ଏକାଦଶ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ଛାନ୍ଦ
ଲାବଣ୍ୟବତୀର ସ୍ୱପ୍ନ ଦର୍ଶନ(ରାଗ-ଚୋଖି)ଏଥୁଅନ୍ତେ ଶୁଣ ରସ ।ଗ୍ରୀଷମେ ନିଶି ପ୍ରବେଶଉଦୟ ତାରା ଜୀବେଶ ହେଲେ ଆକାଶେ ।ଚକ୍ର ସୁଖଚକ୍ର-ନକ୍ରଛେଦନେ ହୀରକଚକ୍ରଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ ।ବେଶ ହେବ କି ରାତ୍ର ବାଳୀ ।ଛେଦନେ ହୀରକଚକ୍ରଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷବେଶ ହେବ କି ରାତ୍ର ବାଳୀସ୍ପଟିକ ପେଟୀରେ କିବା କସ୍ତୁରୀ ଦଳି ।୧ ।ଆଜି କି ବିଭାବରୀକିହୋଇବ ବିଭା ବରିକିମଲ୍ଲୀମାଳା ଦେଇ ବିଧୁ କିରଣେ ମଣି ।ବିଚିତ୍ର ଏ ସ୍ୱୟମ୍ବରନାରୀକି ବରିଲା ବରଏତେକାଳେ ଦେଖାଗଲା ଏ କଥା ପୁଣି ।ରବିକରେ ମହୀମହିଳାତାପି ହୋଇଥିଲା କି ଚନ୍ଦନ ଲେପି ।୨ ।ଶୀତଳ ଯାହା କିରଣପରଶରେ ସମୀରଣରଣରଣ ମିତ୍ରପଣ ଘେନିକି ଏବେ ।ବିରହୀଗୁଣ ବରହୀଠାରେ ଆଦରିଲା ସେହିସେ ଅଛି ଯା ଗର୍ଭେ ତହୁଁ ଜାତ ସ୍ୱଭାବେ ।ପୁଂସ ଶୋଇ ସୁଧାଚତ୍ୱରଚନ୍ଦ୍ର ଚାହିଁ ହୋଇଲା ଅଧିକେ କାତର ।୩ ।ହାସ ନାସା ଗତି ରୀତି ।ବଚନ ରମ୍ୟତା ପ୍ରୀତିଏକାନ୍ତ ହେବାଦି ଯେତେ କଥା ସୁମରେ ।ସ୍ୱରଭଙ୍ଗ ପ୍ରବଳରେଭାଷା କେ ବର୍ଣ୍ଣେ ଉଚ୍ଚରେତଥାପି ବାଳା ଭାବନା ଥାଇ ତହିଁରେସବର୍ଣ୍ଣାଦି ଶବଦ ଶୁଣିସାଧୁ ଶୁକ ଅଇଲେକି ହୁଅଇ ଗୁଣି ।୪ ।ଯେମନ୍ତ ଦେଖିଛି ଚିତ୍ରେତେମନ୍ତ ଦିଶଇ ନେତ୍ରେକେମନ୍ତେ ଲଭିବି ମୂଳ ବିଚାର ଏହି ।ଯେବେ ଏ ଯୁବା ବୟସେଦିବ୍ୟରାମା ନାହିଁ ପାଶେକି ଲାଭ ତହୁ ନୃପ ସମ୍ପତ୍ତି ଥାଇଆରତେ ଯେ ଚିନ୍ତିଲା ଶିବ ।ତାକୁ ଦେଖାଅ ନୋହିଲେ ଯାଉ ଏ ଜୀବ ।୫ ।ତେଣେ ନୃପତିନନ୍ଦିନୀରୁଚିରତର ଚାନ୍ଦିନୀରାତ୍ରିରେ ମଣ୍ଡି ଚାନ୍ଦିନୀ ଚନ୍ଦ୍ରକୁ ଚାହିଁ ।ପଦ୍ମିନୀ ହୋଇ କାତରଭଜି ମଦନ ବିକାରକରଇ ଚିତ୍ତେ ବିଚାର ଶ୍ୱାସ ପକାଇ ।ମୋହ ସମ କରମହୀନ
କାହିଁ ପତିସଙ୍ଗ ନାହିଁ ଲଭି ଯୌବନ ।୬ ।
ସୁବର୍ଣ୍ଣ ସମାନ ନାରୀ
ବିନୟା ଟାଙ୍ଗଣା ପରି
ବିରହ ଅନଳେ ହୋଇଥାଇ ଯେ ଦହି
ଭାବଜଳଯୁକ୍ତ ଦିଶେ
କୋଳ କଷଟିରେ କଷେ
ପରଶ ରସାଣ ପ୍ରୀତି ବାନ ବଢ଼ାଇ ।
କମ କରି କରଇ ଭୋଗ ।
ବଣିକ ଗୁଣିକ ପ୍ରିୟ ବହି ସରାଗ ।୭ ।
ଦୁର୍ଗା ମୋ ଦୁର୍ଗତି ହର
ଏମନ୍ତ ବ୍ୟାକୁଳ ତାର
ହରଉମା ଦୟାକଲେ ସେ ନାରୀ ପୁଂସେ ।
ନିଦ୍ରାବଶରେ ସ୍ୱପନ
ଦେଖିଲେ ସତ ବିଧାନ
ଏକ ଯୋଗିନୀ ପ୍ରବେଶ କୁମାର ପାଶେ ।
କର ଧରି ନିଦ୍ରା ଭାଙ୍ଗିଲା ।
ଗଗନମାର୍ଗେ କୁମାରୀ ପୁରକୁ ନେଲା ।୮ ।
ବୋଇଲା ଲାବଣ୍ୟବତୀ
ଅଟଇ ଏହି ଯୁବତୀ
ଚାନ୍ଦନୀରେ ଶୋଇଛି ଯେ ପଲ୍ୟଙ୍କ ପର ।
ସଖୀ ବେଢ଼ି ଚାରିପାଶେ
ଜ୍ଞାନହୀନ ନିଦ୍ରାବଶେ
ମନାଇ ପାରିଲେ ଭୋଗ କର ନାଗର ।
ଏତେ କହି ହେଲା ଅନ୍ତର
ଶୋଭା ଚାହିଁ ଲୋଭା ହୋଇ ଉଭା କୁମର ।୯ ।
ମନେ ପାଞ୍ଚେ ମଞ୍ଚେ ଜାତ
କାହିଁକି ଏ ଅଦଭୁତ
ଏବେ ଜାଣିଲି ମୋର ନୟନ ଭାଗ୍ୟେ ।
ଏ ବର୍ଣ୍ଣ ସୁବର୍ଣ୍ଣକମ
ହୁଅନ୍ତା କି ତାରତମ
ଭିନ୍ନ ଜାଣି ହେଲା ସିନା ରତନ ଯୋଗେ ।
ହରଷ ଏମନ୍ତ ସ୍ୱରୂପ
ଏତେକାଳଯାଏ ହୋଇଥିଲା ଏ ଗୋପ୍ୟ ।୧୦ ।
ଏକା ଏ ନୋହେ ହରଷ
ପୁଣି ମିଶିଛି ସରସ
ମିଳିଛି ଶୋଭା ବିଶେଷ ଦୀପ୍ତିକି ଘେନି ।
ସୁବାସ ମନ୍ଦିର ଏହି
ଦିଶୁଅଛି ବ୍ୟକ୍ତ ହୋଇ
ବହିଲା ସୁକୃତ କରିଥିଲା ଅବନୀ
ଭାବ ହାବଲୀଳା ପ୍ରସନ୍ନ
ହୁଅନ୍ତି ଯାହା ପ୍ରସାଦେ ସେ କି ସମାନ ।୧୧ ।
ଅଣିମାଦି ସୁଖଦାୟୀ
ଶୋଇଅଛି ଅଣିଆଇଁ
ପଲ୍ୟଙ୍କ ଅଙ୍କରେ ଦିଶେ ଏମନ୍ତ ଶୋଭା ।
ରସାଣ ରଜତବାଡ଼େ
କନକଲତା କି ଜଡ଼େ
ବିଶଦ ଘନରେ କି ସେ ଚପଳା ପ୍ରଭା
ବାମାକର କପୋଳତଳ
କେନ୍ଦୁ ପଲ୍ଲବେ ଥୁଆ କି ଫୁଲ କମଳ ।୧୨ ।
ବୁଜିବାରୁ ଶୋଭାନେତ୍ର
କି ନୀଳେନ୍ଦ୍ରି ବରପତ୍ର
ଉଲଟାଇ ଦର୍ପଣେ ଥୋଇଛି କୁତୁକେ ।
କି ଅବା ଖଞ୍ଜନ ଯୁଗ
ନିଶ୍ଚଳେ ହେବାରୁ ଯୋଗ
ଅଞ୍ଜନା ଅଠା କାଠିରେ ଏକାବେଳକେ ।
ମୀନରାଶି ଉଦୟ ଆସି
ମୃଗାଙ୍କ ଅଙ୍କରେ ହେଲା ପରାୟ ଦିଶି ।୧୩ ।
ବାମା ବାମଦେବ ଦୁଇ
ଯେଣୁ ତ୍ରିପୁର ବିଜୟୀ
ଦ୍ୱନ୍ଦକରି ପୂର୍ଣ୍ଣଚନ୍ଦ୍ର ଦ୍ୱିଭାଗ କଲେ ।
ଖଣ୍ଡେ ଖଣ୍ଡେ ଭାଲ ଦେଶେ
କୀରତି ପ୍ରକାଶ ଆଶେ
ନିଶ୍ଚେ ପ୍ରମୋଦ ମାନସେ ଆଣି ବହିଲେ
ଘେନିଅଛି ଚନ୍ଦନପାଟୀ
ଲୋକନେ ଏହି ଉପମା ମନେ ପ୍ରକଟି ।୧୪ ।
ଝିଲି ମିଲି ମାଳି ପାନ
ପତ୍ରରେ ଅତି ଶୋଭନ
ମାର ମଙ୍ଗଳ ପଲ୍ଲବ ତୋରଣ ପରା ।
କତୁରୀ କୁରୁଳୀ ଝଳି
ବାତେବେଳେ ଅଳିଆଳି
ପକ୍ଷ ଚାଳି କିବା ଉଡ଼ିଯିବାକୁ ତ୍ୱରା
ମୁକୁତା ସୀମନ୍ତ ଉପରେ
କାଳିନ୍ଦୀ ମଧ୍ୟେ କି ବହେ ଜାହ୍ନବୀ ଧାରେ ।୧୫ ।
ଶ୍ରଦ୍ଧାରୁ କରିଛି ଯୋଷା
ଚୂର୍ଣ୍ଣ ଚିକୁରକୁ ଖୋଷା
ଦିଶୁଛି ଯତ୍ନ ଚଉଁରୀ ରତ୍ନ ଭଉଁରୀ
କେତୁମୁଣ୍ଡ ତୁଣ୍ଡେ ପଶି
ଗଲାଣି ଶରଦ ଶଶୀ
କେବଳ କିରଣ ଦିଶୁଅଛି ମାଧୁରୀ ।
ଆଡ଼ଖୋଷା କୁସୁମ ତୋରା
ହାହାକାର ପରି ରୁଣ୍ଡୀଭୂତ କି ତାରା ।୧୬ ।
ଗଣ୍ଡଖଣ୍ଡ ପରେ ପଦ୍ମ-
ରାଗତାଟଙ୍କର ସଦ୍ମ ।
ଚନ୍ଦ୍ରଠାରେ ସାନ୍ଦ୍ର ସ୍ନେହୀ ଆରଦ୍ରା କି ସେ ।
କରେ ବିପରୀତ ରତି
ସେପରି ହୋଏ ପ୍ରତୀତି
ମିଶି ଶଶୀ ଜ୍ୟୋତି ଆସି ଫୁଲେ କି ଦିଶେ ।
ଜଣାଉଛି ରସିକା କର୍ଣ୍ଣ
ତୋ ଶୋଭା ଯଶ ହେଲାଣି ମହୀରେ ପୂର୍ଣ୍ଣ
ଅଛି ବଜ୍ରମଲ୍ଲୀ କଢ଼ି
ବିଧାତା କି ବଜ୍ରେ ଗଢ଼ି
ସୁନ୍ଦରୀ ସଂସାରେ ଇନ୍ଦ୍ର କରି ଦେଇଛି ।
ଧଇର୍ଯ୍ୟ ବୃତ୍ରଅସୁର
ନାଶ କରିଣ ଏଥିର
ଥିରଗମନା କି ଥିର ହୋଇ ରହିଛି ।
କହୁଛି ଝଲକା ଝଲକ
ମୁହିଁ ରଖିନାହିଁ ସୁର ନେତ୍ର ପଲକ ।୧୮ ।
ପାନ କଳ ପୁରି ତୁଣ୍ଡେ
ଫୁଟି ଦିଶୁଅଛି ଗଣ୍ଡେ
ମୁକୁରେ ଜବାକୁସୁମ ପ୍ରତିବିମ୍ବେ କି ।
ଶ୍ୱାସବଶେ ଫୁଲେ ଘୋଣା
ତହିଁ ଲୀଳ ନାକଚଣା
ଉତ୍ଫୁଲ ତିଳଫୁଲକୁ ଭୃଙ୍ଗ ଚୁମ୍ବେ କି ।
ଥୋପି ପଡ଼େ ରଙ୍ଗ ଅଧର
ଭସ୍ମହୀନ ପକ୍ୱବିମ୍ବେ ମନ ନ ଧରେ ।୧୯ ।
ଦମ୍ଭ ଉଦଧି ମନ୍ଥନ
ଅଚଳସ୍ତନ ଚନ୍ଦନ
ଲେପନ ହୋଇ ଶୋଭନ ବସନ ଗଳି ।
ସୁଧାକୋଷ ବେନି ଆଣି
ଢାଙ୍କି କି କାଚ ଢାଙ୍କୁଣୀ
ଭାଳି ଦାୟିତ୍ୱ ଭୋଗକୁ ରଖିଛି ବାଳୀ
ସ୍ପଟିକ ପ୍ରାସାଦ ସଦୃଶୀ
ନବଘନ କାନ୍ତି ଅଛି ତହିଁରେ ମିଶି ।୨୦ ।
ଯାଉଁଳି ତାଡ଼ ସଜାଡ଼ି
କଳିଆରୀ ଶଙ୍ଖଚୁଡ଼ି
ସୁପ୍ରୀତିରେ ଘେନିବାରୁ କାନ୍ତି ଅଧିକା
ସ୍ପୀତ ନୀଚେ କରସ୍ଥିତି
ନଖେ ମଞ୍ଜୁ ମଞ୍ଜୁଆତି
ଚିତ୍ରିତ ହୋଇଛି ପୁଣି ଚାନ୍ଦ ତାରକା ।
ତୁମ୍ବୀ ଦଣ୍ଡସାର ଭିଆଇ
ବୀଣାହେବ ଗୁଣ ଆରି ଯାଉଛି ବହି ।୨୧ ।
ଦରଶନେ ରୋମରାଜି
ଦଣ୍ଡେ ସଂଶୟ ଉପୁଜି
କରି ନାହିଁ ବେଣୀ ଫୁଟି ଦିଶୁଛି କିସ ।
ଚାହିଁ କଚ୍ଛପ ଜଘନ
ଭାଜିଲା ସନ୍ଦେହମାନ
ଏ ତାହା ବନ୍ଧନ ରଜ୍ଜୁ କଲା ମାନସ ।
ଊରୁ ଦେଖି ଦୂରୁଁ ସେ ଲୋଭୀ
ମାଂସଳ ଗଉର ପକ୍ୱ ଚୂତ କି ଶୋଭି ।୨୨ ।
ଶାଢ଼ିଧାଢ଼ୀ ପଡ଼ି ଜଡ଼ି
ନିବିଡ଼େ ନୀବୀ ନିବାଡ଼ି
ଅଛି କେତେ ଛନ୍ଦେ ଭିଡ଼ି ବିବେକ ଭଳି ।
କବିଦମ୍ଭ ଭୁବିଧର
ପବିଛବି ମନୋହର
ଚିତ୍ତ ମତ୍ତ ଦ୍ୱିରଦ ବନ୍ଧନ ଶିକୁଳି ।
ଉପମା ବୁଡ଼ାଇବ କୂଟେ
ଶୋଭାନଦୀକି ଭଉଁରୀ ଦେଇ ପ୍ରକଟେ ।୨୩ ।
ନିତମ୍ବ ନିଗମ ସ୍ଥାନ
ପାଶ ପାତିଛି ମଦନ
ଧରିବାକୁ ଅକ୍ଷି ପକ୍ଷୀ କରି ମମତା ।
କଲେ କି ନୟନ ମନ
ନୀବୀରେ ତାର ସଦନ
ହେଲେ ସେ ନୀବୀ ସଦନ ଏ ସଂଶୟ ତା
ଅବକାଶ ରଖିଲା ନାହିଁ
ଆଉ ଶୋଭା ଦେଖିବାକୁ ଉଚ୍ଛନ୍ନ ଯହିଁ ।୨୪ ।
ଭଜୁ ନ ଭଜୁ ବାନ୍ଧବୀ
ଆଗ ମୁଁ ନିଦ୍ରା ଭାଙ୍ଗିବି
ତନୁ ହେଲେ ଛୁଇଁଥିବି ଏ ବଡ଼ ଲାଭ ।
ଯେ ପାରେ ବାଳା ମନାଇଁ
ନିଶ୍ଚେ ମର୍ତ୍ତ୍ୟେ ଇନ୍ଦ୍ର ସେହି
ମନରେ ଭାବନା କରି ପରମ ଶୁଭ ।
ଜାନୁ ଧରି ଦେଲା ଝୁଲାଇ ।
ପୁଂସ କର ଲାଗି ନିଦ୍ରା ବିନାଶ ହୋଇ ।୨୫ ।
ଉଠି ଭାଙ୍ଗନ୍ତେ ଅଳସ
କି ଶୋଭା କୁଚକଳସ
ଟେକି ହୋଏ କି ମେରୁକି ଜିଣିବା ଗର୍ବେ ।
ଉର୍ଦ୍ଧ୍ୱେଛନ୍ଦି କର ବେନି
ଶୋଭା ଲପନକୁ ଘେନି
ଚନ୍ଦ୍ର କି ବିଦ୍ୟୁପରିଧି ହୋଇଲା ଏବେ ।
ମୁଖ ଜୃମ୍ଭାବଶେ ରାଜିତ
ଦରବିକଶିତ କୋକନଦ ଯେବନ୍ତ ।୨୬ ।
ନୟନେ ଚଞ୍ଚଳ ମିଶେ
ଗରବଣା ଏଣୀ କି ସେ
ଶର ପ୍ରାୟ ଯାଇ ପୁଂସ ଲାଖ ପଡ଼ିଲା ।
ସେ ସୁନ୍ଦର ପାରାବର
ରସରତନ ଆକର
ମୀନପ୍ରାୟ ହୋଇ ତହିଁ ବେଗେ ବୁଡ଼ିଲା ।
ଲାଜେ ମୁଖ ନୁଆଁଇ ଘନେ
ସମ୍ଭାବନା କଲା ପ୍ରାୟ ଉଠିଲା ଛନ୍ନେ ।୨୭ ।
ଭାଳୁଛି ନୁହଇ ମାର
ନାହିଁ ଫୁଲ ଧନୁଶର
ସୁଧାକର ନୋହେ ତହିଁ କଳଙ୍କ ଅଛି ।
ଆଉ ଦେବତାମାନଙ୍କୁ
କିମ୍ପା ଆଣିବା ମନକୁ
ମୋହରି ସୁକୃତୁଁ ଏ ପୁରୁଷ ହୋଇଛି ।
ମୋର ପୁଣି ସୁକୃତ କେତେ
ଏମନ୍ତ ଶୋଭା ହେବାରୁ ଜାତ ଜଗତେ ।୨୮ ।
ନିକଟେ ଗୋକୁଳେ ହରି
ମୋହନ ରୂପକୁ ଧରି
ଥିଲେ ନାଶ କରିଛନ୍ତି ଅବନୀଭାର ।
ଏତେବେଗେ ଅବତାର
କିମ୍ପା ହୋଇବ ତାଙ୍କର
କି ମୂର୍ତ୍ତିମନ୍ତ ଉପମା ଦ୍ରବ୍ୟଙ୍କ ସାର ।
ଏ ରୂପେ ବିଚାରୁଁ ସୁକେଶୀ
କ୍ଷୀର ନୀର ପ୍ରାୟ ମନ ପୁରୁଷେ ମିଶି ।୨୯ ।
ଏକାଳେ କର କୋରକ
କରି ତରୁଣତିଳକ
ବୋଇଲା ହେ ଜୀବେଶ୍ୱରୀ ବିନୟ ଘେନ ।
ଚରଣେ ଅଳତା ପରି
ପଛେ ପଛେ ଛାଇପରି
ଅନୁସରି ଥିବାକୁ ମୋ ହେଉଛି ମନ ।
ମୋତେ ଦିଅ ବସନ ଭାଗ୍ୟ
ହେଲେଣି ସବୁମତେ ମୁଁ କୃତାର୍ଥ ଯୋଗ୍ୟ ।୩୦ ।
ଯେବେ ମୋର ଭାଗ୍ୟ ନାହିଁ
ତୋତେ କି ପାରନ୍ତି ଚାହିଁ
ବିଶେଷତ ତନୁ ଛୁଇଁ ଏ କଥା ଭାବ ।
ମୋ ମତେ ମୁଁ ତୋ ସେବକ
ହେଲେଣି କାମପାବକ
ଜାଳିଲେ ଏହି ଅଯଶ କାହାକୁ ହେବ ।
ବିନୟ ପ୍ରଶଂସାକୁ ବାଣୀ
ନାହିଁ ମୁଁ କି କହିବି ତୁ ଦୟାଳୁମଣି ।୩୧ ।
ମିଥ୍ୟା ନୋହେ ନିଦ୍ରାବ୍ୟାଜେ
ନେତ୍ର ଯମଦାଢ଼କୁ ଯେ
ରଖିଥିଲୁଁ ପକ୍ଷ୍ମକୋଷୁ କରି ବାହାର ।
ହୃଦରେ ମାରି ଓଟାରି
ଘେନିଗଲୁ ଝଟ କରି
ଦେଖ ମୁକୁରେ ରୁଧିରେ ହୋଏ ଜର୍ଜର ।
ହାସ ଔଷଧିଶ ପ୍ରକାଶ
ନକଲେ ନବୀନା ଗଲି ସିନା ମୁଁ ବିନାଶ ।୩୨ ।
ସେ ରମଣୀ ଚନ୍ଦ୍ରମଣି
ହୋଇଲା ଏମନ୍ତ ମଣି
ଚାଟୂଚନ୍ଦ୍ରେ ଦ୍ରବୀଭୂତ କଲା ନାଗର ।
ହାସ କରିଲା ପରାୟେ
ଶ୍ରୀମୁଖ ପ୍ରସନ୍ନ ହୋଏ
ହେଲା ଜାଣି ବକ୍ର ନେତ୍ରେ ତା ସୀଉକାର ।
କରଧରି ଶିରେ ଲଗାଇ
କୋଳ କରି ସୁରସିକ ପଲ୍ୟଙ୍କେ ନେଇ ।୩୩ ।
ବସି ବସାଇଲା କୋଳେ
ଲପନ ଚୁମ୍ବିବା ବେଳେ
ଜେମା କରେ ଦେଲା ବେଗେ ରତନମୁଦି ।
ଜେମା କାଢ଼ି ମୋତିମାଳା
ଲମ୍ବାଇଲା ପୁଂସଗଳା
ପରସ୍ପର ବରଣେ ହୋଇଲେ ପ୍ରମୋଦୀ ।
ସେ କାଳକୁ ଅସ୍ତ ଚନ୍ଦ୍ରମା
କୁମାର ସ୍ୱରୂପ ବାଡ଼େ ଲେଖି ପ୍ରତିମା ।୩୪ ।
ଦେବୀ ଯେ ମାୟା ହରିଲା
ବୀରକୁ ସ୍ୱ-ପୁରେ ନେଲା
ରଜନୀ ବିନାଶ ନିଦ୍ରା ସେକାଳେ ହତ ।
ବଜ୍ର କିମ୍ପା ନ ପଡ଼ିଲା
ଏ ଦଣ୍ଡ କାହିଁକି ହେଲା
ପିଶିନ ଧାତା କି କଲ ଦାରୁଣ କୃତ ।
ରାମ ବୋଲି ବିସ୍ମୟ ହୋଇ
ଉପଇନ୍ଦ୍ର ବୀରବର ଏ ରସ କହି ।୩୫ ।
ଦ୍ୱାଦଶ ଛାନ୍ଦ
ଲାବଣ୍ୟବତୀର ବିଳାପ(ରାଗ-କଉଶିକ)ଚେତି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ ।ମାରି ହୃଦେ ହାତ ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ୍ୟ ।ଖୋଜେ ଅଧୀରେ, ଚେତନା ହତ ସେ ବିଧିରେ ।ଶେଯ ଲେଉଟାଇ କବରୀ ଫିଟାଇ କର ଭରି କୁଚ ସନ୍ଧିରେ ।୧ ।ପୁଣି ବୋଲଇ ହେ ଜାଣି ମୁଁ ନଥିଲି ଦଇବ ତୁ ଏଡ଼େ ଦାରୁଣ ।କ୍ଷୁଧାତୁରକୁ ସୁଧା ତୁଲ୍ୟ ଭୋଜନ ପରଶିଲୁ କେଉଁ କାରଣ ।ଭୁଞ୍ଜି ବସିବା, ବେଳେ କୁଳିଶ ବୃଷ୍ଟି କଲୁ ।ଯେବେ କଲୁ ତେବେ ପରାଣ ନ ନେଲୁ ଏଡ଼େ ବ୍ୟାକୁଳ କିମ୍ପା ଦେଲୁ ।୨ ।ଏ ବାଣୀ ଶ୍ରବଣେ ଶୁଣି ସଖୀଗଣେ ପଚାରିଲେ ଏ କି ବିଷୟ ।ତାରତରଳ ନୟନରେ ସରଳ ହୃଦୟା ପୂରାଇଛୁ ଲୁହ ।ବାଳୀ ରତନ, ବାଳିଶ ପରାୟ ହୋଇଲୁ ।ପୁରୁଷପଦ ଦିବାକର ଅଗମ୍ୟ ପୁରେ କାହୁଁ ପ୍ରିୟ ପାଇଲୁ ।୩ ।ବୋଲେ ନାଗରୀ ସାଗରେ ସ୍ନାନ କରି ଯେମନ୍ତେ ତୃଷା ନ ତୁଟିଲା ।କଳ୍ପ ତରୁରେ ଫଳ ନାହିଁ ଯେମନ୍ତେ ତେମନ୍ତେ ଦଶା ତ ଘଟିଲା ।ଦିବ୍ୟ ପୁରୁଷେ, ତ ଆସି ରସି ବସି ମୋ ପାଶ ।ଅଙ୍ଗେ ଅଙ୍ଗମେଳେ ରସ ଜାତବେଳେ ବିଚ୍ଛେଦ ହୋଇଲେ କି ଦୋଷେ ।୪ ।ଆଳି ଭାଳିଲେ ଚନ୍ଦନ ମହୀରୁହ ପରାୟ ଏହି ଅନ୍ତଃପୁର ।ଉରଗ କଞ୍ଚୁକେ ବେଷ୍ଟିତ ହେବାରେ ରାତ୍ରି ଦିବସେ ଭୟଙ୍କର ।ଅଛି ତହିଁରେ, ପବନ ମାତ୍ର ସ୍ପରଶ ।ଏ କେଉଁ ଦେବଶେ ଗମ୍ୟ ହୋଇଥିବ ଭେଦିତ ନ ତିବ ମନୁଷ୍ୟ ।୫ ।ଜେମାକୁ ପୁଚ୍ଛିଲେ ତାଣ୍ଡବ ଚିତ୍ରକୁ ଦେଖିଛୁ ତ ଶିବ ସଦନେ ।ତହିଁ କେଉଁ ଦେଶେ ବଶ ହେଲୁ ଏବେ କି ଅବା ରହିଲୁ ମଦନେ ।ଶୁଣି ସୁନ୍ଦରୀ, ଶିର କମ୍ପାଇ କଲା ନାହିଁ ।ଧାତ୍ରୀ ପୁତ୍ରୀ ମନ୍ତ୍ରୀ ସୁତାକୁ ପଚାରିଲା ସ୍ୱପନରେ ଭୁଲ କିମ୍ପାଇ ।୬ ।ଚିକୁର ଶୋଭି ମୁକୁର ପ୍ରତିବିମ୍ବ ଆଲିଙ୍ଗନେ ଯେବେ ଆସିବ ।ମୃଗତୃଷ୍ଣା ଜଳ ତୃଷ୍ଣାକୁ ନାଶିବ ସ୍ୱପ୍ନ ତେବେ ସତ ଦିଶିବ ।କହେ ସଚିବ, ସୁତା ସବୁ ବଡ଼ ଦଇବ ।କାହା ମନେ ଥିଲା ଅଗାଧ ସମୁଦ୍ର ଚଳୁ ଭିତରେ ସମ୍ଭାଇବ ।୭ ।ସେ ପୁଣି ବୋଇଲା ସେ କଥା ସେ ରୂପେଏ କଥା କୁଜ୍ଝଟିପ୍ଲବନ ।ପବନକୁ ଫାଶ ପାତି ବସିଥିଲେ ସେ କାହିଁ ହୋଇବ ବନ୍ଧନ ।ପୁଣି ସେ କହେ, ଉଷା ଅନିରୁଦ୍ଧ କେମନ୍ତ ।ସେ ବୋଲେ ସେତେ ଯଦୁପରେ ସେ ଥିଲା ଜାଣିଲେ ଏ କାହୁଁ ସମ୍ଭୂତ ।୮ ।ପରିମଳା ନାମେ ସଜନୀ ବୋଇଲାଜେମାକୁ ଅନାଇଁ ମହୀକି ।ଆଖି ଥାଉଁ ଦେଖି ନ ପାରେ ସଙ୍କେତ ଭୋଳ ହୁଅ ନାହିଁ ପାଇଁକି ।ନୋହେ ସ୍ୱପନ, ସତ ଚାହିଁ କିନା ବାଳାକୁ ।କେଉଁ ଦେବୀର ଏ ମାୟା ହେଲେ ହେବ ଲଭିଛି ବଲ୍ଲଭ ଲୀଳାକୁ ।୯ ।ଗଣ୍ଡମଣ୍ଡଳ ପାଟଳ ଚୁମ୍ବିବାରେ ତାମ୍ବୁଳବୋଳେ ତ ଲାଗିଛି ।ପାନବଶରେ ରଦବାସ ବିଶେଷ ଶୋଭା ଦନ୍ତ କ୍ଷତେ ହୋଇଛି ।ଚନ୍ଦ୍ର ଚନ୍ଦନ, ଠାବ ଠାବେ ଅଙ୍ଗେ ଜଡ଼ିଛି ।କାମକାତରେ ଭିଡ଼ିଛି ତରତରେ କଙ୍କର ପଦରେ ପୀଡ଼ିଛି ।୧୦ ।ଛୁଇଁବା ବେଳରେ ଶ୍ରୀଅଙ୍ଗ ଜେମାର ଦେଇଥିବ ସିନା ଆଦରେ ।ଯେଉଁ ମୁଦ୍ରିକା ଅନାମିକାମଣ୍ଡନ କେହି ଦେଖିଛ କିଏ ପୁରେ ।ଯହୁଁ ଦେଖାଇ, ଏ ରୂପେ ସଙ୍କେତ ନିକର ।ଏ କାଳେ ଜଣେ ଚାହିଁ ବୋଲେ ବାଡ଼କୁ ସେ ପରା ଏ ଚିତ୍ର ସୁନ୍ଦର ।୧୧ ।ଉପମା ସୃଷ୍ଟି ସୃଷ୍ଟି କରି ବିମ୍ବୋଷ୍ଠୀ ଦୁର୍ଲଭ ବଲ୍ଲଭ ରୂପକୁ ।ଦେଖି ଭାଳିଲେ ପରମେଷ୍ଠୀ ଗୋଟିଏ କଲା କୋଟିଏ କନ୍ଦର୍ପକୁ ।ସର୍ବ ଜନନୀ, ଅନିମିଷ ହୋଇ ରହିଲେ ।ନୋହିଲେ କାହିଁକି ଜଗତମୋହିନୀ ମନକୁ ମୋହିଲା କହିଲେ ।୧୨ ।ପ୍ରବୋଧ କଲେ ଏ ବିଧିରେ ସଧୀରେ ବୁଦ୍ଧିରେ ଦେଖାଇ ପ୍ରମାଣ ।ପୁରୁଷ ପଦେ ଏହାକୁ ସ୍ତିରୀପଦେ ତୋତେ ଧାତା କଲା ନିର୍ମାଣ ।ଆଉ ଆନରେ, ସଙ୍ଗତି କାହୁଁ ଭିଆଇବତୁଳାପାତ୍ରେଊଣା ଅଧିକପଦାର୍ଥପଡ଼ିଲେକି ସମେ ରହିବ ।୧୩ ।ଏତେ କହି ଦେଲେ ନୀତିକି ବଢ଼ାଇ ସେ ଦିନୁ ବହିଲା କ୍ଷୀଣକୁ ।ସ୍ୱପନସଙ୍ଗ ପ୍ରସଙ୍ଗ ଚିନ୍ତି ଚିତ୍ର ଚାହିଁ ହରୁଥାଏ ଦିନକୁ ।ବିଦା ହେବାକୁ, ଶରଧା ହୋଏ ଏହା ଭାବି ।ପୁଣି ସେ ପୁରୁଷ ପାଶକୁ ଅଇଲେ ଅଞ୍ଚଳେ ଅଞ୍ଚଳ ବାନ୍ଧିବି ।୧୪ ।ବିରହ ଅଧିକ ଧିକ କଲା ବେଶ ହାରା ଭାରାଧରା ଶୟନ ।ଅପଘନେ ଘର କଲା ସ୍ମରଜ୍ୱର ନୀର ପୂର ହେଲା ନୟନ ।ମହା ଆକୁଳ, ଜନିତ ହୋଇଲା ନିରତେ ।ସ୍ତୋକ ସ୍ତୋକ କରି ତନୁକୁ କାଟିଲା ମଦନ ବସାଇ କରତେ ।୧୫ ।ବୋଲଇ ସଖୀରେ ବିଚିତ୍ର ନାଗର ସ୍ନେହସାଗରରେ ମଜ୍ଜିଲି ।ଅବଶ୍ୟ ଳଭିବି ଭାବରତନୁକୁ ଏମନ୍ତ ଚିତ୍ତରେ ହେଜିଲି ।ଏତେ ବେଳକୁ, ଜୀବନ ଆଶାକୁ ତେଜିଲି ।କାମେ ଭ୍ରମେ ପଡ଼ି କରମବଶରେ ସ୍ଥଳ ନପାଇ ମୁଁ ବୁଡ଼ିଲି ।୧୬ ।ଯିବାକୁ ଜୀବ ଶୋଚନା ହେଉ ନାହିଁ ଏହି କଥାକୁ ମନେ ଭାବି ।ସାଗର ଝାସ ଫଳ ନକି ବିଅର୍ଥ ହେବ ମନାସିବା ପାଇବି ।କୃପା କରିକି, ଆଉ କର୍ଣ୍ଣଧାର ହୋଇବ ।କଲା କଥା ଯେହି ଅନ୍ୟଥା କରିଛି ଏମନ୍ତ ଦାରୁଣ ଦଇବ ।୧୭ ।ସଖୀ କହିଲେ ଦୁଃଖ ସହି ଧଇର୍ଯ୍ୟ ହେଲେ କାର୍ଯ୍ୟ ଲଭି ଅବଶ୍ୟ ।ହରି ଅରିଘାତ ସହି ରହିଲାରୁ ପିଇଛିତ ପୀୟୂଷ ।ତୁ ଯେ ତୁଷାର୍ତ୍ତୀ-ଚାତକୀ ତୋ ତୃଷା ହରିବ ।ମଙ୍ଗଳ ଚଳନେ ଉଇଁଲା ଘନ କି ଜଳ ବରଷା ନ କରିବ ॥୧୮ ।ଏ କାଳେ ବଳୟ-ଶୋଭୀ କୁବଳୟ ନୟନୀ ମଳୟ ସମୀରେ ।ଛଳେ ଭୋଗୀ ପ୍ରୀତି ତୁମ୍ଭଙ୍କୁ ବୋଲୁଛି ସେହି ଗୁଣ ବହ ମୋଠାରେ ।ଆହେ ପବନ, ବୋଲାଅ ଜଗତଜୀବନ ।ଏବେ ମୋ ଜୀବନ ନେବାକୁ ହୋଇଛ ଯଥା ସନ୍ନିପାତେ ଜୀବନ ।୧୯ ।ଯହିଁ ତହିଁ ତୋତେ ମଧୁକାଳ ହୋଏ ଦକ୍ଷିଣ ଶବଦ ପ୍ରକଟ ।ସେତୁହେତୁରେ ଯେଉଁମାନେ ରଖିଲେ କି ନିନ୍ଦିବା ସେତ ମର୍କଟ ।ମନ୍ଦ ମରୁତ, ବୋଲୁଛି ଯେଣୁ ତନୁ ପୋଡ଼ୁ ।ଦେବତା ହୋଇଲେ ପୁଣ ମାତା ଗୁଣ ରାବଣ ପରାୟେ ନଛାଡ଼ୁ ।୨୦ ।ଲାଗିଲେ କିମ୍ପା ବ୍ୟଥିତ ନ କରିବୁ କାଳେ ବୋଲାଉ ଖଣ୍ଡଭୂତ ।ଏତେକ ବିବେକ ଇନ୍ଦ୍ରର ନୋହିଲା ଦେହରୁ ହେବ ବଳବନ୍ତ ।ଜଳ ପବନ, ଏକ ସିନା ସ୍ତିୁତି ନ ଘେନ ।ରାମଠାରୁ ଜଣାଯାଉଛି ନିସତ ହେବ ଗଲାବେଳେ ଜୀବନ ।୨୧ ।ପୁଣି ଶୁଣ ପିକବାଣୀ ଗୁଣି ଜଇନିମିନିକିମଣି ବଜ୍ରଘାତ ।ଚେତନାବଶେ ଅବଶେ ବସେ ଭାଷେ ମୋ ହତରୁ କେଉଁ ମହତ ।ମୁଁ ଯେ ଅବଳା, ମୋ ବଧ ଜଗତେ କଳୁଷ ।ବକୁଳ ଆସବ ଅଗୁଁ ଦ୍ୱିଜ ହେଲ ହୋଇଲୁ କି ଜ୍ଞାନ-ବିନାଶ ।୨୨ ।ପଞ୍ଚମସ୍ୱରେ ତୋ ପଞ୍ଚଶର ଥିଲା ପଞ୍ଚତ୍ୱ ଇଚ୍ଛା କରି ମୋର ।କଳକଣ୍ଠ ନାମ ଆଦ୍ୟବର୍ଣ୍ଣ ଏବେ ଆଶ୍ଲେଷ କଲା କି ଆକାର ।ଆଗୁଁ ଜାଣି ମୁଁ, ନଥିଲି ଏମନ୍ତ ବୋଲିଣ ।ବ୍ୟାଧ ପୋଷ ବଧ ବିଚାରିଥିଲି ତୁ କିମ୍ପା ଦେଖାନ୍ତୁ ବଡ଼ପଣ ।୨୩ ।କୁସୁମଶର ତୁ ପୁଣି ବୋଲୁଅଛି ହତ୍ୟା ଘେନିବୁ କି ମୋହର ।ଏ କେଉଁ ବଡ଼ାଇ ମନୁ ଜାତ ହୋଇ ମନ୍ମଥପଦ ପୁରସ୍କାର ।ତୁ କି କସ୍ତୁରୀ, ଠାରୁ ଏ ଦୀକ୍ଷାକୁ ପାଇଲୁ ।ପଶୁସମ୍ଭବ ଅଚେତ ଦ୍ରବ୍ୟ ସଙ୍ଗେ ବିଚାରେ ତୁଳନା ହୋଇଲୁ ।୨୪ ।ଯେ ବୋଲେ ମାର ତାହାକୁ ତୁହି ମାର ନ ମାର ବୋଲେ ମୁଁ ନିରତେ ।ମୋ ତନୁ ନାଶ କରି ବାସ କରିବୁ କାହିଁ ବିଚାର କରୁ ଏତେ ।ଦେଖ ଅନଳ, କାଷ୍ଠକୁ ନଷ୍ଟ କରି ଲିଭେ ।ପ୍ରେତ ହେବାରୁ ପ୍ରେତ ପତି ସମୀପେ ନେବା ବିଚାର କରୁ ଏବେ ।୨୫ ।ଯାହା କୁମାର ତେଡ଼େ ସିଦ୍ଧି କିକରି ଛାଡ଼ିବୁ ନୋହେ ଏ ବେଭାର ।ଯାହାକୁ ମାର ତହିଁରୁ କେତେ ଭୂତି ପ୍ରାପତ ହେଲାଣି ତୋହର ।ମୁଁ ତା ହୁଡ଼ୁଛି, ଏହି ସୁକୃତରୁ ନିଶ୍ଚୟ ।ପୂର୍ବରେ ଭୂତ ସ୍ୱରୂପ ହୋଇଥିଲୁ ଅନୁଚିତ୍ତତ ଚିତ୍ତ ଉଦୟ ।୨୬ ।ରୋଗ ଋଣ ଶତ୍ରୁ ଶେଷକୁ ରଖିଲେ ଆପଣାର ବାଧା ସେ କଥା ।ଶର୍ବ ସର୍ବଜ୍ଞତା କଲା କଥା ପୁଣି କାହିଁକି କଲେ ସେ ଅନ୍ୟଥାନାହିଁ ଶୋଚନ, ହେଲେ କେହି ମୁଁ ହୀନିମାନ ।ପୁଣି ଜାଣିବେ ବିଷବୃକ୍ଷ ସ୍ଥାପିବା ଉମା କରି ଯେ ଦିନମାନ ।୨୭ ।କାମୀର କେଉଁ ଦେବତାରେ ବିଶ୍ୱାସ ନିଶ୍ୱାସ ଦୁଇ କଥା ନାହିଁ ।ସିନ୍ଦୁ ଶମ୍ବରେ ସମ୍ବର ବୁଡ଼ାଇଲା ତେବେ ରହିଲୁ ଜୀବେ ତୁହି ।ଏତେ କହି ସେ, ଖରଶ୍ୱାସ ତେଜି ମଉନ ।ଆଳୀଅଙ୍କେ ଢଳି ପଡ଼ିଲା ବେଳକୁ କର୍ଣ୍ଣ ଫୁଙ୍କି କଲେ ଚେତନ ।୨୮ ।ସଲିଳ ସିଞ୍ଚିଲେ ସଧୀରେ ବିଞ୍ଚିଲେ ପଲ୍ଲବଶଯ୍ୟାରେ ଶୁଆଇ ।ଦେଲେ ମୁଣାଳ ବ୍ୟାଳ ମଣି ରମଣୀ ଚମକି ସୁପର୍ଣ୍ଣ ବୋଲଇ ।କରେ ଭଜନ, ଶିବ ଶିବ ବୋଲି ହନିତା ।ଗଳାରେ ହାର କରୁ କରୁ ବାହାର ଫୁଟି ଫାଟି ଗଲେ ମୁକୁତା ।୨୯ ।ସହଚରୀଏ ତା ଚରିତ ଜାଣି ହୋଇଲେ ବିଚାରି ।ଦୂର କରିଣ ଶୁକ ଶାରୀ ପଞ୍ଜୁରି ଉନିଗଲେ ପୁଷ୍ପମଞ୍ଜରୀ ।ଜଳାକବାଟି, ଉଶୀର ବାଟି କଲେ ହତ ।ବିଚାରିଲେ ନବବଧୂ ବିଧୂ କେହି ନ ଦେଖିବ ଏହା ଭାବ ତ ।୩୦ ।ଜଣେ କହିଲା ଅତି ଯତ୍ନ କରିଣ ଯୋଗ୍ୟ ମନ୍ଦିରେ ରଖିଥିବା ।କେ କହେ ଜନନୀ ହକରା ସେ କାଳେ ହେଲେବି ଉପାୟ କରିବା ।କେଉଁ ସଜନୀ, ବୋଇଲା ଏ ବିଚାର ଭଲ ।ଘାସ ଦିଆଇ ଶଶ କୃଶ ହରିବା ମାଡ଼ବସୁ ଚନ୍ଦ୍ରମଣ୍ଡଳ ।୩୧ ।କେ କହେ ଏ କିଛି ନୋହେ ଗଗନକୁ କେ ପୁଣି କରିବ ଗମନ ।ରାହୁ ଯୋଡ଼ି ହେବା ବିମିତ୍ତ କରିବା ଜେରା ଦୈବାତାକି ପ୍ରସନ୍ନ ।ଶୁଣି ସେ ବୋଲେ, ସେ ପାପୀ ଶରୀର ଆମର ।ସିଂହିକାସୁତ ଉଦରକୁ ଚିରିବ ପରା ହନୁମାନ ପ୍ରକାର ।୩୨ ।ଚତୁର ସଖୀ ବୋଇଲା ସର୍ବପରି ବିଚାର ଏହିରେ ସଜନୀ ।କି ମନ୍ତ୍ର ବଶ କରନ୍ତାଇ ରହନ୍ତା ଏ ପୁରେ ଦିବସ ରଜନୀ ।ମହାମାନ୍ତ୍ରୀକ, ଜନମାନଙ୍କୁ ଗୋ ପଚାର ।ମନ୍ତ୍ରୀନନ୍ଦନ ବୋଇଲା ଏଥୁ ତହିଁ କିମ୍ପା ବୃଥା କର ବିଚାର ।୩୩ ।ବଡ଼ ହୋଇ କିସ ହୋଇବ ଅର୍ଜିଲା କର୍ମ ସିନା ଭୋଗ ହୋଇବ ।ସାଗର ମନ୍ଥନେ ଗରଳ ପାଇଲେ ଭୋଗ କଲେଟି ମହାଦେ ।ଶୁଣି ଏ ବାଣୀ, ସମସ୍ତେ ବୋଇଲେ ପ୍ରମାଣ ।ଶିରୀଷ ଦେହାରେ ଏହା ଅରଜିଲୁ କଲେ ଅତି ଉଚ୍ଚେ କାରୁଣ୍ୟ ।୩୪ ।ଲାବଣ୍ୟନିଧିର କି ବ୍ୟାଧି ବୃଦ୍ଧି ଏ ଶବ୍ଦ ରାଜା ରାଣୀ ଶୁଣିଲେ ।ହୋଇ ଉତ୍ସୁକ ଚିକିତ୍ସକ ମନ୍ତ୍ରୀକି ହକରା କରାଇ ଆଣିଲେ ।ଶୁଣି ସେ ଯାଇଁ, ଦେଖିଲେ ରମଣୀ ରତନ ।ଜରତା ମୁଦୁସୁଲୀ ଆଗେ କହିଲେ ଏ ଜ୍ୱରକୁ ଏହି ବିଧାନ ।୩୫ ।ରସ ବିନା ଏ ନ ଘୁଞ୍ଚିବ ରୁଚିବ ମଧୁର ଆହାର ହୋଇଲେ ।ଶାନ୍ତି ହେବ ଚିନ୍ତା ତାପ ରାତ୍ରେ ଚନ୍ଦ୍ରଭାନୁରେ ଏକ ଶଯ୍ୟା କଲେ ।ରୋଗ ବିଷମ, ରାଗଜନ୍ୟ ହୋଇ ହୋଇଛି ।ପୁଟପାକରେ ଯେତେକ ଅଉଷଧି ଏ ଗୁଣ ନ କରିବେ କିଛି ।୩୬ ।କତିରେ ଯେତେ ସଖୀ ଥିଲେ ଶ୍ରୁତିରେ ରହିଲେ ବିରସ ମତିରେ ।ଚତୁରା ନାମେ ମାଳିନୀ ପରବେଶ ଏହି ସମୟେ ଅନ୍ତଃପୁରେ ।ପୁଷ୍ପ ଚାଙ୍ଗୁଡ଼ା, ଘେନି ସନ୍ନିକଟ ହୋଇଲା ।ଯେମନ୍ତ ସୁବେଶ ଯହିଁକି ପ୍ରବେଶ, ଆର ଛାନ୍ଦକୁ ସେ ରହିଲା ।୩୭ ।ହେ ରାମ କାମସୁନ୍ଦର ଗୁଣବନ୍ତ ଶିଳୀମୁଖ ଧନୁଧାରଣ ।ସୀତାମ୍ଭୁଜମୁଖୀ ପ୍ରୀତି ପ୍ରମୋଦିତ ହରି ମିତ୍ରପଣ ପ୍ରମାଣ ।ଜାଣି ବିରହ, ବିପତ୍ତି ହର ତତପର ।କହେ ଉପଇନ୍ଦ୍ର ଭଞ୍ଜ ବୀରବର ଏ ଛାନ୍ଦ ଅତି ମନାହର ।୩୮ ।