ତ୍ରୟୋଦଶ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରୟୋଦଶ ଛାନ୍ଦ
ମାଳିନୀର ବେଶ ବର୍ଣ୍ଣନ(ରାଗ-କଉଶିକ, ମୁନିବର ବାଣୀରେ ଗାଇବ)ଏଥୁ ଅନନ୍ତରେ ରସ, ଶୁଣ ହେ ମାଳିନୀ ବେଶ,ଟଭାଫାଳ ପରି ଖୋଷା ଖୋଷିଛି ଯୋଷା ଯେ ।୧ ।ଗର୍ଭକ କଲା ଚଉଁରୀ, ପ୍ରକାଶେ ରତ୍ନ ଭଉଁରି,ଖଞ୍ଜିଅଛି ଗୋଟି ଚମ୍ପା, ଧଇର୍ଯ୍ୟ କମ୍ପା ଏ ।୨ ।ଅନ୍ଧାର ନିଶାରେ ନଭେ, ନିର୍ମଳ ତାରା କି ଶୋଭେ,ଦିଶଇ ତେମନ୍ତେ ପରା, ଲୋଚନ କାରା ଏ ।୩ ।ଏଥକୁ କେଶ ତ୍ରିଭଙ୍ଗେ, ଧାରା ଦେଖାଇଛି ମାଙ୍ଗେ,ଘନ ରାହୁ ଭୃଙ୍ଗଶ୍ରେଣୀ, ଅଛି କି ଜିଣି ଏ ।୪ ।ଲଲାଟେ ଚନ୍ଦନ ଚିତା, ସିନ୍ଦୂର ବିନ୍ଦୁ ଶୋଭିତା,ଚନ୍ଦ୍ର କୋଳେ କି ସବିତା, ଏହି ଭଙ୍ଗି ତା ଏ ।୫ ।ଶ୍ରବଣେ ଚାରୁ କୁଣ୍ଡଳ, ଦୋହଲେ ଗଣ୍ଡମଣ୍ଡଳସୁବର୍ଣ୍ଣ ପାଶୀ ଉପରେ ଚିତ୍ତକୁ ହରେ ଏ ।୬ ।ଫୁଲଗୁଣା, ମାଠଗୁଣା କରଇ ବିବେକବଣା ନାସାପୁଟକେ, ପୁଟକେ ଥାଇ ଝଟକେ ଏ ।୭ ।ଲାଞ୍ଜି ବିହୀନେ କଜ୍ଜଳ ନୟନେ ଦିଶେ ଉଜ୍ଜ୍ୱଳ,ପଦ୍ମେ କି ଭ୍ରମର ଖେଳା ତେମନ୍ତେ ଡୋଳା ଏ ।୮ ।କଣ୍ଠେ ସୁନାକଣ୍ଠି ମାଳି, ପ୍ରବାଳେ ହୋଇଛି ଝଳି,ପଛକୁ ରୁଚିର ଫୁଲି, ମାନସ ଭୁଲି ଏ ।୯ ।ଉଚ୍ଚ ଘଞ୍ଚ କୁଚ ବେନି, ହେଲା ଦିନୁ ଯଉବନୀ,ଦେଖିତ ନାହିଁ ଅବନୀ, ଲୋଚନ ବେନି ଏ ।୧୦ ।ମାରିବାକୁ ଯୁବ କୁଳ, କାମ କରି ଅନୁକୂଳଟେକିଛି କି ଶାଢ଼ି ଘେର ତଥା ସୁନ୍ଦର ଏ ।୧୧ ।ବିଦମାଳା ପାଟବତ୍ର ତାଡ଼ରେ ଭୁଜ ଦୀପିତ,କାମ ଆଦି ଖଡ଼ୁବାହୀ ହସ୍ତରେ ଶୋହି ଏ ।୧୨ ।ବାମକରର ଅଙ୍ଗୁଳି, ତ୍ରିସରି ମୁଦିରେ ଝଳି,ଚରଣକେ ବଳା ପଟେ, ନାଦ ପ୍ରକଟେ ଯେ ।୧୩ ।ପ୍ରପଦରେ କଂସାମୁଦି, ଶବଦେ ଧଇର୍ଯ୍ୟଖେଳି, ବେଢ଼ରେ ଅଳତା ଚିତ୍ର ବିଚିତ୍ର ଯେ ।୧୪ ।ବ୍ୟକ୍ତି ବିଞ୍ଚଣି ପଣନ୍ତ, ଉର ଉପରେ ଲମ୍ଫିତ,ବନ୍ଧନ ଛନ୍ଦନ ନୀବୀ, ମୋହନ ଛବି ଯେ ।୧୫ ।ସ୍ତନଊର୍ଦ୍ଧ୍ୱେ କଣ୍ଠ ତଳେ, ମଣିବନ୍ଧ କରମୂଳେ,ପାଦପରେ ଚିବୁକରେ, କି ମୋହନର ଯେ ।୧୬ ।ହରିତାଳୀ କାଳୀ ଚିତା, ଉକୁଟାଇଛି ବନିତା,ଦେହ ତ ଅତ୍ୟନ୍ତ ଗୋରା, ତହିଁକି ତୋରା ଯେ ।୧୭ ।ନୋହେ ଉଚ୍ଚ ଖର୍ବ ଅତି, କଥା ଏ ନୋହେ ଯୁବତୀ,ପୀନ ନୋହି କ୍ଷୀଣ ନୋହି, ଏମନ୍ତ ଦେହୀ ଯେ ।୧୮ ।ବିବର୍ଜିତ ଗଣ୍ଠି ଶିରା, ପାଚିଲା ରସାଳ ପରା,ବୟସ ଷୋଳ ସତର, ଏଥି ଭିତରେ ଯେ ।୧୯ ।କୁସୁମ ଚାଙ୍ଗୁଡ଼ା କରେ, ଗୋଡ଼ାଇଛନ୍ତି, ଗୋଡ଼ାଇଛନ୍ତିଭ୍ରମରେ, ଗଜ ପରାୟେ ମନ୍ଥର, ଗମନ ତାର ଯେ ।୨୦ ।
ପଣତ ଦେଇଛି ଶିରେ, ଧରିଛି ଦକ୍ଷିଣ କରେ,
ମୁଖ ହସିଲାର ପ୍ରାୟେ, କି ଶୋଭାପାଏ ଯେ ।୨୧ ।
ମନ୍ତ୍ରୀ ସୁତା ଆଗେ ନେଇ, ସୁମନ ସମ୍ଭାର ଥୋଇ,
ଧୀରେ ହର ଉମା ଆଜ୍ଞା, କହିଲା ବିଜ୍ଞା ଯେ ।୨୨ ।
ସତ କି ବୋଲି ପଚାରି, କେତକୀଜିତ ଗଉରୀ,
ଛାମୁଁକୁ ନେଇ ସତ୍ୱରେ, ପ୍ରମୋଦ ଭରେ ଯେ ।୨୩ ।
ବୋଲେ ଜେମା ହୁଅ ଅପୂର୍ବ, ବିଧାନ,
କହୁଛି ଚତୁରୀ ଆସି, ସୁଧା ବରଷି ଯେ ।୨୪ ।
ରାମା ଶୁଣି ବୋଲେ ବସ, କେମନ୍ତେ କଥା ସେ
ଭାଷ, ପୁଣି ଆରମ୍ଭିଲା ତହିଁ ମାଳିନୀ ଯେ ।୨୫ ।
ତୋ ଖଟଣୀ ଫଳ ମୋର, ଏଣୁ ଭଲ ବାଞ୍ଛା ତୋର,
ବରକୁ ମୁଁ କହୁଥାଇଁ, ହରେ ଜଣାଇଁ ଯେ ।୨୬ ।
ଗଲା କାଲି ଚତୁର୍ଦ୍ଦଶୀ, ହୋଇଥିଲି ଉପବାସୀ,
ଦେଉଳ ଭିତରେ ଯାଇଁ, ଜାଗର ଦେଇ ଯେ ।୨୭ ।
ବସିଥିଲି ଉଜାଗରେ, ରଜନୀ ଅଛି ପହରେ,
ଅଳପ ଆସିଲା ଢୋଳ ଏମନ୍ତ ବେଳ ଯେ ।୨୮ ।
ଈଷିତେ କଥା ସୁମରି, ଏକ୍ଷଣି ରୋମ ଟାଙ୍କୁରି,
ଶିରେ ଜଟା ଅର୍ଦ୍ଧ ଶଶୀ, ମଞ୍ଜୁଳ ଦିଶି ଯେ ।୨୯ ।
କୁନ୍ଦ କ୍ଷୀର ଦର ରୁଚି, ତେଜ ଗଞ୍ଜି ତହିଁ ଶୁଚି,
ହୋଇଛନ୍ତି ଦିଗମ୍ବର, ଭସ୍ମ ଧୂସର ଯେ ।୩୦ ।
ପାର୍ବତୀଙ୍କୁ ବାମ କରେ, ଧରିଅଛନ୍ତି ସ୍ନେହରେ,
ଦକ୍ଷିଣ କରରେ ବେତ୍ର, ବିଜେ ତ୍ରିନେତ୍ର ଯେ ।୩୧ ।
ସେ ବେତ୍ର ମୋତେ ଛୁଆଇଁ, ତକ୍ଷଣେ ମୋ ଚେତା
ହୋଇ, ଚାହିଁ ଶିବା ଶିବ ରମ୍ୟ, କଲି ପ୍ରଣମ୍ୟ ଯେ ।୩୨ ।
ମୁଖ ମୃଦୁହାସେ ପୂର୍ଣ୍ଣ, କଲେ ମୋତେ ଅବଧାନ,
ନୃପଜା ପାଇଁ ତୁ ମୋତେ, ଜଣାଉ ନିତ୍ୟେ ଗୋ ।୩୩ ।
ଚନ୍ଦ୍ରମୁଖୀ ଏ ନିଶାରେ, ଶୋଇଥିଲା ଚନ୍ଦ୍ରକରେ,
ମୋର ଆଜ୍ଞାରେ ଯୋଗିନୀ, ପୁରୁଷେ ଘେନି ଯେ ।୩୪ ।
ପ୍ରବେଶ ବାଳା ପାଶର, ଚିହ୍ନାଇ ଦେଇ ଅନ୍ତର,
ସେ ପୁଣି ନିଦ୍ରା ଭାଙ୍ଗିଲା, ବିନୟୀ ହେଲା ଯେ ।୩୫ ।
ରାମା ସୀଉକାର ବେଳେ, ଆଲିଙ୍ଗନ ହେବା କାଳେ,
ଯୋଗିନୀ ମାୟାର ବଶ, ହରିଲା ପୁଂସ ଯେ ।୩୬ ।
ଏଣୁ ବହୁତ ବ୍ୟଥିତ, ହେଉଛି ଜେମାର ଜାତ,
ତୁ ଯାଇ କହ ବାଳାକୁ, ଲଭିବ ତାକୁ ଯେ ।୩୭ ।
ମୁଁ ପୁଚ୍ଛା କଲି ଏମନ୍ତ, କେଉଁ ରାଜାର ସେ ସୁତ,
ନାମ ତାର କିସ ପୁଣି, କହିଲେ ଶୁଣ ସେ ।୩୮ ।
କର୍ଣ୍ଣାଟ କାଞ୍ଚିନଗରେ, ଶଶିଶେଖର କୋଳରେ,
ହୋଇଅଛି ସେ ଜନମ, ଲୋକାଭିରାମ ଯେ ।୩୯ ।
ଚନ୍ଦ୍ରଭାନୁ ତାର ନାମ, କାମିନୀ ମୋହନ କାମ,
ରମଣୀ ତାକୁ ପାଇବ, ସୁଖୀ ହୋଇବ ଯେ ।୪୦ ।
ସାଧୁକୁଳ ବ୍ରହ୍ମଚାରୀ, ପରବେଶ କାଲି ପରି,
ଘେନି ତାହାର ସନ୍ଦେଶ, ହେବ ଏ ଦେଶ ଯେ ।୪୧ ।
ଏତେ ଆଜ୍ଞାଦେଇ ହର, ହୋଇଲା ବେଳୁଁ ଅନ୍ତର,
ଆଉ ମୋତେ ନିଦ୍ରା ନାହିଁ, ଅଇଲି କହି ଯେ ।୪୨ ।
ନାମ ଶ୍ରବଣେ ତାହାର, ହେଲା ଚନ୍ଦ୍ର ଦିବାକର,
ସଂଶୟ ଅନ୍ଧାର ଦୂର, କଳଶ ତାହାର ଯେ ।୪୩ ।
ପୁଣି ସେ ଜଳ ପରାୟେ, ଆଶାତରୁ ପଲ୍ଳବାଏ,
ପ୍ରମୋଦ ପଦ୍ମ ପ୍ରକାଶେ, ରବି ସଦୃଶେ ଯେ ।୪୪ ।
ଶୁଣି ଯଥା ଘନଘୋଷ, ତୃଷାର୍ତ୍ତ ଚାତକ ତୋଷ,
ବରଷିବ କରି ମତି, ହୋଇ ନୃପତି ଯେ ।୪୫ ।
ତୃଷାର୍ତ୍ତ ଚାତକ ତୋଷ, ବରଷିବ କରି
ମତି, ହୋଇ ନୃପତି ଯେ ।୪୫ ॥
କେବଣ ଚକୋର ମୋହୀ, କର୍ପୂରକଢ଼କୁ ଚାହିଁ,ସେ ଚନ୍ଦ୍ର ପାଇଲେ ଯଥା, ତଥା ଏକଥା ଯେ ।୪୬ ।ଚୂତ ହେଲେ ପଲ୍ଲବିତ, ଭାବି ହେବେ ମୁକୁଳିତ,ପିକ ଯଥା ଆନନ୍ଦିତ, ହେଲେ ତେମନ୍ତ ଯେ ।୪୭ ।ସନ୍ନିପାତର ନାଟିକା, ଲାଗିଲେ ଯଥା ତାଟକା,କିଛି କିଛି ହୋଏ ଭିନ୍ନ, ତେମନ୍ତ ମନ ଯେ ।୪୮ ।ବାଳକ ପରାୟ ହୋଇ, ପୁଚ୍ଛା କଲେ ତାହି ତାହିମାଳିନୀକି କଲେ ଦାନ, ରତ୍ନବସନ ଯେ ।୪୯ ।ଗିରିଜା ନିମିତ୍ତେ ପୁଣି, ଦେଲେ ସେ ଚିତା କାଚ୍ଛେଣୀ,ଖଞ୍ଜିଲେ ମନ୍ଦାରମାଳୀ, ଉପନ ବଳି ଯେ ।୫୦ ।ଶମ୍ଭ ଅଙ୍ଗେ ଗୋ ଦୋହନ, ପାଇଁ ଦେଲେ ଧେନୁଦାନ, ବିଲ୍ୱପତ୍ର ଜଳଶାୟୀ, ଭୋଗର ପାଇ ଯେ ।୫୧ ।ବରାଟକ ଦେଲେ ଗଣି, ନାଗ ଚନ୍ଦ୍ର ପାଇଁ ପୁଣି,ସୁବର୍ଣ୍ଣ ବଣିକ କରେ, ଦେଲେ ସତ୍ୱରେ ଯେ ।୫୨ ।ଚତୁରାକୁ କହେ ଜେମା, ଜଣାଇବ ହର ଉମା,ଛାମୁରେ ବାଣୀ ଏମନ୍ତ, ମୋର ଶପଥ ଗୋ ।୫୩ ।ଯେବେ ଲଭିବି ସେ ଯୁବା, ମୋ ଜୀବ ଥିବାରେସେବା, ବିଘ୍ନ ହିଁ ନୋହିବ ଦିନେ, ବିଧି ବିଧାନ ଯେ ।୫୪ ।ନ ଥିଲେ ଲଭିବା ଯୋଗ, ମରଣ କରିବେ ବେଗ,ମୋ ଭୂଷା ଚମ୍ପା ଚଢ଼ାଇ, ପୂଜିବେ ସହି ଯେ ।୫୫ ।ପୁଣିବୋଲେ ସହଚରୀ, ଆତୁର ନୁହ ସୁନ୍ଦରୀ,ଦୁଇକରେ ଭୁଞ୍ଜେ ଭୋଗୀ, ହେଳେ କି ସୁଖୀ ଗୋ ।୫୬ ।ପକ୍ଷୀ ପକ୍ଷ ଥିଲେ ପାଇ, ଶକ୍ୟାନୁରୂପେ ଗମଇ,ହେଲାଣି ଏ କାର୍ଯ୍ୟ ପୂର୍ଣ୍ଣ, ସୂଚକମାନ ଗୋ ।୫୭ ।ଦିଶୁଛି ବିଧି ସୁମୁଖ, ସ୍ୱପ୍ନ, ସତ୍ୟ ହେଲା ଦେଖ,କିଛିକାଳ ଧର ଧୈର୍ଯ୍ୟ, ଲଭିବୁ କାର୍ଯ୍ୟ ଗୋ ।୫୮ ।ହେମନ୍ତ ଋତୁ ପ୍ରବେଶ, ପଦ୍ମବନ କରେ ଧ୍ୱଂସ,ମୂଳ ଥିବାରୁ ବସନ୍ତେ, ପଲ୍ଳବେ ସତେ ଯେ ।୫୯ ।କ୍ଷୀଣ ହୋଇ କଷ୍ଟ ସହି, ଜୀବମାତ୍ରେ ଥିଲେ ତୁହି,ଲଭିବୁ ପରମ ଭୋଗ, ଅଛି ଏ ଯୋଗ ଗୋ ।୬୦ ।ମାଳତୀ ଅଗମ୍ୟ ବନେ, ଫୁଟିଲେ ବିଚାର ମନେ,ଭୃଙ୍ଗେ କି ଭୋଗ୍ୟ ନୁହଇ, ପରାଣ ସହୀ ଗୋ ।୬୧ ।ଏକଥା ଭାବ ତୁ ଚିତ୍ତ, ମଧୁମକ୍ଷିକା ସଞ୍ଚିତ,ଦେବଭୋଗ୍ୟ ହୁଏ କେହି, ବିଚାର ସହି ଗୋ ।୬୨ ।ଫଣୀ ଜାଗ୍ରତେ ଚନ୍ଦନ, ଥିଲେ ହେଁ କର ଭାବନ,ଭୋଗ ହେଉଛି କି ନାହିଁ, ପରାଣ ସହୀ ଗୋ ।୬୩ ।ଯେବେଟି କୁସୁମ ଫୁଟେ, ତେବେ ସୁଗନ୍ଧ ପ୍ରକଟେ,ଯହିଁ ତହିଁ ନଦୀଜଳ, ସମୁଦ୍ରେ ଠୁଳ ଗୋ ।୬୪ ।ଏମନ୍ତ ବଚନ ସିଦ୍ଧି, କରି ମାନସ ପ୍ରବୋଧି,ଯତନ କଲେ ଲଳନା, ସଖୀ ପାଳନା ଯେ ।୬୫ ।ନାୟକ ସୁଖଦାୟକ, ତା ନାମ କରି ତାରକ,ଜପିଲା ହୃଦରେ ଧରି, ଅବନୀଶିରୀ ଯେ ।୬୬ ।ମାଳିନୀ ହେଲା ମେଲାଣି, ଗଲା ତିନିପୁର ପୁଣି,ଏ ଛାନ୍ଦ ହୋଇଲା ଶେଷ, ଅତି ହରଷେ ଯେ ।୬୭ ।ହଂସ ବଂଶକୁ ତୋଷିତ, ସର୍ବଦାଶ୍ରୁତିରଞ୍ଜିତ, କର୍ବୁରକାନ୍ତି ଦୀପତ ଯେ ।୬୮ ।ସେ ରାମ ବିଧିରେ ଧ୍ୟାୟୀ, ଭଞ୍ଜ ବୀରବରକହି, ତୁମ୍ଭ ରଚନା ସମସ୍ତ, ପୂରୁ ଏ ଗୀତ ହେ ।୬୯ ।
ଚତୁର୍ଦ୍ଦଶ ଛାନ୍ଦ
ଚନ୍ଦ୍ରଭାନୁର ଖେଦ ଓ ଶୋକ(ରାଗ-କଳହଂସ କେଦାର)ଶୁଣି ରସିକ ରସ ଏଥୁ ଅନ୍ତରେ ।କୁମାର ଶୋଇଥିଲା ପୁରଚତ୍ୱରେ ଯେ ।କାତର ହୋଇ ଚାହିଁ ନିଦ୍ରା ବିନାଶେ ।ନାହିଁ ଯାମିନୀ ନାହିଁ କାମିନୀ ପାଶେ ଯେ ।୧ ।ବସି ଘୋଷିଲା ଥାଇ ତା ଠାରେ ମନ ।ଏଣୁ ସ୍ୱପନେ ଦେଖା ଦେଲା ସେ ଧନ ଯେ ।ଉରଦେଶକୁ ଚାହିଁ ଦେଖିଲା ହାର ।କୁଙ୍କୁମେ ହୋଇଅଛି ସେ ଜରଜର ଯେ ।୨ ।ଆହାରେ ସୁକୁମାରୀ ନୃପକୁମାରୀ ।ବୋଲି ହୃଦରେ ଦକ୍ଷ କରକୁ ମାରି ଯେ ।ଜଳକଳସେ ଚନ୍ଦ୍ର ବିମ୍ବକୁ ଧରି ।ପାରିଲି ନାହିଁ ସୁଧା ଭୋଗକୁ କରି ଯେ ।୩ ।ମନୁ ମୂର୍ଚ୍ଛନ୍ତି ଅବା ସ୍ୱପନ ବୋଲି ।ଜାଣିଲି ଏହି ଦେହେ କୃତାର୍ଥ ହେଲି ରେ ।ସାକ୍ଷାତ ପରି ଦେଇ ସ୍ୱପନ ସଙ୍ଗ ।କରୁତ କାମ ବ୍ୟାଧ କର କୁରଙ୍ଗ ରେ ।୪ ।ସ୍ୱର୍ଗ ସମ୍ପଦ ଯେଉଁ କର୍ମରେ ଥାଇ ।ବିଚିତ୍ର ମଣେ ବଜ୍ର ପତନେ ତହିଁରେ ।ତୋର ହୃଦୟ ବନ୍ଧୁ କରୁଣା ସ୍ଥାନ ।ତହୁଁ ଅଙ୍କୁରି ଯଥା କଠିନ ସ୍ତନ ରେ ।୫ ।ମନକୁ ଯେବେ ପାଶେ ରଖିଲୁ ତୋର ।କି ଅପରାଧ ମୋତେ କଲୁ ଅନ୍ତର ରେ ।ଜାଣିବାରେ ମୋ ଦୋଷ ନାହିଁତ କିଛି ।ଦିଶେ ଯା ଦିଶୁ ପୂର୍ଣ୍ଣ କରୁଣା ଅଛି ରେ ।୬ ।କିଅବା ମୋତେ କାନ୍ତ ବୋଲିବା ପାଇଁ ।ଲାଜ ପାଇଲୁ ଚାରୁ ଚନ୍ଦ୍ରମାମୁହିଁ ରେ ।ସେବି ମୁଁ ଥାନ୍ତି ପାଶେ ହୋଇ କୋୟର ।ଏହା କିମ୍ପା ନ କଲୁ ନାଗରୀବର ରେ ।୭ ।ଶିବ କେମନ୍ତେ ଦେଖ ବହିଲେ ଶିରେ ।ଶଶୀ ଶବଦ ଥାଉ ଚନ୍ଦ୍ର ସ୍ନେହରେ ଯେ ।ଏମନ୍ତ ଆଣ ତୋର ଅବଧାନକୁ ।ପ୍ରଭୁ ସେ ବଡ଼ କରେ ଦାସ ଜନକୁ ରେ ।୮ ।ଭସ୍ମକୁ ଅଙ୍କୁରାଇ ତାହା ନୟନ ।ତା ଥାଉଁ ଭସ୍ମ ହେଲେ ଆଶାୟୀଜନ ରେ ।ଏ ଅପଯଶ ଦୋଷ ହେବ କାହାର ।ଚରଣ ଧରେ ମୁଁ ଯେ ଶରଣ ତୋର ରେ ।୯ ।କଲେ ତୁ ଚିର ଅନୁଗ୍ରହ ହୁଅନ୍ତି ।ଅଳତା ଚିତ୍ରେ ଚିତ୍ରକାର ହୁଅନ୍ତିରେ ।ସେବାରେ ଆଳୀ ଫୁଲ ଗୁନ୍ଥାରେ ମାଳୀ ।ହୋଇ ଲଗାନ୍ତି କାମବଦନେ କାଳୀରେ ।୧୦ ।ପରାଣେଶ୍ୱରୀ ବିନା ଆନ ବଚନେ ।ଡାକନ୍ତି ନାହିଁ ତୋତେ ରଜନୀ ଦିନରେ ।ପ୍ରସଙ୍ଗ ବଶେ ଆରମ୍ଭିଲେ ତୁ କୋପ ।ଛଡ଼ାଉଥାନ୍ତି ଚାଟୂ ପ୍ରକାଶି ତାପ ରେ ।୧୧ ।ଦ୍ରାକ୍ଷାରୁ ସ୍ୱାଦୁ ଘନସାରୁଁ ଶୀତଳ ।ପିକୁଁ ସୁସ୍ୱର ଲବଣୀରୁ କୋମଳ ରେ ।ଭାଷା କହିଲା ବେଳେ ନାସା ଫୁଲାଇ ।ଚକ୍ରବର୍ତ୍ତୀ ପଣକୁ ଗଣନ୍ତି ନାହିଁ ରେ ।୧୨ ।ଏତେ ସହିଲା ନାହିଁ ଖଳ ବିଧାତା ।ମୁଁ ତାର କେଉଁ ଶତ୍ରୁ ନ କଲା ଚିନ୍ତା ଯେ ।ତୁଷାର ନାଶ କରେ ଜନମସ୍ଥାନ ।ତା ଠାରେ ନ ସମ୍ପାଦେ ଏ କୂଟରମାନ ଯେ ।୧୩ ।ଦୁର୍ବଳ ମାରିବାକୁ ସମସ୍ତେ ଆଗ ।କାମକୁ ମହାଦେବ କଲେ ଅନଙ୍ଗ ଯେ ।ନୋହିଲା ତାଙ୍କ ଦର୍ପଦଳନ ଭଳି ।ବିନା ଦୋଷରେ ଗଲେ ମୋତେ ତ ଜାଳିରେ ।୧୪ ।ମିତ୍ରେ ଶୁଣି ବୋଇଲେ ଜୀବନ ରଖ ।ଜୀବନରୁ କେହି ଅଧିକ କେହି ନ ଲେଖ ହେ ।ଜୀବନ ଥିଲେ ହୋଏ ସବୁ ପ୍ରାପତ ।ହୁଅଇ ସମ୍ଭାବିତ ଅସମ୍ଭାବିତ ହେ ।୧୫ ।ଧ୍ରୁବ ବାଳକ ବ୍ରହ୍ମଜ୍ଞାନ କହିଲା ।ଅଗସ୍ତି କରୋଦରେ ସିନ୍ଧୁ ରହିଲା ଯେ ।ପକ୍ଷ ନଥାଇ କପି ଗଗନଗତି ।କର୍ପୂରରୁ ବିରହେ ଜାତ ତପତି ଯେ ।୧୬ବିଷହିଁ ହୋଏ ସନ୍ନିପାତରେ ।ବାସୁକି ବିନା ପୃଥ୍ୱୀ ଧାରଣ ନରେ ଯେ ।ରାଜ୍ୟ ନଥାଇ ସର୍ବ ସମ୍ମତେ ରାଜା ।କନ୍ଦର୍ପ ପାଉଅଛି ପୃଥ୍ୱୀରେ ପୁଜା ଯେ ।୧୭ ।ଜଳ ବିହୀନେ ସବୁକାଳ ପ୍ରକାଶ ।ସବିତା ବରେ ହୋଇଛି ସାରସ ଯେ ।ଶବଦ ଶୁଭେ ସର୍ପଶ୍ରୁତି ନଥାଇ ।ପ୍ରହଲାଦ ମହୀନ୍ଦ୍ର ଜନକଦ୍ରୋହୀ ହେ ।୧୮ ।ଏ କଥାମାନ ଯଥା ହୋଇଛି ଘେନ ।ତଥା ସତ ହୋଇବ ତୁମ୍ଭ ସ୍ୱପନ ହେ ।ସ୍ୱପନ ଯେବେ ତୁମ୍ଭେ ସତ ନ କର ।କହ କାହିଁକି ଅଛି ତା ଦେଲା ହାର ଯେ ।୧୯ ।ଯେବେ ସୁଯୋଗ ନାହିଁ ତୁମ୍ଭ କର୍ମର ।କାହିଁ ସିଂହଳଦ୍ୱୀପ କାହିଁ ଏ ପୁର ହେ ।କାହିଁ ସିଦ୍ଧଯୋଗିନୀ କେ କାହିଁ ଥିଲା ।ସ୍ୱପ୍ନ ପରି ମାୟାରେ ସାକ୍ଷାତ ହେଲା ଯେ ।୨୦ ।ଆରତ ହେଲେ କାର୍ଯ୍ୟ ନୁହଇ ବେଗ ।କାଳକୁ ଚାହିଁ ଭୋଗ ହୁଅଇ ଯୋଗ ହେ ।କୁମାର କହେ ମୋର ମୋହିଲା ଚିତ୍ତ ।ଆରତ ହୋଇବାର ନୋହେ ଆୟତ୍ତ ଯେ ।୨୧ ।ନାରୀରୁ ବଡ଼ ହୋଇ ଜଗତେ ନହିଁ ।ବାନରୀ ରୂପେ ହେଲେ ପବନ ମୋହି ଯେ ।ଏକେ ଅଦୃଷ୍ଟରଜା ଦୁଜେ ଧୀବରୀ ।ପରାଶର ଋଷିର ବିବେକ ହରି ଯେ ।୨୨ ।ଅମୂଲ୍ୟ ରାମାରତ୍ନ ଦେଖା ଉତ୍ତାରେ ।ବଶ ନୋହିବ କେହୁ ଯୁବା ସଂସାରେ ଯେ ।ଏମନ୍ତ ପଦାର୍ଥ କି ଳାବଣ୍ୟନିଧି ।ସ୍ୱପ୍ନେ ତା ପରା ଦେଖି ନ ଥିବ ବିଧି ଯେ ।୨୩ ।ବାଳୀର ଶୋଭା ସୁବେଶକୁ ସ୍ୱବେଶ ।ଅଧରେ ସମାପତ ହୁଅଇ ହାସ ଯେ ।ଅରୁଣ କୋଳେ ନବ ଚନ୍ଦ୍ରମା ଦିଶି ।ବିଜୁଳି ପରି ଯାଇ ସେକ୍ଷଣି ମିଶି ଯେ ।୨୪ ।କାଚ କଳସେ ଯଥା ଜଳା ଗୁପତ ।ପଡ଼ଲା ପରି ଦିଶେ ନ ପଡ଼ଇ ତ ଯେ ।ହସିଲାବେଳେ ଖସି ପଡ଼ିଲା ପରା ।ଖସି ନ ପଡ଼େ କଥା ଅମୃତ ଧାରା ଯେ ।୨୫ ।ତା ନେତ୍ର ଗତାଗତ ଅପାଙ୍ଗ ସରି ।ଦୁଇ ଦିଗକୁ ଢାଳେ କେମନ୍ତେ କରି ସେ ।ଅନଙ୍ଗ କି ତୁରଙ୍ଗ ଧାଉଡ଼ି ଦେଇ ।ତୀର ସନ୍ଧାନେ ଧୈର୍ଯ୍ୟ ଘଉଡ଼ି ନେଇ ସେ ।୨୬ ।ଚାହିଁବା ମାତ୍ରେ ବୁଡ଼ିଯାଇ ଚେତନ ।କେଡ଼େ ମାଧୁରୀ ତହିଁ ପକ୍ଷ୍ମପତନ ଯେ ।ଘେନିକି ବେନି ତାଟକଙ୍କୁ ସୁରାବ୍ଜ ।ଉଦିତ ମୁଦିତକୁ ଭଜେ ନୀଳାବ୍ଜ ଯେ ।୨୭ ।ସୁସଞ୍ଜ ଘଞ୍ଚ କୁଚ ଯେମନ୍ତ ଦିଶେ ।କେମନ୍ତ ବୋଲି କୁହା ନ ଯିବ ଶେଷେ ଯେ ।ଏମନ୍ତ ହେଲେ ବାଣୀ ପବିତ୍ର ପାଇଁ ।ବର୍ଣ୍ଣନା କରୁଥାଇ ଉପମା ଦେଇ ଯେ ।୨୮ ।ସୁନ୍ଦର ସଦନେ କି ସ୍ୱର୍ଣ୍ଣ ପଞ୍ଜୁରି ।ଧାତା ରଖିଛି ଅକ୍ଷିପକ୍ଷୀକି ଧରି ଯେ ।ମେରୁ ଏଡ଼ିକି ବୋଲି ଉଚ୍ଚ ଦେଖାଇ ।ମନ ମିହିରକର ଛାଡ଼ି ନ ଯାଇ ଯେ ।୨୯ ।ବାଳୀ ଅନେକ ଦାହ କନକ ବଲ୍ଲୀ ।ଭୁଜାନ୍ତରକୁ କ୍ରୋଡ଼ ସମସ୍ତ ବୋଲି ଯେ ।ସ୍ତନ ମଧୁର ମଧୁ କୋଷକୁ ଆଣି ।ସଞ୍ଚିଲେ କି ରୋମାଳି ସରଘାଶ୍ରେଣୀ ଯେ ।୩୦ ।ଶୃଙ୍ଗାର ରସଲତା ରୋମାଳୀ ବ୍ୟାଜ ।ଫଳିଛି ପ୍ରେମାମୃତ ଫଳ ଉରଜ ଯେ ।ଇତର ଭାଗ୍ୟେ ପରାପତ ହେବ ସେ ।ଧନ୍ୟ ବର୍ଣ୍ଣିଳ ସ୍ତନ ମନ୍ତ୍ରୀଜ ଭାଷେ ଯେ ।୩୧ ।ଶ୍ରୀଫଳ ଯେ ଶ୍ରମୀନ୍ତ ପ୍ରଥମୁଁ ହୋଇ ।ତୃଣରାଜ ପଦକୁ ପଛେ ପକାଇ ଯେ ।୩୨ ।ରୁଦ୍ରଶିବ ହେବାର ସଂଶୟ ଦୂର ।ଏତେ କାଳକେ ଆସି ହେଲା ମୋହର ଯେ ।ଯେବେ ଲଭିଲଣି ସେ ସ୍ତନ ସ୍ପରଶ ।ଜାନୁ ସିଂହାସନେ ବସିବ ଅବଶ୍ୟ ଯେ ।୩୩ ।କୁମାର ବୋଲେ ଆନ ବ୍ୟବସାୟକୁ ।କରି କି କାର୍ଯ୍ୟ ବର୍ଣ୍ଣୂଥିବା ତାହାକୁ ଯେ ।କାନ୍ତି ଏମନ୍ତ ଝଳି ତହିଁକି ଚାହିଁ ।ଭାଲେ ତିଳକ ଲେଖି ହୋଇବ ଯହିଁ ଯେ ।୩୪ ।ପୀୟୁଷ ପିତୁଳାକୁ ସୁନା ରସାଣ ।ଏକା ଭାବି କି ଧାତା କଲା ଭିଆଣ ଯେ ।ସଂସାର ସାରସବୁ ଲାବଣ୍ୟମାନ ।ପ୍ରତିବିମ୍ବ ଦେଖିବ ହେବାକୁ ସ୍ଥାନ ଯେ ।୩୫ ।କି ଗଉରବ ଅନ୍ୟ ଗଉର ଦ୍ରବ୍ୟେ ।କୁଙ୍କୁମ ଶୋଭା କରେ ଯେ ଅବୟବେ ଯେ ।ସିନ୍ଧୁକୁ ଗୁରୁ କରି ମନ ଏମନ୍ତ ।ମିଶିବି ଅଙ୍ଗେ ଜଳେ ଜଳ ଯେମନ୍ତ ଯେ ।୩୬ ।ମମତା ଏହି ଖଗବର ପ୍ରକାର ।ତା ଆଗେ ବସିଥିବ ଯୋଡ଼ିଣ କର ଯେ ।ପାର୍ବତୀ ଶିବ ଅର୍ଦ୍ଧଅଙ୍ଗ ପରିରେ ।ସେ ଆଲିଙ୍ଗନ ହୋଇଥିବ ଶରୀରେ ଯେ ।୩୭ ।ବିଷ୍ଣୁ କୋଳ କମଳା ପରାୟ ସେହି ।ଅନ୍ତର ହୋଇ ଦଣ୍ଡେ ନ ଯିବ କାହିଁ ଯେ ।କଳେବରକୁ ଯଥା ନ ଛାଡ଼େ ଛାଇ ।ମୁଁ ତାକୁ ନ ଛାଡ଼ିବି ତେମନ୍ତ ହୋଇ ଯେ ।୩୮ ।ଯେବେ ଜୀବନେ ଥିବି ଉପାୟ କରି ।ତପ ହେଳେ ମନାଇ ହର ଗଉରୀ ଯେ ।ଲଭିବି ବଲ୍ଲଭୀ ରତନ ଅବଶ୍ୟ ।ଯୋଗେ ସଙ୍ଗମ ନୋହୁଁ ହୋଇଲେ ନାଶ ଯେ ।୩୯ ।ତାକୁ ପାଇବି ଅଛି ଏହି ଭରସା ।ଚନ୍ଦ୍ର ଲଭିଲା ମଲା ଉତ୍ତାରୁ ଶଶା ଯେ ।ତା ନାମ କରୁଥିବି ମୁଁ ସୁମରଣ ।କଲେ ତା ଜୀବ ହେବ ମୋ ସୁମରଣ ଯେ ।୪୦ ।ପୁରୋଧାସୁତ ବୋଲେ ତୋ ଶତ୍ରୁ ମରୁ ।ଦୁର୍ଗା କୃପାରୁ ଭୋଗ କର ତୁ ଭୀରୁ ଯେ ।ସାଧୁତ ଶୁକ ବ୍ରହ୍ମଚାରୀ ଯାଇଛି ।ସେ ଆସିଲେ ଉପାୟ କରିବା କିଛି ଯେ ।୪୧ ।ଦ୍ୱୀପ ସପତ ଶୋଭା ଜମ୍ବୁପ୍ଲକ୍ଷରେ ।କୁଶ କ୍ରୋଞ୍ଚ ଶାକ ଶଳ୍ମଳୀ ପୁଷ୍କରେ ଯେ ।ଲବଣେକ୍ଷୁ ସୁରା ଦଧି ଘୃତ ଦୁଗ୍ଧ ।ପୟ ଘେନି ସପତ ସମୁଦ୍ର ସିଦ୍ଧ ଯେ ।୪୨ ।ପୂର୍ବେ ନରରାଜାଏ ଅଛନ୍ତି ଭ୍ରମି ।ସିଂହଳ ଦ୍ୱୀପେ ଅଛି କରୀନ୍ଦ୍ର ଗାମୀ ଯେ ।ଏଥିପାଇଁ ଛାଡ଼ିବି କିମ୍ବା ଜୀବନ ।ଅବିରତେ କରିବା ଉପାୟମାନ ଯେ ।୪୩ ।ସେ ତ ସ୍ୱଭାବେ ସ୍ତୀରୀ ପୁଂସ ଭଜିବ ।ରସିକ ଜଣେ ସିନା ବିଭା ହୋଇବ ଯେ ।ଏମନ୍ତ ବଚନରେ ବୋଧିଲେ ଚିତ୍ତ ।ଏ ଛାନ୍ଦ ଅତି ରମ୍ୟ ହୋଇଲା ପ୍ରାନ୍ତ ଯେ ।୪୪ ।ଦୈତ୍ୟହନ୍ତା ଚତୁର ଭୁଜ ରଞ୍ଜିତ ।ଚିତ୍ରଭାନୁ ପରାୟ ତେଜ ଜ୍ୱଳିତ ଯେ ।ହେ ରାମ ନାରାୟଣ ଦୁରିତ ଧ୍ୱଂସ ।କହଇ ଉପଇନ୍ଦ୍ର ଭଞ୍ଜ ନରେଶ ଯେ ।୪୫ ।