୁଝେଷ୍ଠି ମୁନିଂକ ଚରଣେନମସ୍କାର ହୋଇଲେ ଶୋଇଣ କାର୍ପଣ୍ୟେ ।୮୨।ୟେ ଅନ୍ତେ ଜାରାସନ୍ଧ ମୃଗସେନ ବେନିରାୟେମେଲାଣି ମାଗିଲେ ଯେ ଯାହାର ରାଜ୍ୟଯାୟେ ।୮୩।ଅକ୍ଷତ ବିଧିମାନ ଯେ ଯାହାର ଆଣିଥିଲେଯୁଝେଷ୍ଠି ଦେବଂକୁ ଦେଇ ସନ୍ତୋଷେ ସମସ୍ତେ ଚଳିଗଲେ ।୮୪।ନାଗରାଜା ବାସୁକି ଯେ ଗୋବିନ୍ଦଙ୍କୁ ଚାହିଁବୋଇଲା ପାତାଳ ପୁରକୁ ଯାଉଅଛି ମୁହିଁ ।୮୫।ଯୁଝେଷ୍ଠି ଦେବ ତହୁଁ ଅନେକ କାର୍ପଣ୍ୟ ହୋଇଲେକୋଳାଗ୍ରତ କରିଣ ଅନେକ ଅକ୍ଷତ ତାଙ୍କୁ ଦିଲେ ।୮୬।ନାଗବଳ ଘେନିଣ ବାସୁକି ନାଗରାଣପ୍ରବେଶ ହୋଇଲେ ଯାଇ ପାତାଳ ଭୁବନ ।୮୭।ନକୁଳ ଆଗରେ ସେ ଯେ ମିଳିଲେକ ଯାଇଂବୋଇଲେ ଥିର କରି ପୃଥୀ ଛାଡ଼ ହୋ ପଣ୍ଡୁର ତନୟି ।୮୮।ୟେତେ ବୋଲି ବସୁକି ଶିରଗୋଟି ପାତିଲେକୋନ୍ତମୁନ ନକୁଳ ବାହାର କରି ନେଲ ।୮୯।ଥିର ହୋଇଣ ଯେ ରହିଲା ବସୁନ୍ଧରୀପୂର୍ବ ବିଧି କର୍ମରେ ଯେ ରହିଲା ସମ୍ଭାଳି ।୯୦।ଶୁଣ ହୋ ବିଲଂକା ରାଜା ଚଇତନ କହନ୍ତିୟେସନେକ ପ୍ରକାରେ ନକୁଳ କୋନ୍ତମୁନେ ପୃଥୀ ଧରନ୍ତି ।୯୧।ୟେହା ଶୁଣି ମନୁରାୟେ ସନ୍ତୋଷ ହୋଇଲେଛଡ଼ ଅର୍ଘ୍ୟ ଦେଇଣ ସେ ମୁନିଂକି ପୂଜା କଲେ ।୯୨।ୟେଥୁ ଉତ୍ତାରେଣ କିସ ହୋଇଲା ଗୋସାଇଂସଞ୍ଚପି କହିବା ମୋତେ ତୋଷମନ ହୋଇ ।୯୩।ଅଗସ୍ତି କହନ୍ତି ତୁ ହୋ ଶୁଣ ମନୁରାୟେଶ୍ରୀମହାଭାରତ ଶୁଣି ପାତକେ କର କ୍ଷୟେ ।୯୪।ବାସୁକି ରାଜା ସେ ଯେହୁଂ ପାତାଳ ପୁର ଗଲେନକୁଳ ସେ ଭୁବନରୁ ବାହାର ହୋଇଲେ ।୯୫।ବରୁଣାବନ୍ତ ରେ ଆସି ହୋଇଲେ ପରବେଶଦରଶନ କଲେ ଯାଇଂ ଧର୍ମଂକର ଶିଷ ।୯୬।ନମସ୍କାର କରି ସମସ୍ତ ଚରିତ କହିଲେଶୁଣିଣ ଯୁଝେଷ୍ଠି ଦେବ ଆନନ୍ଦ ହୋଇଲେ ।୯୭।ନକୁଳକୁ ଦେଖିଣ ଯେ ଶ୍ରୀହରି ପଚାରନ୍ତିଶ୍ରୀ ହରି ଚରଣେ ନକୁଳ ପ୍ରଳମ୍ବ କରନ୍ତି ।୯୮।କୋନ୍ତମୁନେ ବାବୁ ଧଇଲୁ ତୁ ପୃଥୀସପତ ବ୍ରହ୍ମାଣ୍ଡେ ତୋତେ ଜିଣନ୍ତା ନାହିଂ ଛତ୍ରୀ ।୯୯।ନକୁଳ ବୋଇଲା ସ୍ୱାମୀ ତୋହର ପରସାଦେତେଣୁ କରି ପୃଥୀ ସିନା ଧଇଲି ମୁଂ ହାତେ ।୧୦୦।ଭୀମ ଅରଜୁନକୁ ଯେ ନକୁଳ ଓଳଗିଲେନକୁଳ ଚରଣେ ସହଦେବ ଯେ ନମିଲେ ।୧୦୧।ଶୁଣି ତାହା ସଭାଜନେ ସନ୍ତୋଷ ହୋଇଲେକୁରୁବଂଶ ଶୁଣି ୟେହା ମନରେ ଭୟ କଲେ ।୧୦୨।ମାନଗୋବିନ୍ଦ ଯେ ଗଲା ହସ୍ତିନା ଭୁବନକୁସମସ୍ତ କହିଲା ଯାଇଂ ଧୃତି ଯେ ରାଷ୍ଟଂକୁ ।୧୦୩।ଯାଗର ବିଧାନ ଯେ ସମସ୍ତ କହିଲାକୋନ୍ତମୁନେ ନକୁଳ ଯେ ପୃଥିବୀ ଧଇଲା ।୧୦୪।ସାତଦିନ ପରିଯନ୍ତେ କୋନ୍ତେ ଧଇଲା ବସୁନ୍ଧରୀଧୃତିରାଷ୍ଟ୍ର ବୋଇଲେ ନୁଆରିବି ରକ୍ଷାକରି ।୧୦୫।ୟେଥୁ ଅନନ୍ତରେ ତୁ ହୋ ଶୁଣ ମନୁ ମହାରାଣପବିତ୍ର ଆଛ୍ୟାନ ୟେ ଯେ ଶ୍ରୀମହାଭାରତ ପୁରାଣ ।୧୦୬।ପଢନ୍ତେ ଶୁଣନ୍ତେଣ ଖଣ୍ଡଇ ଦୁର୍ଗତିରାଜଦ୍ୱାରେ ସେହୁ ଯେ ପୂଜାପାୟେ ନିତି ।୧୦୭।ଶତ୍ରୁ ବିପତ୍ତି ତାକୁ ନ ପଡ଼ଇ ଢାଳେରୋଗ ବ୍ୟାଧି ନ ଲାଗଇ ଶୁଣନ୍ତେ ଶ୍ରବଣରେ ।୧୦୮।ମନୁ କହନ୍ତି ଯେ ଚଇତନ ଶୁଣଇୟେଥୁ ଉତ୍ତାରେଣ କିସ ଚରିତ ହୋଇଲା ଗୋସାଇଂ ।୧୦୯।ଅଗସ୍ତି ବୋଇଲେ ତୁ ହୋ ଶୁଣ ମହାରାଣମେଲାଣି ମାଗିଲେ ଉଗ୍ରସେନ ଯେ ରାଜନ ।୧୧୦।ସାତବଂଶ ଘେନିଣ ଯେ ଉଗ୍ରସେନ ରାଜାଯୁଝେଷ୍ଠି ଅକ୍ଷତ ଦେଇ କଲେ ତାକୁ ପୂଜା ।୧୧୧।ମେଲାଣି ହୋଇଣ ତହୁଂ ଉଗ୍ରସେନ ଗଲାମଥୁରା ପୁରେ ଯାଇ ପ୍ରବେଶ ହୋଇଲା ।୧୧୨।ବଳରାମ ବୋଇଲେ ହୋ ଆମ୍ଭେ ଯିଂବୁ ଚଳିସାତଦିନ ହୋଇଲା ଅଇଲି ଆମ୍ଭେ ରଜ୍ୟ ଛାଡ଼ି ।୧୧୩।ବଳରାମକଇଂ ଯୁଝେଷ୍ଠି ଦେବ ନମସ୍କାର କଲେଛଡ଼ଅର୍ଘ୍ୟ ଦେଇଣ ଯେ ଚରଣେ ନମିଲେ ।୧୧୪।ଶ୍ରୀହରି ପୁତ୍ରମାନନ୍ତ ଘେନିଣ ବଳରାମ ଗଲେଦ୍ୱାରାବତୀ ଭୁବନେ ଯାଇଣ ହୋଇଲେ ।୧୧୫।ଦ୍ରୋପଦ ରାଜା ବୋଇଲେ ଯୁଝେଷ୍ଠିଂକି ଚାହିଂମେଲାଣି ଦିଅ ମୁକୁ ମୁଂ ଯିବଂଇ ବେଗ ହୋଇ ।୧୧୬।ଅକ୍ଷତ ପ୍ରକାରେ ଯେ ଅନେକ ଧନ ବସ୍ତ୍ର ଦିଲେନମସ୍କାର କରିଣ ଚରଣେ ନମିଲେ ।୧୧୭।କଲ୍ୟାଣ କରିଣ ଯେ ଦ୍ରୋପଦ ରାଜା ଗଲେପାଞ୍ଚାଳ ରଜ୍ୟେ ଯାଇଂ ପ୍ରବେଶ ହୋଇଲେ ।୧୧୮।ଭାନୁମତ ରାଜା ତହିଂ ଯୁଝେଷ୍ଠିଂକି ଚାହିଂଣବୋଇଲେ ମେଲାଣି ଆମ୍ଭନ୍ତ ଦିଅ ୟେହିକ୍ଷଣ ।୧୧୯।ବହୁତ ଅକ୍ଷତ ଭାନୁମତ ରାଜନ୍ତ ଦେଇମେଲାଣି ଦିଲେ ଯେ ଯୁଝେଷ୍ଠି ନରସାଇଂ ।୧୨୦।ମେଲାଣି ପାଇ ଭାନୁମତ ରାଜ୍ୟେ ଯାଇଂ ହୋଇଲେ ପରବେଶଶୁଣିଲୁଟି କିହୋ ମନୁ ୟେ ଅପୂର୍ବ ଦିବ୍ୟରସ ।୧୨୧।ଶ୍ରୀହରି କହନ୍ତି ଯେ ଯୁଝେଷ୍ଠି ଅର୍ଜୁନନ୍ତ ଚାହିଂସମସ୍ତ କାର୍ଯ୍ୟ ନିର୍ଭା କଲୁ ତ ୟେଥେଂ ରହି ।୧୨୨।ଗୋବିନ୍ଦଂକ ବଚନେ ଯୁଝେଷ୍ଠି ବୋଇଲେ ଶୁଣନାରଦେ ଅଛନ୍ତି ତାଂକୁ ମେଲାଣି ଦିଅ ୟେହିକ୍ଷଣ ।୧୨୩।ନାରଦଂକୁ ହକାରି ବୋଇଲେ ଦାମୋଦରୟେବେ ସ୍ୱର୍ଗ ଭୁବନକଇଂ ତୁମ୍ଭେ ଚଳସି ମୁନିବର ।୧୨୪।ତୁମ୍ଭର କଲ୍ୟାଣେ ଆମ୍ଭେ କାର୍ଯ ସିଦ୍ଧ ହେଲାତୁମ୍ଭର ବଚନେ ୟେ ଯାଗ ଯେ ସମ୍ପୂର୍ଣ୍ଣ ହୋଇଲା ।୧୨୫।ୟେସନେକ ବଚନ ଶୁଣି ନାରଦ ମହାମୁନିବଇକୁଣ୍ଠ ପୁରକୁ ଯେ ଚଳିଲେ ତତକ୍ଷଣି ।୧୨୬।ଶ୍ରୀହରି ଯୁଝେଷ୍ଠି ଚାରି ଭାଇ ସହିତେନମିଲେ ମୁନିଂକର ଚରଣ ଅଗ୍ରତେ ।୧୨୭।ସ୍ୱର୍ଗ ପୁରେ ମୁନି ଯେ ହୋଇଲେ ପ୍ରବେଶଶ୍ରୀହରି ଚରଣେ ଶରଣ କବି ସାରଳା ଦାସ ।୧୨୮।ୟେଥୁ ଅନନ୍ତ ରେ ପ୍ରଭୁ ନାରାୟଣଯୁଝେଷ୍ଠିଂକି ଚାହିଣ ବୋଇଲେ ମେଲାଣି ଦିଅ ଆମ୍ଭେ ଯିବୁଦ୍ୱାରାବତୀ ଭୁବନ ।୧୨୯।ୟେତେ କହି ଶ୍ରୀହରି ଗରୁଡ଼କୁ ସୁମରଣା କଲେରମ୍ୟେକ ଦ୍ୱୀପେ ଥାଇ ୟେହା ଗରୁଡ଼ ଜାଣିଲେ ।୧୩୦।ତତକ୍ଷଣେ ଅଇଲେ ଯେ ବିନିତା ନନ୍ଦନଶ୍ରୀକୃଷ୍ଣଂକୁ ଆସି ସେହୁ କଲେକ ଦରଶନ ।୧୩୧।ଯୁଝେଷ୍ଠିଂକ ଚରଣ ରେ ଶ୍ରୀହରି ନମସ୍କାର କଲେଭୀମ ଅର୍ଜୁନ ନକୁଳ ସହଦେବ ଗୋବିନ୍ଦଂକ ଚରଣେ ନମିଲେ ।୧୩୨।କଲ୍ୟାଣ କରଣ ଯେ ଚଳିଲେ ଭଗବାନପ୍ରବେଶ ହୋଇଲେ ଯାଇଂ କୁଶସ୍ଥଳି ଭୁବନ ।୧୩୩।ଗରୁଡୁଂ ଉତୁରି ହରି ଭିତରକୁ ଗଲେରୁକ୍ମିଣୀ ସତ୍ୟଭାମା ମୂଳେ ଅଷ୍ଟପାଟବଂଶୀ ଦର୍ଶନ ଆସି କଲେ ।୧୩୪।ଯାଗର ଚରିତ ସବୁ କହିଲେ ଦାମୋଦରକୋନ୍ତମୁନେ ପୃଥିବୀ ଧଇଲା ନକୁଳ କୁମର ।୧୩୫।ଶୁଣି ପାଟବଂଶୀ ମାନେ ହରଷ ହୋଇଲେୟେ ସବୁ ଭିଆଣ ଆପଣେ ସିନା କରିଛ ବୋଇଲେ ।୧୩୬।ଗୋବିନ୍ଦ ନିଚିନ୍ତଣ ଦ୍ୱାରିକାରେ ରହିଲେୟେଥୁ ଅନନ୍ତ ରେ ମନୁ ପଚାରିଲେ ।୧୩୭।ଧର୍ମ ଯାଗ ଚରିତ ଶୁଣିଲି ଶ୍ରବଣେପଣ୍ଡୁ ପାଞ୍ଚପୁତ୍ର ରହିଲେ ବାରୁଣବନ୍ତ ସ୍ଥାନେ ।୧୩୮।ୟେଥୁ ଉତ୍ତାରେଣ ପୁଣ ହୋଇଲାକ କିସୟେହା ବିଶେଷିଣ ମୋତେ କହୁ କୁମ୍ଭଋଷି ଶିଷ ।୧୩୯।ଅଗସ୍ତି କହନ୍ତି ତୁ ହୋ ଶୁଣ ମନୁରାଣୟେହାପରେ ହେଲା ଯେବଣ କାରଣ ।୧୪୦।କହ ମୁନି ମୋତେ ତୋଷଚିତ୍ତ ହୋଇଦୁଧ ଦେଇ ଘୃତ ମୋତେ ଅଛ ହୋ ଲୁଚାଇ ।୧୪୧।ନମସ୍ତେ ବିମଳା ମାଗୋ ନମୋ ନାରାୟଣିସଂସାର ଜନେ ମା ଗୋ ତୋ ନାମ ବଖାଣି ।୧୪୨।ଦୁର୍ଗତି ଖଣ୍ଡନୀ ମା ଗୋ କମଳ ଆସନୀଅରକ୍ଷିତ ଜନଂକର ଦୁଖ ବିନାଶିନୀ ।୧୪୩।ନିତ୍ୟେହେଂ ତୋର ନାମ ଯେହୁ କରଇ ସୁମରଣନାନା ଦୁର୍ଗତି ତାହାର ହୋଅଇ ଖଣ୍ଡଣ ।୧୪୪।ସୁଦୟା ଚିତ୍ତେ ମାଗା ଦୟାକର ମୋତେସାରଳା ଦାସ କୁ ଗୋ ରଖ ଜଗତର ମାତେ ।୧୪୫।ଜୟ ଜୟ ସର୍ବ ମଙ୍ଗଳା ଗୋ ସଂକଟ ତାରିଣୀକାକଟପୁରେ ମାଡ଼ିଣ ଗୋ ବସିଛୁ ଗୋସାମଣୀ ।୧୪୬।ପ୍ରାଚୀନଦୀ ତୀରେ ପୂର୍ବ କୋଣେ ସ୍ଥିତିନିତ୍ୟେହେଂ ପୋଢୁଅ ବୋଦାବଳି ଖାଉ ଭଗବତୀ ।୧୪୭।ରାଜା ଘରେ ତୋତେ ଯେ ଭୋଗ ଖଞ୍ଜା ନାହିଂସଂସାର ଜନକୁ ଗୋ ମୋହି ଖାଉ ତୁହି ।୧୪୮।ମଇଂଷାସୁର ନାଶ ଗଲା ତୋହର ବୁଦ୍ଧିବଳେରକତବୀର୍ଯ୍ୟକୁ ଭକ୍ଷିଲୁ ପକାଇ ଖପରେ ।୧୪୯।ଅସୁର ବିନାଶିନୀ ମାଗୋ ନାମ ତୋ ଯିଘ୍ନସେନୀଦୁଷ୍ଟ ଜନନ୍ତ ନାଶି ସ୍ଥିର କଲୁ ମେଦିନୀ ।୧୫୦।ମୁହିଂ ଯେ ଅରକ୍ଷିତ ଅଟଇ ସାରୋଳା ଦାସଜନ୍ମେ ଜନ୍ମେ ତୋହର ଚରଣକୁ ମୋର ଆଶ ।୧୫୧।ଜୟ ତୁ ନାରାୟଣ ବିଜୟେ ଶବରୀବନକ୍ରୀଡ଼ା ରଙ୍ଗେଣ ଅରଣ୍ୟେ ବେଣ୍ଟକରି ।୧୫୨।ଅଜମିତ କିରାତର ଝିଅ ଯେ ମାଳତିତାହାକୁ ବିଭା ହେଲୁ ନାଥ ସମ୍ଭରେ ମେଳ ମତି ।୧୫୩।ସ୍ୱାମି ମଉଳି ଶୋଭାବନ ଯାହାର କବରୀଗୁଞ୍ଜରା ଗୁଞ୍ଜମାଳି ଲଲାଟେ କସ୍ତୁରୀ ।୧୫୪।ମାଳତୀର ବଲ୍ଲଭ ଶବରୀ ନାରାୟଣଶୂଦ୍ରମୁନି ସାରୋଳା ଦାସ ତା ଚରଣେ ଶରଣ ।୧୫୫।ଜୟତୁ ନାରାୟଣୀ ଗୋ ଅନାଦି ଶକତିପରମ ବଇଷ୍ଣବୀ ତୁହି ଅଟୁ ଜଗଦ୍ଧାତ୍ରୀ ।୧୫୬।ତୋହର ବୁଦ୍ଧିବଳେ ମଇଂଷାସୁର ନାଶିଶୁମ୍ଭ ନିଶୁମ୍ଭନ୍ତ ତୁ ମାଇଲୁ ବିଶ୍ୱାସୀ ।୧୫୭।ଧନୁ ଧରିଣ ତୁ ଚଣ୍ଡ ଯୁଦ୍ଧର କାଳେ ମାୟେଧନୁ ଧଇଲୁ ତୁ ଗୋ ଚଉଦ ମନୁ ଯାୟେ ।୧୫୮।ଯହୁଂ ରକତବୀର୍ଯ୍ୟ ତୁ କଲୁ ଦେବୀ ଧ୍ୱଂସତାହାର ରକତ ଜନ୍ମିଲା ସେ ଉପୁଜିଲା ବଂଶ ।୧୫୯।ମାରି ଚିନ୍ତା କଲୁ ନ ମଲା ସେ ଯହୁଂଚଉଦ ମର୍ଭୁତ ଚଣ୍ଡି ଜାତ କାଲୁ ତହୁଂ ।୧୬୦।ୟେତେ ବଡ଼ ଅସୁରକୁ କିଞ୍ଚିତେ ନାଶିଲୁସୁର ନର ମାନଂକର ଭୟ ନିବାରିଲୁ ।୧୬୧।ତେଣୁ କରି ରକତ ନାଶେନି ବୋଲି ତୋତେଦାନବ କୁଳ ଧ୍ୱଂସିନିୀ ଗୋ ଦୟା କର ମୋତେ ।୧୬୨।ତୋହର ଚରଣକୁ ଆଶ୍ରେ କରି ମୁହିଂଭାରଥ ରଚିବାକୁ ମନରେ ବିଚାରଇଂ ।୧୬୩।ତୁ ଦେବୀ ସୁଦୟା କଲେ ପାଇବି କାରଣମନୁଷ୍ୟ ଯୋନିରେ ମୁଂ ହୋଇଛି ବରଣ ।୧୬୪।ମୁର୍ଖ ଅପଣ୍ଡିତ ଯେ ମୁଂ ନ ଜାଣଇଂ କିଛିତୋହର ଚରଣକୁ ମୁଂ ଆଶ୍ରେ କରିଅଛି ।୧୬୫।ସାରୋଳା ରୂପେ ତୁ ମୋତେ କହିଲୁ ଗୋ ଗ୍ରନ୍ଥତେଣୁ କରି ଜଗତେ ମୋତେ ବୋଲନ୍ତି ପଣ୍ଡିତ ।୧୬୬।ମୋହର ଜନ୍ମେ ମୁହିଂ ବିଦ୍ୟା ପଢିନାହିଂସୁଜନ ଜନମାନଂକ ସଙ୍ଗତେ ନ ଥାଇ ।୧୬୭।ପଣ୍ଡିତ ଜନଂକର ନ ବସିଲି ସଙ୍ଗେପଶାଯୂତ ଶକଟାରେ ବୁଲିଲି ନାନାରଙ୍ଗେ ।୧୬୮।ତୁହି ଯେ ସୁଦୟା କଲୁସି ଗୋ ମାୟେତେଣୁ କରି ସୁଜନ ମୋତେ ବୋଲନ୍ତି ସଭିୟେ ।୧୬୯।ୟେବେ କରୁଣା କଲୁ କହିବି ଭାରଥଆଗୋଚର ଦିଶିଲା ମୋତେ ମଧ୍ୟପର୍ବର ଅର୍ଥ ।୧୭୦।ୟେଣୁ ଗୋ ନାରାୟଣୀ ମୁହିଂ ଆଶ୍ରେ କଲି ତୋତେଅଇଲାକ ମାୟା ଡରାଉ ଗୋ ମୋତେ ।୧୭୧।ତୋହୋର ସୁଦୟା ରୁ ଭୟ ନାହିଂ ଚିତ୍ତେଶୂଦ୍ରମୁନି ସାରୋଳା ଦାସ ନମଇଂ ପାଦଗତେ ।୧୭୨।