ହରିବଂଶ ସପ୍ତମ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଖୋଜି ଖୋଜି ଅର୍ଥ ମୁହିଁ ପାଇଲଇଁ ଯାହା
ଦୟାକରି ମୋତେ ତାହା ଦେଲେ ଲକ୍ଷ୍ମୀନାହା ।
ଶ୍ରୀହରିବଂଶ ପୁରାଣ ମୋତେ ସେହୁ ଦେଲେ
ଆପଣେ ଶ୍ରୀଜଗନ୍ନାଥ ମୁଖେ ଆଜ୍ଞା କଲେ ।
ଷଡ଼ଖଣ୍ଡ ହରିବଂଶ ବିଚରିଲି ଆଣି
ସାତ ଖଣ୍ଡ ସମ୍ପୂର୍ଣ୍ଣେ ଭାଳଇ ପୁଣି ପୁଣି ।
ମଥୁରାମଙ୍ଗଳ ହରିବଂଶ କଲି ଗୀତେ
ସଂକୋଚଭାବରେ ତାହା ଭାଳଇ ମୁଁ ନିତ୍ୟେ ।
ଶ୍ରୀନାରାୟଣ ଯିବେ ସେ ବଇକୁଣ୍ଠ ଧାମେ
ପୃଥ୍ୱୀର ନିମନ୍ତେ ମୁଁ ଭାଳଇ ମନେ ମନେ ।
ସାଧୁ ଜନମାନଙ୍କୁ ମୁଁ ବହୁତ ଡରଇ
ନୋହିଲା ବୋଲି କହିବେ ସଂକୋଚ କରଇ ।
ପୁଣି ମୁଁ ବିଚାରଇଁ କହିଲେ ଭଗବାନ
ତାହାଙ୍କ ବ୍ୟତୀତ ମୁହିଁ ନ ଜାଣଇ ଆନ ।
ଅଧମ ଜନମାନଙ୍କୁ ଉଦ୍ଧାରିବା ପାଇଁ
ନୀଳଚକ୍ରେ ବାନା ନିରନ୍ତରେ ଉଡ଼ୁଥାଇ ।
ଆରତ ଭଞ୍ଜନ ତୁମ୍ଭେ ଅଟ ଜଗନ୍ନାଥ
ତୁମ୍ଭେ ଦୟା ନ କଲେ ମୁଁ ହୋଇବି ଅନାଥ ।
କଣ୍ଠରେ ବସିଣ ମୋର କହିବ ପୁରାଣ
ତେବେ ସିନା ଅରକ୍ଷିତ ପାଇବ କାରଣ ।
ଶ୍ରୀଜଗମୋହନକୁ ମୋ ଅଟେ ସଦା ଆଶ
ଅଚ୍ୟୁତ ଦାସକୁ ରକ୍ଷା କର ପୀତବାସ ।
ଦେବସଭାରେ ଯଦୁବଂଶ ବିନାଶର ପରାମର୍ଶ
ଏଥୁ ଅନନ୍ତରେ ପରୀକ୍ଷିତ ନାମେ ରାଜାଶୁକ ମୁନିଙ୍କ ଚରଣେ କଲେ ଦିବ୍ୟ ପୂଜା ।ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁଅପୂର୍ବ କଥାଏ ଦେଖି ଅଇଲଇଁ ମୁହିଁ ।କୃପାରେ ଶୁଣିଲି ଷଡ଼ଖଣ୍ଡ ହରିବଂଶଏଥୁଅନ୍ତେ କିସ ହେଲା କହ ବ୍ରହ୍ମଶିଷ୍ୟ ।ଅଷ୍ଟ ପାଟବଂଶୀ ଘେନି ପାତାଳକୁ ଗଲେସେ ନିରାକାର ବିଷ୍ଣୁଙ୍କୁ ଦରଶନ କଲେ ।ସମସ୍ତ ଚରିତ ତାଙ୍କୁ କହିଲେ ମଣାଇଶୁଣି ସନ୍ତୋଷ ଲଭିଵେ ନିରାକାର ସାଇଁ ।ବ୍ରାହ୍ମଣର ପୁତ୍ରକୁ ସେ ସମର୍ପିଲେ ଆଣିପୃଥ୍ୱୀଭାରା ଉଶ୍ୱାସି ଆସିବ ତତକ୍ଷଣି ।ମେଲାଣି ପାଇ ଅଇଲେ ହରି ଅରଜୁନଦ୍ୱାରକାରେ ପ୍ରବେଶ ହୋଇଲେ ଭଗବାନ ।ବ୍ରାହ୍ମଣର ପୁତ୍ର ଅରଜୁନ ଘେନି ଗଲେଚିହ୍ନି ଘେନ ବୋଲି କହି ସମର୍ପିଣ ଦେଲେ ।ଥୋକାଏ ଦିନ ଅର୍ଜ୍ଜୁନ ସେଠାରେ ରହିଲେଶ୍ରୀକୃଷ୍ଣଙ୍କୁ ଆଜ୍ଞାମାଗି ହସ୍ତିନାକୁ ଗଲେ ।ଏଥୁ ଅନନ୍ତରେ କିସ କଲେ ଦାମୋଦରବଇକୁଣ୍ଠ କେମନ୍ତେ ଗଲେ ଚକ୍ରଧର ।ଏହା ମୋତେ ବିସ୍ତାରିଣ କହ ମୁନିବରତୁମ୍ଭ କୃପାରେ କୃତାର୍ଥ ହୋଇବ ଶରୀର ।ଏହା କହି ମୁନିଙ୍କର ଚରଣେ ନମିଲାକୃତାଞ୍ଜଳି ହୋଇ ରାଜା ବିନୟୀ ହୋଇଲା ।ରାଜାର ଭକତି ଦେଖି ଶୁକ ମହାଯତିବୋଇଲେ ରାଜନ ଶୁଣ ପୁରାଣର ରୀତି ।ମଥୁରାମଙ୍ଗଳ ତୁମ୍ଭେ ଶୁଣ ସାବଧାନେଯେଣୁ ଭାଗ୍ୟବନ୍ତ ତୁ ସେ କହିବା ଯତନେ ।ଏକମନ ହୋଇ ଶୁଣ ଏ ମହାପୁରାଣବୁଝାଇ କହିବା ତୋତେ ଆହେ ନୃପରାଣ ।ପୁରାଣର ପୋଥିକି ଫେଡ଼ି କହେ ଶୁକ ଯତିଏକମନେ ଶୁଣ ତୁ ବିଚିତ୍ରବୀର୍ଯ୍ୟ ନାତି ।ଦ୍ୱାରକାପୁରେ ଶ୍ରୀକୃଷ୍ଣ ରହି ବହୁକାଳପୁତ୍ର ପୌତ୍ର ଦେଖି ହେଲେ ବହୁତ ବିହ୍ୱଳ ।ନିରାକାର ପାସୋରିଲେ ଦେବ ହରିବୈକୁଣ୍ଠ ଯିବାର କଥା ମନରୁ ବିସ୍ମରି ।ସୁଖଭୋଗ ପାଇଣ ସେ ମଞ୍ଚରେ ରହିଲେସ୍ୱର୍ଗ ସମ୍ପଦକୁ ଇଚ୍ଛା କେବେହେଁ ନ କଲେ ।ନିଶ୍ଚିନ୍ତ ହୋଇଣ ସେ ରହିଲେ ଦ୍ୱାରକାରେଖୋଜି ମାଇଲେ ଯେତେକ ଅସୁର ପୃଥ୍ୱୀରେ ।ହସ୍ତିନାପୁରେ ଅର୍ଜ୍ଜୁନ ରହିଲେ ନିର୍ଭରେସୁଖେ ରାଜତ୍ୱ କରନ୍ତି ପାଣ୍ଡୁର କୁମରେ ।ଏମନ୍ତ ପ୍ରକାରେ କାଳ ବଞ୍ଚାଇଣ ଥାନ୍ତିଦେବ ଦାନବ କାହାକୁ ମନେ ନ ଡରନ୍ତି ।ଯାଙ୍କୁ ନାରାୟଣ ହୋଇଅଛନ୍ତି ସପକ୍ଷକୃଷ୍ଣ ବିନା ଆନେ ନ ଜାଣନ୍ତି ପାଣ୍ଡୁବତ୍ସ ।ଶୁଣ ହେ ପରୀକ୍ଷ ରାଜା ଗୋବିନ୍ଦ କାହାଣୀପଞ୍ଚ ମହାପାତକ ହରିବ ଯାହା ଶୁଣି ।ବୈଶାଖ ଶୁକଳ ପକ୍ଷ ଏକାଦଶୀ ଦିନସଭା ମଣ୍ଡାଇଣ ବସିଛନ୍ତି ସୁର-ରାଣ ।ମରାଳପରେ ଚଢ଼ିଣ ବିଜେ ବେଦବରଆସି ପ୍ରବେଶିଲେ ତହୁଁ ସୁଧର୍ମା ସଭାର ।ବ୍ରହ୍ମାଙ୍କୁ ଦେଖିଣ ଇନ୍ଦ୍ର ଶିରେ କର ଦେଲେବସ ବସ ବୋଲିଣ ଆସନ ସେ ଦେଲେ ।କପିଳାସ କନ୍ଦରରୁ ବିଜେ ଶୂଳଧରକଳପାନ୍ତକ ବୃଷଭ ବାହନ ଯାଙ୍କର ।ଡିବି ଡିବି ଡମ୍ବରୁ ଯେ ବାଜଇ ଶୂନ୍ୟରେଦିଗମ୍ବର ବେଶ ହୋଇଛନ୍ତି ଶୂଳଧରେ ।ସପ୍ତ ନାଗ ଆଭରଣ ତାହାଙ୍କ ଅଙ୍ଗରେମୁଣ୍ଡମାଳ ଲମ୍ବି ପଡ଼ିଅଛି ଗଳାରେ ।ଗଙ୍ଗା ଯମୁନା ଅଛନ୍ତି ତାହାଙ୍କ ମଥାରଶିରରେ ଶୋଭଇ ଅର୍ଦ୍ଧଚନ୍ଦ୍ର ତାହାଙ୍କର ।ଏମନ୍ତ ପ୍ରକାରେ ବେଶ ହୋଇ ଦେବଦେବସଭାମଧ୍ୟରେ ପ୍ରବେଶ ହେଲେ ସଦାଶିବ ।ଇନ୍ଦ୍ର ବ୍ରହ୍ମା ଈଶ୍ୱରଙ୍କୁ ଦେଖିଣ ଉଠିଲେମାନ୍ୟବିଧି କରିଣ ସେ ନେଇ ବସାଇଲେ ।ଏମନ୍ତ ସମୟରେ ଅଇଲେ ବୃହସ୍ପତିଅମର ସଭାରେ ଆସି ବସିଲେ ତଡ଼ତି ।ପବନ ଦେବ ଅଇଲେ ବେଳ କାଳ ଜାଣିତାହାଙ୍କ ପଛେ ଅଇଲେ ନବଗ୍ରହେ ପୁଣି ।ଚନ୍ଦ୍ର ସୂର୍ଯ୍ୟ ବରୁଣ ଯେ ଅଇଲେ ବହନସେମାନେ ମାନ୍ୟ ପାଇଣ ବସିଲେ ଆସ୍ଥାନ ।ଅଶ୍ୱିନୀକୁମାର ସଙ୍ଗେ କୁବେର ଅଇଲେତ୍ୱରିତେ ଯେଝା ସ୍ଥାନରେ ଯାଇଣ ବସିଲେ ।ପାତାଳ ବୈକୁଣ୍ଠପୁରୁ ବାସୁକି ଅଇଲେଗୌରବ ପାଇଣ ସେହୁ ସଭାରେ ବସିଲେ ।ବସୁଧା ଦେବୀ ଆସିଣ ମିଳିଲେ ତଡ଼ତିଦେବସଭା ମଧ୍ୟରେ ସେ ଆନନ୍ଦେ ବସନ୍ତି ।ନାନା ଦେବୀ ଏ ଅଇଲେ ଦିବ୍ୟରୂପ ହୋଇବ୍ରହ୍ମାଙ୍କର ସନ୍ନିଧାନେ ମିଳିଲେକ ଯାଇ ।ଦେବ ଦେବୀମାନେ ସର୍ବେ ସଭାର ଉପରେସେ ସଭା ମଣ୍ଡାଇଣ ବସିଲେ ଯେ ଯାହାରେ ।ଦେବଋଷି ବ୍ରହ୍ମଋଷି ରାଜଋଷିମାନେଏକମୁଖ ହୋଇ ବସିଲେକ ବେହରଣେ ।ନାରଦଋଷି ଅଇଲେ ବୀଣଯନ୍ତ୍ର ବାଇକନଡ଼ା ରାଗରେ କିନ୍ନରାଏ ଗୀତ ଗାଇ ।ଗନ୍ଧର୍ବେ ନାଚନ୍ତି ବିଦ୍ୟାଧର ସୁଖ ପାଇସୁଧର୍ମା ସଭା ମହିମା କେ ପାରିବ କହି ।ଯେ ସଭାରେ ବସିଥିଲେ କ୍ଷୁଧା ତୃଷା ନାହିଁହାଇ ଅଳସ କାହାକୁ କେବେ ନ ମାଡ଼ଇ ।ଆନନ୍ଦରେ ନୃତ୍ୟ ରଙ୍ଗ ଦେଖୁଛନ୍ତି ବସିଇନ୍ଦ୍ରଙ୍କ ମୁଖକୁ ଚାହିଁ ବୃହସ୍ପତି ହସି ।ବୃହସ୍ପତି ବୋଲନ୍ତି ହୋ ଶୁଣ ଦେବରାୟେକଥାଏକ କହିବି ମୁଁ କର ମୋତେ ଲୟେ ।ବ୍ରହ୍ମାଦି ଶଙ୍କର ତୁମ୍ଭେ ଅଛ ପୁରନ୍ଦରବ୍ରହ୍ମଋଷି ରାଜଋଷି ବସିଛି ସଭାର ।ଗନ୍ଧରବ ବିଦ୍ୟାଧର କାମ ସହିତେଣସର୍ପାଧିପ ବାସୁକି ଯେ ବାୟବ୍ୟ ବରୁଣ ।ଏ ସଭାରେ ଅନାଗତ ଜଣେ କେହି ନାହିଁଏକା ଜଣେ ନ ଥିବାରୁ ଅଲଗା ଦିଶଇ ।ଶୋଭା ପାଉନାହିଁ ଏହି ଦେବସଭା ଗୋଟିତୁମ୍ଭେ ଦେବଗଣ ହୋଇଅଛ ଏକଗୋଷ୍ଠି ।ବ୍ରହ୍ମାଣ୍ଡନାଥ ଅଟନ୍ତି ପ୍ରଭୁ ନାରାୟଣନ ଥିବାରୁ ନ ଶୋଭଇ ଏ ସ୍ୱର୍ଗ ଭୁବନ ।କଂସର ବିନାଶ ପାଇଁ ମଞ୍ଚମଣ୍ଡଳରେଆଣିବାକୁ ନ ବିଚାର କିପାଁ ଦେବାସୁରେ ।ଅସୁରଙ୍କର ଭୟ ତ ପୃଥିବୀର ଗଲାପୃଥିବୀର ଭାରାଭର ଉଶ୍ୱାସ ତ ହେଲା ।ଆଉ କିପାଁ ମର୍ତ୍ତ୍ୟପୁରେ ଥିବ ଭଗବାନଏଥିର ନିମନ୍ତେ ତୁମ୍ଭେ କର ବିଚାରଣ ।ବୃହସ୍ପତି ଯହୁଁ ଏହା ସଭାରେ କହିଲେବ୍ରହ୍ମାଙ୍କମୁଖକୁ ଇନ୍ଦ୍ର ଦେବତା ଚାହିଁଲେ ।ବୋଇଲେ ହୋ ବେଦବର ଅବଧାନ କରବୃହସ୍ପତି ଯା କହିଲେ ଏ ଦେବ ସଭାର ।ବିଷ୍ଣୁ ନ ଥିବାରୁ ଶୋଭା ନ ପାଇଲା ସଭାଏଥିର ବିଚାର କର ଆହେ ସର୍ବଦେବା ।ଏହି କଥା ଶୁଣି ବ୍ରହ୍ମା ଉଚ୍ଚେ ହାସ୍ୟ କଲେପୁରନ୍ଦରଙ୍କୁ ଚାହିଁଣ ବଚନ ଭାଷିଲେ ।ବୃହସ୍ପତି ପ୍ରକାଶିଲେ ଯେବଣ ବଚନତହିଁର ଉତ୍ତର ଏବେ ଆମ୍ଭଠାରୁ ଶୁଣ ।ଆଉ କିଛି ଦିନ ମଞ୍ଚେ ଥିବେ ନାରାୟଣପୃଥିବୀର ଭାରା ହୋଇନାହିଁ ନିବାରଣ ।ଯେ ପର୍ଯ୍ୟନ୍ତ ଯଦୁବଂଶ ପୃଥ୍ୱୀର ଅଛନ୍ତିସହିବି କି ତାହାଙ୍କର ଭରା ବସୁମତୀ ।ଯେତେବେଳେ ଯଦୁବଂଶ ହେବ ବିନାଶନସେତେବେଳେ ବୈକୁଣ୍ଠକୁ ଆସିବେ ମୋହନ ।ଇନ୍ଦ୍ର ବୋଲେ ଅବଧାନ କର ବେଦବରଯଦୁବଂଶ ନାଶି କି କରିବେ ଚକ୍ରଧର ।ସେହି ଅନ୍ତର୍ଯ୍ୟାମୀ ନାଥ ସମସ୍ତ ଜାଣନ୍ତିତାହାଙ୍କୁ ବା ଅଗୋଚର କେବଣ ହିଁ ରୀତି ।ବେଦବର ଇନ୍ଦ୍ରଙ୍କର ବଚନ ଶୁଣିଲେଦୃଷ୍ଟାନ୍ତର କଥାମାନ ଦେଖାଇ କହିଲେ ।ରାମ ଅବତାରେ ପ୍ରଭୁ ଯେତେ କଷ୍ଟ ପାଇରାବଣକୁ ବଧ କଲେ ବ୍ରହ୍ମାଣ୍ଡ ଗୋସାଇଁ ।ବ୍ରହ୍ମହତ୍ୟାକାରୀ ବୋଲି ଲଗାଇଲ ବାଦତାଙ୍କ ମୁଖ ନ ଚାହିଁଲ ଏହି ସଭା ମଧ୍ୟ ।ସେହି କ୍ରୋଧେ ନାରାୟଣ କଂସ ଜନ୍ମ କରିଅନନ୍ତ ଶଯ୍ୟା ଉପରେ ଶୋଇଲେ ଶ୍ରୀହରି ।ଯେଣୁ ନିଶ୍ଚିନ୍ତେ ଶୋଇଲେ ପ୍ରଭୁ ଜଗନ୍ନାଥକେତେ କଷ୍ଟ ଦେଲା ସେହି ଉଗ୍ରସେନ ସୁତ ।ଏମନ୍ତ ହୋଇଣ କେତେ କାଳ ଗଲା ବହିନିଶ୍ଚିନ୍ତେ ଶୋଇଣ ତହିଁ ରହିଲେ ଗୋସାଇଁ ।ତୁମ୍ଭର ବିକଳ ମୁଖେ କହି ନ ସରଇସେଥିପାଇଁ ଘେନିଗଲି କ୍ଷୀରାବ୍ଧୀର ତହିଁ ।ତାଙ୍କୁ ଯାଇ ଜଣାଇଲି ଅନନ୍ତ ଶଯ୍ୟାରଗୁହାରି କରନ୍ତେ ଦୟା କଲେ ଦାମୋଦର ।ଧଳା କଳା ରୋମ ଦୁଇଗୋଟି ପ୍ରଭୁ ଦେଲେନିଶ୍ଚିନ୍ତ ହୋଇଣ ତହିଁ ନିଦ୍ରାରେ ଶୋଇଲେ ।ଯେ ଦୁଇ ରୋମରୁ ରାମ କୃଷ୍ଣ ଅବତାରନିରାକାର ବିଷ୍ଣୁଛନ୍ତି ଅନନ୍ତ ଶଯ୍ୟାର ।ଆବର କଥାଏ ମୂହିଁ ପାଇଛି ବାରତାଦ୍ୱିଜପୁତ୍ରେ ହରି ନେଇଥିଲେ ବ୍ରହ୍ମବେତ୍ତା ।ଅର୍ଜ୍ଜୁନ ପ୍ରତିଜ୍ଞା କରୁଁ କୃର୍ଷ୍ଣାର୍ଜ୍ଜୁନ ଗଲେକ୍ଷୀର ସମୁଦ୍ରରେ ନିରାକାରଙ୍କୁ ଭେଟିଲେ ।ସେ ନିରାକାର ବୋଇଲେ ଏତେକାଳ ଯାଏମଞ୍ଚମଣ୍ଡଳରେ କିପାଁ ଅଛ ଦେବରାୟେ ।ପୃଥିବୀର ମହାଭାରା ଉଶ୍ୱାସ ହୋଇଲାଅସୁରମାନଙ୍କ ଭୟ ବସୁଧାରୁ ଗଲା ।ସେ ଦୁହେଁ ବୋଇଲେ ଅଳ୍ପଦିନରେ ଆସିବୁମଞ୍ଚମଣ୍ଡଳରେ ଆମ୍ଭେ କିପାଁ ରହିଥିବୁ ।ଏମନ୍ତ ବଚନ କହି ହୋଇଲେ ବାହାରବ୍ରାହ୍ମଣ ପୁତ୍ରକୁ ଦେଲେ ଆଣି ତା ଆଗର ।ଅଳ୍ପ ଦିନରେ ଆସିବେ ପ୍ରଭୁ ଭଗବାନଚିନ୍ତା କିପାଇଁ କରୁଛ ଆହେ ଦେବଗଣ ।ଆମ୍ଭମାନଙ୍କର କଷ୍ଟ ନିବାରଣ କଲେସୁଖଭୋଗ ପାଇଁ ମଞ୍ଚମଣ୍ଡଳେ ରହିଲେ ।ଲକ୍ଷେ ଷାଠିଏ ସହସ୍ର ତାଙ୍କର ନନ୍ଦନଆପେ କେମନ୍ତେ କରିବେ ତାହାଙ୍କୁ ନିଧନ ।ଆରବେଳ ଯିବେ କ୍ଷୀରସମୁଦ୍ର ମଧ୍ୟକୁଏହି କଥା ଜଣାଇବେ ସେ ନିରାକାରଙ୍କୁ ।ତହୁଁ ଆସି ଦ୍ୱାରକାରେ ହୋଇବେ ପ୍ରବେଶନିଜ ହସ୍ତେ ବିନାଶିବେ ପ୍ରଭୁ ଯଦୂବଂଶ ।ଏଥିପାଇଁ ତୁମ୍ଭେମାନେ ଚିନ୍ତା କର ନାହିଁସେ ଯଦୁବଂଶ ନ ମଲେ ଭାରା ଥିବ ରହି ।କୃଷ୍ଣର ବଂଶ ବଢ଼ିଲେ ପଦ୍ମବନ ଜାଣିଗୋବିନ୍ଦର ସମ୍ପଦ କେ କହୁ ପରିମାଣି ।ଏତେ ସମ୍ପଦ ଛାଡ଼ିବେ କିପରି ଶ୍ରୀଧରଅମର ପୁରକୁ ଇଚ୍ଛା ହେବ କି ତାଙ୍କର ।ଦେବସଭାରେ ଯା କହିଥିଲେ ବୃହସ୍ପତିତାହା ଶୁଣିଣ ହସିଲେ ଇନ୍ଦ୍ର ବେଦପତି ।ଇନ୍ଦ୍ର ପଚାରିଲେ ବୃହସ୍ପତି ମୁଖ ଚାହିଁକେମନ୍ତେ ତେଜି ଆସିବେ ତ୍ରୈଲୋକ୍ୟ ଗୋସାଇଁ ।ଏତେ ସମ୍ପଦ ତାଙ୍କର କେ କରିବ ନାଶକିପରି ସ୍ୱର୍ଗେ ଆସିବେ ଦେବ ପୀତବାସ ।ବ୍ରହ୍ମା ବୋଇଲେ ଅପେକ୍ଷା କର କିଛି କାଳସୁଖଭୋଗ କରନ୍ତୁ ସେ ମଦନ ଗୋପାଳ ।ଇନ୍ଦ୍ର ବ୍ରହ୍ମା ବଚନରେ କହେ ବୃହସ୍ପତିମର୍ତ୍ତ୍ୟେ ଯାଆନ୍ତୁ ଦୁର୍ବାସା ନାମେ ବ୍ରହ୍ମଯତି ।କପଟ ଭାବରେ ଦ୍ୱାରକାକୁ ଯାଉଥିବେକୃଷ୍ଣଙ୍କ କୁମରମାନେ ନୟନେ ଦେଖିବେ ।ମୁନିଙ୍କି ଦେଖି ସେମାନେ ହୋଇବେ ଖତାଇତାଙ୍କୁ ଅଭିଶାପ ଦେବେ ଋଷିଙ୍କ ତନୟି ।ବୋଲିବେ ଆମ୍ଭଙ୍କୁ ତୁମ୍ଭେ କଲ ପରିହାସଆମ୍ଭ ଅଭିଶାପେ ହେବ ଯଦୁବଂଶ ନାଶ ।ସନ୍ତରା ବଣରେ ସର୍ବେ ହଣାହଣି ହୋଇଯେ ଯାହା ହାତେ ମରିବେ କୃଷ୍ଣଙ୍କ ତନୟୀ ।ଏତେକ ଶାପ ଦୁର୍ବାସା ମହାଋଷି ଦେବେଗୋବିନ୍ଦ ଶୁଣି ଅନ୍ୟଥା କରି ନ ପାରିବେ ।ଜରାଶବର ବାଣରେ କୃଷ୍ଣ ଯିବେ ନାଶତେଣୁ ସ୍ୱର୍ଗକୁ ଆସିବେ ପ୍ରଭୁ ପୀତବାସ ।ବୃହସ୍ପତି ଏହିକଥା ସଭାରେ କହିଲେଦେବତାଏ ଶୁଣି ମନେ ଆନନ୍ଦିତ ହେଲେ ।ମହର୍ଷି ଦୁର୍ବାସା ଏହା ସଭାରେ ଶୁଣିଲେବୃହସ୍ପତିଙ୍କ ବଚନ ଅନ୍ୟଥା ନ କଲେ ।ପୂର୍ବର ଆଦେଶ ହୋଇଛି ଯେ କଥାକାହାର ବଳରେ ତାହା ହୋଇବ ଅନ୍ୟଥା ।ଶୁଣ ଆହେ ପରୀକ୍ଷିତ ସୁଧାରସ ବାଣୀପଞ୍ଚ ମହାପାପ ଯିବ ହରିବଂଶ ଶୁଣି ।ଏଥୁ ଅନନ୍ତରେ ପୁଣ ଶୁଣ ଦିବ୍ୟରସଦେବସଭା ମଧ୍ୟେ ଉପୁଜିଲା ଯେଉଁ ରସ ।ସଭା ମଉଳିଲା ଦେବତାଏ ଉଠିଗଲେଯେ ଯାହା ଯାନବାହନେ ସମସ୍ତେ ଚଢ଼ିଲେ ।ଯଶୋବତୀ ଭୁବନକୁ ବ୍ରହ୍ମା ଚଳିଗଲେଦେବତା ଯେ ଯାହାର ଭବନେ ଚଳିଲେ ।ଏଥୁ ଅନନ୍ତରେ ପୁଣି କିଛିଦିନ ଗଲାଦ୍ୱାରକାରେ କୃଷ୍ଣଙ୍କର ସୁଖଭୋଗ ହେଲା ।ନାତି ଅଣନାତି ପଣନାତିଙ୍କର ମୂଳେଚନ୍ଦ୍ର ସୂର୍ଯ୍ୟଙ୍କ ପରାୟେ ଦିଶନ୍ତି ସକଳେ ।ଦ୍ୱାରକାପୁର ମହିମା କହୁଁ ନ ସରଇସୁଦର୍ଶନ ଚକ୍ର ଯହିଁ ନିରତେ ଭ୍ରମଇ ।ଯହିଁରେ ମାଛି ପଡ଼ିଲେ ହୁଏ ନବଖଣ୍ଡଯହିଁ ପ୍ରବେଶି ନ ପାରେ ଯମ କାଳଦଣ୍ଡ ।ଦୁଃଖୀ ଦରିଦ୍ର ହୋଇଣ କେହି ଜଣେ ନାହିଁକୁବେର ସମାନେ ସର୍ବେ ଅଛନ୍ତି ଯେ ରହି ।ଉଗ୍ରସେନ ମହାରାଜା ବଡ଼ଇ ଗରିଷ୍ଠମନରେ ତାଙ୍କର ନାହିଁ ପୁତ୍ରଙ୍କର କଷ୍ଟ ।ନିରନ୍ତରେ ଲକ୍ଷ୍ମୀ ଯହିଁ ଚରଚା କରଇଅମୃତ ବରଷା ଯହିଁ ନିରନ୍ତରେ ହୋଇ ।ଉଦ୍ଧବ ଅକ୍ରୁର ମୂଳେ ସମସ୍ତ ଯାଦବେଗୋବିନ୍ଦଙ୍କ ଚରଣରେ ଖଟିଥାନ୍ତି ସର୍ବେ ।କୃଷ୍ଣ ପାଦପଦ୍ମ ବିନା ନ ଜାଣନ୍ତି ଆନନିରନ୍ତର ଭାବୁଥାନ୍ତି ପ୍ରଭୁ ଜନର୍ଦ୍ଦନ ।ଶ୍ରୀକୃଷ୍ଣ କୁମରମାନେ ଖେଳ କଉତୁକେଯେ ଯାହାର ଇଚ୍ଛାଏ ଥାଆନ୍ତି ମନସୁଖେ ।ଯାଦବଂଶର କଥା ଅତି ଅନୁପମଦୃଷ୍ଟାନ୍ତ ଦେବାକୁ ନାହିଁ ଏ ତିନିଭୁବନ ।ଅମରପୁର ସମାନ ଅଟଇ ନଗରବିଶ୍ୱକର୍ମା ନିର୍ମାଣିଛି ରହିବାକୁ ଘର ।ପଟାନ୍ତର ଦେବା ପାଇଁ ମୋର ଶକ୍ତି ନାହିଁମନୁଷ୍ୟ ଯୋନିରେ ଯେଣୁ ଜନ୍ମ ଲଭିଛଇଁ ।ଦୟା ଯହୁଁ କଲେ ମୋତେ କମଳାର ବରତେଣୁ କରି ପଦ ସ୍ଫୁରୁଅଛଇ ମନର ।ଜୟ ଜୟ ମହାପ୍ରଭୁ ନୀଳଗିରି ନାଥମୁନିଙ୍କର ଚରଣେ କରଇ ପ୍ରଣିପାତ ।ଜୟ ଜୟ ଜଗନ୍ନାଥ ନୀଳଗିରିବାସୀଚତୁର୍ଦ୍ଧା ମୂର୍ତ୍ତିରେ ତୁମ୍ଭେ ତହିଁ ଅଛ ବସି ।ଦାରୁବ୍ରହ୍ମରୂପେ ତୁମ୍ଭେ ଅଛ ବିଜେକରିଭକତ ଜନଙ୍କ ହିତେ ଶଙ୍ଖଚକ୍ର ଧରି ।ମୁଁ ହୀନ ଅରକ୍ଷ ଜନ ଶ୍ରୀଅଚ୍ୟୁତ ଦାସକଣ୍ଠେ ବସି ପଦ କହିଦିଅ ପୀତବାସ ।ବ୍ରହ୍ମାଙ୍କ ଦ୍ୱାରା ବତ୍ସାହରଣଏଥୁଅନ୍ତେ ପରୀକ୍ଷିତ ନାମେ ନରନାଥଶୁକମୁନି ଚରଣରେ କରି ପ୍ରଣିପାତ ।ଅବଧାନ ହୋଇଣ ଶୁଣିମା ମୁନିବରହରିବଂଶ ପୁରାଣ ମୁଁ ଶୁଣିଲି କର୍ଣ୍ଣର ।ମୋହର ଏହି ବଂଶରେ ଯେତେ ପାପ ଥିଲାହରିବଂଶ ଶୁଣନ୍ତେଣ ସର୍ବ ଧ୍ୱଂସ ହେଲା ।ମୁହିଁ ନିସ୍ତରିଲି ମୁନି ତୁମ୍ଭର ପ୍ରସାଦେସର୍ବଜ୍ଞ ପୁରୁଷ ଅଟ ବ୍ୟାସଙ୍କର ସୁତେ ।ଏଥୁ ଅନନ୍ତରେ କିସ କଲେ ଚକ୍ରଧରସେହି କଥା ବିସ୍ତାରିଣ କହ ମୁନିବର ।ରାଜାଙ୍କର ଭକତି ବିନୟ ଭାବ ଦେଖିପୁରାଣ ପୋଥି ଫେଡ଼ିଣ କହେ ଶୁକ ଯତି ।ଏହିପରି କେତେ ଦିନ ଗତହେବା ପରେଶ୍ରୀନାରାୟଣ ଉଚ୍ଚାଟ ହୋଇଲେ ମନରେ ।ଯେଣୁକରି ଗୋପ କଥା ମନରେ ପଡ଼ିଲାଗୋପୀଙ୍କର କ୍ରୀଡ଼ାରସ ସ୍ମରଣ ହୋଇଲା ।ନନ୍ଦ ଯେଶୋବତୀ ମୋତେ ପ୍ରତ୍ୟକ୍ଷେ ପାଳିଲେବିଶେଷରେ ପ୍ରତିପାଳି ସେବା କରୁଥିଲେ ।ଦୁଧ ଦହି ଛେନା ଆଦି ସର ଯେ ଲବଣୀଅନେକ ପ୍ରକାର ମତେ ଦ୍ୟନ୍ତି ଗୋପାଳୁଣୀ ।ସେମାନେ ମୋହର ବିନୁ ନ ଜାଣନ୍ତି ଆନନିରନ୍ତରେ ସ୍ମରୁଥାନ୍ତି ମୋର ରୂପ ଗୁଣ ।ଦଧି ମନ୍ଥନେ ମୋହର ନାମ ଗାଉଥାନ୍ତିଦଧି ବିକିଗଲେ ମୋର ନାମ ଉଚ୍ଚାରନ୍ତି ।କୃଷ୍ଣ ନରହରି ଆଉ ମୁକୁନ୍ଦ ମୁରାରିଅଚ୍ୟୁତ କେଶବ ଆଦି ନାମ ଦଇତ୍ୟାରି ।ନିରନ୍ତରେ ମୋର ନାମ କରନ୍ତି ଗାୟନମୋହର ନାମ ବ୍ୟତୀତ ନ ଜାଣନ୍ତି ଆନ ।ପ୍ରଭାବତୀ ରାଧିକାକୁ ଛାଣିଣ ଅଇଲିଏବେ ଆସି କୁଶସ୍ଥଳୀ ପୁରରେ ରହିଲି ।ଯେତେବେଳେ ନିରାକାର ମୋତେ ଆଜ୍ଞାଦେଲେରାଧିକାକୁ ମଞ୍ଚପୁରେ ଜନ୍ମ କରାଇଲେ ।ରାଧାକୃଷ୍ଣ ନାମ ଗୋଟି ଜଗତେ ଜାଣନ୍ତିରାଧାକାନ୍ତ ବୋଲି ମୋତେ ସମସ୍ତେ କହନ୍ତି ।ଏମାନଙ୍କୁ କଷ୍ଟ ଦେଇ ମଥୁରା ରହିଲିଏହି କଥା ମନମଧ୍ୟେ ବିଚାରି ଶ୍ରୀହରି ।ଦିନୁଦିନ ପ୍ରଭୁଙ୍କର ଦେହ ହେଲା କ୍ଷୀଣରାଧିକାର କଥା ମନେ ସ୍ମରି ନାରାୟଣ ।ଏମନ୍ତେଣ ଚିନ୍ତା କରୁଥାନ୍ତି ନନ୍ଦବାଳପ୍ରଭୁଙ୍କ ଶରୀର ଗୋଟି ହୋଇଲା ଦୁର୍ବଳ ।ଦିନେ ଚନ୍ଦ୍ରଶାଳା ପୁରେ ବିଜେ ନାରାୟଣସନ୍ନିଧେ ଖଟନ୍ତି ଅଷ୍ଟ ପାଟବଂଶୀ ଜାଣ ।ରୁକ୍ମଣୀ କାଳିନ୍ଦୀ ସତ୍ୟଭାମା ଜମ୍ବୁବତୀଏହିରୂପେ ଅଷ୍ଟ କନ୍ୟା ପାଶେ ଖଟିଥାନ୍ତି ।ଖଟ ଦୋଳି ବାଙ୍କିୟାରେ ବିଜେ ଚକ୍ରଧରଅଷ୍ଟ ପାଟବଂଶୀ ଉଭା ଅଛନ୍ତି ଛାମୁର ।କର୍ପୂର ବିଡ଼ିୟା ପାନ ଭୁଞ୍ଜି ପଦ୍ମମୁଖହସିଣ କହନ୍ତି ବିମ୍ବାଧରେ ଧୀର ବାକ୍ୟ ।ବୋଲନ୍ତି ସଖୀଏ ଶୁଣ ମୋର ଯେଉଁ ବାଣୀତୁମ୍ଭେ ଅଷ୍ଟ ପାଟବଂଶୀ ପିଣ୍ଡରକାରିଣୀ ।ଏସନ ବଚନ ଯହୁଁ କହି ଭଗବାନଶୁଣି କନ୍ୟାମାନେ ହେଲେ ଆନନ୍ଦିତ ମନ ।ରୁକ୍ମଣୀ ବିଚାର କଲେ ଆପଣା ମନକୁତିନିଭୁବନରେ ଲକ୍ଷ୍ୟନାହିଁ ନା ଆମ୍ଭଙ୍କୁ ।ଆମ୍ଭର ରୂପ ନିରେଖି ପ୍ରଭୁ ଭଗବାନକ୍ଷଣେ ପାଶ ନ ଛାଡ଼ନ୍ତି ପ୍ରଭୁ ନାରାୟଣ ।ଏମନ୍ତେ ଗର୍ବର କଥା ବିଚାରନ୍ତି ମନେଅନ୍ତର୍ଯ୍ୟାମୀନାଥ ତାହା ଜାଣିଲେ ତକ୍ଷଣେ ।ରୁକ୍ମଣୀଙ୍କର ମନରେ ମାୟା ଲଗାଇଲେ ।ଆପେ ନାରାୟଣ ତହୁଁ ବିରୂପ ହୋଇଲେ ।ଗୋବିନ୍ଦ ରୂପ ଦେଖିଣ ସର୍ବ କାମିନୀଏତହୁଁ କରପତ୍ର ଯୋଡ଼ି ଜଣାନ୍ତି ବାମାଏ ।ସାବଧାନେ ହୋଇ ତୁମ୍ଭେ ଶୁଣ ଚକ୍ରଧରଶ୍ୟାମବର୍ଣ୍ଣ ରୂପ ତ ଦିଶଇ ଅସୁନ୍ଦର ।ଏଥିର କାରଣ ତୁମ୍ଭେ କହ ଦାମୋଦରଦେଖିକରି ଆମ୍ଭ ମନ ହେଉଛି ଅସ୍ଥିର ।ଭୋଜନର ଚରଚା କି ନ ହୋଇଲା ସୁସ୍ଥସେବା କରି ନ ପାରିଲୁ ସ୍ତିରୀ ଛାର ମାତ୍ର ।ଫୁଲ ଚନ୍ଦନେ ତୁମ୍ଭର ଅରୁଚି ଜନ୍ମିଲାତେଣୁ ଭାବନାରେ ମନ ଅସୁସ୍ଥ ହୋଇଲା ।ତୁମ୍ଭ ଦେହ ଦେଖି ମନ ହେଉଛି ବିକଳଏଥିର କାରଣ ବୋଲ ମଦନ ଗୋପାଳ ।ରୁକ୍ମଣୀ ପଚାରନ୍ତେ ଯେ କୃଷ୍ଣ ତୁନି ହେଲେଗରବ ଗଞ୍ଜିବା ପାଇଁ ମନେ ବିଚାରିଲେ ।ବ୍ରହ୍ମା ଯାହାଙ୍କର ମାୟା ଜାଣି ନ ପାରିଲାବୃନ୍ଦାବନରୁ ଗୋବତ୍ସା ସବୁ ହରିନେଲା ।କମଣ୍ଡଳେ ପୁରାଇଣ ରଖେ ଯତ୍ନକରିଏସନ କଥା ଜାଣିଲେ ଦେବ ନରହରି ।ଗୋପାଳ ପୁଅଙ୍କ ସଙ୍ଗେ ଯତ୍ନେ ଥିଲେ ରହିମାୟାକରି ଗୋବତ୍ସା ଖୋଜନ୍ତି ଭାବଗ୍ରାହୀ ।ନ ପାଇ ଗୋବିନ୍ଦ ତାହା ଆକୁଳ ହୋଇଲେଆପଣା ଅଙ୍ଗୁ ବାଳକ ବତ୍ସା ଜନ୍ମାଇଲେ ।ଯାହାର ଯେମନ୍ତେ ବତ୍ସା ସେହିରୂପେ କରିସେହି ପ୍ରକାରେ ଗୋପାଳ ପୁଏ ଅବତରି ।ବତ୍ସା ଘେନିଣ ଗୃହକୁ ଗଲେ ଦାମୋଦରଏ ପ୍ରକାରେ ଗତ ହେଲା କେତେହେଁକ କାଳ ।ବତ୍ସା ଘେନି ଯାଇ ବ୍ରହ୍ମା ନିଜ ଗୃହେ ଥିଲେବତ୍ସା ବାଳକଙ୍କୁ ଘେନି ଆନନ୍ଦେ ରହିଲେ ।ତାହାଙ୍କୁ ଦେବାର କଥା ମନୁ ପାସୋରିଲେଗୋବିନ୍ଦଙ୍କ ମାୟାକଥା ଜାଣି ନ ପାରିଲେ ।ଦିନେ ବ୍ରହ୍ମା ଦେଖିଲେକ ସ୍ୱର୍ଗପୁରେ ଥାଇବତ୍ସା ଚରାଉଅଛନ୍ତି ପ୍ରଭୁ ଭାବଗ୍ରାହୀ ।ସେହି ଗୋପାଳଙ୍କ ପୁଅ ବତ୍ସମାନ ଘେନିକଉତୁକେ ଗୋପେ ବିହରନ୍ତି ଚକ୍ରପାଣି ।ବ୍ରହ୍ମାଙ୍କର ଆସିବାର ଜାଣିଲେ ଶ୍ରୀଧରବସି ବିମ୍ବାଧରେ ବଂଶୀ ବଜାନ୍ତି ସୁସ୍ୱର ।ବିଶ୍ୱମ୍ଭର ଦେହଗୋଟି ହେଲେ ନନ୍ଦବଳାସପ୍ତବ୍ରହ୍ମାଣ୍ଡ ଯାକରେ ତେଜ ବିକାଶିଲା ।ଯେଉଁ ପ୍ରଭୁ ଜଗତରେ ଅଟନ୍ତି ଠାକୁରବ୍ରହ୍ମା ଅବା ତାଙ୍କଠାରେ କେତେକ ମାତର ।କୃଷ୍ଣଙ୍କର ବିଶ୍ୱରୂପ ଦେଖି ବେଦବରପଞ୍ଚଭୂତ ଆତ୍ମାରେ ସେ କରନ୍ତି ବିଚାର ।ଏକେ ପ୍ରଭୁଠାରେ ମୁହିଁ ଅପ୍ରାଧ ଅର୍ଜିଲିବିନାଶ କାରଣେ ବତ୍ସା ଗୋପାଳ ହରିଲି ।ଏତେ ଗୋପବାଳକ ଗୋବତ୍ସା ଜାତ କଲାକିବା କମଣ୍ଡଳମଧ୍ୟୁ ଚୋରାଇ ଆଣିଲା ।କିବା ବଂଶୀରେ ଡାକିଲେ ବତ୍ସା ନାମ ଧରିକମଣ୍ଡଳୁର ଭିତରୁ ଅଇଲେ ବାହାରି ।ବିଚାରିଣ ବ୍ରହ୍ମା କମଣ୍ଡଳକୁ ଦେଖିଲାଗୋପାଳ ଗୋବତ୍ସା ତହିଁ କରୁଛନ୍ତି ଲୀଳା ।ଦେଖିକରି ବେଦବର ମହାଭୟ କଲେବୃନ୍ଦାବନର ନିକଟେ ଯାଇଣ ମିଳିଲେ ।ଦୁଇ ହାତ ଦୂରେ ଛିଡ଼ା ହେଲେ କୁଶପାଣିବେଦବର ଚତୁର୍ମୁଖେ ସ୍ତୁତି କଲେ ପୁଣି ।ହେ କୃଷ୍ଣ ଗୋବିନ୍ଦ ହରି ଗୋପ ଚୂଡ଼ାମଣିହେ ଶ୍ୟାମ ହେ ଦାମୋଦର ପ୍ରଭୁ ବେଣୁପାଣି ।ରାଧାକାନ୍ତ ନଟବର ହେ ମୂରଲୀଧରହେ ଗୋପୀନାଥ ଗୋପାଳ ମୋହନ ଠାକୁର ।ବ୍ରହ୍ମା ଆସିବା ଗୋପାଳ ପୋଏ ନ ଜାଣିଲେଶ୍ରୀକୃଷ୍ଣଙ୍କ ମାୟାରେ ସେ ସର୍ବେ ମୋହଗଲେ ।ଶୁଣ ଆହେ ପରୀକ୍ଷ ଅମୃତ ରସବାଣୀଭାଗବତ ପୁରାଣ ଏ ସୁଧାମୟ ବାଣୀ ।କରପତ୍ର ଯୋଡ଼ି ବ୍ରହ୍ମା କରନ୍ତି ଯେ ସ୍ତୁତିଜଗତର ନାଥ ତୁମ୍ଭେ ଅଟ ଲକ୍ଷ୍ମୀପତି ।ଯାହାର ଗର୍ଭେ ଅଶେଷ ବ୍ରହ୍ମାଣ୍ଡ ପୁରିଛିଲକ୍ଷ୍ମୀ ସରସ୍ୱତୀ ତୋର ଅର୍ଦ୍ଧାଙ୍ଗ ଅଟନ୍ତି ।ସେମାନେ ତୋହର ମାୟା ନ ପାରନ୍ତି ଜାଣିମୁହିଁ କାହୁଁ ଜାଣିବି ବା ଅଜ୍ଞ ମୂଢ଼ ପ୍ରାଣୀ ।ତୋହର ଦୈବୀ ମାୟାରେ ଈଶ୍ୱର ପୁରୁଷକନ୍ୟାରୂପ ଦେଖାଇଣ କଲୁ ତାଙ୍କୁ ବଶ ।କଳି ନାରାୟଣି ତୁହି ବାଲୁକା ସ୍ୱରୂପଜଗତ ଜନର ହିତେ ଧରୁ ନାନା ରୂପ ।ଅସୁର ନିଧନେ ପ୍ରଭୂ ନାନା ରୂପ ଧରିମଞ୍ଚରେ ଜନମିଅଛୁ ଶଙ୍ଖ ଚକ୍ରଧାରୀ ।ହୀନ ଅରକ୍ଷିତ ମୁହିଁ ଶ୍ରୀ ଅଚ୍ୟୁତ ଦାସଘୋର ନରକରୁ ମୋତେ ରଖ ପୀତବାସ ।